diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_bhasha_7 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_bhasha_7 new file mode 100644 index 0000000000000000000000000000000000000000..994164201b5dca2288b6ec59ca10ba466d05d7d2 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_bhasha_7 @@ -0,0 +1,21 @@ +ଓଡିଆ ଭାଷାକୁ ଝାଡଖଣ୍ଡରେ ଦ୍ବିତୀୟ ଭାଷାଭାବେ ମାନ୍ୟତା ନେଇ ପଦକ୍ଷେପ ଆରମ୍ଭ +- ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ସେପ୍ଟେମ୍ବର୍ ୧, ୨୦୧୧ +ମୂଳ ପୃଷ୍ଠା → ଭାଷା ଓ ସାହିତ୍ୟ ଆଲୋଚନା → +ଭୁବନେଶ୍ବର: ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜଭାଷା ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି । +ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ହୋଇଛି । +ଆସନ୍ତା କାଲି ବିଧାନସଭାରେ ଏନେଇ ଆବଶ୍ୟକ ବିଲ୍ ଉପସ୍ଥାପିତ ହୋଇ ଏହା ଗୃହୀତ ହେଲା ପରେ ପୁଣି ଓଡ଼ିଆ ଝାଡଖଣ୍ଡର ଦ୍ବିତୀୟ ରାଜଭାଷା ମାନ୍ୟତା ଫେରିପାଇବ ବୋଲି ଜଣାପଡ଼ିଛି । +ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ଓଡ଼ିଆ ଲୋକ ରହୁଛନ୍ତି । +ଏହା ସହିତ ଏହି ରାଜ୍ୟର ମୋଟ ଲୋକ ସଂଖ୍ୟାର ଏକ ସିଂହଭାଗ ଲୋକ ସଂଖ୍ୟା ହେଉଛନ୍ତି ଓଡ଼ିଆ ଭାଷାଭାଷିର ଲୋକ । +ତେଣୁ ୨୦୦୩ ମସିହାରେ ଝାଡ଼ଖଣ୍ଡ ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ଗଠିତ ହେଲା ପରେ ସେଠାରେ ଦ୍ବିତୀୟ ଭାଷା ଭାବେ ଓଡ଼ିଆ ଭାଷାକୁ ମାନ୍ୟତା ମିଳିଥିଲା । +କିନ୍ତୁ କିଛି ଦିନ ତଳେ ଏହି ମାନ୍ୟତାକୁ ପ୍ରତ୍ୟାହାର କରି ରାଜ୍ୟ ସରକାର ବଙ୍ଗଳାକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ଦେଇଥିଲେ । +ଏହା ବିରୋଧରେ ଓଡ଼ିଶା ଏବଂ ଝାଡଖଣ୍ଡରେ ତୀବ୍ର ସ୍ବର ଉତ୍ତୋଳନ ହୋଇଥିଲା । +ଏ ନେଇ ନିକଟରେ ସମାପ୍ତ ହୋଇଥିବା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନରେ ଦଳମତ ନିର୍ବିଶେଷରେ ବିଧାୟକମାନେ ଝାଡ଼ଖଣ୍ଡରେ ଓଡ଼ିଆ ଭାଷାର ମାନ୍ୟତା ଲୋପ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । +ଏହା ସହିତ ବିଧାୟକମାନେ ଏ ନେଇ ପ୍ରସଙ୍ଗ ଉତ୍‌ଥାପନ କରିବା ସହିତ ଏହି ପ୍ରସଙ୍ଗରେ ତୁରନ୍ତ ସରକାର ଏବଂ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । +ଏହା ବ୍ୟତୀତ ଉତ୍କଳ ସମ୍ମିଳନୀ ପକ୍ଷରୁ ଏ ନେଇ ଅଭିଯାନ ମଧ୍ୟ କରାଯିବା ବିଧାନସଭା ସମ୍ମୁଖରେ ଧାରଣା ମଧ୍ୟ ଦିଆଯାଇଥିଲା । +ଗତ ସପ୍ତାହରେ ଓଡ଼ିଆ ଭାଷାର ସୁରକ୍ଷା ଲାଗି କାର୍ଯ୍ୟ କରୁଥିବା ବହୁ ବୁଦ୍ଧିଜୀବୀ, ଉତ୍କଳ ସମ୍ମିଳନୀ କାର୍ଯ୍ୟକର୍ତ୍ତା ଓ ସାହିତ୍ୟିକମାନେ ଝାଡ଼ଖଣ୍ଡ ଯାଇ ସେଠାରେ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ଉକ୍ତ ପ୍ରସଙ୍ଗରେ ଭେଟିଥିଲେ । +ସେହିଭଳି ଝାଡ଼ଖଣ୍ଡ ବିଧାନସଭା ସମ୍ମୁଖରେ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା । +ଶେଷରେ ରାଜ୍ୟ କ୍ୟାବିନେଟ ବୈଠକରେ ଝାଡ଼ଖଣ୍ଡ ସରକାର ଓଡିଆ ଭାଷାକୁ ପୁଣି ଦ୍ବିତୀୟ ରାଜଭାଷାର ମାନ୍ୟତା ଦେବା ପାଇଁ ଅନୁମୋଦନ ଦେଇଛନ୍ତି । +ଏହାକୁ ଉତ୍କଳ ସମ୍ମିଳନୀ ପକ୍ଷରୁ ସ୍ବାଗତ କରାଯାଇଛି । +ଝାଡ଼ଖଣ୍ଡ କ୍ୟାବିନେଟ୍ର ଏହି ନିଷ୍ପତ୍ତି ସଂପର୍କରେ ଜଣାପଡିବା ପରେ ଏହାକୁ ଓଡ଼ିଶାର ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । +ଏହି ପ୍ରସଙ୍ଗରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଝାଡ଼ଖଣ୍ଡ ସରକାରଙ୍କୁ ପତ୍ର ମଧ୍ୟ ଲେଖିଥିଲେ ।