From 02ff1ebc6c9a1bfc1a847d03eb6f20cbf6016437 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:38:12 +0530 Subject: [PATCH] Upload New File --- .../odiasahitya.com/sent_odiasahitya_galpa_48 | 53 +++++++++++++++++++ 1 file changed, 53 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_48 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_48 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_48 new file mode 100644 index 0000000..856c562 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_48 @@ -0,0 +1,53 @@ +ଭାବମୂର୍ତ୍ତି +ମୃଣାଳ +ତା: ନଭେମ୍ବର୍ ୧୨, ୨୦୧୧ +ମୂଳ ପୃଷ୍ଠା → ଗଳ୍ପ → ଅଣୁ ଗଳ୍ପ → +ବାବ୍‌ଲୁ ଖବରଟା ଦେଲା । +ମୁନା, ଶୁଣିଲୁଣି ହିମାଂଶୁଟା ପାଗ୍‌ଲା ହୋଇଗଲାଣି । +– ପାଗଳ ହୋଇଗଲାଣି? ସକାଳୁ ସକାଳୁ ଏମିତି ମର୍ମନ୍ତୁଦ ଖବରରେ ମୁଁ ଆବଶ୍ୟକ ମୁତାବକ ମର୍ମାହତ ହେଲି । +ହିମାଂଶୁ ଆମ ସାଙ୍ଗ । +ସେକ୍ରେଟାରିୟେଟ୍‌ରେ କିରାଣୀ ଚାକିରି କଲାଣି ତିନି ବର୍ଷ ହେଲା । +ସେକ୍ରେଟାରିୟେଟ୍ କିରାଣୀମାନେ ଅନ୍ୟମାନଙ୍କୁ ପାଗଳ କରିଦିଅନ୍ତି । +ନିଜେ ପାଗଳ ହେବାର ଦୃଷ୍ଟାନ୍ତ ପ୍ରାୟ ନାହିଁ । +– କିରେ କାହିଁକି? କଣ ହେଲା? କଣ ପାଗଳାମି କରୁଛି? ମୁଁ ଏକାସାଙ୍ଗରେ ଅନେକ ଗୁଡିଏ ପ୍ରଶ୍ନ ପଚାରିଦେଲି । +– ମିତୁ କୁଆଡେ ତାକୁ ଛାଡି ଆଉ କାହାକୁ ବାହା ହୋଇଗଲା । +ସେ ଖବର ପାଇଲା ପରଠୁଁ ହିମାଂଶୁ ଖାଲି ମଦ ପିଉଛି । +ମିତୁ ଓରଫ ମିତାଲି ହିମାଂଶୁର ପ୍ରେମିକା । +ଛ’ବର୍ଷ ହେଲା ସେମାନଙ୍କର ଘନିଷ୍ଠ ପ୍ରେମ । +ଆମେ ସମସ୍ତେ ଏକଥା ଜାଣିଛୁ । +ତ ଏମତାବସ୍ଥାରେ ଜଣେ ଦରଦୀ ସାଙ୍ଗର କର୍ତ୍ତବ୍ୟ ଘଟଣାସ୍ଥଳରେ ପହଞ୍ଚିବା ଏବଂ ଘଟଣାକୁ ସରଜମୀନ ବୁଝିବା । +ମୁଁ ସେଇଆ କଲି । +ସନ୍ଧ୍ୟାବେଳେ ହିମାଂଶୁର ବସାଘରେ ପହଞ୍ଚିଲି । +ହିମାଂଶୁ ଭୁବନେଶ୍ବରର ଅନ୍ୟାନ୍ୟ ବହୁ ଚାକିରିଜୀବିଙ୍କ ପରି ଭଡାଘରେ ରହେ । +ଏକୁଟିଆ । +ଦେଖିଲାବେଳକୁ ବାବ୍‌ଲୁ ଯାହା କହିଥିଲା, ଅକ୍ଷରେ ଅକ୍ଷରେ ସତ । +ହିମାଂଶୁ ବୋତଲ ଓ ଗ୍ଲାସ୍ ଧରି ବସିଛି । +ବୋତଲଟା ଅଧା ଖାଲି, ହିମାଂଶୁ ର ଆଖି ମଧ୍ୟ ବେଶ ଲାଲ । +ଅର୍ଥାତ୍ କିନା ବେଶ କିଛି ସମୟ ହେଲା ମଦ୍ୟପାନ ଚାଲିଛି । +ମୁଁ କହିଲି, ବେ ହିମାଂଶୁ, ଇଏ କଣ? +– କଣ? ହିମାଂଶୁ ସାମାନ୍ୟ ମାତାଲ ଗଳାରେ ମୋତେ ଓଲଟା ପଚାରିଲା । +– ମିତୁ ତୋତେ ଛାଡି ଆଉ କାହାକୁ ବାହା ହୋଇଗଲା । +ଗଲା । + ତା ବୋଲି ତୁ ମଦ ପିଇ ବରବାଦ ହେବୁ? ଇଡିଅଟ୍! ତୁ କଣ ଦେବଦାସ? +– ନା, ମୁଁ ହିମାଂଶୁ ଦାସ । +– ତେବେ ଶଳା ମଦଗୁଡାକ କାହିଁକି ପିଉଛୁ? ମଦ କଣ ଦୁଃଖର ଇଲାଜ? ମଦ ପିଇଲେ ଦୁଃଖ କମେ? +– ହାଃ, ହାଃ, ହାଃ! ହିମାଂଶୁ ଖୁବ୍ ହସିଲା । +ହସି ହସି ତା ଆଖିରୁ ଲୁହ ନିଗିଡି ପଡିଲା । + କହିଲା, ତୁ ବି ଧୋକା ଖା ଗୟା ମେରା ଦୋସ୍ତ! +ଅଳ୍ପ ନିଶା ହେଲେ ଓଡିଆ ହିନ୍ଦୀ କହେ ବୋଲି ମୁଁ ଜାଣିଥିଲି । +ଜାଣିଥିଲି ବୋଲି ଟିକେ ଶଙ୍କିଗଲି । +ମାତାଲଙ୍କୁ ମୋର ଭାରି ଭୟ । +ସେମାନେ କଥା କଥାରେ ହାତ ଉଠେଇଦିଅନ୍ତି । +– ହସୁଛୁ କାହିଁକି? +– ହସିବିନି? ତୁ କଣ ଭାବୁଛୁ, ମୁଁ ମିତୁ ଚାଲିଯିବା ଦୁଃଖରେ ମଦ ପିଉଛି? +– ଆଉ? +– ହାଃ, ହାଃ, ହାଃ- ଦେଖ ଗୋଟେ ଗହନ କଥା କହୁଛି, କାହାକୁ କହିବୁନି । +ତୁ ମୋର ସଚ୍ଚା ଦୋସ୍ତ ବୋଲି ତୋତେ କହୁଛି । +– କହ । +– ମିତୁଫିତୁ ଚାଲିଯିବା ଦୁଃଖରେ ନୁହେଁ, ଖାସ୍ ମଦ ପିଇବି ବୋଲି ମଦ ପିଉଛିରେ ଶଳା । +ଇଚ୍ଛା ହେଲା, ମଦ ପିଇ ମାତାଲ ହେବି । +କିନ୍ତୁ ତୁଚ୍ଛାଟାରେ ମଦ ପିଇଲେ ଲୋକ କହିବେ ଶଳା ମଦୁଆ ହୋଇଗଲା । +ଅଭି ମଦ ପିଇଲେ ଲୋକେ କହିବେ- ଆହା ଦୁଃଖରେ ପିଉଛି । +କେହି ଆଉ ମୋତେ ଘୋଡା ମଦୁଆ ବୋଲି କହିବେନି । +ମାର୍କେଟ୍‌ରେ ମୋର ଭାବମୂର୍ତ୍ତିଟା ନିର୍ମଳ ରହିବ । +ବୁଝିଲୁ! ଏ ଜମାନା ବହୁତ ଖରାପରେ ଦିସ୍ତ! ମଦ ଟିକେ ପିଇବା ପାଇଁ ବି ବାହାନା ଦରକାର । -- GitLab