diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia61.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia61.txt new file mode 100644 index 0000000000000000000000000000000000000000..2bee77fc53f058f8ee0052e10ffe5f37ebcf1b4e --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia61.txt @@ -0,0 +1,27 @@ +ପାଦର ହ୍ରାସ ଏବଂ ଓଜନ ବୃଦ୍ଧି ପାଇଁ ଘରୋଇ ଉପଚାର +ପାଦ ଫାଟିବା +ପାଦ ଫାଟିବା ପୁରୁଷ ଏବଂ ସ୍ତ୍ରୀ ମାନଙ୍କର ଏକ ସାଧାରଣ ରୋଗ । +ଏହା ସାଧାରଣତଃ ଶୀତ ଦିନେ ହୋଇଥାଏ କିନ୍ତୁ କିଛି ଲୋକଙ୍କର ସବୁ ଋତୁରେ ହୋଇଥାଏ । +ଘରୋଇ ଉପଚାର +ଝୁଣା +ଶଳା ଝୁଣାକୁ ଗୁଣ୍ଡ କରି ଘିଅ ସହ ମିଶାଇ ଫାଟିଥିବା ଜାଗାରେ ୫-୧୦ ମରାନ୍ତୁ । +ଦିନକୁ ୨-୩ ଥର ଏମିତି କଲେ ପଢା ଫଟା ପାଇଁ ଭଲ କାମ ଦିଏ । +ଆମ୍ବ ପତ୍ର +କିଛି ଆମ୍ବ ପତ୍ରକୁ ବାଟି ରସ ସଂଗ୍ରହ କରନ୍ତୁ |ଶୋଇବା ପୂର୍ବରୁ ଏହି ରସକୁ ପାଦ ଫାଟି ଥିବା ଜାଗାରେ ମାଲିସ କରି ଆମ୍ବ ପତ୍ରକୁ ପଟି କରି ତାଉପରେ ବାନ୍ଧି ଦିଅନ୍ତୁ |ସକାଳୁ ଏହାକୁ ବାହାର କରି ଟିକେ ଗରମ ପାଣିରେ ଧୋଇ ଦିଅନ୍ତୁ | +ଅଣ୍ଡା କେଶର +ଗୋଟେ ଅଣ୍ଡା ନେଇ ସେଇଥିରୁ ଅଣ୍ଡା କେଶରକୁ ଅଲଗା କରନ୍ତୁ |କେଶରକୁ ଟିକେ ଫେଣ୍ଟି ଫାଟିଥିବା ଜାଗାରେ ମାଲିସ କରନ୍ତୁ |୫ ମିନଟପରେ ଲେମ୍ବୁ ଚୋପରେ କିଛିଇ ଲୁଣ ଲଗାଇ ଏଥିରେ ମାଲିସ କରନ୍ତୁ |କିଛି ସମୟ ପରେ ଏହାକୁ ଧୋଇ ଦିଅନ୍ତୁ | +ଭିନେଗାର +ଭିନେଗାରରେ କିଛି ଦହି ମିଶାଇ ପାଦ ଫାଟିଥିବା ଜାଗାରେ ମାଲିସ କରନ୍ତୁ |୧୦ ମିନଟ ପରେ ଧୋଇ ଦିଅନ୍ତୁ |ଏହା ପଦଫଟା କୁ ଦୂର କରିବା ସହ ପାଦକୁ ନରମ ରଖେ | +ସୋରିଶ ତେଲ +ରସୁଣର କିଛିଇ କୋଲକୁ ସୋରିଷ ତେଲରେ ଫୁଟାନ୍ତୁ |ଶୋଇବା ପୂର୍ବରୁ ସେହି ଗରମ ତେଲକୁ ପାଦ ଫଟା ଜାଗାରେ ମାଲିସ କଲେ ପଦଫଟାରୁ ଭଲ ଉପଶମ ମିଳେ | +ବେକିଂଗ ସୋଢା ଏବଂ ସେଓ ରସ +ଗୋଟିଏ ପାତ୍ରରେ ପାଣି ନେଇ ସେଥିରେ ଗୋଟିଏ କପ ସେଓ ରସ ମିଶାଇ ପଦାକୁ ଡୁବାଇ ରଖନ୍ତୁ |୧୫ ମିନଟ ପରେ ପଦାକୁ ବାହାରକରି ଗୋଟିଏ ଶୁଖିଲା ଟାୟେଲରେ ଭଲଭାବେ ପୋଛି ଦିଅନ୍ତୁ | ୧୫ ମିନଟ ପରେ ପୁଣିଥରେ ପତ୍ରରେ ପାଣିନେଇ ୪-୫ ଚାମଚ ବେକିଙ୍ଗ ସୋଢା ମିଶାଇ ୫ ମିନଟ ପାଇଁ ଡୁବାଇ ରଖନ୍ତୁ |ତାପରେ ବାହାରକରି ପଢାକୁ ଭଲଭାବେ ପୋଛି ଦିଅନ୍ତୁ |ଏହା ଆପଣଙ୍କ ପଦାକୁ ପଦଫଟା, ଜୀବାଣୁ ଏବଂ କଣନଖାରୁ ଉପଶମ ଦେବ| +ପାଦରୁ ଝାଳ ବହରିବା +ଗ୍ରୀଷ୍ମ ଋତୁରେ ପ୍ରାୟ ଲୋକଙ୍କ ପଦରୁ ଝାଳ ବାହାରିବା ସାଧାରଣ କଥା | +ଘରୋଇ ଉପଚାର : +ଶୋଇବା ପୂର୍ବରୁ ପାଦକୁ ୧୫ -୨୦ ପର୍ଯ୍ୟନ୍ତ ଥଣ୍ଡା ପାଣିରେ ଡୁବାଇ ରଖନ୍ତୁ +ତାପରେ କିଛି ନଡ଼ିଆ ତେଲ ମାଲିସ କରନ୍ତୁ | +ଶୋଇବାବେଳେ ପଦାକୁ କପଡା ଦ୍ଵାରା ଆବଦ୍ଧ କରି ସୋଆନ୍ତୁ| +ପାଦ ଯନ୍ତ୍ରଣା : +କିଛି ଲେମ୍ବୁ ରସକୁ ପାଣିରେ ମିଶାଇ ୧୦-୧୫ ମିନଟ ପାଇଁ ପଦାକୁ ଡୁବାଇ ରଖନ୍ତୁ |ଏହା ପଦରୁ ଜୀବାଣୁ ଦୁରକରେ | +କିଛି ଲୁଣ କୁ ପାଣିରେ ମିଶାଇ ସେଥିରେ ପଦାକୁ ୧୦ ମିନଟ ପାଇଁ ଡୁବାଇ ରଖନ୍ତୁ |ଏହା ପଦରୁ ଯନ୍ତ୍ରଣା ଏବଂ ପାଦ ଜଲା ଦୂର କରେ |