diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prachada_9 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prachada_9 new file mode 100644 index 0000000000000000000000000000000000000000..d95bff754fbe9d5d72b832fb96aba7dbdb01aa70 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prachada_9 @@ -0,0 +1,18 @@ +ବିଶ୍ବନାଟ୍ୟ ଦିବସ ଓ ତିନିଦିନିଆ ନାଟ୍ୟ ଦିବସ ଉଦ୍‌ଘାଟିତ +- ଓଡ଼ିଆସାହିତ୍ୟ ପ୍ରବନ୍ଧକ +ତା: ମାର୍ଚ୍ଚ୍ ୨୮, ୨୦୧୦ +ମୂଳ ପୃଷ୍ଠା → ସାହିତ୍ୟ ଓ ସଂସ୍କୃତି → +ରାଉରକେଲା: ନାଟକ ହେଉଛି ସମାଜର ପ୍ରତିଛବି । +ଏହା ଜରିଆରେ ସମାଜକୁ ଶିକ୍ଷା, ମନୋରଞ୍ଜନ ସବୁକିଛି ଦିଆଯାଇ ପାରେ । +ନାଟକ ଓ ନାଟ୍ୟକାରଙ୍କ ସଫଳତା ପଛରେ ଦର୍ଶକଙ୍କ ଭୂମିକା ଅନସ୍ବୀକାର୍ଯ୍ୟ । +ଏବେ ବିଭିନ୍ନ ବର୍ଗର କଳାକାରଙ୍କୁ ନେଇ ନାଟକକୁ ଭିନ୍ନ ସ୍ବାଦରେ ପରିବେଷଣ କରାଯିବାର ଯେଉଁ ଉଦ୍ୟମ ଆରମ୍ଭ ହୋଇଛି । +ଏହାଦ୍ବାରା ଓଡ଼ିଶାର ନାଟ୍ୟକଳା କେବଳ ସମୃଦ୍ଧ ହେବନାହିଁ ବରଂ ସମସ୍ତଙ୍କ ପ୍ରଚେଷ୍ଠା ଓ ସହଯୋଗ ମିଳିଲେ ଏହା ଉଜ୍ଜୀବିତ ହୋଇ ରହିବ ଏବଂ ସାରା ବିଶ୍ବ ଦରବାରରେ ଓଡ଼ିଶା ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବାର ସୁଯୋଗ ପାଇବ ବୋଲି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ହର ପଟ୍ଟନାୟକ କହିଥିଲେ । +ସ୍ଥାନୀୟ ସିଭିକ୍ ସେଣ୍ଟର୍‌ରେ ରାଉରକେଲା ଇସ୍ପାତ କାରଖାନା ଓ ଅଗ୍ରଣୀ ନାଟ୍ୟାନୁଷ୍ଠାନ ସମ୍ପର୍କର ସ୍ବନକ୍ଷତ୍ର ଦିବସ ତଥା ବିଶ୍ବ ନାଟ୍ୟଦିବସ ଉପଲକ୍ଷେ ଅନୁଷ୍ଠିତ ଉତ୍ସବକୁ ଶ୍ରୀ ପଟ୍ଟନାୟକ ଉଦ୍‌ଘାଟନ କରିବା ସହ ତିନିଦିନିଆ ନାଟ୍ୟ ଉତ୍ସବ ଆରମ୍ଭ ହୋଇଥିଲା । +ଏହି ଅବସରରେ ସଂଯୋଜକ ଅନିଲ୍ କୁମାର ମଲ୍ଲିକ ଭରପୁର ଦର୍ଶକଙ୍କୁ ବିଶ୍ବନାଟ୍ୟ ଦିବସର ବାର୍ତ୍ତା ଶୁଣାଇଥିଲେ । +ଏହି ଉତ୍ସବରେ ହର ପଟ୍ଟନାୟକଙ୍କ ସହ ମିଶି ରାଉରକେଲାର ବିଭିନ୍ନ ଜଣାଶୁଣା କଳାକାରଗଣ ବର୍ତ୍ତମାନ ବହୁଳ ପ୍ରସାରିତ ଟେଲିଭିଜନ କାର୍ଯ୍ୟକ୍ରମର ଲୋକପ୍ରିୟତା ରହିଥିବା ପରିପ୍ରେକ୍ଷୀରେ ମଞ୍ଚନାଟକକୁ ବଞ୍ଚାଇବା ପାଇଁ ଏକ ସ୍ବରରେ ସଙ୍କଳ୍ପ ନେଇଥିଲେ । +ପ୍ରାରମ୍ଭରେ ସମ୍ପର୍କର ଅଧ୍ୟକ୍ଷା ସୁବ୍ରତା ପତି ସ୍ବାଗତ ଭାଷଣ ଦେଇଥିବାବେଳେ ଅନୁଷ୍ଠାନର ସମ୍ପାଦକ ଭାସ୍କର ମହାପାତ୍ର ମାର୍ଚ୍ଚ ୨୭ରେ ପାଳିତ ହୋଇ ଆସୁଥିବା ବିଶ୍ବ ନାଟ୍ୟ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । +ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନା ସହର ସେବା ବିଭାଗର ମହାପ୍ରବନ୍ଧକ ନାରାୟଣ ପତି ଯୋଗଦେଇ ରାଉରକେଲାକୁ ନାଟ୍ୟ ସହର ବୋଲି କହିଥିଲେ । +ସମ୍ପର୍କ ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ପାଇଁ ନାଟ୍ୟବନ୍ଧୁ ସମ୍ମାନ ରାଉରକେଲା ଇସ୍ପାତ କାରଖାନାର ପରିଚାଳନା ନିର୍ଦ୍ଦେଶକ ଶେଷ ନାରାୟଣ ସିଂହଙ୍କୁ ପ୍ରଦାନ କରାଯାଇଥିଲା । +ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ନାଟ୍ୟଚର୍ଚ୍ଚାକୁ ଉଦ୍‌ଘାଟକ ହର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ । +ଶେଷରେ ସମ୍ପର୍କ ଅନୁଷ୍ଠାନ ପକ୍ଷରୁ ଶବ ହଜିଛି ନାଟକ ମଞ୍ଚସ୍ଥ ହୋଇଥିଲା । +ଏହି ଅବସରରେ ରାଉରକେଲାର ବହୁ କଳାପ୍ରେମୀ ଦର୍ଶକ ଉପସ୍ଥିତ ଥିଲେ ।