From 1e3b7f8b3a6fe3bf0d18816e554a595240d08541 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 12:00:47 +0530 Subject: [PATCH] Upload New File --- .../vikashpedia_health_odia216.txt | 27 +++++++++++++++++++ 1 file changed, 27 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia216.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia216.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia216.txt new file mode 100644 index 0000000..c94c488 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia216.txt @@ -0,0 +1,27 @@ +ନ୍ୟୁଟ୍ରିସନ୍ ମିଶନ +ଉପକ୍ରମ +କୌଣସି ଦେଶର ବିକାଶର ମାନଦଣ୍ଡ ଭାବେ ସ୍ୱାସ୍ଥ୍ୟ ଏକ ପ୍ରମୁଖ ପରିମାପକ । +ପୁଣି ସ୍ୱାସ୍ଥ୍ୟର ମୁଖ୍ୟ ମାନଦଣ୍ଡ ହେଉଛି ମାତୃ ଓ ଶିଶୁ ମୃତ୍ୟୁ ହାର । +ଏହି ମୃତ୍ୟୁ ସଂଖ୍ୟା ଯେତେ କମ୍, ସେ ଦେଶ ସେତେ ବିକାଶଶୀଳ ବୋଲି ସାଧାରଣ ଭାବେ ବୁଝିବାକୁ ପଡିବ । +ସୁସ୍ଥ ମା ଓ ସୁସ୍ଥ ଶିଶୁ ହିଁ ଦେଶର ଭବିଷ୍ୟତକୁ ସୁଦୃଢ କରିଥାଏ । +ଓଡିଶାର ସ୍ଥିତି +ଓଡିଶାରେ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ରୋକିବା ଲାଗି ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । +ଏଥିରେ ସଫଳତା ମଧ୍ୟ ମିଳିଛି । +ତେବେ ଏହା ଜାତୀୟ ହାର ସହ ସମାନ ହୋଇ ପାରିନାହିଁ | ତେଣୁ ଏହାକୁ ସଂପୂର୍ଣ ନିୟନ୍ତ୍ରଣକୁ ଆଣିବା ଲାଗି ରାଜ୍ୟରେ ଷ୍ଟେଟ୍ ନ୍ୟୁଟ୍ରିସନ୍ ମିଶନ(ରାଜ୍ୟ ପୌଷ୍ଟିକତା ମିଶନ) ଗଠନ କରାଯିବ । +ୟୁନିସେଫ୍ ଏଥିରେ ସବୁ ପ୍ରକାର ସହଯୋଗ ଯୋଗାଇଦେବ । +ସରକାରୀ ଯୋଜନା +ରାଜ୍ୟ ସରକାର ଓ ୟୁନିସେଫ୍ ସହଯୋଗିତାରେ ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମ ବହୁତ ଫଳପ୍ରଦ ହୋଇଥିବାରୁ ୨୦୧୬-୧୭ ଆର୍ଥିକ ବର୍ଷରେ ଏହାକୁ ବଜାୟ ରଖିବା ପାଇଁ ନିଷ୍ପତି ହୋଇଛି । +ଏଥିପାଇଁ କାର୍ଯ୍ୟ ଯୋଜନା ମଧ୍ୟ ନିର୍ଦ୍ଧାରଣ କରାଯାଇଛି । +ଓଡିଶାରେ ଜୀବନଧାରାର ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ସରକାର ଓ ୟୁନିସେଫର ମିଳିତ ଉଦ୍ୟମ ଆରମ୍ଭ ହୋଇଛି । +ଗତ ବର୍ଷ ବିଭିନ୍ନ କ୍ଷେତ୍ରରେ ଏହି ସହଯୋଗିତା ଉତ୍ସାହଜନକ ଭାବେ ସଫଳ ରୂପାୟନ ହୋଇପାରିଛି । +ଆଗାମୀ ଦିନରେ ମଧ୍ୟ ଏହା ଆହୁରି ସଫଳ ହେବ । +UNICEFର କାର୍ଯ୍ୟ +୨୦୧୫-୧୬ ଆର୍ଥିକ ବର୍ଷରେ ୟୁନିସେଫ୍ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୨୨ କୋଟି ୮୮ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲା ୨୦୧୬-୧୭ ବର୍ଷ ପାଇଁ ମଧ୍ୟ ସମପରିମାଣର ଅର୍ଥ ଖର୍ଚ୍ଚ କରାଯିବ । +ଏହି ବର୍ଷ ରାଜ୍ୟ ସରକାର ଓ ୟୁନିସେଫ୍ । +ସହଭାଗିତାରେ ପାନୀୟ ଜଳ, ପରିମଳ, ବିଦ୍ୟାଳୟରେ ହାତଧୁଆ, ଖୋଲାରେ ମଳତ୍ୟାଗ ବର୍ଜନ, ମା ଓ ଶିଶୁ ପୌଷ୍ଟିକତା, ନବଜାତକଙ୍କ ଜନ୍ମ, ଟିକାକରଣ, ଶିଶୁ ସରୁକ୍ଷା, ପ୍ରଜନନ, ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ତାଲିମ, ଦକ୍ଷତା ଅଭିବୃଦ୍ଧି, ସେବା ସଂପ୍ରସାରଣ, ସଚେତନତା ଅଭିବୃଦ୍ଧି, ସୂଚନା ସଂପ୍ରସାରଣ ସହ ଜନ ସଚେତନତା ସୃଷ୍ଟି ଆଦି କାର୍ଯ୍ୟକ୍ରମ କରାଯିବ । +ସେହିପରି ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ଓ ମହିଳା-ପୁରୁଷ ଅନୁପାତରେ ଉନ୍ନତି ଆଣିବା ଲାଗି ମଧ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବ । +ଶେଷକଥା +ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବା ଲାଗି ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । +ଏଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । +କେହି ଯେମିତି ଅପପୁଷ୍ଟିର ଶିକାର ନ ହେବେ ସେଥିପାଇଁ ରାଜ୍ୟରେ ଏକ ନ୍ୟୁଟ୍ରିସନ୍ ମିଶନ ପ୍ରତିଷ୍ଠା ପାଇଁ ସରକାର ବିଚାର କରୁଛନ୍ତି । +ସେହିପରି ମହିଳା-ପୁରୁଷ ଅନୁପାତ ସମାନ କରିବା ପାଇଁ ମଧ୍ୟ ପ୍ରୟାସ ହେଉଛି । -- GitLab