diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prachada_11 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prachada_11 new file mode 100644 index 0000000000000000000000000000000000000000..e34872e419c8e5562282d9989696fd9371fdff43 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prachada_11 @@ -0,0 +1,13 @@ +ଅପ୍ରାନ୍ତ ଓଡ଼ିଆ ସଫ୍ଟୱେର୍ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ +- ଓଡ଼ିଆସାହିତ୍ୟ ପ୍ରବନ୍ଧକ +ତା: ଡିସେମ୍ବର୍ ୨୨, ୨୦୦୯ +ମୂଳ ପୃଷ୍ଠା → ସାହିତ୍ୟ ଓ ସଂସ୍କୃତି → +ଭୁବନେଶ୍ବର ୨୧/୨୨, ଗତକାଲି ଖାରବେଳ ନଗର ସ୍ଥିତି ଓଡ଼ିଶା ଭବନଠାରେ ଏକ ନୂତନ ଓଡ଼ିଆ ସଫ୍ଟୱେର୍ ଅପ୍ରାନ୍ତ ଓଡ଼ିଆ ସମ୍ପାଦକ ବ୍ୟବହାର ସମ୍ବନ୍ଧିତ ଶିବିର ଅନୁଷ୍ଠିତ ହୋଇଯାଇଛି । +ଏହି ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଯୋଗ ଦେଇଥିବା ବିତରକ, ଡିଟିପି ଅପରେଟରମାନଙ୍କୁ ସଫ୍ଟୱେର୍ ପ୍ରସ୍ତୁତକର୍ତ୍ତା ଏ. ପି. ଇନ୍‌ଫୋଆର୍ଟ୍‌ସ ପ୍ରା.ଲି. ପକ୍ଷରୁ ସୁବ୍ରତ ପୃଷ୍ଟି, ଚିନ୍ମୟ ଦାସ, ସନ୍ତୋଷ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ଅପ୍ରାନ୍ତ ଓଡ଼ିଆ ସଫ୍ଟୱେର୍ ର ବ୍ୟବହାର ବିଧି ଓ ବିଶେଷତ୍ବ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ । +ବିଶେଷକରି କମ୍ପ୍ୟୁଟରରେ ବର୍ତ୍ତମାନ ବ୍ୟବହୃତ ଅନ୍ୟ ଓଡ଼ିଆ ସଫ୍ଟୱେର୍ ଠାରୁ ଏହାର ସ୍ବତନ୍ତ୍ରତା ସମ୍ପର୍କରେ ସୂଚନା ଦେଇ ସୁବ୍ରତ ପୃଷ୍ଟି କହିଥିଲେ ଯେ, ଏହି ଅପ୍ରାନ୍ତ ଓଡ଼ିଆ ସଫ୍ଟୱେର୍ ର ପ୍ରସ୍ତୁତକର୍ତ୍ତା ଜଣେ ଓଡ଼ିଆ ହୋଇଥିବାରୁ ବଜାରରେ ମିଳୁଥିବା ବିଭିନ୍ନ ଓଡ଼ିଆ ସଫ୍ଟୱେର୍ ବ୍ୟବହାରରେ ଥିବା କ୍ଳିଷ୍ଟତା ଏବଂ ତୃଟି-ବିଚ୍ୟୁତିକୁ ଲକ୍ଷ୍ୟକରି ଆହୁରି ସରଳ ଭାବେ ଓ ଖୁବ୍ ସହଜରେ ଯେକୌଣସି ବ୍ୟକ୍ତି ଓଡ଼ିଆ ଭାଷା ଓ ଲିପି କିପରି ବ୍ୟବହାର କରିପାରିବେ-ସେସବୁକୁ ଦୃଷ୍ଟିରେ ରଖି ସଫ୍ଟୱେର୍ ପ୍ରସ୍ତୁତ କରାଯାଇଛି । +ପୁଣି ଅନ୍ୟ ଓଡ଼ିଆ ସଫ୍ଟୱେର୍ ଅଧିକ ମୂଲ୍ୟରେ ବିକ୍ରି ହେବାଦ୍ବାରା ସାଧାରଣ ଓଡ଼ିଆ ବ୍ୟକ୍ତିର ଇଛାଥିଲେ ମଧ୍ୟ କିଣିବାରେ ଅସମର୍ଥ୍ୟ ଥିବାରୁ କମ୍ପ୍ୟୁଟରରେ ଓଡ଼ିଆ ଲିପିର ବହୁଳ ବ୍ୟବହାର ତଥା ବ୍ୟାପକ ପ୍ରୟୋଗ ହୋଇପାରୁନାହିଁ । +ଫଳରେ ଓଡ଼ିଆ ଭାଷା ବ୍ୟବହାର କ୍ରମେ ସଂକୁଚିତ ହେବାରେ ଲାଗିଛି । +ଏ ସବୁକୁ ଅନୁଭବ କରି ସଫ୍ଟୱେର୍ ପ୍ରସ୍ତୁତକର୍ତ୍ତା କମ୍ପାନୀ ପକ୍ଷରୁ ଅପ୍ରାନ୍ତ ଓଡ଼ିଆ ସମ୍ପାଦକ ସଫ୍ଟୱେର୍ ମାଗଣାରେ ମିଳିବାର ବ୍ୟବସ୍ଥା ହୋଇଛି ବୋଲି ସେ ସୂଚନା ଦେଇଥିଲେ । +ଅପ୍ରାନ୍ତ ଓଡ଼ିଆ ସମ୍ପାଦକ ନାମକ ଏହି ନୂତନ ସଫ୍ଟୱେର୍ କିପରି ଖୁବ୍ ସହଜରେ ବ୍ୟବହାର କରାଯାଇପାରିବ, ସେ ସମ୍ପର୍କରେ ଚିନ୍ମୟ ଦାସ ସୂଚନା ଦେବା ସହ କମ୍ପ୍ୟୁଟର୍‌ରେ ଏହାର ନମୂନା ପ୍ରଦର୍ଶନକରି ଉପସ୍ଥିତ ସକଳଙ୍କୁ ଚମତ୍କୃତ କରିଦେଇଥିଲେ । +ବିଶେଷକରି ଢେଙ୍କାନାଳରୁ ଆସିଥିବା ଜଣେ ବୟସ୍କ ବ୍ୟକ୍ତି ଦେବେନ୍ଦ୍ର ଦାଶ କମ୍ପ୍ୟୁଟର ବ୍ୟବହାର ଜାଣି ନଥିଲେ ମଧ୍ୟ ଏଠାରେ ନିଜେ ନିଜେ ଅପ୍ରାନ୍ତ ଓଡ଼ିଆ ସମ୍ପାଦକ ସାହାଯ୍ୟରେ ନିଜ ନାମ, ଠିକଣା ଆଦି ଖୁବ୍ ସହଜରେ ଲେଖି ଆଶ୍ଚର୍ଯ୍ୟ ହୋଇପଡିଥିଲେ । +ଏଠାରେ ଉଲ୍ଲେଖଯୋଗ୍ୟ ଯେ, କମ୍ପ୍ୟୁଟରରେ ବ୍ୟବହାର କରାଯାଉଥିବା ଅନ୍ୟ ଓଡ଼ିଆ ସଫ୍ଟୱେର୍ ଠାରୁ ଅପ୍ରାନ୍ତ ଓଡ଼ିଆ ସମ୍ପାଦକ ସଫ୍ଟୱେର୍ ସ୍ବତନ୍ତ୍ର ଶୈଳୀରେ ପ୍ରସ୍ତୁତ ଓ ଏହା ମାଗଣାରେ ମିଳିବାର ସୁବିଧା ଥିବାରୁ, ଏ ସମ୍ପର୍କରେ ଅଧିକ ବିବରଣୀ ପାଇଁ ଆଗ୍ରହୀ ବ୍ୟକ୍ତି/ଅନୁଷ୍ଠାନ aparts.org ଦେଖିବାକୁ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।