From 08a200ece7f9b32f3acba2379ab3d54e72b17fd6 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:28:19 +0530 Subject: [PATCH] Upload New File --- .../odiasahitya.com/sent_odiasahitya_galpa_14 | 132 ++++++++++++++++++ 1 file changed, 132 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_14 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_14 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_14 new file mode 100644 index 0000000..dd55e30 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_14 @@ -0,0 +1,132 @@ +ମୃତ୍ୟୁଲଗ୍ନ +- କାଶୀନାଥ ନନ୍ଦୀ +ତା: ମେ ୨୫, ୨୦୧୨ +ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ → +ଶ୍ୟାମଳୀର ଦୁଃଖସୁଖର ଜୀବନ ଲାଗିଥାଏ । +ଯେତିକି ବର୍ଷା ବତୁରାଇ ଦେଉଥାଏ, ସେତିକିକୁ ଖରା ଶୁଖାଇ ଦେଉଥାଏ । +ଭଲ ଲାଗୁଥାଏ ଜୀବନ । +ସବୁବେଳେ ତା’ସହ ଜଡ଼ିତ ଥାଏ ଶ୍ବେତାମ୍ବର । +ଜୀବନରେ ଏତେ ଖୁସି ଥାଏ ଯାହାର ମାପି ହେଉ ନଥାଏ ଦୂରତା, ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା ଓ ଓଜନ । +ସୁଖଭରା ଜୀବନରେ ଫୁଲ୍ଫୁଲିଆ ଦୁଃଖ ବି ରହୁଥାଏ । +ଏମିତି ଜୀବନର ପରମାୟୁ ଥାଏ ମାତ୍ର ଦି’ ବର୍ଷ । +ବିବାହର ଦି’ଟା ବର୍ଷ ପରେ ଜୀବନକୁ ଆସ୍ତେଆସ୍ତେ ଘେରିଆସେ ଅସନ୍ତୋଷ, ଦୁଃଖ, ସନ୍ତାପ, ଜ୍ବାଳା, ଅପମାନ ଓ ଲାଞ୍ଛନା । +ଶ୍ୟାମଳୀ ସହୁଥାଏ । +ସହିପାରୁଥାଏ ବୋଲି ତା’ ମୁହଁ ଉପରେ ହିଁ ଶ୍ବେତାମ୍ବର ବହୁତ କିଛି କରିଚାଲିଥାଏ । +ଦେଖେଇ ଦେଖେଇ କରୁଥାଏ ପାପ । +ଯେତେ ଯେତେ କୁକର୍ମ କରିଚାଲିଥାଏ, ଶ୍ୟାମଳୀ ପ୍ରତିବାଦ କରୁ ନଥାଏ । +ଶ୍ବେତାମ୍ବରର ସବୁ କୁକର୍ମ ତା’ ମନ-ବନରେ ବୁଲୁଥାଏ । +ସେ କାନ୍ଦୁଥାଏ । +ଆଖି ଲୁହ ଆଖିରେ ମାରୁଥାଏ । +ଶେଷକୁ ଆଉ ସହି ହେଲାନାହିଁ ଜୀବନ । +ସବୁ ସହିବା ଦିନଠୁ ସରିଗଲା ଯେଉଁଦିନ ଶ୍ବେତାମ୍ବର ଚରିତ୍ରହୀନାର ଦୋଷ ଲେଖିଲା ଶ୍ୟାମଳୀର କପାଳରେ । +ନାରୀ ପେଟକଷ୍ଟ ସହିଯାଏ, ଦେହକଷ୍ଟ ସହିଯାଏ, ମନର କଷ୍ଟକୁ ବି ସହିଯାଏ; ତେବେ ତା’ ଚରିତ୍ରକୁ ଛିଡ଼େଇଦେଲେ ଫୁଲ ପରି ସେ ଶୁଖିଯାଏ ଓ ମରିଯାଏ । +ସେ ଆଉ କେତେ ସହନ୍ତା ? ଆଉ ହେଲାନାହିଁ । +ତା’ ଜୀବନ ତାକୁ ଧିକ୍ ଲାଗିଲା । +ଜୀବନ ହାରିଦେବାକୁ ସ୍ଥିର ନିଶ୍ଚିତ କଲା । +ସେ ଭାବିନେଲା ତା’ ମୃତ୍ୟୁ ହିଁ ସବୁର ସମାଧନ । +ତେବେ ତା’ ମୃତ୍ୟୁଲଗ୍ନ ଫିଟୁ ନଥିଲା । +ଶ୍ବେତାମ୍ବର ଆଜି ଗୋଇଠା ମାରିଲା ଶ୍ୟାମଳୀର ମରମକୁ । +ଯେଉଁଠୁ ଆରମ୍ଭ ଜୀବନ, ସେଇଠି ଥିଲା ସେ ପ୍ରହାର । +ସବୁ ଭାଙ୍ଗିଗଲା । +ଏଥର ଶ୍ୟାମଳୀ ନିର୍ଦ୍ଦିଷ୍ଟ ହେଇଗଲା ମୃତ୍ୟୁ ନିକଟରେ । +ମୃତ୍ୟୁଲଗ୍ନ ଫିଟିଗଲା । +ସେ ମରଣମୁଖୀ ହେଲା । +କୌଣସି ଏକ ନିକାଞ୍ଚନ ସ୍ଥାନ, ନୀରବ ମୁହୂର୍ତ୍ତ ଓ କିଛି ଅନ୍ଧାର ତା’ସନ୍ଧାନରେ ଥିଲା । +ଶ୍ୟାମଳୀ ଚାଲିଥିଲା । +ବାଟ ଲମ୍ବଥିଲା । +ଅନ୍ଧାର ତଥାପି ଆସିବାକୁ ବାକି ଥିଲା । +କନ୍ଦରକେଲାରୁ ବାଟଟା ବୁଦୁବୁଦିଆ ଜଙ୍ଗଲ ଦେଇ ଲମ୍ବି ଯାଇଥିଲା । +ସେ ଚାଲିଚାଲି ଯାଉଛି, ମନର ସବୁ ଅବସୋସ୍ ତାକୁ ଖାଇ ଖାଇ ଯାଉଛି । +ସେ ମନରେ ମରିମରି ଯାଉଛି । +ଏତିକିବେଳେ ଟାଟା ସୁମୋଟେ ତା’ ପାଖରେ ବ୍ରେକ୍ ଦେଲା । +ଛ’ଜଣ ଓହ୍ଲେଇପଡ଼ିଲେ ଧଡ଼ଧାଡ଼ । +ତାକୁ ଘେରିଗଲେ । +ସେମାନଙ୍କୁ ଦେଖି ଶ୍ୟାମଳୀର ମୃତ୍ୟୁମନସ୍ଥ ମନରେ ହଠାତ୍ କିଛି ପଶୁ ନଥିଲା । +ସେ ସେମାନଙ୍କୁ କେବଳ ଚାହିଁଥିଲା, ଟିକିଏ ମାତ୍ର ସମୟ । +ତା’ପରେ ସ୍ପଷ୍ଟ ହେଇଗଲା । +ସେ ସେମାନଙ୍କ ମୁହଁରେ ଦେଖିଲା ଦୁଷ୍ଟ ଲୋଭ । +ଯାହା ଟହଟହ ଦିଶୁଥିଲା । +ତା’ ମନ ଭାଙ୍ଗିଯିବାକୁ ବେଳ ନେଇ ନଥିଲା । +ତା’ ବିଭକ୍ତ ମନ ଏଥର ବୁଝିବାକୁ ଲାଗିଲା ଲୋକଗୁଡ଼ାଙ୍କ ଉଦ୍ଦେଶ୍ୟ । +ଆଖିଗୁଡ଼ା ଯେମିତି ତାକୁ ଖାଇ ଯାଉଥିଲା । +ସେମାନେ ଶ୍ୟାମଳୀକୁ ଧରିପକାଇଲେ । +ପଣ୍ୟ ପରି ଗାଡ଼ିକୁ ଉଠାଇନେଲେ । +ମୃତ୍ୟୁର ବସାଘର ଭାଙ୍ଗିଯାଇଥିଲା । +ଶ୍ୟାମଳୀର ମନ ଓହ୍ଲାଇ ଯାଇଥିଲା ନର୍ଦ୍ଦମାକୁ । +ଯେଉଁଠି ପୋକ ପରି ତା’ ଜୀବନ ଲହଲହ ହେଉଥିଲା । +ଢେର ଦୂରଯାଏ ସେ ଯାତ୍ରା ଥିଲା । +ସେମାନେ ବ୍ରେକ୍ କରି ଗାଡ଼ି, ଠିଆକଲେ । +ଏଣେ ତେଣେ ଅନେଇଲେ । +କୁହାକୁହି ହେଲେ-ଏଇଟା ଠିକ୍ ଜାଗା । +ଏଇଠି ଠିକ୍ ହେବ । +ସ୍ଥାନଟା ନିର୍ଜନ ଥିଲା । +ଯେଉଁଠି ପତିତ ମନ୍ଦିରଟିଏ ନିକାଞ୍ଚନରେ ଆଶ୍ରୟ ପରି ଠିଆ ହୋଇଥିଲା । +ଯାହାକୁ ଆଶ୍ରୟ କରି କିଏ କିଏ ରହୁଥିବାର ଜଣାଯାଉଥିଲା । +କାରଣ ମନ୍ଦିର ବେଢ଼ା କିଛିଟା ପରିଚ୍ଛନ୍ନ ଥିଲା । +ସେମାନେ ଓହ୍ଲାଇଗଲେ । +ଶ୍ୟାମଳୀକୁ ଓହ୍ଲାଇଲେ । +ଗାଡ଼ିରେ ବାନ୍ଧିଥିବା ତା’ ଆଖି ଓ ପାଟିର ପଟି ସେମିତି ବନ୍ଧା ଥିଲା । +ଟିକିଏ ସମୟ ସମସ୍ତେ ଠିଆ ହୋଇଗଲେ । +ଏଣେତେଣେ ଆଉଥରେ ଅନେଇଲେ । +ଜଣେ ଦେଖିଦେଲା । +କହିଲା-ଶଳା ଏଠି ଗୋଟେ ବାବା ବେ । +ଏ ଜାଗା ଠିକ୍ ନୁହେଁ । +ଅନ୍ୟ ଆଡ଼େ ଚାଲ । +ଆଉ ଜଣେ ପ୍ରତିବାଦ କଲା-ଶଳାଟା ଆମର ତାଡ଼ିବ ? ହୁଟ୍ । +କଥା ଖେଳିଗଲା । +ବାବା ଜଣକ ମୁହଁ ବୁଲାଇଲେ ଓ ଅନ୍ୟଜଣେ ମନ୍ଦିରରୁ ବାହାରି ପଡ଼ିଲେ । +ଜଣେ କହିଲା-ଏ ଶଳାଗୁଡ଼ା ଦି’ଟା ବେ । +ଏ ଶଳା ଦି’ଟାକୁ ହାଣିଦିଅ । +କାମ ତମାମ କର । +ପ୍ରତିବାଦ କଲା ଜଣେ-ଶଳା ଫାଲତୁ ବକ୍ ନା । +ଦେଖ୍ ଶଳାର ବୁଦ୍ଧି । + ମାଲ୍‌ରେ ଲାଲ୍‌ରଙ୍ଗ କ’ଣ ଚଳେ କି ବେ ? +ଟିକିଏ ବୟସ୍କ ହଡ଼ାବଳଦ ଭଳି ଦିଶୁଥିବା ବୁଢ଼ାଳିଆ ଟୋକାଟେ କହିଲା- ଶଳାଗୁଡ଼ାଙ୍କୁ ଯାଇ ଭୁଜାଲି ଦେଖା । +ସେମିତି ହେଲା । +ଏଠୁ ଝପଟିଗଲେ ଦି’ଜଣ । +କାବୁ କରିଦେଲେ ବାବା ଦି’ଜଣଙ୍କୁ । +କଥା ଛିଡ଼ିଲା-ପାଳିକରି ଜଗ, ପାଳିକରି ଆସ । +ସେମିତି ହେଲା । +ନୀରବ ମାଂସ କଣ୍ଢେଇ ହେଇ ହାତରେ ଝୁଲୁଥିବା ଶ୍ୟାମଳୀକୁ ତଳେ ଥୁଆହେଲା । +ତା’ ନୀରବତା ଉପରେ କୁକଥା କୁହାଗଲା । +ବେଶ୍ୟାର ଆରୋପ ଦିଆଗଲା ଓ ବିବସନା କରାଗଲା । +ଟିକିଏ ବି ପ୍ରତିରୋଧ କରୁ ନଥିଲା ଶ୍ୟାମଳୀ । +ତା’ପରେ ପୁରୁଷ ପରେ ପୁରୁଷ । +ଗୋଟିଏ ପୁରୁଷର ପୁରୁଷାକାର ଗୁଡ଼ାଏ ଆବର୍ଜନାରେ ପରିଣତ ହେଇଯିବାକୁ ଯେତିକି ସମୟ ଗଲା, ସେତିକି ବା ତା’ଠୁ କମ୍ ସମୟ ବ୍ୟବଧାନରେ ଜଣେ ପରେ ଜଣେ ପୁରୁଷ ଆବର୍ଜନା ପାଲଟୁଥିଲେ । +ଶ୍ୟାମଳୀ ପ୍ରତିଥର ଛେପ ଫିଙ୍ଗୁଥିଲା ମାଟିକୁ । +ଏମିତି ଫିଙ୍ଗୁଥିଲା ଯେମିତି ସେ ଛେପ ଫିଙ୍ଗୁଥିଲା ସେମାନଙ୍କ ମୁହଁକୁ । +କିଛି ସମୟ ଏକୁଟିଆ ରହିଲା ଶ୍ୟାମଳୀ । +ଭାବିଲା ସବୁଗୁଡ଼ା ମରିଗଲେ ବୋଧହୁଏ । +ଶ୍ୟାମଳୀ ଉପରେ ଗଡ଼ି ଗଡ଼ି ଚାଲିଯାଇଥିଲା ସମୟ । +ଗୋଟାଏ ପୁରୁଷଠାରୁ ବଞ୍ଚିବା ପାଇଁ ସେ ଚାହିଁଥିଲା ମୃତ୍ୟୁ । +ଏବେ ତା’ ସାମ୍ନାରେ ଅନେକ ପୁରୁଷ । +ପୁରୁଷର ହାଇ ତା’ଉପରେ ମାଡ଼ିଗଲା । +ସେ ଘୃଣାରେ ଅପମାନରେ ଛିଞ୍ଚାଡ଼ି ଦେଲା ତା’ ମନକୁ । +ସେ ଧଡ୍କି ଉଠିଲା । +ବିହ୍ବଳ ପୁରୁଷଗୁଡ଼ା ପ୍ରସ୍ତୁତ ହେଇଥିଲେ ଚାଲିଯିବାକୁ । +ଶ୍ୟାମଳୀ ସେମାନଙ୍କୁ ଚାହିଁଲା । +ସବୁରି ମୁହଁରେ ବିଜୟ ଭେରୀ । +ଆଖିରେ ପୁରୁଷର ମିଛ ଗୌରବ । +ସେ ସହିପାରିଲା ନାହିଁ । +ତା’ ଆଖି ମାଡ଼ିଧରିଲା ପୁରୁଷଗୁଡ଼ାଙ୍କୁ । +ଯେପରି ପୁରୁଷର ବଳ ମାଡ଼ିବସେ ନିରୀହଙ୍କୁ । +ଏଥର ଠିଆହେଲା ଶ୍ୟାମଳୀ । +ତା’ ଉଲଗ୍ନ ଦେହକୁ ଆଖି କଲେ ବିଜୟୀ ପୁରୁଷଗଣ । +ସେ ମୁକ୍ତହେଇ ସାରିଥିଲା ନିଜ ଭିତରେ । +ପଡ଼ିଥିବା ଭୁଜାଲିଟାକୁ ସେ ଉଠେଇ ଧରିଲା । +ସେମାନେ ଦେଖୁଥିଲେ ଏ ଦୃଶ୍ୟ । +ହସି ଉଡ଼େଇଦେଲେ ଏ ଦୃଶ୍ୟକୁ । +ନିସ୍ତେଜ ପରି ପଡ଼ିରହିଥିବା ଦେହକୁ ବିଦାରିଥିବା ପୁରୁଷଗୁଡ଼ା କାହିଁକି ବା ଭୟ କରନ୍ତେ ତା’ର ଏ ରୂପକୁ ? ସମସ୍ତେ ଭୋଗ କରୁଥିଲେ ଦୃଶ୍ୟ । +ଶ୍ୟାମଳୀ ଏଥର ଆଗେଇଗଲା ତିନି ପାଦ । +ପିନ୍ଧିବାକୁ ଆରମ୍ଭ କରିଥିବା ଜଣେ ପୁରୁଷର ଚୁଟି ଧରିନେଲା । +ହାଣିଲା ଚୋଟେ । +ଦି’ଗଡ଼ ହେଇଗଲା ଗୋଟେ ଲଙ୍ଗଳା ଦେହ । +ରକ୍ତ ପିଚିକି ପଡ଼ିଲା । +ଯେଉଁ ରଙ୍ଗ ରଙ୍ଗେଇଦେଲା ଶ୍ୟାମଳୀର ମୁହଁ ଓ ଦେହ । +ତା’ ରକ୍ତମୁହାଁ ଆଖି, ତା’ ରକ୍ତଓଦା ମୁହଁ ଖୁବ୍ ଭୟଙ୍କର ଦିଶୁଥିଲା । +ଭୟରେ କାତର ଅନ୍ୟ ପୁରୁଷମାନେ ଦୌଡ଼ିବାକୁ ଲାଗିଲେ । +ଏଥର ଶ୍ୟାମଳୀ ଆଖି ବାବାଙ୍କ ଉପରେ । +ଯେଉଁ ଆଖିରୁ ନିଆଁ ବର୍ଷୁଥିଲା, ସେଇ ଆଖିରେ ବାବାମାନେ ପଡ଼ିଗଲେ, ଜଳିଗଲେ, ଭସ୍ମିଭୂତ ହୋଇଗଲେ । +ତଥାପି ଅନ୍ଧାର ଆସି ନଥିଲା । +ଅନ୍ଧାର ଯାଏଁ ବ୍ୟାପିରହିଥିବା ସମୟ ଉପରେ ଧୀର ପବନ ବହୁଥିଲା । +ଶ୍ୟାମଳୀର ମୃତ୍ୟୁଲଗ୍ନ ଫିଟି ନଥିଲା । -- GitLab