From 18012e6e487af9a70c499e0ef91e60ec1c82e223 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:40:23 +0530 Subject: [PATCH] Upload New File --- .../sent_odiasahitya_sakhyatkar_9 | 59 +++++++++++++++++++ 1 file changed, 59 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_sakhyatkar_9 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_sakhyatkar_9 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_sakhyatkar_9 new file mode 100644 index 0000000..d465588 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_sakhyatkar_9 @@ -0,0 +1,59 @@ +ବିଶିଷ୍ଟ କବି ସୌଭାଗ୍ୟ ମିଶ୍ରଙ୍କ ସହ ସାକ୍ଷାତ୍‌କାର +- ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ସେପ୍ଟେମ୍ବର୍ ୩୦, ୨୦୧୧ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ସୌଭାଗ୍ୟ ମିଶ୍ରଙ୍କ ସାରସ୍ବତ ସୃଷ୍ଟି +କବିତା ଗ୍ରନ୍ଥ :- ଆତ୍ମନେପଦୀ (୧୯୬୫), ମଧ୍ୟପଦଲୋପୀ (୧୯୭୦), ନଈ ପହଁରା (୧୯୭୩), ଅନ୍ଧ ମହୁମାଛି (୧୯୭୭), ବଜ୍ରଯାନ (୧୯୮୧), ଦ୍ବା ସୂପର୍ଣ୍ଣା (୧୯୮୪), ମଣିକର୍ଣ୍ଣିକା (୧୯୯୦), ଅନ୍ୟତ୍ର (୧୯୯୪), ଚରାଚର (୧୯୯୯), ଉଜ୍ଜୟିନୀ (୨୦୦୫), ମାତୃସ୍ପର୍ଶ (୨୦୦୯) । +ଉଲ୍ଲେଖଯୋଗ୍ୟ ପୁରସ୍କାର ସମ୍ମାନ :- +ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର +କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର +ରାଜ୍ୟପାଳଙ୍କ ସମ୍ମାନ ଫଳକ +ବିଷୁବ ପୁରସ୍କାର +ସାହିତ୍ୟ ଭାରତୀ ସମ୍ମାନ +୧) କବିତା ଲେଖିବାର ଆଦ୍ୟ ପ୍ରେରଣାର ସ୍ମୃତି କିପରି ? +ଉତ୍ତର :-ହାଇସ୍କୁଲରେ ପଢ଼ିଲା ବେଳେ (ନବମ, ଦଶମ) ମୋର କବିତା ଲେଖା ଆରମ୍ଭ । +ପ୍ରେରଣା ଦୁଇଟି ଉତ୍ସରୁ ଆସିଥିଲା, ଗୋଟିଏ ହେଉଛି ନିଜ ଭିତର ସୃଜନ ପ୍ରବୃତ୍ତି ଏବଂ ଅନ୍ୟଟି ଓଡ଼ିଆ କାବ୍ୟ ସାହିତ୍ୟ ଅଧ୍ୟୟନ । +୨) ଆପଣ କବିତା ଲେଖିବା ସହିତ କବି ଗୁରୁପ୍ରସାଦ ମହାନ୍ତିଙ୍କ ସହ ବେଶ୍‌ ମଧୁର ଭାବେ ଜଡ଼ିତ- ଆପଣ କଣ ଏହାକୁ ସ୍ବୀକାର କରିବେ ? +ଉତ୍ତର :-ଗୁରୁପ୍ରସାଦ ମହାନ୍ତିଙ୍କୁ ମୁଁ କଲେଜରେ ପଢ଼ିଲା ବେଳେ ଜାଣିଲି । +ସେ ଆମର ଅଧ୍ୟାପକ ଥିଲେ । +ତାଙ୍କର ବ୍ୟକ୍ତିତ୍ବ ଓ କବିତା ଉଭୟ ମୋତେ ଗଭୀର ଭାବରେ ପ୍ରଭାବିତ କରିଥିଲା । +୩) ଆତ୍ମନେପଦୀ (୧୯୬୫) କବିତା ଗ୍ରନ୍ଥରେ ଆପଣ ବେଶ୍‌ ରୋମାଣ୍ଟିକ ଓ ବିଷର୍ଣ୍ଣତାବୋଧରେ କଷ୍ଟ ପାଇବା ପରି ମନେ ହୁଅନ୍ତି ? +ଉତ୍ତର: ଆତ୍ମନେପଦୀରେ ନିଜକୁ ପ୍ରକାଶ କରିବାର ପ୍ରବଳ ଇଛା ଏବଂ ପ୍ରକାଶ କରି ହେଉନଥିବାର ବିଡ଼ମ୍ବନା ଅନୁଭବ କରିହୁଏ । +ସେ କଷ୍ଟ ସୃଜନ କର୍ମ ସାଙ୍ଗରେ ଥାଏ । +ଏହି ଅନୁଭୁତି ସବୁ କବିଙ୍କର । +୪) ଅନ୍ଧ ମହୁମାଛିରେ ଓଡ଼ିଆ ପାଠକ ପ୍ରକୃତ ସୌଭାଗ୍ୟ ମିଶ୍ରକୁ ପାଇଲେ ଓ ବିସ୍ମିତ ହେଲେ । +କବିର ବେପରୱାପଣ, ଜୀବନକୁ ରହସ୍ୟ ଓ ଭୋଗ ଭିତରେ ଯୋଡ଼ିବାର ସୂତ୍ରଟି ଏହି କବିତା ଗ୍ରନ୍ଥରେ ମିଳିଲା । + ଏପରି ଏକ କାବ୍ୟିକ ଉତ୍ତରଣର ପ୍ରେରଣା ଓ ପ୍ରକ୍ରିୟାଟି କଣ ? +ଉତ୍ତର :-‘ଅନ୍ଧ ମହୁମାଛି’ ରେ ଏହି ଗୁଣଟି ପ୍ରକୃତରେ ଚମକପ୍ରଦ । +ଅନ୍ଧ ମହୁମାଛି, କ୍ବାଲାଲାମ୍ପୁର ଓ ସକାଳ ଭଳି କବିତାମାନଙ୍କରେ କାବ୍ୟ ଆବେଗ ବେଶ୍‌ ନିୟନ୍ତ୍ରିତ । +୫) ମହୁମାଛି ଅନ୍ଧ କାହିଁକି ? +ଉତ୍ତର :- ଏଥିପାଇଁ ଯେ ସେ ସୁନ୍ଦର ଓ କୁତ୍ସିତ ମଧ୍ୟରେ ଥିବା ତଥାକଥିତ ଦୂରତ୍ବକୁ ଦେଖିପାରିବ ନାହିଁ । +୬) ଆପଣଙ୍କ ଦ୍ବା ସୂପର୍ଣ୍ଣା ଓ ଉପନିଷଦର ସେଇ ଜୀବାତ୍ମା ପରମାତ୍ମାର ପ୍ରତୀକ ଦୁଇ ପକ୍ଷୀର ପାର୍ଥକ୍ୟ କେଉଁଠି? +ଉତ୍ତର :-ଗୋଟିଏ ଦୃଷ୍ଟିରୁ କିଛି ପାର୍ଥକ୍ୟ ନାହିଁ । +କିନ୍ତୁ ଦ୍ବା ସୂପର୍ଣ୍ଣ ଚିତ୍ର ଜରିଆରେ ମୁଁ କେବଳ ଜୀବନର ଦ୍ବିବିଧ ରୂପପ୍ରତି ଦୃଷ୍ଟି ଆକର୍ଷଣ କରିଛି । +କୌଣସି ଉପନିଷଦୀୟ ତାତ୍ବିକତା ଆଡ଼କୁ ନୁହେଁ । +୭) ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ବିଫଳ ହୋଇଯାଇଛି, ତେବେ ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ? +ଉତ୍ତର :- ହଁ ଅଛି । +ମୁଁ ଏକଥା ବାରମ୍ବାର କହିଛି । +ମୁଁ ମୋର କୌଣସି କବିତାକୁ ନେଇ ଶତକଡ଼ା ଶହେ ଭାଗ ସନ୍ତୁଷ୍ଟ ନୁହେଁ । +ତେବେ ଏଇ ଅସନ୍ତୋଷ ହିଁ ମୋତେ ପରବର୍ତ୍ତୀ କାବ୍ୟ କର୍ମ ପାଇଁ ପ୍ରେରିତ କରେ । +୮) ଆପଣଙ୍କ ମତରେ ଏକ ଭଲ ‘କବିତା’ର କି କି ଗୁଣ ରହିବା ଲୋଡ଼ା ? +ଉତ୍ତର :- ମୋ ମତରେ ଗୋଟିଏ ଭଲ କବିତା ହେଲା ସେଇ କବିତା ଯାହାର ରୂପ ଗୁଣ ଥରକର ପ‍ଢ଼ାରେ କଳିହୁଏ ନାହିଁ, ଯା ପାଖକୁ ଥରକୁ ଥର ଯିବାକୁ ହୁଏ । +ପ୍ରତିଥର ସେ ରୂପ ଗୁଣର ଅବବୋଧ କିଛି କିଛି ଅଲଗା ହେଉଥାଏ । +୯) ବର୍ତ୍ତମାନ ଓଡ଼ିଆ କବିତା ସମ୍ପର୍କରେ ଆପଣଙ୍କ ବ୍ୟକ୍ତିଗତ ଅବବୋଧଟି କଣ ? +ଉତ୍ତର :-ଅଧିକ ସୁନ୍ଦର ହୋଇ ପାରନ୍ତା ଆମର କାବ୍ୟିକ ଉଚ୍ଚାରଣ । +କିନ୍ତୁ ଅଧିକାଂଶ କବି ଉତ୍ସାହହୀନ, କ୍ଲାନ୍ତ ମନେ ହେଉଛନ୍ତି । +ଅବଶ୍ୟ ଏ ପରିସ୍ଥିତି ପାଇଁ ଆମର ସାମାଜିକ ବ୍ୟବସ୍ଥା ଅନେକାଂଶରେ ଦାୟୀ । +୧୦) କାହାକୁ ଶ୍ରେୟ ମଣିବେ ଏବେ ? ‘ଅନ୍ଧ ମହୁମାଛିର ଅନ୍ଧ ଆସ୍ବାଦନ ନା’ ବଜ୍ରଯାନର ଆସକ୍ତଧ୍ୟାନ ନା ଦ୍ବା ସୁପର୍ଣ୍ଣାର ଦ୍ବନ୍ଦ୍ବପୂର୍ଣ୍ଣ ଅନ୍ବେଷଣ । +ଉତ୍ତର :- ଏ ତିନୋଟି ଯାକ ଅବସ୍ଥା ମୁଁ ଅତିକ୍ରମ କରିଆସିଛି ବୋଲି କହିଲେ ବୋଧେ ଭଲ ହେବ । +କିନ୍ତୁ ଏ ଅନୁଭବ ସବୁ ଅବଶ୍ୟ ମୋ ଉତ୍ତରଣ ପାଇଁ ନିଶ୍ଚେ ଅପରିହାର୍ଯ୍ୟ ଥିଲା । +ମୋ ଚେତନାରେ ଆଉ ଦ୍ବନ୍ଦ୍ବବୋଧ ନାହିଁ, ଏ କଥା ମୁଁ ଜୋର୍‌ ଦେଇ କହିପାରିବି ନାହିଁ । +୧୧) କବି ଜୀବନରେ ସବୁଠାରୁ ସୁଖକର ପ୍ରାପ୍ତି ଟି କଣ ? +ଉତ୍ତର :-ସୃଜନ ଆନନ୍ଦର ଉପଲବ୍ଧି । +୧୨) ସୃଜନ ପ୍ରକ୍ରିୟାକୁ ନେଇ ପୁରସ୍କାର ରାଜନୀତି ହେଉଛି- ଏ ସମ୍ପର୍କରେ ଆପଣଙ୍କ ପ୍ରତିକ୍ରିୟା କଣ ? +ଉତ୍ତର :-ରାଜନୀତି କହିଲେ ବର୍ତ୍ତମାନ ଯାହା ବୁଝାଉଛି, ସେଠୁ ମୁଁ ବହୁତ ଦୂରରେ ଏବଂ ସୁଖରେ ଅଛି । +ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ କାବ୍ୟକବିତାକୁ ଦିଗ୍‌ଦର୍ଶନ ଦେବାରେ କବି ସୌଭାଗ୍ୟ କୁମାରଙ୍କ ଭୂମିକା ଉଲ୍ଲେଖଯୋଗ୍ୟ । +ଉତ୍ତର ଷାଠିଏ ଓଡ଼ିଆ କାବ୍ୟ କବିତାରେ ବାକ୍‌ଛଳ ସହିତ କାବ୍ୟିକ ଛନ୍ଦର ଯେଉଁ ନୂତନ ପରମ୍ପରା ଶୁଭାରମ୍ଭ ହୋଇଥିଲା ତାହାର ଉତ୍ତରଣ ଘଟିଛି ସୌଭାଗ୍ୟଙ୍କ କବିତାରେ । +ରୋମାଣ୍ଟିକ୍‌ କାବ୍ୟ ଚେତନାର ସଫଳ ନିର୍ମାତା ସୌଭାଗ୍ୟ ମିଶ୍ରଙ୍କ ରଚନାରେ ସମୟ, ବାସ୍ତବତା ଓ ସାମାଜିକ ଚେତନାର ଅନ୍ତଃସ୍ବର ଭିନ୍ନ ଭାବରେ ପ୍ରତିଧ୍ବନିତ । +ଭାରତୀୟ ପରମ୍ପରା ଓ ମୂଲ୍ୟବୋଧର ବିଶ୍ବସ୍ତ କାବ୍ୟଶିଳ୍ପୀ ସୌଭାଗ୍ୟ ମିଶ୍ରଙ୍କ ଓଡ଼ିଆ ସାହିତ୍ୟକୁ ଅବଦାନ ସ୍ବତନ୍ତ୍ର । +ଏହି ବରେଣ୍ୟ କବିଙ୍କ ସହ ସାକ୍ଷାତ୍ ଆଲୋଚନା କରିଛନ୍ତି- ଅଧ୍ୟାପକ ଡକ୍ଟର ବିଜୟାନନ୍ଦ ସିଂହ । -- GitLab