diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_1 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_1 new file mode 100644 index 0000000000000000000000000000000000000000..fcc00f5c839947e2fd4c67183051ff8c1f9c5b95 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_1 @@ -0,0 +1,47 @@ +ଲୁଡୁ ଖେଳ +- ବିଭୁ ସାମନ୍ତ +ତା: ମେ ୨, ୨୦୧୮ +ମୂଳ ପୃଷ୍ଠା → ନବ ପ୍ରତିଭା → ଗଳ୍ପ → +ନିଝୁମ ଖରାବେଳେ, ପାଲି ଆଉ ସାର ଧରି, ସେ ଚାଲିଆସେ ଲୁଡୁ ଖେଳିବାକୁ । +ଚୈତ୍ର ମାସର ପଖାଳଖିଆ ନିଦ ମୋର ଭାଙ୍ଗିଦେଇ, କେତେ ଅଳିକରେ; କେତେ ଝଗଡା ପରେ, ମୁଁ ରାଜି ହୁଏ ତା କଥାରେ, ବାଜିଏ ଖେଳିବାକୁ । +ବାଜି ରହେ ସିନେମା ଯିବା ନ ହେଲେ ଆଇସ୍କ୍ରିମ ଖୋଇବା । +ସେ ନିଏ ଲାଲ ମୋର ନୀଳ, ସେ ଆଗ ବାହାରେ ମୋ ଘରକୁ ଚାଲିଆସେ, ଆସି ବାଟ ଜଗେ । +ମୋର ଘରୁ ବାହାରିବାକୁ ଅପେକ୍ଷା କରେ । +ମୁଁ କିନ୍ତୁ ଏତେ ଜଲ୍‌ଦି ବହାର ପାରେନା । +ତା’ର ଗୋଟିକ ପରେ ଗୋଟିଏ ପାଚିଯାଏ । +ମୁଁ ତାର ବାଟ ଜଗେ, ଯୁଗ ବସାଏ, ହଇରାଣ କରେ । +ସେ ତଥାପି ମାନେନି । +ଲାଗିଯାଏ ଯୋକ ପରିକା, ମିଛିମିଛିକା ରାଗେ । +ମୁଁ ଛାଡ଼ି ଦିଏ ତା ରାସ୍ତା, ସେ ଚାଲିଯାଏ ସହଜରେ । +ଠିକ ଶେଷ ସାରଟି ପାଚିବା ବେଳକୁ, ତା’ର ଦାନା ପଡ଼େନି ଭଲ । +ସେ ବିବ୍ରତ ହୁଏ । +ମୁଁ ଖେଳ କମ୍‌ ତାକୁ ବେଶି ଦେଖୁଥାଏ । +ମୁଁ ଜାଣିଜାଣି ହାରିବା ଆଗରୁ ଉଠିଯାଏ । +ସେ କିନ୍ତୁ ଛାଡ଼େନି । +ଜୀବନଟା ଆମର ବି ଏମିତି ଅବିକଳ ଲୁଡୁ ଖେଳପରି । +କେବେ ସେ ଆଗରେ ତ, କେବେ ମୁଁ ଆଗରେ । +ମୋତେ କିନ୍ତୁ ଆଗରେ ରହିବାକୁ ଭଲ ଲାଗେନି । +କାରଣ ଆଗରେ ରହିଲେ ମୁଁ ଏକା ପଡ଼ିଯାଏ । +ଏକା ରହିବାକୁ କ’ଣ କାହାକୁ ଭଲଲାଗେ? ବେଳେବେଳେ ଠିକ୍ ଦାନ ପଡ଼େନି, ବେଳେବେଳେ ସାର ଭୁଲ୍‌ ଚଲାହୁଏ । +ଆଉ ପଛକୁ ଫେରିବାର ନାହିଁ । +ଦଣ୍ଡ ଭୋଗିବାକୁ ବି ପଡ଼େ । +ଦୋଛକିର ନିଷ୍ପତ୍ତି କେତେ ଠିକ, ଭାଗ୍ୟ ଉପରେ କଥା । +ଖେଳ ଚାଲିଥାଏ, ପରିଣାମର ମୁହଁ ଦେଖିବାକୁ ସମୟର ହାତ ଧରି । +ଶେଷରେ ଜିତେ ସିଏ । +ଖୁସିରେ ତାଳିମାରି, ଝୁମିଯାଏ । +ମୁଁ ମିଛିମିଛିକା ରାଗେ, ସେ କିନ୍ତୁ ଜାଣିଦିଏ । +ଆଲମାରୀରୁ ପର୍ସଟା ନେଇଆସେ । +ତା ଭିତରୁ ସବୁ ନେଇଯାଇ ଖାଲି ପର୍ସଟା ଧରେଇଦିଏ । +ପର୍ସଟା ଖାଲି ନ ରଖିବାକୁ ଦୟାରେ ଅଳ୍ପ ନୋଟ ରଖିଦିଏ । +ମୁଁ ଚୁପ୍‌ଚାପ୍‌ ଦର୍ଶକଟିଏ ହୋଇ ସବୁ ଦେଖୁଥାଏ । +ତା ହସ, ତା ଖୁସି ଆଗରେ ଏଇ କାଗଜ ଟୁକୁଡ଼ାଗୁଡିକ ମୂଲ୍ୟହୀନ ଲାଗେ । +ସତରେ, ଜାଣିଶୁଣି ହାରିବାର ଖୁସିଟା ବୁଝାପଡ଼େ । +କିଏ ଜାଣିଥିଲା ଏମିତି ହେବ? ବାଜି ଜିତି ସେ ଚାଲିଯିବ, କଥା କ’ଣ ଏମିତି ସରେ କି? ମିଛିମିଛିକା ହାରୁ ହାରୁ ମୁଁ ସତରେ ହାରିଯାଏ । +ସେ ମୋତେ ଠକି ଚାଲିଯାଏ । +ଆଉ ଜୀବନର ସାର ସବୁ ସେମିତି ପଡ଼ିଥାଏ, ଅଧବାଟରେ, ଅଧଖଣ୍ଡିଆ ହେଇ । +ଦୂରରେ ଠିଆ ସେ ମୋତେ ଚିଡ଼ାଏ, ଜିଭ କାଢ଼ି ଖତେଇ ହୁଏ । + ଆଉ କହେ…. +“ମୁଁ ପୁଣି ଆସିବି ଖରାବେଳକୁ, +ଏଥର ତୁମକୁ ସାଙ୍ଗରେ ନେବାକୁ” +ଅନୁଭୂତି ହିଁ ଯୋଗାଏ ପ୍ରେରଣା, ମନରେ ଅନେକ କଥା ଆସେ ପୁଣି ଚାଲିଯାଏ, ସମୁଦ୍ର ର ଲହଡି ପରି, ତାକୁ ସାଇତି ନ ରଖିଲେ କ’ଣ ଆଉ ପାଇହୁଏ? ଜାଣିନି କେତେ ଛୁଇଁବ କାହାକୁ , ଗାଳି ହେଉ କି ଆଦର ଯାହା ଦେଲେ ଚଳିବ । +bpssamanta@gmail.com ରେ ଜଣେଇବେ ।