From 031e50da6a39c0baacc86fdc3c7a352b637f47a5 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:25:25 +0530 Subject: [PATCH] Upload New File --- .../odiasahitya.com/sent_odiasahitya_galpa_4 | 114 ++++++++++++++++++ 1 file changed, 114 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_4 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_4 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_4 new file mode 100644 index 0000000..0eeb090 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_4 @@ -0,0 +1,114 @@ +ଝଡ଼ର ଗତିପଥ +- ମନୋଜ ଦାସ +ତା: ସେପ୍ଟେମ୍ବର୍ ୧୮, ୨୦୧୨ +ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ → +ହୁ-ହୁ ବତାସ । +ଯେମିତି ଯୁଗଯୁଗାନ୍ତର ପାତାଳପୁରୀର ଏକ ନିଷିଦ୍ଧ ଅଞ୍ଚଳରେ ଯାଦୁଫରୁଆଟିଏ ଭିତରେ ସେ ରହିଥିଲା ବନ୍ଦୀ ହୋଇ, ହଠାତ୍‌ ମୁକ୍ତି ପାଇ ତା’ର ଅସୀମ ଗନ୍ତବ୍ୟମାର୍ଗରେ ବରାବର ବିଶ୍ବର ସମସ୍ତ କିଛିକୁ ଚୂର୍ଣ୍ଣୀଭୂତ କରି ଉଡ଼ାଇ ନେଇଯିବାକୁ ଚାହେଁ । +ଅନ୍ଧାର କ୍ରମେ ବହଳ ହୋଇ ଆସୁଛି । +ସମଗ୍ର ଆକାଶବ୍ୟାପୀ ଘନକୃଷ୍ଣ ମେଘ ଜମାଟ ବାନ୍ଧି ରହିଛି । +ସୁଚ୍ୟଗ୍ର ପରିମିତ ବର୍ଷାବିନ୍ଦୁ ସମୂହ କ୍ରମେ ହୋଇ ଉଠୁଛନ୍ତି ବାଟୁଳି ଭଳି ଶକ୍ତିଶାଳୀ । +ଆଉ ମଧ୍ୟେ ମଧ୍ୟେ ବିଦ୍ୟୁତ୍‌ର ଆଦିଗନ୍ତ ବିକାଶ ଭିତରେ ସମୁଦ୍ର ଲହରୀର ଉତ୍ତାଳ ବିଚ୍ଛୁରଣ ରଣୋନ୍ମତ୍ତ ଅସିମାଳା ଭଳି ଝଲସିତ । +ଏମନ୍ତ ଦୁର୍ଯୋଗ ରାତ୍ରିରେ ନିର୍ଜନ ସମୁଦ୍ର ଉପକଣ୍ଠରେ ଏକ ଅନ୍ଧକାର ଦ୍ବିତଳ ପ୍ରାସାଦରେ ଆତଙ୍କରେ ଶିହରି ଉଠୁଥିଲେ ତିନୋଟି ପ୍ରାଣୀ । +ସେମାନେ ଶ୍ରୀ ଓ ଶ୍ରୀମତୀ ସିହ୍ନା ଏବଂ ଶ୍ରୀମତୀ ସିହ୍ନାଙ୍କ ଭ୍ରାତା ଅଧ୍ୟାପକ ପ୍ରବାଳ କିଶୋର । +ସମୁଦ୍ର ଚମତ୍କାର, କିନ୍ତୁ ପୁରୀ ବା ମାନ୍ଦ୍ରାଜ ବା ବମ୍ବେରେ ନୁହେଁ । +ସେଠାରେ ମନେହୁଏ, ସମୁଦ୍ର ବିଚରା ଯେମିତି ପଞ୍ଝାଏ ସାନ୍ଧ୍ୟଭ୍ରମଣ ବିଳାସୀଙ୍କ ଆଗରେ ସେମାନଙ୍କର ଚେନାଚୁର ଚର୍ବଣ-ଜାତୀୟ ମଉଜଟାଏ ମାତ୍ର । +ଶ୍ରୀମତୀ ସିହ୍ନା ମନ ବଳାଇଥିଲେ ସମୁଦ୍ରକୁ ସମୁଦ୍ର ଭଳି ଦେଖିବା ନିମନ୍ତେ । +ଶ୍ରୀଯୁକ୍ତ ସିହ୍ନା ଖୋଜୁଥିଲେ ଏଭଳି ଏକ ଜନହୀନ ନିର୍ଜନ ଉପକୂଳ, ଯେଉଁଠି ନିରାଭରଣ ଉତ୍ତୁଙ୍ଗ ବାଲୁକା ଶଯ୍ୟା ଉପରେ ସମୁଦ୍ରର ପ୍ରାଗୈତିହାସିକ ଉତ୍ତାଳତା ଅହରହ ବିସ୍ଫୋରିତ ହେଉଥିବ । +ଶ୍ୟାଳକ ପ୍ରବାଳ କିଶୋର ଅଚିରେ ସନ୍ଧାନ ନେଇ ଜାଣିଲେ, ସେ ରୂପ ଏକ ସ୍ଥାନ ହେଲା ଷଣ୍ଢକୁଦ । +ଏକାନ୍ତ ନିର୍ଜନ ଅଥଚ ଐତିହାସିକ ଷଣ୍ଢରାଜାଙ୍କ ସ୍ମୃତିବିଜଡ଼ିତ ସେହି ସ୍ଥାନରେ ପରବର୍ତ୍ତୀ କାଳର ଜଣେ ଜମିଦାର ନିର୍ମାଣ କରିଥିବା ଗୋଟିଏ ଦ୍ବିତଳ ଅଟ୍ଟାଳିକା ବିଦ୍ୟମାନ ରହିଛି । +ଉଦ୍ଦାମ ପ୍ରକୃତି କୋଳରେ ଦୁଇତିନି ଘଣ୍ଟା ଦୋହଲି ହେବା ନିମନ୍ତେ ତାହା ହିଁ ପ୍ରକୃତ ସ୍ଥାନ । +ଷଣ୍ଢକୁଦର ନିର୍ଜନ ଉପକୂଳରେ ଯେତେବେଳେ ଜିପ୍‌ ଯାଇ ଉପନୀତ ହେଲା, ସେତେବେଳକୁ ଅପରାହ୍ନର ଅବଶେଷ ମାତ୍ର ରହିଛି । +ଜିପ୍‌ରୁ ଓହ୍ଲାଇ ତିନିହେଁ ଚତୁର୍ଦ୍ଦିଗକୁ ଅନାଇ ସେ ଶୀତଳ ପବନ ଯେପରି ଆବକ୍ଷ ପିଇଗଲେ । +ଅଧ୍ୟାପକ ପ୍ରବାଳ କିଶୋର ଥରେ ଧମକ ଦେବା ଭଳି କୌଣସି ଏକ କବିତାର କିୟଦଂଶ ଆବୃତ୍ତି କରିବାକୁ ଚେଷ୍ଟା କଲେ, ‘ନିର୍ଜନ ହେ ନିର୍ଜନ !’ ତା’ପରେ ଆଉ କିଛି ମନେ ନ ପଡ଼ିବାରୁ ଚୁପ୍‌ ହେଲେ । +ହୁ-ହୁ ପବନ । +ଉତ୍ତର-ପଶ୍ଚିମ କୋଣରେ ପୁଳାଏ ମେଘ ଭାସି ବୁଲୁଥିଲା । +ପରିବେଶର ପ୍ରାଥମିକ ପର୍ଯ୍ୟବେକ୍ଷଣରେ କିୟତ୍‌କ୍ଷଣ ଅତିବାହିତ କରି ତନିହେଁ ସମୁଦ୍ରରେ ପଶିଲେ । +ପ୍ରବାଳ କିଶୋର ଢେଉ ସହିତ ତାଙ୍କ ସ୍ବଭାବସିଦ୍ଧ ରୀତିରେ କିଛିଟା ବିଶେଷ ଧରଣର କସ୍‌ରତ କରୁଥିଲେ । +ତାଙ୍କର ଭଗ୍ନୀ ଓ ଭଗ୍ନୀପତି କିନ୍ତୁ ସେଥିରେ ଉଦ୍‌ବୁଦ୍ଧ ନହୋଇ ଏଭଳି ସଂଯତ ଆଚରଣ କରୁଥିଲେ, ଯେମିତି ସମୁଦ୍ର ସୌଖୀନ କାଚ ନିର୍ମିତ ପଦାର୍ଥବିଶେଷ, ଯାହା କି ସେମାନଙ୍କ ସାମାନ୍ୟ ଅସାବଧାନତାରେ ବି ଚୂର୍ଣ୍ଣ ହୋଇଯାଇପାରେ । +ସେହି ଅବସ୍ଥାରେ ହିଁ ଅବଦାନ ଭାବରେ ଆସିଗଲା ଝଡ଼ । +ତିନି ହେଁ କୌଣସିମତେ ଜିପ୍‌ରୁ କେବଳ ଲୁଗାପଟା ସମ୍ବଳିତ ବ୍ୟାଗ୍‌ଟି ବାହାର କରିନେଇ କୋଠା ଭିତରକୁ ଝପଟି ପଶିଆସିଲେ । +ଭାବିଥିଲେ, ଝଡ଼ର ଅବସାନ, ହେଲେ ସ୍ବଗୃହକୁ ଫେରିଯିବେ । +କିନ୍ତୁ ଝଡ଼ କ୍ରମାଗତ ଭାବେ ବଢ଼ିଚାଲିଛି । +ମୁହୂର୍ତ୍ତକ ସକାଶେ ବି ଆଉ କୌଣସି ଝରକା କବାଟ ଖୋଲା ରଖି ହେଉ ନାହିଁ । +ଖୋଲିଦେଲେ ହିଁ ସର୍ବବ୍ୟାପୀ ପରାକ୍ରାନ୍ତ ଝଡ଼ ସହିତ ମୁହାଁମୁହିଁ ହେବାକୁ ପଡ଼ିବ । +ସେ ପରାକ୍ରମ ଅସହ୍ୟ । +ଅସହାୟ ଭାବରେ ତିନିହେଁ ବସିଥିଲେ । +ଯେତେଦୂର ମନେପଡ଼ୁଛି, ଶ୍ରୀମତୀ ସିହ୍ନା ଶେଷ ମୁହୂର୍ତ୍ତରେ ଟର୍ଚ୍ଚ ଲାଇଟ୍‌ଟିଏ ଗୋଟିଏ ପ୍ଲାଷ୍ଟିକ୍‌ ବ୍ୟାଗରେ ପୂରାଇଥିଲେ । +କିନ୍ତୁ ସେ ବ୍ୟାଗ୍‌ଟି ରହିଛି ଜିପ୍‌ରେ । +ଜିପ୍‌ ପର୍ଯ୍ୟନ୍ତ ଯିବା ସକାଶେ ଥରେ ପ୍ରବାଳ କିଶୋର ପ୍ରସ୍ତୁତ ହେଲେ । +ଅଣ୍ଡାଳି ଅଣ୍ଡାଳି ସେ ପାହାଚ ପର୍ଯ୍ୟନ୍ତ ଗଲେ ମଧ୍ୟ, କିନ୍ତୁ ଅବତରଣ କରିବାକୁ ଉଦ୍ୟତ ହେବା ମୁହୂର୍ତ୍ତରେ ହିଁ ତଳ ମହଲାରେ ଶୁଭିଲା ଗୋଟିଏ ଶବ୍ଦ-କିଞ୍ଚିତ୍‌ ଅପ୍ରାକୃତିକ । +ହୁଏତ କିଛି ନୁହେଁ, କିନ୍ତୁ ଜନପଦଠୁଁ ବହୁ ଦୂରରେ ଅବସ୍ଥିତ ରାଜରାଜୁଡ଼ା ପରିତ୍ୟକ୍ତ ଏସବୁ କୋଠିରେ ଏଭଳି ଶବ୍ଦର ତ ବହୁ ରହସ୍ୟମୟ କାରଣ ବି ଥାଇପାରେ । +ଅତଏବ ପ୍ରବାଳବାବୁ ଗଲେ ନାହିଁ । +ତା’ପରେ ସିହ୍ନା ସାହେବ ଶ୍ୟାଳକଙ୍କୁ ଈଷତ୍‌ ଭର୍ତ୍ସନା କରି ସ୍ବୟଂ ଅଗ୍ରସର ହେଲେ । +କିନ୍ତୁ ହଠାତ୍‌ ତାଙ୍କର ମନେପଡ଼ିଲା, ବିନା ଚଷମାରେ କୁଆଡ଼େ ହେଲେ ଅଗ୍ରସର ହେବାକୁ ସେ କୋଡ଼ିଏ ବର୍ଷ ହେଲା ଭୁଲିଗଲେଣି, ସମୁଦ୍ର ଭିତରକୁ ପଶିବା ପୂର୍ବରୁ ଚଷମାଟି ସେ ଜିପ୍‌ରେ ଥୋଇଥିଲେ । +ଅବଶ୍ୟ ପ୍ରବାଳ କିଶୋର ନମ୍ର ଭାବରେ ଗହନ ଅନ୍ଧକାର ମଧ୍ୟରେ ଚଷମାର ଭୂମିକା ସମ୍ପର୍କରେ ଥରେ ପ୍ରଶ୍ନ ଉଠାଇଲେ । +କିନ୍ତୁ ସିହ୍ନା ସାହେବ ସେ ପ୍ରଶ୍ନର ଉତ୍ତର ନ ଦେଇ ଅନୁଶୋଚନା ପ୍ରକାଶ କରୁଥିଲେ ଯେ, ଅଧ୍ୟାପକଙ୍କ ଭଉଣୀ ଉପର୍ଯ୍ୟୁପରି ଅଭିମାନ କରି ତାଙ୍କର ଧୂମପାନ ଅଭ୍ୟାସଟି ଛଡ଼ାଇ ଦେଇ ନ ଥିଲେ ଏଇ ବିପଜ୍ଜନକ ମୁହୂର୍ତ୍ତରେ ଅବଶ୍ୟ ତାଙ୍କ ପାଖରେ ଦିଆସିଲିଟିଏ ଥାଆନ୍ତା । +ତା’ପରେ ପ୍ରବାଳ କିଶୋର ଓ ସିହ୍ନା ସାହେବ ଏକତ୍ର ଜିପ୍‌ ପାଖକୁ ଯିବା ନିମନ୍ତେ ପ୍ରସ୍ତୁତ ହୁଅନ୍ତେ ଶ୍ରୀମତୀ ସିହ୍ନା ଏକାକିନୀ ରହିବାକୁ ରାଜି ହେଲେ ନାହିଁ କି ସାଥିରେ ଯିବା ପ୍ରସ୍ତାବକୁ ମଧ୍ୟ ସମର୍ଥନ ଜଣାଇଲେ ନାହିଁ । +ଅତଏବ ତିନିହେଁ ବସିରହିଲେ । +ଚୂନ ପଲସ୍ତରା ଖସି ଖସି ପଡୁଛି । +ଝଡ଼ର ଗତିବେଗ ବଢ଼ି ବଢ଼ି ଚାଲିଛି । +ଝରକାଗୁଡ଼ିକରୁ କଡ଼ମଡ଼ ଶବ୍ଦ ନିର୍ଗତ ହେଉଛି । +ଭୁସ୍‌କିନା ଗୋଟିଏ ମୁହୂର୍ତ୍ତରେ କୋଠାଟି ଧୂଳିସାତ୍‌ ହୋଇଯିବା ବିଚିତ୍ର ନୁହେଁ । +ଝଡ଼ର ପ୍ରକୋପ କିଛି ମାତ୍ରାରେ ସହ୍ୟ କରିନେଇ କୋଠା ଉପରେ ବସୁଥିବା ମାଡ଼କୁ ଲାଘବ କରିବା ନିମନ୍ତେ ନିକଟବର୍ତ୍ତୀ ଅଞ୍ଚଳରେ ବଡ଼ ଧରଣର ଗଛଟାଏ ବି ନାହିଁ । +ଝଡ଼ର ଗତି ସହିତ ତାଳ ଦେଇ ସମୁଦ୍ରର ଗର୍ଜନ ମଧ୍ୟ ଭୟାବହ ହୋଇ ଉଠୁଥିଲା । +ଏ ଏକ ମାରାତ୍ମକ ଝଡ଼-ପ୍ରବାଳବାବୁ କହିଲେ । +କିନ୍ତୁ ଆମର ବର୍ତ୍ତମାନ ଉପାୟ କ’ଣ ? ବଡ଼ ଉଦ୍‌ବିଗ୍ନ ସ୍ବରରେ ଜିଜ୍ଞାସା କଲେ ଶ୍ରୀମତୀ ସିହ୍ନା । +ଏଭଳି ଝଡ଼ ପୃଥିବୀରେ କ୍ବଚିତ୍‌ ହୁଏ । +ପ୍ରବାଳ କିଶୋର କହି ଚାଲିଲେ, ସେହି ଆଦିମତମ ଯୁଗରେ, ଯେତେବେଳେ ଏ ପୃଥିବୀର ପୃଷ୍ଠଭାଗର ରୂପ ନିୟତ ବଦଳି ଚାଲିଥିଲା, ସେତିକିବେଳେ ଏଭଳି ଝଡ଼ ସମ୍ଭବପର ହେଉଥିଲା । +ଶ୍ରୀମତୀ ସିହ୍ନା ଆତଙ୍କିତ ଭାବରେ ପଚାରିଲେ, ଏ ଘର ରହିବ ତ ? ଆମେ ବଞ୍ଚିବା ତ ? +ପ୍ରବାଳ କିଶୋର ସଶଦ୍ଦେ ହସିଉଠିଲେ । +ଆମେ ବଞ୍ଚିବାଟା ନିହାତି ଗୌଣ କଥା । +ହୁଏତ ଏତେବେଳକୁ ସାରା ପୃଥିବୀର ଅର୍ଦ୍ଧାଧିକ ବ୍ୟାପୀ ପ୍ରଳୟ ହୋଇସାରିବଣି । +ମୋର ମନେହୁଏ, ସମୁଦ୍ର ଫୁଲିଉଠି ଆମର ଏଇ କୋଠା ଚାରିପଟେ ବେଢ଼ିଗଲାଣି । +ଏହାପରେ ଆଉ ଶ୍ରୀମତୀ ସିହ୍ନା କଥା କହିନାହାଁନ୍ତି । +ବହୁ ସମୟ ବ୍ୟବଧାନରେ ହୁଏତ ଅଧ୍ୟାପକ ହଠାତ୍‌ ସଙ୍ଗୀତଚର୍ଚ୍ଚା କରି ଉଠୁଥିଲେ, ଅଥବା ଚର୍ଚ୍ଚିଲଙ୍କ ଯୁଦ୍ଧକାଳୀନ ବକ୍ତୃତାର କିୟଦଂଶ ଆବୃତ୍ତି କରୁଥିଲେ । +ସିହ୍ନା ସାହେବ ମଧ୍ୟେ ମଧ୍ୟେ ଝରକା ଖୋଲି ନିଶାର୍ଦ୍ଧର ସେଇ ବିପର୍ଯ୍ୟସ୍ତ ପ୍ରକୃତିକୁ ପର୍ଯ୍ୟବେକ୍ଷଣ କରି ତହିଁ ମଧ୍ୟରେ ନିଜସ୍ବ ଜିପ୍‌ଟିର ଅବସ୍ଥିତି ନିରୂପଣ କରିବାର ଚେଷ୍ଟା କରୁଥିଲେ । +କିନ୍ତୁ ସମ୍ଭାଳି ନ ପାରି ପୁନଶ୍ଚ ଝରକା ବନ୍ଦ କରିବାରେ ବିପୁଳ ଶକ୍ତି ପ୍ରୟୋଗ କରୁ କରୁ ଚଷମାଟି ସମ୍ପର୍କରେ କ୍ଷୋଭ ପ୍ରକାଶ କରୁଥିଲେ । +ଅବଶ୍ୟ ତାଙ୍କ ସ୍ତ୍ରୀ ଓ ଅନ୍ତରଙ୍ଗ ଶ୍ୟାଳକ ଏତକ ବୁଝୁଥିଲେ ଯେ, ଜିପ୍‌ ପାଖକୁ ଯିବା ସକାଶେ ଚଷମାଟି ହିଁ ତାଙ୍କର ଏକମାତ୍ର ପ୍ରଲୋଭନ ନୁହେଁ । +ଶ୍ରୀମତୀ ସିହ୍ନାଙ୍କ ଉପର୍ଯ୍ୟୁପରି ଅଭିମାନରେ ସେ ଯେପରି ଧୂମପାନ ତ୍ୟାଗ କରିଥିଲେ, ସେହିପରି ତ୍ୟାଗ କରିଥିଲେ ଅନ୍ୟାନ୍ୟ ପାନ ମଧ୍ୟ । +କିନ୍ତୁ ଅଭ୍ୟାସବଶତଃ ସେ ସର୍ବଦା ନିଜ ସହିତ ନିରୀହ ବ୍ରାଣ୍ଡିପୂର୍ଣ୍ଣ ଅନତିବୃହତ୍‌ ବୋତଲଟିଏ ରଖୁଥିଲେ । +କ୍ବଚିତ୍‌ କେବେ ସ୍ନାୟୁ ଉପରେ କୌଣସି କାରଣରୁ ଅତ୍ୟଧିକ ଚାପ ପଡ଼ିଲେ, ସ୍ତ୍ରୀଙ୍କ ଅନୁମତିକ୍ରମେ ସେଥରୁ ଔଷଧ ମାତ୍ରାରେ ଅଳ୍ପ ସେବନ କରୁଥିଲେ । +ଅନ୍ୟଥା ତାକୁ କେବଳ ମଧ୍ୟେ ମଧ୍ୟେ ଅବଲୋକନ କରୁଥିଲେ । +ଏଇ ଭୟଙ୍କର ରାତିରେ ସ୍ନାୟୁ ଉପରେ ଚାପ ପଡ଼ିବା ସ୍ବାଭାବିକ । +କିନ୍ତୁ କେଇ ଗଜ ମାତ୍ର ଦୂରରେ ଥିବା ଜିପ୍‌ ଓ ତାଙ୍କ ମଧ୍ୟରେ ଜୀବନମରଣର ବ୍ୟବଧାନ । +ପ୍ରାୟ ମଧ୍ୟରାତ୍ର ପର୍ଯ୍ୟନ୍ତ ଝଡ଼ କ୍ରମାଗତ ଉଦଣ୍ଡ ହୋଇ ଚାଲିଲା । +ମଝିରେ ଥରେ ଶ୍ରୀମତୀ ସିହ୍ନା ଆପଣାର ଭୟାବହ ଭବିଷ୍ୟତ କଥା ଚିନ୍ତାକରି କାତର ହୋଇ ଅଳ୍ପ କାନ୍ଦିଥିଲେ । +ଘଡ଼ଘଡ଼ି ଶବ୍ଦର ଭୀଷଣତା ସହିତ ପ୍ରବାଳବାବୁଙ୍କ ଆବୃତ୍ତି ଅଧିକ କ୍ଷଣ ତାଳ ଦେଇପାରିଲା ନାହିଁ । +ତେଣିକି ଚୁପ୍‌ଚାପ୍‌ ତିନିହେଁ କାନ୍ଥକୁ ଆଉଜି ବସିରହିଲେ । +ରାତ୍ରିର ଶେଷାର୍ଦ୍ଧ ବେଳକୁ ଝଡ଼ର ପ୍ରକୋପ କମିଗଲା । +କ୍ରମେ ସିହ୍ନା ସାହେବ ଝରକା ଖୋଲି ଏକାଦିକ୍ରମେ କିଛ ସମୟ ପର୍ଯ୍ୟନ୍ତ ବାହାରକୁ ଅନାଇ ରହିବାକୁ ସକ୍ଷମ ହେଲେ । +ସେତେବେଳକୁ ଭଟ୍ଟାକାଳୀନ ସମୁଦ୍ରର ପ୍ରଶମିତ କଳରୋଳ ବ୍ୟତୀତ ବିଶ୍ବଜଗତର ସମସ୍ତ କୋଳାହଳ ଯେମିତି ଚିରତରେ ନିସ୍ତବ୍ଧ ହୋଇଯାଇଛି । +କ୍ରମେ ଚାରିଦିଗ ଫରଚା ହୋଇଆସିଲା । +ତିନିହେଁ ଦ୍ବିତଳରୁ ଅବତରଣ କଲେ ଓ ଜିପ୍‌ ଆଡ଼କୁ ଅଗ୍ରସର ହେବାକୁ ଲାଗିଲେ । +ଜିପ୍‌ର ଅଦୂରରେ କିନ୍ତୁ ସେମାନଙ୍କୁ ତଟସ୍ଥ ଭାବରେ ଛିଡ଼ା ହୋଇଯିବାକୁ ପଡ଼ିଲା । + ପ୍ରବାଳବାବୁ ପଚାରିଲେ, ଇଞ୍ଜିନ୍‌ଟି ତା’ହେଲେ କ’ଣ ଗତକାଲି ବନ୍ଦ କରାହୋଇ ନ ଥିଲା ? +ମୁଁ ଜରୁର ବନ୍ଦ କରିଛି । +ସିହ୍ନା ସାହେବ ଜୋରଦେଇ କହିଲେ । +ତେବେ ଜିପ୍‌ଟା ଷ୍ଟାର୍ଟ ଧରିଲା ବା କିପରି ? ଜିପ୍‌ ଜାତିର ଇତିହାସରେ କେବେ ଝଡ଼ର ପ୍ରକୋପରେ ତାହା ବଳେ ବଳେ ଷ୍ଟାର୍ଟ ଧରିଯିବାର ଦୃଷ୍ଟାନ୍ତ ଦେଖିବାକୁ ମିଳି ପାରିବ କି ? ପ୍ରବାଳବାବୁ ଅତ୍ୟନ୍ତ ବିବ୍ରତ ହୋଇ ପ୍ରାୟ ହିଂସ୍ରଭାବରେ ନିଜସ୍ବ ଚନ୍ଦାମୁଣ୍ଡ ରାମ୍ପୁଡ଼ିବାକୁ ଲାଗିଲେ । +ଇତିମଧ୍ୟରେ ସିହ୍ନା ସାହେବ ଗାଡ଼ି ନିକଟକୁ ଯାଇ ତାହାକୁ ପରୀକ୍ଷା କରିସାରିଥିଲେ । +ସେ ଉଚ୍ଚକଣ୍ଠରେ ଘୋଷଣା କଲେ, ଏହା ଇଞ୍ଜିନ୍‌ର ଶବ୍ଦ ନୁହେଁ । +ଆଉ ତେବେ ? +କୌଣସି ଜଣେ ବ୍ୟକ୍ତି ଭିତରେ ଶୋଇ ଘୁଙ୍ଗୁଡ଼ି ମାରୁଛନ୍ତି । +ସିହ୍ନା ସାହେବ ଓ ଅଧ୍ୟାପକ ଅତଃପର ଝିଙ୍କାଝିଙ୍କି କରନ୍ତେ ବ୍ୟକ୍ତିଟିର ନାସିକା ଗର୍ଜନ ସ୍ତିମିତ ହୋଇଆସିଲା ଓ ସେ ଧୀରେ ଧୀରେ ଉଠିବସି ସଲଜ୍ଜ ଭାବରେ କହିଲା, ମୁଁ ଡମ୍ବରୁଧର, ଆଜ୍ଞା । +ପରିଚୟଟି କ’ଣ ଯଥେଷ୍ଟ ହେଲା ? ପ୍ରବାଳ କିଶୋର ତାଙ୍କ ଭଉଣୀଙ୍କୁ ଅନାଇ ପ୍ରଶ୍ନଟି ପଚାରିଲେ । +ଡମ୍ବରୁଧର ଶୁଣିପାରି ଦ୍ବିଗୁଣ ଉତ୍ସାହରେ କହିଲା, ମୁଁ ଆଜ୍ଞା, ପ୍ରକୃତରେ ଡମ୍ବରୁଧର । +ମାଇଲିଏ ଦୂରରେ ମୋ ଘରକୁ ଯାଇଥିଲି । +ଆସିଲା ବେଳକୁ ଆପଣମାନେ କୋଠି କବାଟ ବନ୍ଦ କରିଦେଲେଣି । +ତେଣୁ ଏଇଠି ଶୋଇପଡ଼ିଲି । +ସେତେବେଳକୁ ସିହ୍ନା ସାହେବ ତାଙ୍କ ବ୍ୟାଗ ଭିତରୁ ଅନତିବୃହତ୍‌ ଶୂନ୍ୟ ବୋତଲଟିଏ ବାହାର କରି ଦୀର୍ଘ ନିଃଶ୍ବାସ ସହକାରେ ତାକୁ ନିରୀକ୍ଷଣ କରୁଥିଲେ । +ଡମ୍ବରୁଧର ତାଙ୍କ ପାଖକୁ ଘୁଞ୍ଚିଆସି କାନମୁଣ୍ଡା ଆଉଁସି ଆଉଁସି କହିଲା, ହଜୁର, ବଡ଼ ଶୋଷ କଲା ଆଉ ପିଇବା ପାଣି ତ ରହିଲା କୋଠି ଭିତରେ । +ଜାଣିଲି ଯେ ଏଇଟା ବାସ୍ନାତେଲ ବୋତଲ ନୁହେଁ । +ମଧ୍ୟେ ମଧ୍ୟେ ବାବୁ ଭାୟାମାନେ ତ ଏଠାକୁ ଆସନ୍ତି । +ସେମାନଙ୍କ ପ୍ରସାଦରୁ ମୁଁ ସବୁ ଗନ୍ଧ ଜାଣିଯାଇଛି । +ଏତେବେଳକୁ ଜଣା ପଡ଼ିଯାଇଥିଲା ଯେ, ଡମ୍ବୁରଧର ହେଲେ କୋଠିର ଚୌକିଦାର । + ପ୍ରବାଳବାବୁ ତାଙ୍କୁ ଲକ୍ଷ୍ୟ କରି କହିଲେ, ଆହା, ଝଡ଼ ରାତିଯାକ ତୁମକୁ ଆମେ ବହୁତ କଷ୍ଟ ଦେଲୁ ? +କଷ୍ଟ ? ଡମ୍ବୁରଧର ଅବାକ୍‌ ହୋଇ ଚାହିଁରହିଲା । +ମୁଁ ଗତ ରାତିର ଭୟଙ୍କର ଝଡ଼ କଥା କହୁଛି । +କହିଲେ ପ୍ରବାଳ କିଶୋର । +ଡମ୍ବରୁଧର ସ୍ବାଗତୋକ୍ତି କଲା ଭଳି କହିଲା, ହଁ ଥଣ୍ଡା ପବନ ବହୁଥିଲା ଅବଶ୍ୟ । +ଆଉ ବର୍ଷା ବି ଆରମ୍ଭ ହୋଇଥିଲା । +ତେବେ ଝଡ଼ଟାଏ କେତେବେଳେ ଚୁପ୍‌ଚାପ୍‌ ହୋଇଗଲା । +ମୁଁ ଆଜ୍ଞା ନିଦରେ ଶୋଇପଡ଼ି ଜାଣିପାରିଲି ନାହିଁ । +ଶ୍ରୀମତୀ ସିହ୍ନା ହସିଲେ, କାରଣ ଅର୍ଦ୍ଧାଧିକ ପୃଥିବୀବ୍ୟାପୀ ପ୍ରଳୟ ସମ୍ପନ୍ନ ହୋଇଯାଇଥିବା ସମ୍ପର୍କରେ ଅଧ୍ୟାପକ ପ୍ରବାଳ କିଶୋରଙ୍କର ନିଶାର୍ଦ୍ଧ-ପ୍ରଦତ୍ତ ବିବୃତ୍ତି ଉପରେ ତାଙ୍କର ଏତେବେଳକୁ ଅନାସ୍ଥା ଆସିଯାଇଥିଲା । +ଜିପ୍‌ ଷ୍ଟାର୍ଟ ଧରୁ ନ ଥିଲା । +ଡମ୍ବରୁଧର ଏକା ନିଃଶ୍ବାସରେ ଚାରି ପାଞ୍ଚଗଜ ଠେଲି ନେଇଯା’ନ୍ତେ, ଇଞ୍ଜିନ୍‌ଟି ଜୀବନ୍ତ ହୋଇଉଠିଲା ଓ ଦୂରାନ୍ତର ବଣବୁଦା ଭିତରେ ଅଚିରେ ଅଦୃଶ୍ୟ ହୋଇଗଲା । -- GitLab