diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia190.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia190.txt new file mode 100644 index 0000000000000000000000000000000000000000..6de42f43af43347709111441ed16f67d5129c797 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia190.txt @@ -0,0 +1,98 @@ +ସିକଲ୍ ସେଲ୍ ରକ୍ତହୀନତା +ଉପକ୍ରମ +‘ସିକଲ୍ ସେଲ୍ ରୋଗୀମାନଙ୍କର ହଠାତ୍ ରକ୍ତଶୂନ୍ୟତା ବଢିଯାଏ । +ସେମାନେ ସିଠା ଦେଖାଯାଆନ୍ତି । +ହୃତପିଣ୍ଡ ଗତି ହଠାତ୍ ବଢିଯାଏ । +ରୋଗୀ ଅବଶ ହୋଇପଡେ । +ପାରଭୋ ଭୂତାଣୁ ସଂକ୍ରମଣ ହେଲେ ଲୋହିତ ରକ୍ତକଣିକା ହାଡ ମଜ୍ଜାରେ ତିଆରି ହୋଇପାରେ ନାହିଁ । +ହିମୋଗ୍ଲୋବିନ ପରିମାଣ ବହୁତ କମିଯାଏ । +ଏହା ହେଉଛି ରୋଗୀର ଗୁରୁତର ଅବସ୍ଥା । +ସିକଲ୍ ସେଲ୍ ରୋଗ ବଂଶଗତ ଇ ଜିନ୍ ଦ୍ଵାରା ପ୍ରସାରିତ ହୁଏ । +ଜଣେ ସୁସ୍ଥ ବ୍ୟକ୍ତିର ହିମୋଗ୍ଲୋବିନରେ ୨ଟି ବିଟା ଗ୍ଲୋବିନ ଚେନ୍ ଥାଏ । +ଏଥିରୁ ଗୋଟିଏ ବିଟା ଗ୍ଲୋବିନ ସ୍ଥାନରେ ସିକଲ୍ (ଏସ୍) ଗ୍ଲୋବିନ ପ୍ରତିସ୍ଥାପିତ ହେଲେ ସିକଲ୍ ସେଲ୍ ରୋଗ ହୁଏ । +ଏହା ଲୁଚି ରହିଥିବା ପୈତୃକ ଗୁଣ । +ପିତା କିମ୍ବା ମାତାଙ୍କ ମଧ୍ୟରୁ ଜଣେ ସିକଲ୍ ସେଲ୍ ରୋଗୀ ଏବଂ ଅନ୍ୟ ଜଣେ ବାହକ ହୋଇଥିଲେ, ଜନ୍ମିତ ସନ୍ତାନରୁ ଜଣେ ରୋଗୀ ଓ ଅନ୍ୟ ଜଣେ ବାହକ ହୋଇ ରହିବ । +’ +ସିକଲ୍ ସେଲ୍ ରକ୍ତହୀନତା ରୋଗ +ସିକଲ୍ ସେଲ୍ ରକ୍ତହୀନତା ରୋଗରେ ରକ୍ତ କଣିକାଗୁଡିକ ସିକଲ୍ ଅର୍ଥାତ୍ ଦା’ଆକୃତିର ହୋଇଯାଏ । +ରକ୍ତରେ ପ୍ରବାହିତ ହେଉଥିବା ଲୋହିତ ରକ୍ତକଣିକା ଶରୀରର ସବୁ ଅଙ୍ଗକୁ ଅକ୍ସିଜେନ ବହନକରେ । +ଏହି ପ୍ରକ୍ରିୟା ବନ୍ଦ ହୋଇଗଲେ ଜୀବଜଗତ ତିଷ୍ଠିପାରିବ ନାହିଁ । +ଲୋହିତ ରକ୍ତକଣିକା ଆକାରରେ ବୃତ୍ତାକାର । +ଏହା ରକ୍ତରେ ୧୨୦ ଦିନ ପର୍ଯ୍ୟନ୍ତ ବଞ୍ଚନ୍ତି । +ଏହା ଭିତରେ ଥିବା ହିମୋଗ୍ଲୋବିନର ଆକାର ପରିବର୍ତ୍ତନ ହୋଇଯାଏ । +କମ୍ ଦିନରେ ଏଗୁଡିକ ନଷ୍ଟ ହୋଇଯାଆନ୍ତି । +ରକ୍ତ ସ୍ରୋତରେ ଜମାଟ ବାନ୍ଧନ୍ତି । +ସରୁ ଧମନୀରେ ଅଟକିଯାଇ ରକ୍ତ ପ୍ରବାହ ବନ୍ଦ କରିଦିଅନ୍ତି । +ଫଳରେ ରକ୍ତର ଘନତ୍ଵ ବୃଦ୍ଧି ହୁଏ । +ରକ୍ତ ପ୍ରବାହ ବାଧାପ୍ରାପ୍ତ ହେବା ଫଳରେ ମସ୍ତିଷ୍କ ଓ ଅନ୍ୟ ଅଙ୍ଗରେ ତନ୍ତୁ ନଷ୍ଟ ହୁଏ । +ଏହାକୁ ପକ୍ଷାଘାତ କୁହାଯାଏ । +ଅକାଳରେ ହାତ ଓ ଗୋଡ ଫୁଲେ । +ବିନ୍ଧା ହୁଏ । +ଜୀବାଣୁ ସଂକ୍ରମଣ ହୁଏ । +ହାରାହାରି ଜୀବନ କାଳ ୪୦ – ୬୦ ବର୍ଷରେ ସୀମିତ ରହେ । +ସିକଲ୍ (ଦାଆ) ସେଲ୍ ରୋଗ ବଂଶଗତ । +ବାପା ଓ ମା’ ଉଭୟଙ୍କଠାରୁ ଗୋଟିଏ ଲେଖାଏଁ ଅସ୍ଵାଭାବିକ ହିମୋଗ୍ଲୋବିନ ଜିନ୍ ଆସିଲେ ଏହାକୁ ‘ସିକଲ୍ ସେଲ୍ ରୋଗ’ କୁହାଯାଏ । +ଜଣେ ବ୍ୟକ୍ତି ଗୋଟିଏ ଅସ୍ଵାଭାବିକ ଜିନ୍ ବିହନ କରୁଥିଲେ ସେ ଏହି ରୋଗର ବାହକ ବୋଲି ଧରିନେବାକୁ ପଡେ । +ଏହି ଜିନ୍ ଟି ମା’ କିମ୍ବା ବାପା ପାଖରୁ ଆସିଥାଏ । +ସେମାନଙ୍କ ଶରୀରରେ ଏହି ରୋଗର କୌଣସି ଲକ୍ଷଣ ନ ଥାଏ । +୨୦୧୫ରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ ବିଶ୍ଵର ୪.୪ ନିୟୁତ ସିକଲ୍ ସେଲ୍ ରୋଗୀ ଏବଂ ୪୩ ନିୟୁତ ବାହକ ଅଛନ୍ତି । +୮୦ ପ୍ରତିଶତ ରୋଗୀ ଆଫ୍ରିକାର ସାହାରା ମରୁଭୁମି ନିକଟରେ ବାସ କରନ୍ତି । +ଭାରତରେ ମଧ୍ୟ ଏଭଳି ରୋଗୀ ଅନେକ ଅଛନ୍ତି । +ଏହି ରୋଗରେ ୨୦୧୫ରେ ୧ଲକ୍ଷ ୧୪ ହଜାର ରୋଗୀଙ୍କର ମୃତ୍ୟୁ ହୋଇଛି । +ଭାରତର ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ପାର୍ଶ୍ଵବର୍ତ୍ତୀ ପଶ୍ଚିମ ଓଡିଶାରେ ଏହି ରୋଗର ପ୍ରାଦୁର୍ଭାବ ବେଶି । +ଆଦିବାସୀ ଅଞ୍ଚଳରେ ଏହି ରୋଗ ଅଧିକ ପରିମାଣରେ ଦେଖାଯାଇଥାଏ । +ସେମାନଙ୍କର ଜୀବକୋଷରେ ଥିବା କ୍ରୋମୋଜୋମ୍ ରେ ଏହି ରୋଗର ଜିନ୍ ରହିଥାଏ । +ସମ୍ପର୍କୀୟ ଭାଇଭଉଣୀ ମଧ୍ୟରେ ବିବାହ ହେଉଥିବାରୁ ଏହି ସମ୍ପ୍ରଦାୟରେ ଏପରି ରୋଗ ଅଧିକ ପରିମାଣରେ ଦେଖିବାକୁ ମିଳେ । +ସିକଲ୍ ସେଲ୍ ରୋଗୀମାନେ ବିଭିନ୍ନ ରୋଗ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଟୀକା ନେବା ଉଚିତ । +ରୋଗରେ ଆକ୍ରାନ୍ତ ହେଲେ ବିଳମ୍ବ ନ କରି ଆଣ୍ଟିବାୟୋଟିକ ଔଷଧ ଖାଇବା ଆବଶ୍ୟକ । +ନିୟମିତ ଭାବରେ ପ୍ରତିଦିନ ଫଲିକ ଏସିଡ୍ ବଟିକା ଖାଇବା ସହିତ ଅଧିକ ପାଣି ପିଇବାକୁ ପଡିଥାଏ । +ତା’ ସହ ଯନ୍ତ୍ରଣା କମାଇବା ବଟିକା ଆବଶ୍ୟକ । +ପଡେ । +କେତେକ ସମୟରେ ଏହି ରୋଗ ଗୁରୁତର ଅବସ୍ଥା ଧାରଣ କରିଥାଏ । +ରକ୍ତବାହୀ ଶିର ଅବରୋଧ ହୋଇଯାଏ । +ଫଳରେ ଲୋହିତ ରକ୍ତକଣିକା ଗୁଡିକ ଅଧିକ ସଂଖ୍ୟାରେ ଦାଆ ପରି ଆକାର ହୋଇଗଲେ ରକ୍ତ ପ୍ରବାହ ହୋଇପାରେ ନାହିଁ । +ପ୍ରବଳ ଯନ୍ତ୍ରଣା ହୁଏ । +ରୋଗୀକୁ ସାଲାଇନ୍, ବିନ୍ଧା ଔଷଧ ଓ ରକ୍ତ ଦେବାକୁ ପଡେ । +ଅଫିମ ଇଞ୍ଜେକ୍ସନ ନେବାକୁ ହୁଏ କିମ୍ବା ବଟିକା ଖାଇବା ଆବଶ୍ୟକ ହୁଏ । +ଲିଙ୍ଗ ଓ ଫୁସଫୁସ୍ ରେ ଏହାର ନିଦାନ ଦେଖାଯାଏ । +ପ୍ଲିହାର ଧମନୀ ସରୁ ହୋଇଥିବାରୁ ବିକୃତ ଲୋହିତ ରକ୍ତକଣିକାଗୁଡିକ ପ୍ରବାହିତ ହୋଇପାରନ୍ତି ନାହିଁ । +ତେଣୁ ବହୁ ଯନ୍ତ୍ରଣା ହୁଏ । +ପ୍ଲିହା ଫୁଲିଯାଏ । +ହିମୋଗ୍ଲୋବିନ କମିଯାଏ । +ରକ୍ତ ଅଭାବରୁ ମସ୍ତିଷ୍କ ଆଘାତ ହୁଏ । +ଏହାର ଆଶୁ ଚିକିତ୍ସା ନ କଲେ ରୋଗୀ ମରିଯାଏ । +ଛାତିରେ ଅତିଶୟ ଯନ୍ତ୍ରଣା ହୁଏ । +ଜ୍ଵର ହୁଏ । +ବିକୃତ ଲୋହିତ ରକ୍ତକଣିକାଗୁଡିକ ରକ୍ତ ସଞ୍ଚାଳନ ଅବରୋଧ କରିବାରୁ ଏଭଳି ଲକ୍ଷଣ ପ୍ରକାଶ ପାଏ । +ତୁରନ୍ତ ଚିକିତ୍ସା ନ କଲେ ୨୫ ପ୍ରତିଶତ ରୋଗୀଙ୍କର ମୃତ୍ୟୁ ଆଶଙ୍କା ଥାଏ । +ସିକଲ୍ ସେଲ୍ ରୋଗୀମାନଙ୍କର ହଠାତ୍ ରକ୍ତଶୂନ୍ୟତା ବଢିଯାଏ । +ସେମାନେ ସିଠା ଦେଖାଯାନ୍ତି ହୃତପିଣ୍ଡ ଗତି ହଠାତ୍ ବଢିଯାଏ । +ରୋଗୀ ଅବଶ ହୋଇପଡେ । +ପାରୋଭୋ ଭୂତାଣୁ ସଂକ୍ରମଣ ହେଲେ ଲୋହିତ ରକ୍ତକଣିକା ହାଡ ମଜ୍ଜାରେ ତିଆରି ହୋଇପାରେ ନାହିଁ । +ହିମୋଗ୍ଲୋବିନ ପରିମାଣ ବହୁଆ କମିଯାଏ । +ଏହା ହେଉଛି ରୋଗୀର ଗୁରୁତର ଅବସ୍ଥା । +ସିକଲ୍ ସେଲ୍ ରୋଗ ବଂଶଗତ ଓ ଜିନ୍ ଦ୍ଵାରା ପ୍ରସାରିତ ହୁଏ । +ଜଣେ ସୁସ୍ଥ ବ୍ୟକ୍ତିର ହିମୋଗ୍ଲୋବିନରେ ୨ଟି ବିଟା ଗ୍ଲୋବିନ ଚେନ୍ ଥାଏ । +ଏଥିରୁ ଗୋଟାଏ ବିଟା ଗ୍ଲୋବିନ ସ୍ଥାନରେ ସିକଲ୍ ଗ୍ଲୋବିନ ପ୍ରତିସ୍ଥାପିତ ହେଲେ ସିକଲ୍ ସେଲ୍ ରୋଗ ହୁଏ । +ଏହା ଲୁଚି ରହିଥିବା ପୈତୃକ ଗୁଣ । +ପିତା କିମ୍ବା ମାତାଙ୍କ ମଧ୍ୟରୁ ଜଣେ ସିକଲ୍ ସେଲ୍ ରୋଗୀ ଏବଂ ଅନ୍ୟ ଜଣେ ବାହକ ହୋଇଥିଲେ, ଜନ୍ମିତ ସନ୍ତାନରୁ ଜଣେ ରୋଗୀ ଓ ଅନ୍ୟ ଜଣେ ବାହକ ହୋଇ ରହିବ । +ଉଭୟ ମାତା – ପିତା ବାହକ ହୋଇଥିଲେ, ଚାରିଜଣ ସନ୍ତାନ ମଧ୍ୟରୁ ଜଣେ ରୋଗୀ, ଦ୍ଵିତୀୟ ରୋଗ ମୁକ୍ତ ଏବଂ ଅନ୍ୟ ଦୁଇ ଜଣ ଅପ୍ରଭାବିତ । +ମ୍ୟାଲେରିଆ ପରଜୀବୀର ଜୀବନଚକ୍ର ବଡ ଜଟିଳ । +ଏହାର ଗୋଟିଏ ଭାଗ ଲୋହିତ ରକ୍ତକଣିକା ଭିତରେ ସମ୍ପୂର୍ଣ୍ଣ ହୁଏ । +ଜଣେ ବାହକର ରକ୍ତକଣିକା ମଧ୍ୟରେ ମ୍ୟାଲେରିଆ ପରଜୀବୀ ପ୍ରବେଶ କଲେ କୋଷଟି ପରିପକ୍ଵ ହେବା ପୂର୍ବରୁ ଫାଟିଯାଏ । +ତେଣୁ ପରଜୀବୀଟି ମରିଯାଏ । +ଏହି କାରଣରୁ ସିକଲ୍ ସେଲ୍ ବାହକ ରୋଗୀମାନଙ୍କୁ ମ୍ୟାଲେରିଆ ହୁଏ ନାହିଁ । +ସିକଲ୍ ସେଲ୍ ରୋଗ ନିରୂପଣ ପାଇଁ ପରୀକ୍ଷା ଆବଶ୍ୟକ । +ଏହି ରୋଗୀମାନଙ୍କର ହିମୋଗ୍ଲୋବିନ ୬-୮ ଗ୍ରାମ୍ ଭିତରେ ରହେ । +ଅପରିପକ୍ଵ ଲୋହିତ ରକ୍ତକଣିକା ସଂଖ୍ୟା ବୃଦ୍ଧି ହୁଏ । +କାଚ ସ୍ଲାଇଡ ରକ୍ତ ପରୀକ୍ଷାରେ ଜଣାପଡିପାରେ । +ରକ୍ତରେ ସିକଲ୍ ଦ୍ରବଣୀୟତା ପରୀକ୍ଷା ଦ୍ଵାରା ରୋଗ ଚିହ୍ନଟ ହୁଏ । +ସୋଡିୟମ ଡାଇଥିଓନାଇଟ ଦ୍ରବଣରେ ସିକଲ୍ ସେଲ୍ ରୋଗୀର ରକ୍ତ ମିଶାଇଲେ ତାହା ବହଳିଆ ହୋଇଯାଏ । +କିନ୍ତୁ ସୁସ୍ଥ ବ୍ୟକ୍ତିର ଏହା ସଫା ଦେଖାଯାଏ । +ଏଚ୍ ପିଏଲ୍ ସି ରକ୍ତ ପରୀକ୍ଷା ଦ୍ଵାରା ରୋଗ ଠିକ୍ ନିରୂପଣ ହୁଏ । +ରୋଗର ବାହକମାନେ ବିବାହ କିମ୍ବା ସନ୍ତାନ ଜନ୍ମ ପୂର୍ବରୁ ଜିନ୍ ବିଷୟରେ ପରାମର୍ଶ ନେବା ଉଚିତ୍ । +ଫଳରେ ଏଭଳି ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବ ନାହିଁ । +ସିକଲ୍ ସେଲ୍ ରୋଗୀକୁ ପ୍ରତିଦିନ ପାଞ୍ଚ ମିଲିଗ୍ରାମ ଫଲିକ ଏସିଡ୍ ବଟିକା ଖାଇବାକୁ ଦେବାକୁ ଅଅଡିଥାଏ । +ରୋଗୀର ଯନ୍ତ୍ରଣା ହେଲେ ଅଫିମ ବଟିକା କିମ୍ବା ଇଞ୍ଜେକ୍ସନ ଦିଆଯାଏ । +ଛାତିରେ ଯନ୍ତ୍ରଣା ହଲେ, ନିଶ୍ଵାସ ନେବାରେ କଷ୍ଟ ହେଲେ ଅକ୍ସିଜେନ ସହିତ ଆଣ୍ଟିବାୟୋଟିକ ପ୍ରୟୋଗ ଆବଶ୍ୟକ । +ହିମୋଗ୍ଲୋବିନ କମିଗଲେ ରକ୍ତ ଦେବା ଜରୁରୀ ।