From 11afcff3744799db36a54c880f3f47f4f69cd247 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:54:27 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_10 | 77 +++++++++++++++++++ 1 file changed, 77 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_10 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_10 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_10 new file mode 100644 index 0000000..30b2953 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_10 @@ -0,0 +1,77 @@ +ଗାଁ ମଜଲିସ୍‌ +ଡ.ହରେକୃଷ୍ଣ ମହତାବ +ତା: ମେ ୪, ୨୦୧୮ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ଜାତୀୟ ସଂହତି : +ଗତ କେତେମାସ ହେଲା, ଏ ମଜଲିସ୍‌ ବନ୍ଦ ବନ୍ଦ ଥିଲା । +କାରଣ ଏ ମଜଲିସ୍‌ରେ ଯାହା ଲୋକେ ଅଙ୍ଗେ ନିଭାଉଛନ୍ତି, ତାହାହିଁ ଆଲୋଚନା କରାହୁଏ । +ତେଣୁ ଲୋକେ କଅଣ ଭାବୁଛନ୍ତି, ଅବସ୍ଥାର ପରିବର୍ତ୍ତନ କିପରି ସାଧାରଣଙ୍କ ମନରେ କାର୍ଯ୍ୟ କରୁଛି ତାକୁ ଜାଣିବା ଆବଶ୍ୟକ । +ସେତକ ନ କରିପାରିଥିବାରୁ ଖାଲି ଗୁଡ଼ାଏ ବହିପଢ଼ା କଥା ଚର୍ଚ୍ଚାକରି ଲାଭ ନାହିଁ ବୋଲି କିଛିକାଳ ଆଲୋଚନା ବନ୍ଦ ଥିଲା । +ଇତିମଧ୍ୟରେ ଓଡ଼ିଶା ସାରା ସବୁ ଶ୍ରେଣୀର ଲୋକଙ୍କ ସହ ମିଶି ଲୋକଙ୍କ ମନ ବୁଝିବାର ସୁଯୋଗ ମିଳିଥିଲା । +ଏହାପରେ ଏ ମଜଲିସ୍‌ ଚାଲିବ । +‘ପ୍ରଜାତନ୍ତ୍ର’ର ବିଭିନ୍ନ ବିଭାଗ ସହିତ ଏହି ‘ଗାଁ ମଜଲିସ୍‌’ ବିଭାଗଟି ଆଗ୍ରହ ସହକାରେ ବହୁ ବ୍ୟକ୍ତି ସର୍ବତ୍ର ଆଲୋଚନା କଲେ । +ଏହା ଏ ଲେଖକ ପକ୍ଷରେ ଆନନ୍ଦ ଓ ଉତ୍ସାହର ବିଷୟ । +ଆଜିର ଆଲୋଚ୍ୟ ବିଷୟ ହେଉଛି ଜାତୀୟ ସଂହତି । +କଥାଟି ଶୁଣିବାକୁ ବଡ଼ ; ମାତ୍ର ଏହା ଏକ ପ୍ରତ୍ୟେକ ଗୃହସ୍ଥର ପ୍ରତିଦିନ ଅଙ୍ଗେ ନିଭାଇବା ବିଷୟ । +ପାଞ୍ଚଭାଇ ତିନିଭାଇ ମିଶି ଏକା ରୋଷେଇରେ ଏକ ପରିବାର ହୋଇ ରହିଲେ, ଘରର ଯେ କର୍ତ୍ତା ସେ ସମସ୍ତଙ୍କ ମନ ନେଇ ଘର ଚଳାଏ । +ପାତରଅନ୍ତର କରାହେଲା ବୋଲି ଟିକିଏ ସନ୍ଦେହ ଜାତହେଲେ ଘର ଭାଙ୍ଗିଯାଏ । +ସଂହତି ଦରକାର କରେ ପାତରଅନ୍ତର ହେଉଛି ବୋଲି ସନ୍ଦେହ ସୃଷ୍ଟି କରିବାକୁ ନଦେବା । +ସେଥିପାଇଁ ସାବଧାନ ରହିବା ଏକାନ୍ତ ଆବଶ୍ୟକ । +ସମୟ ଥିଲା ଯେତେବେଳେ ଯେଉଁଠି ଶାସନକେନ୍ଦ୍ର ସେଇଠିକି ସମସ୍ତେ ଦୌଡ଼ୁଥିଲେ, ସେଇଠି ସବୁ ଲୋକଦେଖାଣିଆ କାମ ହେଉଥିଲା । +ସେଇଥିରେ ସବୁ ଅଞ୍ଚଳର ଲୋକ ଗର୍ବ ମଧ୍ୟ ଅନୁଭବ କରୁଥିଲେ । +ଓଡ଼ିଶା କହିଲେ କଟକ ବା ‌ଭୁବନେଶ୍ୱର, ବଙ୍ଗପ୍ରଦେଶ କହିଲେ କଲିକତା, ମହାରାଷ୍ଟ୍ର କହିଲେ ବମ୍ବେ, ଭାରତ କହିଲେ ଦିଲ୍ଲୀ ଏହିପରି ବୁଝାଉଥିଲା । +କିନ୍ତୁ କ୍ରମେ ଶାସନ ବିସ୍ତାର ଲାଭ କରିବା ସଙ୍ଗେ ସଙ୍ଗେ ଶିକ୍ଷାର ବିସ୍ତାର, ଲୋକଙ୍କ ସ୍ୱାଧିକାର ସମ୍ବନ୍ଧରେ ଜ୍ଞାନବୃଦ୍ଧି, ଏସବୁ ହେବା ଫଳରେ କେବଳ ରାଜଧାନୀ ନୁହେଁ, ପ୍ରତ୍ୟେକ ଅଞ୍ଚଳର ଗୁରୁତ୍ୱ, ସେ ଅଞ୍ଚଳବାସୀଙ୍କ ମନରେ କାର୍ଯ୍ୟ କରୁଛି । +ଦେଶର ଗର୍ବ, ପ୍ରଦେଶର ଗର୍ବ କହିଲେ ପ୍ରତ୍ୟେକ ଅଞ୍ଚଳର ଲୋକ ନିଜ ଅଞ୍ଚଳକୁ ଆଖିରେ ରଖି ତା’ର ବିଚାର କରୁଛନ୍ତି । +ଏଣୁ ଅଞ୍ଚଳ ଅଞ୍ଚଳ ମଧ୍ୟରେ ପ୍ରତିଦ୍ୱନ୍ଦିତା ବଢ଼ିଚାଲିଛି । +ଏହା ଆନନ୍ଦର ବିଷୟ । +ଏତଦ୍ୱାରା ଦେଶର ସମୁହ ଉନ୍ନତି ସାଧିତ ହେବ । +କିନ୍ତୁ ଏହାକୁ ଶାସନ ସଦାସର୍ବଦା ଦୃଷ୍ଟିରେ ରଖିବାକୁ ହେବ । +କେତୋଟି ଉଦାହରଣ ଦେଲେ ଓଡ଼ିଶାର କଥା ସହଜରେ ବୁଝିହେବ । +ଇଂଲଣ୍ଡରେ ସବୁକିଛି ରାଜଧାନୀ ଲଣ୍ଡନର ଆଖେପାଖେ ହେଉଥିଲା । +କିନ୍ତୁ ସେ ରାଷ୍ଟ୍ରଟିର ତିନୋଟି ନିର୍ଦ୍ଦିଷ୍ଟ ଅଞ୍ଚଳ ଇଂଲଣ୍ଡ, ସ୍କଟ୍‌ଲାଣ୍ଡ ଓ ଉଏଲ୍‌ସ । +ସବୁ ଉନ୍ନତି ଇଂଲଣ୍ଡରେ ହେଉଛି ଅନ୍ୟତ୍ର ହେଉନାହିଁ ବୋଲି ସ୍କଟ୍‌ଲାଣ୍ଡ ଓ ଉଏଲ୍‌ସରେ ଆନ୍ଦୋଳନ ହେବାରୁ ସେସବୁ ଅଞ୍ଚଳର ବିକାଶ ପାଇଁ ଇଂଲଣ୍ଡ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରି ଗତ କେତେବର୍ଷ ହେଲା କାର୍ଯ୍ୟ ଆରମ୍ଭ କରିଛନ୍ତି । +ରୁଷିଆରେ ପ୍ରତ୍ୟେକ ଅଞ୍ଚଳର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନାମାନ ଚାଲିଛି । +ସେପରି ଆମେରିକାରେ । +ଭାରତରେ ସେହିପରି ଆଞ୍ଚଳିକ ବିକାଶ ପାଇଁ ଦାବି ଚାଲିଛି । +ପଶ୍ଚିମବଙ୍ଗରେ କଲିକତା ବିରୋଧରେ ଜିଲ୍ଲାମାନଙ୍କ ଆପର୍ତ୍ତି ହେବାରୁ, ସେଠା ସରକାର ପ୍ରତ୍ୟେକ ଜିଲ୍ଲାରେ ବୁଲି ବୁଲି କେବିନେଟ୍‌ ମିଟିଂ କରଛନ୍ତି ଓ ସରକାର ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପବିକାଶ କରାଯିବାର ଘୋଷଣା କରାହୋଇଛି । +ସେହିପରି ମହାରାଷ୍ଟ୍ର, ଗୁଜରାଟ ପ୍ରଭୃତି ପ୍ରଦେଶମାନଙ୍କରେ । +ଦିଲ୍ଲୀ ବିରୋଧରେ ପ୍ରଦେଶମାନଙ୍କର ଅଭିଯୋଗ ହେବାରୁ ଦିଲ୍ଲୀ ଆଞ୍ଚଳିକ ବିକାଶ ଦିଗରେ ଦୃଷ୍ଟି ଦେଇଛି । +ଏତିକି ଜାଣିଲା ପରେ ଓଡ଼ିଶା କଥା ବୁଝିବା ସହଜ ହେବ । +ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ବର୍ତ୍ତମାନ କଲେଜ ଓ ପ୍ରତ୍ୟେକ ଅଞ୍ଚଳରେ ଶିକ୍ଷିତ ଶ୍ରେଣୀ ବାହାରିଲେଣି । +ତୁଣୁ ପ୍ରତ୍ୟେକ ଜିଲ୍ଲାରେ ଉନ୍ନତିମୁଳକ କାର୍ଯ୍ୟ ହେବାପାଇଁ ଦାବି ହେବା ସ୍ୱାଭାବିକ । +ମୁଖ୍ୟତଃ ଓଡ଼ିଶା ତିନୋଟି ଅଞ୍ଚଳରେ ବିଭକ୍ତ-ଉପକୂଳ, ପଶ୍ଚିମ ଓ ଦକ୍ଷିଣ । +ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ବିଭିନ୍ନ ସମୟରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ମିଶି ଓଡ଼ିଶା ପ୍ରଦେଶ ଗଠିତ ହୋଇଛି । +ଏଣୁ ଆଞ୍ଚଳିକ ଭାବ ଯେ ଆଜି ସୃଷ୍ଟି ହୋଇଛି ବା କେହି ତାକୁ ସୃଷ୍ଟି କରୁଛି ତାହା ନୁହେଁ । +ଖ୍ରୀ : ୧୯୨୮ରେ ସମ୍ବଲପୁର ବାସୀମାନଙ୍କ ପକ୍ଷରୁ ଗାନ୍ଧିଜୀଙ୍କଠାରେ ଆପତ୍ତି କରାହେଲା ଯେ, କଟକବାଲା ତାଙ୍କର ଗସ୍ତକୁ ଉପକୂଳରେ ସୀମାବଦ୍ଧ କରି ରଖୁଛନ୍ତି । +ସମ୍ବଲପୁର ଆଡ଼େ ଦେଇନାହାନ୍ତି । +ସେଥିପାଇଁ ଗାନ୍ଧିଜୀ ଡିସେମ୍ବର ମାସରେ ଦିନକ ପାଇଁ କଲିକତା ଯିବା ବାଟରେ ସମ୍ବଲପୁର ଆସିଲେ । +ସେଠାରେ ମ୍ୟୁନିସିପାଲିଟି ଓ ସାଧାରଣଙ୍କ ପକ୍ଷରୁ ଯେଉଁ ମାନପତ୍ର ଦିଆହୋଇଥିଲା, ସେଥିରେ ଅଭିଯୋଗ କରାହୋଇଥିଲା ଯେ, ତତ୍‌କାଳୀନ ଶାସନ ସମ୍ବଲପୁରକୁ ଖେଳଣା ପରି ବ୍ୟବହାର କରୁଛି । +ସେତେବେଳେ ଇଂରେଜ ଶାସନ ଓ ବିହାର-ଓଡ଼ିଶା ପ୍ରଦେଶ । +ପୁଣି ଖ୍ରୀ : ୧୯୩୬ରେ ଗଞ୍ଜାମ ପ୍ରଭୃତି ଅଞ୍ଚଳ ମିଶିବା ପରେ ଦକ୍ଷିଣ ଓଡ଼ିଶା ଉତ୍ତର ଓଡ଼ିଶାରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହେଲା । +ଗଡ଼ଜାତଗୁଡ଼ିକ ମିଶିବା ପରେ ଅଞ୍ଚଳଗୁଡ଼ିକର ଆକାର ବଦଳିଗଲେ ମଧ୍ୟ ମୁଖ୍ୟତଃ ସେହି ପୂର୍ବପରି ତିନୋଟି ଅଞ୍ଚଳ ହୋଇ ରହିଛି । +ଶାସନ ପକ୍ଷରୁ ଯେକୌଣସି କାର୍ଯ୍ୟାନୁଷ୍ଠାନ ହେବ, ଏପରିକି କମିଟି ଗଠନଠାରୁ ଆରମ୍ଭ କରି କେବିନେଟ ଗଠନ ପର୍ଯ୍ୟନ୍ତ ସବୁଥିରେ ତିନୋଟି ଅଞ୍ଚଳକୁ ଆଖିଆଗରେ ନରଖିଲେ, ପାତରଅନ୍ତର କରାହେଉଛି ବୋଲି ଅଭିଯୋଗ ହେବ ହିଁ ହେବ । +ପ୍ରତ୍ୟେକ ଅଞ୍ଚଳ ବା ଏପରିକି ପ୍ରତ୍ୟେକ ଜିଲ୍ଲାକୁ ନିଜର ବୋଲି ମନେକରି ଚଳିବା, ଚଳାଇବା ନିତାନ୍ତ ଆବଶ୍ୟକ । +ଦେଶର ଓ ପ୍ରଦେଶର ସଂଘତି ପାଇଁ ଏହା ଅନିବାର୍ଯ୍ୟ । +ବାଛିନେବାକୁ ହେବ : +ରାଜା ବା ଶାସକର ଚାରିପାଖରେ ଉପକାର ପାଉଥିବା ଏକ ଶ୍ରେଣୀ ସୃଷ୍ଟି ହୋଇଯାଆନ୍ତି । +ଏ ଶ୍ରେଣୀ ଭିତରେ ପରସ୍ପର ଶତ୍ରୁତା, ବିବାଦ ଇତ୍ୟାଦି ଥାଏ । +ଏସବୁର ମୀମାଂସା ସେହି ରାଜା ବା ଶାସକ ମାଧ୍ୟମରେ ହୋଇଥାଏ । +ଏହି ଉପକୃତ ଶ୍ରେଣୀ ବାହାରେ ଉପକାର ପାଉନଥିବା ଏକ ବିଶାଳ ଜନସମୁଦ୍ର ପଡ଼ିଥାଏ । +ସେମାନଙ୍କ ଭିତରୁ ଯେ ଟିକିଏ ବେଶି ବୁଦ୍ଧିମାନ୍‌ ଓ ଶିକ୍ଷିତ ସେ ଉପକୃତ ଶ୍ରେଣୀ ଭିତରେ ପ୍ରବେଶ କରିବାକୁ ଚେଷ୍ଟାକରେ । +ଅନେକ ମଧ୍ୟ ପ୍ରବେଶ କରିଯାଆନ୍ତି । +କିନ୍ତୁ ପ୍ରବେଶ କରିସାରିଲା ପରେ ସେମାନେ ଆଉ ସେ ଜନସମୁଦ୍ର ଆଡ଼କୁ ଦୃଷ୍ଟି ଦିଅନ୍ତି ନାହିଁ । +ଯେତେବେଳେ କୌଣସି ସମୟରେ ଶାସନରେ ବା ସମାଜରେ ପରିବର୍ତ୍ତନ ଘଟିଛି, ସେତେବେଳେ ତାହା ସାଧିତ ହୋଇଛି ଅନୁପକୃତ ଅବହେଳିତ ଶ୍ରେଣୀର ଅସନ୍ତୋଷରୁ ଜନ୍ମିଥିବା ନେତୃତ୍ୱ ଦ୍ୱାରା । +ଯଦି ସେ ଅସନ୍ତୋଷ ପ୍ରତି ଦୃଷ୍ଟି ନଦେଇ ଉପକୃତ ଶ୍ରେଣୀ ନିଜେ ସବୁ ଭୋଗ କରିବେ, ଏପ୍ରକାର ଚେଷ୍ଟା ଛାଡ଼ି ନିଜେ ଚଳିବେ ଓ ଅନ୍ୟମାନେ ମଧ୍ୟ ଚଳିବେ ଏପରି ଆଚରଣ ନକରନ୍ତି, ତେବେ ଅଲକ୍ଷିତ ଭାବରେ ଜନତା ମଧ୍ୟରେ ଅସନ୍ତୋଷ କାର୍ଯ୍ୟ କରି କରି ହଠାତ୍‌ ଏକ ବିସ୍ଫୋରଣ ଘଟାଏ । +ତାକୁ ଇତିହାସରେ ବିଦ୍ରୋହ ବା ବିପ୍ଳବ ବୋଲି କୁହାଯାଏ । +ଯେଉଁ ଦେଶରେ ଯେଉଁ ସମୟରେ ବିପ୍ଳବ ଘଟିଛି, ତା’ର ଇତିହାସ ଅଧ୍ୟୟନ କଲେ ଉପରୋକ୍ତ ସିଦ୍ଧାନ୍ତରେ ବୁଦ୍ଧିମାନ୍‌ ଲୋକେ ନିଶ୍ଚିତ ଭାବରେ ପହୁଞ୍ଚିବେ । +ଗଣତନ୍ତ୍ର ପଦ୍ଧତିରେ ଗଣଭୋଟର ବ୍ୟବସ୍ଥା ଥିବାରୁ ଅସନ୍ତୋଷକୁ ଖଣ୍ଡା, ତରବାରି ବା ବନ୍ଧୁକରେ ପ୍ରକାଶ ନକରି, ଭୋଟ କାଗଜରେ ପ୍ରକାଶ କରିବାର ସୁବିଧା ଦିଆ ହୋଇଥାଏ । +ତେଣୁ ବିନା ରକ୍ତପାତରେ ପରିବର୍ତ୍ତନ ସାଧନ କରିପାରେ ବୋଲି ଗଣତନ୍ତ୍ର ପଦ୍ଧତିକୁ ପ୍ରଶଂସା କରାହୁଏ । +କିନ୍ତୁ ସେ ପଦ୍ଧତିର ଅପବ୍ୟବହାର ମଧ୍ୟ କରାହୁଏ । +ସବୁ ପ୍ରକାର ପ୍ରତିଶ୍ରୁତି ଦେଇ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ଭୋଟ ପାଇସାରିଲା ପରେ ଭୋଟଦାତାମାନଙ୍କୁ ଭୁଲିଯାଇ ନିର୍ବାଚିତ ପ୍ରତିନିଧି ଉପକୃତ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଯାଆନ୍ତି, ଏପରି ମଧ୍ୟ ଘଟିଥାଏ । +ଏଣୁ କେବଳ ଭୋଟ କାଗଜଟି ଉପରେ ନିର୍ଭର କର ରହିଲେ ଯେ ଜନତାର ଦୁଃଖ ଯିବା ତା’ ମଧ୍ୟ ନୁହେଁ । +ସବୁ ଦିଗରୁ ବିଚାର କଲେ ସ୍ପଷ୍ଟ ଜଣାଯିବ ଯେ ଜନତା ଭିତରେ ପଡ଼ିରହି ସେମାନଙ୍କ ମନରେ ଆଶା ଓ ଆଲୋକ ସଂଚାର କରିବା ପାଇଁ କର୍ତ୍ତବ୍ୟବୋଧରେ ଅନେକ ବାହାରିବା ଉଚିତ । +ସୁଖର ବିଷୟ ଏହା ହେଉଛି, ଏଥିପ୍ରତି ସମ୍ବାଦପତ୍ରରେ ବା ବ୍ୟବସ୍ଥାସଭାରେ ବା ଶାସନ ଦୃଷ୍ଟି ପଡ଼ୁ ବା ନପଡ଼ୁ ଆଶା ଓ ଆଲୋକ ସଞ୍ଚାର କରିବା ହେଉଚି ସାଂସ୍କୃତିକ କାର୍ଯ୍ୟ । +ଏହା ସହିତ ରାଜନୀତିର ପ୍ରତ୍ୟକ୍ଷ ସମ୍ପର୍କ ନାହିଁ । +ଏଣୁ ଯେଉଁମାନେ ସରକାରୀ କାମ କରୁଛନ୍ତି ବା ଅନ୍ୟ କୌଣସି କାରଣରୁ ରାଜନୀତିରେ ଯୋଗ ଦେଇ ପାରୁନାହାନ୍ତି, ସେମାନେ କର୍ତ୍ତବ୍ୟବୋଧରେ ଜନତାକୁ ନିରାଶରୁ ଉଦ୍ଧାର କରି ଆଶାର ରାଜ୍ୟକୁ ନେଇଯାଇପାରନ୍ତି । +ପୁରାଣମାନଙ୍କରେ ବର୍ଣ୍ଣିତ ଅଛି, ଲୋକଙ୍କୁ ନିର୍ଯ୍ୟାତନାରୁ ରକ୍ଷାକରିବା ପାଇଁ ଦେବତାମାନେ ସ୍ୱର୍ଗ ଛାଡ଼ି ମର୍ତ୍ତ୍ୟରେ ମନୁଷ୍ୟ ଜନ୍ମ ନେଇ ସାଧାରଣ ମନୁଷ୍ୟ ହୋଇ କାର୍ଯ୍ୟ କରନ୍ତି । +ସେହିପରି ଉପକୃତ ଶ୍ରେଣୀରୁ ଅନେକେ ଓହ୍ଲାଇ ଆସି ଅନୁପକୃତ ଶ୍ରେଣୀ ଭିତରେ ରହି ସେମାନଙ୍କୁ ଉଦ୍ଧାର କରିବାର ସଂକଳ୍ପ କଲେ ସେମାନେ ନିଜର ଜୀବନ ସାର୍ଥକ କରିବେ ଓ ସେମାନେ ନୂତନ ଇତିହାସ ମଧ୍ୟ ସୃଷ୍ଟି କରିବେ । -- GitLab