diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia75.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia75.txt new file mode 100644 index 0000000000000000000000000000000000000000..d590442102a728e36d6c5623722fcd3030576c57 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia75.txt @@ -0,0 +1,88 @@ +ଉପକ୍ରମ +ସମୁଦାୟ ବିଷରୋଗକୁ ଦୁଇଭାଗରେ ବିଭକ୍ତ କରାଯାଇଛି, ଯଥା – ସ୍ଥାବର ବିଷ ଓ ଜଙ୍ଗମ ବିଷ । +ଉଦ୍ଭିଦ, ବୃକ୍ଷଲତା ଓ ଖଣିଜ ବିଷକୁ ସ୍ଥାବର ବିଷ ଏବଂ ଜୀବଜନ୍ତୁଗଣର ବିଷକୁ ଜଙ୍ଗମ ବିଷ କୁହାଯାଏ । +ଜଙ୍ଗମ ବିଷଦ୍ଵାରା ବା ପଶୁପକ୍ଷୀ, ଜୀବଜନ୍ତୁ ସରୀସୃପ କୀଟପତଙ୍ଗ ଦ୍ଵାରା ମନୁଷ୍ୟ ଆକ୍ରାନ୍ତ ବା ଦଂଶିତ ହେଲେ ଆକ୍ରାନ୍ତ ସ୍ଥାନରେ ଶୋଥ ବା ଶରୀରରେ ଜ୍ଵାଳା, ଲୋମଟାଙ୍କୁରି ଉଠିବା, କ୍ଳାନ୍ତି, ଅବସାଦ, ଖାଦ୍ୟର ଅପରିପାକ, ଅତିସାର ଓ ଅଳ୍ପନିଦ୍ରା ଲକ୍ଷଣ ପ୍ରକାଶ ପାଏ । +କିନ୍ତୁ ସ୍ଥାବନର ବିଷ ଦ୍ଵାରା ଆକ୍ରାନ୍ତ ହେଲେ ଉପରୋକ୍ତ ଲକ୍ଷଣସବୁ ସାମାନ୍ୟ ଉପରେ ପ୍ରକାଶ ପାଇଥାଏ ଓ ଅଧିକନ୍ତୁ ଜ୍ଵର ହିକକା, ଦନ୍ତ ବେଦନା, ଗଳାରେ ବେଦନା ଫେଣବାନ୍ତି ଅରୁଚି ମୂର୍ଚ୍ଛା ସହିତ ଶ୍ଵାସକଷ୍ଟ ଲକ୍ଷଣ ପ୍ରକାଶ ପାଇଥାଏ । +ସର୍ପଦଂଶନ କଲେ ଉପାୟ +ପ୍ରଥମେ ଦଂଶନ ସ୍ଥାନରେ ପାଞ୍ଚ ସାତବୁନ୍ଦା ଅରଖ ( ଅର୍କ) କ୍ଷୀର ପକାଇ କ୍ଷତସ୍ଥାନକୁ ଚିମୁଟି ଛୁରୀ ଦ୍ଵାରା ସେହି ସ୍ଥାନର ରକ୍ତ ବାହାର କରିଦେବ । +ପରେ କି ପ୍ରକାର ସର୍ପ ଦଂଶନ କରିଛି ରୋଗୀଠାରୁ ପଚାରି ବୁଝିବ ଏବଂ ରୋଗୀକୁ ଭୟଭୀତ କରାଇବ ନାହିଁ । +ଧଣ୍ଡ ଢମଣା, କାଣ୍ଡନେଉଳ, ଅଜଗର ଇତ୍ୟାଦି ସର୍ପର ବିଷ ନ ଥାଏ । +ଏଥିରେ ଭୟଭୀତ ହେବା ଅନୁଚିତ । +ନାଗ, ଗୋଖର, ତମ୍ପ, ବୋଡା ନାଉଡଙ୍କିଆ ଇତ୍ୟାଦି ସପଗଣର ବିଷ ରହିଥାଏ । +କିନ୍ତୁ ଏହି ବିଷର ପ୍ରଭାବ ଆଘାତ ଉପରେ ନିର୍ଭର କରିଥାଏ । +ଆକ୍ରାନ୍ତ ସ୍ଥାନ ଯେତେ ଗଭୀର ହୋଇଥାଏ ବିସକ୍ରିୟା ସେତିକି ଅଧିକ ହୋଇଥାଏ ଏବଂ ଏଥିରେ କୁହାଯାଇଥିବା ଜଙ୍ଗମ ବିଷର ଲକ୍ଷଣ ସବୁ ରୋଗୀଠାରେ ପ୍ରକାଶ ପାଇଥାଏ । +ଏହି ଲକ୍ଷଣ ସବୁ ପ୍ରକାଶ ପାଇବା ମାତ୍ରେ ରୋଗୀକୁ ବିଷ ଚିକିତ୍ସା କଚିବା ଉଚିତ୍ । +ବିଳମ୍ବ ହେଲେ ରୋଗୀର ସଂଜ୍ଞାନାଶ ବା ଚେତନାଶୂନ୍ୟ ହୋଇଥାଏ । +ଏହିପରି ସଂଜ୍ଞାନାଶ ରୋଗୀକୁ ତୁରନ୍ତ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବା ଉଚିତ୍ । +ସର୍ପ ବିଷର ସହଜ ଚିକିତ୍ସା +କଞ୍ଚା ଅର୍କ ଗଛର ମୂଳ ପାଞ୍ଚଗ୍ରାମ ସହିତ ଦୁଇଗ୍ରାମ ଟାଙ୍ଗଣ ଖଇଚୂର୍ଣ୍ଣ ଏକତ୍ର ବାଟି ଜଳରେ ଗୋଳି ସର୍ପାଘାତ ରୋଗୀକୁ ପାନ କରାଇବ । +ଏହା ଏକ ସପ୍ତାହ ପର୍ଯ୍ୟନ୍ତ ସେବନ କଲେ ସର୍ପବିଷ ଦୂର ହୁଏ । +( ଚନ୍ଦ୍ରଗ୍ରହଣ ସମୟରେ ଅର୍କ ଗଛର ମୂଳ ଆଣି ସାଇତି ରଖିବା ବିଷ ଚିକିତ୍ସା ପାଇଁ ଅଧିକ ଗୁଣକାରକ ହୋଇଥାଏ । +ଏହି ମୂଳର ମାତ୍ରା ଦୁଇଗ୍ରାମ ବ୍ୟବହାର କରିବା ଉଚିତ୍) । +ହଳଦୀ ଦାରୁହଳଦୀ, ମନଃଶିଳା, ହରିତାଳ, କୁଙ୍କୁମ, ମୁଥା, ସମଭାଗରେ ନେଇ ଶିଳରେ ବାଟି ସର୍ପାଘାତ ସ୍ଥାନରେ ପ୍ରଲେପ ଦେଇ ପଟିବାନ୍ଧି ରଖିବ । +ପ୍ରଥମେ ଅର୍କକ୍ଷୀର ଦେଇ ସେହି ସ୍ଥାନରୁ ରକ୍ତ ବାହାର କରିଥିବ । +ସର୍ପଦଂଶିତ ସଂଜ୍ଞାହୀନ ରୋଗୀକୁ ବନ୍ଧ୍ୟା କାଙ୍କଡ ଗଛର ମୂଳ ପାଞ୍ଚଗ୍ରାମ କାଞ୍ଜି ବା ଆମ୍ଭିଳା ତୋରାଣୀ ସହିତ ବାଟି ଶହେଗ୍ରାମ ଛେଳି ଦୁଧ ସହିତ ଗୋଳାଇ ନାକରେ ନସ୍ୟ ଗ୍ରହଣ କଲେ ସଂଜ୍ଞାଲାଭହୋଇଥାଏ । +ଅପରାଜିତା ମୂଳ ପାଞ୍ଚଗ୍ରାମ ସହିତ ଗୋ- ଦୁଗ୍ଧ ୩୦୦ ଗ୍ରାମ ଗୋଳାଇ ପିଇବାକୁ ଦେବ ଏବଂ ଏହାକୁ ନସ୍ୟଗ୍ରହଣ କଲେ ରୋଗୀର ଚେତନା ଫେରିଥାଏ । +ଏହିପରି ସଂଜ୍ଞାହୀନ ରୋଗୀକୁ ନିମ୍ନମୁଖ ବା ତଳମୁହାଁ କରି ମସ୍ତକରେ ବରଫ ଗସିଲେ ଅଧିକ ଉପକାର ମିଳିଥାଏ । +ଏହି କ୍ରିୟା ଏକଘଣ୍ଟା ପର୍ଯ୍ୟନ୍ତ କରାଯିବା ଉଚିତ୍ । +ଏହାଦ୍ଵାରା ବିଷ ଜ୍ଵାଳା ଶାନ୍ତ ହୋଇଥାଏ । +ଏହା ସହିତ ମନ୍ତ୍ରକ୍ରିୟା ମଧ୍ୟ ମାନସିକ ସ୍ତରରେ ପ୍ରଭାବ ପକାଇଥାଏ । +ଏହାକୁ ଆୟୁର୍ବେଦ ଶାସ୍ତ୍ରରେ ଭାଙ୍ଗୁଣୀ ବିଦ୍ୟା କୁହାଯାଇଛି । +ସେଥିପାଇଁ ଏଠାରେ ଏକବିଷ ନାଶିନୀ ମନ୍ତ୍ର ଉଲ୍ଲେଖ କରୁଛି । +ଏହା ମନ୍ତ୍ର ଜଗତ୍ ଜନନୀ ମା’ଙ୍କ ନାମରେ ପ୍ରସ୍ଫୁଟିତ ହୋଇଥିବାରୁ ଜନସାଧାରଣ ଏହାଦ୍ଵାରା ଉପକୃତ ହୋଇପାରିବେ । +ଉପରୋକ୍ତ ଜଳିକ୍ରିୟା କରି ମନ୍ତ୍ର ପାଠ କରଣୀୟ । + ବିଷନାଶିନୀ ମନ୍ତ୍ର +“ଓଁ ନମୋ ଭଗବତୀ, ସ୍ବଚ୍ଛନ୍ଦଭୈରବୀ, ମହାଭୈରବୀ, କାଳକୁଟ ବିଷ- ସ୍ଫୋଟୟ, ବିସ୍ଫାରୟ – ବିସ୍ଫାରୟ, ଖାଦୟ ଖାଦୟ, ଅବତାରୟ – ଅବତାରୟ, ନାସ୍ତିବିଷ, ହଳାହଳ ବିଷସଂଯୋଗବିଷ ସ୍ଥାବର ବିଷ – ଜଙ୍ଗମବିଷ ଅନ୍ୟୁଗ୍ର ବିଷ, କାଳଚଞ୍ଚୁ ଯାପରା ଇଷ୍ଟମନ୍ତ୍ର, ତଡକ ଘଣାୟ, ଇଥୟ- ଇଥୟ ଓଁ କାଲାୟ- ମହାକାଲାୟ, କାଚାମର୍ଦ୍ଦ ଦେବୀ, ଅମୃତ ଗର୍ଭଦେବୀ, ଓଁ ଫୁଟ୍ ଫୁଟ୍ ସ୍ଵାହାଃ” । +ଏହି ମନ୍ତ୍ର ୯ ଥର ପଢି ରୋଗୀକୁ ମସ୍ତକରୁ ଝାଡିବାକୁ ହେବ ଏବଂ ଏହା ସହିତ ଓଁ କ୍ରୁଙ୍ଗ-କ୍ରୁଙ୍ଗ- ସଁ- ସ୍ଵଃ-ହଁ-ସଃ, ଏହାଦ୍ଵାରା ରୋଗୀର ମାନସିକ ଶକ୍ତି ବୃଦ୍ଧି ପାଇଥାଏ । +କିନ୍ତୁ ଏହି ମନ୍ତ୍ର କ୍ରିୟା ଆଧ୍ୟାତ୍ମ୍ୟବାଦୀ ଓ ନିଷ୍ଠାବାନ୍ ସଦାଚାରୀ ବ୍ୟକ୍ତି ପାଠକଲେ ଉଚିତ୍ ଗୁଣକାରକ ହୋଇଥାଏ । +ଅଧିକନ୍ତୁ ଏହି ମନ୍ତ୍ର ଦ୍ଵାରା ସବୁପ୍ରକାର ବିଷ ଜ୍ଵାଳା ଶାନ୍ତ ଶୀତଳ ହୋଇଥାଏ । +ସୁସ୍ଥ ପୁରୁଷର ପରିସ୍ରା ବା ମୁତ୍ର ଏକ ବା ଦୁଇ ଗ୍ଲାସ ପାଇଲେ ସର୍ପାଘାତ ମନୁଷ୍ୟର ଝାଡା ସଫା ହୋଇ ବିଷଜ୍ଵାଳା ଶାନ୍ତ ହୋଇଥାଏ । +ଏହି ବ୍ୟବସ୍ଥା ବିଷପାନ କରିଥିବା ବ୍ୟକ୍ତିର ଝାଡା ବା ବାନ୍ତି ହୋଇ ବିଷ ବାହାରିପଡେ । +ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି – “ ନରମୂତ୍ରଙ୍ଗ ବିଷ ହରେତ୍ । +ମନୁଷ୍ୟ ବିଷପାନ କଲେ ଉପାୟ +ବିଷପାନ କରିଥିବା ବ୍ୟକ୍ତିକୁ ପ୍ରଥମେ ବାନ୍ତି କରାଇ ପେଟରୁ ବିଷ ବାହାର କରିବା ଆବଶ୍ୟକ । +ଏହି କାର୍ଯ୍ୟ ଯେତେଶୀଘ୍ର ହେବ ସେତେଶୀଘ୍ର ରୋଗୀ ଆରୋଗ୍ୟଲାଭ କରିବ । +ବମନ ବା ବାନ୍ତି କର୍ମ ପାଇଁ ନିମ୍ନଲିଖିତ ଯେକୌଣସି ଉପାୟ ଅବଲମ୍ବନ କରିବା ଉଚିତ୍ । +କଂସାପାତ୍ରରେ ତେନ୍ତୁଳି ରସକୁ ରଖି ମଦନଫଳ ବା ତମ୍ବା ମୁଦ୍ରାରେଘର୍ଷଣ କରି ପିଆଇଲେ ବାନ୍ତି ହୋଇଥାଏ । +ଗାଈଘିଅକୁ ଉଷୁମ କରି ଶହେଗ୍ରାମ ମାତ୍ରାରେ ପିଆଇଲେ ତତକ୍ଷଣାତ୍ ବାନ୍ତି ହୋଇଥାଏ । +ଘଟାସ୍ ପାଣି ପିଆଇଲେ ବାନ୍ତି ହୋଇଥାଏ । +ଏହି କ୍ରିୟା ନର୍ତ୍ତମାନ ଆଧୁନିକ ଚିକିତ୍ସାବିଜ୍ଞାନୀ କରୁଛନ୍ତି । +ଅରଖପତ୍ର ରସ ଶହେଗ୍ରାମ ସହିତ ଦୁଇଶହ ଗ୍ରାମ ଜଳମିଶାଇ ପିଆଇଲେ ବାନ୍ତି ହୋଇଥାଏ । +ବଟା ହଳଦୀ ପଚାଶଗ୍ରାମ ପାଣିରେ ଗୋଳି ପିଆଇଲେ ବାନ୍ତିହୋଇ ବିଷ ବାହାରି ପଡେ । +ଥରେ ବାନ୍ତି ହେଲେ ପୁଣି ପିଇବାକୁ ଦେବେ । +ଏହିପରି ବାରମ୍ବାର ତିନିଚାରିଥର ପିଆଇଲେ ରୋଗୀ ଆରୋଗ୍ୟ ହୋଇଥାଏ । +ଏହିସବୁ ବ୍ୟବସ୍ଥା ଦ୍ଵାରା ବାନ୍ତି କରାଇ ରୋଗୀର ଅବସ୍ଥା ଓ ଲକ୍ଷଣକୁ ଦେଖି ରୋଗୀ ସୁସ୍ଥ ଥିଲେ କ୍ଷୀର ସହିତ ଘୃତ ମିଶାଇ ପାନ କରାଇବ । +ନଚେତ ତୁରନ୍ତ ବଡ ଡାକ୍ତରଖାନାକୁ ପଠାଇବା ଉଚିତ୍ । +ଶିଙ୍ଗି – ମାଗୁର ମାଛ, କଙ୍କଡା ବିଛା ଓ ବିଛା ଦଂଶନ କଲେ ଉପାୟ +ଗାଈଘିଅ ସହିତ ଅଳ୍ପ ଲୁଣ ମିଶାଇ ଗରମ କରି ଦଂଶନ ସ୍ଥାନରେ ପ୍ରଲେପ ଦେଲେ ଯନ୍ତ୍ରଣା ଆଶୁ ଆରୋଗ୍ୟ ହୁଏ । +ଅକାନବିନ୍ଧି ପତ୍ରରସ କ୍ଷତ ସ୍ଥାନରେ ପ୍ରଲେପ ଦେଲେ ଶୀଘ୍ର ଯନ୍ତ୍ରଣା ଲାଘବ ହୋଇଥାଏ । +ମହୁ ଦଶଗ୍ରାମ, କର୍ପୁର ଏକଗ୍ରାମ, ସିନ୍ଦୁର ଏକଗ୍ରାମ, ଘିଅ ପାଞ୍ଚଗ୍ରାମ, ଚକ୍ ଖଡି ଗୁଣ୍ଡ ପାଞ୍ଚଗ୍ରାମ ଏକତ୍ର ମର୍ଦ୍ଦନ କରି କ୍ଷତ ସ୍ଥାନରେ ପ୍ରଲେପ ଦେଲେ ଖୁବ୍ ଶୀଘ୍ର ଯନ୍ତ୍ରଣା ଦୂର ହୁଏ । +ମହୁମାଛି ଓ ବିରୁଡି ବିଷକୁ ଉପାୟ +ହିଙ୍ଗୁ, ବିଡଙ୍ଗ, ବଚ, ସୈନ୍ଧବଳବଣ, ଗଜପିପ୍ପଳୀ, ଶୁଣ୍ଠି ଅକାନବିନ୍ଧା ଅତୁସୀ, ମରିଚ, ପିପ୍ପଳୀ ପ୍ରତ୍ୟକ ସମଭାଗରେ ନେଇ ଜଳସହିତ ବାଟି ଦଶଗ୍ରାମ ମାତ୍ରାରେ ପାନ କଲେ ସବୁପ୍ରକାର କୀଟପତଙ୍ଗ ବିଷ ନଷ୍ଟ ହୋଇଥାଏ । +ଦିନକୁ ଦୁଇପାନ । +ଏହାସହିତ – ଶୁଦ୍ଧ କୋଚିଳା ମଞ୍ଜି ଚୂର୍ଣ୍ଣକୁ ଜଳ ସହିତ ମର୍ଦ୍ଦନ କରି ପ୍ରଲେପ ଦେଲେ ମହୁମାଛି ଓ ବିରୁଡି ବିଷ ନଷ୍ଟ ହୋଇଥାଏ । +ସଁବାଳୁଆ ବିଷକୁ ପ୍ରତିକାର +ସଁବାଳୁଆ ଯେଉଁସ୍ଥାନରେ ଲାଗିଥିବ ପ୍ରଥମେ ସେହି ସ୍ଥାନକୁ ଛୁରୀ ଦ୍ଵାରା ରାମ୍ପିଲେ ଲୋମସବୁ ବାହାରିଯାଏ । +ପରେ ଗଈଶ ପତ୍ରକୁ ଛେଚି ସେହି ସ୍ଥାନରେ ଘର୍ଷଣ କଲେ ଖୁବ୍ ଶୀଘ୍ର ଆରୋଗ୍ୟ ହୋଇଥାଏ । +ବିରାଡି କାମୁଡିଲେ ଉପାୟ +କନିଅର ଗଛର କଅଁଳ ପତ୍ରକୁ ବାଟି କ୍ଷତ ସ୍ଥାନରେ ପ୍ରଲେପ ଦେବ କିମ୍ବା କଲରାପତ୍ରକୁ ବାଟି କ୍ଷତସ୍ଥାନରେ ପ୍ରଲେପ ଦେଲେ ବିଷ ନଷ୍ଟ ହୋଇଥାଏ । +ଅଫିମ ବିଷକୁ ପ୍ରତିକାର +ଅଫିମ ଖାଇଥିବା ରୋଗୀକୁ ଶୋଇବାକୁ ଦେବ ନାହିଁ । +କାଠକଲମ୍ବ ପତ୍ରରସ ବା ବାଇଗଣ ପତ୍ରରସ ଏକଗ୍ଲାସ ପିଆଇଲେ ବାନ୍ତି ହୋଇ ଅଫିମ ବାହାରିପଡେ ଏବଂ ସୁସ୍ଥାଲୋକର ପରିସ୍ରା ଏକ ବା ଦୁଇଗ୍ଲାସ ପିଲାଇଲେ ଅଫିମ ବାହାରିପଡେ ଏବଂ ସୁସ୍ଥଲୋକର ପରିଶ୍ରା ଏକ ବା ଦୁଇଗ୍ଲାସ ପିଆଇଲେ ଅଫିମ ବିଷ ନଷ୍ଟ ହୁଏ । +ଶୁଣ୍ଠି ନିମ୍ବପତ୍ର ପ୍ରତ୍ୟକ ପଚିଶିଗ୍ରାମ, ଫିଟିକରି ଚୂର୍ଣ୍ଣ ପାଞ୍ଚଗ୍ରାମ ଏକତ୍ର ବାଟି ପିଆଇଲେ ଅଫିମ ବିଷ ନଷ୍ଟ ହୁଏ । +ଦୁଦୁରା ବିଷକୁ ପ୍ରତିକାର +କୌଣସି ବ୍ୟକ୍ତି ଦୁଦୁରା ମଞ୍ଜି ଖାଇଥିଲେ – ପାଞ୍ଚଗ୍ରାମ ସୈନ୍ଧବଲବଣ ଖୁଆଇବ ଏବଂ କପାପତ୍ର ଫୁଲରସ ପଚିଶିଗ୍ରାମ ସହିତ ସମାନଭାଗ ଚିନିମିଶାଇ ଖାଇଲେ ଦୁଦୁରା ବିଷ ନଷ୍ଟ ହୁଏ । +କୋଚିଳା ବିଷକୁ ପ୍ରତିକାର +କୌଣସି ବ୍ୟକ୍ତି କୋଚିଲାମଞ୍ଜି ଖିଥିଲେ - ଘିଅ, ମହୁ ଚିନି ପ୍ରତ୍ୟେକ ବାର ଗ୍ରାମ ମାତ୍ରାରେ ଏକତ୍ର ପାନ କଲେ କୋଚିଲା ବିଷ ନଷ୍ଟ ହୋଇଥାଏ ଏବଂ ତୁଲସୀପତ୍ର ରସ ଅଶ୍ଵତଥ ପତ୍ରରସ ମିଳିତ ପଚାଶଗ୍ରାମ ପାନ କଲେ କୋଚିଳା ବିଷ ନଷ୍ଟ ହୋଇଥାଏ । +ଗଞ୍ଜାଇ ଓ ଭାଗ ବିଷକୁ ପ୍ରତିକାର +କେବଳ ଲୁଣ ପକାଇ ନାଲି ଚାହା ପାନକଲେ ଗଞ୍ଜାଇଓ ଭାଙ୍ଗ ନିଶା ଶାନ୍ତ ହୋଇଥାଏ । +କାନରେ ଉଷୁମ ସୋରିଷ ତେଲ ଦୁଇବୁନ୍ଦା ପକାଇଲେ ଭାଙ୍ଗ ନିଶା ଶାନ୍ତ ହୁଏ । +ହରିଡା ଚୂର୍ଣ୍ଣ ଦଶଗ୍ରାମ କାଞ୍ଜି ବା ବାସି ତୋରାଣୀ ସହିତ ଗୋଳାଇ ପିଇଲେ ଗଞ୍ଜାଇ ନିଶା ଦୂର ହୁଏ । +ବିଛୁଆତି ଓ ବାଇଡଙ୍କ ବିଷକୁ ପ୍ରତିକାର +ବିଛୁଆତି ଓ ବାଇଡଙ୍କ ଫଳ ଦେହରେ ଲାଗି ଫୁଲିଗଲେ ଅକାନବିନ୍ଧି ପତ୍ରରସ ପ୍ରଲେପ ଦେଲେ ଆରୋଗ୍ୟ ହୁଏ ଏବଂ ଚାକୁଣ୍ଡା ପତ୍ରରସ ଲଗାଇଲେ ଆରୋଗ୍ୟ ହୋଇଥାଏ । +ମଦନିଶାକୁ ପ୍ରତିକାର +ଘିଅ ପଚିଶିଗ୍ରାମ ସହିତ ଚିନି ପଚିଶିଗ୍ରାମ ମିଶାଇ ଚାଟି ଖାଇଲେ ମତ୍ତତା ଶାନ୍ତ ହୁଏ । +ମହୁପାଣି କିମ୍ବା ଲେମ୍ବୁ ଚିନି ସରବତ୍ ପାନ କଲେ ମଦନିଶା ଶାନ୍ତ ହୁଏ । +ହଳଦୀଗୁଣ୍ଡା, ଶୁଦ୍ଧଟାଙ୍ଗଣ ଭସ୍ମ, ଶୁଦ୍ଧମୟୂରଗିରିଆ, ଜାଇପତ୍ର, ପ୍ରତ୍ୟେକ ବାରଗ୍ରାମ ଏକତ୍ର ଚୂର୍ଣ୍ଣ କରି ପିତା ତରଡା ବା ବଣଜହ୍ନି ଳତା ରସରେ ଭାବନା ଦେଇ ଦୁଇଗ୍ରାମ ମାତ୍ରାରେ ବାଟି ପ୍ରସ୍ତୁତ କରି ଖରାରେ ଶୁଖାଇ ରଖିବ । +ବିଷର ପ୍ରଭାବ ନିର୍ଣ୍ଣୟ କରି ମାତ୍ରାସ୍ଥିତ କରି ଦିନକୁ ତିନିପାନ ଖାଇବ । +ଏହାଦ୍ଵାରା ସର୍ପବିଷ ସ୍ଥାବର ଓ ଜଙ୍ଗମ ବିଷ ନଷ୍ଟ ହୋଇଥାଏ ।