From 08b5cc9f0a731036067106fd48da0ce85222781a Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:31:25 +0530 Subject: [PATCH] Upload New File --- .../vikashpedia_health_odia97.txt | 177 ++++++++++++++++++ 1 file changed, 177 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia97.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia97.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia97.txt new file mode 100644 index 0000000..ba50d95 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia97.txt @@ -0,0 +1,177 @@ +ସୁସ୍ଥ ଯକୃତ +ଯକୃତ ଶରୀରର ଗୁରୁତ୍ଵାପୂର୍ଣ୍ଣ ଅଙ୍ଗ +ଯକୃତ (ଲିଭର) ଶରୀରର ଗୁରୁତ୍ଵାପୂର୍ଣ୍ଣ ଅଙ୍ଗ ଏହା ଶରୀରକୁ ସୁସ୍ଥ ରଖିବାରେ ବିଶେଷ ଭୂମିକା ନିଭାଇଥାଏ । +ମଣିଷ ଖାଉଥିବା ଖାଦ୍ୟରୁ ଭିଟାମିନ୍ ଓ ବିଷକ୍ତ ପଦାର୍ଥ ଅଲଗା କରିଥାଏ ଯକୃତ । +ଯାହା ଦ୍ଵାରା ମଣିଷସୁସ୍ଥ ରହିପାରେ । +ଏହେ ଆଜିର ପରବର୍ତ୍ତିନଶୀଳ ଜୀବନ ଶୈଳୀ ହିଁ ଯକୃତକୁ ଧୀରେ ଧୀରେ ଦୁର୍ବଳ କରିଦେଉଛି । +ଏଥିପ୍ରତି ବେଳହୁଁ ସେଚେତନ ନ ହେଲେ ଜୀବନପ୍ରତି ବିପଦ ନିଶ୍ଚିତ । +ଯକୃତ ଧାରଣ କରିବାର ଶକ୍ତି ଅଧିକ । +ଏଥିରେ କୌଣସି ଅସୁବିଧା ହେଲେ ଶୀଘ୍ର ଜଣାପଡେ ନାହିଁ । +ଚର୍ବିଯୁକ୍ତ ତେଲ ମସଲା ଯୁକ୍ତ ଓ ଦୂଷିତ ପାଣି ଏଥିପାଇଁ ମୁଖ୍ୟତଃ ଦାୟୀ । +ପ୍ରଥମରୁ ଯଦି ଲୋକମାନେ ସୁସ୍ଥ ଖାଦ୍ୟପ୍ରେୟ ପ୍ରତି ଧ୍ୟାନ ଦିଅନ୍ତେ ଓ ପ୍ରତିଦିନ କିଛି ବ୍ୟାୟାମ କରନ୍ତି, ତାହାଲେ ଯକୃତ ସୁସ୍ଥ ରହିପାରନ୍ତା ଓ ଜୀବନ ସୁସ୍ଥା ଭାବରେ ବିତାଇପାରନ୍ତେ । +ଯକୃତ (ଲିଭର) ରୋଗ କହିଲେ ହେପୋଟାଇଟିସ୍ ରୋଗକୁ ମଧ୍ୟା ବୁଝାଏ । +ଲିଭର ଡ୍ୟାମେଜ୍ ହେଲେ ହେଁ ହେଟାଟାଇଟିସ୍ ରୋଗ ହୁଏ । +ପେଟର ଉପରି ଭାଗରେ ରହିଛି ଲିଭର । +ମଣିଷ ଶରୀରରେ ଏହା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥାଏ । +ଏହା ଶରୀରରେ ପ୍ରାୟ ୫୦୦ କାମ କରିଥାଏ । +ଯକୃତ କୌଣସି ପ୍ରକାର ସଂକ୍ରମଣ ହେଲେ ଶରୀରରେ ଏକାସଙ୍ଗରେ ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଏ । +ମଣିଷର ଖରାପ ଜୀବନଶୈଳୀ ଓ ଖାଦ୍ୟପେୟ ନିଶାସେବନ ଯୋଗୁଁ ଯକୃତରେ ଦେଖାଯାଏ ସମସ୍ୟା । +୨୦୧୪ ରେ ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନର ଆକଳନ ଅନୁଯାୟୀ ଭାରତରେ ଯକୃତ ଜନିତ ରୋଗରେ ୨ ଲକ୍ଷ ୧୬ ହଜାର ୮ ଶହ ୬୫ ରୋଗୀ ମୃତ୍ୟୁ ମୁଖରେ ପଡିଥିଲେ । +ଏହା ସମୁଦାୟ ମୁତ୍ୟୁର ୨.୪୪ ପ୍ରତିଶତ । +ଭାରତ ବିଶ୍ଵରେ ଏ କ୍ଷେତ୍ରରେ ୬୧ ତମ ସ୍ଥାନରେ ରହିଛି । +ଗବେଷକଏନକେ କହିବାନୁସାରେ ଭାରତରେ ଯେଉଁଭଳି ଭାବରେ ଯକୃତ ଜନିତ ରୋଗ ବୃଦ୍ଧି ଯାଉଛି ୨୦୨୫ ବେଳକୁ ଏ କ୍ଷେତ୍ରରେ ଭାରତ ବିଶ୍ଵର ରାଜଧାନୀ ହେବ । +ଯକୃତରେ ପ୍ର୍ରାୟ ୧୦୦ ରୁ ଊର୍ଦ୍ଧ୍ଵ ପ୍ରକାରର ରୋଗ ହୋଇଥାଏ । +ସେଥିମଧ୍ୟରେ ଭାଇରଲ୍ ହେପାଟାଇଟିସ୍ ଜଣ୍ଡିସ୍ ଅଟିମ୍ମୁନ ଡିଜଅଡର ଲିଭର ସିରୋସିସ୍ ଫ୍ୟାଟି ଲିଭର, ଲିଭର ଫେଲ୍ୟୁର ଲିଭର କ୍ୟାନସର ଲିଭର ଆବସେସ ରୋଗ ଅନ୍ୟତମ । +ଲକ୍ଷଣ +ହଳଦିଆ ଦେଖାଯିବା +ଯକୃତରେ କୌଣସି ପ୍ରକାର ସମସ୍ୟା ଦେଖାଦେଲେ ସର୍ବପ୍ରଥମେ ଶରୀର ହଳଦିଆ ଦେଖାଯାଏ । +ତ୍ଵଚା ନଖ ଓ ଆଖି ହଳଦିଆ ଦେଖାଯିବା ଶହ ହଳଦିଆ ପରିସ୍ରା ହୋଇଥାଏ । +ଯଦି ନଖ ଓ ଆଖି ହଳଦିଆ ଅଂସ ଧୀରେ ବଢୁଥିବାର ଜଣା ପଡୁଛି ତେବେ ସଙ୍ଗେ ସଙ୍ଗେ ଡାକ୍ତରଏନକେ ପରାମର୍ଶ ନେବାକୁ ଭୁଲାନ୍ତୁ ନାହିଁ । +ବାନ୍ତି ଲାଗିବା +ଯକୃତ ଖରାପ ହେବାର ଦେଖାଦେଲେ ଅଧିକାଂଶ ସମୟରେ ଅସ୍ତବ୍ୟସ୍ତ ଲାଗିବା ସହିତ ବାନ୍ତି ଲାଗିଥାଏ । +ପେଟରେ ଘା’ +ଯକୃତ କୌଣସି ସମସ୍ୟା ଥିଲେ ମଧ୍ୟା ପେଟରେ ଘା’ ହୋଇ ପେଟ ଫୁଲିବା ପରି ଅନୁଭବ ହୋଇଥାଏ । +ଏହି ସମୟରେ ବହୁତ କଷ୍ଟ ହୋଇଥାଏ । +ଏହାକୁ ଅଣଦେଖା କରନ୍ତୁ ନାହିଁ ଭବିଷ୍ୟଟାରେ ଏହା ବହୁତ କଷ୍ଟ କର ହୋଇଥାଏ । +ନିଦ ଲାଗିବା +ଯକୃତ ଦୁର୍ବଳ ହୋଇଗଲେ, ରୋଗୀ ଅଧିକାଂଶ ସମୟ ନିଦ ଲାଗିବା ସକ ଅଳସୁଆ ଲାଗିଥାଏ । +ଏହା ବ୍ୟତୀତ ପେଟ ଦରଜ ହୋଇଥାଏ । +ମାନସିକ ସମସ୍ୟା +ଯକୃତ ଖରାପ ହେବା ଆରମ୍ଭ ହେଲେ କେବଳ ଶରୀର ନୁହେଁ ବରଂ ମାନସିକ ସମସ୍ୟା ଦେଖାଯାଇଥାଏ, ମସ୍ତିସ୍କ ଉପରେ ଏହାର ପ୍ରଭାବ ପଡିଥାଏ । +ଏହାସହ ମସ୍ତିଷ୍କ ସଙ୍ଗେ ସଙ୍ଗେ କୌଣସି ଲଙ୍ଗିତକୁ ଗ୍ରହଣ କରେନାହିଁ ଓ ରୋଗୀ କିଛି ପାରେ ନାହିଁ । +ଏହି ସବୁ ଲକ୍ଷଣ ଦେଖା ଦିଏ । +କୋମା +ଯକୃତ ଖରାପ ହେଲେ ରୋଗୀ କୋମାକୁ ଯାଇପାରେ । +ପ୍ରଥମତଃ ଯକୃତରେ କୌଣସି ସମସ୍ୟା ଦେଖାଦେଲେ ତାହା ହଠାତ୍ ଜଣାପଡେ ନାହିଁ ଜଣାପଡିବା ବେଳକୁ ରୋଗୀର କୌଣସି ଅସୁବିଧା ହୋଇଯାଇପାରେ ସମୟ ସମୟରେ ଦେଖାଯାଏ, ରୋଗୀ ହଠାତ୍ କୋମାକୁ ମଧ୍ୟ ଚାଲିଆସେ । +ତାହା ଯକୃତ ଦୁର୍ବଳ ହେବାର ଏକ ଲକ୍ଷଣ । +ପାଟି ଦୁର୍ଗନ୍ଧ ହେବା ଯଦି ଯକୃତ ଠିକ୍ ଭାବରେ କାର୍ଯ୍ୟକରେ ନାହିଁ ତେବେ ପାଟି ଦୁର୍ଗନ୍ଧି ହୋଇଥାଏ । +ମୁହଁରୁ ଆମୋନିଆ ବାହାରିବାରୁ ଏପରି ଦୁର୍ଗନ୍ଧ ହୋଇଥାଏ । +ଆଖି ଚାରିପାଖ କଳା ଦାଗ ହେବା +ଯକୃତ ଖରାପ ହେବାର ଅନ୍ୟ ଏକ ସଙ୍କେତ ହେଉଛି ତ୍ଵଚାର ଔଜ୍ଵଲ୍ୟ ହ୍ରାସ ପାଏ ଓ ଆଖି ଥକ୍କା ଥକ୍କା ଦେଖାଯାଏ । +ଆଖି ଚାରିପାଖେ କଳା ଦାଗ ହୋଇଯାଏ । +ପାଚନ ତନ୍ତ୍ର ଦୁର୍ବଳ +ଯଦି ଯକୃତରେ ଚର୍ବି ଜମା ହୋଇଥାଏ କିମ୍ବା ଯକୃତ ଉପରେ ଫ୍ୟାଟ୍ ବଢିଯାଏ, ତେବେ ପାଣି ବି ଭଲ ଭାବରେ ହଜମ ହୁଏ ନାହିଁ । +ତ୍ଵଚାରେ ଧଳା ଦାଗ +ଯଦି ତ୍ଵଚାର ରଙ୍ଗ ଫିକା ହୋଇଯାଏ, ଏହା ଉପରେ ଧଳା ଦାଗ ହୋଇଯାଏ ତେବେ ଜାଣିବେ ଯକୃତରେ କିଛି ସମସ୍ୟା ଅଛି । +ଖାଦ୍ୟ ସ୍ଵାଦ ନ ଲାଗିବା +ଯକୃତରେ କିଛି ସମସ୍ୟା ଦେଖାଦେଲେ ସ୍ଵାଦ ଉପରେ ପ୍ରଭାପ ପଡେ । +ପାଟିକୁ ଖାଦ୍ୟ ସ୍ଵାଦ ଲାଗେ ନାହିଁ । +ଖାଦ୍ୟ ବହୁତ ଖରାପ ଲାଗେ । +ଖାଇବାକୁ ଇଚ୍ଛା ହୁଏ ନାହିଁ । +କାରଣ +ଆଧୁନିକ ଜୀବନ ଶୈଳୀ ବିଶେଷ କରି ଖାଦ୍ୟ ପେୟ ଓ କାର୍ଯ୍ୟଶୈଳୀ ହିଁ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରୁଛି । +ଏହାର ବିଶେଷ ପ୍ରଭାବ ପଡୁଛି ଲିଭର କିମ୍ବା ଯକୃତ ଉପରେ । +ବିଭିନ୍ନ ରୋଗ ମଧ୍ୟରୁ ଲିଭର ବା ଯକୃତ ରୋଗ ଅତ୍ୟନ୍ତ ଉୟଙ୍କର । + ତେବେ ଏହି ରୋଗ ହେବାର ମୁଖ୍ୟ କାରଣ ହେଉଛି - +ଦୂଷିତ ପାଣି ଓ ଖାଦ୍ୟ +ପାଣି ଓ ଖାଦ୍ୟ ଦୁଇଟି ଯାକ ମଣିଷ ବଞ୍ଚିବା ପାଇଁ ବିଶେଷ ଭୂମିକା ନିଭାଇଥାନ୍ତି । +ଖାଦ୍ୟ ଓ ପାଣି ଉଭୟ ଯଦି ବିଶୁଦ୍ଧ ହୋଇଥାଏ, ତେବେ ମଣିଷ ସୁସ୍ଥା ରହିବ । +ଯଦି ଏହି ଦୁଇଟି ଯାକ ଦୂଷିତ, ତେବେ ମଣିଷ ନିଶ୍ଚିତ ବିଭିନ୍ନ ରୋଗର ଶିକାର ହେବ । +ପ୍ରଥମତଃ ଲିଭର ରୋଗର ଶିକାର ହେବାର ଆଶଙ୍କା ଅଧିକ । +ଦୂଷିତ ଖାଦ୍ୟ ଓ ପାଣି ଦ୍ଵାରା ହେପାଟାଇଟିସ୍-ଏ, ବି, ଇ ଯେପରି ଭାଇରାଲ ଇନଫେକ୍ସନ ଆଶଙ୍କା ବଢିଯାଏ । +ଏହାଦ୍ଵାରା ଜଣ୍ଡିସ୍ ହୋଇଥାଏ । +ଏଣୁ ଏଥିପ୍ରତି ସାବଧାନ ରହିବା ଦରକାର । +ନିଶା ସେବନ +ନିଶା ଯେପରି ମଦ, ଅଫିମ, ଡ୍ରଗ୍ଵ, ସିଗାରେଟ୍ ଆଦି ସେବନ ଯକୃତ ରୋଗର ମୁଖ୍ୟ କାରଣ ମଧ୍ୟରୁ ଏକ । +ଏହା ଶରୀରରେ ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାଏ । +ମଦ ଯୋଗୁଁ- ପାଚନ ତନ୍ତ୍ର ଦୁର୍ବଳ, ପେଟରେ ଘା’ ସିରୋସିସ୍ ଯକୃତ ନିଷ୍ଟ୍ରିୟ ଯକୃତ କର୍କଟ ଆଦି ହୋଇଥାଏ । +ନିଶା ଯୋଗୁଁ ଯକୃତ ବିଶେଷ କ୍ଷତି ହୋଇଥାଏ । +ମସଲା ଓ ଚର୍ବିଯୁକ୍ତ ଖାଦ୍ୟ +ଏବେ ଫାଷ୍ଟ ଫୁଡ୍ ଓ ଜଙ୍କ ଫୁଡ୍ ର ଚାହିଦା ଅଧିକ । +ଏହା ସାଧାରଣତଃ ମସଲା ଓ ଚର୍ବିଯୁକ୍ତ । +ଲୋକମାନେ ସମୟଅଭାବ ଓ ଚଟାପଟ୍ ଖାଇବା ଉଦ୍ଦେଶ୍ୟରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ୍ ଓ ଚର୍ବି ଅଂଶକୁ ଖାଦ୍ଯରେ ସାମିଲ କରଛନ୍ତି । +ଯାହା ଧୀରେ ଧୀରେ ଲିଭିରକୁ କ୍ଷତିଗ୍ରସ୍ତ କରାଇଥାଏ । +ଏହି ଖାଦ୍ୟ ପଦାର୍ଥରୁ କୁପ୍ରଭାବ ଯୋଗୁଁ ଲିଭର ସିରୋସିସ୍ ଓ ଫ୍ୟାଟି ଲିଭର ସମସ୍ୟା ଦେଖାଯାଏ । +ବ୍ୟାୟାମର ଅଭାବ +ଆଜିର ଯୁବପିଢି ଏତେ ସୁସ୍ଥିଆ ଓ ଅଳସୁଆ ଯେ ନିଜର ସ୍ୱାସ୍ଥ୍ୟ ଚିନ୍ତା କରୁ ନାହାଁନ୍ତି । +ଯୋଗ ଓ ବ୍ୟାୟାମ ନକରି ଗୋରରୁ ରକ୍ଷା ପାଇବା ପାଇଁ ଔଷଧ ଖାଇଦେଲେ ହେଲା । +କିନ୍ତୁ ଏହାଦ୍ଵାରା ଅଧିକ ରୋଗଗ୍ରସ୍ତ ହେଉଛି ଯୁବପିଢି । +ଏଣୁ ପ୍ରତିଦିନ କିଛି ସମୟ ବାହାର କରି ଯୋଗ ଓ ବ୍ୟାୟାମ ଅଭ୍ୟାସ କରିବା ଦରକାର । +ଏହା ଦ୍ଵାରା ଲିଭର ସୁସ୍ଥା ରହିପାରିବ । +ଔଷଧ ଖାଇବା +ଅଧିକ ଦିନ ଧରି ଔଷଧ ଖାଇବା ଦ୍ଵାରା ପେଟ ରୋଗ ହୁଏ ଦେଖାଯାଏ ଅଧିକ ଔଷଧ ଖାଇବା ଦ୍ଵାରା ପେଟରେ ବହୁତ ଗରମ ଉତ୍ପନ୍ନ ହୋଇଥାଏ । +ଯାହା ଲିଭର ପାଇଁ ଠିକ୍ ନୁହେଁ । +ଏହା ଲିଭରକୁ କ୍ଷତିଗ୍ରସ୍ତ କରାଏ । +ଅନିୟମିତ ଦିନଚର୍ଯ୍ୟା +କିଛି ମଣିଷ ଏପରି ଦିନଚର୍ଯ୍ୟା ବିତାଇଥାନ୍ତି ଯେପରି ଖାଇବା ପରେ ତୁରନ୍ତ କାମରେ ଯିବା, ଠିକ୍କ ସମୟରେ ନ ଶୋଇବା ଓ ଉଠିବା ଏକ୍ସରସାଇଜ୍ ନ କରିବା ଆଦି ଦ୍ଵାରା ଲିଭର କିମ୍ବା ଯକୃତ ଉପରେ ଖାଇପ ପ୍ରଭାବ ପଡେ । +ଖାଦ୍ୟପେୟର ଖରାପ ଅଭ୍ୟାସ +ଖାଦ୍ୟପେୟରେ ଅନିୟମିତତା ଯେପରି ବିଳମ୍ବ ରାତିରେ ଖାଇବା ଅଧିକ ସମୟ ଖାଲି ପେଟରେ ରହିବା ଲୋକ ସମୟରେ ଅଧିକ ଓ କମ୍ ଖାଇବା ଶୋଇବାର ଠିକ୍ ସମୟ ପୂର୍ବରୁ ଖାଇବା ମସଲା ଓ ଚର୍ବିଯୁକ୍ତ ଖାଦ୍ୟ ଖାଇବା, ବାସୀ ଓ ଦୂଷିତ ଖାଦ୍ୟ ଖାଇବା ଦ୍ଵାରା ଲିଭର ଅଧିକ ପ୍ରାଭାବିତ ହୋଇଥାଏ । +ଛୋଟ ରୋଗକୁ ଅନାଦେଖା +କଫ, ଗ୍ୟାସଷ୍ଟ୍ରିକ, ପେଟ ଫୁଲିବା ପେଟ ଦରଜ ଲୋକ ନ ଲାଗିବା ଆଦି ଛୋଟମୋଟ ସମସ୍ୟା ଦେଖାଦେଲେ ଏହାକୁ ଆମେ ଅଣଦେଖା କରିଥାଉ । +ଏହାର କୌଣସି ଚିକିତ୍ସା କରିନଥାଉ । +ଏହା ଧୀରେ ଧୀରେ ବଡ ଆକାର ଧାରଣ କରି ସିରୋସିସ୍ ଲିଭର ନିଷ୍ଟ୍ରିୟ ଲିଭର କ୍ୟାନସର ଆଦି ରୋଗ ସୃଷ୍ଟି କରିଥାଏ । +ଘରୋଇ ଚିକିତ୍ସା +ହଳଦୀ +ହଳଦୀ ଲିଭରକୁ ସୁସ୍ଥ ରଖିବାରେ ଗୁରତ୍ଵ ପୂର୍ଣ୍ଣନ୍ହୁମିକା ନିଭାଇଥାଏ । +ହଳଦୀରେ ପ୍ରବହୁର ମାତ୍ରାରେ ଆଣ୍ଡି ସେପ୍ଟିକ ଗୁନା ରହିଛି, ଯାଦା ଆଣ୍ଟିପ୍ଟିକ ଗୁଣ ରହିଛି ଯାହା ଆଣ୍ଟିଅଆଣ୍ଟି ରୂପେ କାର୍ଯ୍ୟ କରିଥାଏ । +ହଲଦିରେ ଥିବା ପ୍ରତିରୋଧକ ଶକ୍ତି ହେପାଟାଇଟିସ୍ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ । +ସେଓ +ସେଓର ଭିନେଗାର ଲିଭରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ ଏକ ଚାମଚ ସେଓ ଭିନେଗାର ଓ ମହୁକୁ ଏକ ଗ୍ଳାସ , ପାଣିରେ ମିଶାଇ ପିଅନ୍ତୁ । +ଏହା ଶରୀରରୁ ଚର୍ବି ଦୂର କରିବାରେ ସହାୟକ ହେବା ସହ ଲିଭରକୁ ସୁସ୍ଥ ରଖିବ । +ଅଁଳା +ଭିଟାମିନ୍ ସ’ ରେ ଭରପୁର ଅଁଳା । +ଏହାସହ ଲିଭର ସୁସ୍ଥ ରଖିବାରେ ଅଁଳାରେ ସମସ୍ତ ଗୁଣ ଭରି ରହିଛି । +ଦିନକୁ ୩-୪ ଟି କଞ୍ଚା ଅଁଳା ଖାଇଲେ ଲିଭର ସୁସ୍ଥ ରହିବ । +ଅମୃତଭଣ୍ଡା +ଲିଭର ରୋଗ ଦୂର ପାଇଁ ସବୁଠୁ ଉତ୍ତମ ହେଉଛି ଅମୃତଭଣ୍ଡା । +ଲିଭର ସିରୋସିସ୍ ରୋଗ ଦୂର କରିବାରେ ଅମୃତଭଣ୍ଡା ବିଶେଷ ଭୂମିକା ନିଭାଇଥାଏ । +ଲିଭର ସିରୋସିସ୍ ରୋଗରୁ ରକ୍ଷା ପାଇବା ପାଇଁ ୩ରୁ ୪ ସପ୍ତାହ ପ୍ରତିଦିନ ଦୁଇ ଚାମଚ ଅମୃତଭଣ୍ଡା ରସ ଓ ଅଧା ଚାମଚ ଲେମ୍ବୁ ରସ ମିଶାଇ ପିଅନ୍ତୁ । +ସମ୍ପୁର୍ଣ୍ଣ ଭାବେ ସୁସ୍ଥାସ ହୋଇଯିବେ । +ଅଳସୀ +ଅଳସୀ ମଞ୍ଜି ହରମୋନକୁ ରକ୍ତରେ ପ୍ରଭାବିତ ହେବାକୁ ରୋକିଥାଏ ଓ ଲିଭର ଉପରେ ଚାପ କମ୍ କରିଥାଏ । +ଏଣୁ ଅଳସୀକୁ ଖାଦ୍ୟରେ ସାମିଲ କରନ୍ତୁ । +ଅଖରୋଟ୍ +ଅଖରୋଟ୍ କୁ ଖାଦ୍ୟରେ ସାମିଲ କରନ୍ତୁ । +ଏହା ଲିଭର ରୋଗ ଆକ୍ରମଣରୁ ରକ୍ଷା କରିଥାଏ । +ଅଖରୋଟ୍ ରେ ଥିବା ଗ୍ଳୁଟଥାୟନ ଲିଭରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ । +ପାଳଙ୍ଗ ଓ ଗାଜର +ପାଳଙ୍ଗ ଓ ଗାଜର ରସକୁ ମିଶ୍ରଣ କରି ପିଅନ୍ତୁ । +ଏହା ଲିଭର ସିରୋସିସ୍ ରୋଗ ଦୂର କରିବାରେ ସବୁଠୁ ଉତ୍ତମ ମାଧ୍ୟମ । +ଏହି ପରି ଘରୋଇ ଉପାୟ ଆପଣାଇ ମଧ୍ୟ ଯକୃତକୁ ସୁସ୍ଥ ରଖିପାରିବେ । +ଜାଣନ୍ତି କି +ଯକୃତ (ଲିଭର) ମଣିଷର ଅନର୍ଗତ ଅଙ୍ଗ ଓ ସବୁଠାରୁ ବଡ ଗ୍ରନ୍ଥି +ଏହାର ଓଜନ ପ୍ରାୟ ୧.୫୮ କିଲୋଗ୍ରାମ୍ +ଭାରତୀୟମାନେ ଅଧିକ ଆଲକହଲ ଓ ଖରାପ ଖାଦ୍ୟ ଖାଇବା ଯୋଗୁଁ ଅଧିକ ସଂଖ୍ୟାରେ ଯକୃତ ରୋଗରେ ଆକ୍ରାନ୍ତ ହେଉଛନ୍ତି । +ଲିଭର ସିରୋସିସ୍ +ମଣିଷର ଯକୃତ ଜନିତ ମାରାତ୍ମକ ରୋଗ ଭାବେ ଲିଭର ସିରୋସିସ୍ ପରିଚିତ । +ଏହା ହେଉଛି ପ୍ରାଥମିକ ସ୍ତରରେ ରୋଗୀକୁ ଯନ୍ତ୍ରଣା ଲାଗୁ ନଥିବା ରୋଗ । +ହେଲେ ପରବର୍ତ୍ତୀ ସମୟରେ ଜୀବନ ପାଇଁ ଘାତକ ହୋଇଥାଏ । +ସବୁଠାରୁ ଉଦବେଗଜନକ ପ୍ରସଙ୍ଗ ହେଉଛି, ଏଥିରେ ରୋଗୀର ଯକୃତ ଅନ୍ୟୁନ ୯୦ ପ୍ରତିଶତ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହେବା ପରେ ଯନ୍ତ୍ରଣା ଜଣାପଡ଼ିଥାଏ । +ଲକ୍ଷଣ +ବାଦାରୁ ଏହି ରୋଗ ବିଷୟରେ ଜାଣିବା ବା ବୁଝିବା ଏତେ ସହଜ ନୁହେଁ । +ଏହି ରୋଗର ପ୍ରାଥମିକ ଲକ୍ଷଣ ହେଉଛି ରୋଗୀର ପାଚନ ଶକ୍ତି କମିଯିବା ଦ୍ଵାରା ଭୋକ କମ୍ ଲାଗିବା, ଦୁର୍ବଳ ଲାଗିବା, ଶରୀର କୂଣ୍ଡେଇ ହେବା ସହ ବିଭିନ୍ନ ଅସ୍ଵସ୍ତିକର ଯନ୍ତ୍ରଣା ଅନୁଭବ ହେବା । +କିଛି କ୍ଷେତ୍ରରେ ରୋଗୀର ଯକୃତ ସାମୂହିକ ଭାବେ କିଛି ସମସ୍ୟା ଦେଖାଦେଇଥାଏ । +ସେହିପରି ଆଉ କିଛି ରୋଗୀଙ୍କ ମଧ୍ୟରେ ଶ୍ଵାସପ୍ରଶ୍ଵାସ ନେବା ମଧ୍ୟରେ ଯନ୍ତଣା ଦେଖିବାକୁ ମିଳିଥାଏ । +ଏଣ୍ଡୋସ୍କୋପି, ଅଲଟ୍ରାସୋନୋଗ୍ରାଫି ଓ ଫାଇବ୍ରୋସ୍କାନ ଆଦି ମାଧ୍ୟମରେ ସିରୋସିସ୍ କେତେଦୂର ଶରୀର ଭିତରକୁ ଯାଇଛି ତାହା ଜଣାପଡ଼ିଥାଏ । +ତେବେ ସିରୋସିସ୍‌ର ମୁଖ୍ୟ କାରଣ ହେଉଛି ହେପାଟାଇଟିସ୍ ବି ଓ ସି ଭୂତାଣୁ ସଂକ୍ରମଣ , ନିଶାଦ୍ରବ୍ୟ ସେବନ, ମଦ୍ୟପାନ, ଧୂମପାନ ଓ ଇମ୍ୟୁନ, ହେପାଟାଇଟିସ୍ । +ଏହା ବ୍ୟତୀତ କେତେକ କ୍ଷେତ୍ରରେ ଯକୃତରେ ଜମି ଯାଇଥିବା ଚର୍ବି ଓ ଡାଇବେଟିସ୍ କାରଣରୁ ମଧ୍ୟ ସିରୋସିସ୍ ହୋଇପାରେ । +କାରଣ +ନିଶାଦ୍ରବ୍ୟ ସେବନ, ମାଦକ ସେବନ ସହିତ ସଂପ୍ରତି ଜଳବାୟୁର ଅସ୍ଵାସ୍ଥ୍ୟକର ପରିବେଶ ସହ ବଜାରର ତଥାକଥିତ ଫାଷ୍ଟଫୁଡ଼, ବାସି ଖାଦ୍ୟ, ଥଣ୍ଡାଖାଦ୍ୟ ଓ ଆବଶ୍ୟକ ଖାଦ୍ୟ ଠାରୁ ପ୍ରଚୁର ଓ ଅନିୟମିତ ଖାଦ୍ୟ ମଧ୍ୟ ଏହାର ଅନ୍ୟତମ କାରଣ ଭାବେ ଜଣାଶୁଣା । +ଏହି ଧରଣର ରୋଗୀଙ୍କୁ ସର୍ବପ୍ରଥମେ ସେମାନଙ୍କ ଶରୀରକୁ ଆବଶ୍ୟକ ଖାଦ୍ୟସାର, ପୁଷ୍ଟିକର ଶକ୍ତି ପାଇଁ ଦୃଷ୍ଟିଦେବାକୁ ହେବ । +କାରଣ ଏହି ରୋଗୀଙ୍କୁ ସାଧାରଣତଃ ଭୋକ କମିଯାଉଥିବାରୁ ସେମାନଙ୍କର ପାଚନ ଶକ୍ତି ପ୍ରଭାବିତ ହୋଇ ଯକୃତକୁ ସଂକ୍ରମଣ କରିବାର ସୁଯୋଗ ପାଳୁଥାଏ । +ଏହି ରୋଗରେ ସ୍ଵାଭାବିକ ଭାବେ ଖାଇବାକୁ ଦିଆଯାଏନାହିଁ; ଯାହାକ ବିଜ୍ଞାନ ସମ୍ମତ କାରଣ ନୁହେଁ ବୋଲି ବିଭିନ୍ନ ଜର୍ଣ୍ଣାଲରେ ତଥ୍ୟ ପ୍ରକାଶ ପାଇଛି । +ସିରୋସିସ୍ ଯନ୍ତ୍ରଣା ଅନୁଭବ କରୁଥିବା ରୋଗୀଙ୍କୁ ଯଥେଷ୍ଟ ପରିମାଣର ପୁଷ୍ଟିକର ଖାଦ୍ୟ ଦେବା ଜରୁରୀ । +କମ ଲୁଣ, ରାଗ ମସଲା, ପ୍ରଚୁର ମିଠା ଆଦି ଠାରୁ ରୋଗୀଙ୍କୁ ଯଥାସମ୍ଭବ ଦୂରେଇ ରଖିବା ଜରୁରୀ । +ରୋଗୀର ନିତିଦିନିଆ ଖାଦ୍ୟ ତାଲିକାରେ ତଟକା ପନିପରିବା, ପଇଡ଼ ପାଣି, ଫଳ, ଶାଗକୁ ଗୁରୁତ୍ଵ ଦିଅନ୍ତୁ । +ସବୁଜ ପନିପରିବା ଓ ତଟକା ଫଳରେ ଭିଟାମିନ, ଆଣ୍ଟିଅକ୍ସିଡାଣ୍ଟ, ଜିଙ୍କ ଆଦି ପ୍ରଚୁର ପରିମାଣରେ ରହିଥିବାରୁ ଏହା ଯକୃତର ସେଲର କାର୍ଯ୍ୟକୁ ତ୍ଵରାନ୍ୱିତ କରିଥାଏ । +ଯାହାଦ୍ଵାରା ରୋଗୀ ସ୍ଵାଭାବିକ ଭାବେ କାମ କରିବାକୁ ଶକ୍ତି ପାଇଥାଏ । +ଏହି ରୋଗୀଙ୍କୁ ଭାରୀ କାମ ଠାରୁ ଯଥା ସମ୍ଭବ ଦୂରେଇ ରଖିବା ଭଲ । +ରୋଗୀକୁ ସମସ୍ତ ପ୍ରକାର ମାନସିକ ଚାପରୁ ଦୂରେଇ ରଖନ୍ତୁ । +ରୋଗୀର ପାକସ୍ଥଳୀରେ ପ୍ରଚୁର ପରିମାଣର ପାଣି ଜମି ନ ରହିବା ପାଇଁ ଲିଭର ବିଶେଷଜ୍ଞଙ୍କ ପରାମର୍ଶ ନେଇ ସତର୍କ ରୁହନ୍ତୁ । +ରୋଗୀର ଖାଦ୍ୟ ଓ ପାଣିରେ ଯେପରି ସଂକ୍ରମଣ ନରହେ । +ସେଥିପ୍ରତି ଗୁରୁତ୍ଵ ଦିଅନ୍ତୁ । +କେତେକ କ୍ଷେତ୍ରରେ ରୋଗୀର ପେଟ ନିୟମିତ ଭାବେ ପରିଷ୍କାର ରହିବା ପାଇଁ ଲ୍ୟାକଟୁଲୋଜ୍ ସିରପ୍ ଦିଆଯାଇଥାଏ । +ଶରୀରରେ ରକ୍ତ ଜମାଟ ବାନ୍ଧିବାର ଉପାଦାନ ଯଦି ଯକୃତ ତିଆରି କରିପାରେ ନାହିଁ ତେବେ ରୋଗୀକୁ ଭିଟାମିନ କେ ଇଞ୍ଜେକସନ ଦିଆଯାଇଥାଏ । +ଯଦି ରୋଗୀର ଖାଦ୍ୟନଳୀ ଏବଂ ପାକସ୍ଥଳୀରେ ଭ୍ୟାରିକସ ଫାଟି ରକ୍ତପାତ ହେଉଥାଏ ତେବେ ଭ୍ୟାରିକାସ ଭଞ୍ଜେରିକସ, ଦିଆଯାଇଥାଏ । +ଲିଭର ଯଦି ଆଦୌ କାମ କରୁ ନଥାଏ ତେବେ ବୃକକ ଡାୟାଲିସିସ୍ ଭଳି ଲିଭର ଡାୟାଲିସିସ୍ ମଧ୍ୟ କରାଯାଏ । +ତେବେ ଯକୃତ ଯନ୍ତ୍ରଣାର ସବୁ କାରଣ ଲିଭର ସିରୋସିସ ହୋଇ ନଥାଏ । +ଚିକିତ୍ସା +ପ୍ରାଥମିକ ସ୍ତରରେ ଲିଭର ବିଶେଷଜ୍ଞଙ୍କ ପରାମର୍ଶ ନେଇ ସିରୋସିସର ଲକ୍ଷଣକୁ ଦେଖି ଚିକିତ୍ସା ତ୍ୱରାନ୍ୱିତ କଲେ ରୋଗୀଟି ଉପଶମ ପାଇଥାଏ । +ଆମ ଦେଶରେ ଲିଭର ସିରୋସିସ୍ ଚିକିତ୍ସାକୁ ବେଶ ଖର୍ଚ୍ଚ ସାପେକ୍ଷ ବୋଲି କେହି କେହି କହୁଥାନ୍ତି । +ଆଉ କେହି କେହି ଭାବିଥାନ୍ତି ଯେ ସିରୋସିସମାନେ ମୃତ୍ୟୁ ନିଶ୍ଚିତ । +ଏହା କିନ୍ତୁ ଭାବିବା ଜୁଲ । +ଲିଭର ପ୍ରତିରୋପଣ ହେଉଛି ସିରୋସିସର ଶେଷ ଓ ସଫଳ ଚିକିସା । +ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ରାଜ୍ୟର ବଡ଼ମେଡ଼ିକାଳରେ ଏହି ଚିକିତ୍ସା ସେବାକୁ ଲୋକଙ୍କ ପାଖରେ ସୁଲଭ ମୂଲ୍ୟରେ ପହଞ୍ଚାଇବା ପାଇଁ ବିଭିନ୍ନ ପ୍ରକାର କଲ୍ୟାଣାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । +ଲିଭର ସିରୋସିସ୍ ଯନ୍ତ୍ରଣା କ୍ଷେତ୍ରରେ କୌଣସି ପ୍ରକାର ତୁଟୁକା ତୁଟୁଳି ଓ କାନକୁହା କଥା ଶୁଣି ମେଡ଼ିକାଲ ଚିକିସାରୁ ଦୂରେଇ ରୁହନ୍ତୁ ନାହିଁ । +ସର୍ବପ୍ରଥମେ ଲିଭର ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । +ଭଲ ଜୀବନଟି ବିତାଇବା ପାଇଁ ଆଧ୍ୟାତ୍ମିକ ଦୈନନ୍ଦିନ ଗୁଟିନଟି ତିଆରି କରି ଚିକିସକଙ୍କ ପରାମର୍ଶ ଅନୁଯାୟୀ ଚିକିସାରେ ରହିଲେ ଦେଖିବେ ଲିଭର ସିରୋସିସ୍, ଆପଣଙ୍କ ପାଇଁ ଯନ୍ତ୍ରଣାଦାୟକ ହେବନାହିଁ । -- GitLab