diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_40 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_40 new file mode 100644 index 0000000000000000000000000000000000000000..8fc32f588fedd87e50f3cc55b0f74aace84abc8f --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_40 @@ -0,0 +1,134 @@ +ଆମ ସମୟର ଚରିତ୍ରମାନେ + ତାପସ ରଞ୍ଜନ ତ୍ରିପାଠୀ, ମନମଧୁପୁର, କେନ୍ଦ୍ରାପଡା +ତା: ଫେବୃଆରୀ ୨୫, ୨୦୧୧ +ମୂଳ ପୃଷ୍ଠା → ଗଳ୍ପ → ବ୍ୟଙ୍ଗ → +ଗାଁର ଚାନ୍ଦାଭେଦା ଦେଇ ନ ପାରିବା ହେତୁ ରାମ ମିଶ୍ରେ ଏକଘରକିଆ ହେଲେ । +ସେଇଠୁ ଧୋବା ଓ ବାରିକ ତାଙ୍କୁ ଖଟନ୍ତିନାହିଁ । +ଗୋଟିଏ ପୁଅ ପୋଲିଓ ଯୋଗୁଁ ଅକର୍ମଣ୍ୟ, ଅର୍ଥାଭାବରୁ ଦୁଇଟି ଝିଅଙ୍କ ବୟସ ଗଡ଼ିଯାଉଛି । +ବାହାଘର ପାଇଁ ଯେନତେନ ପ୍ରକାରେ ପୁଅଟିଏ ଠିକଣା କରିପାରୁନାହାନ୍ତି । +ରାମ ମିଶ୍ରଙ୍କର ଦାଢ଼ି ପେଟକୁ ଛୁଇଁବାକୁ ବସିଲାଣି । +ଲୋକେ ଭାବନ୍ତି ଦୁଃଖ ଗଲେ ସେ ଦାଢ଼ି କାଟିବାକୁ ମନସ୍ଥ କରିଥିବେ । +ପ୍ରକୃତରେ ସେଲୁନ୍ରେ ବ୍ୟୟ ସାପେକ୍ଷ ହେବା ହେତୁ ସେ ଦାଢ଼ି ଓ ମୁଣ୍ଡବାଳକୁ ସ୍ବାଧୀନ କରିଦେଇଛନ୍ତି । +ଡହଡହ ଖରା ବେଳଟାରେ ସେ ବହୁ ସାହସ ସଞ୍ଚୟ କରି ବ୍ଲକ୍ ଅଫିସ୍ରେ ପହଞ୍ଚିଲେ । +ବି.ଡ଼ି.ଓ.ଙ୍କ ପିଅନକୁ ପଚାରିଲେ ‘ଆଜ୍ଞା ବାବୁଙ୍କୁ ଦେଖା କରିହେବ । +ସେ ବିରକ୍ତି ପ୍ରକାଶ କରି, ଅପେକ୍ଷା କର ବୋଲି କହିଲା । +ଦୀର୍ଘ ସମୟ ଅପେକ୍ଷାର ଯନ୍ତ୍ରଣାକୁ ହଜମ କରିବା ପରେ ଭିତରକୁ ପଶିଲେ । +ବି.ଡ଼ି.ଓ. କଞ୍ଚା ବୟସର । +ରାମ ମିଶ୍ରଙ୍କ ଚେହେରାଟା ଦେଖି ତାଙ୍କର ହୃଦୟଟା ବୋଧେ ତରଳିଗଲା । +ତହୁଁ ପଚାରିଲେ, କ’ଣ ହେଲା ? ଥର ଥର ହୋଇ ରାମ ମିଶ୍ରେ କହିଲେ ‘ଆଜ୍ଞା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦରଖାସ୍ତ କରିଥିଲି- ଏକମାତ୍ର ପୁଅ ପୋଲିଓ ରୋଗରେ ଅକାମି, ଦୁଇଟି ବାଡୁଅ ଝିଅ, ବୋହୂ, ଗୋଟିଏ ନାତି, ମୁଁ ଓ ଭାରିଜା ମିଶିଲେ ସାତଜଣ, କିପରି ବ୍ରାହ୍ମଣପଣ କରି ଏ ବୟସରେ ଘର ଚଳାଉଛି ତା’ ମୁଁ ଜାଣେ । +ମୋ ଗୁହାରି କ’ଣ ଶୁଣିବେନି ! ନାୟକ ବାବୁଙ୍କୁ ସାକ୍ଷାତ୍ କର ବୋଲି ବି.ଡ଼ି.ଓ. ମହାଶୟ କହିଲେ । +ରାମ ମିଶ୍ରେ ଆଶୀର୍ବାଦ ଶ୍ଳୋକଟିଏ ବୋଲି ସେଠୁ ବିଦାୟ ନେଇ ପଚାରିପଚାରି ସେଇ ମହାମାନବ ପାଖରେ ପହଞ୍ଚିଗଲେ । +ସେତବେଳକୁ ନାୟକ ମହାଶୟ ଉଦର ପୂର୍ଣ୍ଣ କରୁଥିଲେ । +କହିଲେ କ’ଣ ହେଲା “ଭତ୍ତା କଥା ତ” ? ସବୁ ହୋଇଯାଇଛି ହେଲେ ଦି ଖଣ୍ଡ ନ ଦେଲେ ସେଇମିତି ବସିଥିବ । +ଦୁଇଶହ ଟଙ୍କା ନାୟକ ବାବୁଙ୍କ ପକେଟରେ ଭର୍ତ୍ତି କରିବାକୁ ରାମ ମିଶ୍ରଙ୍କୁ ପ୍ରାୟ ୩ ମାସ ଲାଗିଗଲା । +ଯା’ହେଉ ରାମ ମିଶ୍ରେ ବର୍ତ୍ତମାନ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି । +ସେ ଯେଉଁଠି ବସନ୍ତି ନାୟକ ବାବୁଙ୍କ ନିର୍ମଳ ପ୍ରଶଂସା କରନ୍ତି । +ଜଗୁ ମହାନ୍ତି ଦିନ ଚାରିଟା ବେଳେ ଡାକ୍ତର ପଣ୍ଡାଙ୍କ ଘର କଲିଙ୍ଗ୍-ବେଲ୍ ଚିପିଲା । +ସଙ୍ଗେ ସଙ୍ଗେ ଦୁଆର ମଧ୍ୟ ଖୋଲିଗଲା । +ଚାକର ଟୋକା ପଚାରିଲା କ’ଣ ହେଲା ? ଉତ୍ତର- ‘ଡାକ୍ତରଙ୍କୁ କହିବ ଜଗୁ ମହାନ୍ତି ଆସିଛନ୍ତି ।’ +ଡାକ୍ତର ମହାଶୟ ଭଗବାନଙ୍କୁ ପାଇଲା ଭଳି ଲୁଙ୍ଗି ଓ ଗାମୁଛା ସହ ଆଖି ମଳି ମଳି ପହଞ୍ଚିଗଲେ ଓ କହିଲେ ‘କିଓ ଅସମୟରେ- ଆମକୁ ତ ପୁରା ଭୁଲିଗଲଣି, ବସ ବସ ।’ +ଜଗୁ ମହାନ୍ତି ଛାତି ଫୁଲାଇ କହିଲା-‘ମୋ ଘର ଲୋକଟା ତା ସାଇର ଗୋଟେ ଟୋକାକୁ ବାଡ଼େଇପକାଇଛି । +ସେ ଏ ଯାଏଁ ପୋଲିସ୍ ଷ୍ଟେସନ୍ ଆସିନି । +ଆମେ ଆଗୁଆ ଗୋଟିଏ ଏଫାୟାର୍ ଦେଇ ଦେଲେ ଆଉ ଡରଭୟ ନ ଥିବ । +ଜଗୁ ମହାନ୍ତି କଥା ଅନୁସାରେ ଲୋକଟିର ଦେହସାରା ମିଛ ବ୍ୟାଣ୍ଡେଜ୍ କରିଦେଲେ ଡାକ୍ତର ମହାଶୟ । +ମସ୍ତବଡ଼ ରିପୋର୍ଟ ମଧ୍ୟ ଲେଖିଦେଲେ । +ଶେଷରେ କହିଲେ ‘ଏଇ ଛୋଟିଆ କାମରେ ମୋର ଦ୍ବାରସ୍ଥ ହେଲ ! ହଁ- ଆମ ପ୍ରତି ନିଘା ରଖିଥିବ, ଟ୍ରାନସ୍ଫର ଚାଲିଛି । +ଜଗୁ ହସିହସି କହିଲା ‘ମୁଁ ଏବେ ବିଧାୟକଙ୍କ ସହ ଆପଣଙ୍କ ବିଷୟ ଏକ ଘଣ୍ଟା କଥା ହୋଇଛି ।’ +ତା’ପରେ ଚା ସିଗାରେଟ୍- ତାପରେ ପାନ । +ତହିଁ ପରଦିନ ଜଗୁ ମହାନ୍ତି ବଛା ପାଟକପୁରା କଦଳୀ କାନ୍ଧିଟିଏ ଡାକ୍ତରଙ୍କ ଘରକୁ ପଠାଇଥିଲା ତା ଲୋକ ହାତରେ । +ପ୍ରକୃତରେ ଜଗୁ ମହାନ୍ତିର ଗୋଟେ ଲୋକ ବୁଢ଼ୀ ପାଗେଳୀଟାକୁ ଦିନ ଦିପହରରେ ରମଣ କଲା । +ସାଇଟୋକା ଦୟା ବେହେରା ଏହାର ପ୍ରତିବାଦ କରି ଜେଲ୍ ଗଲା । +ବିଜୟା ସ୍ବେଚ୍ଛାସେବୀ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ଜଗୁ ମହାନ୍ତି ସ୍ବେଚ୍ଛାସେବୀ ‘ଗୋପବନ୍ଧୁ’ ପୁରସ୍କାର ଗ୍ରହଣ କଲାବେଳେ କରତାଳି ଆରମ୍ଭ କରିଥିଲେ ଡାକ୍ତର ମହାଶୟ । +ଅଧ୍ୟାପକ ବୀରବାବୁ କଲେଜ୍ରୁ ଫେରି ଘରେ ପଶୁପଶୁ ଦେଖିଲେ ସତର ଅଠର ବର୍ଷର ପିଲାଟିଏ ଦାଣ୍ଡଘରେ ବସିଥିଲା- ଛିଡ଼ା ହୋଇଗଲା । +ବସ ବସ, କ’ଣ ହେଲା ? କାନରେ ହାତ ମାରିମାରି ପିଲାଟି କହିଲା ‘ସାର୍ ଏ ଚିଠିଟା ଆପଣଙ୍କ ସାଙ୍ଗ ଦାମ ବାବୁ ଦେଇଛନ୍ତି । +ଏକ ନିଶ୍ବାସକେ ପଢ଼ି ମୁହଁଟାକୁ ଆମ୍ବିଳେଇଦେଇ କହିଲେ କ’ଣ ସେ ଭଲ ଅଛନ୍ତି ? ‘ଆଜ୍ଞା’ । +‘ଶୁଣ ମୁଁ ଖାତାରେ ମାର୍କ ବଢ଼ାଇବା ବା କପି କରିବାର ପକ୍ଷରେ ନୁହେଁ । +ଏ କଥା ତ ଦାମବାବୁ ବେଶ୍ ଭଲ ଭାବରେ ଜାଣନ୍ତି ।’ +ପିଲାଟିର ଫିଉଜ୍ ଆସ୍ତେ ଆସ୍ତେ ଉଡ଼ିଯିବା ବେଳକୁ ମାଡ଼ାମ୍ଙ୍କର ନିର୍ଦ୍ଦେଶପୂର୍ଣ୍ଣ ଡାକରା ଆସିଲା । +ପିଲାଟି ସହ କଥାବାର୍ତ୍ତା ଅଧା ରଖି ସେ ଘର ଭିତରକୁ ଧସେଇପଶିଲେ । +ସହଧର୍ମିଣୀ କହିଲେ “ଦେଖ ଇଏ କ’ଣ ? ବୀରବାବୁ ଥତମତ ହୋଇ କହିଲେ ‘ଚିଙ୍ଗୁଡ଼ି । +ପିଲାଟି ଆଣିଥିଲା କି ?’ ‘ହଁ ।’ +ବୀରବାବୁ ଗର୍ବର ସହ କହିଲେ ‘ଜାଣ ମୁଁ ଯେଉଁ ଘନିଷ୍ଠ ବନ୍ଧୁଙ୍କ କଥା କହେନି – ଦାମୋଦର ମିଶ୍ର । +ସେ ତ ନିମାପଡ଼ାରେ ସେଟଲ୍ କରିଗଲା । +ବଢ଼ିଆ ଫାର୍ମଟିଏ କରିବା କଥା କହୁଥିଲା । +ଏଇ ଚିଙ୍ଗୁଡ଼ିର ମାର୍କେଟ୍ ରେଟ୍ ତିନିଶ ଟଙ୍କାରୁ କମ୍ ହେବନି ।” +ଡ୍ରଇଁ ରୁମ୍କୁ ଆସି ପିଲାଟିକୁ କହିଲେ ‘ଶୁଣ କେବଳ ଦାମବାବୁଙ୍କ ଯୋଗୁଁ ବାଧ୍ୟ ହୋଇ ଅପକର୍ମଟି କରିବି । +ଇଂରାଜୀ ତ, ପଚାଶ ମାର୍କରୁ ଅଧିକ ଆଶା କରିବନି । +ଖାଇଲାବେଳେ ସହଧର୍ମିଣୀ କହିଲେ ‘ଚିଙ୍ଗୁଡ଼ି ଝୋଳଟା କେମିତି ଲାଗୁଛି ?’ ଅଧ୍ୟାପକ ମହାଶୟ ଚିଙ୍ଗୁଡ଼ି ସମ୍ପର୍କରେ ଲମ୍ବା ଭାଷଣଟିଏ ଆରମ୍ଭ କରିବାରେ ସହଧର୍ମିଣୀ ବିରକ୍ତ ହୋଇ କହିଲେ ‘ଭାଷଣ ମୋତେ ଭଲ ଲାଗେନି । +ଦେଖିଛ ସୁଧାବାବୁଙ୍କର କ’ଣ ସବୁ କଲେଣି- କ’ଣ ନାହିଁ ତାଙ୍କ ଘରେ । +ତୁଳନା କରିଛ କେତେବେଳେ ? ଛାଡ଼, ୱାଡ଼ର୍ସ ୱାର୍ଥଙ୍କ ସଙ୍ଗେ ମଧୁସୂଦନଙ୍କ ତୁଳନାର କୌଣସି ମୂଲ୍ୟ ନାହିଁ । +ମୋତେ ଲଜ୍ଜା ଲାଗୁଛି ତାଙ୍କ ଘରକୁ ଗଲାବେଳେ ବା ତାଙ୍କ ମିସେସ୍ ଆମ ଘରକୁ ଆସିଲାବେଳେ । + ରକ୍ତମାଂସର ଶରୀର କେତେ ବା ସହ୍ୟ କରିବ ?’ +ବର୍ତ୍ତମାନ ବୀରବାବୁ ଗୋଟିଏ ନୂତନ ମାରୁତି ଭ୍ୟାନ୍ରେ କଲେଜ ଯିବାଆସିବା କରନ୍ତି । +ପ୍ରତି ସଞ୍ଜରେ ସ୍ତ୍ରୀଙ୍କ ସହ ବଜାର ପରିଭ୍ରମଣ କରନ୍ତି । +ଏ ପ୍ରଗତିର କାରଣ ତାଙ୍କ ସହଧର୍ମିଣୀ ବୋଲି ଅତି ଗର୍ବର ସହ କୁହନ୍ତି । +ହରି ମାଷ୍ଟ୍ରେ ଅଗଷ୍ଟ ପନ୍ଦର ଦିନ ସନ୍ଧ୍ୟାରେ ବଜାରକୁ ଦେଢ଼ କେଜିର ରୋହି ମାଛଟିଏ ଧରି ଘରେ ପହଞ୍ଚିଲେ । +ତାଙ୍କର ଦୁଇ ପୁଅ ଓ ତିନିଝିଅ ଭିଡ଼ାଓଟରା ହୋଇ ମାଛଟାକୁ ଧରି ତଳ ଘରକୁ ଚାଲିଗଲେ । +ତାଙ୍କ ସ୍ତ୍ରୀ ବିରକ୍ତ ହୋଇ କହିଲେ ‘ଏଇଟା କ’ଣ ମାଛ ଖାଇବାର ବେଳ ?’ ଉତ୍ତରରେ ମାଷ୍ଟ୍ରେ କହିଲେ ‘ମୋର ଛାତ୍ରଟିଏ ଏବେ ଓ.ଏ.ସ. ପାଇଛି । +ସେ ନିଜେ ମାଛଟି ଧରି ଆମ ଘରକୁ ଆସୁଥିଲା । +ମୋ ବିବେକ ବାଧା ଦେଲା । +ହାତେ ହାତେ ନେଇଆସିଲି ।’ +ପ୍ରକୃତରେ ହରିମାଷ୍ଟ୍ରେ ଅଗଷ୍ଟ ପନ୍ଦରକୁ ପିଲାଙ୍କୁ ମିଠା ବଣ୍ଟନ ପାଇଁ ଆସିଥିବା ଟଙ୍କାରୁ ସତୁରି ଟଙ୍କା ବାଟମାରଣା କରି ମାଛଟିକୁ ଖରିଦ କରିଥିଲେ । +ମାତ୍ର ଦୁଇବର୍ଷ ପରେ ହରିମାଷ୍ଟ୍ରେ ରାଜ୍ୟପାଳ ପୁରସ୍କାର ପାଇଲେ । +ମହାପାତ୍ରବାବୁଙ୍କୁ କାକୁତିମିନତି ହୋଇ ନକୁଳ ନାୟକ କହିଲା ‘ବାବୁ ମୁଁ ନଡ଼ିଆ ଛଡ଼ାଏ । +ପେଟ କାଟିକାଟି ସାତ ହଜାର ଟଙ୍କା ରଖିଥିଲି । +ଏଇ ଖାଲୁଆ ଜମିଟା କିଣିଲି । +କିବା ସମ୍ପତ୍ତି, କ’ଣ କହୁଛନ୍ତି ଚାରି ହଜାର ଟଙ୍କା କାହୁଁ ଦେବି ଆଜ୍ଞା ।’ +ମହାପାତ୍ରବାବୁ ନାଶିକା କୁଞ୍ଚନ କରି କହିଲେ ‘ତୁ ସିନା ଜାଣୁଛୁ ଖାଲୁଆ ଜମି- ପଟାରେ ଅଛି ‘ପତିତ’ । +ମୋ ହାତରେ ଆଉ କଥା ନାହିଁ, ଅଫିସରଙ୍କୁ ମୁଁ ବହୁତ ବୁଝାଇଲିଣି- ସେ କ’ଣ ବୁଝିବା ମଣିଷ । +ଯା’ ବଳୀ ପିଅନକୁ କହିବୁ ।’ +ଏଇ କଥାବାର୍ତ୍ତା ଭିତରେ ସେ ପାଞ୍ଚଥର ଡ୍ର ଖୋଲି ବନ୍ଦ କରିଥିଲେ । +ନକୁଳ ଛଳଛଳ ଆଖିରେ ବଳୀକୁ କହିଲା ‘ମତେ ଉଧାର କର ।’ +ବଳୀ କହିଲା ‘କେତେ ତୋତେ ଅଧିକା ପଡୁଛି ।’ +ଉତ୍ତର ‘ଚାରି’ । +ଆରେ ନିର୍ବୋଧ ବାବୁ ଡ୍ର ଖୋଲିବା ବନ୍ଦ କରିବା ଦେଖିଛୁ ? ‘ହଁ ।’ +ତହୁଁ ନକୁଳ ପଶିଲା ଅଫିସ୍ ଭିତରକୁ । +ମହାପାତ୍ରବାବୁ ଟେବୁଲ୍ ଡ୍ର ଖୋଲିବାରେ ନକୁଳ ଚାରିଶହ ଟଙ୍କା ସାହସର ସହ ଫିଙ୍ଗିଦେଲା । +ମହାପାତ୍ରବାବୁ ହସହସ ମୁହଁରେ କହିଲେ ‘ତୁ ସବୁ ଭେଜା ମୋର ଖାଇଗଲୁଣି । +ଯା’- ହଉ କିଛି ଗୋଟେ କରିଦେବା ।’ +ନକୁଳ ସାଧାସିଧା ମଣିଷଟା । +ନନ୍ଦଛନ୍ଦ ଜାଣେନି । +ସେଇଦିନଠୁଁ ମହାପାତ୍ରବାବୁ ତାକୁ ନିଜର ମଣିଷଟେ ଭଳି ଲାଗନ୍ତି । +ବାଡ଼ିରେ ସଜନା ଛୁଇଁ, ଅମୃତଭଣ୍ଡା, ଭେଣ୍ଡି, ଜହ୍ନି ଯାହା କରେ ମଝିରେ ମଝିରେ ଦେଇଆସେ ଅକପଟ ମନରେ । +ପ୍ରତ୍ୟେକ ଦିନ ସନ୍ଧ୍ୟାରେ ରେଳ ଷ୍ଟେସନ୍ର ଶେଷ ବେଞ୍ଚରେ ଏଇ ଆୟ ସବ୍ରେଜିଷ୍ଟରଙ୍କ ଉପସ୍ଥିତିରେ ଭାଗ ବଣ୍ଟାଯାଏ । +ପିଅନ, କିରାଣୀ ଓ ଅଫିସର ବିଭିନ୍ନ ପ୍ରକାର ଭାଗ ପାଆନ୍ତି । +ଏ ନେଇ ଏ ଯାଏଁ କୌଣସି ଦୁର୍ଘଟଣା ଘଟିନାହିଁ । +କେତେ ଅଫିସର୍, କିରାଣୀ ଓ ପିଅନ ଆସିଲେଣି ଓ ଗଲେଣି ସବୁ ଚାଲିଛି ଠିକ୍ଠାକ୍ । +ବିଧାୟକ ତାଙ୍କ ଅତି ନିକଟ ମଣିଷ ରାଜୁ ପ୍ରଧାନିଙ୍କୁ କହିଲେ ‘ଏଇ ଚାହିଁଲ ଗେଟ୍ ସାମ୍ନାରେ କିଏ ‘ରାଜଦୂତରୁ’ ଓହ୍ଲାଉଚି ?’ ରାଜୁ ପ୍ରଧାନି ଚୋରୀ ଜଳାରେ ଭଲ କରି ଦେଖିନେଇ କହିଲା ‘ସପ୍ଲାଇ ଇନସ୍ପେକ୍ଟର ବସନ୍ତ ମହାପାତ୍ର । +ମୁଁ କହୁ ନ ଥିଲି ସେ ଆପଣଙ୍କୁ ସାକ୍ଷାତ୍ କରିବାକୁ ଚାରିଥର ପ୍ରାୟ ଆସିଲାଣି । +କୋରାପୁଟ ଟ୍ରାନସ୍ଫର ହୋଇଛି ।’ +ବିଧାୟକଙ୍କ ମୁହଁଟା ଲାଲ୍ ହୋଇଗଲା । +ରାଜୁ ପ୍ରଧାନି ସାହସରେ କହିଲା ‘ଆଜ୍ଞା ମୁଁ ‘ଏକ’ କହିଛି’ । +ବିଧାୟକ ମହାଶୟ ଉତ୍କ୍ଷିପ୍ତ ହୋଇ କହିଲେ ‘ତୁମେ ଏତେ କମ୍ କହିଲ ? ରାଜୁ ପ୍ରଧାନି ଛ ଥର ଛେପ ଢୋକି କହିଲା ‘ଦେଢ଼ କହିବି ? ବିଧାୟକ କହିଲେ ‘ସେ କେଉଁଠା ଚାହୁଁଚି ?’ ‘ଆଜ୍ଞା ପୁରୀ ।’ +‘ତାହେଲେ ଦୁଇ ।’ +ଦୁଇ ଦିନ ପରେ ସପ୍ଲାଇବାବୁ ବିଧାୟକଙ୍କ ଘରେ ଘର ମଣିଷ ଭଳି ଅଟାଚି ଧରି ପହଁଚିଲେ । +ରାଜୁ ପ୍ରଧାନିଙ୍କ ହାତକୁ ବଢ଼ାଇ କହିଲେ ‘ଗଣିବାର ଆବଶ୍ୟକତା ନାହିଁ ପୁରା ଦୁଇ ଲକ୍ଷ ।’ +ରାଜୁ ପ୍ରଧାନି କହିଲେ ‘ତୁମର ମଧ୍ୟ ଭାବିବାର ନାହିଁ, ତୁମ କାମ ସରିବଣି । +ବାବୁ ଖାସ୍ ତୁମ କାମରେ ଯାଇଛନ୍ତି ।’ +ଗାଁ ପାନ ଦୋକାନରେ ବଦଳିର ଶୀକାର ହୋଇଥିବା ନିରୀହ ଶିକ୍ଷକ ରମାକାନ୍ତଙ୍କୁ ସପ୍ଲାଇବାବୁ କହିଲେ ‘ବିଧାୟକଙ୍କ କାନ କଲନି । +ଆଗରୁ ଏତେ ବିଧାୟକ ହୋଇଥିଲେ, ହେଲେ ଏତେ ପରୋପକାରୀ ଓ ପ୍ରଭାବଶାଳୀ ବିଧାୟକ ଏ ଅଞ୍ଚଳ ପାଇ ନ ଥିଲା । +ଶଳା ଏ ଲୋକଙ୍କ ବିଚାର ବୋଲି କିଛି ନାହିଁ । +ଖାଲି ଖାଇଗଲା, ଖାଇଗଲା । +ଈର୍ଷା ତ ଆମ ଦୁର୍ଗତିର କାରଣ ।’ +ଅଫିସ୍ ଭିତରୁ ପୋଲିସ୍ ଇନ୍ସପେକ୍ଟର ସରବାବୁ ଚଢ଼ାଗଳାରେ କହିଲେ ‘ ସେ ସବିତା ଓ ତା’ ଲୋକଙ୍କୁ ଡାକ ତ ।’ +ସବିତା ଓ ତାର ଭାଇ ଦୀର୍ଘ ଚାରି ଘଣ୍ଟା ଧରି ଏଇ ଡାକରାକୁ ଅପେକ୍ଷା କରିଥିଲେ । +ସରବାବୁ କହିଲେ ‘ତମେ ସବିତା ପ୍ରଧାନ, କ’ଣ ହେଇଚି ?’ ଲୁହ ସରସରରେ ସବିତା କହିଲା ‘ଗତ କାଲି ରାତି ନଟାରେ ମୁଁ ସାଙ୍ଗ ଘରୁ ଫେରୁଥିଲି । +ଏଇ ପହଲି ପ୍ରଧାନ କହିଲା ‘ଏକଲା କ’ଣ ଯାଉଚୁ କିଲୋ ? ମୁଁ କହିଲି, ଯାଉଚି ତ ।’ +ତହୁଁ ଭିଡ଼ାଓଟରା କଲା । +ସରବାବୁ ରାଗରେ ପାଚିଯାଇ କହିଲେ ‘ତୁ କାଇଁ ରାତି ନଟାରେ ଏକଲା ଫେରୁଥିଲୁ । +ଏଇଟା କ’ଣ ଆମେରିକା ? ଏ କଥା ରଟିଗଲେ ବା’ହେଇ ପାରିବୁ ତ ? ବାଡ଼ୁଅ ଝିଅଟା କିଛି ବୁଝିପାରୁନୁ ? ନିଜକୁ ତ ଲୁସ୍ନା କି ଅଞ୍ଜନା ଭାବିଦେଉଛ । +ମୁର୍ଖଗୁଡ଼ାକ । +ହଇରେ ପହଲି, ପହଲି ପ୍ରଧାନ ! ପହଲି ଆଜ୍ଞା ଆଜ୍ଞା ହୋଇ ପଶିଆସିଲା । +ଛାଟଖୁମ୍ବକୁ ଯାଉଥିବା ବୋଦା ଭଳି ଛିଡ଼ା ହୋଇରହିଲା । +ତହୁଁ ସରବାବୁ କହିଲେ- ‘ତୁ ସବିତାକୁ ଭୁଲ୍ ମାଗେ- ଆଜିଠୁ ତମେ ଭାଇଭଉଣୀ । +ରାତି ଏଗାରଟା ସରିକି ପହଲି ପ୍ରଧାନ ସରବାବୁଙ୍କ ଘରେ ପହଞ୍ଚ ତାଙ୍କ ମିସେସ୍ଙ୍କ ହାତରେ ଲଫାପାଟିଏ ଦେଲା । +ସେଥିରେ ମାତ୍ର ତିନି ହଜାର ଟଙ୍କା ଥିଲା । +ମୋ ସହଧର୍ମଣୀ ତିନି ଦିନ ହେଲା ମୋତେ ଓ ମୋର ଗପକୁ ଏକବାରେ ଜଗିଛନ୍ତି । +ନିଜକୁ ସଞ୍ଜତ ନ କରିପାରି କହିଲେ । +ଶୁଣ ମୋ ଭାଇ ନାଁରେ ଯଦି ଧାଡ଼ିଟିଏ ଲେଖ ତୁମ ଗପଲେଖା ଛଡ଼ାଇଦେବି । +ମୁଁ ମିଛରାଗରେ କହିଲି ‘ହଁ ହଁ ତୁମ ଭାଇଙ୍କୁ ମୁଁ ଚାରି ମାସ ତଳେ ଚାରି ହଜାର ଇଲେକ୍ଟ୍ରି ବିଲ୍ ହେଲାଣି ବୋଲି କହିଥିଲି । +ସେ ଉଡ଼େଇଦେବ ବୋଲି କହିଥିଲା । +ଏସ୍.ଡ଼ି.ଓ ହୋଇଛି ନା ଚପରାଶି ? ଶୁଣ ଯଦି ବିଲ୍ଟି ନ ଉଡ଼ାଏ ତେବେ ତ’ର ପାଳି ୟା ପରେ ।’ +ସ୍ତ୍ରୀ କହିଲେ ‘ଏ କାମ ତାକୁ ଘଡ଼ିଏ ଲାଗିବନି । +ମୁଁ କହିଦେବି । +ଏକଦମ୍ ଭୋଳାଟା ।’