From 18549c9894ad2f340a5707205c169b59d06dca22 Mon Sep 17 00:00:00 2001 From: Nayan Ranjan Paul Date: Thu, 22 Sep 2022 15:15:51 +0530 Subject: [PATCH] Upload New File --- .../vikashpedia_health_odia49.txt | 103 ++++++++++++++++++ 1 file changed, 103 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia49.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia49.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia49.txt new file mode 100644 index 0000000..e4222c5 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia49.txt @@ -0,0 +1,103 @@ +ଦୀର୍ଘୟୁ +ଦୀର୍ଘୟୁହେବାର ଉପାୟ +ଗୁରୁଜନଙ୍କୁ ପ୍ରଣାମ କଲେ ସେମାନେ ‘ଆୟୁଷ୍ମାନଭବ’ କହି ଆଶୀର୍ବାଦ କରନ୍ତି । +ମାତ୍ର ଆୟୁଷ୍ମାନ୍ ବା ଦୀର୍ଘୟୁ ହେବାର ଉପାୟ ବତାଇବା ର ଫୁରସତ୍ ତାଙ୍କ ପାଖରେ ନଥାଏ । +ପୁଣି କେବଳ ଯେ ଦୀର୍ଘାୟୁ ବା ଶତାୟୁ ହେଲେ ମଣିଷ ଆଶ୍ଵସ୍ତି ଲାଭ କରେ ତା' ନୁହେଁ, ରୋଗ ରହିତ ଜୀବନ ବଞ୍ଚିବା ପାଇଁ ପ୍ରତ୍ୟେକ ମଣିଷ ଆଶାୟୀ ହୋଇଥାଏ । +ମଣିଷକୁ ରୋଗ ହେଲେ ବିଭିନ୍ନ ଚିକିତ୍ସା ପଦ୍ଧତି ଆପଣେଇ ତା'ଠାରୁ ମୁକ୍ତ ହେବା ପାଇଁ ଚେଷ୍ଟା କରୁଥିଲା । +ତନ୍ତ୍ର, ମନ୍ତ୍ର, ପୂଜାପାଠ କରିବାକୁ ବି ପଛଉ ନଥିଲା| ମାତ୍ର ଏବେ ସମୟ ଆସିଛିରୋଗ ନ ହେବା ପାଇଁ ସେ ଯତ୍ନବାନ୍ ହେଉଛି । +ଖାଦ୍ୟପେୟ ପ୍ରତି ସଜାଗ ହେଉଛି । +ବ୍ୟାଧି କବଳରୁ ରକ୍ଷା ପାଇବା ପାଇଁ ପ୍ରତିଷେଧକ ଉପାୟ ଅବଲମ୍ବନ କରୁଛି । +ସ୍ଵାସ୍ଥ୍ୟରକ୍ଷାର ନିୟମ ମଧ୍ୟରେ ଦିନ ଭିତରେ କିଛି ନିୟମ ପାଳନ କରିବା ଉଚିତ । +ଏହାଛଡା ନିରାମୟ ଜୀବନ ନିମିତ୍ତରସାୟନ ଚିକିତ୍ସା ନାମକ ଏକ ସ୍ଵତନ୍ତ ଚିକିତ୍ସା । +ଏଥିରେ ନିର୍ଦ୍ଦିଷ୍ଟ ଅଛି । +ଏହି ଚିକିତ୍ସା ଦ୍ଵାରା ଶରୀରର ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା, ଶୁକ୍ର ଆଦି ପୋଷାକ ଧାତୁଙ୍କ ଉତ୍କର୍ଷତା ପ୍ରତିପାଦିତ ହୁଏ । +ରୋଗ ପ୍ରତିରୋଧକ ଶକ୍ତି ଜାଗ୍ରତହୁଏ । +ବୃଦ୍ଧାବସ୍ଥାର ଲକ୍ଷଣ ଶରୀରରେ ଶୀଘ୍ର ଆସେ ନାହିଁ । +ଶରୀରରେ ଦୃଢତା ତଥା ଦିବ୍ୟାଶକ୍ତିର ସଞ୍ଚାର ଏହାଦ୍ଵାରା ସମ୍ଭବ ହୋଇଥାଏ । +ମନୁଷ୍ୟର ଦୃଷ୍ଟିଶକ୍ତି, ସ୍ମୃତିଶକ୍ତି ତଥା ବୁଦ୍ଧି ଅତୁଟ ରହେ । +ସର୍ବୋପରି ରୟାସନ ଦ୍ଵାରା ମନୁଷ୍ଯ ଦୀର୍ଘୟ, ସ୍ମରଣଶକ୍ତି, ଧାରଣଶକ୍ତି, ଆରୋଗ୍ୟ, ଯୁବାବସ୍ଥା, ସୁନ୍ଦରତା, ଉତ୍ତମବର୍ଣ୍ଣ, ମଧୁରସ୍ଵର, ଶାରୀରିକ ମାନସିକ ତଥା ଇନ୍ଦ୍ରିୟବଳ, ବାକସିଦ୍ଧି ଆଦି ପ୍ରାପ୍ତି ହୁଏ । +ଚିକିତ୍ସା +୧. କାମ୍ୟରସାୟନ– +ସୁସ୍ଥବ୍ୟକ୍ତିଙ୍କ ଉତ୍ତମ ସ୍ଵାସ୍ଥ୍ୟ ବଜାୟ ରଖୁବା ନିମିତ୍ତ ତଥା ରକ୍ତମାଂସ ଆଦି ତନ୍ତୁର ବୃଦ୍ଧି ନିମିତ୍ତ ଯେଉଁ ରୟାସନ ପ୍ରୟୋଗ କରାଯାଏ, ତାକୁ କାମ୍ୟରସାୟନ କହନ୍ତି । +ଯଥା- ରସଧାତୁ ନିମିତ୍ତ ଦ୍ରାକ୍ଷା (ଅଙ୍ଗୁର), ରକ୍ତଧାତୁ ନିମିତ୍ତ ଲୌହ, ଆମଳକୀ(ଅଁଳା) , ମାଂସଧାତୁ ନିମିତ୍ତବଳା,ଶାଳପର୍ଣ୍ଣ, ମେଦଧାତୁ ନିମିତ୍ତ ଗୁଗୁଳ, ଶିଳାଜତୁ, ଗୁଡ଼ୁଚି, ହରିଡା, ଅସ୍ଥିଧାତୁ ନିମିତ୍ତ ବଂଶଲୋଚନ, ପୁଷ୍ଟିପୂର୍ଣ୍ଣ, ଲାକ୍ଷା, ଶୁକ୍ତି, ଶଙ୍ଖ; ମଜ୍ଜାଧାତୁ ନିମିତ୍ତ ଲୌହ, ବସା, ମଜ୍ଜା, ଶୁକ୍ଳଧାତୁ ନିମିତ୍ତ ଅଶ୍ଵଗନ୍ଧା, ଆମଳକୀ, ଆତ୍ମଗୁପ୍ତା (ବାରଢଙ୍କା) ଆଦି । +2.ନୈମିରିକ ରସାୟନ : +ରୋଗୀର ରୋଗ ଦୂର କରିବା ପାଇଁ ଯେଉଁ ରସାୟନ ପ୍ରୟୋଗ କରାଯାଏ, ତାକୁ ନୈମିଭିକ ରସାୟନ କହନ୍ତି । +ଯଥା- ରକ୍ତହୀନତା (ପାଣ୍ଡୁ) ରୋଗରେ ଲୌହ, ହୃଦରୋଗରେ ଅର୍ଜୁନ, ସ୍ପତିନାଶରେ ବ୍ରାହି ଆଦି । +୩. ଆଜସ୍ରିକ ରସାୟନ : +ଯେଉଁ ପଦାର୍ଥକୁ ଖାଦ୍ୟରୂପେ ପ୍ରତିଦିନ ସେବନ କରାଯାଏ ଯଥା- ଦୁଧ, ଘିଅ, ଫଳ, ଶୀତଳ ଜଳ, ମହୁ, ମଧୁର, ଅମ୍ଳ, ଲବଣ, ରାଗ, ପିତା, କଷାରସ ଯୁକ୍ତଖାଦ୍ୟ ଆୟୁର୍ବେଦରେ ଦୀର୍ଘଜୀବନ ଲାଭକରିବା ପାଇଁ ବର୍ଣ୍ଣନା କରାଯାଇଛି । +ଜାଗରଣ : +ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟାତ୍ୟାଗ କରିବା ଦରକାର । +ଏହି ସମୟରେ ବାୟୁମଣ୍ଡଳ ପ୍ରଦୂଷଣମୁକ୍ତ ଥାଏ । +ଆମକୁ ଅଧିକ ଅମ୍ଳଜାନ ମିଳେ । +ଏହାଛଡା ଏହି ସମୟରେ ଶରୀର ମଧ୍ୟରେ କେତେକ ରସାୟନିକ ପଦାର୍ଥ ଉତ୍ପନ୍ନ ହୁଏ । +ଯଦଦ୍ଵାରା କି ଶାରୀରିକ ଶକ୍ତି ଓ ମାନସିକ ସ୍ଫୁର୍ତ୍ତି ଉତ୍ପନ୍ନ କରାଏ । +ଦନ୍ତଧାବନ : +ଅଇଁଠା ପ୍ଲାଷ୍ଟିକ ବ୍ରସକୁ ପ୍ରତିଦିନ ପାଟିରେ ପୁରାଇ ଦାନ୍ତ ଘଷିବା ଅପେକ୍ଷା ମହୁଲ, କରଞ୍ଜ, ନିମ୍ନ, ଖଇର, ବର, ଅର୍ଜୁନ ଦାନ୍ତକାଠି ବ୍ୟବହାର କରିବା ଉଚିତ । +ଅଭ୍ୟଙ୍ଗ: +ସ୍ନାନପୂର୍ବରୁ ତେଲ ଅଭ୍ୟଙ୍ଗ (ମାଲିସ୍) ଦ୍ଵାରା ଶରୀର ଚର୍ମ କୋମଳ ଓ ସତେଜ ରହେ । +ଚର୍ମରେ ଅଧିକ ରକ୍ତ ସଞ୍ଚାଳନ ହେବାଦ୍ଵାରା ଶରୀରର ସମସ୍ତ ବିଷାକ୍ତ ପଦାର୍ଥ ବାହାରିଯାଏ । +ଚର୍ମରେ ଦେଖାଯାଉଥିବା କଳାଦାଗ ଓ ଲୋଚା ଉଭେଇ ଯାଏ । +ଚର୍ମରେ ଲାଗିଥିବା ଜୀବାଣୁ କୀଟାଣୁ ଆଦି ଶରୀର ମଧ୍ୟରେ ପ୍ରବେଶ କରିପାରିଛି ନାହିଁ । +ଏହାଦ୍ଵାରା ଶରୀର ମଧ୍ୟରେ ଥିବା ସମସ୍ତ ଅବୟବକୁ ଢାଙ୍କି ସୁରକ୍ଷା ପ୍ରଦାନ କରୁଥିବା ଚର୍ମ ସମସ୍ତ ଋତୁକୁ ମୁକାବିଲା କରିଥାଏ । +ବ୍ୟାୟାମ : ପ୍ରାତଃ ସୂର୍ଯ୍ୟ ନମସ୍କାରର ଦ୍ଵାଦଶ ଉପକ୍ରମ ଦ୍ଵାରା ଶରୀରକ୍ଷମତ୍ଵ ଓ ରୋଗ ପ୍ରତିରୋଧ କ୍ଷମତ୍ଵ ବୃଦ୍ଧିପାଏ । +ଶରୀରରେ ରକ୍ତସଞ୍ଚାଳନ ବୃଦ୍ଧି କରାଏ । +ମାନସିକ ସନ୍ତୁଳନତା ଓ ଏକାଗ୍ରତା ବୃଦ୍ଧି ଘଟିବା ଦ୍ଵାରାମନୁଷ୍ୟ ସାରାଦିନର କାର୍ଯ୍ୟଭାର ଗ୍ରହଣ କରିଥାଏ । +ସୂର୍ଯ୍ୟ ନମସ୍କାର ବ୍ୟତୀତ, ଶାରୀରିକ କସରତ, ଖେଳ, ଚାଲିବା, ଦୌଡିବା, ସନ୍ତରଣ, ସାଇକଲ ଚାଳନା ଆଦି ବ୍ୟାୟାମ ପର୍ଯ୍ୟାୟ ଭୂକ୍ତ । +ଆଧାର - ଡ଼ାକ୍ତର ଅନତକୁମାର ଆଚାର୍ଯ୍ୟ ଆୟୁର୍ବେଦ ଚିକିସ୍ଥାଧୁକାରୀ, ସୁନ୍ଦରଗଡ +ଭାରତୀୟ ସଂସ୍କୃତି ରେ ଧର୍ମ, ଅର୍ଥ, କାମ ତଥା ମୋଷକୁ ଜୀବନର ମୂଳ ଲକ୍ଷ୍ୟ କୁହାଯାଇଛି ଏବଂ କେବଳ ଆରୋଗ୍ୟଯୁକ୍ତ ଦୀର୍ଘଜୀବନ ଦ୍ଵାରାହିଁ ଏହି ଲକ୍ଷ୍ୟକୁ ସଫଳ କରିବା ସମ୍ଭବ । +“ ଶରୀର ମାଦ୍ୟ ଖଳୁଧର୍ମ ସାଧନମ୍” ଅର୍ଥାତ୍ ଶରୀର ମାନବ ଜୀବନର ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ପ୍ରମୁଖ ସାଧନ ବା ମାଧ୍ୟମ ଅଟେ ଏବଂ କାର୍ଯ୍ୟର ସଫଳତା ପାଇଁ ଶରୀର ସୁସ୍ଥ ରହିବା ଏକାନ୍ତ ଅପରିହାର୍ଯ୍ୟ । +ସେଥିପାଇଁ ଶରୀରକୁ ସୁସ୍ଥ ଏବଂ ଦୀର୍ଘାୟୁ କରିବା ପ୍ରତ୍ୟକ ବ୍ୟକ୍ତିଙ୍କର ପ୍ରଥମ କର୍ତ୍ତବ୍ୟ ହେବା ଉଚିତ । +ଦୀର୍ଘାୟ ହେବାର ଉପାୟ - +ସାତ୍ତ୍ଵିକ ଆହାର +ଉତ୍ତମ ଜୀବନଚର୍ଯ୍ୟା ଓ ବ୍ରହ୍ମଚର୍ଯ୍ୟ +ଶୁଦ୍ଧ ବିଚାର +ଦୀର୍ଘାୟୁକାରକ ଆହାର +ଉତ୍ତମ ସ୍ୱାସ୍ଥ୍ୟର ତିନୋଟି ମୂଳ ଆଧାର ହେଲା – ଆହାର, ନିଦ୍ରା ତଥା ବ୍ରହ୍ମଚର୍ଯ୍ୟ । +ବଞ୍ଚି ରହିବା ପାଇଁ ଖାଦ୍ୟପେୟର ଆବଶ୍ୟକତା ରହିଛି । +ଆହାରରୁ ହିଁ ଆୟୁ, ତେଜ ଉତ୍ସାହ, ସ୍ମୃତି ଓ ଶକ୍ତି ବୃଦ୍ଧି ପାଇଥାଏ ଏବଂ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ଉତ୍ପନ୍ନ ହୋଇଥାଏ । +ଖାଦ୍ୟରୁ ରସ, ରସରୁ ରକ୍ତ, ରକ୍ତରୁ ମାଂସ ଏହିପରି ସପ୍ତଧାତୁରା ନିର୍ମାଣ ହୋଇ ଶରୀର ପରିପୁଷ୍ଟ ହୋଇଥାଏ । +ସୁତରାଂ ମନୁଷ୍ୟ ଶରୀର ବୃଦ୍ଧି, ବିକାଶ ପାଇଁ ଅନୁକୂଳ ଖାଦ୍ୟପେୟ ଗ୍ରହଣ କରାଯିବା ଉଚିତ୍ । +ନିମ୍ନରେ ଆୟୁବୃଦ୍ଧିକାରୀ ଆହାର ସଂପର୍କରେ କେତେକ ନିୟାମୋବାଲିକୁ ଉଲ୍ଲେଖ କରାଯାଇଛି ଏବଂ ଭୋଜନ ଗ୍ରହଣ ସମୟରେ ଏହା ପ୍ରତି ଧ୍ୟାନ ଦିଆଯିବା ଏକାନ୍ତ ଆବଶ୍ୟକ । +ଆୟୁବୃଦ୍ଧି ପାଇଁ ରସଂଯୁକ୍ତ ପୌଷ୍ଟିକ ତଥା ସ୍ନିଗ୍ଧ ଭୋଜନ ଉପଯୁକ୍ତ ଆହାର ଅଟେ । +ଆମେ ଖାଉଥିବା ଖାଦ୍ୟ ସୁପାଚ୍ୟ, ଶରୀରକୁ ସ୍ଥିରତା ଏବଂ ମନ ତଥା ମସ୍ତିଷ୍କକୁ ଶକ୍ତି ପ୍ରଦାନକାରୀ ହେବା ଆବଶ୍ୟକ । +ପ୍ରାଚୀନ ଶାସ୍ତ୍ରମାନଙ୍କରେ ଏପରି ଆହାରକୁ ସାତ୍ତ୍ଵିକ ଆହାର ରୂପ ଉଲ୍ଲେଖ କରାଯାଇଛି । +ପ୍ରାଚୀନ ଚିକିତ୍ସା ଶାସ୍ତ୍ରମାନଙ୍କରେ ସନ୍ତୁଳିତ ଭୋଜନ (Balanced Diet) ଏବଂ ମଧୁର, ଅମ୍ଳ, ଲବଣ, କଟୁ ତିକ୍ତ ଏବଂ କଷା ଏହିପରି ଷଡର ସଂଯୁକ୍ତ ଖାଦ୍ୟକୁ ଆୟୁବୃଦ୍ଧିକାରୀ ଖାଦ୍ୟ ରୂପେ ବିବେଚନା କରାଯାଇଛି । +ଆମେ ଖାଉଥିବା ଦୈନନ୍ଦିନ ଖାଦ୍ୟରେ ସୁଷମ ପରିମାଣରେ ପୁଷ୍ଟିସାର (Proteins) ସ୍ନେହସାର (Fats), ଶ୍ଵେତସାର (Carbohydrates), ଖଣିଜସାର (Minerals) ଏବଂ ଜଳ (Water) ରହିବା ଆବଶ୍ୟକ । +ଏହିସବୁର ସନ୍ତୁଳିତ ଖାଦ୍ୟସାର ଶାରୀରିକ ଓ ମାନସିକ ବିକାଶ ପାଇଁ ଆଣିବାର୍ଯ୍ୟ ଅଟେ । +ପ୍ରାତଃକାଳରେ ସୂର୍ଯ୍ୟଦୟ ପୂର୍ବରୁ ପାଣି, ଦହି ଆଦି ଥଣ୍ଡା ତରଳ ପାନୀୟ ପିଇବା ଅଭ୍ୟାସ କରିବା ଉଚିତ୍ । +ଏହାବ୍ୟତୀତ ଲେମ୍ବୁ ସରବତ୍ ମଧ୍ୟ ପିଇବାରେ ଉପକାର ମିଳିଥାଏ । +ଏପରି କରିବା ଦ୍ଵାରା ପଚନତନ୍ତ୍ରର ନବିକାର ଦୂର ହୋଇଥାଏ । +ଉପରୋକ୍ତ ପରାମର୍ଶଗୁଡିକ ପାନଳ କରିବା ସମୟରେ ସ୍ମରଣ ରହିବା ଉଚିତ୍ ଯେ ଆମେ ଖାଉଥିବା ଖାଦ୍ୟ ସୁପାଚ୍ୟ ଏବଂ ସନ୍ତୁଳିତ ହେବା ଆବଶ୍ୟକ । +ଅତ୍ୟଧିକ ଭିଟାମିନ୍ ଶର୍କରା ମଧ୍ୟ ଶରୀର ପାଇଁ ଅହିତକର ଅଟେ । +ସୁତରାଂ, ସୁଷମ ଏବଂ ସନ୍ତୁଳିତ ସାତ୍ତ୍ଵିକ ଆହାର ହିଁ ଆୟୁ ବୃଦ୍ଧିକାରୀ ଆହାର ଅଟେ । +ଉତ୍ତମ ଜୀବନଚର୍ଯ୍ୟା +ଆହାର ବ୍ୟତୀତ ଉଚିତ ଜୀବନଚର୍ଯ୍ୟା ଦୀର୍ଘାୟୁ ହେବାର ପ୍ରଥମ ଆବଶ୍ୟକତା ଅଟେ । +ପ୍ରାତଃ ସମୟରେ ସୂର୍ଯ୍ୟଦୟ ପୂର୍ବର ଶଯ୍ୟାତ୍ୟାଗ ଜୀବନଚର୍ଯ୍ୟା ଦୀର୍ଘାୟୁ ହେବାର ପ୍ରଥମ ଆବଶ୍ୟକତା ଅଟେ । +ବାଳି, ଅଶ୍ଵତ୍ ଥାମା, କୃପାଚର୍ଯ୍ୟା ଇତ୍ୟାଦି ଚିରଞ୍ଜିବୀଙ୍କୁ ସ୍ମରଣ କରାଯିବା ଉଚିତ । +ଏହି ସପ୍ତ ଚିରଞ୍ଜିବୀ ମହାତ୍ମାମାନଙ୍କ ସ୍ମରଣ ଦ୍ଵାରା ଦୁର୍ଘଟଣା ତଥା ଅପମୃତ୍ୟୁ ନିବାରଣ ହୋଇଥାଏ । +ଏହାବ୍ୟତୀତ, ପ୍ରାତଃ ସମୟରେ ଶଯ୍ୟାତ୍ୟାଗ କରିବା ପରେ ସୂର୍ଯ୍ୟ ନମସ୍କାର କରିବା ଦ୍ଵାରା ବଳ ଏବଂ ଆୟୁ ବୃଦ୍ଧି ହୋଇଥାଏ । +ପ୍ରାତଃକାଳରେ ସୂର୍ଯ୍ୟଦୟା ପୂର୍ବରୁ ଶୀତଋତୁରେ ତାଜା ପଣି ଏବଂ ଅନ୍ୟଋତୁମାନଙ୍କରେ ବାସୀ ପାଣି ପିଇବା ଉଚିତ୍ । +ଏହାକୁ ଉଷାପନ କୁହନ୍ତି । +ଏହାକୁ ଅଭ୍ୟାସ କରିବା ଦ୍ଵାରା କୋଷ୍ଠକାଠିନ୍ୟ ସମସ୍ୟାଋ ମୁକ୍ତି ମିଳେ ଏବଂ ସମସ୍ତ ଉଦର ବିକାର ଦୂର ହୋଇଥାଏ । +ପ୍ରତିଦିନ ପ୍ରାତଃ ସମୟ ଖଳିପେଟରେ ବ୍ୟାୟାମ, ଯୋଗାସନ ଏବଂ ପ୍ରାଣାୟାମ ଆଦିର ଅଭ୍ୟାସ କରାଯିବା ଉତ୍ତମ ଅଟେ । +ଏହାଦ୍ଵାରା ଶରୀର ଏବଂ ମନରେ ସତେଜତା ବୃଦ୍ଧି ପାଇଥାଏ ଏବଂ ରକ୍ତ ଶୁଦ୍ଧ ହେବା ଦ୍ଵାରା ଶରୀର ସୁସ୍ଥ ଏବଂ ସୁନ୍ଦର ହୋଇଥାଏ । +ପ୍ରାତଃ ବ୍ରମଣ ସର୍ବୋତ୍ତମ ଅଟେ । +ଶୁଦ୍ଧ ବିଚାର ଏବଂ ସୁସ୍ଥ ମନ +ମନ ଏବଂ ଶରୀର ପରସ୍ପର ପରିପୂରକ । +ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସାତ୍ତ୍ଵିକ ଓ ପୁଷ୍ଟିକର ଆହାର ଯେତିକି ଆବଶ୍ୟକ ମାନସିକ ସୁସ୍ଥାତା ମଧ୍ୟରେ ସେତିକି ଅଧିକ ଆବଶ୍ୟକ । +ଅନିଦ୍ରା, ଉଚ୍ଚ ରକ୍ତଚାପ, ହିଷ୍ଟ୍ରିଆ, ହୃଦ୍ ରୋଗ, କ୍ୟାନସର ଓ କୋଲାଇଟିସ୍ ଆଦି ମାରାତ୍ମକ ରୋଗଗୁଡିକ ମାନସିକ ଅସୁସ୍ଥାତା ପ୍ରଭାବରୁ ବୃଦ୍ଧି ପାଇଥାଏ । +ସେଥିପାଇଁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟ ପାଇଁ ଶୁଦ୍ଧ ବିଚାର ଏବଂ ସୁସ୍ଥ ମନର ଆବଶ୍ୟକତା ରହିଛି । +ବିଛର ବା ଚିନ୍ତନର ଆମ ମନ ମସ୍ତିଷ୍କ, ସ୍ୱାସ୍ଥ୍ୟ ତଥା ଆୟୁ ଉପରେ ଗଭୀର ପ୍ରଭାବ ରହିଛି । +ସୁତରାଂ ଆୟୁ ବୃଦ୍ଧି ପାଇଁ ସୁସ୍ଥ ମାନସିକା ଏବଂ ବିଚାରାଗତ ଶୁଦ୍ଧତା ପ୍ରତି ଯତ୍ନବାନ୍ ହେବା ଅନିବାର୍ଯ୍ୟ ଅଟେ । +ଉତ୍ତମ ଏବଂ ସୁସ୍ଥ ବିଚାର ଜୀବନକୁ ସରଳ ତଥା ଆୟୁଷ୍ମାନ୍ କରିଥାଏ । +ପ୍ରତ୍ୟେକ ବ୍ୟକ୍ତିକୁ ସର୍ବଦା ଅନୁକୂଳ ଚିନ୍ତନ କରିବା ଆବଶ୍ୟକ । +ମୋର ସମସ୍ତେ ମିତ୍ର ଅଟନ୍ତି କେହି ଶତ୍ରୁ ନାହାଁନ୍ତି ତଥା ଇଶ୍ଵର ସର୍ବଦା ମୋ ସହିତ ଅଛନ୍ତି ଏବଂ ମୁଁ ପ୍ରଭୁଙ୍କର ଓ ଇଶ୍ଵର ମୋର ଅଟନ୍ତି ଇତ୍ୟାଦି ଭାବନା ମନ ମଧ୍ୟରେ ରଖିବା ଉଚିତ୍ । +ବ୍ୟକ୍ତି ସର୍ବଦା ଅନ୍ୟର କଲ୍ୟାଣ କାମନା କରିବା ସହ ନିଜ ଦ୍ଵାରା ଯେପରି ଅନ୍ୟକୁ କଷ୍ଟ ନ ମିଳେ ସେଥିପ୍ରତି ସତର୍କ ରହିବା ଆବଶ୍ୟକ । +ନିଜର ସାମର୍ଥ୍ୟ ଅନୁସାରେ ଆବଶ୍ୟକ ସମୟରେ ପରର ଉପକାର କରିବା ଉଚିତ୍ । +ଏହିପରି ଭାବନା ବ୍ୟକ୍ତିକୁ ନୈତିକ ବଳ ପ୍ରଦାନ କରିଥାଏ । +ବ୍ୟକ୍ତି ମନରେ ସଦଭାବନା ପାଇଁ ଉତ୍ତମ, ଆଧ୍ୟାତ୍ମିକ ତଥା ନୀତିଗତ ସାହିତ୍ୟ ପଠନରେ ମନୋନିବେଶ କରିବା ଜରୁରୀ । +ଏହାକୁ ସ୍ଵଧ୍ୟାୟ କହନ୍ତି । +ସାଧନା, ସ୍ଵଧ୍ୟାୟ ଏବଂ ସତ୍ ସଙ୍ଗ ଆଧ୍ୟାତ୍ମିକ ଲକ୍ଷ୍ୟ ସାଧନ ପାଇଁ ତିନୋଟି ଉତ୍ତମ ମାର୍ଗ ଅଟେ । +ସମୟ ମିଳିଲେ ସତ୍ ସଙ୍ଗ ଦ୍ଵାରା ପ୍ରାର୍ଥନା, ଜପ , ଧ୍ୟାନ ଏବଂ ସଂକୀର୍ତ୍ତନ ମାଧ୍ୟମରେ ଇଶ୍ଵରଙ୍କ ଗୁଣକୀର୍ତ୍ତନ କରିବା ଦ୍ଵାରା ବିଭୁକୃପା ଲାଭ କରାଯାଇଥାଏ ବା ଏହାଦ୍ଵାରା ମାନସିକ ଶାନ୍ତି ମିଳିଥାଏ । +ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଜଣାପଡେ ଯେ ଉତ୍ତମ ସ୍ୱାସ୍ଥ୍ୟ ଅଧିକାରୀ ହେବା ପାଇଁ ଶାରୀରିକ ସୁସ୍ଥତା ଏବଂ ମାନସିକ ସୁସ୍ଥତା ସହିତ ବ୍ୟକ୍ତିକୁ ସାମାଜିକ ସୁସ୍ଥତା ମଧ୍ୟ ହାସଲ କରିବାକୁ ପଡିଥାଏ । +ବ୍ୟକ୍ତି ନିଜର ଦୈନନ୍ଦିନ ଜୀବନଚର୍ଯ୍ୟାକୁ ପରିମାର୍ଜିତ ଓ ଶୃଙ୍ଖଳିତ କରିବା ସହ ଖାଦ୍ୟପେୟରେ ସାତ୍ତ୍ଵିକତା ଓ ସଂଯମତା ତଥା ବିଚାରାଗତ ଶୁଦ୍ଧତାକୁ ବଜାୟ ରଖିଲେ ନିଶ୍ଚିତ ଭାବେ ଦୀର୍ଘାୟୁ ଏବଂ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହୋଇପାରିବ, ଏଥିରେ ସନ୍ଦେହ ନାହିଁ । -- GitLab