diff --git a/Data Collected/Odia/IIIT-BH/Monolingual-corpora/Monolingual_Corpora_Odia_4 b/Data Collected/Odia/IIIT-BH/Monolingual-corpora/Monolingual_Corpora_Odia_4 new file mode 100644 index 0000000000000000000000000000000000000000..111c314317d188c023d40dbe9ab14d91c1c5c076 --- /dev/null +++ b/Data Collected/Odia/IIIT-BH/Monolingual-corpora/Monolingual_Corpora_Odia_4 @@ -0,0 +1,10000 @@ +କଂଗ୍ରେସ ଛାଡ଼ିବାର ପାଞ୍ଚଟି କାରଣ +ଦଳରେ ବିଶୃଙ୍ଖଳା ଦିନକୁ ଦିନ ବଢ଼ି ଚାଲିଛି । +ଏ ସଂକ୍ରାନ୍ତରେ ସେ ପିସିସି ଓ ଏଆଇସିସିଙ୍କୁ ବାରମ୍ବାର ଅବଗତ କରାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ । +୨-ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ଆଦୌ ସହଯୋଗ ମିଳି ନଥିଲା । +ଫଳରେ ତାଙ୍କୁ ଦଳର ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କ ନିକଟରେ ଅପମାନିତ ହେବାକୁ ପଡ଼ିଥିଲା । +୩-ଦଳକୁ ଏକଜୁଟ କରିବାକୁ ବଣାଇ, ରଘୁନାଥପାଲ୍ଲୀ, ରାଉରକେଲା ଓ ବୀରମିତ୍ରପୁର ବିଧାନସଭା କ୍ଷେତ୍ରକୁ ନେଇ ଗୋଟିଏ ୟୁନିଟ୍ କରିବାକୁ ସେ ପ୍ରସ୍ତାବ ଦେଇଥିଲେ । +କିନ୍ତୁ ତାଙ୍କର ପ୍ରସ୍ତାବକୁ କେହି ଗ୍ରହଣ କରି ନଥିଲେ । +୪-ପଞ୍ଚାୟତ ଓ ପୌର ନିର୍ବାଚନରେ ସୁନ୍ଦରଗଡ଼ ଡିସିସି ଯେତିକି ଗୁରୁତ୍ବ ଦେବା କଥା, ସେତିକି ଦେଇ ନଥିଲେ । +ଫଳରେ ଜିଲ୍ଲାରେ ଦଳକୁ ପରାଜିତ ହେବାକୁ ପଡିଥିଲା । +୫-ପ୍ରଦେଶ କଂଗ୍ରେସର ଶୃଙ୍ଖଳା କମିଟି ମୂକ ବଧିର ପାଲଟିଯାଇଥିବାରୁ ସେ ବିଶୃଙ୍ଖଳା ସୃଷ୍ଟି କରୁଥିବା କର୍ମକର୍ତ୍ତାଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ପାଇଁ ଅଭିଯୋଗ କରିଥିଲେ ବି କାର‌୍ୟ୍ୟାନୁଷ୍ଠାନ ପରିବର୍ତ୍ତେ ଦଳ ସେମାନଙ୍କୁ ପୁରସ୍କୃତ କରିଥିଲା ଯାହା ତାଙ୍କ ମନୋବଳକୁ ଭାଙ୍ଗି ଦେଇଥିଲା । +ବିଗ୍ରହ ପ୍ରତିଷ୍ଠା ପାଇଁ କଳସ ଯାତ୍ରା +ହରଭଙ୍ଗା :02/06. ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ କେଳାକଟା ଗ୍ରାମରେ ଆଜି ଶୁଭ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି!ଗ୍ରାମରେ ଥିବା ବହୁ ପୁରାତନ ଶ୍ରୀରାମ ମନ୍ଦିର ରେ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ପ୍ରତିଷ୍ଠା ସକାଶେ ତିନିଦିନ ଧରି ଗ୍ରାମରେ ନାମ, ସଂକୀର୍ତନ, ପରାୟଣ ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବାର ସୂଚନା ମିଳିଛି!ଆଜି ସକାଳୁ ଗ୍ରାମର ଶତାଧିକ ମହିଳା ଶୁଭ ପୂର୍ଣ୍ଣ କଳସ ଧରି ହରିବୋଲ ହୁଳହୁଳି ଓ ନାମ ସଂକୀର୍ତନ କରି କଳସ ସ୍ଥାପନ କରିଥିଲେ!ଆସନ୍ତା କାଲି ପ୍ରଭୁ ଶ୍ରୀରାମ ଙ୍କ ବିଗ୍ରହ ପ୍ରତିଷ୍ଠା କରାଯିବାର ଗ୍ରାମବାସୀ ସୂଚନା ଦେଇଛନ୍ତି! +ସାମ୍ବାଦିକତାରୁ ରାଜନୀତି । +ଶଙ୍ଖ ଧରିଲେ ସ୍ୱୟଂପ୍ରକାଶ ମହାପାତ୍ର । + ବିଜେଡିରେ ଯୋଗଦେଲେ ଓଡ଼ିଶା… +ଶଙ୍ଖ ଧରିଲେ ସ୍ୱୟଂପ୍ରକାଶ । +ବିଜେଡିରେ ଯୋଗ ଦେଲେ ଓଡ଼ିଶା ଗଣମାଧ୍ୟମ ଜଗତର ଲୋକପ୍ରିୟ ଓ ଚର୍ଚ୍ଚିତ ଚେହେରା ସ୍ୱୟଂ ପ୍ରକାଶ ମହାପାତ୍ର । +ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ଦଳରେ ସାମିଲ ହୋଇଛନ୍ତି । +ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି । +ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ସେ ନିର୍ବାହ କରିବେ ବୋଲି କହିଛନ୍ତି ସ୍ୱୟଂପ୍ରକାଶ । +ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଇନ୍ ଚାର୍ଜ ରେ ଥିବା ଡ଼ାକ୍ତର ଙ୍କ ମନ ମୁଖି କାର୍ଯ୍ୟ,ଗରମ ଓ… +ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନ ମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଅନେକ ଦିନ ହେବ ଲାଗି ରହିଛି ରୋଗୀ ମାରଣ ନୀତି । +ଲୋକଙ୍କ ଜୀବନ ବଞ୍ଚାଇବା ସ୍ଥାନ ଡ଼ାକ୍ତର ଖାନା କୁହାଯାଉଥିବା ବେଳେ ତାହାକୁ ମୃତ୍ୟୁ ର ଘର କରିଦେଲେଣି କିଛି ସ୍ବାର୍ଥ ବାଦି ଡ଼ାକ୍ତର । +ମନ ମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ରେ ଇନ୍ ଚାର୍ଜ ରେ ଥିବା ଡ଼ାକ୍ତର ମହେନ୍ଦ୍ର ସାଏ ଙ୍କ କାର୍ଯ୍ୟ କଲାପ ପାଇଁ ବିପଥଗାମୀ ହେବାକୁ ବସିଲାଣି ମନ ମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର । +ସାରା ଓଡ଼ିଶାରେ ନାମ କମାଇଥିବା ମନ ମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଧୀରେ ଧୀରେ ତଳ ମୁଂହା ହେବାକୁ ବସିଲାଣି । +ଉକ୍ତ ଡ଼ାକ୍ତର ଖାନା ରେ ଜିଲ୍ଲା ତଥା ଜିଲ୍ଲା ବାହାର ଲୋକଙ୍କ ମଧ୍ୟ ଅସ୍ଥା ରହିଥିଲା କିନ୍ତୁ ଏବେ ତାହା ଦେଖିବାକୁ ଆଉ ମିଳୁନାହିଁ । +ରୋଗୀ ମାନକ ଚିକିତ୍ସା କଥା ଛାଡନ୍ତୁ ବିଦ୍ୟୁତ ର ଅବ୍ୟବସ୍ଥା ଲଗିରହିବା ସଙ୍ଗେ ସଙ୍ଗେ ରକ୍ଷଣା ବେକ୍ଷଣ ର ଅଭାବ ଦେଖିବାକୁ ମିଳିଛି । +ସାରା ଓଡ଼ିଶାରେ ଲାଗି ରହିଛି ଗ୍ରୀଷ୍ମ ପ୍ରବାହ ସେଥି ମଧ୍ୟରେ ବୌଦ୍ଧ ଜିଲ୍ଲା ସବୁବେଳେ ଚର୍ଚ୍ଚା ରେ ଥିବା ବେଳେ ପବଳ ଗରମ ସାଙ୍ଗକୁ ଗୁଳୁ ଗୁଳି 45 ଡିଗ୍ରୀ ଉପରେ ରହିଛି ପାରଦ । +ଏତେ ବଡ ଖରା ଦିନରେ କେତେବେଳେ ପାଣି ର ଅସୁବିଧା ତ କେତେବେଳେ ବିଦ୍ୟୁତ୍ ଯୋଗୁଁ ରୋଗୀ ହଇରାଣ ହେଉଛନ୍ତି । +ଗତ କିଛି ଦିନ ହେବ ପିଇବା ପାଣି ର ଅସୁବିଧା ହେବା ଖବର ପ୍ରସାରିତ ହେବା ପରେ ବୌଦ୍ଧ ସି ଡ଼ି ଏମ ଓ ଡ଼ାକ୍ତର ଅଭୟ କୁମାର ଦାସ ମନ ମୁଣ୍ଡା ଆସି ତାଗିଦ୍ କରିଥିଲେ ଓ ରୋଗୀଙ୍କୁ ଉଚିତ୍ ସେବା ଯୋଗାଇ ଦେବାକୁ ଆଦେଶ ଦେଇଥିଲେ ସୁଦ୍ଧା ଉକ୍ତ କଥା କୁ ପାଣିର ଗାର ଭାବି ଆଜି ପୁଣି ଦୀର୍ଘ 4 ଘଣ୍ଟା ଧରି ବିଦ୍ୟୁତ୍ ନ ଥିବା ଯୋଗୁଁ ରୋଗୀ ମାନେ ନାହିଁ ନଥିବାଅସୁବିଧାର ସମ୍ମୁଖୀନ ହୋଇଛନ୍ତି । +ରୋଗୀଙ୍କ ପାଇଁ ଓ ସ୍ବାସ୍ଥ୍ୟ ସେବା ପାଇଁ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିଦ୍ୟୁତ୍ ଚାଲିଗଲେ ଉକ୍ତ ଡ଼ାକ୍ତର ଖାନା ରେ ଜେନେରେଟର ଗୋଟେ ଘଣ୍ଟାରୁ ଅଧିକ ସମୟ ଚାଲିଲେ ପୋଡ଼ି ଯିବ ବୋଲି ବାବୁ ଜଣକ ଜେନେରେଟର ଲଗାଉ ନାହାନ୍ତି ବୋଲି ଆମକୁ କହିଛନ୍ତି । +ଆଜି ବିଦ୍ୟୁତ୍ ଚାଲିଯିବା ପରେ ଲୋକେ ନିଜର ପିନ୍ଧି ଥିବା ବସ୍ତ୍ର ମାନଙ୍କରେ ବିଁଛି ହେଉଥିବା ଦେଖିବାକୁ ମିଳିଥିଲା । +ଏପରି ଅବ୍ୟବସ୍ଥା କରିବାର ମାନେ ରୋଗୀ ମାରଣ ନୀତି ବାବୁଙ୍କର ନାହିତ ଆଉ କଣ ବୋଲି ଲୋକଙ୍କ ମୁଖରୁ ଶୁଣିବାକୁ ମିଳେ । +ତେଣୁ ତୁରନ୍ତ ଇନ୍ ଚାର୍ଜ ରେ ଥିବା ଡ଼ାକ୍ତର ମହେନ୍ଦ୍ର ସାଏ ଙ୍କ ଉପରେ ବିହୀତ କାର୍ଯ୍ୟାନୁଷ୍ଠାନ ନେବା ସଙ୍ଗେ ସଙ୍ଗେ ଖୁବ୍ ଶୀଘ୍ର ଉକ୍ତ ଡ଼ାକ୍ତର ଖାନା ରୁ ବଦଳି କରିବାକୁ ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ଜୋର ଧରିଛି । +ବାରମ୍ବାର ଖବର ପ୍ରସାରିତ ହେବା ପରେ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା । +ଧୂମଧାମରେ ପାଳିତ ହେଲା ଲାଟସାହେବ ହୋଲି, ସରାୟ କାଇୟାଂ ମହଲାରୁ ବାହାରିଲେ ଛୋଟେ ସାହେବ +ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ୟୁପି ଶାହାଜାହାଁପୁରରେ ଲାଟସାହେବ ହୋଲି ଧୂମଧାମରେ ପାଳିତ ହୋଇଛି । +ତତ୍କାଳୀନ ଇଂରେଜ ସରକାରଙ୍କ ବିରୋଧରେ ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷର ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କ୍ରମଶଃ ଏଠାରେ ଲୋକସଂସ୍କୃତିରେ ପରିଣତ ହୋଇଛି । +ଗତବର୍ଷ କୋଭିଡ ସତ୍ତ୍ୱେ ମଧ୍ୟ ଏଠାରେ ଲାଟସାହେବ ହୋଲି ଅନୁଷ୍ଠିତ ହୋଇଥିଲା । +ଚଳିତବର୍ଷ କୋଭିଡ ଥମିଯାଇଥିବାରୁ ଲୋକେ ଘରୁବାହାରକୁ ଆସି ନିଧଡକରେ ହୋଲି ଖେଳିବା ସହ ଲାଟ ସାହେବଙ୍କୁ ଜୋତା ଚପଲ ଓ ଗୋବରରେ ସ୍ୱାଗତ କରିଛନ୍ତି । +ରାଜଧାନୀରେ ଚାଞ୍ଚଲ୍ୟ; ଘରୁ ମିଳିଲା ବାପାମା’ ଓ ୧୫ ମାସ ଝିଅର ଝୁଲନ୍ତା ମୃତଦେହ +ରାଜଧାନୀ ଭୁବନେଶ୍ୱରରେ ଘଟିଛି ଚାଞ୍ଚଲ୍ୟକର ଘଟଣା । +ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱରସ୍ଥିତ ଏକ ଭଡ଼ା ଘର ଭିତରୁ ମିଳିଛି ବାପାମା’ଙ୍କ ସମତେ ୧୫ ମାସ ଶିଶୁ କନ୍ୟାର ଝୁଲନ୍ତା ମୃତଦେହ । +ମୃତକ ୩ ଜଣ ହେଲେ ତୁଷାର ରାଜେନ୍ଦ୍ର ଜଗତବ, ତାଙ୍କ ସ୍ତ୍ରୀ ନୀଲା ତୁଷାର ଜଗତବ ଓ ଝିଅ ସିବିନ୍ୟା । +ସେମାନଙ୍କ ଘର ମହାରାଷ୍ଟ୍ରରେ ବୋଲି ସୂଚନା ମିଳିଛି । +ପାରିବାରିକ କଳହର ଚରମ ପରିଣତି ସ୍ୱରୂପ ଏକାଥରେ ଗୋଟିଏ ପରିବାରର ୩ ମୁଣ୍ଡ ଗଡ଼ିଥିବା ଜଣାଯାଇଛି । +ନୂତନ ଜିଲାପାଳ ଙ୍କ ଦାୟୀତ୍ୱ ଗ୍ରହଣ +ଫୁଲବାଣୀ -22/6 : କନ୍ଧମାଳ ଜିଲ୍ଲା ରେ ନୂତନ ଜିଲ୍ଲାପାଳ ଭାବେ ଆଶିଷ ଈଶ୍ୱର ପାଟିଲ ବୁଧବାର ଦାୟୀତ୍ୱ ଗ୍ରହଣ କରିଛନ୍ତି । +ସେ ପୂର୍ବରୁ ଥିବା ଜିଲାପାଳ ଡା. ଵୃନ୍ଦା ଡି ଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି । +ବୃନ୍ଦା ଡି ଙ୍କୁ ଓ ଏସ ଏମ ସି ଏଲ, ଭୁବେନଶ୍ୱର କୁ ବଦଳି ହୋଇଛି । +ଆଶିଷ ଈଶ୍ୱର ପାଟିଲ ଏଥି ପୂର୍ବରୁ ବାଲେଶ୍ୱର ଉପଜିଲ୍ଲା ପାଳ ଭାବେ କାର୍ଯ୍ୟକରୁଥିଲେ । +ଦାଇତ୍ୱ ଗ୍ରହଣ କରିବା ପରେଜ଼ିଲ୍ଲାପାଳ ପାଟିଲ ଙ୍କୁ ପଚାରିବାରେ ଜିଲାର ଜନସାଧାରଣ ଙ୍କ ସର୍ବାଙ୍ଗୀନ ଉନ୍ନତି ପ୍ରତିଦ୍ରୁଷ୍ଟି ଦେବେବୋଲି କହିଛନ୍ତି । +ଲୋକଙ୍କ ସମସ୍ୟା ପ୍ରତି ଅଗ୍ରାଧିକାର ଭିତ୍ତି ରେ ଦ୍ରୁଷ୍ଟି ଦେବେ ବୋଲି ଆହୁରି କହିଥିଲେ । +ଆଜି ଦାଇତ୍ୱ ଗ୍ରହଣ କରିବା ପରେ ଜିଲ୍ଲା ପ୍ରେସକ୍ଲବ ସଭାପତିସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ସାମ୍ବାଦିକ ଶିବ ବିଶ୍ୱାଳ, କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ସମ୍ପାଦକ ଜୟ ସେନ ପରିଡ଼ା, କାହ୍ନ । +ପଟନାୟକ, ନିବେଦିତା ଖାଡ଼ଙ୍ଗା ପ୍ରମୁଖ ଭେଟି ସ୍ଵାଗତ ସମ୍ବର୍ଧନା ଜଣାଇବା ସହ ଜିଲାର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । +ଜିଲାପାଳ ପାଟିଲ ଗଣ ମାଧ୍ୟମ ର ଆନ୍ତରିକ ସହଯୋଗ କାମନା କରିଥିଲେ । +ବର୍ଷାଙ୍କୁ ଝଟକା, ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ କୋର୍ଟଙ୍କ ନିର୍ଦ୍ଦେଶ +ପାରିବାରିକ ବିବାଦ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କୋର୍ଟରୁ ଲାଗିଛି ଝଟକା । +ସ୍ୱାମୀ ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଏସ୍‌ଡିଜେଏମ୍ କୋର୍ଟ । +ଚିତ୍ରକୋଣ୍ଡା ର ବିଭିନ୍ନ ସମସ୍ୟା ନେଇ ଚିତ୍ରକୋଣ୍ଡା ସାମ୍ବାଦିକ ସଂଘ ତରଫରୁ ମୁଖ୍ୟଶାସନ… +ଚିତ୍ରକୋଣ୍ଡା :- ୧୫/୦୪ ଚିତ୍ର?କୋଣ୍ଡା ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା କୁ ନେଇ ଚିତ୍ରକୋଣ୍ଡା ସାମ୍ବାଦିକ ସଂଘ ତରଫରୁ ମୁଖ୍ୟଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । +ଦାବିପତ୍ର ରେ ଥିବା ମୁଖ୍ୟ ସମସ୍ୟା ଗୁଡ଼ିକ ହେଲା ଚିତ୍ରକୋଣ୍ଡାରେ ନିର୍ମାଣାଧୀନ ଥିବା ମେଗା ପାନୀୟଜଳ ପ୍ରକଳ୍ପ ଦୀର୍ଘ ଚାରିବର୍ଷ ହେଲା ସରିବାର ନା ନଉନି,ଯାହା ଫଳରେ ୮୦୦୦ ରୁ ଅଧିକ ଲୋକ ପାନୀୟଜଳ ପାଇବାରୁ ବଞ୍ଚିତ ହୋଇଅଛନ୍ତି । +ଚିତ୍ରକୋଣ୍ଡା କୁ ବ୍ଲକ ଭାବରେ ଘୋଷଣା କରିବାର ୮ ବର୍ଷ ବିତିଯାଇଥିଲେ ମଧ୍ୟ କୁଡୁମୁଲୁଗୁମ୍ମା ରୁ ସମସ୍ତ ବିଭାଗ ଅଜିପର୍ଯ୍ୟନ୍ତ ଚିତ୍ରକୋଣ୍ଡା କୁ ଆସିପରିଲା ନାହିଁ । +ଯଥା – ଶିକ୍ଷା ବିଭାଗ,ସ୍ବାସ୍ଥ୍ୟ ବିଭାଗ,ପଶୁସମ୍ପଦ ବିଭାଗ,ଆଜି ପ୍ରଯ୍ୟନ୍ତ କାର୍ଯ୍ୟକ୍ରମ ହୋଇପାରୁନାହିଁ । +ଜନ୍ମମୃତ୍ୟ ତାଲିକା ପଞ୍ଜି କରଣ,ଗ୍ରାମବାସୀ ଙ୍କ ଉଦ୍ଧିଷ୍ଟ ଗ୍ରାମ କଲ୍ୟାଣ ସମିତି ପ୍ରଭୁତି ସରକାରୀ ସୁଭିଧା ପାଇ ପାରୁନାହାନ୍ତି । +ଶିକ୍ଷା କ୍ଷେତ୍ର ରେ କୌଣସି ତ୍ରୁଟି କୁ ଅଭିଯୋଗ ନେଇ ଅଭିଭାବକ ବୃନ୍ଦ ବ୍ଲକ ଶିକ୍ଷା ନିର୍ଦ୍ଦେଶକ ଦୃଷ୍ଟି ଆକ୍ରଷଣ୍ କରୁ ନପାରୁନାହଁନ୍ତି । +ପାନୀୟଜଳ ବିଭାଗ ଆସୁନଥିବାରୁ ଏହି ଅଞ୍ଚଳର ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । +ପଶୁ ସଂପଦ ସୁରକ୍ଷା କ୍ଷେତ୍ର ଦେଖିବାକୁ ଗଲେ ଏଠାରେ କିଛି ଭିତ୍ତି ହୀନ କହିଲେ ଚଳେ । +ଗୁମାରେ କାର୍ଯ୍ୟରତ ପଶୁ ସଂପଦ କାର୍ଯ୍ୟଳୟ ଚିତ୍ରକୋଣ୍ଡା ପଂଚୟତ ଆରମ୍ଭ ତେବେ ଏହି ଅଂଚଳର ଚାଷୀ ପଶୁ ସଂପଦ ଉପରେ ଲୋନ ଓ ଇନ୍ସୁରାନ୍ସ କରି ଲାଭବାନ ହୁଅନ୍ତେ । +ଯାହାଫଳରେ ୧୮ ଗୋଟି ପଞ୍ଚାୟତର ଜନସାଧାରଣ ଏହି ତିନୋଟି ବିଭାଗ ନେଇ କୌଣସି କାମ ପାଇଁ ଆଜି ମଧ୍ୟ ତିନୋଟି କୁଡୁମୁଲୁଗୁମ୍ମା,କୋରୁକଣ୍ଡା,କାଲିମେଳା ବ୍ଲକ ଉପରେ ନିର୍ଭର କରିବାକୁ ପଡୁଛି ଯଦ୍ବାରା ଲୋକମାନେ ଅତ୍ୟନ୍ତ ଖର୍ଚ୍ଚବାନ ଓ ଶହେରୁ ଉର୍ଦ୍ଧ୍ବ କିଲୋମିଟର ଯାତ୍ରା କରି ଅସୁବିଧାରେ ସମ୍ମୁଖିନ TVହୁଅନ୍ତି । +ମୁଖ୍ୟଶାସନ ସଚିବ ସମସ୍ୟା ଶୁଣିବାପରେ ଏହା ଉପରେ ପଦକ୍ଷେପ ନେବେବୋଳି ପ୍ରତିଶ୍ରୁତି ଦେଇଛନ୍ତି । +ଦାବିପତ୍ର ପ୍ରଦାନ ସମୟରେ ରତ୍ନାକର ପ୍ରଧାନ,ବଳରାମ ପଢ଼ିଆରୀ, ରାଜକମଲ୍ ପୁରୋହିତ,ରବୀନ୍ଦ୍ର କୁମାର ପାଢ଼ୀ,ସତ୍ୟ ମିଶ୍ର, ଭୋଲାନାଥ ମଲ୍ଲିକ ଦେବେନ୍ଦ୍ର ସାହୁ ଓ ଗୁରୁଚରଣ ଘଡେଇ ଉପସ୍ଥିତ ଥିଲେ । +ଅଳିଆ ଆବର୍ଜନା ରେ ପରିପୂର୍ଣ ପୋଖରୀ, ସଫା ହେବ କେବେ ? +ଫୁଲବାଣୀ -14/6 ଫୁଲବାଣୀ ସହର ମଧ୍ୟରେ ତିନୋଟି ପୋଖରୀ ଅଛି ହେଲେ ତିନୋଟି ଯାକ ପୋଖରୀ ଅବସ୍ଥା ନ କହିବା ଭଲ । +ସବୁ ପୋଖରୀ ଅଧା ଯାଏ ଅଳିଆ ଆବର୍ଜନା, ଦଳ ଓ ପଙ୍କ ରେ ଭର୍ତ୍ତି । +ଅ ଭିଯୋଗ କଲେ ଶୁଣୁନି ପ୍ରଶାସନ । +ଗତ ୨ /୩ ବର୍ଷ ଧରି ଏଭଳି ଅବସ୍ଥା ଦେଖିବାକୁ ମିଳିଛି । +ବଡ଼ବନ୍ଧ କୁ ପ୍ରଶାସନ ପକ୍ଷରୁ ଉନ୍ନତି କରଣ ପାଇଁ ପାଖାପାଖି ଏକ କୋଟି ଖର୍ଚ କରି ସାରିଲାଣି ହେଲେ ନିମ୍ନ ମାନର କାମ ଯୋଗୁଁ କାମ ଚାଲିଥିବା ବେଳେ ଭୁସୁଳି ପଡିଥିଲା । +କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ିଛି । +ପୂର୍ତ୍ତ ବିଭାଗ କରୁଛି ଏହି କାର୍ଯ୍ୟ । +ପାଦ ଚଲା ପାଇଁଚାରିପାଖେ ପଡିଥିବା ଟା ଇ ଲ ଗୁଡିକ କେଉଁଠି ଉଠିଲାଣି ତ ଆଉ କେଉଁଠି ଭାଂଗିଲାଣି, ପଙ୍କ ଉଦ୍ଧାର ହୋଇନି । +ନିମ୍ନ ମାନର କାର୍ଯ୍ୟ ନେଇ ମିଳିତ ନାଗରିକ ମଞ୍ଚ ପକ୍ଷରୁ ଭିଜିଲାନ୍ସ ତଦନ୍ତ ଦାବୀ ହୋଇଛି । +ଭିଜିଲାନ୍ସ ବିଏହାର ତଦନ୍ତ କରୁଛି । +ସେହିପରି ମଝିଆ ବନ୍ଧ ଅବସ୍ଥା ତଦ୍ରୁ ପ । +ପାଖରେ ଦୁଇଟି ବିଦେଶୀ ମଦ ଦୋକାନ ଅଛି ଫଳରେ ମଦ ବୋତଲ, ପ୍ଲାଷ୍ଟିକ ଗ୍ଲାସ, ଜରୀ ରେ ଭର୍ତ୍ତି ହୋ ଇଛି ଏହିବନ୍ଧ । +ତୃତୀୟ ବନ୍ଧ ମଧ୍ୟ ଏକା ଅବସ୍ଥା । +ଅଧା ପୋତିହୋଇଯାଇଥିବା ବେଳେକିଛି ଖଳ ପ୍ରକୃତି ର ଲୋକ ମାଡିବସି ପଟ୍ଟା ବି କରିସାରିଲେଣି କୁଆଡେ । +ଏ ନେଇ ଜିଲ୍ଲାପାଳ, ତହସିଲଦାର, ମୁନିସିପାଲିଟି ସତର୍କ ଦ୍ରୁଷ୍ଟି ଦେବାକୁ ଦାବୀ ହେଉଛି । +କ୍ଷତ୍ରିୟ ଖଣ୍ଡାୟତ ସମାଜ ର ବାର୍ଷିକ ସାଧାରଣ ବୈଠକ +ଫୁଲବାଣୀ -14/6 ମାଁ ପାଟ୍ଟଖଣ୍ଡା ପାଞ୍ଚ ବନ୍ଧୁ ସମାଜ ସାରଙ୍ଗଡ଼ ଷୋହଳ ମୁଠା ଅଞ୍ଚଳ ର ବାର୍ଷିକ ସାଧାରଣ ବୈଠକ ପୁରୁଣା ସାହି ମା ମଙ୍ଗଳା କଲ୍ୟାଣୀ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି । +ଉକ୍ତ ବୈଠକ ରେ ପାତ୍ର ସମାଜ, ପୂଜାରୀ ସମାଜ, ବିଷୋୟୀ ସମାଜ,ଦଳପତି ସମାଜ ଓ କୋଠଦଲେଇ ସମାଜ ର କ୍ଷତ୍ରିୟ ଓ ଖଣ୍ଡାୟତ ଭାଇ ମାନେ ଯୋଗ ଦେଇଥିଲେ । +ସଭାପତି ଶ୍ରୀ ଡମ୍ବୁରୁଧର ପାତ୍ର ପ୍ରଦୀପ ପ୍ରଜ୍ବଳନ ସହ ବୈଠକ କୁ ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । +ସମ୍ପାଦକ ଶ୍ରୀ ଅମୂଲ୍ୟ ବିଷୋୟୀ ବିବରଣୀ ପାଠ କରିଥିଲେ । +ବୈଠକ ରେ ମହାସମ୍ମିଳନି ଆୟୋଜନ ପୂର୍ବକ ଯୁବଶକ୍ତି କୁ ସଂସ୍କାର ଶିକ୍ଷା,ନାରୀ ଶିକ୍ଷା,ପାରିବାରିକ ସର୍ଭେ ସମ୍ବନ୍ଧ ରେ ଆଲୋଚନା ହୋଇଥିଲା । +ଉପଦେଷ୍ଟା ଶ୍ଵେତବାନ ପୂଜାରୀ,ମହାଦେବ ପୂଜାରୀ,ନରସିଂହ ବିଷୋୟୀ,ମତାମତ ଦେବା ସହ ଉପସଭାପତି ବସନ୍ତ ପୂଜାରୀ,ସହଦେବ ପାତ୍ର,ରାକେଶ କୋଠଦଳାଇ,ତ୍ରିନାଥ ଠାକୁର ବିଷୋୟୀ,କେଶବ କୋଠଦଲେଇ,ଗୌରାଙ୍ଗ ବିଷୋୟୀ,ଉମାକାନ୍ତ ବିଷୋୟୀ ,ପୀତବାସ ବିଶୋୟୀ,ମୁଗ୍ରି ଦଳପତି, ଦଳପତି ସହ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ । +ଆଗାମୀ ବୈଠକ ଆସନ୍ତା ଜୁନ 26 ରେ ଅନୁଷ୍ଠିତ ହୋଇ ସେଦିନ ମହସମ୍ମିଳନି ର ତାରିଖ ଧାର୍ଯ୍ୟ କରାଯିଵାପାଇଁ ସ୍ଥିର କରାଗଲା +ଓଡ଼ିଆ ଦାଦନ ଶ୍ରମିକଙ୍କ ସଡ଼କ ଦୁର୍ଘଟଣା ରେ ସିରିଜ ମୃତ +..ମୃତ ତିନିଜଣଙ୍କୁ ତାମିଲନାଡୁ ରାଜ୍ୟରେ ବିକ୍ରି କରିଥିଲେ ଓଡ଼ିଆ ଦଲାଲ……….ଦଲାଲ ଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଜାରିକଲା ତାମିଲନାଡୁ ପୋଲିସ…… ମର ଶରୀରକୁ ପରିବାକୁ ହସ୍ତାନ୍ତର ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ କୁ ଦାବି…. +ସମ୍ବଲପୁରରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ +ସମ୍ବଲପୁର: ସମଲେଶ୍ବରୀ ମନ୍ଦିରରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର | ସମଲେଶ୍ବରୀ ମନ୍ଦିରର ବିକାଶ କାମର ସମୀକ୍ଷା ଲାଗି ସମ୍ବଲପୁରରେ ପହନ୍ଚି କାମର ତଦାରଖ କରିଛନ୍ତି | ଏଦୁଇ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନ୍ନିଲ୍ କ୍ରୀଷ୍ଣା, ପୂର୍ତ୍ତ ବିଭାଗ ସଚିବ ବୀର ବିକ୍ରମ ସିଂହ ଓ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ବି ସମଲେଶ୍ବରୀ ମନ୍ଦିର ଭିତରକୁ ଯାଇ ମନ୍ଦିର ବିକାଶ କାମର ସମୀକ୍ଷା କରିଥିବା ଜଣାଯାଇଛି । +ଏହାପରେ ସେମାନେ ମହାନଦୀରେ ଥିବା ଆଳତି ଘାଟର ପରିଦର୍ଶନ କରିଥିଲେ । +ଏଠାରେ ପହଞ୍ଚିବା ପରେ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ବରିଷଠ ଅଧିକାରୀମାନଙ୍କୁ ସ୍ବାଗତ କରିଥିଲେ । +ବଲିଉଡ୍ ଷ୍ଟାଇଲରେ ନିର୍ମାଣ ହୋଇଛି ଓଡ଼ିଆ ଚଳଚିତ୍ର । + ଦୁର୍ଗମ ଅଞ୍ଚଳରେ ରୋଗୀଙ୍କୁ ଚିକିତ୍ସା… +ଦୁର୍ଗମ ଅଞ୍ଚଳର ଡାକ୍ତରଙ୍କ ଉପରେ ଫିଲ୍ମ +ବଲିଉଡ୍ ଷ୍ଟାଇଲରେ ଓଡ଼ିଆ ଚଳଚିତ୍ର +ଡାକ୍ତର ଓଁକାର ହୋତାଙ୍କ ଭୂମିକାରେ ବାବୁସାନ +ଜୁନ୍ ୧୦ ରେ ବଡ ପରଦାକୁ ଆସୁଛି ଫିଲ୍ମ ଦମନ । +ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବାବୁସାନ ମହାନ୍ତି । +ମାଲକାନଗିରିର ଦୁର୍ଗମ ଅଞ୍ଚଳର ଡାକ୍ତର ଓଁକାର ହୋତାଙ୍କ ସଂଘର୍ଷମୟ ଜୀବନୀ ଉପରେ ଆଧାରିତ ହୋଇଛି ଏହି ଫିଲ୍ମ । +ପ୍ରଥମ ଥର ପାଇଁ ବଲିଉଡ୍ ଷ୍ଟାଇଲରେ କରାଯାଇଥିବା ଏହି ଫଲ୍ନରେ ଜଣେ ଡାକ୍ତର କିପରି ସହର ଜୀବନୀରୁ ଯାଇ ଗ୍ରାମାଞ୍ଚଳର ଦୁର୍ଗମ ଅଞ୍ଚଳରେ ରୋଗୀ ସେବା କରୁଛନ୍ତି ତାହା ବର୍ଣ୍ଣନା କରାଯାଇଛି । +ଲୋକମାନଙ୍କ ମଧ୍ୟରେ ଥିବା ଅନ୍ଧ ବିଶ୍ୱାସ ଦୂର କରି କିପରି ହସ୍ପିଟାଲ ପ୍ରତି ସେମାନଙ୍କର ଆଗ୍ରହ ବଢାଉଛନ୍ତିି ତାହା ଫିଲ୍ମରେ ଦେଖାଯାଇଛି । +ଆଧୁନିକ ଯୁଗରେ ଭଗବାନଙ୍କ ଏ କି ଲୀଳା । +ବୌଦ୍ଧ-: କଥାରେ ଅଛି ଭଗବାନଙ୍କୁ ମାନିଲେ ଠାକୁର ନ ମାନିଲେ ପଥର । +ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ ଏଭଳି ଏକ ଭିଡିଓ ଦେଖେଇବୁ ଯାହା ଆପଣ ବି ଦେଖି ଚକିତ ହେଇଯିବେ । +ଆଉ ଯଦି ମନରେ ଭଗବାନଙ୍କ ପ୍ରତି ବିଶ୍ୱାସ ଅଛି ଆପଣ ବି ଆଶ୍ଚର୍ଯ୍ୟ ହେଇ ଯିବେ । +ଏ ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ବାଉଁଶୁଣି ବସ୍ ଷ୍ଟାଣ୍ଡ ପାଖରେ ଥିବା ଲଳିତ ଅଗ୍ରୱାଲ ଙ୍କ ଘରେ । +ଆଜି ଲଳିତ ସକାଳୁ ନିଜର ନିତ୍ୟକର୍ମ ସାରିବା ପରେ ପ୍ରତିଦିନ ପରି ଠାକୁର ପୂଜା ସାରି ନିଜର ବ୍ୟବସାୟକୁ ଚାଲି ଯାଇଥିଲେ । +ତାଙ୍କ ସ୍ତ୍ରୀ ସଙ୍ଗୀତା ମଧ୍ୟ ପିଲାଙ୍କୁ କଚିଂଗ୍ ସାରିବା ପରେ ନିଜ ସ୍ବାମୀ ଙ୍କୁ ଜଳଖିଆ ଖାଇବା ପାଇଁ ଡାକିଥିଲେ ହେଲେ ଲଳିତ ଘରକୁ ଆସି ଦେଖିବା ବେଳକୁ ଘରର ବିଭିନ୍ନ ସ୍ଥାନରେ ତୁଳସୀ ପତ୍ର ପଡ଼ିଥିବାର ଦେଖିଥିଲେ । +ଠାକୁର ଘରେ ଭଗବାନ ଶ୍ରୀକୃଷ୍ଣ ନଥିବା ଦେଖି ଘରର ଚାରିପଟେ ଖୋଜିବାରେ ଲାଗିଥିଲେ ପୁରା ପରିବାର । +ହେଲେ ହଠାତ୍ ତାଙ୍କ ଝିଅ ବାରିପଟ ଆମ୍ବ ଗଛରେ ବସିଥିବା ଦେଖି ପରିବାର ଲୋକଙ୍କୁ ଡାକିଥିଲେ । +ଘଟଣାଟି ପ୍ରଘଟିତ ହେବା ପରେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଦେଖିବା ପାଇଁ ଲାଗିଥିଲା ଲୋକଙ୍କ ଭିଡ଼ । +ବର୍ତ୍ତମାନ ଆଧୁନିକ ଯୁଗରେ ହୁଏତ କିଏ ବିଶ୍ୱାସ କରନ୍ତୁ ବା ନ କରନ୍ତୁ କିନ୍ତୁ ପରିବାର ଲୋକଙ୍କ କହିବା ଅନୁଯାୟୀ ଲଳିତ ଙ୍କ କେବଳ ଦୁଇଟି ଝିଅ, ନିଜର ପୁଅ ନଥିବାରୁ ଠାକୁର ଘର ଶ୍ରୀକୃଷ୍ଣ ଭଗବାନ ଙ୍କୁ ନିଜ ପୁଅ ଭଳି ମାନନ୍ତି ତାଙ୍କ ସ୍ତ୍ରୀ ସଙ୍ଗୀତା । +ଯାହାକି ଆଜି ଏ ପ୍ରଥମ ଥର ନୁହେଁ ଆଗରୁ ମଧ୍ୟ କେତେବେଳେ ରୋଷେଇ ଘର ତ ଆଉ କେତେବେଳେ ଘରର ବିଭିନ୍ନ ସ୍ଥାନରେ ଦେଖାଦିଅନ୍ତି ଭଗବାନ ଶ୍ରୀକୃଷ୍ଣ । +ଯାହାକି ସଙ୍ଗୀତାଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ଏଭଳି ଲୀଳା ଖେଳା କରୁଥିବା କହିଛନ୍ତି । +ଆଜି ଅଞ୍ଚଳରେ ଏ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । +ଆୟରେ ବିଜେଡି ତୃତୀୟ +ଦେଶରେ ୩୧ଟି ଆଞ୍ଚଳିକ ଦଳର ମୋଟ ଆୟ ପରିମାଣ ୫୨୯ କୋଟି ୪୧ଲକ୍ଷ ଟଙ୍କା ଥିବାବେଳେ ବିଜେଡିର ଆୟ ଥିଲା ୭୩କୋଟି ୩୪ ଲକ୍ଷ ଟଙ୍କା । +ଆୟରେ ସବୁଠାରୁ ଆଗରେ ରହିଛି ଡିଏମକେ । +ଡିଏମକେର ଆୟ ୧୪୯ କୋଟି ୯୫ଲକ୍ଷ ଟଙ୍କା ଥିଲା । +ଫାଟିଲା ପୋଲ, ବିପଦସଙ୍କୁଳ ଅବସ୍ଥାରେ ଯାତାୟତ +ଉଦଳା , – ହଠାତ୍ ପୋଲରେ ପଡିଲା ଫାଟ । +ପୋଲର ଚାରି ଗୋଟି ସ୍ଥାନ ଫାଟିଯାଇଥିବା ବେଳେ ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ । +ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା-ବାଲେଶ୍ୱର କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ଜାମୁଘାଟ ନିକଟରେ ଥିବା ପୋଲ ରେ । +ଗତକାଲି ଲଗାଣ ବର୍ଷା ହୋଇଥିବା ବେଳେ ଆଜି ହଠାତ୍ ପୋଲ ଫାଟିଛି । +ପୋଲର ଉପରଭାଗ ଫାଟିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । +ଦେଓ ନଦୀ ଉପରେ ହୋଇଥିବା ଏହି ପୋଲରେ ଫାଟ ଦେଖି ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କୁ ଏ ବାବଦରେ ଅବଗତ କରାଇଥିଲେ । +ପୂର୍ତ ବିଭାଗ ଯନ୍ତ୍ରୀ ଘଟଣାସ୍ଥଳରେ ପହଂଚି ପୋଲର ସ୍ଥିତି ଅନୁଧ୍ୟାନ କରିଛନ୍ତି । +ଅନ୍ୟପଟେ ପୋଲଟି ବହୁ ପୁରାତନ ହୋଇଥିବା ବେଳେ ପୋଲରେ ଫାଟ ହେବାରୁ ଏହା ବିପଦସଙ୍କୁଳ ଅବସ୍ଥାରେ ରହିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । +ଉକ୍ତ ରାସ୍ତା ଦେଇ ଯାତ୍ରୀବାହୀ ବସ୍‌, ଭାରିଯାନ ଯାଉଥିବା ବେଳେ ଏହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା । +ତେବେ ଫାଟ ପଡିବା ଫଳରେ ପୋଲରେ ସେଭଳି କୌଣସି କ୍ଷତି ହୋଇ ନ ଥିବା କହିଛନ୍ତି ଘଟଣାସ୍ଥଳକୁ ଆସିଥିବା ପୂର୍ତ ବିଭାଗ ଯନ୍ତ୍ରୀ । +ତେବେ ତୁରନ୍ତ ଏହି ପୋଲ ମରାମତି କରା ନ ଗଲେ ଯଦି କୌଣସି ଅଘଟଣ ଘଟେ ସେଥିପ୍ରତି ଦାୟୀ ରହିବ କିଏ ବୋଲି ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି । +ଏବଂ ବିଭାଗ ପକ୍ଷରୁ ଏହି ଘଟଣାକୁ ଗୁରୁତ୍ଵର ସହ ନେବାପାଇଁ ଦାବୀ କରିଛନ୍ତି । +ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ +ଆଜି ପବିତ୍ର ପଣା ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ । +ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । +ଭିଡିଓ ବାର୍ତ୍ତା ଜରିଆରେ ଓଡ଼ିଆ ନବବର୍ଷର ଶୁଭେଚ୍ଛା ସହ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । +ତାହା ସହ ମହାପ୍ରଭୁଙ୍କ ନିକଟରେ ରାଜ୍ୟବାସୀଙ୍କ ମଙ୍ଗଳକାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । +ନବୀନ କହିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ । +ସମସ୍ତେ ଭଲରେ ରୁହନ୍ତୁ ବୋଲି ନବୀନ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । +ସାଂସଦଙ୍କୁ ସଂସଦରେ ଗୁରୁମନ୍ତ୍ର ଦେଲେ ନବୀନ +ଓଡ଼ିଶାର ସ୍ବାର୍ଥ ପାଇଁ ୩ ଦିନଆ ଦିଲ୍ଲୀଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । +ରାଜ୍ୟର ସ୍ବାର୍ଥ ସମ୍ବଳିତ କିଛି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । +ତାହା ସହ ଆଜି ମୁଖ୍ୟମନ୍ତ୍ରୀ ସଂସଦରେ ପହଞ୍ଚି ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗଦେଇଛନ୍ତି । +ସଂସଦର ବିଜେଡି କାର୍ଯ୍ୟାଳୟରେ ବିଜେଡି ସାଂସଦଙ୍କ ସହ ଓଡ଼ିଶାର କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି । +ଦୁବାଇରେ ପାଳିତ ହେଲା ଉତ୍କଳ ଦିବସ: ସମ୍ବର୍ଦ୍ଧିତ ହେଲେ ରୁଚି ଫୁଡ୍ ଲାଇନର ନିର୍ଦ୍ଦେଶିକା ରଶ୍ମି… +ଦୁବାଇରେ ରହୁଥିବା ପ୍ରବାସୀ ଓଡିଆମାନଙ୍କ ଦ୍ୱାରା ଓଡିଆ ନବ ବର୍ଷ ପାଳିତ ହୋଇଛି । +ଦୁବାଇର ହୋରିଜନ ଇଣ୍ଟରନ୍ୟାସନାଲ ସ୍କୁଲଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । +ଏଥିରେ ମୁଖ୍ୟ ଅଥିତି ଭାବେ ରୁଚି ଫୁଡ ଲାଇନର ନିର୍ଦ୍ଦେଶିକା ରଶ୍ମି ସାହୁ ଯୋଗ ଦେଇଥିଲେ । +ସୁଦୂର ପ୍ରବାସରେ ରହି ଓଡିଆ ସମାଜର ଭାଇ ଭଉଣୀମାନେ ନିଜ ସଂସ୍କୃତି ଓ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିଥିବାରୁ ସେ ସାଧୁବାଦ ଜଣାଇଥିଲେ । +Anubhav ଙ୍କୁ ଲାଗିଛି ପତ୍ନୀ ବର୍ଷାଙ୍କ ଅଭିଶାପ +ଅନୁଭବଙ୍କ ଉପରେ ପତ୍ନୀ ବର୍ଷାଙ୍କ ଅଭିଶାପ ପଡିଛି । +କାରଣ ଏବେ ଅନୁଭବଙ୍କ ଦାଦାଗିରି ବନ୍ଦ ହୋଇଯାଇଛି, ଆଉ ସେ ହିରୋରୁ ଜିରୋ ପାଲଟି ଯାଇଛନ୍ତି । +ରାଜ୍ୟ ସରକାର ଙ୍କ ବିରୋଧରେ ଭଞ୍ଜସେନା ର ବିକ୍ଷୋଭ । +ଅନୁଦାନ ନ ଦେଲେ ତେଜିବ ଆନ୍ଦୋଳନ । +ବିଶେଷଜ୍ଞ ମାନଙ୍କ ମତରେ ପର୍ଯ୍ୟଟନ ଶିଳ୍ପ ହିଁ ଗୋଟେ ଏଭଳି ଶିଳ୍ପ ଯୋଉଥିରେ କି ଅଳ୍ପ ପୁଞ୍ଜି ନିବେଶରେ ଅଧିକ ମାତ୍ରାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିଥାଏ ତାସହିତ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ କରାଇଥାଏ । +ଇତିହାସ ରେ ଦୃଷ୍ଟି ପକାଇଲେ ମୟୂରଭଞ୍ଜ ହେଉଛି ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର । +ଦିର୍ଘଦିନରୁ ମୟୁରଭଞ୍ଜ ରେ ପର୍ଯ୍ୟଟନ ଶିଳ୍ପର ପ୍ରତିଷ୍ଠା ସହିତ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରିବା ପାଇଁ ଦାବୀ କରିଆସୁଛି ଭଞ୍ଜସେନା । +କାରଣ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ହେଲେ ଦେଶ ବିଦେଶରୁ ବହୁ ଭକ୍ତ ଓ ପର୍ଯ୍ୟଟକ ମୟୁରଭଞ୍ଜ କୁ ଆସିବେ, ଯାହା ଦ୍ୱାରା ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ହେବା ସହିତ ବହୁ ବେରୋଜଗାର ମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରୋଜଗାରକ୍ଷମ ହୋଇପାରିବେ । +ମାତ୍ର ରାଜ୍ୟ ସରକାର ମୟୁରଭଞ୍ଜ ବାଦ ରାଜ୍ୟର ବହୁ ପର୍ଯ୍ୟଟନ ସ୍ଥଳୀ ଓ ଐତିହ୍ୟ ସ୍ଥାନ ଗୁଡିକର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମୟୁରଭଞ୍ଜ କୁ ସଂମ୍ପୁର୍ଣ ଭାବେ ଅଣଦେଖା କରୁଥିବା କଥା ଅଭିଯୋଗ ଆଣିଛି ଭଞ୍ଜସେନା । +ସେ କହିଛିରାଜ୍ୟ ବିଜେଡି ସରକାର ଭୋଟ ନେବାବେଳେ ମୟୁରଭଞ୍ଜ ରୁ ନେଉଛନ୍ତି ମାତ୍ର ମୟୁରଭଞ୍ଜ ର କୌଣସି କ୍ଷେତ୍ରରେ ବିକାଶ କରୁନାହାନ୍ତି । +ସେହିପରି ନବ ରୂପାନ୍ତର ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ତରଫରୁ (୧) ଗଞ୍ଜାମ ମାଆ ତାରା ତାରିଣୀ ମନ୍ଦିର ପାଇଁ ୧୭୨.୦୬କୋଟି (୨)ସମଲେଶ୍ବରୀ ମନ୍ଦିର ପାଇଁ ୨୦୦କୋଟି (୩)କଟକ ଚଣ୍ଡୀ ମନ୍ଦିର ପାଇଁ ୭୦କୋଟି (୪) କେନ୍ଦୁଝର ମାଆ ତାରିଣୀ ମନ୍ଦିର ପାଇଁ ୪୦କୋଟି(୫) ଭଦ୍ରକ ଆଖଣ୍ଡଳମଣି ମନ୍ଦିର ପାଇଁ ୯୨କୋଟି(୬)ସାରଳା ମନ୍ଦିର ପାଇଁ ପ୍ରଥମ ପର୍ଯ୍ୟାୟ ରେ ୪୨କୋଟି ଏବଂ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ର ସୌନ୍ଦର୍ଜିକରଣ ପାଇଁ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ ଥିବା ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ,ଖିଚିଂ ମା କିଚକେଶ୍ୱରୀ ମନ୍ଦିର, ଦେବକୁଣ୍ଡ ମା ଅମ୍ବିକା ଏବଂ ମାଣତ୍ରୀର ବାବା କଖାରୁଆ ବୈଦ୍ୟନାଥ ମନ୍ଦିର ପ୍ରତି ଅନୁଦାନ ଶୁନ ହୋଇଥିବା ନିଶ୍ଚିତ ଭାବେ ଦୁଃଖର ବିଷୟ ବୋଲି କହିଛି ଭଞ୍ଜସେନା । +ସେହିପରି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ଉର୍ନ୍ନତି ପାଇଁ ପଞ୍ଚକୋଟି ଟଙ୍କା ଅନୁଦାନ ଦେବା ନିଶ୍ଚିତ ଭାବେ ଲଜ୍ୟା ଜନକ କଥା କାହିଁକିନା ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିରର ଅଚଳାଚଳ ସମ୍ପତି ରହିଛି । +ମାତ୍ର କିଛି ସମ୍ପତ୍ତିରେ ସରକାରୀ ଅଟାଳିକା ଗଢିଉଠିଥିବା ବେଳେ କିଛି ସମ୍ପତି ଏବେ ବେସରକାରୀ ଲୋକଙ୍କ କବଜାରେ ତାହାପୁଣି ଖୋଦ ବାରିପଦା ଦେବୋତ୍ତର ବିଭାଗର ଜାଣତରେ । +ତେଣୁ ରାଜ୍ୟସରକାର ଙ୍କ ମୟୁରଭଞ୍ଜ ପ୍ରତି ବାରମ୍ବାର ଅବହେଳା ପ୍ରତିବାଦରେ ପୂର୍ବଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ୨୩ତାରିଖ(ଗୁରୁବାର) ମୟୁରଭଞ୍ଜ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଦୀର୍ଘ ୨୪ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନିରଵଛିନ୍ନ ସଂଗ୍ରାମ କରିଆସୁଥିବା ଏକମାତ୍ର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା, ପକ୍ଷରୁ ସଖାଳ ୯ଘଟିକା ଠାରୁ ବାରିପଦା ଜଗନ୍ନାଥ ମନ୍ଦିର ନିକଟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । +ରାଜ୍ୟ ସରକାର ଙ୍କୁ ଚେତେଇ ଦିଆ ଯାଉଛି ଯଦି ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ରାଜ୍ୟ ସରକାର କୌଣସି ଆଖି ଦୃଶିଆ ଅନୁଦାନ ପ୍ରଦାନ ନକରନ୍ତି ତେବେ ଭଞ୍ଜସେନା ଆନ୍ଦୋଳନ କୁ ଜୋରଦାର କରିବା ସହିତ ରାଜରାସ୍ତାକୁ ଓଲ୍ହାଇବା ପାଇଁ ବାଧ୍ୟ ହେବ ବୋଲି କହିଛି ଭଞ୍ଜସେନା । + ତେବେ ଜିଲ୍ଲା ସଭାପତି ପିଣ୍ଟୁ ମାଇତି ଙ୍କ ନେତୃତ୍ୱରେ ହୋଇଥିବା ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଉପାଦକ୍ଷ ନିମାଇଁ ତ୍ରିପାଠୀ , ଓବିସି ଶାଖା ସଭାପତି ରାକେଶ ବେହେରା ,ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତି ରଞ୍ଜନ ପୃଷ୍ଟି , ଯୁବଛାତ୍ର ସଂଯଜକ ଏସ କେ ରାଜା ଖାନ,ଛାତ୍ର ସଭାପତି ସୌମ୍ୟରଂଜନ ମିଶ୍ର, ସହର ସଭାପତି ପ୍ରୀତମ ପଣ୍ଡା ,ଉପସଭାପତି ପ୍ରଶାନ୍ତ ମହାକୁଡ଼, ସୁଭମ ସିଂ, ଏମ ଡି ନାଜିର, ଆଲୋକ ବେହେରା,ମନୋରଞ୍ଜନ ସାହୁ,ରତିକାନ୍ତ ଦାସ, ସୌମ୍ୟରଂଜନ ସାହୁ,ପଙ୍କଜ କରଣ, ଅଭିଷେକ ଆଚାର୍ଯ୍ୟ, ଦୀପକ କୁ ବେହେରା, ସଞ୍ଜୟ ମହାନ୍ତ,ଜିତୁ ସିଂ, ସୌଭାଗ୍ୟ ଦେଓବାବୁ, ପ୍ରିୟନଶୁ ଖଟୁଆ, ଦିନେସ ସାହା,ପ୍ରଜ୍ଞା ମିତା ବେହେରା,ରୋଜି ବିନ୍ଧାଣି,ପିଙ୍କି ମହାଳି, ପ୍ରୀତି ସିଂ,ସୁମିତ ମହନ୍ତ, ଉମେଶ ପ୍ରଧାନ,ଏମ ଡି ରାଜା, ଗୌରାଙ୍ଗ ଚକ୍ରବର୍ତୀ, କରଣ ବୈଠ, କପିଳାସ ବେହେରା,ସୁଭମ ଦେ, ଅଞ୍ଜନ କୁ ଦାସ, ଅଙ୍କିତ ଗିରି ,ବବ୍ଲୁ ମହାପାତ୍ର, ମୁକ୍ତି ଦତ୍ତ ପରିଡା, ସମ୍ପଦ ପୃଷ୍ଟି ସହିତ ଶତାଧିକ କର୍ମୀ ଉପସ୍ଥିତ ଥଲେ +ଜାତୀୟ ରଗବି ବଲ ଚୟନ ଶିବିରରେ ମୟୁରଭଞ୍ଜର ତିନ ଖେଳାଳି । +ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ । +ବାରିପଦା:-ଅଠର ବର୍ଷରୁ କମ ଜାତୀୟ ରଗବି ଫୁଟବଲ ଦଳ ଚୟନ ଶିବିରରେ ଯୋଗ ଦେବେ ମୟୁରଭଞ୍ଜର ତିନ ଖେଳାଳି । +ବିହାରର ପାଟନା ଠାରେ ଅନୁଷ୍ଠିତ ଅଠର ବର୍ଷରୁ କମ ସର୍ବଭାରତୀୟ ରଗବି ଫୁଟବଲ ଚମ୍ପିୟନସିପରେ ଓଡିଶା ଦଳ ବିହାର ଠାରୁ ପରାସ୍ତ ହୋଇ ରନର୍ସ ଅପ ହୋଇଛି । +ଓଡିଶା ଦଳରେ ମୟୁରଭଞ୍ଜର ପାଞ୍ଚ ଜଣ ଖେଳାଳି ସ୍ଥାନ ପାଇଥିଲେ । +ସେମାନେ ହେଲେ ସୁମତି ହାଁସଦା, ପାର୍ବତୀ ସୋରେନ, ପାର୍ବତୀ ହାଁସଦା, ଆରତୀ ମୁର୍ମୁ ଓ ସନ୍ଧ୍ୟାରାଣୀ ଟୁଡୁ । +ଉଚ୍ଚ ମାନର ଖେଳ ପ୍ରଦର୍ଶନ କରି ତିନ ଖେଳାଳି ପାର୍ବତୀ ହାଁସଦା, ଆରତୀ ମୁର୍ମୁ ଓ ସନ୍ଧ୍ୟାରାଣୀ ଟୁଡୁ ଜାତୀୟ ଦଳ ଚୟନ ଶିବିରରେ ଯୋଗ ଦେବେ ବୋଲି କୋଚ ନିରଞ୍ଜନ ବିଶ୍ୱାଳ ଜଣାଇଛନ୍ତି । +ଏହି ଅବସରରେ ଜିଲ୍ଲାପାଳ ବିନୀତ ଭାରଦ୍ୱାଜ ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ଓ ଖେଳାଳି ମାନଙ୍କୁ ଉଚ୍ଚ ମାନର କିଟ ଯୋଗାଇ ଦିଆଯିବବୋଲି ପ୍ରତିଶୃତି ଦେଇଛନ୍ତି । +ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ମିଡ଼ିଆ ସଂଯୋଜକ ସୋମନାଥ ସିଂହ ଉପସ୍ଥିତ ଥିଲେ । +ପ୍ରକାଶ ଥାଉକି ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ମୟୁରଭଞ୍ଜ ର ବାଳିକା ମାନଙ୍କୁ ନିଜ ପ୍ରଚେଷ୍ଟାରେ ରଗବି ଫୁଟବଲ ପ୍ରତି ଆକୃଷ୍ଟ କରିବା ସହ ପ୍ରଶିକ୍ଷଣ ଦେଇ ଆସୁଛି । +ଏହି ଏକାଡେମୀର ନିର୍ଦ୍ଦେଶକ ଅମର ସେଠି, ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ, ବାରିପଦା ଶାଖା ପରିଚାଳକ ରଞ୍ଜିତ ରାଉତ ତଥା ମଙ୍ଗଲ ହାଁସଦା ଓ କୋଚ ରୁପାଲୀ ସୋରେନଙ୍କ ତତ୍ୱାବଧାନରେ ପରିଚାଳିତ ହୋଇ ଆସୁଅଛି । +ଦୁର୍ଘଟଣା ରୋକିବାକୁ ପ୍ରଶିକ୍ଷଣ ଜରୁରୀ +ସଡ଼କ ଦୁର୍ଘଟଣାର କାରଣ କଣ ? ଦୁର୍ଘଟଣାର ପ୍ରକୃତ ବୈଜ୍ଞାନିକ ସମ୍ମତ କାରଣ ବାହାର କରିବାକୁ ପୋଲିସ ଏବଂ ପରିବହନ ଅଧିକାରୀଙ୍କୁ ପ୍ରଶିକ୍ଷଣ ? କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟୁଛି, ଦୁର୍ଘଟଣାର କାରଣ, ରୋଡ ଇଂଜିନିୟରିଂ କଣ, ଏଥିଲାଗି କଣ ସବୁ ଭିତ୍ତିଭୂମି ପ୍ରସ୍ତୁତ ରହିବା ଆବଶ୍ୟକ । +ଏସବୁକୁ ନେଇ ପ୍ରଶିକ୍ଷଣ ଦିଆଯାଇଛି । +ଦୁର୍ଘଟଣାର ପ୍ରକୃତ କାରଣ ଜାଣି ପଦକ୍ଷେପ ନେଲେ ଦୁର୍ଘଟଣା ରୋକାଯାଇ ପାରିବ ବୋଲି ମତପ୍ରକାଶ ପାଇଛି । +ଦିଗପହଣ୍ଡିରେ ଡବଲ୍ ମର୍ଡର +ବ୍ରହ୍ମପୁର: ଆଜି ରାତିରେ ରାଜନୈତିକ ଶତ୍ରୁତାରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଚଷାନିମଖଣ୍ଡି ଗ୍ରାମରେ ଦୁଇଜଣଙ୍କୁ ହତ୍ୟା କରାଯାଇଥିବାର ଖବର ମିଳିଛି । +ପୁଲିସର ପ୍ରାଥମିକ ସୂଚନା ମୁତାବକ ଦୁଇ ମୃତକ ହେଲେ ସରୋଜ ପାତ୍ର ଓ ସୁଦର୍ଶନ ସୁଆର । +ଖବର ପାଇ ଦିଗପହଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । +ଦୁର୍ଗମ ଅଞ୍ଚଳରେ ଦୁର୍ବଳ ରାସ୍ତାକାମ, ରାସ୍ତା ରେ ବ୍ୟବହାର ହେଉଛି ନିମ୍ନ ମାନର ସାମଗ୍ରୀ +ପଡିଆ: ମାଲକାନଗିରି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପଡିଆ ବ୍ଳକ ପରିଚିତ ଥିବା ବେଳେ ଏହି ବ୍ଳକର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । +ତେବେ କିଛି ଠିକାଦାରଙ୍କ ଲାଭଖୋର ନୀତି ଓ ଦୁର୍ନତୀ ଗ୍ରସ୍ତ ଅଧିକାରୀ ଙ୍କ ସହଯୋଗ ଯୋଗୁଁ କେତେକ ସ୍ଥାନରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଉତ୍ତମ ମାନର କାମ ହେଉନାହିଁ । +ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ପଡିଆ ବ୍ଲକ ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ସଙ୍ଗେଲ ଗ୍ରାମରେ । +ଏହି ଗାଁ ମଝିରେ ରହିଥିବା ମାଟି ରାସ୍ତା ଟି ବର୍ଷା ସମୟରେ କାଦୁଅ ଭରି ହୋଇଯାଉଥିବା ବେଳେ ଯାତାୟାତ ରେ ନାନାଅସୁବିଧା ସ୍ରୁଷ୍ଟି ହେଉଥିଲା । +ଏହାପରେ ଗ୍ରାମବାସୀ ଙ୍କ ବାରମ୍ବାର ଗୁହାରି କରିବା ପରେ ନୂତନ ମେଣ୍ଟାଲ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । +ତେବେ ଏହି ରାସ୍ତା କାମରେ ଅତ୍ୟନ୍ତ ନିମ୍ନ ମାନର ମେଣ୍ଟାଲ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି । +ବିପଦ ରେ ଅ.. ଆ.. +ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ସରିବ କେବେ ? +ଫୁଲବାଣୀ-19/6 କୁହାଯାଏ ଶିଶୁ ହସିଲେ ଦେଶ ହସିବ । +ଶିଶୁମାନଙ୍କ ମାନସିକ ଶାରିରୀକ ଓ ବୌଦ୍ଧିକ ବିକାଶ ପାଇଁ ସରକାର ଅଙ୍ଗନବାଡି କେନ୍ଦ୍ର ମାନ ଖୋଲିଛନ୍ତି । +ଅର୍ଥ ଅନୁବାନ ମଧ୍ୟ ଦେଉଛନ୍ତି । +ନୂତନ ଘର ନିର୍ମାଣ ମଧ୍ୟ କରିବାପାଇଁ ଅର୍ଥ ଅନୁଦାନ ମଧ୍ୟ ଦେଉଛନ୍ତି । +ହେଲେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ଅବହେଳା ଓ ଖାମଖିଆଲି କାରବାର ସାଙ୍ଗକୁ ଦୁର୍ନିତୀ ପୂର୍ଣ୍ଣ ମନୋଭାବ ଯୋଗୁ ଘର କାମ ସରି ପାରୁନି । + ଫଳରେ +ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘବର୍ଷ ହେଲା ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି ଅଙ୍ଗନବାଡି କେନ୍ଦ୍ର । +କେବେ ନିର୍ମାଣ କାମ ସରିବ କିଏ କହି ପାରୁନାହିଁ । +ନ୍ତି । +ଏଭଳି ଅଭିଯୋଗ ଆସିଛିକନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକର ଦାସିଙ୍ଗବାଡି ପଞ୍ଚାୟତରୁ । +ଏହି ପଞ୍ଚାୟତରେ ୭ ଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । +ଅଭିଭାବକ ପିଲାମାନେ ଭାବିଥିଲେ ନୂଆଁ ଘରନିର୍ମାଣ ହେବ ତାଙ୍କ ପିଲାମାନେ ସୁରକ୍ଷିତ ଭାବେ ସେଠି ଖେଳିବେ ବସିବେ ଓ ପାଠ ପଡିବେ ବୋଲି । +ହେଲେ ବର୍ଷ ପରେ ବର୍ଷ ବିତିଲାଣି ସିନା ହେଲେ ଘର କାମ ସରିବାର ନାଁ ଧରୁ ନି । +ଅର୍ଭିଯୋଗ କଲେ କିଏ ଶୁଣୁନାହାନ୍ତି । +ଘର କାମ ନିୟମ ପ୍ରକା6ର ଅତି ବେଶିରେ୩ ମାସରୁ ରୁ ୬ ମାସ ମଧ୍ୟରେ ସରିବା କଥା । +ହେଲେ ୩ବର୍ଷ ପୁରିଲାଣି ସରୁନି । +ସେପଟେ ଠିକାଦାର ବାବୁ କାମ କମ କରି ଯନ୍ତ୍ରୀଙ୍କୁ ଧରାଧରି କରି ଅଧିକ । +ଟଙ୍କା ମଧ୍ୟ ବିଲ କରିଉଠା ଇ ନେଇଥିବା ଶୁଣିବାକୁ ମିଳୁଛି । +ଏପଟେ ରୋଷେୟାଙ୍କ ପଲିଥିନିଟଣା ଭଙ୍ଗା ଦଦରାଝ । +ଟିମାଟି ଘରେ ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । +ଏବେ ବର୍ଷାଦିନ, ମହଯୁଦ ଥିବାପିଲାଙ୍କ ଖାଦ୍ୟସାମଗ୍ରୀ ସବୁ ନଷ୍ଟ ବି ହୋଇଯାଉଛି । +ଅଙ୍ଗନବାଡିଘର କାମ ତୁରନ୍ତ ସାରିବା ଲାଗି ଗ୍ରାମର ୱ ୲ର୍ଡ଼ ମେମ୍ବର ପ୍ରମିତା ପ୍ରଧାନ, ସାଂଜୁଲା ପ୍ରଧାନ, ପ୍ରମୁଖଙ୍କ ସମେ ତ ଗ୍ରାମ ବାସୀ ଦାବୀ କରିଛନ୍ତି । +ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ଏଥିପ୍ରତି ଦୃଷ୍ଟିଦେଇ ପ୍ରତିକାର ବ୍ୟବସ୍ଥା କରିବାକୁ ଦାବୀ ହେଉଛି । +ନୈତିକ ମୂଲ୍ୟବୋଧର ବିକାଶ ପାଇଁ ସଂସ୍କୃତ ଭାଷା ଅପରିହାର୍ୟ୍ୟ +ସଂସ୍କୃତ ଏକ ପ୍ରାଚୀନ ଆଦିଭାଷା ଓ ସର୍ବଭାଷାର ଜନନୀ, ଯାହା ଭାରତର ପରିଚୟ ଅଟେ । +ଏହି ଭାଷା ପ୍ରାଚୀନ ହେଲେ ମଧ୍ୟ ବେଶ ବିଜ୍ଞାନ ସମ୍ମତ । +ସଂସ୍କୃତ ଓ ସଂସ୍କୃତି ସମାଜ ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । +ନୈତିକ ମୂଲ୍ୟବୋଧର ବିକାଶ ପାଇଁ ସଂସ୍କୃତ ଭାଷା ଅପରିହାର୍ୟ୍ୟ । +ଏଥିପାଇଁ ସଂସ୍କୃତ ଭାଷାକୁ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ଉତ୍କଳ ବିଶ୍ୱିଦ୍ୟାଳୟ ସଂସ୍କୃତ ବିଭାଗ ପକ୍ଷରୁ ପିଜି କାଉନସିଲ ହଲରେ ଆୟୋଜିତ ‘ସ୍ୱାଧୀନତ୍ତୋର ଭାରତରେ ସଂସ୍କୃତରେ ସର୍ଜନାତ୍ମକ ସାହିତ୍ୟ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ବକ୍ତାମାନେ ପ୍ରକାଶ କରିଛନ୍ତି । +ଶାରଳା ମନ୍ଦିରରେ ୫ଟି ସଚିବ: ସେବାୟତଙ୍କ ସହ ଆଲୋଚନା କଲେ +ଜଗତସିଂହପୁର: ମଙ୍ଗଳବାର ସକାଳ ପ୍ରାୟ ୭ଟା ସମୟରେ ୫-ଟି ସଚିବ ଭି. କେ. ପାଣ୍ଡିଆନ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ଶାରଳାଙ୍କ ମନ୍ଦିରରେ ପହଞ୍ଚି ମାଙ୍କ ଦର୍ଶନ କରିଛନ୍ତି । +ଛତିଶଗଡ଼ରେ ହେଲିକପ୍ଟର ଦୁର୍ଘଟଣା: ୨ ପାଇଲଟ ମୃତ, ସେମାନଙ୍କ ମଧ୍ୟରୁ ଜଣେ ଓଡିଆ ଥିବା ସୂଚନା +ଛତିଶଗଡ଼ର ରାୟପୁର ବିମାନବନ୍ଦରରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି । +ଏକ ହେଲିକପ୍ଟର ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । +ଏହି ଘଟଣା ୨ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । +ମୃତ ପାଇଲଟ ହେଲେ ଏପି ଶ୍ରୀବାସ୍ତବ ଓ କ୍ୟାପଟେନ୍‌ ଗୋପାଳ କୃଷ୍ଣ ପଣ୍ଡା । +ସୂଚନାଯୋଗ୍ୟ, ଗୁରୁବାର ରାତି ୯ଟା ୧୦ ମିନିଟ୍‌ରେ ଅଭ୍ୟାସ କରିବା ସମୟରେ ଶ୍ରୀବାସ୍ତବ ଓ କ୍ୟାପଟେନ୍‌ ଗୋପାଳ କୃଷ୍ଣ ହେଲିକପ୍ଟରକୁ ଅବତରଣ କରାଉଥିଲେ । +ହେଲେ ସେହି ସମୟରେ ହେଲିକପ୍ଟରଟି କ୍ରାଶ୍‌ ହୋଇଯାଇଥିଲା । +ଫଳରେ ଘଟଣାସ୍ଥଳରେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ରାମକୃଷ୍ଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । +ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । +ହେଲିକପ୍ଟରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । +ଅନ୍ୟପଟେ ଏହି ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲା ଟୁଇଟ୍‌ କରି ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । +ପଞ୍ଚାୟତ ସ୍ତରୀୟ ଏକ ଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ, ସମ୍ବେ ପଦର ବିଜୟୀ +ଫୁଲବାଣୀ 17/6: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସ୍ଥିତ ଦୁତିମେଣ୍ଡି ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ସମ୍ବେପଦର ଠାରେ ଅନୁଷ୍ଠିତ ହୋଇଯାଇଛି.ଉକ୍ତଟୁର୍ଣ୍ଣାମେଣ୍ଟ ରେ ଦୁତିମେଣ୍ଡି ପଞ୍ଚାୟତ ଅନ୍ତର୍ଗତ ସମ୍ବେପଦର, ବନ୍ଧସାହି, ପଣସପଦର, ମଲିକସାହି କ୍ରିକେଟ ଟିମ ଭାଗ ନେଇଥିବାବେଳେ ଫାଇନାଲ ମ୍ୟାଚ ରେ ସମ୍ବେପଦର ବିଜୟୀ ହୋଇଥିବା ବେଳେ ପଣସପଦର ଉପ ବିଜେତା ହୋଇଥିଲା.ବାବା ସୋମନାଥ ଯୁବକ ସଂଘ ଦ୍ୱାରା ଆୟୋଜିତ ଉକ୍ତ ଖେଳକୁ ଖଜୁରୀପଡ଼ା ସମାଜସେବି ବିକାଶ କୁମାର ଦିଗାଲ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ଦୁତିମେଣ୍ଡି ଲ୍ୟାମ୍ପସ ପରିଚାଳନା ନିର୍ଦ୍ଧେଶକ ପ୍ରଦୀପ କୁମାର ସେଠି ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ. ସାମ୍ବାଦିକ ମନୋଜ କୁମାର ବେହେରା, ଆସ୍ତିକ ମଲିକ ପ୍ରମୁଖ ଉପସ୍ଥିତ ଥିଲେ. ବାଦଲ, ପିଣ୍ଟୁ, ଚିନୁ,ଶିବା, ଦେବୁ, ରମେଶ, ଲୋକନାଥ ଏବଂ ବାବା ସୋମନାଥ ଯୁବକ ସଂଘର ଅନେକ ସଦସ୍ୟ ଉପସ୍ଥିତ ରହି ଟୁର୍ନାମେଣ୍ଟ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ. +ଜଣଙ୍କ ପଟ୍ଟାଜମି ଅନ୍ୟ ଜଣଙ୍କ କବଜାରେ,ଆରଡିସିଙ୍କ ରିପୋର୍ଟ ତଲବ +ଫୁଲବାଣୀ – 22/6 କନ୍ଧମାଳ ଜିଲ୍ଲା ଚକାପାଦ ଅଞ୍ଚଳରେ ଥିବା ଜଣଙ୍କ ପଟ୍ଟା ଜମି ଓ ଘର ଅନ୍ୟଜଣେ ବେଆଇନ କବଜା କରି ରଖିବା ଅଭିଯୋଗ କରି ପଟ୍ଟା ଦାର ସୁଶାନ୍ତ କୁମାର ନାଏକ ନ୍ୟାୟ ପ୍ରଦାନ ଦାବୀ କରି ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ଆରଡିସି ଙ୍କ ନିକଟରେ ଆବେଦନ କରିଥିଲେ । +ଉକ୍ତ ଆବେଦନକୁ ବିଚାର କରି ଆରଡିସି ଙ୍କ ନିର୍ଦ୍ଦେଶକ୍ରମେ ଅଣ୍ଡର ସେକ୍ରେଟେରୀ ଚିଠି ନମ୍ବର ୧୭୮୬ତା ୬/୬/୨୦୨୨ରେ ବାଲିଗୁଡା ଉପଜିଲାପାଳଙ୍କୁ ପତ୍ର ଲେଖି ବର୍ତ୍ତମାନରଯାଗାର ସ୍ଥିତି ସଂପର୍କରେ ଜଣାଇବା ଲାଗି କହିଛନ୍ତି । +ଦକ୍ଷିଣାଞ୍ଚଳ ଆରଡିସିଙ୍କ ତ୍ବରୀତ ପଦକ୍ଷେପ ଯୋଗୁଁ ତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ଆବେଦନକାରୀ ଆଶା କରିଛନ୍ତି । +ଅଭିଯୋଗ ପ୍ରକାରେ ସୁଶାନ୍ତ କୁମାର ନାୟକ, ପିତା-ମୂର୍ତ-ତ୍ରିନାଥ ନାୟକ, ଗ୍ରାମ – ଗାଲେରୀ, ଜିଲ୍ଲା-ଗଞ୍ଜାମ ନାମକ ଜନୈକ ସରକାରୀ କର୍ମଚାରୀ ଙ୍କ ନାମରେ କନ୍ଧମାଳ ଜ଼ିଲ୍ଲା ଚକାପାଦ ମୌଜାରେ ଖାତା ନମ୍ବର -249/331,ପ୍ଲଟ ନମ୍ବର 1717/3123, ଏରିଆ 0.120 ଆର, ଘରବାରୀ କିସମରେ ରେକର୍ଡଭୁକ୍ତ ଅଛି | ଉକ୍ତ ଜାଗା ଉପରେ ସୁଶାନ୍ତ ଙ୍କ ଅନୁପସ୍ଥିତର ସୁଯୋଗ ନେଇ ଚକାପାଦ ଅଂଚଳ ର ଖଗେଶ୍ୱର ପାତ୍ର ପିତା-ମୁତ-ଆନନ୍ଦ ପାତ୍ର ଏବଂ ତାଙ୍କର ଚାରିପୁଅ, ଚାରିବୋହୁ ମିଶି ବଳ ପୁର୍ବକ ଉକ୍ତ ଘରଵାରି କୁ ଦୀର୍ଘ ବର୍ଷ ଧରି ଜବରଦସ୍ତ ବେଆଇନ ଭାବରେ ମାଡି ବସିଛନ୍ତି । +ଏନେଇ ସୁଶାନ୍ତ ନାୟକ ଉପ-ଜିଲ୍ଲାପାଳ, ବାଲିଗୁଡ଼ା ଙ୍କୁ ଜଣାଇଥିଲେ ଏବଂଉପଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାସହ କାଗଜ ପତ୍ର କୁ ତନ୍ନ ତନ୍ନ କରି ଯାଞ୍ଚ କରିବାପରେ ଏହି ଜାଗା ସୁଶାନ୍ତଙ୍କର ବୋଲି ରାୟ ଦେବା ସହ ତୁରନ୍ତ ଜବର ଦାଖଲକାରୀ ଙ୍କୁ ଉକ୍ତ ସ୍ଥାନରୁ ଉଛେଦ କରି ଜାଗା ହସ୍ତାନ୍ତର କରିବା ଲାଗି(O । +R, Act 23A Case no.01/2019 ଅନୁଯାୟୀ ପାତ୍ର ସଂଖ୍ୟା -3613 ତାରିଖ-02-12-2020) ଅନୁଯାଇ ଚକାପାଦ ତହସିଲଦାର ଙ୍କୁ ନିର୍ଦେଶଦେଇଥିଲେ । +କିନ୍ତୁ ଚକାପାଦ ତହସିଲଦାରଏ ନେଇ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । +ତେଵେ ବାରମ୍ବାର ଅଭିଯୋଗ ପରେ ଜବରଦଖଲ କାରୀଙ୍କୁ ସୁହାଇଲା ପରି ତହସିଲଦାର ପତ୍ର ସଂଖ୍ୟା. 705 ତା-09-03-2021 ରେ ତା.15-03-2021 ରିଖଧାର୍ଯ୍ୟ କରିକୁଆଡେ ଉପର ଠାଉରିଆ ଭାବେ ଉଛେଦ କଲେ । +କିନ୍ତୁ କୋଭିଡ କଟକଣା ଯୋଙ୍ଗୁ ଜାଗା ମାଲିକ ସୁଶାନ୍ତ ନାୟକ ଘରକୁ ତାଲା ପକାଇ ଚାଲିଯାଇଥିଲେ । +ତାଲା ପଡିଥିବାର ସୁଯୋଗ ଉଣ୍ଡି ଜବରଦଖଲକ । +ରି ମାନେ ପୁଣି ସୁଶାନ୍ତ ଙ୍କ ଘର ର ତାଲା ଭାଙ୍ଗି ଅକ୍ତିଆର କରିଆସୁଛନ୍ତି । +ଏ ନେଇ ଜାଗା ମାଲିକ ନାୟକପୁର୍ନବାର ପ୍ରଶାସନ ର ଦ୍ରୁଷ୍ଟି ଆକର୍ଷଣ କରିବାରୁ ଜବର ଦାଖଲକାରୀ ଫୁଲବାଣୀ ସ୍ଥିତ ADM, କୋର୍ଟ ରେ, ବାଲିଗୁଡା ଉପ-ଜିଲ୍ଲା,କାରିଥିବା ଆଦେଶ ବିରୋଧରେ ଆବେଦନ କରିଥିଲା ଏଡ଼ିଏମ ସମସ୍ତବିଷୟ ଯାଞ୍ଚ ପରେ ନାୟକ ସପକ୍ଷରେ (RMA no.02/2021-O । +R-23) ରେ ରାୟ ଶୁଣାଇଥିଲେ । +କିନ୍ତୁ ସୁଶାନ୍ତ ନାୟକ ADM କନ୍ଧମାଳଙ୍କ ନିର୍ଦ୍ଦେଶ ନାମ । +ର ନକଲ ନେଇ ଜାଗାକୁ ଯିବାରୁ ଜବରଦଖଲ କାରି ମାନେ ତାଙ୍କୁ ବିଭୀନ୍ନ ମାରଣଅସ୍ତ୍ରଧରିଜାଗା ଛାଡି ଚାଲି ଯିବାକୁ ଧମକ ଦେଇଥିଲେ ଏହି ଭୟରେ ସେଯାଇ ଚକାପାଦ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରି ନ୍ୟାୟ ମାଗିଥିଲେ । +ଅଭିଯୋଗ କରିବାର ଏକ ମାସରୁ ଉର୍ଧ୍ଵ ସମୟ ବିତି ଯାଇଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗକାରୀ ସୁଶାନ୍ତ କହିଛନ୍ତି । +ଏ ନେଇ ସୁଶାନ୍ତ କନ୍ଧ ମାଳ ଜିଲ୍ଲାପାଳ ଏବଂ SP, କନ୍ଧ ମାଳ ଓ ଦକ୍ଷିଣାଞ୍ଚଳ ଆରଡିସି ଙ୍କୁ ଲିଖିତ ଭାବେ ଗୁହାରି ଜଣାଇଥିଲେ । +ଫଳରେ ଦକ୍ଷିଣାଞ୍ଚଳ ଆରଡିସି କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଛନ୍ତି । +ତେଵେ ସୁଶାନ୍ତ ଙ୍କୁ କେବେ ନ୍ୟାୟ ମିଳୁଛି ତାହା ଦେଖିବାର କଥା ? +ବୌଦ୍ଧ କୋର୍ଟ ରୁ କେସ ଫାଇଲ ଚୋରି… +ଅଭିଯୁକ୍ତ ଙ୍କୁ 6000ଟଙ୍କା ଜୋରିମାନା ସହିତ 7ବର୍ଷ ଜେଲ ଦଣ୍ଡ । +ଦେଶ…… +ଜୁଲାଇ ୦୭ ରେ ବୌଦ୍ଧ ତହସିଲ୍ ଘେରିବାକୁ ପ୍ରସ୍ତୁତି ବୈଠକ +ବୌଦ୍ଧ :ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ବୌଦ୍ଧ ଜିଲ୍ଲା ରେ ଶହ ଶହ ଭୂମି ହୀନ ଏବଂ ଡିହ ହୀନ ଥିବା ବେଳେ ପ୍ରାୟ ଶତାଧିକ ପାଣ – ଗଣ୍ଡା ସାହିକୁ ସରକାରୀ ରାସ୍ତା ନାହିଁ । +ଏହି ପରିପ୍ରେକ୍ଷୀରେ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ବହିରା କୋଠଘର ଠାରେ ବୌଦ୍ଧ ବ୍ଲକ ର ଭୂମି ହୀନମାନଙ୍କୁ ନେ଼ଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । +ସଂଗଠନ ର ଜିଲ୍ଲା ଉପ ସଭାପତି ରୋହିତ କହଁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ସମାଜ ର ସାମାଜିକ ଏକତା , ସାମ୍ବିଧାନିକ ଅଧିକାର , ନାଗରିକ ଅଧିକାର , ଦଳିତ ଅଧିକାର ତଥା ମାନବିକ ଅଧିକାର ଉପରେ ଆଲୋକପାତ କରିଥିଲେ । +ଭୂମି ହୀନ ମାନଙ୍କୁ ସରକାରଙ୍କ ” ମୋ ଜମି , ମୋ ଡ଼ିହ ” ଯୋଜନାରୁ ଦୁଇ ଏକର ଚାଷ ଜମି , ଦଶ ଡିସିମିଲ ଘର ଡିହ , ସମସ୍ତ ଦଳିତ ବସ୍ତିକୁ ସରକାରୀ ରାସ୍ତା ପାଇଁ ଜମି ପ୍ରଦାନ ଆଦି ଦାବୀରେ ଆସନ୍ତା ସାତ ତାରିଖ ଗୁରୁବାର ଦିନ ବୌଦ୍ଧ ଶ୍ରୀରାମ ମନ୍ଦିର ନିକଟରୁ ବିଶାଳ ଶୋଭାଯାତ୍ରା ଆରମ୍ଭ କରି ତହସିଲ୍ କାର୍ଯ୍ୟାଳୟ ଘେରାଉ ଏବଂ ନଅ ଦଫା ସମ୍ବଳିତ ଦାବୀ ପତ୍ର ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରିବା ସହିତ ନିଜର ହକ୍ ଏବଂ ଅଧିକାର ପାଇଁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । +ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା ଉପ ସଭାପତି ବସନ୍ତ ଖୁରା , କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି , ଯୁଗ୍ମ ସଂପାଦକ ଶ୍ରୀନିବାସ ହାତୀ , ସଂଗଠନ ସମ୍ପାଦକ ଦେବଦତ୍ତ ସାଗର , ବିଶିଷ୍ଟ ସମାଜସେବୀକା ତଥା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସେବତୀ ବେହେରା , କଳିଙ୍ଗ ତାଣ୍ଡିଆ , ରବୀନ୍ଦ୍ର ନାଗ , ସୁରେଶ ମହାନନ୍ଦ , ପ୍ରମୋଦ ସାହାଣୀ , ସନ୍ତୋଷ ପେରା , ଯୁବ ଶିକ୍ଷାବିତ୍ ତଥା ଜିଲ୍ଲା କାର୍ଯ୍ୟକାରି ସଦସ୍ୟ ସଂଜିତ ଜେନା , ପ୍ରଜାପତି ଭବସାଗର , ଅନିରୁଦ୍ଧ ବେହେରା , ହରଭଂଗା ପଂଚାୟତ ସଭାପତି ନଟବର ପ୍ରଧାନ , ବିଶିଷ୍ଟ ଦଳିତ ନେତା ତଥା ବାବାସାହେବ ଆମ୍ବେଦକର ଫାଉଣ୍ଡେସନ ର ସଭାପତି ଅନାଦି ବାଦୀ , ଶ୍ରୀ ଶ୍ରୀ ସତ୍ୟ ନାରାୟଣ କଳାକାର ସଂଘ ର ସଭାପତି ହରେନ୍ଦ୍ର ତରିଆ , ବରିଷ୍ଠ ସମାଜସେବୀ ଜୟରାମ ହରିପାଲ , ସୁଜ୍ଞାନ ବାଘ , ଦୀନବନ୍ଧୁ ମହାନନ୍ଦିଆ , ଜଗବନ୍ଧୁ ବାଦି , ରମେଶ ମହାନନ୍ଦିଆ , ଜୀବନ କୁମ୍ଭାର , ସଞ୍ଜୟ ଲୁହା , ନାରାୟଣ ମହାନନ୍ଦିଆ , ରୋହିତ ଊର୍ମା , ସୁରେଶ ଲୁହା , ରାମଚନ୍ଦ୍ର ବେହେରା , ସୁରେଶ ଭୋଇ , ଦଣ୍ଡପାଣି ଭବସାଗର , ସନ୍ତୋଷ ବେହେରା , ଉମେଶ କଲତା , ରବୀନ୍ଦ୍ର ତାଣ୍ଡିଆ , ରସାନନ୍ଦ ହାତୀ , ସୁରେଶ ତାଣ୍ଡିଆ , ଗୌତମ କୁମ୍ଭାର , ଅରୁଣ ବାଦି , ଜ୍ୟୋତି ରଂଜନ ଭବସାଗର , ସନତ କହଁର , କୃଷ୍ଣ ବେହେରା , ବନମାଳୀ କହଁର , ରମେଶ ସୁନା ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । +ଶେଷରେ ବରିଷ୍ଠ ସମାଜସେବୀ ତଥା ସଂଗଠନ ର ଜିଲ୍ଲା ସହକାରୀ ସାଧାରଣ ସଂପାଦକ କହେଁଇ ବାଦି ଧନ୍ୟବାଦ ଅର୍ପଣ କରିଥିଲେ । +ପିଠିରେ ଶିଶୁ ହାତରେ ଝାଡୁ , ମାତୃତ୍ୱ ଏବଂ କର୍ତ୍ତବ୍ୟ +ବାରିପଦାରେ ସଫେଇ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌ । +ତାଙ୍କର ଏହି କାର୍ଯ୍ୟକୁ ଅନେକ ପ୍ରଶଂସା କରିବା ସେ ମାତୃ ଶକ୍ତିର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି । +ପୀଠିରେ ନିଜ ଶିଶୁକୁ ବାନ୍ଧି ଏହି ମହିଳା ଜଣଙ୍କ ସଫେଇ କରୁଥିବାର କାର୍ଯ୍ୟ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । +ଏହି ସଫେଇ କର୍ମଚାରୀଙ୍କ ନାଁ ଲକ୍ଷ୍ମୀ ମୁଖୀ ସେ ବାରିପଦା ପୌରସଂସ୍ଥାର ସଫେଇ କର୍ମଚାରୀ । +ଶିଶୁ ସାଙ୍ଗରେ ଧରି ସେ ନିଜ କାମକୁ ନିଷ୍ଠାର ସହ କରିଥାଆନ୍ତି । +୯ ଜଣ ଶିଶୁ ଶ୍ରମିକ ଉଦ୍ଧାର +ମାଲକାନଗିରି,୭/୬ ମାଲକାନଗିରି ଜିଲ୍ଲାରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଶ୍ରମ ବିଭାଗ,ଶିଶୁ ସୁରକ୍ଷାବିଭାଗ,ଚାଇଲ୍ଡ ଲାଇନ ଏବଂ ପୁଲିସ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । +ଏହି କ୍ରମରେ ଆଜି ପୁଣି ବାଲିମେଳା ଏବଂ କୋରକୋଣ୍ଡା ଅଂଚଳରେ ଚଢାଉ କରାଯାଇଥିଲା । +କୋରକୋଣ୍ଡାର ବୃଦ୍ଧାଶ୍ରମ କୋଠାଗୃହ ନିର୍ମାଣରେ ୭ ଜଣ ନାବାଳିକା କାର୍ଯ୍ୟ କରୁଥିବା ଜଣାପଡିବା ପରେ ସେଠାରେ ଚଢାଉ କରାଯାଇ ୭ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । +ସେହିପରି ବାଲିମେଳାରେ ମଧ୍ୟ ଦୁଇ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି । +ସମସ୍ତେ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି । +ସମସ୍ତ ୯ ଜଣ ଶିଶୁ ଶ୍ରମିକଙ୍କୁ ସିଡବ୍ଲୁସିଙ୍କ ନିକଟରେ ହାଜର କରାଯାଇଥିଲା । +ସେମାନଙ୍କ ସହ ଆଲୋଚନା ପରେ ଝିଅମାନଙ୍କୁ ସ୍ବାଧର ଗୃହକୁ ପଠାୟାଇଥିବା ବେଳେ ପୁଅମାନଙ୍କୁ ଶିଶୁ ଗୃହକୁ ପଠାଯାଇଥିବା ଜଣାପଡିଛି । +ତେବେ ଆସନ୍ତା ୧୨ ତାରିଖ ଦିନ ବିଶ୍ବ ଶିଶୁ ଶ୍ରମିକ ନିରାକରଣ ଦିବସ ପାଳନ ହେବାକୁ ଯାଉଥିବା ବେଳେ ଲଗାତାର ୧୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଚଢାଉ ଜାରି ରହିବ ବୋଲି କୁହାଯାଇଛି । +ଗତକାଲି ୧୮ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । +ସେମାନଙ୍କୁ ଥଇଥାନ କରାଯିବ ବୋଲି ବିଭାଗ କହିଛି । +ଆଜିର ଜଢାଉରେ ସିଡିପିଓ ନାରାୟଣ ଦାସ,ଚାଇଲ୍ଡ ଲାଇନ ସଦସ୍ୟା ସୁକାନ୍ତି ବିଶ୍ବାଳ,ଶ୍ରମ ବିଭାଗ ଅଧିକାରୀ ବିଶ୍ବରଂଜନ କଅଁର ଏବଂ ମାଲକାନଗିରି ଓ ବାଲିମେଳା ପୁଲିସ କର୍ମଚାରୀ ଅଂଶଗ୍ରହଣ କରିଥିଲେ । +୨୦୮ କିଲୋ ଗଞ୍ଜେଇ ଜବତ ତିନି ଜଣ ଗିରଫ । +ଚିତ୍ରକୋଣ୍ଡା :-୧୦/୦୪-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ୟ ପ୍ରକାଶ ନାୟକ ଙ୍କୁ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଥାନା ଅଧିକାରୀ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ପୋଲିସର ଗୋଟିଏ ସ୍ୱତନ୍ତ୍ର ଟିମ ଚିତ୍ରକୋଣ୍ଡା ଓଆଇସି ସୂର୍ୟ ପ୍ରକାଶ ନାୟକ ଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ବାଲିମେଳା ମୁଖ୍ୟ ରାସ୍ତାର ମନ୍ତ୍ରୀପୁଟ ଛକ ନିକଟରେ ଜଗିରହିଥିଲେ ଏହି ସମୟରେ ଗୋଟିଏ ନମ୍ବର ବିହୀନ ମହେନ୍ଦ୍ର ଅଟୋ କୁ ଅଟକାଇ ଯାଞ୍ଚ କରି ଖାନ ତଲାସୀ କରିଥିଲେ ସେଥିରୁ ୮ ଟି ବ୍ୟାଗ ରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ ଉକ୍ତ ଗଞ୍ଜେଇ କୁ ଜବତ କରିବା ସହିତ ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଥାନାକୁ ଆଣି ଅଧିକ ପଚରା ଉଚରା କରିଥିଲେ । +ସେହି ୮ ଟି ବ୍ୟାଗ କୁ ଓଜନ କରିବାରୁ ସେଥିରୁ ୨୦୮ କେଜି ୮୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା । +ଏହାସହ ସେହି ଅଟୋ ସହ ଯାଉଥିବା ଗୋଟିଏ ହିରୋ ମେଷ୍ଟ୍ର ନମ୍ବର ସିଜି ୧୭ କେଏମ ୨୦୯୯ ସ୍କୁଟି ଜବତ କରିଥିଲେ । +ଏହି ଗଞ୍ଜେଇ ଚିତ୍ରକୋଣ୍ଡା ର ସିଡ଼ିପାକା ଅଞ୍ଚଳରୁ ଡାନ୍ତେୱାଡା କୁ ଚାଲାଣ ହେଉଥିଲା । +ଏହି ମାମଲାରେ ଦିଲଶାଦ୍ କୁରେଶି(୩୦), କସିମ ହୁସେନ(୩୩),ବିଜୟ କୁମାର ଶର୍ମା(୫୭) ତିନି ଜଣଙ୍କୁ ଗିରଫ କରାଯାଇଛି । +ଅଭିଯୁକ୍ତ ମାନଙ୍କ ନିକଟରୁ ୪୫୦୦ ଟଙ୍କା,ଗୋଟିଏ ମୋବାଇଲ ଫୋନ,ଏଟିଏମ,ଭୋଟର ଆଇଡି କାର୍ଡ ଜବତ ହୋଇଛି । +ଏହି ନେଇ ଚିତ୍ରକୋଣ୍ଡା ଥାନାରେ କେସ ନମ୍ବର – ୪୯/୨୦୨୨ ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଛି । +ଏ ସି ବି ଏସ ପି ଦକ୍ଷିଣ ଏସିଆ କାଉଁସିଲର ଅଧ୍ୟକ୍ଷ ହେଲେ ବିଶ୍ୱଜିତ ପଟ୍ଟନାୟକ, ଆନ୍ତର୍ଜାତୀକି… +ବିଶିଷ୍ଟ ଶିକ୍ଷାବିତ୍ ତଥା ମ୍ୟାନେଜମେଣ୍ଟ ଗୁରୁ ପ୍ରଫେସର୍ ବିଶ୍ୱଜିତ୍ ପଟ୍ଟନାୟକ, ଏ ଏସ ବି ଏମ୍ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଓ କୁଳାଧ୍ୟକ୍ଷ, ଯୁକ୍ତ ରାଷ୍ଟ୍ର ଆମେରିକାର ଆକ୍ରେଡିଟେସନ କାଉନସିଲ୍ ଅଫ ବିଜନେସ ସ୍କୁଲସ୍ ଏଣ୍ଡ ପ୍ରୋଗ୍ରାମସର (ଏ ସି ବି ଏସ ପି) ଦକ୍ଷିଣ ଏସିଆ କାଉନସିଲ୍ ର ଅଧ୍ୟକ୍ଷ ଭାବେ ଶତ ପ୍ରତିଶତ ଭୋଟରେ ନିର୍ଦ୍ଵନ୍ଦରେ ପୁନର୍ବାର ନିର୍ବାଚିତ ହୋଇଛନ୍ତି । +ଏ ସି ବି ଏସ ପି ର ଆନ୍ତର୍ଜାତିକ ପ୍ରେସିଡେଣ୍ଟ ଜେଫ୍ରି ଆଲ୍ଡରମ୍ୟାନ ପ୍ରଫେସର୍ ପଟ୍ଟନାୟକଙ୍କୁ ନିର୍ବାଚିତ ଘୋଷଣା କରିଥିଲେ । +ଏହି ନିର୍ବାଚନରେ ସାଉଥ୍ ଏସିଆର ବିଜନେସ ସ୍କୁଲମାନେ ଯୋଗଦାନ କରିଥିଲେ । +ପ୍ରକାଶ ଥାଉକି ଏ ସି ବି ଏସ ପି ବିଜନେସ ସ୍କୁଲମାନଙ୍କର ଗୁଣବତ୍ତା ମାନ ନିର୍ଦ୍ଧାରଣ କରିବା ସହ ଆନ୍ତର୍ଜାତିକ ସ୍ଵୀକୃତି ପ୍ରଦାନ କରେ । +ଦକ୍ଷିଣ ଏସିଆ କାଉନସିଲ୍ ଅଧୀନରେ ଭାରତ, ପାକିସ୍ତାନ, ବାଂଲାଦେଶ, ଭୁଟାନ, ନେପାଳ, ଶ୍ରୀଲଙ୍କା, ମାଳଦ୍ଵିପ, ଆଫଗାନିସ୍ଥାନ, କମ୍ବୋଡିଆ, ଲାଓସ, ବର୍ମା, ଥାଇଲ୍ୟାଣ୍ଡ, ଭିଏତନାମ, ମାଲେସିଆ, ଇଣ୍ଡୋନେସିଆ, ସିଙ୍ଗାପୁର ଇତ୍ୟାଦି ଦେଶ ଅଛନ୍ତି । +ଏ ଏସ ବି ଏମ୍ ପ୍ରତିଷ୍ଠା ପୂର୍ବରୁ ପ୍ରଫେସର ପଟ୍ଟନାୟକ ଆଇ ଆଇ ଏମ୍ ଇନ୍ଦୋର ଏବଂ ଆଇ ଆଇ ଏମ୍ ଲକ୍ଷ୍ନୌରେ ମାନବ ସମ୍ବଳ ପରିଚାଳନା ବିଭାଗର ବରିଷ୍ଠ ପ୍ରଫେସର ଭାବେ କାର୍ୟ୍ୟ କରିଥିଲେ । +ତାଙ୍କର ଲଗାନ ଚଳଚ୍ଚିତ୍ରର କେସସ୍ଟଡି ତାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତି ଆଣିବା ସହ ଜନମାନସରେ ଆଦୃତ କରାଇଥିଲା । +ତାଙ୍କର ୧୦୫ ଗବେଷଣା ସନ୍ଦର୍ଭ ଓ ୨୭ ଗୋଟି ପୁସ୍ତକ ପ୍ରକାଶିତ ହୋଇଛି । +ସେ ଏ ସି ବି ଏସ ପି ଦ୍ଵାରା ଆନ୍ତର୍ଜାତିକ ଟିଚିଂ ଏକ୍ସସେଲେନ୍ସ ପୁରସ୍କାର ୨୦୧୬ ରେ ପାଇ ବିଶ୍ଵର ଶ୍ରେଷ୍ଠ ମ୍ୟାନେଜେଣ୍ଟ ଗୁରୁ ତାଲିକାରେ ସ୍ଥାନିତ ହୋଇଥିଲେ । +ଏହା ପୂର୍ବରୁ ତାଙ୍କୁ ଦେୱାଙ୍ଗ ମେହେତା ଶ୍ରେଷ୍ଠ ଏଚ ଆର ପ୍ରଫେସର, ଡେକାନ ହେରାଲ୍ଡ ଶ୍ରେଷ୍ଠ ମ୍ୟାନେଜମେଣ୍ଟ ପ୍ରଫେସର ଏବଂ ଭାରତ ସରକାରଙ୍କର କ୍ୟାରିଅର ଆୱାର୍ଡ଼ ପ୍ରଭୃତି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ପାଇଛନ୍ତି । +ସାବିତ୍ରୀ ଷ୍ଟେ । +ନ କ୍ରସରକୁ ଚାରୋଟି ଗ୍ରାମର ଗ୍ରାମବାସୀଙ୍କ ବିରୋଧ +ମାଲକାନଗିରି ଜିଲ୍ଲା ତା,୦୮/୦୫/୨୦୨୨ ରିଖ ରବିବାର ଦିନ, ପୌରପରିଷଦ ଅଞ୍ଚଳ ମାତ୍ର ୨୦୦ ମିଟର ସଦର ମହକୁମା ନିକଟସ୍ଥ, ଗୌଡଗୁଡା ଗ୍ରାମପଞ୍ଚାୟତର, ତଣ୍ଡିକି କାଦବାହାଲ ୧ ନମ୍ବର ୱାର୍ଡ ଠାରେ ଥିବା ସାବିତ୍ରୀ ଷ୍ଟେ । +ନ କ୍ରସର ପଥର ଖଣିକୁ ପ୍ରଶାସନ ତରଫରୁ ଟେଣ୍ଡର କରିବା ପାଇଁ, ପଲ୍ଲି ସଭା କରି ଲିଜ ଦେବା ସକାଶେ ସ୍ଥାନୀୟ ଲୋକଙ୍କ ମତ ଲୋଡ଼ା ଯାଇଥିଲା । +କିନ୍ତୁ ଏହି ପଥର ଖଣି ବହୁ ବର୍ଷ ଧରି ଏହି ଚାରୋଟି ଗ୍ରାମର ମଝିରେ ଥିବା ଯୋଗୁଁ ଲୋକେ ଆତଙ୍କିତ । +କାରଣ ପଥର ଖନନ ପାଇଁ ଯେଉଁ ବ୍ଲାଷ୍ଟିଙ୍ଗ କରାଯାଉଛି, ଘର ଫାଟିବା ସହିତ ରାସ୍ତାରେ ଯାଉଥିବା ଲୋକ କିମ୍ବା ସ୍କୁଲରେ ଯାଉଥିବା, ପିଲା ମଧ୍ୟ ସୁରକ୍ଷିତ ପରିବାର ଲୋକ ମଣୁନାହାନ୍ତି । +ତେଣୁ ଅନୁମତି ଦେବା ନିମନ୍ତେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଖଣି ନିକଟରେ ଥିବା ଚାରୋଟି ଗ୍ରାମ କାଦବାହାଲ, ତଣ୍ଡିକି କାଦବାହାଲ, ରୁକ୍ମଣୀଗୁଡା ଏବଂ ସଭାପତି ଗୁଡା ଗ୍ରାମବାସୀଙ୍କୁ ପଲ୍ଲୀସଭା ଡକାଯାଇ ଥିଲା । +କିନ୍ତୁ ଏହି ପଲ୍ଲୀ ସଭାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗୌଡଗୁଡା ସରପଞ୍ଚ ସମିତି ସଭ୍ୟ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବରଙ୍କ ଉପସ୍ଥିତରେ ଚାରୋଟି ଗ୍ରାମର ଗ୍ରାମବାସୀ ଏହି ସାବିତ୍ରୀ ଷ୍ଟେ । +ନ କ୍ରସର କୁ ବିରୋଧ କରାଯାଇଥିବା , ଦେଖିବାକୁ ମିଳିଛି । +ଏହି ପଥର ଖଣି ରେ ପଥର ଉତ୍ତୋଳନ କୁ ବିରୋଧ କରି ବହୁ ବୁଦ୍ଦିଜୀବୀ ମହିଳା ମାଁ ମାନେ ଏଠାରେ କଲେ ଆମ ଜୀବନ ପ୍ରତି ବିପଦ ଅଛି ବଲି ଏଠାରୁ ଉଚ୍ଛେଦ କରାଯାଉ ବୋଲି ଦାବି କରିଥିବା ଦେଖିବାକୁ ମିଳିଛି । +ପୂର୍ବରୁ ଖଣି ମାଲିକ ସେଠାରେ କାର୍ଯ୍ୟ କରୁଥିବା ଲୋକ କିମ୍ବା ଜମି ହରାଇ ଥିବା ଲୋକଙ୍କୁ ବହୁ ପ୍ରତିଶ୍ରୁତି ଦେଇଥିଲେ, ଆମ ଚାଷ ଜମି ପଥର ସବୁ ପଥର ଭର୍ତ୍ତି ହୋଇଗଲେ ଉଠାଇବା ପାଇଁ ମଧ୍ୟ କହିଥିଲେ, କିନ୍ତୁ ଦୀର୍ଘ ବର୍ଷ ପରେ ମଧ୍ୟ ଉଟାଊ ନାହିଁ, ତେଣୁ ଚାଷ କରିବା ବହୁ ଅସୁବିଧା ସମୁଖୀନ ହେବାକୁ ପଡୁଛି ବଲି ୱାର୍ଡ ମେମ୍ବର ପ୍ରକାଶ କରିଥିଲେ । +ସେଠାରେ ପଥର ବ୍ଲାଷ୍ଟିଙ୍ଗ କରିବା ଦ୍ଵାରା ଦୁଇ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ତିନି ଜଣ ଅଳ୍ପକେ ବର୍ତ୍ତୀ ଯାଇଥିବା ପ୍ରକାଶ କରିଛନ୍ତି କିନ୍ତୁ ମାଲିକ କୌଣସି ସାହାଯ୍ୟ କରି ନଥିବା ବେଳେ ଜମି ବିକି ବିଶାଖାପାଟନାମ ମେଡିକାଲ ଚିକିସ୍ଛା ହୋଇ ଆସିଥିବା ଶ୍ରମିକ ମାନେ ଦୁଃଖରେ ପ୍ରକାଶ କରିବା ସହିତ ସ୍ଥାନୀୟ ଲୋକ ଗୋରୁ ଗାଈ ଚରେଇବାକୁ ମଧ୍ୟ ଭୟ କରୁଥିବା ବେଳେ ଆମେ ଏବଂ ଛଟ ଛଟ ପିଲା ମାନେ ସେଠାର ପ୍ରଦୂଷଣ ଯୋଗୁଁ ନିଶ୍ଵାସ ପ୍ରଶ୍ଵାସ ନେବା ବହୁ କଷ୍ଟ ହେଉଥିବା ନିକଟରେ ଥିବା ଘର ଗୁଡ଼ିକ ଫାଟି ଯାଉଛି, ଚାଷ ଜମିରେ ପଥର ଗୁଣ୍ଡ ପଡ଼ିବା ଯୋଗୁଁ ଚାଷ କରିବା ସମ୍ଭବ ହେଇ ପାରୁନାହିଁ,ବିସ୍ଫୋରଣ ସମୟରେ ଗ୍ରାମ ବାସୀ ଭୟରେ ଗାଁ ଛାଡ଼ି ଅନ୍ୟ ତ୍ର ଯିବା ପାଇଁ ବାଧ୍ୟ ହେଉ ଛନ୍ତି ବୋଲି ଗ୍ରାମ ବାସୀ ଅଭିଯୋଗ କରିଛନ୍ତି । +ସେ କୁଆଁ ରି ନିକଟରେ ଦୁଇ ଟି ବିଦ୍ୟାଳୟ ରହିଅଛି ଏବଂ ମୁଖ୍ୟ ରାସ୍ତା ଠାରୁ ମାତ୍ର ଦୁଇ ସହ ମିଟର ରେ ଏହି କୁଆଁରୀ ରହିଅଛି । +ଯାହାକି ଏହା ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହେବ ବୋଲି ଗ୍ରାମ ବାସୀ ଅଭିଯୋଗ କରିଛନ୍ତି । +ଗ୍ରାମ ସଭାରେ ବିରୋଧ ପରେ ପ୍ରଶାସନ କି ପଦକ୍ଷେପ ଗ୍ରହଣ କରିବ ତାହା ଦେଖିବାକୁ ବାକି ରହିଲା । +ଏହି ଗ୍ରାମ ସଭାରେ ଗୌଡଗୁଡ । +ସରପଂଚ ପାଣ୍ଡରି ପୋଡ଼ିଅମି, ଗୌଡଗୁଡ । +ସମିତି ସଭ୍ୟ ତଥା ମାଲକାନଗିରି ବ୍ଲକ୍ ଉପାଧ୍ୟକ୍ଷ ନିରଞ୍ଜନ ହ । +ଲଦର୍, ପିଇଓ ନିଖିଲ ବାନାର୍ଜୀ,ୱାର୍ଡ ମେମ୍ବର ଏବଂ ଗ୍ରାମ ବାସୀ ମାନେ ଉପସ୍ଥିତ ରହିଥିଲେ । +ସୋଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତାଙ୍କୁ ଟାଇମ୍ସ ଏଜୁକେସନିଷ୍ଟ ଆୱାର୍ଡ +ଭୁବନେଶ୍ୱର ୨୯/୦୫: ସୋଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତାଙ୍କୁ ଟାଇମ୍ସ ଏଜୁକେଶନିଷ୍ଟ ଆୱାର୍ଡ । +ଭୁବନେଶ୍ୱରର ଡ଼ୁମଡ଼ୁମାରେ ଆୟୋଜିତ ଟାଇମ୍ସ ବିଜନେସ ଆୱାର୍ଡ କାର୍ଯ୍ୟକ୍ରମରେ ବଲିଉଡ ତାରକା ସୋନୁ ସୁଡ଼ ଟାଇମ୍ସ ଏଜୁକେଶନିଷ୍ଟ ଆୱାର୍ଡ ପ୍ରଦାନ କରିଛନ୍ତି । +ବଲିଉଡ ତାରକା ସୋନୁ ସୁଦ୍ ସୋଆର ପ୍ରତିଷ୍ଠାତାଙ୍କ ତରଫରୁ ପ୍ରୋ ଭାଇସ ଚାନସେଲର ପ୍ରଦୀପ୍ତ କୁମାର ନନ୍ଦ ଏହି ପୁରସ୍କାର ଗ୍ରହଣ କରିଥିଲେ । +ଓଡିଶା ରୁ ହାଇଦ୍ରାବାଦ ଯାଉଥିବା ଘରୋଇ ବସ ରେ ଲଗାଇଲେ ନିଆଁ ମାଓବାଦୀ +ଓଡିଶା ରୁ ହାଇଦ୍ରାବାଦ ଯାଉଥିବା ଘରୋଇ ବସ ରେ ଲଗାଇଲେ ନିଆଁ ମାଓବାଦୀ । +ଶ୍ରରାମ ମନ୍ଦିରରୁ ମୂର୍ତ୍ତି ଚୋରି +ବରଗଡ଼ ସହରର ୱାର୍ଡ ନଂ-୧୯ ବ୍ରହ୍ମ ବିହାର (ଗୋରୁ ମାର୍କେଟ)ସ୍ଥିତ ଶ୍ରରାମ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଥିବାର ଖବର ମିଳିଛି । +ଏଠାରେ ଗତକାଲି ବିଳମ୍ବିତ ରାତ୍ରିରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ପିତ୍ତଳ ମୂର୍ତ୍ତି ସହିତ ଦାନ ବାକ୍ସ ଚୋରି ହୋଇଛି । +ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍ ତଦନ୍ତ କରୁଛି । +ଜଙ୍ଗଲରେ ଠାବ ହେଲା ସୁନାର ବାଘ +ଗୌହାଟି: ସୁନାର ହରିଣୀ କଥା ଶୁଣିଥିବେ । +ଅବଶ୍ୟ ଏହା ରାମାୟଣ କଥା ବସ୍ତୁର ମରିଚର ମାୟା ରୂପ । +କିନ୍ତୁ କେବେ ସୁନାର ବାଘ କଥା ଶୁଣିଛନ୍ତି କି ? ବୋଧ ହୁଏ ନୁହେଁ । +କିନ୍ତୁ ସୁନାର ବାଘ ଅଛନ୍ତି । +ସୁନା ତିଆରି କିମ୍ବା କୌଣସି ମାୟା ନୁହଁ ବରଂ ସେହି ରଙ୍ଗର ଝଟକୁଥିବା ବାଘ ଠାବ ହୋଇଛି । +ଆସାମ ଜାତୀୟ ପାର୍କରେ ଏହି ବିରଳ ବାଘ ଠାବ ହୋଇଛି । +ଏଥିସହ ସିଙ୍ଗ ଥିବା ଗଣ୍ଡାମାନଙ୍କର ମଧ୍ୟ ସନ୍ଧାନ ମିଳିଛି । +ଆସାମ ଜାତୀୟ ପାର୍କ କାଜି ରଙ୍ଗାରେ ସୁନାର ରଙ୍ଗର ଏକ ବିରଳ ବାଘ ଠାବ କରାଯାଇଛି । +ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସା କଲେ ତୋଗାଡିଆ +ସୁନ୍ଦରଗଡ଼: ‘ଦେଶର ଅନେକ ସ୍ଥାନରେ ଆୟୋଜିତ ରାମନବମୀ ଓ ହନୁମାନ ଜୟନ୍ତୀରେ ଆକ୍ରମଣ ହୋଇଛି । +କିନ୍ତୁ ଓଡିଶାରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ କେବେ ଏପରି ବିଶୃଙ୍ଖଳା ବା ହିଂସା ଦେଖାଯାଇ ନାହିଁ । +ସାରା ବିଶ୍ବର ବିଭିନ୍ନ ବର୍ଗର ଲକ୍ଷ ଲକ୍ଷ ଲୋକ ସାମିଲ ହେଉଥିବା ମହାପ୍ରଭୁଙ୍କ ଏହି ବିଶାଳ ଯାତ୍ରାର ବ୍ଯବସ୍ଥିତ ପରିଚାଳନା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଶିଖିବା ଆବଶ୍ଯକ’ । +ଆଜି ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଆସିଥିବା ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ମୁଖ୍ୟ ଡ. ପ୍ରବୀଣ ଭାଇ ତୋଗାଡିଆ ଆୟୋଜିତ ହିନ୍ଦୁ ସମ୍ମିଳନୀରେ ଏହା କହି ରାଜ୍ୟ ସରକାର ଓ ନବୀନଙ୍କୁ ପ୍ରଶଂସା କରିଛନ୍ତି । +ଏହା ସହ ଓଡିଶା ବାରମ୍ବାର ସାମ୍ନା କରୁଥିବା ବାତ୍ୟାର ସଫଳ ମୁକାବିଲା ଓ ପୂର୍ବ ପ୍ରସ୍ତୁତିରେ ରାଜ୍ୟ ସରକାରଙ୍କ ଭୂମିକା ସାରା ଦେଶରେ ଉଦାହରଣ ସୃଷ୍ଟି କରିଥିବା ସେ କହିଛନ୍ତି । +ମୁଖ୍ୟମନ୍ତ୍ରୀ ନବୀନଙ୍କୁ ବିଜେପି ନେତାମାନେ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରୁଥିବା ବେଳେ ବିଜେପିର ଛାମୁଆ ସଂଗଠନର ମୁଖ୍ୟ ଡ. ତୋଗାଡିଆଙ୍କ ପ୍ରଶଂସା ଚର୍ଚ୍ଚାର ବିଷୟ ହୋଇଛି । +ଓଡିଶା ପୁଲିସ ମହାନିର୍ଦ୍ଧେଶକଙ୍କ ମାଲକାନଗିରି ଜିଲା ଯନ୍ତ୍ରୀ ବିଏସଏଫ କ୍ୟାମ୍ପ ଗ୍ରସ୍ତ,*… +ଚିତ୍ରକୋଣ୍ଡା:-02/05/2022-ଆଜି ଓଡିଶା ପୁଲିସ ମହାନିର୍ଦ୍ଧେଶକ ସୁନିଲ ବଂଶଲ ମାଲକାନଗିରି ଜିଲା ଗ୍ରସ୍ତ କରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ମାଓଗଡ଼ ଯନ୍ତ୍ରୀ ବିଏସଏଫ କ୍ୟାମ୍ପ ପରିଦର୍ଶନ ରେ ଆସିବା ସହିତ କ୍ୟାମ୍ପ ତଥା ମାଓବାଦୀ ଙ୍କ ସ୍ଥିତି ସମୀକ୍ଷା କରିବା ଏବଂ ମାଓବାଦୀ ଦମନ ନେଇ ନୁର୍ତ୍ତନ ରଣ କୌଶଳ ଦେଇଥିଲେ । +ଡିଜିପି ପହଂଚିବା କ୍ଷଣି ତାଙ୍କ ଉପସ୍ଥିତିରେ ଦୁଇ ଜଣ ମହିଳା ମାଓବାଦୀ ସହିତ 50 ଜଣ ମିଲେସିଆ ମାଓବାଦୀ ଦରଖାସ୍ତ ସହିତ ଆତ୍ମ ସମର୍ପଣ କରିଥିବା ଡ଼ିଆଇଜି ସୂଚନା ଦେଇଛନ୍ତି । +ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଉକ୍ତ ଅଂଚଳର ବିଭିର୍ଣ୍ଣ ସ୍ଥାନରେ ବିଏସଏଫ କ୍ୟାମ୍ପ ସ୍ଥାପନ ପରେ ଧିରେ ଧିରେ ମାଓବାଦୀ ଙ୍କ ଲାଲଗଡ଼ ଭୁଶୁଡିପଡିଥିଲା । +ସ୍ୱାଭିମାନ ଅଞ୍ଚଳ ଲୋକେ ମାଓବାଦୀ ଙ୍କ ହାତ ଛାଡ଼ି ସରକାର, ଜିଲା ତଥା ପୁଲିସ ପ୍ରଶାସନ ର ବିଶ୍ୱାସ ଭାଜନ ହୋଇଥିଲା । +ସ୍ୱାଭିମାନ ଅଞ୍ଚଳରେ ଓଡିଶା ପୁଲିସ ଓ ବିଏସଏଫ କ୍ୟାମ୍ପ ଦ୍ଵାରା ମାଓମୁକ୍ତ କରିବାରେ ସଫଳ ହୋଇଛି । +ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ ଓ ଅଣ୍ଡିରାପାଲି ର କେତେକ ଦୁର୍ଗମ ଅଞ୍ଚଳରେ ମାଓବାଦୀ ତାଙ୍କର କାର୍ଯ୍ୟ ଜାରିରଖିଥିଲେ, ଘନବେଢା ଓ ଯନ୍ତ୍ରୀ ରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ଉକ୍ତ ଦୁଇ ପଞ୍ଚାୟତ ରୁ ମାଓ ଗଡ଼ ଭୁସିଡ଼ି ପଡିଉକ୍ତ ଅଞ୍ଚଳ ମାଓ ମୁକ୍ତ ଅଞ୍ଚଳ ହେବାରେ ଲାଗିଛି । +ଆଉ ଅଳ୍ପ କିଛି ରହି ଯାଇଥିବା ମାଓବାଦୀ ମାନେ ହିଂଶାତ୍ମକ ରାସ୍ତା ଛାଡ଼ି ସମାଜର ମୁଖ୍ୟ ଶ୍ରୋତରେ ସାମିଲୀ ହେବାକୁ ଆହ୍ୱାନ ଦେଇଛନ୍ତି ଡିଜିପି । +ଆଜି ଡିଜିପି ଙ୍କ ଗ୍ରସ୍ତ ସମୟରେ ତାଙ୍କ ସହିତ ଥିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ମାଲକାନଗିରି ଏସପି ନୀତିଶ ୱାଧିଆନି । +ବାରବାଟୀ ଷ୍ଟାଡିୟମରେ ପ୍ରଥମ ଆନ୍ତର୍ଜାତୀୟ କ୍ରିକେଟ ମ୍ଯାଚ କେବେ ହୋଇଥିଲା ? ଏହି ଭାରତୀୟ… +ବାରବାଟୀ ଷ୍ଟାଡିୟମ ହେଉଛି ଓଡିଶାର ଏକମାତ୍ର ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ । +ଯାହା ଓଡ଼ିଶାକୁ ବିଶ୍ଵ ଦରବାରରେ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । +୧୯୫୮ ମସିହାରେ ନିର୍ମିତ ହୋଇଥିବା ଏହି ଷ୍ଟାଡିୟମରେ ୧୯୮୨ ଜାନୁୟାରୀ ୨୭ ତାରିଖରେ ପ୍ରଥମ ଆନ୍ତର୍ଜାତୀୟ କ୍ରିକେଟ ମ୍ଯାଚ ଖେଳା ଯାଇଥିଲା । +ଏହି ମ୍ଯାଚଟି ଖେଳା ଯାଇଥିଲା ଭରତ ଏବଂ ଇଂଲଣ୍ଡ ମଧ୍ୟରେ । +ତିନିଟି ମ୍ଯାଚ ବିଶିଷ୍ଟ ସିରିଜର ଶେଷ ମ୍ଯାଚରେ ଭାରତ ଟସ୍ ଜିତି ପ୍ରଥମେ ଫିଲଡିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲା । +ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪୬ ଓଭରରେ ୬ ୱିକେଟ ହରାଇ ଭାରତ ସାମ୍ନାରେ ୨୩୧ ରନ୍ ର ଟାର୍ଗେଟ ରଖିଥିଲା । +ଭାରତୀୟ ଦଳ ମାତ୍ର ୫ଟି ୱିକେଟ ହରାଇ ୪୨ ଓଭରରେ ନିର୍ଦ୍ଧାରିତ ଲକ୍ଷ ହାସଲ କରିଥିଲା । +ଅର୍ଥାତ ଭାରତ ଏହି ମ୍ଯାଚକୁ ୫ ୱିକେଟରେ ଜିତିବା ସହ ୨-୧ ରେ ଉକ୍ତ ସିରିଜ ମଧ୍ୟ ଜିତିଥିଲା ଭାରତ । +ଏହି ମ୍ଯାଚରେ ସର୍ବାଧିକ ୭୧ ରନ୍ ସ୍କୋର କରି ପ୍ଲେୟାର ଅଫ୍ ଦି ମ୍ଯାଚ ହୋଇଥିଲେ ଲିଟିଲି ମାଷ୍ଟର ସୁନିଲ ଗାଭାସ୍କର । +ସେହିପରି ସନ୍ଦୀପ ପାଟିଲ ମଧ୍ୟ ଅର୍ଦ୍ଧ ଶତକୀୟ ଇଂନିସ ଖେଳି ମାତ୍ର ୫୫ ବଲ୍ ରେ ୬୪ ରନ୍ ସ୍କୋର କରିଥିଲେ । +ସନ୍ଦୀୟ ବୋଲିଂରେ ମଧ୍ୟ କମାଲ କରିଥିଳର । +୧୦ ଓଭର ବୋଲିଂ କରି ମାତ୍ର ୫୬ ରନ୍ ଦେଇ ୨ ଜଣଙ୍କୁ ଆଉଟ କରିଥିଲେ ବା ୨ଟି ୱିକେଟ ହାସଲ କରିଥିଲେ । +ଏହି ମ୍ଯାଚଟି ଥିଲା ଅରୁଣଲାଲ ଏବଂ ଅଶୋକ ମଲହୋତ୍ରା ଆଦି ଭାରତୀୟ କ୍ରିକେଟରଙ୍କ ପଦାର୍ପଣ ବା ଡେବ୍ଯୁ ମ୍ଯାଚ । +ଏହା ଥିଲା ଭାରତୀୟ କ୍ରିକେଟ ଦଳର ୧୪୩ତମ ମ୍ଯାଚ । +ବାରବାଟୀ ଛାତିରେ ଏହା ଥିଲା ପ୍ରଥମ ଆନ୍ତର୍ଜାତୀୟ କ୍ରିକେଟ ମ୍ଯାଚ । +ଆଉ ଏଇଠୁ ଆରମ୍ଭ ହୋଇଥିଲା ବାରବାଟୀ ଷ୍ଟାଡିୟମର ସେହି ଅସରନ୍ତି ଯାତ୍ରା । +ଯାହା ଲକ୍ଷ ଲକ୍ଷ ଓଡିଆ କ୍ରିକେଟ ପ୍ରେମୀଙ୍କ ସ୍ଵପ୍ନକୁ ସାକାର କରିବାରେ ଏବେବି ସଫଳ ହେଉଛି । +ମିଳିଲାନି ରାଜ୍ୟସଭା ଟିକଟ, ନବରଙ୍ଗପୁରବାସୀ ନିରାଶ +ବରିଷ୍ଠ ଆଦିବାସୀ ନେତା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ମିଳିଲାନି ରାଜ୍ୟସଭା ସାଂସଦ ଟିକଟ । +ଫଳରେ ନବରଙ୍ଗପୁରଜିଲାବାସୀ ନିରାଶ ହୋଇଛନ୍ତି । +ପ୍ରଦୀପ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପଦ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । +ତାଙ୍କୁ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପଦ ଦିଆଯାଇଛି । +ତେବେ ସମସ୍ତଙ୍କର ଆଶା ଥିଲା ଯେ, ଏଥର ପ୍ରଦୀପଙ୍କୁ ରାଜ୍ୟସଭା ସାଂସଦ ପଦଟିଏ ମିଳିବ । +ରାୟଗଡ଼ାର ଏ.ଭାସ୍କର ରାଓଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ନିଶ୍ଚିତ ଭାବରେ ତାଙ୍କର ପଦବୀ ଅବିଭକ୍ତ କୋରାପୁଟ ଜିଲାର ଜଣେ ନେତା ଭାଗରେ ପଡ଼ିବ ବୋଲି ସମସ୍ତଙ୍କର ଧାରଣା ରହିଥିଲା । +ତେବେ ଏହି କ୍ରମରେ ଟାଣୁଆ ନେତା ପ୍ରଦୀପ ମାଝୀ ସର୍ବାଗ୍ରେ ରହିଥିବା ସାଧାରଣରେ ଚର୍ଚ୍ଚା ହୋଇଥିଲା । +ମରି ବି ଅମର- ଅଙ୍ଗଦାନ ସବୁଠାରୁ ମହତ ଦାନ । +ଏପରି ଏକ ମହତ ଦାନର ବାର୍ତ୍ତା ଦେଇ ମରି ବି ଅମର ହୋଇଯାଇଛନ୍ତି ପୂର୍ବତନ ବ୍ୟାଙ୍କ ଅଧିକାରୀ ଶରତ ଚନ୍ଦ୍ର ସାହୁ । +ଭୁବନେଶ୍ୱର ଝାରପଡାରେ ତାଙ୍କର ଘର । +୭୮ ବର୍ଷ ବୟସରେ ହୃଦଘାତରେ ଶରତ ଚନ୍ଦ୍ର ସାହୁଙ୍କର ମୃତ୍ୟୁ ହୋଇଥିଲା । +ତା ପୂର୍ବରୁ ସେ ତାଙ୍କର ଅଙ୍ଗଦାନ ପରି ମହତ୍‌ କାର୍ଯ୍ୟ କରିଥିଲେ । +ମୃତ୍ୟୁର ଖବର ପାଇ ଭାରତ ଶରୀର ଓ ଅଙ୍ଗଦାନ ସମିତିର ସଦସ୍ୟମାନେ ପହଞ୍ଚିଥିଲେ । +ତାଙ୍କ ଆଖିର ପିତୁଳାକୁ ଅନ୍ୟ ଦୃଷ୍ଟିହୀନଙ୍କୁ ଦୃଷ୍ଟି ଶକ୍ତି ଦେବା ପାଇଁ କାଢି ନିଆଯାଇଥିଲା । +ଅନ୍ୟ ଦୃଷ୍ଟିହୀନ ଏବଂ ଦୃଷ୍ଟି ବାଧିତଙ୍କୁ ଏହା ଦୁନିଆଁର ଆଲୋକ ଦେଖାଇବାରେ ସହାୟକ ହେବ । +ଦୃଷ୍ଟି ଶକ୍ତି ଫେରି ପାଇ ପାରିବେ ସେମାନେ । +ପରେ ତାଙ୍କ ଶରୀରକୁ କିମସ୍‌ ହସ୍‌ପିଟାଲ୍‌କୁ ଦାନ କରାଯାଇଥିଲା । +ଭାରତ ଶରୀର ଓ ଅଙ୍ଗଦାନ ସମିତିର ଅଧ୍ୟକ୍ଷ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ସେଠାରେ ଉପସ୍ଥିତ ରହି ଅଙ୍ଗଦାନର ସମସ୍ତ ପ୍ରକ୍ରିୟାକୁ ସୁଚାରୁ ରୂପେ ସଞ୍ଚାଳନ କରିଥିଲେ । +ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ପରବର୍ତ୍ତୀ ସେନା ମୁଖ୍ୟ । + ପ୍ରଥମ ଇଞ୍ଜିନିୟର… +ଭାରତୀୟ ସ୍ଥଳ ସେନାର ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । +ଦେଶର ୨୯ତମ ସ୍ଥଳ ସେନା ମୁଖ୍ୟ ଭାବେ ଜେନେରାଲ ପାଣ୍ଡେଙ୍କୁ ମନୋନୀତ କରାଯାଇଛି । +ବରିଷ୍ଠତା ଦୃଷ୍ଟିରୁ ତାଙ୍କୁ ଏପରି ନିଯୁକ୍ତି ମିଳିଛି । +ଏପ୍ରିଲ ୩୦ରେ ବର୍ତ୍ତମାନ ସ୍ଥଳସେନା ମୁଖ୍ୟ ଭାବେ କାମ କରୁଥିବା ଜେନେରାଲ ମନୋଜ ମୁକୁନ୍ଦ ନରଭାଣେଙ୍କ କାର୍ଯ୍ୟକାଳ ଶେଷ ହେବ । +ଏହାପରେ ହିଁ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଦେଶର ସେନାଧ୍ୟକ୍ଷ ହେବେ । +ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ହାଇଡ୍ରାମା । + ହୋଟେଲରେ ୧୨ ସମିତି ସଭ୍ୟଙ୍କୁ ବନ୍ଦୀ +ଛତ୍ରପୁର ବ୍ଲକ ଅଧଃକ୍ଷ ସାନି ନିର୍ବାଚନକୁ ନେଇ ପୁଣି ଥରେ ହାଇଡ୍ରମା ଦେଖିବାକୁ ମିଳିଛି । +ଆଜ୍ଞାତବାସରେ ଥିବା ୧୨ଜଣ ସମିତିସଭ୍ୟଙ୍କୁ ହୋଟେଲରେ ଅଟକ ରଖିଛି ପୁଲିସ । +ହୋଟେଲ ଥାଇ ଭିଡିଓ କରି ଅଭିଯୋଗ କରିଛନ୍ତି ସମିତିସଭ୍ୟ ମାନେ । +ସେମାନଙ୍କ ଅଭିଯୋଗ ଅନୁସାରେ ପୁଲିସ ହୋଟେଲ ଭିତରେ ରହି ଧମକ ଦେଇଛି । +ଗତ ମାସ ୧୨ତାରିଖରେ କୋଭିଡ ଆଳ ଦେଖାଇ ନିର୍ବାଚନ ବାତିଲ ହୋଇଥିଲା । +ଛତ୍ରପୁରରେ ଶାସକ ଦଳର ଦୁଇଟି ଗୋଷ୍ଠୀ ଥିବା ବେଳେ ବିଧାୟକ ସମର୍ଥକରେ ୬ ଜଣ ସମିତିସଭ୍ୟ ରହିଛନ୍ତି । +ସେହିପରି ଵିରୋଧରେ ଅଛନ୍ତି ୧୨ଜଣ ସଦସ୍ୟ । +ହାରିଯିବା ଭୟରେ ପୁଲିସ ପ୍ରଶାସନକୁ ଲଗାଇ ବନ୍ଦି କରିଥିବା ସମିତିସଭ୍ୟ ପାର୍ଥୀ ମାନେ ଅଭିଯୋଗ କରିଛନ୍ତି । +ଆଜି ଦିନ ୧୨ଟା ରେ ମତଦାନ ହେବାକୁ ରହିଛି । +ହେଲେ ବର୍ତ୍ତମାନ ୧୨ଜଣ ସମିତିସଭ୍ୟଙ୍କୁ ହୋଟେଲରେ ବନ୍ଦୀ କରି ରଖିଛି ପୁଲିସ । +ଯଥାଶୀଘ୍ର ଉଦ୍ଧାର ନ କରାଗଲେ ହୋଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ସମିତିସଭ୍ୟ ପାର୍ଥୀ ମାନେ ଚେତାବନୀ ଦେଇଛନ୍ତି । +ମାଆଙ୍କ ପାଇଁ ଲେଖିଥିବା ପତ୍ରରେ ପିଲାଦିନ ସାଙ୍ଗ ଆବାସ୍‌କୁ ମନେ ପକାଇଲେ ମୋଦୀ +ଗାନ୍ଧିନଗର: ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାଆଙ୍କ ଉଦେଶ୍ୟରେ ଲେଖିଥିବା ଏକ ପତ୍ର ଏବେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି । +ମୋଦୀ ତାଙ୍କ ପତ୍ରରେ ତାଙ୍କର ପିଲାଦିନରେ ଜଣେ ମୁସ୍‌ଲମାନ ସାଙ୍ଗ ଅବାସଙ୍କ ବିଷୟରେ ଉଲ୍ଲେଖ କରିବା ପରେ ଏ ନେଇ ସୋସିଆଲ୍‌ ମିଡିଆରେ ଝଡ଼ ଉପୁଜିଛି । +ମୋଦୀ ଲେଖିଥିବା ପତ୍ରରେ ଉଲ୍ଲେଖ କରାଯାଇଛି ‌ଯେ ‘ମାଆ ଅନ୍ୟ ଲୋକଙ୍କ ଖୁସିରେ ଆନନ୍ଦିତ ହେଉଥିଲେ । +ଆମ ଘର ହୁଏତ ଛୋଟ ଥିଲା ମାତ୍ର ମୋ ମାଆଙ୍କ ହୃଦୟ ଖୁବ୍ ବଡ଼ । +ସେ ସମୟ‌ରେ ପାଖ ଗାଁରେ ମୋ ବାପାଙ୍କର ଜଣେ ଘନିଷ୍ଠ ବନ୍ଧୁ ରହୁଥିଲେ । +ତାଙ୍କ ମୃତ୍ୟୁ ପରେ ମୋ ବାପା ତାଙ୍କ ବନ୍ଧୁଙ୍କ ପୁଅ ଅବାସ୍‌କୁ ଆମ ଘରକୁ ନେଇ ଆସିଲେ । +ସେ ଆମ ଘରେ ରହି ପାଠ ପଢ଼ା ପୂରା କଲେ । +‌ ମୋ ମାଆ ଆମ ଭାଇଭଉଣୀଙ୍କୁ ଯେପରି ଦେଖନ୍ତି ତାଙ୍କୁ ବି ସେପରି ଦେଖନ୍ତି । +ପ୍ରତି ବର୍ଷ ଇଦ୍‌ରେ ମୋ ମାଆ ଅବାସ୍‌ ପାଇଁ ତାଙ୍କ ପ୍ରିୟ ଖାଦ୍ୟ ବନାନ୍ତି । +ଅନ୍ୟ ସବୁ ପର୍ବପର୍ବାଣୀରେ ବି ପଡ଼ିଶା ଘର ପିଲାମାନେ ଆମ ଘରକୁ ଆସି ମୋ ମାଆଙ୍କ ହାତରନ୍ଧା ଖାଦ୍ୟର ମଜା ନିଅନ୍ତି । +’ ମୋଦୀ ତାଙ୍କର ଏହି ମୁସ୍‌ଲମାନ ବନ୍ଧୁଙ୍କ ସଂପର୍କରେ ଉଲ୍ଲେଖ କରିବା ପରେ ଏ ନେଇ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେବାରେ ଲାଗିଛନ୍ତି । +କେହି କେହି ଏହାକୁ ମୋଦୀଙ୍କ ମନଗଢ଼ା କାହାଣୀ କହିଥିବା ବେଳେ ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ନିଜେ ତ ପିଲାଦିନେ ଚା ବିକି ଚଳୁଥିଲ, ପର ପିଲାକୁ କିପରି ପାଳୁଥିଲ?’ ମୋଦୀଙ୍କର ଏହି ପତ୍ର ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି । +ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ମିହିର ରାୟ ବିଜେଡିରେ ଯୋଗଦେଲେ +ରାଉରକେଲାର ଜଣାଶୁଣା ସମାଜସେବୀ, ସଂଗଠକ ତଥା ବରିଷ୍ଠ ସାମ୍ବାଦିକ ମିହିର ରାୟ ଆଜି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । +ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଜି ଶ୍ରୀ ରାୟଙ୍କୁ ଦଳକୁ ସ୍ଵାଗତ କରିଥିଲେ । +ଶ୍ରୀ ରାୟଙ୍କ ଭଳି ଜଣେ ଯୁବ ସଂଗଠକଙ୍କ ଯୋଗଦାନ ଫଳରେ ବିଭିନ୍ନ ସାଂଗଠନିକ ସ୍ତରରେ ଦଳ ଅଧିକ ମଜବୁତ ହେବ ବୋଲି ସେ ମତ ବ୍ୟକ୍ତ କରିଥିଲେ । +ବୌଦ୍ଧରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସ୍ୱାଗତ ଓ ନାଗରିକ ସମ୍ମାନ ପ୍ରଦାନ +ବୌଦ୍ଧ: ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ତୃତୀୟ ଥର ମନ୍ତ୍ରୀ ଭାବରେ ସ୍ଥାନ ପାଇବା ସହିତ ତିନୋଟି ପ୍ରମୁଖ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ବୌଦ୍ଧର ବରିଷ୍ଠ ବିଧାୟକ ପ୍ରଦୀପ କୁମାର ଅମାତଙ୍କ ବୌଦ୍ଧ ଗସ୍ତ ଅବସରରେ ସୋମବାର ଦିନ ତାଙ୍କୁ ଜିଲ୍ଲାବାସୀଙ୍କ ପକ୍ଷରୁ ବିପୁଳ ସ୍ୱାଗତ କରାଯିବା ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି । +ଶ୍ରୀ ଅମାତ ଦୁଇଥର ଓଡ଼ିଶା ବିଧାନସଭାର ବାଚସ୍ପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ସହିତ ପ୍ରଥମଥର ପାଇଁ ଇସ୍ପାତ ଓ ଖଣିମନ୍ତ୍ରୀ, ପରେ ଅର୍ଥମନ୍ତ୍ରୀ ସହିତ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବରେ ଅତିରିକ୍ତ ଦାୟିତ୍ୱ ମଧ୍ୟ ପାଇଥିଲେ । +କିନ୍ତୁ ଗତ ନିର୍ବାଚନରେ ଶ୍ରୀ ଅମାତ ଲଗାତାର ଭାବରେ ୫ମ ଥର ପାଇଁ ବୌଦ୍ଧ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇ ନିଜର ସାଂଗଠନିକ ଦକ୍ଷତା ପ୍ରଦର୍ଶନ କରିଥିଲେ । +ଆଶ୍ଚର୍ଯ୍ୟଜନକ ଭାବରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିପାରିନବା ଜିଲ୍ଲାବାସୀଙ୍କୁ ନିରାଶ କରିଥିଲା । +କିନ୍ତୁ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନୂତନ ଭାବରେ ମନ୍ତ୍ରୀମଣ୍ଡଳ ଗଠନ କରାଯିବା ପରେ ବିଧାୟକ ଶ୍ରୀ ଅମାତଙ୍କୁ କ୍ୟାବିନେଟ ପାହ୍ୟା ମିଳିବା ସହିତ ପଞ୍ଚାୟତିରାଜ ଓ ପାନୀୟଜଳ, ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବାପରେ ବୌଦ୍ଧବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା । +ବହୁ ସଂଖ୍ୟାରେ ଶୁଭେଚ୍ଛୁ ଭୁବନେଶ୍ୱରରେ ପହଞ୍ଚି ଶ୍ରୀ ଅମାତଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ଦାୟିତ୍ୱ ଗ୍ରହଣ ପରେ ସେ ସୋମବାର ପ୍ରଥମଥର ପାଇଁ ନିଜର ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଛନ୍ତି । +ମନ୍ତ୍ରୀ ଶ୍ରୀ ଅମାତଙ୍କୁ ବହୁ ସଂଖ୍ୟାରେ ସମର୍ଥକ ହରଭଙ୍ଗା ବ୍ଲକର ମାଧପୁରଠାରୁ ସ୍ୱାଗତ କରିବାସହିତ ଏକ ବିରାଟ ଶୋଭାଯାତ୍ରାରେ ଆଣି ରାସ୍ତାସାରା ବ୍ଲକ ଓ ସମସ୍ତ ପଞ୍ଚାୟତର ଛକମାନଙ୍କରେ ସ୍ୱାଗତ କରିଥିଲେ । +ସନ୍ଧ୍ୟାରେ ଶ୍ରୀଅମାତ ବୌଦ୍ଧରେ ପହଞ୍ଚିବାପରେ ବୁଟୁପାଲିଠାରୁ ତାଙ୍କୁ ସ୍ୱାଗତ କରାଯିବା ସହିତ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । +ଏହି ଶୋଭାଯାତ୍ରା ବୁଟୁପାଲିଠାରୁ ହାତୀଶାଳଛକ, ବାଘଗୁଡାଛକ, ପୁରୁଣା ବ୍ଲକଛକ, ଦୈନିକ ବଜାର, ଭୈରବୀ ଛକ, ଶ୍ରୀଗନ୍ନାଥ ମନ୍ଦିର, ପୋଡାପଡା, ଓୟାରଲେସଛକ, ବ୍ରାହ୍ମଣସାହି ଗାନ୍ଧୀଛକ ଦେଇ ଟାଉନହଲଠାରେ ପହଞ୍ଚିଥିଲା । +ଟାଉନହଲଠାରେ ଆୟୋଜିତ ନାଗରିକ ସମ୍ମାନ ସମାରୋହରେ ମନ୍ତ୍ରୀ ଶ୍ରୀଅମାତଙ୍କୁ ପ୍ରଥମେ ବ୍ରାହ୍ମଣ ସମାଜ ପକ୍ଷରୁ ଆଶୀର୍ବାଦ ପ୍ରଦାନ କରାଯିବାପରେ ବରିଷ୍ଠ ନାଗରିକ ମଞ୍ଚ, ଜିଲ୍ଲା ଓକିଲ ସଂଘ, ଜିଲ୍ଲା ସାମ୍ବାଦିକ ସଂଘ, ବୌଦ୍ଧ ବଣିକ ସଂଘ, ଜିଲ୍ଲା କ୍ରୀଡା ସଂଘ, ଶ୍ରୀରାମଲୀଳା ନାଟ୍ୟ ସଂସଦ, ଗେହ୍ଲାମା କଳାନିକେତନ, ମଦନମୋହନ ନାଟ୍ୟକଳା ପରିଷଦ, ପ୍ରଣାମ, ସତ୍ୟସାଇ ସେବା ସଂଗଠନ, ମାରୱାଡି ଯୁବାମଞ୍ଚ, ଘରୋଇ ବସମାଲିକ ସଂଘ, ଜିଲ୍ଲା ଟ୍ରକ ମାଲିକ ସଂଘ, ବୌଦ୍ଧ ଏନଏସି କର୍ମଚାରୀ ସଂଘ, ଅଣଗେଜେଟେଡ ସରକାରୀ କର୍ମଚାରୀ ସଂଘ, ରାଜସ୍ୱ ଅମଲା ସଂଘ, ଚତୁର୍ଥଶ୍ରେଣୀ କର୍ମଚାରୀ ସଂଘ, ବନକର୍ମଚାରୀ ସଂଘ, ସଙ୍ଗୀତାୟନ, ଜ୍ଞାନ ପ୍ରକାଶ, ଜିଲ୍ଲା ସନ୍ତରଣ ସଂଘ, ଜିଲ୍ଲା ତୀରନ୍ଦାଜ ସଂଘ, ଟେକ୍ସି ମାଲିକ ସଂଘ, ଅଟୋ ମାଲିକ ସଂଘ, କେବିହିଷ୍‌ଟ କଲେଜ, ବୁଦ୍ଧିଜିବୀ ମଂଚ, କରାଟେ ସଂଘ, ପତଞ୍ଜଳି ଯୋଗ ସମିତି, ବିଜେଡି ଆଇନ ସେଲ, ଭାରତ ସ୍ୱାଭିମାନ ଟ୍ରଷ୍ଟ, ରକ୍ତଦାତା ପ୍ରବର୍ତକ ସଂଘ, ବୁଦ୍ଧ ଜୟନ୍ତୀ କମିଟି, ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଜନତା ଦଳ, ତାଇକୋଣ୍ଡୁ ସଂଘ, ସ୍ୱଚ୍ଛସାଥୀ ଓ ସ୍ୱଚ୍ଛ ପରିଚାଳକ ଦଳ, ଏନଏସି ୱାର୍ଡ ସଭ୍ୟସଭ୍ୟା, ଠାକୁର ଅନୁକୂଳ ଚନ୍ଦ୍ର ଓ ନାରାୟଣନଗର ଗ୍ରାମବାସୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ସମ୍ବର୍ଦ୍ଧନା ଓ ଅଭିନନ୍ଦନ ଜଣାଇଥିଲେ । +ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବିଜେଡି ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ ସାହୁ, ଛାତ୍ର ବିଜେଡି ସଭାପତି ସଂଗ୍ରାମ ଦାସ, ସାଂସଦ ପ୍ରତିନିଧି ତାରେଣୀ ମହାପାତ୍ରଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜିବୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ । +ପଖାଳ ର ଇତିହାସ +୧୯୩୪ ମସିହାରେ ଗାନ୍ଧୀଜୀ ଓଡ଼ିଶାରେ ପଦଯାତ୍ରା କରିଥିଲେ । +ପିପିଲି ନିକଟସ୍ଥ ଶିଉଳା ଛକଠାରେ ପଦଯାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା । +ମଧ୍ୟାହ୍ନ ଭୋଜନ ପରେ ଯେଉଁ ଭାତ ବଳିଯାଇଥିଲା, ଓଡ଼ିଆ କର୍ମୀମାନେ ତାକୁ ନଷ୍ଟ ନକରି ପଖାଳ କରିଦେଇଥିଲେ ଓ ସେଇ ପଖାଳକୁ ପଦଯାତ୍ରୀମାନେ ପୁଣି ଉପରଓଳି ଖାଇ ପାରିଥିଲେ । +ଏହା ଦେଖି ମହାତ୍ମା ଗାନ୍ଧୀ କହିଥିଲେ, “ଓଡ଼ିଶାର ଲୋକମାନେ ହିଁ ଠିକ ଜାଣିଛନ୍ତି ଖାଦ୍ୟର ସଦ୍‌ବ୍ୟବହାର” । +ପ୍ରଥମ କରି ଧୁମ ଧାମ ରେ ପାଳିତ ହେଲା ସିବ ପାର୍ବତୀ ବିବାହ +ମାଲକାନଗିରି:ଦଶ ଦିନିଆ ପନିପରିବା ଚାଷ ତାଲିମ କାର୍ଯ୍ୟକ୍ରମ +ବୌଦ୍ଧ ... ଆରସେଟି ବୌଦ୍ଧ ପକ୍ଷରୁ ଦପଲା ଗ୍ରାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ପନିପରିବା ଚାଷ ତାଲିମ ଆୟୋଜନ +ବୌଦ୍ଧ ଜିଲ୍ଲା ଲାଣ୍ଡିବନ୍ଧ ସ୍ଥିତ ଏସ. ବି. ଆଇ ଆରସେଟି ତରଫରୁ କଣ୍ଟାମାଳ ବ୍ଲକ ସ୍ତିତ ଦପଲା ଗ୍ରାମରେ 22 ଜଣ ମହିଳା ମାନଙ୍କୁ ନେଇ ଏକ ଦଶ ଦିନିଆ ପନିପରିବା ଚାଷ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । +ଏଥିରେ ସହକାରୀ ପ୍ରକଳ୍ପ ନିର୍ଦ୍ଧେଶକ (ଜୀବିକା ) ଜ୍ୟୋତ୍ସ୍ନା ରାଣୀ ପୁରୋହିତ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଟିକୁ ଆରମ୍ଭ କରିଥିଲେ । +ଅଗ୍ନିପଥ କୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ । +କାଲିମେଳା ତା ୨୭ /୬ କେନ୍ଦ୍ର ସରକାର ଙ୍କ ଅଗ୍ନିପଥ ଯୋଜନା କୁ ବିରୋଧ କରି ବା ସହ ପ୍ରତ୍ୟାହାର ଦାବିରେ ଆଜି ଓଡିଶା ପ୍ରଦେଶ କଂଗ୍ରେସ ନିର୍ଦେଶ କ୍ରମେ ପ୍ରତି ନିର୍ବାଚନ ମଣ୍ଡଳରେ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ବିରୋଧ କରାଯାଉଛି, ସେହି ପରି କାଲିମେଳା ବ୍ଲକ ର ଜାତୀୟ କଂଗ୍ରେସ ଦଳ ପକ୍ଷରୁ ବ୍ଲକ ସମ୍ମୁଖରେ ବିରୋଧ କରିବା ସଜ ପ୍ରତ୍ୟାହାର ଦାବିରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । +ଭାରତର ଯୁବକ ମାନଙ୍କ ଭବିଷ୍ୟତ କୁ ନେଇ ଖେଳୁଥିବା କେନ୍ଦ୍ର ସରକାର ଯଦି ଏହି ଯୋଜନାକୁ ପ୍ରତ୍ୟାହାର ନ କରନ୍ତି ତେବେ ଆଗାମୀ ଦିନ ମାନଙ୍କରେ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ଦଳ ପକ୍ଷରୁ କୁହାଯାଇଥିଲା ବେଳେ ପ୍ରତିବାଦ ର ସ୍ୱର ଜୋର ସୋର ଦେଖିବାକୁ ମିଳିଛି । +ବ୍ଲକ ର ପୂର୍ବ ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାଲା ମାଢି ଙ୍କ ନେତୃତ୍ୱ ରେ ଆଜିର ପ୍ରତିବାଦ ଏବଂ ପ୍ରତ୍ୟାହାର ଦାବି ର ଆୟୋଜନ କରାଯାଇଥିଲା ଏଥିରେ ବ୍ଲକ ଜାତୀୟ କଂଗ୍ରେସ ର ଅଧକ୍ଷ ଜ୍ୟୋତିଷ ମଣ୍ଡଳ, ମାଓ ନେତା ଭାବେ ପରିଚିତ ତଥା ନିର୍ଦୋନ୍ଦ ରେ ନବ ନିର୍ବାଚିତ ଲ୍ୟାମ୍ପସ ଅଧକ୍ଷ ଶୁକଦେବ କବାସୀ, ବଡ଼ିଗଟା ସରପଞ୍ଚ ଲିଲି ସୋଡି, ତେଲେରାଇ ସରପଞ୍ଚ ମୁତା ସୋଡି, ବରିଷ୍ଟ କର୍ମୀ ବିକାଶ ମଲ୍ଲିକ, ନୀଳ କଣ୍ଠ ପଟ୍ଟନାୟକ, ଦିଲୀପ ସିଲ, ନିର୍ମଳ ବରମନ, ଏହି ପରି ଶତାଧିକ ଦଳୀୟ କର୍ମୀ ମାନେ ଏହି ପ୍ରତିବାଦ ରେ ସାମିଲ ହୋଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । +ତିନୋଟି ଗ୍ରାମ ପଞ୍ଚାୟତର କର୍ମକର୍ତ୍ତା ମନୋନୟନ ସଭା +ବୌଦ୍ଧ ତା ୨୯/୦୫/୨୨ ରବିବାର ଦିନ ପୂର୍ବାହ୍ନ ଘ.୧୧.୩୦ ମି. ସମୟରେ ବୌଦ୍ଧ ଜିଲ୍ଲା ପାଣ-ଗଣ୍ତା ସମାଜ ବିକାଶ ପରିଷଦ,ବୌଦ୍ଧର ଆମ୍ବଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଢେଣମାଲ ଗ୍ରାମର କୁସୁମ ବଣିଠାରେ ପରିଷଦର ଉପଦେଷ୍ଟା ଶ୍ରୀଯୁକ୍ତ ଗୁରୁ ରତ୍ନାକର ଦାସଙ୍କ ସଭାପତିତ୍ବରେ ଆମ୍ବଗାଁ,ଉମା ଓ ଖୁଣ୍ଟିଗୋରା ତିନୋଟି ଗ୍ରାମ ପଞ୍ଚାୟତର କର୍ମକର୍ତ୍ତା ମନୋନୟନ ସଭା ଅନୁଷ୍ଠିତ ହୋଇଥିଲା । +ଏଥିରେ ପରିଷଦର ଜିଲ୍ଲା ସାଧାରଣ ସଂପାଦକ ଶ୍ରୀଯୁକ୍ତ ନବୀନ କୁମାର ଭଏନା ସଂଯୋଜନା କରିଥିଲେ । +ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପାଣ-ଗଣ୍ତା ସମାଜ ବିକାଶ ପରିଷଦ,ବୌଦ୍ଧର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାନନ୍ଦ, ସମ୍ମାନିତ ଅତିଥି ପରିଷଦର ଜିଲ୍ଲା ବରିଷ୍ଠ ସଦସ୍ଯ ତଥା ଶିକ୍ଷାବିତ ଶ୍ରୀଯୁକ୍ତ କ୍ଷେତ୍ରବାସୀ ଭୋଇ,ପରିଷଦର ଜିଲ୍ଲା ଉପଦେଷ୍ଟା ଶ୍ରୀଯୁକ୍ତ ଶେଷଦେବ ବେହେରା,ପରିଷଦର ଜିଲ୍ଲା ଉପ ସଭାପତି ଶ୍ରୀଯୁକ୍ତ ଗନ୍ଧର୍ବ ସାଗର, ପରିଷଦର ଜିଲ୍ଲା ଉପ ସଭାପତି ଶ୍ରୀଯୁକ୍ତ ଅଲେଖ ବେହେରା,ସମାଜ ସେବୀ ତଥା ବରିଷ୍ଠ ସଦସ୍ଯ ଶ୍ରୀଯୁକ୍ତ ରାମଦାସ ଜଗଦଳା,ବରିଷ୍ଠ ସମାଜ ସେବୀ ଗୌର ଚରଣ ନାଏକ, ପଲସାଗୋରା ଗ୍ରାମ ପଞ୍ଚାୟତର ସଭାପତି ଶ୍ରୀଯୁକ୍ତ ନରେନ୍ଦ୍ର ଦୀପ,ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ପଦ୍ମନାଭ ମୁନା, ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ଅର୍ଛୁ ଦୀପ,ବରିଷ୍ଠ ସମାଜ ସେବି ପରମେଶ୍ବର ହରିପାଲ, ବରିଷ୍ଠ ସମାଜ ସେବୀ ବିରଞ୍ଚି ମୁନା,ବରିଷ୍ଠ ସମାଜ ସେବୀ ଭଗବାନ ମୁନା,ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ କାଳିନ୍ଦୀ ବିଭାର, ବରିଷ୍ଠ ସମାଜ ସେବୀ ଶୀଯୁକ୍ତ ଲାଲଚାନ୍ଦ ବିଭାର, ଶିକ୍ଷାବିତ ଶ୍ରୀଯୁକ୍ତ ମହେନ୍ଦ୍ର ସୁନା,ଶ୍ରୀମତ କୁମ୍ଭାର, ଯୁବସମାଜ ସେବୀ ଶ୍ରୀଯୁକ୍ତ ମଦନ ସୁନ୍ଦର ହରିପାଲ,ସର୍ବ ପ୍ରଥମେ ବିଶ୍ବ ରତ୍ନ,ସମ୍ବିଧାନ ପ୍ରଣେତା,ସମାଜ କ୍ରାନ୍ତିକାରୀ ସ୍ବାଧୀନତା ସଂଗ୍ରାମୀ ଡଃ.ଭୀମରାଓ ରାମଜୀ ଆମ୍ବେଦକର, ସମାଜ ସେବୀ ସ୍ବର୍ଗତ ଫକିର ନାଗ, ସମାଜ ସେବୀ ସ୍ବର୍ଗତ ମହାନ୍ତି ମୁନା, ସମାଜ ସେବୀ ସ୍ବର୍ଗତ ଟିକେଧର ବିଭାର,ସମାଜ ସେବୀ ସ୍ବର୍ଗତ ଜୁଗଳ ବିଭାରଙ୍କ ଫୋଟୋ ଚିତ୍ର ସମ୍ମୁଖରେ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । +ଶ୍ରୀଯୁକ୍ତ ମଦନ ସୁନ୍ଦର ହରିପାଲ ସ୍ବାଗତ ଭାଷଣ ଦେଇଥିଲେ ଏବଂ ସଭାର ଉଦ୍ଦେଶ୍ୟ ବିଷୟରେ ସଭାପତି ଗୁରୁ ଶ୍ରୀ ରତ୍ନାକର ଦାସ ମହାରାଜ ସଭା ସଦ ବର୍ଗଙ୍କୁ ବୁଝାଇ ଦେଇଥିଲେ । +ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାନନ୍ଦ ଓ ସମ୍ମାନିତ ଅତିଥି ଶ୍ରୀଯୁକ୍ତ କ୍ଷେତ୍ରବାସୀ ଭୋଇ ଉଭୟ ନିଜ ନିଜ ରଚନାରୁ ଏକ ସଂଗଠନ ମାଧୟମରେ ଅଧିକାର ହାସଲ କିପରି ହୋଇପାରିବ ତାର ସଚେତନତାର ବାର୍ତ୍ତା ସୁନ୍ଦର କବିତା ମାଧ୍ୟମରେ ଏବଂ ଗିତଗାଇ ସଭାସଦଙ୍କୁ ଉତ୍ସାହିତ କରି ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । +ଏହାସହ ଅନ୍ୟତମ ସମ୍ମାନିତ ଅତିଥିମାନେ ଶ୍ରୀ ଶେଷଦେବ ବେହେରା,ଶ୍ରୀ ରାମଦାସ ଜଗଦଳା,ସଂଗଠନକୁ ମଜଭୁତ କରିବା ସହ ତାର ସୁଫଳ ରୂପାୟଣ ଉପରେ ମତ ପୋଷଣ କରିଥିଲେ । +ଏହାପରେ ମନୋନୟନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ଏବଂ ଏଥିରେ ଶିକ୍ଷାବିତ ଶ୍ରୀଯୁକ୍ତ ମହେନ୍ଦ୍ର ସୁନା,ଶ୍ରୀଯୁକ୍ତ ମଦନ ସୁନ୍ଦର ହରିପାଲ ସହଯୋଗ କରିଥିଲେ । +ଖୁବ ଶାନ୍ତି ଶୃଙ୍ଖଳା ସହିତ ପରିଷଦର ଶାଖା ତଥା ତିନୋଟି ଗ୍ରାମ ପଞ୍ଚାୟତର ୨୮ ଜଣ ଲେଖାଏଁ କର୍ମକର୍ତ୍ତାଙ୍କୁ ମନୋନୀତ କରାଯାଇଥିଲା ଏବଂ ବାବା ସାହେବଙ୍କ ପ୍ରତିଛବି ସମ୍ମୁଖରେ ନବ ନିର୍ବାଚିତ/ ମନୋନୀତ କର୍ମକର୍ତ୍ତାମାନଙ୍କୁ ପରିଷଦର ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ନବୀନ କୁମାର ଭଏନାଙ୍କ ଦ୍ବାରା ଶପଥ ପାଠ କରାଯାଇଥିଲା । +ଉକ୍ତ ସଭାରେ,ରାମଦାସ ସୁନା,ଚିନ୍ତାମଣି ହରିପାଲ,ଡୋଳାମଣୀ ସେନାପତି,କିର୍ତ୍ତନ ଦୀପ,ଜଳେଶ୍ବର କୁମ୍ଭାର,ଦିଲିପ ବିଶ୍ବାଳ, ପ୍ରଦୀପ ତାଣ୍ତି,ଶରତ ବିଭାର,ପପୁ ବିଭାର,ସୁବାସ ବିଭାର,ଶତପଥୀ ବିଭାର,ଟିକଚନ ବାଘ,ଘନ ମୁନା,ଶଙ୍କର ମୁନା,ବୃନ୍ଦାବନ ମୁନା,ସୁବାସ ମୁନା, ଶୁଶିଲ,ବିଭୁ,ପ୍ରଦୀପ,ପଞ୍ଚାଙ୍କ ସହ ପ୍ରାୟ ‍୫୦୦ ଶହ ଜଣ ସମାଜ ସେବୀ,କର୍ମକର୍ତ୍ତା ଉପସ୍ଥିତ ରହି ମନୋନୟନ ସଭାରେ ଭାଗ ନେଇଥିଲେ । +ଶେଷରେ ମଦନ ସୁନ୍ଦର ହରିପାଲ ଅତିଥି ଓ ଉପସ୍ଥିତ ଥିବା ସମସ୍ତ ଭଦ୍ର ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଦେଇଥିଲେ । +ଏତଦ ପରେ ସଭାପତିଙ୍କ ଦ୍ବାରା ସାଭା ସାଙ୍ଗ କରାଗଲା । +ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତରେ ମୌଳିକ ସମସ୍ୟା ଉପରେ ନୂତନ ଜନ ପ୍ରତିନିଧିଙ୍କୁ ନେଇ ବୈଠକ +ମାଲକାନଗିରି ବ୍ଲକ ର ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୬ ଗୋଟି ୱାର୍ଡ କୁ ନେଇ ଏକ ସ୍ୱତନ୍ତ୍ର ଭାବେ ବିଭିନ୍ନ ମୌଳିକ ସମସ୍ୟା ଉପରେ ଚମ୍ପାଖାରୀ ଗ୍ରାମର ମା କନକ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ନୂତନ ଜନ ପ୍ରତିନିଧିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । +ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ପୂର୍ବତ୍ତନ ବିଧାୟକ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ,ଓ ସମ୍ମାନିତ ଅତିଥି ଭାବରେ ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ ଯୋଗ ଦେଇ ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ର ୬ଟି ୱାର୍ଡ ର ମୁଖ୍ୟ ସମସ୍ୟା ପିଇବା ପାଣି ,ମୋବାଇଲ୍ ଟାୱାର ,ପଞ୍ଚାୟତ ର ସମସ୍ତ ମୁଖ୍ୟ ରାସ୍ତାର ନିର୍ମାଣ ,ସ୍ଥାୟୀ ଘର ବାରି ପଟ୍ଟା ,ମିଶନ ଶକ୍ତି ଗୃହ ,ଗୋଷ୍ଠି କେନ୍ଦ୍ର ,ନୂତନ ବିଜୁ ପକା ଘର ଓ ନୂତନ ଆବାସ ଗୃହ ପାଇଁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା ସହ ଲୋକଙ୍କ ଘରର ମନ ଇଛା ବିଦ୍ୟୁତ ବିଲ୍ ଦେବା ଓ ସତୀଗୁଡା ଡ୍ୟାମ୍ ସାଇଟ ଭୈରବୀ ମନ୍ଦିର ଛକ ଠାରୁ ୮କିମି ଇକୋ ପାର୍କ ରାସ୍ତାର କିଭଳି ଉନ୍ନତି କରଣ ହେବ ଆଲୋଚନା ହୋଇଥିଲା । +ଏଥିରେ ମାନ୍ୟବର ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରି କିଭଳି ସ୍ଥାୟୀ ଘର ବାରି ପଟ୍ଟା ,ବସୁଧା ଯୋଜନାରେ ପିଇବା ପାଣି ,ମୋବାଇଲ ଟାୱାର ଓ ସତୀଗୁଡା ମୁଖ୍ୟ ଇକୋ ପାର୍କ ନୂତନ ରାସ୍ତା ଯଥା ଶୀଘ୍ର କରିବା ପାଇଁ ପ୍ରତିଶ୍ରୁତି ଦେଲେ । +ଏହି ସ୍ୱତନ୍ତ୍ର ସଭାରେ ଅନ୍ୟମାନଙ୍କ ମଧ୍ୟରେ ସିନ୍ଦ୍ରିମାଲ ସରପଞ୍ଚ ଘାସି ନାୟକ ,ବରିଷ୍ଠ ଆଇନଜୀବୀ ଲୋମ୍ବଧର ତୁରୁକ ,ସମାଜସେବୀ ତଥା ଚମ୍ପାଖାରୀ ୱାର୍ଡ ସଭ୍ୟ ପୁର୍ଣ ଚନ୍ଦ୍ର ରାଜୁ ,ବିଜେଡି ଯୁବ ନେତା ସଦାନନ୍ଦ ଖରା ,ଅଭୟ ପଢ଼ିଆରୀ ସମସ୍ତ ୱାର୍ଡ ସଭ୍ୟ,ସଭ୍ୟା ,ସ୍ଥାନୀୟ ଗ୍ରାମ ମୁଖିଆ ,ସ୍ଥାନୀୟ ବୁଦ୍ଧିଜୀବୀ ଓ ୬ୱାର୍ଡ ର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ର ମା ମାନେ ଉପସ୍ଥିତ ଥିଲେ । +ଜାତୀୟ ଆଦିବାସୀ ନୃତ୍ୟ ପ୍ରତିଯୋଗିତାରେ ୩ୟ ସ୍ଥାନ ଅଧିକାର କଲା କୋରାପୁଟର ଦୁରୁଆ ନୃତ୍ୟ +ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଠାରେ ରବିବାର ଦିନ ଆୟୋଜିତ ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ଉତ୍ତମ ପ୍ରଦର୍ଶନ କରି କୋରାପୁଟ ଜିଲ୍ଲାର ଦୁରୁଆ ନୃତ୍ୟ ତୃତୀୟ ସ୍ଥାନ ଅଧିକାର କରିଛି । +ପୁଅଙ୍କୁ ବାଟ ଛାଡ଼ିବେ ବୟସ୍କ ନେତା +ଆମ ପରିକା ଯାହାର ବୟସ ହୋଇଗଲାଣି ସେମାନେ ନିର୍ବାଚନରୁ ନିବୃତ ରହିବା ଦରକାର । +ଯୁବକଙ୍କ ପାଇଁ ପଥ ପରିସ୍କାର କରିବା ସହ ସେମାନଙ୍କୁ ସହଯୋଗ କରିବା ଦରକାର ବୋଲି କହିଛନ୍ତି ପ୍ରଫୁଲ୍ଲ ସାମଲ । +ମନମୁଣ୍ଡାରେ ଦଧିବାମନ ଜୀଉ ଙ୍କ ସ୍ନାନ ପର୍ବ ପାଳିତ +ମନମୁଣ୍ଡା ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ଦଧିବାମନ ଜୀଉ ଙ୍କ ସ୍ନାନ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । +ଗତ ଦୁଇ ବର୍ଷ ସରକାରଙ୍କ କରୋନା କଟକଣା ମଧ୍ୟରେ ସ୍ନାନ ଯାତ୍ରା ପାଳିତ ହୋଇଥିବାରୁ ଶ୍ରଦ୍ଧାଳୁ କିମ୍ବା ଗ୍ରାମବାସୀ ଦର୍ଶନ କରି ପାରି ନ ଥିଲେ । +ଚଳିତ ବର୍ଷ କୌଣସି କଟକଣା ନଥିବାରୁ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ଅହେତୁକ ଆଗ୍ରହ ସହକାରେ ବହୁ ସଙ୍ଖ୍ୟାରେ ଉପସ୍ଥିତ ରହି ଶ୍ରୀ ଜୀଉଙ୍କ ସ୍ନାନ ପର୍ବ କୁ ଆନନ୍ଦର ସହ ଉପଭୋଗ କରି ନିଜ କୁ କୃତ୍ୟକୃତ୍ୟ ମନେକରି ଥିଲେ । +ସ୍ନାନ ପୂର୍ବରୁ ମନ୍ଦିରର ମୂଖ୍ୟ ପୂଜକ ଆଷୁତୋଷ୍ ହୋତା ନିତି କାନ୍ତି ସହ ପୂଜର୍ଚ୍ଚନା କରି ସାରିଲା ପରେ ପୂଜାରୀ ଶିବ ରଥ ଓ ରଘୁନାଥ ହୋତା ରତ୍ନସିଂହାସନ ରୁ ଶ୍ରୀ ଜୀଉ ଙ୍କୁ ସ୍ନାନ ବେଦିକୁ ପହଣ୍ଡି କରି ଆଣିଥିଲେ । +ଅବସରପ୍ରାପ୍ତ ଅଧ୍ୟାପକ ତଥା ପୂଜାରୀ ନିରଞ୍ଜନ ହୋତା ଓ ଶିବ ରଥ ମିଳିତ ଭାବରେ ୧୦୮ ଗରା ଗଙ୍ଗା ଜଳ ଓ ଶୁଦ୍ଧ ଔଷଧୀୟ ଜଳରେ ଶ୍ରୀ ଜୀଉ ଙ୍କୁ ସ୍ନାନ କରାଇଥିଲେ । +ଏହି ସ୍ନାନ ପର୍ବରେ ମନ୍ଦିର ପରିଚାଳନା କମିଟିର ସଭାପତି ବିପ୍ର ଚନ୍ଦ୍ର ବେହେରା ସମ୍ପାଦନ ଗଣେଶ ଲୋଇ କୋଷାଧ୍ୟକ୍ଷ ନରେନ୍ଦ୍ର ମେହେର ,ସଭ୍ୟ ଚନ୍ଦ୍ରଶେଖର ମେହେର ୱ । +ର୍ଡ଼ ସଭ୍ୟ ପଲଉ ରଥ,ଅଭିମନ୍ୟୁ ନାଏକ,ହରେକୃଷ୍ଣ ନାଏକ ଓ ମନମୁଣ୍ଡା ବ୍ରାହ୍ମଣ ସମାଜର ସଦସ୍ୟ ବୃନ୍ଦ ଙ୍କ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ । +ଶ୍ରୀମନ୍ଦିର ପ୍ରକଳ୍ପରେ ପୁଣି କେଁ: ଶିଖ୍ ସମୁଦାୟଙ୍କ ଆସ୍ଥା ପୀଠରେ ଶୌଚାଳୟ ନିର୍ମାଣ, ରିପୋର୍ଟ… +ପୁରୀ ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ପାରିପାଶ୍ୱିର୍କ ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ନିର୍ମାଣ ପାଇଁ ଉଦ୍ଦିଷ୍ଟ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ରେ ପୁଣି କେଁ ପଶିଛି । +ପୁରୀରେ ଶିଖ୍ ଧର୍ମାବଲମ୍ବୀଙ୍କ ଆସ୍ଥାର ପ୍ରତୀକ ଥିବା ଗୁରୁଦ୍ୱାର କୋଠା(ଶ୍ରୀମନ୍ଦିର ପାଶ୍ୱର୍ରେ ଥିବା)ରେ ଶୌଚାଳୟ ନିର୍ମାଣ କରାଯାଉଥିବା ନେଇ ଏକ ଭିଡିଓକୁ ନିଜ ଆଡ଼ୁ ଜାତୀୟ ସଂଖ୍ୟାଲଘୁ କମିଶନ ବିଚାରକୁ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି । +୧୦ଦିନ ମଧ୍ୟରେ ଜବାବ ରଖିବାକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ଜାତୀୟ ସଂଖ୍ୟାଲଘୁ କମିଶନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଇନଥିବା ଜଣାପଡ଼ିଛି । +ଜାତୀୟ ସଂଖ୍ୟାଲଘୁ କମିଶନ ଦେଇଥିବା ଅବଧି ଜୁନ୍ ୪ ତାରିଖରେ ଶେଷ ହୋଇଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏନେଇ ଗତକାଲି ରାଜ୍ୟ ସରକାର ରିପୋର୍ଟ ମାଗିଛନ୍ତି । +ଶିଖ୍ ଧର୍ମାବଲମ୍ବୀ ସର୍ବୋଚ୍ଚ ଗୁରୁ ନାନକ ଦେବ ପୁରୀଙ୍କ ଆଗମନର ସ୍ମୃତି ରକ୍ଷା ପାଇଁ ଚିହ୍ନଟ ହୋଇଥିବା ସ୍ଥାନରେ ଶୌଚାଳୟ ନିର୍ମାଣ କରୁଥିବାର ସଙ୍ଗୀନ ଅଭିଯୋଗକୁ ଜାତୀୟ ସଂଖ୍ୟାଲଘୁ କମିଶନଙ୍କ ନିଜଆଡ଼ୁ ବିଚାରକୁ ନେଇ ମେ’ ୨୬ତାରିଖରୁ ମୁଖ୍ୟ ସଚିବଙ୍କୁ ରିପୋର୍ଟ ତଲବ କରିଥିଲେ ମଧ୍ୟ ରାଜ୍ୟ ସରକାର ଏହି ବୈଧାନିକ ସଂସ୍ଥା ପ୍ରତି ମଧ୍ୟ ସମ୍ମାନ ଦେଖାଇବାକୁ ଉଚିତ୍ ମଣିନଥିବା ଜଣାପଡ଼ିଛି । +ଏସ୍‌ପିଙ୍କୁ ଭେଟି ପ୍ରତିବାଦ ଜଣାଇଲେ ଜିଲ୍ଲା ସାମ୍ବାଦିକ ସଂଘ +ନୀଳଗିରି ଉପଖଣ୍ଡରେ କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କ ବିରୋଧରେ ସ୍ଥାନୀୟ ପୁଲିସ ମିଥ୍ୟା ଆରୋପ ଲଗାଇ ଗିରଫ କରିବା ସହ ସେ ଡାକ୍ତରଖାନାରେ ଅସୁସ୍ଥ ହୋଇ ଭର୍ତ୍ତି ହୋଇଥିବା ବେଳେ ଜଣେ ଅପରାଧୀ ଭାବେ ତାଙ୍କ ଗୋଡ଼ରେ ବେଡ଼ି ପକାଇ ରଖିବା ଘଟଣାକୁ ବାଲେଶ୍ବର ଜିଲ୍ଲାର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ କଡ଼ା ନିନ୍ଦା କରାଯାଇଛି । +ଧାନର ଏମଏସପି କ୍ବିଣ୍ଟାଲ ପିଛା ୧୦୦ ଟଙ୍କା ବଢିଲା +କେନ୍ଦ୍ର ସରକାର ଧାନ ସମେତ ୧୭ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି । +ଏ ସଂପର୍କିତ ପ୍ରସ୍ତାବକୁ ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ମଂଜୁରୀ ଦିଆଯାଇଛି । +କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ୨୦୨୨-୨୩ ଖରିଫ ଋତୁ ପାଇଁ ସରକାର ୧୭ଟି ଫସଲର ଏମଏସପି ବୃଦ୍ଧି କରିଛନ୍ତି । +ଏମଏସପି ବୃଦ୍ଧି ଦ୍ବାରା କୃଷକଙ୍କ ଆୟ ଆହୁରି ବୃଦ୍ଧି ପାଇବ । +ସାଧାରଣ ଗ୍ରେଡ୍ ଧାନର ଏମଏସପି କ୍ବିଣ୍ଟାଲ ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୨୦୪୦ ଟଙ୍କାରେ ପହଞ୍ଚିଛି । +ସେହିପରି ଏ-ଗ୍ରେଡ ଧାନର ଏମଏସପି ୨୦୬୦ ଟଙ୍କାକୁ ବୃଦ୍ଧି ପାଇଛି । +ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାଯୋଗୁଁ ଧାନ ଉତ୍ପାଦନ ବୃଦ୍ଧି ପାଇବା ଆଶା କରାଯାଉଛି । +ମାତ୍ର ଅନ୍ତର୍ଜାତୀୟ ବଜାରରେ ରାସାୟନିକ ସାର ପାଇଁ ଉଦ୍ଦିଷ୍ଟ କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶରେ ସାର ମହଙ୍ଗା ହୋଇଛି । +ଏହା ଯୋଗୁଁ ଚାଷୀଙ୍କ ଖର୍ଚ୍ଚ ବୃଦ୍ଧି ପାଇବ । +ଏହାକୁ ଦୃଷ୍ଟିରେ ରଖି ଧାନର ଏମଏସପି ବୃଦ୍ଧି କରାଯାଇଥିବା କୁହାଯାଇଛି । +ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀଙ୍କ ମୟୂରଭଞ୍ଜ… +ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ବାସନ୍ତି ହେମ୍ବ୍ରମ୍ ମୟୂରଭଞ୍ଜ ଜିଲ୍ଲାଗସ୍ତରେ ଆସି ତା. ୨୪.୦୬.୨୦୨୨ ରିଖ ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଫେସିଲିଟେସନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଯୋଗ ଦେଇ ବିଭାଗୀୟ ଯୋଜନା କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଛନ୍ତି । +ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ ମୟୂରଭଞ୍ଜ ଜିଲ୍ଲାଗସ୍ତ କାର୍ଯ୍ୟକ୍ରମରେ ବିଶେଷ କରି ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ଶିଶୁ ପ୍ରକଳ୍ପ ଯୋଜନା ଓ ମିଶନ ଶକ୍ତି ବିଭାଗ ଯୋଜନାରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଯୋଜନା କାର୍ଯ୍ୟକ୍ରମ ଉପରେ ବିଶେଷ କରି ସମ୍ମନ୍ନିତ ଶିଶୁ ବିକାଶ, ମମତା, ମିଶନ ଶକ୍ତି ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ସଂମ୍ପର୍କରେ ସମୀକ୍ଷାମୂଳକ ଆଲୋଚନା କରିଥିଲେ । +ସମୀକ୍ଷାରେ ମହିଳା ଓ ଶିଶୁମାନଙ୍କ କଲ୍ୟାଣ ପାଇଁ ସରକାର ବିଭିନ୍ନ ଯୋଜନା କ୍ରମ ତ୍ୱରାନ୍ନିତ କରାଯାଉଥିବା ଉଲ୍ଲେଖ କରି କହିଲେ, ଯେ ବିଶେଷ କରି ମିଶନ ଶକ୍ତି ଯୋଜନା କାର୍ଯ୍ୟକ୍ରମରେ ମହିଳାମାନଙ୍କ ସାମାଜିକ ଅର୍ଥନୈତିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ । +ଏ ଦିଗରେ ରାଜ୍ୟର ୭୦ ଲକ୍ଷ ମହିଳା ଏସ୍‌ଏଚ୍‌ଜି ସଦସ୍ୟ ମାନଙ୍କ ପାଇଁ ବିଭିନ୍ନ ଆୟଭିତିକ କାର୍ଯ୍ୟକ୍ରମରେ ସହାୟତା ଯୋଗାଇ ଦିଆଯାଉଥିବାବେଳେ ଉଲ୍ଲେଖ କରି ମୟୁରଭଞ୍ଜ ଜିଲ୍ଲାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଗୁଡ଼ିକ ବିଭାଗୀୟ କ୍ଷେତ୍ର ଅଧିକାରୀମାନେ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟକ୍ରମ ଆଗେଇ ନେବାକୁ ଗୁରୁତ୍ୱାରୋପ କରିଥିଲେ । +ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟି ସାଧନ ଏବଂ ପ୍ରାକ୍ ଶିକ୍ଷାର ବିକାଶ ଦିଗରେ ଦୃଷ୍ଟି ଦେଇ ସମ୍ମନ୍ନିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକ୍ରମ ତ୍ୱରାନିତ କରିବାକୁ ପରାମର୍ଶ ଦେଇଥିଲେ । +ସମୀକ୍ଷାରେ ବୈଠକରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ୍ ପ୍ରଶାସନିକ କାର୍ଯ୍ୟକ୍ରମରେ ଜିଲ୍ଲାରେ ଓମାଡିସ ଯୋଜନା ସହାୟତାରେ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ, ପାନୀୟ ଜଳ ଓ ବିଦୁତ୍ୟ ଶକ୍ତି ଯୋଗାଣ ଆଦି ଆନୁସଂଗିକ ଭିତିଭୂମି ବିକାଶ କାର୍ଯ୍ୟକ୍ରମ ତରାନ୍ନିତ କରାଯାଉଥିବା ସୂଚାଇଥିଲେ । +ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ଯୋଜନା କାର୍ଯ୍ୟକ୍ରମରେ ବିଶେଷ ଧ୍ୟାନଦେଇ ଜିଲ୍ଲାରେ କାର୍ଯ୍ୟକ୍ରମ ତ୍ୱରାନ୍ନିତ କରାଯାଉଥିବା ପ୍ରକାଶ କରିବା ସହିତ ଆମ୍ବାଡିସି ପାଂଠି ସହାୟତାରେ ଗୃହ ନଥିବା ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ସକାଶେ ପ୍ରତି ଅଙ୍ଗନୱାଡି କେନ୍ଦ୍ର ପାଇଁ ୧୫ଲକ୍ଷ ଖର୍ଚ୍ଚ ଅଟକଳରେ କାର୍ଯ୍ୟକ୍ରମ କରାଯାଉଥିବା ସୂଚାଇବା ସହ ଏଥିରେ ଅଙ୍ଗନୱାଡି କେନ୍ଦ୍ରର ପାଚେରି ତଥା ଆନୁସଙ୍ଗିକ ଭିତି ଭୂମି ବିକାଶ ଆଦି ସୁବିଧା ଉପଯୋଗ କରାଯାଉଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ । +ସମୀକ୍ଷା ବୈଠକରେ ମୋରଡା ବିଧାୟକ ରାଜକିଶୋର ଦାଶ ଯୋଗ ଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ଯୋଜନାରେ ଯେଉଁସବୁ କାର୍ଯ୍ୟ କରାଯାଉଥିବା ଅଙ୍ଗନୱାଡି କେନ୍ଦ୍ରଗୁଡିକ ସୁପରିଚାଳନା ଦିଗରେ ଦୃଷ୍ଟି ଦେବା ଏବଂ ଏସ୍‌ଏଚ୍‌ଜି ମାନେ ବିଭିନ୍ନ ଆୟଭିତିକ କାର୍ଯ୍ୟକ୍ରମ ଗୁଡ଼ିକର ସଫଳ ରୂପାୟନ ନେଇ କ୍ଷେତ୍ର ସ୍ତରରେ ବିଭିନ୍ନ ଧନ୍ଦାମୂଳକ କାର୍ଯ୍ୟକ୍ରମରେ ଜ୍ଞାନ ଦକ୍ଷତା କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ଜ୍ଞାନ ଦକ୍ଷତା ବୃଦ୍ଧି କରିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । +ସମୀକ୍ଷା ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ତତ୍ୱାବଧାନରେ ପରିଚାଳିତ ଓଏଲ୍‌ଏମ୍ ଯୋଜାନାରେ ଏସ୍‌ଏଚ୍‌ଜି ମାନଙ୍କର ଆୟଭିତିକ କାର୍ଯ୍ୟକ୍ରମ ଗୁଡିକ ତ୍ୱରାନ୍ୱିତ କରାଯାଉଥିବା ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ପ୍ରକାଶ କରିଥିଲେ । +ବୈଠକରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କୁସୁମମାଳା ମିଶ୍ର ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଯୋଜନା କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାରେ ଜିଲ୍ଲାପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସମ୍ମନ୍ୱିତ ଶିଶୁ ବିକାଶ , ମମତା,ମିଶନ ଶକ୍ତି ଆଦି କାର୍ଯ୍ୟକ୍ରମ ସଂପର୍କରେ ସୂଚାଇଥିଲେ । +ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମର ସମୀକ୍ଷା ବୈଠକରେ ଡିପିସି, ମିଶନ ଶକ୍ତି, ସମସ୍ତ ସିଡିପିଓ ଓ ସଂପୃକ୍ତ ଲାଇନ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । +ବିରଳ ପ୍ରଜାତିର ନୂଆ କୋଚିଆ ମାଛ ଚିହ୍ନଟ +ଗୋପାଳପୁର ଜେଡ୍ଏସ୍‌ଆଇ ପକ୍ଷରୁ ଏକ ବିରଳ ତଥା ନୂଆ ପ୍ରଜାତିର କୋଚିଆ ମାଛ (ରିଙ୍କୋକଙ୍ଗର ସ୍ମିଥ୍) ଚିହ୍ନଟ ହୋଇଛି । +ଏହି ମାଛକୁ ଡ.ଦୀପାଞ୍ଜନ ରାୟ ଗତ ୨୦୧୮ ମସିହାରେ ପଶ୍ଚିମବଙ୍ଗ ସ୍ଥିତ ପେଟୁଆଘାଟ ମାଛ ଧରା କେନ୍ଦ୍ରରୁ ଗୋଟିଏ ଏବଂ ୨୦୨୦ ମସିହାରେ ଉପରୋକ୍ତ ସ୍ଥାନରୁ ୯୫ ମିଟର ଗଭିରରୁ ତିନୋଟି ମାଛ ମତ୍ସ୍ୟଜୀବୀମାନଙ୍କ ସହଯୋଗରେ ଉଦ୍ଧାର କରିଥିଲେ । +ନେସନାଲ୍ ମିଉଜିୟମ୍ ଅଫ୍ ମେରାଇନ୍ ବାୟୋଲୋଜି ଆଣ୍ଡ ଆକ୍ବାରିୟମ୍ ତାଇତ୍ବାନାର ବୈଜ୍ଞାନିକ ଡ.ହୁସନ ଚିଙ୍ଗ ହୋ ସେଠାରେ କିଛି ସମପ୍ରଜାତି ମାଛ ସହ ତୁଳନା କରିଥିଲେ । +ପରେ ଗୋପାଳପୁର ଜେଡ୍ଏସ୍‌ଆଇକୁ ଅଣାଯାଇ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ରର ବୈଜ୍ଞାନିକ ଡ.ଅନିଲ ମହାପାତ୍ର ଓ ଶୁଭ୍ରେନ୍ଦୁ ଶେଖର ମିଶ୍ର ଏହାର ପରୀକ୍ଷାନିରୀକ୍ଷା କରିଥିଲେ । +ଓଡିଶାର ବରିଷ୍ଠ ଆଇଏଏସ ଉଷା ପାଢୀଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସିକା ପୁରସ୍କାର +ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ ଉଷା ପାଢୀ ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସିକା ପୁରସ୍କାର । +ସାଧାରଣ ପ୍ରଶାସନ ଦିବସ ଉପଲକ୍ଷେ ତାଙ୍କୁ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । +ବିଜ୍ଞାନ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । +ଭାରସାମ୍ୟ ହରାଇ ଡ୍ରେନକୁ ଖସିଲା ଯାତ୍ରୀବାହି ବସ…. +ଡ୍ରାଇଭର ସମେତ 35ଜଣ ଯାତ୍ରୀ ସୁରକ୍ଷିତ… +ସର୍ପା ଘାତ ରେ ମହିଳାଙ୍କ ମୃତ୍ଯୁ +ଫୁଲବାଣୀ -21/6(ସୁନୀଲ ପଟନାୟକ )-କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ମାଦ । +ଙ୍ଗି ଗ୍ରାମ ରେ ସର୍ପାଘାତ ରେ ଜଣେ ମହିଳା ଙ୍କ ମୃତ୍ଯୁ ଘଟିଛି । +ମୃତକ ଜଣଙ୍କ ହେଲେ ନିଳନ୍ତି ମଲିକ । +ପରିବାର ଲୋକେ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା କୁ ଆଣିଥିଲେ ହେଲେ ତାଙ୍କର ମୃତ୍ଯୁ ଘଟିଥିଲା । +ସେ ଶୋଇଥିବା ଅବସ୍ଥାରେ କୁଆଡେ ଏକ ବିଷଧର ସାପ କାମୁଡ଼ିଦେଇଥିବା କୁହାଯାଉଛି । +କୋଟଗଡ଼ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିବା ଜଣାପଡିଛି । +ବେଆଇନ ଭାବେ ସରପଞ୍ଚ ଙ୍କ ଜାଲ ଦସ୍ତଖତ କରି ଚିଠି କରିବା ପଡିଲା ମହଙ୍ଗା, ଗିରଫ ହେଲେ ବ୍ୟବସାୟୀ +ମାଲକାନଗିରି : ସରପଞ୍ଚ ଙ୍କ ଜାଲ ଦସ୍ତଖତ କରି ବିଭିନ୍ନ ଶିକ୍ଷକଙ୍କୁ ବଦଳି କରାଇବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଓ ବିଡ଼ିଓ ଙ୍କୁ ଚିଠି କରିବା ଘଟଣା ରେ ଜଣେ ବିଶିଷ୍ଟ ବ୍ୟବସାୟୀ ମୌସୁମ ଖାଁ ମାଲକାନଗିରି ଜିଲ୍ଲା ମୋଟୁ ପୋଲିସ ଦ୍ୱାରା ଗିରଫ ସହ କୋର୍ଟ ଚାଲାଣ ହୋଇଥିବା ସୂଚନା ମିଳିଛି । +ସୂଚନା ଅନୁଯାୟୀ ଗତ କିଛି ଦିନ ପୂର୍ବରୁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ସରପଞ୍ଚ ରୁଚି କତାମ ଙ୍କ ଜାଲ ଦସ୍ତଖତ କରି ସ୍ଥାନୀୟ ଅଞ୍ଚଳର କିଛି ଶିକ୍ଷକ ଙ୍କୁ ବଦଳି କରାଇବା ପାଇଁ ମୋଟୁ ଅଞ୍ଚଳର ଜଣେ ବିଶିଷ୍ଟ ବ୍ୟବସାୟୀ ମୌସୁମ ଖାଁ ଜିଲ୍ଲା ଶିକ୍ଷାଧିକାରୀ ଓ ବିଡ଼ିଓ ଙ୍କୁ ଏକ ଚିଠି ସରପଞ୍ଚ ଙ୍କ ନାମରେ ପଠାଇ ଥିଲେ । +ତେବେ ଏନେଇ ଜାଣିବା ପରେ ମୋଟୁ ସରପଞ୍ଚ ରୁଚି କତାମ ତାଙ୍କ ଦସ୍ତଖତ କୁ ନକଲ କରି କିଛି ଶିକ୍ଷକ ବଦଳି ପାଇଁ ଚିଠି କରାଯାଇଥିବା ମୋଟୁ ଥାନା ରେ ଲିଖିତ ଅଭିଯୋଗ କରିଥିଲେ । +ଏହାପରେ ମୋଟୁ ପୋଲିସ ୫୦/୨୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଘଟଣାରେ ସମ୍ପୃକ୍ତ ଥିବା ମୌସୁମ ଖାଁ ନାମକ ବ୍ୟକ୍ତିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି । +ଦିଆସିଲି କାଠିରେ ଅଯୋଧ୍ୟା ରାମ ମନ୍ଦିର +ପବିତ୍ର ରାମ ନବମୀ ଅବସରରେ ଯୁବ ଚିତ୍ରଶିଳ୍ପୀଙ୍କ ନିଆରା କଳାକୃତି । +ଦିଆସିଲି କାଠିରେ ତିଆରି କଲେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିକୃତି । +ମୋଟ ୧୪ ଶହ ୨୩ ଟି ଦିଆସିଲି କାଠିରେ ୨୪ ଇଞ୍ଚ ଓସାର ଓ ୩୫ ଇଞ୍ଚ ଲମ୍ବ ରହିଛି ଏହି ରାମ ମନ୍ଦିର କଳାକୃତିରେ । +ପୁରୀ କୁମ୍ଭାରପଡ଼ାର ନିବାସୀ ସୁଦର୍ଶନ ସାହୁଙ୍କ ପୁଅ ଯୁବ ଚିତ୍ରଶିଳ୍ପୀ ଶ୍ୱାସତ ରଂଜନ ସାହୁ ଏହି ନିଆରା କଳାକୃତି କୁ ଦିଆସିଲି କାଠିରେ ତିଆରି କରିଛନ୍ତି । +ସେ ଏହି କଳାକୃତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବା ନେଇ ତାଙ୍କର ଇଚ୍ଛା ରହିଛି । +ହଷ୍ଟେଲ ଛାତରୁ ଡେଇଁ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ +ସୁନ୍ଦରଗଡ଼ ଜିଲ୍ଳା ଲେଫ୍ରିପଡା ଥାନା ଅନ୍ତର୍ଗତ ପଟୁଆଡିହି ପଞ୍ଚାୟତ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଅପର୍ଣ୍ଣା ପାଣ୍ଡେ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । +ଅିଯୁକ୍ତକ୍ତ ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ପଟେଲ ନିଲମ୍ବିତ ହୋଇଛନ୍ତି । +ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷ ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ ନିଲମ୍ବନ କରିଥିବା ଜଣାପଡ଼ିଛି । +ଏସ୍‌ସିବିରେ ୧୦୦ତମ ଅସ୍ଥିମଜ୍ଜା ପ୍ରତିରୋପଣ +ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏସ୍‌ସିବି ମେଡିକାଲ୍‌ କଲେଜ ଆଉ ଏକ ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛି । +ହେମାଟୋଲୋଜି ବିଭାଗ ପକ୍ଷରୁ ବୁଧବାର ୧୦୦ତମ ଅସ୍ଥିମଜ୍ଜା ପ୍ରତିରୋପଣ ସଫଳତାର ସହ କରାଯାଇଛି । +ଭାରତରେ କୌଣସି ସରକାରୀ ମେଡିକାଲ୍‌ କଲେଜରେ ଏହା ପ୍ରଥମ ଘଟଣା ଓ ପୂର୍ବ ଭାରତରେ ଟାଟା ମେଡିକାଲ୍‌ ସେଣ୍ଟର ପଛକୁ ଦ୍ବିତୀୟ ସର୍ବାଧିକ ପ୍ରତିରୋପଣ କରାଯାଇଥିବା କୁହାଯାଉଛି । +ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରତିରୋପଣ ସ˚ପୂର୍ଣ୍ଣ ଭାବେ ମାଗଣାରେ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । +ମୋଦି ସରକାରଙ୍କ ଅର୍ଥନୈତିକ ସଂସ୍କାର କାରଣରୁ ଗରୀବ ଲୋକମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇଛି:… +ସମାଜର ତଳସ୍ତରରେ ବାସ କରୁଥିବା ସବୁଠୁ ଗରୀବ ଲୋକ କିଭଳି ବିକାଶର ଲାଭ ପାଇପାରିବ ଏବଂ ଗରୀବଙ୍କ ଉତ୍‌ଥାନକୁ ପ୍ରାଥମିକତା ଦେଇ କେନ୍ଦ୍ରରେ ମୋଦି ସରକାର କାର୍ଯ୍ୟରତ । +୨୦୧୪ ମସିହା ପୂର୍ବରୁ ଉପା ସରକାର ସମୟରେ ଦେଶର ଅର୍ଥନୀତି ସଂପୂର୍ଣ୍ଣ ଦୁର୍ବଳ ଥିଲା । +ଅନ୍ତଦ୍ୟୋୟକୁ ପ୍ରାଥମିକତା ଦେଇ ଆର୍ଥିକ ଦୁର୍ବଳ ଅନଗ୍ରସର ଲୋକମାନଙ୍କୁ ଦେଶର ଆର୍ଥିକ ଅର୍ଥନୈତିକ ବ୍ୟବସ୍ଥା ସହ ଯୋଡି ହେବା ପାଇଁ ମୋଦି ସରକାର ବହୁ ସଂସ୍କାର ଆଣିଛନ୍ତି ଏବଂ ଏହା ଦ୍ୱାରା ଗରୀବ ଲୋକମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇପାରିଛି । +ବର୍ତମାନ ବିଭିନ୍ନ ସରକାରୀ ଯୋଜନାର ଲାଭ ସିଧାସଳଖ ହିତାଧିକାରୀମାନଙ୍କ ପାଖକୁ ପହଂଚିପାରୁଛି । +ଦେଶ ସ୍ୱାଧୀନତାର ୭୫ ବର୍ଷ ପୁର୍ତି ଅବସରରେ ବତ ନବେ ଦଶକରେ ଆରମ୍ଭ ହୋଇଥିବା ଅର୍ଥନୈତିକ ସଂସ୍କାରକୁ ବିଶ୍ଳେଷଣ କଲେ ପ୍ରଧାନମନ୍ତ୍ରୀ ଶ୍ର୍ରୀ ନରେନ୍ଦ୍ର ମୋଦି ସବୁଠାରୁ ବଳିଷ୍ଠ ଅର୍ଥନୀତି ସଂସ୍କାରକ ଭାବେ ଉଭା ହେବେ । +ଅନ୍ୟ ପଟେ ଯୋଜନାବଦ୍ଧ ଭାବେ ଚଂଚକତା କରି ଗରୀବଙ୍କ ଟଙ୍କାକୁ ହଡପ୍ କରିବାର ରାଜ୍ୟ ସରକାରଙ୍କ ବାରମ୍ବାର ପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ ଏବଂ ଗରୀବମାରଣ ନୀତିକୁ ସ୍ପଷ୍ଟ କରୁଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । +ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଜରିବାରେ ଦେଶର ୪୫କୋଟିରୁ ଅଧିକ ଗରିବ ଲୋକଙ୍କର ବ୍ୟାଙ୍କ ଆକାଉଂଟ ଖୋଲାଯାଇ ପ୍ରାୟ ୧ଲକ୍ଷ ୭୬ ହଜାର ୮୦୦ କୋଟି ଟଙ୍କା ଡିପୋଜିଟ ହୋଇଛି । +ସମୁଦାୟ ଜନଧନ ଖାତାର ୫୫ ପ୍ରତିଶତ ହେଉଛନ୍ତି ମହିଳା । +ଓଡିଶାରେ ୭୪ଲକ୍ଷ ୨୦ ହଜାର ୬୬୫ ପରିବାରର(୯୯.୮୫ ପ୍ରତିଶତ) ବ୍ୟାଂକ ଆକାଉଂଟ ରହିଛି । +ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବ୍ୟାଂକ ଆକାଉଂଟଧାରିଙ୍କୁ ବାର୍ଷିକ ମାତ୍ର ୧୨ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କାର ମାଗଣା ଦୁର୍ଘଟଣା ବୀମା ସୁବିଧା ଯୋଗାଇ ଦିଆଯାଉଛି ଏବଂ ବର୍ତମାନ ସୁଦ୍ଧା ୨୮.୧୯ କୋଟି ଲୋକ ଉପକୃତ ହୋଇଛନ୍ତି । +ଜନଧନ-ଆଧାର-ମୋବାଇଲକୁ ଯୋଡିବା ଫଳରେ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିଛି । +ଡିବିଟି କାରଣରୁ ଆର୍ଥକ ସହାୟତା ବାଟମାରଣା ହୋଇନପାରି ସିଧାସଳଖ ବ୍ୟାଂକ ଆକାଉଂଟକୁ ଆସୁଛି ଏବଂ ଗରୀବ ଓ ବଂଚିତମାନଙ୍କ ଆର୍ଥିକ ସୁରକ୍ଷା ସୁନିଶ୍ଚିତ ହୋଇଛି । +ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବାର୍ଷିକ ୩୩୦ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କାର ଜୀବନ ବୀମା ସୁରକ୍ଷା ମିଳୁଛି । +ଅଟଳ ପେନସନ ଯୋଜନାରେ ୬୦ ବର୍ଷ ପରେ ମାସିକ ପେନସନ ଗ୍ୟାରେଂଟି ଦେଉଛି ଏବଂ ବର୍ତମମାନ ସୁଦ୍ଧା ୪ କୋଟିରୁ ଉର୍ଦ୍ଧ୍ୱ ପଂଜିକୃତ ହୋଇଛନ୍ତି । +ସେହିପରି ମୁଦ୍ରା ଯୋଜାନାରେ ୩୪.୪୨କୋଟି ଋଣ ଆକାଉଂଟ ଜରିଆରେ ଉଦ୍ୟୋଗୀମାନଙ୍କୁ ୧୮.୬୦ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । +ଉଠା ଦୋକାନୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ସହଜ ଲଘୁ-ଋଣ ଜରିଆରେ ବର୍ତମାନ ସୁଦ୍ଧା ୩୦ଲକ୍ଷ ଉଠାଦୋକାନୀଙ୍କୁ ୩୨୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । +ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାରେ ଉଦ୍ୟୋଗ ପ୍ରତିଷ୍ଠା ଲାଗି ୧.୩୫ଲକ୍ଷ ଅନୁସୁଚିତ ଜାତି ଓ ଜନଜାତିବର୍ଗ ଏବଂ ମହିଳା ଉଦ୍ୟୋଗୀମାନଙ୍କୁ ୧୪୫୦୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି । +ଦୀନଦୟାଲ-ଅନ୍ତଦ୍ୟୋୟ ରାଷ୍ଟ୍ରୀୟ ଜୀବିକା ମିଶନ ଯୋଜନାରେ ବର୍ତମାନ ସୁଦ୍ଧା ଦେଶର ୮.୨୪ କୋଟି ଗ୍ରାମୀଣ ମହିଳାମାନଙ୍କୁ ୭୫.୬୫ ଲକ୍ଷ ଏସଏଚଜି ଜରିଆରେ ଆର୍ଥିକ ସଶକ୍ତିକରଣ କରାଯାଇଛି ଏବଂ ଆଗାମୀ ୨୦୨୪ ମସିହା ସୁଦ୍ଧା ଏହି ସଂଖ୍ୟାକୁ ୧୦ କୋଟି କରିବା ପାଇଁ ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି । +୨.୯୪ କୃଷକଙ୍କୁ କିଶାନ କାର୍ଡ ଜରିଆରେ ୩.୨୨ଲକ୍ଷ କୋଟି ଟଙ୍କାର କ୍ରେଡିଟ ସୁବିଧା ଯୋଗାଇ ଦିଆଯାଇଛି । +ଝିଅ ପିଲାଙ୍କ ଭବିଷ୍ୟତକୁ ଧ୍ୟାନ ରଖିି ସୁକନ୍ୟା ସମୃଦ୍ଧି ଯୋଜନାରେ ସର୍ବାଧିକ ସୁଧ ସହିତ ୨.୭୩ କୋଟି ଆକାଉଂଟ ଜରିଆରେ ୧.୧୯ ଲକ୍ଷ କୋଟି ଟଙ୍କାର ସଂଚିତ କରାଯାଇଛି । +କେବଳ ବ୍ୟାଂକ ଜରିଆରେ ନୁହେଁ ବରଂ ଅପହଂଚଚ ଅଂଚଳରେ ପୋଷ୍ଟ ଅଫିସ ଜରିଆରେ ବ୍ୟାଂକିଂ ସୁବିଧା ଯୋଗାଇ ଦିଆଯାଉଛି । +ମୋଦି ସରକାରଙ୍କ ଆର୍ଥିକ ସଂସ୍କାର କାରଣରୁ ଦେଶର ଜିଡିପି ୧୦ ପ୍ରତିଶତରୁ ଅଧିକ ଅଛି, ରପ୍ତାନୀ ୪୦ ବିଲିୟନ ଡଲାରରେ ପହଂଚିଛି, ବିଦେଶ ପୁଂଜିନିବେଶ ବୃଦ୍ଧି ପାଇଛି । +ଜିଏସଟି, ଶ୍ରମ, ବ୍ୟାଂକ, ଜମି ଓ କୃଷି କ୍ଷେତ୍ର ଇତ୍ୟାଦିର ଅର୍ଥନୀତି ଉପରେ ପରିଣାମ ସୁଦୁର ପ୍ରସାରୀ ହେବ ବୋଲି ଡ.ଲେଖାଶ୍ରୀ କହିଛନ୍ତି । +ଅନ୍ୟ ପଟେ ଡିବିଟି କାରଣରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି । +ଦୁର୍ନୀତିଗ୍ରସ୍ତ ଶାସକ ବିଜେଡି ଚଂଚକତା କରି କେନ୍ଦ୍ରୀୟ ଅନୁଦାନ ଅର୍ଥକୁ ହରିଲୁଟ୍ କରୁଛି । +ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ରାଜ୍ୟ ଶାସନ ଗାଦିକୁ ଜାବବୁଡି ଧରିବା ପାଇଁ ଗରିବଙ୍କ ଲୋକଙ୍କ ସରଳତାର ସୁଯୋଗ ନେଉଛନ୍ତି । +ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ରୀୟ ଆର୍ଥିକ ସହାୟତାକୁ ନିଜ ଯୋଜନା କହି ଓଡିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର । +ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ପ୍ରତି କେଜି ଚାଉଳ ପିଛା ୨୯ ଟଙ୍କା ହିସାବରେ ସମସ୍ତ ହିତାଧିକାରଙ୍କ ଟଙ୍କା ବାବଦରେ କେନ୍ଦ୍ର ସରକାର ନିଜ ଅଂଶ ରାଜ୍ୟ ସରକାରଙ୍କୁ ପ୍ରଦାନ କରୁଛନ୍ତି । +ମାତ୍ର ରାଜ୍ୟ ସରକାର କେଜି ପ୍ରତି ୧୫ ଟଙ୍କିଆ ଚାଉଳ ଯୋଗାଇ ବଳକା ୧୫ ରୁ ୧୭ ଟଙ୍କା ହଡପ୍ କରୁଛନ୍ତି । +ଏହା କେବଳ ମହାଦୁର୍ନୀତି ନୁହେ, ବରଂ ଗରୀବଲୋକଙ୍କ ପ୍ରତି ପ୍ରତାରଣା ବୋଲି ଡ.ଲେଖାଶ୍ରୀ କହିଛନ୍ତି । +କେବଳ କ୍ଷମତାକୁ ଆସିବା ପାଇଁ ନୁହେଁ, ବରଂ ଗରୀବଙ୍କ ପ୍ରକୃତ ବିକାଶ ପାଇଁ ଧ୍ୟାନ ଦିଅନ୍ତୁ ରାଜ୍ୟ ସରକାର । +ରାଜ୍ୟ ସରକାର ମୋଦୀ ସରକାଙ୍କ ଅର୍ଥନୈତିକ ସଂସ୍କାର ଦ୍ୱାରା କିପରି ଓଡ଼ିଶାରେ ଲୋକେ ଉପକୃତ ହେବେ ଓ ଗରିବ, ଖଟିଖିଆ ଓ ମହିଳାଙ୍କ ସମୃଦ୍ଧି ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରିବାକୁ ଡ.ଲେଖାଶ୍ରୀ କହିଛନ୍ତି । +ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ଶ୍ରୀ ବଳଭ୍ରଦ ମାଝୀ ଏବଂ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍ ଉପସ୍ଥିତ ଥିଲେ । +ପଞ୍ଚଭୂତରେ ବିଲୀନ ହେଲା ମୃତ ଯବାନଙ୍କ ପାର୍ଥୀବ ଶରୀର, ଜନ୍ମ ମାଟିରେ ଦିଆଗଲା ଶେଷ ସଲାମ +BSF ଯବାନ ମାନେ ଯୁଦ୍ଧ କ୍ଷେତ୍ରରେ କିଭଳି ବିଭିନ୍ନ ପ୍ରକାର ଗାଡି ମୋଟର ଚାଳନା କରିବେ ସେ-ନେଇ BSF (ସୀମା ସୁରକ୍ଷା ବାହିନୀ) ର ହେଡ୍-କନଷ୍ଟେବଳ ତଥା ମୋଟର ଟ୍ରାନ୍ସପର୍ଟର ଇନ୍ସଟ୍ରକ୍ଟର ଓଡ଼ିଆ ଯବାନ ଜୟ ପ୍ରକାଶ ମହାପାତ୍ର ନିଜର ସାଥି ଯବାନ ମାନଙ୍କୁ ଟ୍ରେନିଂ ଦେଉଥିବା ବେଳେ ଘଟିଲା ଦୁର୍ଘଟଣା । +ଆଉ ସେହି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଗଲା । +ଚିତ୍ରକୋଣ୍ଡା ଥାନା ଦ୍ଵାରା ବିପୁଳ ପରିମାଣର ଗଞ୍ଜେଇ ଜବତ ଚାରି  ଗିରଫ +ଚିତ୍ରକୋଣ୍ଡା :-୨୧/୦୫/୨୦୨୨ ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ମନ୍ତ୍ରୀଫୁଟ ଛକ ଠାରେ   ପୋଲିସ ୨୫୩ କେଜି ୩୦୦ ଗ୍ରାମ ଗଂଜେଇ ଜବତ କରିବା ସହ ୪ ଜଣ ଙ୍କୁ ଗିରଫ କରିଛି । +ସୂଚନା ଅନୁଯାୟୀ ଗତକାଲି  ଚିତ୍ରକୁଣ୍ଡା ଥାନା ଏସ ଆଇ ସର୍ବେଶ୍ୱର ଭୋଇଙ୍କ ନେତୃତ୍ୱରେ ପୋଲିସ  ର ଏକ ଟିମ ଦିନ ୧୧ ଟା ସମୟରେ ଚିତ୍ରକୁଣ୍ଡା ବାଲିମେଳା ରାସ୍ତାର ମନ୍ତ୍ରୀଫୁଟ ଛକ ଠାରେ ଗାଡି ମୋଟର ଯାଞ୍ଚ କରୁଥିବା ସମୟରେ ଏକ ଟାଟା ଏରିଆ ଗାଡି ନଂ ଜେ ହେଚ  ୦୫ ବି ଜି ୩୮୭୦ ରେ ଗଂଜେଇ ଭର୍ତ୍ତି ହୋଇ ରହିଥିବା ଜାଣିବାକୁ ପାଇଥିଲେ । +ପୋଲିସ ଗଞ୍ଜେଇ ଜବତ କରିବା ସହ ଚାରିଜଣ ଚାଲାଣକାରୀ ଙ୍କୁ ଥାନାକୁ ନେଇଥିଲା । +ଜବତ ଗଞ୍ଜେଇ କୁ ଓଜନ କରିବା ପରେ ଏହା ୨୫୩ କେଜି ୩୦୦ ଗ୍ରାମ ଏବଂ ଏହାର ଆନୁମାନିକ ମୁଲ୍ୟ ପଚିଶ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ କହିଛି । +ଜବତ ଗଞ୍ଜେଇ ଓଡିଶାରୁ  ବିହାର ରାଜ୍ୟ କୁ ଚାଲାଣ ହେଉ ଥିଲା ବୋଲି ପୋଲିସ ସୂଚନା ଦେଇଛି । +ଏନେଇ ଚିତ୍ରକୁଣ୍ଡା ଥାନା କେଶ ନଂ ୬୨/୨୨ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରାଯାଇ ଗଂଜେଇ ଚୋରା ଚାଲାଣ କାରୀ ସୁନୀଲ କୁମାର ଗ୍ରାମ ଵଂଭାଇ ବିହାର, ହରେନ୍ଦ୍ର କୁମାର ଗ୍ରାମ ରାମପୁର ବିହାର,ବିଜେନ୍ଦ୍ର କୁମାର ଗ୍ରାମ ତଳାର ବିହାର ,ପ୍ରକାଶ ସରଦାର ଗ୍ରାମ ଏମ ଭି ୩୩ ମାଲକାନଗିରି,ସମସ୍ତ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ଚିତ୍ରକୁଣ୍ଡା ଏସ ଡି ପି ଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି । +ସି ଆର ପି ଏଫ ଏ ଡି ଜି କନ୍ଧମାଳ ରେ ମାଓ ମୁକାବିଲା ନେଇ ଆଲୋଚନା +ଫୁଲବାଣୀ 17/6 ଶୁକ୍ରବାର ଦିନିକିଆ କନ୍ଧମାଳ ଗ୍ରସ୍ତରେ ସିଆରପିଏଫ ଏ ଡିଜି ନିତିନ ଅଗ୍ରୱାଲ ଆସି ପହଂଚିଥିଲେ । +ପହଂଚିବା ପରେ ଏ ଡିଜି ଅଗ୍ରୱାଲ ଙ୍କୁ ସି ଆର ପି ଏଫ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଧନା ଦିଆଯାଇଥିଲା । +ଏକ ସ୍ୱତନ୍ତ୍ର ହେଲିକପ୍ଟର ରେ ସିଆର ପି ଏଫ ଏ ଡିଜି ଅଗ୍ରୱାଲ ଫୁଲବାଣୀର ମାଦିକୁନ୍ଦା ସ୍ଥିତ ପୋଲିସ ବ୍ୟାରେକ ହେଲିପ୍ୟାଡ଼ ରେ ଓଲାଇଥିଲେ । +ସେଠାରୁ ଗୋଛପଡ଼ା ରେ ଥିବା ୧୨୭ ନମ୍ବର ସିଆରପିଏଫ କ୍ୟାମ୍ପ କୁ ଯାଇ ଯବାନ ମାନଙ୍କୁ ଆଲୋଚନା କରିଥିଲେ । +ସେଠାରେ ଅୟୋ ଜିତ ଏକ ବୈଠକ ରେ ଯୋଗଦେଇ ମାଓ ଗତି ବିଧିଉପରେ ସମୀକ୍ଷା କରିଥିଲେ । +ଜିଲାରେ ମାଓ ଦମନ କ୍ଷେତ୍ର ରେ ସି ଆର ପି ଏଫ ଯବାନ ମାନଙ୍କ ଉଲ୍ଲେଖନୀୟ ଭୂମିକା କୁ ଭୁୟସୀ ପ୍ରଶଂସା କରିଥିଲେ । +ଅତିରିକ୍ତ ଡିଜି ଙ୍କ ଗସ୍ତ ଫଳରେ ଜିଲାରେ ସି ଆର ପି ଏଫ ଯବାନ ମାନଙ୍କ ମନୋବଳ ବୃଦ୍ଧିପାଇବ ବୋଲି କୁହାଯାଉଛି । +ଏ ଡିଜି ଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । +ମାଓ ଅଂଚଳ ରେ ଏ ଡି ଜି ଙ୍କ ଗସ୍ତ କୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । +ଚିତ୍ରକୋଣ୍ଡା ବନାଞ୍ଚଳ ଦ୍ଵାରା ଭଲିବଲ ଟୁନାମେଣ୍ଟ ଅନୁଷ୍ଠିତ +ଚିତ୍ରକୋଣ୍ଡା -27/04/2022-ମାଲକାନଗିରି ଜିଲା ବନଖଣ୍ଡ ଅଧୀନ ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ ଙ୍କ ଆହ୍ୱାନ କ୍ରମେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କତାପାଲି ଙ୍କ ଅଧକ୍ଷତାରେ ବଡ଼ପଦର ନାଏବ ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ମାନଙ୍କ ଉପସ୍ଥିତିରେ ବଡପଦର ଠାରେ ସ୍ୱାଭିମାନ ଅଞ୍ଚଳ ର ଆଠଗୋଟି ଭଲିବଲ ଟିମ ଯଥା -ବଡ଼ପଡା, ଯୋଡ଼ାମ୍ବ, ଇସକାପାଲି, ପାଲାମ, ଖଜୁରିଗୁମା, ଆରଏସସି ନଅ ନମ୍ବର, ସାରିଆପାଲି ଓ ବନଗୁର ଭଲିବଲ ଟିମ କୁ ନେଇ ଭକିବଲ ଟୁନାମେଣ୍ଟ ର ଆୟୋଜନ କରାଯାଇ ଦୁଇ ଦୁଇ ଟିମ କୁ ନେଇ ଭଲିବଲ ଖେଳା ଯାଇଥିଲା ଆଠ ଗୋଟି ଭଲିବଲ ଟିମ ମଧ୍ୟରୁ ବନଗୁରୁ ଏବଂ ବଡ଼ପଡା ଭଲିବଲ ଟିମ ଫାଇନାଲ କୁ ଯାଇଥିଲେ । +କେ ବି ପି କ୍ରିକେଟ ଟର୍ଣ୍ଣ । +ମେଣ୍ଟ ଉଦଯାପିତ +ମାଲକାନଗିରି:ମାଲକାନଗିରି ସଦର ମହକୁମା ତଳସ । +ହି କ୍ରିକେଟ ପଡିଆ ଠାରେ କେ ବି ପି କ୍ରିକେଟ ଟର୍ଣ । +ମେଣ୍ଟ ର ଉଦଯାପନ ହୋଇଯାଇଛି । +ଏହି ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ପୌରପରିଷଦ ଉପ । +ଦ୍ଧକ୍ଷ । +କବିତା ମାହୁନ୍ତ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ଶିକ୍ଷାବିତ୍ ତଥା ସମାଜ ସେବୀ ସିମ । +ଞ୍ଚଳ ପଣ୍ଡା,ସମାଜ ସେବୀ ଦିନ ବନ୍ଧୁ ପାଟଲି ଏବଂ କାଉନସିଲର ପେଣ୍ଡରା ପ୍ରସାଦ ପଣ୍ଡା ଯୋଗ ଦେଇଥିଲେ । +ଫାଇନାଲ ମ୍ୟାଚ ରେ ସନ୍ତୋଷ୧୧ ସହ କୋରୁକୋଣ୍ଡା ୱାରିଅର୍ ମଧ୍ୟରେ କ୍ରିକେଟ ମ୍ୟାଚ୍ ହୋଇଥିଲା । +ଏଥିରେ ସନ୍ତୋଷ ୧୧ ବିଜୟ ଲାଭ କରିଥିବା ବେଳେ ରୋନର ଅପ ତଥା ଉପ ବିଜେତା ଭାବରେ କରୁକୋଣ୍ଡା ୱାରିଓର ହୋଇଥିଲେ । +ବିଜେତା କୁ ୩୫ହଜାର ଟଙ୍କା ନଗଦ ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉପ ବିଜେତା କୁ ୨୫ ହଜାର ଟଙ୍କା ନଗଦ ସହ ଟ୍ରଫି ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । +ଏହି ଟର୍ଣା ମେଣ୍ଟ ୮ ଦିନ ଧରି ଚାଲିଲା । +ଏଥିରେ ୧୬ ଟି ଟିମ୍ ଭାଗ ନେଇଥିଲେ । +ଏହି ଟୋର୍ଣ୍ଣ । +ମେଣ୍ଟ ରେ ବେଷ୍ଟ୍ ପ୍ଲାୟର,ମ୍ୟାନ ଅଫ ଦି ମ୍ୟାଚ୍,ମ୍ୟାନ ଅଫ ସିରିଜ ମଧ୍ୟ ଘୋଷୋଣ । +କରାଯାଇ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । +ଏହି ଟର୍ଣ୍ଣ । +ମେଣ୍ଟ ର ଆୟୋଜନ ରେ ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ ବହୁ ସହାୟତା କରିଥିବା ରୁ ଟର୍ଣ୍ଣ । +ମେଣ୍ଟ ଆୟୋଜକ କମିଟି ପୋକ୍ଷ ରୁ କୃତଜ୍ଞତା ଜଣାଇଛନ୍ତି । +ଆଜାଦିକା ଅମୃତ ମହୋତ୍ସବ ଉପଲକ୍ଷେ ସ୍ୱାଧିନତା ସଂଗ୍ରାମୀଙ୍କୁ ପୁଷ୍ପମାଲ୍ୟ +ଯୁବମୋର୍ଚ୍ଚା ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ (ସାମାଜିକ ନ୍ୟାୟ ପକ୍ଷ) ୧୮ଟି ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି । +ଦେଶର ୭୫ତମ ସ୍ୱାଧିନତା ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦୀର୍ଘ ୧୫ ଦିନ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । +ସ୍ଥାନୀୟ ମୁକ୍ତି ଯୋଦ୍ଧା, ସ୍ୱାଧିନତା ସଂଗ୍ରାମୀ ଯେଉଁମାନଙ୍କ କୀର୍ତିରାଜି ଆଜି ବି ଅବଦ୍ଧିତ ଅଛି ସେମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲା ଯୁବମୋର୍ଚ୍ଚା । +ସେନାନି ବା ପାରା ମିଲିଟାରି ଯୋଦ୍ଧମାନେ ଦେଶପାଇଁ ଜୀବନ ଦେଇଛନ୍ତି ସେହି ସହୀଦ ପରିବାରକୁ ଯାଇ ସମ୍ମାନ କାଯାଇଥିଲା । +ସ୍ୱାଧିନତା ସଂଗ୍ରାମୀ ମାନଙ୍କ ସ୍ଥଳକୁ ଯାଇ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ସେଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । +ଭଦ୍ରକ ଜିଲ୍ଲା ଇରମଠାରେ ବାଂଛାନିନ୍ଦି ଭୋଇଙ୍କ ଜନ୍ମ ଜୟନ୍ତୀ ଅବସରରେ ଲବଣତୀର୍ଥ ଚୂଡାମଣିରୁ ଇରମଯାଏ ପଦଯାତ୍ରାରେ ରାଜ୍ୟ ସଭାପତି ସମୀରମହାନ୍ତି ଯୋଗ ଦେଇଥିଲେ । +ରକ୍ତତୀର୍ଥ ଇରମରେ ୨୯ ଜଣ ସହୀଦଙ୍କ ସମାଧିପୀଠ ଓ ସ୍ମୃତି ସ୍ତମ୍ଭରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । +ଯୁବମୋର୍ଚ୍ଚା ସଭାପତି ବରଗଡ଼ ଜିଲ୍ଲାର ୫ଜଣ ସହୀଦ ହୋଇଥିବା ଘେଁସ ଜମିଦାର ମାଧୋ ସିଂଙ୍କ ସ୍ମାରକସ୍ଥଳକୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । +ତାଙ୍କର ଦାୟାଦ ଘେଁସ ରାଜମାତା ମମତା ସିଂ ବରିହାଙ୍କ ପାଦ ଧୋଇବା ସହ ଉତ୍ତରୀୟ ଓ ପୁଷ୍ପମାଲ୍ୟ ଦେଇ ସମ୍ମାନୀତ କଲେ । +ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଦୀପକ କୁମାର ଗୋଚ୍ଛାୟତ ପରଜଙ୍ଗଠାରେ ସ୍ୱାଧିନତା ସଂଗ୍ରାମୀ ମହେଶଚନ୍ଦ୍ର ସୁବାହୁ ସିଂଙ୍କ ପ୍ରତିମୂର୍ତିଠାରୁ ବୀର- ବବେନୁ ସହୀଦ ସ୍ତମ୍ଭ ପର୍ଯ୍ୟନ୍ତ ପଦଯାତ୍ରା ହୋଇଥିଲା । +ଅନୁଗୁଳ, ଭଦ୍ରକ, ବରଗଡ଼, ଭୁବନେଶ୍ୱର, ବୌଦ୍ଧ, ବଲାଙ୍ଗିର, ଢେଙ୍କାନାଳ, ଘୁମସୁରା, ଜଗତସିଂହପୁର, କଳାହାଣ୍ଡି, ବାରିପଦା, ପୁରୀ, କେନ୍ଦ୍ରାପଡ଼ା, ଝାରସୁଗୁଡା, ମାଲକାନଗିରି, ପାନପୋଷରେ ଏହିପରି ସବୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । +କେନ୍ଦୁଝରର ବଳଦେବଜିଉ ରଥ ବିଶ୍ବର ଉଚ୍ଚତମ ରଥ ଭାବେ ଗିନିଜ୍ ବୁକରେ ସ୍ଥାନ ପାଇବା ନେଇ କ୍ଷୋଭ… +ବିଶ୍ବର ଉଚ୍ଚତମ ରଥ ଭାବେ କେନ୍ଦୁଝର ବଳଦେବଜିଉଙ୍କ ରଥକୁ ନିକଟରେ ଗିନିଜ ବୁକ୍ ଅଫ ରେକଡର୍ସରେ ସ୍ଥାନ ମିଳିଛି । +ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପୁରୀ ଗଜପତି ଦିବ୍ୟସିଂହ ଦେବ । +ସେ କହିଛନ୍ତି ଯେ ପୁରୀର ରଥ ହିଁ ସବୁଠୁ ଉଚ୍ଚ ହେବା କଥା । +ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ମୂଳପୀଠ ହେଉଛି ପୁରୀ । +କିନ୍ତୁ କେନ୍ଦୁଝର ରଥର ଉଚ୍ଚତା ପୁରୀଠାରୁ ଅଧିକ କରାଯାଉଥିବାରୁ ଏହା ଜଗନ୍ନାଥ ପରମ୍ପରା ପ୍ରତି କୁଠାରଘାତ । +ତେଣୁ ସେଠାକାର ମନ୍ଦିର ଟ୍ରଷ୍ଟ ଓ ପ୍ରଶାସନ ଏଥିପ୍ରତି ଯତ୍ନବାନ ହେବା ଜରୁରୀ ବୋଲି ଗଜପତି କହିଛନ୍ତି । +ପୁରୀରେ ନନ୍ଦିଘୋଷ ରଥର ଉଚ୍ଚା ୪୪ ଫୁଟ ହୋଇଥିବା ବେଳେ କେନ୍ଦୁଝର ରଥର ଉଚ୍ଚତା ୭୨ ଫୁଟ ଓ ଏଥିରେ ୧୬ ଚକ ରହିଥାଏ । +ରଥର ଗୋଲେଇ ୪୫ ଫୁଟ ହୋଇଥାଏ । +ଏହି ରଥରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରା ଯାତ୍ରା କରିଥାନ୍ତି । +ବିଶ୍ବର ଉଚ୍ଚତମ ରଥ ଭାବେ ଏହା ଗିନିଜ ବୁକ୍ ରେକର୍ଡସରେ ସ୍ଥାନ ପାଇଛି । +୨୦୧୮ ମସିହାରେ କେନ୍ଦୁଝର ବଳଦେବ ଜିଉଙ୍କ ରଥ ବିଶ୍ବର ସବୁଠାରୁ ବଡ଼ ଜଗନ୍ନାଥ ରଥ ବୋଲି ଗ୍ଲୋବାଲ ରେକର୍ଡସ ଆଣ୍ଡ ରିସର୍ଚ ଫାଉଣ୍ଡେସନ ଘୋଷଣା କରିଥିଲା । +ଏଥିସହିତ ଏସିଆ ପେସିଫିକ୍ ରେକର୍ଡସ ଓ ଇଣ୍ଡିଆନ ନ୍ୟାସନାଲ୍ ରେକର୍ଡସ ସଂସ୍ଥା ମଧ୍ୟ ଏହାକୁ ସର୍ବୋଚ୍ଚ ରଥର ମାନ୍ୟତା ଦେଇଥିଲା । +ଏହା ପୁରୀର ରଥଠାରୁ ଉଚ୍ଚ ବୋଲି ସମ୍ପୃକ୍ତ ସଂସ୍ଥା କହିଥିଲେ । +କେନ୍ଦୁଝରର ବଳଦେବଜିଉଙ୍କ ରଥ ବିଶ୍ବର ସବୁଠାରୁ ବୃହତ୍ତମ ଜଗନ୍ନାଥ ରଥ ବୋଲି ଜିଲ୍ଲା ପ୍ରଶାସନ ଦାବି କରୁଥିଲା । +ଏହି ମାନ୍ୟତା ପାଇବା ପାଇଁ ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଥିଲା । +ଆବେଦନକୁ ଗ୍ରହଣ କରି ୨୦୧୮ ଡିସେମ୍ବର ୨୫ ତାରିଖରେ ଗ୍ଲୋବାଲ ରେକର୍ଡସ ଆଣ୍ଡ ରିସର୍ଚ ଫାଉଣ୍ଡେସନର ମୁଖ୍ୟ ମନମୋହନ ରାୱତ କେନ୍ଦୁଝର ଗସ୍ତରେ ଆସି ବଳଦେବ ଜିଉଙ୍କ ରଥର ଅନୁଧ୍ୟାନ କରିଥିଲେ । +ଏ ସମ୍ପର୍କିତ ରିପୋର୍ଟ ‌ସେ ରିସର୍ଚ କମିଟିକୁ ଦେଇଥିଲେ । +ବର୍ତ୍ତମାନ ପୁରୀ ଗଜପତିଙ୍କର କେନ୍ଦୁଝରର ରଥକୁ ନେଇ ଏଭଳି ବୟାନ ଆସିବା ପରେ ଏହି ପ୍ରସଙ୍ଗକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି । +କେନ୍ଦୁଝରରେ ବଳଦେବଜୀଉଙ୍କ ରଥଯାତ୍ରା ୪୫୦ ବର୍ଷ ହେବ ଅନୁଷ୍ଠିତ ହେଉଛି । +ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଭଳି ପରମ୍ପରା ଅନୁସାରେ କେନ୍ଦୁଝରରେ ଶ୍ରୀବଳଦେବଜିଉଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ । +ପୁଣି ଓଡିଆ ଭାଷାକୁ ଉପେକ୍ଷା କଲା ସିବିଏସଇ । + ହିିନ୍ଦୀ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ… +ଓଡିଆ ଭାଷା ପ୍ରତି ସିବିଏସଇର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି । +ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଆଦୌ ସମୟ ଦିଆଯାଇ ନାହିଁ । +ଶୁକ୍ରବାର ଗଣିତ ପରୀକ୍ଷା ଥିବାବେଳେ, ଶନିବାର ଦିନ ଓଡିଆ ପରୀକ୍ଷା ଅଛି । +କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ପରୀକ୍ଷା ସୂଚୀରେ କୌଣସି ବିଷୟକୁ ଏଭଳି ଭାବେ ସ୍ଥାପିତ କରାଯାଇ ନାହିଁ । +ହିନ୍ଦୀ ପରୀକ୍ଷା ପୂର୍ବରୁ ୪ଦିନ ସମୟ ଦିଆଯାଇଛି । + ପ୍ରଶ୍ନ ଉଠୁଛି ଆଂଚଳିକ ଭାଷାଗୁଡିକ ପ୍ରତି ସିବିଏସଇ ଏଭଳି ଆଭିମୁଖ୍ୟ କାହିଁକି ପୋଷଣ କରୁଛି ? +ଅବ୍ୟଵସ୍ଥା ମଧ୍ୟରେ ପ୍ରେମଝରି ଉଚ୍ଚପ୍ରାଥମିକ ବିଦ୍ୟାଳୟ +ଫୁଲବାଣୀ 24/6-ଭୁବନେଶ୍ବରରେ ରିଂ ରୋଡ ନିର୍ମାଣକୁ ଗଡକରିଙ୍କ ଅନୁମୋଦନ +ନୂଆଦିଲ୍ଲୀ : ଭୁବନେଶ୍ବରର କସମୋପୋଲିସ ଛକଠାରେ ଏକ ଫ୍ଲାଏଓଭର, କ୍ରାଉନ ହୋଟେଲ ଓ ସତସଙ୍ଗ ବିହାର ନିକଟରେ ଏକ ଫୁଟ ଓଭରବ୍ରିଜ ନିର୍ମାଣ ତଥା କ୍ୟାପିଟାଲ ରିଜନ ରିଙ୍ଗ୍ ରୋଡ ନିର୍ମାଣକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରି । +ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ୩ ମୃତ +ଚଣ୍ଡିଖୋଲ ୦୧ । +୦୫:(Sudhansu Parida) ଆମ୍ବୁଲାନ୍ସ ଦୁର୍ଘଟଣାରେ ୩ ମୃତ, ଜଣେ ଗୁରୁତର । +ଯାଜପୁର ଜିଲ୍ଲା ବଡ଼ଚଣା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । +ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଁଚି ଘଟଣା ର ଅଧିକ ତଦନ୍ତ ଚଳାଇଛି । +ସାହିତ୍ୟିକ ରାମପ୍ରସାଦ ସିଂହଙ୍କ ୧୧୮ତମ ଜୟନ୍ତୀ ଉତ୍ସବ ପାଳିତ +ପବିତ୍ର ଶ୍ରୀରାମ ନବମୀରେ ଜନ୍ମ ଗ୍ରହଣ କରିଥିବା ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ ଓ ସାହିତ୍ୟିକ ରାମପ୍ରସାଦ ସିଂହଙ୍କ ୧୧୮ତମ ଜନ୍ମ ଜୟନ୍ତୀ ତାଙ୍କ ଜନ୍ମଭୂମି ମାହାଙ୍ଗାସ୍ଥ ସିପୁର ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ପାଳିତ ହୋଇଯାଇଛି । +ରାଜ୍ୟରେ ପ୍ରଥମ ଥର ଏହି ଉତ୍ସବ ମାହାଙ୍ଗା ସାହିତ୍ୟ-ସଂସ୍କୃତି ପରିଷଦର ସଭାପତି ଡଃ ଭୁବନାନନ୍ଦ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । +ବିଶିଷ୍ଟ ଗବେଷକ ପ୍ରାଧ୍ୟାପକ ଦେବେନ୍ଦ୍ର କୁମାର ଦାଶ ରାମପ୍ରସାଦଙ୍କ ଶେଷ ଜୀବନ ବରପାଲିରେ ଅତିବାହିତ ହୋଇ ଥିବାରୁ ଗାଁ ମାଟିରେ ସେ ଅପରିଚିତ ହୋଇ ରହିଛନ୍ତି ଓ ଏପରି ସାଧୁ ଉଦ୍ୟମ ତାଙ୍କ ପ୍ରତିଭାର ବିକାଶରେ ସହାୟକ ହେବ ବୋଲି ମତ ପୋଷଣ କରିଥିଲେ । +ରେଙ୍ଗାଲି ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତୀ ହିଂସା । +ସ୍କୁଲ ବି ବାତ ପଡୁନି । + ସ୍କୁଲ ପରିସରରେ… +କଣ୍ଟାମାଳ, ୨୨/୬ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରେଙ୍ଗାଲି ପଞ୍ଚାୟତ ତିଲେଇମାଲ ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା ଥମୁନାହିଁ । +ଯଦିଓ ସରପଞ୍ଚଙ୍କ ସମର୍ଥକ ଓ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେଉନାହିଁ,ତଥାପି ସରପଞ୍ଚଙ୍କ ପ୍ରରୋଚନାରେ ସମର୍ଥକ ଗୋଷ୍ଠୀ ବିପକ୍ଷ ଗୋଷ୍ଠୀଙ୍କୁ ଅସୁବିଧାରେ ପକାଇବେ ବ୍ଲୁ ପ୍ରିଣ୍ଟ ତିଆରି କରିବା ଆରମ୍ଭ କରିଛନ୍ତି । +ଏପରିକି ନିଜର ସ୍ବାର୍ଥ ସାଧନ ପାଇଁ ସରପଞ୍ଚ ଗ୍ରାମର ଛାତ୍ରଛାତ୍ରୀଙ୍କ ଭବିଷ୍ଯତ ସହିତ ଖେଳ ଖେଳିବାକୁ ପଛାଉ ନଥିବା ତିଲେଇମାଲ ଗ୍ରାମରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । +ସୂଚନା ଅନୁସାରେ ପ୍ଲଟ ନମ୍ବର ୮୮୫ଟି ତିଲେଇମାଲ ସ୍କୁଲ ପାଇଁ ୪୨ ଡେସିମିଲ ପରିମିତ ଯାଗା ରହିଛି । +ଚଳିତ ବର୍ଷ ସମସ୍ତ ସ୍କୁଲ ପଟ୍ଟା ପାଇଥିବା ବେଳେ ରାଜନିତିର ଚକ୍ରବ୍ୟୁହରେ ଏହି ସ୍କୁଲଟି ଫସି ପଟ୍ଟା ପାଇବାରୁ ବଞ୍ଚିତ ହୋଇଛି । +ଏହି ଗ୍ରାମର ଅଧିକାଂଶ ରଣା ବସୁଧା ଯୋଜନାରେ ସରକାରଙ୍କ ଠାରୁ ୨୪ ଡେସିମିଲ ପରିମିତ ଯାଗା ପାଇଛନ୍ତି । +ସେଥିରୁ ଗାଁର ମନ୍ଦିର ନିର୍ମାଣ ପାଇଁ ୮ ଡିସିମିଲ ଯାଗା ଦାନ କରିଛନ୍ତି । +ବାକି ୧୬ ଡିସିମିଲ ଯାଗାକୁ ନିଜ ଅକ୍ତିଆରରେ ରଖିଛନ୍ତି । +ସ୍ଥାନୀୟ ସରପଞ୍ଚ ଓ ସମର୍ଥକ ଅଧିକାଂଶଙ୍କୁ ଭୟଭିତ କରି ତଥା ଚାପ ପକାଇ ସେହି ସ୍ଥାନରେ ସ୍କୁଲ ଗ୍ରୁହ କୋଠା ନିର୍ମାଣ ପାଇଁ ମସୁଧା ଚଳାଇଛନ୍ତି । +ଅପରପକ୍ଷରେ ସ୍କୁଲ ପରିସରରେ ସରପଞ୍ଚ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ସହିତ ତାଙ୍କର ଜଣେ ପ୍ରଭାବଶାଳୀ ସମର୍ଥକଙ୍କୁ ନିଜ ଖର୍ଚ୍ଚରେ ଘର ତିଆରି କରି ସେଠାରେ ତାକୁ ଅବସ୍ଥାପିତ କରି ନିଜର ରାଜନୈତିକ ଶକ୍ତି ବ୍ରୁଦ୍ଧି କରିବାକୁ ସରପଞ୍ଚ ଉଦ୍ୟମ କରି ବିଫଳ ହେଲାପରେ ସ୍ଥାନୀୟ ସ୍କୁଲରେ ତାଲା ପକାଇ ବନ୍ଦ କରିଥିବା ଆଲୋଚନା ହେଉଛି । +ଏହି ପରିପ୍ରେକ୍ଷୀରେ କଣ୍ଟାମାଳ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେର ଆସି ଗ୍ରାମବାସୀଙ୍କୁ ଏଥିରୁ ନିବ୍ରୁତ୍ତ ରହି ସ୍କୁଲର ତାଲା ଖୋଲିବାକୁ ଅନୁରୋଧ କରିଥିଲେ । +ହେଲେ ସରପଞ୍ଚଙ୍କ ସମର୍ଥକମାନେ ତାଙ୍କ ଦାବୀରେ ଅଟଳ ରହି ସ୍କୁଲରୁ ତାଲା ଖୋଲି ନଥିଲେ । +ଫଳରେ ଗ୍ରାମର କୋମଳମତୀ ଛାତ୍ରଛାତ୍ରୀ ଏବେ ହାତରେ ସ୍କୁଲ ବ୍ୟାଗ ଧରିବା ବଦଳରେ ବଂଶୀକଣ୍ଟା ଧରି ମାଛ ମାରିବାରେ ଲାଗି ପଡିଛନ୍ତି । +ପଞ୍ଚାୟତବାସୀଙ୍କ ଆଶା ଭରଷାକୁ ଚରିତାର୍ଥ କରିବାକୁ ଭୋଟ ଦେଇ ସରପଞ୍ଚଙ୍କୁ ଜିତାଇଥିଲେ଼ । +ହେଲେ ନିର୍ବାଚିତ ହେଲାପରେ ଏତାଦ୍ରୁଷା କାର୍ଯ୍ୟକଳାପ ଯୋଗୁଁ ତାଙ୍କ ଆଶା ଭରଷା ତୁଟିଯାଉଛି ବୋଲି ତିଲେଇମାଲ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । +ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିକ୍ରିୟା ନେବାରୁ ମୁଁ ଯାହା କରୁଛି କିଛି ଭୁଲ କରୁନାହିଁ ବୋଲି କହିଛନ୍ତି । +ଅଧିକ ଦିନ ଲିଭ୍ ଇନରେ ରହିବା ବିବାହ ସହ ସମାନ । + ପିଲାଙ୍କୁ ମିଳିବ ପୈତୃକ ସମ୍ପତ୍ତିରୁ ଭାଗ’:… +ଦାମ୍ପତ୍ତ୍ୟ ଜୀବନ ଏବଂ ଏଥିରେ ପିଲାମାନଙ୍କର ଭାଗିଦାରୀକୁ ନେଇ ଏକ ବଡ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ । +ଜଷ୍ଟିସ୍ ଏସ୍. ଅବଦୁଲ ନଜିର ଏବଂ ଜଷ୍ଟିସ୍ ବିକ୍ରମ ନାଥଙ୍କ ମିଳିତ ଖଣ୍ଡପୀଠ କହିଛନ୍ତି ଯେ, ‘ଯଦି କୌଣସି ମହିଳା ଓ ପୁରୁଷ ବିବାହ ନକରି ମଧ୍ୟ ଏକାଠି ଦୀର୍ଘ ଦିନ ପର୍ଯ୍ୟନ୍ତ ରୁହନ୍ତି ତେବେ ସେହି ସମ୍ପର୍କ ବିବାହ ସହ ସମାନ ହେବ । +ସେମାନଙ୍କ ଠାରୁ ଜନ୍ମ ନେଇଥିବା ସନ୍ତାନ ସନ୍ତାନମାନଙ୍କ ପରି ସେମାନଙ୍କର ଭାଗ ପାଇବେ । +ଏହାକୁ ଅଧିନିୟମର ଧାରା ୧୧୪ ଧାରା ଅନ୍ତର୍ଗତ କରାଯିବ । +ସ୍ୱାମୀ ସ୍ତ୍ରୀ ୨ ପୁଅ ଓ ଝିଅକୁ ହତ୍ୟା +ମାହାଙ୍ଗା ରେ ଚାଞ୍ଚଲ୍ୟ +ଶାଶୁ ଓ ବୋହୂଙ୍କୁ ଗଳାକାଟି ହତ୍ୟା +ବଲାଙ୍ଗୀରରେ ଡବଲ ମର୍ଡର । +ଶାଶୁ ଓ ବୋହୂଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ । +ମୃତକ ହେଲେ ଅମ୍ବିକା ମେହେର ଏବଂ ପ୍ରେମଶିଳା ମେହେର । +ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । +କର୍ମଚାରୀ ନେତା ସ୍ୱର୍ଗତ ସୁରେଶ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି । +ଫୁଲବାଣୀ 14/6: ବରିଷ୍ଠ କର୍ମଚାରୀ ନେତା ସ୍ବର୍ଗତ ସୁରେଶ କୁମାର ପଟନାୟକ ଙ୍କୁ ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁସୋମବାର ସନ୍ଧ୍ୟାରେ ଅମର ଆତ୍ମା ର ସଦଗତି ପାଇଁ ସାମ୍ବାଦିକ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା କରାଯାଇଥିଲା । +ମିଳିତ ନାଗରିକ କମିଟୀ ଆବାହକ ଅଶୋକ ପରିଡାଙ୍କ ସଭାପତିତ୍ୱ ରେ ଆୟୋଜିତ ଶୋକ ସଭା ରେ ପ୍ରଥମେ ଦୁଇମିନିଟ ନୀରବ ପ୍ରାର୍ଥନାକରାଯାଇଥିଲା । +ଅନ୍ୟମାନଙ୍କ ମଧ୍ୟରେ ବ୍ରଜ ପଟନାୟକ, ନାରାୟଣ ସାହୁ, ରାଜୁ ପାଢୀ,ପ୍ରଣବ ମଣ୍ଡଳ,ସଚିଦାନନ୍ଦ ପଟନାୟକ, ନବ କିଶୋର ରଥ, ବନ ଵିହାରି ନନ୍ଦ,ବିକାଶ ମହାନ୍ତି, ମନୋଜ ଚୌଧୁରୀ, ଟୁନା ସେଠୀ,ବଂଶୀଧର ପଣ୍ଡା ସାମ୍ବାଦିକ ପ୍ରଶାନ୍ତ ବେହେରା, ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମ । +ର ସଦଗତି କାମନା କରିଥିଲେ । +ସ୍ବର୍ଗତ ପଟନାୟକ ରାଜସ୍ବ ବିଭାଗ ର ଜଣେ କର୍ମଠ ଓ ସଚୋଟ କର୍ମଚାରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । +ସେ ସର୍ବଦା କର୍ମଚାରୀ ଙ୍କ ସ୍ୱାର୍ଥ ରକ୍ଷା ଲାଗି ଅହରହସଂଗ୍ରାମ କରିବାସହ ଜିଲାର ଉନ୍ନତି ପାଇଁ ମଧ୍ୟ ସବୁବେଳେ ଦାବୀ କରିଆସୁଥିଲେ । +ତାଙ୍କର ମୃତ୍ଯୁ ଜିଲ୍ଲା ପାଇଁ ଅପୂରଣୀୟ କ୍ଷତି ବୋଲି ଏହି ଅବସର ରେ ଯୋଗ ଦେଇଥିବା ସଦସ୍ୟ ମନେ ମତବ୍ୟକ୍ତ କରିଥିଲେ । +ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା +ସ୍ୱାଧୀନତା ର ଦୀର୍ଘ ୭ ଦଶନ୍ଧି ପରେ ଆଜି ଦୁର୍ଗମ ଅଞ୍ଚଳରେ ପହଁଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା । +ଜିଲ୍ଲା ପରିଷଦ ଅଧ୍ୟକ୍ଷା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତ ର ଦୁର୍ଗମ ଅଂଚଳ ବାୟାପଡା ଗ୍ରାମକୁ ଗସ୍ତ କରିଥିଲେ । +ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗଲୁ ନିଜ ଗାଡି ଯୋଗେ ପଂଚାୟତ ରୁ ଚାଉଳ ନେଇ ଲୋକଙ୍କୁ ସେଠାରେ ବଣ୍ଟନ କରିଥିଲେ । +ତେବେ ଏହି ବାୟାପଡା ଗ୍ରାମଟି ପଞ୍ଚାୟତ ରୁ ୫୦ ରୁ ୬୦ କିଲୋମିଟର ଦୂରତା ହେବା ସହ ପାହାଡିଆ ରାସ୍ତା ହୋଇଥିବା ହେତୁ ଏଠାକୁ ପ୍ରାୟ ସମୟରେ ଚାଉଳ ନେବାକୁ ଆସି ଲୋକେ ହଇରାଣ ହେଉଥିଲେ । +ତେବେ ଏହି ଖବର ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜାଣିବା ପରେ ସେ ନିଜେ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଦୁର୍ଗମ ବାୟାପଡା ଗ୍ରାମରେ ପହଞ୍ଚିଥିଲେ । +ସେଠାରେ ସେ ସରକାର ଙ୍କ ବିକାଶ ମୂଳକ କାର୍ଯ୍ୟ ର ସମୀକ୍ଷା କରିଥିଲେ । +ଏବଂ ହେଉଥିବା ଉନ୍ନତିମୂଳକ କାର୍ଯ୍ୟ ଗୁଡିକ କିପରି ତୁରନ୍ତ କାର୍ଯ୍ୟକାରୀ ହେବ ସେନେଇ ଆଲୋଚନା କରିଥିଲେ । +ପୁଅର ଶେଷ ଚିଠି- ବାପା ଏ ୨ ଜଣଙ୍କୁ ଛାଡ଼ିବନି, ଏମିତି କଷ୍ଟ ଦେବ … +ଯାହାକୁ ନିଜର ଭାବିଲି, ସିଏ ହିଁ ବିଶ୍ୱାସଘାତକ ସାଜିଲା । +ଯାହା ହାତ ଧରି ସାରା ଜୀବନ ବାଟ ଚାଲିବି ବୋଲି ଭାବିଥିଲି ସିଏ ମୋ ହାତ ଛାଡ଼ି, ଜଗନର ହୋଇଗଲା । +ଜଗନକୁ ନିଜ ସାଙ୍ଗଠୁ ଅଧିକ ବୋଲି ଭାବିଥିଲି, ହେଲେ ସେ ବି ମୋ ବିଶ୍ୱାସରେ ବିଷ ଦେଲା । +କେତେ ନିନ୍ଦା-ଅପବାଦ ସହିବି, ମୁଁ ଥକି ପଡ଼ିଛି । +ମୋର ନିଜର ବୋଲି କେହି ନାହାନ୍ତି । +ଜଗନ ଆଉ ମୋ ପ୍ରେମିକା ମିଶି ମୋତେ ମରିବାକୁ ବାଧ୍ୟ କରିଛନ୍ତି । +ବାପା ଏ ଦୁଇ ଜଣକୁ ଛାଡ଼ିବନି । +ଏମିତି କଷ୍ଟ ଦେବ, ଯେମିତି ଆଉ ଥରେ ଏମିତି କରିବାକୁ ସାହସ କରିବେ ନାହିଁ । +’ ଏପରି ଏକ ଚିଠି ଲେଖି ନିଜ ଜୀବନ ହାରିଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ତେନ୍ତୁଳିଗଢ଼ିଆ ଗାଁର ୨୨ ବର୍ଷୀୟ ଯୁବକ ଦିଗବିଜୟ ସ୍ୱାଇଁ । +ପୁଅ ହେବ ତ ଏମିତି +ଏକ ଏକର ଜାଗାରେ ନଅ ଲକ୍ଷ ଟଙ୍କା ଖର୍ଚ୍ଚ କରି ପୁଅ ସଞ୍ଜିବ ବାପାଙ୍କ ନାଁରେ ତିଆରି କରିଛନ୍ତି ଆକର୍ଷଣୀୟ ଗ୍ରାମୀଣ ଉଦ୍ୟାନ । +ଆଉ ତାହା ପୁଣି ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ । +ବାପାଙ୍କ ସ୍ମୃତିକୁ ବଞ୍ଚାଇ ରଖିବାକୁ ପୁଅର ଏଭଳି ପ୍ରୟାସ ପାଇଁ ଏବେ ସବୁଠି ସାଉଁଟୁଛି ପ୍ରଶଂସା । +ଢେଙ୍କାନାଳ ଜିଲ୍ଲା ସଦରବ୍ଲକ ସରଖିଆ ଗାଁରେ ନିର୍ମାଣ ହୋଇଛି ଏକ ସୁନ୍ଦର ଉଦ୍ୟାନ । +ବାପା ଜୟନ୍ତ ମିଶ୍ର ବଞ୍ଚିଥିବା ବେଳେ ସ୍ୱପ୍ନକୁ ବାସ୍ତବ ରୁପ ଦେବା ପୂର୍ବରୁ ସେ ଚାଲିଗଲେ ଆରପାରିକୁ । +ଆଉ ସେହି ଅଧୁରା କାମକୁ ସମ୍ପୁର୍ଣ୍ଣ କରି କରିଛନ୍ତି ପୁଅ ସଞ୍ଜିବ ମିଶ୍ର । +ପୈତୃକ ଜାଗାରେ ଏକ ଗ୍ରାମୀଣ ଉଦ୍ୟାନ କରିଛନ୍ତି । +ପାର୍କରେ ମୋଟ ୯ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । +ଆଉ ଏହାକୁ ସମ୍ପୂର୍ଣ୍ଣ କରିବାକୁ ପୁଅ ସଞ୍ଜିବ ମିଶ୍ରଙ୍କୁ ଲାଗି ଯାଇଥିଲା ପୁରା ଏକ ବର୍ଷ । +ବାପାଙ୍କ ଉଦ୍ଦେଶ୍ୟରେ ଉଦ୍ୟାନବାପା ଜୟନ୍ତ ମିଶ୍ର ଥିଲେ ଜଣେ ବ୍ୟାଙ୍କ କର୍ମଚାରୀ । +ଗତବର୍ଷ ତାଙ୍କର ହଠାତ ଦେହାନ୍ତ ହୋଇଥିଲା । +ଆଉ ତାପରେ ଗ୍ରାମବାସୀ ମାନଙ୍କ ପାଇଁ ଜୟନ୍ତ ଦେଖିଥିବା ଏହି ଅଧୁରା ସ୍ୱପ୍ନକୁ ପୁରା କରିବାକୁ ଲାଗିଥିଲେ ପୁଅ ସଞ୍ଜିବ, ଯାହା ଏବେ ସଫଳ ହୋଇପାରିଛି । +ସରଖିଆ ଗ୍ରାମବାସୀଙ୍କ ନିମନ୍ତେ ଉତ୍ସର୍ଗୀକୃତ ଏହି ଉଦ୍ୟାନରେ କୁନି କୁନି ପିଲା ମାନଙ୍କ ପାଇଁ ଦୋଳି, ସ୍ଲାଇଡର , ସହିତ ସେଲଫି ପଏଣ୍ଟ ,ୱ । +ଟର ଫାଉଣ୍ଟେନ ଯୁବବର୍ଗଙ୍କୁ ଆକର୍ଷିତ କଲାଭଳି ଫୁଲ ବଗିଚା ମଧ୍ୟ ରହିଛି । +ସମ୍ପୁର୍ଣ୍ଣ ପାର୍କଟିକୁ ଆଲୋକିକରଣ ମଧ୍ୟ କରାଯାଇଛି । +ବାପାଙ୍କ ପାଇଁ ପୁଅ ତିଆରି କରିଛି ପାର୍କସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆବାଳ ବୃଦ୍ଧ ବନିତା ଏଠାକୁ ଆସି ସେଲଫି ନେବା ସହ ଅତ୍ୟାଧୁନିକ ପାର୍କର ମଜା ଉଠାଉଛନ୍ତି । +ଆଗକୁ ଏହି ଗ୍ରାମୀଣ ଉଦ୍ୟାନର ଆହୁରି ସୌନ୍ଦର୍ଯ୍ୟ କରଣ କରାଯିବା ସହିତ ପିଲାଙ୍କ ଅବସର ବିନୋଦନ ପାଇଁ ନୁଆ ନୁଆ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୁଅ ସଞ୍ଜିବ । +ବାପାଙ୍କ ସ୍ମୃତିକୁ ସାଇତି ରଖିବାକୁ ପୁଅ ସଞ୍ଜିବ ମିଶ୍ରଙ୍କ ଏଭଳି ପଦକ୍ଷେପ ଆଜିର ଯୁବ ସମାଜକୁ ପ୍ରେରଣା ଯୋଗାଇବ ନିଶ୍ଚୟ । +ଅବସର ବିନୋଦନ ପାଇଁ ଏବେ ହାତ ପାଆନ୍ତାରେ ଏହି ଗ୍ରାମୀଣ ଉଦ୍ୟାନକୁ ପାଇ ସରଖିଆ ଗ୍ରାମବାସୀଙ୍କ ଖୁସି କହିଲେ ନସରେ । +ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌: ୬ କେଜିର ବଜ୍ରକାପ୍ତା କାତି ଜବତ, ଜଣେ ଗିରଫ +ଭୁବନେଶ୍ବର ୨୫ । +୦୫:ଖବର ଅନୁଯାୟୀ, ନୂଆପଡା-ପଦ୍ମପୁର ରାସ୍ତା ସାହିପଲା ନିକଟରେ ଡିଲ କରିବାକୁ କରିଥିଲେ ଯୋଜନା । +ବିଶେଷ ସୁତ୍ରୁରୁ ଖବର ପାଇ ଚଢାଉ କରିଥିଲା ଏସ୍‌ଟିଏଫ୍‌ । +ଏହି ଚଢାଉରେ ୬ କେଜିର ବଜ୍ରକାପ୍ତା କାତି ଜବତ ସହ ଜଣଙ୍କୁ ବାନ୍ଧିଛି ଏସ୍‌ଟିଏଫ୍‌ । +ବଜ୍ରକାପ୍ତା କାତି ଚୋରା ଚାଲାଣ ଅଭିଯୋଗରେ ନୂଆପଡା ସଦର ଥାନା ଅନ୍ତର୍ଗତ ଗୁଜୁରିଭଟ୍ଟର ବିକ୍ରମ ମାଝିକୁ ଗିରଫ କରାଯାଇଛି । +ତେବେ ଗତ ୨୦୨୦ ରୁ ବର୍ତ୍ତମାନ ସୁଦ୍ଧା ୩୬ କେଜି ୪୦୦ ଗ୍ରାମ ବଜ୍ରକାପ୍ତା କାତି ଜବତ କରିଛି ଏସ୍‌ଟିଏଫ୍‌ । +ରିଜର୍ଭ ଫରେଷ୍ଟ ନିକଟରୁ ହାତୀ ଛୁଆର ମୃତଦେହ ଠାବ +ଢେଙ୍କାନାଳରେ ସଦର ରେଞ୍ଜ ବେଲବଣିଆ ରିଜର୍ଭ ଫରେଷ୍ଟ ନିକଟରୁ ହାତୀଛୁଆର ମୃତଦେହ ଠାବ । +୧୦ଦଫା ଦାବି ପୂରଣ ପାଇଁ ଆନ୍ଦୋଳନରେ ଡ୍ରାଇଭର ମହାସଂଘ : ଦୁର୍ଘଟଣାରେ ଡ୍ରାଇଭରଙ୍କ ଜୀବନ ଗଲେ ୧୦… +ପିଲାଛୁଆଙ୍କ ପାଠ ପଢିବା ପାଇଁ ସୁବିଧା ମିଳୁ, ପାଠ ପଢିବା ଖର୍ଚ୍ଚ ସରକାର ବହନ କରନ୍ତୁ । +୧୧ଟା ଦାବି ନେଇ ଡ୍ରାଇଭର ମହାସଂଘ ରାଜରାସ୍ତାକୁ ଓହ୍ଲାଇଛି । +ଡ୍ରାଇଭର ମହାସଂଘ ଯେତିକି ଘଣ୍ଟା ଖଟୁଛନ୍ତି, ତାର କୌଣସି ସମୟ ସୀମା ନାହିଁ । +କେତେ ବେଳେ ୨୪ଘଣ୍ଟା ତ ଆଉ କେତେ ୪୮ଘଣ୍ଟା ଖଟୁଛନ୍ତି । +ସମସ୍ତଙ୍କର ସମୟସୀମା ଥିବା ବେଳେ ଡ୍ରାଇଭରମାନଙ୍କର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ । +ସରକାରୀ ସ୍ତରରେ ଯେଉଁ ଡ୍ରାଇଭର କାମ କରୁଛନ୍ତି ସେମାନେ କ’ଣ ଅଧିକ କାମ କରୁଛନ୍ତି । +ତେଣୁ ସରକାର ଆମର ଦାବି ପୂରଣ କରନ୍ତୁ । +ବଦଳିଲେ ୧୧ ଓଏଏସ୍‌, ୭ ଓଆରଏସ୍‌ +ଭୁବନେଶ୍ୱର: ଶନିବାର ରାଜ୍ୟ ସରକାର ୧୧ଜଣ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଏବଂ ୭ଜଣ ଓଡ଼ିଶା ରାଜସ୍ୱ ସେବା(ଓଆର୍‌ଏସ୍‌)ଙ୍କୁ ବଦଳି କରିଛନ୍ତି । +ଏନେଇ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଯୋଗେ ସୂଚନା ଦିଆଯାଇଛି । +ଓଏଏସ୍‌ଙ୍କ ମଧ୍ୟରେ ପିପିଲି ତହସିଲଦାର ସପନ କୁମାର ନନ୍ଦ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗକୁ ବଦଳି ହୋଇଛନ୍ତି । +ସେହିପରି ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ଜୋନ୍ ଅଫିସର ଥିବା କାର୍ତ୍ତିକ ମଣ୍ଡଳ ଭଦ୍ରକ ଏଲ୍‌ଏଓ ହୋଇଛନ୍ତି । +ତାଙ୍କ ସ୍ଥାନରେ ଗୁଣୁପୁର ଉପଜିଲ୍ଲାପାଳ ନିରଞ୍ଜନ ନାୟକ ପ୍ରକଳ୍ପର ଜୋନ୍ ଅଫିସର ନିଯୁକ୍ତ ହୋଇଛନ୍ତି । +ମାଲକାନଗିରି ଜିଲ୍ଲା ପୋଡ଼ିଆ ବ୍ଲକ ବିଡିଓ ରଘୁନାଥ ମୁଣ୍ଡାରୀ ଚିତ୍ରକୋଣ୍ଡା ବିଡିଓ ନିଯୁକ୍ତ ହୋଇଥିବା ବେଳେ ତାଙ୍କ ସ୍ଥାନରେ ଖଇରପୁଟ ତହସିଲଦାର ରାମକୃଷ୍ଣ ନାୟକଙ୍କୁ ପୋଡ଼ିଆ ବିଡିଓଭାବେ ନିଯୁକ୍ତ କରାଯାଇଛି । +ଯାଜପୁରରେ ପୌର ନିର୍ବାଚନ: ଭୋଟ୍ ଦେଲେ ବିଧାୟକ ପ୍ରଣବ ପ୍ରକାଶ ଦାସ +ଯାଜପୁର: ପୌର ନିର୍ବାଚନ ଲାଗି ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । +ଯାଜପୁର ପୌରାଞ୍ଚଳର ବାହାବଳପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ବିଧାୟକ ସାଧାରଣ ଭୋଟରଙ୍କ ଭଳି ଧାଡ଼ିରେ ଠିଆ ହୋଇ ଭୋଟ ଦେଇଥିଲେ । +ମଣିଷ ମୁହଁର ଚର୍ମରେ ରହିଥାଏ ଏହି ପୋକ, ଚର୍ମରେ ରହିବା ପାଇଁ ତିଆରି କରିଥାଏ +ମଣିଷ ଚର୍ମରେ ଅନେକ ପ୍ରକାର ପରଜୀବୀ ବାସ କରିଥାଆନ୍ତି । +ଏମାନଙ୍କ ମଧ୍ୟରୁ ଅଧିକାଂଶକୁ ଖାଲି ଆଖିରେ ଦେଖି ହୁଏନାହିଁ । +ଅଣୁବୀକ୍ଷଣ ଯନ୍ତ୍ର ବା ମାକ୍ରାସ୍କୋପର ଆବଶ୍ୟକତା ପଡିଥାଏ । +ଏବେ ମଣିଷର ମୁହଁ ସହ ଶରୀରର ଅନ୍ୟ ଭାଗରେ Demodex foicuorum ଡେମୋଡେକ୍ସ ଫୋଲିକୁଲୋରମ୍‌ ନାମକ ପରଜୀବୀ ବା କୀଟ ବସ ବାସ କରୁଛି । +ସେ ଚର୍ମରେ ଥିବା ସ୍ୱେଦଗ୍ରନ୍ଥି ବା ଛିଦ୍ରରେ ଅଣ୍ଡା ଦେବା ସହ ସେଠାରେ ଜନ୍ମ ହେବାଠାରୁ ମୃତ୍ୟୁ ହେବା ପର୍ଯ୍ୟନ୍ତ ବସବାସ କରିଥାଏ । +ଏହା ମଣିଷର ଚର୍ମର ଉପରିଭାଗକୁ ଖାଇଥାଏ । +ସେଠାରେ ପ୍ରଜନନ କରିବା ସହ ମରିଯାଇଥାଏ । +ଡେମୋଡେକ୍ସ ଫୋଲିକୁଲୋରମ୍‌ ମଣିଷ ଶରୀର Dead Skin ବା ମୃତକୋଷକୁ ଖାଇଥାଏ । +ଏହି ପରଜୀବୀଟି ମଣିଷ ଉପରେ ଅଧିକ ନିର୍ଭରଶୀଳ , ଏହା ଅନ୍ୟ ଜୀବଙ୍କ ନିକଟକୁ ସହଜରେ ଯାଏ ନାହିଁ । +ଏହାର ଜୀବନକାଳ ହେଉଛି ମାତ୍ର ଦୁଇ ସପ୍ତାହ । +ଏହା ମଣିଷ ମୁହଁର ଚର୍ମର ସମସ୍ତ ସ୍ଥାନକୁ ଯାଇଥାଏ । +ଜଗନ୍ନାଥଙ୍କ ପାନ ଖିଆ +ଭକ୍ତ ଚିନ୍ତାମଣି, ପରମ ପାବନ କ୍ଷେତ୍ର ଶ୍ରୀକ୍ଷେତ୍ର ନୀଳାଚଳରେ ପୂଜିତ, ଶ୍ରୀଜଗନ୍ନାଥ ବିଶ୍ୱ ବନ୍ଦିତ । +ତାଙ୍କର ରୂପ, ଲୀଳା, ପୂଜା,ରୀତି,ନୀତି ମଧ୍ୟରେ ପୁରି ରହିଛି ବହୁ ରହସ୍ୟ । +ଲୀଳା ମୟ,ଐଶ୍ୱର୍ଯ୍ୟ ମୟ ଓ ମାଧୁର୍ଯ୍ୟମୟ ଠାକୁର ମହାପ୍ରଭୁ । +ତାଙ୍କର ସେବା ଏବଂ ପୂଜା ବିଧିରେ ରାଜକୀୟ ରୀତିମାନ ରହିବା ସହ ବିଭିନ୍ନ ମାନବୀୟଲୀଳାର ମଧ୍ୟ ପରି ପ୍ରକାଶ ହୋଇଥାଏ । +ମହାପ୍ରଭୁଙ୍କୁ ନିତ୍ୟ ଷାଠିଏ ପଉଟି ଓ ଛପନ ଭୋଗରେ ମଣୋହି କରାଯାଉ ଥିଲେ ହେଁ ଅନ୍ୟ କେତେ ଗୁଡ଼ିଏ ମଣୋହି ରହିଛି ଯାହା ମହାପ୍ରଭୁଙ୍କୁ ସ୍ୱତନ୍ତ୍ରଭାବେ ଲାଗି କରାଯାଇ ଥାଏ । +ତାମ୍ବୁଳମଣୋହି ବା ବିଡ଼ିଆପାନ ମଣୋହି ଏହି ସ୍ୱତନ୍ତ୍ର ମଣୋହିମାନଙ୍କ ମଧ୍ୟରେ ଅନ୍ୟତମ । +ପାନପ୍ରୀୟ ଓଡ଼ିଆଙ୍କ ପାଇଁ ତା’ର ଆରାଧ୍ୟ ଠାକୁର ମଧ୍ୟ ପାନ ରସିକ । +ଶ୍ରୀ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପାନ ବା ତାମ୍ବୁଳ ସେବା,ମଣୋହି ବହୁ ପ୍ରାଚୀନ କାଳରୁ ପ୍ରଚଳିତ । +ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ ଡକ୍ଟର ଭାସ୍କର ମିଶ୍ରଙ୍କ ମତରେ ଶ୍ରୀମନ୍ଦିରରେ ବିଡ଼ିଆ ମଣୋହିର ପ୍ରଚଳନ ପଞ୍ଚ ରାତ୍ର ଆଗମ ପ୍ରଭାବରେ ହେଉଛି । +ମାଦଳା ପାଞ୍ଜି ଓ ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ମଧ୍ୟ ଏ ତାମ୍ବୁଳସେବା,ହଡ଼ପ ନାଏକ ସେବା,ଯୋଗାଣିଆ ସେବକ ଆଦିଙ୍କ ବିସ୍ତୃତ ବର୍ଣ୍ଣନା ରହିଛି । +ଅଧୁନା ମହାପ୍ରଭୁଙ୍କ ସମସ୍ତ ଧୂପ ପରେ ଚନ୍ଦନଲାଗି,ବଡ଼ ସିଂହାର,ପହୁଡ଼ବେଳେ ଶତଶତ ବିଡ଼ିଆ ମଣୋହି କରାଯାଏ । +ମହାପ୍ରଭୁଙ୍କ ତାମ୍ବୁଳ ସେବାର ମାହାତ୍ମ୍ୟକୁ ନେଇ ଗୋଟିଏ ରୋଚକ କାହାଣୀ ଅଛି । +ଥରେ ଜଗତ ସେଠ ନାମରେ ଜଣେ ଧନାଢ୍ୟ ରାଜସ୍ଥାନୀ ଭକ୍ତ ସପରିବାରେ ଶ୍ରୀକ୍ଷେତ୍ରକୁ ମହାପ୍ରଭୁଙ୍କ ଦର୍ଶନରେ ଆସିଥିଲେ । +ସେ ପ୍ରଥମେ ଗଜପତି ମହାରାଜାଙ୍କୁ ଭେଟି ଅର୍ପଣ କରି ନିଜ ପଣ୍ଡାଙ୍କ ସହିତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ । +ଦର୍ଶନ ବେଳେ ଶ୍ରୀ ଜୀଉ ମାନଙ୍କର ଗୋଟିଏ ଦିନର ମହାପ୍ରସାଦ ସେବା ପାଇଁ ଏକ ଲକ୍ଷ ସ୍ବର୍ଣ୍ଣମୁଦ୍ରା ପ୍ରଦାନ କରିବେ ବୋଲି ସେ ଘୋଷଣାକଲେ । +ଶ୍ରୀକ୍ଷେତ୍ରରେ ଏତେ ଯାତ୍ରୀ ସମାଗମ ସେ ସମୟରେ ହେଉ ନ ଥିଲା । +ସେ ସମୟରେ ଏ ରାଶି ଥିଲା ଏକ ବିପୁଳ ରାଶି । +ଏତେ ବିପୁଳ ପରିମାଣ ଅର୍ଥରେ ଦିନକର ଭୋଗ ପ୍ରସ୍ତୁତି ହୋଇ ବିତରଣ ହେବା ବହୁତ କଷ୍ଟ ସାଧ୍ୟ ଥିଲା । +ତେଣୁ ସେବକମାନେ ଅମଙ୍ଗ ହୋଇ ଏହା ହୋଇ ପାରିବ ନାହିଁ ବୋଲି କହିଦେଲେ । +ଜଗତ ସେଠ କହିଲେ,ତୁମ ଠାକୁର ପା ଷାଠିଏ ପଉଟି, ଛପନଭୋଗ ଖାଆନ୍ତି । +ଏହା ହୋଇପାରିବ ନାହିଁ ବୋଲି କହୁଛ କିପରି? ମହାପ୍ରଭୁ ଓ ତାଙ୍କ ଭୋଗ ଉପରେ ଏ କଟାକ୍ଷକୁ ସେବକ ମାନେ ଆଉ ସହି ପାରିଲେ ନାହିଁ ଓ ଏ ରାଶିର ଭୋଗ ପ୍ରସ୍ତୁତ କରି ଦେବେ ବୋଲି ପ୍ରତିଶ୍ରୁତି ଦେଲେ । +ଏହି ଅସମ୍ଭବ କାମ ନିମନ୍ତେ ସେମାନେ ମହାପ୍ରଭୁଙ୍କ ଶରଣାପନ୍ନ ହେଲେ । +ମଧ୍ୟ ରାତ୍ରୀ ବେଳକୁ ସ୍ୱପ୍ନାଦେଶ ଦେଇ ମହାପ୍ରଭୁ ବଡ଼ପଣ୍ଡାଙ୍କୁ ଜଣାଇଦେଲେ ସେ ଜଗତ ସେଠକୁ କୁହ,ଏତେ ବିପୁଳ ଭୋଗ କି ଦରକାର, ମୋତେ ଖଣ୍ଡେ ଗଜମୋତି ଚୂନଦିଆ ବିଡ଼ିଆପାନ ଦେଉ । +ଧନମତ୍ତ ଜଗତ ସେଠ ସାମାନ୍ୟ ବିଡ଼ିଆ ପାନ ଖଣ୍ଡେ ଭାବି ଯୋଗାଡ଼ ପାଇଁ ବିଭିନ୍ନ ଆଡ଼କୁ ଧାଇଁଲେ । +କେଉଁଠୁ ହେଲେ ସେଠ ଏ ଗଜମୋତି ଚୂନ ଲଗା ପାନ ଯୋଗାଡ଼ ନ କରି ପାରି ହତାଶା ହୋଇ ଫେରୁଥାନ୍ତି । +ବାଟରେ ସେ ଜଣେ ସାଧୁଙ୍କୁ ଭେଟିଲେ । + ଶ୍ରୀଜଗନ୍ନାଥଙ୍କ ପାଇଁ ଗଜମୋତି ଚୂନ କଥା ସାଧୁ ମହାତ୍ମା ହୁଏତ ଜାଣି ଥିବେ ଭାବି ସେ ତାଙ୍କୁ ପଚାରିବାରୁ ସାଧୁ କହିଲେ :- +ଶୈଳେ ଶୈଳେ ନ ମାଣିକ୍ୟମ୍, +ମୋୖକ୍ତିକଂ ନ ଗଜେ ଗଜେ, +ସାଧଵୋ ନ ହି ସର୍ବତ୍ର, +ଚନ୍ଦନଂ ନ ବନେ ବନେ । +ଅର୍ଥାତ୍ ସବୁ ପର୍ବତରେ ମାଣିକ୍ୟ ନ ଥାଏ । +ସବୁ ହାତୀଙ୍କ ମସ୍ତକରେ ମୋତି ନଥାଏ । +ସାଧୁ ମାନେ ସବୁ ସ୍ଥାନରେ ନ ଥାନ୍ତି,ଚନ୍ଦନ ବୃକ୍ଷ ସବୁ ବନରେ ନଥାଏ,ଏଣୁ ତୁ କେତେ ହାତୀଙ୍କୁ ମାରି ଏ ମୋତି ଖୋଜିବୁ । +ତୁ ପ୍ରଭୁଙ୍କ କଥାଟା ବୁଝିପାରଲୁ ନାହିଁ । +ଧନଗର୍ବରେ ମହାପ୍ରଭୁଙ୍କୁ ତୁ ଅବମାନନା କରିଛୁ । +ଯାଆ ମହାପ୍ରଭୁଙ୍କୁ କ୍ଷମା ମାଗ । +ଯା’ ମହାପ୍ରଭୁଙ୍କ ଶରଣ ପଶ । +ଏହାପରେ ସେ ଜଗତସେଠ ଯାଇ ମହାପ୍ରଭୁଙ୍କ ଠାରେ କ୍ଷମାପ୍ରାର୍ଥୀ ହୋଇ ଆଣିଥିବା ତାଙ୍କ ସମସ୍ତ ଧନକୁ ମହାପ୍ରଭୁଙ୍କ ସେବା ନିମନ୍ତେ ସମର୍ପଣ କରିଥିଲେ ଓ ଜଣେ ବଡ଼ ଭକ୍ତ ଭାବରେ ଅବଶିଷ୍ଟ ଜୀବନ ଅତିବାହିତ କରିଥିଲେ । +ମହାପ୍ରଭୁଙ୍କ ହଡ଼ପ ସେବା ସମ୍ବନ୍ଧରେ ଅନ୍ୟ ଏକ ଜନଶ୍ରୁତି ମଧ୍ୟ ଶୁଣିବାକୁ ମିଳିଥାଏ । +ଶ୍ରୀକ୍ଷେତ୍ରରେ ବାସ କରୁଥିଲେ ପ୍ରଭୁଦାସ ନାମରେ ଜଣେ ଭକ୍ତ । +ପ୍ରତ୍ୟହ ଖଣ୍ଡେ ବିଡ଼ିଆପାନ ଭାଙ୍ଗି ଶ୍ରୀଜଗନ୍ନାଥଙ୍କୁ ଦାସେ ମାନସିକ ଅର୍ପଣକରୁଥିଲେ । +ପ୍ରତ୍ୟହ ଏହି ପାନକୁ ମହାପ୍ରଭୁ ଗ୍ରହଣ କରୁଥିବା ସେବକମାନେ ଜାଣି ପାରିଲେ । +ସେବକମାନେ ଠାକୁର ରାଜାଙ୍କୁ ଏକଥା ଅବଗତ କରାଇଲେ । +ଠାକୁରରାଜା ପ୍ରଭୁ ଦାସର ଭକ୍ତିଭାବ ଦେଖି ଓ ମହାପ୍ରଭୁଙ୍କ ପାନରେ ଶ୍ରଦ୍ଧା କଥା ଅବଗତ ହୋଇ ଶ୍ରୀମନ୍ଦିରରେ ତାମ୍ବୁଳ ସେବା ପ୍ରଚଳନ କରାଇଲେ । +ରାଜା ପ୍ରଭୁ ଦାସଙ୍କୁ ଏ ସେବାର ଅଧିକାର ପ୍ରଦାନକଲେ । +ସେହି ପ୍ରଭୁ ଦାସଙ୍କ ବଂଶଧରମାନେ ଆଜି ଶ୍ରୀମନ୍ଦିରରେ ଏହି ହଡ଼ପ ସେବା କରୁଛନ୍ତି । + ତେଣୁ କଥା ରହିଛି :- +ପ୍ରଭୁଦାସ ଭକ୍ତିମତେ,ପ୍ରଭୁଙ୍କର ଧୂପ ଯେତେ, +ଚନ୍ଦନ ବିଜେ ସହିତେ, ବଡ଼ ସିଂହାର । +ବିଡ଼ିଆ ମଣୋହି ହେଲା,ହଡ଼ପ ନାୟକ ଦେଲା, +ସେ ଦିନୁ ହଡ଼ପ ସେବା ତା ଅଧିକାର । +ଏହା ହେଉଛି ଆମ ପାନ ରସିକ ଶ୍ରୀଜଗନ୍ନାଥଙ୍କ କଥା । +ମହାପ୍ରଭୁଙ୍କୁ ପ୍ରତି ନୈବେଦ୍ୟ ସହ ବିଡ଼ିଆ ଅର୍ପଣ ତାଙ୍କର ରସିକ ଶେଖର, ରସିକ ରାଜ ଓ ରସରାଜ ଇତ୍ୟାଦି ସମ୍ବୋଧନକୁ ସାର୍ଥକ କରେ । +ପାନଖିଆ ଜଗବନ୍ଧୁ କେଡ଼େ ତୋ ଚାତର । +ଗଜମୋତି ପାନେ ଶ୍ରଦ୍ଧା ବଳିଲା ତୋହର । +ଚୁର୍ଣ୍ଣେ ପାନ ମାଗିଲ ହେ ଜଗତ ଠାକୁର । +ଚୁର୍ଣ୍ଣ କଲ ଅହଂକାର ଜଗତ ସେଠର । +ଜୟ ଜଗନ୍ନାଥ +ବିଜେପି ସମବାୟ ପ୍ରକୋଷ୍ଠର ପଦାଧିକାରୀଙ୍କ ନାମ ଘୋଷଣା +ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ବିଜେପି ରାଜ୍ୟ ସମବାୟ ପ୍ରକୋଷ୍ଠର ସଂଯୋଜକ ଶ୍ରୀ ପବିତ୍ର ମୋହନ ଦାଶ ୧୬ଟି ସମବାୟ ଜିଲ୍ଲା ସଂଯୋଜକ ଓ ରାଜ୍ୟର ବିଭିନ୍ନ ସମବାୟ ବିଭାଗର ୧୬ଟି ଶୀର୍ଷ ସମବାୟର ସଂଯୋଜକ ନାମ ଘୋଷଣା କରାଯାଇଛି । +ବିଭିନ୍ନ ସମବାୟ ଜିଲ୍ଲା ସଂଯୋଜକ ଭାବେ ଅନୁଗୁଳ – ରାମଚନ୍ଦ୍ର ପାତ୍ର; ଆସ୍କା – ଅରୁଣ କୁମାର ପଣ୍ଡା; ବାଲେଶ୍ୱର – ସର୍ବେଶ୍ୱର ମହାନ୍ତି; ବୌଦ୍ଧ – ସୁବାଷ ପ୍ରଧାନ; ବାଙ୍କୀ – ଅଜୟ ମୁଦୁଲୀ; କଟକ – ବିଜୟ ରାଉତରାୟ; କେନ୍ଦ୍‌ୁଝର – ଅଜୟ ସାହୁ; ଖୋର୍ଦ୍ଧା – ପ୍ରଶାନ୍ତ ଆଦିତ୍ୟ; କୋରାପୁଟ – ଅରୁଣ ଭଟ୍ଟମିଶ୍ର; ମୟୁରଭଞ୍ଜ – ବରୁଣ ଦେ; ନୟାଗଡ଼ – ପ୍ରସନ୍ନ ଦାସ; ପୁରୀ – ପୂର୍ଣ୍ଣଚନ୍ଦ୍ର ନନ୍ଦ; ସୁନ୍ଦରଗଡ – ସୁକ୍‌ଲାଲ ମୁଣ୍ଡା; ବହ୍ମପୁର – ନାରାୟଣ ପଣ୍ଡା ; ଭବାନିପାଟଣା – ଶରତ ନାୟକ ଏବଂ ବଲାଙ୍ଗିର – ରାଜକିଶୋର ମେଣ୍ଡଲି ନାମ ଘୋଷଣା କରାଯାଇଛି । +ବୌଦ୍ଧ: ମନ ମୁଣ୍ଡା ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ । +ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନ ମୁଣ୍ଡା ଗ୍ରାମପଞ୍ଚାୟତ ରେ ମନ ମୁଣ୍ଡା ରଥ ଯାତ୍ରା ହେବା ନେଇ ବିପ୍ର ଚରଣ ବେହେରା ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇ ଯାଇଛି । +ଚଳିତ ରଥ ଯାତ୍ରା ପରିଚାଳନା କମିଟି ପାଇଁ ସଭାପତି ରଞ୍ଜୁ ବେହେରା ଓ ଉପସଭାପତି ତନୁ ପ୍ରିୟା ସେନାପତି ଙ୍କୁ ଚୟନ କରାଯାଇଛି । +ଉକ୍ତ ମନ୍ଦିରଟି ଦେବୋତ୍ତର ଅଧୀନରେ ଥିଲେ ମଧ୍ୟ କୌଣଷି ସାହାଯ୍ୟ ସହଯୋଗ ମିଳୁନଥିବାରୁ ଆଗାମୀ ଦିନରେ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଙ୍କୁ ସାକ୍ଷାତକରି ଜଣାଇବାର ନିଷ୍ପତି ମଧ୍ୟ କରାଯାଇଛି । +ବୌଦ୍ଧ ଦେବୋତ୍ତର କମିଟିର ନିଯୁକ୍ତି ପ୍ରାପ୍ତ ପୂଜକ ଗୋପୀନାଥ ହୋତା ଙ୍କ ଦେହାନ୍ତ ପରେ ତାଙ୍କର ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣକୁ ପୂଜକ ଭାବରେ ଓ ଅନ୍ୟ ଜଣଙ୍କୁ ସହାୟକ ପୂଜକ ହିସାବରେ ନିଯୁକ୍ତି ଦେବାକୁ ଜିଲ୍ଲା ଦେବତ୍ତର କମିଟି କୁ ସୁପାରିସ କରାଯାଇଛି । +ରଥ ଟି ଭାଙ୍ଗି ଯାଇଥିବାରୁ ବୌଦ୍ଧ ବନ ଖଣ୍ଡ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଜଣାଇବାକୁ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଛି । +ଏବର୍ଷ ରଥ ଯାତ୍ରା ବହୁତ ଭଲ ଭାବେ ହେବ ବୋଲି ସରପଞ୍ଚ ଓ ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି । +ଆଜିର ଏହି ଉକ୍ତ ବୈଠକରେ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଗଣେଶ ଲୋଇ,କୋଷାଧ୍ୟକ୍ଷ ନରେନ୍ଦ୍ର ମେହେର,ସଭ୍ୟ ନିରଞ୍ଜନ ହୋତା,ଦଶରଥ ମେହେର,ଚନ୍ଦ୍ର ଶେଖର ମେହେର,ସରପଞ୍ଚ ରଞ୍ଜୁ ବେହେରା ସମିତି ସଭ୍ୟ ତନୁ ପ୍ରିୟା ସେନାପତି ଓ ଜାନୀ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । +ଲାଞ୍ଚ ନେବା ପାଇଁ ଦିଲ୍ଲୀରୁ ଆସିଥିଲେ , ଭୁବନେଶ୍ୱରରେ ପଡିଲେ ସିବିଆଇ ପଞ୍ଝାରେ । + ଦିଲ୍ଲୀ… +ଭୁବନେଶ୍ୱରରୁ ଦିଲ୍ଲୀ ପୁଲିସକୁ ବାନ୍ଧିଲା ସିବିଆଇ । +ସାଢେ ୪ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଦିଲ୍ଲୀ ଅର୍ଥନୈତିକ ଅପରାଧ ଶାଖାର କନେଷ୍ଟବଳଙ୍କୁ ବାନ୍ଧିଛନ୍ତି ସିବିଆଇ ଅଧିକାରୀ । +ଉଦୟ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଲା ବେଳେ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି ଦିଲ୍ଲୀ ଇଓଡବ୍ଲୁର କନେଷ୍ଟବଳ ଅମିତ ଲାହୁଚା । +ଭୂତଳ ଜଳ ଶୋଶୁଛି ରାମକୋ ସିମେଣ୍ଟ । +ଭୂତଳ ଜଳ ଶୋଶୁଛି ରାମକୋ ସିମେଣ୍ଟ । +ପାନୀୟ ଜଳ ପାଇଁ ହନ୍ତସନ୍ତ ଗ୍ରାମବାସୀ । +ରାମକୋ ସିମେଣ୍ଟ କାରଖାନା ଯୋଗୁ ଯାଜପୁର ଧର୍ମଶାଳା ବ୍ଲକର ଥାନୁଆଳ, ହରିଦାସପୁର, ଆରୁହା ପଂଚାୟତର ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । +ପାହାଡିଆ ଅଂଚଳ ହୋଇଥିବାରୁ ଏହି ସବୁ ପଂଚାୟତରେ ପାନୀୟ ଜଳ ସମସ୍ୟା ରହିଛି । +କେଉଁଠି ନଳକୂଅ ଥାଇ ସେଥିରୁ ଆଇରନ ପାଣି ବାହାରୁଛି ତ ଆଉ କେଉଁଠି ପଚାପାଣି ବାହାରୁଛି । +ଯାହାକି ବ୍ୟବହାର ଉପଯୋଗୀ ନୁହେଁ । +ଆନ୍ତର୍ଜାତିକ ନିଶା ନିବାରଣ ଦିବସ ରେ ନିଶାମୁକ୍ତ ସମାଜ ଗଠନ ଆହ୍ୱାନ +ଫୁଲବାଣୀ:- 26/6 ଫୁଲବାଣୀ ଗାନ୍ଧୀସ୍ମୃତି ଭବନ ଠାରେ ଜିଲ୍ଳା ପ୍ରଶାସନ ଓ ଅବକାରୀ ବିଭାଗ ତଥା ସାମାଜିକ ସୁରକ୍ଷା ବିଭାଗଙ୍କ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳିତ ହୋଇ ଯାଇଛି । +ଏହି ଅବସରରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସାମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲୀକ, ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମ୍ମୁ,ପ୍ରଜାପିତା ବ୍ରହ୍ମ କୁମାରୀ ସଙ୍ଘର ସଦସ୍ୟା ବି.କେ ସବିତା,ଡି ଏସ ଏସ ଓ ବଳରାମ ଜେନା, ଅବକାରୀ ବିଭାଗର ଏସପି ମଧୁ ସ୍ମିତା ନାୟକ,ଏ ଏସ ଡବ୍ଲୁ ଓ କନ୍ଧମାଳ ମଞ୍ଜୁଲତା ପ୍ରଧାନ,ଡି ସି ପି ଓ ରଶ୍ମିତା କରନ ପ୍ରମୁଖ ଯୋଗ ଦେଇ ନିଶା ନିବାରଣ ଉପରେ ନିଜ ନିଜରସୁଚିନ୍ତିତ ମତବ୍ୟକ୍ତ କରି ଥିଲେ । +ନିଶା କିଭଳି ଆଜିର ଯୁବ ସମାଜ କୁ ପଥଭ୍ରଷ୍ଟ କରୁଛି, ନିଶା ସେବନ ଯୋଗୁଁ ବହୁ ପରିବାର ଛାରଖାର ହେଇଯାଉଛି ଏଣୁ ନିଶାମୁକ୍ତ ସମାଜଗଠନ ରଆବଶ୍ୟକତା ଥିବା କହିଥିଲେ । +ଏଥିପାଇଁ ସଚେତନତା ଜରୁରୀ ବୋଲି ଆହୁରି କହିଥିଲେ । +ଏ ହି ଅବସରରେ ଏକ ସଚେତନତା ରାଲି ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରାଯାଇଥିଲା । +ଶେଷରେ ନିଶା ନିବାରଣ ସକାଶେ ସମସ୍ତଙ୍କୁ ବୁଝାଇ ବା ପାଇଁ ସପଥ ପାଠ କରାଯାଇଥିଲା । +ଏଥିରେ ପୋଲିସ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ,ଖେଳ ଶିକ୍ଷକ ପ୍ରଶାନ୍ତ ଦାସ ଓ ସ୍କାଉଟ ଛାତ୍ରଛାତ୍ରୀଙ୍କ ସମେତ ଅବକାରୀ ବିଭାଗ କର୍ମଚାରୀମାନେ ସାମିଲ ହୋଇ ନିଶାନିବାରଣ ପାଇଁ ସମ୍ବନ୍ଧୀୟ ସ୍ଲୋଗାନ ଦେବା ସହ ଲିଫପ୍ଲେଟ ବଣ୍ଟନ କରାଯାଇଥିଲା । +ଅଧା ହୋଇଗଲା ଲୁହା ରଡର ମୂଲ୍ୟ: ସିମେଣ୍ଟ-ବାଲି ବି ଶସ୍ତା +ନୂଆଦିଲ୍ଲୀ: ସାମଗ୍ରୀର ଦରଦାମ୍ ବୃଦ୍ଧି ଓ ଲୋନ୍ ଉପରେ ସୁଧ ଦ୍ୱିଗୁଣିତ ହେବାରୁ ଲୋକମାନେ ଚିନ୍ତାରେ ଅଛନ୍ତି । +କିନ୍ତୁ ଏହାରି ମଧ୍ୟରେ ଲୋକମାନଙ୍କ ପାଇଁ ରହିଛି ଏକ ଆରାମଦାୟକ ଖବର, ଯାହାଦ୍ୱାରା ଘର ତିଆରି କରିବାର ସ୍ୱପ୍ନ ପୂରଣ ହୋଇପାରିବ । +କେନ୍ଦ୍ରୀୟ ଡେପୁଟେସନରେ ଗଲେ ଯତୀନ୍ଦ୍ର, ଫେରିଲେ ସଞ୍ଜୟ +୨୦୦୦ ମସିହା ବ୍ୟାଚ୍ ଆଇପିଏସ୍ ଯତୀନ୍ଦ୍ର କୋଏଲଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ନିମନ୍ତେ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । +ଏହାସହିତ ୧୯୯୭ ବ୍ୟାଚ୍ ଆଇପିଏସ୍ ସଞ୍ଜୟ କୁମାରଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧି ଶେଷ ହୋଇଥିବାରୁ ସେ ଖୁବଶୀଘ୍ର ରାଜ୍ୟକୁ ଫେରିବେ ବୋଲି ଜଣାପଡ଼ିଛି । +ବିଧାୟକଙ୍କ କାର୍‌କୁ ଢେଲାମାଡ଼, ପିଏସ୍‌ଓଙ୍କୁ କାର୍‌ରୁ ଘୋଷାଡ଼ି ଛେଚିଲେ +ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ସମାପ୍ତ ହୋଇଯାଇଛି । +ମାତ୍ର ରାଜନୈତିକ ହିଂସା ଗୋଟିକ ପରେ ଗୋଟିଏ ଦେଖିବାକୁ ମିଳିଛି । +ଏହି କ୍ରମରେ ଆଜି ଜଣେ ବିଧାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ କରାଯାଇଛି । +ବନ୍ୟାଜନିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ…. +ବୌଦ୍ଧ,୧୯ା୫ : ଆଜି ବନ୍ୟା ଜନିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । +ଚଳିତବର୍ଷ ମୌସୁମୀ ଶୀଘ୍ର ଆସୁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବାବେଳେ ବୌଦ୍ଧ,କଂଟାମାଳ ଓ ହରଭଙ୍ଗାର କେତେକ ପଂଚାୟତ ଏବଂ ବୌଦ୍ଧ ଏନଏସିର ତଳି ଅଞ୍ଚଳ ଗୁଡିକରେ ବନ୍ୟା ସମ୍ଭାବନା ଥିବାରୁ ଡଙ୍ଗା, ଖାଦ୍ୟ ଶସ୍ୟ,ବନ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ବିଦ୍ୟୁତ ଓ ପାଣିର ସୁବିଧା କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । +ଏଥିସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ବ୍ୟକ୍ତିଗତ ଭାବରେ ବନ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚି ସେଠାରେ ରହିଥିବା ବିଭିନ୍ନ ସମସ୍ୟା ସଂପର୍କରେ ଅନୁଧ୍ୟାନ କରିବା ସହିତ ତାହାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । +ଏଥିସହିତ ଉଚ୍ଚ ସ୍ଥାନରେ ଥିବା ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଚିହ୍ନଟ କରାଯାଇ ସେଗୁଡିକୁ ପ୍ରସ୍ତୁତ ରଖାଯିବା ସହିତ ବନ୍ୟା ପରିସ୍ଥିତି ସମୟରେ ସେଗୁଡିକ ଆଶ୍ରୟସ୍ଥଳୀ ଭାବରେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା । +ବେସରକାରୀ ଡଙ୍ଗା ମାଲିକଙ୍କ ତାଲିକା ଓ ତାଙ୍କର ମୋବାଇଲ ନମ୍ବର ସଂଗ୍ରହ କରି ରଖାଯିବା ସହିତ ବନ୍ୟା ସମୟରେ ଆବଶ୍ୟକ ହେଲେ ସେମାନଙ୍କର ସହାୟତା ନିଆଯିବାକୁ ପରାମର୍ଶ ଦିଆଯାଇଛି । +ବନ୍ୟା ସମୟରେ ବନ୍ୟାଞ୍ଚଳରେ ଥିବା ଲୋକମାନଙ୍କୁ ଆଗୁଆ ସଚେତନ କରିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯିବା ସହିତ ସେମାନଙ୍କୁ ପୋଲିସ ସହାୟତାରେ ବନ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ସ୍ଥାନାନ୍ତର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । +ସେହିପରି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଚୁଡା,ଗୁଡ,ଚାଉଳ,କ୍ୟାଣ୍ଡେଲ,ଦିଆସିଲି ଆଦି ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । +ଉଚ୍ଚ ସ୍ଥାନରେ ଥିବା ପଡିଆଗୁଡିକୁ ଚିହ୍ନଟ କରି ପ୍ରସ୍ତୁତ ରଖିବାକୁ ପୁର୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । +ଆବଶ୍ୟକୀୟ ଜରୁରୀ ଔଷଧ,ସାପକାମୁଡା ଓ କୁକୁର କାମୁଡା ଔଷଧ ଆଦି ପ୍ରତ୍ୟେକ ସ୍ୱାସ୍ଥ୍ୟକେନ୍ଦ୍ରରେ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । +ବନ୍ୟା ସମୟରେ ଗୃହପାଳିତ ପଶୁମାନଙ୍କୁ ଖାଦ୍ୟ ଯୋଗାଇଦେବା ଓ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆଶ୍ରୟସ୍ଥଳୀ ଚିହ୍ନଟ କରି ରଖାଯିବାକୁ ସାଂସଦ ପ୍ରତିନିଧି ତାରେଣି ମହାପାତ୍ର ବୈଠକରେ ମତବ୍ୟକ୍ତ କରିଥିଲେ । +ଏଥି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲା ପ୍ରାଣୀ ଚିକିତ୍ସା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । +ଜିଲାରେ ଓଡ୍ରାପଟିମ ପ୍ରସ୍ତୁତ ରଖାଯିବା ସହିତ ପାଣିପାଗ ସଂପର୍କରେ ଆଗୁଆ ସୂଚନା ପ୍ରଦାନ ପାଇଁ ଜରୁରୀକାଳୀନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । +ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଜୁନ ୩୦ ସୁଦ୍ଧା ମାଟି ପକାଇ ଚାରା ରୋପଣ କରିବାକୁ ବନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । +ପ୍ରତ୍ୟେକ ପଞ୍ଚାୟତରେ ବ୍ଲିଚିଂ ପାଉଡର ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । +ଜଳସଂପଦ ବିଭାଗ ପକ୍ଷରୁ ନଦୀବନ୍ଧ ଓ ଆଡିବନ୍ଧ ଗୁଡିକ ଉପରେ ଦୃଷ୍ଟି ଦିଆଯିବା ସହିତ ଆବଶ୍ୟକୀୟ ମରାମତି କରିବା,ବନ୍ୟା ସମୟରେ ଜିଲା ଓ ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ କାର୍ଯ୍ୟକ୍ଷମ କରିବା, ପ୍ରତିଦିନ ବର୍ଷା ପରିମାଣ ରେକର୍ଡ କରାଯିବା,ଏନଏସି ପକ୍ଷରୁ ସହରର ଡ୍ରେନ ଗୁଡିକ ସଫେଇ କରାଯିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । +ବନ୍ୟା ପରିସ୍ଥିତି ସମୟରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ,ସ୍ୱୟଂ ସହାୟକ ଗୋଷ୍ଠୀ,ସ୍ୱେଛାସେବୀ ସଂଗଠନ ସହଯୋଗର ହାତ ବଢାଇବାକୁ ଜିଲ୍ଲାପାଳ ଶ୍ରୀମିଶ୍ର ଆହ୍ୱାନ ଜଣାଇଥିଲେ । +ଏହି ବୈଠକରେ ଜିଲା ଜରୁରୀକାଳୀନ ଅଧିକାରୀ ଅବନିକାନ୍ତ ସାହୁ ସ୍ୱାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ସନତ କୁମାର ନାଏକ,ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ,କଂଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି ଓ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ସମେତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । +ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ +ଭୁବନେଶ୍ୱରରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରସଙ୍ଗରେ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲି ପ୍ରତିକ୍ରିୟା ରଖିଛନ୍ତି । +ସେ କହିଛନ୍ତି, ୩ ମାସ ମଧ୍ୟରେ ଦାବି ପୂରଣ ନ ହୁଏ, ତା’ହେଲେ ପୁଣି ଆନ୍ଦୋଳନ ଡାକରା ଦିଆଯିବ । +ତେବେ କାଲିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ହେବ । +’ ସେହିପରି ଡ୍ରାଇଭର ମହାସଂଘର ସଂପାଦକ ଚୈତନ୍ୟ ପ୍ରଧାନ କହିଛନ୍ତି, ‘ଆଜି ପାଇଁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ବେଳେ କାଲିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ହେବ । +ଦାବି ପୂରଣ ନ ହେବା ଯାଏ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିବ । +’ +ସବୁଜ ଜଙ୍ଗଲ ବୃଦ୍ଧି ପାଇଁ ବକ୍ସାଇଟ ଖନନ କ୍ଷତିକାରକ ନୁହେଁ ବରଂ ଲାଭଦାୟକ : ଡଃ ତପନ ଚାନ୍ଦ +ଖଣି ଓ ଖଣିଜ ଭିତ୍ତିକ ଶିଳ୍ପର ଜାତୀୟ ସମ୍ମିଳନୀ ଜିଓମେନଟେକ ୨୦୨୨ ଭୁବନେଶ୍ୱରରେ ଆୟୋଜିତ ହୋଇଛି । +ଦେଶର ବିଭିନ୍ନ ସ୍ଥାନରୁ ଖଣି ଓ ଅନ୍ୟାନ୍ୟ ଶିଳ୍ପ ସହ ଜଡିତ ଅନେକ ବିଶିଷ୍ଟ ବ୍ୟକ୍ତି ଏହି ସମ୍ମିଳନୀରେ ସାମିଲ ହୋଇଥିଲେ । +କରୋନା ମହାମାରୀ ପରେ ଏଭଳି ଏକ ବିଶାଳ ସମ୍ମିଳନୀ ଭୁବନେଶ୍ୱରରେ ଆୟୋଜିତ ହୋଇଛି । +ଏହି ୨୨ତମ ବାର୍ଷିକ ସମ୍ମିଳନୀର ବିଷୟ ବସ୍ତୁ ରହିଥିଲା, ଖଣି ଏବଂ ଖଣିଜ ଭିତ୍ତିକ ଶିଳ୍ପରେ ନୂତନ ଜ୍ଞାନକୌଶଳର ପରିଚାଳନା ଓ ନିରାପତ୍ତା । +ଏହି ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବରେ ଡଃ. ତପନ ଚାନ୍ଦ ଏବଂ ଆଇଏସଏମ ଧାନବାଡର ଅଧ୍ୟକ୍ଷ ପ୍ରଫେସର ଡି ଡି ମିଶ୍ର ଉଦଘାଟନ କରିଥିଲେ । +ବଦଳିଯିବ କି ଜିଲ୍ଲାର ରାଜନୈତିକ ସମୀକରଣ +ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଷ୍ଟରଷ୍ଟ୍ରୋକ୍ ପାଇଁ ରାଜ୍ୟ ସହ ମୟୂରଭଞ୍ଜ ଜିଲ୍ଲାର ରାଜନୀତି ଚଳଚଞ୍ଚଳ ହୋଇଉଠିଛି । +୨୦୧୯ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେପିର ବିପୁଳ ବିଜୟ ହୋଇଥିଲା । +ମାତ୍ର ପରେ ପରେ ପଞ୍ଚାୟତ ନିର୍ବାଚନ ଠାରୁ ଆରମ୍ଭ କରି ପୌରପରିଷଦ ନିର୍ବାଚନ ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନରେ ବିଜେପିକୁ ଝଟକା ଲାଗିଥିଲା । +ଜିଲ୍ଲାରେ ବିଜେପି ନେତା ଓ କର୍ମୀମାନେ ଏକପ୍ରକାର ଶିଥିଳତା ଦେଇ ଗତି କରୁଥିବାବେଳେ ଦ୍ରୌପଦୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ଯେପରି ବିଜେପିର ଦଳକୁ ସଞ୍ଜିବନୀ ଯୋଗାଇଛି । +ଦ୍ରୌପଦୀ ରାଷ୍ଟ୍ରପତି ହେବାକୁ ଯାଉଥିବା ସନେ୍ଦଶରେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ସୁପ୍ତ ହୋଇ ଉଠୁଥିବା ବିଜେପି କର୍ମୀ ଓ ସମର୍ଥକ ମାନେ ଜାଗି ଉଠିଛନ୍ତି ଏବଂ ଜିଲ୍ଲାବାସୀ ଓ ବିଜେପି କର୍ମୀ ମାନେ ମଧ୍ୟ ଦ୍ରୌପଦୀ ରାଷ୍ଟ୍ରପତି ନିର୍ବାଚିତ ହେଲେ ଜିଲ୍ଲାର ଭାଗ୍ୟ ବଦଳିବା ସହ ବିଜେପି ଦଳ ମଧ୍ୟ ଅଧିକ ଶକ୍ତିଶାଳୀ ହୋଇଉଠିବ ବୋଲି ସାଧାରଣରେ ଜୋରସୋର ଚର୍ଚ୍ଚା ଚାଲିଛି । +ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ପୁଣି ବିଜେପି ପ୍ରତି ସାଧାରଣ ଲୋକେ ଆକୃଷ୍ଟ ହେବା ସହ ବିଜେପି ଶାସକ ଦଳ ବିଜେଡିକୁ କଡା ଟକ୍କର ଦେବ ବୋଲି ରାଜନୈତିକ ସମୀକ୍ଷକ ମାନେ ଆକଳନ କରୁଛନ୍ତି । +ଅପରପକ୍ଷରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ବିଜେଡି ଶିବିରରେ ଛନକା ପଶିବା ସହ ନୂଆ ଷ୍ଟ୍ରେଟେଜି ଗ୍ରହଣ କରିବା ପାଇଁ ଦଳ ପକ୍ଷରୁ ମାନସମନ୍ଥନ ଚାଲିଥିବା ଆଲୋଚନା ହେଉଛି । +ଓଡିଶାର ୧୫ରୁ ୨୫ ବର୍ଷର ୭୫ ଲକ୍ଷ ଯୁବକଙ୍କୁ ସ୍କିଲ୍ ଦ୍ୱାରା ରୋଜଗାରକ୍ଷମ କରିବା ପାଇଁ ଯୋଜନା… +ଭୁବନେଶ୍ୱର/ଖୋର୍ଦ୍ଧା: ଭୁବନେଶ୍ୱର ଦକ୍ଷତା ବିକାଶ ପ୍ରତିଷ୍ଠାନ(ଏସଡିଆଇ) କ୍ୟାମ୍ପସ ଠାରେ ଶନିବାର ଭାରତ ସରକାରଙ୍କ ଜାତୀୟ ଦକ୍ଷତା ବିକାଶ ଉଦ୍ୟୋଗ(ଏନଏସଡ଼ିସି) ଇଂଟରନ୍ୟାସନାଲ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସହ ସ୍କିଲ ସହ ଜଡିତ ତିନୋଟି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । + ଏହାର ସାକ୍ଷୀ ହେବା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ୧୫ ବର୍ଷରୁ ୨୫ ବର୍ଷ ବୟସର ୭୫ ଲକ୍ଷ ପିଲା ମାନଙ୍କୁ ସ୍କିଲ୍ ଦ୍ୱାରା +ରୋଜଗାରକ୍ଷମ କରିବା ପାଇଁ ଯୋଜନା କରାଯିବ ବୋଲି ପରାମର୍ଶ ଦେଇଛନ୍ତି । +୨୦ଟି ପଏଣ୍ଟରେ ମାନସ ସ୍ୱାଇଁ ହତ୍ୟା +ଫେବୃଆରୀ ୫: ଭୁବନେଶ୍ୱର ଦେଇ ଚାନ୍ଦବାଲି ଯାଇଥିଲେ ମାନସ +ଫେବୃଆରୀ ୬: ଚାନ୍ଦବାଲିରେ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମାନସ +ଫେବୃଆରୀ ୭: ଭୋର୍‌ ସମୟରେ ମାନସଙ୍କୁ ଅପହରଣ କରାଯାଇଥିଲା +ଶର୍ମିଷ୍ଠାଙ୍କ ସହ ୫ ଜଣ ମାନସଙ୍କୁ ଅପହରଣ କରିଥିଲେ +ଅପହରଣ ପରେ ମାନସଙ୍କୁ ଭୁବନେଶ୍ୱର ଦୟାଲ ଆଶ୍ରମକୁ ଅଣାଯାଇଥିଲା +ମାନସଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିଲା +ଫେବୃଆରୀ ୮: ନୟାଗଡ଼ ରଣପୁରରେ ମୃତଦେହ ପୋତିଥିଲେ +ମାର୍ଚ୍ଚ ୧୨: ମାନସଙ୍କ ମୃତଦେହ ନୟାଗଡ଼ ରଣପୁର ଗୋଡ଼ିପୋଖରୀରୁ ମିଳିଥିଲା +ମାର୍ଚ୍ଚ ୧୪: ମାନସଙ୍କ ପରିବାର ପକ୍ଷରୁ ଦିଆଯାଇଥିଲା ଏତଲା +ମାର୍ଚ୍ଚ ୧୮: ରହସ୍ୟଜନକ ମେମୋରି ଚିପ୍‌କୁ ନେଇ ପୋଲିସ ତଦନ୍ତର ଗତିବିଧି । +ମାର୍ଚ୍ଚ ୨୦: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁହାରୀ କଲେ ମାଆ ଯମୁନା ସ୍ୱାଇଁ । +ଏକମାତ୍ର ରୋଜଗାରିଆ ପୁଅ ଯିବା ପରେ ଆମେ ବଞ୍ଚିବୁ କେମିତି ? ଆମେ ଆପଣଙ୍କୁ ଭୋଟ୍ ଦେଇଛୁ, ଆପଣ ଆମକୁ ନ୍ୟାୟ ଦିଅନ୍ତୁ ବୋଲି କହିଲେ । +ମାର୍ଚ୍ଚ ୨୧: ହତ୍ୟାକାଣ୍ଡ ପଛରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଲା । +ଗିରଫ କରାଗଲା । +ମାର୍ଚ୍ଚ ୨୨: ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇ ପରମେଶ୍ୱରଙ୍କୁ ଧରିଲା ପୋଲିସ +ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ଏହି ହତ୍ୟା ମାମଲାରେ ସଂପୃକ୍ତି ରହିଥିବା ଖବର ଆସିଲା +ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ +ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭୁବନେଶ୍ୱର ଘରେ ରେଡ୍ ହେଲା । +ଏୟାରଫିଲ୍ଡ ଥାନା ଅଞ୍ଚଳ ସ୍କାଏ ଟାୱାର ଆପାର୍ଟମେଣ୍ଟରେ ରେଡ୍ ହେଲା । +ମାର୍ଚ୍ଚ ୨୩: ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜରୁ ମିଳିଲା ଶର୍ମିଷ୍ଠାଙ୍କ କାର୍‌ । +ନିଜ କାର୍‌ରେ ନିଜେ ଡ୍ରାଇଭ୍‌ କରି ମାନସଙ୍କ ଶବ ନେଇଥିଲେ ଶର୍ମିଷ୍ଠା +ମାର୍ଚ୍ଚ ୨୫ : ସାମ୍ନାକୁ ଆସିଲା ଘଟଣାକୁ ଶର୍ମିଷ୍ଠାଙ୍କ ମାଆଙ୍କ ପ୍ରତିକ୍ରିୟା । +କହିଲେ ସେଇ ନିରଞ୍ଜନ ବୁଢା ସବୁ ନାଟର ଗୋବର୍ଦ୍ଧନ । +ମାର୍ଚ୍ଚ ୨୮: ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍‌ ଚ୍ୟାନେଲ୍‌ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ୍‌ ଓ ପୋଲିସ୍‌ର ମିଳିତ ଟିମ୍‌ ଗିରଫ କରିଛି । +ପ୍ରଶାସନିକ ବ୍ୟବସ୍ଥାକୁ ଏକ ନୂଆ ମଡେଲ ଦେଇଛି ମୋ ସରକାର – ମୁଖ୍ୟମନ୍ତ୍ରୀ +ଭୁବନେଶ୍ବର: ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ମୋ ସରକାର ଏକ ନୂଆ ମଡେଲ ଦେଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । +ଆଜି ମୋ ସରକାର ଉପକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏହା କହିଛନ୍ତି । +ବୈଠକରେ ସମସ୍ତ ବିଭାଗ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି । +ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ମୋ ସରକାର ଏକ ନୂଆ ମଡେଲ ଦେଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । +ଆଜି ମୋ ସରକାର ଉପକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । +ବୈଠକରେ ସମସ୍ତ ବିଭାଗ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ପରାମର୍ଶ ଦେବା ସହିତ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗ କାର୍ଯ୍ୟକ୍ରମ ଉପରେ ନଜର ରଖି ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ । +ବିଶିଷ୍ଟ ସମାଜସେବୀ, ଲେଖକ ସାମ୍ବାଦିକ ତଥା ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଭାପତି ଶ୍ରୀ… +ଆଜ ଦିନ ତା 14,6,22 ରେ ସ୍ଥାନୀୟ ନୂଆପଡା ବାଲିସାହି ଆଦିବାସୀ ବସ୍ତିରେ ବିଶିଷ୍ଟ ସମାଜସେବୀ, ଲେଖକ ସାମ୍ବାଦିକ ତଥା ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଭାପତି ଶ୍ରୀ ଅନ୍ନଦା ପ୍ରସାଦ ରାୟଙ୍କ ଷଷ୍ଠତମ ଶ୍ରାଦ୍ଧବାର୍ଷିକ ପାଳନ କରାଯାଇଛି,ସର୍ବପ୍ରଥମେ ପ୍ରତ୍ୟଷ୍ୟରୁ କାଠଯୋଡ଼ି ନଦୀରେ ତିଳତର୍ପଣ କରାଯାଇଥିଲା,ସନ୍ଧ୍ୟା ସମୟରେ ଶ୍ରୀ ରାୟଙ୍କ ପଟ୍ଟଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା, ତାପରେ ଶ୍ରୀ ରାୟଙ୍କ ଶିଷ୍ୟ ତଥା ବସ୍ତି ନେତା ବୃନ୍ଦାବନ ଦାସ ଆଜାଦଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରା ଯାଇଥିଲା, ଯେଉଁଥିରେ ବିଭିନ୍ନ ବକ୍ତାମାନେ ଶ୍ରୀ ଅନ୍ନଦା ରାୟଙ୍କ ସାମ୍ବାଦିକତା, ଲେଖକୀୟ ସୃଷ୍ଟି, ରାଜନୈତିକ ଜୀବନର ଉଚ୍ଚ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ, ଏହାକୁ ପରିଚାଳନା କରିବାରେ ସର୍ବଶ୍ରୀ ସଞ୍ଜୟ ନାୟକ, ଶରତ ବିଶ୍ୱାଳ, ମଙ୍ଗୁ ବିଶ୍ୱାଳ, ବେଣୁଧର ବେହେରା, ମୁନ୍ନା ସାହୁ,ବିକି ନାୟକ, ସାଧୁ ହେମ୍ବ୍ରମ, ପାର୍ବତୀ ମୁର୍ମୁ, ଲକ୍ଷ୍ମୀ ମୁର୍ମୁ,ମାତି ମୁର୍ମୁ ଇତ୍ୟାଦି ସହଯୋଗ କରିଥିଲେ । +ବିଶ୍ୱ ନାଟକ ଦିବସ ଅବସରରେ ଆଲୋଚନା ଚକ୍ର ଓ କବିତା ପାଠୋସଚବ । +ବିଶ୍ଵ ନାଟକ ଦିବସ ଅବସରରେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ‘ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ’ ଆନୁକୂଲ୍ୟରେ ନାଟକ ସମ୍ବନ୍ଧୀତ ଏକ ଆଲୋଚନା ଚକ୍ର ଏବଂ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । +ଅନୁଷ୍ଠାନର ସଭାପତି ଅଶୋକ ନନ୍ଦଙ୍କ ସଭାପତିତ୍ରରେ ସ୍ଥାନୀୟ ଟାଉନ କ୍ଲବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ନାଟ୍ୟ ନିର୍ଦେଶକ ଯୋଗେଶ ଚନ୍ଦ୍ର ଦଳବେହେରା, ମାର୍କଣ୍ଡେଶ୍ଵର ଶତପଥ, ବରିଷ୍ଠ ନାଟ୍ୟ କଳାକାର ତଥା ଅନୁଷ୍ଠାନର ଉପଦେଷ୍ଟା ଦିଲୀପ ଗୁରୁ ଓ କବୟିତ୍ରୀ ପଦ୍ମିନୀ ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ବିଶ୍ବ ନାଟକ ଦିବସର ତାତ୍ପର୍ଯ୍ୟ ସହିତ ଆଧୁନିକ ନାଟକ ଏବଂ କବିତା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । +ଆବାହକ ଚିତ୍ତ ରଞ୍ଜନ ଦାସ ପ୍ରାରମ୍ଭିକ ସୂଚନା ଓ ଅତିଥ୍‌ ପରିଚୟ ପ୍ରଦାନ କରିଥିଲେ । +ଏହି ଅବସରରେ ଡାକ୍ତର ବିଳାସିନୀ ବିବେଦୀ, ପ୍ରଫୁଲ୍ଲ ମହାପାତ୍ର, ରାମଚନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ପ୍ରଧାନ, ରୁବି ଦାଶ, ଭ୍ରାତୃ କୁମାର ପ୍ରଫୁଲ୍ଲ ଓ ଯତୀନ୍ଦ୍ର ସାହୁ ପ୍ରମୁଖ ନାଟ୍ୟ ସମ୍ବନ୍ଧିତ ସୁରଚିତ କବିତା ପାଠ କରିଥିଲେ । +ସେହିପରି ବରିଷ୍ଠ ମଞ୍ଚ କଳାକାର ମନୋଳ ପାଢୀ, ଡକ୍ଟର ଭାରତ ଭୂଷଣ ନନ୍ଦ ଓ ନିରଞ୍ଜନ ବିବେଦୀ ପ୍ରମୁଖ ନାଟ୍ୟ ସମ୍ବନ୍ଧରେ ନିଜ ନିଜର ମତ ଓ ମନ୍ତବ୍ୟ ଉପସ୍ଥାପନ କରିଥିଲେ । +କାର୍ଯ୍ୟକ୍ରମ ଆୟୋଜନରେ ଆୟୋଜକ ‘ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ’ ର ଉପ ସଭାପତି ପ୍ରକାଶ ଦେବତା, ମଙ୍ଗଳ ମହାକୁର, ଜନ୍ମଜୟ ନାୟକ, ରାକେଶ ଶତପଥୁ, ଶୁଭମ ଶେଖର ମହାଙ୍କୁର, ଶିବାଶିଷ ଝାଙ୍କର, ଅକ୍ଷାଂଶୁ ପୂଜାରୀ ଓ ହେମନ୍ତ କୁମାର ହସ୍ତୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । +ଡ. ସନ୍ତୋଷ ଦେବତା, ପ୍ରଫୁଲ୍ଲ ନାୟକ, ପ୍ରଦୀପ ଅମାନ୍ତ ଟୁକୁ ନନ୍ଦ ଓ ସତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । +ପିଟି ହେଲା କାର, ଚାରି ଗୁରୁତର +ଫୁଲବାଣୀ -23/6 ଗୁରୁବାର ସକାଳୁ ଭାରସାମ୍ୟ ହରାଇ ପିଟିହେଲା କାର, ଫଳରେ ଏଥିରେ ବସିଥିବା ଚାରି ଜଣ ଯାତ୍ରୀ ଗୁରୁତର ଆହାତ ହୋଇଛନ୍ତି । +କାରଟି ବାଲିଗୁଡ଼ା ଅଂଚଳ ରୁ ମୋହନ । +ଯାଉଥିବା ବେଳେ ଦାରିଙ୍ଗ ବାଡି ର ସର୍ଵନିକେତା ଘାଟିରେ ଘଟିଛି ଦୂର୍ଘଟଣା । +ସମସ୍ତେ ଗୋଟିଏ ପରିବାର ର ବୋଲି କୁହାଯାଉଛି । +ଆହାତ ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦାରିଂବାଡ଼ି ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । +ଖବର ପାଇ ଦାରିଙ୍ଗ ବାଡି ପୋଲିସ ଘଟଣା ସ୍ଥଳ ରେ ପହଂଚି ତଦନ୍ତ କରୁ ଛି । +ଅସ୍ପୃଶ୍ୟତା କେବଳ କଥା ଓ ଭାଷଣରେ ଦୂର ହୁଏ ନାହିଁ, ନିବିଡ଼ ସମ୍ପର୍କ ଆବଶ୍ୟକ +ଆକାଂକ୍ଷୀ ଜିଲ୍ଲା ଢେଙ୍କାନାଳ ଗ୍ରସ୍ତ କରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ସମୀକ୍ଷା କରିବା ଅବସରରେ ଆଜି ଦ୍ୱିତୀୟ ଦିବସରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରଜଙ୍ଗ ଗ୍ରସ୍ତ କରିଥିଲେ । +ପରଜଙ୍ଗରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ବେଳେ ପରଜଙ୍ଗ ଜହ୍ନାପଡା ଦଳିତ ବସ୍ତି ଯାଇ ଲୋକମାନଙ୍କ ସହ ମିଶି ସମସ୍ୟା ବୁଝିଥିଲେ କେନ୍ଦ୍ର ମନ୍ତ୍ରୀ । +ପ୍ରାଣୀଧନ ନିରୀକ୍ଷକଙ୍କ ପାଖରୁ ମିଳିଲା ୭.୨୧ କୋଟିର ସମ୍ପତ୍ତି +ଭିଜିଲାନ୍ସ ଜାଲ୍‌ରେ ପଡ଼ିଛନ୍ତି ଜଣେ କୁବେର ପ୍ରାଣୀଧନ ନିରୀକ୍ଷକ । +ତାଙ୍କ ପାଖରୁ ମିଳିଛି ଆଖି ଖୋସି ହୋଇଗଲା ଭଳି ସମ୍ପତ୍ତି । +ଗୋଟିଏ କି ଦୁଇ କୋଟି ନୁହେଁ, ଏକଥରକେ ୭ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଭିଜିଲାନ୍ସ ଅଧିକାରୀମାନେ ଠାବ କରିଛନ୍ତି । +ରାଜଧାନୀ ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ବିଭିନ୍ନ ଠିକଣାରୁ ଏହା ମିଳିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । +ଭୁଲ ଇଞ୍ଜେକ୍ସନରୁ ଦୁଇ ଗାଈ ମଲେ, ନକଲି ପଶୁ ଡାକ୍ତର ଗିରଫ +ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ କଣ୍ଟିପାଳ ଗ୍ରାମରେ ଆଜି ଭୁଲ ଇଞ୍ଜେକ୍ସନ ଦେବାରୁ ଦୁଇଟି ଗାଈର ଜୀବନ ଯାଇଛି । +ଏନେଇ ଆନନ୍ଦପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ନକଲି ପଶୁ ଡାକ୍ତର କଣ୍ଟିପାଳ ମଠସାହିର ବୀରକିଶୋର ଦାସକୁ ଗିରଫ କରିଛି । +ଗୋଟିଏ ରାତିରେ ୨ ଏଟିଏମ ରୁ ୧୧ ବ୍ୟାଟେରୀ ଲୁଟ +ଖୁଣ୍ଟା -ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନରେ ଗତ ରାତିରେ ପୃଥକ ପୃଥକ ସ୍ଥାନର ଦୁଇଗୋଟି ଏଟିଏମ ରୁ ମୋଟ ୧୧ ଟି ବ୍ୟାଟେରି ଲୁଟ ହେବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । +ତେବ ଲୁଟ ହେବା ଏଟିଏମ ଗୁଡିକ ଥାନା ଓ ଫାଣ୍ଡି ଠାରୁ ମାତ୍ର କିଛି ମିଟର ବ୍ୟବଧାନରେ ହୋଇଥିବା ବେଳେ ଏହା ପୋଲିସ ପାଇଁ ଚେଲେଞ୍ଜ ସୃଷ୍ଟି କରିଥିବା ସାଧାରଣରେ ଆଲୋଚନା ହେଉଛି । +ସୁଚନା ଅନୁଯାଇ , ଉକ୍ତ ଥାନା ତଥା ଖୁଣ୍ଟା – ବାରିପଦା ରାଜପଥର ଡୁକୁରା ଛକ ନିକଟରେ ଥିବା ଷ୍ଟେଟବ୍ୟାଙ୍କ ଏଟିଏମ ରେ ଗୁରୁବାର ବିଳମ୍ବିତ ରାତ୍ରୀରେ କିଛି ମୁଖାପିନ୍ଧା ଦୁବୃର୍ତ୍ତ ପ୍ରବେଶ କରିଥିଲେ । +ତେବେ ସିସିଟିଭି ସରଭଲେନ୍ସ ରେ ଥିବା ଏହି ଏଟିଏମ ରେ ପଶିବାପରେ ଦୁର୍ବୃତ୍ତ ମାନେ ଏଟିଏମ ର ସୁରକ୍ଷା ବ୍ୟବସ୍ଥାକୁ ବିଛିନ୍ନ କରିବା ସହ ସେ ମଧ୍ୟରେ ଥିବା ୮ ଗୋଟି ବ୍ୟାଟେରି ଲୁଟି ନେଇ ଘଟଣା ସ୍ଥଳରୁ ଫେରାର ମାରିଥିଲେ । +ସେହିପରି ଉକ୍ତ ରାତ୍ରୀରେ ଖୁଣ୍ଟା ବ୍ଲକ ଛକ ନିକଟରେ ଥିବା ଏକ୍ସିସ ବ୍ୟାଙ୍କ ଏଟିଏମ ରେ ପଶି କେହି ଦୁବୃର୍ତ୍ତ ଏଟିଏମ ର ପଛପଟ କୋଠରୀ ର କବାଟ ଭାଙ୍ଗି ୩ ଟି ବ୍ୟାଟେରି ଲୁଟ ହୋଇଥିବା ଆଜି ଦେଖିବାକୁ ମିଳିଛି । +ତେବେ ଗୋଟିଏ ରାତିରେ ଦୁଇଗୋଟି ଏଟିଏମ ବ୍ୟାଟେରି ଚୋରି ହେବା ଘଟଣା ପୋଲିସ ପାଇଁ ଚେଲେଞ୍ଜ ସୃଷ୍ଟି କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି । +ନୂଆଗାଁ ସ୍କୁଲ ବନ୍ଧରୁ ବିରାଟ କାୟ କୁମ୍ଭୀର ଉଦ୍ଧାର +ଶ୍ରୀମନ୍ଦିର ରୋଷ ଚୁଲି ଭଙ୍ଗା ଘଟଣାର ଅନୁଧ୍ୟାନ କଲେ ମୁଖ୍ୟଶାସନ ସଚିବ, ପୁଲିସ ମହାନିର୍ଦେଶକ +ପୁରୀ ଶ୍ରୀମନ୍ଦିର ଗସ୍ତରେ ଯାଇ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଓ ପୁଲିସ ମହାନିର୍ଦେଶକ ସୁନୀଲ ବଂଶଲ ଘଟଣାର ଅନୁଧ୍ୟାନ କରିଛନ୍ତି । +ସେଠାରେ ଉଭୟ ଶ୍ରୀମନ୍ଦିର ରୋଷ ଚୁଲି ଭଙ୍ଗା ଘଟଣା ନେଇ ଅନୁଧ୍ୟାନ କରିଛନ୍ତି । +ଜରାଜୀର୍ଣ୍ଣ ବିଦ୍ୟାଳୟ କୋଠା ମରାମତି କଲେ ଯୁବ ଗୋଷ୍ଠୀ +ଦେବଗଡ଼ ୧୫/୪: ଦେବଗଡ଼ ପୌରାଞ୍ଚଳ ୫ ନମ୍ବର ୱାର୍ଡରେ ଥିବା ପ୍ରାଥମିକ ବିଦ୍ୟାଳୟ ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟିଥିଲା । +ଏହାର ପୁନଃଉଦ୍ଧାର ପାଇଁ ସାହି ବାସିନ୍ଦାଙ୍କ ବାରମ୍ବାର ଅନୁରୋଧ ସତ୍ୱେ ସୁଧାର ନହେବାରୁ ଶେଷରେ ଆଜି ଏକ ଯୁବଗୋଷ୍ଠୀ ଏହି କାର୍ଯ୍ୟ ନିଜ ହାତକୁ ନେଇଥିବା ଜଣାପଡ଼ିଛି । +ସାଇବର ଅପରାଧ ରୋକିବାକୁ ପ୍ରୟାସ +ସାଇବର ଅପରାଧ ରୋକିବାକୁ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ । +ତଥାପି ଥମୁନି ସାଇବର ଠକେଇ । +ଲୋକଙ୍କୁ ଅଧିକ ସଚେତନ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ମାଣ ହେଉଛି ଏକ କ୍ଷୁଦ୍ର ଚଳଚ୍ଚିତ୍ର, ଯାହାର ଆଜି ଶୁଭ ମହୁରତ ହୋଇଛି । +ମହାନଦୀ ଯାତ୍ରା କଟକରୁ କଲମା, ଏକ ରାଷ୍ଟ୍ରୀୟ ନଦୀର ମୃତ୍ୟୁ ଲଜ୍ଜାଜନକ: ରାଜେନ୍ଦ୍ର ସିଂ +ମହାନଦୀ ଏକ ରାଷ୍ଟ୍ରୀୟ ନଦୀ ହୋଇଥିବା ବେଳେ ଆଖି ଆଗରେ ଏହି ନଦୀର ଅକାଳ ମୃତ୍ୟୁ ଆମପାଇଁ ଲଜ୍ଜାଜନକ । +କଟକରୁ ଛତିଶଗଡ଼ର କଲମା ପର୍ଯ୍ୟନ୍ତ ମହାନଦୀ ଯାତ୍ରାରେ ସାମିଲ୍‌ ହୋଇଥିବା ଜଳପୁରୁଷ ଡ. ରାଜେନ୍ଦ୍ର ସିଂ ଏହା କହିଛନ୍ତି । +ଏଥିସହିତ, ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ମହାନଦୀକୁ ନେଇ ଚାଲିଥିବା ବିବାଦ କିଛିଦିନ ଧରି ଥମି ଯାଇଥିବାବେଳେ ଏବେ ପୁଣି ଏହି ପ୍ରସଙ୍ଗ ତାଜା ହୋଇ ଉଠିଛି । +ଅଟୋ ଦୂର୍ଘଟଣା ଗ୍ରସ୍ତ, ୨ ଗୁରୁତର +ଫୁଲବାଣୀ -11/6 ଶନିବାର ଫୁଲବାଣୀ ନିକଟ ରୁଜଂ । +ଗୀ ଠାରେ ଏକ ଅଟୋଭାରସାମ୍ୟ ହରାଇ ଦୂର୍ଘଟଣା ଗ୍ରସ୍ତ ହୋଇପଡିବା ଫଳରେ ଡ୍ରାଇଭର ସମେତ ଜଣେ ଯାତ୍ରୀ ଆହାତ ହୋଇଛନ୍ତି । +ସ୍ଥାନୀୟ ଲୋକେ ଆହତ ୨ ଜଣ ଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି । +ଆହାତ ଦୁଇ ଜଣ ସ୍ଥାନୀୟ ଅରବିନ୍ଦନଗର ଅଂଚଳ ରବୋଲି ଜଣାପଡିଛି । +ଦୂର୍ଘଟଣା ଖବର ପାଇ ମଧ୍ୟ ପୋଲିସ ଓ ଆମ୍ବୁଲାନ୍ସ ପହଂଚିବାରେ ବିଳମ୍ବ ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଥିଲା । +ବୌଦ୍ଧ: ସମବାୟ ନିର୍ବାଚନ ଅଧିକାରୀଙ୍କୁ ହତ୍ୟା ଧମକ ଥାନାରେ ପହଞ୍ଚିଲା ମାମଲା +ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବିଳାସ ପୁର ପଞ୍ଚାୟତ ବିଲାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ତଥା ସେବା ସମବାୟ ସମିତିର ନିର୍ବାଚନ ଅଧିକାରୀ ଶ୍ରୀ ଯୁକ୍ତ ହିମାଂଶୁ ଶେଖର ପ୍ରଧାନ ଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦିଆଯାଇଥିବା ନେଇ ସେ ଆଜି ମନ ମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । +ସୂଚନା ମୁତାବକ ଗତ କିଛି ଦିନ ତଳେ ବିଳାସ ପୁର ସେବା ସମବାୟ ସମିତିର ନିର୍ଦ୍ଦେଶକ ପଦବୀ ନିମନ୍ତେ ନାମାଙ୍କନ ପଦ ଦାଖଲ କରାଯାଇଥିଲା । +ଏଥିରେ ବିଲାସପୁର ପଞ୍ଚାୟତ ସରପଞ୍ଚ ଅମ୍ବିକା ସୁନା ଙ୍କ ସ୍ଵାମୀ ଗରିବ ସୁନା , ପୁଅ ରୋହିତ ସୁନା ଓ ରବି ସାହୁ ଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଥିଲା । +ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଧାନ ଜାଣି ଶୁଣି ସେମାନଙ୍କ ନାମାଙ୍କନ ପତ୍ର ନାକଚ କରିଦେଇଥିବା ପ୍ରକାଶ କରି ଉକ୍ତ ତିନି ଜଣ ଗତ ଷୋମବାର ଅପରାହ୍ନ ସମୟରେ ମନ ମୁଣ୍ଡା ସ୍ଥିତ ତାଙ୍କ ଭଡ଼ା ଘର କୁ ଜୋରଜବରଦସ୍ତି ପଶି ଗାଳି ଗୁଲଜ କରିଥିଲେ । +ଗାଳି ସମୟରେ ସରପଞ୍ଚ ଙ୍କ ସହଯୋଗୀ ରବି ସାହୁ ହତ୍ୟା ଧମକ ଦେଇଥିବା ଶ୍ରୀ ପ୍ରଧାନ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇ ଛନ୍ତି । +ତାଙ୍କ ଅଭିଯୋଗ ପରେ ଥାନାରେ ଆଇ ପି ସି ଧାରା ୪୫୧,୨୯୪,୫୦୬,୩୪ ଅନୁଯାୟୀ ଏକ ମାମଲା ୧୦୩/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ପୋଲିସ ସୂତ୍ରରୁ ଜଣାପଡିଛି । +ଏଣିକି ନିଜ ସବଡିଭିଜନରେ ଆଉ କାମ କରିପାରିବେନି ଅଗ୍ନିଶମ କର୍ମଚାରୀ +ଏଣିକି ନିଜ ସବଡିଭିଜନରେ ଆଉ କାମ କରିପାରିବେନି ଅଗ୍ନିଶମ କର୍ମଚାରୀ । +ତେବେ ଅଗ୍ନିଶମ ବିଭାଗରେ କାମ କରୁ୍ଥିବା ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତିକୁ ନେଇ ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି । +ସେପଟେ କର୍ମଚାରୀଙ୍କ କାର‌୍ୟ୍ୟଦକ୍ଷତା ବୃଦ୍ଧି, ଶୃଙ୍ଖଳା ଓ ଅଗ୍ନିଶମ ପ୍ରଶାସନରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏଭଳି ଏକ ବଡ ନିଷ୍ପତ୍ତି ନେଇଛନ୍ତି । +ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆଉ ନିଜ ସବଡିଭିଜନ୍ରେ କାମ କରିପାରିବେ ନାହିଁ କିମ୍ବା ସେମାନଙ୍କୁ ସେଠାରେ ନିଯୁକ୍ତି ମିଳିବ ନାହିଁ ବୋଲି ଗୃହ ବିଭାଗର ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି । +ଏହା ସହ ସରକାର ଅଗ୍ନିଶମ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ପାଇଁ କିଛି କଡ଼ା ନିୟମାବଳୀ ପ୍ରସ୍ତୁତ କରିଛନ୍ତି । +ଫାୟାରମ୍ୟାନ, ଫାୟାର ମ୍ୟାନ୍ ଡ୍ରାଇଭର, ଲିଡିଂ ଫାୟାରମ୍ୟାନ, ଡ୍ରାଇଭର ହାବିଲଦାର ଓ ଆସିଷ୍ଟାଣ୍ଟ୍ ଷ୍ଟେସନ ଅଫିସର ଓ ଏହି ସମାନ ପାହ୍ୟାର କର୍ମଚାରୀମାନଙ୍କୁ ସେମାନଙ୍କ ହୋମ୍ ସବଡିଭିଜନରେ ନିଯୁକ୍ତି ମିଳିବ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । +ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି । +ଭୋଜି ଖାଇ ଫେରିବା ବେଳେ ଟ୍ରକ ଓଲଟିଲା .୫୦ରୁ ଉର୍ଦ୍ଧ୍ଵ ଆହତ +ଫୁଲବାଣୀ-୧୮/୬ ଭୋଜି ହେଲା କାଳ. । +ଭୋଜି ଖାଇ ବେଶ ହସଖୁସିରେ ଘରକୁ ଫେରୁଥିଲେ । +ଆଉ କମ ବାଟ ଥିଲା ହେଲେ ଭାରସାମ୍ୟ ହରାଇ ଟ୍ରକ ଓଲଟି ପଡିବା ଫଳରେ ଏଥିରେ ବସିଥିବା ପ୍ର । +ୟ ୫୦ ଲୋକ ଆହତ ହୋଇଥିବା ଖବର ମିଳିଛି । +ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ପାଙ୍ଗାଲି ଗ୍ରାମ ନିକଟ ଶିଝିଗାଣ୍ଡ । +ଘାଟିରେ । +ସୂଚନା ଯୋଗ୍ୟ ଯେ,ପୁଟୁଡ଼ୁ ମାହା ବାମର କନ୍ୟା ଯାତ୍ରୀ ପାଙ୍ଗାଲି ଗ୍ରାମକୁ ଏକ ଟ୍ରକରେ ବିବାହ ଭୋଜି ଖାଇବାକୁ ଯାଇଥିଲେ । +ତେବେ ଭୋଜି ଖାଇ ଫେରିବା ବେଳେ ଶିଝି ଗାଣ୍ଡା ଘାଟିରେ ଟ୍ରକ ଓଲଟି ପଡିଥିଲା ଫଳରେ ବସିଥିବା ସମସ୍ତେ ତଳକୁ ଖସିପଡିଥିଲେ । +ସମସ୍ତେ ପ୍ରାୟ ଆହତ ହୋଇଛନ୍ତି । +ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଦୀରିଙ୍ଗବାଡି ମେଡିକାଲ କୁ ଚିକିତ୍ସା ଲାଗି ପଠାଇଥିବା ଜଣାପଡିଛି । +ପୋଲିସ ଓ ଅଗ୍ନି ଶମ ବିଭାଗ କର୍ମ ଚାରୀଙ୍କ ତ୍ବରୀତ ପଦ କ୍ଷେପ ଯୋଗୁଁ ଅନେକଙ୍କ ଜୀବନ ବଞ୍ଚିଯାଇଥିଲା । +ବ୍ରାହ୍ମଣୀଗାଁପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ୍ର କରୁଛି । +ମା’ ତାରାତାରିଣୀ ପୀଠରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ +ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତାରାତାରିଣୀ । +ଦକ୍ଷିଣ ଓଡ଼ିଶା ସମେତ ସାରା ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ । +ତେବେ ଏଇ ପ୍ରାଚୀନ ପୀଠର ନବକଳେବର ହୋଇଛି । +ନୂତନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ରବିବାରରୁ ଆରମ୍ଭ ହୋଇଛି, ଶୁକ୍ରବାର ପୂର୍ଣ୍ଣାହୁତି ହେବ । +ତେବେ ଏଇ ପରିବର୍ତ୍ତନର ମୂଳଦୁଆ ପଡିଥିଲା ପ୍ରାୟ ଦୁଇ ଦଶନ୍ଧି ତଳେ । +ଧିରେ ଧିରେ ପୀଠର ରୂପାନ୍ତରଣ ଘଟି କେବଳ ଏକ ଧାର୍ମିକ ପୀଠରୁ ଏବେ ଏହା ଭ୍ରମଣକାରୀଙ୍କ ନିମନ୍ତେ ବହୁ ସୁବିଧାସୁଯୋଗ ସମ୍ବଳିତ ପର୍ଯ୍ୟଟନସ୍ଥଳରେ ପରିଣତ ହୋଇପାରିଛି । +ତାରାତାରିଣୀ ମନ୍ଦିର ନବକଳେବରର ମୂଳଦୁଆ ପଡିଥିଲା ଆଜିକୁ ପ୍ରାୟ ୨୦ ବର୍ଷ ତଳେ । +ସେତେବେଳେ ହିଞ୍ଜିଳିକାଟୁରୁ ବିଧାୟକ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇ ସାରିଥିଲେ ନବୀନ ପଟ୍ଟନାୟକ । +ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତାରାତାରିଣୀ ପୀଠର ବିକାଶ ପାଇଁ ସେ ପ୍ରାଥମିକ ପର୍ଯ୍ୟାୟରେ ୨୦୦୧ ମସିହାରେ ୩୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । +ସେତେବେଳେ ତାରାତାରିଣୀ ପୀଠ କହିଲେ ରତ୍ନଗିରି ପର୍ବତ ଶିଖର ତଥା ସମୁଦ୍ରପତ୍ତନ ଠାରୁ ପ୍ରାୟ ୭ଶହ ଫୁଟ ଉଚ୍ଚରେ ପ୍ରାଚୀନ ପୀଢ ଶୈଳୀରେ ନିର୍ମିତ ପୁରାତନ ମନ୍ଦିର, ପ୍ରଥମରୁ ଛୋଟ ଓ ପରେ ପ୍ରାୟ ୨୨ ଫୁଟ ଉଚ୍ଚ ଜଗମୋହନ, ପୁରୁଣାକାଳିଆ ପ୍ରବେଶ ପଥ ଏବଂ ପର୍ବତ ପାଦଦେଶରେ ସିଂହଦ୍ୱାର, ସେଠାରୁ ୯୯୯ ପଥର ନିର୍ମିତ ପାହାଚ, ଛୋଟିଆ ବଜାରଟିଏ ଓ ଅନ୍ୟପଟେ ଅଣଓସାରିଆ ବିପଦସଙ୍କୁଳ ଘାଟି ରାସ୍ତାକୁ ବୁଝାଉଥିଲା । +ତଥାପି ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ସହସ୍ରାଧିକ ଭକ୍ତ ଚୈତ୍ର ମଙ୍ଗଳବାର ପାଳିରେ ଦେବୀଦର୍ଶନ, ପିଲାଙ୍କ ମୁଣ୍ଡନ ପାଇଁ ଛୁଟି ଆସୁଥିଲେ । +କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ମଞ୍ଜୁର ସହ ଆରମ୍ଭ ହୋଇଥିଲା ମନ୍ଦିରର ବିକାଶ ପ୍ରକ୍ରିୟା । +୨୦୦୨ ମସିହାରେ ଅୟମାରମ୍ଭ +ଦଳିତଙ୍କୁ ନ୍ୟାୟ ମିଳୁନିନିଜ ଘରେ ନିଜେ ରହି ପାରୁନାହାନ୍ତି ସୁଶାନ୍ତ +ଫୁଲବାଣୀ-୧୪/୬ ସରକାରୀ ଚାକିରି ଖଣ୍ଡିଏ କରି ଜୀବନକାଳରେ ଯାହାକିଛି ସଞ୍ଚିଥିଲେ ପରିବାର ମୁଣ୍ଡ ଗୁଞ୍ଜିବା ପାଇଁ ଚକାପାଦ ଅଞ୍ଚଳରେ ଚକାପାଦ ମୌଜାରେ ଖାତା ନମ୍ବର୨୪୯/୩୩୧ ପ୍ଲଟ ନଂ୧୭୧୭ / ୩୧୨୩ ରେ ଘରସହିତ ପଟ୍ଟା ଯାଗା କିଛି କିଣିଥିଲେ, ମନ ମୁତାବକ ନିଜଘର କରି ରହିବେ ବୋଲି ସ୍ୱପ୍ନ ଦେଖିଥିଲେ । +ହେଲେ ଏହି ଘର ଓ ଯାଗା କୁ ମାଡି ବସିଛି ଅନ୍ୟଜଣେ ଖଳ ପ୍ରକୃତିର ଲୋକ ଖଗେଶ୍ଵର ପାତ୍ର । +ପାତ୍ରକୁ ଯାଗା ଛାଡିବାକୁ କହିଲେ ବି ଯାଗା ଛାଡିଲାନି ଓ ଲଟା ହତ୍ୟାକରିବ ବୋଲି କୁଆଡ଼େ ଧମକ ମଧ୍ୟ ଦେଉଛି । +ଏଭଳି ଅର୍ଭଯୋଗ ଆସିଛିଚକାପାଦ ଅଞ୍ଚଳରୁ । +ପୋଲିସ,ତହସିଲଦାର କିମ୍ବା ପ୍ରଶାସନଠାରୁ ନ୍ୟାୟ ନ ମିଳିବାପରେ ଏସସିକମିଶନଙ୍କ ଦ୍ଵାର ସ୍ଥ ହୋଇଛନ୍ତି କ୍ଷୁଦ୍ର ଜଳସେଚନ ବିଭାଗ କର୍ମଚାରୀ ସୁଶାନ୍ତ କୁମାର ନାୟକ । +ନିଜ ଘର ଚକାପାଦ ବଜାର ରେ ଥାଇ ମଧ୍ୟ ସେଭୟ ଭୀତ ହୋଇ ଭଞନଗରରେ ବାଧ୍ୟ ହୋଇ ରହୁଛନ୍ତି । +ନ୍ୟାୟରେ ଥିବାଦଳିତ ଲୋକଙ୍କୁ ପୋଲିସ ଓ ପ୍ରଶାସନ ସହଯୋଗ ନକରି ଅନ୍ୟାୟ କରି ଯୋର ଜବରଦସ୍ତ ମାଡି ବସିଥିବା ଖଗେଶ୍ଵର ପାତ୍ରଙ୍କଠାରୁକୁ ଆଡେମୋଟା ଅଙ୍କର ନେଇ ତାଙ୍କୁ ସୁହାଇଲା ପରି କାର୍ଯ୍ୟକରୁଛି ପ୍ରଶାସନ ବୋଲି ସୁଶାନ୍ତ ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । +ଆମକୁ ନ୍ୟାୟ ନ ମିଳିବା ଯାଏ ଛାଡ଼ିବୁନି ବୋଲି କହିଛନ୍ତି ସୁଶାନ୍ତ ଙ୍କ ପରିବାର ଲୋକେ । +ଏବେ କମିଶନଙ୍କ ଦ୍ଵାର ସ୍ଥ ହୋଇଛୁ । +ଏଠି ନ୍ୟାୟ ନ ପାଇଲେ ଉଚ୍ଚନ୍ୟାୟାଳୟର ଆଶ୍ରୟ ନେବୁଆଉ ଆମକୁ ନ୍ୟାୟ ନିଶ୍ଚିତ ମିଳିବ ଏଥିରେ ସନ୍ଦେହ ନାହିଁ ବୋଲି ସୁଶାନ୍ତ ଓ ପରୀ ବାର ଲୋକେ ଆଶାବ୍ୟକ୍ତ କରିଛନ୍ତି । +ବିଧାନସଭା ବଜେଟ୍ ଅଧିବେଶନ +ରାଜ୍ୟପାଳଙ୍କ ଅଭିଭାଷଣର ମୁଖ୍ୟାଂଶ +ରେଲୱେ ଏବଂ ଡାକ ବିଭାଗ ମିଶି କରିବେ ଡୋର-ଟୁ-ଡୋର ଡେଲିଭରୀ, ଏଣିକି ଘରୁ ପଠାଇ ପାରିବେ ପାର୍ସଲ +ଭାରତୀୟ ରେଲୱେ ନିଜର ଡୋର-ଟୁ-ଡୋର ଡେଲିଭରୀ ଯୋଜନା ଲାଗୁ କରିବା ପାଇଁ ଭାରତୀୟ ଡାକ ସହ ମିଶି କାମ କରିବାକୁ ନିଷ୍ପତ୍ତି ନେଇଛି । +ଭାରତୀୟ ରେଲୱେ ଏବଂ ଡାକ ଏକ ମିଳିତ ପ୍ଲାଟଫର୍ମ ବିକଶିତ କରୁଛନ୍ତି । +ଏଥିରେ ଡାକ ବିଭାଗ ଫାଷ୍ଟ-ମାଇଲ ଏବଂ ଲାଷ୍ଟ ମାଇଲ କନେକ୍ଟିଭିଟି ଉପଲବ୍ଧ କରାଇବ, ଅନ୍ୟପଟେ ଷ୍ଟେସନରୁ ଷ୍ଟେସନ ଯାଏଁ ଇଣ୍ଟରମିଡିଏଟ କନେକ୍ଟିଭିଟି ରେଲୱେ ଦ୍ୱାରା କରାଯିବ । +କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି କଥା କହିଛନ୍ତି । +ଶିକ୍ଷାବିଭାଗର ଅବହେଳା ,ମୁହଁ ଖୋଲୁନାହାନ୍ତି ହଷ୍ଟେଲ କର୍ତ୍ତୃପକ୍ଷ । +୨୫ ଛାତ୍ରୀ ଡାକ୍ତର ଖାନା ରେ… +ବୌଦ୍ଧ:- ୨/୬ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟ ରେ ୧୦ ଜଣ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ଜଣାପଡିଛି । +ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସ୍ଥିତ ମଣିପୁର ଆଦର୍ଶ ବିଦ୍ୟାଳୟର ୨୫ ଜଣ ଛାତ୍ରୀ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇଛନ୍ତି । +ତେବେ ୧୫ ଜଣ ଛାତ୍ରୀଙ୍କୁ ହଷ୍ଟେଲ ରେ ବଟିକା ଦେଇ ସୁସ୍ଥ କରାଯାଇଥିବା ବେଳେ ୧୦ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୁଣାକଟକ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । +ସମସ୍ତ ଛାତ୍ରୀଙ୍କୁ ସାଲାଇନ ଲାଗିଛି । +ସେପଟେ ହଷ୍ଟେଲ କର୍ତ୍ତୃପକ୍ଷ ଆଜିର ଖାଦ୍ୟର ବିବରଣୀକୁ ନେଇ ମୁହଁ ଖୋଳୁନଥିବାରୁ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି । +ତେବେ ହଷ୍ଟେଲ ରେ କେତେଜଣ ଛାତ୍ରୀ ଥିଲେ ? କେବଳ ୨୫ ଜଣ ଅସୁସ୍ଥ ହୋଇଛନ୍ତି ନା ଆହୁରି ଅଧିକ ସଂଖ୍ୟାରେ ଛାତ୍ରୀ ଅସୁସ୍ଥ ହୋଇଛନ୍ତି ତାହା ଏବେ ପ୍ରଶ୍ନବାଚି ସୃଷ୍ଟି କରିଛି । +ଏନେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନୀଲ  ପ୍ରଧାନ ଙ୍କୁ  ଯୋଗଯୋଗ କରିଥିଲେ ମଧ୍ୟ ଫୋନ ଉଠାଇ ନଥିବାରୁ ତାଙ୍କ ପାଖରୁ କୌଣସି ପ୍ରତିକ୍ରିୟା  ମିଳିପାରିନାଇ । +କବି ଡ. ଗାୟତ୍ରୀବାଳା ପଣ୍ଡାଙ୍କ “ଏ ସ୍ଲାଇସ୍ ଅଫ୍ ନାଇଟ୍‌” ଉନ୍ମୋଚିତ +ଭୁବନେଶ୍ୱର: ବିଶିଷ୍ଟ କବି ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ କବିତା ସଂକଳନରେ ସେ ଇଂରାଜୀ ଅନୁବାଦ “ଏ ସ୍ଲାଇସ୍ ଅଫ୍‌ ନାଇଟ୍‌” ୬ଷ୍ଠ ଓଡ଼ିଶା ଆର୍ଟ ଆଣ୍ଡ ଲିଟରେଚର୍ ଫେଷ୍ଟିଭାଲ୍‌ରେ ଉନ୍ମୋଚିତ ହୋଇଯାଇଛି । +ଡ. ପଣ୍ଡାଙ୍କ ଓଡ଼ିଆ କବିତାର ଅନୁବାଦିତ ପୁସ୍ତକକୁ ପ୍ରଖ୍ୟାତ ଇଂରାଜୀ ଓ ବଙ୍ଗଳା ଲେଖକ କୁନାଳ ବସୁ ଉନ୍ମୋଚନ କରିଥିଲେ । +ଏଥିରେ ଥିବା କବିତାଗୁଡ଼ିକୁ ଇଂରାଜୀରେ ଅନୁବାଦ କରିଛନ୍ତି ବିଶିଷ୍ଟ କବି ମନୁଆ ଦାସ ଓ ଧଉଳି ବୁକ୍ସ ପକ୍ଷରୁ ଏହା ପ୍ରକାଶ ପାଇଛି । +ଏହା ଡ. ପଣ୍ଡାଙ୍କର ଦ୍ୱିତୀୟ ଇଂରାଜୀ କବିତା ସଂକଳନ । +ପୂର୍ବରୁ “ଗ୍ରାଣ୍ଡ୍‌ମା ଆଣ୍ଡ ଅଦର ପୋଏମ୍ସ” ନାମରେ ତାଙ୍କର ଏକ ଇଂରାଜୀ କବିତା ସଂକଳନ ନୂଆଦିଲ୍ଲୀର ‘ଅଥର୍ସ ପ୍ରେସ’ ଦ୍ୱାରା ପ୍ରକାଶ ପାଇଥିଲା । +ଲେଖିଗଲେ କିଛି ଏମିତି…ପଢିଲେ ଆପଣ ବି କାନ୍ଦି ପକାଇବେ +ପପୁନ୍ ତୁମେ ମୋ ସହ ଏମିତି କାହିଁକି କଲ ? ମୋ ନିଜଠୁ ବି ଅଧିକ ମୁଁ ତୁମକୁ ଭଲପାଏ । +ଯେତିକି ମାମା ଆଉ ସିତୁଲ ଦିଦିକୁ ଭଲପାଏ, ସେତିକି ପରିମାଣରେ ତୁମକୁ ବି ଭଲପାଏ । +ତୁମକୁ ଆଜି ଗୁଲୁ ଡାକିବା ପାଇଁ ବି ଖରାପ ଲାଗୁଛି । +ମୋ ଭଲ ପାଇବା ଆଉ ଭାବନାର କିଛି ମୂଲ୍ୟ ନାହିଁ ତୁମ ପାଖରେ । +ମୁଁ ଆଜି ସବୁ ଜାଣି ପାରୁଛି । +ମୁଁ ଜାଣି ନଥିଲି ତୁମେ ମୋ ସହ ଏମିତି କରିବ । +ତୁମ ଉପରେ ବହୁତ ଆଶା ଓ ଭରସା ଥିଲା । +ହେଲେ ତୁମେ ମୋ ସହ ଯାହା କଲ ଏମିତି ଜମା ଠିକ ନୁହେଁ । +ପୂଜକଙ୍କୁ ବାଡ଼େଇ ମାରିଦେଲେ +ଠାକୁର ପୂଜା କରି ଆସୁଥିବା ପୂଜକଙ୍କୁ ବାଡ଼େଇ ମାରିଦେଲେ । +ଠାକୁର ଜମିକୁ ନେଇ ରହିଥିବା ବିବାଦରୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ପଡ଼ାଗୟାସପୁର ଗାଁରେ ଏଭଳି ଜଘଣ୍ୟ ହତ୍ୟାକାଣ୍ଡ ଘଟିଛି । +ମୃତକ ଜଣକ ସ୍ଥାନୀୟ ଗ୍ରାମର ଦିଲ୍ଲୀପ ପଣ୍ଡା । +ଠାକୁର ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । +ଗଣ୍ଡଗୋଳକୁ ଅଟକାଇବାକୁ ଆସି ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଉଭୟ ପକ୍ଷରୁ ୬ଗୁରୁତର ହୋଇଛନ୍ତି । +ଡମ୍ଫରକୁ ଦେଖି ଚଲାଉଥିଲି, ତଳେ କାର ଥିଲା ବୋଲି ଦେଖିନଥିଲି । + ନରହନ୍ତା ଡ୍ରାଇଭର ଗିରଫ +ଭୁବନେଶ୍ୱର ପଳାଶୁଣି ଛକରେ ହାଇୱା ଧକ୍କାରେ କାର ଚାଳକଙ୍କ ମୃତ୍ୟୁ ଘଟଣାରେ ଗିରଫ ହେଲେ ହାଇୱା ଡ୍ରାଇଭର । +ଗିରଫ ଅଭିଯୁକ୍ତ ଜଣକ ହେଲେ ସୌଭାଗ୍ୟ ରଞ୍ଜନ ପାତ୍ର । +ଆଜି ସକାଳେ କମିଶନରେଟ୍ ପୋଲିସ୍ ତାକୁ ବେଗୁନିଆରୁ ଗିରଫ କରିଛି । +ପୋଲିସ ଆଗରେ ଦୁର୍ଘଟଣା କରିଥିବା ନେଇ ସ୍ୱୀକାର କରିଛି ଡ୍ରାଇଭର । +ଅସାବଧାନତା ଓ ବେପାରୁଆ ଗାଡ଼ି ଚାଳନା ପାଇଁ ଘଟିଛି ଏହି ଦୁର୍ଘଟଣା । +ବରଗଡ଼ରେ ମାଟିତଳୁ ମିଳିଲା ଦୁଇ ହଜାର ବର୍ଷ ପୁରୁଣା ପ୍ରାଚୀନ ସଭ୍ୟତା: ବହୁ ସାମଗ୍ରୀ ଉଦ୍ଧାର +ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ଅସୁରଗଡ଼ ଗାଁରେ କିଛି ଦିନ ତଳେ ଭାରତ ସରକାରଙ୍କ ନିର୍ଦେଶ କ୍ରମେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ(ଜିଏମୟୁ)ର ଇତିହାସ ବିଭାଗ ତରଫରୁ ଖନନ କାମ ଚାଲିଥିବା ବେଳେ ପ୍ରାଚୀନ ସଭ୍ୟତାର ବହୁ ସାମଗ୍ରୀ ବାହାରିଛି ଯାହାକି ପ୍ରାୟ ଦୁଇ ହଜାର ବର୍ଷ ପୁରୁଣା ବୋଲି ଜଣାପଡିଛି । +ମାଟି ଖନନ ବେଳେ ମାଟି ତଳୁ ପ୍ରାଚୀନ ସଭ୍ୟତାର ମୁଦ୍ରା, ମାଳି, ପ୍ରାଚୀନ ସଭ୍ୟତାରେ ବ୍ୟବହାର ହେଉଥିବା ମୋହର, ଲୌହ ସାମଗ୍ରୀ, ଉନ୍ନତଧରଣର ମାଟିପାତ୍ର ଯଥା କୃଷ୍ଣ ଲୋହିତ ମାଟି ପାତ୍ର, ରଞ୍ଜିତ ଲାଲ ମାଟି ପାତ୍ର, ହାଣ୍ଡି ତଥା ପ୍ରାଚୀନ ସଭ୍ୟତାରେ ଗଢ଼ି ଉଠିଥିବା ଧ୍ୱଂସାବିଶେଷ ମିଳିଛି । +ଏହି ପ୍ରାଚୀନ ନଗରକୁ ସଦୃଢ଼ କରିବା ପାଇଁ ଏହାର ଦୁଇଟି ବୃହତ୍ ପ୍ରାଚୀର ଏବଂ ଦୁଇଟି ବଡ଼ଘାଇ ନିର୍ମାଣ କରାଯାଇଥିଲା, ଯାହା ଏବେ ବି ଦୃଶ୍ୟମାନ । +ତେଣୁ ସାଧାରଣତଃ ଲୋକମାନେ ଏହି ବିଶାଳ ପ୍ରାଚୀରକୁ ଦେଖି ଏହା ଅସୁରମାନେ ନିର୍ମାଣ କରୁଥିଲେ ବୋଲି ଏହାକୁ ଅସୁରଗଡ଼ ବୋଲି କୁହାଯାଉଛି । +ଏହି ଅସୁରଗଡ଼ର ନଗର ପରିକଳ୍ପନା ଅନ୍ୟ ପ୍ରାଚୀନ ନଗର ପରିକଳ୍ପନା ସଦୃଶ । +ମାତ୍ର ଏହାର ନଗର ପରିକଳ୍ପନା ଅନ୍ୟଠାରୁ ଭିନ୍ନ । +ସାଧାରଣତଃ ପ୍ରାଚୀନ ସମୟରେ ‘ଗଡ଼’କୁ ଦୁର୍ଗ ମଧ୍ୟ କୁହାଯାଏ, ଯାହାକି ବିଭିନ୍ନ ପ୍ରକାର ହୋଇଥାଏ ଯାହାକି ଗିରି ଦୁର୍ଗ, ଜଳ ଦୁର୍ଗ, ସ୍ଥଳ ଦୁର୍ଗ, ବନ ଦୁର୍ଗ, ମୃତ୍ତିକା ଦୁର୍ଗ ଇତ୍ୟାଦି । +ତେଣୁ ଏହି ଅସୁରଗଡ଼ ମୃତ୍ତିକା ଦୁର୍ଗ ଉନ୍ମୁକ୍ତ ଏହି ଦୁର୍ଗର ତିନୋଟି ଦ୍ୱାର ମଧ୍ୟ ରହିଛି ଯାହାକି ପୂର୍ବ, ପଶ୍ଚିମ, ଏବଂ ଉତ୍ତର ଦିଗରେ ରହିଛି । +କାଜୁ ମିଲ ବନ୍ଦ ହେବା ଫଳରେ ୫୧ ବଣ୍ଡା ପରିବାର ଏବେ ବେରୋଜଗାରସରକାରଙ୍କ କୋଟି କୋଟି ଟଂକା ପାଣିରେ… +ମାଲକାନଗିରି,୨/୬): ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । +ଏଠାରେ ଆଦିମ ଜନଜାତି ବଣ୍ଡା ଏବଂ ଦିଦାଇ ସଂପ୍ରଦାୟର ଲୋକେ ବସବାସ କରନ୍ତି । +ଏଥିସହ କୋୟା,ପରଜା,ଗାଦବା,କନ୍ଧ ଭଳି ସଂପ୍ରଦାୟର ଲୋକେ ମଧ୍ୟ ବସବାସ କରନ୍ତି । +ପ୍ରାୟ ଅଶୀ ପ୍ରତିଶତ ଲୋକେ ଏଠାରେ ଆଦିବାସୀ ହୋଇଥିବା ବେଳେ ସେମାନଙ୍କର ଉନ୍ନତି ପାଇଁ ସରକାର କାହିଁ କେତେ ଯୋଜନା କରୁଛନ୍ତି । +କିନ୍ତୁ ଜିଲ୍ଲାର ଆଦିବାସୀଙ୍କର ସେଭଳି କୌଣସି ଉନ୍ନତି ପରିଲକ୍ଷିତ ହେଉ ନାହିଁ । +ଯଦି ଆମେ ବଣ୍ଡା ଜନଜାତିଙ୍କ କଥା ନେବା ତେବେ ସବୁ ସ୍ପଷ୍ଟ ହୋଇଯିବ । +ମାଲକାନଗିରି ଜିଲ୍ଲାର ଦୁର୍ଗମ ଖଇରପୁଟ ବ୍ଲକର ବଣ୍ଡାଘାଟିରେ ରହୁଛନ୍ତି ଆଦିମ ଜନଜାତି ବଣ୍ଡା । +ବଣ୍ଡାଘାଟିର ଦୁଇଟି ପଞ୍ଚାୟତର ୩୨ଟି ଗ୍ରାମରେ ପ୍ରାୟ ୭ ହଜାର ବଣ୍ଡା ଲୋକ ରହିଆସୁଛନ୍ତି । +ଏମାନଙ୍କର ଉନ୍ନତି ପାଇଁ ସରକାର କାହିଁ କେତେ ଯୋଜନା କରୁଛନ୍ତି । +କିନ୍ତୁ ଆଜି ପର୍ଯ୍ୟନ୍ତ ଏମାନେ ଘାଟି ଉପରେ ହିଁ ରହିଗଲେ ତଳକୁ ଓହ୍ଲାଇପାରିଲେ ନାହିଁ । +ଏହାର ଅର୍ଥ ହେଲା ମୁଖ୍ୟସ୍ରୋତରେ ସାମିଲ ହେବାକୁ ଏହି ଜନଜାତିକୁ ଆହୁରି ବର୍ଷ ବର୍ଷ ଲାଗିଯିବ । +ତେବେ ଏମାନଙ୍କର ଉନ୍ନତି ପାଇଁ ୭୦ ମସିହା ବେଳକୁ ବଣ୍ଡା ଉନ୍ନୟନ ସଂସ୍ଥାର ସ୍ଥାପନ କରାଯାଇଥିଲା । +ଏହି ସଂସ୍ଥା ତରଫରୁ କୋଟି କୋଟି ଟଂକା ଖର୍ଚ୍ଚ କରାଯାଇ ବଣ୍ଡାଙ୍କ ଉନ୍ନତି ପାଇଁ ଚିନ୍ତା କରାଯାଇଥିଲା । +ଏହି ସଂସ୍ଥା ତରଫରୁ ଟଂକା ଖର୍ଚ୍ଚ ହେଉଛି ସତ କିନ୍ତୁ ଏହି ଜନଜାତିଙ୍କର କୌଣସି ଉନ୍ନତି ହୋଇପାରୁନାହିଁ । +ତେବେ କେଉଁଠି ଦୋଷ ରହିଲା । +ଏହି ଜନଜାତିର ମହିଳାମାନଙ୍କୁ ରୋଜଗାର ଯୋଗାଇ ଦେବାକୁ ଆଇଟିଡିଏ ଏବଂ ବଣ୍ଡା ଉନ୍ନୟନ ସଂସ୍ଥା ତରଫରୁ ଖଇରପୁଟର ମୁଣ୍ଡିଗୁଡାରେ ଏକ କାଜୁ ପ୍ରୋସେସିଂ ପ୍ଲାଣ୍ଟର ସ୍ଥାପନ କରାଗଲା । +କୋଟିଏ ଟଂକାର ଗୃହ ନିର୍ମାଣ କରାଯାଇ କୋଟି କୋଟି ଟଂକାର ମେସିନ ଅଣାଗଲା । +ଏହି ଅଂଚଳର କାଜୁ ଏହି ମହିଳାମାନେ ଖରିଦ କରି ଏଠାରେ କାଜୁ ବାହାର କରିବେ । +ଏହି କାଜୁ ରାଜ୍ୟ ସହ ବାହାର ରାଜ୍ୟକୁ ମଧ୍ୟ ରପ୍ତାନୀ କରାଯାଉଥିଲା । +ଗତ ୨୦୧୬-୨୭ ମସିହା ବେଳକୁ ଏହି କାଜୁ ପ୍ଲାଣ୍ଟ ଆରମ୍ଭ ହେଲା ସତ କିନ୍ତୁ ଗୋଟିଏ ବର୍ଷ ଚାଲିବା ପରେ ଠପ୍ ହୋଇଗଲା । +ଏହାର କାରଣ ଜଣାପଡନଥିବା ବେଳେ ଏହି କାଜୁ ପ୍ଲାଣ୍ଟରେ ରୋଜଗାର କରୁଥିବା ୫୦ରୁ ଉର୍ଦ୍ଧ୍ବ ବଣ୍ଡା ପରିବାର ବେରୋଜଗାର ହୋଇଗଲେ । +ପୁଣି ନିଜର ପୁରୁଣା ବେଉସାକୁ ଫେରିଗଲେ । +ଜଂଗଲରୁ ଜଂଗଲଜାତ ଦ୍ରବ୍ୟ ସଂଗ୍ରହ କରି ଏମାନେ ବଜାରରେ ବିକ୍ରି କରି ପରିବାର ଚଳାନ୍ତି । +ବଣ୍ଡା ପୁଅ ଝିଅମାନେ ଅଶିକ୍ଷିତ ହେବା ଫଳରେ କାମଧନ୍ଦା ନମିଳିବାରୁ ପଡୋଶୀ ଆନ୍ଧ୍ର ଏବଂ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଚାଲିଯାଉଛନ୍ତି । +ଏବେ ବି ବଣ୍ଡାଘାଟିର ଶହ ଶହ ପୁଅ ଝିଅ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଇଛନ୍ତି । +ଯଦି ଜିଲ୍ଲା ପ୍ରଶାସନ ଏବଂ ବଣ୍ଟା ଉନ୍ନୟନ ସଂସ୍ଥା ଏମାନଙ୍କୁ ଜିଲ୍ଲା ଭିତରେ ରୋଜଗାର କରାଇପାରନ୍ତା ତେବେ ସେମାନେ ନିଜର ପରିବାର ସହ ରହି କାମ କରିପାରିଥାନ୍ତେ । +ବାହାର ରାଜ୍ୟକୁ ଯାଇ ବହୁ ହିନସ୍ତା ହେଉଥିବା ଦେଖିବାକୁ ମିଳିଛି । +ବଣ୍ଡା ଝିଅମାନେ ବାହା ରାଜ୍ୟକୁ ଯାଇ ଗର୍ଭବତୀ ହୋଇ ଫେରିବା ଭଳି ଘଟଣା ମଧ୍ୟ ଘଟିଯାଇଛି । +ସେହିପରି ବଣ୍ଡା ଯୁବକମାନେ ଟଂକା ପଇସା ନପାଇ ଦୁର୍ଦିନରେ କାମ କରୁଛନ୍ତି । +କରୋନା ପୂର୍ବରୁ ଏହି କାଜୁ ମିଲ ପୁନଃ ଚାଲୁ ହୋଇପୁଣି ବନ୍ଦ ହୋଇଗଲା । +ମୁଣ୍ଡିଗୁଡାରେ କାଜୁ ପ୍ରୋସେସିଂ ପ୍ଲାଣ୍ଟ ବସିବା ପରେ ବଣ୍ଡା ଜନଜାତିର ମହିଳାମାନେ ରୋଜଗାକ୍ଷମ ହୋଇ ପରିବାର ଚଳାଇବାରେ ସହାୟକ ହେବେ ବୋଲି ଯାହା ଚିନ୍ତା କରାଯାଉଥିଲା ତାହା ଫସର ଫାଟିଗଲା । +ଏବେ ୫୦ରୁ ଉର୍ଦ୍ଧ୍ବ ପରିବାର ବେରୋଜଗାର ହୋଇ ବସି ରହିଛନ୍ତି । +ତେବେ ଏନେଇ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ହୃଦାନନ୍ଦ ସାହୁଙ୍କୁ ପଚାରିବାରୁ ଆଗାମୀ ଦିନରେ ଏହି କାଜୁ ପ୍ଲାଣ୍ଟ ଚାଲିବ । +ଦୀର୍ଘ ଦିନ ଧରି ଛାଲିନଥିବାରୁ ଏଥିପାଇଁ ଟଂକା ଦରକାର ପଡୁଛି । +ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କରାଇଛୁ । +ସେହିପରି ବହୁ ଦିନ ଧରି ମେସିନଗୁଡିକ ଅଚଳ ହୋଇ ପଡି ରହିଛି । +ଏହାର ମରାମତି ମଧ୍ୟ ଦରକାର । +ମହିଳମାନଙ୍କୁ ତୁରନ୍ତ ରୋଜଗାର ଦିଆଯିବା ସହ କାଜୁ ଖରିଦ କରିବେରେ ସେମାନେ ନିୟୋଜିତ ହେବେ ବୋଲି କହିଥିଲେ । +ସେହିପରି ଆଇଟିଡିଏର ନୂତନ ପ୍ରକଳ୍ପ ଅଧିକାରୀ ତ୍ରିନାଥ ମାଝିଙ୍କୁ ପଚାରିବାରୁ ଏନେଇ ସେ ଅବଗତ ରହିବା ସହ କିପରି ଏହି କାଜୁ ମିଲ ତୁରନ୍ତ ଆରମ୍ଭ ହେବ ସେନେଇ ପଦକ୍ଷେପ ନେବେ ବୋଲି କହିଥିଲେ । +ଆରମ୍ଭ ଆରମ୍ଭ ହେବ ବୋଲି ଦୁଇ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପ୍ଲାଣ୍ଟ ଆରମ୍ଭ ହୋଇପାରୁନାହିଁ । +ତେବେ କେଉଁଠି ସମସ୍ୟା ରହିଛି ତାକୁ ତୁରନ୍ତ ସମାଧାନ କରି ଏହି କାଜୁ ପ୍ଲାଣ୍ଟକୁ ଚାଲୁ କରିବା ପାଇଁ ଦାବି ହୋଇଛି । +ଚଳିତ ବର୍ଷ ପ୍ରଚୁର କାଜୁ ହୋଇଥିବା ବେଳେ ଏହି ପ୍ଲାଣ୍ଟ ଯଦି ଚାଲନ୍ତା ତେବେ ବହୁ ବଣ୍ଡା ମହିଳା ଏହି ପ୍ଲାଣ୍ଟରେ ରୋଜଗାର ପାଇପାରନ୍ତେ ବୋଲି କୁହାଯାଇଛି । +ସରକାର କା ମାଲ ଦରିଆ ମେ ଡାଲ ସଦୃଶ୍ୟ କୋଟି କୋଟି ଟଂକା ଖର୍ଚ୍ଚ କରାଯାଇ ପ୍ଲାଣ୍ଟ ବସଗଲା ସତ କିନ୍ତୁ ଏହାର ଉଚିତ ବିନିଯୋଗ ନହେବା ଫଳରେ ଏହାର ମେସିନଗୁଡିକ ଖରାପ ଆଡକୁ ଗତି କରୁଥିବା ଅଭିଯୋଗ ହୋଇଛି । +ଜିଲ୍ଲାରେ କାଜୁ କିଲୋ ପିଛା ୮୦୦ରୁ ୯୦୦ ଟଂକା ରହିଛି । +ତେବେ ମାଲକାନଗିରି ଜିଲ୍ଲାର କାଜୁ ଅନ୍ୟ କାଜୁ ଅପେକ୍ଷା ଭଲ ରହିଥିବାରୁ ଏହାର ଚାହିଦା ମଧ୍ୟ ବେଶୀ । +ତେବେ ଏହି କାଜୁ ପ୍ଲାଣ୍ଟ କେବେ ଚାଲୁ ହେବ ତାହା ଦେଖିବାକୁ ବାକି ରହିଲା । +ମାଲକାନଗିରି ବ୍ୟବସାୟୀ ସଂଘର ବାର୍ଷିକ ଉତ୍ସବ +ମାଲକାନଗିରି,୨୭/୪(): ମାଲକାନଗିରି ବ୍ୟବସାୟୀ ସଂଘ ତରଫରୁ ସ୍ଥାନୀୟ ସଂସ୍କୃତି ଭବନରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । +ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବ୍ୟବସାୟୀ ସଂଘର ସଭାପତି ସୁରେଶ ସୋମାନୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜୟପୁର ବ୍ୟବସାୟୀ ସଂଘର ସଭାପତି ଅଞ୍ଜନି ଅଗ୍ରଵାଲ,ସଂପାଦକ ଶଶି ପଟନାୟକ,ଅନୁପ ପାତ୍ର,ଗଣେଶ ଭାଇ,ସୁରେନ୍ଦ୍ର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । +କାର୍ଯ୍ୟକ୍ରମ ଆରମ୍ଭରୁ ମାଲକାନଗିରି ଜିଲ୍ଲା ବ୍ୟବସାୟୀ ସଂଘର ସଂପାଦକ ଇଶ୍ବର ପଟନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ । +୨୦୨୧ ମସିହାରେ ଜିଲ୍ଲା ବ୍ୟବସାୟୀ ସଂଘ ଗଠନ କରାଯାଇଥିଲା । +ଏହି ସଂଘର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାର ଶତାଧିକ ଛୋଟ ବଡ ବ୍ୟବସାୟୀ ଆଜି ଏକତ୍ର ହୋଇ ଏହି ଉତ୍ସବକୁ ପାଳନ କରିଥିଲେ । +ଅନେକ ବ୍ୟବସାୟୀ ଆଜି ସଂଘରେ ଯୋଗଦାନ କରିଥିଲେ । +ବ୍ୟବସାୟୀମାନଙ୍କର ରହିଥିବା ବିଭିନ୍ନ ସମସ୍ୟା କିପରି ଦୁର କରାଯିବ ସେନେଇ ଆଲୋଚନା କରାଯାଇଥିଲା । +ଏଥିସହ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା +ବଞ୍ଚିବାର ରାହା ଦେଖାଇଛି ଝରଣା ପାଣି +ରାଜ୍ୟ ସରକାର ପାନୀୟ ଜଳକୁ ମୌଳିକ ଅଧିକାରର ପରିସରଭୁକ୍ତ କରିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ପାନୀୟ ଜଳ ଏଯାଏଁ ସ୍ୱପ୍ନ ହୋଇ ରହିଯାଇଛି । +ଗ୍ରୀଷ୍ମତାପ ଯେତେ ବଢିଚାଲିଛି ସେହି ଅନୁପାତରେ ଲାଞ୍ଜିଗଡ ବ୍ଲକର ଉପାନ୍ତ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ସେତେ ବଢି ଚାଲିଛି । +ଏହି ବ୍ଲକରେ ଏମିତିବି ଗାଁ ରହିଛି ଯେଉଁଠି ଏବେ ବି କିଛି ଆଦିବାସୀ ପରିବାର ଝରଣା ପାଣିକୁ ହିଁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି । +ଏମିତି ଗାଁ ଏକ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକର ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜବା ଗାଁ । +ମାହାଙ୍ଗା ଗଣହତ୍ୟାର ଡେମୋ ଦେଖାଇଲେ ଅଭିଯୁକ୍ତ +କଟକ ଜିଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ସମ୍ପତ୍ତି ବିବାଦରୁ ବଡ଼ ଭାଇଙ୍କ ପରିବାରର ସମସ୍ତ ୫ଜଣଙ୍କୁ ହତ୍ୟା କରିବା ଘଟଣାର ଅଭିଯୁକ୍ତ ତଥା ସାନଭାଇ ଶିବ ପ୍ରସାଦ ସାହୁଙ୍କୁ ମାହାଙ୍ଗା ପୋଲିସ ଗୁରୁବାର ୩ ଦିନିଆ ରିମାଣ୍ଡରେ ନେଇଥିଲା । +ରିମାଣ୍ଡର ଶୁକ୍ରବାର ଦ୍ୱିତୀୟ ପ୍ରଥମ ଦିନରେ ପୋଲିସ କଡା ସୁରକ୍ଷା ମଧ୍ୟରେ ଅଭିଯୁକ୍ତ ଶିବଙ୍କୁ କୁସୁପୁର ଗାଁକୁ ଆଣି ସିନ୍‌ ରିକ୍ରିଏଶନ କରାଇଛି । +ସିନ ରିକ୍ରେସନ ବେଳେ ଅଭିଯୁକ୍ତ କିପରି ବଡ଼ ଭାଇଙ୍କ ପରିବାର ସମସ୍ତଙ୍କୁ ହତ୍ୟା କରିଥିଲେ ତାହାର ଡେମୋ ଦେଖାଇଥିଲେ । +ଅନ୍ୟପକ୍ଷେ ପୋଲିସ ଘଟଣାସ୍ଥଳରୁ କିଛି ମାରାଣାସ୍ତ୍ର ଜବତ କରିଛି । +ଘଟଣାସ୍ଥଳରେ ଏସ୍‌ଡିପିଓ ଏବଂ ମାହାଙ୍ଗା ଥାନା ଅଧିକାରୀ ଉପସ୍ଥିତ ଥିଲେ । +ଅନ୍ୟପକ୍ଷେ ଶିବଙ୍କ ଦେହ ଅସୁସ୍ଥ ଥିବାରୁ ପ୍ରଥମ ଦିନରେ ସିନ୍‌ ରିକ୍ରିଏଶନ କରାଯାଇ ପାରି ନ ଥିଲା । +ତାଙ୍କୁ ଥାନାରେ ରଖି ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଥିଲା । +ମଞ୍ଚଶିଳ୍ପୀ ପ୍ରଦୀପ ପଣ୍ଡାଙ୍କୁ ନବଜୀବନ ସମ୍ମାନ +ସମ୍ବଲପୁର – ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, ଅଭିନେତା ପ୍ରଦୀପ ପଣ୍ଡାଙ୍କୁ ନବଜୀବନ ସମ୍ମାନ – ୨୦୨୨ରେ ସମ୍ମାନିତ କରାଯାଇଛି । +ସୁନ୍ଦରଗଡର ନବଜୀବନ ସଂସ୍ଥା଼ ଆନୁକୂଲ୍ୟରେ ମାଦ୍ରି କାଲୋ ଭବନ ଠାରେ ଅନୁଷ୍ଠିତ ବସନ୍ତ ମହୋତ୍ସବରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସମ୍ପାଦକ ପ୍ରବୋଧ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । +ଏହି ସମ୍ବର୍ଦ୍ଧନା ସଭାରେ ସୁନ୍ଦରଗଡ଼ ପୌର ପରିଷଦର ଚେୟାରମେନ, ଭାଇସ ଚେୟାରମେନ୍‌ ଲଲାଟେନ୍ଦୁ ପରିଡ଼ା, ନବଜୀବନର ସଭାପତି ପ୍ରଦୀପ ଭୋଳ ପ୍ରମୁଖ ଉପସ୍ଥିତ ଥିବା ବେଳେ ମଞ୍ଚ ପରିଚାଳନା ଏବଂ ମାନପତ୍ର ପଠନ ପ୍ରଫେସର ନରେନ୍ଦ୍ର ପ୍ରଧାନ କରିଥିଲେ । +ମହିଳାଙ୍କୁ ମାରି ୩ ବର୍ଷ ପାଇଁ ଜେଲ ଗଲା ମେଣ୍ଢା +ନୂଆଦିଲ୍ଲା: ମହିଳାଙ୍କୁ ମାରିଦେଲା ମେଣ୍ଢା । +ଜଣେ ୪୦ ବର୍ଷୀୟା ମହିଳାଙ୍କୁ ଅତି ନିର୍ମମ ଭାବେ ଶିଙ୍ଗରେ ଭୁଷି ହତ୍ୟା କରିବା ଅଭିଯୋଗରେ ମେଣ୍ଢାକୁ ଜେଲ୍‌ ହୋଇଛି । +ତାକୁ ତିନି ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । +ଏଭଳି ଏକ ରୋଚକ ତଥା ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ଦକ୍ଷିଣ ସୁଡାନରେ । +ମୋ’ ଘର ଛାଡ଼, ଭଲ ଘର ଦିଆଯିବ +ବର୍ଷା ପ୍ରିୟଦର୍ଶିନୀ ମୋ’ ଘର ଛାଡ଼ନ୍ତୁ, ସେ ଅନ୍ୟତ୍ର ଭଲ ଘର ଭଡ଼ା ନେଇ ରହିଲେ ମୁଁ ଭଡ଼ା ଦେବାକୁ ପ୍ରସ୍ତୁତ ଅଛି । +’ ଆଜି କଟକ ଏସଡିଜେଏମ୍‌ କୋର୍ଟରେ ଅନୁଭବଙ୍କ ବିରୋଧରେ ବର୍ଷା ଆଣିଥିବା ଘରୋଇ ନିର୍ଯାତନା ଅଭିଯୋଗର ଶୁଣାଣି ଚାଲିଥିବା ବେଳେ ଏପରି ପ୍ରସ୍ତାବ ଦେଇଛନ୍ତି ଅନୁଭବ । +ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ସହ ମୋକ ଡ୍ରିଲ… +ମାଲକାନଗିରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁକାବିଲା କରିବା ଲାଗି ଜିଲ୍ଲା ସ୍ତରୀୟ ଏକ ନମୁନା ବୈଠକ(ମୋକ ଡ୍ରିଲ) ଅନୁଷ୍ଠିତ ହୋଇ ଯାଇଛି । +ମାଲକାନଗିରି ଡି.ଆର.ଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସମସ୍ତ ଲାଇନ ଡିପାର୍ଟମେଣ୍ଟ ର ବରିଷ୍ଟ ଅଧିକାରୀଙ୍କୁ ନେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ମୁକାବିଲା କରାଯାଇ ପାରିବ ସେ ନେଇ ଏକ ବୈଠକ ଅନୁଷ୍ଠିତ ହେବା ପରେ ସଦର ମହକୁମାରେ ଅବସ୍ଥିତ ଆଇଟିଆଇ ମହାବିଦ୍ୟାଳୟ ରେ କୋରାପୁଟ ରୁ ଆସିଥିବା ଓଡ୍ରାଫ ଟିମଙ୍କ ଦ୍ୱାରା ଏକ ନମୁନା ଅଭ୍ୟାସ କରାଯାଇଥିଲା । +ବନ୍ୟା ବାତ୍ୟା ସମୟରେ ଆହତ ବ୍ୟକ୍ତିଙ୍କୁ କେମିତି ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ପାରିବ ଓ ତୁରନ୍ତ ହସ୍ପିଟାଲ ପହଞ୍ଚା ଯାଇ ପାରିବ ଏହା ସହ କୌଣସି ବିଲଡିଙ୍ଗ ରେ ନିଆଁ ଲାଗିଥିଲେ ସେଇ ଘର ଭିତରୁ କେମିତି ଆହତଙ୍କୁ ଉଦ୍ଧାର କରାଯାଇ ପାରିବ ତାହା ମୋକ ଡ୍ରିଲ ମାଧ୍ୟମରେ ଓଡ୍ରାଫ କର୍ମଚାରୀ ମାନେ ଦେଖାଇଥିଲେ ଏହା ସହ ଗ୍ୟାସରେ ନିଆଁ ଲାଗିଥିଲେ ଏହାକୁ କେମିତି ବନ୍ଧ କରାଯାଇ ପାରିବ ସେ ନେଇ ବିଭିନ୍ନ ଛାତ୍ର ଛାତ୍ରୀଙ୍କୁ ତାଲିମ ମଧ୍ୟ ଦିଆ ଯିବା ସହ ପୋଖରୀ ଓ ନଦୀରେ ବୁଡି ଯାଉଥିବା ଲୋକଙ୍କୁ କିଭଳି କୁଳକୁ ଅଣାଯାଇ ପାରିବ ଓ ସାପ କାମୁଡ଼ିଲେ କେମିତି ପ୍ରାଥମିକ ଚିକିତ୍ସା କରାଯାଇ ପାରିବ ସେ ନେଇ ବିଶେଷ ଭାବେ ଓଡ୍ରାଫ କର୍ମଚାରୀ ମାନେ ନିଜ ନିଜ ନମୁନା ମାଧ୍ୟମରେ ବୁଝାଇଥିଲେ । +ପ୍ରଥମ ଦିନରେ ମାଲକାନଗିରି ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ ଏହାକୁ ଶୁଭାରମ୍ଭ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଜିଲ୍ଲାର ବିଭିନ୍ନ ବ୍ଲକ ରେ ଅନୁଷ୍ଟିତ ହେବ ବୋଲି ମାଲକାନଗିରି ଉପ ଜିଲ୍ଲାପାଳ କହିଛନ୍ତି । +ଫୁଲବାଣୀ ରେ ରଜ ପାନ ପାଇଁ ପ୍ରଵଳ ଭିଡ +ଫୁଲବାଣୀ -15/6 ପୁରପଲ୍ଲୀ ରୁ ଆରମ୍ଭ କରି ସହର ଯାଏ ପାଳନ ହେଉଛି ରଜ । +ରଜ ରେ ବିଭିନ୍ନ ପ୍ରକାର ପିଠା ପଣା ର ଯେମିତି ଡିମାଣ୍ଡ ସେହିପରି ରଜପାନ ର ବି ବେଶ ଡିମାଣ୍ଡ । +ପାଟିରେ ରଜ ପାନ ନ ବାଜିଲେ ଅଡୁଆ ଅଡୁଆ ଲାଗିବ ନିଶ୍ଚୟ । +ଫଲରେ ରାଜ ପାନ ନେବାଲାଗି ଫୁଲବାଣୀ ରେ ରଜ ପାଇଁ ଖିଲାଯାଇଥିବା ସ୍ୱତନ୍ତ୍ର ଦୋକାନ ରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । +ପାନ ଖଣ୍ଡିଏ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାଲାଗି ପଡୁଛି । +ଫୁଲବାଣୀ ସହର ରକୋର୍ଟ ଛକ ରେ ଟୁକୁ ପାନ ଦୋକାନ, ଆଉ ଆଉ ବଜାର ରେ ରାକେଶ ପାନ ଦୋକାନ ରେ ଏବେ ନାହିଁ ନଥିବା ଭିଡ । +ରଜ ପାନ ଖଣ୍ଡେ ର ମୂଲ୍ୟ ଦଶ ଟଙ୍କା ଲେଖାଏଁ ବିକ୍ରୀ ହେଉଛି । +ଏଥିରେଚୁନ, ଗୀଲା, ଗୁଆ, ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ର କୋଡିଏ ରୁ ପଚିଶ ପ୍ରକାର ମିଠା ମସଲା, ପଡିଥାଏ । +ଫଳରେ ଏହି ପାନ ର ସ୍ୱାଦ ନିଅ । +ରା । +ଏହି ରଜ ୩ ଦିନ ହିଁ ଏହି ପାନ ମିଳିଥାଏ । +ଏହି ସମୟ ରେ ଗୋଟିଏ ଦୋକାନ ରେ ଦିନକୁ ୨ ରୁ ୩ ହଜାର ପାନ ବିକ୍ରୀ ହୋଇଥାଏ । +ଝିଅ ବୋହୁ ଠୁ ଆରମ୍ଭ କରି କି ପିଲା କି ବୁଢା ସମସ୍ତେ ଏହି ପାନ ର ମଜା ଉଠାଇଥାନ୍ତି । +ଦୋକାନୀ ବି ଏହି ତିନିଦିନରେ ପାନ ଭାଙ୍ଗି ଭଲଦୁଇ ପଇସା ଲାଭ ବି କରିଥାନ୍ତି ବୋଲି ବ୍ୟବସାୟୀ ମନେ କହିଛନ୍ତି । +ପାଣିପାଗ ପୂର୍ବାନୁମାନର ନିଆରା ପରମ୍ପରା +ପାଣିପାଗ ବିଷୟରେ ଜାଣିବାର ଏକ ନିଆରା ପରମ୍ପରା ରହିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରାରେ । +୧୮୯୦ରୁ ପାଣିପାଗ ପୂର୍ବାନୁମାନ କରିବା ପାଇଁ ଧନୁର ପଞ୍ଚୁ (ବାଉଁଶ ପାତିଆ, ଯାହା ସାହାଯ୍ୟରେ ଶର ନିକ୍ଷେପ କରାଯାଏ) ପୂଜା କରାଯାଉଛି । +ବହୁ ବର୍ଷ ପୂର୍ବରୁ ପୁନମ ଚନ୍ଦ୍ର ଅଗ୍ରୱାଲ ସମ୍ବଲପୁରରୁ ସାମଗ୍ରୀ ଆଣି ଲଇକେରା ଅଞ୍ଚଳରେ ବିକ୍ରୟ କରୁଥିଲେ । +ଏକଦା ଦୁଇ ସହଯୋଗୀଙ୍କ ସହ ଜଙ୍ଗଲ ମଧ୍ୟ ଦେଇ ଯିବାବେଳେ ଏକ ବର ଗଛ ମୂଳରେ ଆଶ୍ରୟ ନେଇଥିଲେ । +ସେ ସମୟରେ ହଠାତ ଜଣେ ସନ୍ନ୍ୟାସୀ ଆବିର୍ଭାବ ହୋଇଥିଲେ । +ବ୍ୟବସାୟୀ ହୁକା ପିଉଥିବାରୁ ସନ୍ନ୍ୟରସୀ ତାଙ୍କୁ ହୁକା ମାଗିଥିଲେ । +ପରେ ଜଙ୍ଗଲ ଭିତରକୁ ଡାକି ପୁନମଙ୍କୁ କିଛି ମାଗିବାକୁ କହିଥିଲେ । +ମାତ୍ର ପୁନମ ଭୟରେ କିଛି ଦରକାର ନାହିଁ ବୋଲି କହିଥିଲେ । +ହେଲେ ସନ୍ନ୍ୟାସୀ ତାଙ୍କୁ ଏକ ଗଛର ଚେର ଦେଖାଇ କହିଲେ ଯେ ସାପ କି ବିଛା କମିଡ଼ିଲେ ଏହାକୁ ବାଟି ପିଇଲେ ଆରୋଗ୍ୟ ହେବ । +ମହିଳା ପ୍ରସବ ବେଦନା ପାଇଁ ମଧ୍ୟ ଏହି ଚେର କାମ ଦେବ । +ସତୀଚଉରା ଶ୍ମଶାନରେ ସମ୍ପନ୍ନ ହେଲା ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ +ସତୀଚଉରା ଶ୍ମଶାନଠାରେ ସମ୍ପନ୍ନ ହେଲା ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ । +ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । +କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ, ଡିସିପି ପ୍ରତିକ ସିଂହ, ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ । +ସୂଚନାଯୋଗ୍ୟ, ଗତକାଲି କଟକ ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଓଡିଆ ସାହିତ୍ୟ ଜଗତର ବିରାଟ ଦ୍ରୁମ ବୀଣାପାଣି । +ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । +ଶହୀଦ ତାମ୍ମା ଦୋରା ଆଦିବାସୀ କ୍ଳବର ବୈଠକ । +କାଲିମେଳା , ୫/୬ :ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆମ୍ବାଗୁଡ଼ା ଗ୍ରାମଠାରେ ଶହୀଦ ତାମ୍ମା ଦୋରା ଆଦିବାସୀ କ୍ଲବର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । +କ୍ଲବ୍ ସଭାପତି ତଥା ପୂର୍ବତନ ସମିତି ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ି ଏବଂ ସମ୍ପାଦକ ଦେବା ମାଡ଼କାମି ଏହାର ନେତୃତ୍ଵ ନେଇଥିବା ବେଳେ କାଲିମେଳା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ଶତାଧୂକ ମହିଳା ଓ ପୁରୁଷ କୋୟା ଜନଜାତି ଆତ୍ମାଗୁଡ଼ାଠାରେ ଏକତ୍ରିତ ହୋଇଥିଲେ । +ଏଥିରେ ଲୋକପ୍ରତିନିଧି କ୍ଳବର ନେତମଣ୍ଡଳୀ , ବୁଦ୍ଧିଜୀବୀ , ଗ୍ରାମ ପେଦା ବା ମୁଖ୍ୟ , ସରକାରୀ କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ । +ଆଦିବାସୀ ଗ୍ରାମଗୁଡ଼ିକର ପର୍ବପର୍ବାଣୀର ନୀତି ନିୟମ , ଆର୍ଥିକ ବିଭିନ୍ନ ସମସ୍ୟା , ଉନ୍ନତି , ସାମାଜିକ ଅଧିକାର , ଚାଷ ଓ ଭାଗ ଚାଷ ବିଷୟରେ ଆଲୋଚନା କରାଯାଇଥିଲା । +ତା ଛଡ଼ା ମଦ ଓ ଖୁଡ଼ଖୁଡ଼ି ( ଜୁଆ ) ରୁ ଦୂରେଇ ରହିବା , ଛାତ୍ରଛାତ୍ରୀଙ୍କୁ ନିୟମିତ ବିଦ୍ୟାଳୟକୁ ପଠାଇବା , ବାହାଘର ପରେ ପୁଅ ଘର ପକ୍ଷରୁ ଝିଅ ଘରକୁ ଯାଇ କମ ଖର୍ଚ୍ଚରେ ଭୋଜିଦେବା , ଆଦିବାସୀ ଜମିକୁ ଅଣଆଦିବାସୀ ଭାଗରେ ନେଇ ପରବର୍ତ୍ତୀ ସମୟରେ ନିଜ ନାଁରେ ପଟ୍ଟା କରାଇନେବା , ଗୁଣିଗାରେଡ଼ି ଭଳି ଅନ୍ଧ ବିଶ୍ବାସକୁ ଦୂରକରିବା ଭଳି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ନେଇ ଆଲୋଚନା କରାଯାଇଥିଲା । +ଏହି କ୍ଲବ ଆନୁକୂଲ୍ୟରେ ଆଗାମୀ ଦିନରେ ଆଠଟି ଗ୍ରାମପଞ୍ଚାୟତକୁ ନେଇ ମହାରାଜ ପାଲି ଗ୍ରାମଠାରେ ବୈଠକ କରାଯିବ ବୋଲି ଜଣାପଡ଼ିଛି । +ପ୍ରଶାନ୍ତ କୁମାର ବିହାରୀକାଲିମେଳା ବ୍ଲକ +ନନ୍ଦନକାନନରେ ଟ୍ରାନ୍ସମିଟର ଲଗା ବଜ୍ରକାପ୍ତା ମୃତ +ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଟ୍ରାନ୍ସମିଟର ଲଗାଯାଇ ଥିବା ମାଈ ବଜ୍ରକାପ୍ତାର ମୃତ୍ୟୁ ହୋଇଛି । +୧୦ ବର୍ଷ ବୟସର ମାଈ ବଜ୍ରକାପ୍ତାଟି ଅସୁସ୍ଥ ହୋଇପଡିଥିଲା । +ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । +ଫଳରେ ନନ୍ଦନକାନନ କର୍ତୁପକ୍ଷ ବଜ୍ରକାପ୍ତାଟି ଦେହରେ ଟ୍ରାନ୍ସମିଟର ଲଗାଇ ପ୍ରାକୃତିକ ଜଙ୍ଗଲିଆ ପରିବେଶରେ ଛାଡି ଯେଉଁ ଗବେଷଣା କରୁଥିଲେ ତାହା ପଣ୍ଡ ହୋଇଛି । +ଗତିବିଧି ନିରିକ୍ଷଣ କରି ପ୍ରାକୃତିକ ଆବାସସ୍ଥଳିରେ ସେମାନଙ୍କ ଚଳଣି ଉପରେ ଗବେଷଣା କରାଯାଉଥିଲା । +କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ କେତେ ଦରମା ପାଆନ୍ତି +ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ଯାନ୍ଯ ମନ୍ତ୍ରୀମାନଙ୍କ ଦରମା ସେହି ରାଜ୍ୟର ବିଧାନସଭା ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ । +ତେଣୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦରମା ସମାନ ନଥାଏ । +ଯେପରିକି ତେଲେଙ୍ଗନାର ମୁଖ୍ୟମନ୍ତ୍ରୀ ଯେତିକି ଦରମା ନିଅନ୍ତି ତା’ର ୫୦ ପ୍ରତିଶତ ଦରମା ନିଅନ୍ତି ଗୋଆ ମୁଖ୍ୟମନ୍ତ୍ରୀ । +ତେବେ ଆସନ୍ତୁ ଜାଣିବା କେଉଁ ମୁଖ୍ୟମନ୍ତ୍ରୀ କେତେ ଦରମା ନିଅନ୍ତି । +ଓସ୍‌ଜା ବାର୍ଷିକ ଉତ୍ସବ: ଅରୂପାନନ୍ଦ ଓ ବୀରେନ୍ଦ୍ର ହେଲେ ପୁରସ୍କୃତ, ଅଚ୍ୟୁତ ସାମନ୍ତଙ୍କୁ… +ଭୁବନେଶ୍ୱର: କ୍ରୀଡ଼ାବିତ୍‍ଙ୍କ ପ୍ରସାର କ୍ରୀଡ଼ାର ବିକାଶର ସବୁଠାରୁ ବଡ଼ ଉପାଦାନ । +ଆଉ କ୍ରୀଡ଼ାବିତ୍‍ଙ୍କ ସଠିକ୍‍ ପ୍ରଚାର ଓ ପ୍ରସାର କରି ସେହି ବିକାଶର କାମକୁ ଦିଗପ୍ରଦାନ କରିବାରେ କ୍ରୀଡ଼ା ସାମ୍ବାଦିକମାନଙ୍କର ସବୁଠାରୁ ବଡ଼ ଯୋଗଦାନ ରହିଛି । +ଖେଳାଳିଙ୍କ କୃତିତ୍ୱର ସଠିକ୍‍ ରିପୋର୍ଟ ପ୍ରସ୍ତୁତି ମାଧ୍ୟମରେ କ୍ରୀଡ଼ା ସାମ୍ବାଦିକ ଜଣଙ୍କ ଖେଳକୁ ପ୍ରସାରିତ କରିବା ଓ ଯୁବା କ୍ରୀଡ଼ାବିତ୍‍ମାନଙ୍କୁ ଖେଳ ସକାଶେ ପ୍ରେରିତ କରିବାର କାମ କରିଥାନ୍ତି ବୋଲି ସୋମବାର ସ୍ଥାନୀୟ କିମ୍ସ ଅଡିଟୋରିୟମରେ ଆୟୋଜିତ ଓସ୍‍ଜା ବା ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବରେ ସାମିଲ ହୋଇ ଅତିଥିମାନେ ମତପ୍ରଦାନ କରିଛନ୍ତି । +ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ଏସ୍‍ଜେଏଫ୍‍ଆଇର ଅନୁବନ୍ଧିତ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର ସପ୍ତମ ପ୍ରତିଷ୍ଠା ଉତ୍ସବ ସଭାପତି ସନ୍ଦୀପ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । +ଏଥିରେ ଓଡ଼ିଶାର ପ୍ରଥମ ଅର୍ଜୁନ ବିଜୟିନୀ ମିନତୀ ମହାପାତ୍ର ମୁଖ୍ୟଅତିଥି ତଥା ଭାରତୀୟ ଭାରୋତ୍ତଳନ ସଂଘର ସଭାପତି ସହଦେବ ଯାଦବ, ଏମଜିଏମ୍‍ ମିନେରାଲ୍ସର ଚେୟାରମ୍ୟାନ୍‍ ତଥା ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଏବଂ ଓସିଏ ସମ୍ପାଦକ ସଂଜୟ ବେହେରା ଅତିଥି ଭାବରେ ଯୋଗ ଦେଇଥିଲେ । +ପୁଅକୁ ଦେଖି ଟ୍ରେନରେ ଫେରୁଥିବା ବେଳେ ବାପାର ମୃତ୍ୟୁ +ନୟାଗଡ-ଆପ୍ର-ପୁଅକୁ ଅନେକ ଦିନରୁ ନ ଦେଖି ପୁଅକୁ ଦେଖିବାକୁ ଯାଇ ଜମ୍ମୁକାଶ୍ମୀରରୁ ଟ୍ରେନ ରେ ଫେରୁଥିବା ବେଳେ ବାଟରେ ଆକସ୍ମିକ ମୃତ୍ୟୁ ଘଟିଛି । +ଓଡ଼ଗାଁ ବ୍ଳକ ଧଝୋଲା ଗ୍ରାମର ଟୁକୁଁନ ନାୟକ ଜମ୍ମୁକାଶ୍ମୀରରେ ମିସ୍ତ୍ରୀ କାମ କରନ୍ତି । +କାର୍ଯ୍ୟବ୍ୟସ୍ତତା ଯୋଗୁ ବହୁଦିନ ହେଲା ଗ୍ରାମକୁ ଆସି ପାରିନଥିଲେ । +ବଡ଼ପୁଅ ଟୁକୁନା କୁ ଦେଖିବାକୁ ବ୍ୟସ୍ତ ହୋଇ ବୃଦ୍ଧ ପିତା କୈଳାସ ନାୟକ (୬୨) ପୁଅକୁ ଦେଖା କରିବାକୁ ସୁଦୂର ଜମ୍ମୁକାଶ୍ମୀରକୁ ଯାଇ ପୁଅକୁ ଦେଖା କରି ଖୁସି ଥିଲେ । +ପୁଅ ପାଖରେ ୨୦ ଦିନ ରହି ଭଣଜା ସାଥିରେ ଟ୍ରେନ ଯୋଗେ ଜମ୍ମୁକାଶ୍ମୀରରୁ ଫେରିବା ବାଟରେ ଲୁଧିଆନା ରେଲୱେ ଷ୍ଟେସନ ଠାରେ ଛାତିରେ ଭୀଷଣ କଷ୍ଟ ଅନୁଭବ କରିବାରୁ ଭଣଜା ଲୁଧିଆନ । +ପୋଲିସ ସହାୟତାରେ ରେଲୱେ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । +ରେଲୱେ ବିଭାଗୀୟ ଡାକ୍ତର ପରୀକ୍ଷା କରି କୈଳାସ କୁ ମୃତ୍ୟୁ ଘୋଷଣା କରିଥିଲେ । +ଖବର ପାଇ ବଡ଼ପୁଅ ଟୁକୁନା ପହଞ୍ଚି ଲୁଧିଆନା ଠାରେ କାର୍ଯ୍ୟରତ କିଛି ଓଡ଼ିଆ ଲୋକଙ୍କ ସହାୟତ ନେଇ ବାପାର ଶବ ଦାହ କରିଥିଲେ । +ସବୁଠାରୁ ବଡ଼ କଥା ହେଲା କୈଳାସ ନାୟକ ଙ୍କ ବାପା ଈଶ୍ୱର ନାୟକ (୯୫) ଏବେବି ବଞ୍ଚିଛନ୍ତି । +ପୁଅର ମଲା ଖବର ଶୁଣି ସେ ବର୍ତମାନ ଶଯ୍ୟାଶାୟୀ ହେବ ବେଳେ ତାଙ୍କ ପରିବାରର ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି ଏବଂ ଏହି ଅଘଟଣ ଶୁଣି ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । +13 ଦିନ ହେଲା ପଡିରହିଛି ନାଇଜିରୀୟ ଅଭିଯୁକ୍ତଙ୍କ ମୃତଦେହ +13 ଦିନ ହେଲା ପଡିରହିଛି ନାଇଜିରୀୟ ଅଭିଯୁକ୍ତଙ୍କ ମୃତଦେହ +ଏସସିବି ମେଡିକାଲ୍ ରେ ପଡିଛି ଅଗଷ୍ଟିନ୍ ଓଡିକ୍ପୋଙ୍କ ମୃତଦେହ +ପୁରୀ ଜେଲ୍ ରେ ବିଚାରାଧୀନ କଏଦୀ ଥିଲେ ଅଗଷ୍ଟିନ୍ +ମଇ 26ରେ ମୃତ୍ୟୁ ହୋଇଥିଲା +ମୃତଦେହ ଦିଲ୍ଲୀ ପଠାଇବାକୁ ମିଳିପାରୁନି ଅନୁମତି +ଚିକିତ୍ସା ଓ ପ୍ରଶାସନିକ ଅବହେଳା ଅଭିଯୋଗ ଆଣିଲେ ମାନବିକ ଅଧିକାର କର୍ମୀ ଅଖଣ୍ଡ +ଜାତୀୟ ମାନବିକ ଅଧିକାର କମିଶନରେ ମାମଲା +ଶ୍ରୀମନ୍ଦିର ରୋଷଘରେ ଚୁଲିଭଙ୍ଗା ଘଟଣା; ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର +ପୁରୀ: ଶ୍ରୀମନ୍ଦିର ରୋଷଘରେ ଚୁଲିଭଙ୍ଗା ଘଟଣାକୁ ନେଇ ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । +ଟ୍ୱିଟ୍‌ ମାଧ୍ୟମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । +ସେ ଟ୍ୱିଟ୍‌ କରି ଲେଖିଛନ୍ତି ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ମୋତେ ଦୁଃଖିତ ଓ ବ୍ୟଥିତ କରିଛି । +ରୋଷଘରର ଅବଢ଼ା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଅତ୍ୟନ୍ତ ଦୁଃଖଦାୟକ । +ଏହି ଘଟଣାର ପୁନରାବୃତ୍ତି ନହେବା ନେଇ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବା ନିହାତି ଜରୁରୀ ​‌ବୋଲି ସେ କହିଛନ୍ତି । +ତାହା ସହ ଏଥି ପ୍ରତି ଉଭୟ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ସଜାଗ ରହିବା ଜରୁରୀ ବୋଲି ସେ ତାଙ୍କ ଟ୍ୱିଟ୍‌ ମାଧ୍ୟମରେ ଜଣାଇଛନ୍ତି । +ମୋଦୀ ସରକାର ଦେଉଥିବା ମାଗଣା ଚାଉଳ ଗରିବଙ୍କ ମନରେ ଖୁସି ଆଣି ଦେଇଛି : ଧର୍ମେନ୍ଦ୍ର ପ୍ରଧାନ +ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାର ଲାଭାର୍ଥୀଙ୍କୁ ଚାଉଳ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହେଲେ +– ମୋଦି ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର କ୍ରିୟାନ୍ୱୟନ ଓ ବାସ୍ତବ ସ୍ଥିତି ନୀରିକ୍ଷଣ କଲେ +– ଦେଶରେ କେହି ମଧ୍ୟ ଭୋକିଲା ନ ରୁହନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଏହି ସ୍ଲୋଗାନ ବାସ୍ତବରେ ସାର୍ଥକ ହୋଇଛି +– ଆଇଏମଏଫ୍ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପ୍ରଶଂସା କରିଛି +– ବନମାଳିପ୍ରସାଦ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଓ ବରପଦା ସ୍ଥିତ ସରକାରୀ ଆଇଟିଆଇ ଅନୁଷ୍ଠାନ ପରିଦର୍ଶନ +ଢେଙ୍କାନାଳ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୋଦୀ ସରକାର ଗରିବ ଓ ଅସହାୟଙ୍କ ପାଇଁ ଦେଉଥିବା ମାଗଣା ଚାଉଳ ଗରିବଙ୍କ ପାଖରେ ସଠିକ ସମୟରେ ପହଁଚାଇବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଦରକାର ବୋଲି ଢ଼େଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ପଞ୍ଚାୟତରେ ‘ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର’ରେ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । +କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି +କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଜାରି ହୋଇଛି ଆରେଷ୍ଟ ୱାରେଣ୍ଟ । +ଜାତୀୟ ଅନୁସୂଚିତ ଜନଜାତି କମିଶନ ନିଜ ସାମ୍ବିଧାନିକ କ୍ଷମତାକୁ ପ୍ରୟୋଗ କରି ଜିଲ୍ଲାପାଳ ଶ୍ରୀ ଠାକରେଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । +ତାଙ୍କୁ ଗିରଫ କରି ନୂଆଦିଲ୍ଲୀ ସ୍ଥିତ କମିଶନଙ୍କ କାର୍ଯ୍ୟାଳୟରେ ହାଜର କରାଇବା ପାଇଁ ରାଜ୍ୟ ଡିଜିପି ସୁନୀଲ କୁମାର ବଂଶଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି । +ବିଡିଓଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ବିଧାୟକ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ +ଦେବଗଡ଼ର ବିଜେପି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । +ସେ ଓ ତାଙ୍କର ୧୦ରୁ ଅଧିକ ସହଯୋଗୀ ମିଶି ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି । +ଅନ୍ୟପକ୍ଷରେ ବିଡିଓ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ବିଧାୟକ ଶ୍ରୀ ପାଣିଗ୍ରାହୀ ପାଲଟା ଅଭିଯୋଗ କରିବା ସହିତ ଥାନାରେ ଏତଲା ଦେଇଛନ୍ତି । +ଅକୁଣ୍ଠ ଭଲପାଇବା ଦେଇଥିବାରୁ ମୁଁ କୃତଜ୍ଞ: ନବୀନ +ବ୍ରଜରାଜନଗର ଉପନିର୍ବାଚନରେ ଦଳର ଦମ୍‌ଦାର ବିଜୟ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବ୍ରଜରାଜନଗରବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । +ଏହା ବ୍ୟତୀତ ଦଳର ସମସ୍ତ କର୍ମୀମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । +ଭୁବନେଶ୍ୱର ଲିଙ୍ଗିପୁର ଏଟିଏମ୍ ତାଡିନେଇ ଲୁଟ୍ ମାମଲା : ମିଶନ୍ ଇମ୍ପୋସିବୁଲ୍ ଜରିଆରେ… +ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନୀ ଓ ଲିଙ୍ଗିପୁର ଅଞ୍ଚଳରେ ଥିବା ଏସ.ବି.ଆଇ, ଏଟିଏମକୁ କିଛି ଅଜଣା ଦୁର୍ବୁତ୍ତ ତାଡି ନେଇ ସେଥିରେ ଥିବା କୋଡିଏ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟ କରି ନେଇଥିଲେ । +ଏହି ପରି ଘଟଣା ଭୁବନେଶ୍ୱର ପୋଲିସ ପାଇଁ ନୂଆ ଥିଲା, କାରଣ ଏମିତି ଢଙ୍ଗରେ ଲୁଟ ଘଟଣା ଆଗରୁ ଓଡିଶାରେ କେବେ ଘଟି ଥିବାର ନଜିର ନଥିଲା । +କମିସନରେଟ ପୋଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଘଟଣାର ତଦନ୍ତ ପାଇଁ ଡିସିପି ଡଃ.ଉମାଶଙ୍କର ଦାଶଙ୍କ ନେତୃତ୍ୱରେ ଗଠିତ ସ୍ପେସିଆଲସ୍କ୍ୱାଡ୍ ଟିମ, ଯେଉଁଥିରେ ଏସିପି ସଂଜୀବ ଶତପଥି, ଏସିପି ହିମାଂଶୁ ସ୍ୱାଇଁ ଓ ଇନ୍ସପେକଟର ଚିତ୍ତରଞ୍ଜନ ରାଉତଙ୍କୁ ତଦନ୍ତର ଦାଇତ୍ୱ ଭାର ଦିଆ ଯାଇଥିଲା । +ଅପରିବର୍ତ୍ତିତ ରହିଲା ରିଟେଲ ବିଦ୍ୟୁତ ଶୁଳ୍କ, ଡିଜିଟାଲ ପେମେଣ୍ଟ କଲେ ମିଳିବ ୩ ପ୍ରତିଶତ ରିହାତି +ବିଦ୍ୟୁତ ଦର ବଢ଼ିବ ନାହିଁ । +ରିଟେଲ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରହିଛି । +୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ବଢ଼ିବ ନାହିଁ ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ସଚିବ ସୂଚନା ଦେଇଛନ୍ତି । +ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଓଇଆରସି ସଚିବ କହିଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ବଢ଼ିବ ନାହିଁ । +ଡିଜିଟାଲ ପେମେଣ୍ଟ କଲେ ୩ ପ୍ରତିଶତ ରିହାତି ମିଳିବ ବୋଲି ସେ ପ୍ରକାଶ କରିଛନ୍ତି । +ବାଲନ୍ଦାପଡା -ନାରାୟଣ ପାଟଣା ରାସ୍ତା ନିର୍ମାଣ ପାଇଁ ବିଧାୟକ ଙ୍କ ଉଦ୍ୟମ +ଫୁଲବାଣୀ -23/6 କନ୍ଧମାଳ -ବୋୖଦ୍ଧ ମଧ୍ୟରେ ଥିବା ଦୂରତା ହ୍ରାସ କରିଉଭୟ ଜିଲ୍ଲା ମଧ୍ୟରେ ସମ୍ପର୍କ କୁ ନିବିଡ ଓ ମଜଭୁତ କରିବା ପାଇଁ ଏକ ସର୍ଟ କଟ ସ୍ଥାୟୀ ରାସ୍ତା ନିର୍ମାଣ କରିବା ଲାଗି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି । +ଏଥିରେ ଫିରିଙ୍ଗିଆ ବି ଡିଓ ରଶ୍ମି ରଞ୍ଜନ ମହନ୍ତ ସମ୍ପୂର୍ଣ ସହଯୋଗ କରୁଛନ୍ତି । +କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ବାଲନ୍ଦାପଡା ପଂଚାୟତ ର କେନ୍ଦୁପଡା ଠାରୁ ବୋୖଦ୍ଧ ଜିଲାର ନାରାୟଣ ପାଟଣା ଯାଏ ରାସ୍ତାନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଛି ବିଧାୟକ କହଁର ଓ ବି ଡିଓ ମହନ୍ତ, ଓ ଯନ୍ତ୍ରୀ ପ୍ରମୁଖ ରାସ୍ତା ବୁଲି ଦେଖିବା ସହ କାମ ଆରମ୍ଭ ନେଇ ଆଲୋଚନା କରିଥିଲେ । +କଣ୍ଟାମଳ ବିଧାୟକ ମହୀଧର ରଣା ମଧ୍ୟ ଏହି ରାସ୍ତା ପାଇଁ ସମ୍ମତି ପ୍ରଦାନ କରିବା ସହ ଅର୍ଥ ଯୋଗାଇଦେବା ଲାଗି କହିଛନ୍ତି । +ବାଲନ୍ଦାପଡା ଠାରୁ କେନ୍ଦୁଗଡା ଯାଏ ବହୁବର୍ଷ ତଳେ 2007/08ବର୍ଷରେ ରାସ୍ତା ନିର୍ମାଣ ହୋଇଥିଲା । +ହେଲେ ଏହାପରଠୁ ରାସ୍ତା ନିର୍ମାଣ ହୋଇନଥିଲା । +ଏହି ରାସ୍ତା ପାଇଁ ଆଗରୁ ଲୋକେ ଦାବୀ କରିଆସୁଥିଲେ । +ବର୍ତ୍ତମାନ ରାସ୍ତା ନିର୍ମାଣ ପାଇଁ ବାତ ଫିଟିବ । +ଫଳରେ ଅଞ୍ଚଳବାସୀ ବିଧାୟକ କହଁର ଓ ବି ଡିଓ ମହନ୍ତ ଙ୍କୁ ସାଧୁବାଦ ଜଣାଇବା ସହ ରାସ୍ତା କାର୍ଯ୍ୟ ଶିଘ୍ର ଆରମ୍ଭ କରିବା ପାଇଁ ଦାବୀ କରିଛନ୍ତି । +ଅନ୍ୟମାନଙ୍କ ମଧ୍ୟରେ କଣ୍ଟାମଳ ବିଡ଼ିଓ କଳକୃଷ୍ନ ପ୍ରଧାନ, ନାରାୟଣ ପ୍ରସାଦ ସରପଞ୍ଚ ତାରକାନ୍ତିମାଝି, କୋଇର ମାଣ୍ଡୁ ସମିତି ସଭ୍ୟପଞ୍ଚାନନ ଦିଗଲ, ବାଲନ୍ଦାପଡା ପୂର୍ବତନ ସରପଞ୍ଚ ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତଥିଲେ । +ଜିଲ୍ଲା ଶୈଣ୍ଢିକ ସମାଜର ପ୍ରତିଷ୍ଠା ଦିବସ +ଫୁଲବାଣୀ -20/6 ସୋମବାର ଫୁଲବାଣୀ ବ୍ଲକ ଅନ୍ତର୍ଗତ କେରେଡ଼ି ଉମା ମହେଶ୍ୱରୀ ମନ୍ଦିର ନିକଟରେ ଜିଲ୍ଲା ଶୈଣ୍ଢିକ ସମାଜର ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । +ସମାଜ ର ସଭାପତିଦେବେଶ୍ୱର ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ସସ୍କିତା କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କେରେଡି ସରପଞ୍ଚ ବନିତା କହଁର,ଗୁମାଗଡ ସରପଞ୍ଚ ପ୍ରତାପ ଚନ୍ଦ୍ର କହଁର,ଯୋଗ ଦେଇ ଥିଲେ । +ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶୈଣ୍ଢିକ ସମାଜ ଉପ ସଭାପତି ବାଳକୃଷ୍ଣ ସାହୁ, ସମ୍ପାଦକ ସୁଶାନ୍ତ କୁମାର ବେହେରା, ସହ ସମ୍ପାଦକ ବସନ୍ତ ସାହୁ, କୋଷାଧ୍ୟକ୍ଷ ଶିବପ୍ରସାଦ ସାହୁ , ଉପଦେଷ୍ଟା ତୈନାଥ ସାହୁ, ପ୍ରଫୁଲ୍ କୁମାର ସାହୁ, ପଦ୍ମ ଚରଣ ସାହୁ,ମଳୟ ବେହେରା, ପ୍ରମୁଖ ପ୍ରତିଷ୍ଠା ଦିବସ ସମାରୋହ ରେ ଯୋଗଦେଇ ଆଗାମୀ ଦିନରେ ଶୈଣ୍ଢିକ ସମାଜ ସଂଗଠନ କିପରି ସୁଦୃଢ ହୋଇ ପାରିବ ସେନେଇ ଆଲୋଚନା କରାଯାଇଥିଲା । +ବିଶିଷ୍ଟ ଓଡ଼ିଆଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ +ନୂଆଦିଲ୍ଲୀ : ବିଶିଷ୍ଟ ଓଡ଼ିଆଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ । +ବାବା ବଳିଆ, ଶାସ୍ତ୍ରୀୟ ସଂଗୀତ ଗାୟିକା ଶ୍ୟାମାମଣି ଦେବୀ, ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । +ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି । +ଏହାସହ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । +ରାଷ୍ଟ୍ରପତି ଭବନରେ ଏହି ସ୍ୱତନ୍ତ୍ର ସମାରୋହ ଆୟୋଜିତ ହୋଇଥିଲା । +ପୋକସୋ ଆଇନ ସମ୍ପର୍କରେ ସଚେତନତା +ଫୁଲବାଣୀ -23/6 ଡିଏଲଏସଏ ପକ୍ଷରୁ ଖଜୁରୀପଡା ବ୍ଲକ ଟିଟ୍ରାପଙ୍ଗା ଠାରେ ପୋକସୋ ଆଇନ ଓ ଜଷ୍ଟିସ ଜୁଭେନାଇଲ ଆକ୍ଟ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା । +ଏହି ସଚେତନତା ସଭାରେ ଡି ଏଲ ଏସ ଏ ର ସଚିବ ଶ୍ରୀମତୀ ରମାଦେବୀ ସୋରେନମୂଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବାବେଳେ ସଦସ୍ୟ ତଥା ସମାଜସେବୀ ଅଶୋକ ପ୍ରଧାନ, ନିରଞ୍ଜନ ପାଣ୍ଡେ, ସରପଞ୍ଚ ଓ ନାଏବ ସରପଞ୍ଚ ଟିଟ୍ରା ପଙ୍ଗା ପଂଚାୟତ ସମ୍ମାନିତ ଅତିଥୀ ଭାବେ ଯୋଗ ଦେଇ ଶିଶୁ ମାନଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ଆଇନ କାନୁନ ସମ୍ପର୍କରେ ସଚେତନ କରିଥିଲେ । +ଆଜିର ଶିଶୁ କାଲି ର ଭବିଷ୍ୟତ, ଏଣୁ ସେମାନଙ୍କ ସୁରକ୍ଷା ନିତାନ୍ତ ଜରୁରୀ ବୋଲି ଆହୁରି କହିଥିଲେ । +ସେହିପରି ଡି ଏଲ ଏସ ଏ ର କର୍ମଚାରୀ ଆଶିଷ ଓ ଧ୍ୟାନ ଶିବିରକୁ ସୁଚାରୁରୂପେ ପରିଚାଳନା କରିଥିଲେ । +ମାଲକାନଗିରି ପୁଲିସର ଗଂଜେଇ ଜବତ ,ଜଣେ ଗିରଫ +ମାଲକାନଗିରି – ମାଲକାନଗିରି ପୁଲିସ ତରଫରୁ ଚଢ଼ାଉ କରି ଗଂଜେଇ ଜବତ କରିବା ସହ ଜଣକୁ ଗିରଫ କରିବାରେ ସଫଳ ହୋଇଛି । +ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ପୁଲିସ ଏମଭି-୧୮ ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିଲା । +ଏହି ସମୟରେ ଦୁଇଟି ମଟର ସାଇକେଲରେ ତିନି ଜଣ ବ୍ୟକ୍ତି କ୍ଷିପ୍ର ଗତିରେ ଆସୁଥିଲେ । +ପୁଲିସ ଏମାନଙ୍କୁ ଧରବାକୁ ଚେଷ୍ଟା କରିଥିଲା । +କିନ୍ତୁ ତିନି ଜଣଙ୍କ ମଧ୍ୟରୁ ଦୁଇଜଣ ଖସି ପଳାଇବାରେ ସଫଳ ହୋଇଥିଲେ । +ଅନ୍ୟ ଜଣକୁ ପୁଲିସ କାବୁ କରିଥିଲେ । +ମଟର ସାଇକେଲରେ ଲଦଯାଇଥିବା ଜାରି ପ୍ୟାକେଟକୁ ଯାଞ୍ଚ କରିବା ପରେ ସେଥିରେ ୯୦ କିଲୋ ଗଂଜେଇ ଲଦା ଯାଇଥିବା ଜଣାପଡିଥିଲା । +ତୁରନ୍ତ ଅସମୀକୁ ପୁଲିସ ଗିରଫ କରିବା ସହ ଦୁଇଟି ମଟର ସାଇକେଲକୁ ଜବତ କରିଥିଲା । +ଗିରଫ ବ୍ୟକ୍ତି ଜଣକ ହେଲା କତ୍ତପାଲି ଗ୍ରାମର ଲକ୍ଷ୍ମଣ ଖରା । +ଏହି ଗଂଜେଇକୁ ଛତିଶଗଡ଼ ଚାଲାଣ କରାଯାଇଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି । +ଗଛରେ ଝୁଲୁଛି ୩ ଯୁବତୀଙ୍କ ମୃତଦେହ +ନବରଙ୍ଗପୁର ଜିଲା ଉମରକୋଟ ଥାନା ଅନ୍ତର୍ଗତ ତହରା ପଞ୍ଚାୟତର ଡଙ୍ଗରିଭଟା ଗାଁରେ ତିନି ଜଣ ଯୁବତୀଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । +ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଘଟଣାଟି ସମଗ୍ର ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । +ଏବେ ଇଞ୍ଜିନିୟରଙ୍କ ହାତରେ ତୃତୀୟ ବୃହତ୍ତମ ଫୌଜ: ଭାରତୀୟ ସେନାର ଦାୟିତ୍ୱ ନେଲେ ମନୋଜ ପାଣ୍ଡେ +ନୂଆଦିଲ୍ଲୀ: ଜେନେରାଲ ମନୋଜ ପାଣ୍ଡେ ଆଜି ଜେନେରାଲ ଏମ ନରବଣେଙ୍କ ଅବସର ପରେ ସ୍ଥଳସେନାର ୨୯ତମ ମୁଖ୍ୟ ଭାବରେ ଦାୟିତ୍ଵ ଗ୍ରହଣ କଲେ । +ସ୍ଥଳସେନାର ଉପ-ମୁଖ୍ୟ ଭାବରେ କାର୍ଯ୍ୟ କରିଥିବା ଜେନେରାଲ୍ ପାଣ୍ଡେ, ଜଣେ ଇଞ୍ଜିନିୟର୍ କୋରରୁ ପ୍ରଥମ ଅଧିକାରୀ ଭାବରେ ସେନା ମୁଖ୍ୟ ହୋଇଛନ୍ତି । +ବାହାଘରର ୪ ମାସ ପରେ ମାଡ ମାରି ଘରୁ ତଡିଦେଲେ, ଶାଶୂ କହିଲେ-ଆଉ ଏଠାକୁ ଆସିବୁନି… +ବ୍ରହ୍ମପୁରରେ ତପସ୍ୱିନୀଙ୍କ ପରି ରାଜଧାନୀରେ ଅନୁରୂପ ଘଟଣା । +ଜଣେ ୬ ମାସର ଗର୍ଭବତୀ ବୋହୂଙ୍କୁ ଘରେ ପଶିବାକୁ ନ ଦେବାରୁ ସେ ଶାଶୂ ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି । +ଏଥିସହ ମହିଳା ଥାନାରେ ଅଭିଯୋଗ କରିଛନ୍ତି । +ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି । +କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ କୋଟା ସ୍ଥଗିତ +କେନ୍ଦ୍ରୀୟ ବିଦ୍ୟାଳୟରେ ଆଉ ମନ୍ତ୍ରୀ କିମ୍ବା ଜିଲ୍ଲାଧିକାରୀ କୋଟାରୁ ମିଳିବନି ଆଡମିସନ । +ସାଂସଦ, ଜିଲ୍ଲାଧୀକାରୀ ଏବଂ ସ୍ୱତନ୍ତ୍ର ସୁବିଧା ବାବଦରେ ମନ୍ତ୍ରୀ କୋଟାରେ ମିଳୁଥିବା ନାମ ଲେଖା ପ୍ରାବଧାନକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । +ଗତ ସପ୍ତାହରେ ଲୋକସଭାରେ ଏହି ବିଷୟକୁ ଉଠାଇ କଂଗ୍ରେସ ସାଂସଦ ମନୀଷ ତିୱାରୀ କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ କୋଟାରେ ମିଳୁଥିବା ଆଡମିସନ ବିଷୟରେ ପ୍ରଶ୍ନ କରିଥିଲେ । +ଏଥିରେ ସେ ସାଂସଦ କୋଟାକୁ ବନ୍ଦ କରିବାକୁ ଦାବି କରିଥିଲେ । +ସେହି ସମୟରେ ଏହାକୁ ନେଇ ସଂସଦରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଥିଲା । +କେତେକ ସାଂସଦ ଏହାର ଦୁରୁପଯୋଗ ହେଉଥିବା ଅଭିଯୋଗ କରି ଏହାକୁ ବନ୍ଦ କରିବାକୁ କହିଥିବା ବେଳେ, ଅନ୍ୟ କିଛି ଏହି କୋଟାରେ ସିଟ୍ ବଢାଇବାକୁ ଅପିଲ କରିଥିଲେ । +କଟିମାହା ଗ୍ରାମପଞ୍ଚାୟତ ସରପଞ୍ଚ ଙ୍କ ବିଦ୍ୟାଳୟ ପରିଦର୍ଶନ +ଫୁଲବାଣୀ -29/6:ଶିକ୍ଷା ର ବିକାଶ ଉପରେ ସର୍ବଦା ଗୁରୁତ୍ୱ ଦେଇ ଆସୁଥିବା +ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ପଞ୍ଚାୟତ ର ନୂତନ ସରପଞ୍ଚ କର୍ଣ୍ଣେଲ କହଁର ପଞ୍ଚାୟତ ର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । +ଆଜି ସରପାଞ୍ଚ କର୍ନେଲ କହଁର ଅଚାନକ ପଧାନପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ ରେ ଯାଇ ସ୍କୁଲ ର ଶିକ୍ଷା ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ତଦାରଖ କରିଥିଲେ । +ପଧାନପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉଗ୍ରେସେନ ପ୍ରଧାନ ଫୁଲତୋଡ଼ା ଦେଇ ସରପଞ୍ଚ କର୍ଣ୍ଣେଲ କହଁରଙ୍କୁ ସ୍ୱାଗତ କରିଥିଲେ । +ସରପଞ୍ଚ ବିଦ୍ୟାଳୟ ର ବିଭିନ୍ନ ଶ୍ରେଣୀଗୃହ, ପରିସ୍ରାଗାର, ରୋଷେଇ ଘର ଓ ହଷ୍ଟେଲ ପରିଦର୍ଶନ କରିଥିଲେ । +ଶିକ୍ଷାବ୍ୟବସ୍ଥାରେ ଯେପରି ଉନ୍ନତି ଆସିବସେଥିପ୍ରତି ଦୃଷ୍ଟିଦେବାଲାଗି ପରାମର୍ଶ ଦେଇଥିଲେ । +ଶିକ୍ଷକ ମାନେ ସର୍ବଦା ନିଷ୍ଠା ଓ ଆନ୍ତରିକତାର ସହ ପାଠ ପଢ଼ିବାଲାଗି କହିଥିଲେ । +ସରପଞ୍ଚ ଙ୍କ ଏଭଳି କାର୍ଯ୍ୟକୁ ଗ୍ରାମବାସି, ଅଭିଭାବକ ମାନେ ପ୍ରଶଂସା କରିଛନ୍ତି । +ସତ ଦେଖାଇଲେ ଶାସ୍ତି ! ସାମ୍ବାଦିକଙ୍କୁ ଧକ୍କା ମାରିଲେ, ଗୋଡରେ ବେଡି ପକାଇଲେ । +ସାମ୍ବାଦିକଙ୍କୁ ଧକ୍କା ମାରିଲେ, ଗୋଡରେ ବେଡି ପକାଇଲେ । +ଯେମିତି ଏକ ବଡ ଅପରାଧ କରିଛନ୍ତି ସାମ୍ବାଦିକ ଜଣକ । +ଏଭଳି ଏକ ଘଟଣା ବାଲେଶ୍ୱର ଜିଲ୍ଲାରୁ ସାମ୍ନାକୁ ଆସିଛି । +ବାଲେଶ୍ୱର ହସ୍ପିଟାଲରେ କନକ ନ୍ୟୁଜ ଓ ସମ୍ବାଦର ସାମ୍ବାଦିକ ଲୋକନାଥ ଦଳାଇଙ୍କ ଗୋଡରେ ବେଡି ପକାଇ ଚିକିତ୍ସା କରାଯାଉଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । +ଆଉ ଏଭଳି କାର୍ଯ୍ୟ କରିଛି ନୀଳଗିରି ପୋଲିସ । +ଯାହା ସାଧାରଣ ଲୋକ ଉପରେ ପୋଲିସର ଦାଦାଗିରିକୁ ଦର୍ଶାଉଛି । +ଯୁବକଙ୍କୁ ମାଡ଼ ମାରି ହଟହଟା ହେଲେ ଗଞ୍ଜାମ ତହସିଲଦାର +ଯୁବକଙ୍କୁ ମାଡ଼ମାରି ହଟହଟା ହେଲେ ଗଞ୍ଜାମ ବ୍ଳକର ତହସିଲଦାର ଅରୁଣ କୁମାର ନାୟକ । +ଆଜି ସକାଳୁ ଶିପାକୁଦା ଗ୍ରାମ ଦେଇ ତହସିଲଦାର ସରକାରୀ ଗାଡ଼ିରେ ଯାଉଥିଲେ । +ଏହି ସମୟରେ ସେହି ଗ୍ରାମର ଜଣେ ଯୁବକ ଗାଡି ଧିରେ ଚଲାନ୍ତୁ ବୋଲି ହାତ ମାରି କହିଥିଲେ । +ଏହାପରେ କିଛି ଦୂର ଚାଲିଯାଇଥିବା ତହସିଲଦାରଙ୍କ ଗାଡି ପୁଣି ପଛକୁ ଆସିଥିଲା । +ମ୍ୟାଚରେ ହାରିବା ଯୋଗୁଁ ଓଡିଆ ଖେଳାଳୀ ଶ୍ରୀକାନ୍ତ ଶେଖରଙ୍କୁ ଆକ୍ରମଣ କଲେ ଆଫଗାନ ଖେଳାଳୀ +ମ୍ୟାଚରେ ହାରିବା ଯୋଗୁଁ ଓଡିଆ ଖେଳାଳୀ ଶ୍ରୀକାନ୍ତ ଶେଖରଙ୍କୁ ଆକ୍ରମଣ କଲେ ଆଫଗାନ ଖେଳାଳୀ । +ତେବେ ଓଡିଆ ଖେଳାଳୀ ଏମ ଶ୍ରାକାନ୍ତ ଶେଖର ଙ୍କୁ ଆଫଗାନୀ କୋଚ୍ ଓ ଦର୍ଶକଙ୍କ ଆକ୍ରମଣ । +ଦିଲ୍ଲୀ ଶିରିଫୋର୍ଟ କମ୍ପେଳକ୍ସ ରେ ଚାଲିଥିବା ଏମଏଫଏନ – ୯ରେ କରାଯାଇଛି ଆକ୍ରମଣ । +ସୂଚନା ଅନୁସାରେ ଶ୍ରୀକାନ୍ତ ରିଂଗ ବାହାରେ ଛିଡା ହୋଇ ରିଗଂରେ ଖେଳିଥିବା ଅନ୍ୟ ଜଣେ ଭାରତୀୟ ଖେଳାଳୀଙ୍କୁ ଉତ୍ସାହିତ କରୁଥିଲେ ଯିଏ ଆଫଗାନ ଖେଳାଳୀ ସହିତ ଖେଳୁଥିଲେ ଏବଂ ସେହି ମ୍ୟାଚ ଆଫଗାନ ଖେଳାଳୀ ଜଣକ ହାରିଯାଇଥିଲେ । +ତାପରେ ହୋଇଥିଲା ଶ୍ରୀକାନ୍ତଙ୍କୁ ଆକ୍ରମଣ । +ଏମଏଫଏନ – ୮ରେ ଶ୍ରୀକାନ୍ତ ସେହି ଆଫଗାନ ଖେଳାଳୀ ଠାରୁ ହାରିଥିଲେ ଏବଂ ତାଙ୍କୁ ରି-କଲ ଦେଇଥିଲେ ସେଥିପାଇଁ ଆକ୍ରମଣ ହେଇଥିବା କୁହାଯାଉଛି । +ଅନ୍ୟପଟେ ଯେଉଁ ଖେଳାଳୀ ଆକ୍ରମଣ କରିଛନ୍ତି ସିଏ ନକଲି ପାସପୋର୍ଟ ନେଇ ଆସିଥିଲେ ସୁଦ୍ଧା ଦିଲ୍ଲୀ ପୋଲିସର ହାତ ଖାଲି । +ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । +ମାଓବାଦୀ ବିସ୍ଫୋରଣ ଉଦ୍ୟମ ଯୋଜନା ପଣ୍ଡ । +କାଲିମେଳା ତା ୧୧/୬ ମାଲକାନଗିରି ସୀମାନ୍ତ ଛତିଶଗଡ ର ବିଜାପୁର ଜିଲ୍ଲାର ଗୋରନା ଓ ମନକେଲ୍ ମାର୍ଗରେ ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ମାଓବାଦୀ ଦ୍ୱାରା ଆଇଇଡି ଖଞ୍ଜା ଯାଇଥିଲା । +ମାଓବାଦୀଙ୍କ ଏହି ଯୋଜନାକୁ ପଣ୍ଡ କଲେ ସୁରକ୍ଷାକର୍ମୀ । +ମିଳିଥିବା ସୂଚନା ଅନୁଯାଇ ମାଲକାନଗିରି ସୀମାନ୍ତ ରାଜ୍ୟ ଛତିଶଗଡର ବିଜାପୁର ଜିଲ୍ଲାର ଡିଆରଜି ଓ ଜିଲ୍ଲା ପୋଲିସ ବଳ ବିଜାପୁର ଥାନା ଅଞ୍ଚଳର ଗୋରନା ଓ ମନକେଲି ମାର୍ଗରେ ଏରିଆ ଡୋମିନେସନ କରିବା ସମୟରେ ପାଞ୍ଚ ସାନ୍ଦିଗ୍ଧ ଲୋକ ସୁରକ୍ଷାକର୍ମୀଙ୍କୁ ଦେଖି ଘଞ୍ଚ ଜଙ୍ଗଲ ଆଡ଼ରେ ଲୁଚି ପଳାଇଥିଲେ । +ଏହା ପରେ ଡିଆରଜି ଟିମ ଦ୍ୱାରା ଉକ୍ତ ସ୍ଥାନରେ ସର୍ଚିଙ୍ଗ କରିବା ବେଳେ ଏକ ତିନି କିଲୋ ବିଶିଷ୍ଟ ଟିଫିନ ବୋମା ଉଦ୍ଧାର କରିଥିଲେ ପରେ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ଟିଫିନ ବୋମାଟି କୁ ନିଷ୍କ୍ରିୟ କରିଥିଲେ । +ଏପ୍ରିଲ ୨୧ ତାରିଖରେ ଲାଲ କିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦୀ +ଶିଖ ଗୁରୁ ତେଗ ବାହାଦୁରଙ୍କ ୪୦୦ ତମ ପ୍ରକାଶ ଦିବସ ଏପ୍ରିଲ ୨୧ ତାରିଖରେ ପଡୁଛି । +ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ କିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡିଛି । +ସ୍ଵାମୀ ସାଜିଲା ସଇତାନ ନିଜ ସ୍ତ୍ରୀଙ୍କୁ ଗୁଳି କରି କଲା ହତ୍ୟା +ବୌଦ୍ଧ: ଦେଶୀ ବନ୍ଧୁକରେ ପତ୍ନୀଙ୍କୁ ଗୁଳିକରି ହତ୍ୟାକଲା ମଦ୍ୟପ ସଇତାନ ସ୍ୱାମୀ । +ଅଭିଯୁକ୍ତକୁ କାବୁ କରି ପୋଲିସର ଜିମାଦେଲେ ଗ୍ରାମବାସୀ । +ଗତ ମାତ୍ର ଦୁଇଦିନ ହେବ ସାବିତ୍ରୀ ଅମାବାସ୍ୟା ରେ ନିଜର ସ୍ୱାମୀର ମଙ୍ଗଳ କାମନା କରି ଭୋକ ଉପାସରେ ନିର୍ଜ୍ଵଲା ଉପବାସ ରହି ବ୍ରତ ପାଳନ କରିଥିବା ବେଳେ ଅତ୍ୟାଚାରୀ ସଇତାନ ସ୍ଵାମୀ ସେହି ସାବିତ୍ରୀ ଙ୍କୁ କରିଛି ହତ୍ୟା । +ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଗେରେଡ଼ିସାହି ଗ୍ରାମର ରୋହିତ ମଲ୍ଲିକ ଓ ପତ୍ନୀ ଗୀତାଞ୍ଜଳି ମଲ୍ଲିକଙ୍କ ମଧ୍ୟରେ ଘରୋଇ କଳହ ହେବ ସହିତ ସାମାନ୍ୟ ବଚସା ହୋଇଥିଲା । +ଉଭୟ ଙ୍କ ମଧ୍ୟରେ ଅନେକ ସମୟ ଧରି ସ୍ଵାମୀ ର ମଦ ପିଇବାକୁ ନେଇ ବଚସା ଲାଗି ରହିଥିବା ବେଳେ ଏଥିରେ ଉତ୍କ୍ଷିପ୍ତ ହୋଇ ରୋହିତ ଏକ ଦେଶୀ ବନ୍ଧୁକ ରେ ପତ୍ନୀଙ୍କ ଉପରକୁ ଗୁଳି ଚଳାଇଥିଲେ । +ଫଳରେ ଘଟଣା ସ୍ଥଳରେ ହିଁ ଗୀତାଞ୍ଜଳି ଟଳି ପଡ଼ିଥିଲେ । +ଘଟଣା ଘଟାଇ ଅଭିଯୁକ୍ତ ଫେରାର ହେବାକୁ ପ୍ରୟାସ କରୁଥିବା ବେଳେ ଗ୍ରାମବସୀ ଅଭିଯୁକ୍ତ କୁ କାବୁ କରି ପୋଲିସ କୁ ଖବର ଦେଇଥିଲେ । +ଖବର ପାଇ ହରଭଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ କୁ ଗିରଫ କରିବା ସହ ବନ୍ଧୁକ ଟିକୁ ଜବତ କରିଥିବା ବେଳେ ମୃତଦେହ ଜବତ୍ କରି ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମୁଖ୍ୟାଳୟ ପଠାଯାଇଥିବା ଜଣାପଡିଛି । +ମୃତ ଦେବଙ୍କ ଶେଷକୃତ ସଂପର୍ଣ୍ଣ ……ଦୁଇ ଜଣ ଅଧିକାରୀଙ୍କ ଗୁଣପୁର :-   ରାୟଗଡ଼ା  ଜିଲ୍ଲା… +ମୃତ ଦେବଙ୍କ ଶେଷକୃତ ସଂପର୍ଣ୍ଣ ……ଦୁଇ ଜଣ ଅଧିକାରୀଙ୍କ ଉପସ୍ଥିରେ  ଦୁର୍ଘଟଣା ଘଟିଥିଲା । +ଗାଙ୍ଗପୁର ଆଇଆଇସି  ମୃତ୍ୟୁ ଘଟଣା , ଭିନ୍ନ ମୋଡ଼ ନେଲା । +ଗୁଣପୁର :-   ରାୟଗଡ଼ା  ଜିଲ୍ଲା ରାମନାଗୁଡାର  ନିଜ ଜନ୍ମ ମାଟି ର  ଗାଁ ଏଦଲୁବାଲସା (କାଇଠପଦର କୁଡିଆ)  ଗତ କାଲି ମୃତ୍ୟୁ ବରଣ କରିଥିବା  ଗାଙ୍ଗପୁରର ଥାନା ଆଇଆଇସି ଦେବ କୁମାର ଗୋମାଙ୍ଗ ଙ୍କ ମୃତ ଘଟଣା ଭିନ୍ନ ମୋଡ଼ ନେଇଛି । +ଆଜି ଗୁଣପୁର  ନିକଟ ତାଙ୍କ ନିଜ ଗ୍ରାମ କାଇଠ ପଦର କୁଡିଆ କୁ ତାଙ୍କ ମୃତ ଦେହକୁ ଅଣା ଯାଇଥିଲା । +ଶୋକାକୁଳ  ପରିବେଶରେ  ତାଙ୍କୁ ଗାର୍ଡ ଅଫ୍‍ ଅନର ଦିଆ ଯିବାପରେ ପରେ ଶେଷକୃତ ସଂପର୍ଣ୍ଣ ହୋଇଥିଲା । + ତେବେ ମାନସିକ ଚାପ ନଥିଲା  ସେ ଭଲ କାମ କରିବା  ଲୋକ ସେ, ଆଇଆଇସି ପୋଷ୍ଟିଙ୍ଗ ହେବା ପରେ ଖୁସି ଥିଲେ  ଓ +ଛୁଟି ଚାହୁଁଥିଲେ । + କିନ୍ତୁ ଛୁଟି ମିଳୁନଥିଲା  ତେବେ ମୁଁ ଯେହେତୁ ସେଠାରେ  ନଥିଲି ଏହା  ଦୁର୍ଘଟଣା କି କଣ  +ହୋଇଥାଇପାରେ   ବୋଲି ଦେବଙ୍କ ପତ୍ନି କିରଣ ମହାନ୍ତି କହିଛନ୍ତି । +ମୃତ୍ୟ ର  ସଠିକ୍ କାରଣ  କଣ ତାହା ତାଙ୍କ ମା କହିବାକୁ ଯାଇ ସେ କହିଛନ୍ତି ଯେ  ଦୁଇ ତିନି ଜଣ ପୋଲିସ ଆସି ଘରେ ଡାଇନିଙ୍ଗରେ ବସି  ଖାଇଲେ  ପରେ ବେଡ ରୁମ୍‍ କୁ ଆସିଥିଲେ । +ସେହି ସମୟରେ ମୁଁ ବାଥରୁମ୍‍ ଯାଇଥିଲି । +ଆସିବା ବେଳକୁ ଘଟଣା ଘଟି ସାରିଥିବା ଦେବଙ୍କ ମାଆ  ପୁଷ୍ପାଞ୍ଜଳି ଗମାଙ୍ଗ କହିଛନ୍ତି । +ଖାଇବାକୁ ବସିଥିବା ସମୟରେ  ସେମାନେ କଥା ହେଉଥିବା ଓ କଣ କଥା ହେଉଥିଲେ ସେନେଇ କିଛି କହିପାରି ନଥିଲେ । +ଶେଷ କୃତ୍ୟ ସମୟରେ ପୂର୍ବତନ ମୁଖ୍ୟ ମନ୍ତ୍ରୀ ଗିରିଧର ଗମାଙ୍ଗ ,ପୂର୍ବତନ ବିଧୟକ ରାମ ମୂର୍ତ୍ତି ଗମାଙ୍ଗ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଗମାଙ୍ଗ ସହ ବହୁ ଗ୍ରାମବାସୀ ଶୋକକୂଳ ପରିବେଶରେ ଶେଷ କୃତ୍ୟ ସଂପନ୍ନ ହୋଇଥିଲା । +ଗୋଡ଼ କାଟିବାକୁ ଚେଷ୍ଟା କଲେ ମୁଣ୍ଡ କାଟିଦେବି +କଳାହାଣ୍ଡି ସାଂସଦଙ୍କ ବିବାଦୀୟ ବୟାନ । +ଜୁନାଗଡ଼ ଏନ୍ଏସିର ପ୍ରଥମ କାଉନସିଲ୍ ବୈଠକରେ ସାଂସଦ ମୁଣ୍ଡକାଟ ଧମକ ଦେଇଥିବା ଅଭିଯୋଗ ହୋଇଛି । +କହିଥିଲେ, ସେ ନିଜ ଗୋଡରେ ଛିଡ଼ା ହୋଇଛନ୍ତି । +ଗୋଡକୁ ଯିଏ କାଟିବା ପାଇଁ ଚେଷ୍ଟା କରିବ ତାର ମୁଣ୍ଡ କାଟି ଦେବେ । +ସାଂସଦଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । +ମାଲକାନଗିରି ସଦର ଥାନା ସମ୍ମୁଖରେ ଅଭିଯୋଗକାରୀଙ୍କ ଆତ୍ମହତ୍ୟା ଉଦ୍ୟମ । + କିରୋସିନି ଢାଳି… +ମାଲକାନଗିରି: ମାଲକାନଗିରି ଜିଲ୍ଲା ଆଦର୍ଶ ଥାନା ସମ୍ମୁଖରେ ଦେଖିବାକୁ ମିଳିଛି ଏ ଘଟଣା । +ପୋଲିସଠୁ ନ୍ୟାୟ ନ ପାଇ ନିରାଶ ହୋଇ ଏ ପଦକ୍ଷେପ ନେଇଛନ୍ତି ଗଙ୍ଗଲା ପଞ୍ଚାୟତରେ ବାସ କରୁଥିବା ସ୍ବର୍ଗତ ଭଗୁ ହନ୍ତାଳଙ୍କ ସ୍ତ୍ରୀ । +ସୂଚନା ଅନୁଯାୟୀ ଗତ 9 ତାରିଖରେ ମାଲକାନଗିରି ଜିଲ୍ଲା ଗାଁଗଲା ଗ୍ରାମର ଭଗୁ ହନ୍ତାଳଙ୍କ ଦଶା କାର୍ଯ୍ୟ ଚାଲିଥିଲା । +ଏହି ସମୟରେ ତାଙ୍କର କିଛି ଭାଇ ଭଗୁଙ୍କ ପତ୍ନୀ ସୁକାନ୍ତି ଓ ଭାଉଜଙ୍କ ସହ ବଚସା କରିବା ସହ ନିସ୍ତୁକ ମାଡ଼ ମାରିଥିଲେ । +ତେବେ ଏହାପରେ ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । +କିନ୍ତୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଅଭିଯୁକ୍ତଙ୍କ ଘରେ ବସି ଚା’ ପିଇ ସେଠାରୁ ଚାଲି ଆସିଥିବା ଅଭିଯୋଗ କରିଛନ୍ତି ଭଗୁ ଙ୍କ ପତ୍ନୀ । +ତେବେ ତାଙ୍କୁ ନ୍ୟାୟ ନ ମିଳିବାରୁ ଯାହାର ପ୍ରତିବାଦରେ ଆଜି ସେ ଥାନା ସମ୍ମୁଖରେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । +ତେବେ ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସାଲୟ କୁ ନିଆଯାଇଛି । +ଅବସର ପ୍ରାପ୍ତ ଆଇ.ପି.ଏସ୍ ଅଫିସର କିଶୋର ମୋହନ ଲାଲଙ୍କ ବିୟୋଗରେ ଆଇ.ପି.ଏସ୍ ସଂଘର ଶୋକ +ଅବସର ପ୍ରାପ୍ତ ଆଇ.ପି.ଏସ୍ ଅଫିସର କିଶୋର ମୋହନ ଲାଲଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ୍ ସଂଘର ସଭ୍ୟ ସଭ୍ୟ ମାନେ ଗଭୀର ମର୍ମାହତ ହୋଇଛନ୍ତି । +ଆଜି ସନ୍ଧ୍ୟାରେ ରାଜ୍ୟ ପୋଲିସ ମୁଖ୍ୟାଳୟ , କଟକ ଠାରେ ପୋଲିସ ଡି.ଜି. ଶ୍ରୀ ସୁନିଲ କୁମାର ବଂଶଲଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ସ୍ବର୍ଗତଃ ଲାଲ ଙ୍କ ସ୍ମୃତିଚାରଣ କରାଯାଇଥିଲା । +ଏହି ଅବସରରେ ସ୍ବର୍ଗତଃ ଲାଲ ଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସତଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । +ସଂଘ ତରଫରୁ ସ୍ବର୍ଗତଃ ଲାଲ ଙ୍କ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା । +ମଣ୍ଡଳ ସ୍ତରୀୟ ବିଜ୍ଞାନ, ଗଣିତ, ଓ ପରିବେଶ ପ୍ରଦର୍ଶନୀ ଆୟୋଜିତ +ମାହାଙ୍ଗା ବ୍ଲକ ଅନ୍ତର୍ଗତ ରଘୁନାଥ ନୋଡାଲ୍ ବିଦ୍ୟାଳୟ କୋଠପଦା ଠାରେ ମଣ୍ଡଳ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନ ମେଳା ଆଜି ମହା ସମାରୋହରେ ସମାହିତ ହୋଇଯାଇଛି । +ଏହି କାର୍ଯ୍ୟକ୍ରମ କୁ ଓଡିଶାର ମାନ୍ୟବର ପଞ୍ଚାୟତିରାଜ, ଆଇନ, ନଗରଉନ୍ନୟନ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ସାମୁହିକ ଭାବେ ଉଦଘାଟନ କରିଥିଲେ । +ଅନ୍ୟ ମାନଙ୍କ ମଧ୍ୟରେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ବ୍ଲକ ଶିକ୍ଷା ଅଧିକାରୀ ଚକ୍ରଧର ବେହେରା, ମାହାଙ୍ଗା ବ୍ଲକ ଉପାଧ୍ୟକ୍ଷା ଦୀପା ମଲ୍ଲିକ, କୁହୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ନଳିନୀ ପ୍ରଧାନ, ସମିତି ସଭ୍ୟା ସୁପ୍ରଭା ସାମଲ ପ୍ରମୁଖ ଉପସ୍ଥିତ ରହି ଏହି ମେଳାରେ ଭାଗ ନେଇ ଥିବା 108 ଜଣ ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିବା ସହ ଏହି ଭଳି ବିଜ୍ଞାନ ମେଳା ରେ ଭାଗ ନେଇଥିବା ପିଲା ଙ୍କ ମଧ୍ୟରୁ ବହୁ ପ୍ରତିଭାବାନ ବ୍ଯକ୍ତି ଯେ ଦିନେ ଆଖିଦୃଶିଆ କାମ କରି ଆମ ରାଜ୍ୟର ବିକାଶ ପାଇଁ ପଦକ୍ଷେପ ନେବେ ବୋଲି ମତ ଦେଇଥିଲେ । +ଶେଷରେ ଜିଲ୍ଲା ବିଜ୍ଞାନ ସଂଯୋଜକ ଅକ୍ଷୟ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । +ମୋର ନଥିଲା, ମୋ ସ୍ବାମୀର ଥିଲା… +ମହିଳାଙ୍କ ନାଁ ହେଉଛି ସିଲସିଲା ବେହେରା । +ତାଙ୍କ ନାଁରେ ଅଭିଯୋଗ ଆସିଛି କି ସ୍ବାମୀଙ୍କୁ ଛାଡି ସେ ଡ୍ରାଇଭର ସହ ପାପ ସମ୍ପର୍କ ରଖିଥିଲେ । +ଏଥିପାଇଁ ନିଜ ସ୍ଵାମୀ ବିନାୟକ ବେହେରାଙ୍କୁ ମଧ୍ୟ ରାସ୍ତାରୁ ହଟେଇବା ପାଇଁ ସେ ସୁପାରି ଦେଇଥିବା ତାଙ୍କ ସ୍ଵାମୀ ନିଜେ ଅଭିଯୋଗ କରିଛନ୍ତି । +ବର୍ତ୍ତମାନ ସ୍ଵାମୀଙ୍କ ବିରୋଧରେ ମୁହଁ ଖୋଲୁଛନ୍ତି ସିଲସିଲା । +ଖରସ୍ରୋତା ଅଘଟଣ: ମିଳିଲାଣି ୪ ଜଣଙ୍କ ମୃତଦେହ +ଚିର ଖରସ୍ରୋତା ନଦୀରେ ଚିରଦିନ ପାଇଁ ହଜିଗଲା ଯୁବକ ଜୀବନ । +ପାଣିର ଗଭୀରତା ଭିତରେ ହୋଲି ଗାଧୁଆ କାଳ ହେଲା । +ମଙ୍ଗଳା ଘାଟରେ ଚାଲିଯାଇଛି ଅମୂଲ୍ୟ ଜୀବନ । +ଯାଜପୁରରେ ନଦୀରେ ଭାସିଯାଇଥିବା ୨ ଯୁବକ ଏବେ ବି ନିଖୋଜ ଅଛନ୍ତି । +ରଙ୍ଗ ଖେଳିବା ପରେ ନଦୀରେ ଗାଧୋଇବାକୁ ଯାଇ ଖରସ୍ରୋତାରେ ନିଖୋଜ ହୋଇଯାଇଥିଲେ ଯାଜପୁରର ୭ ଜଣ ଯୁବକ । +ସେମାନଙ୍କ ମଧ୍ୟରୁ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । +ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖ ରାମ +ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପଣ୍ଡିତ ସୁଖରାମ ଶର୍ମାଙ୍କ ପରଲୋକ ହୋଇଯାଇଛି । +୯୪ ବର୍ଷୀୟ ସୁଖରାମ ଗତ ୭ ତାରିଖ ଠାରୁ ଏମ୍ସ ଦିଲ୍ଲୀର ଭେଣ୍ଟିଲେଟରରେ ଥିଲେ । +ତାଙ୍କୁ ଗତ ୪ ତାରିଖରେ ବ୍ରେନ୍‌ଷ୍ଟ୍ରୋକ ହୋଇଥିଲା । +ପୁଣି ତାଙ୍କୁ ହିମାଚଳ ପ୍ରଦେଶର ମଣ୍ଡିସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । +ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଏୟାରଲିଫ୍ଟ କରି ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । +ବାରିପଦା ରେ କିଛି ସମୟ ପାଇଁ ଭାରତ ବନ୍ଦ ର ପ୍ରଭାବ । +ଭାରତର ଏକତା ଏବଂ ଅଖଣ୍ଡତାକୁ ବିପଦରେପକାଉଥିବା ଶକ୍ତି ବିରୁଦ୍ଧରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ତଥା ରାଷ୍ଟ୍ରୀୟ ପରିବର୍ତ୍ତନ ମୋର୍ଚ୍ଚାର ରାଷ୍ଟ୍ରୀୟ ସଂଯୋଜକ ମା,ଓ୍ବାମନ ମେଶ୍ରାମ୍ ସାହେବ ଙ୍କ ଆହ୍ଵାନ କ୍ରମେ ସାରା ଭାରତ ବର୍ଷରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । +ଏହି ପରିପ୍ରେକ୍ଷୀରେ ଆଜି ବାରିପଦା ସ୍ଥିତ ମୂର୍ଗାବାଡି ଠାରେ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା ର ରାଜ୍ୟ ସଭାପତି ମୋହନ ବାସ୍କେ ଏବଂ ଭାରତ ମୁକ୍ତି ମୋର୍ଚ୍ଚା ର ଜିଲ୍ଲା ସଭାପତି ଭାଦୁରାମ ସରେନ ଙ୍କ ନେତୃତ୍ୱରେ ଶତାଧିକ କର୍ମୀ କିଛି ସମୟ ୧୮ ନମ୍ବର ଜାତୀୟ ରାଜପଥ ମୁର୍ଗାବାଡି ଠାରେ ବନ୍ଦ ପାଳନ କରିଥିଲେ । +ଫଳରେ କିଛି ସମୟ ଜାତୀୟ ରାଜପଥ ରେ ଗାଡିମୋଟର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । +ତେବେ ସେଠାରେ ଟାଉନ ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ଗାଡି ଚଳାଚଳ କୁ ସ୍ୱାଭାବିକ କରିଥିଲେ । +୨୦୨୧ ମସିହା ପାଇଁ ଧର୍ମପଦ ପୁରସ୍କାର ଘୋଷଣା +ଭୁବନେଶ୍ୱର: ୨୦୨୧ ମସିହା ପାଇଁ ଧର୍ମପଦ ପୁରସ୍କାରର ଘୋଷଣା । +ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଧର୍ମପଦ ପୁରସ୍କାରର ଘୋଷଣା କରାଯାଇଛି । +ପରିବାର ଲୋକଙ୍କୁ ଦେଲାନି ଶବ, ପୋଡ଼ିଦେଲା ଇଟାଭାଟି ମାଲିକ +ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ଦାଦନ ଦୁଃଖ କମିବା ନାଁ ନେଉ ନାହିଁ । +ତେଲେଙ୍ଗାନାକୁ ଦାଦନ ଖଟି ଯାଇଥିବା ପାଟଣାଗଡ଼ ବ୍ଲକ୍‌ ସାଲେପାଲି ପଞ୍ଚାୟତ ତୁର୍ଲାମାଲ ଗ୍ରାମର ଶ୍ରମିକ କୈଳାସ ଭୁଏଙ୍କ ସେଠାରେ ମୃତ୍ୟୁ ଘଟିଛି । +ହେଲେ ଇଟାଭାଟି ମାଲିକ ତାଙ୍କ ଶବ ପରିବାର ଲୋକଙ୍କୁ ଦେଇ ନଥିଲା । +ଏପରିକି ଶବ ପାଖକୁ ଯିବାକୁ ବି ଛାଡ଼ି ନଥିଲା । +ସେଠାରେ ହିଁ ପୋଡ଼ି ଦେଇଥିବା ପରିବାର ଲୋକେ ଅଭିଯାଗ କରିଛନ୍ତି । +ମଝି ନଦୀରେ ଓଲଟି ପଡ଼ିଲା ଡଙ୍ଗା, ବୁଡ଼ିଯାଇ ୨ ନିଖୋଜ +ଚିତ୍ରକୋଣ୍ଡା, ୨୫/୦୪: ଡଙ୍ଗା ବୁଡି ୨ ନିଖୋଜ । +ନିଖୋଜ ୨ଜଣ ହେଲେ ଜଗନ୍ନାଥ ପଲାସି ( ୧୬ ) ଓ ପିତମ୍ ମୁଦୁଲି । +ନରୀଙ୍ଗଝୋଲା ସାପ୍ତାହିକ ହାଟରୁ ଫେରିବା ସମୟରେ ଘଟିଛି ଏପରି ଘଟଣା । +ଡଙ୍ଗାରେ ୩ ଜଣ ଓରାପଦର ଫେରିବା ସମୟରେ ମଝି ନଈରେ ପବନ ଜୋରରେ ହେବାରୁ ମୋଟର ଚାଳିତ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିଥିଲା । +ଡଙ୍ଗାରେ ବସିଥିବା ୩ ଜଣଙ୍କ ମଧ୍ୟରୁ ଜଣେ ପହଁରି ପହରି କୂଳରେ ପହଞ୍ଚି ଥିବା ବେଳେ, ଅନ୍ୟ ଦୁଇ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । +ଘଟଣା ସ୍ଥଳରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଓ ଦମକଳ ବାହିନୀ ପହଞ୍ଚି ନିଖୋଜ ୨ ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖଛନ୍ତି । +ପ୍ରୁର୍ଥିରାଜ ମିଶ୍ର ମୃତ୍ୟୁ ଘଟଣା ନେବାକୁ ବସିଲାଣି ଭିନ୍ନ ମୋଡ଼ । +ଅଡ଼ୁଆରେ ଡାକ୍ତର ମହେନ୍ଦ୍ର… +ବୌଦ୍ଧ: ପ୍ରୁଥିରାଜ ମିଶ୍ର ମୃତ୍ୟୁ ଘଟଣା ନେବାକୁ ବସିଲାଣି ଭିନ୍ନ ମୋଡ଼ । +ସବ ବ୍ୟବଚ୍ଛେଦ ନ କରି ଅଡ଼ୁଆରେ ମନ ମୁଣ୍ଡା ଡାକ୍ତର ଖାନା ର ଇନ୍ ଚାର୍ଜ ରେ ଥିବା ଡାକ୍ତର ମହେନ୍ଦ୍ର ସାଏ । +ଗତ ଦୁଇ ତାରିଖ ଦିନ ବିଦ୍ୟୁତ୍ ଆଘାତରେ ମନ ମୁଣ୍ଡା ଥାନା ରାବିଡି ଗ୍ରାମର ପ୍ରୂର୍ଥିରାଜ ମିଶ୍ର ଙ୍କ ମୃତ୍ୟୁ ଘଟିଥିଲା । +ଅନ୍ୟପକ୍ଷରେ ପୃଥିରାଜ ଙ୍କୁ ଯୋଜନା ବଧ ଭାବେ ହତ୍ୟା କରାଯାଇଛି ବୋଲି ତାଙ୍କ ପତ୍ନୀ ରୋଜାଲିନ ମିଶ୍ର ବୁଧୁବାର ଦିନ ମନ ମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । +ଏଠାରେ ପ୍ରଶ୍ନ ଉଠେ ଜେ ଡାକ୍ତର ଖାନା କର୍ତ୍ତୃପକ୍ଷ ଶବକୁ ବ୍ୟବଚ୍ଛେଦ ନକରି ଘରକୁ ପଠାଇ ଦେଇ ଥିବାରୁ ସନ୍ଦେହ ପ୍ରକାଶ ପାଇଥିଲା । +ଏ ନେଇ ଗଣ ମାଧ୍ୟମ ରେ ଖବର ପ୍ରକାଶ ହେବା ପରେ ବୌଦ୍ଧ ସିଡିଏମଓ ଅଭୟ କୁମାର ଦାସ ମନ ମୁଣ୍ଡା ଡାକ୍ତର ଖାନା ରେ ପହଞ୍ଚି ଉକ୍ତ ଡିଉଟିରେ ଥିବା ସମସ୍ତଙ୍କୁ ଜଣ ଜଣ ଙ୍କୁ ଡାକି ତଦନ୍ତ ଆରମ୍ଭ କରିଛନ୍ତି । +ତଦନ୍ତ ସମୟରେ ଇନ୍ ଚାର୍ଜ ରେ ଥିବା ଡାକ୍ତର ମହେନ୍ଦ୍ର ସାଏ ସିଡିଏମଓ ଙ୍କୁ ଆବଶ୍ୟକ କାଗଜ ପତ୍ର ଦେଖାଇ ପାରି ନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ । +ଏଠାରେ ସନ୍ଦେହ ଘେରକୁ ଆସିଛନ୍ତି ଡାକ୍ତର ସାଏ କାହିଁକି ନା ସବ ବ୍ୟବଚ୍ଛେଦ ନ ହେବା ଓ ତଦନ୍ତ ସମୟରେ ଆବଶ୍ୟକ କାଗଜ ପତ୍ର ଦେଖାଇ ନ ପାରିବା ଏହା ଆଶ୍ଚର୍ଯ୍ୟର ବିଷୟ ଅଟେ । +ଆମେ ତଦନ୍ତ ପରେ ଡାକ୍ତର ସାଏ ଙ୍କ ପ୍ରତିକ୍ରିୟା ନେବାକୁ ଚାହିଁ ଥିଲୁ କିନ୍ତୁ ବାବୁ ଆମକୁ ଦେଖି ମୁଁ କିଛି କହିପାରିବି ନାହିଁ ବୋଲି ରୋକ ଠୋକ ମନା କରିଦେଇଥିଲେ । +ମାନେ ଯାହା ଲାଗୁଛି ମଉନେ ସମ୍ମତି ଲକ୍ଷଣ ନୁହେତ ଡାକ୍ତର ସାଏ ଙ୍କ ପ୍ରତିକ୍ରିୟା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । +ପୋଲିସ କୁ ମଧ୍ୟ ସୂଚନା ନ ଦେବା ଆଉ ସବ କୁ ସତ୍କାର ପାଇଁ ବିନା ସବ ବ୍ୟବଚ୍ଛେଦ ରେ ଗାଁ କୁ ଛାଡ଼ିଦେବା ତାହା ସନ୍ଦେହ ର ଦର୍ପଣ ବୋଲି ଜଣା ପଡ଼ୁଛି । +ସେପଟେ କେତେ ଶୀଘ୍ର ପ୍ରୁର୍ଥିରାଜ୍ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କରୁଛି ମନ ମୁଣ୍ଡା ପୋଲିସ ତାହା ଦେଖିବାକୁ ବାକି ରହିଲା । +ଅନ୍ୟପଟେ ଏକ୍ସନ ମୋଡରେ ସିଡିଏମଓ ଅଭୟ ଦାସ । +ଭାରସାମ୍ୟ ହରାଇ ଓଲଟିଲା କନ୍ୟାଯାତ୍ରୀ ଟ୍ରକ୍,ଶତାଧିକ ଯାତ୍ରୀ ଆହତ +ବାଲିଗୁଡ଼ା: ବାହାଘରରେ ଯୋଗଦେବାକୁ ଯିବାବେଳେ ଅଘଟଣ । +ଭାରସାମ୍ୟ ହରାଇ ଓଲଟିଲା କନ୍ୟାଯାତ୍ରୀ ଟ୍ରକ୍,୫୦ଫୁଟ ଖାଲକୁ ଛିଟିକି ପଡ଼ିଲେ ଶତାଧିକ ଯାତ୍ରୀ । +କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ପାଙ୍ଗାଲି ନିକଟସ୍ଥ ସିଜିଗାଣ୍ଡା ଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । +ସୂଚନା ପ୍ରକାରେ ଆଜି ବ୍ରାହ୍ମଣୀଗାଁ ଥାନା ବେଙ୍ଗେମାହା ଗ୍ରାମରୁ ଶତାଧିକ କନ୍ୟାଯାତ୍ରୀ ଏକ ଟ୍ରକରେ ପାଙ୍ଗାଲି ଗ୍ରାମକୁ ଆସୁଥିବା ବେଳେ ପାଙ୍ଗାଲି ଗାଁ ନିକଟସ୍ଥ ସିଜିଗାଣ୍ଡା ଘାଟିରେ ଭାରସାମ୍ୟ ହରାଇ ଟ୍ରକଟି ରାସ୍ତା କଡ଼ରେ ଓଲଟି ପଡିଥିଲା । +ଫଳରେ ଟ୍ରକ୍ ଡାଲାରେ ଥିବା ଶତାଧିକ ଯାତ୍ରୀ ରାସ୍ତା କଡ଼ରେ ଥିବା ପାଖାପାଖି ୫୦ ଫୁଟ ଖାଲକୁ ଛିଟିକି ପଡ଼ିଥିଲେ । +ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଆହତ ହୋଇଥିବା ବେଳେ ଖବରପାଇ ଘଟଣାସ୍ଥଳରେ ଦାରିଙ୍ଗବାଡି ପୋଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଁଚି ସମସ୍ତଙ୍କୁ ଉଦ୍ଧାର କରି ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି । +ଆହତ ଯାତ୍ରୀଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । +ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ କୌଣଶି ଯାତ୍ରୀ ମୃତାହତ ହୋଇନଥିବା ଜଣାପଡ଼ିଛି । +ମଙ୍କିପକ୍ସକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ +ମଙ୍କିପକ୍ସ ଭୁତାଣୁକୁ ନେଇ ବିଦେଶରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି । +ଏହି ଭୁତାଣୁର ସଂକ୍ରମଣ ଗତି ଓ ପରିବର୍ତ୍ତିତ ରୂପ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଥିବା କୁହାଯାଇଛି । +ମୟୂରଭଞ୍ଜ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଶିକ୍ଷିତ ପିଅନଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା +୩୧-୦୫-୨୦୨୨:ଧାମନଗର ସମବାୟ ସମିତିରେ ଅଚଳାବସ୍ଥା; ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟିଲେ ସମିତିର ସଦସ୍ୟ +ଧାମନଗର ସେବା ସମବାୟ ସମିତିରେ ଦେଖା ଦେଇଥିବା ଅଚଳାବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି । +ସମିତିରେ ଦେଖା ଦେଇଥିବା ବିବାଦୀୟ ପରିସ୍ଥିତି ଏବଂ ରାଜନୈତିକ ହସ୍ତକ୍ଷେପ ପ୍ରତିବାଦରେ ଆଜି ବହୁସଂଖ୍ୟକ ସଦସ୍ୟ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଫେରାଦ ହୋଇଛନ୍ତି । +ଧାମନଗର ସମବାୟ ସମିତି ଅଧୀନରେ ଧାମନଗର ଏନଏସି ସମେତ ରାଧାବଲ୍ଲଭପୁର ପଞ୍ଚାୟତ ରହିଛି । +ଏହି ସମିତିରେ ପାଞ୍ଚ ହଜାରରୁ ଅଧିକ ସଦସ୍ୟ ଏବଂ ଋଣୀ ସଭ୍ୟ ପଞ୍ଜିକୃତ ଅଛନ୍ତି । +ଗତ କିଛିଦିନ ଧରି ନିର୍ଦ୍ଦିଷ୍ଟ ଗୋଟିଏ ରାଜନୈତିକ ଦଳର ଜଣେ ନେତା ଏବଂ ସମବାୟ ସମିତି କର୍ମଚାରୀ ସଂଘର ଜଣେ ନେତା ଉଦେଶ୍ୟମୂଳକ ଭାବେ ସମିତିରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଧମକଚମକ ଦେଉଥିବା ଅଭିଯୋଗ କରିଛନ୍ତି ସଦସ୍ୟ ମାନେ । +ଦିଲ୍ଲୀରେ ହେଲା ଭେଟ: ମୋଦୀ କହିଲେ-“ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱରେ ଦେଶ ସହମତ’ +ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । +ଆଜି ସକାଳେ ମୁର୍ମୁ ଭୁବନେଶ୍ୱରରୁ ଦିଲ୍ଲୀ ଗସ୍ତରେ ଯାଇଥିଲେ । +ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ହେବା ପରେ ସେ ଦିଲ୍ଲୀ ଯାଇ ପ୍ରଦାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । +ଏହାପରେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିବା ସୂଚନା ମିଳିଛି । +ଏହାପରେ ସେ ଓଡ଼ିଶା ଭବନ ଯାଇ ବିଶ୍ରାମ କରିବେ । +ଦ୍ରୌପଦୀ ମୁର୍ମୁଙ୍କ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । +ଦ୍ରୌପଦୀଙ୍କ ରାଷ୍ଟ୍ରପତିଙ୍କ ନାମାଙ୍କନକୁ ସମାଜର ସମସ୍ତ ବିଭାଗ ସମଗ୍ର ଭାରତରେ ପ୍ରଶଂସା କରିଛନ୍ତି । +ତୃଣମୂଳ ସ୍ତରର ସମସ୍ୟା ଏବଂ ଭାରତର ବିକାଶ ପାଇଁ ତାଙ୍କର ଦୃଷ୍ଟିକୋଣ ଉଲ୍ଲେଖନୀୟ ଅଟେ ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି । +ଅପରାହ୍ନରେ ଦ୍ରୌପଦୀ ମୁର୍ମୁ ବିଜେପି ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡାଙ୍କୁ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି । +ଆସନ୍ତାକାଲି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ସେ ନାମାଙ୍କନ ଦାଖଲ କରିବେ । +ଏଥିପାଇଁ ଆଜି ତାଙ୍କ ନାମାଙ୍କନ ପତ୍ରରେ ଓଡ଼ିଶାର ଦୁଇ କ୍ୟାବିନେଟ ମନ୍ତ୍ରୀଙ୍କ ସହ କିଛି ବିଜେପି ବିଧାୟକ ସ୍ୱାକ୍ଷର କରିଥିବା ଜଣାପଡ଼ିଛି । +ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଆସନ୍ତାକାଲି ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ସମୟରେ ବିଜେପି ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିପାରନ୍ତି । +କଳାହାଣ୍ଡି, କୋରାପୁଟ ଜିଲ୍ଲାରୁ ପାଠ ଛାଡିଛନ୍ତି ସର୍ବାଧିକ ପିଲା +ପ୍ରଥମେ ମାଟ୍ରିକ୍‌ ଫର୍ମ ପୂରଣ କରି ପରୀକ୍ଷା ନ ଦେବା ଓ ଏବେ ୧ ଲକ୍ଷ ୪ ହଜାର ୨୭୨ ପିଲା ରାଜ୍ୟରେ ଅଧାରୁ ପାଠ ଛାଡ଼ିବା ଭଳି ଉଦ୍‌ବେଗଜନକ ତଥ୍ୟ ପଦାକୁ ଆସିଛି । +ଏଥିରେ ୧୬-୧୮ ବର୍ଷୀୟ ପିଲା ଅଧିକ ଅଛନ୍ତି । +ଏତେ ସଂଖ୍ୟକ ପିଲା ଅଧାରୁ ପାଠପଢ଼ା ଛାଡ଼ିବାରୁ ରାଜ୍ୟ ସରକାର ଶିକ୍ଷାର ପ୍ରଚାର ପ୍ରସାର ବାବଦରେ ନେଇଥିବା ପଦକ୍ଷେପ ଫେଲ୍‌ ମାରିଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି । +କଲ୍ୟାଣ ସଙ୍ଘ ନୂତନ କର୍ମକର୍ତ୍ତା ନିର୍ବାଚନ ରଞ୍ଜନ ସଭାପତି ଓ ସୁଧୀର ସାଧାରଣ ସମ୍ପାଦକ +ଫୁଲବାଣୀ -26/6 କନ୍ଧମାଳ ଜିଲ୍ଲା କଲ୍ୟାଣ ବିଭାଗ ଶିକ୍ଷକ ସଙ୍ଘ ର ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଟିତ ହୋଇଯାଇଛି । +ଫିରିଙ୍ଗିଆ ସ୍ଥିତ ନେଡ଼ିପଦର ଉଚ୍ଚବାଳିକା ବିଦ୍ୟାଳୟ ପରିସରରେନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । +ବୈଠକ ରେ ରାଜ୍ୟ ସଙ୍ଘ ସଭାପତି ବିଷିକେଶନ ଦାଶ, ଙ୍କ ସମେତ ରେବା ଦାଶ, ପ୍ରମୋଦ ହରିଚନ୍ଦନ, ବିପିନ ବିହାରୀ ବିଶ୍ୱାଳପ୍ରମୁଖ ଯୋଗ ଦେଇ ଶିକ୍ଷକ ମାନେ ନିଷ୍ଠା ଓ ଆନ୍ତରିକତା ର ସହ ଶିକ୍ଷା ଦାନ କରିବାକୁ କହିଥିଲେ । +ପରେ ନୂତନ କର୍ମକର୍ତା ନିର୍ବାଚନ ହୋଇଥିଲା । +ଏଥିରେ ସଭାପତି ଭାବେ ରଞ୍ଜନ କୁମାର ପାଢ଼ୀ, ସାଧାରଣସମ୍ପାଦକ ଭାବେ ସୁଧୀର ସାହୁ, ଉପସଭାପତି ଭାବେ ରଂଜିତ ପ୍ରଧାନ, ଓ ମିନି ନାୟକ, ସଂଗଠନ ସମ୍ପାଦକ ସୁରଥ ମୁନି, ଯୁଗ୍ମ ସମ୍ପାଦକ ଶାରଳା ବେହେରା, ତ୍ରିଲୋଚନ ପଣ୍ଡା ଓ ସାନନ୍ଦ ବେହେରା ଜୋନାଲ ସମ୍ପାଦକ, ଫୁଲବାଣୀ, ସୁବଳ ରଥ ବାଲିଗୁଡ଼ା, ସନ୍ତୋଷ ଭୋଇ ଜି. ଉଦୟଗିରି, ରଶ୍ମି ରଞ୍ଜନ ଶତପଥୀ କୋଷାଧ୍ୟକ୍ଷ, ଖ୍ରୀଷ୍ଠାଵଧ ନାୟକ,ସମୀକ୍ଷକ ଭାବେ ମନୋନୀତ ହୋଇଥିବାବେଳେ ଉପଦେଷ୍ଟା ଭାବେ ରମେଶ ଚନ୍ଦ୍ର ସାହୁ, ହରିଶ ଚନ୍ଦ୍ର ପ୍ରଧାନ, , ଉମାଶଙ୍କର ସାମନ୍ତରାୟ, ସରୋଜ ସାହୁ ଓ ରୂପଶ୍ରୀ ପ୍ରଧାନ, ମନୋନୀତ ହୋଇଥିବାବେଳେ ଶୈଳବାଳା ପ୍ରଧାନ ମହିଳା ପ୍ରତିନିଧି ଭାବେ ମନୋନୀତ ହୋଇଛନ୍ତି । +ଏହି ସଂଘ କର୍ମଚାରୀ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିବ ବୋଲି ସଭାପତି ରଞ୍ଜନ ପାଢ଼ୀ କହିଛନ୍ତି । +, +ଭାସି ଆସିଥିବା ସ୍ଵର୍ଣ୍ଣ ରଥରେ ଥିଲା ଏକ ଦୁର୍ଲଭ ରତ୍ନମଣି ! କୁଆଡେ ଗଲା ଗୌତମ ବୁଦ୍ଧଙ୍କ… +ଦୁଇଦିନ ତଳେ ଶ୍ରୀକାକୁଲମର ସୁନାପଲ୍ଲୀ ସମୁଦ୍ରରୁ ଭାସି ଆସି ଲାଗିଥିଲା ଏକ ସୁନେଲି ରଥ । +ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । +ମନ୍ଦିରର ଆକୃତି ଥାଇଲାଣ୍ଡର ମନ୍ଦିର ପରି ହୋଇଥିବା ବେଳେ ଏହାର ରଙ୍ଗ ଏକଦମ ସୁନା ରଙ୍ଗର । +ସମୁଦ୍ରକୂଳରେ ଏହା ଲାଗିବା ପରେ ଏହି ରଥକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା । +ଏହି ସୁନେଲି ରଥରେ ପ୍ରକୃତରେ ସୁନା ବା ଅନ୍ୟ କିଛି ଦୁର୍ଲଭ ପଦାର୍ଥ ଖଚିତ ଅଛି କି ନାହିଁ ତାହା ଯାଞ୍ଚ କରିବା କୋଷ୍ଟ ଗାର୍ଡ ଏହାକୁ ଜବତ କରିଥିଲେ ଓ ପ୍ରଶାସନକୁ ହସ୍ତାନ୍ତର କରିଥିଲେ । +ପିଏନ୍‍ବି ଅଞ୍ଚଳ ଶସ୍ତ୍ରର ନୂତନ ମହାପ୍ରବନ୍ଧକ +ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଅଞ୍ଚଳ ଶସ୍ତ୍ରର ମୁଖ୍ୟ ରୂପେ ମହାପ୍ରବନ୍ଧକ ଜ୍ୟୋତି ରଞ୍ଜନ ରଥ ଯୋଗ ଦେଇଛନ୍ତି । +ଶ୍ରୀ ରଥ ଏହା ପୂର୍ବରୁ ଦିଲ୍ଲୀ ଠାରେ ବ୍ୟାଙ୍କର କର୍ପୋରେଟ୍‌ କାର୍ଯ୍ୟାଳୟରେ ମହାପ୍ରବନ୍ଧକ ପଦବୀରେ ଅବସ୍ଥାପିତ ଥିଲେ । +ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ +ଆଠଗଡ: ଆଠଗଡ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । +ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରତିଷ୍ଠିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ସଂଘର ସଦସ୍ୟମାନେ ସାମୂହିକ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । +ପରେ ପରେ ଓକିଲ ସଂଘ ବୈଠକ ଗୃହରେ ସଭାପତି ସତ୍ୟେନ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ବିଷ୍ଣୁପ୍ରସାଦ ସାହୁ, ପ୍ରଶନ୍ନ କୁମାର ରାଉତ, ରାମନାରାୟଣ ମହାନ୍ତି ପ୍ରମୁଖ ମଧୁବାବୁଙ୍କ ବହୁମୁଖୀ ପ୍ରତିଭା ଏବଂ ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ କହିବା ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଅବଦାନ ଓ ଆଇନସେବା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ସଂପର୍କରେ ଆଲୋକପାତ କରିଥିଲେ । +ଅରୁଣ କୁମାର ମହାନ୍ତି, ପ୍ରମୋଦ କୁମାର ଜେନା ଜ୍ଞାନ ପ୍ରକାଶ ଧଳ ସାମନ୍ତ ରବିନାରାୟଣ ବେହେରା, ମନୋରଞ୍ଜନ ମହାନ୍ତ, ବିନୟ କୁମାର ଶୁକ୍ଳ, ଦୀପାଳି ଦାଶ, ପ୍ରମୁଖ ମଧ୍ୟ ଉଦ୍‍ବୋଧନ ଦେଇଥିଲେ । +ଉପସଭାପତି ସୁବାସ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସଂପାଦକ ବନବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । +ବଜ୍ରାଘାତରେ ନାବାଳିକାର ମୃତ୍ୟୁ +ଖୁଣ୍ଟା –:ଘର ବାରଣ୍ଡାରେ ବସିଥିଲେ, ହେଲା ବଜ୍ରାଘାତ । +ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିବା ବେଳେ ଚାଲିଯାଇଛି ନାବାଳିକାର ପ୍ରାଣ । +ଏଭଳି ଦୁଃଖଦ ଘଟଣା ଘଟିଛି ଶରତ ଥାନା କଟୁରିଆ ଗ୍ରାମରେ । +କଟୁରିଆ ଗ୍ରାମର ଗୁମି ମୁର୍ମୁ ଗତକାଲି ସନ୍ଧ୍ୟା ସମୟରେ ଘର ବାରଣ୍ଡାରେ ବସିଥିଲେ । +ଆକସ୍ମିକ ବର୍ଷା ହେବା ସହିତ ବଜ୍ରପାତ ହୋଇଥିଲା । +ଏହି ବଜ୍ରାଘାତରେ ଗୁମି ଗୁରୁତର ହୋଇ ପଡିଥିଲେ । +ପରିବାର ଲୋକେ ପ୍ରଥମେ ଶରତ ଡାକ୍ତରଖାନାକୁ ନେଇଥିଲେ । +ପରବର୍ତ୍ତି ସମୟରେ ତାଙ୍କୁ ଉଦଳା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ସ୍ଥାନନ୍ତରିତ କରାଯାଇଥିଲା । +ମାତ୍ର ଉଦଳା ଡାକ୍ତରଖାନାରେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି । +ଏହି ଘଟଣା ଜଣାପଡିବା ପରେ ଶରତ ପୋଲିସ୍ ଡାକ୍ତରଖାନାରେ ପହଂଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । +ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । +ମୁହଁ ଖୋଲିଲେ ଚୁଲି ଭାଙ୍ଗିଥିବା ସନ୍ଦିଗ୍ଧର ବାପା-ମାଆ +ପରିବାର ଲୋକଙ୍କ କହିବା ଅନୁସାରେ ଜଗନ ଅତ୍ୟଧିକ ଧର୍ମପରାୟଣ ବ୍ୟକ୍ତି ଥିଲେ । +ବିଶେଷକରି ପୁରୀ ଓ ରଣପୁର ଜଗନ୍ନାଥ ମନ୍ଦିରକୁ ବହୁ ସମୟରେ ଯାଇଥାଆନ୍ତି । +ଏପରିକି ଗାଁରେ ଥିବା ମନ୍ଦିରରେ ବହୁ ସମୟ ବିତାଇ ଥାଆନ୍ତି । +ମନ୍ଦିର ଭିତରେ କୌଣସି ପ୍ରକାର ଅପରିଷ୍କାରକୁ ସେ ବରଦାସ୍ତ କରନ୍ତିନାହିଁ । +ତେବେ ଠାକୁରଙ୍କୁ ଏତେ ଭଲ ପାଉଥିବା ଜଗନ ରୋଷ ଘର ଚୁଲି କିଭଳି ଭାଙ୍ଗିଲା, ତାହା ଜଗନ୍ନାଥଙ୍କୁ ଜଣା ବୋଲି କହିଛନ୍ତି ଜଗନଙ୍କ ବାପା । +ଯଦି ସେ କୌଣସି ଦୋଷ କରିଛି, ତାହାହେଲେ ଜଗନ୍ନାଥ ତାକୁ ଦଣ୍ଡ ଦେବେ ବୋଲି ଭାବବିହ୍ଵଳ ହୋଇ ଜଗନଙ୍କ ବାପା କହିଛନ୍ତି । +ସେପଟେ ଗାଁ ଲୋକ ମଧ୍ୟ କକହିଛନ୍ତି ଜଗନ ଜଣେ ପରୋପକାରୀ ଓ ଭଲ ପିଲା । +ସେ ଜଗନ୍ନାଥଙ୍କ ପରମ ଭକ୍ତ । +ସ୍ମାର୍ଟ ସ୍କୁଲ ଟିଭିରେ ପୁଷ୍ପା ଡ୍ୟାନ୍ସ +ଆଖିରେ ଷ୍ଟାଇଲିସ୍ କଳା ଚଷମା । +ଦେହରେ ରଙ୍ଗିନ୍ ସାର୍ଟ । +ପୁଷ୍ପା ଗୀତର ତାଳେ ତାଳେ ଚାଲିଛି ନାଚ । +ଗଂଜାମ ଜିଲାର ହିଂଜିଲିକାଟୁ ଅଞ୍ଚଳରୁ ଆସିଛି ଏଭଳି ଚିତ୍ର । +ଛାତ୍ରମାନେ ସରକାରୀ ସ୍ମାର୍ଟ ସ୍କୁଲରେ ପାଠ ନ ପଢ଼ି ଟିଭି ଲଗାଇ ପୁଷ୍ପା ନୃତ୍ୟଗୀତ ଦେଖୁଛନ୍ତି । +ଗୀତର ତାଳେ ତାଳେ ଛାତ୍ରମାନେ ନାଚୁ ଛନ୍ତି । +ଏହି ଭିଡ଼ିଓ ଏବେ ଭାଇରାଲ ହୋଇଛି । +ଏହା ସେରଗଡ଼ ଅଂଚଳର କୁହାଯାଉଥିବା ବେଳେ କେଉଁ ସ୍କୁଲ ଏଯାଏଁ ସ୍ପଷ୍ଟ ହୋଇପାରିନି । +ତେବେ ଏହାକୁ ନେଇ ବୁଦ୍ଧିଜୀବୀମାନେ ସରକାରୀ ଶିକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇଛନ୍ତି । +ମାଲକାନଗିରି ସହର ହିତାଧିକାରୀଙ୍କୁ ପଟା ବଣ୍ଟନ +ମାଲକାନଗିରି: ୧୮/୦୬/୨୨ ମାଲକାନଗିରି ସହର ରେ ଦିନ ଥିଲା ପଟା ପାଇଁ ସ୍ୱପ୍ନ ଥିଲା ,ଏହି ସ୍ୱପ୍ନ କୁ ପୂରଣ କରିଛନ୍ତି ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ । +ମାଲକାନଗିରି ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ ଆଜିକୁ ୭ ବର୍ଷ ପୂର୍ବେ ବହୁତ ଚିନ୍ତା କରି ବିଧାୟକ ସମୟରେ ବହୁ ଚେଷ୍ଟା ରେ ଗ୍ରାମ କଣ୍ଠଙ୍କ ପରମ୍ଭକ ପଟା ପାଇଁ ଓକିଲ ଏସ୍ .କେ . ମିଶ୍ରଙ୍କ ସହାୟତାରେ ପ୍ରଥମ ଦରଖାସ୍ତ ଆବେଦନ କରିଥିଲେ ୨୨.୦୨.୨୦୧୫ ଓଡିଶା ସରକାରଙ୍କ ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ମନ୍ତ୍ରୀ ବିଜୟ ଶ୍ରୀ ରାଉତରାୟ ଏବଂ ତା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହ ,ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ଅଧିକାରୀ ସୋନା ଶର୍ମା ଓ ଦକ୍ଷିଣାଞ୍ଚଳ ରାଜସ୍ବ ବିଭାଗ ଅଧିକାରୀ ସଞ୍ଜୟ କୁମାର ସିଂଙ୍କୁ ଦରଖାସ୍ତ ପ୍ରଦାନ କରି ବାରମ୍ବାର ଅଧିକାରୀ ଙ୍କ ପାଖରେ ଯାଇ ଉକ୍ତ ପଟା ପାଇଁ ଦାବି କରିବା ଫଳରେ ମାଲକାନଗିରି ସହରର ୫୨୨ ଜଣଙ୍କୁ ପଟା ଅନୁମଦନ କରାଯାଇ ତିନି ଚାରି କିସ୍ତିରେ ମାଲକାନଗିରି ତହସିଲଦାରଙ୍କ ଉପସ୍ଥିତ ରେ ମାନ୍ୟବର ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ ପଟ୍ଟା ବଣ୍ଟନ କରିଛନ୍ତି । +ଆଜି ମାଲକାନଗିରି ତହସିଲଦାରଙ୍କ କାର୍ଯ୍ୟାଳୟରେ ୫୨୨ ଜଣ ହିତାଧିକାରୀଙ୍କ ଗ୍ରାମ କଣ୍ଠଙ୍କ ପରମ୍ଭକ ପଟା ମଧ୍ୟରେ ୨୨ ଜଣ ହିତାଧିକାରୀଙ୍କୁ ଆଜି ମାଲକାନଗିରି ଅତିରିକ୍ତ ତହସିଲଦାର ଜଗଦୀଶ କର୍ତାମୀଙ୍କ ଉପସ୍ଥିତି ଓ ମାଲକାନଗିରି ତହସିଲଦାର କାର୍ଯ୍ୟାଳୟ ର ମୁଖ୍ୟ କିରାଣୀ ଶ୍ୟାମସୁନ୍ଦର ନାୟକ ପରିଚାଳନା ରେ ମାନ୍ୟବର ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ ମାଲକାନଗିରି ସହର ହିତାଧିକାରୀଙ୍କୁ ପଟା ବଣ୍ଟନ କରିଛନ୍ତି । +ଏଥିରେ ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ ,ପୌର ପରିଷଦ ଉପାଧ୍ୟକ୍ଷା କବିତା ମହନ୍ତ ,ସମସ୍ତ କାଉନସିଲର ଓ ମାଲକାନଗିରି ବିଜୁ ଜନତା ଦଳର ସକ୍ରିୟ କର୍ମୀ କେ.ରାହୁଲ ଏବଂ ସମସ୍ତ ହିତାଧିକାରୀ ଉପସ୍ଥିତ ଥିଲେ । +ସାମ୍ବାଦିକ ଙ୍କ ବାପା ନିରୁଦିଷ୍ଟ +ଫୁଲବାଣୀ -16/6:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଂଚଳ ରଜଣାଶୁଣା ସାମ୍ବାଦିକ ବିପ୍ର ଚରଣ ସାହୁ ଙ୍କ ପିତା ବନମାଳୀ ସାହୁ,ବୟସ-୭୭ଗତ କିଛି ଦିନ ହେଲା. ନିଖୋଜ ହୋଇଯାଇଛନ୍ତି । +ବନମାଳି ଭୁବନେଶ୍ୱର ଡୁମୁଡୁମା ରେ କିଛି ମାସ ହେଲା ବିପ୍ର ଚରଣ ଙ୍କ ସାନଭାଇ ଘରେ ରହୁଥିଲେ । +ବନମାଳୀ ଗତ ଶନିବାର ଦିନଠାରୁ ଘରେ କାହାକୁ କିଛି ନଜଣାଇ କୁଆଡ଼େ ପଳେଇଛନ୍ତି । +ପରିବାର ଲୋକେ ବନ୍ଧୁବାନ୍ଧବ, ସମ୍ପର୍କୀୟଘର ସମେତ ଅନେକ ସ୍ଥାନ ଖୋଜିବା ପରେ ବି ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ । +ଏଣୁ କୌଣସି ସହୃଦୟ ଵ୍ୟକ୍ତି ବିଶେଷ ସନ୍ଧାନ ପାଇଲେ ବିପ୍ର ଚରଣ ସାହୁ, ସାମ୍ବାଦିକ, ବାଲିଗୁଡା, ଜିଲ୍ଲା -କନ୍ଧମାଳ, ମୋବାଇଲ ନମ୍ବର 7008873500 ରେ ଯୋଗାଯୋଗ କରିବାଲାଗି ସାମ୍ବାଦିକ ସାହୁ ଅନୁରୋଧ କରିଛନ୍ତି । +ଦୁଇ ଗ୍ରାମବାସୀଙ୍କୁ ଚୁଆପାଣି ଭରଷା +ଚିତ୍ରକୋଣ୍ଡା-05/04/2022-ବର୍ତ୍ତମାନ ର ପ୍ରଚଣ୍ଡ ଖରା ର ପ୍ରକୋପ ବଢ଼ି ଚାଲିଥିବା ବେଳେ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବା ର ଚିତ୍ର ଦେଖିବାକୁ ମିଳିଛି । +ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ ଅନ୍ତର୍ଭୁକ୍ତ ଦୁଇ ଗ୍ରାମ ଲୁଚାପାଣି ଓ କଦଳୀବନ୍ଧା ଗ୍ରାମବାସି ପାଇଁ ଜଳ ସମସ୍ୟା ଦେଖା ଦେଇଛି ଲୋକେ ଚୁଆ ଓ ଝରଣା ପାଣି ଉପରେ ନିର୍ଭର କରି ଚଳୁଛନ୍ତି । +ଲୁଚାପାଣି ଗ୍ରାମରେ ପଚାଶ ପରିବାର ବାସ କରୁଥିବା ବେଳେ ଉକ୍ତ ଗ୍ରାମରେ ଗୋଟିଏ ବୋଲି ନଳକୂଅ ତାହା ପୁଣି ଅଚଳ ଲୋକେ ଗାଁ ମୁଣ୍ଡ ଠାରୁ ଦୂର ସ୍ଥାନକୁ ଯାଇ ଚୁଆ ରୁ ପାଣି ଡେ଼କଚି, ଗରା ଧରି ବୋହି ଆଣି ଛାଣି ବ୍ୟବହାର କରୁଛନ୍ତି ଲୋକେ । +ସେହିଭଳି ଭାବରେ କଦଳୀବନ୍ଧା ଗ୍ରାମରେ ଚାଲିଶ ପରିବାର ବାସ କରୁଥିବା ବେଳେ ଗୋଟିଏ ମାତ୍ର ନଳକୂପ ତାହା ପୁଣି ଅଚଳ ଲୋକେ ସେହିପରି ଚୁଆ ଏବଂ ଝରଣା ପାଣିକୁ ଛାଣି ସେହି ପାଣିକୁ ବ୍ୟବହାର ଚଳୁଛନ୍ତି ଲୋକେ । +ଦୀର୍ଘ ଦିନ ହେଲା ବିଭିନ୍ନ ଅଧିକାରୀ ମାନଙ୍କୁ ପାଣି ସମସ୍ୟା ଜଣାଇ ଆସୁଥିଲେ ମଧ୍ୟ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । +ଉକ୍ତ ଗ୍ରାମର ପାଣି ସମସ୍ୟା ଉପରେ ପାପରମେଟେଲା ସରପଞ୍ଚ ନରସିଂଙ୍ଗ ସିନ୍ଧେରୀ ଙ୍କୁ ସମସ୍ୟା ସମ୍ପର୍କରେ ଜଣାଇବା ପରେ ସେ ଆସନ୍ତା କାଲି ଅଚଳ ନଳକୂପ ମରାମତି କରାଇ ଉକ୍ତ ଦୁଇ ଗ୍ରାମର ପାଣି ସମସ୍ୟା ର ସ୍ଥାଇ ସମାଧାନ ପାଇଁ ଚିତ୍ରକୋଣ୍ଡା ବିଡ଼ିଓ ଙ୍କୁ ଜଣାଇ ସମସ୍ୟା ସମାଧାନ କରିବାକୁ କହିଛନ୍ତି । +ଅବିଳମ୍ବେ ଜିଲା ପ୍ରଶାସନ ସ୍ୱାଭିମାନ ଅଂଚଳର ଉକ୍ତ ଦୁଇ ଗ୍ରାମର ପାଣି ସମସ୍ୟା ଦୂର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । +ଦେଶର ଏକତା ଓ ସଂହତି ସହ ହେବନାହିଁ ସାଲିସ୍‍ – ମୋଦୀ +ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ପ୍ରଶାସନିକ ସେବା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । +ଏହି ଉପଲକ୍ଷେ ସେ ‘ପ୍ରଶାସନିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର’ ପ୍ରଦାନ କରିଛନ୍ତି । +କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି. କେ ମିଶ୍ର, କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । +ବାଇକ ଦୃଘଟଣାରେ ଦୁଇ ଗୁରୁତ୍ତର +କାଲିମେଳା ,ତା ୨୧/୪:ଦୁଇ ମଟରସାଇକଲ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଚାଳକ ଗୁରୁତ୍ତର ଆହତ  ହୋଇ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । +ପରେ ଏମାନଙ୍କୁ  ମାଲକାନଗିରି ସଦର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । +କାଲିମେଳା  ଆଦିବାସୀ କଲୋନୀର ଇର୍ମା କବାସୀ (୪୦) ଏବଂ ଅନ୍ୟଜଣେ ଏମପିଭି-୬୦ ଗ୍ରାମର ବଳରାମ ସରକାର (୩୬) ଏହି ଦୁର୍ଘଟଣା ର ଶିକାର ହୋଇଛନ୍ତି । +ଆଜି ସକାଳେ ନିଜ ବାଇକ ଗ୍ୟାରଜ କୁ ବଳରାମ ସରକାର ବାଇକ ରେ  ଆସୁଥିବା ବେଳେ ସାମ୍ନା ଆଡୁ   ଇର୍ମା କବାସି ବାଇକ ରେ ଆସୁଥିଲା । +ତେବେ ଦୁହେଁ ଆଦିବାସୀ କଲୋନୀ ଠାରେ ମୁହାଁ ମୁହିଁ ଧକ୍କା ହୋଇଥିଲା ବୋଲି ଜଣାପଡିଛି । +ଦୃତ ଗତିରେ ଆସୁଥିବା ମେଡ଼ିକାଲର ବୋଲେରୋ ଗାଡ଼ି କୁ ସାଇଡ ଦେବାକୁ ଯାଇ ଉକ୍ତ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । +ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ପ୍ରାୟ ୨.୫ କୋଟି ଟଙ୍କାରେ ନିର୍ମିତ ହେଲା ବିଜୁ ଆଡଭେଞ୍ଚର୍ସ ପାର୍କ +ଗୋପାଳପୁର:ଗୋପାଳପୁର ବିଜୁ ପଟ୍ଟନାୟକ ପାର୍କ ପରିସରରେ ନୂତନ ଭାବେ ନିର୍ମାଣ ହୋଇଥିବା ବିଜୁ ଆଡଭେଞ୍ଚର ପାର୍କକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି । +ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲାପାଳ ବିଜୟା ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିବାବେଳେ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ଉପ ଜିଲାପାଳ ଭି. କୀର୍ତ୍ତି ଭାସନ, ପ୍ରବେଶନାରୀ ମଧୁମିତା, ଏନଏସି ଅଧ୍ୟକ୍ଷ ଏ.ଜାନକୀ ରାମ, ତହସିଲଦାର ସୋନାଲି ଚାନ୍ଦ,ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା, ବ୍ଲକ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । +ଏହି ଅବସରରେ ଜିଲାପାଳ କହିଛନ୍ତି ଯେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାୟ ୨.୫ କୋଟି ଟଙ୍କାରେ ଏହି ପାର୍କ ନିର୍ମାଣ କରାଯାଇଛି । +ଏହି ପାର୍କ ପରିସରରେ କ୍ରିକେଟ ଖେଳିବାର ମଜ୍ଜା ନେବା ସହ, ଏୟାର ଗନ୍, ବୋଫଲ ରାଇଡିଂ, ଡନଲପ ଜମ୍ପିଂ, ରେଷ୍ଟୁରାଣ୍ଟ, ରୋପ ସ୍ବିମିଂ, ଜିପ୍ ଲାଇନ ପ୍ରଭୃତିର ମଜା ପର୍ଯ୍ୟଟକ ମାନେ ନେଇ ପାରିବେ ବୋଲି ପ୍ରକାଶ କରିଥିଲେ । +ଏବଂ ଗୋପାଳପୁର ଛକ ଠାରୁ ବେଳାଭୂମି ପଯ୍ୟନ୍ତ ମୁଖ୍ୟ ରାସ୍ତା ରେ ଅଲୋକିକରଣ ବହୁ ଶୀଘ୍ର କରାଯିବ ବୋଲି କହିଛନ୍ତି । +କେନାଲ ପାଣି ଅଭାବରୁ ବାଦାମୀ ଓପାଡିବା ବଦଳରେ ଖୋଳି ଖୋଳି ଉଠାଉଛି ଚାଷୀ । +କାଲିମେଳା ତା ୯/୬ କେନାଲ ପାଣି ଅଭାବରୁ ବାଦାମୀ ଓପାଡିବା ବଦଳରେ ଖୋଳି ଖୋଳି ଉଠାଉଛି ଚାଷୀ,ପାଣି ବନ୍ଦ କରି ଦିଆଗଲା ଫଳରେ ବାଦାମୀ ଲଗାଇଥିବା ଚାଷୀ ମାନେ ନିଜ ଜମିରୁ ଖୋଳି ଖୋଳି ବାଦାମ ଉଠାଉଥବା ଦେଖିବାକୁ ମିଳିଛି । +ଏହି ପରି ଦୃଶ୍ୟ ଦେଖିବାକୁ ମିଳିଛି କାଲିମେଳା ବ୍ଲକ ଅନ୍ତର୍ଗତ ଲଛିପେଟା ଅଞ୍ଚଳରେ । +ଚଳିତ ବର୍ଷ ଚାଷୀ ମାନେ ଧାର କରଜ କରିବା ସହ ଅକ୍ଲାନ୍ତ ପରିଶ୍ରମ କରି ନିଜ ଜମିରେ ବାଦାମୀ ଚାଷ କରିଥିଲା ଅମଳ ସମୟ ବେଳକୁ ପ୍ରବଳ ଖରା ସାଙ୍ଗକୁ କେନାଲ ପାଣି ବନ୍ଦ କରିଦିଆଗଲା, ଏହାକୁ ନେଇ ଗତ 24 ରିଖ ରେ ଅଞ୍ଚଳ ର ପାଞ୍ଚଟି ପଞ୍ଚାୟତ ର ଚାଷୀ ମାନେ ପଟେରୁ ବୃହତ ଜଳ ସେଚନ ଯୋଜନାର ଏମଭି 79 ଡିଭିଜନ କାର୍ଯ୍ୟାଳୟ କୁ ଘେରାଓ କରିବା ସହ ପାଣି ଛାଡିବା ପାଇଁ ଦାବି କରିଥିଲେ । +ଚାଷୀ ମାନଙ୍କ ଦାବିକୁ ଗୁରୁତ୍ୱ ଦେଇ ବିଭାଗ ପକ୍ଷରୁ ବାଲିମେଳା ସ୍ଥିତ ପଟେରୁ ଜଳ ସେଚନ ବିଭାଗ ର ମୁଖ୍ୟ ଯନ୍ତ୍ରୀ ମଙ୍ଗରାଜ ଜୟନ ନିର୍ଦେଶ କ୍ରମେ ପାଣି ଛଡା ଯାଇଥିଲା, କିନ୍ତୁ ଅଞ୍ଚଳ ର ସମସ୍ତ ଚାଷୀ ଙ୍କ ଜମିକୁ ପାଣି ପହଁଞ୍ଚିବା ପୂର୍ବରୁ ପାଣି ବନ୍ଦ କରି ଦିଆଗଲା, ଏବେ ଅନେକ ଚାଷୀ ନିଜ ଜମିର ବାଦାମୀ ଉଠାଇ ନପାରି ଖୋଳି ଖୋଳି ବାଦାମୀ ଉଠାଉ ଥିବା ଦେଖିବାକୁ ମିଳିଛି । +ଏହି ସମର୍କରେ ଯନ୍ତ୍ରୀ ଙ୍କ ସହ ଯୋଗା ଯୋଗ କରିବା ପାଇଁ ଚେଷ୍ଟା କରା ଯାଇ ଥିଲା କିନ୍ତୁ ଯୋଗା ଯୋଗା ହୋଇ ପାରିନି । +ଏହି ପରି ଅଞ୍ଚଳରେ ଅନେକ ଚାଷୀ ଜମିରେ ଥିବା ବାଦାମୀ କୁ ପାଣି ଅଭାବରୁ ଉଠାଇ ପାରି ନଥିବା ଦେଖିବାକୁ ମିଳିଛି । +ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦାବି ହୋଇଛି । +ବିଦ୍ୟାଳୟ କୁ ପାଳି କରି ଆସୁଛନ୍ତି ଶିକ୍ଷକ ମଧ୍ୟାହ୍ନ ଭୋଜନ ପରେ ବିଦ୍ୟାଳୟ ଛୁଟି ! +ଫୁଲବାଣୀ -୨୮,୦୬ ସରକାର ପ୍ରାଥମିକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବାବେଳେ ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗୁମୁକିଆ ପଞ୍ଚାୟତ ରେ ଥିବା ସରକାରୀ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି ଅଜବ ଧରଣର ଶିକ୍ଷାଦାନ, ଯେଉଁଠି ବିଦ୍ୟାଳୟକୁ କୁଆଡେ ପାଳି କରି ଆସୁଛନ୍ତି ଶିକ୍ଷକ । +ଆଉ ମାଧ୍ୟାନ୍ନ ଭୋଜନ ପରେକୁଆଡେ ବିଦ୍ୟାଳୟ ଛୁଟି ହେଇଯାଉଛି । +ସରକାରଙ୍କ ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ ନାରା ପ୍ରହସନ ପାଲଟିଛି । +ରେ ଓଡିଶା ପ୍ରାଥମିକ ଶିକ୍ଷା କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁସୂଚିତ ଜାତି,ଅନୁସୂଚିତ ଜନଜାତି ତଥା ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗର ଶିକ୍ଷାର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । +ହେଲେ ଏହାକୁ ଅବମାନନା କରିବା ସହିତ ଶିକ୍ଷାର ବିକାଶ ନାଁରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗୁମୁକିଆ ପଞ୍ଚାୟତରେ ଥିବା ମରେଞ୍ଜ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯାହାକି ପାଳି କରି ଆସୁଛନ୍ତି ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ । +ଏହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତମୋଟ ୩୫ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ ଦୁଇଜଣ ଶିକ୍ଷକ ବିଦ୍ୟାଳୟରେ ନିଯୁକ୍ତି ହୋଇଛନ୍ତି ହେଲେ ସୋମବାର ଦିନ ସମୟ ୩ଟା ବେଳେ କୁଆଡେ ପିଲା ସ୍କୁଲ ଆଗରେ ଖେଳୁଥିଲେ ଆଉ କୌଣସି ଶିକ୍ଷକ ଉପସ୍ଥିତ ନଥିଲେଏ ନେଇ ସ୍କୁଲ ସଭାପତିଙ୍କୁ ପଚାରିବାରି ସେ କହିଥିଲେ ପ୍ରଧାନ ଶିକ୍ଷକ ମିଥିରାମ ପ୍ରଧାନ ଅଫିସ କାମରେ ଦାରିଙ୍ଗବାଡି ଯାଇଥିବା ବେଳେ ସହକାରୀ ଶିକ୍ଷକ ମଧ୍ୟାହ୍ଣ ଭୋଜନ ପିଲାଙ୍କୁ ଖାଇବାକୁଦେଇ ଚାଲି ଯାଇଛନ୍ତି । +କେତେବେଳେ ସାର ମାନେ ଦିନ ୧୧ ବେଳେ ପହଞ୍ଚୁଛନ୍ତି ଆଉ ଦିନ ୨ଟା ବେଳକୁ ଛୁଟି କରିଦେଉଛନ୍ତି । +ଏଭଳି ଭାବରେ ଚ ମରେଞ୍ଜ ସରକାରୀ ପ୍ରାଥମିକ ବିଦ୍ୟାଳୟ ଚାଲିଥିବା ଅଭିଯୋଗ ହେଉଛି । +ଏହି ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପାଠ ପଢୁ ଥିବା ଛାତ୍ର ଛାତ୍ରୀଙ୍କୁ ପଚାରିଲେ କହିପାରୁନାହଁନ୍ତି ନିଜ ଶିକ୍ଷକଙ୍କ ନାମ ତେବେ ଏଥିରୁ ଅନୁମାନକରାଯାଉଛି ଦୁର୍ଗମ ଅଞ୍ଚଳରେ କିଭଳି ଚାଲିଛି ଶିକ୍ଷାଦାନ ଏନେଇ ଦାରିଙ୍ଗବାଡି ବିଇଓ ରସାନନ୍ଦ କର ଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରାଯିବ ଯଦି ମଧ୍ୟାହ୍ନ ଭୋଜନ ପରେ ସ୍କୁଲ ଛୁଟି ହୋଇଥାଏ ତେବେ ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାଯ୍ୟନୁଷ୍ଟାନ ଗ୍ରହଣ କରାଯିବ । +ତେବେ କିଭଳି ଅନୁସୂଚିତ ଜନଜାତିର ଛାତ୍ର ଛାତ୍ରୀ ମାନେ ଗୁଣାତ୍ମକ । +ଶିକ୍ଷାରୁ ବଞ୍ଚିତ ନହେବେ ସେଥିପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି । +ଫୁଟୁ କୁଲି ଛତୁ ଭାରି ସୁଆଦିଆ +ଫୁଲବାଣୀ -27/6: ନା ଫୁଟୁ କୁଲି ଛତୁ । +ଦେଖି ବାକୁ ମାଟି ରଙ୍ଗ ଆଉ ଗୋଲଗୋଲ । +ମାଟି ଭିତରୁ ଖୋଳି ବାହାର କର । +ଯାଉଥିବାରୁ ଉପରରଙ୍ଗ ମାଟିଆ ଦେଖାଯାଏ । +ସଫାକରିଲେ ଧଳା । +ତେବେ ଖୋଳପା କୁଫଟାଇଲେ ଭିତରୁ ଅସିଲି ଛତୁ ବାହାରିଥାଏ । +ଏହାକୁ ତରକାରୀ, କିମ୍ବା କଷା, ନଚେତ ପିଆଜ କଞ୍ଚାଲଙ୍କାପକାଇ ଭାଜିଲେ ଭାରି ସୁଆଦିଆ ଲାଗେ । +ଯିଏ ଥରେ ଏହାର ସ୍ଵାଦ ଚାଖିଛି ସେ ସହଜରେ ଭୁଲିପାରିବନି । +ବର୍ଷା ଦିନ ଆରମ୍ଭରେହିଁ ଏହି ଛତୁ ମିଳିଥାଏ । +ବର୍ତମାନ ଫୁଲବାଣୀ ସହରରେ ଏହି ପୁଟ କୁଲି ଛତୁ ର ପସରା ମେଲିଛି । +ହେଲେ ଦର ଚାରିଶ ଟଙ୍କା ରହିଛି କିଲୋ ପିଛା । +ତଥାପି ଦର କୁ ଖାତିର ନକରି ଛତୁ ନେଉଛନ୍ତି ଲୋକେ । +ଏହି ଛତୁ ଶାଳଗଛ ମୂଳ ଚାରିପଟରେ ମିଳିଥାଏ । +କ’ନ୍ଧମାଳ ଜିଲ । +ରେ ଭରପୁର ଶାଳ ଜଙ୍ଗଲ ଥିବା ଫଳରେ ଏହି ଫୁଟକୁଲି ଛତୁ ପ୍ରତିବର୍ଷ ଏହି ସମୟରେ ବହୁଳ ଭାବେ ମିଳିଥାଏ । +ଆଦିବାସୀ ମହିଳାମାନେ ସକାଳୁ ସକାଳୁ ଶାଳ ଜଙ୍ଗଲରୁ ଖୋଳି କରି ଆଣିଥାନ୍ତି । +ସେମାନେ ନିଜେ ଖାଇବା ସହ ସହରକୁ ଆଣି ବିକ୍ରି ମଧ୍ୟ କରିଥାନ୍ତି । +ଏହି ଛତୁରଦାମ କଲେ । +ପିଛା ଶହରୁ ୩ଶହରୂ ଚାରିଶ ଟଙ୍କା ରହିଥାଏ । +ଛତୁରେ ମାତ୍ରାଧିକ ପ୍ରୋଟିନ, କାଲସିୟମ ଆଦି ରହିଥିବାରୁ ଏହା ସ୍ୱାସ୍ଥ୍ୟ ପ୍ରତି ବେଶ ହିତକର । +ଫଳରେ ସହରବାସୀ ଏହି ଛତୁ କିଣି ନେଇଥାନ୍ତି । +ଛତୁ ଖାଇବା ଲାଗି ଏହି ସମୟକୁ ସମସ୍ତେ ସତେ ଯେପରି ଅପେକ୍ଷା କରିଥାନ୍ତି । +ଫୁଟ କୁଲି ଛତୁ କେବଳ ଆଷାଢ଼ ମାସରେ ହିଁ ମିଳିଥାଏ । +ବର୍ତ୍ତମାନ ଦିନେ ଦୁଇ ଦିନ ହେଲା ଏହି ଛତୁ ମାର୍କେଟକୁ ଆସିଛି । +ଛତୁ ସଂଗ୍ରହ କରି ତାକୁ ବିକ୍ରିକରି ଗ୍ରାମା ଞ୍ଚଳର ଆଦିବାସୀ ମହିଳାମାନେ ନିଜେ ଖାଇବା ସହ ବେଶ ଦି ପଇସା ରୋଜଗାର ମଧ୍ୟ କରିଥାନ୍ତି । +ଯାହାକି ସେମାନଙ୍କ ଜିବୀ କା ନିର୍ବାହରେ ସହାୟକ ହୋଇଥାଏ । +ଦୂତି, ସ୍ବାଧୀନଙ୍କୁ ରୌପ୍ୟ ପଦକ +ବେଙ୍ଗାଲୁରୁରେ ଆୟୋଜିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ମହିଳା ୨୦୦ ମିଟର ଦୌଡ଼ରେ ଓଡ଼ିଶା ଦୂତି ଚାନ୍ଦ ଓ ପୁରୁଷ ହାଇଜମ୍ପରେ ସ୍ବାଧୀନ ମାଝୀ ରୌପ୍ୟ ପଦକ ଜିତିଛନ୍ତି । +ଭାରତର ଶୀର୍ଷ ଧାବିକା ଦୂତି ୨୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତିବେ ବୋଲି ଆଶା ଥିଲା । +କିଟ୍ ବିଶ୍ବବିଦ୍ୟାଳୟକୁ ପ୍ରତିନିଧିତ୍ବ କରୁଥିବା ଦୂତି ୨୦୦ ମିଟର ଦୌଡ଼ ପ୍ରାରମ୍ଭରୁ ଅନ୍ୟ ଧାବିକାଙ୍କଠାରୁ ଆଗୁଆ ରହିଥିଲେ । +ତେବେ ୧୦୦ ମିଟର ପରେ ଜୈନ୍‌ ମହାବିଦ୍ୟାଳୟକୁ ପ୍ରତିନିଧିତ୍ବ କରୁଥିବା ପ୍ରିୟା ମୋହନ ଚମତ୍କାର ପ୍ରଦର୍ଶନ କରିବା ସହ ଦୂତିଙ୍କୁ ପଛରେ ପକାଇ ସ୍ବର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଥିଲେ । +ପ୍ରିୟା ମୋହନ ୨୩.୯୦ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଥିବା ଦୂତି ୨୪.୦୨ ସେକେଣ୍ଡ ସମୟ ନେଇ ରୌପ୍ୟ ଜିତିଛନ୍ତି । +ରାଞ୍ଚି ବିଶ୍ବବିଦ୍ୟାଳୟର ଫ୍ଲୋରେନ୍‌ସ ବାର୍ଲା ୨୪.୧୩ ସେକେଣ୍ଡ ସହ କାଂସ୍ୟ ପଦକ ହାସଲ କରିଥିଲେ । +ଦୂତି ଶନିବାର ଆୟୋଜିତ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । +ଏହି କ୍ରୀଡ଼ାରେ ଦୂତି ୨ୟ ପଦକ ହାସଲ କରିଛନ୍ତି । +ଅନ୍ୟପକ୍ଷରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ସ୍ବାଧୀନ ମାଝୀ ପୁରୁଷ ହାଇଜମ୍ପରେ ରୌପ୍ୟ ପଦକ ଜିତିଛନ୍ତି । +ସେ ଓଡ଼ିଶା ରିଲାଏନ୍‌ସ ଫାଉଣ୍ଡେସନ୍‌ ଦୌଡ଼କୁଦ ହାଇପର୍ଫମାନ୍‌ସ କେନ୍ଦ୍ରରେ ତାଲିମ ନେଉଛନ୍ତି । +ଚିତ୍ରକୋଣ୍ଡା ପୁଲିସର ବଡ ଚଢାଉ: ୧୭୫୧ କିଲୋ ଗଞ୍ଜେଇ ଜବତ, ୯ ଗିରଫ +ଚିତ୍ରକୋଣ୍ଡା :-11/05/2022- ଚିତ୍ରକୁଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ା ଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ପୋଲିସ ପକ୍ଷରୁ ଚିତ୍ରକୋଣ୍ଡା ଏକ ସ୍ୱତନ୍ତ୍ର ଟିମ ବିଶେଷ ସୂତ୍ରରୁ ଗଞ୍ଜେଇ ଚାଲାଣ କରାଯାଉଥିବାର ଖବର ପାଇ ଗଲକାଲି ରାତି ସମୟରେ ନୂଆଗୁଡା ପଞ୍ଚାୟତ ଆରଏସସି -10, ପୁରୁଣାପାଣି ଓ ରଥଗୁଡ଼ା ଅଞ୍ଚଳ ଗ୍ରାମ ଅଞ୍ଚଳରେ ନାଇଟ ପାଟ୍ରୋଲିଙ୍ଗ କରୁଥିବା ସମୟରେ ରଥଗୁଡ଼ା ଗ୍ରାମ ଠାରୁ 700 ମିଟର ଦୂରରେ କିଛି ଵ୍ୟକ୍ତି ଏକାଠି ହୋଇ ଠିଆ ହୋଇଥିବାର ଦେଖି ପୁଲିସ ତାଙ୍କର ପିଛା କରିଥିଲେ । +ପୁଲିସ ଗାଡିକୁ ଦେଖି ସେମାନେ ଜଙ୍ଗଲ ଭିତରକୁ ଦୌଡିବାକୁ ଲାଗିଥିଲେ, ଉକ୍ତ ଠିଆ ହୋଇଥିବା ସ୍ଥାନରେ ସେମାନେ 76ଗୋଟି ଜରି ବ୍ୟାଗ ବସ୍ଥାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ ମାତ୍ର ପୁଲିସ ଅଭିଯୁକ୍ତ ମାନଙ୍କୁ ଗୋଡ଼ାଇ ଧରିବାରେ ସଫଳ ହୋଇଥିଲେ । +ପୁଲିସ 76 ବ୍ୟାଗ ଗଞ୍ଜେଇ କୁ ଜବତ କରିବା ସହିତ 10 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଚିତ୍ରକୋଣ୍ଡା ଥାନାକୁ ଆଣିଥିଲେ । +ଅଭିଯୁକ୍ତ ମାନେ ହେଲେ ସୋନା ଖିଲ, ପିତା ଗୁରୁ, ବୟସ -25, ଅର୍ଜୁନ ଖିଲ -ପିତା ରଘୁ, ବୟସ -28, ଡମ୍ବରୁ ଖିଲ -ପିତା ଜଗନ୍ନାଥ -ବୟସ 45, ପ୍ରହଲ୍ଲାଦ ଖିଲ -ପିତା ସୁକୁ, ବୟସ 28, ପଦଲାମ ଖିଲ, ପିତା ଚୈତନ୍ୟ, ବୟସ 39, ଅର୍ଜୁନ ନାରିଆ ହନ୍ତାଳ, ପିତା ସୋମନାଥ, ବୟସ 19, ଚନ୍ଦ୍ର ଖିଲ, ପିତା ଚୈତନ୍ୟ, ବୟସ -25, ନରସିଂହ ଦଳପତି, ପିତା ଶୁକ୍ରା, ବୟସ 22, ଦାଶ ଖିଲ, ପିତା ବିଦୁ, ବୟସ 22 ଓ ପ୍ରହଲ୍ଲାଦ ଖିଲ, ପିତା ଦୀନବନ୍ଧୁ ବୟସ 28 । +ଚିତ୍ରକୋଣ୍ଡା ଥାନାରେ ଗଞ୍ଜେଇ କୁ ଦେଖାଗଲା ଯେ 76 ଗୋଟି ବ୍ୟାଗରେ 17 କୁଇଣ୍ଟାଲ 15 କେଜି ଆଠଶହ ଗ୍ରାମ ଗଞ୍ଜେଇ ଥିଲା । +ଉକ୍ତ ଗଞ୍ଜେଇ କୁ ଆନ୍ଧ୍ର ପ୍ରଦେଶ କୁ ଚାଲାଣ କରାଯାଉଥିଲା । +ଚିତ୍ରକୋଣ୍ଡା ଥାନା ପକ୍ଷରୁ କେଶ ନମ୍ବର 59/2022 ଅନୁଯାଇ ଗିରଫ ଅଭିଯୁକ୍ତ ମାନଙ୍କୁ କୋଟ କୁ ପଠାଯାଇଥିଲା । +ୟୁଥ ୱାରୀୟର ପକ୍ଷରୁ ଅନ୍ତର୍ଜାତୀୟ ଯୋଗଦିବସ +ଫୁଲବାଣୀ 21/6 କନ୍ଧମାଳ ଜିଲ୍ଲା ଟିକାବାଲି ହାଇସ୍କୁଲ ପଡ଼ିଆ ଠାରେ ୟୁଥ ୱାରୀୟର ଯୁବ ସଂଗଠନ ର ସଦସ୍ୟ ଙ୍କ ଦ୍ୱାରା ଆଜି ସକାଳ 7.30 ଘଣ୍ଟିକା ସମୟରେ ଅନ୍ତର୍ଜାତୀୟ ଯୋଗଦିବସ ପାଳନ କରାଗଲା । +ଏଥିରେ ଟିକାବାଲି ସମିତି ସଭ୍ୟ ମହୋଦୟ ମନୋଜ ଦଳବେହେରା ଙ୍କ ସହ ସଂଗଠନ ର ବରିଷ୍ଠ ସଦସ୍ୟ ଯଥା : କୁମୁଦ ଚନ୍ଦ୍ର ସାହୁ, ସୁବଳ ଦିଗାଳ,ଶିକ୍ଷକ ଅରବିନ୍ଦ ମହାପାତ୍ର, ଆଶୁତୋଷ ଦେହୁରୀ, ବଳିଆ,ଗୋବର୍ଧନ, ପ୍ରଭାତ, ନାରାୟଣ, ରାଜା ପାତ୍ର ସହ ଅନେକ ସଦସ୍ୟ ଯୋଗ ଦେଇଥିଲେ । +ଶିକ୍ଷକ ଅରବିନ୍ଦ ମହାପାତ୍ର, ବରିଷ୍ଠ ସଦସ୍ୟ କୁମୁଦ ଚନ୍ଦ୍ର ସାହୁ ଓ ସମିତି ସଭ୍ୟ ମହୋଦୟ ଶ୍ରୀ ମନୋଜ କୁମାର ଦଳବେହେରା ଯୋଗ ର ଉପକାରିତା ଓ ଯୋଗ ର ପ୍ରକାର ସମ୍ବନ୍ଧରେ ବିଷଦ ବିବରଣୀ ପ୍ରଦାନ ସହ ପ୍ରତିଦିନ ଯୋଗ କରିବା ପାଇଁ ନିବେଦନ କରିଥିଲେ । +“ଯୋଗ “ଆମ ଭାରତୀୟ ସଂସ୍କୃତି ର ଝଲକ ଅଟେ ତେଣୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଯୋଗଦିବସ କୁ ପାଳନ କରିବା ପାଇଁ ଶପଥ ନେଇଥିଲେ । +ଦେବଗଡ଼ ଜିଲ୍ଲା ବିଜେଡ଼ି ପକ୍ଷରୁ ପ୍ରଭାତ ଫେରି ଓ ସମୂହ ସଫେଇ +ଦେବଗଡ଼ ୧୭/୪::::: ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ଜିଲ୍ଲା ବିଜେଡି ପକ୍ଷରୁ ପ୍ରଭାତ ଫେରୀ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । +ଆଜି ସକାଳ ୬ ଟାରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ରୁ ଜିଲ୍ଲା ସଭାପତି ରାମାଞ୍ଚ ରଞ୍ଜନ ବିଶ୍ୱାଳ ଙ୍କ ନେତୃତ୍ୱରେ ଜିଲ୍ଲାର ବହୁ ନତା ଓ କର୍ମୀ ଯୋଗ ଦେଇ’ ବିଜୁ ବାବୁ ଅମର ରହେ’ ‘ଦେବଗଡ଼ ଜିଲ୍ଲାର ସ୍ରଷ୍ଟା ବିଜୁ ପଟ୍ଟନାୟକ ଅମର ରହେ ‘ ଇତ୍ୟାଦି ସ୍ଲୋଗାନ ଦେଇ ପ୍ରଧାନପାଟ ଠାରେ ପହଞ୍ଚି ଥିଲେ । +ସେଠାରେ ନେତା ଓ କର୍ମୀ ପ୍ରଧାନପାଟ ଓ ସ୍ମଶାନ ଘାଟ ର ସଫେଇ କରିଥିଲେ । +କଳଙ୍କରେ ଛିଟା…………………. ଖୁଡ଼ିକୁ ନେଇ ପୁତୁରା… +କଳଙ୍କରେ ଛିଟା…………………. ଖୁଡ଼ିକୁ ନେଇ ପୁତୁରା ଫେରାର । +ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା ଅଭିଯାନରେ ସୋଆ ସାମିଲ +ଭୁବନେଶ୍ୱର , ୭/୦୬: ଭବିଷ୍ୟତର ନାଗରିକ ଓ ଆଜିର ଶିଶୁମାନଙ୍କୁ ଶ୍ରମ ନୁହେଁ ଶିକ୍ଷା ଆବଶ୍ୟକ । +ଏହି ଆହ୍ୱାନ ନେଇ ଶିଶୁ ଶ୍ରମିକ ପ୍ରଥାକୁ ବନ୍ଦ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଅଧିନସ୍ଥ ଶ୍ରମ ବିଭାଗ +ଦ୍ୱାରା ଆୟୋଜିତ ସଚେତନତା ରାଲିରେ ସାମିଲ ହୋଇଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) । +ସୋଆ ଏନ୍‌ଏସ୍‌ଏସ୍ ଓ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ଏହି ଅଭିଯାନରେ ଯୋଡି ହୋଇଥିବା ବେଳେ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଓ ସୋଆ ରେଡିଓର କର୍ମକର୍ତାମାନେ ରାଲିରେ ଯୋଗ ଦେଇଥିଲେ । +ଏହି ରାଲି ଭୁବନେଶ୍ୱରର ରାମ ମନ୍ଦିର ନିକଟରୁ ବାହାରି ମାଷ୍ଟର କ୍ୟାନ୍‌ଟିନ୍ ଅଭିମୁଖେ ଯାଇଥିଲା । +ସେଠାରେ ଏକ ସଭା ଆୟୋଜନା କରାଯାଇଥିଲା । +ଏହି ସଭାରେ ଓଡିଆ ସିନେ ତାରକା ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ମିଶ୍ର ଯୋଗ ଦେଇ ଶିଶୁ ଶ୍ରମିକ ପ୍ରଥାକୁ କିପରି ପ୍ରତିହତ କରିହେବ ସେ ନେଇ ବକ୍ତବ୍ୟ ରଖିଥିଲେ । +ଏହି କାର୍ଯ୍ୟକ୍ରମରେ ଓଏସ୍‌ସିପିସିଆର୍‌ର ଅଧ୍ୟକ୍ଷା ଶ୍ରୀମତି ସନ୍ଧ୍ୟାବତୀ ପ୍ରଧାନ ଓ ଶ୍ରମ କମିଶନର ଡକ୍ଟର ଏନ୍‌. ତିରୁମଲା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । +ଶିଶୁ ଶ୍ରମିକ ପ୍ରଥାକୁ ବନ୍ଦ କରିବା ନେଇ ଜନସାଧାରଣଙ୍କୁ ସଚେତନତା ବାର୍ତା ଦିଆଯାଇଥିଲା । +ସୋଆ ଆଉଟ୍‌ରିଚ୍ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଓ ସୋଆ ରେଡିଓ ଇନ୍‌ଚାର୍ଜ ଶ୍ରୀମତି ହନି ପଟ୍ଟନାୟକଙ୍କ ତତ୍ୱାବଧାନରେ ସୋଆର ଟିମ୍ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସୋଆ ଆଉଟ୍‌ରିଚର ସହକାରୀ ମ୍ୟାନେଜର ଶ୍ରୀ ପ୍ରତୀକ ଦାସ ଓ ସୋଆ ରେଡିଓ ଷ୍ଟେସନର ପ୍ରୋଗ୍ରାମ ସଂଯୋଜିକା ଶ୍ରୀମତି ଶୁଭ୍ରସୀମା ମହାନ୍ତି ପରିଚାଳନା କରିଥିଲେ । +ଭୁବନେଶ୍ୱର ଏମ୍ସରେ 1500 ପଦବୀ ଖାଲି : ଆରଟିଆଇ ତଥ୍ୟ +ଭୁବନେଶ୍ୱର ସ୍ଥିତି ଏମ୍ସରେ ପ୍ରାୟ 1500 ପଦବୀ ଖାଲି ପଡିଛି । +ସୂଚନା ଅଧିକାର ଆଇନରେ ମଗାଯାଇଥିବା ସୂଚନାରୁ ଏହା ଜଣାପଡିଛି । +ଭୁବନେଶ୍ୱର ଏମ୍ସରେ କେତେ କର୍ମଚାରୀ ଅଛନ୍ତି ଏବଂ କେତେ ପଦବୀ ଖାଲି ପଡିଛି, ସେ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ତଥ୍ୟ ମାଗିଥିଲେ । +ଏହାର ଉତ୍ତରରେ ସେଠାକାର ଜନ ସୂଚନା ଅଧିକାରୀ ଦେଇଥିବା ଚିଠିରୁ ଜଣାପଡିଛି ଯେ ବହୁ ସଂଖ୍ୟକ କର୍ମଚାରୀ ପଦବୀ ଖାଲି ପଡିଛି । +79 ଫାକଲ୍ଟି ପଦବୀ ଖାଲି ପଡିଥିବା ବେଳେ 1414ଟି ଅଣ-ଫାକଲ୍ଟି ପଦବୀ ଖାଲି ପଡିଥିବା ଏହି ତଥ୍ୟରୁ ଜଣାପଡିଛି । +ଏତେ ସଂଖ୍ୟକ ସିଟ୍ ଖାଲି ପଡିଥିବାରୁ ସ୍ୱାସ୍ଥ୍ୟ ସେବା ଓ ଶିକ୍ଷାଦାନ ବ୍ୟାହାତ ହୋଇପାରେ ବୋଲି ଶ୍ରୀ ଅଖଣ୍ଡ ଆଶଙ୍କା ବ୍ୟକ୍ତ କରିବା ସହ ତୁରନ୍ତ ଏହି ପଦଗୁଡିକୁ ପୂରଣ କରାଯାଉ ବୋଲି ଦାବି କରିଛନ୍ତି । +ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଶ୍ବଭୂଷଣ ହରିଚନ୍ଦନ, ଭେଟଘାଟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା +ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ତଥା ଓଡିଶା ବିଜେପିର ତୁଙ୍ଗ ନେତା ବିଶ୍ବଭୂଷଣ ହରିଚନ୍ଦନ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । +ପ୍ରଧାନମନ୍ତ୍ରୀଙ୍କ ନୂଆଦିଲ୍ଲୀସ୍ଥିତି ବାସଭବନରେ ଏହି ଭେଟଘାଟ ହୋଇଛି । +ଏହି ସାକ୍ଷାତ ଏକ ସୌଜନମୂଳକ ଥିଲା । +ସାକ୍ଷାତ ବେଳେ ବିଶ୍ବଭୂଷଣ ପ୍ରଧାନମନ୍ତ୍ରୀଙ୍କୁ ତିରୂପତି ବାଲାଜୀଙ୍କ ଫଟୋ ସହ ନୀଳ ଉତ୍ତରୀୟ ଉପହାର ଦେଇଥିଲେ । +ତାହାକୁ ପ୍ରଧାନମନ୍ତ୍ରୀ ସାଦରେ ଗ୍ରହଣ କରି ନୀଳ ଉତ୍ତରୀୟ ପିନ୍ଧି ବିଶ୍ବଭୂଷଣଙ୍କ ସହିତ କଥା ହୋଇଥିଲେ । +ରାଇମୋହନ ଙ୍କ ମୃତ୍ଯୁ ରେ ଶୋକ +ଫୁଲବାଣୀ -27/6:ଓଲିଉଡ଼ ର ପ୍ରସିଦ୍ଧ ତଥା ଖ୍ୟାତନାମା କଳାକାର ରାଇମୋହନ ପରିଡ଼ା ଙ୍କ ଅକାଳ ମୃତ୍ଯୁ ରେ କନ୍ଧମାଳ ଜିଲାର ବରିଷ୍ଠ କଳାକାର, କଣ୍ଠଶିଳ୍ପୀ, ଗୀତିକାର, ସିନେ ଅଭିନେତା ଜଳନ୍ଧର ବେହେରା ଓରଫ ଜେଡି ଗଭୀର ଶୋକ ପ୍ରକାଶ କରିବା ସହ ଅମରଆତ୍ମା ରସଦଗତି କାମନା କରିଛନ୍ତି । +ସ୍ବର୍ଗତ ରାଇମୋହନ ଜଣେ ପ୍ରତିଷ୍ଠିତ ଭିଲିଆନ ଓ ମଞ୍ଚ ଅଭିନେତା ଥିଲେଆଉ ତାଙ୍କ ସହ କାହାରିକୁ ତୁଳନା କରାଯାଇପାରିବନି ବୋଲି କହିଥିଲେ । +ସେ ଖଳ ନାୟକ ଭୂମିକା ନିର୍ବାହ କରୁଥିଲେ ସିନା ଜଣେ ସରଳ, ନିଷ୍କପଟ, ପରାପକାରୀ, ତଥା କୋମଳ ହୃଦୟର ଵ୍ୟକ୍ତି ଥିଲେ ବୋଲି ଜଳନ୍ଧର କହିଛନ୍ତି । +ରାଇମୋହନ ଙ୍କ ସ୍ମୃତି ରେ ଜଳନ୍ଧର ଓ କଳାକାର, କଳାପ୍ରେମୀ ମାନେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ରେନୁଆସାହି ଛକ ରୁ ବାହାରି ମୂଖ୍ୟ ରାସ୍ତା ଦେଇ କୋର୍ଟ ଛକ ଆସିଥିଲେ । +ଭାରତ ସରକାରଙ୍କର କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଆନୁକୂଲ୍ୟରେ ଆନ୍ତର୍ଜାତିୟ ଯୋଗଦିବସ +ଫୁଲବାଣୀ -21/6 ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ , ଫୁଲବାଣୀ ପକ୍ଷରୁମଙ୍ଗଳବାର ଖଜୁରୀପଡ଼ା ବ୍ଲକ୍ ର ସେବିକା ତାଲିମ୍ ମହାବିଦ୍ୟାଳୟ ,ଗୁଡୁରିସାହି ପରିସରରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । +ଏହାକୁ ସେବିକା ତାଲିମ ମହାବିଦ୍ୟାଳୟ ର ଅଧ୍ୟାକ୍ଷା ଶ୍ରୀମତୀ ସଂଘମିତ୍ରା ସିଂହ ପ୍ରଦୀପ ଜାଳି ଉଦଘାଟନ କରିଥିଲେ । +ଯୋଗ ଗୁରୁମା ଶ୍ରୀମତୀ ସାଧନା ଦାସ ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଭ୍ୟାସ କରାଇଥିଲେ । +ଜନସାଧାରଣ ଙ୍କ ଅବଗତି ପାଇଁ ଏକ ସଚେତନତା ପଦଯାତ୍ରା ର ମଧ୍ୟ ଆୟୋଜନ କରାଯାଇଥିଲା । +ପରେ ପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, କୁଇଜ, ଓ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । +ଏହି କାର୍ଯ୍ୟକ୍ରମକୁ , କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ,କ୍ଷେତ୍ରୀୟ କାର୍ଯ୍ୟାଳୟ , ଫୁଲବାଣୀ କ୍ଷେତ୍ର ପ୍ରଚାର ସହାୟକ ସତ୍ୟନାରାୟଣ ନନ୍ଦ ପରିଚାଳନା କରିଥିବା ବେଳେ ସେବିକା ତାଲିମ୍ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ମିଶ୍ର ସହଯୋଗ କରିଥିଲେ । +ସେବା ପକ୍ଷରୁ ରଜ ଉତ୍ସବ ପାଳନ +ନୟାଗଡ ଜିଲ୍ଲାର ଅଗ୍ରଗାମୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ଦ୍ଵାରା ପରିଚାଳିତ ସେବା ସ୍ଵଧାର ଗୃହ ତରଫରୁ “ରଜ ଉତ୍ସବ” ପାଳିତ ହୋଇ ଯାଇଛି । +ଉକ୍ତ ଉଚ୍ଚବରେ ସେବା ସ୍ୱଧାର ଗୃହ ତରଫରୁ ରଜ ପାଇଁ ଓଡ଼ିଶା ର ପାରମ୍ପରିକ ପିଠା ଓ ମିଠା ବଣ୍ଟନ କରାଯାଇଥିଲା । +ସ୍ୱଧାର ଗୃହ ଅନ୍ତେବାସୀନି ମାନଙ୍କୁ ନେଇ ଏକ ଝୋଟି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । +ଉକ୍ତ କାର୍ଯ୍ୟକ୍ରମରେ ସେବା ସ୍ୱଧାର ଗୃହର ତତ୍ତ୍ଵାବଧାରିକା ବନିତା ମଲ୍ଲିକ , ପରାମର୍ଶ ଦାତ୍ରି ସରିତା ଆଚାର୍ଯ୍ୟ ଓ ସେବା ମାନସିକ ଅନଗ୍ରସର ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇଥିଲେ । +ସେବା ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ଦାସ ପରିଜା ଓ ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି ସମସ୍ତ ଅନ୍ତେବାସୀନି ମାନଙ୍କୁ ପହିଲି ରଜ ର ଶୁଭେଚ୍ଛା ଜଣାଇଥିଲେ । + ସେବା ରେ ଆୟୋଜିତ ରଜ ଉତ୍ସବ ଟି ସେବା ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ଦାସ ପରିଜା ଓ ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧନରେ ସମ୍ପାଦିତ ହୋଇଥିଲା +ପୁସ୍ତକ ସାଇ ମିଉଜିଂସ ରାଜ୍ୟପାଳଙ୍କୁ ଅର୍ପଣ +ଶିରିଡି ସାଇ ବାବାଙ୍କ ଅନୁଭୂତି କୁ ନେଇ କବିତା ମହାନ୍ତି ଙ୍କ ସ୍ବରଚିତ ଓଡ଼ିଆ ପୁସ୍ତକ ” ଏକ ଅକିଞ୍ଚନର ଅନୁଭୂତି” ର ଇଂରାଜୀ ଅନୁବାଦ “ସାଇ ମିଉଜିଂସ” ଆଜି ଓଡିଶା ରାଜଭବନ ରେ ମାନ୍ୟବର ରାଜ୍ୟପାଳ ଙ୍କୁ ଅର୍ପଣ କରାଯାଇଛି । +ଓଡ଼ିଆ ପୁସ୍ତକ ” ଏକ ଅକିଞ୍ଚନର ଅନୁଭୂତି” ପାଠକ ଆଦୃତି ପାଇଲାପରେ ବହିଟିର ଇଂରାଜୀ ଅନୁବାଦ “ସାଇ ମିଉଜିଂସ” ଷ୍ଟ୍ରଲିଂ ପବ୍ଲିକେଶନ ହାଉସ୍ ,ନୂଆ ଦିଲ୍ଲୀ ତରଫ ରୁ ” ପ୍ରକାଶ ପାଇଛି । +ମାନ୍ୟବର ରାଜ୍ୟପାଳ ଲେଖିକା ଙ୍କୁ ଆହୁରି ଅଧିକ ଲେଖିବା ପାଇଁ ପ୍ରେରଣା ଓ ଆଶୀର୍ବାଦ ଦେଇଥିଲେ । +ଏଇ ଅବସରରେ ରାଜ ଭବନ ରେ ଲେଖିକା ଙ୍କ ସ୍ବାମୀ ହାଇକୋର୍ଟ ଆଡଭୋକେଟ କୈଳାଶ କାନୁନଗୋ ଓ ପୁତ୍ର କର୍ପୋରେଟ ଲୟର ଇଶାନ କାନୁନଗୋ ଉପସ୍ଥିତ ଥିଲେ । +ଓଡିଶା ସରକାରଙ୍କ ଲୋକାଭିମୁଖି ଯୋଜନା ଓ ପ୍ରକଳ୍ପକୁ ପ୍ରଶଂସା କଲେ ମଧ୍ୟପ୍ରଦେଶ ନୀତି ଓ ଯୋଜନା… +ପିପିଲି:ମଧ୍ୟପ୍ରଦେଶ ରାଜ୍ୟ ସରକାରଙ୍କ ନୀତି ଓ ଯୋଜନା ଆୟୋଗ ଏବଂ ୟୁନିସେଫର ଏକ ୧୬ଜଣିଆ ପ୍ରତିନିଧିମଣ୍ଡଳୀ ଗୁରୁବାର ପିପିଲି ବ୍ଲକର ବିଭିନ୍ନ ସରକାରୀ ପ୍ରକଳ୍ପକୁ ବୁଲି ଅନୁଧ୍ୟାନ କରିଛନ୍ତିି । +ଓଡିଶା ସରକାରଙ୍କ ବିଭିନ୍ନ ଲୋକାଭିମୁଖି ତଥା ଜନକଲ୍ୟାଣ ଯୋଜନା ଓ ପ୍ରକଳ୍ପକୁ ଏହି ପ୍ରତିନିଧିମଣ୍ଡଳୀ ବୁଲି ଦେଖିବା ସହ ଏହାଦ୍ୱାରା ସାଧାରଣଜନତା କିଭଳି ଉପକୃତ ହେଉଛନ୍ତି ସେ ସଂପର୍କରେ ଅବଗତ ହୋଇଥିଲେ । +ଓଡିଶା ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ରୋଲ ମଡେଲ ଭାବେ ଗ୍ରହଣ କରି ମଧ୍ୟପ୍ରଦେଶରେ ଏହାକୁ କାର୍ଯ୍ୟକାରିତା କରାଯିବ ବୋଲି ପ୍ରତିନିଧିମଣ୍ଡଳୀ ସୂଚନା ଦେଇଥିଲେ । +ରାଜ୍ୟପାଳଙ୍କ ଦ୍ଵାରା କିସ୍‌-କଲାରାବାଙ୍କ ଉଦ୍‌ଘାଟିତ +ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା କିସ୍‍-ଭୁବନେଶ୍ୱରର କଟକ ଜିଲ୍ଲା ଶାଖା କିସ-କଲରାବାଙ୍କ ଆବାସିକ ବିଦ୍ୟାଳୟ ରବିବାର ଉଦ୍‍ଘାଟିତ ହୋଇଯାଇଛି । +କିସ କଲରାବାଙ୍କକୁ ଉଦଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶିକ୍ଷାର ପ୍ରସାର ଦିଗରେ କିସର ଭୂମିକା ଓ ଆଭିମୁଖ୍ୟକୁ ବେଶ ପ୍ରଶଂସା କରିଥିଲେ । +ଶିକ୍ଷା ଚେତନାକୁ ଜାଗ୍ରତ କରିଥାଏ ବୋଲି ରାଜ୍ୟପାଳ କହିଥିଲେ । +କୋଭିଡ୍‍ ସମୟରେ ଯେଉଁ ପିଲାମାନେ ସେମାନଙ୍କ ପିତାମାତାଙ୍କୁ ହରାଇ ନିରାଶ୍ରୟ ଓ ଅସହାୟ ହୋଇପଡିଛନ୍ତି ଗୁଣାତ୍ମକ ଶିକ୍ଷା ଜରିଆରେ ସେହି ଗରିବ ଓ ଅସହାୟ ପିଲାଙ୍କ ଭବିଷ୍ୟତ ଗଠନ କରାଯିବା ଆଭିମୁଖ୍ୟ ନେଇ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ପ୍ରୟାସ ଆରମ୍ଭ କରିଛନ୍ତି । +ଏହା ଦ୍ୱାରା ବହୁ ସଂଖ୍ୟକ ଗରିବ ଓ ଅସହାୟ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । +ପ୍ରାଥମିକ ପର୍ଯ୍ୟାୟରେ ଏଠାରେ କଟକ ଜିଲ୍ଲାର ୧ ହଜାର ଅନାଥ ପିଲାଙ୍କ ନାମ ଲେଖାଯିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । +ଏଠାରେ ସମସ୍ତ ବର୍ଗର ଗରିବ ଓ ଅସହାୟ ଛାତ୍ରଛାତ୍ରୀମାନେ ଶିକ୍ଷା ଲାଭ କରିପାରିବେ । +କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇ କଟକ ଜିଲ୍ଲାର ନିପଟ ମଫସଲ ଗ୍ରାମ କଲରାବାଙ୍କ ଆଜି ସମସ୍ତ ସହରୀ ସୁବିଧା ଉପଲବ୍‍ଧ କରାଯାଇ କିଭଳି ଦେଶର ପ୍ରଥମ ଆଦର୍ଶ ଗ୍ରାମ ଓ ପରିଶେଷରେ ସ୍ମାର୍ଟ ଗ୍ରାମ ଓ ମାଣପୁର ପଞ୍ଜାୟତ କିଭଳି ସ୍ମାର୍ଟ ପଞ୍ଚାୟତରେ ପରିଣତ ହୋଇ ପାରିଛି ସେ ସମ୍ପର୍କରେ କହିଥିଲେ । +ଏହି ଅବସରରେ ରାଜ୍ୟପାଳ ବ୍ୟାଟେରୀ ଚାଳିତ ଗାଡିରେ କାଳରବାଙ୍କ ସ୍ମାର୍ଟ ଭିଲେଜ ପରିଦର୍ଶନ କରିବା ସହ ବୋଦରଠାରୁ ଅଇନିପୁର ରାସ୍ତା ‘ନୀଳିମାରଣୀ ମାର୍ଗ’ ଉନ୍ମୋଚନ କରିଥିଲେ । +ରାଜ୍ୟପାଳଙ୍କୁ ସ୍ଵାଗତ କରିବା ପାଇଁ ସ୍ମାର୍ଟ ଭିଲେଜରେ ବହୁ ଜନ ସମାଗମ ପରିଲକ୍ଷିତ ହୋଇଥିଲା । +ଏହା ସହ ଶଙ୍ଖ ହୁଳହୁଳି ଶବ୍ଦରେ ଗ୍ରାମ ଦାଣ୍ଡ ଉଛୁଳି ପଡିଥିଲା । +ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ଭୁବନେଶ୍ୱର ୟୁନିଟ୍‍-୧ ଶ୍ରୀରାମ ମନ୍ଦିର ପ୍ରତିଷ୍ଠାତା ସଭାପତି ବାବା ରାମ ନାରାୟଣ ଦାସ, କଲରାବାଙ୍କ ଗ୍ରାମ କମିଟି ସଭାପତି ଅଞ୍ଜନ କୁମାର ସାମନ୍ତ, ସମ୍ପାଦକ ଅଭିନ୍ନ ଚନ୍ଦ୍ର କେଶ, ନୀଳିମାରାଣୀ ମେମୋରିଆଲ୍‍ ଚାରିଟେବଲ୍‍ ଟ୍ରଷ୍ଟର ସଭାପତି ଅନ୍ତର୍ଯ୍ୟାମୀ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ । +ଏହି ଅବସରରେ ଅନ୍ତର୍ଯ୍ୟାମୀ ସାମନ୍ତ, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କଳିଙ୍ଗ ଇଂଲିଶ ମିଡିଅମ ସ୍କୁଲ ଓ କାଳରବାଙ୍କ ହାଇସ୍କୁଲରେ ଅଧିକ ନମ୍ବର ରଖି କୃତିତ୍ଵ ଅର୍ଜନ କରିଥିବା ୨ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । +ଧରଣୀଧର ଥିଲେ ଦେଶର ପ୍ରଥମ ଆଇନଗତ ଗଣସଂଗ୍ରାମର ଉଦ୍‌ଗାତା’ +ଭୁବନେଶ୍ୱର:ବିପ୍ଳବୀ ଧରଣୀଧରଙ୍କ ଜାତିପ୍ରୀତି, ସାହସିକତା ଓ ନିର୍ଭୀକତା ସ୍ମରଣୀୟ । +ସେ ଆଦିବାସୀ ସ୍ୱାଭିମାନର ପ୍ରତୀକ । +ତାଙ୍କ ଆଦର୍ଶ ଉତ୍ତରପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ । +ସେ ଭାରତର ପ୍ରଥମ ଆଇନଗତ ଗଣସଂଗ୍ରାମର ଉଦ୍‌ଗାତା ଭାବରେ ସ୍ମରଣୀୟ ରହିବେ ବୋଲି ଅତିଥିମାନେ ମତ ଦେଇଛନ୍ତି । +ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଭୁବନେଶ୍ୱରସ୍ଥିତ କେନ୍ଦୁଝର ସଂଘ ଓ କେନ୍ଦୁଝର ବିକାଶ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ କେନ୍ଦୁଝର ଭୂୟାଁ ମେଳିର କର୍ଣ୍ଣଧାର ବିପ୍ଳବୀ ଧରଣୀଧରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ସଭାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଜାତୀୟ ଚେତନା ଜାଗରଣରେ ଧରଣୀଧରଙ୍କ ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା ଏବଂ ସେ ଜନଜାତିଙ୍କ ଆଦର୍ଶ ପୁରୁଷ ଭାବରେ ଦିଗ୍‌ଦର୍ଶନ ଦେଇ ଆସୁଥିଲେ । +ତାଙ୍କ ଆଦର୍ଶ ଓ ବ୍ୟକ୍ତିତ୍ୱ ଆଜିର ସମାଜରେ ମଧ୍ୟ ପ୍ରାସଙ୍ଗିକ ହୋଇ ରହିଛି । +ଘସିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିପ୍ଳବୀ ଧରଣୀଧରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଜନସାଧାରଣଙ୍କ ମନରେ ବିଶ୍ୱାସ ସୃଷ୍ଟି ସହିତ ସେମାନଙ୍କୁ ଏକତ୍ର କରି ହକ୍‌ ଆଦାୟ ପାଇଁ ପ୍ରକୃତ ନେତା ଉଦ୍ୟମ କରିଥାଏ ଏବଂ ଧରଣୀଧର ସେହିପରି ନେତା ଥିଲେ ବୋଲି କହିଥିଲେ । +‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସଂପାଦକ ଡ. ଲେନିନ ମହାନ୍ତି ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ଭଣ୍ଡାରୀପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ତାଙ୍କ ବକ୍ତବ୍ୟରେଧରଣୀଧରଙ୍କ ଜୀବନର ଅନେକ ଅନାଲୋଚିତ ଦିଗ ଉପରେ ଗବେଷଣା ହେବା ଆବଶ୍ୟକ ବୋଲି ଦର୍ଶାଇ ଥିଲେ । +ବିଶିଷ୍ଟ ଶିକ୍ଷାବିତ୍‌ ତଥା ଗବେଷକ ଦେବେନ୍ଦ୍ର କୁମାର ଦାଶ ମୁଖ୍ୟବକ୍ତା ଭାବରେ ବକ୍ତବ୍ୟ ରଖି ବିପ୍ଳବୀ ଧରଣୀଧରଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । +ସେ କହିଥିଲେ ଯେ ରାଜାଙ୍କ ପ୍ରାୟୋଜିତ ଅନ୍ୟାୟ କର, ନିଲାମୀ, ଶୋଷଣ ଓ ନିର୍ଯାତନା ବିରୁଦ୍ଧରେ ଧରଣୀଧର ଆନ୍ଦୋଳନ କରିଥିଲେ ଏବଂ ସେ ଆନ୍ଦୋଳନରେ ସମାଜର ସବୁବର୍ଗର ଲୋକ ଅଂଶଗ୍ରହଣ କରିଥିଲେ । + କେନ୍ଦୁଝର ଭୂୟାଁ ମେଳିରେ ପ୍ରାୟ ୩୦ ହଜାର ଲୋକ +ଯୋଗଦେଇଥିଲେ ବୋଲି ଦର୍ଶାଇ ଶ୍ରୀ ଦାଶ କହିଲେ ଯେ ଧରଣୀଧରଙ୍କ ସନ୍ନ୍ୟାସ ପରେ ମଧ୍ୟ ବିଦ୍ରୋହର ପ୍ରଭାବ ଜୀବିତ ରହିଥିଲା । +ସନ୍ନ୍ୟାସ ନେଇଥିଲେ ମଧ୍ୟ ଧରଣୀଧର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଉତ୍ସାହିତ କରିଥିଲେ । +ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନପୂର୍ବକ ବିପ୍ଳବୀ ଧରଣୀଧରଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିବାବେଳେ ଆବାହନୀ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । +ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ସ୍ୱାଗତ ଭାଷଣ ଦେଇ ପୂଜ୍ୟପୂଜା ଓ ଭବିଷ୍ୟତ ପିଢ଼ିଙ୍କ ନିମନ୍ତେ ପ୍ରେରଣା ସୃଷ୍ଟି କରିବା ଆମର ନୈତିକ କର୍ତ୍ତବ୍ୟ ବୋଲି ଉଲେ ୍ଲଖ କରିଥିଲେ । +ସୂଚନା ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସଂଘ ଓ କେନ୍ଦୁଝର ବିକାଶ ପରିଷଦର ସଭାପତି ପ୍ରଫେସର ହାଡ଼ିବନ୍ଧୁ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । +ଶେଷରେ ଭୁବନେଶ୍ୱରର ‘ଆଦୃତା’ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । +ଏଣିକି ମହଙ୍ଗା ହେବ ଗାଡ଼ି ଇନ୍‌ସ୍ୟୁରାନ୍ସ, ଜାଣନ୍ତୁ କେଉଁ ଗାଡି ପାଇଁ କେତେ ଟଙ୍କା ଦେବେ +ନୂଆଦିଲ୍ଲୀ: ପୁଣି ମହଙ୍ଗା ମାଡ । +ଗାଡି ଚାଳକଙ୍କୁ ଝଟ୍‌କା । +ଏଣିକି ମହଙ୍ଗା ହେବ ଗାଡି ଇନ୍‌ସ୍ୟୁରାନ୍ସ । +କାର୍‌ ଚାଳକଙ୍କ ବଢ଼ିବ ଖର୍ଚ୍ଚ । +ଜୁନ୍‌ ପହିଲାରୁ ଗାଡି ଇନ୍‌ସ୍ୟୁରାନ୍ସ ମହଙ୍ଗା ହେବ । +ଥାର୍ଡ ପାର୍ଟି ମୋଟର ଭେଇକିଲ ଇନସ୍ୟୁରାନ୍ସର ପ୍ରିମିୟମ୍ ରେଟ୍ ବଢାଇ ଦିଆଯାଇଛି । +ଏବେ ଗାଡିର ଇଞ୍ଜିନ ଅନୁସାରେ ଚାଳକଙ୍କୁ ଟଙ୍କା ଦେବାକୁ ପଡିବ ବୋଲି କେନ୍ଦ୍ର ସରକାର ବିଜ୍ଞାପ୍ତି ଜାରି କରିଛନ୍ତି । +ଲୋମଟାଙ୍କୁରା:ସେ ଜଣ ଜଣଙ୍କର ହାତରେ ଓ ଗୋଡରେ ଥିବା ଶିରାକୁ କାଟିପକାଇଥିଲେ +ମାହାଙ୍ଗା ଗଣହତ୍ୟା ଘଟଣାରେ ଏକ ଲୋମଟାଙ୍କୁରା ତଥ୍ୟ ସାମ୍ନାକୁ ଆସିଛି । +ସେଦିନ ରାତିରେ ବଡଭାଇର ପରିବାରକୁ ମାରିବା ସମୟରେ ଏକ ଘଟଣା ସମ୍ପର୍କରେ ଅଭିଯୁକ୍ତ ଶିବପ୍ରସାଦ ସାହୁ ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ଆଗରେ ସ୍ୱିକାର କରିଛନ୍ତି । +ସମସ୍ତେ ମରିଯିବା ପରେ ସେ ଜଣ ଜଣଙ୍କର ହାତରେ ଓ ଗୋଡରେ ଥିବା ଶିରାକୁ କାଟିପକାଇଥିଲେ । +ଶିବପ୍ରସାଦ ଜାଣିଥିଲେ ଯେ ଶିରା କାଟିଲେ ଆଉ ବଂଚିବାର ସମ୍ଭାବନା ନାହିଁ । +କାରଣ ସେଇବାଟରେ ଶରୀରର ସମସ୍ତ ରକ୍ତ ବାହାରିଯାଏ । +ଏବଂ ଶିବପ୍ରସାଦ ନିଶ୍ଚିତ କରିବାକୁ ଚାହୁଁଥିଲେ ଯେ, କେହି ଆଉ ଯେମିତି ନ ବଞ୍ଚନ୍ତି । +ଶିବ ପ୍ରସାଦ ସାହୁ ପୋଲିସ ଅଧିକାରୀଙ୍କୁ ପୂରା ଘଟଣା ବିଷୟରେ ସ୍ପଷ୍ଟ କରିଛନ୍ତି । +ଜୁନ୍‌ରେ ସମବାୟ ନିର୍ବାଚନ, ଭୋଟ୍ ଦେବେ ୩୦ ଲକ୍ଷ ସଦସ୍ୟ! +ରାଜ୍ୟ ସରକାର ଖୁବଶୀଘ୍ର ସମବାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ସମବାୟ ନିର୍ବାଚନ କମିଶନରଙ୍କୁ ନିଜର ସମ୍ମତି ଜଣାଇବେ । +ଏହାପରେ ନିର୍ବାଚନ କମିଶନର ୬୦ଦିନ ପୂର୍ବରୁ ନିର୍ବାଚନ ତାରିଖ ଘୋଷଣା କରିବେ । +ଆଉ ସେଥିରୁ ୩୫ଦିନ ଭିତରେ ପ୍ରାଥମିକ ସଦସ୍ୟମାନଙ୍କର ପ୍ରୋଭିଜିନାଲ ତାଲିକା ଜାରିଠୁ ଆରମ୍ଭ କରି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ, ନାମାଙ୍କନ ପତ୍ର ଦାଖଲ,ଯାଂଚ,ପ୍ରତ୍ୟାହାର ଓ ଭୋଟଗ୍ରହଣ ଆଦି କାର୍ଯ୍ୟସୂଚୀ ଘୋଷଣା ହେବ । +ସମ୍ମାନର ସହ ବଞ୍ଚିବେ ଯୌନ କର୍ମୀ : ଫଟୋ, ଭିଡ଼ିଓ ଦେଖାଇପାରିବେନି ଗଣମାଧ୍ୟମ +ସମ୍ମାନର ସହ ବଞ୍ଚିବେ ଯୌନ କର୍ମୀ । +କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କଲେ ସୁପ୍ରିମକୋର୍ଟ । +ନିଜ ଇଛାରେ କାମ କରୁଥିବା ଯୌନ କର୍ମୀଙ୍କ ଉପରେ ପୋଲିସ ଚଢଉ କରିପାରିବେନି । +ଫଟୋ, ଭିଡ଼ିଓ, ଗଣମାଧ୍ୟମ ଦେଖାଇପାରିବେନି । +ସାମ୍ବାଦିକଙ୍କୁ ପୁଲିସର ବେଡି ପକାଇବା ଘଟଣା.. ମାଲକାନଗିରି ସାମ୍ବାଦିକ ସଂଘ ର ଜିଲ୍ଲାପାଳ ଏବଂ… +ମାଲକାନଗିରି,୮/୪: ବାଲେଶ୍ବର ଜିଲ୍ଲାର ନୀଳଗିରି ପୁଲିସର ସାମ୍ବାଦିକଙ୍କ ପ୍ରତି ବର୍ବରତା ଏବଂ କ୍ରିମିନାଲ ଭଳି ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଗୋଡରେ ବେଡି ପକାଇବାକୁ ନେଇ ସାରା ରାଜ୍ୟରେ ନିନ୍ଦା କରାଯାଇଥିବା ବେଳେ ମାଲକାନଗିରି ୟୁନିଅନ ଓଫ ଯୋର୍ଣାଲିଷ୍ଟ ଏବଂ ଉତ୍କଳ ସାମ୍ୱାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଏବଂ ପୁଲିସ ଡିଜିଙ୍କୁ ଜିଲ୍ଲାପାଳ ଏବଂ ଏସପିଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । +ଉଭୟ ସଂଘ ମିଳିତ ଜିଲ୍ଲାପାଳ ବିଶାଲ ସିଂ ଏବଂ ଏସପି ନିତିଶ ଵାଧଵାନିଙ୍କୁ ଭେଟି ସମ୍ବାଦର ସାମ୍ବାଦିକଙ୍କ ପ୍ରତି ହୋଇଥିବା ଅନ୍ୟାୟ ସଂପର୍କରେ ଅଭିଯୋଗ କରିବା ସହ ନୀଳଗିରି ପୁଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । +ଫୁଲବାଣୀ ରେ ଯୋଗ ଦିବସ ପାଳିତ +ଆଜି ହେଉଛି ଆନ୍ତର୍ଜାତିକ ଯୋଗ ଦିବସ ଏହି ଅବସରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଯୋଗ ମହୋତ୍ସବ ସମିତି ଫୁଲବାଣୀ ଏବଂ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , ଫୁଲବାଣୀଙ୍କ ମିଳିତ ଆନୁକୁଲ୍ୟରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇ ଯାଇଛି । +ଉକ୍ତ କାର୍ଯ୍ୟକ୍ରମରେ ଜିଲା ଆୟୁର୍ବେଦ ଚିକିତ୍ସା ଅଧିକାରୀ ଡାକ୍ତର ଭବାନୀ ଶଙ୍କର ପାଳ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ଜଳନ କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । +ଆଜିର ସମାଜରେ ସମସ୍ତ ରୋଗକୁ ଯୋଗ ହିଁ ଉପସମ ଦେଇ ପାରିବ । +ଯୋଗ ଜୀବନ ଚର୍ଯ୍ୟା ରଏକ ଅଂଶବିଶେଷ ହେବା ଆବଶ୍ୟକ । +ଯୋଗକୁ ଜୀବନ ଚର୍ଯ୍ୟା ରେ ଯୋଡିଲେ ମନ ,ଶରୀର ଓ ସ୍ୱାସ୍ଥ୍ୟ ଠିକ ରହିବ ବୋଲି ମତ ଦେଇଛନ୍ତି ଡାକ୍ତର ପାଳ । +ସେପଟେ ଛାତ୍ର ଛାତ୍ରୀ ମାନେ ମଧ୍ୟ ଯୋଗ କରି ବେଶ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି । +ଏଥିରେ କନ୍ଧମାଳ ରାଷ୍ଟ୍ରୀୟ ସଂଘ ଚାଳକ ରମେଶ ଚନ୍ଦ୍ର ସାହୁ , ସହ ଜିଲ୍ଲା କାର୍ଯ୍ୟବାହ ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । +ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୋଗ ସଂଯୋଜକ କୁନୁ ଭୋଇ ଛାତ୍ର ଛାତ୍ରୀ ଙ୍କୁ ଯୋଗ ଶିଖାଇଥିଲେ । +ବାଇଟ – 1- ରାଜଲଷ୍ମୀ ବେହେରା (ଛାତ୍ରୀ) +ବାଇଟ – 2- ଭବାନୀ ଶଙ୍କର ପାଳ(ଜିଲା ଆୟୁର୍ବେଦ ଚିକିତ୍ସା ଅଧିକାରୀ, ଫୁଲବାଣୀ) +ବୁଲା କୁକୁରର ଚିକିତ୍ସା ପାଇଁ ଦିଲ୍ଲୀରୁ ଆସିଲା ଫୋନ କଲ୍ +ବେକରେ ଘା’ ହୋଇ ସଂକ୍ରମଣ ବଢ଼ି ଚାଲିଛି । +ଏଥିଯୋଗୁ ଗୋଟିଏ ବୁଲା କୁକୁର ଖୁବ କଷ୍ଟ ପାଉଛି । +ତୁରନ୍ତ ଚିକିତ୍ସା ନ ହେଲେ ସେ ଛଟପଟ ହୋଇ ମରିଯିବ । +ଏମିତି କିଛି ଖବର ପାଇବା ପରେ ଦିଲ୍ଲୀରୁ ଆସିଥିଲା ଗୋଟିଏ ଫୋନ କଲ । +ତାହା ପରେ ତୁରନ୍ତ ଆରମ୍ଭ ହୋଇଗଲା ଏହି କୁକୁରର ଚିକିତ୍ସା । +ଡାକ୍ତର ସଂକ୍ରମିତ ସ୍ଥାନକୁ ପୋଛି ମଲମ ଲଗାଇ ଦେଇଛନ୍ତି । +କହିଛନ୍ତି, ଶୀଘ୍ର କୁକୁରଟି ସୁସ୍ଥ ହୋଇଯିବ । +ଆଜି ଜଗତସିଂହପୁର ବାଲିକୁଦା ମେଡିକାଲ ରୋଡରେ ପଡ଼ି ରହିଥିବା ଅସୁସ୍ଥ ବୁଲା କୁକୁରର ଚିକିତ୍ସା ପାଇଁ ଏଭଳି ଧାଁ ଧପଡ଼ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । +ସୂଚନା ମୁତାବକ, ଜଗତସିଂହପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ନିକଟକୁ ଏହି କୁକୁର ଚିକିତ୍ସା ନିମନ୍ତେ ଦିଲ୍ଲୀରୁ ବିଜେପି ସାଂସଦ ତଥା ପିପୁଲ୍ସ ଫର ଆନିମଲର ଅଧ୍ୟକ୍ଷା ମେନକା ଗାନ୍ଧୀଙ୍କ ଫୋନ ଆସିଥିଲା । +କୁକୁରର ତୁରନ୍ତ ଚିକିତ୍ସା କରାଇବାକୁ ସେ କହିଥିଲେ । +ଫୋନ୍ କଲ୍ ପାଇବା ପରେ ବାଲିକୁଦା ମେଡିକାଲ ରୋଡ ନିକଟରୁ ଆନିମଲ ହେଲ୍ପଲାଇନ୍ ସହାୟତାରେ କୁକୁରକୁ ଉଦ୍ଧାର କରାଯାଇଥିଲା । +ବାଲିକୁଦା ନରିଲୋ ଗାଁର ସାଇକ୍ରିଷ୍ଣା ଦାସ ନାମକ ଜଣେ ଯୁବତୀ କୁକୁର ବେକରେ କ୍ଷତ ହୋଇଥିବା ଦେଖିବା ପରେ ଭୁବନେଶ୍ୱର ପିପୁଲ୍ସ ଫର ଆନିମଲ କର୍ମଚାରୀଙ୍କୁ ଜଣାଇଥିଲେ । +ଏହାପରେ ଭୁବନେଶ୍ୱର ପିପୁଲ୍ସ ଫର ଆନିମଲ କର୍ମଚାରୀ ଇମେଲ୍ ଯୋଗେ ମାନେକା ଗାନ୍ଧୀଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ । +ଯାହା ପରେ ଏହି ତତ୍ପରତା ଦେଖିବାକୁ ମିଳିଥିଲା । +ତାଙ୍କ ହସ୍ତକ୍ଷେପ ପରେ ଅସୁସ୍ଥ ବୁଲା କୁକୁରଟିକୁ ଉଦ୍ଧାର କରାଯାଇ ଚିକିତ୍ସା ବ୍ୟବସ୍ଥା କରାଯାଇଛି । +ସାମାନ୍ୟ ଏକ ସୂଚନା କୁକୁରର ଜୀବନ ରକ୍ଷା କରିଦେଇପାରିଛି । +ଟ୍ରାଫିକ୍ ନିୟମ ଭାଙ୍ଗୁଥିଲେ ସାବଧାନ! କଟିପାରେ ୨୦ ହଜାରର ଫାଇନ୍ +ଆଜିକାଲି ସାଇକେଲ ଏବଂ ରିକ୍ସା ଚାଲକଙ୍କ ପାଇଁ ସ୍ୱତନ୍ତ୍ର ଏକ ଲେନ୍ ତିଆରି କରାଯାଉଛି । +ଯେଉଁ ଲେନରେ କେବଳ ସାଇକେଲ୍ ଏବଂ ରିକ୍ସା ଚଳାଚଳ ହୋଇଥାଏ । +ଏଭଳି ସ୍ଥିତିରେ ଯଦି କୌଣସିବି ଗାଡି ଚାଳକ ରିକ୍ସା ଏବଂ ସାଇକେନ୍ ଚଳାଚଳା ପାଇଁ ହୋଇଥିବା ଲେନରେ ଗାଡି ଭର୍ତ୍ତି କରନ୍ତି ତେବେ ଧରାପଡିଲେ ତାଙ୍କୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ । +ମୋଟର ଯାନ ଅଧିନିୟମ ୧୯୮୮, ଧାରା ୧୧୩, ୧୧୪ ଏବଂ ୧୧୫ ଅନୁଯାୟୀ ରାଜ୍ୟ ସରକାରଙ୍କୁ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ କିଛି ସ୍ୱତନ୍ତ୍ର ଶକ୍ତି ପ୍ରଦାନ କରାଯାଇଛି । +ମୋଟର ଯାନ ଅଧିନିୟମ ଧାରା ୧୧୫ ଅନୁଯାୟୀ, ରାଜ୍ୟ ସରକାର ଅଲଗା ଅଲଗା କାଟାଗୋରିର ବାହାନ ପାଇଁ ସ୍ୱତନ୍ତ୍ର ଲେନ୍ ତିଆରି କରିପାରିବେ । +ଆଉ ଉଲଂଘନକାରୀଙ୍କଠୁ ଫାଇନ୍ ଆଦାୟ କରିପାରିବେ । +ପୂର୍ବରୁ ଏହି ନିୟମ ଉଲଂଘନ କଲେ ୨ହଜାର ଟଙ୍କା ଫାଇନ୍ ଦେବାକୁ ପଡୁଥିଲା କିନ୍ତୁ ଏବେ ୨୦ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡିବ । +ସେହିଭଳି ମୋଟର ଯାନ ନିୟମ ଧାରା ୧୯୪-ଇ ଅନୁଯାଇ ଆପାତକାଳିନ ଯାନଗୁଡିକୁ ଯଥା ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗର ଗାଡିକୁ ରାସ୍ତା ନଛାଡିଲେ କିମ୍ବା ତାଙ୍କର ରାସ୍ତା ଅବରୋଧ କଲେ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିପାରେ । +ଯଦି ଏହିଭଳି ନିୟମକୁ ଉଲଂଘନ କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । +ନହେଲେ ଜରିମାନା ଗଣିପାରନ୍ତି । +ଫୁଲବାଣୀ ରେପ୍ରବଳ ବର୍ଷା, ନାଳ ପାଣି ରାସ୍ତାରେ ବୋହୁଛି +ଫୁଲବାଣୀ -15/6 ବୁଧବାର ଅପରାହ୍ନ ରେ ଫୁଲବାଣୀ ସହର ରେ ବିଜୁଳି ଘଡ ଘଡି ସହ ପ୍ରବଳ ବର୍ଷ ହୋଇଥିଲା । +ଫଳରେ ଅସହ୍ୟ ଗରମ ଓ ଗୁଳୁଗୁଳି ରେ ଆଉଟ ପାଉଟ ହେଉଥିବା ସହର ବାସି ଟିକିଏ ଆଶ୍ବସ୍ତି ହୋଇଛନ୍ତି ସତ ତେଵେ ବର୍ଷ । +ରେ ସହର ର ନଳା ପାଣି ଠୀକ ଭାବେ ନିଷ୍କାସନ ନ ହୋଇପାରି ରାସ୍ତାରେ ବୋହିଲା । +ଫଳରେ, ନାଳରେ ଜାମହୋଇ ରହିଥିବା ଅଳିଆ ଆବର୍ଜନା ସବୁ ଏବେ ରାସ୍ତା ରେ ପଡ଼ିବା ଫଳରେ ପରିବେଶ ଦୂଷିତ ହେଉଛି । +ଲୋକେ ଡ୍ରେନ ଉପରକୁ ଆସି ଦୋକାନ, ଘର ସବୁ କରି ମାଡ଼ି ବସିବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । +ମୁନିସିପାଲିଟି ପକ୍ଷରୁ ଯେତେ ସଚେତନ କଲେ ବି ଲୋକେ ଶୁଣିବାକୁ ନାରାଜ । +ନବ ନିର୍ବା ଚିତ ଅଧ୍ୟକ୍ଷାବର୍ଷ ଲପୂର୍ଵରୁ ନାଳ ନର୍ଦମା ସଫା କରି ଥିଲେ ମଧ୍ୟ ହୋଟେଲ, ଫାଷ୍ଟ ଫୂଡ଼, ଦୋକାନୀ, ସାହି ଲୋକେ ପୁଣି ରାତିପାହିଲେ ନାଳ ରେ ମଇଳା ପକାଉଥିବା ଦେଖାଯାଉଛି । +ଯଦ୍ୱାରା ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି । +ପୋୖରାଧ୍ୟାକ୍ଷା ଏଥିପ୍ରତି ଦ୍ରୁଷ୍ଟି ଦେଇ ଆବଶ୍ୟକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁବିଭିନ୍ନ ମହଲ ରେ ଦାବୀ ହେଉଛି । +ଘରୋଇ ବସ୍‌ ଦୁର୍ଘଟଣା; ୨ ଶିଶୁ ସମେତ ୫ ଜଣଙ୍କ ମୃତ୍ୟୁ ୨୫ ଆହତ । +କାଲିମେଳା ତା:- ୧୩/୦୬ ମାଲକାନଗିରି ଜିଲ୍ଲା ସୀମାନ୍ତ ଚିନ୍ତୁର ନିକଟରେ ଏକ ଘରୋଇ ବସ୍‌ ଦୁର୍ଘଟଣା ହୋଇଛି । +ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ମୃତ ୫ଜଣଙ୍କ ମଧ୍ୟରେ ଦୁଇଜଣ ଶିଶୁ ରହିଥିବା ସୂଚନା ମିଳିଛି । +ତାହା ସହ ଦୁର୍ଘଟଣାରେ ୨୫ରୁ ଊର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । +ସମସ୍ତ ଆହତଙ୍କୁ ଭଦ୍ରାଚଲମ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । +ଦୁର୍ଘଟଣାରେ ଆହତ ସମସ୍ତ ଙ୍କ ଘର ଓଡିଶାର  ନବରଙ୍ଗପୁର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର  ଭବାନିପାଟଣାର ଅଧିକ ଯାତ୍ରୀ ବୋଲି  ଜଣାପଡିଛି ଏମାନେ  ସମସ୍ତେ  ଦାଦନ ଶ୍ରମିକ ଭାବେ  କାମ କରିବା ପାଇଁ ଓଡିଶାରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା କୁ  ଯାଇଥିଲେ । +କାମ ଧାମ ସରାଇ ନିଜ ଭିଟାମାଟି ଓଡିଶାକୁ ଫେରୁଥିବା ବେଳେ  ଦୁର୍ଘଟଣାର  ସ୍ବୀକାର  ହୋଇଛନ୍ତି । +ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ମୋଟୁ‌ଠାରୁ ପ୍ରାୟ ୧୩କିମି ଦୂର ଆନ୍ଧ୍ରପ୍ରଦେଶର ଚିନ୍ତୁର ନିକଟରେ ଏହି ଦୁର୍ଘଟଣା ଘଟିଛି । +ସିଜି୨୭ଏମ ୩୧୪୮ ନମ୍ବର ବିଶିଷ୍ଟ  କେଜିଏନ ନାମକ ଏକ ଘରୋଇ ବସ ଦୁର୍ଘଟଣା ହେବା ଫଳରେ ୨ ଶିଶୁ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି । +ବସଟି ଓଡିଶାର ନୂଆପଡା‌ ଜିଲ୍ଲା ସିନାପାଲି ଠାରୁ ଯାତ୍ରୀ ମାନଙ୍କୁ ନେଇ‌ ବିଜୟୱାଡା ଅଭିମୁଖେ ଯାତ୍ରା କରୁଥିଲା । +ଓ ତହିଁ ଆର ଦିନ ଯାତ୍ରୀଙ୍କୁ ନେଇ ଫେରୁଥିବା ସମୟରେ ଆନ୍ଧ୍ରପ୍ରଦେଶ ର ଚିନ୍ତୁର  ବୁଡୁଗୁଡାମ  ଗ୍ରାମ  ନିକଟ ରେ ଭାରସାମ୍ଯ ହରାଇ ରାସ୍ତା ତଳକୁ ଖସି ପଡିଥିଲା । +ଯାହାଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହେବା ସହ ୨୫ ରୁ ଊର୍ଦ୍ଧ୍ଵ ଯାତ୍ରୀ ଆହାତ ହୋଇଛନ୍ତି । +ଆହାତ ଯାତ୍ରୀମାନଙ୍କୁ ତେଲେଙ୍ଗାନା ରାଜ୍ୟର ଭଦ୍ରାଦି ଜିଲ୍ଲାର ଭଦ୍ରାଚଲମ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । +ଏନେଇ ଖବର ପାଇବା ପରେ ଆନ୍ଧ୍ର ପୁଲିସ ଘଟଣାସ୍ଥଳରେ ପହଞ୍ଚି‌ ତଦନ୍ତ‌ କରୁଥିବା ସୂଚନା ମିଳିଛି । +ବସଟି ଦୃତଗତିରେ ଥିବା ଯୋଗୁଁ ଟରନିଙ୍ଗ ନିକଟରେ  ଭାରସାମ୍ଯ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ବସ । +ବିଧାୟକ ସୁର ରାଉତରାୟଙ୍କୁ କାରଣଦର୍ଶାଅ ନୋଟିସ୍‌ +କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି । +କଂଗ୍ରେସର ସଭାପତି କିଏ ହେବ ତାହା ନବୀନ ପଟ୍ଟନାୟକ ନିଷ୍ପତ୍ତି ନିଅନ୍ତି ବୋଲି ଗଣମାଧ୍ୟମରେ କିଭଳି ଓ କେଉଁ ପରିସ୍ଥିତିରେ ବୟାନ ଦେଲେ ତା’ର ସନ୍ତୋଷଜନକ ଉତ୍ତର ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । +ଏହି ଉତ୍ତର ମିଳିବା ପରେ ତାକୁ ଏଆଇସିସିର ଅବଗତି ପାଇଁ ପଠାଯିବ ବୋଲି ସେ କହିଛନ୍ତି । +ଜିଲ୍ଲାସ୍ତରୀୟ ସ୍ବାଭିମାନ ଦିବସ ପାଳିତ, ସାଲିସ ମଧୁ ବାବୁଙ୍କ ଜାତକରେ ନ ଥିଲା +କୋରାପୁଟ: ମଧୁ ବାବୁ ଥିଲେ ଓଡ଼ିଆ ସ୍ବାଭିମାନର ପ୍ରତୀକ । +ଓଡ଼ିଶାର ଅସ୍ମିତାକୁ ନେଇ ନେଇ ସେ ପ୍ରଚଣ୍ତ ସ୍ବାଭିମାନୀ ଥିଲେ । +କୌଣସି କଥାରେ ସାଲିସ କରିବା ତାଙ୍କ ଜାତକରେ ନ ଥିଲା । +ତେଣୁ ତାଙ୍କ ଜୀବନ ଓ ଦର୍ଶନ ପ୍ରତିଟି ଓଡ଼ିଆର ଧେୟ ହେବା ଉଚିତ ବୋଲି ମତ ପ୍ରକାଶ ପାଇଛି । +‘ସମ୍ବାଦ’ ଓ ଆମ ଓଡ଼ିଶା ପକ୍ଷରୁ ଆଜି ସ୍ଥାନୀୟ ପ୍ରେସ କ୍ଲବ ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ସ୍ବାଭିମାନ ଦିବସରେ ସାମ୍ବାଦିକ, ବୁଦ୍ଧିଜୀବୀ ଓ ସାହିତ୍ୟିକ ମଧୁ ବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଓଡ଼ିଆ ଅସ୍ମିତା ପାଇଁ ଲଢିବା ପାଇଁ ଓଡ଼ିଶାବାସୀଙ୍କୁ ଆହ୍ବାନ ଦେଇଛନ୍ତି । +ଗୋ’ଚାଲାଣ ରାକେଟରେ ମିଳିଲା ପୁଲିସ୍‌ ଲିଙ୍କ, ୩ ନିଲମ୍ବିତ +“୬ ଜଣ ଅଫିସରଙ୍କ ପାଇଁ ୩୦ ହଜାର ଦିଅ । +ତମ ଗାଡ଼ି ସୁରୁଖୁରରେ ସୀମା ପାର୍‌ ହୋଇଯିବ । +କେହି ଟେର ବି ପାଇବେନି । +” ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନାର ଜଣେ ପୁଲିସ୍‌ ଅଧିକାରୀ ଓ ଜଣେ ଗୋରୁ ଦଲାଲଙ୍କ ବାର୍ତ୍ତାଳପର ଏପରି ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି । +ଫଳରେ ପଦାରେ ପଡ଼ିଛି ଗୋ’ଚାଲାଣ ରାକେଟରେ ପୁଲିସ୍‌ ଲିଙ୍କ । +ଏପରି ଅଡିଓ ଭାଇରାଲ ହେବା ପରେ ମୟୂରଭଞ୍ଜ ଏସ୍‌ପି ଆକ୍ସନ ମୁଡ୍‌କୁ ଆସି ଝାରପୋଖରିଆ ଥାନାର ୩ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । +କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ରଗୁଡ଼ିକର ତାଲିକା +ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଜି କାନ୍ସ ଚଳଚ୍ଚିତ୍ର ସମାରୋହରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ରଗୁଡ଼ିକର ତାଲିକା ଜାରି କରାଯାଇଛି । +ଏହି ତାଲିକାରେ ‘ରକେଟ୍ରୀ’ ଚଳଚ୍ଚିତ୍ରକୁ ସାମିଲ କରାଯାଇଛି । +ଆର. ମାଧବନ ଏ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବା ସହିତ ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି । +କାନ୍ସର ଚଳିତ ସଂସ୍କରଣରେ ‘ରକେଟ୍ରୀ’ର ୱାର୍ଲ୍ଡ ପ୍ରିମିୟର ହେବ । +ପାଲାଇସ୍‌ କେ. ଠାରେ ‘ରକେଟ୍ରୀ- ଦ ନାମ୍ବୀ ଇଫେକ୍ଟ’ର ପ୍ରିମିୟର ହେବ । +ଅନ୍ୟ ଚଳଚ୍ଚିତ୍ରର ପ୍ରଦର୍ଶନ ଅଲିମ୍ପିଆ ଥିଏଟରରେ କରାଯିବ । +୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ର ତାଲିକା ନିମ୍ନରେ ଦିଆଗଲା । +ରାଜଧାନୀ ପ୍ରତିଷ୍ଠା ଦିବସକୁ ଡକା ନ ଯିବାରୁ ରାଗିଲେ ସାଂସଦ ଅପରାଜିତା ଷଡଙ୍ଗୀ +ରାଜଧାନୀ ପ୍ରତିଷ୍ଠା ଦିବସ । +ଏ ନେଇ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । +ମୁଖ୍ୟତଃ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ସହିତ ସଂସ୍କୃତି ବିଭାଗ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟ ଏହାର ଆୟୋଜକ । +ହେଲେ ଖୋଦ ଭୁବନେଶ୍ବର ପ୍ରତିଷ୍ଠା ଦିବସରେ ଭୁବନେଶ୍ବର ସାଂସଦଙ୍କୁ ଡକାଯାଇ ନାହିଁ । +ଏ ନେଇ ରାଗରେ ଗରମ ହୋଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । +ମାସାନ୍ତ ସାହିତ୍ୟ କବିତା ଆସର ଅନୁଷ୍ଠିତ +ଫୁଲବାଣୀ -27/6 ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜ଼ିଲ୍ଲା ଲେଖକ ସାମ୍ମୁଖ୍ୟ ର ମାସାନ୍ତ ସାହିତ୍ୟ ସଭା ଓ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି । +ସାମୁଖ୍ୟ ର ସଭାପତି ଶ୍ରୀ ରବୀନ୍ଦ୍ର ନାଥ ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳ ସମସ୍ତଙ୍କୁ ସ୍ୱାଗତ କଲା ପରେ ପ୍ରଭୁ ଜଗନାଥ ଙ୍କ ପାଖରେ ଅତିଥି ମାନେ ଦୀପପ୍ରଜ୍ବଳନ କରିଥିଲେ । +ପ୍ରାରମ୍ଭରେ ବିଶିଷ୍ଠ ଚଳଚ୍ଚିତ୍ର ଓ ମଞ୍ଚ କଳାକାର ସ୍ବର୍ଗତ ରାଇମୋହନ ପରିଡା ଙ୍କ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । +ଉପସ୍ଥିତ ସାହିତ୍ୟିକ ମାନେ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲା ବେଳେ କବି ବିଷ୍ଣୁ ପ୍ରସାଦ ମିଶ୍ର ଙ୍କ ସଂଯାଜନାରେ କବି ଦୁର୍ଯ୍ୟୋଧନ ପ୍ରଧାନ, ରାମକୃଷ୍ଣ ବେହେରା, ନବୀନ କିଶୋର ପଣ୍ଡା କୈଳାଶ ଚନ୍ଦ୍ର ଧଳ, ପ୍ରସନ୍ନ ପଣ୍ଡା, ବି କେ କମଳ ରବୀନ୍ଦ୍ର ନାଥ ମିଶ୍ର, ଜ୍ୟୋତିର୍ମୟୀ କହଁର, ସୋମନାଥ ସାହୁ ବୈକୃଷ୍ଣନାଥ ସ୍ୱାଇଁ ବିଷ୍ଣୁ ପ୍ରସାଦ ମିଶ୍ର ପ୍ରମୁଖ କବିତା ପାଠ କରିଥିଲେ । +କବି ଡ଼ଃ ଚିତ୍ତରଞ୍ଜନ ମିଶ୍ର କବିତା ଗୁଡିକର ସୁନ୍ଦର ସମୀକ୍ଷା କରିଥିଲେ । +ଉପସଭାପତି ବିଜୟ କୁମାର ମହାନ୍ତି ଆଗାମୀ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲା ବେଳେ ସମ୍ପାଦକ ବନବିହାରୀ ନନ୍ଦ ଙ୍କ ଅନୁପସ୍ଥିତରେ ସହସଂପାଦିକା ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର ଧନ୍ୟବାଦ ଅର୍ପଣ କରିଥିଲେ । +ରାଜ୍ୟର ୫୬% ପରିବାରକୁ ପାନୀୟ ଜଳ ସଂଯୋଗ ନାହିଁ +ରାଜ୍ୟର ମୋଟ ୩୧୪ଟି ବ୍ଲକରୁ ମାତ୍ର ୧୬୦ଟି ବ୍ଲକରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କେବଳ କାଗଜ କଲମରେ ସୀମିତ ରହିଛି । +ଗ୍ରାମାଂଚଳର ୫୬% ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ସକ୍ଷମ ହୋଇନାହାନ୍ତି । +ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ‘ଜଳ ଜୀବନ ମିଶନ’ ଓ ‘ହର ଘର ନଲପେ ଜଲ’ ଯୋଜନାରେ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଦେଉଥିଲେ ମଧ୍ୟ ରାଜ୍ୟ ସରକାର ଏହି ଅର୍ଥରେ ବ୍ୟାପକ ଅନିୟମିତତା କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । +ଟ୍ରେନ ଛିଡ଼ା କରି ମଦ ପିଇବାକୁ ଚାଲିଗଲେ ଚାଳକ +ମଦ ପିଇବା ପାଇଁ ଟ୍ରେନ ଛିଡ଼ା କରି ଚାଲିଗଲେ ଚାଳକ । +ଗ୍ରୀନ ସିଗନାଲ ସତ୍ତ୍ବେ ଘଣ୍ଟା ଘଣ୍ଟା ଧରି ଅଟକି ରହିଲେ ଯାତ୍ରୀ । +ଏଭଳି ଘଟଣା ଘଟିଛି ବିହାରର ସମସ୍ତିପୁର ରେଳ ବିଭାଗର ହସନପୁର ଷ୍ଟେସନରେ । +ଏହି ଘଟଣା ପାଇଁ ଏବେ ଚାଳକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । +୨୦୨୩ ହକି ବିଶ୍ୱକପ୍ ଲୋଗୋ ଉନ୍ମୋଚିତ +ଉନ୍ମୋଚିତ ହେଲା ୨୦୨୩ରେ ହେବାକୁ ଥିବା ହକି ବିଶ୍ୱକପ୍ ଲୋଗୋ । +ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟରେ ଏହି ଲୋଗୋକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । +ତେବେ ୨୦୨୩ ମସିହା ଜାନୁଆରୀ ୧୩ ତାରିଖରୁ ଏହି ବିଶ୍ୱକପ୍ ଆରମ୍ଭ ହୋଇ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । +ଯାହାର ଲୋଗୋକୁ ଆଜି ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । +ତେବେ ଉଭୟ କଳିଙ୍ଗ ଷ୍ଟାଡିୟମ ଓ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ବିଶ୍ୱକପର ମ୍ୟାଚ୍ ଖେଳାଯିବ । +୨୦୧୮ରେ ଏନେଇ ରାଜ୍ୟ ସରକାର ଘୋଷଣା କରିିଲେ । +ତେବେ ଏଥର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାରେ ନିର୍ମାଣ ହେଉଥିବା ବିର୍ସାମୁଣ୍ଡା ଷ୍ଟାଡିୟମରେ ମଧ୍ୟ ମ୍ୟାଚ୍ ଆୟୋଜନ ହେବ । +ଶ୍ରୀଜିଉଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟ ବିଚାରପତି ରବୀନ୍ଦ୍ର ଭଟ୍ଟ +ପୁରୀ: ଶ୍ରୀଜିଉଙ୍କୁ ଆଜି ସୁପ୍ରିମକୋର୍ଟଙ୍କ ବିଚାରପତି ରବୀନ୍ଦ୍ର ଭଟ୍ଟ ଦର୍ଶନ କରିଛନ୍ତି । +ବିଚାରପତି ଭଟ୍ଟ ସସ୍ତ୍ରୀକ ପ୍ରାତଃ କାଳରେ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି । +ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ସେ ଫେରିଯାଇଛନ୍ତି । +ଶ୍ରୀମନ୍ଦିରରୁ ଫେରିବା ସମୟରେ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସକ ଜିତେନ୍ଦ୍ର ସାହୁ ଲାଗି ଖଣ୍ଡୁଆ ପ୍ରଦାନ କରି ସମ୍ମାନିତ କରିଥିଲେ । +ପିଏଚଡି ଓ ଜନତା ମୁହାଁ ମୁହିଁ +ଆଜି ୦୫ନ ୱାର୍ଡ ରେ ପି ଏଚ ଡି ର କିଛି ଷ୍ଟାଫ ଆସି ରାସ୍ତା କଡରେ ଥିବା ପ୍ଲାଷ୍ଟିକ ପାଣିଟାଙ୍କି ଟିକୁକନେକ୍ସନ କାଟି ଉଠାଇ ନେଉଥିବା ବେଳେ ତାକୁ ଗ୍ରାମର ସମ୍ପାଦକ ଶ୍ରୀ ଦେବେନ୍ଦ୍ର ପତି ଓ ଶବର ସାହିର ଯୁବକସଂଘ, ନରହରି ନାୟକ ,କାଳନ୍ଦୀ ନାୟକ, ଆରତ ରାଉଳ, ସୁନିତା ପତି ଓ କିଛି ମହିଳା ଏକଜୁଟ ହୋଇ ପ୍ରତିବାଦ କରିଥିଲୁ । +ପ୍ରତିବାଦ କରିବାରୁ ସେମାନେ କହିଲେ ଆମକୁ ପି ଏଚ ଡି ଜେଇ ପଠାଇ ଛନ୍ତି । +ଜେଇଙ୍କ ସଙ୍ଗେ ବହୁତ ପାଟି ତୁଣ୍ଡ ହେଲା । +ଡେଙ୍ଗୁ ରୋକିବାକୁ ସଚେତନତା କାର୍ଯ୍ୟକ୍ରମ । +ଚିତ୍ରକୋଣ୍ଡା:-27/06/2022-ଚିତ୍ରକୋଣ୍ଡା ରେ ଡେଙ୍ଗୁ ର ମାତ୍ରାଧିକ ପରିମାଣରେ ବଢ଼ିଚାଲିଥିବା ବେଳେ ଡେଙ୍ଗୁ କୁ ରୋକିବାକୁ ଜିଲା ତଥା ବ୍ଲକ ପ୍ରଶାସନ ଉଦ୍ୟମ ଜାରି ରଖିଥିବା ବେଳେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆର  ପ୍ରତୀକ ପ୍ରିୟଦର୍ଶୀ ଏବଂ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ର ଅଧକ୍ଷ ଖିରୋଦ ଚନ୍ଦ୍ର ମହନ୍ତ ଙ୍କ ମିଳିତ ଉଦ୍ୟମରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମି, ଆଶା ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ମାଧ୍ୟମରେ ଗାଁ ଗାଁ, ସାହି, ବସ୍ଥି କଲୋନୀ ତଥା ସହର ବୁଲି ସଚେତନ କରାଯାଇ ଚାଲୁଆସୁ ଥିବା ବେଳେ ଆଜି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଠାରେ ପୋରୋବର୍ତ୍ତନ ଅନୁଷ୍ଠାନ ଆନୁକୂଲ୍ୟରେ ଆଜିମ ପ୍ରେମଜୀ ଫାଉଣ୍ଡେସନ ସହାୟତାରେ ଡେଙ୍ଗୁ ରଥ ଉଦଘାଟନ କରାଯାଇ ଏକ ଅଭିନଵ ପ୍ରୟାସରେ  ସଚେତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । +ଯାହାକୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ର ଅଧକ୍ଷ ଖିରୋଦ ଚନ୍ଦ୍ର ମହନ୍ତ ଙ୍କ ନିର୍ଦେଶ କ୍ରମେ  ଡାକ୍ତର ଅଭିଜିତ ସତପଥି ଉଦଘାଟନ କରିଛନ୍ତି ଉକ୍ତ ଉଦଘାଟନ କାର୍ଯ୍ୟକ୍ରମ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ର ଡାକ୍ତର ଜସ୍ମିନୀ ବେହେରା, ଆକାଉଣ୍ଟ । +ଣ୍ଟ  ରାଜେନ୍ଦ୍ର ଦାଶ, ପୋରୋବର୍ତ୍ତନ ଅନୁଷ୍ଠାନ ର ସମ୍ପାଦକ ସନ୍ତୋଷ ଶୁକ୍ଲା ଏବଂ କର୍ମି ମିନା ମାଡ଼କାମି ଓ ଲଷ୍ମୀ ନାୟକ,ଚିତ୍ରକୋଣ୍ଡା ମହିଳା ସ୍ୱାସ୍ଥ୍ୟ କର୍ମି ଗୀତାଞ୍ଜଳି ଚର୍ଚ୍ଚି, ପୁରୁଷ ସ୍ୱାସ୍ଥ୍ୟ କର୍ମି ଅକ୍ଷୟ ନାୟକ, ଆଶା କର୍ମି ସାବିନା ଖିଲ, କେ କଳାବତୀ ସିଙ୍ଗ,ହିଲୋରୀ ଟାକ୍ରୀ, ସୁନିତା ମାଛ,ସବିତା ନାୟକ, ସୂର୍ଯ୍ୟ ଖିଲ, ପଦ୍ମା ପାଙ୍ଗି ଓ ଲଷ୍ମୀ ଦାଶ ଉପସ୍ଥିତ ଥିଲେ । +ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଉପାନ୍ତ ଅଞ୍ଚଳର ସାତ ଗୋଟି ପଞ୍ଚାୟତ ଚିତ୍ରକୋଣ୍ଡା, ଦୋରାଗୁଡା, ନୂଆଗୁଡା, ଗୁଣ୍ଠାୱାଡ଼ା, କପାତୁଟି, ପାପୁଲୁର ଓ ବଡ଼ପଦର ଏବଂ ସ୍ୱାଭିମାନ ଅଞ୍ଚଳ ର ଦୁଇଟି ଯଥା ବଡ଼ପଡା ଓ ପାପରମେଟେଲା ପଞ୍ଚାୟତ ମୋଟ ନଅ ଗୋଟି ପଞ୍ଚାୟତ ରେ ଡେଙ୍ଗୁ ରୋକିବାକୁ ଏକ ଡେଙ୍ଗୁ ରଥ ଉଦଘାଟନ କରାଯାଇଅଛି । +ଯାହାକି ଉକ୍ତ ପଞ୍ଚାୟତ ମାନଙ୍କ ପ୍ରତି ଗାଁ ଗାଁ ଡେଙ୍ଗୁ ରଥ ପରିକ୍ରମା କରି ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇ ପୋରୋବର୍ତ୍ତନ ଅନୁଷ୍ଠାନ କର୍ମି ଏବଂ ଆଶା ମାନଙ୍କ ମିଳିତ ଉଦ୍ୟମରେ ଡେଙ୍ଗୁ ରୋକିବାକୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ । +ନକଲି ଭୋଟର ସାବଧାନ! +ଭୁବନେଶ୍ୱର: ରାଜ୍ୟର ୫୯ଟି ଏନ୍‌ଏସି, ୪୭ଟି ମ୍ୟୁନିସପାଲଟି ଏବଂ ୩ଟି ମହାନଗର ନିଗମରେ ଗୁରୁବାର ପୌର ନିର୍ବାଚନ ହେବାକୁ ଥିବାବେଳେ ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । +ସେହିପରି ସୁରକ୍ଷା ପାଇଁ ୧୯୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । + ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ଭିଡିଓଗ୍ରାଫି କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି | +ମାଉଣ୍ଟେନ୍ ରାଲି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କଲେ ଓଡ଼ିଆ ଯୁବକ ବୈଭବ ଚୌଧୁରୀ +ଭୁବନେଶ୍ୱର ୨୨/୬ : ତାପମାତ୍ରା ମାଇନସ ୧୮ ଡିଗ୍ରୀ । +୧୫ ହଜାର ଫୁଟ ଉପରେ ପାହାଡ଼ର ବିପଦପୂର୍ଣ୍ଣ ଘାଟିରେ ଚାଲିଥିଲା ମାଉଣ୍ଟେନ ରାଲି । +ସବୁଠୁ ଅଦ୍ଭୁତ କଥା ହେଲା ଏ ବିପଦ ପୂର୍ଣ୍ଣ ରାଲିରେ ଗାଡ଼ି ଚାଳକଙ୍କୁ ଜଣାନଥାଏ ରାସ୍ତା । +କେବଳ କାରରେ ଖଞ୍ଜାଯାଇଥିବା କମ୍ପ୍ୟୁଟର, ରାସ୍ତାର ମ୍ୟାପ୍ ବହି ଓ ସାଥୀରେ ଥିବା ନାଭିଗେଟର (ପଥ ପ୍ରଦର୍ଶକ) ହିଁ ଭରସା । +ଜୀବନକୁ ବାଜି ଲଗାଇ ଏହି ଆଡଭେଞ୍ଚର ରେସରେ କମାଲ୍ ଦେଖାଇଛନ୍ତି ଓଡ଼ିଆ ପୁଅ ବୈଭବ ଚୌଧୁରୀ । +ଏ ଯାତ୍ରାରେ ତାଙ୍କୁ ସାଥ୍ ଦେଇଥିଲେ ନାଭିଗେଟର ଶାଶ୍ୱତ ସ୍ୱାଇଁ । +ପ୍ରଥମ ଥର ଏଭଳି ବିପଦପୂର୍ଣ୍ଣ ଯାତ୍ରାରେ ଭାଗ ନେଇ ବିଭିନ୍ନ ରାଜ୍ୟର ଜଣାଶୁଣା ଆଡଭେଞ୍ଚର କାର ରେସରଙ୍କୁ ପଛରେ ପକାଇଛନ୍ତି ବୈଭବ । +ଏଭଳି ଏକ ପ୍ରତିଯୋଗିତାରେ ସେ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି । +ହିମାଚଳ ପ୍ରଦେଶ ପର୍ଯ୍ୟଟନ ବିଭାଗର ସବୁଠୁ ବଡ଼ ଇଭେଣ୍ଟ ରାଲି ଅଫ୍ ଚମ୍ବା-୨୦୨୨ । +ହିମାଚଳ ପ୍ରଦେଶରେ ଆୟୋଜିତ ହୋଇ ଆସୁଥିବା ଏହି ରାଲିରେ ସାମିଲ ହେବା ଆଦୌ ସହଜ ନୁହେଁ । +ସାହାସ, ଉତ୍ସାହର ସହ ଏଥିରେ ସାମିଲ ହୋଇଥିଲେ ଓଡ଼ିଆ ପୁଅ ବୈଭବ । +ଏହି ରାଲିର ଥାର୍ଡ କ୍ୟାଟେଗୋରିରେ ଯୋଗ ଦେଇଥିଲେ ବୈଭବ । +ପ୍ରଥମ ଦିନରେ ଚମ୍ବାରୁ ୧୭୮ କିମି ରାସ୍ତା ଅତିକ୍ରମ କରିବାକୁ ପଡ଼ିଥିଲା । +ରାସ୍ତା ଏମିତି ଥିଲା ଯେ ଗାଡ଼ିର ଚଉଡ଼ା ଯେତିକି ରାସ୍ତାର ଚଉଡ଼ା ବି ପ୍ରାୟ ସେତିକି, ତାହା ପୁଣି ପାହାଡ଼ ଘାଟି ରାସ୍ତା । +କେତେବେଳେ ଅଚାନକ ବାମକୁ ମୋଡ଼ିବାକୁ ପଡ଼ୁଥାଏ ତ ପୁଣି କେତେବେଳେ ଡାହାଣର ଗଳି ରାସ୍ତାକୁ । +ତଥାପି ନାଭିଗେଟର ଶାଶ୍ୱତଙ୍କ ସହ ଉତ୍ତମ ବୁଝାମଣା ଯୋଗୁ ବୈଭବ ଆଗେଇ ଚାଲିଥିଲେ । +ଦ୍ୱିତୀୟ ଦିନ ରାସ୍ତା ଥିଲା ଆହୁରି ବିପଦପୂର୍ଣ୍ଣ । +ଏ ବିପଦର ନାଁ ‘କିଲର୍ ସଚ୍ ପାସ୍’ । +ହିମାଚଳର ଏ ରାସ୍ତା ବିଶ୍ୱର ଅନ୍ୟତମ ବିପଦପୂର୍ଣ୍ଣ ରାସ୍ତା । +ସେଥିପାଇଁ ଏ ରାସ୍ତାରେ ସାଧାରଣ ଲୋକଙ୍କୁ ଛଡ଼ା ଯାଏନାହିଁ । +ଭୂପୃଷ୍ଠରୁ ୧୫ ହଜାର ଫୁଟ ଉଚ୍ଚରେ ଏ ରାସ୍ତା । +ହେଲେ ଜୀବନକୁ ବାଜି ଲଗାଇ ସାହସ ଓ ବୁଦ୍ଧିମତାର ସହ ବୈଭବ ଗାଡ଼ିକୁ ସତର୍କତାର ସହ ଆଗକୁ ନେଇ ଚାଲି ଥିଲେ । +ଡ୍ରାଇଭିଂ ପାଇଁ ସର୍ତ୍ତାବଳୀ ବି ଅତି କଠିନ ଥାଏ । +ବିଳମ୍ବରେ ପହଞ୍ଚି ହେବନି କିମ୍ବା ଶୀଘ୍ର ବି ପହଞ୍ଚି ହେବନି । +ଧାର୍ଯ୍ୟ ସମୟରେ ହିଁ ପହଞ୍ଚିବାକୁ ହେବ । +ଏମିତି ବିପଦପୂର୍ଣ୍ଣ ରାସ୍ତା ପାର୍ ହେବା ପାଇଁ ସବୁଠୁ ବଡ଼ ବିପଦ ଥିଲା ପାଣିପାଗ । +ମାଇନସ ୧୫ ଡିଗ୍ରୀ ତାପମାତ୍ରା । +ରାସ୍ତାରେ ଖାଲି ବରଫ । +ବ୍ରେକ ମାରିଲେ ଗାଡ଼ି ଅଟକି ନଥାଏ, ଖସି ଯାଉଥାଏ । +ତଥାପି ଲକ୍ଷ୍ୟ ସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚିଥିଲେ ବୈଭବ । +ଓଡ଼ିଶାରୁ ଭାଗ ନେଇଥିବା ପ୍ରତିଯୋଗୀଙ୍କ ଭିତରେ ବୈଭବଙ୍କୁ ଶ୍ରେଷ୍ଠ ଡ୍ରାଇଭର ଭାବେ ପୁରସ୍କୃତ କରା ଯାଇଛି । +ଏହାସହ ସର୍ବଭାରତୀୟ ସ୍ତରରେ ସେ ଦ୍ଵିତୀୟ ସ୍ଥାନ ହାସଲ କରିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଛି । +ବୈଭବ ହେଉଛନ୍ତି କଂଗ୍ରେସ ନେତା ତଥା କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ପୁଅ । +ଦୁଃସାହସିକ ଡ୍ରାଇଭିଂ ପାଇଁ ବୈଭବ ଓଡ଼ିଶାର ନାଁ ରଖିଛନ୍ତି । +ବିପଦପୂର୍ଣ୍ଣ ମାଉନଣ୍ଟେନ ରାଲିରେ ବୈଭବ ଭାଗ ନେବା ପାଇଁ ଭୁବନେଶ୍ୱର, ଦିଲ୍ଲୀ, ଚଣ୍ଡୀଗଡ଼ରେ ପୂର୍ବରୁ ଅଭ୍ୟାସ କରିଥିଲେ । +ରାଜ୍ୟ ସରକାରଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି : ନକଲି ଶିକ୍ଷକଙ୍କ ବିରୁଦ୍ଧରେ ହେବ ଦୃଢ଼… +ନକଲି ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ସରକାର ନିଷ୍ପତ୍ତି ନେଇଛନ୍ତି । +ଏ ସଂକ୍ରାନ୍ତରେ ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । +ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି, ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ । +କଳାହାଣ୍ଡି ଏସ୍‌ପିଙ୍କୁ ଅଭିନବ ବିଦାୟକାଳୀନ ସମ୍ବର୍ଦ୍ଧନା, କାନ୍ଧରେ ବସାଇ ବୁଲାଇଲେ +ଭବାନୀପାଟଣା : କଳାହାଣ୍ଡି ଏସ୍‌ପି ଡା. ଶ୍ରବଣ ବିବେକ ଏମ୍‌ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । +ପୁଲିସ୍‌ ପକ୍ଷରୁ ଅଭିନବ ବାଇକ୍‌ ଶୋଭାଯାତ୍ରା ଓ ଏସ୍‌ପିଙ୍କୁ କାନ୍ଧେଇ ବିଦାୟ ଦେବା ଘଟଣା ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । +କୋଟଗଡ଼ ବି ଡିଓ ଙ୍କ ମନମୁଖି କାରବାର +ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀସଙ୍ଘ ର ବିରୋଧ +ଫୁଲବାଣୀ -13/6(ସୁନୀଲ ପଟନାୟକ ):କନ୍ଧମାଳ ଜିଲ୍ଲା କୋଟଗଡ଼ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଙ୍କମନ ମୁଖି କାରବାର, ପ୍ରିୟ । +ପ୍ରୀତି ତୋଷଣ ନୀତି, ଓ ସର୍ବୋପରି ଅଧସ୍ତନ କର୍ମଚାରୀ ଙ୍କ ଦରମା ବନ୍ଦ, ଦୁର୍ବ୍ୟବହାର ପ୍ରଦର୍ଶନ ରେ ଅତିଷ୍ଟ ହୋଇପଡିଲେଣି ଆଧସ୍ଥନକର୍ମଚାରୀ ମାନେ । +ଫଲରେ ପିଈଓ ସଙ୍ଘ ପକ୍ଷରୂ ଏନେଇ କନ୍ଧମାଳ ଜିଲାପାଳ ଙ୍କୁ ସ୍ମାରକ ପତ୍ରପ୍ରଦାନ କରି ତୁରନ୍ତ ବିଡ଼ିଓ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇ ଥିବା ନେଇ ସଙ୍ଘ ପକ୍ଷରୁ କୁହାଯାଇଛି । +କାର୍ଯ୍ୟ ରତ କର୍ମଚାରୀଙ୍କୁନିୟମିତ ଦରମା କି ଡି ଏ.ମଧ୍ୟ ମିଳୁନି । +ମହିଳା କର୍ମଚାରୀକୁ ଜାଣିଶୁଣି କୋଟଗଡ଼ ଠାରୁ ଚାଳିଶ କିଲୋମିଟର ରୁ ଉର୍ଦ୍ଧ ଜୁବାଗୁଡା ପରି ଦୁର୍ଗମ ତଥା ମା ଓ ଇଲାକା ରେ ପୋଷ୍ଟିଙ୍ଗ କରାଯାଉଛି ଯାହାକି ସମ୍ପୁର୍ଣ ଅନ୍ୟାୟ ବୋଲି ସଙ୍ଘ ସଭାପତି ପଦ୍ମ ଚରଣ ମହାନ୍ତିଦୃଢ ଅଭି ଯୋଗ କରିଛନ୍ତି । +ବିଡ଼ିଓ ମୁର୍ମୁ କୋଟଗଡ଼ ରେ ଦୀର୍ଘ ଛଅ ବର୍ଷ ଧରି ରହି ବ୍ୟାପକଦୁର୍ନିତୀ ଓ ଅନିୟମିତତା କରିଥିବା ମଧ୍ୟ ଦୃଢ ଅଭିଯୋଗ ହେଉଛି । +କୁଆଡେ ନେତା ଓ ମନ୍ତ୍ରୀ ଙ୍କ ଲୋକ କହି ପ୍ରକାରନ୍ତ ରେ ଧମକାଉଥିବା ଶୁଣିବାକୁ ମିଳୁଛି । +ବିନା ପ୍ରଶିକ୍ଷଣରେ ନିଆରା କଳାକୃତି +ବାଲେଶ୍ବର ଗୋପାଳପୁର ନୂଆପୁର ଅଞ୍ଚଳର ଶଙ୍କର୍ଷଣ ଜେନା ଓ ବଧୁରିତା ଜେନାଙ୍କ ବଡ଼ଝିଅ ପ୍ରତ୍ୟୁସିନୀ(୨୪) । +ପୋଲିସକୁ ମିଳିଲା ଶର୍ମିଷ୍ଠାଙ୍କ କାର +କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ପୋଲିସକୁ ଆଉ ଏକ ପ୍ରମାଣ ମିଳିଛି । +ଭୁବନେଶ୍ୱରରୁ ଶର୍ମିଷ୍ଠା ରାଉତଙ୍କ କାର ପୋଲିସକୁ ମିଳିଛି । +ମାନସଙ୍କ ଅପହରଣରେ ଏହି କାର୍‌ ବ୍ୟବହୃତ ହୋଇଥିବା ସନ୍ଦେହ କରାଯାଉଛି । +କିନ୍ତୁ ଏବେ ମଧ୍ୟ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଫେରାର ଅଛନ୍ତି । +ମଟର ସାଇକେଲ ରୁ ଖସି ପଡ଼ି ବିଏସଫ କମାଣ୍ଡାଣ୍ଟଙ୍କ ମୃତ୍ୟୁ । +କାଲିମେଳା ତା :- ୧୨/୦୬ (ପିଏନଏସ) ଆଜି ଭୋର ୩ଟା ସମୟରେ କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି ୨୧ଠାରେ ମୁତୟନ ଥିବା ୭୬ ବାଟାଲିୟନ ବିଏସଫର କମାଣ୍ଡାଣ୍ଟ ରାକେଶ କୁମାର (୪୮) ନିଜ ସାଥୀମାନଙ୍କ ସହିତ ନିକଟସ୍ଥ ଜଙ୍ଗଲକୁ କମ୍ବିଙ୍ଗ ଅପରେସନରେ ଯାଇଥିଲେ । +ତେବେ କୌଣସି କାରଣରୁ ବାଇକରୁ ଖସି ରାକେଶ କୁମାର ତଳେ ପଡି ଯାଇଥିଲେ । +ଏହାଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । +ତାଙ୍କୁ ତୁରନ୍ତ ଏମପିଭି ୨୧ରେ ଥିବା ବିଏସଫ କ୍ୟାମ୍ପକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । +ହେଲେ ସେଥିରେ ସୁଧାର ନ ଆସିବାରୁ ତାଙ୍କୁ କାଲିମେଳା ମେଡିକାଲକୁ ଅଣାଯାଇଥିଲା । +ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । +ମୃତ ବିଏସଫ କମାଣ୍ଡାଣ୍ଟଙ୍କ ଘର ରାଜସ୍ଥାନ ବୋଲି ଜଣା ପଡିଛି । +ଆଜି ତାଙ୍କ ମୃତଶରୀର ରାଜସ୍ଥାନକୁ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ବିଏସଫ ଅଧିକାରୀଙ୍କଠାରୁ ସୂଚନା ମିଳିଛି । +୪୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା, ୮୦୪ ‌କୋଟି ଦେଲେ ରାଜ୍ୟ ସରକାର +ଭୁବନେଶ୍ବର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାର ଚାଷୀମାନଙ୍କୁ ଆଜି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । +ରାଜ୍ୟ ସରକାର ଅଧିକ କ୍ଷୁଦ୍ର ଏବଂ ନାମମାତ୍ର ମାତ୍ର ଚାଷୀମାନଙ୍କୁ କାଳିଆ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି । +ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ରାଜ୍ୟର ୪୦ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୮୦୪ କୋଟି ଟଙ୍କା ପ୍ରଦାନ କରାଯାଇଛି । +ସରକାର କାଳିଆ ଯୋଜନାରେ ଅର୍ନ୍ତଭୁକ୍ତ ହିତାଧିକାରୀଙ୍କୁ ୨୦୦୦ ଟଙ୍କା ପ୍ରଦାନ କରିଛନ୍ତି । +ପୌର ପରିଷଦ ବୈଠକରେ ମୁହାଁମୁହିଁ ମନ୍ତ୍ରୀ-ଅଧ୍ୟକ୍ଷା : କାନ୍ଦି କାନ୍ଦି ବୈଠକରୁ ବାହାରିଲେ ମମତା +ମୁହାଁମୁହିଁ ମନ୍ତ୍ରୀ ଓ ମୁନସିପାଲଟି ଅଧ୍ୟକ୍ଷା । +ଟିଟିଲାଗଡ଼ ପୌରପରିଷଦ ବୈଠକ ତୁମୁଳକାଣ୍ଡ । +ଆଜିର ବୈଠକରେ ମନ୍ତ୍ରୀ ଟୁକୁନି ସାହୁ ଓ ଅଧ୍ୟକ୍ଷା ମମତା ଦେବୀ ଜୈନଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୋଇଛି । +ପରିସ୍ଥିତି ଅଣାୟତ ହେବା ପରେ କାନ୍ଦି କାନ୍ଦି କାର୍ଯ୍ୟାଳୟ ବାହାରକୁ ଆସିଲେ ଅଧ୍ୟକ୍ଷା ମମତା ଜୈନ । +ଆଜିର ଏହି ବୈଠକରେ ମନ୍ତ୍ରୀ ଟୁକୁନି ସାହୁ ଅଧ୍ୟକ୍ଷାଙ୍କୁ ଦୁର୍ବବ୍ୟହାର କରିବା ସହ କାମ କରାଇ ଦେବନି ବୋଲି କହିଛନ୍ତି । +ସର୍କସ ପଡ଼ିବାକୁ ନେଇ ବାରିପଦାରେ ଜୋରଦାର ପ୍ରସ୍ତୁତି । +ରଥଯାତ୍ରା ଉପଲକ୍ଷେ ଏଥର ବାରିପଦାରେ ପଡିବ ସର୍କସ । +ଯାହାକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି କାର୍ଯ୍ୟ । +ତେବେ ଦୀର୍ଘ ସାତ ବର୍ଷର ଅପେକ୍ଷା ପରେ ଚଳିତ ବର୍ଷ ରଥଯାତ୍ରା ଉପଲକ୍ଷେ ବାରିପଦା ରେ ପଡିବ ଅଜନ୍ତା ସର୍କସ । +ଏଇ ସର୍କସ କୁ ଆସନ୍ତା ୧ ତାରିଖରେ ବାରିପଦା ସ୍ଥିତ କଲେଜ ଫିଲଡ଼ ରେ ଦେଖିବାକୁ ପାଇବେ ମୟୂରଭଞ୍ଜ ବାସୀ । +ଯୋଉଥି ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି କାର୍ଯ୍ୟ । +ତେବେ ବହୁଦିନର ଅପେକ୍ଷା ପରେ ସର୍କସ ଆସୁଥିବା ଖବର ଶୁଣି ବାରିପଦା ସମେତ ସାରା ମୟୂରଭଞ୍ଜ,ପୋଡସି ରାଜ୍ୟ ବେଙ୍ଗଲ ଏବଂ ଝାଡ଼ଖଣ୍ଡ ଅଂଚଳବାସୀ ଙ୍କ ମଧ୍ୟରେ ଉଲ୍ଲାସ ଖେଳିଯାଇଛି । +ମାଟ୍ରିକ ପରୀକ୍ଷା କେନ୍ଦ୍ର ଉଚ୍ଛେଦ ନେଇ ଯତୀନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଛାତ୍ର… +ସାଲେପୁର ବ୍ଲକ୍ ଅନ୍ତର୍ଗତ ଓଡାସିଂହ ପଞ୍ଚାୟତ ସ୍ଥିତ ଯତୀନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ବଞ୍ଚିତ କରାଯାଇଥିବା ପ୍ରତିବାଦରେ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖ ଫାଟକରେ ତାଲା ପକାଇ ଧାରଣା ଦେଇଥିବା ଜଣାପଡ଼ିଛି । +ଧାରଣାକାରୀଙ୍କ ଅଭିଯୋଗ ମୁତାବକ ଦୀର୍ଘ ବର୍ଷ ହେବ ଏହି ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ହୋଇଥାଏ । +ହେଲେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ଉକ୍ତ ବିଦ୍ୟାଳୟକୁ ବାଦ ଦିଆଯାଇଛି । +ବିଭିନ୍ନ ଦାବୀ ପୂରଣ ନେଇ ପାଚିକା ସହାୟିକା ସଙ୍ଘ ପକ୍ଷରୁ ରାଲି ଓ ବିକ୍ଷୋଭ +ଫୁଲବାଣୀ -13/6(ସୁନୀଲ):ବିଭିନ୍ନ ଦାବୀ ପୂରଣ ନେଇ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଙ୍ଘ ପକ୍ଷରୁ ସୋମବାର ଏକ ରାଲି ମା ଦୀକୁନ୍ଦ । +ଛକ ରୁ ବାହାରି ବିଜୁ ପଟନାୟକ ଛକ ଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । +ପରେ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ପ୍ରଦାନ କରାଯାଇଥିଲା । +ସେମାନଙ୍କ ଦାବୀ ମଧ୍ୟରେ ରହିଛି ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି କରିବା । +ସେମାନଙ୍କୁ ଅନ୍ୟ କାର୍ଯ୍ୟରେ ନ ଲଗାଇବା, ବର୍ଷକୁ ୨ ହଳ ସାଢ଼ୀ ପ୍ରଦାନ, ଦଶ ମାସ ପରିବର୍ତେ ବର୍ଷକ ର ପାରିଶ୍ରମିକ ପ୍ରଦାନ, ପିଲା କମ ଥିବା ରୁ ବାଦ ପଡିଥିବା ପାଚିକା ଙ୍କୁ ପୁନଃ ନିଯୁକ୍ତି ଆଦି ଦାବୀ ଅନ୍ତର୍ଭୂକ୍ତ । +ସରକାର ଦାବୀ ପୂରଣ ନ କଲେ ଆଗମୀଦିନରେ ଆନ୍ଦୋଳନ କୁ ଯୋର ଦାର କରାଯିବ ବୋଲି ସଂଗଠକ ପପୁନ ସାହୁ, ଚେତାବନୀ ଦେଇଛନ୍ତି । +ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ଘଟଣା: ଭଞ୍ଜନଗର MI ସହାକାରୀ ଯନ୍ତ୍ରୀଙ୍କ ଘରୁ ରେଡ୍‌ ବେଳେ… +୨ କୋଟିର ନଗଦ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଭିଜିଲାନ୍ସ ଅଧିକାରୀ । +ଯନ୍ତ୍ରୀଙ୍କ ଘରୁ ଭିଜିଲାନ୍ସ ଜବତ କଲା ନଗଦ ୨ କୋଟି ଟଙ୍କା । +ନିର୍ବାହୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରୁ ଜବତ ହେଲା ଟଙ୍କା । +ଭୁବନେଶ୍ୱରସ୍ଥିତ ଘରୁ ସର୍ଚ୍ଚ ସମୟରେ ମିଳିଲା ନଗଦ ଟଙ୍କା । +ନଗଦ ମିଳିଥିବା ଟଙ୍କା ଭିଜିଲାନ୍ସ ଇତିହାସରେ ରେକର୍ଡ । +ଏଭ୍‌ରେଷ୍ଟ ଚଢ଼ିଲେ ସୁର ରାଉତରାୟଙ୍କ ପୁଅ +ଏଭ୍‌ରେଷ୍ଟର ଶୀର୍ଷରେ ପହଞ୍ଚି ରେକର୍ଡ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ । +ସେ ସାଙ୍ଗରେ ଜାତୀୟ ପତାକା ଓ ଜଗନ୍ନାଥଙ୍କ ଫଟୋ ନେଇ ଏଭ୍‌ରେଷ୍ଟର ଶୀର୍ଷରେ ପହଞ୍ଚି ରେକର୍ଡ କରିଛନ୍ତି । +ରବିବାର ଭୋର୍‌ ୪ଟା ୧୫ରେ ଏଭ୍‌ରେଷ୍ଟର ଶୀର୍ଷରେ ପହଞ୍ଚି ତାଙ୍କ ଲକ୍ଷ୍ୟ ପୂରଣ କରିଥିବା ବିଧାୟକ ସୁର ସୂଚନା ଦେଇଛନ୍ତି । +ଖଜୁରୀପଡା ବ୍ଲକ ସମସ୍ତ ସରପଞ୍ଚ ଜିଲ୍ଲାପାଳ ଙ୍କୁ ଭେଟିଲେ +ଫୁଲବାଣୀ 29/6 କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ର ୧୨ଟି ଯାକ ପଂଚାୟତ ର ସମସ୍ତ ସରପଞ୍ଚ ଆଜି ବୁଧବାର ସନ୍ଧ୍ୟାରେ ଫୁଲବାଣୀ ଆସି ଜିଲାପାଳ ଙ୍କ କାର୍ଯ୍ୟାଳୟ ରେ ନୁତନଜିଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ ଫୁଲତୋଡ଼ା ଦେଇ ସ୍ଵାଗତ କରିବାସହ ବ୍ଲକ ଅନ୍ତର୍ଗତ ଅମାସଟା ପଂଚାୟତ ଗୁଡିକ ର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ । +ଜିଲାପାଳ ପାଟିଲ ଜିଲାର ଉନ୍ନତି ଦିଗରେ ଦ୍ରୁଷ୍ଟି ଦେବେ ବୋଲି କହିଥିଲେ । +ଜିଲାପାଳ ଙ୍କୁ ଭେଟି ସରପଞ୍ଚ ମାନେ ସନ୍ତୋଷ ବ୍ୟକ୍ତ କରିଥିବା କହିଥିଲେ । +ପୁଲିସ ହେବ ତ ଏମିତି… +ପୁଲିସ କିପରି ନିଜ ଜୀବନକୁ ବାଜି ଲଗାଇ ଜଣେ ଶିକ୍ଷକଙ୍କ ଜୀବନ ବଞ୍ଚାଇଲେ ତାହାକୁ ନେଇ ମାଲକାନଗିରି ଜିଲ୍ଲାରେ ବେଶ ଚର୍ଚ୍ଚା ହେଉଛି । +ଆଜି ବାଲିମେଳା ଥାନା ଅନ୍ତର୍ଗତ କାମବେଡା ଗ୍ରାମର ଜଣେ ଶିକ୍ଷକ କୌଣସି କାରଣ ବଶତଃ ନିଜ ଜୀବନକୁ ହାରି ଦେବାକୁ ଚାହିଁଥିଲେ । +ଅର୍କେଲ ନିକଟସ୍ଥ ଗଭୀର ଚିତାପାରୀ ନଦୀରେ ଡେଇଁ ଆତ୍ମହତ୍ୟା କରାଉବାକୁ ଚାହୁଁଥିଲେ । +ଏହି ସମୟରେ ସ୍ଥାନୀୟ ଲୋକେ ତୁରନ୍ତ ପୁଲିସକୁ ଫୋନ ଯୋଗେ ଜଣାଇଥିଲେ । +ପୁଲିସ କିଛି ଚିନ୍ତା ନକରି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । +ଏଏସଆଇ ଅଜିତ ଷଡଙ୍ଗୀ ନିଜ ଜୀବନକୁ ବାଜି ଲଗାଇ ନଦୀକୁ ଡେଇଁ ପଡ଼ିଥିଲେ । +ବୀରନରସିଂହପୁର ଠାରେ ବୌଦ୍ଧ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ । +ବୌଦ୍ଧ: ବୀରନରସିଂହପୁର ନର୍ସରୀ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି । +ଏହି ଅବସରରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ସଭାପତିତ୍ୱରେ ଏଜ ସଭା ଅନୁଷ୍ଠିତ ହୋଇଥିଲା । +ଜିଲ୍ଲା ବନ ସଂରକ୍ଷକ ଜିତେନ୍ଦ୍ର କୁମାର ବେହେରା ସଭାଜୁ ସଂଯୋଜନା କରିଥିଲେ । +ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ପରିବେଶବିତ୍ତ ତଥା ଉଦ୍ଭିଦ ବିଜ୍ଞାନ ଅଧ୍ୟାପଜ ଡ. ପ୍ରବୀର କୁମାର ଦାସ ଯୋଗଦେଇ ପରିବେଶ ପ୍ରତି ସମସ୍ତେ ସଜାଗ ହୋଇ କର୍ତ୍ତବ୍ୟ କରିବାକୁ ପଡିବ ନଚେତ ମଣିଷ ସମାଜ କରୋନା ଭଳି ଆହୁରିମହାମାରୀକୁ ସାମ୍ନା କରିବାକୁ ପଡିବ । +ନିଜେ ନିଜେ ବିଲୋପ ଆଡକୁ ଗତି ନକରି ନିଜେ ପରିବେଶ ପ୍ରତି ସଚେତନ ହେବାକୁ ପରାମର୍ଶ ଦେଇଥିଲେ । +ମୁଖ୍ୟ ଅତିଥି ଭାବେ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି ଯୋଗଦାନକରି ପରିବେଶ ସୁରକ୍ଷା ପ୍ରତି ମାନବ ସମାଜର ଗୁରୁ ଦାଇତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । +ଉକ୍ତ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ ସହିତ ଜିଲ୍ଲା ସ୍ତରରେ ପ୍ରକୃତିବନ୍ଧୁ ଓ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । +ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହିତ ଜିଲ୍ଲାର ବିଭିନ୍ନ ଗ୍ରାମ୍ୟ ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଯୋଗଦାନ କରିଥିଲେ । +ଦୁଇଟି ୧୨୦ ମ୍ୟାନ ବ୍ୟରେକ୍ ଓ ଗୋଟିଏ ଟ୍ରାଞ୍ଜିଟ୍ ହାଉସ୍ ଗୃହ ଉଦଘାଟିତ +ଆଜି ସପ୍ତମ ବାଟାଲିୟନ ପରିସର ଭିତରେ ଦୁଇଟି ୧୨୦ ମ୍ୟାନ ବ୍ୟରେକ୍ ଓ ଗୋଟିଏ ଟ୍ରାଞ୍ଜିଟ୍ ହାଉସ୍ ଗୃହକୁ ମାନ୍ୟବର ପୋଲିସ କମିଶନର ଶ୍ରୀଯୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଅତିରିକ୍ତ ପୋଲିସ କମିଶନର ଡାକ୍ତର ଉମାଶଙ୍କର ଦାସ ଉଦ୍ଘାଟନ କରିଛନ୍ତି । +ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଭୁବନେଶ୍ୱର ଡିସିପି ପର୍ତିକ୍ ସିଂ, ଡିସିପି ଆର୍ମ୍ଡ ବିଜୟ କୁମାର ସାହୁ, ହାବିଲଦାର ଓ ସିପାହୀ ସଂଘର ସଭାପତି ବିନୋଦ କୁମାର ବଳ ପ୍ରମୁଖ ଉପସ୍ଥିତ ଥିଲେ । +ହାବିଲଦାର ଓ ସିପାହୀ ସ°ଘର ଅନୁରୋଧ କ୍ରମେ କୋଭିଡ ଯୋଦ୍ଧା ଶହୀଦ ହେମନ୍ତ କୁମାର ପ୍ରଧାନଙ୍କ ନାମାନୁସାରେ ଗୋଟିଏ ବ୍ୟାରେକର ନାମାଙ୍କରଣ କରାଗଲା । +ଏଥିରେ ହେମନ୍ତଙ୍କ ପତ୍ନୀ ଓ ପୁତ୍ର ଉପସ୍ଥିତ ଥିଲେ । +ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଥିବା ପୋଲିସ ମାନଙ୍କର ଅସୁବିଧା ସମୟରେ ଟ୍ରାଞ୍ଜିଟ୍ ହାଉସ ବହୁ କାମରେ ଆସିବ ବୋଲି ସିପି କହିଥିଲେ । +ଚନ୍ଦ୍ରପୃଷ୍ଠରେ ଗଛ । + ଭବିଷ୍ୟତରେ ବୈଜ୍ଞାନିକ କରିପାରିବେ ଚାଷ +ଚନ୍ଦ୍ରରେ ମଣିଷଙ୍କ ରହିବା ପାଇଁ କଲୋନୀ ତିଆରି କରିବା ବର୍ତ୍ତମାନ ସହଜ ହୋଇପାରିବ । +କାରଣ ସହର ତିଆରି କରିବା ପାଇଁ ସବୁଠାରୁ ପ୍ରଥମ ଜରୁରୀ ବସ୍ତୁ ହେଉଛି ଖାଦ୍ୟ । +ଯଦି ସେହି ସ୍ଥାନର ମାଟି ଉର୍ବର ନହେବ ତେବେ ଫସଲ ହୋଇପାରିବ ନାହିଁ । +ତେବେ ବୈଜ୍ଞାନିକମାନେ ଏବେ ଚନ୍ଦ୍ରର ମାଟିରେ ପ୍ରଥମ ଥର ପାଇଁ ଗଛ ସୃଷ୍ଟି କରି ସଫଳତା ହାସଲ କରିଛନ୍ତି । +ଏହା ଏତେ ସହଜ ନଥିଲେ ବି ତାହା ବୈଜ୍ଞାନିକଙ୍କ ପାଇଁ ସମ୍ଭବ ହୋଇପାରିଛି । +ଚନ୍ଦ୍ରରେ ଗଛ ସୃଷ୍ଟି କରିବା ସମ୍ଭବ ନୁହେଁ । +କାରଣ ସେଠାକାର ମାଟି ପଥୁରିଆ । +ଅନେକ ସମୟ ଧରି ଅନ୍ତରୀକ୍ଷଯାତ୍ରୀଙ୍କୁ ସତେଜ ଖାଇବା ମିଳିନଥାଏ । +ତା ଛଡା ଆପଣ ପୃଥିବୀରୁ ମଧ୍ୟ ମାଟି ନେଇ ସେଠାରୁ ଯିବା ସମ୍ଭବ ନୁହେଁ । +ଏଥିପାଇଁ ଖର୍ଚ୍ଚ ମଧ୍ୟ ବଢିଯିବ । +ତେଣୁ ବର୍ତ୍ତମାନ ଚନ୍ଦ୍ରର ମାଟିରେ ଫସଲ ପାଇଁ ଟେଷ୍ଟିଂ କରାଯାଇଛି । +ସ୍ତ୍ରୀକୁ ପିଟିଲେ ବିଦ୍ୟୁତ୍ ବିଭାଗର କର୍ମଚାରୀ; ବୁଡ଼ିଗଲା ଚେତା ! +ଯୌତୁକ ପାଇଁ ପିଟିପିଟି ସ୍ତ୍ରୀକୁ ଚେତାଶୂନ୍ୟ କରିଦେଲେ ସ୍ୱାମୀ । +ଜଣେ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଯୌତୁକ ପାଇଁ ମାଡ଼ମାରି ଚେତାଶୂନ୍ୟ କରିଥିବା ଅଭିଯୋଗ ହୋଇଛି । +ବିବାହର ପ୍ରାୟ ୧୫ବର୍ଷ ପରେ ଅଧିକ ୨ଲକ୍ଷ ଟଙ୍କା ଯୌତୁକ ଦାବି କରି ସ୍ବାମୀ ଜଣକ ସ୍ତ୍ରୀକୁ ନିସ୍ତୁକ ପିଟିପିଟି ଚେତାଶୂନ୍ୟ କରିଥିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । +ବୌଦ୍ଧରେ ପାଳିତ ହେଲା ରଜ ମଉଜ +ବୌଦ୍ଧ, : 17/06.ବୌଦ୍ଧରେ ଜିଲା ପ୍ରଶାସନ,ଜିଲା ସଂସ୍କୃତି ବିଭାଗ ଓ ସାଂସ୍କୃତିକ ଅନୁଷ୍ଠାନ ଗେହ୍ଲାମା କଳାନିକେତନ ପକ୍ଷରୁ ରଜ ମଉଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । +ଏହି କାର୍ଯ୍ୟକ୍ରମରେ ଏନଏନସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଅତିଥି ଭାବରେ ଯୋଗଦେଇ ପର୍ବପର୍ବାଣୀର ଗୁରୁତ୍ୱ ବୃଦ୍ଧି ସହିତ ଲୋକମାନଙ୍କ ମଧ୍ୟରେ ଭାଇଚାରା ବୃଦ୍ଧି ପାଇବ ବୋଲି ପ୍ରକାଶ କରିଥିଲେ । +ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ,ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଓ କଣ୍ଟାମାଳ ସିଡିପିଓ ଜ୍ୟୋତ୍ସ୍ନାରାଣୀ ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । +ଜିଲା ସଂସ୍କୃତି ଅଧିକାରୀ ଶ୍ରୀସ୍ୱାଇଁ ରାଜ୍ୟ ସଂସ୍କୃତି ବିଭାଗ ସହାୟତାରେ ପ୍ରତ୍ୟେକ ଜିଲାସ୍ତରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ସୂଚନା ପ୍ରଦାନ କରିଥିଲେ । +କାର୍ଯ୍ୟକ୍ରମରେ ଗେହ୍ଲାମା କଳାନିକେତନର କୁନି କୁନି କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । +ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଖେଳ ଯଥା ପୁଚି,ବେଲୁନ ଫୁଟାଇବା ଆଦି ବିଭିନ୍ନ ଖେଳ ଅନୁଷ୍ଠିତ ହୋଇଥିଲା । +ଏହି ଅବସରରେ ଗେହ୍ଲାମା କଳାନିକେତନର ସଭାପତି ସାମ୍ବାଦିକ ଶଶାଙ୍କ ଶେଖର ମିଶ୍ର,ଉପଦେଷ୍ଟା ଚିତରଞ୍ଜନ ଦାଶ,ସଂପାଦକ ଆଶୁତୋଷ ମହାପାତ୍ର,ସନ୍ତୋଷ ନାୟକ ଓ ମିହିର ଚାନ୍ଦ ପ୍ରମୁଖ ଉପସ୍ଥିତ ରହି ଶିଶୁ କଳାକାରମାନଙ୍କୁ ଉତ୍ସାହିତ କରିଥିବାବେଳେ ପ୍ରେମଜିତ ଝାଙ୍କର ମିକୁନ ଘିବେଲା ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । +ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ନୃତ୍ୟଗୁରୁ ଗୋପାଳକୃଷ୍ଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । +ମାଣିକ ସାହା ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ +ବିପ୍ଲବ କୁମାର ଦେବ ଶନିବାର ଦିନ ଅଗରତାଲାରେ ରାଜ ଭବନରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟଙ୍କ ନିକଟରେ ଇସ୍ତଫା ଦେବା ପରେ ବିଜେପି, ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଡଃ ମାଣିକ ସାହାଙ୍କୁ ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରିଛି । +ବିଜେପି ସରକାର ବିରୋଧରେ କଂଗ୍ରେସର ବିକ୍ଷୋଭ । +୨୦/୦୬/୨୦୨୨(ମୟୂରଭଞ୍ଜ):କଂଗ୍ରେସ ରାଜ୍ୟ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଆଜି ମୟୁରଭଞ୍ଜ ଜିଲ୍ଲା ବାରିପଦା ନଗର କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ଶାନ୍ତନୁ ପାଲ ଙ୍କ ସଭାପତିତ୍ବରେ ବାରିପଦା ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିଜେପି ନେତୃତ୍ଵଧୀନ ମୋଦି ସରକାର ର ଆକ୍ରୋଶ ମୂଳକ କାର୍ଯାନୁଷ୍ଠାନ ବିରୁଦ୍ଧରେ ଏବଂ ରାହୁଲ ଗାନ୍ଧୀ ଙ୍କୁ ମିଥ୍ୟା କେଶ ରେ ଜଡିତ କରି ବାରମ୍ବାର ଇଡି ଅଫିସ କୁ ଡାକିବା ଘଟଣାର ତୀବ୍ର ପ୍ରତିବାଦ କରି ଧାରଣା ଦିଆଯାଇଥିଲା । +ଏଆଇସିସି ଅଫିସ ଭିତରେ ପୋଲିସ ପଶି କଂଗ୍ରେସ ନେତୃବୃନ୍ଦ ଙ୍କୁ ଦୁର୍ବବ୍ୟବହାର ଓ ଏଆଇସିସି ଅଫିସ କୁ କଂଗ୍ରେସ ଦଳର ନେତା ଓ କର୍ମୀ ଙ୍କୁ ପଶିବାକୁ ନ ଦେବା ଭଳି ଅଗଣତାନ୍ତ୍ରିକ ନିଷ୍ପତ୍ତି ବିରୁଦ୍ଧରେ ଏ ପ୍ରତିବାଦ । +ରାହୁଲ ଗାନ୍ଧୀ ଙ୍କୁ ସମର୍ଥନ ଜଣାଇ ମିଥ୍ୟା କେଶ ପ୍ରତ୍ୟାହାର ଦାବୀ କରିଛି ଟାଉନ କଂଗ୍ରେସ । +ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ହେମନ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ବିଜନ ଦାସ, ଆଇନ ସେଲ ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ରଥ, ପିସିସି ସଭ୍ୟ ଅଜିତ ଜେନା, ପୂର୍ବତନ ରାଜ୍ୟ ସଂପାଦକ ଯୋଗେଶ ଅଗ୍ରୱାଲ, ଉପସଭାପତି ଅରବିନ୍ଦ ଦାସ, ମହିଳା ସଭାନେତ୍ରୀ ସୁସ୍ମିତା ଘୋସାଲ,ଅଜୟ ମହାପାତ୍ର, ଅଶୋକ ଅଧିକାରୀ, ଶିବାନନ୍ଦ ଦାସ, ଛାତ୍ର ସଭାପତି ମୋତି ପ୍ରକାଶ ଦାଶ, ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧ୍ୟକ୍ଷ ଶେକ ରକ୍ତିମ, ଜ୍ୟୋତି ପ୍ରକାଶ ଦାସ,ସ୍ବାଗନ ଦାସ,ସେକ ସଲିମ, ଇତିଶ୍ରୀ ମିଶ୍ର, ରଶ୍ମିତା ମିଶ୍ର,ଇନ୍ଦୁମଣି ନାଏକ, ତାରାକାନ୍ତ ବେହେରା , ଶେଖ୍ ଅବଜର୍ଭ, ଭିକି ସାମଲ, ଭାଗିରଥୀ ଘୋଡେ଼ଇ, ଚୈତନ୍ ମାଝୀ,ଶୁକୁଲ ସୋରେନ,ଆରବ ପଣ୍ଡା,ଶେଖ୍ ରଫିକ ,ଦେବ ବିନ୍ଧାଣି, ଗୋସେଇଁ ମହାନ୍ତ,ପ୍ରୀତମ ହୁଜାଏତ,ଚିନ୍ମୟ ପତି,ନିର୍ମଳ ପ୍ରଧାନ,ଫେମ କାଜରୀ,ସାଗର ଦେ ପ୍ରମୁଖ ଉପସ୍ଥିତ ଥିଲେ । +ଭାରତର ପ୍ରଥମ ମହିଳା ଉଦ୍ୟୋଗୀ ମେଳା ୨୦୨୨ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ +ଭୁବନେଶ୍ୱର: ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ ଏଣ୍ଟରପ୍ରିନ୍ୟୁରସିପ୍ କାଉନ୍‌ସିଲ୍ ଦ୍ୱାରା ଆୟୋଜିତ ଭାରତର ପ୍ରଥମ ମହିଳା ବ୍ୟବସାୟ ମେଳା ସ୍ଥାନୀୟ ଜନତା ମଇଦାନଠାରେ ଆରମ୍ଭ ହୋଇଛି । +ଏହି ମେଳାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । +ଉଦ୍‌ଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀ ଆଇ.ଡ଼ବ୍ଲ୍ୟୁ.ଇ.ସି ନିଜର ୧୦୦+ସଦସ୍ୟ ମାଇଲଖୁଣ୍ଟ ଅତିକ୍ରମ କରିବା ନେଇ ସାଧୁବାଦ ଜଣାଇଥିଲେ । +ଉକ୍ତ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସାହୁ, ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ସଭାପତି ଶ୍ରୀଯୁକ୍ତ ପ୍ରଦୀପ ସୁରେଖା, ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେ.ବି ପାଣି, ଇଣ୍ଡିଆନ ଚାମ୍ବର ଅଫ କମର୍ସ-ଓଡ଼ିଶାର ସହ-ଅଧ୍ୟକ୍ଷ ଶ୍ରୀଯୁକ୍ତ ଏମ୍‌.କେ ଗୁପ୍ତା, ଇଣ୍ଡିଆନ ଚାମ୍ବର ଅଫ କମର୍ସ ୱିମେନ୍ ଏଣ୍ଟରପ୍ରିନ୍ୟୁୟରସିପ୍ କାଉନସିଲର ଉଦ୍ୟୋକ୍ତା ସୁକିର୍ତ୍ତି ପଟ୍ଟନାୟକ ଏବଂ ଉପ-ଉଦ୍ୟୋକ୍ତା ତନୟା ପଟ୍ଟନାୟକଙ୍କ ସହ ବଲିଉଡ୍‌ ଅଭିନେତ୍ରୀ ଲାରା ଦତ୍ତ ପ୍ରମୁଖ ଉପସ୍ଥିତ ରହି ଉତ୍ସବରେ ଶୋଭା ବର୍ଦ୍ଧନ କରିଥିଲେ । +୫ଟି ସଚିବଙ୍କୁ ସାକ୍ଷାତ କଲେ ତାଳଚେର ନଗରପାଳ +ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଳଚେର ପୌର ପରିଷଦର ୨ୟ ଥର ପାଇଁ ନଗରପାଳ ଭାବେ ନିର୍ବାଚିତ ହୋଇଥିବା ପବିତ୍ର ଭୁତିଆ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । +ଯେଉଁ ଭରସା କରି ସାଧାରଣ ଭୋଟର ବହୁମତ ଦେଇ ବିଜୟୀ କରିଛନ୍ତି, ସେମାନଙ୍କ ସେବାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାସହ ଗରିବ ଲୋକମାନଙ୍କ ପାଇଁ ସରକାର ପ୍ରଣୟନ କରିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ସଠିକ୍ ରୁପାୟନ କରିବା ପାଇଁ ଶ୍ରୀ ପାଣ୍ଡିଆନ ନବ ନିର୍ବାଚିତ ନଗରପାଳଙ୍କୁ ପରାମର୍ଶ ଦେଇଥିଲେ । +ଏଥିସହ ଆଗାମୀ ଦିନରେ ସହରର ବିଭିନ୍ନ ସମସ୍ୟାକୁ ସମାଧାନ କରି କିଭଳି ବିକାଶର ଧାରାକୁ ଆଗେଇ ନେଇ ହେବ ସେଥିପାଇଁ ନକ୍ସା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ । +ନଗରପାଳ ଶ୍ରୀ ଭୁତିଆ ତାଳଚେର ସହରକୁ ସରସ ସୁନ୍ଦର କରିବାପାଇଁ ନିଜେ ସଙ୍କଳ୍ପବଦ୍ଧ, ତେଣୁ ସାଧାରଣ ଲୋକେ ଯେଉଁ ଆଶା ରଖି ନିର୍ବାଚନରେ ବହୁମୁଲ୍ୟ ଭୋଟ ଦେଇଛନ୍ତି, ତାହାକୁ ସାକାର କରିବା ତାଙ୍କର ଲକ୍ଷ୍ୟ ବୋଲି ଶ୍ରୀ ପାଣ୍ଡିଆନଙ୍କୁ ଅବଗତ କରାଇଥିଲେ । +ଭୁବନେଶ୍ୱରରେ ଏହି ସାକ୍ଷାତ କାର୍ଯ୍ୟକ୍ରମ ବେଳେ ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନ ମଧ୍ୟ ଶ୍ରୀ ପାଣ୍ଡିଆନଙ୍କୁ ସାକ୍ଷାତ କରିଥିଲେ । +ଆଜିର ଏହି ସାକ୍ଷାତ ଓ ସଚିବ ଶ୍ରୀ ପାଣ୍ଡିଆନଙ୍କ ଗୁରୁମନ୍ତ୍ର ଉଭୟ ନଗରପାଳ ଶ୍ରୀ ଭୁତିଆ ଉପନଗରପାଳ ସୁଶ୍ରୀ ପ୍ରଧାନଙ୍କୁ ଅଧିକ ଉତ୍ସାହିତ କରିଛି ବୋଲି ନଗରପାଳ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । +IP । + ବେଟିଙ୍ଗକୁ ନେଇ ରାଉରକେଲାରୁ ୯ ଗିରଫ, ୧୮ ମୋବାଇଲ୍‌ ସହ ଗୋଟିଏ ଲାପ୍‌ଟପ୍‌ ଜବତ +ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଯମୁନାନାକିରେ ଚାଲିଥିବା ବଡ଼ଧରଣର ଆଇପିଏଲ ବେଟିଂ ଆଡ୍ଡ଼ାରେ ବୀରମିତ୍ରପୁର ପୁଲିସ ଚଢ଼ାଉ କରିଛି । +ଆଇପିଏଲ ବେଟିଂ ମାମଲାରେ ପୁଲିସ ନଅ ଜଣଙ୍କୁ ଗିରଫ କରିଛି । +ଅନ୍ୟମାନେ ଫେରାର ହୋଇ ଯାଇଛନ୍ତି । +ପୁଲିସ ୧୮ଟି ମୋବାଇଲ, ଲାପଟପ, ଟାବଲେଟ ସମେତ ଅନ୍ୟାନ୍ୟ ଜିନିଷ ଜବତ କରିଛି । +ମାଲକାନଗିରି ଜିଲ୍ଲା ମୁଖ୍ୟ ପର୍ଯ୍ୟଟନସ୍ଥଳି ସତୀଗୁଡା ରାସ୍ତା ଅବସ୍ଥା ସଚନୀୟ; ଜିଲ୍ଲା ପ୍ରଶାସନ… +ମାଲକାନଗିରି: ୨୫/୦୬/୨୨ ମାଲକାନଗିରି ସହର ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ସଦର ବ୍ଲକ ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ର ସତୀଗୁଡା ଇକୋ ପାର୍କ ମୁଖ୍ୟ ରାସ୍ତାର ର ଅବସ୍ଥା ଅତି ଶୋଚନୀୟ । +ଏହି ରାସ୍ତା ଦେଇ ଆନ୍ଦ୍ର ,ଛତିଶଗଡ଼ ତେଲେଙ୍ଗାନା ଓ ମାଲକାନଗିରି ସହର ର ହଜାର ହଜାର ଲୋକ ଦୈନନ୍ଦିନ ଏହି ସତୀଗୁଡା ଡ୍ୟାମସାଇଟ୍ ରାସ୍ତା ଦେଇ ଇକୋ ପାର୍କ କୁ ଆସନ୍ତି । +ରାସ୍ତାର ଏହି ଭଳି ଶୋଚନୀୟ ଅବସ୍ଥା ଦେଖୀ ପର୍ଯ୍ୟଟକମାନେ ଆସିବା ପାଇଁ କମିବାରେ ଲାଗିଛି । +ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଡ୍ୟାମସାଇଟ୍ ଛକ ଠାରୁ ସତୀଗୁଡା ଇକୋ ପାର୍କ ରାସ୍ତା ମାତ୍ର ୭ କିମି । +ଏହି ରାସ୍ତା ପାଇଁ ବହୁ ବାର ସ୍ଥାନୀୟ ଅଂଚଳ ବାସୀ ରାସ୍ତାର ନିର୍ମାଣ ପାଇଁ ଦାବି କରି ଆସୁଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । +ଏହି ସତୀଗୁଡା ଡ୍ୟାମସାଇଟ୍ ରାସ୍ତା ଉପରେ ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ର ୧୬ ଖଣ୍ଡ ରଜସ୍ବ ଗ୍ରାମ ର ୮ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରନ୍ତି । +ଏହି ରାସ୍ତା ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚ ଘାସି ନାୟକ ଙ୍କୁ ଯୋଗାଯୋଗ କରିବାରୁ ସେ ବହୁ ବାର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ରାସ୍ତା ର ସମସ୍ୟା ଜଣାଇଥିଲେ ,ଜିଲ୍ଲାପାଳ ପୂର୍ତ୍ତ ବିଭାଗ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ସ୍ୱତନ୍ତ୍ର ଭାବେ ନୂତନ ରାସ୍ତା ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଲେ ଓ ଆଗାମୀ ଦିନରେ ଯଥା ଶୀଘ୍ର ଏହି ରାସ୍ତାର କାର୍ଯ୍ୟ ଆରମ୍ଭ ନ କରାଗଲେ ସ୍ଥାନୀୟ ଲୋକଙ୍କ ସହ ରାଜରାସ୍ତା ଉଲ୍ଲେଇବେ ବୋଲି ମତ ପ୍ରକାଶ କରିଛନ୍ତି । +ଆଠଟି ଶ୍ରେଣୀକୁ ତିନି ଶିକ୍ଷକ । + ପିଅନ ପଦ ଖାଲି, ଝାଡୁ ମାରୁଛନ୍ତି ଛାତ୍ରଛାତ୍ରୀ ! ସମସ୍ୟାରେ… +ବଡ଼ଚଣା :ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ବିଭିନ୍ନ ଯୋଜନା କରିବାରେ ଲାଗିଛନ୍ତି । +ମାଧ୍ୟାନ୍ନ ଭୋଜନ ଠାରୁ ଆରମ୍ଭ କରି ମାଗଣାରେ ଡ୍ରେସ, ଜୋତା, ଛତା ଏବଂ ବହି ଏମିତି ଆହୁରି ବହୁତ ଯୋଗାଉଛନ୍ତି ଛାତ୍ରଛାତ୍ରୀ ମାନଙ୍କ ପାଇଁ । +କାହିଁକିନା ପିଲା ମାନେ ଓଡ଼ିଆ ମିଡ଼ିଅମ ସ୍କୁଲକୁ ଆସୁନଥିବା ବେଳେ ପିଲାମାନଙ୍କୁ ଆକୃଷ୍ଟ କରିବାଲାଗି । +ଏବେ ପୁଣି ସ୍କୁଲକୁ ସ୍ମାଟ ସ୍କୁଲରେ ପରିଣତ କରିବାକୁ ଯୋଜନା ଆରମ୍ଭ ହୋଇଗଲାଣି । +କିନ୍ତୁ ଏଠି କୋଉ ସ୍କୁଲରେ ଶିକ୍ଷକ ଅଭାବରୁ ପାଠ ଠିକସେ ପଢା ହୋଇପାରୁନିତ, ଆଉ କୋଉଠି ପିଅନ ଅଭାବରୁ ସ୍କୁଲ ସଫେଇ ହୋଇପାରୁନି । +ଏପରି ଏକ ସମସ୍ୟାରେ ଥିବା ସ୍କୁଲ ନଜରକୁ ଆସିଛି । +ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ନୋଡାଲ ବିଦ୍ୟାଳୟ । +ଏହି ବିଦ୍ୟାଳୟଟି ବହୁ ପୁରାତନ ଅଟେ । +1910 ମସିହାରେ ଏହି ବିଦ୍ୟାଳୟ ସ୍ଥାପିତ କରାଯାଇଥିଲା । +ପାଞ୍ଚ ଖଣ୍ଡି ଗାଁ ଭିତରେ ଉକ୍ତ ବିଦ୍ୟାଳୟଟି ଭଲଭାବରେ ଚାଲିଥିଲା ଆଉ ସୁନାମ ମଧ୍ୟ ଆଣିଥିଲା । +କିନ୍ତୁ ଏବେ ବିଦ୍ୟାଳୟ ଅବସ୍ଥା ନକହିଲେ ଭଲ । +ଉକ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । +ହାରାହାରି 180 ପିଲା ଉକ୍ତ ବିଦ୍ୟାଳୟରେ ପାଠପଢୁଛନ୍ତି । +କିନ୍ତୁ ଦୁଃଖର ବିଷୟ ଏତେ ଶ୍ରେଣୀକୁ ମାତ୍ର 3 ଜଣ ଶିକ୍ଷକ । +ଯେଉଁ ତିନିଜଣ ଶିକ୍ଷକ ଅଛନ୍ତି ତାଙ୍କ ଭିତରୁ ଜଣେ ପ୍ରଧାନ ଶିକ୍ଷକଙ୍କ କାମ କରିବା ସହିତ କାଗଜ ପତ୍ର କାମରେ ସମୟ ଯାଉଛି । +ଆଉ ଦୁଇଜଣ ଶିକ୍ଷକ କ୍ଲାସ ନେଉଛନ୍ତି । +ଏତେ ସଂଖ୍ୟାରେ ଶ୍ରେଣୀରେ ଠିକସେ କ୍ଲାସ କରିହେଉନି । +ଯା ଦ୍ୱାରା ପିଲାମାନେ ବହୁ କ୍ଲାସରୁ ବଞ୍ଚିତ ହେଉଛନ୍ତି । +ଖାଲି ସେତିକି ନୁହେଁ ପିଅନ ମଧ୍ୟ 3ବର୍ଷ ହେବ ନାହିଁ । +ନିଜେ ପିଲାମାନେ ଝାଡୁ କରିବା ସହିତ ବିଭିନ୍ନ କାମ ମଧ୍ୟ କରୁଛନ୍ତି । +ଛାତ୍ରଛାତ୍ରୀ ମାନଙ୍କ ପାଇଁ ଟଏଲେଟର ବ୍ୟବସ୍ଥା ନାହିଁ । +ଯାହାକି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । +ଗୋଟେ ଭଙ୍ଗା ଘରେ ଚାରିପଟେ ପାଲ ଘୋଡାଇ ସେଇଜାଗାକୁ ସମେସ୍ତେ ପାସ ଯାଉଛନ୍ତି । +କିଛି ଗୃହ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । +ଯାହାକି ତା ଭିତରେ ବହୁତ ସରିସୃପ ବାସ କରୁଛନ୍ତି । +ପିଲାମାନେ ଡରିଡରି ହରିବାକୁ ପଡୁଛି । +ପାଣିର ସମସ୍ୟା ନକହିଲେ ଭଲ । +ଟାଙ୍କି ଅଛି, ଟ୍ୟାପ ଅଛି କିନ୍ତୁ ପାଣି ଆସୁନାହିଁ । +ପିଲାମାନେ ସ୍କୁଲ ହତା ଭିତରେ ବହୁ ପୁରାତନ ଟିୱେଲରୁ ପାଣି ବ୍ୟବହାର କରୁଛନ୍ତି ତା ପୁଣି ଖରାପ ପାଣି । +ଏହିପରୀ ସମସ୍ୟା ଦେଇ ଗତିକରୁଛି ଗରଗାଲି ନୋଡାଲ ବିଦ୍ୟାଳୟ । +ଜିଲ୍ଲା ଶିକ୍ଷା ବିଭାଗ ଠାରୁ ଆରମ୍ଭ କରି ବ୍ଲକ ଶିକ୍ଷାଧିକାରୀଙ୍କ ଠାରେ ବାରମ୍ବାର ଅଭିଯୋଗ କରିବା ସ୍ୱତେ କିଛି ଉତ୍ତର ଆସୁନାହିଁ । +କିଛି ଅଭିଭାବକ ଏପରି ଅବବ୍ୟବସ୍ଥା ଦେଖି ନିଜର ପିଲାଙ୍କୁ ନେଇ ବେସରକାରୀ ସ୍କୁଲରେ ପଢ଼ାଇବା ପାଇଁ ନିଷ୍ପତି ନେଇଛନ୍ତି । +ଯଦି ଜୁଲାଇ ଭିତରେ ଶିକ୍ଷକ ପଦବୀ ଠାରୁ ଆରମ୍ଭ କରି ସ୍କୁଲର ବିଭିନ୍ନ ସମସ୍ୟାକୁ ଗୁରୁତ୍ୱ ନଦିଆଯାଏ ତାହେଲେ ଆଗାମୀ ଦିନରେ ସ୍କୁଲ ତାଲା ପକାଇ ଛାତ୍ରଛାତ୍ରୀ ମାନଙ୍କୁ ନେଇ ରାଜରାସ୍ତା ଆନ୍ଦୋଳନ କରିବେ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି । +ଆମେ ଚାଷରୁ ବିଚ୍ଛିନ୍ନ ହେଇଯାଉଛୁ +ଆଜି ତା୪-୦୫-୨୦୨୨ ରିଖ ଶନିବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକ ରେ ସୁରମଣି ପ୍ରଧାନ ଙ୍କୁ ଅସ୍ତାଇ ସଭାପତି ରଖି ଦେବଦତ୍ତ ସାଗର ସଭା ପରିଚାଳନା କରିଥିଲେ ଉକ୍ତ ବୈଠକ ରେ ନିଷ୍ପତି ନିଆଗଲା ଯେ ପୁରୁଣ । +ପାଣି ରୁ ଖଇରମାଳ କୁ ଯାଇଥିବା ରାସ୍ତା ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ତିଆରି ହେଉଥିବା ରେଲୱେ ଲାଇନ୍ ରେ ଯାଇ ବିଚ୍ଛିନ୍ନ ହୋଇଯାଉଛି ଓ ଆମର ଚାଷଜମି ଯେହେତୁ ରେଲୱେ ଲାଇନ୍ ର ଅପର ପାର୍ଶ୍ୱରେ ରହିଥିବାରୁ ଆମେ ଚାଷରୁ ମଧ୍ୟ ବିଚ୍ଛିନ୍ନ ହେଇଯାଉଛୁଏଣୁ ବାରମ୍ବାର ରେଲୱେ ଲାଇନ୍ ର ଠିକାଦାର ଓ ପ୍ରଶାସନ କୁ କହି କହି ଥକିଗଲୁଣି ତେଣୁ ଗତ ତା ୨-୦୫-୨୦୨୨ ରିଖ ଗୁରୁବାର ଦିନ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଆଗାମି ୧୦ଦିନ ମଧ୍ୟରେ ରାସ୍ତା କାମ ନକଲେ ଜିଲ୍ଲାପାଳ ଅଫିସ ଆଗରେ ଆମରଣ ଅନଶନରେ ବସିବୁ ସଭାରେ ନିଧି ସାହୁ, ନରେଶ ପାତ୍ର, ଦିଲ୍ଲୀପ ଦେହୁରୀ, ଶମ୍ଭୁ ଜାଲ, ଟେଙ୍ଗୁନୁ ମଲ୍ଲିକ, ବେଣୁଧର ସାହୁ ,ପଦାର୍ଥ ବେହେରା , ଶତାଧିକ ଲୋକ ଉପସ୍ଥିତ ଥିଲେ +ରଥମରାମତି ଓ ମନ୍ଦିର ପରିବେଶ ତଦାରଖ କଲେ ଅତିରିକ୍ତ ଜିଲ୍ଲ । +ପାଳ +ବୌଦ୍ଧ.07.06.. ଚଳିତବର୍ଷ ବୌଦ୍ଧ ଜିଲ୍ଲା ର ବୌଦ୍ଧ ରେ ହେବାକୁଥିବା ଘୋଷ ଯାତ୍ରା କୁ ମହାସମାରୋହରେ ପାଳନକରିବାପାଇଁ ଜିଲ୍ଲା ପ୍ରଶାସନ, ବ୍ରାହ୍ମଣ ସମାଜ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଉଦ୍ୟମ ଜାରିରହିଛି!ଆଜି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ରଥଖଳ । +କୁ ଯାଇ ରଥ ତଦାରଖ କାରିଥିଲେ!ରଥର ଗୋଟିଏ ଚକ ନଷ୍ଟ ହୋଇଥିବା ବେଳେ ରଥ ବେଢାରେ ପଡ଼ିଥିବା ସମସ୍ତ ପଟ । +କୁ ପରିବର୍ତନ କରାଯିବ ବୋଲି ସୂଚନା ମିଳିଛି!ପରେ ମନ୍ଦିର ପରିସର ସଫା ସୁତୁରା କରାଇବା ପାଇଁ ବୌଦ୍ଧ NAC କୁ ନିର୍ଦେଶ ଦିଆଯାଇଥିଲା!ଫଳରେ NAC କର୍ମଚାରୀ ଙ୍କ ସମେତ ସୁଶ୍ରୀ ଦଳବେହେରା, ଲୋକସୂଚନା ଅଧିକାରୀ ରିତାକାନ୍ତି ବଳିୟାରସିଂ, ମନ୍ଦିର ପରିଚାଳନା କମିଟି ବ୍ରାହ୍ମଣ ସମାଜ ମିଳିତ ଉଦ୍ୟମ ରେ ସଫା କରିଥିଲେ! +ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ଓ ଉଦ୍ୟୋଗୀ ଭିତ୍ତିକ ଋଣ ବଣ୍ଟନ ଶିବିର +ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ଠାରେ ମଙ୍ଗଳବାର ଦିନ ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତା ବଣ୍ଟନ ଓ ଉଦ୍ୟୋଗୀ ଭିତ୍ତିକ ଋଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । +ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବରେ ଜି-ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ତହସିଲଦାର ଚାର୍ଲେସ ନାୟକ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ସିମନବାଡ଼ି ସମିତିସଭ୍ୟ ସାଧୁ ନାୟକ ପ୍ରମୁଖ ଉପସ୍ଥିତ ରହି ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଥିବା ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । +ନୂତନ ଭାବରେ ସାମିଲ ହୋଇଥିବା ୧୧୬ ଜଣଙ୍କ ମଧ୍ୟରୁ ମଧୁବାବୁ ପେନସନ ଯୋଜନାରେ ନୁତନ ଭାବେ ୧୩ ଜଣ ଭିନ୍ନକ୍ଷମ ଙ୍କୁ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ୫୨ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ୪୩ ଜଣ ଙ୍କୁ ବିଧବା ଭତ୍ତା ଓ ୬ ଜଣ ଅବିବାହିତା ଏବଂ ୨ଜଣ ଙ୍କୁ ସ୍ୱାମୀ ପରିତ୍ୟକ୍ତା ମହିଳା ମିଶାଇ ମୋଟ ୧୧୬ଜଣ ନୂତନ ହିତାଧିକାରୀଙ୍କୁ ଏହି ଭତ୍ତା ବଣ୍ଟନ କରାଯାଇଛି । +ଏଥିସହିତ ଜୀବିକା ମିଶନ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସ୍ୱାବଲମ୍ବୀ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ୪୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ମୋଟ ୨୫ ଲକ୍ଷ ଟଙ୍କା ଉଦ୍ୟୋଗୀ ଭିତ୍ତିକ ଋଣ ପାଇଁ ବଣ୍ଟନ କରାଯାଇଥିଲା । +ଋଣ ବଣ୍ଟନ କାର୍ଯ୍ୟକ୍ରମ ରେ ବିଧାୟକ ସାଲୁଗା ପ୍ରଧାନ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଋଣ ବ୍ୟାଙ୍କ ଦେଉଥିବା ବେଳେ ଦାରିଙ୍ଗବାଡ଼ି ଅଞ୍ଚଳରେ ବ୍ୟାଙ୍କ ଗୁଡ଼ିକ ଋଣଦେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି କାରଣ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ପୂର୍ବରୁ ଋଣ ଆଣି ଋଣ ଛାଡ଼ ହେବ ବୋଲି ଭାବି ଋଣ ପରିଶୋଧ କରିନାହାନ୍ତି ତେଣୁ ବ୍ୟାଙ୍କ ଗୁଡ଼ିକ ବର୍ତ୍ତମାନ ଋଣ ଦେବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି । +ତଥାପି ବର୍ତ୍ତମାନ ବ୍ୟାଙ୍କ ପ୍ରଥମ ପର୍ଯ୍ୟାୟରେ ୪୫ଟି ଗୋଷ୍ଠୀ ଙ୍କୁ ୨୫ଲକ୍ଷ ଟଙ୍କା ଋଣ ପ୍ରଦାନ କରିଛନ୍ତି । +ଋଣ ପାଇଥିବା ଗୋଷ୍ଠୀ ଗୁଡ଼ିକ ସଠିକ ସମୟରେ ଋଣ କିସ୍ତି ସହିତ ସମ୍ପୂର୍ଣ୍ଣ ଋଣ ପରିଶୋଧ କରିଲେ ବ୍ୟାଙ୍କ କର୍ତ୍ତୃପକ୍ଷ ପୁନର୍ବାର ଅଧିକ ରୁ ଅଧିକ ଟଙ୍କା ଋଣ ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିବେ ତେଣୁ ପାଇଥିବା ଋଣ ଟଙ୍କା କୁ ସଠିକ ମାର୍ଗରେ ବିନିଯୋଗ କରିବାକୁ ବିଧାୟକ ପରାମର୍ଶ ପ୍ରଦାନ କରିଥିଲେ । +କାର୍ଯ୍ୟକ୍ରମ ଟିକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷିତିଶ ପ୍ରିୟଦର୍ଶୀ ସାହୁ ପରିଚାଳନା କରିଥିବା ବେଳେ ବ୍ଲକ ଜୀବିକା ମିଶନ ବିପିଏମ ପିଣ୍ଟୁ ନାୟକ,ବ୍ଲକ ଟେକନିକାଲ କୋଡିନେଟର (ଏଣ୍ଟରପ୍ରାଇଜ ପ୍ରମୋସନ)ଆଶିଷ କୁମାର ନାୟକ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମ ରେ ବିଭିନ୍ନ ଗ୍ରାମର ସରପଞ୍ଚ ସମିତି ସଭ୍ୟ/ସଭ୍ୟା ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ଓ ଜୀବିକା ମିଶନର ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥିଲେ । +ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ; ରାଷ୍ଟ୍ରୀୟ ସ୍ମାରକ ପ୍ରାଧୀକରଣର ଅନୁମତି… +ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । +ରାଜନୈତିକ ନେତାମାନେ ଏହାକୁ ନେଇ ବୟାନବାଜି ଆକ୍ଷେପ ପ୍ରତିଆକ୍ଷେପ ଜାରି ରଖିଛନ୍ତି । +ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣକୁ ନେଇ ଆମସାର୍ ଆଇନ ଉଲ୍ଲଂଘନର ଅଭିଯୋଗ ଆସିବା ପରେ ରାଜ୍ୟର ସରକାରୀ ଦଳର ନେତାମାନେ ଆମସାର୍ ଆଇନକୁ ଉଲ୍ଲଂଘନ କରାଯାଇ ନାହିଁ ବୋଲି ବକ୍ତବ୍ୟ ପ୍ରଦାନ କରି ଆସୁଛନ୍ତି । +ଏପରିକି ପୁରୀ ସାଂସଦ ପିନାକୀ ମିଶ୍ର ଲୋକସଭାରେ ରାଜ୍ୟ ସରକାର ଆଇନ ଉଲ୍ଲଂଘନ କରି କୌଣସି କାର୍ଯ୍ୟ କରିନାହାନ୍ତି ବୋଲି ଦୃଢ ପ୍ରକାଶ କରିଥିଲେ । +କିନ୍ତୁ ସୂଚନା ଅଧିକାର ଆଇନ ବଳରେ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିଗତ ନିଷ୍ପତ୍ତି କିଭଳି ଖାମଖିଆଲି ଭାବେ ନିଆଯାଇଛି ସ୍ଥାନୀୟ ଯାଦବ ଭବନଠାରେ ସାମ୍ବାଦିକ ସମ୍ମିଳନୀ କରି ସମଗ୍ର ଓଡ଼ିଶାବାସୀଙ୍କ ସାମ୍ନାରେ ତଥ୍ୟ ରଖିଛନ୍ତି । +ଜିଲ୍ଲାସ୍ତରୀୟ ବୁଦ୍ଧ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ . ଗାଁ ଠାରୁ ସହର ଯାଏ ଉତ୍ସବ ପାଳନ ପାଇଁ… +ବୌଦ୍ଧ,୦୭ା୫ : ପରମ କାରୁଣିକ ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧଜିଲାରେ ମହାସମାରୋହରେ ବୁଦ୍ଧ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । +ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ବୁଦ୍ଧ ଜୟନ୍ତୀ ଅବସରରେ ଜିଲ୍ଲାସାରା ଉତ୍ସବ ପାଳନ କରାଯିବାକୁ ବିଭିନ୍ନ ପ୍ରସ୍ତାବ ସଂପର୍କରେ ଆଲୋଚନା କରାଯାଇଥିଲା । +ବୁଦ୍ଧ ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ହୋଇଥିବାରୁ ଜିଲ୍ଲାର ପ୍ରବେଶ ଦ୍ୱାର ସୁବର୍ଣ୍ଣୟପୁର ଜିଲ୍ଲା ପଟରୁ ମନମୁଣ୍ଡା,ନୟାଗଡ ଓ କନ୍ଧମାଳ ଜିଲା ପଟରୁ ମାଧପୁର ଠାରେ ଦୁଇଗୋଟି ବୁଦ୍ଧମୂର୍ତ୍ତି ସ୍ଥାପନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । +ସେହିପରି ସହରର କେନ୍ଦ୍ରସ୍ଥଳ ବାଘଗୁଡା ଛକଠାରେ ମଧ୍ୟ ବୁଦ୍ଧଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । +ଏହି ପ୍ରତିମୂର୍ତ୍ତିଗୁଡିକ ପ୍ରସ୍ତୁତ କରାଯାଇ ଆଗାମୀ ବୁଦ୍ଧଜୟନ୍ତୀ ଅବସରରେ ଉନ୍ମୋଚନ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । +ପ୍ରାଚୀନ ବୁଦ୍ଧ ପୀଠ ପରଗଳପୁର ଓ ଶ୍ୟାମସୁନ୍ଦରପୁରଠାରେ ବୁଦ୍ଧ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସ୍ଥାନୀୟ ଗ୍ରାମବାସୀମାନଙ୍କ ମିଳିତ ସହଯୋଗରେ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା । +ବୁଦ୍ଧ ଜୟନ୍ତୀ ଅବସରରେ ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି କିମ୍ବା ଫଟୋଚିତ୍ର ଲଗାଯାଇ ପୂଜାର୍ଚ୍ଚନା ଓ ସାମୁହିକ ଦୀପଦାନ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । +ଅହିଂସାର ପ୍ରତୀକ ବୁଦ୍ଧଙ୍କ ଜୟନ୍ତୀ ଅବସରେ ଜିଲ୍ଲାବାସୀ ମାଛ,ମାଂସ ଭକ୍ଷଣ ନକରିବାକୁ ଏବଂ ସମସ୍ତ ଅଧିବାସୀ ଘର ସମ୍ମୁଖରେ ପୂର୍ଣ୍ଣକୁମ୍ଭ ସ୍ଥାପନ ପୂର୍ବକ ଘରେ ଘରେ ପିଠା ପଣା କରି ଉତ୍ସବ ପାଳନ କରାଯିବାକୁ ଜିଲ୍ଳା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । +ଅପରାହ୍ନରେ ରାମେଶ୍ୱର ମନ୍ଦିର ଠାରୁ ଏକ ଶାନ୍ତି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ରାଜପ୍ରାସାଦ ନିକଟସ୍ଥ ବୁଦ୍ଧପୀଠ ଠାରେ ନିତିକାନ୍ତି ସହ ପୂଜାର୍ଚ୍ଚନା ଓ ଆଲୋଚନା ସଭା କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । +ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ବୁଦ୍ଧ ଜୟନ୍ତୀ ପାଳନ କମିଟିର ଆବାହକ ଦେବାଶିଷ ପୁରୋହିତ,ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ,ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ରାମଗଡ ସରପଂଚ ପ୍ରବାସିନୀ ଯୋଷୀ, ଜିଲାପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର, ସ୍ଥପତି ସୁମନ ଷଡଙ୍ଗୀ, ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ,ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ନିଳଲୋହିତ ମହାପାତ୍ର,ହରଭଙ୍ଗା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବାଶ ଚନ୍ଦ୍ର ଜାନୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ପରଗଳପୁର ଓ ଶ୍ୟାମସୁନ୍ଦରପୁର ଗ୍ରାମର ବୁଦ୍ଧ ଜୟନ୍ତୀ ପାଳନ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ । +ସାରଂଗଡର ସୁଧାରାଣୀଂକୁ ମିଳିଲା ପ୍ରକୃତି ବଂଧୁ ପୁରସ୍କାର +ଫୁଲବାଣୀ, ୧୪/୬.୨୦୨୪ ସାଧାରଣ ନିର୍ବାଚନ: ବିଜେପିର ରୋଡମ୍ୟାପ୍‌ +ଭୁବନେଶ୍ୱର ମୁଖ୍ୟାଳୟରେ ରାଜ୍ୟ ବିଜେପିର ମାନସମନ୍ଥନ । +୨୦୨୪ ପାଇଁ ପ୍ରସ୍ତୁତ ହେଉଛି ରୋଡ୍‌ମ୍ୟାପ୍‌ । +ଏନେଇ ଦଳୀୟ ନେତାଙ୍କ ସହ ବିଚାରବିମର୍ଶ କରିଛନ୍ତି ରାଜ୍ୟ ପ୍ରଭାରୀ ଡି. ପୁରେନ୍ଦ୍ରଶ୍ୱରୀ । +ଗତକାଲି କୋର୍ କମିଟି, ଜିଲ୍ଲା ସଭାପତି ଓ ପ୍ରଭାରୀମାନଙ୍କ ସହ ପୁରେନ୍ଦ୍ରଶ୍ୱରୀଙ୍କ ବୈଠକ ପରେ ଆଜି ସଂଯୁକ୍ତ ମୋର୍ଚ୍ଚା ବୈଠକ ହୋଇଥିଲା । +ମହିଳା, ଯୁବ, ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ଜନଜାତି , କୃଷିକ ଏବଂ ସଂଖ୍ୟାଲଘୁ ମୋର୍ଚ୍ଚା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । +ପଛୁଆ ବର୍ଗକୁ ଜାଣିଶୁଣି ଅବହେଳା କରୁଛନ୍ତି ରାଜ୍ୟ ସରକାର : ଡ.ଲେଖାଶ୍ରୀ +ରାଜ୍ୟ ଓବିସି ମୋର୍ଚ୍ଚର ପ୍ରତିନିଧି ଦଳ ରାଜ୍ୟ ଓବିସି କମିଶନଙ୍କୁ ଭେଟି ଆଲୋଚନା କରିଲେ +ଜନଗଣନା ଓ ସର୍ଭେ ପାଇଁ ରାଜ୍ୟ ସରକାରଙ୍କୁ ଓବିସି କମିଶନ ବାରମ୍ବାର ରାଜ୍ୟ ସରକାରଙ୍କୁ କହିବା ସତ୍ୱେ ରାଜ୍ୟ ସରକାର ପକ୍ଷରୁ କାହିଁକି କୌଣସି ପଦକ୍ଷେପ ନେଉନାହାନ୍ତି ? +ଓବିସିଙ୍କ ଭୋଟ ହାତେଇବା ପାଇଁ ରାଜ୍ୟ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି +ଓବିସିଙ୍କୁ ସାମ୍ବିଧାନିକ, ଶିକ୍ଷା ଓ ନିଯୁକ୍ତି ଅଧିକାରରୁ ବଂଚିତ ରଖୁଛନ୍ତି ରାଜ୍ୟ ସରକାର +ଜନଜାଗରଣ ସୃଷ୍ଟି କରିବା ସହିତ ରାଜ୍ୟ ସରକାରଙ୍କ ଓବିସି ବିରୋଧୀ ମନୋଭାବକୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବ ଓବିସି ମୋର୍ଚ୍ଚା : ସୁରଥ ବିଶ୍ୱାଳ +ଭୁବନେଶ୍ୱର, : ରାଜ୍ୟର ଓବିସି ବର୍ଗଙ୍କ ସର୍ଭେ କରିବା ପାଇଁ ପବିତ୍ର ବିଧାନସଭାର ସଂକଳ୍ପ ପାରିତ ହେବା ପରେ ମଧ୍ୟ ରାଜ୍ୟ ସରକାରଙ୍କ ଅହେତୁକ ନୀରବତାର କାରଣ କ’ଣ? ଜନଗଣନା ଓ ସର୍ଭେ ପାଇଁ ଓବିସି କମିଶନ ବାରମ୍ବାର ରାଜ୍ୟ ସରକାରଙ୍କୁ କହିବା ସତ୍ୱେ ରାଜ୍ୟ ସରକାର ପକ୍ଷରୁ କାହିଁକି କୌଣସି ପଦକ୍ଷେପ ନେଉନାହାନ୍ତି ? ଗତ ପଂଚାୟତ ଓ ପୌରନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ନଦେଇ ନ୍ୟାୟଳୟ ନାମରେ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଗଣମାଧ୍ୟମ ଆଗରେ କେନ୍ଦ୍ର ଜନଗଣନା କରୁ ବୋଲି ଦାବି କରି ବିଭ୍ରାନ୍ତଗ ସୃଷ୍ଟି କରୁଛନ୍ତି ରାଜ୍ୟ ସରକାର । +ବାସ୍ତବରେ ପଛୁଆ ବର୍ଗକୁ ତାଙ୍କ ନ୍ୟାର୍ଯ୍ୟ ସାମ୍ବିଧାନିକ, ଶିକ୍ଷା, ନିଯୁକ୍ତି ଅଧିକାର ଦେବାକୁ ଚାହୁଁନାହାନ୍ତି ରାଜ୍ୟ ସରକାର । +ବହୁ ଦାବୀ ପରେ ଓବିସି କମିଶନ ନିଯୁକ୍ତ ହୋଇଛନ୍ତି ସତ, କିନ୍ତୁ ଦାନ୍ତବିହୀନ ଓ ପଙ୍ଗୁ କରି ରଖାଯାଇଛି ଏବଂ କୌଣସି କ୍ଷମତା ଦିଆଯାଇନାହିଁ । +ରାଜ୍ୟର ପଛୁଆ ବର୍ଗକୁ ଜାଣିଶୁଣି ଅବହେଳା ପ୍ରଦର୍ଶନ କରାଯାଉଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । +ଶିକ୍ଷା କ୍ଷେତ୍ରରେ ଓବିସି ପିଲାମାନଙ୍କୁ ୨୭% ସଂରକ୍ଷଣ ବ୍ୟବସ୍ଥା କେନ୍ଦ୍ର ସରକାର କରିଛନ୍ତି ଓ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଏହି ସଂରକ୍ଷଣ ଦିଆଯାଉଥିବାବେଳେ ଓଡ଼ିଶା ସରକାର ଆଦୌ ସଂରକ୍ଷଣ ଦେଉନାହାନ୍ତି । +ଚାକିରୀ କ୍ଷେତ୍ରରେ ଓବିସି ବର୍ଗଙ୍କୁ ୧୧.୨୫ ସଂରକ୍ଷଣକୁ ମାତ୍ର ୧ରୁ ୩% ସଂରକ୍ଷଣ ଦେଉଛନ୍ତି । +ସର୍ଭେର ବାହାନା କରି ଗତ ପଂଚାୟତ ଓ ପୈାର ନିର୍ବାଚନରେ ଓବିସିଙ୍କୁ ନ୍ୟାର୍ଯ୍ୟ ସାମ୍ବିଧାନିକ ଅଧିକାରରୁ ବଂଚିତ ରଖାଗଲା । +୨୨ବର୍ଷ ଶାସନରେ ରହି ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ଓବିସିଙ୍କ ଡାଟା ନାହିଁ । +ରାଜ୍ୟରେ ଥିବା ଓବିସି ଫାଇନାନ୍ସ ଆଣ୍ଡ ଡେଭେଲପମେଂଟ କୋଅପରେଟିଭ କର୍ପୋରେସନ ଲିମିଟେକୁ ଅଚଳ କରିଦିଆଯାଇଛି । +ପଛୁଆ ବର୍ଗଙ୍କ କୈାଶଳ ବିକାଶ ପାଇଁ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ । +ଓବିସିଙ୍କ ଭୋଟ ହାତେଇବା ପାଇଁ ରାଜ୍ୟ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି । +ଆଜି ରାଜ୍ୟ ଓବିସି ମୋର୍ଚ୍ଚର ଏକ ପ୍ରତିନିଧି ଦଳ ରାଜ୍ୟ ଓବିସି କମିଶନଙ୍କୁ ଭେଟି ଆଲୋଚନା କରିବା ସହ ଦାବି ପତ୍ର ଦେଇଛନ୍ତି । +ମଧ୍ୟପ୍ରଦେଶ ସରକାର ନିଜ ପ୍ରତିବଦ୍ଧତା କାରଣରୁ ଓବିସିଙ୍କୁ ସଂରକ୍ଷଣ ଦେବାରେ ସଫଳ ହୋଇଥିବାବେଳେ ଓଡିଶା ସରକାରଙ୍କ ଇଚ୍ଛାକୃତ ଭାବେ ସଂଖ୍ୟାଧିକ ଓବିସିବର୍ଗଙ୍କୁ ସଂରକ୍ଷଣରୁ ବଂଚିତ କରିଛନ୍ତି । +ଟ୍ରିପଲ ଟେଷ୍ଟର ଦ୍ୱିତୀୟ ସର୍ତରେ ଓଡ଼ିଶା ବିଫଳ ହୋଇଥିବାରୁ ମାନ୍ୟବର ଉଚ୍ଚନ୍ୟାୟଳୟ ରାଜ୍ୟର ୫୪% ପଛୁଆ ବର୍ଗଙ୍କୁ ପୌର ଓ ପଂଚାୟତ ନିର୍ବାଚନରେ ସଂରକ୍ଷଣ ଦେବାକୁ ବାରଣ କରିଥିଲେ । +ଓବିସିବର୍ଗଙ୍କୁ ରାଜ୍ୟ ସରକାର କେବଳ ଅଣଦେଖା କରୁନାହିଁ ବରଂ ସେମାନଙ୍କୁ ସାମ୍ବିଧାନିକ ଅଧିକାର, ଉଚ୍ଚଶିକ୍ଷା, ଚାକିରୀରୁ ଓ ଆତ୍ମନିଯୁକ୍ତିରୁ ବଂଚିତ କରୁଛନ୍ତି । +ରାଜ୍ୟରେ ଓବିସିଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ରହିଛି ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ଅଭିଯୋଗ କରିଛନ୍ତି । +ରାଜ୍ୟ ସରକାରଙ୍କ କୁଚକ୍ରାନ୍ତ ଓଡ଼ିଶାର ଓବିସି ବର୍ଗଙ୍କୁ ଆଘାତ ଦେଇଛି । +ଓବିସି ବର୍ଗ ନିଜ ହକ୍‌ରୁ ସବୁଦିନ ପାଇଁ ବଂଚିତ ରହିବା କାର୍ଯ୍ୟକୁ ରାଜ୍ୟ ସରକାର ସଂପାଦନା କରୁଛନ୍ତି କି ? କେଉଁ କେଉଁ ଜାତି ଓବିସି ଓ ଏସିବିସି ବର୍ଗରେ ଅନ୍ତର୍ଭୁକ୍ତ ହେବେ, ସେହି ତାଲିକା ପ୍ରସ୍ତୁତ ହୋଇପାରିଲା ନାହିଁ କାହିଁକି । +ପଂଚାୟତ ନିର୍ବାଚନ ସମାପ୍ତ ହେବାର ୪ମାସ ବିତିଯାଇଥିଲେ ସୁଦ୍ଧା ରାଜ୍ୟ ସରକାର କାହିଁକି ପୁନର୍ବାର ଓବିସି ସଂରକ୍ଷଣ ସଂପର୍କରେ ତଥ୍ୟ ସହ କୋର୍ଟର ଦ୍ୱାରସ୍ଥ ହୋଇନାହାନ୍ତି ? ମଧ୍ୟପ୍ରଦେଶ ସଂପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବି ଓଡିଶା ସରକାର କାହିଁକି କୈାଣସି ତତ୍ପରତା ପ୍ରକାଶ କରିନାହାନ୍ତି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି । +ଆଜି ରାଜ୍ୟ ସରକାରଙ୍କ ଓବିସି ବିରୋଧି ମନୋବୃତି ଧରାପଡିଛି । +ସାମ୍ବିଧାନିକ, ଶିକ୍ଷା, ନିଯୁକ୍ତି ଅଧିକାର ପାଇବା ପାଇଁ ଓବିସି ମୋର୍ଚ୍ଚା ସାରା ରାଜ୍ୟରେ ଜନଜାଗରଣ କରିବା ସହିତ ରାଜ୍ୟ ସରକାରଙ୍କ ଓବିସି ବିରୋଧୀ ମନୋଭାବକୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । +ଏହି ପ୍ରତିନିଧି ଦଳରେ ଓବିସି ମୋର୍ଚ୍ଚା ରାଜ୍ୟ ସଂପାଦକ ସିଦ୍ଧାର୍ଥ ଶଙ୍କର ପତି ଓ ସଂପାଦକ ଶ୍ରୀ ଦୁର୍ଗପ୍ରସନ୍ନ ନାୟକ, କୋଷାଧ୍ୟକ୍ଷ ସଂଗ୍ରାମ କେଶରୀ ନାୟକ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୁଷ୍ମନ୍ତ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । +ଲଳିତ କଳା ଏକାଡେମୀ ପୁରସ୍କାର ପାଇଲେ ବାଲେଶ୍ବରର ଲକ୍ଷ୍ମୀପ୍ରିୟା +୨୦୨୧ର କେନ୍ଦ୍ର ଲଳିତ କଳା ଏକାଡେମୀ ପୁରସ୍କାର ୨୦ ଜଣ ଶିଳ୍ପୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏଥିରୁ ଓଡ଼ିଶାର ଦୁଇଜଣ ଚିତ୍ରଶିଳ୍ପୀଙ୍କୁ ମିଳିଛି । +ବାଲେଶ୍ବର ବସ୍ତା ବ୍ଲକ ରୁପ୍‌ସା ଅଞ୍ଚଳର ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ(୩୪)ଙ୍କୁ ଏହି ପୁରସ୍କାର ମିଳିଛି । +ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ୍‌ ଭେଙ୍କିଆ ନାଇଡୁ ଲକ୍ଷ୍ମୀପ୍ରିୟାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । +କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି.କିଷନ ରେଡ୍ଡି, ସଙ୍ଗୀତ ନାଟକ ଓ ଲଳିତକଳା ଏକାଡେମୀର ଅଧ୍ୟକ୍ଷା ଉମା ନନ୍ଦୁରୀ, ସଙ୍ଗୀତ ନାଟକ ଅକାଡେମୀର ସଚିବ ତେମସୁନାରୋ ଜମିର, ଲଳିତ କଳା ଏକାଡେମୀର ସଚିବ ରାମକୃଷ୍ଣ ଭେଦାଲା, କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ସଂଯୁକ୍ତା ମୁଦଗଲ ପ୍ରମୁଖ ଉପସ୍ଥିତ ଥିଲେ । +ମୌସୁମୀ ଋତୁରେ ଝଡବାତ୍ୟା ମୁକାବିଲା ନେଇ ଟେବୁଲ ଟପ୍‌ଏକ୍ସାରସାଇଜ ବୈଠକ ଅନୁଷ୍ଠିତ । +ରାଜ୍ୟ ସରକାରରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଗାଇଡ ଲାଇନ ଅନୁସାରେ ଚଳିତ ବର୍ଷ ମୌସୁମୀ ଋତୁରେ ସମ୍ଭାବ୍ୟ ଝଡବାତ୍ୟା / ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ସଂପୃକ୍ତ ବିଭାଗ ଦ୍ୱାରା ସତର୍କ ସଜାଗ ପଦକ୍ଷେପ ଗ୍ରହଣ ପୂର୍ବକ ବିପର୍ଯ୍ୟୟ ମୁକାବିଲା ଦିଗରେ କାର୍ଯ୍ୟ ପରିଚାଳନା କରାଯିବା ନେଇ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ତା ୧୮-୦୬-୨୦୨୨ରିଖ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । +ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଫାସିଲିଟେସନ କେନ୍ଦ୍ରରେ ଜିଲ୍ଲାପାଳ ମୟୂରଭଞ୍ଜ ଶ୍ରୀ ବିନୀତ ଭରଦ୍ୱାଜ ଭାପ୍ରସେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୌଠକରେ ମୟୂରଭଞ୍ଜ ଆରକ୍ଷୀ ଅଧ୍ୟୀକ୍ଷକ ଋଷିକେଶ ଦ୍ୟାନଦେୱ ଖିଲାରୀ, ଭାପୁସେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମୟୂରଭଞ୍ଜ, ସୁଚାରୁ ବଳ, ଉପଜିଲ୍ଲାପାଳ, ବାରିପଦା ତଥା ନିର୍ବାହୀ ଅଧରକାରୀ ପୌରପରିଷଦ ବାରିପଦା, ଅନ୍ୟା ଦାସ, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳାନା ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ସୁନିଲ କୁମାର ସାହୁ ପ୍ରମୁଖ ସମେତ ଜିଲ୍ଲା ଜରୁରୀ ଅଧିକାରୀ ଡେପୁଟି କଲେକ୍ଟର ସୁଜୟ କୁମାର ପତି ଓ ପ୍ରକଳ୍ପ ଅଧିକାରୀ ହରିପ୍ରିୟା ଚାନ୍ଦ ଏବଂ ସମ୍ପୃକ୍ତ ବିଭିନ୍ନ ଲାଇନ ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ । +ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀବଳ ସମସ୍ତଙ୍କୁ ସ୍ୱାଗତ ଜଣାଇ ଚଳିତ ମୌସୁମୀ ଋତୁରେ ସମ୍ଭାବ୍ୟ ଝଢବାତ୍ୟା / ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଏସଆରସିଙ୍କ ଗାଇଡ ଲାଇନ ଅନୁସାରେ ଟିଟିଇ (ଟେବୁଲ ଟପ୍ ଏକ୍‌ସ୍‌ର୍‌ସାଇଜ୍‌) ସଂପର୍କରେ ଆଲୋକପାତ କରିଥିଲେ । +ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ବୈଠକରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନ ଏବଂ ଓଡିଶା ବିପର୍ଯ୍ୟୟ ପରିଚାଳନା କତୃପକ୍ଷ ନିର୍ଦ୍ଦେଶାନୁଯାଇ ପ୍ରତି ବର୍ଷ ମୌସୁମୀ ଋତୁରେ ଝଡବାତ୍ୟା / ବନ୍ୟା ଆଦି ପ୍ରାକୃତିକ ବିର୍ପ୍ୟୟ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ପ୍ରତ୍ୟେକ ଲାଇନ ବିଭାଗ ଦ୍ୱାରା ଲାଇନ ବିଭାଗ ବିପର୍ଯ୍ୟୟ ପରଚାଳନା ଦିଗରେ ସତର୍କ ସଜାଗ ରହି ଜରୁରୀ କାଳୀନ ବିଭାଗୀୟ ଯୋଜନା କାର୍ଯ୍ୟକ୍ରମ ପ୍ରସ୍ତୁତି ଅନୁସାରେ କାର୍ଯ୍ୟ ସମ୍ପାଦାନ କରିବା ସହିତ ସଂପାଦନ କରିବା ସହିତ ବିଶେଷ କରି ବିପର୍ଯ୍ୟୟ ପୂର୍ବ, ସମୟ ଅବଧି ଏବଂ ବିପର୍ଯ୍ୟୟ ପରବର୍ତୀ ସମୟରେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେଇ ବିପର୍ଯ୍ୟୟର ସଠିକ ମୁକାବିଲା ଓ ସୁପରିଚାଳନା ଦିଗରେ ସଂପୃକ୍ତ ବିଭାଗୀୟ ଅଧରକାରୀ ମାନଙ୍କ ଦାୟୀତ୍ୱ / ଭୂମିକା ସଂପର୍କୀତ ଏସଓପି (ସ୍ୱତନ୍ତ୍ର କାର୍ଯ୍ୟନ୍ନୟନ ରୂପ ରେଖା ଦିଗରେ କାର୍ଯ୍ୟକ୍ରମ ସୁପରିଚାଳନା କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । +ବୈଠକରେ ବିଶେଷ କରି ଜଳ ସମ୍ପଦ, କୃଷି, ଉଦ୍ୟାନ କୃଷି, ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ଜଳ ଯୋଗାଣ ଓ ପରିମଳ, ସ୍ୱାସ୍ଥ୍ୟ, ଶିକ୍ଷା, ବିଦ୍ୟୁତ, ପ୍ରାଣୀ ସମ୍ପଦ, ସମାଜ କଲ୍ୟାଣ, ସାମାଜିକ ସୁରକ୍ଷା, ସାଧାରଣ ଯୋଗଣ, ଶିଶୁ ସିରକ୍ଷା, ଓଡ୍ରାଫ୍‌, ଆରକ୍ଷୀ ବିଭାଗ ଏବଂ ସମ୍ପୃକ୍ତ ଅନ୍ୟାନ୍ୟ ବିଭାଗ ଦ୍ୱାରା ବିପର୍ଯ୍ୟୟ ସୁପରିଚାଳନା କ୍ଷେତ୍ରରେ ପ୍ରସ୍ତୁତ (ଏସ୍‌ଓପି) କାର୍ଯ୍ୟାନୟନ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । +ଏହି ଅବସରରେ ଓସ୍‌ଡମା ଡିଜିଏମ୍ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ସାହୁ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ବିପର୍ଯ୍ୟୟ ପରିଚାଳନାରେ ସମ୍ପୃକ୍ତ ସମସ୍ତ ଲାଇନ ବିଭାଗ ଅଧିକାରୀ ମାନେ ପ୍ରସ୍ତୁତ ରହି କାର୍ଯ୍ୟ ସୁପରିଚାଳନା କରିବା ପାଇଁ ପରାମର୍ଶ ଦେବା ସହିତ ଚଳିତ ବର୍ଷ ରାଜ୍ୟର ସମସ୍ତ ବ୍ଲକ ସ୍ତରରେ ମଧ୍ୟ ଟିଟିଇ ଓ ମକ୍‌ଡ୍ରିଲ୍ କାର୍ଯ୍ୟକ୍ରମ କୁ ଗୁରୁତ୍ୱ ଦିଆଯାଇଥିବା ସୂଚାଇଥିଲେ । +ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜୁନ୍ ୧୯ ତାରିଖରେ ଜିଲ୍ଲାର ସମସ୍ତ ବହୁମୁଖ୍ୟ ବାତ୍ୟା ଆଶ୍ରୟ ସ୍ଥଳ / ଅନ୍ୟାନ୍ୟ ନିରାପଦ ଆଶ୍ରୟ ସ୍ଥଳରେ ବିପର୍ଯ୍ୟୟ ପରିଚାଳନାର ମଗ୍‌ଡ୍ରିଲ (ଅଭ୍ୟାସ ମୂଳକ) ପ୍ରତେକ୍ଷ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । +ଜିଲ୍ଲ ଜରୁରୀ ଅଧିକାରୀ ଶ୍ରୀ ପତି ଟିଟିଇ କାର୍ଯ୍ୟକ୍ରମ ପରିଚାଳନା ପୂର୍ବକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । +ସୁନା ଦୋକାନୀଙ୍କ ଠାରୁ ୩ କେଜି ସୁନା ସହ ୨ ଲକ୍ଷ ଟଙ୍କା ଝାମ୍ପିନେଲେ +ରାୟଗଡା ଜିଲ୍ଲା ଗୁଣୁପୁର ସହରରେ ଚାଞ୍ଚଲ୍ୟ । +ଦିନରେ ଲୁଟେରାଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । +ସ୍ଥାନୀୟ ହଳଦିଆ ନାଳ ମୁଖ୍ୟ ରାସ୍ତା ରେ ଥିବା ଏସ ଏସ ଜୁଏଲେରୀ ମାଲିକ ଏସ ବାବା ପ୍ରସାଦ ରାଓ ଦୋକାନ ଖୋଲିବା କୁ ଯାଉଥିବା ବେଳେ ଦୋକାନ ସମ୍ମୁଖରେ ବ୍ୟାଗ ଝାମ୍ପି ନେଇ ବାଇକ ରେ ବିଜୁଳି ବେଗରେ ଚାଲି ଯାଇଛନ୍ତି ଲୁଟେରା । +ପାଇଖାନା ପାଇଁ ୫ ଜଣଙ୍କୁ ହତ୍ୟା +କୁସୁପୁର ଗାଁର ଲୋକଙ୍କ କହିବା ଅନୁସାରେ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ଜମିବାଡିକୁ ନେଇ ବିବାଦ ରହିଥିଲା । +ବିଶେଷ କରି ପାଇଖାନାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ରହିଥିଲା । +ଗୋଟିଏ ଘର ଭିତରେ ଦୁଇ ପରିବାର ରହୁଥିଲେ । +ଘର ଭିତରେ ଦୁଇଟି ପରିବାର ରହୁଥିଲେ ବି ଗୋଟିଏ ପାଇଖାନା ଥିଲା । +କିନ୍ତୁ ଏହାକୁ ସାନ ଭାଇ ଶିବ ଓ ତାଙ୍କ ପରିବାରକୁ କୁଆଡେ ବଡଭାଇ ଓ ଭାଉଜ ବ୍ୟବହାର କରିବାକୁ ଦେଉନଥିଲେ । +ଅନେକ ସମୟରେ ତାଲା ପକାଇ ଦେଉଥିଲେ ଯାହାକୁ ନେଇ ବିବାଦ ରହିଥିଲା । +ସୋମବାର ରାତିରେ ଏହି ବିବାଦ ଚରମ ସୀମାରେ ପହଞ୍ଚିଥିଲା । +ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାର ଜିଲ୍ଲାସ୍ତରୀୟ ବୈଠକ +ନୟାଗଡ଼ : ଜିଲ୍ଲାପାଳଙ୍କ ସଦ୍ ଭାବନା ସଭାଗୃହରେ ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାର ଜିଲ୍ଲାସ୍ତରୀୟ ସମ୍ମିଳିତ କମିଟି ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । +ଜିଲ୍ଲାପାଳ ପ୍ରଥମେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ସଭା କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । +ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୫ଗୋଟି ଗ୍ରାମକୁ ୨୦୧୧ ଜନଗଣନା ଅନୁସାରେ ଯେଉଁ ଗ୍ରାମର ଜନସଂଖ୍ୟା ୫୦୦ଅଧିକ ହୋଇଥିବ ଏବଂ ଅର୍ଦ୍ଧାଧିକ ଲୋକ ଅନୁସୂଚୀତ ଜନଜାତିର ହୋଇଥିବେ ସେହି ସବୁ ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ସରକାରଙ୍କ ନିୟମ ଅନୁଯାୟୀ ବଛାଯାଇଅଛି । +ଏହି ଗ୍ରାମଗୁଡ଼ିକରେ ବାସ କରୁଥିବା ଲୋକମାନଙ୍କର ପାନୀୟଜଳ ଓ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ଗୃହ ଓ ଗ୍ରାମ୍ୟରାସ୍ତା , ବିଦ୍ୟୁତ୍ ଓ ସ୍ୱଚ୍ଛ ଇନ୍ଧନ, କୃଷି,ଅର୍ଥ, ଦୂରସଂଚାର, ଜୀବିକା ଓ ଉନ୍ନତ କୌଶଳର ଉତ୍‌ଥାନ ନିମନ୍ତେ ୪୦ଲକ୍ଷ ଟଙ୍କାର ଆର୍ଥିକ ସାହାଯ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ମ୍ୟାଚିଙ୍ଗ୍ ସ୍କିମରେ ଦିଆଯାଇଥାଏ । +ଉପରୋକ୍ତ ୧୦ଟି ମୌଳିକ ସେବାର ବିକାଶକୁ ଲକ୍ଷ୍ୟ କରି ଗ୍ରାମଗୁଡ଼ିକୁ ମାନ୍ୟତା ପ୍ରଦାନ କରାଯାଇଥାଏ । +ଗ୍ରାମଗୁଡ଼ିକର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଉକ୍ତ ଅର୍ଥକୁ ଖର୍ଚ୍ଚ କରିବା ପାଇଁ ଗ୍ରାମ୍ୟସ୍ତରରେ ସମ୍ମିଳିତ କମିଟି ଗଠନ କରାଯାଇ ଏହାର ନିଷ୍ପତି ଅନୁସାରେ ଖର୍ଚ୍ଚ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ । +ପ୍ରତ୍ୟେକ ଗ୍ରାମରେ ଆବର୍ଜନା ପିଟ୍ (ଖାଲ) କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । +ସେ ଆହୁରି ମଧ୍ୟ କହିଥିଲେ ଯେ, ଏହି ଟଙ୍କାର ବିନିଯୋଗର ତଦାରଖ ନିମନ୍ତେ କେନ୍ଦ୍ରୀୟ ଦଳ ବିଭିନ୍ନ ଅଂଚଳ ଅତର୍କିତ ପରିଦର୍ଶନ କରିପାରନ୍ତି । +ତେଣୁ ସମସ୍ତେ ସତର୍କ ରହିବା ଜରୁରୀ । +ଶେଷରେ ଜିଲ୍ଲା ମଙ୍ଗଳ ଅଧିକାରୀ ଧନ୍ୟବାଦ ପ୍ରଦାନ କରିବା ସହ ସଭା ସାଙ୍ଗ କରାଯାଇଥିଲା । +ସରକାର କେତେ କ’ଣ କହିଥିଲେ, ହେଲେ ଏବେ ପୁରୁଣା ପାଠର ନାଗନ୍ଧ ନାହିଁ ! +ପୁଣି ସ୍କୁଲ ତ ଖୋଲିଛି, ସକାଳ ୬ଟାରୁ ୯ଟା ଯାଏଁ କ୍ଲାସ କରିବାକୁ ନିଷ୍ପତ୍ତି ମଧ୍ୟ ହୋଇଛି । +ତେବେ ଏଯାଏଁ ବ୍ରିଜ୍ କୋର୍ସ ବହି ପିଲାଙ୍କୁ ମିଳିନାହିଁ । +ସେହିପରି ଘରୋଇ ସଂସ୍ଥା ଦ୍ୱାରା ପିଲାଙ୍କୁ ପଢାଯିବ ବୋଲି ପୂର୍ବରୁ ବିଭାଗ କହିଥିଲେ ମଧ୍ୟ ଏଯାଏଁ ଥାର୍ଡ ପାର୍ଟି ସଂସ୍ଥା ଚୟନ କରାଯାଇନାହିଁ । +ସୀମାରେ ଦୁର୍ଘଟଣା, ଡ୍ରାଇଭର ଓ ହେଲପର ଗୁରୁତର, ସିଆରପିଏଫ ଯବାନ ସାଜିଲେ ଦେବଦୂତ +ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସୀମାବର୍ତ୍ତୀ ତେମେଲୱାଡା ଗ୍ରାମ ନିକଟରେ ଗୋଟିଏ ଟିପର୍ ଧକ୍କା ହୋଇ ଡ୍ରାଇଭର ଏବଂ ହେଲପର ଗୁରୁତର ଭାବେ ଆହତ ହୋଇଛନ୍ତି | ଘଟଣା ସ୍ଥଳରେ ସିଆରପିଏଫ ୭୪ ବାଟାଲିୟନ ଯବାନ ମାନେ ଦେବଦୂତ ପହଂଚି ଆହାତ ଗାଡି ଚାଳକ ଓ ହେଲପର ଙ୍କୁ ଆମ୍ବୁଲାନ୍ସ ଯୋଗେ ଦୋରନାପାଲ ଡାକ୍ତରଖାନା କୁ ଅଣାଯାଇଛି । +ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଗୁରୁତର ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅପେକ୍ଷାକୃତ ସୁଧାର ହୋଇଥିବା କୁହାଯାଉଛି । +ହନୁମାନଙ୍କ ଆକାରର ପଥର ଠାବ +କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଦାସିଂବାଡ଼ି ପଞ୍ଚାୟତ ମିଡ଼ିୟୁବାନ୍ଦା ଜଳପ୍ରପାତ ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି । +ଦାରିଙ୍ଗବାଡ଼ି ଯିଏ ଆସୁଛି ସିଏ କଫି ବଗିଚା ସହ ଏହି ଜଳପ୍ରପାତକୁ ନିଶ୍ଚିତ ବୁଲିବାକୁ ପସନ୍ଦ କରନ୍ତି । +ଗୁରୁବାର ସ୍ଥାନୀୟ ବିଡିଓ ଗଦାଧର ପାତ୍ରଙ୍କ ନେତୃତ୍ୱରେ ରାଜ୍ୟର ଏକ ଟିମ୍‌ ମିଡ଼ିୟୁବାନ୍ଦା ଜଳପ୍ରପାତର ବିକାଶ ପାଇଁ ସେଠାରେ ପହଞ୍ଚିଥିଲେ । +ସେହି ଅଞ୍ଚଳ ବୁଲିବା ସମୟରେ ଏକ ବିଶାଳକାୟ ପଥର ଦେଖିବାକୁ ମିଳିଥିଲା । +ଯାହାକି ଅବିକଳ ହନୁମାନଙ୍କ ଆକାରର ପଥର ରହିଛି । +ଏହା ଦେଖି ରାଜ୍ୟ ଟିମ୍‌ ଏହାର ଫଟୋ ଉତ୍ତୋଳନ କରିନେଇଛନ୍ତି । +ଏହାକୁ ଅଧିକ ଯାଞ୍ଚ କରାଯିବ ବୋଲି ବିଡିଓ ପାତ୍ର କହିଛନ୍ତି । +ଯଦି କିଛି ପୁରୁଣା ପଥର ମୂର୍ତ୍ତି ହୋଇଥାଏ । +ତେବେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦ୍ୱିଗୁଣିତ ହୋଇଯିବ ବୋଲି ସ୍ଥାନୀୟ ଅଞ୍ଚଳରେ କୁହାଯାଉଛି । +ଦାରିଙ୍ଗବାଡ଼ିର ଏହି ମିଡ଼ିୟୁବାନ୍ଦା ଜଳପ୍ରପାତ ସମ୍ପର୍କିତ ଏକ ଭିଡିଓ ମଧ୍ୟ ପୂର୍ବରୁ ଭାଇରାଲ ହୋଇଥିଲା ଯେ, ଜଣେ ଋଷି ଉକ୍ତ ଭିଡିଓ ମାଧ୍ୟମରେ କହିଥିଲେ ଯେ, ଓଡ଼ିଶାର କନ୍ଧମାଳ ଜିଲାର ଏହି ଜଳପ୍ରପାତ ଏକ ଦେବ ଭୂମି । +ତେବେ ଏହି ଭାଇରାଲ ଭିଡିଓ ସହ ଏବେ ଏହି ପଥର ଅବିକଳ ହନୁମାନଙ୍କ ଭଳି ଆକାର ରହିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆସ୍ଥା ପ୍ରକଟ ହୋଇପାରିଛି । +ଜିକିତ୍ସା ଓଡିଶା ସ୍କଲାରସିପ୍ ପ୍ରୋଗ୍ରାମ ୨୦୨୨ +ଭୁବନେଶ୍ୱର, ୧୧ ମେ’ ୨୦୨୨: ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବା ପାଇଁ ପରିଚାଳନା କରୁଥିବା ସଂସ୍ଥା ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ୍ (ଜେଡ୍‌ଏଚ୍‌ଏଲ୍‌) ପକ୍ଷରୁ ଆଜି ଏହାର ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ଡ୍ୟୁଟିରେ ଥିବା ସମୟରେ ରୋଗୀମାନଙ୍କୁ ଜଟିଳ ସମୟରେ ଉଲ୍ଲେଖନୀୟ ମାନବିକ ସହଯୋଗ ପ୍ରଦର୍ଶନ କରିଥିବାରୁ ସମ୍ମାନିତ କରାଯାଇଛି । +ସେହିପରି କମ୍ପାନୀ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଭଲ ମାର୍କ ରଖିଥିବା ଏହାର କର୍ମଚାରୀଙ୍କ ୧୩ ଜଣ ମେଧାବୀ ପିଲାଙ୍କୁ ମଧ୍ୟ ପୁରସ୍କୃତ କରିଛି । +ଏହି ପୁରସ୍କାରଗୁଡିକୁ ଆଜି ଆୟୋଜିତ ହୋଇଥିବା ଜିକିତ୍ସା ଓଡିଶା ସ୍କଲାରସିପ୍ ୨୦୨୨ ଅଧିନରେ ଦିଆଯାଇଥିଲା । +ମୋଟ ୭ ଜଣ କ୍ଲଷ୍ଟର ଲିଡର, ୭ ଜଣ ମେଂଟେନାନ୍ସ ଏଗ୍‌ଜିକ୍ୟୁଟିଭ୍ (ଏମ୍‌ଇ), ଜଣେ କ୍ୱାଲିଟି ଅଡିଟର, ୨୧ ଜଣ କ୍ରିୟୁ ମେମ୍ବରଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରୟାସ ପାଇଁ ସମ୍ମାନିତ କରାଯାଇଥିଲା । +ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଜେଡଏଚ୍‌ଏଲ୍ ଓଡିଶାର ରାଜ୍ୟ ମୁଖ୍ୟ- ସବ୍ୟସାଚୀ ବିଶ୍ୱାଳ ପ୍ରଦୀପ ପ୍ରଜଳ୍ୱିତ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । +ଏହି ସମାରୋହରେ ଜିକିତ୍ସାର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଥିଲେ, “ ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ୍ ଓ ଏହାର କର୍ମଚାରୀମାନେ ଲୋକମାନଙ୍କର ସେବା କରିବା ପାଇଁ ସବୁବେଳେ ପ୍ରତିବଦ୍ଧ ରହିଛନ୍ତି । +ଆମର କ୍ରିୟୁ ସଦସ୍ୟମାନେ ଅନେକ ଅବସରରେ ଲୋକଙ୍କୁ ସେବା ପ୍ରଦାନ କରିବା କ୍ଷେତ୍ରରେ ସେମାନଙ୍କର ସର୍ବୋଚ୍ଚ ସଙ୍କଳ୍ପ ଦେଖାଇଛନ୍ତି । +ଯେଉଁଠି ରାସ୍ତା ନାହିଁ ସେଠାରେ ରୋଗୀମାନଙ୍କୁ ସେମାନଙ୍କ ଘରୁ ଷ୍ଟ୍ରେଚରରେ ଆଣିବା, ଜଟିଳ ସମୟରେ ରୋଗୀମାନଙ୍କୁ ରକ୍ତଦାନ କରିବା, ପ୍ରାକୃତିକ ବିପତି ସମୟରେ କାର୍ଯ୍ୟପ୍ରତି ସର୍ବୋଚ୍ଚ ସଙ୍କଳ୍ପ ପ୍ରଦର୍ଶନ କରିବା କିମ୍ବା ରୋଗୀମାନଙ୍କୁ ସେମାନଙ୍କର ଟଙ୍କା ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଫେରାଇବା ଆଦି ସେମାନଙ୍କର କିଛି ଅନୁକରଣୀୟ କାର୍ଯ୍ୟ ମଧ୍ୟରୁ ଅନ୍ୟତମ । +” +ଏହି ଅବସରରେ ସମ୍ମାନିତ ହୋଇଥିବା କ୍ରିୟୁ ସଦସ୍ୟଙ୍କ ମଧ୍ୟରେ ଶ୍ରୀ ପ୍ରଶାନ୍ତ କୁମାର ବାରିକ, ଶକ୍ତିଶ୍ରୀ ଦଳାଇ, ଉତମ କୁମାର ମହନ୍ତ, ସୁଶାନ୍ତ କୁମାର ମାଝୀ, ଗଗନ ବିହାରୀ ମହନ୍ତ, ସୁମନ କଲ୍ୟାଣ ମହାକୁଡ, ପ୍ରଶାନ୍ତ ବେହେରା, ସୁକାନ୍ତ ପାଇକରାୟ, ସୁଦୀପ୍ତ ରଣା, ଦାଶରଥି ମହାରଥ, ବିରଂଚି ନାରାୟଣ ରଥ, ରବିନ୍ଦ୍ର କୁମାର ବଡତ୍ୟା, ବଂଶୀ ହରିଜନ, ମନିସନ୍ତ ହୀରା, ରାଜକୁମାର ପଟେଲ, ଗୋପବନ୍ଧୁ ସ୍ୱାଇଁ, ମୋତିଲାଲ ପ୍ରଧାନ ଓ ଜିତୁ ସେଠ୍ ଆଦି ସାମିଲ ଅଛନ୍ତି । +ଏହାବ୍ୟତୀତ ୩ ଜଣ କ୍ରିୟୁ ସଦସ୍ୟ ଭବାନିଶଙ୍କର ମହାକୁଡ, ପଦ୍ମଲୋଚନ ମହାରଣା ଓ ପରିକ୍ଷିତ ନାୟକଙ୍କୁ ଅଧିକ ପଥ ଅତିକ୍ରମ କରି ଅସୁବିଧାରେ ଥିବା ଲୋକଙ୍କ ସେବାରେ ନିଜର ଚମତ୍କାର ଉଦ୍ୟମ ପାଇଁ ସର୍ବୋତମ କ୍ରିୟୁ ସଦସ୍ୟ ଭାବେ ଚୟନ କରାଯାଇଛି । +ଏହାବ୍ୟତୀତ ୭ ଜଣ କ୍ଲଷ୍ଟର ଲିଡର- ଶୁଭ୍ରାଂଶୁ ଶେଖର ପାତ୍ର, ମନୋରଞ୍ଜନ ପରିଡା, ଏସ୍‌କେ ସାମାସ ମହତାବ, ଅମିୟ କୁମାର ସ୍ୱାଇଁ, ସତ୍ୟ ରଞ୍ଜନ ପରିଡା, ସୁଦୀପ କୁମାର ପଟ୍ଟନାୟକ ଓ ଫକୀର ମୋହନ ମଲ୍ଲିକ ଆଦି ସମ୍ମାନିତ ହୋଇଥିଲେ । + ସେହିପରି ମେଂଟେନାନ୍ସ +ଜିଲ୍ଲାରେ ପାଣି ପାଇଁ ହାହାକାର ପ୍ରକୃତ ରିପୋର୍ଟ ଅଲଗା,ବିଭାଗ ରିପୋର୍ଟ ଅଲଗା ଜିଲ୍ଲାର ୧୧,୩୨୯… +ମାଲକାନଗିରି,୨୭/୫: ମାଲକାନଗିରି ଜିଲ୍ଲାରେ ଏବେ ପାଣି ପାଇ ହାହାକାର ପଡିଛି । +ବିଭାଗ ଜିଲ୍ଲାରେ ପାଣିର କୌଣସି ସମସ୍ୟା ନଥିବା କହୁଥିବା ବେଳେ ପ୍ରକୃତରେ ସ୍ଥିତି ଅଲଗା ରହିଛି । +ଦୁର୍ଗମ ଅଂଚଳର କଥା ନକହିବା ଭଲ । +ଲୋକେ ଚୁଆ ପାଣି ଉପରେ ବର୍ଷ ବର୍ଷ ଧରି ନର୍ଭର କରୁଛନ୍ତି । +ଜିଲ୍ଲାର ୧୧୧ଟି ପଞ୍ଚାୟତରେ ମୋଟ ୧୧ ହଜାର ୩୨୯ଟି ନଳକୂପ ରହିଥିବା କୁହାଯାଇଛି । +କିନ୍ତୁ ଏହି ରିପୋର୍ଟ କେବଳ କାଗଜ କଲମରେ ସ୍ଥଗିତ ରହିଛି । +ଏହାର ଅର୍ଦ୍ଧାଧିକ ନଳକୂପ ଏବେ ବି ଅଚଳ ହୋଇ ପଡିଛି । +ଜଳ ଓ ପରିମଳ ବିଭାଗକୁ କେତେ ନଳକୂପ ଅଚଳ ରହିଥିବା ନେଇପ୍ରଶ୍ନ କରାଗଲେ ଏହାର ଉତ୍ତରରେ ବ୍ଲକ ଏବଂ ପଞ୍ଚାୟତ ନିକଟରେ ଏହାର ସୂଚନା ମିଳିବ ବୋଲି କୁହାଯାଉଛି । +ଜିଲ୍ଲାରେ ସ୍ଥିତି ଏବେ ସଂଗୀନ ରହିଛି । +ଲୋକେ ପାଣି ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି । +ଏନେଇ ପ୍ରତିଦିନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ବିଭାଗ ଜାଣି ଅଜଣା ଭଳି ଅଭିନୟ କରୁଛି । +ଜିଲ୍ଲାର ସାତୋଟିଯାକ ବ୍ଲକର ଅବସ୍ଥା ଏକାପରି । +ଜିଲ୍ଲା ଜଳ ଓ ପରିମଳ ବିଭାଗରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଜିଲ୍ଲାରେ ୩୬୪ଟି ପାଇପ ଜଳ ଯୋଗାଣର ବ୍ୟବସ୍ଥା ରହିଛି । +କିନ୍ତୁ ଏଥିରୁ କେତେ ଅଚଳ ଏବଂ କେତେ କାମ କରୁଛି ତାହାର ହିସାବ କାହା ପାଖରେ ନାହିଁ । +ଏହାର ୬୦ ପ୍ରତିଶତ ପାଇପ ଜଳ ଯୋଗାଣ ଏବେ ଅଚଳ ହୋଇ ପଡିଛି । +କେଉଁଠି ବିଦ୍ୟୁତ ସେବା ଯୋଗୁଁ ଖରାପ ହୋଇପଡିଥିବା ବେଳେ ଆଉକେଉଁଠି ପାଇପଗୁଡିକ ନଷ୍ଟ ହୋଇସାରିଲାଣି । +ଅଚଳ ପାଣି ଟାଙ୍କିଗୁଡିକକୁ ରଙ୍ଗ ଦେଇ ବିଭାଗ କାମ କରୁଥିବା ଦର୍ଶାଉଛି । +ଏହାର ତଦନ୍ତ ହେଲେ ଏକ ବଡ ଦୁର୍ନୀତିର ପର୍ଦାଫାସ ହେବ ବୋଲି କୁହାଯାଇଛି । +ଅଚଳ ପାଇପ ଜଳ ଯୋଗାଣକୁ ସଜଡା ନଯାଇ ଲକ୍ଷାଧିକ ଟଂକାର ରଂଗ ଦେଇ ଆତ୍ମସାତ କରାଯାଇଥିବା ଅଭିଯୋଗ କରାଯାଇଛି । +ଏହି ପାଇପ ଜଳ ଯୋଗାଣ ଜିଲ୍ଲାର ପଞ୍ଚାୟତ ସଦର ମହକୁମା,ବ୍ଲକ ସଦର ମହକୁମା ଏବଂ ଅଧିକା ଥିବା ଜନସଂଖ୍ୟା ସ୍ଥାନରେ ବ୍ୟବସ୍ଥା କରାଯାଇଛି । +ସେହିପରି ଜିଲ୍ଲାର ୯୬୭ଟି କୂଅ ରହିଥିବା କୁହାଯାଇଛି । +କିନ୍ତୁ ଏହି କୂଅ ଏବେ ଚୋରି ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । +ଯେତିକି କୂଅ କାଗଜ କଲମରେ ଦର୍ଶାଯାଉଛି,ତାହା ଏବେ ଅଛି କି ନାହିଁ ବିଭାଗ ଜାଣି ନାହିଁ । +କିନ୍ତୁ ଅନଲାଇନରେ ଏତିକି କୂଅ ଜିଲ୍ଲାରେ ରହିଥିବା ଦର୍ଶାଯାଉଛି । +ସେହିପରି ଝରଣା ପାଣିକୁ ପାଇପ ଯୋଗେ ଗ୍ରାମକୁ ପହଞ୍ଚାଯାଉଥିବା କୁହାଯାଇଛି । +ଏହା ମଧ୍ୟ ଏବେ କାମ କରୁନଥିବା ଦେଖିବାକୁ ମିଳିଛି । +ଜିଲ୍ଲାରେ ୮୮ଟି ଏଭଳି ଝରଣା ପାଣିକୁ ପାଇପ ଯୋଗେ ଜଳ ଯୋଗାଣ କରାଯାଉଥିବା କାଗଜ କଲମରେ ରିପୋର୍ଟ ଦିଆଯାଉଛି । +ବିଶେଷକରି ଜିଲ୍ଲାର ବଣ୍ଡାଘାଟି ଏବଂ ସ୍ବାଭିମାନ ଅଂଚଳରେ ଏହି ଭଳି ପାଣିର ବ୍ୟବସ୍ଥା କରାଯାଇଛି । +ତେବେ ଏବେ ଗ୍ରୀଷ୍ଣର ପ୍ରଖର ତାତିରେ ଝରଣା ବି ଶୁଖିଗଲାଣି । +ଲୋକେ ନଦୀ ନିକଟରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି । +ଏନେଇ ବିଭିନ୍ନ ରାଜନୈତିକ ଦଳ ଜିଲ୍ଲାରେ ପାଣିର ଉତ୍କଟ ସମସ୍ୟା ନେଇ ଦାବି କରିଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କେବଳ ପ୍ରତିଶ୍ରୁତି ଦେଇ ଓହରି ଯାଉଥିବା ଦେଖିବାକୁ ମିଳିଛି । +ଏବେ ଜିଲ୍ଲାରେ ପାଣି ସମସ୍ୟାକୁ ଦୁର କରିବା ପାଇଁ ସରକାର ୧୦ଟି ମେଗା ପାନୀଜ ଜଳ ପ୍ରୋଜେକ୍ଟ ଆରମ୍ଭ କରୁଛି । +ତେବେ ଏହା କେବେ ସରିବ ଏବଂ ଲୋକେ ପାଣି ପାଇବେ ତାହା ଦେଖିବାକୁ ବାକି ରହିଲା । +ଜନ ସମର୍ଥ ପୋର୍ଟାଲର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଗୋଟିଏ ପ୍ଲାଟଫର୍ମରେ ମିଳିବ ବହୁ ସରକାରୀ… +ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କ୍ରେଡିଟ୍-ଲିଙ୍କଡ ସରକାରୀ ଯୋଜନା ପାଇଁ ଏକ ସାଧାରଣ ପୋର୍ଟାଲ ଜନ ସମର୍ଥର ଶୁଭାରମ୍ଭ କରିଛନ୍ତି । +ଏହାଦ୍ୱାରା ସରକାରୀ ଯୋଜନା ଜରିଆରେ ଋଣ ନେବା ସହଜ ହେବ । +ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ଗଠିତ +ନବରଙ୍ଗପୁର ଜିଲ୍ଲା ରେ କିନ୍ନର ମାନଙ୍କ ବିଭିନ୍ନ ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚାଇବା ଏବଂ ଏଗୁଡିକର ତୁରନ୍ତ ସମାଧାନ ନିମନ୍ତେ ନବରଙ୍ଗପୁର ଜିଲ୍ଲାର ସମସ୍ତ କିନ୍ନର ମାନେ ମିଶି ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ନାମରେ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ୦୬/୨୦୨୨ ପତ୍ର ସଂଖ୍ୟା ଅନୁଯାୟୀ ରେଜିଷ୍ଟ୍ରିଭୁକ୍ତ କରିଛନ୍ତି । +ଉକ୍ତ ସଂଘରେ ଟେଲିଫିଲ୍ମ ନିର୍ଦେଶକ ମନୋଜ କୁମାର ପଟ୍ଟନାୟକଙ୍କୁ ସର୍ବସମ୍ମତି କ୍ରମେ ସଙ୍ଘର ଅଧ୍ୟକ୍ଷ ଭାବେ ମନୋନୀତ କରିଥିବା ବେଳେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ରଙ୍କୁ ଉପଦେଷ୍ଟା କରିଛନ୍ତି । +ଏହି ସଂଘରେ ସଭାପତି ଭାବରେ ଯୋସେଫ କୂଳଦୀପ(କାଜଲ) ହୋଇଥିବା ବେଳେ ଉପସଭାପତି ଭାବେ ବାବୁଲି ହରିଜନ(ସୋନା), ସମ୍ପାଦକ ଭାବେ ଇଶାକ ହରିଜନ(ଚୁମକୀ), ସହସମ୍ପାଦକ ଭାବେ ପ୍ରଶାନ୍ତ ବିଷୋୟୀ(ପ୍ରୀତି) ଏବଂ କୋଷାଧ୍ୟକ୍ଷ ଭାବରେ କଳ୍ପନା ପୃଷ୍ଟି ଦାଇତ୍ୱ ତୁଲାଇବେ, ସେହିପରି ସଙ୍ଘର ମୁଖ୍ୟ କାର୍ଯ୍ୟନିର୍ବାହୀ ସଭ୍ୟ ଭାବରେ ଅଧ୍ୟାପକ ଅଖିଳ ଭଟ୍ଟଙ୍କୁ ମନୋନୀତ କରିଥିବା ବେଳେ ଅନ୍ୟ କାର୍ଯ୍ୟନିର୍ବାହୀ ସଭ୍ୟ ଭାବରେ ଜଗନ୍ନାଥ ରଥ, ସଂଜୀବ କୁମାର ସିଂହ, ତୁଷାରକାନ୍ତି ଖୋସଲା, ଲଷ୍ମୀ ଜାନୀ, ଜୟନ୍ତୀ ବାଳା, ସାନୁ ହରିଜନ, ବୁଟୁ ଜାନୀ ପ୍ରମୁଖଙ୍କୁ ଦାଇତ୍ୱ ଦିଆଯାଇଛି । +ସେହିପରି ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ସଭାପତି ଭାବରେ ପ୍ରିୟା ବେସେରା, ଡାବୁଗାଁ ବ୍ଲକ ସଭାପତି ମଙ୍ଗଳ ଦେଇ, ତେନ୍ତୁଳିଖୁଣ୍ଟି ବ୍ଲକ ସଭାପତି ବୁଟୁ ଜାନୀ, ପାପଡାହାଣ୍ଡି ବ୍ଲକ ସଭାପତି ଭାବରେ ଲଷ୍ମୀ ଜାନୀ, ରାଇଘର ବ୍ଲକ ସଭାପତି ଭାବେ ଜୟନ୍ତୀ ବାଳା, କୋଷାଗୁମୁଡ଼ା ବ୍ଲକ ସଭାପତି ଭାବେ ବୈଦ୍ୟନାଥ ନାୟକ ପ୍ରମୁଖଙ୍କୁ ଦାଇତ୍ୱ ଦିଆଯାଇଛି । +ପରବର୍ତ୍ତୀ ସମୟରେ ଅନ୍ୟ ବ୍ଲକ ମାନଙ୍କର ସଭାପତି ଚୟନ କରାଯିବ ଏବଂ କୌଣସି କାରଣ ବଶତଃ ଯେଉଁ କିନ୍ନର ମାନେ ନିଜର ପରିଚୟ ଦେଉନାହାନ୍ତି ସେମାନଙ୍କୁ ଜିଲ୍ଲାରୁ ଖୋଜି ବାହାର କରି ସରକାରଙ୍କ ବିଭିନ୍ନ ଯୋଜନାରେ ସେମାନଙ୍କୁ ସାମିଲ କରାଯିବ ବୋଲି ସଂଘ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି । +ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମୋଟ ୩୮ଜଣ କିନ୍ନରଙ୍କୁ ଚିନ୍ନଟ କରାଯାଇଛି ବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ ସଭ୍ୟ ଶ୍ରୀ ଅଖିଳ ଭଟ୍ଟ ସୂଚନା ଦେଇଛନ୍ତି । +ଏହି ଅବସରରେ ମୁନିସିପାଲିଟି ଅଞ୍ଚଳରେ କିନ୍ନର ମାନେ ମାଁ ଭଣ୍ଡାରଘରଣୀଙ୍କ ଆଶ୍ରିବାଦ ନିମନ୍ତେ ଦର୍ଶନ କରିଥିଲେ । +ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ଦଳର ପ୍ରତ୍ୟେକ କର୍ମୀ ‘ଏକ ମନ ଏକ ପ୍ରାଣ’ ହୋଇ କାର୍ଯ୍ୟ… +ଆସନ୍ତା ଏପ୍ରିଲ ୧୭ ତାରିଖରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ଦଳର ପ୍ରତ୍ୟେକ କର୍ମୀ ବିଜୁବାବୁଙ୍କ ଅଭିଳଷିତ ଓଡ଼ିଶା ଗଠନ ନିମନ୍ତେ ‘ଏକ ମନ ଏକ ପ୍ରାଣ’ ହୋଇ କାର୍ଯ୍ୟ କରିବା ନିମନ୍ତେ ପୁନଃ ସଂକଳ୍ପ ନେବେ । +ଏହି ଦିନ ବିଧିବଦ୍ଧ ସମୂହ ସଂକଳ୍ପ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ । +ଏଥିପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଦଳୀୟ ପଦାଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି । +ବୋଲେରୋ ସହ ଏକ କ୍ୟୁଣ୍ଟାଲ ଗଂଜେଇ ଜବତ, ଦୁଇ ଗିରଫ +ଫୁଲବାଣୀ -28/6:ସଦର ପୋଲିସ କୁ ମିଳିଛି ସଫଳତା । +ଫୁଲବାଣୀ ସଦର ପୋଲିସ ବିସିପଡା -କଟ୍ରି ଙ୍ଗିଆରାସ୍ତାରେ ଏକମହିନ୍ଦ୍ର । +ପିକ ଅପ ବୋଲେରୋ ସହ ଏକ କ୍ୟୁଣ୍ଟାଲ ୭ କେଜି ଚୋରା ଗଂଜେଇ ଜବତ କରିଛି । +ଜବତମହିନ୍ଦ୍ର । + ବୋଲେରୋପିକଅପ ଭ୍ୟାନ୍ ନମ୍ବର 0D-02-BM9340. +ଏଥି ସହ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । +ଗିରଫ ଦୁଇ ଅଭିଯୁକ୍ତ ହେଲେ ସାଡୀଙ୍ଗିଆ ଅଂଚଳ ର ଚି଼କୁନ ଦିଗଲ ଓ ଅନାମିକା ଦିଗଲ ବୋଲି ସଦର ଏସ ଆଇ ସମ୍ବିତ ବେହେରା କହିଛନ୍ତି । +ଏ ନେଇ ସଦର ପୋଲିସ ୯୯ /୨୨ ରେ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଥିବା ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି । +ସୂଚନା ଯୋଗ୍ୟ ଯେ ପୂର୍ବରୁ ସୂଚନା ପାଇ ଏସ ଆଇ ସମ୍ବିତ ବେହେରା ଙ୍କ ନେତୃତ୍ୱରେ ଗଠିତ ଟିମ ଚଢ଼ାଉ କରି ଜବତ କରିଥିଲା । +ଏସ ଆଇ ବେହେରା ଙ୍କ କାର୍ଯ୍ୟ ଦକ୍ଷତା ଓ ଉପସ୍ଥିତ ବୁଦ୍ଧି ଯୋଗୁଁ ଏହି ସଫଳତା ମିଳିଥିବା କୁହାଯାଉଛି । +କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । + ଉପକୃତ ହେବେ ସାଢେ ୭… +କେନ୍ଦୁପତ୍ର ସଂଗ୍ରହ ମୂଲ୍ୟରେ ବୃଦ୍ଧି କରାଯିବା ନେଇ ଆଜି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । +ଏହାଦ୍ୱାରା ୭.୫୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଉପକୃତ ହେବେ । +ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦୁପତ୍ରର ସଂଗ୍ରହ ମୂଲ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । +ଏହି ନିଷ୍ପତ୍ତି ଅନୁଯାୟୀ ୨୦୨୨ ଫସଲ ବର୍ଷ ପାଇଁ ଉଭୟ ପ୍ରୋସେସ ଅଞ୍ଚଳ ଓ ଫାଲ ଅଂଚଳରେ କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ରେ ବୃଦ୍ଧି କରାଯାଇଛି । +ଏହାଦ୍ଵାରା ରାଜ୍ୟରେ ୭.୫୦ ଲକ୍ଷ ଗରୀବ କେନ୍ଦୁପତ୍ର ତୋଳାଳୀ ୨୪୦ କୋଟି ଟଙ୍କାର ଅଧିକ ରୋଜଗାର ପାଇପାରିବେ । +ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଜନଜାତି ମହିଳା । +ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ବୋନସ ଓ ବିଭିନ୍ନ ଭତ୍ତା ବାବଦରେ ମଧ୍ୟ୍ୟ ୧୨୦ କୋଟି ଟଙ୍କା ମଂଜୁର କରାଯାଇଛି । +ଏହାଦ୍ଵାରା ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ଅନ୍ୟାନ୍ୟ କର୍ମଚାରୀ (Seasona । +Staff) ଉପକୃତ ହେବେ । +ସୂଚନାଯୋଗ୍ୟ , ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟର ସମସ୍ତ ଲାଭକୁ (Trade surp । +us) କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ଅନ୍ୟାନ୍ୟ କର୍ମଚାରୀ (Seasona । +Staff) ମାନଙ୍କ କଲ୍ୟାଣ ପାଇଁ ବିନିଯୋଗ କରୁଛନ୍ତି । +” +ଅଜଣା ଗାଡି ଧକ୍କା ରେ ଯୁବତୀ ଆହତ +ଫୁଲବାଣୀ 27/6 ଅଜଣା ଗାଡି ଧକ୍କା ରେ ଦାରିଂବାଡ଼ି କଫି ବଗିଚା ନିକଟରେ ଜଣେ ଯୁବତୀ ଗୁରୁତର ଆହାତ ହୋଇଥିବା ଜଣାପଡିଛି । +ଯୁବତୀ ଜଣଙ୍କ ର ମୁଣ୍ଡ ଓ ଅନ୍ୟାନ୍ୟ ସ୍ଥାନ ରେ ଆଘାତ ଲାଗିଛି । +ଆହାତ ଯୁବତୀ ଜଣଙ୍କ ବୁଦାନପାଲି ଅଂଚଳ ର ଲୁଵାଣି ପ୍ରଧାନ ବୋଲି ଜଣାପଡିଛି । +ସେ ଅଚେତ ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକେ ଦେଖି ଡାକ୍ତର ଖାନରେ ଭର୍ତ୍ତି କରିଥିଲେ । +ଦାରିଂବାଡ଼ି ର ମହିଳା ନେତ୍ରୀ ତଥା ସମାଜସେବୀ ବିଳାସିନୀ ନାୟକ ଓ ରିତାରାଣୀ ମଲ୍ଲିକ ଚିକିତ୍ସା ବ୍ୟବସ୍ଥା ବୁଝୁଛନ୍ତି । +ଦାରିଂବାଡ଼ି ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣା ର ତଦନ୍ତ କରୁଛି । +ଯୁ ବତି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି । +ସରପଞ୍ଚରୁ ରାଜ୍ୟସଭା ଯାତ୍ରା +ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡିର ୪ ପ୍ରାର୍ଥୀ । +ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ଆଜି ବିଧିବଦ୍ଧ ଭାବେ ସଚିବାଳୟ ପରିସରରେ ପ୍ରାର୍ଥିପତ୍ର ଭରିଛନ୍ତି । +ଓଡ଼ିଶାରୁ ରାଜ୍ୟସଭା ପାଇଁ ସ୍ମିତଙ୍କୁ ଛାଡ଼ିଦେଲେ ପ୍ରଥମଥର ପାଇଁ ୩ ନୂଆ ମୁହଁ ରାଜ୍ୟସଭା ଯାଉଛନ୍ତି । +ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଯାଜପୁର ବିଧାନସଭା ମଣ୍ଡଳୀର ମହିଳା ପ୍ରାର୍ଥୀ ସୁଲତା ଦେଓ । +ସୁଲତା ତାଙ୍କ ରାଜନୈତିକ କ୍ୟାରିୟର ସରପଞ୍ଚରୁ ଆରମ୍ଭ କରିଥିଲେ । +ହେଲେ ଆଜି ରାଜ୍ୟସଭା ଯାଏ ପହଞ୍ଚିଛନ୍ତି । +ସୁଲତା ପ୍ରଥମେ ୨୦୦୨ ମସିହାରେ ବରୀ ବ୍ରହ୍ମବରଦା ପଞ୍ଚାୟତର ସରପଞ୍ଚ ଥିଲେ । +ପରେ ୨୦୦୭ରେ ଜିଲ୍ଲା ପରିଷଦ ଜୋନ (୩୬)ରୁ ସଭ୍ୟା ଭାବେ ନିର୍ବାଚିତ ହେଲେ । +୨୦୦୯ ମସିହାରେ ଜିଲ୍ଲା ପରିଷଦ ସଭ୍ୟା ପଦରୁ ଇସ୍ତଫା ଦେଇ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଇଲେ । +୨୦୧୨ରେ ସୁଲତାଙ୍କ ରାଜନୈତିକ କ୍ୟାରିୟରରେ ବଡ଼ ପରିବର୍ତ୍ତନ ଆସିଲା । +ବିଜେଡିରୁ ବରୀ ବିଧାୟକ ଦେବାଶିଷ ନାୟକ ନିଲମ୍ୱତ ହେବା ପରେ ୨୦୧୨ରୁ ୨୦୧୩ ଯାଏ ବରୀ ନିର୍ବାଚନମଣ୍ଡଳୀର ବିଜେଡି ସାଂଗଠନିକ ଦାୟିତ୍ୱରେ ରହିଲେ । +ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ: ମେ ୩୧ରେ ହେବ ଭୋଟଗ୍ରହଣ +ବ୍ରଜରାଜନଗର: ବହୁ ପ୍ରତିକ୍ଷିତ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି | ଆସନ୍ତା ମାସ ଶେଷ ଆଡକୁ ଅର୍ଥାତ ମେ ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ | ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆସନ୍ତା ୪ ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ମେ ୧୧ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ପଡିବ | ମେ ୧୭ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବାବେଳେ ମେ ୩୧ ତାରିଖରେ ଭୋଟଗ୍ରହଣ ହେବ | ସେହିପରି ଜୁନ ୩ ରେ ଭୋଟ ଗଣତି ହେବ | ଗତ ଡିସେମ୍ବର ୩୦ ତାରିଖ ଦିନ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଛି । +ନେପାଳରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଓଡ଼ିଆ ପରିବାର । + ପତ୍ନୀ, ପୁଅ, ଝିଅଙ୍କ ସହ ନେପାଳ… +କାଠମାଣ୍ଡୁ: ନିଖୋଜ ବିମାନର ମିଳିଲା ସନ୍ଧାନ । +ନେପାଳର ପୋଖରାରୁ ଜୋମ୍‌ସୋମ୍‌ ଅଭିମୁଖେ ଯାଉଥିବା ଏକ ଘରୋଇ ବିମାନ ଆଜି କ୍ରାଶ ହୋଇଛି । +ବିମାନଟି ମୁସ୍‌ତାଙ୍ଗର କୋଆଙ୍ଗା ଗ୍ରାମରେ ଲମଚେ ନଦୀ ନିକଟସ୍ଥ କ୍ରାଶ କରିଥିବା ଠାବ ହୋଇଛି । +‘ତାରା’ ନାମକ ଏହି ବିମାନଟି ମନପାଠି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । +ନେପାଳ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି । +ନେପାଳ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । +ବିମାନରେ ୨୨ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଭାରତୀୟ ଥିଲେ । +ସେହି ୪ ଜଣ ଓଡ଼ିଶାର ବୋଲି ଜଣାପଡ଼ିଛି । +ସେମାନେ ଗୋଟିଏ ପରିବାରର ହୋଇଥିବା ବେଳେ ନେପାଳ ବୁଲିବାକୁ ଯାଇଥିଲେ । +ଏହି ୪ ଜଣ ହେଲେ ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ଓ ବୈଭବୀ ତ୍ରିପାଠୀ । +ପରିବାର ସହ ନେପାଳ ବୁଲିଯାଇଥିଲା ବେଳେ ବିମାନ ଦୁର୍ଘଟଣା ଘଟିଛି । +ସୂଚନା ଅନୁଚଯାୟୀ, ନେପାଳର ପୋଖରାରୁ ଜୋମ୍‌ସୋମ୍‌ ଅଭିମୁଖେ ଯାଉଥିବା ଏହି ଛୋଟ ବିମାନ ସହ ଆଜି ସକାଳୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । +ଗଂଜେଇ,ମଟର ସାଇକେଲ ଓ ବନ୍ଧୁକ ଜବତ, ଜଣେ ଗିରଫ +ମାଲକାନଗିରି,୨୬/୫ ଗଂଜେଇ ଚାଲାଣ ରୋକିବା ପାଇଁ ମାଲକାନଗିରି ଜିଲ୍ଲା ପୁଲିସ ତରଫରୁ ଜୋରଦାର ଚଢାଉ ଜାରି ରହିଛି । +ବିଭିନ୍ନ ପୁଲିସ ଥାନା ପକ୍ଷରୁ ଦିନରାତି ଚଢାଉ କରାଯାଇ ଗଂଜେଇ ମାଫିଙ୍କ ନିଦ ହଜାଇ ଦିଆଯାଉଛି । +ଏହି କ୍ରମରେ ଜିଲ୍ଲାର ମୁଦୁଲିପଡା ଥାନାର ପୁଲିସ ଟିମ ଗତକାଲି ରାତିରେ ପେଟ୍ରୋଲିଂ କରୁଥିବା ବେଳେ ପୂଜାରିଗୁଡା ନିକଟସ୍ଥ ଜଂଗଲରେ ପାଖେ କେହି ଜଣେ ଲୋକ ଠିଆ ହୋଇଛି ଏବଂ ତା ନିକଟରେ କିଛି ଜରି ବ୍ୟାଗ ରହିଛି । +ତୁରନ୍ତ ପୁଲିସ ସେଠାକୁ ଯାଇ ବ୍ୟକ୍ତିଙ୍କୁ ଧରିବା ସହ ଜରି ବ୍ୟାଗଗୁଡିକକୁ ତଦନ୍ତ କରିବା ପରେ ସେଥିରେ ଗଂଜେଇ ରହିଥିବା ଜାଣିବାକୁ ପାଇଥିଲା । +ତୁରନ୍ତ ପୁଲିସ ସେହି ବ୍ୟକ୍ତିକୁ ଗିରଫ କରିବା ସହ ଗଂଜେଇକୁ ଜବତ କରିଥିଲା । +ଗଂଜେଇ ସହ ଗୋଟିଏ ମଟର ସାଇକେଲ ଏବଂ ଦୁଇଟି ବନ୍ଧୁକ ମଧ୍ୟ ଜବତ କରିଥିବା ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି । +ଗିରଫ ହୋଇଥିବା ବ୍ୟକ୍ତି ଜଣକ ଜମ୍ବାରିଗୁଡା ଗ୍ରାମର ଝମାରି ଖିଲ । +ଏହି ଗଂଜେଇ ଜମ୍ବାରିଗୁଡା ଗ୍ରାମରୁ ମାଛକୁଣ୍ଡକୁ ଚାଲାଣ କରାଯାଇଥାନ୍ତା ପରେ ସେଠାରୁ ବାହାର ଜିଲ୍ଲା କିମ୍ବା ରାଜ୍ୟକୁ ଚାଲାଣ କରାଯାଇଥାନ୍ତା ବୋଲି ପୁଲିସ କହିଛି । +ତେବେ ଝମାରି ଖିଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଶ୍ରୀ ଦ୍ବିବେଦୀ କହିଛନ୍ତି । +ତେବେ ବିଶେଷକରି ଚିତ୍ରକୋଣ୍ଡାରୁ ଗଂଜେଇ ସାରା ରାଜ୍ୟକୁ ଚାଲାଣ କରାଯାଉଥିବା ସହ ପଡୋଶୀ ରାଜ୍ୟକୁ ମଧ୍ୟ ଚାଲାଣ କରାଯାଉଛି । +ତେଣୁ ଚିତ୍ରକୋଣ୍ଡା ଏସଡିପିଓଙ୍କ ଉପରେ ଏନେଇ ଚାପ ବଢିବାରେ ଲାଗିଛି । +ଲଗାତାର ସେ ଗଂଜେଇ ଚାଲାଣ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । +ଆଗକୁ ମଧ୍ୟ ଏହି ଚଢାଉ ଜାରି ରହିବ ବୋଲି କୁହାଯାଇଛି । +ରାଜ୍ୟର ସର୍ବଶ୍ରେଷ୍ଠ ପୋଷ୍ଟମ୍ୟାନ ଢେଙ୍କାନାଳର ସୋହନ ମାହୁନ୍ତ +ଦାୟିତ୍ୱବାନ, କର୍ତବ୍ୟପ୍ରେମ, ସଚୋଟତା, ଭଳି ଶବ୍ଦ ଗୁଡିକ କେତେ ମୂଲ୍ୟବାନ ତାହାର ଏକ ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ । +ଜିଲ୍ଲା ମୁଖ୍ୟ ଡାକ ଘରେ ୧୧ ବର୍ଷ ଧରି ନିରବଛିନ୍ନ ସେବା ଦେଉଥିବା ପୋଷ୍ଟମ୍ୟାନ ଶୋହନ ମାହୁନ୍ତଙ୍କୁ ସର୍ବଶ୍ରେଷ୍ଠ ପୋଷ୍ଟମ୍ୟାନ ସମ୍ମାନରେ ସମ୍ମାନିତ କରିଛି ଓଡିଶା ଡାକ ସର୍କଲ । +ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ +ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ । +ଛତିଶଗଡ ରାୟଗଡା ସେସନ୍ସ କୋର୍ଟ ଦେଲେ ଦଣ୍ଡାଦେଶ । +କଳ୍ପନା ଦାସ ଓ ତାଙ୍କ ଝିଅ ବବଲିକୁ ହତ୍ୟା ମାମଲାରେ ଅନୁପଙ୍କୁ ଆଜୀବନ କାରାଦଣ୍ଡ ମିଳିଛି । +ଆଗପଛ ହୋଇ ଚାଲିଗଲେ ଦୁଇ ଝିଅ । +ଉଭୟଙ୍କ ଚକ୍ଷୁଦାନ କରିଦେଲେ ଅଟୋବାଲା ବାପା । +ଏକାସାଙ୍ଗେ ଦୁଇ ଝିଅଙ୍କୁ ହରାଇଥିବା ଭୁବନେଶ୍ୱର ଶାସ୍ତ୍ରୀ ନଗରର ଅଟୋବାଲା ସମରେନ୍ଦ୍ର ସାହୁ । +ଶରୀରର ଦୁଇ ବାହୁ ବୋଲାଉଥିଲେ ବଡ଼ ଝିଅ ଶୁଭଲକ୍ଷ୍ମୀ ଓ ସାନ ଝିଅ ଭାଗ୍ୟଲକ୍ଷ୍ମୀ । +ଗରିବୀର ଛାତ ତଳେ ବରଗଛ ଭଳି ବିଶ୍ୱାସ ନେଇ, ବଡ଼ ଝିଅ ପାଇଥିଲା ବଡ଼ ଚାକିରି । +ଚାଟାର୍ଡ ଆକାଉଟାଂଟ୍ ଶୁଭଲକ୍ଷ୍ମୀ ନାଇଜରରେ ବାର୍ଷିକ ୨୨ ଲକ୍ଷ ଟଙ୍କାର ପ୍ୟାକେଜ୍ ପାଇଥିଲେ । +ଆଉ ସାନ ଝିଅ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ସାଇନ୍ସରେ ଗ୍ରାଜୁଏସନ୍ କରୁଥିଲେ । +ହେଲେ ନିୟତିର ଲେଖା କିଛି ଅଲଗା ଥିଲା, ଫୁଡ୍ ପଏଜନ ହେତୁ ଦୁଇ ଝିଅଙ୍କ ଜୀବନ ଆଗ ପଛ ହୋଇ ଚାଲିଗଲା । +ଜଣେ ଅଟୋବାଲା ବାପର ସ୍ୱପ୍ନ ହଜାରେ ଥିଲା କିନ୍ତୁ ସାକାର ହେବା ବଦଳରେ ଅଧାବାଟରେ ସେ ଅଟକିଗଲା । +ଦୁଇ ଝିଅଙ୍କ ମୃତ୍ୟୁ ପରେ ବି ସେମାନଙ୍କୁ ଆଖିଆଗରେ ଦୁରେଇ ନଦେବା ପାଇଁ ଦାନ କରିଦେଲେ ଦୁଇ ଝିଅଙ୍କ ଆଖି । +ଦୁଇ ଝିଅଙ୍କ ଆଖି ଏବେ ଅନ୍ୟ କାହାର ଅନ୍ଧାରି ଦୁନିଆରେ ଆଲୋକ ଭରୁଛି । +‘ମୋ ପରିବାର’ ସହାୟତାରେ ଅଟୋବାଲା ବାପା କରିଥିବା ମହତ କାମ ପାଇଁ ସବୁଠି ପ୍ରଶଂସା କରାଯାଉଛି । +ନୟାଗଡ଼ରେ ନୀଳମାଧବଙ୍କୁ କଲେ ଦର୍ଶନ ୫-ଟି ସଚିବ +-ଟି ସଚିବ ଭି.କେ ପାଣ୍ଡିଆନ ନୟାଗଡ଼ ଗସ୍ତ କରିଛନ୍ତି । +ନୟାଗଡ଼ ଜିଲା କଣ୍ଟିଲୋ ବିଜେ କରିଥିବା ଜଗନ୍ନାଥଙ୍କ ଆଦିପୀଠ ପ୍ରସିଦ୍ଧ ନୀଳମାଧବ ମନ୍ଦିରରେ ନୀଳମାଧବଙ୍କୁ ଦର୍ଶନ କରିବା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । +ଏହାସହ କଣ୍ଟିଲୋ ନୀଳମାଧବ ପୀଠର କିଭଳି ଉନ୍ନତିକରଣ ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି ଭି. କେ ପାଣ୍ଡିଆନ । +ଗସ୍ତ ସମୟରେ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ, ଖଣ୍ଡପଡା ବିଡିଓ ଅରୁଣିମା ସାହୁ ,ତହସିଲଦାର ପାର୍ଥସାରଥି ହାଁସଦା ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ । +ମନ୍ଦିରରେ ପୂଜକ ମାନେ ୫-ଟି ସଚିବଙ୍କୁ ସ୍ୱାଗତ କରିବା ସହ ମନ୍ଦିର ଭିତରେ ନୀଳମାଧବଙ୍କୁ ଦର୍ଶନ କରାଇଥିଲେ । +ଭି.କେ ପାଣ୍ଡିଆନଙ୍କ ଗସ୍ତ ମନ୍ଦିରର ଉନ୍ନତି କରଣ ଦିଗରେ ଅନେକ ଗୁରୁତ୍ୱ ରଖୁଛି । +ଏଥି ସହିତ ଜିଲ୍ଲାର ବିଭିନ୍ନ୍ ଉନ୍ନୟନ ମୂଳକ କାର୍ଯ୍ୟର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । +ଅନେକ ନିର୍ମାଣଧିନ କାର୍ଯ୍ୟକୁ ତ୍ୱରାନିତ କରିବାକୁ ମଧ୍ୟ ସରକାରୀ ଅଧିକାରୀଙ୍କୁ କହିଥିଲେ ୫-ଟି ସଚିବ । +ନାରାୟଣ ସେବା ଟ୍ରଷ୍ଟ ଦ୍ୱାରା ରକ୍ତ ଦାନ ଶିବିର ଆୟୋଜିତ +ସଂଜୀବ କୁମାର ରଣଜିତ,ମୟୂରଭଞ୍ଜ । +ମାଲକାନଗିରି ପୁଲିସ ନିକଟରେ ଦୁର୍ଦାନ୍ତ ମାଓବାଦୀର ଆତ୍ମସମର୍ପଣ +ମାଲକାନଗିରି,୧୧/୪ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା । +ଜଣେ ହାର୍ଡକୋର ମାଓବାଦୀ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି । +ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ନିତିଶ ଵାଧଵାନି ଏବଂ ବିଏସଏଫ ଡିଆଇଜି ଏସ.କେ.ସିହ୍ନାଙ୍କ ସମ୍ମୁଖରେ ବିଶାଖା ଡିଭିଜନର ପେଦାବାୟଲୁ କୋରକୋଣ୍ଡା ଏରିଆ କମାଣ୍ଡର ଭାନ୍ତଲା ରାଜୁ ଅରଫ ସାଗର ଆତ୍ମସର୍ପଣ କରିଛି । +ସାଗର ନାମରେ ସରକାର ୧ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ । +ସ୍ବାଭିମାନ ଅଂଚଳରେ ଲଗାତାର ପୁଲିସ ଏବଂ ବିଏସେଫର ଘନ ଘନ ଚଢାଉ ଏବଂ ରାଜ୍ୟ ସରକାରଙ୍କର ବିକାଶ ଧାରା ଜୋରସୋରରେ ଚାଲିଥିବାରୁ ମାଓବାଦୀ ଆଉ ସ୍ବାଭିମାନ ଅଂଚଳକୁ ନିଜର ସୁରକ୍ଷିତ ଅଡ୍ଡା ବୋଲି ଭାବୁନାହାନ୍ତି । +ତେଣୁ ଏହି ଅଂଚଳ ଛାଡି ଏବେ ମାଓବାଦୀ ଅନ୍ୟତ୍ର ଚାଲିଗଲେଣି । +ତେବେ କିଛି ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । +ସାଗର ସେମାନଙ୍କ ମଧ୍ୟରୁ ଅନ୍ୟତମ । +ମାଓ କମାଣ୍ଡର ସାଗରର ଘର ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ୍ ଜିଲ୍ଲାର ନାନୁବାରି ଗ୍ରାମରେ । +ଲଗାତାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବଂ ପୁଲିସ ଡିଜିଙ୍କ ଆହ୍ବାନ କ୍ରମରେ ମାଓବାଦୀ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେଣି । +ଗତ ୨ ବର୍ଷରେ ୨୦ରୁ ଉର୍ଦ୍ଧ୍ବ ମାଓ କମାଣ୍ଡରମାନେ ଆତ୍ମସମର୍ପଣ କରିଥିବା ବେଳେ ଶହେରୁ ଉର୍ଦ୍ଧ୍ବ ମିଲିସିଆମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିସାରିଲେଣି । +ମାଓ ସଂଗଠନରେ ଲାଗି ରହିଥିବା ଭେଦଭାବ,ନିର୍ଯାତନାକୁ ସହ୍ୟ କରି ନପାରି ମାଓବାଦୀମାନେ ଏବେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପେକ୍ଷା କରି ରହିଛନ୍ତି । +ଆଗକୁ ଆହୁରି ଅନେକ ମାଓବାଦୀ ଆତ୍ମସମର୍ପଣ କରିବେ ବୋଲି ପୁଲିସ କହିଛି । +ସ୍ବାଭିମାନ ଅଂଚଳ ଏବଂ ବଣ୍ଡାଘାଟିର ଯନ୍ତାପାଇ,ହନ୍ତାଳଗୁଡା,ଯଡାମ୍ବ,ଗୋରାସେତୁ,ଅଣ୍ଡ୍ରାହାଲ,ମୁଦୁଲିପଡା,ଘନବେଡା,ଯନ୍ତ୍ରୀ ଭଳି ଦୁର୍ଗମ ସ୍ଥାନରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଟା ହେବାପରେ ଘନ ଘନ ଚଢାଉ ଜାରି ରହିଛି । +ଏଥିସହ ଏହି ଅଂଚଳରେ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଥିବାରୁ ଲୋକେ ଆଉ ମାଓବାଦୀକୁ ସମର୍ଥନ କରୁନାହାନ୍ତି । +ଏଥିପାଇଁ ମାଓବାଦୀ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେଣି । +ଆତ୍ମସମର୍ଣ କରିଥିବା ସାଗର ଆନ୍ଧ୍ର ଏବଂ ଓଡିଶାରେ ବହୁ ହିଂସା ଘଟାଇଥିବା ପୁଲିସ କହିଛି । +ଆଗାମୀ ଦିନରେ ଯେଉଁ ମାଓବାଦୀମାନେ ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ । +ସରକାରଙ୍କର ଯାହା ଯାହା ସୁବିଧା ରହିଛି ସେସବୁ ମଧ୍ୟ ସେମାନେ ପାଇବେ ବୋଲି ଏସପି କହିଛନ୍ତି । +ଏଣିକି ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ୟୁନିଫର୍ମ ଭତ୍ତା +ଅଗ୍ନିଶମ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସୋମବାର ଏକ ବଡ଼ ଘୋଷଣା କରିଛନ୍ତି । +ଏଣିକି ଅଗ୍ନିଶମ କର୍ମଚାରୀଙ୍କୁ ୟୁନିଫର୍ମ ଭତ୍ତା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । +କର୍ମଚାରୀଙ୍କୁ ବାର୍ଷିକ ୫,୭୦୦ ଓ ୫,୮୦୦ ଟଙ୍କା ଭତ୍ତା ଦେବାକୁ ଘୋଷଣା କରିଛନ୍ତି । +ସେହିପରି ଆସିଷ୍ଟାଣ୍ଟ ଫାୟାର ଅଫିସରଠାରୁ ଫାୟାରମ୍ୟାନ ପର୍ଯ୍ୟନ୍ତ ସମସ୍ତଙ୍କୁ ୫,୭୦୦ଟଙ୍କା ଭତ୍ତା ମିଳିବା ବେଳେ ଲିଡିଂ ଫାୟାରମ୍ୟାନ, ଡ୍ରାଇଭର ହାବିଲଦାରଙ୍କୁ ୫,୮୦୦ ଟଙ୍କା ମିଳିବ । +ହେଲେ ଜୁଲାଇ ୧ ସୁଦ୍ଧା ୬ ମାସରୁ କମ ଚାକିରିଥିବା କର୍ମଚାରୀଙ୍କୁ ଭତ୍ତା ମିଳିବ ନାହିଁ ବୋଲି ସୂଚନା ମିଳିଛି । +ଘୁ. ଉଦୟଗିରି ସମବାୟ ସମିତି ରେ ୧୫ ସଦସ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ ,୨୪ରେ ସଭାପତି ନିର୍ବାଚନ:- +ଫୁଲବାଣୀ ୧୨ /୦୬:-(ସୁନୀଲ ପଟନାୟକ ) ସାରା ରାଜ୍ୟରେ ଥିବା ସମସ୍ତ ସମବାୟ ସମିତି ଗୁଡିକରେ ନିର୍ବାଚନ ନିମନ୍ତେ ଦିନ ଧାର୍ଯ୍ୟ ହେବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । + । +ଘୁ. ଉଦୟଗିରି ଠାରେ ଥିବା ବୃହଦାକାର ବହୁମୂଖୀ ସମବାୟ ସମିତି ର ବିଭିନ୍ନ ପଦ ପଦବୀ ଯଥା ସଭାପତି/ଉପସଭାପତି/ ସଦସ୍ୟ, ସଦସ୍ୟା ଆସନ ନିମନ୍ତେ ନିର୍ବାଚନ ଚାଲିଛି । +ପ୍ରଥମେ ସଦସ୍ୟ ଆସନ ନିର୍ବାଚନ ହୋଇଥାଏ ଯେଉଁମାନେ ସମବାୟ ସମିତି ସଭାପତି ଙ୍କୁ ନିର୍ବାଚିତ କରିଥାନ୍ତି । +ସେହି ପ୍ରକ୍ରିୟାରେ ସ୍ଥାନୀୟ ସମବାୟ ସମିତି ନିମନ୍ତେ ୩୦ ମଇ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ଶେଷ ତାରିଖ ଥିଲା କିନ୍ତୁ ୧୮ ଜଣ ସଦସ୍ୟ ବିଭିନ୍ନ ମଣ୍ଡଳୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଓ ୦୬ ଜୁନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷଦିନ ଥିଲା ୩ ଜଣ ସଦସ୍ୟ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ୧୫ ଜଣ ସଦସ୍ୟଙ୍କ ପ୍ରାର୍ଥୀପତ୍ର କାଏମ ରହିଥିଲା ଏବଂ ନିର୍ବାଚନ ଅଧିକାରୀ ବିଭୁଦତ୍ତ ପ୍ରଧାନ ୧୫ ଗୋଟି ସମବାୟ ନିର୍ବାଚନ ମଣ୍ଡଳୀରୁ ୧୫ ଜଣ ସଦସ୍ୟ/ସଦସ୍ୟା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ । +ସେଥିମଧ୍ୟରୁ ଅନୁସୂଚିତ ଜନଜାତି ପୁରୁଷ ଆସନ ନିମନ୍ତେ ୭ ଟି ନିର୍ବାଚନ ମଣ୍ଡଳୀ, ଅନୁସୂଚିତ ଜନଜାତି ମହିଳା ଆସନ ପାଇଁ ୩ ଟି ନିର୍ବାଚନ ମଣ୍ଡଳୀ, ଅଣ- ସଂରକ୍ଷିତ ଆସନ ପାଇଁ ୫ ଟି ନିର୍ବାଚନ ମଣ୍ଡଳୀ ନିମନ୍ତେ ୧୫ ଜଣ ସଦସ୍ୟ ଓ ସଦସ୍ୟା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । +ସେମାନେ ହେଲେ ସାହେବ କହଁର ( ଡୁଙ୍ଗି ), ବିବେକାନନ୍ଦ ପ୍ରଧାନ ( ସୁଜେଲି), ଦ୍ୱିଜେନ୍ଦ୍ରନାଥ ପ୍ରଧାନ( ମାଲିକା ପଡ଼ି ), ମୟବନ୍ଧୁ ପ୍ରଧାନ( କୁର୍ମିଙ୍ଗିଆ), ବୀରେନ୍ଦ୍ର ପ୍ରଧାନ ( ବିଲାବାଡା ), ବକ୍ସି ମଲିକ ( ତାରାବାଡ଼ି ),ଜମେଶ ଚନ୍ଦ୍ର ପ୍ରଧାନ ( ବାଡେନାଜୁ ) ,ଶ୍ରୀମତୀ ଲିଲିମା ପ୍ରଧାନ ( ଡମେଙ୍ଗି ), ଯୋଷଦା ପ୍ରଧାନ ( ବାଡେନାଜୁ ) ,ରୁନୁମା ପ୍ରଧାନ ( ବାକିକାମ୍ବା) ,କିଶୋର ଚନ୍ଦ୍ର ପ୍ରଧାନ ( ଘ୍. ଉଦୟଗିରି) ,ସଚିଦାନନ୍ଦ ପ୍ରଧାନ ( ଗୁନ୍ଦାବାଜୁ ),ଦିଲିପ କୁମାର ବଳ ( ଘୁ. ଉଦୟଗିରି), ଯୋଶିତ କୁମାର ପ୍ରଧାନ ( ଜଡାଙ୍ଗବାଲି ) ,ବାକିରାମ ନାୟକ ( କୁର୍ମିଙ୍ଗିଆ ) । +ନିର୍ବାଚିତ ସଦସ୍ୟ ମାନଙ୍କ ଦ୍ଵାରା ସଭାପତି ନିର୍ବାଚିତ ହେବାକୁ ଥିବାବେଳେ ସମବାୟ ସମିତି କମିଟି ସଭାପତି ଆସନ ନିମନ୍ତେ ୨୧ ତାରିଖ ନାମାଙ୍କନ ପତ୍ର ଦାଖଲ, ଯାଞ୍ଚ୍, ନିର୍ବାଚନ ସଂକେତ ପ୍ରଦାନ ସହ ପ୍ରତ୍ୟାହାର ଥିବାବେଳେ ୨୨ ତାରିଖ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ୨୪ ତାରିଖ ଦିନ ସଭାପତି ଆସନ ନିମନ୍ତେ ନିର୍ବାଚନ ହେବା ସହ ଭୋଟ ଗଣତି ଏବଂ ଫଳା ଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀଙ୍କ ନିକଟରୁ ସୂଚନା ମିଳିଛି । +ରାହୁଲ ଗାନ୍ଧୀଙ୍କୁ ଇଡିର ଡାକରା ରାଜନୈତିକ ଆକ୍ରୋଶର କାରଣ-କଂଗ୍ରେସ +ଭାରତ ବର୍ଷର ସ୍ୱାଧୀନ ସଂସ୍ଥା ମାନଙ୍କୁ ବିଜେପି ନିଜ ଦଳୀୟ କାର୍ଯ୍ୟରେ ଲଗାଇବା ବହୁ ମହଙ୍ଗା ପଡ଼ିବ +ଚର୍ଚ୍ଚାରେ ମନ ମୁଣ୍ଡା ଏ ଆର୍ ଆଇ ଶରତ ବେହେରା ବାଲି ଚୋରା ଚାଲାଣ ରୋକିବାକୁ ନେଇଛନ୍ତି ବିହିତ… +ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ତହସିଲ ମନମୁଣ୍ଡା  ତେଲନଦୀ ମାଉଲି ମନ୍ଦିର ନିକଟ ବାଲିଘାଟରୁ ବେଆଇନ ବାଲି ଉଠାଣ ହେଉଥିବା ଗତ ୩ଦିନ ହେଲା ଅଭିଯୋଗ ହୋଇ ଆସୁଥିଲା । +ଆଜି ସନ୍ଧ୍ଯା ୬ଟା ସମୟରେ ମନମୁଣ୍ଡା ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଶ୍ରୀଯୁକ୍ତ ଶରତ ବେହେରା ଅଫିସ କର୍ମଚାରୀଙ୍କୁ ସାଙ୍ଗରେ ଧରି ଉକ୍ତ ବାଲିଘାଟରେ ଚଢାଉ କରିଥିଲେ । +ଚଢାଉ ସମୟରେ ୩ ଗୋଟି ଟ୍ରାକ୍ଟରରେ ବାଲି ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା । +ସେହି ସମୟରେ ଭାରପ୍ରାପ୍ତ ରାଜସ୍ବ ନୀରିକ୍ଷକ ଓ ସମସ୍ତ ଷ୍ଟାଫ୍ ପହଞ୍ଚି ବାଲି ଚୋରା ଚାଲାଣ କରୁଥିବା ତିନୋଟି ଟ୍ରାକ୍ଟର କୁ ଜବତ କରି ପାଞ୍ଚ ହଜାର ଟଙ୍କା ଲେଖାଏଁ ଫାଇନ ଆଦାୟ କରିବା ସହ ବାଲି ଚୋରାଚାଲାଣ ନ କରିବାକୁ ସମସ୍ତ ଗାଡ଼ି ମାଲିକ ମାନଙ୍କୁ ତାଗିଦ୍ କରିଛନ୍ତି । +ଫାଇନ ଆଦାୟ ହୋଇଥିବା ଗାଡ଼ି ଗୁଡ଼ିକ ହେଲା ପଞ୍ଚାନନ ମେହେରଙ୍କ ଓଡି୧୭ଏ ୧୯୬୮, ସଚ୍ଚିଦାନନ୍ଦ ବିଶିଙ୍କ ଓଡି୩୧କେ ୦୮୨୫, ବିବେକାନନ୍ଦ ସାହୁଙ୍କ ୩ଗୋଟି ଟ୍ରାକ୍ଟରରୁ ୫ ହଜାର ଲେଖାଏଁ ୧୫ହଜାର ଟଙ୍କା ଫାଇନ ଗତକାଲି ଆଦାୟ କରାଯାଇଥିବା ବେଳେ ଆଜି ପୁଣି ଚଢ଼ାଉ କରି ଦୁଇଟି ଟ୍ରାକ୍ଟର ଠାରୁ ଦଶ ହଜାର ଟଙ୍କା ଫାଇନ ଆଦାୟ କରିଥିବାର ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଶ୍ରୀଯୁକ୍ତ ବେହେରା ସୂଚନା ଦେଇଛନ୍ତି । +ଆଜିର ଟ୍ରାକ୍ଟର ଦ୍ବୟ ଗଣେଶ ପାତ୍ର ଓ ବିନାୟକ ସାହୁ ଙ୍କ ବୋଲି ଜଣା ପଡିଛି । +ଆଜି ପର୍ଯ୍ୟନ୍ତ ମନ୍ ମୁଣ୍ଡା ଅଞ୍ଚଳରେ ଟ୍ରାକ୍ଟର କୁ ବାଲି ଚୋରା ଚାଲାଣ କରିବାରେ ଧରୁ ନ ଥିବା ବେଳେ ଅସନ୍ତୋଷ ପ୍ରକାଶ ପାଉଥିଲା । +ଏ ଆର୍ ଆଇ ଶରତ ବେହେରା ଙ୍କ ଏପରି ପଦକ୍ଷେପ କୁ ବୁଦ୍ଧି ଯିବି ମହଲରେ ସ୍ଵାଗତ ଯୋଗ୍ୟ ବୋଲି ଚର୍ଚ୍ଚା ହେଉଛି । +ଆଗକୁ ଜୋର୍ ସୋର ଏହି ଧଡ ପଗଡ ଜାରି ରହିବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି । +ଜଗା ଦର୍ଶନ ହେଲା ଶେଷ ଦର୍ଶନ – ମନ୍ଦିରରେ ଦର୍ଶନ ବେଳେ ଅଚେତ ହୋଇ ଚାଲିଗଲା ପ୍ରାଣ +ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ହେଲା ଶେଷ ଦର୍ଶନ । +ଶ୍ରୀ ମନ୍ଦିରରେ ଦର୍ଶନ ବେଳେ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ । +ଏପରି ଏକ ଘଟଣା ଆଜି ଶ୍ରୀମନ୍ଦିରରେ ଘଟିଛି । +ଛତିଶଗଡ଼ର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । +ସୂଚନା ଅନୁସାରେ ଭକ୍ତ ଜଣକ ମା’ ବିମଳାଙ୍କ ଦର୍ଶନ ପାଇଁ ଯିବା ବେଳେ ଅଚେତ ହୋଇପଡ଼ିଥିଲେ । +ସେଠାରୁ ତାଙ୍କୁ ପୁରୀ ଡାକ୍ତରଖାନାକୁ ନିଆଯାଇଥିଲା । +ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । +ମୃତ ପର୍ଯ୍ୟଟକଙ୍କ ନାଁ ଓ୍ୱାଇ.ଜି ମୂର୍ତ୍ତି ହୋଇଥିବା ବେଳେ ତାଙ୍କ ବୟସ ୭୨ ବର୍ଷ ବୋଲି ସୂଚନା ମିଳିଛି । +ସେ ଛତିଶଗଡ଼ର ବାସିନ୍ଦା । +ପୂର୍ବତନକଳା ଶିକ୍ଷକ ଦୁର୍ଗା ଚରଣ ତ୍ରିପାଠୀ ଙ୍କ ପରଲୋକ +ଫୁଲବାଣୀ13/6(ସୁନୀଲପଟନାୟକ):୪୪୦ ରୂପାନ୍ତରିତ ସ୍କୁଲ ଲୋକାର୍ପିତ, ଆତ୍ମବିଶ୍ଵାସ ସହ ଆଗକୁ ବଢିବାକୁଛାତ୍ର ଛାତ୍ରୀଙ୍କୁ… +ଭୁବନେଶ୍ବର: ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି । +ଏଥି ସହିତ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି । +ପିଲାମାନେ କହୁଛନ୍ତି ଯେ ସ୍କୁଲ ଆସିବାକୁ ଏବେ ଆମକୁ ବେଶି ଭଲ ଲାଗୁଛି । +ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବାକୁ ଆଗ୍ରହ ମଧ୍ୟ ବଢିଛି ବୋଲି ପିଲାମାନେ ମତବ୍ୟକ୍ତ କରିଛନ୍ତି । +ଆଜି ଦ୍ବିତୀୟ ପର୍ଯ୍ୟାୟର ତୃତୀୟ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରି ପିଲାମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ପିଲାଙ୍କ ଖୁସି ଓ ମନୋଭାବରୁ ଏହା ସ୍ପଷ୍ଟ ଜଣାଯାଇଛି । +ସମସ୍ତେ ସ୍କୁଲର ନୂଆ ପରିବେଶରେ ବେସ୍‌ ଖୁସି ହେବା ସହିତ ନିଜ ନିଜର ଭବିଷ୍ୟତକୁ ନେଇ ଅଧିକ ଉତ୍ସାହର ସହ ନିଜର ଭାବନାକୁ ପ୍ରକାଶ କରିଛନ୍ତି । +ମୁଖ୍ୟ ଶାସନ ସଚିବଙ୍କର ମାଲକାନଗିରି ଜିଲ୍ଲା ଉନ୍ନୟନ ସମୀକ୍ଷା +ଚିତ୍ରକୋଣ୍ଡା:୧୪/୦୪/୨୦୨୨: ହଷ୍ଟେଲ ଛାତରୁ ପଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ +ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଘଟିଛି ଦୁଃଖଦ ଘଟଣା । +ମେଡିକାଲ୍ କଲେଜ ହଷ୍ଟେଲ ଛାତରୁ ପଡ଼ି ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । +ସେ ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ଛାତ୍ର ଥିଲେ । +ତାଙ୍କ ନାଁ ନିଶାନ୍ତ କୁମାର । +ତାଙ୍କ ଘର ହରିଆଣାରେ । +ବିଦ୍ୟୁତ ଆଘାତରେ ୨ ହକି ଖେଳାଳି ମୃତ ମାମଲା: ଏସପି ଓ ଶକ୍ତି ବିଭାଗକୁ କାର୍ଯ୍ୟାନୁଷ୍ଠାନ… +ସୁନ୍ଦରଗଡ଼: ମେ’ ୩ ତାରିଖରେ ରାଜଗାଙ୍ଗପୁର ବ୍ଲକ୍ ଅଲଣ୍ଡା ପଞ୍ଚାୟତ ଗରିଆମାଲ ଖେଳପଡ଼ିଆରେ ଅଭ୍ୟାସ ସାରି ଫେରୁଥିବା ଦୁଇ ଉଦୀୟମାନ ହକି ଖେଳାଳି କୁକୁଡ଼ା ଗାଁ ପଣ୍ତରାଟୋଲିର ସୁଜଲ ଏକ୍କା (୧୯) ଓ ଝଗରପୁରର ବୀରେନ୍ଦ୍ର କୁଜୁର (୧୭) ଜୀବନ୍ତ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ । +ଅଭାବନୀୟ ଘଟଣା ପାଇଁ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରି ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବିକ ଅଧିକାର ଆୟୋଗଙ୍କ ପାଖରେ ଅର୍ଜି ଦେବା ପରେ ଆୟୋଗ ଏକ ମାମଲା ରୁଜୁ କରି ଜୁନ୍ ୭ ତାରିଖରେ ସୁନ୍ଦରଗଡ଼ ଏସପି ଓ ଓଡ଼ିଶା ଶକ୍ତି ବିଭାଗ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି । +୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଆୟୋଗ କହିଛନ୍ତି । +ଅନ୍ୟଥା ମାନବିକ ସୁରକ୍ଷା ଆଇନ-୧୯୯୩ର ଧାରା ୧୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି । +ପ୍ରେସ୍‌କ୍ଲବ ଦଶପଲ୍ଲାର ୧୧ ତମ ବାର୍ଷିକ ଉତ୍ସବ ଓ ନୂତନ ଗୃହ ଉଦ୍‌ଘାଟନ +ନୟାଗଡ଼: ପ୍ରେସ କ୍ଲବ ଦଶପଲ୍ଲାର ନୂତନ ଗୃହ ଉଦ୍‌ଘାଟନ ସହ ୧୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । +ବିଧାୟକ ରମେଶ ଚନ୍ଦ୍ର ବେହେରା ନୂତନ ଗୃହ ଏବଂ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । +ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଉକ୍‌ôଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଯୋଗ ଦେଇଥିଲେ । +ସେହିଭଳି ବରେଣ୍ୟ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟଙ୍କ ସମେତ ନୟାଗଡ ମୁନିସିପାଲ୍‌ଟି ପୈାରାଧ୍ୟକ୍ଷା ନିରୁପମା ଖଟେଇ, ପଂଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ଉକ୍‌ôଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇ, ବିଡିଓ ବିଶ୍ୱ ରଂଜନ ବିଶ୍ୱାସ, ଏନ୍‌ଏସି ନିର୍ବାହୀ ଅଧିକାରୀ ଦେବବ୍ରତ କର, ଏନ୍‌ଏସି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ ଯୋଗ ଦେଇଥିଲେ । +ଗ୍ରାମାଚଂଳର ବିଭିନ୍ନ କୋଣ ଅନୁକୋଣରେ ଥିବା ସମସ୍ୟା ଗୁଡିକୁ ସରକାରଙ୍କ ଲୋକ ଲୋଚନକୁ ଆଣିବାରେ ବ୍ଲକସ୍ତରର ସାମ୍ବାଦିକଙ୍କ ମୁଖ୍ୟ ଭୂମିକା ରହିଛି । +ବଡକଥା ହେଉଛି ରାଜ୍ୟରେ ଦିନକୁ ଦିନ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରାଯିବା ସହ କେଉଁଠି ଆକ୍ରମଣ କରାଯାଉଛି ତ ପୁଣି କେଉଁଠି ହତ୍ୟା ଧମକ ମିଳୁଛି । +ଏହାରି ମଧ୍ୟରେ ନିର୍ଭିକତାର ସହ ବିଭିନ୍ନ ଖବର ପ୍ରସାରଣ କରିବାକୁ କୁଣ୍ଠାବଦ୍ଧ ହେଉନଥିବା ବେଳେ ତୁରନ୍ତ ସରକାର ଏଦିଗରେ ଦୃଷ୍ଟି ଆକର୍ଷଣ କରିବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ଉକ୍‌ôଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଶ୍ରୀ କର ଦାବି ଉପସ୍ଥାପନ କରିଥିଲେ । +ସେହିଭଳି ସାମ୍ବାଦିକଙ୍କ ଚିକତ୍ସା ପାଣ୍ଠିକୁ ୨ ଲକ୍ଷରୁ ୭ ଲକ୍ଷ ଟଙ୍କା ବୃଦ୍ଧି କରିବା ଏବଂ ୬୦ ବର୍ଷରୁ ଉର୍ଦ୍ଧ୍ୱ ସାମ୍ବାଦିକଙ୍କୁ ପେନ୍‌ସନ ଲାଗୁ କରିବା ପାଇଁ ସେ ଦାବି କରିଥିଲେ । +ଆଜିର ସମାଜରେ ସାମ୍ବାଦିକଙ୍କ ନିଷ୍ଠାପରତା ଉପରେ ଗୁରୁତ୍ୱାରୋପ କରିବା ସହ ଏସବୁ ଦାବି ଉପରେ ଯଥା ସମ୍ଭବ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ବିଧାୟକ ଶ୍ରୀ ବେହେରା ପ୍ରତିଶୃତି ଦେଇଥିଲେ । +ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଅତିଥି ପରିଚୟ ପ୍ରଦାନ କରିବା ସହ ସଂଯୋଜନା କରିଥିଲେ । +ସମ୍ପାଦକ ପ୍ରଫୁଲ୍ଲ କୁମାର ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । +ଏହି ଅବସରରେ ବରିଷ୍ଠ ସାମ୍ବାଦିକ ନବକିଶୋର ମିଶ୍ର ଓ ଗଙ୍ଗାଧର ରଣାଙ୍କ ସମେତ କ୍ୟାମେରା ମ୍ୟାନ ବିଶ୍ୱନାଥ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । +ଶେଷରେ ସଭାପତି ଶ୍ରୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । +ଅନ୍ୟମାନଙ୍କ ମଧ୍ୟରେ ପ୍ରେସକ୍ଲବର କୋଷାଧ୍ୟକ୍ଷ ମନୋରଂଜନ ଷଡଙ୍ଗୀ, ସହ ସମ୍ପାଦକ ପ୍ରକାଶ କୁମାର ପାଣି, ଗଙ୍ଗାଧର ରଣା, ସୁରେଶ ଚନ୍ଦ୍ର ବେହେରା ଏବଂ କିଶୋର ଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । +ଦିଦି ଆପଣ ଠିକ୍‌ କଲେନି… +କଥା ନ ସରୁଣୁ ଅଙ୍ଗନବାଡି ଦିଦି ଜଣଙ୍କ କଲର ଧରି ଘୋଷରି ଆଣି ଚାପୁଡା ପରେ ଚାପୁଡି ସେକି ଦେଲେ । +ଏ ପ୍ରକାର ଦାଦାଗିରି । +ଦିଦି ରାଗିବା ପଛର କାରଣଟି ହେଲା, ପୂର୍ବରୁ ଏ ବ୍ୟକ୍ତି କୁଆଡେ ତାଙ୍କୁ ଅଶ୍ଳୀଳ ଭାଷାରେ କମେଣ୍ଟ କରିଥିଲେ । +ସେଇ ପୁରୁଣା ରାଗ ଏବେ ସୁଝାଉଛନ୍ତି ଦିଦି । +ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଏଇ ଘଟଣା, ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । +ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ‘ଉତ୍କଳ ରତ୍ନ’ +ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବିଶିଷ୍ଟ ଭାଷାତତ୍ତ୍ୱବିତ୍‍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଚଳିତ ବର୍ଷ ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ପ୍ରଦାନ କରାଯିବ । +ନରସିଂହ ମିଶ୍ରଙ୍କୁ ‘ଶୁକଦେବ ସାହୁ ଉପନ୍ୟାସ ସମ୍ମାନ’, ଅରବିନ୍ଦ ରାୟଙ୍କୁ ‘ଫକୀରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ’, ଇଂ ଧନୁର୍ଦ୍ଧର ମିଶ୍ରଙ୍କୁ ‘ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ’, ସୌଭାଗିନୀ ରାୟଙ୍କୁ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ’, ବିପିନ୍‍ ନାୟକଙ୍କୁ ‘ଗଙ୍ଗାଧର ମେହେର କବିତା ସମ୍ମାନ’, ଡକ୍ଟର ମନ୍ମଥ କୁମାର ପ୍ରଧାନଙ୍କୁ ‘ଗୋପୀନାଥ ନନ୍ଦ ପ୍ରବନ୍ଧ-ସମାଲୋଚନା ସାହିତ୍ୟ ସମ୍ମାନ’, ଡ. ଲାବଣ୍ୟଚନ୍ଦ୍ର ସାହୁଙ୍କୁ ‘ରାମକୃଷ୍ଣ ନନ୍ଦ ଶିଶୁ-ସାହିତ୍ୟ ସମ୍ମାନ’, ଜୟୀରାମ ସାମଲଙ୍କୁ ‘ବୈଷ୍ଣବ ପାଣି କଳା ସମ୍ମାନ’, କୁମାର ହସନଙ୍କୁ ‘ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ’, ମେଜର କ୍ଷୀରୋଦ ପ୍ରସାଦ ମହାନ୍ତିଙ୍କୁ ‘ରାଧାନାଥ ରଥ ସମ୍ବାଦ ସାହିତ୍ୟ ସମ୍ମାନ’, ଡ. ବ୍ରଜକିଶୋର ସ୍ୱାଇଁଙ୍କୁ ‘ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ’, ଡ. ବିଜୟିନୀ ସିଂହଦେଓଙ୍କୁ ‘ବସନ୍ତ କୁମାରୀ ଦେବୀ ଲେଖିକା ସମ୍ମାନ’, ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କୁ ‘ବିଦ୍ୟାଧର ମିଶ୍ର ଜୀବନୀ ସାହିତ୍ୟ ସମ୍ମାନ’, ପ୍ରସନ୍ନ କୁମାର ମହାନ୍ତିଙ୍କୁ ‘ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ’ ଶ୍ରୀଯୁକ୍ତ ସତ୍ୟାନାଶ (ପ୍ରଭାକର ନାୟକ)ଙ୍କୁ ‘ନୀରଦପ୍ରଭା ହାସ୍ୟବ୍ୟଙ୍ଗ ସମ୍ମାନ’, ରାସେଶ୍ୱରୀ ମିଶ୍ରଙ୍କୁ ‘ବିଶ୍ୱନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ’, ଅଲେଖ ବିଶ୍ୱାଳଙ୍କୁ ‘ନବରୂପା ରାଜ ଗୀତିକବିତା ସମ୍ମାନ’, ଘନଶ୍ୟାମ ପଣ୍ଡାଙ୍କୁ ‘କବିଚନ୍ଦ୍ର ସଙ୍ଗୀତଗୁରୁ ସମ୍ମାନ’, ସୁବାସ ଦାସଙ୍କୁ ‘ଭିକାରୀ ବଳ କଣ୍ଠଶିଳ୍ପୀ ସମ୍ମାନ’, ଅନସୂୟା ମିଶ୍ରଙ୍କୁ ‘ବିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ’, ଅଞ୍ଜନ ଚାନ୍ଦଙ୍କୁ ‘ପ୍ରଭା ପଟେଲ ରମ୍ୟରଚନା ଓ ଲଳିତ ନିବନ୍ଧ ସମ୍ମାନ’, ରାଧାମୋହନ ସାହୁଙ୍କୁ ‘ବ୍ରହ୍ମାନନ୍ଦ ପଣ୍ଡା ସାଂସ୍କୃତିକ ସଂଗଠନ ସମ୍ମାନ’ ରବିନାରାୟଣ ଦାଶଙ୍କୁ ‘କୈଳାସ ଚନ୍ଦ୍ର ସିଂହ ଯୁବ ସାରସ୍ୱତ ସମ୍ମାନ’, ଜୀବାନନ୍ଦ ମିଶ୍ର (ବିଦ୍ୟାପୁରୀ)ଙ୍କୁ ‘ଦେବବ୍ରତ କର ପ୍ରକାଶକ ସମ୍ମାନ’ ଡ. ସଦାନନ୍ଦ ନାୟକଙ୍କୁ ‘ନିରଞ୍ଜନ ଦାସ ଭାଷା ସମ୍ମାନ’ କ୍ଷେତ୍ରବାସୀ ସାହୁଙ୍କୁ ‘ବାଗ୍ମୀ ବିଶ୍ୱନାଥ କର ସମ୍ପାଦନା ସମ୍ମାନ’ ଓ ଗଜେନ୍ଦ୍ର ପ୍ରସାଦ ସାହୁଙ୍କୁ ‘ସୁନାମଣି ସାମଲ ଚିତ୍ରଶିଳ୍ପୀ ସମ୍ମାନ’ ପ୍ରଦାନ କରାଯିବ । +ଗିରଫ ହେଲେ ଅଭିନେତା ଏମ ସୁମନ କୁମାର +ଭୁବନେଶ୍ବର: ଓଡିଆ ଧାରାବାହିକ ଅଭିନେତା ଏମ୍ ସୁମନ କୁମାର ତଥା ମିଲନ ମହାରଣା ଗିରଫ ହୋଇଛନ୍ତି । +ଜଣେ ଅଭିନେତ୍ରୀଙ୍କଙ୍କ ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି । +ଦୁଇ ବର୍ଷ ହେଲା ‘ଲିଭ-ଇନ-ରିଲେସନସିପ’ ସମ୍ପର୍କରେ ଏକାଠି ଦୁଇବର୍ଷ ରହିବା ପରେ ତାଙ୍କୁ ବିବାହ ପାଇଁ ମନା କରିଥିବା ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି । +ଏହାପରେ ଅଭିନେତା ଏମ ସୁମନ କୁମାରଙ୍କୁ ପୁଲିସ ଗିରଫ କରିଛି । +ଆଜି ଅଭିନେତ୍ରୀ ଜଣକ ପାହାଳ ଥାନାରେ ପହଞ୍ଚି ତାଙ୍କୁ ‘ଲିଭ-ଇନ-ରିଲେସନସିପି’ରେ ରହି ପ୍ରେମ ସମ୍ପର୍କ ରଖିବା ପରେ ଅଭିନେତା ଏମ. ସୁମନ କୁମାର ବିବାହ ପାଇଁ ମନା କରିଦେଇଥିବା ଅଭିଯୋଗ କରିଥିଲେ । +୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ହୋଇନଥିବାରୁ ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ… +୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ହୋଇନଥିବାରୁ ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ମିଳିଲା ଜାମିନ । +ତେବେ ତ୍ରିନାଥ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ । +ସେପଟେ ଫେବୃଆରୀ ୧୬ରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ୍ରେ ଥିଲେ ତ୍ରିନାଥ ମିଶ୍ର । +ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । +ପରେ ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅଵସର ମଧ୍ୟ ଦେଇଥିଲେ । +ପ୍ରମାଣ ନଷ୍ଟ ନ କରିବାକୁ କୋର୍ଟ ସର୍ତ୍ତ ରଖିଛନ୍ତି । +ଜାମିନରେ ଅନ୍ୟାନ୍ୟ ସର୍ତ୍ତ ମଧ୍ୟ ରଖିଛନ୍ତି ଭିଜିଲାନ୍ସ କୋର୍ଟ । +ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ସମୀକ୍ଷା ଏଜେନ୍ସିଙ୍କୁ କାମ ଶେଷ କର ନଚେତ ବ୍ଲାକ ଲିଷ୍ଟ କରାଯିବ-… +ମାଲକାନଗିରି,୨୦/୬ ମାଲକାନଗିରି ଗସ୍ତରେ ଆଜି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଆଜି ଡିଆରଡିଏ ସଭାଗୃହରେ ଜିଲ୍ଲାରେ ଚାଲିଥିବା କାମଗୁଡିକ ଉପରେ ସମୀକ୍ଷା କରିଥିଲେ । +ଏହି ବୈଠକରେ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ସମେତ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି,ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା,ପୌରାଧ୍ୟକ୍ଷ ମନୋଜ କୁମାର ବାରିକ,ଜିଲ୍ଲାପାଳ ବିଶାଲ ସିଂ,ବିଭାଗୀୟ ଉଚ୍ଚପଦାଧିକାରୀମାନେ ଉପସ୍ଥିତ ଥିଲେ । +ଜିଲ୍ଲାରେ ଚାଲିଥିବା ପୂର୍ତ୍ତ ବିଭାଗର କାମଗୁଡିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । +ବିଶେଷକରି ଦୀର୍ଘ ଦିନ ଧରି ପଡି ରହିଥିବା କାମଗୁଡିକକୁ କିପରି ତୁରନ୍ତ ସମାପ୍ତ କରାଯିବ ସେନେଇ ମନ୍ତ୍ରୀ ତାଗିଦ କରିଥିଲେ । +ଉପସ୍ଥିତ ଠିକାଦାର ଏବଂ ଏଜେନ୍ସିମାନଙ୍କୁ ମନ୍ତ୍ରୀ ତୁରନ୍ତ କାମ ଶେଷ କରିବାକୁ ନିର୍ଦେଶ ଦେବା ସହ କାମ ଧାର୍ଯ୍ୟ ସମୟରେ ଶେଷ ନହେଲେ ବ୍ଲାକଲିଷ୍ଟ କରାଯିବା ନେଇ ମଧ୍ୟ ଧମକ ଦେଇଥିଲେ । +ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ପୂର୍ତ୍ତ ବିଭାଗ ତରଫରୁ କୋଟି କୋଟି ଟଂକାର କାମ ଚାଲିଥିବା ବେଳେ ଏହାକୁ ବିଭାଗୀୟ ଅଧିକାରୀମାନେ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ପ୍ରଚେଷ୍ଟା ଚଳାଇଥିବା ଦେଖିବାକୁ ମିଳିଥିଲା । +ପ୍ରତ୍ୟେକ କାମର ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । +ମନ୍ତ୍ରୀଙ୍କ ଗସ୍ତ ଜିଲ୍ଲାର ବିକାଶ ଆହୁରି ତୀବ୍ରତର ହେବ ବୋଲି ଆଲୋଚନା ହୋଇଥିଲା । +ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମାଲକାନଗିରି ଜିଲ୍ଲାକୁ ସ୍ବତନ୍ତ୍ର ଫୋକସ କରୁଥିବାରୁ ଏହାର ବିକାଶରେ କୌଣସି ସାଲିସ କରିବେ ନାହିଁ ବୋଲି କୁହାଯାଇଛି । +ତେଣୁ ମାଲକାନଗିରି ଜିଲ୍ଲାକୁ ଘନ ଘନ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ଗସ୍ତ ରଖାଯାଇ ବିକାଶ କାର୍ଯ୍ୟକୁ ତରାନ୍ବିତ କରାଯାଉଛି । +କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ତଥା ଜିଲ୍ଳାର ଟାଣୁଆ ଆଦିବାସୀ… +ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇ ସାରିଥିବା ପୂର୍ବତନ ବିଧାୟକ ତଥା ଜିଲ୍ଳାର ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କୀ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । +ସେ ତାଙ୍କ ଇସ୍ତଫାପତ୍ର ପ୍ରଦେଶ କଂ‌ଗ୍ରେସ କମିଟି ସଭାପତିଙ୍କୁ ପଠାଇଛନ୍ତି । +ଜର୍ଜ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି, ଜିଲ୍ଲାରେ ଦଳ ତା’ର ସମ୍ପୂର୍ଣ୍ଣ ଅସ୍ତିତ୍ବ ହରାଇବାକୁ ଯାଉଛି । +ଦଳର ସଭାପତି ଥିବାବେଳେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସଙ୍ଗଠନକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବାକୁ ସେ ପ୍ରୟାସ ଜାରି ରଖିଥିଲେ । +ମାତ୍ର ପ୍ରଦେଶ କଂଗ୍ରେସ କମିଟି ଓ ଏଆଇସିସି ପକ୍ଷରୁ ଯେତିକି ସହଯୋଗ ମିଳିବା କଥା, ତାହା ମିଳି ନଥିଲା । +ଜିଲ୍ଲାରେ ଦଳର ଏଭଳି ଦୟନୀୟ ସ୍ଥିତି ପାଇଁ ପିସିସି ଓ ଏଆଇସିସି ମୁଖ୍ୟତଃ ଦାୟୀ । +ଦଳର କୌଣସି ଭବିଷ୍ୟତ ନଥିବାରୁ ଶେଷରେ ସେ ଏଭଳି ନିଷ୍ପତ୍ତି ‌ନେଇଛନ୍ତି । +କେବେ ମିଳିବ କନ୍ଧମାଳ ଜ଼ିଲ୍ଲା ର ସବୁ ଅଂଚଳ ରେ ବି ଏସ ଏନ ଏଲ 4ଜି ନେଟୱର୍କ ସେବା ? +ଫୁଲବାଣୀ -20/6 କନ୍ଧମାଳ ଜିଲାର ଅର୍ଦ୍ଧାଧିକପଂଚାୟତ ଓ ଗାଁ ଗୁଡିକରେ ବି ଏସ ଏନ ଏଲ 4ଜି ନେଟୱର୍କସୁବିଧା ନାହିଁ । +ଫଳରେ ଲୋକେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । +କନ୍ଧମାଳ ଜିଲ୍ଲାର ଉପାନ୍ତ ଅଂଚଳର 1094ଟି ଗ୍ରାମର ଲୋକଙ୍କୁ ବିଏସଏନଏଲ 4ଜି ସେବା ଅତିଶିଘ୍ର ଯୋଗାଇ ଦିଆଯୀବବୋଲି କୁହାଯାଇଥିଲା । +ହେଲେ ଏ ଯାଏ କୌଣସିବିଏସଏନଏଲ ଟାୱାର ପ୍ରତିଷ୍ଠା ହୋଇନାହିଁ । +ତେଵେ ଗତ ୭ମାସ ତଳେ ଭିଡିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ସୂଚନା ପ୍ରଯୁକ୍ତି ଓ ରେଳବାଇ ମନ୍ତ୍ରୀ ଅଶ୍ୱନି ବୈଷ୍ଣବ ଜିଲାର ସବୁ ଗ୍ରାମକୁ ନେଟୱାର୍କ ସୁବିଧା ଦିଆଯିବ ବୋଲି ଘୋଷଣା କରିଥିଲେ । +କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ରୁ ଯୋଡି ହୋଇଥିଲେ । +କନ୍ଧମାଳ ଜିଲାରପ୍ରାୟ 1094ଟି ଉପାନ୍ତ ଗ୍ରାମରେ 6 ମାସ ଠାରୁ ଏକ ବର୍ଷ ମଧ୍ୟରେ ବିଏସ ଏନ ଏଲ ଟାୱାର ବସାଯାଇ ନେଟୱର୍କ ସେବା ଯୋଗାଇ ଦି ଆଯିବା ବୋଲି ବିଏସ ଏନ ଏଲ ଏଜିଏମ ଶିବ ପ୍ରସାଦ ସାମନ୍ତରାୟ ସୂଚନା ଦେଇଥିଲେ ଓ ଏହା ଦ୍ୱାରା ଉପାନ୍ତ ଅଂଚଳର ଲୋକମାନେ ବିଏସ ଏନ ଏଲ ସେବା ପାଇବା ସହିତ ଅନ ଲାଇନ ପାଠ ପଢା ହେଉ କି ଆମ୍ବୁଲାନ୍ସ କୁ ଫୋନ କରିବା ଭଳି ସୁବିଧା ପାଇପାରିବେବୋଲି କହିଥିଲେ । +ସେହିପରି କନ୍ଧମାଳ ସଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ମଧ୍ୟ କନ୍ଧମାଳ ଜିଲାରେ 4ଜି ମୋବାଇଲ ନେଟୱାର୍କ ସେବା ଯେପରି ସବୁ ଗାଁ ରେ ପହଂଚିବ ସେନେଇ ଯଥା ସାଧ୍ୟ ଉଦ୍ୟମ କରୁଛନ୍ତି । +ସେ ମଧ୍ୟ ରେଳ ବାଇ, ଟେ ଲି ଯୋଗାଯୋଗ,ଇଲେକ୍ଟ୍ରୋନିକସ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଭେଟି ବହୁବାର ଆଲୋଚନା କରିଛନ୍ତି । +କେନ୍ଦ୍ର ମନ୍ତ୍ରୀ ବୈଷ୍ଣବ କନ୍ଧମାଳ ଜିଲାର ଉନ୍ନତି ପାଇଂ ଦେଶରେ କାର୍ଯ୍ୟରତ ସମସ୍ତ ଟେଲି ଯୋଗାଯୋଗ ପ୍ରଦାନକାରୀ ସଂସ୍ଥା ଙ୍କୁ ସେମାନଙ୍କ ନେଟୱାର୍କ ପ୍ରତିଷ୍ଠା କରିବାଲାଗି ନିର୍ଦେଶ ଦିଆଯାଇଥିବା ନେଇ ପତ୍ର ମାଧ୍ୟମ ରେ ସଂ । +ସଦଡ଼ଃ. ସାମନ୍ତ ଙ୍କୁ ଜଣାଇଛନ୍ତି । +ସଂ । +ସଦ ବି ଉଦ୍ୟମ ଜାରୀ ରଖିଛନ୍ତି ଆଉ ଅତିଶୀଘ୍ର ଟାୱାର ପ୍ରତିଷ୍ଠା ନେଇ ସେ ବେଶ ଆଶାବାଦୀ ଅଛନ୍ତି । +ତଥାପି ଟାୱାର ପ୍ରତିଷ୍ଠା ହେଇପାରୁନି ଫଳରେ ଲୋକେ ଆନ୍ଦୋଳନମଧ୍ୟ କରୁଛନ୍ତି । +ତଥାପି କାମ ହେଇପାରୁନି କେବେ ଏସବୁ ପ୍ରତିଷ୍ଠା ହେବ ପଚାରିଲେ କୌଣସି ଉତ୍ତର ମିଳୁନି । +ଏ ପରି ସ୍ଥଳେ କେବେ କନ୍ଧମାଳ ଲୋକେ ସୁଫଳ ପାଇବେ ତାହା ଦେଖିବାର କଥା । +ପ୍ରେମିକାଙ୍କୁ ଠକିଦେଲେ ବିଧାୟକ ! ବାହା ହେବାକୁ ଆସିଲେନି ସବ୍‌ରେଜିଷ୍ଟ୍ରୀ ଅଫିସ୍‌ +ବାହା ହେବାକୁ କହି ଆସିଲେନି ବିଜେଡ଼ି ବିଧାୟକ । +ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ଏଭଳି ଗୁରୁତର ଅଭିଯୋଗ ଆସିଛି । +ତାଙ୍କ ପ୍ରେମିକା ଏହି ବଡ଼ ଅଭିଯୋଗ କରିଛନ୍ତି । +ବିବାହ ପାଇଁ କୋର୍ଟକୁ ଆସିବାକୁ କହି ବିଜୟ ଆସିନଥିବା ଅଭିଯୋଗ ହୋଇଛି । +ଗତ ମାସ ୧୭ରେ ବିଜୟ ଓ ତାଙ୍କ ପ୍ରେମିକା ସବରେଜିଷ୍ଟ୍ରୀ ଅଫିସ୍‌ରେ ବିବାହ ପଞ୍ଜୀକରଣ ଆବେଦନ କରିଥିଲେ । +ଆବେଦନର ମାସକ ପରେ ଆଜି କଥା ମୁତାବକ ସବରେଜିଷ୍ଟ୍ରୀ ଅଫିସ୍‌ରେ ପଞ୍ଜୀକରଣ ପାଇଁ ପହଞ୍ଚିଥିଲେ ପ୍ରେମିକା । +ତେବେ ଦୀର୍ଘ ସମୟ ଅପେକ୍ଷା କଲା ପରେ ବି ବିଧାୟକ ଆସିନଥିଲେ । +ବିଧାୟକ ନଆସିବାରୁ ବାଧ୍ୟ ହୋଇ ତାଙ୍କ ପ୍ରେମିକା ଫେରି ଯାଇଥିଲେ । +ଏହି ଆଧାରରେ ବିଜୟ ଶଙ୍କର ପ୍ରତିଶ୍ରୁତି ଦେଇ ରଖିନଥିବା ତାଙ୍କ ପ୍ରେମିକା ଅଭିଯୋଗ କରିଛନ୍ତି । +ବିଧାୟକଙ୍କୁ କେହି ଅପହରଣ କରିଥିବା କିମ୍ବା ସେ ଚିଟିଂ କରିଥିବା ସେ ଅଭିଯୋଗ ଆଣିଛନ୍ତି । +ଏଥିସହ ସେ ଧମକ ଦେଇ କହିଛନ୍ତି, ବିଧାୟକଙ୍କ ନାଁରେ ପୂର୍ବରୁ ଦେଇଥିବା ମାମଲା ଚାଲୁ କରିବୁ । +ତେଣେ ପ୍ରେମିକାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ବିଜୟ ଶଙ୍କର । +ସେ କହିଛନ୍ତି, ପଞ୍ଜୀକରଣ ଆବେଦନକୁ ଆଜିକୁ ମାତ୍ର ୩୦ ଦିନ ହେଲା । +ଆବଦନର ୯୦ ଦିନ ମଧ୍ୟରେ ବିବାହ କରିବା କଥା । +ଆହୁରି ୬୦ ଦିନ ବାକି ରହିଛି । +ଏହାଛଡ଼ା ଆଜି ବିବାହ ପଞ୍ଜୀକରଣ ନେଇ ମୋତେ କେହି କିଛି ଜଣାଇନାହାନ୍ତି ବୋଲି ବିଜୟ କହିଛନ୍ତି । +ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । + ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ +ପୁରୀ ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଛି । +ମହାପ୍ରଭୁଙ୍କ ରୋଷଘରେ ଦୁର୍ବୃତ୍ତ ଘଟାଇଛନ୍ତି ହିଂସା କାଣ୍ଡ । +ରୋଷଘରର ୪୦ରୁ ଅଧିକ ଚୁଲିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । +ଚିଲିକା ବିଧାୟକଙ୍କ ଉପରେ ଆକ୍ରମଣ ଘଟଣା: ନଅ ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ +ଗତ ୧୨ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଜନସାଧାରଣଙ୍କ ଉପରେ ଗାଡ଼ି ମଡାଇବା ଅଭିଯୋଗରେ ଚିଲିକା ବିଧାୟକ ଗିରଫ ହୋଇ ଜେଲରେ ଅଛନ୍ତି । +କିନ୍ତୁ ସେହିଦିନ ଏହି ଘଟଣା ପରେ ଚିଲିକା ବିଧାୟକଙ୍କୁ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ । +ଜନସାଧାରଣଙ୍କ ମାଡରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲହୁଲୁହାଣ ହୋଇପଡ଼ିଥିଲେ । +ଏହାପରେ ବିଧାୟକଙ୍କ ସମର୍ଥକମାନେ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲେ । +ସେବେଠାରୁ ଅଭିଯୁକ୍ତମାନେ ଫେରାର ଥିବାବେଳେ ସେମାନଙ୍କ ମଧ୍ୟରୁ ନଅ ଜଣ ଅଭିଯୁକ୍ତଙ୍କୁ ବାଲୁଗାଁ ଏସଡିପିଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଟିମ ଆଜି ନୀଳାଦ୍ରିପ୍ରସାଦସ୍ଥିତ ପୁରୁଣା ବଙ୍କାଡ଼ଗଡ଼ ରାଜପ୍ରସାଦ ନିକଟସ୍ଥ ଜଙ୍ଗଲରୁ ଗିରଫ କରି ବାଣପୁର କୋର୍ଟ ଚାଲାଣ କରିଛି । +ଭୁବନେଶ୍ୱରରେ ହାଜତ ମୃତ୍ୟୁ ! +ଭୁବନେଶ୍ୱର ବଡଗଡ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ । +ମୃତକ ହେଉଛନ୍ତି କପିଳପ୍ରସାଦ ଅଂଚଳର ଦେବେନ୍ଦ୍ର ଚୌଧୁରୀ । +ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ କିନ୍ନରଙ୍କ ଆତ୍ମହତ୍ୟା +ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନର ଆତ୍ମହତ୍ୟା କରିଛନ୍ତି । +ତାଙ୍କ ନାମ ବଳରାମ ରାଉତ ଓ ଘର ନିମାପଡ଼ା ଅଞ୍ଚଳରେ ବୋଲି ପ୍ରାଥମିକ ସୂଚନା ମିଳିଛି । +ତେବେ ସେ କେଉଁ କାରଣରୁ ଗୁମୁଟ ଉପରୁ ଡେଇଁଲେ ତାହାର କାରଣ ଜଣାପଡ଼ିନି । +ଗୁମୁଟ ଉପରୁ ଚଢ଼ିଯାଇ ସେ ସିଂହଦ୍ୱାର ଆଗକୁ ଡେଇଁଥିଲେ । +ପ୍ରାୟ ୫୦ ଫୁଟ ତଳକୁ ପଡ଼ିବା ପରେ ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତ ବାହାରି ଯାଇଥିଲା । +ଆଖି ଓ ମୁଣ୍ଡ ଭିତରେ ଥିବା ମାଂସ ମଧ୍ୟ ବାହାରକୁ ବାହାରି ଆସିଥିଲା । +ସେ ଜୀବିତ ଥିବା ଭାବି ସିଂହଦ୍ୱାର ପୁଲିସ ତୁରନ୍ତ ଶରୀରକୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ପୁରୀ ସଦର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲା । +ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । +ପୋଲିସ ପଞ୍ଝାରେ ହାଇଓ୍ୱେ ଲୁଟେରା, ମଞ୍ଚେଶ୍ୱର ଥାନାରେ ଚାଲିଛି ପଚରାଉଚରା +ପୋଲିସ ପଞ୍ଜାରେ ଦୁଇ ହାଇୱେ ଲୁଟେରା । +ଲୁଟ ପାଟ ବେଳେ ସପ୍ତଶତୀ ମନ୍ଦିର ପାଖରୁ ଦୁଇ ଅଭିଯୁକ୍ତଙ୍କୁ ଧରିଲା ପିସିଆର୍‌ ଭ୍ୟାନ୍‌ । +ଥାନାରେ ପଚରାଉଚରା କରୁଛି ପୋଲିସ । +ପୁରୀ ସିଟି ଡିଏସପିଙ୍କୁ ଡିଜିପି ଡିସ୍କ ପୁରସ୍କାର ପ୍ରଦାନ +ପୁରୀ: ଉଲ୍ଲେଖନିୟ ସେବା ଏବଂ କର୍ତ୍ତବ୍ୟନିଷ୍ଠ ଭାବେ କାର୍ଯ୍ୟ ସମ୍ପାଦନ ନିମନ୍ତେ ରାଜ୍ୟ ପୋଲିସ ପକ୍ଷରୁ ୨୧-୨୨ ବର୍ଷ ପାଇଁ ପୁରୀ ସିଟି ଡିଏସପି ଜନାରର୍ଦନ ପାଢୀଙ୍କୁ ଭୁବନେଶ୍ୱର ସ୍ଥିତ ପୋଲିସ ଭବନରେ ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ୍ ସମ୍ମାନ ଜନକ ଡିଜିପି ଡିସ୍କ ପୁରସ୍କାର ପ୍ରଦାନ କରି ଛନ୍ତି । +ଯାହା ପୁରୀ ଜିଲ୍ଲା ପୋଲିସ ପାଇଁ ସମ୍ମାନ ଏବଂ ଗୌରବ ଆଣିଛି । +ଶ୍ରୀ ପାଢି ଜଣେ ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟ ନିଷ୍ଠ ପୋଲିସ ଅଧିକାରୀ ଅଟନ୍ତି । +ସେ ଗତ ୨୦୨୧ ମସିହା ଅପ୍ରେଲ ୨୩ ତାରିଖରେ ପୁରୀ ସହରରେ ସିଟି ଡିଏସପି ରୂପେ କାର୍ଯ୍ୟରେ ଯୋଗ ଦେଇଥିଲେ । +ସେ ସିଟି ଡିଏସପି ରୂପେ କାର୍ଯ୍ୟ ଭାର ଗ୍ରହଣ କରିବା ପରେ ସହରରେ ଅପରାଧ ନିୟନ୍ତ୍ରଣ ମାତ୍ରା ହ୍ରାସ ପାଇଛି । +ଶ୍ରୀ ପାଢି ୧୯୯୯ ମସିହାରେ ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟରେ ଯୋଗ ଦେଇଥିଲେ । +ପୂର୍ବରୁ ସେ ରାଜ୍ୟର ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲା ସମେତ ବହୁ ଗୁରୁତ୍ଵ ପୂର୍ଣ୍ଣ ଥାନାରେ ଆଇଆଇସି ରୂପେ କାର୍ଯ୍ୟ ତୁଲାଇ ଛନ୍ତି । +ଭୁବନେଶ୍ୱର କମିଶନରେଟ ପୋଲିସ ଅଧୀନ ଲିଙ୍ଗରାଜ ଥାନା, ନନ୍ଦନ କାନନ ଥାନା, କଟକ ଲାଲବାଗ ଥାନା ସମେତ ପୁରୀ ଜିଲ୍ଲାର ନିମାପଡ଼ା ଥାନାରେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି । +ଓଡ଼ିଶାର ପରମ୍ପରାରେ ଅଶୋକାଷ୍ଟମୀ ଓ ରୁକୁଣା ରଥର ବିଶେଷତ୍ୱ +ଓଡିଶା ର ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରା ହେଉଛି ବିଶ୍ୱ ପ୍ରସିଦ୍ଧ, ଏହା ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ । +ସେହିପରି ଯାଜପୁରର ବିରଜା କ୍ଷେତ୍ର ରେ ଆଶ୍ୱିନ ଶୁକ୍ଳପକ୍ଷ ରେ ରଥଯାତ୍ରା ଅନୁଷ୍ଠିତ । +ଏହାଛଡା ପୌଷ ଶୁକ୍ଲପକ୍ଷ ଦଶମୀରେ କୋଣାର୍କ ଠାରେ ସୂର୍ଯ୍ୟ ଦେବଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ଓ ଭୁବନେଶ୍ୱର ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜଙ୍କ ନିକଟରେ ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପାଞ୍ଚଦିନ ବ୍ୟାପି ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି । +ଯାହାକୁ ନେଇ ଓଡ଼ିଶାର ରାଜଧାନୀ ଲୋକାରଣ୍ୟ ହୋଇଥାଏ । +ଜଳସଂପଦ ବିଭାଗର ରୂପାନ୍ତର ଉପକ୍ରମ ଉପସ୍ଥାପନା, ୨୦୨୪ ସୁଦ୍ଧା ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ… +ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । +ଆଜିର ବୈଠକରେ ଜଳସଂପଦ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ବିଭାଗର ରୂପାନ୍ତର ଉପକ୍ରମ ସଂପର୍କରେ ଉପସ୍ଥାପନା କରିଥିଲେ । +ଏହି ଉପସ୍ଥାପନା ଅନୁଯାୟୀ ୨୦୨୪ ସୁଦ୍ଧା ରାଜ୍ୟରେ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ୟ୍ୟକାରୀ ହେବାକୁ ଯାଉଛି । +ଏଥିମଧ୍ୟରୁ ଚଳିତ ବର୍ଷ ୪ଟି, ୨୦୨୩ରେ ୪ଟି ଏବଂ ୨୦୨୪ରେ ୭ଟି ପ୍ରକଳ୍ପ କାର୍ୟ୍ୟକାରୀ ହେବ । +ଏହିସବୁ ପ୍ରକଳ୍ପରେ ପ୍ରଯୁକ୍ତି ବିଦ୍ୟା, ଟିମ୍‌ ୱାର୍କ, ଦାୟିତ୍ବବାନ ପୁନର୍ବାସ ନୀତି, ଶ୍ରମିକ କଲ୍ୟାଣ ଆଦିର ସଫଳ ପ୍ରୟୋଗ କରାଯାଇଛି । +ଏହାଦ୍ବାରା ଓଡିଶାର ଜଳସଂପଦ କ୍ଷେତ୍ରରେ ଏକ ରୂପାନ୍ତର ଆସିପାରିବ । +ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜଳସେଚନ ପ୍ରକଳ୍ପ ଗୁଡିକର କାର୍ୟ୍ୟକାରିତା କ୍ଷେତ୍ରରେ ୫-ଟି କାର୍ୟ୍ୟକ୍ରମର ସଫଳ ପ୍ରୟୋଗ କରି ବହୁ ଦିନର ପ୍ରକଳ୍ପ ଗୁଡିକୁ ସଂପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନେଇଥିବାରୁ ଜଳସଂପଦ ବିଭାଗ ର ପ୍ରଶଂସା କରିଥିଲେ ଏବଂ ବିଭାଗୀୟ ରଦ୍ଭଶସଦ୍ଭରରକ୍ସ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ .ଅନ୍ୟସବୁ ବିଭାଗ ଏହିପରି ଅଭିନବ ପ୍ରୟୋଗରେ ବିଭିନ୍ନ ଯୋଜନା କାର୍ୟ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । +ସମ୍ଭାବ୍ୟ ବିପର୍ଯ୍ୟୟ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମୁକାବିଲା ମନ୍ତ୍ର । + ଜୁନରୁ ଅକ୍ଟୋବର… +ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା, ବନ୍ୟା ମୁକାବିଲା ଲାଗି ଗୁରୁତ୍ୱପୁର୍ଣ୍ଣ ବୈଠକ ବସିଛି । +ବିପର‌୍ୟ୍ୟୟ ପରିଚାଳନା କମିଟି ବୈଠକ ପରେ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା । +ପିଇବା ପାଣି , ଔଷଧ ମହଜୁଦ ରଖିବା , ଦୁର୍ବଳ ବନ୍ଧ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । +ଜୁନ୍ ରେ ନିଅଣ୍ଟିଆ ବର୍ଷା ହେଲେ ବିଭାଗ ପ୍ରସ୍ତୁତ ରହିଛି । +ସ୍ଥିତି ଦେଖି ପଦକ୍ଷେପ ନିଆଯିବ । +ଜଳବାୟୁ ପ ପରିବର୍ତ୍ତନ ନେଇ ବିଭାଗ ତଦାରଖ କରିବ ବୋଲି କହଛନ୍ତି ରାଜସ୍ୱ ମନ୍ତ୍ରୀ । +ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ । +ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । +ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ବୈଠକରେ ଅଧ୍ୟକ୍ଷତା ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । +ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମର ନୀତି ହେଉଛି ପ୍ରତ୍ୟେକ ଜୀବନ ମୂଲ୍ୟବାନ । +ଏହି ନୀତିକୁ ଅନୁସରଣ କରି ଓଡିଶା ଭଳି ଗୋଟିଏ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ଆମେ ବିପର‌୍ୟ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରି ଏ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇପାରିଛୁ । +ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରତ୍ୟେକ ବର୍ଷର ଜୁନ୍ରୁ ଅକ୍ଟୋବର ମାସ ସମୟ ଅତି ଗୁରୁତ୍ବପୂର୍ଣ୍ଣ । +ଏହି ସମୟରେ ବନ୍ୟା, ବାତ୍ୟା, ମରୁଡି ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସେ । +ତେଣୁ ଏହି ସମୟ ଭିତରେ ବାତ୍ୟା ଓ ବନ୍ୟା ଏକ ସମୟରେ ଆସିବାର ମଧ୍ୟ ସମ୍ଭାବନା ରହିଛି । +ଏ ବାବଦରେ ଆମର ପ୍ରସ୍ତୁତିକୁ ସୁଦୃଢ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । +ସମସ୍ତ ପ୍ରଶାସନିକ କଳ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆଗୁଆ ବିପର୍ଯ୍ୟୟ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ କାର୍ଯ୍ୟ, ପାନୀୟ ଜଳ ବ୍ୟବସ୍ଥା ସ୍ୱାସ୍ଥ୍ୟ ଓ ପ୍ରାଣୀସେବା ବ୍ୟବସ୍ଥା ଆଦି ସମସ୍ତ ବ୍ୟବସ୍ଥା ଗୁଡିକୁ ପ୍ରସ୍ତୁତ କରି ରଖିବା ଜରୁରୀ । +ଏହାସହିତ ସମସ୍ତ ଓଡ୍ରାଫ ଓ ଅଗ୍ନିସେବା ବାହିନୀ ପ୍ରସ୍ତୁତ ହୋଇ ରହିବା ଜରୁରୀ ବୋଲି ସେ କହିଥିଲେ । +ବିପର୍ଯ୍ୟୟ ପ୍ରବଣ ଓ ଦୁର୍ଗମ ଅଞ୍ଚଳରେ ପର୍ଯ୍ୟପ୍ତ ପରିମାଣର ଖାଦ୍ୟପଦାର୍ଥକୁ ମହଜୁଦ ରଖିବା, ଜିଲ୍ଲାସ୍ତରୀୟ ଜରୁରୀକାଳୀନ କେନ୍ଦ୍ରଗୁଡିକୁ ୨୪ ଘଣ୍ଟିଆ କାର‌୍ୟ୍ୟକାରୀ କରିବା, ପଶୁ ଖାଦ୍ୟ ମହଜୁଦ ରଖିବା ଓ ବିପର୍ଯ୍ୟୟ ସମୟରେ ପ୍ରାଣୀସେବା କ୍ୟାମ୍ପ ଖୋଲିବା ପାଇଁ ସେ ପରାମର୍ଶ ଦେଇଥିଲେ । +ଗର୍ଭବତୀ ମହିଳା, ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବ୍ୟକ୍ତି, ଶିଶୁ, ବିଧବା ଓ ବୟସ୍କ ଲୋକମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । +ବୈଠକରେ ରାଜ୍ୟସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଯେଉଁସବୁ ପଦକ୍ଷେପ ନେଇଛନ୍ତି, ତା ଉପରେ ସୂଚନା ଦେଇଥିଲେ । +୫ଟି ସଚିବ ଙ୍କୁ ସାକ୍ଷାତ କଲେ ସମ୍ବଲପୁର ଜିଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ +ସମ୍ବଲପୁର ଜିଲା ପରିଷଦର ଅଧ୍ୟକ୍ଷା ରୁପେ କୁମୁଦିନୀ ନାୟକ ଓ ଉପାଧ୍ୟକ୍ଷା ରୂପେ ମାଧବ ମିର୍ଦ୍ଧା ଦାୟିତ୍ୱ ନେଇଛନ୍ତି । +ନିର୍ବାଚନରେ ଜିଣି ଦାୟିତ୍ୱ ଗ୍ରହଣ କରିବା ପରେ ଉଭୟ ଜିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନା ଗୁଡିକୁ ତ୍ୱରାନ୍ୱିତ କରିବା ନିମନ୍ତେ ଭୁବନେଶ୍ୱର ଗସ୍ତ କରିଛନ୍ତି । +ଏହି କ୍ରମରେ ଉଭୟ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଭୁବନେଶ୍ୱର ଠାରେ ୫ଟି ସଚିବ ଭି. କେ. ପାଣ୍ଡିୟାନଙ୍କୁ ସାକ୍ଷାତକାର କରିଛନ୍ତି । +ଏହି ଅବସରରେ ସରକାରୀ ଯୋଜନା ଗୁଡିକୁ ଜିଲାର କୋଣ ଅଣୁକୋଣରେ ପହୁଞ୍ଚାଇବା ନିମନ୍ତେ ଶ୍ରୀ ପାଣ୍ଡିୟାନ ଉଭୟ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କୁ ପରାମର୍ଶ ଦେଇଥିଲେ । +ଇତିହାସରେ ପ୍ରଥମ: ଔଷଧରେ ଉଭେଇ ଗଲା କ୍ୟାନସର! +ୱାଶିଂଟନ: ମେଡିକାଲ ବିଜ୍ଞାନରେ ନୂଆ ଓ ଚମତ୍କାର ଘଟଣା ସାମ୍ନାକୁ ଆସିଛି । +ଔଷଧ ଦ୍ୱାରା ମାରାତ୍ମକ କ୍ୟାନସର ଭଳି ରୋଗକୁ ସଂପୂର୍ଣ୍ଣ ନିଶ୍ଚିହ୍ନ କରାଯାଇ ପାରିଛି । +ରେକ୍ଟାଲ୍ କ୍ୟାନସରର ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ଔଷଧର ପ୍ରାଥମିକ ପରୀକ୍ଷଣରୁ ଶୁଭଙ୍କର ଖବର ମିଳିଛି । +ଏହି ଔଷଧର ଟ୍ରାଏଲରେ ସାମିଲ ଥିବା ସମସ୍ତ ୧୮ ଜଣ କ୍ୟାନସରରୁ ମୁକ୍ତି ପାଇଥିବା ରିପୋର୍ଟ ପ୍ରକାଶ ପାଇଛି । +ମିଳିତ ସାମ୍ବାଦିକ ସଂମୂହ ର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ +ଭବାନୀପାଟଣା : କଳାହାଣ୍ଡି ମିଳିତ ସାମ୍ବାଦିକ ସଂମୂହର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଅମଳା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । +ସାମ୍ବାଦିକ ରଜନୀକାନ୍ତ ମିଶ୍ରଙ୍କ ଅଧକ୍ଷ୍ୟତା ଅନୁଷ୍ଟିତ ଏହି ବୈଠକରେ ସାମ୍ବାଦିକ ମାନଙ୍କ ପ୍ରତି ହେଉଥିବା ଆକ୍ରମଣ ଓ ହିଂଶା ଉପରେ ଆଲଚନା ହେବାସହ ଏହାର ଆଶୁ ସମାଧାନ ପାଇଁ କଣ କଣ ପଦକ୍ଷେପ ନିଆଯାଇପାରିବ ସେନେଇ ଉପସ୍ଥିତ ବରିଷ୍ଠ ସାମ୍ବାଦିକ ମାନେ ମତପ୍ରକାଶ କରିଥିଲେ । +ଅଗାମିଦିନରେ କାଳାହାଣ୍ଡି ଜିଲ୍ଲାରେ ମିଳିତ ସାମ୍ବାଦିକ ସଂମୂହ ସାମ୍ବାଦିକଙ୍କ ସୁରକ୍ଷା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପରବର୍ତ୍ତୀ ବୈଠକରେ ସ୍ଥିର କରିବାକୁ ନିଷ୍ପତ୍ତି ହେବା ସହ ସମ୍ବାଦିକତାରୁ ଜନପ୍ରତିନିଧି ହୋଇଥିବା ବ୍ୟକ୍ତି ମାନଙ୍କୁ ସଂମାନିତ କରିବାକୁ ନିଷ୍ପତ୍ତି ହୋଇଥିଲା । +ବରିଷ୍ଠ ସାମ୍ବାଦିକ ଉମାଶାଙ୍କର କର, ସତ୍ୟନାରାୟଣ ମହାପାତ୍ର, ନରେନ୍ଦ୍ର ନେଗୀ, ଦେବେନ୍ଦ୍ର ବିଶି,ମହମ୍ମଦ ଅଲି, ଅର୍ଜୁନ ପ ଟନାୟକ,ଅଜିତ ସିଂ, ଚିତ୍ତରଞ୍ଜନ ବିଶି, ବିକାଶ ଷଡଙ୍ଗୀ, ତାପସ ମହାନ୍ତି, ଝଶ କେତନ ଡି.ମାଝୀ ମନୋଜ ନାଏକ,ଦୁଖୀଶ୍ୟାମ ପ୍ରଧାନ, ସନ୍ତୋଷ ପ୍ରଧାନ, ଶିବ ପ୍ରକାଶ ନାଏକ,ହେମନ୍ତ ରାଏ,ଗୋବିନ୍ଦ ପ୍ରଧାନ, ନାରାୟଣ ନାୟକ,ଶିବରାମ ନାୟକ, ସ୍ନିଘା ସିଂଦେଓ, କ୍ଷୀରୋଦ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ । +ଦୁର୍ଗମ ଗାଁର ଛାତ୍ରମାନଙ୍କ ପାଇଁ ମାଗଣା ଶିକ୍ଷଣ କେନ୍ଦ୍ର +ଦେବଗଡ:- କୋଭିଡ-19 ମହାମାରୀ ପ୍ରଭାବରୁ ବିଗତ ୨ ବର୍ଷ ଧରି ବିଦ୍ୟାଳୟ ବନ୍ଦ ରହିବ ଯୋଗୁଁ ଏହାର କୁପ୍ରଭାବ କେବଳ ଶ୍ରେଣୀଗୃହ ଶିକ୍ଷା ଉପରେ ନୁହେଁ ବରଂ ପିଲାମାନଙ୍କର ମାନସିକ ସୁସ୍ଥତା ଉପରେ ମଧ୍ୟ ପଡିଛି । +ସ୍କୁଲ ବନ୍ଦ ରହିଥିବା ସମୟରେ ଗରିବ ପରିବାର ମାନଙ୍କର ଶିଶୁମାନେ ନାନା ପ୍ରକାରର କାର୍ଯ୍ୟରେ ନିୟୋଜିତ ରହିଥିଲେ ବୋଲି ବିଭିନ୍ନ ସର୍ଭେ ରିପୋର୍ଟରୁ ଜଣାପଡୁଛି । +ବର୍ତମାନ ସ୍କୁଲ ଖୋଲାଯିବା ପରେ ମଧ୍ୟ ଅନେକ ଶିଶୁ ମାନଙ୍କର ପାଠପଢା ପୁଣି ଆରମ୍ଭ ନହେବାର ସମ୍ଭାବନା ରହିଛି । +ସରକାରଙ୍କ ସ୍କୁଲ ଫେରିଚାଲ ଅଭିଯାନକୁ ଅପହଞ୍ଚ ଗ୍ରାମଗୁଡିକରେ ପହଂଚାଇବା, ସ୍କୁଲରେ ଉପସ୍ଥାନକୁ ନିୟମିତ କରିବା ସହିତ ସେହି ଗ୍ରାମ ମାନଙ୍କର ଶିଶୁଙ୍କର ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରିବାର ଲକ୍ଷ୍ୟ ନେଇ ଆକ୍ସନଆଡ଼ ଭୁବନେଶ୍ୱର ତରଫରୁ ପ୍ରଶାସନ ଓ ପ୍ରଂଚାୟତ ପ୍ରତିନିଧିଙ୍କ ସକ୍ରିୟ ତ୍ୱାବଧାନରେ ଦେବଗଡ ଜିଲ୍ଲାର ବାରକୋଟ ବ୍ଲକର ରଂଭେଇ ଓ ସରୁଆଳୀ ପଂଚାୟତର ୩ ଟି ଲେଖାଏ ଗ୍ରାମରେ ମାଗଣା ଶିକ୍ଷା ଶିବିର ଆରମ୍ଭ କରାଯାଇ ମୋଟ ୧୩୬ (ବାଳିକା – ୭୩ ଜଣ ଓ ବାଳକ – ୬୩) ଜଣ ଶିଶୁଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି । +ରଂଭେଇ ପଂଚାୟତର ବୁଢାବାହାଲ, ବ୍ରାହ୍ମଣୀମାଲ ଓ ରଙ୍ଗାମାଟିଆ ଗ୍ରାମ ଏବଂ ସରୁଆଳୀ ପଂଚାୟତର ସରୁଆଳୀ, ଟାଇନ୍ସର ଓ ମାଦଳିଆ ଗ୍ରାମରେ ଗତ ୧ ଏପ୍ରିଲ ୨୦୧୨ ରୁ ଏହି ମାଗଣା ଶିକ୍ଷଣ ଶିବିର ଆରମ୍ଭ କରାଯାଇଛି । +ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନେ ଏହି ଶିବିରରେ ଯୋଗଦାନ କରି ଶିକ୍ଷା ଗ୍ରହଣ କରୁଛନ୍ତି । +ଗ୍ରାମର ମଧ୍ଦ୍ୟ ସ୍ଥଳରେ ଚାଲୁଥିବା ଏହି ଶିବିରରେ ପ୍ରତି ଗ୍ରାମରୁ ହାରାହାରି ୨୦ ରୁ ୩୦ ଜଣ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ନିୟମିତ ଭାବରେ ସ୍କୁଲ ସମୟକୁ ଛାଡି ଦୈନିକ ୨ – ୨.୫୦ ଘଣ୍ଟା ପାଇଁ ଶିକ୍ଷା ଗ୍ରହଣ କରୁଛନ୍ତି । +ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରୋମିଓ ମହାପାତ୍ର, ରଂଭେଇ ପଂଚାୟତ ସରପଞ୍ଚ ଶ୍ରୀଯୁକ୍ତ ରସ୍ମିତ ବେହେରା ଓ ସାରୁଆଳୀ ପଂଚାୟତ ସରପଂଚ ଶ୍ରୀମତୀ ସୁଭଦ୍ରା ସାହୁ ଓ ଆକ୍ସନଆଡ଼ ର କର୍ମୀ ମାନଙ୍କର ମିଳିତ ପ୍ରୟାସ ଓ ତତ୍ୱାବଧାନରେ ଶିକ୍ଷଣ କେନ୍ଦ୍ର ଚାଲୁଥିବା ଗ୍ରାମରୁ ଏକ ଶିକ୍ଷିତ ଓ ଆଗ୍ରହୀ ସ୍ବେଚ୍ଛାସେବୀଙ୍କୁ ଚିହ୍ନଟ କରି ଶିକ୍ଷାଦାନ କରିବାର ଦାୟିତ୍ୱ ଦିଆଯାଇଛି । +ପ୍ରଥମ ଦିନରେ ଉଭୟ ପଂଚାୟତର ସରପଂଚ ଶିବିରକୁ ଉଦଘାଟନ କରି ଏହାର ଶୁଭାରମ୍ଭ କରିଥିଲେ । +ଶିକ୍ଷା ସ୍ଵେଛାସେବୀ ଭାବେରେ ବୁଢାବାହାଲ ଗ୍ରାମରେ ଶ୍ରୀ ଲିପୁନ କୁମାର ବାଘ ବ୍ରାହ୍ମଣୀମାଲ ଗ୍ରାମରେ କମଲିୟୁସ ଜୋଜୋ, ରଙ୍ଗମାଟିଆ ଗ୍ରାମରେ ଦୁଷ୍ମନ୍ତ କୁମାର ବାରିକ, ସାରୁଆଳୀ ଗ୍ରାମରେ ସ୍ମିତାରାଣୀ ସାହୁ, ମାଦଳିଆ ଗ୍ରାମରେ ରିତା ନାୟକ, ଓ ଟାଇନ୍ସର ଗ୍ରାମରେ ଉତ୍ତମ କୁମାର ବେହେରା ନିୟୋଜିତ ହୋଇ ଶିଶୁ ମାନଙ୍କୁ ଶିକ୍ଷା ପ୍ରଦାନ କରିଆସୁଛନ୍ତି । +ପ୍ରଶାସନର ଓ ଆକ୍ସନଆଡ଼ ର କର୍ମୀ ମାନେ ନିୟମିତ ଭାବେରେ ଶିବିରକୁ ତଦାରଖ କରିବା ସହିତ ଶିଶୁ ମାନଙ୍କୁ ପ୍ରେରିତ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । +ସୋମବାରଠୁ ସମ୍‌ରେ ଆରମ୍ଭ ହେବ କୋଭାକ୍ସିନ୍‌ ଟିକାକରଣ +ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଆସନ୍ତା ୬ରୁ ପୁଣି ଥରେ କୋଭାକ୍ସିନ୍ ଟୀକାକରଣ କାର‌୍ୟ୍ୟକ୍ରମ ଆରମ୍ଭ କରାଯିବ । +ସବୁ ବୟସର ବ୍ୟକ୍ତିଙ୍କୁ ଏହି ଟିକା ପ୍ରଦାନ କରାଯିବ ବୋଲି ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି । +ହସ୍ପିଟାଲ୍‌ରେ କୋଭିସିଲ୍ଡ ଟିକାକରଣ ଜାରି ରହିଥିବାବେଳେ କୋଭାକ୍ସିନ୍ ଟିକାକରଣ ସାମୟିକ ଭାବେ ବନ୍ଦଥିଲା । +ସୋମବାର ଠାରୁ ଏହି ଟିକାକରଣ ପ୍ରକ୍ରିୟା ପୁଣି ଥରେ ଆରମ୍ଭ କରାଯିବ । +ତେବେ ରବିବାର ଟିକାକରଣ ପ୍ରକ୍ରିୟା ବନ୍ଦ ରହିବ ବୋଲି ହସ୍ପିଟାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । +ଏହି ଟିକାକରଣ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । +ବିଦେଶ ଯାତ୍ରା କରୁଛନ୍ତି କି? +କୋଭିଡ୍‌ ଟିକା ସତର୍କତା (ବୁଷ୍ଟର) ଡୋଜ୍‌ ପାଇଁ ନିୟମକୁ କୋହଳ କରି କେନ୍ଦ୍ର ଗୁରୁବାର ଦିନ ବିଦେଶ ଭ୍ରମଣ କରୁଥିବା ନାଗରିକମାନଙ୍କୁ ଗନ୍ତବ୍ୟ ଦେଶର ନିର୍ଦ୍ଦେଶାବଳୀ ଅନୁଯାୟୀ ନିର୍ଦ୍ଧାରିତ ନଅ ମାସର ଅପେକ୍ଷା ଅବଧି ପୂର୍ବରୁ ବୁଷ୍ଟର ଡୋଜ୍‌ ନେବାକୁ ଅନୁମତି ଦେଇଛି । +କେନ୍ଦୁଝରରେ ଫାଇଭ ଟି’ ସଚିବ ଏବଂ ମୁଖ୍ୟ ଶାସନ ସଚିବ : କାନପୁରର ବୃହତ ଜଳସେଚନ ପ୍ରକଳ୍ପ… +କେନ୍ଦୁଝର ଗସ୍ତରେ ଫାଇଭ ଟି’ ସଚିବ ଭି.କେ ପାଣ୍ଡିଆନ ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । +ପ୍ରଥମେ ଚମ୍ପୁଆ ବ୍ଲକର ଚିମିଳା ନିକଟସ୍ଥ ହେଲିପ୍ୟାଡ଼ରେ ପହଂଚିବା ପରେ ବାସୁଦେବପୁର ନିକଟରେ ଥିବା କାନପୁରର ବୃହତ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । +ପ୍ରକଳ୍ପର ମନ୍ଥର କାମକୁ ନେଇ ସମୀକ୍ଷା କରିଛନ୍ତି ପାଣ୍ଡିଆନ୍ । +ଓଡ଼ିଶା ଆସିଥିଲେ କେନ୍ଦ୍ରମନ୍ତ୍ରୀ, ଦେଖାଦେଲେନି ଜିଲ୍ଲାପାଳ କି ବିଧାୟକ +କେନ୍ଦ୍ରମନ୍ତ୍ରୀ ସଂଜୀବ ବାଲ୍ୟାନ ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । +ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ବେଳେ ଜିଲ୍ଲାପାଳ ଉପସ୍ଥିତି ନରହିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । +କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ନେଇ ୪ ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଜିଲ୍ଲାପାଳ ଉପସ୍ଥିତ ନଥିଲେ । +ଡିଆରଡିଏ ପ୍ରକଳ୍ପ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ଆଲୋଚନା କରିଥିଲେ । +ବଢ଼ୁଛି ଆଧାର ଠକେଇ +ପ୍ରତ୍ୟେକ ମଣିଷର ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର ପାଲଟିଥିବା ଅଧାର ବର୍ତ୍ତମାନ ଜାଲିଆତି ହେଉଥିବା ଅନେକ ଅଭିଯୋଗ ଆସିଲାଣି । +ଏନେଇ ଆସନ୍ତୁ ଜାଣିବା ଆପଣ ନିଜକୁ ଏହି ଠକେଇରୁ କିପରି ସୁରକ୍ଷା ଦେଇପାରିବେ । +ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କଲା ଦଳିତ ମହାସଂଘ +ଡେଲାଙ୍ଗ ପୁଲିସ ଦଳିତବର୍ଗଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି । +ଜଣେ ମହିଳାଙ୍କୁ ଦାଦାବଟି ମାଗିବା ସହ ବିଭିନ୍ନ ଧମକଚମକ ଦେଇ ଠେଲାପେଲା କରାଯିବା ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରୁନାହିଁ । +ଆକ୍ରମଣକାରୀ ଯୁବକକୁ ତୁରନ୍ତ ଗିରଫ କରିବାକୁ ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ଦାବି କରିଛି । +୭ଦିନ ମଧ୍ୟରେ ନ୍ୟାୟ ନମିଳିଲେ ଶତାଧିକ ମହିଳାଙ୍କ ସହ ଅଭିଯୋଗକାରିଣୀ ପଦଯାତ୍ରାରେ ନବୀନ ନିବାସ ଯିବେ ବୋଲି ପିପିଲି ଠାରେ ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ଚେତାବନୀ ଦେଇଛନ୍ତି । +ଏଥିସହ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପିପିଲି ଏସ୍‍ଡିପିଓଙ୍କ ଜରିଆରେ ପ୍ରଦାନ କରାଯାଇଛି । +ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା ପାଇଁ ଗଠନ ହେଲା ଗୃହ କମିଟି +ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା ପାଇଁ ଗଠନ ହେଲା ଗୃହ କମିଟି । +ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ୮ ଜଣିଆ ଗୃହ କମିଟି ଗଠନ ହୋଇଛି । +ଏହି କମିଟିରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ପ୍ରତାପ ଜେନା, କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅତନୁ ସାବ୍ୟସାଚୀ ନାୟକ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ସଦସ୍ୟ ରହିଛନ୍ତି । +ସମ୍ବଲପୁର ପୁଲିସର ୫ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା +ସମ୍ବଲପୁର: ରାଜ୍ୟ ପୁଲିସ ବିଭାଗ ଅଧିନସ୍ଥ ସମ୍ବଲପୁର ଜିଲା ପୁଲିସ ବିଭାଗରେ କାର୍ଯ୍ୟରତ ୫ ଜଣ ଅଧିକାରୀ ଓ କର୍ମଚାରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । +ଶନିବାର ଜିଲା ପୁଲିସ ଆରକ୍ଷୀ ଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ସମ୍ବର୍ଦ୍ଧନାରେ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର ଏହି ଅଧିକାରୀ ଓ କର୍ମଚାରୀ ମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ । +ଇନିସପେକ୍ଟର ଅମର ନାୟକ, ସବ ଇନିସପେକ୍ଟର ଡମ୍ବରୁଧର ସାହୁ, ହାବିଲଦାର ମେଜର ଲମ୍ବୋଦର ସାହୁ, କନେଷ୍ଟବଳ ପ୍ରଫୁଲ୍ଲ ସେଠୀ ଓ ଜୟରାମ ଜରାସନ୍ଧ ଙ୍କୁ ଆରକ୍ଷୀ ଅଧିକ୍ଷକ ଗଙ୍ଗାଧର ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ମାନପତ୍ର ପ୍ରଦାନ କରି ବିଦାୟୀ ସମ୍ବର୍ଦ୍ଧନା ଦେଇଥିଲେ । +ଆଗାମୀ ଜୀବନ ସୁସ୍ଥ ଓ ସୁଖମୟ ହେଉ ବୋଲି ସମସ୍ତେ କାମନା କରି ଶୁଭେଚ୍ଛା ଜଣାଇଥିଲେ । +ଏହି ଅବସରରେ ଡିଏସପି ଯୋଗେଶ୍ୱର ଓରାମ, ସର୍ଜଣ୍ଟ ଅନୀଲ ମୁଖି, ହାବିଲଦାର କନେଷ୍ଟବଳ ସଂଘର ସଭାପତି ରାମଦାସ ପଣ୍ଡା ଓ ସମ୍ପାଦକ ତୁଷାନ୍ତ ସାହୁ, ବିଜୟ ସାହୁ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । +ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ କୁମାର ମହାନ୍ତି ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିବା ବେଳେ ଶେଷରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଟକୋ କୁଜୁର ଧନ୍ୟବାଦ ଅର୍ପଣ କରିଥିଲେ । +ଓଡ଼ିଆରେ ଦୁର୍ବଳ ଓଡ଼ିଆ ପିଲା +ଜାତୀୟ ସ୍ତରରେ ଦଶମ ଶ୍ରେଣୀ ପିଲା ମାତୃଭାଷାରେ ଦୁର୍ବଳ ରହିଥିବା ବେଳେ ଓଡ଼ିଶାରେ ଆହୁରି ଦୟନୀୟ ସ୍ଥିତି ରହିଛି । +ଜାତୀୟସ୍ତରରେ ୪୧ ପ୍ରତିଶତ ପିଲା ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଓଡ଼ିଶାରେ ଏହି ହାର ୩୮ ପ୍ରତିଶତ ରହିଛି । +ବର୍ଷା- ଅନୁଭବ ବିବାଦରେ ପଶିଲେ ବିଜେପି ନେତ୍ରୀ କୁସୁମ ଟେଟେ : ଅସଲ ଜୀବନରେ ମହିଳାଙ୍କୁ… +ସାଂସଦ ଅନୁଭବଙ୍କ ନାଁରେ ବର୍ଷା ପ୍ରିୟଦର୍ଶିନୀ ଏତଲା ଦେବା ପରେ ଅନୁଭବଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । +ଅନୁଭବ ରିଲ ଲାଇଫରେ ସୁନ୍ଦର ଅଭିନୟ କରନ୍ତି, ହେଲେ ସେ ରିୟଲ ଲାଇଫରେ ସମ୍ପୂର୍ଣ୍ଣ ଭିନ୍ନ । +ପ୍ରଥମେ ସେ ମହିଳାଙ୍କୁ ସମ୍ମାନ ଦେଇ ଶିଖନ୍ତୁ ବୋଲି କହିଛନ୍ତି କୁସୁମ ଟେଟେ । +ଜିଲ୍ଲା ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଆୟୋଜିତ । +ମାଲକାନଗିରି-୨୮/୦୬- ମାଲକାନଗିରି ସଦର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ପରିସର ମଧ୍ୟରେ ତା-୨୭-୦୬-୨୦୨୨ରିଖ ସନ୍ଧ୍ୟା ୬ଟାରୁ ତା-୩୦-୦୬-୨୦୨୨ରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଛି ଜିଲ୍ଲା ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ । +ଏହି ପ୍ରଶିକ୍ଷଣରେ ମୋଟ ୧୩ଟି ଶିଶୁମନ୍ଦିରର ୧୨୦ଜଣ ଗୁରୁଜୀ/ଗୁରୁମା ପ୍ରଶିକ୍ଷାର୍ଥୀ ରୂପେ ଯୋଗ ଦେଇଛନ୍ତି । +ସନ୍ଧ୍ୟା ବନ୍ଦନା କରାଯାଇ କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଅଛି । +ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ତହସିଲଦାର ମାଲକାନଗିରି ଶ୍ରୀଯୁକ୍ତ ର । +ଖାଲ ଚନ୍ଦ୍ର ପରିଡା,ମୁଖ୍ୟବକ୍ତା ରୂପେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସହ ପ୍ରାନ୍ତ ସେବା ପ୍ରମୁଖ ଶ୍ରୀ ରବି ରାୟ, କାର୍ଯ୍ୟକ୍ରମର ପରିଚାଳକ ରୂପେ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ପ୍ରାନ୍ତ ଶିଶୁବାଟିକ । +ପ୍ରମୁଖ ତଥ । +ପୂର୍ଵକ୍ଷେତ୍ର ସହ ଶିଶୁବ । +ଟିକ । +ସଂଯୋଜକ ଶ୍ରୀ ପ୍ରଦୀପ କୁମାର ମଲ୍ଲିକ,ସମ୍ମାନୀତ ଅତିଥି ଜିଲ୍ଳା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ଓ ଜିଲ୍ଲା ଶିକ୍ଷା ନିରୀକ୍ଷକ ତ୍ରିଲୋଚନ ଦାସ,ଅନୁଷ୍ଠାନର ଉପସଭାପତି ଶ୍ରୀ ଅଭୟ କୁମାର ଲେଙ୍କା,ସମ୍ପାଦକ ଶ୍ରୀ ବୁଦ୍ଧିବାମନ ନାୟକ,ସଦସ୍ୟା ଶ୍ରୀମତୀ ପ୍ରମିଳା ମାଡକାମୀ,ମାଲକାନଗିରି ସଂକୁଳପ୍ରମୁଖ ଶ୍ରୀ କବିରାଜ ପ୍ରଧାନ ଉପସ୍ଥିତ ଥିଲେ । +ଏହି କାର୍ଯ୍ୟକ୍ରମରେ ଅତିଥିମାନେ ସମାଜରେ ଶିକ୍ଷକଙ୍କ ଭୂମିକା,ବିଦ୍ୟାଭାରତୀ ଓ ଶିଶୁମନ୍ଦିରର ଲକ୍ଷ୍ୟ ଉଦ୍ଦେଶ୍ୟ, ନୂତନ ଜାତୀୟ ଶିକ୍ଷା ନୀତି ତଥା ଭାରତ ସ୍ୱାଧୀନତାର ଇତିହାସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । +କାର୍ଯ୍ୟକ୍ରମ ପରିଚାଳନା ଦୃଷ୍ଟିରୁ ସ୍ଥାନୀୟ ମାଲକାନଗିରି ଶିଶୁମନ୍ଦିର ପ୍ରଧାନଆଚାର୍ଯ୍ୟ ତଥା ମାଲକାନଗିରି ସଂକୁଳ ସଂଯୋଜକ ଶ୍ରୀ ମନୋରଞ୍ଜନ ଦାସ ଓ ବାଲିମେଳା ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ତଥା ବାଲିମେଳା ସଂକୁଳ ସଂଯୋଜକ ଶ୍ରୀ ସରୋଜ କୁମାର ସାମଲ ଉପସ୍ଥିତ ଅଛନ୍ତି । +ଏହି କାର୍ଯ୍ୟକ୍ରମରେ ଗୁରୁଜୀଗୁରୁମାଙ୍କୁ ବିଭିନ୍ନ ଶ୍ରେଣୀଗତ ବିଷୟ,ନୂତନଜାତୀୟ ଶିକ୍ଷା ନୀତି ଆଧାରିତ ଶିକ୍ଷା, ନୀତିଶିକ୍ଷା ,ଯୋଗଶିକ୍ଷା,ଆଧ୍ୟାତ୍ମିକ ଶିକ୍ଷା ସମ୍ବନ୍ଧରେ ତାଲିମ ପ୍ରଦାନ କରାଯିବ । +ଗାଧୋଉଥିବା ବେଲେ ପାଣି ରେ ବୁଡି ଯାଇ ଇସ୍ରୋ ଯୁବକ ବୈଜ୍ଞାନିକ ନିହାର ରଞ୍ଜନ ପ୍ରଧାନ ଙ୍କ ମୃତ୍ଯ +ଗାଧୋଉଥିବା ବେଲେ ପାଣି ରେ ବୁଡି ଯାଇ ଇସ୍ରୋ ଯୁବକ ବୈଜ୍ଞାନିକ ନିହାର ରଞ୍ଜନ ପ୍ରଧାନ ଙ୍କ ମୃତ୍ଯ +ଏଣିକି ହିରାଖଣ୍ଡ, ସମଲେଶ୍ୱରୀ ଏବଂ ରାଉରକେଲା-ଜଗଦଳପୁର ଏକ୍ସପ୍ରେସ ଲକ୍ଷ୍ମୀପୁର ରୋଡରେ ରହଣି… +ହିରାଖଣ୍ଡ, ସମଲେଶ୍ୱରୀ ଏବଂ ରାଉରକେଲା-ଜଗଦଳପୁର ଏକ୍ସପ୍ରେସ ଟ୍ରେନ କୁ ଲକ୍ଷ୍ମୀପୁର ରୋଡ ଠାରେ ଏବଂ ବିଶାଖାପାଟନମ୍-କିରାଣ୍ଡୁଲ୍ ଏକ୍ସପ୍ରେସ୍ ଟ୍ରେନ କୁ ବାଚେଲି ଠାରେ ରହଣି ଦେବା ପାଇଁ ନିକଟରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିଲେ | ଏହାକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥ ଆସନ୍ତା ବୁଧବାର ଠାରୁ ଏହି ଷ୍ଟେସନ ମାନଙ୍କରେ ଉପରୋକ୍ତ ଟ୍ରେନ ଗୁଡିକର ରହଣି ଦେବାପାଇଁ ନିଷ୍ପତି ନେଇଅଛି | +18447/18448 ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଭୁବନେଶ୍ୱର ରୁ 27 ଏପ୍ରିଲ୍ ଠାରୁ ଏବଂ ଜଗଦଳପୁରରୁ 26 ଏପ୍ରିଲ ଠାରୁ ଲକ୍ଷ୍ମୀପୁର ରୋଡ ଷ୍ଟେସନ ଠାରେ ରହଣି କରିବ | ଭୁବନେଶ୍ୱରରୁ ଏହି ଟ୍ରେନ୍ ଲକ୍ଷ୍ମୀପୁର ରୋଡରେ ସକାଳ ୦୭ଘ.୧୦ମି.ରେ ପହଞ୍ଚି ସକାଳ ୦୭ଘ.୧୨ମି.ରେ ଛାଡିବ | ଜଗଦଲପୁରରୁ ଏହି ଟ୍ରେନ୍ ସନ୍ଧ୍ୟା ୮ଘ.୩୦ମି.ରେ ଲକ୍ଷ୍ମୀପୁର ରୋଡରେ ପହଞ୍ଚି ୮ଘ.୩୨ମି.ରେ ଛାଡିବ | +ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଲାଗି ସୀତାକୁଣ୍ଡରୁ ଜଳ ସଂଗ୍ରହ କଲେ +ମାଲକାନଗିରି: ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଥିବା ସୀତାକୁଣ୍ଡର ପାଣି ଯିବ ଅଯୋଧ୍ୟା । +ଆଉ ଏହି ପାଣି ନେବେ ଅଯୋଧ୍ୟାରୁ ଆସିଥିବା ସାଧୁସନ୍ଥ । +ସାଧୁସନ୍ଥମାନେ ଶ୍ରୀଲଙ୍କାରୁ ଯାତ୍ରା ଆରମ୍ଭ କରିଥିବା ବେଳେ ଆଜି ବଣ୍ଡାଘାଟିରେ ପହଞ୍ଚିଛନ୍ତି । +ଏହି ସମାରୋହରେ ଯୋଗ ଦେବା ପାଇଁ ବଣ୍ଡାଘାଟିରେ ପହଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । +ଆଜି ଦିନ ୧୧ ଟା ସମୟରେ ବଣ୍ଡାଘାଟିର ସୀତାକୁଣ୍ଡରେ ପହଞ୍ଚି ସାଧୁସନ୍ଥଙ୍କ ସହ ରାଜ୍ୟପାଳ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । +ରାଜ୍ୟପାଳ ଏଠାରୁ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଲାଗି ସୀତାକୁଣ୍ଡରୁ ଜଳ ସଂଗ୍ରହ କରିଛନ୍ତି । +ଏହାଛଡ଼ା ସେ ଶ୍ରୀରାମ ବନ ଗମନ କାବ୍ୟଯାତ୍ରାର ଶୁଭାରମ୍ଭ ବି କରିଛନ୍ତି । +ସୀତାକୁଣ୍ଡର ପାଣି ରାମନବମୀ ଦିନ ଅଯୋଧ୍ୟାରେ ପହଞ୍ଚିବ । +ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି)ଙ୍କ Odisha university of techno । +ogy and research ପରିଦର୍ଶନ, +ନଦୀରୁ ଉଦ୍ଧାର ହେଲା ବ୍ୟକ୍ତିଙ୍କ ମୃତଦେହ +ଖୁଣ୍ଟା –ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ବାଙ୍ଗରା ଗ୍ରାମର ନଦୀରୁ ଏକ ମୃତଦେହ ଉଦ୍ଧାର ହୋଇଛି । +ମୃତକ ଜଣକ ହେଲେ ସେହି ଗ୍ରାମର ଶିବପ୍ରସାଦ କାର୍ଜୀ (୪୭) ବୋଲି ଜଣାପଡ଼ିଛି । +ମଙ୍ଗଳବାର ମଧ୍ଯାହ୍ନ ସମୟରେ ସେ ଗ୍ରାମ ନିକଟସ୍ଥ ଆରିକୁଳ ନଦୀ କୁ ଗାଧୋଇବା ପାଇଁ ଯାଇଥିଲେ । +ତେବେ ଦୀର୍ଘ ସମୟ ଧରି ଶିବପ୍ରସାଦ ଘରକୁ ଫେରି ନ ଥିବା ଦେଖି ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିପାରିନଥିଲା । +ମାତ୍ର ଅପରାହ୍ନ ସମୟରେ ଶିବପ୍ରସାଦଙ୍କର ଶରୀର ବାଙ୍ଗରା ନଦୀ ପାଣିରେ ଭାସୁଥିବା ଗ୍ରାମବାସୀମାନେ ଦେଖିବାକୁ ପାଇ ପରିବାରବର୍ଗଙ୍କୁ ଖବର ଦେବା ସହ ତାଙ୍କୁ ଉଦ୍ଧାର କରିଥିଲେ । +ଏବଂ ଶିବ ପ୍ରଶାସଦଙ୍କୁ ଡୁକୁରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । +ସୁଚନା ପାଇ ଖୁଣ୍ଟା ପୋଲିସ ଚିକିତ୍ସା କେନ୍ଦ୍ରରେ ପହଞ୍ଚି ମରଶରୀରଟିକୁ ଜବତ କରି କେସ ନମ୍ବର ୨୯ / ୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ଘଟଣାର ତଦନ୍ତ ଜାରି ରଖିଛି । +ତେବେ ସେ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା କାରଣରୁ ନଦୀରେ ବୁଡ଼ି ମୃତ୍ୟୁବରଣ କରିଥିବା ପରିବାରବର୍ଗ ପ୍ରକାଶକରିଛନ୍ତି । +ରଜରେ ମୁକ୍ତିଲାଭ ହେବ କଣ୍ଠଶିଳ୍ପୀ ଅସୀତ ନନ୍ଦଙ୍କ ଆଧୁନିକ ଆଲବମ +ଫୁଲବାଣୀ, 12/6(ସୁନୀଲ ପଟନାୟକ ),-ଫୁଲବାଣୀ ର ସୁନାମଧନ୍ୟ କଣ୍ଠଶିଳ୍ପୀ ଓ ଭଜନ ଗାୟକ ଅସୀତ କୁମାର ନନ୍ଦଙ୍କ ସଙ୍ଗୀତ ସମଗ୍ର କନ୍ଧମାଳରେ ଏବଂ ରାଜ୍ୟ ରେ ପ୍ରସିଦ୍ଧି ଲାଭ କରିଛି । +ସେ ଅନେକ ଆଲବମରେ ମଧ୍ୟ ନିଜର କଣ୍ଠଦାନ କରିଛନ୍ତି । +ଏହି ସବୁ ସଙ୍ଗୀତ ମଧ୍ୟ ବେଶ୍ ପ୍ରସିଦ୍ଧ ଲାଭ କରିଛି । +ତାଙ୍କର ଆଉ ଏକ ଓଡିଆ ଆଧୁନିକ ଆଲବମ ରଜରେ ମୁକ୍ତିଲାଭ କରିବାକୁ ଯାଉଛି । +ଏହି ଆଲବମ ଟିର ନାଁ ‘ଅଧା ଅଧା ଭାରି ଭଲ ଲାଗେ’ । +ଗୀତ ଟିକୁ ଫୁଲବାଣୀ ର ଯୁବ ଗୀତିକାର ଗୋପୀନାଥ ରାଉତ ଲେଖିବାବେଳେ ସଂଗୀତରେ ସଜେଇଛନ୍ତି ଅଗଧାଡ଼ିର ସଙ୍ଗୀତ ନିର୍ଦେଷକ ରାଜେନ୍ଦ୍ର ବେହେରା । +ସଙ୍ଗୀତ ପରିଚାଳନା ମାନସ କୁମାର ସିଂହ କରିଛନ୍ତି । +ବାଲୁଙ୍କେଶ୍ୱର କଂହର ଙ୍କ ପ୍ରଯୋଜନା ରେ କୋଉତୁକି ପ୍ରଡ଼କ୍ସନ ଏ ଏହି ଗୀତରେ କଣ୍ଠଦାନ କରିଛନ୍ତି ଅସିତ୍ ନନ୍ଦ ଓ ସୋନାଲି ପଟନାୟକ । +ଅସିତ୍ ନନ୍ଦଙ୍କ ଅନେକ ଗୀତ ଶ୍ରୋତା ଙ୍କୁ ଆକୃଷ୍ଟ କରିଛି । +ଏଣୁ ରଜରେ ଏ ରୋମାଣ୍ଟିକ ଗିତ ସ୍ରୋତIଙ୍କ ମତୁଆଲା କରିବ ବୋଲି ଅସିତ୍ ଆଶା ରଖିଛନ୍ତିI +ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହେଲେ ଜାପାନ ନାଗରିକ +ଭୁବନେଶ୍ୱର, ୨୯/୦୬: କୋଭିଡ୍ ସଂକ୍ରମିତ ହେବା ପରେ ଚିକିତ୍ସିତ ହୋଇ ସମ୍ କୋଭିଡ ହସ୍ପିଟାଲ୍‌ରୁସୁସ୍ଥ ହୋଇଛନ୍ତି ଜାପାନର ନାଗରିକ ପି.ଟାକାହାରା କେଞ୍ଜି । +କୋଭିଡ ସଂକ୍ରମିତ ହୋଇ ଶ୍ରୀ କେଞ୍ଜି ଗତ ଜୁନ୍‌୧୯ ତାରିଖ ଦିନ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ । +ତେବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଗତ ମଙ୍ଗଳବାରଦିନ ସେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି । +ତାଙ୍କର ଜ୍ୱର ସହିତ ଥଣ୍ଡା ଓ କାଶ ଜନିତ ସମସ୍ୟା ରହିଥିଲା । +ତେବେ ସମସ୍ତ ପ୍ରକାର ଚିକିତ୍ସା ଗ୍ରହଣକରି ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିବା କହିଛନ୍ତି ତାଙ୍କୁ ଚିକିତ୍ସା କରିଥିବାଡାକ୍ତର । +ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଥିବା ବେଳେ ଜାପାନ୍‌ର ଏହି ନାଗରିକ ଜଣକକୋଭିଡ ସଂକ୍ରମିତ ହୋଇଥିଲେ । +ତେବେ ସମ୍ କୋଭିଡ ହସ୍ପିଟାଲ୍‌ର ଉତମ ଚିକିତ୍ସା ଓ ସେବା ସୁଶୃଷା ଫଳରେସେ ସୁସ୍ଥ ହୋଇପାରିଛନ୍ତି ଓ ଡାକ୍ତର ଏବଂ ନର୍ସମାନଙ୍କର ସେବା ନିମନ୍ତେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । +ସୋଆର ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ଉରୁଗୁଏର ରାଷ୍ଟ୍ରଦୂତ +ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଭାରତରେ ଅବସ୍ଥାପିତ ଉରୁଗୁଏର ରାଷ୍ଟ୍ରଦୂତ ଶ୍ରୀ ଆଲବେଟୋ ଏ ଗୁଆନି | ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ପ୍ରଫେସର ନାୟକଙ୍କ ସହ ସାକ୍ଷାତ ସମୟରେ ଉରୁଗୁଏ ଏବଂ ସୋଆ ମଧ୍ୟରେ ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ଆଦାନପ୍ରଦାନ ନେଇ ଆଲୋଚନା ହୋଇଥିଲା | ଏହି ସାକ୍ଷାତ ଆଲୋଚନା ସମୟରେ ସୋଆର ନିର୍ଦ୍ଦେଶକ ଡ଼ଃ ମହେନ୍ଦ୍ର ପ୍ରସାଦ ଉପସ୍ଥିତ ଥିଲେ | +ପଦିଏ ଙ୍କୁ ସରକାରୀ ସହାୟତା ମିଳିବ କେବେ । +କାଲିମେଳା ତା ୧୯/୬ ରାଜ୍ୟ ସରକାର ଛୁଆ ଜନ୍ମ ପୂର୍ବରୁ ମମତା ଯୋଜନା ଠାରୁ ଆରମ୍ଭ ମରିବା ପରେ ହରିଶ୍ଚନ୍ଦ୍ର ଯୋଜନା ରେ ପ୍ରତ୍ୟେକ ଲୋକ ମାନଙ୍କ ଲାଗି ସହାୟତା ଯୋଗାଇ ଦେବାକୁ ଯୋଜନା କରିଛନ୍ତି । +ହେଲେ ଏସବୁ ଯୋଜନା କେତେଦୂର ସଫଳ ରୂପାୟନ ହେଉଅଛି ତାହା ସରକାର ସମୀକ୍ଷା କରୁନଥିବା ଭଳି ମନେ ହେଉଅଛି । +ଯାହାର ବ୍ୟତିକ୍ରମ ଦେଖୀବାକୁ ମିଳିଛି ଦୁର୍ଗମ ନଦୀ କୂଳରେ ଅବସ୍ଥିତ ଥିବା ଭେଙ୍କଟାପାଲେମ ଗ୍ରାମ ପଞ୍ଚାୟତ ଅଧୀନ ତେଲିଗୁଡା ଗାଁ ରେ । +ଗାଁ ର ୱ୍ଵାଗା ମାଡକାମି ଙ୍କ ର ୩ ବର୍ଷ ତଳେ ମୃତ୍ୟୁ ହେବାରୁ ତାଙ୍କ ସ୍ତ୍ରୀ ପଦିଏ ମାଡକାମି ବିଧବା ହୋଇଛନ୍ତି । +ଅନ୍ୟ ପକ୍ଷରେ ତାଙ୍କର ଗୋଟିଏ ପୁଅ ସହିତ ପାଂଚ ଜଣ ଝିଅ ସମେତ ୬ ଟି ପିଲା ତଥା ପ୍ରିୟା,କସି , ପିଣ୍ଟୁ,ସ୍ଵର୍ପଣ୍ଣ, ରିଙ୍କି,ରାଧୀକା ଅଛନ୍ତି । +ଏହି ୬ଜଣ ପିଲା ଯୋଗୁଁ ସେମାନଙ୍କ ଲାଳନପାଳନ କରିବା ତାଙ୍କ ପକ୍ଷେ କଷ୍ଟକର ହେଉଅଛି । +ସ୍ଵାମୀ ଙ୍କ ମୃତ୍ୟୁ ପରେ ଜାତୀୟ ପରିବାର ମଙ୍ଗଳ ଯୋଜନା ରେ ସହାୟତା ରାଶି ୨୦’୦୦୦ ହଜାର ଟଙ୍କା ମଧ୍ୟ ମିଳିନାହିଁ ତ ବିଧବା ଭତ୍ତା ଯୋଜନା ରେ ସହାୟତା ପ୍ରାପ୍ତି ନିମନ୍ତେ ବହୁବାର ଆବେଦନ କରିଥିଲେ ମଧ୍ୟ ଏ ଯାଏଁ ତାଙ୍କ ଗୁହାରୀ କେହି ଶୁଣି ନାହାନ୍ତି । +ଇତିମଧ୍ୟରେ ସ୍ଵାମୀ ମୃତ୍ୟୁ ରୁ ଏଯାଏଁ ୩ ବର୍ଷ ରୁ ଉର୍ଦ୍ଧ୍ବ କାଳ ବିତିଯାଇଥିବାରୁ ବହୁ କଷ୍ଟରେ ନିଜର ଗାଁ ରେ ଓ ପଡୋଶୀ ବଙ୍ଗାଳୀ ଗାଁ କୁ ଯାଇ ଦିନ ମଜୁରିଆ ଭାବେ ଲୋକଙ୍କ ଘରେ କାମ କରି କିଛି ପ‌ଇସା ରୋଜଗାର କରି ସେଥିରେ ପିଲା ମାନଙ୍କ ଭଲମନ୍ଦ ବୁଝିଛି ବିଧବା ମାଁ ପଦିଏ ମିଡକାମି । +ତେଣୁ ତୁରନ୍ତ ପଦିଏ ଙ୍କୁ ଏହି ଯୋଜନାରେ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି । +କଥା ମାନୁନାହାନ୍ତି ଜିଲ୍ଲାପାଳ +କଥା ମାନୁନାହାନ୍ତି ଜିଲ୍ଲାପାଳ । +ଏଭଳି ଅଭିଯୋଗ କରି ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । +ରାଜ୍ୟପାଳଙ୍କୁ ଲେଖିଥିବା ଚିଠିରେ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି, ମୟୁରଭଞ୍ଜ ସଂସଦୀୟ କ୍ଷେତ୍ରରେ ବିକାଶମୂଳକ କାମରେ ଜିଲ୍ଲାପାଳ ସଂପୂର୍ଣ୍ଣ ଅସହଯୋଗ କରୁଛନ୍ତି । +ନିର୍ଦ୍ଧାରିତ ସମୟ ଅନୁସାରେ ବିକାଶମୂଳକ କାମର ସମୀକ୍ଷା ହେଉଛି । +କିନ୍ତୁ ଅନ୍ୟଆଡେ ଗସ୍ତ କାର୍ଯ୍ୟକ୍ରମ ଥିବା ଦର୍ଶାଇ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଜାଣିଶୁଣି ଅନୁପସ୍ଥିତ ରହୁଛନ୍ତି । +ତେଣୁ ତାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି । +ବିଜେଡିର ସାଂଗଠାନିକ ବୈଠକ ଯୋଗ ଦେଲେ ରାଜ୍ୟ ସାଂଗଠାନିକ ସଂପାଦକ +ମାଲକାନଗିରି,୨୬/୬: ମାଲକାନଗିରି ସ୍ଥିତ କଲ୍ୟାଣ ମଣ଼୍ଡପ ଠାରେ ବିଜେଡିର ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । +ଏହି ବୈଠକରେ ରାଜ୍ୟ ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ । +ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସାଂସଦ ରମେଶ ଚନ୍ଦ୍ର ମାଝି,ଚିତ୍ରକୋଣ୍ଡା ବିଧାୟକ ତଥା ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ବାକା,ବିଧାୟକ ଚନ୍ଦ୍ର ସାରଥୀ ବେହେରା,ବରିଷ୍ଠ ସଂପାଦକ ପ୍ରଦୀପ ମାଝି,କୋରାପୁଟ ଜିଲ୍ଲା ସଭାପତି ଇଶ୍ବର ପାଣିଗ୍ରାହୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୀ ଟାଙ୍ଗୁଲ ପ୍ରମୁଖ ଉପସ୍ଥିତ ଥିଲେ । +ଏହି ବୈଠକରେ ମାଲକାନଗିରି ଜିଲ୍ଲାର ୧୫ଟି ଜିଲ୍ଲା ପରିଷଦ ଜୋନର କର୍ମକର୍ତ୍ତା ଉପସ୍ଥିତ ଥିଲେ । +ବୈଠକରେ ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କିପରି ଲୋକଙ୍କ ପାଖରେ କର୍ମୀ ପହଞ୍ଚିବେ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା । +ଏଥିସହ ସରକାରଙ୍କର ସମସ୍ତ ଯୋଜନା ଲୋକାଭିମୁଖୀ କରିବା ପାଇଁ କୁହାଯାଇଥିଲା । +ଲୋକେ ଯେପରି ସରକାରଙ୍କର ସମସ୍ତ ଯୋଜନା ହାତେଇବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଥିଲା । +ସଂଗଠନକୁ ମଜବୁତ କରିବା ପାଇଁ ରାଜ୍ୟ ସାଂଗଠାନିକ ସଂପାଦକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । +ଜିଲ୍ଲାର ନେତୃବୃନ୍ଦ ଯେପରି କର୍ମୀମାନଙ୍କୁ ନେଇ ଆଗାମୀ ଦିନରେ ପ୍ରତ୍ୟେକ ଗ୍ରାମରେ ପହଞ୍ଚି ବିଜେଡିର ପ୍ରଚାର କରିବେ ସେନେଇ ବିଭିନ୍ନ ଉପାୟ କୁହାଯାଇଥିଲା । +ତେବେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଏକ ବର୍ଷ ପୂର୍ବରୁ ପ୍ରସ୍ତୁତ ହୋଇସାରିଲାଣି । +ସାଧାରଣ ନିର୍ବାଚନରେ ଏକତରଫା ବିଜୟ ହେବା ପାଇଁ ବିଜେଡି ପୁଣି ନିଜର ଗଡକୁ ମଜବୁତ କରିବାକୁ ଲାଗିଲାଣି ବୋଲି ଚର୍ଚ୍ଚା ହେଉଛି । +ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ମାନସ ମାଡକାମୀ,ବରିଷ୍ଠ ନେତା ରାଜେନ୍ଦ୍ର ପଣ୍ଡା,ସାଂସଦ ପ୍ରତିନିଧି ଜଗନ୍ନାଥ ମାଝି,ସାଂଗଠାନିକ ସଂପାଦକ ନୃସିଂହ ଚରଣ ମହାନ୍ତି,ଗୋପାଳ ପଣ୍ଡା,ପ୍ରଭାକର ପ୍ରଧାନ,ମୁକୁନ୍ଦ ସୋଡି,ମନୋଜ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ । +ଅକ୍ଟେବାର ୧୦ ପର୍ଯ୍ୟନ୍ତ ୟୁଜି, ପିଜି ପରୀକ୍ଷା ଘୁଞ୍ଚାଇବାକୁ ୟୁଜିସିକୁ ରାଜ୍ୟ ସରକାର ଚିଠି +ରାଜ୍ୟ ସରକାର ସମସ୍ତ ଗ୍ରାଜୁଏଟ୍ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଅନ୍ତିମ ବର୍ଷର ବିଶ୍ୱବିଦ୍ୟାଳୟ ପରୀକ୍ଷା ଶେଷ ତାରିଖକୁ ସେପ୍ଟେମ୍ବର ୩୦ ରୁ ଅକ୍ଟୋବର ୧୦ ପର‌୍ୟ୍ୟନ୍ତ ବୃଦ୍ଧି କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କୁ ଅନୁରୋଧ କରିଛନ୍ତି । +ଉଚ୍ଚଶିକ୍ଷା ବିଭାଗ ସଚିବ ଶାସ୍ୱତ ମିଶ୍ର ୟୁଜିସିକୁ ଏକ ଚିଠି ଲେଖି ଉଲ୍ଲେଖ କରିଛନ୍ତି ଯେ ସମୟସୀମା ବୃଦ୍ଧି କରିବା ଦ୍ୱାରା ଅତି କମରେ ଗୋଟିଏ ଦିନର ବ୍ୟବଧାନରେ ପରୀକ୍ଷାର ସମୟସୀମା ନିଶ୍ଚିତ ହୋଇପାରିବ । +ଯାହାଦ୍ୱାରା ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସଠିକ୍ ପରିଚାଳନା ହୋଇପାରିବ । +ଭିଡିଓ କନଫରେନ୍ସିଂ ମାଧ୍ୟମରେ ୩୧.୦୮.୨୦୨୦ରେ ବିଶ୍ୱବିଦ୍ୟାଳୟର କୁଳପତି ତଥା ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷମାନଙ୍କ ସହ ପରୀକ୍ଷା ପରିଚାଳନା ପାଇଁ ଆଲୋଚନା କରାଯାଇଥିଲା । +ୟୁଜିସି ସଚିବଙ୍କୁ ଲେଖାଯାଇଥିବା ଚିଠିରେ ସେ କହିଛନ୍ତି ଯେ, “ଯେହେତୁ ସେମାନେ ଚୂଡାନ୍ତ ସେମିଷ୍ଟାର/ ଶେଷ ବର୍ଷ ୟୁଜି ଏବଂ ପିଜି ପରୀକ୍ଷା କରିବାକୁ ଯୋଜନା କରିନାହାଁନ୍ତି, ତେଣୁ ପରୀକ୍ଷା ପରିଚାଳନା ପାଇଁ ପ୍ରାୟ ୨୫ ଦିନ ସମୟ ଆବଶ୍ୟକ ହେବ । +ତେଣୁ ସେପ୍ଟେମ୍ବର ୨୦ ରୁ ପରୀକ୍ଷା ପରିଚାଳନା ଆରମ୍ଭ ହୋଇପାରେ ବୋଲି ଏଥିରେ କୁହାଯାଇଛି । +ଯେହେତୁ ଏକାଧିକ ତଥା ତିନିରୁ ଚାରିଟି ବିଷୟରେ ପରୀକ୍ଷାକୁ ରହିଛି ଏବଂ ୩୦.୦୯.୨୦୨୦ ପର‌୍ୟ୍ୟନ୍ତ ପରୀକ୍ଷା ଶେଷ ହେବାକୁ ସମୟ ରହିଛି, ଏଣୁ ଦିନକୁ ଗୋଟିଏ ଲେଖାଏଁ ବିଷୟରେ ପରୀକ୍ଷା କରିବାକୁ ଚିଠିରେ ଅନୁରୋଧ କରାଯାଇଛି । +ଗୋଟିଏ ଦିନରେ ଏକାଧିକ ପରୀକ୍ଷା କରିବା ଦ୍ୱାରା ପରୀକ୍ଷା କେନ୍ଦ୍ରରେ ବହୁ ସଂଖ୍ୟକ ଛାତ୍ରଙ୍କ ଆସିବେ ଏବଂ ସେଠାରେ କୋଭିଡ୍ କଟକଣା ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିବ । +୧୨୨ କିଲୋ ଗଞ୍ଜେଇ ଜବତ ଦୁଇ ଜଣ ଗିରଫ +ଚିତ୍ରକୋଣ୍ଡା :-୦୯/୦୫:ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦିୱେଦି ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ପୋଲିସର ଗୋଟିଏ ଟିମ ଏସଆଇ ସର୍ବେଶ୍ଵର ଭୋଇ ଙ୍କ ନେତୃତ୍ୱରେ ଟନେଲକ୍ୟାମ୍ପ, ଡାଇକ-୧, ଡାଇକ-୨, ଡାଇକ-୩ ଅଞ୍ଚଳରେ ଗାଡ଼ି ମୋଟର ଯାଞ୍ଚ କରୁଥିବା ସମୟରେ ଦେଖିବାକୁ ପାଇଥିଲେ ଦୁଇଜଣ ଲୋକ ଟନେଲକ୍ୟାମ୍ପ ଠାରୁ ୮୦୦ ମିଟର ଦୂରରେ ୫ ଟି ପ୍ଲାଷ୍ଟିକ ବ୍ୟାଗ ଧରି ଠିଆ ହୋଇଥିଲେ,ପୋଲିସ ସେମାନଙ୍କ ପାଖକୁ ଯିବାରୁ ସେମାନେ ଜଙ୍ଗଲ ଭିତରକୁ ଦୌଡିବାକୁ ଲାଗିଲେ । +ପୋଲିସ ସେମାନଙ୍କୁ ଗୋଡେଇ ଗୋଡେଇ ଧରିଥିଲେ,ସେମାନଙ୍କୁ ଆଣି ବ୍ୟାଗ ଗୁଡ଼ିକ ଖାନ ତଲାସୀ କରିବାରୁ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । +ସେହି ଗଞ୍ଜେଇ କୁ ଓଜନ କରିବାରୁ ୧୨୨ କିଲୋ ୭୦୦ ଗ୍ରାମ ହୋଇଥିଲା । +ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶ କୁ ଚାଲାଣ ହେଉଥିଲା । +ଏହି ମାମଲାରେ ବୁଦୁ ହରିଜନ(୪୦), ବୁଦୁରା ହରିଜନ(୪୫) ଉଭୟଙ୍କ ଘର ଡାଇକ-୩ ଅଞ୍ଚଳରେ । +ଉଭୟଙ୍କୁ ଗିରଫ କରାଯାଇ କୋର୍ଟ କୁ ଚାଲାଣ କରାଯାଇଛି । +ଝାରସୁଗୁଡ଼ାର ବିବାହିତା ମହିଳାଙ୍କୁ ରାଜସ୍ଥାନରେ ଦେଢ଼ଲକ୍ଷ ଟଙ୍କାରେ ବିକ୍ରି +ଜଣେ ବିବାହିତା ମହିଳାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ରାଜସ୍ଥାନରେ ବିକ୍ରି କରି ଦିଆଯାଇଥିବା ଅଭିଯୋଗରେ ଝାରସୁଗୁଡ଼ା ପୁଲିସ ୫ ଜଣଙ୍କୁ ଗିରଫ କରିଛି । +ଏଥି ସହିତ ପୁଲିସ ପିଡ଼ୀତାଙ୍କୁ ଉଦ୍ଧାର କରିଛି । +ଏ ନେଇ ଆଜି ଏସ୍‌ପି ବିକାଶ ଚନ୍ଦ୍ର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଝାରସୁଗୁଡ଼ାର କ୍ରିଷ୍ଣ କୁମାର(୨୩) ନାମକ ଜଣେ ଯୁବକ ସମ୍ବଲପୁର ସାକ୍ଷୀପଡ଼ାର ଇକମତ ଅଲ୍ଲି ଖାଁଙ୍କ ଝିଅ ମୁସକାନ(୨୦)ଙ୍କୁ ବିବାହ କରିଥିଲେ । +ରାସ୍ତା ନ ଥିବାରୁ ପଦାରେ ପଡିଛି ୫୦ ଏକରରୁ ଉର୍ଦ୍ଧ ଚାଷଜମି । +ସମାଧାନ ନ ହେଲେ ଆନ୍ଦୋଳନାତ୍ମକ… +ନିଜସ୍ୱ ଏକର ଏକର ଜମି ଥାଇ ମଧ୍ୟ ଚାଷ କରିପାରୁ ନାହାନ୍ତି ଚାଷୀ । +କାରଣ ଚାଷ ଜମିକୁ ଯିବାକୁ ନାହିଁ ରାସ୍ତା । +ଏଭଳି ଏକ ଅଭିଯୋଗ ଆସିଛିମୟୁରଭଞ୍ଜ ଜିଲ୍ଲା ବଡ଼ସାହି ତହସିଲ ଏବଂ ବିଡିଓ ବଡ଼ସାହି ଅନ୍ତର୍ଗତ ସିଂଘଟିଆ ଗ୍ରାମରୁ । +ତେବେ ଉକ୍ତ ଗ୍ରାମର ଗ୍ରାମବାସୀ ବସନ୍ତ ଦଣ୍ଡପାଟ,ମଧୁସୂଦନ ଦଣ୍ଡପାଟ, ବନମାଳୀ ଦଣ୍ଡପାଟ, ଶିବପ୍ରସାଦ ଦଣ୍ଡପାଟ, କରୁଣାକର ଦଣ୍ଡପାଟ ଙ୍କ ଅଭିଯୋଗ ଅନୁଯାୟୀ ସିଙ୍ଘଟିଆ ଗ୍ରାମର ତିନି ପଟ ଅର୍ଥାତ ପୂର୍ବ,ପଶ୍ଚିମ, ଉତ୍ତର ପଟରେ ଜନ ବସତି ଥିବାବେଳେ ଗ୍ରାମର ଦକ୍ଷିଣ ପଟରେ ସ୍କୁଲ ଏବଂ ସ୍କୁଲପୋଖରୀ ରହିଛି । +ଗ୍ରାମ ଓ ସ୍କୁଲ ମଝିରେ ପ୍ରାୟ ୫୦ ରୁ ୬୦ ଏକର ଚାଷଜମି ରହିଛି । +ମାତ୍ର ଏହି ଚାଷ ଜମିକୁ ଯିବା ପାଇଁ କୌଣସି ରାସ୍ତା ନ ଥିବାରୁ ଚାଷ କାମ କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । +ଏବାବଦରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ମୟୁରଭଞ୍ଜ ଜିଲ୍ଲାପାଳ, ବଡ଼ସାହି ତହସିଲଦାର ,ଏବଂ ବଡ଼ସାହି ବିଡ଼ିଓ ଙ୍କୁ ଅବଗତ କରାଯାଇଥିଲା । +ତେବେ ଆଗକୁ ଆସିଲାଣି ବର୍ଷା ଋତୁ ଏହି ଋତୁଟି ଚାଷକର୍ଯ୍ୟ ପାଇଁ ବେଶ ଅନୁକୂଳ ହୋଇଥାଏ ଚାଷୀଙ୍କ ପାଇଁ । +ଆଉ ଏହି ଚାଷରୁ ବର୍ଷସାରା ପରିବାର ପ୍ରତିପୋଷଣ କରିଥାନ୍ତି ଚାଷୀ । +ତେବେ ନିଜ ଚାଷଜମି ଥାଇ ଜମିକୁ ଚାଷକାର୍ଯ୍ୟ କରିବାକୁ ଯିବା ପାଇଁ ଚାଷୀ ପାଉନାହାନ୍ତି ରାସ୍ତା । +ଫଳରେ ଠପ ହୋଇପଡିଛି ଚାଷ କାର୍ଯ୍ୟ । +ଯାହାଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । +ତେବେ ବାରମ୍ବାର ଏ ବାବଦରେ ପ୍ରଶାସନିକ ଅଧିକାରୀ ଙ୍କୁ ଜଣାଇ ଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଖି ଦୃଶିୟା ପଦକ୍ଷେପ ସାମ୍ନାକୁ ଆସିନାହିଁ । +ଯାହାକୁନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି ଚାଷୀମାନଙ୍କ ଭିତରେ । +ତେବେ ତୁରନ୍ତ ଏହି ସମସ୍ୟାର ସମାଧନ ପାଇଁ ଦାବିକରିଛନ୍ତି ଗ୍ରାମବାସୀ । +ନହେଲେ ଆନ୍ଦୋଳାତ୍ମକ ପନ୍ଥା ଆପଣେଇବେ ବୋଲି ଚେତାବନୀ ଦେଇଛନ୍ତି । +ଆଡେନିଗଡ଼ ରୁ ବୌଦ୍ଧ ଓ ବୌଦ୍ଧ ରୁ କଣ୍ଟାମାଳ ଯାଏ ମନ୍ତ୍ରୀ ପ୍ରଦୀପ ଅମାତ ଙ୍କୁ ଗାଁ ଗାଁ ଛକ ଛକ… +-16-06 ନୂତନ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ପରେ ଗତ 13 ତାରିଖ ଅପରାହ୍ନ ରେ ନବୀନ ସରକାର ଙ୍କ ବିଶ୍ଵସ୍ଥ, ଅଭିଜ୍ଞ ତଥା ରାଜ୍ୟ ର ଜଙ୍ଗଲ, ପଞ୍ଚାୟତ ରାଜ, ପାନୀୟଜଳ ଓ ସୂଚନା ଲୋକ ସମ୍ପର୍କ ବିଭାଗ ର ବରିଷ୍ଠ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଙ୍କୁ ଜିଲ୍ଲାର ଆଡେଣିଗଡ଼, ମାଧବପୂର, ଚାରିଛକ, ପୁରୁଣା କଟକ, ବୀରନରସିଂହ ପୁର, ବାମଣ୍ଡା, ସରସରା, ବୌଦ୍ଧ ପୌର ପରିଷଦ ଓ ସହର ବାସୀ ଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ଗତ କାଲି ବୌଦ୍ଧ ମହାନଦୀ ଛକ, ମୁରଶୁଣ୍ଡି, ବ୍ଲକ ଛକ, ବୁ୍ରୋକଟା, ତେଲିବନ୍ଧ, ଜୁନ୍ହା ପଙ୍କ, ସାହାଜ ପାଲ, ବେହିରା, ଅଇଁଲା ପାଲି, ବାଉଁସୁଣୀ, କୁରମୁଣ୍ଡା, ମନମୁଣ୍ଡା ବଙ୍ଗଳା ଠାରୁ ବୁଦ୍ଧ ଛକ ଯାଏ ପ୍ରତି ଛକ ରେ, ଦମାମୁଣ୍ଡା, ଖଟ ଖଟିଆ, ପଲସାଗୋରା, ଋଣ୍ଡିମହୁଲ, କଣ୍ଟାମାଳ ସରପଞ୍ଚ ସଂଘ, ବ୍ଲକ କର୍ମଚାରୀ, ଓ ଓଡିଶା କେନ୍ଦୁ ପତ୍ର କର୍ମଚାରୀ ସଂଘ, ପକ୍ଷରୁ ମନ୍ତ୍ରୀ ଙ୍କୁ ଫୁଲ ତୋଡ଼ା, ଉପ ଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ଯୁବ ନେତା ଶ୍ରୀକାନ୍ତ ମିଶ୍ର ଙ୍କ ନେତୃତ୍ୱ ରେ ବାଉଁସୁଣୀ ଓ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଓ ମନମୁଣ୍ଡା ବଙ୍ଗଳା ଠାରେ ଓଡିଶା ସାମ୍ବାଦିକ ସଂଗଠନ ଓ ବିଭିନ୍ନ ସଂଗଠନ ପକ୍ଷରୁ, ବରିଷ୍ଠ ନେତା ବାଳ ମୁକୁନ୍ଦ ମେହେର ଙ୍କ ନେତୃତ୍ୱ ରେ କୁରମୁଣ୍ଡା ଗ୍ରାମ ବାସୀ ଙ୍କ ପକ୍ଷରୁ,ସରପଞ୍ଚ ଙ୍କ ନେତୃତ୍ୱ ମନମୁଣ୍ଡା ପଂଚାୟତ ପକ୍ଷରୁ, ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ଙ୍କ ନେତୃତ୍ୱ ରେ ମନମୁଣ୍ଡା ରେ ଓଡିଶା କେନ୍ଦୁ ପତ୍ର କର୍ମଚାରୀ ସଂଘ ଓ ବିଜେଡି ର ବରିଷ୍ଠ ନେତା ଅଶୋକ ସାହୁ ଓ କଣ୍ଟାମାଳ ବିଧାୟକ ମହୀଧର ରଣା ଙ୍କ ନେତୃତ୍ୱ ରେ କଣ୍ଟାମାଳ ବ୍ଲକ ର ବିଭିନ୍ନ ଜାଗାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ବିଭିନ୍ନ ସଂଗଠନ ପକ୍ଷରୁ ମନ୍ତ୍ରୀ ଶ୍ରୀ ଅମାତ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଅନେକ ଦାବୀ ପତ୍ର ପ୍ରଦାନ କରାଯିବା ପରେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା କର୍ମକର୍ତ୍ତା ଙ୍କ ସହିତ ମନମୁଣ୍ଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଆଲୋଚନା ବେଳେ ମୁଖ୍ୟତଃ କାର୍ଯ୍ୟରତ ସାମ୍ବାଦିକ ଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ରାଶିକୁ ବୃଦ୍ଧି କରିବା, ଓ ସାମ୍ବାଦିକ ସୁରକ୍ଷା ଆଈନ ଉପରେ ମନ୍ତ୍ରୀ ଙ୍କ ସହିତ ସୁବର୍ଣ୍ଣପୁର ଓ ବୌଦ୍ଧ ଜ଼ିଲ୍ଲା ର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଆଲୋଚନା କରିଥିଲେ । +ଆଜି ଗୁରୁବାର ବୌଦ୍ଧ ଜ଼ିଲ୍ଲା ସାମ୍ବାଦିକ ସଂଘ, ଓ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ମନ୍ତ୍ରୀ ଶ୍ରୀ ଅମାତ ଙ୍କୁ ସ୍ୱାଗତ କରାଯାଇ ସାମ୍ବାଦିକ ଙ୍କ ବିଭିନ୍ନ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । +ପରେ ବୌଦ୍ଧ ପଞ୍ଚାୟତ ସମିତି ଓ ଚାରିଶମ୍ଭୁ ଠାରେ ମଧ୍ୟ ମନ୍ତ୍ରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । +ରାଜସ୍ଵ ବିଭାଗର ନାକ ତଳେ ଜମି ଜାଲିଆତିର ଦୁର୍ଗନ୍ଧ +ପଡିଆ,: ମାଲକାନଗିରି ଜିଲ୍ଲା ମୋଟୁ ତହସିଲ୍ ଅନ୍ତର୍ଗତ ପଡିଆ ବ୍ଳକର ବିଭିନ୍ନ ସ୍ଥାନରେ ଜମି ହେରଫେର ହୋଇଥିବା ହୋଇଥିବାରୁ ବିଭିନ୍ନ ସ୍ଥାନରେ ଅସନ୍ତୋଷ ପ୍ରକାଶ ପାଇଛି । +ପଡିଆ ବ୍ଲକ ସଦର ମହକୁମା ଠାରୁ ମାତ୍ର ଗୋଟିଏ କିମି ଦୂରରେ ରହିଥିବା ଶାନ୍ତି ନଗରରେ ଗତ ୭ ବର୍ଷ ଧରି ୬ ଟି ପରିବାର ଘରଡିହ ପଟ୍ଟା ପାଇ ବସବାସ କରୁଥିବା ବେଳେ ବର୍ତ୍ତମାନ ସେହି ସ୍ଥାନର ପଟ୍ଟା ଅନ୍ୟଜଣେ ଲୋକଙ୍କ ନାମରେ ରହିଥିବା ଜଣାପଡିବାରୁ ଏଥିରେ ଚଞ୍ଚକତା ହୋଇଥିବା ନେଇ ସ୍ଥାନୀୟ ଲୋକ ସନ୍ଦେହ ପ୍ରକଟ କରିଛନ୍ତି । +ସରକାରଙ୍କ ପକ୍ଷ୍ୟରୁ ଘରଡିହ ଯୋଗାଇବା ସହ ସ୍ଥାନ ଚିହ୍ନଟ ପରେ ସେହି ସ୍ଥାନ ଅନ୍ୟ ଜଣଙ୍କ ନାମରେ ପଟ୍ଟା ହୋଇଥିବା ଘଟଣାକୁ ସ୍ଥାନୀୟ ଲୋକ ସହଜରେ ଗ୍ରହଣ କରି ପାରୁନଥିବା ବେଳେ ଏ ନେଇ ସ୍ଥାନୀୟ ଲୋକ ରାଜସ୍ୱ ଅଧିକାରୀ, ତହସିଲଦାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଏହାର ସ୍ଥାୟୀ ପ୍ରତିକାର ଦିଗରେ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି । +ସେହିପରି ପଡିଆ ହରିଜନ ସାହି ରେ ଥିବା ଏକ ବେସରକାରୀ ସଂସ୍ଥା ନାମରେ ହୋଇଥିବା ପଟ୍ଟାରୁ ୭ ସେଣ୍ଟ ଜାଗା ଉକ୍ତ ସଂସ୍ଥାର ବିନା ଅନୁମତିରେ ଅନ୍ୟ ଜଣେ ଲୋକଙ୍କ ନାମରେ ପଟ୍ଟା ହୋଇଥିବା ନେଇ ଉକ୍ତ ସଂସ୍ଥାର ଜଣେ ସଦସ୍ୟ ମୋଟୁ ତହସିଲଦାର ଙ୍କୁ ଲିଖିତ ଭାବେ ଜଣାଇଛନ୍ତି । +ସେହିଭଳି ୧୯୬୧ ମସିହା ପରେ ପଡିଆ ମାଇନର ଇରିଗେସନ ପୋଖରୀ ଓ ଏହାର ନିକଟବର୍ତ୍ତୀ ଜମି ଗୁଡିକ ଜଳମଗ୍ନ ହେବାରୁ ସରକାରଙ୍କ ପକ୍ଷ୍ୟରୁ ପୀଡିତ ଙ୍କୁ କ୍ଷତିପୂରଣ ଦେଇ ସମସ୍ତ ଜମି କୁ ସରକାରୀ ଦସ୍ତାବିଜ କୁ ନେବାର ଥିଲା । +ତେବେ ସ୍ଥାନୀୟ ଲୋକଙ୍କୁ କ୍ଷତି ପୂରଣ ଦିଆଯାଇଥିଲେ ସୁଦ୍ଧା ଏମ଼ଆଇପି ଓ ରାଜସ୍ୱ ବିଭାଗର ଢ଼ିଲା ପଣ ଯୋଗୁଁ ବିପଦ ସଙ୍କୁଳିତ ଏହି ଜମି ଗୁଡ଼ିକୁ ଜଣେ ସ୍ଥାନୀୟ ଲୋକେ ଅକ୍ତିଆର କରି ମାଛ ବ୍ୟବସାୟ କରୁଥିବା ସ୍ଥାନୀୟ ଅଞ୍ଚଳର କିଛି ବରିଷ୍ଠ ବ୍ୟକ୍ତି କହିଛନ୍ତି । +ଏ ବାବଦରେ ସମ୍ପୃକ୍ତ କର୍ମଚାରୀ କୁ ପଚରା ଯିବାରୁ ସେ ସେଭଳି କୌଣଷି ଦୁର୍ନୀତି ରେ ଜଡିତ ହୋଇ ନଥିବା କହିଛନ୍ତି । +ସେହିପରି ଏ ବାବଦରେ ମୋଟୁ ଅତିରିକ୍ତ ତହସିଲଦାର ଙ୍କୁ ପଚାରିବାରୁ ସେ ଘଟଣା ସମସ୍ତ ବାବଦରେ ଜାଣି ନଥିବା ବେଳେ ଏହାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । +ମୋଟୁ ତହସିଲ୍ ଅନ୍ତର୍ଗତ ପଡିଆ ବ୍ଳକର ବିଭିନ୍ନ ସ୍ଥାନରେ ଏଭଳି ଜମି ହେରଫେର ର ଚିତ୍ର ରହିଥିବା ବେଳେ ଏହାର ଉଚିତ ତଦନ୍ତ କଲେ ଏକ ବଡ ଧରଣର ଦୁର୍ନୀତିର ପର୍ଦ୍ଦାଫାସ ହେବ ବୋଲି କୁହାଯାଉଛି । +ପୂର୍ବ ଶତୃତାକୁ ନେଇ ଟ୍ରକ ଚଢାଇ ପଞ୍ଚାୟତ ପିଅନକୁ ହତ୍ୟା: ହତ୍ୟାକାରୀ ଗିରଫ,ଟ୍ରକ ଜବତ +ଜୀବନ ନେଲା ଚୋରାବାଲି, ମହାନଦୀରେ ବୁଡ଼ି ଗଲେ ଦୁଇ ଭାଇ +ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଅଗପାଳ ପଞ୍ଚୟତର ପଥୁରିଆ ଗ୍ରାମର ଦୁଇଜଣ ଯୁବକ ନିକଟସ୍ଥ ମହାନଦୀକୁ ଗାଧୋଇବାକୁ ଯାଇଥିବାବେଳେ ନଦୀରେ ବୁଡ଼ିଯାଇ ପ୍ରାଣ ହରାଇଥିବା ଜଣାପଡ଼ିଛି । +ସେମାନେ ହେଲେ ପଥୁରିଆ ଗ୍ରାମର ରମେଶ ଚନ୍ଦ୍ର ସାହୁଙ୍କ ପୁତ୍ର ରାଜୀବ ଲୋଚନ ସାହୁ(୧୯) ଓ ଦେବେନ୍ଦ୍ର ସାହୁଙ୍କ ପୁତ୍ର ଗଣେଶ୍ୱର ସାହୁ(୧୮) । +ଉଭୟେ କଲେଜ ଛାତ୍ର ଥିଲେ । +ବରଗଡ଼ ଜିଲ୍ଲା ପଦ୍ମପୁର ସହରର ସର୍ବପୁରାତନ ଶ୍ରୀ ରାମମନ୍ଦିର ରେ ରାମନବମୀ ପାଳିତ +ପଦ୍ମପୁର ― ବରଗଡ଼ ଜିଲ୍ଲା ପଦ୍ମପୁର ସହରର ସର୍ବପୁରାତନ ଶ୍ରୀରାମ ମନ୍ଦିର ଠାରେ ରାମନବମୀ ମହାଆଡ଼ମ୍ବରରେ ପାଳିତ ହୋଇ ଯାଇଛି । +ଏହି ଅବସରରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ରେ ଶ୍ରୀ ରାମଚନ୍ଦ୍ର ଜନ୍ମ ଉତ୍ସବ ପାଇଁ ପୂଜାର୍ଚ୍ଚନା , ହୋମକୁଣ୍ଡ ରେ ୧୦୮ ଜପସହ ପୁତ୍ରଷ୍ଟିଯଜ୍ଞ ଅନୁଷ୍ଠିତ ହୋଇଥିଲା । +ସକାଳୁ ରାମଚନ୍ଦ୍ର ଙ୍କ ଜନ୍ମ ଉପରେ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । +ପୂଜାର୍ଚ୍ଚନା ରେ ଯୋଗଦାନ ଦେଇଥିବା ସମସ୍ତ ଭକ୍ତ ଙ୍କୁ ଅର୍ଣ ପ୍ରସାଦ ବଣ୍ଟନ କରାଯାଇଥିଲା । +ଏଥର ହୋମ ଯଜ୍ଞ ରେ ବିଜୟ କୁମାର ସାହୁ ଓ ଇତିଶ୍ରୀ ସାହୁ କର୍ତ୍ତା ଭାବରେ ଓ ପାଟଣା ର ସାଧକ ବାବା ନବୀନ ଯୋଶୀ ଓ ସାଧକ ନରେଶ ସ୍ବାଇଁ ପୂଜକ ଭାବରେ ପୂଜାର୍ଚ୍ଚନା କରିଥିଲେ । +ପ୍ରତିବର୍ଷ ଭଲି ଏ ବର୍ଷ ମଧ୍ୟ ସ୍ଥାନୀୟ ରାମଜୀ ପଡାର ସୀତାରାମ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ପରିଚାଳନା ଓ ପଡା ବାସୀ ଙ୍କ ସହଯୋଗ ରେ ଶ୍ରୀ ରାମନବମୀ ମହା ଆଡମ୍ବରରେ ପାଳିତ ହୋଇଯାଇଛି । +ରାଜଧାନୀରେ ଚାଞ୍ଚଲ୍ୟ: ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ +ରାଜଧାନୀର ନାଲ୍‌କୋ ଛକରେ ଥିବା ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । +ଯୁବକଙ୍କୁ କେହି ହତ୍ୟା ପରେ ଏଠାରେ ଟାଙ୍ଗିଦେଇଥିବା ସନ୍ଦେହ କରାଯାଉଛି । +ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ +ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀ ମ୍ରୁତଶନିବାର ସଂନ୍ଧ୍ଯା ସମୟରେ ୫୭ନଂ.ଜାତୀୟ ରାଜପଥର ଦଶପଲ୍ଲା ନିକଟସ୍ଥ ଶାଳିଆ ଗୋଛା ଠାରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀ ମ୍ରୁତ୍ଯୁବରଣ କରିଛନ୍ତି । +ମ୍ରୁତ୍ଯୁବରଣ କରିଥିବା ଯୁବକ ଜଣକ ଦଶପଲ୍ଲା ଥାନା ଅନ୍ତର୍ଗତ ଜାମୁସାହି ନିକଟସ୍ଥ ଟାଙ୍ଗିନାଡୁର ସଞ୍ଜୟ ବିନ୍ଧାଣି ବୋଲି ଜଣାପଡିଛି । +ସଞ୍ଜୟ ନିଜ ବାଇକ୍ ଓଡି୨୫ଏଚ୍ ୯୯୦୬ରେ ଫେରୁଥିବା ବେଳେ ଏଭଳି ଦୁଃଖଦ ଘଟଣା ଘଟିଛି । +ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେଁ ତାଂକୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । +ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅନୁରୋଧ +ପୁରୀରେ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜର ଲୋକାର୍ପଣ ସମାରୋହରେ ଭର୍ଚ୍ଚୁଆଲ ମାଧ୍ୟମରେ ସାମିଲ ହୋଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ପାଇଁ ଆୟୁଷ୍ମାନ ଯୋଜନା ଲାଗୁ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । +ଏହି ଯୋଜନା ଲାଗୁ ହେବା ଦ୍ୱାରା ଓଡ଼ିଆ ଲୋକମାନେ ଲାଭ ପାଇବେ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଲ ରହିବ ବୋଲି ସେ କହିଛନ୍ତି । +ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବା ଅବସରରେ ଶ୍ରୀ ମାଣ୍ଡଭ୍ୟ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ସୁଲଭ ଓ ସର୍ବବ୍ୟାପୀ କରିବା ପାଇଁ ମେଡ଼ିକାଲ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । +ସେ କହିଛନ୍ତି ଯେ ପୁରୀ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିବା ଓ ମହାପ୍ରସାଦ ସେବନ କରିବା ଆମ ପାଇଁ ଗର୍ବର ବିଷୟ । +ସେହି ପବିତ୍ର ଧାମରେ ରହି ମେଡ଼ିକାଲ ଶିକ୍ଷା ଲାଭ କରିବା ଛାତ୍ରଛାତ୍ରୀଙ୍କ ପାଇଁ ଗର୍ବର ବିଷୟ । +ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ରହିଛି ସ୍ୱାସ୍ଥ୍ୟସେବା ସୁଲଭ ଏବଂ ସର୍ବବ୍ୟାପୀ ହେବା ଦରକାର । +ଏଥିପାଇଁ ଜଣେ ଡ଼ାକ୍ତର ଭାବେ ଛାତ୍ରଛାତ୍ରୀଙ୍କୁ ଦୂର, ସୁଦୂର, ଗାଁ ଯେଉଁଠି ମଧ୍ୟ ଦାୟିତ୍ୱ ମିଳୁଛି, ସେମାନେ ଗରିବଙ୍କ ସେବା କରିବା ପାଇଁ ନିଜକୁ ଉତ୍ସର୍ଗ କରିବା ସହ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଗଦାନ ରଖନ୍ତୁ । +ମୋଦୀ ସରକାର ଓ ରାଜ୍ୟ ସରକାର ମିଳିତ ଭାବରେ ରାଜ୍ୟରେ ଅନେକ ମେଡ଼ିକାଲ କଲେଜ ଆରମ୍ଭ କରିଛନ୍ତି ଏବଂ ଆଗାମୀ ଦିନରେ ଅନେକ ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି । +ଓଡ଼ିଶା ସମେତ ଦେଶର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ନେଇ ଉତ୍ତମ ଡ଼ାକ୍ତର ହୁଅନ୍ତୁ ଏବଂ ସରକାରୀ ବ୍ୟବସ୍ଥାକୁ ଉପଯୋଗ କରି ରାଜ୍ୟ ଓ ରାଷ୍ଟ୍ର ନିର୍ମାଣରେ ନିଜର ଯୋଗଦାନ ରଖନ୍ତୁ । +ସୁନ୍ଦରଗଡ଼ରେ ଏନଟିପିସି ତରଫରୁ ହସ୍ପିଟାଲ ହୋଇଛି । +ତାଳଚେରରେ କୋଲ ଇଣ୍ଡିଆ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରି ମେଡ଼ିକାଲ କଲେଜ ନିର୍ମାଣ କରିଛି । +ମୋଦୀ ସରକାରଙ୍କ ସମୟରେ ଓଡ଼ିଶାରେ ସ୍ୱାସ୍ଥ୍ୟ ସୁବିଧା, ମେଡ଼ିକାଲ କଲେଜ ଓ ସିଟ୍ ସଂଖ୍ୟା ବୃଦ୍ଧି ପାଉଛି । +ଏହାର ଲାଭ ଓଡ଼ିଶାକୁ ମିଳିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି । +ପରଲୋକରେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ +ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ରବିବାର ଦେହାନ୍ତ ହୋଇଛି । +ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା । +ବରଗଡ଼ ଜିଲା ବରପାଲି ନିବାସୀ ସ୍ବର୍ଗତ ସେଠ୍‌ କଂଗ୍ରେସରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୧୯୯୫ ବିଧାନସଭା ନିର୍ବାଚନରେ ବିଜେପୁର ଆସନରୁ ନିର୍ବାଚିତ ହେବା ସହିତ ତତ୍କାଳୀନ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଶିକ୍ଷାମନ୍ତ୍ରୀ ଥିଲେ । +ଗତ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ସେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଥିଲେ । +ଶନିବାର ସେ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ । +ପରେ ତାଙ୍କୁ ବୁର୍ଲାର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । +ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । +ତାଙ୍କ ଦେହାନ୍ତରେ ଜିଲାରେ ଶୋକରଛାୟା ଖେଳିଯାଇଛି । +ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ନବାଗତ ଅଧ୍ୟାପକ ଓ ଅଧ୍ୟାପିକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା +ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । +ଏହି ଉତ୍ସବରେ ନବାଗତ ଅଧ୍ୟାପକ ଓ ଅଧ୍ୟାପିକା ଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ କରାଯାଇଥିଲା । +ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଡ଼ଃ ବନ୍ଦିତା କୁମାରୀ ପଣ୍ଡା, ପ୍ରଫେସର ଡ଼ଃ ଗଣେଶ ସେଠୀ, ଆସୋସିଏଟ ପ୍ରଫେସର୍ ଡ଼ଃ ଜୟନ୍ତ କୁମାର ପଣ୍ଡା, ଆସୋସିଏଟ ପ୍ରଫେସର ଡ଼ଃ ନେହ୍ନା ପାଣ୍ଡେ,ଆସୋସିଏଟ ପ୍ରଫେସର ଡ଼ଃ ଚିନୁ ବହିଦାର,ଆସୋସିଏଟ ପ୍ରଫେସର ଅଗ୍ନି କୁମାର ବେହେରା,ଅତିଥି ଅଧ୍ୟାପକ ଡ଼ଃ ଜଗନ ମୋହନ ମହାପାତ୍ର,ସ୍ୱୟଂ ପ୍ରକାଶ ବେଦାନ୍ତ ପ୍ରମୁଖ ମଞ୍ଚାସିନ ଥିଲେ । +ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ପରଲୋକ… +ସ୍ଥାନୀୟ ଅଂଚଳରେ ଶୋକର ଛାୟା….. +ମହୁଲ ଗୋଟାଇବାକୁ ଯାଇ ସାପ କାମୁଡାରେ ମୃତ୍ୟୁ +ମାଲକାନଗିରି:ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଟିଟିବେରୀ ଗ୍ରାମ ର ଜଣଙ୍କ ଅଜଣା ସାପ କାମୁଡ଼ାରେ ମୃତ୍ୟୁ । +ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଟିଟିବେରୀ ଗ୍ରାମ ର ଜଣଙ୍କ ଅଜଣା ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣାପଡିଛି । +ସୂଚନା ଥାଉଁ କି ଟିଟିବେରୀ ଗ୍ରାମର ଜଣେ ୩୨ ବର୍ଷୀୟ ପୁରୁଷ ପୋଦିଆ କବ । +ସି ମହୁଲ ଗୋଟେଇବା କୁ ସକାଳ ସକାଳ ଜଙ୍ଗଲ କୁ ଯାଇ ଥିଲା ହେଲେ ଅଜଣା ସାପ ପଦିଆ କବାସୀ ଙ୍କୁ କାମୁଡ଼ି ଥିଲା । +ତେବେ ଯଥାଶୀଘ୍ର ପଦିଆ ଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ଠାରେ ଅଣାଯାଇ ଥିଲା ତଥାପି ତାଙ୍କ ର ମୃତ୍ୟୁ ଘଟିଛି । +ପରିବାର ରେ ଦୁଃଖ ର କଳାବାଦଲ ଛାଇ ଗଲା, କାରଣ ଏକ ମାତ୍ର ଘରର ରୋଜଗାରୀ ବ୍ୟକ୍ତି ଥିଲେ ପଦିଆ , ତେବେ ତାଙ୍କ ର ତିନୋଟି ପିଲା ଛୁଆ ମଧ୍ୟ ଅଛନ୍ତି । +ପିଏନ୍‍ବି ଭୁବନେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ଚିତ୍ତରଞ୍ଜନ ପୃଷ୍ଟି କାର୍ଯ୍ୟଭାର ଗ୍ରହଣ… +ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଭୁବନେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ଚିତ୍ତରଞ୍ଜନ ପୃଷ୍ଟି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । +ଶ୍ରୀ ପୃଷ୍ଟି ଏହା ପୂର୍ବରୁ ବ୍ୟାଙ୍କର ଅହମ୍ମଦାବାଦସ୍ଥିତ ଅଞ୍ଚଳ କାର୍ଯ୍ୟାଳୟର ଉପ-ଅଞ୍ଚଳ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । +ସେ ୧୯୯୫ ମସିହାରେ ଦିଲ୍ଲୀସ୍ଥିତ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସର କର୍ପୋରେଟ୍‌ କାର୍ଯ୍ୟାଳୟରେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । +ସେ ୨୦୦୬ରୁ ୨୦୧୧ ମସିହା ପର୍ଯ୍ୟନ୍ତ ସହିଦନଗର ଶାଖା ଏବଂ ବ୍ରହ୍ମୁର ଶାଖାରେ କାର୍ଯ୍ୟ କରିଛନ୍ତି । +ଶ୍ରୀ ପୃଷ୍ଟି ଭୁବନେଶ୍ୱରର ମ ଣ୍ଡଳ ମୁଖ୍ୟ ଭାବେ ଗ୍ରାହକ ସେବା, ବ୍ୟବସାୟ ସଂପ୍ରସାରଣ, କାସା ଏବଂ ରିଟେଲ୍‌ ଆସେଟ୍‌ ମ୍ୟାନେଜମେଣ୍ଟ ପ୍ରତି ବିଶେଷ ଧ୍ୟାନ ଦେବା ସହିତ ଏନ୍‌ିଏ ଆକାଉଣ୍ଟ ଗୁଡିକର ତୁରନ୍ତ ସମାଧାନ ଉପରେ ଦୃଷ୍ଟି ଦେବେ ବୋଲି ପ୍ରକାଶ କରିଛନ୍ତି । +ଶ୍ରୀ ପୃଷ୍ଟି ଗ୍ରାହକ ସେବାକୁ ପ୍ରାଧାନ୍ୟ ଦେବା ପାଇଁ ବ୍ୟାଙ୍କର କର୍ମଚାରୀମାନଙ୍କୁ ଆହ୍ୱାନ କରିଛନ୍ତି । +ପାଖେଇ ଆସୁଛି ଘୋଷଯାତ୍ରା : ଚଳଚଞ୍ଚଳ ରଥଖଳା +ଚଳିତ ବର୍ଷ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ଘୋଷ ଯାତ୍ରା । +ଏଥିଲାଗି ଠାକୁରଙ୍କ ରଥ ନିର୍ମାଣରେ ଲାଗିଛନ୍ତି ବିଶ୍ୱକର୍ମା, କରତୀ, ଓଝା ଓ ଭୋଇ ସେବକ । +ରଥ ଖଳାରେ ବିଶ୍ୱକର୍ମାମାନେ ତୁମ୍ବ ତିଆରିରେ ଲାଗିଛନ୍ତି । +ତୁମ୍ବରେ ବିନ୍ଧ ଖୋଦେଇ ଚାଲିଛି । +ତାଳଧ୍ୱଜର ୩ଟି ତୁମ୍ବରେ ବିନ୍ଧ ସରି ବାକି ୧୧ଟିରେ ବିନ୍ଧ ଖୋଦେଇ ହେଉଛି । +ଦେବଦଳନର ୩ଟି ତୁମ୍ବରେ ବିନ୍ଧ କାମ ପରେ ୯ଟିର ଖୋଦେଇ ଚାଲିଛି । +ସେହିଭଳି ନନ୍ଦିଘୋଷର ୬ଟି ତୁମ୍ବରେ ବିନ୍ଧ ଶେଷ ହୋଇ ୯ଟିରେ ଖୋଦେଇ ଚାଲିଛି । +କଂଗ୍ରେସ ଜିଲ୍ଲା ସଭାପତି ପଦରୁ ଜର୍ଜଙ୍କ ଇସ୍ତଫା +ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ପୂର୍ବତନ ବିଧାୟକ ତଥା ଜିଲ୍ଲାର ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କୀ ଇସ୍ତଫା ଦେଇଛନ୍ତି । +ସେ ତାଙ୍କ ଇସ୍ତଫାପତ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ପଠାଇଛନ୍ତି । +୫ଟି କାରଣ ପାଇଁ ପଦ ଛାଡିଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । +ପ୍ରଥମଟି ହେଉଛି- ଦଳରେ ବିଶୃଙ୍ଖଳା ଦିନକୁ ଦିନ ବଢ଼ି ଚାଲିଛି । +ଭାରତୀୟ ସଡ଼କରେ ଖୁବ୍ ଶୀଘ୍ର ଦୌଡିବ ଇଲେକ୍ଟ୍ରିକ ଚାଳିତ ଟ୍ରକ୍ ‘ଓଲେକ୍ଟ୍ରା +ମାଲ ପରିବହନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ଓଲେକ୍ଟ୍ରା ଗ୍ରୀନଟେକ୍ ଲମିଟେଡ୍ । +ଶୁକ୍ରବାର ଇଲେକ୍ଟ୍ରିକ୍ ଟ୍ରକ୍ ବର୍ଗରେ ବିସ୍ତାର ଲାଗି ୬X୪ ହେଭି ଡ୍ୟୁଟି ଇଲେକ୍ଟ୍ରିକ ଟିପରର ପରୀକ୍ଷଣ ଆରମ୍ଭ କରିଦିଆଯାଇଛି । +ଇଲେକ୍ଟ୍ରି ବସ୍ ନିର୍ମାଣରେ ଅଗ୍ରଣୀ ତଥା ମାର୍କେଟ ଲିଡର ଓଲେକ୍ଟ୍ରା ଏବେ ଟ୍ରକ୍ ନିର୍ମାଣରେ ପ୍ରବେଶ କରିଛି ଓ ଏହାକୁ ପ୍ରୋଟୋଟାଇପ୍ ହେଭି ଡ୍ୟୁଟି ଇଲେକ୍ଟ୍ରିକ ଟିପର ପ୍ଲାଟଫର୍ମରେ ନିର୍ମାଣ କରାଯାଉଛି । +ମିଷ୍ଟର ଓଡ଼ିଶା ବଡିବିଲଡିଂରେ ବାଲେଶ୍ବରକୁ ୪ ବ୍ରୋଞ୍ଜ୍‌ +ବଲାଙ୍ଗିରରେ ଦୁଇଦିନ ଧରି ଅନୁଷ୍ଠିତ ମିଷ୍ଟର ଓଡ଼ିଶା-୨୦୨୨ ବଡିବିଲଡିଂ ପ୍ରତିଯୋଗିତାରେ ବାଲେଶ୍ବରକୁ ୪ ଟି ବ୍ରୋଞ୍ଜ ପଦକ ମିଳିଛି । +ପଖାଳ ଖାଉ ଖାଉ ତଣ୍ଟିରେ ଫସିଲା ଆମ୍ବ ଟାକୁଆ +ପଖାଳ ସହ ଆମ୍ବ ଖାଉଥିଲେ ଶଙ୍କର୍ଷଣ | ତେବେ ଜଲଦି ଜଲଦିରେ ତଣ୍ଟିରେ ଅଟକି ଗଲା ଆମ୍ବ ଟାକୁଆ | ଟାକୁଆ ଫସିଯିବା ପରେ ନା ଆଉ ଖାଇ ହେଲା ନା ପାଣି ଟୋପେ ପିଇହେଲା | ଶେଷରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଏହା ପରେ ଏକ୍ସରେ କରାଯିବାରୁ ତଣ୍ଟିରେ ଟାକୁଆ ଫସି ରହିଥିବା ଜଣାପଡିଥିଲା | ଏହା ପରେ ତାଙ୍କୁ କଟକର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ଡାକ୍ତରଙ୍କ ଉଦ୍ୟମ ପରେ ଏବେ ତାଙ୍କ ଜୀବନ ବଂଚିଯାଇଛି |ମିଳିଥିବା ସୂଚନା ମୁତାବକ ଢେଙ୍କାନାଳର ଶଙ୍କର୍ଷଣ ସାହୁ(୫୦) ଗତକାଲି ପଖାଳ ଖାଉ ଖାଉ ଭୁଲବଶତଃ ଆମ୍ବ ଟାକୁଆ ଖାଇଦେଇଥିଲେ | ଆଉ ଏହି ଟାକୁଆ ତାଙ୍କ ଖାଦ୍ୟନଳୀରେ ଫସିଯାଇଥିଲା | ଏହା ପରେ ସେ ଆଉ କିଛି ଖାଇପାରିନଥିଲେ | ଏହାପରେ ତାଙ୍କର ଏକ୍ସରେ କରାଯାଇଥିଲା |କ’ଣ କୁହନ୍ତି ଡାକ୍ତର?ଡାକ୍ତର ଦୀପ୍ତିମାନ ବଳିୟାର ସିଂଙ୍କ କହିବା ମୁତାବକ ୪ରୁ ୫ ସେଣ୍ଟିମିଟର ଟାକୁଆ ଖାଦ୍ୟନଳୀରେ ଅଟକି ଯାଇଥିଲା | ଯେତେବେଳେ ଏନ୍ଡୋସ୍କୋପିରେ ଏହା ସମ୍ଭବ ହୋଇପାରିନଥିଲା, ହାଇଫୋଫରିଙ୍ଗ ସ୍କୋପ ଓ ଫରେନ୍ ବଡି ରୀମୁଭାଲ ଫୋରସେପ ପ୍ରକ୍ରିୟାରେ ଟାକୁଆକୁ କଢ଼ାଯାଇଥିଲା |ଏକ୍ସରେ ରିପୋର୍ଟରେ ଜଣାପଡ଼ିଲା ଟାକୁଆଟି ବେକ ତଳ ଯାଏଁ ଚାଲିଯାଇଛି | ଏହାପରେ କଟକର ଶାନ୍ତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଯେହେତୁ ରୋଗୀ ଜଣକ କଷ୍ଟ ଅନୁଭବ କରୁଥିଲେ ଓ କିଛି ଖାଇପାରୁନଥିଲେ ତେଣୁ ଏହାକୁ ତଣ୍ଟିରୁ କାଢ଼ିବା ପାଇଁ ଡାକ୍ତରଙ୍କ ଟିମ ଯୋଜନା କରିଥିଲେ | ଇଏନଟି ସ୍ପେସାଲିଷ୍ଟ ଡାକ୍ତର ଦୀପ୍ତିମାନ ବଳିୟାର ସିଂଙ୍କ ନେତୃତ୍ୱରେ ଫରେନ୍ ବଡି ରୀମୁଭାଲ ଫୋରସେପରେ ଏହି ଟାକୁଆକୁ କଢାଯାଇଥିଲା | ତେବେ ବର୍ତ୍ତମାନ ରୋଗୀଙ୍କ ଅବସ୍ଥା ସୁସ୍ଥ ଥିବାବେଳେ ସେ ଖାଦ୍ୟ ଖାଇପାରୁଛନ୍ତି ବୋଲି ଡାକ୍ତର କହିଛନ୍ତି | +ରାଜ୍ୟ ସ୍ୱରକୁ ଦିଲ୍ଲୀ ରେ ପହଁଚାଇବି-ମାନସ +ଭୁବନେଶ୍ୱର :ପ୍ରାର୍ଥୀ ଘୋଷଣା ପରେ ମାନସ ମଙ୍ଗରାଜ ଙ୍କ ପ୍ରତିକ୍ରିୟା । +ପ୍ରାର୍ଥୀ ଘୋଷଣା ପରେ ନବୀନ ଙ୍କୁ ଧନ୍ୟବାଦ ଜଣାଇଲେ ମାନସ । +ରାଜ୍ୟର ସମସ୍ୟାକୁ ସଠିକ ଭାବେ ଉପସ୍ଥାପନ କରିବେ କହିଲେ ମାନସ । +ରାଜନୀତି ରେ ମୁଁ ଦୀର୍ଘ ବର୍ଷ ହେଲା ରହିଛି ବୋଲି କହିଲେ ମାନସ । +ରାଜ୍ୟର ସ୍ୱର କୁ ମୁଁ ଦିଲ୍ଲୀ ରେ ପହଂଚାଇବି । + ସେହିପରି ଡ. ସସ୍ମିତ ପାତ୍ର ମଧ୍ୟ ମୁଖ୍ୟ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି +କିଶନନଗର ଥାନା ଆଇଆଇସି ସସ୍‌ପେଣ୍ଡ +ଦାୟିତ୍ୱରେ ଅବହେଳା ଅଭିଯୋଗ ପାଇଁ ସସ୍‌ପେଣ୍ଡ ହେଲେ କଟକ ଜିଲ୍ଲା କିଶନନଗର ଥାନା ଆଇଆଇସି ସସ୍ମିତା ରଣା । +ଥାନାରୁ ନ୍ୟାୟ ନ ପାଇ କିଶନନଗର ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ଜଣେ ବ୍ୟକ୍ତି ୨ ଦିନ ପୂର୍ବେ ଆଖି ବୁଜିଥିଲେ । +ଏହି ଘଟଣାକୁ ନେଇ ଚାରିଆଡ଼ୁ ପୁଲିସ୍‌ ସମାଲୋଚନାର ଶିକାର ହେବା ପରେ ସସ୍ମିତା ରଣାଙ୍କୁ ନିଲମ୍ବନ କରିଛନ୍ତି ପୁଲିସ୍‌ ଡିଜି ସୁନୀଲ ବଂଶଲ । +ସୂଚନାଯୋଗ୍ୟ, ଗତ ଗୁରୁବାର କଟକ ଜିଲ୍ଲା କିନନଗର ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ଗୁରୁତର ହୋଇ ପଡ଼ିଥିବା ଇଷାଣୀ ବ୍ରହ୍ମପୁରର ଗୁଣନିଧି ବିଶୋୟୀଙ୍କୁ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । +ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦିନକ ପରେ ସେ ଆଖି ବୁଜିଥିଲେ । +ଗୁଣନିଧିଙ୍କର ନିଜ ପୁତୁରା ସାଗର ବିଶୋୟୀଙ୍କ ସହ ଜମିବାଡ଼ି ବିବାଦ ଚାଲିଥିବା ବେଳେ ଏ ନେଇ ସେ ଥାନାରେ ଗତ ୧୯ ତାରିଖରେ ଅଭିଯୋଗ କରିଥିଲେ । +ଏହି ଘଟଣାରେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ବେଳେ ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହେଉଥିଲେ । +ଗତ ଗୁରୁବାର ମଧ୍ୟ ସେ ଥାନାକୁ ଯାଇଥିବା ବେଳେ ଥାନା କର୍ମଚାରୀଙ୍କ ନିକଟରୁ କୌଣସି ସହଯୋଗ ପାଇ ନ ଥିଲେ । +ଏହାପରେ ବାହାରକୁ ଆସି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । +ଗୁଣନିଧି ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହୋଇ ଏପରି ଚରମ ପଦକ୍ଷେପ ଉଠାଇଥିବାରୁ କିଶନନଗର ଥାନା ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ସ୍ଥାନୀୟ ଲୋକେ । +ଏହି ଘଟଣାରେ କିଶନନଗର ଆଇଆଇସି ସସ୍ମିତା ରଣାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପିଙ୍କୁ ସୁପାରିସ୍ କରିଥିଲେ କଟକ ଗ୍ରାମାଞ୍ଚଳ ଏସ୍‌ପି ବି.ଯୁଗଳକିଶୋର । +ଥାନା ସମ୍ମୁଖରେ ଏପରି ଏକ ଅଭାବନୀୟ ଘଟଣା ଘଟି ଯାଇଥିବା ବେଳେ ଏନେଇ ନିଜ ଆଡୁ ମାମଲା କରି ଜବାବ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । +ଘଟଣା ସଂପର୍କରେ ରିପୋର୍ଟ କରିବାକୁ ରାଜ୍ୟ ପୁଲିସ୍‌ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି OHRC । +ଗ୍ରୀଷ୍ମ ପ୍ରବାହ ନେଇ କର୍ମଶାଳା +ମାଲକାନଗିରି,୧୨/୪: ମାଲକାନଗିରିସ୍ଥିତ ପଂଚାୟତ ସମିତି ସଭା ଗୃହରେ ଗ୍ରୀଷ୍ମପ୍ରବାହ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । +ଏହି କର୍ମଶାଳାରେ ବିଭିନ୍ନ ସମସ୍ୟା ଓ ନିରାକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । +ଏଜି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧକ୍ଷା ଗୌରୀ ପୋଡ଼ିଆମୀ ସଭାପତିତ୍ୱ କରିଥିବା ବେଳେ ଉପାଧ୍ୟକ୍ଷ ନିରଞ୍ଜନ ହ । +ଲଦ । +ର ଉପସ୍ଥିତରହିଥିଲେ । +ଗୋଷ୍ଠୀ ଉନୟନ ଅଧିକାରୀ ଅଜୟ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । +ଏହି କାର୍ମଶାଳାରେ ନବ ନିର୍ବାଚିତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଏବଂ କର୍ମଚାରୀ ଉପସ୍ଥିତ ଥିଲେ । +ନବ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ପରିଚୟ ପ୍ରଦାନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । +ଗ୍ରୀଷ୍ମ ପ୍ରବାହ ଜନିତ ବିଭିନ୍ନ ଶାରୀରିକ ପରିବର୍ତ୍ତନ ଓ ତାର ନିରାକରଣ ସମ୍ପର୍କରେ ଆଲୋଚନା ହୋଇଥିଲା । +ଗ୍ରୀଷ୍ମ ଋତୁରେ ବିଭିନ୍ନ ପଂଚାୟତରେ କିପରି ପାଣିର ସମସ୍ୟା ଦୂର କରାଯାଇପାରିବ ସେନେଇ ଆଲୋଚନା ମଧ୍ୟ କରାଯାଇଥିଲା । +ସେହିପରି ବିଭିନ୍ନ ପଂଚାୟତର ଛକ ମାନଙ୍କରେ ଜଳଛତ୍ର ଖୋଲାଯିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା । +ଶେଷରେ ବିଡ଼ିଓ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । +ରାହୁଲ ଗାନ୍ଧିଙ୍କ ନାମରେ ସବୁ ସମ୍ପତ୍ତି କରିଦେଲେ ବୃଦ୍ଧା +ଉତ୍ତରାଖଣ୍ଡ ଡେରାଡୁନ୍‌ର ଜଣେ ୭୮ ବର୍ଷୀୟ ବୃଦ୍ଧା ତାଙ୍କର ସବୁ ସମ୍ପତ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାଁରେ ଉଇଲ କରିଦେଇଛନ୍ତି । +ବୃଦ୍ଧା ଜଣକ ୫୦ ଲକ୍ଷ ଟଙ୍କା ସହ ୧୦ ତୋଳା ସୁନା ରାହୁଲଙ୍କ ନାଁରେ କରିଦେଇଛନ୍ତି । +ଏହି ବୃଦ୍ଧା ଜଣକ ହେଉଛନ୍ତି ପୁଷ୍ପା ମୁଞ୍ଜିଳା । +ଡେରାଡୁନ କୋର୍ଟରେ ପୁଷ୍ପା ତାଙ୍କ ସମ୍ପତ୍ତିର ମାଲିକାନା ରାହୁଲଙ୍କ ନାମରେ ପଞ୍ଜିକୃତ କରିଦେଇଛନ୍ତି । +ପୁଷ୍ପା କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କ ଆଦର୍ଶ ତାଙ୍କୁ ବେଶ ପସନ୍ଦ ଆସିଛି । +ଟିପିଏସ୍‌ଓଡିଏଲ୍ ପକ୍ଷରୁ ଏହାର ଡିଜିଟାଲ୍ ସାକ୍ଷରତା ଅଭିଯାନ ଅଧୀନରେ +୪୦୦ରୁ ଅଧିକ ମହିଳା ସ୍ୱୟଂ +ବ୍ରହ୍ମପୁର / ଭୁବନେଶ୍ୱର: ଡିଜିଟାଲ୍ ଶିକ୍ଷଣୀୟ ଆଉଟ୍‌ରିଚ୍‌ରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ +ଆବଂଟନ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ +(ଟିପିଏସ୍‌ଓଡିଲ୍‌) ଏହାର ସମସ୍ତ ଲାଇସେନ୍ସପ୍ରାପ୍ତ କାର୍ଯ୍ୟ କ୍ଷେତ୍ର ଅଂଚଳରେ ଡିଜିଟାଲ୍ ସାକ୍ଷରତା ଅଭିଯାନ ଆୟୋଜନ +କରାଯାଇଛି । + ଏହି ଜିଲ୍ଲାଗୁଡ଼ିକରେ ସାମିଲ ରହିଛି ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, +ନବରଙ୍ଗପୁର, କନ୍ଧମାଳ ଓ ବୌଦ୍ଧ । + ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟା, ଯୁବବର୍ଗ, କଲେଜ +ଯାଉଥିବା ଛାତ୍ରୀ, ପଂଚାୟତିରାଜ ପ୍ରତିନିଧି, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରଶିକ୍ଷଣ ପାଇଁ ଏନଜିଓ ସହଯୋଗୀ ସହ ମିଶି +କଂପାନି ଅଧିକାରୀମାନେ ଘର ଘର ବୁଲି ଅଭିଯାନ ଚଲାଉଛନ୍ତି । +ଗ୍ରାମୀଣ ଗୋଷ୍ଠୀଙ୍କୁ ଡିଜିଟାଲ୍ ଦୁନିଆ ବିଷୟରେ ଅବଗତ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି । +କଂପାନି ପକ୍ଷରୁ ଅଭିଯାନ ସମୟରେ ଅନଲାଇନ ପେମେଂଟ୍‌ର ବିଭିନ୍ନ ଦିଗ ଉପରେ ଆଇଇସି (ସୂଚନା, ଶିକ୍ଷା, +ଯୋଗାଯୋଗ) ଉପକରଣ ବିତରଣ କରାଯାଉଛି । + ଏହି ଅଭିଯାନ ହିତାଧିକାରୀମାନଙ୍କୁ ଡିଜିଟାଲ୍ ଦୃଶ୍ୟପଟ୍ଟକୁ ଭଲ ଭାବେ +ବୁଝାଇଥିବା ଏବଂ ଡିଜିଟାଲ୍ ପେମେଂଟ୍‌ର ଲାଭ ବିଷୟରେ ଜାଣିବାରେ ସହାୟକ ହେଉଛି । + ଏକ ସାମାଜିକ କଲ୍ୟାଣ +ସଂଗଠନ ଏଆଇଡିଇଏନ୍‌ଟି ଏନଜିଓ ସହଯୋଗୀଙ୍କ ସହଯୋଗରେ ଟିପିଏସ୍‌ଓଡିଏଲ୍ ପକ୍ଷରୁ ଏହି ଅଭିଯାନର ସଫଳତା +ପାଇଁ ଦୁର୍ଗମ ପାହାଡ଼ିଆ ଅଂଚଳ ଓ ଆଦିବାସୀ ଗ୍ରାହକଗୁଡ଼ିକରେ ଘର ଘର ପରିଦର୍ଶନ କରାଯାଉଛି । + ଯେକୌଣସି ପ୍ରକାର +ବିଦ୍ୟୁତ ସମସ୍ୟାର ସାହାଯ୍ୟ ପାଇଁ ୧୮୦୦-୩୪୫-୬୭୯୭/୧୯୧୨ ଡାଏଲ୍ କରିବା ଲାଗି ଗ୍ରାହକମାନଙ୍କ ମଧ୍ୟରେ +ସଚେତନତା ସୃଷ୍ଟି କରାଯାଉଛି । +“ବଡ଼ ଧରଣର ଗୋଷ୍ଠୀ ବିକାଶ ଉପରେ ଆମେ ଆମର ଗୁରୁତ୍ୱ ସର୍ବଦା ବଜାୟ ରଖିଛୁ । + ଏଠାରେ ଉଲ୍ଲେଖଯୋଗ୍ୟ ଯେ +ଆମେ ଲୋକମାନଙ୍କୁ ଢିଜିଟାଲ ବିଷୟରେ ଅବଗତ କରୁଛୁ ଯାହା ଜରିଆରେ ସେମାନେ ଭବିଷ୍ୟତ ପାଇଁ ପ୍ରସ୍ତୁତ +ରହିପାରିବେ । + ସମାଜକୁ ବଡ଼ ଧରଣର ଲାଭ ପହଂଚାଇବା ଓ ଡିଜିଟାଲ ବିଭେଦକୁ ଦୂର କରିବା ଲାଗି ଆମେ ପଦକ୍ଷେପ +ଗ୍ରହଣ ଜାରି ରଖିବୁ ବୋଲି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ +ଅରବିନ୍ଦ ସିଂହ କହିଛନ୍ତି । +’’ +ହସ୍ପିଟାଲର ‘ଏସି’ କ୍ୟାବିନରେ ଶୋଇଲେ ବିଧାୟକ । + ବାହାରେ ଛଟପଟ ହେଲା ଛୋଟଛୁଆ ! +ତିଲେଇବଣୀ ବ୍ଲକ ବିଡିଓଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ । +ହେଲେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । +କିନ୍ତୁ ସେହି ଏସି କ୍ୟାବିନରେ ଚିକିତ୍ସିତ ହେଉଥିଲା ନିଆଁରେ ପୋଡି ଗୁରୁତର ଥିବା ୮ବର୍ଷୀୟ ଶିଶୁ କନ୍ୟା । +ର୍ଦୁଭାଗ୍ୟ କହିବା ନା ଭିଆଇପି କଲଚର, ଜଳାପୋଡା ଯନ୍ତ୍ରଣାରେ ଛଟପଟ ହେଉଥିବା ଶିଶୁକନ୍ୟାକୁ ବିଧାୟକଙ୍କ ପାଇଁ ରାତାରାତି ଜେନେରାଲ ୱାର୍ଡକୁ ବିଦା କରିଦେଇଥିବା କହିଛନ୍ତି ଶିଶୁ କନ୍ୟାଙ୍କ ଅଜା-ଆଇ । +ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ, ଦୀର୍ଘ ୬ ମାସ ପରେ ହଜିଯାଇଥିବା ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ… +ପୁରୀ: ଦୀର୍ଘ ୬ ମାସ ପରେ ହଯି ଯାଇଥିବା ସାମଗ୍ରୀ ଫେରି ପାଇଲେ ୮୪ବର୍ଷୀୟା ବୃଦ୍ଧା । +ଶ୍ରୀଜଗନ୍ନାଥ ଅଗ୍ନିଶମ କର୍ମଚାରୀ ମାନସ କୁମାର ପରିଜା ମନ୍ଦିର ଠାରୁ ବୃଦ୍ଧାଙ୍କ ଏହି ସାମଗ୍ରୀ ପାଇଥିବା ବେଳେ ଆଜି ଏହାକୁ ଫେରାଇଛନ୍ତି । +ବୃଦ୍ଧାଙ୍କ ଘରର ପଟ୍ଟା ସହ ୧୫ ହଜାର ଟଙ୍କା, ଆଧାର କାର୍ଡ ଫେରାଇଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ । +ଜାତୀୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ । +ଜ୍ଞାନ ପ୍ରକାଶର ଷଷ୍ଠ ବାର୍ଷିକ ଜାତୀୟ ସମ୍ମିଳନୀ – 2022 ଅବସରରେ ଦେଶର ବିଭିନ୍ନ ରାଜ୍ୟ ଓ ଓଡିଶାର କେତେକ ଜିଲ୍ଲା ସମେତ ମୋଟ 42 ଟି କେନ୍ଦ୍ରରେ ଜାତୀୟ ସଂହତି ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଛି । +ଏହି ଅବସରରେ ବାରିପଦାର ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । +ଏହି ପ୍ରତିଯୋଗିତାରେ ମୋଟ 25 ଜଣ କୁନି ଚିତ୍ରକର ଅଂଶ ଗ୍ରହଣ କରିଥିବା ବେଳେ ଆଶିଷ ବିଶ୍ୱାଳ ପ୍ରଥମ, କୃଷ୍ଣଚନ୍ଦ୍ର ହେମ୍ବ୍ରମ ଦ୍ଵିତୀୟ ଓ ସାଜନ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ । +ପ୍ରତ୍ୟେକଙ୍କୁ ଆୟୋଜକଙ୍କ ତରଫରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । +ବିବ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୋମନାଥ ସିଂହ, କଳା ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ମହାନ୍ତି, ମହେଶ୍ୱର ମାରାଣ୍ଡି, ବସନ୍ତ କୁମାର ମହାପାତ୍ର ତଥା କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଡ ନିରୋଜ କୁମାର ପୋଥାଳ ପ୍ରମୁଖ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । +ପ୍ରତାପେଶ୍ୱର ଦାଶ, ରଞ୍ଜିତ ଦାସ ଓ ଶିବ ଶଙ୍କର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । +ବାର୍ଷିକ ରିପୋର୍ଟ କାର୍ଡ଼ ଉପସ୍ଥାପନା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ +ବାର୍ଷିକ ରିପୋର୍ଟ କାର୍ଡ଼ ଉପସ୍ଥାପନା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । +ତୃତୀୟ ବର୍ଷର ବାର୍ଷିକ କାର୍ଯ୍ୟ ବିବରଣୀ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଜନସାଧାରଣଙ୍କ ପାଇଁ ଉପସ୍ଥାପନା କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । +ଜନ ସାଧାରଣଙ୍କ ଉନ୍ନତି, ଅଭିଯୋଗ ଶୁଣାଣି ଓ ସମାଧାନ କରିବା ଏବଂ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି । +ଜନସାଧାରଣଙ୍କ ସହ ଆଲୋଚନା କରି ସଂସଦୀୟ କ୍ଷେତ୍ରର ଉନ୍ନତି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି ଅନେକ କାର୍ଯ୍ୟ କରିଥିବା ବେଳେ ଅନେକ କାର୍ଯ୍ୟ ବାକି ରହିଥିବା କହିଛନ୍ତି ଅପରାଜିତା । +ଜାତୀୟ ରାଜପଥ ସମ୍ବନ୍ଧୀୟ କାର୍ଯ୍ୟାବଳୀ ବିଷୟରେ ବିବରଣୀ ଦେଇଛନ୍ତି ଅପରାଜିତା । +ସେହିପରି ଭୁବନେଶ୍ୱର ୱାର୍ଡ଼ ନମ୍ବର ୪ରେ ଭୁବନେଶ୍ୱର ନଗର ନିଗମ ଓ ଜାତୀୟ ରାଜପଥ କାର୍ଯ୍ୟକର୍ତ୍ତା ମାନଙ୍କର ସହଯୋଗରେ ୧୦ ଦଶମିକ ୨୦ କୋଟି ବ୍ୟୟରେ ୬ଟି ମୁଖ୍ୟ କେନାଲ କରାଯାଇଛି । +ସାଂସଦ ପାଣ୍ଠିର ଉପଯୋଗ କରି ସଂସଦୀୟ କ୍ଷେତ୍ରରେ ସଭାଗୃହ, ପୁଷ୍କରଣୀ ପୁନରୁଦ୍ଧାର, ଶ୍ମଶାନର ଉନ୍ନତିକରଣ ତଥା ପିଇବା ପାଣିର ବ୍ୟବସ୍ଥା ଭଳି ଅନେକ ଉନ୍ନତି ମୂଳକ କାର୍ଯ୍ୟର ରିପୋର୍ଟ ଦେଇଛନ୍ତି ଅପରାଜିତା । +ଏନ୍‌ସିପିସିଆର୍‌ ନିୟମ ମାନୁନାହାନ୍ତି: ଭୁବନେଶ୍ବରର ୧୦ ସ୍କୁଲ୍‌କୁ କାରଣ ଦର୍ଶାଅ +ଭୁବନେଶ୍ବର: ଜାତୀୟ ଶିଶୁ ଅଧିକାର ଆୟୋଗ (ଏନ୍‌ସିପିସିଆର୍‌) ନିୟମ ମାନୁନାହାନ୍ତି ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ କର୍ତ୍ତୃପକ୍ଷ । +ଏହାକୁ ନେଇ ଓଡ଼ିଶା ଅଭିଭାବକ ମହାସଂଘ ଆପତ୍ତି ଉଠାଇବା ପରେ ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । +ନିୟମ ଖିଲାପ କରୁଥିବା ଭୁବନେଶ୍ବର ୧୦ଟି ବିଦ୍ୟାଳୟକୁ ଭୁବନେଶ୍ବର ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି । +ଉକ୍ତ ସ୍କୁଲ୍‌ଗୁଡ଼ିକ ହେଲା, ୟୁନିଟ୍‌-୨ସ୍ଥିତ ସେଣ୍ଟ ଯୋଶେଫ୍‌ ହାୟର୍‌ ସେକେଣ୍ଡାରି ସ୍କୁଲ୍‌, ବଡ଼ଗଡ଼ସ୍ଥିତ ବିଜେଇଏମ୍‌ ସ୍କୁଲ୍‌, ଡୁମୁଡୁମା ଗାଇଡାନ୍ସ ଇଂରାଜୀ ମାଧ୍ୟମ ସ୍କୁଲ, ପୋଖରୀପୁଟ୍‌ ଡିଏଭି, ଖଣ୍ଡଗିରି ସେଣ୍ଟ୍‌ ଜାଭିୟର୍‌ ହାଇସ୍କୁଲ୍‌, ଖାରବେଳନଗରସ୍ଥିତ ଗୁରୁ ନାନକ ପବ୍ଲିକ୍‌ ସ୍କୁଲ୍‌, ବାସୁଆଘାଇ ଡି.ଏମ୍‌ ପବ୍ଲିକ୍‌ ସ୍କୁଲ୍‌, ୟୁନିଟ୍‌-୧ ମଦର୍ସ ପବ୍ଲିକ୍‌ ସ୍କୁଲ୍‌, ଚନ୍ଦ୍ରଶେଖରପୁର ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ସ୍କୁଲ୍‌ ଓ କେଦାରଗୌରୀ ସେଣ୍ଟ୍‌ ଜାଭିୟର୍‌ ହାଇସ୍କୁଲ୍‌ । +ଆସନ୍ତା ୫ ତାରିଖ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କୁ କାରଣ ଦର୍ଶାଇବା ପାଇଁ ସ୍କୁଲ୍‌ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । +ଏହାବ୍ୟତୀତ ନିୟମ ଖିଲାପକାରୀ ଅନ୍ୟ ସ୍କୁଲ୍‌ଗୁଡ଼ିକୁ ମଧ୍ୟ ଖୁବ୍‌ଶୀଘ୍ର ନୋଟିସ୍‌ କରାଯିବା ନେଇ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି । +“ନିରୋଜ” ପାଇଲେ “ସେବା ରତ୍ନ ସମ୍ମାନ 2022” +ଓଡ଼ିଶା ର ଅଗ୍ରଣୀ ସେବା ଅନୁଷ୍ଠାନ ଜୟ ମା ଭବାନୀ ଚେରିଟେବୁଲ୍ ଟ୍ରଷ୍ଟ (ଭୁବନେଶ୍ୱର) ପକ୍ଷରୁ ଭୁବନେଶ୍ୱର ସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ଗବେଷଣା କେନ୍ଦ୍ର ଠାରେ ତାର *ପଞ୍ଚମ ବାର୍ଷିକ ରାଜ୍ୟ ସ୍ତରୀୟ ଉତ୍ସବ ଓ “ସେବା ରତ୍ନ ସମ୍ମାନ 2022″* ଅନୁଷ୍ଠିତ ହୋଇଯାଇଛି । +ଏହି ଉତ୍ସବରେ ଓଡ଼ିଶା ର ଗଣପର୍ବ ରଜ ସଂକ୍ରାନ୍ତି ପାଳନ ସହିତ ନାଚ, ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉତ୍ସବ ମୁଖରିତ ହୋଇଥିଲା ପୁରା ପରିବେଶ । +ସମସ୍ତେ ରଜ ପିଠା ସହିତ ରଜ ପାନ ର ମଜା ନେଇ ଓଡ଼ିଶା ର ସଂସ୍କୃତି ଓ ପରମ୍ପରା ବିଷୟ ରେ ଆଲୋଚନା କରିଥିଲେ । +ତେବେ ଏହି ଉତ୍ସବ ରେ ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ସମାଜ ପାଇଁ କାମ କରୁଥିବା ସମାଜସେବୀ ମାନଙ୍କୁ ଚୟନ କରାଯାଇ *”ସେବା ରତ୍ନ ସମ୍ମାନ ୨୦୨୨”* ରେ ସମ୍ମାନିତ କରାଯାଇଥିଲା । +ଏହି ଅବସରରେ ବାରିପଦା ର ବିଶିଷ୍ଟ ସମାଜସେବୀ ତଥା ରକ୍ତଦାତା ଡ଼ ନିରୋଜ କୁମାର ପୋଥାଳ ଙ୍କୁ ଚୟନ କରାଯାଇ ଏ ବର୍ଷ ର ଶ୍ରେଷ୍ଠ ସେବା ସମ୍ମାନ *”ସେବା ରତ୍ନ ସମ୍ମାନ ୨୦୨୨”* ରେ ସମ୍ମାନିତ କରାଯାଇଛି । +ତେବେ ଏହି ସମ୍ମାନ ପାଇବା ପରେ ଡ଼ ନୀରୋଜ ଅନୁଷ୍ଠାନ ର ପ୍ରତିଷ୍ଠାତା ଡ଼ ନାରାୟଣ ମହାପାତ୍ର ଓ ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ । +ଏବଂ ଆଗକୁ ଏହି ସମ୍ମାନ ତାଙ୍କୁ ଆହୁରି ସମାଜ କ୍ଷେତ୍ର ରେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଜଗାଇବ ବୋଲି ସେ ନିଜସ୍ୱ ମତବ୍ୟକ୍ତ କରିଥିଲେ । +ନବୀନଙ୍କ ନୂଆ ଟିମ୍ : ଶପଥ ନେଲେ ୨୧ ମନ୍ତ୍ରୀ +ଭୁବନେଶ୍ୱର : ନୂଆ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । +ଲୋକସେବା ଭବନର କନ୍‌ଭେନସନ୍‌୍ ହଲରେ ଏଥିପାଇଁ ନିରଡମ୍ବର ଆୟୋଜନ କରାଯାଇଛି । +ରାଜ୍ୟପାଳ ଗଣେଷୀ ଲାଲ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଛନ୍ତି । +ମୋଟ ୨୧ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି । +ଏଥିରେ ୧୩ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୮ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଅଛନ୍ତି । +ଏହି ନୂଆ ମନ୍ତ୍ରୀ ମଣ୍ଡଳରେ ୫ଜଣ ମହିଳାଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିଛି । +ଏମାନଙ୍କ ଭିତରୁ ୩ଜଣଙ୍କୁ କ୍ୟାବିନେଟ୍ ଓ ୨ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । +ମୁଖ୍ୟମନ୍ତ୍ରୀ ନବୀପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । +ରାଜ୍ୟପାଳଙ୍କ ଅନୁମତି ନେଇ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଜଣ ଜଣ କରି ମନ୍ତ୍ରୀଙ୍କ ନାମ ଡ଼ାକିଥିଲେ । +ମନ୍ତ୍ରୀମାନେ ଆସି ରାଜ୍ୟପାଳଙ୍କ ଠାରୁ ପଦ ଓ ଗୋପନୀୟତାର ଶପଥ ନେଇଥିଲେ । +୧୦ ଲକ୍ଷ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଭିଜିଲାନ୍ସ ଅଧିକାରୀ +ଭୁବନେଶ୍ବର: ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ବାରା ଧରାପଡ଼ିଲେ ଭିଜିଲାନ୍ସ ଅଧିକାରୀ । +ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ମାନସୀ ଜେନା ଭିଜିଲାନ୍ସ ଅଧିକାରୀଙ୍କ ଦ୍ବାରା ଧରାପଡ଼ିଛନ୍ତି । +ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ମାନସୀ ଜେନା ଏକ କେସ କ୍ଲୋଜ ପାଇଁ ୧୦ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି । +ଜଣେ ସରକାରୀ କର୍ମଚାରୀଙ୍କ କେସ କ୍ଲୋଜ ପାଇଁ ୧୦ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ମାନସୀ ଜେନା । +ମୁକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ଲାଞ୍ଚ ନେଉଥିଲେ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ମାନସୀ ଜେନା । +ଭିଜିଲାନ୍ସ ଅଧିକାରୀଙ୍କ ଦ୍ବାରା ଅଧିକ ତଥ୍ୟ ହାସଲ ପାଇଁ ଉଭୟ ମାନସୀ ଜେନା ଓ ମୁକେଶ ସାହୁ ରହୁଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖାଯାଇଛି ବୋଲି ସୂଚନା ମିଳିଛି । +ଜମିଜମା ବିବାଦକୁ କେନ୍ଦ୍ର କରି ୫ ଜଣଙ୍କୁ ହତ୍ୟା +କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁରରେ ହୋଇଛି ଗଣହତ୍ୟା । +ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । +ବଡ଼ଭାଇର ପୂରା ପରିବାରକୁ ସାନଭାଇ ହତ୍ୟା କରିଥିବା ସୂଚନା ମିଳିଛି । +ହତ୍ୟା କରି ଘରେ ତାଲା ପକାଇ ଥାନାରେ ଆତ୍ମସମର୍ପଣ କରିଛି ସାନଭାଇ । +ପର୍ଯ୍ୟଟନ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା: ଭିତରକନିକା, ନୃସିଂହନାଥ ଓ ହରିଶଙ୍କର ପ୍ରକଳ୍ପର ତ୍ୱରିତ… +ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭିତରକନିକା, ନୃସିଂହନାଥ ଓ ହରିଶଙ୍କର ଆଦି ସ୍ଥାନରେ ପର୍ୟ୍ୟଟନ ପ୍ରକଳ୍ପଗୁଡିକର ଅଗ୍ରଗତି ସମୀକ୍ଷା କରିଛନ୍ତି । +ଏହି ସବୁ ସ୍ଥାନରେ ପର୍ୟ୍ୟଟନ ସହାୟକ ଭିତ୍ତିଭୂମି ପୂର୍ତ୍ତ ବିଭାଗ ମାଧ୍ୟମରେ ତ୍ୱରିତ କାର୍ୟ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । +ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ପର୍ୟ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ପ୍ରକଳ୍ପ ସମ୍ବନ୍ଧିତ ବୈଷୟିକ, ଆର୍ଥିକ ଓ ନିରନ୍ତର ପରିଚାଳନା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । +ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ସବୁ ବିଭାଗର କାର୍ଯ୍ୟ ସମୀକ୍ଷା କଲେ ମନ୍ତ୍ରଣାଳୟ ସଚିବ… +ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର ଶୁକ୍ରବାର ଦିନ ଭୁବନେଶ୍ୱର ଠାରେ ମନ୍ତ୍ରଣାଳୟ ଅଧୀନ ସବୁ ବିଭାଗର ପରିଚାଳନା କାର୍ଯ୍ୟ ସମୀକ୍ଷା କରିଛନ୍ତି । +ଦୂରଦର୍ଶନ, ଆକାଶବାଣୀ, ଏନଏବିଏମ, ସିବିଏଫସି, ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ଏବଂ ପତ୍ର ସୂଚନା କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ସଚିବଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । +ଇଣ୍ଡିଗୋ କର୍ମଚାରୀଙ୍କ ହଇରାଣର ଶିକାର ହେଲେ ଓଡ଼ିଆ ଦିବ୍ୟାଙ୍ଗ ଝିଅ ଶ୍ରୁତି ମହାପାତ୍ର +ଜାତୀୟ ପୁରସ୍କାର ବିଜେତା ତଥା ଦିବ୍ୟାଙ୍ଗଙ୍କ ଅଧିକାର ପାଇର୍ ଲଢ଼େଇ କରୁଥିବା ଓଡ଼ିଆ ଝିଅ ଡଃ ଶ୍ରୁତି ମହାପାତ୍ର ଆଜି ହାଇଦ୍ରାବାଦ ବିମାନ ବନ୍ଦରରେ ଇଣ୍ଡିଗୋ ଓ ସିଆଇଏସଏଫଙ୍କ କର୍ମଚାରୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । +ସେ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ବିମାନରେ ତାଙ୍କ ପାଇଁ ଉଦ୍ଦିଷ୍ଟ ସିଟକୁ ନେଇ ସେ ଆପତ୍ତି ଉଠାଇବାରୁ ତାଙ୍କ କଥା ନଶୁଣି ଓଲଟା ତାଙ୍କୁ ଅପମାନିତ କରାଯାଇଛି । +ଏପରିକି ତାଙ୍କୁ ମାନସିକସ୍ତରରେ ନିର୍ଯାତନା ଦିଆଯାଇଥିବା ଶ୍ରୁତି ତାଙ୍କ ଟ୍ୱିଟ୍ ମାଧ୍ୟମରେ ଅଭିଯୋଗ କରିଛନ୍ତି । +ରାଜ୍ୟର ମାନବ ସମ୍ବଳକୁ ସଂପୂର୍ଣ୍ଣ ଧ୍ୱଂସ କରିବାର ଏକ ସରକାରୀ ଷଡ଼ଯନ୍ତ୍ର +ଭୁବନେଶ୍ୱର, : ରାଜ୍ୟରେ ସରକାରଙ୍କ ତଥ୍ୟ ମୁତାବକ ୪୩,୪୭୯ ପିଲା ମାଟ୍ରିକ୍ ପରିକ୍ଷା ପାଇଁ ଫର୍ମ ଫିଲପ କରିଥିଲେ ମଧ୍ୟ ପରିକ୍ଷା ଦେଲେ ନାହିଁ । +ରେଗୁଲାର ଛାତ୍ର ସଂଖ୍ୟା ୪୨,୭୦୪ ଓ ଏକ୍ସରେଗୁଲାର ୭୮୫ । +ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ପରିକ୍ଷରେ ଏତେ ସଂଖ୍ୟାକ ଛାତ୍ରମାନେ ପରିକ୍ଷା ନଦେବା ଏହା ଆମ ଶିକ୍ଷା ବ୍ୟବସ୍ଥାର ଏକ ଦାରୁଣ ଚିତ୍ର ଓ ସ୍ଥିତି ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି କ୍ଷଭ ପ୍ରକାଶ କରିଛନ୍ତି । +ଶ୍ରୀ ମହାନ୍ତି ସମ୍ବାଦିକ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଯଦି ଏତେ ସଂଖ୍ୟାକ ପିଲା ପରିକ୍ଷା ଦେଲେ ନାହିଁ, ତାହାଲେ ଏମାନଙ୍କର ଫର୍ମ ଫିଲପ କିଏ କରିଥିଲା ? ସେମାନେ ନିଜେ କରିଥିଲେ ନା ତାଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍କୁଲର ଶିକ୍ଷକ / ଶିକ୍ଷୟତ୍ରୀ କରିଥିଲେ କି? ଯଦି ହଁ ତାହାଲେ ଏହା କେଉଁ ହିତସାଧନ ଉଦ୍ଦେଶ୍ୟରେ କରାଯାଇଥିଲା । +ଏ ସମସ୍ତ ଛାତ୍ରମାନେ ସମେଟଭି୍ ଆସେସ୍‌ମେଂଟ ପରୀକ୍ଷା ଦେଇଥିଲେ କି? ଯଦି ଦେଇନଥିଲେ ତାହାଲେ ସେମାନଙ୍କୁ କିଏ, କାହା ନିର୍ଦ୍ଦେଶରେ ଫର୍ମ ଫିଲପ କରିବା ପାଇଁ ପ୍ରବର୍ତାଇଥିଲେ ବା କିଏ ସେମାନଙ୍କର ଫର୍ମ ଫିଲପ କରିଥିଲେ । +ରାଜ୍ୟରେ ୪୩ ହଜାରରୁ ଅଧିକ ପିଲା ଏହି ଅଳ୍ପ ବୟସରେ ନିଜର ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟରେ ଅତି ଜଟିଳ ଓ ଅମାନମବୀୟ ପରିସ୍ଥିତିରେ ବର୍ଷାଧିକ କାଳ କାମ କରୁଛନ୍ତି । +ଏଥିରେ ସ୍ପଷ୍ଟ ଅନୁମେୟ ଯେ, ସେ ସବୁ ପରିବାର ଦାରିଦ୍ରତା ଏତେ ଉତ୍କଟ ଯେ, ସେମାନଙ୍କ ପରିବାରକୁ ପୋଷଣ କରିବା ପାଇଁ ଏହି ଅଳ୍ପ ବୟସରେ ରୋଜଗାର କରିବା ଛଡ଼ା ଅନ୍ୟ କିଛି ବାଟ ନାହିଁ । +ରାଜ୍ୟ ସରକାର ୨୨ ବର୍ଷ ଧରି ଗରୀବ ବିରୁଦ୍ଧରେ ଲଢ଼େଇ ଜାରିରଖିଛନ୍ତି । +ସ୍ଥିତି କଣ ଗରିବୀ କମିଛି ନା ବଢ଼ିଛି । +ଯଦି ଏତେ ସଂଖ୍ୟକ ପିଲା ସ୍କୁଲକୁ ଆସିନାହାନ୍ତି ତାହାଲେ ଏମାନଙ୍କ ସାଇକେଲ, ଡ୍ରେସ ଓ ବହି କିଏ ଓ କାହାକୁ ବାଂଟିଲେ ନା ଏହି ଅର୍ଥକୁ ସମସ୍ତେ ଭାଗ ବଂଟା କରି ନେଇଗଲେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । +ରାଜ୍ୟର ଭବିଷ୍ୟତ ମାନବ ସମ୍ବଳକୁ ନଷ୍ଟ ଭ୍ରଷ୍ଟ କରି ରାଜ୍ୟକୁ ଛାରଖାର କରିବା ବିଜୁ ଜନତା ଦଳର ୨୨ ବର୍ଷର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । +ଏକ ରାଜ୍ୟର ବିକାଶ ତା’ର ମାନବ ସମ୍ଭଳର ବିକାଶ ଉପରେ ନିର୍ଭର କରେ । +ମୁଖ୍ୟମନ୍ତ୍ରୀ ଏକ ନମ୍ବର ବୋଲି ଆମେ ସବୁବେଳେ ଡିଣ୍ଡିମ ପିଟୁଛୁ । +କିନ୍ତୁ ରାଜ୍ୟ ଦୟନୀୟସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରାଯିବ କି ନାହିଁ । +ରାଜ୍ୟର ପିଲାମାନେ ଶିକ୍ଷିତ ହୁଅନ୍ତୁ, ନିଜ ଗୋଡ଼ରେ ନିଜେ ଛିଡ଼ା ହୁଅନ୍ତୁ । +ଏହା ସରକାର ଏବଂ ସରକାରୀ ଦଳର ଆଭିମୁଖ୍ୟ ନୁହେଁ । +ଯେତେ ପରିମାଣରେ ଅଳ୍ପ ବୟସ୍କ ପିଲାମାନେ ଅଶିକ୍ଷିତ ରହିବେ ତଦ୍ୱାରା ସେମାନେ ସରକାରଙ୍କ ପ୍ରଦତ ହାତମୁଠାକୁ ଚାହିଁ ରହିବେ ଏବଂ ଏହା ଦ୍ୱାରା ମୁଖ୍ୟମନ୍ତ୍ରୀ ବାହା ବାହା ନେବେ । +ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର୍ ନୱାଜ ସେ କହିଲେ ଯେ, ଏହି ଘୋଟଲା ଶିକ୍ଷା ଚାଚଂକତା ବା କେଳେଙ୍କାରୀ ପଛରେ ଯେଉଁ ଅଧିକାରୀମାନେ ତଥା ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସମ୍ପୃକ୍ତ ଅଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଶୀଘ୍ର କରାଯାଉ । +ରାଜ୍ୟ ସରକାର ନିଜର ପ୍ରଶଂସା ପତ୍ର ଗୋଟାଇବା ପାଇଁ ଡ୍ରପ ଆଉଟ୍ ରେଟ୍‌କୁ କମ୍ ଦେଖାଇବା ପାଇଁ ଏହି କାମକୁ କରାଇଛନ୍ତି କି ? ରାଜ୍ୟରେ ଓଡ଼ିଶାର ସ୍କୁଲ ଡ୍ରପ୍ ଆଉଟ୍ ୧୯-୨୦ ବର୍ଷରେ ୨୩.୨୯% ଥିଲାବେଳେ ଏହା ୨୧-୨୨ ଆଥିକ ବର୍ଷରେ ୩୨.୧୭ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି କୁହାଯାଉଛି । +କାମ ଅନେଷ୍ୱଣରେ କିନ୍ତୁ ଜିଲ୍ଲାପାଳ, ଶ୍ରମମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଖରେ କୌଣସି ତଥ୍ୟ ନାହିଁ । +ଏମାନେ କିଭଳି ଏବଂ କାହା ପାଇଁ କାମ କରୁଛନ୍ତି । +କ’ଣ କେବଳ ସରକାରୀ ଦଳର ବୋଲକରା ହୋଇ କାମ କରୁଛନ୍ତି କି? ରାଜ୍ୟ ସରକାର ଅତିଶୀଘ୍ର ଏ ୪୩୪୭୯ ପିଲାଙ୍କୁ ଠାବକରି ନିଜ ରାଜ୍ୟକୁ ଆଣି ତାଙ୍କୁ ପରିକ୍ଷା ଦେବାର ବ୍ୟବସ୍ଥା କରନ୍ତୁ । +ଟ୍ରାନ୍‌ସଫରମେସନ କଥାରେ ନା କାମରେ ବୋଲି ପଚାରିଛନ୍ତି । +ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀଯୁକ୍ତ ଅମୀୟ ପାଣ୍ଡବ କହିଲେ ଯେ, ରାଜ୍ୟ ସରକାର ଶିକ୍ଷା ଅଧିକାର ଆଇନକୁ ଖୁଲମ୍‌ଖୁଲା ଉଲଘଂନ କରୁଛନ୍ତି । +ତତ୍‌ସହିତ ରାଜ୍ୟର ଭବିଷ୍ୟତ ମାନବ ସମ୍ବଳକୁ ନଷ୍ଟଭ୍ରଷ୍ଟ କରିବା ପାଇଁ ସରକାର ସ୍ୱତନ୍ତ୍ରଭାବେ ଖସଡ଼ା ପ୍ରସ୍ତୁତ କରିଛନ୍ତି । +ଏଭଳିସ୍ଥିତି କେବଳ ଏ ବର୍ଷ ହୋଇନାହିଁ । +ପ୍ରତିବର୍ଷ ଏଭଳିସ୍ଥିତି ଲାଗୁ ରହିଥିବାବେଳେ ସରକାର ଆଜି ପର୍ଯ୍ୟନ୍ତ ଏହା ଉପରେ ରୋକ୍ ଲଗାଇବା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ପାଣ୍ଡବ ପ୍ରଶ୍ନ କରିଛନ୍ତି । +ରାଜ୍ୟ ସରକାର ଯଦି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରନ୍ତି ଓ ୪୩୪୭୯ ପିଲାଙ୍କୁ ଫେରାଇ ଆଣି ପରିକ୍ଷା ନ କରନ୍ତି, ତାହାଲେ ଆସନ୍ତା ଦିନରେ ଛାତ୍ର କଂଗ୍ରେସ ରାଜରାସ୍ତାରେ ଆନ୍ଦୋଳନ କରିବ । +ଲାଇସେନ୍ସ ଦେବା ପାଇଁ ୫ ହଜାର ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ଜାଲରେ ଜିଲ୍ଲା ଜନସ୍ବାସ୍ଥ୍ୟ… +୫ହଜାର ଲାଞ୍ଚ ଟଙ୍କା ସହ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଚୂଳାବତୀ ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । +ସୂଚନା ମୁତାବକ, ଜଣେ ‌ବ୍ୟକ୍ତି ହୋଟେଲ୍‌ ଖୋଲିବା ପାଇଁ ଫୁଡ୍‌ ଲାଇସେନ୍ସ ସକାଶେ ଡା. ସାହୁଙ୍କ ଠାରେ ଆବେଦନ କରିଥିଲେ । +ହେଲେ ଲାଇସେନ୍ସ ବାବଦକୁ ସେ ୫ହଜାର ଟଙ୍କା ଦାବି କରିଥିଲେ । +ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ ବିଭାଗକୁ ଆଗୁଆ ଖବର ଦେଇଥିଲେ । +ଯୋଜନା ଅନୁସାରେ ମଂଗଳବାର ସଂପୃକ୍ତ ବ୍ୟକ୍ତିଜଣକ ୫ହଜାର ଟଙ୍କା ଡା. ସାହୁଙ୍କୁ ଦେଇଥିଲେ । +ଏତିକି ବେଳେ ଭିଜିଲାନ୍ସ ଅଧିକାରୀମାନେ ଡା. ସାହୁଙ୍କୁ ଧରିଥିଲେ । +ଲାଞ୍ଚ ଟଙ୍କା ମଧ୍ୟ ଜବତ ହୋଇଛି । +ଭିଜିଲାନ୍ସ ଟିମ୍‌ ଡା. ସାହୁଙ୍କ ସଂପତ୍ତି ଯାଂଚ ପାଇଁ ଦୁଇଟି ସ୍ଥାନରେ ଚଢ଼ଉ କରିଛି । +ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜାଲିଆତି! +୨୦୧୮-୧୯ ଆୟ-ବ୍ୟୟ ଅଟକଳ ହିସାବରେ ୧୦୪୩ କୋଟି ଟଙ୍କାର କାରବାର କରୁଥିବା ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ବହୁ କୋଟି ଟଙ୍କାର ଜାଲିଆତି ହୋଇଥିବା ଜଣାଯାଇଛି । +ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଘଟଣାକୁ ଚପାଇ ଦେଇ କୌଣସି ମତେ ସମାଧାନ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି । +ରାଜ୍ୟର ଅନ୍ୟତମ ହସ୍ତତନ୍ତ କେନ୍ଦ୍ର ଭାବେ ପରିଚିତ ବେଗୁନିଆ ରାଉତପଡ଼ାରେ ଥିବା ବ୍ୟାଙ୍କର ପରିବର୍ଦ୍ଧିତ ଶାଖାର ଶତାଧିକ ଜମାକାରୀଙ୍କ ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜାଲ୍ ସ୍ଥାୟୀ ଜମା ଓ ସଂଚୟ ଜମା ପ୍ରମାଣ ପତ୍ର ଦେଇ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । +କେନ୍ଦୁଝର ଜିଲ୍ଲାପାଳଙ୍କୁ ଆସ୍ୱସ୍ତି, ଜନଜାତି କମିଶନ୍‌ଙ୍କ ନିକଟରେ ହାଜର ହେବା ନିର୍ଦ୍ଦେଶ ଉପରେ… +କେନ୍ଦୁଝର ଜିଲ୍ଲାପାଳଙ୍କୁ ଜାତୀୟ ଜନଜାତି କମିଶନ୍‌ଙ୍କ ହାଜର ନିର୍ଦ୍ଦେଶ ଉପେର ରହିତାଦେଶ । +କମିଶନଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । +ଜିଲ୍ଲାପାଳଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ କମିଶନ୍‌ ମାମଲା ଆଗକୁ ନେଇ ପାରିବେ ବୋଲି କହିଛନ୍ତି । +୬ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି ହାଇକୋର୍ଟ । +ବାରମ୍ୱାର ନୋଟିସ୍‌ ସତ୍ତ୍ୱେ ଜିଲ୍ଲାପାଳ ହାଜର ହେଉନଥିଲେ । +ଯାହାକୁ ନେଇ କମିଶନ୍‌ ଗିରଫ ୱାରେଣ୍ଟ ଜାରି କରିଥିଲେ । +ଜିଲ୍ଲାପାଳଙ୍କୁ ହାଜର କରାଇବାକୁ ପୋଲିସ୍‌ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ । +କମିଶନ୍‌ଙ୍କ ଏହି ନୋଟିସ୍‌କୁ ଚ୍ୟାଲେଞ୍ଜ କରି ଜିଲ୍ଲାପାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । +୯ ଦଫା ଦାବିନେଇ ଓବିସି ସେଲ୍ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର… +ସଂଜୀବ କୁମାର ରଣଜିତ,ମୟୂରଭଞ୍ଜ । +ପ୍ରଦେଶ କଂଗ୍ରେସ ପଛୁଆ ବର୍ଗ (ଓ.ବି.ସି ସେଲ)ର ଆହ୍ୱାନ କ୍ରମେ ଆଜି ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମୟୁରଭଞ୍ଜ ଜିଲ୍ଲାପାଳ ଙ୍କ ଜରିଆରେ ୯ ଦଫା ସମ୍ବଳିତ ଦାବିପତ୍ର ଓବିସି ସେଲ୍ ଜିଲ୍ଲା ସଭାପତି ଶ୍ରୀ ଦିଲ୍ଲୀପ ନାଏକ ଙ୍କ ନେତୃତ୍ବରେ ପ୍ରଦାନ କରାଯାଇଅଛି । +ପଛୁଆ ବର୍ଗ ଙ୍କ ପ୍ରତି ବିଦ୍ୱେଷ ନ ରଖି ରାଜ୍ୟ ଓ କେନ୍ଦ୍ର ସରକାର ମହିଳା, ଛାତ୍ରବୃତ୍ତି, ଚାକିରି କ୍ଷେତ୍ର ରେ ଯଥାଶୀଘ୍ର ତାଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ସମାଜର ମୂଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ଦୃଢ଼ ଦାବି କରାଯାଇଛି । +ମାଆ ହୀରାବେନଙ୍କ ଶହେତମ ଜନ୍ମଦିନ ; ପାଦ ଧୋଇ ଆଶୀର୍ବାଦ ନେଲେ ମୋଦୀ +ଗାନ୍ଧିନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେଙ୍କ ଆଜି ତାଙ୍କ ଶହେତମ ଜନ୍ମଦିନ । +ଏହି ଅବସରରେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦୀ ଗାନ୍ଧିନଗର ଯାଇ ମାଆଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି । +ସେ ମଆଙ୍କ‌ ପାଦ ଧୋଇବା ସହ ତାଙ୍କର ଆଶୀର୍ବାଦ ନେଇଛନ୍ତି । +ଏହି ସମୟରେ ପ୍ରଧାନମନ୍ତ୍ରୀ ପୁରା ଭାବବିହ୍ୱଳ ହୋଇ ପଡିଥିବା ଦେଖିବାକୁ ମିଳିଥିଲା । +ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୧,୪୦,୨୭,୧୦୩ ଟଙ୍କା ଲାଭାଂଶ ପ୍ରଦାନ +ଭୁବନେଶ୍ୱର, ୨୧/୦୪: ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୧୮-୧୯ ବର୍ଷ ପାଇଁ ୧,୪୦,୨୭,୧୦୩ ଟଙ୍କା ଲାଭାଂଶ ବାବଦରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । +ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡିଶା କ୍ଷଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ ସାହୁ ଏହି ପରିମାଣର ଚେକ୍ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦାନ କରିଥିଲେ । +କିଏ ହେବେ ପିସିସିର ପରବର୍ତ୍ତୀ ସଭାପତି ? +ନିରଞ୍ଜନଙ୍କ ପରେ କାହା ଉପରେ ଭରସା କରିବେ ହାଇକମାଣ୍ଡ ? ଏହାକୁ ନେଇ ଏବେ ସରଗରମ କଂଗ୍ରେସ୍ ରାଜନୀତି । +ପଂଚାୟତ ଓ ପୌର ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ପିସିସି ସଭାପତି ପରିବର୍ତ୍ତନ ଦାବି ଜୋର ଧରିଛି । +ଆସନ୍ତା ୨୮ରୁ ଖୋଲିବ ଅଙ୍ଗନବାଡ଼ି +ଆସନ୍ତା ୨୮ରୁ ଖୋଲିବାକୁ ଯାଉଛି ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ର । +କୋଭିଡ୍ ସଂକ୍ରମଣ ଭିତରେ ପାଖାପାଖି ବର୍ଷକ ପରେ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର । +ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । +ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଯାଏଁ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ଏସଓପିରେ କୁହାଯାଇଛି । +ତେବେ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଆଇସିଡିଏସ୍ ନିର୍ଦ୍ଦେଶକ । +ସବୁଠାରୁ ବଡ଼କଥା ହେଲା, ଯଦି ଅଙ୍ଗନବାଡ଼ି ଖୋଲିବାରେ କିଛି ସମସ୍ୟା ରହିଥାଏ ସେନେଇ ନିଷ୍ପିତ୍ତି ନେବେ ସ୍ଥାନୀୟ ଜିଲ୍ଲା ପ୍ରଶାସନ । +ଏବଂ ସମସ୍ତ ଅଙ୍ଗନବାଡ଼ି କର୍ମୀ ଟୀକାର ଦୁଇଟି ଡୋଜ୍ ନେବା ବାଧ୍ୟତାମୂଳକ । +ଯଦି କେହି ଉଦ୍ଦେଶ୍ୟମୂଳକ ଭାବେ ଟୀକା ନେଇନଥିବେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଏସଓପିରେ ନିର୍ଦ୍ଦେଶ ଦେଇଛନ୍ତି ସରକାର । +ନିଶା ସ୍ପ୍ରେ କରି ଟଙ୍କା, ମୋବାଇଲ ନେଇଗଲେ +ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସିଙ୍ଗଡ଼ା ପୋଲ ନିକଟରେ ନିଶା ସ୍ପ୍ରେ କରି ଜଣେ ଯୁବକଙ୍କ ନିକଟରୁ ଦୁର୍ବୃତ୍ତମାନେ ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଲୁଟି ନେଇଛନ୍ତି । +ରାସ୍ତା କଡ଼ରେ ଏକ ସ୍କୁଟି ଉପରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ି ରହିଥିବା ଏହି ଯୁବକ ବଲେଶ୍ବର ଅଞ୍ଚଳର ପ୍ରଭାକର ବେହେରା । +ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ ଏସ୍‌ଆଇ ଅଶୋକ କୁମାର ବଳ ପହଞ୍ଚି ଅଚେତ ଯୁବକଙ୍କୁ ପାଣିକୋଇଲି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । +ଗୋପବନ୍ଧୁ ଙ୍କ ପୁଣ୍ୟ ତୀଥି ଅବସରରେ ପ୍ରେସ କ୍ଲବ ଓ ସମାଜ ପକ୍ଷରୁ ସ୍ଵେଛା କୃତ ରକ୍ତ ଦାନ ଶିବିର +ଫୁଲବାଣୀ -29/6 ପ୍ରେସ କ୍ଲବ ଓ ଦୈନିକ ସମାଜ ପକ୍ଷରୁ ମିଳିତ ସହଯୋଗ ରେ ବୁଧବାର ଉତ୍କଳ ମଣି ଗୋପ ବନ୍ଧୁ ଦାଶ ଙ୍କ ଚଉରାନବେ ତମ ପୁଣ୍ୟ ତିଥି ଅବସରରେ ବ୍ଲଡ଼ ବ୍ୟାଙ୍କ ପରିସରରେ ଏକ ସ୍ଵେଛାକୃତ ରକ୍ତ ଦାନ ଶିବିର ର ଆୟୋଜନ କରାଯାଇଥିଲା । +ଏ ଥିରେପଇଁଚାଳିଶ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । +ଏହି ଅବସର ରେ ମୁଖ୍ୟଅତିଥି ଭାବେଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଓ ପ୍ରକଳ୍ପ ନିର୍ଦେଶକ ବିଶ୍ୱରଂଜନ ନାୟକ ଯୋଗ ଦେଇ ଶିବିର କୁ ଉଦଘାଟନ କରିଵା ସହ ରକ୍ତଦାତା ମାନକୁ ଉତ୍ସାହିତ କରି ଥିଲେ । +ଅନ୍ୟମାନଙ୍କ ମଧ୍ୟରେ ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ, ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା,ପି ଏ, ଆଇଟିଡିଏ ବୀରେନ୍ଦ୍ର କୁମାର ଦାସ, ପୌରଧକ୍ଷା ସ୍ମିତାରାଣୀ ମହାନ୍ତି ପ୍ରମୁଖସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । +ପ୍ରଥମେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଓ ସମ୍ପାଦକ ପ୍ରଶାନ୍ତ ବେହେରା ରକ୍ତ ଦାନ କରିଥିଲେ । +ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଅଜିତ ମହାରଣା, ଶିବ ନାୟକ, ସୂର୍ଯ୍ୟ ନାରାୟଣ ବେହେରା,କାଁହୂ ଶତପଥୀ ଙ୍କ ସମେତ ସମାଜସେବୀ ପ୍ରଦୀପ ସ୍ୱାଇଁ, ଙ୍କ ସମେତ ଟିମ ହୁମାନୀଟି ର ସଦସ୍ୟ, ଓ ଆଇଟିଆଇ ଛାତ୍ର ଛାତ୍ରୀମାନେ ସ୍ବେଛାକୃତ ରକ୍ତଦାନ କରିଥିଲେ । +ଏହି ଶିବିର କୁ ବ୍ଲଡ଼ ବ୍ୟାଙ୍କ ଅଧିକାରୀ,ଡା, ଜୟଦୀପ ଘୋଷ, ଟେକନିସିଆନଦିନ କୃଷ୍ଣ ମହନ୍ତ, ତୁଷାର କାନ୍ତ ପ୍ରଧନ ଲକ୍ଷ୍ମୀ ଧର ମଣ୍ଡଳ, ସୁଜିତ ସାହୁ, ବରୁଆଁବେହେରା ସଂଯୁକ୍ତ । +ଦଳ ଛତ୍ର ,ପ୍ରମୁଖ ସୁଚାରୁରୂପେ ପରିଚାଳନାକରିଥିଲେ । +ସେହିପରି ସାମ୍ବାଦିକ ସନ୍ତୋଷ ଦିଗଲ, ତ୍ରିନାଥ ସାହୁ, ସଦାଶିବ ପାତ୍ର, ଅଚ୍ୟୁ ତାନନ୍ଦ ସେଠି, ଗୋପାଳ କୃଷ୍ଣ ପଟନାୟକ, ପ୍ରମୁଖ ସହୋଯୋଗ କରିଥିଲେ । +ଯୋଗ୍ୟ ତାଲିକା ଶୀଘ୍ର ପ୍ରକାଶ କରୁ ପ୍ରଶାସନ: କଳା ଓ ଖେଳ ଶିକ୍ଷକ ସଂଘ +ବଲାଙ୍ଗିର:ଗ୍ରାମାଞ୍ଚଳରେ କଳା ଓ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । +କଳା ଓ କ୍ରୀଡ଼ା ପ୍ରଶିକ୍ଷକ ପାଇଁ ମୋଟ ୧୯୦ଟି ପଦବୀ ବିଜ୍ଞାପନ ପ୍ରକାଶ ପାଇଥିଲା । +ଯେଉଁଥିରେ କ୍ରୀଡ଼ା ଶିକ୍ଷକ ପାଇଁ ୨୧ଟି ଥିବା ବେଳେ କଳା ଶିକ୍ଷକ ପାଇଁ ୧୬୯ଟି ପଦବୀ ପ୍ରକାଶ ପାଇଥିଲା । +ଆବେଦନର ଦୀର୍ଘ ଦୁଇ ବର୍ଷ ପରେ ମଧ୍ୟ ନିଯୁକ୍ତିକୁ ନେଇ ଅନ୍ଧାରରେ ରଖାଯାଇଥିବା ବଲାଙ୍ଗିର ଜିଲାପାଳଙ୍କ ଠାରେ ଅଭିଯୋଗ ହୋଇଛି । +ଗୁରୁବାର ଏନେଇ ବଲାଙ୍ଗିର ଜିଲା କଳା ଓ ଖେଳ ଶିକ୍ଷକ ସଂଘ ପକ୍ଷରୁ ଜିଲାପାଳ ଚଞ୍ଚଳ ରାଣାଙ୍କୁ ସାକ୍ଷାତ କରି ପ୍ରକାଶିତ ନିଯୁକ୍ତି ସମ୍ପର୍କରେ ଦାବି ଜଣାଇଛନ୍ତି । +ଆବେଦନର ଦୀର୍ଘ ୨ ବର୍ଷ ପରେ ନିଯୁକ୍ତିର ପ୍ରକୃତ ତାଲିକା ପ୍ରକାଶ କରା ନଯିବା ନିଯୁକ୍ତିକୁ ନେଇ ସନ୍ଦେହ ଉପୁଜିଛି ବୋଲି ଆଶାୟୀ ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି । +ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆସୁଥିବା ବେଳେ ଉପରୁ କିଛି ଚିଠି ଆସିନି କହି ଫେରାଇ ଦେଉଥିବା ଅଭିଯୋଗ କରିଛନ୍ତି । +୨ ଦଫା ଦାବି ଉପସ୍ଥାପନ ପୂର୍ବକ ଶୀଘ୍ର ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ, ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡିଥିବା କଳା ଓ ଖେଳ ଶିକ୍ଷକ ତୁରନ୍ତ ନିଯୁକ୍ତି କରିବା ପାଇଁ ଜିଲା ସଂଘ ପକ୍ଷରୁ ଦାବି କରାଯାଇଛି । +ଜିଲାପାଳଙ୍କୁ ସଂଘ ପକ୍ଷରୁ ଶାନ୍ତନୁ ମେହେର, ଜାୟାରାମ ପଟ୍ଟନାୟକ, ଭବାନୀ ଶଙ୍କର ସେଠ, ଭରତ କ୍ଷତୀ, ସୁଶୀଳ ମେହେର,ପ୍ରମିଳା ହଂସ,ଦୂତୀୟା ରଣା, ଯୁଗଳ ଜାଲ, ମାନସ ରଂଜନ ସେଠ, ହରେକୃଷ୍ଣ ପଟେଲ, ବଘାମ୍ବର ଦୀପ, ମୟୂରୀ ପଟେଲ, ବିକାଶ ଷଡ଼ଙ୍ଗୀଙ୍କ ସମେତ ଶତାଧିକ ଆଶାୟୀ ପ୍ରାର୍ଥୀ ଜିଲାପାଳ ଶ୍ରୀ ରାଣାଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । +ଜିଲାପାଳ ଶ୍ରୀ ରାଣା ଦାବି ସମ୍ପର୍କରେ ଅବଗତ ହେବା ସହ ଖୁବଶୀଘ୍ର ଏହା ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି । +ଯଦି ଜିଲାପାଳ ପ୍ରତିଶ୍ରୁତି ନରଖନ୍ତି ତାହା ହେଲେ କଳା ଓ ଖେଳ ଶିକ୍ଷକ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । +ନିଶା ଦ୍ରବ୍ୟ ବିରୁଦ୍ଧରେ ସୋଆ ରେଡିଓ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ +ଭୁବନେଶ୍ୱର , ୨୮/୦୬: ବିଶ୍ୱ ଔଷଧ ଅପବ୍ୟବହାର ଏବଂ ବେଆଇନ୍ କାରବାର ଦିବସ ଉପଲକ୍ଷେ +ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ପକ୍ଷରୁ ନିଶା +ନିବାରଣ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ରବିବାର ଆୟୋଜିତ ହୋଇଯାଇଛି । +ଏହି କାର୍ଯ୍ୟକ୍ରମରେ ଯେଉଁ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ ସେମାନେ ନିଶା ଦ୍ରବ୍ୟ ଠାରୁ ନିଜକୁ +ଦୂରେଇ ରଖିବା ପାଇଁ ଶପଥ ନେବା ସହ ବକ୍ତୃତା, ସଂଗୀତ ଏବଂ ନୃତ୍ୟ ମାଧ୍ୟମରେ ସମାଜକୁ ନିଶା ମୁକ୍ତ କରିବା +ଦିଗରେ ନିଜର ମତ ରଖିଥିଲେ । +ଛାତ୍ରଛାତ୍ରୀମାନେ ଏକ ସ୍ୱଚ୍ଛ ଏବଂ ସକାରାତ୍ମକ ଜୀବନ ଗଢ଼ିବା ଦିଗରେ ନେତୃତ୍ୱ ନେବା ଏକ ଗର୍ବର +ବିଷୟ ବୋଲି ସୋଆ ରେଡିଓ ଅଫିସର ଇନ୍‌ଚାର୍ଜ ଶ୍ରୀମତି ହନି ପ…ନାୟକ କହିଥିଲେ । +ସେହିପରି ରେଡିଓ ଟିମ୍ ଗଣ୍ଡମୁଣ୍ଡା ନିକଟସ୍ଥ ବସ୍ତିକୁ ଯାଇ ପଥପ୍ରାନ୍ତ ନାଟକ ମାଧ୍ୟମରେ ନବଜାତ ଶିଶୁଙ୍କୁ +ସ୍ତନ୍ୟପାନ ସମ୍ପର୍କରେ ସଚେତନ କରାଇଥିଲେ । + ସୋଆ ରେଡିଓ ପକ୍ଷରୁ ଶ୍ରୀମତି ଶୁଭ୍ରସୀମା ମହାନ୍ତି ଏବଂ ଶ୍ରୀ +ସତ୍ୟରଞ୍ଜନ ସ୍ୱାଇଁ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । +ଅରପଣା ଗ୍ରାମ ହତ୍ୟାକାଣ୍ଡର ରାୟ ପ୍ରକାଶ: ୩ ଜଣଙ୍କୁ ଆଜୀବନ ଓ ୨ ଜଣଙ୍କୁ ସଶ୍ରମ କାରାଦଣ୍ଡାଦେଶ +ରାୟଗଡ଼ା: ଶେଷଖାଲ ଥାନା ଅନ୍ତର୍ଗତ ଅରପଣା ଗ୍ରାମରେ ହୋଇଥିବା ହତ୍ୟାକାଣ୍ଡ ମାମଲାର ଆଜି ରାଏ ପ୍ରକାଶ ପାଇଛି । +ଗତ ୨୦୧୭ ମସିହା ଡିସେମ୍ବର ୩୧ ତାରିଖରେ ଗ୍ରାମର ରତୁନୁ ଜିଲକାରାଙ୍କୁ ନିର୍ମମ ଭାବେ ହତ୍ୟା ମାମଲାରେ ଜିଲ୍ଲା ଦୌରାଜଜ ବିକ୍ରମ ପଟ୍ଟନାୟକ ମୁଖ୍ୟ ଅଭିଯୁକ୍ତ ବିଚାରଧୀନ କଏଦୀ ପୁନାଲୁ ସିରିକା, ବିନୋଦ ମାଣ୍ଡାଙ୍ଗି, ମରିଶି ଜିଲାକାରା ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଏବଂ ଅନ୍ୟ ୨ଜଣ ସହଯୋଗୀ ରମେଶ ତାଡିଙ୍ଗି ଓ ରାମା କଣ୍ଡାଗରୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । +ରତୁନୁ ଜିଲାକାରା ଗ୍ରାମରେ ଗୁଣି ଗାରେଡି କରୁଥିବା ସନ୍ଦେହରେ ତାଙ୍କୁ କାଠ ଫାଳିଆରେ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରାଯାଇଥିଲା । +ସରକାରୀ ଓକିଲ ଅଜିତ ପଟ୍ଟନାୟକ ଏହି ମାମଲାର ପରିଚାଳନା କରୁଥିଲେ । +ବ୍ଲକ ଉପାଧ୍ୟକ୍ଷଙ୍କ ଦାଦାଗିରି +ବଲାଙ୍ଗୀର ରାତିରେ ରାସ୍ତାର ଲାଇଟ କିଏ ବନ୍ଦ କରୁଛି ? କାହିଁକି ରାସ୍ତା ର ଲାଇଟ ବନ୍ଦ କରୁଛ? ମତେ ଜାଣିଛ ମୁ କିଏ ? ମତେ ଜାଣିନ ଚିରିକି ଫାଡ଼ି ଦେବୀ । +ମୋ କଲର ଧରିବାକୁ ସାହସ ହେଲା କିପରି ? ମାର ତାକୁ । +ଏଭଳି କିଛି କହି ଅନର୍ଗଳ ଅସଭ୍ୟ ଭାଷାରେ ଗାଳି ଦେବା ସହ କେତେ ବେଳେ ଗୋଇଠା ଟ ଆଉ କେତେ ବେଳେ ଲାତ୍ ମାରିଚାଲିଛନ୍ତି ଯୁବକ । +ସ୍ୱାଭିମାନ ଅଞ୍ଚଳରେ ୧୮୦ ମିଲିସିଆଙ୍କ ଆତ୍ମସମର୍ପଣ +ଗତ କିଛି ଦିନ ତଳେ ପୁଲିସ ଡିଜି ସୁନୀଲ ବଂଶଲ ମାଲକାନଗିରି ଗସ୍ତ କରି ସ୍ବାଭିମାନ ଅଂଚଳର ଯନ୍ତ୍ରୀ ଠାରେ ନୂତନ ଭାବେ ଅବସ୍ଥାପିତ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ମାଓ ଦମନ ନେଇ ସମୀକ୍ଷା କରିଥିଲେ । +ବିଏସଏଫ କ୍ୟାମ୍ପରେ ପୁଲିସ ଡିଜିଙ୍କ ସମ୍ମୁଖରେ ୫୦ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ । +ସମସ୍ତେ ଭବିଷ୍ୟତରେ ମାଓବାଦୀଙ୍କୁ ସମର୍ଥନ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । +ଏହି ଅଂଚଳର ବିକାଶରେ ସମସ୍ତେ ଭାଗିଦାର ହେବେ ବୋଲି କହିଥିଲେ । +ସମସ୍ତ ଗ୍ରାମବାସୀଙ୍କୁ ପୁଲିସ ଡିଜି ଦୈନନ୍ଦିନ ସାମଗ୍ରୀ ସହ ଲୁଙ୍ଗି, ଶାଢି,କମ୍ବଳ, ଶିଶୁଙ୍କ ପାଇଁ ବହିପତ୍ର, ଯୁବକମାନଙ୍କ ପାଇଁ ଖେଳ ସାମଗ୍ରୀ ପ୍ରଦାନ କରିଥିଲେ । +ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତରେ ୧୮୦ରୁ ଉର୍ଦ୍ଧ ମାଓବାଦୀ ମିଲିସିଆ ଆତ୍ମସମର୍ପଣ କରିଛନ୍ତି । +ଡାବୁଗୁଡା,ଧାକୋଡ଼ପଦର,ଆର୍ଲିଙ୍ଗପୋଡା ଆଦି ଅଞ୍ଚଳର ସବୁ ଗ୍ରାମବାସୀ ପୂର୍ବରୁ ମାଓ ସଂଘଟନ ପାଇଁ କାମ କରି ଆସୁଥିଲେ । +ଯନ୍ତ୍ରୀ ଅଞ୍ଚଳରେ BSF କ୍ୟାମ୍ପ ସ୍ଥାପନ ପରେ ମାଓବାଦୀଙ୍କ ଗଡ ଭୁଶୁଡି ପଡିଲା ଯାହା ଫଳରେ ଅଞ୍ଚଳରେ ହଉଥିବା ବିକାଶକୁ ଦେଖି ଆଜି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । +ଏବଂ ଏହି ତିନି ଗ୍ରାମର କିଛି ପୁରୁଷଙ୍କୁ ମାଓବାଦୀ ଦେଇଥିବା ୟୁନିଫୋର୍ମକୁ ନିଆରେ ଜାଳି ଦେଇଥିଲେ ଯୁବକ ମାନେ । +ଏବଂ ମାଓବାଦୀ ମୁରଦାବାଦ ନାରା ଦେଇଥିଲେ । +ଚିତ୍ରକୋଣ୍ଡା SDPO,ବିଡିଓ ଚିତ୍ରକୋଣ୍ଡା, ଯୋଡ଼ାଆମ୍ବ ଥାନା ଅଧିକାରୀଙ୍କ ଆଗରେ ଏମାନେ ଆତ୍ମ ସମର୍ପଣ କରିଥିଲେ । +ମୀରା ମା’ +ମୀରା ପରିଡ଼ାଙ୍କୁ କିଏ ବା ନ ଜାଣେ! ନିଜର ସଙ୍ଘର୍ଷପୂଣ୍ଣ କାହାଣୀକୁ ନେଇ ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି । +ଏବେ ମୀରା ପରିଡ଼ାଙ୍କ ଉପରେ ନିର୍ମିତ ହେଉଛି ଏକ ହିନ୍ଦୀ ଚଳଚ୍ଚିତ୍ର ଯାହାର ଶୀର୍ଷକ ରହିଛି ‘ମୀରା ମା’ । +ଏସ୍. ଆର ଏଣ୍ଟରପ୍ରାଇଜ୍ ଓ ଜି. କେ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ର ମିଳିତ ସହଯୋଗରେ ନିର୍ମାଣ ହେଉଥିବା ଏଇ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି ମୁମ୍ବାଇରେ ଅବସ୍ଥାପିତ ଓଡ଼ିଆ ଅଭିନେତ୍ରୀ ସ୍ବପ୍ନା ପତି । +ନବରଙ୍ଗପୁରରେ ଲାଗିଲା ତାପମାନ ଯନ୍ତ୍ର +ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଲାଗିଲା ତାପମାନ ଯନ୍ତ୍ର । +ଜିଲ୍ଲାବାସୀ ଏଣିକି ସିଧାସଳଖ ଗ୍ରୀଷ୍ମପ୍ରବାହର ସୂଚନା ପାଇପାରିବେ । +ଦିନକୁ ଦିନ ଜଙ୍ଗଲ କ୍ଷୟ ଏବଂ କଂକ୍ରିଟ ଜଙ୍ଗଲ ବହୁ ମାତ୍ରାରେ ବୃଦ୍ଧି ଯୋଗୁଁ ତାପମାତ୍ରା ପ୍ରତିବର୍ଷ ବଢି ବଢି ଚାଲିଛି । +ଗ୍ରୀଷ୍ମପ୍ରବାହ ପାଇଁ ଲୋକମାନଙ୍କୁ ସତର୍କ ସୂଚନା ଦେବା ପାଇଁ ଜିଲ୍ଲାରେ ତାପମାନ ଯନ୍ତ୍ର ନ ଥିଲା । +ଏ ନେଇ ବିଗତ ଦିନରେ ବିଭିନ୍ନ ଗୋନମଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । +ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ସହିତ ସ୍ୱତନ୍ତ୍ର ଆୟୁକ୍ତ ରିଲିଫଙ୍କ ନିର୍ଦେଶ କ୍ରମେ ଭାରତୀୟ ପାଣିପାଗ ବିଭାଗ ଅଧିକାରୀଙ୍କ ମିଳିତ ସହଯୋଗରେ ତାପମାନ ଯନ୍ତ୍ର ଏବଂ ବର୍ଷା ଜଳ ମାପ ଯନ୍ତ୍ର ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସର ମଧ୍ୟରେ ସ୍ଥାପନ କରାଯାଇଛି । +ମୋଦୀ ସରକାରଙ୍କ ବିରୁଦ୍ଧରେ କଂଗ୍ରେସର ବିକ୍ଷୋଭ +ଫୁଲବାଣୀ-୧୭/୬ କେନ୍ଦ୍ରରେ ମୋଦୀ ସରକାରଙ୍କ ବିରୁଦ୍ଧରେ ଶୁକ୍ରବାର ଫୁଲବାଣୀ ପୋଷ୍ଟ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲାଜିଲ । +କଂଗ୍ରେସ ସଭାପତି ଅନାମନା ଏକଙ୍କ ନେତୃତ୍ଵରେ ଆୟୋଜିତ ଏହି ବିକ୍ଷୋଭରେ ପୂର୍ବତନ ସାଂସଦ ତଥା ବରୀଷ୍ଠ କଂଗ୍ରେସ ନେତା ରାଧାକାନ୍ତ ଦିଗଲ, ପୂର୍ବତନ ସାଂସଦ ନକୁଳନା ଏକ ପୂର୍ବତନ ବିଧାୟୀକା ଅଜୟନ୍ତୀ ପ୍ରଧାନ, ରାଜ୍ୟ ପିସିସି ସଂପାଦକ ତଥା ବିହାର ପ୍ରଭାରୀ କୈଳାସ ମୁଖି .କଂଗ୍ରେସ ନେତା ପିସିସି ସଂପାଦକ ଚନ୍ଦ୍ରଶେଖର ପରିଡ଼ା, ରଜତ ମହାନ୍ତି, ଅମିର ଚାନ୍ଦ ନା ଏକ, ବିଜୟ ମହାନ୍ତି, ଘନଶବର, ଯୁବନେତା ତଥା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ, ଛାତ୍ରନେତା ଅନୁପମ କହଁର, ଦୁର୍ଯ୍ୟ ଧୋନ ପଟନାୟକ, ସଂସାରୀ ଭୋଇ, ଶିବଶଙ୍କର ବେହେରା ପ୍ରମୁଖ ଯୋଗଦେଇ ମୋଦୀ ସରକାରଙ୍କ ତାନା ସାହୀ ଶାସନ, ରାହୁଲ ଗାନ୍ଧୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଇଡିର ଜେରା କରିବା, ଏଆଇସିସି କାର୍ଯ୍ୟାଳୟରେ ପଶି ପୋଲିସ ଆତଙ୍କରାଜ କରିବା, କଂଗ୍ରେସ ସାଂସଦ ଓ ନେତାଙ୍କୁ ଅନ୍ୟାୟ ରେ ଗିରଫଦାରୀ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । +କେନ୍ଦ୍ର ସରକାରଙ୍କ ଏଭଳି ମନ ମୁଖି କାରବାରକୁ ଏଣିକି ଆଉ ବରଦାସ୍ତ କରାଯିବ ନାହିଁ, ଏହା ବିରୁଦ୍ଧରେ କଂଗ୍ରେସ ସଂଗଠିତ ହୋଇ ତୀବ୍ର ପ୍ରତିବାଦ କରିବ ବୋଲି ସଭାପତି ଅନାମନାଏକ, ପୁର୍ବତନ ସାଂସଦ ନକୁଳନା ଏକ, ରାଧାକାନ୍ତ୍ରିଡି ଗଲ, ପିସିସି ସଂପାଦକ କୈଳାସ ମୁଖି ପ୍ରମୁଖ ଚେତାବନୀ ଦେଇଥିଲେ । +୨୦ ଲକ୍ଷ ଠକେଇ, ପୁଲିସକୁ ଆକ୍ରମଣ କରି ସ୍ତ୍ରୀ ଗିରଫ +୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଘସିପୁରା ଥାନା ଅଞ୍ଚଳରୁ ଜଣେ ବ୍ୟବସାୟୀଙ୍କୁ ଉଠାଇ ନେଇଛି ଭୁବନେଶ୍ବର କମିସନରେଟ୍ ପୁଲିସ୍ । +ସମ୍ପୃକ୍ତ ବ୍ୟବସାୟୀ ଜଣଙ୍କ ହେଉଛନ୍ତି ଆନନ୍ଦପୁର ଅଞ୍ଚଳର ଉମେଶ ପାଢ଼ୀ । +ସେ ଘସିପୁରା ଥାନା ୧୩ ନମ୍ବର ୱାର୍ଡ ସିଂହସାହିରେ ଏକ ଭଡ଼ାଘରେ ରହୁଥିଲେ । +ଆଜି ସକାଳେ ଘସିପୁରା ପୁଲିସ ଓ କମିସନରେଟ୍ ପୁଲିସ ମିଳିତ ଚଢ଼ଉ କରି ତାଙ୍କୁ ଗିରଫ କରିଛି । +ତାଙ୍କ ଘରୁ ଏକ କାର୍‌ ମଧ୍ୟ ଜବତ ହୋଇଛି । +ଚଢ଼ଉ ସମୟରେ ଉମେଶଙ୍କ ପତ୍ନୀ ଶର୍ମିଳା ପ୍ରିୟଦର୍ଶିନୀ ପାଢ଼ୀ ପୁଲିସ ଉପରେ ଆକ୍ରମଣ କରିଥିଲେ । +ତାଙ୍କୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରାଯାଇଛି । +ଜଟଣୀରେ ଜାଗା ମିଶନ ସମ୍ପର୍କ ମେଳା +ଜଟଣୀ, ୦୨/୦୫: ଓଡିଶା ସରକାରଙ୍କ ଜାଗା ମିଶନ ସମ୍ପର୍କ ମେଳା ଜଟଣୀ ପୌରପରିଷଦର ଆଠ ନମ୍ବର ୱାର୍ଡ ଅନୁଷ୍ଠିତ ହୋଇଯାଇଛି । +ମୁଖ୍ୟ ଅତିଥିଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇଥିଲେ । +ଏଇ କାର୍ଯ୍ୟକ୍ରମରେ ନବ ନିର୍ବାଚିତ ଜଟଣୀ ପୌର ଅଧ୍ୟକ୍ଷ ଅନନ୍ତ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି, ୬,୮,୧୧ ନମ୍ବର ୱାର୍ଡର କାଉନସିଲର ସହ ବରିଷ୍ଠ ବିଜେଡି ନେତା ତଥା ପାଣ୍ଡଵ ଫାଉଣ୍ଡେସନର ସଭାପତି ସନ୍ତୋଷ କୁମାର ଜେନା ଉପସ୍ଥିତ ଥିଲେ । +ଜିତୁଙ୍କ ୧୩୩ କୋଟି ଟଙ୍କାର ସମ୍ପତ୍ତି ସିଜ୍‌ +ଭୁବନେଶ୍ୱର: ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ସମ୍ପତ୍ତି ସିଜ୍‌ ହୋଇଛି । +ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିବା ସମୟରେ ୧୩୩ କୋଟି ଟଙ୍କାର ସମ୍ପତ୍ତି ସହ ଘରୁ ଜବତ ହୋଇଥିବା ନଗଦ ୬୯ ଲକ୍ଷ ଟଙ୍କା ମଧ୍ୟ ସିଜ୍ କରିଛି । +ବେଆଇନ୍‌ ଖଣି କାରବାର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ଦିଆଯାଇଛି । +ଭଞ୍ଜନଗରରେ ମାଡ଼ିଗଲା ଭ୍ୟାନ୍: ବାପା ଓ ୨ ଝିଅ ମୃତ, ନାତି ଗୁରୁତର +ଭଞ୍ଜନଗରରେ ଆଜି ହୋଇଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । +ଏହି ଦୁର୍ଘଟଣାରେ ବାପ ଓ ୨ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ନାତି ଗୁରୁତର ଆହତ ହୋଇଥିବା ଜଣାପଡିଛି । +ସୂଚନା ଅନୁସାରେ, ଗାଙ୍ଗପୁର ଥାନା ଇନ୍ଦନପୁରରେ ବାଇକକୁ ଧକ୍କା ଦେଇଥିଲା ଭ୍ୟାନ୍ । +ବାଇକରେ ୨ ଝିଅ ଓ ନାତିଙ୍କୁ ଧରି ମୁନିଗାଡ଼ରୁ ଗାଙ୍ଗପୁର ଯାଉଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା । +ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି ଓ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି । +ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି । +୨ ବର୍ଷ ପରେ ହଟିଲା କୋଭିଡ୍‌ ମହାମାରୀ ଆଇନ +ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷ ପରେ ମହାମାରୀ ଆଇନ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରସରକାର । +ସମଗ୍ର ବିଶ୍ୱରେ କୋଭିଡ୍‌ ସଂକ୍ରମଣ ବ୍ୟାପିବା ପରେ ଏହାକୁ ମହାମାରୀ ବର୍ଗରେ ସାମଲ କରି କେନ୍ଦ୍ର ସରକାର ମହାମାରୀ ଆଇନ୍ ଘୋଷଣା କରିଥିଲେ । +ଏବେ କୋଭିଡ୍‌ ସଂକ୍ରମଣ କରିବା ପରେ କେନ୍ଦ୍ର ସରକାର ଏହି ଆଇନ୍‌କୁ ହଟାଇ ଦେଇଛନ୍ତି । +ନିଆରା ଢଙ୍ଗରେ କନ୍ଧମାଳ ର ନୂତନ ଜ଼ିଲ୍ଲାପାଳ ଙ୍କୁ ସ୍ୱାଗତ କଲେ କଳାକାର ସଙ୍ଘ +ଫୁଲବାଣୀ -24/6 କନ୍ଧମାଳ ଜ଼ିଲ୍ଲା କଳା ସଂସ୍କୃତି ସଂଘ ତରଫରୁ ଶୁକ୍ରବାର ନିଆରା ଢଙ୍ଗରେ ନୂତନ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ । +ଏଥିରେ ଜ଼ିଲ୍ଲା ଉପ ସଭାପତି ଅକ୍ଷୟ କୁମାର କର୍ଣ୍ଣ ଜ଼ିଲ୍ଲା ସଂଯୋଜକ ସରୋଜ କୁମାର ପାତ୍ର ଏବଂ ଉପଦେଷ୍ଠା ତଥା ବରିଷ୍ଠ ସାମ୍ବାଦିକ ସଦାଶିବ ପାତ୍ର ଙ୍କ ସମେତ ୧୨ ଗୋଟି ବ୍ଲକ ର ବ୍ଲକ ଉପ ସଭାପତି ଯୋଗଦେଇଥିଲେ । +କଳା ସଂଗଠନ ର କଳାକାର ମାନେ ପାରମ୍ପରିକ ବେଶଭୁଷା ରେ ସଜ୍ଜିତ ହୋଇ ଲୋକନୃତ୍ୟ ମାଧ୍ୟମ ରେ ନୂତନ ଜ଼ିଲ୍ଲାପାଳ ଙ୍କୁ ସ୍ୱାଗତ ଜଣାଇଥିଲେ ଅନ୍ୟମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ସାହୁ, ପ୍ରମୋଦ ଦଣ୍ଡସେନା, ସରୋଜ କୁମାର ସାହୁ, ଜୁନେସ ପରିଛା, ସତପଥି ପ୍ରଧାନ, ତ୍ରିନାଥ ପଣ୍ଡା ଭାଗିରଥି ସାହୁ, ଗୋଲକ ବିହାରୀ ମଲ୍ଲିକ, ସଦାନନ୍ଦ ପରାସେଠ, ବରିଷ୍ଠ କଳାକାର ଅଶ୍ୱିନୀ ପାତ୍ର ପ୍ରମୁଖ ଯୋଗଦେଇଥିଲେ । +ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ଓ ଅ ନ୍ୟ ଅଧିକାରୀ ଉପସ୍ଥିତ ଥିଲେ । +ଅସ୍ତ୍ରୋପଚାର ବେଳେ ଗାଈ ପେଟରୁ ବାହାରିଲା ୧୫କିଗ୍ରା ପଲିଥିନ +ବ୍ରହ୍ମପୁର ସହରରେ ଏକ ଗାଈ ପେଟରୁ ବାହାରିଛି ୧୫ କିଗ୍ରା ଓଜନର ପଲିଥିନ । +ଗାଈଟି ଅସୁସ୍ଥ ଥିବାରୁ ତା ପେଟ ଅସ୍ତ୍ରୋପଚାର ବେଳେ ଏହି ଆବର୍ଜନା ସବୁ ବାହାର କରାଯାଇଛି । +ଏହି ଗାଈଟି ବ୍ରହ୍ମପୁର କୋର୍ଟପେଟା ଛକ ନିକଟସ୍ଥ ବିଦ୍ୟାନଗର ମୁଖ୍ୟ ରାସ୍ତାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲା । +ଖବରପାଇ ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ଘଟଣା ସ୍ଥଳରେ ପହଞ୍ଚି ପଶୁ ଚିକିତ୍ସାଳୟ ସହ ଯୋଗାଯୋଗ କରିଥିଲେ । +ତୁରନ୍ତ ପଶୁ ଚିକିତ୍ସାଳୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଗାଈକୁ ଉଦ୍ଧାର କରିବା ସହ ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । +ତାର ପେଟରେ ଯନ୍ତ୍ରଣା ହେଉଥିବା ଚିକିତ୍ସାରୁ ଜାଣି ପେଟର ଅସ୍ତ୍ରୋପଚାର କରିଥିଲେ । +ଆଉ ଅସ୍ତ୍ରୋପଚାର ପରେ ପେଟରୁ ପାଖାପାଖି ୧୫ କିଗ୍ରା ଓଜନର ପଲିଥିନ ଗୁଳା ବାହାରିଥିଲା । +ରାଜ୍ୟରେ ପଲିଥିନ ବ୍ୟବହାର ନିଷିଦ୍ଧ କରାଯାଇଛି । +ହେଲେ ଅଧିକାଂଶ କିଣାବିକାରେ ପଲିଥିନ ଦେଖିବାକୁ ମିଳୁଛି । +ଯାହା କାରଣରୁ ପଶୁଙ୍କୁ ଏଭଳି କଷ୍ଟ ସହିବାକୁ ପଡୁଛି ବୋଲି ଲାଲାଟେନ୍ଦୁ କହିଛନ୍ତି । +ସ୍ୱାମୀଙ୍କୁ ମାରିବାକୁ ସ୍ତ୍ରୀ ଦେଇଥିଲା ସୁପାରୀ, ପୁଲିସ୍ ହାତରେ ଧରାପଡ଼ିଲା ପ୍ରେମିକ +ପତି, ପତ୍ନୀ ଓ ସେ । +ଡ୍ରାଇଭର ପ୍ରେମରେ ରେଲ୍‌ୱେର ସିନିୟର ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କ ପତ୍ନୀ । +ପରକୀୟା ପ୍ରୀତିରୁ ପାପ । +ନିଜ ମଥାର ସିନ୍ଦୁର ପୋଛିବା ନିଜେ ରଚିଥିଲେ ସାଂଘାତିକ ଷଡଯନ୍ତ୍ର । +ସ୍ବାମୀଙ୍କୁ ସବୁଦିନ ପାଇଁ ରସ୍ତାରୁ ହଟାଇବା ପାଇଁ ୧ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା ସ୍ତ୍ରୀ । +ଏନେଇ ମଞ୍ଚେଶ୍ବର ଥାନାରେ ଇଞ୍ଜିନିୟର ସ୍ବାମୀ ଏତଲା ଦେଇଛନ୍ତି । +ପରେ ପୋଲିସ୍‌ ଏନେଇ ଡ୍ରାଇଭରକୁ ଗିରଫ କରିଛି । +ହେଲେ ସ୍ତ୍ରୀ ଓ ସୁପାରୀ କିଲର ଫେରାର ହୋଇଯାଇଛନ୍ତି । +ସ୍ୱାଭିମାନ ଅଞ୍ଚଳ ଗସ୍ତ କଲେ ମୁଖ୍ୟ ଶାସନ ସଚିବ +ଚାଇଲଡ ଲାଇନ ଦ୍ୱାରା ଦୁଇ ଶିଶୁ କନ୍ୟା ଉଦ୍ଧାର +ଫୁଲବାଣୀ -27/6 ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଦଡକୀ ଛକ ରୁ ଦୁଇଜଣ ଶିଶୁ କନ୍ୟା କୁ ଚାଇଲଡ ଲାଇନ ଉଦ୍ଧାର କରିଛି । +ରବିବାର ରାତି ରେ ଦୁଇଜଣ କୋମଳମତି ଶିଶୁ ଦଡକୀ ଛକ ପୋଲ ରେ ବସିଥିବା ସ୍ଥାନୀୟ ଲୋକେ ଦେଖି ଚାଇଲଡ ଲାଇନ କୁ ଖବର ଦେଇଥିଲେ । +ଚାଇଲଡ ଲାଇନ ସଦସ୍ୟ ତତକ୍ଷଣାତ ସେଠାରେ ପହଂଚି ଶିଶୁ ଦ୍ବୟ ଙ୍କୁ ଉଦ୍ଧାର କରିଥିଲେ । +ସେମାନଙ୍କୁ ଫୁଲବାଣୀ ସୁଧାର ଗୃହ ରେ ରଖାଯାଇଛି । +ସେମାନେ କୁଆଡେ଼ ହଷ୍ଟେଲ ରେ ରହି ପାଠପଢ଼ୁଲେ । +ତେଵେ କାଁହିକି କଣ ପାଇଁ, କେଉଁ ପରିସ୍ଥିତିରେ ଏତେବାଟ ଆସି ଦଡକୀକୁ ଆସିଥିଲେ ତଦନ୍ତ ପରେ ଜଣାପଡିବ ବୋଲି ଚାଇଲଡ ଲାଇନ କହିଛି । +କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଫେରାର ୩ ଅଭିଯୁକ୍ତ ଗିରଫ +ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଫେରାର ୩ ଅଭିଯୁକ୍ତଙ୍କୁ ଅଟକ ରଖିଲା ପୁରୀ ପୋଲିସ । +୩ ଅଭିଯୁକ୍ତ ଅଟକ ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍ପି । +କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା ଅଟକ ରହିଥିବାର ସୂଚନା ମିଳିଛି । +ଗତକାଲି ୬ ଜଣଙ୍କୁ ଗିରଫ କରିଥିଲା ପୁରୀ ପୋଲିସ । +ମାଲକାନଗିରି ଜିଲ୍ଲା ପ୍ରାକୃତିକ ବିପର୍ଯୟ କମିଟି ବୈଠକ ଅନୁଷ୍ଠିତ. +ମାଲକାନଗିରି 18.5:ମାଲକାନଗିରି ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଆଜି ପୂର୍ବାହ୍ନରେ ପ୍ରକଳ୍ପ ଉନ୍ନୟନ ଅଧିକାରୀଙ୍କ ସମିଳନୀ କକ୍ଷ ରେ ଜିଲ୍ଲପାଳ ଶ୍ରୀ ଵିଶାଲ ସିଂ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି. ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ବିରସେନ ପ୍ରଧାନ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କ ରେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନା କରିଥିଲେ. ବୈଠକ ରେ ବିଭିନ୍ନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ . ପ୍ରଥମେ ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଓ. ଆର. ଏସ ପାକେଟ, ହଲୋଜେନ ବଟିକା , ବ୍ଲିଚିଙ୍ଗ ପାଉଡର, ଆମ୍ବୁଲାନ୍ସ ର ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ. ସେହିପରି ଅନ୍ୟାନ୍ୟ ବିଭାଗ ଯଥାକ୍ରମେ କୃଷି, ଯୋଗାଣ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ, ବିଦ୍ୟୁତ, ଗୋଖାଦ୍ୟ ଜିଲ୍ଲା ପ୍ରାଣୀ ସମ୍ପଦ , ସମସ୍ତ ବ୍ଲକ ଅଧିକାରୀ, ସମସ୍ତ ତହସିଲଦାର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଯନ୍ତ୍ରୀ, ପୌରାଞ୍ଚଳ ଅଧିକାରି ଙ୍କୁ ଆବଶ୍ୟକ ପ୍ରସ୍ତୁତି ପାଇଁ ଜିଲ୍ଲପାଳ ନିର୍ଦେଶ ଦେଇଥିଲେ. +ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରା ଯାଇଥିଲା. +ଆତ୍ମଘୋଷିତ ଡନ୍ ଠୁକୁରା ଗିରଫ +ଦାଦାବଟି ନଦେବାରୁ ଜମିମାଲିକଙ୍କୁ ଆକ୍ରମଣ ଅଭିଯୋଗରେ ତମାଣ୍ଡୋ ଥାନା ପୁଲିସ ଜଣେ ଆତ୍ମଘୋଷିତ ଡନ୍‌କୁ ଗିରଫ କରିଛି । +ଗିରଫ ଅଭିଯୁକ୍ତ ଜଣକ ତମାଣ୍ଡୋ ନରୋଗଦା ଅଞ୍ଚଳର ସୌଭାଗ୍ୟ କେତନ ଜେନା ଓରଫ ଠୁକୁରା(୩୨) ବୋଲି ଜଣାଯାଇଛି । +ଏନେଇ ପୁଲିସ ବିଭିନ୍ନ ଦଫା ଲଗାଇ ଅଭିଯୁକ୍ତ ଠୁକୁରାକୁ ଗୁରୁବାର କୋର୍ଟ ଚାଲାଣ କରିଛି । +ବିବାଦ ଘେରରେ ଅଲମ୍ପିଆନ ବୀରେନ୍ଦ୍ର ଲାକ୍ରା । + ମୃତ ବନ୍ଧୁଙ୍କ ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ +ବୀରେନ୍ଦ୍ର ଲାକ୍ରା । +ବିଶ୍ୱ ହକି ଜଗତର ଏକ ଜଣାଶୁଣା ନାଁ । +ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରାଙ୍କ ହକିରେ ଅବଦାନକୁ କେହି ଭୁଲିପାରିବେ ନାହିଁ । +କିନ୍ତୁ ଏବେ ବୀରେନ୍ଦ୍ରଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆସିଛି । +ଅଲିମ୍ପିଆନ ବିରେନ୍ଦ୍ର ଲାକ୍ରା ଓ ତାଙ୍କ ବାନ୍ଧବୀ ମନଜିତ ଟେଟେଙ୍କ ନାଁରେ ଆସିଛି ହତ୍ୟା ଭଳି ସାଂଘାତିକ ଅଭିଯୋଗ । +ଭୁବନେଶ୍ୱରରେ ଘଟିଥିବା ଆନନ୍ଦ ଟପ୍ପୋଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଏହି ଦୁଇଜଣ ସାମିଲ ଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି ଆନନ୍ଦଙ୍କ ପରିବାର ଲୋକେ । +ମୃତ ଆନନ୍ଦଙ୍କ ବାପା ଓ ମାଙ୍କ କହିବା ଅନୁସାରେ ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳର ଏକ ଫ୍ଲାଟରେ ଆନନ୍ଦ ଟପ୍ପୋଙ୍କ ମୃତଦେହ ମିଳିଥିଲା । +ଆଉ ଏହି ଏହି ଫ୍ଲାଟ ଥିଲା ବୀରେନ୍ଦ୍ର ଲାକ୍ରାଙ୍କର । +ବୀରେନ୍ଦ୍ର ଲାକ୍ରା ଓ ଆନନ୍ଦ ପିଲାଦିନର ବନ୍ଧୁ ଥିଲେ । +ଅଭିଯୋଗ ହେଉଛି ଜଣେ ଯୁବତୀଙ୍କୁ ଉଭୟ ଭଲପାଉଥିଲେ ଏବଂ ଏବଂ ସେହି କାରଣରୁ ଏଭଳି ଘଟଣା ଘଟିଛି । +ପରିବାର ଲୋକଙ୍କ କହିବା କଥା, ପୁଲିସ ଜାଣିଶୁଣି ତଦନ୍ତ ଠିକ ଭାବରେ ତଦନ୍ତ କରୁନାହିଁ । +ବୀରେନ୍ଦ୍ର ଜଣେ ଡିଏସପି ହୋଇଥିବାରୁ ତଦନ୍ତ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି । +ତେଣୁ ଘଟଣାର ସିବିଆଇ ତଦନ୍ତ ପାଇଁ ଆନନ୍ଦଙ୍କ ପରିବାର ଲୋକେ ଦାବି କରିଛନ୍ତି । +ଆନନ୍ଦଙ୍କ ପରିବାର ଲୋକଙ୍କ କହିବା କଥା ହେଲା, ତାଙ୍କ ପୁଅ ସଂପୂର୍ଣ୍ଣ ସୁସ୍ଥ ଥିଲେ । +ଫେବୃଆରୀ ୧୬ରେ ସେ ବିବାହ କରିଥିଲେ । +କିନ୍ତୁ ହଠାତ୍ ୨୮ ତାରିଖରେ ଭୁବନେଶ୍ୱରରେ ତାଙ୍କ ମୃତଦେହ ମିଳିଥିଲା । +ଆଉ ଭୁବନେଶ୍ୱରରେ ପହଞ୍ଚିବା ପରେ ବୀରେନ୍ଦ୍ର ସେମାନଙ୍କୁ ଘଟଣାସ୍ଥଳକୁ ନ ନେଇ ସିଧା ଥାନାକୁ ନେଇଯାଇଥିଲେ । + ମୃତ୍ୟୁଦିନ ଏହି ଫ୍ଲାଟରେ କେବଳ ବୀରେନ୍ଦ୍ର ଓ ମନଜିତ ଉପସ୍ଥିତ ଥିଲେ +ବନ ବିଭାଗ ଦ୍ଵାରା ବିପୁଳ କାଠ ଜବତ , ଜଣେ ଗିରଫ +ମାଲକାନଗିରି,୧୫ । +୬():ମାଲକାନଗିରି ବନ ବିଭାଗ ରେଞ୍ଜର ଜଗନ୍ନାଥ ବିଶୋଇ ଏକ ବିଶେଷ ସୂତ୍ରରୁ ଏମ୍ଭି ୧୯ ଗ୍ରାମରେ ଚୋରା କାଠ ଗଛିତ ଥିବା ଖବର ପାଇଥିଲେ । +ଏହାପରେ ଶ୍ରୀ ବିଶୋଇ ଏକ ଟିମ ନେଇ ସେଠାରେ ଚଢଉ କରିଥିଲେ । +ଏହି ସମୟରେ ଗ୍ରାମର ବଳରାମ ହିଆଲ ନାମକ ବ୍ୟକ୍ତିଙ୍କ ଘରେ ପ୍ରାୟ ୧୦୦ ଗୋଟି ମୂଲ୍ୟବାନ କାଠ ପଟା ଗଛିତ ଥିବା ସେମାନେ ଦେଖି ସେଗୁଡିକୁ ଜବତ କରିଥିଲେ । +ଏହାସହ ବଳରାମଙ୍କୁ ମଧ୍ୟ ଗିରଫ କରିଥିଲେ । +ତେବେ ଜବତ କାଠର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏହି କାଠ ଗୁଡିକୁ ଅଭିଯୁକ୍ତ ଜଣଙ୍କ ଚୋରାରେ ବିକ୍ରି କରିବା ପାଇଁ ରଖିଥିବା ବନ ବିଭାଗ ପକ୍ଷରୁ କୁହା ଯାଇଛି । +ରାଜଧାନୀ: ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌, ୫ ଲକ୍ଷର ଗହଣା ଝାମ୍ପିନେଲେ +ଗହଣା ଦୋକାନକୁ ଟାର୍ଗେଟ୍‌ କରି ରାଜଧାନୀରେ ମାତିଥିବା ଲୁଟେରାମାନେ ପୁଣି ଆଜି ଏକ କାଣ୍ଡ କରିଛନ୍ତି । +ଆଜି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଖଣ୍ଡଗିରି ଶତାବ୍ଦୀନଗର ଅଞ୍ଚଳରେ ଦୁର୍ବୃତ୍ତମା‌ନେ ଜଣେ ଗହଣା ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କଠାରୁ ପ୍ରାୟ ୫ ଲକ୍ଷ ଟଙ୍କାର ଗହଣା ଲୁଟି ନେଇଛନ୍ତି । +ଲୁଟ୍‌ର ଶିକାର ବ୍ୟବସାୟୀ ହେଲେ ଲକ୍ଷ୍ମୀନାରାୟଣ ଜୁଏଲର୍ସ ମାଲିକ ଓମ୍‌ପ୍ରକାଶ ସାହୁ । +ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ସ୍ଥାନୀୟ ଅଞ୍ଚଳର ସିସି କ୍ୟାମେରା ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । +ଆବାସିକ ବିଦ୍ୟାଳୟ ମାନଙ୍କରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ +ମୟୂରଭଞ୍ଜ ଜିଲ୍ଲାର ଅନୁସୂଚୀତ ଜନଜାତି ତଥା ଅନୁସୂଚୀତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଆବାସିକ ବିଦ୍ୟାଳୟ ଗୁଡିକରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି । +ପିଲାମାନେ ପ୍ରାତଃ ସମୟରେ ବିଭିନ୍ନ ପ୍ରକାର ଯୋଗ ଯଥା କପାଳଭାତି,ଶବାସନ, ଭୁଜଙ୍ଗା ସନ,ତ୍ରିକୋଣାସନ, ଚକ୍ରାସନ,ଗରୁଡାସନ, ପଦ୍ମାସନ ଆଦି ଯୋଗ କରିଥିଲେ |ଏହି ଅବସରରେ ଛାତ୍ରଛାତ୍ରୀମାନେ ଯୋଗ ସମ୍ଵଧିୟ ବିଭିନ୍ନ ଚିତ୍ରାଙ୍କନ କରିଥିଲେ |ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ମେଟ୍ରୋନ ଦିଦି ମାନଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ଯୋଗ ସମ୍ପର୍କରେ ଆଲୋଚନା ସଭାର ଆୟୋଜନ ହୋଇଥିଲା | ବିଶେଷ ଭାବେ କ୍ରୀଡା ଶିକ୍ଷକମାନେ କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ । +ଜିଲ୍ଲାର ସମସ୍ତ ଅତିରିକ୍ତ ମଙ୍ଗଳ ଅଧିକାରୀ ତଥା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମାନଙ୍କର ଉତ୍ତମ ପରିଚାଳନାରେ ଏ କାର୍ଯ୍ୟକ୍ରମ ସମ୍ପାଦିତ ହୋଇ ଥିଲା | ଜିଲ୍ଲା କାର୍ଯ୍ୟାଳୟର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁନାରାମ ସିଂହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି । +ଭବିଷ୍ୟତରେ ବିଦ୍ୟାଳୟ ମାନଙ୍କରେ ଯୋଗ କାର୍ଯ୍ୟକ୍ରମକୁ ନିୟମିତ କରାଯିବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ଶିକ୍ଷା ମଣ୍ଡଳାଧିଶ ଚନ୍ଦ୍ରଭାନୁ ମହାପାତ୍ର, ଜିଲ୍ଲା ଶିକ୍ଷା ନିରୀକ୍ଷକ ମାନସ ରଞ୍ଜନ ତ୍ରିପାଠୀ ଓ ବିଷୟ ବିଶେଷଜ୍ଞ ରଶ୍ମିରଂଜନ ପଲେଇ ମତ ବ୍ୟକ୍ତ କରିଥିଲେ । +ମିସେସ୍ ଇଣ୍ଡିଆ ମୁକୁଟ ପିନ୍ଧିଲେ ରୁପ୍‌ସା +ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ରୀ ରୂପସା ନାୟକ ମିସେସ୍ ଇଣ୍ଡିଆ କ୍ରାଉନ୍ ହାସଲ କରି ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି । +ମୁମ୍ବାଇ ଠାରେ ଗ୍ଲାମର ୱାର୍ଲ୍ଡ ପକ୍ଷରୁ ନିକଟରେ ଆୟୋଜିତ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ରୂପସା ବିଜୟୀ ହୋଇଛନ୍ତି । +୪ ରାଜ୍ୟରେ ଚାଲିଥିଲା ଠକେଇ, ଜାଲ ନୋଟ କାରବାରର ପର୍ଦାଫାସ +ମାଲକାନଗିରି: ମାଲକାନଗିରି ସମେତ ଆନ୍ଧ୍ର, ଛତିଶଗଡ ଏବଂ ତେଲେଙ୍କାନାରେ ଅନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗକୁ ଧରିବାରେ ମାଲକାନଗିରି ଏସଡିପିଓ ସୁଭେନ୍ଦୁ ପାତ୍ର ସଫଳତା ପାଇଛନ୍ତି । +ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ ଏକ ଅନ୍ତଃରାଜ୍ୟ ଗ୍ୟାଙ୍ଗ ଜାଲ ନୋଟ ଦେଇ ଭଲ ନୋଟ ନେଇ ଫେରାର ହୋଇଯାଉଛନ୍ତି । +ଏସଡିପିଓ ସୁଭେନ୍ଦୁ ପାତ୍ରଙ୍କ ନେତୃତ୍ବରେ ଆଇଆଇସି ରିଗାନ କିଣ୍ଡୋ, ଏସଆଇ ପ୍ରଭାତ ଗୌଡ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରାଗଲା । +ଦିନରାତି ଗ୍ୟାଙ୍ଗକୁ ଧରିବା ପାଇଁ ପୁଲିସ ଲାଗି ପଡିଲା । +ଶେଷରେ ଏହି ଗ୍ୟାଙ୍ଗ ପଶ୍ଚିମ ବଙ୍ଗରୁ ମାଲକାନଗିରି ଆସୁଥିବା ଜାଣିପାରିଥିଲା । +ଏହି ଠକ ଗ୍ୟାଙ୍ଗ ଜୟପୁରରୁ ମାଲକାନଗିରି ଆସିବା ପରେ ପୁଲିସ ଘେରାଉ କରି ଏମାନଙ୍କୁ କାବୁ କରିଥିଲା । +ପଶ୍ଚିମବଙ୍ଗରୁ ଦୁଇ ଜଣ ଏବଂ ମାଲକାନଗିରିର ତିନି ଜଣ ଦଲାଲଙ୍କୁ ପୁଲିସ ଗିରଫ କରିଥିଲା । +ଏମାନେ ହେଲେ କାଲିମେଳା ଥାନା ଅନ୍ତର୍ଗତ ଏମଭି-୫୫ ଗ୍ରାମର ଶକ୍ତି ପଦ ବାଚାର (୧୯), ମାଲକାନଗିରି ଥାନା ଅନ୍ତର୍ଗତ ଏମଭି- ୨୪ ଗ୍ରାମର ଅଶିମ ବିଶ୍ବାସ (୩୫) ଓ ନିରଞ୍ଜନ ରାୟ (୩୪), ପଶ୍ଚିମବଙ୍ଗ ମଧ୍ୟଗ୍ରାମ ଥାନା ଅନ୍ତର୍ଗତ କୋରା ଗ୍ରାମର ବିଷ୍ଣୁ ବିଶ୍ବାସ (୪୨) ଏବଂ ଶ୍ରୀନଗର ଶିତଲ ମନ୍ଦିର ନିକଟର ଶ୍ୟାମଲ ସାହା (୫୯) । +ପୁଲିସ ଏମାନଙ୍କୁ ଧରି ପଚରାଉଚରା କରିବା ପରେ ସବୁ ତଥ୍ୟ ପାଇଛି । +ଏମାନେ ମାଲକାନଗିରି ସମେତ ବିଭିନ୍ନ ଜାଗରେ ନିରୀହ ଲୋକଙ୍କୁ ଟାର୍ଗେଟ କରିଥାନ୍ତି । +ଲୋକଙ୍କୁ ଭଲ ନୋଟ ଯଦି ୩୦ ହଜାର ଟଙ୍କା ଦେବେ ତେବେ ତାଙ୍କୁ ଜାଲ ନୋଟ ଏକ ଲକ୍ଷ ଟଂକାର ଦିଆଯିବ । +ଏଭଳି ବହୁ ଲୋକଙ୍କ ଠାରୁ ଏମାନେ ଟଙ୍କା ନେଇ ସାରିଛନ୍ତି । +କିନ୍ତୁ ଜାଲ ନୋଟ ଦେଇ ପାରିନାହାଁନ୍ତି । +ଭଲ ନୋଟ ପାଇବା ପରେ ଏମାନେ ଫେରାର ହୋଇଯାଆନ୍ତି । +ତେବେ ଯେଉଁ ଲୋକ ନୋଟ ନେବ ତାକୁ ଏକ ପରୀକ୍ଷା ମୂଳକ ଭାବେ କିଛି ନୋଟକୁ ତିଆରି କରିବାର ଏକ ପ୍ରଣାଳୀ ଦେଖାଇଥାନ୍ତି । +କିଛି ପେପର, କେମିକାଲ ନେଇ ଟଙ୍କା ତିଆରି କରୁଥିବାରୁ ନମୂନା ଦେଖାଇଥାନ୍ତି । +ଗୋଟିଏ ଭଲ ନୋଟକୁ ହିଁ ଏହା ଜାଲି ନୋଟ କହି ଲୋକଙ୍କୁ ଭୁଆଁ ବୁଲାଇଥାନ୍ତି । +ଲୋକେ ଏଥିରେ ଫସିଲେ ସେମାନଙ୍କ ଠାରୁ ଭଲ ନୋଟ ନେଇ ଛୁ ମାରିଦିଅନ୍ତି । +ପୁଲିସ ଏମାନଙ୍କୁ ଗିରଫକରିବା ପରେ ଏମାନଙ୍କ ଠାରୁ ୧୭୦୦ ଟଙ୍କା, ଦୁଇଟି ମୋବାଇଲ, ୬ଟି ବ୍ୟାଣ୍ଡେଜ ଗଜ୍‌, ଗୋଟିଏ କଟନ ଉଲ ପକେଟ, କଟର, ଗ୍ଲିସେରିନ ବୋଟଲ, କଇଁଚି ଏଭଳି ବହୁ ଜିନିଷ ଉଦ୍ଧାର କରିଛି । +ପୁଲିସ ଏମାନଙ୍କୁ ଧରିବା ପରେ କିପରି ଲୋକଙ୍କୁ ଠକୁଛନ୍ତି ସନେଇ ଏକ ନମୂନା ଦେଖାଇବାକୁ କହିଥିଲା । +ପଶ୍ଚିମବଙ୍ଗରୁ ଆସିଥିବା ମୁଖ୍ୟ ଅଭିଯୁକ୍ତମାନେ ପୁଲିସକୁ ଏହାର ନମୂନା ଦେଖାଇଥିଲେ । +ତେବେ ଜିଲ୍ଲାରେ ଏଭଳି ବହୁ ଦଲାଲ ମାନେ ଲୋକଙ୍କୁ ଠକୁଥିବା ପୁଲିସ ନଜରକୁ ଆସିଛି । +ଯେଉଁ ଲୋକ ମାନେ ଠକାମିର ଶିକାର ହୋଇଛନ୍ତି ସେମାନେ ପୁଲିସ ନିକଟକୁ ଆଉ ଆସି ପାରୁନାହାନ୍ତି । +ତେବେ ପୁଲିସର ତଦନ୍ତ ପରେ କେତେ ଲୋକ ଏହି ଗ୍ୟାଙ୍ଗ ସହ ସମ୍ପର୍କ ରଖିଛନ୍ତି ଏବଂ କେତେ ଟଂକାର ଠକେଇ ହୋଇଛି ତାହା ତଦନ୍ତ ଚାଲିଥିବା ପୁଲିସ କହିଛି । +ଚାଲିଚାଲି ଯାଇ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ +ଭୁବନେଶ୍ୱର ୨୪ । +୦୩ : ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । +ଭୁବନେଶ୍ବର ୫୩ ନଂ ୱାର୍ଡର ୫୪୪ ନମ୍ବର ବୁଥରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । +ଏହି ୱାର୍ଡରେ ବିଜେଡି ପକ୍ଷରୁ ମହାମାୟା ସ୍ବାଇଁ କର୍ପୋରେଟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ବିଜେପି ପକ୍ଷରୁ ନଳିନୀ ପ୍ରଭା ଖଟେଇ ଏବଂ କଂଗ୍ରେସ ପକ୍ଷରୁ ନିବାସୀ ଦେଈ ନିର୍ବାଚନ ଲଢୁଛନ୍ତି । +ନବୀନ ନିବାସରୁ ଚାଲି ଚାଲି ବୁଥ୍‌ରେ ଯାଇ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । +ଗାଁର ସମସ୍ୟାକୁ ନିଜ ସମସ୍ୟାଭାବେ ଗ୍ରହଣ କରି ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରନ୍ତୁ :… +ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ଦିଗ୍‌ବିନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବେ ଗ୍ରହଣ କରି ଏହାର ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି । +ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥର ମହିଳାମାନେ ବହୁ ସଂଖ୍ୟାରେ ଜିତି ପଞ୍ଚାୟତର ମଙ୍ଗ ଧରିଛନ୍ତି । +ଏହାଦ୍ବାରା ବିଜୁ ବାବୁଙ୍କ ମହିଳା ସଶକ୍ତିକରଣର ସ୍ବପ୍ନ ସାକାର ହୋଇଛି ବୋଲି ସେ ମତ ଦେଇଥିଲେ । +ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଶାସନ ବ୍ୟବସ୍ଥା ଓ ବିକାଶ ଯୋଜନାରେ ପଞ୍ଚାୟତର ଗୁରୁତ୍ବ ବିଷୟରେ ଆପଣମାନେ ଭଲ ଭାବରେ ଜାଣନ୍ତି । +ପଞ୍ଚାୟତ ହେଉଛି ସେବାର କେନ୍ଦ୍ର । +ସାଧାରଣ ଲୋକ ଯେପରି ସରକାରୀ ସେବାରୁ ବଞ୍ଚିତ ନ ହୁଏ, ସରକାରୀ ସେବା ପାଇବାରେ ହଇରାଣ ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ । +ଗରିବ ଲୋକ, ମହିଳା ତଥା ଦୁର୍ବଳ ଶ୍ରେଣୀର ଲୋକ ଓ ସେମାନଙ୍କ ଅଧିକାରକୁ ସୁରକ୍ଷା ଦିଅନ୍ତୁ ବୋଲି କହି ଲୋକଙ୍କ ସୁଖଦୁଃଖରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ । +୫-ଟି ବିଷୟରେ ଆଲୋକପାତ କରି ସେ କହିଲେ ଯେ ୫-ଟି ହେଉଛି ଟେକ୍‌ନୋଲୋଜି, ଟିମ୍‌ୱାର୍କ, ଟାଇମ, ଟ୍ରାନ୍‌ସପ୍ୟାରେନ୍‌ସି ବା ସ୍ବଚ୍ଛତା ଓ ରୂପାନ୍ତର । +୫-ଟି ମନ୍ତ୍ରକୁ ଗାଁର ବିକାଶରେ ଉପଯୋଗ କରନ୍ତୁ ବୋଲି ପରାମର୍ଶ ଦେଇ ସେ କହିଥିଲେ ଯେ ଏହାଦ୍ବାରା ଆପଣଙ୍କ ଗାଁ, ଆପଣଙ୍କ ପଞ୍ଚାୟତର ପରିବର୍ତ୍ତନ, ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇପାରିବ । +ଜନସାଧାରଣ ଆମ ଉପରେ ଆସ୍ଥା ରଖିଛନ୍ତି, ଭରସା ରଖିଛନ୍ତି ବୋଲି ମତବ୍ୟକ୍ତ କରି ଲୋକଙ୍କୁ କେବେ ନିରାଶ ହେବାକୁ ଦେବା ନାହିଁ । +ସେମାନଙ୍କ ଆସ୍ଥା ଓ ଭରସାକୁ ପବିତ୍ର ଦାୟିତ୍ବ ଭାବି ସେବା କଲେ ଲୋକଙ୍କ ହୃଦୟରେ ସବୁ ଦିନ ପାଇଁ ରହିଯିବେ ବୋଲି ସେ କହିଥିଲେ । +ନିଜ କାମ ଦ୍ବାରା ନିଜ ନିଜ ଅଞ୍ଚଳରେ ବିକାଶର ଦୂତ ଭାବରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ । +କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଯୋଗ ଦେଇ ରାଜ୍ୟର ବିକାଶରେ ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକର ଭୂମିକା ସଂପର୍କରେ ଆଲୋକପାତ କରି ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । +ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ ବର୍ତ୍ତମାନ ଜିପିଏସ୍ ଟେକ୍ନୋଲୋଜି ଜରିଆରେ ପଞ୍ଚାୟତର ସବୁ ଭିତ୍ତିଭୂମିକୁ ମ୍ୟାପିଂ କରାଯାଇଛି । +ଏହାଦ୍ବାରା ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ସମାଧାନ ତୁରନ୍ତ ହୋଇପାରିବ । +ପଞ୍ଚାୟତଗୁଡିକ ସରକାରଙ୍କ ଅଭିଯୋଗ ଶୁଣାଣୀ ବ୍ୟବସ୍ଥାର ପ୍ରଥମ ସୋପାନ ବୋଲି ମତବ୍ୟକ୍ତ କରି ଲୋକଙ୍କ ଅଭିଯୋଗ ଗୁଡିକୁ ପଞ୍ଚାୟତ ସ୍ତରରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । +କୃଷି ଓ କୃଷକ ସଶକ୍ତକରଣ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ କହିଲେ ଯେ ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା ଓ ଯୁବଶକ୍ତିକୁ ଆଗକୁ ଆଣି ପଞ୍ଚାୟତଗୁଡିକୁ ସଶକ୍ତ କରିବା ପାଇଁ ପଦକ୍ଷେପ ନେଇଛନ୍ତି । +ସମସ୍ତେ ୫-ଟି ମନ୍ତ୍ରକୁ ଉପଯୋଗ କରି କାମ କଲେ, ରାଜ୍ୟରେ ରୂପାନ୍ତର ଆସିପାରିବ ବୋଲି ସେ କହିଥିଲେ । +ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଲେ ଯେ ମୁଖ୍ୟମନ୍ତ୍ରୀ ସମାଜସେବା କରିବା ପାଇଁ ମହିଳା ମାନଙ୍କୁ ସୁଯୋଗ ଦେଇଛନ୍ତି । +ଓଡିଶାରେ ମହିଳାମାନେ ସଶକ୍ତ ହୋଇପାରିଛନ୍ତି । +ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ନେଇ କାମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । +କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସ୍ବାଗତ ଭାଷଣ ଦେଇ କହିଲେ ଯେ ପଞ୍ଚାୟତ ଅନୁଷ୍ଠାନ ଗୁଡିକୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଯାଇଛି । +ବିକାଶ ପାଇଁ ଅନେକ ଅର୍ଥ ଦିଆଯାଉଛି । +ଏହାର ସୁବିନିଯୋଗରେ ପ୍ରତିନିଧି ମାନଙ୍କ ପ୍ରଶିକ୍ଷଣ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ । +ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଶ୍ରୀ ଅଶୋକ କୁମାର ମୀନା ଧନ୍ୟବାଦ ଅର୍ପଣ କରିଥିଲେ । +ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ୧ ଲକ୍ଷ ୬ ହଜାର ୩୫୨ ଜଣ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଛନ୍ତି । +ଟୁଇଟରରେ ମୁହାଁମୁହିଁ ହେଲେ ବିଜେଡି-ବିଜେପି +ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହେବା ପ୍ରସଙ୍ଗରେ ଏବେ ମୁହାମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । +କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ପ୍ରଥମେ ଟୁଇଟ୍ କରିବା ପରେ ଏହାର ଜବାବ ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । +ବିଜେଡିର ମଞ୍ଜୁଲତା ଡେପୁଟି ମେୟର ପ୍ରାର୍ଥୀ +ଭୁବନେଶ୍ୱର ମହାନଗର ନିଗମ ପାଇଁ ବଛା ହେଲେ ଡେପୁଟୀ ମେୟର । +ଏହି ପଦବୀ ପାଇଁ ଅନେକ ଆଶାୟୀ ଲବି ଚଳାଇଥିଲେ ବି ସମସ୍ତଙ୍କୁ ଚମକାଇ ଡେପୁଟି ମେୟର ହୋଇଛନ୍ତି ୨୨ ନମ୍ବର ୱାର୍ଡର ମଞ୍ଜୁଲତା କହଁର । +୬୭ କର୍ପୋରେଟରଙ୍କ ମଧ୍ୟରୁ ୫୧ ଜଣ ବିଜେଡିର ହୋଇଥିବାରୁ ଡେପୁଟୀ ମେୟର ହେବା ସୁନିଶ୍ଚିତ ଥିଲା । +ତେଣୁ ଏହି ପଦବୀ ପାଇଁ ବିଜେଡିରୁ ନିର୍ବାଚିତ ଏକାଧିକ କର୍ପୋରେଟର ଆଶାୟୀ ଥିଲେ ଓ ଲବି ଚଳାଇଥିଲେ । +ହେଲେ ଦଳ ମୁଖିଆ ମଞ୍ଜୁଲତା କହଁର ଉପରେ ଭରସା କରିଛନ୍ତି । +ବିଜେପିର ମାତ୍ର ୧୦ ଜଣ କର୍ପୋରେଟର ଥିବାରୁ ଦଳ ଡେପୁଟୀ ମେୟର ପ୍ରାର୍ଥୀ ଦେଇନାହିଁ । +ଡକ୍ଟର ଶ୍ୟାମା ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ । +କାଲିମେଳା ତା ୨୧/୬ ଆଜି ଏମ ଭି:୭୯ ଗ୍ରାମ ର ଡଃ ଶ୍ୟାମାପ୍ରସାଦ କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି । +ବିଦ୍ୟାଳୟ ର ଏନ‌ଏସ‌ଏସ ତରଫରୁ ଅନୁଷ୍ଠିତ ହୋଇଥିବା କର୍ମଶାଳାରେ ଅଧ୍ୟକ୍ଷ ଡ଼ଃ ପ୍ରଶାନ୍ତ କୁମାର ପାଢ଼ୀ ଅଧ୍ୟକ୍ଷତା କରିଥିଲେ । +ଅନ୍ୟ ମାନଙ୍କ ମଧ୍ୟରେ ଇତିହାସ ଅଧ୍ୟାପକ ଦୁଷ୍ମନ୍ତ କୁମାର ଦାସ,ଏନ‌ଏସ‌ଏସ ଅଧୀକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ଡେମନଷ୍ଟ୍ରେଟର ଶ୍ରୀ ଲୋକନାଥ ମହାକୁଡ଼, ଲାଇବ୍ରେରୀ ଆନ ଭରତ ଚନ୍ଦ୍ର ପଣ୍ଡା,କୀରାଣୀ ରିକି ବାରିକ,ଡିଇଓ ଶ୍ରୀ ସୁଜିତ୍ ଢାଲୀ, ଶ୍ରୀ ରବିନ୍ଦ୍ରନାଥ ମଲ୍ଲିକ, ଶ୍ରୀ ଲକ୍ଷ୍ମୀଧର ମାଝୀ, ଓ ପ୍ରଦିପ ମଣ୍ଡଳ ପ୍ରମୁଖ ଯୋଗ ଦେଇ ଯୋଗ ଦିବସ ଉପଲକ୍ଷେ ଯୋଗ ର ମହତ୍ଵ ସମ୍ପର୍କରେ ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । +ଡେମଷ୍ଟ୍ରେଟର ଶ୍ରୀ ଲୋକନାଥ ମହାକୁଡ଼ ଛାତ୍ର ଛାତ୍ରୀମାନଙ୍କୁ ଯୋଗ ପ୍ରଶିକ୍ଷଣ ଦେଇଥିଲେ । +ଓ ଛାତ୍ର ଛାତ୍ରୀମାନଙ୍କ ମଧ୍ୟ ରେ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା । +ଶେଷରେ ଅଧ୍ୟାପକ ଶ୍ରୀ ଦୁଷ୍ମନ୍ତ ଦାସ ଧନ୍ୟବାଦ ଅର୍ପଣ ଦେଇ ସଭା ସମାପ୍ତ କରିଥିଲେ । +ଶାରୀରିକ ସଂପର୍କ ରଖିବାକୁ ମନା କରିଥିଲେ ବର୍ଷା: ଅନୁଭବ +ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓକୁ ନେଇ ଚର୍ଚ୍ଚା । +ଦୁଇ ଦିନ ତଳେ ପ୍ରଥମ ଭିଡିଓରେ ଅନୁଭବ ନିଜ ମନର କ୍ଷୋଭ ପ୍ରକାଶ କରିବା ପରେ ଆଜି ଦ୍ୱିତୀୟ ଭିଡିଓରେ ସିଧାସଳଖ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ନାଁ ନେଇ ତାଙ୍କ ବୈବାହିକ ଜୀବନରେ ଝଡ ସମ୍ପର୍କରେ ମୁହଁ ଖୋଲିଛନ୍ତି ଅନୁଭବ । +କହିଛନ୍ତି, ୨୦୧୪ରେ ବର୍ଷାଙ୍କୁ ସେ ପ୍ରେମ ବିବାହ କରିଥିଲେ । +ତେବେ ବିବାହର ୮ ବର୍ଷ ଯାଏଁ ସେ ସ୍ୱାମୀର ଅଧିକାର ପାଇନଥିଲେ । +୧୫୦ କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ +ମାଲକାନଗିରି: ୧୯/୦୬/୨୨ ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଓ ବୈପାରିଗୁଡା ରାସ୍ତା ମଧ୍ୟରେ ସପ୍ତଧାରା ବ୍ରିଜ଼ ନିକଟରେ ମାଥିଲି ପୋଲିସ ଦ୍ଵାରା ପେଟ୍ରୋଲିଙ୍ଗ କରୁଥିବା ବେଳେ ଓଡ଼ି ୨୪ ଇ ୮୭୩୩ ନମ୍ବର ବିଶିଷ୍ଟ ଏକ ମରୁଟି ସୁଜୁକି କାର ରେ ଦୁଇଜଣ ଯୁବକ ଦ୍ରୁତ ଗତିରେ ଆସୁଥିବା ଦେଖି ମାଥିଲି ପୋଲିସ ଟିମ୍ ଉକ୍ତ କାର କୁ ଅଟକାଇ ଯାଞ୍ଚ ବେଳେ ଉକ୍ତ କାର ରୁ ୬ ପ୍ୟାକେଟ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । +ପୋଲିସ ଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ମାନେ ଖଇରୀପୁଟ ବ୍ଲକ ମାଡ଼କାପଦର ଗ୍ରାମରୁ ଗଂଜେଇ କିଣି ନୂଆପଡା ଜିଲ୍ଲା ଆଡକୁ ନେଉଥିଲେ । +୬ ପ୍ୟାକେଟ୍ ଗଂଜେଇ ମଧ୍ୟରେ ୧୫୦ କେଜି ୪୮୦ ଗ୍ରାମ ଗଂଜେଇ ରହିଥିଲା । +ଗଂଜେଇ ଚରା ଚାଲାଣ କରୁଥିବା ଅଭିଯୁକ୍ତ ଙ୍କ ଠାରୁ ଗୋଟିଏ ମାରୁଟି ସୁଜୁକି କାର୍ ,ଦୁଇଟି ମୂଲ୍ୟବାନ ମୋବାଇଲ ଫୋନ ,ନଗଦ ୨୦ହଜାର ଟଙ୍କା ,ଆଧାର କାର୍ଡ ,ଭୋଟର ପରିଚୟ ପତ୍ର ,ଏସ୍ ବି ଆଇ ଏଟିଏମ କାର୍ଡ ଇତ୍ୟାଦି ପୋଲିସ ଜବତ କରିଛି । +ଗିରଫ ଦୁଇ ଅଭିଯୁକ୍ତ ନବରଙ୍ଗପୁର ଜିଲ୍ଲା ଆର୍ କେକଲୋନୀ ରଇଶ୍ରାୟେଲ ସେନାପତି ଓ ତାର ଗାଁ ର ନନ୍ଦା ସରା । +ଉଭୟ ଅଭିଯୁକ୍ତ ଙ୍କୁ ଆଜି ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ମାଥିଲି ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ସୂଚନା ପ୍ରଦାନ କରିଛନ୍ତି । +କିଶୋର ଦ୍ୱିବେଦୀଙ୍କୁ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା +ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ)ର ଅଧ୍ୟକ୍ଷ କିଶୋର ଦ୍ୱିବେଦୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । +ହାଇଫାଇଭ ଗ୍ଲୋବାଲ ନେଟୱାର୍କସ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରବାସୀ ଓଡ଼ିଆ ସଂଗଠନଗୁଡ଼ିକଙ୍କର ମିଳିତ ସହଯୋଗରେ ଆୟୋଜିତ ଏହି ଶୁଭେଚ୍ଛା ସମାରୋହରେ ବହୁ ଗଣ୍ୟମାଣ୍ୟ ବ୍ୟକ୍ତି ଯୋଗଦେଇ ଶ୍ରୀ ଦ୍ୱିବେଦୀଙ୍କୁ ହାର୍ଦ୍ଦିକ ବଧାଇ ଜଣାଇବା ସାଙ୍ଗକୁ ତାଙ୍କ ଅଧ୍ୟକ୍ଷତାରେ ଗଠିତ ୱାର୍ଲଡ ଓଡ଼ିଶା ସୋସାଇଟିର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । +ନୋଏଡ଼ାର ସେକ୍ଟର-୨ସ୍ଥିତ ହାଇଫାଇଭ୍‍ ଗ୍ଲୋବାଲ୍‍ ନେଟ୍‍ୱାର୍କର ମୁଖ୍ୟାଳୟଠାରେ ଏହି ଉପଲକ୍ଷେ ଅନୁଷ୍ଠିତ ଏକ ବନ୍ଧୁମିଳନରେ ଯୋଗଦେଇଥିବା ଶ୍ରୀ ଦ୍ୱିବେଦୀଙ୍କର ବନ୍ଧୁ, ଶୁଭଚିନ୍ତକ ଓ ପ୍ରଶଂସକମାନଙ୍କ ମଧ୍ୟରେ ଅଭୂତପୂର୍ବ ଆନନ୍ଦ, ଉତ୍ସାହ, ଉଲ୍ଲାସ ଏବଂ ଉଦ୍ଦୀପନା ଦେଖିବାକୁ ମିଳିଥିଲା । +ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ଦ୍ୱିବେଦୀ କୋଭିଡ୍‍ ଯୋଗୁଁ ଓଡ଼ିଶାରେ ଅଟକି ରହିବା ପରେ ଦୀର୍ଘ ଦୁଇ ବର୍ଷ ବ୍ୟବଧାନରେ ତାଙ୍କର କର୍ମଭୂମୀ ଦିଲ୍ଲୀରେ ଗତସପ୍ତାହରେ ପଦାର୍ପଣ କରିଥିଲେ । +ସ୍ୱାଗତ ସମାବେଶକୁ ସମ୍ବୋଧନ କରି ମୁଖ୍ୟ ଆୟୋଜକ ହାଇଫାଇଭ୍‍ର ପ୍ରତିଷ୍ଠାତା ଉଦୀୟମାନ ଚାଟାର୍ଡ ଆକାଉଣ୍ଟାଣ୍ଟ୍‍ ସୁଧୀର ଦାଶ ଶ୍ରୀ ଦ୍ୱିବେଦୀଙ୍କର ଅସାମାନ୍ୟ ସାଙ୍ଗଠନିକ ଦକ୍ଷତାର ଭୂରୀ ଭୂରୀ ପ୍ରଶଂସା କରିଥିଲେ । +ଜାତୀୟ ରାଜଧାନୀ କ୍ଷେତ୍ରରେ ରହିଥିବା ଓଡ଼ିଆ ସଂଗଠନଗୁଡ଼ିକ ଯଦି ଗୋଟିଏ ଗୋଟିଏ ଛତା ସଦୃଶ ହୁଅନ୍ତି ତେବେ କିଶୋର ଭାଇ ସେମାନଙ୍କ ଉପରେ ରକ୍ଷା କବଚ ସଦୃଶ ଗିରିଗୋବର୍ଦ୍ଧନକୁ ସଦାସର୍ବଦା ଟେକି ରଖିଛନ୍ତି ବୋଲି ଶ୍ରୀ ଦାଶ ଦର୍ଶାଇଥିଲେ । +ଓଡ଼ିଶା ପଜିଟିଭର ପ୍ରତିଷ୍ଠାତା ପ୍ରତିଷ୍ଠିତ ଆଇନଜୀବୀ ସଞ୍ଜୀବ ମହାନ୍ତି, କିଶୋର ଭାଇଙ୍କର ପୁର୍ନଆଗମନରେ ଦିଲ୍ଲୀ ଦରବାର ପୁଣି ଥରେ ଜୀବନ୍ତ, ଚଳଚଞ୍ଚଳ ଓ ସକ୍ରୀୟ ହୋଇ ଉଠିବ ବୋଲି ଆଶା ପ୍ରକାଶ କରିଥିଲେ । +ଅଧ୍ୟାପିକା ନିବେଦିତା ଗିରି, ଶ୍ରୀ ଦ୍ୱିବେଦୀ ୱାର୍ଲଡ ଓଡ଼ିଶା ସୋସାଇଟି ପ୍ରତିଷ୍ଠା କରି ସାରା ବିଶ୍ୱର ଓଡ଼ିଆମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବାର ମହତ୍‍ କାର୍ଯ୍ୟ କରିଥିବା ସୂଚାଇଥିଲେ । +ହାଇଫାଇଭର ନିର୍ଦ୍ଦେଶକ ଯୋଗେନ୍ଦ୍ର ସିଂହ, ଶ୍ରୀ ଦ୍ୱିବେଦୀଙ୍କ ନିକଟରେ ଲୋକମାନଙ୍କୁ ଯୋଡ଼ିବାର ଚୁମ୍ବକଶକ୍ତି ରହିଥିବା କହିଥିଲେ । +ବରିଷ୍ଠ ସାମ୍ବାଦିକ ଜୟପ୍ରକାଶ ପାଣ୍ଡେ, ଶ୍ରୀ ଦ୍ୱିବେଦୀଙ୍କ ନିକଟରେ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଆପଣେଇ ନେବାର ଅପାର ଉତ୍କର୍ଷତା ରହିଥିବା ଦର୍ଶାଇଥିଲେ । +ଯୁବ ସାମ୍ବାଦିକ ସହସ୍ରାଂସୁ ମହାପାତ୍ର, ଶ୍ରୀ ଦ୍ୱିବେଦୀଙ୍କ ଲେଖା ଦ୍ୱାରା ତାଙ୍କ ପିଢ଼ିର ସାମ୍ବାଦିକମାନେ ଖୁବ୍‍ ଅନୁପ୍ରାଣିତ ହୋଇଥିବା ସୁଚାଇଥିଲେ । +ନୋଏଡ଼ା ଜଗନ୍ନାଥ ମନ୍ଦିରର ସମ୍ପାଦକ ଏବଂ ଏଫ୍‍ସିଏ ମନୋରଞ୍ଜନ ମହାନ୍ତି, ଶ୍ରୀ ଦ୍ୱିବେଦୀ ଜାତୀୟ ରାଜଧାନୀ କ୍ଷେତ୍ରର ଓଡ଼ିଆ ଓ ଅଣଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ । +ଆମ୍ବେଦକର ଫାଉଣ୍ଡେସନର ନିର୍ଦ୍ଦେଶକ ଡଃ ଦେବେନ୍ଦ୍ର ମାଝୀ, କିଶୋର ଭାଇ ଜଣେ କେବେ ହାର ନ ମାନିବା ଭଳି ଯୋଦ୍ଧା ବୋଲି ଉଲ୍ଲେଖ କରିଥିଲେ । +ୱାଓସୋର ଯୁବ ସଦସ୍ୟ ନନ୍ଦନ ଦ୍ୱିବେଦୀ ତାଙ୍କ ପିତା ଜଣେ କୁଶଳୀ ବ୍ୟକ୍ତି ବୋଲି ସୂଚାଇଥିଲେ । +ବିଶିଷ୍ଟ ଚିକିତ୍ସକ ଡଃ ପବନ ଗୁପ୍ତା, ଶ୍ରୀ ଦ୍ୱିବେଦୀଙ୍କର ନେତୃତ୍ୱରେ ୱାର୍ଲଡ ଓଡ଼ିଶା ସୋସାଇଟି ସାରା ପୃଥିବୀରେ ବେଶ୍‍ ସୁନାମ ଅର୍ଜନ କରିଚାଲିଥିବା ସୂଚାଇଥିଲେ । +ଯୁବ ଶିଳ୍ପୋଦ୍ୟୋଗୀ ବିମଳ ଭଲ, ଶ୍ରୀ ଦ୍ୱିବେଦୀଙ୍କର ଅକ୍ଳାନ୍ତ ପ୍ରୟାସ କ୍ରମେ ବିଭିନ୍ନ ରାଷ୍ଟ୍ରର ଓଡ଼ିଆମାନେ ୱାଓସୋ ମଞ୍ଚରେ ଏକଜୁଟ୍‍ ହେବାର ସୁଯୋଗ ପାଇଥିବାରୁ ଜଣେ ଓଡିଆ ଭାବରେ ସେ ଖୁବ୍‍ ଗର୍ବ ଅନୁଭବ କରୁଥିବା କହିଥିଲେ । +ବରିଷ୍ଠ ଆଇନଜୀବୀ ପି.କେ. ତ୍ରିପାଠୀ ୱାଓସୋର ଅଗ୍ରଗତି କାମନା କରିଥିଲେ । +ବିଶିଷ୍ଟ କବୟିତ୍ରୀ ସୁଜାତା ସିବେନ, ବିଶ୍ୱଭରି ଓଡ଼ିଆଙ୍କୁ ଏକତ୍ରିତ କରିପାରିଥିବାରୁ ଶ୍ରୀ ଦ୍ୱିବେଦୀଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ । +ମହାକାଂକ୍ଷା ପ୍ରତିଷ୍ଠାନର ସଂସ୍ଥାପକ ପୁଷ୍ପାଞ୍ଜଳି ବାରିକ, ୱାର୍ଲଡ ଓଡ଼ିଶା ସୋସାଇଟିକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ଶ୍ରୀ ଦ୍ୱିବେଦୀଙ୍କୁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । +ପ୍ରବାସୀ ଓଡ଼ିଆ ବିକାଶ ସମିତିର ସଭାପତି ସୂର୍ଯ୍ୟନାରାୟଣ ମିଶ୍ର, ଜଣେ ସାମ୍ବାଦିକ ଓ ସଂଗଠକ ଭାବରେ ଶ୍ରୀ ଦ୍ୱିବେଦୀଙ୍କର ପାରଦର୍ଶିତାର ପଟ୍ଟାନ୍ତର ନାହିଁ ବୋଲି କହିଥିଲେ । + ଆୟୁଷମାନ +ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀମନ୍ତ ବିଶ୍ୱାଳ, ଶ୍ରୀ ଦ୍ୱିବେଦୀଙ୍କର ଆମେ ଅନୁଗାମୀ ସେନାନୀ ବୋଲି କହି ତାଙ୍କ ସଂସ୍ଥାର ପ୍ରଶସ୍ତି ପତ୍ର ପ୍ରଦାନ କରିଥିଲେ । +ବିଜୟନୀ ଫାଉଣ୍ଡେସନର ଅଧ୍ୟକ୍ଷା ରୀତା ପାତ୍ର, ଶ୍ରୀ ଦ୍ୱିବେଦୀଙ୍କୁ ଉତ୍ତରୀୟ ପ୍ରଦାନ କରିବା ସାଙ୍ଗକୁ ଧନ୍ୟବାଦ ଅର୍ପଣ କରିଥିଲେ । +ସମ୍ବର୍ଦ୍ଧନାର ଉତ୍ତର ଦେଇ କିଶୋର ଦ୍ୱିବେଦୀ ତାଙ୍କ ପ୍ରତି ବନ୍ଧୁ ଓ ପରିଜନମାନେ ଦେଖାଇଥିବା ଶ୍ରଦ୍ଧା, ସଦିଚ୍ଛା ଓ ସହାନୁଭୂତି ତାଙ୍କୁ ଅଭିଭୂତ କରିଥିବା କହିଥିଲେ । +ସାରା ବିଶ୍ୱର ଓଡ଼ିଆ, ଓଡ଼ିଶା ପ୍ରେମୀ ଏବଂ ଶ୍ରୀଜଗନ୍ନାଥଙ୍କର ଭକ୍ତମାନଙ୍କୁ ନେଇ ଗଠିତ ୱାର୍ଲଡ ଓଡ଼ିଶା ସୋସାଇଟି ପ୍ରତି ସମସ୍ତଙ୍କର ଆକୁଣ୍ଠ ସାହାଯ୍ୟ ଓ ସହଯୋଗ ଶ୍ରୀ ଦ୍ୱିବେଦୀ କାମନା କରିଥିଲେ । +ସଭାରେ ପଞ୍ଚାନନ ରଥ, ଭୁବନାନନ୍ଦ ପ୍ରଧାନ, ବିପୀନ ଶୁକ୍ଳା, ଗୟାଧର ପଣ୍ଡା, ଈଶ୍ୱର ଚାନ୍ଦ ଓ ଇଶା ମାଲହୋତ୍ରା ପ୍ରମୁଖ ଉପସ୍ଥିତ ଥିଲେ । +ହାଇଫାଇଭର କର୍ମକର୍ତ୍ତା କୁନାଲ ଧୱାନ, ଅଜବ ସିଂହ, ବିଭୁତି ପ୍ରଧାନ ଏବଂ ସ୍ୱର୍ଣ୍ଣକାନ୍ତି ଜେନା ଆୟୋଜନରେ ସହଯୋଗ କରିଥିଲେ । +ସମାବେଶର ବିଶେଷ ଆକର୍ଷଣ ‘ସାମେ-ଏ-ରଙ୍ଗୀନ’ ଶୀର୍ଷକ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା । +ଏହି ଅବସରରେ ସୁଧୀର ଦାଶ, ପୁଷ୍ପାଞ୍ଜଳି ବାରିକ, କାବେରୀ ବେହେରା, ବୀରେନ୍ଦ୍ର ସିଂହ, ସୁବୋଧ ପାଢ଼ୀ ଓ ସନ୍ତୋଷ ରାଉତ ପ୍ରମୁଖ ମନଲୋଭା ସଂଗୀତ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । +ଏହା ପୂର୍ବରୁ ହାଉଜଖାସସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଶ୍ରୀ ଦ୍ୱିବେଦୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । +ମନ୍ଦିର ପରିଚାଳନା କମିଟିର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନଙ୍କର ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଆସରରେ ବରିଷ୍ଠ ଆଇନଜୀବୀ ଅବନୀ ସାହୁ, କ୍ଷୀରୋଦ ପାତ୍ର, ଅଫିସର ରାଉତ, ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ଏବଂ ମନ୍ଦିର ପରିଚାଳକ ରଶ୍ମୀରଞ୍ଜନ ବେହେରା ପ୍ରମୁଖ ଯୋଗଦେଇଥିଲେ । +ଆନନ୍ଦଲୋକଠାରେ ଶ୍ରୀ ଦ୍ୱିବେଦୀଙ୍କର ସମ୍ମାନାର୍ଥେ, ଉଦ୍ୟୋଗ ପରାମର୍ଶଦାତା ରମେଶ ସାହୁଙ୍କର ତତ୍ତ୍ୱାବଧାନରେ ଆୟୋଜିତ ଏକ ବନ୍ଧୁ ମିଳନରେ ସାଂସଦ ଜୁଏଲ୍‍ ଓରାମ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । +୭ ଖଣ୍ଡ କାଠଗଣ୍ଡି ବୋଝେଇ ଟ୍ରାକ୍ଟର ସହ ୪ ଗିରଫ +ପଡିଆ, ୨୦/୦୬ : ମାଲକାନଗିରି ଜିଲ୍ଲା କାଲିମେଳା ବନଖଣ୍ଡ ଅଧୀନ ତଥା ପଡିଆ ଉପଖଣ୍ଡ ବନ ବିଭାଗ ପକ୍ଷରୁ ବଜାଗୁଡା ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରୁ ମୂଲ୍ୟବାନ କାଠ ଚୋରାଚାଲାଣ ହେଉଥିବା ଖବର ପାଇ ୭ ଟି କାଠ ଗଣ୍ଡି ସହ ୪ ଜଣ ଲୋକଙ୍କୁ ଗିରଫ କରିଛି ବନ ବିଭାଗ । +ସୂଚନା ମୁତାବକ ଗତ ଶନିବାର ବିଳମ୍ବିତ ରାତିରେ ବନ ବିଭାଗ ପକ୍ଷରୁ ପଡିଆ ଫରେଷ୍ଟ ସେକ୍ସନର ବନପାଳ ପବିତ୍ର କୁମାର ଦାସ , ଫରେଷ୍ଟ ଗାର୍ଡ ପପିତା ଆଜମୀରା , କାନନ ବିଶ୍ବାସ ଏବଂ ଅନ୍ୟ ପାରା କର୍ମଚାରୀ ଗତ ଶନିବାର ରାତିରେ ବଜାଗୁଡା ନିକଟରେ ପାଟ୍ରୋଲିଂ କରୁଥିଲେ । +ଏହି ସମୟରେ ପଡିଆ ଶିମିଳିବାଞ୍ଛା ମୁଖ୍ୟ ସ୍ଥିତ ବଜାଗୁଡା ଗ୍ରାମ ନିକଟରେ ବିଶାଳକାୟ ଟେକ ଗଛ କଟା ଯାଉଥିବା ଜଣାପଡ଼ିଥିଲା । +ଖବର ପାଇ ତୁରନ୍ତ ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ୭ ଟି କାଠ ଗଣ୍ଡି ଜବତ କରିବା ସହ ବେଆଇନ ଭାବେ ଗଛ କାଟି ନେଉଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି । +ଗିରଫ ଚାରିଜଣ ପଡ଼ିଆ ବ୍ଲକ ଏମପିଭି ୬୧ ଗ୍ରାମର ତାରକନାଥ ସରକାର ତାଙ୍କ ସହଯୋଗୀ କ୍ରିଷ୍ଣା ସରକାର , କାଲଦାପାଲୀ ଗ୍ରାମର କାହ୍ନୁଚରଣ ମାଡକାମି ଏବଂ ମୁକା ମାଢ଼ିକୁ କାଲିମେଳା ବନ ବିଭାଗ ହାଜତରେ ରଖାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । +କାଲିମେଳା ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇଙ୍କ ନେତୃତରେ ଏହି ଘଟଣାର ତଦନ୍ତ ଜାରି ରହିଛି । +ଜବତ କାଠର ହାରାହାରି ବଜାର ମୂଲ୍ୟ ଲକ୍ଷାଧ୍ଵକ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡିଛି । +ସ୍ଥାନୀୟ ଲୋକଙ୍କୁ ରିପୋର୍ଟ କାର୍ଡ ଦେଲେ ଭି ଏସ ଏସ ନଗର ୱାର୍ଡ ନଂ ୧୧ ଅଞ୍ଚଳର କର୍ପୋରେଟର… +ଆଜି ଠିକ ଏକ ମାସ ହୋଇଗଲା ଭି ଏସ ଏସ ନଗର ୱାର୍ଡ ନଂ ୧୧ ଅଞ୍ଚଳର କର୍ପୋରେଟର ପ୍ରଭାସିନୀ ମହାନ୍ତି ଜିତିବା | ଏହି 30 ଦିନ ଭିତରେ କଣ କଣ କାର୍ଯ୍ୟ କରିଛନ୍ତି ଏବଂ କଣ କାର୍ଯ୍ୟକ୍ରମ କରିବାକୁ ଚିନ୍ତା କରିଛନ୍ତି ଏବଂ ଅନ୍ୟ ସବୁ ଉର୍ନତି ମୂଳକ କାର୍ଯ୍ୟକ୍ରମ କିପରି ସୁଚାରୁ ରୂପେ କରାଯିବ ସେହି ବିଷୟରେ ଆଲୋଚନା ନିମନ୍ତେ ଆମ ୱାର୍ଡର ସମସ୍ତ ବିଜେଡି ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ମାନେ ସନ୍ଧ୍ୟା 6 ଘଟିକା ସମୟରେ RIET ସ୍କୁଲ ପରିସରରେ ଏକତ୍ରିତ ବସି ବିସ୍ତୃତ ଆଲୋଚନା କରିଥିଲେ +ଗଞ୍ଜେଇ ଚାଲାଣ ବେଳେ ପାଞ୍ଚ ଅଭିଯୁକ୍ତ ସହ ତିନି ମଟର ସାଇକଲ ଜବଦ, +କାଲିମେଳା ତା ୨୩/୪ ଗତକାଲି କାଲିମେଳା ଥାନା ପକ୍ଷରୁ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏମଭି 66 ଗ୍ରାମ ନିକଟରୁ ତିନି ମଟର ସାଇକଲ ସହ ପାଞ୍ଚ ଗିରଫ ହୋଇଛନ୍ତି, ଏମାନଙ୍କ ନିକଟରୁ ୧୨୫କେଜି ୪୦୦ ଗ୍ରାମ ଗଞ୍ଜେଇ ଜବଦ କରାଯାଇଛି, ଅଭିଯୁକ୍ତ ମାନେ ଚିତ୍ରକୋଣ୍ଡା ଅଂଚଳ ରୁ ତେଲେଙ୍ଗାନାର ଭଦ୍ରାଚଳମ ଅଞ୍ଚଳକୁ ନେଉଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । + ଅଭିଯୁକ୍ତ ମାନେ ହେଲେ ଏମଭି 79ଥାନା ତେଲେରାଇ ଗ୍ରାମର ଜଗା ମାଡକାମୀ, ରାମା ମାଡକାମୀ, ଦେବା ମାଡକାମୀ, ଅନ୍ୟ ଦୁଇ ଜଣ ଙ୍କ ମଧ୍ୟ୍ୟରୁ ଜଣେ ବଙ୍ଗା ରାଇ ୱାଡୁ ଚିତ୍ରକୋଣ୍ଡା ଅଞ୍ଚଳର ଲିମାଲ ପଲମ, ର ଅନ୍ୟଜଣେ ହେଲେ ରତନ ବୁଡିଆ ଡ଼ଙ୍ଗରାଇ ପାଲବୋଡା ଏମାନଙ୍କୁ ଆଜି କେସ ନମ୍ବର 106/22ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ଏସ ଆଇ ଦ୍ରୋଣା ଚାର୍ଯ୍ୟ ସୁନାନୀ ଏହାର ଅଧିକ ତଦନ୍ତ ନିମନ୍ତେ ଦାୟିତ୍ୱ ଦିଆ ଯାଇଥିବା ଥାନା ଅଧିକାରୀ ପକ୍ଷରୁ କୁହା ଯାଇଛି, +ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କୁ ଭେଟିଲେ ବିଧାୟକ +ମାଲକାନଗିରି,୩/୬: ମାଲକାନଗିରି ଜିଲ୍ଲାରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ବିଧାୟକ ଆଦିତ୍ୟ ମାଢି ରାଜ୍ୟପାଳଙ୍କୁ ଭେଟି ଦାବି ଉପସ୍ଥାପନା କରିଛନ୍ତି । +ଜିଲ୍ଲାରେ ବିଶେଷକରି ଯେତିକି ଭୌଗଳିକ ସ୍ଥିତି ରହିଛି,ସେଥିରୁ ୭୫ ପ୍ରତିଶତ ଚାଷ ଜମି ରହିଛି । +ଏହି ଅଂଚଳର ଲୋକେ ଅତି ଗରିବ ଶ୍ରେଣୀର ହୋଇଥିବାରୁ ଚାଷ କରିବା ପାଇଁ ସେମାନଙ୍କ ପାଖରେ ସେତିକି ସମ୍ବଳ ନାହିଁ । +ଜୀବନଜୀବିକା ଏଠାରୁ ଦୁର୍ବିସହ ହୋଇପଡିଛି । +ଜିଲ୍ଲାରେ ବାସ କରୁଥିବା ୬ ଲକ୍ଷ ଲୋକଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଆଦିବାସୀ ଶ୍ରେଣୀର । +ଓଡିଶାର ସବୁଠାରୁ ଅନୁନ୍ନତ ଜିଲ୍ଲା ମଧ୍ୟରେ ମାଲକାନଗିରି ଅନ୍ୟତମ । +ଜିଲ୍ଲାରେ ଆଜି ବି ଗାଁ କୁ ଗାଁ ମଧ୍ୟରେ ରାସ୍ତା ନାହିଁ । +ଲୋକେ ଏବେ ବି ପାଦରେ ଚାଲି ଚାଲି ମାଇଲ ମାଇଲ ବାଟ ଯାଉଛନ୍ତି । +ଜିଲ୍ଲାକୁ ରେଳପଥ ଆଜି ଯାକ ଛୁଇଁପାରି ନାହିଁ । +ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଲୋକେ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛନ୍ତି । +ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ନକହିବା ଭଲ । +ଏଠାରେ ଦକ୍ଷତା ବୃଦ୍ଧି ନେଇ ସେଭଳି କୌଣସି ଅନୁଷ୍ଠାନ ନାହିଁ । +ବହୁ ବେକାର ଯୁବକଯୁବତୀ ଏଠାରେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । +ଜିଲ୍ଲା ମାଓବାଦୀ ଅଂଚଳ ହୋଇଥିବାରୁ ଏଠାରେ ଥିବା ମୂଲ୍ୟବାନ ଧାତୁ ଏବଂ ଖଣିକୁ ଉତ୍ପାଦନ କରିବା ପାଇଁ କୌଣସି କମ୍ପାନୀ ଫ୍ୟାକ୍ଟରି କରି ଲୋକଙ୍କୁ କାମଧନ୍ଦା ଯୋଗାଇବା ପାଇଁ ମନ ବଳାଉ ନାହାନ୍ତି । +ଶିଳ୍ପ ଖୋଲିବା ପାଇଁ ବାରମ୍ବାର ଟେଣ୍ଡର ଆହ୍ବାନ କରାଯାଉଥିଲେ ମଧ୍ୟ କେହି ଆସିବାକୁ ନାରାଜ ହେଉଛନ୍ତି । +ଜିଲ୍ଲାରେ ଅଶିକ୍ଷିତଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ ଶିଶୁ ମୃତ୍ୟୁହାର ବଢିବାରେ ଲାଗିଛି । +ଯୋଗାଯୋଗର ସୁବ୍ୟବସ୍ଥା ନଥିବାରୁ ବହୁ ରୋଗୀ ଅକାଳରେ ଜୀବନ ହାରୁଛନ୍ତି । +ଆର୍ଥିକ ସମ୍ବଳ ନଥିବାରୁ ଲୋକେ ବାହାରକୁ ନେଇ ରୋଗୀଙ୍କୁ ଚିକିତ୍ସା କରାଇପାରୁନାହାନ୍ତି । +ଜିଲ୍ଲାରେ ଏକ ମେଡିକାଲ ହେଲା ସତ କିନ୍ତୁ ସେଠାରେ ଡାକ୍ତରଙ୍କର ଘୋର ଅଭାବ ରହିଛି । +ଜିଲ୍ଲାର ବହୁ ନୀରିହ ଆଦିବାସୀ ପୁଲିସର ଶିକାର ହେବା ସହ ଗୁଣି ଗାରେଡି ଉପରେ ବିଶ୍ବାସ କରୁଛନ୍ତି । +ବିଦ୍ୟୁତ ସେବା ସବୁଠାରୁ କଦର୍ଯ୍ୟ ହୋଇଯାଇଥିବା ବେଳେ ଏହାକୁ ଉନ୍ନତିମାନ କରିବା ଦରକାର ପଡିଛି । +ମୁଁ ଜଣେ ବିରୋଧୀ ଦଳର ବିଧାୟକ ହୋଇଥିବାରୁ ଶାସକ ଦଳ ମୋ ଦାବିକୁ ମାନୁନଥିବା ସେ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । +ତୁରନ୍ତ ଜିଲ୍ଲାରେ ଶିଳ୍ପ,ରେଳପଥ,ରାସ୍ଥା,ବିଦ୍ୟୁତ ସହ ପାନୀୟ ଜଳ ଇତ୍ୟାଦି ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । +ବିଧାୟକ ଙ୍କ ସହ ମାଲକାନଗିରି ବିଧାୟକ ପ୍ରତିନିଧି ନବଘନ ଲୋକେଇ ମଧ୍ୟ ଉପସ୍ଥିତ ରହିଥିଲେ । +ପିଏମ୍‌ କେୟାର୍ସର ଲାଭ ପାଇବେ ୧୦୮ ଓଡ଼ିଆ ଶିଶୁ +କୋଭିଡ୍‌ରେ ଅଭିଭାବକ ଛେଉଣ୍ଡ ହୋଇଥିବା ରାଜ୍ୟର ୧୦୮ ପିଲାଙ୍କୁ ପିଏମ୍‌ କେୟାର୍ସରେ ସହାୟତା ମିଳିବ । +ଏଥି ଅନ୍ତର୍ଗତରେ ୨୩ ବର୍ଷ ପରେ ଏହି ପିଲାଙ୍କ ଆକାଉଣ୍ଟରେ ୧୦ଲକ୍ଷ ଟଙ୍କା ଜମା ହୋଇଯିବ । +ଏଥିସହ କେନ୍ଦ୍ର ସରକାରଙ୍କ ସମନ୍ବିତ ଶିଶୁ ଯୋଜନା ଅନ୍ତର୍ଗତରେ ସ୍ପନସରସିପ୍‌ରେ ମାସକୁ ୪ହଜାର ଟଙ୍କା ମିଳିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । +ଆଜି ଏନେଇ ଏକ କାର୍ଯ୍ୟକ୍ରମ ନୂଆଦିଲ୍ଲୀରେ ଆୟୋଜିତ ହୋଇଛି । +ବାଲପୋର୍ଟାଲ୍‌ରେ ଏହି ଶିଶୁଙ୍କ ନାମ ପଂଜୀକୃତ ହୋଇଛି । +ନିୟମ ବଦଳାଇବେ ମୋଦି ସରକାର, ୧ ଜୁଲାଇରୁ ଅଫିସରେ କରିବାକୁ ହେବ ୧୨ ଘଣ୍ଟା କାମ, ସପ୍ତାହରେ ମିଳିବ… +ନୂଆଦିଲ୍ଲୀ ୨୩ । +୬: ଜୁଲାଇ ୧ ତାରିଖରୁ ମୋଦି ସରକାର ଆପଣଙ୍କ କାର୍ଯ୍ୟାଳୟର କାର୍ଯ୍ୟ ସମୟରେ ବଡ଼ ପରିବର୍ତ୍ତନ କରିପାରନ୍ତି । +ନୂଆ ମାସ ଆରମ୍ଭ ସହିତ କାର୍ଯ୍ୟାଳୟରେ ଆପଣଙ୍କ କାର୍ଯ୍ୟ ଘଣ୍ଟା ବଢିପାରେ । +କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ୮ରୁ ୯ ଘଣ୍ଟା ବଦଳେ ୧୨ ଘଣ୍ଟା କାର୍ଯ୍ୟ କରିବାକୁ ପଡିବ । +ଲେବର କୋଡ ନିୟମ ୧ ଜୁଲାଇରୁ ଲାଗୁ କରିବା ପାଇଁ କେନ୍ଦ୍ରର ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି । +ତେବେ ଏ ପର୍ଯ୍ୟନ୍ତ ବାବଦରେ କୌଣସି ଅଧିକାରୀକ ସୂଚନା ଆସି ନାହିଁ । +ଯଦି ସରକାରଙ୍କ ନିୟମ କାର୍ଯ୍ୟକାରୀ ହୁଏ ତେବେ କମ୍ପାନୀମାନେ କର୍ମଚାରୀଙ୍କ କାର୍ଯ୍ୟଘଣ୍ଟା ୮ରୁ ୧୨ ଘଣ୍ଟାକୁ ବଢାଇ ପାରନ୍ତି । +ଏଥିଲାଗି କମ୍ପାନୀ ପ୍ରାଧିକୃତ ହେବେ । +ତେବେ ଦୈନିକ ଅଧିକ ୪ ଘଣ୍ଟା କାର୍ଯ୍ୟ ଲାଗି ସପ୍ତାହରେ ଅଧିକ ଦିନଟିଏ ଛୁଟି ମଧ୍ୟ ମିଳିବ । +ଅର୍ଥାତ କର୍ମଚାରୀ ସପ୍ତାହରେ ଦିନକ ସ୍ଥାନରେ ଅଧିକ ଆଉ ଦିନେ ଅର୍ଥାତ ୩ ଦିନ ଛୁଟି ପାଇବେ । +ସପ୍ତାହରେ କର୍ମଚାରୀ ୪ ଦିନ ୧୦ରୁ ୧୨ ଘଣ୍ଟା କାର୍ଯ୍ୟ କରିବେ । +ନୂଆ ଶ୍ରମ ଆଇନର ଅର୍ଥ ଏହା ହେବ ଓଭର ଟାଇମ ଅଧିକତମ ୫୦ ଘଣ୍ଟାରୁ ବଢି ୧୨୫ ଘଣ୍ଟା ହୋଇଯିବ । +ସେହିପରି ନୂଆ ଶ୍ରମ ଆଇନ ଅନୁସାରେ କର୍ମଚାରୀଙ୍କ ବେତନ ହ୍ରାସ ହେବ ଓ ଭବିଷ୍ୟ ନିଧି ବଢିବ । +ଏଥିରେ କର୍ମଚାରୀଙ୍କ ମୋଟ ବେସିକ ସାଲାରି ପିଏଫ୫୦ ପ୍ରତିଶତରୁ ଅଧିକ ହେବ । +ଫଳରେ ଅଧିକାଂଶ କର୍ମଚାରୀଙ୍କ ବେତନ ସଂରଚନା ବଦଳିଯିବ । +ବେସିକ ସାଲାରୀ ବଢିବା ଯୋଗୁ କର୍ମଚାରୀଙ୍କ ପିଏଫ ଓ ଗ୍ରାଚ୍ୟୁଟି ବାବଦ ଡିଡକ୍ସନ ଅଧିକ ହେବ । +ପ୍ରୋଭିଡେଣ୍ଟ ଫଣ୍ଡ ବାବଦ ଦେୟ ବଢିବା ଯୋଗୁ କର୍ମଚାରୀ ପ୍ରତିମାସରେ ହାତରେ ନେଉଥିବା (ଟେକ୍ ହୋମ) ଦରମା ହ୍ରାସ ହେବ । +ଫଳରେ କର୍ମଚାରୀଙ୍କ ଅବସରରେ ମିଳିବାକୁ ଥିବା ଅର୍ଥର ପରିମାଣ ବଢିଯିବ । +କର୍ମଚାରୀଙ୍କ ଅବସର ପର ଜୀବନ ସୁଖମୟ ହେବ । +ଅପରପଟେ କର୍ମଚାରୀଙ୍କ ପିଏଫ ବାବଦ ଦେୟ ବଢିବା ଯୋଗୁ କମ୍ପାନୀଙ୍କ ବ୍ୟୟ ମଧ୍ୟ ବଢିବ । +କାରଣ କମ୍ପାନୀଙ୍କୁ କର୍ମଚାରୀଙ୍କ ପିଏଫରେ ଯୋଗଦାନ ପରିମାଣ ବଢିଯିବ । +ଯାହାର ସିଧା ପ୍ରଭାବ କମ୍ପାନୀର ବାଲାନ୍ସ ସିଟ୍ ଉପରେ ପଡିବ । +ଦେଶରେ ଲେବର କୋଡ ନିୟମ ଲାଗୁ ହେବା ଯୋଗୁ ନିବେଶ ପ୍ରୋତ୍ସାହନ ମିଳିବ । +ସେହିପରି ନିଯୁକ୍ତି ଲାଗି ଅଧିକରୁ ଅଧିକ ଅବସର ମଧ୍ୟ ସୃଷ୍ଟି ହେବ । +ଶ୍ରମ ଆଇନ ଦେଶର ସମ୍ବିଧାନର ଗୁରୁତ୍ୱପୂର୍ଣ୍ଣ ଅଂଶ । +ଏ ପର୍ଯ୍ୟନ୍ତ ଦେଶର ୨୩ଟି ରାଜ୍ୟ ନୂଆ ଶ୍ରମ ଆଇନ ନିମନ୍ତେ ରୁଲସ ଓ ରେଗୁଲେସନ ପ୍ରସ୍ତୁତ କରିସାରିଲେଣି । +ସଂସଦରେ ମଧ୍ୟ ଏଥି ଲାଗି ଆଇନ ଗୃହୀତ ହୋଇ ସାରିଛି । +ଏବେ କେବଳ ଅଧିସୂଚନା ଜାରି ହେବାକୁ ରହିଛି । +ଏ ବାବଦେ କେନ୍ଦ୍ର ସରକାର ଅଧିସୂଚନା ଜାରି କରିବା ପରେ ରାଜ୍ୟ ସରକାର ମଧ୍ୟ ଅଧିସୂଚନା ଜାରି କରିବେ । +ଏହା ପରେ ନିୟମ ରାଜ୍ୟରେ ମଧ୍ୟ ଲାଗୁ ହୋଇଯିବ । +ମୁଁ ଚାଲିଗଲା ପରେ ମୋ ଆଖି ଆଉ କାହାକୁ ଦେଇଦେବ’ +ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି କ୍ଷମତାସୀନ ଏନଡିଏ । +ଭୋଟ୍ ଗଣିତ ସଙ୍କେତ ଦେଉଛି ଯେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିତ । +ଯଦି ଏମିତି ହୁଏ, ତାହାହେଲେ ସେ ହେବେ ପ୍ରଥମ ଆଦିବାସୀ ରାଷ୍ଟ୍ରପତି । +ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ତାଙ୍କ ସଂପର୍କରେ ବିଭିନ୍ନ‌ ରୋଚକ ଖବର ପ୍ରକାଶ ପାଇବାରେ ଲାଗିଛି । +ତେବେ ଆଜି ଆମେ ମୁର୍ମୁଙ୍କ ଚକ୍ଷୁଦାନ ରହସ୍ୟ ବାବଦରେ କହିବୁ | ୨୦୧୬ ରେ ଝାଡ଼ଖଣ୍ଡର ରାଜ୍ୟପାଳ ଥିବାବେଳେ ଦ୍ରୌପଦୀ ମୁର୍ମୁ ରାଞ୍ଚିର କାଶ୍ୟପ ମେଡିକାଲ କଲେଜ ଦ୍ୱାରା ଆୟୋଜିତ ରନ୍ ଅଫ୍ ଭିଜନ୍ କାର୍ଯ୍ୟକ୍ରମକୁ ଯାଇଥିଲେ |ଆଉ ସେହି କାର୍ଯ୍ୟକ୍ରମରେ ଦ୍ରୌପଦୀଙ୍କ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା | କାରଣ ସେଦିନ ଦ୍ରୌପଦୀ ଘୋଷଣା କରିଥିଲେ ଯେ ମୋର ମୃତ୍ୟୁ ହେବା ପରେ ଚକ୍ଷୁ ଆଉ କାହାକୁ ଦେଇଦେବ | ରାଜ୍ୟପାଳ ନିଜ ଚକ୍ଷୁଦାନ କରିବା ଘଟଣା ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା | ସାମାଜିକ କାର୍ଯ୍ୟ ସହିତ ଜୀବନବ୍ୟାପି ଜଡିତ ଥିବା ମୁର୍ମୁଙ୍କ ପ୍ରତି ଝାଡ଼ଖଣ୍ଡବାସୀଙ୍କର ନିବିଡ଼ ସମ୍ପର୍କ ଥିଲା | ଲୋକଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଥିବା ମୁର୍ମୁ ଦିନେ ବିଜେପି ସରକାରଙ୍କ ଏକ ପ୍ରସ୍ତାବକୁ ବି ଖାରଜ କରିଦେଇଥିଲେ |ମୁର୍ମୁ ରାଜ୍ୟପାଳ ଥିବା ବେଳେ ଝାଡ଼ଖଣ୍ଡରେ ତତ୍କାଳୀନ ବିଜେପି ସରକାର ଆଣିଥିବା ଜମି ଭଡା ଆଇନରେ ସଂଶୋଧନକୁ ଖାରଜ କରିଥିଲେ । +ଏହା ପରେ ଜେଏମଏମ(ଝାଡଖଣ୍ଡ) ବିଜେପିକୁ ଆଦିବାସୀ ବିରୋଧୀ ବୋଲି କହି ଆନ୍ଦୋଳନ ଆରମ୍ଭ କରିଥିଲା । +ଏହା ପରେ, ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ଜେଏମଏମ, କଂଗ୍ରେସ ଏବଂ ଆରଜେଡି ମିଳିତ ମଞ୍ଚ ସରକାର ଗଠନ କରିଥିଲେ । +ସୋସିଆଲ ମିଡ଼ିଆରେ ଦଳିତଙ୍କ ପ୍ରତି କଟୁ ମନ୍ତବ୍ୟ ନେଇ ଏତେଲା +ଫୁଲ ବାଣୀ-୧୮/୬:ସୋସିଆଲ ମିଡ଼ିଆ ରେ ସୁଶିଲ କୁମାର ହାଁସଦା ନାମକ ଜଣେ ବ୍ୟକ୍ତି ସିଧାସଳଖ ଦଳିତଙ୍କ ପ୍ରତି କଟୁ ମନ୍ତ୍ ବ୍ୟ ଦେବା ଓ ଏହାଭାଇରାଲ ହେବା ଫଳରେ ଦଳିତ ପାଣ ସମ୍ପ୍ରଦାୟ ଙ୍କ ସମ୍ମାନରେ ଆଞ୍ଚ ଆସିଥିବା ଦର୍ଶ । +ଇ ଶନିବାର ସାଇବର ଥାନାରେ ଏତଲା ଦିଆଯାଇଛି । +ଏହି ଭିଡ଼ିଓ ସଂପର୍କରେ ତଦନ୍ତ କରଯାଇ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଫିରିଙ୍ଗିଆ ପାଣ ସମାଜସଭାପତି କୃଷ୍ଣଚନ୍ଦ୍ର ଦିଗଲ, ସଂପାଦକ କୁଳମଣି ନା ଏକ ପ୍ରମୁଖ ଦାବୀ କରିଛନ୍ତି । +ଏନେଇ ଆଜି ସେମାନେ ଫୁଲବାଣୀର ସାଇବର କ୍ରାଇମ ଓ ଇ6କ । +ନାମିକ ଅଫେନ୍ସ +ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି । +ଏନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସଭାପତି କୃଷ୍ଣ ଚନ୍ଦ୍ର ଡିଗଲ କହିଛନ୍ତି । +ପତ୍ନୀଙ୍କ ସହ ଭୋଟ ଦେଲେ ମୁଖ୍ୟ ଶାସନ ସଚିବ +ଭୋଟ ଦେଲେ ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ନିର୍ବାଚନ କମିଶନର । +ଭୁବନେଶ୍ୱର ୪୦ ନମ୍ବର ଓ୍ୱାର୍ଡର୪୧୬ ନମ୍ବର ବୁଥ୍‌ରେ ଉଭୟ ନିଜ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି । +ଏହାସହିତ ଲୋକମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ମଧ୍ୟ ନିବେଦନ କରିଛନ୍ତି । +ସରକାରଙ୍କୁ ତେର୍ଚ୍ଛା ତୀର:ପୋଷ୍ଟ ଡିଲିଟ୍‌ କଲେ ଦୂତୀ ଚାନ୍ଦ +ଦୂତୀ ଚାନ୍ଦ ଆଜି ଫେସ୍‌ବୁକ ପୋଷ୍ଟରେ ଲେଖିଥିଲେ, ଓଡ଼ିଶା ସରକାର ରାଜ୍ୟରେ ଖେଳାଳିଙ୍କ ପାଇଁ କୋଟି କୋଟି ଟଙ୍କାର ଭିତ୍ତିଭୂମି ତିଆରି କରିବାରେ ବ୍ୟସ୍ତ । +କିନ୍ତୁ ଏପଟେ କ୍ରୀଡ଼ାବିତମାନେ ଦିନକୁ ଦିନ ହଜିଗଲେଣି । +ଖାଲି ଯାହା ଖେଳକୁ ନେଇ ଏଠି ସବୁ ରାଜନୀତି ଚାଲିଛି । +ଆପଣ ଖାଲି ସେହି ହକି ଇଣ୍ଡିଆ ଟିମ୍‌କୁ ଧରି ନାଚୁ ଆନ୍ତୁ । +ବାକି ଖେଳ ବିଭାଗ ସବୁ ଚୁଲିକୁ ଯାଉ । +ହକି ଟିମ୍‌ ଇଣ୍ଡିଆ ପାଇଁ କୋଟି କୋଟି ଟଙ୍କାର ଅର୍ଥ ଅଛି । +କିନ୍ତୁ ଆଥଲେଟିକ୍ସ ପାଇଁ କିଛି ନାହିଁ । +ଏ ହକି ବାଡ଼ି କେତେଦିନ ଲାଷ୍ଟିଂ କରିବ? ପୁରୁଣା ହେଲେ ଆପେ ଆପେ ଫାଟିଯିବ । +ସବୁ ପ୍ରହସନ୍ ବୋଲି ଦୂତୀ ତାଙ୍କ ପୋଷ୍ଟରେ ଲେଖିଥିଲେ । +ଆଶା ୱାର୍କର ଜାତୀୟ ଫେଡ଼େରେସନର ସର୍ବ ଭାରତୀୟ କନ୍‌ଭେନସନ ଓ କର୍ମଶାଳାରେ ଦେଶ ବ୍ୟାପୀ ଆନ୍ଦୋଳନ… +ଭୁବନେଶ୍ୱର, ୩/୬–:ଆଶା କର୍ମୀ ଜାତୀୟ ଫେଡ଼େରେସନର ସର୍ବ ଭାରତୀୟ କନ୍‌ଭେନଶନ ଓ କର୍ମଶାଳାର ପ୍ରତିନିଧି ଅଧିବେଶନ ଭଗବତୀ ଭବନଠାରେ ଫେଡ଼େରେସନ ସଭାପତି ମଙ୍ଗଳ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । +କମ୍ରେଡ଼ ଶ୍ୟାମ କାଲେ ବିବରଣୀ ଉପସ୍ଥାପନ କରିଥିଲେ । +“ସାମ୍ପ୍ରତିକ ଭାରତର ସାମାଜିକ ଅର୍ଥନୈତିକ ସ୍ଥିତି ଓ ଏହାର ମୁକାବିଲା” ଶୀର୍ଷକ ଆଲୋଚନାରେ ପ୍ରଫେସର ବିଜୟ ବହିଦାର, “ଭାରତରେ ଶ୍ରମିକ ଆନ୍ଦୋଳନର ଇତିହାସ ଓ ଭାରତ ମୁକ୍ତି ଆନ୍ଦୋଳନରେ ଏଆଇଟିୟୁସିର ଭୂମିକା” ଶୀର୍ଷକ ଆଲୋଚନାରେ ପ୍ରଫେସର ଅମୀୟ କୁମାର ମହାନ୍ତି, ଶ୍ରମିକ ଶ୍ରେଣୀର ଶକ୍ତିଶାଳୀ ଆନ୍ଦୋଳନର ସଫଳତା ପାଇଁ ଅସଂଗଠିତ କ୍ଷେତ୍ରର ଦୃଢ଼ ସଂଗଠନ ଆବଶ୍ୟକତା ଉପରେ ଏଆଇଟିୟୁସି ଜାତୀୟ ସମ୍ପାଦକ କମ୍ରେଡ଼ ସୁକୁମାର ଦାମ୍‌ଲେ ଉପସ୍ଥାପନ କରିଥିଲେ । +ସମଗ୍ର ଦେଶରେ ନିରାପଦ ମାତୃତ୍ୱ, ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ ଓ କୋଭିଡ୍‌-୧୯ ମହାମାରୀ ସମୟରେ ଜନସ୍ୱାସ୍ଥ୍ୟ ନିୟନ୍ତ୍ରଣରେ ଆଶା କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶା ବ୍ୟବସ୍ଥାକୁ ସମ୍ମାନିତ କରିଥିବାରୁ ଏହି କେନ୍ଦ୍ରୀୟ ସ୍କିମ୍‌ର କର୍ମୀମାନଙ୍କୁ ଜାତୀୟ ଶ୍ରମ ସମ୍ମିଳନୀ ସୁପାରିଶ ଅନୁସାରେ ୱାର୍କର ମାନ୍ୟତା, ସାମାଜିକ ନିରାପତ୍ତା, ଅବସର ସମୟରେ ୫ଲକ୍ଷ ଟଙ୍କା ପ୍ରଦାନ ସହିତ ଅବସର ପରେ ପେନସନ ଇତ୍ୟାଦି ଦାବି ନେଇ ପ୍ରଥମେ ପର୍ଯ୍ୟାୟ ଅଗଷ୍ଟ ୧୫ ମଧ୍ୟରେ ପିଏଚ୍‌ସି ଓ ସିଏଚ୍‌ସି ସ୍ତରରେ, ଦ୍ୱିତୀୟ ପର୍ଯ୍ୟାୟରେ ଅଗଷ୍ଟ ୩୧ ମଧ୍ୟରେ ସିଡିଏମ୍‌ଓ ଓ ଜିଲ୍ଲା ସ୍ତରରେ, ତୃତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ରାଜ୍ୟ ସ୍ତରରେ ଓ ସଂସଦର ଶୀତ ଅଧିବେଶନ ସର୍ବ ଭାରତୀୟ ସ୍ତରରେ ଦିଲ୍ଲୀ ରାଲି ପାଇଁ ସର୍ବ ସମ୍ମତ ନିଷ୍ପତ୍ତି ହୋଇଅଛି । +ଏହି ଅଧିବେଶନରେ ବିନୋଦିନୀ ଦେବୀ, ମାଣ୍ଡା ଡୁଙ୍ଗାରେ, ଉଷା ଦେବୀ, ସୁନୀତା ସିହ୍ନା, ପ୍ରମିଳା ଠାକୁର, ନିଖିଳ ଓଡ଼ିଶା ଆଶା କର୍ମୀ ସଂଘର ସଭାପତି ବିଜୟ ଜେନା, ସାଧାରଣ ସମ୍ପାଦିକା ନମିତା ସାହୁ, ଉପସାଧାରଣ ସମ୍ପାଦିକା ମାତିଲଦା କୁଲୁ, ଉମି ଗୁପ୍ତା, ଅନିଲତା ପାତ୍ର, ଅରୁନ୍ଧତି ଦେବୀ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରି ସମଗ୍ର ଦେଶର ଆଶା କର୍ମୀମାନଙ୍କ ନ୍ୟାଯ୍ୟ ଦାବି ପୂରଣ ସହ ଶ୍ରମିକ ଶ୍ରେଣୀର ଅଧିକାର ହାସଲ ପାଇଁ ଦେଶବ୍ୟାପୀ ଶକ୍ତିଶାଳୀ ଆଶାକର୍ମୀ ଆନ୍ଦୋଳନ ଗଢ଼ିତୋଳିବାକୁ ସଂକଳ୍ପ ନେଇଥିଲେ । +ଉଇଂ କମାଣ୍ଡର ପଦରୁ ଅବସର ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ପାଇଲଟ ଥିଲେ ଗୋପାଳକୃଷ୍ଣ +ଗୋପାଳକୃଷ୍ଣ ପଣ୍ଡା, ଉଇଂ କମାଣ୍ଡର, ପଦବିରୁ ଅବସର ନେବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବ୍ୟକ୍ତିଗତ ପାଇଲଟ୍ ଭାବେ କାମ କରୁଥିଲେ । +୫୬ ବର୍ଷ ବୟସ୍କ ଗପୋଳକୃଷ୍ଣ ସାଥୀ ପାଇଲଟ୍ ଏପି ଶ୍ରୀବାସ୍ତବଙ୍କ ସହିତ ସ୍ବାମୀ ବିବେକାନନ୍ଦ ଏୟାରପୋର୍ଟ ଠାରେ ରୁଟିନ ଅଭ୍ୟାସ କରୁଥିବା ବେଳେ ଅଗଷ୍ଟା ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ହେତୁ ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରୁଥିବା ‌ବେଳେ ରନ୍ୱେରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । +ଫଳରେ ହେଲିକ୍ପଟରଟି ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଥିଲା । +ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ରହିବେ ବିଜେଡିିର ଦୁଇ ମନ୍ତ୍ରୀ,… +ଭୁବନେଶ୍ବର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ନୂଆଦିଲ୍ଲୀରେ ବିଜେଡିର ଦୁଇ ମନ୍ତ୍ରୀ ଉପସ୍ଥିତ ରହିବେ । +ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟ୍ବିଟରରେ ସୂଚନା ଦେଇଛନ୍ତି । +ଏଥିସହ ସେମାନେ ଶ୍ରୀମତୀ ମୁର୍ମୁଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ଭାବେ ସ୍ବାକ୍ଷର କରିବେ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି । +ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ । +ସେ ଆଜି ସକାଳେ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି । +ନିଜ ଟ୍ବିଟରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତ, ବିଜେପି ସଭାପତି ଜେ ପି ନଡ୍ଡାଜୀ ମୋତେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀଙ୍କର ନାମାଙ୍କନପତ୍ର ଦାଖଲ ବିଷୟରେ କହିଥିଲେ । +ମୋର କ୍ୟାବିନେଟ୍ ସହକର୍ମୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଆଜି ନାମାଙ୍କନ ପତ୍ରରେ ଦସ୍ତଖତ କରିବେ । +ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡିର ଦୁଇ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଉପସ୍ଥିତ ରହିବେ । +ଏହି ଦୁଇ ମନ୍ତ୍ରୀ ଶ୍ରୀମତୀ ମୁର୍ମୁଙ୍କ ସହ ଦିଲ୍ଲୀ ଯାତ୍ରା କରିଥିବା ସୂଚନା ରହିଛି । +ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଗତକାଲି ଖୋଲା ସମର୍ଥନ ଘୋଷଣା କରିଛନ୍ତି । +କେବଳ ନିଜ ଦଳର ସମର୍ଥନ ଦେଇନାହାନ୍ତି, ବରଂ ଓଡ଼ିଶା ବିଧାନସଭାରେ ସବୁ ଦଳର ସଭ୍ୟମାନେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟକୁ ଯିବା ପାଇଁ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଛନ୍ତି । +ଇଟାଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଗତକାଲି ଅପରାହ୍ନରେ ଟ୍ବିଟ୍ କରି ଏହି ନିବେଦନ କରିଛନ୍ତି । +ଗତକାଲି ନବୀନଙ୍କ ଟ୍ବିଟରୁ ବିଜେଡିର ସମର୍ଥନର ସ୍ପଷ୍ଟ ସଙ୍କେତ ମିଳିଥିଲା । +ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଗଲା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତୁରନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାବାସୀଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଥିଲେ । +ଆଉ ପାଦେ ଆଗେଇ ଯାଇ ଏକଥା ବି ପରୋକ୍ଷରେ ଜଣାଇ ଦେଇଥିଲେ ଯେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ । +ବିଜେଡିର ସମର୍ଥନ ମିଳିବା ସ୍ପଷ୍ଟ ହୋଇଯାଇଥିବାରୁ ଆଉ ଶ୍ରୀମତୀ ମୁର୍ମୁଙ୍କୁ ରାଇସିନା ହିଲରେ ପହଞ୍ଚିବା ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ । +ସମର୍ଥନ ନେଇ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍‌ ପରେ ଧନ୍ୟବାଦ ଜଣାଇଛନ୍ତି ଶ୍ରୀମତୀ ମୁର୍ମୁ । +ଟ୍ବିଟ୍‌ କରି ସେ କହିଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଶା ବିଧାନସଭାର ସମସ୍ତ ବିଧାୟକଙ୍କୁ ଦଳ ଅପେକ୍ଷା ଓଡ଼ିଶା ମାଟିର ଝିଅଙ୍କୁ ପ୍ରଥମ କରି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିସର୍ତ୍ତ ସମର୍ଥନ କରିବାକୁ ଆହ୍ବାନ କରିଥିବାରୁ ଅଶେଷ ଧନ୍ୟବାଦ । +ଏହା ତାଙ୍କର ଓଡ଼ିଶା ମାଟି ତଥା ଓଡ଼ିଶାବାସୀଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ନିଷ୍ପାପ ଭଲ ପାଇବାକୁ ପ୍ରତିଫଳନ କରୁଛି । +ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୫୫ ୟୁନିଟ୍ ରକ୍ତ… +ଫୁଲବାଣୀ -18/6(ସୁନୀଲ ପଟନାୟକ ):ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ କନ୍ଧମାଳ ଶାଖା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । +ଫୁଙ୍କବାଣୀ ରକ୍ତ ଭଣ୍ଡାର ରେ ଆୟୋଜିତ ଶିବିରରେ ମୁଖ୍ଯ ଅତିଥି ଭାବେ ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ । +ଏହି ଅବସରରେ ଅନ୍ଯତମ ଅତିଥି ଭାବେ ଫୁଲବାଣୀ ରକ୍ତଦାନ ସମିତିର ସମ୍ପାଦକ ବିଜୟ ମହାନ୍ତି, ସହସମ୍ପାଦକ ତଥା ବିଶିଷ୍ଠ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା,ବରିଷ୍ଠ ସଦସ୍ୟ ରକ୍ତଦାତା କପିଳେଶ୍ଵର ସେନାପତି, ବିଜୟ କୁମାର ବେହେରା ଫୁଲବାଣୀ ରକ୍ତଭଣ୍ଡାର ଅଧିକାରୀ ଡ.ଜୟଦୀପ ଘୋଷ ଏବଂ ମୋବାଇଲ ରିଟେଲର ଆସୋସିଏସନ କନ୍ଧମାଳର ଶାଖାର ସଭାପତି କ୍ରିଷ୍ଣା ସେନାପତି, ସମ୍ପାଦକ ପ୍ରମୋଦ ମହାପାତ୍ର ଏବଂ ସଦସ୍ୟ ମାନେ ଯୋଗ ଦେଇଥିଲେ । +ଶିବିରରେ ପ୍ରଥମେ ପୌରାଧ୍ୟକ୍ଷାଙ୍କ ପୁଅ ଶ୍ରୀତମ ମହାନ୍ତି ରକ୍ତଦାନ କରିଥିଲେ । +ପରେ ପରେ ସଭାପତି କ୍ରିଷ୍ଣା ସେନାପତି ଓ ବିଜୟ କୁମାର ବେହେରା ସମେତ ସେମାନଙ୍କ ଧର୍ମପତ୍ନୀ ମାନେ ରକ୍ତଦାନ କରିଥିଲେ । +ଏଥିସହିତ ମୋବାଇଲ ଆସୋସିଏସନ ର ସଦସ୍ୟ ଓ ଅନ୍ଯ ଯୁବକ ଯୁବତୀ ମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । +ରକ୍ତ ସଂଗ୍ରହ କାର୍ଯ୍ୟ ରେ ରକ୍ତଭଣ୍ଡାର ର କର୍ମଚାରୀ ସୂଜିତ କୁମାର ସାହୁ, ଦିନକୃଷ୍ଣ ମହନ୍ତ,ପ୍ରଶାନ୍ତ କୁମାର ରତ୍ନାଲୁ, ବରୁଣ ବେହେରା ଓ ସଞ୍ଜୁକ୍ତା ଦଳଛତ୍ର ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । +ଶିବିରରେ ମୋଟ ୫୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । +ଶିବିର ପରିଚାଳନା ରେ ଆସୋସିଏସନ ର ସଦସ୍ୟ ଦେବାଶିଷ ପାତ୍ର,ଶିବପ୍ରସାଦ ପାଢୀ,ରୁପେଶ କୁମାର ପାଢ଼ୀ,ହିମାଂଶୁ ଶେଖର ନାୟକ,ରାମଚନ୍ଦ୍ର ଭୂୟାଁ,କାହ୍ନୁଚରଣ ପାଣିଗ୍ରାହୀ,ସନ୍ତୋଷ କୁମାର ସ୍ବାଇଁ ଓ ସନ୍ତୋଷ ରାଓ ପ୍ରମୁଖ ସହାୟତା କରିଥିଲେ । +ସୋଆ କୁଳପତି ଅଶୋକ ମହାପାତ୍ରଙ୍କୁ ସି.ଭି. ରମଣ ବିଜ୍ଞାନ ରତ୍ନସମ୍ମାନ +ଭୁବନେଶ୍ୱର, ୧୧/୦୬: ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା +ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କୁ ସି.ଭି. ରମଣ +ବିଜ୍ଞାନ ରତ୍ନ ସ୧ାନରେ ସ୧ାନିତ କରାଯାଇଛି । +ସି.ଭି ରମଣ ଆୱାର୍ଡ ସିଲେକ୍ସନ୍ ବୋର୍ଡ ପକ୍ଷରୁ ଆୟୋଜିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍‌ସ +ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ନାଇଜର), ଭୁବନେଶ୍ୱର କ୍ୟାମ୍ପସ୍ ଠାରେ ଗତ ଶୁକ୍ରବାର ଦିନ ଆୟୋଜିତ ଏକ +କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ପ୍ରଫେସର ମହାପାତ୍ରଙ୍କୁ +୨୦୨୧ ମସିହା ନିମନ୍ତେ ଏହି ସ୧ାନ ପ୍ରଦାନ କରାଯାଇଛି । +ନାଇଜର, ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର (ଡକ୍ଟର) ସୁଧାକର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ +ଏହି କାର୍ଯ୍ୟକ୍ରମରେ ବିପିୟୁଟିର ପୂର୍ବତନ କୁଳପତି ପ୍ରଫେସର (ଡକ୍ଟର) ଓମ୍‌କାରନାଥ ମହାନ୍ତି ମୁଖ୍ୟ ଅତିଥି +ଭାବେ ଯୋଗ ଦେଇଥିବା ବେଳେ ସାହିତ୍ୟିକ ଶ୍ରୀ ବିଜୟ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । +କାର୍ଯ୍ୟକ୍ରମକୁ ସି.ଭି. ରମଣ ଆୱାର୍ଡ ସିଲେକ୍ସନ୍ ବୋର୍ଡର ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ଜୟକୃ୩⁄୪ +ପାଣିଗ୍ରାହୀ ପରିଚାଳନା କରିଥିଲେ । +ଓଡ଼ିଶା ହାଇକୋର୍ଟରେ ପଡ଼ିଛି ଲକ୍ଷେ ୭୩ ହଜାର ୫୧୦ ମାମଲା +୨୦୨୧ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ପଡ଼ି ରହିଛି ୧ ଲକ୍ଷ ୭୩ ହଜାର ୫୧୦ ମାମଲା । +ଏହା ପରେ ଦାଏର ହୋଇଛି ୧ ଲକ୍ଷ ୨୮ ହଜାର ୯୪୩ଟି ନୂଆ କେସ୍‌ । +ତେବେ ତା’ ଭିତରୁ ୧ ଲକ୍ଷ ୫ ହଜାର ୩୩୪ ମାମଲାର ଫଇସଲା ହୋଇଛି । +୨୦୨୧ ମସିହା ଶେଷ ସୁଦ୍ଧା ୧ ଲକ୍ଷ ୯୭ ହଜାର ୧୧୯ ମାମଲା ଏବେବି ପଡିରହିଛି । +ରାଜ୍ୟ ନ୍ୟାୟପାଳିକାର ପ୍ରଦର୍ଶନ ନେଇ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବାର୍ଷିକ ରିପୋର୍ଟ ପ୍ରକାଶ କରାଯାଇଛି । +ବିଚାର ନହୋଇ ଦୀର୍ଘ ଦିନ ଧରି ମାମଲା ପଡ଼ିରହିବା ଓ ଜିଲ୍ଲା ଜଜ୍‌ଙ୍କୁ ଠିକରେ ମାମଲା ବଣ୍ଟନ ନହେବା ଏବଂ କୋର୍ଟଙ୍କ ରହିତାଦେଶ ନିର୍ଦ୍ଦେଶ ଠିକରେ କାର୍ଯ୍ୟକାରୀ କରାନଯିବା ଭଳି ଚିନ୍ତାଜନକ ତଥ୍ୟ ରିପୋର୍ଟରେ ସାମ୍ନାକୁ ଆସିଛି । +୨୦୨୧ ମସିହାର ଏହି ରିପୋର୍ଟରେ କୁହାଯାଇଛି ଯେ, କୋର୍ଟରେ ମାମଲା ବଢିବା ଦ୍ୱାରା ନ୍ୟାୟପାଳିକା ଉପରେ ଲୋକଙ୍କ ଆସ୍ଥା ବଢୁଥିବା ସୂଚାଉଛି । +ମାତ୍ର ବହୁ କେସ୍‌ରେ ବିଚାର ହୋଇନପାରିବା ଚ୍ୟାଲେଞ୍ଜ ସୃଷ୍ଟି କରିଛି । +ଏଥି ସହିତ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟାନାଲ ଉଚ୍ଛେଦ ହେବା ପରେ ଏଠିକାର ପ୍ରାୟ ୪୦ ହଜାର ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହୋଇଛି । +ଯାହା କି ହାଇକୋର୍ଟଙ୍କ ଭାର ବଢାଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । +ପରିବେଶ ସୁରକ୍ଷା ରେ ଉଲ୍ଳେଖ ନୀୟ ଅବଦାନ, କନ୍ଧମାଳ ର ୬ ଟି ଅନୁଷ୍ଠାନ ପାଇଲେ ପ୍ରକୃତିମିତ୍ର +ଫୁଲବାଣୀ -19/6 ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ସଚେତନତା ସୃଷ୍ଟି ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ କନ୍ଧମାଳ ଜିଲ୍ଲାର ୬ ଟି ବିଭିନ୍ନ ଅନୁଷ୍ଠାନ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି । +ରାଜ୍ୟ ଜଙ୍ଗଲ, ପରିବେଶ, ଓ ଜଳ ବାୟୁ ପରିବର୍ତନ ବିଭାଗ ପକ୍ଷରୁ ରାଜଧାନୀ ରରବିନ୍ଦ୍ରମଣ୍ଡପ ଠାରେ ଆୟୋଜିତ ସମରୋହରେ ପୁରସ୍କୃତ କରାଯାଇଥିଲା । +ସାର । +ରାଜ୍ୟ ରେ.ପରିବେଶ ସଚେତନତା ପାଇଁ ଦୁଇଶହ ଅନୁଷ୍ଠାନ କୁ ପୁରସ୍କୃତ କରାଯାଇଥିଲା । +ଜଙ୍ଗଲ, ପରିବେଶ ଓ ଜଳ ବାୟୁ ପରିବର୍ତନ ବିଭାଗ ଅତିରିକ୍ତ ଶାସନ ସଚିବ ଡ଼. ମୋନା ଶର୍ମା ମୂଖ୍ୟ ଅତିଥୀ ରୂପେ ଯୋଗ ଦେଇଥିଲେ । +କନ୍ଧମାଳ ର ୬ ଟି ଅନୁଷ୍ଠାନ ହେଲା ଟିକାବାଲି ବ୍ଲକ ବୁର୍ବିନାଯୁ ରଉଚ୍ଚପ୍ରାଥମିକ ବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ ସୁଗଡ଼ବାଡ଼ି, ରାଇକିଆ, ଆମ୍ବେଦକର ଯୁବକ ସଙ୍ଘ, କୋଟଗଡ଼, ସେବାଶ୍ରମ ଜି. ଉଦୟଗିରି, ଭି ଏସ ଏସ କୁମୁରୀଗୁଡା, ଫୁଲବାଣୀ, ଭି ଏସଏ ସ, ଦଳପଡା, ଖଜୁରୀପଡା ଅନ୍ତର୍ଗତ । +ଆଦିବାସୀ ସମାଜରେ ସମ୍ବିଧାନ ଆଇନ ଏବଂ ଗଣତନ୍ତ୍ର ବ୍ୟବସ୍ଥାକୁ ପ୍ରତିଷ୍ଠା କରାଇବା ପାଇଁ ମୟୁରଭଞ୍ଜ… +୩୧-୦୫-୨୦୨୨:ସଂଜୀବ କୁମାର ରଣଜିତ,ମୟୂରଭଞ୍ଜ । +ପ୍ରେମ ଓ ଗ୍ରାମ ଜୀବନୀରେ ବନ୍ଧା ଆମ ରଜ ଗୀତ +ରଜଦୋଳି ଗୀତ: +ସାଉଦି ଆରବରେ ଓଡ଼ିଆ ଯୁବକ ଗୁରୁଦେବଙ୍କ ମୃତ୍ୟୁ ଘଟଣା: ଭାରତୀୟ ଦୂତାବାସକୁ ପତ୍ର ଲେଖିଲେ ବୈଜୟନ୍ତ… +ସାଉଦି ଆରବରେ କାମ କରୁଥିବା ବାଲୁଗାଁ ବ୍ଲକ ଅନ୍ତର୍ଗତ ଆଙ୍କୁଳା ଗାଁର ବିଜୟ ଜେନାଙ୍କ ବଡ଼ପୁଅ ଗୁରୁଦେବଙ୍କ ମୃତ୍ୟୁର ୧ ମାସ ବିତିଯାଇଥିଲେ ମଧ୍ୟ ତାଙ୍କ ମରଶରୀର ଘରକୁ ଫେରିପାରିନାହିଁ । +ଏନେଇ ଭାଜପାର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଉଦ୍ୟମ ଆରମ୍ଭ କରିଛନ୍ତି । +ଗୁରୁଦେବଙ୍କ ମରଶରୀର ଆଣିବା ଦିଗରେ ସହାୟତା କରିବା ନିବେଦନ କରି ସାଉଦି ଆରବରେ ଥିବା ଭାରତୀୟ ଦୂତାବାସକୁ ଚିଠି ଲେଖିଛନ୍ତି । +ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦେଖାକଲେ ସିଟିଜନ୍ ଫୋରମର 7… +ମାଲକାନଗିରି – ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କୁ ଗତକାଲି ସିଟିଜନ୍ ଫୋରମର 7 ଜଣିଆ ଟିମ୍ ଗସ୍ତ କରି ହସପିଟାଲର ବୁଲି ଦେଖିଲାପରେ ବିଭିନ୍ନ ସମସ୍ୟା ନେଇ ହସପିଟାଲ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ଏବଂ ପରେ ହସପିଟାଲ ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମାଲକାନଗିରି ଜିଲାପାଳଙ୍କୁ ଦେଖା କରିଥିଲେ । +– ହସପିଟାଲ ପାଇଁ ମୁଖ୍ଯତ ବର୍ଷକ ପୁର୍ବରୁ ଆସିଥିବା ସିଟିସ୍କାନ ର କାର୍ଯ୍ୟକ୍ଷମ ନେଇ ଦେଖାଯାଇଥିବା ସମସ୍ୟା ଉପରେ ଆଲୋଚନା କରିଥିଲେସିଟିଜନ୍ ଫୋରମର ସଦସ୍ଯ ମାନେ । +ହସ୍ପିଟାଲ୍ କାଯୁଆଲ୍ ଟି ରେ 20ଟି ବେଡ୍ ପରିବର୍ତେ ଅଛି ମାତ୍ର 3ଟି ବେଡ୍ ଏବଂ ଏହାକୁ ଲାଗି ରହିଥିବା ଅଂଶୁଘାତ କକ୍ଷରେ 20ଟି ବେଡ୍ ପରିବର୍ତେ ଅଛି ମାତ୍ର 2ଟି ବେଡ୍ । +କାଯୁଏଲ୍ ଟିର ଏଭଳି ସ୍ଥାନ ରେ ବେଡ୍ ବଢାଇବା ପରିବର୍ତେ ଏହି ସ୍ଥାନ ରେ ଟେମ୍ପରାରି ଭାବେ କିଭଳି ସିଟିସ୍କାନ କର୍ଯ୍ୟ ଗୃହ ନିର୍ମାଣ କରା ଯାଉଛି ଏବଂ ଏହି ସ୍ଥାନରେ ଛୋଟ ଛୋଟ କୋଠରିକୁ ଭାଗକରି ଅଂଶୁଘାତ ଚିକିତ୍ସା କକ୍ଷ କରାଯାଉଛି । +ଏହାକୁ ନେଇ ପ୍ରଶ୍ନ ଉଠାଇବା ସହ ଏଠାରେ ତରବରିଆ ଭାବ କରାଯାଉଥିବା କମକୁ ତୁରନ୍ତ ବନ୍ଦକରି ରେଡିଓ ଲୋଜି ଡିପାର୍ଟମେଣ୍ଟ ର ପରମାନେଣ୍ଟ ଗୃହ କରାଯାଉ ବୋଲି ଦାବି ରଖିଛନ୍ତି ସିଟିଜନ୍ ଫୋରମର ସଦସ୍ଯ ମାନେ । +ଜିଲ୍ଲାର ଏହା ମୁଖ୍ଯ ଚିକିତ୍ସାଳୟ ହୋଇଥିବାରୁ ଜିଲ୍ଲା ଓ ଜିଲ୍ଲା ବାହାରର ସହ ସହ ରୋଗି ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି । +ଏଠାକୁ ରୋଗିଙ୍କ ସହ ଆସିଥିବା ଆଟେଣ୍ଡାଣ୍ଟ ମାନଙ୍କ ପାଇଁ ହସ୍ପିଟାଲ ପରିସର ବାହାରେ ସୌଚାଳୟ ଟି ବି ନଥିବାରୁ ଲୋକମାନେ ନାହିଁ ନଥିବା ହଇରାଣ ହଇରାଣ ହଉଛନ୍ତି । +ଏଥି ହସ୍ପିଟାଲ ଠାରୁ ବ୍ଲଡ ବ୍ୟାଙ୍କ 3 କିଲୋମିଟର ଦୁରରେ ଥିବାରୁ ବ୍ଲଡ ପାଇଁ ଆସୁଥିବା ରୋଗି ମାନଙ୍କ ସମ୍ପର୍କିତ ମାନେ ନାହିଁ ନଥିବା ହଇରାଣ ହବା ସହ ଗରିବ ଲୋକ ମାନେ ଅଟୋ ଭଡା 400 ରୁ 500 ଟଙ୍କା ଦବାକୁ ପଡୁଥିବା ଅଭିଯୋଗ କରିଛନ୍ତି । +ଏଥିସହ ଏଠାରେ ଓ୍ବାଏର୍ ହାଉସ୍ ବି ନଥିବାରୁ ଜରୁରି ଔଷଧ ଆଣିବା ପାଇଁ ହସ୍ପିଟାଲ କତୃପକ୍ଷ ପୁରୁଣା ହସ୍ପିଟାଲ କୁ 3 କିଲମିଟର ଜିବାକୁ ପଡୁଥିବା କହିଥିବା ଅଭିଯୋଗ ଆଣିଛନ୍ତି ସିଟିଜନ୍ ଫୋରମର ସଦସ୍ଯ ମାନେ । +– ହସ୍ପିଟାଲ ରେ ସ୍ଥାଇ ରେଡିଓଲୋଜି ଗୃହ , ରକ୍ତ ଭଣ୍ଡାର, ସାର୍ବଜନୀକ ସୌଚାଳୟ ଭଳି ବିଭିନ୍ନ ସମସ୍ୟାନେଇ ନେଇ ମାଲକାନଗିରି ସିଡିଏମ୍ଓଙ୍କ ସହ ଆଲୋଚନା କରି ବା ପରେ ଜିଲ୍ଲାପାଳଙ୍କୁ ଦେଖାକରି ସମସ୍ୟା ଜଣାଇଛନ୍ତି ସିଟିଜନ୍ ଫୋରମର ସଦସ୍ଯ ମାନେ । +ସିଟିଜନ୍ ଫୋରମର ଟିମ୍ ରେ ବରିଷ୍ଠ ଓକିଲ ଦୁର୍ଗାପ୍ରସାଦ ତ୍ରିପାଠୀ , ସଦସ୍ଯ ବରିଷ୍ଠ ଓକିଲ ଅଶୋକ କୁମାର ପଟନାୟକ , ବରିଷ୍ଠ ନାଗରିକ ଅଶୋକ କୁମାର ସାମଲ୍ , ସମାଜସେବୀ ଜି ଶ୍ରୀନିବାସ ରାଓ , ଆଦିବାସୀ ସମାଜସେବୀ ଏରା ପଡିଆମି , ଆଦିବାସି ନେତା ତଥା ସାମ୍ବାଦିକ ସନୁ ଅନୁଗୁଳିଆ ଏବଂ ସାମ୍ବାଦିକ ପଞ୍ଚାନନ ଦାଶ ପ୍ରମୁଖ ହସ୍ପିଟାଲ ବୁଲି ଦେଖିବା ସହ ହସ୍ପିଟାଲର ସମସ୍ୟା ର ସମାଧାନ ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କୁ ଦେଖାକରିଥିଲେ । +ଶାତ ମହଲା ବିଶିଷ୍ଟ ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଏଭଳି ବହୁ ସମସ୍ୟା ଥିବାବେଳ ଜିଲ୍ଲାପାଳ ଏହି ସବୁ ସମସ୍ୟାର କିଭଳି ଓ କେତେ ଦିନରେ ସମାଧାନ କରୁଛନ୍ତି ତାହା ଦେଖିବାକୁ ରହିଲା । +୫ଟି ଶାସନ ସଚିବ ଭିକେ ପାଣ୍ଡିଆନ୍‌ ଆଜି ଗଂଜାମ ଓ ଗଜପତି ଜିଲ୍ଲା ଗସ୍ତ : ବହୁମୁଖୀ ଜଳସେଚନ… +ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଏବଂ ୫ଟି ଶାସନ ସଚିବ ଭିକେ ପାଣ୍ଡିଆନ୍‌ ଆଜି ଗଂଜାମ ଓ ଗଜପତି ଜିଲ୍ଲା ଗସ୍ତ କରି ବହୁମୁଖୀ ଜଳସେଚନ ପ୍ରକଳ୍ପ, ବିଦ୍ୟାଳୟ ରୁପାନ୍ତରଣ ଓ ବିଦ୍ୟାଳୟରେ ସୌରଶକ୍ତି ବ୍ୟବସ୍ଥା ଆଦି ପ୍ରକଳ୍ପଗୁଡ଼ିକର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଛନ୍ତି । +ଭୁବନେଶ୍ୱର ଇନ୍ଦିରା କଲୋନୀରେ ଏଟିଏମକୁ ତାଡି ନେବା ଘଟଣା: ୨ ଅଭିଯୁକ୍ତ ଗିରଫ +ଭୁବନେଶ୍ୱର ସ୍ଥିତ ଶିଶୁପାଳଗଡ଼-ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ଏଟିଏମ୍ ଉପାଡ଼ି ନେଇ ଟଙ୍କା ଲୁଟ୍ ଘଟଣାର ଚେର ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଛି । +ଏହି ଘଟଣାରେ କମିଶନରେଟ୍‌ ପୁଲିସ ୨ ଜଣଙ୍କୁ ଗିରଫ କରିବା ପରେ ଏ କଥା ଜଣାପଡ଼ିଛି । +ଗିରଫ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଂଲାଦେଶୀ ହୋଇଥିବା ବେଳେ ଆଉ ଜଣେ କୋଲକାତାର । +ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । +୨୬ ଜଣଙ୍କୁ ଗ୍ରାମ କଣ୍ଟକ ପରମ୍ବକ ଅନ୍ତର୍ଗତ ସ୍ଥାୟୀ ପଟ୍ଟା ବଣ୍ଟନ +ମାଲକାନଗିରି: ଦୀର୍ଘ ଦିନ ର ଅବସାନ ପରେ ଆଜି ଆଉ ୨୬ ଜଣ ଙ୍କୁ ଗ୍ରାମ କଣ୍ଟକ ପରମ୍ବକ୍ ଅନ୍ତର୍ଗତ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଛି । +ମାଲକାନଗିରି ସଦର ମହକୁମାରେ ବସ ବାସ କରୁଥିବା ଲୋକ ଙ୍କୁ ସ୍ଥାୟୀ ପଟ୍ଟା ବଣ୍ଟନ କରାଯାଇଛି । +ମାଲକାନଗିରି ତହସିଲ କାର୍ଯ୍ୟାଳୟ ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ମାନ୍ୟବର ପୂର୍ବତନ ବିଧାୟକ ତଥା ସ୍ଵତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡ଼ କ । +ମି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । +ମୁଖ୍ୟ ଅତିଥି ଙ୍କ ଦ୍ଵାରା ୨୬ ଜଣ ଙ୍କୁ ଗ୍ରାମ କଣ୍ଟକ ପରମ୍ବକ ଅନ୍ତର୍ଗତ ହିତାଧିକାରୀ ଙ୍କୁ ସ୍ଥାୟୀ ପଟ୍ଟା ବଣ୍ଟନ କରାଯାଇଛି । +ମାଲକାନଗିରି ଜିଲ୍ଲା ସଦର ପୌର ପରିଷଦ ଅଞ୍ଚଳ ଲୋକେ ଦୀର୍ଘ ଦିନ ହେଲା ସ୍ଥାୟୀ ପଟ୍ଟା ପାଇ ପରୁ ନଥିଲେ । +ପୂର୍ବତନ ବିଧାୟକ ମାନସ ମାଡ଼ କାମି ଓ ମାନ୍ୟବର ଉଚ୍ଚ ନ୍ୟାୟ । +ଳୟ ର ବରିଷ୍ଟ ଆଇନଜୀବୀ । +ଶ୍ରୀ ଏସ କେ ମିଶ୍ର ଙ୍କ ପ୍ରଚେଷ୍ଟା ରେ ଗ୍ରାମ କଣ୍ଟକ ପରମ ବକ ଅନ୍ତର୍ଗତ ସ୍ଥାୟୀ ପଟ୍ଟା ପାଇ ପାରିଲେ । +୨୦୧୮-୧୯ ରେ ୪୩୫ ଜଣ ଙ୍କୁ ପଟ୍ଟା ମାଲକାନଗିରି ତହସିଲ ପୋକ୍ଷ ରୁ ପ୍ରଦାନ କରାଯାଇ ଥିବା ବେଳେ ୨୦୧୯ -୨୦ ରେ ୨୨ ଜଣ ଙ୍କୁ ପଟ୍ଟା । +ବଣ୍ଟନ କରାଯ । +ଇଥିଲା । +ସେହିପରି ୨୦୨୦-୨୧ ରେ ୩୯ ଜଣ ଙ୍କୁ ପଟ୍ଟା ବଣ୍ଟନ କର । +ଜ । +ଇଥିଲ । +ଏହି ଅବସରରେ ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ, ଆଡିଶିନାଲ ତହସିଲଦାର ଜଗଦୀଶ କ । +ର୍ତ । +ମି ,ପୌର ପରିଷଦ ଉପାଧକ୍ଷ । +ଶ୍ରୀମତୀ କବିତା ମାହୁନ୍ତ, କାଉନସିଲର ମାନେ ଏବଂ ତହସିଲ କାର୍ଯୟାଳୟ ର ବରିଷ୍ଟ କିରାଣୀ ଶ୍ୟାମ ସୁନ୍ଦର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । +ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ମାମଲାରେ ଜିଲ୍ଲା ଅଦାଲତଙ୍କ ରାୟ : ସାଂସଦ ଅନୁଭବଙ୍କ ଘରେ ରହିବେ… +କଟକ: ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ କଟକ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ଜିଲ୍ଲା ଅଦାଲତ ଆଜି ରହିତାଦେଶ ଜାରି କରିଛନ୍ତି । +କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ବଡ଼ ଝଟକା ଲାଗିଛି । +ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ କଟକ ଜିଲ୍ଲା ଜଜ ରୋକ୍‌ ଲଗାଇଛନ୍ତି । +ତେଣୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ଅନୁଭବଙ୍କ ଘରେ ରହିବେ । +କଟକ ଜିଲ୍ଲା ଜଜ୍‌ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । +କଟକ ଜିଲ୍ଲା ଜଜ୍‌ ଏସଡିଜେଏମଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଛନ୍ତି । +ସୂଚନାଯୋଗ୍ୟ, ଏସ୍‌ଡିଜେଏମ୍‌ ଅନୁଭବଙ୍କ ଘର ଛାଡ଼ି ବର୍ଷାଙ୍କୁ ଅନ୍ୟତ୍ର ରହିବାକୁ ନିର୍ଦ୍ଦେଶ ଦେଇଥିଲେ । +ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪ ତାରିଖରେ ହେବ । +ପୂର୍ବରୁ ଅନୁଭବ ଦାଖଲ କରିଥିବା ଏକ ପିଟିସନ୍‌କୁ ଏସଡିଜେଏମ୍‌ ଗ୍ରହଣ କରି ଶାଶୂଘର ଛାଡିବାକୁ ବର୍ଷାଙ୍କୁ ନିର୍ଦେଶ ଦେଇଥିଲେ । +ଖାଲି ସେତିକି ନୁହେଁ, ବର୍ଷାଙ୍କ ଘରଭଡା ପାଇଁ ଅନୁଭବ ମାସିକ ୩୦ ହଜାର ଟଙ୍କା ପ୍ରଦାନ କରିବେ । +ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ଏହି ଟଙ୍କା ଦେବାକୁ ହେବ । +ପ୍ରଥମ ମାସିକ ଘରଭଡା ଟଙ୍କା ପାଇବାର ଦୁଇ ମାସ ମଧ୍ୟରେ ଅନୁଭବଙ୍କ ଘର ବର୍ଷା ଛାଡ଼ିବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଥିଲେ । +ଏହି ନିର୍ଦ୍ଦେଶକୁ ବିରୋଧ କରି ବର୍ଷା ଜିଲ୍ଲା ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । +ବୌଦ୍ଧ NAC ର ପ୍ରତି ୱାର୍ଡ ରେ ମିଶନଶକ୍ତି ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ….. +ବୌଦ୍ଧ :23/05. ବୌଦ୍ଧ ଜିଲ୍ଲା NAC ର ପ୍ରତି ୱାର୍ଡ ରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଆଜି କାର୍ଯ୍ୟାଦେଶ ଜାରିହୋଇଛି!ବୌଦ୍ଧ NAC ର 13ଗୋଟି ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠି ଙ୍କୁ ପ୍ରତି ୱାର୍ଡ ର ପ୍ରତି ଗୋଷ୍ଠି ରୁ 10ଜଣ ଲେଖାଏଁ ସଭ୍ୟା ଙ୍କୁ ନେଇ ନଗର ପାଳ ଙ୍କଉପସ୍ଥିତ ରେ ବିଜ୍ଞ । +ପିତ ପରିଷଦ କାର୍ଯ୍ୟାଳୟ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା!ଏହି ସଭାରେ ଏହି 13ଗୋଟି ୱାର୍ଡ ରେ 13ଗୋଟି ମିଶନଶକ୍ତି ଗୃହ ନିର୍ମାଣ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି! +ଏଜୁକେସନ୍ ୱାର୍ଲ୍ଡ ପତ୍ରିକା ଆୟୋଜିତ ପ୍ରାଇଭେଟ୍ ୟୁନିଭର୍ସିଟିଜ୍ ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶାରେ… +ଭୁବନେଶ୍ୱର, ୩୧/୦୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓଡ଼ିଶାର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ । + ଇଂରାଜୀ +ପତ୍ରିକା “ଏଜୁକେସନ୍ ୱାର୍ଲ୍ଡ” ପକ୍ଷରୁ ଆୟୋଜିତ ଇଣ୍ଡିଆ ପ୍ରାଇଭେଟ୍ ୟୁନିଭର୍ସିଟିଜ୍ ର‌୍ୟାଙ୍କିଙ୍ଗ୍ ୨୦୨୨-୨୩ +ରେ ଓଡ଼ିଶାରେ ଏକ ନମ୍ବର ସ୍ଥାନ ହାସଲ କରିଛି ସୋଆ । + ଏ ନେଇ ଶନିବାର ଏଜୁକେସନ୍ ୱାର୍ଲ୍ଡ ପକ୍ଷରୁ +ନୂଆଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସୋଆକୁ ସମ୍ବର୍ଦ୍ଧିତ କରାଯାଇଛି । +ନୂଆଦିଲ୍ଲୀ (ଏନ୍‌ସିଆର୍‌) ସ୍ଥିତ ଏକ ପଂଚତାରକା ହୋଟେଲ୍‌ରେ ଅନୁଷ୍ଠିତ ଏହି ଉତ୍ସବରେ ସୋଆର +ଅଫିସର୍ ଅନ୍ ସ୍ପେଶାଲ୍ ଡ୍ୟୁଟି ଶ୍ରୀ ପ୍ରୀତମ ନାୟକ ଗ୍ରେକ୍ୱେଷ୍ଟ ପ୍ରତିଷ୍ଠାତା ରିଷଭ ମେହେତାଙ୍କ ଠାରୁ +ବିଶ୍ୱବିଦ୍ୟାଳୟ ତରଫରୁ ଏହି ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି । +ଏହି ର‌୍ୟାଙ୍କିଙ୍ଗରେ ଓଡ଼ିଶାରେ ସୋଆ ବିଶ୍ୱବିଦ୍ୟାଳୟ ତାଲିକାରେ ଏକ ନମ୍ବର ସ୍ଥାନ ହାସଲ କରିଥିବା +ବେଳେ ଦେଶରେ ୨୦ ତମ ସ୍ଥାନ ହାସଲ କରିଛି । + ଏହି ର‌୍ୟାଙ୍କିଙ୍ଗ୍‌ରେ ଦେଶର ୧୦୦ରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନ +ସାମିଲ ହୋଇଥିଲେ । +ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍‌ର +ସେକ୍ରେଟେରୀ ଜେନେରାଲ୍ ଡକ୍ଟର ପଙ୍କଜା ମିତଲଙ୍କ ସମେତ ଏଜୁକେସନ୍ ୱାର୍ଲ୍ଡ ପତ୍ରିକାର ଫାଉଣ୍ଡିଙ୍ଗ୍ ଏଡିଟର୍‌ +ଶ୍ରୀ ଦିଲ୍ଲୀପ୍ ଠାକୁର, ମ୍ୟାନେଜିଙ୍ଗ ଏଡିଟର ସୁମିୟା ୟାସ୍‌ମିନ, ଜେନେରାଲ୍ ମ୍ୟାନେଜର ତେଜାସ୍ ପଟନୀ ଓ +ମାର୍କେଟିଙ୍ଗ ମ୍ୟାନେଜର ଆସାନା ଜୈନ୍ ପ୍ରମୁଖ ଉପସ୍ଥିତ ଥିଲେ । +ତମନ୍ନା ଓପେରା ମିସ୍‌ ଇଣ୍ଡିଆ +ବ୍ରହ୍ମପୁରର ଯୁବତୀ ଏବଂ ମହିଳାମାନେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ସଫଳତା ଅର୍ଜନ କରି ସହର ପାଇଁ ଗୌରବ ଆଣୁଛନ୍ତି । +ଏହି କ୍ରମରେ ବଡ଼ଖେମୁଣ୍ଡି ସାହିର ତମନ୍ନା ରାଣୀ ନାୟକ ଜିତିଛନ୍ତି ଓପେରା ମିସ୍‌ ଇଣ୍ଡିଆ ଉପାଧି । +ଜ୍ୟୋତିରଞ୍ଜନ ନାୟକ ଏବଂ କଳ୍ପନାରାଣୀଙ୍କ ଝିଅ ତମନ୍ନା ଶଶିଭୂଷଣ ରଥ ମହିଳା ସ୍ବୟଂ ଶାସିତ ମହାବିଦ୍ୟାଳୟରେ +୩ରେ ପଢ଼ୁଛନ୍ତି । +ପୁଣେରେ ଆୟୋଜିତ ଏହି ପ୍ରତିଯୋଗିତାରେ ଦେଶବ୍ୟାପି ୭ ହଜାର ଯୁବତୀ ଭାଗନେଇଥିଲେ । +ମାତ୍ର ୫୦ ଜଣ ଚୂଡ଼ାନ୍ତ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିଲେ । +ସମସ୍ତଙ୍କୁ ପଛରେ ପକାଇ ତମନ୍ନା ବିଜୟୀ ହୋଇଥିଲେ । +ତମନ୍ନାଙ୍କୁ କାହ୍ନା ଚାରିଟେବୁଲ୍‌ ଟ୍ରଷ୍ଟ ତରଫରୁ ସମ୍ମାନିତ କରାଯାଇଛି । +ଟ୍ରଷ୍ଟର ପ୍ରତିଷ୍ଠାତା ରଞ୍ଜନା ମିଶ୍ର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । +ଶତୃ ପାଇଁ ରଣହୁଙ୍କାର: ଆଉ ଏକ କ୍ଷେପଣାସ୍ତ୍ର ପରୀକ୍ଷଣରେ ଭାରତକୁ ସଫଳତା +ବାଲେଶ୍ୱର: ଭାରତୀୟ ନୌସେନା ଏବଂ ଡିଆରଡିଓ ଦ୍ୱାରା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର V । +-SRSAMର ସଫଳ ପରୀକ୍ଷଣ ଶେଷ ହୋଇଛି । +ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ନେସୈନିକ ଜାହାଜରୁ ଏହାର ପରୀକ୍ଷଣରେ ସଫଳତା ପାଇଛି ଭାରତ । +ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରିବ ଏହି କ୍ଷେପଣାସ୍ତ୍ର । +ଏହାର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ DRDOକୁ ଶୁଭେଚ୍ଛା ଜଣାଇଛନ୍ତି । +ରାଡାର ଏବଂ ଇନଫ୍ରାରେଡକୁ ଚକମା ଦେଉଥିବା ମିସାଇଲ ଗୁଡିକୁ ମଧ୍ୟ ଏହି କ୍ଷେପଣାସ୍ତ୍ର ଟାର୍ଗେଟ କରିବାରେ ମାହିର । +ଏକ ହାଇ ସ୍ପିଡ ଏରିଆଲ ବିମାନକୁ ଟାର୍ଗେଟ କରି ଆଜି ଏହି ମିସାଇଲର ଉତକ୍ଷେପଣ କରାଯାଇଥିଲା । +ଯାହା ସଫଳତାର ସହ ଶେଷ ହୋଇଛି । +ଏହି ପରୀକ୍ଷଣରେ ସଫଳତା ହାସଲ କରିଛି ଭାରତୀୟ ନୌସେନା । +ଏ ନେଇ ଡିଆରଡିଓ ତରଫରୁ ସୂଚନା ଦିଆଯାଇଛି । +ଏହାବ୍ୟତୀତ ଚାନ୍ଦିପୁରର ଆଇଟିଆର ଦ୍ୱାରା ଏକାଧିକ ଟ୍ରାକିଂ ଉପକରଣ ବ୍ୟବହାର କରି ସ୍ୱସ୍ଥ୍ୟ ପାରାମିଟର ସହ କ୍ଷେପଣାସ୍ତ୍ରର ଗତିବିଧି ଉପରେ ନଜର ରଖାଯାଇଥିଲା । +ଶତୃପକ୍ଷର ଆକାଶ ମାର୍ଗରୁ ଦ୍ରୁତ ଗତିରେ ଆସୁଥିବା ଲକ୍ଷ୍ୟକୁ ଭେଦ କରିବାରେ ସଫଳ ହୋଇଛି ଭର୍ଟିକାଲ ଲଞ୍ଚ ସର୍ଟ ରେଞ୍ଜ ସର୍ଫେସ ଟୁ ଏୟାର(V । +-SRSAM) ମିଶାଇଲ । +ଚାନ୍ଦିପୁର ଘାଟିରେ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । +ସ୍ବାସ୍ଥ୍ୟ ସେବା ଦିଗକୁ ଅଗ୍ରଗତି କରିବାରେ ସହାୟକ ହୋଇଛନ୍ତି +ପାନୀୟ ଜଳ ସମସ୍ୟାର ସମାଧାନ କର, ନହେଲେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ହେବ ଆମରଣ ଅନଶନ +ଅନୁଗୁଳରେ ପାରଦ ୪୦ ଡିଗ୍ରୀ ଉପରେ । +ପ୍ରଚଣ୍ଡ ଖରା ସାଙ୍ଗକୁ ପାଣି ସମସ୍ୟା ଅଧିକ ଜଟିଳ କରିଛି । +ପିଇବା ପାଣି ସମସ୍ୟା ନେଇ ଆଜି ବଂରପାଳ ବ୍ଲକ କୁଇଓ ଗ୍ରାମବାସୀମାନେ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି । +ଗ୍ରାମର ଏକାଧିକ ମହିଳା ଏବଂ ପୁରୁଷ ଗରା ମାଠିଆ ଧରି ଜିଲ୍ଲାପାଳଙ୍କ ଅଫିସ ଆଗରେ ବସିଛନ୍ତି । +ତିରିଶ ହଜାର ଟୁଇଟ କରି ରେକର୍ଡ ସୃଷ୍ଟି କଲେ ରାଜେଶ +ଫୁଲବାଣୀ -17/6 ଗୋଟିଏ କି ଦୁଇଟି ନୁହେଁ ତିରିଶ ହଜାର ଟୁଇଟ କରି ରେକର୍ଡ ସୃଷ୍ଟି କରିଛନ୍ତି କନ୍ଧମାଳ ଜିଲାର କଳି ଙ୍ଗାଅଂଚଳ ରରାଜେଶ କୁମାର ବଗର୍ତି । +ରାଜେଶ କେବଳ କନ୍ଧମାଳ ନୁହେଁ ସମଗ୍ର ଓଡ଼ିଶା ରାଜ୍ୟର ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ସମସ୍ୟା ତଥା ବିକାଶ ମୂଳକ କାର୍ଯ୍ୟ ପାଇଁ ଗତ ୨୦୧୫ ମସିହା ଠାରୁ ତଥା ପ୍ରତିଦିନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ Twitter ମାଧ୍ୟମରେ Tweet କରି ଅବଗତ କରିବା ସହିତ ବିଭିନ୍ନ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ପତ୍ର ଲେଖିଥାଏ । +ଆଜି ଉଭୟ Tweet ସଂଖ୍ୟା -୨୫୪୦୦ ଏବଂ ଚିଠି ପତ୍ର ସଂଖ୍ୟା-୪୭୦୩ ମିଶି ୩୦ ହଜାର ଅତିକ୍ରମ କରିଛି । +ଏହି କାର୍ଯ୍ୟ ଧାରା ଯୋଗୁଁ ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ କ୍ଷେତ୍ରରେ ୨୫୦୦୦ ହଜାରରୁ ଉର୍ଦ୍ଧ୍ବ ସଂଖ୍ୟକ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିଛି । +ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଆପଣଙ୍କର ସ୍ନେହ, ଶ୍ରଦ୍ଧା, ସାହାଯ୍ୟ, ସହଯୋଗ ଏବଂ ଭଲ ପାଇବା ଯୋଗୁଁ ଆଜି ଏହି ସବୁ ସମ୍ଭବ ହୋଇପାରିଥିବା ସେ କହିଛନ୍ତି । +ଆଗକୁ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସାମାଜିକ ଓ ବିକାଶ ମୂଳକ କାର୍ଯ୍ୟଧାରା ଜାରି ରଖିବେ ବୋଲି ରାଜେଶ କହିଛନ୍ତି । +ଅବିଭକ୍ତ କୋରାପୁଟ ଜିଲ୍ଲାର ଘୋରୋଇ ବସ ମାଲିକ ସଂଘର ପୂର୍ବତନ ସଭାପତି ସ୍ୱର୍ଗୀୟ ଦୁର୍ଗା… +ମାଲକାନଗିରି:ଅବିଭକ୍ତ କୋରାପୁଟ ଜିଲ୍ଲା ର ପୂର୍ବତନ ସଭାପତି ସ୍ୱର୍ଗୀୟ ଦୁର୍ଗା ପ୍ରସାଦ ତ୍ରିପାଠୀ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ମାଲକାନଗିରି ଘୋରୋଈ ବସ ମାଲିକ ସଂଘ ପୋକ୍ଷ ରୁ ଆୟୋଜନ କରାଯାଇଥିଲା । +ଏହି ଶ୍ରାଦ୍ଧ ବାର୍ଷିକ ଘୋରଇ ବସ ମାଲିକ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । +ସ୍ବର୍ଗତ ଦୁର୍ଗା ଭାଇନା ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚ । +ରଣ ପୂର୍ବକ ଶୋକ ପ୍ର । +ଥନା କରାଯାଇଥିଲା । +ଏହି ଅବସରରେ ମାଲକାନଗିରି ଘରୋଇ ବସ୍ ମାଲିକ ସଂଘ ର ସଭାପତି ରଜେଶ୍ୱରି ପ୍ରଧାନ, ଉପସଭାପତି ସପନ କୁମାର ଦତ୍ତ , ସନ୍ତୋଷ ପାଣିଗ୍ରାହୀ , ଛବି ଦାସ, ଝୁଲା ରାଉତ ,ସୁବାସ ବିଷୋୟୀ ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । +ଜାଲ୍‌ ପ୍ରମାଣପତ୍ରରେ ଶିକ୍ଷକତା କରୁଥିଲେ ଦଂପତି; ସ୍ବାମୀ ବହିଷ୍କୃତ, ସ୍ତ୍ରୀ ନିଲମ୍ବିତ +ଜାଲ୍‌ ଶିକ୍ଷା ଓ ଜାତି ପ୍ରମାଣପତ୍ର ଦେଇ ଚାକିରି କରିଥିବା ଏକ ଶିକ୍ଷକ ଦମ୍ପତିଙ୍କୁ ଧରିଛି ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗ । +ଉଭୟଙ୍କ ବିରୋଧରେ ଠୋସ୍‌ ପ୍ରମାଣ ମିଳିବା ପରେ ଶିକ୍ଷକ ସ୍ବାମୀଙ୍କୁ ଚାକିରିରୁ ବହିଷ୍କାର ଓ ଶିକ୍ଷୟିତ୍ରୀ ସ୍ତ୍ରୀ’ଙ୍କୁ ନିଲମ୍ବନ କରାଯାଇଥିବା କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ନବକିଶୋର ଗିରି । +ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲାର ଯଯାତି ବାରିକ କପ୍ତିପଦା ବ୍ଲକ୍‌ ମଝିଗଡ଼ିଆ ସରକାରୀ ହାଇସ୍କୁଲରେ ସହକାରୀ ଶିକ୍ଷକ ଓ ସେହି ସ୍କୁଲରେ ସଂସ୍କୃତ ଶିକ୍ଷୟିତ୍ରୀ ଅଛନ୍ତି ତାଙ୍କ ପତ୍ନୀ ମୟୂରଭଞ୍ଜର ସସ୍ମିତା ସାହୁ । +ଦୁହେଁ ୨୦୧୩ ମସିହାରୁ ଏଠାରେ ଶିକ୍ଷକତା କରି ଆସୁଥିଲେ । +ତେବେ ଯଯାତି ଓ ସସ୍ମିତା ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଦେଇ ଚାକିରି କରିଥିବା ପୂର୍ବରୁ ଅଭିଯୋଗ ହୋଇଥିଲେ ମଧ୍ୟ ଏହାକୁ ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ବ ଦେଇନଥିଲେ । +ଏ ସଂକ୍ରାନ୍ତରେ ଜଣେ ସୂଚନା ଅଧିକାର କର୍ମୀ ବିଶ୍ବବିଦ୍ୟାଳୟରୁ ତଥ୍ୟ ମଗାଇଲା ପରେ ସେମାନଙ୍କ ଜାଲିଆତି ଧରାପଡ଼ିଥିଲା । +ଜିଲ୍ଲାପାଳ ବିନୀତ ଭରଦ୍ବାଜ ଏହା ଜାଣିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । +ଫଳରେ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକ ଦମ୍ପତିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । +ନିର୍ଦ୍ଧାରିତ ସମୟରେ ନୋଟିସ୍‌ର କୌଣସି ଉତ୍ତର ନ ମିଳିବାରୁ ଯଯାତିଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । +ଏଥିସହ ସେ ୯ ବର୍ଷରେ ଦରମା ବାବଦକୁ ଉଠାଇଥିବା ମୋଟ୍‌ ୧୭ ଲକ୍ଷ ଟଙ୍କା ମାସକ ମଧ୍ୟରେ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । +ସସ୍ମିତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଚାଲିଛି ଓ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଗିରି କହିଛନ୍ତି । +ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ସଚିବ ହେଲେ ସଂଜୟ ସିଂହ, ବଦଳିଲେ ଯାମିନୀ ଷଡ଼ଙ୍ଗୀ +ଭୁବନେଶ୍ବର: ରାଜ୍ୟ ସରକାର ଗତକାଲି ଗଂଜାମ ଜିଲ୍ଲାପାଳ ଥିବା ବିଜୟ ଅମୃତ କୁଲାଙ୍ଗେଙ୍କୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ରେ କମିସନର ଭାବେ ନିଯୁକ୍ତି ଦେବା ପରେ ଏଠାରୁ ସଂଜୟ ସିଂହଙ୍କର ବଦଳି କରିଛନ୍ତି । +ସଂଜୟ ସିଂହଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ସଚିବ ପଦବିରେ ଅବସ୍ଥାପିତ କରାଯାଇଛି । +ଏଥି ସହିତ ସେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ରେ ଉପଧ୍ୟକ୍ଷ ଓ ଭୁବନେଶ୍ବର ସ୍ମାର୍ଟ ସିଟି ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । +ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି ) ଯାମିନୀ ଷଡ଼ଙ୍ଗୀଙ୍କୁ ସାଧାରଣ ପ୍ରଶାସନ (ଜିଏ) ବିଭାଗରେ ଓଏସ୍‌ଡି ଦାୟିତ୍ବ ଦେଇଛନ୍ତି । +ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏହା କୁହାଯାଇଛି । +ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତକାଲି ମଧ୍ୟ ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଥିଲେ । +୧୧ଟି ଜିଲ୍ଲାର ଜିଲ୍ଲାପାଳ ଓ ଭୁବନେଶ୍ବ ସମେତ କଟକ ଏବଂ ଭୁବନେଶ୍ବର ମହାନଗର ନିଗମର କମିସନରଙ୍କୁ ବଦଳି ପାଇଁ ବିଜ୍ଞପ୍ତି ଜାରି କରିଥିଲେ । +ଆମ୍ବ ପର୍ବ ପାଇଁ ରାସ୍ତାରେ ଟଙ୍କା ମାଗୁଥିବା ବେଳେ ଦୁର୍ଘଟଣା +ଜଣେ ମୃତ, ୨ ଜଣ ଗୁରୁତର +ପ୍ରଫେସର ସଂଘମିତ୍ରା ମିଶ୍ର ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ନୂତନ ଡିନ +ଭୁବନେଶ୍ୱର, ୩୧/୦୫ : ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲର ନୂତନ ଡିନ ହେବେ +ପ୍ରଫେସର (ଡା) ସଂଘମିତ୍ରା ମିଶ୍ର । +ପ୍ରଫେସର ମିଶ୍ର ବୁଧବାର ଦାୟିତ୍ୱ ଗ୍ରହଣ କରିବେ । +ସମ୍ ହସ୍ପିଟାଲର କ୍ରିଟିକାଲ କେୟାର ମେଡିସିନ ବିଭାଗର ପ୍ରଫେସର ଓ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ପ୍ରଫେସର +(ଡ.) ମିଶ୍ର ବର୍ତମାନ ଡିନ ଥିବା ପ୍ରଫେସର (ଡ) ଗଙ୍ଗାଧର ସାହୁଙ୍କ ସ୍ଥାନରେ ଯୋଗ ଦେବେ । +ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର (ଡ) ସାହୁ ଆଜି ତାଙ୍କ ଦାୟିତ୍ୱରୁ ଅବସର ନେଉଛନ୍ତି । + ସେ ୨୦୧୬ ରୁ ଏହି +ମେଡିକାଲ କଲେଜରେ ଡିନ ଭାବେ କାର୍ଯ୍ୟ କରୁଥିଲେ । + ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବୁର୍ଲାସ୍ଥିତ ଭିଏସଏସ +ମେଡିକାଲ କଲେଜ ଓ ହସ୍ପିଟାଲରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ପରେ ସେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ +ଯୋଗ ଦେଇଥିଲେ । + ଡାକ୍ତରୀ ପେଶା ସହିତ ସାହିତ୍ୟରେ ରୁଚି ରଖୁଥିବା ଛାତ୍ରବତ୍ସଳ ପ୍ରଫେସର ସାହୁଙ୍କର +ଆଇଏମଏସରେ ଯୋଗଦାନ ପରେ ଛାତ୍ର ଏବଂ ଶିକ୍ଷକମାନଙ୍କ ସମ୍ପର୍କ ଅଧିକ ଦୃଢ଼ିଭୂତ ହୋଇଥିଲା । +ମଙ୍ଗଳବାର ଆଇଏମଏସ ପରିସରରେ ପ୍ରଫେସର ସାହୁଙ୍କୁ ଏକ ଆବେଗପୂର୍ଣ୍ଣ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । +ଆର୍ଟ ଅଫ ଗିଭିଂ ଡେ ଦିବସ ପାଳିତ +ମାଲକାନଗିରି:ସାରା ବିଶ୍ୱ ଆଜି ଆର୍ଟ ଅଫ୍ ଗିଭିଙ୍ଗ୍ ଡେ ଦିବସ ପାଳନ କରୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ପାଳିତ ହୋଇଯାଇଛି । +ଜିଲ୍ଲାର 7ଟି ବ୍ଲକ ରେ ପାଳନ କରାଯାଇଛି । +ଜିଲ୍ଲା ସଦରମହକୁମା ର ମୋଡେନ ସ୍କୁଲ ,ଜାଭିୟର ସ୍କୁଲ,ମହିଳା ମହାବିଦ୍ୟାଳୟ,ଗୋବିନ୍ଦପଲ୍ଲୀ ମାଳିଗୁଡା ସ୍କୁଲ ଏଭଳି ବିଭିନ୍ନ ସ୍ଥାନରେ ରେ ପାଳିତ ହୋଇଯାଇଛି । +କିସ ଏବଂ କୀଟ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କିସ କର୍ମକର୍ତ୍ତା, ଉଦୟ ଭଲ୍ୟୁଣ୍ଟାର ଏବଂ ସ୍ଥାନୀୟ ଲୋକଙ୍କ ସହାୟତା ରେ ଜିଲ୍ଲାର ପ୍ରତ୍ୟେକ ସ୍କୁଲ ରେ ଗରିବ ପିଲାଙ୍କୁ ଶିକ୍ଷା ଉପକରଣ ଦେଇ ମୁହଁରେ କିଛି ହସ ଫୁଟାଯାଇଛି । +ବରିଷ୍ଠ କିସ ସଂଯୋଜକ ରମ୍ୟରଂଜନ ପରିଡା, ସହ ସଂଯୋଜକ ଉତ୍ତମ ସାହା ଏବଂ କଳିଙ୍ଗ ଟିଭି ର ପ୍ରତିନିଧି ପ୍ରସାଦ ନାୟକଏବଂ ସନ୍ତାଷ ନାୟକ ମିଳିତ ସହଯୋଗରେ ଏହି ବଣ୍ଟନ କାର୍ଯ୍ୟ କରାଯାଇଛି । +ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ଏଭଳି ପ୍ରୟାସ ଯୋଗୁଁ ଜିଲ୍ଲା ବାସୀ ଭୁୟସୀ ପ୍ରଶଂସା କରିଛନ୍ତି । +ପୁଣି ଚର୍ଚ୍ଚାରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା : ସକାଳୁ ସକାଳୁ ବାପାଙ୍କ ସହ ମର୍ଣିଂ ୱାକ୍ +ଜଗା କରୁଛି ଜଗିଂ । +ବାପାଙ୍କ ହାତ ଧରି ପ୍ରାତଃଭ୍ରମଣରେ ସହର ବୁଲୁଛି ଜଗା । +ବହୁଚର୍ଚ୍ଚିତ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଏବେ ସୁସ୍ଥ ହେବାରେ ଲାଗିଛି । +ସବୁଦିନ ସକାଳେ ବାପାଙ୍କ ସହ ମିଶି ରାସ୍ତାରେ ଚାଲୁଛି ଜଗା । +ଗତବର୍ଷ ମାର୍ଚ୍ଚ ୨୩ ତାରିଖରେ ଜଗା କଟକ ବଡ଼ ମେଡିକାଲରୁ ଡିସଚାର୍ଜ ହୋଇ ଫୁଲବାଣୀ ଫେରିଥିଲା । +ନିଶାସକ୍ତ ଯୁବକ ର ମାଡ଼ରେ ନାବାଳକ ଲହୁଲୁହାଣ +ଫୁଲବାଣୀ 23/6 ବିବାହଭୋଜି ଖାଇବାଲାଗି ଯାଇଥିବା ଅଭୟ ପ୍ରଧାନ ନାମକ ଜଣେ ନାବାଳକ କୁ ଅନ୍ୟ ଜଣେ ନିଶାସକ୍ତ ଯୁବକ ମାଡ ମାରି ଲହୁଲୁହାଣ କରିଦେଇଛନ୍ତି । +ଫଳରେନାବାଳକ ଜଣଙ୍କ ଆହାତ ହୋଇ ବର୍ତମାନ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି । +ଏଭଳି ଘଟଣା ଘଟିଛି ବାଲିଗୁଡ଼ା ଥାନା ଅନ୍ତର୍ଗତ ପରଭଟା ଗାଁ ରେ । +ଏ ନେଇ ଥାନାରେ ମାମଲା ରୁଜ୍ଜୁ ହୋଇଛି । +ପୋଲିସ ଘଟଣାର ତଦନ୍ତ କରୁଛି । +ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବୀ ହେଉଛି । +ସିପାହି ବିଦ୍ରୋହରେ ସହିଦ ୨୮୨ ସୈନ୍ୟଙ୍କ କଙ୍କାଳ ଉଦ୍ଧାର +ଚଣ୍ଡିଗଡ: ଦେଶ ସ୍ବାଧୀନତା ପାଇଁ ହୋଇଥିବା ପ୍ରଥମ ଯୁଦ୍ଧ ସିପାହି ବିଦ୍ରୋହରେ ସହିଦ ହୋଇଥିବା ସୈନ୍ୟଙ୍କ କଙ୍କାଳ ଉଦ୍ଧାର କରାଯାଇଛି । +୧୮୫୭ରେ ହୋଇଥିବା ଏହି ଯୁଦ୍ଧରେ ସହିଦ ସୈନ୍ୟଙ୍କ ମଧ୍ୟରୁ ୨୮୨ ଜଣଙ୍କ କଙ୍କାଳ ପଞ୍ଜାବର ଅମୃତସରରୁ ପ୍ରତ୍ନତାତ୍ତ୍ବିକ ଖନନ ସମୟରେ ଉଦ୍ଧାର କରାଯାଇଛି । +ପଞ୍ଜାବ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଜେଏସ୍‌ ସେରାୱତ କହିଛନ୍ତି ଯେ ସିପାହୀ ବିଦ୍ରୋହ ସମୟରେ ଏହି ସୈନ୍ୟମାନଙ୍କୁ ଇଂରେଜମାନେ ଗଣହତ୍ୟା କରିଥିଲେ । +ହତ୍ୟା ପରେ ସେମାନଙ୍କ ମୃତଦେହକୁ ଏକ ଧର୍ମାନୁଷ୍ଠାନ ନିକଟ କୂଅ ମଧ୍ୟରେ ପକାଇ ଦିଆଯାଇଥିଲା । +ବିଦା ହେଲେ ଇମ୍ରାନ୍ +ପାକିସ୍ତାନରେ ଇମ୍ରାନ୍‌ ସରକାରର ପତନ ଘଟିଛି । +ଅନାସ୍ଥା ଭୋଟ୍‌ରେ ଇମ୍ରାନ୍‌ ଖାନ୍ ପରାଜୟ ବରଣ କରିବା ସହିତ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି । +ଅନାସ୍ଥା ଭୋଟ୍‌ରେ ବହିଷ୍କୃତ ହେବାରେ ଇମ୍ରାନ ହେଉଛନ୍ତି ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ । +ତେବେ ପାକିସ୍ତାନ ପରିସ୍ଥିତି ଅଶାନ୍ତ ହୋଇପଡ଼ିଛି । +ରାସ୍ତା ଉପରକୁ ଇମ୍ରାନଙ୍କ ସମର୍ଥକ ଓହ୍ଲାଇ ଅାସିଥିବାରୁ ବିଭିନ୍ନ ସହର‌େର ସେନା ମୁତୟନ କରାଯାଇଛି । +କେବଳ ଏତିକି ନୁ‌େହଁ, ସମସ୍ତ ବିମାନଘାଟିରେ ମଧ୍ୟ ଆଲର୍ଟ ଜାରି କରାଯାଇଛି । +ନେତା ଏବଂ ଅଧିକାରୀମାନଙ୍କ ଦେଶ ଛାଡ଼ିବା ଉପରେ କଟକଣା ଜାରି କରାଯାଇଛି । +ଜାତୀୟ ଗୋଲଡେନ୍ ପିକକ୍ ପୁରସ୍କାରରେ ଓଡ଼ିଶା ଖଣି ନିଗମ ସମ୍ମାନିତ +ଭୁବନେଶ୍ୱର ୬ । +୬: ଦେଶର ଅନ୍ୟତମ ବୃହତ ତଥା ଅଗ୍ରଣୀ ଖଣିଜ ଉତ୍ପାଦନକାରୀ ସଂସ୍ଥା ଓଡିଶା ଖଣି ନିଗମ (ଓଏମସି)କୁ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସ୍ଆର୍) କାର୍ଯ୍ୟକ୍ରମ ପାଇଁ ସମ୍ମାନଜନକ ‘ଗୋଲ୍ଡେନ୍ ପିକକ୍ ଆୱାର୍ଡ୍ ‘ରେ ସମ୍ମାନିତ କରାଯାଇଛି । +ନୂଆଦିଲ୍ଲୀରେ ଜୁନ ୩ ତାରିଖ ଦିନ ଇନଷ୍ଟିଚ୍ୟୁଟ୍ ଅଫ୍ ଡାଇରେକ୍ଟର୍ସ ପକ୍ଷରୁ ଅନୁଷ୍ଠିତ ସିଏସ୍ଆର୍ ସମ୍ପର୍କିତ ଷୋଡ଼ଶ ଅନ୍ତର୍ଜାତୀୟ ସମ୍ମିଳନୀରେ ଓଏମସି କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । +ବ୍ଲକ ସ୍ତରୀୟ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକଙ୍କ ସମୀକ୍ଷା ବୈଠକ +ଚିତ୍ରକୋଣ୍ଡା:-12/05/2022-ଚିତ୍ରକୋଣ୍ଡା ଟେମ୍ପରାରିକଲୋନୀ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚିତ୍ରକୋଣ୍ଡା ବ୍ଲକ ର ଚଉଦ ଗୋଟି କ୍ଲଷ୍ଟର ସ୍ତରୀୟ ସଂଯୋଜକ ମାନଙ୍କୁ ନେଇ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଗାୟତ୍ରୀ ଦେବି ଙ୍କ ନେତୃତ୍ୱରେ ଏବିଓ ଅଞ୍ଜନ ଚୌଧୁରୀ, ଏମ ଆଇଏସ ନୀଳ ମାଧବ ପାତ୍ର, କୋଷ । +ଧକ୍ଷ ବାବୁ ଗୌଡ଼ ଙ୍କ ସହଯୋଗରେ ମୁଖ୍ୟ ଅତିଥିଭାବେ ମାଲକାନଗିରି ଜିଲା ପରିଷଦ ଅଧକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲୁ ଯୋଗ ଦେବା ସହିତ ଚିତ୍ରକୋଣ୍ଡା ବ୍ଲକ ତଥା ସ୍ୱାଭିମାନ ଅଞ୍ଚଳରେ ଶିକ୍ଷା ର ଅଗ୍ରଗତି ତଥା ବିକାଶ ହେବ ସେ ଉପରେ ଗୁରୁତ୍ୱ ଦେଇଥିଲେ । +ଷ୍ଟାଣ୍ଡିଙ୍ଗ ଶିକ୍ଷା କମିଟି ଗଠନ ନିମନ୍ତେ ଓଡ଼ିଶା ଗାଇଡ଼ଲାଇନ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଭୁବନେଶ୍ୱର ଙ୍କ ଚିଠି ନମ୍ବର 9153/2021,ତା -28/09/2021 ଅନୁଯାଇ ପ୍ରାଞ୍ଜଳ ଭାବରେ ତାଲିମ ପ୍ରଦାନ କରିଥିଲେ । +ତତ ସହ ମୋୖଳିକ ସାକ୍ଷାରତା ଓ ଗାଣିତିକ ସଂଖ୍ୟା ଗଣନା ଛାତ୍ର ଛାତ୍ରୀଙ୍କୁ ସ୍କୁଲ ପ୍ରବେଶ, ମାଧ୍ୟାର୍ହ୍ନ ଭୋଜନ, ଶିକ୍ଷକଙ୍କ ନିୟମିତ ବିଦ୍ୟାଳୟ ରେ ଉପସ୍ଥାନ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଗଣିତ ପାଠର ପୁନରାବୃତ୍ତି, ବାଲ୍ୟ ବିବାହ ପ୍ରତିରୋଧ, ଆର୍ଶୀବାଦ ସ୍କିମ ରେ ଭିର୍ନକ୍ଷମ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ବିଦ୍ୟାଳୟ ରେ ପ୍ରବେଶ ଉପରେ ଆଲୋଚନା କରାଯାଇ ବିଭିନ୍ନ ପ୍ରୋତ୍ସାହନ ରାଶି, ସରକାରୀ ଅନୁଦାନ ଓ ଶିକ୍ଷକ ମାନଙ୍କ ପ୍ରୋଫାଇଲ ସମ୍ପର୍କରେ ଆଲୋଚନା କରିଥିଲେ । +ଭୁବନେଶ୍ୱରରେ ଓଲଟିଲା ବସ୍: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, +ଭୁବନେଶ୍ୱର ଜୟଦେବ ବିହାର ଓଭର ବ୍ରିଜ ତଳେ ଆଜି ବସ୍ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । +ଡିଭାଇଡରରେ ପିଟି ହେବା ଫଳରେ ବସଟି ଓଲଟି ପଡିଛି । +କିନ୍ତୁ ଭାଗ୍ୟବଶତଃ ବସରେ ଥିବା ୩୦ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । +ଆହତ ହୋଇଥିବା କିଛି ଶ୍ରମିକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । +ନିଶା ନିବାରଣ ପାଇଁ ମହିଳା ଙ୍କ ପ୍ରୟାସ +ଫୁଲବାଣୀ -18/6.ସେ ଗାଁ ରହୁଅନ୍ତୁ ଅବା ସହର, ମହିଳାମାନେ ଆଉ ଆଗ ପରି ଘର କୋଣ ରେ ନରହି ପଦାକୁ ଆସିଲେଣି । +ନିଜେ ସ୍ୱାବଲମ୍ବୀ ହେବା ସହ ନିଶାନିବାରଣ ନେଇ ସଚେତନତା ସୃଷ୍ଟି କରିବା ସହ ସମ୍ପୁର୍ଣ ବନ୍ଦ କରିବାକୁ ଅଂଟାଭିଡିଛନ୍ତି ଖଜୁରୀପଡା ବ୍ଲକ ଅନ୍ତର୍ଗତ ବଳସକୁମ୍ପା ପଂଚାୟତ ମହିଳା ମାନେ । +ଗାଁ ରେ କେହି ନିଶା ଦ୍ରଵ୍ୟ ବିକ୍ରୀ କରିବେ ନାହିଁ କି ନିଶା ସେବନ କରିବେନାହିଁ ବୋଲି ମହିଳାମାନେ ରାଲି କରି ସତର୍କ କରିଦେଇଛନ୍ତି । +ସେହିପରି ପୋଲିସ ଓ ଅବକାରୀ ବିଭାଗ କୁ ମଧ୍ୟ ସେମାନେ ସତର୍କ ଦ୍ରୁଷ୍ଟି ରଖିବା ଲାଗି ପରାମର୍ଶ ଦେଇଛନ୍ତି । +ନିଶା ସେବନ କରି ଗାଁ ରେ କିଛି ଅଘଟଣ ଘଟିଲେ ପୋଲିସ ଓ ଅବକାରୀ ବିଭାଗ ଦାୟୀ ରହିବେ ବୋଲି କହିଛନ୍ତି । +ଶନିବାର ଆୟୋଜିତ ରାଲି ଓ ମିଟିଂ ରେ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । +ଶିଶୁଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାଲାଗି ଜିଲାପାଳ ଙ୍କ ପରାମର୍ଶ +ଫୁଲବାଣୀ -28/6 ମଙ୍ଗଳବାର ଜ଼ିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ଉପସ୍ଥିତିରେ ଶିଶୁସୁରକ୍ଷା କମିଟୀ ବୈଠକ ଅନୁଷ୍ଠିତ ହୋଇଥିଲା । +ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ରଶ୍ମିତା କରଣ ଶିଶୁ ସୁରକ୍ଷା ନେଇଜିଲ୍ଲା ରେ ଚାଲିଥିବା ପି ଏମ କେଆର, ଆଶୀର୍ବାଦ ଯୋଜନା, ବିଜୁ ଶିଶୁ ସୁରକ୍ଷା ଆଦି ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । +ଜିଲାପାଳଆଶିଶ ଈଶ୍ୱର ପାଟିଲ ଜିଲାରେ ଶିଶୁମାନେ ଯେପରି ସୁରକ୍ଷିତ ରହିପାରିବେ, ସେମାନଙ୍କ ଉଚିତ ଯତ୍ନନେବାଦିଗରେ ସ୍ଵେଛା ସେବୀ ସଂଗଠନ, ଓ ଅବିଭାବକ ଓ ହଷ୍ଟେଲ ରେ ରହୁଥିବା ଶିଶୁ ମାନଙ୍କ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଦ୍ରୁଷ୍ଟି ଦେବା ଆବଶ୍ୟକ ବୋଲି କହିଥିଲେ । +ସେହିପରି ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଶ୍ରମିକ ପ୍ରତି ନଜର ରଖିବାଲାଗି ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । +ସେହିପରି ସଚେତନତା ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ଜିଲାପାଳ ପାଟିଲ । +ଅନ୍ୟମାନଙ୍କ ମଧ୍ୟରେ ସି ଡବ୍ଲୁ ସି ଅଧ୍ୟକ୍ଷ ଅଶୋକ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଜୁଳା ପ୍ରଧାନ, ଅତିରିକ୍ତ ଏସ ପି, ସି ଡି ଏମ ଓ, ଚା ଇଲଡଲାଇନ ନିର୍ଦେଶକ ଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ସୂ ଚିନ୍ତିତ ମତ ଦେଇଥିଲେ । +କୋର୍ଟରେ ବିଷ ପିଇଲେ ମହିଳା ଓକିଲ +ଦୀର୍ଘଦିନ ଧରି ଚାଲିଥିବା ନ୍ୟାୟିକ ପ୍ରକ୍ରିୟାରେ ବ୍ୟତିବ୍ୟସ୍ତ ହୋଇ ବିଷ ପିଇଲେ ମହିଳା ଓକିଲ | ନ୍ୟାୟ ପାଇବାକୁ ଦୀର୍ଘଦିନ ଧରି ଅପେକ୍ଷା କରିଥିଲେ ବି କୌଣସି ସୁଫଳ ମିଳୁନଥିବାରୁ କୋର୍ଟ ରୁମରେ ବିଷ ପିଇଛନ୍ତି ମହିଳା ଓକିଲ | ବାଲେଶ୍ୱରର ଫ୍ୟାମିଲି କୋର୍ଟରେ ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ବାଲେଶ୍ବର କୋର୍ଟର ଜନୈକ ମହିଳା ଓକିଲଙ୍କର ସ୍ୱାମୀଙ୍କ ସହ ସମ୍ପର୍କ ଭଲନଥିବାରୁ ପରିବାର କୋର୍ଟରେ ଛାଡପତ୍ର ପାଇଁ ମାମଲା ରୁଜୁ ହୋଇଥିଲା । + ତେବେ ଦୀର୍ଘଦିନ ଧରି ଏହି ମାମଲା ଚାଲିଥିଲା | +ଶିକ୍ଷା ବିକାଶ ସମିତି ଓଡ଼ିଶାର ସାଧାରଣ ସଭା: ଭାରତର ‘ସ୍ବ’କୁ ଜାଗ୍ରତ କରାଇବା ଲାଗି ଆହ୍ବାନ +ଭୁବନେଶ୍ବର:୨୦୨୨-୨୩ ଶିକ୍ଷାବର୍ଷ ନିମନ୍ତେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାର ସାଧାରଣ ସଭା କଟକର ସରସ୍ବତୀ ବିଦ୍ୟାମନ୍ଦିର କେଶବଧାମଠାରେ ଅନୁଷ୍ଠିତ ହୋଇଯାଇଛି । +ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପୂର୍ବ କ୍ଷେତ୍ର କାର୍ଯ୍ୟବାହ ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସମାଜ ପାଇଁ ପଥ ନିର୍ମାଣକାରୀ ବୋଲି ଅଭିହିତ କରିବା ସହିତ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ‘ସ୍ବ’ (ସ୍ବାଭିମାନ)କୁ ଜାଗ୍ରତ କରାଇବା ପାଇଁ ଆହ୍ବାନ ଦେଇଥିଲେ । +ଶିକ୍ଷା ବିକାଶ ସମିତିର ସଭାପତି ଡକ୍ଟର କିଶୋର ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ବିଦ୍ୟାଭାରତୀ ପୂର୍ବ କ୍ଷେତ୍ର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ମହାରଣା ଓ ଶିକ୍ଷା ବିକାଶ ସମିତିର ସମ୍ପାଦକ କମଳାକାନ୍ତ ମିଶ୍ର ଅତିଥି ଭାବରେ ଯୋଗଦାନ କରିଥିଲେ । +କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡକ୍ଟର ପ୍ରଦୀପ କୁମାର ସାହୁ ଦିବଂଗତ ସଂଗଠନର କାର୍ଯ୍ୟକର୍ତ୍ତା, ବୀର ସହିଦ ଓ ସମାଜର ବିଶିଷ୍ଟ ବ୍ୟକ୍ତିମାନଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ପ୍ରସ୍ତାବ ଆଗତ କରିବା ସହିତ ଏକ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା । +ଶିକ୍ଷା ବିକାଶ ସମିତିର ଯୁଗ୍ମ ସମ୍ପାଦକ ଡକ୍ଟର ତରୁଲତା ଦେବୀ ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ରଖିଥିବା ବେଳେ ଉମେଶ ଦାଶ କ୍ଷେତ୍ରୀୟ ଓ ପ୍ରାଦେଶିକ କାର୍ଯ୍ୟକର୍ତ୍ତାମାନଙ୍କର ପରିଚୟ ପ୍ରଦାନ କରିଥିଲେ । +ଶ୍ରୀମନ୍ଦିର ବୁଲିବାକୁ ଆସି ଭାଙ୍ଗି ଦେଲେ ରୋଷ ଘର ଚୁଲି, +ପୁରୀ ଶ୍ରୀମନ୍ଦିର ରୋଷଘରେ ପଶି ଚୁଲିଭଙ୍ଗା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । +ଏହି ଚୁଲିଭଙ୍ଗା ଘଟଣାକୁ ନେଇ ପୁରୀ ଏସପି କନୱାର ବିଶାଲ ସିଂ ଆୟୋଜିତ ପ୍ରେସମିଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । +ସିସିଟିଭ ଆଧାରରେ ଜଣେ ସନ୍ଦିଗ୍ଧକୁ ଧରାଯିବା ପରେ ଏସପି କହିଛନ୍ତି ଯେ, ‘ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । +ସନ୍ଦିଗ୍ଧଙ୍କ ନାଁ ଜେ.ମହାପାତ୍ର ହୋଇଥିବା ବୟସ ମାତ୍ର ୩୦ ବର୍ଷ । +ଜେ.ମହାପାତ୍ରର ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଥାନା ଅଞ୍ଚଳରେ ହୋଇଥିବା ଜଣାପଡିଛି । +ତଦନ୍ତ ଚାଲିଥିବାରୁ ସମ୍ପୂର୍ଣ୍ଣ ପରିଚୟ ଗୋପନ ରଖାଯାଇଛି । +ଶ୍ରୀମନ୍ଦିରରେ କାଣ୍ଡ ଭିଆଇଥିବା ସ୍ୱୀକାର କରିଛି ଜେ. ମହାପାତ୍ର । +’ +ତାରାତାରିଣୀ ଦର୍ଶନ ସାରି ଫେରୁଥିବା ବେଳେ ଅଘଟଣ +ଆଜି ଏକ ବସ୍ ଓ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । +ଯାତ୍ରୀମାନେ ତାରାତାରିଣୀ ମନ୍ଦିର ଦର୍ଶନ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । +ମନ୍ଦିର ପାହାଚ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । +ଆଶିଷ ଈଶ୍ୱର କନ୍ଧମାଳ ର ନୂତନ ଜିଲାପାଳ +ଫୁଲବାଣୀ 16/6 ଆଶିଷ ଈଶ୍ୱର ପାଟିଲ କନ୍ଧମାଳ ର. ନୂତନ ଜିଲାପାଳ ଭାବେ ଦାଇତ୍ୱ ଗ୍ରହଣ କରିବେ । +ସେ ବର୍ତମାନ ବାଲେଶ୍ୱର ଉପଜିଲାପାଳ ଓ ବାଲେଶ୍ୱର ମୁନିସିପାଲିଟି ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ରତ ଥିଲେ । +ଆଜି ଶ୍ରୀ ପାଟିଲ ଙ୍କୁ ସରକାର କନ୍ଧମାଳ ଜିଲ୍ଲା ପାଳ ଭାବେ ବଦଳି କରିଛନ୍ତି । +ସେହିପରି ଫୁଲବାଣୀ ଜିଲାପାଳ ଥିବା ଡ଼ । +. ଵୃନ୍ଦା ଡି ଙ୍କୁ ପରିଚାଳନା ନିର୍ଦେଶକ, ଓ ଏସ ଏମ ସି ଏଲ. ଭୁବେନଶ୍ୱର କୁ ବଦଳି କରା ଯାଈଛି । +ଡା. ଵୃନ୍ଦା ଡି ଦୀର୍ଘ ପାଞ୍ଚ ବର୍ଷ ଫୁଲବାଣୀ ଜିଲାପାଳ ଭାବେ ରହି ବେଶ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରି ଥିଲେ । +ତାଙ୍କର କନ୍ଧମାଳ ଜିଲାରେନୂତନ ମେଡିକାଲ କଲେଜପ୍ରତିଷ୍ଠ । +ରେ ଯଥେଷ୍ଟ ଅବଦାନ ଥିଲା ସେହିପରି ନୂତନ ପାର୍କ ପ୍ରତିଷ୍ଠା, ୮୩ ଟି ସ୍ମାର୍ଟ ହାଇସ୍କୁଲ ନିର୍ମାଣ, ଗମନା ଗମନ ରସୁ ବ୍ୟବସ୍ଥା କରିଥିଲେ । +କେବଳ ସେତିକି ନୁହେଁ ସାଧାରଣ ନିର୍ବାଚନ ଠୁ ଆରମ୍ଭ କରି ପଂଚାୟତ, ମୁନିସିପାଲ ନିର୍ବାଚନ କୁ ମଧ୍ୟ ଶାନ୍ତି ଶୃଙ୍ଖଳା ରସହ ପରିଚାଳନା କରିଥିଲେ । +ବୃନ୍ଦ । +ଙ୍କ ସମୟରେ କୃଷି ଓ ଉଦ୍ୟାନ, ମ ନରେଗା, କ୍ଷେତ୍ରରେ ଉଲ୍ଲେଖ ନୀୟ କାର୍ଯ୍ୟ ପାଇଁ କ ନ୍ଧମାଳ ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା । +ତିନି ଶିଶୁଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଲା ବାପା +ସୁନ୍ଦରଗଡ଼ ୦୧ । +୦୫ : ଜନ୍ମଦାତା ସାଜିଲା ସୈତାନ । +ନିଜ ଜନ୍ମକଲା ଛୁଆଙ୍କୁ କୂଅରେ ଫିଙ୍ଗିଦେଲା ବାପା । +ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା କୁଲା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟଣା । +ମକା ଚାଷଙ୍କୁ ମିଳୁନି ପ୍ରୋତ୍ସାହନ – ବ୍ୟବସାୟୀ ମାଲାମାଲ +ଫୁଲବାଣୀ –19/6/22 ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାରେ ମକା ଚାଷୀଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ ଫଳରେ ଚାଷରୁ ମୁହଁ ଫେରିଇଲେଣି ଚାଷୀ । +ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡି ବ୍ଲକ ର ସୀମାନ୍ତବର୍ତ୍ତୀ ବ୍ରାହ୍ମଣୀ ଗାଁ ଅଞ୍ଚଳ ରେ ଏକର ଏକର ଜମିରେ ଚାଷ ହେଉଛି ମକା । +ପଡୋଶୀ ଗଜପତି ଜ଼ିଲ୍ଲାରେ ବସବାସ କରୁଥିବା ତିବତ୍ତିଆନ ଶରଣ । +ର୍ଥୀ ପ୍ରଥମେ ଆରମ୍ଭ କରିଥିଲେ ମକା ଚାଷ,ମକା ଚାଷ ରେ ଭଲ ଲାଭହେବା ଜାଣିବା ପରେ ଜ଼ିଲ୍ଲାର ସମସ୍ତ ଚାଷୀ ମକା ଚାଷକୁ ଆଦରି ନେଇଥିଲେ । +ପଡୋଶୀ ଜ଼ିଲ୍ଲାର ଚାଷୀଙ୍କ ଉନ୍ନତି ଦେଖି ବ୍ରାହ୍ମଣୀ ଗାଁ ଅଂଚଳର ଚାଷୀ ପାରମ୍ପରିକ ଚାଷ କୋଳଥ ବିରି ମାଣ୍ଡିଆ ତିଳା ଚାଷ ଛାଡି ଏଵେ ତିନିବର୍ଷ ହେବ ମକା ଚାଷ କାଟୁଛନ୍ତି କିନ୍ତୁ ଚାଷୀ ମୁଣ୍ଡର ଝାଳ ତୁଣ୍ଡରେ ମାରି ହାଡ଼ଭଙ୍ଗା ପରିଶ୍ରମ କରି କ୍ଷତି ସହୁଛନ୍ତି ସାହୁକାର ଙ୍କ ଠାରୁ ଋଣ ଆଣି ଚଢ଼ା ଦରରେ ବିହନ ସାର କିଣି ମକା ଚାଷ କରୁଛନ୍ତି କିନ୍ତୁ ମକା ଅମଳ ସମୟରେ ଚାଷୀଙ୍କ ଠାରୁ କିଲୋପିଛା ମାତ୍ର ୧୨ ଟଙ୍କା ରୁ ୧ ୮ ଟଙ୍କା ଦରରେ କିଣା ଯାଉଛି ଫଳରେ ଚାଷୀ ଶୋଷଣର ଶିକାର ହେଉଛନ୍ତି । +ମକା ବ୍ୟବସାୟ ରେ ଦଲାଲ ସକ୍ରିୟହୋଇ କମ ଦରରେ ଚାଷୀଙ୍କ ଠାରୁ ମକା କିଣୁଥିବା ଅଭିଯୋଗ ହେଉଛି । +ସରକାରଙ୍କ ପକ୍ଷରୁ ଆଦୌ ମକା ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଉ ଦିଆଯାଇନାହଁ କିମ୍ବା ମଣ୍ଡି ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ କରିଛନ୍ତି ଚାଷୀ । +ଚାଷୀ ଲାଭବାନ ହେବା ବଦଳେ କ୍ଷତି ସହୁଥିବାରୁ ଜ଼ିଲ୍ଲା ପ୍ରଶାସନ ଅତିଶୀଘ୍ର ଚାଷୀଙ୍କୁ କୃଷି ଋଣ ଓ ମଣ୍ଡି ବ୍ୟବସ୍ଥା କରିବାକୁ ସମାଜସେବୀ ଅଶୋକ ପରିଡ଼ା ଦାବୀ କରିଛନ୍ତି । +ଡାକ୍ତର ଶ୍ୟମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ +କାଲିମେଳା ତା ୨୩/୦୬ ଆଜି ମାଲକାନଗିରି ଜିଲ୍ଲାର ମାଲକାନଗିରି ନୀର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀ ଆଦିତ୍ୟ ମାଢୀ ଅପରାହ୍ନ ୪ ଟା ବେଳେ କାଲିମେଳା ବ୍ଲକ ଗସ୍ତ କରି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଉମାଶଙ୍କର ଦଳେଇ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ସମ୍ପର୍କରେ ଆଲୋଚନା କରି ଥିଲେ ତାପରେ ପ୍ରାୟ ଏକ ଘଣ୍ଟା ପରେ ତଥା ୫ ଟା ବେଳେ ସ୍ଥାନୀୟ କାଲିମେଳା ବ୍ଲକ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମନ୍ଦିର ର କିପରି ପାରିପାର୍ଶ୍ବିକ ଉନ୍ନତୀକରଣ କରାଯିବ ସେ ନେଇ ମନ୍ଦିର କମିଟି ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ । +ତାପରେ କାଲିମେଳା ସଦରମହକୁମା ର ଜଗନ୍ନାଥ ମନ୍ଦିର ପରିସର ରେ ଥିବା ମା ଲକ୍ଷ୍ମୀ ମନ୍ଦିର ପ୍ରାଙ୍ଗଣରେ ଠାରେ ଅନୁଷ୍ଠିତ ହୋଇଥିଲା ଭାରତୀୟ ଜନସଂଘ ର ପ୍ରତିଷ୍ଠାତା ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ । +ଏହି କାର୍ଯ୍ୟକ୍ରମ ରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୀବନ ଚରିତ୍ର ସମ୍ପର୍କରେ ଉପସ୍ଥିତ ଭଦ୍ର ବ୍ୟକ୍ତି ଭାଷଣ ଦେଇଥିଲେ । +ଓ ତାଙ୍କର ଜୀବନୀ ବିଷୟରେ ଆଲୋଚନା ହୋଇଥିଲା । +ଏ ଅବସରରେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀ ଆଦିତ୍ୟ ମାଢୀ ସମେତ , ମାଲକାନଗିରି ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନିମାଇଁ ଚନ୍ଦ୍ର ପାଲ,ଜିଲ୍ଲା ଯୁବ ସଭାପତି ତଥା କାଳିମେଳା ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ଭବାନୀ ଶଙ୍କର ମୁଖାର୍ଜୀ, ଜିଲ୍ଲା ଉପସଭାପତି ସପନ କୁମାର ରାୟ, କାଲିମେଳା ମଣ୍ଡଳ ସଭାପତି ଶ୍ରୀଯୁକ୍ତ ରତ୍ନାକର ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିଶିକେଶନ ଦାଶ, ପୁର୍ବତନ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ସମୀର ମିସ୍ତ୍ରୀ, ପ୍ରମିଳା ଦାସ, ଜୀବନକୃଷ୍ଣ ଦାସ, ମାଲାୱରମ ମଣ୍ଡଳ ଯୁବ ସଭାପତି ଶ୍ରୀଯୁକ୍ତ ରାଜ କିଶୋର ମଣ୍ଡଳ ଓ ଅନ୍ୟାନ୍ୟ ପ୍ରମୁଖ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଥିଲେ । +ଓଡ଼ଗାଁରେ ଶ୍ରୀରଘୁନାଥଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ… +ଶରଣକୁଳ- ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଶତାଧିକ କର୍ମକର୍ତ୍ତା ଓ କର୍ମୀଙ୍କ ଗହଣ ରେ ଆସି ଓଡ଼ଗାଁରେ ବିଜେ ପ୍ରଭୁ ଶ୍ରୀରଘୁନାଥଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି । +ସାଥିରେ ବରିଷ୍ଠ ସଦସ୍ୟା ଇରାନୀ ରାୟ, ପ୍ରେମାନଦ ମହାପାତ୍ର, ସୁଶାନ୍ତ ସାହୂ,ନସିର ମହମ୍ମଦ, ବରେନ୍ଦ୍ର ନନ୍ଦ ଓ ଦିଲିପ ବେହେରା ପ୍ରଭୁତି ଆସିଥିଲେ । +ମନ୍ଦିର ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର ଓ ଅନ୍ୟ ସେବାୟତମାନଙ୍କ ସହିତ ମନ୍ଦିର ନୀତିକାନ୍ତି ଓ ପୂଜାର୍ଚ୍ଚନା ଉପରେ ବୁଝିଥିଲେ । +ମନ୍ଦିର ଉନ୍ନତି ଓ ସେବାୟତ ମାନଙ୍କ ଉନ୍ନତିକରଣ ପାଇଁ ସେବାୟତ ସଙ୍ଘ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । +ଏହାପରେ ନାଉରିଆଗଡ଼ ଗଡ଼ ଠାରେ ଏକ କର୍ମୀ ସମ୍ମିଳନୀରେ ଯୋଗ ଦେଇ ଆଗାମୀ ଦିନରେ ତୃଣମୂଳ ସ୍ତରରୁ ସଂଗଠନ କୁ ମଝବୁତ କରିବା ସହିତ ପ୍ରତି ୱାର୍ଡ ରେ ସକ୍ରିୟ ସଭ୍ୟଙ୍କୁ ରଖି ଆଗାମୀ ନିର୍ବାଚନରେ ଯେପରି ଦଳ ଭଲ ପ୍ରଦର୍ଶନ କରିବ ସେଥିପାଇଁ ଆଲୋଚନା କରିଥିଲେ । +ଓଡ଼ଗାଁରେ ଏକ ବଡ଼ କର୍ମୀସମ୍ମିଳନୀ କରିବାକୁ କହିଥିଲେ । +ନୟାଗଡ଼ ଠାରୁ ରେଲୱେ ଲାଇନ କୁ ଓଡ଼ଗାଁ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଚେଷ୍ଟା କରାଯିବ ବୋଲି ପ୍ରକାଶ କରିଥିଲେ । +ଏଣିକି ଆଗ ଟିକେଟ୍, ପରେ ଅର୍ଥ ପୈଠ । + ‘ବାଏ ନାଓ, ପେ ଲେଟର’ ସୁବିଧା ଆଣିଲା ପେଟିଏମ୍ ଓ ଭାରତୀୟ… +ରେଳଯାତ୍ରୀଙ୍କ ପାଇଁ ବଡଖବର । +ଏଣିକି ଆଗ ଟିକେଟ୍, ପରେ ଅର୍ଥ ପୈଠ । +ଆପଣ ଯଦି ନିୟମିତ ରେଳରେ ଯାତ୍ରା କରୁଛନ୍ତି, ଆଉ ଟ୍ରେନ୍ ପାଇଁ ଟିକେଟ୍ ବୁକ୍ କରୁଛନ୍ତି । +ତେବେ ଆପଣଙ୍କ ପାଇଁ ଆସିଛି ବଡ ଖବର । +ଏଣିକି ଆପଣ ପ୍ରଥମେ ଟିକେଟ୍ ବୁକ୍ କରି ପରେ ଟଙ୍କା ଦେଇପାରିବେ । +ପୂର୍ବରୁ ଆପଣଙ୍କୁ ଟ୍ରେନ୍ ଟିକେଟ୍ ବୁକ୍ କରିବାକୁ ହେଲେ, ପ୍ରଥମେ ଟଙ୍କା ପୈଠ କରିବାକୁ ପଡ଼ୁଥିଲା । +ହେଲେ ଏବେ କିନ୍ତୁ ଆପଣ ପ୍ରଥମେ ଟ୍ରେନ୍ ଟିକେଟ୍ ବୁକ୍ କରି ପରେ ସେଥିପାଇଁ ଅର୍ଥ ପୈଠ କରିପାରିବେ । +ରାଜ୍ୟର ୧୧ ଜାତୀୟ କୀର୍ତ୍ତିରାଜି ସ୍ଥଳରେ ବି ହୋଇଛି ବେଆଇନ କାମ +: ରାଜ୍ୟ ସରକାର ବେଆଇନ ଭାବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ କରୁଛନ୍ତି । +ପୂର୍ତ ବିଭାଗ ଅଧିନସ୍ଥ ଆର ଆଣ୍ଡ ବି ମଧ୍ୟ ଶ୍ରୀମନ୍ଦିର ମେଘନାଦ ପାଚେରିକୁ ଲାଗି ବେଆଇନ ପାଚେରି ନିର୍ମାଣ କରିଛି । +ଖାଲି ଏତିକି ନୁହେଁ ରାଜ୍ୟରେ ଥିବା ୧୧ ଜାତୀୟ କୀର୍ତ୍ତିରାଜି ପରିସର ୧୦୦ ମିଟର ନିଷିଦ୍ଧାଞ୍ଚଳ ବା ସଂରକ୍ଷିତ ଅଞ୍ଚଳରେ ରାଜ୍ୟ ପ୍ରଶାସନ ମନଇଛା ଚଳାଇଛି ବେଆଇନ ନିର୍ମାଣ କାମ । +ଏନେଇ ଏଏସ୍‌ଆଇ(ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ) ତଥ୍ୟ ଦେଇଛି । +ସୂଚନା ଅଧିକାର ଆଇନ ବଳରେ ବଲାଙ୍ଗିରର ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ଏହି ତଥ୍ୟ ମିଳିଛି । +ଏଥିରୁ ସ୍ପଷ୍ଟ ହୋଇଛି ଜାତୀୟ କୀର୍ତ୍ତିରାଜି ପରିସରରେ ନିର୍ମାଣ କାମ ପୂର୍ବରୁ ଏନେଇ କୌଣସି ବୈଷୟିକ ସର୍ଭେ ହୋଇନି । +ଏଏସ୍ଆଇ ସହ ସମନ୍ୱୟ କିମ୍ବା ଏଏସ୍ଆଇ ଠାରୁ ଅନୁମତି ନିଆଯାଇନି । +ବେଆଇନ ନିର୍ମାଣ ରୋକିବାକୁ ମଧ୍ୟ କୌଣସି ପଦେକ୍ଷପ ନିଆଯାଇନି । +ଜାତୀୟ କୀର୍ତ୍ତିରାଜୀ ସୁରକ୍ଷା ଦିଗରେ ରାଜ୍ୟ ସରକାରଙ୍କ ଏଭଳି ହତାଦର ମନଭାବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । +ଆଦିବାସୀ ଅଧ୍ୟୁଷିତ ତେଗଡାପଲ୍ଲୀ ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ +ପଡିଆ, : ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ତେଗଡାପଲ୍ଲୀ ଗ୍ରାମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । +ସ୍ଥାନୀୟ ଅଞ୍ଚଳର ପ୍ରକୃତି ପୂଜକ ତଥା କୋୟା ସମାଜର ବରିଷ୍ଠ ପ୍ରେମା ରହିଥିବା ରଙ୍ଗନାଥ ମାଡି ଙ୍କ ନାମରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟ ଓଡିଶା ଓ ଛତ୍ତିଶଗଡ଼ ର ମୋଟ ୧୬ ଟି ଦଳକୁ ନେଇ ଅନୁଷ୍ଠିତ ହୋଇଛି । +ଆଜିର ଏହି ଉଦଘାଟନୀ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ପଡିଆ ଅଗ୍ନିଶମ ବିଭାଗର ବିରେନ୍ଦ୍ର ସିଂ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଆଇନଜୀବୀ ରବିନ୍ଦ୍ର ମାଡି ଯୋଗ ଦେଇଥିଲେ । +ଅତିଥି ମାନେ ପ୍ରଥମେ ସ୍ଵର୍ଗତ ରଙ୍ଗନାଥ ମାଡି ଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଖେଳ ଅନୁଷ୍ଠିତ ହୋଇଥିଲା । +ଆଜିର ଏହି ଉଦଘାଟନୀ ମ୍ୟାଚ ମାଟେରୁ ଓ ବାଟେନବାଡା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଟସ୍ ଜିଣି ମାଟେରୁ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ଓଭର୍ ରେ ୧୦୪ ରନ୍ କରିଥିଲା । +ଏହି ରନ୍ କୁ ପିଛା କରି ବାଟେନବାଡା ଦଳ ସମସ୍ତ ୱିକେଟ୍ ହରାଇ ୮୫ ରନ୍ କରି ପରାଜିତ ହୋଇଥିଲା । +ଏହି ମ୍ୟାଚ ରେ ମାଟେରୁ ଗ୍ରାମର ରାମ ମାଡି ଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା । +ଚାକିରିରୁ ଇସ୍ତଫା ଦେଲେ ଏହି ଚର୍ଚ୍ଚିତ ଓଡ଼ିଆ ଆଇପିଏସ ଅଫିସର, ବିଜେପିରେ ଯୋଗ ଦେବା ନେଇ ଜୋରଦାର… +ଜମ୍ମୁକଶ୍ମୀରର ବରିଷ୍ଠ ଆଇପିଏସ୍ ଅଧିକାରୀ ବସନ୍ତ ରଥ ଆଜି ସମସ୍ତଙ୍କୁ ଚକିତ କରି ତାଙ୍କ ଚାକିରିରୁ ଇସ୍ତଫା ଦେଇଛନ୍ତି । +ଆଉ କୁହାଯାଇଛି ଯେ ବସନ୍ତ ରଥ ଖୁବ ଶୀଘ୍ର ରାଜନୀତିରେ ଯୋଗ ଦେବାକୁ ଥିବାରୁ ସେ ଇସ୍ତଫା ଦେଇଛନ୍ତି | ପୂର୍ବତନ ଆଇଜି ଟ୍ରାଫିକ୍ ବସନ୍ତ ରଥ ଜମ୍ମୁକଶ୍ମୀରର ମୁଖ୍ୟ ଶାସନ ସଚିବ ଅରୁଣ କୁମାର ମେହେଟ୍ଟାଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । +ସେ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛନ୍ତି । +ଏଥିରେ ସେ ଲେଖିଛନ୍ତି ଯେ ସେ ଖୁବ ଶୀଘ୍ର ରାଜନୀତିରେ ଯୋଗ ଦେଇପାରନ୍ତି । +ଟ୍ୱିଟରରେ ଇସ୍ତଫା ପତ୍ର ସେୟାର କରି ବସନ୍ତ ରଥ ଲେଖିଛନ୍ତି ଯେ ‘ମୁଁ ନିର୍ବାଚନ ରାଜନୀତିରେ ଭାଗ ନେବାକୁ ଭାରତୀୟ ପୁଲିସ ସେବାରୁ ଇସ୍ତଫା ଦେବାକୁ ଚାହୁଁଛି । +ଏହାକୁ ଇସ୍ତଫା / ସ୍ବେଚ୍ଛାକୃତ ଅବସର ଭାବେ ଗ୍ରହଣ କରାଯାଉ’| ତେବେ ଏହି ଟ୍ୱିଟ ପୂର୍ବରୁ ବସନ୍ତ ରଥଙ୍କ ଆଉ ଏକ ଟ୍ୱିଟ ଭାଇରାଲ ହେବାରେ ଲାଗିଛି | ବସନ୍ତ ରଥ ତାଙ୍କ ଟୁଇଟରେ ଲେଖିଥିଲେ ଯେ “ଯଦି ମୁଁ କୌଣସି ରାଜନୈତିକ ଦଳରେ ଯୋଗ ଦିଏ, ତେବେ ତାହା ବିଜେପି ହେବ । +ଯଦି ମୁଁ କେବେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରେ, ସେହି ଅଞ୍ଚଳ କଶ୍ମୀର ହେବ | ଯଦି ମୁଁ କେବେ ରାଜନୀତିରେ ଯୋଗଦେବି, ତେବେ ଏହା ମାର୍ଚ୍ଚ ୬, ୨୦୨୪ ପୂର୍ବରୁ ଘଟିବ । +” ବସନ୍ତ ରଥଙ୍କ ଟ୍ୱିଟରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ବିଜେପିରେ ଯୋଗଦେବାକୁ ଯାଉଛନ୍ତି । +ଉଲ୍ଲେଖ ଥାଉ କି ଜମ୍ମୁକଶ୍ମୀରର ଟ୍ରାଫିକ ବ୍ୟବସ୍ଥା ସୁଧାରିବା ସହ ଗରିବ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ବହି ଦେଇଥାନ୍ତି ବସନ୍ତ ରଥ | ନିଟ ଓ ଜେଇଇ ଭଳି ପରୀକ୍ଷାରେ କିଭଳି ଗରିବ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇପାରିବେ ସେଥିପାଇଁ ପ୍ରୟାସ କରନ୍ତି ବସନ୍ତ ରଥ | ପିଲାଙ୍କ ପାଠପଢା ଯେଭଳି ବ୍ୟାଘାତ ନ ହେବ ସେଥିପାଇଁ ନୂଆଦିଲ୍ଲୀ, ଜାମ୍ମୁ ଓ ଶ୍ରୀନଗରରୁ ବହି କିଣିଥାନ୍ତି ବସନ୍ତ | ପ୍ରତି ରବିବାର ଦିନ ବସନ୍ତ ରଥଙ୍କ ବାସଭବନ ସାମ୍ନାରେ ଛାତ୍ରଛାତ୍ରୀଙ୍କ ଭିଡ଼ ଲାଗିଥାଏ | ଶ୍ରୀ ରଥ ସମସ୍ତଙ୍କୁ ଆବଶ୍ୟକତା ଥିବା ବହି ଦେଇଥାନ୍ତି | ଯେଉଁମାନେ ତାଙ୍କ ପାଖକୁ ଆସିପାରିନଥାନ୍ତି କୋରିୟର ମାଧ୍ୟମରେ ସେ ବହି ପଠାଇଦେଇଥାନ୍ତି | ଯେଉଁଥିପାଇଁ ଆଇପିଏସ ବସନ୍ତ ରଥଙ୍କୁ ସମସ୍ତେ ‘ବୁକ ଵାଲେ ବାବା’ ନାମରେ ଡାକିଥାନ୍ତି | ବସନ୍ତ ରଥ ଜଣେ ୨୦୦୦ ମସିହା କ୍ୟାଡର ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ | ସେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ଜଣେ ଛାତ୍ର ହୋଇଥିବାବେଳେ ୨୦୦୨ ମସିହାରେ,ପୁଞ୍ଚର ମଣ୍ଡିରେ ପୋଷ୍ଟ କରାଯାଇଥିଲା |ସେ ଓଡିଶାର ପୁରୀ ଜିଲ୍ଲାର ପିପିଲିର ଉତ୍ତରାକାଶୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । +ତେବେ ୨୦୨୦ ମସିହାରେ ଜମ୍ମୁ-କଶ୍ମୀର ଆଇଜି ଥିବା ବସନ୍ତ ରଥଙ୍କୁ ଦୁର୍ବ୍ୟବହାର ଏବଂ ଆଇନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିଲମ୍ବିତ କରାଯାଇଥିଲା । + ଡିଜିପି ଦିଲବାଗ ସିଂହଙ୍କ ସହିତ ଏକ ବିବାଦକୁ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଜମ୍ମୁ କାଶ୍ମୀର ପୁଲିସ ମହାନିର୍ଦ୍ଦେଶକଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ବସନ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା | +୧୩ଜଣଙ୍କୁ କ୍ୟାବିନେଟ ପାହ୍ୟା, ୮ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ +ଭୁବନେଶ୍ୱର: ବିଜେଡି ସରକାରର ପଞ୍ଚମ ପାଳିର ୩ବର୍ଷ ପୂରଣ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନିଜ ମନ୍ତ୍ରିମଣ୍ଡଳର ନବକଳେବର କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । +ଆଜି ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବାବେଳେ ଆସନ୍ତାକାଲି ଦିନ ୧୧ଟା ୪୫ମିନିଟରେ ନୂଆ ମନ୍ତ୍ରୀମାନେ ଶପଥ ନେବେ । +ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ମନ୍ତ୍ରୀମଣ୍ଡଳରେ ୧୩ଜଣଙ୍କୁ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବେ ମନୋନୀତ କରାଯାଇଛି । +ସେହିପରି ୮ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ଦିଆଯାଇଛି । +ଇନା.ଏଚ କ୍ରିଷ୍ଣମୂର୍ତ୍ତିଙ୍କ ବୈଠକ; ଓଡ଼ିଶା ଓ ଇଣ୍ଡୋନେସିଆ ସମ୍ପର୍କକୁ ମଜବୁତ କରିବାକୁ… +କଟକ ଗସ୍ତରେ ଆସିଛନ୍ତି ଇଣ୍ଡୋନେସିଆ ଆମ୍ବାସଡ଼ର ଇନା.ଏଚ କ୍ରିଷ୍ଣମୂର୍ତ୍ତି । +ଓଡ଼ିଶା ଓ ଇଣ୍ଡୋନେସିଆ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ କଟକ ନୌବାଣିଜ୍ୟ ସଂଗ୍ରହାଳୟରେ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । +ମ୍ୟୁଜିୟମରେ ଥିବା ଇଣ୍ଡୋନେସିଆ କୀର୍ତ୍ତି ସଂଗ୍ରହାଳୟ ଇନା.ଏଚ କ୍ରିଷ୍ଣମୂର୍ତ୍ତି ବୁଲି ‌ଦେଖିଛନ୍ତି । +୧୯୫୦ ମସିହା ପରଠୁ ଆଜି ପର୍ଯ୍ୟନ୍ତ ଆମ୍ବାସଡ଼ର ତାଲିକାରେ ପ୍ରଥମ ମହିଳା ଆମ୍ବାସଡ଼ର ହେଉଛନ୍ତି କ୍ରିଷ୍ଣମୂର୍ତ୍ତି । +ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । +ତେବେ ବିଜୁବାବୁଙ୍କ ସମୟରୁ ଇଣ୍ଡୋନେସିଆ ସହ ଯେଉଁ ସମ୍ପର୍କ ରହିଛି ତାହାକୁ ଦ୍ଵିଗୁଣିତ କରିବା ପାଇଁ ସମୟ ଆସିଛି ବୋଲି କହିଛନ୍ତି ଆମ୍ବାସଡ଼ର । +କାରଣ ଇତିହାସରେ ମଧ୍ୟ ଓଡ଼ିଶା ଓ ଇଣ୍ଡୋନେସିଆର ନାଁ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ରହିଛି । +କାରଣ ପୂର୍ବରୁ ଓଡ଼ିଆ ସାଧବ ପୁଅମାନେ ଇଣ୍ଡୋନେସିଆ ଗସ୍ତ କରି ସେଠାରେ ବାଣିଜ୍ୟ କାରବାର କରୁଥିଲେ । +ଆଉ ବର୍ତ୍ତମାନ ସମୟର ସମ୍ପର୍କର ସେତୁ ବିକାଶ କରିବାର ସମୟ ଆସିଛି । +ତେଣୁ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦିଗରେ ଯଥେଷ୍ଟ କାର୍ଯ୍ୟପନ୍ଥା ହାତକୁ ନେଇଛନ୍ତି ବୋଲି କହିଛନ୍ତି ସେ । +ତେଣୁ ଏହି ଗସ୍ତ ନିଶ୍ଚୟ ସମ୍ପର୍କକୁ ମଜବୁତ କରିବ ବୋଲି ଆଶା ରଖିଛନ୍ତି ଆମ୍ବାସଡର । +ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଭୁବନେଶ୍ୱରରେ ନୂତନ ପ୍ରକଳ୍ପ ‘ବାସୁଦେବ ବିହାର’ର ଶୁଭାରମ୍ଭ +ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଦ୍ବାରା ଭୁବନେଶ୍ବରର ଜଗନ୍ନାଥ ପ୍ରସାଦ ମଉଜା ରେ ‘ ବାସୁଦେବ ବିହାର’ ନାମରେ ଏକ ଉନ୍ନତ ଗୃହପୋଯୋଗୀ ଭୂଖଣ୍ଡ ( ପ୍ଲଟିଂ ) ପ୍ରକଳ୍ପର ଶୁଭାରମ୍ଭ ପରିପ୍ରେକ୍ଷୀରେ , ଏହାର ସୂଚନା ପୁସ୍ତିକା ଶନିବାର ସଂସ୍ଥା ମୁଖ୍ୟ ଦପ୍ତର ‘ ଗୃହ ନିର୍ମାଣ ଭବନ ‘ ରେ , ଏହାର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି । +ରକ୍ତରଂଜିତ ହେଲା ପୁରୀ ବଡ଼ଦାଣ୍ଡ; ଜଣେ ମୃତ +ପୁରୀ: ଶ୍ରୀମନ୍ଦିର ସମ୍ମୁଖ ପବିତ୍ର ବଡ଼ଦାଣ୍ଡରେ ମଙ୍ଗଳବାର ସନ୍ଧ୍ୟାରେ ଗୁଳିମାଡ଼ ହୋଇଛି । +ଦୁର୍ବୃତ୍ତ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି । +ମୃତ ଯୁବକ ହେଲେ ଟାଉନ୍‌ ଥାନା ଅନ୍ତର୍ଗତ ତଳୁଛ ସାହିର ଶିବରାମ ପାତ୍ର । +ତେବେ ପୁଲିସ ଅଳ୍ପ ସମୟ ମଧ୍ୟରେ ଅଭିଯୁକ୍ତକୁ ବାନ୍ଧିଛି । +ତେବେ ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି ଗିରଫ ବ୍ୟକ୍ତିଙ୍କ ନାମ କହିବାକୁ ପୁଲିସ ମନା କରି ଦେଇଛି । +ମରାମତି କାର୍ଯ୍ୟ ନିରୀକ୍ଷଣ +ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ଉପଜିଲ୍ଲାପାଳ ସନତ କୁମାର ନାଏକ,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ, ବରିଷ୍ଠ ରାଜସ୍ୱ ସହାୟକ ସର୍ବେଶ୍ୱର ଦାନୀ, କର୍ମଚାରୀ ପ୍ରଦୀପ୍ତ କୁମାର ନାୟକ, ବରିଷ୍ଠ ରାଜସ୍ୱ ସହାୟକ ତହସିଲ କାର୍ଯ୍ୟାଳୟ ଦେବ ରଞ୍ଜନ ମିଶ୍ର ପରିଚାଳନା କମିଟି ର ସଭ୍ୟ ବିଜୟ କୁମାର ମିଶ୍ର, ପୂଜକ ବିଭୁ ରଞ୍ଜନ ପଣ୍ଡା, ଉପ -ଜ଼ିଲ୍ଲାପାଳ ସନତ କୁମାର ନାୟକ ପ୍ରମୁଖ ଜଗନ୍ନାଥ ମନ୍ଦିର ଏବଂ ମାଉସୀ ମା ମନ୍ଦିର ପରିସର, ରଥ ମରାମତି କାର୍ଯ୍ୟ ନିରୀକ୍ଷଣ କରିଥିଲେ । +ରଥ ମରାମତି କାର୍ଯ୍ୟ ଶେଷ ପର୍ଯ୍ୟ । +ୟ ରେ ପହଂଚି ବା ବେଳେ ପ୍ରଶାସନିକ କାର୍ଯ୍ୟ ରେ ମଧ୍ୟ ତତ୍ପରତା ଦେଖାଇଛନ୍ତି ସମସ୍ତ ଅଧିକାରୀ ଏବଂ କର୍ମଚାରୀ । +ସାତକୋଶିଆ ଅସ୍ତିତ୍ଵ ହରାଇବା ଆଶଙ୍କା +ଅନୁଗୁଳ ଜିଲ୍ଲାରେ ରହିଛି ମହାନଦୀର ସବୁଠାରୁ ବଡ ଗଣ୍ଡ, ସାତକୋଶିଆ ଗଣ୍ଡ । +ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ଯୋଗୁଁ ସିଧାସଳଖ ପ୍ରଭାବିତ ହୋଇଛି ସାତକୋଶିଆ ଗଣ୍ଡ । +ଦିନେ ଯେଉଁ ଗଣ୍ଡରେ ଅକାତ କାତ ପାଣି ରହୁଥିଲା, ଏବେ ଲଗାତାର ଭାବେ ଜଳସ୍ତର କମୁଥିବା ସ୍ଥାନୀୟ ଲୋକେ କହିଛନ୍ତି । +ବିଜେଡି ନେତା ବବି ଙ୍କ ଜନ୍ମ ଦିନରେ ବୃକ୍ଷ ରୋପଣ +ଫୁଲବାଣୀ -28/6:ରାଜ୍ୟ ବିଜେଡି ର ଆଗଧାଡିର ନେତା ତଥା ସଂଗଠନ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶଦାଶ ଓରଫ ବଵି ଙ୍କ ଜନ୍ମ ଦିନ ଅବସରରେ ଫୁଲବାଣୀ ନିକଟ ଆଲାମି, ଡାକପାଲ । +ଅଂଚଳ ରବିଭିନ୍ନ ସ୍ଥାନରେ ବିଜେଡି କର୍ମୀ ମାନେ ବୃକ୍ଷ ରୋପଣ କରିଥିଲେ । +ବିଜେଡି ନେତା ତଥା କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦେଶକ, ଅଭିନେତା ଜାଳନ୍ଧର ବେହେରା ଅତିଥୀ ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହ ବବି ଙ୍କ ଦୀର୍ଘ ଜୀବନ କାମନା କରାଯାଇଥିଲା । +୨୦୨୪ ରେ ହେବ ବିଜେଡ଼ି-ବିଜେପି ଗଠବନ୍ଧନ +ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଶାସକ ବିଜେଡ଼ି ଓ ବିଜେପି ମଧ୍ୟରେ ଗଠବନ୍ଧନ ହେବ ଓ ମିଳିତ ଭାବରେ ଦୁଇ ଦଳ ଆସନ ବୁଝାମଣାରେ ନିର୍ବାଚନ ଲଢିବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣା ପଡ଼ିଛି । +ଏ ପ୍ରକାର ରାଜନୈତିକ ରଣନୀତି ଏବେକାର ନୁହେଁ । +୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । +ଏହାର ଅନ୍ତିମ ରୂପରେଖ ୨୦୨୪ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିବ । +ତେଣୁ ବିଜୁ ଲିଗାସି ବା ବିଜୁ ଜନତା ଦଳର ସମସ୍ତ ପ୍ରତିଷ୍ଠିତ ନେତାମାନଙ୍କର ଏକ ପ୍ରକାର ରାଜନୈତିକ ସମାପ୍ତି ଏହି ଗଠବନ୍ଧନର ମୂଳ ଉଦ୍ଦ୍ୟେଶ । +ମାଲକାନଗିରି ଜିଲ୍ଲାର ୪୭ଟି ସ୍ମାର୍ଟ ସ୍କୁଲ ଉଦଘାଟିତ +ମାଲକାନଗିରି,୧/୬ମାଲକାନଗିରି ଜିଲ୍ଲାକୁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଫୋକସ ରହିଛି । +ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ଯୋଗୁଁ ଏହି ଜିଲ୍ଲାକୁ ୫୩ଟି ସ୍କୁଲକୁ ୫-ଟି ଅଧୀନରେ ରୁପାନ୍ତରିତ କରାଯାଇ ସ୍ମାର୍ଟ ସ୍କୁଲରେ ପରିଣତ କରାଯିବ । +ସେଥିମଧ୍ୟରୁ ୪୭ଟି ସ୍କୁଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଶୁଭ ଉଦଘାଟନ କରିଛନ୍ତି । +ମାଲକାନଗିରି ସ୍ଥିତି ଏମଭି-୭ ନମ୍ବର ଜଗନ୍ନାଥପାଲ୍ଲୀ ହାଇସ୍କୁଲରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅତିଥି ଭାବେ ସାଂସଦ ରମେଶ ଚନ୍ଦ୍ର ମାଝି,ଜିଲ୍ଲାପାଳ ବିଶାଲ ସିଂ,ପିଡି,ଡିଆରଡିଏ ବାଳମୁକୁନ୍ଦ ଭୁୟାଁ ସମେତ ସମସ୍ତ ୪୭ଟି ସ୍କୁଲର ଛାତ୍ରଛାତ୍ରୀ ଏବଂ ସ୍କୁଲ କର୍ତ୍ତୃପକ୍ଷ,ବୁଦ୍ଧିଜୀବୀ,ଜନସାଧାରଣ ଉପସ୍ଥିତ ରହିଛନ୍ତି । +୫୩ଟି ସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରିବା ପାଇଁ ପ୍ରାୟ ୨୩ କୋଟି ୮୫ ଲକ୍ଷ ଟଂକା ଖର୍ଚ୍ଚ ହେବ ବୋଲି ଜଣାପଡିଛି । +ପ୍ରକାଶ ଥାଉକି ଛାତ୍ରଛାତ୍ରୀଙ୍କୁ ସରକାରୀ ସ୍କୁଲ ମୁହାଁ କରିବା ପାଇଁ ଓ ସେମାନଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନରେ ଜିଲ୍ଲାର ୫୩ଟି ସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରୁଛନ୍ତି । +ପ୍ରତ୍ୟେକ ବିଦ୍ୟାଳୟ ପାଇଁ ୪୫ ଲକ୍ଷ ଟଂକା ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି । +୩୫ ଲକ୍ଷ ଟଂକାର ବିଦ୍ୟାଳୟର ମରାମତି,ବଗିଚା ଉନ୍ନତିକରଣ,ଉନ୍ନତମାନର ଶ୍ରେଣୀଗୃହ,ପାଚେରିଗୁଡିକରେ ବିଭିନ୍ନରଙ୍ଗ କରାଯିବା ସହ ମହାପୁରୁଷ,ସ୍ବାଧୀନତା ସଂଗ୍ରାମୀ,ବୈଜ୍ଞାନିକ,ଶିକ୍ଷାବିତ,ବିଭିନ୍ନ ବୃକ୍ଷରାଜି,ବନ୍ୟଜନ୍ତୁ,ସ୍ଥାନୀୟ ଲୋକକଳା ଓ ନୃତ୍ୟ ଆଦିର ଛବି ଅଙ୍କାଯିବ ବୋଲି ଜଣାପଡିଛି । +ତେବେ ବଳକା ୧୦ ଲକ୍ଷ ଟଂକାରେ ବିଦ୍ୟାଳୟର ପାଠାଗାର,ବିଭିନ୍ନ ପ୍ରକାରର ପୁସ୍ତକ କିଣା,ଇଣ୍ଟରନେଟ ସଂଯୋଗ ଓ ତାଲିମ ଶିବିର ପାଇଁ ଖର୍ଚ୍ଚ କରାଯିବ । +ବହୁ ଚର୍ଚିତ ଆଦର୍ଶ ପଂଚାୟତ ରେ ପାନୀୟଜଳ ର ଅବ୍ୟବସ୍ଥା….ମନମାନି ରେ କାମକରୁଛନ୍ତି ACM… +ହରଭଙ୍ଗା :09/06. ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପାନୀୟଜଳ ଅବ୍ୟବସ୍ଥା ପାଇଁ ସଦାସର୍ବଦା ଚର୍ଚ୍ଚାର ବିଷୟ ପାଲଟିଛି!ପରିମଳ ବିଭାଗ ର କର୍ମଚାରୀ ଙ୍କ ମନମାନି ଯୋଗୁଁ ପାଣିଟୋପାଏ ପାଇବାପାଇଁ ଜନସାଧାରଣ ଡହକ ବିକଳ ହେଉଛନ୍ତି!ଘଟଣା ଟି ଘଟିଛି ହରଭଙ୍ଗା ବ୍ଲକ ର ଆଦର୍ଶ ପଂଚାୟତ ଲୁଣିବାହାଲ ଅନ୍ତର୍ଗତ ତାଳପଦର ଗ୍ରାମରେ!ଗ୍ରାମରେ 40ଟି ପରିବାର ଥିବାବେଳେ ଗ୍ରାମରେ ଥିବା ନଳକୂଅ ଟି 4ଦିନହେଲା ଅଚଳ ଅବସ୍ଥା ରେ ପଡ଼ିରହିଛି!ଏପଟେ ବ୍ଲକ ରେ ତାପମାତ୍ରା 40ଡିଗ୍ରୀ ରୁ କମୁନି!ଗରମ ସହିତ ଭୀଷଣ ଗୁଳୁଗୁଳି ଜନସାଧାରଣ ଙ୍କୁ ଅସ୍ତ ବ୍ୟସ୍ତ କରିଦେଉଛି!ପରିମଳ ବିଭାଗ ତରଫରୁ ନଳକୂପ ଟି ନୂତନ ଭାବରେ ଚାନ୍ଦନି, ପାଣି ଟେଙ୍କ ପାଇଁ ବିଭାଗୀୟ ତରଫରୁ 16000ଟଙ୍କା ଖର୍ଚ୍ଚ ରେ ମରାମତି କରାଯାଇଛି, କିନ୍ତୁ ପାଣି ବୁନ୍ଦାଏ ବି ବାହାରୁନି!ଗ୍ରାମବାସୀ ପଂଚାୟତ ର ACM କର୍ମଚାରୀ ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ କିନ୍ତୁ ACM କର୍ମଚାରୀ ମାନେ ସିଧା ସଳଖ ଗ୍ରାମବାସୀଙ୍କୁ 200ଟଙ୍କା ଦେଲେ ନଳକୂପ ସଜାଡ଼ିବୁ ନ ହେଲେ ଯାହାପାଖରେ ଅଭିଯୋଗ କରୁଛ କରନ୍ତୁ ବୋଲି ଉତ୍ତର ଦେଇଥିଲେ!ସୂଚନା ମୁତାବକ ଏହି ପଂଚାୟତ ରେ ଦୁଇଜଣ ACM କର୍ମଚାରୀ ଅଛନ୍ତି!ଏହି କର୍ମଚାରୀ ଦୁଇଜଣ ଏମିତିକି ପଂଚାୟତ ର ସରପଞ୍ଚ ଙ୍କ କଥା କୁ ମଧ୍ୟରେ ଅମାନ୍ୟ କରୁଛନ୍ତି!ଗ୍ରାମବାସୀ ଏହିବିଷୟରେ ବ୍ଲକ ପରିମଳ ବିଭାଗ, ପଂଚାୟତ ସରପଞ୍ଚ ଙ୍କୁ ବାରମ୍ବାର ଜଣାଇ ଥିଲେ ମଧ୍ୟ 4ଦିନହେଲାଣି ପିଇବା ପାଣିରୁ ପଞ୍ଚିତ ଗ୍ରାମବାସୀ!ଏଣୁ ବ୍ଲକ ପ୍ରଶାସନ ଏହାଉପରେ ଦୃଷ୍ଟି ଦେଇ ଅଚଳ ଥିବା ନଳକୂପ କୁ ମରାମତି କରିବା ସହିତ ମନମାନି ଓ ଲ । +ଞ୍ଚ ମାଗୁଥିବା ACM କର୍ମଚାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି! +ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଓଡ଼ିଶା ପ୍ରଥମ +ଭୁବନେଶ୍ୱର:ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଓ ଆବଶ୍ୟକୀୟ ଯତ୍ନ ଦ୍ୱାରା ଶିଶୁ ମୃତୁ୍ୟହାର ହ୍ରାସ ପାଇବାରେ ଲାଗିଛି । +ଏ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଦୃଷ୍ଟାନ୍ତମୂଳକ ଉଦାହରଣ ପାଲଟିଛି । +ଏସ୍‌ଆର୍‌ଏସ୍‌ ବୁଲେଟିନ୍‌ ଅନୁଯାୟୀ ୨୦୦୫ରୁ ୨୦୨୦ ମସିହା ମଧ୍ୟରେ ଶିଶୁ ମୃତୁ୍ୟହାର ୩୯ ପଏଣ୍ଟ ହ୍ରାସ ପାଇଛି । +ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ପ୍ରକାଶିତ ସାମ୍ପଲ ରେଜିଷ୍ଟ୍ରେସନ୍‌ ସିଷ୍ଟମ, ଏସ୍‌ଆର୍‌ଏସ୍‌ ବୁଲେଟିନ୍‌ରେ ବାର୍ଷିକ ଶିଶୁ ମୃତୁ୍ୟହାର, ଜନ୍ମହାର ଓ ଆନୁଷଙ୍ଗିକ ତଥ୍ୟ ପ୍ରକାଶିତ ହୋଇଥାଏ । +ଏବେ ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । +ରାଜ୍ୟରେ ଶିଶୁ ମୃତ୍ୟୁହାର ଓ ମାତୃମୃତ୍ୟୁହାର ହ୍ରାସ ପାଇଁ ୨୦୧୫-୧୬ ମସିହାରୁ ‘ସଂପୂର୍ଣ୍ଣ’ ଭଳି ଅଭିନବ ସ୍ୱାସ୍ଥ୍ୟସେବା ଯୋଜନା ଆରମ୍ଭ କରାଯାଇଛି । +ଏଥିରେ ଅଧିକ ବିପଦପୂର୍ଣ୍ଣ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଚିହ୍ନଟ କରି ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । +ପ୍ରଥମ ରେଫରାଲ ୟୁନିଟ୍‌ରେ ଗର୍ଭବତୀ ମହିଳାମାନଙ୍କୁ ସିଜରିଆନ୍‌ ସୁବିଧା ଯୋଗାଇଦେବା ସହ ‘ଲକ୍ଷ୍ୟ’ କାର୍ଯ୍ୟକ୍ରମ ଅଧୀନରେ ପ୍ରସବକାଳୀନ ସମସ୍ୟା ଓ ନବଜାତ ଶିଶୁମାନଙ୍କୁ ଗୁଣାତ୍ମକ ଯତ୍ନ ସେବା ଯୋଗାଇ ଦିଆଯାଉଛି । +ଏଥିରେ ପ୍ରସୂତି ଓ ନବଜାତ ଶିଶୁମାନଙ୍କୁ ୪୮ ଘଣ୍ଟା ସ୍ୱାସ୍ଥ୍ୟସେବା ମିଳିପାରୁଛି । +ଏଥି ପାଇଁ ରାଜ୍ୟରେ ୭୪ଟି ମାତୃଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଛି । +ଏଥିରେ ୩୦ରୁ ୧୨୫ ପର୍ଯ୍ୟନ୍ତ ଶଯ୍ୟାର ବ୍ୟବସ୍ଥା ରହିଛି । +ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌କୁ ବିନା ମୂଲ୍ୟରେ ଆମ୍ବୁଲାନ୍ସ ମାଧ୍ୟମରେ ପରିବହନ ସେବା ଯୋଗାଇ ଦିଆଯାଉଛି । +ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନବଜାତ ଶିଶୁମାନଙ୍କର ଯତ୍ନ ଓ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ୪୮ରୁ ଅଧିକ ଆଶାକର୍ମୀ ନିୟୋଜିତ ଅଛନ୍ତି । +ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସଂଜୟ କୁମାର ସିଂ +ଭୁବନେଶ୍ୱର : ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି । +ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ, ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା, ଯୁଗ୍ମ ସଚିବ ବିଷ୍ଣୁପ୍ରିୟା ସାହୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ ଜଣାଇଥିଲେ । +ଦାୟିତ୍ୱ ଗ୍ରହଣ ପରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ସଂପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । +ବିଶେଷ କରି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଯେପରି ସୁଚାରୁ ରୂପେ ଅନୁଷ୍ଠିତ ହେବ ଏବଂ ଜାତୀୟ ସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ଆଧ୍ୟାତ୍ମିକ ଟିଭି ଚାନେଲ୍‌ଗୁଡ଼ିକ ଦ୍ୱାରା ରଥଯାତ୍ରାର ସିଧା ପ୍ରସାରଣ ପୂର୍ବକ ସାରା ଦେଶର ଭକ୍ତମାନଙ୍କୁ ରଥଯାତ୍ରା ସଂପର୍କରେ ଅବଗତ କରାଇବେ, ସେ ବାବଦରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଗୁରୁତ୍ୱ ଆରୋପ କରିଥିଲେ । +ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ରଥଯାତ୍ରା ଉପଲକ୍ଷେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସଂପର୍କରେ ସୂଚନା ଦେଇଥିଲେ । +5.କୁଇଣ୍ଟାଲ 52.kg ଗଞ୍ଜେଇ ସହ SUV.500 କାର ଜବଦ କଲା କାଲିମେଳା ପୋଲିସ +କାଲିମେଳା ତା ୨୨/୫: ମିଳିଥିବାସୂଚନା ମୁତାବକ ଗତ କାଲି ସନ୍ଦ୍ୟା ସମୟରେ କାଲିମେଳା ପୋଲିସ୍,ବଡିଗେଟା ଗ୍ରାମ ପଂଚାୟତ  ଅର୍ନ୍ତଗତ ଟେକଗୁଡ଼ା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ, ହଟାତ ଏକ କଳାରଙ୍ଗର SUV କାର ଦେଖା ଗଲା, ପୋଲିସ ସନ୍ଦେହ କରି ଗାଡ଼ି ଟିକୁ ଅଟକାଇ କାଗଜ ପତ୍ର ଜାଞ୍ଚ କରିବା ବେଳେ, ସେଥିରେ ଡ଼ୁବୁଲିକ୍ୟାଟ ନମ୍ବର ଲଗା ଯାଇଥିବା ଜାଣି, ଗାଡ଼ିଟିକୁ ଅଧିକ ସର୍ଚ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବାର ସୁରାକ ମିଳିଥିଲା, ପୋଲିସ ଗାଡ଼ିଟିକୁ ଥାନାକୁ ଆଣି ସମ୍ପୂର୍ଣ ଯାଞ୍ଚ କରିବା ପରେ, ସେଥିରୁ 5 କୁଇଣ୍ଟାଲ 52, kg ଗଞ୍ଜେଇ ବାହାରିଥିଲା,ଗଞ୍ଜେଇ ଚଲାଣ କରୁଥିବା ମହରାଷ୍ଟ୍ର 2ଜଣକୁ ମଧ୍ୟ୍ୟ ଗିରଫ କରିଛି ପୋଲିସ, ସେମାନେ ହେଲେ ମହାରାଷ୍ଟ୍ରର ସାଗର ସନ୍ତୋଷ ସୋନୁନେ ଓ ରାମଦାସ ବିତଲ ବୋଲି ଜଣା ପଡିଛି,ସମସ୍ତ ଗଞ୍ଜେଇ କାଲିମେଳା ଆଞ୍ଚଳରୁ ମହାରାଷ୍ଟ୍ର କୁ ଚଲାଣ ହେଉଥିବା କହିଛି କାଲିମେଳା ପୋଲିସ, ଆଜି ଗଞ୍ଜେଇ ସହ ଦୁଇଜଣଙ୍କୁ କେସନଂ 142 ରେ କୋର୍ଟ ଚଲାଣ କରିଛି ପୋଲିସ । +ଓଡିଆ ଚଳଚ୍ଚିତ୍ର ଅଭିନେତା ରାଇମୋହନଙ୍କ ଦେହାନ୍ତ । + ପ୍ରାଚୀ ବିହାର ସ୍ଥିତ ନିଜ ଘରେ ଆତ୍ମହତ୍ୟା +ଓଡିଆ ଚଳଚ୍ଚିତ୍ର ଅଭିନେତା ରାଇମୋହନଙ୍କ ଦେହାନ୍ତ । +ରାଇମୋହନ ପରିଡା ଆତ୍ମହତ୍ୟା କରିଥିବା ସୂଚନା । +ପାରିବାରିକ କଳହରୁ ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । +ଓଡିଶାର ଖଳନାୟକ ଭାବେ ପରିଚିତ ରାଇମୋହନ ପରିଡା । +ତାଙ୍କର ଜନ୍ମ ୧୯୬୩ ମସିହାରେ । +ତାଙ୍କର ଜନ୍ମ ସ୍ଥାନ ହେଉଛି କେଉଁଝର ର ଉଦୟପୁର ଗ୍ରାମରେ । +ସେ ଚାରି ଝିଅ ରେ ଗୋଟିଏ ପୁଅ ଥିଲେ । +ସେଥିପାଇଁ ପରିବାରରେ ସେ ବହୁତ ଗେଲ୍ହା ଥିଲେ । +ତାଙ୍କ ବାପାଙ୍କ ନାମ ହେଉଛି ତ୍ରିଲୋକନାଥ ପରିଡା । +ସେ ବିଏଲଡବ୍ଲ୍ୟୁ ଭାବେ କାର୍ଯ୍ୟ କରୁଥିଲେ । +ମା ହେଉଛନ୍ତି ତିଳୋତ୍ତମା ପରିଡା । +ରାଇମୋହନ ପରିଡାଙ୍କ ପତ୍ନୀଙ୍କ ନାମ ହେଉଛି ରଞ୍ଜିତା ପରିଡା । +ତାଙ୍କର ପ୍ରଥମ ଓଡିଆ ଫିଲ୍ମ ହେଉଛି ପକା କମ୍ବଳ ପୋତ ଛତା । +ସେଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । +ଏହା ପରେ ୧୯୯୨ ମସିହାରେ ସାଗର ଭୂମିକାରେ ଅଭିନୟ କରିଥିଲେ । +ଏହିପରି ୧୦୦ ରୁ ଉର୍ଦ୍ଧ ଓଡିଆ ଫିଲ୍ମ ରେ ସେ ଅଭିନୟ କରିଛନ୍ତି । +ଅଲିଉଡ ର ଶ୍ରେଷ୍ଟ ଖଳନାୟକ ଭାବେ ମଧ୍ୟ ସେ ପରିଚିତ । +୨୦୦୨ ମସିହାରେ ସେ ଓଡିଆ ଫିଲ୍ମ ଛାଡି ଯାତ୍ରାରେ ଅଭିନୟ ଆରମ୍ଭ କରିଥିଲେ । +ସେ ଓଡିଆ ଯାତ୍ରା ଓ ଫିଲ୍ମ ସହ କିଛି ହିନ୍ଦୀ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି । +ଓଡିଆ ଯାତ୍ରା ଜଗତରେ ସେ ବେଶ ସୁନାମ ଅର୍ଜନ କରିଛନ୍ତି । +ମେଡିକାଲ କଲେଜ ଆସୋସିଏଟ୍ ପ୍ରଫେସର ସ୍ତରରେ ଅଦଳବଦଳ +ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସରଙ୍କ ସ୍ତରରେ ଏକ ଛୋଟ ଅଦଳବଦଲ ହୋଇଛି । +ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଏମ୍‌କେସିଜି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ. ଗୋପବନ୍ଧୁ ମିଶ୍ରଙ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ବଦଳି କରାଯାଇଛି । + ସେହିପରି ଏସ୍‌ସିବି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ. ରାଜଶ୍ରୀ ସାମଲଙ୍କୁ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଆଣ୍ଡ ହସିଟାଲ, ଏମ୍‌କେସିଜି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ. ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ, ଏମ୍‌କେସିଜି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ.ଏମ୍‌ଭି ନରସିମାଙ୍କୁ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଆଣ୍ଡ ହସିଟାଲ, ଏମ୍‌କେସିଜି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ. ସୁଭେନ୍ଦୁ ଆଚାର‌୍ୟ୍ୟଙ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ, ଏସ୍‌ସିବି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ.ଏନ୍‌ଟି ମିଞ୍ଜାଙ୍କୁ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଆଣ୍ଡ ହସିଟାଲ, ଏସ୍‌ସିବି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ. ମଞ୍ଜୁଲତା ଦାଶଙ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ, ଏମ୍‌କେସିଜି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ. ଏସ୍ ନାୟକଙ୍କୁ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଆଣ୍ଡ ହସିଟାଲ, ଏମ୍‌କେସିଜି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ.ତାପସ କୁମାର ରାଉତଙ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ, ଏମ୍‌କେସିଜି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ. ରାଜେଶ କୁମାର ଡୋରାଙ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ, ଏସ୍‌ସିବି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ. ସତ୍ୟଜିତ ରାଏଙ୍କୁ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଆଣ୍ଡ ହସିଟାଲ ଏବଂ ଏସ୍‌ସିବି ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ.ସଘଂମିତ୍ରା ମହାପାତ୍ରଙ୍କୁ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଆଣ୍ଡ ହସିଟାଲକୁ ବଦଳି କରାଯାଇଛି +କ୍ୟାରିୟର କଉଁଶୀଳଲିଙ୍ଗ ଅନୁଷ୍ଠିତ +ମାଲକାନଗିରି:ପୁରୁଣାକଟକ ଡ୍ରେନ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ଓ ବିକାଶ ପରିଷଦ ର ବୈଠକ +ହରଭଙ୍ଗା :17/05.ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକସ୍ଥ ପୁରୁଣାକଟକ ଧଲପୁର ଛକ ଠାରୁ ଗାଁ ମୁଣ୍ଡ ପର୍ଯ୍ୟନ୍ତ ଡ୍ରେନ ଓ ରାସ୍ତା ନିର୍ମାଣ ଦାବି ରେ ଗତ କାଲି ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ରାସ୍ତା ରୋକ କରାଯାଇଥିଲା ଏହି ସମସ୍ୟା ଶୀଘ୍ର ପୂରଣ ପାଇଁ ଆଜି ହରଭଙ୍ଗା ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର ଙ୍କ ଅଧକ୍ଷତା ରେ ଏକ ବୈଠକ ତହସିଲ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା ବୈଠକ ରେ ଆଡିସନାଲ ତହସିଲଦାର ହରିଓମ ଭୋଇ ପୁରୁଣାକଟକ ଥାନା ଆଇଆଇସି ଜୋସ୍ନା କାଉଁରୀ ପି ଡ଼ବ୍ଲ ଡି ସହକାରୀ ଯନ୍ତ୍ରୀ ନିରଞ୍ଜନ ଧଳ କଂଟ୍ରାକଟର ଶ୍ରୀନିବାସ ମିଶ୍ର ଙ୍କ ସମେତ ବିଦ୍ୟୁତ ବିଭାଗ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥଲେ ସେହିପରି ବିକାଶ ପରିଷଦ ସମ୍ପାଦକ ବିକାଶ ମହାକୁଡ଼ ଉପ ସଭାପତି ଲବ କୁମାର ପ୍ରଧାନ ପୁରୁଣାକଟକ ସରପଞ୍ଚ ଅଶୋକ ସେଠୀ ସମିତି ସଭ୍ୟ ସରୋଜ ପ୍ରଧାନ ସଦସ୍ୟ କୈଳାସ ଅଗ୍ରୱାଲ ସୁକାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ତହସିଲଦାର ସମସ୍ତ ବିଭାଗ କୁ ନିଜ ଭିତରେ ସମନୋୟ ରଖି 30 ଦିନ ମଧ୍ୟରେ କାମ ସାରିବାକୁ ନିର୍ଦେଶ ଦେଇଥିଲେ +ସହାୟ ହେଲା ବିଜୁ ସ୍ୱାସ୍ଥ୍ୟକାର୍ଡ +ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଥିବା ଯୁବକକୁ ବିଜୁ ସ୍ୱାସ୍ଥ୍ୟକାର୍ଡ ଯୋଗୁଁ ଅପରେସନ କରାଯିବା ସମ୍ଭବ ହୋଇଛି । +କଳାହାଣ୍ଡି ଜିଲ୍ଲାରେ ଜୟପାଟଣା ମହାବୀରପଡ଼ା ୪ନମ୍ବର ୱାର୍ଡ ବାସିନ୍ଦା ଅବକାଶ ରାଉତ(୨୨) ଗତ ୧୩ ତାରିଖରେ ଖଇରମାଲ ମୋଟର ସାଇକେଲ ପଛପଟେ ବସି ଯାଉଥିବା ବେଳେ ଜୟପାଟଣା ଢ଼ାବା ନିକଟରେ ଏକ ଅଜଣା ଗାଡି ଧକ୍କା ଦେବାରୁ ଗୁରୁତର ଆହତ ହୋଇଥିଲେ । +ତାଙ୍କ ମୁଣ୍ଡରେ ଆଘାତ ଲାଗିଥବାରୁ ତାଙ୍କୁ ପ୍ରଥମେ ଜୟପାଟଣା ଡାକ୍ତରଖାନା ଏବଂ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । +ସେଠାରେ ସୁବିଧା ନଥିବାରୁ ବୁର୍ଲା କିମ୍ବା କଟକ ନେବା ପାଇଁ ପରାମର୍ଶ ଦିଆଯାଇଥିଲା । +ହେଲେ ତାଙ୍କ ପାଖରେ ଟଙ୍କା ନଥିଲା ଜୟପାଟଣାର ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସହାୟତାରେ ଏକ ଆମ୍ବୁଲେନ୍ସ ଭଡା କରି ଅବକାଶକୁ ଭୁବନେଶ୍ବର ସ୍ଥିତ ହସ୍ପିଟାଲକୁ ନିଆଯାଇଥିଲା । +ତୁରନ୍ତ ଚିକିତ୍ସା ପାଇଁ ୬୦ହଜାର ଟଙ୍କା ସେଠାରେ ଦେଇଥିଲେ କିନ୍ତୁ ଅପେରସନ କରିବାକୁ ପଡିବ ବୋଲି କୁହାଯିବାରୁ ଅପେରସନ ପାଇଁ କୁଆଡୁ ୨ଲକ୍ଷ ଆଣିବେ ବୋଲି ଚିନ୍ତାରେ ପଡି ଯାଇଥିଲେ ପରିବାର ଲୋକେ । +ପାଖରେ ଥିବା ବିଜୁ ସ୍ୱାସ୍ଥ୍ୟକାର୍ଡ ମଧ୍ୟ ଆକ୍ଟିଭ ନ ଥିଲା । +ପରେ ବିଜୁ ସ୍ୱାସ୍ଥ୍ୟକାର୍ଡକୁ କାର୍ଯ୍ୟକ୍ଷମ କରାଯାଇ ଅବକାଶର ମାଗଣାରେ ଅପେରସନ କରାଗଲା । +ବିଜୁ ସ୍ୱାସ୍ଥ୍ୟକାର୍ଡ ଯୋଗୁଁ ମୋ ପୁଅର ଜୀବନ ବଞ୍ଚିଲା ବୋଲି ଅବକାଶର ମାଆ ଚନ୍ଦ୍ରକାନ୍ତି ରାଉତ ପ୍ରକାଶ କରିଛନ୍ତି । +ସରକାର ଏହି ଜନ କଲ୍ୟାଣ ଯୋଜନା କରି ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । +ହେଲେ ଅପରେସନ ସରିଲା ପରେ ଅବକାଶଙ୍କ ପରିବାର କିପରି ଚଳିବ ସେନେଇ ଚିନ୍ତାରେ ରହିଛନ୍ତି ପରିବାର ଲୋକେ ମାଆ ଚନ୍ଦ୍ରକାନ୍ତି ସାପ୍ତାହିକ ବଜାରରେ କିଛି ସାମଗ୍ରୀ ବିକି ସ୍ୱଳ୍ପ ରୋଜଗାରରେ ପରିବାର ଚଳାଉଥିବା ବେଳେ ଅବକାଶ ଏକ କପଡା ଦୋକାନରେ କାମ କରୁଥିଲେ । +ଚିିକିତ୍ସାରେ ଓ ଯିବା ଆସିବାରେ ଖର୍ଚ୍ଚ ହୋଇ ଯାଇଥିବାରୁ ସେ ଚିନ୍ତାରେ ପଡିଛନ୍ତି ,ଚନ୍ଦ୍ରକାନ୍ତି ଏଭଳି ସ୍ଥିତିରେ ସେମାନଙ୍କ ପାଇଁ ସରକାରୀ ସହାୟତା ଜରୁରୀ ହୋଇ ପଡିଛି ବୋଲି କହିଛନ୍ତି । +ଟାଇମ୍ସ ଇଞ୍ଜିନିୟରିଂ ସର୍ଭେ: ଦେଶରେ ୫ମ ସ୍ଥାନରେ ଆଇଟିଇଆର +ଭୁବନେଶ୍ୱର, ୧୪/୦୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ +ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଟାଇମ୍ସ ଇଞ୍ଜିନିୟରିଂ +ର‌୍ୟାଙ୍କିଙ୍ଗ୍ ସର୍ଭେ ୨୦୨୨ରେ ଦେଶର ଶ୍ରେଷ୍ଠ ୫ଟି ଇଞ୍ଜିନିୟରିଂ କଲେଜ ମଧ୍ୟରେ ସ୍ଥାନ ହାସଲ କରିଛି । +ଦେଶବ୍ୟାପୀ ୧୭୦ଟି ଶିକ୍ଷାନୁଷ୍ଠାନକୁ ନେଇ କରାଯାଇଥିବା ଏହି ସର୍ଭେରେ ଆଇଟିଇଆର୍ ୫ମ ସ୍ଥାନ +ହାସଲ କରିଥିବା ବେଳେ ୧୨୫ଟି ଘରୋଇ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଗୁଡ଼ିକର ଅନ୍ୟ ଏକ ତାଲିକାରେ ଦ୍ୱିତୀୟ +ସ୍ଥାନ ଓ ପୂର୍ବାଂଚଳରେ ଏକ ନମ୍ବର ସ୍ଥାନ ହାସଲ କରିଛି । +ଗବେଷଣା ଦକ୍ଷତାକୁ ନେଇ ଶ୍ରେଷ୍ଠ ୩୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ଆଇଟିଇଆର୍ ୫ମ ସ୍ଥାନରେ ରହିଥିବା +ବେଳେ ପ୍ଲେସ୍‌ମେଂଟ କ୍ଷେତ୍ରରେ ଶ୍ରେଷ୍ଠ ୭୦ଟି ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ ୧୦ମ ସ୍ଥାନରେ ରହିଛି । +ଟାଇମ୍‌ସ ଅଫ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା “ଦ ଟାଇମ୍ସ ଅଲ୍ ଇଣ୍ଡିଆ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍‌ସ +ର‌୍ୟାଙ୍କିଙ୍ଗ ସର୍ଭେ ୨୦୨୨” ମୁଖ୍ୟତଃ ୩ ଟି ମାପଦଣ୍ଡ ଯଥା: ଡେସ୍କ ରିସର୍ଚ୍ଚ, ଅବଧାରଣାତ୍ମକ ଓ ବାସ୍ତବ +ଅନୁସନ୍ଧାନକୁ ନେଇ କରାଯାଇଥିଲା । +ଏହି ସର୍ଭେରେ ଭିତିଭୂମୀ, ଫ୍ୟାକଲ୍ଟି, ପାଠ୍ୟକ୍ରମ, ଶିଳ୍ପଜଗତ ସହ ସମ୍ପର୍କ, ନିଯୁକ୍ତି ଇତ୍ୟାଦିକୁ ମଧ୍ୟ ଗୁରୁତ୍ୱ +ଦିଆଯାଇଥିଲା । +୧୯୯୬-୯୭ ଶିକ୍ଷାବର୍ଷରେ ଆରମ୍ଭ ହୋଇଥିବା ଆଇଟିଇଆର୍ ମୁଖ୍ୟତଃ ଗୁଣାତ୍ମକ ଶିକ୍ଷା ପ୍ରଦାନ, +ଗବେଷଣା ଉପରେ ଗୁରୁତ୍ୱ, ନିଯୁକ୍ତି କ୍ଷେତ୍ରରେ ଅଧିକ ମନୋନିବେଶ ଓ କୌଶଳ ବିକାଶ କ୍ଷେତ୍ରକୁ ନେଇ ବେଶ +ପରିଚିତ । + ବୈଷୟିକ ଶିକ୍ଷା କ୍ଷେତ୍ରରେ ବିଶ୍ୱର ସ୧ାନଜନକ ସ୍ୱୀକୃତି ପ୍ରଦାନକାରୀ ଅନୁଷ୍ଠାନ ୟୁଏସ୍‌ଏର +ଆକ୍ରିଡିଟେସନ୍ ବୋର୍ଡ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‌) ଦ୍ୱାରା ଆଇଟିଇଆର ଇଞ୍ଜିନିୟରିଂ +ପ୍ରୋଗ୍ରାମଗୁଡ଼ିକ ସ୍ୱୀକୃତି ଲାଭ କରିଛି । +ବସୁନ୍ଧରା ଯୋଜନା ରେ କିନ୍ନର ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ଙ୍କ ଏକ ଅଭିନବ ପ୍ରୟାସ +ମାଲକାନଗିରି:- ଦିନେ ତାଳି ମାରି ଲୋକଙ୍କ ପାଖରେ ହାତ ପତେଇ ଟଙ୍କା ମାଗୁଥିବା କିନ୍ନର ମାନେ କିନ୍ତୁ ଏବେ ହୋଇ ପାରିବେ ସ୍ଵାବଲମ୍ବି । +ରାଜ୍ୟର ଏକ ପ୍ରମୁଖ ସ୍ଵେଛାସେବି ସଂସ୍ଥା ସଖା ମାଧ୍ୟମରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଅନ୍ୟ ମାନଙ୍କ ଭଳି କିନ୍ନର ମାନଙ୍କୁ ମଧ୍ୟ ମୁଣ୍ଡ ଟେକି ବଞ୍ଚିବାର ରାହା ଦେଖାଇଛି । +ଓଠରେ ଲିପ୍ ଷ୍ଟିକ୍ ଓ ପାଦରେ ଅଳତା ଲଗାଇ ମହିଳାଙ୍କ ପରି ଶାଢି ପିନ୍ଧି ନିଜକୁ ସଜେଇ ହେଉଥିବା ମାଲକାନଗିରି ଜିଲ୍ଲାର ଏହି କିନ୍ନର ମାନଙ୍କୁ ଆଉ ତାଳି ମାରି ଲୋକଙ୍କ ପାଖରେ ହାତ ପତେଇବାକୁ ପଡିବ ନାହି । +ସମାଜର ତୃତିୟ ଲିଙ୍ଗ କୁହାଯାଉଥିବା କିନ୍ନର ମାନଙ୍କୁ ପୁର୍ବରୁ ଲୋକେ ଏକ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ । +ହେଲେ ସେମାନଙ୍କୁ ଏବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ରାଜ୍ୟର ଏକ ପ୍ରମୁଖ ସେଛାସେବି ଅନୁଷ୍ଟାନ ସଖାର ସହାୟତାରେ ମାଲକାନଗିରି ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନା ମାଧ୍ୟମରେ ସ୍ଵାବଲମ୍ବି କରିବା ଲାଗି ଏକ ଅଭିନବ ପନ୍ଥା ଅବଲମ୍ବନ କରିଛି । +ଜିଲ୍ଲାର ଡିଆରଡିଏ କାର୍ଯ୍ୟାଳୟରେ ଜିଲ୍ଲାର ୬୧ଜଣ କିନ୍ନର ମାନଙ୍କୁ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଇଛି । +ପୁର୍ବରୁ ଜିଲ୍ଲାର କିଛି କିନ୍ନର ରଙ୍କୁ ଜିଲ୍ଲା ପୋଲିସ ସହାୟତାରେ ଟ୍ରେନିଙ୍ଗ ପ୍ରଦାନ କରାଯାଇଥିଲା ଯାହା ପାଇବା ପରେ ବଦଳି ଯାଇଥିଲା କିନ୍ନର ମାନଙ୍କ ବେଶ ଭୁଷା, ଶାଢି ବଦଳରେ ସୁରକ୍ଷା କର୍ମୀଙ୍କ ଡ୍ରେସ ପିନ୍ଧି ହାତରେ ବାଡି ଓ ହୁଇସିଲ ଧରି ଜିଲ୍ଲା ସଦର ଚିକିତ୍ସାଳୟରେ ସିକୁରିଟି ଗାର୍ଡ ଭାବେ ପାଇଥିଲେ ନିଯୁକ୍ତି । +୭ ମହଲା ବିଶିଷ୍ଟ ଏହି ଜିଲ୍ଲା ସଦର ଚିକିତ୍ସଳୟର ମୁଖ୍ୟ ଫାଟକ ସହ ଲିଫ୍ଟରେ ସୁରକ୍ଷା ପ୍ରଦାନ କରିବା ଠାରୁ ଆରମ୍ଭ କରି ଲେବର ରୁମ,ଓ ଓଟି ଭଳି ଜରୁରି କାଳିନ କକ୍ଷରେ ପହରା ଦେବା ସହ ଓ ରୋଗିଙ୍କ ରୁମକୁ ମଧ୍ୟ ଏମାନେ ସୁରକ୍ଷା ଦେଉଛନ୍ତି । +ଗୋଟିଏ ପଟେ ଜିଲ୍ଲା ସଦର ଚିକିତ୍ସାଳୟରେ କିନ୍ନର ମାନଙ୍କ ଏଭଳି ସେବା ଦେଖି ରୋଗି ମାନେ ଖୁସି ଅନୁଭବ କରୁଥିବା ବେଳେ ରୋଗିଙ୍କ ମୁଖର ହସ ଦେଖି କିନ୍ନର ମାନେ ମଧ୍ୟ ଭିନ୍ନ ଅନୁଭବ କରୁଛନ୍ତି । +ଅନ୍ୟ ମାନଙ୍କୁ ମଧ୍ୟ ଏପରି ସ୍ଵାବଲମ୍ବି କରିବାର ଲକ୍ଷ ରଖିଛି ଜିଲ୍ଲା ସମାଜ ମଙ୍ଗଳ ବିଭାଗ । +ବଦଳିଛି ସମୟ ଆଉ ବଦଳିଛି କିନ୍ନର ମାନଙ୍କ ଆଖିର ଭାଷା । +କାରଣ ସମାଜରେ କଳଙ୍କ ନେଇ ବଞ୍ଚୁଥିବା କିନ୍ନରଙ୍କ ପାଇଁ ଜିଲ୍ଲା ପ୍ରଶାସନର ଏହି ଉଦ୍ୟମ ଏବେ ସେମାନଙ୍କ ଲାଗି ଆଶାର ଆଲୋକ ହେବ ନିଶ୍ଚିତ । +ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ଅଙ୍କୁଶ : ଉତ୍କଳରେ କମିଲା ୫ ଶହ ଆସନ, ରେଭେନ୍ସାରେ ବନ୍ଦ ହେଲା… +ରାଜ୍ୟରେ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଚାଲିଥିବା ସେଲ୍ଫ ଫାଇନାନ୍ସିଂ(ନିଜସ୍ବ ଦେୟ) ପାଠ୍ୟକ୍ରମରେ ଲାଗିଛି ଅଙ୍କୁଶ । +ବହୁ ବାଦବିବାଦ ପରେ ରାଜଭବନ ପକ୍ଷରୁ ଜାରି ନିୟମାବଳୀକୁ କାର୍ଯ୍ୟକାରୀ କରିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । +ଏହି ପ୍ରସଙ୍ଗକୁ ନେଇ ଅସନ୍ତୋଷ ବଢିବା ପରେ ରାଜଭବନ ପକ୍ଷରୁ ଜାରି ନିୟମାବଳୀକୁ କାର୍ଯ୍ୟକାରୀ ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା । +ରାଜଭବନ ପକ୍ଷରୁ ଜାରି ନିୟମାବଳୀ ପ୍ରତ୍ୟାହାର ପାଇଁ କିଛି ନିଷ୍ପତ୍ତି ହୋଇ ନ ଥିବାରୁ ସବୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବହୁ ସେଲ୍ଫ ଫାଇନ୍ସାନ୍ସିଂ ପାଠ୍ୟକ୍ରମର ବିଭାଗ ବନ୍ଦ କରିବା ସହ ଆସନ କାଟ କରିଛନ୍ତି । +ସରକାରୀ ବିଶ୍ବବିଦ୍ୟାଳୟ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ତୁଳନାରେ ଘରୋଇ ଶିକ୍ଷାନୁଷ୍ଠାନର ପାଠ୍ୟକ୍ରମ ଦେୟ ପ୍ରାୟ ୩ ରୁ ୧୦ ଗୁଣା(ଘରୋଇ ଶିକ୍ଷାନୁଷ୍ଠାନ ମୁତାବକ) ଅଧିକ ରହିଛି । +ସରକାରୀ ଶିକ୍ଷାନୁଷ୍ଠାନରେ ପାଠ୍ୟକ୍ରମର ଆସନ ସଂଖ୍ୟା କମିବା ଦ୍ବାରା ଗରିବ ମେଧାବୀ ଛାତ୍ରଛାତ୍ରୀ ପାଠ ପଢାରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି । +ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ଶାଶ୍ବତ ମିଶ୍ର ଗତ ମାସ ୧୨ ରେ ସବୁ କୁଳପତିଙ୍କୁ ଚିଠି ଲେଖି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ସମୁଦାୟ ବିଦ୍ୟାର୍ଥୀଙ୍କର ୨୦%ରେ ସୀମିତ ରଖିବା ସହ ବିବିଧ କଟକଣା ସମ୍ବନ୍ଧରେ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ନିର୍ଦେଶ ଦେଇଥିଲେ । +୨୦୨୨-୨୩ ଶିକ୍ଷାବର୍ଷରୁ ଲାଗୁ କରିବାକୁ କୁହାଯାଇଥିଲା । +ଏହାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ ଶିକ୍ଷାନୁଷ୍ଠାନରେ ଚାଲିଥିବା ବିଭିନ୍ନ ପାଠ୍ୟକ୍ରମ ବନ୍ଦ କରିବା ସହ ଆସନ କମାଇଛନ୍ତି । +ନାମଲେଖା ପାଇଁ ବିଶ୍ବବିଦ୍ୟାଳୟ ସାମ୍ସକୁ ଚୂଡ଼ାନ୍ତ ତାଲିକା ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । +ଏହି ତାଲିକାରେ ରେଭେନ୍ସା ବିଶ୍ବବିଦ୍ୟାଳୟର ୫ଟି ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ସହ ଦୁଇଟି ସ୍ନାତକ(ୟୁଜି) ପାଠ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । +୨୦୨୨-୨୩ ଶିକ୍ଷାବର୍ଷରୁ ଏହି ପାଠ୍ୟକ୍ରମ ବନ୍ଦ କରାଯିବ । +ରେଭେନ୍ସାରେ ସ୍ନାତକର ଡାଟା ସାଇନ୍ସ ଓ ସାମ୍ବାଦିକତା ଓ ଗଣଯୋଗାଯୋଗ(ବିଏ) ପାଠ୍ୟକ୍ରମକୁ ବନ୍ଦ କରି ଦିଆଯାଇଛି । +ସେହିପରି ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ଇଣ୍ଟରପ୍ରିନ୍ୟୁୟସିପ୍‌(ଏମ୍‌କମ୍‌), ବାଓ କେମେଷ୍ଟ୍ରି, ଇଟିସି(ପିଜି), ଜନସ୍ବାସ୍ଥ୍ୟ, ଆନାଲିଟିକ କେମେଷ୍ଟ୍ରି ପାଠ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । +ଆଇଟିଏମ୍‌ ଭଳି ଚାହିଦା ଥିବା ବହୁ ଗୁରୁତ୍ବପୂର୍ଣ୍ଣ ବିଷୟର ଆସନ ସଂଖ୍ୟା ମଧ୍ୟ କମାଯାଇଛି । +ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ସମୁଦାୟ ବିଦ୍ୟାର୍ଥୀଙ୍କର ୨୦ %ରେ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । +ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟର ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ଗତବର୍ଷ ତୁଳନାରେ ଆସନ ସଂଖ୍ୟା ୫୦% ହ୍ରାସ୍‌ କରାଯାଇଛି । +ଗତବର୍ଷ ମୋଟ ୯୫୦ ଆସନ ଥିବାବେଳେ ଚଳିତ ବର୍ଷ ଏହାକୁ ୫ ଶହକୁ କମାଯାଇଛି । +୨୦୨୨-୨୩ ଶିକ୍ଷାବର୍ଷରେ ମାତ୍ର ୫ ଶହ ଆସନରେ ନାମଲେଖା ହେବ । +ଯୋଗ, ବିଏସ୍‌ସି ନର୍ସିଂ, ଏମ୍‌ଟେକ୍‌ କମ୍ପ୍ୟୁଟର ସାଇନ୍ସ, ରିମୋଟ ସେନ୍ସିଂ ପାଠ୍ୟକ୍ରମ ସହ ସଂସ୍କୃତ ସାର୍ଟିଫିକେଟ୍‌ ପାଠ୍ୟକ୍ରମକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । +ନିୟମିତ ପାଠ୍ୟକ୍ରମକୁ ଗୁରୁତ୍ବ ଦେବାକୁ ରାଜଭବନ ବ୍ୟକ୍ତିଗତ ସଚିବ ନିର୍ଦେଶ ଦେଇଥିଲେ । +ବହୁ ବିଶ୍ବବିଦ୍ୟାଳୟରେ ବିବିଏ, ଏମ୍‌ବିଏ, ଆଇଏମ୍‌ବିଏ, ଆଇଏମ୍‌ସି, ଆଇ ଲ, ଏଗ୍ରି ବିଜନେସ୍, ଏମଟେକ୍‌, ଜିଏଏଚ୍‌ଆଇ, ପର୍ଯ୍ୟଟନ, ସାମ୍ବାଦିକତା ଓ ଗଣଯୋଗାଯୋଗ, ରୁରାଲ ଡେଭଲପମେଣ୍ଟ, ପିଏମ୍‌ଆଇଆର ସମେତ ବିଭିନ୍ନ ବିଷୟରେ ଶତାଧିକ ଆସନ କାଟ କରାଯାଇଛି । +ଏନେଇ ଛାତ୍ର ଆନ୍ଦୋଳନ ଦାନା ବାନ୍ଧୁଥିବାରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଗଣମାଧ୍ୟମରେ ମୁହଁ ଖୋଲୁନାହାନ୍ତି । +ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ରଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା । +ଜିଲ୍ଲା କଂଗ୍ରେସ ଚିନ୍ତନ ଶିବିରରେ ବିଜେଡି କୁ ଆକ୍ଷେପ +ଅଖିଳ ଭାରତ କଂଗ୍ରେସ କମିଟି ଉଦୟପୁର ନବ ସଂକଳ୍ପ ଶିବିର ନିଷ୍ପତି କ୍ରମେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କଂଗ୍ରେସ ଚିନ୍ତନ ଶିବିର ସ୍ଥାନୀୟ ହୋଟେଲ ନୀଳମାଧଵ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । +ଏହି ଦିନିକିଆ ସଂକଳ୍ପ ଶିବିରରେ ଜିଲ୍ଲାକୁ ମନ୍ତ୍ରୀ ଶୂନ୍ୟ କରାଯାଇ ୧୨ ଜିଲ୍ଲାବାସୀଙ୍କ ପ୍ରତି ନବୀନ ସରକାର ବିଶ୍ୱାସଘାତ କରିଥିବା ଦଳ ପକ୍ଷରୁ କୁହାଯାଇଛି । +ଏହି ଚିନ୍ତନ ଶିବିରରେ ଜିଲ୍ଲା ପର୍ଯ୍ୟବେକ୍ଷଜ ବରିଷ୍ଠ ନେତା ମନୋରଞ୍ଜନ ଦାସ, ପ୍ରଦେଶ କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ, ପିସିସି ସାଧାରଣ ସମ୍ପାଦକ ବିସ୍ମୟ ମହାପାତ୍ର, ପିସିସି ସମ୍ପାଦକ ହୁସେନ ଖାଁ, କନ୍ଧମାଳ ଜିଲ୍ଲା ସଭାପତି ଅନାମ ଚରଣ ନାୟକ, ବରିଷ୍ଠ ନେତା ସରୋଜ କୁମାର ପରିଡା, ରାଜୀବ ଗାନ୍ଧୀ ୟୁଥ ଫୋରମ ସଭାପତି ସତ୍ୟବ୍ରତ ନାୟକ, ମହିଳା କଂଗ୍ରେସ ନେତ୍ରୀ ନିରୁପମା ପାତ୍ର, ପ୍ରମୁଖ ମଞ୍ଚାସିନ କାର୍ଯ୍ୟକର୍ତା ଦଳର ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇଁ ମାନସମନ୍ଥନ କରିଥିଲେ । +ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ ୯ ରୁ ୯୦ ବିଧାୟକ ଆସିବେ, ୨୦୨୪ କଂଗ୍ରେସ ସରକାର ହେବାପାଇଁ ଜିଲ୍ଲା ସଂଗଠନ ରୋଡ଼ମ୍ୟାପ ପାଇଁ ଜିଲ୍ଲା ନେତୃତ୍ୱ ମତାମତ ରଖିଥିଲେ । +ଏହି ଗୁରୁତ୍ୱପୂରର୍ଣ୍ଣ ବୈଠକରେ ଜିଲ୍ଲାର ସମସ୍ତ ବରିଷ୍ଠ ନେତୃବୃନ୍ଦ,ଏଆଇସିସି ସଭ୍ୟପିସିସି କାର୍ଯ୍ୟକର୍ତା,ପିସିସି ସଭ୍ୟ, ପୂର୍ବତନ ପିସିସି କାର୍ଯ୍ୟକର୍ତା, ବ୍ଲକ କଂଗ୍ରେସ ସଭାପତି ଏବଂ କମିଟି, ଦଳୀୟ ଛାମୁଆ ସଂଗଠନ ମହିଳା କଂଗ୍ରେସ,ଯୁବ କଂଗ୍ରେସ,ଛାତ୍ର କଂଗ୍ରେସ,ସଂଖ୍ୟାଲଘୁ ସେଲ, ସୋସିଆଲ ମେଡ଼ିଆ ଟିମ, ଆଇଏନଟିୟୁସି ଜିଲ୍ଲା କାର୍ଯ୍ୟକର୍ତା,ଆରଜିପିଆରଏସ, ଆଦିବାସୀ/ହରିଜନ ସେଲ,କୃଷକ କଂଗ୍ରେସ, ଓବିସି ସେଲ,ସେବାଦଳର କାର୍ଯ୍ୟକର୍ତା ଗଣ,,ଜିଲ୍ଲା ପରିଷଦ ଏବଂ ସହରାଞ୍ଚଳ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଗଣ,ଶିବିରରେ ଯୋଗ ଦେଇଥିଲେ । +ନୟାଗଡ ଜିଲ୍ଲାରେ ଜଳସେଚନ ପାଇଁ ଗଣିଆ ସୁବଳୟା, ଭାପୁର ପଦ୍ମାବତୀରେ ବ୍ୟାରେଜ ନିର୍ମାଣ, ନୟାଗଡ ରେ ନୂଆ ଚିବିକଳ ସ୍ଥାପନ, ନୟାଗଡ ରେ ମେଡିଜାଲ କଲେଜ ପ୍ରତିଷ୍ଠା, ଯୁବକଙ୍କ ପାଇଁ ରୋଜଗାର ଦବୀରେ ଅଗଷ୍ଟ ୯ ତାରିଖରୁ ଗ୍ରାମାଞ୍ଚଳ ସହରାଞ୍ଚଳରେ ୧୦୦ କିକୋମିଟର ଭାରତଯୋଡ ପଦଯାତ୍ରା ପାଇଁ ଚିନ୍ତନ ଶିବିରରେ ଘୋଷଣା କରାଯାଇ ଥିଲା । +ଓଡଗାଁ ବ୍ଲକ କଂଗ୍ରେସ ପୁର୍ବ ସଭାପତି ଗଜେନ୍ଦ୍ର ସାହୁଙ୍କ ବିୟୋଗରେ ତାଙ୍କ ଆତ୍ମା ର ସଦଗତି ଜାମନା କରଯାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା । +ଓଡଗାଁ ବ୍ଲକ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ ବିଶୋଇ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । +ସଭାପତି ଶିବିର ସାଙ୍ଗ କରିଥିଲେ । +ବୃତ୍ତିରେ ଡାକ୍ତର, କିନ୍ତୁ ମଞ୍ଚରେ ରାବଣ +ପେଷା ରୋଗୀସେବା, ନିଶା ଅଭିନୟ । +ଜଣେ ନମ୍ର ସ୍ୱଭାବୀ ଓ ମିଷ୍ଟଭାଷୀ ଡାକ୍ତରରୁ ମହାପରାକ୍ରମୀ ରାବଣ ଚରିତ୍ରରେ ଅଭିନୟ । +ଆଜିକୁ ଦୀର୍ଘ ୧୫ ବର୍ଷ ହେବ ହଜି ଯାଇଥିବା ପୁରୁଣା ଲୋକକଳା ରାମଲୀଳାକୁ ପୁନର୍ଜିବିତ କରିବା ଉଦ୍ଦେଶ୍ୟରେ ବଲାଙ୍ଗିର ରାମଜୀପଡ଼ାରେ ନିଜେ ମଞ୍ଚକୁ ଓହ୍ଲାଇଛନ୍ତି ସ୍ତ୍ରୀ ପ୍ରସୂତି ବିଭାଗର ବରିଷ୍ଠ ଡାକ୍ତର ରୂଦ୍ର ନାରାୟଣ ପଟେଲ । +ଲୋକକଳାକୁ ବଞ୍ଚାଇ ରଖିବାର ଏ ନିଆରା ଝୁଙ୍କ ଖାଲି ତାଙ୍କୁ କଳାକାରର ପରିଚୟ ଦେଇନି, ବରଂ ରାମଲୀଳାକୁ ବି ଜୀବନ୍ୟାସ ଦେଇଛି । +ବୟଫ୍ରେଣ୍ଡ୍ ପାଇଁ ଦରଦ, କଲେଜ ଟ୍ରେଜେରୀରୁ ୯୭ ଲକ୍ଷ ଟଙ୍କା ହଡ଼ପ +ନିଜ ପ୍ରେମିକ ପାଇଁ ଶିକ୍ଷାନୁଷ୍ଠାନର ଟ୍ରେଜେରୀ ଖାଲି କରିଦେଲେ ଯୁବତୀ । +ଭାବପ୍ରବଣ ହୋଇ ଯୁବତୀ ତଥା ପ୍ରେମିକ ଜଣକ ଫୋନ୍ ପେ’ ଜରିଆରେ ତାଙ୍କ ପ୍ରେମିକ ତଥା ବୟଫ୍ରେଣ୍ଡ୍ ଆକାଉଣ୍ଟକୁ ୯୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପଠାଇଛନ୍ତି । +ଯୁବତୀ ଜଣକ ତମାଣ୍ଡୋ ଥାନା ଅଧୀନ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଆକାଉଣ୍ଟାଣ୍ଟ୍ ଭାବେ କାର୍ଯ୍ୟରତ ଥିବା ବେଳେ ଦୀର୍ଘ ବର୍ଷେରୁ ଊର୍ଦ୍ଧ୍ୱ ଦିନ ହେଲାଣି ସେ ଏହିଭଳି ଭାବେ ଟଙ୍କା ପଠାଇ ଚାଲିଥିଲେ ବୋଲି ପୋଲିସ୍ ସୂଚନା ଦେଇଛି । +ତେବେ କଲେଜ ଫି’ ବାବାଦକୁ ୯୭ ଲକ୍ଷ ଟଙ୍କାର ହିସାବ ଖୋଜିବା ପରେ ପ୍ରକୃତ ତଥ୍ୟ ସାମ୍‌ନାକୁ ଆସିଥିଲା । +ତଦନ୍ତରେ ବାଧା ଉପୁଜିବା ଆଶଙ୍କାକୁ ଦୃଷ୍ଟିରେ ରଖି ଯୁବତୀ ଏବଂ ତାଙ୍କ ବୟଫ୍ରେଣ୍ଡ୍‌ଙ୍କ ସମ୍ପର୍କରେ ପୋଲିସ୍ ଅଧିକ ତଥ୍ୟ ଦେଇନଥିବା ବେଳେ ସେମାନଙ୍କ ନାମ ବି ପ୍ରକାଶ କରିନାହିଁ । +ଯୁବତୀଙ୍କ ବୟଫ୍ରେଣ୍ଡ ସେହି କଲେଜର ପୂର୍ବତନ ଛାତ୍ର ବୋଲି ଜଣାପଡ଼ିଛି । +କଲେଜ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଯୁବତୀ ଜଣକ ଏହି କଲେଜରେ ଦୀର୍ଘ ଦିନ ହେଲା କାର୍ଯ୍ୟ କରୁଥିବା ବେଳେ ତାଙ୍କର ଏଭଳି କାରନାମା ବିଷୟରେ ସମସ୍ତେ ଅଜ୍ଞ ଥିଲେ । +ଫି’ ଟଙ୍କା କାହିଁକି ଡିପୋଜିଟ୍ ହୋଇ ନାହିଁ ବୋଲି ତା’ର ଖୋଳତାଡ଼ ହେବା ପରେ ସମସ୍ତ ତଥ୍ୟ ସାମ୍‌ନାକୁ ଆସିଥିଲା ଏବଂ ତାଙ୍କ ବିରୋଧରେ ତମାଣ୍ଡୋ ଥାନାରେ ଏତଲା ଦିଆଯାଇଥିଲା ବୋଲି କହିଛନ୍ତି । +ଏତଲା ଆଧାରରେ ସମ୍ପୃକ୍ତ ଯୁବତୀ ତଥା ଲେଡି ଆକାଉଣ୍ଟାଣ୍ଟଙ୍କୁ ପୋଲିସ ଗିରଫ କରିଛି । +ଆଉ ୬ ଅଧିକାରୀଙ୍କୁ ବିଦା କଲେ ସରକାର +ରାଜ୍ୟ ସରକାର ଆଉ ୬ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । +ସେଥିରେ ଜଣେ ମୁଖ୍ୟଯନ୍ତ୍ରୀ, ୩ ନିର୍ବାହୀ ଯନ୍ତ୍ରୀ ଓ ୨ ବିଇଓ ଅଛନ୍ତି । +ସମ୍ବଲପୁର ଇଲେକ୍ଟ୍ରିକାଲ୍‌ ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ପଣ୍ଡାଙ୍କୁ ଚାକିରିରୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଛି । +ସେହିପରି ବ୍ରହ୍ମପୁର ଗ୍ରାମ୍ୟ ବିଦ୍ୟୁତ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ, ଡେପୁଟୀ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଦୀପକ ଭୂୟାଁ, ପ୍ରଶାନ୍ତ ମିଶ୍ର, ଗୁଣପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା ଓ ନୂଆଗଡ଼ ବିଇଓ ବ୍ରଜ ନାୟକଙ୍କୁ ବିଦା କରାଯାଇଛି । +ଆଜି ସୁଦ୍ଧା ରାଜ୍ୟ ସରକାର ୧୬୪ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । +70 ବର୍ଷ ପରେ ବୋଟ ଆମ୍ବୁଲାନ୍ସ ରେ ପାଦ ଦେଲେ ଚିତ୍ରକୋଣ୍ଡା ବିଧାୟକ +ଯନ୍ତ୍ରୀ ରେ ପହଞ୍ଚିଲେ ବିଧାୟକ । +70 ବର୍ଷ ପରେ ବୋଟ ଆମ୍ବୁଲାନ୍ସ ରେ ପ୍ରଥମ ରାଜ ନେତା ଭାବେ ପାଦ ଦେଇଛନ୍ତି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ ଚନ୍ଦ୍ର ବାକା । +ଦିନେ ଯେଉଁଠି ନକ୍ସଲ ର ପ୍ରଜାକୋଟ ଚାଲୁଥିଲା ଆଜି ସେଠି ପହଂଛିଛନ୍ତି ଚିତ୍ରକୋଣ୍ଡା ବିଧାୟକ ଲୋକଙ୍କ ସହ ମିଶି ଲୋକଙ୍କ ସମସ୍ୟା ବୁଝିଥିଲେ । +ଲୋକଙ୍କ ସମସ୍ୟା ବୁଝିବା ନେଇ ଲୋକଙ୍କ ପାଖରେ ପହଂଚି ଥିଲେ । +ସେଠାରେ ଲୋକମାନେ ପ୍ରଥମ ଥର ବିଧାୟକ କୁଁ ପାଇ ବିଧାୟକ କୁଁ ଫୁଲମାଳ ଦେଇ ଗ୍ରାମ କୁ ନେଇଥିଲେ ଗ୍ରାମରେ ଲୋକମାନ ଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟ ସମସ୍ୟା ହେଲା ମୁଦୁଲି ଗୁଡ଼ା ଠୁ orapadaer କୁ ଗୋଟିଏ 400 ମିଟର ବ୍ରିଜ଼ ହେଲେ 5 ଟି ପଂଚୟତ କୁ ସୁବିଧା ହୋଇପାରିବ ବୋଲି କହିଛନ୍ତି । +ଜନ୍ତ୍ରୀ ଓ ଅନ୍ଦ୍ରାପଲି ରେ ପଞ୍ଚୟତ ଅଫିସ ନାହିଁ । +ମେଡିକାଲ ର ସୁବିଧା ନାହିଁ ଅଙ୍ଗନବାଡି କର୍ମଚାରୀ ରହୁ ନ ଥିବା ଓ କିଛି ଜାଗାରେ ko । +vat କରିବାକୁ କହିଛନ୍ତି ସ୍ଥାନୀୟ ଲୋକ । +ମୁଖ୍ୟମନ୍ତ୍ରୀ ଙ୍କ ଫୋକସ ରେ ଥିବା ସ୍ୱଭିମାନ ଅଞ୍ଚଳ କୁ ଅଧିକ ବିକଶିତ କରିବା ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । +ଏବଂ ହାଇସ୍କୁଲ ଓ ପ୍ଲେଗ୍ରାଉଣ୍ଡ କରିବା କୁ ପ୍ରତିସୃତି ଦେଇଥିଲେ ବିଧାୟକ ଙ୍କ ସହ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ ବାକ । +Mpପ୍ରତିନିଧି ମୋଦନ ଖସଲା ଚିତ୍ରକୋଣ୍ଡା ସମିତି ସଭ୍ୟ ରାଜକମଲ ପୁରହିତ ବିଜେଡି କର୍ମୀ ସମନାଥ ବର୍ଷେ ସହ ଏକ ଟିମ ଯାଇ ପହଞ୍ଚିଥିଲେ । +ସୀମାରେ ଦୋକାନ ଘର ଭଙ୍ଗାରୁଜା, ସମ୍ପୃକ୍ତ ୬ ଯୁବକଙ୍କୁ କୋର୍ଟ ଚାଲାଣ କଲା ପୋଲିସ +ପଡିଆ,: ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ସୀମାବର୍ତ୍ତୀ ଛତ୍ତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କଡରେ ଗୋଟିଏ ଦୋକାନରେ ପଶି ଭଙ୍ଗାରୁଜା ସହ ଡକାୟତି ଉଦ୍ୟମ କରୁଥିବା ୬ ଯୁବକ ଙ୍କୁ କୋର୍ଟ ଚାଲାଣ କଲା ପଡିଆ ପୋଲିସ । +ସୂଚନା ମୁତାବକ ପଡିଆ ଗ୍ରାମଠାରୁ ଛତ୍ତିଶଗଡ଼ ର ଦୋରନାପାଲ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କଡରେ ଥିବା ନାକାମୁଣ୍ଡା ଗ୍ରାମ ଛକ ନିକଟରେ ରହିଥିବା ଅପୂର୍ବ ମଣ୍ଡଳ ଙ୍କ ପରିବାର ଦୀର୍ଘ ବର୍ଷ ଧରି ଏକ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ । +ତେବେ ଗତ ଶୁକ୍ରବାର ରାତିରେ ଅପୂର୍ବଙ୍କ ପରିବାର ଖାଇବାକୁ ବସିଥିବା ବେଳେ ଅଚାନକ କିଛି ଯୁବକ ଆସି ଅପୂର୍ବଙ୍କ ଘର କବାଟ ଭାଙ୍ଗିବା ସହ ଦୋକାନ ର ଜିନିଷ ପତ୍ର ଏଣେତେଣେ ଫିଙ୍ଗି ଦେଲେ ଓ ପ୍ରାୟ ୪ ରୁ ୫ ହଜାର ଟଙ୍କା ମଧ୍ୟ ନେଇଯାଇଥିବା ନେଇ ଅପୂର୍ବ ର ସ୍ତ୍ରୀ ସେଫାଳୀ ମଣ୍ଡଳ ପଡିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । +ଅଭିଯୋଗ ଆଧାରରେ ପଡିଆ ଥାନା ଅଧିକାରୀ ସୁନୀଲ କୁମାର ସୋରେନ ଘଟଣାର ତଦନ୍ତ କରି ଛତ୍ତିଶଗଡ଼ ଅଞ୍ଚଳର ୬ ଜଣ ଯୁବକଙ୍କୁ ଗିରଫ କରିଥିଲେ । +ଏହାପରେ ଆଜି ସେମାନଙ୍କ ଡାକ୍ତରୀ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । +ବୌଦ୍ଧ ଜିଲ୍ଲାରେ ପଞ୍ଚାୟତ ଠୁ ଶିକ୍ଷାନୁଷ୍ଠାନ ସବୁ ଜାଗାରେ ପାଳିତ ହେଲା ଯୋଗ ଶିବିର । +ବୌଦ୍ଧ: ବୌଦ୍ଧ ଜିଲ୍ଲା ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅଷ୍ଟମ ଯୋଗ ଦିବସ ପାଳିତ ହୋଇଯାଇଛି । +କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲସା ଗୋରା ପଞ୍ଚାୟତ କଲେଜ୍ ରେ ଯୋଗ ଦିବସ ପାଳିତ ହୋଇଯାଇଛି । +ଯୁବ ରେଡ୍ କ୍ରସ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଏହି ଶିବିରରେ ମୁଖ୍ୟ ଅତିଥି ପବିତ୍ର ମୋହନ ପୁଝାରୀ ଯୋଗ ଦେଇ ସୁସ୍ଥ ଶରୀର ଗଠନ ରେ ଯୋଗର ଆବଶ୍ୟକତା ଓ ଉପକାର ବିଷୟରେ ବୁଝାଇ ଥିଲେ । +ସୁସ୍ଥ ମନ ,ଶରୀର ଓ ପ୍ରାଣ ବୃଦ୍ଧି ପାଇଁ ଯୋଗର ଏକାନ୍ତ ଆବଶ୍ୟକ ଓ ଏହାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ । +ଭାରପ୍ରାପ୍ତ ଅଧକ୍ଷ ସୁରେଶ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଯୋଗ ଶିବିର ଉତ୍ସବରେ ସମ୍ମାନିତ ଅତିଥି ଭାବେ ନିରଞ୍ଜନ ସାହୁ ଯୋଗ ଦେଇଥିଲେ । +ସଂଯୋଜକ ନାରାୟଣ ପ୍ରଧାନ ଓ ଜାତୀୟ ସେବା ଯୋଜନାର ଅଧିକାରୀ ବିଶେଶ୍ୱର ପାଣିଗ୍ରାହୀ କାର୍ଯ୍ୟକ୍ରମ ଟି ପରିଚାଳନା କରିଥିଲେ । +ସେହିପରି ମନ ମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ସରପଞ୍ଚ ରଂଜୁ ବେହେରା ଙ୍କ ଅଧ୍ୟକ୍ଷତା ରେ ଯୋଗ ଦିବସ ପାଳିତ ହୋଇଥିବା ବେଳେ ସହଯୋଗ କରିଥିଲେ ଜିଆରେସ ଆଦିତ୍ୟ ମେହେର,କାର୍ତ୍ତିକ ମହାକୁଡ ଓ ଅନ୍ତର୍ଯ୍ୟାମୀ ମହଲା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପି ଇ ଓ ଶ୍ରୀକାନ୍ତ ପ୍ରଧାନ । +ପୁଣି ଆନ୍ଦୋଳନକୁ ଓହ୍ଳାଇଲା ଡ୍ରାଇଭର ମହାସଂଘ +ପୁଣି ଆନ୍ଦୋଳନକୁ ଓହ୍ଳାଇଛନ୍ତି ଓଡ଼ିଶା ଡ୍ରାଇଭର ଆସୋସିଏସନ୍ । +୧୦ ଦଫା ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଳାଇଛି ସଂଘ । +୩୦ ଜିଲ୍ଲାର ଗାଡି ଚାଳକମାନେ ରାଜଧାନୀରେ ବିଶାଳ ସମାବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି । +ଗତକାଲି ରାତିରୁ ବିଭିନ୍ନ ଜିଲ୍ଲାରୁ ଡ୍ରାଇଭରମାନେ ଭୁବନେଶ୍ୱର ଆସିଥିବା ଦେଖିବାବୁ ମିଳିଛି । +ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ମାନଙ୍କ ଅବହେଳାରୁ ଛାତ୍ରର ସନ୍ଦେହ ଜନକ ମୃତ୍ୟୁ ଅଭିଯୋଗ ଆଣିଲେ… +ମାଲକାନଗିରି: +ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ନନ୍ଦିନୀଗୁଡା ଆଶ୍ରମ ବିଦ୍ୟାଳୟ ରେ ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ, ସ୍କୁଲ କତୃପକ୍ଷ ଙ୍କ ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ବର୍ଗ +ମୋଦି ସରକାରଙ୍କ ବଡ଼ ଘୋଷଣା: ଆସନ୍ତ ଦେଢ ବର୍ଷରେ ମିଳିବ ୧୦ ଲକ୍ଷ ଚାକିରି +ନୂଆଦିଲ୍ଲୀ,୧୪ । +୬: ମୋଦି ସରକାର ଲୋକଙ୍କୁ ଚାକିରି ଦେବା ଦିଗରେ ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । +ଏହି କଥା ସରକାର ନିଜେ କହିଛନ୍ତି । +ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ମୋଦି ସରକାର ଆସନ୍ତା ଦେଢ ବର୍ଷରେ ୧୦ ଲକ୍ଷ ଚାକିରି ଦେବେ । +ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ରେକର୍ଡ଼ ୧୦୦୬୩ ୟୁନିଟ୍ ରକ୍ତଦାନ +ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ମହାନ ଜନନାୟକ ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଓଡ଼ିଶା-ମୋ ପରିବାର, ସାରା ରାଜ୍ୟରେ ‘ଜୀବନବିନ୍ଦୁ’ ରକ୍ତଦାନ ଶିବିର ଆୟୋଜନ କରି ୧୦୦୬୩ ୟୁନିଟ୍ ରକ୍ତ ସଂଗ୍ରହ କରିଛି । +ଗ୍ରୀଷ୍ମ ପ୍ରବାହ ସମୟରେ ରକ୍ତର ବହୁଳ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଦିବସରେ ଓଡ଼ିଶା-ମୋ ପରିବାର ତରଫରୁ ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରାୟ ୯୬ଟି ସ୍ଥାନରେ ‘ଜୀବନବିନ୍ଦୁ’ ରକ୍ତଦାନ ଶିବିର ଆୟୋଜନ କରାଯାଇ ଉପରୋକ୍ତ ୧୦୦୬୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇପାରିଛି, ଯାହା ଆମ ରାଜ୍ୟରେ ଗୋଟିଏ ଦିନରେ ରକ୍ତସଂଗ୍ରହ କ୍ଷେତ୍ରରେ ଏକ ସର୍ବକାଳୀନ ରେକର୍ଡ଼ ଅଟେ । +ଉତ୍ସାହିତ ସ୍ୱେଚ୍ଛାସେବୀ ଓ ରକ୍ତଦାତାମାନେ ସ୍ୱତଃପ୍ରବୃତ ଭାବେ ରକ୍ତଦାନ କରିଥିଲେ । +ବିଭିନ୍ନ ଜିଲ୍ଲାରେ ବ୍ଲଡ୍ ବ୍ୟାଙ୍କ କର୍ମଚାରୀମାନେ ଦୁଇଟି ପର୍ଯ୍ୟାୟରେ ଶିବିରକୁ ଆସି ରକ୍ତ ସଂଗ୍ରହ କରିଥିଲେ । +ଗଞ୍ଜାମ, ବାଲେଶ୍ୱର, ବରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାର କିଛି ସ୍ଥାନରେ ରାତି ୧୨ଟା ପର୍ଯ୍ୟନ୍ତ ଶିବିର ଚାଲୁ ରହିଥିବାର ଦେଖାଦେଇଛି । +ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ରାଜ୍ୟ ଥାଲାସେମିଆ ସୋସାଇଟି ମଧ୍ୟ ଆଗକୁ ଆସି ଭୁବନେଶ୍ୱର ଠାରେ ରକ୍ତଦାନ ଶିବିର ଆୟୋଜନ କରିଥିଲେ । +ଏହି ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ ସହିତ ଗତକାଲି ଜୀବନବିନ୍ଦୁ, ଓଡ଼ିଶା-ମୋ ପରିବାର ଆନୁକୁଲ୍ୟରେ ସଂଗୃହୀତ ହୋଇଥିବା ମୋଟ ରକ୍ତ ୟୁନିଟ୍ ସଂଖ୍ୟା ୨ ଲକ୍ଷକୁ ଛୁଇଁ ପାରିଛି । +ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଟୁଇଟ୍ ମାଧ୍ୟମରେ ସମସ୍ତ ସ୍ୱେଚ୍ଛାକୃତ ରକ୍ତଦାତା ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଏହି ଅନନ୍ୟ ସେବା ପାଇଁ ଭୂୟସୀ ପ୍ରଶଂସା ମଧ୍ୟ କରିଛନ୍ତି । +ଗତକାଲିର ବିଶେଷ ଦିବସରେ ପ୍ରଥମ ୩ଟି ଜିଲ୍ଲା ଯଥାକ୍ରମେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୨୦୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ, କଟକରୁ ୯୫୯ ୟୁନିଟ୍ ଏବଂ ବାଲେଶ୍ୱରରୁ ୯୩୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । +ଏନଏଚଏଆଇର ବିଶ୍ୱ ରେକର୍ଡ : ୧୦୫ ଘଣ୍ଟାରେ ତିଆରି ହେଲା ୭୫ କି.ମିର ରାସ୍ତା +୧୦୫ ଘଣ୍ଟାରେ ବନିଲା ୭୫ କିଲୋମିଟରର ରାଜପଥ । +ମହାରାଷ୍ଟ୍ରର ଅମରାବତୀରୁ ଅକୋଲା ଯାଏଁ ତିଆରି ହୋଇଥିବା ଏହି ରାସ୍ତା ଗିନିଜ ୱାଲ୍ଡ ରେକର୍ଡରେ ସ୍ଥାନ ପାଇଛି । +ଭାରତୀୟ ରାଜପଥ ପ୍ରାଧିକରଣ, ଏନଏଏଚଆଇ ଦ୍ୱାରା ମାତ୍ର ୧୦୫ ଘଣ୍ଟା ୩୩ ମିନିଟରେ ଏହି ରାଜପଥ ନିର୍ମାଣ କରାଯାଇଛି । +ଏହି ସିଙ୍ଗଲ ନେଲ ପିଚୁରାସ୍ତା ୩୭.୫ କିଲୋମିଟରର ଦୁଇ ଲେନ ବିଶିଷ୍ଟ ପେଭଡ ସୋଲଡର ରୋଡ ସହ ସମାନ ବୋଲି ଗଡକରୀ ଟ୍ୱିଟ କରିଛନ୍ତି । +କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ, ଜୁନ ୩ ପୂର୍ବାହ୍ନ ୭ଟା ୨୭ରେ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇ ଜୁନ ୭ ଅପରାହ୍ନ ୫ଟାରେ ଶେଷ ହୋଇଥିଲା । +ଏଥିରେ କାମରେ ୮୦୦ କର୍ମଚାରୀ ଓ ୭ ଶହରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିଲେ । +ଅମରାବାତୀ-ଅକୋଲା ରାଜପଥ ଏନଏଚ-୫୩ର ଅଂଶ । +ଏହା କୋଲକାତା, ରାୟପୁର, ନାଗପୁର ସୁରଟ ଭଳି ପ୍ରମୁଖ ସହରକୁ ଯୋଡିଥାଏ । +ଅମରାବତୀର ଏହି ରାସ୍ତା ୧୦ ବର୍ଷ ହେଲା ଖରାପ ଅବସ୍ଥାରେ ରହିଥିଲା । +ଏହି ରାସ୍ତାରେ ନିର୍ମାଣ କାମ ୩ଟି କମ୍ପାନୀକୁ ଦିଆଯାଇଥିଲା । +କିନ୍ତ ଏବେ ଏହି ରାସ୍ତା ବନି ନୂଆ ରେକର୍ଡ ହୋଇଛି । +ରାଜପଥ ଇନଫ୍ରାକନ କମ୍ପାନୀ ପକ୍ଷରୁ ଏହାର ନିର୍ମାଣ କରାଯାଇଛି । +ଏହି କମ୍ପାନୀ ପୂର୍ବରୁ କାତାରର ରାଜଧାନୀ ଦୋହାରେ ୨୫ କିଲୋମିଟରର ଏକ୍ସପ୍ରେସ ୱେକୁ ୨୪୨ ଘଣ୍ଟାରେ ତିଆରି କରି ନୂଆ ରେକର୍ଡ କରିଥିଲା । +ଶଗଡ ଚଢି କନିଆଁ ଘରକୁ ଗଲା ବର +ଜଣେ ଆଦିବାସୀ ଯୁବକ ତାଙ୍କ ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ଶଗଡ଼ ଗାଡ଼ିରେ କନ୍ୟା ଘରକୁ ଯାଇଥିବାର ନିଆରା ଦୃଶ୍ୟ ସମ୍ନାକୁ ଆସିଛି । +ଯୁବକ ଜଣଙ୍କ ବିବାହ ଶୋଭାଯାତ୍ରାରେ ଗାଡ଼ି ମଟର ବ୍ୟବହାର ନକରି ବରବେଶରେ ଶଗଡ଼ ଗାଡ଼ିରେ ବସି କନ୍ୟା ଘରକୁ ବିବାହ କରିବାକୁ ଯାଇଥିଲେ । +ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଂଜ ପଚାଖାଳି ଗାଁରେ । +ପଚାଖାଳି ଗାଁର ଗୀତା ବେଶ୍ରାଙ୍କ ସହିତ ଇଦର ଗାଁର ରାମଚନ୍ଦ୍ର ମୁର୍ମୁଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । +ରାମଚନ୍ଦ୍ର ବରବେଶରେ ଶଗଡ଼ ଗାଡ଼ିରେ କନ୍ୟା ଘରକୁ ଯାଇଥିବା ବେଳେ ବରଯାତ୍ରୀ ମାନେ ଢୋଲ, ମାଦଳ ତାଳେ ତାଳେ ବରକୁ କନ୍ୟା ଘର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । +ଏଭଳି ନିଆରା ବାହାଘରକୁ ଦେଖିବାକୁ ଆଖପାଖ ଅଂଚଳର ଲୋକେ ଭିଡ଼ ଲଗାଇଥିଲେ । +ପୁରୁଣା ସଂସ୍କୃତି ଓ ପରମ୍ପରାକୁ ବଂଚାଇବା ସହ ପ୍ରଦୁଷଣ ମୁକ୍ତ ପରିବେଶ ଓ କମ୍ ଖର୍ଚ୍ଚରେ ବାହାଘର ହେବା ଉଚତ୍ ବୋଲି କହିଛନ୍ତି ବର ରାମଚନ୍ଦ ମୁର୍ମୁ । +ଅନ୍ୟପଟେ କନ୍ୟା ଗୀତା ବେଶ୍ରା କହିଛନ୍ତି ପୁରୁଣା ପରମ୍ପରା ଅନୁସାରେ ଶଗଡ଼ ଗାଡ଼ିରେ ବର ଆସିଥିବାରୁ ସେ ମଧ୍ୟ ବହୁତ ଖୁସି ଅଛନ୍ତି । +ବଢୁନି ଓଡ଼ିଶାର ଚାଷୀଙ୍କ ଆୟ +ଚାଷୀର ଆୟ ଦୁଇ ଗୁଣ କରିବା ଲକ୍ଷ୍ୟ ହାସଲରେ ଖୁବ ପଛରେ ପଡିଯାଇଛି ଓଡ଼ିଶା ଖୁବ । +ଚାଷୀ ପରିବାରର ମାସିକ ଆୟରେ ଓଡ଼ିଶା ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଭିତରେ ତଳପୁଟୁ ଦ୍ୱିତୀୟ ସ୍ଥାନରେ ରହିଛି । +୨୦୧୩ରୁ ୨୦୧୯ ଭିତରେ ଭାରତର ଚାଷୀ ପରିବାରର ମାସିକ ଆୟ ୫୯% ପ୍ରତିଶତ ବଢ଼ିଥିବା ବେଳେ ଓଡ଼ିଶା ଚାଷୀ ପରିବାରର ମାସିକ ଆୟ ମାତ୍ର ୩% ବଢ଼ିଛି । +କାହିଁକି ଓଡ଼ିଶାର ଚାଷୀଙ୍କ ଆୟରେ ବୃଦ୍ଧି ଘଟୁନାହିଁ, ଏ ନେଇ ମତ ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । +ଭୁବନେଶ୍ୱରରେ ସେ କହିଛନ୍ତି, ଚାଷରେ ବିବିଧତା ଓ ଟେକନୋଲୋଜି ପ୍ରୟୋଗ ଦ୍ୱାରା ଓଡ଼ିଶା ଚାଷୀଙ୍କର ଆୟ ବଢ଼ିପାରିବ । +ମହାପ୍ରଭୁଙ୍କ ଦର୍ଶନ କଲେ ଅପରାଜିତା, ଶୋଭାଯାତ୍ରା ଉପରକୁ ହେଲା ଟମାଟୋ ମାଡ଼ +ମହାପ୍ରଭୁଙ୍କ ଦର୍ଶନ ପାଇଁ ବାହାରିଥିବା ଭୁବନେଶ୍ୱର ସାଂସଦଙ୍କ ପୁରୀ ଗସ୍ତକୁ ନେଇ ଦୀର୍ଘ ସମୟ ହାଇ ଭୋଲଟେଜ ଡ୍ରାମା ଚାଲିବା ପରେ ଶେଷରେ ପୁରୀରେ ପହଞ୍ଚିଲେ ସାଂସଦ । +ପୁରୀରେ ପହଞ୍ଚିବା ପରେ ପୁଣି ଥରେ ପଦଯାତ୍ରାରେ ବାହାରିଥିବା ଅପରାଜିତାଙ୍କ ଶୋଭାଯାତ୍ରା ଉପରକୁ ହେଲା ଟମାଟୋ ମାଡ଼ । +ଜଣେ କଂଗ୍ରେସ କର୍ମୀ ଏହି ଟମାଟୋ ମାଡ଼ କରିଥିବା ବେଳେ ଯୋଜନାବଦ୍ଧ ଭାବେ ଏପରି କରାଯାଇଥିବା ଅଭିଯୋଗ କରିଛନ୍ତି ବିଜେପି କର୍ମୀ । +ମାନବିକତା ଦେଖାଇଲେ ମାଲକାନଗିରି ପୌରାଧକ୍ଷ ଶ୍ରୀ ମନୋଜ ବାରିକ +ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ +ମୋଟୁ ଅଞ୍ଚଳ ର ପୁସୁଗୁଡା ଠାରେ ଶ୍ଵାମିସ୍ତ୍ରୀ ଗଣ୍ଡଗୋଳ ରେ ସ୍ତ୍ରୀ ଗୁରୁତର | ଅନୁପ ରାୟ ନିଜ ସ୍ତ୍ରୀ ଆଶା ରାୟ ଙ୍କୁ ମାଡ଼ ମାରିବାରୁ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ ଗ୍ରମବ । +ସି ଆ ଛଡ଼ା ଛଡ଼ି କରି ଗୁରୁତର ସ୍ତ୍ରୀ କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସ । +ପାଇଁ ପଠାଯାଇଥିଲା । +ଖବର ପାଇ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ ବାରିକ ଡାକ୍ତର ଖାନ । +ରେ ପହଞ୍ଚି ଡାକ୍ତର ସହ ଆଲୋଚନା କରି ଡାକ୍ତରଙ୍କ ପରାମର୍ସି ନେଇ ଉଚ୍ଚ ଚିକିତ୍ସାୟା ପାଇଁ ଆଶା ରାୟ ଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତରୀତ କରିଲେ |ଏହିଅବସର ରେ ସମାଜସେବୀ ତଥା ବିଜେଡି କର୍ମୀ କେ. ରାହୁଲ,୧୫ ନମ୍ବର ୱାର୍ଡ କାଉନସିଲର ବିକାଶ ଦାସ ,ପୂର୍ବତ୍ତନ କାଉନସିଲର ସୂକ୍ଷଦେବ ବୈରାଗୀ ଓ ଜ଼ିଲ୍ଲା ଯୁବ ସମ୍ପାଦକ ସୁରେନ୍ଦ୍ର ବେମାଲ ପ୍ରମୁଖ ସାହାଜ୍ୟ କରିଥିଲେ । +ବାରବାଟି ବିଧାୟକଙ୍କୁ ଝଟ୍‌କା, କୋର୍ଟ ଲଗାଇଲେ ୫ ହଜାର ଟଙ୍କାର ଜରିମାନା +କଟକ ୨୦ । +୦୬ : ବାରବାଟି ବିଧାୟକଙ୍କୁ ଝଟ୍‌କା । +ହାଇକୋର୍ଟରେ ଦାଖଲ କରିଥିବା ପିଟିସନ ଖାରଜ ସହ ୫ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ । +ଦେବାଶିଷ ସାମନ୍ତରାୟଙ୍କ ଆବେଦନକୁ ଖାରଜ କରିବା ଲାଗି ମାମଲା ଦାୟର କରିଥିଲେ ମୋକିମ । +ଖବର ଅନୁଯାୟୀ, ବାରବାଟୀ କଟକ ବିଧାନସଭା ନିର୍ବାଚନ ଅନିୟମିତତା ମାମଲା ନେଇ ହାଇକୋର୍ଟ ଯାଇଥିଲେ ମହମ୍ମଦ ମୋକିମ । +ମାନ୍ୟବର କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି । +ଦେବାଶିଷ ସାମନ୍ତରାୟଙ୍କ ଆବେଦନକୁ ଖାରଜ କରିବା ଲାଗି ମାମଲା ଦାୟରକୁ ଖାରଜ କରିଛନ୍ତି କୋର୍ଟ । +ଏହାସହିତ ମୋକିମ୍ଙ୍କୁ ୫ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ । +୧୬ଟି ଔଷଧ କିଣିବାକୁ ଆବଶ୍ୟକ ପଡ଼ିବନି ପ୍ରେସକ୍ରିପସନ ! +ସାଧାରଣ ରୋଗ ଯେପରିକି ଥଣ୍ଡା, ଜ୍ବର, ମୁଣ୍ଡବିନ୍ଧା, ଚର୍ମ କୁଣ୍ଡେଇ ହେବା ପାଇଁ ଲୋକମାନେ ଅଧିକାଂଶ ସମୟରେ ଡାକ୍ତରଙ୍କ ପାଖକୁ ନ ଯାଇ ସିଧାସଳଖ ଔଷଧ ଦୋକାନରୁ କିଣି ଔଷଧ ଖାଇଥାନ୍ତି । +ଅବଶ୍ୟ ଯେକୌଣସି ପ୍ରକାରର ଔଷଧ ଡାକ୍ତରଙ୍କ ପରାମର୍ଶରେ ସେବନ କରିବା ସବୁଠରୁ ଭଲ । +କିନ୍ତୁ ଏସବୁ ଔଷଧଗୁଡ଼ିକର ବ୍ୟବହାର ସହ ଆମେ ଏତେ ପରିଚିତ ହୋଇଗଲୁଣି ଯେ ଡାକ୍ତରଙ୍କ ପରାମର୍ଶ ବିନା ହିଁ ଲୋକମାନେ ସେବନ କରିଦିଅନ୍ତି । +ସହପାଠୀଙ୍କୁ ଉଲଗ୍ନ କରି ଦେଇଥିଲେ ନିର୍ଯାତନା, ବିଦା ହେଲେ ୮ ଛାତ୍ର +ସହପାଠୀଙ୍କୁ ଉଲଗ୍ନ କରି ନିର୍ଯାତନା ଦେବା ଅଭିଯୋଗରେ ୮ଜଣ ଛାତ୍ରଙ୍କୁ ବହିଷ୍କାର କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । +ଏଭଳି ଘଟଣା ଘଟିଛି ସମ୍ବଲପୁର ଶାସନ ଅଞ୍ଚଳରେ ଥିବା ଏକ ଘରୋଇ ଆବାସିକ ସ୍କୁଲର ଛାତ୍ରାବାସରେ । +ଛାତ୍ରାବାସ ଦାୟିତ୍ୱରେ ଥିବା ୱାଡେନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି । +ମୃତ୍ୟୁ ବରଣ କରିଥିବା ମହିଳା ହୋମଗାର୍ଡ ଙ୍କ ପରିବାର ଙ୍କୁ ସହାୟତା +ଫୁଲବାଣୀ -13/6 ଫୁଲବାଣୀ ଆଦର୍ଶ ଟାଉନ ଥାନା ରେ କାର୍ଯ୍ୟରତ ମହିଳା ହୋମଗାର୍ଡ ଅନୁ ବେହେରା ଙ୍କର ଗତ ତା , ୩୧ ,୦୫ , ୨୦୨୨ ରିଖ ଦିନ ଅକାଳ ବିୟୋଗ ହୋଇଥିଲା । +ଫୁଲବାଣୀ ଟାଉନ ଥାନା ର ହୋମଗାର୍ଡ ସଂଘ ଏବଂ ଟାଉନ ଥାନାର ସମସ୍ତ ହୋମଗାର୍ଡ ମୃତ ଅନୁ ବେହେରା ଙ୍କ ଦଶାହ କାର୍ଯ୍ୟରେଯୋଗ ଦେଇ ତାଙ୍କ ପରିବାର ଙ୍କୁ ଟାଉନ ଥାନାର ହୋମଗାର୍ଡ ସଂଘ ତରଫରୁ ,ରାସନ ସାମଗ୍ରୀ ଓ କିଛି ଆର୍ଥିକ ସହାୟତା ଦେବା ସହ ଶୋକ ସନ୍ତପ୍ତ ପରିବାରବର୍ଗ ଙ୍କୁ ଗଭୀର ସମବେଦନା ଜଣାଇଥିଲେ । +ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ପଞୀକୃତ ହୋମଗାର୍ଡ ସଂଘର ସଭାପତି ପ୍ରଭାତ କୁମାର୍ ସାହାଣି, ଉପ ସଭାପତି ବିରାଜ କୁମାର ପ୍ରଧାନ, କାର୍ଯ୍ୟକାରି ସଭାପତି , ଅଖୟ କୁମାର ରାୟ କୋଷାଧ୍ୟକ୍ଷ ,ଏସ୍ କେ,ରିହାଜୁଦିନ, ଏବଂ ଟାଉନ ଥାନା ହୋମଗାର୍ଡ ସଂଘ ସଭାପତି ରାଜ୍ କୁମାର୍ ବେହେରା, ଉପସଭାପତି, ସାଫ୍ରିନ ଖାନ୍,,ସହ ସମ୍ପାଦକ ଚିଦାନନ୍ଦ ଦାସ , କୋଷାଧ୍ୟକ୍ଷ ଜୟନ୍ତୀ ଚୌଧୁରୀ ,ଉପ କୋଷାଧ୍ୟକ୍ଷ ଭଜରାମ ନାୟକ,ଏବଂ ସଂଘର କର୍ମକର୍ତା ସରୋଜ ଦାସ, ସୁନିତା ପାତ୍ର, ଶୋରସ୍ୱତୀ ନାୟକ,ଭାଗ୍ୟଲତା ନାୟକ,ଏବଂ ଅନ୍ୟାନ୍ୟ ହୋମଗାର୍ଡ ଉପସ୍ଥିତ ଥିଲେ । +କିନ୍ତୁ ଦୁଃଖର ବିଷୟ , ଜୀବନସାରା ପୋଲିସ୍ ବିଭାଗରେ ହୋମଗାର୍ଡ ଭାବରେ ରହି ନିଜ ଜୀବନ କୁ ବାଜି ଲଗାଇ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସରକାର କୌଣସି ହୋମଗାର୍ଡ କର୍ମଚାରୀ ମାନଙ୍କ ର ଦୁଃଖ ନ ବୁଝିବା ପରୀତାପ ର ବିଷୟ । +କୈଣସି ହୋମଗାର୍ଡ ଅବସର ନିଅନ୍ତି, କି,ମୃତ୍ୟୁ ବରଣ କରନ୍ତି ତାଙ୍କ ପରିବାରକୁ ସରକାରଙ୍କ ତରଫରୁ କୈଣସି ଆର୍ଥିକ ସହାୟତା ଏବଂ ପରିବାର ର କୌଣସି ସଦସ୍ୟ ଙ୍କୁ ଥଇଥାନ ର ବ୍ୟବସ୍ଥା ମଧ୍ୟ ନାହିଁ । +କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ହୋମଗାର୍ଡ ମୃତ୍ୟୁ ବରଣ କରିଥିଲେ ମଧ୍ୟ ତାଙ୍କ ପରିବାର ଙ୍କୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ସୁବିଧା ମିଳିପାରୁନାହିଁ । +ଏଥିପ୍ରତି ସରକାର ଦ୍ରୁଷ୍ଟି ଦେବାକୁ ଦାବୀ କରିଛି ସଂଘ । +ସେଲଫ୍ ଫାଇନାନ୍‌ସିଙ୍ଗ୍ କୋର୍ସ ବନ୍ଦ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲେ ଏ.ଆଇ.ଏସ୍‌.ଏଫ୍‌.… +ରାଜ୍ୟର ପ୍ରମୁଖ ତିନିଟି ବିଶ୍ୱବିଦ୍ୟାଳୟରେ ସେଲ୍ସ ଫାଇନାନ୍‌ସିଙ୍ଗ୍ କୋର୍ସ ଅର୍ଥାତ୍ ନିଜସ୍ୱ ଦେୟ କୋର୍ସକୁ ବନ୍ଦ କରିବା ନିଷ୍ପତ୍ତି ବିରୁଦ୍ଧରେ ଏ.ଆଇ.ଏସ୍‌.ଏଫ୍‌. ରାଜ୍ୟ ଯୁଗ୍ମ ସମ୍ପାଦକ ବିବେକ କୃଷ୍ଣଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତ କରି କୋର୍ସ ଗୁଡ଼ିକୁ ନିୟମିତ କୋର୍ସ ଭାବେ ପରିଚାଳନା କରିବାକୁ ଦାବି କରିଛନ୍ତି । +ଉଚ୍ଚଶିକ୍ଷା ଭିତ୍ତିରେ କର୍ମନିଯୁକ୍ତି ଅଥବା ଆତ୍ମନିର୍ଭରଶୀଳତାର ଅଧିକ ସମ୍ଭାବନା ଥିବା ବିଷୟଗୁଡ଼ିକ ନିୟମିତ କୋର୍ସ ଭାବେ ପ୍ରଚଳନ କରିବା ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଗତ ୩/୪ ଦଶନ୍ଧି ଧରି ଗୁରୁତ୍ୱ ଦେଇନଥିବାରୁ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନେ ଛାତ୍ରଛାତ୍ରୀମାନଙ୍କର ଆବଶ୍ୟକତାକୁ ଆଖି ଆଗରେ ରଖି କେତେକ ଚାହିଦା ଥିବା ପାଠ୍ୟକ୍ରମକୁ ସେଲଫ୍ ଫାଇାନାନ୍‌ସିଙ୍ଗ୍ କୋର୍ସ ଭାବେ ପ୍ରଚଳନ କରିଆସିଛନ୍ତି । +ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଆବଶ୍ୟକୀୟ ପାଠ୍ୟ ଭିତ୍ତିଭୂମି, ପ୍ରଫେସର, ଆସୋସିଏସଟ୍ ପ୍ରଫେସର, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ନଥିବାରୁ ସେଲଫ୍ ଫାଇନାନ୍‌ସିଙ୍ଗ୍ କୋର୍ସ ପାଠ୍ୟକ୍ରମରେ ଥିବା ଆସନ ସଂଖ୍ୟାର ଶତକଡ଼ା ୮୦ଭାଗ ହ୍ରାସ କରିବା ପାଇଁ ରାଜଭବନରୁ ସରକାରୀ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଭୀର ନୈରାଶ୍ୟ ଦେଖାଦେଇଛି । +ଏହାର ସୁଯୋଗ ନେଇ ଘରୋଇ ବିଶ୍ୱବିଦ୍ୟାଳୟମାନେ ଚାହିଦା ଥିବା ଏହି ପାଠ୍ୟକ୍ରମର ଦେୟକୁ ଅଧିକ ମାତ୍ରାରେ ବୃଦ୍ଧି କଲେଣି । +ସରକାରୀ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କ ଉପରେ ନିର୍ଭରଶୀଳ ଥିବା ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରର ମେଧାବୀ ଛାତ୍ରଛାତ୍ରୀମାନେ ଚାହିଦା ଥିବା ପାଠ୍ୟକ୍ରମ ଯଥା- ଡାଟା ସାଇନ୍ସ, ଏମ୍‌ଟେକ୍ କମ୍ପ୍ୟୁଟର ସାଇନ୍ସ, ରିମୋର୍ଟ ସେନ୍‌ସିଙ୍ଗ ଓ ଅନ୍ୟାନ୍ୟ ଚାହିଦା ଥିବା ପାଠ୍ୟକ୍ରମରେ କଟ୍‌ଅପ୍ ମାର୍କ ୮୦%ରୁ ଅଧିକ ରହୁଥିବାରୁ ଏଥିରେ ମେଧାବୀ ଛାତ୍ରଛାତ୍ରୀମାନେ ସୁଯୋଗ ପାଉଥିଲେ । +ରାଜଭବନର ଏହି ନିର୍ଦ୍ଦେଶ ପରେ ପାଠପଢାର ସୁଯୋଗ ହରାଇବାର ଆଶଙ୍କାରେ ଅନେକ ଛାତ୍ରଛାତ୍ରୀ ନିରାଶ ହେଲେଣି ଓ ଆନ୍ଦୋଳନର ରାସ୍ତା ଆପଣାଇଲେଣି । +ଏହି ପୃଷ୍ଠଭୂମିରେ ଏ.ଆଇ.ଏସ୍‌.ଏଫ୍‌. ରାଜ୍ୟ କମିଟି ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ ସହ ଆନ୍ଦୋଳନାତ୍ମକ ରାସ୍ତା ଅବଲମ୍ବନ କରାଯାଇଛି । +ଆଜି ଏ.ଆଇ.ଏସ୍‌.ଏଫ୍‌. ରାଜ୍ୟ କମିଟିର ପ୍ରତିନିଧି ଦଳ ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶିଲାଲ୍‌ଙ୍କୁ ସାକ୍ଷାତ କରି ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଚଳାଇ ଆସିଥିବା ସେଲଫ୍ ଫାଇନାନ୍‌ସିଙ୍ଗ୍ ପାଠ୍ୟକ୍ରମକୁ ଦେୟମୁକ୍ତ ଓ ନିୟମିତ ପାଠ୍ୟକ୍ରମରେ ପରିଣତ କରିବା ପାଇଁ ଦୃଢ ଦାବି ଉପସ୍ଥାପନ କରିଛନ୍ତି । +ଏହି ଦାବିପତ୍ର ଗ୍ରହଣ କରି ପ୍ରଫେସର ଗଣେଶୀ ଲାଲ୍ ଛାତ୍ର ସମାଜର ଉଦ୍‌ବେଗକୁ ଗୁରୁତ୍ୱ ପ୍ରଦାନ କରିବା ସହ ସରକାର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଓ ସରକାରୀ ଶିକ୍ଷା ପ୍ରଦାନ ପାଇଁ ପ୍ରତିଶ୍ରୁତିବଦ୍ଧ ଥିବାରୁ ଛାତ୍ରସଂଘର ଏହି ଦାବି ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । +ଏହି ପ୍ରତିନିଧି ଦଳରେ ଏ.ଆଇ.ଏସ୍‌.ଏଫ୍‌. ରାଜ୍ୟ ଯୁଗ୍ମ ସମ୍ପାଦକ ବିବେକ କୃଷ୍ଣ, ମନୋଜ କୁମାର କର ଓ ସୌମ୍ୟରଂଜନ ପୃଷ୍ଟି ଥିବା ବେଳେ ‘ଶିକ୍ଷା ବଞ୍ଚାଅ-ଓଡ଼ିଶା ବଞ୍ଚଅ ଅଭିଯାନ’ର ଉପଦେଷ୍ଟା ଜୟନ୍ତ ଦାସ ଉପସ୍ଥିତ ଥିଲେ । +ଛାତ୍ର ପ୍ରତିନିଧିମାନେ ସମାଜର ଭବିଷ୍ୟତ ଶିକ୍ଷାନବିଷଙ୍କ ଭବିଷ୍ୟତ ସମ୍ପର୍କରେ ମହାମହିମ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି । +ଆନ୍ଧ୍ର ଫୋକସରେ କୋଟିଆ: ଜଗନଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ସାଲୁର ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ +ଓଡ଼ିଶାର କୋଟିଆ ଅଞ୍ଚଳ ଏବେ ଆନ୍ଧ୍ର ଫୋକସରେ ରହିଛି । +ଏହି ଅଞ୍ଚଳ କିଭଳି ଆନ୍ଧ୍ର ଅଧୀନକୁ ଆସିବ ସେଥିପାଇଁ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । +ଏହାକୁ ନଜରରେ ରଖି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନମୋହନ ରେଡ୍ଡୀ ତାଙ୍କ ସରକାରର ମନ୍ତ୍ରୀମଣ୍ଡଳ ପୁନଃଗଠନ କରିଛନ୍ତି । +ନୂତନ ମନ୍ତ୍ରୀମଣ୍ଡଳରେ ୧୪ ନୂଆ ମୁହଁ ଦେଖିବାକୁ ମିଳିଛି । +ଫଳରେ କ୍ୟାବିନେଟ ମନ୍ତ୍ରୀଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । +ଏହି ମନ୍ତ୍ରୀମଣ୍ଡଳରେ ସାଲୁର ବିଧାୟକଙ୍କୁ ପ୍ରମୁଖ ସ୍ଥାନ ମିଳିଛି । +ସାଲୁର ବିଧାୟକ ପି.ରାଜାନ୍ନା ଦୋରା ଉପମୁଖ୍ୟମନ୍ତ୍ରୀ ପଦ ପାଇଛନ୍ତି । +ସୋମବାର ସମସ୍ତ ବିଧାୟକ ରାଜ୍ୟ ସଚିବାଳୟରେ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି । +ଅବସର ପ୍ରାପ୍ତ ଶିକ୍ଷକଙ୍କୁ ବିଦାୟୀ କାଳିନ ସମ୍ବର୍ଦ୍ଧନା +ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଳକ ଶିକ୍ଷା ବିଭାଗ ଅଧିନ ସାଇଁକୁଳା କ୍ଳଷ୍ଟର ର ହାଟନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ ଅବସର ଗ୍ରହଣ କରିଥିବା ୪ ଶିକ୍ଷକଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । +ବସନ୍ତ କୁମାର ନାଏକ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଳକ ଶିକ୍ଷକ ସଂଘର ସଭାପତି ଦେବବ୍ରତ ବାରିକ , ସମ୍ମାନିତ ଅତିଥିରୂପେ କ୍ଳ ଷ୍ଟର ର ସିଆରସିସି ସଂଜିବ ପ୍ରଧାନ , ମୁଖ୍ୟବକ୍ତା ରୁପେ ପ୍ରିୟବ୍ରତ ବାରିକ , ସଂଘର ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ , ପ୍ରମୁଖ ଯୋଗ ଦେଇ ସେବାନିବୃତ ହୋଇଥିବା ଶିକ୍ଷକ , ଶିକ୍ଷୟତ୍ରୀ ମାନଙ୍କର ଦୀର୍ଘ ବର୍ଷର ଶିକ୍ଷାଦାନ ଓ ସମାଜ ଗଠନରେ ସେମାନଙ୍କର ଅବଦାନ ସଂମ୍ପର୍କରେ ଆଲୋଚନା କରିଥିଲେ । +ଏହି ପରିପେକ୍ଷିରେ ଅବସର ଗ୍ରହଣ କରିଥିବା ପ୍ରଭାସ କୁମାର ପତି , ଚନ୍ଦ୍ରଶେଖର ଦାସ , ଶିକ୍ଷୟତ୍ରୀ ନିରୁପମା ବେହେରା , ସରସ୍ଵତୀ ନାଏକଙ୍କୁ ମାନପତ୍ର ଓ ଉତ୍ତରିୟ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ଅତିଥିଗଣ । +ଏବଂ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ସେମାନଙ୍କ ଚାକିରି ଜୀବନ ର ଅନୁଭୂତି ସଂମ୍ପର୍କରେ ସୁଚାଇବା ସହ ଶିକ୍ଷକ ମାନଙ୍କୁ ସମୟାନୁବର୍ତ୍ତୀତା ଏବଂ ଛାତ୍ରବତ୍ସଳ ଶିକ୍ଷକ ରୁପେ ନିଜ ନିଜକୁ ପ୍ରତିପାଦିତ କରିବା ପାଇଁ ପରାମର୍ଶ ଦେଇଥିଲେ । +ଶିକ୍ଷକ ବଙ୍କିମ ଚନ୍ଦ୍ର ବାରିକ ସଭା ପରିଚାଳନା କରିଥିବା ବେଳେ ସୁଦର୍ଶନ ବେହେରା ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ । +ମଲ୍ୟାଶୁଣୀଙ୍କ ଅଷ୍ଟମୀ ପୂଜା ଆରମ୍ଭ.. +. ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ଗ୍ରାମର ଗ୍ରାମଦେବତୀ ମା’ମଲ୍ୟାଶୁଣୀଙ୍କ ଅଷ୍ଟମୀ ପୂଜା ଆରମ୍ଭ ହୋଇଯାଇଛି । +ମାଙ୍କ ପୂଜା ପୂର୍ବରୁ ସକାଳୁ ମାଙ୍କୁ ହଳଦୀ ପାଣିରେ ଗାଧୋଇ ଦିଆଯାଇ ନାଲି ପାଟ ପିନ୍ଧାଯାଇଥାଏ । +ପରେ ବିଭିନ୍ନ ପ୍ରକାରର ଫୁଲରେ ମାଙ୍କୁ ସୁନ୍ଦର ଭାବରେ ସଜାଯାଇଥାଏ । +ପରେ ପରେ ମାଙ୍କୁ ଅଳଙ୍କୃତ କରାଯାଇ ଅଷ୍ଟମୀ ପୂଜା ବେଶ କରାଯାଇଥାଏ । +ତାପରେ ସୂର୍ଯ୍ୟ ପୂଜା, ଗୋପୂଜା କରାଯାଇ ମା’ଙ୍କ ଅଷ୍ଟମୀ ପୂଜା କରାଯାଏ । +ଆଉ ରୀତିନୀତି ଅନୁଯାଇ ଖରାବେଳେ ମାଙ୍କ ନିକଟରେ ନୀତିକାର୍ଯ୍ୟ କରାଯାଏ । +ଆଜି ଦ୍ୱିତୀୟ ଦିବସ ଯଂଜ୍ଞରେ ମାଙ୍କ ପାଖରେ ଅନୁଷ୍ଠାନ ପକ୍ଷରୁ ଏକ ସାଂସ୍କୃତ କାର୍ଯ୍ୟକ୍ରମ କରାଯାଇଛି । +ଗାଁ ଯୁବକ ମାନଙ୍କ ଦ୍ୱାରା ଏକ ନାଟକ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । +ଯାହାର ନାଁ “କିଏ ଭାଈବନ୍ଧୁ କିଏ କୁଟୁମ୍ବ “ । +ଏହି ମାଙ୍କ ତିନିଦିନ ବ୍ୟାପି ଯଂଜ୍ଞକୁ ଗ୍ରାମବାସି ମାନେ ସମସ୍ତ ନିଷ୍ଠାର ସହିତ ପାଳନ କରିଥାନ୍ତି । +ପ୍ରଧାମନ୍ତ୍ରୀଙ୍କ ଭାଷଣର ତାରିଫ କଲେ ଦିଦି +ନୂଆଦିଲ୍ଲୀରେ ଶନିବାର ଅନୁଷ୍ଠିତ ଚିଫ୍ ଜଷ୍ଟିସ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ତାରିଫ କରିଛନ୍ତି ମମତା ବାନାର୍ଜୀ । +ମାଲକାନଗିରି ପଞ୍ଚାୟତ ସମିତିର ସ୍ୱତନ୍ତ୍ର ପ୍ରଥମ ବୈଠକ ଅନୁଷ୍ଠିତ +ମାଲକାନଗିରି: ୨୫/୦୫/୨୨ ମାଲକାନଗିରି ଜିଲ୍ଲା ସଦର ମାଲକାନଗିରି ପଞ୍ଚାୟତ ସମିତି ଅଧିନସ୍ଥ ୧୯ ଟି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଓ ସଭ୍ୟ ଏବଂ ସରପଞ୍ଚ ବୃନ୍ଦଙ୍କୁ ନେଇ ଆଜି ମାଲକାନଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୌରୀ ପଡ଼ିଆମୀଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧,୦୦ ଘଣ୍ଟିକା ସମୟରେ ମାଲକାନଗିରି ପଞ୍ଚାୟତ ସମିତି ବୈଠକ ଗୃହ ଠାରେ ପଞ୍ଚାୟତ ସମିତିର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । +ଅଧ୍ୟାପକ କରୁଥିଲେ ନଟି ଟଚ୍‌ +ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକ +୩ କଳାର ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ । +ଏଥିସହିତ ବିଭିନ୍ନ ସମୟରେ ଅଶାଳୀନ ବ୍ୟବହାର କରିବା ସହ ପାଖକୁ ଡାକି ଅଶ୍ଲୀଳ ସ୍ପର୍ଶ କରୁଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି । +ଲୋକ ଲଜ୍ଜ୍ୟ ଭୟରେ ଛାତ୍ରୀ ଜଣକ କାହାକୁ କିଛି କହିପାରୁନଥିଲେ । +ମିଳିଲା ନାହିଁ ଆମ୍ବୁଲାନ୍ସ, ଟ୍ରଲି ଗାଡ଼ିରେ ବୁହାହେଲେ ୭୫ ବର୍ଷୀୟ ରୋଗୀ +ଘଟଣା ଘଟିଛି ନୟାଗଡ ଜିଲ୍ଲାର ଚାନ୍ଦପୁରରେ । +ଯୁଗଳ କାଣ୍ଡି ନାମ୍ନୀ ଜଣେ ବୃଦ୍ଧ ଚାନ୍ଦପୁର ଇନ୍ଦିରା ଆବାସ କଲୋନୀରେ ରୁହନ୍ତି । +ଯୁଗଳ କାଣ୍ଡିଙ୍କର ଦେହ ଅସୁସ୍ଥ ହେବାରୁ ମେଡିକାଲ ଯିବା ପାଇଁ ପଇସା ଅଭାବରୁ ଆମ୍ବୁଲାନ୍ସ ନ ପାଇ ଶେଷରେ ଟ୍ରଲିରେ ମେଡିକାଲ ଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି । +ମାଲକାନଗିରି +ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟଙ୍କୁ ବିଦାୟ ସମ୍ବର୍ଦ୍ଧନା +ମାଲକାନଗିରି ତା .୧୧.୬.୨୨ ମାଲକାନଗିରି ନାଗରିକ ସମାଜ ତରଫରୁ ମାଲକାନଗିରି ସୀମା ସୁରକ୍ଷା କାର୍ଯ୍ୟାଳୟ ଠାରେ ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟ ତୀର୍ଥ ଆଚାର୍ଯ୍ୟ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । +ଉକ୍ତ ସମ୍ବର୍ଦ୍ଧନା ସଭାରେ ମାଲକାନଗିରି ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡଃ ରଞ୍ଜନ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । +ନେହେରୁ ଯୁବକେନ୍ଦ୍ର ର ସଂଯୋଜକ ହରିଶ ରୂପାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୀମା ସୁରକ୍ଷା ବଳ ଡି.ଆଇ .ଜି ଶୈଳେନ୍ଦ୍ର ସିଂହ୍ । +ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଦାୟୀ କମାଣ୍ଡାଣ୍ଟ ତୀର୍ଥ ଆଚର୍ଯ୍ୟ ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । +ବିଦାୟୀ କମାଣ୍ଡାଣ୍ଟ ୨୦୧୮ ମସିହାରୁ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଥିଲେ । +ସେ ଜଣେ କର୍ତ୍ତବ୍ୟନିଷ୍ଠ, ନିଷ୍ଠାପର ଓ ପରୋପକାରୀ ବ୍ୟକ୍ତି ରୂପେ ସୁନାମ ଅର୍ଜନ କରିଥିଲେ । +ଆଦିବାସୀ ଛାତ୍ରଛାତ୍ରୀମାନ ଙ୍କ ଉନ୍ନତି କଳ୍ପେ ସେ ସର୍ବଦା ଚେଷ୍ଟିତ ଥିଲେ । +ତାଙ୍କର କାର୍ଯ୍ୟ କାଳ ସମୟରେ ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଭାରତର ବିଭିନ୍ନ ସ୍ଥାନ ଯଥା :-ଗୌହାଟୀ ,ଗୁଜରାଟ ,ଆଗ୍ରା ପ୍ରଭୁତି ସ୍ଥାନ ପରିଭ୍ରମଣ କରିବାର ବ୍ୟବସ୍ଥା କରାଇଥିଲେ । +ବୃକ୍ଷରୋପଣ ,ସମାଜସେବା, ଗରୀବ ଆଦିବାସୀ ଛାତ୍ରଛାତ୍ରୀ,ବୃଦ୍ଧ ,ବୃଦ୍ଧା ମାନଙ୍କୁ ପଠନ ସାମଗ୍ରୀ, ବସ୍ତ୍ର ,କମ୍ବଳ ବଣ୍ଟନ ପ୍ରଭୁତି ଅନେକ ଜନ ହିତକର କାର୍ଯ୍ୟରେ ସେ ସର୍ବଦା ପ୍ରଶଂସନୀୟ ଭୂମିକା ନିର୍ବାହ କରୁଥିଲେ । +ମାଲକାନଗିରି ରୁ ସୁଦୂର ପଞ୍ଜାବର ଅବହର ଜିଲ୍ଲା କୁ ବଦଳି ହୋଇଥିବାରୁ ତାଙ୍କୁ ଜିଲ୍ଲା ନାଗରିକ ସମାଜ ତରଫରୁ ଉଛ୍ୱସିତ ସମ୍ବର୍ଦ୍ଧନା ସହ ବିଦାୟ ଦିଆଯାଇଥିଲା । +ବୌଦ୍ଧ ଜିଲାରେ ସମବାୟ ନିର୍ବାଚନ ଶାନ୍ତିଶୃଙ୍ଖଳାରେ କରିବାକୁ ଜିଲା ସ୍ତରୀୟ ବୈଠକ +ବୌଦ୍ଧ,୦୭ା୬ : ବୌଦ୍ଧ ଜିଲାରେ ସମବାୟ ସମିତି ଗୁଡିକରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରିବାକୁ ଏକ ଜିଲାସ୍ତରୀୟ ବୈଠକ ମଙ୍ଗଳବାର ଦିନ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଅନୁଷ୍ଠିତ ହୋଇଛି । +ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି, ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବହେରା, ଉପଜିଲାପାଳ ସନତ କୁମାର ନାଏକ , ଡିଏସପି (ଡିଆଇବି) ଦେବାଶିଷ ଧଳ,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ସହକାରୀ ନିବନ୍ଧକ ସମବାୟ ସମିତି ସମୁହ ମଙ୍ଗଳ ସୋରେନ,ଅତରିକ୍ତ ଜିଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର,ଏଚପିଓ ସୁଧାଂଶୂ ଭୁଷଣ ସା, ସମବାୟ ନିରୀକ୍ଷକ ଗୁରୁଚରଣ ଦାସ ପ୍ରମୁଖ ଯୋଗଦେଇଥିଲେ । +ଜିଲାରେ ସମବାୟ ଗୁଡିକରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୯.୬.୨୦୨୨ ରିଖରେ ଥିବା ବେଳେ ଦିତୀୟ ପର୍ଯ୍ୟାୟ ନିର୍ବାଚନ ୨୬.୬.୨୦୨୨ରେ ଅନୁଷ୍ଠିତ ହେବ । +ଉଭୟ ନିର୍ବାଚନ ଯେପରି ଶାନ୍ତିଶୃଙ୍ଖଳାରେ ହୋଇପାରିବ ସେ ନେଇ ଜିଲାପାଳ ଶ୍ରୀ ମିଶ୍ର ଗୁରୁତ୍ୱ ଦେବାସହ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । +ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୧୦ ଗୋଟି ସମବାୟ ସମିତି ଖୁଣ୍ଟବନ୍ଧ, ଆମ୍ବଝରୀ, ସରସରା, ପୁରୁଣାକଟକ , ଶଙ୍କୁଲୋଇ,କୁସଙ୍ଗ,ଆଡେଣୀଗଡ,ସିମିଳିପଦର,ଯୋଗିନ୍ଦ୍ରପୁର ଓ କଂଟାମାଳ ସେବା ସମବାୟ ସମିତିରେ ହେବାକୁ ଥିବାବେଳେ ସେଥିମଧ୍ୟରୁ ଉତ୍ତେଜନା ପ୍ରବଣ ସମିତି ଗୁଡିକରେ କଡା ସୁରକ୍ଷାରେ ନିର୍ବାଚନ କରାଯିବ ବୋଲି ସମବାୟ ସମିତି ସମୁହ ଶ୍ରୀ ସରେନ ସୁଚନା ଦେଇଥିଲେ । +ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନର ୨୮ ଗୋଟି ସମିତିର ସମସ୍ତ କମିଟି ସଦସ୍ୟ ମାନେ ବିନା ପ୍ରତିଦ୍ୱନ୍ଦୀତାରେ ନିର୍ବାଚିତ ହୋଇଛନ୍ତି । +ନିଦ୍ୱର୍ନ୍ଦରେ ନିର୍ବାଚନ ହୋଇଥିବା ୨୮ ଗୋଟି ସମିତି ପାଇ ସଭାପତି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୁଚନା ଦିଆଯାଇଥିଲା । +ଦିତୀୟ ପର୍ଯ୍ୟାୟ ରେ ୪୦ ଗୋଟି ସମବାୟ ସମିତିର ନିର୍ବାଚନ ହେବାକୁ ଥିବା ବେଳେ ସେ ନେଇ କିପରି ପ୍ରସ୍ତୁତି ଚାଲିଛି ସେ ନେଇ ଜିଲାପାଳ ଶ୍ରୀ ମିଶ୍ର ସମୀକ୍ଷା କରିବା ସହ ଜିଲାରେ ନିୟମ ଅନୁଯାୟୀ ନିର୍ବାଚନ କରିବାକୁ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ପ୍ରଦାନ କରିଥିଲେ । +ପ୍ରଧାନମନ୍ତ୍ରୀ ଗରିବ କଲ୍ଯାଣ ସମ୍ମିଳନୀ ରେ ବାରିପଦା ଠାରେ କେନ୍ଦ୍ରମନ୍ତ୍ରୀ ଇଂ ବିଶ୍ଵେଶ୍ବର… +୩୧-୦୫-୨୦୨୨ ସଂଜୀବ କୁମାର ରଣଜିତ,ମୟୂରଭଞ୍ଜ । +ବିପୁଳପରିମାଣର ଗଂଜେଇ ଏକ ମିନିଟ୍ରକ ଏକ ବାଇକ ଜବତ ସହ ତିନି ଜଣ ଗିରଫ +କଣ୍ଟାମାଲ ତା ୦୮.୦୬ ମନମୁଣ୍ଡା ପୋଲିସ କୁ ମିଳିଛି ବଡ଼ସଫଳତା ପିପୁଲ ପରିମାଣର ଗଂଜେଇ ଜବତ ସହ ତିନି ଜନ ମାଫିଆ କୁ ଗିରଫ କରିଛି ପୋଲିସ ସୂଚନା ମତେ ମନମୁଣ୍ଡା ଥାନା ଅଞ୍ଚଳ ର ଦୁଇଟି ପୃଥିକ ସ୍ଥାନରେ ଗଂଜେଇ ଚୋରାଚାଲାଣ ନେଇ କୌଣସି ସୂତ୍ର ଖବର ପାଇ ମନମୁଣ୍ଡା ଥାନା ଅଧିକାରିଙ୍କ ନିର୍ଦ୍ଧେସ ରେ ଏକଟିମ କୂଆଘରା ନିକଟରେ ଏକ ମିନି ଟ୍ରକରୁ 1 କୁଇଣ୍ଟାଲ ରୁ ଉର୍ଦ୍ଧ ଗଂଜେଇ ମିନିଟ୍ରକ ସହ ଚାଲାଣ ସମ୍ପୃକ୍ତ ଦୁଇ ଜଣକୁ ଗିରଫ କାରିଥିବା ବେଳେ ଗୁଣ୍ଡୁଳିଆ ବ୍ରିଜ ନିକଟରେ ଏକ ବାଇକ ରୁ 10kg ଗଂଜେଇ ଜବତ ସହ ମାଫିଆ ମାନଙ୍କୁ ଗିରଫ କରି ସମସ୍ତଙ୍କୁ କୋଟଚାଲାଣ କରିଛି ପୋଲିସ ଅଭିଯୁକ୍ତ ମାନେ ବୌଦ୍ଧ ଜିଲ୍ଲାର ଧନେଶ୍ୱର ମେହେର ବିହାର ରାଜ୍ୟର ଆଖିଲେସ କୁମାର ଓ ଝାର ଖଣ୍ଡର ଗୁଳାପ ନେବି ବୋଲି ଜଣାପଡୁଛି ଉକ୍ତଗଂଜେଇ କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ପୋଲିସ ସୂଚନା ଦେଉଛି । +ଦେବଗଡ଼ ପୋଲିସ କୁ ବଡ଼ ସଫଳତା : ବେଆଇନ ଅଫିମ ଚାଷ ନଷ୍ଟ ସହ ୧କେଜି ଅଫିମ ଜବତ +ଦେବଗଡ଼ ୩୦/୩: ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଦେବଗଡ଼ ଥାନା ଅନ୍ତର୍ଗତ ଉଟୁଣିଆମୁଣ୍ଡା ଗ୍ରାମରେ ବେଆଇନ ଅଫିମ ଚାଷ ବଗିଚା ନଷ୍ଟ କରିବା ସହ ଲକ୍ଷାଧିକ ଟଙ୍କାର ଅଫିମ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । +ଏଥିସହିତ ଏହି ବେଆଇନ ବେପାରରେ ସମ୍ପୃକ୍ତ ଥିବା ଦୁଇ ଜଣ ବ୍ୟକ୍ତି ଙ୍କୁ ଗିରଫ କରିଛି । +ଉଟୁଣିଆମୁଣ୍ଡା ଧୁଡିଖୋଲ ଗ୍ରାମ ନିକଟରେ ବେଆଇନ ଅଫିମ ଚାଷ ସହ ଅଫିମ ପ୍ରସ୍ତୁତି ନେଇ ପୋଲିସ କୁ ଖବର ମିଳିଥିଲା । +ଖବର ଅନୁଯାୟୀ ପୋଲିସ ପକ୍ଷରୁ ଆଜି ଚଢ଼ାଉ କରିବା ପରେ ସମସ୍ତ ଘଟଣା ଜଣାପଡ଼ିଛି । +ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ଅଞ୍ଚଳର ଦୁର୍ଗା ଲୁହୁରା ଓ ସୁଖରାମ ମୁଣ୍ଡା ଉଟୁଣିଆମୁଣ୍ଡା ଗ୍ରାମ ନିକଟରେ ଥିବା ଏକ ନାଳ ନିକଟରେ ସରକାରୀ ଜମିରେ ଅଫିମ ଚାଷ କରୁଥିଲେ । +ପୋଲିସ ଚଢ଼ାଉ କରି ୧ କେଜି ଅଫିମ ଜବତ କରିବା ସହ ଅଫିମ ଚାଷ ପାଇଁ ବ୍ୟବହୃତ ଅନେକ ସାମଗ୍ରୀ ଜବତ କରିଛି । +ଏଥି ସହିତ ୩ରୁ ୪ ଏକର ଜମିରେ କରାଯାଇଥିବା ଅଫିମ ଚାଷକୁ ପୋଲିସ ନଷ୍ଟ କରିଛି । +ଜବତ ଅଫିମ ର ମୂଲ୍ୟ ୭ଲକ୍ଷ୍ୟ ଟଙ୍କା ହୋଇଥିବା ବେଳେ ନଷ୍ଟ କରାଯାଇଥିବା ଜିନିଷ ର ମୂଲ୍ୟ ଆନୁମାନିକ ଦଶ ଲକ୍ଷ୍ୟ ଟଙ୍କା ହେବ ବୋଲି ଜଣାପଡିଛି । +ପୁଲିସ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ଦୁର୍ଗା ଓ ସହଯୋଗୀ ସୁଖରାମକୁ ଗିରଫ କରିଛି । +ଦେବଗଡ଼ ଏସ ପି ରାଜକିଶୋର ପାଇକରାୟ ନିଜେ ସ୍ପେଶାଲ ଟିମ ସହିତ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ । +ଏହି ଚଢ଼ଉରେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଦେବଗଡ଼ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକ, ଏସଆଇ ରୁଦ୍ର ପ୍ରଧାନ ଓ ଦିବ୍ୟ ଓରାମଙ୍କ ସମେତ ମାଜିଷ୍ଟ୍ରେଟ ଭାବେ ବାରକୋଟ ଅତିରିକ୍ତ ତହସିଲଦାର ବବ୍ରୁ ବାହାନ ଦତ୍ତ ଓ କଣ୍ଟାପାଲି ରାଜସ୍ୱ ନିରୀକ୍ଷକ ସାଗର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । +ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ +ଭିଜିଲାନ୍ସ ଜାଲରେ ନୟା ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ । +ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ସାହୁଙ୍କ ଘରେ ଚଢ଼ାଉ ହୋଇଛି । +ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାପଡିଛି । +ଯନ୍ତ୍ରୀ ଗୋବିନ୍ଦ ସାହୁଙ୍କ ଘର ସମେତ ୩ଟି ଜିଲ୍ଲାର ୬ଟି ସ୍ଥାନରେ ରେଡ୍ ହୋଇଛି । +ଏକକାଳୀନ ଖୋର୍ଦ୍ଧା, ନୟାଗଡ଼ , କଟକ ଜିଲ୍ଲାରେ ଚାଲିଛି ରେଡ୍ । +ସୋଆର ପୁରାତନ ଛାତ୍ରଙ୍କ ଦ୍ୱାରା ନୂଆ ଫୁଡ୍ ଷ୍ଟାର୍ଟଅପ ଆରମ୍ଭ +ଭୁବନେଶ୍ୱର, ୨୧/୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁରାତନ ଛାତ୍ରଙ୍କ ଦ୍ୱାରା ଏକ ଫୁଡ୍ ଷ୍ଟାର୍ଟଅପ୍‌ +ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ଆରମ୍ଭ ହୋଇଛି । +ସୋଆର ୨୦୧୮ ବ୍ୟାଚ୍‌ର ଛାତ୍ର ଶ୍ରୀ ସହସ୍ରାଂଶୁ ମହାନ୍ତିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି +ରେଷ୍ଟୁରାଂଟର ନାମ ରଖାଯାଇଛି “ସଲ୍ଟ ଆଣ୍ଡ ମଲ୍ଟ” । + ସୋମବାର ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ +ଏହାର ଉଦ୍‌ଘାଟନ କରିଛନ୍ତି । + ଆଇଟିଇଆର୍ ପରିସରରେ ଥିବା ଫୁଡ୍ କୋର୍ଟରେ ଏହି ରେଷ୍ଟୁରାଂଟ ତଥା +କ୍ୟାଂଟିନ୍ ଖୋଲିଛନ୍ତି ଶ୍ରୀ ମହାନ୍ତି । +ଏହି ରେଷ୍ଟୁରାଂଟରେ ୨୩୮ ପ୍ରକାରର ଖାଦ୍ୟ ପରିବେଷଣ କରିବାର ବ୍ୟବସ୍ଥା ରଖାଯାଇଛି । + ଏଠାରେ +ସାଉଥ୍ ଇଣ୍ଡିଆନ୍‌, ନର୍ଥ ଇଣ୍ଡିଆନ୍ ଓ ଥାଇ ସମେତ ସମସ୍ତ ପ୍ରକାର ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯାଉଛି । + ଆମିଷ ଓ +ନିରାମିଷ ଖାଦ୍ୟକୁ ସୁଲଭ ମୂଲ୍ୟରେ ସୋଆ ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । +ଏହି କ୍ୟାଂଟିନ୍ ଉଦ୍‌ଘାଟନ ସମୟରେ ଶ୍ରୀମତି ଦାସଙ୍କ ସମେତ ସୋଆର ଉପକୁଳପତି ପ୍ରଫେସର +ପ୍ରଦୀପ୍ତ କୁମାର ନନ୍ଦ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ +ବିଭାଗର ମୁଖ୍ୟ ପ୍ରଫେସର ରେଣୁ ଶର୍ମା, କମ୍ପ୍ୟୁଟର ସାଇନ୍‌ସ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, +ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପ…ନାୟକ ଏବଂ ଆସିଷ୍ଟାଂଟ ପ୍ରଫେସର ସତୀଶ ସାମଲ +ପ୍ରମୁଖ ଉପସ୍ଥିତ ଥିଲେ । +ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବ୍ରହ୍ମପୁର ମେୟର । +ବିଜୟ ପରେ ବିଜେଡି ସୁପ୍ରିମୋଙ୍କୁ ଭେଟିଛନ୍ତି ବ୍ରହ୍ମପୁରର ନବ ନିର୍ବାଚିତ ମେୟର ସଂଘମିତ୍ରା ଦଳେଇ । +ପୌର ନିର୍ବାଚନରେ ବିପୁଳ ଜନ ସମର୍ଥନ ପାଇ ବିଜେଡିର ବ୍ରହ୍ମପୁର ମେୟର ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି ଆଉ ଆଜି ନବୀନ ନିବାସ ଆସି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । + ନବୀନଙ୍କୁ ସାକ୍ଷାତ ପରେ ସୋସିଆଲ ମିଡିଆରେ ତାଙ୍କ ଆଦର୍ଶ ମୁଖ୍ୟମନ୍ତ୍ରୀ ଲେଖି ଧନ୍ୟବାଦ ଦେଇଛନ୍ତି ସଂଘମିତ୍ରା +ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବୈଠକ +ଫୁଲବାଣୀ-୧୮/୬ ଶନିବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ଵାରା ଆୟୋଜିତ ଜିଲାସ୍ତରୀୟ 6ଟ ବୁଲଗ ଏକ୍ସରସାଇଜ ୨୦୨୨ ଅନୁଷ୍ଠିତ ହୋଇଥିଲା ଏଥିରେ କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦାଡ଼ିଅ ଧ୍ଯକ୍ଷତା କରିଥିଲେ । +ଜିଲ୍ଲାରେ କୌଣସି ମଲଟି ପର ପଜସେଣ୍ଟର ନଥିଲେ ମଧ୍ୟ ୧୦ ହଜାର ଲୋକ କୁନିରାପଦରେ ଥାଇଥାନ କରିବାର ବ୍ୟବସ୍ଥା ରହିଥିବା ଜିଲାପାଳ କହିଛନ୍ତି । +ତେବ ସମ୍ଭାବ୍ୟ ବିପର୍ଯ୍ୟୟ କୁ ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ସଜାଗ ରହିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ପରାମର୍ଶ ଦେଇଛନ୍ତି । +ସେହିପରି ଉପସ୍ଥିତ ଥିବା ବ୍ଳକ ଅଧିକାରୀ ଓ ଅନ୍ୟ ଅଧିକାରୀମାନେ ନିଜନିଜ ବ୍ଲକ ଅଞ୍ଚଳରେ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କଣ ସବୁ ଆଗୁଆ ପଦକ୍ଷେପମାନ ଗ୍ରହଣ କରିଛନ୍ତି ସେ ନେଇ ସୂଚନା ଦେଇଥିଲୋଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସା ଓଜନ ସ୍ଵାସ୍ଥ୍ୟ ଅଧିକ । +ରି,ନିର୍ବାହୀ ଯନ୍ତ୍ରୀ ପିଡ଼ବ୍ଲଡି,ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ବିଭାଗ,ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ ବିଭାଗ,ସିଡିର୍ଭି ଓ. ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଜଳଯୋଗାଣ ବିଭାଗ, ଜିଲ୍ଲା ପରିବହନ ଅଧିକାରୀ, ଅଗ୍ନିଶମ ବିଭାଗ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ବିଏସଏନଏଲଏସଡିଓ ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ନିର୍ବାହୀ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଗ,ଓଡ୍ରାଫ ଓ ଏନଡିଆରଏଫଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥଲେ । +ବିକଳ୍ପ ରହଣି ପାଇଁ ବର୍ଷାଙ୍କୁ ୩୦ ହଜାର ଟଙ୍କା ଦେଲେ ଅନୁଭବ ମହାନ୍ତି +କଟକ: ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ତୁରନ୍ତ ପାଳନ କରିଛନ୍ତି । +ଗତକାଲି ମିଳିିଥିବା କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅନୁଭବ ଆଜି(ଶୁକ୍ରବାର) ପତ୍ନୀ ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ପଠାଇଛନ୍ତି । +ଅନୁଭବଙ୍କ ପୈତୃକ ଘର ଛାଡି ବାହାରେ ରହିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ । +ତେବେ ବର୍ଷାଙ୍କୁ ଟଙ୍କା ପଠାଇବା ପରେ ଅନୁଭବ ଓ ତାଙ୍କ ଓକିଲ କୋର୍ଟଙ୍କୁ ଅବଗତ କରାଇଛନ୍ତି । +ଅନୁଭବଙ୍କ ନାଁରେ ସାଇବର ଥାନାରେ ଏତଲା ଦେଲେ ବର୍ଷା । + କହିଲେ, ଭିଡ଼ିଓ ଜାରି କରି ମୋ ଚରିତ୍ର… +ସ୍ୱାମୀଙ୍କ ବିରୋଧରେ ଏତଲା ଦେଲେ ସ୍ତ୍ରୀ । +ଅନୁଭବ-ବର୍ଷା ବିବାଦ ମାମଲାରେ ପୁଣି ଏକ ନୂଆ ମୋଡ ଆସିଛି । +ଅନୁଭବଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେଲେ ବର୍ଷା ପ୍ରିୟଦର୍ଶିନୀ । +ସାଂସଦ ଅନୁଭବ ବାରମ୍ବାର ଭିଡ଼ିଓ ଜାରି କରି ଚରିତ୍ର ସଂହାର କରୁଥିବା ନେଇ ଅଭିଯୋଗ କରିଛନ୍ତି ବର୍ଷା । +ଯାହାଦ୍ୱାରା ତାଙ୍କ ମାନ ସମ୍ମାନ ହାନି ହେଉଛି ଏବଂ ସେ ମାନସିକ ନିର୍ଯାତନାର ଶିକାର ହେଉଥିବା କହିଛନ୍ତି ବର୍ଷା । +କିଛି ବ୍ୟକ୍ତି ମୋ ଛବି ଖରାପ କରିବାକୁ ଚେଷ୍ଟା କରୁଛନ୍ତି । +ବିଜେଡିକୁ ଭୋଟ ନଦେବାରୁ ଶ୍ରମିକ ଛଟେଇ +ସୁକିନ୍ଦା ଅଞ୍ଚଳ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘର ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ଧୀର ଠିକା ଖଣି କର୍ମଚାରୀ ବାମ୍ବିଲୋ ଗାଁର ପ୍ରିୟବ୍ରତ ମହାପାତ୍ରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । +ପ୍ରିୟବ୍ରତଙ୍କୁ ଶ୍ରୀ ଧୀର ଦେଇଥିବା ଧମକର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି । +ବିଜେପିକୁ ଭୋଟ୍‌ ଦେଇଥିବା ଦର୍ଶାଯାଇ ପ୍ରିୟବ୍ରତକୁ ଚାକିରିରୁ ବାହାର କରାଯାଇଥିବା କୁହାଯାଇଛି । +ଆଜି ବିଜେପି ଯୁବମୋର୍ଚ୍ଚା ସଂପୃକ୍ତ ପ୍ରିୟବ୍ରତଙ୍କ ସପକ୍ଷରେ କାଳିଆପାଣି ଥାନାରେ ଫେରାଦ୍ ହୋଇ ଶ୍ରୀ ଧୀରଙ୍କ ନାମରେ ଏତଲା କରିଛନ୍ତି । +ରୁଦ୍ରପ୍ରସାଦ ସେଠି ହେଲେ କନ୍ଧମାଳ ABVP ର ଜିଲ୍ଲା ସଂଯୋଜକ +ବାଣୀ କ୍ଷେତ୍ର ଜଗତସିଂହପୁର ଠାରେ ତିନି ଦିନ ଧରି ଅନୁଷ୍ଠିତ ହେଇଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, (ABVP), ଓଡିଶା ପ୍ରାନ୍ତ ର ପ୍ରାନ୍ତ ଅଭ୍ୟାସ ବର୍ଗ ଅନୁଷ୍ଟିତ ହେଇଯାଇଛି ଏହି ବର୍ଗରେ ସାଙ୍ଗଠନିକ ଦାଇତ୍ୱ ଘୋଷଣା କରାଯାଇଛି କନ୍ଧମାଳ ଜିଲ୍ଲା ପାଇଁ ଜିଲ୍ଲାର ଛାତ୍ର ନେତା ରୁଦ୍ରପ୍ରସାଦ ସେଠୀ ଙ୍କୁ କନ୍ଧମାଳ ଜିଲ୍ଲାର ସଂଯୋଜକ ଭାବେ ଦାଇତ୍ୱ ପ୍ରଦାନ କରାଯାଇଛି । +ସେହିପରି ଜିଲ୍ଲାର ଛାତ୍ରୀ ନେତ୍ରୀ ରାଜନନ୍ଦିନୀ ସାହାଣୀ ଙ୍କୁ କନ୍ଧମାଳ ଜିଲ୍ଲା ସହ ସଂଯୋଜିକା, ଦିବ୍ୟରଞ୍ଜନ ଡାକୁଆ ଙ୍କୁ ବିଭାଗ SFS ପ୍ରମୁଖ ଏବଂ କନ୍ଧମାଳ ଜିଲ୍ଲାର ଛାତ୍ର ନେତା ଶିବାଶିଷ ପଣ୍ଡା ଙ୍କୁ ପୁନଃ ଜିଲ୍ଲା ପ୍ରମୁଖ ଭାବେ ଦାଇତ୍ୱ ପ୍ରଦାନ କରାଯାଇଛି । +ABVP କନ୍ଧମାଳ ତରଫରୁ ଦାଇତ୍ୱ ପାଇଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ଶୁଭେଚ୍ଛା ଜଣାଯାଇଛି । + ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାରେ କିଭଳି ସଂଗଠନ ଆହୁରି ସଦୃଢ ହେବ ସେଥିପ୍ରତି କାର୍ଯ୍ୟ କରାଯିବ ବୋଲି ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା କହିଛନ୍ତି +ଗୋଟିଏ ମୁର୍ମୁଙ୍କୁ ମୋହରାକରି କୋଟିଏ ଆଦିବାସୀଙ୍କୁ ପ୍ରତାରଣା +୪ବର୍ଷ ହେଲା ଆଦିବାସୀ ଉପଦେଷ୍ଟା ସମିତି (ଟ୍ରାଇବ୍ ଆଡଭାଇଜରି କାଉନ୍‌ସିଲ) ଗଠନ କରୁନାହାନ୍ତି ନବୀନ +କେନ୍ଦ୍ରୀୟ କର୍ମକର୍ତ୍ତା ଙ୍କ ଦ୍ବାରା ଆଇଟିଡିଏ ବାରିପଦାଙ୍କ ବିଭିନ୍ନ ଉନ୍ନୟନ ମୂଳକ… +୧୧-୦୬-୨୦୨୨ ଆଦିବାସୀ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଏକ ତିନି ଜଣିଆ ପ୍ରତିନିଧି ଦଳ ବାରିପଦା ଗସ୍ତରେ ଆସି ଆଇଟିଡିଏ ବାରିପଦାଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଯଥା ମିଶନ ଜୀବିକା ଓ ମିଶନ ସୁବିଦ୍ୟା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । +ଉକ୍ତ କେନ୍ଦ୍ରୀୟ ପ୍ରତିନିଧି ଦଳରେଆଦିବାସୀ ମନ୍ତ୍ରଣାଳୟର ଉପ ସଚିବ ଶ୍ରୀଯୁକ୍ତ ମନୋଜ କୁମାର ସିଂ, ଯୁଗ୍ମ କମିଶନରNEST ଶ୍ରୀ ବିପିନ ଚନ୍ଦ୍ର ରାତୂରୀ ଓ ଶ୍ରୀ ପ୍ରମୋଦ କୁମାର ଅଗ୍ରୱାଲା, ପରାମର୍ଶ ଦାତାNEST ପ୍ରମୁଖ ଯୋଗ ଦେଇ ସମୀକ୍ଷା କରିଥିଲେ । +ଏହି ସମୀକ୍ଷା ବୈଠକରେ ଆଦିବାସୀଓ ହରିଜନ ଉନ୍ନୟନ ବିଭାଗ, ଓଡିଶା ସରକାରଙ୍କ ତରଫରୁ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଫାଇନାନ୍ସ ମ୍ୟାନେଜର ଓ ମାନ୍ୟବର କେନ୍ଦ୍ର ମନ୍ତ୍ରୀ, ଆଦିବାସୀ ଓ ଜଳ ଶକ୍ତି ମନ୍ତ୍ରଣାଳୟ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁଙ୍କ ପ୍ରତିନିଧ୍ ଭାବେ ଶ୍ରୀ ହେମନ୍ତ କୁମାର ଶାହା ଯୋଗ ଦେଇଥିଲେ । +ଆଇଟିଡିଏ ବାରିପଦା ର ପ୍ରକଳ୍ପ ପ୍ରଶାସକ ଶ୍ରୀ ବସନ୍ତ କୁମାରସେଠୀ, ସ୍ବତନ୍ତ୍ର ଅଧିକାରିଣୀ ଶ୍ରୀମତୀ ବିଦ୍ୟୁତଲତା ମହାପାତ୍ର, ସହକାରୀ ଅଧ୍ୟକ୍ଷଣ ଯନ୍ତ୍ରୀଶ୍ରୀ ଗଣପତି ଜେନା, ପ୍ରକଳ୍ପ ପରିଚାଳକ ଶ୍ରୀ ଗଙ୍ଗାଧର ପ୍ରଧାନ, ବିଷୟବସ୍ତୁ ବିଶେଷଜ୍ଞ ଶ୍ରୀଅମରେଶ ଚନ୍ଦ୍ର ବେହେରା, ସମସ୍ତ ଜୀବିକା ବିଶେଷଜ୍ଞ, FRA ଜିଲ୍ଲା ସଂଯୋଜକ ଶ୍ରୀପ୍ରଶାନ୍ତ ରାୟ ଉପସ୍ଥିତ ରହି ସମୀକ୍ଷାରେ ଭାଗ ନେଇଥିଲେ । +କିନ୍ତୁ ଉକ୍ତ ସମୀକ୍ଷାବୈଠକରେ କେନ୍ଦ୍ରୀୟ ପ୍ରତିନିଧୂ ମାନଙ୍କ ସହିତ ବାରିପଦାର ଜୈନିକ ବ୍ୟବସାୟୀଙ୍କଉପସ୍ଥିତି ଓ କାଗଜପତ୍ର ତନଖ୍ ସମୟରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରି ସରକାରୀ ଅଧିକାରୀ ମାନଙ୍କ ମନୋବଳକୁ ଦୁର୍ବଳ କରିବା ଲକ୍ଷ୍ୟ କରଯାଇଥିଲା । +ଯାହାକି ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଏଭଳି ସମୀକ୍ଷା କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । +ମୁଁ ଆଉ ବିଜେଡିରେ ନାହିଁ +ନିଜର ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚାରେ ପୂର୍ବତନ ବିଜେଡ଼ି ସାଂସଦ ତଥାଗତ ଶତପଥୀ । +ଢେଙ୍କାନାଳର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ତଥାଗତ ଶତପଥୀ ଏକ ବଡ଼ ବୟାନ ରଖିଛନ୍ତି । +କହିଛନ୍ତି, ୨୦୧୯ ମେ’ ୩୦ ତାରିଖ ପରଠାରୁ ଆଉ ସିଏ ବିଜେଡିରେ ନାହାଁନ୍ତି । +ଏବେ ସେ ଜଣେ ସ୍ୱାଧୀନ ନାଗରିକ ଭାବେ ସ୍ୱାଧୀନ ଚିନ୍ତା କରିପାରିବେ । +୨୦୧୯ରେ ନିର୍ବାଚନ ଲଢିବେନି ବୋଲି ଗଣମାଧ୍ୟମରେ ଖୋଲାଖୋଲି ପ୍ରତିକ୍ରିୟା ରଖିଥିଲେ । +ସେ କେଉଁ ରାଜନୈତିକ ଦଳକୁ ଯିବେ ନା ରାଜନୀତିରୁ ସନ୍ୟାସ ନେବେ ସେନେଇ କିଛି ସ୍ୱଷ୍ଠ କରିନାହାଁନ୍ତି ତଥାଗତ । +କଂଗ୍ରେସରେ ମିଶିବାର ପ୍ରଶ୍ନ ଉଠୁନି: ବ୍ରଜ ତ୍ରିପାଠୀ +ପ୍ରଦେଶ କଂଗ୍ରେସରେ ସାଂଗଠନିକସ୍ତରରେ ବ୍ୟାପକ ଅଦଳବଦଳ ହେବାର ସମ୍ଭାବନା ଓ ପିସିସି ପ୍ରଭାରୀ ଏ ଚେଲାକୁମାରଙ୍କ ସହ ସାକ୍ଷାତକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ମୁହଁ ଖୋଲିଛନ୍ତି । +ସେ କଂଗ୍ରେସରେ ମିଶିବାର ଯୋଜନା ନାହିଁ କିମ୍ବା କଂଗ୍ରେସ ଯଦି ଏଭଳି ପ୍ରସ୍ତାବ ବି ଦିଏ ତାକୁ ଗ୍ରହଣ କରିବାର ପ୍ରଶ୍ନ ଉଠୁନି ବୋଲି ଶ୍ରୀ ତ୍ରିପାଠୀ ସ୍ପଷ୍ଟ କରିଛନ୍ତି । +ନିଖୋଜ ଥିବା ସାମ୍ବାଦିକ ଙ୍କ ପିତାଙ୍କ ମୃତଦେହ ମିଳିଲା, ସାମ୍ବାଦିକ ମହଲରେ ଶୋକ +ଫୁଲବାଣୀ -28/6 +କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଂଚଳ ରଜଣାଶୁଣା ସାମ୍ବାଦିକ ବିପ୍ର ଚରଣ ସାହୁ ଙ୍କ ପିତା ବନମାଳୀ ସାହୁ, +୭୭ ଙ୍କ ସୋମବାର ମୃତଦେହମିଳିଛି । +ଭୁବେନଶ୍ୱର ସ୍ଥିତ ଏ ଏମ ଏସ ହସ୍ପିଟାଲ ନିକଟସ୍ଥ କାଜୁ ଜଙ୍ଗଲ ନିକଟରୁ ମୃତଦେହ ମିଳିଥିବା କଥା ସାମ୍ବାଦିକ ପୁତ୍ର ବିପ୍ରଚରଣ ସାହୁ କହିଛନ୍ତି । +ସେ ଗତ ୧ ୫ ଦିନ ହେଲା. ନିଖୋଜ ହୋଇଯାଇଥିଲେ । +ବନମାଳି ଭୁବନେଶ୍ୱର ଡୁମୁଡୁମା ରେ କିଛି ମାସ ହେଲା ସାମ୍ବାଦିକ ବିପ୍ର ଚରଣ ଙ୍କ ସାନଭାଇ ଘରେ ରହୁଥିଲେ । +ବନମାଳୀ ଘରେ କାହାକୁ କିଛି ନଜଣାଇ କୁଆଡ଼େ ପଳେଇଥିଲେ । +ପରିବାର ଲୋକେ ବନ୍ଧୁବାନ୍ଧବ, ସମ୍ପର୍କୀୟଘର ସମେତ ଅନେକ ସ୍ଥାନ ଖୋଜିବା ପରେ ବି ତାଙ୍କର କୌଣସି ସନ୍ଧାନ ମିଳିନଥିଲା । +ହେଲେ ସୋମବାର ମୃତଦେହ ମିଳିଥିଲା । +ତାଙ୍କର ମୃତ୍ଯୁ କିପରିହେଲା ଜଣାପଡିନାହିଁ । +ତାଙ୍କର +ସ୍ୱାଭାବିକ ଭାବେ ମୃତ୍ଯୁ ହୋଇଛି ନା କିଏ ହତ୍ୟା କରିଛି, ନା ସେ ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ପରେ ଜଣାପଡିବ । +ସାମ୍ବାଦିକ ବିପ୍ର ଚରଣ ଙ୍କ ପିତାଙ୍କ ମୃତ୍ଯୁ ରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ଓ ୟୁ ଜେ ସଭାପତି ପ୍ରଶାନ୍ତ ବେହେରା,ସମ୍ପାଦକ ବ୍ରଜ ନାୟକ ଙ୍କ ସମେତ ବହୁ ସାମ୍ବାଦିକପ୍ରଶାନ୍ତ ଜେନା, ଵାଳ କୃଷ୍ଣ ଚର୍ଚି ଙ୍କ ସମେତ ବହୁ ସାମ୍ବାଦିକ ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । +ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡା ଗ୍ରାମ ପଞ୍ଚାୟତ ର ଏମ.ଭି ୯ ଗ୍ରାମ ଠାରେ ଜୟ ମା ଦୁର୍ଗା… +ମାଲକାନଗିରି: ୧୭/୦୬/୨୨ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡା ଗ୍ରାମ ପଞ୍ଚାୟତ ର ଏମ.ଭି ୯ ଗ୍ରାମ ଠାରେ ଜୟ ମା ଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଂଟ ଖେଳ ୧୬ ଟି ଟିମ୍ କୁ ନେଇ ଆରମ୍ଭ ହଇଛି । +ଏହି ଟୁର୍ନାମେନ୍ଟ ରେ ପ୍ରଥମ ଦିନରେ ପାଣ୍ଡ୍ରିପାଣି ଟିମ୍ ଓ ଏମ୍ ଭି ୯ ଟିମ୍ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପାଣ୍ଡ୍ରିପାଣି ଟିମ୍ ୧୧୭ ରନ୍ ରେ ବିଜୟ ଲାଭ କରିଛି । +ଆଜିର ଏହି ମା ଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଂଟ ର ଶୁଭ ଉଦ୍ଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଜୁ ଜନତା ଦଳର ପୁର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ଯୋଗ ଦେଇ ଶୁଭ ଉଦ୍ଘାଟନ କରିଛନ୍ତି । +ଏହି ଖେଳରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ତିତ ଥିଲେ ମାଲକାନଗିରି ବ୍ଲକ ଉପାଦକ୍ଷ ନିରଞ୍ଜନ ହାଲଦାର,ସ୍ଥାନୀୟ ସରପଞ୍ଚ ପାଣ୍ଡ୍ରି ପଡିଆମି,ୱାର୍ଡ଼ ମେମ୍ବର ବିଶ୍ୱଜିତ ବିଶ୍ୱାସ,ଗ୍ରାମ ସଭାପତି ଅମଲ ସର୍ଦାର,ସମାଜସେବି ତଥା ଯୁବ ବିଜେଡି ନେତା କିଶୋର ଚନ୍ଦ୍ର ଶିଖଦାର,ଭାରତ ସରକାର,ଲକ୍ଷ୍ମନ ସରକାର,ବୁଟି ମାଡକାମି,ନିରଞ୍ଜନ ସରକାର, ଜୟ ମା ଦୁର୍ଗା କ୍ରିକେଟ ଟୁର୍ନାମେନ୍ଟ ର ସଭାପତି ରାଜୁ ଅଧିକାରି,ଜୟ ମା ଦୁର୍ଗା କ୍ରିକେଟ ଟୁର୍ନାମେନ୍ଟ ର ସମ୍ପାଦକ ନିମାଇ କୀର୍ତନୀୟ ପ୍ରମୁଖ ଉପସ୍ଥିତ ଥିଲେ । +ନିଜର ଉତ୍କର୍ଷ ପୁଣି ବଜାୟ ରଖିଲା ସୋଆ ନାକ୍ ରୁ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ +ଭୁବନେଶ୍ୱର, ୨୦/୦୬: ଉଚ୍ଚଶିକ୍ଷା କ୍ଷେତ୍ରରେ ନିଜର ଉତ୍କର୍ଷ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌)ର ତୃତୀୟ ପର୍ଯ୍ୟାୟ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ କରିଛି । +ମୋଟ ୪.୦୦ ସ୍କୋର୍‌ରୁ ସର୍ବାଧିକ ୩.୮୮ କ୍ୟୁମୁଲେଟିଭ୍ ଗ୍ରେଡ ପଏଂଟ ଆଭରେଜ (ସିଜିପିଏ) ହାସଲ କରି ଏହି କୃତିତ୍ୱ ହାସଲ କରିଛି ସୋଆ । +ମେ ୧୦, ୨୦୨୨ରୁ ଆଗାମୀ ୭ ବର୍ଷ ପର୍ଯ୍ୟନ୍ତ ନାକ୍‌ର ଏହି ସ୍ୱୀକୃତି ବଳବତର ରହିବ । +ପାଠ୍ୟକ୍ରମର ଦିଗ, ଶିକ୍ଷା ପ୍ରଦାନ ଓ ଶିକ୍ଷା ଗ୍ରହଣ ଏବଂ ମୂଲ୍ୟାୟନ, ଗବେଷଣା, ନବୀକରଣ ଓ ବିସ୍ତାର, ଭିତିଭୂମୀ ଓ ଶିକ୍ଷା ଗ୍ରହଣ ସଂଶାଧନ, ଛାତ୍ରଙ୍କ ସହଯୋଗ ଏବଂ ପ୍ରଗତି, ପ୍ରଶାସନ, ନେତୃତ୍ୱ ଏବଂ ପରିଚାଳନା, ଶୈକ୍ଷିକ ମୂଲ୍ୟବୋଧ ଏବଂ ସର୍ବୋତମ ଅଭ୍ୟାସ ଭଳି ସାତଟି ମାନଦଣ୍ଡକୁ ନେଇ ମୂଲ୍ୟାଙ୍କନ କରାଯାଇଥିଲା । +ଗତ ମେ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ନାକ୍‌ର ଏକ ୭ ଜଣିଆ ପିୟର୍ ଟିମ୍ ସଦସ୍ୟମାନେ ସୋଆର କ୍ୟାମ୍ପସ୍ ପରିଦର୍ଶନ କରି ବିଶ୍ୱବିଦ୍ୟାଳୟର ମୂଲ୍ୟାଙ୍କନ କରିଥିଲେ । +୨୦୦୯ ଏବଂ ୨୦୧୫ ରେ ଲଗାତର ଦୁଇ ଥର ସୋଆ ନାକ୍‌ର ସର୍ବୋଚ୍ଚ ‘ଏ’ ଗ୍ରେଡ ହାସଲ କରିଥିଲା । +ମାତ୍ର ମୂଲ୍ୟାଙ୍କନ ନିମନ୍ତେ ପରିବର୍ତିତ ମାନଦଣ୍ଡ ୨୦୧୭ ଏପ୍ରିଲ୍ ମାସରୁ ଲାଗୁ ହୋଇଥିଲା । +ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୧ ର‌୍ୟାଙ୍କିଙ୍ଗ୍‌ରେ ସୋଆ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ୨୦ତମ ସ୍ଥାନ ହାସଲ କରିଥିଲା । +ସେହିପରି ବିଶ୍ୱସ୍ତରରେ ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି-୨୦୨୩ ର‌୍ୟାଙ୍କିଙ୍ଗ୍ ଓ ଟାଇମ୍ସ ହାୟର ଏଜୁକେସନ୍ (ଟିଏଚ୍‌ଇ) ୨୦୨୨ ର‌୍ୟାଙ୍କିଙ୍ଗ୍‌ରେ ମଧ୍ୟ ସୋଆ ସ୍ଥାନ ପାଇଛି । +ଜବାନ ଶ୍ରମିକ ଦିବସରେ ଖାଇଲେ ‘ପଖାଳ’ +ବିଶ୍ୱ ୧ ମେକୁ ଶ୍ରମିକ ଦିବସ ଭାବେ ପାଳନ କରୁଛି । +ଏହି ଆବସରକୁ ଛତିଶଗଡ ନାରାୟଣପୁରରେ ମାଓ ମୁକାବିଲା ଲାଗି ମୁତୟନ ଜିଲ୍ଲା ପୋଲିସ ଫୋର୍ସ ସମେତ ଛତିଶଗଡ଼ ସଶସ୍ତ୍ର ବଳ ଓ ଡିଆରଜି ଜବାନମାନେ ବୋରେ ବାସୀ (ପଖାଳ) ଖାଇ ପାଳନ କରିଛନ୍ତି । +ଛତିଶଗଡ ସରକାର ଦିବସଟିକୁ ବାସି ପଖାଳରେ ପାଳନ କରିବା ଲାଗି ପୂର୍ବରୁ ଆହ୍ୱାନ ଦେଇଥିଲେ । +ସେହି ଅନୁସାରେ ଜବାନମାନଙ୍କୁ ମଧ୍ୟାହ୍ନ ଭୋଜନରେ ବୋରେବାସୀ ପରସା ଯାଇଛି । +ପରଲୋକରେ ପ୍ରଫୁଲ୍ଲ କର +ପ୍ରଖ୍ୟାତ ଗାୟକ ତଥା ସୁନାମଧନ୍ୟ ସଙ୍ଗୀତ ନିର୍ଦେଶକ ପ୍ରଫୁଲ୍ଲ କରଙ୍କର ୮୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । +ଭୁବନେଶ୍ବର ସତ୍ୟନଗର ସ୍ଥିତ ତାଙ୍କ ବାସଭବନରେ ରବିବାର ରାତିରେ ପ୍ରଫୁଲ୍ଲ କରଙ୍କ ପରଲୋକ ଘଟିଛି । +ଏଏସ୍‌ଆଇ ଡିଜି ପ୍ରଥମ ଅଭିଯୁକ୍ତ, ପରିକ୍ରମା ପ୍ରକଳ୍ପର ସିବିଆଇ ତଦନ୍ତ ହେଲେ ଧରାପଡ଼ିବେ’ +ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଚାଲିଥିବା ବେଆଇନ ନିର୍ମାଣ କାମର ପ୍ରଥମ ଅଭିଯୁକ୍ତ ଏଏସ୍ଆଇ(ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ) ଡିଜି । +ଏଏସ୍ଆଇ ଡିଜି କଣ୍ଡିସନାଲ ପରମିସନ ଦେଇ ପ୍ରଥମ ଭୁଲ କରିଛନ୍ତି । +ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ପ୍ରତି ସବୁଠୁ ବେଶି ଦାୟିତ୍ୱହୀନ ହୋଇ କାମ କରୁଛି । +ସିବିଆଇ ତଦନ୍ତ ହେଲେ ଏ ସମସ୍ତେ ବନ୍ଧା ହେବେ । +ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । +ସେ ତାଙ୍କ ବାସଭବନ ଠାରେ ଆହୁରି କହିଛନ୍ତି, ଠିକ ଯେମିତି ଗତବର୍ଷ ସେପ୍ଟେମ୍ବର ମାସରେ ଗୁଜୁରାଟ ଗାନ୍ଧିନଗର ସ୍ଥିତ ଏକ ମସଜିଦ ପାଖରେ ଚାଲିଥିବା ଖନନ କାର୍ଯ୍ୟ ନେଇ ଏଏସ୍ଆଇ ମିଛ ଅନୁମତି ଦେଇ ଧରାପଡ଼ିଥିଲା, ଏଠି ସେମିତି ଶ୍ରୀମନ୍ଦିର କ୍ଷେତ୍ରରେ ମଧ୍ୟ ତଦନ୍ତ ହେଲେ ସବୁ ଧରାପଡ଼ିବେ । +ସିବିଆଇ ଏହି ମାମଲାର ତଦନ୍ତ କରି ଏଏସ୍ଆଇ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ବାନ୍ଧିଥିଲା । +ସେଠାରେ ଆମସାର ଆକ୍ଟର ୨୦ଏ ସେକ୍ଟନ ପାଳନ ହୋଇ ନ ଥିଲା । +କେନ୍ଦ୍ର ସରକାର ତୁରନ୍ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କ୍ଷେତ୍ରରେ ସିବିଆଇ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । +ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଧାୟକମାନଙ୍କର ଚାଲିଛି କୋଭିଡ ଟେଷ୍ଟ +କରୋନା କଟକଣା ଭିତରେ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । +ତା ପୂର୍ବରୁ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ । +ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ନିଜର କୋଭିଡ୍ ଟେଷ୍ଟ କରାଇଛନ୍ତି । +ସୁଧୁରବନି କଂଗ୍ରେସ +ତୀବ୍ର ଗୋଷ୍ଠୀକନ୍ଦଳ ଓ ଗୋଡ଼ଟଣା ନୀତି ଯୋଗୁ ଓଡ଼ିଶାରେ କଂଗ୍ରେସ କ୍ରମାଗତ ଭାବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି । +ଅଥଚ ଦଳକୁ ସଂଗଠିତ କରି ସୁଦୃଢ଼ କରିବା ଦିଗରେ ନେତାମାନେ ଆନ୍ତରିକତା ଦେଖାଇନାହାନ୍ତି । +ଗତ ୪ବର୍ଷରୁ ଅଧିକ ସମୟ ଧରି ପିସିସି ସଭାପତି ଥିବା ନିରଞ୍ଜନ ପଟ୍ଟନାୟକ ଆଜି ନିଜର ଶେଷ କାର୍ଯ୍ୟ ଦିବସରେ ଏଭଳି ଏକ ରାଜନୀତିକ ଗୋଟି ଚାଳନା କରିଯାଇଛନ୍ତି ଯାହାର ପ୍ରଭାବ ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଆରମ୍ଭରୁ ସିଧାସଳଖ ଅଙ୍କୁଶ ଲଗାଇବା ପାଇଁ ଉଦ୍ଦିଷ୍ଟ ତଥା ଦଳ ଭିତରେ ଗୋଷ୍ଠୀକନ୍ଦଳକୁ ଅଧିକ ଉଗ୍ର ରୂପ ଦେବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । +ଅସୁରକ୍ଷିତ ଗଜରାଜ: ଗୁଳିର ଶିକାର ହେଲା ଦନ୍ତା! ସାମାଜିକ ଗଣମାଧ୍ୟମରେ ଫଟୋ ପୋଷ୍ଟ କରି ଜଣାଇଲେ… +ଭୁବନେଶ୍ବର: ଓଡ଼ିଶାର ଅନ୍ୟତମ ଗଣପର୍ବ ‘ରଜ’ ପାଖେଇ ଆସିଛି । +ଆସନ୍ତା ୭ ତାରିଖରେ ରଜ ପାଳନ ହେବ । +ରଜ ପର୍ବରେ ପାନ, ପିଠା, ଦୋଳି ଓ ଗଜରାଜ ମନେ ପଡ଼ନ୍ତି । +ପ୍ରଥମ ୩ଟି ଜିନିଷ ମିଳିପାରୁଛି । +କିନ୍ତୁ ଗଜରାଜ ଏବେ ସୁରକ୍ଷିତ ନାହିଁ । +ବିଗତ କିଛି ଦିନ ମଧ୍ୟରେ କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡର ନରସିଂହପୁର ଜଙ୍ଗଲରେ ହାତୀମାନେ ଅଧିକ ଅସୁରକ୍ଷିତ ହୋଇଥିବା ଜଣାଯାଇଛି । +ଗୋଟିଏ ମାସ ଭିତରେ ୪ଟି ହାତୀ ମୃତ୍ୟୁର ଶିକାର ହୋଇଛନ୍ତି । +ନରସିଂହପୁର ଜଙ୍ଗଲରେ ପୁଣି ଏକ ହାତୀ ଶିକାରୀଙ୍କ ଟାର୍ଗେଟ ହୋଇଛି । +ଗୁଳିରେ ଦନ୍ତାହାତୀ ଗୁରୁତର ହୋଇଛି । +ନିଜ ଫେସ୍‌ବୁକ୍‌ ପେଜ୍‌ରେ ଫଟୋ ସହ ଗୁଳିବିଦ୍ଧ ହାତୀ ସଂପର୍କରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ସୂଚନା ଦେଇଛନ୍ତି । +ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସହ ଫୋନରେ କଥା ହୋଇ ନନ୍ଦନକାନନ ପ୍ରାଣୀ ବିଶେଷଜ୍ଞଙ୍କ ସହାୟତା ଯୋଗାଇବାକୁ ଅନୁରୋଧ କରିଛନ୍ତି । +ଫେସ୍‌ବୁକ୍‌ ପେଜ୍‌ରେ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଯେ, ଏଇ କିଛି ସମୟ ଆଗରୁ ନରସିଂହପୁରର ଯୁବନେତା ନିର୍ମଳ ଜେନାଙ୍କ ଠାରୁ ଖବର ପାଇଲି ଯେ କିଛି ଗ୍ରାମବାସୀ ପାଖ ଜଙ୍ଗଲରେ ଏକ ଦନ୍ତା ହାଥୀ ଗୁଳିବିଦ୍ଧ ହୋଇ ଯନ୍ତ୍ରଣା ପାଉଥିବା ଦେଖିଥିଲେ । +ବନବିଭାଗର କର୍ମଚାରୀମାନେ ମଧ୍ୟ ଏନେଇ ଅବଗତ ହୋଇଛନ୍ତି । +ଭେଟରନାରୀ ଡାକ୍ତର ଆଶୁ ଚିକିତ୍ସା କରିଛନ୍ତି କିନ୍ତୁ ବିଶେଷଜ୍ଞଙ୍କ ଆବଶ୍ୟକତା ଅଛି । +ଏହି ଘଟଣାରେ ମୁଁ ତୁରନ୍ତ ଟେଲିଫୋନ ଯୋଗେ ଓଡ଼ିଶାର ନୂତନ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଅବଗତ କରାଇ ନନ୍ଦନକାନନର ପ୍ରାଣୀ ବିଶେଷଜ୍ଞ ବ୍ୟବସ୍ଥା କରାଇବା ପାଇଁ ଅନୁରୋଧ କରିଛି । +କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ମଧ୍ୟ ଅଫିସର ସ୍ଥରୀୟ ଯୋଗାଯୋଗ ଓ ବ୍ୟବସ୍ଥା ପାଇଁ କହିଛି । +ସୋଆକୁ ସୋସିଆଲ୍ ଲିଡରସିପ୍ ଆୱାର୍ଡ, ୱିମେନ୍ ବିଜନେସ୍ ମେଳା- ୨୦୨୨ ମେଳାରେ ସୋଆ ସମ୍ମାନିତ +ଭୁବନେଶ୍ୱର, : ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସୋସିଆଲ୍ ଲିଡରସିପ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । +ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ୍ ଏଂଟ୍ରପ୍ରିନ୍ୟୁରସିପ୍ କାଉନ୍ସିଲ ଦ୍ୱାରା ଆୟୋଜିତ ଭାରତ ର ପ୍ରଥମ ମହିଳା ଉଦ୍ୟୋଗୀ ମେଳା ଅବସରରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସୋଆ ପକ୍ଷରୁ ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡ୍ ଅଭିନେତ୍ରୀ ଲାରା ଦତାଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ । +ଭୁବନେଶ୍ୱର ଜନତା ମଇଦାନଠାରେ ବୁଧବାର ଆରମ୍ଭ ହୋଇଥିବା ଏହି ମହିଳା ଉଦ୍ୟୋଗୀ ମେଳା ୨୦୨୨କୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫେରନ୍ସ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ । +ଏହି ଅବସରରେ ଉଚ୍ଚଶିକ୍ଷା, କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ । +ମେଳାରେ ଲାରା ଦତା ଶୋଭାବର୍ଦ୍ଧନ କରିବା ସହ ବଲିଉଡ୍‌ରେ ନିଜର ଅନୁଭୂତି ଏବଂ ମହିଳା ସଶକ୍ତିକରଣ ସମ୍ପର୍କରେ ମତ ରଖିଥିଲେ । +୧୦୦ରୁ ଉର୍ଦ୍ଧ୍ୱ ମହିଳା ଉଦ୍ୟୋଗୀ ସାମିଲ ହୋଇଥିବା ଏହି ମେଳାରେ ଶିକ୍ଷା ଓ ଅନୁସନ୍ଧାନକୁ ସାମାଜିକ ଦାୟିତ୍ୱ ବହନ ନିମନ୍ତେ ସମ୍ମାନିତ କରାଯାଇଛି । +ରାଜ୍ୟର କୋଣ ଅନୁକୋଣରୁ ଛୋଟ ବଡ଼ ବହୁ ମହିଳା ଉଦ୍ୟୋଗୀ ସାମିଲ୍ ହୋଇଥିବା ଏହି ମେଳା ଆସନ୍ତା ମେ ୮ ତାରିଖ ଯାଏଁ ଚାଲିବ । +ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ +ପୁରୀ: ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଛି । +ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ସର୍କିଟ ହାଉସରେ ଏହି ବୈଠକ ହୋଇଥିବା ବେଳେ ରଥଯାତ୍ରକୁ କିପରି ସୁରୁଖୁରୁରେ କରାଯାଇପାରିବ ସେନେଇ ଆଲୋଚନା ହୋଇଛି । +୩୦ ଦିନ ମଧ୍ୟରେ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । +ଏଥିସହ ସାସ୍ଥ୍ୟ ଓ ପରିମଳ, ସେବା, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ମରାମତି, ବିଦ୍ୟୁତ ଯୋଗାଣ ଭଳି ବିଭିନ୍ନ ସମ୍ପର୍କରେ ଆଲୋଚନା କରାଯାଇଛି । +ବସିଥିବା ଏହି ବୈଠକରେ ଏସପି କନ୍ୱର୍ ବିଶାଳ ସିଂଙ୍କ ସମେତ ପୌରସଂସ୍ଥା, ପୂର୍ତ୍ତ ବିଭାଗ, ପାନୀୟ ଜଳ ବିଭାଗ, ବିଜୁଳି ବିଭାଗ, ମନ୍ଦିର ପ୍ରଶାସନ, ପରିବହନ ବିଭାଗ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ । +ଚଳନ୍ତା ରେଳଗାଡ଼ି ଭିତରେ ବିବାହ ବାର୍ଷିକି ପାଳନ କଲେ ଦମ୍ପତି +ସମ୍ବଲପୁରରେ ଚଳନ୍ତା ଟ୍ରେନର ବଗି ଭିତରେ ବିବାହ ବାର୍ଷିକି ପାଳନ କରାଯାଇଛି । +ଏପରି ନିଜର ନିଆରା ବିବାହ ବାର୍ଷିକି ପାଳନ କରିଛନ୍ତି ସୁନିଲ ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ ରଞ୍ଜିତା ପଟ୍ଟନାୟକ । +ସୁନ୍ଦରଗଡ଼ ସହରର ମୂଳ ବାସିନ୍ଧା ସୁନିଲ ପଟ୍ଟନାୟକ ଏବେ ଭୁବନେଶ୍ୱରରେ ରହୁଛନ୍ତି । +ସେ ନିଜର ବିବାହ ବାର୍ଷିକିକୁ ପ୍ରତିବର୍ଷ ଭିନ୍ନ ଡଙ୍ଗରେ ପାଳନ କରି ଚର୍ଚ୍ଚାରେ ରହି ଆସିଛନ୍ତି । +ଏଥର ସେ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଟ୍ରେନ ଭିତରେ ଥିବା ସହଯାତ୍ରୀଙ୍କ ଗହଣରେ ପାଳନ କରିଥିଲେ । +ପଟ୍ଟନାୟକ ଦମ୍ପତି ତାଙ୍କର ୩୬ ତମ ବିବାହ ବାର୍ଷିକିକୁ ଏପରି ନିଆରା ଢଙ୍ଗରେ ପାଳନ କରିଥିବାରୁ ଏବେ ତାଙ୍କୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି । +ପୂର୍ବରୁ ମଧ୍ୟ ପଟ୍ଟନାୟକ ଦମ୍ପତି ଉଡ଼ାଜାହାଜ ଓ ଚିଲିକାରେ ବୋଟ ଭିତରେ ବିବାହ ବାର୍ଷିକି ପାଳନ କରିବାର ଉଦାହରଣ ରହିଛି । +ବିଶ୍ୱ ରେଡକ୍ରସ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ +ବୌଦ୍ଧ,୩୦ା୪ : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବିଶ୍ୱ ରେଡକ୍ରସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । +ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରେଡକ୍ରସ ପାଣ୍ଠି ବୃଦ୍ଧି ସକାଶେ ଯୋଜନା କରାଯିବା ସହିତ ପ୍ରତି ତିନି ମାସରେ ରେଡକ୍ରସ କମିଟି ବୈଠକ ବସାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । +ଜିଲ୍ଲାର ସମସ୍ତ ଅଧିକାରୀ ଅତି କମ୍‌ରେ ୧ ହଜାର ଟଙ୍କା ଦେଇ ରେଡକ୍ରସର ଆଜୀବନ ସଦସ୍ୟ ହେବାକୁ ଜିଲ୍ଲାପାଳ ଶ୍ରୀମିଶ୍ର ଅନୁରୋଧ କରିଥିଲେ । +ଆସନ୍ତା ୮ ତାରିଖ ଦିନ ବିଶ୍ୱ ରେଡକ୍ରସ ଦିବସ ଅବସରରେ ଏକ ଶୋଭାଯାତ୍ରା ଜିଲା ସଂଗ୍ରହାଳୟଠାରୁ ବାହାରି ବାଘଗୁଡା ଛକ,ଗାନ୍ଧୀଛକ ଏବଂ ଓୟାରଲେସ ଛକ ଦେଇ ପୁନର୍ବାର ସଂଗ୍ରହାଳୟ ପର୍ଯ୍ୟନ୍ତ ଆସିବ । +ଏହି ଉପଲକ୍ଷେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ୪ ଟି ସ୍ତରରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ୫ ତାରିଖ ଦିନ ଅନୁଷ୍ଠିତ ହେବ, ଏହାର ଆୟୋଜନ ଦାୟିତ୍ୱ ଜିଲା ଶିକ୍ଷା ଅଧିକାରୀ ଡଃ. ଉଦୟନାଥ ମାଝିଙ୍କୁ ପ୍ରଦାନ କରାଯାଇଥିଲା । +ପ୍ରବନ୍ଧ ପାଇଁ ବିଷୟବସ୍ତୁ ଆମେ ସମସ୍ତେ ମାନବ ଜାତି (ଡର ବକ୍ଷକ୍ଷ ବକ୍ସର ଐଙ୍କଜ୍ଞବଦ୍ଭ ଳସଦ୍ଭୟ) ଇଂରାଜୀ ଓ ଓଡିଆରେ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । +ଉକ୍ତ ଦିବସରେ ଏକ ରକ୍ତଦାନ ଶିବିର ଆୟୋଜନ ସହିତ ସ୍ୱଧାର ଗୃହ,କୁଷ୍ଠାଶ୍ରମ,ଗାଈଗୋଠ ପଡିଆ,ଝାଡରାଜିଙ୍ଗ ଜରାଶ୍ରମଠାରେ ଅସହାୟ ଲୋକମାନଙ୍କୁ ରେଡକ୍ରସ ସାମଗ୍ରୀ ବଣ୍ଟନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । +ସନ୍ଧ୍ୟା ୬ ଘଣ୍ଟା ସମୟରେ ଜିଲ୍ଲା ସଂଗ୍ରହାଳୟଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । +ଏହି କାର୍ଯ୍ୟକ୍ରମରୁ ସଂଗୃହୀତ ପାଣ୍ଠି ଜିଲ୍ଲା ରେଡକ୍ରସକୁ ପ୍ରଦାନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । +ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଉପଜିଲ୍ଲାପାଳ ସନତ କୁମାର ନାଏକ,ଜିଲ୍ଲା ଶିକ୍ଷା ଅଧିକାରୀ ଡଃ.ଉଦୟନାଥ ମାଝୀ,ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ,ଯୁବ ରେଡକ୍ରସ ସଂପାଦକ ଅଧ୍ୟାପକ ପ୍ରବୀର କୁମାର ଦାସ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ,ଚିତରଞ୍ଜନ ଦାଶ,ଶଙ୍କର ପ୍ରସାଦ ମିଶ୍ର,ସୌମିତ୍ରି କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ । +ବଲିଉଡ ପରଦାରେ ଓଡିଶା କାହାଣୀ : ଓଡିଆ ରଗବୀ ଖେଳାଳିଙ୍କୁ ନେଇ ଆସୁଛି ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାଏ’ +ବଲିଉଡ ସିନେମାରେ ଓଡିଶା ଖେଳାଳୀଙ୍କ ସଂଘର୍ଷର କାହାଣୀ । +୨୦୦୭ରେ ଓଡ଼ିଶାର ୧୨ ଜଣ ଆଦିବାସି ପିଲା ରଗବୀ ୱାର୍ଲ୍ଡ କପରେ ଭାଗନେଇ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଥିଲେ ତାହାକୁ ହିନ୍ଦୀ ସିନେମା ‘ଜଙ୍ଗଲ କ୍ରାଏ’ରେ ଦର୍ଶାଯାଇଛି । +ସିନେମାଟି ମେ-୨୦ରେ ପରଦାକୁ ଆସିବାକୁ ଯାଉଛି । +ବିଚ୍ଛିନ୍ନାଞ୍ଚଳ ଫେରାଇ ଆଣିବା ପାଇଁ ଜୋରଦାର ଆନ୍ଦୋଳନ ହେବ +ଓଡ଼ିଶାର ବିଚ୍ଛିନ୍ନାଞ୍ଚଳକୁ ଫେରାଇ ଆଣିବା ପାଇଁ ଓଡ଼ିଶା ନାଗରିକ ମଞ୍ଚ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଜୋରଦାର୍‌ ଆନ୍ଦୋଳନ କରାଯିବ । +ମହାମଞ୍ଚର ଗଙ୍ଗନଗରସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ପ୍ରଦୁମ୍ନ ଶତପଥୀ ଆଜି ଏଭଳି ଚେତାବନୀ ଦେଇଛନ୍ତି । +ସେ କହିଥିଲେ ଯେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ବାରମ୍ବାର କୋଟିଆ ଏବଂ ଆଖପାଖର ବିଚ୍ଛିନ୍ନାଞ୍ଚଳ ଉପରେ ନଜର ରଖିବା ସହ କଳେବଳେ କୌଶଳେ ହାତେଇବାକୁ ଚେଷ୍ଟା କରୁଛି । +ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ୫ ଓଡିଆ +ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ୫ ଜଣ ଓଡିଆଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । +ସମାଜସେବା କ୍ଷେତ୍ରରେ ସମାଜ ସଂସ୍କାରକ ତଥା ବିଶିଷ୍ଟ ପ୍ରବଚକ ଶ୍ରୀମଦ ବାବା ବଳିଆ,ବିଜ୍ଞାନ ଓ ବୈଷୟିକଜ୍ଞାନ କ୍ଷେତ୍ରରେ ପ୍ରଫେସର ଡ.ଆଦିତ୍ୟ ପ୍ରସାଦ ଦାଶ, କଳା କ୍ଷେତ୍ରରେ ବିଶିଷ୍ଟ କଣ୍ଠଶିଳ୍ପୀ ଡ. ଶ୍ୟାମାମଣି ଦେବୀ, ଶିକ୍ଷା ଏବଂସାହିତ୍ୟ କ୍ଷେତ୍ରରେ ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁ,ଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ରାଷ୍ଟ୍ରପତି ସମ୍ମାନିତ କରିଥିଲେ । +ଏମାନଙ୍କ ବ୍ୟତୀତ ଆଜି ରାଷ୍ଟ୍ରପତି ଭାରତ ବର୍ଷର ବରିଷ୍ଟ ପ୍ରଶାସନିକ ଅଧିକାରୀ ସ୍ବର୍ଗତ ଗୁରୁ ପ୍ରସାଦ ମହାପାତ୍ରଙ୍କୁ (ମରଣୋତ୍ତର) ଭାବେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ । +ସ୍ବର୍ଗତ ଗୁରୁଙ୍କର ପତ୍ନୀ ଶ୍ରୀମତି ଅଂଜଳି ମହାପାତ୍ର ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ । +ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୨୨ର ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣରେ ମୋଟ ୬୪ ଜଣଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରିଥିଲେ । +ଜିର ପଦ୍ମ ପୁରସ୍କାର ବିତରଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପରାଷ୍ଟ୍ରପତି ଏମ.ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହା,ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । +ପଦ୍ମ ପୁରସ୍କାରର ଦ୍ବିତୀୟ ପର୍ଯ୍ୟାୟ ବିତରଣ କାର୍ଯ୍ୟକ୍ରମ ଚଳିତ ମାସ ୨୮ ତାରିଖରେ ଆୟୋଜନ କରାଯିବ ବୋଲି ଜଣାପଡିଛି । +ଉଲ୍ଲେଖଯୋଗ୍ୟ, ଦ୍ବିତୀୟ ପର୍ଯ୍ୟାୟ ପୁରସ୍କାର ବିତରଣ ସମ‌ାରୋହରେ ଖ୍ୟାତନାମା ଲେଖିକା ପ୍ରତିଭା ରାୟଙ୍କୁ ପଦ୍ମ ଭୁଷଣ ଓ ପାରା ଅଲମ୍ପିକରେ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପୁରସ୍କାର ବିଜେତା ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ । +ସୂଚନା ଓ ଲୋକସମ୍ପର୍କ ବିଭାଗରେ ଆତଙ୍କବାଦ ବିରୋଧୀ ଶପଥପାଠ +ସମଗ୍ର ଦେଶରେ ଆତଙ୍କବାଦ ବିରୋଧୀ ଦିବସ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶାଳୟରେ ଆଜି ପୂର୍ବାହ୍ନରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । +ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଦେଶିତ ସମୟ ଅନୁସାରେ ପୂର୍ବାହ୍ନ ୧୧ ଘଟିକା ସମୟରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଅହିଂସା ଓ ସହନଶୀଳତା ପରମ୍ପରାରେ ବିଶ୍ୱାସ ରଖୁଥିବା ଆମେ ଭାରତବାସୀ, ସବୁ ପ୍ରକାର ଆତଙ୍କବାଦ ଓ ହିଂସାକୁ ଦୃଢ ଭାବରେ ବିରୋଧ କରିବା ସହ, ଶାନ୍ତି ବଜାୟ ରଖି ପାରସ୍ପରିକ ଭାବଗତ ଐକ୍ୟ ଓ ବୁଝାମଣା ସହକାରେ ମାନବ ଜୀବନ ଓ ମାନବୀୟ ମୂଲ୍ୟବୋଧରେ ବାଧକ ସାଜୁଥିବା ସମସ୍ତ ବିଚ୍ଛିନ୍ନତାବାଦୀ ଶକ୍ତି ବିରୋଧରେ ନିରବଚ୍ଛିନ୍ନ ସଂଗ୍ରାମ ଜାରି ରଖିବାକୁ ସମସ୍ତେ ଶପଥ ନେଇଥିଲେ । +ପ୍ରକାଶ ଥାଉକି, ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ରାଜୀବ ଗାନ୍ଧିଙ୍କ ତିରୋଧାନ ଦିବସ ଅବସରରେ ସମସ୍ତଙ୍କୁ ଆତଙ୍କବାଦ ଓ ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଉଦ୍ଦେଶ୍ୟେରେ ପ୍ରତିବର୍ଷ ମଇ ମାସ ୨୧ ତାରିଖରେ ଆତଙ୍କବାଦୀ ବିରୋଧ ଦିବସ ପାଳନ ହୋଇଆସୁଛି । +ରୂପାନ୍ତରିତ ବିଦ୍ୟାଳୟରେ ଦିଆଯିବ ‘କୋଡିଂ’ ଶିକ୍ଷା +ଭୁବନେଶ୍ବର : ରୂପାନ୍ତରିତ ବିଦ୍ୟାଳୟରେ ଦିଆଯିବ ‘କୋଡିଂ’ ଶିକ୍ଷା । +ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ୧୦୭୬ଟି ଉଚ୍ଚବିଦ୍ୟାଳୟରେ ୨ଟି ପର୍ଯ୍ୟାୟରେ ‘କୋଡ୍ କ୍ଲବ୍’ କାର୍ଯ୍ୟକ୍ରମ ଆରମ୍ଭ ହେବ । +ଏଥିପାଇଁ ଆସନ୍ତା ଜୁନ୍‌ରେ ୪୪୧ ଶିକ୍ଷକଶିକ୍ଷୟିତ୍ରୀଙ୍କୁ କୋଡିଂ ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯିବ । +‘ମୋ ସ୍କୁଲ୍ ଅଭିଯାନ’ର ୩୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । +ଗଣିତ, ବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନରେ ସରକାରୀ ବିଦ୍ୟାଳୟର ପିଲାଙ୍କୁ ଅଧିକ ଦକ୍ଷ କରିବାକୁ ମୋ ସ୍କୁଲ୍ ଅଭିଯାନ ଅଧୀନ ପୁରାତନ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସଙ୍ଗଠନ ଜରିଆରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । +ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଅଧିକରୁ ଅଧିକ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀ ଯେପରି ଉପକୃତ ହୋଇପାରିବେ ତା ଉପରେ ଗୁରୁତ୍ବ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । +ଶିକ୍ଷକମାନଙ୍କ ଦକ୍ଷତା ବିକାଶ ଲାଗି ଦ୍ବିତୀୟ ପର୍ଯ୍ୟାୟରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ । +ଜୁନ ୩ୟ ସପ୍ତାହରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସ୍ଥିର କରାଯାଇଛି । +ଆଭାସି ସମ୍ମିଳନୀରେ ଏହି ବୈଠକରେ ଅଧ୍ୟକ୍ଷତା କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ବିଦ୍ୟାଳୟଗୁଡ଼ିକରେ ପ୍ରତିଷ୍ଠିତ ତଥା ସଫଳ ବ୍ୟକ୍ତିବିଶେଷଙ୍କୁ ନେଇ ଟକ୍‌ ସେସନ୍‌ର ଆୟୋଜନ କରିବାକୁ କହିଥିଲେ । +ଇଣ୍ଟରନେଟ୍ ସୁବିଧା ନ ଥିବା ବିଦ୍ୟାଳୟଗୁଡ଼ିକରେ ଇଣ୍ଟରନେଟ୍ ସଂଯୋଗ କରି ଭିଡିଓ କନ୍‌ଫରେନ୍ସ ଆୟୋଜନ କରିବାକୁ ସେ ନିର୍ଦେଶ ଦେଇଥିଲେ । +ଚଳିତ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ୨୬ ଜିଲାର ମୋଟ ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । +ମାସକ ମଧ୍ୟରେ ୧୩ ହଜାର ୩୦୨ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ ସହ ଯୋଡ଼ି ହୋଇଛନ୍ତି । +ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୩୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । +ବିଭିନ୍ନ ସିଏସ୍ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୧ କୋଟି ୬୮ ଲକ୍ଷ ଟଙ୍କାର ଅନୁଦାନ ଆସିଛି । +ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍ଆର୍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି । +ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପରେ ବଳକା ଥିବା ୪୩୧୬ଟି ଉଚ୍ଚ ବିଦ୍ୟାଳୟରୁ ୨ ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାଳୟକୁ ତୃତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଆଲୋଚନା ହୋଇଥିଲା । +୫ଲକ୍ଷରୁ ଅଧିକ ଟଙ୍କାର ପ୍ରକଳ୍ପର ମନିଟରିଂକୁ ପ୍ରାଥମିକତା ଦିଆଯାଉଥିବାବେଳେ ମନ୍ଥର ଗତିରେ ହେଉଥିବା କାମକୁ ତୁରନ୍ତ ଶେଷ କରିବାକୁ ନିର୍ଦେଶ ଦିଆଯାଇଛି । +ବୈଠକରେ ମୋ ସ୍କୁଲ୍‌ ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ଶାହା,ବିଭାଗୀୟ ଅତିରିକ୍ତ ଶାସନ ସଚିବ ପ୍ରତାପ କୁମାର ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । +ପାହାଡ଼ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର +ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନ ଅଧିନସ୍ଥ ମାଣ୍ଡୁକା ପଞ୍ଚାୟତରେ । +ଶୁକ୍ରବାର ସକାଳୁ ସ୍ଥାନୀୟ ଅଂଚଳରେ ଥିବା ଏକ ପାହାଡ଼ ନିକଟରେ ନବଜାତ ଶିଶୁକନ୍ୟା ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । +ନବଜାତ ଶିଶୁକନ୍ୟାଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । +ସ୍ଥାନୀୟ ଲୋକେ ଓ ଆଶାକର୍ମୀଙ୍କ ସହାୟତାରେ ନବଜାତ ଶିଶୁକନ୍ୟାକୁ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । +ହେଲେ ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କିଛି ସମୟ ଭିତରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ ଡାକ୍ତର । +ତେବେ ଶିଶୁକନ୍ୟାଟିକୁ କିଏ ଓ କାହିଁକି ଏଭଳି ଅବସ୍ଥାରେ ଛାଡି ଚାଲି ଯାଇଛି ସେନେଇ ଅଧିକ ତଦନ୍ତ ଚାଲିଛି ବୋଲି କହିଛନ୍ତି ବାଲିଚନ୍ଦ୍ରପୁର ଥାନା ଅଧିକାରୀ ରମାକାନ୍ତ ମୁଦୁଲି । +କଥା ରଖିଲେ ବଣ୍ଡଗୁଡ଼ା ସରପଞ୍ଚ +-ଫୁଲବାଣୀ 18/6 ଶିକ୍ଷକତା ଛାଡି ସମାଜସେବାପ୍ରତି ମନ ବଳାଇ ରାଜନୀତି ରେ ପାଦଥାପି ଥିବା ନବ ନିର୍ବାଚିତବଣ୍ଡ ଗୁଡା ସରପଞ୍ଚ ସଞ୍ଜୟ ପ୍ରଧାନ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି କୁ ପୂରଣ କରିଛନ୍ତି ସେ । +ସରପଞ୍ଚ ଭାବେ ଦାୟିତ୍ୱ ନେବାର ତିନି ମାସ ମଧ୍ୟରେ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଲୋକଙ୍କ ମୁଁହରେ ହସ ଫୁଟାଇ ଜନତା ଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି । +ଦୀର୍ଘବର୍ଷ ହେବ ବଣ୍ଡଗୁଡା ଗ୍ରାମ ପଂଚାୟତ ର ପାତ୍ର ସାହିରେ ପାନୀୟ ଜଳର ଅସୁବିଧା ରହିଥିଲା ଲୋକେ ପାଣି ମୁନ୍ଦିଏ ପାଇଁ ହନ୍ତସ ନ୍ତ ହେଉ ଥିଲେ, ସେହିପରି ବିଲାବାଡ଼ି ମୁଣ୍ଡାସାହି ବାସିନ୍ଦା ଚୁଆପାଣି ଉପରେ ନିର୍ଭରଶିଳ ଥିଲେ । +ଉକ୍ତ ଦୁଇଟି ସ୍ଥାନରେ ଦୁଇଟି ସୋଲାର ଚାଳିତ ପାଇପ ଜଳ ଯୋଗାଣ ବ୍ୟବସ୍ଥା ଗ୍ରାମ ପଂଚାୟତ ତରଫରୁ ବସାଇ ଲୋକଙ୍କ ଜଳ କଷ୍ଟ ଦୂରକରିଛନ୍ତି । +କମ ଦିନ ମଧ୍ୟରେ ଲୋକଙ୍କ ସମସ୍ୟା ଦୂର କରିଥିବାରୁ ଅଂଚଳବାସୀ ଖୁସି ପ୍ରକଟ କରିଛନ୍ତି ଏନେଇ ସରପଞ୍ଚ ପ୍ରତିକ୍ରିୟା ରେ କହିଛନ୍ତି ଯେ ପଂଚାୟତବାସୀ ମୋତେ ସେବାକରିବା ପାଇଁ ସୁଯୋଗ ଦେଇଛନ୍ତି ଜନସେବା ମୋର କର୍ତ୍ତବ୍ୟ । +ଅଞ୍ଚଳବାସୀ କର୍ମଠ କର୍ତ୍ତବ୍ୟନିଷ୍ଠ ହେବାପାଇଁ ପ୍ରେରଣା ଯୋଗାଇ ଦେଉଛନ୍ତି ଆଗାମୀ ଦିନରେ ବଣ୍ଡଗୁଡା ଗ୍ରାମପଂଚାୟତ କୁ ସର୍ବଶ୍ରେଷ୍ଠ ଓ ଆଦର୍ଶ ପଂଚାୟତ ଭାବେ ଗଢିତୋଳିବା ମୋର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । +ଶିକ୍ଷକନେତା ରୁ ଲୋକଙ୍କ ନେତା ଓ ସେବକ ଭାବେ ଲୋକଙ୍କ ସେବାପାଇଁ ଦିନ ରାତି ଏକ କରୁଥିବା ରୁ ସଞ୍ଜୟ ଙ୍କୁ ଚାରିଆଡୁ ଶୁଭେଚ୍ଛା ର ସୁଅ ଛୁଟୁଛି । +ନବଦିନାତ୍ମକ ଦୁର୍ଗା ପୂଜା ମହୋତ୍ସବ +ଦେବଗଡ଼ ୧୧/୪:::: ସ୍ଥାନୀୟ ମଠ ସାହି ସ୍ଥିତ ଦୁର୍ଗା ମନ୍ଦିରରେ ନବଦିନାତ୍ମକ (ନବରାତ୍ରି ) ଦୁର୍ଗା ପୂଜା ମହୋତ୍ସବ ଉଦଯାପିତ ହୋଇଯାଇଛି । +ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ମା ଦୁର୍ଗାଙ୍କ ନବଦିନାତ୍ମକ ପୂଜା ଓ ଚଣ୍ଡୀ ପାଠ କରାଯାଇଥିଲା । +ପ୍ରତ୍ୟେହ ମାଙ୍କୁ ବିଭିନ୍ନ ରୂପରେ ସୁସଜ୍ଜିତ କରାଯାଇ ନୀତି ନିୟମରେ ପୂଜା କରାଯାଉଥିଲା ଓ ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଭକ୍ତଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେଉଥିଲା । + । +ଗତକାଲି ଉଦଯାପନୀ ଦିନରେ ହୋମ ଯଜ୍ଞ ସହିତ କୁଆଁରୀ ପୂଜା, ଅପରାଜିତା ପୂଜା କରାଯାଇଥିଲା । +ପୂଜକ ଭାବରେ ଦୀନବନ୍ଧୁ ଶତପଥୀ କାର୍ଯ୍ୟ ତୁଲାଇଥିଲେ । +ବିଭିନ୍ନ ଦିନରେ ମନୋଜ ସାହୁ, ଶଶାଙ୍କ ଝାଙ୍କର , ହରେ କୃଷ୍ଣ ସାହୁ , ରମଣୀ ଆଚାର୍ଯ୍ୟ , କମଲ ଗୁପ୍ତା , କିଶୋର ବେହେରା ,ଦୁଖଃ ବନ୍ଧୁ ସାହୁ , ଶଶାଙ୍କ ନାଗ ,ନାରାୟଣ ସାହୁ ଚିନ୍ମୟ ପ୍ରଧାନ ପ୍ରମୁଖ କର୍ତ୍ତା ଭାବେ ବସିଥିଲେ । +ମନ୍ଦିର କମିଟି ଓ ସାହି ବାସିନ୍ଦା ଙ୍କ ସହଯୋଗ ରେ ପୂଜା ଅନୁଷ୍ଠିତ ହୋଇଥିଲା । +ସମସ୍ତ ଭୋଟର,ଭାଇ,ଭଉଣୀ,ମା ମାଉସୀ ଓ ଗୁରୁଜନ ମାନଙ୍କୁ ମୁଁ ମୋର ପ୍ରଣାମ ଜଣାଉଛି +ବନ୍ଧୁଗଣ ମୁଁ ଦୀପକ କୁମାର ମହାପାତ୍ର ଭାରତୀୟ ଜାତୀୟ କଂଗ୍ରେସ ର ଭୁବନେଶ୍ୱର ମୁନିସିପାଲିଟି କର୍ପୋରେଶନ ଅଧୀନରେ ଥିବା ୫୨ ନମ୍ବର ୱାର୍ଡର କର୍ପୋରେଟର ପାର୍ଥି । +୫୨ ନମ୍ବର ୱାର୍ଡର ସମସ୍ତ ଭୋଟର,ଭାଇ,ଭଉଣୀ,ମା ମାଉସୀ ଓ ଗୁରୁଜନ ମାନଙ୍କୁ ମୁଁ ମୋର ପ୍ରଣାମ ଜଣାଉଛି । +ଏହି ବାର୍ତ୍ତା ଜରିଆରେ ମୁଁ ମୋର ନିର୍ବାଚନର ଇସ୍ତାହାର ଏହି ୱାର୍ଡ ର ସେବକ ଭାବରେ ଆପଣଙ୍କୁ ଜଣେଇବାକୁ ଚାହୁଁଛି । +ବନ୍ଧୁଗଣ ଏହି ୱାର୍ଡରେ ମୁଁ ଜନ୍ମ ନେଇଛି, ଏହି ୱାର୍ଡରେ ବଢିଛି । +ସମସ୍ତେ ମୋତେ ଚିହିଁଛନ୍ତି । +ମୋର ବ୍ୟକ୍ତିତ୍ୱ କୁ ଜାଣିଛନ୍ତି । +ମୁଁ ଏହି ୱାର୍ଡରେ କର୍ପୋରେଟର ନିର୍ବାଚନ ଏଇଥିପାଇଁ ଲଢ଼ୁଛି କି ବିଗତ ବର୍ଷ ମାନଙ୍କରେ ଜେବେଠୁଁ ଭୁବନେଶ୍ୱର ମୁନିସିପାଲିଟି କର୍ପୋରେସନ ହେଲାଣି ମିଛ ବିକାଶ ନାଁ ରେ ୱାର୍ଡରେ କର୍ପୋରେଟର ଜିତିଛନ୍ତି ବିଜେଡି ହେଉ କି ଅନ୍ୟ ଦଳର ଏମାନେ ସରକାରୀ ଅଧିକାରୀ ,ବିଏମସି ଅଧିକାରୀଙ୍କ ସଲସୁତୁରାରେ କୋଟି କୋଟି ଟଙ୍କାର ଦୁର୍ନୀତି ସହ ବାଟମାରଣା କରିଛନ୍ତି । +ତାର ପରିଣାମ ହେଉଛି ଯେ ଦୀପ ତଳ ଅନ୍ଧାର ପରି ଆମର ୫୨ ନମ୍ବର ୱାର୍ଡ ଆଜି ସବୁଠାରୁ ପଛରେ ଅଛି । +କୌଣସି ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିନାହିଁ । +ଏହି ୱାର୍ଡରେ ଯାହା କିଛି ସମସ୍ୟା ୧୦ ବର୍ଷ ତଳେ ଥିଲା ତାହାର ସମାଧାନ ହୋଇନାହିଁ ବରଂ ସମସ୍ୟା ବଢିଛି । +ମୁଁ ଏହି ୱାର୍ଡର ପୁଅ,ମୁଁ ଜଣେ ସାଧାରଣ ଲୋକ । +ମୋ ପରିବାର ଅତ୍ୟନ୍ତ ସାଧାରଣ । +ଆପଣ ସମସ୍ତେ ଜାଣିଛନ୍ତି । +ମୁଁ କର୍ପୋରେଟର ନିର୍ବାଚନ ଲଢ଼ୁନାହିଁ କି ଏହି ନିର୍ବାଚନ ସରିବା ପରେ ଆପଣଙ୍କ ପଇସାକୁ ଲୁଟ କରିକି କର୍ପୋରେସନ ପଇସାକୁ ଲୁଟ କରିକି ବଡ଼ଗାଡ଼ି ଚଢିକି ଆସିବି ଏବଂ ଆପଣଙ୍କ ପାଖରେ କର୍ପୋରେଟର ର ପତିଆରା ଦେଖାଇବି । +ମୁଁ ଆପଣଙ୍କ ପୁଅ,ଆପଣଙ୍କ ଭାଇ ଏ ଅଞ୍ଚଳର ସେବକ ହେଇ ଏଇଥିପାଇଁ ଶପଥ ନେଇଛି ଏବଂ କଂଗ୍ରେସରୁ ଏଇଥିପାଇଁ ପାର୍ଥି ହୋଇଛି ଯେ ମୁଁ ୫୨ ନମ୍ବର ୱାର୍ଡରେ ଲଢ଼ିବି,ୱାର୍ଡର ବିକାଶ କରିବି ବୋଲି ଆପଣଙ୍କୁ କଥା ଦେଉଛି । +ମୁଁ ସାମ୍ବାଦିକତା ଜଗତରୁ ଆସିଛି । +ଜଣେ ସାମ୍ୱାଦିକ ଭାବେ କଥା ଦେଉଛି ଏବେର ନୁହେଁ ଯେଉଁମାନେ ବର୍ଷ ବର୍ଷ ଧରି ଦେଖୁଛନ୍ତି ମୋର ଫଟୋ ସାମ୍ୱାଦିକତା କଲାଦିନଠାରୁ ଆଜି ଯାଏଁ ମୋ ବିରୁଦ୍ଧରେ ଦୁର୍ନୀତି, କିଳାପୋତେଇ,କାହାକୁ ଠକିବାର, କାହାକୁ ଲୁଟିବାର ତିଳେମାତ୍ର ଅଭିଯୋଗ ମୋ ବିରୁଦ୍ଧରେ ନାହିଁ । +ମୋ ପାଖରେ ନାହିଁ ଅର୍ଥ ବଳ,ବାହୁବଳ । +ମୋ ଜୀବନ ଏକ ଖୋଲା ବହି । +ମୁଁ ଜଣେ ସ୍ୱାଭିମାନି ଯୁବକ । +ମୋର ସମ୍ପତ୍ତି ହେଉଛି ସ୍ୱାଭିମାନ,ମୋ ସମ୍ପତ୍ତି ହେଉଛି ସଚୋଟତା ଓ ସାଧୁତା । +ଏହା ହିଁ ବଜାୟ ରହିବ ନିର୍ବାଚନ ପରେ ମଧ୍ୟ । +ଯଦି ଆପଣ ମାନେ ବଡ଼ ଗାଡି ଚଢା ଲୁଟେରା ପାର୍ଥି ମାନଙ୍କ ପତିଆରାରୁ ଆଖି ଫେରେଇ ବାସ୍ତବରେ ମୋ ଭଳି ଜଣେ ଅତି ସାଧାରଣ ଅମାୟିକ ପରିବାରରୁ ଆସିଥିବା ନିଜେ ସଂଗ୍ରାମ କରିକି ନିଜ ଜୀବିକା ପାଇଁ ଲଢ଼ୁଥିବା ଏବଂ ଲୋକଙ୍କ ପାଇଁ ଲଢ଼ୁଥିବା ପାର୍ଥିଙ୍କୁ ଯଦି ଜୟଯୁକ୍ତ କରାନ୍ତି ତେବେ ମୁଁ କଥା ଦେଉଛି ଭୁବନେଶ୍ୱରର ୬୭ ୱାର୍ଡ ମଧ୍ୟରୁ ୫୨ ନମ୍ବର ଆମ ୱାର୍ଡକୁ ମୁଁ ବିଏମସି ର ଏକ ନମ୍ବର ୱାର୍ଡ କରିବି । +ଏହା ହିଁ ହେଉଛି ମୋର ପ୍ରତିଶୃତି । +ସ୍ୱାଭିମାନି ଯୁବକର ଜୟ ବା ଟେକ ରଖିବା ଆପଣଙ୍କ କାମ । +ଆଉ ଜଣେ ସାଧୁତା ସଚୋଟ ବ୍ୟକ୍ତି ଯିଏ କି ଲଢ଼ୁଛି ଲୋକଙ୍କ ପାଇଁ । +ଏ ସଚୋଟତା ବଞ୍ଚେଇ ରଖିବା ମଧ୍ୟ ଆପଣଙ୍କ କର୍ତ୍ତବ୍ୟ । +ମୁଁ ଏ ଭୋଟ ଭିକ୍ଷା କରୁଛି ଆପଣଙ୍କ ପାଖରେ ମୁଁ କର୍ପୋରେଟର ହେବା ପାଇଁ ଯେତେ ନୁହେଁ ମୁଁ ଭୋଟ ଭିକ୍ଷା କରୁଛି ଏଥିପାଇଁ କି ସତ୍ୟର ଜୟ ହେଉ ଏବଂ ଏହି ୱାର୍ଡର ବାସ୍ତବିକ କାମ କରୁଥିବା ଲୋକର ଜୟ ହେଉ ଆଉ ଏହି ୱାର୍ଡର ବିକାଶ ହେଉ । +ପ୍ରେମିକାକୁ ଦେଖା କରିବାକୁ ଯାଇ ଯୁବକ ନିଖୋଜ ପ୍ରତିବାଦରେ ପରିବାର ବର୍ଗଙ୍କ ରାସ୍ତା ଅବରୋଧ +କାଲିମେଳା ତା ୧/୬|| ମାଲକାନଗିରି ଜିଲ୍ଲା ଏମ୍ଭି ୭୯ ଥାନା ଅନ୍ତର୍ଗତ ଏମ୍ ୭୨ ଗ୍ରାମରେ ମୋଟୁ ଥାନା ଅନ୍ତର୍ଗତ ଏହି ୭୫ ଗ୍ରାମବାସୀ ଆସି ଜଣେ ନିଖୋଜ ଯୁବକକୁ ଖୋଜିବା ସହ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । +ଉତ୍ତେଜିତ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । +ସୂଚନା ଅନୁଯାୟୀ ଏହି ୭୨ଗ୍ରାମର ଜଣେ ଜୈନେକ ଯୁବତୀଙ୍କ ସହ ଏହି ୭୫ ଗ୍ରାମର ତେଯେନ ମଣ୍ଡଳଙ୍କ ପୁଅ ପ୍ରେମ ସମ୍ପର୍କ ଥିଲା । +ତେବେ ଦୀର୍ଘସମୟ ଧରି ଉଭୟ ଯୁବକ ଯୁବତୀ ପରସ୍ପରକୁ ଭଲ ପାଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣଙ୍କ ଯୁବତୀଙ୍କ ସହ ସାକ୍ଷାତ କରିବା ପାଇଁ ଏମ୍ ୭୨ ଗ୍ରାମକୁ ଯାଇଥିଲା । +ତେବେ ଏହାପରେ ଉକ୍ତ ଯୁବକ ଜଣଙ୍କ ଏହାପରେ ନିଜ ଗାଁକୁ ଫେରିନଥିବା ବେଳେ ଆଜି ସକାଳୁ ତାଙ୍କୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ । +ତେବେ ତାଙ୍କୁ ପାଇ ନଥିବା ବେଳେ ସେ ଏହି ୭୨ ଗ୍ରାମକୁ ରାତିରେ ଯାଇଥିବା କୌଣସି ମତେ ଜାଣିବାକୁ ପାଇଥିଲେ । +ଏହାପରେ ଆଜି ରାତିରେ ଉତ୍ୟକ୍ତ ଲୋକେ ଏମ୍ ୭୨ ଗ୍ରାମକୁ ଯାଇ ସେଠାରେ ପହଞ୍ଚି ପଚରା ଉଚରା କରିଥିବା ବେଳେ ଯୁବକ ଜଣଙ୍କ ସେଠାକୁ ଆସିଥିବା ବେଳେ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ମାଡ଼ ମାରିଥିବା କୌଣସି ସୁତରୁ ଜାଣିଥିଲେ । +ଏହାପରେ ଯୁବକଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଯୁବକଙ୍କ ନିଖୋଜକୁ ନେଇ ଉତ୍ତେଜିତ ହୋଇ ଯୁବତୀଙ୍କ ଘର ଲୋକଙ୍କ ଉପରେ ଦୋଷାରୋପ କରି ରାସ୍ତା ଅବରୋଧ କରିଥିଲେ । +ନିଆଁ ଲଗାଇ ରାସ୍ତା ଅବରୋଧ କରିବା ଫଳରେ ଅନେକ ବସ ଓ ଗାଡି ରାସ୍ତାରେ ଅଟକି ରହିଛି । +ତେବେ ଯୁବତୀଙ୍କ ପରିବାର ଲୋକେ ଏନେଇ ମୁହଁ ଖୋଲୁ ନଥିବା ସହ ତାଙ୍କ ପିତା କେଉଁ ଆଡେ ଚାଲି ଯାଇଥିବା ଜଣାପଡିଛି । +ଖବରପାଇ ଏସି ୭୯ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଘଟଣା ର ସ୍ପଷ୍ଟ ଚିତ୍ର ପୋଲିସ ତଦନ୍ତ ପରେ ଜଣାପଡିବ ବୋଲି କୁହାଯାଇଛି । +ଜଳ ଛତ୍ରରେ ବିଷ,ବିଷ ପାଣି ପିଇ  ଦୁଇ ପୁଅ ଓ ଗୋଟିଏ ଝିଅ  ଗୁରୁତର । +-କାଲିମେଳା ତା ୨୧/୪ ପାଣି ପିଉଥିବା ମାଟି ହାଣ୍ଡିରେ -କୀଟନାସକ ବିଷ ମିଶାଇଲେ ଦୁର୍ବୁତ୍ତ +ପାର୍ଥୀବ ଶରୀରକୁ ଜନ୍ମମାଟିକୁ ପଠାଇବାପାଇଁ ସହାୟତା ଯୋଗାଇଲା ଓଡ଼ିଶା-ମୋ ପରିବାର +ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଦୋଳପାଦି ଗ୍ରାମର ୩୪ ବର୍ଷୀୟ ବେଣୁଧର ନାୟକ ମହରାଷ୍ଟ୍ରର ପୁଣେରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । +ପରିବାର ଲୋକେ ତାଙ୍କର ପାର୍ଥୀବ ଶରୀରକୁ ପୁଣେରୁ ଭୁବନେଶ୍ୱର ଆଣିବା ପାଇଁ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଅନୁରୋଧ କରିଥିଲେ । +ପରେ ଶ୍ରୀ ସାମଲଙ୍କ ତତ୍ତ୍ୱାବଧାନେରେ ମୃତକ ବେଣୁଧରଙ୍କ ପାର୍ଥୀବ ଶରୀରକୁ ପୁଣେରୁ ଭୁବନେଶ୍ୱର ଅଣାଯାଇଥିଲା । +ପରିବାର ଲୋକଙ୍କ ପାଖରେ ଅର୍ଥାଭାବରୁ ପାର୍ଥୀବ ଶରୀରକୁ ଭୁବନେଶ୍ୱରରୁ ଭଦ୍ରକ ଦୋଳପଦି ଗ୍ରାମକୁ ନେବାପାଇଁ ସମସ୍ୟା ଉପୁଜିଥିଲା । +ଏହି ବିଷୟରେ ବିଧାୟକ ଶ୍ରୀ ସାମଲ ଏବଂ ଭଦ୍ରକ ବିଧାୟକ ଶ୍ରୀ ସଞ୍ଜୀବ ମଲ୍ଲିକ ଓଡ଼ିଶା-ମୋ ପରିବାରକୁ ଜଣାଇଥିଲେ । +ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଗଲା ଏବଂ ମୃତକଙ୍କ ଭାଇଙ୍କ ସହିତ ଯୋଗାଯୋଗ କରି ଆଜି ପୂର୍ବାହ୍ନ ସମୟରେ ପାର୍ଥୀବ ଶରୀରକୁ ଭୁବନେଶ୍ୱର ବିମାନବନ୍ଦରରୁ ଏକ ଆମ୍ବୁଲାନ୍ସ୍ ଯୋଗେ ମୃତକଙ୍କ ଗ୍ରାମ ଭଦ୍ରକ, ଦୋଳପଦିକୁ ପଠାଇଦିଆଯାଇଥିଲା । +ସେଠାରେ ବିଧାୟକ ଶ୍ରୀ ସାମଲଙ୍କ ଉପସ୍ଥିତରେ ବେଣୁଧରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା । +ଜୀବନରେ ମୁକ୍ତ ବିଚାରଧାରାକୁ ପ୍ରୋତ୍ସାହନ ଦେବା ଜାତୀୟ ଶିକ୍ଷା ନୀତିର ଲକ୍ଷ୍ୟ +ଭୁବନେଶ୍ୱର , ୮/୦୬: ଶିକ୍ଷାନୁଷ୍ଠାନଗୁଡ଼ିକ ସବୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ସୁଯୋଗ ସୃଷ୍ଟି କରିବା ସହ ମୁକ୍ତ ବିଚାରଧାରାକୁ ପ୍ରୋତ୍ସାହନ ଦେବା +କ୍ଷେତ୍ରରେ ପାଠ୍ୟକ୍ରମ ପ୍ରସ୍ତୁତ କରିବାର ସମୟ ଆସିଛି ବୋଲି ବୁଧବାର ନ୍ୟାସ୍‌ନାଲ୍ ବୋର୍ଡ ଅଫ୍ ଆକ୍ରେଡିଟେସନ୍‌ର ଅଧ୍ୟକ୍ଷ ପ୍ରଫେସର କେ. କେ. +ଅଗ୍ରୱାଲ୍ କହିଛନ୍ତି । +ଏହା ହାସଲ କରିବା ସହ ବହୁ ବିଷୟକ ଶିକ୍ଷା ଉପରେ ମନୋନିବେଶ କରିବା ଦିଗରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ଦେବା ହିଁ ଦୀର୍ଘ ୩୪ +ବର୍ଷ ପରେ ପ୍ରସ୍ତୁତ ହୋଇଥିବା ନୂଆ ଜାତୀୟ ଶିକ୍ଷାନୀତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ବାର୍ଷିକ ବକ୍ତୃତା ଦେବା +ଅବସରରେ ପ୍ରଫେସର ଅଗ୍ରୱାଲ୍ କହିଛନ୍ତି । +ବିଗତ ଅନେକ ବର୍ଷ ଧରି ଆମେ ଛାତ୍ରଛାତ୍ରୀମାନଙ୍କୁ ଶିଖାଇଛୁ ଯେ ପାଠ୍ୟ ପୁସ୍ତକରୁ ସେମାନେ ଯାହା ପଢ଼ିଛନ୍ତି ତାହାହିଁ ପରୀକ୍ଷା ଖାତାରେ +ଲେଖିବା ଉଚିତ୍ । +ଏହା ଯଦି ସେମାନେ ନ କରନ୍ତି ତେବେ ପରୀକ୍ଷାରେ କମ୍ ମାର୍କ ମିଳିବ । + ଶିକ୍ଷା ବ୍ୟବସ୍ଥାର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ ହୋଇଆସିଛି +ବୋଲି କହିବା ସହ ଆମେ ଅନେକଗୁଡ଼ିଏ ଶୁଆ ସୃଷ୍ଟି କରିଥିବା ବେଳେ କୌଣସି ବିଚାରଧାରା ସମ୍ପନ୍ନ ବ୍ୟକ୍ତି ବାହାର କରି ନାହୁଁ । + ଏପରିକି ଆମେ +ଛାତ୍ରଛାତ୍ରୀଙ୍କୁ ଚିନ୍ତାଶୀଳ ହେବା ପାଇଁ ଅନୁମତି ମଧ୍ୟ ଦେଇନାହୁଁ ବୋଲି ସେ କହିଥିଲେ । +ବିଗତ କିଛି ଦଶନ୍ଧି ଧରି ଆମେ ଯୁବକମାନଙ୍କ ଜୀବନରେ ଅନେକ କ୍ଷତି ସାଧନ କରିଛୁ । + କାରଣ ସେମାନେ ଜୀବନରେ ଶଙ୍କାର ସ୧ୁଖୀନ +ହେବା ଶିଖି ନାହାଁନ୍ତି । +ଜୀବନରେ ବିପଦର ସ୧ୁଖୀନ ହେବା ପାଇଁ ପ୍ରୋତ୍ସାହିତ କରିବା ଉଚିତ୍ । + ତେବେ ଏହାକୁ ଆମ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିପାରି +ନାହିଁ ବୋଲି ସେ କହିଛନ୍ତି । +୧୯୪୭ ମସିହା ପରଠାରୁ ଭାରତରେ ଆଉ କେହି ନୋବେଲ ପୁରସ୍କାର ହାସଲ କରିନାହାଁନ୍ତି ବୋଲି ମନ୍ତବ୍ୟ ଦେଇ ସେ କହିଥିଲେ ଯେ +ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ସମସ୍ୟାର ସମାଧାନ କରିବା ଦିଗରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରେ ନାହିଁ । + ତେବେ ଜାତୀୟ ଶିକ୍ଷାନୀତିରେ ଏ କ୍ଷେତ୍ରକୁ +ଦୃଷ୍ଟିରେ ରଖି ପରିବର୍ତନ କରାଯାଇଛି ବୋଲି ସେ କହିଛନ୍ତି । +ନୋବେଲ ପୁରସ୍କାର ବିଜେତା ଇସିଡୋର୍ ଆଇ.ରବିଙ୍କ ଉଦାହରଣ ଦେଇ ପ୍ରଫେସର ଅଗ୍ରୱାଲ୍ କହିଥିଲେ ଯେ ଅନ୍ୟ ପିଲାମାନଙ୍କର +ବାପା-ମା’ମାନେ ସେମାନଙ୍କ ପିଲା ସ୍କୁଲରୁ ଫେରିବା ପରେ ଦିନସାରା କ’ଣ ପାଠ ପଢ଼ିଛନ୍ତି ସେ ବିଷୟରେ ପଚାରିଥାନ୍ତି । + ମାତ୍ର ରବିଙ୍କ ମା’ ଦିନ +ମଧ୍ୟରେ ସେ ତାଙ୍କ ଶିକ୍ଷକଙ୍କୁ କିଛି ନୂତନ ପ୍ରଶ୍ନ ପଚାରିଛନ୍ତି କି ବୋଲି ଜାଣିବାକୁ ଚାହିଁଥାନ୍ତି । +ରବିଙ୍କର ଉକ୍ତିକୁ ଦର୍ଶାଇ ପ୍ରଫେସର ଅଗ୍ରୱାଲ୍ କହିଥିଲେ ଯେ ପ୍ରଶ୍ନ ପଚାରିବା ଦ୍ୱାରା ହିଁ ସେ ବୈଜ୍ଞାନିକ ହୋଇପାରିଲେ । +ପ୍ରଫେସର ଅଗ୍ରୱାଲ୍ କହିଥିଲେ ଯେ ଏଭଳି ଏକ ଦିନ ଆସିବ ଯେତେବେଳେ କି ଜଣେ ଛାତ୍ର ନିଜ ପାଠ୍ୟକ୍ରମରେ କେତୋଟି ବିଷୟବସ୍ତୁ +ରହିବ ତାହା ସେ ନିଜେ ଚୟନ କରିବ । +ୟୁଏସ୍‌ଏର ଜଣେ ଛାତ୍ରୀ କେମିକାଲ୍ ବାୟୋ-ଫିଜିକ୍ସ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । + କାରଣ ସେ +ଜାଣିବାକୁ ଚାହୁଁଥିଲେ ଯେ ପିଲାମାନେ କାହିଁକି ବଧିର ହୋଇ ଜନ୍ମ ଗ୍ରହଣ କରୁଛନ୍ତି । +ପ୍ରଫେସର ଅଗ୍ରୱାଲ୍ କହିଥିଲେ ଯେ ଜଣେ ଛାତ୍ର ଏକାସଂଗେ ମେଡିସିନ୍ ଓ ଅର୍ଥନୀତି ପଢ଼ିବା ନେଇ ଚିନ୍ତା କରିବା କଷ୍ଟକର । + କିନ୍ତୁ ଜଣେ +ଛାତ୍ର ଏହି ଦୁଇଟି ବିଷୟକୁ ଏକାସଂଗେ ପଢ଼ିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ କାରଣ ସେ ଆମେରିକାର ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ସାଧନ +କରିବାକୁ ଚାହୁଁଥିଲେ । +ସୋଆ ପ୍ରୋ-ଚ୍ୟାନ୍‌ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର +ଜ୍ୟୋତି ରଞ୍ଜନ ଦାସ ଏହାକୁ ପରିଚାଳନା କରିଥିଲେ । +ଭାରତୀୟ ରାଜନୀତି ରେ ଇଫତିଆର +ଇଫତିଆର ପାର୍ଟି କିଛି ନୂଆ ନୁହେଁ । +ଦେଶ ସ୍ବାଧୀନ ହେବା ପରେ ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହାର ଲାଲ ନେହେରୁ ଏହି ପରମ୍ପରା କୁ ଆରମ୍ଭ କରିଥିଲେ । +ତାହାକୁ ନେଇ ଆଜି ପର୍ଯ୍ୟନ୍ତ ରାଜନୀତି ଚାଲିଛି । +ବିଶ୍ୱସ୍ତରୀୟ ଏସସିବି ମେଡିକାଲ: ୪ ମାସ ପରେ ମିଳିଲା ପ୍ରଶାସନିକ ମଞ୍ଜୁରୀ, ପ୍ରଥମ ପର୍ଯ୍ୟାୟରେ… +କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ‘ଏମସ୍ ପ୍ଲସ’ ଭାବେ ଉନ୍ନୀତ କରି ସେଠାରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦେବା ନିମନ୍ତେ ଭିତ୍ତିଭୂମି ନିର୍ମାଣ ବାବଦରେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୪୪୭୪.୪୯କୋଟି ଟଙ୍କା ଖର୍ଚ୍ଚ କରିବେ । +ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସମ୍ପ୍ରସାରଣ ଓ ଆଧୁନିକୀକରଣ ବାବଦରେ ପ୍ରଥମ ପର୍ଯ୍ୟାୟରେ ୪୪୭୪କୋଟି ଟଙ୍କା ଖର୍ଚ୍ଚ ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି ପ୍ରଶାସନିକ ଅନୁମୋଦନ ମିଳିଛି । +ଏହି ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ୨୦୨୨ ଜାନୁୟାରୀ ୧୭ ତାରିଖରେ ସ୍ୱାସ୍ଥ୍ୟ ବିଭାଗର ପ୍ରଶାସନିକ ଅନୁମୋଦନ ଲୋଡ଼ିଥିଲା । +ରୋମରେ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ +ରୋମସ୍ଥିତ ପିଆଜା ଗାନ୍ଧିଠାରେ ମହାତ୍ମାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ । +ଏହି ଅବସରରେ ସେ ଗାନ୍ଧିଙ୍କ ଅହିଂସା ନୀତି ଓ ଆଦର୍ଶରେ ଅନୁପ୍ରାଣିତ କଥା କହିଛନ୍ତି । +ମୁଣ୍ଡା ମସ୍କା ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା କର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ… +କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୁଣ୍ଡା ମସ୍କା ସଂରକ୍ଷିତ ଜଙ୍ଗଲରେ ପୋଲିସ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେଇଥିବା କଳାହାଣ୍ଡି ଏସ୍ପି ସୂଚନା ଦେଇଛନ୍ତି । +ଏହି ମାଓବାଦୀ ଗୋଷ୍ଠୀଟି KKBN ସଙ୍ଗଠନର ବୋଲି ଜଣାପଡିଛି । +ଉକ୍ତ ଗୁଳି ବିନିମୟରେ କୌଣସି ମୃତାହତ ହେବାର ସୂଚନା ମିଳିନଥିବା ବେଳେ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ ଜବତ ହେଇଛି ବୋଲି କଳାହାଣ୍ଡି ଏସ୍ପି ଅଭିଳାଷ ଜି ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି । +କିଛିଦିନ ତଳେ ନୂଆପଡାରେ ଏକ ମାଓବାଦୀ ଆକ୍ରମଣ ପରେ କଳାହାଣ୍ଡିରେ ମଧ୍ୟ ବଡ଼ ଧରଣର ମାଓବାଦୀ ଆକ୍ରମଣର ଯୋଜନା କରୁଥିଲେ ବୋଲି ଏସ୍ପି ସୂଚନା ଦେଇଛନ୍ତି । +ଉତ୍କଳ ଦିବସ ପାଳିତ +ମାଲକାନଗିରି:ଆଜି ମାଲକାନଗିରି ପୌର ପାଳିକା କାର୍ଯ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳନ କରାଯାଇଛି । +ଏହି ଅବସରରେ ମାଲକାନଗିରି ପୌର । +ଦ୍ଧକ୍ଷ ମନୋଜ କୁମାର ବାରିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । +ଏହି ଅବସରରେ ନବ ନିର୍ବାଚିତ କାଉନସିଲର ମାନେ ମଧ୍ୟ ଉପସ୍ଥିତ ରହିଥିଲେ । +ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ପୌର ପରିଷଦ କାର୍ଯନିର୍ବାହୀ ଅଧିକାରୀ ତ୍ରିଶୂଳ ମ । +ର୍ଡି ଉପସ୍ଥିତ ରହିଥିଲେ । +ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଥିବା ପ୍ରବାଦ ପୁରୁଷ ସୂର୍ଗତ ବିଜୁପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । +ବନ୍ଦେ ଉତ୍କଳ ଜନନୀ ନ । +ରା ରେ ଗୁଞ୍ଜି ଉଠିଥିଲା । +୧୯୩୬ ଏପ୍ରିଲ ପହିଲାରେ ଓଡ଼ିଶା ଗଠନ ହୋଇଥିଲେ । +ସେହି ଦିନ ଠାରୁ ଉତ୍କଳ ଦିବସ ପାଳନ କରାଯାଉଛି । +ଏହି ଅବସରରେ ମହାପୁରୁଷ ଙ୍କ ଜୀବନୀ ଚକ୍ର ସଂପର୍କ ରେ ପୌର ପ । +ଳିକା ଅଧ୍ୟକ୍ଷ ଶ୍ରୀ ବାରିକ ଆଲୋକପାତ କରିଥିଲେ । +ହୀରାକୁଦ ଜଳଭଣ୍ଡାରରେ ନୌକାବିହାର, କ୍ରୁଜ ବୋଟିଂ ସହିତ ଭାସମାନ ହୋଟେଲ ବ୍ୟବସ୍ଥା +ହୀରାକୁଦ ଜଳଭଣ୍ଡାରରେ ଗତମାସ ଠାରୁ ନୌକାବିହାରରେ କ୍ରୁଜ୍ ବୋଟିଂ ବ୍ୟବସ୍ଥା ଯୋଡ଼ି ହୋଇଥିଲା । +ହେଲେ ଏବେ ଭାସମାନ ରେଷ୍ଟୁରାଣ୍ଟ ବ୍ୟବସ୍ଥା ହୀରାକୁଦ ଜଳଭଣ୍ଡାର ମଧ୍ୟରେ ମଜା ଉଠାଇ ପାରିବେ ପର୍ଯ୍ୟଟକ । +ଏପରିକି ବୋଟରେ ପାଣି ମଧ୍ୟକୁ ଯାଇ ଏହି ଭାସମାନ ରେଷ୍ଟୁରାଣ୍ଟର ମଜା ପାରିବେ ପର୍ଯ୍ୟଟକ । +ରାଜ୍ୟ ପର୍ଯ୍ୟଟନ ବିଭାଗର ଅନୁମତି କ୍ରମେ ଘରୋଇ ସଂସ୍ଥା ଦ୍ୱାରା ଏହି କ୍ରୁଜ୍ ବୋଟିଂ ବ୍ୟବସ୍ଥା ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଛି । +ଏପ୍ରିଲ୍‌ ଫୁଲ୍‌‌ କେବେ ଓ କେଉଁଠୁ ଆରମ୍ଭ ‌ହେଲା? +୧୩୮୧ ମସିହାରେ ପ୍ରଥମେ ଏପ୍ରିଲ୍‌ ଫୁଲ୍‌ ମନାଇବା ଆରମ୍ଭ ହୋଇଥିଲା । +ସେ ସମୟର ଇଂଲଣ୍ଡର ରାଜା ରିଚାର୍ଡ ଦ୍ବିତୀୟ ଏବଂ ବୋହମିଆର ରାଣୀ ଏନିଙ୍କର ନିର୍ବନ୍ଧ ସ୍ଥିର ହୋଇଥାଏ । +ନିର୍ବନ୍ଧର ତାରିଖ ରଖାଗଲା ମାର୍ଚ ୩୨ ତାରିଖ । +‌ଲୋକେ ଉତ୍ସବ ମନାଇବାରେ ଲାଗିପଡ଼ିଲେ । +କାହାରି ବି ମୁଣ୍ଡରେ ପଶିଲା ନାହିଁ ‌ଯେ କୌଣସି ବି ମାସରେ ୩୨ ତାରିଖ ନା‌ହିଁ । +ପଥର କୁଆଁରି ଟେଣ୍ଡର ଫିକ୍ସିଂ ଘଟଣା +ଜଣେ ୩ଟି ଟେଣ୍ଡର ପକାଇ ଟେଣ୍ଡର ହାତେଇବାକୁ କରିଥିଲା ଚକ୍ରାନ୍ତ +ଗତ ବର୍ଷ ୧୯ ଶହରୁ ଉର୍ଦ୍ଧ୍ବ ଦର ଥିବା ବେଳେ ଏବେ ୩୩୩ ଟଂକା ରହିଥିଲା +ପୋଖରୀରେ ବୁଡ଼ି ୩ବର୍ଷର ପୁଅ ମୃତ । +କାଲିମେଳା: ତା ୧୬/୬ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ଥାନା ଅଧିନ ଭେଙ୍କଟାପାଲ୍ଲମ ପଞ୍ଚାୟତ ଅନ୍ତର୍ଗତ ଏମପିଭି 29 ଗ୍ରାମର, ଜଗନ୍ନାଥ ସର୍ଦାରଙ୍କ ୩ ବର୍ଷର ପୁତ ସନ୍ତାନ ଅଭୟ ସର୍ଦାରଙ୍କ ପୋଖୋରିରେ ବୁଡି ମୃତୁ ଘଟିଛି । +ଖବରରୁ ଜଣା ଯାଇଛି ଆଜି ମଧ୍ୟାହ୍ନ ସମୟରେ ପୁଅ ଅଭୟକୁ ମା ଖୁଆଇ ପିଆଇ ସାରି ନିଜ କାର୍ଯ୍ୟରେ ବେସ୍ତ ଥିବା ବେଳେ ପୁଅ ଅଭୟ ଘର ଦାଣ୍ଡରେ ଖେଳୁ ଖେଳୁ ଘର ଠାରୁ କିଛି ଦୂରରେ ଥିବା ପୋଖରୀ ନିକଟକୁ ଚାଲିଯାଇଥିଲା ଏବଂ ସେହି ପୋଖରୀରେ ପଡି ଯାଇଥିଲା କିଛି ସମୟ ପରେ ମା ସରଳା ପୁଅକୁ ନ ଦେଖି ଖୋଜାଖୋଜି କରିଥିଲେ ନ ପାଇବାରୁ ପରିବାର ବର୍ଗ ସମସ୍ତେ ଖୋଜା ଖୋଜି କରିଥିଲେ ଶେଷରେ ପୋଖରୀରେ ପଡ଼ିଥିବା ଦେଖିବାକୁ ପାଇଥିଲେ ସନ୍ତାନକୁ ଉଦ୍ଧାର କରି କାଲିମେଳା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ରକୁ ଆଣିଥିଲେ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ । +ସନ୍ତାନକୁ ହରାଇ ମା ବାପା ଏବଂ ପରିବାର ବର୍ଗ ସମସ୍ତେ ସମ୍ପୂର୍ଣ ଭାଙ୍ଗି ପଡିଥିଲା ବେଳେ ଆତ୍ମୀୟ ସୋଜନଙ୍କ ମଧ୍ୟରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । +ନିର୍ଯାତିତ ସାମ୍ବାଦିକଙ୍କୁ ଜାମିନ୍‌: ଏମିତି କହିଲେ ଲୋକନାଥ… +ବାଲେଶ୍ବର ଜିଲ୍ଲା ନୀଳଗିରି ‘ସମ୍ବାଦ’ ତଥା ‘କନକ ଟିଭି’ର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଆଜି ଜାମିନ ମିଳିଛି । +ନୀଳଗିରି ଏସ୍‌ଡିଜେଏମ୍‌ ଇପ୍ସିତା ମହାନ୍ତି ମାମଲାର ଶୁଣାଣି କରିଥିଲେ । +ଜାମିନରେ ଆସିବା ପରେ ଶ୍ରୀ ଦଳେଇ ନୀଳଗିରି ପୁଲିସ ଉପରେ ବର୍ଷିଛନ୍ତି । +ସେ କହିଛନ୍ତି, ନୀଳଗିରି ପୁଲିସ ନାନା ବେଆଇନ କାମ କରୁଛି । +ଅପରାଧୀଙ୍କ ସହ ସଂପୃକ୍ତି ରହିଛି । +ଯାହାର ସେ ଖୁବ୍‌ଶୀଘ୍ର ଖୁଲାସା କରିବେ । +ପ୍ରତିରକ୍ଷା ସହଯୋଗର ବୃଦ୍ଧି ନେଇ ଭାରତ-ଭିଏତନାମ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର +ହାନୋଇ ​:​‌ ପ୍ରତିରକ୍ଷା ସହଭାଗୀତା ଉପରେ ଭାରତ ଏବଂ ଭିଏତନାମ ଏକ ମିଳିତ ଭିଜନ ଷ୍ଟେଟମେଣ୍ଟରେ ସ୍ବାକ୍ଷର କରିଛନ୍ତି । +ଯାହା ୨୦୩୦ସୁଦ୍ଧା ବର୍ତ୍ତମାନର ପ୍ରତିରକ୍ଷା ସହଯୋଗର ପରିସରକୁ ଯଥେଷ୍ଟ ବୃଦ୍ଧି କରିବ । +ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ହାନୋଇରେ ଭିଏତନାମର ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ଫାନ୍ ୱାନ୍ ଜିଆଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । +ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ଏବଂ ଆଞ୍ଚଳିକ ତଥା ବିଶ୍ବସ୍ତରୀୟ ପ୍ରସଙ୍ଗକୁ ଆହୁରି ସଂପ୍ରସାରିତ କରିବା ଏବଂ ପ୍ରଭାବଶାଳୀ ଓ ବ୍ୟବହାରିକ ପଦକ୍ଷେପ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା । +ଏହି ଅବସରରେ ପାରସ୍ପରିକ ପଣ୍ୟ ସହାୟତା ଉପରେ ଏକ ବୁଝାମଣାର ପତ୍ର ମଧ୍ୟ ସ୍ବାକ୍ଷରିତ ହୋଇଥିଲା । +ଶ୍ରୀ ସିଂହ ଭିଏତନାମକୁ ୩ ଦିନ ସରକାରୀ ଗସ୍ତରେ ଯାଇଛନ୍ତି । +ଭାରତର ପୂର୍ବ ଏସିଆ ନୀତି ଓ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳ ଦୃଷ୍ଟିକୋଣରେ ଭିଏତନାମ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ରାଷ୍ଟ୍ର ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି । +ଶ୍ରୀ ସିଂହ ଭିଏତନାମର ପ୍ରତିଷ୍ଠାତା ତଥା ପୂର୍ବତନ ରାଷ୍ଟ୍ରପତି ହୋ ଚି ମିନ୍‍ ଙ୍କ ମଶୋଲିୟମକୁ ଗସ୍ତ କରିଛନ୍ତି ଓ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । +ସେ ଭିଏତନାମ ପ୍ରତିରକ୍ଷାମନ୍ତ୍ରୀ ଜେନେରାଲ୍‍ ଫାମ୍‍ ବନ୍‍ ଜିଆଙ୍ଗ୍‍ଙ୍କ ସହ ଦ୍ୱିପକ୍ଷୀୟ ଆଲୋଚନା କରିଛନ୍ତି । +ସେ ଭିଏତନାମ ରାଷ୍ଟ୍ରପତି ନୁୟେନ୍‍ ଜୁଆନ୍‍ ଫୁକ୍‍ ଓ ପ୍ରଧାନମନ୍ତ୍ରୀ ଫାମ୍‍ ମିନ୍‍ ଚିନ୍‍ ଙ୍କୁ ସାକ୍ଷାତ କରିବେ । +ହଙ୍ଗ୍‍ହା ସିପ୍‍ୟାର୍ଡ ଠାରେ ସେ ୧୨ଟି ହାଇସ୍ପିଡ୍‍ ପଇଁତରା ବୋଟ୍‍ ହସ୍ତାନ୍ତର ଉତ୍ସବରେ ଅଧ୍ୟକ୍ଷତା କରିବେ । +ଭାରତରୁ ୧୦୦ନିୟୁତ ଡଲାର ଋଣ ସହାୟତାରେ ସେହି ବୋଟ୍‍ ଗୁଡ଼ିକୁ ନିର୍ମାଣ କରାଯାଇଛି । +ଶ୍ରୀ ସିଂହ ଭିଏତନାମ ତାଲିମ ପ୍ରତିଷ୍ଠାନକୁ ଗସ୍ତ କରିବେ । +ସେ ମଧ୍ୟ ଟେଲି ଯୋଗାଯୋଗ ବିଶ୍ୱବିଦ୍ୟାଳୟ ଯିବେ । +ସେଠାରେ ଭାରତ ସରକାରଙ୍କ ଦ୍ୱାରା ୫ ନିୟୁତ ଡଲାର ଅନୁଦାନ ସହାୟତାରେ ଆର୍ମି ସଫ୍ଟଓୟାର ପାର୍କ ନିର୍ମାଣକରାଯାଉଛି । +ସେ ମଧ୍ୟ ଏକ ସାମୁଦାୟିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ । +ହାନୋଇସ୍ଥିତ ଭାରତୀୟ ଦୂତାବାସ ଏହି କାର୍ଯ୍ୟକ୍ରମର ଆୟୋଜନ କରିଛି । +ଶ୍ରୀ ସିଂହ ପ୍ରବାସୀ ଭାରତୀୟମାନଙ୍କ ସହ ଆଲୋଚନା କରିବେ । +STF କବ୍‌ଜାରେ ୨ ଗଞ୍ଜେଇ ବେପାରୀ, ଦାମୀ ଗାଡ଼ି ସହ ବନ୍ଧୁକ ଜବତ +ଏସ୍‌ଟିଏଫ୍‌ ପଞ୍ଝାରେ ୨ ଗଞ୍ଜେଇ ବ୍ୟବସାୟୀ । +ଅନୁଗୁଳ କିଶୋରନଗର ବାଙ୍କପଲାଶା ଅଞ୍ଚଳରୁ ଗିରଫ କଲା ଏସ୍‌ଟିଏଫ୍‌ । +ଗିରଫ ୨ ଜଣ ହେଲେ ସୁଶାନ୍ତ କୁମାର ସାହୁ ଏବଂ ଯୁଗଳ ସାହୁ ବୋଲି ଜଣାପଡିଛି । +ପୋଲିସ କବଜାରେ ଲୁଟେରା ମାମୁଁ ଭଣଜା +୨ ବାଇକ ସହ ଟଙ୍କା ଜବତ +ଡ୍ଯାନ୍ସ ଏକାଡେମୀ ର ୨୨ ତମ ବାର୍ଷିକ ଉତ୍ସବ ଓ ରଜ ମଉଜ କାର୍ଯ୍ୟକ୍ରମ +ଫୁଲବାଣୀ ୧୪ । +୬ ଫୁଲବାଣୀ ର ସାଂସ୍କୃତିକ ଅନୁଷ୍ଠାନ ଡ୍ଯାନ୍ସ ଏକାଡେମୀ ପକ୍ଷରୁ ଅନୁଷ୍ଠାନ ର ୨୨ ତମ ବାର୍ଷିକ ଉତ୍ସବ ଓ ରଜ ମଉଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । +ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିପିନ ବିହାରୀ ବେହେରା ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ର ସମ୍ମାନିତ ଅତିଥି ଭାବେ ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି,ମୁଖ୍ୟ ବକ୍ତା ଭାବେ ଫୁଲବାଣୀ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ,ଅନ୍ୟତମ ଅତିଥି ଭାବେ କନ୍ଧମାଳର ଚଳଚ୍ଚିତ୍ର ପ୍ରଯୋଜ ପ୍ରଶାନ୍ତ କୁମାର ନାୟକ,ଆଇନ ଉପଦେଷ୍ଠା, ସତ୍ଯନାରାୟଣ ବେହେରା,ଉପଦେଷ୍ଠା ଘନକୁମାର ଶବର ପ୍ରମୁଖ ଯୋଗ ଦେଇଥିଲେ । +ଅନୁଷାନର ସଭାପତି ଭାଗବତ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ ପରେ ସମ୍ପାଦକ ବିନୋଦ କୁମାର ପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । +ଡ୍ଯାନ୍ସ ଏକାଡେମୀ ର କର୍ମକର୍ତ୍ତାଙ୍କ ପ୍ରଗାଢ ପ୍ରଚେଷ୍ଠା ଯୋଗୁଁ ଅନୁଷ୍ଠାନ ୨୨ ବର୍ଷ ରେ ପହଞ୍ଚିଛି କହିବାକୁ ଗଲେ ଅନୁଷ୍ଠାନ ଯୌବନରେ ପହଞ୍ଚିଛି ବୋଲି କହିବା ସହିତ ଅନୁଷ୍ଠାନର କଳାକାର ମାନେ ମଧ୍ୟ ଅଧିକରୁ ଅଧିକ ଉନ୍ନତି କରନ୍ତୁ ବୋଲି ମୁଖ୍ୟ ଅତିଥି କହିଥିଲେ । +୨୦୦୨ ମସିହାରେ ପ୍ରତିଷ୍ଠିତ ଡ୍ଯାନ୍ସ ଏକାଡେମୀ ବିଭିନ୍ନ ଘାତପ୍ରତିଘାତର ସମ୍ମୁଖୀନ ହୋଇ ଆଜି ୨୨ ବର୍ଷ ରେ ପଦାର୍ପଣ କରିଛି ଏଥିପାଇଁ ଅନୁଷ୍ଠାନ ର କର୍ମକର୍ତ୍ତା ଓ ସମସ୍ତ ସହଯୋଗୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ କାର୍ଯ୍ୟକ୍ରମ ର ମୁଖ୍ୟ ବକ୍ତା ଏହା ସହିତ ନିଜର ବକ୍ତବ୍ୟ ରେ ସେ ନିଜର କବିତା ମଧ୍ୟ ଶୁଣାଇଥିଲେ । +ଶେଷରେ ସଭାପତିଙ୍କ ଅଭିଭାଷଣ ପରେ ସଭା କାର୍ଯ୍ୟ ସମାପନ ପରେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । +ପରେ ଅନୁଷ୍ଠାନର କୁନିକୁନି କଳାକାର ମାନଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । +କାର୍ଯ୍ୟକ୍ରମ କୁ ଅନେକ ଦର୍ଶକ ଉପଭୋଗ କରିଥିଲେ । +ବୌଦ୍ଧ ଜିଲ୍ଲାରେ ଶିଶୁ ଶ୍ରମିକ ମୁକ୍ତ ଓଡିଶା ଗଠନ ର ସଚେତନତା କାର୍ଯ୍ୟକ୍ରମ +ବୌଦ୍ଧ :04/06.ବୌଦ୍ଧ ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷ ରୁ ଆଜି ଶିଶୁ ଶ୍ରମିକ ଓଡିଶା ଗଠନ ପାଇଁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇ ଯାଇଛି । +ଗ୍ରାମୀଣ ଶ୍ରମ ନିରୀକ୍ଷକ କନ୍ୟାକୁମାରୀ ସାହୁ ଙ୍କ ନେତୃତ୍ୱ ରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ବାହାରି ବୌଦ୍ଧ ଏନ. ଏ. ସି. ସାରା ସଚେତନତା ର ବାର୍ତ୍ତା ଦେଇଛି । +ଏହି କାର୍ଯ୍ୟକ୍ରମ କୁ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ସବୁଜ ପତାକା ଦେଖାଇ ରଥ ର ଶୁଭାରମ୍ଭ କରି ଥିଲେ । +ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀଦଳବେହେରା,ନିଜରତ ଅଫିସର ବିଜୟ କୁମାର ପ୍ରଧାନ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଉପ -ଜ଼ିଲ୍ଲାପାଳ ସନତ କୁମାର ନାଏକ, ଷ୍ଟେନୋ ଜ୍ୟୋତିର୍ମୟୀ ନନ୍ଦ, ବରିଷ୍ଠ ସହାୟକ ସର୍ବେଶ୍ୱର ଦାନୀ , ରଶ୍ମି ରଞ୍ଜନ ପାଣିଗ୍ରାହୀ ଏବଂ ଜ଼ିଲ୍ଲା ଶ୍ରମ କାର୍ଯ୍ୟଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ । +ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି 14 ବର୍ଷରୁ କମ କୌଣସି ଶିଶୁ କୁ କୌଣସି କାମରେ ନିୟୋଜିତ ନ କରିବ । +,15ରୁ 18ବର୍ଷ ମଧ୍ୟରେ କୌଣସି ବିପଦ ସଂକୁଳ କାମରେ ନିୟୋଜିତ ନ କରିବା, ଏପରି ଅପରାଧ କଲେ 50,000/- ଜୋରିମାନା ସହ ଜେଲ ଦଣ୍ଡ ଆଇନ ରହିଥିବା ନେଇ ସମସ୍ତ ଙ୍କୁ ସଚେତନ କରାଯାଇଥିଲା । +ସେହିପରି କୌଣସି ସ୍ଥାନ ରେ ଏପରି ଅପରାଧ ଘଟୁଥିଲେ ଜ଼ିଲ୍ଲା ଶ୍ରମ ଅଧିକାରୀ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜ଼ିଲ୍ଲାପାଳ ଙ୍କୁ ଅବଗତ କରାଯିବା ସହ 1098 ହେଲପ ଲାଇନ ନଂ ରେ ସୂଚନା ଦେବାପାଇଁ ମଧ୍ୟ ସଚେତନ କରାଯାଇଥିଲା । +ଏହି ସଚେତନତା ଫଳରେ ଶିଶୁ ଶ୍ରମିକ ନିଶ୍ଚିତ ଭାବରେ ରୋକା ଯାଇ ପାରିବ ବୋଲି ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ମତବ୍ୟକ୍ତ କରିଥିଲେ । +ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟ ର ସଂଯୋଜକ ସୁଜିତ କୁମାର ଦାଶ ଏବଂ ଡାଟା ଏଣ୍ଟ୍ରି ଅପରେଟର କାହ୍ନୁ ଚରଣ ମହାରଣା, ରାଜେଶ ବାରିକ, ଆର. ବିଜୟ କୁମାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । +ଭେଜାଙ୍ଗିବାଡା ଅଞ୍ଚଳରୁ ଟିଫିନ ବୋମା ଓ ଚାରି ବ୍ୟାଗ ଜିଲୋଟିନ ଉଦ୍ଧାର । +କାଲିମେଳା ତା:-୪/୬(ପିଏନଏସ) ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବେଜାଙ୍ଗିୱାଡା ପଞ୍ଚାୟତର ଏମପିଭି ୨୧ ଗ୍ରାମ ଠାରେ ମାଓବାଦୀ ଦମନ ପାଇଁ ମୃତୟନ ହୋଇଥିବା ୭୬ ନମ୍ବର ବାଟାଲିୟନ ର ସୀମା ସୁରକ୍ଷା ବାହିନୀ ଏବଂ ଜିଲ୍ଲା ପୋଲିସ୍ ଙ୍କ ଅପରେସନ୍ ପାର୍ଟି ମିଳିତ ଭାବେ ବେଜାଙ୍ଗିୱାଡା ଜଙ୍ଘଲର ପାଦ ଦେଶରେ ସର୍ଚ୍ଚ ଅପେରସନ କରୁଥିବା ବେଳେ ଟେକଗୁଡା ଓ ଦୁଲାଗୁଣ୍ଡି ନିକଟ ଏକ ପଥର ଖଣ୍ଡରୁ ଗୋଟିଏ ଅସ୍ରହୀନ ଟିଫିନ୍ ବୋମା ଏବଂ ୦୪ ବ୍ୟାଗ ଜେଲାଟିନ୍ ବାଡି ଉଦ୍ଧାର କରିଛନ୍ତି ! ଏହି ଅଞ୍ଚଳର ସୁରକ୍ଷା ବାହିନୀ ସର୍ବଦା ସଜାଗ ରହି ସ୍ଥାନୀୟ ବାସିନ୍ଦାଙ୍କ ସେବାରେ ଅଛନ୍ତି । +ଏହି ପ୍ରୟାସ ନିଶ୍ଚିତ ଭାବରେ ମାଓବାଦୀ ସହୃଦୟ ବ୍ୟକ୍ତିଙ୍କୁ ବିମୁଦ୍ରୀକରଣ କରିବ ଏବଂ ସୁରକ୍ଷା ବାହିନୀ ପାଇଁ ଜନସାଧାରଣଙ୍କ ସମର୍ଥନ ମିଳିଛି | କାଲିମେଳା ଅଞ୍ଚଳ ଏକଦା ମାଓବାଦୀ ଆଡ୍ଡା ସ୍ଥଳି ଥିଲା ଏବଂ ଭେଜାଙ୍ଗିୱାଡା ଜଙ୍ଘଲ ମଧ୍ୟରେ ମାଓବାଦୀ ଏବଂ ସେମାନଙ୍କ ସହୃଦୟ ବ୍ୟକ୍ତି ମାନେ ଲୁଚି ରହୁଥିଲେ । + ମାଓବାଦୀମାନେ ଏହି ଅଞ୍ଚଳରେ ବୋମା , ବିସ୍ଫୋରକ ସାମଗ୍ରୀ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଲୁଚାଇ ରଖୁଥିଲେ , ଯାହାକି ସେମାନେ ସାଧାରଣତ ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ସୁରକ୍ଷା ବାହିନୀ ଙ୍କ ବିରୁଦ୍ଧରେ ବ୍ୟବହାର କରୁଥିଲେ !ପ୍ରଶାନ୍ତ କୁମାର ବିହାରୀକାଲିମେଳା ବ୍ଲକ +ସୂଚନା ଅଧିକାର ପରିସରରେ ଘରୋଇ ସ୍କୁଲ! +ଘରୋଇ ସ୍କୁଲର ଫି-ଷ୍ଟ୍ରକଚର କଣ ରହିଛି? କେତେ ଶିକ୍ଷକ ଅଛନ୍ତି ଏବଂ କେତେ ଦରମା ନେଉଛନ୍ତି? ଆଡମିସନ, ରି-ଆଡମିସନ ଫି କେତେ ନେଉଛି ସ୍କୁଲ? ସ୍କୁଲର ପାଣ୍ଠି କେତେ, କେଉଁଠି କେଉଁଠି ଖର୍ଚ୍ଚ ହେଉଛି? ସୂଚନା ଅଧିକାର ଆଇନ ଅନୁଯାୟୀ ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ହେବ, ଯଦି ସରକାରୀ ସୁବିଧା ନେଇଥିବେ । +ଏମକେସିଜିରୁ ୮ ବରିଷ୍ଠ ଡାକ୍ତରଙ୍କ ବଦଳିରୁ ଅସନ୍ତୋଷ +ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ଏକାସହ ୮ ଜଣ ବରିଷ୍ଠ ଡାକ୍ତରଙ୍କ ବଦଳିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି । +ଖୋଦ ଏମକେସିଜିର କନିଷ୍ଠ ଡାକ୍ତର ସଙ୍ଘ ସ୍ୱାସ୍ଥ୍ୟ ବିଭାଗର ଏହି ନିଷ୍ପତ୍ତିକୁ ବିରୋଧ କରିଛି । +ଏହି ମର୍ମରେ ଆଜି ସଙ୍ଘ ପକ୍ଷରୁ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । +ସଙ୍ଘର ସଭାପତି ଡା ସତ୍ୟସ୍ୱରୂପ ପଟନାୟକ କହିବା ପ୍ରକାରେ ଏମକେସିଜି ହେଉଛି ଦକ୍ଷିଣ ଓଡ଼ିଶାର ପ୍ରମୁଖ ହସ୍ପିଟାଲ । +ଏଥରେ ୟୁଜି, ପିଜି ଓ ଡିଏମ ଛାତ୍ରଛାତ୍ରୀ ପାଠ ପଢିବା ସହ ଗବେଷଣା ଜାରି ରହିଛି । +ଏଭଳି ସ୍ଥିତିରେ ସରକାର ପ୍ରତ୍ୟେକ ମାସରେ ଏଠାରୁ ବରିଷ୍ଠ ଡାକ୍ତରଙ୍କୁ ବଦଳି କରି ଦେଉଛନ୍ତି । +ଯାହା ଦ୍ଵାରା ରୋଗୀ ସେବା ବ୍ୟାହତ ହେବା ସହ ପାଠପଢ଼ାରେ ବାଧା ଉପୁଜିବ । +ତେଣୁ ସରକାର ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ଉଚିତ ବୋଲି ସେ କହିଛନ୍ତି । +ପ୍ରକାଶଥାଉକି, ଗତ ଦୁଇ ଦିନ ଭିତରେ ଏମକେସିଜିରୁ ୮ ଜଣ ଆସୋସିଏଟ ପ୍ରଫେସରଙ୍କୁ କେଉଁଝର ଓ ସୁନ୍ଦରଗଡ ସ୍ଥିତ ମେଡିକାଲ କଲେଜକୁ ବଦଳି କରାଯାଇଛି । +ଗତ ମାସରେ ୧୩ ଜଣ ବରିଷ୍ଠ ଡାକ୍ତରଙ୍କ ବଦଳି ହୋଇଥିଲା । +ମାସକ ଭିତରେ ୨୧ ଜଣକ ବଦଳି ହୋଇଥିବା ବେଳେ ତା ବଦଳରେ ମାତ୍ର ୪ ଜଣଙ୍କୁ ଏମକେସିଜି ପଠା ଯାଇଛି । +ବାରମ୍ବାର ଡାକ୍ତର ବଦଳିକୁ ନେଇ ସହରର ବିଭିନ୍ନ ଅନୁଷ୍ଠାନ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । +କିଛି ଜଣ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି । +ମହାନଦୀରେ ବୁଡ଼ି ୨ ନିଖୋଜ: ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍ ଟିମ୍ +ମହାନଦୀର ଯୋବ୍ରାରେ ୩ ଜଣ ଯୁବକ ଗାଧୋଇବା ବେଳେ ଅଘଟଣ । +ତେବେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଗୁରୁତର ଅବସ୍ଥାରେ ଜଣେ ଯୁବକ ଉଦ୍ଧାର ହୋଇଛି । +ନିଖୋଜ ଅନ୍ୟ ୨ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । +ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ: ବିମାନରେ… +ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ନୂଆପଡ଼ାରେ ଆରମ୍ଭ ହୋଇଛି । +ଶୁକ୍ରବାର ୭ ଜଣ ସୁପର ସ୍ପେସାଲିଷ୍ଟ ଡାକ୍ତର ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି‌ଛନ୍ତି । +ଏହି ଡାକ୍ତର ଟିମରେ କାର୍ଡିଓଲୋଜି‌ ବିଭାଗର ଡାକ୍ତର ଡାକ୍ତର ଦୀପକ ରଞ୍ଜନ ଦାସ, ଆନିସ୍ଥସିଆଲୋଜି ଡା. ଦେବାଶିଷ ସ୍ବାଇ, ନ୍ୟୁରୋଲୋଜି ବିଭାଗର ଡା, କାଳିପ୍ରସନ୍ନ ସ୍ବାଇଁ, ଗ୍ୟାଷ୍ଟ୍ରଏନଟ୍ରେଲୋଜି ବିଭାଗର ଡା. ପ୍ରଶାନ୍ତ କୁମାର ପରିଡ଼ା, ନେଫ୍ରୋଲୋଜି ବିଭାଗର ଡାକ୍ତର ଶରତ କୁମାର ପରିଡ଼ା, ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବିମାନରେ ନୂଆପଡ଼ା ଗୌତମା ବିମାନଘାଟିରେ ଆଜି ପୂର୍ବାହ୍ନ ୮ଟା୫୦ ରେ ନୂଆପଡ଼ାରେ ପହଞ୍ଚିଛନ୍ତି । +ଲେଜ୍ ଓ କୁରକୁରେ ପ୍ୟାକେଟରେ ସଜେଇ ହୋଇଛି ବରଗାଡି +ସବୁଜ ଓ ଲାଲ ରଙ୍ଗର ଲେଜ୍ ଓ କୁରକୁରେ ପ୍ୟାକେଟ୍ରେ ବରଗାଡି ସଜା ହୋଇଛି । +ଢେଙ୍କାନାଳ ସହର ଦୋଳମଣ୍ଡପ ସାହିରେ ଏକ ବିବାହ ଶୋଭାଯାତ୍ରା ବେଳେ ଏଭଳି ବର ଗାଡି ଦେଖିବାକୁ ମିଳିଛି । +ଚିପ୍ସରେ ସଜେଇ ବରଗାଡିକୁ ନେଇ ସାରା ସହରରେ ଚର୍ଚ୍ଚା ହେଉଛି । +ନ୍ୟାସନାଲ ଇଂଟେନସିଭ କେୟାର ସପ୍ତାହ ପାଳନ ଅବସରରେ ସମ୍ମମ୍ ପକ୍ଷରୁ ମାରାଥନ୍ ଆୟୋଜିତ +ଭୁବନେଶ୍ୱର, ୧୦/୦୬ : ନ୍ୟାସ୍‌ନାଲ୍ ଇଂଟେନ୍‌ସିଭ୍ କେୟାର ସପ୍ତାହ ପାଳନ ଓ କ୍ରିଟିକାଲ୍ କେୟାର କ୍ଷେତ୍ରରେ ଅବିରତ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌) ପକ୍ଷରୁ ଶୁକ୍ରବାର ଏକ ମାରାଥନ୍ ଆୟୋଜିତ ହୋଇଯାଇଛି । +ଏହି ମାରାଥନ୍‌ରେ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ । +ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇପିଏସ ଅଫିସର ତଥା ଓଡ଼ିଶା ପୋଲିସର ଆଇ.ଜି (ଅପରେସନ୍ସ) ଶ୍ରୀ ଅମିତାଭ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତରମାନଙ୍କୁ ସୁରକ୍ଷା ଦେବା ସହ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । +କୋଭିଡ ମହାମାରୀ ଆରମ୍ଭ ହେବା ପରେ ବିଗତ ଦୁଇ ବର୍ଷ ଧରି ଡାକ୍ତରମାନେ ଏବଂ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କର ସମାଜ ପ୍ରତି ଅନେକ ଅବଦାନ ଓ ତ୍ୟାଗ ରହିଛି । +ନିଜ ଜୀବନକୁ ବାଜି ଲଗାଇ ସେମାନେ ରୋଗୀ ସେବା କରିଛନ୍ତି । +ତେଣୁ ସେମାନଙ୍କ ପ୍ରତି ଆମର ଉଦାରତା ଓ ମହାନତା ଦେଖାଇବା ଉଚିତ ବୋଲି ଶ୍ରୀ ଠାକୁର କହିଛନ୍ତି । +ସମ୍ ଅଲ୍ଟିମେଟ ମେଡିକେୟାର ଏବଂ ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ୍ କେୟାର ମେଡିସିନ୍ (ଆଇଏସ୍‌ସିସିଏମ୍‌)ର ମିଳିତ ସହଯୋଗରେ ଆୟୋଜିତ ଏହି ମାରାଥନ୍‌ରେ ଫ୍ଲାଗଅଫ୍ କରିବା ଅବସରରେ ଏହା କହିଛନ୍ତି ଶ୍ରୀ ଠାକୁର । +କାର୍ଯ୍ୟକ୍ରମରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ଏବଂ ଆଇଏସ୍‌ସିସିଏମ୍‌ର ଭୁବନେଶ୍ୱର ଶାଖାର ସଦସ୍ୟମାନେ ଉପସ୍ଥିତ ଥିଲେ । +ଏହି ଅବସରରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି ଯେ କ୍ରିଟିକାଲ କେୟାର ମେଡିସିନ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ମାରାଥନ ଆୟୋଜନ କରାଯାଇଛି । +ନିଜ ସ୍ୱାସ୍ଥ୍ୟ ପାଇଁ, ନିଜ ଜୀବନ ପାଇଁ , ନିଜ ଭବିଷ୍ୟତ ପାଇଁ ଏବଂ ନିଜ ସମାଜ ପାଇଁ ଦୌଡିବା ଆବଶ୍ୟକ ବୋଲି ସେ କହିଛନ୍ତି । +ମାରାଥନର ଥିମ୍ ରହିଥିଲା “ସେଭ ଦ ସେଭିୟର୍ସ” । +ସମ୍ମମ୍‌ର ଡେପୁଟି ମେଡିକାଲ ସୁପରିଟେଂଡେଂଟ ଡାକ୍ତର ଆନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇଏସ୍‌ସିସିଏମର ନ୍ୟାସନାଲ ସେକ୍ରେଟାରୀ -ଇଲେକ୍ଟ ଡାକ୍ତର ୱାଇ.ପି. ସିଂହ, ଆମେରିକାର ଫ୍ଲୋରିଡା ସ୍ଥିତ ମାୟୋ କ୍ଲିନିକର ସିନିଅର କନସୁଲଟାଂଟ ତଥା ଇକମୋ ୟୁନିଟ୍‌ର ମୁଖ୍ୟ ଡାକ୍ତର ପ୍ରମୋଦ କୁମାର ଗୁରୁ, ଆଇଏସସିସିଏମ ଭୁବନେଶ୍ୱର ଶାଖାର ଚେୟାରମ୍ୟାନ ଡାକ୍ତର ପ୍ରଜ୍ଞାନ ରାଉତରାୟ ଓ ସମ୍ମମ୍‌ର କ୍ରିଟିକାଲ କେୟାର ମେଡିସିନ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ । +ସମ୍ମମ୍‌ର ଚିଫ ଅଫ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । +ହସ୍ପିଟାଲର ଡାକ୍ତର, ନର୍ସ ଓ ପାରାମେଡିକ୍ସ ଏବଂ ଅନ୍ୟାନ୍ୟ କର୍ମକର୍ତାମାନେ ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ମାରାଥନରେ ଦୌଡିଥିଲେ । +ଏନ ଏ ସି ନିର୍ବାହୀ ଅଧିକାରୀ ଶୁଣିଲେନି, ପାଣି ପାଇଂ ଧାରଣା ଦେଲେ ଲୋକେ +ଫୁଲବାଣୀ -20/6 ସରକାର ପ୍ରତି ଘରକୁ ସ୍ଵଛ ପାନୀୟ ଜଳ ଯୋଗାଇ ଦେଉଥିବା କଥା କହୁଛନ୍ତି ହେଲେ ଏ ସବୁ କାଗଜ କଲମ ରେ ଚାଲିଛି । +ବାରମ୍ବାର ଅଭିଯୋଗ କରିବା ସତ୍ୱେ ନିର୍ବାହୀ ଅଧିକାରୀ କୁଆଡେ ଶୁଣୁନାହାନ୍ତି । +ଫଳରେ ବାଧ୍ୟ ହୋଇ ଧାରଣା ରେ ବସିଲେ ଲୋକେ । +ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳଜିଲ୍ଲା ବାଲିଗୁଡ଼ା ଏନ ଏ ସି ର ୧ ନମ୍ବର ୱାର୍ଡ ରେ । +ସେମାନଙ୍କ ଅଭିଯୋଗ ହେଲା ଯେ ଘରକୁ ପାଣି ପାଇପ ଯୋଗେ ଦିଆଯାଉ ଛି, ନା ପାଣି ଟା ଙ୍କର ଯୋଗେ ଆସୁଛି । +ଅଭିଯୋଗ କଲେ ବି ଶୁଣୁନାହାଁନ୍ତି ନିର୍ବାହୀ ଅଧିକାରୀ ବୋଲି ୧ ନମ୍ବର କାଉନସିଲର ଅଜୟ ଦିଗଲ କହିଛନ୍ତି । +ପାଣି ନ ଆସିଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଦିଗଲ ସୂଚନା ଦେଇଛନ୍ତି । +ଜେଲ ଯିବେ ବାହୁବଳୀ ବିଧାୟକ +ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । +ଆଜି ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ଗିରଫ କରିଛି ପୁଲିସ୍‌ । +ଗିରଫ ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି । +ପ୍ରଶାନ୍ତଙ୍କୁ ଗିରଫ ପରେ ଭୁବନେଶ୍ୱର କୋର୍ଟରେ ହାଜର କରାଯିବ । +ଧର୍ମ ପରାୟଣ ମମତା ପାତ୍ରଙ୍କ ପରଲୋକ +ଧର୍ମ ପରାୟଣ ମହିଳାଙ୍କ ପରଲୋକ । +ଦେବଗଡ଼ ୨୯/୩—— ଦେବଗଡ଼ ସହର ର ଜଣାଶୁଣା ତଥା ଧର୍ମ ପରାୟଣ ମହିଳା ମମତା ପାତ୍ର ଙ୍କ ୪୯ବର୍ଷ ବୟସ ରେ ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି । +ସ୍ବର୍ଗତ ପାତ୍ର କିଛି ଦିନ ପୂର୍ବରୁ କରୋନା ରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ମଧ୍ୟ କେତେକ ପାର୍ଶ୍ଵ ପ୍ରତିକ୍ରିୟା ଜନିତ ରୋଗ ରେ ଚିକିତ୍ସିତ ହେଉଥିଲେ । +ମାତ୍ର ଆଜି ସକାଳ ୯ତା ସମୟ ରେ ତାଙ୍କର ଦେହାନ୍ତ ଘଟିଥିଲା । +ସେ ଜଣେ ପରୋପକାରୀ ତଥା ଧର୍ମ ପରାୟଣ ମହିଳା ଭାବେ ସହରରେ ବେଶ ପରିଚିତ ଥିଲେ । +ଆଜି ତାଙ୍କ ପାର୍ଥିବ ଶରୀର ଅପରାହ୍ନ ରେ ଦେବଗଡ଼ରେ ପହଂଚିବା ପରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଓ ଆତ୍ମୀୟ ସ୍ୱଜନ ତାଙ୍କର ଶେଷ ଦର୍ଶନ କରିଥିଲେ । +ପରେ ସ୍ଥାନୀୟ ପ୍ରଧାନପାଟ ଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । +ତାଙ୍କର ଏକ ମାତ୍ର ପୁଅ ଓଁଙ୍କାର ପାତ୍ର ମୁଖାଗ୍ନି ଦେଇଥିଲେ । +ସ୍ବର୍ଗତ ପାତ୍ର ତାଙ୍କ ସ୍ବାମୀ ପ୍ରଫୁଲ୍ଲ ପାତ୍ର ,ଝିଅ ରେଶମା ରାଣୀ ପାତ୍ର ଓ ଅନ୍ୟାନ୍ୟ ପରିବାର ବର୍ଗ ଙ୍କୁ ଛାଡି ଚାଲି ଯାଇଛନ୍ତି । +ଦେବଗଡ଼ ପୌର ପରିଷଦ ର ପୂର୍ବତନ ଅଧଖ୍ୟା ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ଅନିତା ପାତ୍ର ଙ୍କ ଖୁଡ଼ି ଶାଶୁ ଅଟନ୍ତି ସ୍ବର୍ଗତ ପାତ୍ର । +ବସ୍‌ ଚଳାଉଥିବା ବେଳେ ଟଳିପଡ଼ିଲେ ଡ୍ରାଇଭର +ବସ୍‌ରେ ଡ୍ରାଇଭରଙ୍କ ହେଲା ହୃଦଘାତ । +ଆଜି ସକାଳେ ପୁରୀ ଜିଲ୍ଲା ନାଗପୁରରୁ କଟକ ଅଭିମୁଖେ ଯାଉଥିବା ମା’ ନାମକ ଏକ ଯାତ୍ରୀବାହୀ ବସ୍‌ରେ ଘଟିଛି ଏଭଳି ଘଟଣା । +ନବନିର୍ବାଚିତ ମେୟର ଓ ପୌରାଧକ୍ଷ ମାନଙ୍କୁ ଲୋକସେବା ଭବନରେ ଭେଟିଲେ ମୁଖ୍ୟମନ୍ତ୍ରୀ. +ଲୋକଙ୍କ ସାଥିରେ ରୁହ ଓ +ଲୋକଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶ . +ପିସିସି ସଭାପତିଙ୍କ ମିଶନ୍ ୨୦୨୪ । +କହିଲେ ୧୯୯୫ର ସଫଳତା ଦୋହରାଇବ ଦଳ । + ୯ରୁ ୯୦ ହେବ ବିଧାୟକଙ୍କ… +ପ୍ରଦେଶର ନୂଆ ପିସିସି ଆସିବା ପରେ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଯାଇଥିବା ଲକ୍ଷ୍ୟ କରାଯାଉଛି । +ନୂଆ ବଳ ଓ ପଣ ନେଇ ରାଜ୍ୟରେ ପୁଣି କଂଗ୍ରେସର ପୁରୁଣା ଶକ୍ତି ଫେରାଇଆଣିବାକୁ ପିସିସି ସଭାପତି ଶରତ ପଟ୍ଟନାୟକ ଦମ୍ଭୋକ୍ତି ରଖିଛନ୍ତି । +ଏପରିକି ୧୯୯୫ର ସଫଳତାକୁ ରାଜ୍ୟ କଂଗ୍ରେସ ୨୦୨୪ରେ ରିପିଟ କରିବ ବୋଲି ସେ କହିଛନ୍ତି । +ଏବେ ବିଧାନସଭାରେ ୯ ଜଣ କଂଗ୍ରେସ ବିଧାୟକ ଥିବା ବେଳେ ୨୦୨୪ରେ ଏହି ସଂଖ୍ୟା ୯୦ ହେବ ବୋଲି ସେ କହିଛନ୍ତି । +ପିସିସି ସଭାପତିଙ୍କ ‘ମିଶନ ୨୦୨୪’୯ ରୁ ହେବ ୯୦ ବିଧାୟକ!ବ୍ରଜରାଜନଗର ଉପନିର୍ବାଚନରେ ୨ୟ ସ୍ଥାନକୁ ଆସିବା ପରେ କଂଗ୍ରେସ ଶିବିରରେ ଉତ୍ସାହର ମାହୋଲ । +ଗତକାଲି ଦିଲ୍ଲୀରୁ ଫେରି ପିସିସି ସଭାପତି ଦାୟି୍ତ୍ୱ ନେବା ଦଳର କର୍ମୀ ଓ ନେତାଙ୍କ ମଧ୍ୟରେ ଜୋଶ ଭରିଛନ୍ତି ନୂଆ ପିସିସି ସଭାପତି ଶରତ ପଟ୍ଟନାୟକ । +ଏପରିକି ୨୦୨୪ରେ କଂଗ୍ରେସ ଓଡିଶାରେ ସରକାର କରିବ ବୋଲି ରଣହୁଙ୍କାର ଦେଇଛନ୍ତି ଶରତ । +୨୦୧୯ ନିର୍ବାଚନରେ କଂଗ୍ରେସର ୯ ବିଧାୟକ ନିର୍ବାଚିତ ହୋଇଥିଲେ । +ଆଉ ୨୦୨୪ରେ କଂଗ୍ରେସର ୯୦ ବିଧାୟକ ଜିତିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପିସିସି ସଭାପତି । +ଆଉ କହିଛନ୍ତି, ୧୯୯୫ର କଂଗ୍ରେସ ରାଜନୀତି ୨୦୨୪ରେ ରିପିଟ ହେବ । +ଶରତ ଦେବେ କି ସଞ୍ଜିବନୀ?ବଢିବ କି କଂଗ୍ରେସର ଶକ୍ତି?କଂଗ୍ରେସରେ ଆରମ୍ଭ ହୋଇଯାଇଛି ସାଂଗଠନିକ ମାନସ ମାନ୍ଥନ, କାହାକୁ ମିଳିବ କେଉଁ ଦାୟିତ୍ୱ, ୨୦୨୪ ପାଇଁ କଂଗ୍ରେସର କଣ ରୋଡମ୍ୟାପ । +ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିକୁ କେମିତି ଟକ୍କର ଦେବ କଂଗ୍ରେସ ସେନେଇ ବିସ୍ତୃତ ରଣନୀତି ପ୍ରସ୍ତୁତ କରୁଛି । +ଖୁବଶୀଘ୍ର ଛାତ୍ର କଂଗ୍ରେସ ମଧ୍ୟ ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ନିିଯୁକ୍ତିକୁ ନେଇ ସବୁ କଲେଜ ସମ୍ମୁଖରେ ଆନ୍ଦୋଳନ କରିବ । +କଂଗ୍ରେସର ଏଭଳି ଦମ୍ଭୋକ୍ତି ନେଇ ବିଜେଡି କହିଛି, ୨୦୧୯ରେ ଯେତିକି ସିଟ ଜିତିଥିଲା ତାଠାରୁ ଅଧିକ ସିଟ ଜିତିବ ଦଳ । +ଏବେ ଲୋକଙ୍କ ପାଖରେ ବିଶ୍ୱାସଭାଜନ ହେବା ପାଇଁ ଉଦ୍ୟମ କରିବ କଂଗ୍ରେସ । +ବିରୋଧୀ ଶକ୍ତିଙ୍କୁ ଏକଜୁଟ କରି ୨୦୨୪ ନିର୍ବାଚନ ପାଇଁ ମାହୋଲ ପ୍ରସ୍ତୁତି କରୁଛି କଂଗ୍ରେସ । +ଦଳରୁ ସସ୍‌ପେଣ୍ଡ କନ୍ଧମାଳ ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ମୁନୀ +କନ୍ଧମାଳ ଜିଲ୍ଲାରେ ବିଜେଡିରେ ଗୋଷ୍ଠୀ ଅନ୍ତଃକନ୍ଦଳ ତେଜିବାରେ ଲାଗିଛି । +ଦଳୀୟ କର୍ମୀମାନେ ଦଳୀୟ ଶୃଙ୍ଖଳା ରକ୍ଷା ନକରିବା ସହିତ ନେତାମାନଙ୍କ ନିର୍ଦେଶ ନ ମାନି ମନ ଇଚ୍ଛା କାର୍ଯ୍ୟ କରୁଛନ୍ତି । +ଯାହାର ପରିଣାମ ସ୍ୱରୂପ ପଞ୍ଚାୟତ ଓ ପୌର ନିର୍ଵାଚନରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । +ଶେଷରେ ଏଭଳି ବିଶୃଙ୍ଖଳିତ କର୍ମୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେଡି । +କୂଅରେ ପଶି ଶ୍ୱାସରୁଦ୍ଧ ହୋଇ ଶ୍ରମିକ ମୃତ୍ୟୁ ଘଟଣା,ତିନିଦିନ ପରେ ବି ପୋଲିସର କାର୍ଯ୍ୟାନୁଷ୍ଠାନ… +ବୌଦ୍ଧ:ଗତ ୧୨ତାରିଖରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସୀମିଲିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଳସୀକଟା ଗ୍ରାମର କାଳୀଚରଣ ବାଙ୍କ କୂଅରେ ପଶି କାଦୁଅ (ପଙ୍କ) କାଢିବା ସମୟରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ । +ମିଳିଥିବା ସୂଚନା ଅନୁସାରେ, ସେହି ଗ୍ରାମର ହିମାଂଶୁ ପ୍ରଧାନ ନିଜ ଘରେ ଥିବା ରିଙ୍ଗ କୂଅ ଭିତରେ କାଦୁଅ (ପଙ୍କ)କାଢ଼ିବାକୁ ସେହି ଗ୍ରାମର କାଳୀଚରଣ ବାଙ୍କ ଓରଫ ଡ଼ାବୁ (୪୫) କଳାକୃଷ୍ଣ ଝାଙ୍କର (୨୭)ଓ କିର୍ଲା ଗ୍ରାମର ଲାଲମୋହନ ରଣା (୫୮) ଙ୍କୁ ଡାକିଥିଲେ । +ତିନିଜଣ ଆସି ବିନା ସୁରକ୍ଷା ବଳୟରେ କୂଅ ଭିତରକୁ ହିମାଂଶୁ ପ୍ରଧାନ ଙ୍କ ବଡ଼ ପୁଅ ଅଶୋକ ପ୍ରଧାନ ସେହି ଶ୍ରମିକ ମାନଙ୍କୁ ଭିତରକୁ ଓହ୍ଲାଇବା ପାଇଁ କହିଥିଲେ । +ଅଶୋକଙ୍କ କଥାରେ ରାଜି ହୋଇ ନିରୀହ ସ୍ରମିକ ପ୍ରଥମେ କାଳୀଚରଣ କୂଅ ଭିତରକୁ ଓହ୍ଲାଇ ପଡ଼ିଥିଲେ । +ସେ କୂଅ ଭିତରେ କିଛି ସମୟ ରହିଲା ପରେ ଅଣ ନିଶ୍ୱାସି ହୋଇ ଉପରକୁ ଉଠିବାକୁ ଡାକିଥିଲେ । +ସେତେବେଳେ ଉପରେଥିବା ଲାଲମୋହନ ଓ କଳାକୃଷ୍ଣ ଙ୍କ ପାଖରେ କୌଣସି ଦଉଡ଼ି ଭିତରକୁ ଛାଡ଼ିବା ପାଇଁ ପାଖରେ ନ ଥିଲା । +ତେଣୁ ଲାଲମୋହନ କୂଅ ଭିତରକୁ ଓହ୍ଲାଇ ପଡ଼ିଥିଲେ । +ସେତେବେଳକୁ କାଳୀଚରଣ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିସାରିଥିଲେ । +ତାପରେ ଲାଲମୋହନ ମଧ୍ୟ ଶ୍ୱାସରୁଦ୍ଧ ହୋଇ ଅଚେତ୍ ହୋଇ ପଡ଼ିଥିଲେ । +ଖବର ପାଇବା ମାତ୍ରେ ଗ୍ରାମବାସୀ ଉକ୍ତ କୂଅ ପାଖରେ ପହଞ୍ଚି ଯାଇଥିଲେ । +ତତ୍ କ୍ଷଣାତ କଣ୍ଟାମାଳ ଦମକଳ ବାହିନୀ କୁ ଖବର ଦେଇଥିଲେ । +ଦମକଳ ବାହିନୀ ଆସି କୂଅରୁ ଦୁଇ ଶ୍ରମିକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ନେଇଥିଲେ । +ସେଠାରେ ଡ଼ାକ୍ତର କାଳୀଚରଣ ବାଙ୍କକୁ ମୃତ ଘୋଷଣା କରିଥିଲେ । +ତାପରେ ଲାଲ ମୋହନ ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା । +ମୃତ କାଳୀଚରଣ ବାଙ୍କ ଙ୍କ ପରିବାର ଅତି ଗରିବ ହୋଇଥିବାରୁ ତାଙ୍କୁ ଆଜି ପର୍ଯ୍ୟନ୍ତ ମଧ୍ୟ କୌଣସି ସାହାଯ୍ୟ କଲେନି କୂଅ ମାଲିକ । +ତେବେ କେଉଁ ପରିସ୍ଥିତିରେ ଘର ମାଲିକ ମାଙ୍କଡ ପଡ଼ିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରଘଟ କଲେ । +ଏମିତି ଏକ ମିଛ ଖବର ପ୍ରଚାର କରିବା ମୃତ୍ୟୁ ପଛର ରହସ୍ୟ କଣ ଥାଇ ପାରେ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । +ଯଦି କୁଅରେ ମାଙ୍କଡ ପଡ଼ିଥିଲା ଓ ଉଦ୍ଧାର କରାଗଲା ତାହାହେଲେ ମାଙ୍କଡଟି ଗଲା କୁଆଡେ ?ଏମିତି ନାନା ପ୍ରଶ୍ନ ଅଞ୍ଚଳବାସୀଙ୍କ ମନରେ ଉଙ୍କି ମାରୁଛି । +ଏଠାରେ ପ୍ରଶ୍ନ ଉଠୁଛି ହିମାଂଶୁ ପ୍ରଧାନଙ୍କ ବଡ଼ ପୁଅ ଜଣେ ବନ କର୍ମଚାରୀ ହୋଇ ମଧ୍ୟ ତାଙ୍କ ନିଜ କୂଅରେ ପଡ଼ିଥିବା ମାଙ୍କଡଟିକୁ ଏ ଶ୍ରମିକ ମାନଙ୍କ ଜରିଆରେ ଉଦ୍ଧାର କରାଇଥିଲେ କାହିଁକି ?ସେ ଚାହିଁଥିଲେ ବନ କର୍ମଚାରୀ ଙ୍କୁ ଖବର ଦେଇ ମାଙ୍କଡ ଟିକୁ ଉଦ୍ଧାର କରିପାରିଥାନ୍ତେ । +କିନ୍ତୁ ଜଣେ ଶ୍ରମିକଙ୍କୁ ମରଣ ମୁହଁକୁ ଠେଲିଦେଲେ କାହିଁକି ?ଦମକଳ ବାହିନୀ ଓ ବନ ବିଭାଗକୁ ଖବର ଦେବା ପରିବର୍ତେ ବିନା କୌଣସି ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ ନ କରି ଶ୍ରମିକ ଦ୍ଵୟଙ୍କୁ କୂଅ ଭଳି ବିପଦପୂର୍ଣ୍ଣ ସ୍ଥାନକୁ ପଠେଇବା ସହ ଏଭଳି ଅବହେଳା କୋଉଠି ନା କୋଉଠି ଘଟଣାକୁ ସନ୍ଦେହ ଘେରକୁ ଆଣୁଛି । +ଏଭଳି ଘଟଣା ଘଟିବା ସମୟର ଘର ମାଲିକ ଉପସ୍ଥିତ ଥିଲେ ନା ନାହିଁ | ଯଦି ଉପସ୍ଥିତ ଥିଲେ ତେବେ ଶ୍ରମିକଙ୍କ ମୃତ୍ୟୁ ହେବା ପର୍ଯ୍ୟନ୍ତ ସେ କୌଣସି ପଦକ୍ଷେପ ଗ୍ରହଣ କରିଥିଲେ ନା ନାହିଁ ତାହା ତଦନ୍ତ ହେବା ଆବଶ୍ୟକ । +ଅନ୍ୟ ପକ୍ଷରେ ଆଜକୁ ତିନିଦିନ ବିତିଯାଇଥିଲେ ମଧ୍ୟ ମନମୁଣ୍ଡା ପୋଲିସର କାର୍ଯ୍ୟକଳାପ ଅଞ୍ଚଳବାସୀଙ୍କୁ ସନ୍ଦେହ ଘେରକୁ ଟାଣି ଆଣିଛି । +ମନମୁଣ୍ଡା ପୋଲିସ ତିନି ଦିନ ହେଲା ହାତ ବାନ୍ଧି ବସି ଥିବା ଘଟଣାକୁ ରହସ୍ୟ ଘେରକୁ ଟାଣି ଆଣୁଛି । +ଦୋଷୀ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ମନମୁଣ୍ଡା ପୋଲିସ ନିକଟରେ ଦାବି କରିଛନ୍ତି । +ବିଜୁ ସ୍ମୃତି ସଦନକୁ ବୋମା ମାଡ଼ +ଖୋର୍ଦ୍ଧା ସହରର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଥିବା ବିଜୁ ସ୍ମୃତି ସଦନ ଉପରେ ଆଜି ସଂଧ୍ୟାରେ କେହି ଏକ ହାତ ବୋମା ମାଡ଼ କରିଛି । +ବୋମା ମାଡ଼ରେ ଗୃହର କାନ୍ଥ, କବାଟ ଓ ଭିତରେ ଥିବା ଚେୟାର ଆଦି କ୍ଷତିଗ୍ରସ୍ତ ହୋଇଛି । +ତେବେ ସଦନରେ କେହି ନଥିବାରୁ କୌଣସି ଧନଜୀବନର ବିଶେଷ କ୍ଷତି ହୋଇନାହିଁ । +ସୂଚନାନୁସାରେ, ପ୍ରତିଦିନ ସଂଧ୍ୟା ସମୟରେ ବିଜୁ ଯୁବ ବାହିନୀର ସଦସ୍ୟ ଓ ସ୍ଥାନୀୟ ଯୁବକମାନେ ଉକ୍ତ ସଦନରେ ଏକଯୁଟ ହୋଇଥାନ୍ତି । +ଆଜି କିନ୍ତୁ ସଦନରେ କେହି ନଥିଲେ, ସଂଧ୍ୟା ସାଢ଼େ ୬ଟାରୁ ୭ଟା ମଧ୍ୟରେ କେହି ଜଣେ ଦୁର୍ବୃତ୍ତ ଉକ୍ତ ସଦନର କବାଟକୁ ଲକ୍ଷ କରି ଏକ ହାତବୋମା ଫିଙ୍ଗି ଚାଲିଯାଇଥିଲା । + ଫଳରେ ସଦନର ପଛପଟ କବାଟ, କାନ୍ଥ ଫାଟିଯାଇଥିବା ବେଳେ ଭିତରେ ଥିବା ପ୍ଲାଷ୍ଟିକ୍ ଚେୟାର ଦୁଇ ତିନିଟି କ୍ଷତିଗ୍ରସ୍ତ ହୋଇଥିଲା +ମୋତେ ଛାଡ଼, ଏସବୁ ପୁଲିସ୍‌ ବାବୁ ବାରିକ ସାର୍‌ଙ୍କ ମଦ… +ମୋତେ ଛାଡ଼, ଏସବୁ ପୁଲିସ୍‌ ବାବୁ ବାରିକ ସାରଙ୍କ ମଦ… । +ଜଣେ ଅଟୋ ଡ୍ରାଇଭରଙ୍କଠାରୁ ଏପରି କଥା ଶୁଣିବା ପରେ ପୁଲିସ୍‌ ହୋସ୍‌ ଉଡି ଯାଇଥିଲା । +ଆଉ ତା’ପରେ ପୁଲିସ୍‌ ପହଞ୍ଚିଥିଲା ପୁଲିସ୍‌ ରିଜର୍ଭ ପୁଲିସ୍‌ର ବୋମା ସ୍କ୍ୱାଡରେ କାମ କରୁଥିବା କନ୍‌ଷ୍ଟେବଳ ଚିନିମିନି ବାରିକଙ୍କ ପାଖରେ । +ଖାଲି ପହଞ୍ଚିନଥିଲା, ତାଙ୍କୁ ଗିରଫ କରିବା ସହିତ ତାଙ୍କ ନକଲି ମଦ କାରଖାନାରେ ଚଢ଼ଉ କରିଥିଲା । +ବାଘଡା ଗାଁ ଅଞ୍ଚଳରେ ବୁଲୁଛି ଝାଡ଼ଖଣ୍ଡୀ ଦନ୍ତାହାତୀ +ମୟୂରଭଞ୍ଜ ଜିଲ୍ଲା ଦେଉଳି ରେଞ୍ଜ ଶୁଳିଆପଦା ବ୍ଲକ ର ମୁଖ୍ୟ ବାଘଡା ବଜାର ସହ ଗାଁ କୁ ପ୍ରବେଶ କଲା ଦନ୍ତାହାତୀ । +ଦିନ ବେଳେ ହାତୀ କୁ ଦେଖି ଲୋକଙ୍କ ବେଶ୍ ଭିଡ ଜମିଥିଲା । +ହାତୀ ଉପଦ୍ରବ ଥମିବାର ନାମ ଧରୁନାହିଁ । +ବର୍ଷତମାମ ଏହି ବ୍ଲକ ଅଞ୍ଚଳରେ ଶିମିଳିପାଳ ଓ ଝାଡଖଣ୍ଡୀ ହାତୀ ପଲ ରହି ବିଭିନ୍ନ ସ୍ଥାନରେ ବିଚରଣ କରିବା ସହ ଉପଦ୍ରବ ଚଳାଇଥିବା ବେଳେ ଝାଡ଼ଖଣ୍ଡୀ ଦନ୍ତାହାତୀ ଆଜି ମୁଖ୍ୟ ବଜାରକୁ ଆସିଥିବା ବେଳେ ବନବିଭାଗ ପାଖରେ ନଥିଲା କୋୖଣସି ଖବର ବୋଲି ଜଣାପଡିଛି । +ଝାଡ଼ଖଣ୍ଡୀ ହାତୀର ଉପଦ୍ରବ ରେ ଲୋକେ ଅତିଷ୍ଠ ହୋଇ ପଡିଲେଣି । +ତେବେ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । +ଅପରପକ୍ଷରେ ହାତୀ ଖାଦ୍ୟ ଅନ୍ୱେଷଣ ରେ ଆସୁଥିବା ବେଳେ ଖାଦ୍ୟ ଏବଂ ପାଣି ଉପଯୁକ୍ତ ପରିମାଣ ର ଜଙ୍ଗଲରେ ପାଇପାରୁନଥିବାରୁ ହାତୀ ପଲ ଗାଁ ମୁଁହା ହେଉଥିବା ବେଳେ ଲୋକଙ୍କ ବିଭିନ୍ନ ସମୟରେ ଧନଜୀବନ ହାନି ଘଟାଉଥିବା ରୁ ଲୋକେ କ୍ଷତିଗ୍ରସ୍ତ ହେଉଥିବା ବେଳେ ସଠିକ ସମୟରେ ଉପଯୁକ୍ତ କ୍ଷତିପୂରଣ ଲୋକଙ୍କୁ ମିଳୁନଥିବାରୁ ଲୋକେ ଅତିଷ୍ଠ ହୋଇ ପଡିଲେଣି । +ତେବେ ହାତୀ ଟି କାହାରି କିଛି କ୍ଷତି କରିନଥିବା ଜଣାପଡିଛି । +ଭାଗବତ ଟୁଙ୍ଗୀର ପୁନଃ ଉଦ୍ଧାରପାଇଁ ଉଦ୍ୟମ +ଫୁଲବାଣୀ -15/6(ସୁନୀଲ ପଟନାୟକ ) +ରାଜ୍ୟ ସରକାର ଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଲୋକ କଳା ଲୋକ ସଂଗୀତ ଓ ସଂସ୍କୃତି ର ସୁରକ୍ଷା ପାଇଁ ଜିଲାରେ କଳା ଓ ଭାଗବତ ଟୁଙ୍ଗୀର ପୁନଃ ଉଦ୍ଧାର, ଲୋକ କଳାକାର ଙ୍କୁ ଇ ପଞ୍ଜିକରଣ ମାଧ୍ୟମରେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । +ଏହି ପରିପ୍ରେକ୍ଷୀରେ ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା ବ୍ଲକର ବିଭିନ୍ନ ଗାଁ କୁ ଯାଇ ଲୋକ କଳାକାର ଙ୍କ ସହିତ ଭେଟିବା ସହିତ ଭାଗବତ ଟୁଙ୍ଗୀର ପୁନଃ ଉଦ୍ଧାର ପାଇଁ ସର୍ଭେ କରୁଥିବା ଦେଖିବାକୁ ମିଳିଛି । +ଆସନ୍ତା ଜୁନ ୨0 ତାରିଖ ପଞ୍ଜିକରଣ ର ଶେଷ ଦିନ ହୋଇଥିବାରୁ କିଭଳି ଅଧିକ ସଂଖ୍ୟାକ କଳାକାର ଦଳ ପଞ୍ଜିକରଣ କରିପାରିବେ ସେ ନେଇ ପ୍ରୟାସ ଜାରି ରଖିଛନ୍ତି । +ରଜ ସଂକ୍ରାନ୍ତି ଅବସରରେ ମିଡ଼ିଆକିଆ ଗ୍ରାମ ପଂଚାୟତ ର ମାସିକ ସତସଙ୍ଗ ଭାଗବତ ପରାୟଣ କାର୍ଯ୍ୟକ୍ରମ ରେ ଯୋଗଦେଇ କଳା ସଂସ୍କୃତି ଓ ଭାଗବତ ଟୁଙ୍ଗୀ ର ପୁନଃ ଉଦ୍ଧାର ପାଇଁ ଅବଗତ କରିଥିଲେ ବାରଖମା ର ବରିଷ୍ଠ କଳାକାର ତଥା ଦଣ୍ଡନୃତ୍ୟ ଗୁରୁ ପ୍ରକାଶ କୁମାର ସାହୁ ସହଯୋଗ କରିଥିଲେ । +ଗାଁ କୁ ନିଶାମୁକ୍ତ କରିବାକୁ ପ୍ରୟାସ, ଗାଁ ଗାଁ ରେ ସଚେତନତା ବୈଠକ +ଫୁଲବାଣୀ -10/6 ନିଶା ଏବେ ସମଗ୍ର ସମାଜ କୁ ଧୀରେ ଧୀରେ ଗ୍ରାସ କରିବାରେ ଲାଗିଛି । +ବିଶେଷ କରି ଯୁବ ସମାଜ ପଥ ଭ୍ରଷ୍ଟ ହେଉଛନ୍ତି । +ଏ ହାକୁ ହୃଦୟଙ୍ଗମକରୀ ଗାଁ କୁ ନିଶାମୁକ୍ତ କରିବା ଲାଗି ପ୍ରୟାସ ଚାଲିଛି ଆଉ ଏହାକୁ ସଫଳ କରିବାଲାଗି ଗାଁ ଗାଁ ରେ ଚାଲିଛି ବୈଠକ । +ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଅ । +ବ୍ଳକ ଅନ୍ତର୍ଗତ ରତଙ୍ଗ ଗ୍ରାମରେ । +ଗାଁ ରେ ସଚେତନତା ସୃଷ୍ଟି କରିବା ଲାଗି ସରପଞ୍ଚ ଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହୋଯୋଗ କରୁଛନ୍ତି । +ରତଙ୍ଗ ପଂଚାୟତ ର ଡାଂଗଡ଼ିକିଆ ଗ୍ରାମ ରେ ଗ୍ରାମ ସଭାପତି ତଥା ସମାଜସେବୀ ଲିଙ୍ଗରାଜ କହଁର ଙ୍କ ନେତୃତ୍ୱ ରେ ସଭା କରାଯାଇ ନିଶା ମୁକ୍ତ ସମାଜ ସମ୍ପର୍କରେ ସଚେତନ କରାଯାଉଛି । +ଫଳରେ ଆଗାମୀ ଦିନରେ ସମାଜ ରେ ସୁଧାର ଆସିବ ବୋଲି ଆଶା କରାଯାଉଛି । +ମାଲକାନଗିରି ତହସିଲରେ ଟେଣ୍ଡର ଫିକ୍ସିଂ ଘଟଣା ପୁନଃ ଟେଣ୍ଡର ଆହ୍ବାନ ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି… +ମାଲକାନଗିରି,୩/୬: ମାଲକାନଗିରି ତହସିଲରେ ଗନ୍ଦିପାଲି ପଥର କୁଆଁରିର ଟେଣ୍ଡର ଫିକ୍ସିଂ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । +ଗନ୍ଦିପାଲୀ ପଥର କୁଆଁରିର ତୁରନ୍ତ ପୁନଃ ଟେଣ୍ଡର କରିବା ସହ ଏହି ଫିକ୍ସିଂରେ ଜଡିତ ଥିବା କର୍ମଚାରୀ ଏବଂ ଅନ୍ୟମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । +ପ୍ରକାଶ ଥାଉକି ଏହି ଟେଣ୍ଡର ହାତେଇବା ପାଇଁ ଚାରି ଜଣ ଟେଣ୍ଡର ପକାଇଥିଲେ । +କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍କି ଟେଣ୍ଡର ନ ଖୋଲିବା ପାଇଁ ତହସିଲଦାରଙ୍କୁ କହିଥିଲେ । +ତେବେ ସେ କାହିଁକି ଏବଂ କାହା ସ୍ବାର୍ଥରେ ଟେଣ୍ଡର ଲଫାପାଟି ନଖୋଲିବା ପାଇଁ କହିଥିଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । +ଜଣେ ବ୍ୟକ୍ତି ହିଁ ଦୀର୍ଘ ବର୍ଷଧରି ଏହି ପଥର କୁଆଁରିକୁ ହାତେଇ ଥିବା ବେଳେ ଏବେ ପୁଣି ନିଜର କୌଶଳ ପ୍ରୟୋଗ କରି ଏହାକୁ ହାତେଇବା ପାଇଁ ଉଦ୍ୟମ କରୁଥିବା ଆଲୋଚନା ହେଉଛି । +ତେବେ ଏନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ତଦନ୍ତ କରିବା ଜରୁରୀ ହୋଇପଡିଛି ବୋଲି ଦାବି ହୋଇଛି । +ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ଏହାକୁ ନେଇ ଆଗାମୀ ଦିନରେ ତହସିଲ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଭିତିରିଆ ଆଲୋଚନା ଚାଲିଛି । +ବିଭାଗୀୟ ଅଧିକାରୀଙ୍କ ଜାଣତରେ ଏବଂ ତାଂକର ନିର୍ଦେଶରେ ହିଁ ଏଭଳି କରାଯାଇଥିବା ନେଇ ଆଲୋଚନା ଜୋର ଧରିଛି । +ତେବେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି କିନ୍ତୁ ଏହାକୁ ଗୁରୁତ୍ବର ସହ ନେଇ ଜିଲ୍ଲା ପ୍ରଶାସନ ଏହି ଟେଣ୍ଡର ଫିକ୍ସିଂର ଅସଲ କଥାକୁ ପଦାକୁ କାଢନ୍ତୁ ବୋଲି ଦାବି କରିଛନ୍ତି । +ମାଲକାନଗିରି ଜିଲ୍ଲାରେ ପୂର୍ବରୁ ମଧ୍ୟ ଟେଣ୍ଡର ଫିକ୍ସିଂ ହୋଇଥିବା ନଜିର ରହିଛି । +ଗତ ଗତବର୍ଷ ହିଁ ଜଣେ ବିଡରକୁ ଆହେତୁକ ଅନୁକମ୍ପା ଦେଖାଇ ତତ୍କାଳୀନ ଜିଲ୍ଲାପାଳ ବଦଳି ହୋଇଥିଲେ । +ବିଭାଗୀୟ ଅଧିକାରୀ ଏବଂ ଟେଣ୍ଡର ମାଫିଆମାନଙ୍କ ମଧୁଚନ୍ଦ୍ରିକା ଦ୍ବାରା ଏହା ସଫଳ ହୋଇଯାଉଛି । +ଯାହାକି ଲୋକ ଲୋଚନକୁ ଆସି ପାରୁନାହିଁ । +ଯାହା ବି ପଦାକୁ ଆସୁଛି ତାହାକୁ ଅର୍ଥ ବଳରେ ଚୁପ କରିଦିଆଯାଉଥିବା ଅଭିଯୋଗ ହୋଇଛି । +ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଦିଗରେ ହସ୍ତକ୍ଷେପ କରନ୍ତୁ ବୋଲି ବିଧାୟକ ସମେତ ବିଭିନ୍ନ ରାଜନୈତିକ ଦଳ ଦାବି କରିଛନ୍ତି । +ଦରବୃଦ୍ଧି ଓ ବେକାରୀ ବିରୋଧରେ ସିପିଆଇ(ଏମ)ର ପ୍ରତିବାଦ +ମାଲକାନଗିରି,୩୧/୫: ଦରବୃଦ୍ଧି ଓ ବେକାରୀ ବିରୋଧରେ ଆଜି ମାଲକାନଗିରି ସିପିଆଇ(ଏମ) ପକ୍ଷରୁ ପ୍ରତିବାଦ କରାଯାଇଛି । +ସିପିଆଇ(ଏମ)ର ଜିଲ୍ଲା ସଂପାଦକ ବ୍ରଜ ମାଝିଙ୍କ ନେତୃତ୍ବରେ ଶତାଧିକ କର୍ମୀ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଏକତ୍ରିତ ହୋଇ ଏକ ବିରାଟ ରାଲିରେ ବାହାରି ସହର ପରିକ୍ରମା କରିଥିଲେ । +ଏଥିସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । +ସିପିଆଇଏମ ପ୍ରଦାନ କରିଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଆକାଶ ଛୁଆଁ ହେବା ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇସାରିଲେଣି । +ପେଟ୍ରୋଲଜାତ ଦ୍ରବ୍ୟ,ପନିପରିବା,ରନ୍ଧନ ଗ୍ୟାସ,ଖାଇବା ତେଲ ସହ ଅନ୍ୟାନ୍ୟ ଜିନିଷର ଦାମ ମଧ୍ୟ ଆକାଶ ଛୁଆଁ ହୋଇଯାଇଛି । +ମୁଲ୍ୟବୃଦ୍ଧି ଯୋଗୁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । +କୋଟି କୋଟି ଲୋକ ଗରିବରୁ ଆହୁରି ଗରିବ ହୋଇଗଲେଣି । +ସରକାର ପେଟ୍ରୋଲ ଓ ଡିଜେଲ ଦର କମାଇଥିଲେ ମଧ୍ୟ ତୈଳ ଦର ଉପରେ ଶହେ ପ୍ରତିଶତ ଟିକସ ଆଦାୟ କରାଯାଉଛି । +ଲଗାତାର ଦର ବଢୁଥିବାରୁ ଲୋକେ ସେସବୁ ଜିନିଷ କିଣିବା ଅସମ୍ଭବ ହୋଇପଡୁଛି । +ଓଡିଶାର ଖରିଫ ସମୟରେ ପ୍ରାୟ ୪ ଲକ୍ଷ ଚାଷୀ ସରକାରୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଟୋକେନ ପାଇଥିଲେ ସୁଦ୍ଧା ସରକାର ଧାନ କିଣିଲେ ନାହିଁ । +ଫଳରେ ଚାଷି କ୍ବିଣ୍ଟାଲ ପ୍ରତି ୧ ହଜାର ଏବଂ ୧୨ ଶଙ ଟଂକାରେ ବିକ୍ରି କରିବାକୁ ବାଧ୍ୟ ହେଲେ । +ତୁରନ୍ତ ସମସ୍ତ ଜିନିଷର ଦରଦାମ କମାଇବା ପାଇଁ ସିପିଆଇଏମ ଏବଂ ଅଲଇଣ୍ଡିଆ ଫରଵାର୍ଡ ବ୍ଲକ ଭଳି ବାମପନ୍ଥି ଦଳମାନେ ମଧ୍ୟ ଏଥିପାଇଁ ଆହ୍ବାନ ଦେଉଥିବା କୁହାଯାଇଛି । +ଆଜିର ଏହି ରାଲି ଓ ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଭୁପେଶ କର୍ମାକର,ଧବୁଲୁ ବେହରା,ନିଧି ହନ୍ତାଳ,ବଳରାମ ଗଲୋରୀ,ମଙ୍ଗୁ ମାଟୋମ,ଜଗବନ୍ଧୁ ଆଲାଙ୍ଗ,ଲୋକନାଥ ମାଡକାମୀ ,ସୋନିଆ ମାଢି,କୃଷ୍ଣ ପାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । +ସେବାୟତଙ୍କୁ ହତ୍ୟା ପାଇଁ ଡିଲ୍‌ ହୋଇଥିଲା ୩୦ ଲକ୍ଷ ଟଙ୍କା +ଗୁନ ସିଂହାରୀ ହତ୍ୟାର ପ୍ରତିଶୋଧ ପାଇଁ ସେବାୟତଙ୍କୁ କରାଯାଇଥିଲା ହତ୍ୟା ! ଏଥିପାଇଁ ହୋଇଥିଲା ୩୦ ଲକ୍ଷ ଟଙ୍କାର ଡିଲ୍ । +ପୁରୀ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ୬ ଅଭିଯୁକ୍ତ ଗିରଫ ପରେ ଏସ୍‌ପି କନଓ୍ୱର ବିଶାଲ ସିଂହ ଏହି ସୂଚନା ଦେଇଛନ୍ତି । +ଏହାସହ ପୁରା ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛନ୍ତି ଏସ୍‌ପି । +ଜିଲ୍ଲା ସ୍ତରୀୟ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ +ମାଲକାନଗିରି ଜିଲ୍ଲା ପ୍ରଶାସନ, ମାଲକାନଗିରି ଏବଂ ଓଡିଶା ଦକ୍ଷତା ବିକାଶ ପ୍ରାଧିକାରଣ ମାଲକାନଗିରି ମିଳିତ ଅନୁକୂଲ୍ୟରେ ଏକ ଖୁଦ୍ର ନିଯୁକ୍ତି ମେଳା ଜିଲ୍ଲାପାଳ ବିଶାଳ ସିଂ ଙ୍କ ନିର୍ଦଷ କ୍ରମେ, ମାଲକାନଗିରି ମହାବିଦ୍ୟାଳୟ ପରିଷଦରେ ଅନୁଷ୍ଠିତ ହୋଇଛି. +ଏହି ନିଯୁକ୍ତି ମେଳାକୁ ଜିଲ୍ଲା ନିଯୁକ୍ତି ଅଧିକାର ମନଶ୍ଵି ସେଠି ସଭାପତିତ୍ୱ କରିବା ବେଳେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟ ର ଅଧି୍ୟକ୍ଷ ଅଶୋକ କୁମାର ସଡଙ୍ଗୀ ଯୋଗଦାନ କରି ମେଳାକୁ ଉଧୃଘାଟନ କରିଥିଲେ | ଏହି ସଚେତନ ସଭା ରେ ମୁଖ୍ୟ ବକ୍ତା ରୂପେ IQAC ମାଲକାନଗିରି ମହାବିଦ୍ୟାଳୟ ର ସଂଯୋଜକ ଡ୍ର. ରଞ୍ଜନ କୁମାର ସ୍ୱାଇଁ ମାଲକାନଗିରି ଛାତ୍ର ଛାତ୍ରୀ କିପରି ବେସରକାରୀ ସଂସ୍ଥାର ନିଯୁକ୍ତି ପାଇଁ ପାରିବେ ସେହି ବିଷୟରେ ଆଲୋକପାତ କରିଥିଲେ | ଏହି ନିଯୁକ୍ତି ମେଳାରେ ହସିଲ, ଅରବିନ୍ଦ ଫାଇନାନ୍ସ, ଭାରତ ଫାଇନାନସିଆଲ ଇଂକଲୁସନ ଲଟଡ଼, ସାହାନା କ୍ଳଥିନଂ, କଇସସ କର୍ପୋରେସନ, D-Mart ଇତି୍ୟାଦି ଅନୁଷ୍ଠାନ ଯୋଗଦାନ କରିଥିଲେ | ଏହି କର୍ମ ନିଯୁକ୍ତି ମେଳାରେ ମାଲକାନଗିରି ଜିଲ୍ଲା ରୁ 200 ରୁ ଅଧିକ ଶିକ୍ଷିତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ନିଯୁକ୍ତି ପାଇଁ ପଞ୍ଜିକରଣ କରିଥିଲେ | ଏହି କାର୍ଯ୍ୟରେ ଗୁପ୍ତ ମାଢି କନିଷ୍ଠ ନିଯୁକ୍ତ ଅଧିକାରୀ, ସୁଧାଶ୍ରୀ ସାହୁ ମହାତ୍ମା ଗାନ୍ଧୀ ନାସନାଲ ଫେଲଓ, ପ୍ରଳୟ ମେହେର ଜିଲ୍ଲା ଦକ୍ଷତା ସଂଯୋଜକ ଉପସ୍ଥିତ ରହି ସହଯୋଗ କରିଥିଲେ | +ମାଲକାନଗିରି ମହାବିଦ୍ୟାଳୟ ର ପ୍ରେମରେଖା ଭତ୍ରା, ଗୌତମ ନାୟକ, ଦୀପ୍ତି ରେଖା ମିଶ୍ର, ମେଘା ଅଗ୍ରୱାଲ, ଆରତୀ ଲୁଗୁନ ସମେତ ଅଣଶିକ୍ଷକ ଅଧିକାରୀ ସାହାଯ୍ୟ କରିଥିଲେ | ସଭା ଶେଷରେ ନମିତା ଦଣ୍ଡସେନା ଜାତୀୟ ସେବା ସଂସ୍ଥା ଜିଲ୍ଲା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମ ସାଫଲ ହୋଇଥିବାରୁ ଜିଲ୍ଲା ନିଯୁକ୍ତି ଅଧିକାରୀଙ୍କୁ ପ୍ରଶଂସା କରିଥିଲେ | +ନକଲି ଡାକ୍ତର ରମେଶଙ୍କ ଉପରେ ଲେଖା ହେବ ବହି । + ଅଧିକ ଅନୁସନ୍ଧାନ ପାଇଁ ଝାରପଡ଼ା ଜେଲରେ ପହଞ୍ଚିଲେ… +ଓଡିଶାର ୪ ଜଣ ଲେଖିକା, ବଦନାମ ରମେଶଙ୍କ କଳା କାହାଣୀକୁ ନେଇ ବହି ଲେଖିବା ପାଇଁ ଇଛା ପ୍ରକାଶ କରିଛନ୍ତି । +ଆଜି ୪ ଜଣ ଲେଖିକା ଝାରପଡା ଜେଲରେ ପହଞ୍ଚି, ରମେଶଙ୍କ ବିଷୟରେ ଅଧିକ ଅନୁସନ୍ଧାନ କରିଛନ୍ତି । +ମିଛ କହି ଲୁଟ ଉଦ୍ଦେଶ୍ୟରେ ୧୮ ଜଣ ମହିଳାଙ୍କୁ ବିବାହ କରିଥିବା ଏହି ଠକ ଏକ ବିରଳ ଠକ ବୋଲି ସେମାନେ ବିବେଚନା କରୁଛନ୍ତି । +ରେମୁଣାରେ ନିର୍ମାଣ ହେବ ଟଙ୍କା ଛପା କାଗଜ ତିଆରି ପ୍ରକଳ୍ପ +ରେମୁଣା ତହସିଲ ଅଧୀନରେ ଥିବା ଶେରଗଡ଼ର ବାଉଁଶମୁହାଁ, ପଦାଗାଁ ଓ ନରହରିପୁର ଗ୍ରାମର ପଡ଼ିଆକୁ ରିଜର୍ଭ ବ୍ୟାଙ୍କର ଏକ ପ୍ରତିନିଧି ଦଳ ବୁଲି ଦେଖିଥିଲେ । +ଟଙ୍କା ଛପା ପାଇଁ କାଗଜ ପ୍ରିଣ୍ଟ ପ୍ରକଳ୍ପ ନିମେନ୍ତ ଏହି ପ୍ରତିନିଧି ଦଳ ଗସ୍ତ କରିଥିବା ପ୍ରଶାସନ ପକ୍ଷରୁ ଜଣାଯାଇଛି । +ଏହି ପ୍ରକଳ୍ପ ନିମନ୍ତେ ୧୦୦ ଏକର ଜାଗା ଆବଶ୍ୟକ ଥିବାବେଳେ ସ୍ଥାନ ଚିହ୍ନଟ ହେଲେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ । +87 ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ +ମାଲକାନଗିରି:ମାଲକାନଗିରି ଜିଲ୍ଲା ଆରକ୍ଷ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ପରିସର ଠାରେ ଆଜି 87 ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । +ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିଶ ୱାଧୱାନି, ଡ଼ିଏସପି ଶ୍ରୀ ବଳଭଦ୍ର ଦୀପ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଙ୍କ ସହ ବିଏସଏଫ କମାଡେଣ୍ଟ, ଜିଲ୍ଲାର ସାମ୍ବାଦିକ ଓ ବହୁ ବରିଷ୍ଠ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । +୧୯୩୬ ମସିହାରେ ଓଡିଶାରେ ପୋଲିସ ବିଭାଗକୁ ଏକ ସ୍ଵତନ୍ତ୍ର ରୂପେ ଗଠନ କରାଯାଇଥିଲା । +ସେହି ଦିନ ଠାରୁ ଏପ୍ରିଲ ୧ ତାରିଖକୁ ପୋଲିସ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଉଛି । +ପ୍ୟାରେଡ଼ ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ପାଠ କରିଥିଲେ ଏବଂ ଚଳିତ ବର୍ଷ ଯେଉଁ ପୋଲିସ ଅଧିକାରୀ ମାନେ ପୋଲିସ ବିଭାଗ ପାଇଁ ନିଷ୍ଠାର ସହ କର୍ତ୍ତବ୍ୟ ପ୍ରତିପାଦନ କରିଛନ୍ତି ସେମାନଙ୍କୁ ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା । +ଏଥିସହ ଏହିପରି ନିଷ୍ଠାର ସହ ସଦା ସର୍ବଦା କାର୍ଯ୍ୟ କରିବା ପାଇଁ ଉପଦେଶ ଉତ୍ସାହିତ କରାଯାଇଥିଲା । +ନିଉଜ୍ ଚ୍ୟାନେଲ ପାଇଁ ଆଡଭାଇଜରୀ ଜାରି କଲା କେନ୍ଦ୍ର, ନିୟମ ଭାଙ୍ଗିଲେ ବନ୍ଦ ହେବ ଚ୍ୟାନେଲ +ରୁଷ-ୟୁକ୍ରେନ ଯୁଦ୍ଧ, ଜାହାଙ୍ଗୀରପୁରୀ ବିବାଦ ଏବଂ ଲାଉଡସ୍ପିକର ଉପରେ ଚାଲିଥିବା ବିତର୍କକୁ ନେଇ ଯେଉଁଭଳି ଭାବେ ଖବର ପ୍ରକାଶିତ ବା ପ୍ରସାରଣ କରାଯାଉଛି, ଏହାକୁ ନେଇ ଆପତ୍ତି ଉଠାଇଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । +ବିଭିନ୍ନ ନିଉଜ୍ ଚ୍ୟାନେଲରେ ଏହି ସବୁ ପ୍ରସଙ୍ଗକୁ ନେଇ ପ୍ରସାରିତ ହେଉଥିବା ଖବର ଉପରେ ଲଗାମ ଲଗାଇବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଆଡଭାଇଜରୀ ଜାରି କରିଛି । +ଗାଇଡଲାଇନରେ ଉତ୍ତେଜକ ତଥା ସାମାଜିକ ବିରୋଧୀ ହେଡଲାଇନରୁ ଦୂରେଇ ରହିବାକୁ କୁହାଯାଇଛି । +କେବୁଲ ଟେଲିଭିଜନ ନେଟୱାର୍କ (ରେଗୁଲେସନ ଆକ୍ଟ) ୧୯୯୫ର ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରନ୍ତୁ ବୋଲି କେନ୍ଦ୍ର କହିଛି । +ବୀରଭୂମ୍‌ ହିଂସାକାଣ୍ଡ ଘଟଣା: ରହିଛି ଓଡ଼ିଶା ଲିଙ୍କ୍‌, ଭୁବନେଶ୍ୱରରୁ ୨ ଅଟକ +କଟକ, ୦୧/୦୫: ପଶ୍ଚିମବଙ୍ଗ ଵୀରଭୂମ୍ ହିଂସା ଘଟଣାର ଓଡ଼ିଶା ଲିଙ୍କ ଥିବା ଜଣାପଡ଼ିଛି । +ଓଡ଼ିଶା ଲିଙ୍କ ନେଇ ତଦନ୍ତ ପାଇଁ ଟ୍ୱିନ ସିଟିରେ ଏନଆଇଏ ଟିମ୍ ପହିଞ୍ଚିଛି । +ହିଂସାକାଣ୍ଡ ଘଟଣାରେ ଭୁଵନେଶ୍ବରରୁ ୨ଜଣଙ୍କୁ ଏନ୍‌ଆଇଏ ଟିମ୍‌ ଅଟକ ରଖିଥିବା ସୂଚନା ମିଳିଛି । +କଟକରେ ମଧ୍ୟ ଏନଆଇଏ ଟିମ ଛାନଭିନ୍ କରିଛି । +ବରିଷ୍ଠ ଫୁଟବଲ ଖେଳାଳି ବନବୀରଙ୍କ ପରଲୋକ +ରାଉରକେଲା: ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ବରିଷ୍ଠ ଫୁଟ୍‌ବଲ୍‌ ଖେଳାଳି ବନବୀର ବେହେରାଙ୍କ ଦେହାନ୍ତ । +ରାଉରକେଲା ଇସ୍ପାତ କାରଖାନାରେ କ୍ରୀଡ଼ା କୋଟାରେ ଚାକିରି ପାଇ କାର୍ଯ୍ୟରତ ବନବୀରଙ୍କ ମଙ୍ଗଳବାର ଅପରାହ୍ନରେ ଅସୁସ୍ଥତା ଯୋଗୁଁ ଦେହାନ୍ତ ହୋଇଯାଇଛି । +‘ଶ୍ରୀ’ ସମ୍ମାନରେ ସମ୍ମାନିତ ହେଲେ ସୋଆ ଏସ୍‌ଏଚଏମ୍ ଡିନ୍‌ +ଭୁବନେଶ୍ୱର,୨୧/୦୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍‌ +ମ୍ୟାନେଜମେଂଟ ଡିନ୍ ତଥା ଉପଦେଷ୍ଟା ପ୍ରଫେସର ଶିତିକଣ୍ଠ ମିଶ୍ର ଙ୍କୁ ‘ଶ୍ରୀ’ ସମ୍ମାନ-୨୦୨୨ ରେ ସମ୍ମାନିତ +କରାଯାଇଛି । + ସାମାଜିକ ଅନୁଷ୍ଠାନ “ପରିଚୟ ଫାଉଣ୍ଡେସନ” ପକ୍ଷରୁ ଅନୁଷ୍ଠିତ ଏକ ସ୍ୱତବ କାର୍ଯ୍ୟକ୍ରମରେ +ପ୍ରଫେସର ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । +ଆତିଥ୍ୟ ଓ ପର୍ଯ୍ୟଟନ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ନିମନ୍ତେ ପ୍ରଫେସର ମିଶ୍ରଙ୍କୁ ଏହି ସମ୍ମାନ +ମିଳିଛି । + ବିଭିନ୍ନ କ୍ଷେତ୍ରରେ ନିଜର ଅବଦାନ ଓ ପାରଦର୍ଶିତା ପ୍ରଦର୍ଶନ କରିଥିବା ପୁରୁଷମାନଙ୍କୁ ପରିଚୟ +ପାଉଣ୍ଡେସନ ତରଫର ପିତୃ ଦିବସ ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । +ପ୍ରଫେସର ମିଶ୍ର ଗ୍ୱାଲିୟର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଂଟର +ପୂର୍ବତନ ନିର୍ଦ୍ଦେଶକ ରହିଥିବାବେଳେ ଅଲ୍ ଇଣ୍ଡିଆ ବୋର୍ଡ ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, +(ଏଆଇସିଟିଇ)ର ପୂର୍ବତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି । +ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ, ପଂଚାୟତିରାଜ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ +ମବୀ ଶ୍ରୀ ପ୍ରଦୀପ ଅମାତ ପ୍ରଫେସର ମିଶ୍ରଙ୍କୁ ‘ଶ୍ରୀ’ ସମ୍ମାନରେ ସମ୍ମାନିତ କରିଥିବା ବେଳେ ଏହି ଅବସରରେ +ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ପ୍ରସନ୍ନ ପା…ଶାଣୀ ଓ ପରିଚୟ ଫାଉଣ୍ଡେସନ୍‌ର +ସଭାପତି ଶ୍ରୀମତି ରୋଜାଲିନ୍ ପା…ଶାଣୀ ପ୍ରମୁଖ ଉପସ୍ଥିତ ଥିଲେ । +ଅମୃତ ସରୋବର ଖନନକୁ କେନ୍ଦ୍ର କରି +ଗ୍ରାମରେ ଗଣ୍ଡଗୋଳ ବୃଦ୍ଧା ଗୁରୁତର +କାଲିମେଳା ତା:୦୮/୦୬ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ଲୁଗେଲ ପଞ୍ଚାୟତ ସ୍ଥିତ ଏମ.ପି.ଭି:୫୩ ଗ୍ରାମରେ ଘଟିଯାଇଛି ତୁମୁଳକାଣ୍ଡ । +ଜୀବନଭୟରେ ୬ ପରିବାର । +ଗୁରୁତର ଆହତ ବୃଦ୍ଧା କବିତା ମଣ୍ଡଳଙ୍କ ସନ୍ତାନ ଜ୍ୟୋତିକା ମଣ୍ଡକଙ୍କ ଆରକ୍ଷୀ ଅଧିକ୍ଷକ, ମାଲକାନଗିରିଙ୍କ ନିକଟରେ ଅଭିଯୋଗ ଅନୁଯାୟୀ ଆଜି ସକାଳ୯ ସମୟରେ ଗ୍ରାମରେ ଅମୃତସରୋବର ଖନନ କୁ କେନ୍ଦ୍ର କରି ଘଟି ଯାଇଛି ଗଣ୍ଡଗୋଳ ଓ ମରଣାନ୍ତକ ଆକ୍ରମଣ । +ଆକ୍ରମଣରେ ଗୁରୁତର ୭୦ବର୍ଷୀୟା ବୃଦ୍ଧା କବିତା ମଣ୍ଡଳ ଓ ଅନ୍ୟ ୫ଟି ପରିବାର ୧୯୮୬ ମସିହା ଠାରୁ ଉକ୍ତ ଜାଗାରେ ରହିଆସିବା ସଙ୍ଗେସଙ୍ଗେ ରାଜସ୍ୱ ବିଭାଗକୁ ରୀତିମତ ଭାବେ ଖଜଣା ପୈଠ କରିଆସୁଛନ୍ତି । +ଗତ କିଛିଦିନ ତଳେ ସରକାରଙ୍କ ତରଫରୁ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଅମୃତ ସରୋବର ଯଜୋନ । +ରେ ଏକ ବନ୍ଧ ଖୋଳାଇବାର ପ୍ରସ୍ତାବ ଦିଆଯାଇଥିଲା । +ତେବେ ଗ୍ରାମର ସଭାପତି ପ୍ରେମାନନ୍ଦ ବିଶ୍ୱାସ ଗଣ୍ଡଗୋଳ ହୋଇଥିବା ସ୍ଥାନରେ ପୋଖରୀ ଖୋଳିବା ପାଇଁ ପ୍ରସ୍ତାବ ଦେଇଥିଲେ । +ତେଣୁ,କବିତା ମଣ୍ଡଳ ଏବଂ ତାଙ୍କ ପରିବାର ଲୋକେ ମିଶି ତହସିଲଦାର,ଉପ-ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ । +ତଥାପି ତହସିଲ କିମ୍ବା ରାଜସ୍ୱବିଭାଗ ଦ୍ୱାରା ସୀମା ନିର୍ଦ୍ଧାରଣ ଏବଂ ଜାଗା ଚିହ୍ନଟ ନହେଉଣୁ ଗ୍ରାମର ସଭାପତି ପ୍ରେମାନନ୍ଦ ବିଶ୍ୱାସ,ଅମୃତ ମଣ୍ଡଳ,ଶ୍ରୀମତୀ ଚଣ୍ଡୀ ମଣ୍ଡଳ ସେହି ଜାଗା ଘେରା ଯାଇଥିବା ବାଡ଼ ଭାଙ୍ଗି ଜୋର ଜବରଦସ୍ତ jcb ଲଗାଇ ବନ୍ଧ ଖୋଳିବା ସମୟରେ କବିତା ମଣ୍ଡଳ ଓ ତାଙ୍କ ପୁଅ ବୋହୂ ଅନ୍ୟ ୫ଟି ପରିବାର ଵାରଣ କରିଥିଲେ । +ଫଳରେ ଆରମ୍ଭ ହୋଇଥିଲା ଉଭୟଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ । +ଗଣ୍ଡଗୋଳରେ କବିତା ମଣ୍ଡଳ,ତାଙ୍କ ପୁଅବୋହୁ,ଅନ୍ୟ ୫ଟି ପରିବାରର ସଦସ୍ୟ ଆହତ ହୋଇଥିବା ବେଳେ ଗୁରୁତର ଭାବେ ଆହତ ହୋଇଛନ୍ତି କବିତା ମଣ୍ଡଳ । +ଘଟଣାସ୍ଥଳ ରେ ଗଣ୍ଡଗୋଳ ଧକ୍କା ଓ ମାର ପିଟ ହୋଇ ଥିଲା ଫଳରେ ଅଚେତ ହୋଇଯାଇଥିଲେ କବିତା । +ତାଙ୍କୁ ପ୍ରଥମେ ଏମ.ଭି ୭୯ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଅଣାଯାଇଥିଲା , ଅବସ୍ତା ସଙ୍କଟାପନ୍ନ ଥିବାରୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇ ଥିଲା ତାପରେ ଏଠାରୁ ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରି ଚିକିତ୍ସା କିଛି ସମୟ କରାଯାଇ ଜିଲ୍ଲାରୁ ତାଙ୍କୁ ଡାକ୍ତର ପରାମର୍ଶ କ୍ରମେ ବ୍ରହ୍ମପୁର ଚିକିତ୍ସା ଳୟ ସ୍ଥାନାନ୍ତରଣ କରାଯାଇଛି । +ଏ ନେଇ ସାଧାରଣ ରେ ପ୍ରଶ୍ନ ଉଠୁଅଛି ଯେ ତିନିଚାରି ଜଣ ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ କରିବା ପରେ ମଧ୍ୟ ଯଦି ନ୍ୟାୟ ମିଳିପାରିନାହିଁ ତେବେ,ସରକାରଙ୍କ ବିଭିନ୍ନ ବ୍ୟବସ୍ଥା ତଥା ମାଳମାଳ ଯଜୋନା କାହାପାଇଁ? ଦେଖାଯାଉ ପ୍ରଶାସନ ଘଟଣା ଟିକୁ ଅନୁଧ୍ୟାନ କରି କଣ କେମିତିଆ ପଦକ୍ଷେପ ନେଉଛି ଜମି ପାଇ ଲଢେଇ କରି ଆହାତ ଗୁରୁତର ପୀଡିତ ଙ୍କ ଛଅ ପରିବାର ପାଁଇ କି ପ୍ରକାର ନ୍ଯାୟ ପ୍ରଦାନ କରୁଛନ୍ତି । +ଏ ସଙ୍କ୍ରାନ୍ତ ରେ ମୋଟୁ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଅଶୋକ କୁମାର ବିଶୋଇ ଙ୍କୁ ଯୋଗାଯୋଗ କରିବାରୁ ଘଟଣାଟି ସତ ଓ ଏ ନେଇ ରାଜସ୍ବ ବିଭାଗ ର ଅଧିକାରୀ ତଥା ତହସିଲଦାର ଓ ରାଜସ୍ବ ନିରୀକ୍ଷକ ଙ୍କୁ ଅବଗତ କରାଇ ଉକ୍ତ ଜାଗା ଗଣ୍ଡଗୋଳ ର ସମସ୍ଯାର ସମାଧାନ ପାଇ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି । +ଉଚ୍ଚତା ବୃଦ୍ଧି କରିବାକୁ ଚାହୁଁଛନ୍ତି କି କରନ୍ତୁ ଏହି ସମସ୍ତ ଯୋଗ ଆସନ . . . . . . . +ଉଚ୍ଚତା ବଢିବା ଏବଂ କମ ହେବା ଶରୀରର ଶାରିରୀକ ସଂରଚନା ଉପରେ ନିର୍ଭର କରିଥାଏ । +ଆପଣ ଚାହିଁଲେ ବ୍ୟାୟାମ ଏବଂ ଯୋଗ ଆସନ ଦ୍ୱାରା ନିଜର ଉଚ୍ଚତାରେ ପରିବର୍ତ୍ତନ କରିପାରିବେ । +ସାଧାରଣତଃ ୨୩ରୁ ୨୪ ବର୍ଷ ପରେ ଉଚ୍ଚତା ବଢିବା ବନ୍ଦ ହୋଇଯାଇଥାଏ । +କିନ୍ତୁ ସଠିକ ବ୍ୟାୟାମ ଦ୍ୱାରା ଉଚ୍ଚତା ବଢିଥାଏ । + ଆସନ୍ତୁ ଜାଣିବା କେଉଁ ଆସନ କରିବା ଦ୍ୱାରା ଉଚ୍ଚତା ବଢିଥାଏ . . . . . . +୧. ତାଡାସନ – ଏହି ଯୋଗସନରେ ସମ୍ପୂର୍ଣ୍ଣ ଶରୀର ପାଦର ଆଙ୍ଗୁଠିରୁ ମୁଣ୍ଡ ପର୍ଯ୍ୟନ୍ତ ଷ୍ଟ୍ରେଚ ହୋଇଥାଏ । +ଆସନରେ ସିଧା ଭାବରେ ଛିଡା ହୁଅନ୍ତୁ ହାତ କାନ ସିଧା ଉପରକୁ କରି ସମ୍ପୂର୍ଣ୍ଣ ଶରୀରକୁ ଉପରକୁ ଷ୍ଟ୍ରେଚ କରନ୍ତୁ । +ଏହା ଦ୍ୱାରା ଶରୀରରେ ଉଚ୍ଚତାର ବୃଦ୍ଧି ହୋଇଥାଏ । +ଏହା ୧୦ରୁ ୧୫ ବର୍ଷ ବୟସ ପିଲାମାନଙ୍କ ପାଇଁ ଖୁବ ଭଲ ଆସନ । +୨. ବୃକ୍ଷାସନ – ବୃକ୍ଷାସନ ପରି ତ୍ରିକୋଣୀୟ ଆସନ ଉଚ୍ଚତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । +ଆସନ ଉପରେ ସିଧା ଭାବରେ ଛିଡା ହୋଇଯାନ୍ତୁ । +ଗୋଟିଏ ଗୋଡକୁ ଅନ୍ୟ ଏକ ଗୋଡର ଜଙ୍ଘରେ ରଖି ହାତକୁ ନମସ୍କାର ପୋଜରେ ଗୋଟିଏ ସ୍ଥାନକୁ ଲକ୍ଷ୍ୟ କେନ୍ଦ୍ରିତ କରି ରଖନ୍ତୁ । +୩. ଶୀର୍ଷାସନ – ଶୀର୍ଷାସନ କରିବା ଦ୍ୱାରା ଶରୀରର ସମସ୍ତ ରକ୍ତ ମସ୍ତିଷ୍କକୁ ସଂଚାରଣ ହୋଇଥାଏ । +ଏବଂ ଉଚ୍ଚତାରେ ବୃଦ୍ଧି ହୋଇଥାଏ । +ଏହି ଆସନ କରିବା ପାଇଁ ମଥା ତଳକୁ ରଖି ସମ୍ପୂର୍ଣ୍ଣ ଶରୀରକୁ ଉପରକୁ କରନ୍ତୁ । +ଆପଣ ପ୍ରଥମେ ଧିରେ ଧିରେ କାନ୍ଥର ସାହାଯ୍ୟ ନେଇ ଆସନ କରନ୍ତୁ ଏବଂ ପରେ ଅଭ୍ୟାସରେ ପରିଣତ ହେଲେ ଆପଣ ବିନା ସହାୟତାରେ ଏହି ଆସନ କରିପାରିବେ । +୪. ଉଷ୍ଟ୍ରାସନ – ଏହି ଆସନଟିକୁ ଓଟ ଆସନ ମଧ୍ୟ କୁହାଯାଏ । +ଏହା ଆପଣଙ୍କୁ ଉଚ୍ଚତା ବୃଦ୍ଧିରେ ସାହାଯ୍ୟ କରିବା ସହିତ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । +ଆସନ୍ତୁ ଏହି ଆସନ କିପରି କରିବେ ଜାଣିବା – ପ୍ରଥମେ ଆସନ ଉପରେ ଆଣ୍ଠୁ ସହାୟତାରେ ବସନ୍ତୁ । +ଏହା ପରେ ଭୁଜଙ୍ଗାସନ କରି ହାତ ସାହାଯ୍ୟରେ ଗୋଡର ଗୋଇଠିକୁ ଧରିବାକୁ ଚେଷ୍ଟା କରନ୍ତୁ । +୫. ପଶ୍ଚିମତାନାସନ – ଏହି ଆସନ ପିଠିର ମାଂସପେଶୀ ଏବଂ ବେକର ମାଂସପେଶୀରେ ଷ୍ଟ୍ରେଚ କରିଥାଏ । +ଏହି ଆସନ କରିବା ପାଇଁ ଆସନ ଉପରେ ଗୋଡ ଲମ୍ବାଇ ବସନ୍ତୁ । +ଏହା ପରେ ଆଗକୁ ହୋଇ ହାତର ସାହାଯ୍ୟରେ ପାଦକୁ ଧରନ୍ତୁ । +ଏହା ଦ୍ୱାରା ଶରୀରର ଷ୍ଟ୍ରେଚ ହୋଇଥାଏ ଏବଂ ଉଚ୍ଚତା ବଢିବା ପାଇଁ ଏହା ସହାୟକ ହୋଇଥାଏ । +୬. ଭୃଜଙ୍ଗାସନ – ଏହାକୁ କୋବ୍ରା ପେଜ ମଧ୍ୟ କୁହାଯାଏ । +ଭୁଜଙ୍ଗାସନ କରିବା ଦ୍ୱାରା ଅଣ୍ଟା, ବେକର ଷ୍ଟ୍ରେଚ ହୋଇଥାଏ । +ଏହା ପେଟ ଏବଂ ଅଣ୍ଟାରୁ ଚର୍ବି କମ କରିବାରେ ସାହାଯ୍ୟ କରିଥାଏ ଏବଂ ଉଚ୍ଚତା ବୃଦ୍ଧି ପାଇଁ ଏହା ମଧ୍ୟ ଏକ ଶ୍ରେଷ୍ଠ ଆସନ ଅଟେ । +ପୂର୍ବତନ ମାଓନେତା ସୁକଦେବ ନିର୍ବାଚନ ମ‌ଇଦାନରେ । +କାଲିମେଳା , ୨୧ । +୬ ମାଓ ଅନ୍ୟୁଷିତ ମାଲକାନଗିରି ଜିଲ୍ଲାର ମାଓଗଡ଼ ଭାବେ ପରିଚିତ ବଡ଼ିଗେଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟେକଗୁଡ଼ା କଲୋନୀର ମାଓନେତା ସୁକଦେବ ଓରଫ୍ ବୁଦ୍ରା କବାସି କାଲିମେଳା ଲ୍ୟାମ୍ପସ୍‌ର ଅଧ୍ୟକ୍ଷ ପଦ ପାଇଁ ମଇଦାନକୁ ଓହ୍ଲାଇଛନ୍ତି । +କାଲିମେଳା ଲ୍ୟାମ୍ପସ୍‌ରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଲ୍ୟାମ୍ପସ୍‌ର ୧୫ ଟି ନିର୍ବାଚନ ମଣ୍ଡଳୀ ଜୋନ୍ ପାଇଁ ମୋଟ ୧୭ ଜଣ ଜୋନ୍ ପରିଚାଳନା ନିର୍ଦ୍ଦେଶକ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ । +ସେମାନଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ବେଳେ ଅନ୍ୟଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା । +ବଳକା ୧୫ ଜଣଙ୍କ ପ୍ରାର୍ଥୀପତ୍ର ନିର୍ବାଚନ ପାଇଁ ଚୁଡ଼ାନ୍ତ ହୋଇଥିଲା । +ଚୁଡ଼ାନ୍ତ ପ୍ରାର୍ଥୀମାନଙ୍କ ମଧ୍ୟରେ କେହି ବିପକ୍ଷ ପ୍ରତିଦ୍ବନ୍ଦିତ ପ୍ରାର୍ଥୀ ନଥିବାରୁ ମୋଟ ୧୫ ଜଣ ନିନ୍ଦରେ ନିର୍ବାଚିତ ହୋଇଛନ୍ତି । +ଏନେଇ ରବିବାର କାଲିମେଳା ଲ୍ୟାମ୍ପସ କର୍ତ୍ତୃପକ୍ଷ ପକ୍ଷରୁ ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇଛି । +ସେମାନଙ୍କ ମଧ୍ୟରେ ଜୋନ୍ ୧ ପାଇଁ ଏମପିଭି – ୩୫ ଗ୍ରାମର ଅଶୋକ ମଣ୍ଡଳ , ଜୋନ୍ ୨ ପାଇଁ ଏମପିଭି – ୩୧ ଗ୍ରାମର ହୃଦୟ ମଣ୍ଡଳ , ଜୋନ୍ ୩ ପାଇଁ ଏମଭି- ୬୯ ଗ୍ରାମର ଦୀଲିପ ସିଲ୍ , ଜୋନ୍‌ ୪ ପାଇଁ ଏମଭି – ୬୯ ଗ୍ରାମର ନିପୁଲ ସୁତାର , ଜୋନ୍ ୫ ପାଇଁ ତୁମ୍ବାଗୁଡ଼ା ଗ୍ରାମର କେନି କବାସି , ଜୋନ୍ ୬ ପାଇଁ ଲକ୍ଷ୍ମୀପୁର ମଙ୍ଗଳା କଲାବି , ଜୋନ୍ ୭ ପାଇଁ ଆଦିବାସୀ କଲୋନୀ ଗ୍ରାମର ମଙ୍ଗଳା ବଡ଼ନାୟକ ବୋଲି ଜଣାପଡ଼ିଛି । +ଏହିକ୍ରମରେ ଜୋନ୍ ୮ ପାଇଁ ଟେକଗୁଡ଼ା କଲୋନୀ ଗ୍ରାମର ବୁଦ୍ରା କବାସି , ଜୋନ୍ ୯ ପାଇଁ ଏମଭି- ୭୫ ଗ୍ରାମର ଦୀଲ୍ଲିପ ବିଶ୍ବାସ , ଜୋନ୍‌ ୧୦ ପାଇଁ ଗନ୍ଦିଗୁଡ଼ା ଗ୍ରାମର ଇର୍ମା କବାସି , ଜୋନ୍ ୧୧ ପାଇଁ ଟେକଗୁଡ଼ା କଲୋନୀ ଗ୍ରାମର ସହଦେବ ମାଟମ , ଜୋନ୍ ୧୨ ପାଇଁ ଶିଙ୍ଗାୱାରାମ ଗ୍ରାମର କବାସି ଆଡ଼ମା , ଜୋନ୍‌ ୧୩ ପାଇଁ ତାମାନପାଲି ଗ୍ରାମର ମିନି ନାୟକ , ଜୋନ୍ ୧୪ ପାଇଁ ସାରବାନପାଲି ଗ୍ରାମର ମଲିନା ମାଡ଼କାମି ଏବଂ ଜୋନ୍‌ ୧୫ ପାଇଁ ଲକ୍ଷ୍ମୀପୁର ଗ୍ରାମରମତୀ ଖଲ ନିର୍ବାଚିତ ହୋଇଥିବା ଜଣାପଡ଼ିଛି । +ଏହି ୧୫ ଜଣ ମଧ୍ୟରୁ ଜଣେ ଅଧ୍ୟକ୍ଷ ପଦ ଏବଂ ଜଣେ ଉପାଧ୍ୟକ୍ଷ ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । +ତେବେ ଅଧ୍ୟକ୍ଷ ପଦ ପାଇଁ ମାଓନେତା ସୁକଦେବ ଓରଫ୍ ବୁଦ୍ରା କବାସି ମଇଦାନରେ ଥିବା ଜଣାପଡ଼ିଛି । +ଅଧ୍ୟକ୍ଷ ପଦ ପାଇଁ ପୁରୁଷ ଓ ଉପାଧ୍ୟକ୍ଷ ପଦ ପାଇଁ ମହିଳା ସଂରକ୍ଷଣ ଥିବା ଜଣାପଡ଼ିଛି । +ପୂର୍ବରୁ ଲ୍ୟାମ୍ପସରେ ଅଧ୍ୟକ୍ଷ ପଦରେ ଲକ୍ଷ୍ମୀପୁର ଗ୍ରାମର ମୋତୀ ଖୁଲ ଏବଂ ଉପାଧ୍ୟକ୍ଷ ପଦରେ ଟେକଗୁଡ଼ା କଲୋନୀ ଗ୍ରାମର ସହଦେବ ମାଟମ ରହିଥିଲେ । +ଏସ୍.ପିଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ: ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ +ଛତ୍ରପୁର/ଭୁବନେଶ୍ବର: ଗଂଜାମ ଏସ୍‌ପି କାର୍ଯ୍ୟାଳୟ ସାମ୍ନାରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି । +ଜଣେ ଯୁବକ ନିଜ ଶରୀରରେ ପେଟ୍ରୋଲ ଢାଳିବା ପରେ ନିଆଁ ଲଗାଇ ଦେଇଛନ୍ତି । +ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । +ଆତ୍ମହୁତି କରିିଥିବା ଯୁବକଙ୍କ ନାଁ ବାଦଲ ସାହୁ ବୋଲି ଜଣାପଡ଼ିଛି । +ମାଲକାନଗିରି ରୁ ଭୁବନେଶ୍ୱର ଯାଉଥିବା ରିଲାନ୍ସ ବସ ଦୁର୍ଘଟଣା; ୧୫ ଆହତ +ମାଲକାନଗିରି: ମାଲକାନଗିରି ରୁ ଭୁବନେଶ୍ୱର ଯାଉଥିବା ରିଲାନ୍ସେ ବସ ଭୋର ସଖାଳେ ରମ୍ଭା ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । +ଏଥିରେ ୧୫ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବାର ମାଲକାନଗିରି ଘୋରଇ ବସ ସଂଘ ସଦସ୍ୟ ଚବିଦାସ ସୂଚନା ଦେଇଛନ୍ତି । +ଭୁବନେଶ୍ୱର ଯାତ୍ରା ସମୟରେ ବସ ର ଫ୍ରଣ୍ଟ କାଚ ଟି ଭଙ୍ଗା ରହିଥିଲା । +ସେହି ଭଙ୍ଗା ଗ୍ଲାସ୍ ଟି ଖସି ପଡ଼ିଥିଲା ଫଳରେ ଚାଳନ୍ତି ବସ ଟି କୁ ଡ଼୍ରାଇଭର ଭାରସାମ୍ୟ ହରାଇ ଗୋଟିଏ ପଟକୁ ଚାଲିଯାଇଥିଲା । +ଝଟକା ହୋଇ ବସ ଟି ରହିଯାଇଥିଲା । +ଏଥିରେ ୧୫ ଜଣ ସାମାନ୍ୟ ଆହତ ହୋଇଥିଲେ । +ଖବର ପାଇ ନିକଟରେ ଥିବା ରମ୍ଭା ହସ୍ପିଟାଲ ର ଆମ୍ବୁଲାନ୍ସ ପହଞ୍ଚି ଥିଲା ଏବଂ ନିକଟତମ ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଯାଇଥିଲା । +ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବାର ସୂଚନା ଅଛି । +ମକଡ୍ରିଲ ପାଇଁ ଜିଲାସ୍ତରୀୟ ଟେବୁଲଟପ ପ୍ରସ୍ତୁତି ବୈଠକ………ପ୍ରାକୃତିକ… +ବୌଦ୍ଧ,୧୮ା୬ : ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ମକଡ୍ରିଲ ପାଇଁ ଜିଲ୍ଲାସ୍ତରୀୟ ଟେବୁଲ ଟପ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । +ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଲାଇନ ଡିପାର୍ଟମେଣ୍ଟ୍ ସମ୍ଭାବ୍ୟ ବନ୍ୟା ପରିସ୍ଥତିର ମୁକାବିଲା ପାଇଁ ନିଜେ ନିଜେ କେତେ ସଚେତନ ଅଛନ୍ତି ଏବଂ କିଭଳି ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ଉପରେ ବିବରଣୀ ପ୍ରଦାନ କରିଥିଲେ । +ଜିଲା ଜରୂରୀକାଳୀନ ଅଧିକାରୀ ଅବନୀକାନ୍ତ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ସଭା ପରିଚାଳନା କରିଥିଲେ । +ଜିଲ୍ଲାପାଳ ଶ୍ରୀମିଶ୍ର ସମସ୍ତ ଅଧିକାରୀଙ୍କୁ ବନ୍ୟା ମୁକାବିଲା ପାଇଁ ନିଜ ନିଜ ବିଭାଗର କାର୍ଯ୍ୟକ୍ରମର ତଦାରଖ ସହିତ ପିଆରଆଇ ସ୍ୱେଛାସେବୀମାନଙ୍କୁ ଏହି କାର୍ଯ୍ୟରେ ସାମିଲ କରିବା, ଆଗାମୀ ଦିନରେ ଅଗ୍ନିଶମ ଓ ଓଡ୍ରାପ ଟିମ ବିଭିନ୍ନ ଗ୍ରାମକୁ ଯାଇ ସେଠାରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବ୍ୟବହୃତ ସମସ୍ତ ଉପକରଣ ସଂପର୍କରେ ସମସ୍ତ ଗ୍ରାମବାସୀଙ୍କୁ ତାଲିମ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । +ଆସନ୍ତାକାଲି ସକାଳ ୧୦ ଘଂଟା ସମୟରେ ଜିଲାର ୪ ଗୋଟି ବନ୍ୟା ଆଶ୍ରୟସ୍ଥଳ କୁଲତାଜୋର,ଘଂଟାପଡା,ବହିରା ଓ ଧାମନଗରରେ ମକଡ୍ରିଲ ଅନୁଷ୍ଠିତ କାର୍ଯ୍ୟକ୍ରମ ରହିଛି । +ଏହି କାର୍ଯ୍ୟକ୍ରମରେ ପ୍ରବନ୍ଧକ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ମିଶ୍ର ଯୋଗଦେଇ ମୁଁ ନୁହେଁ ଆମେ ଭାବି ସମସ୍ତ ଅଧିକାରୀ ନିଜ ନିଜ ଦାୟିତ୍ୱ ପ୍ରତି ସଚେତନ ରହି ବନ୍ୟାର ମୁକାବିଲା କରିବା ପାଇଁ ପରାମର୍ଶ ଦେଇଥିଲେ । +ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜରୂରୀ େଓøଷଧ ମହଜୁଦ ରଖିବା,ପାନୀୟଜଳ,ପଲିଥିନ,ସାନିଟାଇଜର,ଶୁଖିଲା ଖାଦ୍ୟ,ଗୋଖାଦ୍ୟ,ଭେକ୍ସିନ ଓ ଆମ୍ବୁଲେନସ ପ୍ରସ୍ତୁତ ରଖିବାକୁ ସଂପୃକ୍ତ ବିଭାଗ ଗୁଡିକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । +ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜରୂରୀ ପରିସ୍ଥିତିର ମୁକାବିଲା ପାଇଁ ଆଡିବନ୍ଧ ଓ କେନାଲ ଗୁଡିକର ତଦାରଖ କରାଯିବା ସହିତ ପ୍ରଚୁର ପରିମାଣରେ ବାଲିବସ୍ତା ମହଜୁଦ ରଖିବା,ଓଡ୍ରାଫ ଓ ଅଗ୍ନିଶମ ବିଭାଗ ମାନସିକ ଓ ଶାରିରୀକ ଭାବରେ ସରଞ୍ଜାମ ସହିତ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । +ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ସବୁଠାରୁ ବଡ କାମ, ଏଥିପାଇଁ ସମସ୍ତ ସ୍ୱେଛାସେବୀ ସଂସ୍ଥା,ସରପଂଚ,ୱାର୍ଡ ସଭ୍ୟ,ଗ୍ରାମବାସୀମାନେ ମିଳିତ ଭାବରେ ପରସ୍ପର ସହଯୋଗ ରଖି ଏହାର ମୁକାବିଲା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥଲେ । +ଏହି ବୈଠକରେ ଉପଜିଲ୍ଲାପାଳ ସନତ କୁମାର ନାଏକ,ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ,ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରଦିପ କୁମାର ରଥ,ଜିଲ୍ଳା ଯୋଗାଣ ଅଧିକାରୀ ବିଭୁପ୍ରସନ୍ନ ଆଚାର୍ଯ୍ୟ,ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର କୁମାର ଦାଶ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ନରେଶ ଆଚାର୍ଯ୍ୟ, ଏନଏସି ନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡା,ଜିଲା କୃଷି ଅଧିକାରୀ ନାରାୟଣ ମହାନନ୍ଦ,ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ର,ଜିଲ୍ଲା ମଙ୍ଗଳ ଅଧିକାରୀ ବିନୋଦ ଚନ୍ଦ୍ର ନାଏକ,ମତ୍ସ୍ୟ ବିଭାଗ ପକ୍ଷରୁ ଲିପସା ପଟ୍ଟନାୟକ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସରସୀ ପଣ୍ଡା,ଜିଲ୍ଲା ପଂଚାୟତ ଅଧିକାରୀ ଲକ୍ଷ୍ମଣ ଓରାମ,ଡିଏସପି ସାଲେଷ୍ଟିନ ଟିଗା ଓ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ବିଭିନ୍ନ ସେବଛାସେବୀ ସଂଗଠନର ପ୍ରତିନିଧି ଉପସ୍ଥିତ ଥିଲେ । +ଏହି ବୈଠକରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସଂଜୟ କୁମାର ଝା ଓ ଜରୂରୀକାଳୀନ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । +ଅଙ୍ଗ ପ୍ରତ୍ୟଙ୍ଗ ପ୍ରତିରୋପନ ଶିବିର +ବୌଦ୍ଧ ଜିଲ୍ଲାର ଟାଉନହଲ ଠାରେ ଜିଲ୍ଲା ପ୍ରଶାସନ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅଙ୍ଗ ପ୍ରତ୍ୟଙ୍ଗ ପ୍ରତିରୋପନ ଶିବିର ଅନୁଷ୍ଠିତ ହୋଇଯାଇଛି । +ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପୂଜାରୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଭିନ୍ନକ୍ଷମ ଥଇଥାନ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରତିରପଣ ଉପରେ ମତବ୍ୟକ୍ତ କରିଥିଲେ । +ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର କଂହର ଓ ଵାଲ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଉତ୍ପଲ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ଏବେ ମତବ୍ୟକ୍ତ କରିଥିଲେ । +ଏଥିରେ 57ଜଣ ଭିନ୍ନକ୍ଷମ ବ୍ୟକ୍ତି ଅଁଶ ଗ୍ରହଣ କରିଥିଲେ । +ବିଦ୍ୟାଧର ମେହେର, ଦେବେନ୍ଦ୍ର ପାଣିଗ୍ରାହୀ, ରାଜେନ୍ଦ୍ର ପ୍ରଧାନ, ରଞ୍ଜିତ ମହାନ୍ତି, ମନୋଜ ବେହେରା, ଏବଂ ସାନନ୍ଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଜଗ କରିଥିଲେ । +୫-ଟି ସଚିବଙ୍କ ସୁଆଣ୍ଡୋ ଗସ୍ତ; ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା +ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମର ଉନ୍ନୟନ ପ୍ରକଳ୍ପ ଉଦଘାଟନ କରାଯିବ । +ଏନେଇ ଆଜି ୫-ଟି ସଚିବ ଭି କେ ପାଣ୍ଡିଆନ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମ ଗସ୍ତ କରିଛନ୍ତି । +ରାଜ୍ୟ ସରକାରଙ୍କ ତରଫରୁ ୨୪ କୋଟି ଟଙ୍କା ଅନୁଦାନରେ ଚାଲିଥିବା ଗାଁର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଲୋକେଶ୍ୱର ଦେବଙ୍କ ମନ୍ଦିର ନିର୍ମାଣ, ଉତ୍କଳମଣିଙ୍କ ଷଠୀଘର ସୁରକ୍ଷା, ପ୍ରମୋଦ ଉଦ୍ୟାନ, ଶିଶୁ ପ୍ରମୋଦ ଉଦ୍ୟାନ, ପୁଷ୍କରିଣୀ, ସଂଗ୍ରହାଳୟ, ସୂଚନା କେନ୍ଦ୍ର ଓ ଭୋଜନାଳୟ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ । +ବଡ଼ ଭାଇର ବଂଶ ବୁଡ଼ାଇଲା ସାନଭାଇ +ବଇରୀ ସାଜିଲା ସାନ ଭାଇ । +ବଡ଼ଭାଇର ପୂରା ପରିବାରକୁ ସାନଭାଇ ହତ୍ୟା କରିଛି । +କଟକ ଜିଲ୍ଲା ମାହାଙ୍ଗା କୁସୁପୁରରେ ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି । +ଗୋଟିଏ ପରିବାର ୫ ଜଣଙ୍କୁ ହତ୍ୟା କରାଯାଇଛି । +ମୃତକ ମାନେ ହେଲେ ଅଲେଖ ସାହୁ ତାଙ୍କ ସ୍ତ୍ରୀ ରଶ୍ମିରେଖା ପୃଷ୍ଟି, ନାତୁଣୀ ସ୍ମୃତିସନ୍ଧ୍ୟା ଓ ଦୁଇ ନାତି ସ୍ମୃତି ସାଇ, ସ୍ମୃତି ସୌରଭ । +ଅଭିଯୁକ୍ତ ଶିବସାହୁ ବଡଭାଇର ପରିବାରୁ ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି । +ଏଥିସହ ହତ୍ୟାପରେ ଏକ ଭିଡିଓ ଜାରି କରି ନିଜେ ମାରିଥିବା ସ୍ୱୀକାର କରିଛି । +ଡିଭିଏଫ ଯବାନଙ୍କ ମହାନତା, ଖଟିଆରେ ବୃଦ୍ଧଙ୍କୁ ବୋହିଲେ ୨ କିମି +ଡିଭିଏଫ ଯବାନଙ୍କ ମହାନତା । +ରୋଗାଗ୍ରସ୍ତ ବୃଦ୍ଧାଙ୍କୁ ଖଟିଆରେ ବୋହି ମେଡିକାଲ ନେଲେ ଯବାନ । +ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ କମାରପାଲୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । +ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ +ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । +ଶନିବାର ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । +ବରିଷ୍ଠ ଅଧିକାରୀ ବୀର ବକ୍ରମ ଯାଦବଙ୍କୁ ପୁର୍ତ୍ତ ବିଭାଗ ପ୍ରମୁଖ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି । +ଏଥି ସହିତ ୧୯୯୬ ବ୍ୟାଚର ଆଇଏଏସ ଶ୍ରୀ ଯାଦବଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନର ରୂପେ ଅତିରିକ୍ତ ଦାୟିତ୍ବ ମିଳିଛି । +ସେହିପରି କେନ୍ଦ୍ର ଡେପୁଟେସନରେ ଆସିଥିବା ୧୯୮୭ ବ୍ୟାଚର ଆଇଏଏସ ଡ. ନିକୁଞ୍ଜ କିଶୋର ସୁନ୍ଦରାୟଙ୍କୁ ପବ୍ଲିକ ଏଣ୍ଟରପ୍ରାଇଜ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ବ ମିଳିଛି । +ବୌଦ୍ଧଜିଲ୍ଲା କ୍ରିକେଟ ଆସୋସିଏସନର ବାର୍ଷିକ ସାଧାରଣ ବୈଠକ +ହରଭଙ୍ଗା ୨୨/୫- ବୌଦ୍ଧଜିଲ୍ଲା କ୍ରିକେଟ ଆସୋସିଏନସର ବାର୍ଷିକ ସାଧାରଣ ବୈଠକ ଆଜି ପୁରୁଣାକଟକସ୍ଥିତ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । +ସଂପାଦକ ଲମ୍ବୋଦର ପୁରୋହିତ ସ୍ୱାଗତ ଭାଷଣ ପ୍ରଦାନ କରିବାସହ ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ । +ସଭାପତି ଯୁଗଳ କିଶୋର ସାମଲ ସଭାରେ ସଭାପତିତ୍ୱ କରିଥିଲେ । +ଏହି ବାର୍ଷିକ ସାଧାରଣ ବୈଠକରେ ଅନେକ ସାଙ୍ଗଠାନିକ ନିଷ୍ପତ୍ତି ନିଆଯିବାସହ ଜିଲ୍ଲାରେ କ୍ରିକେଟ ଖେଳର ଉନ୍ନତି ପାଇଁ ବିଶଦ୍‌ ଭାବେ ଆଲୋଚନା କରାଯାଇଥିଲା । +ଭୈରବୀକ୍ଲବ ପୁରୁଣାକଟକର କର୍ମକର୍ତ୍ତା ଜିଲ୍ଲାକ୍ରିକେଟ ଆସୋସିଏସନର କର୍ମକର୍ତ୍ତାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା କରିବାସହ କ୍ରିକେଟର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବ ରଖିଥିଲେ । +ଅନ୍ତରୀଣ କମିଟି ସଦସ୍ୟ ଦିବ୍ୟଶଙ୍କର ରାଉତ, ଉପ-ସଭାପତି ନିରଞ୍ଜନ ମେହେର, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଦୀପ କୁମାର ଡାଙ୍ଗ, ଅଜମତ୍‌ ଖାନ ପ୍ରମୁଖ ମଞ୍ଚାସୀନ ଥିଲେ । +ଆଜିର ବୈଠକରେ ଜିଲ୍ଲାକ୍ରିକେଟ ଆସୋସିଏସନର ବହୁ ବରିଷ୍ଠ ସଦସ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । +ସଭାଶେଷରେ ଉପ-ସଭାପତି ନିରଞ୍ଜନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । +୬ଟି ଦେଶରୁ ଭୁବନେଶ୍ୱର ଆସୁଥିଲା କୋକେନ୍ +ଭୁବନେଶ୍ୱରରେ କୋକେନ୍ ଜବତ ଘଟଣାରେ ସାମ୍ନାକୁ ଆସିଲା ବାହାର ଦେଶର ଲିଙ୍କ | ମିଳିଥିବା ସୂଚନା ମୁତାବକ ବିଦେଶରୁ କୋକେନ୍ ଆସୁଥିଲା | କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ ଗିରଫ ଦୁଇ ଅଭିଯୁକ୍ତ ଅନ୍ୟ ଦେଶର ଡ୍ରଗ ପେଡଲରମାନଙ୍କ(ଡ୍ରଗ୍ସ ଦଲାଲ) ସହ ଯୋଗାଯୋଗରେ ଥିଲେ | ୬ଟି ଦେଶରୁ ଏହି କୋକେନ ଆସୁଥିଲା | ଚୀନ, ଫ୍ରାନ୍ସ, ଆମେରିକା, ସ୍ୱିଜରଲାଣ୍ଡ, ଥାଇଲ୍ୟାଣ୍ଡ, ସାଉଥଆଫ୍ରିକାରୁ କୋକେନ ଦିଲ୍ଲୀ ଆସୁଥିବାବେଳେ ସେଠାରୁ ଓଡିଶା ଆସୁଥିଲା କୋକେନ୍ | +ନନ୍ଦନକାନନରେ ହାତୀ ପ୍ରେମାର ଆଗ ଦୁଇ ଗୋଡ଼ରେ ଘା’ : ଶୀଘ୍ର ସୁସ୍ଥ କରିବା ପାଇଁ ଲାଗିଛନ୍ତି… +ନନ୍ଦନକାନନରେ ହାତୀ ପ୍ରେମାର ଗୋଡରେ ଘା’ । +ହାତୀ ପ୍ରେମାର ଦୁଇ ଗୋଡରେ ଘା’ ହୋଇଥିବା ଜଣାପଡ଼ିଛି । +ନଖ ସଂକ୍ରମିତ ହୋଇଥିବାରୁ ପୂଯ ବାହାରୁଛି । +ଏହାକୁ ନେଇ ଚିନ୍ତାରେ ଅଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । +ଘା’ ପ୍ରକୋପରୁ ସେ ଭଲ ଭାବେ ଛିଡା ହୋଇପାରୁନାହିଁ । +ଘା’ରେ ମାଛି ବସୁଥିବାରୁ ସେ ଅଧିକ ବିବ୍ରତ ହୋଇପଡ଼ୁଛି । +ଗୋଡକୁ ମାଛି ଦାଉରୁ ରକ୍ଷା କରିବା ପାଇଁ ବିଶୋଧକ ସିଞ୍ଚନ କରାଯାଉଛି । +ସଂକ୍ରମଣ କମାଇବା ଲାଗି ପ୍ରେମାକୁ ପ୍ରତିଷେଧକ ଟିକା ଦିଆଯାଉଛି । +ଚିକିତ୍ସା ଆରମ୍ଭ ହେବାଠାରୁ ସେ ସାମନ୍ୟ ସୁସ୍ଥ ହୋଇଛି ବୋଲି କୁହାଯାଉଛି । +୫୮ ବର୍ଷୀୟା ବୃଦ୍ଧା ହାତୀ ପ୍ରେମା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନ୍ୟତମ ଆକର୍ଷଣ । +ପ୍ରେମାକୁ ୧୯୮୫ରେ ତାମିଲନାଡୁ ଭନ୍ଦାଲୁର ଅଭୟାରଣ୍ୟରୁ ନନ୍ଦନକାନନକୁ ଅଣାଯାଇଥିଲା । + ସେତେବେଳେ ତାକୁ ୨୧ ବର୍ଷ ହୋଇଥିଲା +କଣ୍ଟାମାଳ:ଗୋଷ୍ଠୀ ଶୌଚାଳୟ ସାଜିଛି ଭୂତ କୋଠୀ,କେବେ କାର୍ଯ୍ୟକ୍ଷମ ହେବ +କଣ୍ଟାମାଳ,- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଗୋଷ୍ଠୀ ଶୌଚାଳୟ ଟି କାର୍ଯ୍ୟକ୍ଷମ ନ ହୋଇ ଭୂତ କୋଠିରେ ପରିଣତ ହୋଇଛି । +କାମ ସଂପୂର୍ଣ୍ଣ ହେବାର ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ନ ହେବାରୁ ରୋଗୀଙ୍କ ସହ ତାଙ୍କର ସମ୍ପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । +ଶୌଚାଳୟ ରେ ପାଣି ଟାଙ୍କି , ପାଇପ , ଟ୍ୟାପ୍ ସହ ଅତ୍ୟାବଶ୍ୟକୀୟ ଭିତ୍ତିଭୂମି ସଂପୂର୍ଣ୍ଣ ହୋଇ ଥିଲେ ମଧ୍ୟ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । +ଏ ସମ୍ପର୍କରେ ଆମେ କଣ୍ଟାମାଳ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ମୁଁ ଜାଣି ନାହିଁ ବୁଝିକି କହିବି ବୋଲି କହିଥିବା ବେଳେ କଣ୍ଟାମାଳ ବିଡ଼ିଓ କଳାକୃଷ୍ନ ପ୍ରଧାନ ଙ୍କୁ ପଚାରିବାରୁ ମୁଁ ତଦନ୍ତ କରି ଅତି ଶୀଘ୍ର ପଦକ୍ଷେପ ନେବାକୁ ପ୍ରକାଶ କରିଥିଲେ । +ଘଟଣା ସମ୍ପର୍କରେ ଆମେ ମନମୁଣ୍ଡା ସରପଞ୍ଚ ରଞ୍ଜୁ ବେହେରା ଙ୍କ ପ୍ରତିକ୍ରିୟା ନେବାରୁ ଖୁବ୍ ଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । +ଏଠାରେ ଦେଖିବାକୁ ବାକି ରହିଲା ମନ ମୁଣ୍ଡା ଅଞ୍ଚଳର ପ୍ରତ୍ୟେକ ଜନ ହିତାଧି କାରି କାର୍ଯ୍ୟ ବିପଥ ଗାମୀ ହେଉଥିବା ବେଳେ କେବେ କାର୍ଯ୍ୟ କ୍ଷମ ହେଉଛି ଏ ଗୋଷ୍ଠୀ ଶୌଚାଳୟ ଆଉ କେବେ ଶୁଭ ସୃଷ୍ଟି ପଡୁଛି ପ୍ରଶାସନର । +ଓଡିଶା ମେଡିକାଲ କର୍ମଚାରୀ ସଂଘର ୭୬ତମ ରାଜ୍ୟ କାର୍ଯ୍ୟ କାରିଣୀ ସମ୍ମିଳନୀ । +ଟୁୁକୁନି ସାହୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଟିଟିଲାଗଡ଼ ପୌରାଧ୍ୟକ୍ଷା : ମନ୍ତ୍ରୀ… +ମନ୍ତ୍ରୀ ଟୁକୁନି ସାହୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ପୌରାଧ୍ୟକ୍ଷା । +ମନ୍ତ୍ରୀ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା କହିଛନ୍ତି ପୌରାଧ୍ୟକ୍ଷା ମମତା ଦେବୀ ଜୈନ । +ପୌର ପରିଷଦ କାର୍ଯ୍ୟାଳୟ ବାହାରେ ବଡପାଟି କରିବା ସହ କାନ୍ଦିକାନ୍ଦି ଅଭିଯୋଗ କରିଛନ୍ତି ପୌରାଧ୍ୟକ୍ଷା । +ଗତକାଲି ପୌର ପରିଷଦର ପ୍ରଥମ ବୈଠକ ବସିଥିଲା । +ଏବଂ ପ୍ରଥମ ବୈଠକ ହୋଇଥିବାରୁ ମନ୍ତ୍ରୀ ଟୁକୁନି ସାହୁଙ୍କୁ ନିମନ୍ତ୍ରଣ କରାଯାଇଥିଲା । +ମୃତକ ପରିବାରଙ୍କୁ କାଠଯୋଗାଇବା ଦାବୀ +ସ୍ଵାଧିନ ଠିକାଦାର ସଂଘ ପକ୍ଷରୁ ଦାବୀ ପତ୍ର +ଘୋଷଣା ହେଲା ନୂଆ ମନ୍ତ୍ରୀଙ୍କ ନୂଆ ବିଭାଗ, ନିରଂଜନ ଅର୍ଥ, ରଣେନ୍ଦ୍ର ପ୍ରତାପ କୃଷି +ଘୋଷଣା ହେଲା ନୂଆ ମନ୍ତ୍ରୀଙ୍କ ନୂଆ ବିଭାଗ । +ସେହି ଅନୁସାରେ ଜଗନ୍ନାଥ ସାରକା ଆଦିବାସୀ କଲ୍ୟାଣ ପାଇଥିବା ବେଳେ ନିରଂଜନ ପୂଜାରୀ ପୂର୍ବପରି ଅର୍ଥ ବିଭାଗ ସହିତ ତାଙ୍କୁ ସଂସଦୀୟ ମନ୍ତ୍ରୀ ମଧ୍ୟ କରାଯାଇଛି । + ଯେଉଁମାନଙ୍କୁ ବିଭିନ୍ନ ବିଭାଗ ଦିଆଯାଇଛି ତାହା ହେଲା.. +ଟିପିସିଓଡିଏଲ୍ ପକ୍ଷରୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ସୁଦୃଢ଼ କରିବା ପାଇଁ ନେଟ୍‌ୱର୍କରେ ଉନ୍ନତି,… +ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁୃ୍ୟସନ ଲିମିଟେଡ୍‌ +(ଟିପିସିଓଡିଏଲ୍‌) ଏହାର ଲାଇସେନ୍ସ ଅଂଚଳରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଗତ ଆର୍ଥିକ ବର୍ଷରେ +ଏହାର ନେଟ୍‌ୱର୍କରେ ଉନ୍ନତୀକରଣ ଓ ଭିତିଭୂମି ନବୀକରଣ ଜରିଆରେ ଏହାର ସ୍ଥିତିକୁ ସୁଦୃଢ଼ କରିପାରିଛି । + ବିଦ୍ୟୁତ +ବିତରଣର ସାମଗ୍ରିକ ଦୃଶ୍ୟପଟ୍ଟରେ ଉନ୍ନତି ଆଣିବା ପାଇଁ ଅଭିନବ ପ୍ରଯୁକ୍ତି ଓ ଉତମ ଗ୍ରାହକ ସେବା ଉପରେ କଂପାନି +ଗୁରୁତ୍ୱାରୋପ କରୁଛି । +ଏହାର ନେଟୱର୍କକୁ ଦୃଢ଼ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ୧୦୦ ସର୍କିଟ୍ କିଲୋମିଟର (ସିକେଏମ୍‌)ରୁ ଅଧିକ +ଉପରେ ଥିବା ୩୩ କେଭି ବିଦ୍ୟୁତ ତାର ଓ ୧୧୦୦ ସିକେଏମ୍‌ରୁ ଅଧିକ ୧୧ କେଭି ତାରରେ ଉନ୍ନତି ଅଣାଯାଇଛି +ଓ ପରିବର୍ତନ କରାଯାଇଛି । + ବିଭିନ୍ନ ଅଂଚଳରେ ଯୋଗାଣ ମାନରେ ଉନ୍ନତି ଆଣିବା ଲାଗି ୧୦୦୦ରୁ ଅଧିକ +ବିତରଣ ସବ୍‌-ଷ୍ଟେସନ (ଡିଏସ୍‌ଏସ୍‌)ର ନବୀକରଣ କରାଯାଇଛି । + କଂପାନି ପକ୍ଷରୁ ପ୍ରାୟ ୧୦,୯୦୦ ଖୁଂଟ +ସୁଦୃଢ଼ୀକରଣ ଓ ୩୭,୮୦୦ ଖୁଂଟର କଙ୍କ୍ରିଟ କରାଯିବା ବ୍ୟତୀତ ଏହାର ନେଟୱର୍କରେ ୪୨,୭୪୩ ନୂଆ ଏଲ୍‌ଟି +ଓ ଏଚ୍‌ଟି ଖୁଂଟ ଯୋଡ଼ାଯାଇଛି । + ଭିତିଭୂମିରେ ଉନ୍ନତୀକରଣ ଓ ସୁଦୃଢ଼ୀକରଣ ବ୍ୟତୀତ, ଟିପିସିଓଡିଏଲ୍ ପକ୍ଷରୁ +ନିରାପତା ଉପରେ ଗୁରୁତ୍ୱକୁ ନିଶ୍ଚିତ କରାଯାଇଛି । + ହାତୀ ଉପଦ୍ରୁତ ଅଂଚଳରେ ୧୦୦ ଡିଏସ୍‌ଏସ୍ ସହିତ ୧୨୦୦ରୁ +ଅଧିକ ଖୋଲା ଡିଏସ୍‌ଏସ୍‌ରେ ବାଡ଼ ଦିଆଯାଇଛି । +ଉପକରଣ ଓ ନେଟ୍‌ୱର୍କ ଭିତିଭୂମିର ପ୍ରତ୍ୟକ୍ଷ ରକ୍ଷଣାବେକ୍ଷଣ ଉତ୍ସାହଜନକ ଫଳ ପ୍ରଦାନ କରିଛି । + ଉପକରଣର +ଜୀବନକାଳ ଚିହ୍ନଟ କରିବା ଲାଗି ଥର୍ମୋଗ୍ରାଫି ଓ ଡିଜଲ୍‌ଭଡ୍ ଗ୍ୟାସ ଆନାଲିସିସ୍ ଭଳି ସ୍ଥିତି ଭିତିକ ରକ୍ଷଣାବେକ୍ଷଣ +ବ୍ୟବସ୍ଥାକୁ କଂପାନି ଗ୍ରହଣ କରିଛି ଓ ଠିକ୍ ସମୟରେ ରକ୍ଷଣାବେକ୍ଷଣ କରାଯାଇଛି । + ବର୍ଷକ ପୂର୍ବେ ବିଭ୍ରାଟ ତୁଳନାରେ +୨୦୨୧-୨୨ ଆର୍ଥିକ ବର୍ଷରେ ୩୩ କେଭିରେ ବିଭ୍ରାଟରେ ୬୪ ପ୍ରତିଶତ ଓ ୧୧ କେଭି ବିଭ୍ରାଟରେ ୩୭% ହ୍ରାସ +କରିବା ସଫଳତା ମିଳିପାରିଛି । +ବିଦ୍ୟୁତ ଯୋଗାଣ ସମ୍ପର୍କିତ ସେବାକୁ ଅଧିକ ଗ୍ରାହକ ମିତବ୍ୟୟୀ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ଗତ ଆର୍ଥିକ +ବର୍ଷରେ ବହୁ ସଂଖ୍ୟକ ଅଭିଯାନ ଗ୍ରହଣ କରାଯାଇଛି । + ଢେଙ୍କାନାଳ, ପାରାଦୀପ, ସାଲେପୁର ଓ ଜଗତସିଂହପୁର ଭଳି +ସ୍ଥାନରେ ନୂତନ ଗ୍ରାହକ ସେବା କେନ୍ଦ୍ର ଖୋଲିବା ସହ କଂପାନି ଏହାର ମୋଟ ଗ୍ରାହକ ସେବା କେନ୍ଦ୍ର ସଂଖ୍ୟାକୁ ୧୪ +ପର୍ଯ୍ୟନ୍ତ ବଢ଼ାଇଛି । + ଗାଓଁ ଚଲୋ ଅଭିଯାନରେ ବିଭିନ୍ନ ଗ୍ରାମରେ ୬୬୦ ରୁ ଅଧିକ ଶିବିର ଆୟୋଜନ କରି କଂପାନି +ଗ୍ରାମୀଣ ଗ୍ରାହକଙ୍କ ନିକଟରେ ପହଂଚିପାରିଛି । + ଅଭିଯୋଗ କରିବା ଓ ବିଲ୍ ପେମେଂଟ୍‌କୁ ସହଜ କରିବା ଲାଗି +ଟିପିସିଓଡିଏଲ୍ ପକ୍ଷରୁ ଡିଜିଟାଲ୍ ପ୍ଲାଟଫର୍ମ ଉପରେ ଗୁରୁତ୍ୱ ଦିଆଯାଇଛି ଓ ବିଭିନ୍ନ ପ୍ରକାର ସେବା ଯଥା ବିଲ୍ ପଇଠ +କରିବା, ନୂଆ ସଂଯୋଗ, ଅଭିଯୋଗ ଇତ୍ୟାଦି ପାଇଁ ଏକ ଡିଜିଟାଲ୍ ସମାଧାନ ଭାବେ ଟିପିସିଓଡିଏଲ୍ ମିତ୍ର ଆପ୍‌ର +ପ୍ରସାର କରାଯାଇଛି । + ଡିଜିଟାଲ୍ ପେମେଂଟ୍‌ର ପ୍ରସାର କରିବା ଲାଗି କଂପାନି ପକ୍ଷରୁ ସଠିକ୍ ସମୟରେ ବିଲ୍ ପଇଠ ଉପରେ ୨% ରିହାତି ଦିଆଯାଉଛି ଏବଂ ନିର୍ଧାରିତ ତାରିଖ ମଧ୍ୟରେ ଅନଲାଇନ୍‌ରେ ବିଲ୍ ପଇଠ କରୁଥିବା +ଗ୍ରାହକମାନଙ୍କ ଲାଗି ପେ ଆଣ୍ଡ୍ ୱିନ୍ ସ୍କିମ୍ ଚାଲୁ ରଖାଯାଇଛି । +ଏହି ଅବସରରେ ଟିପିସିଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଏମ୍ ସେନବାଗମ କହିଛନ୍ତି ଯେ, +“ଓଡ଼ିଶାରେ ଆମେ ଆଉ ଏକ ସଫଳ ବିତରଣ ସଂସ୍କାର କାହାଣୀ ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଛୁ । + ଗତ ଆର୍ଥିକ +ବର୍ଷରେ ଆମେ ସଠିକ୍ ଦିଗରେ ଅଗ୍ରସର ହୋଇଛୁ । + ସବୁ ନବୀକରଣ, ନେଟ୍‌ୱର୍କ ଉନ୍ନତି ଓ ଆଧୁନିକ ଫଳ-କୈନ୍ଦ୍ରୀକ +ପ୍ରଯୁକ୍ତିର ବ୍ୟବହାର ସହିତ ଟିପିସିଓଡିଏଲ୍‌ର ବିତରଣ ଭିତିଭୂମି ବହୁତ ଭଲ ଆକାର ନେଇଛି । + ଶ୍ରେଷ୍ଠ ସେବା ଓ +ସବୁଠୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସହିତ ଆମେ ଆମ କାର୍ଯ୍ୟ କ୍ଷେତ୍ରର ଅନ୍ୟାନ୍ୟ ବିଷୟରେ ପ୍ରଯୁକ୍ତି ଜନିତ +ଉନ୍ନତୀକରଣ ଉପରେ କାର୍ଯ୍ୟ କରୁଛୁ । +’’ +ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ହିତାଧିକାରୀଙ୍କ ଆଲୋଚନା… +ବୌଦ୍ଧ,୨୪ା୫ : ଆଗାମୀ ୩୧.୦୫.୨୦୨୨ ରିଖ ଦିବା ୧୦.୩୦ ମିନିଟ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାର ତିନୋଟି ଜିଲ୍ଲା ବୌଦ୍ଧ,ଯାଜପୁର ଓ କୋରାପୁଟ ର ବିଭିନ୍ନ ହିତାଧିକାରୀ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ ଓ ସହର),ପୋଷଣ ଅଭିଯାନ,ଉଜ୍ଜଳା ଯୋଜନା,ସ୍ୱଛ ଭାରତ,ଜଳ ଜବୀନ ମିଶନ,ପ୍ରଧାନମନ୍ତ୍ରୀ ନିଧି ଯୋଜନା,ଆୟୁଷ୍ମାନ ଭାରତ, ସ୍ୱାସ୍ଥ୍ୟମେଳା,ମୁଦ୍ରା ଯୋଜନା,ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନାର ହିତାଧିକାରୀଙ୍କ ସହିତ ଆଭାସୀ ଜରିଆରେ ଆଲୋଚନା କରିବେ । +ଏହି କାର୍ଯ୍ୟକ୍ରମ ବୌଦ୍ଧଜିଲାରେ ସଫଳତାର ସହିତ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । +ସମସ୍ତ ଯୋଜନାର ୨୦ ଜଣ ଲେଖାଏଁ ହିତାଧିକାରୀ ଏଥିପାଇଁ ପ୍ରସ୍ତୁତ ରହିବେ । +ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ,ବିଧାୟକ, ଜିଲାପରିଷଦ ଅଧ୍ୟକ୍ଷ,ଏନଏସି ଅଧ୍ୟକ୍ଷ, ସମସ୍ତ ବ୍ଲକ ଅଧ୍ୟକ୍ଷ,ପଞ୍ଚାୟତିରାଜ ସଦସ୍ୟ,ସ୍ୱାଧୀନତା ସଂଗ୍ରାମୀ ଏବଂ ତାଙ୍କର ପରିବାରବର୍ଗ,ବୁଦ୍ଧିଜିବୀ,ବରିଷ୍ଠ ନାଗରିକ,ସମସ୍ତ ବ୍ୟାଙ୍କର ପ୍ରତିନିଧି, ସମସ୍ତ ସରକାରୀ ଅଧିକାରୀ,ସ୍ୱେଛାସେବୀ ସଂଗଠନ,ସାମାଜିକ ସଂଗଠନ ଓ ଗଣମାଧ୍ୟମ ପ୍ରତିନିଧିମାନେ ବହୁଳ ସଂଖ୍ୟାରେ ଯୋଗଦେବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । +ମଇ ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ସାମାଜିକ ଗଣମାଧ୍ୟମ ,ସମ୍ବାଦପତ୍ର,ବୈଦ୍ୟୁତିକ ଗଣମାଧ୍ୟମରେ ସରକାରଙ୍କ ଏହି ଯୋଜନା ଅନ୍ତର୍ଗତ ସଫଳ କାହାଣୀ ଗୁଡିକ ପ୍ରଚାର ପ୍ରସାର କରାଯିବାକୁ ଜିଲାପାଳ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । +ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେରଙ୍କ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । +ଶ୍ରୀମନ୍ଦିରରେ ASI ଅତିରିକ୍ତ ଡିଜି ଆଲୋକ ତ୍ରିପାଠୀ, ଦର୍ଶନ ପରେ ଐତିହ୍ୟ କରିଡର ପ୍ରସଙ୍ଗରେ… +ଶ୍ରୀମନ୍ଦିରରେ ASI ଅତିରିକ୍ତ ଡିଜି ଆଲୋକ ତ୍ରିପାଠୀ । +ASI ସୁପରିଟେଣ୍ଡେଣ୍ଟ୍‌ ଅରୁଣ ମଲ୍ଲିକ, ASI ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ୍‌ ଚିତ୍ତରଞ୍ଜନ ଦାସ ମଧ୍ୟ ଶ୍ରୀମନ୍ଦିର ପହଞ୍ଚି ଦର୍ଶନ କରିଛନ୍ତି । +ଦର୍ଶନ ପରେ ଐତିହ୍ୟ କରିଡର ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବେ । +ଡାକ୍ତରୀ ଛାତ୍ର ମୃତ୍ୟୁ ମାମଲା: ରାଗିଂ ଅଭିଯୋଗ ଆଣିଲେ ବାପା-ମା ଓ ମାମୁ, ସାଇଣ୍ଟିଫିକ୍ ଟିମର… +ବଲାଙ୍ଗିର: ପୁଅ ଡାକ୍ତରୀ ପାଠ ପଢିବ । +ପଢାପଢି ପରେ ଡାକ୍ତର ହେବ । +ଏକମାତ୍ର ପୁଅକୁ ନେଇ ଏଭଳି ସ୍ୱପ୍ନ ଦେଖୁଥିଲେ ପ୍ରାଧ୍ୟାପକ ବାପା ଓ ମା’ ତଥା ସଂପର୍କୀୟ । +ହରିୟାଣାର ନିଶାନ୍ତ କୁମାର ବଲାଙ୍ଗିର ଭୀମ ଭୋଇ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇଥିଲେ । +୧୦ ଦିନ ତଳେ ପରିବାର ଲୋକେ ତାଙ୍କୁ ମେଡିକାଲ କଲେଜରେ ଛାଡି ଯାଇଥିଲେ । +ନୂଆ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିବା ବେଳେ ପ୍ରାଥମିକ ପାଠ ପଢା ହେଉଥିଲା । +ଶନିବାରଠାରୁ ବିଧିବଦ୍ଧ ଭାବେ ଡାକ୍ତରୀ ପାଠ ପଢା ହୋଇଥାନ୍ତା । +ଏହା ପୂର୍ବରୁ ଅଘଟଣ ଘଟିଗଲା । +ନିଶାନ୍ତ କୁମାରଙ୍କ ମୃତ୍ୟୁ ହୋଇଗଲା । +ସେ ଛାତରୁ ପଡି ପ୍ରାଣ ହରାଇଥିବା କୁହାଯାଉଥିଲେ ବି ଶନିବାର ବାପା, ମା’ ଓ ମାମୁଁ ପହଞ୍ଚି ବରିଷ୍ଠ ଛାତ୍ରଙ୍କ ର୍ୟାଗିଂ ଯୋଗୁଁ ସେ ମାନସିକ ଚାପରେ ଥିଲେ । +ସେହି କାରଣରୁ ତାଙ୍କର ମୃତ୍ୟୁ ହୋଇଛି । +ଆତ୍ମହତ୍ୟା ନୁହେଁ, ରାଗିଂ ସହି ନପାରି ମାନସିକ ଚାପରେ ତାଙ୍କର ମୃତ୍ୟୁ ହୋଇଛି । +ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । +ମୃତ ନିଶାନ୍ତ ରହୁଥିବା ହଷ୍ଟେଲରେ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡୁଥିଲା । +ଏଥିସହିତ କଲେଜ କର୍ତୃପକ୍ଷଙ୍କ ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି ମୃତକଙ୍କ ପରିବାର ଲୋକେ । +ପୁଲିସ ମଧ୍ୟ ମାମଲାକୁ ଗୁରୁତର ସହ ନେଇଛି । +ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ କରିଥିବା ବେଳେ ମୃତକଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । +ମାଟ୍ରିକ, ଯୁକ୍ତ ଦୁଇରେ ଭଲ ପରୀକ୍ଷା ଫଳ କରିଥିଲେ । +ବିନା ତାଲିମରେ ସେ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଥିଲେ । +ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢିବା ପାଇଁ ନାମ ଲେଖାଇଥିଲେ । +ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ଥିବା ଡ.କ୍ରିଷ୍ଣ କୁମାର ଓ ସନ୍ତୋଷ କୁମାରଙ୍କ ଏକ ମାତ୍ର ପୁଅ ନିଶାନ୍ତ । +ପିଲାଟି ଦିନରୁ ମେଧାବୀ ଛାତ୍ର ଥିଲେ । +ଗତ ୧୨ ତାରିଖରେ ପରିବାର ଲୋକେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଆଣି ଛାଡିଥିଲେ । +ସେ ନୂଆ ଶିକ୍ଷାର୍ଥୀଙ୍କ ପାଇଁ ଥିବା ଛାତ୍ରାବାସର ୩୧୨ ନମ୍ବର ପ୍ରକୋଷ୍ଠରେ ଏକୁଟିଆ ରହୁଥିଲେ । +ଇତିମଧ୍ୟରେ ନୂଆ ଶିକ୍ଷାର୍ଥୀଙ୍କ ସ୍ୱାଗତ ପର୍ବ ମଧ୍ୟ ଶେଷ ହୋଇଥିଲା । +କିଛି କିଛି ବନ୍ଧୁ ଗଢି ଉଠିଥିଲେ ତାଙ୍କର କିନ୍ତୁ ସଂପର୍କ ଘନିଷ୍ଠ ହୋଇ ନଥିଲା । +ଶୁକ୍ରବାର ପ୍ରାରମ୍ଭିକ ପର୍ଯ୍ୟାୟ ପାଠ ପଢା ପରେ ସେ ରୁମକୁ ଆସିଥିଲେ । +ମଧ୍ୟାହ୍ନ ଭୋଜନ କରି ଅନ୍ତେବାସୀମାନେ ବିଶ୍ରାମ ନେଇଥିଲେ । +ଦିନ ପ୍ରାୟ ୩ଟା ବେଳକୁ ଛାତ ଉପରୁ ତଳକୁ କିଛି ପଡିବାର ଶବ୍ଦ ଶୁଣିଥିଲେ ସୁରକ୍ଷା କର୍ମୀ । +ଅନ୍ତେବାସୀମାନଙ୍କୁ ଡାକିଥିଲେ । +ଏସଂପର୍କରେ କଲେଜର ଡିନ୍ ଡା.ସବିତା ମହାପାତ୍ରଙ୍କୁ ସୂଚନା ଦିଆଯିବା ସହ ଆମ୍ବୁଲାନ୍ସକୁ ଡକାଯାଇଥିଲା । +ଭୀମ ଭୋଇ ଡାକ୍ତରଖାନାକୁ ତୁରନ୍ତ ଗୁରୁତର ନିଶାନ୍ତଙ୍କୁ ନିଆଯାଇଥିଲା । +ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । +ମାଲକାନଗିରି ପୌରଧ୍କ୍ଷ ଙ୍କ ଦ୍ଵାରା ବି ପି ଏଲ କାର୍ଡ ଧାରୀ ଙ୍କୁ ପଟ୍ଟା ବଣ୍ଟନ +ମାଲକାନଗିରି +ମାଲକାନଗିରି ସଦର ମହକୁମା ୱାର୍ଡନଂ. ୧୮, ନୂଆଗୁଡା ଏବଂ ଗାଣ୍ଡିଆଗୁଡାରେ ବିପିଏଲ କାର୍ଡଧାରୀ ମାନଙ୍କୁ ପଟ୍ଟା ବଣ୍ଟନ କରା ଯାଇଛିା ଏହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମାଲକାନଗିରି ପୌର ପରିଷଦର ପୌରାଧ୍ୟକ୍ଷ ମନୋଜ ବାରିକ ଉପସ୍ଥିତ ରହି ୪୦ ଜଣ ବିପିଏଲ ହିତାଧିକାରୀଙ୍କୁ ଏହି ମାଗଣା ପଟ୍ଟା ବଣ୍ଟନ କରିଥିଲେ ଏହି କାଯ୍ୟକ୍ରମରେ ସହରାଞ୍ଚଳ ମିସନ ପରିଚାଳକ ଜଗନ୍ନାଥ ଖେମୁଡୁ, କେ. ରାହୁଲ, ନାଥନ ବାଲା ସହ ୱାର୍ଡନଂ. ୧୮ ନୁଆଗୁଡା, ଗଣ୍ଡିଆଗୁଡାର ସମସ୍ତ ହିତାଧିକାରୀ ଉପସ୍ଥିତ ଥିଲେ ଆଗାମୀ ଦିନରେ ସଦର ମହକୁମାର ସମସ୍ତ ଅନ୍ୟ ବିପିଏଲ କାର୍ଡଧାରୀ ମାନଙ୍କୁ ଚିହ୍ନଟ କରା ଯାଇ ସେମାନଙ୍କୁ ମଧ୍ୟ ପଟ୍ଟା ବଣ୍ଟନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବାରିକ ପ୍ରକାଶ କରିଛନ୍ତିା ତେବେ ଦୀର୍ଘବର୍ଷ ଧରି ବିନା ସ୍ଥାୟୀ ପଟ୍ଟାରେ ରହୁଥିବା ଏହି ହିତାଧିକାରୀ ମାନେ ଆଜି ପଟ୍ଟା ପାଇବା ପରେ ପୌରଧକ୍ଷ ଶ୍ରୀ ବାରିକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । +କମିଲା ପେଟ୍ରୋଲ ଓ ଡିଜେଲ ଦର +ବର୍ଦ୍ଧିତ ଦର ଦାମକୁ ନେଇ ଚାରିଆଡ଼ୁ ସମାଲୋଚିତ ହେବା ପରେ ତୈଳ ଦାମ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । +ପେଟ୍ରୋଲ ଲିଟର ପିଛା ୯.୫୦ ଟଙ୍କା ଓ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ ହେବ । +ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ କରି ସୂଚନା ଦେଇଛନ୍ତି । +କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ କମାଇବାକୁ ନିଷ୍ପତ୍ତି ନେଇଥିବାରୁ ତୈଳ ଦର ହ୍ରାସ ପାଇବ । +ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି +ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । +କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା INTACH । +ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ କାମ ସ୍ଥଗିତ ରହୁ ବୋଲି ଦାବି କରାଯାଇଛି । +ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଭକ୍ତଙ୍କ ମଧ୍ୟରେ ଉଦ୍‌ବେଗ ରହିଛି । +ରାୟ ଆସିବା ପର୍ଯ୍ୟନ୍ତ ନିର୍ମାଣ ସ୍ଥଗିତ ରହିଲେ ପ୍ରକଳ୍ପ ପାଇଁ ଅସୁବିଧା ନାହିଁ ବୋଲି ଚିଠିରେ ଦର୍ଶାଯାଇଛି । +ମହୋଦଧିରେ ଶ୍ରୀଶ୍ରୀ ଦାଦାଙ୍କ ଅସ୍ଥି ବିସର୍ଜନ +ପୁରୀ : ଆଜି ମହୋଦଧିରେ ‘ସତସଙ୍ଗ’ର ପୂର୍ବତନ ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ଚିତାଭସ୍ମ ବିସର୍ଜନ ତାଙ୍କର କନିଷ୍ଠାତ୍ମଜ ପୂଜ୍ୟପାଦ ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତ୍ତୀ (ପୂଜ୍ୟପାଦ ବିଙ୍କିଦା)ଙ୍କ ଦ୍ବାରା ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ସମ୍ପନ୍ନ ହୋଇଛି । +ଏହି ଉପଲକ୍ଷେ ପୁରୀସ୍ଥିତ ସତସଙ୍ଗ ଠାକୁରବାଡ଼ିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆଗତ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ହଜାର ହଜାର ଅନୁଗାମୀ ଓ ସତସଙ୍ଗୀ ସମବେତ ହୋଇଥିଲେ । +ବୈଦିକ ବିଧି-ବିଧାନ ଓ ଶ୍ରୀଶ୍ରୀଠାକୁରଙ୍କ ଜୟଧ୍ବନି ମଧ୍ୟରେ ଏହି ପବିତ୍ର ପ୍ରକ୍ରିୟା ସମାପନ ହୋଇଥିଲା । +ଉଲ୍ଲେଖଯୋଗ୍ୟ, ଏଥିପୂର୍ବରୁ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର ଚିତାଭସ୍ମ ଉତ୍ତର ଓ ଦକ୍ଷିଣ ଭାରତର ବିଭିନ୍ନ ପବିତ୍ରସ୍ଥଳୀରେ ବିସର୍ଜନ କରାଯାଇ ସାରିଛି । +କୋଭିଡ ଅନାଥଙ୍କୁ ୪ ହଜାର ବୃତ୍ତି +ନୂଆଦିଲ୍ଲୀ : କେନ୍ଦ୍ର ସରକାର କରୋନାରେ ପିତାମାତା ଓ ଅଭିଭାବକଙ୍କୁ ହରାଇଥିବା ଅନାଥ ପିଲାଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । +ସେମାନଙ୍କ ଲାଗି ‘ପିଏମ କେୟାର୍ସ ଫର୍‌ ଚିଲଡ୍ରେନ୍‌’ ଯୋଜନାର ଲାଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପୂର୍ବାହ୍ଣରେ ଦେଶବ୍ୟାପୀ ଅନାଥ ଶିଶୁମାନଙ୍କୁ ବିତରଣ କରିଛନ୍ତି । +ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ପୂର୍ବାହ୍ନରେ ଭିଡିଓ କନଫରେନ୍ସିଂରେ ବିଭିନ୍ନ ବିଦ୍ୟାଳୟର ଏହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହିତ ସହାୟତା ବୃତ୍ତି ଅର୍ଥ ହସ୍ତାନ୍ତର କରିଛନ୍ତି । +ଏହି କାର୍ଯ୍ୟକ୍ରମ ଅବସରରେ କୋଭିଡ୍‌ରେ ଅନାଥ ହୋଇପଡିଥିବା ପିଲାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆଶ୍ବାସନା ଦେବା ସହ ବିପଦ ସମୟରେ ଦେଶ ଓ ଦେଶବାସୀ ସେମାନଙ୍କ ସହିତ ଦୃଢ ଭାବେ ଠିଆ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । +ଏହି ଯୋଜନା ଅନ୍ତର୍ଗତ କୋଭିଡ୍‌ ଅନାଥ ପିଲାଙ୍କୁ ମାସିକ ୪ ହଜାର ଟଙ୍କାର ଷ୍ଟାଇପେଣ୍ଡ ମିଳିବ । +ପିଏମ୍‌ କେୟାର୍ସ ଯୋଜନାର ଏକ ଜମାଖାତା ଖୋଲାଯିବା ସହ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଅଧୀନରେ ଏକ ସ୍ବାସ୍ଥ୍ୟକାର୍ଡ ପିଲାମାନଙ୍କୁ ହସ୍ତାନ୍ତର କରାଯାଇଛି । +ସ୍କୁଲ ଶିକ୍ଷା ଶେଷ କରିବା ପରେ ସେମାନଙ୍କୁ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ଏହି ଜମାଖାତାରୁ ମିଳିବ । +ତେବେ ୧୮ରୁ ୨୩ ବର୍ଷ ବୟସର ହେବା ପରେ ପିଲାଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ଯୋଜନାରେ ବ୍ୟବସ୍ଥା ରହିଛି । +୧୧ ମାର୍ଚ୍ଚ ୨୦୨୦ରୁ ୨୮ ଫେବୃଆରୀ ୨୦୨୨ ମଧ୍ୟରେ କୋଭିଡ-୧୯ ମହାମାରୀ କାରଣରୁ ଉଭୟ ମାତାପିତା, କିମ୍ବା ଆଇନଗତ ଅଭିଭାବକ କିମ୍ବା ପୋଷ୍ୟ ମାତାପିତା କିମ୍ବା ଅଭିଭାବକଙ୍କୁ ହରାଇଥିବା ଅନାଥ ପିଲାଙ୍କୁ ଏହି ସହାୟତା ଯୋଗାଇବା ଆରମ୍ଭ ହୋଇଛି । +ଏଥିଲାଗି ୨୯ ମେ ୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶିଶୁଙ୍କ ପାଇଁ ‘ପିଏମ କେୟାର୍ସ ଫର୍‌ ଚିଲଡ୍ରେନ୍‌ସ’ ଯୋଜନାର ଶୁଭାରମ୍ଭ କରାଯାଇଥିଲା । +ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଏଭଳି ଅନାଥ, ଗରିବ ଓ ଅଭାବୀ ପିଲାମାନଙ୍କର ନିରନ୍ତର ଯତ୍ନ ନେବା ଓ ସୁରକ୍ଷା ଯୋଗାଇ ଦେବା । +ସେମାନଙ୍କୁ ଆବାସିକ ସୁବିଧା ପ୍ରଦାନ, ଶିକ୍ଷା ଓ ବୃତ୍ତି ଜରିଆରେ ସେମାନଙ୍କୁ ସଶକ୍ତ କରିବା, ୧୮ରୁ ୨୩ ବର୍ଷ ବୟସ ହେବା ପରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ । +ଏପରିକି ଆୟୁଷ୍ମାନ୍ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯିବ । +ଏପରିକି ସେମାନଙ୍କୁ ଷ୍ଟାଇପେଣ୍ଡ ବାବଦରେ ୪ ହଜାର ଟଙ୍କା ଲେଖାଁଏ ଦିଆଯିବ । +ଯୋଜନାର ସୁବିଧା ପାଇବା ଲାଗି ଚାହୁଁଥିବା ପିଲାମାନଙ୍କ ପଞ୍ଜୀକରଣ ପାଇଁ pmcaresfor chi । +dren.in ନାମକ ଏକ ପୋର୍ଟାଲ ପୂର୍ବରୁ ଖୋଲାଯାଇ ସାରିଛି । +ଏହି ପୋର୍ଟାଲରେ ଏକ ସିଙ୍ଗଲ ୱିଣ୍ଡୋ ପ୍ରଣାଳୀ ରହିଛି, ଯେଉଁଥିରେ ମଞ୍ଜୁରି ପ୍ରକ୍ରିୟା ସହିତ ପିଲାମାନଙ୍କୁ ଅନ୍ୟ ସବୁ ସହାୟତା ପାଇଁ ବ୍ୟବସ୍ଥା କରାଯାଇଛି । +ପୂର୍ବତନ ବିଧାୟକ ନିଖୋଜ: ଅପହରଣ ସନ୍ଦେହ +ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ନିଖୋଜ ହୋଇଯାଇଛନ୍ତି । +ସେ ଗତକାଲି ଠାରୁ ନିଖୋଜ ହୋଇଥିବା ନେଇ ତାଙ୍କ ପୁଅ କ୍ୟାପିଟାଲ୍‌ ଥାନାରେ ଏତଲା ଦେଇଛନ୍ତି । +ତାଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି । +ଆଇଡିଏସ୍ ପକ୍ଷରୁ ମୁଖ ଗହ୍ୱର କ୍ୟାନ୍ସର ସଚେତନତା ଅଭିଯାନ +ଭୁବନେଶ୍ୱର, ୦୩/୦୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ଓ +ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଭୁବନେଶ୍ୱରର ୧୫ଟି ଟ୍ରାଫିକ୍‌ +ପୋଷ୍ଟରେ ମୁଖ ଗହ୍ୱର କ୍ୟାନ୍ସର ନେଇ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । +ଟିମ୍ ଗୁଡ଼ିକ ବିଭିନ୍ନ ଟ୍ରାଫିକ୍ ଛକରେ ମୁଖ ଗହ୍ୱର କ୍ୟାନ୍ସରର କାରଣ, ଲକ୍ଷଣ, ରୋଗର ଆଗୁଆ ଚିହ୍ନଟ ଏବଂ ତମାଖୁ +ସେବନ ଛାଡିବା ସଂକ୍ରାନ୍ତିୟ ତଥ୍ୟ ସମ୍ବଳିତ ଲିଫ୍‌ଲେଟ୍ ବଂଟନ କରିଥିଲେ । +ପୋଲିସ୍ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ତାଙ୍କ କାର୍ଯ୍ୟାଳୟର କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମକୁ +ଉଦ୍‌ଘାଟନ କରିଥିବା ବେଳେ ଆଡିସ୍‌ନାଲ୍ କମିଶନର ଅଫ୍ ପୋଲିସ୍ ଶ୍ରୀ ଉମାଶଙ୍କର ଦାଶ, ଡେପୁଟି କମିଶନର ଅଫ୍ ପୋଲିସ୍‌ +ଶ୍ରୀ ପ୍ରତୀକ ସିଂହ, ଭୁବନେଶ୍ୱର, ଶ୍ରୀ ପି.କେ. ଜେନା, ଡିସିପି (ହେଡ୍‌କ୍ୱାର୍ଟର) ଓ ଆସିଷ୍ଟାଂଟ କମିଶନର ଅଫ୍ ପୋଲିସ୍ (ଟ୍ରାଫିକ୍‌) +ଶ୍ରୀ ସ୍ୱସ୍ତିକ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । +ସୋଆ ପକ୍ଷରୁ ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି, ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମ କୋର୍ଡିନେଟର ତଥା ବିଶ୍ୱବିଦ୍ୟାଳୟ +ଆଉଟରିଚ୍ ପ୍ରୋଗ୍ରାମ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା, ପ୍ରଫେସର ଶ୍ରୀକାନ୍ତ କୁମାର ଧର, ପ୍ରଫେସର ଶୁଭେନ୍ଦୁ +ନାରାୟଣ ମିଶ୍ର ଓ ଶ୍ରୀ ପ୍ରଭୁଦତ ସୁବୁଦ୍ଧି ପ୍ରମୁଖ ଏ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ । +ସେହିପରି ପ୍ରଫେସର ମହାନ୍ତି ରାଜ୍ୟ ସରକାର ତମାଖୁ ଜାତୀୟ ଦ୍ରବ୍ୟର ବିକ୍ରୀ ଓ ବ୍ୟବହାର ନେଇ କଡା ପଦକ୍ଷେପ +ନେବା ନିମନ୍ତେ ଅନୁରୋଧ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । + ଏହି ସ୍ମାରକପତ୍ର +ପୋଲିସ୍ କମିଶନରଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା । +କାର୍ଯ୍ୟକ୍ରମକୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍‌-ଜୁନିୟର ଡକ୍ଟର୍ସ ନେଟୱର୍କ (ଆଇଏମ୍‌ଏ-ଜେଡିଏନ୍‌)ର ରାଜ୍ୟ +ସଭାପତି ଡକ୍ଟର ଚିନ୍ମୟ ସାହୁ, ଆଇଏମ୍‌ଏ-ଜେଡିଏନ୍‌ର ନ୍ୟାସ୍‌ନାଲ କାଉନ୍‌ସିଲ୍ ମେମ୍ବର ଡକ୍ଟର ଅଭିଜିତ ଉପାଧ୍ୟାୟ, ରାଜ୍ୟ +ସମ୍ପାଦକ ଡକ୍ଟର ନୀତିଶ କୁମାର ଧଳ, ଆଇଡିଏସ୍‌ର ଡକ୍ଟର ରାଜୀବ ପରିଡା, ରୋଟାରୀ ଇ-କ୍ଲବର ସଭାପତି ଶ୍ରୀ ଆୟୁଷ +ଜଶୋରୀୟା ଏବଂ ଆଇଡିଏସ୍‌ର ଶ୍ରୀ ପ୍ରତୀକ ଦାସ ଓ ଆଦ୍ୟାଶ୍ରୀ ପ୍ରିୟଦର୍ଶିନୀ ପରିଚାଳନା କରିଥିଲେ । +ଲୁଣ ଟ୍ରକରୁ ୫୨୩ କିଲୋ ଗଂଜେଇ ଜବତ,ଜଣେ ଗିରଫ +ମାଲକାନଗିରି,୧୭/୬: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସକୁ ଲଗାତାର ଗଂଜେଇ ଧରପଗଡରେ ସଫଳତା ମିଳି ଚାଲିଛି । +ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚିତ୍ରକୋଣ୍ଡା ପୁଲିସ ଲଗାତାର ବିଭିନ୍ନ ଅଂଚଳରେ ଚଢାଉ କରି ଲକ୍ଷ ଲକ୍ଷ ଟଂକାର ଗଂଜେଇ ଜବତ କରିସାରିଲାଣି । +ଏହି କ୍ରମରେ ଆଜି ମଧ୍ୟ ଚିତ୍ରକୋଣ୍ଡା ପୁଲିସ ତରଫରୁ ରାଜୁଲକୋଣ୍ଡା ନିକଟରେ ପୋଟ୍ରୋଲିଂ କରୁଥିବା ସମୟରେ ଓଡି-୦୭-ଏଏଲ-୯୧୭୪ ବିହୀନ ଏକ ଟ୍ରକ ଦ୍ରୁତ ଗତିରେ ଆସୁଥିବା ଦେଖିବା ପରେ ପୁଲିସ ଅଟକାଇ ଯାଞ୍ଚ କରିଥିଲା । +ଏହି ଟ୍ରକରେ ଲୁଣ ବସ୍ତା ଭର୍ତ୍ତି ହୋଇ ରହିଥିଲା । +ପୁଲିସ ଯାଞ୍ଚ କରୁଥିବା ସମୟରେ ଲୁଣ ବସ୍ତା ଦେଖି ପ୍ରଥମେ ସଂଦେହ କରିନଥିଲା । +କିନ୍ତୁ ପରବର୍ତ୍ତି ସମୟରେ ଲୁଣ ବସ୍ତା ତଳେ ୨୧ଟି ଗଂଜେଇ ବ୍ୟାଗ ରହିଥିବା ପୁଲିସ ପରେ ଜାଣିବାକୁ ପାଇଥିଲା । +ଏହି ୨୧ଟି ବ୍ୟାଗକୁ ଆଣି ଓଜନ କରିବା ପରେ ସେଥିରେ ୫୨୩ କିଲୋ ଗଂଜେଇ ରହିଥିବା ଜାଣିବାକୁ ପାଇଥିଲା । +ଗଂଜାମର ମିଥୁନ ପାଣିଗ୍ରାହୀକୁ ପୁଲିସ ଗିରଫ କରିଥିଲା । +ଏହି ଗଂଜେଇକୁ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦାରକୋଣ୍ଡା ଗ୍ରାମରୁ ରାୟପୁରକୁ ସ୍ଥାନାନ୍ତର କରୁଥିଲେ । +ଲଗାତାର ଚିତ୍ରକୋଣ୍ଡା ଅଂଚଳରୁ ଗଂଜେଇ ବାହାର ଜିଲ୍ଲା ଏବଂ ରାଜ୍ୟକୁ ଚାଲାଣ ହୋଇଆସୁଛି । +ମାଫିଆମାନେ ଡାଳେ ଡାଳେ ଗଲେ ପୁଲିସ ମଧ୍ୟ ପତରେ ପତରେ ଯାଇ ସମସ୍ତ ଚାଲକୁ ଫସର ଫଟାଉଛି । +ଆଗାମୀ ଦିନରେ ମଧ୍ୟ ଏହି ଚଢାଉ ଜାରି ରହିବ ବୋଲି ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି । +ନନ୍ଦନକାନନ ଭେଟନାରୀରେ ବାଘଛୁଆ ମୃତ +ନନ୍ଦନକାନନରେ ଧଳା ବାଘୁଣି ରୁପାର, ଆଉ ଏକ ମାଈ ଛୁଆ ଆଜି ଆଖି ବୁଜିଛି । +ମୃତ ଛୁଆ ଟି ଜନ୍ମ ହେବା ଦିନ ରୁ, ତାକୁ ନିଜ ମାଠାରୁ ଅଲଗା ରଖାଯାଇ ଥିଲା । +କତ୍ତୃପକ୍ଷ ଏହାକୁ ଭେଟେନାରୀରେ ରଖି ନିଜ ହେପାଜତରେ ପାଳନ କରୁଥିଲେ । +ମୃତ ବାଘ ଛୁଆଟି ଗତ କାଲି ଠାରୁ ଅସୁସ୍ଥ ଥିଲା । +ପଶୁ ଚିକିତ୍ସକମାନେ ତାର ଚିକିତ୍ସା କରୁଥିଲେ । +ମେୟର ଭାବେ ନିର୍ବାଚିତ ହେବା ପରେ ଆକସନ ମୁଡ୍ ରେ ସୁଲୋଚନା ଦାସ +ଭୁବନେଶ୍ବରର ମହିଳା ମେୟର ଭାବେ ନିର୍ବାଚିତ ହୋଇଛନ୍ତି ସୁଲୋଚନା ଦାସ । +ଆସନ୍ତା ନଅ ତାରିଖରେ ସେ ଶପଥ ନେବାର ସମ୍ଭାବନା ରହିଛି । +ତେବେ ତା ପୂର୍ବରୁ ସେ ୱାର୍ଡ ବୁଲା କାମ ଆରମ୍ଭ କରିଦେଇଛନ୍ତି । +ଆଜି ଉତ୍କଳ ଦିବସ ଥିବାରୁ ଭୁବନେଶ୍ବର ନିର୍ବାଚିତ ମେୟର ବିଭିନ୍ନ ୱାର୍ଡର ଉନ୍ନୟନ କାମ ତଦାରଖ କରିଛନ୍ତି । +ନନ୍ଦନକାନନ:ମାଈ ଜଳହସ୍ତୀ ମୃତ +ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ଦିନ ୬୨ ନମ୍ବର ଖୁଆଡ଼ରେ ରହୁଥିବା ଏକ ମାଈ ଜଳହସ୍ତୀର ମୃତ୍ୟୁ ଘଟିଛି । +ମୃତ ଜଳହସ୍ତୀର ବୟସ ପ୍ରାୟ ୧୧ରୁ୧୨ ବର୍ଷ ହେବ । +ଆଜି ସେ ମରି ପୋଖରୀରେ ଭାସିଥିବା ଜନ୍ତୁ ରକ୍ଷକ ଦେଖିବାକୁ ପାଇ କର୍ତ୍ତୃପକ୍ଷଙ୍କୁ ଖବର କରିଥିଲେ । +ପର୍ଯ୍ୟଟକମାନେ ସାଢେ୫ଟା ପରେ ନନ୍ଦନକାନନ ପରିସରର ମଧ୍ୟରୁ ବାହାରିବା ପରେ କର୍ମଚାରୀମାନେ ତାକୁ କ୍ରେନ୍ ସାହାଯ୍ୟରେ ପାଣିରୁ କାଢ଼ିଥିଲେ । +ଶବଟିକୁ ପୋଡ଼ି ଦିଆଯାଇଛି । +ମିଳନ ପାଇଁ ପରସ୍ପର ମଧ୍ୟରେ ସଂଘର୍ଷ ଯୋଗୁଁ ଦେହରେ ଆଘାତ ଲାଗି ମରିଥିବା ଅନୁମାନ କରାଯାଉଛି । +ଏହି ଜଳହସ୍ତୀର ମୃତ୍ୟୁ ପରେ ନନ୍ଦନକାନନରେ ମୋଟ ୧୧ଟି ଜଳହସ୍ତୀ ଅଛନ୍ତି । +ତହିଁ ମଧ୍ୟରୁ ଅଣ୍ଡିରା ୫ଟି ଓ ମାଈ ୬ଟି ଅଛନ୍ତି । +ଉଡ୍ର’ ତରଫରୁ ବସ୍ତ୍ର ଓ ଛତା ବଂଟନ +ଭୁବନେଶ୍ୱର: ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂତନ ପ୍ରୟାସ ‘ଥିଲେ ଦିଅ, ନଥିଲେ ନିଅ’ ଅଭିଯାନ ମାଧ୍ୟମରେ ବସ୍ତ୍ର ଓ ଛତା ଆଜି ଅପରାହ୍ନ ଘ.୩.୩୦ ମିନିଟ୍ ସମୟରେ ଭୁବନେଶ୍ୱର ମହାନଗର ନିଗମର ୩୪ ନମ୍ବର ୱାର୍ଡରେ ଅବସ୍ଥିତ ସତ୍ୟନଗର ଡେଭଲପ୍‌ମେଂଟ୍ ଓ କଲଚରାଲ୍ ସୋସାଇଟି (ସତ୍ୟନଗର ହୋମ୍ ଟାଉନ୍ ପାଖ)ରେ ବଂଟନ କରାଯାଇଥିଲା । +ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଂଗ୍ରହ କରାଯାଇଥିବା ପୁରୁଣା, ନୂତନ ବସ୍ତ୍ର ଏବଂ ଛତା ଯେଉଁମାନଙ୍କର ବସ୍ତ୍ରର ଅଭାବ ଓ ଛତାର ଅଭାବ ଅଛି ସେହିମାନଙ୍କୁ ବଂଟନ କରାଯାଇଥିଲା । +ବସ୍ତ୍ର ଅଭାବ ଥିବା ଏବଂ ଛତା ଅଭାବ ଥିବା ଲୋକମାନଙ୍କୁ ଖଣ୍ଡେ ବସ୍ତ୍ର ଓ ଗୋଟେ ଛତା ଦେଇ ସେହିମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ‘ଉଡ୍ର’ ତରଫରୁ ଏହା ଏକ ଛୋଟ ପ୍ରୟାସ । +ବରିଷ୍ଠ ସାମ୍ବାଦିକ ରବି ରଥ ସପ୍ତମ ଥର ପାଇଁ କ୍ଷୁଦ୍ର-ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି… +କୋରାପୁଟ ଜିଲ୍ଲାର ଜୟପୁରସ୍ଥିତ ଏମ୍‌.ଏସ୍‌. ସ୍ୱାମୀନାଥନ୍ କୃଷି ଗବେଷଣାକେନ୍ଦ୍ର ଠାରେ ଗତ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଥିବା କ୍ଷୁଦ୍ର -ମଧ୍ୟମ ସମ୍ବାଦପତ୍ର ମହାସଂଘର ୨୧ତମ ରାଷ୍ଟ୍ରୀୟ ଅଧିବେଶନ ଓ ୧୦ମ ରାଜ୍ୟ ଶାଖା ସମ୍ମିଳନୀ ଅବସରରେ ସର୍ବସମ୍ମତି କ୍ରମେ ବରିଷ୍ଠ ସାମ୍ବାଦିକ ତଥା ‘ନବୀନ’ର ସଂପାଦକ ରବି ରଥ ସପ୍ତମଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । +ବିଶ୍ଵ ପରିବେଶ ଦିବସରେ ନିମ୍ବ ଚାରା ରୋପଣ +ବାରିପଦା ସହରର ୱାର୍ଡ ନଂ 1, ଟାଙ୍କିସାହି ସ୍ଥିତ ଯମୁନାଦେଇପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗ୍ଲୋବାଲ ନିମ ପ୍ଲାଣ୍ଟେସନ ଆନୁକୂଲ୍ୟରେ ନିମ ପରିବାରର ସଦସ୍ୟମାନଙ୍କ ଦ୍ୱାରା ନିମ୍ୱ ଚାରା ରୋପଣ କରାଯାଇଛି I ଅତିଥି ଭାବେ ଯୋଗ ଦେଇ ପୂର୍ବତନ ଉପ ନଗରପାଳ ଦୁର୍ଗାମଣୀ ଆଚାର୍ଯ୍ୟ, ସମାଜସେବୀ ଅମର ସେଠି, ୱାର୍ଡର ବସ୍ତି ଉନ୍ନୟନ ପରିଷଦର ସଦସ୍ୟ ସୁନୀଲ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ନିମ୍ବ ଚାରା ରୋପଣ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସଂସ୍ଥାର ଅଧ୍ୟକ୍ଷ ବିମ୍ବାଧର ସାହୁ, ସଦସ୍ୟ ସୋମନାଥ ସିଂହ, ଅଜିତ କୁମାର କବାଟ, ବିଜୟଲଷ୍ମୀ, ମମତାଜ, ତପନ ପାତ୍ର, ମଧୁଛନ୍ଦା ପାଲ ଓ ସ୍ଥାନୀୟ ବାସିନ୍ଦା ଶିବ ପ୍ରସାଦ ମାଝୀ, ମାନସ ଷଢଙ୍ଗୀ ଏବଂ ଛାତ୍ର ଶିବ ନାଏକ ଉପସ୍ଥିତ ଥିଲେ I ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I ପରବର୍ତ୍ତୀ ସମୟରେ ବାରିପଦା ସହରର ସମସ୍ତ ୱାର୍ଡରେ ନିମ୍ବ ଚାରା ରୋପଣ କରାଯିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି I +ସମ୍ ଅଲ୍ଟିମେଟ୍ ମେଡିକେୟାର ଓ ସମ୍ କୋଭିଡକୁ ‘ସିକ୍ସ ସିଗମା ହେଲ୍‌ଥ କେୟାର ଏକ୍ସିଲେନ୍ସ’ ସମ୍ମାନ +ଶ୍ରେଷ୍ଠ ହସ୍ପିଟାଲ ଏବଂ ଶ୍ରେଷ୍ଠ ରୋଗୀ ସେବା ପ୍ରଦାନକାରୀ ଭାବେ ସମ୍ ଅଲ୍ଟିମେଟ୍‌ ମେଡିକେୟାରକୁ ୨୦୨୧ ବର୍ଷ ନିମନ୍ତେ ସମ୍ମାନ ଜନକ ସିକ୍ସ ସିଗମା ପୁରସ୍କାର ପ୍ରଦାନ କରାଯାଇଛି । +ଅନୁଭବଙ୍କ ବିରୋଧରେ ଏତଲା ଦେଲେ ବର୍ଷା +ଅଭିନେତା ତଥା ସାଂସଦ ଅନୁଭବ ଓ ତାଙ୍କ ପତ୍ନୀଙ୍କ ଭିତରେ ବିବାଦ ଥମିବାର ନାଁ ନେଉନି । +ଗତ ଦୁଇ ଦିନ ଧରି ଅନୁଭବ ତାଙ୍କ ପତ୍ନୀଙ୍କୁ ନେଇ ଅନେକ କିଛି କହିବା ସହିତ ଦୁଇଟି ଭିଡିଓ ସେୟାର କରିଥିଲେ । +ଆଉ ଏହାର ଗୋଟିଏ ଦିନ ପରେ ଅନୁଭବଙ୍କ ନାଁରେ ଏତଲା ଦେଇଛନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । +ପୁରୀ ଘାଟ ଥାନାରେ ଅନୁଭବଙ୍କ ବିରୋଧରେ ଏହି ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । +ଆଉ ବାରମ୍ବାର ଭିଡିଓ ଅପଲୋଡ କରି ଅଯଥାରେ ଅନୁଭବ ବିବାଦ ସୃଷ୍ଟି କରୁଥିବା କଥା କହିଛନ୍ତି ବର୍ଷା । +ମାଓବାଦୀ ଙ୍କ ଆତ୍ମ ସମର୍ପଣ +କଳାହାଣ୍ଡି : ଆତ୍ମ ସମର୍ପଣ କରିଛି ହାର୍ଡକୋର ମାଓ ବାଦୀ । +ଦୀର୍ଘ ଦିନ ଧରି ମାଓବାଦୀ ଭାବରେ କାର୍ଯ୍ୟ କରି ଆସୁଥିଲେ । +କିନ୍ତୁ ଆଜି କଳାହାଣ୍ଡି ପୁଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି । +ତେବେ ସେ ହେଉଛି ଲାଲସୁ ସେନ୍ଧୁ ଲକ୍ଷ୍‌ମଣ ଆପକା । +ଲାଲସୁ ୨୦୦୯ ରେ ମାଓବାଦୀ ସଂଗଠନ ରେ ସାମିଲ ହୋଇଥିଲା । +ଏହା ପରେ ୨୦୧୧ ରେ ଓଡିଶାର ନିୟମଗିରି ରେ ଆସି କାର୍ଯ୍ୟ କରୁଥିଲା । +ସେହି ଠାରେ ହିଁ ସେ ସଂଗଠନକୁ ଚଳାଉଥିଲା । +୨୦୧୪ ରେ ସେ କଲରାପଟରେ କମିଟି ମେମ୍ବର ଭାବରେ ରହି କାମ କରୁଥିଲା । +ଜଣେ ସକ୍ରିୟ ସଦସ୍ୟ ଭାବେ ରହି ସେ କାମ କରୁଥିଲା । +ତେବେ ମାଓବାଦୀ ମାନଙ୍କୁ ଜଣେ ଉତମ ମାନର ଜୀବନ ଧାରଣ କରିବା ପାଇଂ ସରକାର ଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ମଧ୍ୟ ଯୋଗାଇ ଦିଆଯାଉଛି । +ତେଣୁ ସରକାର ଙ୍କ ପାଖରେ ଆତ୍ମ ସମର୍ପଣ କରିଥିବା ରୁ ସରକାର ଙ୍କ ପକ୍ଷରୁ ୫ ଲକ୍ଷ ଯାଏଁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ । +ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା : ୫ଜଣଙ୍କୁ ଏକା ହତ୍ୟା କରିଥିଲା +ଶିବ ସାହୁ ଏକା ଘଟାଇଥିଲା ସମ୍ପୂର୍ଣ୍ଣ ନରସଂହାର । +ପ୍ରଥମେ ଭାଉଜ, ପରେ ଭାଇ ଓ ତା’ ପରେ ପୁତୁରା ଏବଂ ଝିଆରୀଙ୍କୁ କଟୁରୀରେ ହାଣିଥିଲା । +’ କଟକ ଜିଲ୍ଲା ମାହାଙ୍ଗାର କୁସୁପୁର ଗଣହତ୍ୟା ମାମଲାରେ ଆଜି ଅଭିଯୁକ୍ତ ଶିବ ସାହୁକୁ ମର୍ଡର ସ୍ପଟକୁ ନିଆଯାଇ କ୍ରାଇମ ସିନ୍‌ ରିକ୍ରିଏଟ୍‌ କରାଯାଇଥିବା ବେଳେ ଏପରି ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍‌ପି ଅଶୋକ ବେହେରା । +ଖୁସିରେ ନାହିଁ ନନ୍ଦନକାନନର ଏକମାତ୍ର ମାଈ ଜିରାଫ୍‌ ‘ଖୁସି +ନନ୍ଦନକାନନର ଏକମାତ୍ର ମାଈ ଜିରାଫ୍‌ ‘ଖୁସି’ ନାହିଁ ଖୁସିରେ । +ଦୀର୍ଘ ବର୍ଷ ହେଲା ଖୁସି ଏକାକିନୀ । +ନିଜ ଖୁଆଡ଼ରେ ନିଃସଙ୍ଗ ଜୀବନ ବିତାଉଛି ସେ । +ଦୁଇ ଦୁଇ ଥର ନନ୍ଦନକାନନ କର୍ତ୍ତୃପକ୍ଷ ତା’ ପାଇଁ ଜୀବନ ସାଥୀଟିଏ ଆଣିବା ପାଇଁ ଉଦ୍ୟମ କରିଥିଲେ ବି ଯୋଜନା ସଫଳ ହୋଇପାରିନାହିଁ । +ଦୁଇଟି ଅଣ୍ଡିରା ଜିରାଫ୍‌ଙ୍କୁ ନନ୍ଦନକାନନ କର୍ତ୍ତୃପକ୍ଷ ଆଣିଥିଲେ ବି ସେମାନେ ବଞ୍ଚିନଥିଲେ । +ତେଣୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଉଦ୍ୟମ ଖୁସି ଭାଗ୍ୟରେ ଖୁସି ଦେଇପାରିନାହିଁ । +୨୦୧୨ ଜୁଲାଇ ୧୧ରେ ବିହାର ପାଟନା ଚିଡ଼ିଆଖାନାରୁ ୪ ବର୍ଷ ବୟସର ଖୁସିକୁ ଏଠାକୁ ଅଣାଯାଇଥିଲା । +ଦୁଇ ସିମ୍ପାଞ୍ଜି ଛୁଆ କାର୍ତ୍ତିକ ଓ ସୁଭଦ୍ରା ବଦଳରେ ତାକୁ ପାଟନା ଚିଡ଼ିଆଖାନା‌ କର୍ତ୍ତୃପକ୍ଷ ଦେଇଥିଲେ । +ଏବେ ଖୁସିର ବୟସ ୧୪ ବର୍ଷ । +ମାଈ ଜିରାଫ୍‌ ୫ ବର୍ଷରୁ ୬ ବର୍ଷ ବୟସ ମଧ୍ୟରେ ମା’ ହୋଇପାରେ । +ମାଈ ଜିରାଫ୍ ଗର୍ଭ ଧାରଣର ୧୫ ମାସରେ ଛୁଆ ଜନ୍ମ ଦିଏ । +ତେଣୁ ଠିକ୍‌ ସମୟରେ ଖୁସି ମା’ ହୋଇଥିଲେ, ବର୍ତ୍ତମାନ ସୁଦ୍ଧା ନିହାତି ୩/୪ ଛୁଆର ମା’ ହୋଇସାରନ୍ତାଣି । +୨୦୦୮ ମସିହାରେ ନନ୍ଦନକାନନ କର୍ତ୍ତୃପକ୍ଷ ୪ଟି ବାଘ (୨ଧଳା ଓ ୨ ନାଲି)ଙ୍କ ସମେତ ମୋଟ ୨୨ ବିରଳ ପ୍ରଜାତି ଜୀବ ପ୍ରତିବଦଳରେ କୋଲକାତା ଅଲ୍ଲୀପୁର ଚିଡ଼ିଆଖାନାରୁ ଏକ ଅଣ୍ଡିରା ଜିରାଫ୍‌ ଆଣିଥିଲେ । +ଖୁସି ପାଇଁ ସାଥୀ ଯୋଗାଡ଼ କରିବା ଓ ନନ୍ଦନକାନନରେ ଜିରାଫ୍ ବଂଶ ବଢ଼ାଇବା ଉଦ୍ଦେଶ୍ୟରେ ଏହି ବଡ଼ ଯୋଜନା କରାଯାଇଥିଲା । +ମାତ୍ର ଉଭୟ ଖୁସି ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଦୁର୍ଭାଗ୍ୟ ଥିଲା । +ବାଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତା’ର ମୃତ୍ୟୁ ହୋଇଥିଲା । +ନା ଖୁସି ପାଇଲା ସାଥୀ, ନା ନନ୍ଦନକାନନରେ ହୋଇପାରିଲା ଜିରାଫ୍ ବଂଶ ବୃଦ୍ଧି । +ସେହିଭଳି ୨୦୧୬ ଫେବ୍ରୁଆରି ୨୪ରେ କୋଲକାତା ଅଲ୍ଲୀପୁର ଚିଡ଼ିଆଖାନାରୁ ୬ ବର୍ଷ ବୟସର ଅଣ୍ଡିରା ଜିରାଫ୍‌ ‘ଜୟ’କୁ ଅଣାଯାଇଥିଲା । +ଏଥର ବେଶ୍‌ ସତର୍କରେ ଜୟକୁ ଆଣି ନନ୍ଦନକାନନ‌ରେ ପହଞ୍ଚାଇ ଦିଆଗଲା । +ଖୁସିର ଜୀବନସାଥୀ ହୋଇଥାଆନ୍ତା ଜୟ । +ମାତ୍ର ଜୟ ନନ୍ଦନକାନନରେ ରହିବାର ୫ ଦିନରେ ଅର୍ଥାତ୍ ଫେବ୍ରୁଆରି ୨୯ ତାରିଖ ଦିନ ହଠାତ୍ ଆଖି ବୁଜିଦେଲା । +ସୂକ୍ଷ୍ମ ରକ୍ତ କୃମିଜନିତ ସଂକ୍ରମଣରେ ତା’ର ମୃତ୍ୟୁ ହୋଇଥିଲା ବୋଲି କୁହାଗଲା । +ସେବେଠୁ ଖୁସି ଏକାକିନୀ । +ଏବେ ପୁଣି ତା’ ପାଇଁ ସାଥୀ ଆଣିବାକୁ ଯୋଜନା କରାଯାଉଛି । +ଓଡିଶା ଅଣ – ଗେଜେଟେଡ୍ ବନ ସେବା ଆସୋସିଏଟ୍ ମାଲକାନଗିରି ଜୋନ୍ ଅଷ୍ଟମ ସାଧାରଣ ସମ୍ମିଳନୀ । +ମାଲକାନଗିରି ତା ୧୨/୦୬ ଓଡିଶା ଅଣ-ଗେଜେଟେଡ୍ ବନ ସେବା ସଂଘର ପକ୍ଷରୁ ଅଷ୍ଟମ ଦ୍ଵି-ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । +ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରତାପ କୋଟାପାଲ୍ଲୀ, ଆଇଏଫଏସ ବିଭାଗୀୟ ବନ ଅଧିକାରୀ, ମାଲକାନଗିରି ମୁଖ୍ୟ ବକ୍ତା ଶ୍ରୀ ଜଗବନ୍ଧୁ ପାତ୍ର, ରାଜ୍ୟ ସଭାପତି ଓ ଏନ ଜି ଏଫ ଏସ ଏ, ଓଡିଶା, ସଂମ୍ମାନୀତ ଅତିଥି ଶ୍ରୀ କନ୍ଦନ ସିଂ, , ସଂମ୍ମାନୀତ ଅତିଥି ଭାବେ ଏସ୍ ଲିଲି ଅମାନତ୍ୟା, – ମାଲକାନଗିରି ସଂମ୍ମାନୀତ ଅତିଥି ଶ୍ରୀ ଭବାନୀ ଶଙ୍କର ପାରଳା, ରାଜ୍ୟ ଉପ ସଭାପତି ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ରାଜ୍ୟ ଯୁଗ୍ମ ସଚିବ ଶ୍ରୀ ସାନ୍ତୋଶ କୁମାର ବିଶୋତ୍ ରତ୍ନା, ରାଜ୍ୟ ଆସଷ୍ଟ । +ଓ ଏନ ଜି ଏଫ ଏସ ଏ ମାଲକାନଗିରି ଜିଲ୍ଲା ସଭାପତି ଶ୍ରୀ ତପନ କୁମାର ସାହା ମାଲକାନଗିରି ଜିଲ୍ଲାର ସମ୍ପାଦକ ଶ୍ରୀ ସରୋଜ କୁମାର ସ୍ବାଇଁ ଏବଂ ମୁଖ୍ୟ ବକ୍ତା ଭାବରେ ପୂର୍ବତନ ରାଜ୍ୟ ସଭାପତି ଦୁର୍ଯ୍ୟଧନ ପାତ୍ର ଉପସ୍ଥିତ ରହିଥିଲେ ଏହି ଅଧିବେଶନ ରେ ବନ ରକ୍ଷୀ,କ୍ଷେତ୍ର କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କ ରେ ବନ ରକ୍ଷୀ ପଦବୀ ପୂରଣ,ପ୍ରତି ସେକ୍ସନ ସଦର ମହକୁମା ରେ ସିଜର ୟାର୍ଡ ଯୋଗାଇଦିଆଯ । +ଉ, ବନରକ୍ଷୀ,କ୍ଷେତ୍ର କର୍ମଚାରୀ ଙ୍କୁ ଉନ୍ନତ ମାନର ମୋବାଇଲ,କମ୍ପୁଟର ଯୋଗାଇଦିଆଯ । +ଉ, କ୍ଷେତ୍ର କର୍ମ ଚାରି ଙ୍କ କ୍ୱାର୍ଟର ଘର ମରାମତି,ପାନୀୟ ଜଳ ,ବିଦ୍ୟୁତ୍ ସେବା ଯୋଗାଇଦିଆଯ । +ଉ,ନିଆଁ ଲିଭାଇବା ପାଇଁ ଅଧିକା ସରଞ୍ଜାମ ଯୋଗାଇଦିଆଯ । + ଉ ଏହି ଅଧିବେଶନ ରେ ଆଲୋଚନା ହେବା ସହ କର୍ମକର୍ତ୍ତା ନିର୍ବାଚନ ମଧ୍ୟ କରାଯାଇଥିଲା +ବାଲିପ୍ଲଟରେ ମାଛ ବିକ୍ରିକୁ ନେଇ ଚର୍ଚ୍ଚା, ଗୋଟିଏ ମାଛର ଦାମ ୭ ଲକ୍ଷ ଟଙ୍କା +ଗୋଟିଏ ମାଛର ଦାମ୍ ୭ ଲକ୍ଷ । +ପାରାଦୀପ ବାଲିପ୍ଲଟରେ ମାଛ ବିକ୍ରିକୁ ନେଇ ଚାଲିଛି ଚର୍ଚ୍ଚା । +ଗତକାଲି ଚାରୋଟି ମାଛ ଧରି ମତ୍ସ୍ୟଯିବି ମାନେ ବାଲିପ୍ଲଟ ଆଣିବା ପରେ ଏହି ମାଛର ଦାମ ହୋଇଥିଲା ୭ ଲକ୍ଷ ଟଙ୍କା । +ପାଖାପାଖି ୮୦ କିଲୋ ଓଜନର ଏହି ତେଲିଆ ବୋରେଇ ନିଲାମ ହେବାପରେ ୭ ଲକ୍ଷରେ ବିକ୍ରି ହୋଇଥିଲା । +ଆଜି ଅନ୍ୟ ଏକ ମାଛ ଗୋଦାମ ରେ ହୋଇଥିବା ନିଲାମରେ ତିନିକିଲୋ ଆଠ ଶହ ଗ୍ରାମର ମାଛକୁ ୧୨ ହଜାର ଟଙ୍କାରେ ବିକ୍ରି ହୋଇଥିବା ନେଇ ବ୍ୟବସାୟୀ ପ୍ରକାଶ କରିଛନ୍ତି । +ଏହି ତେଲିଆ ବୋରେଇ ବିଶେଷ କରି କେବେ କେମିତି ଜାଲରେ ପଡିଥାଏ ବୋଲି କହିଛନ୍ତି ମତ୍ସ୍ୟ ବ୍ୟବସାୟୀ । +ଏହି ମାଛର ପୁଟିରେ ରହିଥିବା ଔଷଧୀୟ ଗୁଣ ରହିଥିବା କାରଣରୁ ଏହି ମାଛ ବିଭିନ୍ନ ବାହାର ଦେଶକୁ ପଠାଯାଇଥାଏ । +ଏହି ତେଲିଆ ମାଛ କାହାର ଭାଗ୍ୟ ରେ ଥିଲେ ଜାଲରେ ପଡେ ବୋଲି କିଛି ମତ୍ସ୍ୟ ବ୍ୟବସାୟୀ ପ୍ରକାଶ କରିଛନ୍ତି । +ରାସନ ଲାଗି କଡ଼ାକଡି ହେଲା ସରକାରୀ ନିୟମ, ଏଣିକି ଦଣ୍ଡି ବଟକରା ନୁହେଁ EPOS ଓଜନ ନିଶ୍ଚିତ କରିବେ… +ସରକାର ରାସନ ହିତାଧିକାରୀଙ୍କ ଲାଭକୁ ନଜରରେ ରଖି ଜରୁରୀ ନିୟମ ପ୍ରଣୟନ କରିଛନ୍ତି । +ଉଲ୍ଲେଖଯୋଗ୍ୟ ଯେ ରାସନ ଡିଲର ମାପରେ ଗଡବଡ଼ କରି ହିତାଧିକାରୀଙ୍କୁ କମ୍ ରାସନ ଦେଉଥିବାର ଅନେକବାର ଅଭିଯୋଗ ହୋଇଛି । +ଏଣୁ ସରକାର ଦୋକାନରେ ଇଲେକ୍ଟ୍ରୋନିକ୍ ପଏଣ୍ଟ ଅଫ ସେଲ(ଇପିଓଏସ) ଅନିବାର୍ଯ୍ୟ କରିଛନ୍ତି । +ମାଲକାନଗିରି ପୋଲିସ ତରଫରୁ “ଆମ ପୋଲିସ ସମିତି ବୈଠକ” +ମାଲକାନଗିରି, +ମାଲକାନଗିରି ଥାନା ପକ୍ଷରୁ ଆମ ପୋଲିସି ସମିତି ବୈଠକ ଆଦର୍ଶ ଥାନା ପରିସରରେ ଆୟୋଜିତ ହୋଇ ଯାଇଛି । +ଏହି ବୈଠକରେ ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟକ୍ରମରେ ମାଲକାନଗିରି ପୌରାଧକ୍ଷ ମନୋଜ ବାରିକ ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇଥିଲେ । +ଆଜିର ଏହି ସଭାରେ ସାଇବର ଅପରାଧୀ କିଭଳି ରୂପେ ମେଲ, ଫେସବୁକ ତଥା ସୋସିଆଲ ମିଡିଆରେ ବିଭିନ୍ନ ଲିଙ୍କ ପ୍ରଦାନ କରି ଲକ୍ଷ ଲକ୍ଷ ଟଙ୍କା ହଡପ କରୁଛନ୍ତି , ଟାୱାର ବସାଇବା, ଏଟିଏମ କାର୍ଡ ନବୀକରଣ ଏବଂ ବ୍ୟାଙ୍କିଙ୍ଗ, ଲଟେରୀ, ଚାକିରୀ ବାବଦରେ କହି ଠକେଇ କରୁଛନ୍ତି କିପରି ସତର୍କତା ଅବଲମ୍ବନ କରିବା ବୈଠକରେ ବିଶେଷ ରୂପେ ଆଲୋଚନା ହୋଇଥିଲା । +ସେହିପରି ପୋଲିସ ଆମ ସୁରକ୍ଷା ପାଇଁ ସଦା ସର୍ବଦା ତତ୍ପର, ଆମେ ପୋଲିସ ସହ ମିଳିମିଶି କରି ଚଳିଲେ ସମାଜରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ବୋଲି ପୌରାଧକ୍ଷ ଶ୍ରୀ ବାରିକ ମତ ରଖିଥିଲେ । +ଆଜିର ବୈଠକରେ ଏକ ନମ୍ବର ୱାର୍ଡର ୱାର୍ଡ ମେମ୍ବର ପେଣ୍ଡ୍ର । +ପ୍ରସାଦ ପଣ୍ଡା, ଶିଖପାଲି ସରପଞ୍ଚ ବିଜୟ କବାସୀ , ଏସ ଆଇ ଗିରିଶ ଚନ୍ଦ୍ର ମହାରଣା, ପ୍ରଭାତ ଗୌଡ଼, ଗିରୀଶ ସାରକା ଓ ମହିଳା ଏସ ଏସ ଆଇ ମିନାଖି ଦାସଙ୍କ ସହ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ । +ମୟୁରଭଞ୍ଜ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାର ବିଭିନ୍ନ ପଦାଧିକାରୀ ନିଯୁକ୍ତ । +ସ୍କୁଲ ରୂପାନ୍ତରଣର ଶେଷ ଦିନରେ ୫ଟି ଜିଲ୍ଲାର ୪୧୬ ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ… +ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ବିତୀୟ ପର୍ଯ୍ୟାୟର ଷଷ୍ଠ ତଥା ଶେଷ ଦିବସରେ ୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । +ଏହାଦ୍ବାରା ଦୁଇଟି ପର୍ଯ୍ୟାୟରେ ସମୁଦାୟ ୩୯୭୮ଟି ସ୍କୁଲ ରୂପାନ୍ତରିତ ହୋଇଛି । +ପ୍ରଥମ ପର୍ଯ୍ୟାୟରେ 1075 ଟି ସ୍କୁଲ ରୂପାନ୍ତରିତ ହୋଇଥିବା ବେଳେ, ଦ୍ବିତୀୟ ପର୍ଯ୍ୟାୟରେ 2906ଟି ସ୍କୁଲର ରୂପାନ୍ତରଣ ହୋଇଛି । +ଏହି ଅବସରରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍କୁଲ ରୂପାନ୍ତରଣ କେବଳ ସ୍କୁଲର କାୟିକ ପରିବର୍ତ୍ତନ ନୁହେଁ । +ଏହା ପିଲା ମାନଙ୍କର ମାନସିକ ସ୍ତରରେ ବିରାଟ ପରିବର୍ତ୍ତନ ଆଣିପାରିଛି । +ପିଲାଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଛି । +ଭବିଷ୍ୟତରେ ସେମାନେ ସଫଳ ହେବା ସହିତ ଓଡିଶାର ରୂପାନ୍ତରରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖି ପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । +ସ୍କୁଲ ରୂପାନ୍ତର ବାସ୍ତବରେ ଓଡିଶାର ଭବିଷ୍ୟତର ରୂପାନ୍ତର ପାଇଁ ମୂଳଦୁଆ ପକାଇଛି ବୋଲି ସେ କହିଥିଲେ । +ପିଲାଙ୍କ ଭିତରେ ମୁଁ ଭବିଷ୍ୟତ ଓଡିଶା ର ଝଲକ ଦେଖିପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ.ସେହିପରି ପିଲାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଅତ୍ୟନ୍ତ ଉତ୍ସାହର ସହିତ ନିଜ ଭବିଷ୍ୟତର ସ୍ବପ୍ନକୁ ଉପସ୍ଥାପିତ କରିଥିଲେ । +ସେମାନଙ୍କ ଭିତରେ ଆତ୍ମବିଶ୍ବାସ ଝରି ଉଠୁଥିଲା । +ସେମାନେ କହିଥିଲେ ଯେ ଉନ୍ନତ ସୁବିଧା ସହିତ ମାଗଣା ବିଜୁଳି ଓ ଇଣ୍ଟରନେଟ୍‌ ସୁବିଧା ଯୋଗୁଁ, ଯେ କୌଣସି ବିଷୟରେ ସେମାନେ ତୁରନ୍ତ ଆବଶ୍ୟକୀୟ ତଥ୍ୟ ବା ଜ୍ଞାନ ପାଇପାରୁଛନ୍ତି । +ସାରା ବିଶ୍ବର ଜ୍ଞାନ ଏବେ ସେମାନଙ୍କ ହାତ ମୁଠାରେ । +ତେଣୁ ରୂପାନ୍ତର ଯୋଗୁ ଏବେ ସ୍କୁଲ ସେମାନଙ୍କ ପାଇଁ ପ୍ରକୃତରେ ଏକ ଜ୍ଞାନ ମନ୍ଦିର ହୋଇପାରିଛି ବୋଲି ସେମାନେ କହିଥିଲେ. ସେମାନଙ୍କ ସ୍କୁଲ ଏବେ ଉତ୍କର୍ଷର କେନ୍ଦ୍ର ହୋଇଛି ବୋଲି ପିଲାମାନେ ମତ ଦେଇଥିଲେ.ଏହି ଅବସରରେ ଆଲୋଚନାରେ ଭାଗ ନେଇ କୋରାପୁଟରୁ ନିବେଦିତା, ଗଜପତିରୁ ରେଶମା, ସମ୍ବଲପୁରରୁ ଆକୃତି ବଲାଙ୍ଗୀରରୁ ଅଞ୍ଜନେୟ ଏହଂ ଯାଜପୁରରୁ ମନୀଷା ଆଦି ଛାତ୍ରଛାତ୍ରୀ ସେମାନଙ୍କ ବ୍ୟକ୍ତବ୍ୟରେ ସ୍କୁଲ ରୂପାନ୍ତର ବିଷୟରେ ସେମାନଙ୍କ ଅନୁଭବ ବର୍ଣନା କରିଥିଲେ । +ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାର ୯୫ଟି ହାଇସ୍କୁଲ, ଗଜପତିର ୩୧ଟି, ସମ୍ବଲପୁରର ୪୦ଟି, ବଲାଙ୍ଗୀରର ୧୦୦ଟି ଓ ଯାଜପୁରର ୧୫୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । +ଏହା ସହିତ ଦ୍ଵିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ଶେଷ ହୋଇଛି.ଏହି ଅବସରରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି । +ରୂପାନ୍ତର ସେମାନଙ୍କ ମାନସିକ ସ୍ତରରେ ମଧ୍ୟ ପରିବର୍ତ୍ତନ ଆଣିଛି । +ସେମାନେ ଆଗ ଅପେକ୍ଷା ଅଧିକ ଆତ୍ମବିଶ୍ବାସର ସହ ନୂଆ ଆଶା ଓ ସଂକଳ୍ପ ନେଇ ଆଗକୁ ବଢୁଛନ୍ତି । +ଏହା ଓଡିଶାର ଭବିଷ୍ୟତ ପାଇଁ ଏକ ଶୁଭ ସଂକେତ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । +ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି । +ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା । +ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ । +ଜୀବନରେ କିଛି ବଡ କରିବାର ସ୍ବପ୍ନ । +ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । +ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି । +ତେଣୁ ଆତ୍ମବିଶ୍ୱାସ ର ସହ ଆଗକୁ ବଢିବାକୁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ. ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡିଶା ଗଠନର ଭିତ୍ତି ସ୍ଥାପିତ ହେବ । +ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ । +ପିଲାମାନଙ୍କୁ ୫-ଟି ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପ୍ୟାରେନ୍ସି ବା ସ୍ବଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର । +ଟେକ୍ନୋଲୋଜି ଦ୍ବାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହେବା ସହିତ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଗଲା । +ସେହିପରି ଟିମ୍ୱାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି ସମସ୍ତେ ମିଳିମିଶି ଏ ରୂପାନ୍ତର କାମରେ ସାମିଲ ହୋଇଛନ୍ତି । +ସେହିପରି ଟାଇମ ବା ସମୟକୁ ଗୁରୁତ୍ବ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଠିକ୍‌ ସମୟରେ କାର୍ଯ୍ୟ ଶେଷ ହୋଇଛି । +ସେହିପରି ଟ୍ରାନ୍‌ସପ୍ୟାରେନ୍‌ସି ବା ସ୍ବଚ୍ଛତାର ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରି କରାଯାଇଛି । +ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି କାମ ତଦାରଖ ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ସବୁ କାର୍ଯ୍ୟ ହୋଇଛି । +ଏହି ସ୍ବଚ୍ଛତା ହେଉଛି ୫-ଟି କାର୍ଯ୍ୟକ୍ରମର ବଡ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । +ଏସବୁ ମିଶି ରୂପାନ୍ତର ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ । +ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । +ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ, ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ବିଧାୟକ ଶ୍ରୀ ରଘୁରାମ ପଡଲ ଓ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି. ତିରୁପତି ରାଓ ପ୍ରମୁଖ ଉଦବୋଧନ ଦେଇ ସ୍କୁଲ ମାନଙ୍କର ଅନୁକୂଳ ପରିବେଶ ପିଲା ଓ ଅଭିଭାବକ ମାନଙ୍କ ଭିତରେ ଭରସା ସୃଷ୍ଟି କରିଛି । +କାର୍ଯ୍ୟକ୍ରମ ପରିଚାଳନା କରି ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ କହିଥିଲେ ଯେ ଦୁଇଟି ପର୍ଯ୍ୟାୟ ରେ 3981ଟି ହାଇସ୍କୁଲ ରୂପାନ୍ତରଣ ଶେଷ ହୋଇଛି. କୋଭିଡ ଓ ପଂଚାୟତ ନିର୍ବାଚନ ପରି ଆହ୍ୱାନ ମୂଳକ ସମୟ ସତ୍ୱେ ଏହା ସଫଳ ହୋଇ ଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । +ଅନ୍ୟ ମାନଙ୍କ ମଧ୍ୟରେ ଉନ୍ନୟନ କମିସନର ଶ୍ରୀ ପ୍ରଦୀପ ଜେନା ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । +ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ । +ଭୟଙ୍କର ଗୋଷ୍ଠୀ ବିବାଦ:ଏଣେ ଜଗନ୍ନାଥ ଦର୍ଶନ, ତେଣେ ବନ୍ଧୁ ମିଳନ .. +ପୁରୀ: ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ବିବାଦ ଚାଲିଥିବା ବେଳେ ପୂର୍ବ ନିର୍ଦ୍ଧାରଣ ମୁତାବକ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ । +ଅପରାଜିତା ଜଗନ୍ନାଥ ଦର୍ଶନ ଏବଂ ଆଶୀର୍ବାଦ ପାଇଁ ପୁରୀ ଯିବା ନେଇ ପୁରୀ କଲେକ୍ଟର ଓ ଏସପିଙ୍କୁ ଚିଠି ଲେଖି ଜଣାଇବା ସହ ଆବଶକୀୟ ପଦକ୍ଷେପ ପାଇଁ କଲେକ୍ଟର ଓ ଏସପିଙ୍କୁ ଅବଗତ କରିଥିଲେ । +ଅପରାଜିତା ଜଗନ୍ନାଥ ଦର୍ଶନ ପାଇଁ ଯିବା ସମୟରେ ପୋଲିସ୍ ପ୍ରଶାସନ ତାଙ୍କୁ ବାରମ୍ବାର ଅଟକାଇବାକୁ ଚେଷ୍ଟା କରିଥିଲା । +ଅପରାଜିତାଙ୍କ ପୁରୀ ଗସ୍ତକୁ ଲକ୍ଷ କରି ସହରରେ ବ୍ୟାପକ ପୋଲିସ୍ ମୁତୟନ ହୋଇଥିଲେ । +ଅପରାଜିତାଙ୍କୁ ଅଟକାଇବା ପାଇଁ ହେଉ ଅଥବା ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରାସ୍ତାରେ ବିଭିନ୍ନ ସ୍ଥାନରେ ବ୍ୟାରିକେଟ୍ ନିର୍ମାଣ କରାଯାଇଥିଲା । +ଥାନା ହାଜତରେ ୩ ଦିନ ନାବାଳକ +କଟକ ବଡ଼ ଡାକ୍ତରଖାନା ମେଡିକାଲ୍ ଫାଣ୍ଡି ହାଜତରେ ଜଣେ ନାବାଳକଙ୍କୁ ପୁଲିସ ତିନିଦିନ ଅଟକ ରଖିବା ଘଟଣାର ଜଣେ ଅତିରିକ୍ତ ଏସ୍ ପି ପାହ୍ୟାର ଅଧିକାରୀ ତଦନ୍ତ କରିଵେ ବୋଲି ଜଣାଯାଇଛି । +ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ । +ସୂଚନାଯୋଗ୍ୟ, କଟକ ବଡ଼ ଡାକ୍ତରଖାନା ମେଡିକାଲ୍ ଫାଣ୍ଡି ହାଜତରେ ଜଣେ ନାବାଳକଙ୍କୁ ପୁଲିସ ତିନିଦିନ ଅଟକ ରଖିବା ଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଜି ସାମ୍ନାକୁ ଆସିଛି । +ସିଡବ୍ଲୁସି ଏଭଳି ଅଭିଯୋଗ ଆଣିଛି । +ଆଜି ନାବାଳକଙ୍କୁ ହାଜର କରାଯାଇ ବୟାନ ରେକର୍ଡ କରାଯିବା ସହିତ ପୁଲିସ ବିରୋଧରେ ଏତଲା ଦେବ ସିଡବ୍ଲୁସି । +ସିଡବ୍ଲିସିର ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ସାହେବଗଞ୍ଜ ଥାନା ରାଜମଲ ତିନିପାହାଡ଼ ଅଞ୍ଚଳର ଜଣେ ୧୨ ବର୍ଷୀୟ ନାବାଳକଙ୍କୁ କାବୁ କରି ବଡ଼ ଡାକ୍ତରଖାନା ମେଡିକାଲ୍ ଫାଣ୍ଡିରେ ଗଲା ତିନିଦିନ ହେବ ରଖାଯାଇଥିଲା । + ଏହି ନାବାଳକ ଅନ୍ୟ କିଛି ଦୁର୍ବୃତ୍ତଙ୍କ ସହିତ ମିଶି ମୋବାଇଲ୍ ଚୋରି ଭଳି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ଥିଲା +ଚୋରା ଗଞ୍ଜେଇ କାରବାର,, କାର ସହ ତିନି ଗିରଫ +ସୁବର୍ଣ୍ଣପୁର,, ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ତିଲକାମାଲ ଛକ ରୁ 30 କେ,ଜି 200 ଗ୍ରାମ ଗଞ୍ଜେଇ ଜବତ କରିବା ସହ ତିନି ଜଣ ଚୋରା ଗଞ୍ଜେଇ ବେପାରୀ ଙ୍କୁ ପୋଲିସ ଗିରଫ କରିଛି । +ଏହି କାରବାର ରେ ବ୍ୟବହୃତ ଧଳା ରଙ୍ଗର କାର ( ନମ୍ବର. CG 04KH 0999), ଦୁଇଟି ମୋବାଇଲ କୁ ଜବତ କରାଯାଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ଛତିଶଗଡ଼ ରାଜ୍ୟ ରାୟପୁର ଜିଲ୍ଲା ଗୁଡ଼ିଆରୀ ଥାନା ଅଞ୍ଚଳର ଅମିତ ରାହୁଲକର (30), ରାମୁ ସାହୁ (22), ଓ ଅଭିଷେକ ସୋନି (23) କୁ ଗିରଫ କରାଯାଇଛି । +ଏହି ଚୋରା ଗଞ୍ଜେଇ କଣ୍ଟାମାଲ ଥାନା ଅଂଚଳରୁ ଛତିଶଗଡ଼ ରାଜ୍ୟ ରାୟପୁର ଜିଲ୍ଲାକୁ ଚାଲାଣ ହେଉଥିଲା । +ଏ ନେଇ ଘଣ୍ଟାପଡା ଫାଣ୍ଡି ର ଏସ ଆଇ ଗଣନାଥ ଥନାପତି କଣ୍ଟାମାଲ ଥାନାରେ ଅଭିଯୋଗ କରିବାରୁ ପୋଲିସ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି । +କଣ୍ଟାମାଲ ପି ଏସ କେ୍ସ ନମ୍ବର 70 ତା.03/06/22 U/S 20 ( b), ( ii ) ଏନଡି ପି ଏସ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଥିବା କଣ୍ଟାମାଳ ଥାନା ଦାୟିତ୍ୱ ରେ ଥିବା ଡି ଏସ ପି ତପସ୍ୱିନୀ କଅଁର ସୂଚନା ଦେଇଛନ୍ତି । +ବିଜେଡିର ୨୦୨୪ ପ୍ରସ୍ତୁତି : ନବୀନ ନିବାସରେ ଶନିବାର ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକ, ସୁପ୍ରିମୋ… +ପାଖାପାଖି ଦୁଇ ବର୍ଷ ଆଗରୁ ଆରମ୍ଭ ହେଲା ପ୍ରସ୍ତୁତି । +ବିଜେଡିର ମିଶନ ୨୦୨୪ ରଣନୀତି ପାଇଁ ପ୍ରଥମ ବୈଠକ । +ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶରେ ଶନିବାର ବସିବ ଦଳର ଜିଲ୍ଲାଓ୍ୱାରୀ ପର୍ଯ୍ୟବେକ୍ଷକଙ୍କ ବୈଠକ । +ନବୀନ ନିବାସରେ ଜିଲ୍ଲାଓ୍ୱାରୀ ବୈଠକ ନେବେ ନବୀନ । +ନିଜେ ସବୁ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ଓ୍ୱାନ୍‌ ଟୁ ଓ୍ୱାନ୍‌ ଆଲୋଚନା କରିବେ ସୁପ୍ରିମୋ । +ଉଦ୍‌ଯାପିତ ହେଲା ମୟୂରଭଞ୍ଜ ଛଉ ନୃତ୍ୟ ପାଠ୍ୟ ଖସଡା ପ୍ରସ୍ତୁତି କର୍ମଶାଳା । +ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଂସ୍କୃତି ଭବନ ବାରିପଦା ପରିସରରେ ଏକ ପାଞ୍ଚଦିନିଆ ଛଉନୃତ୍ୟ କର୍ମକାଳା ତା୨୧.୦୬.୨୦୨୨ରିଖରୁ ଆରମ୍ଭ ହୋଇ ତା-୨୫.୦୬.୨୦୨୨ରିଖରେ ଉଦ୍‌ଯାପିତ ହୋଇଯାଇଛି । +ଏହି କର୍ମଶାଳାର ଶେଷଦିନରେ ମୁଖ୍ୟଅତିଥିଭାବେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କୁଳପତି ଶ୍ରୀଯୁକ୍ତ କିଶୋର କୁମାର ବସା ଯୋଗଦେବା ସାଙ୍ଗକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ଅନନ୍ତ କୁମାର ସେଠୀ, ଉତ୍ତରସାହି ଓ ଦକ୍ଷିଣସାହି ବାରିପଦାର କର୍ମକର୍ତ୍ତାବୃନ୍ଦ ଶ୍ରୀକୃଷ୍ଣଚନ୍ଦ୍ର ଦାସ, ଶ୍ରୀ କାର୍ତ୍ତିକେଶ୍ବର ରଣା, ଶ୍ରୀ ଲଡ଼ୁକେଶ୍ବର ରଣା, ଶ୍ରୀ ଦିଲ୍ଲିପ କୁମାର ମିଶ୍ର, ଶ୍ରୀ ସୁଧୀର କୁମାର ନାୟକ ତଥା ଗୁରୁ ଲୋକନାଥ ଦାସଙ୍କ ସମେଡ଼ ବାମନଘାଟି ସବଡିଭିଜନରୁ ଶ୍ରୀ ଦୁଷ୍ମନ୍ତ କୁମାର ବସା, ଚିତ୍ରଡ଼ାର ଶ୍ରୀ କମଳେନ୍ଦୁଲାଲ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । +ଉକ୍ତ ଉଦ୍‌ଯାପନୀ ଉତ୍ସବରେ ବାରିପଦା, ରାଇରଙ୍ଗପୁର ଓ ଚିତ୍ରଡ଼ା କଳାକାରମାନେମୟୂରଭଞ୍ଜ ଛଉନୃତ୍ୟର ଶୈଳୀ ଓ କୌଶଳ ଉପରେ ଆଧାରିତ ଏକ ଛୋଟ ନୃତ୍ୟ ମୁଖ୍ୟଅତିଥିଙ୍କୁ ଉତ୍ସଗୀକୃତ କରି ଉପସ୍ଥାପନା, କରିବା ସହ ମୁଖ୍ୟ ଅତିଥିଙ୍କ ପ୍ରଙ୍ଗ ସାପାତ୍ର ହୋଇଥିଲା । +ଉକ୍ତ ପାଞ୍ଚଦିନିଆ କର୍ମଶାଳାରେ ପ୍ରସ୍ତୁତ ହୋଇଥିବା ଏକ ବର୍ଷିଆ ପାଠ୍ୟ ଖସଡା ଜିଲ୍ଲା ସସ୍କୃତି ଅଧିକାରୀଙ୍କୁ ପ୍ରଦାନ କରାଯିବା ସାଙ୍ଗକୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବସାଙ୍କୁ ମଧ୍ୟ ଉକ୍ତ ପାଠ୍ୟ ଖସଡା କର୍ମକର୍ତ୍ତା ଓ ବର୍ଷିଆନଗୁରୁ ଶ୍ରୀଯୁକ୍ତ ଶିବ ପ୍ରସାଦ ଦାସ ପ୍ରଦାନ କରିଥିଲେ । +ଏହି ସଭାରେ ବହୁ ଗୁରୁମାନଙ୍କ ମଧ୍ୟରୁ ଯେପରିକି ଶତ୍ରୁଘନ ପ୍ରଧାନ, ଅଜୟ କୁମାର ବୈଠା, ଲକ୍ଷ୍ମୀଧର ମହାନ୍ତ, ବୁଲେଶ୍ବର ମୁଣ୍ଡା, ବର୍ଣ୍ଣରୂପାମହାନ୍ତି, ବିଭୁତି ଭୁଷଣ ମହାନ୍ତ, ପ୍ରଦୀପ ମହାନ୍ତି, ଫରେନ ନାରାୟଣ ଧଡ଼ା. ଦେବ ନାରାୟଣ ଧଡ଼ା,ସଂଞ୍ଜୀତ୍ ଘଡେଇ ଓ ରମାକାନ୍ତ ସେନ୍ ପ୍ରମୁଖ ଉପସ୍ଥାପିତ ଥିଲେ । +ଉକ୍ତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ ଯେ ‘‘ଛଉନୃତ୍ୟ ଉପରେ ଆହୁରି ତଥ୍ୟାତ୍ମକ ଓ କ୍ରିୟାତ୍ମକଗବେଷଣା କରାଯାଇ ଏହାକୁ ଲୋକାଭିମୁଖି କରାଯିବା ଦରକାର । +ଆଉ ମଧ୍ୟ ସେ ଉକ୍ତ କର୍ମାଶାଳା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସାଧୁବାଦ ଜ୍ଞାପନ କରିବା ସହ କର୍ମଶାଳାରେ ଭାଗ ନେଇଥିବା ସମସ୍ତ ସଦସ୍ୟଙ୍କୁ ନିଜ କରକମଳରେ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । +” ତତ୍ ପରେ ସଂସ୍କୃତି ଅଧିକାରୀଙ୍କ ଧନ୍ୟବାଦ ପରେ ସଭା ସଙ୍ଗ ହୋଇଥିଲା । +ବୌଦ୍ଧ ଜିଲ୍ଲା ପ୍ରଶାସନକୁ ଭେଟିଲେ ସୁନ୍ଦରଗଡ଼ର ବିଶିଷ୍ଟ ଗୋସେବିକା ତାରାକାନ୍ତି ପଟେଲ +ବୌଦ୍ଧ :09/06.ସୁନ୍ଦରଗଡ଼ ଜିଲ୍ଲା ବିଶିଷ୍ଟ ଗୋସେବିକା ତଥା ପରିବେଶବିତ୍ତ ତାରାକାନ୍ତି ପଟେଲ ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ମଥୁରା ପଂଚାୟତ ଦନ୍ତାପାଲି ସ୍ଥିତ ମାହେଶ୍ୱରୀ ଗୋଶାଳା ପରିଦର୍ଶନ କରିଥିଲେ । +ଗୋଶାଳାର ଭିତିଭୂମି ବିକାଶ ନିମନ୍ତେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରକଳ୍ପ ନିର୍ଦ୍ଧେଶକ ଅଶ୍ୱିନୀ କୁମାର ମେହେର, ପ୍ରକଳ୍ପ ନିର୍ଦ୍ଦେଶକ, ଜୀବିକା ମିଶନଙ୍କୁ ଭେଟି ଗୋଶାଳାରେ ଗୁହାଳ, ଘାସ ଚାଷ, ପାନୀୟ ଜଳ, ଆଲୋକୀକରଣ, ବୃକ୍ଷ ରୋପଣ କରିବା ପାଇଁ ପ୍ରସ୍ତବ ରଖିଥିଲେ । +ପ୍ରଥମ ଦିନ ଅପରାହ୍ନରେ ଖଲିଆବଗିଚା ସ୍ଥିତ ଅଧ୍ୟାପକ ପ୍ରବୀର ଦାସଙ୍କ ବାସଭବନରେ ମହିଳା ମାନଙ୍କୁ ସ୍ୱାବଳମ୍ବି କରିବା ନିମନ୍ତେ ଗାଈ ଗୋବର ଓ ଗୋମୂତ୍ରରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି କରିବା ପାଇଁ ତାଲିମ ପ୍ରଦାନ କରିଥିଲେ । +ପ୍ରତ୍ୟେକ ଗ୍ରାମରେ 16ଜଣ ମହିଳାଙ୍କୁ ନେଇ ଉତ୍ପାଦକ ଗ୍ରୁପ ଗଠନ କରି ଗୋବରରୁ ଦୀପ, ଧୂପକାଠି, ମଶା ଧୂପ, ସାବୁନ, ଦନ୍ତ ମଞ୍ଜନ,ଫୁଳ ଗାମଳା,ସବ କାଠ, ଇଟା, ବିଭିନ୍ନ ମୂର୍ତ୍ତି, ଗୋବର ଗ୍ୟାସ, କମ୍ପୋଷ୍ଟ ଓ ଗୋମୂତ୍ର ରୁ ଅର୍କ, ଫିନାଇଲ, ଜିବା ମୃତ ଇତ୍ୟାଦି ପ୍ରସ୍ତୁତି କରିବା ପାଇଁ ସୂଚନା ପ୍ରଦାନ କରିଥିଲେ । +ଦ୍ୱିତୀୟ ଦିବସରେ ଗୋଶାଳାରେ ଗୋପୂଜନ ଓ କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭା ଗୃହରେ ଯୋଗଦାନ କରି ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନାରେ ଭାଗ ନେଇ ମିଶନ ଶକ୍ତି ମାଧ୍ୟମରେ ସମସ୍ତ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରସ୍ତବ ରଖିଥିଲେ । +ଗୋଟିଏ ଦେଶୀ ଗାଈରୁ ମାସିକ 10 ହଜାରରୁ ଅଧିକ ଆୟ କରି ପାରିବାର ଉପାୟ ବାତାଇ ଥିଲେ । +ଶ୍ରୀମତୀ ପଟେଲ ସାରା ଦେଶରେ ବିଷ ମୁକ୍ତ ଖାଦ୍ୟ ଓ ଋଣ ମୁକ୍ତ ଚାଷୀ ବାର୍ତ୍ତା ସହିତ ଗୋମାତା, ମାଟି ମା ଓ ଜନ୍ମ କଳା ମା କୁ ବଂଚେଇବା ନେଇ କାର୍ଯ୍ୟ ଜାରି ରଖିଥିବାବେଳେ ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ରେ ପରିବେଶବିତ୍ତ ପ୍ରବୀର କୁମାର ଦାସ,ମାହେଶ୍ୱରୀ ଗୋଶାଳାର ଅଧକ୍ଷ ନିର୍ଗୁଣ ମହାକୁଡ଼ ଓ ସମ୍ପାଦକ କୃତ୍ତିବାସ ପଲିଆ ସାମିଲ ହୋଇ ପୂର୍ଣ୍ଣ ସହଯୋଗ ନିମନ୍ତେ ପ୍ରତିଶୃତି ଦେଇଥିଲେ । +ବାଟରେ ଖରାପ ହେଲା ଚୋରା ଗାଡ଼ି, ମେକାନିକ୍‌ ଭାବି ମାଲିକଙ୍କୁ ଡାକିଲେ ଚୋର +ଦଣ୍ଡକୁଣ୍ଡ ଗାଁର ମଣ୍ଟୁ ସିଂହଙ୍କ ବୁଲେଟ୍‌ ଘର ବାହାରେ ଥିଲା । +ବିଳମ୍ବିତ ରାତିରେ ଦୁଇ ଜଣ ବାଇକ୍ ଚୋର ଆସି ସେହି ଗାଡ଼ିଟିକୁ ନେଇ ଚମ୍ପଟ ମାରିଥିଲେ । +ଅଧାବାଟ ଗଲା ପରେ ଗାଡ଼ିଟି ହଠାତ୍ ଖରାପ ହୋଇଯାଇଥିଲା । +ସେଠାରେ ଥିବା ସ୍ଥାନୀୟ ଲୋକଙ୍କୁ ଚୋରମାନେ ମେକାନିକ୍‌ ବିଷୟରେ ପଚାରି ବୁଝିଥିଲେ । +ସ୍ଥାନୀୟ ଲୋକେ ମେକାନିକ୍ ମଣ୍ଟୁ ସିଂହର ନମ୍ବର ଦେଇଥିଲେ । +ବାଇକ୍ ଚୋରମାନେ ମଣ୍ଟୁଙ୍କୁ ଗାଡ଼ି ସଜାଡିବାକୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଆସିବାକୁ ଫୋନ୍ କରି ଡାକିଥିଲେ । +ହେଲେ ଉକ୍ତ ଗାଡ଼ିଟି ମଣ୍ଟୁଙ୍କର ବୋଲି ଚୋରମାନେ ଜାଣି ନଥିଲେ । +ଜୁଏଲାରୀ ଦୋକାନରୁ ଲୁଟିନେଲେ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର +କୋଣାର୍କ ସ୍ଥିତ କୋଣାର୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଜୁଏଲାରୀ ଦୋକାନରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । +ଇସ୍ତଫା ଦେଲେ ଜିଲ୍ଲା ବିଜେପି ସଭାପତି, ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ଦଳକୁ ଝଟକା +ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ତତ୍ପର ହୋଇ ଉଠିଛନ୍ତି । +ଇତିମଧ୍ୟରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଉପନିର୍ବାଚନ ପାଇଁ ସେମାନଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବା ବେଳେ ଶାସକ ବିଜେଡି ଏ କ୍ଷେତ୍ରରେ ଅଙ୍କ କଷୁଥିବା ଜଣାପଡ଼ିଛି । +ତେବେ ଏହା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମନାକୁ ଆସିଛି । +ଜଣାପଡ଼ିଛି ଯେ, ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । +ଗତକାଲି ବିଜେପି ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରାଣୀ ପଣ୍ଡାଙ୍କ ନାମ ଘୋଷଣା କରିଥିବା ବେଳେ ଆଜି ଜିଲ୍ଲା ସଭାପତିଙ୍କ ଇସ୍ତଫା ଦଳକୁ ଝଟକା ଲାଗିଛି । +ଶ୍ରୀ ସାହୁ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନିକଟକୁ ପଠାଇଛନ୍ତି । +ତେବେ ଉପନିର୍ବାଚନ ଟିକେଟ ବଣ୍ଟନକୁ ନେଇ ସେ ଅସନ୍ତୁଷ୍ଟ ଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । +ବ୍ରଜରାଜନଗର ଉପନିର୍ବାଚନା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । +ଗତ ୪ ତାରିଖଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ । +ଏହା ପରେ ୧୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୧୭ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ରହିଛି । +ଆସନ୍ତା ୩୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ଓ ଜୁନ୍ ୩ ତାରିଖରେ ଭୋଟ ଗଣତି କରାଯିବ । +ଫେରାର ହେବାର ୬ ବର୍ଷ ପରେ ଗିରଫ ହେଲେ ପୂର୍ବତନ ନାଜିର +ଭୁବନେଶ୍ବର: ଯାଜପୁର ତହସିଲର ପୂର୍ବତନ ନାଜିର ରଜତ ରାଉତରାୟ ୬ ବର୍ଷ ପରେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି । +ତାଙ୍କ ନାଁରେ ୪ କୋଟି ୯୫ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ରହିଛି । +ଶ୍ରୀ ରାଉତରାୟ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ଧରାପଡ଼ିପାରନ୍ତି ବୋଲି ଆଶା କରାଯାଉଛି । +ସୂଚନାଯୋଗ୍ୟ, ୨୦୦୬ରୁ ୨୦୧୬ ମସିହା ଭିତରେ ଯାଜପୁର ତହସିଲରେ ସୈରାତ ନିଲାମ ଅର୍ଥ, ଜରୁରୀକାଳୀନ ବିଭାଗର ସହାୟତା ରାଶି ଓ ଖଜଣା ଅର୍ଥ ଦୁର୍ନୀତି ହୋଇଥିଲା । +ମୋଟ୍‌ ୪ କୋଟି ୯୫ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିଲା । +ସ୍ବତନ୍ତ୍ର ଭାବେ ରାଜସ୍ବ ଅଡିଟ୍‌ ବେଳେ ଏହି ଜାଲିଆତି ଧରା ପଡ଼ିଥିଲା । +୧୦ ବର୍ଷ ଭିତରେ ତହସିଲରେ କାର୍ଯ୍ୟରତ ୭ ଜଣ ତହସିଲ୍‌ଦାର, କ୍ୟାସିୟର, କିରାଣୀ ଓ ନାଜିର ରଜତ ରାଉତରାୟଙ୍କୁ ମିଶାଇ ୧୨ ଜଣ ଏହି ଦୁର୍ନୀତିରେ ଲିପ୍ତ ଥିବା ସ୍ପଷ୍ଟ ହୋଇଥିଲା । +ନାଜିର ରଜତ ରାଉତରାୟ ଏହି ଦୁର୍ନୀତର ମାଷ୍ଟର ମାଇଣ୍ଡ ବୋଲି ଜଣାପଡ଼ିଥିଲା । +ଏହି ମାମଲାରେ ସମସ୍ତଙ୍କୁ ନୋଟିସ୍‌ ହୋଇଥିବା ଓ ରଜତକୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । +କିନ୍ତୁ ଦୁର୍ନୀତି ଟଙ୍କା ଫେରାଇଲେ ପୁଣି ଥରେ ଚାକିରି ଫେରିପାଇବ ବୋଲି ତାଙ୍କୁ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା । +ତେବେ ରଜତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମାଧ୍ୟମରେ ମାତ୍ର ୪୦ରୁ ୫୦ ଲକ୍ଷ ଟଙ୍କା ଫେରାଇ ଚମ୍ପଟ ମାରିଥିଲେ । +ପାୱାର କଟ୍ ଷଡ଼ଯନ୍ତ୍ର +ବିଦ୍ୟୁତ୍‍ କାଟ ଦ୍ୱାରା ଲୋକେ ନାହିଁ ନଥିବା କଷ୍ଟ ପାଉଛନ୍ତି । +ଏବେ ସକାଳୁଆ ଅଫିସ ସାଙ୍ଗକୁ ସ୍କୁଲ କଲେଜରେ ପାଠପଢା ଚାଲୁଥିବାବେଳେ ଏହି ଅଘୋଷିତ ବିଦ୍ୟୁତ୍‍ କାଟ ଫଳରେ କାର୍ଯ୍ୟାଳୟ କର୍ମଚାରୀ, କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀ କଷ୍ଟ ଅନୁଭବ କରୁଛନ୍ତି । +ରାଜ୍ୟସରକାର, ବିଦ୍ୟୁତ୍‍ ଉତ୍ପାଦନରେ ଓଡିଶା ବଳକା ରାଜ୍ୟ ବୋଲି କହୁଥିବା ଏବଂ ବିଦ୍ୟୁତ୍‍ କାଟ ହେବନାହିଁ ବୋଲି ଶକ୍ତି ବିଭାଗ କହୁଥିବାବେଳେ ଏପରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ କାହିଁକି ବିଦ୍ୟୁତ୍‍ କାଟ କରାଯାଉଛି ତାହା ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ଅସନ୍ତୋଷର କାରଣ ହେଉଛି । +ଆଗାମୀ ଦିନରେ ମାଟ୍ରିକ ଓ +୨ ପରୀକ୍ଷା ହେବାକୁ ଥିବାବେଳେ ଏପରି ବିଦ୍ୟୁତ୍‍ କାଟ ହେଲେ ପରୀକ୍ଷାର୍ଥୀ ପ୍ରଚଣ୍ଡ ଗରମରେ ଅସୁବିଧାର ସମ୍ମୁଖୀନ ହେବେ । +ତେଣୁ ଏହି ବିଦ୍ୟୁତ୍‍ କାଟକୁ ବନ୍ଦ କରାଯାଉ ବୋଲି ଦାବି ହେଉଛି । +ସଦର ମହକୁମା ଡାକ୍ତରଖାନାରେ ଡାକ୍ତର ନଥିଲେ, ସି ଡି ଏମ ଓ ରୋଗୀଙ୍କ ଜୀବନ ବଞ୍ଚ । +ଇଲେ +ଫୁଲବାଣୀ -11/6(ସୁନୀଲ ପଟନାୟକ ) +କନ୍ଧମାଳ ଜିଲ୍ଲା ର ସଦର ମହକୁମା ଫୁଲବାଣୀ ରେ ରହିଛି ମୂଖ୍ୟ ଡାକ୍ତର ଖାନା । +ଏଠାକୁ ପ୍ରତିଦିନ ଗୁରୁତର ରୋଗୀ ଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥାଏ । +ଲୋକେ ବି ବହୁ ଆଶା ଭରସା ନେଇ ଆସିଥାନ୍ତି । +ତେଵେ ଶୁକ୍ରବାର ଅପରାହ୍ନରେ ଖଜୁରୀପଡା ବ୍ଳକ ବିଲାବାଡ଼ୀ ଗ୍ରାମର ରେବତୀ ସେଠି ନାମକ ଜଣେ ମହିଳା କୌଣସି କାରଣ ରୁ ବିଷାକ୍ତ ଦ୍ରଵ୍ୟ ପିଇ ଦେବା ଫଳ ରେ ଗୁରୁତର ଅସୁସ୍ଥ ହୋଇପଡିଥିଲେ ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । +ତେଵେ ଶୁକ୍ରବାର ଜଣେ ଅଧେ ଡାକ୍ତର ଙ୍କୁ ଛାଡିଦେଲେ ଅନ୍ୟ ସବୁ ଡାକ୍ତର ମାନେ ଅନ୍ୟତ୍ର ସରକାରୀ କାର୍ଯ୍ୟରେ ଚାଲିଯାଇଥିଲେ । +ଏପରି ସ୍ଥଳେ ଦାୟିତ୍ୱରେ ଥିବା ଡାକ୍ତର ଚିକିତ୍ସା ନକରୀ ବାହାରକୁ ନେବାଲାଗି ରେଫେର କରିଦେଇଥିଲେ । +ଫଳରେବାଧ୍ୟ ହୋଇ ସାମ୍ବାଦିକଙ୍କୁ ଜଣାଇଥିଲେ ଅସୁସ୍ଥ ମହିଳାଙ୍କ ସ୍ୱାମୀ । +ଖବର ପାଇ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ସନ୍ତୋଷ ଦିଗଲ, ସୂର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ଦୁଇଜଣ ଯାଇ ହସ୍ପିଟାଲ ମ୍ୟାନେଜେର ଙ୍କ ସହ ଅଲୋଚନା କରିଥିଲେ ସେ ନଶୁଣିବା ଫଳରେ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଜଣାଇବାପରେ ସି ଡ଼ିଏମ ଓ ଡା. ମନୋଜ ଉପାଧ୍ୟାୟ କାଳ ବିଳମ୍ବ ନକରି ତୁରନ୍ତ ଆସି ରୋଗୀଙ୍କୁ ଚିକିତ୍ସା ଓ ପରାମର୍ଶ ଦେଵାସହ ନିଜେ ଆନ୍ତରିକତାର ସହ ରେବତୀ ର ଚିକିତ୍ସା କରି ନିଶ୍ଚିତ ମୃତ୍ଯୁ ମୁଖରୁ ବଞ୍ଚ । +ଇ ଥିଲେ । +ଏବେ ସେ ସମ୍ପୁର୍ଣ ସୁସ୍ଥ ଅଛନ୍ତି । +ସିଡଏମଓଙ୍କ ଡା, ମନୋଜ ଉପାଧ୍ୟାୟ ଙ୍କ ଏଭଳି ସେବା ମୂଳକ ମନୋଭାବ ନିଶ୍ଚିତ ପ୍ରସଂଶନୀୟ । +ସିଡିଏମ ଓ ଚିକିତ୍ସା ଯୋଗୁଁ ପତ୍ନୀରେବତୀ ସୁସ୍ଥ ହୋଇଥିବାରୁ +ରେବତୀଙ୍କ ସ୍ୱାମୀ ଦୁଃଶାସନ ସେଠି ସିଡିଏମ ଓ ଙ୍କୁ ଧନ୍ୟବାଦ ଜଣାଇବା ସହ ଅଫିସର ହେବ ତ ଏମିତି ??କହିଛନ୍ତି । +ସିଡ଼ିଏମଓ ଙ୍କ ପ୍ରତି ଦୁଃଶାସନ ର କୄତଜ୍ଞତ । + ଜଳଜଳ ହୋଇ ବାରି ହୋଇପଡୁଥିଲା +ଦଶଜଣ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ +ବାଲେଶ୍ୱର-୨୭/୦୫ : ଓଡ଼ିଆ ଭାଷା ସାହିତ୍ୟ ତଥା ଓଡ଼ିଶା ପ୍ରଦେଶର ସାମଗ୍ରିକ ବିକାଶ ଘଟାଇବା ମୂଳରେ ସାରସ୍ୱତ ସ୍ରଷ୍ଟାମାନେ ନିଜ କାଗଜ କଲମରେ ସାଧାରଣ ଭାବବ୍ୟକ୍ତ କେବଳ ନୁହଁ; ନିର୍ଭୀକ ପରିପ୍ରକାଶ ମାଧ୍ୟମରେ ହିଁ ଯେପରି ବୈପ୍ଳବିକ ପରିବର୍ତ୍ତନ ଅତୀତ ଦିନରେ ଆମେ ଆମ ରାଜ୍ୟରେ ଆଣିପାରିଥିଲେ, ଠିକ୍ ସେଇପରି ଏବେ ମଧ୍ୟ ତାହା ସଂଭବ ବୋଲି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଭୁବନେଶ୍ୱର ଜୟଦେବ ଭବନରେ ତ୍ରୟମାସିକ ‘କାହାଣୀ’ ପତି୍ରକା ସାରସ୍ୱତ ସମାରୋହରେ ମୁଖ୍ୟଅତିଥି ଭାବରେ ଉପସ୍ଥିତ ରହି ଏହା ପ୍ରକାଶ କରିଥିଲେ । +ରାଜ୍ୟର ପ୍ରତିଭାବାନ୍ ୧୦ଜଣ ସ୍ରଷ୍ଟା ଅଧ୍ୟାପକ ବିଶ୍ୱରଂଜନ, ଦାଶ୍ ବେନହୁର, ଗୌରହରି ଦାସ, ରଜନୀକାନ୍ତ ମହାନ୍ତି, ପ୍ରଭାକର ସ୍ୱାଇଁ, ବଳଦେବ ମହାରଥାଙ୍କୁ ସମ୍ବର୍ଦ୍ଧିତ ଏବଂ ଗାଳ୍ପିକ କ୍ଷୀରୋଦ ଦାସ ଓ ଡ. ଇତି ସାମନ୍ତଙ୍କୁ ଗଳ୍ପ ପୁରସ୍କାର ତଥା ପ୍ରଚ୍ଛଦ ପୁରସ୍କାର ପାଇଁ ଅତୁଲ ବଳଙ୍କୁ ପୁରସ୍କୃତ କରିଥିଲାବେଳେ ଓଡ଼ିଶାର ବିଶିଷ୍ଟ କବି ବାଲେଶ୍ୱର ମାଟିର ଗର୍ବଗୌରବ ଶ୍ରୀଦେବଙ୍କୁ ପ୍ରଥମ କାହାଣୀ କବିତା ପୁରସ୍କାର-୨୦୨୨ ପାଇଁ ପୁରସ୍କୃତ କରି ମୁଖ୍ୟଅତିଥି ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ‘ଚୁପ୍ ରହିବାର ନୁହଁ ବରଂ ମୁହଁ ଖୋଲିବାର ବେଳ ଆସି ପହଞ୍ଚôଛି’ ଯାହା ସାରସ୍ୱତ ସ୍ରଷ୍ଟାମାନେ ତାହାର ଦୃଷ୍ଟାନ୍ତ ସୃଷ୍ଟି କରିବା ଉଚିତ । +ବଣ୍ଡାଘାଟି ରେ ପ୍ରଥମ ଥର ପାଇଁ ବାଲ୍ୟ ବିବାହ ରୋକିବା ପାଇଁ ବଣ୍ଡାଉନ୍ନୟନ ସଂସ୍ଥା ତରଫ ରୁ ଅଭିନବ… +ମାଲକାନଗିରି:ପ୍ରଥମ ଥର ପାଇଁ ବଣ୍ଡାଜନଯାତି ଙ୍କ ପାଇଁ ପ୍ରାପ୍ତ ବୟସ୍କା ନବ ଦମ୍ପତି ଙ୍କୁ ଅର୍ଥ ରାଶି ପୁରସ୍କାର କରିଛନ୍ତି ସରକାର । +ଯାହା ପାଇଁ ଏବେ ବେଶ ଉତ୍ସାହିତ ହୋଇଉଠିଚାନ୍ତି ବଣ୍ଡାଜନଜାତି । +-ବଣ୍ଡାଘାଟି ରେ ଉଠିବ ବାଲ୍ୟ ବିବାହ ପ୍ରଥା । +ବଣ୍ଡାଘାଟି ରେ ପ୍ରଥମ ଥର ପାଇଁ ବଣ୍ଡା ଯୁବକ ଯୁବତୀ ଙ୍କ ମନରେ ଉତ୍ସାହ । +ପ୍ରାପ୍ତ ବୟସ୍କା ବଣ୍ଡା ଦମ୍ପତି ଙ୍କ ପାଇଁ ୨୦ ହଜାର ଲେଖାଏଁ ପୁରସ୍କାର ରାଶି ଦେଇଛି ବଣ୍ଡାଉନ୍ନୟନ ସଂସ୍ଥା । +ଭୈରବୀ କଲେଜରେ ବିପର୍ଯ୍ୟୟ ତାଲିମ ଶିବିର +ହରଭଙ୍ଗା (୧୯/୦୫ ) : ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ କନିଷ୍ଠ କଲେଜରେ ହରଭଙ୍ଗା ବ୍ଲକ ପ୍ରଶାସନ , ହରଭଙ୍ଗା ତହସିଲଦାର ଏବଂ ଓଡିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । +ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ମନୋଜ କୁମାର ପାଠୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର, ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ଜାନୀ, ଜିପିଓ ବିରଞ୍ଚି ନାରାୟଣ ପଣ୍ଡା, । +FM କୃଷ୍ଣଚନ୍ଦ୍ର ଗୌଡ଼ ପ୍ରମୁଖ ଯୋଗଦେଇ ହରଭଙ୍ଗା ଦମକଳ କେନ୍ଦ୍ରର କର୍ମକାର୍ତ୍ତାଙ୍କ ଦ୍ଵାରା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମୟରେ ହେଉଥିବା ପ୍ରାକୃତିକ ଓ କୃତ୍ରିମ ବିପର୍ଯ୍ୟୟ ପରିଚାଳନା ଏବଂ ଅପାତ କାଳୀନ ସେବା ଉପରେ ତାଲିମ ଦେଇଥିଲେ । +ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ନେହେରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା ସୁଧିର ଦୀପ ପ୍ରମୁଖ ସହଯୋଗ କରିଥିଲେ । +ଅଧ୍ୟାପକ ସଦାଶିବ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । +ଏହି ତାଲିମ ଶିବିରରେ କଲେଜର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । +ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ +ମାଲକାନଗିରି,୧୨/୪: ମାଲକାନଗିରି ସଦର ମହକୁମାସ୍ଥିତ ବୁଟିଗୁଡା ନୋଡାଲ ଉପ୍ରା ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । +ଏହି ବିଜ୍ଞାନ ମେଳା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା ଉପସ୍ଥିତ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଂଜନ ପାଣ୍ଡେ ଉପସ୍ଥିତ ଥିଲେ । +ସମ୍ମାନୀତ ଅତିଥି ଭାବେ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଚନ୍ଦନ ମିଶ୍ର,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତି ବିଶ୍ବାସ,ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । +ଏହି ବିଜ୍ଞାନ ମେଳାରେ ବ୍ଲକର ବିଭିନ୍ନ ସ୍କୁଲରୁ ମୋଟରେ ୧୦୪ଟି ବିଭିନ୍ନ ପ୍ରୋଜେକ୍ଟ ଆସିଥିଲା । +ସେଥି ମଧ୍ୟରୁ କନିଷ୍ଠ ବିଭାଗରେ ବଇଲାପାରି ୟୁପି ସ୍କୁଲର ଗୀତାଞ୍ଜଳି ମାଡକାମୀ ପ୍ରଥମ ହୋଇଥିବା ବେଳେ ପୁଟୁଗାଁ ୟୁପି ସ୍କୁଲର ରାଜା ପୁଟିଆ ଦ୍ବିତୀୟ ଏବଂ ଚିଦାନନ୍ଦ ସାହି ୟୁପି ସ୍କୁଲର ପୂର୍ଣ୍ଣ ଚନ୍ଦ୍ର ପାତ୍ର ତୃତୀୟ ସ୍ଥାନ ପାଇଛନ୍ତି । +ସେହିପରି ସର୍ବ କନିଷ୍ଠ ବୁଟିଗୁଡା ୟୁପି ସ୍କୁଲର ଜ୍ୟୋତ୍ସ୍ନାରାଣୀ ସାମନ୍ତରାୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏମପିଭି-୮୩ ୟୁ ପି ସ୍କୁଲର ମହୋନ ପାଲ ଦ୍ବିତୀୟ ଏବଂ ଏକ୍ସବୋର୍ଡ ୟୁପି ସ୍କୁଲର ଆକାଶ ରାଉତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । +ବରିଷ୍ଠ ବିଭାଗରେ ମାଲକାନଗିରି ସରକାରୀ ଉଚ୍ଚ ପ୍ରାଥଣିକ ବିଦ୍ୟାଳୟର ସତ୍ୟଜିତ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କେଜିବିଭି ସନ୍ଧ୍ରିମାଳ ସ୍କୁଲର କାମିନୀ ମଲ୍ଲିକ ଦ୍ବିତୀୟ ଏବଂ ସେରପାଲି ବିସିଏଚଏସ ସ୍କୁଲର ଦିବ୍ୟ ସଗରିଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । +ତେବେ ଏମାନଙ୍କ ମଧ୍ୟରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ୬ ଜଣ ମନୋନୀତ ହୋଇଛନ୍ତି । +ସେମାନେ ହେଲେ ବୁଟିଗୁଡା ୟୁ ପି ସ୍କୁଲର ଜ୍ୟୋତ୍ସ୍ନାରାଣୀ ସାମନ୍ତରାୟ,ଗୋନ୍ଦିପାଲୀ ଓଏଭିର ତେଜସ୍ବିନୀ ମିଶ୍ର,ମାଲକାନଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ସାହିଲ ସୁଭମ ନାୟକ,ନୋଡାଲ ହାଇସ୍କୁଲର ରୋସନ ନିଆଲ,ଏମଭି-୭ ଜଗନ୍ନାଥପାଲୀ ହାଇସ୍କୁଲର ଅଙ୍କିତା ସାହା ଏବଂ ପେଡାକୋଣ୍ଡା ହାଇସ୍କୁଲର ଆକାଶ ସମଦାର ମନୋନୀତ ହୋଇଛନ୍ତି । +ତେବେ ଏହି ବିଜ୍ଞାନ ମେଳାରେ ବିଚାରକ ଭାବେ ଶରତ କୁମାର ରାଉତ ଏବଂ ବୃନ୍ଦାବନ ପଣ୍ଡା ରହିଥିଲେ । +ୟୁଥ ୱାରିୟର ପକ୍ଷରୁ ସଫେଇ +ଫୁଲବାଣୀ 26/6 ୟୁଥ ୱରିୟର ପକ୍ଷରୁ ରବିବାର ଟିକାବାଲି ବସଷ୍ଟାଣ୍ଡ ଓ ମେଡିକାଲ ଛକ ଠାରେ ଥିବା ଯାତ୍ରୀ ବିଶ୍ରାମଗାରସଫେଇ କରାଯାଇଛି । +ଅନେକ ଦିନରୁ ଏ ଗୁଡିକ ଆବର୍ଜନାମୟ ଓ ଅବ୍ୟବହୃତ ଅବସ୍ଥାରେ ଥିଲା । +ଏହା ଭିତରେ ଅନେକ ଗୁଡ଼ିଏ ମଦକାଚ,ଗାଈ ଗୋବର, ପ୍ଲାଷ୍ଟିକ ବୋତଲ, ପାଣି ଜରି ଅନେକ ଦିନରୁ ପଡ଼ି ଅସନା ହୋଇ ରହିଥିଲା । +ସନ୍ଧ୍ୟା ହେଲେ ଏହା ଅସାମାଜିକ ଲୋକଙ୍କ ଆଡ୍ଡ଼ା ସ୍ଥଳୀ ପାଲଟିଥିଲା । +ତେଣୁ ସନ୍ଧ୍ୟା ପରେ ଏଠାରେ ମହିଳା ଓ ଭଦ୍ର ଲୋକମାନେ ନିଜକୁ ସୁରକ୍ଷିତ ମଣୁନଥିଲେ । +ଏସବୁକୁ ଦୃଷ୍ଟି ରେ ରଖି କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଯୁବକ ସଂଘ ୟୁଥ ୱାରୀୟର,ଏଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରିଥିଲା । +ଆଜି ଏହାର ଭିତର ପଟ ସମ୍ପୂର୍ଣ୍ଣ ସଫା କରାଯାଇଥିଲା ଓ ଦିନେ ଦୁଇ ଦିନ ଭିତରେ ପଞ୍ଚାୟତ ତରଫରୁ ବାହାର ପାର୍ଶ୍ଵ ସଫେଇ କାର୍ଯ୍ୟ କରିବା ପାଇଁ ସରପଞ୍ଚ ପ୍ରତିଶୃତି ଦେଇଛନ୍ତି । +ଏହି କାର୍ଯ୍ୟକ୍ରମ ରେ ୟୁଥ ୱାରୀୟର ର ପ୍ରମୁଖ ସଦସ୍ୟମାନେ ଯୋଗ ଦେଇଥିଲେ । +ସେମାନଙ୍କ ମଧ୍ୟରେ ଟିକାବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲୀପ କୁମାର କହଁର, ଟିକାବାଲି ସରପଞ୍ଚ କୁନ୍ଦୁରୁ ମଳିକ, ଶିକ୍ଷକ ଅରବିନ୍ଦ ମହାପାତ୍ର,ପ୍ରମିଶ ଦିଗାଳ,ବିଶ୍ୱାଳ ନାୟକ, ଆଶୁତୋଷ ଦେହୁରୀ,କୁମୁଦ ଚନ୍ଦ୍ର ସାହୁ, ଗୋକୁଳ ଭୋଇ, ରାଜକିଶୋର ନାୟକ, ସଞ୍ଜୟ କହଁର, ଗୋବର୍ଦ୍ଧନ ନାୟକ, ରାଜା ପାତ୍ର, ସଦାନନ୍ଦ ଦିଗାଳ,ଭାଗବତ ସାହୁ,ସନ୍ତୋଷ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସାମିଲ କରିଥିଲେ । +ଆଗକୁ ଏହିପରି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ଵୋଲି ସଂଗଠନ ପକ୍ଷରୁକୁହାଯାଇଛି । +ସଂଗଠନ ର ଏଭଳି କାର୍ଯ୍ୟ କୁ ସାଧାରଣରେ ପ୍ରଶଂସା କରାଯାଇଛି । +ପିଲାଙ୍କ ଜୀବନ ସହିତ ଖେଳ; ମଧ୍ୟାହ୍ନଭୋଜନରେ ପଚା ଅଣ୍ଡାକୁ ପଚାସଢା ପରିବା +ସରକାରୀ ସ୍କୁଲରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ ଯୋଜନା କରିଛନ୍ତି । +ସପ୍ତାହରେ ଦୁଇ ଦିନ ଡାଲି, ଦୁଇ ଦିନ ସୋୟାବିନ ଓ ଦୁଇ ଦିନ ଅଣ୍ଡା ତରକାରୀ କରି ପିଲାଙ୍କୁ ଖାଇବାକୁ ଦେବାର ନିୟମ ରହିଛି । +ପ୍ରତିଦିନ ଏହି ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଦାୟିତ୍ଵ ଦିଆଯାଇଛି । +ପିଲାଙ୍କୁ ଖାଦ୍ୟ ପରିବେଷଣ ସହିତ ମହିଳାଙ୍କୁ ଶସକ୍ତ କରିବା ଲକ୍ଷ୍ୟରେ ସରକାର ଏଭଳି ଯୋଜନା କରୁଥିବା ବେଳେ ସରକାରୀ ପ୍ରାକ୍ଟିସିଂ ସ୍କୁଲ ବଲାଙ୍ଗିରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । +ସ୍ଵୟଂ ସହାୟକ ଦଳର ମହିଳାମାନେ ସ୍କୁଲରେ ପଚା ସଢା ଖାଦ୍ୟ ସାମଗ୍ରୀ ଦେଇ ପିଲାଙ୍କ ଜୀବନ ସହିତ ଖେଳୁଥିବା ଅଭିଯୋଗ ହୋଇଛି । +ସ୍ୱୟଂ ସହାୟକ ଗୋଷ୍ଠୀ କୁ ଜୀବିକା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ +ସ୍ୱୟଂ ସହାୟକ ଗୋଷ୍ଠୀ କୁ ଜୀବିକା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ । +ଫୁଲବାଣୀ ସମେତ ଜିଲାରେ ରଜପର୍ବପାଳନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ +ଫୁଲ ବାଣୀ- (ସୁନୀଲ ପଟନାୟକ) ରାତି ପହିଲେ ପହିଲି ରଜ,ବର୍ଷକରେ ଥରେ ଆସେ ରଜା ଫଳରେ ଝିଅମାନେ ଏହିଦିନ କୁ ଅପେକ୍ଷା କରିଥାନ୍ତି ମନଭରି ଉପଭୋଗ କରିବ । +କୁ । + ହେଲେ କରେ ନା +ଗତ୨ ବର୍ଷ ହେଲା କୁଆଁରୀ ମାନଙ୍କ ରାଜ ପର୍ବକୁ ଫିକା କରିଦେଇଥିଲା । +ଏ ବର୍ଷ ମଧ୍ୟ କରୋନା ର ପ୍ରକୋପ ପୁରା କମି ଯାଇଥିବାରୁ ରଜ ପର୍ବ ପାଳନ ଉପରେ କଟକଣା ନାହିଁ । +ଫଲରେ ଫୁଲବାଣୀ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ଧୁମ ଧାମ ରେ ପାଳନ ପାଇଁ ପ୍ରସ୍ତୁତି ସରିଛି । +ସାଙ୍ଗସାଥିଗହଣରେ ଦୋଳି ଖେଳିବେ । +ଆଉତା ସାଙ୍ଗକୁ ନାଚ ଗୀତ ସହ ପିଠା ପଣା ଖାଇ ମନା ଇ ବାଲାଗି ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି ଝିଅ ମାନେ । +ଗାଁ ହେଉକି ସହର ସବୁଠି ଏଥର ରଜ ପର୍ବକୁ ଧୁମଧାମ ରେ ପାଳନ କରିବାଲାଗି ପ୍ରସ୍ତୁତି ହେଉଛନ୍ତି । +, ‘ଝିଅ ବୋହୁ ମାନେ ନୂଆ ଡ୍ରେସ ପିନ୍ଧି ସଜବାଜ ହେବେ,, ସାଙ୍ଗ ସାଥି ମେଳରେ ଦୋଳିରେ ଝୁଲିବେ । +ଆଉ ରଜପାନ ଖାଇବେ । +ଖୁବ ମଜା କରିବେ ବୋଲି ସ୍ଥାନୀୟ ଯୁବତୀ ମମତା ମିଶ୍ର, ରିତା ରାଣୀ ନାୟକ କହିଛନ୍ତି । +ଫୁଲବାଣୀ ର ଅଗ୍ରଣୀ ଅନୁଷ୍ଠାନ ଡାନ୍ସ ଏକାଡେମୀ ପକ୍ଷରୁ ରଜ ଉତ୍ସବ +ପାଳନ ହେଉଛି ଏ ହି ଅବସର ରେମହିଳା ମାନଙ୍କ ମଧ୍ୟରେ ଝୋଟି, ପ୍ରତିଯୋଗିତା ସହ ପିଲାଙ୍କ ନାଚ ଗୀତ ଆଦି କରାଯିବ । +ସେହିପରି ସ୍ଵାତି ଅନୁଷ୍ଠାନ ଓ ମୁନିସିପାଲିଟି ମିଶି ସାଇନ୍ସ ପାର୍କ ପରିସରରେ ମଧ୍ୟ ରଜ ଉତ୍ସଵ ପାଳନ କରାଯିବ । +ସେ ଯାହା ହେଉ ଚଳିତ ବର୍ଷ ରଜ ପର୍ବ କନ୍ଧମାଳ ଜିଲ୍ଲା ରେ ଧୁମ ଧାମ ରେ ପାଳିତ ହେବ ଏହା ନିଶ୍ଚିତ ହୋଇଯାଇଛି । +ଖଣ୍ଡା ଶୋଭାଯାତ୍ରାକୁ ନେଇ ଉତ୍ତେଜନା: ଫାଙ୍କା ଗୁଳିଚାଳନା +ଯୋଡ଼ା ସହରରେ ରାମନବମୀ ଝାଣ୍ଡା ‌ଶୋଭାଯାତ୍ରାକୁ ନେଇ ନେଇ ଉତ୍ତେଜନା ଦେଖାଦେଇଛି । +ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ସହ ପଥର ଓ କାଚ ବୋତଲ ମାଡ଼ ହୋଇଛି । +ଉତ୍ତ୍ୟକ୍ତ ଲୋକେ ଗୋଟିଏ ବାଇକ୍‌ ପୋଡ଼ି ଦେଇଛନ୍ତି । +ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଛି । +ଏହି ଘଟଣା ପରେ ଯୋଡ଼ା ସହରରେ ୧୪୪ ଧାରା ଜାରି କରାଯାଇଛି । +ଶାନ୍ତି ଫେରାଇ ଆଣିବା ପାଇଁ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠୀଙ୍କୁ ଡକାଯାଇ ଆଲୋଚନା କରାଯାଉଛି । +ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀମନ୍ଦିର ସେବାୟତ : ଖଣ୍ଡୁଆ ପାଟ ଦେଇ କଲେ ସମ୍ବର୍ଦ୍ଧିତ +ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଶ୍ରୀମନ୍ଦିର ସେବାୟତ । +ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଆନନ୍ଦିତ ହୋଇଛନ୍ତି ସେବାୟତ ସମୂହ । +ସୁପ୍ରିମକୋର୍ଟଙ୍କ ରାୟ ହିଁ ଆନନ୍ଦର ଲହରି ବିଛାଇଦେଇଛି । +କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଶ୍ରୀକ୍ଷେତ୍ରର ନୂତନ ନକ୍ସା ପୂର୍ଣ୍ଣ ହେବାକୁ ଯାଉଛି । +ଯେଉଁଥି ପାଇଁ ଶ୍ରୀମନ୍ଦିରର ସେବାୟତ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଧିତ କରିଥିଲେ । +ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ସେବାୟତ । +ଆଗାମୀ ଦିନରେ ରଥଯାତ୍ରା ହେବାକୁ ଯାଉଥିବାବେଳେ କିପରି ସୁରୁଖୁରୁରେ କାର୍ଯ୍ୟ ସମାପନ୍ନ ହେବ ସେନେଇ ମଧ୍ୟ ଆଲୋଚନା କରିଥିଲେ । +ଏଥି ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ଆଲୋଚନା କରିଛନ୍ତି । +ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଏହି ସେବାୟତ ବୃନ୍ଦ । +ନିକଟରେ ଉପସ୍ଥିତ ରହିଛନ୍ତି ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ । +ଆଇଏଏସ୍ ସ୍ତରରେ ଅଦଳବଦଳ +ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗରେ ଅତିରିକ୍ତ ସଚିବ ଭାବେ ସୁଶାନ୍ତ କୁମାର ବାରିକଙ୍କୁ ନିଯୁକ୍ତ କରାଯାଇଛି । +ଶ୍ରୀ ବାରିକ ଓଡ଼ିଶା ସମବାୟ ସୋସାଇଟିଜ ରେଜିଷ୍ଟାର ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ । +ସେହିପରି ପଞ୍ଚାୟତିରାଜ ଏବଂ ପିଇବା ପାଣି ବିଭାଗର ଅତିରିକ୍ତ ସଚିବ ଡ. ଉଦ୍ଧବ ଚନ୍ଦ୍ର ମାଝୀଙ୍କୁ ଓଡ଼ିଶା ସମବାୟ ସୋସାଇଟିଜ ରେଜିଷ୍ଟାର ଭାବେ ନିଯୁକ୍ତ କରାଯାଇଛି । +ଅନିଷ୍ଟକାରୀ କୀଟଙ୍କ କବଳରୁ ଫସଲ ରକ୍ଷା କରିବା ନେଇ ସୋଆ କୃଷି ଛାତ୍ରଛାତ୍ରୀଙ୍କ ଦ୍ୱାରା… +ଭୁବନେଶ୍ୱର, ୦୨/୦୬: ଅନିଷ୍ଟକାରୀ କୀଟଙ୍କ କବଳରୁ ଫସଲ ରକ୍ଷା କରିବା ନିମନ୍ତେ ଟ୍ରାଇକୋକାର୍ଡ ବ୍ୟବହାର କରିବା ନିମନ୍ତେ ଶିକ୍ଷା ଓ +ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଛାତ୍ରଛାତ୍ରୀ ବିଜ୍ଞାନଗାରରେ ଏହା ପ୍ରସ୍ତୁତ +କରିଛନ୍ତି । + ଟ୍ରାଇକୋଗାମା ନାମକ ପରାଶ୍ରୟୀ କୀଟ ସାହାଯ୍ୟରେ ବିନା ରସାୟନିକ ସାର ବ୍ୟବହାରରେ ଅନିଷ୍ଟକାରୀ କୀଟଙ୍କ ଠାରୁ ଫସଲକୁ ରକ୍ଷା +କରାଯାଇ ପାରିବ । +ଟ୍ରାଇକୋଗାମା ମୁଖ୍ୟତଃ ଲାବୋରାଟୋରୀରେ ପ୍ରସ୍ତୁତ ହୋଇଥାଏ ଏବଂ ଅନିଷ୍ଟକାରୀ କୀଟଗୁଡ଼ିକର ଅଣ୍ଡାକୁ ନଷ୍ଟ କରିବା ନିମନ୍ତେ ବ୍ୟବହାର +କରାଯାଇଥାଏ । +ଏହା କୃଷକମାନଙ୍କ ପାଇଁ ଖୁବ୍ ଉପକାରୀ । + କାରଣ ଏହି ପ୍ରକ୍ରିୟାରେ କୌଣସି ପ୍ରକାର ରାସାୟନିକ ସାର ବ୍ୟବହାର ନ କରି +ପ୍ରାକୃତିକ ପ୍ରକ୍ରିୟାରେ ଓ ସ୍ୱଳ୍ପ ମୂଲ୍ୟରେ ଫସଲ ରକ୍ଷା କରାଯାଇଥାଏ । + ଅନ୍ୟପକ୍ଷରେ କୀଟନାଶକ ବ୍ୟବହାର ଦ୍ୱାରା ପରିବେଶ ଦୂଷିତ ହୋଇଥାଏ ଓ +ମଣିଷର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରେ । + ତେଣୁ ଜୈବିକ ଉପାୟରେ ଫସଲକୁ ଏହି ପ୍ରକ୍ରିୟାରେ ରକ୍ଷା କରାଯାଇପାରୁଛି ବୋଲି ଆଇଏଏସ୍‌ର ଡିନ୍‌ +ପ୍ରଫେସର ବିଜୟ କୁମାର ସାହୁ କହିଛନ୍ତି । +ପ୍ରତ୍ୟେକ ଟ୍ରାଇକୋକାର୍ଡରେ ୨୦ ହଜାର ପାରାସାଇଟ ଅର୍ଥାତ ପରଜୀବି କୀଟର ପ୍ୟୁପା ରହିଥାନ୍ତି ଯାହାକୁ କି ଚାଷ ଜମିରେ ଛଡା ଗଲେ +ସେମାନେ ଜନ୍ମ ହାନିକାରକ କୀଟଗୁଡ଼ିକୁ ସେମାନଙ୍କ ଅଣ୍ଡାକୁ ନଷ୍ଟ କରିଥାନ୍ତି । + ଏହା ଦ୍ୱାରା କେବଳ କୀଟ ନଷ୍ଟ ହୋଇ ନଥାନ୍ତି ବରଂ ରାସାୟନିକ ସାର +ବ୍ୟବହାର କରିବାରୁ ପରିବେଶକୁ ମଧ୍ୟ ରକ୍ଷା କରାଯାଇପାରିଥାଏ ବୋଲି ପ୍ରଫେସର ସାହୁ କହିଛନ୍ତି । +ଆଇଏଏସ୍‌ର କୀଟତତ୍ୱ ବିଭାଗର ଛାତ୍ରଛାତ୍ରୀ ଯେଉଁମାନେ କି ବାୟୋକଂଟ୍ରୋଲ ଲ୍ୟାବ୍‌ରେ ଟ୍ରାଇକୋକାର୍ଡକୁ ପ୍ରସ୍ତୁତ କରିଛନ୍ତି ସେମାନେ +ଗୁରୁବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରାଇଥିଲେ । + ଏହି +ଅବସରରେ ସେଠାରେ ଉପସ୍ଥିତ ଥିବା ସୋଆର ଚ୍ୟାନ୍‌ସେଲର ପ୍ରଫେସର ଡି.ପି. ଋାୟ ଛାତ୍ରଛାତ୍ରୀମାନଙ୍କର କାର୍ଯ୍ୟକୁ ନେଇ ଖୁସି ବ୍ୟକ୍ତ କରିଥିଲେ । +ଟ୍ରାଇକୋକାର୍ଡର ବ୍ୟବହାର ନେଇ ଆଇଏଏସ୍‌ର କୀଟତତ୍ୱ ବିଭାଗର ମୁଖ୍ୟ ଡକ୍ଟର ବିଜୟ କୁମାର ମିଶ୍ର କହିଥିଲେ ଯେ ଏହା ଦ୍ୱାରା ଧାନ, +ଗହମ ଓ ତୈଳ ବୀଜ ସହିତ ଆଖୁ ଓ କପା ଚାଷକୁ ସୁରକ୍ଷିତ ରଖାଯାଇପାରିବ । + ୦.୪ ରୁ ୦.୭ ମିଲିମିଟର ଲମ୍ବର ଏହି କୀଟ ମୁଖ୍ୟତଃ ଅନିଷ୍ଟକାରୀ +କୀଟ ଯାହାକି ଶସ୍ୟକୁ ଅନେକ ମାତ୍ରାରେ ନଷ୍ଟ କରିଥାଏ ବୋଲି ସେ କହିଛନ୍ତି । +ଗୋଟିଏ ହେକ୍ଟର ଚାଷ ଜମିରେ ଅନିଷ୍ଟକାରୀ କୀଟକୁ ନଷ୍ଟ କରିବା ନିମନ୍ତେ କୀଟନାଶକ ସାର ବ୍ୟବହାର ନିମନ୍ତେ ୫ ହଜାର ଟଙ୍କା ଖର୍ଚ୍ଚ +କରାଯାଉଥିବା ବେଳେ ଟ୍ରାଇକୋକାର୍ଡ ବ୍ୟବହାର ଦ୍ୱାରା ଏହାର ଏକ ଦଶମାଂଶ ଖର୍ଚ୍ଚରେ ଏହି କୀଟକୁ ନଷ୍ଟ କରିହେବ ବୋଲି ଡକ୍ଟର ମିଶ୍ର କହିଛନ୍ତି । +ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଦସ୍ୟ କୁମାରୀ ଉପାସନା ନାୟକ, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, +ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଆଇଏଏସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ପ୍ରମୁଖ ଉପସ୍ଥିତ +ଥିଲେ । +କଏଦୀକୁ ପିତା ହେବାପାଇଁ ହାଇକୋର୍ଟ ଦେଲେ ୧୫ ଦିନ ପେରୋଲ +ଆଜୀବନ କାରାଦଣ୍ଡ ଭୋଗୁଥିବା ବ୍ୟକ୍ତିଙ୍କୁ ଜେଲରୁ ଘରକୁ ଯିବା ପାଇଁ ରାଜସ୍ଥାନ ହାଇକୋର୍ଟ ୧୫ ଦିନ ପାରୋଲ ଅନୁମତି ଦେଇଛନ୍ତି । +ଏହି କଏଦୀ ବର୍ତ୍ତମାନ ଅଜମେର ଜେଲରେ ରହିଛନ୍ତି । +ବାସ୍ତବରେ, କଏଦୀଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ପାଇଁ ପେରୋଲ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ଏବଂ ଏଥିପାଇଁ ସେ ଏକ ଶିଶୁ ଜନ୍ମ ବିଷୟରେ ଉଲ୍ଲେଖ କରିଥିଲେ । +ଇଦ୍‌ ଉଲ ଫିତର ୨୦୨୨ : ମଇ ୩ ରେ ଇଦ୍ ପାଳନ ହେବ +ୟୁପିର ରାଜଧାନୀ ଲକ୍ଷ୍ନୌ ସମେତ ଦେଶର କୌଣସି ଅଞ୍ଚଳରେ ଆଜି ରବିବାର ଚନ୍ଦ୍ର ଦୃଶ୍ୟମାନ ହେଉ ନଥିଲା । +ଏହା ପରେ ମାର୍କାଜୀ ଚାନ୍ଦ କମିଟିର ସାଦର ମୌଲାନା ଖାଲିଦ ରସିଦ ଫରଙ୍ଗୀ ମହାଲି ଘୋଷଣା କରିଛନ୍ତି ଯେ ଇଦ୍ ପର୍ବ ମଇ ୩ ରେ ପାଳନ କରାଯିବ । +ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ମଙ୍ଗଳବାର ଦିନ ସମଗ୍ର ଦେଶରେ ଇଦ୍ ପାଳନ କରାଯିବ । +ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଦ୍ୱିତୀୟ +ଭୁବନେଶ୍ୱର : ଜୁନ୍‌ ୨୧ : ମହାରାଷ୍ଟ୍ରର ପୁନେଠାରେ ଜାତୀୟ କରାଟେ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । +ଏହି ପ୍ରତିଯୋଗିତାରେ ଓଡ଼ିଶା ୪ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ପଦକ ସହ ମୋଟ୍‌ ୧୯ଟି ପଦକ ଜିତି ଦ୍ୱିତୀୟ ସ୍ଥାନରେ ରହିଛି । +ଏହି ପ୍ରତିଯୋଗିତା ପୁନେର ବାଲୱାଡି ଇନ୍‌ଡୋର ଷ୍ଟାଡିୟମ୍‌ରେ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । +ଓଡ଼ିଶାର ୫୫ ଜଣିଆ ଖେଳାଳି ଓ ଅଫିସିଆଲ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । +ରାଜ୍ୟ କରାଟେ ସଂଘର ସମ୍ପାଦକ ଗୌରୀ ମହାନ୍ତି, ଖାରବେଳ ମଲ୍ଲିକ, ରାଜୀବ କୁମାର ସିଂ, ଦୀପକ କୁମାର ସାମନ୍ତରା, ରାଜେନ୍ଦ୍ର କେଶରୀ ସାମଲ ଓ ମ୍ୟାନେଜର ଦୁର୍ଗା ପ୍ରସାଦ ରଥ ପ୍ରମୁଖ ଦଳ ସହ ପୁନେ ଯାଇଛନ୍ତି । +ଭାରତର ସମସ୍ତ ରାଜ୍ୟ, କେନ୍ଦ୍ରସାଶିତ ଅଞ୍ଚଳ ଓ ବିଭିନ୍ନ ସେନାବାହିନୀ ପ୍ରମୁଖରୁ ୩୫ଟି ଦଳର ୧୫ ଶହ ପ୍ରତିଯୋଗୀ ଭାଗ ନେଇଥିଲେ । +ଏହି ପ୍ରତିଯୋଗିତାକୁ କରାଟେ ଇଣ୍ଡିଆ ଆୟୋଜନ କରିଥିଲେ । +ଓଡ଼ିଶା ଦଳ ଓ ବିଜୟୀ ପ୍ରତିଯୋଗୀଙ୍କୁ ରାଜ୍ୟ କରାଟେ ଡୋ ସଂଘର ସମସ୍ତ ସଭ୍ୟ ଅଭିନନ୍ଦନ ଜଣାଇଛନ୍ତି । +ଆଗାମୀ ୨୨ ତାରିଖରେ ଓଡ଼ିଶା ପ୍ରତିଯୋଗୀ ଭୁବନେଶ୍ୱର ଫେରିବେ । +ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସତ୍ୟଭାମାପୁରରେ ଉତ୍କଳ ଗୌରବ ମଧସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ… +ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଠାରେ ‘ଉତ୍କଳ ଗୌରବ ମଧୁସୁଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର’ ( Museum & Interpretation Centre ) ଲୋକାର୍ପିତ କରିଛନ୍ତି । +ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମଧୁ ବାବୁ ଥିଲେ ଓଡ଼ିଆ ସ୍ୱାଭିମାନର ପ୍ରତୀକ । +ତାଙ୍କ ଜୀବନୀ ହେଉଛି ଓଡ଼ିଆ ସ୍ୱାଭିମାନ ର ଗୌରବମୟ ଗାଥା । +ଆଶାକର୍ମୀଙ୍କ ତ୍ୟାଗ ଓ ନିଷ୍ଠା ଅବିସ୍ମରଣୀୟ ଓ ପ୍ରଶଂସନୀୟ +ଆଶାକର୍ମୀ ଜାତୀୟ ଫେଡ଼େରେସନ ପକ୍ଷରୁ ଆଜି ଭୁବନେଶ୍ୱର ଜୟଦେବ ଭବନ ଠାରେ ଦୁଇଦିିନିଆ ଜାତୀୟସ୍ତରୀୟ ସମ୍ମିଳନୀ ଓ କର୍ମଶାଳା ଉଦଘାଟିତ ହୋଇଯାଇଛି । +ଏହି କର୍ମଶାଳାରେ ଦେଶର ୧୨ଗୋଟି ରାଜ୍ୟରୁ ପ୍ରତିନିଧିମାନେ ସାମିଲ ହୋଇଥିଲେ । +ସୂଚନାଯୋଗ୍ୟ ଯେ ନିକଟରେ ଆଶାକର୍ମୀମାନେ ସର୍ବସାଧାରଣ ସ୍ୱାସ୍ଥ୍ୟ ସୁରକ୍ଷା ତଥା ସମାଜର ଅବହେଳିତ ବର୍ଗଙ୍କ ନିରାପଦ ମାତୃତ୍ୱ ଏବଂ ଶିଶୁ ମୃତ୍ୟୁହାର କମାଇବାରେ ପ୍ରମୁଖ ଭୂମିକା ନେଇଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି କାର୍ଯ୍ୟକୁ ପ୍ରଶଂସା କରି ଆଶା ସଂସ୍ଥାକୁ ସମ୍ମାନିତ କରିଛି । +ତେଣୁ ଆଶାକର୍ମୀଙ୍କୁ ସମ୍ମାନଜନକ ପାରିଶ୍ରମିକ ଓ ସାମାଜିକ ନିରାପତ୍ତା ପ୍ରଦାନ ଦାବିରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । +ଓଡ଼ିଶାର ସର୍ବବୃହତ୍ ଆଶାକର୍ମୀ ସଂଗଠନ ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ପକ୍ଷରୁ ଏହି ସମାରୋହରେ ସାମିଲ୍ ହୋଇଥିବା ପ୍ରତିନିଧିମାନଙ୍କୁ ଆତିଥ୍ୟ ଦିଆଯାଇଛି । +ନିଖିଳ ଓଡ଼ିଶା ଆଶାକର୍ମୀ ସଂଘର ସଭାପତି ବିଜୟ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହକୁ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଉଦଘାଟନ କରି ନିରାପଦ ମାତୃତ୍ୱ, ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ, ମାତୃ ମୃତ୍ୟୁହାର ନିୟନ୍ତ୍ରଣ ଓ ସର୍ବୋପରି କୋଭିଡ଼ ମହାମାରୀ ସମୟରେ ଆଶାକର୍ମୀମାନଙ୍କର ତ୍ୟାଗ ଓ ନିଷ୍ଠା ଅବିସ୍ମରଣୀୟ ଓ ପ୍ରଶଂସନୀୟ ବୋଲି କହିଥିଲେ । +ଏହା ସହିତ ଆଶାକର୍ମୀଙ୍କ ନ୍ୟାର୍ଯ୍ୟ ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । +କ୍ଷୁଦ୍ର ମୂର୍ତ୍ତିରେ ସୁଦୀକ୍ଷାଙ୍କ ବିଶ୍ବ ରେକର୍ଡ +ଦିଲ୍ଲୀରେ ସୁନ୍ଦରଗଡ଼ର ୧୨ ବର୍ଷର ଝିଅ ଦେଖାଇଛନ୍ତି କମାଲ । +ବିନା ତାଲିମରେ ହାସଲ କରିଛନ୍ତି ସଫଳତା । +ଅଦକାରୀ ଜିନିଷ ଓ ଏମ୍‌ସିଲ୍ ଅଠାରେ ଅତି କ୍ଷୁଦ୍ର ଦେବାଦେବୀଙ୍କ ମୂର୍ତ୍ତି ତିଆରି ବିଶ୍ବ ରେକର୍ଡରେ ସ୍ଥାନ ପାଇଛନ୍ତି । +ଆଗାମୀ ଦିନରେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସ ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିବାକୁ ଜାରି ରଖିଛନ୍ତି ପ୍ରୟାସ । +ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ସୁଦୀକ୍ଷା ନନ୍ଦ । +ଏମ୍‌ସିଲ୍‌ ଅଠାରେ ଅତି କ୍ଷୁଦ୍ର ମୂର୍ତ୍ତି ତିଆରି କରିବାରେ ସେ ବେଶ ମାହିର । +ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ଯୋଜନାର… +ବୌଦ୍ଧ,୩୧ା୫ : ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାର ତିନୋଟି ଜିଲ୍ଲା ବୌଦ୍ଧ,ଯାଜପୁର ଓ କୋରାପୁଟ ର ବିଭିନ୍ନ ହିତାଧିକାରୀ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ ଓ ସହର),ପୋଷଣ ଅଭିଯାନ,ଉଜ୍ଜଳା ଯୋଜନା,ସ୍ୱଛ ଭାରତ,ଜଳ ଜବୀନ ମିଶନ,ପ୍ରଧାନମନ୍ତ୍ରୀ ନିଧି ଯୋଜନା,ଆୟୁଷ୍ମାନ ଭାରତ, ସ୍ୱାସ୍ଥ୍ୟମେଳା,ମୁଦ୍ରା ଯୋଜନା,ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନାର ହିତାଧିକାରୀଙ୍କ ସହିତ ଆଭାସୀ ଜରିଆରେ ଆଲୋଚନା କରିଛନ୍ତି । +ଏହି କାର୍ଯ୍ୟକ୍ରମ ବୌଦ୍ଧଜିଲାରେ ସଫଳତାର ସହିତ ଆୟୋଜନ ହୋଇଯାଇଛି । +ସ୍ଥାନୀୟ ଟାଉନହଲଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର,ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର,ଜିଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ,ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ,ହରଭଙ୍ଗା ବ୍ଳକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ ଓ କଂଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତିଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ । +ଏହାବ୍ୟତୀତ ସମସ୍ତ ଯୋଜନାର ୨୦ ଜଣ ଲେଖାଏଁ ହିତାଧିକାରୀ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଅଳର ବୁଦ୍ଧିଜିବୀ,ବରିଷ୍ଠ ନାଗରିକ,ସମସ୍ତ ବ୍ୟାଙ୍କର ପ୍ରତିନିଧି, ସମସ୍ତ ସରକାରୀ ଅଧିକାରୀ,ସ୍ୱେଛାସେବୀ ସଂଗଠନ,ସାମାଜିକ ସଂଗଠନ ଓ ଗଣମାଧ୍ୟମ ପ୍ରତିନିଧିମାନେ ବହୁଳ ସଂଖ୍ୟାରେ ଯୋଗଦେଇଥିଲେ । +ଟାଉନହଲ ପରିସରରେ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ଖୋଲାଯାଇ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଜନକଲ୍ୟାଣକାରୀ ଯୋଜନାଗୁଡିକ ଉପରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । +ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଜନସାଧାରଣଙ୍କ ସହିତ ସିଧାସଳଖ ଆଲୋଚନା କରି ସେମାନଙ୍କର ଆବଶ୍ୟକତା ଜାଣିବା ଓ ୨୦୪୭ ମସିହାରେ ଦେଶ ସ୍ୱାଧୀନତାର ଶହେବର୍ଷ ପାଳନ ପୂର୍ବରୁ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । +କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଆଭାସି ଜରିଆରେ ବିଭିନ୍ନ ରାଜ୍ୟର ହିତାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । +ଆଇନ୍‍କୁ ହାତକୁ ନେଲେ ଓଡିଶାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ: ବିଜେଡି +ଓଡିଶା ୟୁପି କିମ୍ବା ବିହାର ନୁହେଁ +ନିଜ ନେତାଙ୍କ ବିରୁଦ୍ଧରେ ଅଭିଯୋଗ ଆସିଲେ ବିଜେପି ଚୁପ୍‍ +ଭୁବନେଶ୍ୱର : ଓଡିଶାର ବିଜେପି ନେତାମାନେ ଜାଣି ରଖିବା ଉଚିତ୍‍ ଯେ ଏହା ୟୁପି କିମ୍ବା ବିହାର ନୁହେଁ, ଏହା ହେଉଛି ଓଡିଶା । +ଏଠି ଆଇନ୍‍ର ଶାସନ ଚାଲେ । +ସେ ନେତା, ମନ୍ତ୍ରୀ, ବିଧାୟକ କିମ୍ବା ଅଫିସର ଯିଏ ହୁଅନ୍ତୁ ନା କାହିଁକି, ଆଇନ୍‍କୁ ହାତକୁ ନେଲେ ତାଙ୍କ ବିରୋଧରେ ଦୃଢ ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ହୁଏ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ । +ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ଓ ତାଙ୍କର କିଛି ଗୁଣ୍ଡା ଶ୍ରେଣୀୟ ସମର୍ଥକ ସର୍ବସମ୍ମୁକ୍ଷରେ ବିଡିଓଙ୍କୁ ମାଡ ମାରିବାବେଳେ ସେଠାରେ ଜଣେ ମହିଳା ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ । +ବିଧାୟକ ଜଣେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ପ୍ରମାଣ ମିଳିଛି । +ତେଣୁ ପୁଲିସ୍‍ ତାଙ୍କୁ ଗିରଫ କରିଛି । +ଅନ୍ୟ ପକ୍ଷରେ ନିଜେ ଆଇନ୍‍କୁ ହାତକୁ ନେବା ପରେ ବିଧାୟକ ଗିରଫଦାରୀରୁ ବର୍ତ୍ତିବାପାଇଁ ଆଗତୁରା ଥାନାକୁ ଯାଇ ବିଡିଓଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିଥିବା ସମସ୍ତେ ଜାଣନ୍ତି । +ଏପରିକି ଘଟଣା ସମ୍ପର୍କରେ ସବୁ ଜାଣିଥିବା ତାଙ୍କରି ବିଜେପି ଦଳର ତିଳେଇବଣି ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ମଧ୍ୟ ବିଧାୟକଙ୍କ ବିରୁଦ୍ଧରେ ତୁରନ୍ତ ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । +ଝରିଗାଁ ବିଧାୟକଙ୍କ ବିରୋଧରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଯେଉଁ ଅଭିଯୋଗ ଆଣିଛନ୍ତି, ବିଗତ ଦିନରେ ବିଜେପିର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ବିରୁଦ୍ଧରେ ଜଣେ ଯୁବତୀ ରାଜଧାନୀର ଏକ ଥାନାରେ ସମାନ ପ୍ରକାରର ଅଭିଯୋଗ ଆଣିଥିଲେ । +ଏହାଛଡା ନିକଟରେ ବିଜେପିର ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ବିରୁଦ୍ଧରେ ସୁନ୍ଦରଗଡରେ ତାଙ୍କରି ଦଳର ଜଣେ ଯୁବନେତ୍ରୀ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ । +ଏ ଦୁଇ ନେତାଙ୍କ କ୍ଷେତ୍ରରେ ଯେଉଁ ଆଧାରରେ ତଦନ୍ତ ହୋଇଥିଲା, ଝରିଗାଁ ବିଧାୟକଙ୍କ କ୍ଷେତ୍ରରେ ମଧ୍ୟ ସେହି ଆଧାରରେ ତଦନ୍ତ ହେବ । +ତେବେ ପ୍ରଶ୍ନ ଉଠୁଛି, ନିଜ ଦଳର ବରିଷ୍ଠ ନେତାମାନଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆସିଥିବାବେଳେ ଲେଖାଶ୍ରୀ ମ୍ୟାଡାମ କେଉଁଠି ଥିଲେ ଓ ପାଟି ନଫିଟାଇ ଚୁପ୍‍ କାହିଁକି ଥିଲେ ବୋଲି ସୁଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି । +ପଞ୍ଚାୟତ ଓ ପୌର ନିର୍ବାଚନରେ ରାଜ୍ୟବାସୀଙ୍କ ଦ୍ୱାରା ଶୋଚନୀୟ ଭାବେ ପ୍ରତ୍ୟାଖାତ ହେବାପରେ ବିଜେପି ହତାଶ ହୋଇପଡିଛି । +ତେଣୁ ବିଜେପି ନେତାମାନେ ଅଯଥାରେ କିଛି ଅପ୍ରସଙ୍ଗକୁ ପ୍ରସଙ୍ଗ କରି ହଟଚମଟ ସୃଷ୍ଟି ଲାଗି ଉଦ୍ୟମ କରୁଛନ୍ତି । +ମାତ୍ର ବିଜେପିର ଏଭଳି ପୁରୁଣା ଚାଲ୍‍କୁ ରାଜ୍ୟବାସୀ ଭଲଭାବେ ବୁଝିଛନ୍ତି ବୋଲି ସୁଶ୍ରୀ ସାହୁ କହିଛନ୍ତି । +ସହକାରୀ ଯନ୍ତ୍ରୀଙ୍କୁ ପିଟି ବିଜେଡି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଗିରଫ +ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ସହକାରୀ ଯନ୍ତ୍ରୀଙ୍କୁ ପିଟିବା ଅଭିଯୋଗରେ ଗିରଫ ହୋଇଛନ୍ତି ବିଜେଡି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସାନ୍ତନୁ ଥାଟି । +କଣ୍ଟାମାଳ ପୁଲିସ୍ ତାଙ୍କୁ ଗିରଫ କରିଛି । +ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ +ପଡିଆ :- ଜାତୀୟ ରାଜପଥ କଢର ମୂଲ୍ୟ ବାନ ସରକାରୀ ଜମି ଜବରଦଖଲ କୁ କେନ୍ଦ୍ର କରି ଉତ୍ୟକ୍ତ ଲୋକେ ଆଜି ସକାଳେ ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । +ଖବର ପାଇ ଘଟଣାସ୍ଥଳରେ ପୁଲିସ ଏବଂ ତହସିଲଦାର ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସମସ୍ତେ ରାସ୍ତାରୁ ହଟିଯାଇ ଥିଲେ । +ତେବେ ଘଟଣାରୁ ଜଣାପଡିଛି ଯେ କାଲିମେଳା ତହସିଲ ଜାକଲଗୁଣ୍ଡି ମୈଜା ଅନ୍ତର୍ଗତ ଏମ୍ ଭି-୧୨୬ ଗ୍ରାମର ୩୨୬ ଜାତୀୟ ରାଜପଥ କଡ଼ରେ ରହିଛି ମୂଲ୍ୟବାନ ସରକାରୀ ଜମି । +ଏହି ଜମି ଉପରେ ଏମ୍ ଭି-୧୨୬ ଓ ଏମ୍ ଭି-୩୬ ଗ୍ରାମ ର କେତେକ ବେଙ୍ଗଲୀ ଲୋକେ ଜବରଦଖଲ କରି ବସବାସ କରୁଥିବା ବେଳେ ତେଲାରାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାକଲଗୁଣ୍ଡି ଗ୍ରାମ ର ଆଦିବାସୀ ଲୋକେ ଆମ ଗାଁ ଲୋକଙ୍କ ଦଖଲରେ ଅଛି ବୋଲି ଦାବି କରୁଛନ୍ତି । +ତାଛଡା ଏହି ସରକାରୀ ଜମି କୁ ଲାଗି ରହିଥିବା ପଞ୍ଚାୟତ ପୋଖରୀ ମଧ୍ୟ ଆମ ଜାକଲଗୁଣ୍ଡି ଗ୍ରାମ ଅଧିନରେ ରହିଅଛି ବୋଲି ମଧ୍ୟ ଦାବି କରିଛନ୍ତି । +ଏହି ସରକାରୀ ଜମି ଉପରେ ଜାକଲଗୁଣ୍ଡି ଗାଁ ଲୋକେ ନଜର ରଖିଥିବା ବେଳେ ବିଗତ ଦୁଇ ବର୍ଷ ତଳେ ଏମ୍ ଭି-୧୨୬ ଗ୍ରାମର କେତେକ ବେଙ୍ଗଲୀ ଲୋକ ଏଠାରେ ଘର ନିର୍ମାଣ କରିବା ଆରମ୍ଭ କରିଥିଲେ । +ଏହା ର ବିରୋଧ କରି ଜାକଲଗୁଣ୍ଡି ଗ୍ରାମ ର ଆଦିବାସୀ ଲୋକେ ସଂପୁକ୍ତ ରାଜସ୍ୱ ନିରୀକ୍ଷକ କର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । +କିନ୍ତୁ ଏହାର କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ଜଣାପଡିଛି । +ଏହାକୁ କେନ୍ଦ୍ରକରି ଗତ ଶନିବାର ଦିନ ସକାଳେ ଶତାଧିକ ଆଦିବାସୀ ଲୋକେ ଆସି ଏହି ଜମି ଖାଲି କରବୋଲି ହୋହାଲ୍ଲା କରିବା ସହିତ ନିର୍ମାଣ କରିଥିବା ଘର ଆଗରେ ଲାଲ୍ କପଡ଼ା ଲଗାଇ ଚାଲିଯାଇଥିଲେ । +ଏମାନେ ଚାଲିଯିବା ପରେ ସ୍ଥାନୀୟ ବେଙ୍ଗଲୀ ଗୋଷ୍ଟି ଏହାର ସୁ ସମାଧାନ ପାଇଁ ଏକ ବୈଠକ ଏମ୍ ଭି-୧୨୬ ଠାରେ ଅନୁଷ୍ଠିତ କରିଥିବା ଜଣାପଡିଛି । +ଶତାଧିକ ଆଦିବାସୀ ଗୋଷ୍ଠୀ ପୁଣି ଆଜି ସକାଳେ ଆସି ଜମି ଖାଲି କର ବୋଲି ହୋହାଲ୍ଲା କରିବା ସହିତ ନିର୍ମାଣ କରିଥିବା ଘର ଆଗରେ ବଲି ପୋତି ତାରବାଡ ଲଗାଇଥିଲେ । +ଏହି ତାରବାଡ ଲଗାଇବା କୁ ବିରୋଧକରି ସ୍ଥାନୀୟ ଶତାଧିକ ବେଙ୍ଗଲୀ ଗୋଷ୍ଠୀ ଉତ୍ତେଜିତ ହୋଇ ୩୨୬ ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । +ଯାହାଫଳରେ ରାଜପଥ ର ଉଭୟ ପାଶ୍ୱର୍ରେ ଯାନବାହାନ ଅଟକି ରହିଥିଲା । +ଖବର ପାଇ ଏମ୍ ଭି-୭୯ ଥାନା ଭାରପ୍ରାପ୍ତ ଅଧିକାରୀ ମୁକୁନ୍ଦ ମେଲକା ସହିତ ଏକ ପୁଲିସ ଟିମ୍ ଏବଂ କାଲିମେଳା ତହସିଲଦାର ଦୁର୍ଗା ପ୍ରସାଦ ଦୋରା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଥିଲେ । +ଏବଂ ଉଭୟ ଗୋଷ୍ଠୀ ଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ କୁ ଏବଂ ତାର ବାଡ଼ କୁ ହଟାଇ ଥିଲେ । +୩ ଘଣ୍ଟା ପରେ ଯାନବାହାନ ଚଳାଚଳ ଆରମ୍ଭ ହୋଇଥିଲା । +ଉକ୍ତ ସରକାରୀ ଜମି ଜବରଦଖଲ ଅଭିଯୋଗ କୁ ପ୍ରଶାସନ କୋୖଣସି ପଦକ୍ଷେପ ଗ୍ରହଣ କରିନଥିବା ସ୍ଥଳେ ଉଭୟ ଆଦିବାସୀ ଓ ବେଙ୍ଗଲୀ ଗୋଷ୍ଠୀ, ତହସିଲଦାର, ଥାନା ଅଧିକାରୀ କାଲିମେଳା ସମିତି ସଭା କକ୍ଷରେ ଏକାଠି ହୋଇଥିଲେ । +ଏବଂ ଆସନ୍ତା ରବିବାର ଦିନ ଏମ୍ ଭି-୧୨୬ ଠାରେ ଉଭୟ ଗୋଷ୍ଠୀ ,ସ୍ଥାନୀୟ ନେତା, ବୁଦ୍ଧିଜୀବୀ ମିଳିତରେ ଏକ ବୈଠକ ଅନୁଷ୍ଠିତ କରି ଏହାର ସମାଧାନ କରିବାକୁ ନିଷ୍ପୋତି ନିଆଯାଇ ଥିଲା । +ଓଡିଶା ସମେତ ୫ ରାଜ୍ୟର ବନ୍ଦ ଥିବା ସାରା କାରଖାନାର ହେବ ପୁନରୁଦ୍ଧାର +ଗୁଜୁରାଟର ଗାନ୍ଧୀନଗରଠାରେ ଗତକାଲି ‘ସହକାର ସେ ସମୃଦ୍ଧି’ ଅନ୍ତର୍ଗତ ଏକ ସମ୍ମିଳନୀକୁ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦେଶରେ ବନ୍ଦ ରହିଥିବା ୫ଟି ସାର କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରାଯିବ । +ଏହିସବୁ ସାରକାରଖାନା ଗୁଡ଼ିକ ଓଡ଼ିଶା, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ତେଲେଙ୍ଗାନାରେ ରହିଛି । +ଏହିସବୁ ସାର କାରଖାନାଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଲାଗି ଯୋଜନା ପ୍ରସ୍ତୁତ ସହ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । +ଆନ୍ତର୍ଜାତିୟ ପୁରଷ୍କାର ପ୍ରାପ୍ତ ଓଡ଼ିଆ ସିନେମା “ଭୋକ”ର ନିର୍ଦ୍ଦେଶକ ଜେନାପୁର ପୁଅ ରାଜୀବ +ଯାଜପୁର ଜିଲ୍ଲାର ଐତିହ ସମ୍ପର୍ଣ୍ଣ ସ୍ଥାନ ଜେନାପୁର ଠାରେ ଜନ୍ମିତ ରାଜୁବ ମହାନ୍ତିଙ୍କ ନିର୍ଦ୍ଦେଶିତ “ଭୋକ” ଚଳଚିତ୍ର ଆନ୍ତର୍ଜାତିୟ ଚଳଚିତ୍ର ମହୋତ୍ସବରେ ପୁରଷ୍କୃତ ହୋଇଛି! କରୋନା ମହାମାରୀ ସମୟରେ ପ୍ରବାସୀ ଦାଦନମାନଙ୍କ ଦୁର୍ଦ୍ଦଶା କାହାଣିକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ପାଇବା ପରେ ଏବେ ଜେନାପୁର ଅଞ୍ଚଳର ସୁନାପୁଅ ତଥା ଯୁବ କଳାକାର ଓ ନିର୍ଦ୍ଦେଶକ ରାଜୀବଙ୍କ ପ୍ରତି ଶୁଭେଚ୍ଛାର ସୂଅ ଛୁଟିଛି! ତୁଳସୀ ଦୁଇପୁତ୍ରରୁ ବାସିବା ପରି ଛୋଟ ପିଲାବେଳରୁ ହି ରାଜୀବଙ୍କ କଳାପ୍ରତି ଥିବା ପ୍ରଗାଢ ଅନୁରକ୍ତି ଫୁଟି ବାହାରିଥିଲା! ଜେନାପୁର ଠାରେ ସେ ଛାତ୍ର ଜୀବନ ବିତାଇବା ପରେ ଏବେ ଭୁବନେଶ୍ୱରରେ ରହି ନିଜର ସାଧନା ଚଳାଇଛନ୍ତି! ନିକଟରେ ଲଣ୍ଡନଠାରେ ଅନୁଷ୍ଠିତ ୨୩ତମ ରେନ୍-ବୋ ଚଳଚ୍ଚିତ୍ର ମହୋତ୍ସବରେ ତାଙ୍କ ନିର୍ଦ୍ଦେଶିତ ଏହି ଓଡିଆ ଫିଲ୍ମ ପୁରସ୍କାର ଲାଭ କରିଛି । +ଗତ ମେ ୨୯ରୁ ଜୁନ ୫ ଯାଏ ଲଣ୍ଡନଠାରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା! ଏଥିରେ ବିଭିନ୍ନ ଦେଶରୁ ୨୫୦ରୁ ଉର୍ଦ୍ଧ୍ବ ବଛା ବଛା ସିନେମା ସ୍ଥାନ ପାଇଥିଲା ବେଳେ ଭାରତରୁ ପଠାଯାଇଥିବା କେତେକ ସିନେମା ମଧ୍ୟରେ ଏହି ଓଡିଆ ସିନେମା “ଭୋକ” ସ୍ଥାନ ପାଇଥିଲା! ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଲକ୍ ଡାଉନ୍ ସମୟରେ ଏକ ଦମ୍ପତି ସାମ୍ନା କରିଥିବା ଦୁଃଖଦ ସ୍ଥିତି ଓ ସଂଘର୍ଷ ଉପରେ ଆଧାରିତ । +ସୁରତରେ ରହୁଥିବା ଗୋଟିଏ ପରିବାର ଲକ୍ ଡାଉନ୍ ସମୟରେ କିଭଳି ଓଡ଼ିଶା ଫେରୁଛନ୍ତି ଏବଂ ରାସ୍ତାରେ କେଉଁସବୁ ସମସ୍ୟାର ସାମ୍ନା କରିଛନ୍ତି, ତାର ସଜଳ ଚିତ୍ରରୂପ ହେଉଛି ଏହି ଚଳଚ୍ଚିତ୍ର । +ବିଶେଷକରି ଜଣେ ମହିଳାଙ୍କ ଭିଟାମାଟି ଫେରିବାର ଦୁଃଖ କାହାଣୀକୁ ଏଠାରେ ପ୍ରଦର୍ଶନ କରାଯାଇଛି । +କରୋନା ମହାମାରୀ ସାରା ବିଶ୍ବବାସୀଙ୍କୁ ପ୍ରଭାବିତ କରିଥିବାବେଳେ ଏହାର ଭୟାବହତା ଓ ଏହାର ପ୍ରଭାବକୁ ସାମ୍ନାକୁ ଆଣିବାର ଏକ ପ୍ରୟାସ ହେଉଛି ‘ଭୋକ’ । +ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସମୟରେ ଅନେକଙ୍କ ଜୀବିକା ଚାଲିଯାଇଥିଲାଏବଂ ଆହୁରି ଅନେକ ଏହି ଭାଇରସ୍ ସଂକ୍ରମିତ ହୋଇ ପ୍ରାଣ ହରାଇଲେ । +ଏଭଳି ସ୍ଥିତିର ଚିତ୍ରଣ କରିଛି ଜ୍ୟୋତି ପ୍ରଡକ୍ସନ୍-ର ଏହି ଚଳଚ୍ଚିତ୍ର । +“ଭୋକ’ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ରାଜୀବ ମହାନ୍ତି ଦେଇଥିବାବେଳେ ଏହାର କାହାଣୀ, ଏବଂ ସଂଳାପ ଲେଖିଛନ୍ତି ରଞ୍ଜନ ଦାସ । +ସଂପାଦନା କରିଛନ୍ତି ମାନସ ସାହୁ ଓ କ୍ୟାମେରା ପରିଚାଳନା କରିଛନ୍ତି ବିଶ୍ବଜିତ କୁଲାଡ । +ସେହିପରି ମୁଖ୍ୟ ଭୂମିକାରେ ଅଭିନେତା ଅଙ୍କିତ କୁମାର, କାବ୍ୟ କିରଣ ନଜର ଆସିବେ । +ଅନ୍ୟମାନଙ୍କ ମଧ୍ୟରେ ଅଭିନେତା କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା, ଚିରଞ୍ଜିବୀ, ଦୀପା, ପ୍ରତୀମ୍ ଓ ଅନ୍ୟମାନେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । + ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର ‘ଭୋକ’ ନିର୍ମାଣ କରିଥିବାବେଳେ ଏଥିରେ ସଂଗୀତ ଦେଇଛନ୍ତି ବିକାଶ ଦାସ +୮୪୪ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ,୫ ଜଣ କୋର୍ଟ ଚାଲାଣ । +କାଲିମେଳା: ତା ୨୬/୪ କାଲିମେଳା ପୁଲିସ କୁ ପୁଣି ମିଳିଛି ବଡ ସଫଳତା ଗୋଟିଏ ବଡ ଗଞ୍ଜେଇ ରାକେଟ ଠାବ କରିବାରେ ସକ୍ଷମ ହୋଇଛି । +ବିଗତ କିଛିଦିନ ଧରି କାଲିମେଳା ପୋଲିସ ଲଗାତାର ଗଞ୍ଜେଇ ମାଫିଆଙ୍କୁ ଧରି ଥାନା ଆଣି ଏନଡିପିଏସ କେସ ରୁଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟଚାଲାଣ କରୁଛି । +ଗତକାଲି ରାତ୍ରିରେ ଗଞ୍ଜେଇ ଚୋରାଚାଲାଣ ରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । +ମିଳିଥିବା ସୂଚନାନୁସାରେ ଗୋଟିଏ ଧଳାରଙ୍ଗର AP23Y 4722 ନମ୍ବର ବିଶିଷ୍ଟ ପିକଅପ ଭ୍ୟାନ ରେ ପ୍ଳାଇଉଡ ସହିତ ଗଞ୍ଜେଇ ଚୋରା ଚାଲାଣ ସମୟରେ କାଙ୍ଗୁରକୋଣ୍ଡା ଗ୍ରାମ ଛକ ନିକଟ ରେ ଗତକାଲି କାଲିମେଳା ପୁଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗାଡି କୁ ଅଟକାଇ ଯାଞ୍ଚ କଲାବେଳେ ଉକ୍ତ ପିକଅପ ରେ ଗଞ୍ଜେଇ ଥିବା ଜାଣିବାକୁ ପାଇ ଥିଲେ ଗାଡିକୁ ଓ ଏହି ଗଞ୍ଜେଇଚୋରା ଚାଲାଣ ରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଥାନାକୁ ଆଣିପଚରାଉଚୁରା କରି ଶେଷରେ ସେମାନଙ୍କୁ କୋର୍ଟଚାଲାଣ କରିଛନ୍ତି । +ଏମାନଙ୍କର ପାଖରୁ ଗୋଟିଏ TS09 FF0296 ନମ୍ବର ବିଶିଷ୍ଟ ବଜାଜ ପଲସର ମଟରସାଇକଲ ମଧ୍ଯ ଜବତ କରିଛି କାଲିମେଳା ପୋଲିସ । +ଓ ଗିରଫ ୫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୩ ଜଣ ତେଲେଙ୍ଗାନା ରାଜ୍ୟ ର ଏବଂ ୨ ଜଣ ଓଡିଶା ର ବୋଲି ଜଣାପଡିଥିବା ବେଳେ ଏମାନଙ୍କ ଠାରୁ ୮୪୪ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । +ଏହି ଗଞ୍ଜେଇ ଓଡ଼ିଶାରୁ ପଡୋଶୀ ରାଜ୍ୟ ତେଲେଙ୍ଗାନା, ମହାରାଷ୍ଟ୍ର କୁ ଚାଲାଣ ହେଉଥିଲା ବୋଲି ପୋଲିସ ସୂତ୍ର ରୁ ଜଣାପଡିଛି । +ଗିରଫ ଅଭିଯୁକ୍ତ ମାନେ ହେଲେ ତେଲେଙ୍ଗାନା ରାଜ୍ୟ ସଙ୍ଗାରେଡ଼ି ଜିଲ୍ଲାର ଆକାଶ ଗାୟକୱ । +ଡ଼(୨୮), ଯାଦବ ସଞ୍ଜିପ (୨୧),ରାଥୋଡ ବିରବଲ(୨୬) ଏବଂ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପପଲୁର ଗ୍ରାମ ନିକଟସ୍ଥ ଏନଗୁରାଇ ଗ୍ରାମର ପ୍ରଧାନ ଖରା(୨୬),କପାତୁଟି ନିକଟସ୍ଥ ମାଳାଗୁଡା ଗ୍ରାମର ଚିନ୍ନାରାଓ ପାଣ୍ଡରୁ(୫୫) ବୋଲି ଜଣାପଡିଛି । +ଏ ନେଇ କାଲିମେଳା ପୋଲିସ ଏକ ମାମଲା ରୁଜୁ କରି କେସ ନଂ ୧୧୨/୨୨ ପ୍ରକାରେ ଗିରଫ କରି ଅଭିଯୁକ୍ତ ଙ୍କୁ କୋର୍ଟଚାଲାଣ କରିଛି । +ଘରକୁ ଘର ବୁଲି ଆଧାର ସେବା ଯୋଗାଇବେ ପୋଷ୍ଟମ୍ୟାନ୍ +ନୂଆଦିଲ୍ଲୀ : ଆପଣଙ୍କ ଚିର ପରିଚିତ ଡାକବାଲା ବା ପୋଷ୍ଟମ୍ୟାନ ଏଣିକି ଆଉ ଏକ ଜରୁରୀ ସେବା ଯୋଗାଇବେ । +ତାହା ହେଉଛି ଆଧାର ସମ୍ପର୍କିତ ସେବା । +ସେମାନେ ଆପଣଙ୍କ ଘରକୁ ଯାଇ ଆଧାର ଓ ମୋବାଇଲ ନମ୍ବର ଲିଙ୍କ୍, ଛୋଟ ପିଲାମାନଙ୍କର ଆଧାର ପଂଜୀକରଣ, ଆଧାର ତଥ୍ୟ ଅପଡେଟ୍ ଆଦି କାର୍ଯ୍ୟ କରିପାରିବେ । +ଏସବୁ କାର୍ଯ୍ୟ ପାଇଁ ଆପଣଙ୍କୁ ଏବେ ସ୍ଥାନୀୟ ଆଧାର କେନ୍ଦ୍ରକୁ ଯିବାକୁ ପଡ଼ୁଛି । +କିନ୍ତୁ ଗ୍ରାମାଞ୍ଚଳ ଲୋକେ ଏଥିପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । +ଏସବୁ ସେବା ଏବେ ଆପଣଙ୍କ ଘରେ ପହଞ୍ଚିବ । +କିସ୍‍-ଫିଫା ଫାଉଣ୍ଡେସନ୍‍ ବୁଝାମଣା: ଭାରତ ଓ ଦକ୍ଷିଣ ଏସିଆରେ ସ୍କୁଲ୍‍-ଫୁଟବଲ୍‍ର ପ୍ରସାର କରିବ… +ଫିଫା ଫୁଟ୍‍ବଲ୍‍ ଫର ସ୍କୁଲ୍‍ସ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା ସମେତ ଭାରତ ଓ ସମଗ୍ର ଦକ୍ଷିଣ ଏସିଆରେ ସ୍କୁଲ୍‍ସ୍ତରରେ ଫୁଟ୍‍ବଲ୍‍ର ବିକାଶ କରିବ କିସ୍‍ । +ଏଥି ନିମନ୍ତେ ବୁଧବାର ଫିଫା ଫାଉଣ୍ଡେସନ୍‍ ଓ କିସ୍‍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । +ସୁଇଜରଲାଣ୍ଡର ଜୁରିକ୍‍ଠାରେ ଉଭୟ ଅନୁଷ୍ଠାନ ମଧ୍ୟରେ ହୋଇଥିବା ଏହି ବୁଝାମଣା ପତ୍ରରେ ଫିଫା ଫାଉଣ୍ଡେସନ୍‍ ପକ୍ଷରୁ ଏହାର ସିଇଓ ୟୁରି ଜୋରେକଫ୍‍ ସ୍ୱାକ୍ଷର କରିଥିବା ବେଳେ କିସ୍‍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏଥିରେ ସ୍ୱାକ୍ଷର କରିଥିଲେ । +ଫିଫା ଫୁଟ୍‍ବଲ୍‍ ଫର ସ୍କୁଲ୍‍ସ କାର୍ଯ୍ୟକ୍ରମରେ ଫିଫା ଫାଉଣ୍ଡେସନ୍‍ କୌଣସି ଶିକ୍ଷାନୁଷ୍ଠାନ ସହ ବୁଝାମଣା କରିବାରେ ଏହା ହେଉଛି ବିଶ୍ୱରେ ପ୍ରଥମ ଓ ଅନନ୍ୟ । +ସମଗ୍ର ବିଶ୍ୱରେ ଏଭଳି ବୁଝାମଣା ପ୍ରଥମ ଥର ଲାଗି ସ୍ୱାକ୍ଷରିତ ହୋଇଛି । +ଫିଫା ଫୁଟ୍‍ବଲ୍‍ ଫର ସ୍କୁଲ୍‍ କାର୍ଯ୍ୟକ୍ରମରେ ଫୁଟ୍‍ବଲ୍‍ ପ୍ରସାର ଓ ପ୍ରଚାର ଦିଗରେ ଓଡ଼ିଶା, ଭାରତ ତଥା ଦକ୍ଷିଣ ଏସିଆ ପାଇଁ କିସ୍‍ ଜୋନାଲ୍‍ ଏଜେନ୍‍ସୀ ଭାବେ କାର୍ଯ୍ୟ କରିବ । +ଏଥିରେ ସନ୍ତୋଷ ବ୍ୟକ୍ତ କରି ଫିଫା ଫାଉଣ୍ଡେସନ୍‍ର ସିଇଓ ୟୁରି କହିଛନ୍ତି, ଏହା ଦ୍ୱାରା ଭାରତ ସମେତ ଦକ୍ଷିଣ ଏସିଆର ପ୍ରାୟ ୭୦ କୋଟି ସ୍କୁଲ୍‍ ପିଲା ଉପକୃତ ହେବେ । +ସୋଆକୁ ଦେଶର ସବୁଠାରୁ ଭରସା ଯୋଗ୍ୟ ବିଶ୍ୱବିଦ୍ୟାଳୟ ସମ୍ମାନ +ଭୁବନେଶ୍ୱର, ୨୭/୦୬: ଗୁଣାବତା ଶିକ୍ଷା କ୍ଷେତ୍ରରେ ଦେଶର ସବୁଠାରୁ ଭରସା ଯୋଗ୍ୟ ବିଶ୍ୱବିଦ୍ୟାଳୟଭାବେ ଶିକ୍ଷା ଓ ଅନସନ୍ଧାନ (ସୋଆ)କୁ ସମ୍ମାନିତ କରାଯାଇଛି । +ରବିବାର ନୂଆଦିଲ୍ଲୀ ଠାରେ “ଦ ଗୋଲ୍ଡେନ୍‌ଷ୍ଟାର ଆଇକନ୍ ଆୱାର୍ଡ୍ସ” କାର୍ଯ୍ୟକ୍ରମରେ ସୋଆକୁ “ମୋଷ୍ଟ ଟ୍ରଷ୍ଟେଡ୍ ୟୁନିଭର୍ସିଟି ଫର୍ କ୍ୱାଲିଟି ଏଜୁକେସନ୍ ଇନ୍‌ଇଣ୍ଡିଆ” ସମ୍ମାନ ପ୍ରଦାନ କରାଯାଇଛି । +ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଶ୍ରୀମତି ଜୟପ୍ରଦାଙ୍କ ଠାରୁ ସୋଆ ପକ୍ଷରୁ ଏହି ଆୱାର୍ଡଗ୍ରହଣ କରିଛନ୍ତି ଅଫିସର୍ ଅନ୍ ସ୍ପେଶାଲ୍ ଡ୍ୟୁଟି ଶ୍ରୀ ପ୍ରୀତମ୍ ନାୟକ । +ସୋଆ ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌)ର ତୃତୀୟ ପର୍ଯ୍ୟାୟମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ କରିଛି । +ମୋଟ ୪.୦୦ ସ୍କୋର୍‌ରୁ ସର୍ବାଧିକ ୩.୮୮କ୍ୟୁମୁଲେଟିଭ୍ ଗ୍ରେଡ ପଏଂଟ ଆଭରେଜ (ସିଜିପିଏ) ହାସଲ କରି ସୋଆ ଏହି କୃତିତ୍ୱ ହାସଲ କରିଛି । +ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୧ ର‌୍ୟାଙ୍କିଙ୍ଗ୍‌ରେସୋଆ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ୨୦ତମ ସ୍ଥାନ ହାସଲ କରିଥିଲା । +ସେହିପରି ବିଶ୍ୱସ୍ତରରେସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି-୨୦୨୩ ର‌୍ୟାଙ୍କିଙ୍ଗ୍ ଓ ଟାଇମ୍ସ ହାୟର ଏଜୁକେସନ୍ (ଟିଏଚ୍‌ଇ)୨୦୨୨ ର‌୍ୟାଙ୍କିଙ୍ଗ୍‌ରେ ମଧ୍ୟ ସୋଆ ସ୍ଥାନ ପାଇଛି । +କୁନ୍ଦଳ ପଞ୍ଚାୟତରେ ଯୋଗ ଶିବିର +ବଡ଼ଚଣା :ଶରୀରକୁ ସୁସ୍ଥ ରଖିବାକୁ ହେଲେ ଆମକୁ ନିୟମିତ ଯୋଗର ଆବଶ୍ୟକତା ଦରକାର । +ତେଣୁ ଏହି ମହାନ କାର୍ଯ୍ୟକୁ ପ୍ରଧାନମନ୍ତୀ ନେରେନ୍ଦ୍ର ମୋଦି ଏକ ଅଭିଯାନ ଆରମ୍ଭ କରିଥିଲେ । +2015ମସିହା ଜୁନ 21ତାରିଖରେ ଏକ ବିଶ୍ୱ ଯୋଗ ଦିବସ ଭାବେ ସାରା ବିଶ୍ୱ ପାଳନ କରିବ । +କାହିଁକି ନା ଆଜିର ଦୁନିଆରେ ଆମକୁ ସୁସ୍ଥ ରହିବାକୁ ହେଲେ କେବେଳ ମେଡିକାଲ ନୁହେଁ ତାଠୁ ବଡ ମେଡିକାଲ ହେଉଛି ଯୋଗ । +ନିୟମିତ ଭାବେ ଆମେ ଯଦି ଯୋଗ କରିବା ଆମ ଶରୀରରୁ ବହୁତ ରୋଗ ହେବା ସମ୍ଭାବନା କମ । +ସେଥିପାଇଁ ସାରା ବିଶ୍ୱ ଏହି ଦିନଟିକୁ ଯୋଗ ଦିବସ ଭାବେ ପାଳନ କରିଆସୁଛି । +ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ମାଲ୍ୟାଶୁଣୀଙ୍କ ନିକଟରେ ବିଶ୍ୱ ଯୋଗ ଦିବସରେ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା । +ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଜେପିର ସାଧାରଣ ସମ୍ପାଦକ ତଥା ବଡ଼ଚଣା ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥି ଅମର ନାୟକ (ବାପୁ ଭାଇ) ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । +ଏହି ଶିବିରରେ ପଞ୍ଚାୟତରୁ ସରପଞ୍ଚ ପାର୍ଥିନିଙ୍କ ସ୍ୱାମୀ ରବୀନ୍ଦ୍ର ରାଉତ, ସମିତି ସଭ୍ୟ ଗଗନ ଦାଶ, ବିଭିନ୍ନ ୱାର୍ଡର ୱାର୍ଡମେମ୍ବର ସଭ୍ୟ /ସଭ୍ୟା, ପଞ୍ଚାୟତ ଦାଇତ୍ୱରେ ଥିବା ନାରାୟଣ ସାମଲ ଏବଂ ମଦମୋହନ ବେହେରା ସମତେ ପ୍ରାୟ 70/80 ଜଣ ଯୋଗ ଦେଇ ବିଶ୍ୱ ଯୋଗ ଦିବସରେ ବିଭିନ୍ନ ଯୋଗ କରିଥିଲେ । +ଏହି ଯୋଗ ଶିବିରରେ ଯୋଗ ଗୁରୁ କୁଶାସନ ସେଠି (କୁଶା ବାବା )ଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ହୋଇଥିଲା । +ଶେଷରେ ଶିବିରରେ ଯୋଗ ଦେଇଥିବା ସମସ୍ତଙ୍କ ପାଇଁ ବିଜେପି କୁନ୍ଦଳ ତରଫରୁ ଜୁସ ବଣ୍ଟନ କରାଯାଇଥିଲା । +ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା : ହକିରେ ଓଡ଼ିଶାକୁ ରୌପ୍ୟ ଓ କାଂସ୍ୟ ପଦକ +ହରିୟାଣାର ପଞ୍ଚକୁଲାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ହକିରେ ଓଡ଼ିଶାକୁ ରୌପ୍ୟ ଓ କାଂସ୍ୟ ପଦକ ମିଳିଛି । +ଓଡ଼ିଶା ମହିଳା ଦଳ ରୌପ୍ୟ ଓ ପୁରୁଷ ଦଳ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି । +ଶୁକ୍ରବାର ଖେଳାଯାଇଥିବା ମହିଳା ବିଭାଗ ଫାଇନାଲରେ ଓଡ଼ିଶା ୧-୪ ଗୋଲରେ ହରିୟାଣା ନିକଟରୁ ପରାଜିତ ହୋଇଛି । +ଓଡ଼ିଶା ପକ୍ଷରୁ ସୁନିଲିତା ଟପ୍ପୋ ୪୫ ମିନିଟ୍‌ରେ ଏକମାତ୍ର ଗୋଲ ଦେଇଥିଲେ । +କାଂସ୍ୟ ବିଜୟୀ ଓଡ଼ିଶା ପୁରୁଷ ହକି ଦଳସେହିପରି ପୁରୁଷ ବିଭାଗ ତୃତୀୟ ସ୍ଥାନ ପାଇଁ ମ୍ୟାଚରେ ଓଡ଼ିଶା ୮-୦ଗୋଲରେ ଝାଡଖଣ୍ଡକୁ ପରାସ୍ତ କରି କାଂସ୍ୟ ପଦକ ବିଜୟୀ ହୋଇଛି । +ଓଡ଼ିଶା ପକ୍ଷରୁ ପୌଲସ ଲାକ୍ରା ୪୧ , ୫୮ମିନିଟ୍‌ରେ ଓ ଅନମୋଲ ଏକ୍କା ୨୦ ଓ ୫୧ ମିନିଟ୍‌ରେ ଦୁଇଟି ଲେଖାଏଁ, ରୋହିତ ସିଂହ ୪୮, ଆର୍ଯ୍ୟନ ଏକ୍କା ୪୮, ଲାବନ ଲୁଗୁନ ୨୩ ଓ ରୋଶନ କୁଜୁର ୩୧ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । +ଏଥି ସହିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡ଼ିଶା ପ୍ରତିଯୋଗୀଙ୍କ ପଦକ ସଂଖ୍ୟା ୭ରେ ପହଞ୍ଚିଛି । +ପୂର୍ବରୁ ଭାରୋତ୍ତୋଳନରେ ପୁନିତ ଚନ୍ଦ୍ର ସାହୁ ରୌପ୍ୟ , ପୁରୁଷ ୧୧୦ ମିଟର ବାଧାଦୌଡ଼ରେ ଏ ଗ୍ରେସସେନ ଜିଭା କାଂସ୍ୟ, ପୁୁରୁଷ ଭାରୋତ୍ତୋଳନରେ କୁଳଦୀପ୍‌ ସାହୁ ସ୍ବର୍ଣ୍ଣ ଓ ମହିଳା​‌ ଉଚ୍ଚଡିଅଁାରେ ସବିତା ଟପ୍ପୋ କାଂସ୍ୟ ଓ ଆର୍ଯ୍ୟନ ଏକ୍କା କାଂସ୍ୟ ପଦକ ବିଜୟୀ ହୋଇଥିଲେ । +ନିଜ ରିଭଲଭରରୁ ଗୁଳି ଫୁଟିବାରୁ ଗାଙ୍ଗପୁର ଥାନା ଅଧିକାରୀଙ୍କ ମୃତ୍ୟୁ +ବ୍ରହ୍ମପୁର: ନିଜ ରିଭଲଭରରୁ ଗୁଳି ଫୁଟିବାରୁ ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ହୋଇଛି । +ମିଳିଥିବା ସୂଚନା ଅନୁଯାୟୀ, କ୍ବାର୍ଟରରେ ମାଆଙ୍କ ସହ ଖାଇବାକୁ ଵସିଥିବା ଵେଳେ ଗୁଳି ଫୁଟିଥିଲା । +ପେଟରେ ଗୁଳି ବାଜି ପିଠିପଟୁ ବାହାରିଥିଲା । +ତାଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । +.ସେଠାରେ ଦେବ କୁମାର ଗମାଙ୍ଗଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । +ମୋବାଇଲ୍ ଚୋର ଧରିବାକୁ ବୁଲିଲା ବେଞ୍ଚ୍‌ +ମୋବାଇଲ୍ ଚୋରକୁ ଧରିବାକୁ ବୁଲିଲା ବେଞ୍ଚ । +ଗାଁରେ ୟା ଘରକୁ ତା ଘରକୁ ବେଞ୍ଚ କାନ୍ଧେଇ ବୁଲିଲେ ଲୋକେ । +ଗାଁ ଲୋକ ମଧ୍ୟ ଉତ୍ସାହର ସହ ବେଞ୍ଚ ସାଙ୍ଗରେ ବୁଲି ହରିବୋଲ ପକାଉଥିଲେ । +ଘଟଣାଟି ଅବିଶ୍ୱାସ ଲାଗୁଥିଲେ ବି ବିଲକୁଲ ସତ । +ଏହି ଦୃଶ୍ୟ ଦେଖିଲେ ଲାଗୁଛି ଯେପରି ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମଣିଷ ସତେ ଯେପରି ହଜି ଯାଇଛି । +ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ରାମଚନ୍ଦ୍ରପୁର ଥାନା ଜଳସୁଆଁ ଗାଁରେ । +ମୟୂରଭଞ୍ଜ ଛଉନୃତ୍ୟ ବିଷୟରେ ପ୍ରକାଶିତ ଖବର ବିରୋଧରେ ସ୍ପଷ୍ଟୀକରଣ ଦେଲେ ମୟୂରଭଞ୍ଜ ଛଉ ନୃତ୍ୟ… +ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଘରେ ଓଡ଼ିଆ ପଟ୍ଟଚିତ୍ର, ଉପହାରରେ ଦେଇଥିଲେ ପିଏମ ମୋଦୀ, ବିଶ୍ୱ… +କୋପନହାଗେନ : ୟୁରୋପୀୟ ଦେଶ ଡେନମାର୍କରେ ଓଡ଼ିଶାର ପଟ୍ଟଚିତ୍ରର ଚର୍ଚ୍ଚା । +ଡେନମାର୍କ ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ପଟ୍ଟଚିତ୍ର ଦେଖାଇଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ ମାଟେ ଫେଡେରିକସେନ । +ପଟ୍ଟଚିତ୍ରଟି ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଲଗାଯାଇଛି । +ଭାରତ ଗସ୍ତ ସମୟରେ ଏହି ପଟ୍ଟଚିତ୍ର ତାଙ୍କୁ ଉପହାର ଦିଆଯାଇଥିଲା ବୋଲି ଫେଡେରିକସେନ ମୋଦୀଙ୍କୁ କହିଛନ୍ତି । +ମରଣମୁହଁରେ ରାଉରକେଲା ଏସ୍‌ଟିପିଆଇ! +ରାଉରକେଲା : ସଫ୍ଟୱେୟାର ଡେଭଲପମେଣ୍ଟ ପାଇଁ ରାଉରକେଲା ସହରରେ ଆରମ୍ଭ ହୋଇଥିଲା ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ) । +ଏହାର ଲକ୍ଷ୍ୟ ଥିଲା, ଷ୍ଟାର୍ଟଅପ୍‌ ଆରମ୍ଭ କରିବାକୁ ଚାହୁଥିବା ଯୁବ ଉଦ୍ୟୋଗୀମାନଙ୍କୁ ନୂଆ ଆପ୍ ତିଆରି କରିବାଲାଗି ଆନୁସଙ୍ଗିକ ସୁବିଧା ଯୋଗାଇଦେବା ସହିତ ସଫ୍ଟୱେର୍‌ ଡେଭେଲପ୍‌ମେଣ୍ଟ୍ କରିବା ଦିଗରେ କମ୍ପାନିଗୁଡ଼ିକୁ ଉତ୍ସାହ ପ୍ରଦାନ କରାଯିବା । +ରାଉରକେଲାରେ ଥିବା ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍‌ନଲୋଜି ବା ଏନ୍‌ଆଇଟି ଓ ଆଖପାଖର ଶିଳ୍ପାଞ୍ଚଳକୁ ନଜରରେ ରଖି ଏହା ସ୍ଥାପନ କରା ଯାଇଥିଲା । +କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ଥାପିତ ଏହି ଅନୁଷ୍ଠାନଟି ଅକାମି ହୋଇପଡ଼ିଛି । +ଯୁବ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ ବା ସହାୟତା କରିବାଲାଗି ସର୍ବନିମ୍ନ ସୁବିଧା ମଧ୍ୟ ଏଠାରେ ନାହିଁ । +ଏପରିକି ଏହି କାମ ପାଇଁ ଆବଶ୍ୟକ ହେଉଥିବା ଇଣ୍ଟରନେଟ୍‌ ବ୍ୟବସ୍ଥା ମଧ୍ୟ ନାହିଁ! ଫଳରେ ରାଜ୍ୟ ସରକାରଙ୍କ ସଂସ୍ଥା ଓକାକ୍ ମଧ୍ୟ ଏହାକୁ ଛାଡ଼ି ପଳାଇଛି । +ଅନ୍ୟ ସଂସ୍ଥାଗୁଡ଼ିକର କାମ ମଧ୍ୟ ପ୍ରାୟତଃ ବନ୍ଦ ହେବାକୁ ବସିଲାଣି । +ମଲ୍ୟାଶୁଣୀଙ୍କ ମହା ନବମୀ ପୂଜା ଓ ପୂର୍ଣ୍ଣାହୁତି ଦିବସ +. ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ଗ୍ରାମର ଗ୍ରାମଦେବତୀ ମା’ମଲ୍ୟାଶୁଣୀଙ୍କ ନବମୀ ପୂଜା ଆରମ୍ଭ ହୋଇଯାଇଛି । +ମାଙ୍କ ପୂଜା ପୂର୍ବରୁ ସକାଳୁ ମାଙ୍କୁ ହଳଦୀ ପାଣିରେ ଗାଧୋଇ ଦିଆଯାଇ ନାଲି ପାଟ ପିନ୍ଧାଯାଇଥାଏ । +ପରେ ବିଭିନ୍ନ ପ୍ରକାରର ଫୁଲରେ ମାଙ୍କୁ ସୁନ୍ଦର ଭାବରେ ସଜାଯାଇଥାଏ । +ପରେ ପରେ ମାଙ୍କୁ ବିଭିନ୍ନ ପ୍ରକାରର ଅଳଙ୍କାରରେ ଅଳଙ୍କୃତ କରାଯାଇ ନବମୀ ପୂଜା ବେଶ କରାଯାଇଥାଏ । +ତାପରେ ସୂର୍ଯ୍ୟ ପୂଜା, ଗୋପୂଜା କରାଯାଇ ମା’ଙ୍କ ନବମୀ ପୂଜା କରାଯାଏ । +ଆଉ ରୀତିନୀତି ଅନୁଯାଇ ଖରାବେଳେ ମାଙ୍କ ନିକଟରେ ନୀତିକାର୍ଯ୍ୟ କରାଯାଏ । +ମାଙ୍କ ପୀଠରେ ଭାଗବତ ଗୀତା ପାଠ ମଧ୍ୟ ଚାଲୁ ରହିଛି । +ଆଜି ମାଙ୍କ ପୂର୍ଣ୍ଣାହୁତି ଦିବସ । +ଏହି ପୂର୍ଣ୍ଣାହୁତି ରାତ୍ର 11ଘଟିକା ସମୟରେ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । +ଆହୁରି ମଧ୍ୟ ଭକ୍ତଙ୍କ ପାଇଁ ଆଜି ରାତ୍ରରେ ପ୍ରସାଦର ବ୍ୟବସ୍ଥା କରାଯାଇଛି । +ଶେଷ ଦିନରେ ମାଙ୍କ ପାଖରେ ଅନୁଷ୍ଠାନ ପକ୍ଷରୁ ଏକ ସାଂସ୍କୃତ କାର୍ଯ୍ୟକ୍ରମ କରାଯାଇଛି । +ଗାଁ ଯୁବକ ମାନଙ୍କ ଦ୍ୱାରା ଏକ ନାଟକ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । + ଯାହାର ନାଁ “ବାଟ ହଜିଗଲା ହାଟ ମଝିରେ “ଏହି ମାଙ୍କ ତିନିଦିନ ବ୍ୟାପି ଯଂଜ୍ଞକୁ ଗ୍ରାମବାସି ମାନେ ସମସ୍ତ ନିଷ୍ଠାର ସହିତ ପାଳନ କରିଥାନ୍ତି +ଓଡିଶା ଡ୍ରାଇଭର ମହାସଙ୍ଘର ବୈଠକ, ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ +ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ବନ୍ଦ ଗ୍ରାମ ନିକଟରେ ଅବସ୍ଥିତ ମା’ ଗଙ୍ଗା ଦେବୀ ପୀଠ ରେ ଓଡିଶା ଡ୍ରାଇଭର ମହାସଙ୍ଘ ଗଞ୍ଜାମ ଜିଲ୍ଲା ଶାଖା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । +ପୁଇଁତଳା ଡ୍ରାଇଭର ମହାସଙ୍ଘ ଶାଖା ପକ୍ଷରୁ ଆୟୋଜିତ ଏହି ବୈଠକରେ ଜିଲା ସଭାପତି ବାବୁ ଖାନ, ସମ୍ପାଦକ ବବୁଲ ବିଶ୍ୱାଳ, ବ୍ରହ୍ମପୁର ଶାଖାର ସଭାପତି ଲଷ୍ମୀ ନାରାୟଣ ସାହୁ, କାଟୁ ଶାଖା ସଭାପତି ପ୍ରଭୁ ସ୍ବାମୀ, ଛତ୍ରପୁର ଶାଖା ସଭାପତି କିସାନ ଗୌଡ଼ ପ୍ରମୁଖ ଯୋଗଦେଇଥିଲେ । +ସଙ୍ଘ ପକ୍ଷରୁ ରାଜ୍ୟ ସରକାର ପାଖରେ ୧୦ ଦଫା ଦାବୀ ରଖାଯାଇଛି । +ସେହି ଦାବୀ ଗୁଡିକ ଯଥା ଶୀଘ୍ର ସରକାର ପୂରଣ ନକରିବା ଯୋଗୁଁ ସଙ୍ଘ ପକ୍ଷରୁ ଆନ୍ଦୋଳନ କରାଯିବା ପାଇଁ ଚେତାବନୀ ଦିଆଯାଇଛି । +ବୈଠକରେ ପୁଇଁତୋଳା ଶାଖାର ସଭାପତି ନରେନ୍ଦ୍ର ଚଣ୍ଡ, ଉପ ସଭାପତି ଧରଣୀ ଧର ସାହୁ, ସମ୍ପାଦକ ବବୁଲ ସାହୁ, କୋଷାଧକ୍ଷ ପ୍ରସନ୍ନ ଛଟଇ ସମେତ ଅନ୍ୟ ସଦସ୍ୟ ମାନେ ପରିଚାଳନା କରିଥିଲେ । +ଟ୍ରାନ୍ସଫର ହେଲେ, ସସପେଣ୍ଡ କେବେ? +ସାମ୍ବାଦିକଙ୍କୁ ଧକ୍କା ମାରିବା ଓ ଗୋଡରେ ବେଡି ପକାଇବା ଘଟଣାରେ ବିବାଦୀୟ ହୋଇଥିବା ନୀଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କୁ ବଦଳି କରାଯାଇଛି । +ଦ୍ରୌପଦୀଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । +ସେହିଭଳି ଏହି ମାମଲାର ତଦନ୍ତ କରୁଥିବା ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରାଯାଇଛି । +ତଦନ୍ତ ଶେଷ ନ ହେବା ଯାଏଁ ଉଭୟଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । +ତେବେ ଏଠି ପ୍ରଶ୍ନ ଉଠୁଛି, ଆଇଆଇସିଙ୍କୁ ଟ୍ରାନ୍ସଫର କରାଗଲା କିନ୍ତୁ ସସପେଣ୍ଡ କାହିଁକି କରାଗଲା ନାହିଁ? ଏହି ଘଟଣାରେ ପୂର୍ବରୁ କଷ୍ଟଡି ଦାୟିତ୍ୱରେ ଥିବା ହାବିଲଦାରଙ୍କୁ ସସପେଣ୍ଡ କରାଯାଇଛି । +ତଳିଆ କର୍ମଚାରୀ ବୋଲି କଣ ହାବିଲଦାରଙ୍କୁ ସସପେଣ୍ଡ କରାଯିବ ଏବଂ ବଡ ଅଫିସର ବୋଲି ଆଇଆଇସିଙ୍କୁ ଟ୍ରାନ୍ସଫର କରାଯିବ । +ପୋଲିସ ବିଭାଗରେ ଇଏ କେମିତିକା ନ୍ୟାୟ? ଯଦି ହାବିଲଦାରଙ୍କୁ ସସପେଣ୍ଡ କରାଯାଇପାରୁଛି ସେତେବେଳେ ଆଇଆଇସି ଦ୍ରୌପଦୀଙ୍କୁ କାହିଁକି ସସପେଣ୍ଡ କରାଯିବନି ବୋଲି ପ୍ରଶ୍ନ କରିଛନ୍ତି ଲୋକେ । + କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଥାନାକୁ ଡାକି ଧକ୍କା ମାରିବା ଓ ହସ୍ପିଟାଲରେ ଗୋଡରେ ବେଡି ପକାଇବା କଣ ଛୋଟ ଅପରାଧ କି? +କୋଭିଡ ମୁକାବିଲା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର… +ଦେଶରେ ବୃଦ୍ଧି ପାଉଥିବା କୋଭିଡ ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ବ୍ୟକ୍ତ କରିଛନ୍ତି । +ବୁଧବାର ପ୍ରଧାନମନ୍ତ୍ରୀ କୋଭିଡ ସ୍ଥିତିର ସମୀକ୍ଷା କରିବା ସହ କୋଭିଡ ପରିସ୍ଥିତିର ମୁକାବିଲା ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ ମୋଡରେ ଆଲୋଚନା କରିଛନ୍ତି । +କୋଭିଡ ମହାମାରୀ ସହିତ ସଫଳ ମୁକାବିଲା କରିବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଛନ୍ତି ନରେନ୍ଦ୍ର ମୋଦୀ । +ମୋଦି ଶାସନରେ ଓଡ଼ିଶା ଲେଖିବ ନୂଆ ଅଧ୍ୟାୟ +ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନଡିଏ ମେଂଟ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦୌପଦ୍ରୀ ମୁର୍ମୁଙ୍କୁ ମନୋନୀତ କରିଛି । +ଏନଡିଏ ପକ୍ଷରୁ ଶ୍ରୀମତୀ ମୁର୍ମୁଙ୍କ ନାଁ ଘୋଷଣା ସହ ଓଡ଼ିଶାରେ ଏକ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି । +ସଂଖ୍ୟା ଓ ସମର୍ଥନ ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ଥିବାରୁ ଦେଶର ପ୍ରଥମ ଆଦିବାସୀ ଭାବେ ଶ୍ରୀମତୀ ମୁର୍ମୁ ଭାରତର ଏହି ସର୍ବୋଚ୍ଚ ପଦବୀରେ ଆସୀନ ହେବେ । +ଆସନ୍ତାକାଲି ୬୫ବର୍ଷ ବୟସରେ ପଦାର୍ପଣ କରୁଥିବା ଶ୍ରୀମତୀ ମୁର୍ମୁଙ୍କୁ ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ କରାଇ ଓଡ଼ିଶାକୁ ଏକ ସୁନ୍ଦର ଉପହାର ଦେଇଛି । +ଓଡ଼ିଶାରେ କ୍ଷମତାସୀନ ବିଜେଡି ସରକାର ଦୀର୍ଘ ୩ବର୍ଷ ଧରି ଆଦିବାସୀ ଉପଦେଷ୍ଟା କମିଟି ଓ ସ୍ୱତନ୍ତ୍ର ବିକାଶ ପରିଷଦକୁ ପଙ୍ଗୁ କରି ରଖିବା ସହ ରାଜ୍ୟରେ ୨୩ ପ୍ରତିଶତ ଆଦିବାସୀଙ୍କୁ ସେମାନଙ୍କ ହକ୍ ଓ ଅଧିକାର ଦେବାରୁ ବଂଚିତ କରୁଥିବାବେଳେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ମେଂଟ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଆଦିବାସୀ ନେତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବା ପରେ ଏବେ ଅନ୍ୟଜଣେ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ପଦରେ ଆସୀନ କରାଇବାକୁ ନିଷ୍ପତ୍ତି ନେଇଛି । +ଜଣେ ସାଧାରଣ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ଆସନରେ ବସାଇବାକୁ ନିଷ୍ପତ୍ତି ନେଇ ଏନଡିଏ ପରୋକ୍ଷରେ ନିଜର ପରିପକ୍ୱ ରାଜନୀତିକ ଗୋଟିଚାଳନା କରିଥିବା ଜଣାପଡ଼ିଛି । +ସୂଚନା ଅନୁସାରେ, ମୟୂରଭଞ୍ଜର ରାଇରଙ୍ଗପୁର ଅନ୍ତର୍ଗତ ବାଲଦାପୋଷି ଅଂଚଳର ଶ୍ରୀମତୀ ମୁର୍ମୁ ଶିକ୍ଷକତା ଛାଡ଼ି ୧୯୯୭ ମସିହାରେ ରାଜନୀତିରେ ପ୍ରବେଶ କରିବା ପରଠୁ ଆଉ ପଛକୁ ଫେରିନାହାନ୍ତି । +ବିଏ ପାସ୍ କରିଥିବା ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁର ଏନଏସି ଉପାଧ୍ୟକ୍ଷା ପଦବୀରୁ ଏବେ ଦେଶର ସର୍ବୋଚ୍ଚ ପଦବୀକୁ ଅଳଙ୍କୃତ କରିବାର ମାର୍ଗ ଏନଡିଏର ଘୋଷଣା ସହ ପ୍ରଶସ୍ତ ହୋଇଛି । +୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓ ବିଜେପି ମେଂଟ ସରକାରରେ ଶ୍ରୀମତୀ ମୁର୍ମୁ ବାଣିଜ୍ୟ ଓ ପରିବହନ, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବାବେଳେ ରାଇରଙ୍ଗପୁର ଆସନରୁ ୨୦୦୯ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭା ସଦସ୍ୟ ଥିଲେ । +ସାନ୍ତାଳୀ ସମୁଦାୟର ମହିଳା ଶ୍ରୀମତୀ ମୁର୍ମୁଙ୍କୁ ୨୦୧୫ ମସିହାରେ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ କରି ବିଜେପି ପଠାଇଥିଲା । +୨୦୨୦ ମସିହାରେ ତାଙ୍କର କାର୍ଯ୍ୟକାଳ ସରିଥିଲା ଓ ତାଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପ୍ରାର୍ଥୀ ବିଜେପି କରିପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା । +ତେବେ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଇ ବିଜେପି ଗୋଟିଏ ଗୁଳିରେ ଏକାଧିକ ଶିକାର କରିଛି । +ପ୍ରଥମତଃ ଆଦିବାସୀ ଭୋଟକୁ ନିଜ ଆଡ଼କୁ ଟାଣିବାରେ ସକ୍ଷମ ହେବ । +ଦ୍ୱିତୀୟତଃ ଜଣେ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ମହିଳାଙ୍କ ଅଧିକାରର କାର୍ଡ ମଧ୍ୟ ଖେଳିଛି । +ତୃତୀୟତଃ ଓଡ଼ିଶାରେ ବିଜେଡି ଏବେ ମୟୂରଭଞ୍ଜ ଜିଲ୍ଲାରେ ନିଜର ସବୁ ଶକ୍ତି ଖଟାଇ ସଂଗଠନକୁ ସୁଦୃଢ଼ କରୁଥିବାବେଳେ ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ମୟୂରଭଞ୍ଜର ଆଦିବାସୀ ସାଂସଦ ବିଶେଶ୍ୱର ଟୁଡ଼ୁଙ୍କୁ କେନ୍ଦ୍ର ମନ୍ତ୍ରୀ କରାଇଛି ଆଉ ଦ୍ରୌପଦୀଙ୍କୁ ଦେଶର ସର୍ବୋଚ୍ଚ ଆସନରେ ବସାଇ ଓଡ଼ିଶାରେ ଭୋଟ୍ ବ୍ୟାଙ୍କକୁ ମଧ୍ୟ ପ୍ରଭାବିତ କରାଇବାର ଯଥେଷ୍ଟ ସମ୍ଭାବନା ରହିଛି । +ତା’ଛଡ଼ା ମୋଦି ଶାସନରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ, ରାଜ୍ୟପାଳ ପଦବୀ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଓଡ଼ିଆ ଆସୀନ ହୋଇପାରିଛନ୍ତି । +ଯାହା ଓଡ଼ିଶା ପାଇଁ ଏକ ନୂଆ ଅଧ୍ୟାୟ ହୋଇଛି । +ସମଦୂରତ୍ୱ କଥା କହି କେନ୍ଦ୍ରରେ ବିଜେପି ସରକାରକୁ ଉପରେ ପଡ଼ି ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଅଜାଡ଼ି ଦେଉଥିବା ରାଜ୍ୟରେ କ୍ଷମତାସୀନ ବିଜେଡି ଏବେ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କୁ ସମର୍ଥନ ଦେବା ଏକପ୍ରକାର ବାଧ୍ୟବାଧକତା ହୋଇପଡ଼ିଛି । +ଆଂଚଳିକ କାର୍ଡ ଖେଳୁଥିବା ବିଜେଡି ପାଇଁ ଦ୍ରୌପଦୀଙ୍କୁ ସମର୍ଥନ କରିବା ବ୍ୟତୀତ ଅନ୍ୟ କୌଣସି ବାଟ ହିଁ ନଥିବା ରାଜନୀତିକ ମହଲରେ ଚର୍ଚ୍ଚା । +୭୦ ବର୍ଷରେ ମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ +ପାଠପଢ଼ିବା ପାଇଁ ବୟସ କୌଣସି ପ୍ରକାରର ବାଧକ ସାଜେ ନାହିଁ । +କଥାରେ ଅଛି, ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର୍‌ ମାନେ । +ଯାହାର ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀରେ । +୭୦ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । +ଛାତ୍ରଛାତ୍ରୀଙ୍କ ଗହଣରେ ବସି ବିଧାୟକ ପରୀକ୍ଷା ଦେଇଥିବା ଦେଖିବାକୁ ମିଳିଛି । +ଆକାଂକ୍ଷୀ ଜିଲ୍ଲାର କାର୍ଯ୍ୟ ପରଖିବେ ୧୦ କେନ୍ଦ୍ର ମନ୍ତ୍ରୀ, ୨୦ ସୁଦ୍ଧା ଦେବେ ରିପୋର୍ଟ +ରାଜ୍ୟର ଆକାଂକ୍ଷୀ ଜିଲ୍ଳା ଗୁଡ଼ିକର ସ୍ଥିତି ପରଖିବେ କେନ୍ଦ୍ର ସରକାର । +ଓଡିଶାର ୧୦ ଆକାଂକ୍ଷୀ ଜିଲ୍ଳାକୁ ଗସ୍ତ କରିବେ ୧୦ କେନ୍ଦ୍ର ମନ୍ତ୍ରୀ । +ଆଜିଠୁ ଆରମ୍ଭ ହୋଇଛି କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ । +କେନ୍ଦ୍ରମନ୍ତ୍ରୀ ସଞ୍ଜୟ ବାଲିଆନ୍ କୋରାପୁଟରେ ଗସ୍ତରେ ଥିବା ବେଳେ ୧୩ ଓ ୧୪ ଢେଙ୍କାନାଳ ଜିଲ୍ଳା ଗସ୍ତ କରିବେ ଧର୍ମେନ୍ଦ୍ର ପ୍ରଧାନ । +ପରେ ପରେ ମାଲକାନଗିରି ଜିଲ୍ଳା ଗସ୍ତ କରିବେ ଅଶ୍ଵିନୀ ବୈଷ୍ଣବ । +ଅପରାଜିତାଙ୍କୁ ଟାର୍ଗେଟ୍ +ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ । +ତେବେ କେଉଁ ବିଜେଡି କି କଂଗ୍ରେସ ଅପରାଜିତାଙ୍କୁ ଟାର୍ଗେଟ୍ କରି ନାହାଁନ୍ତି । +ଟାର୍ଗେଟ୍ କରିଛନ୍ତି ନିଜ ଦଳ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସୋସିଆଲ୍ ମିଡିଆର ଜଣେ ସଂଯୋଜିକା । +ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କରି ସିଧାସଳଖ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରି ସେ ଲେଖିଛନ୍ତି, “୨୦୨୨ ପୌର ନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନ । +ସବୁବେଳେ ପାର୍ଟି ପୂର୍ଣ୍ଣ ସମର୍ଥନ ଦେଇଛି । +ତଥାପି ନିନ୍ଦା ସହୁଛି । +ମୋର କେତୋଟି ବ୍ୟକ୍ତିଗତ ପ୍ରଶ୍ନ । +ମୋ ସରକାରକୁ ଚ୍ୟାଲେଞ୍ଜ:ଏତଲା ହଜାଇଦେଲେ ପୋଲିସ ବାବୁ! ମଞ୍ଚେଶ୍ୱର ଆଇଆଇସିଙ୍କ ନାଁରେ ସାଂଘାତିକ… +ଅମିତାଞ୍ଜଳି ଜେନା,ବୟସ -୪୧, ଘର ରସୁଲଗଡ, ଭୁବନେଶ୍ୱର । +ଥାନାକୁ ଦୌଡି ଦୌଡି ମହିଳା ଜଣକ ମାନସିକ ଭାବରେ ଏତେ ଭାଙ୍ଗି ପଡିଛନ୍ତି ଯେ, ଶେଷରେ ଥାନା ଅଧିକାରୀଙ୍କ ନାମରେ ଅଭିଯୋଗ କରିବା ପାଇଁ ଡିସିପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି । +ମହିଳା ଜଣକ ଏମିତି ଏକ ଅଭିଯୋଗ ଆଣିଛନ୍ତି , ଯାହା ଶୁଣିଲେ ପୁଲିସ ଉପରୁ ସାଧାରଣ ଲୋକଙ୍କ ଭରସା ଉଠିଯିବ, ଥାନାକୁ ଯିବାକୁ ଆପଣ ଭୟ କରିବେ । +ଅସହାୟ ଏହି ମହିଳା କେଉଁ କାରଣ ପାଇଁ ଥାନାକୁ ଯାଇଥିଲେ ଏବଂ ନିଜ ଅଭିଯୋଗ ପତ୍ରରେ କଣ ସବୁ ଲେଖିଥିଲେ ତାହା ଭିନ୍ନ କଥା । + କିନ୍ତୁ ସବୁଠୁ ବଡ କଥା ହେଉଛି – ନ୍ୟାୟ ଆଶାରେ ଥାନାର ଦ୍ୱାରସ୍ଥ ହୋଇଥିବା ମହିଳାଙ୍କ ଅଭିଯୋଗ ପତ୍ରକୁ ଆଇଆଇସି ଗାଏବ କରି ଦେଇଛନ୍ତି +ଫିଟ୍ ଇଣ୍ଡିଆ କୁଇଜ୍: ଓଡ଼ିଶାରୁ ଜିତିଲେ କଣିହାଁ ଏନଟିପିସି ଡିଏଭି ପବ୍ଲିକ୍ ସ୍କୁଲର କନିଷ୍କ ଓ… +ଫିଟ୍‌ ଇଣ୍ଡିଆ କୁଇଜ୍‌ ରାଜ୍ୟ ରାଉଣ୍ଡର ୩୬ ଜଣ ବିଜେତାମାନଙ୍କୁ ଚୟନ କରାଯାଇଛି । +ଏହି ବିଜେତାମାନେ ପରବର୍ତ୍ତୀ ଜାତୀୟ ରାଉଣ୍ଡରେ ନିଜ ନିଜ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇବେ । +ରାଜ୍ୟ ରାଉଣ୍ଡରେ ଓଡ଼ିଶାରୁ କଣିହାଁ ଏନଟିପିସି ଡିଏଭି ପବ୍ଲିକ୍‌ ସ୍କୁଲ ଦୀପଶିଖାର କନିଷ୍କ ଓ ହ୍ଵିପ୍‌ କୁମାର ବେହେରା ବିଜୟୀ ହୋଇଛନ୍ତି । +ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ତଦନ୍ତ ଦାବୀ +ଫୁଲବାଣୀ-22/6 କନ୍ଧମାଳ ଜିଲ୍ଲାରେ ଶିକ୍ଷକ ନିଯୁକ୍ତିରେ ଅନୀୟମିତତା ହୋଇଥିବା ଅଭିଯୋଗ ହେଉଛି । +କୁ ଆଡେ ସମସ୍ତ ସରକାରୀ ନିତି ନିୟମକୁ ଭଲଙ୍ଘନ କରି ନିଯୁକ୍ତି ଦେବା ଲାଗି ଚକ୍ରାନ୍ତ କରାଯାଉଥିବା ଶୁଣିବାକୁ ମିଳୁଛି । +ଇଣ୍ଟରଭ୍ୟୁ କିଛି ନ କରି କେବଳ ସାର୍ଟିଫିକେଟ ଯାଞ୍ଚ କରି ନିଯୁକ୍ତି ଦେବା ଲାଗି ସମସ୍ତ ପ୍ରକ୍ରିୟା ସରିଛି । +ଜିଲ୍ଲାରେ ୪ଟି ଠିକା ଶିକ୍ଷକ ନିଯୁକ୍ତି ପାଇଁ ଗତ୨୦୨୧ ଡିସେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । +ଏଥିରେ ଅନେକ ଯୁବକଯୁବତୀଆବେଦନ କରିଥିଲେ । +ତେବେ କିଛି ନିର୍ଦ୍ଧିଷ୍ଟ ଯୁବକଯୁବତୀଙ୍କ ଠାରୁ ମୋଟା ଅଙ୍କର ଅର୍ଥକାରବାର କରାଯାଇ ନିଯୁକ୍ତି ଦେବା ଲାଗି ବିଭାଗର କେହି ଜଣେ ଅଧିକାରୀ ମସୁଧା ଚଳାଇଥିବା ଅଭିଯୋଗ ହୋଇଛି । +ଏଣୁ, ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦେବା ଲାଗି ଦାବୀ ହେଉଛି । +ନକଲି ଡାକ୍ତରଙ୍କ ମୁଖ୍ୟ ସହଯୋଗୀରମେଶଙ୍କ ମେଲ୍‌କୁ ପରିଚାଳନା କରୁଥିଲେ +୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ପ୍ରତାରଣା ପରେ ସମ୍ପତ୍ତି ଲୁଟିବା ମାମଲାରେ ଗିରଫ ହୋଇ ଜେଲରେ ଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁଙ୍କ ମୁଖ୍ୟ ସହଯୋଗୀଙ୍କୁ କମିଶନରେଟ ପୁଲିସ କଟକ ତେଲେଙ୍ଗା ବସ୍ତିରୁ ରବିବାର ଗିରଫ କରିଛି । +ସେ ହେଲେ ଭଦ୍ରକ ତିହିଡ଼ି ଥାନା ଅଞ୍ଚଳର ବିଶ୍ୱରଞ୍ଜନ ଦାସ । +ତାଙ୍କ ନିକଟରୁ ପୁଲିସ ବିଭିନ୍ନ କାଗଜପତ୍ର ଓ ଗୁଗୁଲ୍ ଡ୍ରାଇଭରେ ଥିବା ପିଡିଏଫ୍ ଆଦି ଜବତ କରିଛି । +ମହିଳା ଥାନା ପୁଲିସ ଅଭିଯୁକ୍ତ ବିଶ୍ୱରଞ୍ଜନଙ୍କୁ କୋର୍ଟଚାଲାଣ କରିଥିଲା । +ତେବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । +ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ବିଶ୍ୱରଞ୍ଜନ ୨୦୧୭ରୁ ନକଲି ଡାକ୍ତର ରମେଶଙ୍କ ମୁଖ୍ୟ ସହଯୋଗୀ ରହିଥିଲେ । +ବିଶ୍ୱରଞ୍ଜନ ଲ୍ୟାବ ଟେକ୍ନିସିଆନ୍‌ରେ ଡିପ୍ଲୋମା କରିଛନ୍ତି । +ସେ କେନ୍ଦ୍ର ସରକାରଙ୍କର ଜଣେ ଲିଆବିନିଙ୍ଗ୍ ଅଫିସର ବୋଲି ଦର୍ଶାଉଥିଲେ । +ସ୍ଵାଧିନ ଠିକାଦାର ସଂଘ ପକ୍ଷରୁ ଚିକିତ୍ସା କେନ୍ଦରେ +ଫଳ ବଣ୍ଟନ +ଖୁଣ୍ଟା –ମୟୁରଭଞ୍ଜ ଜିଲ୍ଲା କପ୍ତି ପଦା ଉପଖଣ୍ଡ ର ସ୍ଵାଧିନ ଠିକାଦାର ସଂଘ , ଉଦଳା ପକ୍ଷରୁ ଖୁଣ୍ଟା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଥିବା ରୋଗୀମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟବଣ୍ଟନ କରାଯାଇଛି । +ସଂଘର ସଭାପତି ସିମାନ୍ତ ତ୍ରୀପାଠି ଙ୍କ ନେତୃତ୍ଵରେ ଉପସଭାପତି ପ୍ରାଣକୃଷ୍ଣ ବେହେରା , ସଂପାଦକ ପ୍ରଦୀପ କୁମାର ପରିଡ଼ା , ସହସ°ପାଦକ ଅକ୍ଷୟ କୁମାର ରାଉତ , ଅମ୍ବୁଜୀ ରଥ , ସାନ ଖୁଣ୍ଟା ପଞ୍ଚାୟତ ସମିତି ସଭ୍ୟ ରଞ୍ଜନ ମହାନ୍ତି ଙ୍କ ସମେତ କପ୍ତିପଦା , ଉଦଳା , ଖୁଣ୍ଟା , ଓ ଗୋପବନ୍ଧୁ ନଗର ବ୍ଳକ ରୁ ସଂଘ ସହିତ ଜଡିତ ଥିବା ଶତାଧିକ ସଦସ୍ୟ ଏକତ୍ରୀତ ହୋଇ ଖୁଣ୍ଟାଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନଥିବା ରୋଗୀମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । +ମାଲକାନଗିରି ଜିଲ୍ଲା ରେ ବିକାଶ ରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେଇଛି । +ମାଲକାନଗିରି :ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (ଜିପିଡିପି) ରେ ମାଲକାନଗିରି ଜିଲ୍ଲା ର ମାଥିଲି ପଂଚାୟତ ସମିତି ର କତ୍ତ । +ପାଲୀ ଗ୍ରାମ ପଞ୍ଚାୟତ କୁ, ପାଞ୍ଚ ଲକ୍ଷ ଟଙ୍କା ର ପୁରସ୍କାର +ଗାଁ ରେ କାମଧନ୍ଦା ମିଳୁନି ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ଲୋକେ +ଫୁଲବାଣୀ–16/6 କନ୍ଧମାଳ ଜିଲ୍ଲାରେ ଥିବା ଦୁର୍ଗମ କୋଟଗଡ, ତୁମଡିବନ୍ଧ, କନୂଆଙ୍ଗା, ଆଦି ଅନେକବ୍ଲକରେ ଥିବା ଗ୍ରାମଗୁଡିକ ଏବେ ଖାଁ ଖାଁ ଦେଖାଯାଉଛି । +ଗାଁରେ ଆଉ ଭେଣ୍ଡିଆ ପୁଅଙ୍କ୍ର ଦେଖିବାକୁ ମିଳୁନି । +କେବଳ ବୁଦ୍ଧ ବାପା ମା ଆଉ ଛୋଟ ଛୋଟ ପିଲାମାନେହିଁ ଗାଁରେ ବୁଲୁଥିବା ଦେଖି ବାକୁ ମିଳୁଛି । +ପ୍ରତିଦିନ କେରଳ, ତାମିଲ ନାଡ଼ୁ, ଆଦି ଅଂଚଳକୁ ଗ୍ରାମର ଯୁବକ ମାନେ କାମ ଧନ୍ଦା ଅନ୍ୱେଷଣ ରେ ଚାଲିଯାଉଛନ୍ତି । +ଦଲାଲମାନେ ଗାଁକୁ ଗାଁ ବୁଲି ଯୁବକମାନଙ୍କୁ ବାହାରକୁ ଯିବା ଲାଗି ପ୍ରବର୍ତ୍ତା ଉଛନ୍ତି । +କରେ । +ନା କଟକଣା ଯୋଗୁଁ ସେ ସବୁ ଅଞ୍ଚଳରେ ଥିବା ସାନ ବଡ କଂପାନୀମାନବନ୍ଦ ହୋଇଯିବା ସହ ପ୍ରାପ୍ୟ ମଧ୍ୟ ମିଳିଲାନି I ଫଳରେ ଦାଦନ ଖଟିବାକୁ ଯାଇଥିବା ଲୋକେ ଯିଏ ଯେମିତି ପାରିଲା ଜୀବନ ବଞ୍ଚାଇ ଗାଁକୁ ପଳାଇ ଆସିଥିଲେ । +ରାଜ୍ୟ ସରକାର ମଧ୍ୟ ସମସ୍ତ ପ୍ରବାସୀ ଓଡ଼ିଆକୁ ଗାରେ ପ୍ରର୍ଯ୍ୟାପ୍ତ କାମଧନ୍ଦା ଯୋଗାଇଦେବେ ବୋଲି କହିଥିଲେ । +ହେଲେ ପ୍ରଶାସନ କାମ ଯୋଗାଇ ପାରିଲାନି ସମସ୍ତ ଙ୍କୁ, ଆଉ ଯିଏ ବିକାମ କଲା ତାଙ୍କୁ ପାରିଶ୍ରମିକ ମଧ୍ୟ ମିଳିଲାନି । +ଫଳରେ ବାଧ୍ଯ ହୋଇଧୀରେ ଧୀରେ ସମସ୍ତେ ପୁଣି ସୁଦୁର କେରଳ, ସୁରାଟ , ତାମିଲନାଡୁ, ମୁମ୍ବା ଇ-,ଗୁଜୁରାଟ, ଦିଲ୍ଲୀ ଚାଲିଯାଉଛନ୍ତି । +ଫଳରେ ଗାଁ ଏବେ ଖାଁ ଖାଁ ଲାଗୁଛି । +ହେଲେ ଜୀବନକୁ ବିପନ୍ନ କରି ପୁଣି ଦାଦନ ଖଟିବ । +କୁ ଚାଲିଯାଇଥିବାରୁ ପରିବାର ଲୋକେ ଏବେ ଚିନ୍ତାରେ । +ସରକାର କାମ ଦେବେ ଆଉ ଦ । +ଦନ ନଯାଇ ଗାଁରେ ସମସ୍ତେ ମିଳିମିଶି ଏଣିକି ରହିବେ ବୋଲି ଭାବିଥିଲେ । +ହେଲେ ସରକାର କାମ ଦେଲେନି ଚଳିବୁ କେମିତି ଏଣୁ ବାହାରକୁ କାମଧନ୍ଦା ପାଇଁ ଗଲେ ବୋଲି ଦୁଃଖରେ ବୃଦ୍ଧ ବାପା ମା’ କହିଛନ୍ତି । +ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ଜିଲ୍ଲାରେ ଦାବନ ସମସ୍ୟା ବୃ ର୍ଦ୍ଧି ପାଇବ ବୋଲି ବିଜେପି ଯୁବନେତା ତଥା ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ନେତ୍ର ମାନସେଠ କହିଛନ୍ତି । +ଏଥି ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାପାଇ ବିଜେପି ନେତା ମାନସେଠ ଦାବୀ କରିଛନ୍ତି । +ଇଞ୍ଜିନିୟରିଂ କଲେଜରୁ ୯୭ଲକ୍ଷ ଟଙ୍କା ହଡପ ଘଟଣା, ପ୍ରେମିକ ବିକାଶକୁ ଝାଡଖଣ୍ଡରୁ ବାନ୍ଧିଲା… +ଭୁବନେଶ୍ବର ୦୩ । +୦୫: ଘରୋଇ ଇଞ୍ଜିନିୟର କଲେଜରୁ ୯୭ଲକ୍ଷ ଟଙ୍କା ହଡପ ଘଟଣା । +ଅଭିଯୁକ୍ତ ପ୍ରେମିକ ବିକାଶ କୁମାରକୁ ଗିରଫ କଲା ତମାଣ୍ଡୋ ଥାନା ପୋଲିସ । +ଝାଡଖଣ୍ଡରୁ ଅଭିଯୁକ୍ତ ବିକାଶ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯିବ । +ପୂର୍ବରୁ ବିକାଶଙ୍କ ପ୍ରେମିକା ପାୟଲ ମହାପାତ୍ର ଗିରଫ ହୋଇଥିଲେ । +ଶ୍ରୀମନ୍ଦିରକୁ ୨୦ ଲକ୍ଷ ଟଙ୍କା ଦାନ କଲେ ଶ୍ରଦ୍ଧାଳୁ +ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରକୁ ଆଜି ଜଣେ ଭକ୍ତ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି । +ଶ୍ରୀମନ୍ଦିରକୁ ଦାନ କରିଥିବା ଭକ୍ତ ହେଉଛନ୍ତି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ସଦାନନ୍ଦପୁର ଗାଁର ସୁପ୍ରଭା ପଣ୍ଡା । +ସେ ଏହି ଦାନ ଟଙ୍କାକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । +ଗ୍ରାମ ଭିତରୁ କୋଟରା ଉଦ୍ଧାର ପ୍ରାଥମିକ ଚିକିତ୍ସା ପରେ ଜଙ୍ଗଲରେ ଛାଡିଲା ବନ ବିଭାଗ +ନୟାଗଡ-ଆପ୍ର- ଓଡ଼ଗାଁ ନିକଟସ୍ଥ ଜଙ୍ଗଲରେ କୁକୁର ଗୋଡ଼ାଇବାରୁ ଭୟରେ ଏକ କୁଟୁରା ଆସି ନିକଟସ୍ଥ ମଶାବାରି ଗ୍ରାମ ଭିତରକୁ ପଶି ଆସିଥିଲା । +କୁଟୁରା କୁ କୁକୁର ଠାରୁ ରକ୍ଷାକରି କିଛି ଲୋକ ବନ ବିଭାଗ ସହିତ ସମ୍ପର୍କ ସ୍ଥାପନ କରିଥିଲେ । +ବନ ବିଭାଗର ବନପାଳ ସନ୍ଧ୍ୟାରାଣୀ ନାୟକ ଓ ଅନ୍ୟ କର୍ମଚାରୀ ପହଞ୍ଚି କୁଟୁରା କୁ ଉଦ୍ଧାର କରି ନିଜ ସହିତ ନେଇ ଯାଇଥିଲେ । +ଓଡ଼ଗାଁ ଠାରେ ପଶୁ ଓ ପ୍ରାଣୀଧନ ଚିକିତ୍ସାଳୟରେ ଡାକ୍ତରଙ୍କ ଦ୍ୱାରା ପ୍ରାଥମିକ ପରୀକ୍ଷା ପରେ କୁଟୁରା ସୁସ୍ଥ ଥିବା ଜାଣି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ । +ଜଙ୍ଗଲ କ୍ଷୟ ଓ ଅଗ୍ନିକାଣ୍ଡ କାରଣରୁ କ୍ରମଶଃ ଜଙ୍ଗଲ ଜନ୍ତୁ ବିପଦରେ ପଡୁଥିବା ବେଳେ ଶିକାରୀ ଓ କୁକୁରଙ୍କ ଲୋଲୁପ ଦୃଷ୍ଟିରୁ ମଧ୍ୟ ଜଙ୍ଗଲ ପଶୁ ଙ୍କ ପ୍ରତି ସବୁବେଳେ ବିପଦ ଲାଗି ରହିଛି । +ମେଡିକାଲ୍ କଲେଜ ଛାତ୍ରଙ୍କ ମୃତ୍ୟୁ: ସାମ୍‌ନାକୁ ଆସିଲା ମୋବାଇଲ୍ ଚାଟିଂ +ଏବେବି ରହସ୍ୟ ଘେରରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ । +ନିଶାନ୍ତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣି ଥିବାବେଳେ ମୃତ୍ୟୁକୁ ନେଇ ଏବେ ଅନେକ ସନ୍ଦେହ ସୃଷ୍ଟି ହୋଇଛି । +ଏସବୁ ଭିତରେ ବିଦେଶରେ ଥିବା ଜଣେ ବନ୍ଧୁଙ୍କ ସହ ନିଶାନ୍ତଙ୍କ ହ୍ୱାଟ୍ସଆପ୍‌ ଚାଟିଂ ଏବେ ସାମ୍ନାକୁ ଆସିଛି । +ବଲାଙ୍ଗିର ଭୀମ ଭୋଇ ସରକାରୀ ମେଡିକାଲ କଲେଜ-ନିରୁପମାଙ୍କ ପରେ ନିଶାନ୍ତ କଲେ ଆତ୍ମହତ୍ୟା +୪ବର୍ଷ ତଳେ ତଥା ୨୦୧୮ ଅଗଷ୍ଟ ୩୦ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଭୀମ ଭୋଇ ସରକାରୀ ମେଡିକାଲ କଲେଜର ଶୁଭାରମ୍ଭ କରିଥିଲେ । +କଲେଜରୁ ୫ କିଲୋମିଟର ଦୂର, ସହର ମଧ୍ୟରେ ଥିବା ଜିଲା ମୁଖ୍ୟ ଡାକ୍ତରଖାନାକୁ ମେଡିକାଲ କଲେଜର ଡାକ୍ତରଖାନା ଭାବେ ବ୍ୟବହାର କରାଯାଉଛି । +୨୧ ଏକରରୁ ମେଡିକାଲ କଲେଜ ଓ କ୍ୟାମ୍ପସ ୧୨ ଏକରରେ ଥିବା ବେଳେ ମେଡିକାଲ କଲେଜ ଅଞ୍ଚଳରେ ଡାକ୍ତରଖାନା ପାଇଁ ନୂଆ କୋଠା ନିର୍ମାଣ କାମ ଜାରି ରହିଛି । +ତେବେ ୪ ବର୍ଷର କଲେଜରେ ଗତ ୭ ମାସ ଅନ୍ତରାଳରେ ୨ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । +ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ଓ ଅନ୍ୟ ଜଣେ ଛାତ୍ରୀ ଥିବା ଜଣାପଡ଼ିଛି । +ଏଥିପାଇଁ ରାଗିଂ ଭଳି କୁତ୍ସିତ ପରମ୍ପରାକୁ ଦାୟୀ କରାଯାଇଛି । +ପ୍ରଥମେ ଛାତ୍ରୀ ନିରୁପମା ନନ୍ଦଙ୍କ ଆତ୍ମହତ୍ୟାକୁ ହାଲୁକା ଭାବେ ନିଆଯାଇଥିବା ବେଳେ ସୁଦୂର ହରିୟାଣାରୁ ୧୪ ଦିନ ତଳେ ପଢିବାକୁ ଆସିଥିବା ନବାଗତ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି କଲେଜ କର୍ତ୍ତୃପକ୍ଷ । +ମୃତ ନିଶାନ୍ତଙ୍କ ଚାଟିଂ ଓ ପରିବାର ଲୋକଙ୍କ ଅଭିଯୋଗର କୌଣସି ଉତ୍ତର ଦେଉନାହାନ୍ତି । +କଲେଜ କ୍ୟାମ୍ପସରେ ଥିବା ଦୋଷ ଦୁର୍ବଳତାକୁ ଢାଙ୍କିବାକୁ ପ୍ରୟାସ ଜାରି ରଖିଥିବାବେଳେ ତାହାକୁ ବଲାଙ୍ଗିରବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି । +୨୦୨୧ ଅକ୍ଟୋବର ୭ ତରିଖ । +ଭୀମ ଭୋଇ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢୁଥିବା ଛାତ୍ରୀ ନିରୁପମା ନନ୍ଦଙ୍କ ଝୁଲନ୍ତା ଶବ ଛାତ୍ରୀ ହଷ୍ଟେଲର ଝରକାରେ ଝୁଲୁଥିବା ଦେଖିବାକୁ ମିଳିଥିଲା । +ନିରୁପମାଙ୍କ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ସୂଚନା ଦିଆଯାଇଥିଲା । +ସେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ସହପାଠୀମାନେ କହିଥିଲେ । +ତାଙ୍କୁ ହଷ୍ଟେଲରୁ ଭୀମ ଭୋଇ ଡାକ୍ତରଖାନାକୁ ନିଆଯାଇଥିଲା । +ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । +ସହରାଞ୍ଚଳ ପୁଲିସ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଥିଲା । +ବ୍ୟବଚ୍ଛେଦ ପାଇଁ ପଠାଇଥିଲା । +ତେବେ ମୃତ୍ୟୁର କିଛି ସମୟ ପୂର୍ବରୁ ସେ ପରିବାର ଲୋକଙ୍କ ସହ କଥା ହୋଇଥିଲେ । +ଆତ୍ମହତ୍ୟା ପ୍ରବଣତା କି ସେ ଚାପରେ ଥିବା ଭଳି ଜଣାପଡୁ ନଥିଲେ । +ସେ ମାନସିକ ଭାବେ ଦୃଢ । +ଆତ୍ମହତ୍ୟା କରିପାରିବେ ନାହିଁ, ତାଙ୍କୁ ହତ୍ୟା କରାଯାଇଛି ବୋଲି ମୃତ ନିରୁପମାଙ୍କ ବାପା ସମାରୁ ନନ୍ଦ ଅଭିଯୋଗ କରିଥିଲେ । +ଘଟଣାର ତଦନ୍ତ କରି ସଠିକ୍ କାର୍ଯ୍ୟାନୁଷ୍ଠାନ କରିବାକୁ ସେ ପୁଲିସକୁ ଅନୁରୋଧ କରିଥିଲେ । +କିନ୍ତୁ କଲେଜ କର୍ତ୍ତୃପକ୍ଷ ଏହାକୁ ସିଧାସଳଖ ଆତ୍ମହତ୍ୟା କହିଥିବା ବେଳେ ପୁଲିସ ବି ହଁ ଭରିଥିଲା । +ନିରୁପମା ମୃତ୍ୟୁ ମାମଲାର ସେଇଠି ହିଁ ପୂର୍ଣ୍ଣଛେଦ ପଡିଗଲା । +ଏପ୍ରିଲ ପହିଲାରେ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ର ପଞ୍ଚମ ସଂସ୍କରଣ, ଓଡ଼ିଶାରୁ… +ଗତ ବର୍ଷ ମହାମାରୀ ସମୟରେ ଅନଲାଇନରେ ପରୀକ୍ଷା ପେ ଚର୍ଚ୍ଚା ଅନୁଷ୍ଠିତ ହୋଇଥିଲା । +ଏହି ବର୍ଷ ପରୀକ୍ଷା ପେ ଚର୍ଚ୍ଚାକୁ ଲୋକପ୍ରିୟ କରିବା ପାଇଁ, ବିଦ୍ୟାର୍ଥୀମାନଙ୍କ ପାଖରେ ପହଞ୍ଚାଇବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । +ଚଳିତ ବର୍ଷ MyGov.in ପ୍ଲାଟଫର୍ମ ମାଧ୍ୟମରେ ୨୦୨୧ ଡ଼ିସେମ୍ବର ୨୮ରୁ ୨୦୨୨ ଫେବୃୟାରୀ ୩ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । +ଏହି ବର୍ଷ ରଚନାତ୍ମକ ଲେଖା ପ୍ରତିଯୋଗିତା ପାଇଁ ୧୫.୭ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଞ୍ଜିକରଣ କରିବା ସହ ଭାଗ ନେଇଥିଲେ । +MyGov.in ଦ୍ୱାରା ଆୟୋଜିତ ଏଗଜାମ ଷ୍ଟ୍ରେସ ମ୍ୟାନଜମେଂଟ୍‌, ସ୍ୱାଧୀନତାର ଅମୃତ ମହୋତ୍ସବ, ପର୍ଯ୍ୟାବରଣ, ଅଭିଭାବକଙ୍କ ଭୂମିକା, ଭୋକାଲ ଫର୍ ଲୋକାଲ ଭଳି ବିଭିନ୍ନ ପ୍ରତିଯୋଗିତାରେ ଚୟନ ହୋଇଥିବା ୨୦୫୦ଛାତ୍ରଛାତ୍ରୀଙ୍କୁ ଏନସିଇଆରଟିର ନିର୍ଦ୍ଦେଶକଙ୍କ ଦ୍ୱାରା ଏକ ସାର୍ଟିଫିକେଟ୍ ପ୍ରଦାନ କରାଯିବ । +ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରଚିତ ‘ଏଗଜାମ ୱାରିୟର’ ପୁସ୍ତକ ଥିବା ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା କିଟ୍ ପ୍ରଦାନ କରାଯିବ । +ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୫୬ଜଣ ମନୋନୀତ ହୋଇଛନ୍ତି । +ସୋଆ ଏସ୍‌ଏଚ୍‌ଏମ୍‌ରେ “ପଖାଳ ଉତ୍ସବ” +ବିଶାଳକାୟ କୋଠା ଘର, ବାହାର ଦେଖିଲେ ସହରର ଛାପ ପୂରା ବାରି ହୋଇପଡୁଥିବ । +ହେଲେ ଭିତରକୁ ପଶିବା କ୍ଷଣି ଆଖିରେ ପଡ଼ିବ ନୁଆଣିଆଁ ଚାଳଘର, ତୁଳସୀ ଚଉରା, ଗାଁ ପୋଖରୀ ସାଙ୍ଗକୁ ଚାଳ ଘରେ ଢିଙ୍କି, କୁଲା ଓ ପାଚିଆ । +ଏମିତି ଗାଁ ପରିବେଶରେ ସହରୀ ଲୋକଙ୍କୁ ପଖାଳ ପରସିବାକୁ ଯୋଜନା କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ । +ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । +ଶୁକ୍ରବାର ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ ଶିକ୍ଷା ଅନୁଷ୍ଠାନ ପରିସରରେ ଏମିତି ପଖାଳ ମଜା ନେଇପାରିବେ ଲୋକେ । +ଏହି ଉତ୍ସବ ଏପ୍ରିଲ୍‌ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । +ସେଦିନର କାଳ ରାତି +ରାତି ପ୍ରାୟ ୨ଟାରୁ ୩ ଟା ଭିତରେ ବଡଭାଇ, ଭାଉଜ, ଓ ପିଲାମାନେ ଶୋଇଥିବା ରୁମ୍ ଭିତରେ ପଶିଥିଲେ ସାନଭାଇ ଶିବପ୍ରସାଦ ସାହୁ । +ହାତରେ କଟୁରୀ ଥିଲା । +ରାତିରେ ଏମାନେ ନିଘୋଡ ନିଦରେ ଶୋଇଥିଲେ, ଆଉ ଏହା ଶିବପ୍ରସାଦଙ୍କ ପାଇଁ ସୁଯୋଗ ଥିଲା । +ବିନୟ କୁମାର ସକ୍ସେନା ହେବେ ଦିଲ୍ଲୀର ଉପ ରାଜ୍ୟପାଳ +ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନିଲ ବୈଜଲଙ୍କ ଇସ୍ତଫା ସ୍ଵୀକାର କରି ବିନୟ କୁମାର ସକ୍ସେନାଙ୍କୁ ଦିଲ୍ଲୀର ନୂତନ ଉପ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । +ଗତ ଦିନରେ ବ୍ୟକ୍ତିଗତ କାରଣ ଦର୍ଶାଇ ଅନିଲ ବୈଜଲ ଦିଲ୍ଲୀ ଉପ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । +ସୋମବାର ରାଷ୍ଟ୍ରପତି ଭବନ ଦ୍ଵାରା ଜାରି ନୋଟିସ୍ ଅନୁଯାୟୀ, ବିନୟ କୁମାର ସକ୍ସେନା ଦିଲ୍ଲୀର ଉପ ରାଜ୍ୟପାଳ ଭାବେ ପଦଭାର ଗ୍ରହଣ ଦିନ ହିଁ ଶପଥ ନେବେ । +ବିନୟ କୁମାର ସକ୍ସେନା ସଂପ୍ରତି ଖଦି ଏବଂ ଗ୍ରାମ୍ୟଦ୍ୟୋଗ ଅୟୋଗର ଅଧ୍ୟକ୍ଷ ଅଛନ୍ତି । +ମାଲକାନଗିରି ପୌର ପରିଷଦ ପୋକ୍ଷ ରୁ ଆବାସ ଗୃହ କାର୍ଯ୍ୟାଦେଶ ବଣ୍ଟନ +ମାଲକାନଗିରି – ମାଲକାନଗିରି ପୋୖର ପରିଷଦ ର 2 ନମ୍ବର ୱାର୍ଡ ଡ଼ଣ୍ଡସେନା ଗୁଡା ଓ ଟେକଗୁଡା ଠାରେ ଆଜି ମାଲକାନଗିରି ପୌର ପରିଷଦ ପକ୍ଷରୁ ଆବାସ ଗୃହ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । +ଏହି ଅବସରରେ 2 ନମ୍ବର ୱାର୍ଡ ରେ ଆୟୋଜିତ ସଭାରେ ମାଲକାନଗିରି ପୌର ଅଧ୍ୟକ୍ଷ ମନୋଜ ବାରିକ ଯୋଗ ଦେଇ ହିତାଧିକାରୀଙ୍କୁ ଆବାସ ଗୃହ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି । +ଏଥିରେ ଅନ୍ୟମାନଙ୍କ ମଧ୍ୟରେ 2 ନମ୍ବର ୱାର୍ଡ଼ କାଉଁଶୀଲର ଶ୍ରୀମତ ପଦ୍ମିନୀ ସେଠି,ୱାର୍ଡ଼ 1 କାଉନସିଲର ପେଣ୍ଡ୍ର । + ପ୍ରସାଦ ପଣ୍ଡା , ବିଜେଡି କର୍ମୀ କେ. ରାହୁଲ, ମଣ୍ଟୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ| +ବୌଦ୍ଧ:ମନରେଗା ଯୋଜନାରେ ମହାଦୁର୍ନୀତି ଜିଲ୍ଲାପାଳ ଙ୍କୁ ଅଭିଯୋଗ ସତ୍ତ୍ୱେ କିଛି ସୁଫଳ ନାହିଁ । +ବୌଦ୍ଧ: ମନରେଗା ଯୋଜନାରେ ହରି ଲୁଟ ସାଙ୍ଗେ ମନରେଗା ଯୋଜନାରେ ମହାଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅନ୍ତର୍ଗତ ସର୍ଗିପାଲି ରୁ ବନ୍ଧପାଲି ରାସ୍ତା ନିର୍ମାଣରେ । +କଣ୍ଟାମାଳ ବ୍ଲକ ରେ ମନରେଗା ଯୋଜନାରେ ମହାଦୁର୍ନୀତି ହେଉଥିବା ନେଇ ବାରମ୍ବାର ଅଭିଯୋଗ ଓ ଗଣ ମାଧ୍ୟମ ରେ ଖବର ପ୍ରକାଶିତ ହେବା ପରେ ମଧ୍ୟ ବୌଦ୍ଧ ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା । +ରାଜନୈତିକ ଛତ୍ର ଛାୟା ତଳେ ରହି କୁଜି ନେତା ଠିକାଦାର ଓ ଯନ୍ତ୍ରୀ ଙ୍କ ମଧ୍ୟରେ ଚାଲିଛି ମଧୁ ଚନ୍ଦ୍ରିକା ଓ ଅର୍ଥ ହରି ଲୁଟ ର କାରବାର । +ସୂଚନା ଅନୁଯାୟୀ ସର୍ଗି ପାଲି ଗ୍ରାମର ରାସ୍ତାରେ ମନରେଗା ଯୋଜନାରେ ପ୍ରାୟ ପାଞ୍ଚ ଲକ୍ଷ୍ୟ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା । +କିନ୍ତୁ ଆଶ୍ଚର୍ଯ୍ୟର କଥା ଉକ୍ତ ରାସ୍ତାରେ ଆଦୌ ମାଟି ମୋରମ ପକା ନ ଯାଇ ସମ୍ପୂର୍ଣ୍ଣ ଭାବେ ସରକାରୀ ଅର୍ଥ କୁ ହରି ଲୁଟ କରିଥିବା ନେଇ ଜିଲ୍ଲାପାଳ ଙ୍କ ନିକଟରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ । +ତେବେ ଅଭିଯୋଗ ପରେ ମଧ୍ୟ ପୁନର୍ବାର ଵିଲ୍ ପୈଠ ନହେବାରୁ ଷୋମବାର ଦିନ ସର୍ଗୀ ପାଲି ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାତିସାରା ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । +ବିଳମ୍ବିତ ରାତିରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ଓ ପୋଲିସ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀ ଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣା ପଡ଼ିଛି । +ଫଳରେ ଏହି ସରକାରୀ ଅର୍ଥ ହରିଲୁଟ ମାମଲାରେ ଅଭିଯୁକ୍ତ ଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି । +ତେବେ ଜିଲ୍ଲାରେ ବାରମ୍ବାର ମନରେଗା ଯୋଜନାରେ ମହାଦୁର୍ନୀତି ହେଉଥିବା ନେଇ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉ ନଥିବାରୁ ଅନେକ ସ୍ଥାନରେ ଏଭଳି ଜନ ଅସନ୍ତୋଷ ପ୍ରକାଶ ପାଇଛି । +ତେବେ ଏଠାରେ ଦେଖିବାକୁ ବାକି ରହିଲା ଜେ କେବେ ଏ ମହାଦୁର୍ନୀତି ର ପର୍ଦ୍ଦାଫାଶ କରୁଛି ବୌଦ୍ଧ ପ୍ରଶାସନ , ନା ପୁଣି ଏ ମନରେଗା ଯୋଜନାରେ ହରିଲୁଟ୍ କରୁଥିବା ଚୋର ମାନଙ୍କ ଅନଟି ର ଘଣ୍ଟି ହୋଇ ପୁଣି ବାଜିବ ତାହା ସମୟ କହିବ । +ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ! +ପାରାଦୀପ ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । +ହାଜତ ମୃତ୍ୟୁ ନେଇ ମୃତ ମନୋରଞ୍ଜନଙ୍କ ପିତା ଅଭିଯୋଗ କରିଛନ୍ତି । +ବ୍ରାଉନସୁଗାର ମାମଲାରେ ଫସାଇ ପିଟିପିଟି ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି । +କୋଣାର୍କ ସୂର୍ଯ୍ୟ ମନ୍ଦିରରେ ମିଳୁନି ପିଇବା ପାଣି! ପାନୀୟ ଜଳ ଓ ଶୌଚାଳୟର ସୁବ୍ୟବସ୍ଥା ନଥିବାରୁ… +କୋଣାର୍କରେ ମିଳୁନି ପିଇବା ପାଣି । +ଖରାରେ ବୁଲିବା ବେଳେ ପିଇବାକୁ ପାଣି ନମିଳିବାରୁ ଅସନ୍ତୁଷ୍ଟ ପର୍ଯ୍ୟଟକ । +ଏବେ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । +ଆଉ ଏତିକି ବେଳେ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରରେ ମିଳୁନି ପାନୀୟ ଜଳ । +ଖରାରୁ ଆସ୍ୱସ୍ତି ପାଇଁ ସେଡ଼୍ ଏବଂ ଟଏଲେଟ୍ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ । +ଏଏସଆଇ କିମ୍ବା ସ୍ଥାନୀୟ ପ୍ରଶାସନ ଏନେଇ କିଛି ପଦକ୍ଷେପ ନେଉନଥିବାରୁ ବିଭିନ୍ନ ମହଲରୁ ଉଦ୍ବେଗ ପ୍ରକାଶ ପାଉଛି । +କେନ୍ଦ୍ରକୁ ରାଜ୍ୟ ମାଗିଲା ସବସିଡି ଟଙ୍କା +ବଳକା ଚାଉଳ ଉଠାଣ ସହ ସବସିଡି ଅର୍ଥ ଟଙ୍କା ଦେବାକୁ କେନ୍ଦ୍ର ନିକଟରେ ଦାବି କରିଛି ଓଡ଼ିଶା । +ଏନେଇ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । +ଚିଠିରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଲେଖିଛନ୍ତି, ଧାନ ସଂଗ୍ରହ ବାବଦରେ ବକେୟା ସବସିଡି ଅର୍ଥ ଦିଆଯାଉ । +ବଳକା ଚାଉଳ ଉଠାଣ ସହ ସାଧାରଣ ବଂଟନ ବ୍ୟବସ୍ଥାରେ ଶତପ୍ରତିଶତ ଚାଉଳ ଯୋଗାଣ ସମସ୍ୟାର ତୁରନ୍ତ ସମାଧାନ ହେଉ । +କନ୍ଧମାଳ ସାଂସଦ ଙ୍କୁ କୃତଜ୍ଞତା +ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବ ର ବିଭିନ୍ନ ଅଭାବ ଅସୁବିଧା କୁ ହୃଦୟଙ୍ଗମ କରି କନ୍ଧମାଳ ସଂ । +ସଦ +ଡ଼ଃ ଅଚ୍ୟୁତ ସାମନ୍ତ ଵ୍ୟକ୍ତିଗତ ଭାବେ ଏକଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । +ଏ ନେଇ ସଂସଦ ପ୍ରତିନିଧି ଦେବେନ୍ଦ୍ର ସାମଲ ସୂଚନା ଦେଇଛନ୍ତି । +ଫଳରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା ଓ ଅନ୍ୟସଦସ୍ୟ ମ । +ନେ କୃତଜ୍ଞତା ଜଣାଇଛନ୍ତି । +ଏହି ଅର୍ଥ ରେ ପ୍ରେସ୍ର କ୍ଲୁବ ର ଅ । +ବ ଶ୍ୟକୀୟ ସରଞ୍ଜାମ କିଣାଯିବ । +ନିକଟରେ ସଂସଦ ଡ଼ଃ. ସାମନ୍ତ ପ୍ରେସ କ୍ଲୁବ ର ଅତିରିକ୍ତ ଗୃହ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଥିବା ଅବସର ରେ ପ୍ରେସ କ୍ଲବ ପକ୍ଷରୁ ଅନୁରୋଧ କରାଯାଇଥିଲା । +ଆଗକୁ ମଧ୍ୟ ସମ୍ପୁର୍ଣ ସହଯୋଗ ଜାରୀ ରହିବ ବୋଲି ସଂସଦ ଡ଼ଃ. ସାମନ୍ତ ପ୍ରତିଶୃତି ଦେଇଛନ୍ତି । +ପଦ୍ମଗିରିରେ ମଦ ଦୋକାନ ନଖୋଲିବାକୁ ଜିଲ୍ଲାପାଳଙ୍କୁ ଭେଟିଲେ ମହିଳାଗୋଷ୍ଠୀ +ମାଲକାନଗିରି,୨୦/୬: ମାଲକାନଗିରି ଥାନା ଅନ୍ତର୍ଗତ ପଦ୍ମଗିରି ଠାରେ ବିଦେଶୀ ମଦ ବିକ୍ରି ଏବଂ ଦୋକାନ ନଖୋଲିବା ନେଇ ଆଜି ଶତାଧିକ ମହିଳା ଜିଲ୍ଲାପାଳଙ୍କୁ ଭେଟି ଦାବି କରିଛନ୍ତି । +ପଦ୍ମଗିରି ଅଂଚଳରେ ବିଦେଶୀ ମଦ ଦୋକାନ ଖୋଲିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ପଦ୍ମଗିରି ସରପଞ୍ଚ ସୁନ । +ଧର ମାଡକାମୀ,ନାଏବ ସରପଞ୍ଚ ରମିଲା ନାୟକ ସମେତ ଶତାଧିକ ସ୍ଥାନୀୟ ମହିଳା ଆଜି ମାଲକାନଗିରି ପହଞ୍ଚି ଜିଲ୍ଲାପାଳଙ୍କୁ ଭେଟିଥିଲେ । +ପଦ୍ମଗିରିରେ କିପରି ଲୋକେ ମଦ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି ବୋଲି ମହିଳାମାନେ ଯୁକ୍ତି ବାଢିଥିଲେ । +ଏହି ଅଂଚଳରେ କିଛି ଲୋକ ମଦ ଦୋକାନ ଖୋଲିବା ନେଇ ଲୋକେ ରାଜି ଥିବା ନେଇ ପ୍ରଶାସନକୁ ଅବଗତ କରାଇଥିବା ବେଳେ ମହିଳାମାନେ ଏହାକୁ ତଦନ୍ତ କରାଯାଇ କେଉଁମାନେ ଏଭଳି କାମ କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଉ ବୋଲି ଦାବି କରିଥିଲେ । +ଏ ଅଂଚଳରେ ମଦ ବିକ୍ରି ହେଲେ ବିଶେଷକରି ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେବା ସହ ପ୍ରତିଦିନ ଘରେ ଗଣ୍ଡଗୋଳ ହେବା ସହ ପିଲାଛୁଆଙ୍କ ଭବିଷ୍ୟତ ନଷ୍ଟ ହେବାର ସମ୍ଭାବନା ରହିଥିବା ମହିଳାମାନେ କହିଥିଲେ । +ତେଣୁ ଏହାକୁ ଗୁରୁତ୍ବର ସହ ନେଇ ଏ ଅଂଚଳରେ ମଦ ଦୋକାନ ନଖୋଲିବାକୁ ଦାବି କରାଯାଇଛି । +ଯଦି ଜବରଦସ୍ତ ମଦ ଦୋକାନ ଖୋଲାଯାଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ମହିଳାମାନେ ଚେତାବନୀ ଦେଇଥିଲେ । +ଆଫ୍ରିକାର କିଲିମାଞ୍ଜାରୋ ଶୃଙ୍ଗରେ ‘ନାଗାର୍ଜୁନ ବେଶ’ ପଟ୍ଟଚିତ୍ର ପ୍ରଦର୍ଶନ କଲେ ଓଡ଼ିଆ ପୁଅ… +ଆଫ୍ରିକାର ପ୍ରସିଦ୍ଧ କିଲିମାଞ୍ଜାରୋ ଶୃଙ୍ଗରେ ମହାପ୍ରଭୁଙ୍କ ‘ନାଗାର୍ଜୁନ ବେଶ’ର ପଟ୍ଟଚିତ୍ର ପ୍ରଦର୍ଶିତ ହୋଇଛି । +ଓଡ଼ିଆ ପୁଅ ଚିନ୍ମୟ ମହାରଣାଙ୍କ ଦୃଢ଼ ମନୋବଳ ଯୋଗୁଁ ଏହି କାମ ହୋଇପାରିଛି । +ସୂଚନା ଅନୁସାରେ ପୁରୀ ଜିଲ୍ଲା ରଘୁରାଜପୁରର ଯୁବ ପର୍ବାତାରୋହୀ ଚିନ୍ମୟ ମହାରଣା ଦକ୍ଷିଣ ଆଫ୍ରିକାର କିଲିମାଞାରେ ପର୍ବତ ଶୃଙ୍ଗ ଆରୋହଣ କରି ମହାପ୍ରଭୁ ଜଗନ୍ନାଥଙ୍କ ‘ନାଗାର୍ଜୁନ ବେଶ’ର ପଟ୍ଟଚିତ୍ର ପ୍ରଦର୍ଶନ କରିଛନ୍ତି । +ଗୁରୁବାର ଦିନ ଚିନ୍ମୟ ଏହି ଶୃଙ୍ଗ ଆରୋହଣ କରି ନାଗାର୍ଜୁନ ବେଶ ସହ ଜାତୀୟ ପତାକା ପ୍ରଦର୍ଶନ କରିଥିଲେ । +ଏହି ଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ଓଏମ୍‌ସି (ଓଡ଼ିଶା ମାଇନ୍ସ କର୍ପୋରେସନ) ଓ ପୁରୀ ଜିଲ୍ଲା ପ୍ରଶାସନ ଚିନ୍ମୟଙ୍କୁ ଆର୍ଥିକ ସହଯୋଗ କରିଥିଲେ । +ଚିନ୍ମୟ ଚଳିତ ମାସ ୩ ତାରିଖରେ ଦକ୍ଷିଣ ଆଫ୍ରିକାର କିଲିମାଞାରୋ ଶୃଙ୍ଗର ୧୯,୩୪୧ ଫୁଟ ଆରୋହଣ କରିବା ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଥିଲେ । +ଏହି ସଫଳତା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ଚିନ୍ମୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । +69 ତମ ଜିଲ୍ଲା ପରିଷଦ ବୈଠକ +ମାଲକାନଗିରି ତା.22.6.2022. ଆଜି ପୂର୍ବାହ୍ନ 10.30 ମି. ରେ ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ପରିଷଦ ସମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି. ଏଥିରେ ଶ୍ରୀ ରମେଶ ଚନ୍ଦ୍ର ମାଝୀ,ମାନ୍ୟବର ସାଂସଦ, / ଶ୍ରୀ ଆଦିତ୍ୟ ମାଢି, ମାନ୍ୟବର ବିଧାୟକ, ମାଲକାନଗିରି / ଶ୍ରୀ ପୁର୍ଣ ଚନ୍ଦ୍ର ବାକା, ମାନ୍ୟବର ବିଧାୟକ,ଚିତ୍ରକୋଣ୍ଡା / ଶ୍ରୀମତୀ ସମାରି ତାଙ୍ଗୁଲୁ, ସମ୍ମାନିଆ ଅଧ୍ୟକ୍ଷା, ଜ଼ିଲ୍ଲା ପରିଷଦ, / ସମାନୀୟ ଉପାଧ୍ୟକ୍ଷ,ଶ୍ରୀ ପତିତପାବନ ବୈଦ୍ୟ,/ ଶ୍ରୀ ବିଶାଲ ସିଂ, ସମାନୀୟ ଜିଲ୍ଲାପାଳ, ମାଲକାନଗିରି, /ଶ୍ରୀ ନୀତେଶ ଆଧ୍ୱନି, ସମାନୀୟ ଆରକ୍ଷୀ ଅଧିକ୍ଷକ /ଶ୍ରୀ ବାଲ ମୁକୁନ୍ଦ ଭୂୟାଁ , ସମାନୀୟ,ପି. ଡି.,ଡି. ଆର. ଡି. ଏ./ ଶ୍ରୀ ଅକ୍ଷୟ କୁମାର କ୍ଷେମୁଣ୍ଡୁ, ସମାନୀୟ ଉପ -ଜିଲ୍ଲାପାଳ, ତହସିଲଦାର, / ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,/ସମସ୍ତ ଲାଇନ ଦିପାର୍ଟମେଣ୍ଟ, ସମସ୍ତ ଅଧିକାରୀ., / ସମସ୍ତ ଜ଼ିଲ୍ଲା ପରିଷଦ ମେମ୍ବର /ସମସ୍ତ ପି. ଆର. ଆଇ. ମେମ୍ବର ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିଲେ. ଜିଲ୍ଲାର ବିଭିନ ବିଭାଗର ଅଧିକାରୀ ଙ୍କୁ ମାନ୍ୟବର ସାଂସଦ ,ବିଧାୟକ ଜିଲ୍ଲାର ବିଭିନ ସମସ୍ୟା ଉପରେ ଆଲୋଚନା କରି ସେସବୁର ସମାଧାନ ପାଇଁ ନିର୍ଦେଶ ଦେଇଥିଲେ. ଶେଷରେ ଶ୍ରୀ ମାନସ କୁମାର ମିଶ୍ର, ଏ. ପି. ଡି., ଫାଇନାନ୍ସ ଧନ୍ୟବାଦ ଅର୍ପଣ ପୂର୍ବକ ବୈଠକ ସାଙ୍ଗ କରା ଯାଇଥିଲା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ମାଲକାନଗିରି. +କଂଗ୍ରେସର ଟାସ୍କ ଫୋର୍ସ ୨୦୨୪ ରେ ପ୍ରିୟଙ୍କା ଗାନ୍ଧୀଙ୍କ ଏଣ୍ଟ୍ରି +ଦେଶର ସବୁଠାରୁ ପୁରାତନ ରାଜନୈତିକ ଦଳ କଂଗ୍ରେସ ଏବେ ନେତୃତ୍ୱ ସଂକଟକୁ ନେଇ ଚିନ୍ତାରେ ପଡିଛି । +ଏଭଳି ସମୟରେ ଦଳର କିଛି ନେତା ସୋନିଆ ଗାନ୍ଧୀଙ୍କୁ ଦଳର ସଭାପତି ପଦ ଛାଡିବାକୁ ପ୍ରସ୍ତାବ ଦେଇଛନ୍ତି । +ହେଲେ ଦଳ ଏବେ ପଲଟିକାଲ ଆଫାୟର ଗ୍ରୁପ ଓ ଟାସ୍କ ଫୋର୍ସ-୨୦୨୪ ଗଠନ କରିଛି । +ପଲଟିକାଲ ଆଫାୟର ଗ୍ରୁପରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ମିଳିଥବା ବେଳେ ଟାସ୍କ ଫୋର୍ସ-୨୦୨୪ ରେ ପ୍ରଥମଥର ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କୁ ସଦସ୍ୟତା ମିଳିଛି । +ସେପଟେ ‘ଭାରତ ଯୋଡ’ ଅଭିଯାନରେ ଦଳର ବରିଷ୍ଠ ନେତା ଦିଗବିଜୟ ସିଂ ଓ ଯୁବନେତା ସଚିନ ପାଇଲଟଙ୍କୁ ସ୍ଥାନ ମିଳିଛି । +ଜୁନ ୧୯ ଓ ୨୬ରେ ୭୦୭୬ ପ୍ରାଥମିକ ସମବାୟ ସମିତି ନିର୍ବାଚନ +ଜୁନ ୧୯ ଓ ୨୬ରେ ରାଜ୍ୟର ୭ ହଜାର ୭୬ଟି ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । +ଏଥିରେ ୧୫ ଜଣ ନିର୍ଦ୍ଦେଶକ ନିର୍ବାଚିତ ହୋଇ ୧୩୨ଟି କେନ୍ଦ୍ରୀୟ ସମବାୟ ସମିତିକୁ ଯିବେ । +ସେଥିରୁ ୧୫ଜଣ ନିର୍ଦ୍ଦେଶକ ଆପେକ୍ସ ବଡିକୁ ଯାଇ ୨୧ ଜଣ ନିର୍ଦ୍ଦେଶକ ନିର୍ବାଚିତ କରିବେ । +ପ୍ରାଥମିକ ସମବାୟ ସମିତି ନିର୍ବାଚନର ତିନି ମାସ ପରେ ସେଂଟ୍ରାଲ ସମବାୟ ସମିତି ନିର୍ବାଚନ ଓ ତାର ୩ ମାସ ପରେ ଆପେକ୍ସ ବଡି ନିର୍ବାଚନ ହେବ । +ରାଜ୍ୟ ସମବାୟ ନିର୍ବାଚନ କମିଶନର ସୁନ୍ଦରଲାଲ ସିଲ ଏହି ସୂଚନା ଦେଇଛନ୍ତି । +ମାଲକାନଗିରି ଜିଲ୍ଲା ଉତ୍କଳ ସମ୍ମିଳନୀ ଶାଖା ନିର୍ବାଚନ +ମାଲକାନଗିରି:୨୭/୦୬/୨୨ ମାଲକାନଗିରି ଜିଲା ସଦର ମହକୁମାସ୍ଥିତି ମାଲକାନଗିରି ମହାବିଦ୍ୟାଳୟରେ ଉତ୍କଳ ସମ୍ମିଳନୀ ଜିଲା ଶାଖା ନିର୍ବାଚନ ଶାଖା ସଭାପତି ପ୍ରକାଶ ଚନ୍ଦ୍ର ପଟ୍ଟନାୟକଙ୍କ ତତ୍ବାବଧାନରେ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି । +କୋରାପୁଟ ଜିଲା ଶାଖା ସଭାପତି ମଦନମୋହନ ନାୟକ ଏବଂ ରାଜ୍ୟ ପରିଷଦର ସଭ୍ୟ ରବୀନ୍ଦ୍ର ଗୌଡ ଯୋଗଦେଇ ନିର୍ବାଚନ କାର୍ଯ୍ୟ ସମ୍ପନ୍ନ କରିଥିଲେ । +ମାଲକାନଗିରି ଜିଲା ଶାଖା ସଭାପତି ଭାବେ ଅଧ୍ୟାପକ ଡ଼ଃ. ରଞ୍ଜନ କୁମାର ସ୍ବାଇଁ, ଉପସଭାପତି ଅଧ୍ୟାପକ ତପନ କୁମାର ବେହେରା ଓ ଭାରତୀ ଦେବୀ, ସମ୍ପାଦକ ରୂପେ ଅଧ୍ୟାପକ ପ୍ରମୀୟ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଦୀପ କୁମାର, ସଙ୍ଗଠନ ସମ୍ପାଦକ ଅଧ୍ୟାପକ ଡ. ଗୋକୁଳ ନନ୍ଦ ପାତ୍ର, କୋଷାଧ୍ୟକ୍ଷ ଅଧ୍ୟାପକ ଉମେଶଚନ୍ଦ୍ର ରାଉତ ମନୋନୀତ ହୋଇଥିଲେ । +ମନୋନୀତ କାର୍ଯ୍ୟକର୍ତ୍ତା ରାଜ୍ୟ ପରିଷଦ ଜିଲା ପରିଷଦର ସଦସ୍ୟଙ୍କୁ ମନୋନୀତ କରିଥିଲେ । +ରାଜ୍ୟ ପରିଷଦରେ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ବାଲରାଜୁ ପାଢୀ, ରବୀନ୍ଦ୍ର କୁମାର ମହାରଣା, ନାରାୟଣ ଭୋଳ, ଜୟଦେବ ରାଉଳ, ସୁଧାଂଶୁ ଶେଖର ସାହୁ, ବେଣୁପାଣି ଷଡଙ୍ଗୀ ରହିଥିଲେ । +ଜିଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୋଦ କୁମାର ସେନାପତି, ପ୍ରକାଶ ଚନ୍ଦ୍ର ନାୟକ , କବିରମୋହନ ବେହେରା ଓ ଅଧ୍ୟାପକ ଗୌତମ ନାୟକ ମନୋନୀତ ହୋଇଛନ୍ତି । +କର୍ମକର୍ତ୍ତାମାନେ ଶପଥ ପାଠ କରିଥିଲେ । +ନବ ନିର୍ବାଚିତ ପ୍ରତିନିଧିମାନେ ଜିଲା ଶାଖାକୁ ସୃଦୁଢ କରିବା ପାଇଁ ବିଭିନ୍ନ ବିଷୟରେ ଉପରେ ଆଲୋକପାତ କରିଥିଲେ । +ରାଜ୍ୟ ପରିଷଦର ସଭ୍ୟ ରବୀନ୍ଦ୍ର କୁମାର ମହାରଣା ବିଦାୟୀ ସଭାପତି ପ୍ରକାଶଚନ୍ଦ୍ର ପଟ୍ଟନାୟକଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । +ଜଗଦୀଶ ପୁର ଛକ ସାଜିଛି ମରଣ ଜନ୍ତା । +ପୁଣି ଚାଲିଗଲା ଏକ ଅମୂଲ୍ୟ ଜୀବନ +ବୌଦ୍ଧ- ବୌଦ୍ଧ ଜିଲ୍ଲା ସଦର ବୌଦ୍ଧ ବାଇପାସ୍ ଜଗଦୀଶପୂର୍ ଛକ ନିକଟରେ ଦୁର୍ଘଟଣା । +ଅଟୋ କୁ ପିଟିଲା ପେଟ୍ରୋଲ ବୋଝେଇ ଟେଙ୍କର । +ଘଟଣା ସ୍ଥଳରେ ଜଣେ ମୃତ । +୫ ଯାତ୍ରୀ ଗୁରୁତର ଅବସ୍ଥାରେ ବୌଦ୍ଧ ମେଡିକାଲ ରେ ଭର୍ତ୍ତି । +ସୂଚନା ଅନୁଯାୟୀ ବୌଦ୍ଧ ରୁ ବଘିଆପଡା ଅଞ୍ଚଳକୁ କିଛି ଲୋକ ଏକ ଅଟୋ ଯୋଗେ ଯାଇଥିବା ବେଳେ ବୌଦ୍ଧ ବାଇପାସ ନିକଟରେ ପଛପଟୁ ଆସୁଥିବା ଏକ ପେଟ୍ରୋଲ ବୋଝେଇ ଟେଙ୍କର ଧକ୍କା ଦେଇଥିଲା । +ଫଳରେ ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । +ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ । +ଡାକ୍ତରଖାନାରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ମୃତକଙ୍କ ପରିଚୟ ଖୋଜିବା ସହ ଘଟଣାର ତଦନ୍ତ କରୁଛି । +ସେପଟେ ଉତ୍ତ୍ୟକ୍ତ ଲୋକେ ବାଇପାସ୍ ରାସ୍ତା ଅବରୋଧ କରିଥିବା ବେଳେ ଉଭୟ ପଟେ ଅଟକି ରହିଛି ଗାଡିମୋଟର । +ଯେ ପର୍ଯ୍ୟନ୍ତ ମୃତକ ଜଣଙ୍କ ର କ୍ଷତି ପୂରଣ କରାନଯାଏ ସେ ଯାଏଁ ରାସ୍ତାରୋକ ଜାରି ରହିବ ବୋଲି କହୁଥିବା ବେଳେ ବୌଦ୍ଧ ଆଦର୍ଶ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ରାସ୍ତା ରୋକ କରିଥିବା ସ୍ଥାନୀୟ ଲୋକଙ୍କୁ ରାସ୍ତା ଅବରୋଧ ନ କରିବାକୁ କହିଛି । +ପୋଲିସ କଥା ରକ୍ଷା କରି ଲୋକେ ରାସ୍ତାରୋକ ସ୍ଥାନକୁ ଖାଲି କରିଛନ୍ତି । +ଅନ୍ୟପଟେ ବାରମ୍ବାର ଉକ୍ତ ଜଗଦୀଶ ପୁର ଛକରେ ଦୁର୍ଘଟଣା ଘଟୁଥିବା ବେଳେ ବୌଦ୍ଧ ପ୍ରଶାସନ ଓ ପୂର୍ତ୍ତ ବିଭାଗ ସ୍ପ୍ରିଟ ବ୍ରେକର ବା ହମସ୍ ନିର୍ମାଣ କରିବାକୁ ଦାବି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣ ପାତ କରୁନଥିବା ସୂଚନା ମିଳିଛି । +ତେଣୁ ତୁରନ୍ତ ଉକ୍ତ ଛକରେ ହମ୍ସ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି । +ଭୁବନେଶ୍ବର ଆଇଆଇଟିର ଭାରପ୍ରାପ୍ତ ନିଦ୍ଦେର୍ଶକ ଭାବେ ଦାୟିତ୍ବ ଗ୍ରହଣ କଲେ ଭି.କେ.ତିୱାରୀ +ଭୁବନେଶ୍ବର ଆଇଆଇଟିର ଭାରପ୍ରାପ୍ତ ନିଦ୍ଦେର୍ଶକ ଭାବେ ଦାୟିତ୍ବ ଗ୍ରହଣ କଲେ ଭି.କେ.ତିୱାରୀ । +ଭୁବନେଶ୍ବର ଆଇଆଇଟିର ଭାରପ୍ରାପ୍ତ ନିର୍ଦ୍ଦେଶକ ପଦରୁ ଆର.ଭି.ରାଜାକୁମାରଙ୍କୁ ହଟାଇଦିଆଯିବା ପରେ ଖଡଗପୁର ଆଇଆଇଟିର ନିର୍ଦ୍ଦେଶକ ଭି.କେ.ତିୱାରୀଙ୍କୁ ଏହି ଦାୟିତ୍ବ ଦିଆଯାଇଛି । +ନିଯୁକ୍ତି ଅନିୟମିତତା ତଥା ଛାତ୍ରମାନଙ୍କ ଛୋଟ ଛୋଟ ଦୋଷ ପାଇଁ ଅତ୍ୟଧିକ ଜରିମାନା ଲଗାଇବା ଭଳି ଅଭିଯୋଗରେ ପ୍ରଫେସର ଆର.ଭି.ରାଜାକୁମାରଙ୍କୁ ଆଇଆଇଟି ଭାରପ୍ରାପ୍ତ ନିଦ୍ଦେର୍ଶକ ପଦରୁ ହଟାଇ ଦିଆଯାଇଛି । +କୁପୋଷଣର ଶିକାର ହୋଇଛି ରାଜ୍ୟ ଶାସନ ବ୍ୟବସ୍ଥା: ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ +ଭୁବନେଶ୍ୱର : ସଠିକ୍ ପୋଷଣ – ସମ୍ବୃଦ୍ଧ ଦେଶ । +ଅପପୃଷ୍ଟି ମୁକ୍ତ ଭାରତ ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । +ଏହାକୁ ସାର୍ଥକ କରିବା ପାଇଁ ଯଶସ୍ୱୀ ପ୍ରଦାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସମସ୍ତ ପ୍ରୟାସ ଜାରି ରଖିଛନ୍ତି । +ଦେଶର ଭବିଷ୍ୟତ ବୋଲାଉଥିବା ଶିଶୁମାନଙ୍କୁ କିପରି କୁପୋଷଣରୁ ସୁପୋଷଣ ଆଡକୁ ନିଆଯିବ ଏବଂ ତାଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନ ଦେଇ ମୋଦି ସରକାର କେନ୍ଦ୍ରରେ ଅନେକ ଯୋଜନା ଆରମ୍ଭ କରିଛନ୍ତି । +୧୩ ଲକ୍ଷ ୨୦ ହଜାର ୨୨୮ ଜଣ ଆଙ୍ଗନବାଡୀ କର୍ମଚାରୀ ଏବଂ ୧୧ଲକ୍ଷ ୮୪ ହଜାର ୦୩୬ ଆଙ୍ଗନାବାଡୀ ସହାୟକଙ୍କ ଜରିଆରେ ଦେଶରେ ବର୍ତମାନ ୧୩ ଲକ୍ଷ ୯୯ ହଜାର ୬୯୭ଟି ଆଙ୍ଗନାବାଡୀ କେନ୍ଦ୍ର କାର୍ଯ୍ୟ କରୁଛି । +ଅର୍ଥିକ ସହାୟତା ମାଧ୍ୟମରେ ମା ଓ ଶିଶୁଙ୍କ ପୋହଣ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମାତୃତ୍ୱ ଯୋଜନା ଅଧିନରେ ୨.୪ କୋଟିରୁ ଉର୍ଦ୍ଧ୍ୱ ଗର୍ଭବତୀ ମହିଳାଙ୍କୁ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । +ଜନସଚେତା ସୃଷ୍ଟି କରିବା ପାଇଁ ସାରା ଦେଶରେ ୪୦ କୋଟିରୁ ଉର୍ଦ୍ଧ୍ୱ ପୋଷଣ କୈନ୍ଦ୍ରିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । +ଗର୍ଭାବସ୍ଥା ସମୟରେ କର୍ମଜୀବି ମହିଳାମାନଙ୍କ ମାତୃତ୍ୱ ଅବକାଶକୁ ୧୨ ସପ୍ତାହରୁ ୨୪୪ ସପ୍ତାହକୁ ବୃଦ୍ଧି କରାଯାଇଛି । +ଗରୀବମାନଙ୍କୁ ଅପପୃଷ୍ଟିରୁ ମୁକ୍ତି ଏବଂ ମହିଳା, ଶିଶୁ ଓ ସ୍ତନ୍ୟପାନ କରାଉଥିବା ମା ମାନଙ୍କୁ ଆବଶ୍ୟକୀୟ ପୋଷକ ତତ୍ୱ ଯୋଗାଇ ଦେବା ପାଇଁ ବର୍ତମାନ ସୁଦ୍ଧା ୭.୩୧ ଲକ୍ଷ ମେଟ୍ରିକ ଟନ ପୋଷକଯୁକ୍ତ ଚାଉଳ ଆବଂଟନ ହୋଇଛି । +ପୋଷଣ ସମ୍ବନନ୍ଧୀୟ ତଥ୍ୟ ସଂଗ୍ରହ କରିବା ପାଇଁ ରାଜ୍ୟମାନଙ୍କୁ ୧୧.୦୩ଲକ୍ଷ ସ୍ମାର୍ଟ ଫୋନ ଏବଂ ୧୧.୯୪ ଲକ୍ଷ ଗ୍ରୋଥ ମନିଟରିଂ ଯନ୍ତ୍ର ଓ ପୋଷଣ ଟ୍ରାକର ମାଧ୍ୟମରେ ହିତାଧିକାରୀମାନଙ୍କୁ ଯୋଡାଯାଇଛି । +କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧିନରେ ୮୦ କୋଟି ଦେଶବାସୀଙ୍କୁ ୩.୪୦ଲକ୍ଷ କୋଟି ଟଙ୍କା ବ୍ୟୟରେ ମାଗଣା ରାସନ ପ୍ରଦାନ କରିବା ନିଶ୍ଚିତ ଭଭାବେ ଐତିହାସିକ ପଦକ୍ଷେପ । +ମୋଦି ସରକାରଙ୍କ ନିଷ୍ଠା କାରଣରୁ ୨୦୧୫ ମସିହାରୁ ୨୦୨୦ ମସିହା ମଧ୍ୟରେ ୫ ବର୍ଷରୁ କମ୍ ବୟସ୍କର ଶିଶୁଙ୍କ ପୋଷଣା ସୁଚକାଙ୍କରେ ବ୍ୟାପକ ସୁଧାର ଆସିଛି । +ଏହା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକ ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି । +ଗୋଟିଏ ପଟେ ମୋଦି ସରକାରଙ୍କ “ଅପପୃଷ୍ଟି ମୁକ୍ତ ଭାରତ”ର ସଂକଳ୍ପ ଏବଂ ଏହାକୁ ସାକାର କରିବା ପାଇଁ ବିଭିନ୍ନ ସ୍ତରରେ ବ୍ୟାପକ ଜନସଚେତନତା ଜରିଆରେ କାର୍ଯ୍ୟ କରୁଥିବାବେଳେ ଅନ୍ୟପଟେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସମ୍ପୂର୍ଣ୍ଣ ଓଲଟା । +କୋମଳମତି ଶିଶୁମାନଙ୍କୁ ନିମ୍ନମାନର ଛତୁଆ ଦେଉଥିବା ରାଜ୍ୟ ସରକାର ବର୍ତମାନ ରାଜ୍ୟବାସୀଙ୍କୁ ଅଖାଦ୍ୟ ଚାଉଳ ଖାଇବାକୁ ଦେଉଛନ୍ତି । +କେନ୍ଦ୍ର ସରକାରଙ୍କ “ଅପପୃଷ୍ଟି ମୁକ୍ତ ଭାରତ”କୁ ଚକ୍ରାନ୍ତ କରି ଅସଫଳ କରିବାରେ ରାଜ୍ୟ ସରକାର ଲାଗିପଡିଛନ୍ତି ବୋଲି ଡ. ବିଶ୍ୱାଳ କହିଛନ୍ତି । +ଓଡିଶାକୁ ନିନ୍ଦିତ କରିଥିବା ବହୁଚର୍ଚ୍ଚିତ ନଗଡା ଅପପୃଷ୍ଟି ଘଟଣାରୁ ରାଜ୍ୟ ସରକାର କୈାଣସି ଶିକ୍ଷା ପ୍ରାପ୍ତ କରିନାହାନ୍ତି । +ବିଭ୍ରାନ୍ତ ଏବଂ ନିଜ ଅପାରଗତାକୁ ଲୁଚାଇବା ପାଇଁ ରାଜ୍ୟ ସରକାର ଅଳ୍ପ କିଛି ବିକାଶ କାର୍ଯ୍ୟ କରିଛନ୍ତି ସତ, କିନ୍ତୁ ବାସ୍ତବରେ ଆଜି ମଧ୍ୟ ନଗଡା ଅଂଚଳ ବିକାଶର ବହୁ ଦୂରରେ ଅଛି । +ଶିଶୁଙ୍କ ଶାରିରୀକ ଓ ମାନସିକ ବିକାଶ ପାଇଁ ଧାର୍ଯ୍ୟ ୫ଟି ବିନ୍ଦୁରେ ରାଜ୍ୟ ସରକାର ବିଫଳ । +“ଲୋ ବର୍ଥ” ଶିଶୁ ଜନ୍ମ କ୍ଷେତ୍ରରେ ଓଡିଶା ରାଜ୍ୟର ସ୍ଥାନ ସର୍ବାଗ୍ରେ ଏବଂ ଏହି ପରିସଂଖ୍ୟାନ ୧୮.୨୫ ପ୍ରତିଶତ । +ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ସବୁଠୁ ବଡ ସମସ୍ୟା ଏବଂ ରାଜ୍ୟରେ ରକ୍ତହୀନତା ମହିଳାଙ୍କ ସଂଖ୍ୟ ୫୦ ପ୍ରତିଶତରୁ ୬୪ ପ୍ରତିଶତକୁ ବୃଦ୍ଧି ପାଇବା ଅତ୍ୟନ୍ତ ଚିନ୍ତାଜନକ । +ବୟସ ତୁଳନାରେ ଶିଶୁର ଉଚ୍ଛତାର ବିକାଶ ନହେବାକୁ ଷ୍ଟଂଟିଙ୍ଗ କୁହାଯାଏ ଏବଂ ଏ କ୍ଷେତ୍ରରେ ଓଡିଶାରେ ଶିଶୁଙ୍କ ସଂଖ୍ୟା ୩୧ ପ୍ରତିଶତ । +ବୟସ ତୁଳନାରେ ୩୦ ପ୍ରତିଶତ ଶିଶୁଙ୍କ ଓଜନ କମ୍ ଅଛି । +୧୮ ପ୍ରତିଶତ ଶିଶୁମାନେ ‘ୱେଷ୍ଟିଙ୍ଗ’ ତଥା ମାଂସପେଶୀ ଅଭାବର ଶୀକାର ହେଉଛନ୍ତି । +ଗର୍ଭବତୀ ମହିଳାମାନଙ୍କୁ ଉପଯୁକ୍ତ ପୃଷ୍ଟିକର ଖାଦ୍ୟ ଅଭାବ ଥିବା କାରଣରୁ ଓଡିଶାରେ ଶିଶୁ ମୃତ୍ୟୁ ହାର ପ୍ରତି ହଜାରରେ ୪୧ । +ଏ ସମସ୍ତ ତଥ୍ୟ ରାଜ୍ୟର ପୋଷଣ ଯୋଜନାର ବିଫଳତାକୁ ପଦାରେ ପକାଉଛି । +ନିମ୍ନ ମାନର ଚାଉଳ, ଛତୁଆ ଓ ଅଣ୍ଡା ଖାଇ ଅପପୃଷ୍ଟିର ଶିକାର ହେଉଛନ୍ତି ରାଜ୍ୟର ଶିଶୁ ଓ ମହିଳା । +ଶାସକ ବିଜେଡି ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ସତ୍ୱେ ପୃଷ୍ଟିକର ଖାଦ୍ୟ ଯୋଗାଇବାରେ ରାଜ୍ୟ ସରକାର କାହିଁକି ବିଫଳ ବୋଲି ପ୍ରଶ୍ନ କରିବା ସହିତ ରାଜ୍ୟ ସରକାରଙ୍କ ଶାସନ ଆଜି କୁପୋଷଣର ଶିକାର ହୋଇଯାଇଥିବା ଡ.ବିଶ୍ୱାଳ ତାତ୍ସଲ୍ୟ କରି କହିଛନ୍ତି । +ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ବାସ୍ତବ କାର୍ଯ୍ୟକାରିତା ଏବଂ ସାଧାରଣ ଜନତାଙ୍କୁ ଯୋଜନା ସଂପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଜେପି କାର୍ଯ୍ୟକର୍ତାମାନେ ଗଗତ ୭ ତାରିଖରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ କାର୍ଯ୍ୟ କରୁଛନ୍ତି । +ଆଜି ଏହି ଅବସରରେ ଓଡିଶାରେ ମଧ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ସମେତ ଅନ୍ୟାନ୍ୟ ବିଜେପି କାର୍ଯ୍ୟକର୍ତାମାନେ ବିଭିନ୍ନ ଅଙ୍ଗନବାଡୀ କେନ୍ଦ୍ରକୁ ଯାଇ ଯୋଜନାର କାର୍ଯ୍ୟକାରିତାର ତଦାରଖ ଏବଂ ଜନସଚେତନ ସୃଷ୍ଟି କରୁଛନ୍ତି ବୋଲି ଡ.ବିଶ୍ୱାଳ ସୁଚନା ଦେଇଛନ୍ତି । +ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍ ଏବଂ ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମତୀ ରଶ୍ମିମୟୀ ପଟ୍ଟନାୟକ ଉପସ୍ଥିତ ଥିଲେ । +୧୧ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି +ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି । +ମୋଟ୍‌ ୧୧ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଥିବା ବେଳେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଓଏସଡି ଥିବା ବରିଷ୍ଠ ଓଏଏସ୍ ଦେବାଶୀଷ ପଟ୍ଟନାୟକଙ୍କୁ କ୍ଷୁଦ୍ର ଖଣିଜ ନିର୍ଦ୍ଦେଶାଳୟର ଯୁଗ୍ମ ପ୍ରଶାସନିକ ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି । +ଦେଇଥିବା ସବୁ ପ୍ରତିଶ୍ରୁତି ସ୍ମୃତି ହୋଇରହିଗଲା +ସରକାରୀ ଜମି ମାଗିଲେ ଦୌଡରାଣୀ ଦୂତୀ ଚାନ୍ଦ । +ସୋସିଆଲ ମିଡିଆରେ ପୋଷ୍ଟ କରି ସରକାରଙ୍କୁ ମନେ ପକାଇଦେଲେ ପ୍ରତିଶ୍ରୁତି । +ଫେସବୁକରେ ଲେଖିଲେ ୨୦୧୬ରେ ଦେଇଥିବା କଥା ଏଯାଏଁ ରଖି ନାହାଁନ୍ତି ସରକାର । +ସୋସିଆଲ ମିଡିଆରେ ଦୂତୀ କରିଥିବା ପୋଷ୍ଟ । +ଓଡିଆରେ ଦୁଇ ଧାଡି ଲେଖିଛନ୍ତି । +ଦେଇଥିବା ସବୁ ପ୍ରତିଶ୍ରୁତି ସ୍ମୃତି ହୋଇରହିଗଲା । +ତା ସାଙ୍ଗକୁ ୨୦୧୬ରେ କ୍ରୀଡା ବିଭାଗ ତରଫରୁ ଦିଆଯାଇଥିବା ସୁପାରିଶ ପତ୍ର ମଧ୍ୟ ସେୟାର କରିଛନ୍ତି ଦୂତୀ । +ଟେଲ୍‌ପ୍ଲାଜା ଫାଷ୍ଟଟ୍ୟାଗ୍‌ରେ ଠକେଇ +ନୟାଗଡ଼ : ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ନଂ ୫୭ର ରଙ୍ଗମାଟିଆ ଠାରେ ଥିବା ଟୋଲପ୍ଲାଜାରେ ଫାଷ୍ଟଟ୍ୟାଗ୍‌ରେ ଏଡି ସଡକପଥ ଦେଇ ଯାତାୟତ କରୁଥିବା ଗାଡି ମାଲିକ ଠକେଇର ଶିକାର ହେଉଥିବା ଅଭିଯୋଗ ହେଉଛି । +ଅଭିଯୋଗରୁ ପ୍ରକାଶ ଫାଷ୍ଟଟ୍ୟାଗ୍ ପଞ୍ଜିକୃତ କରିବାକୁ ହେଲେ ଜଣେ ଗାଡି ମାଲିକକୁ ଆବଶ୍ୟକ ଅନୁଯାୟୀ ଗାଡିର ଆର୍‌ସି ବୁକ୍‌, ଆଧ । +ର କାର୍ଡକୁ ନିଆଯାଇଥାଏ । +ଗାଡି ନମ୍ବରରେ ଫାଷ୍ଟଟ୍ୟାଗ୍ କରିବା ନିମନ୍ତେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ଏବଂ ଘରୋଇ ବ୍ୟାଙ୍କ ପଞ୍ଜିକରଣ କାର୍ଯ୍ୟ କରିବାକୁ କେନ୍ଦ୍ର ଭୁପୃଷ୍ଟ ଓ ଯୋଗାଯୋଗ ମନ୍ତ୍ରଣାଳୟ ଆଦେଶ ଦେଇଛି । +ମାତ୍ର ଦଶପଲ୍ଲାର ରଙ୍ଗାମଟିଆ ଟୋଲ୍ ପ୍ଲାଜାରେ ଏହାର ବ୍ୟତିକ୍ରମ ଦେଖିମାକୁ ମିଳିଛି । +ଏଠାରେ ପଞ୍ଜିକରଣ ସମୟରେ କମ୍ ଟଙ୍କାର ବାଲାନ୍ସ ଗାଡି ମାଲିକଙ୍କ ଆକାଉଣ୍ଟକୁ ଛାଡି ପଞ୍ଜିକରଣ ସମ୍ପୂର୍ଣ୍ଣ ମାଗଣା ଥିବାବେଳେ ଏ ବାବଦ ମଧ୍ୟ ଅର୍ଥ ଅସୁଲ କରାଯାଉଥିବା ବହୁ ଅଭିଯୋଗ ଦେଖିବାକୁ ମିଳିଛି । +ଏପରିକି ୧୦୦ ଟଙ୍କା ରିଚାର୍ଜ କରି ଜଣେ ଜଣେ ମାଲିକଙ୍କ ଠାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଠକେଇ କରୁଥିବା ଗୁରୁତର ଅଭିଯୋଗ ହେଉଛି । +ଏଠାରେ ନିୟୋଜିତ ୨ଜଣ ଷ୍ଟାଫ୍ ଟ୍ୟାଗ୍ କର୍ମଚାରୀ ସ୍ୱୟଂସମ୍ପୂର୍ଣ୍ଣ କମ୍ପାନୀ କିମ୍ବା ଦରମା ଏ ବାବଦରେ ପାଇଥାନ୍ତି । +ତେଣୁ ସେ କୌଣସି ଅଧିକ ଟଙ୍କା ନେବାର ନିୟମ ନଥିଲେ ମଧ୍ୟ ଖୋଲାଖୋଲି ଭାବେ ଏହା ଏକ ବ୍ୟବସାୟରେ ପରିଣତ ହୋଇଥିବା ଅଭିଯୋଗରୁ ପ୍ରକାଶ । +ଏହି ଶୋଷଣ ଯୋଗୁଁ ପଶ୍ଚିମ ଓଡ଼ିଶାରୁ ରାଜ୍ୟ ରାଜଧାନୀକୁ ଯାତାୟତ କରୁଥିବା ପ୍ରତିଦିନ ଗାଡିଗୁଡ଼ିକ ଏ ବାବଦ ଠକେଇର ଶିକାର ହେଉଛନ୍ତି । +ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ଼ ଦାବି ହେଉଛି । +ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢ଼ଉ +ଭୁବନେଶ୍ୱର : ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ରାଜଧାନୀ ଭୁବନେଶ୍ୱରର ଜଣେ ସରକାରୀ ବାବୁ । +ସେ ବାବୁ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତର ଜିଆରଏସ ବାବୁଲି ପଢ଼ିଆରୀ । +ଭିଜିଲାନ୍ସ ପକ୍ଷରୁ ବାବୁଲିଙ୍କର ଭୁବନେଶ୍ୱରର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । +ତାଙ୍କର ରଘୁନାଥପୁର ପୈତୃକ ଘର, କଳାରାହାଙ୍ଗ ଅଫିସ, ଆଶିର୍ବାଦ ପ୍ଲାଜା ଆପାର୍ଟମେଣ୍ଟ, ରଘୁନାଥପୁରରେ ଥିବା ବିଲଡିଂ, ରଘୁନାଥପୁରରେ ଥିବା ଆଜବେଷ୍ଟସ ଘର ଆଦିରେ ଚଢ଼ଉ କରାଯାଇଛି । +୧୦ ବର୍ଷ ପରେ ବିଦେଶ ଯିବେ ନବୀନ +ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଯିବା ସୂଚନା ରହିଛି । +ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ୟୁଏଇ ରେ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । +ୟୁଏଇ ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । +ୟୁଏଇରେ ଇଣ୍ଡଷ୍ଟ୍ରିଆଲ ମିଟ୍ ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । +ଫିକି, ଇପକଲ୍‌, ସ୍ଥାନୀୟ କନସୁଲେଟଙ୍କ ପକ୍ଷରୁ କାର୍ଯ୍ୟକ୍ରମ ଆୟାଜନ । +କାର୍ଯ୍ୟକ୍ରମରେ ଯୋଗଦେବା ସହ ପ୍ରବାସୀ ଓଡିଆଙ୍କୁ ବି ଭେଟିବେ । +ମୁଖ୍ୟମନ୍ତ୍ରୀ ଇଟାଲି ମଧ୍ୟ ଯିବା କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି । +ଇଟାଲୀର ରୋମ୍ ଯିବା କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି । +ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସିଏମଓ ପକ୍ଷରୁ ବିଧିବଦ୍ଧ ସୂଚନା ଆସିନି । +ବିବାହ ବନ୍ଧନରେ ଆବଦ୍ଧ ହେଲେ ମାଓଯୋଡ଼ି +ବନ୍ଧୁକ ଛାଡ଼ିଲେ, ପଡ଼ିଲା ଗଣ୍ଠି । +ଟେଣ୍ଟ ଲାଗିଛି , ଚୌକି ସଜା ହୋଇଛି , ବ୍ୟାନରରେ ବରକନ୍ୟାଙ୍କ ଫଟୋ ଲାଗିଛି । +ରିଜର୍ଭ ପୋଲିସ ପଡିଆ ବାହାଘର ଭଳି ଲାଗୁଛି । +ଆତ୍ମସମର୍ପଣ କରିବା ପରେ ବିବାହ ବନ୍ଧନରେ ବାନ୍ଧ ହେଉଛନ୍ତି ଦୁଇ ମାଓବାଦୀ । +ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ କଲମ ଦେଇ ଓ ରାମଦାସ । +ତେବେ ଏହି ବିବାହ ଉତ୍ସବରେ ଧାଡି କି ଧାଡି କରି ବଡ ପୋଲିସ ଅଧିକାରୀ ମାନଙ୍କ ନାଲିବତୀ ଲାଗିଥିବା ଗାଡି ମଧ୍ୟ ଲାଗିଛି । +ଭାରତମାଳା ପ୍ରକଳ୍ପରେ କୋରାପୁଟ-ନବରଙ୍ଗପୁର ୨୪୫ କିମି ରାସ୍ତା ହେବ ଚାରିଲେନ୍ +କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରକଳ୍ପ ଅନ୍ତର୍ଗତ କୋରାପୁଟ ଓ ନବରଙ୍ଗପୁର ମଧ୍ୟରେ ୨୪୫କିମି ରାସ୍ତାକୁ ୪ଲେନ୍ ବିଶିଷ୍ଟ କରାଯିବ ଓ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । +ଏହାସହିତ ଜୟପୁର ସହରରୁ ଆସନ୍ତା ୩ମାସ ମଧ୍ୟରେ ବ୍ୟବସାୟିକ ବିମାନ ଚଳାଚଳ ସେବା ଆରମ୍ଭ ହେବ ବୋଲି ସମୟ ଧାର୍ଯ୍ୟ ହୋଇଛି । +ରାଜଧାନୀରେ ଡବଲ ମର୍ଡର: ସ୍ତ୍ରୀ ଓ ଶାଳୀଙ୍କୁ ମାରିଦେଲେ +ରାଜଧାନୀ ଭୁବନେଶ୍ୱରରେ ଡବଲ୍ ମର୍ଡର । +ଜଣେ ବ୍ୟକ୍ତି ତା’ ପତ୍ନୀ ଓ ଶାଳୀଙ୍କୁ ହତ୍ୟା କରିଛି । +ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଅଞ୍ଚଳରେ ଘଟିଛି ଏହି ଘଟଣା । +ପୁଲିସ୍ ଅଭିଯୁକ୍ତ ବିଜୟ ସେଠୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । +କନ୍ଧମାଳ ଯୁବକଙ୍କ ବିଦେଶ ରେ କୃତିତ୍ୱ +ଫୁଲବାଣୀ -29/6 କନ୍ଧମାଳ ଜିଲ୍ଲା ଜି. ଉଦୟଗିରି କୁମ୍ଭାରକୁପା ଗ୍ରାମର ସାନୁନୟକ ବିଦେଶ ରେ କୃତିତ୍ୱ ଅର୍ଜନ କରିଛନ୍ତି । +ସାନୁ ନାୟକ ବର୍ତମାନ ରହୁଛନ୍ତି ଲଣ୍ଡନ ରେ । +ଗତ 19 ଜୁନ ରେ ଐତିହାସିକ ଲଣ୍ଡନ ସହର ରୁ ବ୍ରାଇଟନ ସହର ପର୍ଯନ୍ତ୍ 86 କିଲୋମିଟର ସାଇକ୍ଲିଂ ପ୍ରତିଯୋଗିତା ରେଅଂଶ ଗ୍ରହଣ କରିଥିଲେ । +ଏହି ପ୍ରତିଯୋଗିତା ବିଗତ 150 ବର୍ଷ ଧରି ଚାଲି ଆସୁଛି । +ଏ ବର୍ଷ ଚଉଦ ହଜ଼ାର ପ୍ରତିଯୋଗୀ କୁଆଡେ ଏଥିରେ ଭାଗ ନେଇଥିଲେ । +କନ୍ଧମାଳ ର ସାନୁ ନାୟକ ମଧ୍ୟ ଏଥିରେ ଭାଗ ନେଇ 86 କିମି ଦୂରତା କୁ4 ଘଣ୍ଟା 16 ମିନିଟ ରେ ସଂପୂଣ୍ଣ କରିଥିଲେ । +ଅନେକ ଏହାକୁ ସାଢେ ତିନିଘଂଟା ରୁ ୭ ଘଣ୍ଟା ଭିତରେ ସମୂର୍ଣ୍ଣ କରିଥାନ୍ତି । +ସାନୁ କନ୍ଧମାଳ ରୁ ଯାଇ ଲଣ୍ଡନ ରେ ଏହିପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଆମ କନ୍ଧମାଳ ଜିଲ୍ଲା ସମେତ ଆମ ରାଜ୍ୟ ଓ ଦେଶ ପାଇଁ ନିଶ୍ଚିତ ଗୌରବ ର ବିଷୟ । +ସାନୁ ଙ୍କ ନିକଟକୁ ଏବେ ସୂଭେ ଛା ର ସୁଅ ଛୁଟୁଛି । +ଜିତୁ ପଟ୍ଟନାୟକଙ୍କ ଘରେ ଇଡିର ଚଢ଼ାଉ ଶେଷ, ୨୨ରେ କାଗଜପତ୍ର ସହ ହାଜର ହେବାକୁ ସମନ +ଖଣି ମାଲିକ ତଥା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘର ଓ ଅଫିସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚଢ଼ାଉ ଶେଷ ହୋଇଛି । +ଏହା ସହିତ ସମସ୍ତ କାଗଜପତ୍ର ଧରି ମେ’ ୨୨ ତାରିଖରେ ଭୁବନେଶ୍ୱର ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ତାଙ୍କୁ ସମନ ଦିଆଯାଇଛି । +ଗୁଳି ଫୁଟି ଗାଙ୍ଗପୁର ଥାନା IICଙ୍କ ଦେବ୍ କୁମାର ଗମାଙ୍ଗଙ୍କ ମୃତ୍ୟୁ +ବ୍ରହ୍ମପୁର: ଗୁଳି ଫୁଟି ଗାଙ୍ଗପୁର ଥାନା IICଙ୍କ ଦେବ୍ କୁମାର ଗମାଙ୍ଗଙ୍କ ମୃତ୍ୟୁ । +ଆସିକା ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର । +ଆଇଆଇସିଙ୍କ ମୃତ୍ୟୁକୁ ନେଇ ଗଞ୍ଜାମ ଏସ୍‌ପିଙ୍କ ସୂଚନା । +କେଉଁଠି ଏବଂ କେମିତି ଗୁଳି ବାଜିଲା, ସେନେଇ ସ୍ପଷ୍ଟ ଜଣାପଡ଼ିନି । +ନନ୍ଦନକାନନରେ ନିର୍ମିତ ତିନିମହଲାବିଶିଷ୍ଟ ବହୁତଳ କାର ପାର୍କିଂ ସୁବିଧାର ଉଦ୍‌ଘାଟନ +ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନନ୍ଦନକାନନଠାରେ ୩୫୪୨.୭୯ ଲକ୍ଷ ଟଙ୍କାରେ ନିର୍ମିତ ତିନିମହଲାବିଶିଷ୍ଟ ବହୁତଳ କାର ପାର୍କିଂ ସୁବିଧାର ଉଦ୍‌ଘାଟନ କରିଛନ୍ତି । +ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମଏହି କେଶରୀ ଆରୁଖ, ଉପସ୍ଥିତ ଥିଲେ । +ନନ୍ଦନକାନନକୁ କ୍ରମେ କ୍ରମେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି । +ଟ୍ରାଫିକ୍‌ ସମସ୍ୟା ଓ ସ୍ଥାନାଭାବକୁ ଦୃଷ୍ଟିରେ ରଖି ଏହି ତିନିମହଲା ବିଶିଷ୍ଟ ଗାଡ଼ି ପାର୍କିଂସ୍ଥଳ ନିର୍ମାଣ କରାଯାଇଛି । +ପ୍ରତ୍ୟେକ ମହଲା ୫୬୦୦ ବର୍ଗମିଟରର ଏବଂ ଏହି ପାର୍କିଂରେ ସମୁଦାୟ ୫୮୩ଟି ଚାରିଚକିଆ ଯାନ ରହିପାରିବ । +ବାଲ୍ୟ ବିବାହ ରୋକିବା କୁ ଶପଥପାଠ +କାଲିମେଳା ତା୪/୬ ଅଜି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଳକ କାର୍ଯାଳୟ ପରିସରରେ ଆଜି ସକାଳେ ଆସିଡିଏସ ବିଭାଗ ତରଫ ରୁ ବାଲ୍ୟବିବାହ ରୋକିବା ଲାଗି ଶପଥ ପାଠ କରାଯାଇଥିଲା । +କାଲିମେଳା ଆଇସିଡିଏସ ର କିରାଣୀ ଶ୍ରୀ ଦୁଲାଲ ସେନାପତି ସମସ୍ତ ଙ୍କୁ ବାଲ୍ୟବିବାହ ରୋକିବା ଲାଗି ନେଇ ଶପଥପାଠ କରାଇ ଥିଲେ । +ଏ ଅବସରରେ କାଲିମେଳା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଉମାଶଙ୍କର ଦଳେଇ ଓ ଆଇସିଡିଏସ ର ସିଡିପିଓ ଅନ୍ନପୂର୍ଣ୍ଣା ବୁରୁଦା ସମେତ ଆଇସିଡିଏସ କର୍ମଚାରୀ ଓ ମିଶନ ଶକ୍ତି ଓଏଲଏ ର କର୍ମଚାରୀମାନେ ଏହି ଶପଥପାଠ କାର୍ଯ୍ୟକ୍ରମ ରେ ଯୋଗ ଦେଇ ବାଲ୍ୟବିବାହ ରୋକିବା ଲାଗି ଶପଥ ଗ୍ରହଣ କରିଥିଲେ । +ନିଜ ଅଞ୍ଚଳ ର ସମସ୍ତ କିଶୋରୀ,କିଶୋର ମାନଙ୍କୁ ସମସ୍ତ ଶିକ୍ଷା ସମାପ୍ତି କରାଇବା । +ନିଜ ପରିବାର ତଥା ବନ୍ଧୁବାନ୍ଧବ ଭିତରେ କେହି ଯଦି ପୁଅ କିମ୍ଵା ଝିଅ ବାଲ୍ୟବିବାହ କରୁଛନ୍ତି । +ତାଙ୍କୁ ବୁଝାଇ ସୂଜାଇ ବନ୍ଦ କରାଇବା । +ଅନ୍ୟକୁ ବାଲ୍ୟବିବାହ ନ କରିବା ପାଇ ସଚେତନ କରିବା ଓ ବାଲ୍ୟବିବାହ ର କୁପ୍ରଭାବ ସମ୍ପର୍କ ରେ ଅନ୍ଯ କୁ ଜଣାଇବା । +ଯଦି କେହି ଶିକ୍ଷାରୁ ବଞ୍ଚିତ ହେଉଅଛି କିମ୍ବା ବାଲ୍ୟବିବାହ କରୁଛି ତାହାହେଲେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟିଆକର୍ଷ କରାଇବା ଲାଗି ଶପଥପାଠ କରାଯାଇଥିଲା ଏହି କାର୍ଯ୍ୟକ୍ରମର ବ୍ଳକ ଓ ଆଇସିଡିଏସ ବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । +ସମାଜସେବୀ ମହେନ୍ଦ୍ର ବଢେଇ ଙ୍କ ଦ୍ବାରା ଦିବ୍ଯାଙ୍ଗ ଙ୍କୁ ହୁଇଲ ଚେଆର ପ୍ରଦାନ +ବରଗଡ଼ – ବରଗଡ଼ ଜିଲ୍ଲାର ପଦ୍ମପୁର ଅଂଚଳ ରେ ବିଭିନ୍ନ ସମାଜସେବା କରି ଚର୍ଚ୍ଚିତ ହୋଇଥିବା ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ ଆଜି ପୁଣି ଦିବ୍ଯାଙ୍ଗ ମାନଙ୍କୁ ହୁଇଲ ଚେଆର ପ୍ରଦାନ କରିଛନ୍ତି । +ପାଇକମାଳ ଅଚଳର ବୌତାଲଭଟା , ଝେଙ୍ଗନାଡିହି , ସମ୍ବଲପୁରୀ ଗ୍ରାମର ଦିବ୍ଯାଙ୍ଗ ଙ୍କ ସେବା ରେ ସହଯୋଗୀ ହୋଇ ପାରିଛନ୍ତି । +ପାଇକମାଳ ଜିଲ୍ଲା ପରିଷଦ ଜୋନ ୩ ର ଜିଲ୍ଲା ପରିଷଦ ସଭ୍ଯା ବାସନ୍ତୀ ବାଲମ , ସରେଇକେଲା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଉପେନ୍ଦ୍ର ପଟେଲ , ସମିତି ସଭ୍ଯା ଅନିତା ସାହୁ ପ୍ରମୁଖ ସମ୍ବଲପୁରୀ ଗ୍ରାମର ଦିବ୍ଯାଙ୍ଗ ଉଜ୍ବଳ ଭୋଇ ଓ ବୌତାଲଭଟା ଗ୍ରାମର ସୁଶାନ୍ତ ପଟେଲ ଙ୍କ ଘରକୁ ଯାଇ ମହେନ୍ଦ୍ର ବଢେଇ ପଠାଇଦେଇଥିବା ହୁଇଲ ଚେଆର ପ୍ରଦାନ କରିଥିଲେ । +ଏହି ସେବାରେ ବୌତାଲଭଟା ଗୌନ୍ତିଆ ଲକ୍ଷ୍ମଣ ବେହେରା, ଯୋଗେଶ୍ବର ବେହେରା , ପ୍ରକାଶ ସାହୁ ପୂର୍ବତନ ପ୍ରଧାନ ଶିକ୍ଷକ ଗୋଳକ ପ୍ରଧାନ ଙ୍କ ଉପସ୍ଥିତିରେ ଦିବ୍ଯାଙ୍ଗ ଙ୍କ ଘରେ ହୁଇଲ ଚେଆର ପ୍ରଦାନ କରାଯାଇଛି । +ସରକାରୀ ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାସିଂ କୋର୍ସ ଉପରେ ଅଂକୁଶ କାହା ସ୍ୱାର୍ଥରେ +ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ୟାସିର ନୱାଜ ସରକାରୀ ବିଶ୍ୱବିଦ୍ୟାଳୟ ମାନଙ୍କରେ ସେଲ୍ଫ ଫାଇନାସିଂ କୋର୍ସ ଉପରେ ଅଂକୁଶ ଲଗାଇବା ନିଷ୍ପତିକୁ ଦୃଢ଼ ନିନ୍ଦା କରିଛନ୍ତି । +ଗତକାଲି କୁଳାଧିପତିଙ୍କ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଯେ ୨୦୨୨-୨୩ ଶିକ୍ଷା ବର୍ଷରୁ ସେଲ୍ଫ ଫାଇନାସିଂ କୋର୍ସରେ ବିଶ୍ୱବିଦ୍ୟାଳୟର ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟାର ମାତ୍ର ୨୦ ପ୍ରତିଶତ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ । +ଏଥିରେ ଦର୍ଶାଯାଇଛି ଯେ ଅଧିକ ସେଲ୍ଫ ଫାଇନାସିଂ ବିଶ୍ୱବିଦ୍ୟାଳୟରେ ପଢ଼ାଯିବା ଦ୍ୱାରା ରେଗୁଲାର କୋର୍ସ ପ୍ରଭାବିତ ହେଉଛି । +ଶ୍ରୀ ନୱାଜ କହିଛନ୍ତି ଉପରୋକ୍ତ ନିର୍ଦ୍ଦେଶରୁ ସ୍ପଷ୍ଟ ବାରି ହେଉଯାଉଛି ଯେ ଶିକ୍ଷାର ଘରୋଇକରଣ କରାଇବାକୁ ସରକାର କେତେ ବ୍ୟାକୁଳ, କାରଣ ଗରିବ ମେଧାବୀ ଛାତ୍ରଛାତ୍ରୀ ସ୍ୱଳ୍ପ ଖର୍ଚ୍ଚରେ ସରକାରୀ ବିଶ୍ୱବିଦ୍ୟାଳୟ ମାନଙ୍କରେ ସେଲ୍ଫ ଫାଇନାସିଂ କୋର୍ସ ଦ୍ୱାରା ପାଠ ପଢ଼ି ଭବିଷ୍ୟତ ଗଢ଼ିପାରୁଥିଲେ । +କିନ୍ତୁ ଯଦି ସରକାର ଏଥିରେ ଅଂକୁଶ ଲଗାଇବେ ସେହି ସେଲ୍ଫ ଫାଇନାସିଂ କୋର୍ସ ଆଡମିଶନ କ୍ଷେତ୍ରରେ ମେଧାବୀ ଛାତ୍ରଛାତ୍ରୀମାନେ ସରକାରୀ ବିଶ୍ୱବିଦ୍ୟାଳୟରେ ପାଠପଢ଼ିବାରୁ ବଂଚିତ ହେବେ ଯଦ୍ୱରା ଘରୋଇ ବିଶ୍ୱବିଦ୍ୟାଳୟ ମାନେ ଲାଭାନ୍ୱିତ ହେବେ । +ଗରିବ ମେଧାବୀ ଛାତ୍ରଛାତ୍ରୀ ମାନେ ଲକ୍ଷାଧିକ ଟଙ୍କା ଦେଇ ପାଠ ପଢ଼ିପାରିବେ ନାହିଁ ଏବଂ ସେମାନଙ୍କର ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯିବ । +ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ସରକାର ଓ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି । +ସରକାରୀ ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାସିଂ କୋର୍ସରେ ୨୦ ପ୍ରତିଶତ ଛାତ୍ରଛାତ୍ରୀ ମାନଙ୍କର ଆଡମିଶନ ଅତ୍ୟନ୍ତ ନଗଣ୍ୟ । +ତେଣୁ ଏହି ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରିବାପାଇଁ ଦାବି କରିଛନ୍ତି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ନୱାଜ । +ଯଦି ରେଗୁଲାର କୋର୍ସ ପ୍ରଭାବିତ ହେବାର ପ୍ରସଙ୍ଗ ସରକାର ଅନୁଭବ କରୁଛନ୍ତି ତେବେ ସରକାର କଣପାଇଁ ଖାଲି ପଡ଼ିଥିବା ଅଧ୍ୟାପକ, ଅଧ୍ୟାପିକାମାନଙ୍କ ପଦବୀ ପୂରଣ କରିପାରୁ ନାହାନ୍ତି । +ରାଜ୍ୟରେ ବହୁ ସଂଖ୍ୟାରେ ଶିକ୍ଷିତ ଯୁବକଯୁବତୀ ମାନେ ଅଧ୍ୟାପକ, ଅଧ୍ୟାପିକା ହେବାର ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ସରକାର ପଦବୀ ପୂରଣ କରୁନାହାନ୍ତି ତେଣୁ ଏ ସରକାର ଯୁବଛାତ୍ର ବିରୋଧି । +ଝିଂଟିକା ମାରି ବଣି ପୋଷିବା କାହା ସ୍ୱାର୍ଥରେ ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ନୱାଜ । +ଯଦି ତୁରନ୍ତ ଏହି ନିଷ୍ପତିକୁ ପ୍ରତ୍ୟାହାର ନକରାଯାଏ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ଦଳ ମହାମହୀମ ରାଜ୍ୟପାଳ ତଥା କୁଳାଧିପତିଙ୍କୁ ଭେଟି ଦାବିପତ୍ର ଜଣାଇବା ସହ ଶିକ୍ଷାର ଘରୋଇ କରଣ ବିରୋଧରେ ରାଜ୍ୟବ୍ୟାପି ଆନ୍ଦୋଳନ କରିବ । +ଏଠାରେ ମୁଖ୍ୟ ପ୍ରସଙ୍ଗ ହେଉଛି ଯିଏ ଉଚ୍ଚ ଶିକ୍ଷାବିଭାଗର ସଚିବ ସିଏ ମହାମହୀମ ରାଜ୍ୟପାଳଙ୍କର ମଧ୍ୟ ସଚିବ । +ଏଣୁ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ଶ୍ରୀ ଅରୁଣ ସାହୁଙ୍କ ପ୍ରରୋଚନାରେ ଏଭଳି ଛାତ୍ର ବିରୋଧି ନିଷ୍ପତି ନିଆଯାଉଛି ବୋଲି ଶ୍ରୀ ନୱାଜ ଅଭିଯୋଗ କରିଛନ୍ତି । +ଏଥିରେ କେବଳ ମହାମହୀମ ରାଜ୍ୟପାଳଙ୍କୁ ବ୍ୟବହାର କରାଯାଇଛି, ମାତ୍ର ଅସଲ ଚକ୍ରାନ୍ତ ମନ୍ତ୍ରୀ ଶ୍ରୀ ସାହୁଙ୍କ ଦ୍ୱାରା ପ୍ରସ୍ତୁତ । +ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁଙ୍କ ଅମଳରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । +ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆଡମିଶନ ଜାଲିଆତି ପଦାରେ ପଡ଼ିବା ପରେ ଶିକ୍ଷା ଜଗତର କୋଣାର୍କ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ଆଡମିଶନ ଜାଲିଆତି ଧରାପଡ଼ିଛି । +ବିଶେଷ କରି ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ ପ୍ରସ୍ତୁତ କରାଯାଇ ଓଡ଼ିଶାର ସମସ୍ତ ସରକାରୀ ମହାବିଦ୍ୟାଳୟରେ ଏଭଳି ଆଡମିଶନ ଜାଲିଆତି ଚାଲିଥିଲା ବେଳେ ଶିକ୍ଷାମନ୍ତ୍ରୀ ଶ୍ରୀ ସାହୁ ଚୁପ ବସିଛନ୍ତି । +ଏହି ଜାଲିଆତିର ଦଲାଲମାନେ ବିଜେଡ଼ି ଦଳର କର୍ମକର୍ତା ଥିବା ଜଣାପଡ଼ିଛି । +ବିଜେଡ଼ି ସରକାର ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ଏବଂ ମନ୍ତ୍ରୀ ଶ୍ରୀ ସାହୁ ନିରବଦ୍ରଷ୍ଟା ସାଜିଛନ୍ତି । +ପ୍ରଦେଶ ଛାତ୍ର କଂଗ୍ରେସ ଏହାକୁ ବରଦାସ୍ତ କରିବ ନାହିଁ । +ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ମୁଖପାତ୍ର ବିଶ୍ୱଭୂଷଣ ମହାପାତ୍ର, ସାଧାରଣ ସଂପାଦକ ସାଗର ପଟ୍ଟନାୟକ, ଭୁବନେଶ୍ୱର ଏକାମ୍ର ସଭାପତି ରିୟାଜ ଉଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ । +ସଂଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ମାମଲା +ବିଜେଡି ନେତା ସଂଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି । +ନବରଙ୍ଗପୁର ଥାନାରେ ଉଭୟଙ୍କ ନାଁରେ ୬ଟି ଦଫାରେ ମାମଲା ରୁଜୁ ହୋଇଛି । +୧୪୩, ୩୨୩, ୩୫୪, ୧୪୯, ୩(୧) ଓ (R), SC/ST ଆକ୍ଚରେ ମାମଲା ହୋଇଛି । +ତେବେ ନବରଙ୍ଗପୁର ସେସନ୍ସ ଜଜ୍‌ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ମାମଲା ରୁଜୁ କରିଛି । +ମହାନଦୀ ମୁହାଣରେ ଡଲ୍‌ଫିନଙ୍କ ଜଳକ୍ରୀଡ଼ା +ପାରାଦ୍ୱୀପ: ଦୀର୍ଘବର୍ଷ ବ୍ୟବଧାନରେ ପାରାଦ୍ୱୀପରେ ଡଲ୍‌ଫିନ ଦେଖିବାକୁ ମିଳିଛି । +ନେହେରୁ ବଙ୍ଗଳାସ୍ଥିତ ମହାନଦୀ ମୁହାଣ ମୁହଁ ନିକଟରେ ତିନିଟି ଡଲ୍‌ଫିନ ଜଳକ୍ରୀଡା କରୁଥିବା ଦେଖାଯାଇଛି । +ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ମଧ୍ୟ ପ୍ରଘଟ ହେବାରେ ଲାଗିଛି । +ଓଡ଼ିଶାର ଦୁଇ ସହିଦଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ +ନୂଆଦିଲ୍ଲୀ: ଓଡ଼ିଶାର ଦୁଇ ବୀରଙ୍କୁ ମିଳିଛି ଶୌର୍ଯ୍ୟଚକ୍ର ସମ୍ମାନ । +ସେମାନେ ହେଲେ ସହିଦ ଦେବାଶିଷ ସେଠୀ ଓ ସୁଧିର କୁମାର ଟୁଡୁ । +ଦୁହିଁଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ ହୋଇଛି । +ସହିଦ ଦେବାଶିଷଙ୍କ ବାପା ସନାତନ ସେଠୀ ଓ ମା’ ଛାଇ ସେଠୀ ଏହି ସମ୍ମାନ ଗ୍ରହଣ କରିଛନ୍ତି । +ସହିଦ ସୁଧିରଙ୍କ ପକ୍ଷରୁ ତାଙ୍କ ମା’ ଜଉନା ଟୁଡ଼ୁ ଏହି ସମ୍ମାନ ଗ୍ରହଣ କରିଥିଲେ । +ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମ୍ମାନ ପ୍ରଦାନ କରିଥିଲେ । +ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଦୁଇ ଜଣ ବୀର ଓଡ଼ିଆଙ୍କୁ ଏହି ସମ୍ମାନ ମିଳିଛି । +କଳାହାଣ୍ଡିରେ ନକ୍ସଲ ବିରୋଧୀ ଅପରେସନରେ ଅସୀମ ବୀରତ୍ୱ, ନିଷ୍ଠା ଓ ସାହାସିକତା ଦେଖାଇ ଦେଶ ପାଇଁ ପ୍ରାଣ ଉତ୍ସର୍ଗ କରିଥିଲେ ଏହି ଦୁଇ ଏସ୍‌ଓଜି ଯବାନ । +ସାବଧାନ !! NH ରେ ହେଲମେଟ୍‌ ନପିନ୍ଧିଲେ ନିସ୍ତାର ନାହିଁ; କଟିବ ମୋଟା ଅଙ୍କର ଫାଇନ୍‌ +ହେଲମେଟ୍‌ ନାହିଁ ତ ଗାଡ଼ି ଚଳାନ୍ତୁ ନାହିଁ ଧରାପଡ଼ିଲେ ନିସ୍ତାର ନାହିଁ । +ଛକଛକରେ ପୋଲିସ ଜଗିଛନ୍ତି ଏବଂ ଆଦାୟ କରୁଛନ୍ତି ମୋଟା ଅଙ୍କର ଜରିମାନା ଟଙ୍କା । +ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିଲେ ସାବଧାନ !! କାରଣ ଆଉ ନିସ୍ତାର ମିଳିବନି । +କାରଣ ଏଣିକି ଛକଛକରେ ଜଗିବ ପୋଲିସ ଓ ପରିବହନ ବିଭାଗର କର୍ମଚାରୀ । +ରାଜ୍ୟର ସମସ୍ତ ଆରଟିଓଙ୍କୁ ମଧ୍ୟ ଏନେଇ ଚିଠି କରିଛି ବିଭାଗ । +ବର୍ଷାଦିନେ ଏହି ଉପାୟରେ ନିଜ ଫୋନ୍‍କୁ ରଖନ୍ତୁ ସୁରକ୍ଷିତ +ସାଧାରଣତଃ ବର୍ଷାଦିନେ ସ୍ମାର୍ଟଫୋନ୍‍ ଖରାପ ହେବା ସମସ୍ୟା ଦେଖା ଦେଇଥାଏ । +ଏହାର ମୁଖ୍ୟ କାରଣ ହେଉଛି ଫୋନ୍‍ ପାଣିରେ ପଡ଼ିଯିବା କିମ୍ବା ଫୋନ୍‍ର କୌଣସି ଅଂଶରେ ପାଣି ପଶିଯିବା ଏବଂ ଓଦା ହୋଇଯିବା । +ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଆମ ଶରୀରର ଏକ ଅଙ୍ଗ ସଦୃଶ କହିଲେ ଅତ୍ୟୁକ୍ତି ହେବନାହିଁ । +ତେଣୁ ଆମେ ଏହାର ଯତ୍ନ ନେବା ମଧ୍ୟ ନିହାତି ଆବଶ୍ୟକ । + ତେବେ ଆସନ୍ତୁ ଜାଣିବା ବର୍ଷାଦିନେ ସ୍ମାର୍ଟଫୋନର ଯତ୍ନ କିପରି ନେବେ – +ଓମଫେଡ୍ ସ୍କାମର ଅଡିଟ୍ ରିପୋର୍ଟକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ +ଓମଫେଡ ଅଡିଟରୁ ୨୩୭ କୋଟିର ହେରଫେର ଓ ଆର୍ଥିକ ଅନିୟମିତତା ନେଇ ରିପୋର୍ଟ ମିଳିବା ଏବଂ ଏସଂକ୍ରାନ୍ତୀୟ ତଥ୍ୟ ଆଧାରରେ ଲୋକାୟୁକ୍ତରେ ହୋଇଥିବା ଅପିଲ ଉପରେ କଡା ଆଭିମୁଖ୍ୟ ଦେଖିବାକୁ ମିଳିଛି । +ମାମଲାରେ କ୍ରାଇମବ୍ରାଂଚ ତଦନ୍ତ କରି ତିନି ମାସ ମଧ୍ୟରେ ପ୍ରାଥମିକ ରିପୋର୍ଟ ଦେବାକୁ କୁହାଯାଇଛି । +ଯଦି ତଥ୍ୟ ମିଳେ ତେବେ ବ୍ୟାପକ ଆକାରରେ ତଦନ୍ତ ଆଗକୁ ବଢିବ । +….ଓଡ଼ିଆ ପ୍ରବାସୀ ଦାଦନ ଶ୍ରମିକ ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ…. +…..3ଦିନପରେ ଭିଟାମାଟିକୁ ଫେରିଲା ମୃତ ଶରୀର….. +ଜଷ୍ଟିସ ସଂଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି +ଜଷ୍ଟିସ ସଂଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । +ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । +କାର୍ଯ୍ୟରେ ଯୋଗଦାନ ଦିନଠାରୁ ତାଙ୍କ ନିଯୁକ୍ତିକୁ ଗଣନା କରାଯିବ । +ସାମ୍ବାଦିକମାନେ ସର୍ବଦା ସଠିକ ତଥ୍ୟ ପ୍ରକାଶ କରିବା ଓ ନିରପେକ୍ଷତା ଉପରେ ଧ୍ୟାନ ଦେବା ଜରୁରୀ +ଫୁଲବାଣୀ:ରବିବାର ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ତୃତି ଭବନଠାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ର ୩୮ତମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ମଇ ଦିବସ-୨୦୨୨ ଅନୁଷ୍ଠିତ ହୋଇଯାଇଛି । +ଏହି ଅବସରରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ରାଜ୍ୟ ସଂଘ ସାଧାରଣ ସଂପାଦକ ବେଣୁଧର ପଣ୍ଡା, ନଗରପାଳ ସ୍ମିତାରାଣି ମହାନ୍ତି, ବରିଷ୍ଠ ସାମ୍ବାଦିକ ତଥା ଆଇଏଫଡବ୍ଲ୍ୟୁଜେର କାର୍ୟ୍ୟକାରିଣୀ ସଦସ୍ୟ ପ୍ରସନ୍ନ ତ୍ରୀପାଠୀ ପ୍ରମୁଖ ଯୋଗଦେଇ ସାମ୍ବାଦିକମାନଙ୍କ ବୃତ୍ତି ଗତ ସୁରକ୍ଷା ସହିତ ପାରିଶ୍ରମିକ ଯୋଗାଇଦେଲେ ସମ୍ବାଦ ପ୍ରକାଶ କରିବାରେ ଅଧିକ ସ୍ୱଛତା ଓ ନିରପେକ୍ଷତା ରହିବ ଏବଂ ଏକ ଶକ୍ତିଶାଳୀରୀଷ୍ଟ୍ର ଗଠନରେ ସହାୟତା ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । +ସେହିପରି ଏହି ଅବସରରେ ମୁଖ୍ୟବକ୍ତା ଭାବେ ଉପ ଜିଲାପାଳ ଶେଷଦେବ ମିଶ୍ର ଯୋଗ ଦେଇ ସାମ୍ବାଦିକମାନେ ସର୍ବଦା ସଠିକ ତଥ୍ୟ ପ୍ରକାଶ କରିବା ଓ ନିରପେକ୍ଷତା ଉପରେ ଧ୍ୟାନ ଦେବା ଜରୁରୀ ବୋଲି କହିଥିଲେ । +କନ୍ଧମାଳ ଜିଲା ସଂଘ ସଭାପତି ଅରୁପ ଜେନା ଏ ଥିରେ ସଭାପତିତ୍ବ କରିଥିବାବେଳେ ରାଜ୍ୟସ୍ତରୀୟ ଉତ୍ସବ କମିଟିର ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ । +ସଂଘର ସାଧାରଣ ସଂପାଦକ ଜୟସେନ ପରିଡ଼ା ବିବରଣୀ ପାଠ କରିଥିବାବେଳେ ଅଶୋକ ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ । +ଦୋଷ ମାନିଲେ ଶର୍ମିଷ୍ଠା, କିନ୍ତୁ କାହିଁକି ମାରିଲେ କହିଲେନି! +ଫେବ୍ରୁଆରୀ ୭ ତାରିଖରେ ରଞ୍ଜନ ନାଏକ, ଝୁନା ଭୋଇ, ଭାଗ୍ୟଧର ନାୟକ ଓ ନିଲୁ ଓରଫ ବିବେକ ସହିତ ମିଶି ସେ ତାଙ୍କ କାରରେ ମାନସ ସ୍ୱାଇଁଙ୍କୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାସପୁରରୁ ଅପହରଣ କରିଥିଲେ । +ସେମାନେ ମାନସଙ୍କୁ ଭୁବନେଶ୍ୱରର ଏୟାରଫିଲ୍ମ ଥାନା ଅନ୍ତର୍ଗତ ଦୟାଲ ଆଶ୍ରମକୁ ଆଣିଥିଲେ । +ମଧ୍ୟାହ୍ନ ସୁଦ୍ଧା ସେମାନେ ଦୟାଲ ଆଶ୍ରମରେ ପହଞ୍ଚି ଯାଇଥିଲେ । +ସେମାନେ ଆଶ୍ରମରେ ମାନସଙ୍କୁ ନିସ୍ତୁକ ପିଟିଥିଲେ । +ମାନସର ମୃତ୍ୟୁ ହୋଇଯିବା ପରେ ୮ ତାରିଖ ଅପରାହ୍ଣରେ ଶର୍ମିଷ୍ଠାଙ୍କ କାରରେ ମୃତଦେହକୁ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳକୁ ନେଇଥିଲେ । +ସେଠାରେ ସେଦିନ ସନ୍ଧ୍ୟାରେ ମାନସଙ୍କ ମୃତଦେହକୁ ପୋତି ଦେଇଥିଲେ । +ମୃତଦେହକୁ ପୋତି ଦେବା ପରେ ସେମାନେ ଚଣ୍ଡିଖୋଲ ଯାଇ ସେଠାରୁ ଦୁଇ କିଲୋମିଟର ଦୂରରେ ଦଇତାରୀ-ପାରାଦୀପ ଏକ୍ସପ୍ରେସ୍ ହାଇୱେ ପାଖରେ ମୃତଦେହକୁ ପୋତିବା ପାଇଁ ଗାତ ଖୋଳିବାକୁ ବ୍ୟବହାର କରାଯାଇଥିବା ଗଇଁତି, ଫାଉଡ଼ା ସହିତ ଏକ ଅଖା ଓ ଶାଢ଼ି ଫୋପାଡ଼ି ଦେଇଥିଲେ । +୧୦୦ କିଲୋ ଗଂଜେଇ ଜବତ,ଜଣେ ଗିରଫ +ମାଲକାନଗିରି,୯/୪ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ପୁଲିସକୁ ମିଳିଛି ବଡ ସଫଳତା । +ଗଂଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । +ମାଥିଲି ଆଇଆଇସି ରାମ ପ୍ରସାଦ ନାଗଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗଂଜେଇ ଚାଲାଣ ରୋକିବା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । +ତେବେ ଗୋବିନ୍ଦପାଲ୍ଲୀସ୍ଥିତ ଝାଙ୍କରଦେଇ ମନ୍ଦିର ନିକଟରେ ପୁଲିସ ୨୪ ଘଣ୍ଟା ପେଟ୍ରୋଲିଂ କରିବା ସହ ଯାଞ୍ଚ ଫାଟକ ରଖି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯାଞ୍ଚ କରୁଛି । +ଏହି ସମୟରେ ଦୁଇ ଜଣ ବ୍ୟକ୍ତି ମଟର ସାଇକେଲରେ ଗୋଟିଏ ବଡ ବ୍ୟାଗ ଧରି କ୍ଷୀପ୍ର ଗତିରେ ଆସୁଥିବା ପୁଲିସ ଦେଖି ଅଟକାଇବାକୁ ଚେଷ୍ଟା କଲା । +ପୁଲିସକୁ ଦେଖି ଦୁହେଁ ଗାଡି ଏବଂ ବସ୍ତାକୁ ଛାଡି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ । +ଏହି ସମୟରେ ପୁଲିସ ଜଣକୁ କାବୁ କରିପାରିଥିଲା । +ଏଥିସହ ଗଂଜେଇ ବସ୍ତାକୁ ଜବତ କରି ଓଜନ କରିବା ପରେ ସେଥିରେ ୧୦୦ କିଲୋ ଗଂଜେଇ ରହିଥିବା ଦେଖବାକୁ ମିଳିଥିଲା । +ଗିରଫ ହୋଇଥିବା ବ୍ୟକ୍ତି ଜଣକ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ସିରାଗୁଡା ଗ୍ରାମର ଜଗନ୍ନାଥ ଖରା ବୋଲି ଜଣାପଡିଛି । +ଅନ୍ୟ ଜଣେ ଫେରାର ହୋଇଯାଇଥିବା ବେଳେ ପୁଲିସ ତାକୁ ମଧ୍ୟ କାବୁ କରିବ ବୋଲି କହିଛି । +ଏମାନଙ୍କ ଠାରୁ ଦୁଇଟି ମଟର ସାଇକେଲ,ନଗଦ ୫୨୦ ଟଂକା ଜବତ ମଧ୍ୟ କରିଛି । +ଜଗନ୍ନାଥକୁ ଧରି ପୁଲିସ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି । +ମାଥିଲି ପୁଲିସ ତରଫରୁ ଗୋବିନ୍ଦପାଲ୍ଲୀ ସୀମାରେ ୩୨୬ ଜାତୀୟ ରାଜ ପଥ ଉପରେ ଲଗାତାର ଯାଞ୍ଚ ପ୍ରକ୍ରିୟା ଚାଲୁଥବାରୁ ଗଂଜେଇ ମାଫିଆଙ୍କ ମଧ୍ୟରେ ଭାଳେଣି ପଡିବା ସହ ଗଂଜେଇ ଚାଲାଣ ମଧ୍ୟ କମିଛି । +ଆଗାମୀ ଦିନରେ ମଧ୍ୟ ଯାଞ୍ଚକୁ ଆହୁରି କଡାକଡି କରାଯିବ ବୋଲି ଆଇଆଇସି ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି । +ସମ୍ ହସ୍ପିଟାଲ୍‌ର ପୁଣି ଏକ ସଫଳତା;ଯୁବତୀଙ୍କ ଛାତିର ୩ କେଜିର ଟ୍ୟୁମର ବାହାର କଲେ ଡାକ୍ତର +ଭୁବନେଶ୍ୱର, ୩୦/୦୫: “ହସ୍ପିଟାଲ୍‌କୁ ଆସିବା ବେଳେ ମୁଁ ଆଉ ବଂଚିବି ବୋଲି ଭାବି ନଥିଲି । +ଏବେ କିନ୍ତୁ ସୁସ୍ଥ ହୋଇ ଘରକୁ ଫେରୁଛି” । +ଆନନ୍ଦଭରା କଣ୍ଠରେ ଏଭଳି କହିଛନ୍ତି ସମ୍ ହସ୍ପିଟାଲ୍‌ରୁ ସୋମବାର ଡିସ୍‌ଚାର୍ଜ ହୋଇ ଘରକୁ ଫେରୁଥିବା ଜଣେ ୨୩ ବର୍ଷର ଯୁବତୀ । +ସମ୍ ହସ୍ପିଟାଲ୍ ଡାକ୍ତରଙ୍କ ଚିକିତ୍ସା ଓ ବିରଳ ଟ୍ୟୁମର ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛନ୍ତି ସୋନାଲୀ ଦଳାଇ । +ଭୁବନେଶ୍ୱରରେ ଡାକ ଓ ଦୂର ସଂଚାର ବିଭାଗୀୟ ଲେଖା ଓ ବିତ୍ତ ଅଧିକାରୀ ସଂଘର ସର୍ବଭାରତୀୟ ସମ୍ମିଳନୀ +ଭୁବନେଶ୍ୱର: ସର୍ବଭାରତୀୟ ଡାକ ଓ ଦୂର ସଂଚାର ବିଭାଗୀୟ ଲେଖା ଓ ବିତ୍ତ ଅଧିକାରୀ ସଂଘର ତିନି ଦିନିଆ ପଞ୍ଚମ ରାଷ୍ଟ୍ରୀୟ ଅଧିବେଶନ ଜୁନ ୨୩ରୁ ଜୁନ ୨୫ ପର୍ଯ୍ୟନ୍ତ କିଟ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଛି । +ଭାରତୀୟ ଡାକ ବିଭାଗର ବରିଷ୍ଠ ଉପ ମହା ନିର୍ଦେଶକ ଗୋପାଳ କୃଷ୍ଣ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । +ସେ ଅଧିକାରୀ ମାନଙ୍କୁ ଆଧ୍ୟାତ୍ମିକ ଜ୍ଞାନ ମାଧ୍ୟମରେ କର୍ତ୍ତବ୍ୟ ସମ୍ପାଦନ ସମ୍ପର୍କରେ ସୂଚନା ଦେଇଥିଲେ । +ଜୁନ ୨୪ରେ ଅନୁଷ୍ଠିତ ଖୋଲା ଅଧିବେଶନରେ ଦିଲୀପ ପାଧ୍ୟେ, ସଭ୍ୟ (ବିତ୍ତ ), ଦୂର ସଂଚାର ବିଭାଗ, ଦିଲ୍ଲୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧିକାରୀ ମାନଙ୍କ ସମସ୍ୟାକୁ ସହାନୁଭୂତିର ସହିତ ବିଚାର କରିବା ପାଇଁ ପ୍ରତିଶୃତି ଦେଇଥିଲେ । +ଲୋପାମୁଦ୍ରା ମହାନ୍ତି, ସଂଚାର ନିୟନ୍ତ୍ରକ ଓ ପ୍ରଶାନ୍ତ କୁମାର ଦାଶ, ନିର୍ଦ୍ଦେଶକ, ଡାକ ଲେଖା ସନମାନୀୟ ଅତିଥି ଭାବେ ଯୋଗ ଦେଇ ଦକ୍ଷତା ବୃଦ୍ଧି ଓ ସମିଳନୀ ଦିବସର ଐତିହାସିକ ମହତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । +ସଂଘର ସର୍ବ ଭାରତୀୟ ମହାସଚିବ ଧୂନା ରାମ ଯାଦବ ଅଧିକାରୀ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । +ସଂଘର ଓଡିଶା ଶାଖାର ସମ୍ପାଦକ ଶ୍ରୀକାନ୍ତ ମହାପାତ୍ର ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଓ ସର୍ବଭାରତୀୟ ସଂଗଠନ ସମ୍ପାଦକ ତଥା ସମ୍ମିଳନୀ ର ଆବାହକ ଗଦାଧର ରଥ ଉପସ୍ଥିତ ଅତିଥି ଓ ଅଧିକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । +ସଂଘ ର ସଭାପତି ବିନୋଦ ନିଝାୱନ ସଭା ପରିଚାଳନା କରିଥିଲେ । +ଏହି ସମ୍ମିଳନୀରେ ଯୋଗଦେଇଥିବା ୨୨ଟି ରାଜ୍ୟର ପ୍ରତିନିଧିଙ୍କ ମଧ୍ୟରୁ ଆସନ୍ତା ଦୁଇ ବର୍ଷ ପାଇଁ ସର୍ବଭାରତୀୟ କର୍ମକର୍ତ୍ତାଙ୍କୁ ଚୟନ କରାଯାଇଥିଲା । +ଓଡିଶା ଶାଖାରୁ ଗଦାଧର ରଥ, ସର୍ବ ଭାରତୀୟ ଅତିରିକ୍ତ ମହା ସଚିବ ଭାବେ, ଶ୍ରୀକାନ୍ତ ମହାପାତ୍ର, ସର୍ବଭାରତୀୟ ସାଙ୍ଗଠନିକ ସମ୍ପାଦକ ଭାବେ ଓ ପାର୍ବତୀ ପ୍ରସାଦ ମିଶ୍ର,ସଂଘର କେନ୍ଦ୍ରୀୟ ସଚିବାଳୟ ର ସଦସ୍ୟା ଭାବେ ନିର୍ବାଚିତ ହୋଇଛନ୍ତି । + ସନ୍ଧ୍ୟାରେ ମାନସ ଦାଶ ଓ ସାଥୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I +ରାଧାରାଣୀଙ୍କ ଅମାନତ ରହିଲାନି: ବିଜେପି ପାଇଁ ସତର୍କ ଘଣ୍ଟି, କଂଗ୍ରେସକୁ ଆଶ୍ୱସ୍ତି +ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୬୬୧୨୨ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହେବା ପରେ ରାଜ୍ୟ ରାଜନୀତିରେ ନୂଆ ସମୀକରଣର ସମ୍ଭାବନା ସୃଷ୍ଟି ହୋଇଛି । +୨୦୧୭ ପଂଚାୟତ ନିର୍ବାଚନ ପରଠୁ କଂଗ୍ରେସକୁ ପଛରେ ପକାଇ ବିଜେପି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ପାଲଟିଥିଲେ ମଧ୍ୟ ବ୍ରଜରାଜନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ନିଜର ଅମାନତ ରଖିବାରେ ସକ୍ଷମ ହୋଇପାରିନାହାନ୍ତି । +ଯାହାକି ରାଜ୍ୟ ବିଜେପି ପାଇଁ ସତର୍କ ଘଣ୍ଟି ହୋଇଛି ଓ କଂଗ୍ରେସ ପାଇଁ ଆଶ୍ୱସ୍ତି ଓ ଉତ୍ସାହପ୍ରଦ ଫଳାଫଳ ଆଣିଛି । +ସୂଚନା ଅନୁସାରେ, ବ୍ରଜରାଜନଗର ଉପନିର୍ବାଚନରେ ମୋଟ ୧ଲକ୍ଷ ୫୩ହଜାର ୩୯୮ଟି ବୈଧ ଭୋଟ ମଧ୍ୟରୁ ବିଜେଡି ପ୍ରାର୍ଥୀ ଅଳକାଙ୍କ ସପକ୍ଷରେ ୯୩୯୫୩ ଖଣ୍ଡ, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୨୭୮୩୧ଖଣ୍ଡ ଓ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୨୨୬୩୦ଖଣ୍ଡ ଭୋଟ୍ ମିଳିଛି । +ଅନ୍ୟ ୮ଜଣ ପ୍ରାର୍ଥୀଙ୍କୁ ସର୍ବମୋଟ ୮୯୮୪ଖଣ୍ଡ ଭୋଟ୍ ମିଳିଛି । +ବିଜେଡି ପ୍ରାର୍ଥୀ ଅଳକା ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର କିଶୋର ପଟେଲଙ୍କଠୁ ୬୬୧୨୨ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । +ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୫୮(୪) ଅନୁସାରେ ଯଦି କୌଣସି ପ୍ରାର୍ଥୀ ମୋଟ ଭୋଟ(ସବୁ ପ୍ରାର୍ଥୀଙ୍କ ସପକ୍ଷରେ ପଡ଼ିଥିବା ଭୋଟ)ର ଏକ ଷଷ୍ଠାଂଶ(୧/୬) ଭୋଟ୍ ପାଇବାରେ ବିଫଳ ରୁହନ୍ତି ତା’ହେଲେ ସମ୍ପୃକ୍ତ ପ୍ରାର୍ଥୀଙ୍କ ଅମାନତ ରାଶି ଜବତ ହେବ । +ସେହି ଆଧାରରେ ବ୍ରଜରାଜନଗରରେ ମୋଟ ୧ଲକ୍ଷ ୫୩ହଜାର ୩୯୮ଖଣ୍ଡ ବୈଧ ଭୋଟ୍ ଥିବାବେଳେ ଅମାନତ ରଖିବା ପାଇଁ ୨୫୫୬୬ଖଣ୍ଡ ଭୋଟର ଆବଶ୍ୟକତା ରହିଛି । +ମାତ୍ର ବିଜେପି ପ୍ରାର୍ଥୀ ରାଧାରାଣୀଙ୍କ ସପକ୍ଷରେ ୨୨୬୩୦ଖଣ୍ଡ ଭୋଟ୍ ପଡ଼ିଛି । +ଯାହାକି ସିଧାସଳଖ ତାଙ୍କର ଜମାନତ ରାଶି ଜବତ ହୋଇଥିବା ସ୍ପଷ୍ଟ କରୁଛି । +ଆଉ କଂଗ୍ରେସ ପ୍ରାର୍ଥୀ ନିଜର ଜମାନତ ରଖିବାରେ ସକ୍ଷମ ହୋଇଛନ୍ତି । +ଆଉ ଏହି ନିର୍ବାଚନୀ ଫଳାଫଳ ହିଁ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି ଓ ଅସ୍ତତ୍ୱ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସ ପାଇଁ ସଞ୍ଜିବନୀ ସଦୃଶ ହୋଇଛି । +ସୂଚନା ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନ ପରେ ଅନୁଷ୍ଠିତ ଉପନିର୍ବାଚନଗୁଡ଼ିକ ଯଥା-ବିଜେପୁର, ବାଲେଶ୍ୱର ଓ ପିପିଲି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନିଜର ଅମାନତ ରଖିବାରେ ସକ୍ଷମ ହୋଇନଥିବାବେଳେ କେବଳ ତିର୍ତ୍ତୋଲ ଉପନିର୍ବାଚନରେ କଂଗ୍ରେସ ସମ୍ମାନଜନକ ଲଢ଼େଇ ଲଢ଼ିଥିଲା । +ଏହି ସମସ୍ତ ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଭଲ ଭୋଟ୍ ମିଳିଥିଲେ ମଧ୍ୟ କେଉଁଠି ବି ଦଳୀୟ ପ୍ରାର୍ଥୀଙ୍କ ଅମାନତ ଜବତ ହୋଇନଥିଲା । +ମାତ୍ର ବ୍ରଜରାଜନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ଅମାନତ ନରହିବା ଦଳକୁ ଶକ୍ତ ଧକ୍କା ହୋଇଛି । +ବ୍ରଜରାଜନଗର ବିଧାନସଭା ଆସନରେ ଗତ ୩ଟି ନିର୍ବାଚନରେ ଲଢ଼େଇ ବିଜେପି ଓ ବିଜେଡି ମଧ୍ୟରେ ହେଉଥିବାବେଳେ ବିଜେପି ପ୍ରାର୍ଥୀଙ୍କୁ ୫୦ହଜାରରୁ ଅଧିକ ଭୋଟ୍ ମିଳି ଆସୁଥିଲା । +ତଥ୍ୟ ଅନୁସାରେ, ବ୍ରଜରାଜନଗର ବିଧାନସଭା ଆସନରୁ ୨୦୦୯ରେ ସୁରେଶ ପୂଜାରୀ ବିଜେପିର ପ୍ରାର୍ଥୀ ହୋଇ ୪୮୮୪୩ ଖଣ୍ଡ ଭୋଟ୍ ପାଇଥିବାବେଳେ ୨୦୧୪ରେ ରାଧାରାଣୀ ପଣ୍ଡା ୫୦୭୩୬ ଖଣ୍ଡ ଭୋଟ୍ ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । +ତେବେ ୨୦୧୯ ନିର୍ବାଚନରେ ରାଧାରାଣୀଙ୍କୁ ୬୮୧୫୩ଖଣ୍ଡ ଭୋଟ୍ ମିଳିଥିଲା ଓ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ୮୦୧୫୨ଖଣ୍ଡ ଭୋଟ ପାଇଁ ନିର୍ବାଚିତ ହୋଇଥିଲେ । +ପ୍ରଥମଥର ପାଇଁ ବିଜେଡି ୨୦୧୯ ମସିହାରେ ସେହି ଆସନରେ ନିଜର ଖାତା ଖୋଲିଥିଲା । +କିନ୍ତୁ ଚଳିତ ଉପନିର୍ବାଚନ ବିଜେପି ପ୍ରାର୍ଥୀଙ୍କୁ ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ମିଳିଥିବା ଭୋଟ ପରିମାଣର ଏକ ତୃତୀୟାଂଶ ବି ନମିଳିବା ବିଜେପିର ସାଂଗଠନିକ ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । +ଯଦିଓ ୨୦୧୯ରେ ୭୭.୯ ପ୍ରତିଶତ ମତଦାନ ହୋଇଥିବାବେଳେ ଉପନିର୍ବାଚନରେ ପ୍ରାୟ ୬ ପ୍ରତିଶତ କମ୍ ଭୋଟିଂ ହୋଇଛି । +ତଥାପି ବିଜେପି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିବା ଓ ନିଜର ଅମାନତ ହରାଇବା ବିଜେଡି ପାଇଁ ଯେତିକି ଖୁସି ନଆଣିଛି, ତା’ ତୁଳନାରେ ରାଜ୍ୟରେ କଂଗ୍ରେସ ସଂଗଠନକୁ ଜୀବନ୍ୟାସ ଦେବା ସହ ଆଶ୍ୱସ୍ତିକର ହୋଇଛି । +ମାତ୍ର ଚଳିତ ଉପନିର୍ବାଚନରେ ଦଳ ନିଜର ଅମାନତ ନରଖିବା ବିଜେପିର ରାଜ୍ୟ ସଂଗଠନକୁ ଶକ୍ତ ଧକ୍କା ଦେଇଛି । +ରାଜନୀତିକ ବିଶ୍ଲେଷକଙ୍କ ମତରେ, ଯଦିଓ ବ୍ରଜରାଜନଗର ଆସନରେ ବିଜେପିର ଭଲ୍ ଭୋଟ୍ ହାର ରହିଥିଲା । +ତଥାପି ଚଳିତ ଉପନିର୍ବାଚନରେ ବିଜେପିକୁ କାହିଁକି ଏଭଳି ଶକ୍ତ ଧକ୍କା ମିଳିଲା ଓ ଭୋଟର ମୁହଁ ଫେରାଇ ନେଲେ ତା’ର ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି । +ୟୁପିଏ-୧ ଓ ୨ ସରକାର ଅମଳରେ ବିଜେଡିକୁ ମ୍ୟାନେଜ କରିବା ପାଇଁ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଯେଉଁ ଫର୍ମୂଲା ଆପଣାଇ ରାଜ୍ୟରେ କଂଗ୍ରେସକୁ ତଳିତଳାନ୍ତ କରିଥିଲେ ଏବେ ବିଜେଡି ଅନୁରୂପ ଢଙ୍ଗରେ ବିଜେପି ସହ ସଲାସୁତୁରାରେ ରହିଥିବାରୁ ରାଜ୍ୟବାସୀ ବିଜେପିଠୁ ମୁହଁ ଫେରାଇ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିବାରେ ଲାଗିଛନ୍ତି । +ଯାହାର ପ୍ରମାଣ ବ୍ରଜରାଜନଗର ଉପନିର୍ବାଚନରେ ସ୍ପଷ୍ଟ ପ୍ରମାଣିତ ହୋଇଛି । +ଏହି ଫଳାଫଳ ପରେ ବି ଯଦି ବିଜେପି ରାଜ୍ୟରେ ନିଜର ସ୍ଥିତି ଓ ସଂଗଠନକୁ ସଜାଡ଼ିବା ପାଇଁ ସୁଚିନ୍ତିତ ରଣନୀତି ସହ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ ନକରେ, ତା’ହେଲେ ୨୦୨୪ ସାଧାରଣ ନିର୍ବାଚନ ବେଳକୁ ଦଳକୁ କଂଗ୍ରେସ ଭଳି ରାଜ୍ୟରେ ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । +ଆଉ ବିଜେପିକୁ ପଛରେ ପକାଇ କଂଗ୍ରେସ ପୁଣିଥରେ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ପାଲଟିବାର ସମ୍ଭାବନା ବି ରହିଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା । +ବ୍ରଜରାଜନଗର ଉପନିର୍ବାଚନ: ନାମାଙ୍କନ ଦାଖଲ କଲେ କଂଗ୍ରେସ, ବିଜେପି ଓ ବିଜେଡି +ଆସନ୍ତା ୩୧ ତାରିଖ ହେବାକୁ ଥିବା ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥିପତ୍ର ଦାଖଲର ଅନ୍ତିମ ଦିବସରେ କଂଗ୍ରେସ, ବିଜେପି ଓ ବିଜେଡି ଦଳର ପ୍ରାର୍ଥୀ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି । +ସବୁ ଦଳ ବିରାଟ ପଟୁଆରରେ ଯାଇ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନ ଦାଖଲ କରିଥିଲେ । +ପ୍ରଥମେ ବିଜେଡି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ସେଠାରେ ପହଞ୍ଚି ତାଙ୍କର ନାମାଙ୍କନ ଦାଖଲ କରିଥିଲେ । +ଏଥିରେ ବିଜୁ ଜନତା ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ନବ କିଶୋର ଦାସ, ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ନିରଞ୍ଜନ ପୁଜାରୀ, ପ୍ରସନ୍ନ ଆଚାର୍ଯ୍ୟ , ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆ , ଝାରସୁଗୁଡା ପର୍ଯ୍ୟବେକ୍ଷକ ତଥା କଟକ ମହାନଗର ନିଗମ ମେୟର ସୁବାଷ ସିଂହ, ସହ ପର୍ଯ୍ୟବେକ୍ଷକ ବିଷ୍ଣୁ କେଡ଼ିଆ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ବିଜେପୁର ବିଧାୟିକା ରିତା ସାହୁ , ପୂର୍ବତନ ସାଂସଦ ଡ଼. ପ୍ରଭାସ ସିଂ ପ୍ରମୁଖ ଉପସ୍ଥିତ ଥିଲେ । +ଜୁନ 3,4,5 ରେ ଗନ୍ଧରାଡ଼ି ଲୋକ କଳା ମହୋତ୍ସବ +ଜହ୍ନ । +ପଙ୍କ,୧୦/୫):ବୌଦ୍ଧ ବ୍ଳକ ଲଷ୍ମୀପ୍ରସ । +ଦ ପଂଚାୟତ ଅନ୍ତର୍ଗତ ଐତିହାସିକ ଗନ୍ଧରାଡି ପୀଠ ପ୍ରାଙ୍ଗଣରେ ଗନ୍ଧରାଡି ଲୋକକଳା ମହୋତ୍ସବ-୨୦୨୨ ପାଈଁ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ମଙ୍ଗଳବାର ଅପରାହ୍ନରେ ହୋଇ ଯାଇଛି । +ଏହି ଉପଲକ୍ଷେ ସଭାପତି ଅଶୋକ ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାମ୍ପାଦକ ଶମ୍ଭୁ ଗିରି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । +ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗ ଦେଇ ମହୋତ୍ସବଦ୍ଵାରା ଗନ୍ଧରାଡ଼ି ମହୋତ୍ସବ ଦ୍ଵାରା ଏହାର ବିକାଶ ହେବା ସହିତ ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ଖ୍ୟାତି ବଢ଼ିବ ବୋଲି କହିଥିଲେ । +ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ମହୋତ୍ସବରେ ଏହାର ପ୍ରଚାର ସାଙ୍ଗକୁ ବୌଦ୍ଧ ର କଳା, ସଂସ୍କୃତି ଓ ଲୋପ ପାଇବାକୁ ଥିବା ଜିଲ୍ଲାର ପୁରାତନ କଳାକୁ ଉଜ୍ଜୀବିତ କରିବା ଏହି ମହୋତ୍ସବ ଏକ ମାଧ୍ୟମ ବୋଲି କହି କହି ଅଞ୍ଚଳର ସହଯୋଗ କାମନା କରିଥିଲେ । +ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶ୍ୱିନୀ ମେହେର,ବିଡିଓ ଦେବୀ ପ୍ରସାଦ ଦାସ, ଅଧ୍ୟାପକ ପ୍ରବୀର୍ କୁମାର ଦାସ,ଡ଼ି ଆଇ ପି ଆର ଓ ରିତ । +କାନ୍ତ ବଳିଆର ସିଂ ,ଜିଲ୍ଲା ସଂସ୍କୃତି ଅଧିକାରୀ ସୁକୃ ସ୍ଵାଇଁ ଗନ୍ଧରାଡି ମହୋତ୍ସବ ସମ୍ପର୍କରେ ମତ ଦେଇଥିଲେ । +ଅନ୍ୟତମ ସମ୍ମାନିତ ଅତିଥି ଭାବେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ବାସୁଦେବ ପାତ୍ର ଗନ୍ଧରାଡ଼ି ମନ୍ଦିରର ଇତିହାସ ସମ୍ପର୍କରେବର୍ଣ୍ଣନା କରିବା ସହିତ ଏହା କିପରି ରାଜ୍ୟ ତଥା ଦେଶରେ ସ୍ୱତନ୍ତ୍ର ପରିଚୟ ପାଇ ପାଇବ ସେଥିପ୍ରତି ପ୍ରଚାର ପ୍ରସାର ଓ ଏହାର ଉନ୍ନତିକରଣ ପାଇଁ ଗନ୍ଧରାଡି ମହୋତ୍ସବ ର ଆବଶ୍ୟକତା ଅଛି ବୋଲି ବକ୍ତବ୍ୟରେ କହିଥିଲେ । +ଏହା ପରେ ପଣ୍ଡିତ ସୁଶୀଳ ପାଣିଗ୍ରାହୀ ଲଗ୍ନ ବାହାର କରି ଗନ୍ଧରାଡି ଲୋକକଳା ମହୋତ୍ସବ ହେବାପାଇଁ ଆସନ୍ତା ଜୁନ ମାସ ୩,୪,୫ ତାରିଖରେ ସ୍ଥିର କରାଗଲା । +ଏବଂ ଚଳିତ ମାସ ୧୬ ତାରିଖରେ ବୁଦ୍ଧ ପୂର୍ଣ୍ଣିମା ତିଥିରେ ଶୁଭ ସ୍ତମ୍ଭ ସ୍ଥାପନ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲ୍ଲାପାଳ ଙ୍କ କର କମଳରେ କରିବାପାଇଁ ଧାର୍ଯ୍ୟ କରାଗଲା । +ବିଭିନ୍ନ ଅଞ୍ଚଳରୁ ବୈଠକକୁ ଆସିଥିବା ବିଭିନ୍ନ ସଭ୍ୟ ଓ କର୍ମକର୍ତ୍ତା ସ୍ୱଇଛ । +ରେ ୨ ଲକ୍ଷ ୧୧ ହଜାର ଆର୍ଥିକ ସହାୟତା ରାଶି ଦେବାକୁ ସମ୍ମତି ପ୍ରଦାନ କରିଥିଲେ । +ଶେଷରେ ଶମ୍ଭୁ ଗିରି ଧନ୍ୟବାଦ ଅର୍ପଣ କରିଥିଲେ । +କାର୍ଯ୍ୟକ୍ରମ ରେ ଅଧ୍ୟାପକ ପ୍ରଭାତ କୁମାର ସାଥପଥୀ,ମନରଞ୍ଜନ ପୁରୋହିତ,ସ୍ୱାଧୀନ କୁମାର ପ୍ରଧାନ, ଜ୍ଞାନ ରଞ୍ଜନ ପଟନାୟକ, ମନୋଜ ଗୁରୁ,ଅକ୍ଷୟ ସ୍ୱାଇଁ, ଭୋଳାଗିରି ସାହୁ,, ବିଦ୍ୟାଧର ସ୍ବାଇଁ, ସୁଧାଂଶୁ ଶେଖର ମିଶ୍ର, କୃତିବାସ ପଲିଆ, ଚେତ । +ରାମ ପଟ୍ଟନାୟକ,ପ୍ରଭାତ ପ୍ରଧାନ, ବିଦ୍ୟାଧର ସ୍ୱାଇଁ, ଦେବାଶିଷ ପୁରୋହିତ, ସୀତାକାନ୍ତ ସିଂ, ସତ୍ୟ ନାରାୟଣ ପାଣି, ଦିପକ ଆଦର ପ୍ରମୁଖ ଉପସ୍ଥିତ ଥିଲେ । +କୋଭିଡ ଯୁଦ୍ଧରେ ସମ୍ମମ୍‌ର ନିରନ୍ତର ସ୍ୱାସ୍ଥ୍ୟ ସେବାକୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପ୍ରଶଂସା +ଭୁବନେଶ୍ୱର ୧୩ । +୦୬ : କୋଭିଡ୍ ମହାମାରୀ ସମୟରେ ସମ୍ ଅଲ୍ଟିମେଟ ମେଡିକେୟାର ଏବଂ ସମ୍ କୋଭିଡ ହସ୍ପିଟାଲ୍‌ର ସ୍ୱାସ୍ଥ୍ୟ ସେବା ଓ ଅବଦାନ ଅତୁଳନୀୟ । +ଏହି ଦୁଇ ହସ୍ପିଟାଲ୍‌ର ନିରନ୍ତର ଏବଂ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗୁଁ ଅନେକ କୋଭିଡ ସଂକ୍ରମିତ ସୁସ୍ଥ ହେବା ସହ ନୂତନ ଜୀବନ ଲାଭ କରିଛନ୍ତି ବୋଲି କହିଛନ୍ତି ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । +ନ୍ୟାସ୍‌ନାଲ୍ ଇଂଟେନ୍‌ସିଭ୍ କେୟାର ସପ୍ତାହ ପାଳନ ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ଶନିବାର ଆୟୋଜିତ ସିଏମ୍‌ଇ, କ୍ରିଟିକାଲ୍ କେୟାର ଅପ୍‌ଡେଟ୍ ଆଣ୍ଡ ୱାର୍କସପ୍‌- ଏସ୍‌ଆଇସିଏସ୍ ୨୦୨୨, କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏପରି କହିଛନ୍ତି ଶ୍ରୀ ପଣ୍ଡା । +ଉଭୟ ସମ୍ମମ୍ ଓ ସମ୍ କୋଭିଡ୍ ହସ୍ପିଟାଲ ସଫଳତାର ସହ କରୋନା ମହାମାରୀର ମୁକାବିଲା କରି ସଂକ୍ରମିତଙ୍କ ଜୀବନ ରକ୍ଷା କରିଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି । +ତେବେ ଏହି ଅବସରରେ ସମ୍ମମ୍‌ର କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ ସ୍ୱାଗତ ଭାଷଣ ଦେବା ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଶ୍ରୀ ପଣ୍ଡାଙ୍କର ଅବଦାନକୁ ପ୍ରଶଂସା କରିଥିଲେ । +ଏଥି ସହିତ ମାତ୍ର ଦୁଇ ବର୍ଷ ସମୟ ସୀମା ମଧ୍ୟରେ ସମ୍ମମ୍‌କୁ ଏକ ଉଚ୍ଚ ସ୍ତରୀୟ ହସ୍ପିଟାଲ୍‌ରେ ପରିଣତ କରିବା ଏବଂ ରେକର୍ଡ ସଂଖ୍ୟକ ଏକ ବର୍ଷ ଏବଂ ଏକ ବର୍ଷ ୮ ମାସ ସମୟ ମଧ୍ୟରେ ଏନ୍‌ଏବିଏଚ୍ ଏବଂ ଏନ୍‌ଏବିଏଲ୍ ମାନ୍ୟତା ପାଇବା କ୍ଷେତ୍ରରେ ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ । +ସେହିପରି ସମ୍ମମ୍‌ ଇନ୍‌ଟେନ୍‌ସିଭ୍ କେୟାର୍ ସିମ୍‌ପୋଜିଅମ୍‌(ଏସ୍‌ଆଇସିଏସ୍‌- ୨୦୨୨) ଆୟୋଜନ କରିବା କ୍ଷେତ୍ରରେ ତାଙ୍କର ପ୍ରଚେଷ୍ଟାକୁ ନେଇ କୃତଜ୍ଞତା ଜଣାଇଥିଲେ । +ନିଜ ଅଭିଭାଷଣରେ ସିଇଓ ଡକ୍ଟର ଦାଶ ମହାମାରୀ ସମୟରେ କ୍ରିଟିକାଲ୍ କେୟାର ଟିମ୍‌ର ନିରନ୍ତର ସ୍ୱାସ୍ଥ୍ୟ ସେବା ଓ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ସମସ୍ତ ସଫଳତାର ଶ୍ରେୟ ସମ୍ମମ୍ ଟିମ୍‌କୁ ଦେଇଥିଲେ । +ଏହି କାର୍ଯ୍ୟକ୍ରମରେ ଆମେରିକାର ଫ୍ଲୋରିଡା ସ୍ଥିତ ମାୟୋ କ୍ଲିନିକର ସିନିଅର କନ୍‌ସଲଟାଂଟ ତଥା ଇକ୍‌ମୋ ୟୁନିଟ୍‌ର ମୁଖ୍ୟ ଡାକ୍ତର ପ୍ରମୋଦ କୁମାର ଗୁରୁ, ଦିଲ୍ଲୀ ସ୍ଥିତ ମ୍ୟାକ୍ସ ହସ୍ପିଟାଲ୍‌ର ଡାକ୍ତର ୱାଇ.ପି. ସିଂହ ଓ ରାଂଚି ସ୍ଥିତ ବେଦାନ୍ତ ହସ୍ପିଟାଲ୍‌ର ଡାକ୍ତର ତାପସ ସାହୁ ଉପସ୍ଥିତ ରହି ତଥ୍ୟ ଉପସ୍ଥାପନା କରିଥିଲେ । +ଅନ୍ୟମାନଙ୍କ ମଧ୍ୟରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଓ ଡେପୁଟି ମେଡିକାଲ ସୁପରିଟେଣ୍ଡେନ୍‌ଟ ଡାକ୍ତର ଆନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । +ପ୍ରଥମ ଏଜୁକେସନ ଫାଉଣ୍ଡେସନ ତରଫରୁ ଗ୍ରୀଷ୍ମ କାଳୀନ ଶିକ୍ଷା ଶିବିର +ହରଭଙ୍ଗା :-(14/05)ପ୍ରଥମ ଏଜୁକେସନ ଫାଉଣ୍ଡେସନ ବୌଦ୍ଧ ଜିଲ୍ଲା ହରଭଙ୍ଗ । + ବ୍ଲକ ଆନୁକୂଲ୍ୟରେ ରାଜ୍ୟ ସଂଯୋଜକ ହିମାଂଶୁ ପତି, ଜିଲ୍ଲା ସଂଯୋଜିକା ଦିପ୍ତିମୟୀ ଦାସଙ୍କ ତତ୍ୱାବଧାନରେ ସ୍ଥାନୀୟ ଭୈରବୀ କନିଷ୍ଠ ମହାବିଦ୍ୟାଳୟ,ପୁରୁଣାକଟକ ପରିସରରେ ଏକ ଗ୍ରୀଷ୍ମ କାଳୀନ ଶିକ୍ଷା ଶିବିର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.. ଉକ୍ତ କାର୍ଯ୍ୟକ୍ରମରେ ଭୈରବୀ କନିଷ୍ଠ ମହାବିଦ୍ୟାଳୟର ଅଧକ୍ଷ ମନୋଜ କୁମାର ପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିକ୍ଷା ବଦଳରେ ଶିକ୍ଷା କାର୍ଯ୍ୟକ୍ରମକୁ ଗାଁ ଗହଳିରେ ଛାତ୍ର ଛାତ୍ରୀଙ୍କ ମାଧ୍ୟମରେ ପହଂଚାଇବା ଲାଗି ଅନୁଷ୍ଠାନର ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ.ରାଜ୍ୟ ସ୍ତରରୁ ଭାଗ୍ୟଲଷ୍ମୀ ପୃଷ୍ଟି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଗାଁ ଗାଁରେ ପିଲାଙ୍କର ଭାଷା ଓ ଗଣିତର ମୌଳିକ ଦକ୍ଷତା ବୃଦ୍ଧି ଦିଗରେ ଏପରି ତାଲିମ ଶିବିରର ଆବଶ୍ୟକତା ରହିଛି ବୋଲି ନିଜସ୍ୱ ମତ ରଖିଥିଲେ. କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟା ତାରାମଣି ପ୍ରଧାନ, ଏବିଇଓ ସ୍ୱରାଜ କଂହର, ସି ଆର ସି ସି ଫୁଲଚନ ନାଏକ, ଅଧ୍ୟାପକ ପ୍ରଶାନ୍ତ ସେଠି,ସଦାଶିବ ଜେନା, ପ୍ରଦୋଷ ପ୍ରଧାନ, ଅଧ୍ୟାପିକା ରୁବିନା ଷଡ଼ଙ୍ଗୀ ଆଦି ଅତିଥି ମାନଙ୍କ ଗହଣରେ ପ୍ରଥମ ବ୍ଲକ ସଂଯୋଜକ ଉପେନ୍ଦ୍ର ବେହେରା,ଜଗବନ୍ଧୁ ମହୋ ମାନସିଂ, ଶିବ ପ୍ରସାଦ ଦାସ, ସମ୍ବିତ ହୋତା, ବିଦ୍ୟାଧର ବେହେରା, ଅନୁ ସୁନା,ସମୀକ୍ଷା ରାଣୀ ଜେନା, ସରୋଜିନୀ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ.କାର୍ଯ୍ୟକ୍ରମ ଶେଷରେ ଉପେନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ. +ବିଜୁବାବୁଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବତନ୍ତ୍ର ଗଠନ ପାଇଁ କାର୍ଯ୍ୟ କରିବାକୁ… +ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧୋତ୍ସବ ପିପିଲିରେ ପାଳିତ ହୋଇଯାଇଛି । +ସ୍ଥାନୀୟ ଶିଶୁ ଉଦ୍ୟାନ ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ରବିବାର ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ସମେତ ଦଳୀୟ ନେତା ଓ କର୍ମୀମାନେ ମାଲ୍ୟାର୍ପଣ କରିଥିଲେ । +ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବିଜୁବାବୁଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱତନ୍ତ୍ର ଓଡିଶା ଗଠନ ନିମନ୍ତେ କାର୍ଯ୍ୟ କରିବାକୁ ସମସ୍ତେ ସଂକଳ୍ପ ନେଇଥିଲେ । +ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ସହିତ ରାଜ୍ୟର ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ନିର୍ଭିକତାର ସହିତ ନିରନ୍ତର ସଂଗ୍ରାମ ଜାରି ରଖିବା, ପ୍ରତ୍ୟେକ ସଦସ୍ୟଙ୍କ କଲ୍ୟାଣ ଓ ସଶକ୍ତିକରଣ ନିମନ୍ତେ ଉତ୍ସର୍ଗିକୃତ ସେବା ମନୋଭାବ ନେଇ ପ୍ରତ୍ୟେକ ସ୍ତରରେ କାର୍ଯ୍ୟକରିବା, ଓଡିଶାର ସର୍ବାଙ୍ଗୀନ ବିକାଶ, କୃଷିକ୍ଷେତ୍ରରେ ଅଭିବୃଦ୍ଧି, ଶିଳ୍ପ ସମୃଦ୍ଧି, ଯୁବଶକ୍ତିର ସଦୁପଯୋଗ, ମହିଳା ସଶକ୍ତିକରଣ, ସାମାଜିକ ଓ ଅର୍ଥନୈତିକ ପ୍ରଗତି ପାଇଁ ପ୍ରତିବଦ୍ଧତାର ସହ ନିରନ୍ତର ପ୍ରୟାସ ଜାରି ରଖିବା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ ଲୋକାଭିମୁଖି କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଘରେ ପହଞ୍ଚାଇବା, ଦୁରଦ୍ରଷ୍ଟା ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନୂତନ ଓଡିଶା ଗଠନ ପାଇଁ ଏହି ଅବସରରେ ସମସ୍ତେ ସଂକଳ୍ପ ନେଇଥିଲେ । +ଶେଷରେ ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । +ପରେ ସେଠାରେ ନାମ ସଂକୀର୍ତ୍ତନ କରାଯାଇଥିବା ବେଳେ ସଂନ୍ଧ୍ୟାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ସମୁହ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । +ଏହି ଅବସରରେ ରବିବାର ସକାଳେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସାମୁହିକ ସଫେଇ କାର୍ଯ୍ୟ କରାଯିବା ସହ ସେଠାରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । +ଗୋଲ୍‌ଡେନ୍ ବଏ ପ୍ରମୋଦ ଭଗତଙ୍କୁ ‘ପଦ୍ମଶ୍ରୀ’ ପୁରସ୍କାର +ନୂଆଦିଲ୍ଲୀ: ଟୋକିଓ ପାରାଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ମିଳିଲା ସମ୍ମାନଜନକ ‘ପଦ୍ମଶ୍ରୀ’ ପୁରସ୍କାର । +ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ପଦ୍ମ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଦ୍ମଶ୍ରୀ ସମ୍ମାନରେ ପ୍ରମୋଦଙ୍କୁ ସମ୍ମାନିତ କରିଛନ୍ତି । +ପଞ୍ଚାୟତ କାର୍ଯ୍ୟାଳୟରୁ ୫୦ ହଜାରରୁ ଉର୍ଦ୍ଧ୍ବ ମୁଲ୍ୟର ସାମଗ୍ରୀ ଚୋରି +ପଞ୍ଚାୟତ କାର୍ଯ୍ୟାଳୟରୁ ୫୦ ହଜାରରୁ ଉର୍ଦ୍ଧ୍ବ ମୁଲ୍ୟର ସାମଗ୍ରୀ ଚୋରିଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରଙ୍ଗଣୀପାଟଣା ପଞ୍ଚାୟତ କାର୍ଯ୍ୟଳୟରେ ଗତକାଲି ବିଳମ୍ବିତ ରାତ୍ରିର ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ । +ସୂଚନା ମୁତାବକ ଆଜି ସକାଳ ସମୟରେ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି କୈଳାଶ ଚନ୍ଦ୍ର ପାତ୍ର ପଞ୍ଚାୟତରେ ଚୋରି ହୋଇଥିବା ଖବର ପାଇ ଓଡ଼ଗାଁ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । +ଅଭିଯୋଗ ମୁତାବକ ଗତକାଲି ବିଳମ୍ବିତ ରାତ୍ରିର ସୁଯୋଗ ନେଇ ପଞ୍ଚାୟତ ସମ୍ମୁଖ ଦ୍ୱାର ତାଲା ଭାଙ୍ଗି ଏକ ୪୨ ଇଞ୍ଚ ଏଲ.ଇ.ଡି ଟିଭି ଯାହାର ଆନୁମାନିକ ମୂଲ୍ୟ ୩୫ ହଜାର ଏବଂ ଏକ ଇନଭର୍ଟର ଯାହାର ମୂଲ୍ୟ ୨୦ ହଜାର ହେବ ଲୁଟି ନେଇଛନ୍ତି ଦୁର୍ବୁତ୍ତ । +ଓଡ଼ଗାଁ ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । +ବିଶେଷ କରି ପଞ୍ଚାୟତରେ ରାତ୍ର ଜଗୁଆଳ ନ ଥିବାରୁ ଏଭଳି ଚୋରି ହୋଇଥିବା ଅନୁମାନ କରାଯାଉଛି । +ଖୁବ ଶ୍ରୀଘ୍ର ଏକ ରାତ୍ର ଜଗୁଆଳ ନିଯୁକ୍ତ କରିବା ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି । +ମହଁଗା ମାଡ଼ : ୮ ବର୍ଷର ରେକର୍ଡ଼ ଭାଙ୍ଗିଲା ମୁଦ୍ରାସ୍ଫୀତି : ଯାହା କିଣିବେ ତାହା ମହଁଗା, ତେଲ ଠୁ… +ମୁଦ୍ରାସ୍ଫୀତି ହାର ସର୍ବଶେଷ ତଥ୍ୟ ଉପରେ ନଜର ପକାଇଲେ, ମୋଦୀ ସରକାରଙ୍କ ପାଇଁ ଅଧିକ ଅସୁବିଧା ହେଉଛି ପେଟ୍ରୋଲ-ଡିଜେଲ, ଖାଇବା ତେଲ-ଘି, ମସଲା, ପୋଷାକ, ଜୋତା ଏବଂ ପରିବହନ ଖର୍ଚ୍ଚ । +ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆସାମ ଏବଂ ରାଜସ୍ଥାନରେ ସର୍ବାଧିକ ମୁଦ୍ରାସ୍ଫୀତି । +ଅଜାନ ସମୟରେ ଲାଉଡସ୍ପିକରରେ ବାଜିବନି ହନୁମାନ ଚାଳିଶା +ଅଜାନ-ହନୁମାନ ଚାଳିଶାକୁ ନେଇ ବିବାଦ ବଢୁଥିବା ଭିତରେ ନାସିକ ପ୍ରଶାସନ ଏକ ବଡ ନିଷ୍ପତ୍ତି ନେଇଛି । +ଏଣିକି ଲାଉଡସ୍ପିକରରେ ହନୁମାନ ଚାଳିଶା ଓ ଭଜନ ବଜାଇବା ପାଇଁ ଅନୁମତି ନେବାକୁ ପଡିବ । +ଅଜାନର ୧୫ ମିନିଟ୍ ପୂର୍ବରୁ କିମ୍ବା ୧୫ ମିନିଟ୍ ପରେ ହିଁ ଲାଉଡସ୍ପିକରରେ ହନୁମାନ ଚାଳିଶା ଓ ଭଜନ ବଜାଇବାକୁ ଅନୁମତି ମିଳିବ । +ମସଜିଦର ୧୦୦ ମିଟର ଭିତରେ ହନୁମାନ ଚାଳିଶା ଲାଉଡସ୍ପିକରରେ ବଜାଇବାକୁ ଅନୁମତି ମିଳିବ ନାହିଁ । +ନାସିକ ପୋଲିସ କମିଶନର ଦୀପକ ପାଣ୍ଡେ କହିଛନ୍ତି, ରାଜ୍ୟରେ ଶାନ୍ତି ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । +ମାହାଙ୍ଗା ବ୍ଲକରେ 14 ଟି କେନ୍ଦ୍ରରେ 2185 ପରୀକ୍ଷାର୍ଥୀ ! +ମାହାଙ୍ଗା ବ୍ଲକରେ 14 ଟି କେନ୍ଦ୍ରରେ 2185 ପରୀକ୍ଷାର୍ଥୀ ! +ମାହାଙ୍ଗାରେ ନାବାଳିକାକୁ ଅପହରଣ ଅଭିଯୋଗ, ପ୍ରେମିକ ଗିରଫ +ମାହାଙ୍ଗା, ୨୩/୦୪: ମାହାଙ୍ଗା ବ୍ଲକ ହଳଦିଆ ପଞ୍ଚାୟତ ଅନ୍ତର୍ଗତ ଇଟାମୁଣ୍ଡୁଳି ଗ୍ରାମର ଦୁର୍ଗା ପ୍ରସାଦ ଖଟୁଆ ନାମକ ଜୈନିକ ଯୁବକ ଓଳକଣା ଗ୍ରାମର ଜୈନିକା ନାବାଳିକାକୁ ଦୀର୍ଘ ଦିନ ଧରି ପ୍ରେମ କରୁଥିଲେ । +କିନ୍ତୁ ଗତ ଗୁରୁବାର ଦିନ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ସଂପୃକ୍ତ ଯୁବକ ଅପହରଣ କରିଥିବା ନେଇ ନାବାଳିକାର ମାଆ କାଞ୍ଚନ ସେଠୀ ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ । +ମାହାଙ୍ଗା ପୋଲିସ ଭୁବନେଶ୍ୱର ଅଞ୍ଚଳରୁ ଅପହୃତା ନାବାଳିକାକୁ ଉଦ୍ଧାର କରିବା ସହ ସଂପୃକ୍ତ ଯୁବକକୁ ଗିରଫ କରିଥିଲା । +ଜାତୀୟ ସ୍ତରର ସ୍ଵର୍ଣ୍ଣପଦକ ବିଜେତା ବଡିବିଲଡରଙ୍କ ପରଲୋକ +ବ୍ରହ୍ମପୁର: ଜାତୀୟ ସ୍ତରରେ ସ୍ଵର୍ଣ୍ଣପଦକ ଜିଣିଥିବା ଗଞ୍ଜାମ ଜିଲ୍ଲାର ଗୋସାଣି ନୁଆଗାଁର ବଡିବିଲଡର ରବୀନ୍ଦ୍ର ସାହୁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । +ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । +ସୂଚନାଯୋଗ୍ୟ, କିଛିଦିନ ତଳେ ଗଞ୍ଜାମଶ୍ରୀ ଜ୍ୟୋତିଙ୍କ ପରଲୋକ ହୋଇଥିଲା । +ଚିତ୍ରକୋଣ୍ଡା ରେ ଡେଙ୍ଗୁ ଆତଙ୍କ ଲୋକେ ଭୟଭୀତ*ଡେଙ୍ଗୁରେ ଦୁଇ ଜଣ ମୃତୁ ବରଣ କରିଥିବା ଅଭିଯୋଗ +ଚିତ୍ରକୋଣ୍ଡା:-20/05/2022-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ସଦର ମହକୁମାରେ ବର୍ଷା ଦିନ ଆରମ୍ଭ ହେବା କ୍ଷଣି ଅଳ୍ପ କେଇଥର ବର୍ଷା ହୋଇଛି ମାତ୍ର ଚିତ୍ରକୋଣ୍ଡା ସହର ତଥା କଲୋନୀ ରେ ଯାଇଥିବା ଡ୍ରେନ ତଥା ନାଳ ନର୍ଦମା ଗୁଡ଼ିକ ଯାମ ହୋଇ ପାଣି ଜମା ଜମା ହୋଇ ରହିଥିବାରୁ କିଛି ଦିନ ହେଲା ଚିତ୍ରକୋଣ୍ଡା ସହର ତଥା କଲୋନୀରୁ ଚାରି ଜଣଙ୍କର ଡେଙ୍ଗୁ ବାହାରିଥିବା ଏବଂ କିଛି ଡେଙ୍ଗୁ ରୋଗୀ ବିଶାଖାପାଟଣା ରେ ଚିକିଶ୍ଚିତ ହେଉଥିବା ସୂଚନା ମିଳିଛି । +ଯୁବ ଟୁରିଜିମ୍ କ୍ଲବ ଗଠନ ସଂକ୍ରାନ୍ତ ପର୍ଯ୍ୟଟନ ମନ୍ତ୍ରଣାଳୟର ପ୍ରୟାସକୁ ସିବିଏସ୍ଇର ସମର୍ଥନ +ଆଜାଦି କା ଅମୃତ ମହୋତ୍ସବ ପାଳନର ଅଂଶସ୍ୱରୂପ ଦେଶରେ ସବୁ ଟୁରିଜିମ (ପର୍ଯ୍ୟଟନ) କ୍ଲବମାନ ଖୋଲିବା ପାଇଁ ପର୍ଯ୍ୟଟନ ମନ୍ତ୍ରଣାଳୟ ପ୍ରୟାସ ଆରମ୍ଭ କରିଛି । +ଏହାର ଉଦ୍ଦେଶ୍ୟ ହେଲା ଯୁବବର୍ଗଙ୍କୁ ଦେଶର ଯଥାର୍ଥ ସଦିଚ୍ଛା ଦୂତ ଭାବେ ତିଆରି କରି ଆମର ସମୃଦ୍ଧ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ପ୍ରାକୃତିକ ଐତିହ୍ୟର ପ୍ରଚାର ଓ ପ୍ରସାର ସମଗ୍ର ବିଶ୍ୱରେ କରାଇବା । +ଯୁବବର୍ଗ ଅଧିକରୁ ଅଧିକ ଦେଶର ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ ପ୍ରତି ଆକୃଷ୍ଟ ହେଲେ ସେମାନଙ୍କର ସ୍ୱଦେଶ ପ୍ରୀତି ଓ ଭାବନା ବଢିବ ଏବଂ ଦେଶର ପର୍ଯ୍ୟଟନର ବିକାଶରେ ସେମାନେ ଯଥାର୍ଥ ଯୋଗଦାନ କରିପାରିବେ । +ଆହୁରି ମଧ୍ୟ ଟୁରିଜିମ୍ କ୍ଳବରେ ଅଂଶ୍ରଗହଣ ଦ୍ୱାରା ସେମାନଙ୍କର ଦଳଗତ କାର୍ଯ୍ୟ, ପରିଚାଳନା, ନେତୃତ୍ୱ ଭଳି କୋମଳ ଦକ୍ଷତା(ସଫ୍ଟ ସ୍କିଲ) ବଢିବ ଏବଂ ଯୁବବର୍ଗ ପର୍ଯ୍ୟଟନର ବିକାଶରେ ଦାୟିତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ସୁଯୋଗ ପାଇବେ । +ପୁରୁଣା ଗାଡି ପାଇଁ ବାଧ୍ୟତାମୂଳକ ସିକ୍ୟୁରିଟି ନମ୍ବର ପ୍ଲେଟ୍ । + ଜାଣନ୍ତୁ ବୁକିଂର ସବିଶେଷ… +୨୦୧୯ ମସିହା ପୂର୍ବରୁ ପଞ୍ଚିକୃତ ଗାଡିରେ ପୁରୁଣା ନମ୍ବର ପ୍ଳେଟ୍ ବଦଳରେ ‘ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍’ ବା (ଏଚଏସଆରପି ) ଲଗାଇବା ପାଇଁ ଆସନ୍ତା ଜୁନ୍ ପହିଲାରୁ ବୁକିଂ ଆରମ୍ଭ ହେଉଛି । +ଏଥିପାଇଁ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମ୍ୟାନ୍ୟୁଫ୍ୟାକଚରର୍ (ସିଆମ୍) ପକ୍ଷରୁ ଏକ ୱେବ୍ ପୋର୍ଟାଲ ପ୍ରସ୍ତୁତ କରାଯାଇଛି । +ଏଥିରେ ଗାଡିର ସବିଶେଷ ସୂଚନା ଦିଆଯିବା ପରେ ଗାଡି ମାଲିକଙ୍କୁ ତାଙ୍କ ପସନ୍ଦ ଅନୁସାରେ ନମ୍ବର ପ୍ଲେଟ୍ ଲଗାଇବା ପାଇଁ ଦିନ ଓ ସ୍ଥାନ ଧାର୍ଯ୍ୟ କରିବେ । +ଗାଡି ନିର୍ମାତା କମ୍ପାନୀ ଗୁଡିକଙ୍କ ଅନୁସାରେ, ବିଭିନ୍ନ ଗାଡିର ନମ୍ବର ପ୍ଳେଟ୍ ପାଇଁ ଅଲଗା ଅଲଗା ମୂଲ୍ୟ ଧାର୍ଯ୍ୟ କରାଯାଇଛି । +ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ମିତାଲି ରାଜ +ଭାରତୀୟ ମହିଳା ଜାତୀୟ କ୍ରିକେଟ୍ ଦଳର ଟେଷ୍ଟ ଏବଂ ଦିନିକିଆ ଅଧିନାୟକ ମିତାଲି ରାଜ ଆଜି ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । +ମହିଳା ଦିନିକିଆରେ ଅଗ୍ରଣୀ ରନ୍ ସ୍କୋରର ଭାବରେ ମିତାଲି ଅବସର ନେଇଛନ୍ତି । +ସେ ୨୩୨ଟି ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରି ୭୮୦୫ ରନ୍ ସ୍କୋର କରିଛନ୍ତି । +ତାଙ୍କର ହାରାହାରି ରନ୍ ରେଟ ୫୦.୬୮ । +ଟେଷ୍ଟରେ ମିତାଲି ହାରାହାରି ୪୩.୬୮ ରନ୍ ରେଟ ସହ ୧୨ଟି ମ୍ୟାଚରେ ୬୯୯ ରନ୍ ସଂଗ୍ରହ କରିଛନ୍ତି । +୮୯ଟି ଟି-୨୦ରେ ମିତାଲି ୨୩୬୪ ରନ୍ ମଧ୍ୟ କରିଛନ୍ତି । +୨୦୦୨ରେ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିବା ମିତାଲିଙ୍କୁ ସର୍ବଶ୍ରେଷ୍ଠ ଭାରତୀୟ ମହିଳା ବ୍ୟାଟ୍ସମ୍ୟାନ୍ ଭାବରେ ବିବେଚନା କରାଯାଏ । +ସେ ଦୁଇଟି ୫୦ ଓଭର ବିଶିଷ୍ଟ ବିଶ୍ୱକପ୍‌ରେ ଦଳର ଅଧିନାୟକତ୍ୱ କରିଥିଲେ । +୧୬ ବର୍ଷ ବୟସରେ ମିତାଲି ରାଜ ଦିନିକିଆରେ ଅପରାଜିତ ୧୧୪ ରନ୍ ସ୍କୋର କରିଥିଲେ । +୨୦୧୯ ଅକ୍ଟୋବରରେ ୩୬ ବର୍ଷ ବୟସରେ ରାଜ ପ୍ରଥମ ମହିଳା ଭାବରେ ଦିନିକିଆ କ୍ରିକେଟରେ ଦୁଇ ଦଶନ୍ଧି ପୂରଣ କରିଥିଲେ । +ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତାରେ ମିତାଲି ଲେଖିଛନ୍ତି ଯେ ମୁଁ ଜଣେ ଛୋଟ ଝିଅ ଭାବରେ ଯାତ୍ରା ଆରମ୍ଭ କରିଥିଲି କାରଣ ତୁମର ଦେଶକୁ ପ୍ରତିନିଧିତ୍ୱ କରିବା ହେଉଛି ସର୍ବୋଚ୍ଚ ସମ୍ମାନ । +ପ୍ରତ୍ୟେକ ଇଭେଣ୍ଟ ମୋତେ କିଛି ଅନନ୍ୟ ଶିକ୍ଷା ଦେଇଥିଲା ଏବଂ ଗତ ୨୩ ବର୍ଷ ମୋ ଜୀବନର ଆହ୍ୱାନପୂର୍ଣ୍ଣ ଏବଂ ସନ୍ତୋଷଜନକ ଥିଲା । +ସେ ଆହୁରି ମଧ୍ୟ କହିଛନ୍ତି, ସମସ୍ତ ଯାତ୍ରା ପରି, ଏହା ମଧ୍ୟ ଶେଷ ହେବା ଆବଶ୍ୟକ । +ଆଜି ମୁଁ ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଉଛି । +ପ୍ରତ୍ୟେକ ଥର ମୁଁ ପଡ଼ିଆରେ ପାଦ ଦେବା ବେଳେ ମୁଁ ଭାରତକୁ ଜିତିବାରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲି । +ତ୍ରିରଙ୍ଗାର ପ୍ରତିନିଧିତ୍ୱ କରିବାକୁ ମୋତେ ଦିଆଯାଇଥିବା ସୁଯୋଗକୁ ମୁଁ ସର୍ବଦା ସମ୍ମାନ କରିବି । +ମୋର ଖେଳ କ୍ୟାରିୟରରୁ ଅବସର ନେବା ପାଇଁ ବର୍ତ୍ତମାନ ସମୟ ଆସିଛି ବୋଲି ମୁଁ ଅନୁଭବ କରୁଛି । +ଯେହେତୁ ଦଳ କିଛି ପ୍ରତିଭାବାନ ଓ ଦକ୍ଷ ଯୁବ ଖେଳାଳିଙ୍କ ହାତରେ ଅଛି, ଭାରତୀୟ କ୍ରିକେଟର ଭବିଷ୍ୟତ ଉଜ୍ଜ୍ୱଳ ଅଟେ । +ଏହି ଅବସରରେ ମିତାଲି ସମସ୍ତ ସମର୍ଥନ ପାଇଁ ବିସିସିଆଇ ଏବଂ ତାହାର ସଚିବ ଜୟ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି । +ମଙ୍ଗଳବାର ଦିନ ପ୍ରକାଶିତ ଆଇସିସି ମହିଳା ଓଡିଆ ବ୍ୟାଟିଂ ମାନ୍ୟତାରେ ମିତାଲି ରାଜ ସପ୍ତମ ସ୍ଥାନରେ ଅଛନ୍ତି । +ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ ଅଧକାରୀ ସନ୍ତୋଷ ଉପାଧ୍ୟୟ +କଟକ: ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ ଅଧକାରୀ ସନ୍ତୋଷ ଉପାଧ୍ୟୟ । +୧୯୮୮ ବ୍ୟାଚର ଆଇପିଏସ ଅଧକାରୀ ହେଉଛନ୍ତି ସନ୍ତୋଷ ଉପାଧ୍ୟୟ । +ଗତକାଲି ଅଗ୍ନିଶମ ଡିଜି ଭାବରେ ସନ୍ତୋଷ ଉପାଧ୍ୟୟଙ୍କୁ ବଦଳି କରିଥିଲେ ସରକାର । +ପୂର୍ବରୁ ଅରୁଣ ରାଏ ରାଜ୍ୟ ଅଗ୍ନିଶମ ବିଭାଗର ଡିଜି ଦାୟିତ୍ୱ ତୁଲାଉଥିଲେ । +ତେବେ ଆଜି ନୂତନ ଅଗ୍ନୀଶମ ଓ ହୋମଗାର୍ଡ ଡିଜି ଭାବେ ସନ୍ତୋଷ ଉପାଧ୍ୟାୟ ଦାୟିତ୍ବ ଗ୍ରହଣ କରିଛନ୍ତି । +ମୁଖ୍ୟାଳୟରେ ପହଂଚିବା ପରେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । +ପରେ ସେ ଓଡ଼ିଶା ଅଗ୍ନୀଶମ ବିଭାଗ ୨୦୨୧ ମସିହାରେ ସର୍ବଭାରତୀୟ ସ୍ତରରେ ସଫଳତା ହାସଲ କରିଥିବାରୁ ଖୁସି ପ୍ରକଟ କରିଥିଲେ । +ଏହି ଅବସରରେ ବିଭାଗକୁ ଆହୁରି ଭଲ କରି ଗଢ଼ି ତୋଳିବାକୁ ଉଦ୍ୟମ ହେବ ବୋଲି ସେ କହିଥିଲେ । +ଭୟଙ୍କର ସିରିଜ୍‌ ଦୁର୍ଘଟଣା: ଜଣଙ୍କୁ ବଞ୍ଚାଇବାକୁ ଯାଇ କାର୍‌ ଉପରେ ମାଡ଼ିଗଲା ହାଇୱା +ଭୁବନେଶ୍ୱର ପଳାଶୁଣୀ ବସ୍‌ଷ୍ଟାଣ୍ଡ ନିକଟରେ ସିରିଜ ଦୁର୍ଘଟଣା ଘଟିଛି । +ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି । +ରାସ୍ତାପାର୍‌ ହେଉଥିବା ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଆଜି ସକାଳେ ଏହି ସିରିଜ ଦୁର୍ଘଟଣା ଘଟିଛି । +ଦୁର୍ଘଟଣା ଯୋଗୁ ଟ୍ରାଫିକ ଜାମ୍‌ ହୋଇଥିବା ଦେଖିବାକୁ ମିଳିଛି । +ଗାଁ ରେ ନେଟୱାର୍କ ନାହିଁ, ଜଙ୍ଗଲ ରେ ଅଫିସ କାମ +ଫୁଲବାଣୀ -22/6 କନ୍ଧମାଳ ଜିଲାର ଅର୍ଦ୍ଧାଧିକପଂଚାୟତ ଓ ଗାଁ ଗୁଡିକରେ ବି ଏସ ଏନ ଏଲ 4ଜି ନେଟୱର୍କସୁବିଧା ନାହିଁ । +ଫଳରେ ଲୋକେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । +ଘାଟିରେ ନେଟାୱାର୍କ ଆସୁଥିବାରୁ ଜଙ୍ଗଲ ରେ ଅଫିସକାମ କରୁଛନ୍ତି ଅଙ୍ଗନବାଡି କର୍ମୀ । +ଏ ଚିତ୍ର ହେଉଛି ଫିରିଙ୍ଗିଆ ବ୍ଲକ ଲୁଇସି ଙ୍ଗ ପଂଚାୟତ ର । +ପାଖରେ ଥିବା ଶୁଟାଣୀ ଘାଟି ରେ ବାହାର ନେଟୱାର୍କ ଆସୁଥିବାରୁ ସେଠାକୁ ଯାଇ ସମସ୍ତେ ସବୁ କାମକୁଆଡେ କରୁଛନ୍ତି । +ଆଜିକାଲି ସମସ୍ତ କାମ ଅନ ଲାଇନ ରେ ହେଉଛି । +ଚାକିରୀ ଆବେଦନ, ଅଫିସ କାମ, ପିଲାଙ୍କ ପାଠ, ସବୁ ଅନ ଲାଇନ । +ଲୋକଙ୍କ ଦାବୀ ସତ୍ୱେ ଟାୱାର ବସିପାରିନି ଏଯାଏ । +କନ୍ଧମାଳ ଜିଲ୍ଲାର ଉପାନ୍ତ ଅଂଚଳର 1094ଟି ଗ୍ରାମର ଲୋକଙ୍କୁ ବିଏସଏନଏଲ 4ଜି ସେବା ଅତିଶିଘ୍ର ଯୋଗାଇ ଦିଆଯୀବବୋଲି କୁହାଯାଇଥିଲା । +ହେଲେ ଏ ଯାଏ କୌଣସିବିଏସଏନଏଲ ଟାୱାର ପ୍ରତିଷ୍ଠା ହୋଇନାହିଁ । +ତେଵେ ଗତ ୭ମାସ ତଳେ ଭିଡିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ସୂଚନା ପ୍ରଯୁକ୍ତି ଓ ରେଳବାଇ ମନ୍ତ୍ରୀ ଅଶ୍ୱନି ବୈଷ୍ଣବ ଜିଲାର ସବୁ ଗ୍ରାମକୁ ନେଟୱାର୍କ ସୁବିଧା ଦିଆଯିବ ବୋଲି ଘୋଷଣା କରିଥିଲେ । +ସେହିପରି କନ୍ଧମାଳ ସଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ମଧ୍ୟ କନ୍ଧମାଳ ଜିଲାରେ 4ଜି ମୋବାଇଲ ନେଟୱାର୍କ ସେବା ଯେପରି ସବୁ ଗାଁ ରେ ପହଂଚିବ ସେନେଇ ଯଥା ସାଧ୍ୟ ଉଦ୍ୟମ କରୁଛନ୍ତି । +ସେ ମଧ୍ୟ ରେଳ ବାଇ, ଟେ ଲି ଯୋଗାଯୋଗ,ଇଲେକ୍ଟ୍ରୋନିକସ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଭେଟି ବହୁବାର ଆଲୋଚନା କରିଛନ୍ତି । +କେନ୍ଦ୍ର ମନ୍ତ୍ରୀ ବୈଷ୍ଣବ କନ୍ଧମାଳ ଜିଲାର ଉନ୍ନତି ପାଇଂ ଦେଶରେ କାର୍ଯ୍ୟରତ ସମସ୍ତ ଟେଲି ଯୋଗାଯୋଗ ପ୍ରଦାନକାରୀ ସଂସ୍ଥା ଙ୍କୁ ସେମାନଙ୍କ ନେଟୱାର୍କ ପ୍ରତିଷ୍ଠା କରିବାଲାଗି ନିର୍ଦେଶ ଦିଆଯାଇଥିବା ନେଇ ପତ୍ର ମାଧ୍ୟମ ରେ ସଂ । +ସଦଡ଼ଃ. ସାମନ୍ତ ଙ୍କୁ ଜଣାଇଛନ୍ତି । +ସଂ । +ସଦ ବି ଉଦ୍ୟମ ଜାରୀ ରଖିଛନ୍ତି ଆଉ ଅତିଶୀଘ୍ର ଟାୱାର ପ୍ରତିଷ୍ଠା ନେଇ ସେ ବେଶ ଆଶାବାଦୀ ଅଛନ୍ତି । +ତଥାପି ଟାୱାର ପ୍ରତିଷ୍ଠା ହେଇପାରୁନି ଫଳରେ ଲୋକେ ଆନ୍ଦୋଳନମଧ୍ୟ କରୁଛନ୍ତି । +ତଥାପି କାମ ହେଇପାରୁନି କେବେ ଏସବୁ ପ୍ରତିଷ୍ଠା ହେବ ପଚାରିଲେ କୌଣସି ଉତ୍ତର ମିଳୁନି । +ଏ ପରି ସ୍ଥଳେ କେବେ କନ୍ଧମାଳ ଲୋକେ ସୁଫଳ ପାଇବେ ତାହା ଦେଖିବାର କଥା । +ପାଉଣା ମାଗିବେନି ଯାଜପୁର ବିରଜା ମନ୍ଦିରର ସେବାୟତ: ଭକ୍ତଙ୍କୁ ଦକ୍ଷିଣା ନମାଗିବା ପାଇଁ ଶପଥ ନେଲେ… +ଶୃଖଳିତ ହେବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ । +ବିନା ସମସ୍ୟାରେ ମା’ଙ୍କୁ ଦର୍ଶନ କରିବେ ଭକ୍ତ । +ଆଉ ରହିବ ନାହିଁ ଦକ୍ଷିଣା ଝିନଝଟ୍ । +ଏଣିକି ଦକ୍ଷିଣା ଦେବାକୁ ଭକ୍ତଙ୍କୁ ବାଧ୍ୟ କରିବେ ନାହିଁ ସେବାୟତ । +ଏଥିପାଇଁ ସମୂହ ନିଷ୍ପତି ନେଇ ଶପଥ ପାଠ କରିଛନ୍ତି ପୂଜକ । +ମନ୍ଦିର ଟ୍ରଷ୍ଟି ଶରତ ଚନ୍ଦ୍ର ମହାପାତ୍ର, ସବୁ ସେବାୟତଙ୍କୁ ଶପଥ ପାଠ କରାଇଛନ୍ତି । +ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୈତିକ କସରତ +ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ରାଜନୈତିକ କସରତ ଆରମ୍ଭ ହୋଇଯାଇଛି । +ବିଜେପିରେ ଟିକେଟ ପାଇଁ ଦୁଇ ଜଣଙ୍କ ନାଁ ଚର୍ଚ୍ଚାକୁ ଆସିଛି । +ଜଣେ ହେଉଛନ୍ତି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଓ ଆଉ ଜଣେ ହେଉଛନ୍ତି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂର୍ବ ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ ସିଂହ । +ଏହି ଦୁଇ ଜଣଙ୍କୁ ନେଇ ଦଳ ଟିକିଏ ଦ୍ୱନ୍ଦରେ ପଡିଯାଇଛି । +ଗୋଟିଏ ପଟେ ଦଳ ରାଧାରାଣୀ ପଣ୍ଡାଙ୍କୁ ପ୍ରସ୍ତୁତ ରହିବାକୁ କହିଛି ଓ ଅନ୍ୟପଟେ ସୁଜିତ ସିଂହଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କ୍ୟାମ୍ପରୁ କୁଆଡେ ଗ୍ରୀନ ସିଗନାଲ ମିଳିଛି । +ପଶ୍ଚିମ ଓଡିଶାର ଅନ୍ୟ ଜଣେ ବରିଷ୍ଠ ସାଂସଦ ମଧ୍ୟ ସୁଜିତଙ୍କ ପାଇଁ ଲବି କରୁଥିବା ଜଣା ପଡିଛି । +ଜିଲ୍ଲାପାଳମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଭାସୀ ବୈଠକ: ନିର୍ଭୁଲ ଭୋଟର ତାଲିକା… +ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ରାଜ୍ୟର ୩୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ନିର୍ଭୁଲ ଭୋଟର ତାଲିକା ସଂପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ । +କ୍ଷେତ୍ର ପରିଦର୍ଶନ କରି ବିଶେଷ କରି ଫଟୋ ସାଦୃଶ୍ୟ ଥିବା ଏକାଧିକ ଭୋଟର କିମ୍ବା ଦୋହରା ଭାବେ ଭୋଟର ତାଲିକାରେ ନାମ ଦରଜ ହେବା ପରି ଜଣାପଡ଼ୁଥିବା ଭୋଟରମାନଙ୍କୁ ସଠିକ୍ ଭାବେ ଯାଞ୍ଚ ସହ ଏକାଧିକ ନାମଗୁଡ଼ିକୁ ତାଲିକାରୁ ବାଦ୍ ଦେବା ଏବଂ ଭୋଟର ତାଲିକାରେ ନାମ ଥାଇ ଫଟୋ ନଥିବା କିମ୍ବା ଭୋଟର ତାଲିକାରେ ନାମ, ଠିକଣା ଇତ୍ୟାଦି ତ୍ରୁଟି ଥିଲେ କିମ୍ବା ଦୋହରା ଫଟୋ ପରିଚୟ ପତ୍ର ଥିବା ଭୋଟରମାନଙ୍କୁ ସଠିକ୍ ଭାବେ ଯାଞ୍ଚ କରି ସେମାନଙ୍କୁ ଭୋଟର ତାଲିକାରୁ ବାଦ୍ ଦେଇ ସଠିକ୍ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ସଂପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଗୁରୁତ୍ୱାରୋପ କରିଥିଲେ । +ସାମ୍ବାଦିକଙ୍କ ବୋଲେରୋରୁ ୧.୪୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ! +ରାୟଗଡ଼ାର ସାମ୍ବାଦିକ ଆଇ. ସର୍ବେଶ୍ବର ରାଓଙ୍କ ବୋଲେରୋରୁ ୧ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । +ଥାନାରେ ଅଭିଯୋଗ ପରେ ପୁଲିସ୍ ଦୁର୍ବୃତ୍ତଙ୍କ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । +ସିସିଟିଭି ଫୁଟେଜ ଆଧାରରେ ପୁଲିସ୍ ଯାଞ୍ଚ ଚଳାଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କ କୌଣସି ପତ୍ତା ପାଇପାରିନି । +ସୋଆରେ ସ୍କୁଲ୍ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ କ୍ରୀଡା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ +ଭୁବନେଶ୍ୱର, ୨୨/୦୬: କ୍ରୀଡା କ୍ଷେତ୍ରରେ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓଅନୁସନ୍ଧାନ (ସୋଆ) ଦ୍ୱାରା ଆୟୋଜିତ ଏକ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । +ସୋଆର କ୍ୟାମ୍ପସ-୨ ରେ ଥିବା ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଆରମ୍ଭ ହୋଇଥିବା ଏହି ୯ ଦିନିଆ ପ୍ରଶିକ୍ଷଣ ଶିବିରକୁ ସୋଆରଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉଦ୍‌ଘାଟନ କରିଥିଲେ । +ଏହି ଅବସରରେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଉପସ୍ଥିତ ଥିଲେ । +ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନିତା ବର୍ମାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ୫ମ ଶ୍ରେଣୀରୁ ୧୦ମଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବୟସର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । +ସେମାନଙ୍କୁ ବାସ୍କେଟବଲ, ଟେବୁଲ ଟେନିସ୍ ଏବଂ ଟେନିସ୍‌ରେପ୍ରଶିକ୍ଷଣ ଦିଆଯାଉଛି । +କୋଚ ଉର୍ବଶୀ ମଲ୍ଲିକ୍‌, ସହିଦ ହୁସେନ୍ ଏବଂ ସୁବ୍ରତ ନାୟକ ସେମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । +ଏସ୍‌ଓଏସ୍ ଭିଲେଜ ସମେତ ଆଖପାଖ ଅଂଚଳରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲର ପ୍ରାୟ ୫୦ ଜଣଛାତ୍ରଛାତ୍ରୀ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଛନ୍ତି । +ଆସନ୍ତା ୨୯ ତାରିଖ ଦିନ ଏହି ଶିବିରର ଉଦ୍‌ଯାପନୀ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରାଯିବ । +ଗମ୍ପାକୋଣ୍ଡାରେ ଅଜଣା ରୋଗ ଆତଙ୍କ । +ମୁଣ୍ଡ ଗଡିଲାଣି ଦୁଇ, ଆକ୍ରାନ୍ତ ୬ ଜଣ +ପଳାଶୁଣି ଛକରେ ଦୁର୍ଘଟଣା ପାଇଁ ଲାଗିଛି ଜାମ୍ : ଅଟକିଗଲା ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ +କଟକ- ଭୁବନେଶ୍ୱର ରୋଡରେ ଅସମ୍ଭବ ଭିଡ଼ ପାଇଁ ଅଟକି ଗଲା ଆମ୍ବୁଲାନ୍ସ । +ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବଲାନ୍ସ ବି ଆଗକୁ ବଢ଼ି ପାରୁନଥିଲା । +କାରଣ ଆଗ ପଛ ଚାରିଆଡେ ଅସମ୍ଭବ ଭିଡ଼ ଜମି ଯାଇଥିଲା । +ଭୁବନେଶ୍ୱର ପଳାଶୁଣି ଛକ ନିକଟରେ ଏକ କାରକୁ ଟ୍ରକ ଧକ୍କା ଦେଇଥିଲା ଏବଂ ୨ଟି ଟ୍ରକ ମଝିରେ ଚାପି ହୋଇଯାଇଥିଲା କାର । +ଦୁର୍ଘଟଣା ସମୟର ସିସିଟିଭି ଫୁଟେଜ କନକ ନ୍ୟୁଜର ହସ୍ତଗତ ହୋଇଛି । +ଲୁଣିବାହାଲ ପଞ୍ଚାୟତ ଯୋଗାଣ ଦୁର୍ନୀତି ର ମହା ଗୁମର……..ଭୁତ ଖାଇଗଲା ରାସନ ସାମଗ୍ରୀ… +ବୌଦ୍ଧ :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତ ଯୋଗାଣ ସାମଗ୍ରୀ ର ମହାଦୁର୍ନୀତି ଏବେ ଚର୍ଚ୍ଚା ର ବିଷୟ ପାଲଟିଛି!ପୁଣି ଗୋଟିଏ ଗୋଟିଏ ଦୁର୍ନୀତି ର ଗୁମର ଫିଟୁଛି!ଏହି ପଂଚାୟତ ର ଯୋଗାଣ ସାମଗ୍ରୀ ହେର ଫେର ଦୁର୍ନୀତି କୁ ନେଇ ନୀଳମ୍ବିତ ହୋଇଥିବା ଯୋଗାଣ ସହାୟିକା ବଲ୍ଲବୀ ପ୍ରଧାନ ଙ୍କ ନାମରେ ଗୋଟିଏ ପରେ ଗୋଟିଏ ଯୋଗାଣ ଦୁର୍ନୀତି ର ଛାପ ଲାଗୁଛି!ସୂଚନା ମତେ ନିଲମ୍ବିତ ବଲ୍ଲବୀ ପ୍ରଧାନ ଯୋଗାଣ ଥିବା ସମୟରେ ଏକ ମୃତ ବ୍ୟକ୍ତି ଙ୍କ ନାମରେ ରାସନ ସାମଗ୍ରୀ ଉଠାଣ କରି ଚଳୁ କରୁଥିବା ଅଭିଯୋଗ ଆସିଛି!ଲୁଣିବାହାଲ ପଂଚାୟତ ଝାରକଟା ଗ୍ରାମର ଦଇମତି ଭୋକ୍ତା ରାସନ ନଂ (06021011541)ଗତ 14/01/2020. ରେ ମୃତ୍ୟୁ ବରଣ କରିଥିଲେ!ତାଙ୍କ ନାମରେ ରାସନ ସାମଗ୍ରୀ 19/10/2021ରୁ 25/03/2022. ପର୍ଯ୍ୟନ୍ତ ରାସନ ସାମଗ୍ରୀ ଉଠାଣ ହୋଇ ତାଙ୍କ ପରିବାର କୁ ହସ୍ତାନ୍ତର ନ କରି ନିଜେ ଯୋଗାଣ ସହାୟିକା ଚଳୁ କରିଥିବାର ଅଭିଯୋଗ ଆଣିଛନ୍ତି ମୃତା ଦଇମତି ଭୋକ୍ତା ଙ୍କ ସ୍ୱାମୀ ସୁବାସ ଭୋକ୍ତା!ଏବଂ ସେ ତାଙ୍କ ସ୍ତ୍ରୀ ନାମରେ ହଡ଼ପ ହୋଇଥିବା ରାସନ ସାମଗ୍ରୀ ଉଚିତ ତଦନ୍ତ କରାଯାଇ ଉଚିତ ନ୍ୟାୟ ପ୍ରଦାନ କରାଯାଉ ବୋଲି ବ୍ଲକ ପ୍ରଶାସନ କୁ ଅଭିଯୋଗ ଆଣିଛନ୍ତି! +ମାହାଙ୍ଗାରେ ଚାଞ୍ଚଲ୍ୟକର ଗଣହତ୍ୟା +ଜମିବାଡି ବିବାଦକୁ ନେଇ ଜଣେ ସାନ ଭାଇ, ତାର ବଡ ଭାଇର ପରିବାରକୁ ଉଜାଡି ଦେଇଛି । +ବଡ ଭାଇ, ଭାଉଜ ଓ ତିନି ଜଣ ପୁତୁରା ଓ ଝିଆରିଙ୍କୁ କଟୁରୀରେ ହାଣି ହତ୍ୟା କରିଛି । +କେବଳ ସେତିକି ନୁହେଁ ସେମାନଙ୍କୁ ହତ୍ୟା କରିବା ପରେ ଏହି ବ୍ୟକ୍ତି ଜଣକ, ଏକ ଭିଡିଓରେ ସମସ୍ତ ଦୋଷ ସ୍ୱୀକାର କରିଛନ୍ତି । +ଭିଡିଓରେ କହିଛନ୍ତି, ବଡ ଭାଇ ଓ ତାଙ୍କ ପରିବାର ତାଙ୍କୁ ପିଟାପିଟି କରୁଥିଲେ, ତେଣୁ ସେ ରାଗିଯାଇ, ପାଂଚ ଜଣଙ୍କୁ ହତ୍ୟା କରିଛନ୍ତି । +ଏହାପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି । +ଏହି ଘଟଣା ସାରା ଅଂଚଳରେ ହଇଚଇ ଖେଳାଇ ଦେଇଛି, ଶହ ଶହ ଲୋକ ଘଟଣା ଘଟିଥିବା ସ୍ଥାନରେ ପହଞ୍ଚିଥିଲେ । +ସାମାଜିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାୟଗଡ଼ା ପୁରସ୍କୃତ,… +ସାମାଜିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାୟଗଡ଼ା ଜିଲ୍ଲା ପୁରସ୍କୃତ ହୋଇଛି । +ଇଣ୍ଡିଆ ଟୁଡେ ପକ୍ଷରୁ କିଟ୍ ବିଶ୍ବବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । +ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜିଲ୍ଲା ସମକ୍ଷଜିକ ସୁରକ୍ଷା କାର୍ଯ୍ୟାଳୟର କର୍ମଚାରୀ ଓ ଅନ୍ୟକ୍ଷନ୍ୟ ଅଧିକାରୀ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ବିଦ୍ଧବା ଭତ୍ତା, ମଧୁବାବୁ ପେନସନ ଯୋଜନା, ଭିନ୍ନକ୍ଷମ ଭତ୍ତା ଓ ସଶକ୍ତିକରଣ କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଛନ୍ତି । +ଇଣ୍ଡିଆ ଟୁଡେ ପକ୍ଷରୁ ଧାର୍ଯ୍ୟ ହୋଇଥିବା ମାପଦଣ୍ଡରେ ରାୟଗଡ଼ା ଜିଲ୍ଲାରେ ଶୀର୍ଷରେ ରହିବା ପରେ ଏହି ଜିଲ୍ଲାକୁ ପୁରସ୍କୃତ କରାଯାଇଛି । +କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ସ ରେ ପୁଣି ଥରେ ସୋଆ ସ୍ଥାନିତ +ଭୁବନେଶ୍ୱର , ୯/୦୬: ସ୧ାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶାର ଏକ ମାତ୍ର ବେସରକାରୀ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) । +ଦେଶର ୪୧ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ନେଇ ପ୍ରସ୍ତୁତ ଏହି ର‌୍ୟାଙ୍କିଙ୍ଗ୍‌ରେ ସ୍ଥାନ ପାଇଛି ସୋଆ । +ବୁଧବାର ଏହି ତାଲିକା ପ୍ରକାଶିତ ହୋଇଛି । +ଏହି ର‌୍ୟାଙ୍କିଙ୍ଗ୍‌ରେ ୧୦୦୧ ରୁ ୧୨୦୦ ବ୍ରାକେଟରେ ସୋଆ ରହିଥିବା ବେଳେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଲାଇଫ୍ ସାଇନ୍‌ସେସ୍‌, ୧୦ଟି ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ଅନ୍ୟ କେତେକ ପ୍ରତିଷ୍ଠିତ ଭାରତୀୟ ବିଶ୍ୱବିଦ୍ୟାଳୟ ଏହି ର‌୍ୟାଙ୍କିଙ୍ଗରେ ସ୍ଥାନ ପାଇଛନ୍ତି । +ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ ଏଥିରେ ସ୍ଥାନ ପାଇଛନ୍ତି । +ସୋଆ ବ୍ୟତୀତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନୋଲୋଜି, ଭୁବନେଶ୍ୱର ମଧ୍ୟ ଏହି ର‌୍ୟାଙ୍କିଙ୍ଗ୍‌ରେ ରହିଛି । +ଶୈକ୍ଷିକ ଖ୍ୟାତି, ନିଯୁକ୍ତିଦାତାଙ୍କ ଖ୍ୟାତି, ଫ୍ୟାକଲ୍ଟିଙ୍କର ସନ୍ଦର୍ଭ, ଫ୍ୟାକଲ୍ଟି ଛାତ୍ର ଅନୁପାତ, ଆନ୍ତର୍ଜାତିକ ଫ୍ୟାକଲ୍ଟି ଏବଂ ଆନ୍ତର୍ଜାତିକ ଛାତ୍ରଛାତ୍ରୀ ସଂଖ୍ୟା ଇତ୍ୟାଦି ବିଭିନ୍ନ ମାପଦଣ୍ଡକୁ ନେଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ର‌୍ୟାଙ୍କିଙ୍ଗ ପ୍ରଦାନ କରାଯାଇଛି । +ଓଡ଼ିଶାରେ ବୃତିଗତ ଶିକ୍ଷା କ୍ଷେତ୍ରରେ ଶୀର୍ଷ ସ୍ଥାନରେ ରହିଥିବା ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୧ରେ ଦେଶରେ ୨୦ ତମ ସ୍ଥାନ ହାସଲ କରିଛି ସୋଆ । +୨୦୧୬ ଠାରୁ ଶିକ୍ଷା ମବଣାଳୟ ଦ୍ୱାରା ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍ ଆରମ୍ଭ ହେବା ପର ଠାରୁ ଦେଶର ଶ୍ରେଷ୍ଠ ୨୫ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ କ୍ରମାଗତ ଭାବେ ସ୍ଥାନ ପାଇ ଆସିଛି ସୋଆ । +ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା +ହଠାତ୍‌ ପରିବାର ଉପରେ ମାଡ଼ି ଆସିଲା କଳା ବାଦଲ । +ପୁଅ ଆଖି ଆଗରେ ସମୁଦ୍ର ଲହଡ଼ିରେ ଭାସିଗଲେ ବାପା । +ଏମିତି ଏକ ହୃଦୟ ବିଦାରକ ଘଟଣା ପୁରୀ ଚୈତନ୍ୟ ଛକ ପାଖ ବେଳାଭୂମି ଅଞ୍ଚଳରେ ଆଜି ଘଟିଛି । +ନିଖୋଜ ବ୍ୟକ୍ତିଜଣକ ହେଲେ ବାଲେଶ୍ୱରର ବଂଶୀଧର ବେହେରା । +ଲାଇଫ୍ ଗାର୍ଡ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିପାରିନି । +ମେ’ ୧ରୁ ନୂଆ ଶିକ୍ଷାବର୍ଷ: ୧୦୦% ସିଲାବସ୍‌ରେ ହେବ ପାଠପଢ଼ା +ଏଣିକି ୧୦୦% ସିଲାବସ୍‌ରେ ହେବ ପାଠପଢ଼ା । +ମେ’ ପହିଲାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ । +ନୂଆ ଶିକ୍ଷାବର୍ଷରୁ ନବମ ଓ ଦଶମ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ହେବ । +ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । +ସୀମାନ୍ତ ରେ ବିଜୟ ୱାଡ଼ । + ରୁ ଭବାନୀପାଟଣା ଯାଉଥିବା ସଂଗୀତା ବସ ଓଲଟି ୫ ମୃତ,୩୦ ଆହତ +ମାଲକାନଗିରି:ଆଜି ପାହାନ୍ତିଆ ରେ ବିଜୟ ୱାଡା ଠାରୁ ଭବାନୀପାଟଣା ଆସୁଥିବା କେ ଜି ଏନ (ସଂଗୀତା ବସ) ଟି ସୀମାନ୍ତ ବର୍ତ୍ତି ବୋଡୁଗୁଡ଼ମ୍ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଫଳରେ ଘଟଣା ସ୍ଥଳରେ ୩ ଜଣ ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଚିନ୍ତୁର ହସ୍ପିଟାଲ ରେ ମୃତ୍ୟୁ ଘଟିଥିବା ର ସୂଚନା ରହିଛି । +ଏବଂ ୩୦ ଜଣ ଆହତ ହୋଇ ଚିନ୍ତୁର୍ ଓ ଭଦ୍ରଞ୍ଚଳ ହସ୍ପିଟାଲ ରେ ଚିକିତ୍ସ । +ହେଉଛନ୍ତି । +ପୋଲିସ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । +ସୂଚନା ମୁତାବକ ଅଧିକାଂଶ ଯାତ୍ରୀ ଶ୍ରମିକ ଶ୍ରେଣୀ ର ଜଣାପଡିଛି । +ଏହି ଘଟଣା ଟି ପାହାନ୍ତିଆ ହୋଇଥିବାରୁ ସମସ୍ତ ଯାତ୍ରୀ ସୋଇଥିବା ଅବସ୍ଥାରେ ଘଟଣା ଟି ଘଟିଛି । +ଏହି ବୋଡୁଗୁଦମ୍ ନିକଟରେ ବସ ବେଗ ଦୃତ ଗତି ରହିଥିବାରୁ ଟାର୍ଣିଂ ନିକଟରେ ଭାରସାମ୍ୟ ହରାଇ ବସ ଟି ଓଲଟି ପଡିଥିବାର ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । +ଚିନ୍ତୂର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ଏବଂ ଆହତ ଙ୍କ ମଧ୍ୟରୁ ୬ ଜଣ ଗୁରୁତର ରହିଥିବାର ସୂଚନା ରହିଛି । +୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା +ଭୁବନେଶ୍ୱର ୨୯ । +୦୫: କଳ୍ପନାଜଳ୍ପନାର ଅନ୍ତ । +ଘୋଷଣା ହେଲା ୪ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ । +ବିଜେଡି ପକ୍ଷରୁ ୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । +ଏଥିରେ ସସ୍ମିତ ପାତ୍ରଙ୍କୁ ପୁଣି ଥରେ ରିପିଟ କରାଯାଇଛି । +ଜାଗା ସମ୍ପର୍କ” ଅଭିଯାନର ବୈଠକ +Cuttack.. ସ୍ଥାନୀୟ ନୂଆପଡା ବାଲିସାହି ଠାରେ ଗଡଗଡ଼ିଆ ପଠା ଆଦିବାସୀ ବସ୍ତି ଏବଂ ବୋଷ ସାଇଡ ବନ୍ଧତଳ ବସ୍ତିରେ CMC ଏବଂ ରାଜ୍ୟ ସରକାରଙ୍କ “ଜାଗାମିଶନ” ତରଫରୁ “ଜାଗା ସମ୍ପର୍କ” ଅଭିଯାନର ବୈଠକ ଆୟୋଜିତ ହୋଇଯାଇଛି, ଏଥିରେ ବସ୍ତି SDA ସଭାପତି ବୃନ୍ଦାବନ ଦାସ ଆଜାଦଙ୍କ ପୌରହିତରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା, ଏବଂ ପ୍ରଶାସନ ତରଫରୁ ସଂଘମିତ୍ରା ଏବଂ ସିଏମସି ଗୋଷ୍ଠୀ ସଙ୍ଗଠିକା ମହାଶ୍ୱେତା ଜାଗା ମିଶନର ନଅଟି ମୁଖ୍ୟ ବିନ୍ଦୁ ଉପରେ ଜନ ସାଧାରଣଙ୍କୁ ସଚେତନ କରିଥିଲେ, +ମନ୍ତ୍ରୀ ପ୍ରତାପ ଜେନାଙ୍କ ବଦାନ୍ୟତା ; ଦିବ୍ୟାଙ୍ଗଙ୍କୁ ଦେଲେ ୩୦ଟି ଟ୍ରାଇ ମୋଟର ସାଇକଲ +ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଦିବ୍ୟାଙ୍ଗ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ୩୦ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇ ମୋଟର ସାଇକଲ ଉପହାର ଦେଇଛନ୍ତି । +ଉତ୍କଳ ଦିବସ ଅବସରରେ ମାହାଙ୍ଗା ଅଳିଯୋଡ଼ା ସ୍ଥିତ ନିଜ ବାସଭବନ ପରିସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମାହାଙ୍ଗା ବ୍ଲକର ୧୯ଜଣ ଓ ନିଶ୍ଚିନ୍ତକୋଇଲି ବ୍ଲକର ୧୧ଜଣ ଦିବ୍ୟାଙ୍ଗଙ୍କୁ ଏହି ମୋଟର ସାଇକଲ ପ୍ରଦାନ କରିଛନ୍ତି । +ପାଖାପାଖି ୩୦ ଲକ୍ଷ ଟଙ୍କା ବ୍ୟୟରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୩୦ଜଣ ଦିବ୍ୟାଙ୍ଗଙ୍କୁ ଟିଭିଏସ କମ୍ପାନୀର ଟ୍ରାଇ ମୋଟର ସାଇକଲ ଉପହାର ଦେଇଛନ୍ତି । +ଜିଲ୍ଲା କଂଗ୍ରେସର ରାଲି ଓ ଗଣ ବିକ୍ଷୋଭ +ମାଲକାନଗିରି,୧୭/୬, ମାଲକାନଗିରି ଜିଲ୍ଲା କଂଗ୍ରେସ ତରଫରୁ ଏକ ବିରାଟ ରାଲି ସହ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । +କଂଗ୍ରେସର କେନ୍ଦ୍ରୀୟ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ର ବାରମ୍ବାର ଜେରା କରିବା ସହ ଦିଲ୍ଲୀ ପୁଲିସ କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିବା ଘଟଣାକୁ ବିରୋଧ କରି ଆଜି ବିଏସ ଏନ ଏଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । +କେନ୍ଦ୍ରର ବିଜେପି ସରକାର ରାଜନୈତିକ ପ୍ରତିଶୋଧ ନେଇ ଏଭଳି କାମ କରୁଥିବା କଂଗ୍ରେସ କହିଛି । +ଦେଶରେ ଏବେ ଦରଦାମ ଆକାଶ ଛୁଆଁ ହୋଇଥିବା ବେଳେ ସାଧାରଣ ଲୋକେ ନାହିଁଥିବା ହଇରାଣ ହେଉଛନ୍ତି । +ପେଟ୍ରୋଲ ଏବଂ ଡିଜେଲ ଦର ଲୋକଙ୍କୁ କନ୍ଦାଉଛି । +ବିଜେପିର ସମସ୍ତ ଚାଲ କୁ ଲୋକେ ଜାଣି ସାରିଲେଣି । +ଆଜି ଜିଲ୍ଲା ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ ବି ଏସ ଏନ ଏଲ ଅଫିସ କାର୍ଯ୍ୟାଳୟ ସମ୍ମୁଖ ରେ ନରେନ୍ଦ୍ର ମୋଦି ଙ୍କ କୁଶ ପୁତ୍ତଳିକା ଦାହ କଲେ । +ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଶରତ ବୁରୁଦା,ଜି ଶ୍ରୀନିବାସ ରାଓ,ପଦ୍ମ ରଞ୍ଜନ ପାଙ୍ଗି,ପର୍ଶୁରାମ ଭକ୍ତ,ଇର୍ମା ପୋଡ଼ିଆମୀ,ଭିମା ବର୍ଷେ,ପ୍ରାଣ କୃଷ୍ଣ ମଣ୍ଡଳ,ମଙ୍ଗୁ ଖିଲ,କେସୁ ରାଓ,ରଂ କୃଷ୍ଣ ଚନ୍ଦ୍ର ଅନୁଗୁ,ପୁଷ୍ପାରାଣୀ କବ । +ସି ପ୍ରମୂଖ କଂଗ୍ରେସ ନେତ୍ରୁ ବର୍ଗ ଯୋଗ ଦେଇଥିଲେ । +ଉନ୍ନୟନ କମିଶନର ଓ 5T ସଚିବଙ୍କ ଓଲଟପୁର ଗସ୍ତ +ନିଆଳି ଓଲଟପୁର ରାସ୍ତା ଦୁଇ ଥକିଆ ହେବ.ହସ୍ପିଟାଲ ପାରିପାର୍ଶ୍ଵିକ ଅଂଚଳର ବିକାଶ ହେବ .ଭୁବନେଶ୍ୱର16/6/22ଓଲଟପୁର ସ୍ଥିତ NIRTAR ଅସ୍ଥି ଚିକିତ୍ସା ତଥା ଥାଇଥାନ ସମ୍ପର୍କିତ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ. ପ୍ରତିଦିନ ରାଜ୍ୟ ର ବିଭିନ୍ନ ଅଂଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି.ରୋଗୀମାନେ ଯେପରି ସୁବିଧାରେ ଏହି ପ୍ରତିଷ୍ଠାନ ର ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇପାରିବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ କ୍ରମେ ଆଜି ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ ଜେନା 5T ସେକ୍ରେଟାରୀ ଶ୍ରୀ ଭି କେ ପାଣ୍ଡିଆନ ଓଲଟପୁର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ .ସେମାନଙ୍କ ସହିତ ପୂର୍ତ୍ତ ବିଭାଗ ସଚିବ ଶ୍ରୀ ବୀର ବିକ୍ରମ ଯାଦବ , କଟକ ଜିଲ୍ଲାପାଳ ଶ୍ରୀ ଭବାନୀ ଚଇନି ଓ ପୂର୍ତ୍ତ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ .ସ୍ଥାନୀୟ ଲୋକ ଓ ରୋଗୀ ମାନଙ୍କ ସହ ଆଲୋଚନା ପରେ ନିମ୍ନୋକ୍ତ ନିଷ୍ପତ୍ତି ନିଆଯାଇଛି .ରୋଗୀ ମାନେ ଯେପରି ସୁବିଧାରେ NIRTAR ରେ ପହଂଚିପାରିବେ ସେଥିପାଇଁ ନିଆଳି ଅଡଶପୁର ରାସ୍ତାର ବୋଇରାଇ ଛକ ଠାରୁ ଓଲଟପୁର NIRTAR ପର୍ଯ୍ୟନ୍ତ ରାସ୍ତାକୁ ଦୁଇ ଥକିଆ କରାଯିବ .NIRTAR ହସ୍ପିଟାଲ ପାର୍ଶ୍ଵ ବର୍ତୀ ଜମି ଅଧିଗ୍ରହଣ କରି ସେ ଅଂଚଳର ବିକାଶ କରାଯିବ .ହଷ୍ଟେଲ ର ମଧ୍ୟ ଉନ୍ନତି କରାଯିବ.ଏହି ଗସ୍ତ ଅବସରରେ ଉନ୍ନୟନ କମିଶନର ଓ 5T ସଚିବ ହସ୍ପିଟାଲ ର ବିଭିନ୍ନ ward ବୁଲି ଦେଖିବା ସହ ରୋଗୀ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ . +ଅବହେଳା ଅବସ୍ଥା ରେ ବୁଲୁଥିବା ଶିଶୁ ଉଦ୍ଧାର +ବୌଦ୍ଧ,, ବୌଦ୍ଧ ବ୍ଲକ ର ରୁଗୁଡ଼ିଗୁଡା ଗ୍ରାମ, ଖଲିଆପାଲି ପଂଚାୟତ ରୁ ୯ ମାସ ଧରି ଅବହେଳା ଅବସ୍ଥା ରେ ବୁଲୁଥିବା ଶିଶୁ ମାନଙ୍କୁ ମା ସମେତ ଚାଇଲଡଲାଇନ ସେହି ଗ୍ରାମ ର ଲୋକମାନଙ୍କ ଜରିଆରେ ଉଦ୍ଧାର କରାଯାଇଛି. ଉଦ୍ଧାର ପରେ ଜଣା ପଡିଛି ଶିଶୁ ମାନଙ୍କ ର ପିତା ଙ୍କର ନିଖୋଜ ପରେ ଏହି ଶିଶୁ ମାନେ ଅବହେଳI ଅବସ୍ଥା ରେ ବୁଲୁଥିବା ବେଳେ ଗ୍ରାମ ରୁ ସହୃଦୟ ବ୍ୟକ୍ତି କେହିଜଣେ ଚାଇଲଡଲାଇନ କୁ ଖବର ଦେଇଥିଲେ ସଙ୍ଗେ ସଙ୍ଗେ ଚାଇଲଡଲାଇନ ଖବର ପାଇ ଶିଶୁ ମାନଙ୍କ ସହ ମା ଙ୍କୁ ଉଦ୍ଧାର କରି କିଛି ଦିନ ପାଇଁ ଆଶ୍ରୟ ସ୍ଥଳୀ ରେ ରଖେଇଛନ୍ତି. ଯଥା ଶୀଘ୍ର ପରେ ଶିଶୁ ମଙ୍ଗଳ ସମିତିରେ ସେମାନଙ୍କୁ ହାଜର କରାଇ ପରବର୍ତୀ ଥଇଥାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ଚାଇଲଡ ଲାଇନ ବୌଦ୍ଧ ରୁ ଜଣା ପଡିଛି । +ଗୁଳି ଫୁଟାଇଲେ ସୁନାଚେନ୍ ଲୁଟିନେଲେ +ଖୁଣ୍ଟା – ସ୍ପଷ୍ଟ ଦିବାଲୋକରେ ରାଜ୍ୟ ରାଜପଥରେ ବନ୍ଧୁକ ଖୋଲି ଗୁଳି ଫୁଟାଇଲେ ଏବଂ ମହିଳାଙ୍କ ବେକରୁ ସୁନାଚେନ୍ ସହିତ ମୋବାଇଲ୍‌, ଟଙ୍କା ଲୁଟିନେଲେ ଦୁବୁର୍ତ । +ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଅଂଚଳରେ । +ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ମହୁଲଡିହା ଗ୍ରାମର ପୁଷ୍ପିତା ପଣ୍ଡା ଏବଂ ତାଙ୍କ ଝିଅ ପ୍ରାଚୀପ୍ରଭା ପଣ୍ଡା ଝୀଙ୍କପଦା ଅଂଚଳରୁ କାମ ସାରି ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ବାଲେଶ୍ୱର ଗୋଲେଇ ଠାରୁ ମାତ୍ର କେଇ ମିଟର ଦୂରରେ ହଠାତ୍ ଦୁଇ ଜଣ ଦୁବୁର୍ତ ବାଇକରେ ଆସି ଗାଡି ପଛରେ ବସିଥିବା ପୁଷ୍ପିତା ପଣ୍ଡାଙ୍କ ବେକରୁ ସୁନାଚେନ୍ ଲୁଟିବାକୁ ଉଦ୍ୟମ କରିଥିଲେ । +ଏଥିରେ ଭାରସାମ୍ୟ ହରାଇ ପ୍ରାଚୀପ୍ରଭା ଏବଂ ପୁଷ୍ପିତା ଗାଡିରୁ ଖସି ତଳେ ପଡିଯାଇଥିଲେ । +ଜନଗହଳିପୂର୍ଣ୍ଣ ରାସ୍ତାରେ ହଠାତ୍ ଦୁଇ ଜଣ ତଳେ ପଡିବା ପରେ ବାଇକରେ ଥିବା ଦୁଇ ଦୁବୁର୍ତ ବନ୍ଧୁକ ଖୋଲି ଦୁଇ ତିନି ରାଉଣ୍ଡ ଗୁଳି ଚଳାଇବା ସହିତ ମହିଳାଙ୍କ ବେକରୁ ସୁନାଚେନ୍ ଏବଂ ଉଭୟଙ୍କ ପାଖରେ ଥିବା ଦୁଇ ଗୋଟି ମୋବାଇଲ, ଟଙ୍କା ଲୁଟି ନେଇ ସେଠାରୁ ଚାଲିଯାଇଥିଲେ । +ଏହି ଆକ୍ରମଣରେ ସ୍କୁଟି ଚଳାଉଥିବା ପୁଷ୍ପିତାଙ୍କ ଝିଅ ପ୍ରାଚୀପ୍ରଭା ଗୁରୁତର ଭାବେ ଆହତ ହୋଇଛନ୍ତି । +ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ତାଙ୍କ ଗୋଡ ଭାଙ୍ଗିବା ସହିତ ମୁଣ୍ଡରେ ଗଭୀର କ୍ଷତ ଲାଗିଛି । +ଖବର ପାଇ କପ୍ତିପଦା ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । +ସ୍ପଷ୍ଟ ଦିବାଲୋକରେ ଏଭଳି ଲୁଟ୍ କରି ଲୁଟେରାମାନେ କପ୍ତିପଦା ପୋଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । +ଲୋକାର୍ପିତ ହେଲା ଚମ୍ପତିପୁର ସରକାରି ହୋମିଓପାଥି ଚିକିତ୍ସାଳୟ ର ନୁତନ ଗୃହ +|ବାଲିଚନ୍ଦ୍ରପୁର|୦୯/୦୪| ମାହାଙ୍ଗା ବ୍ଲକ ଅନ୍ତର୍ଗତ ପାଇକରାୟ ପୁର ପଞ୍ଚାୟତ ର ଚମ୍ପତିପୁର ଠାରେ +ଦୀର୍ଘ ଦିନ ଧରି ଖୋଲା ଯାଇଥିବା ହୋମିଓପାଥି ଚିକିତ୍ସାଳୟ ର ନବ ନିର୍ମିତ କୋଠାଘର ର ଲୋକାର୍ପଣ ସମାରୋହ ରେ ସମାହିତ ହୋଇ ଯାଇଛି । + ଓଡିଶାର ମାନ୍ୟବର ପଞ୍ଚାୟତିରାଜ, ଆଇନ, ନଗରଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଙ୍କ କରକମଳରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ରେ ଅନ୍ଯ ମାନଙ୍କ ମଧ୍ୟରେ ମାହାଙ୍ଗା ବ୍ଲକ ର ଅଧ୍ୟକ୍ଷା ଶ୍ରୀମତୀ ଦିପା ମଲ୍ଲିକ, ପୂର୍ବତନ ଅଧ୍ୟକ୍ଷ ତଥା ମାହାଙ୍ଗା ବିଜୁ ଜନତା ଦଳର ସଭାପତି, ରାଜକିଶୋର ଜେନା, ଜିଲ୍ଲା ପରିଷଦ ସଭ୍ଯ ଜଗବନ୍ଧୁ ସେଠି ପ୍ରମୁଖ ଉପସ୍ଥିତ ରହି ଥୀଲେ +ଉକୁଣୀ ହଟାଇବାର ଘରୋଇ ଉପାୟ : +ନିମ : ନିମ ତେଲ ବହୁତ ପ୍ରଭାବଶାଳୀ ହୋଇଥାଏ । +ଏହା ବହୁତ କଟୁ ହୋଇଥିବାରୁ ଉକୁଣୀ ଅଧିକ ସମୟ ବଞ୍ଚିପାରନ୍ତି ନାହିଁ । +ତେଣୁ ରାତିରେ ନିମ ତେଲ ଲଗାଇ ଶୋଇବା ଉଚିତ । +ସକାଳୁ ଏହାକୁ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ । +ଜିଲ୍ଲା ସ୍ତରୀୟ ସଚେତନତା ଶୋଭାଯାତ୍ର । +ଅନୁଷ୍ଠିତ । +ମାଲକାନଗିରି, ତା ୨୬.୦୬.୨୦୨୨ । +ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ନିଷିଦ୍ଧ ନିଶ୍ଚେତକ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଚୋରା ଚାଲାଣ ବିରୁଦ୍ଧ ଦିବସ ଅବସରରେ ଏକ ସଚେତନତା ଶୋଭାଯାତ୍ର ଅନୁଷ୍ଠିତ ହୋଇଯାଇଛି । +ସକାଳ ୭.୩୦ ମିନିଟ ସମୟରେ ଏକ ଶୋଭାଯାତ୍ରା ସ୍ଥାନୀୟ ବସ ଷ୍ଟାଣ୍ଡ ରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ନଗରଭବନରେ ପହଞ୍ଚି ଥିଲା । +ଏହି ଶୋଭାଯାତ୍ର କୁ ପି.ଡି ,ଡି.ଆର.ଡି.ଏ ତଥା ଭାରପ୍ରାପ୍ତ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । +ଏହି ଶୋଭାଯାତ୍ର ରେ ସ୍ଥାନୀୟ ମହାବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ, ମା ଘର ଅନୁଷ୍ଠାନର କର୍ମକର୍ତ୍ତା,ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ ସଦସ୍ୟ,ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । +ଦିବା ୯.୩୦ ମିନିଟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । +ଏହି ସଭାରେ ପି.ଡି.,ଡି.ଆର.ଡ଼ି. ଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଅବକାରୀ ଅଧିକ୍ଷକ ଅରୁଣ ପାଢ଼ୀ, ମୁଖ୍ୟ ବକ୍ତା,ମାଲକାନଗିରି ମହାବିଦ୍ୟାଳୟର ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ତଥା ସମ୍ପାଦକ ଅଧ୍ୟାପକ ଡଃ ରଞ୍ଜନ କୁମାର ସ୍ୱାଇଁ,ମାଆ ଘର ସଭାନେତ୍ରୀ ପ୍ରଶାନ୍ତିଲତା ବିଷୋୟୀ,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ସ୍ୱାଇଁ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏପିଡେର୍ମ ଲୋଜିଷ୍ଟ ଡାଃ ଡି.ପି. ରାଜ ପ୍ରମୁଖ ସମ୍ମାନୀତି ଅତିଥି ଭାବେ ଯୋଗ ଦେଇଥିଲେ । +ଏହି ଦିବସ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ସାତ ଜଣ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କର । +ଯାଇଥିଲା । +ପରିଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । +ଯୁକ୍ତ 3 ଛାତ୍ରୀ ର ଝୁଲନ୍ତା ଶବ ଜଙ୍ଗଲ ଭିତର ରୁ ଉଧାର । + ଆତ୍ମହତ୍ୟା ନା ହତ୍ଯା କାରଣ ଅସ୍ପଷ୍ଟ +କାଲିମେଳା ତା ୫/୫ମା କୁ କଲେଜ ଯାଉଛି କହି ଘରୁ ସକାଳ ସାତଟା ସମୟରେ ବାହାରିଥିବା କନ୍ୟାର ଶବ ଜଙ୍ଗଲ ଏକ ଗଛରେ ଝୁଲୁ ଥିବା ଦୂର୍ଷ୍ୟ ଅଂଚଳରେ ଚକିତ ସୃଷ୍ଟି କରିଛି, ଏହିପରି ଦୂର୍ଷ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମଭି 79 ଥାନା ଅନ୍ତର୍ଗତ ଏମଭି 72 କମାର ଗୁଡା ଗ୍ରାମ ନିକଟ BSF କ୍ୟାମ୍ପ ପଛପଟ କେନାଲ ଜଙ୍ଗଲ ର ଏକ ଗଛରେ ଛାତ୍ରୀ ଜଣଙ୍କ ଝୁଲୁଥିବା ଦେଖିବାକୁ ମିଳିଛି, ଛାତ୍ରୀ ଜଣଙ୍କ ହେଉଛନ୍ତି ଏମଭି 79 ଥାନା ଅନ୍ତର୍ଗତ ଏମପିଭି 36 ଗ୍ରାମର ମୃତ ନିଖିଲ ସର୍ଦାର ଙ୍କ ଏକ ମାତ୍ର କନ୍ୟା ଶଙ୍କରି ସର୍ଦାର, ଶଙ୍କରି କାଲିମେଳା ଆଞ୍ଚଳିକ ମହା ବିଦ୍ୟାଳୟ ର ଯୁକ୍ତ 3ପ୍ରଥମ ବର୍ଷ ର ଛାତ୍ରୀ ବୋଲି ଜଣା ଯାଇଛି, ସେ ଆଜି ସକାଳେ ମା ବିଶାଖା ଙ୍କୁ କଲେଜ ଯାଉଛି କହି ଘରୁ ବାହାରିଥିଲା କିନ୍ତୁ କମାର ଗୁଡା ଗ୍ରାମ BSF କ୍ୟାମ୍ପ ପଛପଟ କେନାଲ ଜଙ୍ଗଲ ରେ ଆତ୍ମ ହତ୍ୟା କରିଥିବା କିଛି ଲୋକ ପୂର୍ବାର୍ଣ୍ଣ ପାଖାପାଖୀ ୧୧ ଟା ସମୟରେ ଦେଖିବାକୁ ପାଇଥିଲେ,ଏ ନେଇ ପରିବାର ବର୍ଗ ଖବର ପାଇ ଘଟଣା ସ୍ଥଳେ ପହଁଚିବା ସହ ଏମ:ଭି :୭୯ ଥାନା ପୋଲିସ ମଧ୍ୟ୍ୟ ପହଂଚି ଥିଲେ । +ପୋଲିସ ଏ ନେଇ କେସ ନମ୍ବର ୮/୨୨ ରେ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । +ଏହାର ତଦନ୍ତ ଦାଇତ୍ୱ ଏ ଏସ ଆଇ ଶ୍ରୀ ରାଜେନ୍ଦ୍ର ପାଙ୍ଗି ବହନ କରୁଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମୁକୁନ୍ଦ ମେଲକା ପ୍ରକାଶ କରିଛନ୍ତି । +ଛାତ୍ରୀ ଜଣକ ସେଠାକୁ କେମିତି ଓ କାହିଁକି ଗଲେ ଆତ୍ମ ହତ୍ୟା ନା ହତ୍ୟା । +ଏହାକୁ ନେଇ ଅଂଚଳରେ ଚର୍ଚ୍ଚା ସୃଷ୍ଟି କରିଛି । +ଶବ ବେବ ଛେଦ ନିମନ୍ତେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି । +ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ବର୍ଗ ଙ୍କୁ ମର ଶରୀର ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂତ୍ର ରୁ ଜଣାପଡିଛି । +ମୁହଁ ଲୁଚାଇ ବୁମ ଠେଲି ଚାଲି ଗଲେ +ଜୟପୁର କୋର୍ଟ ରେ ହାଜର ହେଲେ ଡାବୁଗାଁ ବିଜେଡ଼ି ବିଧାୟକ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ବିଧାୟକ ହେବା ପୂର୍ବରୁ ନନ୍ଦାହାଣ୍ଡି ପଞ୍ଚାୟତ ସମିତି ରେ କିରାଣୀ ରୂପେ କାର୍ଯ୍ୟରତ ଥିଲେ । +2004 ରୁ 2009 ମଧ୍ୟରେ ଗୋଦାମ ଦାୟିତ୍ବ ରେ ଥିବା ଶ୍ରୀ ରନ୍ଧାରୀ ଫୁଟ୍ ଫର ୱର୍କ ଆବାସ ଯୋଜନା ରେ ଲୁହା ଛଡ଼, ସିମେଣ୍ଟ ଓ ଚାଉଳ ର ହେରଫେର ନେଇ ଯେଉଁ ଦୁର୍ନୀତି କରିଥିଲେ ତାର ଅନୁସନ୍ଧାନ ପାଇଁ ତତ୍ କାଳୀନ ବିଧାୟକ ସ୍ବର୍ଗତ ହବିବୁଲ୍ଲା ଖାନ ଏକ ପିଟିସନ ଦାୟର କରିଥିଲେ ଏବଂ ଏହି ତଥ୍ୟ କୁ ଆଧାର କରି ତତ୍ କାଳୀନ ଜିଲ୍ଲାପାଳ 2008 ରେ ଏକ ସ୍ଥାନୀୟ ଅଡିଟ କରାଇବା ସହ ପଞ୍ଚାୟତ ରାଜ ବିଭାଗ କୁ ଅଡିଟ ନିମନ୍ତେ ନିର୍ଦେଶ ଦେଇଥିଲେ । +ସରକାର ଙ୍କ ଦ୍ଵାରା ଅଡିଟ କରି ପ୍ରଥମ ଦଫା ରେ 58,475 ଟଙ୍କା ଓ ଦ୍ଵିତୀୟ କିସ୍ତି ରେ ଗୃହ ନିର୍ମାଣ ବାବଦ ରେ 4,81,577 ଟଙ୍କା ଅନାବଶ୍ୟକ ଖର୍ଚ୍ଚ ଦର୍ଶା ଯାଇଛି । +ଏଥିରେ କାହାକୁ କେତେ ଲୁହା ଛଡ଼, ସିମେଣ୍ଟ ଦିଆ ଯାଇଛି ତାର ବିସ୍ତୃତ ରିପୋର୍ଟ କଂଗ୍ରେସ ପାଖରେ ଅଛି । +9/11/2009 ରେ confidentia । +section । +etter ନୋ 93/2009 ରେ ସରକାର ଙ୍କ ଅଡିଟ 13/1951 ଆଧାର ରେ ତାଙ୍କୁ ଦୋଷୀ ବୋଲି ଦାୟୀ କରାଯାଇଥିଲା ଏବଂ ଆଜି ଏହି ଘଟଣା କୁ ନେଇ ସେ କୋର୍ଟରେ ହାଜର ମଧ୍ୟ ହୋଇଥିଲେ କିନ୍ତୁ ଗଣମାଧ୍ୟମ କୁ ମୁହଁ ଲୁଚାଇ କୌଣସି ପ୍ରତିକ୍ରିୟା ନ ରଖି ବୁମ ଠେଲିବା ସହ ଗୋଟିଏ ଗାଡ଼ିରେ ଆସି ଗୋଟିଏ ଗାଡ଼ିରେ ଚାଲି ଗଲେ । +ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶା ନୟାଗଡ଼ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର । +ସ୍ଥାନୀୟ ହାଉସିଂ ବୋର୍ଡ ନିକଟରେ ଗଢି ଉଠିଥିବା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡିଶା ର ନୟାଗଡ଼ ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇ ଯାଇଛି । +ସଂସ୍ଥାନର ନୟାଗଡ଼ ଜିଲ୍ଲା ପ୍ରମୁଖ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ ନୟାଗଡ଼ ବ୍ଳକ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ । +କରୋନାର ଦୁଇ ବର୍ଷ ତାଡନା ପରେ ବିଦ୍ଯାଳୟ ଖୋଲିଲା । +ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟକୁ ଆସି ପ୍ରତ୍ଯେକ୍ଷ ଭାବେ ଶ୍ରେଣୀ ଶିକ୍ଷାଦାନ ପାଇଲେ । +ଆୟୋଜିତ ଏହି ପ୍ରଶିକ୍ଷଣ ଶିବିର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କୁ କିଛି ନୂଆ ଦିଶା ଦେଖାଇବ ବୋଲି କହିବା ସହିତ ଗୁରୁଜୀ ଗୁରୁମା ମାନେ ଯୁଗ ନିର୍ମାତା ହେଲାବେଳେ ଛାତ୍ରଛାତ୍ରୀ ମାନେ ରାଷ୍ଟ୍ର ଭାଗ୍ଯ ବିଧାତା ବୋଲି ବକ୍ତବ୍ଯ ରଖିଥିଲେ । +ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ,ଓଡିଶାର ମହାସଚିବ ଡାକ୍ତର କରୁଣାକର ପ୍ରଧାନ, ପ୍ରାଦେଶିକ କାର୍ଯ୍ଯକର୍ତ୍ତୀ ଆଲୋକପ୍ରଭା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲାବେଳେ ତିରୁପତି ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରଫେସର ସତ୍ଯ ନାରାୟଣ ଆଚାର୍ଯ୍ୟ,ପ୍ରାଦେଶିକ ପରୀକ୍ଷା ପ୍ରମୁଖ ତଥା ନୟାଗଡ଼ ଜିଲ୍ଲା ପ୍ରଭାରୀ ଲକ୍ଷ୍ମୀଧର ଆଚାର୍ଯ୍ୟ, ପ୍ରାଦେଶିକ ବନ୍ଦନା ପ୍ରମୁଖ ଦିଲ୍ଲୀପ କୁମାର ମଲ୍ଲିକ, ପ୍ରଦୀପ କୁମାର ସାହୁ, ସୁନିତା ସାହୁ,ଅନ୍ନପୂର୍ଣ୍ନା ସାହୁ ଓ ରୋଜିତା ପଟ୍ଟନାୟକ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲାବେଳେ ଜିଲ୍ଲା ସ୍ତରୀୟ କାର୍ଯ୍ଯକର୍ତ୍ତା ବିଷ୍ଣୁ ପ୍ରସାଦ ତ୍ରିପାଠୀ, ଅବିନାଶ ସାହୁ,ରାଜେନ୍ଦ୍ର କୁମାର ସାହୁ,ଲିପିକା ନାୟକ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ । +ଉଦଘାଟନ ସଭାରେ ନୟାଗଡ଼ ଜିଲ୍ଲା ସଂଯୋଜକ ମନୋରଂଜନ ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ । +ସମ୍ବଲପୁର ଆଇଆଇଏମ ଓଡ଼ିଶାକୁ ମ୍ୟାନେଜମେଣ୍ଟ ଦୁନିଆରେ ନୂଆ ପରିଚୟ ଦେବ : ଧର୍ମେନ୍ଦ୍ର ପ୍ରଧାନ +ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ବିଜେପି ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । +ପ୍ରଥମେ ମନ୍ତ୍ରୀ ଶ୍ରୀ ପ୍ରଧାନ ବସନ୍ତପୁର ସ୍ଥିତ ଆଇଆଇଏମର ନିର୍ମାଣାଧୀନ ନୂତନ ସ୍ଥାୟୀ କ୍ୟାମ୍ପସ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା କରିଥିଲେ । +ବିକାଶର ତୀର୍ଥ ଭଳି ନିର୍ମାଣ ହେଉଥିବା ଏହି ନୂତନ କ୍ୟାମ୍ପସ ରାଜ୍ୟ ଓ ଦେଶର ଛାତ୍ରଛାତ୍ରୀ ମାନଙ୍କ ଆକାଂକ୍ଷାକୁ ପୂରଣ କରିବ । +ଯୁବଶକ୍ତିର ସାମର୍ଥ୍ୟକୁ ଅଧିକ ମଜବୁତ୍ କରିବା ସହ ଓଡ଼ିଶାକୁ ମ୍ୟାନେଜମେଣ୍ଟ ଦୁନିଆରେ ନୂଆ ପରିଚୟ ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । +ଓଡ଼ିଶା ଏବଂ ସମ୍ବଲପୁରର ମହାନ ସଂସ୍କୃତି ଓ ଐତିହ୍ୟ ଅନୁସାରେ କ୍ୟାମ୍ପସକୁ ବିକଶିତ କରିବା ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ସମ୍ବଲପୁର ଜିଲ୍ଲାର କୃଷି ଏବଂ ଶିଳ୍ପ ଅର୍ଥନୀତିର ସମ୍ଭାବନାକୁ ବୁଝିବା ପାଇଁ ଜିଲ୍ଲା ପ୍ରଶାସନ ଓ ପ୍ରାଧ୍ୟାପକଙ୍କୁ ପରାମର୍ଶ ପରାମର୍ଶ ଦେଇଛନ୍ତି । +ତାଲିମପ୍ରାପ୍ତ ସେବିକା ମାନବସମ୍ବଳ ସୃଷ୍ଟି ସମୟର ବଡ଼ ଆହ୍ୱାନ +ଭୁବନେଶ୍ୱର: କୋଭିଡ ମହାମାରୀ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ଦୁର୍ବଳ ନିବେଶ ଏବଂ ଅବହେଳାକୁ ସାମ୍ନାକୁ ଆଣିଛି । +ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକା(ନର୍ସ) ମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି । +ତେଣୁ ଏହି କ୍ଷେତ୍ରରେ ଉତ୍ତମ ନିବେଶ କରିବା ସହିତ ସମଗ୍ର ବିଶ୍ୱରେ ତାଲିମପ୍ରାପ୍ତ ନର୍ସିଂ ମାନବସମ୍ବଳ ସୃଷ୍ଟି କରିବା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ବାନ ବୋଲି ଏମ୍ସ ଭୁବନେଶ୍ୱରରେ ଆୟୋଜିତ ଅନ୍ତର୍ଜାତୀୟ ସେବିକା ଦିବସ ପାଳନ ଅବସରରେ ବକ୍ତାମାନେ କହିଛନ୍ତି । +ଏମ୍ସ ଭୁବନେଶ୍ୱର କଲେଜ ଅଫ୍ ନର୍ସିଂ ଏବଂ ଷ୍ଟୁଡେଣ୍ଟସ୍ ନର୍ସ ଆସୋସିଏସନ ପକ୍ଷରୁ କଲେଜର ମିନି ଅଡିଟୋରିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏମ୍ସ ଭୁବନେଶ୍ୱର ଅଧୀକ୍ଷକ ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାବେଶକୁ ସମ୍ବୋଧିତ କରିଥିଲେ । +ବର୍ତ୍ତମାନ ଏବଂ ଭବିଷ୍ୟତରେ ଯେକୌଣସି ମହାମାରୀର ମୁକାବିଲା ପାଇଁ ନର୍ସିଂ ଶିକ୍ଷା, ଦକ୍ଷତା ତାଲିମ ଏବଂ ନେତୃତ୍ୱ ପ୍ରଶିକ୍ଷଣରେ ବିନିଯୋଗ କରିବାକୁ ଅଧିକ ଧ୍ୟାନ ଦେବାକୁ ଡ ମହାନ୍ତି ମତପୋଷଣ କରିଥିଲେ । +ବିକାଶର ବାଧକ, ନୀରିହ ଲୋକଙ୍କୁ ହତ୍ୟା କରୁଛି ନକ୍ସଲ: ବିଛିନ୍ନାଞ୍ଚଳ ଉନ୍ନୟନ ସଂଘ +ସ୍ବାଭିମାନ ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର । +ବିଛିନ୍ନାଞ୍ଚଳ ଉନ୍ନୟନ ସଂଘ ପକ୍ଷରୁ ଲାଗିଛି ଏହି ପୋଷ୍ଟର । +ସ୍ବାଭିମାନ ଅଞ୍ଚଳର ରାଲଗେଡା, ଯନ୍ତ୍ରୀ, ସାର୍କୁବନ୍ଧ, ମାଡକାପଦର, ବଡଡୁରାଲ ଅଞ୍ଚଳରେ ଏହି ପୋଷ୍ଟର ଦେଖିବାକୁ ମିଳିଛି । +ମାଓବାଦୀମାନେ କିଭଳି ସାଧାରଣ ଲୋକଙ୍କୁ ପୁଲିସ ଇନଫର୍ମର କହି ହତ୍ୟା କରୁଥିବା ଏବଂ ଉନ୍ନୟନ ମୂଳକ କାର୍ଯ୍ୟକୁ ବିରୋଧ କରିବା ସହ ଠିକାଦାରମାନଙ୍କୁ ମାରିଦେବାକୁ ଧମକ ଦେଇ ଚାନ୍ଦା ଆଦାୟ କରୁଥିବାକୁ ବିରୋଧ କରିଛି ଏହି ସଂସ୍ଥା । +ନୀରିହ ଆଦିବାସୀମାନେ ମାଓବାଦୀଙ୍କର ଆକ୍ରୋସର ଶିକାର ହେଉଛନ୍ତି, ଯାହାକୁ କଡା ବିରୋଧ କରାଯାଇଛି । +ଏମ ଭି ଆଇ ଚେକିଂ ଯୋର ଦାର ମଦ ପିଇ ବାଇକ ଚଳାଉଥିବା ୭ ଗିରଫ, ଗାଡି ଜବତ +ଫୁଲବାଣୀ -17/6 ମଦ ପିଇ ଯୁବକ ମାନେ ଦ୍ରୁତ ଗତିରେ ଗାଡି ଚଳାଇବା ଫଳ ରେ ଦିନକୁ ଦିନ ଦୁର୍ଘ ଟଣା ବୃଦ୍ଧି ପାଉଥିବା ରୁ ପରିବହନ ଓ ପୋଲିସ ବିଭାଗ ଏଵେ ସକ୍ରିୟ ହୋଇପଡିଛି । +ଆଉ ବିଭିନ୍ନ ଛକ ସ୍ଥାନ ରେ ଏଵେ ଚେକିଂ ଆରମ୍ଭ କରିଛି । +ଗତକାଲି ଗୁରୁବାର ରାତିରେ ମଦ ପିଇ ଗାଡି ଚଳାଉଥିବା ଅଭି ଯୋଗ ପାଇ ଏଫ ସି ଆଇ ଛକ ଠାରେ ପରିବହନ ବିଭାଗ ପକ୍ଷରୁ ଗାଡି ଚେକିଂ କରାଯାଉଥିବା ବେଳେ ମଦ ପିଇ ଡ୍ରାଇଭିଂ କରୁଥିବ । +ସନ୍ଦେହ କରି ଟେଷ୍ଟ କରିବାପରେ ସେମାନେ ମଦ ପିଇ ଥିବା ଜଣା ପଡିବା ପରେ ପୋଲିସ ୭ ଜଣ ଙ୍କୁ ଗିରଫ କରିଥିବା ଜଣାପଡିଛି । +ଏଥି ସହ ସେମାନଙ୍କ ଗାଡି ମଧ୍ୟ ଜବତ ରଖିଛି ବିଭାଗ । +ଚଢ଼ାଉ ବେଳେ ଆର ଟି ଓ ଗତିକୃଷ୍ଣ ସାମନ୍ତରାୟ ଙ୍କ ସମେତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ । +ଗତ ଏକ ମାସ ମଧ୍ୟରେ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ଶହେ ରୁ ଉର୍ଦ୍ଧ ମଦ୍ୟପ ଗାଡିଚାଳକ ଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କା ଜୋରିମାନା ଆଦାୟ କରାଯାଇଛି । + । +ଜିଲ୍ଲା ପରି ବହନ ଅଧିକାରୀ ଗତି କୃଷ୍ଣ ସାମନ୍ତରାୟ ଙ୍କ କାର୍ଯ୍ୟ ଦକ୍ଷତା, ନିଷ୍ଠାପର ଉଦ୍ୟମ, ଅନ୍ତରିକତା,ତଥା ସର୍ବପରି ଅକ୍ଲାନ୍ତ ପରିଶ୍ରମ ଜୋଗୁଁ ଜିଲାରେ ଏବେ ପୂର୍ବାପେକ୍ଷା କମ ରାସ୍ତା ଦୂର୍ଘଟଣା ଘଟୁ ଥୁବା ଖବର ସାମନା କୁ ଅସିଛି । +୧୨ ଦିନ ପରେ ଅଙ୍କ ଛିଣ୍ଡିଲା: ୧୭ ମନ୍ତ୍ରୀଙ୍କୁ ଦେଲେ ପିଏସ୍ , ୪ ନୂଆ ମନ୍ତ୍ରୀ ଏବେବି… +ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପଂଚମ ପାଳି ସରକାରର ପ୍ରଥମ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ୧୨ଦିନ ବିତିବା ପରେ ଆଜି ମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ସଚିବ(ବରିଷ୍ଠ ଓଏଏସ୍ ଅଫିସର) ଆବଣ୍ଟିତ ହୋଇଛି । +୧୩ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୪ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ବ୍ୟକ୍ତିଗତ ସଚିବ ଆବଣ୍ଟିତ ହୋଇଥିବାବେଳେ ଅନ୍ୟ ୪ଜଣ ମନ୍ତ୍ରୀ ଏବେବି ବ୍ୟକ୍ତିଗତ ସଚିବ ଅପେକ୍ଷାରେ ରହିଛନ୍ତି । +ଗ୍ରାମ୍ୟ ଉନ୍ନୟନ, ଉଚ୍ଚଶିକ୍ଷା, ଶ୍ରମ ଓ ନିଯୁକ୍ତି, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗରେ ନୂଆ ମନ୍ତ୍ରୀ ଥିବାବେଳେ ସେମାନଙ୍କ ପାଖରେ କେଉଁ ଅଫିସରଙ୍କୁ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ କରାଯିବ ତା’ର ଅଙ୍କ ତୁଟୁପାରନିି । +ଖାଲି ସେତିକି ନୁହେଁ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ପାଖରେ ମଧ୍ୟ କେହି ବ୍ୟକ୍ତିଗତ ସଚିବ ନଥିବା ଜଣାପଡ଼ିଛି । +ସାଂସଦ ଓ ବିଧାୟକଙ୍କ ଖଣ୍ଡାଯୁଦ୍ଧ +ରାମନବମୀ ଅବସରରେ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ନେତୃତ୍ବରେ ଏବଂ ଧର୍ମଜାଗରଣ ସମନ୍ବୟ ସମିତିର ରାଜେନ୍ଦ୍ର ବିନ୍ଧାଣୀଙ୍କ ସଂଯୋଜନାରେ ବେତନଟୀରେ ଏକ ମୋଟର ସାଇକେଲ୍ ରାଲି ଅନୁଷ୍ଠିତ ହୋଇଯାଇଛି । +ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲେଶ୍ବର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ବିଧାୟକ ସନାତନ ବିଜୁଳିଙ୍କ ସହ ମିଶି ଲୁପ୍ତ ହୋଇଯାଉଥିବା ତରବାରୀ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ । +‌ବେତନଟୀ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ଏହି ରାଲି ହୋଇଥିଲା । +ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ବୀର ବିକ୍ରମ ଯାଦବ +ବରିଷ୍ଠ ଆଇଏଏସ ଅଧିକାରୀ ବୀର ବିକ୍ରମ ଯାଦବ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । +ସେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀମନ୍ଦିର ଯାଇ ପ୍ରଥମେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । +୧୯୯୬ ବ୍ୟାଚ୍‍ ଅଧିକାରୀ ବୀର ବିକ୍ରମ ଯାଦବଙ୍କୁ କିଛି ଦିନ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । +ପୌର ଉପାଧ୍ୟକ୍ଷ ନିର୍ବାଚନ +ପୌର ଉପାଧ୍ୟକ୍ଷ ନିର୍ବାଚନ ଅଧିକାଂଶ ସ୍ଥାନରେ ବାଜି ମାରିଛି ବିଜେଡି । +ସ୍ୱାଧୀନ ପ୍ରାର୍ଥୀ କାଁ ଭାଁ କବ୍‌ଜା କରିଥିବା ବେଳେ ବିଜେପି ସ୍ଥିତି ମଧ୍ୟ ଦୟନୀୟ । +ଆଉ କଂଗ୍ରେସ କଥା ନକହିବା ଭଲ । +ତେବେ ଆସନ୍ତୁ ଜାଣିବା କିଏ କେଉଁଠି କଲା କବ୍‌ଜା । +ଆନ୍ଧ୍ର ଅଣ୍ଡା ଟ୍ରକକୁ ବିରୋଧ : ନୀତି :କ୍ଷତି ସହୁଛନ୍ତି ଓଡ଼ିଶା ଚାଷୀ +ଆନ୍ଧ୍ରର ଅଣ୍ଡା ଟ୍ରକକୁ ଅଟକାଇଲେ ଓଡିଶା ଚାଷୀ । +ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ଆନ୍ଧ୍ରରୁ ଆସୁଥିବା ଅଣ୍ଡା ଟ୍ରକ୍କୁ ଅଟକାଇ ପ୍ରତିବାଦ କରିଛି ରାଜ୍ୟ ଅଣ୍ଡାଦିଆ କୁକୁଡା ଚାଷୀ ସଂଘ । +ସେମାନଙ୍କ ଅଭିଯୋଗ ହେଲା ଆନ୍ଧ୍ର କୁକୁଡା ଚାଷୀଙ୍କ ଦ୍ୱାରା ପ୍ରଭାବିତ ହେଉଛି ଏନ୍ଇସିସି । +ତ୍ରୁଟିପୂର୍ଣ୍ଣ ଦର ନିର୍ଦ୍ଧାରଣ ଫଳରେ ବିଶେଷ କ୍ଷତି ସହୁଛନ୍ତି ଓଡିଶାର ଚାଷୀ । +ନେସନାଲ ଏଗ କୋଡିନେସନ୍ କମିଟି ବା ଏନ୍ଇସିସି ଦେଶର ବିଭିନ୍ନ ସ୍ଥାନ ପାଇଁ ଭିନ୍ନ ଭିନ୍ନ ଦର ଧାର୍ଯ୍ୟ କରିଛି । +ବରଗଡ଼ ପୋଲିସ ସେବା ପାଇଁ ନୂଆ ୧୧୨ ପିସିଆର ― +ବରଗଡ଼ – ରାଜ୍ୟ ସରକାରଙ୍କ ଓଡ଼ିଶା ପୋଲିସ ତରଫରୁ ବରଗଡ଼ ଜିଲ୍ଲା ପୋଲିସ କୁ ତିନୋଟି ୧୧୨ ପିସିଆର ଗାଡ଼ି ଜରୁରୀ ହେବାପାଇଁ ଯୋଗାଇ ଦିଆଯାଇଛି । +ଆଜି ଜିଲ୍ଲା ମୁଖ୍ଯାଳୟ ଠାରେ ବରଗଡ଼ ଏସପି ରାହୁଲ ଜୌନ ୧୧୨ କୁ ଶୁଭ ଉଦ୍ଘାଟନ କରି ଜନସାଧାରଣ ଙ୍କ ସେବା ନିମନ୍ତେ ଆରମ୍ଭ କରିଛନ୍ତି । +ଜନସାଧାରଣ ୧୧୨ ନମ୍ବର କୁ ସିଧାସଲଖ ଡାଏଲ କରି ଏକା ସଙ୍ଗେ ପୋଲିସ ସେବା , ଦମକଲ ସେବା ପ୍ରଭୃତି ଜରୁରୀ କାଳିନ ସେବା ପାଇପାରିବେ ବୋଲି ବରଗଡ଼ ଜିଲ୍ଲା ପୋଲିସ ପଖ୍ଯରୁ ସୂଚନା ଦିଆଯାଇଛି । +ମାଲକାନଗିରିର ଯୁବ ବୈଜ୍ଞାନିକଙ୍କ ହେଲିକ୍ୟାପ୍ଟରରେ ମୃତ୍ୟୁ +ମାଲକାନଗିରି- ମାଲକାନଗିରି ସଦର ମହକୁମା ସ୍ଥିତ ଏଆରସିଏସ କାର୍ଯ୍ୟାଳୟରେ ବାପା ସୁରେଶ ପାତ୍ର ଷ୍ଟେନୋ ଭାବେ କାମ କରନ୍ତି । +ପୁଅ ସତ୍ୟମ୍ବଦ ପାତ୍ର ନିଜର ହାଇସ୍କୁଲ କରିଏର ମାଲକାନଗିରିରେ ସମାପ୍ତ କରିବା ପରେ ଉଚ୍ଚଶିକ୍ଷା ପାଇଁ ମୁମ୍ବାଇକୁ ଯାଇଥିଲେ । +ସେଠାରେ ସେ ଭୁତତ୍ୱବିତ ଶିକ୍ଷା ଗ୍ରହଣ କରିବା ପରେ ଓଏନଜିସିରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ । +ଆରବ ସାଗରରେ ରହିଥିବା ଓଏନଜିସିର ଏକ ପ୍ଲାଣ୍ଟକୁ ତଦାରଖ କରିବା ପାଇଁ ଚାର୍ଟର ହେଲିକ୍ୟାପ୍ଟରରେ ଯାଉଥିବାବେଳେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଅଥବା ଯୋଗାଯୋଗ ବିଛିନ୍ନ ହେବା ଯଗୁଁହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । +ଏହି ହେଲିକପ୍ଟରରେ 9 ଜଣ ବସିଥିଲେ । +ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5 ଜଣ ଉଦ୍ଧର ହୋଇଥିବା ଜଣାପଡିଛି । +ପରିବାର ଲୋକେ ଖବର ପାଇ ମୁମ୍ବାଇ ଗସ୍ତ କରିଛନ୍ତି । + ଖବର ପ୍ରଚାରିତ ହେବା ପରେ ଜିଲ୍ଲାରେ ଶୋକ ର ଛାୟା ଖେଳି ଯାଇଛି +ପଦ୍ମଭୂଷଣ ପୁରସ୍କାର ଗ୍ରହଣ କଲେ ବିଶିଷ୍ଟ ଲେଖିଲା ପ୍ରତିଭା ରାୟ । +ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନଜନକ ପଦ୍ମଭୂଷଣ ପୁରସ୍କାର ଗ୍ରହଣ କଲେ ବିଶିଷ୍ଟ ଲେଖିଲା ତଥା ଔପନ୍ୟାସିକା ପ୍ରତିଭା ରାୟ । +ରାଷ୍ଟ୍ରପତି ଭବନରେ ରେଡ୍ କାର୍ପେଟରେ ଯାଇ ରାଷ୍ଟ୍ରପତିଙ୍କ ହାତକୁ ପଦ୍ମ ପୁରସ୍କାର ଗ୍ରହଣ କରିଛନ୍ତି ପ୍ରତିଭା ରାୟ ଯାହା ଓଡିଶା ପାଇଁ ଗର୍ବ ଏବଂ ଗୌରବର ମୁହୂର୍ତ୍ତ । +ରାସ୍ତାରେ ଅଟକିଲା ରୁକୁଣା ରଥ, କାହିଁକି ହେଲା ବିଭ୍ରାଟ +ରୁକୁଣା ରଥଯାତ୍ରାରେ ଅବ୍ୟବସ୍ଥାକୁ ନେଇ ଭକ୍ତଙ୍କ ମହଲରେ ଉତ୍ତେଜନା ପ୍ରକାଶ ପାଇଛି । +ରୁକୁଣା ରଥର ଚକ ଦବି ଯିବା, ଠାକୁର ମାଉସୀ ମା ମନ୍ଦିର ପହଞ୍ଚିବାକୁ ତିନି ଦିନ ସମୟ ଲାଗିବା ଏବଂ ଲିଙ୍ଗରାଜଙ୍କ ରଥ ଭାଙ୍ଗି ଫେରିବା ସମୟରେ ମାଆ ପାର୍ବତୀଙ୍କ ପାଲିଙ୍କି ଭାଙ୍ଗିଯିବା ଘଟଣା ଭକ୍ତଙ୍କ ମନରେ ଆଘାତ ଦେଇଛି । +ଏହାକୁ ନେଇ ସେବାୟତ ଓ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । +ସ୍ୱାଭିମାନ୍‌ ଅଞ୍ଚଳରେ ସ୍କୁଲରେ ପାଠ ପଢ଼ାଇଲେ ଜିଲ୍ଲାପାଳ +ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ୍‌ ଅଞ୍ଚଳରେ ଜିଲ୍ଲାପାଳ । +ସ୍କୁଲ ପରିଦର୍ଶନ କଲେ ପିଲାମାନଙ୍କୁ ପାଠ ପଢ଼ାଇଲେ । +ଆଉ ଛାତ୍ରଛାତ୍ରୀଙ୍କୁ ବାଣ୍ଟିଲେ ଚକ୍‌ଲେଟ୍‌ । +ଏକାଠି ପାଞ୍ଚଟି ଜୁଇରେ ଜଳିଲେ ମାହାଙ୍ଗା ବାପା,ମା ଓ ୩ ପିଲା +ନିୟତିର ବିଚିତ୍ର ବିଚାର । +ଦୁନିଆକୁ ଆଗ ପଛ ହୋଇ ଆସିଥିଲେ । +ହେଲେ, ଏକା ସାଙ୍ଗରେ ଜଳିଛି ମାହାଙ୍ଗା କୁସୁପରରେ ଗଣହତ୍ୟାର ଶିକାର ବାପା, ମା’, ଝିଅ ଓ ୨ ପୁଅଙ୍କ ଜୁଇ । +ଯାହାର ଦୃଶ୍ୟ ଯେତିକି ହୃଦୟ ବିଦାରକ ସେତିକି କଷ୍ଟଦାୟକ । +ହରଭଙ୍ଗା ବ୍ଳକରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ +ବୌଦ୍ଧ,୦୬ା୬ : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକରେ ସୋମବାର ଦିନ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । +ଏହି ଶିବିରରେ ସମୁଦାୟ ୮୪ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୭୭ ଗୋଟି ବ୍ୟକ୍ତିଗତ ମାମଲା ହୋଇଥିବାବେଳେ ୭ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା । +ଅଭିଯୋଗ ଗୁଡିକ ମଧ୍ୟରୁ ୩୧ ଗୋଟି ଅଭିଯୋଗକୁ ଫଇସଲା କରାଯାଇଥିବା ବେଳେ ୯ ଗୋଟି ଅଭିଯୋଗ ସଂପର୍କରେ ଅନୁଧ୍ୟାନ କରାଯାଇ ତୁରନ୍ତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୮୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦିଆଯାଇଥିଲା । +କାରାଗାରରୁ ଜାମିନ; ଜରାଶ୍ରମରେ ଥଇଥାନ +ବଧୂ ହତ୍ୟା ମାମଲାରେ ପୁଲିସ ବୃଦ୍ଧ ଦମ୍ପତ୍ତି(ଶାଶୁ ଓ ଶ୍ୱଶୁର)ଙ୍କୁ ଗିରଫ କରିଥିଲା । +ଜେଲରେ ରହିଥିଲେ । +ବୟସାଧିକ କାରଣରୁ ସେମାନଙ୍କୁ କୋର୍ଟ ଜାମିନ୍‍ ଦେଇଥିଲେ । +କିନ୍ତୁ ପରିବାରରୁ କେହି ନେବାକୁ ଆସିଲେ ନାହିଁ । +ଜାମିନଦାର୍‍ ମିଳିଲେନି । +ଜାମିନ୍‍ ପରେ ବି ଅସହାୟ ହୋଇ ଜେଲରେ ପଡ଼ିରହିଲେ । +ଏ ସଂପର୍କରେ ଜାଣିବା ପରେ ଏକ ଟ୍ରଷ୍ଟର ସଦସ୍ୟ/ସଦସ୍ୟାମାନେ ବୃଦ୍ଧ ଦମ୍ପତ୍ତିଙ୍କୁ ଜାମିନରେ ଆଣିଥିଲେ । +ପରିବାର ଲୋକେ ପଚାରୁ ନଥିବାରୁ ସେମାନଙ୍କୁ ଜରାଶ୍ରମରେ ଥଇଥାନ କରାଯାଇଛି । +ଏଭଳି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗିର ଜେଲରୁ । +୪୦ ଡିଗ୍ରି ଛୁଇଁଲା ୫ ସହରର ତାପମାତ୍ରା +ରାଜ୍ୟର ୫ଟି ସହହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରି କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । +୪୧.୪ ଡ଼ିଗ୍ରି ସହ ଟିଟଲାଗଡ ରାଜ୍ୟର ଉତ୍ତପ୍ତ ସହର ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ବଷ୍ଟ କରାଯାଇଛି । +ସେହିପରି ବଲାଙ୍ଗୀରରେ ୪୧ ଡ଼ିଗ୍ରି, ଅନୁଗୁଳରେ ୪୦.୧ ଡ଼ିଗ୍ରି, ବୌଦ୍ଧ ଏବଂ ବାରିପଦା ରେ ୪୦ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ କରାଯାଇଛି । +ଭୁବନେଶ୍ୱରରେ ୩୭.୬ ଡ଼ିଗ୍ରି ଏବଂ କଟକରେ ୩୭.୨ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି । +ବଲାଙ୍ଗିରରେ ହାଇକୋର୍ଟ ଥିଲା,ଫେରାଇ ଦିଅ’ +ବଲାଙ୍ଗିର: ତତ୍କାଳୀନ ପାଟଣା ରାଜ୍ୟରେ ହାଇକୋର୍ଟ ଥିଲା । +ଗଡଜାତ ସମୟରେ ୧୯୪୮ ପର୍ଯ୍ୟନ୍ତ ହାଇକୋର୍ଟ କାର୍ଯ୍ୟ କରୁଥିଲା । +ଏଭଳି ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଥିବା ଇତିହାସକୁ ଯେତେ ଚେଷ୍ଟା କଲେ ମଧ୍ୟ କେହି ଲିଭେଇ ଦେଇ ପାରିବେ ନାହିଁ । +ତତ୍କାଳୀନ ପାଟଣା ବର୍ତ୍ତମାନର ବଲାଙ୍ଗିର ହିଁ ହେଉଛି ତାର ଉତ୍ତରାଧୀକାରୀ । +ଯେଉଁଠି ଥିଲା ସେଠାକୁ ଫେରାଇ ଦିଅନ୍ତୁ । +ଏହା ଏହି ଅଞ୍ଚଳବାସୀଙ୍କ ହକ୍ । +ଯଦି ଦାବିକୁ ଅଣଦେଖା କରାଯାଏ ତାହା ହେଲେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ କଚେରୀ ଛକ ଠାରେ ବଲାଙ୍ଗିର ଏକ୍ସନ କମିଟି ପକ୍ଷରୁ ଆୟୋଜିତ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଦଳମତ ନିର୍ବିଶେଷରେ ମତପ୍ରକାଶ ପାଇଛି । +ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ୍ସନ କମିଟିର ପୁରୋଧା ଗୋପାଲଜୀ ପାଣିଗ୍ରାହୀଙ୍କ ଆବାହକତ୍ୱରେ ବଲାଙ୍ଗିର ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ ସମେତ ବିଜେଡି,ବିଜେପି ଓ କଂଗ୍ରେସ ଦଳର ନେତୃମଣ୍ଡଳୀ ଉପସ୍ଥିତ ରହି ହାଇକୋର୍ଟର ସ୍ଥାୟୀ ବେଞ୍ଚ ବଲାଙ୍ଗିରରେ ପ୍ରତିଷ୍ଠାକୁ ନେଇ ସର୍ବସମ୍ମିତି ସମର୍ଥନ ଜଣାଇଥିଲେ । +ନିକଟ ଅତୀତରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଉପରେ ମନ୍ତବ୍ୟ ଦେଇଥିଲେ । +ଏହାର ପ୍ରତିବାଦରେ ଓଡ଼ିଶା ହାଇକୋର୍ଟ ବାର୍ ଏସୋସିଏସନ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟକୁ ଖଣ୍ଡନ କରି ହାଇକୋର୍ଟର ବେଞ୍ଚ ସ୍ଥାପନାକୁ ବିରୋଧ କରିଥିଲା । +ଏହା ଉପରେ ଏକ ପ୍ରସ୍ତାବ ମଧ୍ୟ ଗ୍ରହଣ କରିଥିଲା ଏସୋସିଏସନ । +ହାଇକୋର୍ଟ ବାର୍‌ର ଏହି ନିଷ୍ପତ୍ତିକୁ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଦ୍ରୋହର ସ୍ୱର ଉଠିଥିବା ବେଳେ ସ୍ୱତନ୍ତ୍ର ରାଜ୍ୟ ଦାବି ତେଜୁଛି । +ବଲାଙ୍ଗିରରେ ହାଇକୋର୍ଟର ପୁନଃସ୍ଥାପନ ଦାବି ବହୁତ ପୁରୁଣା । +ହାଇକୋର୍ଟ ବାର୍ ଓ ଉପକୂଳବର୍ତ୍ତୀ ଅଞ୍ଚଳର କିଛି ନ୍ୟସ୍ତସ୍ୱାର୍ଥ ଲୋକଙ୍କ ଷଡଯନ୍ତ୍ର ଫଳରେ ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ହେବାରେ ବାଧା ସୃଷ୍ଟି ହେଉଛି ବୋଲି ବିକ୍ଷୋଭ ସ୍ଥଳରେ ମତପ୍ରକାଶ ପାଇଥିଲା । +ଉପସ୍ଥିତ ବରିଷ୍ଠ ଆଇନଜୀବୀ ମାନେ ଯଶବନ୍ତ କମିଶନ ଓ ପାଲ କମିଶନଙ୍କ ରିପୋର୍ଟକୁ ନେଇ ଯୁକ୍ତି ବାଢି କହିଥିଲେ ଯେ,ପଶ୍ଚିମ ଓଡିଶାର ଭୌଗଳିକ ସ୍ଥାନ ନିରୂପଣ କଲେ ହାଇକୋର୍ଟ ବେଞ୍ଚ ପାଇଁ ବଲାଙ୍ଗିର ହିଁ ପ୍ରକୃତ ସ୍ଥାନ । +ଗଡଜାତ ସମୟରେ ୧୯୪୮ ପର୍ଯ୍ୟନ୍ତ ହାଇକୋର୍ଟ କାର୍ଯ୍ୟ କରୁଥିଲା ବୋଲି ମତପ୍ରକାଶ ପାଇଛି । +ପରେ ରାଜପଥରେ ହାଇକୋର୍ଟ ବାରର କୁଶ ପୁତ୍ତଳିକା ଦାହ କରାଯାଇଥିଲା । +ଏହି ବିକ୍ଷୋଭରେ କୋଶଲ ରାଜ୍ୟ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର, ନାଗରିକ କମିଟିର ସଭାପତି ବେଲାର ସିଂହ ଭୋଇ, ସମ୍ପାଦକ ମନୋରଂଜନ ସାହୁ, ସିଭିଲ ସୋସାଇଟିର ସଭାପତି ନୀଳମଣି ମିଶ୍ର, ଜିଲା ବାରଏସୋସିଏସନର ସଭାପତି ଅମ୍ବରୀଶ ତ୍ରିପାଠୀ, ଘରୋଇ ବସ ମାଳିକ ସଂଘ ସଭାପତି ହେମନ୍ତ ପଣ୍ଡା, ବିଜେପି ଜିଲା ସଭାପତି ଶିବାଜୀ ମହାନ୍ତି, ବିଜେଡି ନେତ୍ରୀ ତଥା ପୌରାଧ୍ୟକ୍ଷା ଲିକା ସାହୁ, ଭବାନୀ ଶଙ୍କର ଶତପଥୀ, ରତନ ମହାରଣା, ମନୋରଂଜନ ମିଶ୍ର, ନିତ୍ୟାନନ୍ଦ ମିଶ୍ର, ବିକ୍ରମାନନ୍ଦ ବହିଦାର, ଶରତ ହୋତା, ଅମିତ ସିଂନିନା,ଅଙ୍କିତ ସାହୁ, ପ୍ରମୋଦ ବହିଦାର,ଦିନେଶ ନାଗ,ପୂର୍ଣ୍ଣଚନ୍ଦ୍ର ପଣ୍ଡା,ଅପ୍ରମିତ ପରିଚ୍ଛା, ଗୋପଭୂଷଣ ନାଥ,ଗୋପାଳ ହୋତା,ତ୍ରିପୁରାରୀ ପାଣିଗ୍ରାହୀ, ଶାନ୍ତନୁ ଭୋଇ, ରଶମିରେଖା ଦାନୀ,ପଙ୍କଜିନୀ ପଣ୍ଡା,ଅମନ ନାଗ, ବନଲତା ମାଝୀ, ଆରତୀ ଗୁରୁ, ପ୍ରତାପ ରଥ,ପ୍ରଶାନ୍ତ ମହାକୁର,ଅଙ୍କୁଶ ପାଣ୍ଡିଆ, ବିବେକାନନ୍ଦ ପଟେଲ, ଅଚ୍ୟୁତ ଧରୁଆ,ବିନୋଦ କାଲସାଏ, ଗିରିଶ ସିଂହଦେଓ,ଧିନ୍ଦ୍ରେ ନାରାୟଣ ସିଂହଦେଓ, ରିଲୁ ରଥ, ରବି ଖମାରୀଙ୍କ ସମେତ ବିଭିନ୍ନ ସାମାଜିକ ସଙ୍ଗଠନର ନେତୃବୃନ୍ଦ ଓ ବଲାଙ୍ଗିର ଜନସାଧାରଣ ଉପସ୍ଥିତ ରହି ବିକ୍ଷୋଭରେ ସାମିଲ ହୋଇଥିଲେ । +ଜୟପୁର-ନବରଙ୍ଗପୁର-ମାଲକାନଗିରି ରେଳପଥ କାମ ୫ବର୍ଷ ମଧ୍ୟରେ ସାରିବା ଲକ୍ଷ୍ୟ : ଡିଆରଏମ୍ +ଆସନ୍ତା ୫ବର୍ଷ ମଧ୍ୟରେ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ରେଳପଥ ନିର୍ମାଣ କାମ ସାରିବା ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଲକ୍ଷ୍ୟ ରହିଛି । +ଦିନିକିଆ ଗସ୍ତରେ ଆସି ପୂର୍ବତଟ ରେଳପଥର ଡିଆରଏମ୍ ଅନୁପ କୁମାର ଶତପଥୀ ଏହା କହିଛନ୍ତି । +ସେ କହିଛନ୍ତି ଯେ, ରାଜ୍ୟସରକାରଙ୍କ ନିର୍ଦେଶରେ ୩ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଜମି ଅଧିଗ୍ରହଣ ପାଇଁ ବିଭିନ୍ନ ପ୍ରକ୍ରିୟା ଜାରି ରହିଛି । +ଜମି ଅଧିଗ୍ରହଣ ପ୍ରକ୍ରିୟାରେ କିଛି ବାଧକ ରହିଛି ନା ନାହିଁ, କିଛି ସ୍ଥାନରେ ୨ଟି ଯାକ ଲାଇନକୁ ସ୍ଥାନ ପରିବର୍ତ୍ତନ କରିବାକୁ ଗ୍ରାମବାସୀମାନେ ଅନୁରୋଧ କରିଥିବାରୁ ସେ ସଂପର୍କରେ ବି ସେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ବୋଲି କହିଛନ୍ତି । +ପ୍ରାରମ୍ଭିକ ଭାବେ ଏହି ରେଳପଥ ପାଇଁ ଗୋଟିଏ ବ୍ରିଜର ଟେଣ୍ଡର ପ୍ରକ୍ରିୟା ସାରିବା ସହ ଏହି ବର୍ଷ କାମ ବି ଆରମ୍ଭ କରିବା ଯୋଜନା ରହିଛି ବୋଲି କହିଛନ୍ତି ଡିଆରଏମ୍ । +ଜୟପୁର ରେଳଷ୍ଟେସନ ଆଗାମୀ ଦିନରେ ଜଙ୍କସନ୍ ଭାବେ ପରିଣତ ହେବ । +ଏହାର ଅନୁସଙ୍ଗିକ ଭିତ୍ତିଭୁମି ଓ ଷ୍ଟେସନର ରୁପ ରେଖରେ ବି ବ୍ୟାପକ ପରିବର୍ତ୍ତନ କରାଯିବ । +ଏଠାରେ ଅଧିକ ରହିବାକୁ ଥିବାରୁ ସେହି ହିସାବରେ ଷ୍ଟାଫ କ୍ବାଟର ନିର୍ମାଣ କରାଯିବା ଲକ୍ଷ୍ୟ ବି ରହିଛି ବୋଲି ଡିଆରଏମ୍ କହିଛନ୍ତି । +ଶ୍ରୀ ଶତପଥୀ କୋରାପୁଟରୁ ଜୟପୁର ପର୍ଯ୍ୟନ୍ତ ନିର୍ମାଣାଧୀନ ଥିବା ଦୋହରୀକରଣ ବ୍ରଡଗ୍ୟାଜ୍ ଲାଇନର ତଦାରଖ କରିଥିଲେ । +ଏହା ସହ ଜୟପୁର ଷ୍ଟେସନ୍ ଓ ୟାର୍ଡର ପରିଦର୍ଶନ କରିଥିଲେ । +ଡିଏଫ୍‌ଓ ଅଫିସ୍‌ ସମ୍ମୁଖରେ ଆମ୍ବ ବିକ୍ରି କରୁଛନ୍ତି ନିଲମ୍ବିତ ଫରେଷ୍ଟର +ଚାକିରିରୁ ନିଲମ୍ବିତ ହୋଇଥିବା ଜଣେ ଫରେଷ୍ଟର ଡିଏଫ୍‌ଓଙ୍କ ଅଫିସ୍‌ ସମ୍ମୁଖରେ ବସି ଆମ୍ବ ବିକ୍ରି କରୁଛନ୍ତି । +ତାଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସେ ଏହିଭଳି ଢଙ୍ଗରେ ପ୍ରତିବାଦ ଜଣାଉଛନ୍ତି । +ଏହି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ । +ଅସହାୟଙ୍କ ଚିକିତ୍ସା ପାଇଁ ଆଗେଇ ଆସିଲା ଅନନ୍ୟା ଫାଉଣ୍ଡେସନ୍ +ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ଗମ୍ଭାରୀଡ଼ିହି ପଂଚାୟତ କୃଷ୍ଣାଦେଇପୁରର ରଶ୍ମିତା ଦୀକ୍ଷିତଙ୍କ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଛି । +ରଶ୍ମିତା ଦୀକ୍ଷିତଙ୍କ ବୟସ ୪୩, ସ୍ୱାମୀ ପ୍ରଫୁଲ୍ଲ ନନ୍ଦ ଜଣେ ପୂଜାରୀ । +ରଶ୍ମିତା ଦୀକ୍ଷିତଙ୍କ ପେଟ ଗଲା ତିନି ମାସ ହେବ ଅସ୍ୱାଭାବିକ ଭାବେ ବଢ଼ିବାକୁ ଲାଗିଲା । +ନିଜର ଆର୍ଥିକ ସ୍ଥିତି ସୁଦୃଢ଼ ନଥିବାରୁ ଚିକିତ୍ସା କରାଇ ପାରି ନଥିଲେ । +ଅନନ୍ୟା ଫାଉଣ୍ଡେସନ ଟିମ୍ ଖବର ପାଇ ତାଙ୍କ ଚିକିତ୍ସା ପାଇଁ ଆଜି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନେଇଛନ୍ତି । +ଭୁବନେଶ୍ୱରରେ ଡାକ୍ତରଙ୍କ କହିବା ଅନୁଯାୟୀ ଏହା ଟ୍ୟୁମର ହୋଇ କ୍ୟାନ୍ସରର ପ୍ରାରମ୍ଭିକ ପର୍ଯ୍ୟାୟ । +ମିଳିଥିବା ଶେଷ ସୂଚନା ଅନୁଯାୟୀ ରଶ୍ମିତାଙ୍କୁ କିଛି ଦିନ ଡାକ୍ତରଖାନାରେ ରହିବାକୁ ହେବ ଓ ପରେ ତାଙ୍କ ପେଟ ଅପରେସନ କରାଯିବ । +ଆକ୍ସିଡେଣ୍ଟ ଷ୍ଟାଇଲରେ ହତ୍ୟା ଅଭିଯୋଗ: ନମ୍ବର ପ୍ଲେଟକୁ ଲିଭାଇ ଚଢାଇ ଦେଲେ ମିନି ଟ୍ରକ +ଫିଲ୍ମରେ ଯେମିତି କୌଣସି ଶତ୍ରୁକୁ ହଟାଇବା ପାଇଁ ଗୋଟିଏ ପକ୍ଷ, ଅନ୍ୟ ପକ୍ଷର ଲୋକଙ୍କ ଉପରେ, ଯୋଜନାବଦ୍ଧ ଭାବେ ଗାଡି ଚଢ଼ାଇ ଦେଇଥାନ୍ତି, ଏହି ଦୁର୍ଘଟଣା ଠିକ୍ ସେମିତି ଘଟିଥିବା ଅଭିଯୋଗ ହୋଇଛି । +ଦିବ୍ୟାଙ୍ଗ ଓ ଅସୁସ୍ଥ ସଫେଇ କର୍ମଚାରୀଙ୍କୁ ମିଳିବ କ୍ଷତିପୂରଣ +ଅସୁସ୍ଥ ଓ ନିଜର ଅଙ୍ଗ ହରାଉଥିବା ମୂଳ ସଫେଇ କର୍ମଚାରୀଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । +ଏନେଇ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । +ସଫେଇ କର୍ମଚାରୀଙ୍କ ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ୨୦୨୦ ସେପ୍ଟେମ୍ବର ମାସରେ ‘ଗାରିମା’ ଯୋଜନା ଆରମ୍ଭ କରିଥିଲେ । +ଯେଉଁଥିରେ ପ୍ରାୟ ୨୦ହଜାର ପରିମଳ କର୍ମଚାରୀ ଉପକୃତ ହୋଇଥିଲେ । +ଦକ୍ଷତା ବିକାଶକୁ ନୂଆ ଉପାୟରେ ଅନ୍ୱେଷଣ କରିବା ପାଇଁ ପିଏସୟୁ ଗୁଡ଼ିକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ +ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା ପାଇଁ ଶିକ୍ଷା ଓ ଦକ୍ଷତାକୁ ଏକାଠି କରିବା ଜରୁରୀ +ଆପ୍ରେଂଟିସସିପକୁ ପ୍ରୋତ୍ସାହନ ଦେବା ପାଇଁ ଦେଶବ୍ୟାପୀ ୨୫୦ରୁ ଉର୍ଦ୍ଧ୍ୱ କ୍ଲଷ୍ଟର ବେସଡ ୱାର୍କସପ ଆୟୋଜନ ହେବ +ନୂଆଦିଲ୍ଲୀ/ଭୁବନେଶ୍ୱର : ଦକ୍ଷତା ବିକାଶକୁ ନୂଆ ଉପାୟରେ ଅନ୍ୱେଷଣ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ(ସିପିଏସଇ) ମାନଙ୍କ ସହ ଶିକ୍ଷାନବିଶକୁ ପ୍ରୋତ୍ସାହନ ଦେବା ଏବଂ ସ୍କିଲ ଇଣ୍ଡିଆ ୨.୦କୁ ଚୂଡ଼ାନ୍ତ କରିବା ପାଇଁ ଆୟୋଜିତ କର୍ମଶାଳାରେ ପିଏସୟୁ ଗୁଡ଼ିକୁ ଆହ୍ୱାନ କରିଛନ୍ତି । +ଆଗାମୀ ବର୍ଷେ ମଧ୍ୟରେ ୧୦ ଲକ୍ଷ ଶିକ୍ଷାନବିଶଙ୍କୁ ଯୋଡ଼ିବା ଲକ୍ଷ୍ୟରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦକ୍ଷତା ବିକାଶ ସମସ୍ତଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ସହ ସଂସ୍ଥା ଗୁଡ଼ିକ ପାଇଁ ଉଭୟ ଉତ୍ପାଦନ ଏବଂ ଲାଭକୁ ବୃଦ୍ଧି କରାଇବ । +ଚଳିତବର୍ଷ ବଜେଟରେ ମଧ୍ୟ ଦକ୍ଷତା ଏବଂ ଶିଳ୍ପାନୁଷ୍ଠାନ ମଧ୍ୟରେ ସଂଯୋଗକୁ ମଜଭୂତ୍ କରିବା ଦିଗରେ ଧ୍ୟାନ ଦିଆଯାଇଛି । +ତେଣୁ ଦକ୍ଷତା ବିକାଶକୁ ନୂଆ ଉପାୟରେ ଅନ୍ୱେଷଣ କରିବା ଦିଗରେ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ମାନେ ଧ୍ୟାନକେନ୍ଦ୍ରୀତ କରିବା ଦରକାର । +ବିଶେଷ ଭାବରେ ସ୍ଥାନୀୟ ଅଂଚଳର ଆଇଟିଆଇ, ଜନ ଶିକ୍ଷଣ ସଂସ୍ଥା ସହ ଯୋଡ଼ିହେବା, ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନବିଶ ସହ ନିୟୋଜିତ କରିବା, ଏନଏସକ୍ୟୁଏଫ ବା ଜାତୀୟ ସ୍ତରରେ ସମନ୍ୱିତ ଶିକ୍ଷା ଏବଂ ଦକ୍ଷତା ସହ ସ୍କିଲିଂ ଫ୍ରେମୱାର୍କକୁ ସମନ୍ୱୟ ରଖିବା, ଭାରତର ସ୍କିଲ ଇଣ୍ଡିଆ ମିଶନ ଅଧୀନରେ ଦକ୍ଷତା ବିକାଶ କରିବା ପାଇଁ ସାମାଜିକ ଦାୟିତ୍ୱବୋଧ(ସିଏସଆର) ସହ ଲାଭ ଉଠାଇବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । +ଜାତୀୟ ଶିକ୍ଷା ନୀତିର ସୁପାରିଶକୁ ଲାଗୁ କରାଯାଉଛି । +ଏକ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା ପାଇଁ ଆମକୁ ଶିକ୍ଷା ଓ ଦକ୍ଷତାକୁ ଏକାଠି କରିବାକୁ ପଡ଼ିବ । +ସାମ୍ପ୍ରତିକ ସମୟରେ କାର୍ଯ୍ୟ କ୍ଷେତ୍ରରେ ପରିବର୍ତନ ଆସିଛି । +ଏନର୍ଜି, ସଷ୍ଟେନବିଲଟି, ଡାଟା ମ୍ୟାନେଜମେଂଟ୍ ଭଳି ବିଷୟ ବସ୍ତୁ ଉପରେ ଆମକୁ ଅଧିକରୁ ଅଧିକ ଜ୍ଞାନ ଉପରେ ଛାତ୍ରଛାତ୍ରୀଙ୍କୁ ପରିଚିତ କରାଇବାକୁ ପଡ଼ିବ । +ଏକ ଗତିଶୀଳ, ପ୍ରଗତିଶୀଳ ଏବଂ ଆଧୁନିକ ଜାତୀୟ ପାଠ୍ୟକ୍ରମ ରୂପରେଖ(ଏନସିଏଫ) ପ୍ରସ୍ତୁତି କରିବା ପାଇଁ ପିଏସୟୁକୁ ପରାମର୍ଶ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ମତପ୍ରକାଶ କରିଛନ୍ତି । +ଉଲ୍ଲେଖନୀୟ ଯେ, ପ୍ରତି ମାସରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପ୍ରତି ମାସରେ ଶିକ୍ଷାନବିଶ ମେଳା ଆୟୋଜନ କରିବ ଏବଂ ଆପ୍ରେଣ୍ଟିସିପକୁ ପ୍ରୋତ୍ସାହନ ଦେବା ଦିଗରେ ଦେଶରେ ୨୫୦ରୁ ଉର୍ଦ୍ଧ୍ୱ କ୍ଲଷ୍ଟର ବେସଡ ୱାର୍କସପ ଆୟୋଜନ କରାଯିବାର ଲକ୍ଷ୍ୟ ରଖାଯାଇଛି । +ଏହି କର୍ମଶାଳାରେ କେନ୍ଦ୍ର ଦକ୍ଷତା ଓ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଏହି କର୍ମଶାଳାକୁ ସିଏମଡ଼ି, ଏଚଆର ମ୍ୟାନେଜର ଏବଂ ସିଆସଆର ମୁଖ୍ୟ ଏବଂ ୧୦୦ରୁ ଅଧିକ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ(ସିପିଏସଇ) ଯୋଗଦେଇଥିଲେ । +ଓଡ଼ିଆ ସଂସ୍କୃତି ସାରା ବିଶ୍ୱରେ ପରିଚିତ: ପ୍ରଧାନମନ୍ତ୍ରୀ +ନୂଆଦିଲ୍ଲୀ,୧ା୪: ଓଡ଼ିଶା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । +ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍କଳ ଦିବସର ବିଶେଷ ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । +ଦେଶର ପ୍ରଗତିରେ ଓଡ଼ିଆ ଲୋକମାନେ ଉଲ୍ଲେଖନୀୟ ଯୋଗଦାନ ଦେଉଛନ୍ତି ଏବଂ ଓଡ଼ିଆ ସଂସ୍କୃତି ସମଗ୍ର ବିଶ୍ୱରେ ପ୍ରଶଂସିତ । + ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁ +ରାହୁଲଙ୍କ ଉଦ୍ଧାର ବେଳର କାହାଣୀ କହିଲେ ଓଡ଼ିଆ ଯବାନ ମହାବୀର ମହାନ୍ତି : ସଫଳତା ପରେ କାନ୍ଦି… +ରାହୁଲଙ୍କୁ ଉଦ୍ଧାର ବେଳର ସ୍ମୃତି ବଖାଣିଛନ୍ତି ଓଡ଼ିଆ ଏନଡିଆରଏଫ୍ ଇନ୍ସପେକ୍ଟର ମହାବୀର ମହାନ୍ତି । +ଜୀବନକାଳରେ ଏଭଳି ଅଭିଜ୍ଞତାର ସାମ୍ନା କେବେ କରିନଥିବା ସେ କହିଛନ୍ତି । +ସେ କହିଛନ୍ତି ଯେ ଓଡ଼ିଶା ଓ ଛତିଶଗଡ଼ ପାଇଁ ଏହା ପ୍ରଥମ ଅପରେସନ୍ ଥିଲା । +୧୦ ତାରିଖ ସନ୍ଧ୍ୟା ୫ଟା ୪୫ରେ ଆମକୁ ସୂଚନା ମିଳିଥିଲା । +ରାହୁଲକୁ କିପରି ଉଦ୍ଧାର କରାଯିବ, ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲୁ । +ପ୍ରଥମେ ଲାଇଫ୍ ସପୋର୍ଟ ସିଷ୍ଟମ ପରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲୁ । +ଉଦ୍ଧାର ବେଳେ ଆମେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିଥିଲୁ । +ଭୂତଳ ଜଳସ୍ତର ହ୍ରାସ କରିବା ପାଇଁ ସେଠାକାର ସବୁ ନଳକୂପକୁ ଖୋଲିବାକୁ ପରାମର୍ଶ ଦେଇଥିଲୁ । +୭୫ ଫୁଟ୍ ଖୋଲିବା ଆମ ପାଇଁ ଚ୍ୟାଲେଞ୍ଜ ଥିଲା । +୪୫ଡିଗ୍ରୀ ତାତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । +ଆଉ ଯେତେବେଳେ ରାହୁଲକୁ ସୁରକ୍ଷାର ସହ ଉଦ୍ଧାର କରିଥିଲୁ, ସେତେବେଳେ ଖୁସିରେ କାନ୍ଦି ପକାଇଥିଲୁ । + ଉଦ୍ଧାର ବେଳର ଏମିତି ଅନେକ ସ୍ମୃତି ବଖାଣିଛନ୍ତି ମହାବୀର +ହିନ୍ଦ ରତନ’ ପୁରସ୍କାର ପାଇଲେ ବିଶ୍ୱମୋହନ ଜେନା +ସମ୍ବଲପୁରର ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଡ. ବିଶ୍ୱ ମୋହନ ଜେନାଙ୍କୁ ସର୍ବୋଚ୍ଚ ପ୍ରବାସୀ ଭାରତୀୟ ସମ୍ମାନ ‘ହିନ୍ଦ ରତନ’ ପୁରସ୍କାର ପ୍ରଦାନ କରାଯାଇଛି । +ରାଜଧାନୀ ନୂଆଦିଲ୍ଲୀଠାରେ ଆୟୋଜିତ ୪୧ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଡ. ଜେନାଙ୍କୁ ସମ୍ବଲପୁର ଜିଲାରେ ନିରନ୍ତର ଭାବରେ ଶିକ୍ଷା ଓ ଅଣ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । +ଜିଲା ଜାତୀୟ ସେବା ଯୋଜନାର ମୁଖ୍ୟ ସଂଯୋଜକ ଡ. ଜେନା ୨୫ଟି ପୁସ୍ତକ ରଚନାରେ ସହଭାଗିତା ଏବଂ ୧୦ଟି ପୁସ୍ତକକୁ ସମ୍ପାଦକନା କରି ସାରିଛନ୍ତି । +ଏଥି ସହ ଡ. ଜେନା ରକ୍ତଦାନ, ଟ୍ରାଫିକ ସଚେତନତା, ଚାରାରୋପଣ, ଦୁର୍ଘଟଣା ରୋକିବା ପାଇଁ ସଚେତନତା, ତମାଖୁ ନିରୋଧି ଅଭିଯାନ, ବର୍ଜ୍ୟବସ୍ତୁ ପରିଚାଳନା, ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ସାମାଜିକ ଓ ଜନସେବାରେ ନିରନ୍ତର ଜାରି ରଖିଥିବାରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । +ଓଡିଶାରୁ ଏକ ମାତ୍ର ବ୍ୟକ୍ତି ଭାବରେ ସମ୍ବର୍ଦ୍ଧିତ ହୋଇଥିବା ଡ. ଜେନାଙ୍କ ଏହି କୃତୀତ୍ୱ ପାଇଁ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି । +ତିନି ଗଞ୍ଜେଇ ଚୋରାଚାଲାଣ କାରୀଙ୍କ ସହ ଗୋଟିଏ କାର ଜବତ । +କାଲିମେଳା ତା ୧୦/୬ ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଏମ.ଭି ୬୬ ନିକଟରେ ରାତ୍ରିକାଳିନ ପେଟ୍ରଲିଙ୍ଗ ସମୟ ରେ ଗୋଟିଏ ଧଳା ରଙ୍ଗର କାର ସହିତ ୮୦ କେଜି ଗଞ୍ଜେଇ ସହ ୩ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି । +ଜବତ ଗଞ୍ଜେଇ ଓଡ଼ିଶାରୁ ପଡ଼ୋଶୀ ରାଜ୍ୟ ମହାରାଷ୍ଟ୍ର,ତେଲେଙ୍ଗାନା ଓ ଛତିଶଗଡ ରାଜ୍ଯ କୁ ଚୋରାଚାଲାଣ ହୋଇଥାନ୍ତା ବୋଲି ପୋଲିସ ସୂତ୍ର ରୁ ଜଣାପଡାଛି । +ଜବତ ଗଞ୍ଜେଇ ର ମୂଲ୍ଯ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ପ୍ରକାଶ କରିଛନ୍ତି । +ଗଞ୍ଜେଇ ଚୋରାଚାଲାଣକାରୀ ମାନେ ରାତ୍ରି ରେ ଗୋଟିଏ ଧଳା ରଙ୍ଗର ଏମହେଚ୦୪ଇଡି ୭୬୪୬ ନମ୍ବର ବିଶିଷ୍ଟ କାର ରେ ଦୃତଗତିରେ ଯାଉଥିବା ସମୟରେ ଗାଡି ଉପରେ ସନ୍ଦେହ ହେବାରୁ ଗାଡିଟି କୁ ଅଟକାଇ ଯାଞ୍ଚ କରାଯାଇଥିଲା । +ଯାଞ୍ଚ ପରେ ଗାଡି ଭିତରେ ରେ କାଲିମେଳା ପୋଲିସ କିଛି ବସ୍ତାରେ ଗଞ୍ଜେଇ ଥିବା ଦେଖୀବାକୁ ପାଇଥିଲେ । +ଉକ୍ତ ଗଞ୍ଜେଇ ଜବତ କରିବା ସହିତ ତିନି ଗଞେଇ ଚୋରାଚାଲାଣ କାରୀଙ୍କୁ ଗିରଫ କରିଥିଲା କାଲିମେଳା ପୋଲିସ । +ଏହି ପେଟ୍ରୋଲିଙ୍ଗ ରେ କାଲିମେଳା ଥାନା ର ଏସ.ଆଇ ଅଜିତ ସିଂ ବରିହା ଓ ତାଙ୍କର ଟିମ ସାମିଲ ଥିଲେ । + । +ଗଞ୍ଜେଇ ଚାଲାଣ ରେ ସଂପୃକ୍ତ ଅଭିଯୁକ୍ତମାନେ ହେଲେ ମହାରାଷ୍ଟ୍ରର ଅତିକ ସହିଦ , ଅମଜାତ ଖାନ , ଆଜାନ ଅହମଦ କୁ ଗିରଫ କରି କାଲିମେଳା ଥାନା ତରଫରୁ ଏନଡିପିଏସ କେସ ନଂ୧୫୫ / ୨୨ ରେ ଗଞେଇ ଚୋରା ଚାଲାଣ ସମ୍ପୃକ୍ତ ଥିବାତିନି ଅଭିଯୁକ୍ତ କୋର୍ଟଚାଲାଣ କରାଯାଇଛି । +ଏହି କେସ ର ତଦନ୍ତକାରୀ ଅଫିସର ଏସ.ଆଇ ଡି.ସୁନାନି ଅଟନ୍ତି ବୋଲି ପୋଲିସ ସୂତ୍ର ରୁ ଜଣାପଡିଛି । +ଓଡ଼ିଶାରେ କୋଭିଡ ସଂକ୍ରମଣ ବଢ଼ିବାର ଆଶଙ୍କା +ନୂଆଦିଲ୍ଲୀରେ ବଢ଼ିବା ପରେ ଓଡ଼ିଶାରେ କୋଭିଡ ସଂକ୍ରମଣ ବଢ଼ିଥାଏ । +ଏହା କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । +ଦିଲ୍ଲୀରେ ଗତ ୪୦ ଦିନ ପରେ ପୁଣି କରୋନା ସଂକ୍ରମଣ ବଢ଼ିଛି । +ନୂଆଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୩୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । +ଏଣୁ ଓଡ଼ିଶାରେ ବି କୋଭିଡ ସଂକ୍ରମଣ ବଢ଼ିବାର ଆଶଙ୍କା ଦେଖାଦେଇଛି । +କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯୪୯ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୬ମୃତ୍ୟୁ ରେକର୍ଡ କରାଯାଇଛି । +୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧,୦୦୭ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୩୯,୯୭୨ରେ ପହଞ୍ଚିଛି । +ଗତ ୨୪ ଘଣ୍ଟାରେ ହୋଇଥିବା ୬ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୧,୭୪୭ରେ ପହଞ୍ଚିଛି । +ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୮୧୦ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୫,୦୭,୦୩୮ । +ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୧୧୯୧ । +ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୮୬,୩୦,୬୨,୫୪୬ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । +ବାଲ୍ୟ ବିବାହ ସମ୍ପୂର୍ଣ ଭାବେ ବିଲୋପ ପାଇଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଟିତ +ମାଲକାନଗିରି +୭ ଟ୍ରାକ୍ଟର ପୋଡ଼ିଲେ ମାଓବାଦୀ +ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ମାଓ ହିଂସା । +ବିଜାପୁର ଜିଲ୍ଲା ବାରସୁର ଗାଁ ନିକଟରେ ୭ଟି ଟ୍ରାକ୍ଟରକୁ ପୋଡ଼ି ଦେଇଛନ୍ତି ମାଓବାଦୀ । +ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ବିଜାପୁର ଜିଲ୍ଲା ବାରସୁର ଗାଁ ନିକଟରେ ରାସ୍ତା ନିର୍ମାଣ କାର‌୍ୟ୍ୟ ଚାଲିଥିଲା । +ଏହାକୁ ବିରୋଧ କରି ମାଓବାଦୀମାନେ ରବିବାର ରାତିରେ ଠିକା କମ୍ପାନୀର କ୍ୟାମ୍ପ୍‌ରେ ପହଞ୍ଚି ୭ଟି ଟ୍ରାକ୍ଟରରେ ନିଆଁ ଲଗାଇ ପୋଡିଦେବା ସହ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । +ଜିଏସଟି ଠକାମୀ ର ଅଭିଯୋଗ ଡକ୍ୟୁମେଂଟ ଖୋଜି ଖୋଜି ଜିଏସଟି ବିଭାଗ ନୟାନ୍ତ +ଖୁଣ୍ଟା – ଯୁଆଡେ ଦେଖିବ କୁଢ କୁଢ ଫାଇଲ ଏବଂ କାଗଜପତ୍ର । +କେଉଁଠି ପେଟି ଭିତରେ ପଶିଛି କାଗଜପତ୍ର ତ ଆଉ କେଉଁଠି ବସ୍ତା ଭିତରେ । +ଏପରିକି ଗୁହାଳ ଘର ଭିତରେ ବସ୍ତାରେ ଭର୍ତ୍ତି ହୋଇ ରହିଥିବା କାଗଜପତ୍ର । +ଯାହାକୁ ବାହାର କରି ଯାଞ୍ଚ କରୁଛନ୍ତି ଅଧିକାରୀ । +ଏଭଳି କିଛି ଚିତ୍ର ଦେଖିବାକୁ ମିଳିଥିଲା ଜିଏସଟି ଠକେଇର ଚଢାଉ ସମୟରେ । +ବର୍ଷ ବର୍ଷ ଧରି ସରକାରଙ୍କୁ ଟେକ୍ସ ଫାଙ୍କୁ ଥିଲେ । +ଚଞ୍ଚକତା କରି ନିଜର ବ୍ୟବସାୟ ଚଳାଇଥିଲେ । +ଶେଷରେ ଜିଏସଟି ସ୍କାନରରେ ଆସିଲେ । +ଜିଏସଟି ଠକେଇ ହୋଇଥିବା ନେଇ କମିଶନଙ୍କ ନିକଟରେ ଅଭିଯୋଗ ହେବା ପରେ ଏହାର ତଦନ୍ତ କରିବା ନିମନ୍ତେ ଆଜି ଉଦଳାରେ ଥିବା ପ୍ରମିଳା ଏଂଟରପ୍ରାଇଜେସରେ ଚଢାଉ କରିଥିଲା ଜିଏସଟି ବିଭାଗ । +ପ୍ରମିଳା ଏଣ୍ଟରପ୍ରାଇଜେସର ଖୁଣ୍ଟା ସ୍ଥିତବାସ ଭବନରେ ଥିବା ବ୍ୟବସାୟ ପ୍ରତିଷ୍ଠାନ , ବଡସାହି, କପ୍ତିପଦା, ରାଇରଙ୍ଗପୁର ଏବଂ ଉଦଳାରେ ଥିବା ଦୋକାନରେ ଚଢାଉ କରିଥିଲା ଜିଏସଟି ବିଭାଗ । +ବାରିପଦା, ବାଲେଶ୍ୱର, ବଡବିଲ, ଯାଜପୁର ଏବଂ କଟକ ଜିଏସଟି ବିଭାଗର ୫ ଜଣ ସହକାରି ବାଣିଜ୍ୟକର କମିସନରଙ୍କ ନେତୃତ୍ଵ ରେ ଗଠିତ ୧୧ ଗୋଟି ଟିମରେ ୨୯ ଜଣ ସଦସ୍ୟ ଏହି ଚଢାଉରେ ସାମିଲ ହୋଇଥିଲେ । +ଚଢାଉ ସମୟରେ ପ୍ରମିଳା ଏଣ୍ଟରପ୍ରାଇଜେସର ଏବଂ ତାର ଚାରି ଗୋଟି ଗୃପ ରହିଥିବା ଜିଏସଟି ବିଭାଗ ଦେଖିଥିବା ବେଳେ ସିମେଣ୍ଟ , ରଡ, ସାନିଟାରୀ, ରଙ୍ଗ, ଟାଇଲ୍‌, ଆଜବେଷ୍ଟସ୍ ଆଦି ବିକ୍ରୀ କରୁଥିବା ବେଳେ ଜିଏସଟି ବିଭାଗ ୨୦୧୭ ମସିହା ଠାରୁ ହୋଇଥିବା କାରବାରର କାଗଜପତ୍ର ଯାଞ୍ଚ କରିଥିଲା । +ଖୁଣ୍ଟାରେ ଚଢାଉ ସମୟରେ ଗୁହାଳ ଘରେ କୋଟି କୋଟି ଟଙ୍କା କାରବାରର କାଗଜପତ୍ର ବସ୍ତାରେ ଭର୍ତ୍ତି ହୋଇ ଲୁଚାଇ ରଖାଯାଇଥିବା ଜିଏସଟି ବିଭାଗ ଦେଖିପାରି ତାହାକୁ ଆଣି ତଦନ୍ତ କରିଥିଲା । +ଏହି ଚଢାଉ ସମୟରେ ଜିଏସଟି ବିଭାଗ ହାତରେ କୋଟି କୋଟି ଟଙ୍କାର ଜିଏସଟି ଠକେଇ ହୋଇଥିବା ଦସ୍ତାବିଜ୍ ଲାଗିଥିବା ବେଳେ ତାହାକୁ ନେଇ ବିଭାଗ ତଦନ୍ତ କରୁଛି ଏବଂ ସମସ୍ତ ଦସ୍ତାବିଜ୍ ଯାଞ୍ଚ ପରେ ସମୁଦାୟ କେତେ ଟଙ୍କାର ଠକେଇ ହୋଇଛି ତାହା ଜଣାପଡିବ ବୋଲି କହିଛନ୍ତି ଡେପୁଟି କମିଶନର । +ସମସ୍ତ ପ୍ରମାଣ ମିଳିବା ପରେ ସଂପୃକ୍ତ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଏସଟି ବିଭାଗ ଅଧିକାରୀ । +ତେବେ ପୂର୍ବାହ୍ନରୁ ଏହିଯାଞ୍ଚକାର୍ଯ୍ୟ ଚାଲୁ ରହିଥିଲେ ସୁଧା ଖବର ଲେଖା ହେବା ପର୍ଯ୍ୟନ୍ତ ଯାଞ୍ଚକର୍ଯ୍ୟ ଚାଲୁ ରହିଥିବା ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ସମ୍ଭବପର ହୋଇପାରୁ ନାହିଁ ଏବଂ ଏହା ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି କଟକ ର ଜିଏସଟି ବିଭାଗ ର ଡ଼େପୁଟୀ କମିସନର ଆଶିଷ କୁମାର ସାହୁ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୁଚନା ପ୍ରଦାନ କରିଛନ୍ତି । +ନିଜପାଇଁ ନିଜେ ଶ୍ରାମ ଦାନ କରି ବାଉଁଶ ନଳା ରେ ଗାଁ କୁ ପାଣି ଆଣି ଲେ ଗ୍ରାମବାସୀ +ଫୁଲବାଣୀ -24/6 ପିଇବା ପାଣି ମୁନ୍ଦିଏ ପାଇଁ ପ୍ରଶାସନ କୁ ନେହୁରା ହେଲେ ହେଲେ ଶୁଣିଲାନି ପ୍ରଶାସନ । +ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଏକଜୁଟ ହୋଇ ଅର୍ଥ ସଂଗ୍ରହ କରିବାସହ ଶ୍ରମ ଦାନ କରି ବାଉଁଶ ନଳା କୁ ଜଏଣ୍ଟ କରି ଗାଁ କୁ ପାଣି ଆଣିବାରେ ସଫଳ ହେଇଛନ୍ତି । +ଯାହାକି ପ୍ରଶାସନ ର ପାରିବା ପଣିଆ ପ୍ରତି ଆଙ୍ଗୁଳି ଉଠିଛି । +ଏଭଳି ଖବର ଅସିଛି କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ବ୍ଲକ ର ମାଓ ଅଧୁସିତ ଦୁର୍ଗମ ସୋନପୁର ପଂଚାୟତ ର ଛକ ସାହି, ବିନ୍ଧାଣି ସାହି, ପଦାସାହି, ଡୁଗେଟ ମାହା ଆଦି ଅଂଚଳରୁ । +ସେମାନେ ପ୍ରଶାସନ କୁ ଚାଲେଞ୍ଜ ଦେଇ ଏହା କରିଦେଖାଇଛନ୍ତି । +ପୂର୍ବରୁ ଗାଁ ରେ ଥିବା ୩ଟି ଯାକ ନଳକୂପ ଅଚଳହୋଇପଡି଼ବାଫଳରେ ଏ ସବୁ ଅଂଚଳ ର ଲୋକେ ମରାମତି ପାଇଁ ବହୁବାର ପ୍ରଶାସନ ନିକଟ ରେ ଅନୁରୋଧ କରିଥିଲେ । +ହେଲେ ବାବୁ ମାନେ ଶୁଣିନଥିଲେ । +ଫଳରେ ପାଣି ପାଇଁ ଗ୍ରାମର ପ୍ରାୟ ୮ 0ପରିବାର ହନ୍ତସନ୍ତ ହେଉଥିଲେ । +ଶେଷରେ ଗ୍ରାମବାସି ଏକଜୁଟହୋଇ ଗାଁ ରେ ଏକ ବଡ଼ ସିମେଣ୍ଟ କୁଣ୍ଡ ନିର୍ମାଣ କରିଥିଲେ । +ପରେ ପାହାଡ଼ ଉପରେ ଥିବା ଏକ ଝରଣା ରୁ୨ କିମି ବାଟ ବାଉଁଶ ନଳା କୁ ଜଏଣ୍ଟ କରି କୁଣ୍ଡ ରେ ପକାଇଥିଲେ । +କୁଣ୍ଡ ରେ ପାଣି ଜମା ହେବା ପରେ ସେହିପାଣି କୁ ଏବେ ଗ୍ରାମର ସମସ୍ତ ପରିବାର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । +ଏହା କରିବାକୁ ଗ୍ରାମର ଲୋକଙ୍କୁ ପ୍ରାୟ ଏକ ସପ୍ତାହ ଶ୍ରମ ଦାନ କରିବାକୁ ପଡିଥିଲା ବୋଲି ଗ୍ରାମବାସି କହିଛନ୍ତି । +ସ୍ୱାଭିମାନ ଅଞ୍ଚଳର ଦୁର୍ଗମ ସ୍ଥାନରେ ଓଡିଶା ପୁଲିସ ଦ୍ଵାରା ବିଶାଳ ଜନ ସମ୍ପର୍କ ଶିବିର +ଚିତ୍ରକୋଣ୍ଡା :18/04/2022-ଦିନଥିଲା ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୂକ୍ତ ବର୍ତ୍ତମାନ ର ସ୍ୱାଭିମାନ ଅଞ୍ଚଳ କହୁଥିବା ଏବଂ ପୂର୍ବର ବିଛିର୍ନାଞ୍ଚଳ ରେ ଲାଲ ବାହିନୀ ରାଜ କରି ତାଙ୍କ ଇସାରାରେ ଲୋକଙ୍କୁ ନଚାଉଥିଲେ ଥିଲେ । +ଧୀରେ ଧୀରେ ଲୋକେ ବୁଝିପାରି ମାଓବାଦୀ ଙ୍କ ହାତ ଛାଡ଼ି ସରକାର,ଜିଲା ପ୍ରଶାସନ ତଥା ପୁଲିସ ପ୍ରଶାସନ ର ବିଶ୍ୱାସ ଭାଜନ ହୋଇ ଜିଲା ପ୍ରଶାସନ ଆପଣେଇ ନେଇଛି । +ଫଳରେ ସ୍ୱାଭିମାନ ଅଞ୍ଚଳରେ ବିକାଶ ପାଦ ଧୀରେ ଧୀରେ ବଢ଼ି ବିକଶିତ ହେବାରେ ଲାଗିଛି । +ଟାଉନ ଥାନା ସମ୍ମୁଖରୁ ଚୋରି, ପୋଲିସ କରୁଛି କଣ ?? +ଫୁଲବାଣୀ 15/6 ଫୁଲବାଣୀ ଟାଉନ ଥାନା ସମ୍ମୁଖରୁସିରିଜ ଚୋରି । +ଗୋଟିଏ କି ଦୁଇଟି ନୁହେଁ ଚାରି ଚାରିଟା ଦୋକାନ ର ତାଲା ଭାଙ୍ଗିନଗଦ ଟଙ୍କା ଓ ସାମଗ୍ରି ଚୋରି କରିନେଇଛନ୍ତି ଦୁର୍ବୁତ୍ତ । +ଦୁଇଜଣ ଯୁବକ ହାତରେ ଶାବଳ, ହାତୁଡି ଧରିଏ ଦୋକାନ ରୁ ସେ ଦିକଂ ବୁଲିବୁଲି ଚୋରି କରୁଥିବା ଦୋକାନ ରେ ଲାଗିଥିବା ସିସି ଟିଭି ରୁ ଦେଖିବାକୁ ମିଳିଛି । +ଏହି ଚୋର ମନେଥାନା ସମ୍ମୁଖ ଏକ ଓମ୍ଫେଡ କ୍ଷୀର ଦୋକାନ ତାଲା କାଟି ନଗଦ ଚାରି ହଜାର ଟଙ୍କା, ନେଇପଲାଇଥିବାବେଳେ ଅ ନ୍ୟ ଦୋକାନରୁ ମୂଲ୍ୟବାନ ସାମଗ୍ରି ମାନ ଚୋରି ହୋଇଥିବା ନେଇ ଥାନା ରେ ଅଭିଯୋଗ ହୋଇଛି । +ଥାନା ସମ୍ମୁଖରୁ ଯଦି ନିର୍ଭୟ ରେ ଚୋରି ହେଉଛି ଅନ୍ୟ ଅଂଚଳ କଥା ନ କହିବା ଭଲ । +ପୋଲିସ ପେଟ୍ରୋଲିଙ୍ଗ କରୁନି, ଫଳ ରେ ଚୋରି ବଢୁଛି ସହର ରେ । +ବର୍ତମାନ ର ଥାନା ଅଧିକାରୀ ଙ୍କ ନିଷ୍କ୍ରିୟତା ନେଇ ସହର ରେ ଆଲୋଚନା ଯୋର ଧରିଛି । +ଏଣୁ ଟାଉନ ଥାନାରେ ଜଣେ ଦକ୍ଷ, ସଚୋଟ ପୋଲିସ ଅଧିକାରୀ ଙ୍କୁ ଟାଉନ ଥାନା ଅଧିକାରୀ ଭାବେ ନିଯୁକ୍ତି ଦେବାକୁ ସାଧାରଣ ରେ ଦୃଢ ଦାବୀ ହେଉଛି । +ଏସବିଆଇ ଚେତାବନୀ । +ଏହି ଦୁଇ ନମ୍ବରକୁ କଲ୍ ଆସିଲେ, ଦିଅନ୍ତୁ ନାହିଁ ବ୍ୟକ୍ତିଗତ ତଥ୍ୟ । + ନହେଲେ… +ଦେଶର ସବୁଠୁ ବଡ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ନିଜ ଗ୍ରାହକଙ୍କ ପାଇଁ ଏକ ଚେତାବନୀ ଜାରି କରିଛି । +ବ୍ୟାଙ୍କ ନିଜ ଟୁଇଟର ହ୍ୟାଣ୍ଡେଲରୁ ଏନେଇ ସୂଚନା ଦେବା ସହିତ କେୱାଇସି ନାଁରେ ହେଉଥିବା ଠକେଇ ବିଷୟରେ ନିଜ ଗ୍ରାହକଙ୍କୁ ସଚେତନ କରିଛି । +କଲେଜ ଛାତ୍ରୀଙ୍କୁ ଅପହରଣ କରି ବହିସ୍କୃତ ହେଲେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି +ଜୟପୁର,୦୫ । +୦୫: କୋରାପୁଟ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଶିବରାଜ ଖଣ୍ଡପାନ ବିଜେଡିରୁ ବହିସ୍କୃତ । +ଶିବରାଜ ଖଣ୍ଡପାନଙ୍କ ନାମରେ ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରିଥିବା ନେଇ ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବିସିଂହପୁର ଥାନାରେ ଅଭିଯୋଗ ହୋଇଛି । +ଶିବରାଜଙ୍କ ନାମରେ ଜିଲ୍ଲାର ଅନେକ ଥାନାରେ ସଙ୍ଗୀନ ମାମଲା ରହିଥିବା ନେଇ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଅପହୃତ ଛାତ୍ରୀଙ୍କ ମାଆ । +ଅଭିଯୋଗ ଆଧାରରେ ପୋଲିସତଦନ୍ତ ଆରମ୍ଭ କରିଥିବା ବେଳ ଦଳ ଶିବରାଜଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । +ମୁଖ୍ୟ ସଚେତକ ପଦ ଛାଡିଲି ,ସଭାପତି ପଦ ମିଳିଲେ ଛାଡିବିନି +ଭୁବନେଶ୍ୱର – କଂଗ୍ରେସ ଦଳରେ ଭିତରେ ବାହାରେ ଅସନ୍ତୋଷ । +ରାଜ୍ୟରେ ଦଳର ମଙ୍ଗ କିଏ ଧରିବ ତାକୁ ନେଇ ବହୁ ଦିନ ଦଳ ଭିତରେ ଗୋଷ୍ଠୀ କନ୍ଦଳ । +ପିସିସି ସଭାପତି ପଦ ପାଇଁ ବହୁ ଆଶାୟୀ । +ପ୍ରତି ନିର୍ବାଚନରେ ଦଳ ଖରାପ ପ୍ରଦର୍ଶନ କରୁଥିବା ବେଳେ ସମସ୍ତେ ନିଜ ମୁଣ୍ଡରୁ ଦୋଷ ଖସାଇବାର ବ୍ୟସ୍ତ । +ସେହି ଅସନ୍ତୋଷ କନ୍ଦଳ ଭିତରେ ବରିଷ୍ଠ କଂଗ୍ରସ ନେତା ତଥା କୋରାପୁଟ ବିଧାୟକ ଦଳର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି । +ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କଥା କହିଛନ୍ତି । +ବାଉଁଶ ଫାଳିଆରେ ପିଟି ପିଟି ମାନସଙ୍କୁ କରାଯାଇଥିଲା ହତ୍ୟା +କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ତଦନ୍ତ ଯେତିକି ଆଗଉଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । +ମାନସଙ୍କୁ ବାଉଁଶ ଫାଳିଆ ଓ କାଠ ଫାଳିଆରେ ପିଟିପିଟି ମାରିଦିଆଯାଇଥିବା ସୂଚନା ମିଳିଛି । +ବହୁ ଦିନ ବ୍ୟବଧାନ ପରେ ଚିତ୍ରକୋଣ୍ଡା ଅଂଚଳରେ ଲାଗିଲା ମାଓ ପୋଷ୍ଟର +ବହୁଦିନର ବ୍ୟବଧାନ ପରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଂଚଳର ଟନେଲ କ୍ୟାମ୍ପରେ ଲାଗିଲା ମାଓ ପୋଷ୍ଟର । +ଦଣ୍ଡକାରଣ୍ୟ ଡିଭିଜନ ପକ୍ଷରୁ ଲାଗିଥିବା ଏହି ପୋଷ୍ଟର ଗୁଡିକରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଉଲ୍ଲେଖ ରହିଛି । +ଏହାସହ ମିତଲ କମ୍ପାନୀ ପକ୍ଷରୁ କରାଯାଉଥିବା ପାଇପ ଲାଇନ କାମକୁ ମଧ୍ୟ ବିରୋଧ କରିଥିବା ଉଲ୍ଲେଖ କରାଯିବା ସହ ପୋଲିସ ଗଞ୍ଜେଇ ଗଛ କାଟିବା ଓ ଚୋରା ଚାଲାଣ ବନ୍ଦ କରିବା ନାମରେ ନିରୀହ ଆଦିବାସୀଙ୍କୁ ଅତ୍ୟାଚାର କରୁଛି ଏବଂ ଏହାକୁ ବନ୍ଦ ନ କରାଗଲେ ପ୍ରଜା କୋର୍ଟରେ ଦଣ୍ଡିତ କରି ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ମାଧ୍ୟମରେ ଲାଲ ବାହିନୀ ତରଫରୁ ଉଲ୍ଲେଖ କରାଯାଇଛି । +ଗତ କିଛି ଦିନ ପୂର୍ବରୁ ପୋଲିସ ଡିଜି ସୁନୀଲ କୁମାର ବଂସଲ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ମାଓ ମୁକାବିଲାର ସ୍ଥିତି ସମୀକ୍ଷା କରିଥିଲେ । +ଡିଜିଙ୍କ ଗସ୍ତର ଅଳ୍ପ କିଛି ଦିନ ପରେ ମାଓ ପୋଷ୍ଟର ଲାଗିବା ଏବେ ଜିଲ୍ଲା ପୋଲିସ ପାଇଁ ଚିନ୍ତାର ବିଷୟ ପଲଟିଥିବା ଜଣାପଡ଼ିଛି । +ଚିତ୍ରକୋଣ୍ଡା ବ୍ଲକରେ ଜିଲାପାଳ ଵିଶାଲ ସିଙ୍ଗ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ +ଚିତ୍ରକୋଣ୍ଡା:-09/05/2022- ଆଜି ଚିତ୍ରକୋଣ୍ଡା ବ୍ଲକରେ ସଭାଗୃହ ଠାରେ ମାଲକାନଗିରି ଜିଲାପାଳ ଵିଶାଲ ସିଙ୍ଗ ଙ୍କ ଅଧକ୍ଷତାରେ ଜିଲା ର ସମସ୍ତ ବିଭାଗୀୟ ଅଧିକାରୀ ଯଥା-ଉପ ଜିଲାପାଳ ଅକ୍ଷୟ କୁମାର ଖେମୁଡୁ,ଚିତ୍ରକୋଣ୍ଡା ବିଡ଼ିଓ ଟି. ପଦ୍ମନାଭ ଦୋରା, ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ,ପିଏ -ଆଇଟିଡିଏ ତ୍ରିନାଥ ମାଝୀ, ଏସଏସସିଓ ପଦ୍ମ ରଞ୍ଜନ ଦାସ, ଡିଡବ୍ଲୁଓ କୃପାସିନ୍ଧୁ ବେହେରା,ଆଡିସନାଲ ଏସପି ଓପିଏସ ବଳଭଦ୍ର ଦୀପ, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ,ଆରଡବ୍ଲୁଏସଏସ ର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ରାଉତ, ଏସଡିଓ ମନୋଜ କୁମାର ନାୟକ,ଡିଏସଡବ୍ଲୁ ଓ, ଡିଏସଏସଓ, ବିଦୂତ ତଥା ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଏବଂ ସମସ୍ତ ଜିଲା ସ୍ତରୀୟ ମୁଖ୍ୟ ଅଧିକାରୀ ମାନଙ୍କୁ ନେଇ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । +ଆଜି ଚିତ୍ରକୋଣ୍ଡା ବ୍ଲକ ଅଂଚଳର କୋଡିଏ ଗୋଟି ଅଭିଯୋଗ ର ଶୁଣାଣି କଲେ ଜିଲାପାଳ ବିଶାଲ ସିଙ୍ଗ । +ଅଭିଯୋଗ ଭିତରେ ମୁଖ୍ୟ ସମସ୍ୟା ଥିଲା ପାଣି ସମସ୍ୟା, ପରେ ବିଦୂତ ସମସ୍ୟା, ଚିତ୍ରକୋଣ୍ଡା ଠାରୁ ଅପରେଟକଲୋନୀ ରାସ୍ତା, ଚିତ୍ରକୋଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଘର ଜରାଜୀର୍ଣ୍ଣ ଅବସ୍ଥା ଏବଂ ପୁରୁଷ ଓ ପ୍ରଧାନ ଶିକ୍ଷକ ଅଭାବ ଭଳି ବହୁ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଶୁଣାଣି କରାଯାଇଥିଲା । +କୁନି ଧାବକ ରୋହିତ +ବୟସ ମାତ୍ର ଆଠ ବର୍ଷ । +ସେଥିରେ ଦୈନିକ ସକାଳୁ ୧୦ ରୁ ୧୨ କିଲୋମିଟର ଦୌଡ଼ୁଛନ୍ତି କୁନି ଧାବକ ରୋହିତ । +ଏହି ବାଳକ ଜଣକ ହେଉଛନ୍ତି ବଡ଼ଚଣା ବ୍ଲକ୍‌ ଦର୍ପଣ ପଞ୍ଚାୟତ ତଥା ଦର୍ପଣ ଗ୍ରାମର ନିର୍ମଳ ବେହେରାଙ୍କ ବଡ଼ପୁଅ ରୋହିତ । +ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ରୋହିତ ଗତ ୬ ମାସ ତଳୁ ଦୌଡ଼ ଅଭ୍ୟାସ କରୁଛନ୍ତି । +ପ୍ରତିଦିନ ସକାଳୁ ତାଙ୍କ ଗାଁ ଦର୍ପଣ ଠାରୁ ସେ ଚଣ୍ଡିଖୋଲ ଛକ ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ଦୌଡ଼ି ଦୌଡ଼ି ଆସିଥାନ୍ତି । +ଦୌଡ଼ିବା ସମୟରେ ସେ କୌଣସି ସ୍ଥାନରେ ବିଶ୍ରାମ ନେଇ ନଥାନ୍ତି । +ଆର୍ଥିକ ଅବସ୍ଥା ଭଲ ନଥିବାରୁ ତାଙ୍କ ବାପା ନିର୍ମଳ ହାଇଦ୍ରାବାଦର ଏକ ହୋଟେଲରେ କାମ କରୁଛନ୍ତି । +ପୁଅକୁ ପ୍ରଶିକ୍ଷଣ ଦିଆ ଯାଇପାରିଲେ ସେ ଆହୁରି ଆଗକୁ ଯାଇ ପାରନ୍ତା ବୋଲି କହନ୍ତି । +କଠିନ ପରିଶ୍ରମ କରି ଭବିଷ୍ୟତରେ ବୁଦ୍ଧିଆ ସିଂ ପରି ସୁନାମ ଅର୍ଜନ କରିବେ ବୋଲି ମଧ୍ୟ ରୋହିତ ଆଶା ରଖିଛନ୍ତି । +ଲକ୍ଷ୍ୟପୂରଣ ଦିଗରେ ରୋହିତଙ୍କୁ ସରକାର ସହଯୋଗ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । +ମାନସ ମୃତ୍ୟୁ ମାମଲା : ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ +ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ । +ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଶର୍ମିଷ୍ଠାଙ୍କୁ ଗିରଫ କରାଯାଇଛି । +ଭଦ୍ରକର ନାଳଙ୍ଗ ଅଞ୍ଚଳରୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଗିରଫ କରାଯାଇଛି । +2 ବର୍ଷ ଧରି ମଜା ନେଲା, ଟଙ୍କା ଲୁଟିଲା, ବୁଲେଇ ବୁଲେଇ ଛାଡି ଦେଲା, ଆଉ ଏବେ ସେ… +ମିଲନ ମହାରଣାଙ୍କ ସହ ମୋର ୨ ବର୍ଷ ସମ୍ପର୍କ ରହିଛି । +ମୋ ସହିତ ସେ ପ୍ରେମ ସମ୍ପର୍କ ରଖିଥିଲେ । +ଆମେ ଦୁହେଁ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହି ଆସୁଥିଲୁ । +ସେ ମୋତେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଏବେ ମୋତେ ଆଭଏଡ୍‌ କରୁଛନ୍ତି । +ଏଣିକି ଭୋଟର ଆଇଡିକୁ ଆଧାର ସହିତ ଲିଙ୍କ୍ କରିବାକୁ ପଡିବ, ସରକାର ଜାରି କଲେ ବିଜ୍ଞପ୍ତି +ନୁଆଦିଲ୍ଲୀ: ଭୋଟର ଆଇଡି ସହିତ ଆଧାର କାର୍ଡକୁ ଲିଙ୍କ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । +ଶୁକ୍ରବାର ଏନେଇ ସରକାର ସୂଚନା ଦେଇଛନ୍ତି । +ଏହା ମାଧ୍ୟମରେ ଭୋଟର ଲିଷ୍ଟକୁ ସ୍ୱଚ୍ଛ କରିବାକୁ ଏବଂ ଯୁବ ମତଦାତାଙ୍କୁ ଗୋଟିଏ ବର୍ଷରେ ଚାରିଥର ନାମ ପଞ୍ଜିକରଣ କରିବାକୁ ସୁଯୋଗ ମିଳିବ । +ପୁର୍ବରୁ ପାନ୍ କାର୍ଡ ସହିତ ଆଧାର ସଂଯୋଗ ବାଧ୍ୟତାମୂଳକ ଥିବା ବେଳେ ଏବେ ଭୋଟର ଆଇଡି ସହ ଆଧାର ସଂଯୋଗ କରିବାକୁ ପଡ଼ିବ । +ଏଥିସହ, ନିର୍ବାଚନ ସମ୍ବନ୍ଧୀୟ ସାମଗ୍ରୀ ସଂରକ୍ଷଣ ତଥା ସୁରକ୍ଷା ବାହିନୀ ଏବଂ ନିର୍ବାଚନ କର୍ମଚାରୀଙ୍କ ପାଇଁ ଆୟୋଗ ବର୍ତ୍ତମାନ ଯେକୌଣସି ସ୍ଥାନ ଦାବି କରିପାରିବ । +ସଂସଦରେ ପାରିତ ହୋଇଥିବା ନିର୍ବାଚନ ସଂଶୋଧନ ଅଧିନିୟମ ୨୦୨୧ ଅନୁଯାୟୀ ଏହି ବିଜ୍ଞପ୍ତି ଜାରି କରାଯାଇଛି । +ଆଇନ ମନ୍ତ୍ରୀ କିରେନ ରିଜିଜୁ ଟ୍ୱିଟରରେ ଲେଖିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ସହ ପରାମର୍ଶ ପରେ ଚାରିଟି ବିଜ୍ଞପ୍ତି ଜାରି କରାଯାଇଛି । +କେନ୍ଦ୍ର ମନ୍ତ୍ରୀ ଏକ ଚାର୍ଟ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ ଏହା ସମାନ ବ୍ୟକ୍ତିଙ୍କୁ ଏକରୁ ଅଧିକ ସ୍ଥାନରେ ଭୋଟର ତାଲିକାରେ ନାମ ଲେଖାଇବାରେ ରୋକିବ । +ରିଜିଜୁ କହିଛନ୍ତି ଯେ ବର୍ତ୍ତମାନ ଜଣେ ଯୁବକ ଯିଏ ୧ ଜାନୁଆରୀ କିମ୍ବା ୧ ଏପ୍ରିଲ କିମ୍ବା ୧ ଜୁଲାଇ କିମ୍ବା ୧ ଅକ୍ଟୋବରରେ ୧୮ ବର୍ଷ ପୂରଣ କରିବ ତୁରନ୍ତ ଭୋଟର ତାଲିକାରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବ । +ବିଦ୍ୟୁତ ହେଉଛି ବିକାଶର ଜୀବନରେଖା ବିଦ୍ୟୁତ ଅପଚୟ କରନ୍ତୁ ନାହିଁ – ମୁଖ୍ୟମନ୍ତ୍ରୀ +୭ଟି ବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ +ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ କୃଷକ ସଙ୍ଗଠନର ଧାରଣା +ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ପଦ୍ମପୁର, ଗାଇସିଲେଟ, ଝାରବନ୍ଧ, ବିଜେପୁର, ପାଇକମାଲ ବ୍ଲକର ରାଜ ବୋଡାସମ୍ବର କୃଷକ ସଙ୍ଗଠନର ଶହ ଶହ ଚାଷୀ ଘେରାଉ କରି ଧାରଣାରେ ବସିଛନ୍ତି । +ଚାଷୀଙ୍କ ମୁଖ୍ୟ ଦାବି ଗୁଡ଼ିକ ହେଲା ଗତ ଖରିଫ ଋତୁକୁ ମରୁଡ଼ି ଘୋଷଣା ସହ ମରୁଡି ସହାୟତା ରାଶି ପ୍ରଦାନ, ବୀମା କ୍ଷେତ୍ରରେ ରିଜେକ୍ଟ ରିଭର୍ଟ ଆଦି ପ୍ରକ୍ରିୟା ବନ୍ଦ କରି ତୁରନ୍ତ ବୀମା ରାଶି ପ୍ରଦାନ, କୃଷି କ୍ଷେତ୍ରରେ ବିଦ୍ୟୁତ ବିଲ ସମ୍ପୂର୍ଣ୍ଣ ଛାଡ଼ ଏବଂ ଜଳକର ଆଧାରରେ ବିଦ୍ୟୁତ ବିଲ୍‌ ନେବା । +ବୟସ୍କଙ୍କୁ ସାକ୍ଷର କରିବ ଏଫ୍‌ଏମ୍‌ୟୁ +ଫକୀରମୋହନ ବିଶ୍ଵବିଦ୍ୟାଳୟ ଏବଂ ରୋଟାରୀ ଇଣ୍ଡିଆ ଲିଟେରେସି ମିଶନ୍ ଓ ରୋଟାରୀ ଇଣ୍ଟରନ୍ୟାସନାଲ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି । +ଏଥିରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ରୋଟାରୀ ଇଣ୍ଡିଆ ହ୍ୟୁମାନିଟି ଫାଉଣ୍ଡେସନ୍‌ର ସିଓଓ ବିଶ୍ୱଜିତ ଘୋଷ, ଜିଲ୍ଲା ଆରଆଇଡି ଶାନ୍ତନୁ କୁମାର ପାଢ଼ୀ ଓ ଉପଦେଷ୍ଟା ରୋଟାରିଆନ୍‌ ସୁବ୍ରତ କର, ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ, କୁଳସଚିବ କୁକୁମିନା ଦାସ ପ୍ରମୁଖ ଉପସ୍ଥିତ ଥିଲେ । +ବୟସ୍କଙ୍କ ସାକ୍ଷରତାକୁ ପ୍ରାଥମିକତା ଦେଇ ଏପରି ବୁଝାମଣା ସ୍ୱାକ୍ଷର କ୍ଷେତ୍ରରେ ଫକୀରମୋହନ ବିଶ୍ଵବିଦ୍ୟାଳୟ ପ୍ରଥମ ସରକାରୀ ଶିକ୍ଷାନୁଷ୍ଠାନ । +ପ୍ରଥମେ ବାଲେଶ୍ୱରର ଦୁଇଟି ଗ୍ରାମକୁ ଭିତ୍ତିକରି ଏହି ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ । +5T ସ୍କୁଲର ବାସ୍ତଵ ଚିତ୍ର । + ନିମ୍ନ ମାନର କାମ ସହ ଶିଶୁ ଶ୍ରମିକ ନିୟୋଜିତ. ଉଦଘାଟନ ପୂର୍ବରୁ… +ପାଣି ପାଇଁ ହାହାକାର ,ସରପଞ୍ଚ ଙ୍କୁ ଘେରିଲେ ଗ୍ରାମବାସୀ । +ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନ ମୁଣ୍ଡା ଗ୍ରାମ ପଞ୍ଚାୟତ ସଦର ମନ ମୁଣ୍ଡା ରେ ସମସ୍ତ ଗ୍ରାମବାସୀ ପାଣି ପାଇଁ ହାହାକାର ହେଉଥିବା ବେଳେ ବାସୁଦେବ ପାଲି କୁ ସମ୍ପୂର୍ଣ୍ଣ ରୂପେ ଜଳ ଯୋଗାଣ ହେଉନଥିବା ବେଳେ ତେଳନଦି କୁ ଲାଗି ରହି ଥିବା ମନ ମୁଣ୍ଡା ସହରରେ ଦେଖାଦେଇଛି ଏଭଳି ସମସ୍ୟା । +କଥାରେ ଅଛି ଜଳ ବହୁଳେ ସୃଷ୍ଟି ନାଶ ଜଳ ବିହୁନେ ସୃଷ୍ଟି ନାଶ । +ମନ ମୁଣ୍ଡା ସହରବାସୀ ଙ୍କ ବାସୀଙ୍କ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରାଯାଇ ଦେଉଳି ଘାଟ ତେଲନଦି ରୁ ଜଳ ଯୋଗାଣ ର ବ୍ୟବସ୍ଥା ହୋଇଥିବା ସତ୍ତ୍ୱେ ନାମକୁ ମାତ୍ର ତାହା ଜଳ ଯୋଗାଣ ବ୍ୟବସ୍ଥା ବୋଲି ଅଞ୍ଚଳ ବାସି ପ୍ରକାଶ କରିଛନ୍ତି । +କେତେବେଳେ ମୋଟରପୋଡ଼ିଯିବା ପାଇଁ ପାଣି ପାଇବାରୁ ବଞ୍ଚିତ ହେଉଥିବା ବେଳେ କେତେବେଳେ ପୁଣି ବିଦ୍ୟୁତ୍ ତାର ପଡିଯିବା ପାଇଁ ପାଣି ପାଇବାରୁ ବଞ୍ଚିତ ହୁଅନ୍ତି ଉକ୍ତ ଗ୍ରାମବାସୀ । +ଆଜକୁ ପ୍ରାୟ ପାଞ୍ଚ ମାସ ହେବ ଜଳ ଯୋଗାଣ ହେବାରୁ ବଞ୍ଚିତ ଅଛନ୍ତି ଉକ୍ତ ମନ ମୁଣ୍ଡା ସହର ବାସି । +ଅନ୍ୟପଟରେ ବୌଦ୍ଧ ଜିଲ୍ଲା ଖରା ଯୋଗୁଁ ତତଲା କଢ଼େଇ ସାଜିଥିବା ବେଳେ ମନ ମୁଣ୍ଡା ଅଞ୍ଚଳରେ ପାରଦ ୪୫ ଡିଗ୍ରୀ ଉପରେ । +ପାଖରେ ବହି ଯାଉଥିବା ତେଲ ନଦୀ ମଧ୍ୟ ଶୁଖିଲା ଅବସ୍ଥାରେ ପଡ଼ି ରହିଛି ତେଣୁ ବୃଦ୍ଧା ଠୁ ଛୁଆ ପର୍ଯ୍ୟନ୍ତ ଗାଧୋଇବା ପାଇଁ ନଦୀ ମଝିକୁ ଗଲେ ଯାଇ ଗାଧୋଉଥିବା ବେଳେ ବହୁ କଷ୍ଟକର ହୋଇପଡିଛି ଜୀବନ ଜୀବିକା । +ଆଜି ସହ ସହ ମହିଳା ମାନେ ଓ ଗ୍ରାମବାସୀ ଆଜି ମନ ମୁଣ୍ଡା ଗ୍ରାମ ପଞ୍ଚାୟତ ରେ ପହଞ୍ଚି କେବେ ଉକ୍ତ ପାନୀୟ ଜଳ ଚାଲୁ ହେବା ଓ ଆମ୍ଭେ ପାଣି ପାଇବୁ ବୋଲି ସରପଞ୍ଚ ରଞ୍ଜୁ ବେହେରା ଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ନ ଦେଇ ଚୁପ୍ ରହିଥିଲେ । +ଆଗାମୀ ଦୁଇ ଚାରିଦିନ ମଧ୍ୟରେ ଯଦି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନ ହୁଏ ତାହା ହେଲେ ରାଜ ରାସ୍ତାକୁ ଓହ୍ଲାଇବାକୁ ମହିଳା ମାନେ ଅଣ୍ଟା ଭିଡି ଛନ୍ତି । +ଆମେ ଏହି ସମସ୍ୟା କୁ ନେଇ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ହୋଇନଥିଲା । +କେବେ କାର୍ଯ୍ୟକ୍ଷମ ହେଉଛି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା । +ସ୍ଥାନୀୟ ସରପଞ୍ଚ କେତେ ଶୀଘ୍ର ଉକ୍ତ ସମସ୍ୟାର ସମାଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । +*ଉପାନ୍ତ ଅଞ୍ଚଳରେ ପହଞ୍ଚିଲେ ସି ଡି ପି ଓ +ବୌଦ୍ଧ ଜିଲ୍ଲା ସଦର ବ୍ଲକ ଆମ୍ବଝରୀ ଗ୍ରାମ ପଞ୍ଚାୟତ ର ୧୫ ନଂ ୱାଡ ଯାହାକି ଜିଲ୍ଲା ର ତିନି କୋଣ ରୁ ବିଚ୍ଛିନ୍ନ । +ସେ କେନ୍ଦ୍ର ସରକାର ହୁଅନ୍ତୁ କିମ୍ବା ରାଜ୍ୟ ସରକାର ସବୁ ଯୋଜନା ଏଠି ଫେଲ ମାରିଛି, ଏହି ୱାର୍ଡ ରେ । +ସ୍ବାଧୀନତା ର ଦୀର୍ଘ ୭୫ ବର୍ଷ ପରେ ଯିଏ କି ବର୍ତ୍ତମାନ ର ବୌଦ୍ଧ ବ୍ଲକ ର ସି ଡି ପି ଓ ମିନତି ଦେଓ ଏହି ୱାର୍ଡ କୁ ପ୍ରଥମ ଥର ପାଦ ଦେଇଛନ୍ତି । +ଏହି ସରଳ, ନିରିହ, ନିସ୍କପଟ, ଆଦିବାସୀ ଲୋକ ମାନେ ଜୀବନ ଯାପନ କରନ୍ତି, ଜିଲ୍ଲା ର ସୀମାନ୍ତବର୍ତ୍ତୀ ବିଛିନ୍ନାଞଳ ଉପାନ୍ତ ଅଞ୍ଚଳ ରେ , ଏହି ୱାର୍ଡ ମାତାଗାଡୁ ,କାମାରକୁଡା ,ଡକେନ୍,ଜିଲେଜୁ ,ଶିକାଅରା ,ଭୁତମେଣ୍ଡି ,ଗଡ ଏହି ସାତ ଟି ସାହି ରେ ଗୋଟିଏ ଅଙ୍ଗନୱାଡି ସେଣ୍ଟର ,ଏହି ସେଣ୍ଟର ରେ ଦୀର୍ଘ ଦିନ ରୁ ସାହାଯ୍ୟ କାରୀଣି ଭାବରେ କାର୍ଯ୍ୟରତ ମହିଳା ସରକାର ଙ୍କ ନିର୍ଦ୍ଦାରିତ ବୟଷ ଅତିକ୍ରମ କରିବା ପରେ ନୂତନ ସାହାଯ୍ୟକାରିଣୀ ଚୟନ କରିବାକୁ ବୌଦ୍ଧ ବ୍ଲକ ର ସି ଡି ପି ଓ ମିନତି ଦେଓ କାମାରକୁଡା ଅଙ୍ଗନୱାଡି କେନ୍ଦ୍ର କୁ ଯାଇ ଥିଲେ । +ସମସ୍ତ ଙ୍କ ର ସହମତି ରେ କାମାରକୁଡା ର ଦୀପାଞ୍ଜଳି ଝାଙ୍କର ଙ୍କୁ ଚୟନ କରାଗଲା । +ସି ଡି ପି ଓ ମିନତି ଦେଓ ଏହି ଆଦିବାସୀ ଲୋକମାନେ ଏହି ଉପାନ୍ତ ବିଛିନ୍ନାଞଳ ରେ ଦେଖିବାକ୍ଷଣି ଫୁଲତୋଡା ଦେଇ ପାଛୁଟି ନେଇଥିଲେ । +ଅଙ୍ଗନୱାଡି କେନ୍ଦ୍ର ର ସମସ୍ତ ସମସ୍ୟା ମାଡମ୍ ଙ୍କୁ ଅବଗତ କରାଇଥିଲେ । +ଏବଂ ମାଡମ୍ ମଧ୍ୟ ଲୋକମାନଙ୍କୁ ଦୃଢତାର ସହିତ ଯେଉ ସମସ୍ୟା ର ସମାଧାନ ହୋଇପାରିବ ସେହି ସମସ୍ୟା ତୁରନ୍ତ ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । +ମାଡମ୍ ଙ୍କ ଏହିପରି ପ୍ରତିଶୃତି କୁ ଅଞ୍ଚଳ ରେ ବେଶ ପ୍ରସଂସା କରିଥିଲେ । +ଆଉ ଏହି ୧୫ ନଂ ୱାର୍ଡ ର ଲୋକ ମାନେ କହିଥିଲେ ଯଦି ଜିଲ୍ଲା ର ସବୁ ବିଭାଗ ର ଅଧିକାରୀ ଏହି ସୀମାନ୍ତବର୍ତ୍ତୀ ଉପାନ୍ତ ବିଛିନ୍ନାଞଳ ଅଞ୍ଚଳରେ ସି ଡି ପି ଓ ମିନତି ଦେଓ ଙ୍କ ଭଳି ଯଦି ପାଦ ପାଦ ପଡନ୍ତା ତେବେ ସବୁ ସମସ୍ୟା ର ସମାଧାନ ହୋଇପାରନ୍ତା । +ରାଜଧାନୀରେ ପୁଣି ହତ୍ୟାକାଣ୍ଡ: ସ୍ତ୍ରୀକୁ ପିଟିପିଟି ମାରିଲେସ୍ବାମୀ +ପାରିବାରିକ କଳହକୁ ନେଇ ପୁଣି ରାଜଧାନୀରେ ହତ୍ୟାକାଣ୍ଡ । +ଟଙ୍କପାଣି ରୋଡରେ ରହୁଥିବା ଜଣେ ଲୋକ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା । +ମୃତକ ହେଲେ ଲିଲି ଦାସ । +ଅଭିଯୁକ୍ତ ସ୍ବାମୀ ସୌଭାଗ୍ୟ ରଞ୍ଜନ ଦାସଙ୍କୁ ପୁଲିସ ଗିରଫ କରିଛି । +ଓଡିଶାରେ ବେକାରୀ ସବୁଠୁ କମ୍ +ଓଡ଼ିଶାରେ ବେକାରୀ ହାର ୧.୪୭ ପ୍ରତିଶତ ରହିଛି । +ରିପୋର୍ଟ ଅନୁସାରେ ବେକାରୀ ତାଲିକାରେ ସବୁଠାରୁ ଆଗରେ ରହିଛି ହରିୟାଣା । +ହରିୟାଣାରେ ବେକାରୀ ହାର ୨୫.୭ ପ୍ରତିଶତ ରହିଥିବା ବେଳେ ରାଜସ୍ଥାନରେ ୨୪.୫ ପ୍ରତିଶତ ରହିଛି । +ରାତି ଅଧରେ ଘରେ ଲାଗିଲା ନିଆଁ; ମା’ ସହ ଜୀବନ୍ତ ଦଗ୍ଧ ହୋଇଗଲେ ୨ ଶିଶୁ +ରାତିରେ ମା’ କୋଳରେ ଗଭୀର ନିଦରେ ଶୋଇଥିଲେ ୨ ନିରୀହ ଶିଶୁ । +ହେଲେ ସେହି ରାତି ହିଁ କାଳ ରାତି ସାଜିବ ଓ ମା’ ସମେତ ସେମାନଙ୍କ ଜୀବନ ଦୀପ ଲିଭିଯିବ ବୋଲି କେହି କଳ୍ପନା କରି ନ ଥିଲେ । +ହଠାତ୍‌ ରାତିରେ ଘରେ ନିଆଁ ଲାଗିଥିବା ବେଳେ ମା’ ସହ ଜୀବନ୍ତ ଦଗ୍ଧ ଶୋଇଥିଲେ ୨ କଅଁଳା ଶିଶୁ । +ଏପରି ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉଞ୍ଚଗାଁ ଗ୍ରାମର ଢ଼ିପାସାହିଠାରେ ଗତରାତିରେ ଘଟିଛି । +ମୃତକ ୩ ଜଣ ହେଲେ ସୁରୁକୁନି ମାର୍ଣ୍ଡି (୨୪) , ୬ବର୍ଷର ଝିଅ ସରିତା ମାର୍ଣ୍ଡି ଓ ୩ମାସର ପୁଅ ଜଗଦୀଶ ମାର୍ଣ୍ଡି । +ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ୍‌ ସୁରୁକୁନିଙ୍କ ସ୍ୱାମୀ ମଙ୍ଗଲ ମାର୍ଣ୍ଡିଙ୍କୁ ଅଟକ ରଖିଛି । +ଜାତୀୟସ୍ତର ଚିତ୍ରକଳା ପ୍ରତିଯୋଗିତା: ବାଲେଶ୍ୱରର ଛାତ୍ରୀ ବର୍ଣ୍ଣାଳୀ ମନୋନୀତ +ବାଲେଶ୍ୱର : ଭାରତ ସରକାରଙ୍କ ସଂସ୍କୃତି ବିଭାଗ, ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂଶାସିତ ସଂଗଠନ ସିସିଆର୍‌ଟି(ସାଂସ୍କୃତିକ ସମ୍ବଳ ଏବଂ ତାଲିମ କେନ୍ଦ୍ର) ତରଫରୁ ୨୦୨୦-୨୧ ବର୍ଷ ପାଇଁ ଅନୁଷ୍ଠିତ ମେଧା ଛାତ୍ର ବୃତ୍ତିରେ ବାଲେଶ୍ୱରର ଛାତ୍ରୀ ବର୍ଣ୍ଣାଳୀ ଘଡ଼ାଇ ମନୋନୀତ ହୋଇଛନ୍ତି । +ଅନଲାଇନ୍‌ରେ ଅନୁଷ୍ଠିତ ପ୍ରତିଯୋଗିତାରେ ଦେଶରୁ ୨ ହଜାରରୁ ଅଧିକ ପିଲା ଅଂଶଗ୍ରହଣ କରିଥିଲେ । +ଓଡ଼ିଶାରୁ ଚିତ୍ରକଳାରେ ୪ ଜଣ ମନୋନୀତ ହୋଇଥିବା ବେଳେ ଏଥିରେ ବର୍ଣ୍ଣାଳୀ ରହିଛନ୍ତି । +ଦେଢ଼ ଘଣ୍ଟା ଭିତରେ ବର୍ଣ୍ଣାଳୀ ସୁନ୍ଦର ଚିତ୍ର କରି ନିଜର ପ୍ରତିଭାକୁ ପ୍ରଦର୍ଶିତ କରିଥିଲେ । +ସିଦ୍ଧିବିନାୟକ ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ବର୍ଣ୍ଣାଳୀଙ୍କର ଛୋଟ ବେଳୁ କଳାକୃତି ପରି ରୁଚି ରହିଥିଲା । +ଏହା ପୂର୍ବରୁ ବର୍ଣ୍ଣାଳୀ ବିଭିନ୍ନ ଅନୁଷ୍ଠାନ ତରଫରୁ ଚିତ୍ରକଳା ପାଇଁ ପୁରସ୍କୃତ ହୋଇଛନ୍ତି । +ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୧୨ଟି ୟୁରୋପୀୟ ଦେଶର ପ୍ରବାସୀ ଓଡ଼ିଆ +ଇଟାଲୀ ରାଜଧାନୀ ରୋମରେ ୟୁରୋପରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । +୧୨ଟି ୟୁରୋପୀୟ ଦେଶରୁ ପ୍ରବାସୀ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । +ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଓ ବିକାଶ ନେଇ ପ୍ରବାସୀ ଓଡ଼ିଆମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । +ଏହା ସହ ଖାଦ୍ୟ ସୁରକ୍ଷା, ଶିକ୍ଷା ଓ ସ୍ୱାସ୍ଥ୍ୟ ପରି କିଛି କ୍ଷେତ୍ରରେ ରାଜ୍ୟର ଭଲ ପ୍ରଦର୍ଶନକୁ ମଧ୍ୟ ସେମାନେ ପ୍ରଶଂସା କରିଛନ୍ତି । +ଆଲୋଚନା ବେଳେ ବ୍ରିଟେନରେ ରହିଥିବା ପ୍ରବାସୀ ଓଡ଼ିଆମାନେ ଜଣାଇଛନ୍ତି ଯେ, ସେମାନେ ସେଠାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । +ଏହି ନିର୍ମାଣ କାର୍ଯ୍ୟରେ ସବୁପ୍ରକାର ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । +ପ୍ରବାସୀ ଓଡ଼ିଆଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ବେଳେ ଫାଇଭ୍-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ । +ଆଜି ମାଲକାନଗିରି ଜିଲ୍ଲା ଡିଭିଜୋନାଲ ଫରେଷ୍ଟ ଅଫିସର ବୈଠକ ଗୃହରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି । +ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଡି ଏଫ ଓ ପ୍ରତାପ କତାପାଲି ଯୋଗ ଦେଇଥିଲେ । +ଏହି ବୈଠକେ ପରିବେଶ କୁ କିପରି ସୁରକ୍ଷା ଦିଆ ଯାଇପାରିବ । +ଅଧିକ ମାତ୍ରାରେ ବୃକ୍ଷ ରୋପଣ କରାଯାଇ ପାରିବ ଓ ବିଭିନ୍ନ ପର୍ବ ବନ୍ୟା ଜନ୍ତୁ ଶିକାର କୁ କିପରି ରୋକା ଯାଇ ପାରିବ ସେ ସମ୍ବନ୍ଧରେ ଆଲୋଚନା ହୋଇଥିଲା । +ଏବଂ ସମସ୍ତ ଗ୍ରାମରେ ପରିବେଶ ସୁରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟ କ୍ରମକୁ ଅଧିକ ମାତ୍ରରେ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା । +ଏହି କାର୍ଯ୍ୟ କ୍ରମରେ 7 ଜଣ ପକୃତି ବନ୍ଧୁଙ୍କୁ 10 ହଜାର ଟଙ୍କା ପ୍ରଦାନ କରାଯିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ର , ବକୃତା ଭଳି ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । +ଏହି ଅବସରରେ ଏ ସି ଏଫ କୁନ୍ଦନ ସିଂ , ଲିଲି ଅମାନତ୍ୟ , ବିଶ୍ୱ ବନ୍ୟା ଜନ୍ତୁ ରକ୍ଷକ ରାମ କୃଷ୍ଣ ଚୌଧୁରୀ , ଅଧ୍ୟାପକ ରଞ୍ଜନ କୁମାର ସ୍ୱାଇଁ ଙ୍କ ସମେତ ଅନେକ ବନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ଥିଲେ । +ବଡି ବିଲଡିଂ ଚମ୍ପିଆନସିପ ପାଇଁ ପ୍ରସ୍ତୁତ ହେଉଛି ରାଜ୍ୟ +ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ବଡି ବିଲଡିଂ ଚମ୍ପିଆନସିପ । +ଆସନ୍ତା ଏପ୍ରିଲ ୯ ଏବଂ ୧୦ ତାରିଖରେ ଏହି ଚମ୍ପିଆନସିପ ଅନୁଷ୍ଠିତ ହେବାକୁ ଯାଉଛି । +ଭୁବନେଶ୍ୱରର ରେଲୱେ ଇଣ୍ଡୋର ଷ୍ଟାଡିୟମରେ ବଡି ବିଲଡିଂ ଚମ୍ପିଆନସିପ ପାଇଁ ପ୍ରତିଯୋଗିତା ଆୟୋଜନ ହେବ । +ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟରେ ଡାକ ଟିକଟ,ଷ୍ଟାମ୍ପ,ଦେଶ ବିଦେଶର ମୁଦ୍ରା ଓ ନୋଟ ପ୍ରଦର୍ଶନ । +ବୌଦ୍ଧ ,, 06/06. ବୌଦ୍ଧର ସୁନାମଧନ୍ୟ ସଂଗ୍ରାହକ ଶ୍ରୀ ବିଶ୍ୱନାଥ ମିଶ୍ର ନିଜ ଉଦ୍ୟମରେ ସଂଗ୍ରହ କରିଥିବା ଡାକ ଟିକଟ, ଷ୍ଟାମ୍ପ, ଦେଶ ବିଦେଶର ମୁଦ୍ରା ଓ ନୋଟକୁ ବୌଦ୍ଧ ପାଲଝର ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ ରେ ପ୍ରଦର୍ଶନ କରିଥିଲେ । +ଏହି ପ୍ରଦର୍ଶନୀ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ବୃନ୍ଦ ବୁଲି ଦେଖିଥିଲେ । +ଏହି ପ୍ରଦର୍ଶନୀ ରେ ଶ୍ରୀ ମିଶ୍ର ଛାତ୍ର ଛାତ୍ରୀ ମାନଙ୍କୁ ସଂସ୍କୃତି, ମହାପୁରୁଷ ମାନଙ୍କର ବାଣୀ ଓ କର୍ମ, ମୁଦ୍ରା ଆଦି ଡାକ ଟିକଟ ଓ ମୁଦ୍ରା ମାଧ୍ୟମରେ ଅବଗତ କରାଇ ପ୍ରଦର୍ଶନୀ ର ଦୃଷ୍ଟି ଆକର୍ଷଣ କରାଇଥିଲେ । +ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ଦେଶକୁ ସମର୍ପିତ କରିବା ମୋର ସୌଭାଗ୍ୟ – ପ୍ରଧାନମନ୍ତ୍ରୀ +ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବି.ଆ.ର ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ନୂତନ ଭାବେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟର ଉଦଘାଟନ କରିଛନ୍ତି । +ସେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ପରିଦର୍ଶନ କରିବାକୁ ପ୍ରଥମ ଟିକେଟ କିଣିଥିଲେ । +ଦେଶର ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ଉତ୍ସର୍ଗୀକୃତ ଏହି ସଂଗ୍ରହାଳୟ ପ୍ରାୟ ୨୧୭ କୋଟି ଟଙ୍କା ବ୍ୟୟରେ ୧୫,୬୦୦ ବର୍ଗ ମିଟର ଅଞ୍ଚଳରେ ନିର୍ମିତ ହୋଇଛି । +ଦେଶର ୧୪ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଜୀବନ ଏବଂ ସେମାନଙ୍କ କାର୍ୟ୍ୟକାଳ ମଧ୍ୟରେ କରାଯାଇଥିବା କାର୍ୟ୍ୟ ବିଷୟରେ ଏଠାରେ ସୂଚନା ଦିଆଯାଇଛି । +ଏହି ସଂଗ୍ରହାଳୟ ମାଧ୍ୟମରେ ସ୍ୱାଧୀନ ଭାରତର ସମସ୍ତ ସରକାରଙ୍କ କାର୍ୟ୍ୟକଳାପ ଏବଂ ଦେଶର ସମୃଦ୍ଧ ଗଣତାନ୍ତ୍ରିକ ଇତିହାସ ଚିତ୍ରିତ ହୋଇଛି । +ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି , ଭାରତୀୟ ଗଣତନ୍ତ୍ରର ସୌନ୍ଦର୍ଯ୍ୟ ଏବଂ ଜାତୀୟ ମାନ୍ୟତାର ଜୀବନ୍ତ ଉଦାହରଣ ଭାବରେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଉଭା ହୋଇଛି । +ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ଯୋଗୁଁ ଦେଶର ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ଆଜି ଦେଶର ପ୍ରତିନିଧିତ୍ୱ କରିପାରିବେ । +ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀର କାର୍ୟ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ଏହି କାର୍ୟ୍ୟକ୍ରମକୁ ସମ୍ବୋଧିତ କରି ଏହି ସଂଗ୍ରହାଳୟ ନିର୍ମାଣରେ ସହଯୋଗ କରିଥିବା ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । +ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର ସଦସ୍ୟ ମଧ୍ୟ ଏହି କାର୍ୟ୍ୟକ୍ରମରେ ଜଡିତ ଅଛନ୍ତି । +ଯୁଗ୍ମ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଶ୍ରୀମତୀ ଏଲୋରା ସାମଲଙ୍କ ଦୁଇ ଦିନିଆ… +ଯୁଗ୍ମ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଶ୍ରୀମତୀ ଏଲୋରା ସାମଲ ଦୁଇ ଦିନିଆ ବୌଦ୍ଧ ଗ୍ରସ୍ତ ରେ ଆସି ବୌଦ୍ଧ, ହରଭଙ୍ଗା ତହସିଲ, ରେଲୱେ, ଜ଼ିଲ୍ଲା ନିବନ୍ଧକ କାର୍ଯ୍ୟାଳୟ, ହରଭଙ୍ଗା ତହସିଲ ଅନ୍ତର୍ଗତ ରେଲୱେ ଜମି ଅଧି ଗ୍ରହଣ ହୋଇ ଥିବ । +ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ ଏବଂ ତାଙ୍କ ସହିତ ଭୂ ଅର୍ଜନ ଅଧିକାରୀ, ଖୋର୍ଦ୍ଧା, ବଲାଙ୍ଗୀର ଶ୍ରୀଯୁକ୍ତ ଅଜୟ ମହାନ୍ତି, ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ । +ପରେ ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ କୁ ଯାଇ ଜିଲ୍ଲାପାଳ ଲଲ । +ଟେନ୍ଦୁ ମିଶ୍ରଙ୍କ ସହିତ ଆଜିର ଗ୍ରସ୍ତକୁ ନେଇ ସମୀକ୍ଷା କରିଥିଲେ ଏବଂ ଆସନ୍ତା କାଲିର ଗ୍ରସ୍ତ ସମ୍ପର୍କରେ ଆଲୋଚନା କରିଥିଲେ । +ପରେ ଜ଼ିଲ୍ଲା ସଂଗ୍ରହାଳୟ ଦେଖି ବହୁତ ଖୁସିରେ ଅଭିଭୂତ ହୋଇ ଜ଼ିଲ୍ଲାପାଳ ସଂଗ୍ରହା ଳୟ ର ଉନ୍ନତି ପାଇଁ ପ୍ରୟାସ କରିଥିବାରୁ ଜ଼ିଲ୍ଲାପାଳ ଙ୍କ ଉଦ୍ୟମ ପାଇଁ ଭୁୟସୀ ପ୍ରଶଂସା କରିଥିଲେ । +ଅନ୍ୟ ମାନଙ୍କ ମଧ୍ୟ ରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତା କାନ୍ତି ବଳିୟାର ସିଂହ,ସହକାରୀ ଜ଼ିଲ୍ଲାପାଳ ତଥା ଭୁ ଅର୍ଜନ ଅଧିକାରୀ ସତ୍ୟଜିତ ମହାପାତ୍ର, ସଂଗ୍ରହ । +ଳୟ ର କର୍ମଚାରୀ ଆଶୁତୋଷ ସାହୁ, ଦେବୀଲାଲ ସାହୁ, ବାବୁଲାଲ ବେହେରା, ଜୟଦେବ ବେହେରା, ଶ୍ୟାମ ମିର୍ଧା ପ୍ରମୁଖ ଉପସ୍ଥିତ ଥିଲେ । +ଖୁବ୍‌ଶୀଘ୍ର ଲିଙ୍ଗରାଜ ମନ୍ଦିର ପାସେଞ୍ଜର ହଲ୍ଟ ହେବ ରେଳ ଷ୍ଟେସନ +ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ସ୍ଥିତ ଲିଙ୍ଗରାଜ ପାସେଞ୍ଜର ହଲ୍ଟ ଏବେ ଲିଙ୍ଗରାଜ ରେଳ ଷ୍ଟେସନ୍‌ରେ ପରିଣତ ହେବ । +ଏହାସହ ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ମଧ୍ୟ ହେବ । +ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । +ଆଜିଠାରୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଇସ୍ପାତ ଏକ୍ସପ୍ରେସ +୧୨୮୭୧/୧୨୮୭୨ ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସର ସେବାକୁ ଆଜି ଠାରୁ କାଣ୍ଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବାକୁ ନିଷ୍ପତ୍ତି ନିଆଯାଇଛି । +ଏ.ବି.ଭି.ପି. ଦ୍ୱାରା ଜେ.ଏନ୍‌.ୟୁ ହିଂସା ପ୍ରତିବାଦରେ ବାମପନ୍ଥୀ ଛାତ୍ର ସଂଘ ଓ ଛାତ୍ର କଂଗ୍ରେସର… +ଦେଶର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଜେ.ଏନ୍‌.ୟୁ ରେ ଗତ ୧୦ ତାରିଖରେ ଏ.ବି.ଭି.ପି. ଗୁଣ୍ଡାମାନଙ୍କ ଦ୍ୱାରା ସାଧାରଣ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ଭୁବନେଶ୍ୱରଠାରେ ୪ଟି ବାମପନ୍ଥୀ ଛାତ୍ରସଂଗଠନ ଓ ଛାତ୍ର କଂଗ୍ରେସ ପକ୍ଷରୁ ମିଳିତ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । +ଶିକ୍ଷା, ନିଯୁକ୍ତି ଓ ଦରବୃଦ୍ଧି ପ୍ରସଙ୍ଗକୁ ଏଡ଼ାଇବା ଓ କ୍ୟାମ୍ପସର ସାମ୍ପ୍ରଦାୟିକରଣ ପାଇଁ ଧର୍ମ ନାମରେ ଆର.ଏସ.ଏସ୍‌. – ବିଜେପି – ଏବିଭିପି ଦ୍ୱାରା ହୀନ ରାଜନୀତି କରାଯାଉଛି । +କିଏ କ’ଣ ଖାଇବ, ଏହା ତା’ର ବ୍ୟକ୍ତିଗତ ପସନ୍ଦ, ଯାହା ସମ୍ବିଧାନ ପ୍ରଦତ୍ତ ଅଧିକାର । +ଏଥିରେ ହସ୍ତକ୍ଷେପ କରିବା ଅର୍ଥ ସମ୍ବିଧାନର ଅବମାନନା ଓ ଏକଛତ୍ରବାଦୀ ତାଲିବାନ ଶାସନର ପଦଧ୍ୱନୀ । +ଜେ.ଏନ୍‌.ୟୁ. ଏକ ମୁକ୍ତ ଚିନ୍ତନର ବିଶ୍ୱବିଦ୍ୟାଳୟ, ଯେଉଁଠାରୁ ସର୍ବାଧିକ ଆଇ.ଏ.ଏସ୍‌., ଆଇ.ପି.ଏସ୍‌., ବୈଜ୍ଞାନିକ ଓ ସର୍ବଭାରତୀୟ ଜନନେତା ତିଆରି ହୋଇଛନ୍ତି ଏପରିକି ନୋବେଲ୍ ବିଜେତା ଅଭଜିତ୍ ବାନାର୍ଜୀ ମଧ୍ୟ ଜେ.ଏନ୍‌.ୟୁର ଛାତ୍ର । +ଏହି ବିଶ୍ୱବିଦ୍ୟାଳୟକୁ ପାଖାପାଖି ୧୯୨ଟି ଦେଶର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଆସିଥାଆନ୍ତି । +ଏଭଳି ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ବାରମ୍ବାର ସରକାରୀ ପ୍ରାୟୋଜିତ ହିଂସାର ଶିକାର ହୋଇଆସୁଛି । +୭୭୫ କିଲୋ ଗଂଜେଇ ଜବତ, ୨ ଗିରଫ +ମାଲକାନଗିରି,୨୮/୪ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଅର୍କେଲ ପୁଲିସକୁ ଗଂଜେଇ ଜବତ କରିବାରେ ସଫଳତା ମିଳିଛି । +ଅର୍କେଲ ଥାନା ତରଫରୁ ଏସ ଆଇ ଭୁବନେଶ୍ୱର ପଟନାୟକଙ୍କ ନେତୃତ୍ୱରେ ଏମଭି-୫୪,କାଳିଆମୁଣ୍ଡା,ବାଲିଛୁଆଁ ଏବଂ ମହୁପଦର ଅଂଚଳରେ ପେଟ୍ରୋଲିଂ କରୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ଗଂଜେଇ ଚାଲାଣ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ ଚଢ଼ାଉ କରି ଦୁଇଜଣ ବ୍ୟକ୍ତିକୁ ଗିରଫ କରିବା ସହ ଗଂଜେଇକୁ ଜବତ କରିଥିଲେ । +ଜବତ କରିଥିବା ଗଂଜେଇର ଓଜନ ପରେ ଏହା ୭୭୫ କିଲୋ ବୋଲି ଜଣାପଡିଥିଲା । +ପୁଲିସ ଗିରଫ ହୋଇଥିବା ଦୁଇଜଣ ବ୍ୟକ୍ତିମାନେ ହେଲେ ମହୁପଦର ଗ୍ରାମର ବିଶ୍ୱନାଥ ଖିଲ(୨୫) ଏବଂ ସାନିଆ ଚାଲାଣ(୨୧) । +ଗିରଫ ପରେ ଏମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି । +ଭାରତ ସରକାରଙ୍କର କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଆନୁକୂଲ୍ୟରେ ଆନ୍ତର୍ଜାତିୟ ଯୋଗଦିବସ +ଫୁଲବାଣୀ -21/6(ସୁନୀଲ ପଟନାୟକ ) ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ , ଫୁଲବାଣୀ ପକ୍ଷରୁମଙ୍ଗଳବାର ଖଜୁରୀପଡ଼ା ବ୍ଲକ୍ ର ସେବିକା ତାଲିମ୍ ମହାବିଦ୍ୟାଳୟ ,ଗୁଡୁରିସାହି ପରିସରରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । + ଏହାକୁ ସେବିକା ତାଲିମ ମହାବିଦ୍ୟାଳୟ ର ଅଧ୍ୟାକ୍ଷା ଶ୍ରୀମତୀ +ସଂଘମିତ୍ରା ସିଂହ ପ୍ରଦୀପ ଜାଳି ଉଦଘାଟନ କରିଥିଲେ । +ଯୋଗ ଗୁରୁମା ଶ୍ରୀମତୀ ସାଧନା ଦାସ ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଭ୍ୟାସ କରାଇଥିଲେ । +ଜନସାଧାରଣ ଙ୍କ ଅବଗତି ପାଇଁ ଏକ ସଚେତନତା ପଦଯାତ୍ରା ର ମଧ୍ୟ ଆୟୋଜନ କରାଯାଇଥିଲା । +ପରେ ପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, କୁଇଜ, ଓ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । +କଂଗ୍ରେସ ରାଜ୍ୟ ସଭାପତି ଙ୍କ ମୟୂରଭଞ୍ଜ ଗସ୍ତ । +ଗସ୍ତରେ ଆସି ବାରିପଦାରେ ଆୟୋଜିତ ବାଇକ ରେଲି,ଜନ… +ରାଜ୍ୟ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ଗସ୍ତ ରେ ଆସି ବାରିପଦା ସହରର ସାଇବିନାୟକ ମଣ୍ଡପ ରେ ଜନ ସଂପର୍କ ଯାତ୍ରା ରେ ଯୋଗ ଦେଇଥିଲେ । +ତା ପୂର୍ବରୁ ସକାଳ ୧୦ ଘଣ୍ଟା ସମୟରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶ୍ଯାମାଖୁଣ୍ଟା ବ୍ଲକ ଲକ୍ଷ୍ମୀପୋସୀ ପଞ୍ଚାୟତ ରେ ଗତ ଜିଲ୍ଲା ପରିଷଦ ନିର୍ବାଚନ ରେ ଲଢିଥିବା ପ୍ରାର୍ଥୀ ଲାଲ ମୋହନ ସିଂ ଆଦିବାସୀ ମାନଙ୍କର ପାରମ୍ପରିକ ବାଜା ଓ ନୃତ୍ୟ ରେ ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କୁ ସ୍ଵାଗତ କରିଥିଲେ । +ତାପରେ ସଭାପତି ସେଠାରେ ଥିବା ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । +ପରେ ପୋଡାଅସ୍ତିଆ ଠାରୁ ଏକ ମଟର ସାଇକେଲ ଶୋଭାଯାତ୍ରା ଯୁବ ଛାତ୍ର କଂଗ୍ରେସ ସହର ପରିକ୍ରମା କରାଇଥିଲେ । +ପ୍ରଦେଶ ସଭାପତି ଙ୍କ ସହିତ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମନ୍ତ ଦାସ ଓ ରାଜ୍ୟ ମହିଳା ସଭାନେତ୍ରୀ ଶ୍ରୀମତି ବନ୍ଦିତା ପରିଡ଼ା ଏକ ଖୋଲା ଜିପ୍ ରେ ରାଲିରେ ଯାଇ ସଭା ମଣ୍ଡପ ରେ ପହଞ୍ଚି ଥିଲେ । +ରାଜ୍ୟ ସଭାପତି ତାଙ୍କ ଭାଷଣରେ କହିଲେ ଯେ, ନବୀନ ସରକାରଙ୍କର ୨୨ ବର୍ଷ ଅମଲା ତାନ୍ତ୍ରିକ ସରକାର ଓଡ଼ିଶା କୁ ବହୁତ ପଛାଇ ଦେଇଛନ୍ତି । +ଋଣ ଭାର ବଢ଼ିଛି, ଦରଦାମ ର ନିୟନ୍ତ୍ରଣ ନାହିଁ, କୋୖଣସି ନୂଆ କଳ କାରଖାନା କରି ନାହାନ୍ତି । +ମୟୁରଭଞ୍ଜ ଭଳି ଆଦିବାସୀ ବହୁଳ ଜିଲ୍ଲା ରେ ଗୋଟିଏ ବି ଶିଳ୍ପ ନାହିଁ, କଂଗ୍ରେସ ଅମଳରେ ଥିବା ସ୍ପିନିଂ ମିଲ , ଗଞ୍ଜି କାରଖାନା,ନିକୋ ଦୀର୍ଘ ଦିନରୁ ବନ୍ଦ ପଡ଼ିଛି । +ଜିଲ୍ଲା ରେ ପର୍ଯ୍ୟଟନ ର ବିକାଶ ପାଇଁ କୋୖଣସି ଯୋଜନା ନାହିଁ । +ବେକାରୀ ବୃଦ୍ଧି, ନାରୀ ନିର୍ଯ୍ୟାତନାରେ ରେକର୍ଡ କରିଛନ୍ତି । +କେନ୍ଦ୍ର ର ମୋଦି ସରକାର ଙ୍କ ଅଗ୍ନିପଥ ଯୋଜନା ଯୁବକ ମାନଙ୍କୁ ଦିଗହରା କରିବ । +ଭବିଷ୍ୟତ ଅନ୍ଧାର । +ମୋଦି ଯେଉଁ ବାର୍ଷିକ ୨ କୋଟି ଚାକିରି ଦେବାର ପ୍ରତିଶୃତି ଦେଇଥିଲେ ତାହା ମିଥ୍ୟା ରେ ପରିଣତ ହୋଇଛି । +ଦରଦାମ ଆକାଶ ଛୁଆଁ, କେବଳ ମିଥ୍ୟା ପ୍ରତିଶୃତି । +ରାଜ୍ୟ ସଭାପତି ଅମଲା ମାନଙ୍କ କଂଗ୍ରେସ କର୍ମୀ ଙ୍କୁ ହଇରାଣ କଲେ ତାର ଉପଯୁକ୍ତ ଜବାବ ଦିଆଯିବ ଏବଂ କଂଗ୍ରେସ ସରକାର ଆସିଲେ ୨୦୦ ୟୁନିଟ ବିଜୁଳି ମାଗଣା ଦିଆଯିବ ବୋଲି ଘୋଷଣା କରିଥିଲେ । +ପଲ୍ଲୀ ରୁ ରାଜଧାନୀ ପର୍ଯ୍ୟନ୍ତ କଂଗ୍ରେସ କୁ ବୁଥ ସ୍ତରରୁ ମଜବୁତ କରିବାକୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । +ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଙ୍କ ବ୍ୟତୀତ ରାଜ୍ୟ ମହିଳା ସଭାନେତ୍ରୀ ଶ୍ରୀମତି ବନ୍ଦିତା ପରିଡ଼ା,ଆରଜିପିଏସ୍ ର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସ, ରାଜ୍ୟ ଉପସଭାପତି ସୁରେଶ ମହାପାତ୍ର, ଶ୍ରୀମତି ସରସ୍ଵତୀ ହେମ୍ବ୍ରମ, ରାଜ୍ୟ ମିଡ଼ିଆ ସେଲ ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ, ପୂର୍ବତନ ଯୁବ ସଭାପତି ଲୋକନାଥ ମହାରଥୀ, ଶୁଭେନ୍ଦୁ ମହାନ୍ତି , ଜ୍ଞାନ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । +ଶେଷରେ ଟାଉନ କଂଗ୍ରେସ ସଭାପତି ଶ୍ରୀ ଶାନ୍ତନୁ ପାଲ ଧନ୍ୟବାଦ ଅର୍ପଣ କରିଥିଲେ । +ବି.ଶୁଭ୍ରଶଙ୍କର ଜ୍ୟୋତି ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପନଗରପାଳ +ଆଠଗଡ:ପୌରନିର୍ବାଚନର ଅନ୍ତିମ ଚରଣରେ ସମସ୍ତ ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି)ର ଉପନଗରପାଳ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । +ଆଠଗଡ ଏନଏସିର ଉପନଗରପାଳ ଭାବେ ୧୭ନଂ ୱାର୍ଡ ପାରିଷଦ ବି ଶୁଭ୍ରଶଙ୍କର ଜ୍ୟୋତି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । +ଶୁଭ୍ରଶଙ୍କର ଏକମାତ୍ର ପ୍ରାର୍ଥୀଭାବେ ଗୋଟିଏ ସେଟ୍‍ ପ୍ରାର୍ଥୀପତ୍ର ନିର୍ଦ୍ଧାରିତ ସମୟରେ ନିର୍ବାଚନ ଅଧିକାରୀ ତଥା ତହସିଲଦାର ପ୍ରିୟବ୍ରତ ଦାସଙ୍କ ନିକଟରେ ଦାଖଲ କରିଥିଲେ । +ଅପରାହ୍ନ ୧ଟା ସୁଦ୍ଧା ଆଉ କେହି ପ୍ରାର୍ଥୀପତ୍ର ଦାଖଲ ନକରିବାରୁ ନିର୍ବାଚନ ଅଧିକାରୀ ଶ୍ରୀ ଦାସ ଶୁଭ୍ରଶଙ୍କରଙ୍କୁ ନିର୍ବାଚିତ ଘୋଷଣା କରିବା ସହିତ ନିର୍ବାଚନ ପ୍ରମାଣପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । +୧୦ନଂ ୱାର୍ଡ ପାରିଷଦ ଅଶୋକ କୁମାର ବାରିକ ଶୁଭ୍ର ଶଙ୍କରଙ୍କର ନାମାଙ୍କନରେ ପ୍ରସ୍ତାବକ ରହିଥିବାବେଳେ ୧ନଂ ୱାର୍ଡ ପାରିଷଦ ସୁଶାନ୍ତ କୁମାର ଜେନା ସମର୍ଥକ ରହିଥିଲେ । +ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜୁ ଜନତା ଦଳର ଅଧିକୃତ ପ୍ରତିନିଧି ଭାବେ ଏହି ନିର୍ବାଚନ ସମୟରେ ଉପସ୍ଥିତ ଥିଲେ । +ନିର୍ବାଚିତ ହେବା ପରେ ଶୁଭ୍ରଶଙ୍କରଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ, ନଗରପାଳ ସସ୍ମିତା ରାଉତ, ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ଏବଂ ଅନ୍ୟ ୧୫ଜଣ ବିଜେଡି ପାରିଷଦ ଅଭିନନ୍ଦନ ଜଣାଇଥିଲେ । +ଆଠଗଡ ସହରର ସର୍ବାଙ୍ଗୀନ ବିକାଶ କରିବାରେ ପ୍ରାଥମିକତା ଦେବା ସହ ଗରିବ କଲ୍ୟାଣ ଯୋଜନାର ସଫଳ ରୂପାୟନକୁ ଅଗ୍ରାଧିକାର ଦେବେ ବୋଲି ନବନିର୍ବାଚିତ ଉପନଗରପାଳ ଶୁଭ୍ରଶଙ୍କର ପ୍ରକାଶ କରିଥିଲେ । +ରେକର୍ଡ ସଂଶୋଧନ ପାଇଁ ୨୦୪ଟି ଗାଁରେ ହେବ ହାଇଟେକ୍ ସର୍ଭେ +ବହୁ ପୁରୁଣା ସର୍ଭେ ଯୋଗୁ ଜମି କିଣାବିକା, ଜାତିଗତ ପ୍ରମାଣପତ୍ର ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ୨୦୪ଟି ରାଜସ୍ୱ ଗାଁରେ ହାଇଟେକ୍ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି । +ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗାଁରେ ରାଜସ୍ୱ ବିଭାଗ ପକ୍ଷରୁ ଏହି ହାଇଟେକ୍ ସର୍ଭେ କରାଯିବ । +ଶେଷଥର ପାଇଁ ୧୯୨୯-୩୦ ମସିହାରେ ଏସବୁ ଗାଁରେ ସର୍ଭେ ହୋଇଥିଲା । +ସଂଶୋଧିତ ଜମିଜମା ହାଇଟେକ୍ ସର୍ଭେ ରେକର୍ଡ ନଥିବାରୁ ଏସବୁ ଗାଁ ଲୋକେ ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । +ଆରଏସସି-୧୩ରେ ପୁଲିସର ବର୍ବରତା ଘଟଣା…ପ୍ରତିବାଦରେ ଚିତ୍ରକୋଣ୍ଡାରେ କଂଗ୍ରେସର ବିରାଟ ସମାବେଶଥାନା… +ମାଲକାନଗିରି/,୨୦/୬: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଥାନା ଅଂଚଳର ଆରଏସସି୧୩ ଗ୍ରାମରେ ଗତ କିଛି ଦିନ ତଳେ ପୁଲିସ ରାତି ଅଧରେ ପଶି ମହିଳାମାନଙ୍କୁ ଆକ୍ରମଣ କରିବା ଘଟଣାରେ କଂଗ୍ରେସର ଫେକ୍ଟ ଫାଇଣ୍ଡିଂ ଟିମ ଗତ ଦିନରେ ଏସପିଙ୍କୁ ଭେଟି ସମସ୍ତ ରିପୋର୍ଟ ପ୍ରଦାନ କରିଥିବା ବେଳେ ଆଜି ଚିତ୍ରକୋଣ୍ଡାରେ ଏହାକୁ ବିରୋଧ କରି ବିରାଟ ଜନସମାବେଶ ଅନୁଷ୍ଠିତ ହୋଇଥିଲା । +ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର,ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆଜି ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର ଲୋକଙ୍କୁ ନେଇ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । +ଆରଏସସି-୧୩ ଗ୍ରାମରେ ପୁଲିସର ବର୍ବରତାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । +ପୁଲିସ ଗଂଜେଇ ଧରିବା ନାମରେ ନୀରିହ ଜନତାଙ୍କୁ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା । +ଉପସ୍ଥିତ କଂଗ୍ରେସର ନେତାମାନେ ମଧ୍ୟ ପୁଲିସର ଏହି ହିଂସାତ୍ମକ କାର୍ଯ୍ୟକଳାପ ନିନ୍ଦା କରିବା ସହ ଏନେଇ ଦୋଷୀ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ । +ବୈଠକରେ ଶାନ୍ତିପୂର୍ଣ୍ଣ ଭାବେ ସମସ୍ତେ ରୁଣ୍ଡ ହୋଇ ନେତାଙ୍କ ଭାଷଣ ଶୁଣୁଥିଲେ । +ଏହି ବୈଠକରେ ବିଭିନ୍ନ ଦାବି ମଧ୍ୟ ଉପସ୍ଥାପନା କରାଯାଇଥିଲା । +ଯେପରିକି ପ୍ରତି ପଞ୍ଚାୟତରେ ଚାଷ ଜମିରେ ଜଳସେଚନର ସୁବିଧା କରିବା,ପ୍ରତି ଗାଁରେ ପାନୀୟ ଜଳର ସୁବିଧା କରିବା,ଗାଁ ଗାେ ସିସି ରାସ୍ତା ଏବଂ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା କରିବା,ଟେମ୍ପରାରୀ କଲୋନୀ ଠାରୁ ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଉ । +ଚିତ୍ରକୋଣ୍ଡା ଗେଟ ଛକ ଠାରୁ ଗୁଣ୍ଠାଵାଡା ପର୍ଯ୍ୟନ୍ତ ରାସ୍ତାର ପ୍ରସସ୍ତିକରଣ କରାଯାଉ । +ଘରଡିହ ଓ ଜଂଗଲ ଜମି ପଟ୍ଟା ବଣ୍ଟନ କରାଯାଉ । +ଜାତିଗତ ପ୍ରମାଣ ପତ୍ର ବଣ୍ଟନ କରାଯାଉ । +ଭଗ୍ନ ଅବସ୍ଥାରେ ଥିବା ଅଙ୍ଗନବାଡି ଏବଂ ଶିକ୍ଷାକେନ୍ଦ୍ରଗୁଡିକକୁ ତୁରନ୍ତ ମାରାମତି କରାଯାଉ । +ପ୍ରତ୍ୟେକ ପଞ୍ଚାୟତରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉ ବୋଲି ଦାବି କରାଯାଇଥିଲା । +ପରେ ନେତାଙ୍କ ଉତ୍ତେଜିତ ଭାଷଣରେ କିଛି ଲୋକ ବ୍ଲକ କାର୍ଯ୍ୟାଳୟରେ ରହିଥିବା ବେଳେ ଆଉ କିଛି ଲୋକ ଥାନା ଆଡକୁ ଦୌଡିଥିଲେ । +ଶହ ଶହ ଲୋକ ଥାନାରେ ପଶି ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ । +ଯାହା ପାରିଲେ ତାକୁ ଭାଙ୍ଗି ଚାଲିଲେ । +ଥାନା ସମ୍ମୁଖରେ ଥିବା ବଲେରୋ ଗାଡିକୁ ଭାଙ୍ଗି ଦେଇଥିଲେ । +ଏପରିକି ଫୁଲକୁଣ୍ଡଗୁଡିକକୁ ମଧ୍ୟ ଭାଙ୍ଗି ଚୁରମାର କରିଦେଇଥିଲେ । +ତେବେ ଥାନା ଭିତରକୁ ପଶିପାରିନଥିଲେ । +ଉତ୍ୟକ୍ତ ଲୋକେ ଥାନାର ଚାରିପଟେ ଘେରି ପୁଲିସ ବିରୋଧରେ ସ୍ଲୋଗାନ ଦେଇ ଚାଲିଥିଲେ । +ଦୀର୍ଘ ଦିନ ପରେ ଲୋକଙ୍କର ଏଭଳି ରାଗ ଦେଖିବାକୁ ମିଳିଥିଲା । +ଏହି ଅଂଚଳରେ ନକ୍ସଲ ପୂର୍ବରୁ ଏଭଳି ଘଟଣା ଘଟାଉଥିଲେ । +ଏବେ ନକ୍ସଲ ନଥିଲେ ମଧ୍ୟ ନକ୍ସଲଙ୍କ ଭଳି ଆଚରଣ କରାଯାଇଥିବା ଦେଖିବାକୁ ମିଳିଥିଲା । +ଲୋକେ ପୁଣି ନକ୍ସଲ ଆଡକୁ ମୁହାଁଇବେ ବୋଲି ଆଲୋଚନା ଜୋର ହେଉଥିଲା । +ପୁଲିସର ଏଭଳି ଅତ୍ୟାଚାର ଏବଂ ବିଶେଷକରି ମହିଳାମାନଙ୍କୁ ଆକ୍ରମଣ କରିବା ଭିରୁତାର ପରିଚୟ ବୋଲି କୁହାଯାଇଥିଲା । +ଚିତ୍ରକୋଣ୍ଡା ଅଂଚଳର ହଜାର ହଜାର ଲୋକ ଏଭଳି ରୁଣ୍ଡ ହେବା ଆଗକୁ ପୁଣି ନକ୍ସଲଙ୍କୁ ଏହା ସୁହାଇବ ବୋଲି କୁହାଯାଇଛି । +ତୁରନ୍ତ ଦୋଷୀ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଥିଲା । +ନଳକୂପ ପ୍ଲାଟଫର୍ମ ନିର୍ମାଣ ନେଇ ଦାବି । +କାଲିମେଳା ତା:୧୯/୬ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ଦାପାଲି ଗ୍ରାମ ପଞ୍ଚାୟତ ର ମାନ୍ଦାପାଲି ଗ୍ରାମ ର ଛକ ନିକଟରେ ବିଦ୍ୟାଳୟ ନିକଟରେ ରାସ୍ତା ପାର୍ଶ୍ବରେ ଥିବା ନଳକୂପ ର ପ୍ଲାଟଫର୍ମ ତିଆରି କରାଯାଇନାହିଁ । +ଯାଫଳରେ ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । +ଦୀର୍ଘ ଦିନ ଧରି ଏଇ ଗ୍ରାମ ର ମାଁ,ଭ‌ଉଣୀ ମାନେ କାଦୁଅ ଉପରେ ଗୋଟିଏ ପଥର ରଖୀ ତା ଉପରେ ହାଣ୍ଡି ବା କଳସୀ,ଡେକଚି, ବାଲ୍ଟି , ଇତ୍ୟାଦି ରୋଗୀ ନଳକୂପ ରୁ ପାଣି ନେବାକୁ ବାଧ୍ୟ ହେଉଛନ୍ତି । +ଏଠାରେ ବସାଇବା ଦିନ ଠାରୁ ପ୍ଲାଟଫର୍ମ ନିର୍ମାଣ କରାଯାଇ ନାହିଁ । +ଖାଲି ଏହି ରାସ୍ତା କଡର ନଳକୂପ ନୁହେଁ ଗ୍ରାମ ର ମଝିରେ ଥିବା ନଳକୂପ ମଧ୍ୟ ପ୍ଲାଟଫର୍ମ ନିର୍ମାଣ କରାଯାଇ ନାହିଁ । +ତେଣୁ ଏହି ନଳକୂପ ରୁ ପାଣି ନେଉଥିବା ଲୋକମାନଙ୍କ ର ସୁବିଧା ଦୃଷ୍ଟିରୁ ପ୍ଲାଟଫର୍ମ ନିର୍ମାଣ କରାଯିବା କୁ ଦାବି ହେଉଅଛି ‌ । +କାରଣ ମାତ୍ର ଅଳ୍ପ କେହିଟା ଦିନ ପରେ ମୈସୁମୀ ଆସିବ ବର୍ଷା ଋତୁ ଆସିବ ଯଦ୍ବାରାକି ବର୍ଷା ପାଣି ନଳକୂପ ମୂଳରେ ଜମିବା ଯୋଗୁଁ ମ୍ୟାଲେରିଆ ଭଳି ନାନା ପ୍ରକାର ରୋଗ ବ୍ୟାପିବାରେ ସମ୍ବାବନା ରହିଛି । +ତେଣୁ ତୁରନ୍ତ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା କୁ ଦାବି ହେଉଅଛି । +ଭୁବନେଶ୍ୱର ବାର୍ ଆସୋସିଏସନ ପକ୍ଷରୁ ଶପଥ ଗ୍ରହଣ ଉତ୍ସବ +ଭୁବନେଶ୍ୱର: ଭୁବନେଶ୍ୱର ବାର୍ ଆସୋସିଏସନ ପକ୍ଷରୁ ଓକିଲ ସଂଘର ବାର୍ ଆସୋସିଏସନ ହଲ୍ ନଂ-୧ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । +ଏହି ଶପଥ ଗ୍ରହଣ ଉତ୍ସବରେ ନବନିର୍ବାଚିତ ହୋଇଥିବା ସମସ୍ତ ନିର୍ବାଚିତ ପଦାଧିକାରୀଙ୍କୁ ଶପଥ କରାଇଥିଲେ ନିର୍ବାଚନ ଅଧିକାରୀ ଜଗନ୍ନାଥ ଦାସ, ଆଶିଷ ଦାସ, ସୁବାସ ଶତପଥୀ, ରାଜେନ୍ଦ୍ର ହୋତା, ସୌଭାଗ୍ୟ ଶଙ୍କର ଦେଓ । +ଦୁଇ ଓଡିଆଙ୍କୁ ମରଣୋତ୍ତର ସୌର୍ଯ୍ୟ ଚକ୍ର ସମ୍ମାନ, ବିମାନବନ୍ଦରରେ ସହିଦଙ୍କ ପରିବାର ଲୋକଙ୍କୁ… +ସେପ୍ଟେମ୍ବର ୯, ୨୦୨୦ ରେ କଳାହାଣ୍ଡିରେ ନକ୍ସଲ୍ ଅପରେସନ୍ ବେଳେ ଏମାନେ ସହିଦ ହୋଇଥିଲେ । +ଉଭୟ ଓଡ଼ିଶା ପୋଲିସର ସ୍ପେସାଲ୍ ଅପରେସନ୍ ଗ୍ରୁପ୍ ରେ କାମ କରୁଥିଲେ । +ଦେବାଶିଷ ସେଠୀ ଏବଂ ସୁଧୀର ଟୁଡୁ ୨୦୧୩ ରେ ଓଡ଼ିଶା ପୋଲିସରେ ଯୋଗଦେଇଥିଲେ । +ମଙ୍ଗଳବାର ରାଷ୍ଟ୍ରପତି ଉଭୟ ସହିଦଙ୍କ ପରିବାର ଲୋକଙ୍କୁ ସମ୍ମାନିତ କରିଛି ମହାମହିମ ରାଷ୍ଟ୍ରପତି । +ଆଜି ସହିଦଙ୍କ ପରିବାର ଭୁବନେଶ୍ୱର ପହିଞ୍ଚିବା ପରେ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରିଯାଥିଲା । +ଏହା ପରେ ସହିଦଙ୍କ ପରିବାର ପୋଲିସ ଡିଜିଙ୍କୁ ଭେଟିଛନ୍ତି । +କୂଅ ଭିତରେ ଶ୍ୱାସ ରୁଦ୍ଧ ହୋଇ ଜଣେ ଶ୍ରମିକ ମୃତ ଓ ଜଣେ ଗୁରୁତର +କଣ୍ଟାମାଳ,୧୨ । +୬- ଶ୍ୱାସ ରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ବରଣ କରିଥିବା ବେଳେ ନେ ଗୁରୁତର ଆହତ ହୋଇଥିବା ଜଣାପଡିଛି | ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସୀମିଲି ପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଳସୀ କଟା ଗ୍ରାମରେ | ଗ୍ରାମର ହିମାଂଶୁ ପ୍ରଧାନ ନିଜ ଘରେ ଥିବା ରିଙ୍ଗ କୂଅର ପଙ୍କ ସଫା କରିବା ପାଇଁ ତିନି ଜଣ ଶ୍ରମିକ ନିୟୋଜିତ କରିଥିଲେ | ହେଲେ ପଙ୍କ ଉଦ୍ଧାର କରିବା ସମୟରେ ଶ୍ରମିକ ମାନେ ଶ୍ୱାସ ରୁଦ୍ଧ ହୋଇ ଅଣ ନିଶ୍ୱାସି ହୋଇ ମୃତ୍ୟୁ ବରଣ କରିଥିଲେ | ମୃତକ ଶ୍ରମିକ ମାନେ ହେଲେ ତୁଳସୀ କଟା ଗ୍ରାମର କାଳୀଚରଣ ବାଙ୍କ ଓ ଅନ୍ୟ ଦୁଇ ଜଣ କିର୍ଲା ଗ୍ରାମର ଲାଲମୋହନ ରଣା | ଅନ୍ୟଜଣେ ହେଲେ ତୁଳସୀ କଟା ଗ୍ରାମର କଳାକୃଷ୍ଣ ଝାଙ୍କରଙ୍କୁ ଗୁରୁତର ଆହତ ଅବସ୍ଥାରେ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇଛି | ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଶ୍ରମିକଙ୍କୁ କୂଅ ଭିତରୁ ଉଦ୍ଧାର କରିଥିଲେ | ସମସ୍ତ ଶ୍ରମିକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ମନମୁଣ୍ଡା ଡ଼ାକ୍ତରଖାନାକୁ ଅଣା ଯାଇଥିଲା | ଶବ ଗୁଡ଼ିକର ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଅନ୍ୟ ପଟେ ମୃତ ଶ୍ରମିକ ମାନେ ଅତି ଗରିବ ଶ୍ରେଣୀର ହୋଇ ଥିବାରୁ ତାଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି | ଏଭଳି ଏକ ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିବା ସହ ଦୁଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ପରିବାର ଲୋକେ | ଏହାର ଉଚିତ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବୀ କରିଛନ୍ତି | +ମୋ କଲେଜ’ ଅଭିଯାନ ଅଧୀନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ… +ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । +ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୋ’କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଏହି ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ କ୍ୟାରିୟର ସୁଯୋଗ ବିଷୟରେ ପରାମର୍ଶ ଦେଇଥିଲେ । +‘‘ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଜୀବନ ବଡ଼ ଭୂମିକା ଗ୍ରହଣ କରିଥାଏ । +ଏହି ସମୟରେ ହିଁ ଛାତ୍ରଛାତ୍ରୀମାନେ ସେମାନଙ୍କ ଭବିଷ୍ୟତର କ୍ୟାରିୟର ଗଠନ ପାଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି । +ତେଣୁ ଏହାକୁ ବାସ୍ତବ ରୂପ ଦେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ପଡ଼ିବ । +ଏଥିପାଇଁ କଠିନ ପରିଶ୍ରମର ମଧ୍ୟ ଆବଶ୍ୟକତା ରହିଛି । +ତେଣୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ନିଜ ଭବିଷ୍ୟତର କ୍ୟାରିୟର ଗଠନ ପାଇଁ ଏବେଠୁ ଅଗ୍ରସର ହୁଅନ୍ତୁ’’, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ ଏହା କହିଛନ୍ତି । +ନୂତନ ‘ଆନ୍ତଃରାଜ୍ୟ ପରିଷଦ୍‌’ କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତର୍ଭୁକ୍ତ +ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁମୋଦନକ୍ରମେ ନୂତନ ‘ଆନ୍ତଃରାଜ୍ୟ ପରିଷଦ୍‌’ ଗଠନ ହେବାକୁ ଯାଉଥିବା କଥା ଶୁକ୍ରବାର ଦିନ ଗୃହ ମନ୍ତ୍ରଣାଳୟ ଜାରି କରିଥିବା ଗେଜେଟ୍ ବିଜ୍ଞପ୍ତିରୁ ଜଣାପଡ଼ିଛି । +ପେରୁମାଲ ମୁରୁଗାନଙ୍କୁ ଫକୀରମୋହନ ଜାତୀୟ ସାହିତ୍ୟ ସମ୍ମାନ +ବାଲେଶ୍ବର: ପ୍ରସିଦ୍ଧ ଭାରତୀୟ ତାମିଲ ଲେଖକ ପେରୁମାଲ ମୁରୁଗାନଙ୍କୁ ୨୦୨୨ ବର୍ଷ ପାଇଁ ‘ଫକୀରମୋହନ ଜାତୀୟ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ । +ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ କୁକୁମୀନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକଙ୍କୁ ନେଇ ଗଠିତ ଖଣ୍ଡପୀଠ ଜରିଆରେ ଏ ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯାଇଛି । +ସମ୍ମାନ ଗ୍ରହଣ କରିବା ନେଇ ଶ୍ରୀ ମୁରୁଗାନ୍ ସମ୍ମତି ପ୍ରଦାନ କରିଥିବା ଜଣାଯାଇଛି । +ଆସନ୍ତା ଜୁଲାଇ ୧୧ ତାରିଖରେ ବିଶ୍ୱବିଦ୍ୟାଳୟର ୨୪ ତମ ପ୍ରତିଷ୍ଠା ଦିବସରେ ଶ୍ରୀ ମୁରୁଗାନ୍‌ଙ୍କୁ ଏହି ସାରସ୍ଵତ ସମ୍ମାନରେ ସମ୍ମାନିତ କରାଯିବ । +ସେ ଜଣେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତିସଂପନ୍ନ ଲେଖକ । +ତାଙ୍କର ସୁପ୍ରସିଦ୍ଧ ପୁସ୍ତକ ‘ୱାନ୍‌ ପାର୍ଟ ୱିମେନ୍‌’ ପାଇଁ ୨୦୧୭ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ଲାଭ କରିଥିଲେ । +‘ପୂନାଚି: ଦି ଷ୍ଟୋରୀ ଅଫ୍‌ ଏ ବ୍ଲାକ୍‌ ଗଟ୍‌’, ‘ସିଜିନ୍‌ ଅଫ୍‌ ଦି ପାମ୍‌’ ଆଦି ତାଙ୍କର ଉଲ୍ଲେଖନୀୟ ସାହିତ୍ୟ କୃତି । +ତାଙ୍କ ଦ୍ବାରା ଲିଖିତ ଅନେକ ଉପାଦେୟ ପୁସ୍ତକ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ନିମିତ୍ତ ପ୍ରସ୍ତାବିତ ହୋଇଛି । +କୋଭିଡ୍ ମୃତ୍ୟୁ ପାଇଁ କ୍ଷତିପୂରଣ: ମେ’ ୨୦ ପର୍ଯ୍ୟନ୍ତ ବଢ଼ିଲା ଆବେଦନ ତାରିଖ +ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ସରକାର ଏବେ କୋଭିଡ୍ ମୃତ୍ୟୁରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୫୦ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେଉଛନ୍ତି । +ନଭେମ୍ବର ୩ତାରିଖରୁ ରାଜ୍ୟରେ ଏହି କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ରାଜ୍ୟ ସରକାର ଏହି କ୍ଷତିପୂରଣ ପାଇବା ନିମନ୍ତେ ଆବେଦନ ତାରିଖକୁ ଚଳିତବର୍ଷ ମେ’ ମାସ ୨୮ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । +ଭୁବନେଶ୍ୱର-ରାଉରକେଲା ମଧ୍ୟରେ ଖୁବଶୀଘ୍ର ଚାଲିବାକୁ ଯାଉଛି ଡବଲ ଡେ଼କର ଟ୍ରେନ +ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ଡବଲ ଡେ଼କର ଟ୍ରେନ ଚାଲିବାକୁ ଯାଉଛି | ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ବଦଳରେ ଡବଲ ଡେ଼କର ଟ୍ରେନ ଚଳାଇବାକୁ ଏବେ ରେଳ ମନ୍ତ୍ରାଳୟ ପ୍ରସ୍ତୁତି ଚଳାଇଛି | ମିଳିଥିବା ସୂଚନା ମୁତାବକ ଦକ୍ଷିଣ ପୂର୍ବ ରେଲୱେର ଚକ୍ରଧରପୁର ରେଳ ମଣ୍ଡଳ ଅଧୀନରେ ଏକ ଡବଲ୍ ଡେକର୍ ଟ୍ରେନ୍ ଚାଲିବ | ଏହି ଟ୍ରେନ୍ ରାଉରକେଲାରୁ ଭୁବନେଶ୍ୱର ଷ୍ଟେସନ ପର୍ଯ୍ୟନ୍ତ ଚାଲିବ | ଯୋଜନା ମୁତାବକ ରାଉରକେଲା ଭୁବନେଶ୍ୱର ମଧ୍ୟରେ ଚାଲିଥିବା ଇଣ୍ଟରସିଟି ଏକ୍ସପ୍ରେସକୁ ଡବଲ ଡେକର ଟ୍ରେନରେ ରୂପାନ୍ତର କରିବାର ଯୋଜନା ରହିଛି । +ଯଦି ପୂର୍ବତଟ ରେଳବାଇ ଶୀଘ୍ର ଡବଲ୍-ଡେକର୍ ଟ୍ରେନ ପାଇବ, ତେବେ ଆସନ୍ତା ଜୁଲାଇରୁ ରାଉରକେଲା-ଭୁବନେଶ୍ୱର ମଧ୍ୟରେ ଏହା ଚାଲିବା ଆରମ୍ଭ କରିବ | ପୂର୍ବତଟ ରେଳବାଇ ଡବଲ ଡେକର ଟ୍ରେନର କାର୍ଯ୍ୟ ସମ୍ପର୍କରେ ଦକ୍ଷିଣ ପୂର୍ବ ରେଳବାଇର ପ୍ରିନ୍ସିପାଲ ମୁଖ୍ୟ ଅପରେସନ୍ ମ୍ୟାନେଜରଙ୍କୁ ଏକ ଚିଠି ଲେଖିଥିଲେ । +ଏହି ଚିଠି ମାଧ୍ୟମରେ ରାଉରକେଲା-ଝାରସୁଗୁଡା ମଧ୍ୟରେ ଡବଲ-ଡେକର ଟ୍ରେନ୍ ଚଳାଇବା ପାଇଁ କ୍ଲିୟରାନ୍ସ ମଗାଯାଇଥିଲା । +ଆଉ ଚକ୍ରଧରପୁର ରେଳ ଡିଭିଜନ ରାଉରକେଲା-ଝାରସୁଗୁଡା ମଧ୍ୟରେ ଡବଲ୍ ଡେକର୍ ଟ୍ରେନ୍ ଚଳାଇବା ପାଇଁ ଆବଶ୍ୟକ ପ୍ରସ୍ତୁତି ଶେଷ କରିଛି | ଏହା ଅଧୀନରେ ୨୫ ହଜାର ଭୋଲ୍ଟ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାରକୁ ଉଚ୍ଚ କରି କ୍ଲିୟରାନ୍ସ ଦିଆଯାଇଛି |କ୍ଲିୟରାନ୍ସ ପାଇବା ପରେ ଭୁବନେଶ୍ୱର ଏବଂ ରାଉରକେଲା ଷ୍ଟେସନ ମଧ୍ୟରେ ଡବଲ ଡେକର ଟ୍ରେନ ଶୀଘ୍ର କାର୍ଯ୍ୟକ୍ଷମ ହେବାର ଆଶା ବଢିଛି । +ବାସ୍ତବରେ ସ୍ଥାନୀୟ ଲୋକମାନେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଡବଲ ଡେକର ଟ୍ରେନ୍ ଚଳାଇବାକୁ ଦାବି କରିଥିଲେ | ପରେ ରେଳ ମନ୍ତ୍ରୀଙ୍କ ଉଦ୍ୟମରେ ଭୁବନେଶ୍ୱର ଏବଂ ରାଉରକେଲା ଷ୍ଟେସନ ମଧ୍ୟରେ ଡବଲ ଡେକର ଟ୍ରେନ୍ ଚଳାଇବା ପାଇଁ ମାର୍ଗ ପ୍ରସ୍ତୁତ କରାଯାଇଛି । + ସୂଚନା ଥାଉ କି ବର୍ତ୍ତମାନ ଦେଶର ୧୩ଟି ରୁଟରେ ଡବଲ ଡେ଼କର ଟ୍ରେନ ଚଳାଚଳ କରୁଛି | +କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଚାର ପ୍ରସାର ପାଇଁ ନୟାଗଡ଼ ବିଜେପିର ପ୍ରସ୍ତୁତି ବୈଠକ +ନୟାଗଡ଼: ନୟାଗଡ଼ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ବିଜେପି ଜିଲ୍ଲା ସଭାପତି ଲାଲା ମନୋଜ ରାୟଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । +ଏହି ବୈଠକରେ ନରେନ୍ଦ୍ର ମୋଦିଙ୍କ ୮ବର୍ଷ ପୂର୍ତ୍ତିର ସଫଳ ରୂପାୟନ ବିସ୍ତୃତ ଆଲୋଚନା କରାଯାଇଥିଲା । +୩୧ ମଇ ଠାରୁ ୧୫ ଜୁନ୍ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳନ ଯୋଜନାର ପ୍ରଚାର ପ୍ରସାର ନିମନ୍ତେ ପଞ୍ଚାୟତସ୍ତରୀୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । +ଉକ୍ତ କାର୍ଯ୍ୟକ୍ରମରେ ବିଜେପିର ସମସ୍ତ ମୋର୍ଚ୍ଚାଦ୍ୱାରା ପ୍ରଚାରପତ୍ର ମାଧ୍ୟମର ପ୍ରଚାର ପ୍ରସାର କରାଯିବ । +ଏହି ବୈଠକରେ ମୁଖ୍ୟଅତିଥି ଭାବେ ଆସିକା ଲୋକସଭା ସାଂସଦ ପ୍ରାର୍ଥିନୀ ଅନିତା ପ୍ରିୟଦର୍ଶନ ପଟ୍ଟନାୟକ, ନୟାଗଡ଼ ଜିଲ୍ଲାପ୍ରଭାରୀ ନିରଞ୍ଜନ ମିଶ୍ର, ଖଣ୍ଡପଡ଼ାର ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂ ମର୍ଦ୍ଦରାଜ, ଦଶପଲ୍ଲାର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ସନ୍ୟାସୀ ନାୟକ, ପରେଶ ମିଶ୍ର, ଅର୍ଚ୍ଚନା ଦାସ, କୃପାସିନ୍ଧୁ ଗୌଡ, ପ୍ରଭାତ ଷଢଙ୍ଗୀ, ନସିର ଅହମ୍ମଦ, ବସନ୍ତ ମହାନ୍ତି, ତାପସ ମାର୍ଥା, ସଞ୍ଜୟ ଦାଶ, ବିକ୍ରମ ଦେଓଙ୍କ ସମେତ ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । +୩୧ ତାରିଖ ସୋମବାର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧୧ତମ କିସାନନିଧି କିସ୍ତି ସମଗ୍ର ଭାରତବର୍ଷରେ ପ୍ରଦାନ ନୟାଗଡ଼ଠାରେ ହେବାକୁ ଥିବା କାର୍ଯ୍ୟକ୍ରମର ରାଜ୍ୟ ସଭାପତି ସମୀର ମହାନ୍ତି ଉପସ୍ଥିତ ରହିବେ ବୋଲି ବିଜେପି ଜିଲ୍ଲା ସଭାପତି ଲାଲା ମନୋଜ ରାୟ ସୂଚନା ଦେଇଛନ୍ତି । +ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ଅସମ୍ମାନ +ଭୁବନେଶ୍ୱର,୨୮/୦୪: ରାଜରାସ୍ତାରେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ ମାୟାଧର ରାଉତ । +କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗ ଗୁରୁଙ୍କ ଘରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି । +ଫଳରେ ୯୦ ବର୍ଷୀୟ ଓଡ଼ିଶୀ ନୃତ୍ୟ ଗୁରୁ ଏବେ ନିରାଶ୍ରୟ ପାଲଟିଛନ୍ତି । +ଦୀର୍ଘ ବର୍ଷ ଧରି ଶ୍ରୀ ରାଉତ ନୂଆଦିଲ୍ଲୀ ଏସିଆନ ଗେମ୍ସ ଭିଲେଜ୍‌ଠାରେ ସରକାରୀ ବାସଭବନରେ ରହି ଆସୁଥିଲେ । +୨୦୧୪ ମସିହାରେ ଏହାକୁ ବାତିଲ କରାଯାଇଥିଲା । +କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗର ନୋଟିସ୍‌ ପରେ ୨୦୨୦ ମସିହାରେ ପ୍ରସିଦ୍ଧ ନୃତ୍ୟଗୁରୁ ବିର୍‌ଜୁ ମହାରାଜଙ୍କ ସମେତ ଅନେକ କଳାକାର କୋର୍ଟର ଆଶ୍ରୟ ନେଇଥିଲେ । +ଗତ ଫେବ୍ରୁଆରୀ ମାସରେ ସେମାନେ କୋର୍ଟରେ କେସ୍‌ ହାରିଯାଇଥିଲେ । +ଏହାପରେ ଏପ୍ରିଲ୍‌ ୨୫ ତାରିଖ ସୁଦ୍ଧା ସମସ୍ତ କଳାକାର ନିଜ ସରକାରୀ ବାସଭବନ ଛାଡ଼ିବାକୁ ନୋଟିସ୍‌ ପରେ କଳାକାର ଦିଲ୍ଲୀ ହାଇକୋର୍ଟ ଯାଇଛନ୍ତି । +ଏବେ କୋର୍ଟରେ ମାମଲା ଥିବାବେଳେ ଏଭଳି ଉଚ୍ଛେଦକୁ କଳାକାରଙ୍କ ପରିବାର ନାପସନ୍ଦ କରିଛନ୍ତି । +ବିଧବା ମହିଳାଙ୍କ ଘରେ ନିଁଆ ଲାଗି ପାଉଁଶ ହୋଇ ଗଲା +କାଲିମେଳା , ୧୩ / ୬ ଗତକାଲି ସଂଧ୍ୟା ବେଳେ ଘରେ ନ ଥିବା ବେଳେ ଜଣେ ବିଧବାଙ୍କ ଘରେ ନିଆଁ ଲାଗି ପୋଡ଼ିଯାଇଥିବାର ଜଣାପଡ଼ିଛି । +ମିଳିଥିବା ସୂଚନା ଅନୁସାରେ କାଲିମେଳା ବ୍ଲକ୍ ଅଧିନସ୍ଥ ମାନ୍ୟମକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାଂଝିଗୁଡ଼ା ଗ୍ରାମର ସ୍ବର୍ଗତ ଦୁଲା ପଡ଼ିଆମୀଙ୍କ ବିଧବା ପତ୍ନୀ ୱାଗି ପଡ଼ିଆମୀ ( ୬୦ ) ନିଜ ସଂପର୍କୀୟ ଘରକୁ ଚାଲିଯାଇଥିଲେ । +ସେ ଆଜି ସକାଳେ ଘରକୁ ଆସିବା ବେଳେ ନିଜ ଘର ପୋଡ଼ିଯାଇଥିବାର ଦେଖିବାକୁ ପାଇଥିଲେ । +ଘରଟି ତାଳପତ୍ର ଛପରରେ ନିର୍ମିତ ହୋଇଥିବା ବେଳେ ସେଠାରେ ବିଧବା ଓ୍ୱାଗି ଏକୁଟିଆ ରହୁଥିଲେ । +ତାଙ୍କର ସ୍ଵାମୀ ଅନେକ ବର୍ଷ ହେଲା ଆରପାରିକୁ ଚାଲିଯାଇଥିବା ବେଳେ ତାଙ୍କର ଦୁଇଟି ଝିଅ ମଧ୍ୟ ବିବାହ ହୋଇ ଅନ୍ୟତ୍ର ଚାଲିଯାଇଛନ୍ତି । +ତେଣୁ ସେ ଏକୁଟିଆ ଘରେ ରହୁଥିଲେ । +କିନ୍ତୁ ଘଟଣା ଦିନ ସେ ଘରେ ନଥିଲେ । +ହେଲେ କେମିତି ତାଙ୍କ ଘରେ ନିଆଁ ଲାଗିଲା ସେ କିଛି କହିପାରୁନାହାନ୍ତି । +ନିଆଁ ଲାଗି ଘର ଭିତରେ ଥିବା ୨୦ ବସ୍ତା ଧାନ , ୧୦ ହଜାର ଟଙ୍କା , ଘରର ବାସନକୁସନ ଓ ଲୁଗାପଟା ସବୁ ଜଳିପୋଡ଼ି ନଷ୍ଟ ହୋଇଯାଇଛି । +ତାଙ୍କର ପିନ୍ଧି ଥିବା ଲୁଗା ଛଡା ଆଉ କିଛି ନାହି ବର୍ତ୍ତମାନ ତାଙ୍କ ପାଖରେ । +ଘଟଣା ସମ୍ପର୍କ ରେ ଖବର ପାଇ ଆଜି ସକାଳେ ବ୍ଲକ୍ ଉପାଧ୍ୟକ୍ଷ ଲକ୍ଷ୍ମୀଧର ମାଡ଼କାମୀ ୱାଗି ମାଡକାମି ଙ୍କ ଘରକୁ ଯାଇ ଘଟଣା ସମ୍ପର୍କ ରେ ବୁଝିବା ସହ ତାଙ୍କୁ କିପରି ସରକାରୀ ସହାୟତା ମିଳିପାରିବ ସେ ଉପରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । +ନୀଳମାଧବ ପୀଠର ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୧୦୦ କୋଟି ଟଙ୍କା ଖର୍ଚ୍ଚ ଓ ୧୮… +ଭୁବନେଶ୍ୱର : କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । +ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ । +ପ୍ରକଳ୍ପର ସଫଳ କାର୍ଯ୍ୟକାରୀତା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଥାନୀୟ ଜନସାଧାରଣ ଓ ସେବାୟତ ମାନଙ୍କ ସହଯୋଗ କାମନା କରିଛନ୍ତି । +ଓୟୁଜେ ପକ୍ଷରୁ ରାଜ୍ୟବ୍ୟାପୀ କଳାବ୍ୟାଜ୍‌ ପରିଧାନ ଆହ୍ବାନ +ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ନୀଳଗିରି ପୁଲିସ ଯେଭଳି ଭାବେ ଗିରଫ କରି ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ୱର ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି ତାହା ସମସ୍ତ ସାମ୍ବାଦିକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । +ଏହି ଘଟଣାକୁ ଓଡ଼ିଶା ସାମ୍ବାଦିକ ୟୁନିୟନ ରାଜ୍ୟ ଶାଖା ସଭାପତି ପ୍ରସନ୍ନ କୁମାର ମହାନ୍ତି ଦୃଢ଼ ନିନ୍ଦା କରିବା ସହ ଜଣେ ସାମ୍ବାଦିକଙ୍କୁ ପେଶାଦାର ଅପରାଧୀ ଭଳି ଡାକ୍ତରଖାନାରେ ବେଡ଼ି ପକାଇ ରଖିବା ଆଦୌ ଶୋଭନୀୟ ନୁହେଁ ବୋଲି ସେ କହିଛନ୍ତି । +ପୁରୀରେ ଏଏସଆଇର ଏକ ଟିମ୍ +ପୁରୀ ଗସ୍ତ କରି ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏ.ଏସ.ଆଇ । +ଭୁବନେଶ୍ୱର ଏବଂ ପୁରୀ ଏ.ଏସ.ଆଇ ଅଫିସର ବରିଷ୍ଠ ଅଧିକାରୀ ଆସି ପ୍ରକଳ୍ପ କାମର କରିବେ ଅନୁଧ୍ୟାନ । +ରାଜ୍ୟ ସରକାରଙ୍କ ପକ୍ଷରୁ ଠିକା କମ୍ପାନୀ ଟାଟା ଜରିଆରେ ମେଘନାଦ ପାଚେରୀଠାରୁ ୧୦୦ ମିଟର ନିଷିଦ୍ଧ ଅଞ୍ଚଳ ଭିତରେ ଖନନ କାମ ଚାଲିଛି । +ଏହି ଟିମ୍ ପ୍ରକଳ୍ପ କାମର ଅନୁଧ୍ୟାନ କରିବା ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ଓଡିଶା ସେତୁ ଓ ନିର୍ମାଣ ନିଗମ, ଟାଟା ପ୍ରକଳ୍ପ ଅଧିକାରୀଙ୍କୁ ଭେଟି ଆଲୋଚନା କରିବ । +ଗତ ୬ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର କୁମାର ଯାଦବ ଏ.ଏସ.ଆଇ ନିକଟରେ ସଂଶୋଧିତ ପ୍ରକଳ୍ପର ନକ୍ସା ଦାଖଲ କରିଥିଲେ । +ଏ.ଏସ.ଆଇ ଭୁବନେଶ୍ୱର ମଣ୍ଡଳ ଅଧୀକ୍ଷକ ତାହାକୁ ଅନୁଧ୍ୟାନ କରିବା ପରେ ମହାନିର୍ଦ୍ଦେଶକଙ୍କ ସୁପାରିସ କରାଯିବ । +କାରଣ ଏ.ଏସ.ଆଇର ବିନା ଅନୁମତିରେ ନିଷିଦ୍ଧାଞ୍ଚଳରେ ପରିକ୍ରମା ପ୍ରକଳ୍ପ କାମ ହେଉଛି ହେଉଛି ବୋଲି ଅଭି୍ଯୋଗ ରହିଛି । +ବଡ ବଡ ଖନନ ଯୋଗୁଁ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ରହିଛି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ, ବିଶେଷଜ୍ଞ । +ଏହାକୁ ନେଇ ହାଇକୋର୍ଟରେ ମାମଲା ପହଞ୍ଚିଛି । +ଉଭୟ ରାଜ୍ୟ ସରକାର ଏବଂ ଏ.ଏସ.ଆଇକୁ ପ୍ରକଳ୍ପକୁ ନେଇ ରିପୋର୍ଟ ଦେବାକୁ କୁହାଯାଇଛି । +ଆଗାମୀ ୯ ତାରିଖରେ ମାମଲାର ପରବର୍ତୀ ଶୁଣାଣି ରହିଛି । +ଏହା ପୂର୍ବରୁ ଆଜି ଏ.ଏସ.ଆଇ ପ୍ରକଳ୍ପ କାମରୁ ଅନୁଧ୍ୟାନ କରି ୭ ତାରିଖ ସୁଦ୍ଧା ହାଇକୋର୍ଟରେ ରିପୋର୍ଟ ଦେବେ । + ପ୍ରକଳ୍ପ ତିଆରି ହେବା ଯୋଗୁଁ ମନ୍ଦିର ଉପରେ ବିପଦ ରହିଛି କି ନାହିଁ ହାଇକୋର୍ଟରେ ଉତର ଦାଖଲ କରିବେ ଏ.ଏସ.ଆଇ +ବାତ୍ୟା ଆସାନିକୁ ଦୃଷ୍ଟିରେ ରଖି ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ +ମାଲକାନଗିରି, ତା .10.5.2022 ରିଖ, +ସାଇକ୍ଲୋନ ‘ଆସାନି’ର ତୁରନ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ, ଶ୍ରୀଯୁକ୍ତ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଡିଓ, ତହସିଲଦାର ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । + ଅସୁରକ୍ଷିତ ଘରେ ରହୁଥିବା ଲୋକ, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମମାନଙ୍କୁ ଅସୁରକ୍ଷିତ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି କଚା ଘରେ ବାସ କରୁ ଥିବା ଲୋକ ମାନଙ୍କୁ ନିରାପଦ ସ୍ଥାନ କୁ ସ୍ଥାନାନ୍ତରିତ କରିବା ସହ ସବୁ ବ୍ଲକ ମାନଙ୍କରେ ଅଫିସର ମାନେ ରହି ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି. ପ୍ରକଳ୍ପ ନିର୍ଦେଶକ, ଡ଼ି. ଆର. ଡି. ଏ,ଙ୍କୁ ଚିତ୍ରକୋଣ୍ଡା ବ୍ଲକ , ଅତିରିକ୍ତ ଜିଲ୍ଲାପାଳଙ୍କୁ କାଲିମେଳା ବ୍ଲକ ରେ ରହି ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି. ଆସନ୍ତା କାଲି ମାଇକ ରେ ପ୍ରଚାର କରିବା ସହ ଖାଦ୍ୟ ପଦାର୍ଥ ଅସହାୟ ଲୋକ ମାନ କୁ ଯୋଗାଇ ଦେବା କୁ ପରାମର୍ଶ ଦେଇ ଛନ୍ତି. +ସମିତି ସଭ୍ୟ ସ୍ୱାମୀଙ୍କୁ ଗୁଳି କରି ହତ୍ୟା +ବଲାଙ୍ଗିର: ବଲାଙ୍ଗିର ଜିଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ବାଗଡୋର ପଞ୍ଚାୟତର ସମିତି ସଭ୍ୟାଙ୍କ ସ୍ବାମୀଙ୍କୁ ଗୁଳିମାଡ଼ ହୋଇଛି । +ସମିତି ସଭ୍ୟା ବନିତା ବିଶ୍ବାଳଙ୍କ ସ୍ବାମୀ ଲୋକନାଥ ବିଶ୍ବାଳ ମୃତ୍ୟୁ ହୋଇଛି । +ମିଳିଥିବା ସୂଚନା ଅନୁଯାୟୀ ଆଜି ପଲସର ବାଇକରେ ୨ ଦୁର୍ବୁତ୍ତ ଆସି ଅତି ନିକଟରୁ ସମିତି ସଭ୍ୟା ବନିତା ବିଶ୍ବାଳଙ୍କ ସ୍ବାମୀ ଲୋକନାଥ ବିଶ୍ବାଳଙ୍କୁ ଗୁଳିମାଡ଼ କରିଥିଲେ । +ଗୁଳିମାଡ଼ରେ ରୁକ୍ତ ଜୁଡୁବୁଡୁ ବୋଲି ଗୁରୁତର ଆହତ ହୋଇଥିବା ଲୋକନାଥଙ୍କୁ ବେଲପଡ଼ା ଡାକ୍ତରଖାନାକୁ ଚିକିତ୍ସା ପାଇଁ ତୁରନ୍ତ ନିଆଯାଇଥିଲା । +ବେଲପଡ଼ା ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । +ବ୍ରଜରାଜନଗରରେ ପ୍ରଚାର କରିବେ ବାଘେଲଙ୍କ ମନ୍ତ୍ରୀ! +ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି । +୩ ପ୍ରମୁଖ ଦଳ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଏବେ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଲେଣି ପ୍ରାର୍ଥୀ । +କେଉଁ ନେତାଙ୍କୁ ଧରି ଦଳ ଗୁଡିକ ପ୍ରଚାର ମୈଦାନକୁ ଓହ୍ଲାଇବ ସେନେଇ ଅଙ୍କା କଷା ଚାଲିଛି । +୩ ଦଳ ପକ୍ଷରୁ ଏଯାବତ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇନଥିଲେ ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ବାବଦରେ ସୂଚନା ଦେଇଛନ୍ତି । +ମନ‌ରେଗା: ଗଞ୍ଜାମ ଦେଶରେ ଟପର୍‌ +ମନରେଗା ଯୋଜନାର ସଫଳ କାର୍ଯ୍ୟକାରିତା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ରେକର୍ଡ଼ ସୃଷ୍ଟି କରିଛି । +ବିଗତ ବର୍ଷ ଗୁଡ଼ିକରେ ଏହି ସଫଳତା ପାଇଁ ଗଞ୍ଜାମ ଜିଲ୍ଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ପୁରସ୍କୃତ ହୋଇଆସିଛି । +ପୁଣି ୨୦୨୧-୨୨ ଆର୍ଥିକ ବର୍ଷରେ ଗଞ୍ଜାମ ଜିଲ୍ଲା ମନରେଗା ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଶୀର୍ଷ ସ୍ଥାନରେ ରହିଥିବାବେଳେ ଶହେ ଦିନିଆ କାମ ଯୋଗାଇବାରେ ସମଗ୍ର ଦେଶରେ ଅନ୍ୟ ଜିଲ୍ଲମାନଙ୍କ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି । +ସେହିପରି ଶ୍ରମ ଦିବସ ସୃଷ୍ଟି କରିବାରେ ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲାମାନଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି । +ଗୋପରେ ମିଳିଲା ପେଟ୍ରୋଲ ଓ ଗ୍ୟାସର ସନ୍ଧାନ +ଗୋପ ବ୍ଲକ ଅଧିନ ଗୋପ ପଂଚାୟତର କୁସୁପୁର ମୌଜାରେ ସାଟେଲାଇଟ୍ ମ୍ୟାପ୍ ଯୋଗେ ୮ ଏକର ଜାଗା ଚିହ୍ନଟ କରାଯାଇଛି । +ସେହିପରି ମହଲପଡ଼ା ଗପଂଚାୟତ ଚିତେରା ମୌଜାରେ ମଧ୍ୟ ୮ ଏକର ଜାଗା ଚିହ୍ନଟ କରାଯାଇଥିବା ଜଣାପଡ଼ିଛି । +ଅନନ୍ୟା ଫାଉଣ୍ଡେସନ୍ ତରଫରୁ ବିଶ୍ୱ ସାଇକେଲ୍ ଦିବସ ପାଳିତ +ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ବିଶ୍ୱ ସାଇକେଲ୍ ଦିବସ ପାଳିତ ହୋଇ ଯାଇଛି । +ଆଜିର ଏହି କାର୍ଯ୍ୟକ୍ରମ ଇଟାମାଟି ପଂଚାୟତ ପଡ଼ିଆଠୁ ଆରମ୍ଭ ହୋଇ ଇଟାମାଟିର ସମସ୍ତ ସାହି ପରିକ୍ରମା କରି ପଂଚାୟତ ପଡ଼ିଆଠି ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଛି । +ଏହି କାର୍ଯ୍ୟକ୍ରମରେ କରାଯାଇଥିବା ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । +ପରିବେଶକୁ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ଓ ବଢୁଥିବା ପେଟ୍ରୋଲ ଓ ଡିଜେଲର ମୂଲ୍ୟକୁ ନଜରରେ ରଖି ସାଇକେଲ ଚଳାଇବା ପାଇଁ ବାର୍ତ୍ତା ପ୍ରଦାନ କରାଯାଇଛି । +ଜଗନ୍ନାଥ ସଂସ୍କୃତିର ବାର୍ତ୍ତାବହ ଥିଲେ ପଦ୍ମଶ୍ରୀ ରଜତ କର – ମନ୍ତ୍ରୀ ପ୍ରତାପ ଜେନା +ପ୍ରଖ୍ୟାତ ସାରସ୍ୱତ ସାଧକ, ଭଞ୍ଜ ସାହିତ୍ୟ ବିଶାରଦ, ଜଗନ୍ନାଥଙ୍କ ପରମ ସେବକ ପଦ୍ମଶ୍ରୀ ରଜତ କରଙ୍କ ସ୍ମୁତିରେ ଜନ୍ମମାଟି ମାହାଙ୍ଗାରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । +କ୍ଷେତ୍ରପାଳ ବିଦ୍ୟାପୀଠ ମାଳିହତା ପ୍ରାଙ୍ଗଣରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାର ପ୍ରାରମ୍ଭରେ ପ୍ରଭୁଦତ୍ତ ମିଶ୍ର, ଧର୍ମେନ୍ଦ୍ର ମିଶ୍ର ଏବଂ ଅବିନାଶ ମିଶ୍ର ଗୀତା ଓ ବେଦ ପାଠ କରିଥିବା ବେଳେ, ମୌଲବୀ ସେକ କରାମ ତୁଲ୍ଲା କୋରାନ ଆବୃତ୍ତି ଏବଂ ସୀମନ ସୁକମେଶ ବାଇବେଲ ପାଠ କରିଥିଲେ । +ହୀରାକୁଦର ଆବଦ୍ଧ ମାଛ ଚାଷ ଏକ ସଫଳ ମଡେଲ୍- ମୁଖ୍ୟ ଶାସନ ସଚିବ +ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରେ ଆବଦ୍ଧ ମାଛ ଚାଷ (କେଜ୍ ଫିସ୍ କଲ୍ଚର) ଏକ ସଫଳ ମଡେଲ୍ ଏବଂ ଏହା ଖୁବ୍ ଶିଘ୍ର ରାଜ୍ୟର ମଧୁର ପାଣି ମାଛ ଉତ୍ପାଦନକୁ ବହୁପରିମାଣରେ ବୃଦ୍ଧି କରିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । +ଉଭୟ କ୍ଷେତ୍ର ପରିଦର୍ଶନ ଏବଂ ଉଚ୍ଚସ୍ତରୀୟ ସମୀକ୍ଷା ପରେ ଶ୍ରୀ ମହାପାତ୍ର ଏହା କହିଛନ୍ତି । +ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବ ହୀରାକୁଦ ଜଳଭଣ୍ଡାରରେ ସ୍ଥାପିତ କେଜ୍ ଗୁଡିକରେ ମାଛ ଚାଷ ସ୍ଥିତି ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ସହ ମାଛଚାଷୀ, ଉଦ୍ୟୋଗୀ ଏବଂ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । +କ୍ଷେତ୍ରସ୍ତରୀୟ ମାଛଚାଷ କାର୍ଯ୍ୟର ଅଗ୍ରଗତି ବିଷୟରେ ସନ୍ତୋଷ ପ୍ରକାଶ କରି ଶ୍ରୀ ମହାପାତ୍ର କମନ୍ ଫେସିଲିଟି ସେଣ୍ଟର, ପରୀକ୍ଷାଗାର ଏବଂ ମାଛ ପହୁଞ୍ଚାଣ ନିମନ୍ତେ ଭାସମାନ ଜେଟ୍ଟି ଆଦି ଭିତ୍ତିଭୂମିକୁ ଶିଘ୍ର କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । +କେଜ୍-ଫିସ୍-କଲ୍ଚର ବିକାଶ ନିମନ୍ତେ ସରକାର ଆବଶ୍ୟକୀୟ ଭିତ୍ତିଭୂମି ଓ ସହଯୋଗ ଯୋଗାଇଦେବେ ବୋଲି ଶ୍ରୀ ମହାପାତ୍ର ଉଦ୍ୟୋଗୀମାନଙ୍କୁ ପ୍ରତିଶୃତି ଦେଇଥିଲେ । +କମନ୍ ଫେସିଲିଟି ସେଣ୍ଟରରେ ଚାଷୀମାନେ କେଜରୁ ମାଛ ଧରି ବିପଣୀ ନିମନ୍ତେ ବର୍ଗୀକରଣ, ଓଜନ ଓ ପ୍ରସ୍ତୁତ କରିପାରିବେ । +ଏଠାରେ ଚାଷୀମାନଙ୍କ ପାଇଁ ପାଣି, ବିଦ୍ୟୁତ, ପରିଚ୍ଛନ୍ନତା ଓ ଶୌଚାଳୟ ଆଦିର ବ୍ୟବସ୍ଥା ରହିବ । +ସେହିପରି ମତ୍ସ୍ୟଚାଷ ଗବେଷଣା ପରୀକ୍ଷାଗାର ଜଳ-ଜୀବ ସ୍ୱାସ୍ଥ୍ୟ ନିରୀକ୍ଷଣ ଏବଂ ପରିବେଶ ସନ୍ତୁଳନ ଅନୁଧ୍ୟାନ ଆଦିରେ ସହାୟକ ହେବ । +ମାଛଚାଷୀମାନେ କେଜ୍ର ରେ ବଢ଼ୁଥିବା ମାଛଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଗୁଣାତ୍ମାକମାନର ଉତ୍ପାଦନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେଇପାରିବେ । +ଜଳଭଣ୍ଡାର ଉପରିଭାଗର ୧ ପ୍ରତିଶତ ଅଂଚଳରେ ଏହି କେଜ୍-କଲ୍ଚର ସିମୀତ ରଖିବା ଲାଗି ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । +ହୀରାକୁଦର ମତ୍ସ୍ୟ ଓ ପଶୁସଂପଦ ବିକାଶ ଉପ ନିର୍ଦ୍ଦେଶକ ଜଣାଇଥିଲେ ଯେ ଜାତୀୟ ନୀୟମାବଳୀ ଦ୍ୱାରା ନିର୍ଦ୍ଧାରିତ ସୀମାଠାରୁ ବହୁ କମ୍ ଅଂଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୨ ଟି କେଜ୍ ମାଛଚାଷ ଜୋନ୍ ଏବଂ ୬୨୫ ଟି ସବ୍- ଜୋନ ଚିହ୍ନଟ କରାଯାଇଛି । +ଏହା ମଧ୍ୟରୁ ୧୦୧ ଟି ସବ୍- ଜୋନ କୁ ପୁଞ୍ଜିନିବେଶ ଆଗ୍ରହ ଭିତ୍ତିରେ ଚୟନ ହୋଇଥିବା ଉଦ୍ୟୋଗୀମାନଙ୍କୁ ଲିଜ୍ ଦିଆଯାଇଛି । +ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ ୭୧ ଜଣ ଉଦ୍ୟୋଗୀ ବିଭାଗସହ ବୁଝାମଣାପତ୍ର ସ୍ୱାକ୍ଷର କରି କ୍ଷେତ୍ରସ୍ତରୀୟ କାମ ଆରମ୍ଭ କରିଛନ୍ତି । +୩୦ ଟି ସବ୍- ଜୋନ ରେ କେଜ୍ ସ୍ଥାପନ କାର୍ଯ୍ୟ ସରିଛି । +ଉଦ୍ୟୋଗୀମାନଙ୍କୁ ନିୟମିତ ଯୋଗାଯୋଗ ଓ ବୈଷୟିକ ଜ୍ଞାନ କୌଶଳ ସଂପ୍ରସାରଣ ମାଧ୍ୟମରେ ଉତ୍ସାହିତ କରି ଆଗାମୀ ୬ ମାସରେ ଅବଶିଷ୍ଟ ସବ୍- ଜୋନ ମାନଙ୍କରେ କେଜ୍ ସ୍ଥାପନ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । +ସୂଚନାଯୋଗ୍ୟ, ଗୋଟିଏ ସବ୍- ଜୋନ ରେ ୧୬ ମି ବ୍ୟାସ ଏବଂ ୫ ମି ଗଭୀରତାର ୩ ଟି ଗୋଲାକାର କେଜ୍ କିମ୍ବା ୪ x ୬ x ୪ ମିଟରର ୨୪ ଟି ଆୟତଘନାକାର କେଜ୍ ସ୍ଥାପନ କରାଯାଇ ପାରିବ । +ପ୍ରତି ଗୋଲାକାର କେଜ୍ ରୁ ଥରକେ ୨୫ ରୁ ୩୦ ଟନ୍ ମାଛ ଅମଳ କରାଯାଇ ପାରିବ । +ଆବଣ୍ଟିତ ସବ୍- ଜୋନ ଗୁଡିକରେ ଉତ୍ପାଦନ ଆରମ୍ଭ ହେଲେ ଥରକେ ପ୍ରାୟ ୧୪୫୦୦ ଟନ୍ ରୁ ଅଧିକ ମାଛ ଅମଳ ହେବ । +ବି ଇ ଓ ଙ୍କ ପ୍ରତିଶୃତି ପରେ +ପ୍ରାଥମିକ ସ୍କୁଲ ବନ୍ଦ ପ୍ରତିବାଦ ରେ ବିକ୍ଷୋଭ ହଟିଲା +ଫୁଲବାଣୀ -16/6(ସୁନୀଲ ପଟନାୟକ ) +ସରକାର ପ୍ରାଥମିକ ସ୍କୁଲ ବନ୍ଦ କରିଦେବା ପ୍ରତିବାଦ ରେ ଅଭିଭାବକ, ଓ ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । +ଏଭଳି ଅଭିଯୋଗ ଅସିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଚାହାଳୀ ଅନ୍ତର୍ଗତ ଗୁଡ଼ରି ସାହି ରେ । +ତେଵେ ବି ଈଓ ଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । +ସୂଚନା ଯୋଗ୍ୟ ଯେ, ଆବଶ୍ୟକତ । +ଦୃଷ୍ଟିରୁ ସରକାର 2008ରେ ଏକ ପ୍ରାଥମିକ ସ୍କୁଲ ପ୍ରତିଷ୍ଠା କରିଥିଲେ । +ଅବିଭାବକ ମନେ ପିଲାମାନଙ୍କୁ ଆଡ଼ମିସନ ବି କରିଥିଲେ । +ପିଲାଏ ଘର ପାଖ ହୋଇଥିବାରୁ ନିୟମିତ ସ୍କୁଲ ଆସି ପାଠ ପଢୁଥିଲେ । +ହେଲେ ସରକାରଙ୍କ ନିୟମ ପ୍ରକାରେ ୧୫ ରୁ କମ ସଂଖ୍ୟକ ପିଲା ଥିବାରୁ ଏହି ସ୍କୁଲ କୁ ବନ୍ଦ କରିବାଲାଗି ଶିକ୍ଷା ବିଭାଗ ନିଷ୍ପତି ନେଇଥିଲା । +ଆଉ ଏହି ସ୍କୁଲ କୁ ରୂପାଗାଁ ପ୍ରକଳ୍ପ ସ୍କୁଲ ରେ ମିଶ୍ରଣ କରାଯାଥିଲା । +ଏହାକୁ ବିରୋଧ କରିଥିଲେ ଗ୍ରାମବାସି । +ଜିଲାପାଳ ଙ୍କ ଠୁ ଆରମ୍ଭ କରି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଜଣାଇଥିଲେ । +ଫଳରେ ବିଡ଼ିଓ ଅନିଲ ପଟନାୟକ ଫେବୃଆରୀ ୯, ୨0୨ ୧ ରେ ତଦନ୍ତ କରିବାକୁ ଯାଇଥିଲେ । +ସେତେବେଳେ ସ୍କୁଲ ରେ ୧୮ ଜଣ ପିଲାଥିବାର ଦେଖିଥିଲେ । +ଆଉ ରିପୋର୍ଟ ରେ କୁଆଡେ ସ୍କୁଲ ଚାଲୁ କରିବା କୁ ଦର୍ଶାଇଥିଲେ । +ତେଵେ ଏଯାଏଁ ସ୍କୁଲ ଚାଲୁ କରିବା ନେଇ ସରକାରୀ ଚିଠି ନ ଆସିବା ଫଳରେ ବାଧ୍ୟ ହୋଇ ଅବିଭାବକ ମାନେ ଆନ୍ଦୋଳନ କୁ ଓଲ୍ହାଇଥିଲେ । +ବ୍ଲକ ଶିକ୍ଷାଅଧିକାରୀ ନାଗେଶ୍ୱର ପ୍ରଧାନ ଖବର ପାଇ ଘଟଣା ସ୍ଥଳ ରେ ପହଂଚି ଏ ନେଇ ସରକାରଙ୍କୁ ଅବଗତ କରାଇବେ ବୋଲି ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ଓ ବିକ୍ଷୋଭ ହଟିଥିଲା । + ହେଲେ ଆସନ୍ତା +୩ 0ସୁଦ୍ଧା ସରକାର କୌଣସି ପଦକ୍ଷେପ ନନେଲେ ପୁନର୍ବାର ଆନ୍ଦୋଳନ କରାଯିବ ବୋଲି ଅବିଭାବକମ । +ନେ ଧମକ ଦେଇଛନ୍ତି । +ଭବାନୀପାଟଣାରେ କିସ୍ ପକ୍ଷରୁ ପ୍ରତିଷ୍ଠିତ ସ୍କୁଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ +ଭୁବନେଶ୍ୱର : ୧୨୦୦ ପିଲା ମାଗଣାରେ ପାଠ ପଢିବେ । +ଜନଜାତି ପିଲାଙ୍କ ଶିକ୍ଷା ପାଇଁ କିସ୍ ର ଉଦ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା । +କଳାହାଣ୍ଡି ଏବେ ଶିକ୍ଷା କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି, ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ୧୨୯ଟି ସ୍କୁଲ ରୂପାନ୍ତରିତ କରାଯାଇଛି । +ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ କିସ୍ ପକ୍ଷରୁ ପ୍ରତିଷ୍ଠିତ ଏକ ସ୍କୁଲ ଉଦ୍‌ଘାଟନ କରିଛନ୍ତି । +ଏହି ବିଦ୍ୟାଳୟରେ ୧୨୦୦ ଜନଜାତି ପିଲା ବିନା ମୂଲ୍ୟରେ ପାଠ ପଢିବାର ସୁଯୋଗ ପାଇବେ । +ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ଜିଲ୍ଲାରେ ସ୍କୁଲ ଖୋଲି ଶିକ୍ଷାର ଉନ୍ନତି ପାଇଁ, ବିଶେଷକରି ଜନଜାତି ପିଲାଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ କିସ୍ର ଉଦ୍ୟମକୁ ଉଚ୍ଚପ୍ରଶଂସା କରିଥିଲେ । +ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାହାଣ୍ଡି ଏବେ ଶିକ୍ଷା କ୍ଷେତ୍ରରେ ଆଗକୁ ବଢୁଛି । +ଜିଲ୍ଲାରେ ବିଶ୍ବ ବିଦ୍ୟାଳୟ, ସରକାରୀ ଇଂଜିନିୟରିଂ କଲେଜ ଆଦି ଜିଲ୍ଲା ପାଇଁ ନୂଆ ପରିଚୟ ସୃଷ୍ଟି କରିଛି ବୋଲି ସେ କହିଥିଲେ । +ଶିକ୍ଷା ହିଁ ରୂପାନ୍ତରର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷା ଉପରେ ରାଜ୍ୟ ସରକାର ସବୁଠାରୁ ଅଧିକ ଗୁରୁତ୍ବ ଆରୋପ କରୁଛନ୍ତି । +୫-ଟି ଉପକ୍ରମରେ ସ୍କୁଲ ରୂପାନ୍ତରକୁ ହିଁ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଇଛି । +ରାଜ୍ୟରେ ୪୦୦ଟି ସ୍କୁଲର ରୂପାନ୍ତର କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାହାଣ୍ଡି ଜିଲ୍ଲାରେ ଦୁଇଟି ପର‌୍ୟ୍ୟାୟରେ ୧୨୯ଟି ସ୍କୁଲର ରୂପାନ୍ତର କରାଯାଇଛି । +ରୂପାନ୍ତର ପିଲାଙ୍କ ଭିତରେ ଆଗ୍ରହ, ଉତ୍ସାହ ଓ ଭବିଷ୍ୟତ ପ୍ରତି ଦୃଢ ସଂକଳ୍ପ ସୃଷ୍ଟି କରିଛି ବୋଲି ସେ କହିଥିଲେ । +ଏହି କାର‌୍ୟ୍ୟକ୍ରମରେ ସାଂସଦ ଶ୍ରୀ ବସନ୍ତ ପଣ୍ଡା, ସାଂସଦ ଶ୍ରୀ ସୁଜିତ କୁମାର ବିଧାୟକ ଶ୍ରୀ ପ୍ରଦୀପ ଦିଶାରୀ ପ୍ରମୁଖ ଯୋଗ ଦେଇ ଜନଜାତି ପିଲାଙ୍କ ମଧ୍ୟରେ ଶିକ୍ଷାର ପ୍ରସାର କ୍ଷେତ୍ରରେ କିସ୍ର ଉଦ୍ୟମ ପାଇଁ ଏହାର ପ୍ରତିଷ୍ଠାତା ତଥା ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ଉଚ୍ଚ ପ୍ରଶଂସା କରିଥିଲେ । + କିସ୍ର ପ୍ରତିଷ୍ଠାତା ଓ ସାଂସଦ ଡଃ ଅଚ୍ୟୁତ ସାମନ୍ତ ସ୍ବାଗତ ଭାଷଣ ଦେଇଥିଲେ ଓ କଳାହାଣ୍ଡି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ. +ହକି ଇଣ୍ଡିଆର ପୁନଃଗଠନ : ଓଡ଼ିଶା ଉପରେ ପ୍ରଭାବ ପକାଇବ? +ବୁଧବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ହକି ଇଣ୍ଡିଆ ପରିଚାଳନା ପାଇଁ ୩ ଜଣିଆ ପ୍ରଶାସନିକ କମିଟି ଗଠନ କରିଛନ୍ତି । +ଏହା ଛଡ଼ା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ହକି ଇଣ୍ଡିଆର ଆଜୀବନ ସଦସ୍ୟତାକୁ ମଧ୍ୟ ଉଚ୍ଛେଦ କରିଛନ୍ତି । +ଜାତୀୟ କ୍ରୀଡ଼ା ନୀତି ଅନୁସାରେ ୨୦ ସପ୍ତାହ ମଧ୍ୟରେ ହକି ଇଣ୍ଡିଆର ସମ୍ବିଧାନ ସଂଶୋଧନ କରିବାକୁ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି । +ଫଳରେ ହକି ଇଣ୍ଡିଆର ପୁନଃଗଠନ ହେବା ସହ ଏହାର ସମସ୍ତ କର୍ମକର୍ତ୍ତା ଏବେ ପଦ ହରାଇବା ନିଶ୍ଚିତ ହୋଇଛି । +ନ୍ୟାୟାଳୟଙ୍କ ଏଭଳି ରାୟ ପରେ ହକି ଇଣ୍ଡିଆର ଆଜୀବନ ସଦସ୍ୟ ରହିଥିବା ନରିନ୍ଦର ଧ୍ରୁବ ବାତ୍ରା ଏବେ ଆଜୀବନ ସଦସ୍ୟରୁ ବାଦ୍‌ ପଡିବା ସହ ଅନ୍ତର୍ଜାତୀୟ ହକି ମହାସଂଘ ପଦ ହରାଇବା ମଧ୍ୟ ସ୍ପଷ୍ଟ ହୋଇଛି । +ନ୍ୟାୟାଳୟର ଏହି ରାୟ ପରେ ହକି ଇଣ୍ଡିଆ କର୍ମକର୍ତ୍ତାଙ୍କ ମଧ୍ୟରେ ଛନକା ପଶିଥିବାବେଳେ ଏହାର ପ୍ରଭାବ ଓଡ଼ିଶା ହକି ଉପରେ ପଡିବାର ମଧ୍ୟ ସମ୍ଭାବନା ରହିଛି । +ଓଡ଼ିଶା ହକି ସହିତ ନରିନ୍ଦର ଧ୍ରୁବ ବାତ୍ରା ୨୦୧୪ରୁ ସିଧାସଳଖ ସମ୍ପୃକ୍ତି ରହିଛନ୍ତି । +ଏଥିମଧ୍ୟରେ ହକି ଇଣ୍ଡିଆ ହକି ଓଡ଼ିଶାର ସ୍ବୃକୃତି ପ୍ରତ୍ୟାହାର କରିବା ସହିତ ନବଗଠିତ ହକି ଆସୋସିଏସନ ଅଫ ଓଡ଼ିଶାକୁ ସ୍ବିକୃତି ଦେଇଛି । +ଏବେ ବାତ୍ରାଙ୍କ ଉପରେ ନ୍ୟାୟାଳୟ ଛାଟ ଓ ସିବିଆଇ ଖଣ୍ଡା ଝୁଲିଥିବାବେଳେ ଏହାର ପ୍ରଭାବ ଓଡ଼ିଶା ହକିରେ ପଡିବା ନେଇ ଚର୍ଚ୍ଚା ଜୋର ଧରିଛି । +ବାତ୍ରାଙ୍କ ସଦସ୍ୟତା ଅବୈଧ ହେବା ପରେ ହକି ଆସୋସିଏସନ ଅଫ ଓଡ଼ିଶାର ଭବିଷ୍ୟତ କଣ ତାହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । +ଓଡ଼ିଶା ସରକାର ଭାରତୀୟ ପୁରୁଷ ଓ ମହିଳା ହକି ଦଳର ମୁଖ୍ୟ ପ୍ରାୟୋଜକ ଭାବେ ୨୦୧୮ରୁ ରହି ଆସିଛନ୍ତି । +୨୦୩୩ ପର୍ଯ୍ୟନ୍ତ ଜାତୀୟ ହକି ଦଳର ମୁଖ୍ୟ ପ୍ରାୟୋଜକ ରହିବା ନେଇ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । +୨୦୧୮ ପୁରୁଷ ହକି ବିଶ୍ବକପ ଓଡ଼ିଶାରେ ଆୟୋଜିତ ହୋଇଥିବାବେଳେ ୨୦୨୩ ହକି ବିଶ୍ବକପ ମଧ୍ୟ ଭୁୂବନେଶ୍ବର ଓ ରାଉରକେଲାରେ ହେବ । +ହକି ଓଡ଼ିଶାର ସମ୍ପାଦକ ପ୍ରତାପ ଶତପଥୀ କୁହନ୍ତି, ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ରାୟ ପରେ ଓଡ଼ିଶା ହକି ଉପରେ କଣ ପ୍ରଭାବ ପଡିବ ତାହା ସମୟ କହିବ । +ଓଡ଼ିଶା ସରକାର ହକି ପାଇଁ ଯାହା କରୁଥିଲେ ତାହା ବାତ୍ରାଙ୍କ ଜରିଆରେ କରୁଥିଲେ । +ହକି ଇଣ୍ଡିଆର ୩୫ ଲକ୍ଷ ଟଙ୍କା ତୋଷାରପାତ ଅଭିଯୋଗରେ ବାତ୍ରାଙ୍କ ବିରୁଦ୍ଧରେ ସିବିଆଇ ତଦନ୍ତ ଚାଲିଛି । +ଉକ୍ତ ୩୫ ଲକ୍ଷ ଟଙ୍କା କାହାର ବୋଲି ଶ୍ରୀ ଶତପଥୀ ପ୍ରଶ୍ନ କରିଛନ୍ତି । +କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ସଂସଦର ମତ ରଖିଥିଲେ ଯେ, ଭାରତୀୟ ହକି ଦଳ ପାଇଁ କେନ୍ଦ୍ର ସରକାର ସବୁ ଖର୍ଚ୍ଚ କରୁଛନ୍ତି । +ଓଡ଼ିଶା ସରକାର ହକି ପାଇଁ ଯେଉଁ କୋଟି​‌କୋଟି ଟଙ୍କା ଦେଉଛନ୍ତି ତାହା କେଉଁ କ୍ଷେତ୍ରରେ ର୍ଖଚ୍ଚ ହେଉଛି ବୋଲି ଶ୍ରୀ ଶତପଥୀ କହିଛନ୍ତି । +ୱେବସାଇଟ୍‌ ନଥିବାରୁ ହକି ଇଣ୍ଡିଆ ହକି ଓଡ଼ିଶାର ମାନ୍ୟତାକୁ ରଦ୍ଦ କରିଥିଲା । +ହକି ଆସୋସିଏସନ ଅଫ ଓଡ଼ିଶାକୁ ହକି ଇଣ୍ଡିଆର ୩ ଜଣିଆ କମିଟି ସ୍ବିକୃତି ଦେଇଛି । +ବାତ୍ରା କରିଥିବା କାର୍ଯ୍ୟ ଆଇନସମ୍ମତ ନୁହେଁ ବୋଲି ନ୍ୟାୟାଳୟ ରାୟ ଦେଇଛନ୍ତି । +ଏଭଳି ସ୍ଥିତିରେ ହକି ଆସୋସିଏସନ ଓଡ଼ିଶାକୁ କିଭଳି ହକି ଇଣ୍ଡିଆର ମାନ୍ୟତା ମିଳିବ । +ବର୍ତ୍ତମାନ ଭାରତୀୟ ଅଲିମ୍ପିକ୍‌ସ ସଂଘ ଏପର୍ଯ୍ୟନ୍ତ ହକି ଆସୋସିଏସନ ଅଫ ଓଡ଼ିଶାକୁ ଅନୁମୋଦନ ଦେଇନାହିଁ । +ଏ ନେଇ ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜବାବ ରଖିଛନ୍ତି । +ଗୋଟିଏ ରାଜ୍ୟ ଗୋଟିଏ ସଂଘ ନିୟମ ଆଧାରରେ ହକି ଓଡ଼ିଶା ଏବେ ସୁଦ୍ଧା ଓଓଏର ଅନୁବନ୍ଧିତ ୟୁନିଟ୍‌ ରହିଛି ବୋଲି ଶ୍ରୀ ଶତପଥୀ କହିଛନ୍ତି । +ସରିଲା ବିଧାନସଭା ଅଧିବେଶନ +୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୬ହଜାର ୪୯୮କୋଟି ଟଙ୍କାର ଲେଖାନୁଦାନକୁ ଆଜି ଗୃହର ମଞ୍ଜୁରୀ ମିଳିବା ସହ ବିଧାନସଭାର ୬ ଦିନିଆ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ନିମନ୍ତେ ମୁଲତବୀ ଘୋଷଣା ହୋଇଛି । +ରାଷ୍ଟ୍ରପତି ନିର୍ବାଚନ କୁ ନେଇ ବିପକ୍ଷ ଦଳକୁ ବଡ଼ ଝଟକା, ବିଜେଡି ଓ YSR ଦେବେ ଭାଜପା କୁ ସମର୍ଥନ +ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ ପ୍ରସ୍ତୁତି ରେ ଲାଗିଥିବା ବିପକ୍ଷ ଦଳ ଗୁଡିକୁ ଝଟକା ଲାଗିଛି । +ମିଳିଥିବା ସୂଚନା ଅନୁସାରେ ଅଣ ଭାଜପା ଶାସିତ ରାଜ୍ୟ ଗୁଡିକର ସରକାର ଙ୍କ ବିରୁଦ୍ଧରେ ଯିବାକୁ ଚାହୁଁ ନାହାନ୍ତି । +ଏହା ମଧ୍ୟ ସୂଚନା ମିଳିଛି ଯେ ଭାଜପା ପକ୍ଷରୁ ପାର୍ଥି ଘୋଷଣା ଦ୍ୱାରା ଦଳ ଗୁଡିକରେ ଶେଷ ନିଷ୍ପତି ଉପରେ ପ୍ରଭାବ ପଡିପାରେ । +ଟାଇମ୍ସ ଅଫ ଇଣ୍ଡିଆର ହସ୍ତଗତ ତଥ୍ୟ ଅନୁସାରେ ଲେଖା ଯାଇଛି ଯେ ଆନ୍ଧ୍ର ପ୍ରଦେଶରେ ଜଗନ ମୋହନ ରେଡି ଙ୍କ YSRCP ଓ ଓଡ଼ିଶା ରେ ନବୀନ ପଟନାୟକ ଙ୍କ ବିଜେଡି ଭାଜପା ବିରୁଦ୍ଧରେ ଯିବେ ନାହିଁ । +ବିପକ୍ଷ ଦଳର ସୂଚନା ଅନୁସାରେ କୁହାଯାଇଛି ଯେ କିଛିଟା ବିପକ୍ଷ ନେତା ସରକାରଙ୍କ ବିରୁଦ୍ଧରେ ଯିବାକୁ ଇଛୁକ ନୁହନ୍ତି । +ଅଧିକାଂଶ ଆଞ୍ଚଳିକ ଦଳ ଗୁଡିକ କଂଗ୍ରେସ କୁ ସମର୍ଥନ କରିବାକୁ ଚାହୁଁ ନାହାନ୍ତି । +ନେପାଳର ପ୍ରସିଦ୍ଧ ପବ୍‌ରେ ରାହୁଲ ଗାନ୍ଧି +କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜିକାଲି ନେପାଳ ଗସ୍ତରେ ଅଛନ୍ତି । +ରାହୁଲ ଗାନ୍ଧିଙ୍କ ନେପାଳ ଗସ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । +ଏଥିରେ ସେ କାଠମାଣ୍ଡୁର ଏକ ନାଇଟ୍‌କ୍ଲବରେ ଅଛନ୍ତି । +ଏହି ଭିଡିଓ ଭାଇରାଲ ହେବାପରେ ବିଜେପି ଏବେ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ଘେରିଛି । +କୁହାଯାଉଛି ଯେ, ଏହି ଭିଡିଓ ‘ଲର୍ଡ ଅଫ୍ ଦ ଡ୍ରିଙ୍କସ୍ ନେପାଳ’ ର ରହିଛି । +ଦେବଗଡ଼ ଜିଲ୍ଲା ବିଜେଡି ପକ୍ଷରୁ ପ୍ରଧାନପାଟ ରେ ତିଳ ଦର୍ପଣ +ଦେବଗଡ଼ ୧୭/୪::::: ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଦେବଗଡ଼ ଜିଲ୍ଲା ବିଜେଡି ପକ୍ଷରୁ ତିଳ ଦର୍ପଣ କରାଯାଇଛି । +ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଜିଲ୍ଲାର ବହୁ ନେତା, କର୍ମୀ ଓ ବିଭିନ୍ନ ଲୋକ ପ୍ରତିନିଧି ସ୍ଥାନୀୟ ପ୍ରଧାନପାଟ ଠାରେ ଯୋଗ ଦେଇ ବ୍ରାହ୍ମଣ ଙ୍କ ବେଦ ଉଚାରଣ ମଧ୍ୟରେ ତିଳ ଦର୍ପଣ କରିଥିଲେ । +ଘରୋଇ ଯାତ୍ରୀବାହୀ ବସ୍‌ ଭଡ଼ା ବଢ଼ିଲା, ଅତିରିକ୍ତ ଖର୍ଚ୍ଚାନ୍ତ ହେବେ ଲୋକେ +ଡିଜେଲ ଦର ବଢ଼ିବା କାରଣରୁ ରାଜ୍ୟରେ ପୁଣି ଥରେ ଘରୋଇ ବସ୍‌ରେ ଯାତ୍ରୀଭଡ଼ା ବୃଦ୍ଧି ହୋଇଛି । +ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୨ ପଇସା ବୃଦ୍ଧି ହୋଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ପାଇଛି । +ସେହିପରି ସୁପର ପ୍ରିମିୟମ ବସ୍‌ ଭଡ଼ା କିଲୋମିଟର ପିଛା ୬ ପଇସା ବଢ଼ି ଥିବା ନେଇ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ସୂଚନା ଦେଇଛନ୍ତି । +‌ତେବେ ଘରୋଇ ଯାତ୍ରୀବାହୀ ବସ୍‌ ଭଡ଼ା ବୃଦ୍ଧି କାରଣରୁ ଲୋକଙ୍କୁ ପୂର୍ବ ତୁଳନାରେ ଅତିରିକ୍ତ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । +ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ “୫୦” ତମ… +ମାଲକାନଗିରି : ୨୮/୦୬/୨୨ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କ କାର୍ଯ୍ୟାଳୟ ଠାରେ ଓଡ଼ିଶାର ଅଗଣୀତ ଜନ ମାନସର ହୃଦୟର ପ୍ରୀୟ ନେତା ତଥା ଓଡ଼ିଶାର ଅନ୍ୟତମ ମୁକୁଟ ଵିହିନ ରାଜା ଓ ଯୁଵ ପିଢ଼ିର ଆଦର୍ଶ ନେତା ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ ‘୫୦ ‘ତମ ଜନ୍ମ ଦିବସ ରେ ବହୁ ଆଡମ୍ବର ସହ ପାଳନ କରାଯାଇଛି । +ଏହି ଉତ୍ସବ ରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା ଓ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଳ ,ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ , ବରିଷ୍ଠ ନେତା ରାଜେନ୍ଦ୍ର ପଣ୍ଡା ,ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ,ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ନୃସିଂହ ଚରଣ ମହାନ୍ତି ଓ ସଦର ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ ଯୋଗ ଦେଇ ପ୍ରଣବ ପ୍ରକାଶ ଦାସ ଙ୍କ ଜନ୍ମ ଦିବସ ଉପଲକ୍ଷେ କେକ୍ କାଟି ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ,ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ସଦା ସର୍ବଦା ଶୁଖି ଓ ନିରୋଗି,ଦିର୍ଘଜୀଵୀ କାମନା କରିଛନ୍ତି । +ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତ୍ତନ ଯୁବ ସଭାପତି ତଥା ଆଇନଜୀବୀ ଶଙ୍କର ସାହା,ବରିଷ୍ଠ ଆଇନଜୀବୀ ଲୋମ୍ବଧର ତୁରୁକ ,ସୂର୍ଯ୍ୟ ନାରାୟଣ ବ୍ରହ୍ମା, ରାଜେଶ ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି,ଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାୟକ, କାଉନ୍ସିଲର ସୁବ୍ରତ ମଣ୍ଡଳ,ମହିଳା ଜନତା ଦଳ ସାଧାରଣ ସମ୍ପାଦିକା ମୁସ୍କାନ ଦେବନାଥ, ଜିଲ୍ଲା ବରିଷ୍ଠ ନେତା ସୁରେନ୍ଦ୍ର ନାଥ ରଥ, ତପନ ସାନା, ବୁନା ରାଓ ପ୍ରମୁଖଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ଶୁଭେଚ୍ଛା ଓ ଶୁଭକାମନା ଜଣେଇଥିଲେ । +କଳିଯୁଗର ମା’! ୩ ବର୍ଷର ପୁଅର ମୁଣ୍ଡ କାଟି କଲା ହତ୍ୟା +୩ ବର୍ଷର ପୁଅର ମୁଣ୍ଡ କାଟି ହତ୍ୟା କଲା ମାଆ । +କୋରାପୁଟ ସଦର ଥାନା ଲୁକୁମାରୀ ଗାଁରୁ ସାମ୍ନାକୁ ଆସିଛି ଏହି ବର୍ବର କାଣ୍ଡ । +ଗାଁରେ ଚଇତିପର୍ବ ଚାଲିଥିଲାବେଳେ ଏହି ବର୍ବର କାଣ୍ଡ ହୋଇଥିବା ସୂଚନା ମିଳିଛି । +ଅଭିଯୁକ୍ତ ମାଆ ଅଟକ ରହିଥିବାବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । +ଭାଟିକାନରେ ପୋପଙ୍କୁ ଭେଟିବେ ନବୀନ : +– ଖ୍ରଷ୍ଟ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କୁ ଭେଟିବେ ନବୀନ– ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ଭେଟିବେ– ବିଶ୍ୱ ଜନସଂଖ୍ୟାର ପ୍ରାୟ ୬ ଭାଗରୁ ଭାଗେ ଲୋକଙ୍କ ଧର୍ମଗୁରୁ ପୋପ୍– ୧୩୨ କୋଟି ୨୯ ଲକ୍ଷ କ୍ୟାଥୋଲିକଙ୍କ ମୁଖ୍ୟ ଧର୍ମସ୍ଥଳ ଭାଟିକାନ୍– ମୁସଲମାନଙ୍କ ପାଇଁ ମକ୍କା ଭଳି, ଖ୍ରୀଷ୍ଟିଆନଙ୍କ ପାଇଁ ସର୍ବୋଚ୍ଚ ପୀଠ ଭାଟିକାନ୍– ୪୯ ହେକ୍ଟର ବା ୧୨୧ ଏକର ପରିମିତ ଭାଟିକାନ ସହର– ଭାଟିକାନ ସିଟିର ଲୋକସଂଖ୍ୟା ମାତ୍ର ୪୫୩– ଆୟତ୍ତନ ଓ ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱର ସବୁଠାରୁ ଛୋଟିଆ ଦେଶ– ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଆସ୍ଥା ଓ ବିଶ୍ୱାସର ସବୁଠାରୁ ବଡ କେନ୍ଦ୍ର– ପୂର୍ବରୁ ଏହା ଇଟାଲୀର ଏକ ଅଂଶ ଥିଲା– ୧୯୨୯ ଲାଟେରାନ ଚୁକ୍ତି ବଳରେ ସ୍ୱତନ୍ତ୍ର ହେଇଥିଲା ଭାଟିକାନ୍– ଏହିଠାରେ ବସି ସାରାବିଶ୍ୱର ଖ୍ରୀଷ୍ଟିଆନଙ୍କ ପାଇଁ ନୀତି ସ୍ଥିର କରନ୍ତି ପୋପ୍ନବୀନଙ୍କ ବିଦେଶ ଗସ୍ତର ଉଦ୍ଦେଶ୍ୟ !– ନବୀନ ପଟ୍ଟନାୟକଙ୍କ ରାଜନୈତିକ ତୀର୍ଥଯାତ୍ରା ନେଇ ଚର୍ଚ୍ଚା– ଭାଟିକାନ ସିଟିରେ ପୋପ୍ ଫ୍ରାନସିସଙ୍କୁ ଭେଟିବେ ନବୀନ– ସେପଟେ ମୁସଲନମାନ ଦେଶ ଦୁବାଇ ଗସ୍ତ କରିବେ ନବୀନ– ବର୍ତ୍ତମାନ ବିଶ୍ୱରେ ପ୍ରବଳ ଅର୍ଥନୈତିକ ମାନ୍ଦାବସ୍ଥା ରହିଛି– ଭାରତରେ ସାମାଜିକ ବିଭେଦ ଓ ଅଶାନ୍ତ ବାତାବରଣ ରହିଛି– ତେଣୁ ଅନ୍ତର୍ଜାତୀୟ ନିବେଶକଙ୍କ ଆକର୍ଷଣ ହରାଉଛି ଭାରତ– ଏଭଳି ସ୍ଥିତିରେ ଦୁବାଇରେ ପୁଞ୍ଜି ନିବେଶକଙ୍କୁ ଭେଟିବେ ନବୀନ– ହେଲେ ଏହି ଗସ୍ତ କେବଳ ପୁଞ୍ଜି ଲଗାଣରେ ସୀମିତ ରହିବନି– ଖ୍ରୀଷ୍ଟିଆନଙ୍କ ଶୀର୍ଷଦେଶ ଭାଟିକାନ୍ ଗସ୍ତର ଥାଇପାରେ ରାଜନୈତିକ ଉଦ୍ଦେଶ୍ୟ– ମୁସଲମାନ ଦେଶ ଗସ୍ତ କରି ଧର୍ମନିରପେକ୍ଷତାର ପରିଚୟ ଦେବେ ନବୀନ– କନ୍ଧମାଳ ଦଙ୍ଗା ବେଳେ କହିଥିଲେ- ଶରୀରର ପ୍ରତ୍ୟେକ ହାଡ ଧର୍ମନିରପେକ୍ଷ– ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ବିଜେଡି ସମର୍ଥନ କରିବା ନେଇ ଚର୍ଚ୍ଚା– ଏହାଦ୍ୱାରା ନବୀନଙ୍କ ଧର୍ମନିରପେକ୍ଷ ଭାବମୂର୍ତ୍ତିକୁ ଆଂଚ୍ ଆସିବା ଆଶଙ୍କା– ତେଣୁ ଖ୍ରୀଷ୍ଟିଆନ ଓ ମୁସଲମାନ ଦେଶ ଗସ୍ତ କରି ସନ୍ତୁଳନ ରଖିଛନ୍ତି ନବୀନ– ଭବିଷ୍ୟତ ରାଜନୈତିକ ପଥକୁ ସୁଦୃଢ କରୁଥାଇପାରନ୍ତି ମୁଖ୍ୟମନ୍ତ୍ରୀ– ଜାତୀୟ ରାଜନୀତିରେ ନିଜର ପତିଆରାକୁ ଆହୁରି ପ୍ରଭାବୀ କରିବା ଲକ୍ଷ୍ୟରେ ନବୀନପୋପଙ୍କୁ ଭେଟିଥିଲେ ମୋଦୀ : –– କିଛିଦିନ ପୂର୍ବରୁ ପୋପଙ୍କୁ ସାକ୍ଷାତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ– ୮୫ ବର୍ଷୀୟ କ୍ୟାଥଲିକ ଚର୍ଚ୍ଚର ଧର୍ମଗୁରୁ ପୋପ୍ ଫ୍ରାନସିସ୍– ବେସରକାରୀ ସ୍ତରରେ ଯୋଗାଇ ଦିଆଯାଉଥିବା ସବୁଠୁ ବଡ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମର ମୁଖ୍ୟ– ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ପୋପ୍ ଫ୍ରାନସିସ୍– ପୋପଙ୍କୁ ଭେଟି ପାରିନଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ– ଅନୁମତି ପ୍ରଦାନରେ କେନ୍ଦ୍ର ସରକାର ଟାଳଟୁଳ କରିଥିବା ଅଭିଯୋଗ କରିଥିଲେ ମମତା– ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପ୍ ଫ୍ରାନସିସଙ୍କୁ ଭେଟିବେ ନବୀନ ପଟ୍ଟନାୟକ– ଏହି ଅନୁମତି ପାଇଁ କେନ୍ଦ୍ରରେ ମୋଦୀ ସରକାର ସମସ୍ତ ସହାୟତା କରିଥିବା ଚର୍ଚ୍ଚା୧୦ ବର୍ଷ ପରେ ନବୀନଙ୍କ ବିଦେଶ ଗସ୍ତ : –– ୨୦୧୨ରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଲଣ୍ଡନ ଯାଇଥିଲେ– ପ୍ୟାରୀମୋହନ ମହାପାତ୍ରଙ୍କ ମିଡନାଇଟ୍ ଅପରେସନ ବିଷୟରେ ଜାଣିପାରିଲେ– ଲଣ୍ଡନରେ ବସି ଫୋନରେ ସମର୍ଥକଙ୍କୁ କାମରେ ଲଗାଇ ଷଡଯନ୍ତ୍ରକୁ ବିଫଳ କଲେ– ଗସ୍ତ କାର୍ଯ୍ୟକ୍ରମକୁ କାଂଟଛାଂଟ କରି ଓଡିଶା ଫେରିଆସିଥିଲେ ନବୀନ– ହେଲେ ୧୦ ବର୍ଷ ଭିତରେ ଦଳରେ ସଂପୂର୍ଣ୍ଣ କଂଟକ ଶୂନ୍ୟ ହୋଇପାରିଛନ୍ତି ନବୀନ– ବର୍ତ୍ତମାନ ବିଦେଶ ଗସ୍ତରେ ଆଉ ଦଳ ଭିତରୁ ନବୀନଙ୍କୁ କୌଣସି ଭୟ ନାହିଁ– ଡିଜିଟାଲ ଯୁଗରେ ବିଦେଶରୁ ରହି ରାଜ୍ୟ ଶାସନ ଚଳାଇବେ ବାଧା ନାହିଁ +ଏସ୍‌ସିବିରେ ଚିକିତ୍ସା ଅବହେଳା ୬ଘଣ୍ଟା ଧରି ବେଡ୍‌ରେ ପଡ଼ି ରହିଲା ମୃତଦେହ; +ମୃତ୍ୟୁ ପରେ ଘଣ୍ଟାରୁ ଅଧିକ ସମୟ ଧରି ବେଡ୍‌ରେ ପଡ଼ି ରହିଲା ମୃତଦେହ । +ଉଠାଗଲାନି ଶବ । +ସେପଟେ, ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ପରିବାରବର୍ଗ କଲେ ଅଭିଯୋଗ । +ଖାଲି ସେତିକି ନୁହେଁ, ଡାକ୍ତର ଓ କର୍ମଚାରୀମାନେ ରୋଗୀ ସଂପର୍କୀୟଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ବି ‌ହେଲା । +ଏହାକୁ ନେଇ ଦୀର୍ଘ ସମୟ ଧରି ୱାର୍ଡରେ ତୀବ୍ର ଉତ୍ତେଜନା ଦେଖାଦେଲା । +ପୁଲିସ ହସ୍ତ‌କ୍ଷେପ ପରେ ଦୀର୍ଘ ୬ଘଣ୍ଟା ପରେ ଯାଇ ପରିସ୍ଥିତି ଶାନ୍ତ ହେଲା ଓ ବେଡ୍‌ରୁ ମୃଦଦେହ ଉଠିଲା । +ଏଭଳି ଅଘଟଣ ଆଜି ଘଟିଛି ଏସ୍‌ସିବି ଯକ୍ଷ୍ମା ଓ ଛାତିରୋଗ ବିଭାଗ ଆଇସୋଲେସନ୍‌ ୱାର୍ଡର ବେଡ୍‌ ନମ୍ବର ୧୦୫୦ରେ । +ବେଡ୍‌ ନମ୍ବର ୧୦୫୦ରେ କେନ୍ଦୁଝର ଜିଲ୍ଲା ଇନ୍ଦୁପୁରା ଗ୍ରାମର ଚନ୍ଦ୍ରଶେଖର ଜେନା(୫୫) ଶୁକ୍ରବାରଠାରୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । +ଗତରାତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ରାତିଅଧରେ ତାଙ୍କ ସ୍ତ୍ରୀ ସୌଦାମିନୀ ନର୍ସ ଓ ଡାକ୍ତରଙ୍କୁ ଡାକିଥିଲେ, ହେଲେ କେହି ଆସି ନଥିଲେ । +ଆଜି ସକାଳେ ମଧ୍ୟ ଅବସ୍ଥା ଅଧିକ ଗୁରୁତର ହେବା ସତ୍ତ୍ବେ ଚିକିତ୍ସା ସୁବିଧା ମିଳି ନଥିଲା । +ଏପରିକି ସୌଦାମିନୀଙ୍କୁ ଦୁର୍ବ୍ୟବହାର କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । +ଶେଷରେ ଗୁରୁତର ଥିବା ଚନ୍ଦ୍ରଶେଖରଙ୍କର ଦିନ ପ୍ରାୟ ୧୧ଟା ବେଳେ ମୃତ୍ୟୁ ହୋଇଯାଇଥିଲା । +ଖବର ପାଇ କଟକ‌ରେ ରହୁଥିବା ମୃତକଙ୍କ କିଛି ସମ୍ପର୍କୀୟ ଡାକ୍ତରଖାନାରେ ପହଞ୍ଚି ଯାଇଥିଲେ । +ଚିକିତ୍ସା ଅବହେଳା ଓ ସୌଦାମିନୀଙ୍କୁ ଦୁର୍ବ୍ୟବହାର ହୋଇଥିବା ନେଇ ପରିବାରବର୍ଗ ଓ କଟକ‌ର ସଂପର୍କୀୟମାନେ ଅଭିଯୋଗ କରିଥିଲେ ଓ ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । +ତେଲ ଚୋରି: ପେଟ୍ରୋଲ ପମ୍ପ ମାଲିକ ଗିରଫ +ତେଲ ଚୋରି ମାମଲାରେ ପେଟ୍ରୋଲ ପମ୍ପ ମାଲିକ ଗିରଫ । +ଅନୁଗୁଳ ଅଞ୍ଚଳର ପେଟ୍ରୋଲ ପମ୍ପ ମାଲିକଙ୍କୁ ସମ୍ବଲପୁର ପୁଲିସ ଗିରଫ କରିଛି । +ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏ) ପାଇପଲାଇନ କାଟି ଡିଜେଲ ଚୋରି ମାମଲାରେ ତାଙ୍କୁ ଗିରଫ କରାଯାଇଛି । +ମାଫିଆଙ୍କ ଦ୍ବାରା ଚୋରି ଡିଜେଲ କିଣିବା ଅଭିଯୋଗରେ ବି ତାଙ୍କୁ ଗିରଫ କରାଯାଇଛି । +ତେଲ ଚୋରି ରାକେଟର ମୁଖ୍ୟ ଅଭିଯୁକ୍ତ ସହ ୫ଜଣ ବି ଗିରଫ କରିଛି ସମ୍ବଲପୁର ପୁଲିସ । +ରାଜ୍ୟରେ ଆର୍ଥୀକ ବିଶୃଙ୍ଖଳା ଚରମ ସୀମାରେ +ଭୁବନେଶ୍ୱର,: ରାଜ୍ୟର ପ୍ରଗତି ସମ୍ପର୍କରେ ରାଜ୍ୟ ସରକାର ମିଛ ବାହାସ୍ପୋଟ ମାରୁଛନ୍ତି ଏବଂ ଲୋକଙ୍କୁ ସୁନେଲୀ ସ୍ୱପ୍ନ ଦେଖାଉଛନ୍ତି । +ବାସ୍ତବରେ ରାଜ୍ୟ ସରକାରଙ୍କ ଅପାରଦର୍ଶୀ କାର୍ଯ୍ୟ କାରଣରୁ ଏହାର କୁପରିଣାମ ସାଧାରଣ ଲୋକ ଭୋଗୁଛନ୍ତି । +ଏଫ୍‌ଆରବିଏମ୍ ଆକ୍ଟ୍‌ର ଗାଇଡ୍‌ଲାଇନ୍‌କୁ ଅନୁପାଳନ କରିବା ସହିତ ଏକ ରାଜସ୍ୱ ବଳକା ରାଜ୍ୟ ବୋଲି ଶାସକ ବିଜେଡି ଡିଣ୍ଡିମ ପିଟୁଛନ୍ତି । +ଏପରିକି ଆମର ଅର୍ଥନୀତି ସୁଦୃଢ ଅଛି ବୋଲି ମିଛ ପ୍ରଚାର କରୁଛନ୍ତି ରାଜ୍ୟ ସରକାର । +ବାସ୍ତବରେ ଚିତ୍ର ସଂପୂର୍ଣ୍ଣ ଭିନ୍ନ । +ମାନ୍ୟବର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୦୧ ମସିହାରେ ଅନୁଷ୍ଠିତ ହୋଇଥିବା ‘ଓଦ୍ଭ ଗ୍ଧଷର ୠକ୍ଟକ୍ଟଗ୍ଧଗ୍ଦଗ୍ଦରଗ୍ଧକ୍ଟ୍ରଗ୍ଦ କ୍ଟଲ ଏବଦ୍ଭୟଷସହସ’ କନକ୍ଲେଭ୍ ଅବସରରେ “ଭାଇବ୍ରାଂଟ୍ ଗୁଜୁରାଟ”ର ବାର୍ତା ଦେଇଥିଲେ । +ଦୀର୍ଘ ୨୦ବର୍ଷ ପରେ ଆଜି ଓଡିଶାରେ “ଭାଇବ୍ରାଂଟ୍ ଓଡିଶା”ର ବାର୍ତା ଦିଆଯାଉଛି । +ଏହା ହିଁ ରାଜ୍ୟ ସରକାରଙ୍କ ଓଡିଶା ବିକାଶର ପ୍ରାଧାନ୍ୟତାକୁ ଦର୍ଶାଉଛି । +ରାଜ୍ୟ ସରକାର ଏବଂ ସିଏଜିଙ୍କ ତଥ୍ୟକୁ ଅନୁଧ୍ୟାନ କଲେ ଓଡିଶାର ଅର୍ଥନୀତି ମହାକାଳ ଫଳ ସଦୃଶ ବୋଲି ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ କହିଛନ୍ତି । +ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବଳିୟାରସିଂହ କହିଛନ୍ତି ଯେ, ୨୦୦୦-୨୦୦୧ମସିହାରେ ଶାସକ ବିଜେଡି ଶାସନ କ୍ଷମତାକୁ ଆସିବା ସମୟରେ ଓଡିଶାର ବାର୍ଷିକ ବଜେଟ୍ ପରିମାଣ ମାତ୍ର ୯୬୪୧କୋଟି ଟଙ୍କା ଥିଲା ଏବଂ ଏହି ପରିମାଣ ବର୍ତମାନ ୧ଲକ୍ଷ କୋଟି ଟଙ୍କାର ଲେଖାନୁଦାନ (ଠକ୍ଟଗ୍ଧର କ୍ଟଦ୍ଭ ଇମମକ୍ଟଙ୍କଦ୍ଭଗ୍ଧ) ଉପସ୍ଥାପନ କରାଯାଇଛି ଏବଂ ୨ଲକ୍ଷ ୬ହଜାର କୋଟି ଟଙ୍କାର ବଜେଟ୍ ହେବ ବୋଲି ସୂଚନା ଦିଆଯାଇଛି । +ଏହି ବଜେଟ ପରିମାଣରେ କେନ୍ଦ୍ରୀୟ ଅନୁଦାନ ୪୧ ପ୍ରତିଶତ ଏବଂ ଋଣ ବାବଦରେ ୨୬ ପ୍ରତିଶତ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ନିଜସ୍ୱ ଆୟ ଅତ୍ୟନ୍ତ ନଗଣ୍ୟ । +ଏପରିକି ନିଜ ସମ୍ବଳରେ ବେତନ ଓ ପେନସନ ଦେବାରେ ରାଜ୍ୟ ସରକାର ଫେଲ ମାରିଛନ୍ତି । +ସେହିପରି ୨୦୦୦ମସିହାରେ ରାଜ୍ୟ ଋଣଭାର ମାତ୍ର ୧୮ହଜାର କୋଟି ଟଙ୍କା ଥିଲା ଏବଂ ଆଜି ଏହି ଋଣ ଭାର ୧ଲକ୍ଷ ୨୦ହଜାରରୁ ଊର୍ଦ୍ଧ୍ୱ କୋଟି ପହଂଚିଲାଣି । +ରାଜ୍ୟର ବିକାଶ ନାମରେ ଋଣ କରୁଛନ୍ତି, କିନ୍ତୁ ଦଳିତ ଓ ଆଦିବାସୀମାନଙ୍କୁ ଋଣ ଯୋଗାଉଥିବା ସଂସ୍ଥା ଓଏସ୍‌ସିଏସ୍‌ଟିଡି ଏଫ୍‌ସିସି ଅଚଳ । +ସେହିପରି ଚାଷୀ ଋଣ ନେବା ପାଇଁ ଭୂବନ୍ଧକ ବ୍ୟାଙ୍କ୍ ଓ ଓସ୍କାଡ୍ ବ୍ୟାଙ୍କ୍ ଏବଂ ଶିଳ୍ପ ଉଦ୍ୟୋଗୀମାନଙ୍କ ପାଇଁ ଓଏସ୍‌ଏଫ୍‌ସି ସମ୍ପୂର୍ଣ୍ଣ ଋଗୁଣ । +ପଛୁଆ ବର୍ଗଙ୍କ ପାଇଁ ଓବିସି ଫାଇନାନ୍ସ କର୍ପୋରେସନ୍ କାମ କରୁନାହିଁ । +ବୁଣାକାରମାନଙ୍କ ପାଇଁ ସ୍ପିନ୍ ଫେଡ୍ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇପଡିଥିବାବେଳେ ରାଜ୍ୟ ଋଣ ଭାର କାହା ସ୍ୱାର୍ଥରେ? ମୁଣ୍ଡ ପିଛା ଋଣ ଭାର ଯଦି ଦେଖିବା ୨୦୦୯-୧୦ରେ ୯,୧୮୦ଟଙ୍କା ଥିଲାବେଳେ ୨୦୨୦-୨୧ରେ ଏହା ୨୩,୫୨୪ଟଙ୍କାରେ ପହଁଚିଛି । +ଦାରିଦ୍ର‌୍ୟ ଦୃଷ୍ଟିକୋଣରୁ ରାଜ୍ୟରେ ପ୍ରତି ତିନି ଜଣରେ ଜଣେ ଗରିବ । +ରାଜ୍ୟର ୧୬ଟି ଜିଲ୍ଲାର ଦାରିଦ୍ର‌୍ୟତା ସ୍ଥିତି ଜାତୀୟ ହାର ଠାରୁ ଢେର୍ ଖରାପ୍ ଏବଂ ରାଜ୍ୟର ଖରାପ ଆର୍ଥିକ ସ୍ଥିତିକୁ ସ୍ପଷ୍ଟ ପ୍ରମାଣିତ କରିଛି ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି । +ସେହିପରି ରାଜ୍ୟରେ ମୁଣ୍ଡପିଛା ଆୟ ସର୍ବଭାରତୀୟ ସ୍ତରରେ ବହୁ କମ୍ । +କ୍ରୟ ଶକ୍ତି ଦୃଷ୍ଟିରୁ ଓଡିଶା ୧୬ ନମ୍ବର ରାଜ୍ୟ । +ମାନବ ବିକାଶ ସୂଚକାଙ୍କରେ ଗତ ୨୦୦୧ ମସିହାରେ ସର୍ବଭାରତୀୟ ସ୍ତରରେ ୧୧ ନମ୍ବରରେ ଥିବା ଓଡିଶା ବର୍ତମାନ ୨୦୨୧ ମସିହାରେ ୩୨ ନମ୍ବର ସ୍ଥାନ ଅଧିକାର କରିଛି । +ଅନ୍ୟ ପଟେ ରାଜ୍ୟରେ କୃଷକଙ୍କ ମାସିକ ହାରାହାରି ଆୟ ମାତ୍ର ୫,୧୧୨ ଟଙ୍କା ଏବଂ ଏହା ସର୍ବଭାରତୀୟ ସ୍ତରରେ ତଳ ଆଡୁ ଦ୍ୱିତୀୟ । +ସ୍ୱାସ୍ଥ୍ୟ ସୁବିଧା ଦୃଷ୍ଟିରୁ ଏମସିଆଇ ରିପୋର୍ଟ ଅନୁଯାୟୀ ଜାତୀୟ ସ୍ତରରେ ଡାକ୍ତର ଓ ଜନସଂଖ୍ୟା ଅନୁପାତ ୧:୧୧୧୬ ହେଲାବେଳେ ଓଡିଶାରେ ୧:୧୯୪୩ । +ସେହିଭଳି ସ୍ୱାସ୍ଥ୍ୟ ଓ ଭିତିଭୂମି ଅତ୍ୟନ୍ତ ନଗଣ୍ୟ ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି । +ରାଜ୍ୟରେ ପୁଞ୍ଜି ନିବେଶ ସମ୍ପୂର୍ଣ୍ଣ ପଥ ଭ୍ରଷ୍ଟ । +ପୁଞ୍ଜିନିବେଶ କ୍ରମାଗତ ଭାବେ ହ୍ରାସ ପାଇବା ଚିନ୍ତାଜନକ । +ନୂତନ ସ୍ଥାୟୀ ଭିତିଭୂମି ନିର୍ମାଣ ନକରାଯାଇ ପୁରୁଣା ଯୋଜନା ଓ ପ୍ରକଳ୍ପର ନବୀକକରଣ ରକ୍ଷଣାବେକ୍ଷଣ ଖର୍ଚ୍ଚ ବାବଦରେ ବ୍ୟାପକ ଟଙ୍କା ଖର୍ଚ୍ଚ କରାଯାଉଛି । +ରାଜ୍ୟରେ ମହିଳା ସଂଖ୍ୟା ୫୦ ପ୍ରତିଶତ, ଅନୁସୁଚିତ ଜାତି ୧୬ ପ୍ରତିଶତ ଏବଂ ଅନୁସୁଚିତ ଜନଜାତି ସଂଖ୍ୟା ୨୨ ପ୍ରତିଶତ । +ଏହିପରି ମହିଳା, ଅନୁସୁଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ସର୍ବମୋଟ ୮୮ ପ୍ରତିଶତ ହୋଇଥିବାବେଳେ ବଜେଟରେ ତାଙ୍କ ପାଇଁ ମାତ୍ର ୪.୪ ପ୍ରତିଶତ ଅର୍ଥ ବରାଦ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି । +ପ୍ରତିବର୍ଷ କେଉଁ ବିଭାଗରେ କେତେ ଖର୍ଚ୍ଚ ହେବ ତାହା ଅର୍ଥବିଭାଗର ସମନ୍ୱୟରେ ବିଧାନସଭାରେ ପାରିତ ହେବା ପରରେ ଚୁଡାନ୍ତ ବ୍ୟୟବରାଦ ହୋଇଥାଏ । +ମାତ୍ର ସମସ୍ତ ନୀତିକୁ ଜଳାଞ୍ଜଳୀ ଦେଇ ରାଜ୍ୟ ସରକାର ମନଇଚ୍ଛା ଖର୍ଚ୍ଚ କରିବାରେ ବ୍ୟସ୍ତ । +କୃଷି କ୍ଷେତ୍ରରେ ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦନକୁ କୃଷି କ୍ଷେତ୍ରରେ ଯୋଗଦାନ ନିରୁସାହଜନକ ଅଟେ । +ସିଏଜିଙ୍କ ବାରମ୍ବାର ତାଗିଦ୍ ସତ୍ୱେ କୌଣସି ସୁଫଳ ନାହିଁ । +୨୦୨୦ ଆର୍ଥୀକ ବର୍ଷରେ ଖର୍ଚ୍ଚ କରିନପାରି ରାଜ୍ୟ ସରକାର ୨୧,୨୦୦କୋଟି ଟଙ୍କା ଫେରାଇ ଦେଇଛନ୍ତି । +କୃଷି କ୍ଷେତ୍ରରେ ୮୪୩କୋଟି, ଜଳ କ୍ଷେତ୍ରରେ ୧ହଜାର ୩୬କୋଟି ନଲ୍ ପେ ଜଲ୍ କ୍ଷେତ୍ରରେ ୮୩୧କୋଟି ଟଙ୍କା ସମର୍ପଣ କରାଯାଇଛି । +୨୦୧୩-୧୪ ରୁ ୨୦୧୮-୧୯ ପର୍ଯ୍ୟନ୍ତ ସମସ୍ତ ଅନିୟମିତ ଖର୍ଚ୍ଚ ନିୟମିତ ହୋଇନାହିଁ । +୨୦୧୮-୧୯ରୁ ୨୦୨୦-୨୧ ମଧ୍ୟରେ ୪୩ହଜାର ୪୧୨କୋଟି ଟଙ୍କାର ବିନିଯୋଗ ପତ୍ର ଦାଖଲ ହୋଇନାହିଁ । +ରାଜ୍ୟରେ ଆର୍ଥୀକ ବିଶୃଙ୍ଖଳା ଚରମ ସୀମାରେ ପହଂଚିଛି । +ବିକାଶର ଗତି ସମ୍ପୂର୍ଣ୍ଣ ମନ୍ଥର, ନିରୁତ୍ସାହଜନକ ଓ ରାଜ୍ୟ ପ୍ରଗତିର ପରିପନ୍ଥୀ ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି । +ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର୍ ଦାସ୍ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । +୧୦୪୭ କିଲୋ ଗଂଜେଇ ଜବତ, ୭ ଗିରଫ +ମାଲକାନଗିରି,୮/୫: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓର୍କେଲ ପୁଲିସକୁ ମିଳିଛି ବଡ ସଫଳତା । +ଗଂଜେଇ ଜବତ କରିବା ସହ ୭ ଜଣ ଆସାମୀଙ୍କୁ ଗିରଫ କରିଛି । +ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚିତ୍ରକୋଣ୍ଡା,ଓର୍କେଲ,ଖଇରପୁଟ,କୁଡୁମୁଲୁଗୁମ୍ମା ଅଂଚଳରେ ଗଂଜେଇ ଧରପଗଡ ଜୋରଦାର ଚାଲିଛି । +ଏହି କ୍ରମରେ ଗତ କାଲି ରାତିରେ ବାଲିମେଳା ଏବଂ ଖଡିକାଯୋଡି ଗ୍ରାମ ନିକଟରେ ପୁଲିସ ପେଟ୍ରୋଲିଂ କରୁଥିଲା । +ତେବେ ଖଡିକାଯୋଡି ଗ୍ରାମ ନିକଟସ୍ଥ ଜଂଗଲରେ କିଛି ଲୋକ ପୁଲିସକୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ । +ପୁଲିସ ସନ୍ଦେହ କରି ଏହି ଲୋକମାନଙ୍କୁ ଜଂଗଲରେ ଘେରାବନ୍ଦୀ କରି ଧରିଥିଲେ । +ଜଂଗଲରେ ପୁଲିସ ୭ ଜଣକୁ ଧରିବାରେ ସଫଳ ହୋଇଥିଲା । +ଏମାନଙ୍କୁ ଧରି ପୁଲିସ ପଚରାଉଚରା କରିବା ପରେ ଏମାନେ ଗଂଜେଇ ଚାଲାଣ କରୁଥିବା ସ୍ବୀକାର କରିଥିଲେ । +ଖଡିଆଯୋଡି ନିକଟସ୍ଥ ଜଂଗଲରେ ଏକ ସ୍ଥାନରେ ପ୍ରାୟ ୧୦୪୭ କିଲୋ ଗଂଜେଇ ଲୁଚାଇ ରଖିଥିଲେ । +ଏହାକୁ ପଡୋଶୀ ଆନ୍ଧ୍ର,ଛତିଶଗଡକୁ ଚାଲାଣ କରାଯାଇଥାନ୍ତା । +ତେବେ ପୁଲିସର ଏହି ଧରପଗଡରେ ଗଂଜେଇ ଚାଲାଣ ହୋଇପାରିନଥିଲା । +ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ବ ଟଂକାର ଗଂଜେଇ ବୋଲି ଜଣାପଡିଛି । +ପୁଲିସ ଦ୍ବାରା ଗିରଫ ହୋଇଥିବା ୭ ଜଣ ଆସାମୀମାନେ ହେଲେ ନାରିଙ୍ଗିଝୋଲା ଗ୍ରାମର ଧବଲୁ ମୁଦୁଲି(୩୭),ରାଜୁ ଗୁଡିଆ(୨୪),ସାଧୁ ମୁଦୁଲି(୩୦),ସନୁ ମଦୁଲି(୨୩),ଶିବ ମୁଦୁଲି(୨୩),ସନିଆ ଗୋଲପେଦା(୩୯) ଏବଂ ଫୁଲପଦର ଗ୍ରାମର ଆଲିଓ ଖରା(୧୯) । +ଏମାନଙ୍କୁ ଆଜି ଓର୍କେଲ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା କହିଛି । +ମାଲକାନଗିରି ପୁଲିସ ଗଂଜେଇ ଚୋରା ଚାଲାଣ ରୋକିବାରେ ସଫଳ ହେବାରେ ଲାଗିଛି । +ଲଗାତାର ଗଂଜେଇ ଜବତ କରିବା ସହ ଆସାମୀମାନଙ୍କୁ ଗିରଫ କରୁଛି । +ଆଗାମୀ ଦିନରେ ମଧ୍ୟ ଗଂଜେଇ ଚୋରା ଚାଲାଣକୁ ରୋକିବା ଦିଗରେ ପୁଲିସ ଜୋରସୋର ଚଢାଉ କରିବା ସହ ଜିଲ୍ଲାର ସଂପୂର୍ଣ୍ଣ ଗଂଜେଇକୁ ଚାଲାଣକୁ ବନ୍ଦ କରାଯିବ ବୋଲି କହିଛି । +ଚଳିତ ମାସ ଶେଷ ସୁଦ୍ଧା ୨ୟ ବ୍ରାହ୍ମଣୀ ସେତୁକୁ ଯାତାୟାତ ଉପଯୋଗୀ କରିବାକୁ ମୁଖ୍ୟ ଶାସନ ସଚିବଙ୍କ… +ଭୁବନେଶ୍ବର/ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦ୍ଵିତୀୟ ଦିନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଥିଲେ । +ଆଜି ପୂର୍ବାହ୍ନରେ ସେ ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ବ୍ରାହ୍ମଣୀ ନଦୀ ଉପରେ ଚାଲିଥିବା ଦ୍ୱିତୀୟ ସେତୁ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । +ବଡ଼ ରାଜ୍ୟ ତାଲିକାରେ ୧୬ ନମ୍ବରରେ ଓଡ଼ିଶା +ନିତି ଆୟୋଗ ପକ୍ଷରୁ ରାଜ୍ୟ ଶକ୍ତି ଓ ଜଳବାୟୁ ସୂଚକାଙ୍କ (ଏସ୍‌ଇସିଆଇ) ପ୍ରଥମ ରାଉଣ୍ଡ ଆଜି ଜାରି ହୋଇଛି । +ଶକ୍ତି ଓ ଜଳବାୟୁ କ୍ଷେତ୍ରରେ ୬ଟି ମାପଦଣ୍ଡକୁ ବିଚାରକୁ ନେଇ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଙ୍କୁ ପଦର୍ଶନ ଭିତ୍ତିରେ ଏହି ସୂଚକାଙ୍କରେ ର‌୍ୟାଙ୍କ ମିଳିଛି । +ମୋଟ ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଓଡ଼ିଶା ସାମଗ୍ରୀକ ଭାବେ ୨୨ତମ ର‌୍ୟାଙ୍କରେ ରହିଥିବା ବେଳେ ୨୦ ବଡ଼ ରାଜ୍ୟମାନଙ୍କ ତାଲିକାରେ ୧୬ ନମ୍ବରରେ ରହିଛି । +ମୟୁରଭଞ୍ଜ: ଜାତୀୟ ରାଜମାର୍ଗ ଅବରୋଧ କରି ଜିଲ୍ଲାପାଳଙ୍କ ଗାଡ଼ିକୁ ପଥର ମାଡ଼ କଲେ ଉତ୍ୟକ୍ତ… +ଜାତୀୟ ରାଜମାର୍ଗ ଅବରୋଧ କରି ଜିଲ୍ଲାପାଳଙ୍କ ଗାଡ଼ିକୁ ପଥର ମାଡ଼ କଲେ ଗ୍ରାମବାସୀ । +ଏଭଭି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାରେ । +ଭାଗବାନପୁର ପଞ୍ଚାୟତର ପଞ୍ଚାୟତ ଗୃହ ନିର୍ମାଣ ସ୍ଥାନକୁ ସ୍ଥାନୀୟ ଅଞ୍ଚଳରେ ନେଇ ଉତ୍ତେଜନା ପ୍ରକାଶ ପାଇଛି । +ଅର୍ଦ୍ଧ ନିର୍ମିତ ପଞ୍ଚାୟତ ଗୃହକୁ ଭାଙ୍ଗିବା ସହିତ ଉତ୍ତେଜନା ଲାଗି ରହିଛି । +ପରେ ଉତ୍ୟକ୍ତ ଗ୍ରାମବାସୀ କୁଳିଅଣା ବ୍ଲକର ସହରୀ ନିକଟରେ ଜାତୀୟ ରାଜପଥ ୧୮ ଅବୋରାଧ କରିଥିଲେ । +ଏହି ସମୟରେ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ଅଟକି ରହିଛି । +ତେବେ ଘଟଣାସ୍ଥଳରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପହଁଞ୍ଚିଥିଲା ବେଳେ ଉତ୍ୟକ୍ତ ଗ୍ରାମବାସୀ ବଡ ନୂଆଗାଁ ନିକଟରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଗାଡିକୁ ଆକ୍ରମଣ କରିଥିବାର ଖବର ଆସିଛି । + ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଏବଂ ପଲିସ ପହଁଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି +ସାରଳା ମନ୍ଦିର ଉନ୍ନତିକରଣ ମାଷ୍ଟରପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁମୋଦିତ, ଖର୍ଚ୍ଚ ହେବ ୪୨… +ଭୁବନେଶ୍ୱର, ୦୨/୦୬: ଓଡିଶା ଶକ୍ତି ପୂଜାର ପ୍ରାଚୀନ ପୀଠ । +ଝଙ୍କଡ ପୀଠ ତନ୍ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ମାତୃ ଉପାସନା ପୀଠ । +ଝଙ୍କଡବାସିନୀ ମା ସାରଳାଙ୍କ ଆଶୀର୍ବାଦରୁ ସାରଳା ଦାସ ସିଦ୍ଧି ଲାଭ କରିଥିଲେ, ଆଦିକବି ହୋଇଥିଲେ । +ଅଷ୍ଟମ ଶତାଦ୍ଦୀରେ ଭୌମକର ବଂଶର ରାଜା ମାନଙ୍କ ଦ୍ବାରା ନିର୍ମିତ ସାରଳା ମନ୍ଦିର ସବୁବେଳେ ଭକ୍ତମାନଙ୍କ ଆକର୍ଷଣର କେନ୍ଦ୍ର ହୋଇ ରହିଛି । +ମାଆଙ୍କ ଆଶୀର୍ବାଦ ପାଇଁ ଏଠାରେ ସବୁବେଳେ ଭକ୍ତମାନଙ୍କ ଭିଡ ଲାଗି ରହିଥାଏ । +ଝଙ୍କଡ ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ନିକଟରେ ମା ସାରଳାଙ୍କ ପୀଠ ପରିଦର୍ଶନ କରି, ସେବାୟତ, ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ମାଙ୍କ ପୀଠର ଉନ୍ନତିକରଣ ସଂପର୍କରେ ବିଶଦ ଆଲୋଚନା କରିଥିଲେ ଏବଂ ସବୁ ଦିଗକୁ ଦୃଷ୍ଟିରେ ରଖି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । +ତଦନୁଯାୟୀ ୫-ଟି ଉପକ୍ରମରେ ମନ୍ଦିରର ଉନ୍ନତିକରଣ କାମ ଆରମ୍ଭ କରିବା ପାଇଁ ଏହାକୁ Integraed Deve । +opment of Heritage and Monuments and Tourists Destination ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । +ଆଜି ଭୁବନେଶ୍ବରରେ ଅନୁଷ୍ଠିତ ଏକ ବୈଠକରେ ଏହି ଯୋଜନା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପୂର୍ତ୍ତ ବିଭାଗ ସଂପର୍କରେ ଏକ ଉପସ୍ଥାପନା କରାଯାଇଥିଲା । +ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୪୨ କୋଟି ଟଙ୍କା ଖର୍ଚ୍ଚ ହେବ । +ବର୍ଷକ ମଧ୍ୟରେ କାମ ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । +ଏଥିରେ ମନ୍ଦିର ପରିସରରେ ଥିବା ମନ୍ଦିର ମାନଙ୍କ ବିକାଶ ହେବ । +ଏହା ସହିତ ପୁଷ୍କରଣୀର ବିକାଶ, ପୂର୍ବ ପଶ୍ଚିମ ଉତ୍ତର ଓ ଦକ୍ଷିଣ ଦ୍ବାର ନିର୍ମାଣ ସହ ଐତିହ୍ୟ ପାଚେରୀ ନିର୍ମାଣ କରଯିବ । +ଏତଦ୍‌ବ୍ୟତୀତ ମନ୍ଦିରର ରୋଷଘର, ଆନନ୍ଦ ବଜ଼ାର,ଗୋଦାମ ଘର, ଚନ୍ଦନ ପୋଖରୀର ବିକାଶ ଓ ଚଲାପଥ, ମୁଣ୍ଡନ ମଣ୍ଡପ, ନୂତନ ଦୋଳବେଦୀ ଓ ମହାବୀର ମନ୍ଦିରର ପୁନର୍ବିନ୍ୟାସ କରାଯିବ । +ଯାତ୍ରୀ ତଥା ସେବାୟତ ମାନଙ୍କ ସୁବିଧା ପାଇଁ ଭୋଗ, ଦୀପ ମଣ୍ଡପ, ଜୋତା ଷ୍ଟାଣ୍ଡ, ପୋଲିସ କଣ୍ଟ୍ରୋଲ ରୁମ୍‌, ମନ୍ଦିର କାର୍ଯ୍ୟାଳୟ ଆଦି ନିର୍ମାଣ କରାଯିବ । +ଯାତ୍ରୀଙ୍କ ରହଣୀ ପାଇଁ ଥିବା ବ୍ୟବସ୍ଥାର ପୁନରୁଦ୍ଧାର କରାଯିବ । +ଏତଦ୍‌ବ୍ୟତୀତ ବିଶ୍ରାମ କକ୍ଷ ଓ ଶୌଚାଳୟ ମଧ୍ୟ ନିର୍ମାଣ କରାଯିବ । +ମନ୍ଦିର ପାଖରେ ବିଭିନ୍ନ ଦୋକାନ ଖୋଲିଥିବା ବ୍ୟବସାୟୀ ମାନଙ୍କୁ ଶୃଙ୍ଖଳିତ ଭାବରେ ଥଇଥାନ କରାଯିବ । +ବର୍ତ୍ତମାନର ସପିଂ କମ୍ପ୍ଲେକ୍‌ସର ପୁନର୍ବିନ୍ୟାସ କରାଯାଇ ୭୨ ଜଣ ବ୍ୟବସାୟୀଙ୍କୁ ଥଇଥାନ କରାଯିବ । +ସେଠାରେ ଗାଡି ମଟର ପାର୍କିଂ ସହିତ ଶୌଚାଳୟର ସୁବିଧା ମଧ୍ୟ ରହିବ । +ଝଙ୍କଡ ପୀଠ ସହିତ ଓଡିଆ ସାହିତ୍ୟର ଉନ୍ମେଷ ଜଡିତ । +ମାଙ୍କ କୃପାରୁ ସାରଳା ଦାସ ସିଦ୍ଧି ଲାଭ କରି ଓଡିଆ ଭାଷାରେ ମହାଭାରତ ରଚନା କରିଥିଲେ । +ଓଡିଆ ସାହିତ୍ୟରେ ନୂଆ ଯୁଗର ଆରମ୍ଭ କରିଥିଲେ । +ଆଦିକବିଙ୍କ ସ୍ମୃତିରେ ନଣ୍ଡା ଦେଉଳ ବରଗଛ ନିକଟରେ ସାରଳା ଦାସଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତୀ ନିର୍ମାଣ କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । +ଦ୍ଵିତୀୟ ପର୍ଯ୍ୟାୟରେ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାକୁ ମଧ୍ୟ ଚଉଡା କରାଯିବ । +ମୁଖ୍ୟମନ୍ତ୍ରୀଙ୍କ 5ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । +ଆଲୋଚନାରେ ଭାଗ ନେଇଥିବା ସେବାୟତ ମାନେ । +ବିଭିନ୍ନ ପୀଠର ଉନ୍ନତି ପାଇଁ ସରକାରଙ୍କ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ ଓ ଏଥି ପାଇଁ ମୁଖ୍ୟମନ୍ତ୍ରୀ ଓ 5ଟି ସଚିବଙ୍କୁ ଧନ୍ୟବାଦ ଜଣାଇଥିଲେ । +ଉପସ୍ଥାପନାରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ, ଜଗତସିଂହପୁର ଜିଲ୍ଲାପାଳ ଓ ସେବାୟତମାନେ ଯୋଗ ଦେଇଥିଲେ । +ପୂର୍ତ୍ତ ସଚିବ ଓ OBCC ର MD ଯୋଜନାର ରୂପରେଖ ଉପସ୍ଥାପନା କରିଥିଲେ । +୨୦ ବର୍ଷ ହେବ ଆକାଶରେ ‘ଅଜ୍ଞାତ ଉଡ଼ନ୍ତା ଯାନ’ +୨୦ ବର୍ଷ ହେବ ଆକାଶରେ ‘ଅଜ୍ଞାତ ଉଡ଼ାନ୍ତା ଯାନ’ (ୟୁଏଫ୍‌ଓ) ସଂଖ୍ୟା ବୃଦ୍ଧି ପାଇ ଚାଲିଛି ବୋଲି ମଙ୍ଗଳବାର ଦିନ ଅର୍ଦ୍ଧ ଶତାବ୍ଦୀ ପରେ ପ୍ରଥମ କରି ଆୟୋଜିତ ଜନଶୁଣାଣିରେ ସାଂସଦମାନଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ଶୀର୍ଷସ୍ତରୀୟ ପ୍ରତିରକ୍ଷା ଅଧିକାରୀ କହିଛନ୍ତି । +ପୁରୀରେ ବିକାଶ ନାଁରେ ବିଲୁପ୍ତ ମାର୍ଗ ପ୍ରଶସ୍ତ ହେଉଛି: ଶଙ୍କରାଚାର୍ଯ୍ୟ +ପୁରୀରେ ବିକାଶ ନାଁରେ ବୋବାଲ୍ ମଚାଯାଉଛି । +ଏହି ପବିତ୍ର ଭୂମିର ଅସ୍ତିତ୍ୱ ଏବଂ ଆଦର୍ଶର ବିଲୋପର ମାର୍ଗ ପ୍ରଶସ୍ତିକରଣ କରାଯାଉଛି । +ଆମେ ବିକାଶର ପକ୍ଷରେ । +କିନ୍ତୁ ତୀର୍ଥସ୍ଥଳର ଆଦର୍ଶ ଆଉ ଅସ୍ତିତ୍ୱ ବିଲୋପ ହୋଇଯାଉ, ତା ସପକ୍ଷରେ ଆମେ ନୋହୁଁ । +ଏଭଳି ଢଙ୍ଗରେ ସିଧାସଳଖ ବର୍ଷିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । +ମକରଧ୍ବଜ ପାତ୍ର ଙ୍କୁ କେବେମିଲିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର +ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମପଞ୍ଚାୟତର ବରଗାଁ ଗ୍ରାମ ରେ ରହନ୍ତି ହେଣ୍ଡିକେପ ବୃଦ୍ଧ, ତାଙ୍କର ଆୟକହିଲେ ଗାଈ ଗୋରୁ ଛେଳି ମେଣ୍ଢା ଚରାଇ ତାଙ୍କର ପରିବାର ପୋଷଣ କରନ୍ତି । +ତାଙ୍କର ଦୁଇଟି ପୁତ୍ର ଓ ଦୁଇଟି ସ୍ତ୍ରୀ, ବରଗାଁ ଗ୍ରାମ ରେ ବଡ଼ବଡ଼ିଆ ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଛନ୍ତି କିନ୍ତୁ ଏହି ଗରିବ ଶ୍ରେଣୀ ର ମକରଧ୍ବଜ ଙ୍କୁ କେବେମିଲିବଘର । +ମାଦିଗୁଡାରେ ଡକାୟତି ଘଟଣା.. +ଡକାୟତ ଗିରଫ,ସୁନା ଜବତ +ମାଲକାନଗିରି,୧୫/୬: ମାଲକାନଗିରି ଥାନା ଅନ୍ତର୍ଗତ ଭଣ୍ଡାରିପାଙ୍ଗାମ ପଞ୍ଚାୟତର ମାଦିଗୁଡାରେ ଗତ ଏପ୍ରିଲ ମାସର ୧୬ ତାରିଖରେ ମାନସ କୁମାର ପରିଡାଙ୍କ ଘରେ କିଛି ଡକାୟତ ଜବରଦସ୍ତ ପଶି ତାଂକ ଘରୁ ସୁନା ଅଳଙ୍କାର ଲୁଟ କରି ନେଇଯାଇଥିଲେ । +ଏନେଇ ମାଲକାନଗିରି ଥାନାରେ ଏତଲା ଦେବା ପରେ ଆଇଆଇସି ରିଗାନ କିଣ୍ଡୋ ନେତୃତ୍ବରେ ଡକାୟତଙ୍କୁ ଧରିବାକୁ ଏକ ଟିମ ଗଠନ କରାଯାଇ ଏହାକୁ ପର୍ଦଫାସ କରିଛି । +ନିରବିଗଲେ କମଳଦେଶର ରାଜକୁମାର ପ୍ରଫୁଲ୍ଲ କର +ନୀରବି ଗଲେ ପ୍ରଫୁଲ୍ଲ! ଆଉ ନାହାନ୍ତି କମଳ ଦେଶର ରାଜକୁମାର!! ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଓ ଗୀତିକାର ପ୍ରଫୁଲ୍ଲ କରଙ୍କର ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । +ଚଳଚ୍ଚିତ୍ର ସଂଗୀତ, ଲଘୁ ସଂଗୀତ, ଭକ୍ତି ସଂଗୀତ ଓ ଓଡ଼ିଶୀ ସଂଗୀତର ଅପ୍ରତିନ୍ଦ୍ବନ୍ଦ୍ବୀ କଳାକାର ପ୍ରଫୁଲ୍ଲ ନିଜର ସୃଷ୍ଟି ଲାଗି ସମଗ୍ର ରାଜ୍ୟରେ ଘରେ ଘରେ ପରିଚିତ ଥିଲେ । +ତାଙ୍କର ବିୟୋଗରେ ରାଜ୍ୟର ସାଂସ୍କୃତିକ ପରିସରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । +ରାଜ୍ୟପାଳଙ୍କ ଦ୍ୱାରା ‘ପିଲାଙ୍କ ରାମାୟଣ’ ପୁସ୍ତକ ଉନ୍ମୋଚିତ +ବିଶିଷ୍ଟ ଶିଶୁ ସାହିତ୍ୟିକ ପ୍ରଭାତ ଚନ୍ଦ୍ର ରଥଙ୍କ ଦ୍ୱାରା ଲିଖିତ ପିଲାଙ୍କ ଗୀତି ମହାକାବ୍ୟ ‘ପିଲାଙ୍କ ରାମାୟଣ’ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ବାରା ରାଜଭବନରେ ଉନ୍ମୋଚିତ ହୋଇଯାଇଛି । +‘ପିଲାଙ୍କ ରାମାୟଣ’ ପୁସ୍ତକ ଜ୍ଞାନର ଭଣ୍ଡାର ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ । +ଏହାସହିତ ‘ପିଲାଙ୍କ ରାମାୟଣ’ ପୁସ୍ତକଟିର ସଫଳତା କାମନା କରିଥିଲେ । +ସଟସର୍କିଟ ଯୋଗୁ ଘର ଓ ଦୋକାନ ରେ ନିଆ ଲାଗି ସମ୍ପୂର୍ଣ ନଷ୍ଟ +କାଲିମେଳା ତା୧୯/୫ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଲୁଗାଲ ପଂଚାୟତ ଅଧୀନରେ ଥିବା MPV 53ଗ୍ରାମରେ ଅଘଟଣ ସଟ ସର୍କିଟ ଯୋଗୁ ଆନନ୍ଦ ମଣ୍ଡଳଙ୍କ ଘର ସହ ଦୋକାନ ସମ୍ପୂର୍ଣ ଜଳିପଡି ପାଉଁଶ ହୋଇଯାଇଛି, ପାଖା ପାଖି ଏହାର ଆନୁମାନିକ ମୂଲ୍ୟ 3,ଲକ୍ଷ୍ୟରୁ ଅଧିକ ହେବ ବୋଲି ଜଣାଯାଉଛି,ଆନନ୍ଦ ମଣ୍ଡଳଙ୍କ ସ୍ତ୍ରୀ ଓ ତିନି ଝିଅ ଗୋଟିଏ ପୁଅ ଥିବାବେଳେ ବହୁ କଷ୍ଟରେ ରେ ଘର ଓ ଦୋକାନ ଟିଏ କରି ଥିଲେ,କିନ୍ତୁ ସେ ସବୁ ଜଳିପଡି ପାଉଁଶ ହୋଇଗଲା, ଏବେ ସେ ପାଞ୍ଚ ପାଞ୍ଚ ଜଣ ପ୍ରାଣୀ କେମିତି ବଞ୍ଚିବେ ତାହାହିଁ ପ୍ରଶ୍ନ,କିନ୍ତୁ ଯଦି ସରକାର କିଛି ସାହାଯ୍ୟ କରନ୍ତେ ତାହାହେଲେ ଏହି ଆନନ୍ଦ ମଣ୍ଡଳଙ୍କ ପରିବାର ଉପକୃତ ହୋଇ ପାରନ୍ତେ! +ପିଚୁ ରାସ୍ତା ର ଗୋଟିଏ ପଟେ ଘାଇ ଖାଇଛି । +ଫଳରେ ବିପଦସଙ୍କୁଳ ଯାତ୍ରା କରୁଛନ୍ତି ଅଞ୍ଚଳବାସୀ । +କାଲିମେଳା ତା ୧୮/୬ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳର ମାଲାୱରମ ଗ୍ରାମ ପଞ୍ଚାୟତ ଅଧୀନ ଟିନରାଜପାଲୀ ଗ୍ରାମ କୁ ଯିବା ପିଚୁ ରାସ୍ତା ର ଗୋଟିଏ ପଟେ ତଳପଟରୁ ଘାଇ ହୋଇ ମାଟି ବାହାରି ଯାଇଛି ଉକ୍ତ ଜାଗାରେ ଉପର ର ପିଚୁ ଚଟାଣ ଚିକଣ ଦେଖାଯାଉଛି । +କିନ୍ତୁ ତଳ ପଟରୁ ମାଟି ବାହାରି ତଳେ ପଟେ ଶୁଡୁଗ୍ଙ ଭଳି ହୋଇ ରହିଛି । +ଯାହାକି ସମ୍ଫୃଣ୍ଣ ଭାବେ ଏ ରାସ୍ତା ଦେଇ ଯାତାୟତ କରୁଥିବା ଲୋକମାନଙ୍କ ପାଇଁ ବିପଦ ରହିଛି । +ଏ ବାଟ ଦେଇ ପ୍ରତିଦିନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯାଆସକରନ୍ତି । +ତତ୍ ସଗ୍ଙେ ସଂଗ୍ଙେ ଏଇ ବାଟ ଦେଇ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଯିବା ପାଇଁ ପୋଲୁର ନଦୀ ଡଙ୍ଗା ଘାଟ କୁ ଅଞ୍ଚଳ ଲୋକ ମାନେ ଯାଇଥାନ୍ତି । +ଓ ପ୍ରତିଦିନ ଛୋଟ ବଡ ଗାଡ଼ି ମଟର ଚଳାଚଳ ହୋଇ ଥାଉଛି । +ଏଇ ବାଟ ରେ ଆଗକୁ ଦୁପେନକୋଣ୍ଡା ଓ ରାମ ପଲେମ ଇତ୍ୟାଦି ଗ୍ରାମ ଗୁଡ଼ିକ ରହିଛି । +ଏ ଗାଁ ର ଲୋକ ମାନେ ପ୍ରତିଦିନ ଏଇ ରାସ୍ତା ଉପରେ ନିର୍ଭର କରିଥାନ୍ତି । +ଯାହାକି ସମସ୍ତଙ୍କର ପାଇଁ ବିପଦପୂର୍ଣ୍ଣ ଅଟେ ଏହି ରାସ୍ତା ତେଣୁ ତୁରନ୍ତ ଏହାର ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ‌ । +ପିପିଲି ପ୍ରବେଶ ପଥରେ ଆଲୋକୀକରଣ ବ୍ୟବସ୍ଥା ଦାବୀରେ ଅନଶନ +ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ପିପିଲିର ଉଭୟ ପ୍ରବେଶପଥରେ ଲାଗିଥିବା ହାଇମାକ୍ସ ଲାଇଟ୍‍ ସମେତ ଜାତୀୟ ରାଜପଥରେ ଲାଗିଥିବା ଷ୍ଟ୍ରିଟ୍‍ ଲାଇଟଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇବା ଦାବିରେ ଗୁରୁବାର ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ସମେତ ପିପିଲି ବ୍ଲକ ଓ ଏନ୍‍ଏସି ଅଞ୍ଚଳର ନିର୍ବାଚିତ ଜନପ୍ରତିନିଧି ମାନେ ଆମରଣ ଅନଶନରେ ବସିଥିଲେ । +ତେବେ ୩ଦିନ ମଧ୍ୟରେ ଟୋଲ୍‍ପ୍ଲାଜା ଅଞ୍ଚଳରେ ଲାଗିଥିବା ସମସ୍ତ ଲାଇଟ୍‍ ଓ ୧୫ ଦିନ ମଧ୍ୟରେ ଅନ୍ୟ ଲାଇଟଗୁଡିକ କାର୍ଯ୍ୟକ୍ଷମ ହେବ ବୋଲି ଜାତୀୟ ରାଜପଥ ବିଭାଗ ପକ୍ଷରୁ ଲିଖିତ ପ୍ରତିଶୃତି ପ୍ରଦାନ କରାଯିବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା । +ପ୍ରାପ୍ତ ସୂଚନା ଅନୁଯାୟୀ, ଜାତୀୟ ରାଜପଥ ବିଭାଗ କତ୍ତୃପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ହାଇମାକ୍ସ ଲାଇଟ୍‍ ଓ ଷ୍ଟ୍ରିଟ୍‍ ଲାଇଟ୍‍ ଲଗା ଯାଇଥିଲେ ମଧ୍ୟ ତାହା ଜଳୁନାହିଁ । +ଦୀର୍ଘ ବର୍ଷ ଧରି ପିପିଲିର ପ୍ରବେଶପଥ ସମେତ ଜାତୀୟ ରାଜପଥ ଅନ୍ଧାର ରହୁଥିବା ଯୋଗୁଁ ଚୋରୀ, ରାହାଜାନୀ, ଦୁର୍ଘଟଣା ଆଦି ବୃଦ୍ଧି ପାଉଛି । +ଜାତୀୟ ରାଜପଥରେ ଲାଗିଥିବା ସମସ୍ତ ହାଇମାକ୍ସ ଲାଇଟ୍‍ ଓ ଷ୍ଟ୍ରିଟ୍‍ ଲାଇଟକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇବା ଦାବିରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ସମେତ ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ସୁଶାନ୍ତ କୁମାର ମଲ୍ଲିକ, ପିପିଲି ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ସାଂସଦ ପ୍ରତିନିଧି ତଥା ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଜିଲା ବିଜେଡି ସାଧାରଣ ସଂପାଦକ କିଶୋର କୁମାର ଛୋଟରାୟ, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ବିଧାୟକଙ୍କ ପ୍ରତିନିଧି ଆର୍ତ୍ତବନ୍ଧୁ ସାମନ୍ତରାୟ, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ, ଡେଲାଙ୍ଗ ବ୍ଲକ ଉପାଧ୍ୟକ୍ଷ ଦୁର୍ବାଶା ନିଶଙ୍କ, ପିପିଲି ଏନ୍‍ଏସି ଅଧ୍ୟକ୍ଷ ସେକ୍‍ ବାବୁ, ଉପାଧ୍ୟକ୍ଷା ଭାଗ୍ୟବତୀ ମହାରଣା, ରାଜ୍ୟ ବିଜେଡି ସଂପାଦକ ପ୍ରୀୟବ୍ରତ ସାମନ୍ତରାୟ, ଯୁବନେତା ବିନୟ ପଟ୍ଟନାୟକ, ସେକ୍‍ ଆବିଦ, ବିଶ୍ୱଜିତ ଦାଶ, ଜିଲା ବିଜେଡି ସଂପାଦକ ସତ୍ୟଜିତ ରାୟଚୌଧୁରୀଙ୍କ ସମେତ ଶତାଧିକ ନିର୍ବାଚିତ ଜନପ୍ରତିନିଧିମାନେ ଗୁରୁବାର ପୂର୍ବାହ୍ନ ୧୦ଟାଠାରୁ ଜାତୀୟ ରାଜପଥର ପିପିଲି ପ୍ରବେଶ ପଥଠାରେ ଅମରଣ ଅନଶନରେ ବସିଥିଲେ । +ଭୁବନେଶ୍ୱର ସ୍ଥିତ ଏନ୍‍ଏଚ୍‍ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାତ କୁମାର ସିଂହ, ଡେପୁଟି ମ୍ୟାନେଜର ପଙ୍କଜ ସିଂଘଲ, ରାଜପଥ ଯନ୍ତ୍ରୀ ବରଦାକାନ୍ତ ସାହୁ ପ୍ରମୁଖ ଆନ୍ଦୋଳନସ୍ଥଳରେ ପହଞ୍ଚି ବିଧାୟକ ଶ୍ରୀମହାରଥୀଙ୍କ ସହ ଆଲୋଚନା କରିଥିଲେ । +ପିପିଲି ଟୋଲ୍‍ପ୍ଲାଜା ଅଞ୍ଚଳରେ ଥିବା ସମସ୍ତ ହାଇମାକ୍ସ ଲାଇଟ୍‍ ଓ ଷ୍ଟ୍ରିଟ୍‍ ଲାଇଟଗୁଡିକ ୩ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଏବଂ ମଙ୍ଗଳପୁର ବଜାରରେ ଲାଗିଥିବା ଷ୍ଟ୍ରିଟ୍‍ ଲାଇଟ୍‍ ସମେତ ଦାଣ୍ଡମୁକୁନ୍ଦପୁର ପ୍ରବେଶପଥର ହାଇମାକ୍ସ ଲାଇଟକୁ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ସଂଯୋଗ କରାଯିବା ପରେ ୧୫ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଜାତୀୟ ରାଜପଥ ବିଭାଗ ପକ୍ଷରୁ ବିଧାୟକଙ୍କୁ ଲିଖିତ ପ୍ରତିଶୃତି ଦିଆଯିବା ପରେ ମଧ୍ୟାହ୍ନ ୧୨ଟା ୪୫ରେ ଅନଶନ ପ୍ରତ୍ୟାହୃତ ହୋଇଥିଲା । +ନିଜର ପ୍ରତିଶୃତି ରଖିବାରେ ଜାତୀୟ ରାଜପଥ ବିଭାଗ ଯଦି ଖିଲାପ କରେ ତେବେ ଏହି ଅନଶନ ଟ୍ରେଲର ଥିଲା ଆଗକୁ ଆମେ ଫିଲ୍ମ ଦେଖାଇବୁ ଏବଂ ଏନ୍‍ଏଚ୍‍ଏଆଇ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ରୁଦ୍ରପ୍ରତାପ ଚେତାବନୀ ଦେଇଥିଲେ । +ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଅଭିମନ୍ୟୁ ନାୟକ, ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ । +ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳରେ କାମ ବନ୍ଦ ଲାଗି ଏଏସଆଇର ସ୍ପଷ୍ଟ ନିର୍ଦ୍ଦେଶ ଥିଲେ ବି କାର୍ଯ୍ୟ… +ଶ୍ରୀମନ୍ଦିରର ୧୦୦ ମିଟର ଭିତରେ ନିର୍ମାଣ ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଟୁଇଟ୍ କରିଛନ୍ତି । +ସେ ଏଥିରେ ଲେଖିଛନ୍ତି, ଏଏସଆଇର ଚିଠିରେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ କାମ ବନ୍ଦ ଲାଗି ସ୍ପଷ୍ଟ ନିର୍ଦ୍ଦେଶ ରହିଛି । +ଉକ୍ତ ଚିଠିଟି ଗତ ଫେବ୍ରୁଆରି ୫ରୁ ଲେଖା ଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ବାରା କାର୍ଯ୍ୟ ବନ୍ଦ ହୋଇନାହିଁ । +ରାଇମୋହନଙ୍କ ସ୍ମୃତିରେ ଆମେ ଭଞ୍ଜ କଳାକାର ପକ୍ଷରୁ ଶୋକସଭା +ଉଦଳା -ଓଡ଼ିଆ ସିନେ ଓ ଯାତ୍ରା ସୁପ୍ରସିଦ୍ଧ କଳାକାର ରାଇମୋହନ ପରିଡାଙ୍କ ମୃତ୍ୟୁକୁ ନେଇ ଓଡ଼ିଶା ବ୍ୟାପି ବିଭିନ୍ନ ମହୋଲରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । +ଏବଂ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ମୟୁରଭଞ୍ଜ ଜିଲ୍ଲା ଉଦଳା ର ” ଆମେ ଭଞ୍ଜ କଳାକାର କ୍ଲବ ” ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । +ଏଥିରେ ବହୁ ଯାତ୍ରା କଳାକାରଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ । +ତାଙ୍କର ସ୍ମୃତି ଚାରଣ କରିବା ସହିତ ତାଙ୍କର ମୃତ୍ୟୁ ଓଡ଼ିଶା କଳା ଜଗତ ପାଇଁ ଅପୁରଣୀୟ କ୍ଷତି । +ଏଭଳି କଳାକାର ବିରଳ ! ଯିଏକି ଅଭିନୟର ପ୍ରତିଟି କ୍ଷେତ୍ରରେ ଚଳଚିତ୍ର , ନାଟକ , ଯାତ୍ରା , ଓ ଟିଭି ଧାରାବାହିକ ମାଧ୍ୟମରେ ନିଖୁଣ ଅଭିନୟ କରି ଲୋକଙ୍କ ଦ୍ଵାରା ବେଶ ଆଦୃତ ହେଇ ପାରିଥିଲେ ବୋଲି ସ୍ମତି ସଭାରେ ଉପସ୍ଥିତ ଥବା କଳାକାରମାନେ କହିଥିଲେ । +ଇତ୍ୟବସରରେ ରାଇମୋହନ ପରିଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ଆତ୍ମାର ସଦଗତି କାମନା କରି ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । +ମେଫେୟାରରେ ଭୋଜନ ବେଳେ ଭାରତୀୟ ଖେଳାଳି ମାନଙ୍କୁ ଜାଦୁ ଦେଖାଇଛନ୍ତି ଯାଦୁଗର ଜୀବନ ମିଶ୍ର । +ମେଫେୟାରରେ ଭୋଜନ ବେଳେ ଭାରତୀୟ ଖେଳାଳି ମାନଙ୍କୁ ଜାଦୁ ଦେଖାଇଛନ୍ତି ଯାଦୁଗର ଜୀବନ ମିଶ୍ର । +ଜୀବନ ଜାଦୁ ଦେଖାଇ ସାରିବା ପରେ ତାଳି ବଜାଇ ତାଙ୍କୁ ଚିୟର ଅଫ୍ କରିଥିଲେ ଭାରତୀୟ ଖେଳାଳିମାନେ । +ଯାହା ଖେଳାଳିଙ୍କ ସ୍ଵାଗତ ପ୍ରକ୍ରିୟାରେ ଏକଦମ ନୂଆ ହୋଇଥାଇ ପାରେ ବୋଲି କୁହାଯାଉଛି । +ପୁଣି ଡାକଘରେ ଆରମ୍ଭ ହେଲା ରେଳ ଟିକଟ +ମାଲକାନଗିରି,୧୭/୫ ମାଲକାନଗିରି ସଦର ମହକୁମାରେ ରହିଥିବା ମୁଖ୍ୟ ଡାକଘରେ ଦୀର୍ଘ ଦିନ ହେଲା ବହୁ ସମସ୍ୟା ଦେଇ ଗତି କରୁଥିଲା । +କେତେବେଳେ ତ ଲିଙ୍କ ରହୁଥିଲା ତ ଆଉ କେତେବେଳେ ଲିଙ୍କ ରହୁନଥିଲା । +ପୁଣି ଡାକଘରକୁ ବାରମ୍ବାର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବଦଳା ଯାଉଥିବାରୁ ଲୋକେ ନାହିଁ ନଥିବା ହଇରାଣ ହୋଇଥିଲେ । +ତେବେ ଗତ ମାସରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମାଲକାନଗିରି ଗସ୍ତ କରି ଏକ ନୂତନ ଡାକଘରକୁ ଉଦଘାଟନ କରିବା ସହ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଏଠାରେ ଲଗାଇଥିଲେ । +ଆଗକୁ ଆଉ ଲୋକେ କୌଣସି ସମସ୍ୟାରେ ପଡିବେ ନାହିଁ ବୋଲି କହିଥିଲେ । +ତେବେ ସ୍ଥାନୀୟ ଲୋକେ ଏହି ଡାକଘରେ ପୁଣି ରେଳ ଟିକଟ ଚାଲୁ କରିବା ପାଇଁ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝିଙ୍କୁ ଅନୁରୋଧ କରିଥିଲେ । +ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ମାଲକାନଗିରି ଗସ୍ତ ବେଳେ ବଳଭଦ୍ର ମାଝି ତାଂକୁ ଏହି ସେବା ଆରମ୍ଭ କରିବାକୁ ଅନୁରୋଧ କରିଥିଲେ । +ମନ୍ତ୍ରୀ ତୁରନ୍ତ ରେଳ ବିଭାଗକୁ ନିର୍ଦେଶ ଦେଇ କହିଥିଲେ ଯେ ଆସନ୍ତା ମାସ ସୁଦ୍ଧା ଏହାକୁ ଠିକ କରାଯାଉ । +ମନ୍ତ୍ରୀଙ୍କ ନିର୍ଦେଶ ପରେ ଏବେ ପୁଣି ଜିଲ୍ଲା ମୁଖ୍ୟ ଡାକଘରେ ରେଳ ଟିକଟ ବିକ୍ରୟ ସେବା ଆରମ୍ଭ କରାଯାଇଥିବା ପୂର୍ବତନ ସାଂସଦ ବଳଭଦ୍ର ମାଝି ସୂଚନା ପ୍ରଦାନ କରିଛନ୍ତି । +ଲୋକେ ଏବେ ଅତି ସହଜରେ ନିଜ ଅଂଚଳରେ ରେଳ ଟିକଟ ପାଇପାଇପାରିବେ ବୋଲି କୁହାଯାଇଛି । +ଜିଲ୍ଲାବାସୀ ରେଳମନ୍ତ୍ରୀଙ୍କ ଏହି ସେବା ପାଇଁ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି । +ଆଠଗଡ଼ ବାସୀ ଙ୍କ ନ୍ୟାୟ ପାଇଁ ବବି ଏବଂ ପ୍ରତାପ ଜେନା ଙ୍କୁ ଭେଟିଲେ ଅଭୟ +ଆଠଗଡ଼ ୭୧ ଗ୍ରାମ କୁ ସିଡିଏ ମିଶାଇବା ପାଇଁ ଯେଉଁ ସବୁ ଚକ୍ରାନ୍ତ ଚାଲିଛି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଠଗଡ଼ ବନ୍ଦ ପାଳନ କରୁଥିବା ବେଳେ ଆଠଗଡ଼ ଯୁବ ସଂଗଠନ ଅଭୟ କୁମାର ବାରିକ ମୁଖ୍ୟ ଶାସନ ସଚିବ ଓଡିଶା ରାଜ୍ୟ ସରକାରଙ୍କ ଦିତୀୟ ଖ୍ୟମତା କେନ୍ଦ୍ର ବୋଲାଯାଉଥିବା ପଣବ ପ୍ରକାଶ ଦାସ ଏବଂ ମାନ୍ୟବର ନଗର ଉନ୍ନୟନ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା, ନଗର ଉନ୍ନୟନ ବିଭାଗ ସଚିବ ମାଥିଭାଥାନନ୍ ଙ୍କୁ ସାକ୍ଷାତ କରି ଏଭଳି ନିଷ୍ପତ୍ତି କୁ ପ୍ରତ୍ୟାହାର କରିବା ପାଇଁ ସେ ଏକ ସ୍ମାରକ ପତ୍ର ଦେଇଥିଲେ, ଅଭୟ କୁମାର ବାରିକ ମତରେ ଆଠଗଡ଼ କୁ ଏକ ଜିଲ୍ଲା ର ମାନ୍ୟତା ପାଇପାରିଥାଆନ୍ତା, କିନ୍ତୁ ଏହା ହୋଇ ପାରିଲା ନାହିଁ, ଏହି ୭୧ ଗ୍ରାମ ସିଡିଏ ରେ ମିଶାଇବା କୁ ନେଇ ସାଧାରଣ ଲୋକ ଅଭିଯୋଗ କରିବା ପାଇଁ କୋୖଣସି ଅନଲାଇନ୍ ପୋର୍ଟାଲ ଦିଆଯାଇନଥିବାରୁ ଲୋକଙ୍କ ଅଭିଯୋଗ ଦାଖଲ ପାଇଁ ଭୂବନେଶ୍ୱର ଯିବାକୁ ପଡୁଛି,ଏହା ଦ୍ୱାରା ଗ୍ରାମ ବାସୀଙ୍କର ଭାବାବେଗ ଓ ସମ୍ମାନ କୁ ଆଘାତ ପହଞ୍ଚାଇଛି, ଅନ୍ୟପକ୍ଷରେ ବାବା ଧବଳେଶ୍ଵର, ସର୍ପେ ଶ୍ୱର ମହାଦେବ ଆଠଗଡ଼ ର ଐତିହ୍ୟର ମୂଳପିଣ୍ଡ, ଏହି ମନ୍ଦିର ସିଡିଏ ରେ ମିଶାଇବା ଅତ୍ୟନ୍ତ ଦୁଃଖଦ ଘଟଣା, ଏହି ଘଟଣା କୁ ତୁରନ୍ତ ଆଲୋଚନା କରାଯାଇ ଆଠଗଡ଼ ର ୭୧ ଗୋଟି ଗ୍ରାମବାସୀ ମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରାଯାଉ, +ରାଜନୀତି କରିଥା’ନ୍ତେ ଗିରଫ କୋଟିପତି ଯନ୍ତ୍ରୀ +ରାଜନୀତିକୁ ଆସିଥାଆନ୍ତେ କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ । +ଚାକିରିରୁ ଅବସର ପରେ ରାଜନୀତି କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । +ଆଜି ସେ ଭିଜିଲାନ୍ସ ଜେରାର ସମ୍ମୁଖୀନ ହେଲା ବେଳେ ଏ କଥା କହିଥିବା ଜଣାପଡ଼ିଛି । +ତେବେ କେଉଁ ଦଳକୁ ଯିବାକୁ ଇଚ୍ଛା କରିଥିଲେ, ସେ ବିଷୟରେ କିଛି ଜଣାପଡ଼ିନି । +ପ୍ରେମି ଯୁଗଳ ଙ୍କୁ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଇଲେ ଗ୍ରାମବାସୀ । +ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ କୋଣ୍ଡା ଗାଁ ଜିଲ୍ଲା ଉରଣ୍ଡାବେଡା ଥାନା ଅନ୍ତର୍ଗତ ବଡ଼ଗୋଇ ଅଂଚଳରେ । +ସୁଚନାମୁତାବକ ବଡ଼ଗୋଇ ଗ୍ରାମର ଜଣେ ବିବାହିତ ପୁରୁଷଙ୍କ ସେଇ ଗ୍ରାମର ଜଣେ ମହିଳାଙ୍କ ସହ ଦିର୍ଘଦିନ ଧରି ପ୍ରେମ ସମ୍ପର୍କ ରହିଥିଲା । +ଉଭୟ ପ୍ରେମି ଯୁଗଳ ଗୋଟିଏ ଘରେ ଥିବା ବେଳେ ବିବାହିତ ପୁରୁଷଙ୍କ ସ୍ତ୍ରୀ ପ୍ରଥମେ ଉଭୟଙ୍କୁ ଅସଞ୍ଜସ୍ଥ ଅବସ୍ଥାରେ ଦେଖିଥିଲେ ପରେ ଗ୍ରାମ ବାସିଙ୍କୁ ଏକାଠି କରି ଉଭୟ ପ୍ରେମୀ ଯୁଗଳ ଙ୍କୁ ଘରୁ ବାହାର କରି ମାଡ଼ ମାରିଥିଲେ ପରେ ବାଉଁଶ ରେ ଉଭୟଙ୍କ ହାତକୁ ବାନ୍ଧି ଗାଁ ସାରା ବୁଲାଇଥିଲେ । +ଏହି ଘଟଣାକୁ ଗାଁର କିଛି ଯୁବକ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । +ସୋସିଆଲ ମିଡିଆରେ ଭିଡିଓ କୁ ଦେଖି ସାଧାରଣରେ ଚର୍ଚ୍ଚା ହେବାରୁ ଉରଣ୍ଡାବେଡା ଥାନା ପୋଲିସ ନିଜ ଆଡୁ କେସ ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରି ପ୍ରଥମ ପର୍ଯ୍ୟାୟରେ ପ୍ରେମିକ ଙ୍କ ସ୍ତ୍ରୀ ଓ ଗ୍ରାମର ତିନି ଜଣଙ୍କୁ ଗିରଫ କରି ଆଇପିସି ର ଧାରା 355, 354 ସି, 50 ବି ଓ 509 ସି ଧାରାରେ କେସ ରୁଜୁ କରିଛି । +ଏହା ସହ ଏହି ଘଟଣା ରେ ସାମିଲ ଥିବା ଅନ୍ୟ ମାନଙ୍କୁ ମଧ୍ୟ ଅତି ଶିଘ୍ର ଗିରଫ କରାଯିବ ବୋଲି ଉରଣ୍ଡାବେଡା ଥାନାର ଭାରପ୍ରାପ୍ତ ଅଧିକାରୀ କହିଛନ୍ତି । +ରିପୋର୍ଟ – ସଦାନନ୍ଦ ଖରା ,ମାଲକାନଗିରି +ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାଧାଦେଇପୁର ପଞ୍ଚାୟତ କାର୍ଯ୍ୟାଳୟର ପିଅନଙ୍କ ଉପରେ ଟ୍ରକ୍‌ ଚଢ଼ାଇ… +ସମ୍ ହସ୍ପିଟାଲ୍‌ରେ ଗୁରୁତର ରୋଗୀଙ୍କ ଚିକିତ୍ସା ନିମନ୍ତେ ନର୍ସମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ +ଭୁବନେଶ୍ୱର, ୨୫/୦୬: ଗୁରୁତର ଥିବା ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା, ସେବା ଏବଂ ଯତ୍ନ ପ୍ରଦାନ କ୍ଷେତ୍ରରେ ନର୍ସମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବାର ଲକ୍ଷ୍ୟ ନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଶନିବାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । +ସମ୍ ହସ୍ପିଟାଲ୍‌ର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗ ପକ୍ଷରୁ ଆୟୋଜିତ “କ୍ରିଟିକାଲ୍ କେୟାର ନର୍ସିଂ ଅପ୍‌ଡେଟ୍‌-୨୦୨୨” ଶୀର୍ଷକ ଏକ କଂଟିନ୍ୟୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) ରେ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍‌ର ୬୦ ଜଣ ନର୍ସଙ୍କ ସମେତ ପ୍ରାୟ ୧୨୦ ଜଣ ସାମିଲ ହୋଇ ପ୍ରଶିକ୍ଷଣ ନେଇଥିଲେ । +ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଆୟୋଜନ କରିବା ଉପରେ ଜୋର ଦେଇଥିଲେ । +ସେହିପରି ସ୧ାନିତ ଅତିଥି ଭାବେ ଯୋଗ ଦେଇ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏଭଳି ସିଏମ୍‌ଇକୁ ଗୋଟିଏ ଦିନ ମଧ୍ୟରେ ସିମୀତ ନ ରଖି ନିୟମିତ ଭାବେ ପରିଚାଳନା କରିବା ନେଇ ମତ ବ୍ୟକ୍ତ କରିଥିଲେ । +ସେହିପରି କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଶକ୍ତି ବେଦାନ୍ତ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ନର୍ସମାନଙ୍କ କାର୍ଯ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । +ଆଇସିୟୁରେ ଭତି ର୍ ହୋଇଥିବା ରୋଗୀଙ୍କ ଚିକିତ୍ସା ଓ ସେବା ସୁଶୃଷା ଦିଗରେ ନର୍ସମାନଙ୍କ ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ । +ତେବେ ନର୍ସିଂ ପାଠ୍ୟକ୍ରମରେ ଏ ସମ୍ପର୍କିତ ଶିକ୍ଷା ପ୍ରଦାନ ବ୍ୟବସ୍ଥା ନାହିଁ । +ତେଣୁ ଏଭଳି ସିଏମ୍‌ଇ ଦ୍ୱାରା ନର୍ସମାନଙ୍କୁ ଅଧିକ ପ୍ରଶିକ୍ଷିତ କରିହେବ ବୋଲି ଡାକ୍ତର ମିଶ୍ର କହିଛନ୍ତି । +କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ସ୍ଥିତି ପ୍ରଜ୍ଞା ଦଳବେହେରା ଯୋଗ ଦେଇ ନର୍ସମାନଙ୍କୁ ଫିଜିଓଥେରାପି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । +ସେହିପରି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କ୍ରିଟିକାଲ୍ କେୟାର ବିଭାଗର ଡାକ୍ତର ସାଗରିକା ପଣ୍ଡା ଓ ଡାକ୍ତର ଅଭିଳାଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ । +ଆଡିସ୍‌ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ୍ ଶ୍ରୀମତି ଶୋଭାମଞ୍ଜରୀ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । +ବରଯାତ୍ରୀ ଗାଡି ଦୁର୍ଘଟଣାଗସ୍ତ +ବରଯାତ୍ରୀ ଗାଡି ସ୍ବାଭିମାନ ଅଂଚଲରେ ଓଲଟି ୨୦ ରୁ ଉର୍ଦ୍ଧ ଆହାତ । +ଆହତ ଙ୍କୁ ବର୍ତ୍ତମାନ ଚିତ୍ରକୋଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । +ସୂଚନା ମୁତାବକ, ତାର୍ଲକୋଟା ପଞ୍ଚାୟତ ରୁ ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଅନ୍ତର୍ଗତ ସୀଙ୍ଗୋଇ ଗାଁରେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ମହିଳା ଓ ପୁରୁଷ ମିଶି ୩୫ ଜଣ ଆନ୍ଦ୍ରାପଲ୍ଲୀ ପଞ୍ଚାୟତ ର ଓରାପଦର ଲଞ୍ଚ ଘାଟ ଠାରେ ଲଞ୍ଚ ଯୋଗେ ପହଞ୍ଚି ଥିଲେ । +ସେଠାରେ ପୂର୍ବରୁ ସିଙ୍ଗୋଇ ଗାଁ ରୁ ଏକ ପିକ୍ ଭ୍ୟାନ ଅପେକ୍ଷା କରିଥିଲା । +ସେହି ପିକ୍ ଭ୍ୟାନ ରେ ୩୫ ଜଣ ଶୀଙ୍ଗୋଇ ଗାଁ କୁ ଯିବା ସମୟେ, ଭ୍ୟାନ ଟି ଭାରସାମ୍ୟ ହରାଇ ଅନ୍ଦ୍ରାପାଲି ରାସ୍ତା କଡରେ ଓଲଟି ପଡିଥିଲା । +ଘଟଣା ସ୍ଥଳେ ୨୦ ରୁ ଉର୍ଦ୍ଧ ଆହତ ହୋଇ ଥିବା ବେଳେ, ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । +ଦୁର୍ଘଟଣା ରେ ଆହତ ହୋଇଥିବା ସମସ୍ତଙ୍କୁ ସ୍ଥାନୀୟ ପୋଲିସ ଅଧିକାରୀ ଚଂଦ୍ରକାନ୍ତି ତାଣ୍ଡି ଓ ସ୍ବାଭିମାନ ଅଞ୍ଚଳର ଯୋଡ଼ାମ୍ବ ଥାନା ର ପୂର୍ବତନ ଥାନା ଅଧିକାରୀ ଅନିଲ ପରିଡା ଙ୍କ ସହାୟତା ରେ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ଥିଲେ । +ସେଠାରେ ପ୍ରାଥମିକ ଚିକିତ୍ସା ପରେ, ଗୁରୁତ୍ୱର ଅବସ୍ଥାରେ ଥିବା ୩ ଜଣଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠା ଯାଇଛି । +ଅନ୍ୟ ଆହତ ଙ୍କ ଅବସ୍ଥା ପୂର୍ବରୁ ବର୍ତ୍ତମାନ ନିୟନ୍ତ୍ରଣ ରହିଛି । +ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ବନ୍ଦ ଲାଗି କହିନାହାନ୍ତି ହାଇକୋର୍ଟ, ପୂର୍ବବତ୍ ଜାରି… +ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ)ର ଅନୁମତି ନଥିଲେ ବି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ପୂର୍ବଭଳି ଜାରି ରହିବ । +କାମ ବନ୍ଦ କରିବାକୁ ହାଇକୋର୍ଟ କହି ନ ଥିବାରୁ ତ୍ୱରାନ୍ୱିତ ବେଗରେ କାମ ଶେଷ ହେବ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି । +ଅନ୍ୟପଟେ ନ୍ୟାସନାଲ ମୁନ୍ୟମେଣ୍ଟ ଅଥରିଟି (ଏନଏମଏ)ଙ୍କର ପ୍ରକଳ୍ପ ନେଇ ଏନଓସି ରହିଛି ଏବଂ ଓଡିଶା ସରକାର ଏଏସଆଇ ସହ ମିଶି କାମ କରିବାକୁ ଚାହୁଁଛନ୍ତି ବୋଲି କୁହାଯାଇଛି । + ସୂଚନା ମୁତାବକ ଆଜି ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି | +ପାର୍ଟିସିପେସନ ଅଫ ରେଲୱେ ଏମ୍ପ୍ଲୋୟୀଜ ଇନ୍ ମ୍ୟାନେଜମେଣ୍ଟ (ପ୍ରେମ୍) ମିଟିଂ +ପରିଚାଳନାରେ କର୍ମଚାରୀ / ଶ୍ରମିକଙ୍କ ଅଂଶଗ୍ରହଣର ଏକ ଅଂଶ ଭାବରେ, ପୂର୍ବତଟ ରେଳପଥ ପକ୍ଷରୁ ଆଜି ଏହାର ମୁଖ୍ୟାଳୟ ରେଳ ସଦନ ଠାରେ ପାର୍ଟିସିପେସନ ଅଫ ରେଲୱେ ଏମ୍ପ୍ଲୋୟୀଜ ଇନ୍ ମ୍ୟାନେଜମେଣ୍ଟ (ପ୍ରେମ୍) ବୈଠକ ଅନୁଷ୍ଠିତ ହୋଇଯାଇଅଛି ଯେଉଁଠାରେ ରେଳପଥର ସ୍ୱୀକୃତିପ୍ରାପ୍ତ ଟ୍ରେଡ ୟୁନିଅନର ପ୍ରତିନିଧୀ, ଅଧିକାରୀ ସଂଘ ଏବଂ ଆରପିଏଫ ଆସୋସିଏସନ ମାନଙ୍କର ପ୍ରତିନିଧି ମାନେ ଅଂଶଗ୍ରହଣ କରି ଫଳପ୍ରଦ ଭାବରେ ଗୁଣାତ୍ମକ କାର୍ଯ୍ୟ କରିବାକୁ ମତ ରଖିଥିଲେ | +୧୨୦୦ ଗରିବ ପିଲା ସିବିଏସ୍‌ଇ ମାଧ୍ୟମରେ ବିନା ମୂଲ୍ୟରେ ଶିକ୍ଷାଲାଭ କରିବେ +ରେମୁଣାରେ ଇମାମୀ-କିସ୍‌ ଆବାସିକ ବିଦ୍ୟାଳୟର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ +KBK ଓ casa ତରଫରୁ ମେଡିକାଲ ସାମଗ୍ରୀ ବଣ୍ଟନ… +ବୌଦ୍ଧ :24/05.ଗ୍ରାମାଞ୍ଚଳ ରେ ସ୍ବାସ୍ଥ୍ୟ ସେବା ଘରେ ଘରେ ପହଞ୍ଚାଇବା ପାଇଁ CASA Odisha ଓ । +KBK ତରଫରୁ ଅଭିନବ ପ୍ରୟାସ । +ହରଭଙ୍ଗା ବ୍ଲକ ଧଳପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର , ରାମଗଡ଼ , ତିଲେଶ୍ୱର୍ ଓ ହରେକୃଷ୍ଣପୁର ଉପ ସ୍ବାସ୍ଥ୍ୟ କେନ୍ଦ୍ରରେ ରେ ମେଡିକାଲ ଉପକରଣ ବଣ୍ଟନ । +ଖରା ଛୁଟି ପରେ ନୂଆ ଶିକ୍ଷା ନିୟମାବଳୀ +ରାଜ୍ୟର ସମସ୍ତ ବିଦ୍ୟାଳୟମାନଙ୍କରେ ଏବେ ଖରାଛୁଟି ଚାଲିଛି । +ଖରାଛୁଟି ସରିବା ପରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । +ନୂଆ ଶିକ୍ଷା ବର୍ଷରେ ଯେପରି ଶତ ପ୍ରତିଶତ ପାଠ୍ୟ ଖସଡ଼ା ଶେଷ ହେବ ଓ ପିଲାଙ୍କୁ ଠିକ ଭାବେ ଶିକ୍ଷାଦାନ କରାଯିବ ସେଥିନିମନ୍ତେ ନିୟମାବଳୀ ପ୍ରସ୍ତୁତ ହୋଇଛି । +ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା) ପକ୍ଷରୁ ଏହି ନିୟମାବଳୀ ଜାରି କରାଯାଇଛି । +ଏନେଇ ସମସ୍ତ ଜିଲା ଶିକ୍ଷା ଅଧିକାରୀ ଓ ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଚିଠି ଲେଖିଛନ୍ତି । +ବିଭାଗୀୟ ଅଧିକାରୀଙ୍କ ଅବହେଳା ରୁ ଅସନ୍ତୋଷ, ଭଙ୍ଗା ଦଦରା ଘରେ ଓଳିଏ ଖାଇଲେ ଓଳିଏ ଉପାସ । +କାଲିମେଳା :ତା ୨୧/୬ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ସୁବିଧା ପାଇଁ ମାଳମାଳ ଯୋଜନା ମାନ ପ୍ରଣୟନ କରିଛନ୍ତି । +ଏଥିପାଇଁ ବିପୁଳ ଅର୍ଥ ମଧ୍ୟ ବ୍ୟୟ କରୁଛନ୍ତି । +ମାତ୍ର ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁଁ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତ ଅଧୀନ ପାତାକୋଣ୍ଡା ଗ୍ରାମ ର ସ୍ଵର୍ଗତ ଧନୁର୍ଜୟ ଦଳେଇ ଙ୍କ ବିଧବା ସ୍ତ୍ରୀ ଜମୁନା ଦଳେଇ ଙ୍କୁ ସରକାରୀ ଯୋଜନା ରୁ ବଂଚିତ କରାଯାଇଥିବା ନେଇ ଅଭିଯୋଗ ହୋଇଛି । +ବିଧବା ମହିଳା ଜମୁନା ର ଦୁଇ ବିକଳାଙ୍ଗ ଝିଅ ତାରା ଦଳେଇ ବୟସ ୧୧ ବର୍ଷ ଓ ମିରା ଦଳେଇ ବୟସ ୮ ବର୍ଷ ରହିଥିବା ବେଳେ ରହିବାକୁ ଘର ଖଣ୍ଡିଏ ନାହିଁ । +ପାତାକୋଣ୍ଡା ଗ୍ରାମ ର ରାସ୍ତା ପାର୍ଶ୍ବରେ ଗୋଟିଏ ଝାଟିମାଟି କାନ୍ଥ ର ଭଙ୍ଗା ଦଦରା ଘରେ ଗୋଟେ ଅଳି ଖାଇଲେ ଆର ଅଳି ନ ଖାଇ ଭୋକ ଉପାସରେ ଦିନ କାଟୁଛନ୍ତି ବୋଲି ଜମୁନା ଗଣ ମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । +ତାଙ୍କ ର ସ୍ଵାମୀ ବଞ୍ଚିତ ଥିବା ସମୟରେ ବିଗତ କିଛି ବର୍ଷତଳେ ହୋଇ ଥିବା ହୁଡହୁଡ ଜନିତ ବାତ୍ୟା ସମୟରେ ରେ ତାଙ୍କର ଘର ପୋଡି ଯାଇଥଲା ହେଲେ ଏଯାଏଁ ତାଙ୍କୁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଘର ଖଣ୍ଡିଏ ମିଳିପାରିନଥିଲା । +ଇତି ମଧ୍ୟରେ ସ୍ଵାମୀ ସ୍ତ୍ରୀ ମିଶି ଦୁଇ ଝିଅକୁ ନେଇ ଆନ୍ଧ୍ର ପ୍ରଦେଶର ଶ୍ରୀପୁରାମ ନାମକ ଜାଗାରେ ମରିଛ ତୋଳିବା ପାଇଁ ଯାଇଥିଲେ ସେଠାରେ ସ୍ଵାମୀ ‌ଧନୁରଯୟ ମୃତ୍ୟୁ ହୋଇଥିଲା ସେଠାରେ ଶବସକ୍ଥାର କରି ନିଜ ଗାଁ କୁ ଚାଲି ଆସି ଏହି ଭଙ୍ଗା ଦଦରା ଘରେ ରହୁଛନ୍ତି ବହୁ କଷ୍ଟରେ ଚଳୁଛନ୍ତି । +ତଥାପି ସରକାରଙ୍କର ତରଫରୁ କୈାଣସି ଗୋଟିଏ ହେଲେ ଯୋଜନା ର ସୁବିଧା ସୁଯୋଗ ପାଇ ନାହାଁନ୍ତି । +୧୧ ବର୍ଷ ବୟସର ବଡ଼ ଝିଅ ଓ ମା ଲୋକଙ୍କ ଘରେ କାମ କରି ଦିପଇସା ଆଣି ଚାଉଳ ଡାଲି କିଣିଲେ ଘରର ଚୁଲା ଜଳୁଛି ତ ଆଉ କେତେବେଳେ ଗାଁ ର ଭଲମନ୍ଦ ଲୋକ ମାନଙ୍କ ଠାରୁ ଚାଉଳ ମାଗି ଆଣି ରୋସେଇ କରି ପିଲାଙ୍କୁ ଖାଇବାକୁ ଦେଉଛି ବୋଲି ଗାଁ ର ଲୋକ ମାନେ ପ୍ରକାଶ କରିଛନ୍ତି । +ସ୍ଵାମୀ ର ମୃତ୍ୟୁ ପରେ ପ୍ରତ୍ୟେକ ବିଧବା ମହିଳା କୁ ଜାତୀୟ ମାତୃ ମଙ୍ଗଳ ଯୋଜନା ଦ୍ୱାରା ୨୦’୦୦୦ ଟଙ୍କା ମିଳିଥାଏ । +ସେତୁର ମଧ୍ୟ ସେ ବଞ୍ଚିତ ହୋଇଛି । +ନା ରହିଛି ରେସନ କାର୍ଡ,ନା ମିଳୁଛି ବିଧବା ଭତ୍ତା,ନା ମିଳିଛି ସରକାର ଙ୍କ ତରଫରୁ ଇନ୍ଦିରା ଆବାସ ଯୋଜନା ରେ ଘର ଖଣ୍ଡିଏ । +ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । +ଏ ସଂକ୍ରାନ୍ତରେ ସମୃପ୍ତ କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତି ରେବତି କୁଞ ଙ୍କୁ ଅବଗତ କରାଇବା ରୁ ସେ କହିଲେ ମୁଁ ଜାଣିନଥିଲି ଆପଣଙ୍କ ମାଧ୍ୟମରେ ଜାଣିଲି ଯେ ମୋ ପଞ୍ଚାୟତ ଅଧୀନ ପାତାକୋଣ୍ଡା ଗାଁ ରେ ଜଣେ ବିଧବା ମହିଳା ତାଙ୍କ ଦୁଇ ଝିଅ ସହିତ ଅଛି ଓ ସେ ସରକାର ଙ୍କ କୈାଣସି ଯୋଜନାରେ ସହାୟତା ପାଇ ନାହାଁନ୍ତି । +ଏଣିକି ଯଥା ସମ୍ଭବ ବିଧବା ଜମୁନା ଦଳେଇ ସରକାର ଙ୍କ ସମସ୍ତ ଯୋଜନା ରେ ପ୍ରଶାସନ ସହିତ ଆଲୋଚନା କରି ସମସ୍ତ ସୁବିଧା ପାଇବାରେ ସହାୟତା କରିବି ବୋଲି ମତ ପ୍ରକାଶ କରିଛନ୍ତି । +ତୁରନ୍ତ ଏଥିପ୍ରତି ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବା ସହ ବିଧବା ମହିଳା ଜମୁନା ଦଳେଇ କୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି । +ପିଏମ୍ କେୟାରସ୍ ଫର ଚିଲ୍‌ଡ୍ରେନ ଯୋଜନା ସହାୟତା କାର୍ଯ୍ୟକ୍ରମର ଶୁଭାରମ୍ଭ । +ମନମୁଣ୍ଡା ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଙ୍କୁ ସ୍ୱାଗତ କରି ଦାବୀପତ୍ର ପ୍ରଦାନ… +ସୁବର୍ଣ୍ଣପୁର,-15-06 ଆଜି ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ସନ୍ଧ୍ୟା 6 ଘଣ୍ଟ । +ରେ ମନମୁଣ୍ଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ, ଜଙ୍ଗଲ ଓ ପଞ୍ଚାୟତ ରାଜ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ମନ୍ତ୍ରୀ ଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । +ମୁଖ୍ୟତଃ କାର୍ଯ୍ୟରତ ସାମ୍ବାଦିକ ଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ରାଶିକୁ ବୃଦ୍ଧି କରିବା, ଓ ସାମ୍ବାଦିକ ସୁରକ୍ଷା ଉପରେ ମନ୍ତ୍ରୀ ଙ୍କ ସହିତ ସୁବର୍ଣ୍ଣପୁର ଓ ବୌଦ୍ଧ ଜ଼ିଲ୍ଲା ର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଆଲୋଚନା କରିଥିଲେ । +ସିଏମ୍‌ସି କାଉନ୍‌ସିଲ ବୈଠକ: ଜଳ ନିଷ୍କାସନ, ପଙ୍କୋଦ୍ଧାର, ରାସ୍ତାଘାଟ ମୁଖ୍ୟ ପ୍ରସଙ୍ଗ +କଟକ ମହାନଗର ନିଗମ ନିର୍ବାଚିତ କାଉନସିଲ୍‌ର ୪ର୍ଥ ବୈଠକ ତଥା ସାଧାରଣ ଅଧିବେଶନ ଆଜି ବିଜୁ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । +ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ନିଗମର ୫୯ଟି ୱାର୍ଡର ବର୍ଷା ଜଳ ନିଷ୍କାସନ, ପଙ୍କୋଦ୍ଧାର ଓ ପାଣି ପମ୍ପ ମରାମତି ବିଷୟ ଉପରେ ଆଲୋଚନା କରାଯାଇଛି । +ଏସବୁ ସମସ୍ୟା ସହିତ ସହରର ରାସ୍ତଘାଟ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ମେୟର ସୁବାସ ସିଂହ ପ୍ରତିଶ୍ରୁତି ଦେଇଛନ୍ତି । +ବୈଠକରେ ସିଏମ୍‌ସିର ଇଂଜିନୟରଙ୍କୁ ଦାୟିତ୍ବ ଦିଆଯାଇଥିବା ୱାର୍ଡର ଡ୍ରେନ ନିର୍ମାଣ ଓ ପଙ୍କୋଦ୍ଧାର କାମର ତଦାରଖ କରିବାକୁ ମେୟର ଇଂଜିନୟରିଂ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । +୫୯ଟି ୱାର୍ଡରେ ସିଏମ୍‌ସି ପକ୍ଷରୁ ଚାଲିଥିବା ବିଭିନ୍ନ କାମକୁ ଦେଖିବା ପାଇଁ ନିଗମର ଇଂଜିନିୟର, ସେକ୍ଟର ଅଫିସର, ସାନିଟାରି ଇନ୍ସିପେକ୍ଟର ଓ କର୍ପୋରେଟରଙ୍କୁ ନେଇ କମିଟି ଗଠନ କରିବାକୁ ବୈଠକରେ ସ୍ଥିର ହୋଇଛି । +କଟକର ଚିତ୍ର ବଦଳାଇବା ପାଇଁ ସିଏମ୍‌ସିର ୫୯ ଜଣ କର୍ପୋରେଟର, ନିଗମର ଅଧିକାରୀ ଓ କର୍ମଚାରୀଙ୍କୁ ଏକାଠି ହୋଇ କାମ କରିବାକୁ ମେୟର ଶ୍ରୀ ସିଂହ ବୈଠକରେ ଆହ୍ବାନ ଦେଇଛନ୍ତି । +କାଉନସିଲ ବୈଠକ ଆରମ୍ଭରେ ଗତ ଏପ୍ରିଲ ମାସର ନିଗମର ଆୟ ଓ ବ୍ୟୟ ଉପରେ ବିତ୍ତ ଅଧିକାରୀ ଲୁସି ସ୍ବାଇଁ ସୂଚନା ଦେଇଥିଲେ । +ଗତ ମାସରେ ନିଗମର ୨ କୋଟି ୭୯ ଲକ୍ଷ ୯୮ ହଜାର ଟଙ୍କା ଆୟ ହୋଇଥିବା ବେଳେ ୧୯ କୋଟି ୫୮ ଲକ୍ଷ ୮୦ ହଜାର ଟଙ୍କ ବ୍ୟୟ ହୋଇଛି । +ଚଳିତ ବର୍ଷ ସିଏମ୍‌ସିରେ ପଙ୍କୋଦ୍ଧାର ପାଇଁ ୧୧୫ଟି ଟେଣ୍ଡର କରାଯାଇଛି ବୋଲି ସିଟି ଇଂଜିନିୟର ସୁବାରାଓ ପାତ୍ର କହିଛନ୍ତି । +ବୈଠକରେ ସିଏମ୍‌ସିର ଏମ୍‌ଏସ୍‌ଡବ୍ଲୁସି ୧ ଓ ୨ର ସଫେଇ କାମ ଜାଇକା, ବିଏସ୍‌ଡବ୍ଲୁସି ଡ୍ରେନର କାମ ସିଏମ୍‌ସିର ଇଂଜିନିୟରିଂ ବିଭାଗ ଓ ସର୍ଫେସ ଡ୍ରେନର ପଙ୍କୋଦ୍ଧାର କାମ ନିଗମର ସ୍ବାସ୍ଥ୍ୟ ବିଭାଗ କରିବ ବୋଲି ସୂଚନା ଦିଆଯାଇଛି । +ବିଳାସ ପୁର ପଞ୍ଚାୟତର ନୂତନ ସରପଞ୍ଚ ଙ୍କ ସ୍ଵାମୀ ,ପୁଅ ଓ ସହଯୋଗୀ ଙ୍କ ଦବଂଗ ଗିରି ଉକ୍ତ… +ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବିଳାସ ପୁର ପଞ୍ଚାୟତ ସେବା ସମବାୟ ସମିତି ର ନିର୍ବାଚନକୁ ନେଇ ଘଟିଛି ହିଂସା କାଣ୍ଡ । +ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ବେଳରୁ ନିଆଁ କୁହୁଲୁଥିବା ସୁବେଦର ଲଳିତ ସାହୁ କହିଛନ୍ତି । +ବିଳାସ ପୁର ପଞ୍ଚାୟତର ନୂତନ ସରପଞ୍ଚ ଅମ୍ବିକା ସୁନା ଙ୍କ ସ୍ଵାମୀ ଗରିବ ସୁନା ତାଙ୍କର ଦୁଇ ପୁଅ ରୋହିତ ସୁନା,ପୁରୋହିତ ସୁନା ଓ ତାଙ୍କର ଦୃଢ଼ ସହଯୋଗୀ ରବି ସାହୁ ବିକାଶ ସାହୁ, ବିଜନ ସାହୁ,ପଦ୍ମନାଭ ସାହୁ, ପ୍ରଦୁମ୍ନ ସାହୁ,ସମସ୍ତେ କୋଶଳ ସଂଗ୍ରାମୀ ଲଳିତ ସାହୁ ଙ୍କ ଘରକୁ ଯାଇ ଭଙ୍ଗାରୁଜା କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି ବୋଲି ଶ୍ରୀ ଯୁକ୍ତ ସାହୁ କହିଛନ୍ତି । +ଶନିବାର ଦିନ ବିଲାସ ପୁର ହାଟ ପଦା ନିକଟରେ ଦୁଇ ଚାରି ଜନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଲହୁଲୁହାନ କରିଥିବା ମଧ୍ୟ ଥାନାରେ ଅଭିଯୋଗ ହୋଇଛି । +ସେବା ସମବାୟ ନିର୍ବାଚନରେ ସରପଞ୍ଚ ଙ୍କ ସହଯୋଗୀ ରବି ସାହୁ ଙ୍କ ଓ ତାଙ୍କ ସମର୍ଥକ ମାନଙ୍କ ନାମାଙ୍କନ ପତ୍ର ନାକଚ ହେବା ଯୋଗୁଁ ଗତ କିଛି ଦିନ ହେବ ପି ଇ ଓ ହିମାଂଶୁ ପ୍ରଧାନ ତାଙ୍କ ମନ ମୁଣ୍ଡା ସ୍ଥିତ ଭଡ଼ାଘରେ ରହୁଥିବା ତାଙ୍କ ବାସଭବନ କୁ ଆସି ମଧ୍ୟ ହତ୍ୟା ଧମକ ଦେଇଥିବା ଉକ୍ତ ବ୍ୟକ୍ତି ମାନଙ୍କ ନାମରେ ମନ ମୁଣ୍ଡା ଥାନାରେ ମାମଲା ଦାୟର ହୋଇଥିଲା । +ଏଠାରେ ପ୍ରଶ୍ନ ଉଠୁଛି ଜେ ଉକ୍ତ ସେବା ସମବାୟ ସମିତି ନିର୍ବାଚନ ପୂର୍ବରୁ ଯଦି ଜଣେ ସରକାରୀ କର୍ମଚାରୀଙ୍କୁ ଜୀବନରେ ମାରିଦେବା ର ଧମକ ଦେଇଥିବା ସତ୍ତ୍ୱେ ମଧ୍ୟ ଉକ୍ତ ବ୍ୟକ୍ତି ମାନଙ୍କ ନାମରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଏହା ପୋଲିସର ଦୁର୍ଭାଗ୍ୟ ଜନକ ବ୍ୟବସ୍ଥା ବୋଲି ଚର୍ଚ୍ଚା ହେଉଛି । +ପୁଣି ଶନିବାର ଦିନ ଲୋକଙ୍କୁ ଭୟଭୀତ କରିବା ଓ ରାତିରେ ଘର ମାନଙ୍କ ସମ୍ମୁଖରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା କୁ ନେଇ ମନ ମୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଉକ୍ତ ବ୍ୟକ୍ତି ମାନଙ୍କୁ ଗିରଫ ନ କରି ଖୋଲା ଛାଡି ଦେଇଥିବା ବେଳେ ଉକ୍ତ ପଞ୍ଚାୟତରେ ଭୟର ବାତାବରଣ ସୃଷ୍ଟି ହୋଇଛି ବୋଲି ଲଳିତ ସାହୁ ଓ କରୁଣା ମେହେର ସୂଚନା ଦେଇଛନ୍ତି । +ଉକ୍ତ ବିଳାସ ପୁର ସେବା ସମବାୟ ସମିତି ର ନିର୍ବାଚନ କାଲି ସରିଥିବା ବେଳେ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରିବା ସହ ନିଜେ ମନ ମୁଣ୍ଡା ଆଇ ଆଇ ସି ଗୋପୀନାଥ ପ୍ରଧାନ ଉପସ୍ଥିତ ରହି ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ସହ ସମ୍ପୂର୍ଣ୍ଣ କରିଥିବା ଜଣା ପଡ଼ିଛି । +ଏତେ ବିଶୃଙ୍ଖଲା ସୃଷ୍ଟି କରିବା ସତ୍ତ୍ୱେ ପୋଲିସ କେବେ ଉକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରୁଛି ତାହା ଦେଖିବାକୁ ବାକି ରହିଲା +ବହୁବିଧ ଗବେଷଣା ନିମନ୍ତେ ସିଏସ୍‌ଆଇଆର୍ ଫୋର୍ଥ ପାରାଡାଇମ୍ ଅନୁଷ୍ଠାନ ସହ ସୋଆର ବୁଝାମଣା ପତ୍ର… +ଭୁବନେଶ୍ୱର , ୮/୦୬: ବହୁବିଧ ଗବେଷଣା ନିମନ୍ତେ ବେଙ୍ଗାଲୁରୁ ସ୍ଥିତ ସିଏସ୍‌ଆଇଆର୍ ଫୋର୍ଥ ପାରାଡାଇମ୍‌ ଅନୁଷ୍ଠାନ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟରେ ବୁଧବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । +ଡାଟା ସାଇନ୍ସ ଓ ବହୁବିଧ ଗବେଷଣା ଏବଂ ଇଞ୍ଜିନିୟରିଂ ସାଇନ୍ସ ବିଶେଷ ଭାବରେ ସମାଜରେ ବିଜ୍ଞାନ ଏବଂ ଇଞ୍ଜିନିୟରିଂର ପ୍ରଭାବ କ୍ଷେତ୍ରରେ ଗବେଷଣା ନେଇ ସିଏସ୍‌ଆଇଆର ଫୋର୍ଥ ପାରାଡାଇମ୍ ଅନୁଷ୍ଠାନ ହେଉଛି ଏକ ପ୍ରମୁଖ ଅନୁଷ୍ଠାନ । +ବ୍ୟକ୍ତିଗତ ଜମିରେ ରାସ୍ତା ହୋଇଥିବା ଅଭିଯୋଗ , ତଦନ୍ତ ପାଇଁ ପହଞ୍ଚିଲେ ଅଧିକାରୀ +ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୁଡଭେଲି ପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କର୍ମିଗୁଠ ଗ୍ରାମକୁ ଯାଇଥିବା ରାସ୍ତାଟି ଜଣେ ବ୍ୟକ୍ତିଙ୍କ ଜମି ଆଂଶିକ ଯାଉଥିବା ନେଇ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା | ଅଭିଯୋଗ ପାଇବା ପରେ କଣ୍ଟାମାଳ ଅତିରିକ୍ତ ତହସିଲଦାର ଗୋବର୍ଦ୍ଧନ ସାହୁ , ବିଡ଼ିଓ କଳାକୃଷ୍ଣ ପ୍ରଧାନ, ସହକାରୀ ଯନ୍ତ୍ରୀ ମହନ୍ତ,କନିଷ୍ଠ ଯନ୍ତ୍ରୀ ଲଳିତା ମାଝୀ , ମନମୁଣ୍ଡା ରାଜସ୍ବ ନୀରିକ୍ଷକ ପ୍ରମୁଖ ପହଞ୍ଚି ପୋଲିସ ଉପସ୍ଥିତିରେ ମାପ କାର୍ଯ୍ୟ ହୋଇଥିଲା | ଅଭିଯୋଗକାରୀ ଶିବରାତ୍ର କର୍ମୀଙ୍କ ଜମିରେ କୌଣସି ରାସ୍ତା କାମ ହୋଇ ନ ଥିବା ଜଣା ପଡିଛି | +ଅଙ୍ଗନବାଡିରେ ମହୁମାଛି ଆକ୍ରମଣ, ୧୦ ଗୁରୁତର +ଅଙ୍ଗନବାଡିରେ ଅଘଟଣ । +ମହୁମାଛି ଆକ୍ରମଣରେ ଅଙ୍ଗନବାଡ଼ି କେନ୍ଦ୍ରରେ ୧୦ ଜଣ ଗୁରୁତର ହୋଇଛନ୍ତି । +ବୌଦ୍ଧ କଣ୍ଟାମାଳ ବ୍ଲକ୍ ଦବଲା ପଞ୍ଚାୟତ ବଉଳସିଂହାରେ ଏହି ଅଘଟଣ ଘଟିଛି । +ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ସାହିତ୍ୟ ସମାବେଶ ଓ ପୁସ୍ତକ ଉନ୍ମୋଚନ ପର୍ବ +ବାଙ୍ଗାଲୋରର ଆଗରା ଜଗନ୍ନାଥ ପ୍ରାଙ୍ଗଣରେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ସାହିତ୍ୟ ସମାବେଶ ଓ ପୁସ୍ତକ ଉନ୍ମୋଚନ ପର୍ବ ଅନୁଷ୍ଠିତ ହୋଇ ଯାଇଛି । +ପ୍ରବାସରେ ରହି ମଧ୍ୟ ଅନେକ ପ୍ରବାସୀ ଓଡ଼ିଆ ବିତିଯାଇଥିବା ଉତ୍କଳ ଦିବସ ଆଉ ଆଗକୁ ଆସୁଥିବା ଓଡ଼ିଆ ନବବର୍ଷର ମଧ୍ୟବର୍ତ୍ତୀ ସମୟରେ ଏକା ସାଙ୍ଗରେ ଦୁଇ ଦୁଇଟି ପର୍ବକୁ ଅତି ଆନନ୍ଦ ସହକାରେ ପାଳନ କରିଥିଲେ । +ଏହି ସାହିତ୍ୟ ସମାବେଶରେ ଅନେକ ପ୍ରବାସୀ ଓଡ଼ିଆ ଯୋଗଦାନ କରି ସାହିତ୍ୟିକ ମାନଙ୍କୁ ଉତ୍ସାହିତ କରିବା ସହିତ ସାହିତ୍ୟିକ ମାନେ ଆଲୋଚନା କରୁଥିବା ଭାଷା ଓ ସାହିତ୍ୟର ଜୟ ଜୟକାର କରିଥିଲେ । +ଏଥିରେ ଅତିଥି ଭାବରେ ଇସ୍ରୋ ବୈଜ୍ଞାନିକ ଡ଼ଃ ଶରତ କୁମାର ଦାସ, ଅଧ୍ୟାପକ ଶ୍ରୀ ଅରୁଣ କୁମାର ବେହେରା ଏବଂ ନ୍ୟାୟାଧୀଶ ଶ୍ରୀ ଜୟପ୍ରକାଶ ଉଦଗତା ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟ କୁ ବଞ୍ଚାଇ ରଖିବାକୁ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ଏହି ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ । +ଏହି ସମାବେଶରେ ଦୁର୍ଗେଶ ନନ୍ଦିନୀଙ୍କ ପୁସ୍ତକ “ଯୁଜୁତ୍ସୁ” ଉନ୍ମୋଚିତ ହୋଇଥିଲା । +ଏଥିରେ ଇଂ.ଅବନ୍ତି ମଲ୍ଲିକ,ଅନୁରୂପା ସିଂ, ଯୋଗେଶ ହୋତା, ମନୋଜ ପାତ୍ର, ଦତ୍ତହରି ମାଝି, ପାର୍ଥ ସାରଥୀ ଦାସ, ଜୟ ଚନ୍ଦ୍ର ମୁନି, ବିଶ୍ୱଭାରତୀ ଦାସ , ବିଶ୍ୱରଞ୍ଜନ ଗୋସ୍ୱାମୀ, ପ୍ରଶାନ୍ତ କୁମାର ନାଥ,ତେଜସ୍ୱିନୀ ପାତ୍ର, ଯାଜ୍ଞସେନି ପଣ୍ଡା, ହେତୁବାଦୀ ବାଲ୍ମୀକି ନାୟକ,ଲୋପମୁଦ୍ରା ପରିଡା,ଲମ୍ବୋଦର ବେହେରା,ଗାଳ୍ପିକା ସଂଯୁକ୍ତା ଶରଣଙ୍କ ପରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇଥିଲେ । +ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ସଭାପତି ତାପସ ରାଜ୍ ମହାରଣା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଦୁର୍ଗେଶ ନନ୍ଦିନୀ ଆହେ ନୀଳ ଶୈଳ ଗୀତ ଗାଇ ସଭାଟିକୁ ଆରମ୍ଭ କରିଥିଲେ । +ପରେ ପ୍ରଶାନ୍ତ କୁମାର ନାଥଙ୍କ ସଂଯୋଜନରେ ଅନେକ ସାହିତ୍ୟକ ସେମାଙ୍କର ସର୍ଜନା ପାଠ କରିଥିଲେ । +ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । + ଆସରରେ ଯୋଗଦେଇଥିବା ତଥା ମନ୍ଦିରକୁ ଆସୁଥିବା ଅନେକ ଭକ୍ତ ମାନେ ମଧ୍ୟ ଏହି ସାହିତ୍ୟ ସମାବେଶକୁ ଅତି ଆନନ୍ଦରେ ଉପଭୋଗ କରିଥିଲେ I +ଭୁବନେଶ୍ବର, ଗୋଆ ଓ ନବି ମୁମ୍ବଇରେ ୧୭ ବର୍ଷରୁ କମ୍‌ ଫିଫା ମହିଳା ଫୁଟ୍‌ବଲ ବିଶ୍ବକପ +ଭାରତରେ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ -୨୦୨୨ ଆସନ୍ତା ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଖେଳାଯିବ । +ମ୍ୟାଚ ୩ଟି ସ୍ଥାନ ଭୁବନେଶ୍ବର, ଗୋଆ ଓ ନବି ମୁମ୍ବଇରେ ଆୟୋଜିତ ହେବ । +ଏ ନେଇ ଫିଫା ପକ୍ଷରୁ ବୁଧବାର ଘୋଷଣା କରାଯାଇଛି । +ମ୍ୟାଚ ନେଇ ପୁନଃ କାର୍ଯ୍ୟସୂଚୀ ଜୁନ୍‌ ୨୪ରେ ଘୋଷିତ ହେବ ବୋଲି ଏଆଇଏଫଏଫ ପକ୍ଷରୁ ସୂଚନା ଦିଆଯାଇଛି । +ପ୍ରଫେସର ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି +ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ଗୀତାଞ୍ଜଳି ଦାଶ ନିଯୁକ୍ତ ହୋଇଛନ୍ତି । +ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । +ବୌଦ୍ଧ: ଅମଣିଷର ବର୍ବର୍ତା ,ବଳଦ ପେଟରେ ମାରିଛି ବର୍ଛି +ବୌଦ୍ଧ: ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଅନ୍ତର୍ଗତ ଗୋଛାପଡ଼ା ଗ୍ରାମ ପଞ୍ଚାୟତ ର ତ୍ରିବେଣୀ ପୁର ରେ ଦେଖିବାକୁ ମିଳିଛି ଅମଣିଷର ପରିଚୟ । +ମିଳିଥିବା ସୂଚନା ଅନୁଯାୟୀ ତ୍ରିବେଣୀ ପୁର ଗ୍ରାମର ବାସିନ୍ଦା ଗିରିଶ ଛନ୍ଦ ଙ୍କ ବଳଦକୁ କେହି ଅମଣିଷ ଦୁର୍ବୃତ୍ତ ପେଟରେ ବର୍ଚ୍ଛି ମାରି ବଳଦର ଜୀବନ ନେବାକୁ ବି ପଛେଇ ନାହିଁ । +ଆଜି ସକାଳୁ ବଳଦକୁ ବାହାରକୁ ଚରିବା ପାଇଁ ଛାଡ଼ିଦେଇଥିବା ବେଳେ ବଳଦ ପେଟରେ ଲୁହାର ବର୍ଛି ଏପଟରୁ ସେପଟକୁ ଗଲି ବଳଦ ଟି ଜୀବନ ସହ ସଂଗ୍ରାମ କରୁଥିବା ବେଳେ ସ୍ଥାନୀୟ ପଶୁ ଡାକ୍ତର ଙ୍କୁ ଖବର ଦିଆଯାଇଥିଲା । +ଡାକ୍ତର ପ୍ରିୟବ୍ରତ ବେହେରା ଭି ଏ ଏସ ବାଉଁଶୁଣୀ ପହଞ୍ଚି ବଳଦ ପେଟରୁ ବର୍ଚ୍ଛି ଟି କାଢି ଅପରେସନ କରିଥିଲେ ବଳଦ ଟି ଏବେ ସୁସ୍ଥ ଥିବା ଜଣାପଡିଛି । +ଗିରିଶ ଜଣେ ଗରିବ ଚାଷୀ ହୋଇଥିବା ରୁ ସେ ଏହି ଘଟଣାରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । +ଏପରି ଘଟଣା ଦେଖି ଲୋକେ ଆଚମ୍ବିତ ହେବା ସହ ଗାଈ ବଳଦ କୁ ଏପରି କରିବା ଜଣେ ଅମଣିଷର ପରିଚୟ ବୋଲି ପ୍ରକାଶ କରୁଛନ୍ତି । +ଚାକିରି ଦେବା ନାମରେ ୩୦ ଲକ୍ଷ ଟଂକା ଠକେଇ; ଠକ ଗିରଫ +ମାଲକାନଗିରି,୨୫/୬ ଚାକିରି କରାଇ ଦେବା ନାମରେ ପ୍ରତିଦିନ ମୋବାଇଲରେ ବିଭିନ୍ନ ଲୋଭନୀୟ ବିଜ୍ଞାପନଗୁଡିକ ଆସିଥାଏ । +ଲୋକେ ସବୁ ଜାଣି ମଧ୍ୟ ଏଭଳି ଫେକ ବିଜ୍ଞାପନକୁ ବିଶ୍ବାସ କରି ନିଜର କଷ୍ଟାର୍ଜିତ ଟଂକାକୁ ଦଲାଲମାନଙ୍କ ହାତକୁ ଟେକି ଦିଅନ୍ତି । +ଯେତେବେଳେ ସେମାନେ ଠକାମୀରେ ପଡନ୍ତି ସେତେବେଳେ ସବୁ ସରିଯାଇଥାଏ । +ଏଭଳି ଏକ ସଦ୍ୟତମ ଘଟଣା ମାଲକାନଗିରି ଜିଲ୍ଲାର ମାଥିଲି ଅଂଚଳରେ ଘଟିଛି । +ଟଂକା ଠକିଥିବା ଅଭିଯୁକ୍ତକୁ ଗିରଫ କରିବା ସହ ଏହି କେଶର ପର୍ଦାଫାସ କରିଛି । +ଘଟଣା ଅନୁଯାୟୀ ଗତ ୯ମାସ ତଳେ ମାଥିଲି ଅଂଚଳର ପୂର୍ବତନ ବିଇଓ ସ୍ବର୍ଗତ କୃଷ୍ଣ ନାୟକଙ୍କ ପତ୍ନୀ ରମ୍ଭା ନାୟକଙ୍କୁ ଏକ ଫୋନ କଲ ଆସେ । +ଫୋନରେ ଜଣେ ବ୍ୟକ୍ତି ରାୟଗଡାର ଅତିରିକ୍ତ ବିଇଓ କହୁଥିବା କହି ସ୍ବାମୀ କୃଷ୍ଣ ନାୟକଙ୍କୁ ଚିହ୍ନିଥିବା କହିଥିଲା । +ତାଂକର ଝିଅକୁ ଚାକିରି କରାଇ ଦେବାକୁ ସେ ବହୁ ଥର ଅନୁରୋଧ କରିଥିଲେ । +ତେଣୁ ମୁଁ ତୁମ ଝିଅକୁ ରେଳବାଇରେ ଚାକିରି କରାଇ ଦେବି ବୋଲି କହି ବିଶ୍ବାସକୁ ଆଣିଥିଲା । +ଏଥିପାଇଁ କିଛି ଟଂକା ଲାଗିବ ବୋଲି କହିବା ସହ ଗତ ୨୦୨୧ ଅକ୍ଟୋବର ମାସ ଠାରୁ ୨୦୨୨ ମାର୍ଚ୍ଚ ମାସ ମଧ୍ୟରେ ବିଭିନ୍ନ ସମୟରେ ଅନଲାଇନରେ,ନଗଦ ପ୍ରାୟ ୩୦ ଲକ୍ଷ ଟଂକା ନେଇ ଚାକିରି ଦେବାକୁ ଟାଳଟୁଳ ନୀତି କରିଥିଲା । +ଗତ ଚାରି ମାସ ତଳେ ଝିଅକୁ ଚାକିରି ପାଇଁ ରମ୍ଭା ଠକ ସ୍ମୃତି ଶେଖର ଜେନାଙ୍କୁ ବାରମ୍ବାର କଲ କରିବା ସହ ଟାକିରି ଦେବାକୁ ବାଧ୍ୟ କରିବା ପରେ ମଧ୍ୟ ସେ ଧରାଛୁଆଁ ଦେଲା ନାହିଁ । +ତେଣୁ ବାଧ୍ୟ ହୋଇ ସେ ମାଥିଲି ଥାନାରେ ଏତଲା ଦାୟର କରିଥିଲେ । +ଏତଲାକୁ ଭିତ୍ତି କରି ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟକ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ । +ଏକ ବଡ ଜାଲ ବିଛାଇ ସ୍ମତି ରଂଜନକୁ ଜଂଗତସିଂପୁରରୁ ଗିରଫ କରିଥିଲା । +ସ୍ମୃତି ରଂଜନ ଜଣେ ଇଂଜନିୟର ଛାତ୍ର । +ଅଭିଯୁକ୍ତର ବୟସ ୩୧ ବର୍ଷ । +ସେ ଏଭଳି ବହୁ ଲୋକଙ୍କୁ ଠକି ସାରିଥିବା ପୁଲିସ କହିଛି । +ପୁଲିସ ନିକଟରେ ଥିବା ରିପୋର୍ଟ ଅନୁଯାୟୀ କୋରାପୁଟ ଜିଲ୍ଲାର କୋଟପାଡ ଅଂଚଳରୁ ୧୩ ଲକ୍ଷ,ରାୟଗଡା ଅଂଚଳରୁ ପ୍ରାୟ ୨୦ ଲକ୍ଷ ଟଂକା ଠକି ସାରିଛି । +ଏଭଳି ଓଡିଶା ଶାରା ଏହି ଠକ ଲୋକଙ୍କୁ ଚାକିରି ଦେବା ନାମରେ ଲକ୍ଷାଧିକ ଟଂକା ଠକିଥିବା ପୁଲିସ କହିଛି । +ଅଭିଯୁକ୍ତ ଠାରୁ ଦୁଇଟି ମୋବାଇଲ,ଗୋଟିଏ ସୁନା ମୁଦି ଜବତ କରିଛି । +ପୂର୍ବରୁ ୨୦୧୬ ମସିହାରେ ଅଭିଯୁକ୍ତ ସ୍ମୃତି ରଂଜନ ତିର୍ତୋଲ ଥାନା ପକ୍ଷରୁ ଏଭଳି ଠକିବା ନେଇ ଗିରଫ ହେବା ସହ କୋର୍ଟ ଚାଲାଣ ହୋଇଥିଲା । +ଜେଲରୁ ଫେରି ପୁଣି ସେ ଏହି କାର୍ଯ୍ୟକୁ ଜାରି ରଖିଛି । +ତେବେ ମାଲକାନଗିରି ଅଂଚଳରୁ ଆଉକାହା କହାକୁ ସେ ଠକିଛି ସେନେଇ ପୁଲିସ ତଦନ୍ତ କରୁଥିବା ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟକ ପ୍ରକାଶ କରିଛନ୍ତି । +ସୁନ୍ଦରଗଡ଼ରେ ଇବ୍ ବ୍ୟାରେଜ୍‌ ଓ ମେଡିକାଲ କଲେଜ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ +ସୁନ୍ଦରଗଡ଼: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦୁଇଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ସ୍ବତନ୍ତ୍ର ପ୍ରସ୍ତାବିତ ଓ ନିର୍ମାଣାଧୀନ ବୃହତ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । +ସେ ଭୁବନେଶ୍ବରରୁ ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଓହ୍ଲାଇବା ପରେ ସଡ଼କ ପଥରେ ଅପରାହ୍ନ ୪ଟାରେ ସୁନ୍ଦରଗଡ଼ ପହଞ୍ଚି କୋପସିଂହା ଠାରେ ଇବନଦୀ ଉପରେ ହେବାକୁ ଥିବା ବ୍ୟାରେଜ୍ ସ୍ଥଳ ପରିଦର୍ଶନ କରି ତାର କାର୍ଯ୍ୟାରମ୍ଭ ସମ୍ପର୍କରେ ଜିଲ୍ଲାପାଳ ଓ ଜଳସେଚନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । +ଏହା ପରେ ସୁନ୍ଦରଗଡ଼ ଶଙ୍କରାସ୍ଥିତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ଜାତୀୟ ମେଡିକାଲ କମିସନର ମାର୍ଗଦର୍ଶିକା ଅନୁଯାୟୀ ଆବଶ୍ୟକ ଭିତ୍ତିଭୂମି ଓ ସ୍ବାସ୍ଥ୍ୟ ଉପକରଣ ଉପଲବ୍ଧ କରାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । +ଦଙ୍ଗାକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର : ସୋନାଲୀ ସାହୁ +ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଆଉ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ନାହିଁ । +ରାଜ୍ୟର ଆଇନ ଶୃଙ୍ଖଳା ବାଟବଣା ହୋଇ ନବୀନ ନିବାସରେ ଅଟକି ଯାଇଛି । +ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ସମୟରେ ବ୍ୟାପକ ମାତ୍ରାରେ ରାଜନୈତିକ ହିଂସାକୁ ରୋକିବାରେ ବିଫଳ ହୋଇଥିବା ରାଜ୍ୟ ସରକାର ବର୍ତମାନ ନିର୍ବାଚନ ପରବର୍ତୀ ହିଂସାକୁ ମଧ୍ୟ ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସାହିତ କରୁଛନ୍ତି । +ଏହା ଦ୍ୱାରା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ନିମ୍ନଗାମୀ ହୋଇ ନିୟନ୍ତ୍ରଣ ସୀମା ରେଖା ଉଲ୍ଲଂଘନ କରିଛି । +ଶାନ୍ତି ପ୍ରିୟ ଓଡିଶାରେ ପ୍ରତିଦିନ ରାଜନୈତିକ ହିଂସା ଘଟିବା ନିହାତି ଚିନ୍ତାର କାରଣ ସାଜିଛି । +ହିଂସାକାଣ୍ଡକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ଉଦ୍ୟମର ଅଭାବ ଆହୁରି ଅଧିକ ଚିନ୍ତାର କାରଣ ସାଜିଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ କହିଛନ୍ତି । +ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କେନ୍ଦୁଝର ଜିଲ୍ଲା ଯୋଡା ଗସ୍ତ କରି ସେଠାରେ ସଂପ୍ରତି ଘଟିଯାଇଥିବା ଘଟଣା ଓ ଆଇନଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିବା ସହିତ ସ୍ଥାନୀୟବାସିନ୍ଦା ଏବଂ ପ୍ରଶାସନ ସହ ଆଲୋଚନା କରିଥିଲେ । +ଏହି ପ୍ରତିନିଧି ଦଳରେ ବିଧାୟକ ନାଉରୀ ନାୟକ, ନବଚରଣ ମାଝୀ. ଡ.ବୁଧନ ମୁର୍ମୁ, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀ ଶର୍ମା ପ୍ରମୁଖ ସାମିଲ ଥିଲେ । +କେନ୍ଦୁଝର ଜିଲ୍ଲା ଯୋଡାରେ ଗତ ୭୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବହୁ ଶାନ୍ତିପୂର୍ଣ୍ଣ ଭାବେ ରାମନବମୀ ପାଳନ ହୋଇଆସୁଛି । +ଏହି ବିଷୟରେ ସ୍ଥାନୀୟ କଲେକ୍ଟର ଓ ଏସପି ଭଲ ଭାବେ ଅବଗତ ଅଛନ୍ତି । +ପରଂପରା ଅନୁଯାୟୀ ଚଳିତ ବର୍ଷ ମଧ୍ୟ ରାମ ନବମୀ ପାଳନ ଅବସରରେ ଧାର୍ମିକ ଭାବନାକୁ ସମ୍ମାନ ଜଣାଇ କିଛି ଲୋକ ପତାକା ଲଗାଇବାକୁ ଏକ ମନ୍ଦିରକୁ ଯାଇଥିଲେ । +ହଠାତ୍ ଅନ୍ୟ ଏକ ଗୋଷ୍ଠୀ ଆକ୍ରୋଶମୂଳକ ଉଦ୍ଦେଶ୍ୟ ରଖି ପତାକା ନଲଗାଇବାକୁ କହିବା ସହିତ ହିଂସାତ୍ମକ ଆଚରଣ ଆରମ୍ଭ କରିଦେଇଥିଲେ । +ଏପରିକି ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଛାଇନଥିଲେ । +ଶାନ୍ତି ବୈଠକ ଅନୁଷ୍ଠିତ ନହେବା, ଘଟଣା ଦିନ ଉଭୟ କଲେକକ୍ଟର ଓ ଏସପି ଉପସ୍ଥିତ ନରହିବା ଘଟଣା ସାଧାରଣରେ ବହୁ ସନ୍ଦେହ ସୃଷ୍ଟି କରିଛି । +ଶାନ୍ତିପ୍ରିୟ ଯୋଡା ଅଂଚଳରେ ଧର୍ମ ଓ ସଂପ୍ରଦାୟ ଆଳରେ ଉତେଜନା ପ୍ରକାଶ ପାଇବା ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଅପାରଗତା ଉପରେ ବହୁ ପ୍ରଶ୍ନ ସୃଷ୍ଟି କରିଛି ବୋଲି ଶ୍ରୀମତୀ ସାହୁ କହିଛନ୍ତି । +ରାଜ୍ୟ ସରକାର ଓଡିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ସହ ଖେଳ ଖେଳୁଚନ୍ତି । +କେନ୍ଦୁଝର ଜିଲ୍ଲାପାଳ ଆଇନ ଅମାନ୍ୟ ଅଭିଯୋଗରେ ଜାତୀୟ ଜନଜାତି ଆୟୋଗଙ୍କ ଦ୍ୱାରା ପଳାତକ ଘୋଷିତ ହୋଇଛନ୍ତି । +ଯେଉଁ ଜିଲ୍ଲାର ଜିଲ୍ଲାପାଳ ଆଇନକୁ ଅମାନ୍ୟ କରନ୍ତି, ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି କେମିତି ଠିକ୍ ରହିବ? ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । +ମାଡ ଖାଇଥିବା ଲୋକଙ୍କୁ ପୋଲିସ ଗିରଫ କରିଥିବାବେଳେ ମାଡ ମାରିଥିବା ଲୋକ ଖୋଲାଖୋଲି ବୁଲୁଛନ୍ତି । +ହୀନ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ କେନ୍ଦୁଝର ଜିଲ୍ଲାବାସୀଙ୍କ ଭାଇଚାରାକୁ ନଷ୍ଟ କରୁଛନ୍ତି । +ଧର୍ମ ନିରପେକ୍ଷତାର ଦ୍ୱାହି ଦେଇ ଓଡିଶାବାସୀଙ୍କୁ ମିଛଠାରେ ବିଭ୍ରାନ୍ତ କରୁଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ । +ପ୍ରକୃତ ଦୋଷୀଙ୍କୁ ଦଣ୍ଡ ଦିଆଯାଉ ଏବଂ ନିର୍ଦ୍ଦୋଷମାନଙ୍କ ଉପରେ ଅତ୍ୟାଚାର ବନ୍ଦ କରିବାକୁ ଶ୍ରୀମତୀ ସାହୁ ଦାବୀ କରିଛନ୍ତି । +ଏହି ଅବସରରେ କୃଷକ ମୋର୍ଚ୍ଚା ରାଜ୍ୟ ମିଡିଆ ସଂଯୋଜକ ହିତେଶ ମହାପାତ୍ର ଉପସ୍ଥିତ ଥିଲେ । +ସ୍ବାଧୀନ ପ୍ରାର୍ଥୀଙ୍କ ହାତକୁ ଗଲା ଗୁଣପୁର ପୌର ପରିଷଦ ଅଧ୍ୟକ୍ଷ ପରେ ଉପାଧ୍ୟକ୍ଷ ପଦବିରେ… +ବିଜେଡି ହାତରୁ ଖସିଲା ଗୁଣପୁର ପୌର ପରିଷଦ । +ଅଧ୍ୟକ୍ଷ ପରେ ଉପାଧ୍ୟକ୍ଷ ନିର୍ବାଚନରେ ମଧ୍ୟ ବାଜିମାତ୍ କରିଛନ୍ତି ସ୍ବାଧୀନ ପ୍ରାର୍ଥୀ । +ଗୁଣପୁର ପୌର ପରିଷଦ ସ୍ବାଧୀନ ପ୍ରାର୍ଥୀଙ୍କ କବଜାକୁ ଯାଇଥିବା ବେଳେ ରାୟଗଡ଼ା ପୌର ପରିଷଦ ଓ ଗୁଡାରି ଏନଏସିକୁ ନିଜ କବଜାରେ ରଖିବାରେ ସକ୍ଷମ ହୋଇଛି ବିଜେଡି । +ଶାସକ ବିଜେଡିକୁ ଚକମା ଦେଇ ପୌର ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ମମତା ଗୌଡ଼ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । +ଆଜି ଅନୁଷ୍ଠିତ ଉପାଧ୍ୟକ୍ଷ ନିର୍ବାଚନରେ ମମତାଙ୍କ ସ୍ବାମୀ ତଥା ପୂର୍ବତନ ପୌରାଧ୍ୟକ୍ଷ ସାନ ଗୌଡ଼ ଉପାଧ୍ୟକ୍ଷ ଭାବେ ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । +ଗୁଣପୁର ପୌର ପରିଷଦର ୧୯ ୱାର୍ଡରୁ ୧୧ଟି ୱାର୍ଡରେ ସାନ ଗୌଡ଼ଙ୍କ ସମର୍ଥିତ ପ୍ରାର୍ଥୀ ବିଜୟୀ ହାସଲ କରିଛନ୍ତି । +ଅନ୍ୟ ୮ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ । +ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ପକ୍ଷରୁ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିଲେ । +ଫଳରେ ନିର୍ବାଚନ ଅଧିକାରୀ ସାନଙ୍କୁ ବିଜୟୀ ଘୋଷଣା କରିଥିଲେ । +ଉପାଧ୍ୟକ୍ଷ ନିର୍ବାଚନରେ ଅପ୍ରତିଦ୍ବନ୍ଦୀ ହୋଇଥିବା ସାନ ଅଧ୍ୟକ୍ଷ ପଦବି ପାଇଁ ହୋଇଥିବା ପ୍ରତ୍ୟକ୍ଷ ନିର୍ବାଚନରେ ଖୁବ୍ ସଂଘର୍ଷ କରିଥିଲେ । +କାର୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ +ଅଭିନବ ଉପାୟରେ କାର ଲୁଟ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ୍ । +ଜଣେ ଆର୍‌ଟିଓ ଦଲାଲଙ୍କ ସମେତ ତିନି ଜଣ ଗିରଫ । +ଏମାନଙ୍କୁ ଗିରଫ କରିଛି ଭୁବନେଶ୍ୱର ପୁଲିସ୍ । +ତାଳ ଗଛ ଉପରୁ ପଡି ଯୁବକ ଜଣକ ଗୁରୁତର +କାଲିମେଳା ତା ୨୪/୪ ବର୍ତମାନ ବର୍ଷା ପବନ ଆସିବା ଆରମ୍ଭ ହୋଇଛି । +ଅନ୍ଯପଟେ ଦୁଇଦୁଇ ଥର ଏ ଅଞ୍ଚଳରେ ଘୂର୍ଣ୍ଣିଝଡ଼ କାଳ ବୈଶାଖୀ ପ୍ରବଳ ପବନ ଯୋଗୁ କାହାର ଚାଳଛପର ଉଡିଯାଇଛି ତ କାହାର ଘର ଉପରେ ଗଛ ପଡି ଘରଦ୍ଵାର ନଷ୍ଟ ହୋଇ ଯାଇଛି । +ଏପରି ସ୍ଥିତିର ଘରକୁ କେତେକ ଲୋକ ମରାମତି କରିଛନ୍ତି ତ ଆଉ କେତେକ ଘରର ପୁରୂଣା ଗତ ବର୍ଷ ର ତାଳ ପତ୍ର ଛପର ବାହାର କରି ନୂଆ ତାଳ ପତ୍ର ଛପର କରିଥାନ୍ତି ପ୍ରତ୍ୟେକ ବର୍ଷ ପାଣି କେମିତି ଘରର ଭିତରେ ନଗଳୁ ବୋଲି ଏହି ଉଦ୍ଯାଶରେ ନିଜ ଘର ଛପର ପାଇଁ ତାଳ ଗଛରେ ଚଢି ପତ୍ର କାଟୁଥିବା ବେଳେ ଖସି ପଡି ଯୁବକ ଗୁରୁତ୍ତର, ଏପରି ଅଭାବ ନୀୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗି ୱାଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆର୍ଣ୍ଣମାଳା ଗ୍ରାମରେ ଗ୍ରାମର ଭିମା କବାସୀଙ୍କ ୨୯ ବର୍ଷ ବୟସ ର ପୁଅ ମୁକା କବାସୀ ଆଜି ସକାଳେ ନିଜ ଘର ଛପର ପାଇଁ ନିଜ ଜମିରେ ଥିବା ତାଳ ଗଛକୁ ଚଢି ତାଳ ପତ୍ର କାଟୁଥିଲା ବେଳେ କୌଣସି କାରଣରୁ ତଳକୁ ଖସି ପଡ଼ିଥିଲେ ଫଳରେ ତାଙ୍କର ଗଳାର ହାଡ ଭାଙ୍ଗିଯାଇଛି ବୋଲି ସୂଚନା ମିଳିଛି । +ତାଙ୍କୁ ପରିବାର ଲୋକେ ସଂଗେ ସଂଗେ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ନିକଟତମ ଏମ:ପି:ଭି :୨୧ ଗ୍ରାମ ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଏଠାରୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । +ପୁଣି ଏଠାରୁ ଅବସ୍ଥା ସଂକଟାପନ୍ନ ଥିବା ଯୋଗୁ ଉନ୍ନତ ମାନର ଚିକିତ୍ସା ସକାଶେ ଜିଲ୍ଲାର ମୂଖ୍ଯ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି । +ଏଣିକି ଦକ୍ଷତା ଆଧାରରେ ବଢ଼ିବ ଦରମା +ନୂଆଦିଲ୍ଲୀ: ସପ୍ତମ ବେତନ ଆୟୋଗ (କମିସନ)ଙ୍କ ସୁପାରିସ କାର୍ଯ୍ୟକାରୀ ଦ୍ବାରା କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ଅନେକ ଲାଭବାନ ହୋଇଛନ୍ତି । +୨୦୧୬ ଜାନୁଆରୀଠାରୁ ଦେଶରେ ସପ୍ତମ ବେତନ କମିସନ ଲାଗୁ କରାଯାଇଥିଲା । +କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କ ବେତନ ଢାଞ୍ଚା ନିର୍ଦ୍ଧାରଣ ଲାଗି କେନ୍ଦ୍ର ସରକାର ବେତନ କମିସନ ଗଠନ କରିଥାନ୍ତି । +କମିସନଙ୍କ ସୁପାରିସ ଆଧାରରେ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ବେତନ ଢାଞ୍ଚା ନିର୍ଦ୍ଧାରଣ କରିଥାନ୍ତି । +ରାଜ୍ୟ ସରକାରଗୁଡିକ ମଧ୍ୟ ନିଜ କର୍ମଚାରୀଙ୍କ ବେତନକୁ କମିସନଙ୍କ ସୁପାରିସ ଆଧାରରେ ଧାର୍ଯ୍ୟ କରିଥାନ୍ତି । +ଗୋ ମାତା ପ୍ରେମୀ ଜୋତିପ୍ରକାଶଙ୍କ +ଅଭନବ ଉପାୟରେ ଗୋମାତାଙ୍କ ସୁରକ୍ଷା….. +ହରଭଙ୍ଗା :18/05.. ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ରେ ଅସନ୍ତୁଳିତ ଜୀବଜଗତ!ଗ୍ରୀଷ୍ମ ପ୍ରଭାବରେ ଚାରିଆଡେ ପାଣି ଟିକେ ପାଇଁ ହା ହା କାର!ଏହାକୁ ଆଖିଆଗରେ ରଖି ଏକ ଅଭିନଵ ଉପାୟରେ ଗୋ ମାତାଙ୍କ ସୁରକ୍ଷା ଓ ସେବାରେ ଗୋ ମାତା ସେବକ ସମାଜ ସେବୀ ଜୋତି ପ୍ରକାଶ!ଆଜି ସେ ଗୋ ମାତାଙ୍କ ପିଇବା ପାଣି ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ବଜାର ର ବିଭିନ୍ନ ସ୍ଥାନରେ 20ଗୋଟି ପାଣି କୁଣ୍ଡ ର ସୁବ୍ୟବସ୍ଥା କରିଛନ୍ତି!ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଗୋ ମାତାଙ୍କ ସେବା ପାଇଁ ଜନସାଧାରଣ ଙ୍କୁ ଏକ ନୂଆ ଦିଗଦର୍ଶନ ଦେଇଥିବା ଚର୍ଚ୍ଚା ଚାଲିଛି! +ଛତିଶଗଡ଼ରେ ହେଲିକପ୍ଟର ଦୁର୍ଘଟଣା: ୨ ପାଇଲଟ ମୃତ, ସେମାନଙ୍କ ମଧ୍ୟରୁ ଜଣେ ଓଡିଆ +ଛତିଶଗଡ଼ରେ ହେଲିକପ୍ଟର ଦୁର୍ଘଟଣା । +ରାୟପୁରର ସ୍ୱାମୀ ବିବେକାନନ୍ଦ ଏୟାରପୋର୍ଟରେ ଆଜି ରାତି ୯ଟା ୧୦ ବେଳେ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି । +ଏଥିରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି । +ଏମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ମଧ୍ୟ ରହିଥିବା କୁହାଯାଉଛି । +ତେବେ ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଏନେଇ ଅଧିକ ତଦନ୍ତ କରାଯାଉଛି । +ମୀନାକ୍ଷୀଙ୍କ ସ୍ୱପ୍ନ ସାକାର କରିବ କିସ୍‍ ଫାଉଣ୍ଡେସନ୍‍ +କନ୍ଧମାଳର ଝିଅ ମୀନାକ୍ଷୀ ମଲ୍ଲିକଙ୍କ ସ୍ୱପ୍ନ ସାକାର କରିବ କିସ୍‍ ଫାଉଣ୍ଡେସନ୍‍ । +କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକ୍‍ ଅନ୍ତର୍ଗତ ଗଇବନ୍ଧ ଗ୍ରାମର ମେଧବୀ ଛାତ୍ରୀ ମୀନାକ୍ଷୀଙ୍କ ପିଲା ଦିନର ସ୍ୱପ୍ନ ଥିଲା ଭବିଷ୍ୟତରେ ଡାକ୍ତରୀ ପାଠ ପଢ଼ି ଲୋକଙ୍କ ସେବା କରିବେ । +କିନ୍ତୁ ବାପା ଜଣେ ନାମ ମାତ୍ର ଚାଷୀ ହୋଇଥିବାରୁ ଆର୍ଥିକ ଅନଟନ ଯୋଗୁଁ ମାଟ୍ରିକ୍‍ ପାସ୍‍ ପରେ କ’ଣ କରିବେ ସେ ବିଷୟରେ ମୀନାକ୍ଷୀ ଚିନ୍ତା କରିପାରୁ ନଥିଲେ । +ମୀନାକ୍ଷୀଙ୍କ ଡାକ୍ତରୀ ପଢ଼ିବାର ସ୍ୱପ୍ନ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିବା ପରେ ଏଥିପାଇଁ ତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ । +ପ୍ରତିଶ୍ରୁତି ଅନୁସାରେ କିସରେ ଯୁକ୍ତ ଦୁଇ ବିଜ୍ଞାନରେ ମୀନାକ୍ଷୀଙ୍କ ନାମ ଲେଖାଯାଇଥିଲା । +ଚଳିତବର୍ଷ ମୀନାକ୍ଷୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଉଥିବା ବେଳେ ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍‍ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । +ଏଥିପାଇଁ କିସ୍‍ର ଅଧ୍ୟାପକମାନେ ତାଙ୍କୁ ଉପଯୁକ୍ତ ମାର୍ଗ ଦର୍ଶନ କରାଉଛନ୍ତି । +ନିଟ୍‌ରେ କୃତକାର୍ଯ୍ୟ ହେବାପରେ ମୀନାକ୍ଷୀଙ୍କ ଡାକ୍ତରୀ ପଢ଼ାର ସମସ୍ତ ଦାୟିତ୍ୱ କିସ୍‍ ଫାଉଣ୍ଡେସନ୍‍ ନେବ । +ପୋଖରୀ ରେ ଭାସୁଛି ମହିଳାଙ୍କ ଶବ +ଫୁଲବାଣୀ -23/6 ପୋଖରୀ ରେ ଭାସୁଛି ମହିଳାଙ୍କ ଶବ । +ସକାଳୁ ସକାଳୁ ଗାଁ ଲୋକେ ପୋଖରୀ କୁ ଗାଧେଇବାଲାଗି ଯାଇଥିବାବେଳେ ଶବ ଭାସୁଥିବା ଦେଖି ପାଟି କରିବା ଫଳରେ ଗାଁ ରେ ଚାଞ୍ଚଲ୍ୟ ଖେଳିଯାଇଥିଲା । +ଭାସୁଥିବା ଶବ କାହାର ଓ କିଏ କାହିଁକି ହତ୍ୟା କରି ଶବ ଫୋପାଡ଼ି ଦେଇଛି, ନା ମହିଳା ଜଣଙ୍କ ଆତ୍ମହତ୍ୟା ସେନେଇ ଚର୍ଚା ଯୋର ଧରିଥିଲା । +ଘଟଣା ଟି ଦାରିଂବାଡ଼ି ଥାନା ଶ୍ର । +ନି କେତା ଅଂଚଳର । +ଶେଷରେ ଗ୍ରାମବାସି ପୋଲିସ କୁ ଜଣାଇବା ପରେ ପୋଲିସ ପହଂଚି ଶବ ଉଦ୍ଧାର କରିଥିଲା । +ମୃତାମହିଳା ଜଣଙ୍କ ସେହି ଗ୍ରାମ ର ତପୀସା ପ୍ରଧାନ ବୋଲି ଜଣାପଡିଛି । +ପୋଲିସ ଶବ ଜବତ କରି ମୃତ୍ଯୁ ର ତଦନ୍ତ କରୁଛି । +ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ଜଣାପଡିବ ବୋଲି ତଦନ୍ତ କରି ଅଫିସର କହିଛନ୍ତି । +ଏସସିବିରେ ୧୩ ଦିନ ହେଲାଣି ପଡି ରହିଛି କଏଦୀଙ୍କ ମୃତଦେହ : ଶବ ସତ୍କାର କରାଯାଉନି କିମ୍ବା ତାଙ୍କ… +ଦୁଇ ସପ୍ତାହ ହେଲାଣି କଟକ ଏସସିବି ମେଡିକାଲରେ ପଡିରହିଛି ବିଦେଶୀଙ୍କ ମୃତଦେହ । +୧୩ ଦିନ ଧରି ମୃତଦେହ ପଡି ରହିଥିଲେ ମଧ୍ୟ ନାଁ ଶବର ସତ୍କାର କରାଯାଉନାହିଁ କିମ୍ବା ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇପାରୁନାହିଁ । +ଏକ ସାଇବର ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ୨୦୧୮ରେ ନାଇଜେରିଆର ନ୍ୱାବୁଜେ ଚୁକ୍ୟୁଡି ଭିନସେଂଟଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା । +ଭୀମ୍‌ସାରରେ କୋଭିଡ଼ ରୋଗୀ ମୃତ୍ୟୁ ମାମଲା, ମୃତକ ପରିବାରକୁ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ… +କଟକ ୨୩ । +୦୩ : ଭିମ୍‌ସାରେ କୋଭିଡ଼ ରୋଗୀ ମୃତ୍ୟୁ ଅଭିଯୋଗ ମାମଲା । +ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । +ଦୁଇ ମୃତକଙ୍କ ପରିବାରକୁ ୫ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । +ଏହାସହିତ ବାକି ୧୧ ପରିବାରକୁ ୫୦ ହଜାର ଲେଖାଏଁ ଦେବାକୁ ନିର୍ଦ୍ଦେଶ ରହିଛି । +ମେ ୨ ତାରିଖ ସୁଦ୍ଧା କ୍ଷତିପୂରଣ ଦେବେ ରାଜ୍ୟ ସରକାର । +ବିଶ୍ୱ ପରିବେଶ ଦିବସରେ ବେଳାଭୂମୀକୁ ସ୍ୱଚ୍ଛ କଲେ ସୋଆ ଛାତ୍ରଛାତ୍ରୀ +ଭୁୁବନେଶ୍ୱର, ୬/୦୬: ପ୍ଲାଷ୍ଟିକ୍‌ର ବ୍ୟବହାର ପରିବେଶକୁ ପ୍ରଦୂଷିତ କରୁଛି । +ଏହାର ବ୍ୟବହାର ଯୋଗୁଁ ଭବିଷ୍ୟତରେ ସାରା ବିଶ୍ୱରେ ପରିବେଶ ଜନିତ ସଂକଟ ଦେଖାଯିବ । +ତେଣୁ ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶକୁ ସ୍ୱଚ୍ଛ ରଖିବାର ପ୍ରୟାସ କରି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱ ବିଦ୍ୟାଳୟର ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ବେଳାଭୂମୀ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । +ପୁରୀ ଜିଲ୍ଲାର ଜାହାନିଆ ସମୁଦ୍ର ବେଳାଭୂମିକୁ ସୋଆ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଫା କରାଯାଇଥିଲା । +ଛାତ୍ରଛାତ୍ରୀ ମାନେ ବେଳାଭୂମିରେ ପଡିଥିବା ପ୍ଳାଷ୍ଟିକ ଆବର୍ଜନା, ଭଙ୍ଗାକାଚ, ଗୁଟଖା ଜରି, ବିଭିନ୍ନ ବ୍ୟବହୃତ ପାନୀୟର ପ୍ୟାକେଟ ଇଦ୍ୟାଦିକୁ ଉଠାଇ ଡଷ୍ଟବିନ୍‌ରେ ପକାଇଥିଲେ । +ଆଗାମୀ ଭବିଷ୍ୟତରେ ପ୍ଳାଷ୍ଟିକ୍ କିପରି ପରିବେଶ ପାଇଁ ଏକ ବଡ଼ ସମସ୍ୟାର କାରଣ ପାଲିଟିବାକୁ ଯାଉଛି ସେ ନେଇ ବେଳାଭୂମିକୁ ଆସିଥିବା ପର୍ଯ୍ୟଟକମାନଙ୍କୁ ଅବଗତ କରାଇବା ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନ କରାଇଥିଲେ । +ଏହି କାର୍ଯ୍ୟକ୍ରମରେ ସୋଆର ଏନ୍‌ଏସ୍‌ଏସ୍ ପ୍ରୋଗ୍ର୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଖମାରୀ ଶର୍ମା “କେବଳ ମାତ୍ର ଗୋଟିଏ ପୃଥିବୀ”ର ସ୍ଲୋଗାନ୍ ଦେଇ ପରିବେଶକୁ ସଫା ରଖିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । +ସଫେଇ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀଙ୍କ ସହିତ ପ୍ରୋଗ୍ରାମ ଅଫିସର ଡକ୍ଟର କମଳ ଲୋଚନ ମହାନ୍ତ ଓ ଡକ୍ଟର ଶାନ୍ତିଲତା ଚମ୍ପତି ଯୋଗ ଦେଇଥିବା ବେଳେ ଆଉଟରିଚ ସହକାରୀ ମ୍ୟାନେଜର ପ୍ରତୀକ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । +ସୋଆ ବିଶ୍ୱବିଦ୍ୟାଳୟର କେତେକ ଆନ୍ତର୍ଜାତିକ ଛାତ୍ରଛାତ୍ରୀଙ୍କ ସମେତ ୭୦ ଜଣ ସ୍ୱେଚ୍ଛାସେବୀ ଏହି ବେଳାଭୂମି ସଫେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । +ମହାରାଜ ପାଲ୍ଲୀ ରେ ଏକ ତାଲିମ ଶିବିର +ମାଲକାନଗିରି : ୧୫/୫/୨୨ କାଲିମେଳା ବ୍ଳକରେ ମୋ ଚାଟଶାଳିରେ ପଢ଼ାଉଥିବା ସ୍ବେଛାସେବୀ ମାନଙ୍କୁ ନେଇ ମହାରାଜ ପାଲ୍ଲୀ ଗ୍ରାମଠାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । +କରୋନା କାଳରେ ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ବ ସମୟଧରି ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିଲା । +ଫଳରେ ଛାତ୍ରଛାତ୍ରୀ ମାନେ ଶିକ୍ଷାଦାନରୁ ବଞ୍ଚିତ ହୋଇ ରହିଥିଲେ । +ଆଦିବାସୀ ଅଧୁଷିତ ଗ୍ରାମ ଗୁଡିକରେ ପିଲାମାନଙ୍କ ପାଠରେ ଡୋରି ଲାଗିଥିଲା । +ଏହାକୁ ଦୃଷ୍ଟିରେ ରଖୀ ପିଲାମାନେ କିପରି ନିୟମିତ ପାଠ ପଢି ପାରିବେ ସେଥୂପାଇଁ ଶ୍ରମଜୀବି ସଂଗଠନ ଓ ମହିଳା ଶ୍ରମଜୀବି ସଂଗଠନ ପକ୍ଷରୁ ସ୍ବେଚ୍ଛାସେବୀ ଯୁବକ ଯୁବତୀ ମାନଙ୍କୁ ନେଇ ମାଲକାନଗିରି ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ମୋ ଚାଟଶାଳୀ ଖୋଲାଯାଇ ପିଲା ମାନଙ୍କୁ ପାଠ ପଢ଼ାଯାଇଥିଲା । +ଶ୍ରମଜୀବି ସଂଗଠନ ତରଫରୁ ଅନୁଷ୍ଠିତ ଏହି ତାଲିମ ଶିବିରରେ ବ୍ଲକର ୪୬ ଜଣ ସ୍ବେଛାସେବୀ ଯୋଗ ଦେଇଥିଲେ । +ମହାରାଜ ପାଲ୍ଲୀ ସରପଞ୍ଚ ମୁତା ସୋଡି, ମାଲାବରମ ସରପଞ୍ଚ ଦୂର୍ଗା ମାଢି, ତାଣ୍ଡବାଇ ସରପଞ୍ଚ ସତ୍ୟ ମାଡକାମୀ, ଓଡିଶା ଶ୍ରମଜୀବି ମଞ୍ଚ ସଦସ୍ୟ ପଞ୍ଚାନନ ପ୍ରଧାନ, ମହିଳା ଶ୍ରମଜୀବୀ ସଂଗଠନ ସଭାନେତ୍ରୀ ଏରେ ମାଢି, ମହିଳା ଶ୍ରମଜୀବି ସଂଗଠନ ସଦସ୍ୟ ମୁକୁନ୍ଦ ମାଡକାମୀ, ସନ୍ତୁରୁ ମାଢି, ସୋମେ ପଡ଼ିଆମୀ ଓ ଇର୍ମା ସୋଢ଼ି ପ୍ରମୁଖ ଉପସ୍ଥିତ ରହି ମୋ ଚାଟଶାଳୀର ଆବଶ୍ୟକତା ସମ୍ପର୍କରେ କହିଥିଲେ । +ଏହି ଅବସରରେ ସମସ୍ତ ସ୍ବେଛାସେବୀ ଯୁବକ ଯୁବତୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । +ବିଜେପି ସମବାୟ ପ୍ରକୋଷ୍ଠର ପଦାଧିକାରୀଙ୍କ ନାମ ଘୋଷଣା +ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ବିଜେପି ରାଜ୍ୟ ସମବାୟ ପ୍ରକୋଷ୍ଠର ସଂଯୋଜକ ଶ୍ରୀ ପବିତ୍ର ମୋହନ ଦାଶ ୧୬ଟି ସମବାୟ ଜିଲ୍ଲା ସଂଯୋଜକ ଓ ରାଜ୍ୟର ବିଭିନ୍ନ ସମବାୟ ବିଭାଗର ୧୬ଟି ଶୀର୍ଷ ସମବାୟର ସଂଯୋଜକ ନାମ ଘୋଷଣା କରାଯାଇଛି । +ବିଭିନ୍ନ ସମବାୟ ଜିଲ୍ଲା ସଂଯୋଜକ ଭାବେ ଅନୁଗୁଳ – ରାମଚନ୍ଦ୍ର ପାତ୍ର; ଆସ୍କା – ଅରୁଣ କୁମାର ପଣ୍ଡା; ବାଲେଶ୍ୱର – ସର୍ବେଶ୍ୱର ମହାନ୍ତି; ବୌଦ୍ଧ – ସୁବାଷ ପ୍ରଧାନ; ବାଙ୍କୀ – ଅଜୟ ମୁଦୁଲୀ; କଟକ – ବିଜୟ ରାଉତରାୟ; କେନ୍ଦ୍‌ୁଝର – ଅଜୟ ସାହୁ; ଖୋର୍ଦ୍ଧା – ପ୍ରଶାନ୍ତ ଆଦିତ୍ୟ; କୋରାପୁଟ – ଅରୁଣ ଭଟ୍ଟମିଶ୍ର; ମୟୁରଭଞ୍ଜ – ବରୁଣ ଦେ; ନୟାଗଡ଼ – ପ୍ରସନ୍ନ ଦାସ; ପୁରୀ – ପୂର୍ଣ୍ଣଚନ୍ଦ୍ର ନନ୍ଦ; ସୁନ୍ଦରଗଡ – ସୁକ୍‌ଲାଲ ମୁଣ୍ଡା; ବହ୍ମପୁର – ନାରାୟଣ ପଣ୍ଡା ; ଭବାନିପାଟଣା – ଶରତ ନାୟକ ଏବଂ ବଲାଙ୍ଗିର – ରାଜକିଶୋର ମେଣ୍ଡଲି ନାମ ଘୋଷଣା କରାଯାଇଛି । +୫-ଟି ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ୟ୍ୟାୟ, ସାମିଲ ହେଲେ ୨୯୦୮ଟି ସ୍କୁଲ । + ସ୍କୁଲ ରୂପାନ୍ତରଣ… +ଜୁଆ ଆଡ୍ଡାରେ ପୋଲସର ଚଢଉ, ୨୨ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜବତ ୩ ଗିରଫ । +ମାଲକାନଗିରି,୧୬ । +୫ (): ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମଭି-୭ ଗାଁରେ ଜୁଆ ଖେଳ ଜାରି ରହିଥିବା ବେଳେ ଖବର ପାଇ ଉକ୍ତ ଜୁଆ ଆଡ୍ଡାରେ ପୋଲିସ ଚଢଉ କରି ୩ଜଣଙ୍କୁ ଗିରଫ କରିଛି । +ସୂଚନା ଅନୁଯାୟୀ ମାଲକାନଗିରି ଆଦର୍ଶ ଥାନା ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ଜାରି ରହିଥିବା ବେଳେ ଏମଭି-୭ ଗ୍ରାମର ନିକଟରେ ଜୁଆଆଡ୍ଡା ଚାଲିଥିବା ଜାଣିବାକୁ ପାଇଥିଲେ । +ମାଲକାନଗିରି ପୋଲିସ ସେଠାକୁ ଯାଇ ଜୁଆ ଆଡ୍ଡାରେ ଚଢଉ କରିଥିଲେ । +ପୋଲିସକୁ ଦେଖି ଅନେକ ଜୁଆଡି ସେଠାରୁ ଦୌଡି ପଳାଇବାରେ ସକ୍ଷମ ହୋଇଥିବା ବେଳେ ପୋଲିସ ୩ଜଣଙ୍କୁ କାବୁକରି ଗିରଫ କରିଥିଲେ । +ଅନେକ ଜୁଆଡି ନିଜ ଟଙ୍କା ନେଇ ସେଠାରୁ ଫେରାର ହୋଇ ଯାଇଥିବା ବେଳେ ପୋଲିସ ଉକ୍ତ ଜୁଆ ଆଡ୍ଡାରୁ ମୋଟ ୨୨ହଜାର ୨୩୦ଟଙ୍କା ଓ ଅନେକ ତାସ୍ ମୁଠା ଜବତ କରିଥିଲେ । +ମେୟରଙ୍କ ମହାନତା; ନିଜେ ଉଠାଇଲେ କୁକୁର ଶବ +କଟକ ମହାନଗର ନିଗମ୍‌ (ସିଏମ୍‌ସି)ର ମେୟର ସୁବାସ ସିଂଙ୍କ ମହାନତା । +ନିଜେ ଉଠାଇଲେ ରାସ୍ତାରେ ମରି ପଡିଥିବା କୁକୁରର ମୃତଦେହ । +ଅପେକ୍ଷା କଲେନି ସିଏମସିର ଶବଉଠା ଗାଡିକୁ । +ମେୟରଙ୍କ କାର୍ଯ୍ୟକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶଂସା କରାଯାଉଛି । +ମନ୍ତ୍ରୀ ପ୍ରଦୀପ ଅମାତ ଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉଦଘାଟିତ +ବୌଦ୍ଧ,୨୮ା୬ : ବୌଦ୍ଧର ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ,ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ କରକଳମରେ ଉଦଘାଟିତ ହୋଇଯାଇଛି । +ଏହି ମନ୍ଦିରର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କା ସହାୟତା ରାଶି ଯୋଗାଇଦେଇଥିବାବେଳେ ବିଧାୟକ ପାଣ୍ଠି ଓ ବିଭିନ୍ନ ଅନୁଦାନରୁ ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଥିଲା । +ରାଜାଙ୍କ ସମୟରେ ନିର୍ମିତ ମନ୍ଦିରର ଉପରି ଭାଗରେ ଅନେକ ଫାଟ ଦେବା ସହିତ ଭିତରେ ପାଣି ଗଳୁଥିବାବେଳେ ଯନ୍ତ୍ରୀମାନଙ୍କ ପରାମର୍ଶକ୍ରମେ ସଂପୁର୍ଣ୍ଣ ମନ୍ଦିରର ମରାମତି କରାଯାଇଥିଲା । +ମନ୍ଦିର ବେଢାର ଉନ୍ନତିକରଣ ସହିତ,ଏକ କଲ୍ୟାଣମଣ୍ଡପ ନିର୍ମାଣ,ମନ୍ଦିର ସମ୍ମୁଖ ମଧ୍ୟ ଉନ୍ନତିକରଣ କରାଯାଇଛି । +ଅରୁଣ ସ୍ତମ୍ବ ନିକଟରେ ଶ୍ରଦ୍ଧାଳୁମାନଙ୍କ ପାଦ ଧୋଇ ମନ୍ଦିର ପ୍ରବେଶ କରିବା ବ୍ୟବସ୍ଥା କରାଯାଇଛି । +ସେହିପରି ମନ୍ଦିର ବେଢାରେ ବିଭିନ୍ନ ଦେବାଦେବୀଙ୍କ ପାଇଁ ନୂତନ ମନ୍ଦିର ନିର୍ମାଣ ସହିତ ବିଗ୍ରହ ସ୍ଥାପନ ମଧ୍ୟ କରାଯାଇଥିଲା । +ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ସମାପନ କରାଯାଇ ମାନ୍ୟବର ମନ୍ତ୍ରୀ ଶ୍ରୀଅମାତ ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଉଦଘାଟନ କରିବା ସହିତ ଯେଉଁ ଅଧିକାରୀ ଓ କର୍ମକର୍ତ୍ତାମାନେ ଏଥିପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିଥିଲେ ସେମାନଙ୍କୁ ମଧ୍ୟ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । +ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିରନ୍ତର ଉଦ୍ୟମ ଓ ତତ୍କାଳୀନ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାଶ ଏବଂ ତାଙ୍କର ସହକର୍ମୀ ଓ ଆର୍କିଟେକ ସୁମନ ଷଡଙ୍ଗୀଙ୍କ ଦ୍ୱାରା ଯୋଜନା ପ୍ରସ୍ତୁତ କରାଯାଇ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଥିଲା । +ମନ୍ତ୍ରୀ ଶ୍ରୀଅମାତ ମନ୍ଦିର ଚର୍ତୁପାଶ୍ୱର୍ ବୁଲି ଦେଖିବା ସହିତ କାର୍ଯ୍ୟର ପ୍ରଶଂସା କରିଥିଲେ । +ଏହି ଅବସରରେ ମନ୍ଦିର ବେଢା ଭିତରେ ବ୍ରାହ୍ମଣ ସମାଜ ପକ୍ଷରୁ ବିଭିନ୍ନ ସଂସ୍କାର କାର୍ଯ୍ୟକ୍ରମ ପାଇଁ ଏକ ମୁକ୍ତିମଣ୍ଡପ ନିର୍ମାଣ କରାଯିବାକୁ ବ୍ରାହ୍ମଣ ସମାଜର ସଂପାଦକ ଦେବାଶିଷ ପୁରୋହିତ ମନ୍ତ୍ରୀ ଶ୍ରୀଅମାତ ଓ ଜିଲାପାଳ ଶ୍ରୀମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । +ତେବେ ମନ୍ତ୍ରୀ ଶ୍ରୀଅମାତ ସେଥିପାଇଁ ଆବଶ୍ୟକୀୟ ଯାଗା ଚିହ୍ନଟ ପରେ ଅନୁଦାନ ଯୋଗଇଦେବାକୁ ପ୍ରତିଶୃତି ଦେଇଥିଲେ । +ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ,ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେବେହେରା,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱନୀ କୁମାର ମେହେର, ଉପ ଜିଲ୍ଲପାଳ ସନତ କୁମାର ନାଏକ, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ,ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ , ଜିଲା ସୂଚାନ ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ଅନେକ ବରିଷ୍ଠ ନାଗରିକ,ବୁଦ୍ଧିଜିବୀ ଓ ମନ୍ଦିର କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ । +ଅଗ୍ନିପଥ” ଯୋଜନା ବିରୁଦ୍ଧରେ A । +DSO ଏବଂ A । +DYO ପକ୍ଷରୁ ବିକ୍ଷୋଭ । +ଆଜି A । +DSO ଏବଂ A । +DYO ମୟୂରଭଞ୍ଜ ଜିଲ୍ଲା ନେତୃତ୍ଵରେ ଅଗ୍ନିପଥ ଯୋଜନା ବିରୁଦ୍ଧରେ ବାରିପଦା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । +ସୁଚନାନୁସାରେ ଗତ ଜୁନ୍ ୧୪ ତାରିଖରେ, ପ୍ରତିରକ୍ଷା କ୍ଷେତ୍ରରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଏକ ନୂତନ ଯୋଜନା ‘ଅଗ୍ନିପଥ’ ଘୋଷଣା କରାଯାଇଥିଲା, ଯାହା ଅଧୀନରେ ସୈନିକମାନଙ୍କୁ କେବଳ ୪ ବର୍ଷ ପାଇଁ ସେନାରେ ନିଯୁକ୍ତି ଦିଆଯିବ ଏବଂ ଏହା ପରେ ସେମାନଙ୍କୁ ଚାକିରିରୁ ବାହାର କରିଦିଆଯିବ । +ଚାକିରିରୁ ଅବ୍ୟାହତି ପରେ ସୈନିକ ମାନଙ୍କୁ ପେନ୍‌ସନ୍ ଏବଂ ଅନ୍ୟାନ୍ୟ ସୁବିଧା ଦିଆଯିବ ନାହିଁ । +ଏହି ଘୋଷଣା ପରେ ସାରାଦେଶରେ ଯୁବକମାନେ ଏହାର ପ୍ରତିବାଦ କରିଥିଲେ । +ଆନ୍ଦୋଳନରତ ଯୁବକଙ୍କୁ ଶାନ୍ତ କରିବା ପାଇଁ, ଯେହେତୁ କରୋନା ଯୋଗୁଁ ୨ ବର୍ଷ ଧରି ନିଯୁକ୍ତି ବନ୍ଦ ଥିବାରୁ କେବଳ ଏହି ବର୍ଷ ଯେଉଁମାନେ ନିଯୁକ୍ତି ପାଇବେ ସେମାନଙ୍କ ପାଇଁ ସ୍କିମର ସମୟ ସୀମା ୪ବର୍ଷ ବଦଳରେ ୬ ବର୍ଷ (ବୟସ- ୧୭.୫ ବର୍ଷ ରୁ ୨୩ ବର୍ଷ) କରାଯାଇଛି । +ଗୋଟିଏ ପଟେ ଅଗ୍ନିପଥ ଯୋଜନା ଭଳି ଯୁବ ବିରୋଧୀ ନୀତି ଅଣାଯାଉଛି ଏବଂ ଅନ୍ୟ ପଟେ ଆଗାମୀ ଦେଢ ବର୍ଷ ମଧ୍ୟରେ ପ୍ରଧାନ ମନ୍ତ୍ରୀ ୧୦ ଲକ୍ଷ ଚାକିରି ପ୍ରଦାନ କରିବା ପାଇଁ ଘୋଷଣା କରୁଛନ୍ତି । +ଆଶ୍ଚର୍ଯ୍ୟଜନକ ଘଟଣା ଯେ ୮ ବର୍ଷ ପରେ, ସରକାରଙ୍କର ବୋଧହୁଏ ମନେ ପଡିଛି ଯେ ସରକାରଙ୍କ ବିଭିନ୍ନ ବିଭାଗରେ ୧୦ ଲକ୍ଷ ପଦବୀ ଖାଲି ପଡିଛି, କିନ୍ତୁ ଏହା ମଧ୍ୟରେ ଏହି ସରକାର ୪ ଲକ୍ଷ ଚାକିରିକୁ ହଟାଇ ଦେଇଛନ୍ତି । +୧୦ ଲକ୍ଷ ଚାକିରି ପ୍ରଦାନର ଘୋଷଣା, ପ୍ରତିବର୍ଷ ୨ କୋଟି ଚାକିରି ପ୍ରଦାନର ପ୍ରତିଶୃତି ଭଳି ଜୁମଲାରେ ପରିଣତ ହେବ ବୋଲି ମନେ ହେଉଛି । +ସ୍ଵତଃ ଏଠାରେ ପ୍ରଶ୍ନ ଉଠୁଛି, ଯେ ଏହା ପରବର୍ତ୍ତୀ ନିର୍ବାଚନ ପାଇଁ ଏକ ନିର୍ବାଚନୀ କୌଶଳ ନୁହଁତ ? ଦେଶରେ ବେକାରୀ ସମସ୍ୟା ଭୟଙ୍କର ଭାବେ ବଢ଼ି ଚାଲିଛି । +ଯୁବକମାନେ ହତାଶ ଏବଂ ନିରାଶ | ଏଭଳି ପରିସ୍ଥିତିରେ ଯୁବକମାନଙ୍କ ମନୋବଳ ଭାଙ୍ଗିବା ପାଇଁ ଅଗ୍ନିପାଥ ପରି ଏକ ଯୋଜନା କାର୍ଯ୍ୟ କରିବ | ଦୁଇ ବର୍ଷ ଧରି କରୋନା ନାମରେ ସରକାରୀ ବିଭାଗରେ ଚାକିରି ଦିଆଯାଉ ନଥିଲା । +ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହେବା ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଯୁବକମାନେ ଆଶା କରିଥିଲେ । +ଏଭଳି ପରିସ୍ଥିତିରେ ଯୁବକମାନଙ୍କ ପାଇଁ ଏପରି ଯୋଜନା ଆଣିବା ବଜ୍ରପାତଠାରୁ କମ୍ ନୁହେଁ ବୋଲି କହିଛି ଛାତ୍ର ସଂଗଠନ । +ତେବେରୋଜଗାରର ସମସ୍ୟାକୁ ଦୂର କରିବା ପାଇଁ ସରକାର ଠୋସ୍ ପଦକ୍ଷେପ ଗ୍ରହଣ କରିବା ଉଚିତ୍, କିନ୍ତୁ ତାହା ନକରି ପ୍ରତିବଦଳରେ ସରକାରୀ ସଂସ୍ଥାଗୁଡ଼ିକରୁ ଗୋଟିଏ ପରେ ଗୋଟିଏ ସ୍ଥାୟୀ ଚାକିରି ହଟାଉଛନ୍ତି । +ଏଭଳି ଯୋଜନା ଚୁକ୍ତିଭିତ୍ତିକ ପ୍ରଣାଳୀକୁ ପ୍ରୋତ୍ସାହନ ଦେବ ଏବଂ ରୋଜଗାରର ସମସ୍ୟା ଏକ ବିକଟାଳ ରୂପ ଧାରଣ କରିବ । +ତେଣୁ A । +DSO ଏବଂ AIDYO ସରକାରଙ୍କ ନିକଟରେ ଦାବି କରିଛି ଯେ ଅଗ୍ନିପଥ ଯୋଜନା ପ୍ରତ୍ୟାହାର କରାଯାଉ ଏବଂ ସମସ୍ତ ସରକାରୀ ଅନୁଷ୍ଠାନରେ ସ୍ଥାୟୀ ନିଯୁକ୍ତି ଦିଆଯାଉ । +ଆନ୍ଦୋଳନକାରୀ ଯୁବକ ସାଥୀମାନଙ୍କୁ ଅନୁରୋଧ କରିଛି ଯେ କୌଣସି ପ୍ରକାରର ଭଙ୍ଗାରୁଜା, ପୋଡାଜଳା କିମ୍ବା ହିଂସା ପାଇଁ ନୁହେଁ ବରଂ ଏକ ସଚେତନ, ସଙ୍ଗଠିତ, ଦୀର୍ଘସ୍ଥାୟୀ, ଶାନ୍ତିପୂର୍ଣ୍ଣ ଯୁବ ଆନ୍ଦୋଳନ ଗଠନ କରିବା ପାଇଁ ଏଭଳି ଭାବରେ ଏକାଠି ହେବା ଆବଶ୍ୟକ ଯେଉଁଭଳି ଭାବେ କୃଷକମାନେ ସେମାନଙ୍କର ଦାବି ପାଇଁ ଏକତ୍ରିତ ହୋଇଥିଲେ । +ଏହି କାର୍ଯ୍ୟକ୍ରମରେ ଅଲ୍ ଇଣ୍ଡିଆ ଡି ଏସ୍ ଓ, ଓଡ଼ିଶା ରାଜ୍ୟ ଉପସଭାପତି ସୋମନାଥ ବେହେରା, ଜିଲ୍ଲା ସଂଗଠକ ମଧୁସୂଦନ ନାଏକ, ଫୁଲଚାନ୍ଦ ଲହାର, ଗୋବିନ୍ଦ ସିଂ, ଯତୀନ ବାନରା, ସିଂରାୟ ଦେଓଗାମ, ଅଲ୍ ଇଣ୍ଡିଆ ଡି ୱାଇ ଓ ବାରିପଦା ଜୋନ ସଭାପତି ପିତାମ୍ବର ନାଏକ , ସମ୍ପାଦକ ସର୍ଦ୍ଦାର ସିଂ ପ୍ରମୁଖ ନେତୃତ୍ୱ ନେଇଥିଲେ । +ରାୟଗଡ଼ା ଅବକାରୀ ଅଧୀକ୍ଷକ ଭିଜିଲାନ୍ସ ଦ୍ବାରା ଗିରଫ: ସ୍ବାମୀ ମାହାଙ୍ଗା ଥାନା ଅଧିକାରୀଙ୍କୁ ହାଜର… +ରାୟଗଡ଼ା/କଟକ: ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବାର ଖବର ମିଳିଛି । +ସୂଚନା ଅନୁଯାୟୀ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୧ଟାରେ, ରାୟଗଡ଼ାରୁ ଭୁବନେଶ୍ୱର ଯିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । +ରାୟଗଡ଼ାରୁ ସେ ଅନୈତିକ ଉପାୟରେ ଅର୍ଜିତ ଟଙ୍କା ନେଇ ଆସୁଥିବାର ଖବର ପାଇ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ନିକଟରେ ଚଢ଼ାଉ କରିଥିଲା । +ତାଙ୍କ ଗାଡ଼ିରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଥିଲା । +ଏହି ଅର୍ଥର ହିସାବ ସଂପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । +ଏହାପରେ ଶ୍ରୀମତୀ ବେଉରା ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରାଯାଉଛି । +ସାହୁ କାର ଙ୍କ ଶେ । +ଷଣ ର ଶୀକାରଶାଳ ମଞ୍ଜି ସଂଗ୍ରହକାରୀ +ଏବେ ଗାଁ ଗହଳ ର ଆଦିବାସୀମାନେ ଶାଳ ମଞ୍ଜି ସଂଗ୍ରହ କରି ବାରେ ଲାଗିପଡିଛନ୍ତି । +କି ପିଲା କି ବୁଢା ସମସ୍ତେ ଗତ ବର୍ଷ ଲକ୍ ଡାଉନ ଯୋଗୁଁ ଶାଳ ମଂଜି ସଂଗ୍ରହ ନକରି ଘରେ ରହିଥିଲେ । +ଏବର୍ଷ ଶାଳ ମଞ୍ଜି ସଂଗ୍ରହ କରି ଭଲ ଦି ପଇସା ଯେପରି ମିଳିବ ସେଥିପାଇଁ ସମସ୍ତେ ଶାଳ ମଞ୍ଜି ସଂଗ୍ରହ କରୁଛନ୍ତି । +ହେଲେ ଉପଯୁକ୍ତ ପାରିଶ୍ରମିକ ପାଉ ନ ଥିବା ସେମାନେ କହିଛନ୍ତି । +ସାହୁକାର ମାନଙ୍କ ଶେଷଣ ର ଶିକାର ହେଉଥିବା ଅଭିଯୋଗ କରି ଛନ୍ତି ସଂଗ୍ରହକାରୀ । +କିଲେ । +ପିଛ । +୨୦ରୁ ୨୫ ଟଙ୍କା ଦରରେ ଶେଷରେ ବିକ୍ରିକରୁଛନ୍ତି । +କନ୍ଧମାଳ ଜିଲ୍ଲାରେ ମୋଟ ଜଙ୍ଗଲର ଶତକଡା ୭୦ ଭାଗ କେବଳ ଶାଳ ଜଙ୍ଗଲ ରହିଛି । +ଖର । +ଦିନରେ ଶାଳଗଛ ରେ ଫୁଲ ଓ ମଞ୍ଜି ଆସିଥାଏ । +ଶାଳ ଗଛର ମଞ୍ଜି ଶୁଖିବା ପରେ ପଵନରେ ଆପେଆପେ ଝଡି ତଳେ ପଡିଥାଏ । +ସେଗୁଡିକୁ ଆଦିବାସୀ ମହିଳା ପୁରୁଷ ସମସ୍ତେ ମଞ୍ଜି ସଂଗ୍ରହ କରିଥାନ୍ତି । +କନ୍ଧମାଳ ଜିଲ୍ଲା ର ହଜାର ହଜାର ମେଟ୍ରିକ ଟନ ଶାଳ ମଞ୍ଜି ସଂଗୃହିତ ହୋଇ ଥାଏ । +ପ୍ରତିବର୍ଷ କନ୍ଧମାଳ ଜିଲ୍ଲାର ଆଦିବାସୀ ଲୋକମାନେ ଏହି ଶାଳ ମଞ୍ଜି ସଂଗ୍ରହ କରିବାପରେ ବିକ୍ରିକରି ବେଶ ଦି ପଇସା ରୋଜଗାର କରିଥାନ୍ତି । +ସାହୁକାରମାନେ ବାହାରୁ ଆସି ଶାଳ ମଞ୍ଜି କିଣି ନେଉଥିବା ବେଳେ ସ୍ଥାନୀୟ ବ୍ୟବସାୟୀମାନେ ମାନେମଧ୍ୟ କିଛି କିଛି ଶାଳ ମଞ୍ଜି କିଣୁଛନ୍ତି । +ଚଳିତବର୍ଷ ଦର କମ ରହିଛି । +ଶାଳ ମଞ୍ଜିର ସାବୁନ ଓ ତେଲ ଆଦି ପ୍ରସ୍ତତ ହୋଇଥାଏ । +ତେବେ ଉପ ଯୁକ୍ତ ମୂଲ୍ୟ ମି ଳୁ ନି ଆଦିବାସୀଙ୍କୁ । + । +ତେଵେ ବର୍ତମାନଖରା ଗରମ ଯୋଗୁଁ ଏ ତଟା କାମ ଧନ୍ଦା ନାହିଁ,ଫଳରେ ରୋଜଗାର ବି ନାହିଁ । +ଏଣୁ ଏହି ମଞ୍ଜି ସଂଗ୍ରହ କରି ବିକ୍ରି କଲେ ଦି ପଇସା ଭଲ ଲାଭ ହେବ ବୋଲି ଭାବିଥିଲେ ହେଲେ ଏବର୍ଷ ଦର ବହୁତ କମ ରହିଛି । +ତଥାପି ପରିବାର ଚଳାଇବା ପାଇଁ ଟଙ୍କାର ଆବଶ୍ୟକ ଥିବାରୁ ସେମାନେ ଦର କମ ଥିଲେ ମଧ୍ୟ ବିକ୍ରି କରୁଥିବା କହିଛନ୍ତି । +ତେବେ ସରକାର ଶାଳ ମଞ୍ଜିର ଦରବୃଦ୍ଧି କଲେ ଆଦିବାସୀମାନେ ଉପକୃତ ହୋଇପାରନ୍ତେ । +ସେ ଯାହା ହେଉନା କ ଶାଳ ମଞ୍ଜି ନିଶ୍ଚିତ ଭାବେ କନ୍ଧମାଳ ଜିଲ୍ଲାର ଆଦିବାସୀମାନଙ୍କୁ ରୋଜଗାର ଦେବାରେ ସହାୟକ ହୋଇଛି । +ଏମ ଭି :୭୯ କୁ ବ୍ଲକ ଓ ଏମ ଭି :୭୯ ଗ୍ରାମର ସ୍ବାସ୍ଥ୍ୟକେନ୍ଦ୍ରକୁ ସବ୍‌ଡିଭିଜନ କରିବା ପାଇଁ… +କାଲିମେଳା , ୨୪/୬ ବୁଧବାର ଅନୁଷ୍ଠିତ ୬୯ ତମଜିଲ୍ଲା ପରିଷଦ ବୈଠକରେ କାଲିମେଳା ବ୍ଲକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସବଡିଭିଜନ ମାନ୍ୟତା ପ୍ରଦାନ କରିବା ଓ ୬୯ ତମ ଜିଲ୍ଲା ପରିଷଦ ବୈଠକ ଏବଂ ଏମ୍ ଭି – ୭୯ ଗ୍ରାମକୁ ନୂତନ ବ୍ଲକ ଗଠନ କରିବାକୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ ଦାବି ଉପସ୍ଥାପନ କରିଥିବା ଜଣାପଡିଛି । +ମାଲକାନଗିରି ଜିଲ୍ଲାର ୭ଟି ବ୍ଲକ ମଧ୍ୟରୁ କାଲିମେଳା ବ୍ଲକ ଅନ୍ୟତମ । +ଏଠାରେ ସବୁଠାରୁ ଅଧିକ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରହିଛି । +ଏଠାରେ ଜନସଂଖ୍ୟା ଅଧିକ ଥିବା ବେଳେ କାଲିମେଳା , ମୋଟୁ ଓ ପଡ଼ିଆ ଅଞ୍ଚଳ ଲୋକେ ୪୦ରୁ ଉର୍ଦ୍ଧ୍ଵ କିମି ଦୂରରେ ଥିବା ମାଲକାନଗିରି ସବୁଭିଜନକୁ ବିଭିନ୍ନ କାମରେ ଯିବାକୁ ପଡୁଛି । +ସେହିପରି ତାପ ସୌଜନ୍ୟ ଜିଲ୍ଲା ପରିଷଦ । +୩୦ ରୋଗୀ ଶଯ୍ୟା ବିଶିଷ୍ଟ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସବ୍‌ଡିଭିଜନ ମାନ୍ୟତା ମିଳିଲେ ସ୍ଥାନୀୟ ବିଭିନ୍ନ ପ୍ରକାର ରୋଗୀ ଉପକୃତ ହୋଇପାରିବେ । +ଏହି କ୍ରମରେ କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ୬୦ କିମିରୁ ଊର୍ଦ୍ଧ୍ବ ଏବଂ ଏମ୍ ଭି- ୭୯ ଅଞ୍ଚଳର ଲୋକେ ଆସିବାକୁ ୨୫ କିମିରୁ ଊର୍ଦ୍ଧ୍ବ ରାସ୍ତା ଦେଇ ଆସିବାକୁ ପଡୁଛି । +ତେଣୁ ଏମ୍ ଭି ୭୯ ଗ୍ରାମଠାରେ ନୂତନ ବ୍ଲକ ଗଠନ ହେଲେ ସ୍ଥାନୀୟ ଅଞ୍ଚଳବାସୀ ସବୁ ଦିଗରୁ ଉପକୃତ ଅଞ୍ଚଳର ଲୋକେ କୈାଣସି କାମରେ କାଲିମେଳା ବ୍ଲକ କାର୍ଯ୍ୟାଳୟକୁ ଆସିବା ପାଇଁ ହେବେ । +ଏସବୁର ଅଭିଯୋଗକୁ ପୂର୍ବରୁ ବିଭିନ୍ନ ମହଲରୁ ଦାବି ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର କୌଣସି ପଦକ୍ଷେପ ନିଆଯାଇନାହିଁ । +ତେଣୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ ବର୍ତ୍ତମାନ ଏହି ଦାବି ଜିଲ୍ଲା ପରିଷଦ ବୈଠକରେ ଉପସ୍ଥାପନା କରିଥିବା ସୂଚନା ମିଳିଛି । +ଏହି ବୈଠକରେ କାଲିମେଳା ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଗୁରୁତ୍ବ ଦିଆଯାଇଥିଲା । +ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇଥିଲେ । +ଅନ୍ୟ ଅତିଥିମାନଙ୍କ ମଧ୍ୟରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୁ ତାଙ୍ଗୁଲୁ , ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକ୍ୟ , ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି , ଜିଲ୍ଲାପାଳ ବିଶାଳ ସିଂ , ପିଡ଼ି ଡିଆରଡ଼ିଏ ବାଳ ମୁକୁନ୍ଦ ଭୂୟାଁ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ ସମେତ ଜିଲ୍ଲାର ଅନ୍ୟାନ୍ୟ ଲୋକପ୍ରତିନିଧୂ ଓ ପଦାଧୀକାରୀ ପ୍ରମୁଖ ଉପସ୍ଥିତ ଥିଲେ । +ରଞ୍ଜନ କହିଲା ସୈତାନୀ ସତ +କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାକୁ ନେଇ ସାମ୍ନାକୁ ଆସିଲା ସାଙ୍ଘାତିକ ସତ । +କ୍ରାଇମବ୍ରାଞ୍ଚ ଆଗରେ ଅଭିଯୁକ୍ତ ରଞ୍ଜନ ସବୁ ସତ ଓଗାଳିଥିବା ସୂଚନା ଦେଲା କ୍ରାଇମବ୍ରାଞ୍ଚ । +ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ପ୍ରଥମେ ମାନସଙ୍କୁ ପଳାସପୁରରୁ ଅପହରଣ କରିଥିଲେ । +ପରେ ତାଙ୍କୁ ଦୟାଲ ଆଶ୍ରମକୁ ନିଆଯାଇଥିଲା । +ସେଠାରେ ପହଞ୍ଚିବା ପରେ ନିରଞ୍ଜନ ଓ ଅନ୍ୟମାନେ ମାନସଙ୍କୁ ନିସ୍ତୁକ ପିଟିଥିଲେ । +ପିଟିବା ପରେ ମାନସଙ୍କର ସେଠାରେ ମୃତ୍ୟୁ ହୋଇଥିଲା । +ମୃତ୍ୟୁ ହେବାପରେ ମୃତଦେହକୁ ଲୁଚାଇବା ପାଇଁ ପୁଣି ଚାଲିଥିଲା ଅଭିଯୁକ୍ତଙ୍କ ଷଡ଼ଯନ୍ତ୍ର । +ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ : ଗୁଣପୁର ରେ ସୁଦର୍ଶନ ,      ,ଗୁଡ଼ାରୀ ରେ ବିଶ୍ଵନାଥ ,… +ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ : ଗୁଣପୁର ରେ ସୁଦର୍ଶନ ,      ,ଗୁଡ଼ାରୀ ରେ ବିଶ୍ଵନାଥ , ରାମନାଗୁଡ । +ରେ ଜାନକୀ  ନୀମାଲା ଓ ପଦ୍ମପୁର ରେ ରମେଶ ଉପାଧ୍ୟକ୍ଷ ନିର୍ବାଚିତ । +ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଉପାଧ୍ୟକ୍ଷ ଭାବେ ଚଳକମ୍ବା ପଞ୍ଚାୟତ ସମିତି ସଭ୍ୟ ସୁଦର୍ଶନ ଶବର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । +ସେ ବିଜେଡ଼ି ବିଦ୍ରୋହୀ ସମର୍ଥିତ ସ୍ଵାଧୀନ ପ୍ରାର୍ଥୀ । +ଗୁଡ଼ାରୀ ବ୍ଲକ ଉପାଧକ୍ଷ ଭାବେ ବିଜେଡ଼ି ସମର୍ଥିତ ବିଶ୍ୱନାଥ ଶବର   ନିର୍ଦୋନ୍ଦରେ ନିର୍ବାଚିତ ହୋଇଛନ୍ତି । +ସେ ସାନହୁମା ପଞ୍ଚାୟତ ର  ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । +ଏଥି ପୂର୍ବରୁ ସେ ଗୁଡାରି ଲ୍ୟାମ୍ପସ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । +ନନ୍ଦନକାନନ : ଦୁବାଇ ସଫାରୀ ଜୁ ପାର୍କରୁ ଆସିବେ ବନ୍ୟଜନ୍ତୁ +ନନ୍ଦନକାନନ ଆସିବ ଆଫ୍ରିକାନ୍ ଧଳା ସିଂହ । +ଏହି ଧଳା ସିଂହ ଦୁବାଇରୁ ଭୁବନେଶ୍ୱର ଅଣାଯିବ । +ତା’ ସହିତ ଚିତା, ସିମ୍ପାଞ୍ଜି, ରେଡ ନେକ କଙ୍ଗାରୁ, ଆଫ୍ରିକାନ୍ ଗ୍ରେ ଶୁଆ, ବ୍ଲୁ ଆଣ୍ଡା ବୋଲ୍ଡ ମକାଓ ଭଳି ଜୀବଜନ୍ତୁଙ୍କୁ ନନ୍ଦନକାନନ ଅଣାଯିବ । +ଦୁବାଇ ସଫାରୀ ଜୁ ପାର୍କରୁ ନନ୍ଦନକାନନକୁ ଆସିବେ ଏହି ବନ୍ୟଜନ୍ତୁ । +ସେହିପରି ହାଇଦ୍ରାବାଦରୁ ଆସିବ ଧଳା ବାଘ, ଆଫ୍ରିକାନ ସିଂହ ଓ ଗଣ୍ଡା । +ଆସାମରୁ ହିମାଲୟନ କଳା ଭାଲୁ, ପିଗ ଟେଲ ମକାଓ ଭଳି ଜିବଜନ୍ତୁଙ୍କୁ ଅଣାଯିବ । +ନନ୍ଦନକାନନରେ ବହୁ ପଶୁପକ୍ଷୀ ଏକାକି ଥିବାରୁ ସ୍ଥାନାନ୍ତର ପ୍ରକ୍ରିୟାରେ ଜିବଜନ୍ତୁଙ୍କୁ ମିଳିବ ନୂଆ ସାଥୀ । +ଏଥିପାଇଁ ରାଜ୍ୟ ତଥା ଦେଶ ବାହାର ଚିଡ଼ିଆଖାନାରୁ ବହୁ ପଶୁପକ୍ଷୀଙ୍କୁ ଅଣାଯିବ । +ଏହା ବଦଳରେ ନନ୍ଦନକାନନରୁ ଦୁବାଇ ସଫାରୀ ଜୁ ପାର୍କକୁ ଗଣ୍ଡା, ଘଡ଼ିଆଳ, ନାଲି ଜଙ୍ଗଲୀ କୁକୁଡ଼ା, କୃଷ୍ଣସାର ହରିଣ ପଠାଯିବ । +ଚଳିତ ବର୍ଷ ଶେଷ ସୁଦ୍ଧା ବନ୍ୟଜନ୍ତୁଙ୍କର ସ୍ଥାନାନ୍ତର ପ୍ରକ୍ରିୟା କରାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ । +ଗଡ଼ିଲା ଶିଶୁ ଶ୍ରମମୁକ୍ତ ସଚେତନତା ରଥ । +ଖଜୁରୀପଡା ରେ ଜିଲାପାଳ ଙ୍କ୧୧୩ ଅଭିଯୋଗ ର ଶୁଣାଣି +ଫୁଲବାଣୀ -20/6(ସୁନୀଲ ପଟନାୟକ )ସୋମବାର ଖଜୁରୀପଡା ବ୍ଲକ ରେ ଜିଲାପାଳ ଙ୍କ ଜନ ଶୁଣାଣି ହୋଇଥିଲା । +ଏଥିରେ ଅଂଚଳ ର ପ୍ରାୟ ୧୧୩ ଟି ଅଭିଯୋଗ ର ଶୁଣାଣି ହୋଇଥିଲା । +ଏଥିରୁ ୧ 0୭ ଟି ବ୍ୟକ୍ତିଗତ ସମସ୍ୟା ଥିବା ବେଳେ ୬ ଟି ସାମୁହିକ ସମସ୍ୟା ଥିଲା । +ଜିଲାପାଳ ଵୃନ୍ଦା ଡି ଙ୍କ ଏହା ଶେଷ ଅଭିଯୋଗ ଶୁଣାଣି ଥିଲା । +ଆସନ୍ତା କା ଲି ନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । +ଅନ୍ୟମାନଙ୍କ ମଧ୍ୟରେ ଏସପି ଭିନୀତ ଅଗ୍ରଵାଲ, ପ୍ରକଳ୍ପ ନିର୍ଦେଶକ, ଡି ଆର ଡି ଏ ବିଶ୍ୱ ରଞ୍ଜନ ନାୟକ, ପି ଏ, ଆଇଟିଡିଏ ବୀରେନ୍ଦ୍ର ଦାଶ,ଉପଜିଲ୍ଲା ପାଳ ଶେଷ ଦେବ ମିଶ୍ର, ବିଡ଼ିଓ ରବୀନ୍ଦ୍ର ନାଥ କହଁର, ତହସିଲଦାର ସ୍ୱପ୍ନିତା ନାୟକ, ଜଳଛାୟା ପ୍ରକଳ୍ପ ନିର୍ଦେଶକ ପ୍ରଶାନ୍ତ କୁମାର ଶତପଥୀ, ଉଠା ଜଳ ସେଚନ ନିର୍ବାହୀ ଯନ୍ତ୍ରୀ ରୁଦ୍ର ପ୍ରସାଦ ମିଶ୍ର, ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । +ଲୋକଙ୍କ ଅଭିଯୋଗ ଗୁଡିକ ଯେପରି ଶୀଘ୍ର ସମାଧାନ ହେବ ସେଥିପ୍ରତି ଦ୍ରୁଷ୍ଟି ଦେବାକୁ ଜିଲାପାଳ ଵୃନ୍ଦା ଡି ନିର୍ଦେଶ ଦେଇଥିଲେ । +ଏହି ଅଭିଯୋଗ ଶୁଣାଣି ବେଳେ ଖଜୁରୀପଡା ବ୍ଲକ ରସମସ୍ତ ସରପଞ୍ଚ, ସମିତିସଭ୍ୟ, ଓ ଜନ ପ୍ରତିନିଧି ଉପସ୍ଥିତ ଥିଲେ । +କୃଷି ଉପକରଣ ସବ୍‌ସିଡି ନାଁରେ ୬.୮୧ କୋଟି ଚଳୁ, ୨ ଭାଇ ଗିରଫ +ଆକ୍ରମଣକାରୀଙ୍କୁ ଗିରଫ କରୁନି ସିନ୍ଧେକେଲା ପୁଲିସ, ନ୍ୟାୟ ଭିକ୍ଷା କଲେ ଭୁର୍ଶାଗୁଡା ସରପଞ୍ଚ… +ବଙ୍ଗୋମୁଣ୍ଡା:ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଥାନା ଭୁର୍ଶାଗୁଡା ପଞ୍ଚାୟତ ମନରେଗା କାମକୁ ନେଇ ଗାଁରେ ଗଣ୍ଡଗୋଳ ପରେ ସରପଞ୍ଚ ପୁଷ୍ପାଞ୍ଜଳି ଛୁରା ଥାନାର ଦ୍ବାରସ୍ଥ ହୋଇଥିଲେ । +ଘଟଣାରେ ଗାଁର କିଛି ଲୋକ ମନରେଗା କାମ କରାଇଦେବୁ ନାହିଁ ବୋଲି ମହିଳା ସରପଞ୍ଚଙ୍କୁ ଆକ୍ରମଣ ସହ ଗାଳି ଗୁଲଜ କରିଥିଲେ । +ଗାଁର ଶ୍ରମିକମାନଙ୍କୁ ନେଇ କରୁଥିବା ଏହି ମନରେଗା କାମକୁ ଗାଁ ଲୋକ ବିରୋଧ କରିଥିବା ବେଳେ ଘଟଣା ସ୍ଥଳରେ ପ୍ରଶାସନ ପହଞ୍ଚି ଏହାର ସମାଧାନ କରିବାକୁ ଚେଷ୍ଟା କରିଥିଲେ । +ତେବେ ଘଟଣାକୁ ମାସେ ବିତି ଯାଇଛି । +ନ୍ୟାୟ ପାଇ ନଥିବାରୁ ଗୁରୁବାର ବଙ୍ଗୋମୁଣ୍ଡା – କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାର କୋଦୋଭଟା ଠାରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରପଞ୍ଚ ପୁଷ୍ପାଞ୍ଜଳି ଛୁରା ନ୍ୟାୟ ଭିକ୍ଷା କରିଛନ୍ତି । +ସିନ୍ଧେକେଲା ଥାନାରେ ଏନେଇ ୧୪ ଜଣଙ୍କ ନାଁରେ ଲିଖିତ ଅଭିଯୋଗ ପରେ ବି ପୁଲିସ ଚୁପ ରହିଥିବା ସେ ଅଭିଯୋଗ କରିଛନ୍ତି । +ଶ୍ରୀମନ୍ଦିର ରୋଷଘର ଚୁଲା ଭଙ୍ଗା ଘଟଣାରେ ଜଣେ ଅଟକ । +ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାରୁଜା ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । +ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି କନୱର ବିଶାଲ୍ ସିଂ । +ସିସିଟିଭି ଫୁଟେଜ ଆଧାରରେ ଚିହ୍ନଟ ହୋଇଥିବା ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ । +ପୁରୀ ଜିଲ୍ଲା ବାହାରୁ ତାଙ୍କୁ ଧରାଯାଇଥିବା ସୂଚନା ମିଳିଛି । +ମାତ୍ର ୧୦ ଦିନ ଖରାଛୁଟି +ପାଠ ପଢ଼ା ପାଇଁ ସ୍କୁଲରେ ଖରାଛୁଟି କାଟଛାଣ୍ଟ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । +ଜୁନ୍ ୬ରୁ ଜୁନ୍ ୧୬ ପର୍ଯ୍ୟନ୍ତ ସ୍କୁଲରେ ଖରାଛୁଟି ପାଇଁ ନିଷ୍ପତ୍ତି ନିଆଯାଇଛି । +ବର୍ତ୍ତମାନ ଭଳି ସ୍କୁଲ ସକାଳୁଆ ଚାଲୁ ରହିବ । +ତେବେ ସକାଳୁଆ ସ୍କୁଲ ପାଇଁ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି । +ସରପଞ୍ଚଙ୍କୁ ମୋଦିଙ୍କ ଚିଠି +ସରପଞ୍ଚ ମହାଶୟ, ମୁଁ ଆଶା କରୁଛି ଆପଣ ଏବଂ ଆପଣଙ୍କ ଅଞ୍ଚଳର ସମସ୍ତ ଭାଇ ଓ ଭଉଣୀମାନେ ସୁସ୍ଥ ଏବଂ କୁଶଳରେ ଥିବେ । +ମୌସୁମୀ ଦେଶର ଅଧିକାଂଶ ଭାଗରେ ପହଞ୍ଚିଛି ଏବଂ ଆମର ସମସ୍ତ କୃଷକ ଭାଇ ଓ ଭଉଣୀମାନେ ଚାଷ ପ୍ରସ୍ତୁତିରେ ନିୟୋଜିତ ହୋଇଛନ୍ତି । +ମୁଁ ଭଲ ମୌସୁମୀର ଆଶା ସହିତ ତୁମ ମାଧ୍ୟମରେ ପ୍ରତ୍ୟେକ ଅନ୍ନଦାତାଙ୍କୁ ପ୍ରଣାମ କରୁଛି । +ଚିଠିରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, କିଛି ଦିନ ପରେ, ୨୧ଜୁନ ରେ, ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବାକୁ ଯାଉଛି । +ଆମେ ସମସ୍ତେ ଦେଖିଛୁ ଯେ ବିଶ୍ୱର ବିଭିନ୍ନ ଦେଶମାନେ କିପରି ଏହି ଦିନକୁ ଉତ୍ସାହର ସହ ପାଳନ କରନ୍ତି । +ଏନେଇ ଭାରତ ଗର୍ବିତ । +କୃଷକ ଉତ୍ପାଦକ କମ୍ପାନୀପକ୍ଷରୁ ତାଲିମ କାର୍ଯକ୍ରମ +ଫୁଲବାଣୀ ୨୨ /୬ ଭାରତ ସରକାରଙ୍କର କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ଦଶ ହଜାର କୃଷକ ଉତ୍ପାଦକ କମ୍ପାନୀ ଗଠନ ଓ ପ୍ରୋତ୍ସାହନ ଯୋଜନାରେ ଗଠିତ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଓ ଚକାପାଦ ବ୍ଲକ ର ଦୁଇଗୋଟି କୃଷକ ଉତ୍ପାଦକ କମ୍ପାନୀର ନିର୍ଦ୍ଦେଶକ ମାନଙ୍କର ଦିନିକିଆ ତାଲିମ  କାର୍ଯ୍ୟକ୍ରମ, ସ୍ଥାନୀୟ ଆଇ.ଟି.ଡି.ଏ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଅଛି । +ଭାରତ ସରକାର ତଥା ନାବାର୍ଡ ସହାୟତାରେ ଅନୁଷ୍ଠିତ ଏହି କାର୍ଯକ୍ରମ ରେ  ସଞ୍ଜିବ କୁମାର ମହାନ୍ତି, ଏ.ଜି.ଏମ୍ ନାବାର୍ଡ କନ୍ଧମାଳ,  ପ୍ରବୀର କୁମାର ଦାସ ଅତିରକ୍ତ କୃଷି  ଇଞ୍ଜିନିୟର, ମୃତ୍ତିକା ସଂରକ୍ଷଣ ବିଭାଗ କନ୍ଧମାଳ ଫୁଲବାଣୀ  ପ୍ରମୁଖ ଉପସ୍ଥିତ ଥିଲେ । +ସିବିବିଓ ମହାଶକ୍ତି  ଫାଉଣ୍ଡେସନ ର  ମୋହନ ବଳିୟାର ସିଂ ଏବଂ  ହୃଷିକେଶ ସାହୁ ତାଲିମ ଦାତା ଭାବରେ ଯୋଗଦେଇ କୃଷକ ଉତ୍ପାଦକ କମ୍ପାନୀରେ ନିର୍ଦେଶକ ମାନଙ୍କ ଦାୟିତ୍ୱ ଓ ଭୂମିକା ବିଷୟରେ ତାଲିମ ପ୍ରଦାନ କରିଥିଲେ । +ଉପସ୍ଥିତ ସରକାରୀ ପଦାଧିକାରୀ ଗଣ ସରକାରଙ୍କର ବିଭିନ୍ନ ଯୋଜନାରେ କୃଷକ ଉତ୍ପାଦକ କମ୍ପାନୀର ଭୂମିକା କଣ ଅଛି ଏବଂ ସାଧାରଣ କୃଷକ ଏହି କମ୍ପାନୀରୁ କିଭଳି ଲାଭବାନ ହୋଇପାରିବ, ସେ ବିଷୟରେ ଆଲୋଚନା କରିଥିଲେ । +କୃଷକ ମାନେ ଏହି କୃଷକ ଉତ୍ପାଦକ କମ୍ପାନୀ  ମାଧ୍ୟମରେ ସଙ୍ଗଠିତ ହେଲେ  ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ସହଜରେ ବିକ୍ରି କରି ପାରିବା ସହିତ ଠିକ ସମୟରେ  ନିର୍ଦ୍ଧାରିତ ମୂଲ୍ୟ ପାଇ ଲାଭବାନ  ହୋଇ ପାରିବେ । + ଦୁଇଟି  ଉତ୍ପାଦକ କମ୍ପାନୀ ର ୨୦ ଜଣ ନିର୍ଦେଶକ, ନିର୍ଦେଶିକା ଯୋଗଦେଇ ତାଲିମ ରେ  ଅଂଶଗ୍ରହଣ କରିଥିଲେ I ତାଲିମ କାର୍ଯ୍ୟକ୍ରମ ରେ ନୂଆ ସକାଳ କୃଷକ ଉତ୍ପାଦକ କମ୍ପାନୀ ର ମୁଖ୍ୟ ନିର୍ବାହୀ ଅଧିକାରୀ  ସଫିକ କୁମାର ନନ୍ଦ, ଉନ୍ନତ ଚାଷୀ ଉତ୍ପାଦକ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ  ଉତ୍ତମ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ +ଅପରାଜିତାଙ୍କୁ ପିନାକୀଙ୍କ ଚ୍ୟାଲେଞ୍ଜ । +ଖୋଲା ବିତର୍କ ହେଉ, କଣ ଜାଣିଛି ନ ଜାଣିଛି କହିବି । +ଶ୍ରୀମନ୍ଦିର ପ୍ରକଳ୍ପ ବିବାଦ ନେଇ ଅପରାଜିତା ଷଡଙ୍ଗୀକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । +ସେ କହିଛନ୍ତି, ପୁରା କାମ ଆଇନ ଅନୁସାରେ ହୋଇଛି । +ରାଜ୍ୟ ସରକାର, ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳ କେମିିତି ବେଆଇନ କାମ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । +ହାଇକୋର୍ଟରେ ଏ ନେଇ ୨ ଥର ଶୁଣାଣି ହେଲାଣି, କୋର୍ଟ କାହିଁକି ଷ୍ଟେ ଦେଉନାହାନ୍ତି ବୋଲି ପିନାକୀ ପ୍ରଶ୍ନ କରିଛନ୍ତି । +ପୁଲିସ ପାଉନି, ହେଲେ +ସିଲସିଲା ବେହେରା… ଯିଏ ନିଜ ସ୍ୱାମୀଙ୍କୁ ମାରିବାକୁ ଗୁଣ୍ଡା ଲଗାଇଥିବା ଅଭିଯୋଗରେ କମିଶନରେଟ ପୁଲିସ ପାଇଁ ମୋଷ୍ଟ ୱାଂଟେଡ ଅଛନ୍ତି । +ପୋଲିସ ଯେଉଁ ମହିଳାଙ୍କୁ ନିଜ ପ୍ରେସ ରିଲିଜରେ ଅଭିଯୁକ୍ତ ବୋଲି ଦର୍ଶାଇ ତାଙ୍କୁ ବାନ୍ଧିବା ପାଇଁ ଖୋଜୁଛି , ସେହି ସିଲସିଲା ଏବେ ସାମ୍ନାକୁ ଆସି ମୁଁ ଫେରାର ନୁହେଁ ବୋଲି ଗଣମାଧ୍ୟମ ଆଗରେ ଇଣ୍ଟରଭ୍ୟୁ ଦେଉଛନ୍ତି । +ଏପରିକି ଡ୍ରାଇଭରଙ୍କ ସହ ଅନୈତିକ ସମ୍ପର୍କ ବାବଦରେ ପ୍ରେସ ରିଲିଜ ଜାରି କରିଥିବା ପୁଲିସ ବିରୋଧରେ ମାନହାନି ମୋକଦ୍ଦମା ବୋଲି ଧମକ ଦେଇଛନ୍ତି । +ଡେପୁଟେସନ ରେ ବିଜ୍ଞାନ ଶିକ୍ଷକ ପ୍ରତ୍ୟାବର୍ତ୍ତନ ନେହେଲେ ସ୍କୁଲ ସମେତ ଗୋଷ୍ଠୀ ଶିକ୍ଷା… +ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୨ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । +ତେବେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଭାବ ଲାଗିରହିଥିବା ବେଳେ ଶିକ୍ଷା ବିଭାଗ ତରଫରୁ ବିଦ୍ୟାଳୟରୁ ଜଣକ ପରେ ଜଣେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନ୍ୟ ସ୍କୁଲକୁ ଡେପୁଟେସନରେ ପଠାଯାଉଛି । +କିନ୍ତୁ ପରବର୍ତ୍ତୀ ସମୟରେ ଡେପୁଟେସନରେ ଯାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ସ୍କୁଲକୁ ପ୍ରତ୍ୟାବର୍ତ୍ତନ କରାଯାଇନଥିବା କାରଣରୁ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଅଛି । +ତେଣୁ ବର୍ତ୍ତମାନ ବିଦ୍ୟାଳୟ ପରିଚାଳନା କମିଟି ସମେତ ଅଭିଭାବକ ଓ ଗ୍ରାମବାସୀ ମାନେ ଯଥା ଶୀଘ୍ର ଡେପୁଟେସନରେ ଯାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । +ତେଣୁ ଯଥାଶୀଘ୍ର ଗ୍ରାମବାସୀଙ୍କ ଦାବି ପୂରଣ କରାନଗଲେ ସେମାନେ ସ୍କୁଲ ଆଗରେ ଧାରଣା ଦେବା ସହିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଗଣ ଧାରଣ ଦେବେ ବୋଲି ଚେତାବନୀ ଦେଇଛନ୍ତି । +ବିଦ୍ୟାଳୟ ପରିଚାଳନା କମିଟିର ସୂଚନା ମୁତାବକ ତିଲୋରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ କିଛି ବର୍ଷ ପୂର୍ବେ ଶିକ୍ଷୟତ୍ରୀ ରୀତା ରାଣୀ ବିନ୍ଧାଣି ଙ୍କୁ ମୁଗୁପାଙ୍ଗା ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନ ରେ ପଠାଇ ଦିଆଯାଇଥିବା ବେଳେ କିଛି ମାସ ପୂର୍ବରୁ ମାତ୍ର ୧୫ ଦିନ ପାଇଁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମନେଶ୍ୱର ଦିଗାଲ ଙ୍କୁ ସୁଜାମାଜୁ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ଡେପୁଟେସନ ରେ ପଠାଇ ଦିଆଯାଇଛି । +ତେବେ ୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସ୍କୁଲ ରୁ ଅନ୍ୟତ୍ର ଡେପୁଟେସନ ରେ ଯାଇଥିବା ବେଳେ ସେମାନଙ୍କ ସ୍ଥାନ ଖାଲି ରହିବାରୁ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ ରେ ଅନେକ ସମସ୍ୟା ଦେଖା ଦେଇଛି । +ତେଣୁ ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନେ ଗତମାସରେ ଡେପୁଟେସନ ରେ ଯାଇଥିବା ବ ବିଜ୍ଞାନ ଶିକ୍ଷକ ମନେଶ୍ୱର ଦିଗାଲ ଙ୍କୁ ସୁଜା ମାଜୁ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ତୁରନ୍ତ ତିଲୋରୀ କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଲିଖିତ ଭାବେ ଅଭିଯୋଗ ପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କୁ ପ୍ରଦାନ କରିଥିଲେ । +ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିଯୋଗ ପତ୍ର ଗ୍ରହଣ କରିବା ସହିତ ଖରା ଛୁଟି ଶେଷ ହେବା ପରେ ସ୍କୁଲ ଖୋଲିଲେ ବିଜ୍ଞାନ ଶିକ୍ଷକଙ୍କୁ ସୁଜାମାଜୁ ରୁ ପ୍ରତ୍ୟାବର୍ତ୍ତନ କରାଯିବା ନେଇ ପ୍ରତିଶୃତି ଦେଇଥିବା ନେଇ ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା ସୂଚନା ଦେଇଥିଲେ । +ତେବେ ଖରା ଛୁଟି ଶେଷ ହୋଇ ବିଦ୍ୟାଳୟ ଖୋଲିବାର ୩ଦିନ ବିତିଯାଇଥିଲେ ସୁଦ୍ଧା ବିଜ୍ଞାନ ଶିକ୍ଷକଙ୍କୁ ପ୍ରତ୍ୟାବର୍ତ୍ତନ କରାଯାଇନଥିବାରୁ ଗ୍ରାମବାସୀମାନେ ସ୍କୁଲ ଆଗରେ ଗଣଧାରଣା ଦେବା ସହିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଆଗରେ ଗଣ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି । +ତେବେ ଏନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । +ବାଇକ ଲୁଟେରା ସକ୍ରିୟ,ଆଖି ପିଛୁଳାକେ ଗାଡି ଗାଏବ…. +ବିଏମସିର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ +ଭୁବନେଶ୍ୱର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । +ପ୍ରଥମ ମହିଳା ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା । +ମେୟରଙ୍କ ସହିତ ଭୁବନେଶ୍ୱର ମହାନଗର ନିଗମର ୬୭ କର୍ପୋରେଟର ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । +ଏହି ସମସ୍ତ ଜନପ୍ରତିନିଧିନ ଶପଥଗ୍ରହଣ ଉତ୍ସବ ବିଏମସି କନଫରେନ୍ସ ହଲରେ ଆୟୋଜିତ ହୋଇଛି । +କେନ୍ଦୁପତ୍ର ବିିକି ଘରକୁ ଫେରିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌; ଦୁଇ ମୃତ, ଦୁଇ… +କେନ୍ଦୁପତ୍ର ବିିକି ଘରକୁ ଫେରିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌; ଦୁଇ ମୃତ, ଦୁଇ ଆହତ,ଜଣେ ଗୁରୁତ୍ତର । +ରାମେଶ୍ୱର ଓ ସ୍ମଶାନ ଚଣ୍ଡୀ ମନ୍ଦିର ପୂଜକ ଙ୍କ ପରଲୋକ- ସୋନପୁର ସହର ରେ ଶୋକ +ସୁବର୍ଣ୍ଣପୁର -17-06 ରାଜା ରାଜୁଡା ସମୟ ର ସୋନପୁର ବସ ଷ୍ଟାଣ୍ଡ ର ଖୁବ ପରିଚିତ ପାନ ଦୋକାନୀ ଅତର ବ୍ୟବସାୟୀ ତଥା ଅବସର ପ୍ରାପ୍ତ ପୌର କର୍ମଚାରୀ ଗୋପୀ ନାଥ ନାଏକ (ଗୋପୀ ବାବା ) ଆଉ ନାହାନ୍ତି । +ଗତ କାଲି ମଧ୍ୟାହ୍ନ ରେ 87 ବର୍ଷ ବୟସରେ ସେ ହୃଦଘାତ ରେ ପ୍ରାଣ ତ୍ୟାଗ କରିଛନ୍ତି । +ସିତାରାମ ସୀତାରାମ ବୋଲି ଡାକିଲେ ସେ ଜଣେ ସାଧୁ ଙ୍କ ଭଳି ସୀତାରାମ ବାବା ବୋଲି ଡାକ ଦିଅନ୍ତି । +ରାମେଶ୍ୱର ବାବା ଓ ମା କାଳୀ ଙ୍କୁ ଦର୍ଶନ କରିବା ପୂର୍ବରୁ ଆଗେ ବାବା ଙ୍କ ମନ୍ଦିର ରୁ ଲୋକେ ସୀତାରାମ କହି ଡାକ ଦିଅନ୍ତି । +ଆଉ ସେ ନଦୀ ପଟ ମନ୍ଦିର ରେ ହସ ହସ ମୁହଁ ରେ ସିତାରାମ ବୋଲି ଜୋର ସେ ଉତ୍ତର ଦେଲେ ତାଙ୍କ ହସ ହସ ମୁହଁ ଦେଖିଲେ ପ୍ରତ୍ୟେକ ଭକ୍ତଙ୍କ ମନ ରେ ଗୋଟାଏ ଦୃଢ଼ ଆତ୍ମ ବିଶ୍ୱାସ ଟିଏ ଚାଲିଆସେ । +ଯେ ସ୍ୱଚ୍ଛ ଓ ନିଷ୍ଠାପର ପୂଜକ ଗୋପୀ ବାବା ମା କାଳୀ ଙ୍କ ପାଖରେ ଅଛନ୍ତି ସେ ପୂଜା କଲେ ମା ଆମ ଗୁହାରି ନିଶ୍ଚୟ ଶୁଣିବେ । +ଏକଥା କେବଳ ସୋନପୁର ବାସୀ ନୁହେଁ ବହୁ ଦୂର ଦୁରାନ୍ତ ରୁ ମା ଙ୍କୁ ପୂଜା ଓ ଦର୍ଶନ ଲାଗି ଆସୁଥିବା ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଖୁସିରେ ଆତ୍ମ ବିଭୋର ହୋଇ କହିଥାନ୍ତି ଗୋପୀ ବାବାଙ୍କୁ । +ବାବା ଙ୍କ ସେଇ ହସ ହସ ମୁହଁ ର ମିଠା କଥା ନିଷ୍ଠା, ତ୍ୟାଗ, ରୀତି ନୀତି ଓ ସ୍ୱଚ୍ଛତା ର ସହ ମାତ୍ର 13 ବର୍ଷ ବୟସ ରୁ ଆଜି ଯାଏ ରାମେଶ୍ୱର ବାବା ଙ୍କ ପୂଜା ଓ ଦୀର୍ଘ 45 ବର୍ଷ ଯାଏ ମା କାଳୀ ଙ୍କ ସେବା ପୂଜାର୍ଚନା ଭକ୍ତ ମାନେ ସବୁ ଦିନ ମନେ ରଖିବେ । +ଓ ମନ୍ଦିର ମାଳିନୀ ସହର ର ଅନ୍ୟ ପୂଜକ ମାନ ଙ୍କୁ ମଧ୍ୟ ଖୁବ ପ୍ରେରଣା ଦେବ । +ସୋନପୁର ମୁଖ୍ୟ ଚିକିତ୍ସାଳୟ ରେ ଗୋପୀ ବାବା ଙ୍କ ମୃତ୍ୟୁ ବେଳେ ତାଙ୍କ ଦୁଇ ପୁଅ, ଚାରି ଝିଅ ଜ୍ୱାଇଁ ଓ ପୁତ୍ର ବଧୂ ଶ୍ରୀମନ୍ତିନି, ନାତି ନାତୁଣୀ ଉପସ୍ଥିତ ଥିଲେ । +ଶ୍ରୀ ରାମେଶ୍ୱର ସ୍ମଶାନ ଘାଟ ରେ ଗୋପୀ ବାବା ଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଏ ଖବର ରେ ପ୍ରାକ୍ତନ ପୌର ଅଧ୍ୟକ୍ଷ ପ୍ରକାଶ ସାହୁ, କଈରୁ ସ୍ୱାଇଁ, ଦୈମୟନ୍ତୀ ବାରିକ, ନୂତନ ଅଧ୍ୟକ୍ଷ ତାମସୀ ତାମସ୍ମିତା ନାଏକ, ସ୍ୱଚ୍ଛ ଭାରତ ସଭାପତି ଲଷ୍ମୀ ନାରାୟଣ ମେହେର, ଓ କର୍ମ କର୍ତ୍ତା, ପୌର କର୍ମଚାରୀ, ରାମେଶ୍ୱର ମନ୍ଦିର ପରିଚାଳନା କମିଟି ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ସଦସ୍ୟ ଲଡ଼ୁ ମଲ୍କିକ, ମନୋରଞ୍ଜନ ତ୍ରିପାଠୀ ଙ୍କ ସମେତ ସହର ର ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି । +ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିର ପୂର୍ବତନ ବ୍ଳକ ଅଧ୍ୟକ୍ଷଙ୍କ ସମେତ ଚାରି ନିଲମ୍ବିତ +ଦଳ ବିରୋଧୀ କାର୍ଯ୍ୟ ଓ ଦଳରେ ବିଶୃଙ୍ଖଳା ପାଇଁ ବିଳମ୍ବରେ ହେଲେ ବି ବୁଧବାର ଜ଼ିଲ୍ଲା ବିଜେଡି ସଭାପତି ସରୋଜ କର୍ଣ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକର ପୂର୍ବତନ ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ପାତ୍ର, ପୂର୍ବତନ ବ୍ଳକ ଉପ ସଭାପତି ସୁବାସ ଚନ୍ଦ୍ର ପୃଷ୍ଟି, ବିଜେଡି ନେତା ସୁଧାଂଶୁ ପରା ସେଠ, ବିଶ୍ୱମ୍ବର ନାୟକ ପ୍ରମୁଖ ଚାରି ଜଣଙ୍କୁ ଦଳ ସଭାପତି ସରୋଜ କର୍ଣ୍ଣ ପଂଚାୟତ ନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରିଛନ୍ତି । +ଭଦ୍ରକ: ନୀଳଗିରି ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବ‌ା ଘଟଣାକୁ ନେଇ ଭଦ୍ରକରେ ତାତିଲେ… +ଏହି ଘଟଣା‌କୁ ନେଇ ଭଦ୍ରକରେ ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । +ଆଜି ଭଦ୍ରକରେ ଓଡ଼ିଶା ୟୁନିଅନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟ ଓ ଜିଲ୍ଲା ସାମ୍ବାଦିକ ସଂଘର ଶତାଧିକ ସାମ୍ବାଦିକ କଳା ବ୍ୟାଜ୍‌ ପିନ୍ଧିବା ସହ ଆନ୍ଦୋଳନ କରିଛନ୍ତି ଏବଂ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଦାବି ଉଠାଇଛନ୍ତି । +ଏନେଇ ଏସ୍‌ପି ଚରଣ ସିଂ ମୀନାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । +ନିର୍ଭୟା ପାଣ୍ଠିରୁ ୨୦୨୧-୨୨ରେ ଓଡ଼ିଶାକୁ ମିଳିଛି ୨୬.୫୪ କୋଟି ଟଙ୍କା +ନିର୍ଭୟା ପାଣ୍ଠି ମାଧ୍ୟମରେ କେନ୍ଦ୍ର ସରକାର ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାକୁ ୨୬.୫୪ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । +ମହିଳା ବିରୋଧୀ ହିଂସା ଘଟଣାର ନିରାକରଣ ପାଇଁ ‘ୱାନ ଷ୍ଟପ୍ ସେଣ୍ଟର’ ଖୋଲିବା ଏବଂ ପରିଚାଳନା କରିବା ଲାଗି ଏହି ଅର୍ଥ ବିନିଯୋଗ କରାଯାଇଛି । +କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଆଜି ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି । +ମୋବାଇଲ ଟାୱାର ନାମରେ ଠକେଇ ର‌୍ୟାକେଟର ପର୍ଦ୍ଦାଫାଶ କଲା ପୋଲିସ +ଉଦଳା – ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ପୋଲିସ ଦ୍ଵାରା ମୋବାଇଲ ଟାୱାର ବସାଇବା ଆଳ ଦର୍ଶାଇ ଟଙ୍କା ରୋଜଗାର କରିବାର ମିଛ ପ୍ରତିଶୃତି ଦେଇ ଲୋକଙ୍କୁ ଲୁଟୁଥିବା ଏକ ର‌୍ୟାକେଟର ପର୍ଦ୍ଦାଫାଶ କରିଛି । +କଲିକତାରୁ ଅପରେଟ ହେଉଥିବା ଏହି ଠକ ସଂସ୍ଥା ଉପରେ ଚଢାଉ କରିଛି କପ୍ତିପଦା ପୋଲିସ୍ । +ଚଢାଉ କରିବା ପରେ ପୁରା ଘଟଣାର ପର୍ଦ୍ଦାଫାଶ ହୋଇଛି । +କପ୍ତିପଦା ଥାନା ବଡଖଲାଡି ଗ୍ରାମର ହିମାଂଶୁ ଶଙ୍ଖୁଆଙ୍କୁ ମୋବାଇଲ୍ ଟାୱାର ବସାଇବା ରୋଜଗାର କରିବା ନିମନ୍ତେ ଫୋନ ଆସିବା ପରେ ସେ ୮୨ ହଜାର ଟଙ୍କା ପ୍ରଦାନ କରିଥିଲେ । +ଯାହାକି ପରେ ସେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । +ଏବଂ ଏ ନେଇ କପ୍ତିପଦା ଥାନାରେ ଅଭିଯୋଗ କରିଥିଲେ । +ଅଭିଯୋଗ ପାଇବା ପରେ ପୋଲିସ୍ ହିମାଂଶୁଙ୍କ ନିକଟକୁ ଫୋନ ଆସିଥିବା ନମ୍ବରକୁ ଧରି ଆରମ୍ଭ କରିଥିଲା ତଦନ୍ତ । +ଏବଂ ତଦନ୍ତରେ କପ୍ତିପଦା ପୋଲିସ୍ କଲିକତାରେ ଚଢାଉ କରିଥିଲା । +ଚଢାଉ ସମୟରେ ଏକ ଘର ଭିତରେ ଚାଲିଥିବା ଏହି ଠକ ସଂସ୍ଥାର ର‌୍ୟାକେଟକୁ ପୋଲିସ୍ ଠାବ କରିଥିବା ବେଳେ ସେଠାରୁ ୬୭ ଗୋଟି ମୋବାଇଲ୍‌, ୮ ଗୋଟି ସିପିୟୁ, ଗୋଟିଏ ଲ୍ୟାପଟପ ଏବଂ ନଗଦ ୮୩ ହଜାର ଏକଶହ ଟଙ୍କା ପୋଲିସ୍ ଜବତ କରିଥିଲା । +ଏହା ସହିତ ଜଣେ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି । +ଗିରଫ ଅଭିଯୁକ୍ତ ଆକାଶ ଶାହା । +ପୋଲିସ୍ ଅଭିଯୁକ୍ତକୁ ଗିରଫ କରିବା ପରେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଏବେ ବି ଫେରାର ରହିଥିବା ବେଳେ ସେମାନେ ଆସାମ ଅଂଚଳର ବୋଲି ଏକ ପ୍ରେସ୍‌ ମିଟ୍ ରେ ଉପଖଣ୍ଡ ପୋଲିସ୍ ଅଧିକାରୀ ସାର୍ଥକ ରାୟ ସୂଚନା ଦେଇଛନ୍ତି । +ଜାମତରା ଗ୍ୟାଙ୍ଗ୍‌ରେ ଓଡ଼ିଆ ଆଇଟିଆଇ ଟ୍ରେନର୍‌ +ସାରାଦେଶରେ ଆତଙ୍କ ସୃଷ୍ଟି କରିଥିବା ଝାଡ଼ଖଣ୍ଡର ଜାମତାରା ଗ୍ୟାଙ୍ଗରେ ଅଛନ୍ତି ଜଣେ ଓଡ଼ିଆ ଆଇଟିଆଇ(ଶିଳ୍ପ ତାଲିମ୍ କେନ୍ଦ୍ର) ଶିକ୍ଷକ । +ବାଲେଶ୍ବର ଏଫ୍‌ଏମ୍ ଆଇଟିଆଇ କଲେଜର ପୂର୍ବତନ ଶିକ୍ଷକ ଦୀପକ କୁମାର ସାହୁଙ୍କୁ କଟକ କମିସନରେଟ୍ ପୁଲିସର ସାଇବର୍ ଥାନା ପୁଲିସ ଗିରଫ କରିଛି । +ବାଲେଶ୍ବର ବାଲିଆପାଳ ଅଞ୍ଚଳର ଦୀପକ ବାଲେଶ୍ବର ଓ ବାରିପଦା ଅଞ୍ଚଳରୁ ଆଗୁଆ ଆକ୍ଟିଭ୍ ହୋଇଥିବା ସିମ୍ କାର୍ଡ ଜାମତାରା ଗ୍ୟାଙ୍ଗକୁ ୫ ବର୍ଷ ହେବ ସେ ଯୋଗାଇ ଆସୁଥିଲେ । +ଏହାସହିତ ନିଜକୁ ବ୍ୟାଙ୍କ୍ ଅଧିକାରୀ ପରିଚୟ ଦେଇ ଗ୍ରାହକଙ୍କୁ ଫୋନ୍ କରିବା ଟଙ୍କା ଲୁଟୁଥିବା ଭଳି ସଂଗିନ ଅଭିଯୋଗ ଦୀପକଙ୍କ ବିରୋଧରେ ରହିଛି । +ବାଲେଶ୍ବରରେ ବି ଜାମତାରା ଶୈଳୀରେ ସମାନ୍ତରାଳ ଭାବେ ଏକ କଲ୍ ସେଣ୍ଟର ଖୋଲିଥିବା ପୁଲିସ ସନ୍ଦେହ କରୁଛି । +ସୂଚନା ଅନୁଯାୟୀ, ରେଭେନ୍ସା ବିଶ୍ବବିଦ୍ୟାଳୟର ଅତିଥି ଅଧ୍ୟାପକ ଡକ୍ଟର ଜୟଦେବ ଜେନାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୩ ଲକ୍ଷ ୯୯ ହଜାର ୯୯୬ ଟଙ୍କା ଫେବ୍ରୁଆରି ୨୮ ତାରିଖରେ ଲୁଟ୍ ପଛରେ ଜାମତାରା ଗ୍ୟାଙ୍ଗର ଏକ ଲିଙ୍କ୍ କ୍ରମାଗତ ଭାବେ ସାମ୍‌ନାକୁ ଆସୁଛି । +ପ୍ରଥମେ ଗଲା ୧୭ ତାରିଖରେ ବାଲେଶ୍ବର ବସ୍ତାରେ ଜିଓର ମ୍ୟାନେଜର ଶଙ୍କର ଦାସ ଅଧିକାରୀ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ସୁଶାନ୍ତ କୁମାର ବେହେରା ଓରଫ ଟିକିନାଙ୍କୁ ଗିରଫ କରାଯାଇଥିଲା । +ଆଜି ଦୀପକଙ୍କୁ ଗିରଫ ପରେ ଜାମତାରା ଗ୍ୟାଙ୍ଗ ସହିତ ଏମାନଙ୍କ ସମ୍ପର୍କକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍‌ନାକୁ ଆସିଛି । +ହସ୍ତଗତ ତଥ୍ୟ ଅନୁସାରେ, ଦଶମ ଶ୍ରେଣୀ ଯାଏ ପଢ଼ିଥିବା ଶଙ୍କର ଓ ଯୁକ୍ତ ୩ ଯାଏ ପଢ଼ିଥିବା ସୁଶାନ୍ତ ଜିଓରେ କାମ ଆରମ୍ଭ କରିବାପରେ ଏଭଳି ସିମ୍ ଚୋରାଚାଲାଣ କାରବାରରେ ସାମିଲ ହୋଇଥିଲେ । +ଜଣେ ଜଣେ ଗ୍ରାହକଙ୍କ ନାଁରେ ଦୁଇଟି ଲେଖାଏଁ ସିମ୍ କାର୍ଡ ପ୍ରସ୍ତୁତ କରି ଦୀପକଙ୍କୁ ବିକ୍ରି କରୁଥିଲେ । +ଶଙ୍କରଙ୍କ ପୁତୁରା ହେଉଛନ୍ତି ଦୀପକ । +ସେ ବାଲେଶ୍ବରରେ ବିଟେକ୍ ପଢ଼ା ଶେଷ କରିବା ପରେ ଆଇଟିଆଇ ପଢ଼ିଥିଲା । +ପରେ ବାଲେଶ୍ବରରେ ଏଫଏମ୍ ଆଇଟିଆଇ କଲେଜରେ କାଲକୁଲେସନ୍ ପଢ଼ାଉଥିଲା । +ଶିକ୍ଷକତା ଛାଡ଼ି ଏବେ ଆକାଉଣ୍ଟିଂ ଚାକିରି କରୁଥିଲା । +ଆକାଉଣ୍ଟିଂ ଚାକିରି ସହିତ ଜାମତାରା ଗ୍ୟାଙ୍ଗକୁ ଚୋରା ସିମ୍ ଯୋଗାଉଥିଲା । +କୋଲକାତାର ଜଣେ ଯୁବକ ପ୍ରତି ସପ୍ତାହରେ ଟ୍ରେନ୍ ଏବଂ ବସରେ ବାଲେଶ୍ବର ଆସି ଦୀପକ ନିକଟରୁ ସିମ୍ ପିଛା ୨୩୦ରୁ ୨୫୦ ଟଙ୍କାରେ ସିମ୍ କିଣି ନେଉଥିଲେ । +କଲିକତାର ଯେଉଁ ଯୁବକ ସିମ୍ କାର୍ଡ ନେଉଥିଲା, ତାର ନିଜର ସାଇବର୍ ଅପରାଧୀଙ୍କ କଲ୍ ସେଣ୍ଟର ଥିଲା । +ଦୀପକ ବି ନିଜେ ବାଲେଶ୍ବରରେ ରହି ସାଇବର୍ ଠକେଇ କରୁଥିଲେ । +ନିଜସ୍ବ କଲ୍ ସେଣ୍ଟର ଖୋଲି ଏଭଳି ଅପରାଧ ୨୦୧୭ରୁ କରିଆସୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଖବର ପାଇଛି । +ବ୍ୟାଙ୍କ୍ ଗ୍ରାହକଙ୍କୁ କିଭଳି ଫୋନ୍ କରି ଟଙ୍କା ଠକେଇ କରାଯିବ, ସେ ନେଇ ଜାମତାରା ଗ୍ୟାଙ୍ଗ ଦୀପକଙ୍କୁ ଅନଲାଇନରେ ଏକ ତାଲିମ୍ ବି ଦେଇଥିବା ଜଣାପଡ଼ିଛି । +ମଟର ସାଇକଲ ସହ ଟ୍ରକ ଧକ୍କା ଘଟଣା ସ୍ଥଳେ ଜଣକର ମୃତ୍ୟୁ ଜଣେ ଗୁରୁତ୍ତର । +କାଲିମେଳା ତା ୨୨/୦୫ମଟର ସାଇକଲ ସହ ଟ୍ରକ ଧକ୍କା ରେ ମଟର ସାଇକଲ ର ଦୁଇ ଯୁବକ ମଧ୍ୟ୍ୟରୁ ଜଣଙ୍କ ର ଘଟଣା ସ୍ଥଳେ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ଯୁବକ ଗୁରୁତ୍ତର ହୋଇଥିବା ଦେଖିବାକୁ ମିଳିଛି । +ଏପରି ଏକ ମର୍ମ ଦୁନ୍ତ ସଡ଼କ ଘଟଣା ଦେଖିହିବାକୁ ମିଳିଛି ମୋଟୁକାଲିମେଳା ସଂଯୋଗ କରୁଥିବା326 ନମ୍ବର ଜାତୀୟ ରାଜ ପଥରେ । +ଆଜି ସକାଳ ସାଡେ 7ଟା ସମୟରେ ମୋଟୁ ଥାନା ଅନ୍ତର୍ଗତ ଏମଭି 88 ଗ୍ରାମ ନିକଟ ରେ । +ଘଟଣା ରୁ ମିଳିଥିବା ସୂଚନ ଅନୁଯାଇ ମୋଟୁ ଠାରୁ କାଲିମେଳା ଅଭି ମୁଖେ ଆସୁଥିବା ହଳଦିଆ ରଙ୍ଗର ଟ୍ରକ OD10 S 6436 ନମ୍ବର ବିଶିଷ୍ଟ ଟ୍ରକ ବିପରୀତ ଦିଗରୁ ଦୃତ ଗତିରେ ଆସୁଥିବା ମଟର ସାଇକଲ କୁ ଧକ୍କା ଦେଇଥିଲା ସାମନ୍ନା ସାମ୍ନୀ ଫଳରେ ମଟରସାଇକଲ ରେ ଆସୁଥିବା ଦୁଇ ଯୁବକ କୁ ଶକ୍ତଧକ୍କା ଦେବା ଫଳରେ ଘଟଣା ସ୍ଥଳେ ଜଣଙ୍କ ର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ଯୁବକ ଗୁରୁତ୍ତର ହୋଇଥିଲେ ସ୍ଥାନୀୟ ଲୋକମାନେ ତାଙ୍କୁତୁରନ୍ତ ଆମ୍ବୁଲାନ୍ସ ଯୋଗେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । +ଟ୍ରକ ଟି ଘଟଣା ସ୍ଥଳୁ ଚାଲି ଯାଉଥିବା ବେଳେ ଏମଭି 79 ଥାନା ପୋଲିସ ଟ୍ରକ ଟିକୁ ଅଟକ ରଖିଛନ୍ତି । +, ଘଟଣା ସ୍ଥଳେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । +ଢମଣା ଦୁର୍ଗାପୂଜା ମଣ୍ଡପ ଓ ଗୋପିନାଥ କ୍ଲବ ଭଙ୍ଗାକୁ ନେଇ ଉତ୍ତେଜନା, ବିଧାୟକଙ୍କ ପ୍ରତିଶୃତି ପରେ… +ଭୁବନେଶ୍ୱରର ସର୍ବ ପୂରାତନ ଢମଣା ଗାଁ ର ଏକମାତ୍ର ଖେଳପଡିଆ, ଦୁର୍ଗାପୂଜା ମଣ୍ଡପ, ଗୋପିନାଥ କ୍ଲବକୁ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ଗତକାଲି ପ୍ରଚାର କରାଯାଇଥିଲା । +ଆଜି ସକାଳୁ ଶହଶହ ସ°ଖ୍ୟାରେ ଗାଁର ପୁରୁଷ, ମହିଳା ଓ ଯୁବକ ଏକତ୍ରିତ ହୋଇ ବିରୋଧ କରିବା ସହିତ ଧାରଣାରେ ବସିଥିଲେ । +ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । +ଏହାକୁ ନେଇ ଗାଁର ଲୋକମାନେ କହିଛନ୍ତି ଆମ ଗ୍ରାମରେ ୩୫୦ ଘର ରହିଛି । +ରାଜାରାଜୁଡ଼ା ସମୟରୁ ଆମ ପିଲାମାନେ ଏହି ପଡ଼ିଆରେ ଖେଳି ଆସୁଛନ୍ତି । +ଗାଁ ର ବିବାହ, ବ୍ରତ, ବିଭିନ୍ନ ପର୍ବପର୍ବାଣୀ, ଦୋଳ ମେଳଣ, ଯାନିଯାତ୍ରା ଓ ବିଶେଷ କରି ଚନ୍ଦ୍ରଶେଖରପୁର ଅଞ୍ଚଳର ସବୁଠାରୁ ବଡ଼ ଦୁର୍ଗାପୂଜା ଏଠାରେ ହୋଇଥିଏ । +ଗାଁ ର ସମସ୍ତ ଲୋକ ଏହା ଉପରେ ନିର୍ଭରଶୀଳ । +ସରକାରଙ୍କ ବିଡ଼ିଏ,ହାଉସି°ବୋର୍ଡ ସ°ସ୍ଥା ଯେଉଁ ଠାରେ ଘରକରି ବିକୁଛନ୍ତି ସେଠାରେ ଖେଳ ପଡିଆ,ପାର୍କ, ସ୍କୁଲ, ବିବାହ ବ୍ରତ ପାଇଁ ଖୋଲା ସ୍ଥାନ ଯୋଗାଇ ଦେଉଛନ୍ତି । +ଅଥଚ ଆମ ଗ୍ରାମର ଗୋଚର ଜମିକୁ ବାହାର କମ୍ପାନୀକୁ ଟେକିଦେଇ ଆମକୁ ମୈ । +ଳିକ ଅଧିକାରରୁ ବଞ୍ଚିତ କରୁଛନ୍ତି । +ଆମେ ମରିବୁ ପଛେ ଆମ ଜାଗା ଛାଡ଼ିବୁ ନାହିଁ । +ସକାଳ ଛଅଟାରୁ ଦିନ ୧ଟା ଯାଏ ଉତ୍ତେଜନା ଦେଖିବାକୁ ମିଳିଥିଲା । +ସ୍ଥାନୀୟ ଯୁବନେତା ମନୋଜ ସାହୁ ଉତ୍ତର ବିଧାୟକଙ୍କ ସହିତ ଯୋଗାଯୋଗ କରିଥିଲେ । +ଶେଷରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ହସ୍ତକ୍ଷେପ ପରେ ଭଙ୍ଗା ନ ଯିବାର ପ୍ରତିଶୃତି ମିଳିବାରୁ ଗ୍ରାମବାସୀ ମାନେ ଧାରଣାରୁ ଉଠିଥିଲେ । +ସମସ୍ତ ଗ୍ରାମବାସୀ ବିଧାୟକ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । +ଏଥିରେ ଗ୍ରାମ ସଭାପତି ପ୍ରେମାନନ୍ଦ ମହାକୁଡ଼, ସମ୍ପାଦକ ଉଗ୍ରସେନ କାସ୍ତା, କୋଷାଧ୍ୟକ୍ଷ ରାଜେନ୍ଦ୍ର ଭୂୟାଁ, ମହିଳା ସମିତି ସଭାନେତ୍ରୀ ସୀତା ମାହାନା , ସସ୍ମିତା ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ । +ଏୟାର ଇଣ୍ଡିଆର ବିଦେଶୀ ମୁଖ୍ୟ : କ୍ୟାମ୍ପବେଲ୍ ୱିଲ୍‌ସନ୍‌ଙ୍କୁ ସିଇଓ ନିଯୁକ୍ତ କଲା ଟାଟା +ଏୟାର ଇଣ୍ଡିଆ ପାଇଁ ଏକ ବଡ ନିଷ୍ପତ୍ତି ନେଇଛି ଟାଟା ଗ୍ରୁପ୍ ଅଫ୍ କମ୍ପାନୀ । +ଭାରତ ସରକାରଙ୍କ ନିକଟରୁ ଟାଟାକୁ କିଣିବା ପରେ ଜଣେ ବିଦେଶୀଙ୍କୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ମୁଖ୍ୟ ପରିଚାଳନା ଅଧିକାରୀ ଭାବରେ ନିଯୁକ୍ତ କରିଛି ଟାଟା ଗ୍ରୁପ୍ ଅଫ୍ କମ୍ପାନୀ । +ଗୁରୁବାର ଠାରୁ କ୍ୟାମ୍ପବେଲ୍ ଏୟାର ଇଣ୍ଡିଆର ନୂଆ ସିଇଓ ଏବଂ ଏମ୍‌ଡି ଭାବର କାର୍ଯ୍ୟ କରିବେ । +କ୍ୟାମ୍ପବେଲ ୱିଲସନଙ୍କ ପାଖରେ ବିମାନ ଚଳାଚଳ ଇଣ୍ଡଷ୍ଟ୍ରିକୁ ନେଇ ୨୬ ବର୍ଷର ଅଭିଜ୍ଞତା ରହିଛି । +ଟାଟା ଗ୍ରୁପ୍ ପକ୍ଷରୁ କ୍ୟାମ୍ପବେଲ୍‌ଙ୍କ ଅଭିଜ୍ଞତା ଉପରେ ଭରଷା କରିବା ସହ ଏହି ବଡ ଦାୟିତ୍ୱ ଦେଇଛି । +ୱିଲସନଙ୍କ ହାତରେ ଦେଇଛି ଏୟାରଲାଇନ୍ସର ଆଗାମୀ ଭବିଷ୍ୟତ ଏବଂ ଦାୟିତ୍ୱ । +ଵ୍ରହ୍ମପୁର ହାବିଲଦାର ଓ କନେଷ୍ଟେବଲ ସଙ୍ଘ ନିର୍ବାଚନ : ସଭାପତି କାଳି ଚରଣ, ସମ୍ପାଦକ ଶ୍ରୀନିବାସ… +ଵ୍ରହ୍ମପୁର ହାବିଲଦାର ଓ କନେଷ୍ଟେବଲ ସଂଘର ବିଭିନ୍ନ ପଦବୀ ପାଇଁ ଚଳିତବର୍ଷ ନିର୍ବାଚନ ହୋଇଛି । +ଵ୍ରହ୍ମପୁର ପୋଲିସ ଜିଲାରେ ୭୫୦ ଜଣ ଭୋଟର ରହିଥିବା ବେଳେ ଏଥିରେ ୭୧୩ ଜଣ ମତ ସବ୍ୟସ୍ତ କରିଛନ୍ତି । +ଜିଲାର ସମସ୍ତ ଥାନାରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । +ସମସ୍ତ ଥାନାଧିକାରୀ ପ୍ରିଜାଇଡିଂ ଅଫିସର ଦାୟିତ୍ୱରେ ରହିଥିଲେ ବୋଲି ନିର୍ବାଚନ ଅଧିକାରୀ ତଥା ଏଏସପି ରମେଶ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି । +ସୋମବାର ଗଣତି ସରିବା ପରେ ବିଜୟୀ ପ୍ରଥୀଙ୍କ ତାଲିକା ପ୍ରକାଶ ପାଇଛି । +ସଭାପତି ଭାବେ କାଳି ଚରଣ ପାତ୍ର , ସମ୍ପାଦକ ଭାବେ କେ. ଶ୍ରୀନିବାସ ପାତ୍ର, ଉପସଭାପତି ଭାବେ ବ୍ରମହା ନାରାୟଣ ସାମନ୍ତରାୟ , ସହ ସମ୍ପାଦକ- ୧ ଭାବେ ଦେବେନ୍ଦ୍ର ପ୍ରଧାନ , ସହ ସମ୍ପାଦକ -୨ ଭାବେ ଟୁଙ୍ଗୁରୁମାଳ ବିଷୋୟୀ , କୋଷଧକ୍ଷ ଭାବେ ଅନିଲ କୁମାର ପାତ୍ର , ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଆର. ଏସ.ପି . ରାଓ , ଶିଶିର ପାତ୍ର , ସଞ୍ଜୟ କୁମାର ଭୂୟାଁ ଓ ଲଳିତା ରାଓ ନିର୍ବାଚିତ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ସେଠୀ ଘୋଷଣା କରିଛନ୍ତି । +୧୦୮ ଫୁଟର ମହାବୀରଙ୍କ ମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ +ମହାବୀର ହନୁମାନଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ହନୁମାନଙ୍କର ଏକ ୧୦୮ ଫୁଟ ଉଚ୍ଚତା ବିଶିଷ୍ଠ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । +ଗୁଜୁରାଟର ମୌରବି ଠାରେ ଏହି ମୂର୍ତ୍ତିର ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ । +ଦେଶର ଚାରିଧାମ ପରିଯୋଜନା କ୍ରମରେ ଦେଶର ଚାରି ଦିଗରେ ହନୁମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯିବା ନେଇ ଚାଲିଥିବା ଯୋଜନାର ଏହା ଦ୍ୱିତୀୟ ମୂର୍ତ୍ତି ବୋଲି କୁହାଯାଉଛି । +ଏହି ମୂର୍ତ୍ତି ଉନ୍ମୋଚନ ପରେ ପ୍ରଧାନମନ୍ତ୍ରୀ କହିଥିଲେ କି, ମହାବୀର ହନୁମାନ ତାଙ୍କର ଭକ୍ତି ଓ ସେବା ମନୋଭାବ ମାଧ୍ୟମରେ ସମସ୍ତଙ୍କୁ ଯୋଡିଥିଲେ । +ବାଘୁଣୀ ରୁପାର ଧଳା ଶାବକ ମୃତ, ୨୮କୁ ଖସିଲା ମୋଟ ବାଘଙ୍କ ସଂଖ୍ୟା +ନନ୍ଦନକାନନରେ ବାଘୁଣୀ ରୁପାର ଧଳା ଶାବକର ମୃତ୍ୟୁ ହୋଇଛି । +ଶାବକଟି ୧୦ ଦିନର ହୋଇଥିଲା । +ରବିବାର ଶାବକଟି ହଠାତ ଅସୁସ୍ଥ ହୋଇପଡିଥିଲା । +ତାର ପେଟ ଫମ୍ପେଇବା ସହିତ ଠିକରେ ଖାଦ୍ୟ ହଜମ ହୋଇନଥିଲା । +ଅପରାହ୍ଣରେ ଓୟୁଏଟିର ପ୍ରଫେସରଙ୍କ ପରାମର୍ଶ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପଶୁ ଚିକିତ୍ସକ ତାର ଚିକିତ୍ସା ଆରମ୍ଭ କରିଥିଲେ । +କିନ୍ତୁ ସନ୍ଧ୍ୟାରେ ତାର ମୃତ୍ୟୁ ହୋଇଛି । +ଏହାପରେ ନନ୍ଦନକାନନରେ ମୋଟ ବାଘଙ୍କ ସଂଖ୍ୟା ୨୮ କୁ ହ୍ରାସ ପାଇଛି । +କଳିଙ୍ଗ ନଗରରେ ପ୍ରତିଷ୍ଠା ହେବ ୩୫ ଶିଳ୍ପାନୁଷ୍ଠାନ +କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ୩୫ଟି ମଧ୍ୟମ ଏବଂ କ୍ଷୁଦ୍ର ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବ । +ସେଥିପାଇଁ ବିସ୍ଥାପିତ ହେବାକୁ ଥିବା ୨୯ଟି ପରିବାରକୁ ଉପଯୁକ୍ତ ଭାବେ ଥଇଥାନ କରାଯିବ । +ପ୍ରତି ପରିବାରର ଯୋଗ୍ୟ ବ୍ୟକ୍ତିଙ୍କୁ ଚାକିର ଦିଆଯିବ । +ଯଦିଓ୨୯ ପରିବାର ବିସ୍ଥାପିତ ହେବେ, କିନ୍ତୁ ପରିବାର ସଂଖ୍ୟା ୫୮ ଭାବେ ବିବେଚନା କରାଯିବ । +ପ୍ରତି ପରିବାରକୁ ୧୦ଡେସମିଲ ଲେଖାଏଁ ଜମି ପ୍ରଦାନ ସହ ବିସ୍ଥାପିତଙ୍କୁ ନୂତନ ଘର ପ୍ରଦାନ କରାଯିବ । +ଆବଶ୍ୟକ ସ୍ଥଳେ ଘର ନିର୍ମାଣ ବଦଳରେ ଆର୍ଥିକ ସହାୟତା ପ୍ରଦାନ କରାଯିବ । +ଫଳରେ ବିସ୍ଥାପିତ ପରିବାର ନିଜ ଇଚ୍ଛା ମୁତାବକ ଘର ନିର୍ମାଣ କରିପାରିବେ । +ସୋମବାର ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଅଧ୍ୟକ୍ଷତାରେ କଳିଙ୍ଗ ନଗର ଜେସିଡିଏଲ କକ୍ଷରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । +କଳିଙ୍ଗ ନଗର ଏଡିଏମ ସନ୍ତୋଷ ମିଶ୍ର, ଅତିରିକ୍ତ ଏସପି, ସୁକିନ୍ଦା ଓ ଦାନଗଦୀ ବ୍ଲକର ତହସିଲଦାରଙ୍କ ଉପସ୍ଥିତ ଥିବା ବୈଠକରେ କଳିଙ୍ଗ ନଗର ଶିଳ୍ପାଞ୍ଚଳ ବିଶେଷ କରି ବିଆରପିଏଲ ନିକଟରେ ଉପଜୁଥିବା ଟ୍ରାଫିକ୍ ସମସ୍ୟା ଦୂର କରିବାକୁ ସ୍ଥିର ହୋଇଛି । +ସେହିଭଳି ଆମୋଦ ପ୍ରମୋଦ ପାଇଁ ଗ୍ରୀନ ପାର୍କ-ଷ୍ଟୋଟର୍ସ କଂପ୍ଲେକ୍ସ, ମାର୍କେଟ କଂପ୍ଲେକ୍ସ ଏବଂ ସାଇନ୍ସ ପାର୍କର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ସ୍ଥିର ହୋଇଛି । +ଅର୍ଥ ଆବଣ୍ଟିତ ହୋଇଥିବା ପ୍ରକଳ୍ପ ଗୁଡିକ ପାଇଁ ଇଡକୋ ଜମି ଯୋଗାଇ ଦେବ । +ଦେବସ୍ନାନ ପୂର୍ଣ୍ଣମା ଅବସରରେ ଜଗନାଥ ମନ୍ଦିର ରେ ସାଂସ୍କୃତିକ କାର୍ଯ୍ୟକ୍ରମ +ଫୁଲବାଣୀ 15/6(ସୁନୀଲ ପଟନାୟକ ):ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଫୁଲବାଣୀ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ପରିଚାଳନା କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । +ଫୁଲବାଣୀର ଅଗ୍ରଣୀ ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ନଟରାଜ କଳା ମନ୍ଦିର ଦ୍ଵାରା ନାଟମଣ୍ଡପ ଠାରେ ଓଡ଼ିଶୀ, ଭଜନ ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା । +ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ । +ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ, ଶିକ୍ଷାବିତ୍ ବିରଞ୍ଚିନାରାୟଣ ମିଶ୍ର, ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା, ଉପସଭାପତି ବିଜୟ କୁମାର ମହାନ୍ତି କାର୍ଯ୍ୟକାରୀ ସଦସ୍ୟ ରଜତ ମହାନ୍ତି, ଅଶୋକ ପଟ୍ଟନାୟକ, କୋଷାଧ୍ୟକ୍ଷ ଶଙ୍କର ବେହେରା ଆଦି ଉପସ୍ଥିତ ଥିଲେ । +କାର୍ଯ୍ୟକ୍ରମ କୁ ନଟରାଜ କଳା ମନ୍ଦିରର ନୃତ୍ୟ ଶିକ୍ଷକ ତଥା ନିର୍ଦ୍ଦେଶକ ବିନୋଦ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ । +ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ଲାଗି ଭକ୍ତ ମାନଙ୍କ ପ୍ରବଳ ଭିଡ ଜମିଥିଲା । +ପୂର୍ବତନ କର୍ମଚାରୀ ନେତା ସୁରେଶ ପଟନାୟକ ଙ୍କ ପରଲୋକ +ଫୁଲବାଣୀ9/6: କନ୍ଧମାଳ ଜିଲାର ଜଣାଶୁଣା କର୍ମଚାରୀ ନେତା ସୁରେଶ ପଟନାୟକ ଙ୍କ ଆଜି ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । +ମୃତ୍ଯୁ ବେଳକୁ ତାଙ୍କୁ ସତୁରି ବର୍ଷ ହୋଇଥିଲା । +ଆଜି ଅପରାହ୍ନ ସେ ହଟାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଫୁଲବାଣୀ ସଦର ମହକୁମା ହସ୍ପିଟାଲରେଭର୍ତ୍ତି କରାଯାଇଥିଲା ତେବେ ଅବସ୍ଥା ରେ ସୁଧାର ନ ଆସିବା ଫଳରେ ତାଙ୍କୁ ଭୁବେନଶ୍ୱର ସ୍ଥାନାନ୍ତର କରାଯାଉଥିଲା ହେଲେବାଟରେ ତାଙ୍କର ପରଲୋକ ହୋଇଯାଇଥିଲା । +ସ୍ବର୍ଗତ ପଟନାୟକ ସର୍ବଦା ସରକାରୀ କର୍ମଚାରୀ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସର୍ବଦା ଲଢେଇ କରିଆସୁଥିଲେ । +ସହରର ବିଭିନ୍ନ ସଂଗଠନ ସହ ମଧ୍ୟ ସେ ପ୍ରତ୍ୟକ୍ଷ ଭବେଜଡିତ ଥିଲେ । +ତାଙ୍କ ମୃତ୍ୟୁରେ ଫୁଲବାଣୀ ସହରରେଶୋକର ଛାୟା ଖେଳିଯାଇଛି । +ସହରର ବହୁ ବୁଦ୍ଧିଜିବୀ .ଅବସରପ୍ରାପ୍ତ କର୍ମଚାରୀ ସଂଘ, ପୂର୍ବତନ ଛାତ୍ରସଂଘ, ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ଵର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମାବେ ଦନା ଜ୍ଞାପନ କରିଛନ୍ତି । +ସେ ଜଣେ ସଂଗଠକ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ । +ସେହିପରି ସ୍ଵର୍ଗତ ସୁରେଶ ପଟନାୟକ ଙ୍କ ପରଲୋକରେ ଫୁଲବାଣୀ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ବରୀଷ୍ଠ ଆଇନଜିବୀ ଅଶୋକ ବେହେରା, ଅବସରପ୍ରାପ୍ତ କର୍ମଚାରି ପ୍ରଣବ ମଣ୍ଡଳ, ସର୍ବେଶ୍ଵର ମିଶ୍ର, ରାଜେନ୍ଦ୍ରପାଢୀ, ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୁପ ଜେନା, ନାରାୟଣ ସାହୁ, ବିଜୟ ମହାନ୍ତି, ଅଶୋକ ମହାନ୍ତି,ଅବସର ପ୍ରାପ୍ତ କର୍ମଚାରୀ ବ୍ରଜ ପଟନାୟକ, ଅମୀୟ ଦାଶ, ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରୀ ବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । +ଜନତାଙ୍କ ଉପରେ ମହଙ୍ଗା ମାଡ଼ ଅସହ୍ୟ : କୁଆଡ଼େ ଗଲେ ସ୍ମୃତି ଇରାନୀ ? ମୋଦିଙ୍କୁ ଚୁଡ଼ି… +କେନ୍ଦ୍ରର ବିଜେପି ସରକାର ଦେଶବାସୀଙ୍କୁ ଏକ ଭୟଙ୍କର ପରିସ୍ଥିତିକୁ ଠେଲି ଦେଇଛି । +ଦରଦଦାମ ବୃଦ୍ଧି ସାଧାରଣ ଜନତାଙ୍କୁ ନୟାନ୍ତ ଏବଂ ତଳି ତଳାନ୍ତ କରିଦେଇଛି । +ଲୋକଙ୍କ ଭିତରେ ତ୍ରାହି ତ୍ରାହି ଚିତ୍କାର । +ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦାମ ଉଦ୍‌ବେଗ ଜନକ ଭାବରେ ବଢ଼ି ଚାଲିଛି । +ଗତ ୧୫ ଦିନ ଭିତରେ ୧୩ ଥର ପେଟ୍ରୋଲ ଓ ଡିଜେଲର ଦାମ ବଢ଼ିଛି । +ଆଜି ଭୁବନେଶ୍ୱର ପେଟ୍ରୋଲ ର ଦାମ ଟ. ୧୧୧.୫୩ ଡିଜେଲ ୧୦୧.୨୯ ଏବଂ ଗ୍ୟାସର ଦାସ ୯୭୬ ଟଙ୍କାରେ ପଂହଚିଛି । +ଏହାର ପ୍ରଭାବରେ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଦର ପ୍ରବଳ ମାତ୍ରାରେ ବଢ଼ିଛି, ଯାହାକି ସାଧାରଣ ଜନଜୀବନକୁ ଚରମ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି । +ଏହାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରର ବିଜେପି ସରକାରକୁ ଶାଣିତ ଆକ୍ରମଣ କରିଛନ୍ତି କଂଗ୍ରେସର ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ । +ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଲୁଟେରା, ନେଇଗଲେ ସୁନା ଅଳଙ୍କାର ଓ ନଗଦ ଟଙ୍କା +ଚଣ୍ଡିଖୋଲ ୨୬ । +୦୪ : ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ । +ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଭାକୁଡ ଗାଁର ସଚିତ୍ର କୁମାର ରାଉତଙ୍କ ଘରେ ଚୋରି ହୋଇଛି । +ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । +ବୌଦ୍ଧରେ ବିଶ୍ୱ ରେଡକ୍ରସ ଦିବସ ପାଳିତ +ଅଦ୍ୟ ତା ୦୮ା୦୫ା୨୦୨୨ ରିଖ ଦିନ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । +ଏହି ଉପଲକ୍ଷେ ସକାଳ ୭ ଘଂଟା ସମୟରେ ଜିଲା ସଂଗ୍ରହାଳୟ ସମ୍ମୁଖରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଟାଉନହଲ ଠାରେ ପହଂଚିଥିଲା । +ଏଥିରେ ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗା, ମଡେଲ ଡିଗ୍ରୀ କଲେଜ ବାମଣ୍ଡା, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଯୋଗେନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ଏନସିସି ବେଣ୍ଡ ଦଳ ସାମିଲ ହୋଇ ପ୍ଲା କାର୍ଡ ଓ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । +ନବୀନଙ୍କ ନୂଆ ମନ୍ତ୍ର: ଫାଇଭଟି ନୁହେଁ, ୬ଟିକୁ ଗୁରୁତ୍ୱ । + ଅଞ୍ଚଳ ବୁଲିବାକୁ ନୂଆ ମନ୍ତ୍ରୀଙ୍କୁ… +ଭୁବନେଶ୍ବର: ରାଜ୍ୟ ସରକାର ‘୫-ଟି’ (ଟିମ୍‌ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପେରିନ୍ସି, ଟ୍ରାନ୍ସଫରମେସନ ଓ ଟାଇମ୍‌ ଲିମିଟ୍‌)କୁ ଗୁରୁତ୍ବ ଦେଉଛନ୍ତି । +ଏହାରି ମଧ୍ୟରେ ବିକାଶମୂଳକ କାମ କରୁଛନ୍ତି । +ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହା ହେଉଛି ବଡ଼ ଅସ୍ତ୍ର, ଯାହାର ମାଧ୍ୟମରେ ଲୋକଙ୍କର ସମସ୍ୟାଗୁଡ଼ିକ ସହଜରେ ସମାଧାନ ହୋଇପାରିବ । +ମୁଖ୍ୟମନ୍ତ୍ରୀ ନବୀନ ‘୫-ଟି’ ସ୍ଥାନରେ ‘୬-ଟି’କୁ ଗୁରୁତ୍ୱ ଦେଇଛନ୍ତି । +ଅତିରିକ୍ତ ‘ଟି’ ହେଲା ଟୁର୍‌ ଅଥବା ଗସ୍ତ । +‘ମୋ ସରକାର’ କାର୍ଯ୍ୟକ୍ରମରେ ମନ୍ତ୍ରୀମାନଙ୍କୁ ରାଜ୍ୟର ବିଭିନ୍ନ ଅଞ୍ଚଳ ଟୁର କରି ଲୋକଙ୍କ ସମସ୍ୟା ବୁଝିବା ଓ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । +କାର୍ଯ୍ୟରେ ସ୍ଵଛତା ବଜାୟ ରଖିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି । +ନ୍ୟାୟ କାହା ପାଇଁ କେମିତି? ବଡବଡିଆଙ୍କୁ ବେଲ୍, ମଳିମୁଣ୍ଡିଆଙ୍କୁ ଜେଲ୍? +ନ୍ୟାୟ କାହା ପାଇଁ କେମିତି? ଗଞ୍ଜାମରେ ଜଣେ କେଟଲି ଚୋରକୁ ଦେଢବର୍ଷ ଜେଲ ଦଣ୍ଡାଦେଶ ହୋଇଛି । +ଯାହା ଅନେକ ପ୍ରଶ୍ନ ଉଠାଇଛି । +ବଡ ଓକିଲ ବନ୍ଦୋବସ୍ତ କରି ବଡବଡିଆ ଆଇନ ପଞ୍ଝାରୁ ଖସିଯାଉଥିବା ବେଳେ ଫସି ଯାଉଛନ୍ତି ଗରିବ ଲୋକ । +ଦ୍ରୌପଦୀଙ୍କୁ ସମର୍ଥନ ନକଲେ ଗାଁ ଗାଁରେ ବିରୋଧ +ଭୁବନେଶ୍ୱର : ଭାରତର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢୁଥିବା ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଯେଉଁ ରାଜନୈତିକ ଦଳ ଓ ଏହାର ନେତାମାନେ ସମର୍ଥନ ନକରିବେ ସେମାନଙ୍କୁ ଗାଁ ଗାଁ ବିରୋଧ କରାଯିବ । +ସମର୍ଥନ ପାଇଁ କଂଗ୍ରେସ ଖୋଲାଖୋଲି ଭାବେ ମନା କରିଦେବା ପରେ ଆଜି ଏଭଳି ଆଭିମୁଖ୍ୟ ଗ୍ରହଣ କରିଛି କଳିଙ୍ଗ ସେନା । +ସେନା ସୁପ୍ରିମୋ ହେମନ୍ତ ରଥ ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପ୍ରଥମଥର ପାଇଁ ଓଡିଶାରୁ ଜଣେ ଆଦିବାସୀ ମହିଳା ଦେଶର ବହୁ ବ୍ୟକ୍ତିକଙ୍କୁ ପଛରେ ପକାଇ ସର୍ବୋଚ୍ଚ ପଦବୀ ଅଳଙ୍କୃତ କରିବାକୁ ନିର୍ବାଚନ ଲଢୁଛନ୍ତି । +ଦଳ ମତ ନିର୍ବିଶେଷରେ ଓଡିଆ ଭାବେ ତାଙ୍କୁ ସମସ୍ତେ ସମର୍ଥନ କରିବା ଆବଶ୍ୟକ । +ଏ କ୍ଷେତ୍ରରେ ପ୍ରଥମେ ମାଟି ଓ ପରେ ପାର୍ଟି କଥା ବିଚାର କରିବା ଆବଶ୍ୟକ । +ହେଲେ କଂଗ୍ରେସ ଭଳି ଦଳ କିନ୍ତୁ ଦ୍ରୌପଦୀଙ୍କୁ ସମର୍ଥନ କରିବନାହିଁ ବୋଲି କହି ତାହାର ଓଡିଶା ଓ ଓଡିଆ ବିରୋଧି ମନୋଭାବକୁ ପଦାରେ ପକାଇ ଦେଇଛି । +ଯଦି କଂଗ୍ରେସ ଏଭଳି ପଦକ୍ଷେପ ଗ୍ରହଣ କରିବ ତେବେ ଦଳର ୯ଜଣ ବିଧାୟକ ଓ ଜଣେ ସାଂସଦଙ୍କ ବିରୁଦ୍ଧରେ କଳିଙ୍ଗ ସେନା ଅଭିଯାନ ଆରମ୍ଭ କରିବ । +ସେମାନଙ୍କ ନିର୍ବାଚନମଣ୍ଡଳୀର ଗାଁ ଗାଁରେ ବିରୋଧ କରାଯିବ ଓ ଏମାନେ ଓଡିଆ ଓ ଓଡିଶା ବିରୋଧି ବୋଲି ଖୋଲାଖୋଲି ଭାବେ ଲୋକଙ୍କୁ କୁହାଯିବ । +ଶ୍ରୀ ରଥ କହିଛନ୍ତି ଯେ ଓଡିଶାରୁ ଜଣେ ମହିଳା ରାଷ୍ଟ୍ରପତି ହେବା ଆମପାଇଁ ଗର୍ବର ବିଷୟ । +ଅନ୍ୟ ରାଜ୍ୟମାନେ ଯେଭଳି ନିଜ ନିଜ ରାଜ୍ୟ ପ୍ରସଙ୍ଗରେ ଏକ ହେଉଛନ୍ତି ଓଡିଶାର ନେତାମାନେ ସେଭଳି ମନୋଭାବ ଦେଖାଇବା ଆବଶ୍ୟକ । +ହେଲେ ଏଠାରେ କିନ୍ତୁ କଂଗ୍ରେସ ପାର୍ଟି ସ୍ୱାର୍ଥ ପାଇଁ ମାଟି ସ୍ୱାର୍ଥ କଥା ଭୁଲି ଯାଉଛି । +ଏଭଳି ଆଚରଣ ଦେଖାଇଲେ ଓଡଶାବାସୀ କଂଗ୍ରେସ ପାଦ ତଳୁ ମାଟି କାଢିନେବେ ଓ ସେତେବେଳେ ଆଉ ପାର୍ଟି ନଥିବ କି ଏହାର ନେତା ବି ନଥିବେ । +ତେଣୁ ଓଡିଶାର ସ୍ୱାର୍ଥ ଓ ଓଡିଆଙ୍କ ସ୍ୱାଭିମାନ ଦୃଷ୍ଟିରୁ ପାର୍ଟିରୁ ଉର୍ଦ୍ଧରେ ରହି କଂଗ୍ରେସ ବିଧାୟକ ଓ ସାଂସଦ ମାଟି ପାଇଁ ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ଶ୍ରୀ ରଥ ଆହ୍ୱାନ ଦେଇଛନ୍ତି । +ହଜିଯାଉଛି ପାରମ୍ପାରିକ ଦେଶୀଧାନ , ଅଧିକ ଲାଭ ଆଶାରେ ହାଇବ୍ରିଡଧାନକୁ ଭରସା +ନବରଙ୍ଗପୁର ଜିଲାରେ ହଜିଯାଉଛି ବହୁ ପାରମ୍ପାରିକ ଦେଶୀଧାନ । +ଅଧିକ ଅମଳ ଓ ଲାଭ ଆଶାରେ ନୂତନଚାଷ ପ୍ରଣାଳୀରେ ଚାଷୀ ମାନେ ହାଇବ୍ରିଡଧାନଚାଷ କରିବାକୁ ପସନ୍ଦ କରୁଥିବାବେଳେ ପୂର୍ବପୁରୁଷଧରି ଚାଷ କରି ଆସୁଥିବା ପରମ୍ପାରିକ ଦେଶୀଧାନ ପ୍ରତି ବିମୁଖ ହେଉଥିବା ଲକ୍ଷ୍ୟ କରାଯାଉଛି । +ଯଦିଓ ଦେଶୀଧାନରେ ଅଧିକ ଶକ୍ତିଶାଳୀ ପୁଷ୍ଟିକରତ୍ତତ୍ୱ ରହିଥିବା କୁହାଯାଉଛି । +ତେବେ ଚାଷୀ ମାନେ ଏବେ ଅଧିକ ଅମଳ ଓ ରୋଜଗାର କୁ ଦଷ୍ଟିରେ ରଖି ଆଧୁନିକପ୍ରଣାଳୀରେ ଚାଷ କରୁଥିବା କୁହାଯାଇଛି । +ଯାହା ଫଳରେ ବହୁ ପୁରାତନ ଦେଶୀ ଧାନଏବେ ହଜିସାରିଲାଣି । +ଦେଶୀଧାନ ବନ୍ୟାବାତ୍ୟା, ମରୁଡି,ସ୍ୱଳ୍ପବୃଷ୍ଟି ଓ ବିଭିନ୍ନଜଳବାୟୁ ପରିବର୍ତ୍ତନରେ ଖାପ ଖାଇବାରେ ସକ୍ଷମ ହେଉଥିଲା । +ଏହାଛଡା ରୋଗ ପୋକରୁ ମୁକ୍ତ ରହୁଥିଲା । +ଦେଶୀ ଧାନ ବହିନ ଅଧିକ ରୋଗ ପ୍ରତିରୋଧକ ଶକ୍ତି ରହିଥିଲା । +ପୂର୍ବକାଳରୁ ଚାଷୀ ମାନେ ବହୁ ସରୁ ଓ ବାସନାଯୁକ୍ତ ଧାନ ଚାଷ କରି ନିଜେ ଡିଙ୍କିରେ କୁଟି ଚାଉଳକରି ବର୍ଷବର୍ଷଧରି ସାଇତି ରଖୁଥିଲେ । +ଏହି ଚାଉଲରେ ପୋକ ମଧ୍ୟ ହେଉନଥିଲା । +ତେବେ ଏବେ ଦେଶୀଧନା ବିହନ କେବଳ ସ୍ପପ୍ନ ପାଲଟିଛି । +ଜିଲାରେ ବହୁଦେଶୀଧାନ ହଜିସାରିଥିବାବେଳେ ସେଥିମଧ୍ୟରୁ ଆସାମଚୁଡି, ହଳଦିଚୁଡି, ବାକଟିଚୁଡି, କଳାମଲ୍ଲୀ,ଘୋଡାଖୁଣ୍ଟା, ହଳଦିଗଣ୍ଠି, ଧୋବଖୁଜି, ଅମରଚୁଡି, ଚେଟିଆନାକି, ଦହଣାପ୍ରସାଦ, ତୂଳସୀବାସ, ମିଟିମିଟି, କଳାଜିରା, କପୁରକାନ୍ତି, ବାସଭୋଗ, ମାଛକଣ୍ଟା, ସ୍ୱର୍ଣ୍ଣା, ରତନଚୁଡି, ଡଙ୍ଗର ଖୁଦି, ମେହେର, ପରା, ମାଟି, ପୁଆଦି, ଚିତରିମି, ବାବେ ଗୋଛା, ଲଙ୍କେଶ୍ୱରୀ, ରାଧାକୃଷ୍ଣ, ବାରେଙ୍ଗଗଠିଆ, ଲଦାରି ପ୍ରଭୃତିଧାନ ଏବେ ହଜିଗଲାଣି । +ଏହି ଦେଶୀଧାନା କରି ଚାଷୀମାନ ଭଲ ଅମଳ କରୁଥିବାବେଳେ ଏହି ଧାନ ମାଟିରେ ଅନୁକୂଳ ରହିଥିବାକାରଣରୁ କେବଳ ଗୋବର ଖତ ଦେଇ ଚାଷ କରାଯାଉଥିଲା । +ଏହି ଧାନଚାଷରେ ରସାୟନିକ ସାର ପଡୁନଥିବାରୁ ଏହିଧାନର ଚାଉଳ ଅତିସ୍ୱାଦିଷ୍ଟ ଓ ପୁଷ୍ଟିକର ରହିଥିଲା । +ଏହିଦେଶୀଧାନ ସମୟରେ ଦେଶୀମାଛ ମଧ୍ୟ ପ୍ରଚୁର ମାତ୍ରାରେ ଧାନବିଲରୁ ମିଳୁଥିଲା । +ଲୋକ ମାନେ ବହୁ ପକାର ମାଛ ପାଇପାରୁଥିଲେ । +ଦେଶୀଧାନର ଭାତ ସହିତ ଦେଶୀମାଛ ଖାଇବାରେ ମଜା ନେଉଥିଲେ । +ତେବେ ଆଧୁନିକ ଚାଷ ନାଁରେ ହାଇବ୍ରିଡଧାନ କୁ ପ୍ରାଧାନ୍ୟ ସହିତ ବହୁ ରାସାୟନିକ ସାର ଓ ଔଷଧ ପ୍ରୟୋଗ କରିବା ଫଳରେ ଏବେ ଆଉ ବିଲରେ ଦେଶ ମାଛ ମଧ୍ୟ ହଜିଯାଇଛି । +ନୂତନ ଚାଷୀ ମାନେ ଏହି ଦେଶୀ ଧାନର ନାମ ମଧ୍ୟ ଜାଣିନଥିବା ପ୍ରକାଶ କରିଛନ୍ତି । +ଏବେ କେବଳ ବଡ ମାଛ ବଜାରରେ ମିଳୁଥିବାବେଳ ଗାଁଗହଳିର କ୍ଷେତ ବାଡରେ ଆଉ ଦେଶୀମାଛ ମିଳୁନି । +ଦେଶୀ ଧାନ ର ମୂଳରେ ମାଛ ବଞ୍ଚି ରହିଥିଲା । +ପ୍ରତ୍ୟେକବିଲରେ ଧାନ ସହିତ ଦେଶୀ ମାଛ ପ୍ରଚୁର ପରିମାଣରେ ମିଳୁଥିଲା । +ଫଳରେ ଚାଷୀ ମାନ ଦେଶୀ ଧାନ ଓ ଦେଶୀ ମାଛ ବିକ୍ରି କରି ଦୁଇଟି ଫାଇଦା ପାଉଥିଲେ । +ବତ୍ତର୍ମାନ ଯୁଗ ଅନୁସାରେ ଦେଶୀଧାନ ବିହନ ପରିବର୍ତ୍ତନ କରିବା ସହିତ ଗୋବର ଖତ ବଦଳରେ ଜୈବିକ ସାର ବ୍ୟବହାରକରବା ମଣିଷକୁ ବହୁ ରୋଗରକାରଣ ହୋଇଛି । +ଯଦିଓ ଆଧୁନିକ ଚାଷ କେବଳ ଲାଭଜନକ ହୋଇଛି ,କିନ୍ତୁ ଏହିଧାନ ସ୍ୱାସ୍ଥ୍ୟପ୍ରତି ବିଭିନ୍ନ ରୋଗର କାରଣ ମଧ୍ୟ ହୋଇଛି । +ତେବେ ସରକାର ପୁରାତନ ଧାନ ବିହନ ସଂରକ୍ଷଣ ଓ ଯୋଗାଣ ସହିତ ରୋଗ ନିୟନ୍ତ୍ରକ ଦେଶୀଧାନ ଚାଷ କରିବାକୁ ପୋତ୍ସାହନ ଦେବାକୁ ବହୁ ପୁରଖାଚାଷୀ ମାନେ ମତ ପ୍ରକାଶ କରିଛନ୍ତି । +ଭୁବନେଶ୍ୱରର ବିକାଶ ଆମର ଲକ୍ଷ୍ୟ : ସୁଲୋଚନା +ମେୟର ଭାବେ ଶପଥ ନେବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଲେ ସୁଲୋଚନା ଦାସ । +ରାଜଧାନୀବାସୀଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ସମସ୍ତେ ମିଳିମିଶି କାମ କରିବା । +ଭୁବନେଶ୍ୱରରେ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯିବ । +ବିକାଶ ଧାରାକୁ ଆଗକୁ ନେବାକୁ ସର୍ବଦା ପ୍ରୟାସ କରାଯିବ । +ସେବାଗୁଡିକୁ ଲୋକଙ୍କ ଘର ଦୁଆର ମୁହଁରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ । +ଭୁବନେଶ୍ୱରକୁ ନମ୍ବର-୧ ସିଟିରେ ପରିଣତ କରିବା ଆମର ଲକ୍ଷ୍ୟ ରହିଛି । +ସ୍ୱଚ୍ଛ, ସୁନ୍ଦର ଓ ବିକାଶିତ ଭୁବନେଶ୍ୱରରେ ପରିଣତ କରିବା ଆମର ଲକ୍ଷ୍ୟ ରହିଛି । +ରାଜଧାନୀର ଯେଉଁ ଗୌରବମୟ ଇତିହାସ ରହିଛି ତାହା ଅକ୍ଷୁର୍ଣ୍ଣ ରହିବ । +ଭୁବନେଶ୍ୱର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । +ପ୍ରଥମ ମହିଳା ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା । +ମେୟରଙ୍କ ସହିତ ଭୁବନେଶ୍ୱର ମହାନଗର ନିଗମର ୬୭ କର୍ପୋରେଟର ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । +ତେବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଲିଙ୍ଗରାଜ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ କରିଥିଲେ ସୁଲୋଚନା ଦାସ । +ପାନୀୟ ଜଳ ପାଇବାରୁ ବଞ୍ଚିତ ଗ୍ରାମବାସୀ,ଗରା ବାଲଟି ଧରି ରାସ୍ତାରୋକ +ଖୁଣ୍ଟା – ଶୁଦ୍ଧ ପାନୀୟ ଜଳ ବୁନ୍ଦାଏ ପାଇଁ ବାରମ୍ବାର ଗୁହାରି କରିଥିଲେ ସୁଦ୍ଧା କେହି ସେଥିପ୍ରତି କର୍ଣ୍ଣପାତ କରିଲେ ନାହିଁ । +ଶେଷରେ ଆଜି ମଧ୍ୟ ବିଡିଓଙ୍କୁ ଭେଟି ଗୁହାରି ଜଣାଇଲେ । +ହେଲେ ବିଡିଓ କିଛି ନ ଶୁଣିବାରୁ ଶେଷରେ ଗରା ବାଲଟି ଧରି ରାଜରାସ୍ତାରେ ବସି ପ୍ରତିବାଦ କଲେ ଗ୍ରାମବାସୀ । +ଏହି ରାସ୍ତା ଅବରୋଧ ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । +ଉଦଳ-ବାରିପଦା ରାଜ୍ୟ ରାଜପଥର କଲିଆ ଛକ ନିକଟରେ ସ୍ଥାନୀୟ ବ୍ଲକ ବଡଖମଣ ପଂଚାୟତ ଅନନ୍ତପୁର ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି । +ହାତରେ ଗରା ବାଲଟି ଧରି ରାସ୍ତା ଅବରୋଧ କରିବା ଫଳରେ ଉଦଳା-ବାରିପଦା ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । +ରାସ୍ତାର ଦୁଇ ପାଶ୍ୱର୍ରେ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି । +ପ୍ରଥମେ ଗ୍ରାମବାସୀମାନେ ଗରାବାଲଟି ଧରି ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡିଓଙ୍କ ନିକଟରେ ଦାବି ରଖିଥିଲେ । +ହେଲେ ବିଡିଓ କିଛି ନ ଶୁଣିବାରୁ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । +ଏହା ସହିତ ତୁରନ୍ତ ଏହି ଦାବି ପୂରଣ ନ ହେଲେ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । +ଗ୍ରାମରେ ଥିବା ନଳକୂପରୁ ଠିକ୍ ଭାବେ ପାଣି ବାହାରୁ ନ ଥିବାରୁ ଗ୍ରାମବାସୀମାନେ ଶୁଦ୍ଧ ପାନୀୟ ଜଳ ବୁନ୍ଦାଏ ପାଇବାରୁ ବଂଚିତ ହୋଇଥିବା କହିଛନ୍ତି । +ଦିବ୍ୟାଙ୍ଗ ହୋଇ ମଧ୍ୟ ସର୍ବ ଭାରତୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଲେ ଜ୍ଞାନ… +ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜ ଶାରୀରିକ ଅକ୍ଷମତାକୁ ପଛରେ ପକାଇ ସର୍ବ ଭାରତୀୟ ସ୍ତରରେ ଭାର ଉତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ଗୌରବ ଆଣିଛନ୍ତି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପଞ୍ଚାୟତ ନାନପୁର ପଟଣା ଗାଁର ଜ୍ଞାନ ରଞ୍ଜନ ସାହୁ । +ଯାହାକି ସମ୍ପୃକ୍ତ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । +ସେ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । +ଥିଲେ ସରପଞ୍ଚ…ଏବେ ପେଟ୍ରୋଲ ପମ୍ପରେ ଦିନ ମଜୁରିଆ +ଝାଟିପଦର ପଞ୍ଚାୟତର ପୂର୍ବତନ ସରପଞ୍ଚ ଗୋପାଳ ନାଇକ ପେଟ୍ରୋଲ ପମ୍ପରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି । +ଦିନକୁ ୮ଘଣ୍ଟା ଡ୍ୟୁଟି କରନ୍ତି ଓ ଲୋକଙ୍କ ଗାଡ଼ିରେ ତେଲ ପକାନ୍ତି । +ମାସିକ ଆଠ ହଜାର ଟଙ୍କା ପାଇ ପରିବାର ପ୍ରତିପୋଷଣ କରନ୍ତି । +ଘରେ ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆ ସେଥିରେ କଷ୍ଟେ ମଷ୍ଟେ ଚଳନ୍ତି । +ସେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ସରପଞ୍ଚ ଦାୟୀତ୍ୱରେ ଥିଲେ । +୫ବର୍ଷ ସରପଞ୍ଚ ଆସନରେ ବସି ଲୋକଙ୍କ ପାଇଁ ସେବା କରୁଥିଲେ ଏବେ ତେଲ ଟାଙ୍କିରେ ସେବା ଯୋଗାଉଛନ୍ତି । +ସୂଚନା ଯୋଗ୍ୟ ଯେ ୨୦୧୩ରେ ସେ​ ସରପଞ୍ଚ ଥିବାବେଳେ ଇନ୍ଦିରା ଆବାସ ଯୋଜନାରେ ନିଜ ସ୍ତ୍ରୀଙ୍କ ନାମରେ ତାଙ୍କୁ ଏକ ଘର ଯୋଗାଇ ଦିଆଯାଇଥିଲା । +ସେ ଜମିହୀନ ଓ ଅତ୍ୟନ୍ତ ଗରିବ ଶ୍ରେଣୀର, ସରପଞ୍ଚ ଥିବାବେଳେ ସ୍ଥିତି ଯେମିତି ଥିଲା ଏବେବି ସେମିତି ଅଛି । +ପେଟ ଚାଖଣ୍ଡକ ପାଇଁ ସେ ପେଟ୍ରୋଲ ପମ୍ପରେ ତିନି ବର୍ଷ ହେଲା କାମ କରୁଛନ୍ତି ବୋଲି ସେ ଅତ୍ୟନ୍ତ ଦୁଃଖର ସହ ପ୍ରକାଶ କରିଛନ୍ତି । + ଯଦି କିଛି ସରକାରୀ ସାହାୟତା ମିଳେ ତେବେ ପୂର୍ବତନ ସରପଞ୍ଚ ହିସାବରେ ଆଦର୍ଶର ସହ ବଞ୍ଚିବି ବୋଲି କହିଛନ୍ତି ଗୋପାଳ +ପୁଅ ପାଇଁ ରଖିଥିଲେ ମାନିସକ, ପୂରଣ ହେବାରୁ ମହାପ୍ରଭୁଙ୍କୁ ଦାନ କଲେ ସୁନାର ହାର +ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର‌ ଓ ଦେବୀ ସୁଭଦ୍ରାଙ୍କ ପାଇଁ ସୁନା ହାର ପ୍ରଦାନ କରିଛନ୍ତି ଭକ୍ତ । +୫୧ ଗ୍ରାମ ସୁନାରେ ତିଆରି ପାନା ଓ ମୋତିଥିବା ସୁନାର ହାର ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି ଗୁଜୁରାଟ ରାଜକୋଟର ଭକ୍ତ । +‌ ପୁଅ ଓମକାର ପାଇଁ ରଖିଥିବା ମାନସିକ ପୂରଣ ସହ ମହାପ୍ରଭୁଙ୍କ ଆର୍ଶୀବାଦ ପାଇବା ପାଇଁ ସେ ଏହା ପ୍ରଦାନ କରିଛନ୍ତି । +‌ +ମନମୁଣ୍ଡାରେ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ । +ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗ୍ରାମ ପଞ୍ଚାୟତ ଠାରେ ଆଜି ସରପଞ୍ଚ ତଥା ରଥଯାତ୍ରା ପରିଚାଳନା କମିଟିର ସଭାନେତ୍ରୀ କୁମାରୀ ରଞ୍ଜୁ ବେହେରା ଙ୍କ ସଭାପତିତ୍ୱ ରେ ଚଳିତ ବର୍ଷ ରଥଯାତ୍ରା ପାଳନ ପାଇଁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । +140 ବର୍ଷର ଏହି ପୁରାତନ ମନ୍ଦିର ଟି ବୌଦ୍ଧ ଦେବୋତ୍ତରଙ୍କ ଅଧୀନରେ ଥାଇ ମଧ୍ୟ କୌଣସି ବର୍ଷ ରଥଯାତ୍ରା ପାଇଁ ଅନୁଦାନ ପ୍ରଦାନ ନ କରି ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ପାଖରୁ ଆସୁଥିବା ଅନୁଦାନ ବୌଦ୍ଧ ରଥଯାତ୍ରା ପାଇଁ ଖର୍ଚ୍ଚ କରାଯାଉ ଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା । +ପୁଣି ଓଡିଶା ର ଅନ୍ୟ ମନ୍ଦିର ଗୁଡିକୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଉଥିବା ସମୟରେ ଦେବୋତ୍ତର ବିଭାଗ ଅଧୀନରେ ଥାଇ ମଧ୍ୟ ମନମୁଣ୍ଡା ସ୍ଥିତ ଶ୍ରୀ ଶ୍ରୀ ଦଧିବାମନ ମନ୍ଦିର କୁ କୌଣସି ପ୍ରକାର ଅନୁଦାନ ପ୍ରଦାନ କରାଯାଉନଥିବାରୁ ମାନ୍ୟତା ପ୍ରତ୍ୟାହାର ପାଇଁ ମତ ପ୍ରକାଶ ପାଇଥିଲା । +ପୁଣି ରଥ ଟି ପୁରୁଣା ହୋଇଯାଇଥିବାରୁ ତାର ମରାମତି ଓ ରଙ୍ଗ କରିବା ବିଷୟରେ ଆଲୋଚନା କରାଯାଇଥିଲା । +ସଭାନେତ୍ରୀ କୁମାରୀ ବେହେରା ରଥ ରଙ୍ଗ କରିବା ଦାୟିତ୍ୱ ନିଜେ ବହନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । +ରଥଯାତ୍ରା ଓ ମନ୍ଦିର ର ବିଭିନ୍ନ ସମସ୍ୟା ବିଷୟ ରେ ଆଲୋଚନା କରି ସୂଚାରୁ ରୂପେ ପାଳନ କରିବା ପାଇଁ ଉପସ୍ଥିତ ସଦସ୍ୟ ମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଥିଲା । +ଏହି ବୈଠକ ରେ ରଥଯାତ୍ରା ପରିଚାଳନା କମିଟି ର ସମ୍ପାଦକ ଗଣେଷ ତ୍ରିପାଠୀ, ମନ୍ଦିର ପରିଚାଳନା କମିଟି ର ସଭାପତି ବିପ୍ର ଚନ୍ଦ୍ର ବେହେରା, ସମ୍ପାଦକ ଗଣେଷ ଲୋଇ, କୋଷାଧ୍ୟକ୍ଷ ନରେନ୍ଦ୍ର ମେହେର, ପୂଜକ ଆଶୁତୋଷ ହୋତା, ବଳ ରଥ, ସଭ୍ୟ ନିରଞ୍ଜନ ହୋତା, ମାଉସୀମାଁ ମନ୍ଦିର ପରିଚାଳନା କମିଟିର ସଭ୍ୟ ପ୍ରହଲ୍ଲାଦ ମେହେର, ନାରାୟଣ ମେହେର, ଭୁବନ ମେହେର, ପ୍ରଭାତ ମେହେର,, କୈବର୍ତ୍ତ ସମାଜ ରୁ ସୁଦାମ ମଲ୍ଲିକ, ଗଣେଷ ତରିଆ, ପ୍ରଫୁଲ୍ଲ ସେଠୀ, ୱାର୍ଡ଼ ସଭ୍ୟ ପଲଭ ରଥ, ଅଭିମନ୍ୟୁ ନାଏକଓ ଅନ୍ୟାନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ । +ଶେଷରେ ବିପ୍ର ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । +କୋଟଗଡ଼ ତହସିଲଦାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ , ଅଳ୍ପକେବର୍ତ୍ତିଲେ ତହସିଲଦାର +ଫୁଲବାଣୀ-୧୯/୬ ରବିବାର କୋଟଗଡ଼ତହସିଲଦାର ଫୁଲ ବାଣୀ ଆସୁଥିବାବେଳେ କ.ନୁଆଗାଁ ଚାଉଳ ଗୋଦାମ ବୁଲାଣୀରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇପଡିଥିଲା । +ହେଲେ ସୌଭାଗ୍ୟବଶତଃ ତହସିଲଦାର ଅଳ୍ପକେ ବର୍ତ୍ତିଯାଇଥିବା ଖବର ମିଳିଛି । +ଦୁର୍ଘଟଣା ଗସ୍ତ ମହିନ୍ଦ୍ରାଟିୟୂଭି- ଗାଡି ନମ୍ବର ଓଡ଼ି୨୫ -କେ-୯୭୦୦ଆଜି ଜିଲ୍ଲାପାଳ ଡା .ବୃନ୍ଦାଡ଼ିଙ୍କ ବଦଳୀ ହୋଇଯିବା ଫଳରେ ବିଦାୟ କଳୀନ ଫେରୱେଲ ମିଟିଙ୍ଗ ରେ ବୋଧହୁଏ ଯୋଗଦେବାଲାଗି ଆସୁଥିବାବେଳେ ଅପରାହ୍ନ୫ଟାରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । +ଗାଡିଟି ସାମାନ୍ୟ କ୍ଷତିଗସ୍ତ ହୋଇଥିବାବେଳେ ଏଥିରେ ବସିଥିବା ତହସିଲଦାର ଓ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । +ରାଜ୍ୟସ୍ତରରେ ଚମକିଲେ ପାପଡାହାଣ୍ଡି ପ୍ରାଣୀ ଚିକିତ୍ସକ ଡ଼ଃ ଚିନ୍ମୟ ମାଝୀ +ରାଜ୍ୟସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଶନିବାର ଦିନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । +ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଚିନ୍ମୟ ମାଝୀଙ୍କୁ VAS ବିଭାଗରେ ରାଜ୍ୟର ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । +ତାଙ୍କର ଏହି ସଫଳତାର ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । +ବିଭାଗୀୟ ଅଧିକାରୀ ମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । +ସେ ନିଜର କାଯ୍ୟ ଦକ୍ଷତା ଯୋଗୁଁ ଅତି କମ ଦିନ ମଧ୍ୟରେ ସମସ୍ତଙ୍କ ପ୍ରିୟର ପାତ୍ର ହୋଇପାରିଛନ୍ତି । +ରାଜ୍ୟର ଅନେକ ପ୍ରାଣୀ ଚିକିତ୍ସକଙ୍କୁ ପଛରେ ପକାଇ ସେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । +ଭୁବନେଶ୍ୱର ସ୍ଥିତ କୃଷି ଭବନଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅରୁଣ ସାହୁ, ରାଜ୍ୟର ମୁଖ୍ୟ ପ୍ରଶାସକ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗର ପ୍ରଧାନ ସଚିବ ଶ୍ରୀ ଆର ରଘୁପ୍ରସାଦ ଯୋଗ ଦେଇଥିଲେ । +ଉତ୍ତର ଦେଇନ ପାରିବାରୁ ଶିକ୍ଷୟତ୍ରୀ ପିଟିଲେ, ଥାନାରେ ଏତଲା +ଫୁଲବାଣୀ -23/6 କ୍ଲାସ ରୁମ ରେ ଛାତ୍ରୀ ପ୍ରଶ୍ନ ର ଉତ୍ତର ଦେଇନପାରିବାରୁ ଶିକ୍ଷୟତ୍ରୀ ଜଣଙ୍କ କୁଆଡେ ରାଗିଯାଇ ମାଡ ମାରିଥିଲେ ଯଦ୍ୱାରା ଛାତ୍ରୀ ଙ୍କ ଅବିଭାବକ ଏନେଇ ଥାନାରେ ଏତଲା ଦେବା ଘଟଣା ମୂଖ୍ୟ ଆଲୋଚ୍ୟ ର ବିଷୟ ପାଲଟିଛି । +ଏଭଳି ଅଭିଯୋଗ ଅସିଛି କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ବ୍ଲକ ସୀମାନବାଡୀ ରୁ । +ସିମନ ବାଡି ସରକାରୀ ଊନ୍ନିତ ଉଚ୍ଚବିଦ୍ୟାଳୟ ର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଙ୍କପରିବାର ଲୋକେ ଜଣେ ଵିଜ୍ଞାନ ଶିକ୍ଷୟତ୍ରୀ ଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି । +ଶିକ୍ଷୟତ୍ରୀ ଜଣଙ୍କ କ୍ଲାସ ରେ ପାଠ ପଢ଼ିବାବେଳେ ଛାତ୍ରୀ ଙ୍କୁ ପ୍ରଶ୍ନ ପଚାରିଥିଲେ, ଆଉ ଛାତ୍ରୀ ଜଣଙ୍କ ପ୍ରଶ୍ନ ର ସଠିକ ଉତ୍ତର ଦେଇ ନ ପରିବା ରୁ ଶ୍ରେଣୀ ରେ ସମସ୍ତ ଙ୍କ ସାମନା ରେ ଛୁଟି ଟାଣି ବାଡି ରେ ପିଟିଥିଲେ । +ଫଳରେ ଛାତ୍ରୀ ଙ୍କ ଶରୀରର ବିଭିନ୍ନ ସ୍ଥାନ ରେ ଦାଗ ହୋଇଯାଇଥିଲା । +ଏକଥା ଘରେ ଜଣାଇବା ପରେ ପରିବାର ଲୋକେ ଦାରିଙ୍ଗ ବାଡି ଥାନାରେ ଏତଲା ଦେବ ସହ ଶିକ୍ଷୟତ୍ରୀ ଙ୍କ ଗିରଫ ଦାବୀ କରିଛନ୍ତି । +ତେଵେ ଆଗକୁ ମାଟ୍ରିକ ପରୀକ୍ଷା, ଫଳରେ ସରକାରୀ ହେଉ କି ବେସରକାରୀ ସ୍କୁଲ, ସବୁଠି ପାଠପଢା ଜୋରଦାର ଆରମ୍ଭ ହେଇଛି । +ପିଲା ଭଲ ପାଠ ପଢୁ ଭଲ ମଣିଷ ଟିଏ ହେଉ, ଆଗକୁ ବଢ଼ୁ, ଏଥିପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବ୍ୟସ୍ତ । +ସ୍କୁଲ ରେ ଭଲ ରେଜଲ୍ଟ ନହେଲେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ କରିଛନ୍ତି । +ଏପଟେ ଦଣ୍ଡମୁକ୍ତ ଅଂଚଳ ଘୋଷଣା କରିଛନ୍ତି । +ପିଲାଏ ପାଠ ପଢ଼ୁନାହାନ୍ତି କି ଉତ୍ତର ବି କହିପାରୁନାହାନ୍ତି ଏପରିସ୍ଥଳେ ପିଲାଙ୍କ ଭଲ ପାଇଁ ଶିକ୍ଷୟତ୍ରୀ କରିବେ କଣ ??, ଯଦି ପିଟିବେ ତେଵେ ମାମଲା ହେଉଛି ତାଙ୍କ ବିରୁଦ୍ଧରେ, ଯାହାକି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଶିକ୍ଷାବିତ । +ତେଵେ, ଏହି ଘଟଣା ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡ଼ଙ୍ଗୀ କହିଛନ୍ତି । +ସେହିପରି ପୋଲିସ ବି ମାମଲା ର ଅନୁସନ୍ଧାନ କରୁ ଥିବା ଜଣା ପଡ଼ିଛି । +ମାଟି ତଳୁ ବାହାରିଲା ପୁଳା ପୁଳା ଟଙ୍କା +ମାଟୁ ତଳୁ ବାହାରିଲା ପୁଳା ପୁଳା ଟଙ୍କା । +ଏକ ଅଖାରେ ଭର୍ତ୍ତି କରି ମାଟି ତଳେ ଟଙ୍କା ଲୁଚାଇ ରଖାଯାଇଥିଲା । +ଜଣେ ଲୁଟେରା ଏସବୁ ଟଙ୍କା ଚୋରି କରି ଅଖାରେ ପୂରାଇ ମାଟି ତଳେ ପୋତି ଦେଇଥିଲେ । +କିଛି ଦିନ ତଳେ ସମ୍ବଲପୁର ଶୀଲା ଟାୱାର ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ହୋଇଥିଲା । +ହୋଟେଲର ଜଣେ କର୍ମଚାରୀ ଟଙ୍କା ଲୁଟ୍ କରି ଦେବଗଡ଼ ଜିଲ୍ଲାକୁ ପଳାଇଥିଲେ । +ସେଠାରେ ମାଟି ଖୋଳି ଟଙ୍କାକୁ ପୋତି ଦେଇଥିଲେ । +ପୋଲିସ ଚୋରି ହୋଇଥିବା ଟଙ୍କାକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । +ବିଶ୍ୱବ୍ୟାପୀ ରିଲିଜ୍ ହେଲା ବାବା ବଳିଆଙ୍କ ରଚିତ “ଉତ୍କଳ ଜନନୀ ମମତାମୟୀ ” ସଙ୍ଗୀତ +ଭୁବନେଶ୍ୱର ସ୍ଥିତ ରୋଟାରୀ କ୍ଲବ ଅଡିଟୋରିୟମରେ ‌ପଦ୍ମଶ୍ରୀ ବାବା ବଳିଆଙ୍କ ରଚିତ ଏବଂ ପବିତ୍ର ପଟ୍ଟନାୟକ ସଂଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଦେଶାତ୍ମବୋଧକ ସଂଗୀତ “ଉତ୍କଳ ଜନନୀ ମମତାମୟୀ ” ସଂଗୀତ ଲୋକାର୍ପିତ ହୋଇଯାଇଛି । +ଓଡିଶାର ଆଗ ଧାଡିର ୧୦ ଜଣ କଣ୍ଠ ଶିଳ୍ପୀ ଗାଇଛନ୍ତି । +କେମିତି ବିଶ୍ବସ୍ତରୀୟ ହେବ ଏସ୍‌ସିବି? +ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟରେ ସରକାର ଗୋଟିକ ପରେ ଗୋଟିଏ ନୂଆ ମେଡିକାଲ କଲେଜ ଖୋଲି ଚାଲିଛନ୍ତି । +କିନ୍ତୁ ନୂଆ ମେଡିକାଲ କଲେଜ ପାଇଁ ନୂଆ ମାନବ ସମ୍ବଳର ବିକାଶ କଥା ସରକାର ଭୁଲିଯାଉଛନ୍ତି । +ବରଂ ସେହି ପୁରୁଣା ମେଡିକାଲ କଲେଜଗୁଡିକରୁ ବିଶେଷଜ୍ଞ ଡାକ୍ତରଙ୍କୁ ଆଜି ଏଠିକି, କାଲି ସେଠିକି ବଦଳି କରି ତାଲିକା ପ୍ରକାଶ କରିଚାଲିଛନ୍ତି । +ସରକାର ଏସ୍‌ସିବିକୁ ବିଶ୍ବସ୍ତରୀୟ (ଏମ୍‌ସ ପ୍ଲସ୍‌) କରି ଗଢ଼ି ତୋଳିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି । +ଏପଟେ କିନ୍ତୁ ରାଜ୍ୟର ସବୁଠାରୁ ବଡ ରେଫରାଲ୍‌ ହସ୍ପିଟାଲ ଏସ୍‌ସିବିରୁ ଖାଲି କରିଦେଉଛନ୍ତି ବିଶେଷଜ୍ଞ ଡାକ୍ତର ପଦ । +ସୁନ୍ଦରଗଡ଼ ଓ କେନ୍ଦୁଝର ମେଡିକାଲ କଲେଜ ପାଇଁ ବଳି ପଡିଛି ଏସ୍‌ସିବି, ଏମ୍‌କେସିଜି ଭଳି ପୁରୁଣା ମେଡିକାଲ କଲେଜ । +ଯଦି ଗତ ଗୋଟିଏ ମାସର ତଥ୍ୟ ‌ଦେଖାଯାଏ; ପଦୋନ୍ନତି ଓ ବଦଳି ମାଧ୍ୟମରେ ଏସ୍‌ସିବିରୁ ୨୬ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ତାଙ୍କ ବଦଳରେ ମାତ୍ର ୪ଜଣ ଏସ୍‌ସିବିକୁ ଆସିଥିବା ଜଣାପଡିଛି । +ମାର୍ଚ୍ଚ ୧୧ତାରିଖ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ କଲେଜ ଅଧ୍ୟାପକଙ୍କ ବଦଳି ଓ ପଦୋନ୍ନତି ତାଲିକା ପ୍ରକାଶ ପାଇଥିଲା । +ଆସିଷ୍ଟାଣ୍ଟରୁ ଆସୋସିଏଟ୍‌ ପ୍ରଫେସର ଭାବେ ୧୬ ଜଣଙ୍କୁ ପଦୋନ୍ନତି ମିଳିଥିବା ବେଳେ ୨୨ ଜଣଙ୍କୁ ଆସୋସିଏଟ୍‌ ପ୍ରଫେସରରୁ ପ୍ରଫେସର ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । +ସେମାନଙ୍କ ମଧ୍ୟରେ ଏସ୍‌ସିବିରୁ ୧୨ଜଣ ଆସୋସିଏଟ୍‌ ପ୍ରଫେସରରୁ ପ୍ରଫେସର ପଦବିକୁ ପଦୋନ୍ନତି ପାଇଥିବା ବେଳେ, ୧୧ଜଣ ଆସିଷ୍ଟାଣ୍ଟ ପ୍ରଫେସରରୁ ଆସୋସିଏଟ୍‌ ପ୍ରଫେସରକୁ ପଦୋନ୍ନତି ପାଇଛନ୍ତି । +ବଂଚିତଯୋଗ୍ୟ ଜନଜାତି ସଂପ୍ରଦାୟକଙ୍କୁ ଅନୁସୂଚିତ ଜନଜାତି ତାଲିକାଭୁକ୍ତ କରନ୍ତୁୁ ରାଜ୍ୟ ସରକାର:… +ଭୁବନେଶ୍ୱର,: କେନ୍ଦ୍ର ସରକାର ଅନୁସୂଚିତ ଜନଜାତିମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ଓଡ଼ିଶାର ପ୍ରାୟ ୧୭୦ ସଂପ୍ରଦାୟର ଅନୁସୁଚିତ ବର୍ଗ ଲୋକଙ୍କ ପାଖରେ ପହଂଚି ପାରୁନାହିଁ । +ଏହି ସଂପ୍ରଦାୟ ଲୋକମାନେ ଅନୁସୂଚିତ ଜନଜାତି ତାଲିକାଭୁକ୍ତ ହେବାର ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ ରାଜ୍ୟ ସରକାର ଠୋସ ପଦକ୍ଷେପ ନେଉନଥିବା କାରଣରୁ ଆଦିବାସୀଙ୍କ ପାଇଁ ଉର୍ଦ୍ଦିଷ୍ଟ କୌଣସି ସୁବିଧା ପାଇ ପାରୁନାହାନ୍ତି ବୋଲି ପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ଶ୍ରୀ ବଳଭଦ୍ର ମାଝୀ କହିଛନ୍ତି । +ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ, ଜନଜାତି ସଂପ୍ରଦାୟ ଲାଗି କେନ୍ଦ୍ର ସରକାର ବାରମ୍ବାର ବାରମ୍ବାର ତଥ୍ୟ ମାଗୁଛନ୍ତି କିନ୍ତୁ ରାଜ୍ୟ ସରକାର ପୂର୍ଣ୍ଣ ତଥ୍ୟ ନଦେବାରୁ ପ୍ରାୟ ୧୭୦ଟି ଜନଜାତି ସଂପ୍ରଦାୟ ଜାତି ପ୍ରମାଣ ପତ୍ର ପାଇବାରୁ ବଂଚିତ ହେଉଛନ୍ତି । +କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ ଦୁରୁଆ ସଂପ୍ରଦାୟର ଲୋକ ବାସ କରୁଛନ୍ତି । +ସେମାନେ ଆଦିବାସୀଙ୍କ ସୁବିଧା ଓ ଜାତି ପ୍ରମାଣପତ୍ର ପାଉଥିଲେ । +କିନ୍ତୁ ୨୦୧୩ ମସିହାରୁ କୋରାପୁଟ ଜିଲ୍ଲାରେ ଦୁରୁଆମାନଙ୍କୁ ଜନଜାତି ସାର୍ଟିଫିକେଟ ଦେବାରୁ ବଂଚିତ କରିଛନ୍ତି ରାଜ୍ୟ ସରକାର । +ପ୍ରଶାସନିକ ଅଧିକାରୀମାନେ ଜମି ପଟ୍ଟାରେ ଦୁରୁଆଙ୍କ ନାମକୁ ଭୁଲ ବନାନ କରି ଲେଖିବାରୁ କୋରାପୁଟ ଅଂଚଳର ଦୁରୁଆ ସଂପ୍ରଦାୟର ଲୋକେ ଜାତି ପ୍ରମାଣପତ୍ର ବାଇବାରୁ ବଂଚିତ ଅଛନ୍ତି । +ଆଦିବାସୀ କମିଶନର ସଦସ୍ୟ ଶ୍ରୀ ଅନନ୍ତ ନାୟକ ଘଟଣା ସ୍ଥଳକୁ ଯାଇ ଦୁରୁଆଙ୍କ ସ୍ଥିତି ପରଖିଥିଲେ ଓ ସେମାନଙ୍କୁ ଯୋଗ୍ୟ ବିବେଚିତ କରି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟକୁ କମିଶନଙ୍କ ସୁପାରିଶ ଜଣାଇଛନ୍ତି । +ସେମାନେ ଆଦିମ ଜନଜାତି ସଂପ୍ରଦାୟର ଚୁକ୍ତିଆ ଭୂଞ୍ଜିଆ ତଥା କାଉଡି ଭୂୟାଁ ପାଲ୍ୟାମେଂଟର ଆଗାମୀ ମୌସମୀ ୧୭ରେ ସୀକୃତି ପାଇବାର ଆଶା କରାଯାଉଛି । +ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ କିଛି ଆଦିବାସୀ ଯଥା-ଚୁକ୍ତିଆ ଭୂଞ୍ଜିଆ, ପାଉଡି ଭୂୟାଁ ପରି ଆଦିମ ଜନଜାତି ଅନୁସୂଚିତ ତାଲିକାଭୁକ୍ତ ନହେବା ଅତି ଦୁଃଖଦାୟକ । +କେନ୍ଦ୍ର ସରକାର ଯେଉଁ ତଥ୍ୟ ମାଗୁଛନ୍ତି ଯଥାଶୀଘ୍ର ରାଜ୍ୟ ସରକାର ତାହା ପ୍ରଦାନ କରିବାକୁ ଶ୍ରୀ ମାଝୀ ଦାବୀ କରିଛନ୍ତି । +କେନ୍ଦ୍ର ସରକାର ପରିବହନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ କୋରାପୁଟ ଅଂଚଳରେ ଏବେ ମଧ୍ୟ ଗମନା ଗମନର ସୁବିଧାରୁ ଲୋକେ ବଂଚିତ ଅଛନ୍ତି । +କରୋନା ପରେ ରେଳ ଚାଲିବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ଅବିଭକ୍ତ କୋରାପୁଟର ରାୟଗଡ଼ା, କୋରାପୁଟ ଓ ବିଶାଖାପାଟଣା କୋରିଡରରେ ଚାଲିଥିବା ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ ପୂର୍ବପରି ଷ୍ଟେସନର ରହଣୀ ବ୍ୟବସ୍ଥା ନାହିଁ । +ଏନେଇ ଭାରତୀୟ ଜନତା ପାର୍ଟି ତରଫରୁ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲା ଏବଂ ବହୁ ଶୀଘ୍ର ଏହି ସମସ୍ୟା ଦୁର ହେବ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି । +ସେହିପରି ପ୍ରତିଦିନ ଜୟପୁରରୁ ଗୋଟିଏ ଟ୍ରେନ ଭୁବନେଶ୍ୱରକୁ ସିଧାସଳଖ ଚଳାଇବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରାଯାଇଛି । +ଗତ ୨୨ ଏପ୍ରିଲରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଉଦ୍‌ଘାଟନ କରିଥିବା କୋରାପୁର-ରାୟଗଡ଼ା-ବିଶାଖାପାଟଣା ପେସେଞ୍ଜର ଟ୍ରେନରେ ପର୍ଯ୍ୟଟକମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ଫାଇବର ବଡିର ବିଟାଡମ କୋଚ୍ ପାଇଁ ଅନୁରୋଧ କରାଯାଇଥିଲା ଯାହା ୯ମେରୁ ଆରମ୍ଭ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଶ୍ରୀ ମାଝୀ ଧନ୍ୟବାଦ ଜଣାଇଛନ୍ତି । +କୋଟପାଡ, ବରୀଗୁମା, ନବରଙ୍ଗପୁର, ଜୟପୁର ଓ କୋରାପୁଟଠାରେ ଏନଏଚର ବାଇପାସ ମଞ୍ଜୁରୀ ହେବା ନେଇ ଭାରତୀୟ ଜନତା ପାର୍ଟିର କର୍ମକର୍ତା ପରିବହନ ମନ୍ତ୍ରୀଙ୍କୁ ଭେଟି ଅବଗତ କରାଇଥିଲେ । +କୋଟପାଡା ଓ ଜୟପୁର ବାଇପାସ୍‌ର ପ୍ରାଥମମିକ କାର୍ଯ୍ୟ ସମାପ୍ତ ହୋଇଛି ଏବଂ ବହୁଶୀଘ୍ର ନବରଙ୍ଗପୁର, ବରୀଗୁମା ଓ କୋରାପୁଟର ବାଇପାସ କାର୍ଯ୍ୟ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ ଆଶ୍ୱାସନା ପ୍ରଦାନ କରିଛନ୍ତି ବୋଲି ଶ୍ରୀ ମାଝୀ ସୁଚନା ଦେଇ କହିଛନ୍ତି । +ଗତ ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ କୋରାପୁଟର ବିଜେପି କାର୍ଯ୍ୟକର୍ତାମାନେ ରେଲୱେମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ସଡକ ପରିବହନ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ ଓ ଆଦିବାସୀ ବ୍ୟାପାରମନ୍ତ୍ରୀ ଶ୍ରୀ ଅର୍ଜ୍ଜୁନ ମୁଣ୍ଡାଙ୍କୁ ଦେଖାକରି ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ବୋଲି ଶ୍ରୀ ମାଝୀ କହିଛନ୍ତି । +ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦୀଲ୍ଲିପ ମଲ୍ଲିକ ଉପସ୍ଥିତ ଥିଲେ । +ବାରିପଦା ପୌରପରିଷଦ ନଗରପାଳ ଙ୍କ ତତ୍ପରତା । +କୁତ୍ରିମ ବନ୍ୟା ବର୍ଷା ଜଳ ନିଷ୍କାସନ ପାଇଁ ତୁରନ୍ତ… +୨୦-୦୬-୨୦୨୨,ମୟୂରଭଞ୍ଜ । +ବର୍ଷା ଋତୁର ପ୍ରଥମ ମୌସୁମୀ ବର୍ଷାରେ ବାରିପଦା ସ୍ଥିତ ୱାର୍ଡ ନମ୍ବର ୭ ବଗିଚାସାହି ମଧ୍ୟରେ କୁତ୍ରିମ ବନ୍ୟା ସୃଷ୍ଟି ହେବା ଦ୍ୱାରା ଅନେକ ଘରେ ପାଣି ପଶି ଯାଇଥିଲା । +ତେବେ ଏବାବଦରେ ୱାର୍ଡବାସୀ କାଉନସିଲର ଙ୍କୁ ଜଣାଇଥିଲେ । +ଲୋକଙ୍କ ଅଭିଯୋଗ ଏବଂ ନିଜେ ନିରୀକ୍ଷଣ କରି ଉକ୍ତ ୱାର୍ଡର କାଉନସିଲର ପ୍ରଶାନ୍ତ ବେହେରା ଏବାବଦରେ ପୌରପରିଷଦ ର ନଗରପାଳ ଶ୍ରୀଯୁକ୍ତ କୃଷ୍ନାନନ୍ଦ ମହାନ୍ତି ଙ୍କୁ ଜଣାଇଥିଲେ । +ଖବରପାଇ ନଗରପାଳ ଶ୍ରୀ ମହାନ୍ତି ପ୍ରଶାସନିକ ଅଧିକାରୀ ସମେତ ସଫେଇ କର୍ମଚାରୀ କୁ ନେଇ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବର୍ଷାଜଳ ନିଷ୍କାସନ ର ବ୍ୟବସ୍ଥା କରିଥିଲେ । +ଏହା ବ୍ୟତୀତ ସାହି ମଧ୍ୟରେ ପାନୀୟ ଜଳର ସୁବ୍ୟବସ୍ଥା, ହୁଡ଼କ କଲୋନୀ ସ୍ଥିତ ଏକ ଆବଦ୍ଧ ପାଚେରୀ ମଧ୍ୟରେ ଜମା ଥିବା ଅଳିଆ କୁ ତୁରନ୍ତ ସଫା କରାଇବା ସହିତ ସେଠାରେ ଏକ ପମ୍ପହାଉସ କରି ପାନୀୟଜଳ ର ବ୍ୟବସ୍ଥା କରିବାର ପ୍ରତିଶୃତି ଦେଇଥିଲେ । +ନଗରପାଳ ଙ୍କ ଏଭଳି ପଦକ୍ଷେପ କୁ ସ୍ଥାନୀୟ ଜନସାଧାରଣ ଏବଂ ବୁଦ୍ଧିଜୀବୀ ବେଶ ଭୁରୁ ଭୁରି ପ୍ରଶଂସା କରିଥିଲେ । +କନ୍ଧମାଳ ରେ ଏସଓଜି ଓ ଡ଼ିଭିଏଫ ଯବାନ ଙ୍କ କମ୍ବିଙ୍ଗ ଅପେରସନ, ବହୁ ମାଓ ସାମଗ୍ରୀ ଜବତ +ଫୁଲବାଣୀ -12 /6 କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ଙ୍କ ନିର୍ଦେଶ ରେ ଏସ ଓ ଜି ଓ ଡ଼ି ଭି ଏଫ ଯବାନ ମନେ ଗୋଛା ପଡା ଥାନା ଅନ୍ତର୍ଗ୍ରତ ଶାସିକେତା ଜଙ୍ଗଲ ରେ ମାଓ ବାଦି କ୍ୟାମ୍ପ ଉପରେ ଚଢ଼ାଉ କରି ବିପୁଳ ପରିମାଣ ର ମାଓ ସାମଗ୍ରୀ ଜବତ କରିଥିବା ନେଇ ରବିବାର କନ୍ଧମାଳ ଏସପି ଭିନୀତ ଅଗ୍ରଵାଲା ସୂଚନା ଦେଇଛନ୍ତି । +ଜବତ ସାମଗ୍ରି ମଧ୍ୟରେ ରହିଛି ମେ ଡିସିନ, ବିଦ୍ୟୁତ ତାର, ମାଓ ପୋଷାକ, ଜିଲୋଟିନ, ଛୁରୀ, ଇନଶ । +ସ ମେଗାଜିନ, ଚଷମା, ଆଦି ଜିନିଷ ପତ୍ର ମାନ ଥିବା ଏସପି ଅଗ୍ରୱାଲ କହିଛନ୍ତି । +ସେଠାରେକେ. କେ ବିଏନ ଡ଼ି ଭି ଜନ ମାଓବାଦୀ ମନେ କ୍ୟାମ୍ପ କରିଥିବା ଆହୁରି ସୂଚନା ଦେଇଥିଲେ ଏସପି । +ସେହିପରି ଗତ ମେ ମାସ ୨୨ ରେ ଛତିଶଗଡ଼ ବିଜେପୁର ଜିଲା ଅନ୍ତର୍ଗତ ଵାସା ଗୁଡାଥାନା ଅନ୍ତର୍ଗତ ଡ଼ାଲା ଗ୍ରାମରଅଶୋକ ପୁନେ ନାମକ ଜଣେ ହାର୍ଡ କୋର ମାଓବାଦୀଓ ଏରିଆ କମିଟି ସଦସ୍ୟ ଏସପି ଭିନୀତ ଅଗ୍ରୱାଲ ଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା । +ସର କାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ପ୍ରଭାବିତ ହୋଇ ଅଶୋକ ହିଂସା ପରିତ୍ୟାଗ କରି ଆତ୍ମ ସମର୍ପଣ କରି ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହୋଇଥିବା କହିଥିଲା ସରକାରଙ୍କ ଲୋଭନୀୟ ପେକେଜ ପ୍ରତି ଆକର୍ଷିତ ହେଇ ଦିନକୁଦିନ ମାଓବାଦୀ ମାନେ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରୁଥିବା ଦେଖାଯାଉଛି । +କନ୍ଧମାଳ ଏସପି ଙ୍କ ରଣ କୌଶଳ,ଲଗାତାର କମ୍ବିଂ ଅପରେସନ ଯୋଗୁଁ ମାଓ ସଂଗଠନ ଦିନକୁଦିନ ଦୁର୍ବଳ ହେବାରେ ଲାଗିଛି । +ଓମଫେଡ଼ ଇ-ବଜାର ପୁରସ୍କାରରେ ସମ୍ମାନିତ +ଗାନ୍ଧୀନଗର -ଗୁଜୁରାଟରେ ଜାତୀୟ ଡେରୀ ସମବାୟ ମହାସଂଘ(ଏନ.ସି.ଡି.ଏଫ.ଆଇ) ଦ୍ୱାରା ଇ କମର୍ସରେ ସକ୍ରିୟ ଅଂଶଗ୍ରହଣ ପାଇଁ ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ମହାସଂଘ(ଓମଫେଡ଼)କୁ ଇ-ବଜାର ପୁରସ୍କାର ପ୍ରଦାନ କରାଯାଇଛି । +ଆଇଏଏସ ସ୍ତରରେ ଅଦଳବଦଳ, ବଦଳିଲେ ୧୧ ଜିଲାପାଳ ଓ ୩ ମହାନଗର ନିଗମ କମିଶନର +ଭୁବନେଶ୍ବର: ରାଜ୍ୟ ସରକାର ଆଜି ଜିଲାପାଳ ଓ ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । +୧୧ଟି ଜିଲାର ଜିଲାପାଳଙ୍କ ସମେତ ଭୁବନେଶ୍ୱର,କଟକ ଓ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କୁ ମଧ୍ୟ ବଦଳି କରାଯାଇଛି । +ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଗଞ୍ଜାମ ଜିଲାପାଳ ତଥା ୨୦୧୩ ବ୍ୟାଚ୍ ଆଇଏଏସ୍ ବିଜୟ ଅମୃତ କୁଲାଙ୍ଗେଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ବଦଳି କରାଯାଇଛି । +ଦିବ୍ୟଜ୍ୟୋତି ପରିଡ଼ା ହେଲେ ଗଞ୍ଜାମ ଜିଲାପାଳ । +ପ୍ରେମଚନ୍ଦ୍ର ଚୌଧୁରୀ ହେଲେ କୃଷି ନିର୍ଦେଶକ । +କେ.ସୁଦର୍ଶନ ଚକ୍ରବର୍ତ୍ତି ହେଲେ ଖୋର୍ଦ୍ଧା ଜିଲାପାଳ । +ଗାଭାଲି ପରାଗ ହର୍ଷଦ ହେଲେ ସୁନ୍ଦରଗଡ଼ ଜିଲାପାଳ । +ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ହେଲେ ବାଲେଶ୍ବର ଜିଲାପାଳ । +କନ୍ଧମାଳ ଜିଲାପାଳ ଡି.ବୃନ୍ଦା ହେଲେ ଓଏସଏମ୍‌ସିଏଲ ପରିଚାଳନା ନିର୍ଦେଶକ । +ଅନନ୍ୟା ଦାସ ହେଲେ ସମ୍ବଲପୁର ଜିଲାପାଳ । +ତ୍ରିଲୋଚନ ମାଝୀ ହେଲେ ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବ । +ସୂର୍ଯ୍ୟବଂଶୀ ମୟୂର ବିକାଶ ହେଲେ ଭୁବନେଶ୍ବର ମହାନଗର ନିଗମ ଅତିରିକ୍ତ କମିଶନର । +ସ୍ବଧା ଦେବସିଂ ହେଲେ ରାୟଗଡ଼ା ଜିଲାପାଳ । +ସିଦ୍ଧେଶ୍ବର ବଳିରାମ ବୋନ୍ଦର ହେଲେ ଭଦ୍ରକ ଜିଲାପାଳ । +କୀର୍ତ୍ତି ଭାସନ ହେଲେ ଗଞ୍ଜାମ ପିଡି ଡିଆରଡିଏ । +ସଂଗ୍ରାମ କେଶରୀ ମହାପାତ୍ର ହେଲେ ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦେଶକ । +ସରୋଜ କୁମାର ମିଶ୍ର ହେଲେ ଅର୍ଥ ବିଭାଗ ସ୍ବତନ୍ତ୍ର ସଚିବ । +ସୋମେଶ କୁମାର ଉପାଧ୍ୟାୟ ହେଲେ ଦେବଗଡ଼ ଜିଲାପାଳ । +ଜେ.ସୋନାଲ ହେଲେ ବ୍ରହ୍ମପୁର ମହାନଗର ନିଗମ କମିଶନର । +ନିଖିଲ ପବନ କଲ୍ୟାଣ ହେଲେ କଟକ ମହାନଗର ନିଗମ କମିଶନର । +ପାଟିଲ ଆଶିଷ ଈଶ୍ବର ହେଲେ କନ୍ଧମାଳ ଜିଲାପାଳ । +ମଧୁସ୍ମିତା ସାହୁ ହେଲେ ରାଜସ୍ବ ବିଭାଗ ଯୁଗ୍ମ ସଚିବ । +ପି.ଅନ୍ବେଷା ରେଡ୍ଡୀ ହେଲେ କଳାହାଣ୍ଡି ଜିଲାପାଳ । +ଅକ୍ଷୟ ସୁନୀଲ ଅଗ୍ରୱାଲ ହେଲେ ଜିଏ ବିଭାଗ ଅନୁସଚିବ । +ସୁଧାଂଶୁ ସାମଲ ହେଲେ ଜଳ ସମ୍ପଦ ବିଭାଗ ଯୁଗ୍ମ ସଚିବ । +ହେମକାନ୍ତ ସାଏ ହେଲେ ନୂଆପଡ଼ା ଜିଲାପାଳ । +କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ଯାଣ ରାଷ୍ଟ୍ରମନ୍ତ୍ରୀ ଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । +ଭୁବନେଶ୍ଵର ଠାରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ଯାଣ ରାଷ୍ଟ୍ରମନ୍ତ୍ରୀ ଇଂ ବିଶ୍ଵେଶ୍ବର ଟୁଡୁ ଙ୍କ ଦ୍ଵାରା କେନ୍ଦ୍ର ସରକାରଙ୍କ ରାଜ୍ୟରେ ପ୍ରତିଷ୍ଠା ହେଉଥିବା ଏକଲବ୍ୟ ମଡେଲ ବିଦ୍ୟାଳୟ ଗୁଡିକର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । +ଏଥିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । +ରାଜ୍ୟ ସରକାର ଏସଟି ଏସସି ବିଭାଗ ଓ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ, କେନ୍ଦ୍ର ସରକାରଙ୍କ ଆଦିବାସୀ ବିଭାଗର ବରିଷ୍ଠ ଅଧିକାରୀ, ରାଜ୍ୟରେ ଏକଲବ୍ୟ ମଡେଲ ସ୍କୁଲ ନିର୍ମାଣ ପାଇଁ କାର୍ଯ୍ୟକାରି ସଂସ୍ଥା ୱାବକସ, ବ୍ରିଜ ଏଣ୍ଡ ରୂଫ, ଏସ ଏସ ସି ଏଲ ର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଚର୍ଚ୍ଚା କଲେ । +ଉକ୍ତ ବୈଠକରେ ଓଡିଶା ପାଇଁ ସର୍ବାଧିକ ୮୭ ଟି ଏକଲବ୍ୟ ବିଦ୍ୟାଳୟ କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ନିଜେ ୪୫ ଟିର ଭୂମି ପୂଜନ କରି କାର୍ଯ୍ୟ ଆରମ୍ଭ ହୋଇଥିବା ପ୍ରକାଶ କରିଥିଲେ । +ଏବଂ ଏହା ମଧ୍ୟ ଦେଶର ସମସ୍ତ ରାଜ୍ୟ ଅପେକ୍ଷାକୃତ ଅଧିକ ବୋଲି ଜଣାପଡ଼ିଛି । +ମୟୁରଭଞ୍ଜ ଜିଲ୍ଲା ବାସୀଙ୍କ ପାଇଁ ମଧ୍ୟ ଏହା ଖୁସି ଖବର ଯେ ସାରା ରାଜ୍ୟରେ ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୯ ଗୋଟି ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ହେବ ଏବଂ ମୟୁରଭଞ୍ଜ ଜିଲ୍ଲାରେ ସମସ୍ତ ୧୯ଟି ସ୍ଥାନରେ ନିଜେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଭୂମିପୂଜନ କରି କାର୍ଯ୍ୟ ଆରମ୍ଭ ଓ କାର୍ଯ୍ୟର ଅଗ୍ରଗତି ନେଇ ଖୁସିବ୍ୟକ୍ତ କରିଥିଲେ । +ଏଣୁଏହି ସମୀକ୍ଷା ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ବିଶେଷ କରି ଯେଉଁ ସବୁ ଜିଲ୍ଲାରେ ଏପର୍ଯ୍ୟନ୍ତ ସ୍ଥାନ ନିରୂପଣ ହୋଇନାହିଁ କିମ୍ବା କେଉଁଠି ଜଙ୍ଗଲ ଓ ପାହାଡ଼ ଆଦି ସମସ୍ୟା ପାଇଁ ଜମି ଅଧିଗ୍ରହଣ ହୋଇପାରି ନାହିଁ ସେନେଇ ଆଲୋଚନା କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । +ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କର ଯେଉଁ ସ୍ଵପ୍ନ ରହିଛି ୨୦୨୪ ସୁଦ୍ଧା ସାରା ଦେଶରେ ଏକଲବ୍ୟ ବିଦ୍ୟାଳୟ କାର୍ଯ୍ୟ ସାରି ବନବାସୀ ପିଲା ମାନେ ବିନା ମୂଲ୍ୟରେ ପାଠପଢ଼ିବା ସହିତ ସେମାନଙ୍କ ଉନ୍ନତି ହେବ ସେ ଲକ୍ଷ୍ୟ ପୂର୍ଣ୍ଣ ହେବା ଆବଶ୍ୟକ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଏହି ସମୀକ୍ଷା ବୈଠକରେ କହିଥିଲେ । +ଉକ୍ତ ବୈଠକରେ ଏସ୍ ସି ଏସ୍ ଟି ବିଭାଗର ନିର୍ଦ୍ଦେଶକ ପୂନମ ଗୋହା, କେନ୍ଦ୍ରମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଡ. ସରୋଜ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । +ବ୍ଲକ ଅଧ୍ୟକ୍ଷାଙ୍କୁ ଭୋଟ ନ ଦେବାରୁ ସମିତି ସଭ୍ୟାଙ୍କୁ ବାସନ୍ଦ ଦଣ୍ଡ +ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳରେ ପୁଣି କଙ୍ଗାରୁ କୋର୍ଟ ବସି ଗାଁରୁ ବାସନ୍ଦ ଅଭିଯୋଗ ହୋଇଛି । +ସୁବଳୟା ପଞ୍ଚାୟତ ବି. ବାହାଡାପଲ୍ଲୀର ସମିତି ସଭ୍ୟା ମାମି ଦାସ ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି । +ତାଙ୍କ କହିବା ହେଲା ବ୍ଲକ ଅଧ୍ୟକ୍ଷାଙ୍କୁ ଭୋଟ ନଦେବାରୁ ତାଙ୍କ ପରିବାରକୁ ସାଢେ ୪ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା । +ଏପରିକି ଟଙ୍କା ନଦେଲେ ଗାଁରୁ ବାସନ୍ଦ କରାଯିବା ବୋଲି ଗ୍ରାମବାସୀ ଜଣାଇ ଦେଇଛନ୍ତି । +ପରିବାରର ଏକ ଶୁଦ୍ଧି କାମରେ ଯୋଗଦେବାକୁ ମଧ୍ୟ ବାରଣ କରିଛନ୍ତି ଗାଁ ଲୋକ । +ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଓଡ଼ିଶା ସମେତ ୧୦ଟି ରାଜ୍ୟକୁ ମିଳିଲା ଅତିରିକ୍ତ ୨୮,୨୦୪ କୋଟି… +ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟକୁ ୨୦୨୧-୨୨ ଆର୍ଥିକ ବର୍ଷରେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଅତିରିକ୍ତ ୨୮ ହଜାର ୨୦୪ କୋଟି ଟଙ୍କାର ଋଣ ଉଠାଣ ପାଇଁ ଅନୁମତି ମିଳିଛି । +ଓଡ଼ିଶାକୁ ୨୭୨୫ କୋଟି ଟଙ୍କାର ଋଣ ଉଠାଣ ନିମନ୍ତେ ମଞ୍ଜୁରି ମିଳିଛି । + ସଂସ୍କାର ପ୍ରକ୍ରିୟା ଉପରେ ରାଜ୍ୟମାନଙ୍କୁ ମିଳିଥିବା ଅତିରିକ୍ତ ଋଣ ଉଠାଣ ତାଲିକା ନିମ୍ନରେ ଦିଆଗଲା: +ସିରିଜ ଦୁର୍ଘଟଣା ହେଲା, ଜୀବନ ବି ଗଲା । +ଏବେ ସତର୍କ କରୁୁଛି ପୋଲିସ । +ସିରିଜ ଦୁର୍ଘଟଣା ପରେ ଟୁଇଟ୍ କରି ପରାମର୍ଶ ଦେଇଛି, ଓଡିଶା ପୁଲିସ । +ଗାଡି ଚଳାଇବାବେଳେ ନିରାପଦ ଦୂରତା ରଖିବାକୁ ଟୁଇଟ୍ କରି ପୁଲିସ ପକ୍ଷରୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । +ଟୁଇଟରେ ଲେଖାଯାଇଛି ସମ୍ପର୍କରେ ଦୂରତା କ୍ଷତିକାରକ ହୋଇଥାଏ କିନ୍ତୁ ଗାଡି ଚଳାଇବାବେଳେ ଦୂରତା ଲାଭ ଦାୟକ ହୋଇଥାଏ । +ଯୌତୁକ ଜୁଇରେ ନବବଧୂ +ଭଲ ପାଇ କରିଥିଲେ ବିବାହ । +ମାତ୍ର ତିନି ମାସ ପୂର୍ବେ ହୋଇଥିଲା ବାହାଘର । +ହେଲେ ଯୌତୁକ ନିଶାରେ ସ୍ତ୍ରୀ କୁ ହତ୍ୟା କରିଛି ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ । +ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଣି ଯୌତୁକ ଜୁଇରେ ଜଣେ ନବବଧୂ ଜଳିଥିବା ଖବର ସାମ୍ନାକୁ ଆସିଛି । +ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଡିମଗଡିଆ ପାତ୍ରସାହିରେ । +ପାତ୍ରସାହି ଗ୍ରାମର ମୋହନ ଖିଲାର ଏବଂ ଗୋପାଳପୁର ଗ୍ରାମର ଦେବକୀ ସିଂ ଆଜକୁ ତିନି ମାସ ପୂର୍ବେ ଭଲ ପାଇ ବିବାହ କରିଥିଲେ । +ଏହା ପର ଠାରୁ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ବଚସା ହେଉଥିବା ବେଳେ ଶ୍ୱଶୁର ଘରୁ ଯୌତୁକ ଆଣିବାକୁ କହି ବାରମ୍ବାର ନିର୍ଯ୍ୟାତନା ଦେଇ ଆସୁଥିଲେ । +ଶେଷରେ ଦେବକୀକୁ ବିଷ ପିଆଇ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଦେବକୀଙ୍କ ବାପଘର ଲୋକେ । +ଗତକାଲି ଦେବକୀ ବିଷ ପିଇଥିବା ନେଇ ତାଙ୍କ ସ୍ୱାମୀ ମୋହନ ଶ୍ୱଶୁର ଘର ଲୋକଙ୍କୁ ଜଣାଇଥିଲେ । +ଏବଂ ଗୁରୁତର ଅବସ୍ଥାରେ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତି କରିଥିଲେ । +ହେଲେ ଆଜି ଦେବକୀଙ୍କର ମୃତ୍ୟୁ ହୋଇଛି । +ଯାହାକି ଯୌତୁକ ପାଇଁ ନବବଧୂକୁ ତାର ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ପରିବାର ଲୋକେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି । +ବୈରୀ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନର ଦୀକ୍ଷାନ୍ତ ଉତ୍ସବ ଅନୁଷ୍ଠିତ :୧୪୭ଜଣ ପୋଲିସ କୃତକାର୍ଯ୍ୟ +ଯାଜପୁର ଜିଲ୍ଲାର ବୈରୀ ସ୍ଥିତ ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନର ଦୀକ୍ଷାନ୍ତ ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି! ନୂତନ ଭାବେ ଓଡିଶା ପୋଲିସର ଯୋଗାଯୋଗ ବିଭାଗରେ ଚାକିରୀ ପାଇଥିବା ୧୪୭ଜଣ କନଷ୍ଟେବଳ ଚଳିତ ବର୍ଷ ଜାନୁୟାରୀ ୨୨ ତାରିଖରୁ ଏଠାରେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ! ସେମାନଙ୍କ ପ୍ରଶିକ୍ଷଣ ଶେଷ ହେବାପରେ ଏହି ଦୀକ୍ଷାନ୍ତ ଉତ୍ସବ ଅନୁଷ୍ଠିତ ହୋଇ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବାସହ ପ୍ରଶିକ୍ଷଣରେ ସର୍ବୋକୃଷ୍ଟ ପ୍ରତିପାଦନ କରିଥିବା ପ୍ରଶିକ୍ଷାର୍ଥି ମାନଙ୍କୁ ପୁରଷ୍କୃତ କରାଯାଇଥିଲା! +ସାପ୍ତାହିକ ରାଶିଫଳ ୧୫-୨୧.୦୫.୨୦୨୨ +ମେଷ: ରବିବାର ଓ ସୋମବାର ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ । +ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଯଶ ଲାଭ କରିବେ । +ଶୁକ୍ରବାର ଓ ଶନିବାର ଯାତ୍ରାଜନିତ କ୍ଳେଶ ଦେଖାଦେବ । +ମହିଳା ଓ ବିଦ୍ୟାର୍ଥୀ ମଧ୍ୟମଫଳ ପ୍ରାପ୍ତ କରିବେ । +ରିଷ୍ଟଖଣ୍ଡନ ପାଇଁ ଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରନ୍ତୁ । +ବୃଷ: ରବିବାର ଓ ସୋମବାର କର୍ମ ଅନୁସାରେ ଫଳପ୍ରାପ୍ତି ହେବ । +ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଉପରିସ୍ଥ ଅଧିକାରୀଙ୍କ ଦ୍ବାରା ପ୍ରଶଂସିତ ହେବେ । +ଶୁକ୍ରବାର ଓ ଶନିବାର ଯାନବାହନ ସୌଖ୍ୟ ପ୍ରାପ୍ତ ହେବ । +ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ । +ରିଷ୍ଟଖଣ୍ଡନ ପାଇଁ ଶ୍ରୀଶିବ ସହସ୍ରନାମ ପାଠ କରନ୍ତୁ । +ମିଥୁନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । +ବୁଧବାର ଓ ଗୁରୁବାର ଯାତ୍ରା ଲାଭଦାୟକ ହେବ । +ଶୁକ୍ରବାର ଓ ଶନିବାର ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । +ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ । +ରିଷ୍ଟଖଣ୍ଡନ ପାଇଁ ଶ୍ରୀଗଣେଶାଷ୍ଟକ ପାଠ କରନ୍ତୁ । +କର୍କଟ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ । +ବୁଧବାର ଓ ଗୁରୁବାର ମାନସିକ ଅବସାଦ ଦେଖାଦେବ । +ଶୁକ୍ରବାର ଓ ଶନିବାର ସନ୍ତାନ ଚିନ୍ତା ବଳବତ୍ତର ରହିବ । +ମହିଳା ଓ ବିଦ୍ୟାର୍ଥୀ କର୍ମାଶ୍ରୟୀ ହେବେ । +ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ । +ସିଂହ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଭାବିଚିନ୍ତି କାର୍ଯ୍ୟ କରିବେ । +ବୁଧବାର ଓ ଗୁରୁବାର ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ । +ଶୁକ୍ରବାର ଓ ଶନିବାର ଜଗିରଖି ଚଳନ୍ତୁ । +ମହିଳା ଓ ବିଦ୍ୟାର୍ଥୀମାନେ ଜଗିରଖି ଚଳିବେ । +ରିଷ୍ଟଖଣ୍ଡନ ପାଇଁ ଶ୍ରୀ ନାରାୟଣ କବଚ ପାଠ କରନ୍ତୁ । +କନ୍ୟା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ନୂତନ ନିଯୁକ୍ତି ପାଇପାରନ୍ତି । +ବୁଧବାର ଓ ଗୁରୁବାର ସଂଯମତା ରକ୍ଷା କରନ୍ତୁ । +ଶୁକ୍ରବାର ଓ ଶନିବାର ଆୟ ବୃଦ୍ଧି ହେବ । +ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବେ । +ରିଷ୍ଟଖଣ୍ଡନ ପାଇଁ ଓଁ ଲଂ ଲଳିତା ଭ୍ୟାଂ ନମଃ ମନ୍ତ୍ର ଜପ କରନ୍ତୁ । +ତୁଳା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଯାତ୍ରାକାଳୀନ ସାବଧାନତା ଲୋଡ଼ା । +ବୁଧବାର ଓ ଗୁରୁବାର କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ । +ଶୁକ୍ରବାର ଓ ଶନିବାର ମାଲିମକଦ୍ଦମାର ସମ୍ମୁଖୀନ ହେବେ । +ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ । +ରିଷ୍ଟଖଣ୍ଡନ ପାଇଁ ଶ୍ରୀ ରୁଦ୍ରାଷ୍ଟକ ପାଠ କରନ୍ତୁ । +ବିଛା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଦୂରଯାତ୍ରା କରିପାରନ୍ତି । +ବୁଧବାର ଓ ଗୁରୁବାର ଆର୍ଥିକ ଅନଟନ ଦେଖାଦେବ । +ଶୁକ୍ରବାର ଓ ଶନିବାର ଶ୍ରୀଚନ୍ଦ୍ରର ଫଳପ୍ରାପ୍ତ ହେବ । +ମହିଳା ଓ ବିଦ୍ୟାର୍ଥୀ ପ୍ରତିକ୍ରିୟାଶୀଳ ହେବେ । +ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବଗଳାମୁଖୀ କବଚ ପାଠ କରନ୍ତୁ । +ଧନୁ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ । +ବୁଧବାର ଓ ଗୁରୁବାର ଭ୍ରମଣପ୍ରିୟ ହେବେ । +ଶୁକ୍ରବାର ଓ ଶନିବାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ । +ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ । +ରିଷ୍ଟଖଣ୍ଡନ ପାଇଁ ଶ୍ରୀ ତାରା କବଚ ପାଠ କରନ୍ତୁ । +ମକର: ରବିବାର ଓ ସୋମବାର ଭାଗ୍ୟରେ ପରିବର୍ତ୍ତନ ଆସିବ । +ମଙ୍ଗଳବାର ଓ ବୁଧବାର କାର୍ଯ୍ୟକ୍ଷେତ୍ର ବ୍ୟାପକ ହେବ । +ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଆର୍ଥିକ ସ୍ଥିତି ଉନ୍ନତ ରହିବ । +ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ । +ରିଷ୍ଟଖଣ୍ଡନ ପାଇଁ ମା’ ଦକ୍ଷିଣକାଳୀଙ୍କ କବଚ ପାଠ କରନ୍ତୁ । +କୁମ୍ଭ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବିଶ୍ବାସଘାତକତାର ସମ୍ମୁଖୀନ ହେବେ । +ବୁଧବାର ଓ ଗୁରୁବାର ଋଣମୁକ୍ତି ପାଇଁ ପ୍ରୟାସ କରିବେ । +ଶୁକ୍ରବାର ଓ ଶନିବାର ଧନପ୍ରାପ୍ତି ହେବେ । +ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ । +ରିଷ୍ଟଖଣ୍ଡନ ପାଇଁ ଓଁ ରାଂ ସୀତାରାମାୟ ନମଃ ମନ୍ତ୍ର ଜପ କରନ୍ତୁ । +ମୀନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଦାମ୍ପତ୍ୟରେ ଆନନ୍ଦପ୍ରାପ୍ତ ହେବ । +ବୁଧବାର ଓ ଗୁରୁବାର ଭାବିଚିନ୍ତି କାର୍ଯ୍ୟ କରିବେ । +ଶୁକ୍ରବାର ଓ ଶନିବାର ପିଲାଙ୍କୁ ନେଇ ଗର୍ବ ଅନୁଭବ କରିବେ । +ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳନ ହେବେ । +ରିଷ୍ଟଖଣ୍ଡନ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରନ୍ତୁ । +ସିଫା ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ +କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । +ଏହାଦ୍ୱାରା କୃଷି ବିଜ୍ଞାନ କ୍ଷେତ୍ରରେ ଅଧିକ ଗବେଷଣା ସହ ବୈଜ୍ଞାନିକ ଓ ବୈଷୟିକ ଜ୍ଞାନର ଆଦାନ ପ୍ରଦାନ ହେବ । +ଯାହାଦ୍ୱାରା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ କୃଷକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ସୂଚନା ମିଳିଛି । +ଏହି ଅବସରରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଗୁରୁବାର ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁଙ୍କ ସମେତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଜାତୀୟ ପ୍ରଫେସର ଡଃ ପି. କେ. ସାହୁ, ସିଫାର ପ୍ରଧାନ ବୈଜ୍ଞାନିକ ଡଃ ମୃଣାଳ ସାମନ୍ତ, ବୈଷୟିକ ଅଧିକାରୀ ଡଃ ଉତ୍କଳଲକ୍ଷ୍ମୀ ମହାନ୍ତି, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ରଜୀତା କୁଲକର୍ଣ୍ଣୀ, କୁଳପତି ପ୍ରଫେସର ଡଃ ବି. ଆର୍. ଶର୍ମା, ରେଜିଷ୍ଟ୍ରାର ଡଃ ଡି. ପି. ସାହୁ, କୃଷି ବିଭାଗ ଡିନ୍ ପ୍ରଫେସର ଏସ୍. କୁମାର ସ୍ୱାମୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । +ଏହି ଅବସରରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର କୁଲକର୍ଣ୍ଣୀ କହିଥିଲେ ଯେ, ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଆଇସିଏଆର୍-ସିଫାରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜଳକୃଷି ଉପରେ ଅଧିକ ଗବେଷଣା କରିବା ସହିତ ସେଠାରୁ ପ୍ରଶିକ୍ଷଣ ପାଇ ନିଜର ଭବିଷ୍ୟତ ଉଜ୍ଜ୍ୱଳ କରିପାରିବେ । +ବିଶ୍ୱବିଦ୍ୟାଳୟର ପ୍ରମୁଖ କାର୍ଯ୍ୟକ୍ରମ ସଂପର୍କରେ ପ୍ରଫେସର ଡି. ପି. ସାହୁ ଓ ଡଃ କୁମାର ସ୍ୱାମୀ ସୂଚନା ଦେଇଥିଲେ । +କୃଷକମାନଙ୍କର ରୋଜଗାର ବୃଦ୍ଧି ପାଇଁ ସିଫା ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଗବେଷଣାଲବ୍ଧ ଜ୍ଞାନକୌଶଳ ଓ କାର୍ଯ୍ୟକ୍ରମ ସଂପର୍କରେ ସିଫାର ନିର୍ଦ୍ଦେଶକ ଡଃ ସ୍ୱାଇଁ ଆଲୋକପାତ କରିଥିଲେ । +ଜଳଜୀବ ପାଳନ ଗବେଷଣା କ୍ଷେତ୍ରରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବୈଷୟିକ ଜ୍ଞାନ ଆହରଣ କରି ନିଜର ଜୀବିକା ନିର୍ବାହକୁ ସଶକ୍ତ କରିବା ପାଇଁ ଜାତୀୟ ପ୍ରଫେସର ଡଃ ପି. କେ. ସାହୁ ନିଜ ବକ୍ତବ୍ୟରେ ଗୁରୁତ୍ୱରୋପ କରିଥିଲେ । +ସିଫା ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ସହ ସ୍ୱାକ୍ଷରିତ ବୁଝାମଣାପତ୍ର ସଂପର୍କରେ ପ୍ରଧାନ ବୈଜ୍ଞାନିକ ଡଃ ମୃଣାଳ ସାମନ୍ତ ସୂଚନା ଦେଇଥିଲେ । +ଅମାପ ସମ୍ପତ୍ତିର ମାଲିକ କଳାରାହଙ୍ଗ ପ୍ରାଣୀଧନ ଚିକିତ୍ସକ, ଟ୍ୱିନ୍‌ ସିଟିରେ ରହିଛି ୯୦ଟି ପ୍ଲଟ +ଭୁବନେଶ୍ୱର ୦୫ । +୦୫: କୋଟିପତି ଏଲ୍‌ଆଇଙ୍କର ୯୦ଟି ପ୍ଲଟ । +କୁବେର ବାବୁଙ୍କ ଅମାପ ସମ୍ପତ୍ତି । +ଭୁବନେଶ୍ୱର କଳାରାହଙ୍ଗ ପ୍ରାଣୀଧନ ଚିକିତ୍ସକଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । +କେବଳ ଟ୍ୱିନ୍‌ ସିଟିରେ ୯୦ ପ୍ଲଟ ସହ ୪ଟି ବିଲ୍ଡିଂ, ୩ଟି ଫ୍ଲାଟ୍‌ ଓ ଗୋଟିଏ ଆଉଟହାଉସ୍‌ ରହିଛି । + ଏହାସହ ଅଧ କିଲୋ ସୁନା ଓ ବିଭିନ୍ନ ବ୍ୟାଙ୍କରେ ପ୍ରାୟ ୧୭ଲକ୍ଷ ଟଙ୍କାର ଡିପୋଜିଟ୍‌ ଠାବ ହୋଇଛି +ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ: ୮ ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ +ନୟାଗଡ ଜିଲ୍ଲା ରଣପୁର ଥାନା ଅଞ୍ଚଳର ନୂଆପଲ୍ଲୀ ଗ୍ରାମର ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡରେ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଦ୍ଵାରସ୍ତ ହୋଇଥିଲେ ଭାରତୀୟ ବିକାଶ ପରିଷଦ ର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାଶ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ମାନ୍ୟବର କମିଶନ ୮ ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ନେଇ ମାନସ ସ୍ୱାଇଁ ପରିବାର ଏବଂ ଅଭିଯୋଗ କାରି ଭାରତୀୟ ବିକାଶ ପରିଷଦ ର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାଶଙ୍କୁ ରିପୋର୍ଟ ଦେବାପାଇଁ ଏସପି ନୟାଗଡଙ୍କୁ ନିର୍ଦେଶ ଦେଇଛନ୍ତି ମାନ୍ୟବର କେନ୍ଦ୍ର ମାନବ ଅଧିକାର କମିଶନ | +-ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣାରେ ସାତ ଜଣ କୋର୍ଟ ଚାଲାଣ । +କାଲିମେଳା । +ତା୧୯/୫ ଗୁଣିଗାରେଡି ସନ୍ଦେହରେ ଠେଙ୍ଗା ରେ ପିଟି ପିଟି ହତ୍ୟା କରିବା ଘଟଣାରେ ସାତ ଜଣଙ୍କୁ କୋର୍ଟ ଚାଲାଣ କରିଛି କାଲିମେଳା ପୋଲିସ । +ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ କାଙ୍ଗୁରକୋଣ୍ଡା ଗ୍ରାମର ପଦିଆ ମାଡକାମୀ ଙ୍କୁ ଗତକାଲି କଙ୍ଗାରୁ କୋର୍ଟ ରେ ସକାଳ ଆଠ ଟା ସମୟରେ ପୂର୍ବ ଯୋଜନା ମୁତାବକ ଗୋଟିଏ ଦଶା କାର୍ଯ୍ୟକ୍ରମ ସମ୍ପର୍କିତ ସଭା ହେବ ବୋଲି ଗାଁର ମଝିର ଛକ ନିକଟ ରେ ଗୋଟିଏ ଗଛ ତଳେ ବୈଠକ ତଥା କଙ୍ଗାରୁକୋର୍ଟ ଡକାଯାଇଥିଲା ଏଠାରେ ଗ୍ରାମ ର ମୂଖ୍ଯ ପେଦା ସମେତ ପାଖାପାଖୀ ୬୦ ରୁ ଉର୍ଦ୍ଧ ଲୋକ ଏକାଠି ହୋଇ ଥିଲେ ଓ ଦଶା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ନ କରି ଗତ କିଛିଦିନ ଧରି କାଙ୍ଗୁରକୋଣ୍ଡା ଗ୍ରାମ ର କେତେଜଣ ଲୋକ ଙ୍କ ର ମୃତ୍ଯୁବରଣ କରିଛନ୍ତି ଠିକ ସେହି ପରି ଗତରବିବାର ପନ୍ଦର ତାରିଖରେ ଗ୍ରାମର ଜଣେ ମହିଳା ଦେବେ ମାଡକାମି ଙ୍କର ମୃତ୍ୟୁବରଣ କରିଥିଲେ ତାପରେ ଏ ନେଇ ମୃତ ମହିଳାଙ୍କ ପରିବାରବର୍ଗ ଅଲଗାଗ୍ରାମର ଗୋଟିଏ ଲୋକପାଖରେ ଯାଇ ମୃତ ର କାରଣ ଖୋଜିବାକୁ ଯାଇ ଅନ୍ଯ ଗୁଣିଆ ନା ତାନ୍ତ୍ରିକ କୁ ଦେଖାଇଥିଲେ ସେଠାରେ ସେ ଲୋକ କହିଲେ ଯେ ତମ ଗ୍ରାମର ଜଣେ ବ୍ୟକ୍ତି ଙ୍କ ଗୁଣିଆ ଦ୍ବାରା ମହିଳାଙ୍କ ମୃତହୋଇଛି ବୋଲିସୂଚନାପାଇଥିଲେ ଓ ସେଠାରୁ ପରିବାରବର୍ଗ ରାଗିଯାଇ ଉତ୍ଯକ୍ତ ହୋଇ ଆସି ଗ୍ରାମରରେ ଦଶା ଭୋଜି ହେବ ବୋଲି ବୈଠକ ଡକାଇଥିଲେ ଏଇ ବୈଠକ ରେ ଆତକ୍ରିତଭାବେ ଗ୍ରାମର ପଦିଆ ମାଡକାମି ଙ୍କୁ ଆକ୍ରମଣ କରିଥିଲେ ଠେଙ୍ଗା ରେ ଏଇ ଆକ୍ରମଣରେ ବାପାକୁ ବଞ୍ଚାଇବାକୁ ଯାଇ ମଧ୍ଯ ମାଡ ଖାଇଛି । +ଓ ଶେଷରେ ଗୁଣିଆ ସନ୍ଦେହ କରୁଥିବା ପଦିଆ ମାଡକାମି ଙ୍କୁ ଠେଙ୍ଗାରରେ ପିଟି ପିଟି ଜୀବନରେ ମାରିଦେଲେ । +ଏହାପରେ ମୃତ ବ୍ୟକ୍ତିଙ୍କ ପୁଅ ବିରେନ୍ଦ୍ର ମାଡକାମୀ ଆଠ ଜଣଙ୍କ ନାମରେ ଏତଲା ଦେଇଥିଲେ ଆଜି କାଲିମେଳା ପୋଲିସ ସାତ ଜଣଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ଜଣେ ଫେରାର ରହିଛି । +ପୀଡା ମାଡକାମୀ, ମୁକୁନ୍ଦ ମାଡକାମୀ, କାହ୍ନ । +ମାଡକାମୀ, ଇର୍ମା ମାଡକାମୀ, ଗଙ୍ଗା କବାସୀ, ପଦିଆ କବାସୀ, ସମା ମାଡକାମୀ ଏହି ସାତ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ମାଲା ମାଡକାମୀ ବ୍ୟକ୍ତି ଫେରାର ରହିଛି । +ଦଫା 147/148/302/323/149 ipc ରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । +ଇଣ୍ଡିଆ ବୁକ୍‌ ଅଫ ରେକର୍ଡସରେ ଚିତ୍ରଶିଳ୍ପୀ ଦେବେନ୍ଦ୍ର +ସମ୍ବଲପୁରର ଧନକଉଡ଼ାର ଯୁବ ଚିତ୍ରଶିଳ୍ପୀ ଦେବେନ୍ଦ୍ର ସାହୁ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି । +ଛୋଟିଆ ପଥର ଖଣ୍ଡରେ କଣ୍ଠଶିଳ୍ପୀ ଲତାମଙ୍ଗେସକରଙ୍କ ଚିତ୍ର ଏକ ଛୋଟିଆ ପଥରଖଣ୍ଡରେ ଆଙ୍କି ସମ୍ବଲପୁର ପାଇଁ ଗୌରବ ଆଣିଛନ୍ତି । +ସଂଗୀତ ଜଗତର ରାଣୀ ତଥା କୋକିଳକଣ୍ଠି ଲତା ମଙ୍ଗେସକରଙ୍କର ଦେହାନ୍ତ ପରେ ଭାବବିହ୍ୱଳ ହୋଇପଡ଼ିଥିଲେ ଦେବେନ୍ଦ୍ର । +ହାତର ଯାଦୁଗରୀରେ ଶ୍ରଦ୍ଧାଞ୍ଜଳି ଦେବାକୁ ମନସ୍ଥ କଲେ । +ନଦୀ ପଠାରୁ ସଂଗୃହିତ ଗୋଟିଏ ଛୋଟିଆ ପଥର ଖଣ୍ଡ (୫ ସେ. ମି. / ୩.୨ ସେ.ମି.) ରେ ଅଙ୍କନ କଲେ ଲତା ଦିଦି ଙ୍କର ଚିତ୍ର । +ଯାହାକି ତାଙ୍କୁ ସମୟ ନେଇଥିଲା ମାତ୍ର ୨୫ ମିନିଟ ସମୟ । +ପରେ ଆଙ୍କିଥିବା ଚିତ୍ର ଟିକୁ ସାମାଜିକ ଗଣ ମାଧ୍ୟମ ରେ ପ୍ରକାଶିତ କଲେ, ଯାହାକି ବହୁତ ଆଦୃତ ହେବା ସହ ପ୍ରଶଂସିତ ହୋଇପାରିଥିଲା । +କିଛି ଶୁଭେଛୁ ଏହି କୃତିକୁ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନିତ କରିବା ପାଇଁ ପ୍ରେରଣ କରିବାକୁ କହିବାରୁ, ଦେବେନ୍ଦ୍ର ତାଙ୍କର ପ୍ରୟାସ ଆରମ୍ଭ କଲେ । +ଶେଷରେ ତାଙ୍କର କୃତିଟି ପଥରରେ ଆଙ୍କି ଥିବା ଛୋଟିଆ ଚିତ୍ର ଭାବରେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନିତ ହୋଇଛି । +ସ୍ୱାମୀ ଦଶାହରେ ଆଖି ବୁଜିଦେଲା ସ୍ତ୍ରୀ +ବାସୁଦେବପୁର ପରାଜିତ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଟାହିଟାପରା ଘଟଣା । +ଆଜି ସ୍ୱାମୀଙ୍କ ଦଶାହ ଥିଲା ବେଳେ ଆଖି ବୁଜିଲେ ପତ୍ନୀ ସୁମତି । +ବାସୁଦେବପୁର ଥାନା ପଦ୍ମପୁର ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । +କଟକରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ପତ୍ନୀ ସୁମତି । +ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି ନଡ୍ଡାଙ୍କୁ ଭେଟିଲେ ରାଜ୍ୟ ବିଜେପି ପ୍ରତିନିଧି… +ନୂଆଦିଲ୍ଲୀ/ଭୁବନେଶ୍ୱର, – ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ମଣ୍ଡଳି ଗୁରୁବାର ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି ନଡ୍ଡାଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କରିବା ସହ ରାଜ୍ୟର ସାଂପ୍ରତିକ ରାଜନୈତିକ ସ୍ଥିତି, ପ୍ରାକ୍ ନିର୍ବାଚନୀ ହିଂସା ଓ ନିର୍ବାଚନ ସମୟର ହିଂସା ଉପରେ ଆଲୋଚନା କରିଛନ୍ତି । +ଏହି ଅବସରରେ ଓଡ଼ିଶାରେ ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟ ବିଜେପି କିଭଳି ଭଲ ପ୍ରଦର୍ଶନ କରିପାରିବ ସେ ଦିଗରେ ରଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ମାର୍ଗଦର୍ଶନ କରିଥିଲେ । +ଦଳର ସଂଗଠନକୁ ତୃଣମୂଳ ସ୍ତରରେ ମଜଭୂତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଓ ଗରିବ କଲ୍ୟାଣକାରୀ ଯୋଜନା କିଭଳି ଘରେ ଘରେ ପହଁଚିବ, ତା’ଉପରେ ମଧ୍ୟ ମତପ୍ରକାଶ କରିଥିଲେ । +ପରବର୍ତୀ ପର୍ଯ୍ୟାୟରେ ଦଳୀୟ ସଦସ୍ୟମାନେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବାସଭବନରେ ଓ କେନ୍ଦ୍ର ରେଳ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଭବନ ଠାରେ ମଧ୍ୟ ସାକ୍ଷାତ୍ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । +ଏହି ପ୍ରତିନିଧି ମଣ୍ଡଳିରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରବି ନାରାୟଣ ନାଏକ, ସାଧାରଣ ସମ୍ପାଦକା ଡା. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ ଓ ରାଜ୍ୟ କୋଷାଧ୍ୟକ୍ଷ ସୁଦର୍ଶନ ଗୋଏଲ ପ୍ରମୁଖ ସାମିଲ ଥିଲେ +ବିଭିନ୍ନ ଅନିୟମିତତା ଉପରେ ଉଠାଇଲେ ଆଙ୍ଗୁଠି +ବିଭିନ୍ନ ଅନିୟମିତତା ଉପରେ ଆଲୋକପାତ କରିଛନ୍ତି ସିଏଜି । +ଅର୍ଥ ଥିଲେ ମଧ୍ୟ ୫୦ ପ୍ରତିାତ ଜମି ଅଧିଗ୍ରହଣ ହୋଇ ପାରି ନଥିବା କୁହାଯାଇଛି । +କେବଳ ସେତିକି ନୁହେଁ ଏମିତି ଅନେକ ଅନିୟମିତତା ରିପୋର୍ଟରେ ସେ ଦେଖାଇଥିବା କହିଛନ୍ତି । +କଣ୍ଟ୍ରାକ୍ଟରଙ୍କୁ ୫୫୫ କୋଟି ଟଙ୍କାର ସହାୟତା ମଧ୍ୟ ଦିଆଯାଇଛି । +ଏଥିସହିତ ଗୋଟିଏ କାମକୁ ଦୁଇ ଥର ଲେଖାଏଁ କାମ ହେଉଥିବା ସେ ପ୍ରକାଶ କରିଛନ୍ତି । +ସେପଟେ ୨୧୨ କୋଟିର ୟୁଟିଲାଇଜେସନ ସାର୍ଟିଫିକେଟ ଏଯାବତ ମିଳିପାରିନାହିିଁ । +ଏହିଭଳି କିଛି ଅନିୟମିତତା ଉପରେ ପ୍ରଶ୍ନ କରିଛନ୍ତି ସିଏଜି । +୮୪ ଲକ୍ଷ ଟଙ୍କା ପୁରସ୍କାର ଥିବା ଦୁର୍ଦ୍ଦାନ୍ତ ନକ୍ସଲ ନିହତ, ୬ଟି ରାଜ୍ୟ ପୁଲିସର ନିଦ ହଜାଇ… +ମାଲକାନଗିରି: ୮୪ ଲକ୍ଷ ଟଙ୍କା ପୁରସ୍କାର ଥିବ‌େ ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦୀପ ଓରଫ ବିଜୟ ଯାଦବର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । +ଏହି ନକ୍ସଲ କମାଣ୍ଡରକୁ ୬ଟି ରାଜ୍ୟର ପୁଲିସ ଖୋଜୁଥିଲା । +ମୃତ୍ୟୁବେଳକୁ ସନ୍ଦୀପକୁ ୫୫ ବର୍ଷ ବୟସ ହୋଇଥିଲା । +ସନ୍ଦୀପ ନାଁରେ ଓଡିଶା, ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ କେଶ ରହିଥିବା ଜଣାପଡିଛି । +ନୂଆପଡ଼ାରେ ସହିଦ ହୋଇଥିବା ୩ ଯବାନଙ୍କ ପରିବାରକୁ ରାଜ୍ୟ ସରକାର ଦେବେ ସହାୟତା, ଶୋକ ପ୍ରକାଶ କଲେ… +ଭୁବନେଶ୍ବର: ନୂଆପଡ଼ା ଜିଲ୍ଲା ବୋଡେନ୍‌ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ନକ୍ସଲଗୁଳିରେ ସହିଦ ହୋଇଥିବା ୩ ଜଣ ସିଆରପିଏଫ୍‌ଙ୍କ ପରିବାରକୁ ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବେ । +ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । +ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି । +ଡିଜିପିଙ୍କ ଟୁଇଟ୍‌ ଅନୁସାରେ ପ୍ରତି ସହିଦଙ୍କ ପରିବାରକୁ ମିଳିବ ୨୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମିଳିବ । +ସିଆରପିଏଫର ଯବାନମାନେ ସହିଦ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । +ନକ୍ସଲ ମୁକାବିଲା ପାଇଁ ବାହାରିଥିବା ବେଳେ ୩ ଜଣ ଯବାନ ସହିଦ ହୋଇଛନ୍ତି । +ନିଶ୍ଚିତ ରୂପେ ଏହା ଏକ ଦୁଖଦ ଘଟଣା । +ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଉଛି । +ସୂଚନାଯୋଗ୍ୟ ନୂଆପଡ଼ାର ବୋଡେନ୍‌ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ନକ୍ସଲମାନେ ଚଳପ୍ରଚଳ କରୁଥିବା ନେଇ ସିଆରପିଏଫ୍‌ ଯବାନଙ୍କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା । +ସିଆରପିଏଫ୍‌ ଯବାନମାନେ ନକ୍ସଲ ଦମନ ପାଇଁ ସର୍ଚ୍ଚ ଅପରେସନରେ ବାହାରିଥିଲେ । +ଯବାନଙ୍କୁ ଦେଖି ନକ୍ସଲମାନେ ବିଚଳିତ ହୋଇଯାଇଥିଲେ । +ସେମାନେ ଯବାନଙ୍କ ଉପରକୁ ଅତର୍କିତ ଭାବେ ଗୁଳି କରିଥିଲେ । +ଯବାନମାନେ ମଧ୍ୟ ପାଲଟା ଯବାବ ଦେଇଥିଲେ । +ତେବେ ନକ୍ସଲଙ୍କ ଗୁଳିରେ ଘଟଣାସ୍ଥଳରେ ୩ ଜଣ ଯବାନ ସହିଦ ହୋଇଥିଲେ । +ସହିଦ ଯବାନମାନନେ ହେଲେ ଶିଶୁପାଳ ସିଂହ, ଶିବଲାଲ ଓ ଧର୍ମେନ୍ଦ୍ର କୁମାର ସିଂହ । +ସିଆପିଏଫ୍ ଏଏସଆଇ ଶିଶୁପାଳ ସିଂହ ହେଉଛନ୍ତି ଉତ୍ତର ପ୍ରଦେଶ ନିବାସୀ । +ଆଲିଗଡ଼ ଜିଲ୍ଲା ସିକନ୍ଦରାରାଉ ଥାନା ଅନ୍ତର୍ଗତ ଲାଲଗିରି ଗାଁରେ ତାଙ୍କର ଜନ୍ମ । +ସେହିପରି ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲା ଅନ୍ତର୍ଗତ ପଇଗା ନିବାସୀ ଏଏସଆଇ ଶିବଲାଲ ମଧ୍ୟ ସହିଦ ହୋଇଛନ୍ତି । +କନଷ୍ଟେବଲ୍ ଧର୍ମେନ୍ଦ୍ର କୁମାର ସିଂହ ବିହାରର ରୋହତାସ ଜିଲ୍ଲା ଦନୱାର ଥାନା ଅନ୍ତର୍ଗତ ସରଭା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି । +ଏପ୍ରିଲ୍‌ରୁ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ +ଏପ୍ରିଲ୍‌ ମାସରୁ ରାଜ୍ୟର ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ । +ପିଲାଙ୍କୁ ପୁଣି ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗର MDM ୟୁନିଟ୍‌ ନୋଡାଲ ଅଫିସର ଚିଠି ଲେଖିଛନ୍ତି । +ସେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । +କୋଭିଡ୍‌ ଗାଇଡ୍‌ ଲାଇନ୍‌ ସହ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶ ରହିଛି । +ଶିକାର ନକରିବା ପାଇଁ ଶପଥପାଠ +ପୁଅ ପାଖକୁ ଆସିଥିଲେ ୨ଜଣ ଥ୍ରୀ ଷ୍ଟାର ଅଧିକାରୀ +୨ଜଣ ଥ୍ରୀ ଷ୍ଟାର ପୋଲିସ ପୁଅ ପାଖକୁ ଆସିଥିଲେ । +ତାଙ୍କୁ ବାଥ୍ ରୁମ୍ ଯିବାକୁ କହିଥିଲେ । +ଏହି ସମୟରେ ଶବ୍ଦ ଶୁଭିଥିଲା ସେ ଆସିଲା ବେଳକୁ ତାଙ୍କ ପୁଅ ତଳେ ପଡ଼ିଥିବା କହିଛନ୍ତି । +ବ୍ରିଜ୍ କୋର୍ସ’ ଦ୍ୱାରା ଭରଣା ହେବ ପାଠପଢ଼ା:ଟେଣ୍ଡର ଆହ୍ୱାନ କଲେ ରାଜ୍ୟ ସରକାର । +ଶିକ୍ଷାଦାନ କ୍ଷେତ୍ରରେ ଏକ ନୂଆ କଥା ଲାଗୁ କରିବାକୁ ଯାଉଛନ୍ତି ସରକାର । +ଯାହା ପୂର୍ବରୁ କେବେ ହୋଇନଥିଲା । +ସ୍କୁଲ ଓ ଗଣଶିକ୍ଷା ବିଭାଗ, ବାହାର ଏଜେନ୍ସି ଦ୍ୱାରା କରୋନାରେ ବାଧା ହୋଇଥିବା ପାଠପଢ଼ାକୁ ଭରଣା କରିବାକୁ ଯାଉଛନ୍ତି । +ସରକାର ଆହ୍ୱାନ କରିଥିବା ଟେଣ୍ଡର ମାଧ୍ୟମରେ ତୃତୀୟ ପକ୍ଷ ଏଜେନ୍ସି ନିଯୁକ୍ତ କରାଯିବ । +ମେ ୨ରୁ ସକାଳ ୬ରୁ ୯ ସ୍କୁଲ୍‌ +ଏଥର ସକାଳୁଆ ସ୍କୁଲ । +ସକାଳ ୬ଟାରୁ ଆରମ୍ଭ ହେବ ସ୍କୁଲ । +୬ଟାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ୯ଟାରେ ଛୁଟି ହେବ ବୋଲି ସ୍ଥିର କରାଯାଇଛି । +ସରକାରଙ୍କ ପକ୍ଷରୁ ଏହି ନୂଆ ନିୟମ ଜାରି କରାଯାଇଛି । +ଆସନ୍ତା ମେ’ ୨ ତାରିଖରୁ ଏହି ନିୟମ ଲାଗୁ କରାଯିବ । +ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । +ତେବେ ୩ୟରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି । +ସେମାନେ ସକାଳ ୬ରୁ ସ୍କୁଲ ଆସିବେ । + ଅନ୍ୟପଟେ ବୋର୍ଡ ଓ କାଉନସିଲ୍ ପକ୍ଷରୁ ଚାଲିଥିବା ପରୀକ୍ଷା ସୂଚୀ ଅପରିବର୍ତ୍ତିତ ରହିବ ବୋଲି କୁହାଯାଇଛି +ପୁଲିସ ଅଧିକାରୀଙ୍କ ପରକୀୟା ପ୍ରୀତି: ଅଡିଓ ଭାଇରାଲ୍, ପତ୍ନୀ କୋର୍ଟଙ୍କ ଦ୍ୱାରସ୍ତ +ପୁଲିସ ଯଦି ଅପରାଧୀଙ୍କ ଭଳି କାର୍ଯ୍ୟ କରିବ ତାହେଲେ ଜନସାଧାରଣ କାହା ଉପରେ ଭରସା କରିବେ । +ଏଭଳି ଘଟଣା ଦେଖିବାକୁ ମିଳିଛି ଖୋଦ ରାଜ୍ୟର ରାଜଧାନୀ ଭୁବନେଶ୍ବର କମିଶନରେଟ୍ ପୁଲିସରେ କାର୍ଯ୍ୟରତ ପୁଲିସ ଅଧିକାରୀ ବାମ ଦେବ ଜେନାଙ୍କ ଠାରେ । +ଭୁବନେଶ୍ୱର ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ନୂତନ ଭିତ୍ତିଭୂମି ଉଦଘାଟିତ: +ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନୂଆ କରି ନିର୍ମାଣ କରାଯାଇଥିବା ସାଇକେଲ ଓ ବାଇକ୍ ଷ୍ଟାଣ୍ଡର ଲୋକାର୍ପଣ କରାଯାଇଛି । +ଶନିବାର ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଏହାର ଉଦ୍‌ଘାଟନ କରିଥିବେଳେ ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ଉପସ୍ଥିତ ଥିଲେ । +ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ପ୍ରଧାନ ଆଚାର୍ଯ୍ୟ ଯୋଗଦାନ +ଫୁଲବାଣୀ -18/6 ସ୍ଥାନୀୟ ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ପ୍ରଧାନ ଆଚାର୍ଯ୍ୟ ଭାବେ ରାଜେନ୍ଦ୍ର କୁମାର ପାଢ଼ୀ ଯୋଗଦେଇ ବିଦାୟୀ ପ୍ରଧାନ ଆଚାର୍ଯ୍ୟ ଜାନକୀ ବଲ୍ଲଭ ବିଷୋୟୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । +ପରିଚାଳନା ସମିତିର ଏକ ଔପଚାରିକ ବୈଠକରେ ପରିଚାଳନା ସମିତିର ସଭାପତି ଶ୍ରୀ ହରିଶ୍ଚନ୍ଦ୍ର ମହାରଣା, ଉପ ସଭାପତି ଡ଼ଃ ଚିତ୍ତରଞ୍ଜନ ମିଶ୍ର, ସମ୍ପାଦକ ବିରଂଚି ନାରାୟଣ ମିଶ୍ର, ସହ- ସମ୍ପାଦକ ଅରୁଣ କୁମାର ଶତପଥୀ, କୋଷାଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର , ଉପଦେଷ୍ଠା ଗୋବିନ୍ଦ ନାୟକ, ଆଚାର୍ଯ୍ୟ ପ୍ରତିନିଧି ଶ୍ରୀମତୀ ନଳିନିପ୍ରଭା ଚାଉଳିଆ, କାର୍ଯ୍ୟାଳୟ ପ୍ରମୁଖ ବିକ୍ରମ କୁମାର ଆଚ । +ରି ଉପସ୍ଥିତ ରହି ଏକ ସୌଜନ୍ୟ ମୂଳକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ । +ଶ୍ରୀ ପାଢ଼ୀ ଗଞ୍ଜାମର ହିଞ୍ଜିଳିକ । +ଟୁରେ ପ୍ରଧାନ ଆଚାର୍ଯ୍ୟ ଭାବେ କାର୍ଯ୍ୟରତ ଥିଲେ । +ପ୍ରକାଶ ଥାଉକି ଶ୍ରୀ ପାଢ଼ୀ ପୂର୍ବରୁ ଫୁଲବାଣୀ ଶିଶୁ ମନ୍ଦିରରେ ଆରଂଭରୁ ଆଚାର୍ଯ୍ୟ ଭାବେ କାମ କରି ପ୍ରଧାନ ଆଚାର୍ଯ୍ୟ ଦାୟିତ୍ୱ ମଧ୍ୟ ତୁଲାଇ ଥିଲେ । +ତାଙ୍କର ପୁନଃ ଯୋଗଦାନକୁ ସବୁ ମହଲରୁ ସ୍ୱାଗତ କରାଯାଇଛି । +ସହରର ସବୁଠୁ ଗୁଣାତ୍ମକ ଓ ସଂସ୍କୃତି ଆଧାରିତ ଶିକ୍ଷା ପ୍ରଦାନ କରୁଥିବା ଏହି ଅନୁଷ୍ଠାନ ଶ୍ରୀ ପାଢ଼ୀଙ୍କ ସମୟରେ ଅଧିକ ସକ୍ରିୟ ହୋଇ ପାରିବ ବୋଲି ଉପସ୍ଥିତ ବକ୍ତାମାନେ ଆଶା ପୋଷଣ କରିଛନ୍ତି । +ବିଦାୟୀ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବିଷୋୟୀ ଗଂଜାମର ଡ଼େଙ୍ଗାଓସ୍ତ । +କୁ ବଦଳି ହୋଇଛନ୍ତି । +ପୁଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆରକ୍ଷୀ ମହାନିର୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବ +ଭୁବନେଶ୍ବର: ୮୭ତମ ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱରରେ ଆରକ୍ଷୀ ମହାନିର୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି । +ପୁଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାରା ରାଜ୍ୟରୁ ବଛା ହୋଇଥିବା ଶହେ ଜଣ ପୁଲିସ ଅଧିକାରୀଙ୍କୁ ଏହି ଉତ୍ସବରେ ମେଡାଲ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଛି । +ସ୍କୁଲ ବସ୍‌କୁ ପୁଣି ଫାଇନ୍‌, ୨ ଲକ୍ଷ ୩୩ ହଜାର ଟଙ୍କା ଚାଲାଣ କାଟିଲା ଏମ୍‌ଭିଆଇ +ସ୍କୁଲ ବସ୍‌କୁ ପୁଣି ଫାଇନ୍‌ । +ଭୁବନେଶ୍ୱର ଡମଣା ଛକ ନିକଟରେ ଚେକିଂ ବେଳେ ୨ ଲକ୍ଷ ୩୩ ହଜାର ଟଙ୍କାର ଚାଲାଣ କଟାଯାଇଛି । +ଏହାସହିତ ବସ୍‌କୁ ସିଜ୍‌ କରିଛି ଏମ୍‌ଭିଆଇ । +ମାଙ୍କଡକୁ ଉଦ୍ଧାର କରିବାକୁ ଯାଇ କୂଅ ଭିତରେ ଶ୍ୱାସ ରୁଦ୍ଧ ହୋଇ ଜଣେ ଶ୍ରମିକ ମୃତ ଓ ଜଣେ ଗୁରୁତର +କଣ୍ଟାମାଳ,୧୨ । +୬- ଶ୍ୱାସ ରୁଦ୍ଧ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି | ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସୀମିଲିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଳସୀକଟା ଗ୍ରାମରେ । +ଗ୍ରାମର ହିମାଂଶୁ ପ୍ରଧାନ ନିଜ ଘରେ ଥିବା ରିଙ୍ଗ କୂଅରେ ଏକ ମାଙ୍କଡ ଖସି ପଡିଥିଲା । +ସେହି ମାଙ୍କଡକୁ ଉଦ୍ଧାର କରିବା ପାଇଁ ସେହି ଗ୍ରାମର କାଳୀ ଚରଣ ବଙ୍କା ଓରଫ ଡାବୁ (୪୫)ଓ ଅନ୍ୟ ଜଣେ ହେଲେ କୀର୍ଲା ଗ୍ରାମର ଲାଲ ମୋହନ ରଣା (୫୮) । +ମିଳିଥିବା ସୂଚନା ଅନୁସାରେ ,ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ତୁଳସୀକଟା ଗ୍ରାମର ହିମାଂଶୁ ପ୍ରଧାନ ଙ୍କ ରିଙ୍ଗ କୂଅରେ ଏକ ମାଙ୍କଡ ଖସି ପଡିଥିଲା । +ହଠାତ୍ ହିମାଂଶୁ ଙ୍କ ପରିବାର ଲୋକେ ମାଙ୍କଡକୁ ଉଦ୍ଧାର କରିବା ପାଇଁ ଏହି ଦୁଇ ଜଣ ଶ୍ରମିକଙ୍କୁ କୂଅ ଭିତରୁ ମାଙ୍କଡଟିକୁ ଉଦ୍ଧାର କରିବା ପାଇଁ କହିଥିଲେ । +ସେମାନେ ଉକ୍ତ ପରିବାର ଲୋକଙ୍କ କଥାରେ ରାଜି ହୋଇ କୂଅ ଭିତରକୁ ଓହ୍ଲାଇ ପଡ଼ିଥିଲେ । +ଓହ୍ଲାଇ ପଡିବା ମାତ୍ରେ କୂଅ ଭିତରେ ଅଣନିଶ୍ୱଶି ହୋଇ ପଡ଼ି ଥିଲେ । +ଖବର ପାଇବା ମାତ୍ରେ ଗ୍ରାମବାସୀ ଉକ୍ତ କୂଅ ପାଖରେ ପହଞ୍ଚି ଯାଇଥିଲେ । +ତତ୍ କ୍ଷଣାତ କଣ୍ଟାମାଳ ଦମକଳ ବାହିନୀ କୁ ଖବର ଦେଇଥିଲେ । +ଦମକଳ ବାହିନୀ ଆସି କୂଅରୁ ଦୁଇ ଶ୍ରମିକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନା କୁ ନେଇଥିଲେ । +ସେଠାରେ ଡ଼ାକ୍ତର କାଳୀଚରଣ ବଙ୍କାକୁ ମୃତ ଘୋଷଣା କରିଥିଲେ । +ତାପରେ ଲାଲ ମୋହନ ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ । +ମୃତ କାଳୀଚରଣ ବାଙ୍କ ଙ୍କ ପରିବାର ଅତି ଗରିବ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । +ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ସେବା ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । +ମନମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍ ଭିନ୍ ଆରମ୍ଭ କରିଛି । +ଦୋଷୀ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ପୋଲିସ ନିକଟରେ ଦାବି କରିଛନ୍ତି । +ଭାରତୀୟ ନୋଟରେ କାହିଁକି ରହିଥାଏ ଏହିପରି କଳା ଲାଇନ୍? ଜାଣନ୍ତୁ, ଏହା ପଛର କାରଣ କଣ… +ଆପଣ ଭାରତୀୟ ନୋଟ୍ ଉପରେ ଥିବା କିଛି କଳା ଲାଇନ୍ ଉପରେ କେବେ ଧ୍ୟାନ ଦେଇଛନ୍ତି କି? ଏହା କାହିଁକି ଥାଏ ଏବଂ ଏହାର କାମ କଣ କେବେ ଆପଣ ଜାଣିବାକୁ ଚେଷ୍ଟା କରିଛନ୍ତି କି? ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏକ ମହତ ଉଦ୍ଦେଶ୍ୟ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଭାରତୀୟ ନୋଟ୍ ଯେପରିକି, ୧୦୦,୨୦୦,୫୦୦ ଆଉ ୨୦୦୦ ଟଙ୍କିଆ ନୋଟ୍ ଉପରେ ଏପରି କିଛି କଳା ଲାଇନ୍ ରଖିଥାଏ । +ଅପରାଜିତା ଓ ବିଜେପି ମଧ୍ୟରେ ମତଭେଦ +ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେପି ମଧ୍ୟରେ ମତଭେଦ ସ୍ପଷ୍ଟ ହେବାରେ ଲାଗିଛି । +ପୁରୀ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଆଜି ହାଇଡ୍ରାମା ଦେଖାଦେଇଥିଲା । +ଶତାଧିକ ସମର୍ଥକଙ୍କୁ ନେଇ ଭୁବନେଶ୍ୱର ସାଂସଦ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା । +ଏହାର ପ୍ରତିବାଦରେ ଶତାଧିକ ସମର୍ଥକଙ୍କ ସହ ସାଂସଦ ଆଗକୁ ବଢିଥିଲେ । +ଆଜି ଏକ ପଦଯାତ୍ରାକୁ ପ୍ରଶାସନ ବାରଣ କରିବା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା । +ଏହି ଘଟଣା ପରେ ବିଜେପି ମୁଖପାତ୍ର ସୁରଥ ବିଶ୍ୱାଳ ଗଣମାଧ୍ୟମକୁ କହିଥିଲେ, ଏହା ଦଳୀୟ କାର୍ଯ୍ୟକ୍ରମ ନଥିଲା । +ଦଳ ଏହାକୁ ସମର୍ଥନ କରୁନାହିଁ ବୋଲି ସେ କହିଥିଲେ । +କଣ୍ଟାମାଳ: ମନ ମୁଣ୍ଡା ଏମ ପି ଏଲ କ୍ରିକେଟ ଟୁର୍ଣାମେଣ୍ଟ , ସିମ୍ବା ସୁପର କିଙ୍ଗ ଚମ୍ପିୟାନ +କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନ ମୁଣ୍ଡା ହାଇ ସ୍କୁଲ ଖେଳ ପଡିଆ ରେ ଗତ 8/5/22 ରେ ଆଠଗୋଟି ଦଳକୁ ନେଇ ଆରମ୍ଭ ହୋଇଥିବା ଏମ ପି ଏଲ କ୍ରିକେଟ ଟୁର୍ଣା ମେଣ୍ଟ ଉଦଯାପନୀ ହୋଇଯାଇଛି । +ଏହି ଟୁର୍ଣା ମେଣ୍ଟ କୁ ଆୟୋଜନ କରିଥିଲେ ମନ ମୁଣ୍ଡା କ୍ରିକେଟ ଆସୋଷେଶନ । +ଆଜିର ଫାଇନାଲ ମେଚ ଶିମ୍ବା ସୁପର କିଙ୍ଗ ଓ କଳିଙ୍ଗ ୱାରିଅର୍ଷ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । +ଦୁଇଟି ଫର୍ମାଟ ରେ ଏହି ଫାଇନାଲ ମ୍ୟାଚ୍ ଖେଳା ଯାଇଥିବା ବେଳେ ପ୍ରଥମ 10 ଓଭର ବିଶିଷ୍ଟ ମ୍ୟାଚରେ ଶିମ୍ବା ସୁପର କିଙ୍ଗ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇ 128 ରନ ସଂଗ୍ରହ କରିଥିବା ବେଳେ ସେହି ସ୍କୋର କୁ ପିଛା କରି କଳିଙ୍ଗ ୱାରିଅର୍ଷ ମାତ୍ର 76 ରନ ସଂଗ୍ରହ କରିଥିଲା । +6 ଓଭର ବିଶିଷ୍ଟ ଦ୍ୱିତୀୟ ଫର୍ମାଟ ମ୍ୟାଚ୍ ରେ ରେ ସିମ୍ବା ସୁପର କିଙ୍ଗ 70 ରନ ସଂଗ୍ରହ କରିଥିବା ବେଳେ ଉକ୍ତ 70 ରନ କୁ ପିଛା କରି କଳିଙ୍ଗ ୱାରିଅର୍ଷ 63 ରନ ସଂଗ୍ରହ କରି ଫାଇନାଲ ମ୍ୟାଚରେ ପରାଜୟ ବରଣ କରିଥିଲା । +ଏହି ପ୍ରଥମ ଏମ ପି ଏଲ କ୍ରିକେଟ ଟୁର୍ଣା ମେଣ୍ଟ ରେ ଚାମ୍ପିଅନ ହୋଇଥିଲା ସିମ୍ବା ସୁପର କିଙ୍ଗ । +ହଜାର ହଜାର ଦର୍ଶକ ଏହି ଫାଇନାଲ ମ୍ୟାଚ୍ ର ମଜା ନେଉ ଥିଲେ । +କଣ୍ଟାମାଳ ବିଧାୟକ ତଥା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀ ଯୁକ୍ତ ମହିଧର ରଣା ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଶ୍ରୀଯୁକ୍ତ ଶଙ୍କର୍ଷଣ ପ୍ରଧାନ ଜିଲ୍ଲା ପରିଷଦ ଭାଇସ୍ ଚେୟାର ମେନ୍ ,କଣ୍ଟାମାଳ ବ୍ଲକ ଚେୟାର ମେନ୍ ଶ୍ରୀମତୀ ସସ୍ମିତା ସେନାପତି,ମନ ମୁଣ୍ଡା ସରପଞ୍ଚ ରଂଜୁ ବେହେରା,କଣ୍ଟାମାଳ ସରପଞ୍ଚ ସଂଘର ସଭାପତି ଶ୍ରୀଯୁକ୍ତ ସାର୍ଦୁଲ ନାଗ, ମନ ମୁଣ୍ଡା ଥାନା ଏସ ଆଇ ସନ୍ତୋଷ ମହାକୁଡ ଯୋଗ ଦେଇଥିଲେ । +ଉକ୍ତ ମ୍ୟାଚରେ ଫାଇନାଲ ଦଳକୁ ଟ୍ରଫି ସହ ନଗଦ ଦଶ ହଜାର ଟଙ୍କା ଓ ପରାଜୟ ଦଳକୁ ଟ୍ରଫି ସହ ନଗଦ ଛଅ ହଜାର ଟଙ୍କା ପ୍ରଦାନ କରିଥିଲେ ସମସ୍ତ ଉପସ୍ଥିତି ସମସ୍ତ ମୁଖ୍ୟ ଅତିଥିଗଣ । +ଆଜିର ମ୍ୟାଚ୍ କୁ ପରିଚାଳନା କରିଥିଲେ ସ୍ରିବନ୍ତ ନାୟକ ଓ ରାକେଶ ବିଶି ସ୍କୋରର ଦାୟିତ୍ୱରେ ଥିଲେ ବିବେକ କର୍ଣ୍ଣ ଧାରା ବିବରଣୀ ଦେଇଥିଲେ ରଞ୍ଜନ ପଟ୍ଟନାୟକ । +ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଜ୍ୟୋତି ବିକାଶ ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କୁନୁ ରାଜହଂସ । +ସାତ ଦିନ ଧରି ଚାଲିଥିବା ଏହି ମ୍ୟାଚରେ ସହଯୋଗ କରିଥିଲେ ମିଳନ ସାହୁ,ବିଶାଳ ତରିଆ, ଅନିଲ ,ସୁମନ, ମେହର୍ବା, ଅକୁର,ଅଜିତ,ସଞ୍ଜୟ ଓ ମନ ମୁଣ୍ଡା କ୍ରିକେଟ ଆଶୋସେଶନ ର ସମସ୍ତ ସଦସ୍ୟ । +କର୍ମଚାରୀଙ୍କ ଲାଗି କ୍ଵାର୍ଟର ଅଭାବସୁରକ୍ଷା ପ୍ରଦାନକାରୀଙ୍କ ଅସୁରକ୍ଷିତ ଜୀବନ +ଖୁଣ୍ଟା – ସରକାରଙ୍କ ବିଚିତ୍ର ନୀତି | କେଉଁଠି କର୍ମଚାରୀମାନଙ୍କ ରହିବା ଲାଗି ମାଳମାଳ କ୍ଵାଟାର ନିର୍ମାଣ ହେଉଛି , ମାତ୍ର ରହିବାକୁ କର୍ମଚାରି ନାହାଁନ୍ତି । +ତ କେଉଁଠି କର୍ମଚାରୀ ମାନଙ୍କୁ ରହିବାକୁ କ୍ଵାଟରର ଅଭାବ ରହିଛି । +ଯଦି ବା କର୍ମଚାରୀଙ୍କ ପାଇଁ କ୍ବାଟର ରହିଛି ତାହା ପୁଣି ଜରାଜିର୍ଣ୍ଣ ଅବସ୍ଥାରେ । +ଏହି ସରକାରୀ ଗୃହ ରେ ନିଜେ ଓ ନିଜର ପରିବାରର ଜୀବନକୁ ବାଜି ଲଗାଇ ବାଧ୍ୟ ହୋଇ ରହିବାକୁ ପଡ଼ୁଛି । +ସରକାରୀ କର୍ମଚାରୀଙ୍କ ଏଭଳି ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ପରିସରରେ କର୍ମଚାରୀଙ୍କ ଲାଗି ଉଦିଷ୍ଟ ଥିବା ବେରେକ ବା ବାସଗୃହ ଗୁଡିକ କ୍ଷେତ୍ରରେ । +ଖୁଣ୍ଟା ଥାନା ସ୍ଥାପନ ହେବାର ଇତି ମଧ୍ୟରେ ୧୦୪ ବର୍ଷ ଅତିକ୍ରାନ୍ତ ହୋଇଗଲାଣି । +ଥାନା ରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ରହିବା ଲାଗି ଦୀର୍ଘ ବର୍ଷ ପୂର୍ବେ ଥାନା ପରିସରରେ କେତେକ ବାସଗୃହ ନିର୍ମାଣ ହୋଇଥିଲା । +ତେବେ ସଠିକ ସମୟରେ ଉକ୍ତ ବାସଗୃହଗୁଡ଼ିକର ଆବଶ୍ୟକତା ଅନୁଯାୟୀ ମରାମତି ଅଭାବରୁ ଏବେ ସେଗୁଡିକ ବିପଦ ସଂଙ୍କୁଳ ଅବସ୍ଥାରେ ରହିଛି । +ସେମଧ୍ଯରୁ କେତେକ ବାସଗୃହର କାନ୍ଥ ଫାଟି ଆଁ କଲାଣିତ , କେତେକ ଆଜବେଷ୍ଟସ୍ ଗୁଡିକ ଫାଟି ସୂର୍ଯ୍ୟ , ଚନ୍ଦ୍ର ଆଦି ଦୃଶ୍ୟମାନ ହେଲେଣି । +ବର୍ଷା ଦିନ ଆସିଲେ ପରିବାରର ଦୁଃଖ ଦୁର୍ଦ୍ଧସା ବଢ଼ିଯାଏ । +ଆଜବେଷ୍ଟସ ରୁ ପାଣିଗଳି ଗୃହ ମଧ୍ୟରେ ବର୍ଷାପାଣି ଢ଼େଉ ଖେଳିଥାଏ । +ପାଣି ଦାଉରୁ ବଞ୍ଚିବା ଲାଗି ଫାଟିଯାଇଥିବା ଅଜବେଷ୍ଟସ ଉପରେ ପାଲ କିମ୍ବା ଜରି ଟାଙ୍ଗି କର୍ମଚାରୀମାନଙ୍କୁ ଜୀବନ ଅତିବାହିତ କରିବାକୁ ପଡେ । +ଏହି ଗୃହ ରେ ଯେ ବର୍ଷାପାଣି ଗଳିବା ଏକ ମୁଖ୍ୟ ସମସ୍ୟା ତାହା ନୁହେଁ ଗୃହଗୁଡ଼ିକର ଫାଟିଯାଇବା କାନ୍ଥ ରୁ ବିଷଧର ସାପମାନଙ୍କର ଅବିର୍ଭାବ ରୁ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥାଏ । +ଜନସାଧାରଣଙ୍କ ଧନଜୀବନ କୁ ସୁରକ୍ଷା ଦେବା ପୋଲିସର କର୍ତ୍ତବ୍ୟ ହୋଇଥିବା ବେଳେ ବିପଦ ସଂଙ୍କୁଳ ଅବସ୍ଥାରେ ରହୁଥିବା ତାଙ୍କର ପରିବାରର ସୁରକ୍ଷାକୁ ନେଇ କର୍ମଚାରୀମାନେ ଚିନ୍ତିତ ହୋଇପଡ଼ିଛନ୍ତି । +ଏପରି ସ୍ଥଳେ କେବେ କେହି ପୋଲିସ କର୍ମଚାରୀଙ୍କ ର ଉକ୍ତ ଥାନାକୁ ବଦଳି ହୋଇ ଆସିଲେ , କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ଆଗେ ରହିବା ଚିନ୍ତା ଘାରିଥାଏ । +ଏଭଳି ଦୟନୀୟ ସ୍ଥିତିରେ ପୋଲିସ କର୍ମଚାରୀ ମାନେ ବର୍ଷ ବର୍ଷ ଧରି କାଳତିପାତ କରୁଥିଲେ ମଧ୍ୟ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ପଡୁନଥିବା ବିଡମ୍ବନା ର ବିଷୟ । +ଏଥିପ୍ରତି ଜିଲ୍ଲା ଓ ରାଜ୍ୟର ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବା ପାଇଁ ଦାବୀ ହେଉଛି । +ରଥଯାତ୍ରା ତୃତୀୟ ସମନ୍ବୟ ବୈଠକ: ଜନସାଧାରଣ ଓ ସେବାୟତଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ +ପୁରୀ : ଶନିବାର ରଥଯାତ୍ରା ତୃତୀୟ ସମନ୍ବୟ ବୈଠକ ପୁରୀ ଟାଉନ୍ ହଲଠାରେ ଅନୁଷ୍ଠିତ ହୋଇଯାଇଛି । +ଆସନ୍ତା ଜୁଲାଇ ୧ ତାରିଖରେ ହେବାକୁ ଥିବା ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା ହୋଇଛି । +ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । +ରଥଯାତ୍ରା ପ୍ରସ୍ତୁତି ବୈଠକ ଭର୍ଚୁଆଲ୍ ଜରିଆରେ ଯୋଡ଼ି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ଜନସାଧାରଣ ଓ ସେବାୟତଙ୍କ ସହଯୋଗ ଲୋଡ଼ିଛନ୍ତି । +ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ପ୍ରତ୍ୟକ୍ଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲେ ବି ଏଥିରେ ପରିବର୍ତ୍ତନ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇ କୁହାଯାଇଥିଲା ଯେ ସେ ଭର୍ଚୁଆଲ୍ ଜରିଆରେ ସାମିଲ ହେବେ । +ଏଥିରେ ସ୍ବାସ୍ଥ୍ୟ, ଗମନାଗମନ, ରାସ୍ତାଘାଟ, ରଥ ନିର୍ମାଣ ଆଦିର ବିସ୍ତୃତ ସମୀକ୍ଷା କରାଯାଇଛି । +ଏହି ବୈଠକରେ ମନ୍ତ୍ରୀ ଜଗନ୍ନାଥ ସାରକା, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ଅମାତ, ଉଷା ଦେବୀ ଓ ଟୁକୁନି ସାହୁ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ସ୍ବତନ୍ତ୍ର ଉନ୍ନୟନ କମିସର ପ୍ରଦୀପ ଜେନା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ପୁଲିସ ଡିଜିଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ । +ଧରାପଡିଲେ ୫ ନକଲି ସାମ୍ବାଦିକ +ସାମ୍ବାଦିକତା ନାମରେ ଜାଲ ସଂସ୍ଥା ଖୋଲି ଲୋକଙ୍କୁ ଜାଲ ନିଯୁକ୍ତିପତ୍ର ଦେଇ କୋରାପୁଟ ଜିଲ୍ଲା ଦାମନଜୋଡି ପୁଲିସ ହାତରେ ଧରାପଡିଛନ୍ତି ୫ ଜଣ ନକଲି ସାମ୍ବାଦିକ । +ଅଭିଯୁକ୍ତମାନେ ହେଲେ ରାୟଗଡ ସହରର ସୁଧୀର କୁମାର ଚୌଧୁରୀ, ତାଙ୍କ ପୁଅ ସନ୍ତୋଷ କୁମାର ଚୌଧୁରୀ, ସନ୍ତୋଷ କୁମାର ବରାଡ, କମଳ ଲୋଚନ ମହାନ୍ତି ଓ ଅଭିମନ୍ୟୁ ମିଶ୍ର । +ସୁପ୍ରିମକୋର୍ଟରେ ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ, ଦୁଇ ଆବେଦନକାରୀଙ୍କୁ ୨ ଲକ୍ଷ ଲେଖାଏଁ… +ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । +ଏହି ମାମଲା ଉପରେ ସମଗ୍ର ରାଜ୍ୟବାସୀଙ୍କ ନଜର ଥିବା ବେଳେ ଆଜି ପ୍ରକାଶ ପାଇଛି ଏହାର ରାୟ । +ସୁପ୍ରିମକୋର୍ଟ ଉଭୟ ଆବେଦନକାରୀଙ୍କ ମାମଲା ରଦ୍ଦ କରିବା ସହ ଉଭୟ ପକ୍ଷଙ୍କ ଉପରେ ଜରିମାନା ପକାଇଛନ୍ତି । +କୋର୍ଟଙ୍କର ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ଉଭୟଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରାଯାଇଛି । +ତେବେ ଏହା ପରେ ପ୍ରକଳ୍ପ କାମ ଆଗେଇବ ନା ନାହିଁ ତାହା ଏ ଯାଏ ସ୍ପଷ୍ଟ ହୋଇନି । +ଏହି ପ୍ରକଳ୍ପ କାମ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ନିଜ ନ୍ୟସ୍ତ ସ୍ୱାର୍ଥ ପାଇଁ ଆବେଦନକାରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଥିଲେ ସୁପ୍ରିମକୋର୍ଟ । +ଏହା ବାଦ ଉନ୍ନତି କାମ ଆଗେଇ ଚାଲିଥିବାରୁ ଏହା ମଧ୍ୟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଥିବା କହିଛନ୍ତି ଆବେଦନକାରୀଙ୍କର ଓକିଲ । +ବର୍ତ୍ତମାନ ଏଏସ୍‌ଆଇ ଓ ଅନ୍ୟ ଏଜେନ୍ସି ସହ ମିଶି ରାଜ୍ୟ ସରକାର ଏହି ପ୍ରକଳ୍ପ କାମ କରୁଥିବା ନେଇ ସୁପ୍ରିମକୋର୍ଟରେ ତଥ୍ୟ ଉପସ୍ଥାପନ କରିଥିବା ବେଳେ ରାୟ ସେମାନଙ୍କ ସପକ୍ଷରେ ଯାଇଛି ବୋଲି କହିଛନ୍ତି ଆବେଦନକାରୀଙ୍କ ଓକିଲ ଗୌତମ ଦାସ । +ଆଉ ମାତ୍ର ମାସେ ବ୍ୟବଧାନରେ ପଡ଼ିବ ରଥ ଯାତ୍ରା । +ବିଶ୍ୱପ୍ରସିଦ୍ଧ ପୁରୀ ରଥ ଯାତ୍ରା ଦେଖିବାକୁ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ସମାଗମ ହେବ । +ସେମାନଙ୍କ ନିମନ୍ତେ ଟଏଲେଟର ଆବଶ୍ୟକତା ଥିବାରୁ ଏହି ପ୍ରକଳ୍ପ କାମ ଆଗେଇ ଚାଲିଛି ବୋଲି ଯୁକ୍ତି ବାଢ଼ିଥିଲେ ରାଜ୍ୟ ସରକାର । +ଜନସାଧାରଣଙ୍କ ସ୍ୱାର୍ଥରେ ଏସବୁ କରାଯାଉଛି ବୋଲି ରାଜ୍ୟ ସରକାର ମତ ଦେଇଥିବା ବେଳେ ସେମାନଙ୍କ ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ବୋଲି କହିଛନ୍ତି ଆବେଦନକାରୀଙ୍କ ଓକିଲ । +ଏହି ରାୟ ପରେ ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ ମହାପ୍ରଭୁଙ୍କ ବାଣୀ ସୁପ୍ରିମକୋର୍ଟଙ୍କ ଜରିଆରେ କୁହାଯାଇଛି । +ଯାହା ବିବାଦ ଥିଲା, ଆଇନ, ବେଆଇନ ସବୁ ପ୍ରସଙ୍ଗ ଉପରେ ପୂର୍ଣ୍ଣଛେଦ ପଡ଼ିଛି । +ଏହି ପ୍ରସଙ୍ଗରେ ମୋତେ ମିଛୁଆ ବୋଲି କୁହାଗଲା, ରାଜନୈତିକ ଭାବେ ଟାର୍ଗେଟ କରାଗଲା । +ହେଲେ ମୋର ସେଥିରେ କିଛି ଯାଏ ନାହିଁ । +ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ମୋର କୌଣସି ସ୍ୱାର୍ଥ ନ ଥିଲା । +ମୁଁ କିନ୍ତୁ ନିସ୍ୱାର୍ଥ ଭାବେ କାମ କରିଛି ବୋଲି କହିଛନ୍ତି ଆବେଦନକାରୀଙ୍କ ଓକିଲ ପିନାକୀ ମିଶ୍ର । +ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା, କପିଲ ସିବଲ, ପିନାକୀ ମିଶ୍ର ଏହି ମାମଲା ଲ‍ଢ଼ୁଥିଲେ । +ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବଡ଼ ବିବାଦ ଉପୁଜିଥିବା ବେଳେ ASI ନିୟମ ଉଲ୍ଲଙ୍ଘନ କରି ପ୍ରକଳ୍ପ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଥିଲା । +ଯାହାକୁ ନେଇ ଅକଳରେ ପଡ଼ିଥିଲେ ରାଜ୍ୟ ସରକାର । +ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି, କୁଳସଚିବ ଓ ବିତ୍ତ ନିୟନ୍ତ୍ରକଙ୍କୁ ବିଦାୟକାଳୀନ… +ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ସିନେଟ୍ ହଲ ଠାରେ ଶୁକ୍ରବାର ଅପରାହ୍ନରେ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି, କୁଳସଚିବ ପ୍ରଦୀପ ମିଶ୍ର, ବିତ୍ତ ନିୟନ୍ତ୍ରକ ତୁଷାର କାନ୍ତି ଖଟୁଆଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । +ଏହି ଅବସରରେ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଚଳିତ ବର୍ଷ ନାକ ଟିମର ଗସ୍ତ ରହିଛି ତେଣୁ ସମସ୍ତ କର୍ମଚାରୀ ଓ ଶିକ୍ଷକ ବିଶ୍ଵବିଦ୍ୟାଳୟକୁ ନାକ ଏ ++ ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ । +ଶିକ୍ଷା ଓ ଗବେଷଣା ଓ ଉନ୍ନତିମୂଳକ କାର୍ଯ୍ୟ ପ୍ରତି ଗୁରୁତ୍ଵ ଦେବାକୁ ସେ ପରାମର୍ଶ ଦେଇଥିଲେ । +ବୁଲା, ଅସହାୟ ଓ ପରିତ୍ୟକ୍ତ ପ୍ରାଣୀମାନଙ୍କୁ ସହାୟତା ଦେବାପାଇଁ ଆଗେଇ ଆସିବାକୁ ଜନସାଧାରଣଙ୍କୁ… +ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନ୍ଲାଇନ ଜରିଆରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍ପ ଲାଇନ ସହିତ ଅନେକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । +ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୁଲା ଓ ପରିତ୍ୟକ୍ତ ପ୍ରାଣୀମାନଙ୍କ ଆବଶ୍ୟକତା ପ୍ରତି ପ୍ରତ୍ୟେକ ନାଗରିକ ସମ୍ବେଦନଶୀଳ ହୋଇ ସେମାନଙ୍କ ସେବା ଯୋଗାଇଦେବା ଆବଶ୍ୟକ । +ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ବୁଲା ଓ ଅସହାୟ ପ୍ରାଣୀମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରତିବଦ୍ଧତାର ସହ କାମ କରୁଛନ୍ତି । +ସହରାଞ୍ଚଳରେ ହେଲ୍‌ପ ଲାଇନ ୟୁନିଟ୍‌ ସହିତ ପ୍ରାଣୀ ଆମ୍ବୁଲାନ୍‌ସ ଓ ପ୍ରାଣୀ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ଏଥିପାଇଁ କାମ କରୁଥିବା ଅଣ-ସରକାରୀ ଅନୁଷ୍ଠାନ ଗୁଡିକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । +ରାଜ୍ୟସ୍ତରୀୟ ପ୍ରାଣୀ ହେଲ୍‌ପ ଲାଇନ ଦ୍ବାରା ଏହି ପଶୁ ମାନଙ୍କ ସେବା ଆହୁରି ତ୍ବରାନ୍ବିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ଏବଂ ପ୍ରାଣୀସଂପଦ ବିଭାଗର କର୍ମଚାରୀ ମାନଙ୍କୁ ଏଥିରେ ତୁରନ୍ତ ସେବା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । +ସୂଚନାଯୋଗ୍ୟ ଯେ ବୁଲା ପ୍ରାଣୀ ମାନଙ୍କ ଚିକିତ୍ସା ଓ ସେବା ପାଇଁ ଜାରୀ ହୋଇଥିବା ରାଜ୍ୟସ୍ତରୀୟ ପ୍ରାଣୀ ହେଲ୍‌ପ ଲାଇନ ୧୯୬୨ ଦିନରାତି ଚବିଶ ଘଣ୍ଟା କାର୍ଯ୍ୟକାରୀ ହେବ । +ଏହାଦ୍ବାରା ଜରୁରୀ ସମୟରେ ପ୍ରାଣୀମାନଙ୍କୁ ଚିକିତ୍ସା ସେବା ମିଳିପାରିବ । +ସେହିପରି ଟେଲି ଭେଟେରିନାରୀ ସେବା ବ୍ୟବସ୍ଥାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମତ୍ସ୍ୟ ଓ ପ୍ରାଣୀସଂପଦ କାର୍ଯ୍ୟକ୍ରମ ଗୁଡିକ ରାଜ୍ୟର ଚାଷୀ ମାନଙ୍କ ରୋଜଗାର ବୃଦ୍ଧି କରିବାରେ ସହାୟକ ହୋଇଛି ଏବଂ ରାଜ୍ୟ ସରକାର ସେମାନଙ୍କ ପ୍ରାଣୀସଂପଦକୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଅନେକ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି । +ଟେଲି ଭେଟେରିନାରୀ ସେବା ବ୍ୟବସ୍ଥା ଦ୍ବାରା ଏହି କାର୍ଯ୍ୟକ୍ରମ ଆହୁରି ଦୃଢ ହେବା ସହିତ ପ୍ରାଣୀପାଳକ ମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଇପାରିବ । +ଶାସ୍ତ୍ରୀୟ ନୃତ୍ୟ ଉପରେ ଆଧାରିତ ରିଏଲିଟି ଶୋ ‘ଦେବଦାସୀ’, ପ୍ରଥମ ସଂସ୍କରଣ ବିଜେତା ହେଲେ… +ଭୁବନେଶ୍ବର: ଘରୋଇ ଚ୍ୟାନେଲ ସିଦ୍ଧାର୍ଥ ଟିଭି ପକ୍ଷରୁ ପ୍ରଥମଥର ପାଇଁ ଶାସ୍ତ୍ରୀୟ ନୃତ୍ୟ ଉପରେ ଆଧାରିତ ରିଏଲିଟି ଶୋ ‘ଦେବଦାସୀ’ ଅନୁଷ୍ଠିତ ହୋଇଯାଇଛି । +ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଅଂଶଗ୍ରହଣ କରି ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ କରିଥିଲେ । +ତେବେ ୨୮ଜଣ ପ୍ରତିଯୋଗୀଙ୍କୁ ନେଇ ମେଗା ଅଡ଼ିସନ ଅନୁଷ୍ଠିତ ହୋଇଥିଲା । +ସେମାନଙ୍କ ମଧ୍ୟରୁ ୮ଜଣ ଗ୍ରାଣ୍ଡ ଫିନାଲେ ଉନ୍ନିତ ହୋଇଥିଲେ । +ସେମାନଙ୍କ ମଧ୍ୟରୁ ନୃତ୍ୟ ଓ ସଙ୍ଗୀତରେ ନିଜର ପାରଦର୍ଶିତା ଦେଖାଇ ସିଦ୍ଧାର୍ଥ ଟିଭିର ପ୍ରଥମ ରିଏଲିଟି ଶୋ ‘ଦେବଦାସୀ’ର ବିଜେତା ହୋଇଥିଲେ ଭୁବନେଶ୍ବରର କେ.ଆର୍.ସନ୍ତୋଷିନୀ । +ଏହି ରିଏଲିଟି ଶୋ’ରେ ସନ୍ତୋଷିନୀଙ୍କୁ ବିଜେତା ମୁକୁଟ ସହ ଟ୍ରଫି ଓ ୨୫ହଜାର ଟଙ୍କାର ଆର୍ଥିକ ରାଶି ଦେଇ ପୁରସ୍କୃତ କରାଯାଇଥିଲା । +ଉତ୍କଳ ମଣି ଗୋପବନ୍ଧୁ ଙ୍କ ପୁଣ୍ୟ ତିଥି ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି +ଫୁଲବାଣୀ -29/6 ବୁଧବାର ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ଚୌରାନେବେ ତମ ପୁଣ୍ୟ ତୀଥି ଅବସରରେ ସକାଳ ୮ଟା ରେ ଫୁଲବାଣୀ ଗୋପବନ୍ଧୁ ଛକ ଠାରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୁର୍ତି ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଷ୍ପମାଲ୍ୟାର୍ପଣ କରାଯଇଥିଲା । +ଏଥିରେ ସଦର ଏସ୍ଡ଼ିପିଓ ମହେନ୍ଦ୍ରନାଥ ମୁର୍ମୁ, ମୂଖ୍ୟ ଅତିଥୀ ଭାବେ ଯୋଗଦେଇଥିବା ବେଳେ, ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା, ସମ୍ମ । +ନୀତ ଅତିଥୀ ଭାବେ ଯୋଗ ଦେଇ ପୁଷ୍ପମାଲ୍ୟାର୍ପଣ କରି ଥିଲେ । +ସେହିପରି ଅନ୍ୟମାନଙ୍କ ମଧରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ସମାଜ ପ୍ରତିନିଧି ଅଶୋକ ମହାନ୍ତି, କିସସଂଯୋଜକ ଭାଗିରଥି ସେଠି, ବନଜ୍ୟୋଷ୍ଣ ସମ୍ପାଦକ, ତଥା ସାମ୍ବାଦିକ କାନହୂ ଶତପଥି, ସମାଜସେବୀ ଅଶୋକ ପ୍ରଧାନ, ଟିମ ହୁମାନୀଟି ପକ୍ଷରୁ ଲୋକନାଥ ରାଜୁ, ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ପୁଷ୍ପମାଲ୍ୟ । +ର୍ପଣ କରିଥିଲେ । +ସମାଜ ଓ ପ୍ରେସକ୍ଲବ ପକ୍ଷରୁମିଳିତ ଉଦ୍ୟମ ରେ ସେବା ଓ ସପ୍ତାହ ପାଳନ କରାଯାଉଛି । +ସ୍ଵାତି ଓ ଟିମ ହୁମାନୀଟି ସହୋଯୋଗ କରୁଛନ୍ତି ସେହିପରି ହିଅବସାରରେ ରକ୍ତଭଣ୍ଡାର ଠାରେ ଆୟୋଜିତ ରକ୍ତଦାନ ଶିବିର କୁ ପ୍ରକଲ୍ପନିର୍ଦେଶକ ବିଶ୍ୱରଂଜନ ନାୟକ, ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ, ନିର୍ବହୀଅଧିକାରୀ ବଳଦେବ ବେହେରା ପ୍ରମୁଖ ଯୋଗ ଦେଇ ଉତ୍ସାହିତ କରିଥିଲେ । +ମିଛ ବାହାଘର . ଡାକ୍ତର ଆଶିଷ ପଟ୍ଟନାୟକ ଗିରଫ +ଡାକ୍ତର ଏକ ହେଲେ ପତ୍ନୀ ଅନେକ । +ମିଛ ବାହାଘର ଅଭିଯୋଗରେ ଗିରଫ ହେଲେ ଡାକ୍ତର । +ଡାକ୍ତର ଆଶିଷ ପଟ୍ଟନାୟକଙ୍କୁ ଗିରଫ କଲା ପୋଲିସ । +ତେବେ ତୃତୀୟ ପତ୍ନୀଙ୍କ ଅଭିଯୋଗ ପରେ ମହିଳା ଥାନା ପୋଲିସ ଡାକ୍ତର ଆଶିଷ ପଟ୍ଟନାୟକଙ୍କୁ ଗିରଫ କରିଛି । +ପାହାଳ ନିକଟସ୍ଥ ଏକ ହସ୍ପିଟାଲରୁ ତାଙ୍କୁ ଗିରଫ କରାଯାଇଛି । +ତେବେ ଡାକ୍ତରଙ୍କ ବିରୋଧରେ ମିଛ ବାହାଘର ଯୋଗେ ପତ୍ନୀଙ୍କୁ ଠକିଥିବା ଅଭିଯୋଗ ରହିଛି । +ଭୁବନେଶ୍ୱର ନିଉ ଷ୍ଟେସନରେ ୪ଟି ଟ୍ରେନ୍ ପାଇଁ ଅତିରିକ୍ତ ରହଣି, ଜାଣନ୍ତୁ କେଉଁ କେଉଁ ଟ୍ରେନ୍… +ଯାତ୍ରୀମାନଙ୍କ ସୁବିଧା ପାଇଁ ଭୁବନେଶ୍ୱର ନୂତନ ଷ୍ଟେସନରେ ପର୍ଯ୍ୟାୟକ୍ରମେ ଚାରି ଯୋଡ଼ା ଟ୍ରେନର ରହଣି କରିବାକୁ ନିଷ୍ପତ୍ତି ନିଆଯାଇଛି । +ବର୍ତ୍ତମାନ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରୁଥିବା ଦୁଇଟି ଟ୍ରେନ୍ ଏପ୍ରିଲ ୧୦ଠାରୁ ଏଠାରେ ରହିବ | ଅନ୍ୟ ଦୁଇଟି ଟ୍ରେନ ଚଳାଚଳ ଆରମ୍ଭ କରିବା ପରେ ରହଣି କରିବ । +ଚେନ୍ନାଇରେ ଓଡିଆ ଯୁବକଙ୍କୁ ହତ୍ୟା +କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ପାମ୍ପୁଣି ଗାଁର ରୁନା ମଣ୍ଡଳଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । +ଚେନ୍ନାଇର ଥାମ୍ବ୍ରମ ପୁଲିସ କମିଶନରେଟ ଅଂଚଳର ଇ-୯ ଥାଜାମ୍ବୁର ଥାନା ଅଂଚଳରେ ଏହି ହତ୍ୟା ହୋଇଥିବା ଥାଜାମ୍ବୁର ପୁଲିସ କହିଛି । + ଏହି ମାମଲାରେ ଉକ୍ତ +ବିକାଶ ତୀର୍ଥ ରାଲି ପାଇଁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ପ୍ରସ୍ତୁତି ବୈଠକ +ଆଜି ମୟୂରଭଞ୍ଜ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଇଂ ବଲରାମ ସାହୁଙ୍କ ସଭାପତିତ୍ବରେ ବାରିପଦା ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ବିକାଶ ତୀର୍ଥ ରାଲି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । +ଏହି ଅବସରରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ତଥା ମୟୁରଭଞ୍ଜ ଜିଲ୍ଲା ଯୁବମୋର୍ଚ୍ଚାର ସହ ପ୍ରଭାରୀ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ଵାଇଁ, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ କୁମାର ବିଶ୍ଵାଳ, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ଶ୍ରୀ ବିକାଶ ପାଢୀ ପ୍ରମୁଖ ଯୋଗ ଦେଇ ବିକାଶ ତୀର୍ଥ ରାଲିର ବିସ୍ତ୍ରୁତ ରୁପରେଖ ପ୍ରସ୍ତୁତ କରିଥିଲେ । +ଏହି ବୈଠକରେ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ଵାଇଁ ଆଗାମୀ ଦିନରେ ମୟୁରଭଞ୍ଜ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା କୁ କିପରି ସୁଦୃଢ଼ କରାଯିବ ଏବଂ ପ୍ରତି ମଣ୍ଡଳ ସ୍ତରରେ ଯୁବମୋର୍ଚ୍ଚା କୁ ଅଧିକ ସୁଦୃଢ କରିବା ସହିତ ଭାରତର ଜନପ୍ରିୟ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବାର୍ତ୍ତା କୁ ତଳ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ କରିଥିଲେ । +ତେବେ ଆଗାମୀ ଦିନରେ ବାରମ୍ବାର ଜିଲ୍ଲା ଗସ୍ତ କରି ବିଜେପି ଯୁବମୋର୍ଚ୍ଚାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । +ତା ସହିତ ସମସ୍ତ ଯୁବ କାର୍ଯ୍ୟକର୍ତ୍ତା ଙ୍କ ନିଜ ନିଜ ଅଞ୍ଚଳରେ ସାମାଜିକ କାର୍ଯ୍ୟକଳାପ ରେ ନିଜ କୁ ଯୋଡ଼ିବା ପାଇଁ ଅଗ୍ରାହ୍ୟ ପ୍ରକାଶ କରିଥିଲେ , ଯୁବ ଓ ମହିଳାଙ୍କ ପାଇଁ ପ୍ରଧାନମନ୍ତ୍ରୀ କରୁଥିବା ବିକାଶ କାର୍ଯ୍ୟ ଗୁଡିକ କହି ସେମାନଙ୍କୁ ପ୍ରାଧାନ୍ୟ ଦେଲେ ଆଗାମୀ ଭବିଷ୍ୟତରେ ଦଳ ପାଇଁ ଶୁଭଙ୍କର ହେବ ବୋଲି କହିଥିଲେ । + ଏହି ବୈଠକରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀ ଦେବବ୍ରତ ସାମଲ ସ୍ୱାଗତ୍ ଭାଷଣ ସହ ଅତିଥି ପରିଚୟ କରିଥିବା ବେଳେ , ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ସୋମନାଥ ବେହେରା, ଦେବରାଜ ସାହୁ, ଯୁବମୋର୍ଚ୍ଚା ସମ୍ପାଦକ ସୂରଜ ଲୋହାର,ସ୍ୱଛ ଭାରତ ଜିଲ୍ଲା ସଂଯୋଜିକା ଜୟସ୍ମିତା ମହାନ୍ତି, ଆରଟିଆଇ ସଂଯୋଜକ ଜଗଦୀଶ ବିନ୍ଧାଣୀ, ସଙ୍କର୍ଷଣ ମହାନ୍ତ, ମନୋଜ ମହାନ୍ତ, କୁନା ମହାନ୍ତ, ଅମୀୟ ଦାସ ପ୍ରମୁଖ ଙ୍କ ସହିତ ଜିଲ୍ଲା ଯୁବମୋର୍ଚ୍ଚାର ବହୁ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ଏବଂ ସର୍ବ ଶେଷ ରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଭବାନୀ ଶଙ୍କର ସାହୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ସଭାସାଙ୍ଗ କରିଥିଲେ +ଏତେ ଦୂରକୁ ଯିବା ଅସମ୍ଭବ, ତେଣୁ ଆମ ସ୍କୁଲକୁ ତୁରନ୍ତ ଖୋଲ… +ସ୍କୁଲ ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା । +ସ୍କୁଲ ନଖୋଲିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । +ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଶାଳପଡ଼ା ପଞ୍ଚାୟତର ଘଟଣା । +ଶିଶୁକନ୍ୟାକୁ ହତ୍ୟା କରି କଟାମୁଣ୍ଡ ଧରି ଗାଁରେ ବୁଲିଲେ +ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଜମନକିରା ଥାନା କସଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । +ଆଠ ବର୍ଷର ଶିଶୁ କନ୍ୟାକୁ ହତ୍ୟା କରିଛି ଜଣେ ଦୁର୍ବୃତ୍ତ । +କସଡ଼ା ଗ୍ରାମର ନବକିଶୋର ଧରୁଆଙ୍କ ଆଠ ବର୍ଷ ର ଝିଅ ପ୍ରଜାଲିନ ଘର ପାଖ ଚାଷ ଜମିକୁ ଶୌଚ ହେବାକୁ ଯାଇଥିଲା । +ବାଲେଶ୍ୱର ପଲ୍ଲୀଶ୍ରୀ ମେଳାରେ କନ୍ଧମାଳ ଡାକୁଲ ନୃତ୍ୟ, ମଞ୍ଚ ଦୁଲୁକିଲା +ଫୁଲବାଣୀ -12/6 ବାଲେଶ୍ୱର ଜ଼ିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ପଲ୍ଲୀଶ୍ରୀ ମେଳାରେଡାକରା ପାଇ ବାଲିଗୁଡା ର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ରର କୋଡିଏ ଜଣିଆ ସଂସ୍କୃତିକ ଦଳ ଅଂଶ ଗ୍ରହଣ କରି ଗତ ଦଶ ତାରିଖ ଦିନ କନ୍ଧମାଳ ର ପାରମ୍ପରୀକ ଲୋକନୃତ୍ୟ ଡାକୁଲ ନୃତ୍ୟ ପରିବେଷଣ କରି ମଞ୍ଚ ଦୁଲୁକାଇ ଥିଲେ । +ଫଳରେ ଦର୍ଶକ ମନେ ଲୋକ ନୃତ୍ୟୁ କୁ ବେଶ ଉପଭୋଗ କରିବା ସହ ଝୁମି ଉଠିଥିଲେ । +ଅନୁଷ୍ଠାନର ସମ୍ପାଦକ ତଥା ବରିଷ୍ଠ କଳାକାର ପ୍ରମୋଦ କୁମାର ଦଣ୍ଡସେନା ଙ୍କ ସମେତ ନୃତ୍ୟ ଗୁରୁ ଖିରୋଦ ପ୍ରସାଦ ଦଣ୍ଡସେନା, କଣ୍ଠ ଶିଳ୍ପୀ ବିଶ୍ୱଜିତ ସାହୁ ଲୋକନୃତ୍ୟ କଳାକାର ଅଶ୍ୱିନୀ ପାତ୍ର ଲକ୍ଷ୍ମୀ ନାରାୟଣ ମଳିକ ମାଧୁରୀ ପଣ୍ଡା ଅଭିଲିପ୍ସା ପ୍ରଧାନ ପ୍ରିୟଙ୍କା ନାୟକ ଇନ୍ଦୁରେଖା ପୂଜାରୀ ପ୍ରମୁଖ ନୃତ୍ୟୁ ଦର୍ଶକ ଙ୍କ ମନ ମୋହିଥିଲା । +ପୂଜକ ଆଦିବାସୀ ଙ୍କ ପୂଜାର୍ଚନା ଏବଂ ପାରମ୍ପରୀକ ବୀରବାଦ୍ୟ ନୃତ୍ୟ ସଂଗୀତ ଉପସ୍ଥିତ ଦର୍ଶକ ଙ୍କୁ ବିଭୋର କରିଥିଲା । +ପୋଲିସ ଓ ପ୍ରଶାସନ ସାଜିଛି ବିଜେଡିର ହାତବାରିସୀ +ଭୁବନେଶ୍ୱର,: ରାଜନୈତିକ ହିଂସାପରାୟଣ ହୋଇ ଶାସକ ବିଜୁ ଜନତା ଦଳ ବିରୋଧୀ ବିଜେପି ନେତା ଓ କାର୍ଯ୍ୟକର୍ତାଙ୍କୁ ଆକ୍ରମଣ କରୁଛି । +ଏପରିକି ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଛାଉନାହିଁ । +ନିର୍ବାଚନ ପୂର୍ବରୁ, ନିର୍ବାଚନ ସମୟରେ ବିଜେପି କାର୍ଯ୍ୟକର୍ତାଙ୍କୁ ଭୟଭୀତ କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିବା ଶାସକ ବିଜେଡି ନିର୍ବାଚନ ପରବର୍ତୀ ସମୟରେ ମଧ୍ୟ ରାଜନୈତିକ ହିଂସା ମନୋଭାବକୁ ଆହୁରି ଅଧିକ କ୍ରିୟାଶୀଳ କରିଛି । +ଶାସକ ବିଜେଡିର ହାତବାରିସୀ ସାଜିଥିବା ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ସମସ୍ତ ଘଟଣା ସଂପର୍କରେ ଅବଗତ ଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । +ଏହି କାରଣରୁ ବିଜେଡି ଗୁଣ୍ଡାମାନେ ନିର୍ଭୟରେ ଆଇନକୁ ହାତକୁ ନେଇ ବିଜେପି ନେତା ଓ କର୍ମୀମାନଙ୍କ ଉପରେ ଆକ୍ରମଣ ଜାରୀ ରଖିଛି । +ଏହାର ସଦ୍ୟ ଉଦାହରଣ ଢେଙ୍କାନାଳ ପୈାର ପରିଷଦର ନବନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ରଙ୍କ ଉପରେ ଦୁଇ ଦୁଇ ଥର ଆକ୍ରମଣରୁ ପୁଣି ଥରେ ପ୍ରମାଣିତ ହୋଇଛି ବୋଲି ବିଧାୟକ ତଥା ରାଜ୍ୟ ଉପସଭାପତି ଶ୍ରୀ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି । +ଗତ କାଲି ଢେଙ୍କାନାଳ ଗସ୍ତ କରି ବାସ୍ତବସ୍ଥିତି ଅନୁଧ୍ୟାନ କରିଥିବା ପ୍ରତିନିଧି ଦଳର ସଦସ୍ୟ ତଥା ବିଧାୟକ ଶ୍ରୀ ମହାପାତ୍ର ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନିର୍ବାଚିତ ଜନପ୍ରତିନିଧି ତଥା ଢେଙ୍କାନାଳ ପୈାରଧ୍ୟକ୍ଷା ଶ୍ରୀମତୀ ପାତ୍ରଙ୍କ ଉପରକୁ ଆକ୍ରମଣ କରାଯିବା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜଦାୟକ । +ଗୋଟିଏ ପଟେ ରାଜ୍ୟ ସରକାର ନାରୀ ସଶକ୍ତିକରଣର ବାହାସ୍ପୋଟ ମାରୁଥିବାବେଳେ ଅନ୍ୟ ପଟେ ରାଜନୈତିକ ଆକ୍ରୋଶ ରଖି ମହିଳାମାନଙ୍କୁ ଆକ୍ରମଣ କରିବା ଶାସକ ବିଜେଡିର ଦୋମୁହାଁ ଚରିତ୍ରକୁ ପର୍ଦ୍ଦାଫାଶ କରିଛି । +ଓଡିଶାର ମହିଳାମାନେ କେତେ ସୁରକ୍ଷିତ, ତାହା ଶ୍ରୀମତୀ ପାତ୍ରଙ୍କ ଉପରେ ବାରମ୍ବାର ଆକ୍ରମଣରୁ ସ୍ପଷ୍ଟ ହୋଇଛି । +ବରିଷ୍ଠ ପୋଲିସ ଅଧିକାରୀମାନେ ବିଜେଡି ରାଜ୍ୟ ସଭାପତିଙ୍କୁ ଭେଟି ନିର୍ବାଚନ ବିଜୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ଘଟଣା ନିଶ୍ଚିତ ଭାବେ ଶାସକ ବିଜେଡିର ଗୁଣ୍ଡାମାନଙ୍କୁ ନିର୍ଭୟରେ ଏଭଳି ହୀନ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଛି । +ବିଜେପି କାର୍ଯ୍ୟକର୍ତାଙ୍କୁ ଧମକ ଦେଇ ଭୟଭୀତ କରିବା, ମିଛ ପୋଲିସ କେସ୍‌ରେ ଫସାଇବା, ମରଣାନ୍ତକ ଆକ୍ରମଣ କରିବା ଆଦି ଘଟଣା ଶାସକ ବିଜେଡିର ଅସହିଷ୍ଣୁତାର ପରିଚୟ ଦେଇଛି ଏବଂ ଏହା ସୁସ୍ଥ ଗଣତନ୍ତ୍ର ପ୍ରତି ସଂପୂର୍ଣ୍ଣ ବିପଦ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । +ବୋମାମାଡ କରି କଣ ବାର୍ତା ଦେବାକୁ ଚାହୁଁଛି ଶାସକ ବିଜେଡି ? ଯଦି ଓଡିଶାରେ ମହିଳା ସୁରକ୍ଷିତ ଓ ମହିଳା ସଶକ୍ତିକରଣ ସଠିକ ହୋଇଛି, ତାହେଲେ ଶ୍ରୀମତୀ ପାତ୍ରକୁ ସୁରକ୍ଷା କାହିଁକି ଦେଇପାରୁନାହିଁ ଜିଲ୍ଲା ପ୍ରଶାସନ ? କେବଳ ଢେଙ୍କାନାଳ ପୈାରଧ୍ୟକ୍ଷା ନୁହନ୍ତି, ବରଂ କାଉନସିଲର ଭାବେ ନିର୍ବାଚିତ ହୋଇଥିବା ମହିଳା ଏବଂ ତାଙ୍କ ପରିବାରକୁ ମଧ୍ୟ ଭୟଭୀତ କରାଯାଉଛି । +ଜନପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବା ଶ୍ରୀମତୀଙ୍କ ଉପରେ ଆକ୍ରମଣ କରିଥିବା ସମସ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତାଙ୍କୁ ସଂପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବାକୁ ପ୍ରତିନିଧି ଦଳର ଅନ୍ୟତମ ସଦସ୍ୟା ତଥା ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି । +ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରତିନିଧି ଦଳର ଅନ୍ୟତମ ସଦସ୍ୟା ତଥା ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ ଏବଂ ରାଜ୍ୟ ଗଣାମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ୍ ପ୍ରମୁଖ ଉପସ୍ଥିତ ଥିଲେ । +ୟୁଥ ୱାରୀୟର ପକ୍ଷରୁ ଅନ୍ତର୍ଜାତୀୟ ଯୋଗଦିବସ +ଫୁଲବାଣୀ 21/6 କନ୍ଧମାଳ ଜିଲ୍ଲା ଟିକାବାଲି ହାଇସ୍କୁଲ ପଡ଼ିଆ ଠାରେ ୟୁଥ ୱାରୀୟର ଯୁବ ସଂଗଠନ ର ସଦସ୍ୟ ଙ୍କ ଦ୍ୱାରା ଆଜି ସକାଳ 7.30 ଘଣ୍ଟିକା ସମୟରେ ଅନ୍ତର୍ଜାତୀୟ ଯୋଗଦିବସ ପାଳନ କରାଗଲା । +ଏଥିରେ ଟିକାବାଲି ସମିତି ସଭ୍ୟ ମହୋଦୟ ମନୋଜ ଦଳବେହେରା ଙ୍କ ସହ ସଂଗଠନ ର ବରିଷ୍ଠ ସଦସ୍ୟ ଯଥା : କୁମୁଦ ଚନ୍ଦ୍ର ସାହୁ, ସୁବଳ ଦିଗାଳ,ଶିକ୍ଷକ ଅରବିନ୍ଦ ମହାପାତ୍ର, ଆଶୁତୋଷ ଦେହୁରୀ, ବଳିଆ,ଗୋବର୍ଧନ, ପ୍ରଭାତ, ନାରାୟଣ, ରାଜା ପାତ୍ର ସହ ଅନେକ ସଦସ୍ୟ ଯୋଗ ଦେଇଥିଲେ । +ଶିକ୍ଷକ ଅରବିନ୍ଦ ମହାପାତ୍ର, ବରିଷ୍ଠ ସଦସ୍ୟ କୁମୁଦ ଚନ୍ଦ୍ର ସାହୁ ଓ ସମିତି ସଭ୍ୟ ମହୋଦୟ ଶ୍ରୀ ମନୋଜ କୁମାର ଦଳବେହେରା ଯୋଗ ର ଉପକାରିତା ଓ ଯୋଗ ର ପ୍ରକାର ସମ୍ବନ୍ଧରେ ବିଷଦ ବିବରଣୀ ପ୍ରଦାନ ସହ ପ୍ରତିଦିନ ଯୋଗ କରିବା ପାଇଁ ନିବେଦନ କରିଥିଲେ । +“ଯୋଗ “ଆମ ଭାରତୀୟ ସଂସ୍କୃତି ର ଝଲକ ଅଟେ ତେଣୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଯୋଗଦିବସ କୁ ପାଳନ କରିବା ପାଇଁ ଶପଥ ନେଇଥିଲେ । +ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ଘଟଣାରେ ସସପେନ୍ସ ପରିବାରର ଅଭିଯୋଗ ପରେ ସାଇଣ୍ଟିଫିକ ଟିମ ଦ୍ଵାରା… +ଖୁଣ୍ଟା – ସୁଇସାଇଡ ନୋଟ ଲେଖି ଅଙ୍ଗନବାଡି ଭିତରେ ଝୁଲି ପଡିଥିବା ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ଘଟଣାରେ ଆସିଛି ସସପେନ୍ସ । +ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ । +ମୃତ ଅଙ୍ଗନବାଡି କର୍ମୀ ବୁଲବୁଲ ସୋରେନ ସୁଇସାଇଡ ନୋଟରେ ବ୍ୟକ୍ତିଗତ ଜୀବନରେ ଅବସାଦ ଥିବା ଲେଖିଥିବା ବେଳେ ମୃତ କର୍ମୀଙ୍କ ପ୍ରେମିକଙ୍କ ନାମରେ ପରିବାର ଲୋକେ ଆଣିଛନ୍ତି ଅଭିଯୋଗ । +ବାଲେଶ୍ୱର ଜିଲ୍ଲା ସନ୍ତରାଗଡିଆ ଅଂଚଳର ଯୁବକଙ୍କର ଏହି ଘଟଣାରେ ସଂପୃକ୍ତି ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । +ଯାହାକୁ ନେଇ ବାରିପଦାରୁ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । +ତେବେ ଏବେ ସୁଦ୍ଧା ସୁଇସାଇଡ ନୋଟକୁ ଦେଖିଲେ ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଥିଲେ ସୁଦ୍ଧା ଘଟଣାରେ ଏବେ ଟ୍ୱିଷ୍ଟ ଆସିଛି । +ଯାହାକି ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଯଦି ପ୍ରେମିକଙ୍କର ଏଥିରେ ସଂପୃକ୍ତି ଥାଏ ତେବେ ଘଟଣା ଭିନ୍ନ ମୋଡ ନେବ । +ପୋଲିସ୍ ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ପରେ ହିଁ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହେବ । +ଗତକାଲି କପ୍ତିପଦା ଥାନା କାଲାଡାହି ଅଙ୍ଗନବାଡି ଭିତରେ ଝୁଲି ପଡିଥିଲେ ଅଙ୍ଗନବାଡି କର୍ମୀ ବୁଲବୁଲ ସୋରେନ୍ । +ଲାଇନରେ ଛିଡ଼ା ହେଇ ଭୋଟ୍ ଦେଲେ 5-T ସଚିବ ଭି.କେ ପାଣ୍ଡିଆନ୍ । +ଗଣତନ୍ତ୍ର ମହାପର୍ବରେ ସାମିଲ ହେଲେ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନ୍ । +ଭୁବନେଶ୍ୱର ୟୁନିଟ୍-୬ ସ୍ଥିତ ହାଇସ୍କୁଲ ୪୬ ନମ୍ବର ୱାର୍ଡର ୪୮୩ ନମ୍ବର ବୁଥରେ ମତଦାନ ସାବ୍ୟସ୍ତ କରିଛନ୍ତି ପାଣ୍ଡିଆନ୍ । +ଜଣେ ସଚେତନ ନାଗରିକ ଭାବେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ଫାଇଭ୍-ଟି ସଚିବ । +ତାଙ୍କ ସହ ପତ୍ନୀ ସୁଜାତା କାର୍ତ୍ତିକେୟନ ମଧ୍ୟ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । +ସବୁଠାରୁ ବଡ଼ କଥା ହେଲା, ନିଜେ ଜଣେ ଉଚ୍ଚପଦସ୍ତ ଅଧିକାରୀ ହୋଇ ବି ଲମ୍ବା ଲାଇନରେ ଛିଡ଼ା ହୋଇ ଭୋଟ୍ ଦେଲେ ଆଉ ମତଦାନ ସାବ୍ୟସ୍ତ କରି ସମସ୍ତଙ୍କୁ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ବାର୍ତ୍ତା ମଧ୍ୟ ଦେଲେ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନ୍ । +ବିଡି ବନ୍ଧାଳିଙ୍କୁ ଉଚିତ ପ୍ରାପ୍ୟ ମିଳୁ ନାହିଁ +ବିଡି ବନ୍ଧାଳିଙ୍କୁ ଚିହ୍ନଟ କରି ଶ୍ରମ କାର୍ଡ ପ୍ରଦାନ ଦାବି +ବିଜୁ ସେତୁ ଭୁସୁଡି ଶ୍ରମିକଙ୍କ ମୃତ୍ୟୁ ଘଟଣା : ରାଜ୍ୟକୁ ଦାୟୀ କଲେ ଏନଏଚଆରସି, 5 ଲକ୍ଷ ଟଙ୍କା… +2021ରେ ନବରଙ୍ଗପୂର ଉମରକୋଟରେ ନିର୍ମାଣାଧିନ ବିଜୁ ସେତୁ ଭୁସୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜନ ଆହତ ହେବା ଘଟଣାରେ ଜାତୀୟ ମାନବିକ ଅଧିକାର କମିଶନ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଆ ନୋଟିସ୍ ଜାରି କରିଛନ୍ତି । +ଏହି ଘଟଣାରେ ରାଜ୍ୟ ଦାୟୀ ହୋଇଥିବାରୁ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଓ ଆହତମାନଙ୍କୁ ଲକ୍ଷେ ଟଙ୍କା କ୍ଷତିପୂରଣ କାହିଁକି ଦିଆନଯିବ ବୋଲି ତାର ଉତ୍ତର ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । +ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ଦ୍ୱାରା ଏହି ମାମଲା ରୁଜୁ ହୋଇଥିଲା । +ପୂର୍ବରୁ ମଧ୍ୟ ଜିଲ୍ଲାପାଳଙ୍କୁ ନୋଟିସ ଜାରି ହୋଇଥିଲା । +ନିମ୍ନମାନର କାମ ଓ ଶ୍ରମିକମାନଙ୍କ ପାଇଁ ନିରାପତ୍ତା ବ୍ୟବସ୍ଥା ନିଥିବାରୁ ଏଭଳି ଘଟିଥିବା ଅଖଣ୍ଡ ଅଭିଯୋଗ କରିଥିଲେ । +ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟରୁ ଜଣାପଡିଛି ଯେ ଅବହେଳା ସ୍ୱିକାର କରାଯାଇଛି । +ଏହି ରିପୋର୍ଟ ପରେ ଏନଏଚଆରସି ଏଭଳି କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । +ସେହିପରି ମୃତକଙ୍କ ପରିବାରର ଥଇଥାନ ଲାଗି ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ପଦକ୍ଷେପ ନେବାକୁ ମଧ୍ୟ କମିଶନ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି । +ଗରମ ପାଣି ପଡ଼ି ବାଳିକା ଗୁରୁତର +ମାଲକାନଗିରି- ଆଜି ମାଲକାନଗିରି ସଦର ମହକୁମା ସ୍ତିତ ତଳସାହି ୱାର୍ଡ଼ ନମ୍ବର 2 ର ମାମୁନି ମହରଣା ନାମକତିନି ବର୍ଷ ର କୁନି ଛୁଆ ଖେଳୁ ଖେଳୁ ଗରମ ପାଣି ରେ ପଡି ପୁଡ଼ି ହେଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ ହୋଉଥିବା ବେଳେ,ଏହି ଖବର ପାଇ ମାଲକାନଗିରି ପୌର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ବାରିକ ଚିକିତ୍ସାଳୟ କୁ ଯାଇ ଛୁଆଟି ର ଉତ୍ତମ ଚିକିତ୍ସା କି ପରି ହଇ ପାରିବ ଏ ନେଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ | ମାମୁନି ର ଶରୀର ର ଅଧିକାଂଶ ସ୍ଥାନରେ ପୋଡ଼ି ଯାଇଛି । +ତାର ପିତା ମାତା ଗରିବ ଏବଂ ଶ୍ରମିକ ଶ୍ରେଣୀ ର ତେଣୁ ଜିଲ୍ଲା ପ୍ରଶାସନ କୁ ସହାୟତା ପାଇଁ ପରିବାର ବର୍ଗ ଅନୁରୋଧ କରିଛନ୍ତି । +ୱାର୍ଡ଼ କାଉନଶୀଲର ପେଣ୍ଡ୍ର । + ପ୍ରସାଦ ପଣ୍ଡା, ୱାର୍ଡ଼ କାଉନଶୀଲର ତ୍ରିମାଲା ନାୟକ, ସମାଜସେବି ତଥା ବିଜେଡି କର୍ମୀ କେ. ରାହୁଲ, ସୁଧୀର ଜେନା, କିରଣ ଗୌଡ଼ ପ୍ରମୁଖ ଉପସ୍ତିତ ଥିଲେ | +ମାଲକାନଗିରି ନୀତି ଆୟୋଗ ଡେଲଟା ରେଙ୍କିଙ୍ଗରେ ତୃତୀୟ +ମାଲକାନଗିରି ନୀତି ଆୟୋଗ ଡେଲଟା ରେଙ୍କିଙ୍ଗରେ ତୃତୀୟ +ମାଲକାନଗିରି,୧୩/୪): ମାଲକାନଗିରି ଜିଲ୍ଲା ନୀତି ଆୟୋଗ ଡେଲଟା ରେଙ୍କିଙ୍ଗରେ ତୃତୀୟ ସ୍ଥାନ ହାସଲ କରିଥିବା ନେଇ ସୂଚନା ମିଳିଛି । +ଚଳିତ ୨୦୨୨ ଫେବୃୟାରୀ ମାସ ପାଇଁ ଭାରତର ୫ଟି ଉନ୍ନତି ମୂଳକ କାର୍ଯ୍ୟରେ ସବୁଠାରୁ ବେଶୀ କାର୍ଯ୍ୟ କରିଛି ସେହି ଜିଲ୍ଲାମାନଙ୍କୁ ନୀତି ଆୟୋଗ ତରଫରୁ ଚମ୍ପିୟାନ ବୋଲି ଘୋଷଣା କରାଯାଇଛି । +ଜିଲ୍ଲାର ରାସ୍ତାଘାଟ,ଗୃହ ନିର୍ମାଣ,ବ୍ରିଜ ନିର୍ମାଣ,ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଇତ୍ୟାଦିରେ ଭାରତର ଆସାମ ରାଜ୍ୟର ଉଦଲଗିରି ପ୍ରଥମ ହୋଇଥିବା ବେଳେ କର୍ଣ୍ଣାଟକର ୟାଦଗିର ଦ୍ବିତୀୟ,ଓଡିଶାର ମାଲକାନଗିରି ତୃତୀୟ,ଛତିଶଗଡର ସୁକମା ଜିଲ୍ଲା ଚତୁର୍ଥ ଏବଂ ବିହାର ରାଜ୍ୟର ପୂର୍ଣ୍ଣିମା ଜିଲ୍ଲା ପଞ୍ଚମ ସ୍ଥାନରେ ରହିଛି । +ମାଲକାନଗିରି ଜିଲ୍ଲା ବିକାଶ କ୍ଷେତ୍ରରେ ଆଗେଇ ଚାଲିଥିବାରୁ ନୀତି ଆୟୋଗର ଡେଲଟା ରେଙ୍କିଙ୍ଗରେ ତୃତୀୟ ହୋଇଥିବା କୁହାଯାଇଛି । +ମାଲକାନଗିରି ଏହି ରେଙ୍କିଙ୍ଗରେ ତୃତୀୟ ସ୍ଥାନ ହାସଲ କରିଥିବାରୁ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି । +ଏଥିପାଇଁ ଜିଲ୍ଲାବାସୀଙ୍କୁ ଶ୍ରେୟ ଦିଆଯାଇଛି । +ଆଗକୁ ମଧ୍ୟ ଏଭଳି ଦୃତ ଗତିରେ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିବ ବୋଲି କୁହାଯାଇଛି । +ଅତିରିକ୍ତ ପୋଲିସ ଡିଜି ଆଇନ ଶୃଙ୍ଖଳାଙ୍କ ଅଧ୍ୟକ୍ଷତାରେ ରଥ ଯାତ୍ରା ସମୀକ୍ଷା ବୈଠକ +ପୁରୀ । +ଜୁଲାଇ ୧ ତାରିଖରେ ପୁରୀରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । +ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ଶ୍ରୀଜୀଉଙ୍କ ରଥ ଯାତ୍ରା । +ଦୁଇ ବର୍ଷ ପରେ ରଥ ଯାତ୍ରା ଅନୁଷ୍ଠିତ ହେଉ ଥିବାରୁ ପୂର୍ବ ଅପେକ୍ଷା ଦୁଇ ଗୁଣ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଛି । +ଆକଳନ ଅନୁସାରେ ପ୍ରାୟ ପନ୍ଦର ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହେବ ବୋଲି ଭିଡ଼ ହେବ । +ମହାପ୍ରଭୁଙ୍କ ସ୍ନାନଯାତ୍ରା ସଫଳତା ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । +ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଡିଜି ପୋଲିସ, ଆଇନ ଓ ଶୃଙ୍ଖଳା ଶ୍ରୀଯୁକ୍ତ ରାଧାକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । +ବୈଠକରେ ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଛି । +ବଡଦାଣ୍ଡର ୨୨ ଟି ସ୍ଥାନକୁ ଚିହ୍ନଟ କରାଯାଇ କଡା ସୁରକ୍ଷା ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି । +ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ଭକ୍ତଙ୍କ ଗହଣରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେବା ପରେ ଏବେ ବଡ ଚ୍ୟାଲେଞ୍ଜ ହୋଇଛି ଭକ୍ତଙ୍କୁ ନେଇ ରଥଯାତ୍ରା ସୁପରିଚାଳନା କରିବା । +ଆଉ ଖାସ୍ ଏଥି ପାଇଁ ପୋଲିସ ପ୍ରଶାସନ ନିଜର ପ୍ରସ୍ତୁତି ଆରମ୍ଭ କରିଛି । +ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା କିପରି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେ ନେଇ ପୋଲିସ ପ୍ରଶାସନ ସବୁ ଦିଗକୁ ଦୃଷ୍ଟି ଦେଇ ନିଜର ପ୍ରସ୍ତୁତି କରୁଛି । +ଏସପିଙ୍କ ସମ୍ମିଳନୀ କକ୍ଷରେ ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ତିନି ଜୋନର ଆଇଜିଙ୍କ ସହ ବରିଷ୍ଠ ପୋଲିସ ପଦାଧିକାରୀମାନେ ଯୋଗଦେଇ ଏ ସମସ୍ତ ଦିଗ ଉପରେ ବିଶେଷ ଆଲୋଚନା କରିଛନ୍ତି । +ବିଶେଷ କରି ଶ୍ରୀମନ୍ଦିର ଭିତରେ ଓ ବାହାରେ, ଗୁଣ୍ଡିଚା ମନ୍ଦିର ଭିତର ଓ ବାହାର, ତିନି ରଥର ଇନର ଓ ଆଉଟଡୋର କର୍ଡନ, ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ପ୍ରମୁଖ ସାହି ଓ ଗଳିକନ୍ଦି, ଜନଗହଳି ନିୟନ୍ତ୍ରଣ, ରଥଟଣା, ଭିଭିଆଇପିଙ୍କ ସୁରକ୍ଷା ଓ ଦର୍ଶନ ନେଇ ଆଲୋଚନା ହୋଇଛି । +ଏହି ସମୀକ୍ଷା ବୈଠକରେ ପହଣ୍ଡି ସମୟରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ, କେଉଁ କେଉଁ ସ୍ଥାନରେ କେତେ ପୋଲିସ ମୁତୟନ ରହିବେ, ଷ୍ଟ୍ରାଇକିଙ୍ଗ ଫୋର୍ସ ଓ ସେକ୍ଟର ସ୍ତରୀୟ ଅଧିକାରୀ ନିୟୋଜିତ ନେଇ ଆଲୋଚନା ହୋଇଥିଲା । +କେବଳ ଶ୍ରୀମନ୍ଦିର ଭିତରେ ୧୩ ଟି ସେକ୍ଟରରେ ବିଭକ୍ତ କରାଯିବ । +ଆଇନ ଶୃଙ୍ଖଳା ଏଡିଜି ଖୋଦ୍ ନିଜେ ପୋଲିସ ସୁରକ୍ଷା ବ୍ୟବସ୍ଥା ଦାୟିତ୍ବରେ ରହିବେ । +କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଶ୍ରୀମନ୍ଦିର ଭିତରେ, ଆଇଜି ହେଡ କ୍ବାଟର ଏସ୍. ଦେବଦତ ସିଂ ଓ ଏସଟିଏଫ ଡିଆଇଜି ଜେ.ଏନ୍. ପଙ୍କଜ ରଥଟଣା ଓ କର୍ଡନ ପରିଚାଳନା ଦାୟିତ୍ଵରେ ରହିବେ । +ଏମାନଙ୍କୁ ସହଯୋଗ କରିବା ପାଇଁ ନୋଡାଲ ଅଧିକାରୀ ଭାବେ ଅତିରିକ୍ତ ଏସପି, ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ନିୟୋଜିତ ରହିବେ । +ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ପ୍ଲାନ ହେବା ସହ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ । +ଜନଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନାକୁ ସର୍ବାଧିକ ଗୁରୁତ୍ବ ଦିଆଯିବ ବୋଲି ଅତିରିକ୍ତ ଡିଜି ସୂଚନା ଦେଇଛନ୍ତି । +ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇଜି ଅମିତାଭ ଠାକୁର, ନରସିଂହ ଭୋଳ, ସତ୍ୟବ୍ରତ ଭୋଇ, ଏସ. ଦେବଦତ୍ତ ସିଂହ, ଡିଆଇଜି ଅନିରୁଦ୍ଧ କୁମାର ସିଂହ, ଜେ.ଏନ.ପଙ୍କଜ ସହ ପୁରୀ ଏସପି କନୱର ବିଶାଳ ସିଂ ଉପସ୍ଥିତ ଥିଲେ । +ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ +କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ଦୀର୍ଘ ୧୨ ବର୍ଷ ବ୍ୟବଧାନ ପରେ ତାର ନବକଳେବର ପ୍ରସ୍ତୁତି ଆରମ୍ଭ କରିଛି । +ଗ୍ରାମାଞ୍ଚଳରୁ ଆରମ୍ଭ ହୋଇଥିବା ଏହି ସଂଘ କ୍ରମେ କ୍ରମେ ତାର କାୟା ବିସ୍ତାର କରି ରାଜ୍ୟ ସ୍ତରକୁ ପହଞ୍ଚିବାକୁ ଉଦ୍ୟମ ପୂର୍ବକ ପ୍ରଥମ ପାହାଚ ଅତିକ୍ରାନ୍ତ କରିଛି । +ଏହି ଅବସରରେ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ନିୟନ୍ତ୍ରିତ ବଜାର କମିଟି ପରିସରରେ ପଣାସଂକ୍ରାନ୍ତି ତଥା ବାବା ସାହେବ ଆମ୍ବେଦକର ଜୟନ୍ତି ଅବସରରେ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ କଳାହାଣ୍ଡି ତରଫରୁ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇ ତାର ରୂପରେଖ ପରିବର୍ତ୍ତନ ସ୍ୱରୂପ କଳାହାଣ୍ଡି ଜିଲ୍ଲାରୁ ରାଜ୍ୟସ୍ତରୀୟ ସଂଘ ନିମନ୍ତେ ଦୃଷ୍ଟି ନିକ୍ଷେପ ପୂର୍ବକ ପରିକଳ୍ପନା କରାଯାଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । +ବାଲେଶ୍ବର ସରକାରୀ ଆଇଟିଆଇର ସଫଳତା: ସର୍ବଭାରତୀୟ ଟପର୍‌ ହେଲେ ସୋନାଲି +ବାଲେଶ୍ବର ସରକାରୀ ଆଇଟିଆଇର ଛାତ୍ରୀ ସୋନାଲି ବିଶ୍ବାଳ (୨୨) ସର୍ବଭାରତୀୟସ୍ତରରେ ୯୩ ପ୍ରତିଶତ ନମ୍ବର ରଖି ଟପର୍‌ ହୋଇଛନ୍ତି । +ବସ୍ତା ବ୍ଲକ୍‌ ନଳବାହାର ଅଞ୍ଚଳର ଶଙ୍କର୍ଷଣ ବିଶ୍ବାଳ ଓ ବାସନ୍ତୀ ବିଶ୍ବାଳଙ୍କ ମଝିଆ ଝିଅ ହେଉଛନ୍ତି ସୋନାଲି । +ବାପା ବ୍ୟବସାୟୀ ହୋଇଥିବା ବେଳେ ମା’ ଗୃହିଣୀ । +ସୋନାଲି ନଳବାହାର ଗ‌ାନ୍ଧିଜୀ ହାଇସ୍କୁଲରୁ ୭୫ ପ୍ରତିଶତ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ବାଲେଶ୍ବର ନିଷ୍ଟ ଯୁକ୍ତ ଦୁଇ କଲେଜରୁ ବିଜ୍ଞାନରେ ୫୨ ପ୍ରତିଶତ ଓ ଉଇଟିକିରିସ୍ଥିତ ଶାନ୍ତିଲତା ମହାବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ସ୍ନାତକ ପାସ୍ କରି ସରକାରୀ ଆଇଟିଆଇରେ ୱେଲଡିଂ ବିଭାଗରେ ନାମ ଲେଖାଇଥିଲେ । +କଂଗ୍ରେସ ର ବିଶାଳ ସମାବେଶ +ଚିତ୍ରକୋଣ୍ଡା :-20/06/2022-ଆଜି ମାଲକାନଗିରି ପ୍ରଦେଶ କଂଗ୍ରେସ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ଠାରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ପଞ୍ଚାୟତ ର ପାଞ୍ଚ ହଜାର ରୁ ଉର୍ଦ୍ଧ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି କଂଗ୍ରେସ ଦଳର ମାଲକାନଗିରି ଜିଲା ସଭାପତି ଗୋବିନ୍ଦ ପାତ୍ର,କଂଗ୍ରେସ ଯୁବ ସଭାପତି ମଙ୍ଗୁ ଖିଲ,ବରିଷ୍ଠ କଂଗ୍ରେସ କର୍ମି ଶରତ ବୁରୁଦା, ଚିତ୍ରକୋଣ୍ଡା ବ୍ଲକ କଂଗ୍ରେସ ସଭାପତି ବିଦେଶୀ ଗୌଡ଼ ନେତୃତ୍ୱରେ ଏବଂ ବରିଷ୍ଠ କଂଗ୍ରେସ ନେତା ତଥା କୋରାପୁଟ ବିଧାୟକ ତାରା ପ୍ରସାଦ ବାହିନୀପତି ଙ୍କ ଉପସ୍ଥିତିରେ ଦଳୀୟ ନେତାଙ୍କ ନେତୃତ୍ୱରେ ବିଭିର୍ଣ୍ଣ ଦାବି ନେଇ ଚିତ୍ରକୋଣ୍ଡା ହାଟପଦା ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ରାଲି କରି ନାରାବାଦୀ ସହ ବ୍ଲକ ଆଗରେ ପ୍ରତିବାଦ ସଭା କରି ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ ଙ୍କୁ ବିଭିନ୍ନ ଜମି କୁ ଗାଁ ଜଳ, ଚାଷ ସୁବିଧା, ବିଭିର୍ଣ୍ଣ ଭତ୍ତା, ରାସ୍ତା ଘାଟ, ସ୍କୁଲ ଓ ଅଙ୍ଗନବାଡି ଘର ଭଳି ବିଭିର୍ଣ୍ଣ ଦାବି ପ୍ରଦାନ କରିଥିଲେ । +ଏଥି ସହିତ ଚିତ୍ରକୋଣ୍ଡା ପୁଲିସ ଆରଏସସି ତେର ନମ୍ବର ଗାଁ ରେ ଗଞ୍ଜେଇ ଘଟଣା କୁ ନେଇ ମହିଳା ମାନଙ୍କୁ ବଡ଼ାଇବା ଘଟଣା କୁ ପ୍ରତିବାଦ କରି ଚିତ୍ରକୋଣ୍ଡା ଏସଡିପିଓଙ୍କ ଅଂଶୁମାନ ଦିବେଦୀ ଙ୍ଙ୍କୁ ବଦଳି ଦାବି କରି ଚିତ୍ରକୋଣ୍ଡା ଥାନା ଗେଟ ପେଲି ଥାନା ଭିତରେ ପଶି ଥାନା କାର୍ଯ୍ୟାଳୟ ଆଗରେ ଥିବା ବୋଲର ଗାଡ଼ି ଗୁଡ଼ିକୁ ଭଙ୍ଗା ରୁଜା କରିବା ସହ ସିସି ଟିଭି, ଲାଇଟ ଭଙ୍ଗା ରୁଜା କରି କାର୍ଯ୍ୟାଳୟ ଭିତରେ ପଶି ପୁଲିସ କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ମାତ୍ର କାର୍ଯ୍ୟାଳୟ ଗେଟ ଭିତରେ ପଶି ପାରି ନଥିଲେ । +ପରେ ଅନ୍ୟ ଦଳୀୟ କର୍ମି ମାନେ ଉତ୍ତକ୍ତ ଲୋକଙ୍କୁ ଅଟକାଇ ଥିଲେ । +ଘଟଣା ସ୍ଥଳରେ ଲୋକାଲ ମାଜିଷ୍ଟେଟ ଭାବରେ ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମାନାଭ ଦୋରା ପହଞ୍ଚି ଘଟଣା ଅନୁଧ୍ୟାନ କରୁଛନ୍ତି । +ତାଲଚର ମେଡିକାଲ କଲେଜ: ପରିଚାଳନା କରିବେ ରାଜ୍ୟ ସରକାର, ଖର୍ଚ୍ଚ ଦେବ ଏମସିଏଲ +ଭୁବନେଶ୍ବର/ଅନୁଗୁଳ: ଶେଷରେ ତାଳଚେର ମେଡ଼ିକାଲ କଲେଜ ଚାଲିବା ନେଇ ଆଶା ସଂଚାର ହୋଇଛି । +ଏହି ମେଡ଼ିକାଲ କଲେଜ ପରିଚାଳନା ଭାର ରାଜ୍ୟ ସରକାର ନେବେ ବୋଲି ଲିଖିତ ଭାବେ ଏମସିଏଲକୁ ଜଣାଇଛନ୍ତି । +ତେବେ ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ଏମସିଏଲ ପ୍ରଦାନ କରିବ । +ଫଳରେ ମେଡ଼ିକାଲ କଲେଜ ପରିଚାଳନା ନେଇ ଦୀର୍ଘଦିନରୁ ଚାଲିଥିବା ବିବାଦର ଅନ୍ତ ହେବାକୁ ଯାଉଛି । +ଆଭ୍ୟନ୍ତରୀଣ ଓଡ଼ିଶାରେ ଜୁନ୍ ୧୧ ଯାଏଁ ଜାରୀ ରହିବ ପ୍ରଚଣ୍ଡ ରୌଦ୍ର ତାପ +ଭୁବନେଶ୍ୱର, ୦୪/୦୬: ଜୁନ୍ ୧୧ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ର ତାପ ଏବଂ ଉପକୂଳବର୍ତୀ ଅଂଚଳରେ ମଧ୍ୟମ ଧରଣର ରୌଦ୍ର ତାପ ସହ ଅସହ୍ୟ ଗୁଳୁଗୁଳି ଲାଗି ରହିବ । +ତେବେ ଜୁନ୍ ୧୧ ତାରିଖ ପରେ ମୌସୁମୀର ଆଗମନର ସମ୍ଭାବନା ଯୋଗୁଁ ହଠାତ୍ ତାପମାତ୍ରା କମିଯାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ କୁହାଯାଇଛି । +ତେବେ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରଚଣ୍ଡ ତାତି ସହ ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସରୁ ୪୭ ଡିଗ୍ରୀ ମଧ୍ୟରେ ରହିବାର ଆଶଙ୍କା କରାଯାଉଥିବା ବେଳେ ଉପକୂଳ ଅଂଚଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ରୁ ଅଧିକ ରହିବାର ସମ୍ଭାବନା ଥିବା ସିଇସି ପକ୍ଷରୁ ଶନିବାର ସୂଚନା ଦିଆଯାଇଛି । +ଜୁନ ୧୦ ତାରିଖ ବେଳକୁ ଆରବସାଗରରେ ପ୧⁄୨ିମା ବାୟୁ ଶକ୍ତିଶାଳୀ ହେବା ସହ ଏହା ଉତର ମୁହାଁ ହୋଇ ଜୁନ୍ ୧୨ ତାରିଖ ସୁଦ୍ଧା ରାଜ୍ୟରେ ଦକ୍ଷିଣ-ପ୧⁄୨ିମ ମୌସୁମୀର ଆଗମନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି । +ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡିକରେ ଦେଖାଯିବ । +ତେବେ ଦୁର୍ବଳ ମୌସୁମୀ ଯୋଗୁଁ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । +ତେବେ ଜୁନ୍ ୮ ରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । +ବଙ୍ଗୋପସାଗରରେ ଅଧିକ ବର୍ଷା ନିମନ୍ତେ ଉପଯୁକ୍ତ ବାତାବରଣ ସୃଷ୍ଟି ହେବାର ସୂଚନା ନ ଥିବାରୁ ମୌସୁମୀ ମଧ୍ୟ ସେତେଟା ପ୍ରଭାବ ହେବ ନାହିଁ ବୋଲି ସିଇସି ପକ୍ଷରୁ କୁହାଯାଇଛି । +ଭରତପୁର ଜଙ୍ଗଲରେ ଜନ୍ମନେଲା ହାତୀ ଶାବକ, ନାଁ ଦିଆଗଲା ‘ଜଗା’ +ଭୁବନେଶ୍ବର ୨୮ । +୬: ରାଜଧାନୀର ଭରତପୁର ଜଙ୍ଗଲରେ ଜନ୍ମନେଲା ଏକ ହାତୀ ଶାବକ । +ମା’ କୋଳରେ ହାତୀ ଛୁଆଟିକୁ ଦେଖି ବନ ବିଭାଗ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । +ବନ କର୍ମଚାରୀମାନେ ଛୁଆ ହାତୀର ନାଁ ‘ଜଗା’ ଦେଇଛନ୍ତି । +୩ ବର୍ଷ ମଧ୍ୟରେ ୨ଟି ହାତୀ ଶାବକ ଜନ୍ମ ହେବା ଫଳରେ ଏହି କ୍ଷୁଦ୍ର ଜଙ୍ଗଲଟି ରାଜ୍ୟରେ ହାତୀ ସଂରକ୍ଷଣର ଅନନ୍ୟ ଉଦାହରଣ ପାଲଟିଛି । +ଭରତପୁର ଜଙ୍ଗଲ ଗର୍ଭବତୀ ହାତୀମାନଙ୍କ ପ୍ରସବ କରିବାକୁ ସୁରକ୍ଷିତ ମନେ କରନ୍ତି । +ତେଣୁ ଭରତପୁର ଜଙ୍ଗଲକୁ ହାତୀମାନଙ୍କ ଏନ୍ତୁଡ଼ିଶାଳ ବୋଲି ମଧ୍ୟ କୁହାଯାଏ । +ଏହି ଜଙ୍ଗଲ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଅଂଶବିଶେଷ । +କିନ୍ତୁ ହାତୀମାନେ ତାଙ୍କ ଚିରାଚରିତ ରାସ୍ତାକୁ ଭୁଲିନାହାନ୍ତି । +କଅଁଳିଆ ବାଉଁଶ, ପାଚିଲା ତାଳ ଖାଇ ଏଠି ସନ୍ତାନ ପ୍ରସବ କରିବା ଲାଗି ଧାଇଁ ଆସୁଛନ୍ତି । +୨୦୧୯ କୋଭିଡ୍‌ କଟକଣା ସମୟରେ ଏକ ୧୩ ଟିକିଆ ହାତୀ ପଲ ଭରତପୁର ଜଙ୍ଗଲ ମୁହାଁ ହୋଇଥିଲେ । +୪ଟି ଦନ୍ତା, ୫ଟି ମାଈ, ୨ଟି ଅଳ୍ପ ବୟସ୍କ ଓ ୨ ମଧ୍ୟବୟସ୍କକୁ ମିଶାଇ ଏହି ଦଳ ଜଙ୍ଗଲ ଭିତରେ ଆସ୍ଥାନ ଜମାଇଥିଲେ । +୪ ମାସ ରହଣି ପରେ ୨୦୨୦ ମସିହା ପ୍ରଥମାର୍ଦ୍ଧରେ ଏକ ମାଈ ହାତୀ ପ୍ରଥମ ଶାବକ ଜନ୍ମ କରିଥିଲା । +ଜନ୍ମ ହେବାର ୨ ସପ୍ତାହ ପରେ ବନ କର୍ମଚାରୀମାନେ ତାକୁ ଦେଖିଥିଲେ । +ସେହିଦିନଠାରୁ ଉକ୍ତ ଦଳ ଭରତପୁର ଜଙ୍ଗଲକୁ ନିଜର ବାସସ୍ଥାନ କରିଛନ୍ତି । +୬ ମାସ ତଳେ ଏକ ଦନ୍ତା ଓ ମାକେନା ଦଳରୁ ଛାଡ଼ି ପଳାଇ ଚନ୍ଦକା ଜଙ୍ଗଲରେ ରହୁଛନ୍ତି । +ବାକିଙ୍କ ମଧ୍ୟରୁ ଚଳିତ ମାସ ଏକ ମାଈ ହାତୀ ଆଉ ଏକ ଶାବକ ଜନ୍ମ କରିଛି । +ରବିବାର ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ମା’ କୋଳରେ ଆଉ ଏକ ନବଜାତ ଦେଖିଥିଲେ । +ଛୁଆଟି ୧୦-୧୨ ଦିନର ବୋଲି ଅନୁମାନ କରାଯାଉଛି । +ଭରତପୁର ଜଙ୍ଗଲର ରେଞ୍ଜର ବାଉରିବନ୍ଧୁ ମହାପାତ୍ର କହିଛନ୍ତି, ନବଜାତ ହାତୀର ଲିଙ୍ଗ ନିରୂପଣ ହୋଇନାହିଁ । +ହାତୀପଲଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । +ବନ କର୍ମଚାରୀ, ଏଲିଫାଣ୍ଟ ସ୍କ୍ବାଡ୍‌ ଜଗି ରହିଛନ୍ତି । +ହାତୀଙ୍କ ସୁରକ୍ଷା ପାଇଁ ଆମେ ନିରନ୍ତର ଉଦ୍ୟମ ଚଳାଇଛୁ । +ଜୁଲାଇ ୧ରୁ ଲାଗୁ ହେବ କ୍ରେଡିଟ୍ କାର୍ଡର ନୂଆ ନିୟମ, ଜାଣି ରଖନ୍ତୁ ୧୦ ଜରୁରୀ କଥା +ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଭଲ ଖବର । +ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ସମ୍ବନ୍ଧିତ ନିୟମରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । +ଏହି ନୂତନ ନିୟମ ୨୦୨୨ ଜୁଲାଇ ୧ରୁ ଲାଗୁ ହେବ । +ଏହି ନୂତନ ନିୟମ ପେମେଣ୍ଟ ବ୍ୟାଙ୍କ, ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କକୁ ବାଦ୍ ଦେଇ ଦେଶର ବାକି ସମସ୍ତ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ବିତ୍ତୀୟ ସଂସ୍ଥା ମାନିବେ । +ରିଜର୍ଭ ବ୍ୟାଙ୍କ ଦ୍ଵାରା ତିଆରି ହୋଇଥିବା ନୂତନ ନିୟମ ଅନୁସାରେ ଏବେ କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ଜାରି କରୁଥିବା ବ୍ୟାଙ୍କ ଗ୍ରାହକଙ୍କ ସହିତ ମନମୁଖୀ କାମ କରି ପାରିବ ନାହିଁ । +ବିଶେଷ କରି କାର୍ଡ ଇସ୍ୟୁ କରିବାଠୁ ନେଇ କାର୍ଡ ବନ୍ଦ କରିବା ଯାଏଁ । +ଯଦି କାର୍ଡ ଜାରି କରୁଥିବା ସଂସ୍ଥା କାର୍ଡଧାରକଙ୍କ ଅନୁରୋଧରେ କାର୍ଡ ଆକାଉଣ୍ଟ ବନ୍ଦ କରିବାରେ ବିଳମ୍ବ କରେ ତେବେ ଉକ୍ତ ସଂସ୍ଥାକୁ କାର୍ଡଧାରକଙ୍କୁ ଜରିମାନା ଦେବାକୁ ପଡିବ । +ବିଦାୟ ସମ୍ଭୋଧନ ଉତ୍ସବ ପାଳିତ +ମାଲକାନଗିରି:ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ତରଫ ରୁ ଯୁକ୍ତ ତୀନ ଛାତ୍ର ଛାତ୍ରୀ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ର ଛାତ୍ରୀ କୁ ଏକ ଆଡମ୍ବର ପୂର୍ଣ୍ଣ ବିଦାୟ ସଭା ମୁଖ୍ୟ ଡ୍ର. ରଞ୍ଜନ କୁମାର ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଯୋଗଦାନ କରି ଉଜ୍ବଳ ଭବିଷ୍ୟତ ପ୍ରଦାନ କରିବା ସହ ଶୁଭ ଆଶୀର୍ବାଦ କରିଥିଲେ | ସମ୍ମାନିତ ଅତିଥି ରୂପେ ବାଣିଜ୍ୟ ବିଭାଗର ପୂର୍ବତନ ଛାତ୍ର ରବି ରାଜେଶ ଉପସ୍ଥିତ ରହି ସାନ ଭାଇ ଭଉଣୀ ମାନଙ୍କୁ ଉଚ୍ଚ ସପ୍ନ ଦେଖି କଠିନ ପରିଶ୍ରମ ବଳ ରେ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ମେଘା ଅଗ୍ରୱାଲ, ଦୀପ୍ତି ରେଖା ମିଶ୍ର, ବି. ଗୁପ୍ତେଶ୍ୱର ରାଓ ଏବଂ ସ୍ନିଗ୍ଧା ସର୍ଦାର ସଫଳ କରିବା ପାଇଁ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ରେ 150 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଭରପୁର ମଜ଼ା ନେଇଥିଲେ | ପ୍ରଥମେ ନୀଳମ ହଳଦର, ସୁମନ ରାଠି, ଭି.ନେହା ରାଜୁ, ଗାୟତ୍ରୀ ପାତ୍ର ଏବଂ ମଞ୍ଜୁ ବେହେରା ସ୍ୱାଗତ ସଂଗୀତ ଆରମ୍ଭ କରିଥିଲା | ପ୍ରଥମେ ବାଣିଜ୍ୟ ବିଭାଗର ଠାକୁର ମା ଲଷ୍ମୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦୀପଜଳନ କରିଥିଲେ | ଏହି ଅବସରରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ସଭାରେ ନବ ନିଯୁକ୍ତି ପାଇଁ ଥିବା ଅଧି୍ୟାପିକା ଆରତୀ ଲୁଗୁନ କୁ ପୁଷ୍ପ ସହିତ ଉତ୍ତରୀୟ ଦେଇ ସମ୍ବୋଧିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସୁଧୀର ସାନା, ହରି ଏସ୍ଲାବତ, ଋଷିକେଶ ବେହେରା, ଦର୍ଶନ ଜୈନ, ଶିବା ହୀରା, ରୀଶବ ଜୈନ, ମହାବୀର ଜୈନ, ମନିଷ ଗୋୟଲ, ଶେଖ ସାହା, ଶେଖ ନାଜ଼ୀର, ସୁପ୍ରିୟା ପାଣିଗ୍ରାହୀ, କନିକା ହଳଦାର, ଜଗନ ମହାପାତ୍ର, ଆଦିତ୍ୟ ପାଢ଼ୀ, ଅମିତ ଅଧିକାରୀ, ବିଶାଳ ଜୈନ, ସସ୍ମିତା ଖିଲ, ସଂଯୁକ୍ତା ରିଗମ, କାଭ୍ୟା ମୁର୍ମୁ ଭାଭିଷ୍ୟତରେ କିପରି ମାଲକାନଗିରି ମହାବିଦ୍ୟାଳୟର ନାମକୁ ଉଚ୍ଚରୁ ଉଚ୍ଚତମ କରିବେ ସମସ୍ତେ ଶପଥ କରିଥିଲେ | ସଭା ଶେଷରେ ବି. ଗୁପ୍ତେଶ୍ୱର ରାଓ, ଅଧି୍ୟାପକ ଧନ୍ୟବାଦ ଅର୍ପଣ କରିଥିଲେ | +ଅଢ଼େଇ ମାସ ପରେ ପୋଲିସର ଆକ୍ସନ, ସୌମ୍ୟଙ୍କ ପ୍ରେମିକା ଓ ତାଙ୍କ ମା’ଙ୍କ ନାଁରେ ମାମଲା ରୁଜୁ +ଅଢ଼େଇ ମାସ ପରେ ଏତଲା ରୁଜୁ । +ମଡେଲ ସୌମ୍ୟରଂଜନ ଆତ୍ମହତ୍ୟା ମାମଲାରେ ପୋଲିସର ଆକ୍ସନ । +ସୌମ୍ୟଙ୍କ ପ୍ରେମିକା ସୋନାଲି ନନ୍ଦ ଓ ତାଙ୍କ ମାଙ୍କ ନାରେ ଇନ୍ଫୋସିଟି ପୋଲିସ ଥାନାରେ ମାମଲା ରୁଜୁ । +ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାମଲା ରୁଜୁ ହୋଇଛି । +୨୭ ବର୍ଷର ସରକାରୀ ଅବହେଳା +ବଲାଙ୍ଗିର-ଟିଟିଲାଗଡ ରାସ୍ତାରେ ଖର୍ଲିକାନି ଗାଁ । +ଅନେକ ଗରିବ ଆଦିବାସୀ ଏଠାରେ ବସବାସ କରନ୍ତି । +୧୯୯୫ ମସିହାରୁ ସରକାର ଚିହ୍ନଟ କରି ୪ଡିସିମିଲ ଲେଖାଏଁ ଜମି ଏଠାକାର ଲୋକଙ୍କୁ ଦେଇଛନ୍ତି । +ବିଡମ୍ବନାର ବିଷୟ ଯେ, ଦୀର୍ଘ ୨୭ ବର୍ଷ ପରେ ବି ସରକାରୀ ଅବହେଳା ଯୋଗୁଁ ଜମି ପାର୍ଚ୍ଚା ପାଇଥିବା ଲୋକଙ୍କୁ ଜମି ଚିହ୍ନଟ କରି ଦିଆଯାଇ ନାହିଁ । +ଦୀର୍ଘ ବର୍ଷ ହେଲା ପ୍ରଶାସନ ପାଖକୁ ଧାଇଁ ଧାଇଁ ଏମାନେ ନୟନ୍ତ । +ଗରିବଙ୍କ କଥା ଶୁଣିବାରେ ସମୟ ନାହିଁ ପ୍ରଶାସନ ଓ ସରକାରଙ୍କ ପାଖରେ । +ଓଲଟା ତାଙ୍କୁ ଜମି ଦିଆଯାଇଥିବା ଅଞ୍ଚଳକୁ ସରକାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଚିହ୍ନଟ କରିଛନ୍ତି । +ଝାଟିମାଟି ଘର ପୁଣି ଭାଙ୍ଗି ଯିବାର ଭୟ । +ତେଣୁ ୫୦ରୁ ଅଧିକ ଜମି ପାର୍ଚ୍ଚା ପାଇଥିବା ଆଦିବାସୀ ଲୋକେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରସ୍ଥ ହୋଇଥିଲେ । +୨୭ ବର୍ଷର ଅବହେଳା ବିଷୟରେ ବଖାଣିଥିଲେ । +ରବିବାର ସକାଳେ ବିଧାୟକ ଶ୍ରୀ ମିଶ୍ର ତହସିଲଦାର ମଘବାନ ବାଗ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧିକାରୀଙ୍କ ସହ ଗାଁରେ ପହଞ୍ôଚ ଥିଲେ । +ସେଠାରେ ଦେଖାଯାଇଥିଲା ସରକାର ଲୋକଙ୍କୁ ପାର୍ଚ୍ଚା ଦେଇଛନ୍ତି, ବର୍ଷକୁ ବର୍ଷ ଜମି ବାବଦରେ ଖଜଣା ମଧ୍ୟ ନେଉଛନ୍ତି । +କିନ୍ତୁ ପରିତାପର ବିଷୟ, ସରକାରଙ୍କ ପାଖରେ ଜମିର ନକଲ, ନକ୍ସା କିଛି ନଥିବା ଅଧିକାରୀମାନେ କହୁଛନ୍ତି । +ଏଠାରେ ପ୍ରଶ୍ନ ଉଠୁଛି ରେକର୍ଡ ନଥାଇ ସରକାର କିପରି ଖଜଣା ଆଦାୟ କରୁଛନ୍ତି । +ନଳକୂପ ଅଚଳ ; ପାନୀୟ ଜଳ ସମସ୍ୟା ଘେରରେ ପଂଚାୟତର ୪ଗ୍ରାମ +ଦଶପଲ୍ଲା(ଆପ୍ର); ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ ପାନୀୟ ଜଳ ସମସ୍ୟାରେ ଛନ୍ଦୀହୋଇ ଯାଇଛନ୍ତି ପଂଚାୟତର ୪ଟି ଗ୍ରାମର ୨୦୦ ପରିବାର । +ଏଭଳି ପାନୀୟ ଜଳପାଇଁ ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକ ଅନ୍ତର୍ଗତ ନଛିପୁର ଗ୍ରାମପଂଚୟତରେ । +ପଂଚାୟତର ୪ଗୋଟି ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗିରହିଥିବା ବେଳେ କର୍ଣ୍ଣପାତ କରୁନାହଁନ୍ତି ବିଭାଗୀୟ ଅଧିକାରୀ । +ଜାମୁସାହି, ରାଇସର , ବିଡାପାଜୁ ଓ ତାଳସାହି ଗ୍ରାମରେ ଦିର୍ଘଦିନ ଧରି ନଳକୂପ ଅଚଳ ରହିଥିବାଯୋଗୁଁ ଲୋକେ ପାନୀୟ ଜଳ ପାଇଁ ନାହିଁ ନଥିବା ଅବସ୍ଥା ଭୋଗୁଛନ୍ତି । +ସାଧାରଣତଃ ଏହି ଗ୍ରାମଗୁଡିକ ବଣପାହାଡ ଘେରା ଦୁର୍ଗମ ଅଂଚଳର ହୋଇଥିବାରୁ ପ୍ରଶାସନର ନଜର କେବେ ଏହି ଗ୍ରାମ ଗୁଡିକରେ ପଡେନାହିଁ ଏବଂ ଏମାନଙ୍କ କଥାକୁ କେହି ଗୁରୁତ୍ୱ ମଧ୍ୟ ଦିଅନ୍ତି ନାହିଁ ଫଳ ସ୍ୱରୁପ ଅଂଚଳବାସୀ କିଛି ଉପାୟ ନପାଇ ଚୁପଚାପ ନିଜ ମୌଳିକ ଅଧିକାରରୁ ବଂଚିତ ହୁଅନ୍ତି । +ପଂଚାୟତର ଜାମୁସାହି ଗ୍ରାମରେ ଏକମାତ୍ର ନଳକୂପ ଦିର୍ଘ ୪ମାଷ ହେଲା ଅଚଳ ହୋଇପଡିଛି ଫଳରେ ପାନୀୟ ଜଳପାଇଁ ଲୋକମାନେ ଦୁରଦୁରାନ୍ତରୁ କୁଅ ଓ ନାଳ ଚୁଆ ଉପରେ ଭରଷା କରି କାଳତିପାତ କରୁଛନ୍ତି । +ସେହିଭଳି ରାଇସର ଗ୍ରାମରେ ୨ଟି ନଳକୂପ ରହିଥିବା ବେଳେ ଗୋଟିଏ ନଳକୂପ ଅଚଳ ଅସ୍ଥାରେ ଥିବା ବେଳେ ଅନ୍ୟଟିରୁ ପଟୁ ବାଲି ମିଶ୍ରିତ ପାଣି ବାହାରୁ ଥିବାରୁ ତାହା ପାନୀୟ ଉପଯୋଗି ହେଉନାହିଁ ଫଳରେ ଗ୍ରାମର ୫୦ ପରିବାର ବାଧ୍ୟହୋଇ ନାଳଚୁଆ ଉପରେ ଭରଷା କରନ୍ତି । +ଏଥି ସହିତ ପଂଚାୟତର ବିଡାପାଜୁ ଗ୍ରାମରେ ଥିବା ଏକମାତ୍ର ନଳକୂପରୁ ପାଣି ଆସୁନଥିବା ବେଳେ ପ୍ରାୟ ଅଧଘଣ୍ଟାଧରି ହ୍ୟାଣ୍ଡାଲ ମାରିବା ପରେ ପାଣି ବାହାରେ । +ସେହିଭଳି ପଂଚାୟତର ଆଦିବାସୀ ଗ୍ରାମ ତାଳସାହିରେ ମଧ୍ୟ ଅବସ୍ଥା ଶୋଚନୀୟ ଗ୍ରମରେ ଥିବା ଏକମାତ୍ର ନଳକୂପ ଅଚଳ ହୋଇରହିଥିବା ବେଳେ ଖରାତରାରେ ଲୋକେ ଦୁରଦୁରାନ୍ତ ନଦୀ ନାଳରୁ ପାଣି ବୋହି ଚଳୁଛନ୍ତି । +୪ମାଷ ହେବ ବିଡିଓଙ୍କ ନିକଟକୁ ବାରମ୍ବାର ଧାଇଁ ଏବାବଦରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । +ତେବେ ବିଭାଗୀୟ କର୍ମଚାରୀ ମାନେ କେବେ ସେମାନଙ୍କ ଦାଇତ୍ୱକୁ ବୁଝି ସାଧାରଣ ଜନତା ପାଇଁ କାମ କରିବେ ତାହା ପ୍ରଶ୍ନବାଚି ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଏବାବଦରେ ତୁରନ୍ତ ଦୃଷ୍ଟି ଦେଇ ସାଧାରଣ ଜନତାଙ୍କ ଦୁଃଖକୁ ହୃଦୟଙ୍ଗମ କରି ତୁରନ୍ତ ନଳକୂପ ଗୁଡିକୁ ସଜାଡି ପାନୀୟ ଜଳ ସମସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି । +ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ସରକାର +ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଚ୍ଚଶିକ୍ଷା ବିଭାଗ ଏବଂ ଓପିଏସସି ଉଲଂଘନ କରୁଥିବା ଅଭିଯୋଗରେ ରାଜ୍ୟପାଳଙ୍କ ନିକଟରେ ଗୁହାରି କରିଛନ୍ତି ପୂର୍ବତନ କୁଳପତି ଓ ପ୍ରଧ୍ୟାପକ । +ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ୨୦୨୦କୁ ସୁପ୍ରିମକୋର୍ଟ ତିନି ମାସ ପାଇଁ ରହିତାଦେଶ ଦେଇଥିଲେ । +ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଉଥିବା ଅଭିଯୋଗ କରି ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଡକ୍ଟର ବିନାୟକ ରଥଙ୍କ ଅଧ୍ୟକ୍ଷତାରେ ସାତ ଜଣ ପୂର୍ବତନ ପ୍ରଧ୍ୟାପକ, ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । +ଦ୍ରୌପଦୀଙ୍କୁ ପ୍ରାର୍ଥୀ କରି ଓଡ଼ିଶାକୁ ଭଲ ପାଇବାର ଶ୍ରେଷ୍ଠ ଉଦାହରଣ ଦେଇଛନ୍ତି +କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଓଡ଼ିଶାକୁ ମିଳିଛି ବିଶେଷ ଗୁରୁତ୍ୱ ଦିନ ! କେନ୍ଦ୍ର ପାଇଁ ଅବହେଳିତ ଥିବା ଓଡ଼ିଶା, ମୋଦିଙ୍କ ଶାସନରେ ପାଇଛି ଅଗ୍ରାଧିକାର ! ଓଡ଼ିଶାକୁ ଭଲ ପାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଶାସନ ସମୟରେ ଓଡ଼ିଆଙ୍କ ଉପରେ କରିଛନ୍ତି ଯଥେଷ୍ଟ ବିଶ୍ୱାସ ! କେବଳ ସେଥିପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱଭାର ରହିଛି ଓଡ଼ିଆ ପୁଅଙ୍କ କାନ୍ଧରେ ! +୧୮ ଶିଶୁ ଶ୍ରମିକ ଉଦ୍ଧାର +ମାଲକାନଗିରି,୪/୬ ମାଲକାନଗିରିର ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନେଇ ଚାଲିଥିବା ଅଭିଯାନରେ ଆଜି ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । +ଏହି ଚଢାଉରେ ୧୮ ଜଣ ଶିଶୁ ଶ୍ରମିକକୁ ଶ୍ରମ ବିଭାଗ ଉଦ୍ଧାର କରିଛି । +ଏମାନଙ୍କ ମଧ୍ୟରେ ୧୧ ଜଣ ନାବାଳିକା ଝିଅ ହୋଇଥିବା ବେଳେ ୭ ଜଣ ନାବାଳକ ରହିଛନ୍ତି । +ଏମାନଙ୍କୁ ଶ୍ରମ ବିଭାଗ ଉଦ୍ଧାର କରିବା ପରେ ସିଡବ୍ଲିସି ନିକଟରେ ହାଜର କରାଇଛି । +ଯେଉଁ ବୟସରେ ପିଲାମାନେ ପାଠ ପଢିବା କଥା ସେହି ବୟସରେ ପିଲାମାନେ କାମ କରୁଛନ୍ତି । +ଏହାକୁ ନେଇ ଗତ ମେ ୨୧ ତାରିଖରୁ ଶିଶୁ ଶ୍ରମିକ ନିରାକରଣ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି । +ଆସନ୍ତା ୧୨ ତାରିଖ ଶିଶୁ ଶ୍ରମିକ ନିରାକରଣ ଦିବସ ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । +ଏହାକୁ ନେଇ ଶ୍ରମ ବିଭାଗ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି । +ମାଲକାନଗିରି ଜିଲ୍ଲାରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ସର୍ବାଧିକ ରହିଥିବାରୁ ଶ୍ରମ ବିଭାଗ,ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । +ଉଦ୍ଧାର କରାଯାଇଥିବା ଶିଶୁମାନଙ୍କୁ ବିଭିନ୍ନ ବିଦ୍ୟାଳୟରେ ନାମ ଲେଖାଯିବା ସହ ସେମାନେ କିପରି ଆଗକୁ ସୁନାଗରିକ ହେବେ ସେନେଇ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । +କେନାଲ ରାସ୍ତାରେ ପଡିଛି ମୃତଦେହ +ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧିନ ଚୁଳିଆପୋଷି ଗ୍ରାମର କେନାଲ ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ । +ଚୁଳିଆପୋଷି କେନାଲ ରାସ୍ତାରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । +ଏବଂ ଏ ନେଇ ଥାନାକୁ ଖବର ଦେବା ପରେ ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । +ମୃତ ଯୁବକଙ୍କ ଘର କପ୍ତିପଦା ଥାନା ମହିଷାସୁରୀ ଅଂଚଳରେ ହୋଇଥିବା ବେଳେ ତାଙ୍କ ନାମ ଏବେ ବି ସୁଦ୍ଧା ଜଣାପଡିନାହିଁ । +ମୃତ ଯୁବକ ଜଣକ ଗୋରୁ ଜଗୁଆଳି ଭାବେ କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକଙ୍କ ନିକଟରୁ ପୋଲିସ୍ ଜାଣିବାକୁ ପାଇଛି । +ହେଲେ ଯୁବକ ଜଣକଙ୍କର ମୃତ୍ୟୁ କିପରି ହେଲା ତାହା ଅସ୍ପଷ୍ଟ ରହିଥିବା ବେଳେ ପୋଲିସ୍ ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । +ତେବେ ଯୁବକ ଜଣକ ଏହି କେନାଲ ରାସ୍ତାକୁ କାହିଁକି ଏବଂ କିପରି ଆସିଲେ ତାହାର ଖୋଳତାଡ କରୁଛି ପୋଲିସ୍ । +ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧଜିଲ୍ଲା, ବୁଦ୍ଧ ଜୟନ୍ତୀ ମହାସମାରୋହରେ ପାଳନ କରିବାକୁ ନିଷ୍ପତି +ବୌଦ୍ଧ-ପ୍ରତିବର୍ଷ ବୁଦ୍ଧ ଜୟନ୍ତୀ କମିଟି ତରଫରୁ ବୁଦ୍ଧ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଗତ ୨ବର୍ଷ କୋଭିଡ କଟକଣା ଯୋଗୁଁ ସାଧାରଣ ଭାବେ ପାଳନ କରାଯାଇଥିଲା । +ଗତବର୍ଷ ବୌଦ୍ଧଜିଲ୍ଲା ପ୍ରଶାସନର ଉଦ୍ୟମରେ ବୁଦ୍ଧ ଜୟନ୍ତୀ ଦିନକୁ ଜିଲ୍ଲାରେ ସରକାରୀ ଛୁଟି ଘୋଷଣା କରାଯାଇଥିବା ବେଳେ ଚଳିତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଦ୍ଧ ପୁର୍ଣ୍ଣିମାକୁ ସରକାରୀ ଛୁଟି ଘୋଷଣା କରାଯାଇଅଛି । +ଚଳିତ ବର୍ଷ ବୁଦ୍ଧ ଜୟନ୍ତୀ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ପାଳନ କରିବା ପାଇଁ ଅନୁରୋଧ କରିବା ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ମହା ସମାରୋହରେ ପାଳନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । +ବୁଦ୍ଧଙ୍କ ନାମରେ ନାମିତ ହୋଇଥିବା ବୌଦ୍ଧଜିଲ୍ଲାର ବିଭିନ୍ନ ପଂଚାୟତ କାର୍ଯ୍ୟାଳୟ ପରିସରରେ ନିର୍ବାଚିତ ପ୍ରତିନିଧିମାନଙ୍କ ନେତୃତ୍ୱରେ ଚଳିତ ବର୍ଷ ପ୍ରତିମୂର୍ତି ଏବଂ ଆସନ୍ତା ବର୍ଷ ପଥରର ପ୍ରତିମୂର୍ତି ସ୍ଥାପନ କରିବା ପାଇଁ ଅନୁରୋଧ କରାଯାଇଥିଲା । +ବୁଦ୍ଧ ଜୟନ୍ତୀ କମିଟି ତରଫରୁ ବିଭିନ୍ନ କାର୍ଯ୍ୟାଳୟର ମୁଖ୍ୟ ଦ୍ୱାରରେ ବୁଦ୍ଧଙ୍କ ପ୍ରତିମୂର୍ତି ସ୍ଥାପନା କରିବା ପାଇଁ ପ୍ରସ୍ତାବ ଆଗତ କରାଯାଥିଲା । +ବୌଦ୍ଧଜିଲ୍ଲାର ପ୍ରବେଶ ଦ୍ୱାରର ଉଭୟ ପଟରେ ଆସନ୍ତା ବୁଦ୍ଧ ଜୟନ୍ତୀ ଦିନ ବୁଦ୍ଧ କିର୍ତୀରାଜୀ ଏବଂ ବୌଦ୍ଧଗଡ ଏନ୍‌.ଏ.ସି. ଏବଂ ତିନି ବ୍ଲକର କାର୍ଯ୍ୟାଳୟ ପରିସରରେ ବୁଦ୍ଧଙ୍କ ପ୍ରତିମା ସ୍ଥାପନ କରିବା ପାଇଁ ଚେୟାରମ୍ୟାନମାନଙ୍କୁ ଅନୁରୋଧ କରାଯାଇଥିଲା । +ଆଜି ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ପରିସରରେ ଚେୟାରମ୍ୟାନ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୁଦ୍ଧ ଜୟନ୍ତୀ କମିଟିର ସଦସ୍ୟମାନଙ୍କ ସହିତ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । +ଆସନ୍ତା ୧୬ ତାରିଖ ଦିନ ସକାଳ ସମୟରେ ପ୍ରତ୍ୟେକ କୀର୍ତିରାଜୀରେ ପୁଜାଧ୍ୱଜା କରିବା ସହିତ ସଂଧ୍ୟାରେ ବୌଦ୍ଧ ସହରର ରାମନାଥ ମନ୍ଦିର ପରିସରରୁ ଏକ ଶାନ୍ତି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ବୁଦ୍ଧ ପାର୍କଠାରେ ଏକ ସାଧାରଣ ସଭା ଆୟୋଜନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । +ସଂଧ୍ୟାରେ ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ଦୀପଦାନ କରିବା ପାଇଁ ଅନୁରୋଧ କରାଯାଇଛି । +ଶ୍ୟାମସୁନ୍ଦରପୁର ଓ ପରଗଳପୁର ଠାରେ ରହିଥିବା ଐତିହାସିକ କୀର୍ତିରାଜୀ ପରିସରରେ ମହା ସମାରୋହରେ ପାଳନ କରିବା ପାଇଁ ବୈଠକରେ ଚୂଡାନ୍ତ ହୋଇଥିବା ପ୍ରକାଶ ପାଇଛି । +ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକୃ ସ୍ୱାଇଁ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ ଉପସ୍ଥିତ ରହିଥିଲେ । +ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ଅନୁଷ୍ଠିତ ଜିଲ୍ଲା ପରିଷଦ ସଭାରେ ସଦସ୍ୟ ବିଶ୍ୱଜିତ୍ ମିଶ୍ର ବୁଦ୍ଧ ଜୟନ୍ତୀ ପାଳନ କରିବା ପାଇଁ ପ୍ରସ୍ତାବ ଦେବାପରେ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା । +ସଂଧ୍ୟାରେ ବୁଦ୍ଧ ଜୟନ୍ତୀ କମିଟି ପକ୍ଷରୁ ଅନୁଷ୍ଠିତ ବୈଠକରେ ମହା ସମାରୋହରେ ପାଳନ କରିବା ପାଇଁ ଆଲୋଚନା କରାଯାଇଥିଲା । +ବୈଠକରେ ଆବାହକ ଦେବାଶିଷ ପୁରୋହିତ, ସତ୍ୟନାରାୟଣ ହୋତା, ସୁଜ୍ଞାନ କୁମାର ପାତ୍ର, ଶଶାଙ୍କ ଶେଖର ମିଶ୍ର, କୃତିବାସ ପଲିଆ, ସମ୍ପଦ କୁମାର ଅଗ୍ରଓ୍ୟାଲା, ବାବୁଲା ମହାପାତ୍ର, ସୂର୍ଯ୍ୟେନ୍ଦ୍ର କୁମାର ଶତପଥି, ଅଧ୍ୟାପକ ଲଳିତ କୁମାର ମେହେର, ଜୟ ନାରାୟଣ ମହାନ୍ତି, ସମୀର କୁମାର ସାହୁ, ସ୍ୱାଧିନ ପରିଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ । +ରଙ୍ଗ ମାରି ନୂତନ ରୂପ ଦିଆଯାଇଛି ପାଣି, ହେଲେ ନିର୍ମାଣ ପରେ ମାସ ମାସ ଧରି ମିଳୁନି ପାଣି +ପଡିଆ, ୧୫/୦୬ : ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ର ବିଭିନ୍ନ ସ୍ଥାନରେ ଜଳ ଯୋଗାଣ ପ୍ରକଳ୍ପ ଗୁଡିକ ଫେଲ ହୋଇପଡିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । +କେଉଁଠି ବର୍ଷ ବର୍ଷ ଧରି ଜଳ ଯୋଗାଣ ପାଇଁ ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ଗ୍ରାମବାସୀ ପାଣି ପାଇବାରୁ ବଞ୍ଚିତ ହେଉଥିଲା ବେଳେ ଆଉ କେତେକ ସ୍ଥାନରେ ସୋଲାର ବ୍ୟବସ୍ଥା ଅଚଳ ହୋଇ ପଡିଥିବାରୁ ଜଳ ଯୋଗାଣ ବନ୍ଦ ରହିଛି । +ସୂଚନା ମୁତାବକ ଗତ ୨୦୧୯ ମସିହାରେ ବସୁଧା ଯୋଜନାରେ ସରକାର ଙ୍କ ପକ୍ଷରୁ କାଲଦାପଲ୍ଲୀ ପଞ୍ଚାୟତ ସଦର ମହକୁମା ରେ ଏକ ୪୦ ହଜାର ଲିଟର ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା । +ତେବେ ଏହି ପାଣି ଟାଙ୍କି ଟି ଗତ କିଛି ମାସ ଧରି ଅଚଳ ହୋଇପଡ଼ିଥିବାରୁ ସ୍ଥାନୀୟ ଲୋକ ଜଳ ଯୋଗାଣ ରୁ ବଞ୍ଚିତ ହୋଇ ରହିଛନ୍ତି । +ଯାହାଫଳରେ ଗ୍ରାମବାସୀ ନଳକୂପ ଓ ସ୍ଥାନୀୟ ଶାବେରୀ ନଦୀ ଉପରେ ନିର୍ଭରଶୀଳ ହେବାକୁ ପଡୁଥିବା କହିଛନ୍ତି । +ପଞ୍ଚାୟତ କାର୍ଯ୍ୟାଳୟ ର ଅପର ପାର୍ଶ୍ଵରେ ରହିଥିବା ଏହି ପାଣି ଟାଙ୍କି ବାବଦରେ ସ୍ଥାନୀୟ ଲୋକ ବାରମ୍ଵାର ପଞ୍ଚାୟତ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବା ଗ୍ରାମବାସୀ କହିଛନ୍ତି । +ଅନ୍ୟପଟେ ଗ୍ରାମବାସୀ ପାଣି ପାଇବାରୁ ବଞ୍ଚିତ ହେଉଥିଲା ବେଳେ ବିଭାଗ ପକ୍ଷ୍ୟରୁ ପାଣି ଟାଙ୍କି କୁ ରଙ୍ଗ କରାଯାଇ ନୂତନ ରୂପ ଦେବା ଘଟଣା କୁ ହଜମ କରି ପାରୁ ନାହାନ୍ତି ଗ୍ରାମବାସୀ । +ସେହିପରି କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗୁରକୋଣ୍ଡା ଗ୍ରାମରେ ମଧ୍ୟ ସୋଲାର ବ୍ୟବସ୍ଥା ଅଚଳ ଥିବାରୁ ଜଳ ଯୋଗାଣ ଟାଙ୍କି ମଧ୍ଯ ବର୍ଷ ବର୍ଷ ଧରି ଅଚଳ ହୋଇ ରହିଥିବା ଜଣାପଡ଼ିଛି । +ଏ ବାବଦରେ ବିଭାଗୀୟ ଯନ୍ତ୍ରୀ ଙ୍କୁ ପଚାରିବାରୁ ସେ କାଲଦାପଲ୍ଲୀ ପାଣି ଟାଙ୍କି ଠିକ୍ ରହିଥିବା ବେଳେ ବିଦ୍ୟୁତ୍ ସରୋବରାହ ବିଚ୍ଛିନ୍ନ ହୋଇଥିବାରୁ ଜଳ ଯୋଗାଣ ହୋଇପାରୁନାହିଁ ଓ ସେ ଏ ବାବଦରେ ସ୍ଥାନୀୟ ବିଦ୍ୟୁତ୍ ବିଭାଗକୁ ଅବଗତ କରାଇଥିବା ମଧ୍ୟ କହିଛନ୍ତି । +ଅନ୍ୟପଟେ ପଞ୍ଚାୟତ ସଦର ମହକୁମା ରେ ରହିଥିବା ଜଳ ଯୋଗାଣ ପ୍ରକଳ୍ପର ଅବସ୍ଥା ଏଭଳି ହୋଇଥିବା ବେଳେ ଦୁର୍ଗମ ଗ୍ରାମ ଗୁଡିକ ଅବସ୍ଥା କିଭଳି ହୋଇଥିବା ତାହା ସାଧାରଣରେ ଅନୁମେୟ ବୋଲି କୁହାଯାଇଛି । +ଏପରି ସ୍ଥିତିରେ କାଲଦାପଲ୍ଲୀ ସହ ପଡିଆ ବ୍ଲକ byର ବିଭିନ୍ନ ସ୍ଥାନରେ ବନ୍ଦ ହୋଇ ରହିଥିବା ଜଳ ଯୋଗାଣ ପ୍ରକଳ୍ପ ଗୁଡିକୁ ଚିହ୍ନଟ କରି ତୁରନ୍ତ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି । +୨୦୨୩ ପୁରୁଷ ହକି ବିଶ୍ବକପ : ୧୬ ଦଳଙ୍କ ଯୋଗ୍ୟତା, ପାକିସ୍ତାନ ବିଫଳ +ନୂଆଦିଲ୍ଲୀ : ଓଡ଼ିଶାର ଭୁବନେଶ୍ବର ଓ ରାଉରକେଲାରେ ୨୦୨୩ ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପର ପଞ୍ଚଦଶତମ ସଂସ୍କରଣ ଆୟୋଜିତ ହେବ । +ଏଥିପାଇଁ ୧୬ଟି ଦଳ ଯୋଗ୍ୟତା ହାସଲ କରିଛନ୍ତି । +ବିଶ୍ବକପ ଲାଗି ଆୟୋଜକ ଭାରତ ସମେତ ଡିଫେଣ୍ଡିଂ ଚମ୍ପିଆନ ବେଲଜିୟମ, ଇଂଲଣ୍ଡ, ଜର୍ମାନୀ, ସ୍ପେନ, ନେଦରଲାଣ୍ଡ୍‌ସ, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା, ଚିଲି, ଜାପାନ, ଦକ୍ଷିଣ କୋରିଆ,ମାଲେସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ୱେଲ୍‌ସ ଦଳ ଯୋଗ୍ୟତା ହାସଲ କରିଛନ୍ତି । +୪ଥର ବିଶ୍ବ ବିଜେତା ପାକିସ୍ତାନ ପୁରୁଷ ହକି ଦଳ ହକି ବିଶ୍ବକପ -୨୦୨୩ ଲାଗି ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି । +ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସିଆ କପ୍ ହକିର ଶେଷ ଲିଗ୍‌ ମ୍ୟାଚରେ ଜାପାନ ନିକଟରୁ ପରାଜିତ ହୋଇ ପାକିସ୍ତାନ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ ଯୋଗ୍ୟତା ହାସଲ କରିପାରିନାହିଁ । +ଏସିଆ କପ୍‌ରେ ପାକିସ୍ତାନ ୧୩-୦ରେ ଇଣ୍ଡୋନେସିଆକୁ ପରାସ୍ତ କରିଥିବାବେଳେ ଭାରତ ସହ ୧-୧ ଗୋଲ ଅମୀମାଂଶିିତ ରଖିଥିଲା । +ଶେଷ ଲିଗ୍‌ ମ୍ୟାଚରେ ପାକିସ୍ତାନ ୨-୩ ଗୋଲରେ ଜାପାନ ନିକଟରୁ ପରାଜିତ ହୋଇଥିଲା । +ଭାରତ ​‌େଶଷ ଲିଗ୍‌ ମ୍ୟାଚରେ ୧୬-୦ ଗୋଲରେ ଇଣ୍ଡୋନେସିଆକୁ ପରାସ୍ତ କରିବା ପରେ ପାକିସ୍ତାନର ବିଶ୍ବକପ ଯୋଗ୍ୟତା ବାଟ ବନ୍ଦ ହୋଇଯାଇଥିଲା । +କାରଣ ପାକିସ୍ତାନ ଏସିଆ କପ୍‌ର ସୁପର-୪ରେ ପହଞ୍ଚିବାରେ ବିଫଳ ହୋଇଥିଲା । +ପୁଲ-ଏ ରୁ ଭାରତ ଓ ଜାପାନ ସୁପର-୪ରେ ପହଞ୍ଚିଥିବାବେଳେ ପାକିସ୍ତାନ ବାଦ୍‌ ପଡିଥିଲା । +ସୂଚନାଯୋଗ୍ୟ, ପାକିସ୍ତାନ ଏବେ ସୁଦ୍ଧା ହକି ବିଶ୍ବକପରେ ସର୍ବାଧିକ ୪ଥର ୧୯୭୧, ୧୯୭୮, ୧୯୮୨ ଓ ୧୯୯୪ରେ ବିଜେତା ହୋଇଥିଲା । +ଜାତୀୟ ଜିମ୍ନାଷ୍ଟିକ ପ୍ରତିଯୋଗିତା ଉଦ୍‌ଯାପିତା, ଓଡ଼ିଶା ବାଳିକା ବିଭାଗ ଚାମ୍ପିଅନ +ଭୁବନେଶ୍ୱରର ମଞ୍ଚେଶ୍ୱର ସମେଇ ଗଡ଼ିଆ ଅଞ୍ଚଳ ସ୍ଥିତ ଜେ ଏମ ସ୍ପୋର୍ଟସ ଦ୍ୱାରା ଆୟୋଜିତ ୩ ଦିନିଆ ଓପେନ କଳିଙ୍ଗ ଆମନ୍ତ୍ରଣ ଜାତୀୟ ଜିମ୍ନାଷ୍ଟିକ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । +ଏଥିରେ ୧୪ ଓ ୧୬ ବର୍ଷରୁ କମ ବର୍ଗରେ ଓଡ଼ିଶା ବାଳିକା ବିଭାଗ ଚାମ୍ପିଅନ ହୋଇଛି । +ଯେତେବେଳେ କି ବାକି ସମସ୍ତ ବାଳକ ଓ ବାଳିକା ବିଭାଗରେ ବେଙ୍ଗଲ ଦଳଗତ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । +ଉଦ୍‌ଯାପନ ଉତ୍ସବରରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜେତା ଦଳଙ୍କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ । +କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ମନୁଶ୍ରୀ ଖୁଣ୍ଟିଆ, ଶିଳ୍ପପତି ସତ୍ୟଜିତ ପଟ୍ଟନାୟକ, ଇତିଶ୍ରୀ ସାମଲ ଓ ଆନ୍ତର୍ଜାତିକ ଆଥଲେଟ ପ୍ରଣତି ମିଶ୍ର ଯୋଗଦେଇଥିଲେ । +ଚଳିତ ମାସ ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ଆମାନ୍ତ୍ରଣ ଓପେନ ଜିମ୍ନାଷ୍ଟିକ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା । +ଯେଉଁଥିରେ ବିଭିନ୍ନ ବର୍ଗରେ ୮ ବର୍ଷରୁ ୧୭ ବର୍ଷ ପର୍ଯ୍ୟନ୍ତ ବାଳକ ଓ ବାଳିକା ପ୍ରତିଯୋଗୀ ଭାଗ ନେଇଥିଲେ । +ଏହି ପ୍ରତିଯୋଗିତାରେ ମହାରାଷ୍ଟ୍ର , ତାମିଲନାଡୁ , ବିହାର, ବେଙ୍ଗଲ, କେରଳ ଓ ମଧ୍ୟପ୍ରଦେଶ ସମେତ ବିଭିନ୍ନ ରାଜ୍ୟରୁ ଉଭୟ ବର୍ଗରେ ୨୫୦ ପ୍ରତିଯୋଗୀ ଭାଗ ନେଇଥିଲେ । +ଜେ ଏମ ସ୍ପୋର୍ଟସର ଅଧ୍ୟକ୍ଷା ମୀରାରାଣୀ ଦାସ ଓ ସଂପାଦକ ଯସବନ୍ତ ଦାସଙ୍କ ସମେତ ସଂଗଠନର ସ୍ୱାଗତିକା ମୁଦୁଲି, ସୁବ୍ରତ ମହାପାତ୍ର, ପ୍ରଦୀପ ସାହୁ ଓ ଅଶୋକ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । +ସର୍ବଭାରତୀୟ ସ୍ତରେ ଓଡ଼ିଆ ଶିଳ୍ପୀମାନଙ୍କ କଳାକୃତିର ବହୁ ରହିଛି ଚାହିଦା : ମନ୍ତ୍ରୀ +ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ‘ଧର୍ମପଦ’ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । +ଏହି ଉତ୍ସବରେ ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ୨୦୨୧ ବର୍ଷ ପାଇଁ ‘ଧର୍ମପଦ’ ପୁରସ୍କାର ପ୍ରଦାନ କରିଛନ୍ତି । +ଏହି ଅବସରରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ଅସ୍ମିତା, କଳା, ସଂସ୍କୃତି ବଞ୍ଚାଇବା ପାଇଁ ‘୫-ଟି’ ଅଧୀନରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । +କଳା ଓ କଳାକାରମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ବଦ୍ଧପରିକର । +ଚିତ୍ରଶିଳ୍ପୀମାନଙ୍କର ସ୍ୱପ୍ନ ଚାରି ଏକାଡେମୀ ମାଧ୍ୟମରେ ସାଧିତ ହେବ । +ଓଡ଼ିଶାର ଶିଳ୍ପୀମାନେ କେବଳ ଓଡ଼ିଶାର ସମ୍ପତ୍ତି ନୁହନ୍ତି ସେମାନେ ସାରା ଭାରତର ସମ୍ପତ୍ତି । +ସର୍ବଭାରତୀୟ ସ୍ତରରେ ଓଡ଼ିଆ ଶିଳ୍ପୀମାନଙ୍କର କଳାକୃତିର ବହୁ ଚାହିଦା ରହିଛି ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । +ଓଡ଼ିଶାର ସମସ୍ତ ଶିଳ୍ପୀ ସଫଳତାର ଶୀର୍ଷରେ ପହିଞ୍ଚି ପାରୁ ନାହାନ୍ତି । +ତେଣୁ ମୁଖ୍ୟତଃ ଯୁବଶିଳ୍ପୀମାନଙ୍କ ପାଇଁ ଏକ ନିୟମିତ ରୋଜଗାର ବ୍ୟବସ୍ଥା କରିବାକୁ ବିଭାଗ ଚେଷ୍ଟା କରୁଛି । +ଚିତ୍ର ଓ ମୂର୍ତ୍ତିଗୁଡ଼ିକର ଚାହିଦା ବଢ଼ିଲେ ହିଁ ଶିଳ୍ପୀମାନେ ଉପକୃତ ହେବେ । +ସରକାର ଓ ବିଭାଗ ସହିତ ଆମ ସମସ୍ତଙ୍କର ମିଳିତ ଉଦ୍ୟମ ଆବଶ୍ୟକ ବୋଲି ଅତିରିକ୍ତ ଶାସନ ସଚିବ ମଧୁସୂଦନ ପାଢ଼ୀ ଉଲ୍ଲେଖ କରିଛନ୍ତି । +ଶ୍ରୀ ପଟ୍ଟନାୟକଙ୍କ ସମେତ ବିଶିଷ୍ଟ ଚିତ୍ରଶିଳ୍ପୀ ଜ୍ୟୋର୍ତିମୟୀ ମହାନ୍ତି, ବଳଦେବ ମହାରଥା, ଦୁର୍ଗାଚରଣ ପଣ୍ଡା, ପଞ୍ଚାନନ ସୁର ଓ ଭାସ୍କର୍ଯ୍ୟ ଶିଳ୍ପୀ ଦେବେନ୍ଦ୍ର ମିଶ୍ରଙ୍କୁ ଶିଳ୍ପୀ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରାଯାଇଛି । +ଶିଳ୍ପୀ ଶ୍ରୀ ପଟ୍ଟନାୟକଙ୍କୁ ‘ଧର୍ମପଦ’ ପୁରସ୍କାର ବାବଦରେ ୫ ଲକ୍ଷ ଟଙ୍କା, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା ବେଳେ ଅନ୍ୟ ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟଶିଳ୍ପୀଙ୍କୁ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । +କଟକ ଏସସିବିରେ ଜଗା +କଟକ ବଡ଼ମେଡିକାଲରେ ଅଛି ଜଗା । +ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ତାକୁ ଅଣାଯାଇଛି । +ପ୍ରାୟ ଦେଢ଼ ବର୍ଷ ବ୍ୟବଧାନରେ ଜଗା ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି । +ଦିଲ୍ଲୀ ଏମ୍ସରୁ ଜଗାର ଅସ୍ତ୍ରୋପଚାର କରିଥିବା ଡାକ୍ତର ଦୀପକ ଗୁଣ୍ଡାଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଟିମ୍ ଆଜି ଆସିବେ । +୨ ଦିନ ଧରି ଏସସିବିରେ ଜଗାର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବେ । +୭ ବର୍ଷିୟ ଜଗାକୁ ଏବେ ଟ୍ରମା କାଜୁଆଲିଟିର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖାଯାଇଛି । +ଗତକାଲି ନ୍ୟୁରୋସର୍ଜରି ବିଭାଗ ବରିଷ୍ଠ ବିଶେଷଜ୍ଞ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ଜଗାର ଏମଆରଆଇ କରାଯାଇଥିଲା । +ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲା ମିଲିପଦା ଅଞ୍ଚଳର ଭୁବନ କହଁର ଓ ପୁଷ୍ପାଞ୍ଜଳି କହଁରଙ୍କର ୨୦୧୫ ମସିହାରେ ଯୋଡ଼ାମୁଣ୍ଡ ଶିଶୁ ଜନ୍ମ ହୋଇଥିଲେ । +ଦୁଇ ଶିଶୁ ଜଗା-ବଳିଆଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ସମସ୍ତ ସହଯୋଗ କରିଥିଲେ । +ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ପର୍ଯ୍ୟାୟରେ ୧ କୋଟି ଟଙ୍କା ସହାୟତା ଘୋଷଣା କରିଥିବା ବେଳେ ଜଗା-ବଳିଆଙ୍କୁ ୨୦୧୭ ମସିହା ଜୁଲାଇ ମାସରେ ଦିଲ୍ଲୀ ଏମ୍‌ସକୁ ପଠାଯାଇଥିଲା । +ସେଠାରେ ଅସ୍ତ୍ରୋପଚାର କରାଯାଇ ଜଗା ଓ ବଳିଆଙ୍କୁ ଅଲଗା କରାଯାଇଥିଲା । +୨୦୧୯ ମସିହାରେ ଉଭୟ ଏସ୍‌ସିବି ମେଡ଼ିକାଲକୁ ଆସିଥିଲେ । +ନ୍ୟୁରୋସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ବରେ ଉଭୟ ଜଗା-ବଳିଆଙ୍କ ଚିକିତ୍ସା ପାଇଁ ୧୪ ଜଣିଆ ଟିମ୍‌ ଗଠନ କରାଯାଇ ଚିକିତ୍ସା କରାଯାଉଥିଲା । +କିନ୍ତୁ ୨୦୨୦ ଡିସେମ୍ବର ୨୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ବଳିଆର ଏସ୍‌ସିବିରେ ମୃତ୍ୟୁ ଘଟିଥିଲା । +ଏହାପରେ ଜଗା କନ୍ଧମାଳ ଫେରିଯାଇଥିଲା । +ଆମ ପିଲାଙ୍କୁ ସରକାର ପଢାନ୍ତୁ: ୟୁକ୍ରେନରୁ ଫେରିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ +ଆମ ପିଲାଙ୍କ ଭବିଷ୍ୟତ କଥା ସରକାର ଭାବନ୍ତୁ | ଯେଭଳି ଆମ ପିଲାଙ୍କ ଜୀବନ ସରକାର ବଞ୍ଚାଇଥିଲେ ଠିକ ସେହିପରି ତାଙ୍କ କ୍ୟାରିୟରକୁ ସୁରକ୍ଷିତ କରନ୍ତୁ | କିଛି ଏଭଳି ଦାବି ନେଇ ଏବେ ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ କରୁଛନ୍ତି ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ | ୟୁକ୍ରେନରେ ଋଷର ଆକ୍ରମଣ ଯୋଗୁଁ ଭାରତକୁ ଫେରିଆସିଥିବା ଛାତ୍ରଛାତ୍ରୀମାନଙ୍କ ପାଠପଢା କିଭଳି ପୁଣି ଆରମ୍ଭ ହୋଇପାରିବ, ସେହି ଦାବି ନେଇ ଅଭିଭାବକମାନଙ୍କ ସହ ଛାତ୍ରଛାତ୍ରୀମାନେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି | ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ରାଜ୍ୟମାନଙ୍କରେ ଥିବା ବିଶ୍ୱବିଦ୍ୟାଳୟରେ କିଭଳି ସେମାନଙ୍କ ଅଧ୍ୟୟନ ସମାପ୍ତ କରିହେବ ସେନେଇ କେନ୍ଦ୍ର ସରକାର ସହାୟତା କରନ୍ତୁ | +ଥାନା ରେ ଭଙ୍ଗାରୁଜା ଘଟଣାରେ 18 ଗିରଫ । +ଚିତ୍ରକୋଣ୍ଡା:-21/06/2022-ଅଳ୍ପ କିଛି ଦିନ ତଳେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୁଲିସ ବେଧଡ଼କ ଭାବେ ଗଞ୍ଜେଇ ଚାଲାଣ କରୁଥିବା ନେଇ ନୂଆଗୁଡା ପଞ୍ଚାୟତ ଆରଏସସି ତେର ନମ୍ବର ଗ୍ରାମରେ ଗଞ୍ଜେଇ ଓ ଗାଡ଼ି ଜବତ କରି ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋଟ ଚାଲାଣ କରିଥିଲା । +ଉକ୍ତ ଗ୍ରାମରେପୁଲିସ ଚାରିଜଣ ମହିଳାଙ୍କୁ ମାଡ଼ ମାରିଥିବା ମହିଳା ମାନେ ଅଭିଯୋଗ କରିବା ସହ ଉକ୍ତ ମହିଳା ମାନଙ୍କୁ ବଡ଼ାଇବା ପ୍ରତିବାଦ ରେ ଗଲା କାଲି ମାଲକାନଗିରି ଜିଲା କଂଗ୍ରେସ ତରଫରୁ ଚିତ୍ରକୋଣ୍ଡା ରେ 5000 ରୁ ଉର୍ଦ୍ଧ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପ୍ରତିବାଦ ଶୋଭାଯାତ୍ରା ସହ ସଭା କରି ଚିତ୍ରକୋଣ୍ଡା ଏସଡିପିଓ ଙ୍କ ବଦଳି ଦାବି ସହ ଅନ୍ୟାନ୍ୟ ଦାବି କରିଥିଲେ । +କଂଗ୍ରସ ସଭା ସମାପନ କରି କଂଗେସ ଦଳୀୟ ନେତୃବୃନ୍ଦ ବିଡ଼ିଓ ଙ୍କୁ ବ୍ଲକ କାର୍ଯ୍ୟାଳୟ ଭିତରକୁ ଦାବି ପତ୍ର ଯାଇଥିବା ବେଳକୁ ସଭା ସ୍ଥଳ ଥାନା ଆଗରେ ଥିବା କିଛି ଆଦିବାସୀ ଉତେକ୍ତ ହୋଇ ଚିତ୍ରକୋଣ୍ଡା ଥାନା ଗେଟ ଉପରେ ଚଢ଼ି ଗେଟ ଠେଲା ପେଲା କରି ଫିଟାଇ ପୁଲିସ ମାନଙ୍କୁ ମାରଣାସ୍ତ୍ର ଦେଖାଇ ଥାନା କାର୍ଯ୍ୟାଳୟ ଆଗରେ ଥିବା ବୋଲର ଗାଡ଼ି, ସିସି ଟିଭି, ଲାଇଟ ଓ ଆସବା ପତ୍ର କୁ ଭଙ୍ଗାରୁଜା କରିଥିଲେ । +ଉକ୍ତ ଭଙ୍ଗା ରୁଜା ଘଟଣାରେ ଚିତ୍ରକୋଣ୍ଡା ଥାନା ତେଇଶି ଜଣ ଙ୍କୁ ଗିରଫ କରିଥିବା ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ା ସୂଚନା ଦେଇଛନ୍ତ । +ଉକ୍ତ ଚିତ୍ରକୋଣ୍ଡା ଥାନାରେ ଚିତ୍ରକୋଣ୍ଡା ପୁଲିସ ସମେତ ତିନି ପ୍ଲାଟୁନ ପୁଲିସ ମୁତୟନ ଅଛନ୍ତି । +ବାରିପଦାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ନିଶାନିବାରଣ ଦିବସ ପାଳିତ । +ନିଶଦ୍ରବ୍ୟର କୁ ପ୍ରଭାବ ଓ… +ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ତତ୍ତ୍ଵ । +ବଧନାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ,ଜିଲ୍ଲା ଅବକାରୀ ବିଭାଗ ଓ ଜିଲ୍ଲା ଆରକ୍ଷୀ ବିଭାଗ ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳିତ ହୋଇଯାଇଛି । +ଜୁନ ୨୬ ତାରିଖ ଆନ୍ତର୍ଜାତିକ ନିଶା ନିବ । +ରଣ ଦିବସ ପାଳନ ଅବସରରେ ପ୍ରାତଃ ୯ ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରାଲି କୁ ଜିଲ୍ଲା ଆଇନ ପ୍ରାଧିକରଣ ସଚିବ ଶ୍ରୀ ସୌମ୍ୟସ୍ୱରୂପ ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । +ପରେ ରାଲି ବାରିପଦା ସହର ପରିକ୍ରମା କରି ସହିଦସ୍ମୃତି ଭବନ ସଭାଗୃହରେ ସମବେତ ହୋଇଥିଲା । +ତତ୍ପରେ ପୂର୍ବାହ୍ନ ୧୦ ଘଟିକା ସମୟରେ ବାରିପଦା ସହିଦ ସ୍ମୃତି ଭବନ ଠାରେ ଏକ ସଚେତନତା ସଭା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । +ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀ ସୌମ୍ୟସ୍ବରୂପ ସାହୁ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଟ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଜ୍ଞାନରଞ୍ଜନ ମହାନ୍ତି ଯୋଗଦେଇଥିଲେ । +ଏବଂ ମୁଖ୍ୟ ବକ୍ତା ଭାବେ ଆର ଡି ଏ ସି ସମ୍ପାଦକ ବିଜୟ କୁମାର ବେହେରା ଯୋଗଦେଇ ନିଶା ଦ୍ରବ୍ୟର ଅପବ୍ୟବହାର ,ଚୋରା ଚାଲାଣ ଏବଂ ନିଶା ଦ୍ରବ୍ୟ ସେବନ ଆଇନ ୧୯୮୫ ଅବତାରଣ କରିଥିଲେ । +ଆର ଡି ଏ ସି ଦ୍ୱାରା ପରିଚାଳିତ ନିଶାମୁକ୍ତି ଓ ଥଇଥାନ କେନ୍ଦ୍ରର ପୂର୍ବ ନିଶାସକ୍ତ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବାରୁ ଶ୍ରୀ ତପନ କୁମାର ସିଂ ବାବୁ ଓ ଶ୍ରୀ ଗୋଲକ ମାନସିଂ ଙ୍କୁ ଉତ୍ତରୀୟ ,ପୁଷ୍ପଗୁଚ୍ଛ ସହିତ ନଗଦ ଅର୍ଥରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । +ସର୍ବଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅନନ୍ତ କୁମାର ହେମ୍ବ୍ରମ ଧନ୍ୟବାଦ ଅର୍ପଣ କରିଥିଲେ । +ଲଭ-ସେକ୍ସ-ଧୋକା, ଜଣେ ଯୁବତୀଙ୍କ ସହ ସଂପର୍କ ରଖିଲେ, ଅନ୍ୟ ଜଣଙ୍କୁ ବିବାହ କରି ଗିରଫ ହେଲେ… +ସୁନ୍ଦରଗଡ, ୨୩/୦୪: ପ୍ରେମ ପରେ ପ୍ରତାରଣା କରିଥିବା ନେଇ ରାଜଗାଙ୍ଗପୁର ଥାନାରେ ମହିଳାଙ୍କ ଅଭିଯୋଗ ପରେ ବନ୍ଧା ହେଲେ ବିନିକା ଅତିରିକ୍ତ ତହସିଲଦାର ରୂପକ କୁଜୁର । +ବର୍ଷାଧିକ କାଳ ଜନୈକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ଅନେକ ଥର ଶାରୀରିକ ସମ୍ପର୍କ ରଖିବା ପରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । +ଏ କଥା ଜାଣିବା ପରେ ରୁପକଙ୍କ ନାଁରେ ଥାନାରେ ମାମଲା ଦାଏର କରିଥିଲେ ଯୁବତୀ । +ହେବା ପରେ ଆଜି ରାଜଗାଙ୍ଗପୁର ପୋଲିସ ଅତିରିକ୍ତ ତହସିଲଦାର ରୁପକ କୁଜୁରଙ୍କୁ ଗିରଫ କରିଛି । +ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯକ୍ରମ +ଆଜି କଣ୍ଟାମାଳ ବ୍ଲକ ସୁଣ୍ଡିପଦର୍ ପଞ୍ଚାୟତ ଅନ୍ତର୍ଗତ ଧୁଙ୍ଗିଆପଦର୍ ଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି । +ପ୍ରଥମେ ଗ୍ରାମବାସୀ ଉତ୍ସୁକତା ଓ ଆଗ୍ରହର ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଶୁଣିଥିଲେ । +ପରେ ଗ୍ରାମରେ କେନ୍ଦ୍ରୀୟ ଯୋଜନାରେ ଉପକୃତ ହୋଇଥିବା ବିଭିନ୍ନ ହିତାଧିକାରୀଙ୍କୁ ବିଜେପି କାର୍ଯକର୍ତ୍ତା ମାନେ ଭେଟିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । +ଗ୍ରାମର ବିଭିନ୍ନ ସମସ୍ୟା ବିଷୟରେ ଗ୍ରାମବାସୀ ଅବଗତ କରାଇଥିଲେ ଓ ଯଥା ଶୀଘ୍ର ଏହାର ସମାଧାନ ଦିଗରେ ନେତୃତ୍ଵଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । +ଉକ୍ତ କାର୍ଯକ୍ରମରେ ବିଜେପି ରାଜ୍ୟ ପ୍ରବକ୍ତା ଠାକୁର ରଞ୍ଜିତ ଦାସ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଓମ ପ୍ରକାଶ ମିଶ୍ର, ରାଜ୍ୟ ସଂଯୋଜକ ନାରାୟଣ କର୍ମୀ, ଶରତ ଖଣ୍ଡଗିରି, ସ୍ଵାଧୀନ କଲତା, ସୁଶାନ୍ତ ସୁନା, କମଳ ମିଶ୍ର, ତ୍ରିଦେବ ନାୟକ ପ୍ରମୁଖ ବିଜେପି ପକ୍ଷରୁ ଯୋଗ ଦେଇ ଥିଲେ । +ନକଲି ଡାକ୍ତରଙ୍କୁ ୫ ବର୍ଷ ଜେଲଦଣ୍ଡ, ଜାଲ୍‌ ସାର୍ଟିଫିକେଟ୍‌ ଦେଇ କରିଥିଲେ ସରକାରୀ ଚାକିରୀ +ସୁନ୍ଦରଗଡ଼, ୨୨/୦୪: ନକଲି ଡାକ୍ତରଙ୍କୁ ୫ ବର୍ଷ ଜେଲଦଣ୍ଡ ସହିତ ୬ ହଜାର ଜରିମାନା । +୨୦୧୯ ମସିହାରେ ସୁନ୍ଦରଗଡ଼ ଜିଲ୍ଲାର ନୂଆଁ ଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିଥିଲେ ନକଲି ଡାକ୍ତର ପଦ୍ମନାଭ ମୁଖୀ କାରୁଆ । +ଧରାପଡ଼ିବା ପରେ ତାଙ୍କୁ ଗିରଫ କରିଥିଲା ପୋଲିସ୍‌ । +ତେବେ ଏହି ମାମଲାର ବିଚାର କରି ସୁନ୍ଦରଗଡ଼ ଫାଷ୍ଟ ଟ୍ରାକ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । +ଆବୁଧାବିରୁ ଓଡ଼ିଆ ଯୁବକଙ୍କ ମରଶରୀର ଆଣିବା ନିମନ୍ତେ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ +ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆବୁଧାବିରୁ ଜଣେ ଓଡ଼ିଆ ଯୁବକଙ୍କ ମରଶରୀର ସ୍ୱଦେଶ ଫେରାଇ ଆଣିବା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି । +ଏହି ମୃତ ଯୁବକ ଯାଜପୁର ଜିଲ୍ଲା ଅନ୍ତର୍ଗତ ବରି ବ୍ଲକ ନାଥପୁର ଗ୍ରାମର ବିଭୂତିଭୂଷଣ ଜନା । +ଆଜି ଆବୁଧାବିରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ଚିଠି ଲେଖି ଶ୍ରୀ ପଣ୍ଡା ମୃତଦେହ ପଠାଇବା ବନ୍ଦୋବସ୍ତ କରିବାକୁ ନିବେଦନ କରିଛନ୍ତି । +କବିତା ମାହୁନ୍ତ ହେଲେ ମାଲକାନଗିରି ପୌର ପରିଷଦ ଉପାଧକ୍ଷା +ମାଲକାନଗିରି ପୌର ପରିଷଦ ଉପାଧକ୍ଷା ହେଲେ ଶ୍ରୀମତୀ କବିତା ମାହୁନ୍ତ । +ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପୌର ପରିଷଦ ଉପାଧ୍ୟକ୍ଷା ପଦବୀ ପାଇଁ ଶ୍ରୀମତୀ ମହୁନ୍ତ ଆବେଦନ କରିଥିବା ବେଳେ ଏହି ପଦବୀ ପାଇଁ ଅନ୍ୟ କେହି ଆବେଦନ କରି ନଥିଲେ । +ଫଳରେ ଆବେଦନ ସମୟ ଶେଷ ପରେ କବିତା ମହୁନ୍ତଙ୍କୁ ଉପାଧ୍ୟକ୍ଷା ଭାବେ ଘୋଷଣା କରାଯାଇଥିଲା । +ସାହୁ କାର ଙ୍କ ଶେ । +ଷଣ ର ଶୀକାର +ଶାଳ ମଞ୍ଜି ସଂଗ୍ରହକାରୀ +ଫୁଲବାଣି- (ସୁନୀଲ ପଟନାୟକ):ଏବେ ଗାଁ ଗହଳ ର ଆଦିବାସୀମାନେ ଶାଳ ମଞ୍ଜି ସଂଗ୍ରହ କରି ବାରେ ଲାଗିପଡିଛନ୍ତି । +କି ପିଲା କି ବୁଢା ସମସ୍ତେ ଲକ୍ ଡାଉନ ଯୋଗୁଁ ଘରେ ରହିଥିବା ଯୋଗୁ ଶାଳ ମଞ୍ଜି ସଂଗ୍ରହ କରି ଦିପଇସା ଯେପରି ମିଳିବ ସେଥିପାଇଁ ସମସ୍ତେ ଶାଳ ମଞ୍ଜି ସଂଗ୍ରହ କଲେ । +ହେଲେ ଉପଯୁକ୍ତ ପାରିଶ୍ରମିକ ପାଉ ନ ଥିବା କହିଛନ୍ତି । +ସାହୁକାର ମାନଙ୍କ ଶେଷଣ ର ଶିକାର ହେଉଥିବା ଅଭିଯୋଗ କରି ଛନ୍ତି ସଂଗ୍ରହକାରୀ । +କିଲେ । +ପିଛ । +୨୦ରୁ ୨୫ ଟଙ୍କା ଦରରେ ଶେଷରେ ବିକ୍ରିକରୁଛନ୍ତି । +ଥଣ୍ଡା ପାଣି କୁ ଏପରି ପିଉଛନ୍ତି କି ? ତେବେ ସାବଧାନ… +ଥଣ୍ଡା ପାଣି ପିଇବା ମାତ୍ରେ ସଙ୍ଗେ ସଙ୍ଗେ ଶାନ୍ତି ଅନୁଭବ ହୋଇଥିଲେ ମଧ୍ୟ, ମାତ୍ର ଏହାଦ୍ୱାରା ଶରୀରରେ ଅନେକ ରୋଗ ସୃଷ୍ଟି ହୋଇଥାଏ । +ଅଧିକ ଥଣ୍ଡାପାଣି ପିଇବା ଦ୍ୱାରା ଶରୀରରେ ଚର୍ବି ଜମାଟ ବାନ୍ଧି ରହିବା ସହ ଓଜନ ହ୍ରାସ ହେବାରେ ବାଧା ସୃଷ୍ଟି ହୋଇଥାଏ । +ଉଇହୁଙ୍କା ପରି ଦିଶୁଥିବା ଘରେ କଟୁଛି ବାର୍ଦ୍ଧକ୍ୟ, କାହା ପାଇଁ ଯୋଜନା! +ଖରା ବର୍ଷା କାହାକୁ ଖାତିର ନକରି ଦୁଃଖଦେଈ ସେହି ଝୁମ୍ପୁଡ଼ିରେ ରହୁଛନ୍ତି । +ହେଲେ ତାଙ୍କର ସେହି ଝୁମ୍ପୁଡ଼ି ଉପରେ କାହାର ନଜର ପଡ଼ୁନାହିଁ । +କେବଳ ୫ କେଜି ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ଦେଇ ସମସ୍ତେ ଚୁପ୍‌ ବସିଛନ୍ତି । +ତେବେ ଏଠି ପ୍ରଶ୍ନ ଉଠୁଛି, ଏ ଦୁନିଆରେ ଜଣେ ବୃଦ୍ଧାଙ୍କର କଣ ବଞ୍ଚିବାର ଅଧିକାର ନାହିଁ? କେତେ କଣ ସ୍ୱପ୍ନ ଦେଖାଉଥିବା ସରକାର ଜଣେ ବୃଦ୍ଧାଙ୍କୁ ରହିବା ପାଇଁ ଘର ଖଣ୍ଡିଏ ଯୋଗାଇ ପାରିବେ ନାହିଁ?ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ୍‌ ସଦର ମହକୁମାଠାରୁ ୮ କିମି ଗଲେ ପଡ଼ିବ ବାଲିପଟା ଗାଁ । +ଏହି ଗାଁରେ ସ୍ୱାମୀ ଓ ଦୁଇ ଝିଅଙ୍କୁ ନେଇ ବାସ କରୁଥିଲେ ଦୁଃଖଦେଇ ବିଶି । +୧୫ ବର୍ଷ ତଳେ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା । +ଏହା ପରେ ଦୁଇ ଝିଅଙ୍କ ଭିତରୁ ଜଣେ ପ୍ରେମ ବିବାହ କରି ଚାଲିଗଲେ । +ଆଉ ଜଣେ ଝିଅ ମାଆ ପାଖରେ ନରହି ସମ୍ପର୍କୀୟଙ୍କ ପାଖକୁ ଚାଲିଗଲେ । +ବର୍ତ୍ତମାନ ଦୁଇ ଝିଅଙ୍କ ଠିକଣା କାହା ପାଖରେ ନାହିଁ । +ଶେଷରେ ବାର୍ଦ୍ଧକ୍ୟରେ ଗଢ଼ିଲେ ଘର । +ଯେଉଁ ଘର ଦୂରରୁ ଉଇ ହୁଙ୍କା ପରି ଦେଖାଯାଉଛି । +ଝାଟି ମାଟିର ସେହି ଘରେ ସଳଖି ଠିଆ ହେବା କଷ୍ଟକର । +ତଥାପି ସେହି ଘର ଭିତରେ ଦୁଃଖକଷ୍ଟରେ ରନ୍ଧାବଢ଼ା କରି ବାର୍ଦ୍ଧକ୍ୟର ବଳକା ଜୀବନକୁ ଅତିବାହିତ କରୁଛନ୍ତି ଦୁଃଖଦେଈ । +ଅତିରିକ୍ତ ଗୋଦାମ ଗୃହ ଉଦଘାଟନ, ବହୁଦିନର ଦାବୀ ପୂରଣ ହେଲା :ଜିଲ୍ଲାପାଳ +ହରଭଙ୍ଗା,୨୦/୦୫ ବୌଦ୍ଧ ଜିଲ୍ଲା:ହରଭଙ୍ଗା ବ୍ଲକ ଅନ୍ତର୍ଗତ ସଂକୁଲୋଇ ପଂଚାୟତର ବୁଲୁରା ଗ୍ରାମରେ ଆଜି ଅତିରିକ୍ତ ଗୋଦାମ ଗୃହ ଉଦଘାଟିତ ହୋଇଯାଇଛି । +ପ୍ରକାଶ ଥାଉକି ସଂକୁଲୋଇ ପଂଚାୟତ ୧୩ଟି ୱାର୍ଡକୁ ନେଇ ଗଠିତ । +ପଂଚାୟତ କାର୍ଯ୍ୟଳୟ ଠାରୁ ୧୫ କି. ମି ଦୂରରେ ୫ଟି ୱାର୍ଡ ଅବସ୍ଥିତ ଯଥା -ମଲ୍ଲିକପଡ଼ା, ପାଣିଘରା, ରାଉତପଡ଼ା, ଓ ବୁଲୁରା ଆଦି ଅଟେ । +ଏହି ସବୁ ୱାର୍ଡ ଠାରୁ ପଂଚାୟତ କାର୍ଯ୍ୟଳୟର ଦୂରତା ୧୫କି. ମି ଅଟେ ଏଣୁ ଏହି ୱାର୍ଡ ବାସୀ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପାଇଁ ଘାଟି, ପର୍ବତ ଦେଇ ପଂଚାୟତକୁ ବହୁ କଷ୍ଟରେ ଯିବାଆସିବା କରିଥାନ୍ତି । +ବହୁ ଦିନରୁ ୱାର୍ଡବାସୀ ଏ ସମ୍ପର୍କରେ ଦାବୀ ଆପତ୍ତି କରିଆସୁଥିଲେ । +ବୁଲୁରା ଠାରେ ଏକ ଅତିରିକ୍ତ ଗୋଦାମ ଗୃହ କରି ୫ଟି ୱାର୍ଡ ବାସୀଙ୍କୁ ଚାଉଳ ଯୋଗାଇ ଦେବାପାଇଁ ଏହି ସମସ୍ୟାକୁ ଗୁତୁତ୍ୱ ନେଇ ବୌଦ୍ଧ ବିଧାୟକ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ସଂକୁଲୋଇ ପଂଚାୟତର ବୁଲରା ଗ୍ରାମରେ ଅତିରିକ୍ତ ଗୋଦାମ ଗୃହ ମଞ୍ଜୁରୀ କରିଥିଲେ । +ଏହି ଅବସରରେ ଆଜି ଏହି ଗୋଦାମଗୃହ ଉଦଘାଟନ ହୋଇଛି । +ଫଳରେ ୫ଟି ୱାର୍ଡର ୨୦୦୦ ଲୋକ ଉପକୃତ ହୋଇପାରିବେ । +ଆଜି ଉଦଘାଟନୀ ଉତ୍ସବରେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, ଜିଲ୍ଲପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ଯୋଗାଣ ଅଧିକାରୀ, ସଂକୁଲୋଇ ପଂଚାୟତ ସରପଞ୍ଚ ସୁଶ୍ରୀତା ଛନ୍ଦା, ସମିତିସଭ୍ୟ ରଶ୍ମିତା ମହାକୁଡ଼ ପ୍ରମୁଖ ଯୋଗଦେଇଥିଲେ । +ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ନବୀନ +ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । +ଏହି ଅବସରରେ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । +କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବିଧାୟକ ଦେବୀ ମିଶ୍ରଙ୍କ ସମେତ ବିଜେଡିର କିଛି ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଥିଲେ । +ଓଏଏସ୍ ସ୍ତରରେ ଅଦଳବଦଳ +ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି । +୯ ଜଣ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଅର୍ପଣ କରାଯାଇଥିବାର ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତିରେ ଜଣାଇଛି । +ବରିଷ୍ଠ ଓଏଏସ ମନୋରଞ୍ଜନ ମଲ୍ଲିକଙ୍କୁ ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ ସଚିବ ଭାବେ ଅବସ୍ଥାପିତ କରାଯାଇଛି । +ସେ ସେଠାରେ ପୂର୍ବରୁ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିଲେ । +ସେହିପରି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ତଥା କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଶ୍ରୀଧର ନାୟକଙ୍କୁ ରାଜ୍ୟ ସୂଚନା କମିଶନ ସଚିବ ଭାବେ ବଦଳି କରାଯାଇଛି । +ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କଶେଖର ଦାଶ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ନିଯୁକ୍ତ ହୋଇଥିବା ବେଳେ ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ କୁମାର ମହାନ୍ତିଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଭାବେ ନୂଆ ନିଯୁକ୍ତି ମିଳିଛି । +ଜିଲ୍ଲାସ୍ତରୀୟ ଵିଶ୍ଵ ରକ୍ତ ଦାତା ଦିବସ ପାଳିତ । +ମାଲକାନଗିରି 14/06/22ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ସୋସାଇଟିର ଅଧ୍ୟକ୍ଷ ଵିଶାଳ ସିଂ ଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ ଦିନଦୟାଲ ଉପାଧ୍ୟାୟ ଗ୍ରାମ୍ୟ କୌଶଳ ଯୋଜନା କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ଵିଶ୍ଵ ରକ୍ତ ଦାତା ଦିବସ ପାଳିତ ହୋଇଯାଇଛି । +ଜିଲ୍ଲାରେଡକ୍ରସ୍ ର ଆବାହକ ଡଃ ରଞ୍ଜନ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତା ରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । +ଡଃ ପ୍ରଫୁଲ୍ଲ କୁମାର ନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗଦେଇ ରକ୍ତଦାନର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ । +ସଭା ଆରମ୍ଭ ରେ ଡି. ଡି. ଇଉ. ଜି. କେ. ୱାଇ. ର ଅଧ୍ୟକ୍ଷ ପ୍ରିୟବ୍ରତ ସ୍ଵାଇଁ ସ୍ଵାଗତ ଭାଷଣ ଦେଇଥିଲେ । +ହେନେରୀ ଡୁନାଣ୍ଟ ଙ୍କ ଫଟୋ ରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା । +ଏହି ଅବସରରେ ଆଠଟି ରକ୍ତଦାତା ଅନୁଷ୍ଠାନ ଯଥା ଜୀବନ ବିନ୍ଦୁ, ଆମ ଓଡ଼ିଶା, ଜୟ ମାଲକାନଗିରି, ଟିମ୍ ଉଇକେନ୍, ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ, ମାହେଶ୍ଵରୀ ଯୁବ ସଙ୍ଗଠନ, ତ୍ରିରଙ୍ଗା, ସୁନୀଜାନା ସମଜିତ କମିଟି ଆଦି ଙ୍କୁ ଆମନ୍ତ୍ରିତ କରି ମାନପତ୍ର ପ୍ରଦାନ କରାଯାଇଥିଲା । +ଏହି ଅବସରରେ ପୂର୍ବତନ ବିଧାୟକ ତଥା ଆଦିବାସୀ କଲ୍ୟାଣ ବିଭାଗ ଅଧ୍ୟକ୍ଷ ମାନସ ମାଡକାମୀ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । +ଏହି କାର୍ଯ୍ୟକ୍ରମ 2005 ମସିହାରୁ ପ୍ରତି ବର୍ଷ ପାଳନ କରାଯାଇଥାଏ । +ଵୈଜ୍ଞାନିକ କାର୍ଲ ଲେଣ୍ଡ ଷ୍ଟାଇନର୍ ଙ୍କ ଜନ୍ମ ଦିବସକୁ ଵିଶ୍ଵ ରକ୍ତ ଦାତା ଦିବସ ଭାବେ ପାଳନ କରାଯାଇଥାଏ । +ଏହି ଅବସରରେ କାମରାଜୁ ଜେନା, ଜଗଦୀଶ ନାୟକ, ଶଙ୍କର ପାଣିଗ୍ରାହୀ, ଜଗୁ ପଢିଆରୀ, ସୁଜିତ ପାଣିଗ୍ରାହୀ,ଅମରେଶ ମହନ୍ତ, ଲୋକେଶ ସୁମାନୀ, କେ ଗୋପାଳ ରାଓ, ଆଦି ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । +ଏହି ଅବସରରେ ଏକ ରାଲି ଓ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । +ସଭା ଶେଷରେ ମୃତ୍ୟୁଞ୍ଜୟ ଶତପଥୀ ଧନ୍ଯବାଦ ଅର୍ପଣ କରିଥିଲେ । +ସିଦ୍ଧୁଙ୍କ ପୂର୍ବରୁ ଜେଲ୍ ଯାଇଥିବା ୭ ହାଇ ପ୍ରୋଫାଇଲ ନେତା +ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ପାଲଟି ଥିବା ନବଜୋତ ସିଂହ ସିଦ୍ଧୁଙ୍କୁ ଗୁରୁବାର ସୁପ୍ରିମକୋର୍ଟ ୧ ବର୍ଷ ଜେଲ୍‌ଦଣ୍ଡ ଦେଇଛନ୍ତି । +ଏହି ମାମଲାରେ ତାଙ୍କୁ ୩ ବର୍ଷ ପୂର୍ବେ ସୁପ୍ରିମକୋର୍ଟ କେବଳ ୧୦୦୦ ଟଙ୍କା ଜରିମାନା ଲାଗୁ କରି ଛାଡ଼ିଦେଇଥିଲେ । +ଏବେ ସେ ଜେଲ ଦଣ୍ଡାଦେଶ ପାଇବା ପରେ ଗତକାଲିଠାରୁ ପଟିଆଲା ସେଣ୍ଟ୍ରାଲ ଲେଜ୍‌ରେ କଏଦୀ ଜୀବନ ଆରମ୍ଭ କରିଛନ୍ତି । +ତେବେ ସିଦ୍ଧୁଙ୍କ ପୂର୍ବରୁ ଆଉ ୭ ଜଣ ହାଇପ୍ରୋଫାଇଲ ନେତା ମଧ୍ୟ ଜେଲ୍‌ ଯାଇଛନ୍ତି । +ସେମାନଙ୍କ ମଧ୍ୟରେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଠାରୁ ଆରମ୍ଭ କରି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ମଧ୍ୟ ରହିଛନ୍ତି । +ଭୈରବୀ କଲେଜରେ ବିପର୍ଯ୍ୟୟ ତାଲିମ ଶିବିର +ହରଭଙ୍ଗା (୧୯/୦୫ ) : ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ କନିଷ୍ଠ କଲେଜରେ ହରଭଙ୍ଗା ବ୍ଲକ ପ୍ରଶାସନ , ହରଭଙ୍ଗା ତହସିଲଦାର ଏବଂ ଓଡିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । +ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ମନୋଜ କୁମାର ପାଠୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର, ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ଜାନୀ, ଜିପିଓ ବିରଞ୍ଚି ନାରାୟଣ ପଣ୍ଡା, । +FM କୃଷ୍ଣଚନ୍ଦ୍ର ଗୌଡ଼ ପ୍ରମୁଖ ଯୋଗଦେଇ ହରଭଙ୍ଗା ଦମକଳ କେନ୍ଦ୍ରର କର୍ମକାର୍ତ୍ତାଙ୍କ ଦ୍ଵାରା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମୟରେ ହେଉଥିବା ପ୍ରାକୃତିକ ଓ କୃତ୍ରିମ ବିପର୍ଯ୍ୟୟ ପରିଚାଳନା ଏବଂ ଅପାତ କାଳୀନ ସେବା ଉପରେ ତାଲିମ ଦେଇଥିଲେ । +ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ନେହେରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା ସୁଧିର ଦୀପ ପ୍ରମୁଖ ସହଯୋଗ କରିଥିଲେ । +ଅଧ୍ୟାପକ ସଦାଶିବ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । +ଏହି ତାଲିମ ଶିବିରରେ କଲେଜର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । +ଅକ୍ଷୟ ତୃତୀୟା ଅବସରରେ କୃଷକ ଦିବସ ଓ କୃଷି ମେଳା ପାଳନ +ମାଲକାନଗିରି:ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା କୃଷି ବିଭାଗ ପୋକ୍ଷ ରୁ କୃଷକ ଦିବସ ପାଳନ ସହ କୃଷି ମେଳା ପାଳନ କରାଯାଇଛି । +ଏହି କୃଷକ ମେଳା ମାଥିଲି ସ୍ତିତ କୃଷି ଫାର୍ମ ରେ ଅନୁଷ୍ଟିତ ହୋଇଯାଇଛି । +ଏହି ମେଳା ଦୁଇଦିନ ଧରି ଚାଲିବ । +ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମ । +ରି ତ । +ଙ୍ଗୁଲ ଙ୍କ ଦ୍ଵାରା ଏହି କୃଷି ମେଳା ର ଶୁଭ ଉଦଘାଟନ କରଯାଇଥିଲା । + ଆଜିର ଏହି ପବିତ୍ର ଦିବସ ରେ ପ୍ରଥମ କରି ମାଟିରେ ବିହନ ବିଞ୍ଚାଜିବ +ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ । +ଏହି ଦୁଇଦିନ ଧରି କୃଷି ରଥ ସଚେତନତା କାର୍ଯ୍ୟକ୍ରମ ଚାଲିବ । +ଜିଲ୍ଲା କୃଷି ଅଧିକାରି ଏନ. ହାୟା ଗ୍ରେଭା ,ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଶାନ୍ତନୁ କୁମାର ମହାପାତ୍ର ଉପସ୍ଥିତ ରହି ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟଗୀ ଯୋଜନା, ପ୍ରଧାମନ୍ତ୍ରୀ ଫସଲ ବୀମା ଯୋଜନା ,ମୁର୍ତିକା ପରୀକ୍ଷା ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଭାବରେ ଚାଷୀ ମାନଙ୍କୁ ବୁଝାଇଥିଲେ । +ଅନ୍ୟ ମାନଙ୍କ ମଧ୍ୟରେ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ ବ । +କା ଏବଂ ଜିଲ୍ଲା ଚାଷୀ ସଂଘ କର୍ମ କର୍ତ୍ତା ମାନେ ,ସରପଂଚ,ସମିତି ସଭ୍ୟ ଏବଂ ସମସ୍ତ ଜନ ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ରହିଥିଲେ । +ମୟୂରଭଞ୍ଜ ଛଉ ନୃତ୍ୟ ପାଠ୍ୟ ଖସଡା ପ୍ରସ୍ତୁତି କର୍ମଶାଳା ଉଦ୍‌ଘାଟନ । +ମୟୂରଭଞ୍ଜ ପ୍ରତିଷ୍ଠାନ ବାରିପଦା ତଥା ଜିଲ୍ଲା ପ୍ରଶାସନ ମୟୂରଭଞ୍ଜ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ତଥା ସଂଗ୍ରହାଳୟ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି ଙ୍କ ପୌରହିତ୍ୟରେ ମୟୂରଭଞ୍ଜ ଛଉନୃତ୍ୟ ତାଲିମ କେନ୍ଦ୍ର ପ୍ରତିଷ୍ଠା ନେଇ ଏକ ବର୍ଷିଆ ଛଉନୃତ୍ୟ ଓ ବାଦ୍ୟର ପାଠ୍ୟ ଖସଡା ପ୍ରସ୍ତୁତି ନିମନ୍ତେ ଏକ ପାଞ୍ଚ ଦିନିଆ କର୍ମଶାଳାର ଉଦ୍‌ଘାଟନ ହୋଇଯାଇଛି । +ଉକ୍ତ କର୍ମଶାଳାରେ ବହୁ ପୁରାତନ ବର୍ଷିଆନ ଛଉନୃତ୍ୟ ଗୁରୁ ଶ୍ରୀ ଶିବ ପ୍ରସାଦ ଦାସଙ୍କ ସହିତ ଉତ୍ତରସାହି ଓ ଦକ୍ଷିଣସାହି ବାରିପଦା ଗୁରୁ,ଉସ୍ତାଦ ବାଦ୍ୟଗୁରୁ, ବାଦ୍ୟକାର, କଳାକାରଙ୍କ ସହିତ କର୍ମକର୍ତ୍ତାବୃନ୍ଦ ତତ୍‌ସହିତ ମୟୂରଭଞ୍ଜ ଜିଲ୍ଲାର ଗ୍ରାମୀଣ ଚିତ୍ରଡା ଓ ରାଇରଙ୍ଗପୁର ସବ୍‌ଡିଭିଜନରୁ ବହୁ ପୁରାତନ କଳାକାର, ଗୁରୁ, ବାଦ୍ୟକାର ତଥା କର୍ମର୍କାବୃନ୍ଦ ଉପସ୍ଥିତ ରହି ଏହି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । +ଯାହାକି ଆଗାମୀ ୨୫.୦୬.୨୦୨୨ ରିଖ ପର୍ଯ୍ୟନ୍ତ ଚାଲିବ । +ଉକ୍ତ କର୍ମଶାଳା ମାଧ୍ୟମରେ ଏକ ବର୍ଷ ସମୟ ଅବଧି ମଧ୍ୟରେ ନୂତନ ନୃତ୍ୟ ଓ ବାଦ୍ୟ ଶିକ୍ଷାବିତମାନେ କେଉଁଭଳି ପାଠ୍ୟ ଖସଡା ଅନୁଯାୟୀ ଶିକ୍ଷାଲାଭ କରିବେ ତା ଉପରେ ଗଭୀର ଆଲୋକପାତ କରି ବହୁ ପୁରାତନ ଗୁରୁ, ଉସ୍ତାଦ ଓ ଆଗଧାଡିର କଳାକାରମାନଙ୍କ ମତାମତ, ଆଲୋଚନା, ପର୍ଯ୍ୟାଲୋଚନା କରାଯାଇ ତାହାକୁ ବାସ୍ତବିକ କ୍ରୀୟାତ୍ମକ ଚକ୍ରରେ ଉପସ୍ଥାପନା କରାଯାଇ ଲିପିବଦ୍ଧ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଅଛି ଏବଂ ଉକ୍ତ ପାଠ୍ୟଖସଡା ଅନୁଯାୟୀ ଶିକ୍ଷାବିତ୍‌ମାନେ ଶିକ୍ଷାଲାଭ କରିବେ ଏବଂ ଉକ୍ତ ପାଠ୍ୟଖସଡା ସର୍ବସମ୍ମତି କ୍ରମେ ପ୍ରସ୍ତୁତ ହେବାପରେ ଜିଲ୍ଲା ପ୍ରଶାସନ ତଥା ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନ ଜରିଆରେ ରାଜ୍ୟ ସଂସ୍କୃତି ବିଭାଗ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୂବନେଶ୍ୱରଙ୍କୁ ପ୍ରେରଣ କରାଯିବା ସହ ତାଲିମ କେନ୍ଦ୍ରର ଶୁଭାରମ୍ଭ ହେବ । +ଉକ୍ତ କର୍ମଶାଳା ପ୍ରତ୍ୟେକ ଦିନ ଦିବା ୯.୩୦ ଘଟିକାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ତା. ୨୫.୦୬.୨୦୨୨ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ଅନନ୍ତ ପ୍ରସାଦ ସେଠୀ ସୂଚନା ଦେବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ । +ଜଳ ଛାୟା ପକ୍ଷରୁ ଆମ୍ବ ଓ ଫୁଲ ଝ । + ଡୁ ଚାଷ ଆଦିବାସୀ ଙ୍କୁ ସ୍ୱାବଲମ୍ବୀ କରିଛି +ଫୁଲ ବାଣୀ- ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାର ଗରୀବ ଆଦିବାସୀ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ ଚକାପାଦ ଜଳ ବିଭାଜିକା ପ୍ରକଳ୍ପ ପକ୍ଷରୁ ବନ୍ଧ ଖମଣଗ୍ରାମରେ କରାଯାଇଥିବା ଆମ୍ବ ଓ ଫୁଲ ଝାଡୁଚାଷ ଆଦିବାସୀ ଙ୍କୁ ଆତ୍ମ ନିର୍ଭରଶିଳକରିଛି । +ମହାତ୍ମ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗା ରେ ବନ୍ଧଖମଣଗ୍ରାମରେଗତ ୨୦ ୨୦/୨୧ଆର୍ଥୀକ ବର୍ଷରେ ୪-୫ ହେକ୍ଟର ଚାଷ ଜମିରେ ୮ଲକ୍ଷ ୩୦ ହଜାର ଟଙ୍କା ଅନୁଦାନରେ ଆମ୍ବ ଓ ଫୁଲ ଝାଡୁଚାଷ କରାଯାଇଥିଲା । +Iଏଥିରେ ୨୩୨୭ ଶ୍ରମ ଦିବସ ସୃଷ୍ଟି କରାଯାଇ ୪ଲକ୍ଷ ୮୧ହଜାର ୭୯୩ ଟଙ୍କା ମଜୁରୀ ପ୍ରଦାନ କରାଯାଇଥିବାବେଳେ ସାମଗ୍ରୀ ବାବଦରେ ୩ଲକ୍ଷ ୪୮ହଜାର ୨୦୭ ଟଙ୍କା ଏହି ପରି ମୋଟ ୮ଲକ୍ଷ ୩୦ ହଜାର ଟଙ୍କା ଖର୍ଚ କରାଯାଇ ଥିଲା । + । +ଗଛ ଚାରା ଯେପରି ନଷ୍ଟ ନ ହେବ ସେଥିପାଇଁ ଚର୍ତୁ ପାଶ୍ୱରେ ତାର ବାଡ଼ ମଧ୍ୟ ବୁଲାଯାଇଥିଲା । +ଫଳରେଚାଷ ଭଲ ହୋଇଥିଲା । +ହିତାଧିକାରୀ ମାନେ ଝାଡୁ ବିକ୍ରୀ କରି ଦୁଇପଇସା ପାଇଥିବା କୁହାଯାଉଛି । +ଆଗକୁ କଲମୀ ଆମ୍ବ ମଧ୍ୟ ବିକ୍ରିକରି ଲାଭବାନ ହେବେ । +ସେହିପରି ଜିଲ୍ଲାରେ ଗତ ବର୍ଷ ଯାଏ ଦୁଇହଜାର ଛଅଶହ ପଞ୍ଚସ୍ତୋରୀଟି ଫାର୍ମ ପଣ୍ଡ ନିର୍ମାଣ କରାଯାଇ ଚାଷୀମାନଙ୍କ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇଥିବା କଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ ତ୍ରିପାଠୀ କହିଛନ୍ତି । +ଏଥିରେ ୫,୭ ୭,୦୫୨ ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ବିଭାଗ ସୂତ୍ରରୁ ଜଣାପଡିଛି । +କେବଳ ଏହି ଗୋଟିଏ ସ୍ଥାନ ନୁହେଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳ ବିଭାଜିକା ପକ୍ଷରୁ ଫଳ ଚାଷ କରାଯାଉଛି ଯାହାକି ଆଗାମୀ ଦିନରେ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୁର୍ଦ୍ଧିରେ ସହାୟକ ହେବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ତ୍ରିପାଠୀ କହିଛନ୍ତି । +ମନ୍ଦିର ପରିଷରରେ ବିଜେପି ର ପତାକାଧରି ଦଳିୟ କାର୍ଯ୍ୟକ୍ରମ କୁ ପଦ୍ମପୁର କୁଳିତା ସମାଜ ତରଫରୁ… +ବରଗଡ଼ ― ବରଗଡ଼ ଜିଲ୍ଲା ପଦମପୁର ଉପଖଣ୍ଡ ବାବା ବିସାସହେ କୁଳ କୁଲିତା ସମାଜ ତରଫରୁ ପଦମପୁର ସଭାପତି ଆଇନଜୀବି ଶ୍ରୀଯୁକ୍ତ ଯୋଗେନ୍ଦ୍ର ଭୋଇଙ୍କ ସଭାପତିତ୍ଵ ରେ ଏକ ସାଧାରଣ ସଭା ନୃସିଂହନାଥ ସ୍ଥିତ ରାମଚଣ୍ଡି ମନ୍ଦିର ରେ ଅନୁଷ୍ଠିତ ହୋଇଥିଲା । +ଗତ ୨୪ ତାରିଖରେ ବିଜେପି ତରଫରୁ ଦଲିୟ ପତାକା ଧରି ରାମଚଣ୍ଡି ମନ୍ଦିର ଠାରେ ପ୍ରଦର୍ଶନ କରାଯାଇଥିଲା । +ବିଜେପିର ଏଭଳି କାର୍ଯ୍ୟକ୍ରମ କୁ ସଭାରେ ଉଦବେଗ ପ୍ରକାଶ କରି ତାଙ୍କ ପ୍ରତି ନିନ୍ଦା ପ୍ରସ୍ତାବ ଗ୍ରହଣ କରାଯାଇଥିଲା । +ବରଗଡ ଜିଲ୍ଲା କୃଷକ ମୋର୍ଚାର ଜିଲ୍ଲା କୋଅରଡିନେଟର ଯୋଗେନ୍ଦ୍ର ଭୋଇ ବିଜେପି କର୍ମକର୍ତା ସହିତ ଏହି ନିନ୍ଦନୀୟ କାର୍ଯ୍ୟକ୍ରମ କରିଥିବାରୁ ସେ ନିଜକୁ ଦୋଷୀ ସ୍ବୀକାର କରି ସଭାରେ କ୍ଷମା ମାଗିଥିଲେ । +ଏବଂ ଆଗକୁ ଏଭଳି କାମ କରିବେ ନାହିଁ ବୋଲି କହିଥିଲେ । +ଉକ୍ତ ସଭାରେ ସହ ସହ ସଂଖ୍ୟାରେ ଝାରବନ୍ଧ,ପାଇକମାଳ,ପଦମପୁର ଅଞ୍ଚଳର ଜାତିଭାଇ ମାନେ ଯୋଗଦାନ କରିଥିଲେ । +ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ କୁଲିତା ସମାଜ ଜିଲ୍ଲା ଉପ ସଭାପତି ଶ୍ରୀଯୁକ୍ତ ହେମ ସାଗର ସାହୁ ,କାର୍ଯ୍ୟକାରିଣୀ ସଭାପତି ଭୋଲାନାଥ ପଧାନ,ସଂପାଦକ ଟାଇଲ ଚନ୍ଦ୍ର ଭୋଇସ,ଲକ୍ଷ୍ମଣ ବେହେରା , ତୁଲାରାମ ପଧାନ,ହାରାଧନ ପଧାନ,ଗୋବିନ୍ଦ ଭୋଇ,ପୁଷ୍ପରାଜ ପଧାନ କ୍ଷିରୋଦ୍ର ପଧାନ,ନିତ୍ୟାନନ୍ଦ ପଧାନ ,ଗୋପ ସାହୁ,ନରେନ୍ଦ୍ର ପଧାନ,ଚନ୍ଦୁଲାଲ ପଧାନ,ଲିଙ୍ଗରାଜ ପଧାନ,ଭୀଷ୍ମଦେବ ସାହୁ ,ଗୁଣନିଧି ସାହୁ ଉପସ୍ଥିତ ଥିଲେ । +୫ଟି ହାଇସ୍କୁଲ ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଲୋକାର୍ପଣ +ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ +ଭୁବନେଶ୍ୱର, ୨୪/୦୬: ନିଶା ନିବାରଣ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ରାଷ୍ଟ୍ରୀୟ ସେବା ଯୋଜନା ପକ୍ଷରୁ ଗୁରୁବାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । + ଆସନ୍ତା ଜୁନ୍ ୨୬ ତାରିଖ ଆନ୍ତର୍ଜାତୀୟ ଔଷଧ ଅପବ୍ୟବହାର ଏବଂ ବେଆଇନ୍ କାରବାର ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ +ଆୟୋଜନ କରାଯାଇଥିଲା । +ଭାରତ ସରକାରଙ୍କ ଗୃହ ବିଭାଗ ଅଧିନସ୍ଥ ନାରକୋଟିକ୍ସ କନଂଟ୍ରୋଲ ବ୍ୟୁରୋର ଇଂଟେଲିଜେନ୍ସ ଅଫିସର ଶ୍ରୀ ବିଶ୍ୱନାଥ ଘୋଷ ଏକ ପିପିଟି ଉପସ୍ଥାପନା କରି ଛାତ୍ରଛାତ୍ରୀ ମାନଙ୍କୁ ନିଶାଦ୍ରବ୍ୟ ଅପବ୍ୟବହାର ବିଷୟରେ ଅବଗତ କରାଇଥିଲେ । +ଏହି ସବୁ ଡ୍ରଗ୍‌ସ ମାନବ ସମାଜରେ ସ୍ୱାସ୍ଥ୍ୟ ପ୍ରତି ସୃଷ୍ଟି କରୁଥିବା ଭୟଙ୍କର ପରିସ୍ଥିତି ସଂପର୍କରେ ଉଦାହରଣ ଦେଇ ସେ ସଚେତନ କରିଥିଲେ ଏବଂ ଏଥି ସହିତ ଭାରତରେ କିପରି କୌଣସି ବ୍ୟକ୍ତି ନିଷିଦ୍ଧ ଡ୍ରଗର ଏକ ଗ୍ରାମ ମଧ୍ୟ ସାଙ୍ଗରେ ନେଇ ଭ୍ରମଣ କରିବାରେ ପ୍ରତିବନ୍ଧକ ରହିଛି ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ । +ସୋଆର କୁଳପତି ପ୍ରପେସର (ଡାକ୍ତର) ଅଶୋକ କୁମାର ମହାପାତ୍ର କାର୍ଯ୍ୟକ୍ରମ ରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ କିପରି ଡ୍ରଗ୍‌ସ ଠାରୁ ଦୁରେଇ ରହିବେ ଏବଂ ଏକ ସୁସ୍ଥ ସମାଜରେ ରହିବେ ସେ ସଂପର୍କରେ ନିଜର ମତ ରଖିଥିଲେ । +ଏହିଭଳି ସଚେତନା କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ପ୍ରତିଟି ହଷ୍ଟେଲରେ କରିବା ଉପରେ ସେ ଜୋର ଦେଇଥିଲେ । +ୟୁନିଭସର୍ଟି ଆଉଟରିଚ ପ୍ରୋଗ୍ରାମ ଡାଇରେକ୍ଟର ପ୍ରଫେସର ନଚିକେତା ଖମାରୀ ଶର୍ମା ଅତିଥି ପରିଚୟ ପ୍ରଦାନ କରିଥିଲେ । +ସୋଆ ଏନଏସଏସ ପକ୍ଷରୁ ବିଗତ ୫ ବର୍ଷରେ ଆୟୋଜିତ ନିଶା ନିବାରଣ କାର୍ଯ୍ୟକ୍ରମ ଉପରେ ମଧ୍ୟ ସେ ଏକ ସଂକ୍ଷିପ୍ତ ବିବିରଣୀ ଦେଇଥିଲେ । +ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ମଧ୍ୟ ସମସ୍ତଙ୍କୁ ନିଶା ଠାରୁ ଦୂରେଇ ରହିବା ପାଇଁ କହିଥିଲେ । +ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ମଧ୍ୟ ନିଜ ବକ୍ତବ୍ୟ ରଖିଥିଲେ । +କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏନସିବିର ଅନ୍ୟତମ ଦୁଇ ପ୍ରମୁଖ ଇଂଟେଲିଜେନ୍ସ ଅଫିସରଙ୍କ ସହିତ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି, ପ୍ରୋଗ୍ରାମ ଅଫିସର ଏବଂ ଆଇଏସଏସ, ଏସପିଏସ୍‌, ଏସଏନସି, ଆଇଟିଇଆର ଓ ଏସଏନଆଇଏଲରୁ ୩୦୦ ଏନଏସଏସ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ । +ପରିଶେଷରେ ଏନଏସ୍‌ଏସ୍ ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । +ଜାପାନକୁ ୨-୧ରେ ହରାଇଲା ଭାରତ +ଜାକର୍ତ୍ତା : ଚଳିତ ପୁରୁଷ ଏସିଆ କପ୍‌ ହକି ପ୍ରତିଯୋଗିତାର ସୁପର-୪ରେ ପର୍ଯ୍ୟାୟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ । +ଶନିବାର ସୁପର-୪ର ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଜାପାନକୁ ୨-୧ ଗୋଲ୍‌ରେ ପରାସ୍ତକରି ଭାରତ ପୂରା ୩ ପଏଣ୍ଟ ପାଇଛି । +ସୂଚନାଯୋଗ୍ୟ; ଗତଥରର ଚମ୍ପିଆନ୍ ଭାରତକୁ ପ୍ରଥମ ରାଉଣ୍ଡ ଲିଗ୍ ପର୍ଯ୍ୟାୟରେ ୫-୨ ଗୋଲ୍‌ରେ ଜାପାନ ପରାସ୍ତ କରିଥିଲା । +ତେବେ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ନେତୃତ୍ବାଧୀନ ଭାରତୀୟ ଦଳ ଶନିବାର ଜାପାନକୁ ହରାଇ ପୂର୍ବ ପରାଜୟର ପ୍ରତିଶୋଧ ନେଇପାରିଛି । +ଭାରତ ପାଇଁ ମନଜିତ ସିଂହ ୮ ମିନିଟରେ ଓ ପୱନ ରାଜଭର ୩୫ ମିନିଟରେ ୨ଟି ଗୋଲ୍‌ ଦେଇଥିଲେ । +ବିଜେଡିରେ ମିଶିଲେ କଟକର ମିନତି ପଟ୍ଟନାୟକ +କଟକ: ବିଜେଡିରେ ମିଶିଲେ କଟକର ମିନତି ପଟ୍ଟନାୟକ । +ଆଜି ବିଧିବଦ୍ଧ ଭାବେ ବିଜେଡିର ସାଙ୍ଗଠନିକ ସମ୍ପାଦକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ମିନତି ସାମିଲ ହୋଇଛନ୍ତି । +ପୁଷ୍ପଗୁଚ୍ଛ ଦେଇ ମିନତିଙ୍କୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସ୍ୱାଗତ କରିଛନ୍ତି । +ପୂର୍ବରୁ ମିନତି ତାଙ୍କ ମହାନତାକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ । +ଜଣେ ରିକ୍ସା ଚାଳକଙ୍କୁ ତାଙ୍କର କୋଟିଏ ଟଙ୍କାର ସମ୍ପତ୍ତି ଦାନ କରିଥିଲେ । +କିଛି ବର୍ଷ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କର ଏକ ମାତ୍ର ଝିଅର ମଧ୍ୟ ଦେହାନ୍ତ ହୋଇଛି । +ସେ ନିରାଶ୍ରୟ ହୋଇପଡ଼ିଥିବା ବେଳେ ରିକ୍ସା ଚାଳକଙ୍କ ପରିବାର ତାଙ୍କର ବହୁ ଯତ୍ନ ନେଉଥିବା ସେ କହିଥିଲେ । +ପରେ ପରେ ଗରିବ ରିକ୍ସା ଚାଳକଙ୍କୁ ତାଙ୍କର କୋଟିଏ ଟଙ୍କାର ସମ୍ପତ୍ତି ଦାନ କରିଥିଲେ । +ବିଜୁ ସ୍ମୃତି ସଦନକୁ ବୋମା ମାଡ଼ +ଖୋର୍ଦ୍ଧା ସହରର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଥିବା ବିଜୁ ସ୍ମୃତି ସଦନ ଉପରେ ଆଜି ସଂଧ୍ୟାରେ କେହି ଏକ ହାତ ବୋମା ମାଡ଼ କରିଛି । +ବୋମା ମାଡ଼ରେ ଗୃହର କାନ୍ଥ, କବାଟ ଓ ଭିତରେ ଥିବା ଚେୟାର ଆଦି କ୍ଷତିଗ୍ରସ୍ତ ହୋଇଛି । +ତେବେ ସଦନରେ କେହି ନଥିବାରୁ କୌଣସି ଧନଜୀବନର ବିଶେଷ କ୍ଷତି ହୋଇନାହିଁ । +ସୂଚନାନୁସାରେ, ପ୍ରତିଦିନ ସଂଧ୍ୟା ସମୟରେ ବିଜୁ ଯୁବ ବାହିନୀର ସଦସ୍ୟ ଓ ସ୍ଥାନୀୟ ଯୁବକମାନେ ଉକ୍ତ ସଦନରେ ଏକଯୁଟ ହୋଇଥାନ୍ତି । +ଆଜି କିନ୍ତୁ ସଦନରେ କେହି ନଥିଲେ, ସଂଧ୍ୟା ସାଢ଼େ ୬ଟାରୁ ୭ଟା ମଧ୍ୟରେ କେହି ଜଣେ ଦୁର୍ବୃତ୍ତ ଉକ୍ତ ସଦନର କବାଟକୁ ଲକ୍ଷ କରି ଏକ ହାତବୋମା ଫିଙ୍ଗି ଚାଲିଯାଇଥିଲା । + ଫଳରେ ସଦନର ପଛପଟ କବାଟ, କାନ୍ଥ ଫାଟିଯାଇଥିବା ବେଳେ ଭିତରେ ଥିବା ପ୍ଲାଷ୍ଟିକ୍ ଚେୟାର ଦୁଇ ତିନିଟି କ୍ଷତିଗ୍ରସ୍ତ ହୋଇଥିଲା +ଅଗଷ୍ଟ ୨୮ରେ JEE (ଆଡଭାନ୍ସଡ): ୨ଟି ସିଟିଂରେ ହେବ ପରୀକ୍ଷା +ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନ୍ସଡ ୨୦୨୨ର ପରୀକ୍ଷା ସମୟ ପରିବର୍ତ୍ତନ କରାଯାଇଛି । +ଲବେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ବମ୍ବେ ଅଗଷ୍ଟ ୨୮ରେ ଜେଇଇ ଆଡଭାନ୍ସଡ ୨୦୨୨ ପରୀକ୍ଷା କରିବ । +ଏହା ପୂର୍ବରୁ ଏହି ପରୀକ୍ଷା ଜୁଲାଇ ୩ରେ ହେବାକୁ ସ୍ଥିର ଥିଲା । +ଟ୍ରେନ୍‌ରେ ଚଢ଼ିବା ବେଳେ ଖସିଗଲା ମହିଳାଙ୍କ ଗୋଡ଼, ଜୀବନ ବଞ୍ଚାଇଲେ ରେଲ୍‌ୱେ ପୋଲିସ୍‌ +ମହିଳାଙ୍କୁ ବଞ୍ଚାଇ ଦେଲେ ଜିଆର୍‌ପି ପୋଲିସ୍‌ । +ଭୁବନେଶ୍ବର ଷ୍ଟେସନରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । +ହାୱାଡା ତିରୁଅନନ୍ତପୁରମ ଟ୍ରେନ ଛାଡିବା ବେଳେ ଜଣେ ମହିଳା ସେଥିରେ ଚଢିବାକୁ ଚେଷ୍ଟା କରୁଥିଲେ । +ଆଉ ଏହି ସମୟରେ ତାଙ୍କ ଗୋଡ ଖସିଯାଇଥିଲା । +ସେଠାରେ ଉପସ୍ଥିତ ଥିବା ଜିଆର୍‌ପିର ପୋଲିସ୍‌ ମହିଳାଙ୍କୁ ଟ୍ରେନ୍‌ରୁ ଖସି ପଡ଼ୁଥିବା ବେଳେ ଭିଡ଼ି ଆଣିଥିଲେ । +ଯାହା ଫଳରେ ସେ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । +ଯାହାର ଭିଡିଓ ଷ୍ଟେସନ୍‌ରେ ଲାଗିଥିବା ସିସିଟିଭିରେ କଏଦ୍‌ ହୋଇଛି । +ଯେଉଁଥିରେ ଉକ୍ତ ମହିଳାଙ୍କ ସହ ଆଉ ଜଣେ ମହିଳା ମଧ୍ୟ ଟ୍ରେନରୁ ଓହ୍ଲାଇ ପଡିଥିବା ଦେଖିବାକୁ ମିଳିଛି । +ତେବେ କିଛି ସମୟ ପରେ ଜଣେ ମହିଳା ପାସେଞ୍ଜର ଚେନ୍ ପୁଲିଂ କରି ଟ୍ରେନକୁ ଅଟକାଇଥିବା ଜଣାପଡ଼ିଛି । +ଗିନିଜ୍ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲା କେନ୍ଦୁଝରର ରଥ +କେନ୍ଦୁଝରର ରଥ ବିଶ୍ୱର ସବୁଠାରୁ ଉଚ୍ଚ ରଥର ମାନ୍ୟତା ଲାଭ । +ଗିନିଜ୍ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲା କେନ୍ଦୁଝରର ରଥ । +ଗିନିଜ୍ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇବା ନେଇ ଏକ ସ୍ୱତନ୍ତ୍ର ସମାରୋହରେ ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି । +କେନ୍ଦୁଝରର କାଠ ନିର୍ମିତ ନନ୍ଦିଘୋଷ ରଥର ଉଚ୍ଚତା ୭୨ ଫୁଟ । +୪ଶହ ବର୍ଷ ରୁ ଅଧିକ ପୁରୁଣା ଏହି ରଥଯାତ୍ରା ପାଇଁ କେନ୍ଦୁଝର ଓ ଆଖପାଖ ଅଂଚଳର ଲକ୍ଷାଧିକ ଭକ୍ତ ଅନାଇବସିଥାନ୍ତି । +ଏହି ରଥକୁ ବିଶ୍ୱର ସର୍ବବୃହତ ରଥ ଭାବେ ଜାତୀୟ ଏବଂ ଆର୍ନ୍ତଜାତୀୟ ସ୍ତରର ୫ଟି ସଂସ୍ଥା ସ୍ୱୀକୃତି ପ୍ରଦାନ କରିଛନ୍ତି । +ଆଦିବାସୀ ପରମ୍ପରାରେ ହେଉଥିବା ଏହି ରଥଯାତ୍ରା ଦେଖିବାକୁ ପ୍ରବଳ ଜନସମାଗମ ହୋଇଥାଏ । +୭୨ଫୁଟ ଉଚ୍ଚତାର ଏହି କାଠରଥର ଓସାର ଓ ପ୍ରସ୍ତ ୪୫ ଫୁଟ । +ଏଥିରେ ରହିଛି ୧୬ଟି ଚକା । +ବିଶ୍ବର ସର୍ବବୃହତ ଜଗନ୍ନାଥ ରଥଭାବେ ଗ୍ଲୋବାଲ ରେର୍କଡସ, ଏସିଆ ପାସିଫିକ ରେର୍କଡ, ଇଣ୍ଡିଆ ନେସନାଲ ରେକର୍ଡ, ଇଣ୍ଡିଆ ବ୍ଳକ ଅଫ ରେକର୍ଡ ଏବଂ ୱାନଣ୍ଡର ବୁକ ଅଫ ରେର୍କଡ ବହିରେ ଏହା ସ୍ଥାନ ପାଇଛି । +କେନ୍ଦୁଝର ବଳଦେବଜିଉ ମନ୍ଦିରର ମୁଖ୍ୟ ଦେବତା ପ୍ରଭୁ ବଳଭଦ୍ର ହୋଇଥିଲେବି ଏହି ରଥର ନାମ ନନ୍ଦିଘୋଷ ଦିଆଯାଇଛି । +ଗୁଳିମାଡ଼ର ପ୍ରତିଶୋଧ ନେଲା ମୃତକଙ୍କ ପରିବାର, ମୁଖ୍ୟ ଅଭିଯୁକ୍ତର ପତ୍ନୀ ଓ ଶିଶୁପୁତ୍ରକୁ ହାଣିଲେ +ଉଗ୍ରରୂପ ନେଲା ଢେଙ୍କାନାଳ ଗୁଳିମାଡ଼ ଘଟଣା । +ହତ୍ୟାର ପ୍ରତିଶୋଧ ନେଲେ ମୃତକଙ୍କ ପରିବାର ଲୋକେ । +ମୁଖ୍ୟ ଅଭିଯୁକ୍ତର ପତ୍ନୀ ଓ ଶିଶୁପୁତ୍ରକୁ ହାଣିଲେ । +ଗୁରୁତର ଅବସ୍ଥାରେ ମା’ପୁଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । +ଏମିତି ଏକ ଗାଁ, ଯାହାର ମାଲିକାନା ୨ଟି ବ୍ଲକ ଓ ୩ଟି ପଞ୍ଚାୟତ ଅଧିନରେ +ନୂଆପଡା ଜିଲ୍ଲାରେ ଏମିତି ଏକ ଗାଁ ରହିଛି ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା । +ମହୁଲପଡା ଗାଁକୁ ନେଇ ଏବେ ସବୁଠି ଚର୍ଚ୍ଚା । +କାରଣ ଏଇ ଗାଁ ଦୁଇଟି ବ୍ଲକ୍‌ରେ ଆସୁଛି । +ଅଧା ଗାଁ ବୋଡେ଼ନ ବ୍ଲକରେ ଆସୁଥିବା ବେଳେ ଅଧା ଗାଁ ସିନାପାଲି ବ୍ଲକରେ ଆସୁଛି । +ଗାଁ ପୁଣି ଏକ ରାଜସ୍ୱ ଗ୍ରାମ ନୁହେଁ ବରଂ ପଡ଼ା ଗାଁ । +ଆଉ ଏହି ମହୁଲପଡ଼ା ଗାଁ ଏକ ପଡ଼ା ହୋଇଥିବା କାରଣରୁ କୌଣସି ସରକାରୀ କାଗଜପତ୍ରରେ ଏହାର ନାଁ ମଧ୍ୟ ରହୁନାହିଁ । +ମହୁଲପଡ଼ାବାସୀଙ୍କ ଦୁଃଖ ଏତିକିରେ ସରିନି । +ବରଂ ଏଇ ପଡ଼ା ଗାଁ ଚଟିଆ ଗୁଡା ଗ୍ରାମ ପଂଚାୟତ, ବାବେବିର ପଂଚାୟତ ଏବଂ ବର୍ତ୍ତନସିଲ ପରି ତିନୋଟି ଗ୍ରାମ ପଂଚାୟତରେ ରହିଛି । +ଯେଉଁଥି ପାଇଁ ନାହିଁନଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି ଗାଁ ଲୋକେ । +ମହୁଲପଡ଼ା ଗାଁଠାରୁ ସିନାପାଲିର ଦୂରତା ୮ କିଲୋମିଟର ଓ ବୋଡେ଼ନର ଦୂରତା ୨୫ କିଲୋମିଟର ରହିଛି । +ଯେଉଁଥି ଲାଗି ସରକାରୀ କାମରେ ବ୍ଲକ ଯିବାକୁ ପଡ଼ିଲେ ଅନେକ ଅସୁବିଧାର ସାମ୍ନା କରନ୍ତି ଗାଁ ଲୋକେ । +ଆଶ୍ଚର୍ଯ୍ୟର କଥା ଗାଁରେ ଯାନିଯାତ୍ରା ଏକାଠି ହେଉଥିବା ବେଳେ ସରକାରୀ କାର୍ଯ୍ୟକ୍ରମ କିନ୍ତୁ ଅଲଗା ଅଲଗା ହେଉଛି । +ନିର୍ବାଚନ ପାଇଁ ମଧ୍ୟ ଗାଁ ଲୋକେ ଭିନ୍ନ ଭିନ୍ନ ଭିନ୍ନ ପ୍ରତିନିଧି ବାଛିଥାନ୍ତି । +ରାଜସ୍ୱ ଗ୍ରାମ ହୋଇ ନଥିବା ହେତୁ ଜମି ପଟ୍ଟା, ଆଧାର କାର୍ଡ, ଭୋଟର କାର୍ଡ ଆଦିରେ ମହୁଲ ପଡାର ନାମ ଆସେନି । +ଗୋଟିଏ ଗାଁର ଲୋକ ହୋଇଥିଲେ ମଧ୍ୟ ତିନୋଟି ଗ୍ରାମ ପଂଚାୟତ ଓ ଦୁଇଟି ବ୍ଲକର ଚକ୍ରବ୍ୟୁହରେ ଛନ୍ଦି ହେଉଛନ୍ତି ଅଂଚଳବାସୀ । +୯ମାସ ହେଲା ରାଜ୍ୟର ସର୍ବପୁରାତନ ବତକ ପ୍ରଜନନ କେନ୍ଦ୍ର ଅଚଳ +କଟକ: ମରାମତି ହୋଇପାରିବନି ରାଜ୍ୟର ସର୍ବପୁରାତନ ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ର । +ପୁରୁଣା ହାଚେରି, ମେସିନ୍‌ ସବୁ ଅଚଳ । +୯ମାସ ହେଲା ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ । +ଯେତିକି ବତକ ଥିଲେ, ସେ ବି ଆଉ ନାହାନ୍ତି । +ଫଳରେ ଅଚଳ ସ୍ଥିତିରେ ଥିବା ବତକ ପ୍ରଜନନ କେନ୍ଦ୍ରକୁ କିପରି ପୁଣି ଥରେ କାର୍ଯ୍ୟକ୍ଷମ କରାଯିବ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି । +ନୂଆ ହାଚେରି କରିବା ପାଇଁ କର୍ତ୍ତୃପକ୍ଷ ଆଇପିଡିସି ସହିତ ଆଲୋଚନା ଚଳାଇଛନ୍ତି । +ଖୁବ୍‌ଶୀଘ୍ର କେନ୍ଦ୍ରରେ ପୁଣି ଥରେ ନୂଆ ‌ହାଚେରି ବସାଯାଇ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି କୁହାଯାଉଛି । +କିଛିମାସ ପୂର୍ବରୁ, ଅର୍ଥାତ୍‌ ଗତ ସେପ୍ଟେମ୍ବର୍‌ ମାସରେ ପ୍ରବଳ ବର୍ଷା ଯୋଗୁଁ କେନ୍ଦ୍ରରେ ପାଣି ଜମି ବତକ ମୃତ୍ୟୁ ପରେ ହାଚେରି ମରାମତି ପାଇଁ କାମ ନେଇଥିବା ସଂସ୍ଥା କାମ କରୁନି । +ଫଳରେ ହାଚେରି କାମ ଆଗେଇ ପାରୁନି । +ଏହି ଘଟଣାକୁ ନେଇ ବତକ ପ୍ରଜନନ କେନ୍ଦ୍ର କର୍ତ୍ତୃପକ୍ଷ କାରଣଦର୍ଶାଅ ନୋଟିସ୍‌ ଜାରି କରିଥିଲେ ବି ସ୍ଥିତି କିନ୍ତୁ ସୁଧୁରୁନି । +ବତକ ପ୍ରଜନନ କେନ୍ଦ୍ର ମ୍ୟାନେଜର୍‌ ପଦ ଖାଲି ପଡ଼ିଥିବାରୁ ଟାଙ୍ଗୀ ବ୍ଳକ୍‌ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଦାୟିତ୍ବରେ ଏବେ ଏହି କେନ୍ଦ୍ର ରହିଛି । +କିନ୍ତୁ ୩ ମାସ ହେଲା ବତକ ଚିଆଁ ପ୍ରଜନନ ବନ୍ଦ ଥିଲା ବେଳେ ଆଗକୁ ଆଉ କେତେମାସ ‌ବନ୍ଦ ହେବ, ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି । +ଫଳରେ ଚାଷୀ ଏବେ ଘରୋଇ ସଂସ୍ଥାରୁ ଅଧିକ ଦରରେ ବତକ ଚିଆଁ କିଣୁଛନ୍ତି । +ଖପୁରିଆଠାରେ ଥିବା ଏହି ବତକ ପ୍ରଜନନ କେନ୍ଦ୍ର ବିଭିନ୍ନ ରାଜ୍ୟରୁ ବିଭିନ୍ନ ବ୍ରିଡ୍‌ର ତଥା ଉନ୍ନତମାନର ବତକ ଅଣ୍ଡା ଆଣି ପ୍ରଜନନ କରିବା ସହ ରାଜ୍ୟର ଚାଷୀଙ୍କୁ ଉନ୍ନତମାନର ବତକ ଯୋଗାଇ ଥାଏ । +ବର୍ଷକ ତଳେ ପାଖାପାଖି ୭ଶହ ଅଣ୍ଡା ବେଙ୍ଗ‌ାଲୁରୁରୁ ଅଣାଯାଇଥିଲା । +ସେଗୁଡିକୁ ହାଚେରିରେ ରଖାଯାଇଥିଲା । +ତେବେ ସେହି ଅଣ୍ଡାରୁ ଛୁଆ ଫୁଟାଯିବା ପରେ ଫାର୍ମରେ ୪ରୁ ୮ସପ୍ତାହର ୭ଶହ ବତକ ଛୁଆ ରଖାଯାଇଥିଲା । +କିନ୍ତୁ ଗଲା ସେପ୍ଟେମ୍ବର୍‌ ୧୪ରେ କଟକରେ ପ୍ରବଳ ବର୍ଷା ଯୋଗୁଁ ପ୍ରଜନନ କେନ୍ଦ୍ରରେ ଥିବା ହାଚେରି, ୨ଟି ଫାର୍ମ, ଅଫିସ୍‌ ଗୃହ, ଜେନେରେଟର୍‌ ଗୃହ, ଦାନା ଗୋଦାମ, ଫିଡ୍‌ ୟୁନିଟ୍‌ରେ ପାଣି ପଶିଯାଇଥିଲା । +ପାଣି ନିଷ୍କାସନର କୌଣସି ବ୍ୟବସ୍ଥ‌ା ନଥିବାରୁ ୪ ଦିନ କାଳ ପାଣି ଜମି ରହିବା ସହିତ ୪୫୫ ବତକଙ୍କ ମୃତ୍ୟୁ ହୋଇଥିଲା । +ସେହି ସମୟରେ ଯେଉଁ କିଛି ବତକଙ୍କୁ କୃଷକ ଭବନକୁ ସ୍ଥାନାନ୍ତର କରାଯାଇଥିଲା ଏହି କେନ୍ଦ୍ରରେ ପାଣି ପଶିଯିବା ଓ ଦୀର୍ଘଦିନ ଧରି ପାଣିଘେରରେ କେନ୍ଦ୍ର ରହିବା ଫଳରେ ଏହାର ହାଚେରି ଏବେ ତା’ କ୍ଷମତା ହରାଇଛି ଓ ଏଥିରୁ ଉତ୍ପାଦନ ହୋଇପାରୁନି । +୨୦୦୮ର ହାଚେରି ଓ ଇନ୍‌କ୍ୟୁଭେଟର୍‌ ସେ ସମୟରେ ୧୫ହଜାର ବତକ ପ୍ରଜନନ ପାଇଁ କ୍ଷମତା ରଖିଥିଲା । +କିନ୍ତୁ ଦୀର୍ଘବର୍ଷର ପ୍ରକଳ୍ପ ହୋଇଥିବାରୁ ଏହାର କ୍ଷମତା ହ୍ରାସ ପାଇବା ସହ ବର୍ଷାପାଣିରେ ଏହା ଅଚଳ ହୋଇଯାଇଥିବା କୁହାଯାଉଛି । +ଏହାର ମରାମତି କାର୍ଯ୍ୟ ଏକ ସଂସ୍ଥାକୁ ଦିଆଯାଇଥିଲା । +କିନ୍ତୁ ସେହି ପୁରୁଣା ହାଚେରି କାମରେ ଆସୁନି । +ଫଳରେ ନୂଆ ଯୋଜନାରେ ଆହୁରି କେତେ ଦିନ ବନ୍ଦ ରହିବ ବତକ ପ୍ରଜନନ କେନ୍ଦ୍ର ତାକୁ ନେଇ ସବୁ ମହଲରେ ଚର୍ଚ୍ଚା । +କାରଣ ସରକାରୀ ସଂସ୍ଥା ବୋଲି ରାଜ୍ୟର ଏଭଳି ବୃହତ୍ତ କୃଷିଭିତ୍ତିକ ପ୍ରକଳ୍ପର ଅବସ୍ଥାକୁ ନେଇ ଏବେ ଚାଷୀ ମହଲରେ ବିମୁଖତା ଦେଖାଦେଲାଣି । +ସରକାରୀ ସଂସ୍ଥା ଉପରୁ ଭରସା ତୁଟାଇ ଘରୋଇ ସଂସ୍ଥା ପ୍ରତି ଚାଷୀଙ୍କୁ ଆକୃଷ୍ଟ କରିବାକୁ ସରକାର ପରୋକ୍ଷରେ ସୂଚାଇ ଦେଉଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି । +ବଣିଆସାହି ନାମଯଜ୍ଞ କମିଟି ର ନୂତନ କର୍ମକର୍ତ୍ତା +୧୧/ଦେବଗଡ଼:::: ଦେବଗଡ଼ ପୋୖରାଞ୍ଚଳ ବଣିଆସାହି ଅଷ୍ଟପ୍ରହରି ନାମ ଯଜ୍ଞ କମିଟି ର ପ୍ରସ୍ତୁତି ବୈଠକ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । +ବରିଷ୍ଠ ସଦସ୍ୟ କୁଳମଣି ସାହୁଙ୍କ ସ୍ୱଭାପତିତ୍ୱତ ରେ ଅନୁଷ୍ଠିତ ବୈଠକରେ ଆଗାମୀ ନାମ ଯଜ୍ଞ ଉପରେ ଆଲୋଚନା କରାଯାଇ ଥିଲା । +ବିଗତ ଦୁଇ ବର୍ଷ ହେବ କୋଭିଡ ପାଇଁ ନାମ ଯଜ୍ଞ ଆଡମ୍ବର ସହ ଅନୁଷ୍ଠିତ ହୋଇ ପାରିନଥିବା ବେଳେ ଚଳିତ ବର୍ଷ ଚିତାକର୍ଷକ ସହିତ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି । +ନାମଯଜ୍ଞ ପାଇଁ ନୂତନ କମିଟି ଗଠନ କରାଯାଇଥିଲା । +ସଭାପତି ଭାବେ ପତିତ ପାବନ ସାହୁ (ବୁଟୁ), କୋଷାଧ୍ୟକ୍ଷ ଶିବ ଶଙ୍କର ସାହୁ ଓ ସହ କୋଷାଧ୍ୟକ୍ଷ ଭାବେ କାବୁଲୁ ଜେନା ଙ୍କୁ ମନୋନୀତ କରାଯାଇଛି । +ଆସନ୍ତା ବୈଶାଖ ମାସ ୧୩.୫.୨୨ ଅଧିବାସ , ୧୪ ତାରିଖରେ ନାମ ଯଜ୍ଞ ଏବଂ ୧୫ ତାରିଖ ଦିନ ନଗର କୀର୍ତ୍ତନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । +ସର୍ଵ ଶେଷ ରେ ନାମଯଜ୍ଞ କୁ ସଫଳତା ର ସମାପନ ପାଇଁ ସଭାପତି ଶ୍ରୀ ସାହୁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ । +ପ୍ରସ୍ତୁତି ବୈଠକ ରେ ଧନଞ୍ଜୟ ଝାଙ୍କର, ସତ୍ୟ ନାରାୟଣ ନାୟକ, ରାଜ ପିଆରୀ ସାହୁ, ଧ୍ରୁବ ଚରଣ ନାୟକ , ଜୟକୃଷ୍ଣ ସାହୁ , ହରେ କୃଷ୍ଣ ସାହୁ , ସତ୍ୟ ନାରାୟଣ ନାୟକ , ଜନ୍ମା ଜୟ ନଏକ,ଆଶିଷ କପରଦାର, ବାବୁ ଖଡିରତ୍ନ ଓ ବିକାଶ ପୃଷ୍ଟି ପ୍ରମୁଖ ସାହିର ବହୁ ବରିଷ୍ଠ ଓ ଯୁବ ଗୋଷ୍ଠୀ ଉପସ୍ଥିତ ଥିଲେ । +ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ ହେଲେ ରାଜ୍ୟ ପଞ୍ଚାୟତରାଜ ପରିଷଦ ସଂଯୋଜକ +ଅଲ ଇଣ୍ଡିଆ ପଞ୍ଚାୟତରାଜ ପରିଷଦର ସମ୍ବିଧାନରେ ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟଙ୍କୁ ରାଜ୍ୟ ପଞ୍ଚାୟତିରାଜ ପରିଷଦର ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି । +ଡେଂଟାଲ୍ ଫଟୋଗ୍ରାଫି ଉପରେ ଆଇଡିଏସ୍ ପକ୍ଷରୁ ଦୁଇ ଦିନିଆ କର୍ମଶାଳା +ଭୁବନେଶ୍ୱର, ୨୮/୦୫: ଡେଂଟାଲ୍ ଫଟୋଗ୍ରାଫି ସମ୍ପର୍କରେ ଫ୍ୟାକଲ୍ଟି ମେମ୍ବର ଏବଂ ପିଜି ଛାତ୍ରଛାତ୍ରୀଙ୍କ ଅଧିକ ଜ୍ଞାନ ଆହରଣ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ପକ୍ଷରୁ ଆୟୋଜନ କରାଯାଇଥିବା ଦୁଇ ଦିନିଆ କର୍ମଶାଳା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । +ଆଇଡିଏସ୍‌ର ସୋଆଲେନ୍ସ ଫଟୋଗ୍ରାଫି କ୍ଲବ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ମୁମ୍ବାଇର ପ୍ରଖ୍ୟାତ ଡେଂଟାଲ୍ ଫଟୋଗ୍ରାଫର ଡାକ୍ତର ମୟୁର ଦାଭଡା ଯୋଗ ଦେଇ ଅଂଶ ଗ୍ରହଣକାରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । +ଜ୍ଞାନ ବିକୀରଣ, ଚିକିତ୍ସା ସମୟରେ ରୋଗୀମାନଙ୍କୁ ବୁଝାଇବା ନିମନ୍ତେ ତଥା ବିଭିନ୍ନ ପ୍ରତି ିତ ରିସର୍ଚ୍ଚ ଜର୍ନାଲ୍ ଗୁଡ଼ିକରେ ପ୍ରକାଶନ ନିମନ୍ତେ ଉତମ କ୍ଲିନିକାଲ୍ ଫଟୋ ଉଠାଇବା କ୍ଷେତ୍ରରେ ଡେଂଟାଲ୍ ଫଟୋଗ୍ରାଫି ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ । +ଏହି ବିଷୟରେ କର୍ମଶାଳାରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । +ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି ଏବଂ ଡାକ୍ତର ଦାଭଡା କର୍ମଶାଳାରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । +ସୋଆଲେନ୍ସ ଫଟୋଗ୍ରାଫି କ୍ଲବ କୋର୍ଡିନେଟର ପ୍ରଫେସର (ଡାକ୍ତର) ରଜତ ପାଣିଗ୍ରାହୀ, ଡାକ୍ତର ଅନୁରାଗ ଶତପଥୀ, ଡାକ୍ତର ସ୍ମୃତିଭୂଷଣ ନନ୍ଦ, ଡାକ୍ତର ଶିବ ପ୍ରସାଦ ଜେନା, ଡାକ୍ତର ସୌରଭ ପଣ୍ଡା, ଡାକ୍ତର ତୁଷାର କାନ୍ତି ନାୟକ, ଡାକ୍ତର ଇପ୍‌ସିତା ମହାନ୍ତି ଏବଂ କାର୍ଯ୍ୟକ୍ରମର କୋର୍ଡିନେଟର ପ୍ରଫେସର (ଡାକ୍ତର) ଲୋରା ମିଶ୍ର ଏହି କର୍ମଶାଳାରେ ସାମିଲ ହୋଇଥିଲେ । +ଖବରକାଗଜ ଶିଳ୍ପରେ କାଗଜ ସଂକଟ: ୧୬ ମାସରେ ନ୍ୟୁଜ୍‌ ପ୍ରିଣ୍ଟ ୧୭୫% ମହଙ୍ଗା, ୫ ବର୍ଷରେ ୫୦%… +ବିଶ୍ୱବ୍ୟାପୀ ଖବରକାଗଜ ଶିଳ୍ପରେ ଏକ ବଡ଼ ସମସ୍ୟା ଦେଖାଦେଇଛି । +ପେପର୍‌ ଛପାଇବା ପାଇଁ ବ୍ୟବହାର ହେଉଥିବା ନ୍ୟୁଜ୍‌ ପ୍ରିଣ୍ଟ୍‌ ଦର ଦ୍ରୁତ ବେଗରେ ବୃଦ୍ଧି ପାଉଛି । +୧୬ ମାସରେ ଏହା ୧୭୫% ମହଙ୍ଗା ହୋଇଗଲାଣି । +ଫଳରେ ଖବରକାଗଜ ଛାପିବା ଅତ୍ୟନ୍ତ ବ୍ୟୟବହୁଳ ପାଲଟିଛି । +ପଢ଼ୁଥିବା ବେଳେ ଲଣ୍ଠନ ଫାଟିଲା, ଭାଇ-ଭଉଣୀ ମୃତ +କେନ୍ଦୁଝର: ପାଠ ପଢ଼ିବା ବେଳେ ଲଣ୍ଠନ ଫାଟିବା ଘଟଣାରେ ଚାଲିଗଲା ଆଉ ଏକ ଜୀବନ । +ସୋମବାର ୨ ବର୍ଷର ଶିଶୁକନ୍ୟାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । +ମୃତ ଶିଶୁକନ୍ୟା ଜଣକ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତ ଝାଟିକିପଶିର ସୌମ୍ୟା ସ୍ୱାଗତିକା ମହାନ୍ତ । +ଏହି ଦୁଃଖଦ ଘଟଣାର ଦିନକ ପରେ ଚିକିତ୍ସିତ ହେଉଥିବା ସୌମ୍ୟାଙ୍କ ଭାଇ ଶଶୀଭୂଷଣ ମହାନ୍ତ(୧୧)ଙ୍କ ମୃତ୍ୟୁ ଘଟିଥିଲା । +ଅନ୍ୟପଟେ ଲଣ୍ଠନ ଫାଟିବା ପରେ ଗୁରୁତର ହୋଇଥିବା ସୌମ୍ୟାଙ୍କ ମା’ ନିରୁପମା ଏବେ ବି ଚିକିତ୍ସାଧୀନ ଅଛନ୍ତି । +ଗତ ୧୫ ତାରିଖ ରାତିରେ ଲଣ୍ଠନ ଲଗାଇ ପାଠ ପଢ଼ୁଥିଲେ ଶଶୀଭୂଷଣ । +ଏହି ସମୟରେ କୌଣସି କାରଣରୁ ଲଣ୍ଠନର କାଚଟି ଫାଟି ଯାଇଥିଲା । +ଏଥିରେ ଶଶୀଭୂଷଣ, ତାଙ୍କ ଭଉଣୀ ସୌମ୍ୟା ଓ ମା’ ନିରୂପମା ଗୁରୁତର ହୋଇଥିଲେ । +ସମସ୍ତଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । +ହେଲେ ଚିକିତ୍ସାର ଦିନକ ପରେ ଶଶୀଭୂଷଣଙ୍କ ମୃତ୍ୟୁ ହୋଇଥିଲା । +ଗୁରୁତର ସୌମ୍ୟାଙ୍କ ଚିକିତ୍ସା ଚାଲିଥିବା ବେଳେ ସୋମବାର ମୃତ୍ୟୁ ଘଟିଛି । +ନିରୂପମା ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । +ଏହି ଦୁଃଖଦ ଘଟଣା ପରେ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । +ସମଗ୍ର ତେଲକୋଇ ଅଞ୍ଚଳରେ ଏହି ଘଟଣା ଶୋକର ଛାୟା ଖେଳାଇ ଦେଇଛି । +ସୌମ୍ୟା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । + ଏହି ସମ୍ବେଦନଶୀଳ ଘଟଣା ବିଦ୍ୟୁତ୍ ସମସ୍ୟା ଯୋଗୁଁ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି +ପ୍ରତିଶ୍ରୁତି ରକ୍ଷା କଲେନି ଜିଲ୍ଲାପାଳ, ଧାରଣାରେ ବସିଲେ ଗ୍ରାମବାସୀ +ବୌଦ୍ଧ ୦୯/୦୬: ପ୍ରତିଶ୍ରୁତି ରକ୍ଷା କରି ପାରିଲେନି ଜିଲ୍ଲାପାଳ । +ଶେଷରେ ଧାରଣାରେ ବସିଲେ ଗ୍ରାମବାସୀ । +ନରେଗା ଯୋଜନରେ ରାସ୍ତା କାମ ରେ ଦୁର୍ନୀତି ଅଭିଯୋଗ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଠୁ ନେଇ ଜିଲ୍ଲାପାଳ ପର୍ଯ୍ୟନ୍ତ ଅଭିଯୋଗ କଲେବି ଫଳ ଶୁନ । +ଶେଷରେ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ । +ଏହି ଗ୍ରାମରେ ରାସ୍ତା ନିର୍ମାଣ ପାଇଁ ନରେଗା ଯୋଜନାରେ ୫ଲକ୍ଷ ଟଙ୍କାର ମାଟିକାମ ଆସିଥିଲା । +ହେଲେ ଠିକାଦାର ମାଟି ମୁଠାଏ ମଧ୍ୟ ନ ପକାଇ ପୁରୁଣା ରାସ୍ତା କୁ ଦେଖାଇ ମିଥ୍ୟା ବିଲ କରି ନେଇଥିବା ଅଭିଯୋଗ ହୋଇଛି । +ଠିକାଦାର ଏବଂ ବିଭାଗୀୟ ଅଧିକାରୀ ଟଙ୍କା ହଡପ କରିନେଇଥିବା ବେଳେ ଏଥିରେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । +ତେବେ ଏନେଇ କଣ୍ଟାମାଲ ବିଡ଼ିଓ ଓ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାସ୍ତା କାମର ଦୁର୍ନୀତି କରିଥିବା ଅଧିକାରୀ ଙ୍କୁ ବହିଷ୍କାର ଦାବୀରେ ବିଭାଗୀୟ ଅଧିକାରୀ ଠୁ ଆରମ୍ଭ କରି ବୌଦ୍ଧ ଜିଲ୍ଲାପାଳ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । +ଶେଷରେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖୀନ ଧାରଣା ଦେଇଛନ୍ତି ଗ୍ରାମବାସୀ । +ଏ ଦୁର୍ନୀତି ବିରୁଦ୍ଧରେ ଗ୍ରାମବାସୀ ମାନେ ୧୫ ଦିନ ପୂର୍ବରୁ ବୌଦ୍ଧ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । +ଜିଲ୍ଲାପାଳ ୭ ଦିନ ମଧ୍ୟରେ ଏହାର ତଦନ୍ତ କରାଯାଇ ଏହାର ଉଚିତ୍ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ହେଲେ ୧୫ ଦିନ ବିତି ଯାଇଥିଲେ ହେଁ ଏବେ ସୁଦ୍ଧା ଏହାର କୌଣସି ସମାଧାନ ନ ହେବାରୁ ଶେଷରେ ଗ୍ରାମର ଶତାଧିକ ଗ୍ରାମବାସୀ ନିରାଶ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଦିନ ହେଲା ଧାରଣାରେ ବସିଛନ୍ତି । +ଯଦି ଏହାର ତଦନ୍ତ କରାଯାଇ ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଧାରଣା ରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । +ମନ୍ତ୍ରୀ ଅରୁଣ ସାହୁଙ୍କ ଘରକୁ ଟମାଟୋ ମାଡ଼ +ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ବାସଭବନକୁ ଟମାଟୋ ମାଡ଼ । +ବାସଭବନ ଘେରାଉ ବେଳେ ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ । +ଫେକ୍ ସାର୍ଟିଫିକେଟରେ ଆଡମିଶନକୁ ବିରୋଧ କରି ବିକ୍ଷୋଭ । +ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ କଟକଣାକୁ ମଧ୍ୟ ବିରୋଧ କରାଯାଇଛି । +ଦେବଗଡ ପୌରାଂଚଳ ୫ନମ୍ବର ୱାର୍ଡରେ ଗଠିତ ହେଲା ରାଜ୍ୟର ପ୍ରଥମ ପୌରାଂଚଳ ଶିଶୁ ସୁରକ୍ଷା କମିଟୀ +ଦେବଗଡ ପୌରାଂଚଳ ୫ନମ୍ବର ୱାର୍ଡରେ ଗଠିତ ହେଲା ରାଜ୍ୟର ପ୍ରଥମ ପୌରାଂଚଳ ଶିଶୁ ସୁରକ୍ଷା କମିଟୀ (ଫଟୋ) +ଫୁଲବାଣୀ ଜଗନ୍ନାଥ ମାର୍କେଟ ନୁତନ କର୍ମକର୍ତା +ଫୁଲବାଣୀ -13/6(ସୁନୀଲ ପଟନାୟକ ),:ଫୁଲବାଣୀ ର ପୁରାତନ ମାର୍କେଟ ଜଗନ୍ନାଥ ମାର୍କେଟ କମିଟିର ୨୦୧୮ ମସିହାର ଆୟବ୍ୟୟ ହିସାବ ପ୍ରଦାନ କରାଯିବା ସହ ନୁତନ କର୍ମକର୍ତା ଚୟନ କରାଯାଇଛି । +ଫୁଲବାଣୀ ମାଷ୍ଟ୍ରପଡା ଠାରେ ଥିବା ପାରିଜାତ କଲ୍ଯାଣ ମଣ୍ଡପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରାତନ କମିଟି ପକ୍ଷରୁ ୨୦୧୮ ମସିହାଠାରୁ ୨୦୨୨ ପର୍ଯ୍ଯନ୍ତ ୫ ବର୍ଷ ର ଆୟବ୍ୟୟ ହିସାବ ରେ ଏ ଯାବତ୍ ୭,୨୬,୪୦୬ ଟଙ୍କା ର ଆୟ ଓ ସେହି ପରିମାଣ ର ବ୍ୟୟ ହୋଇଥିବା ନେଇ ସଦସ୍ୟ ମାନଙ୍କ ନିକଟରେ ହିସାବ ପ୍ରଦାନ କରାଯାଇଥିଲା । +ପରେ କମିଟିର ବରିଷ୍ଠ ସଦସ୍ୟ କପିଳେଶ୍ଵର ସେନାପତିଙ୍କ ପରିଚାଳନା ରେ କମିଟିର ନୁତନ କର୍ମକର୍ତା ଚୟନ କରାଯାଇଥିଲା । +ଏଥିରେ ନୁତନ ସଭାପତି ଭାବେ ପି. ସୁଧାଂଶୁ ସେନାପତି ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । +ସେହିପରି ଉପସଭାପତି ଭାବେ କ୍ରିଷ୍ଣା ସେନାପତି, ସମ୍ପାଦକ ଭାବେ ଦୀପକ କୁମାର ବେହେରା, କୋଷାଧ୍ୟକ୍ଷ ଭାବେ ସନ୍ତୋଷ ସେନାପତି ନିର୍ବାଚିତ ହୋଇଥିଲେ । +ଉପଦେଷ୍ଟା ଭାବେ ବରିଷ୍ଠ ସଦସ୍ୟ କପିଳେଶ୍ଵର ସେନାପତି, ସରୋଜ କୁମାର ପାତ୍ର ଓ ସୁଧିର ମହାପାତ୍ରଙ୍କୁ ମନୋନୀତ କରାଯାଇଛି । +ଶେଷରେ ନୁତନ ସମ୍ପାଦକ ଦୀପକ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । +ଏହି ସଂଗଠନ ମାର୍କେଟ ବ୍ୟବସାୟୀ ଙ୍କ ସ୍ୱାର୍ଥ ରକ୍ଷା ଲାଗି ସର୍ବଦା କାର୍ଯ୍ୟ କରିବ ବୋଲି ନବ ନିର୍ବାଚିତ ସଭାପତି ସେନାପତି କହିଛନ୍ତି । +ପୁରୀରେ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ ଉଦ୍‌ଘାଟିତ +ପୁରୀରେ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ ଓ ହସପିଟାଲ ଉଦ୍‌ଘାଟିତ ହୋଇଯାଇଛି । +ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ ଓ ହସପିଟାଲ ଉଦ୍‌ଘାଟନ କରିଛନ୍ତି । +ପୁରୀବାସୀଙ୍କର ଦୀର୍ଘଦିନର ସ୍ବପ୍ନ ସତ ହେଲା ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । +ଭର୍ଚୁଆଲରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଯୋଗଦେଇଥିଲେ । +ଏହି ଅବସରରେ ନୂତନ ଭାବେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ସହ କଥା ହୋଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟ ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ । +ରାଜ୍ୟରେ ସ୍ବାସ୍ଥ୍ୟ ସେବା ଅଧିକ ସୁଦୃଢ଼ ପାଇଁ ଆୟୁଷ୍ମାନ ଭାରତ ଲାଗୁ ଉଚିତ ବୋଲି ସେ ପ୍ରକାଶ କରିଥିଲେ । +ଗୁଣପୁର : ହାତୀ ଆକ୍ରମଣ ରେ ଜଣେ ମୃତ +ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଚାଲ କମ୍ବା ପାଞ୍ଚ । +ୟତ ର ରୂପା ପଦର ରେ  ବଣୁଆ ହାତୀ   ଆକ୍ରମଣ ରେ ଜଣେ ମୃତ ବରଣ କରିଛି । +ମୃତକ ହେଲେ ଗଦାଧର ସେନାପତୀ(୫୨ ବର୍ଷ) ଓ ତାଙ୍କ  ଘର ଗୁଣପୁର ବ୍ଲକ ର ଚାଲକାମ୍ବା ଗ୍ରାମ ବୋଲି ଜଣିପଡିଛି । +ରୁପା ପଦର ଗ୍ରାମ ନିକଟ  ସାନନଦୀ ପାଖରେ ଘଟିଛି ଅଘଟଣ । +ଘଟଣା ସ୍ଥଳରେ ବନ ବିଭାଗ କର୍ମୀ ପହଞ୍ଚି ମୃତ ଦେହ ଉଦ୍ଧାର କରି ଗୁଣପୁର ମେଡିକାଲ କୁ ବ୍ୟବଚ୍ଛେଦ ପାଇଁ ଆଣିଚି । +ଆଜି ସକାଳେ ସେ ଦୋକାନ ଖୋଲି ହାତୀ ଆସିଥିବା ଖବର ପାଇ ହାତୀ ଦେଖିବାକୁ କିଛି ଲୋକଙ୍କ ସହ ଯାଇଥିଲେ । +ହାତୀ ଦେଖିବା ବେଳେ ଅଚାନକ ହାତୀ ଆକ୍ରମଣ କରି ଗୋଦେଇବାରୁ ଅନ୍ୟ ମାନେ ଦୌଡ଼ି ଚାଲି ଯାଇଥିବା ବେଳେ ଗଦାଧର ତଳେ ପଡ଼ିଯାଇଥି ଲେ । +ବଣୁଆ ହାତୀ ଆସି ତାଙ୍କ ମୁହଁ କୁ ଶକ୍ତ ଆଘାତ ଦେବା ଫଳରେ ଘଟଣା ସ୍ଥଳରେ ସେ ମୃତ୍ୟୁ ବରଣ କରିଥିଲେ । +ଭଦ୍ରକ ସବଜେଲରେ ପ୍ରତିଦିନ ଶିବ ପୂଜା କରୁଛନ୍ତି ଶର୍ମିଷ୍ଠା +ଚର୍ଚ୍ଚାରେ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁ୍କ୍ତ ଶର୍ମିଷ୍ଠା ରାଉତଙ୍କ ଶିବପୂଜା । +ଭଦ୍ରକ ଉପକାରାଗାରରେ ଥିବା ଶିବ ମନ୍ଦିରରେ ପୂଜା କରୁଛନ୍ତି ଶର୍ମିଷ୍ଠା ରାଉତ । +ପ୍ରତ୍ୟେକ ଦିନ ସକାଳୁ ଉଠି ପୂଜାର୍ଚ୍ଚନା କରୁଛନ୍ତି ଶର୍ମିଷ୍ଠା । +ତାଙ୍କ ସହ ଝୁନା ଭୋଇ ମଧ୍ୟ ଶିବ ପୂଜାରେ ସାମିଲ ହେଉଛନ୍ତିକ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇ ଜେଲର ଗୋଟିଏ ସେଲରେ ଅଛନ୍ତି ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇ । +ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ପୁରୀ ଏସଡିଜେଏମଙ୍କ ଝଟକା : ଜିଲ୍ଲାପାଳ,… +ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପୁରୀ ଏସଡିଜେଏମ କୋର୍ଟଙ୍କ ଝଟକା । +କାରଣ ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସମସ୍ତ ପକ୍ଷଙ୍କ ବିରୋଧରେ ମାମଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । +ଶ୍ରୀମନ୍ଦିର ଆଖପାଖରେ ବେଆଇନ ଖନନ ଓ ନିର୍ମାଣ କାମ ଚାଲିଥିବା ଦର୍ଶାଇ ଆଇନଜୀବୀଙ୍କ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ଏସଡିଜେଏମ କୋର୍ଟ । +ପାରଳାଖମୁଣ୍ଡି ସ୍ଥିତୟୁଟେକକମ୍ପ୍ୟୁଟରକେନ୍ଦ୍ରରେ ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ସହିଦ ଦିବସ… +ଗୁଣପୁର/ପାରଳାଖେମୁଣ୍ଡି:୨୩/୩ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁଟେକ କମ୍ପ୍ୟୁଟର କେନ୍ଦ୍ରରେ ଠାରେ ପ୍ରଗତି ମହିଳା ସଙ୍ଗଠନ ଦ୍ଵାରା ଜାତୀୟ ସହିଦ ଦିବସ ପାଳନ ହୋଇସାରିଛି । +ଏଥିରେ ସ୍ବତନ୍ତ୍ର ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋସଂପର୍କ ଅଧିକାରୀ ସ୍ବରାଜ ସୀସା ଯୋଗଦାନ କରି ସହିଦ ଦିବସର ତାତ୍ୱର୍ଯ୍ୟ ସମ୍ପର୍କରେ କହିଥିଲେ । +ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ସମ୍ପାଦିକା ତନୁଜା ଶ ତପଥୀ ସ୍ଵାଗତ ଭାଷଣ ଦେଇଥିଲେ । +ସଭାନେତ୍ରୀ ଡି ପ୍ରିୟଙ୍କା ସାମଗ୍ରିକ ଭାବେ ସଭକାର୍ଯ୍ୟଟି କୁ ସମ୍ପାଦନ କରିଥିଲେ । +ମୁଖ୍ୟ ଅତିଥି ଆଇନ ଜୀବୀ ଇତିଶ୍ରୀ ମହାପାତ୍ର,ମୁଖ୍ୟ ବକ୍ତା ବରିଷ୍ଠ ଶିକ୍ଷୟତ୍ରୀ ସୁଲତା ଶୁଭଦର୍ଶନୀ ,ସମ୍ମାନିତ ବକ୍ତା ସୁଜାତା ନନ୍ଦ,ସମ୍ମାନୀତ ଅତିଥି ଭାଗବତ ପାଢ଼ୀ,ସଂଯୋଜିକା ସୁଲକ୍ଷଣୀ ଲିମା କରିଥିବା ବେଳେ ମାନସୀ ପଣ୍ଡା,ପ୍ରଫୁଲ୍ଲ କୁମାରୀ ବେବର୍ତ୍ତା,ସୁଜାତା ପଣ୍ଡିତ, ପରିଚାଳନା କରିଥିଲେ । +ଶେଷରେ ମୂରଲୀଧର ପରିଛା ଧନ୍ୟବାଦ ଅର୍ପଣ କରିଥିଲେ । + ସହିଦ୍ ଙ୍କ ସ୍ମୃତି ଚାରଣ ହିଁ ସମ୍ପର୍ତିକ ପୀଢ଼ି ଙ୍କ ପାଇଁ ଏକ ଆଲୋକ ପଥ ଏବଂ ମାଆ ମାଟି ମାତୃଭୂମିକୁ ଜୀବନ ଠାରୁ ଅଧିକ ଭଲପାଇବା ନିତାନ୍ତ ଆବଶ୍ୟକ. +ଶସ୍ତା ହେବ ବିଦେଶୀ ମଦ +ରାଜ୍ୟର ମହାନଗର ଅଞ୍ଚଳରେ ଖୋଲିବ ପ୍ରିମିୟମ୍ ମଦ ଦୋକାନ । +ଯାହା ଫଳରେ ଲୋକମାନେ ସହଜରେ ଓ ସୁବିଧାରେ ପ୍ରିମିୟମ୍ ମଦ ପାଇପାରିବେ । +ଏଥିସହ ଏଣିକି ମଦ ଦୋକାନରେ ‘ସରକାରୀ’ ଶବ୍ଦ ରହିବ ନାହିଁ । +ଯେଉଁ ମଦ ଦୋକାନକୁ ଲାଇସେନ୍ସ ମିଳିବ, ସେହି ମଦ ଦୋକାନରେ କେବଳ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଲେଖାରହିବ । +ତା ସହିତ ଠାକୁରଙ୍କ ନାଁ, କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ନାଁରେ ମଦ ଦୋକାନ ଖୋଲିବନି ବୋଲି ନିୟମ ଜାରି କରାଯାଇଛି । +କେନ୍ଦ୍ରୀୟ ଯୋଜନାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବ ବିଜେପି ଯୁବମୋର୍ଚ୍ଚା +ରାଜ୍ୟରେ କେନ୍ଦ୍ରୀୟ ଯୋଜନାର ସୁଫଳ ପାଉଥିବା ହିତାଧିକାରୀ ଓ ଯୋଜନାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ପାଇଁ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ନିଷ୍ପତ୍ତି ନେଇଛି । +ଆଜି ଯୁବମୋର୍ଚ୍ଚାର ପଦାଧିକାରୀ ବୈଠକ ପରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହଛନ୍ତି ଯେ, ଦେଶ ତଥା ଓଡ଼ିଶାର ଉନ୍ନତି ପାଇଁ ମୋଦି ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି । +ମାତ୍ର ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ଏହି ଯୋଜନାଗୁଡ଼ିକ ରାଜ୍ୟରେ କାର୍ଯ୍ୟକାରୀ କରାଉନାହାନ୍ତିଁ । +ଗଛ ଡାଳ ପଡି ଚାଲିଗଲା ଆଗ୍ନିକ ବ୍ରଜକିଶୋର ଙ୍କ ଜୀବନ । +ପରିବାରକୁ ମିଳିଲା ୩ ଲକ୍ଷ୍ୟ ଟଙ୍କାର… +ଅଗ୍ନିଶମ ସେବା ସଂସ୍ଥାର ମହାନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ସ୍ବର୍ଗତଃ ଆଗ୍ନିକ-୩୪୨୩ ବ୍ରଜ କିଶୋର ମହାନ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଅଗ୍ନିଶମ ସେବା ନିର୍ଦ୍ଦେଶାଳୟ ଠାରେ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ଈଶ୍ବରଙ୍କ ନିକଟରେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା ପାଳନ କରିଥିଲେ । +ଗତକାଲି ଅପରାହ୍ନ ରେ ବାରିପଦା ଅଗ୍ନିଶମ ସେବାକେନ୍ଦ୍ରରେ କାର୍ଯ୍ୟରତ ଆଗ୍ନିକ-୩୪୨୩ ବ୍ରଜ କିଶୋର ମହାନ୍ତି ବାରିପଦା ବେଲଗଡ଼ିଆ ସ୍ଥିତ ଅଗ୍ନିଶମ କେନ୍ଦ୍ରରୁ ନିକଟସ୍ଥ ବଜାରକୁ ଯାଉଥିବା ସମୟରେ ବିଜୁପଟ୍ଟନାୟକ ପାର୍କ ସମ୍ମୁଖ ମୁଖ୍ୟ ରାସ୍ତା କଡରେ ଥିବା ପୁରୁଣା ବରଗଛର ଏକ ଡାଳ ହଠାତ୍ ଭାଙ୍ଗିଯାଇ ବ୍ରଜଙ୍କ ଉପରେ ପଡ଼ିଯାଇଥିଲା ଫଳରେ ସେ ଏହି ଡାଳ ତଳେ ଚାପି ହୋଇରହିଯାଇଥିଲେ । +ତେବେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ତୁରନ୍ତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବ୍ରଜ ଙ୍କୁ ଉଦ୍ଧାର କରି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତରଖାନାକୁ ନେଇଥିଲେ ଏବଂ ସେଠାରେ ଡାକ୍ତରଙ୍କ ପରାମର୍ଶକ୍ରମେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରୁଥିବା ସମୟରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଳମ୍ବିତ ରାତ୍ରିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । +ଶ୍ରୀ ମହାନ୍ତି ତା.୦୩ ଜୁନ ୧୯୮୮ ମସିହାରେ ବାଲେଶ୍ବର ଜିଲ୍ଲାର କଲିପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । +ସେ ଆଗ୍ନିକ ରୂପେ ତା. ୨୪ ଜାନୁଆରୀ ୨୦୧୪ ରିଖରେ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାରେ ଯୋଗଦାନ କରିଥିଲେ ଏବଂ ବାରିପଦା ଅଗ୍ନିଶମ କେନ୍ଦ୍ରରେ ତା. ୨୭ ନଭେମ୍ବର ୨୦୨୦ ରିଖରେ ଯୋଗଦାନ କରି ନିଜର କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରିଆସୁଥିଲେ । +ନିଜର କାର୍ଯ୍ୟ ଦକ୍ଷତାଏବଂ କର୍ତ୍ତବ୍ୟନିଷ୍ଠା ପାଇଁ ସେ ନିଜର କର୍ମଚାରୀ ଏବଂ ଜନସାଧାରଣଙ୍କର ନିକଟରେ ପ୍ରିୟ ଭାଜନ ହୋଇପାରିଥିଲେ । +ତାଙ୍କର ଅକାଳ ବିୟୋଗରେ ଅଗ୍ନିଶମ କର୍ମଚାରୀ ଓ ଜନ ସାଧାରଣଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । +ଇତ୍ୟବଶରରେ ସ୍ବର୍ଗତଃ ଶ୍ରୀ ମହାନ୍ତିଙ୍କର ଅନ୍ତେଷ୍ଟିକ୍ରିୟା ପାଇଁ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ତୁରନ୍ତଟ.୫୦,୦୦୦/- (ପଚାଶ ହଜାର) ଟଙ୍କା ପ୍ରଦାନ କରିବା ସହିତ ଟ.୩,୦୦,୦୦୦/- (ତିନି ଲକ୍ଷ) ଟଙ୍କା ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା ପାଇଁ ଅଗ୍ନିଶମ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । +ବାରିପଦାରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ । +କୋଣାର୍କ ଏନ ଏ ଏସି ରେ ଉପାଧକ୍ଷ ପଦ ହାତେଇଲା ବିଜେଡି ,ସଫଳ ରଣନୀତି ର ସୂତ୍ରଧର ପାଲଟିଲେ… +କୋଣାର୍କ ଏନ ଏ ଏସି ରେ ବିଜେଡି ସଫଳତା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜିଲ୍ଲାପରିସଦ ଉପାଧକ୍ଷ ସ୍ୱାଧୀନ କୁମାର ନାୟକ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର(ରମୁଭାଇ) ଙ୍କ ସଠିକ ଓ ମିଳିତ ଯୋଜନା ଫଳରେ ପ୍ରଥମେ ଅଧ୍ୟକ୍ଷ ପଦ ଆଉ ଏବେ ଉପାଧ୍ୟକ୍ଷ ପଦ ବିଜେଡି ହାତେଇଛି । +କୋଣାର୍କ ଏନ ଏସ ସି ରେ ଦୁଇ ଦୁଇ ଟି ଗୁରୁତ୍ତ୍ୱପୂର୍ଣ୍ଣ ପଦବୀ କୁ ହାତେଇଲା ବିଜେଡି, ଚଳିତ ପୌର ନିର୍ବାଚନ ରେ ବିଜେଡି ର ସଫଳ ରଣନୀତି ଓ ଉପଯୁକ୍ତ ଗୋଟି ଚାଳନା ପାଇଁ ଦଳ କୋଣାର୍କ ଏନ ଏସ ସି କୁ ହାତେଇ ବିରୋଧୀ ଙ୍କୁ ଦେଇଛି କଡା ଟକ୍କର । +ଅଧ୍ୟକ୍ଷ ପଦ ରେ “ସଂଯୁକ୍ତା ତ୍ରିପାଠୀ” ଓ ଉପାଧ୍ୟକ୍ଷ ପଦ ରେ “ସୁରେଶ ଚନ୍ଦ୍ର ରାଉତରାୟ” ବିଜୟୀ ହୋଇ ଗଡ଼ କୁ ହାତେଇ ଦଳ କୁ ମଜବୁତ କରିଥିବା ବେଳେ କୋଣାର୍କ ଏନ ଏ ସି ରେ ବିଜୁ ଜନତା ଦଳ ର ବାଜିମାତ ର ଚାଣକ୍ୟ ପାଲଟିଛନ୍ତି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ “ସତ୍ୟବ୍ରତ ପାତ୍ର,” ବା ସଭିଙ୍କ ପ୍ରିୟ “ରମୁ ଭାଇ” । +ଦଳ ର ଥିବା ସମସ୍ତ ଵାଦ ବିବାଦ ଓ ଗୋଷ୍ଠୀ କନ୍ଦଳ କୁ ଦୂର କରି ଦଳକୁ ସୁଦୃଢ କରିବାରେ ତାଙ୍କ ଭୂମିକା ଅନନ୍ୟ । +ନିଜର ସଫଳ ରଣନୀତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠା କୁ ଦୃଢ଼ କରିବାରେ ତାଙ୍କର ସୁଚିନ୍ତିତ ପ୍ରୟାସ ରେ ସେ ହୋଇଛନ୍ତି ସଫଳ । +ଯାହା ଆଜିର କୋଣାର୍କ ଏନ ଏ ଏସି ଉପାଧ୍ୟକ୍ଷ ନିର୍ବାଚନ ରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । +ନିଜର ତୀକ୍ଷ୍ଣ ବୁଦ୍ଧି ପ୍ରୟୋଗ ବଳ ରେ ବିଜୁ ଜନତା ଦଳକୁ ୮ ଟି ଭୋଟ ଅକ୍ତିଆର କରାଇ ଜିତାଇ ସେ ପ୍ରଶଂସା ର ପାତ୍ର ହୋଇଛନ୍ତି । +ଅନ୍ୟପଟେ ବିରୋଧୀ କଂଗ୍ରେସ କୁ ଧରାଶାୟୀ କରାଇବା ସହିତ କଂଗ୍ରେସ ଉପାଧକ୍ଷ ନିର୍ବାଚନ ରେ ମାତ୍ର ୨ ଖଣ୍ଡ ଭୋଟ ପାଇଥିଲାବେଳେ ଗୋଟିଏ ଭୋଟ କଂଗ୍ରେସ ର ନାକଜ ହୋଇଯାଇଥିଲାବେଳେ ବିଜେପି ର ଦୁଇ ଜଣ କାଉନସିଲର ଭୋଟ ଦାନ ରୁ ବିରତ ରହିଥିଲେ । +ଦେଶର ଶ୍ରେଷ୍ଠ ୫ ଆକାଂକ୍ଷୀ ଜିଲା ତାଲିକା: ତୃତୀୟରେ ମାଲକାନଗିରି +ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ଆକାଂକ୍ଷୀ ଜିଲ୍ଲା ତାଲିକାରେ ତୃତୀୟରେ ରହିଛି ମାଲକାନଗିରି । +ଆସମର ଉଦଲଗିରି ଏହି ତାଲିକାରେ ପ୍ରଥମରେ ରହିଛି । +ଏହା ପଛକୁ କର୍ଣ୍ଣାଟକର ୟାଦଗିର ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ମାଲକାନଗିର ପଛକୁ ପୁର୍ଣ୍ଣିଆ ପଞ୍ଚମ ସ୍ଥାନରେ ରହିଛି । +ଏହି ତାଲିକା ପ୍ରଦାନ କରି ନୀତି ଆୟୋଗ କହିଛନ୍ତି ଯେ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ଭିତ୍ତିଭୁମିର ବିକାଶ ହୋଇଛି । +ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିଛି । +ଏତି ସହିତ ଭିତ୍ତିଭୁମି ବିଭାଗରେ ଉନ୍ନତି କ୍ଷେତ୍ରରେ ସବୁଠୁ ଭଲ ପ୍ରଦର୍ସନ କରିଥିବା ଶ୍ରେଷ୍ଠ ପାଞ୍ଚୋଟି ଜିଲ୍ଲାର ନାମ ପ୍ରକାଶ ପାଇଛି । +ଓଡ଼ିଶାରେ ୧୦ଟି ଆକାଂକ୍ଷୀ ଜିଲ୍ଲା ରହିଛି । +ସେପଟେ ଆଜିଠୁ ରାଜ୍ୟରେ ଏହି ଆକାଂକ୍ଷୀ ଜିଲ୍ଲା ଗୁଡ଼ିକୁ ୧୦ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜନୀତିର ଗନ୍ଧ ବାରିଛି ବିଜେଡି । +ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ କେନ୍ଦ୍ର ସରକାର ପ୍ରତି ଆକାଂକ୍ଷୀ ଜିଲ୍ଲାକୁ ଜଣେ ଜଣେ କେନ୍ଦ୍ର ମନ୍ତ୍ରୀ ପଠାଇବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ସେ କହିଛନ୍ତି । +ଯଦି କେନ୍ଦ୍ର ସରକାର ଏହି ଜିଲ୍ଲା ଗୁଡ଼ିକୁ ଅବହେଳିତ ମାନୁଛନ୍ତି, ତେବେ ସେହି ଜିଲ୍ଲା ଗୁଡ଼ିକରେ କେନ୍ଦ୍ରୀୟ ଅନୁଦାନ ୬୦ରୁ ୯୦ ପ୍ରତିଶତକୁ ବୃଦ୍ଧି କରନ୍ତୁ ବୋଲି ସେ କହିଛନ୍ତି । +ବିଜେଡି ସାଂସଦଙ୍କର ଏହି ମନ୍ତବ୍ୟ ଉପରେ ପାଲଟା ଜବାବ ରଖିଛି ବିଜେପି । + କେନ୍ଦ୍ର ସରକାର ଯେତେବେଳେ ଯୋଜାନ ଗୁଡ଼ିକ ପାଇଁ ଟଙ୍କା ଦେଉଛନ୍ତି ସେହି ଯୋଜନାର ସମିକ୍ଷା କରିବା ପାଇଁ କାହିଁକି କେନ୍ଦ୍ର ମନ୍ତ୍ରୀ ଆସିବେ ନାହିଁ ବୋଲି ବିଜେପି କହିଛି +ଆର.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ଵ, ଲଳିତ ଦାସ ହେଲେ ଗୃହ ବିଭାଗର ଓଏସଡି +ରାଜ୍ୟ ସରକାର ଗୁଇନ୍ଦା ନିର୍ଦ୍ଦେଶକଙ୍କୁ ସୋମବାର ବଦଳାଇ ଦେଇଛନ୍ତି । +ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସ୍‌ଡି ଦାୟିତ୍ୱ ଦିଆଯାଇଛି । +ତାଙ୍କ ସ୍ଥାନରେ ଏଡିଜି ଆର୍‌.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । +ଧୀରେଧୀରେ ବଢ଼ିବ ଦିନର ତାପମାତ୍ରା: ଉମାଶଙ୍କର +ଧୀରେ ଧୀରେ ଦିନର ତାପମାତ୍ରା ବଢ଼ିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । +ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅବପାତ ଆହୁରି ଦୁର୍ବଳ ହେବା ​ନେଇ କୁହାଯାଇଛି । +ଅବପାତ ଦୁର୍ବଳ ହେବାପରେ ସଦୃଶ୍ୟ ଲଘୁଚାପରେ ପରିଣତ ହେବ । +ହେଲେ ଏହାର ପ୍ରଭାବ ଓଡ଼ିଶା ଉପରେ କିଛି ପଡ଼ିବ ନାହିଁ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । +ତାହା ସହ ସେ ଆହୁରି ମଧ୍ୟ କହିଛନ୍ତି ଏହାର ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । +ସମସ୍ତ ଦିଗକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ସବୁ ବନ୍ଦର ଗୁଡ଼ିକ ଉପରୁ ବିପଦ ସଙ୍କେତ ହଟାଇ ଦିଆଯାଇଛି ବୋଲି ଭୁନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ପ୍ରତିକ୍ରିୟା ରଖିଛନ୍ତି । +ମାର୍ଚ୍ଚ ୨୫ରେ ବିଜେଡି ବିଧାୟକ ଦଳ ବୈଠକ +ଆସନ୍ତା ୨୫ ତାରିଖରେ ଶାସକ ବିଜେଡିର ବିଧାୟକ ଦଳ ବୈଠକ ବସିବ । +ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । +ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଯୋଗେ ବୈଠକର ଅଧ୍ୟକ୍ଷତାରେ କରିବାକୁ ଥିବା ବେଳେ ବିଧାୟକମାନେ ବିଧାନସଭାର 54 ନମ୍ବର ପ୍ରକୋଷ୍ଠରେ ଉପସ୍ଥିତ ରହିବେ । +ବିଧାନସଭାର ସ୍ବଳ୍ପକାଳୀନ ବଜେଟ ଅଧିବେଶନ ଲାଗି ବୈଠକରେ ରଣନୀତି ପ୍ରସ୍ତୁତ କରିବ ବିଜେଡି । +ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । +୭ ଦିନିଆ ବିଧାନସଭା ଅଧିବେଶନରେ ରହିଛି ମାତ୍ର ୬ଟି କାର୍ଯ୍ୟ ଦିବସ । +୩୧ ମାର୍ଚ୍ଚରେ ଅଧିବେଶନ ଶେଷ ହେବାକୁ ଥିବା ବେଳେ ୩୦ ମାର୍ଚ୍ଚରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ ହେବ । +ଗଗନ” ଭିତ୍ତିକ ଏଲ୍‌ପିଭି ବ୍ୟବସ୍ଥାରେ ସଫଳ ବିମାନ ଉଡାଣ +ଏଭଳି ସଫଳତା ହାସଲ କରିବାରେ ଭାରତ ଏସିଆ-ପ୍ରଶାନ୍ତ ମହାସାଗର ଅଞ୍ଚଳର ପ୍ରଥମ ଦେଶ +ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ଦ୍ୱାରା ଗୁରୁବାର ରାଜସ୍ଥାନର କିଷନଗଡ ବିମାନଘାଟୀରେ ‘ଗଗନ’ ଭିତ୍ତିକ ଏଲ୍‌ପିଭି ବ୍ୟବସ୍ଥାରେ ପରୀକ୍ଷାମୂଳକ ବିମାନ ଉଡାଣ ସଫଳତାର ସହ କରାଯାଇଛି । +‘ଗଗନ’ ଜିପିଏସ୍ ସହାୟତାରେ ପରିଚାଳିତ ଏକ ଜିଓ ଅଗମେଣ୍ଟେଡ ନାଭିଗେସନ (ଉଡାଣ) ବ୍ୟବସ୍ଥା । +ଏଥିରେ ଭୂମିଠାରୁ ବିମାନର ଉଡାଣ ଉଚ୍ଚତା ଅବତରଣ ଓ ଅନ୍ୟାନ୍ୟ ବିଷୟ ନିର୍ଦ୍ଧାରିତ ହୋଇଥାଏ । +ସଂକ୍ଷେପରେ ଏହା ଏଲ୍‌ପିଭି ଆପ୍ରୋଚ ପ୍ରସିଡିଓର ଭାବେ ପରିଚିତ । +ଏଥିରେ ଆଜି ହାଲ୍‌କା ବିମାନର ପରୀକ୍ଷାମୂଳକ ଉଡାଣ କରାଯାଇଥିଲା । +ଶନିଦେବଙ୍କ କୋପରୁ ରକ୍ଷା ପାଇବା ପାଇଁ +ଶନିଦୋଷ ରୁ ମୁକ୍ତି ପାଇବା ପାଇଁ ପୁର୍ନମି ଦିନ ମହାବୀର ଙ୍କ ନିକଟରେ ବିଶେଷ ପୂଜାର୍ଚନା କରିବା ଉଚିତ । +କାରଣ ହନୁମାନଙ୍କୁ ପୂଜା କରିବା ଦ୍ୱାରା ଶନି ଦୋଷ ଦୁରେଇ ଯାଇଥାଏ ଓ ଜୀବନରେ ଶାନ୍ତି ରହିଥାଏ । +ବିଏସଏଫ ଏଜିଡିଙ୍କ ସ୍ବାଭିମାନ ଅଂଚଳର ସୀମାନ୍ତ ଯନ୍ତ୍ରୀ କ୍ୟାମ୍ପ ଗସ୍ତ +ବିଏସଏଫ ଏଜିଡିଙ୍କ ସ୍ବାଭିମାନ ଅଂଚଳର ସୀମାନ୍ତ ଯନ୍ତ୍ରୀ କ୍ୟାମ୍ପ ଗସ୍ତ +ମାଲକାନଗିରି,୧୩/୪ମାଲକାନଗିରି ଗସ୍ତରେ ଆଜି ବିଏସଏଫ ଏଡିଜି ରାଜଵିନ୍ଦର ସିଂ ଭଟ୍ଟି ପହଞ୍ଚି ମାଓ ଗତିବିଧି ନେଇ ସମୀକ୍ଷା କରିଛନ୍ତି । +ପ୍ରଥମେ ସେ ସ୍ବାଭିମାନ ଅଂଚଳର ଶେଷ ସୀମାରେ ରହିଥିବା ଯନ୍ତ୍ରୀ କ୍ୟାମ୍ପରେ ପହଞ୍ଚିଥିଲେ । +ସେଠାରେ ଯବାନଙ୍କ ସହ ବିଭିନ୍ନ ବିଷୟ ନେଇ ଆଲୋଚନା କରିଥିଲେ । +ଆନ୍ଧ୍ରକୁ ଲାଗି ରହିଥିବା ଏହି ଯନ୍ତ୍ରୀ ଦିନେ ନକ୍ସଲଙ୍କର ଗଡ ଥିଲା । +ନକ୍ସଲ ଏଠାରେ ଦିନ ବେଳା ବିଚରଣ କରୁଥିଲେ । +ଯନ୍ତ୍ରୀ ନକ୍ସଲଙ୍କର ଏକ ପ୍ରକାର ଅଭେଦ ଦୁର୍ଗ ଥିଲା । +କିନ୍ତୁ ଆଜି ବିଏସଏଫ ଏଠାରେ ପହଞ୍ଚି ଲୋକଙ୍କୁ ସୁରକ୍ଷା ଦେବାରେ ସଫଳ ହୋଇଥିବାରୁ ଏଡିଜି ରାଜଵିନ୍ଦର ଖୁସି ଜାହିର କରିଥିଲେ । +ବିଏସଏଫ ସବୁବେଳେ ସୀମାରେ ରହି ସୁରକ୍ଷା ଦେଇଥାଏ । +ଏଥର ମଧ୍ୟ ସୀମାରେ ରହି ନକ୍ସଲଙ୍କୁ ଉଚିତ ଜବାବ ଦେବାକୁ ପ୍ରସ୍ତୁତ ରହିଥିବା ସେ କହିଥିଲେ । +ପରେ ପୁଲିସ ଏବଂ ବିଏସଏଫର ଅଧିକାରୀମାନଙ୍କ ସହ ସାକ୍ଷାତ କରି ଏକ ରୁଦ୍ଧଦ୍ବାର ବୈଠକରେ ମାଓ ଦମନ ନେଇ ସମୀକ୍ଷା କରିଥିଲେ । +ପରେ ଯନ୍ତ୍ରୀ ଗ୍ରାମବାସୀଙ୍କ ସହ ମିଶି ସେମାନଙ୍କର ସୁଖ ଦୁଃଖ ସଂପର୍କରେ ପଚାରି ବୁଝିଥିଲେ । +ଏହି ଅଂଚଳରେ କିପରି ବିକାଶ କାର୍ଯ୍ୟ ତରାନ୍ବିତ ହେବ ସେନେଇ ସେ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି କାମ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । +ସେହିପରି ନକ୍ସଲ ଗଡରେ ତ୍ରିରଙ୍ଗା ଉଡିଥିବାରୁ ବିଏସଏଫ ଏହାକୁ ଏକ ପ୍ରକାର ବିଜୟ ବୋଲି କହିଛି । +ଲୋକେ ଆଉ ନକ୍ସଲକୁ ଭୟ ନକରି ନିଜର ଦାବି ଉପସ୍ଥାପନା କରନ୍ତୁ । +ନିଜ ଅଂଚଳର ବିକାଶ କରିବା ପାଇଁ ସରକାରଙ୍କୁ ସହଯୋଗ କରନ୍ତୁ । +ପୁଲିସ ଏବଂ ବିଏସଏଫ ମିଳିତ ଭାବେ ସ୍ବାଭିମାନ ଅଂଚଳରୁ ନକ୍ସଲକୁ ହଟାଇବାରେ ସଫଳ ହୋଇଥିବା କହିଥିଲେ । +ଚଳିତ ନିର୍ବାଚନ ସୁରୁଖୁରୁରେ ସରିବା ସହ ଏହି ଅଂଚଳର ବିକାଶକୁ ଆହୁରି ଦ୍ରୁତ କରାଯିବ ବୋଲି କୁହାଯାଇଛି । +ବିଏସଏଫ ଏବଂ ପୁଲିସର ଘନ ଘନ ଚଢାଉରେ ନକ୍ସଲ ଏବେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଁଥିବା କହିଥିଲେ । +ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାନ୍ତୁ ବୋଲି ଆହ୍ବାନ ଦିଆଯାଇଥିଲା । +ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ +ଫୁଲବାଣୀ -27/6 କନ୍ଧମାଳ ପୋଲିସ ବ୍ରାଉନ ସୁଗାର କାରବାର ମାମଲା ରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଫୁଲବାଣୀ ସଦର ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । +ଅଭିଯୁକ୍ତ ଜଣଙ୍କ ଫୁଲବାଣୀ ଅଂଚଳ ର ସ୍ବର୍ଗତ ଭଗବାନ ମହାପାତ୍ର ଙ୍କ ପୁଅ ସପନ ମହାପାତ୍ର । +ସପନ ପାଖରୁ ପୋଲିସ ୩. ୫ ୯ 0ଗ୍ରାମ ବ୍ରାଉନସୁଗାର ଜବତ କରିଛି । +ସପନଖୋରଧା ଅଂଚଳ ରୂ ଆଣିଥିବା କହିଛି । +ଜିଲାରେ ବ୍ରାଉନ ସୁଗାର ମାମଲା ପ୍ରଥମ ବୋଲି କୁହାଯାଉଛି । +ପୋଲିସ 103/27/06/22ଧାରା 21(a)ଆକ୍ଟ ରେ ମାମଲା ରୁଜୁ କରି ଘଟଣା ର ଅଧିକ ତଦନ୍ତ କରୁଛି । +ଶିକ୍ଷାନୁଷ୍ଠାନ ଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ନୈତିକ ମୂଲ୍ୟବୋଧରେ ପ୍ରେରିତ କରିବା ଉଚିତ୍ :… +ଭୁବନେଶ୍ୱର , ୧୩/ ୫: ଯୁବଗୋଷ୍ଠୀଙ୍କୁ ଶୈକ୍ଷିକ ଏବଂ ବୌଦ୍ଧିକ କ୍ଷେତ୍ରରେ ଶିକ୍ଷିତ କରାଇବା ସହ ସେମାନଙ୍କୁ ଉଚ୍ଚ ମାନର ନୈତିକ ମୂଲ୍ୟବୋଧର ମନ୍ତ୍ର ଦେବା ନିମନ୍ତେ ଶିକ୍ଷାନୁଷ୍ଠାନ ଗୁଡ଼ିକର ଏକ ବଡ ଦାୟିତ୍ୱ ରହିଛି ବୋଲି କହିଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଶ୍ରୀ ଏମ୍‌.ଏମ୍‌ ରାଜେନ୍ଦ୍ରନ । +ସଡକ ଦୁର୍ଘଟଣା, ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର ! +ଏମଭି-୯ ବିଦ୍ୟାଳୟରେ ତାଲା ଠୁଙ୍କିଲେ ଛାତ୍ରଛାତ୍ରୀ ଓ ଅଭିଭାବକ +ମାଲକାନଗିରି,୨୦/୫ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡଗୁଡା ପଞ୍ଚାୟତର ଏମଭି-୯ ୟୁପି ସ୍କୁଲରେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ତାଲା ଠୁଙ୍କିଦେଇଥିଲେ । +ତେବେ ଏନେଇଖବର ନେବାରୁ ଜଣାପଡିଥିଲା ଯେ ଏହି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସାମନ୍ତରାୟଙ୍କୁ ନିକଟସ୍ଥ ରାମାଗୁଡା ସ୍କୁଲକୁ ବଦଳି କରିଦିଆଯାଇଛି । +ଶ୍ରୀ ସାମନ୍ତରାୟ ଏହି ସ୍କୁଲରେ କୁଆଡେ ଭଲ ପାଠ ପଢାଉଥିଲେ,ଭଲ ଖାଇବାକୁ ଦେଉଥିଲେ ଏବଂ ପିଲାମାନଙ୍କର ଯତ୍ନ ନେଉଥିଲେ । +ତେବେ ତାଂକ ସ୍ଥାନରେ ପୁଷ୍ପାଞ୍ଜଳି ପଣ୍ଡା ନାମୀକା ଜନୈକା ପ୍ରଧାନ ଶିକ୍ଷୟତ୍ରୀ ପିଲାମାନଙ୍କୁ ପାଠ ପଢାଉନଥିବା ବେଳେ ଭଲ ଖାଇବାକୁ ଦେଉନଥିବା ନେଇ ପିଲାମାନେ ଏବଂ ସେମାନଙ୍କର ଅଭିଭାବକମାନେ ସ୍କୁଲରେ ତାଲା ଠୁଙ୍କି ଦେଇଥିଲେ । +ସ୍କୁଲ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ସ୍କୁଲରୁ ପଦାକୁ ବାହାରିବାକୁ କହି ତାଲା ପକାଇ ଦେଇଥିଲେ । +ଯେତେବେଳ ପର୍ଯ୍ୟନ୍ତ ଆମ ସ୍କୁଲକୁ ପ୍ରଶାନ୍ତ ସାମନ୍ତରାୟ ସାର ନଫେରନ୍ତି ସେତେବେଳ ପର୍ଯ୍ୟନ୍ତ ସ୍କୁଲରେ ତାଲା ଝୁଲିବ ବୋଲି ଗ୍ରାମବାସୀ କହିଥିଲେ । +ଏହି ଖବର ମାଲକାନଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା ଜାଣିବା ପରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଂଜନ ପାଣ୍ଡେଙ୍କ ସହ ମିଶି ସ୍କୁଲକୁ ଯାଇ ଘଟଣା ସଂପର୍କରେ ଆଲୋଚନା କରିଥିଲେ । +ଗ୍ରାମବାସୀ ଏବଂ ପିଲାମାନେ ଗୋଟିଏ ଜିଦରେ ଅଟଳ ରହିଥିଲେ । +ଆମ ସାରକୁ ଆମକୁ ଫେରାଇ ଦିଅ ବୋଲି ସ୍ଲୋଗାନ ଦେଉଥିଲେ । +ଦୀର୍ଘ ସମୟ ଧରି ଶିକ୍ଷାଧିକାରୀମାନେ ବୁଝାଇବା ପରେ ମଧ୍ୟ ଲୋକେ ଏବଂ ଛାତ୍ରଛାତ୍ରୀ ବୁଝିନଥିଲେ । +ପରେ ଏକ ରିପୋର୍ଟ ତିଆର କରି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିବା ବିଇଓ କିଶୋର ବେହେରା ପ୍ରକାଶ କରିଛନ୍ତି । +ତେବେ ପିଲାମାନଙ୍କୁ ଏବଂ ଅଭିଭାବକମାନଙ୍କୁ କିଏ ଉସୁକାଉଥିବାର ଗନ୍ଧ ବାରି ହେଉଥିବା ଜଣାପଡିଛି । +କମୋଳମତି ପିଲାମାନଙ୍କୁ କାହିଁକି ଏଭଳି ମତାଇ ସ୍କୁଲରେ ତାଲା ପକାଗଲା ଏବଂ ପିଲା ଙ୍କ ପାଠ ପଢ଼ାରେ ବ୍ୟ । +ଘତସୃଷ୍ଠି ହେଉଛି ତାହାକୁ ନେଇ ତଦନ୍ତ କରାଯିବା ସହ ସଡଜନ୍ତ୍ଦକ । +ରି ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ଙ୍କ ମହଲ ମତ ଦେଇଛନ୍ତି । +ଆଗକୁ ଏହାକୁ ନେଇ ଏକ ସ୍ଥାୟୀ ସମାଧାନ କରିବା ପାଇଁ ଦାବି ହେଉଛି । +ପୋଷା ହାତୀ ନନ୍ଦ ଗୁରୁତର, ୧୦ ବର୍ଷ ଧରି ଶିକୁଳିରେ ବନ୍ଧା ପଡିଛି ଜୀବନ +ଚନ୍ଦକା ଗୋଡିବାରୀରେ ଥିବା ପୋଷା ହାତୀ ନନ୍ଦ ଏବେ ଗୁରୁତର । +ଦୁଇ ଦିନ ଧରି ଖାଇବା ପିଇବା ଛାଡିବା ପରେ ଆଜି ସକାଳେ ନନ୍ଦର ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । +ଓୟୁଏଟି ବିଶେଷଜ୍ଞ ଟିମ୍ ଚିକିତ୍ସା କରୁଛନ୍ତି । +ଚନ୍ଦକା ଉପନିର୍ଦ୍ଦେଶକ ମଧ୍ୟ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି । +ତେବେ ସବୁଠୁ ବଡ଼ ପ୍ରଶ୍ନ ଏପରି ସ୍ଥିତି ଉପୁଜିଲା କାହିଁକି । +ଆଗକୁ ଯଦି ନନ୍ଦ ହାତୀର କିଛି ହୋଇଯାଏ ତେବେ ଦାୟୀ ରହିବ କିଏ । +ଆଇଟିଇଆର୍‌ରେ ହାକାଥନ୍ “ହାକରୱାର ୩.କ୍ଟ” ଆୟୋଜିତ +ଭୁବନେଶ୍ୱର, ୨୭/୦୬: ଲଗାତାର ୨୪ ଘଂଟା ଧରି ବୈଷୟିକ ଜ୍ଞାନ କୌଶଳ ସମ୍ପର୍କିତ ବିଭିନ୍ନସମସ୍ୟାର ସମାଧାନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ । +ସୋଆ ପରିଚାଳିତଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର କମ୍ପ୍ୟୁଟର୍ ସାଇନ୍ସ ବିଭାଗର ଛାତ୍ରଛାତ୍ରୀ ଆଇଟିସହିତ ଜଡ଼ିତ ବିଭିନ୍ନ ସମସ୍ୟାର ସୂତ୍ର କାଢ଼ିଛନ୍ତି । +ଗତ ୨୫ ଓ ୨୬ ତାରିଖରେ ଆଇଟିଇଆର୍‌ରେ ଇଲ୍ୟୁମିନେଟ୍ (ହାକରୱାର ୩.କ୍ଟ) ହାକାଥନ୍‌କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । +ଏହି ହାକାଥନ୍‌ରେ ନୂତନ ଜ୍ଞାନକୌଶଳକୁ ପାଥେୟ କରିଛାତ୍ରଛାତ୍ରୀମାନେ ସମସ୍ୟାର ସମାଧାନର ସୂତ୍ର ବାହାର କରିଥିଲେ । +ପରୀକ୍ଷା ବଦଳରେ ଛାତ୍ରଛାତ୍ରୀଙ୍କୁ ଭିନ୍ନଧରଣର ପ୍ରତିଯୋଗିତା ମାଧ୍ୟମରେ ଆଇଟି ସମସ୍ୟା ଭିତିକ ସମାଧାନ କରିବା ପାଇଁ ଏଭଳି ନିଆରା ପ୍ରୟାସକରାଯାଇଥିଲା ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର କହିଥିଲେ । +କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଂଜିନିୟରିଂ ବିଭାଗ ଏବଂ କ୍ଲବ୍ କୋଡେକ୍ସର ମିଳିତ ସହଭାଗିତାରେ ଏହି୨ ଦିନିଆ ଟେକ୍ନିକାଲ୍ ଫେଷ୍ଟ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କମ୍ପ୍ୟୁଟର ସାଇନ୍ସ ବିଭାଗର ଶତାଧିକଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । +ଏହି ଟେକ୍ନିକାଲ ଫେଷ୍ଟରେ ୪ଟି ଇଭେଂଟ ଯଥା ହାକରୱାର୍ ୩.କ୍ଟ(୨ ଘଂଟା ହାକାଥନ୍‌) ସମେତ କ୍ୟାପ୍‌ଚର୍ ଦ ଫ୍ଲାଗ୍‌, ସୁଇଚ୍ ଆଣ୍ଡ କଡ୍‌, ଚଗ୍ ଆଣ୍ଡ କଡ୍ ରହିଥିଲା । +ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଅତିଥି ଭାବେ କମ୍ପ୍ୟୁଟର ସାଇନ୍ସ ବିଭାଗୀୟ ମୁଖ୍ୟ ପ୍ରଫେସରମିଶ୍ରଙ୍କ ସମେତ ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ, ଟ୍ରେନିଂ ଆଣ୍ଡ ପ୍ଲେସ୍‌ମେଂଟ ବିଭାଗର ମୁଖ୍ୟ ପ୍ରଫେସରସୁଜିତ୍ ଦାସ , ଆଡିସ୍‌ନାଲ୍ ଡିନ୍ (ଏକାଡେମୀକ୍‌) ପ୍ରଫେସର ଡି. ଏନ୍‌. ଥାଟୋଇଙ୍କ ସମେତ ବିଭାଗୀୟପ୍ରଫେସରମାନେ ଉପସ୍ଥିତ ଥିଲେ । +କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା । +ଅବୈଧ ଉପାସନା ଗୃହ ନିର୍ମାଣକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ସରପଞ୍ଚ +ମାଲକାନଗିରି,୧୫/୬: ମାଲକାନଗିରି ବ୍ଲକ ଅନ୍ତର୍ଗତ କାମଵେଡା ପଞ୍ଚାୟତର ଉନ୍ନତି ଓ ବନ୍ୟ ଜୀବଜନ୍ତୁଙ୍କ ଜୀବନଜୀବିକା ନିମନ୍ତେ ସଂରକ୍ଷିତ ରହିଥିବା ସ୍ଥାନରେ ଅବୈଧ ଉପାସନା ଗୃହ ନିର୍ମାଣ କରାଯାଉଥିବାରୁ ଏହାକୁ ବିରୋଧ କରି ସରପଞ୍ଚ ରମାକାନ୍ତ ମାଡକାମୀଙ୍କ ନେତୃତ୍ବରେ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । +ସେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆମ ଅଂଚଳର ଲୋକେ ଖ୍ରୀଷ୍ଟିଆନ ନୁହନ୍ତି । +ଯେହେତୁ ଅନ୍ୟ ଧର୍ମର ଲୋକ ଆମ ଅଂଚଳରେ ନାହାନ୍ତି ଏଣୁ ଆମ ପଞ୍ଚାୟତରେ କୌଣସି ଧର୍ମାନୁଷ୍ଠାନ ନିର୍ମାଣ ହେବା ଦରକାର ନାହିଁ ବୋଲି ଦାବି କରିଛନ୍ତି । +ଯଦି ଆମ ପଞ୍ଚାୟତରେ କେହି ଧର୍ମ ବଦଳାଇଛନ୍ତି ଏବଂ ଏଠାରେ ସେମାନେ ଉପାସନା ନିମନ୍ତେ ଗୃହ ନିର୍ମାଣ କରିବାକୁ ଚାହୁଁଛନ୍ତି ତେବେ ଆମେ ସ୍ବାଗତ କରିବୁ । +କିନ୍ତୁ ଅନ୍ୟ ସ୍ଥାନରୁ ଆସି ଏଠାରେ ଉପାସନା ଗୃହ ନିର୍ମଣକରିବାକୁ ଦେବୁ ନାହିଁ ବୋଲି ସରପଞ୍ଚ ଯୁକ୍ତି ବାଢିଛନ୍ତି । +ଆମେ କୋୟା ଆଦିବାସୀ ଲୋକେ ଗାଈକୁ ମାଆ ବୋଲି ପୂଜା କରିବା ସହ ତାକୁ ସମ୍ମାନ ଦେଉ । +କିନ୍ତୁ ଆମ ଅଂଚଳର କିଛି ଲୋକ ଗାଈକୁ ମାରି ତାର ମାଂସ ଭୋଜି କରି ଖାଇଛନ୍ତି । +ଏହାଦ୍ବାରା ଆମ ସଂସ୍କୃତି ଏବଂ ପରଂପରା ନଷ୍ଟ ହୋଇଛି । +ଗୋ ହତ୍ୟା ଆଇନଗତ ଅପରାଧ । +ଗୋ ରକ୍ତ ମାଟିରେ ପଡିବା ଦ୍ବାରା ଆମର ସଂସ୍କୃତିର ପବିତ୍ର ସ୍ଥାନଗୁଡିକ ଅପବିତ୍ର ହୋଇଗଲା । +ଆମର ନିତିଦିନଆ ପୂଜା ଏବଂ ଉପାସନା ପରଂପରା ନଷ୍ଟ ହୋଇଛି । +ଏଠାରେ ନିର୍ମାଣ ହେଉଥିବା ପ୍ରାର୍ଥନା ଗୃହକୁ ବନ୍ଦ କରାଯାଉ । +ମାଲକାନଗିରି ଆଇଆଇସି ମଧ୍ୟ ଗତ ଫେବୃୟାରୀ ମାସରେ ଆସି ଏହାକୁ ବନ୍ଦ କରିବାକୁ ଲୋକମାନଙ୍କୁ ବୁଝାଇଥିଲେ । +କିନ୍ତୁ ପରେ ଏହା ପୂନର୍ବାର ଚାଲୁ ହେଲା । +ଏହି ସ୍ଥାନ ପଞ୍ଚାୟତ ତରଫରୁ ମୋଡେଲ ପଖୋରୀ ନିମନ୍ତେ ସ୍ଥିର ହୋଇଥିଲା । +ଯାହାଫଳରେ ଦିନରେ ଗ୍ରାମବାସୀ ଏବଂ ରାତିରେ ବନ୍ୟଜନ୍ତୁ ଏହି ପାଣିର ବ୍ୟବହାର କରିପାରନ୍ତେ । +ତେବେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ପଞ୍ଚାୟତର କେତେ ଜଣ ଧର୍ମ ପରିବର୍ତ୍ତନ କରିଛନ୍ତି ତାହା ଆମକୁ ଜଣାଯାଉ ବୋଲି ସରପଞ୍ଚ ଦାବି କରିଛନ୍ତି । +ସରକାର ଡରାନ୍ତୁନି, ଭୁଲ କଲେ ମୁଁ ମଉନ ରହିବିନି: ଶଙ୍କରାଚାର୍ଯ୍ୟ +ସରକାର ମୋତେ ନିଜ ଅନୁକୂଳ କିମ୍ବା ଡରାଇବାକୁ କୌଣସି ପଦେକ୍ଷପ ନନେଉ । +ସରକାରଙ୍କୁ ଯଦି ଲାଗୁଛି ଧାର୍ମିକ ଓ ଅଧ୍ୟାତ୍ମିକ କ୍ଷେତ୍ରରେ ପ୍ରଗତି ହେବା ଉଚିତ, ତେବେ ମୋ ସହ ଯୋଗାଯୋଗ କରନ୍ତୁ । +କିନ୍ତୁ ଏମିତି ଭାବନ୍ତୁନି, ସରକାର କୌଣସି ଭୁଲ ପଦେକ୍ଷପ ନେଲେ ମୁଁ ମଉନ ରହିଯିବି । +ଏ ମୋ ଦ୍ୱାରା ହେବନି । +’ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଏଭଳି ଚରମ ସନ୍ଦେଶ ପଠାଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । +ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପ୍ରକଳ୍ପକୁ ନେଇ ସରକାର କାହାରି ଆବଶ୍ୟକ ଅନୁମତି ନ ନେଇ ବେଆଇନ ଭାବେ କାର୍ଯ୍ୟ ଚଳାଇଥିବା ବେଳେ ଶଙ୍କରାଚାର୍ଯ୍ୟଙ୍କ ଏଭଳି ଚରମବାଣୀ ଶୁଣିବାକୁ ମିଳିଛି । +ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ସରକାରୀ ବସ ଯାତ୍ରା କାଲିମେଳା ଠାରୁ ଭଞ୍ଜନଗର +କାଲିମେଳା ତା ୨୪/୪ ଆଦିବାସୀ ଅଧ୍ୟୁଷିତ ମାଲକାନଗିରିର ଜିଲ୍ଲାର ଉପାନ୍ତ ଦୁର୍ଗମ କାଲିମେଳାସଦର ମହକୁମାର ମୁଖ୍ଯ ବସଷ୍ଟାଣ୍ଡ ରୁ ଦୀର୍ଘ ଦିନ ଧରି କାଲିମେଳା ଠାରୁ ଭଞ୍ଜନଗର କୁ ଓଡିଶା ସରକାରଙ୍କ ଓଏସଆରଟିସି ର ଲାଲ ରଙ୍ଗର ଓଡି୩୨ସି-୨୫୨୨ ନମ୍ବର ବିଶିଷ୍ଟ ଗୋଟିଏ ପୁରୁଣା ଭଙ୍ଗା ଦଦରା ବସ ପ୍ରତି ଦିନ ୬୦୦ କିଲୋମିଟର ଏଠାରୂ ଯାତ୍ରୀ ନେଇ ବାହାରୂଛି । +ଯାହାକି ପ୍ରତିଦିନ କାଲିମେଳା ବସଷ୍ଟାଣ୍ଡ ରୁ ଭଞ୍ଜନଗର ସମାନ ଦିନ ୧:୪୫ ରୁ ବାହାରୁଛି ଆଉ ଭଞ୍ଜନଗର ଯାଇ ତହିଁଆରଦିନ ସକାଳ ୭:୩୦ ରେ ପହଞ୍ଚୁଛି ପାଖାପାଖୀ ୫୯୯ କିଲୋମିଟର ଦୂରତା ରହୁଛି । +ଗୋଟିଏ ବସ ଗଲେ ଆଉ ଗୋଟିଏ ବସ ଯାଉଛି ଆସୁଛି ଦୁଇଟି ଯାକ ବସର ଅବସ୍ଥା ସମାନ ରହିଛି । +କିନ୍ତୁ ଏହି ବସ ଅଞ୍ଚଳର ଜନସାଧାରଣଙ୍କ ସେବାରେ ଲାଗିଛି ଓ ତହିଁରେ ଯାତ୍ରା କରିବାର ସୁଯୋଗ ଜନସାଧାରଣଙ୍କୁ ଦେଉଛି ସତ । +ଏହି ରାସ୍ତାରେ ବସ ଚାଲିଲେ କଣ ହେବ । +ଉକ୍ତ ବସର ସମସ୍ତ ସିଟ ଗୁଡିକ ଭାଙ୍ଗିଯାଇଛି, ହ୍ୟାଣ୍ଡ ରେଷ୍ଟ ନାହି ସିଟ ରେ ,ଓ ଯାତ୍ରୀମାନେ ସିଟରେ ବସିଲେ ଖସିପଡୁଛନ୍ତି । +ଓ ବସର ଅଧାରୁ ଅଧିକ ସିଟର କଭର ଚିରି ଫାଟି ଯାଇଛି । +ଯାହାକୁ ନେଇ ଏତେ ଦୁରତା ଯାତ୍ରାଅତ୍ଯନ୍ତ କଷ୍ଟକର କାରଣ ପ୍ରତିଦିନ ଭଲମନ୍ଦ ଲୋକଙ୍କ ସହିତ ଅଧିକାଂଶ ଯାତ୍ରୀ ରୋଗାଗ୍ରସ୍ତ ଯାତ୍ରୀ ରୋଗୀ ମାନେ ଯାତ୍ରା କରୁଛନ୍ତି ଯାହାକି ସାରା ରାସ୍ତାରେ ବସିଥିବା ସିଟ ରୁ ଖସି ପଡି ଯାତ୍ରା କରୁଛନ୍ତି । +ଏକ ରେ ରୋଗୀମାନେ ଅନ୍ଯ ପଟେ ବହୁ କଷ୍ଟ ରେ ଯାତ୍ରା କରି ଯାଇ ଚିକିତ୍ସା ପାଇ ବ୍ରହ୍ମପୁର ରେ ପହଞ୍ଚି ଚିକିତ୍ସିତ ହେଉଛନ୍ତି ଯାହାକି ଏହି ବସରେ ଭଲ ଲୋକ କିମ୍ବା ରୋଗାଗ୍ରସ୍ତ ଲୋକଙ୍କ ପାଇଁ ଯାତ୍ରା କଷ୍ଟ ହେଉଥିବା ନେଇ ଅଭିଯୋଗ ହୋଇଛି । +ବିଶେଷ କରି ଏହି ବସରେ ଯାତ୍ରା କଲା ବେଳେ ଯଦି ବସ ରାସ୍ତାର କୌଉଠି ଟିକେ ଛେଛି ହେଲେ ସିଟ ରୁ ଗଦି ଅଲଗା ହୋଇ କି ଯାତ୍ରୀ ମାନେ ସିଟରୁ ତଳକୁ ଖସି ଲାଜ ଲଜ୍ଜିତ ହୋଇ ପରଷ୍ପର ମୁହଁକୁ ଦେଖୀ ଉଠିକି ସିଟ ଗଦି ଠିକରେ ବସିଯାଉଛନ୍ତି ବୋଲି ଯାତ୍ରୀ ମାନେ ପ୍ରକାଶ କରିଛନ୍ତି । +ଅନ୍ଯପଟେ ଏହି ବସରେ ଥିବା ଲଗେଜ କେବିନ ମଧ୍ଯ ଭାଙ୍ଗିଯାଇଛି ଯେଉଁଥିରେ ଯାତ୍ରୀମାନେ ଜିନିଷ ରଖୀଲେ ଖସିଯାଉଛି । +ସାମାନ ରଖୀବାରେ ମଧ୍ଯ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଯାତ୍ରୀ ମାନେ । + ଏ ନେଇ ସମ୍ପୃକ୍ତ ବସର କଣ୍ଡକ୍ଟର ଙ୍କୁ ପଚରାହେଲା ଯେ ଆପଣ ସମାନ ଭଡା ଯାତ୍ରୀ ମାନଙ୍କ ଠାରୁ ନେଉଛନ୍ତି କିନ୍ତୁ ଓ କାହିଁକି ଏପରି ଭଙ୍ଗା ଦଦରା ପୁରୂଣା ବସରେ ଲୋକ ମାନଙ୍କୁ ପ୍ରତିଦିନ ନେଉଛନ୍ତି କହିବାରୁ ସେ କହିଲେ ଆଜ୍ଞା ଆମେ କଣ କରୁବୁ ଆମେ ହେଲୁ କର୍ମଚାରୀ ଆମ ବିଭାଗ ଯେଉଁ ବସ ଦେଇ ଯିବାକୁ କହିଲେ ଆମେ ତହିଁରେ ଆସୁଛୁ ଡ୍ଯୁଟିରେ ବୋଲି ଗଣମାଧ୍ୟମ ସମ୍ମୁଖ ରେ ପ୍ରକାଶ କରିଛନ୍ତି +ଅନ୍ଯପଟେ ଏହି ବସଟି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଦେଇ ଯାଉଛି ଯାହାକି ଅଧିକ କିଲୋମିଟର ହେବା ସହିତ ଟ୍ଯାକ୍ସ ମଧ୍ଯ ଅଧିକ ଦେବାକୁ ପଡୁଛି ନନ ଏସି ବସରେ । +ଯଦି ଏହି ବସଟିର ରାସ୍ତା ପରିବର୍ତ୍ତନ କରି ଏସି ଲାଗିଥିବା ବସଟିଏ ର ବ୍ଯବସ୍ଥା କରାଗଲେ ଯାତ୍ରୀମାନେ ଉପକୃତ ହୋଇ ଥାନ୍ତେ ବୋଲି ଅଞ୍ଚଳବାସୀ ମତ ସାବ୍ୟସ୍ତ କରିଛନ୍ତି । +ଓ ତୁରନ୍ତ ଏହି କାଲିମେଳା ରୁ ଭଞ୍ଜନଗର ଯାଉଥିବା ଭଙ୍ଗା ଦଦରା ପୁରୁଣା ବସଟି ରଖୀ ନୂତନ ବସର ବ୍ଯବସ୍ଥା କରାଯିବା ଲାଗି ଦାବି ଜଣାଇଛନ୍ତି ଅଞ୍ଚଳ ର ଯାତ୍ରୀମାନେ । +ଏ ସଙ୍କ୍ରାନ୍ତ ରେ ବ୍ରହ୍ମପୁର ର ଓଏସଆରଟିସି OSRTC ବିଭାଗ ର ଏଟିଏମ ଶ୍ରୀ ରବିନ୍ଦ୍ର ବେହେରା ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ କହିଲେ ଯେ ପୂର୍ବ ରୁ ବସର ଅବସ୍ଥା ଖୋରାପ ସମ୍ପର୍କ ରେ କୌଣସୀ ଖବର ନଥିଲା ବର୍ତ୍ତମାନ ମୁ ବସଟିର ଅବସ୍ଥା ଖୋରାପ ଜାଣିଲି ଏଣିକି ତୁରନ୍ତ ଗାଡିଟିର ମରାମତି କରି କି ପଠେଇବୁ ବୋଲି ଗଣମାଧ୍ୟମ ସମ୍ମୁଖ ରେ ମତ ପ୍ରକାଶ କରିଛନ୍ତି । +ଓଡିଆ ହେବାରେ ଗର୍ବ ଅନୁଭବ କରିପାରିଲେ ଓଡ଼ିଶା ଉନ୍ନତିର ଶୀର୍ଷରେ ପହଞ୍ଚି ପାରିବ +ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ଓଡିଆ ନବବର୍ଷ ଓ ମହା ବିଷୁବ ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହୋଇଯାଇଛି ଷଷ୍ଠ ନୂଆଦିଲ୍ଲୀ ବିଷୁବ ଆସର । +ଅନୁଷ୍ଠାନର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ବରେ ଆୟୋଜିତ ‘ପଣା କବିତା ଓ ଗପସପ’ ଶୀର୍ଷକ ଏହି ସାରସ୍ବତ ଆସରକୁ ଆନ୍ତର୍ଜାତିକ କ୍ଷାତି ସମ୍ପନ୍ନ ବିଶିଷ୍ଟ କବି ତଥା ପୂର୍ବତ୍ତନ ବୈଦେଶିକ ସଚିବ ଡ. ଅମରେନ୍ଦ୍ର ଖଟୁଆ ଉଦଘାଟନ କରିଥିଲେ । +ଏହି ଅବସରରେ ମୁଖ୍ୟ ଅତିଥି ଡ. ଖଟୁଆ ଓଡ଼ିଶାର ପ୍ରତ୍ୟକ ବ୍ୟକ୍ତି ଜଣେ ଓଡିଆ ହେବାରେ ଗର୍ବ ଅନୁଭବ କରିପାରିଲେ ଓଡ଼ିଶା ଉନ୍ନତିର ଶୀର୍ଷରେ ପହଞ୍ଚି ପାରିବ ବୋଲି ମତ ବ୍ୟକ୍ତ କରିଥିଲେ । +ଓଡିଆ ଭାଷା ପ୍ରତି ଆଗାମୀ ପିଢିଙ୍କ ମଧ୍ୟରେ ଆବେଗ ଓ ପ୍ରତିବଦ୍ଧତା ବୃଦ୍ଧି କରିବା ସହିତ ପ୍ରବାସରେ ଆମ ସଂସ୍କୃତି ଓ ସାହିତ୍ୟ ପ୍ରତି ଭଲ ପାଇବା ବୃଦ୍ଧିକରିବାର ଉଦେଶ୍ୟରେ ଏହି ବିଷୁବ ଆସର ଆୟୋଜନ କରାଯାଇଥାଏ ବୋଲି ଶ୍ରୀ ରାଉତ ପ୍ରକାଶ କରିଥିଲେ । +ପାରଳାଖେମୁଣ୍ଡିରେ ବିକ୍ରି ହେଉଛି ଆନ୍ଧ୍ରର ମାଗଣା କ୍ଷୀର +ଓଡିଶାରେ ପୁଣି ବିକ୍ରି ହେଲା ଆନ୍ଧ୍ରର ମାଗଣା କ୍ଷୀର । +ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଶସ୍ତା ଦରରେ ବିକ୍ରି ହେଉଛି ଆନ୍ଧ୍ର ସରକାରଙ୍କ ପକ୍ଷରୁ ସେଠାକାର ଗର୍ଭବତୀ ସ୍ତ୍ରୀଙ୍କୁ ଦିଆଯାଉଥିବା ମାଗଣା କ୍ଷୀର । +ଏହି କ୍ଷୀର ପ୍ୟାକେଟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଫଟୋ ରହିଛି । +ହେଲେ ଆନ୍ଧ୍ରରେ ଲୋକଙ୍କ ହିତ ପାଇଁ ମାଗଣାରେ ବଣ୍ଟନ ହେଉଥିବା ଏହି କ୍ଷୀର ଏବେ ପାରଳଖେମୁଣ୍ଡି ବଜାରରେ ବିକ୍ରି ହେଉଛି । +ଆନ୍ଧ୍ର ସରକାର ତାଙ୍କ ରାଜ୍ୟରେ ଗର୍ଭବତୀ ସ୍ତ୍ରୀ ଓ ଶିଶୁଙ୍କୁ ପ୍ରତି ମାସରେ ୧୧ ଲିଟର କ୍ଷୀର ମାଗଣାରେ ଦେଉଛନ୍ତି । +ହେଲେ ଏହି ମାଗଣା କ୍ଷୀର, ସୀମା ଡେଇଁ ଓଡିଶା ବଜାରରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । +ଶସ୍ତାରେ ମିଳୁଥିବାରୁ ପାରଳାଖେମୁଣ୍ଡିରେ କ୍ଷୀର, ଛେନା, ଦହି ଆଦି ବ୍ୟବୟାସ କରୁଥିବା ଦୋକାନୀ ଏଥିପ୍ରତି ଅଧିକ ଆଗ୍ରହୀ ହେଉଛନ୍ତି । +ହାଇୱେରେ ବିନା Fastagରେ ଦୌଡିବ ଗାଡି: NHରେ ନଜର ଆସିବନି ଟୋଲ, ଦୂରତା ହିସାବରେ କଟିବ ଟଙ୍କା,… +ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଏଣିକି ଲମ୍ୱା ଲାଇନ ଲଗାଇବାକୁ ପଡିବ ନାହିଁ । +ଏହାସହ ୫ କିଲୋମିଟରର ଯାତ୍ରା ପାଇଁ ପୂରା ଟୋଲ ଦେବା ପାଇଁ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । +କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରଣାଳୟ ଏକ ହାଇଟେକ୍ ସିଷ୍ଟମ ଆଣିବାକୁ ଯାଉଛନ୍ତି । +ଖୁବଶୀଘ୍ର ଦେଶର ହାଇୱେ ଗୁଡିକ ହାଇଟେକ୍ ହେବାକୁ ଯାଉଛି । +ଜାତୀୟ ରାଜପଥ ଗୁଡିକରେ ଏଣିକି ANPR( ଅଟୋମେଟିକ୍ ନମ୍ୱର ପେଲ୍ଟ ରିଡର) ସିଷ୍ଟମ ଲାଗୁ କରାଯିବ । +ମହୁଲ ବୋଝେଇ ପିକଅପ ଭ୍ୟାନ ଜବତ,୨ ଗିରଫ +ମାଲକାନଗିରି,୧୧/୪ ମାଲକାନଗିରି ପୁଲିସ ଚଢାଉ କରି ମହୁଲ ବୋଝେଇ ପିକ ଅପ ଭ୍ୟାନକୁ ଜବତ କରିବା ସହ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । +ଗତକାଲି ରାତିରେ ମାଲକାନଗିରି ପୁଲିସ ଆଇଆଇସି ରିଗାନ କିଣ୍ଡୋଙ୍କ ନିର୍ଦେଶକ୍ରମେ ପୁଲିସ ଏସଆଇ ଗିରିଶ କୁମାର ସାରକାଙ୍କ ନେତୃତ୍ବରେ ଏକ ଟିମ ରାତିରେ ପେଟ୍ରୋଲିଂ କରୁଥିଲା । +ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ଶିଖପାଲି ରାସ୍ତାରେ ଗଂଜେଇ ବୋଝେଇ ପିକଅପ ଭ୍ୟାନ ଛତିଶଗଡ ଆଡକୁ ଯାଉଛି । +ତୁରନ୍ତ ପୁଲିସ ପିକ ଅପ ଭ୍ୟାନକୁ ପିଛା କରି ନାମକୋଣ୍ଡା ଛକ ନିକଟରେ ଚଢାଉ କରି ପିକଅପ ଭ୍ୟାନକୁ ଅଟକାଇ ଯାଞ୍ଚ କରିଥିଲା । +ଏହି ଭ୍ୟାନରେ ୭୦ ପ୍ୟାକେଟ ମହୁଲ ରହିଥିବା ପୁଲିସ ଦେଖିବାକୁ ପାଇଥିଲା । +ସମସ୍ତ ମହୁଲକୁ ଜବତ କରିବା ସହ ଏହି ମହୁଲକୁ ବେଆଇନ ଭାବେ ପଡୋଶୀ ରାଜ୍ୟକୁ ଚାଲାଣ କରୁଥିବା ଦୁଇ ଜଣକୁ ଗିରଫ କରିଥିଲା । +ଗିରଫ ହୋଇଥିବା ଦୁଇ ଜଣ ଏମଭି-୧୮ ଗ୍ରାମର ଆସାମୀ ହେଲେ ପ୍ରଶାନ୍ତ ବୈଦ୍ୟ(୨୭) ଏବଂ ଏମଭି-୧୬ ଗ୍ରାମର କୁମୁଦ ମଲ୍ଲିକ(୨୮) । +ତେବେ ୭୦ ପ୍ୟାକେଟରେ ୩୭ କିଲୋ ଲେଖାଏଁ ମହୁଲ ରହିଥିବା ଦେଖିବାକୁ ମିଳିଥିଲା । +ମୋଟରେ ୨୫୫୨ କିଲୋ ମହୁଲ ଜବତ ହୋଇଥିବା ପୁଲିସ କହିଛି । +ଏଥିସହ ପିକଅପ ଭ୍ୟାନକୁ ମଧ୍ୟ ପୁଲିସ ଜବତ କରିଛି । +ଶର୍ମିଷ୍ଠାଙ୍କୁ ପାଇଲେନି, ଭାଇ ପରମେଶ୍ୱରଙ୍କୁ ଉଠାଇ ଆଣିଲେ ପୁଲିସ୍‌ +କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ୱେବ୍‌ ପୋର୍ଟାଲ୍‌ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ପତ୍ତା ପାଉନି ପୁଲିସ୍‌ । +ହେଲେ ତାଙ୍କ ଭାଇ ପରମେଶ୍ୱର ରାଉତକୁ ଉଠାଇ ଆଣିଲା । +ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରୁ ପରମେଶ୍ୱରକୁ ଭଦ୍ରକ ପୁଲିସ୍‌ ଧରି ଓଡ଼ିଶା ଆଣୁଛି । +କୁହାଯାଉଛି ଶର୍ମିଷ୍ଠାଙ୍କୁ ଫେରାର୍‌ କରାର୍‌ କରିବାରେ ପରମେଶ୍ୱରଙ୍କର ହାତ ରହିଛି । +ତେବେ ଏହି ହତ୍ୟାକାଣ୍ଡରେ ପରମେଶ୍ୱରଙ୍କ ହାତ ରହିଛି କି ନାହିଁ, ତାହା ଜଣାପଡ଼ି ନାହିଁ । +ତଥାପି ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି । +ପରମେଶ୍ୱରକୁ ଜେରା ପରେ ଶର୍ମିଷ୍ଠାଙ୍କ ପତ୍ତା ମିଳିବ ବୋଲି ପୁଲିସ୍‌ ଆଶା କରୁଛି । +ଟ୍ରାକ୍ଟର ରୁ ଖସି ନାବାଳିକା ଶ୍ରମିକ ଗୁରୁତର +କାଲିମେଳା , ୬୬ : ଏମ୍‌ଭି – ୭୯ ଥାନା ଅନ୍ତର୍ଗତ ଏମ୍‌ପିଭି – ୭୭ ଗ୍ରାମର ବିଦ୍ୟାଳୟ ନିକଟରେ ଟ୍ରାକ୍ଟର ଦୁର୍ଘଟଣା ଘଟି ଜଣେ ନାବାଳିକା ଶ୍ରମିକଙ୍କ ଅଣ୍ଟା ଭାଙ୍ଗିବା ସହ ଗୁରୁତର ଆହତ ହୋଇଛନ୍ତି । +ତାଙ୍କୁ ଉଦ୍ଧାର କରି କାଲିମେଳା ଗୋଷ୍ଠୀ ଡାକ୍ତରଖାନାକୁ ଖାନାଳରେ ଏକ ମାସରେ ଆସୁଛି । +ଘଟଣାରୁ  ମିଳିଥିବା ସୂଚନଅନୁଯାଇ, ଏମପିଭି ୭୭ ଗ୍ରାମର ତପନ ସରକାରଙ୍କ ଟ୍ରାକ୍ଟର ( ଓଡି ୩୦ ଏ ୫୦୧୭ ) ଶିଙ୍ଗାୱାରାମ ଗ୍ରାମର ଡ୍ରାଇଭର ବଞ୍ଜା କବାସି ୭ ଜଣ ଆଦିବାସୀ ଯୁବତୀଙ୍କୁ ନେଇ ଆଜି ଅପରାହ୍ନ ୪ଟାରେ ଶୁଖୁଲା ଗୋବର ଲୋଡ୍ କରି ଜମିକୁ ନେଉଥିଲେ । +ଏହି ଯୁବତୀମାନେ ନିକଟସ୍ଥ ପରଜାଗୁଡ଼ା ଗ୍ରାମର ବୋଲି ଜଣାପଡ଼ିଥିବା ବେଳେ ଏମାନଙ୍କ ମଧ୍ୟରେ କେତେକ ନାବାଳିକା ଶ୍ରମିକ ମଧ୍ୟ ଥିଲେ । +ଏହି ସମୟରେ ଏମ୍‌ପିଭି – ୭୭ ଗ୍ରାମ ବିଦ୍ୟାଳୟ ନିକଟରେ ଟ୍ରାକ୍ଟର ଡାଲାରୁ ଉକ୍ତ ନାବାଳିକା ଶ୍ରମିକ ତଳେ ପଡ଼ିଯାଇଥିଲେ ।