From 1d82c82ec587b3f43e7849ae8b1f332b53d7d6f5 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:55:43 +0530 Subject: [PATCH] Upload New File --- .../vikashpedia_health_odia188.txt | 36 +++++++++++++++++++ 1 file changed, 36 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia188.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia188.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia188.txt new file mode 100644 index 0000000..abf59cc --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia188.txt @@ -0,0 +1,36 @@ +ଷ୍ଟ୍ରୋକ୍ ପର ଜୀବନ +ହୃଦ୍‌ଘାତ +ହୃଦ୍‌ଘାତ ଭଳି ମସ୍ତିଷ୍କାଘାତକୁ ଷ୍ଟ୍ରୋକ୍ ବୋଲି କୁହାଯାଏ । +ଷ୍ଟ୍ରୋକ ର ଆକ୍ଷରିକ ଅର୍ଥ ଆଘାତ । +ମସ୍ତିଷ୍କାଘାତର ମୁଖ୍ୟ କାରଣ ମସ୍ତିଷ୍କ ଧମନୀରେ ରକ୍ତ ସଞ୍ଚାରଣର ଅବ୍ୟବସ୍ଥା । +ତେବେ ଏହି ଷ୍ଟ୍ରୋକ୍ ର ପରବର୍ତ୍ତୀ ଜୀବନ ସମ୍ପର୍କରେ ସତର୍କତା ଆପଣାଇବା ନିହାତି ଆବଶ୍ୟକ । +ମସ୍ତିଷ୍କରେ ଦୁଇପ୍ରକାର ଆଘାତ ହୋଇଥାଏ । + ଯଥା: +୧. ମସ୍ତିଷ୍କ ଧମନୀରେ ରକ୍ତ ଚଳାଚଳ ହ୍ରାସ ପାଇବା ବା ବନ୍ଦ ହୋଇଯିବା +୨. ମସ୍ତିଷ୍କ ଧମନୀ ଛିଡ଼ି ରକ୍ତସ୍ରାବ ହେବା । +ଏହି ଦୁଇପ୍ରକାର ଉପାୟରେ ଶରୀରର ଅଧା ଅଙ୍ଗ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । +ଷ୍ଟ୍ରୋକ୍ ବିଭିନ୍ନ ରୋଗୀଙ୍କୁ ବିଭିନ୍ନ ଉପାୟରେ ଆକ୍ରାନ୍ତ କରିଥାଏ । +କେତେକ ରୋଗୀ ଭଲ ହେବା ପାଇଁ ବର୍ଷ ବର୍ଷ ଧରି ସମୟ ନିଅନ୍ତି । +ଷ୍ଟ୍ରୋକ୍ ରୁ ଭଲ ହେବା ପାଇଁ ଜୀବନ ଶୈଳୀ, ସାମାଜିକ ଚଳଣି, ମନସ୍ତାତ୍ତ୍ଵିକ ଅବସ୍ଥାରେ ପରିବର୍ତ୍ତନ ଆବଶ୍ୟକ । +ଆଉ ଥରେ ଷ୍ଟ୍ରୋକ୍, ନହେବା ପାଇଁ ଏ ସବୁରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ କରକାର । +ଷ୍ଟ୍ରୋକ୍ ପର ଜୀବନ +ଷ୍ଟ୍ରୋକ୍ ରୋଗୀମାନେ ପ୍ରଥମ ପର୍ଯ୍ୟାୟରେ ବହୁ ପରିମାଣରେ ଚିନ୍ତିତ ରହନ୍ତି । +କେବେ କାର୍ଯ୍ୟକୁ ଫେରିବେ, କେତେ ପଇସା ଖର୍ଚ୍ଚ ହେବ, ପାରିବାରିକ ସମ୍ପର୍କ କିପରି ରହିବ ଭାବି ବିରକ୍ତି ଭାବ ପ୍ରକାଶ କରିଥାନ୍ତି । +କେତେକ କଥାକେ ଥାକେ କାନ୍ଦିପକାନ୍ତି । +ଏସବୁ କଥା ଏତେ ନଭାବି ସକ୍ରିୟ ଭାଗରେ ସ୍ଵାଭାବିକ ଜୀବନକୁ ଫେରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । +ଏହି ଉପାୟରେ କଥା କହି ପାରୁ ନଥିଲେ ନୂତନ ଉପାୟରେ କଥା କହିବା, ଅନ୍ୟାନ୍ୟ ନୂଆ କୌଶଳ ଶିଖିବା, ଯେଉଁ ଜୀବନ କୌଶଳ ସବୁ ଭୁଲି ହୋଇଯାଇଛି, ତାହାକୁ ନୂତନ ଭାବେ ଶିଖିବା ଆବଶ୍ୟକ । +ଡାକ୍ତରଖାନାରୁ ବାହାରିଲା ପରେ କେତେକ ନିରାପତ୍ତା ବିଷୟରେ ଅଧିକ ଧ୍ୟାନ ଦେବା ଉଚିତ । +ଘରେ ଚଳଣିରେ ଯିବାଆସିବାରେ, ଶୌଚାଳୟ ଯିବାରେ, ସ୍ନାନସମୟରେ କିପରି ଦୁର୍ଘଟଣା ନହୁଏ, ତା’ର ନୂତନ ଭାବେ ବନ୍ଦୋବସ୍ତ ହେବା ଦରକାର । +ଆଉ ଥରେ ଦ୍ଵିତୀୟ ଷ୍ଟ୍ରୋକ୍, ନହେଉ, ସେଥିପାଇଁ ସଯତ୍ନ ଚିକିତ୍ସା କରି ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । + ଗୋଟିଏ ଷ୍ଟ୍ରୋକ୍ +ପରେ ଶତକଡ଼ା ୧୦ ଭାଗ ସମ୍ପୁର୍ଣ୍ଣ ଭଲ ହୋଇଯାନ୍ତି । +ଶତକଡ଼ା ୨୫ ଭାଗ ଲୋକଙ୍କ ସାମାନ୍ୟ ବିକୃତି ରହେ । +ସେହିପରି ଶତକଡ଼ା ୪୦ ଭାଗ ରୋଗୀଙ୍କ ମଧ୍ୟରୁ ସାଂଘାତିକ ସମସ୍ୟା ରହେ, ଶତକଡ଼ା ୧୦ ଭାଗ ଲୋକ ସାରାଜୀବନ ନର୍ସିଙ୍ଗ ହୋମ କିମ୍ବା ସ୍ଥାୟୀ ଯତ୍ନ ଆବଶ୍ୟକ କରନ୍ତି । +ଶତକଡ଼ା ୧୫ ଭାଗ ଲୋକ ପ୍ରାଣ ହରାଇଥାନ୍ତି । +ଷ୍ଟ୍ରୋକ୍ ର ପ୍ରମୁଖ କାରଣ ଉଚ୍ଚ ରକ୍ତଚାପ, ମଧୁମେହ, ରକ୍ତରେ କୋଲେଷ୍ଟେରଲ ଓ ଟ୍ରାଇ ଗ୍ଲିସେରାଇଡ୍ ଭଳି ଚର୍ବିର ଆଧିକ୍ୟ, ମସ୍ତିଷ୍କ ଧମନୀର ଆଥେରୋ ସ୍କେରୋସିସ, ହୃଦରୋଗରେ ଅଳିନ୍ଦର ଦ୍ରୁତ ସଂକୋଚନ ଓ ପ୍ରସାରଣ, ଖାଦ୍ୟରେ ଚର୍ବିର ଆଧିକ୍ୟ, ପୃଥୁଳତା, ବ୍ୟାୟାମ ଓ ଶାରୀରିକ ପରିଶ୍ରମର ଅଭାବ, ଖାଦ୍ୟରେ ସଜ ପନିପରିବା ଓ ଫଳର ଅଭାବ ଆଦି । +ତେଣୁ ଦ୍ଵିତୀୟ ବାର ଷ୍ଟ୍ରୋକ୍, ନହେବା ପାଇଁ ଏହିସବୁ ବିଷୟ ପ୍ରତି ଗୁରୁତ୍ଵପୂର୍ଣ୍ଣ ଧ୍ୟାନ ଦିଆଯିବା ଦରକାର । +ରକ୍ତଚାପ ୧୨୦/୮୦ ରୁ ୧୪୦/୯୦ ମଧ୍ୟରେ ସୀମିତ ରହିବା, ରକ୍ତ ଶର୍କରା ଆୟତରେ ରହିବା ଏବଂ ଏଚ.ବିଏ ୱାନ ସି ୬.୫ରୁ ୭ ମଧ୍ୟରେ ସୀମିତ ରହିବା ଉଚିତ । +ରକ୍ତ ଏଲଡ଼ିଏଲ କୋଲେରେଷ୍ଟରଲ, ଓ ଟ୍ରାଇ ଗ୍ଲିସେରାଇଡ ମାତ୍ରା ଶତକଡ଼ା ୯୦ ମିଗ୍ରା ଭିତରେ ରହିଲେ ଭଲ । +ଏସବୁ ରଖିବା ପାଇଁ ଆଜିକାଲି ନୂତନ ଔଷଧ ବାହାରିଲାଣି । +ଷ୍ଟ୍ରୋକ୍ ଚିକିତ୍ସା ପାଇଁ ଫିଜିଓ ଥେରାପି ଓ ବିଭିନ୍ନ ଇଲେକ୍ଟ୍ରୋନିକ ଯନ୍ତ୍ରପାତି ଓ ଗ୍ୟାଜେଟ ବାହାରିଲାଣି । +ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । -- GitLab