From 1fd523418c142db92b1a6228c8df8489218ea2e8 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:35:40 +0530 Subject: [PATCH] Upload New File --- .../odiasahitya.com/sent_odiasahitya_galpa_37 | 71 +++++++++++++++++++ 1 file changed, 71 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_37 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_37 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_37 new file mode 100644 index 0000000..694b779 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_37 @@ -0,0 +1,71 @@ +ପୂଜା ନା ସଜା ? +ତା: ଡିସେମ୍ବର୍ ୩୦, ୨୦୧୧ +ମୂଳ ପୃଷ୍ଠା → ଗଳ୍ପ → +ଆଗରୁ ପୂଜା ସିଜନ ଆସିଲେ ମଜା ଲାଗୁଥିଲା । +ମନ ଫୁର୍ତ୍ତି ଲାଗୁଥିଲା । +ମନରେ ଆନନ୍ଦ ଆସୁଥିଲା । +ଆଜିକାଲି ପୂଜା ସିଜନ ଆସିଗଲେ କିଛି ମଜା ଲାଗୁନି, ବରଂ ସଜା ପାଇଲା ଭଳି ଲାଗୁଛି । +ଆପଣ ପଚାରିବେ ତାହା କେମନ୍ତ ? କହୁଛି । +ପ୍ରଥମେ ତ ଘର ଲୋକମାନଙ୍କ ନୂଆ ଲୁଗାପଟା କିଣିକିଣି ମୁଁ ଚନ୍ଦା ହେବା ଅବସ୍ଥାରେ । +ପୂଜାରେ ନୂଆ ଲୁଗାପଟା ହେବ- ଏ ନୀତିଟି କିଏ ଆରମ୍ଭ କରିଛନ୍ତି ମୁଁ ଜାଣିପାରିଲେ ତାଙ୍କ ତଣ୍ଟି କଣା କରି ଦିଅନ୍ତି । +ପୂଜାବେଳେ ପୁଣି ଦୋକାନୀମାନେ ନୂଆ ନୂଆ ଫେସନ୍‌ର ପୋଷାକପତ୍ରର ସମ୍ଭାର କ୍ରେତାମାନଙ୍କ ଆଗରେ ଢାଳିଦିଅନ୍ତି । +ବାସ୍‌, ମୁଁ ଚନ୍ଦା । +ମୋତେ ଆହୁରି ଚନ୍ଦା କରିବା ପାଇଁ ଏଇ ସମୟରେ ଆସି ପହଞ୍ଚି ଯାଇଛନ୍ତି ଚାନ୍ଦାବାଲାମାନେ । +ହାତରେ ସେମାନଙ୍କର ରସିଦ୍‌ ବହି । +କେତେକେ ସେତକ ବି ଆଣୁନାହାଁନ୍ତି । +କଳା ଚଷମା ଉହାଡୁ ଆପଣଙ୍କ ଔକାତ୍‌ ମାପି ଫରମାନ ଜାରି କରିଦେଉଛନ୍ତି; ଆପଣଙ୍କ ଚାନ୍ଦା ଏତିକି । +ପ୍ରତିବାଦ କଲେ ଚାନ୍ଦା ପରିମାଣ ବଢ଼ି ବଢ଼ି ଯାଏ । +ନ ଦେଲେ ଆପଣଙ୍କ ଘରର ଫୁଲକୁଣ୍ଡଗୁଡ଼ିକ ଭାଙ୍ଗିବ । +ଘର ସାମ୍ନାରେ ବୋଲୁଅ ପଡ଼ିବ । +ଆହୁରି କଣ କଣ ହୋଇପାରେ । +ତେଣୁ ଭଦ୍ରଲୋକମାନେ ଚାନ୍ଦା ଦେଇଦିଅନ୍ତି । +ମୁଁ ବି ଦେଇଦିଏ । +ଚାନ୍ଦାବାଲାମାନେ ଚାଲିଗଲା ପରେ ଆସିଯାଉଛନ୍ତି ବଖ୍‌ସିସ୍‌ ପ୍ରତ୍ୟାଶୀମାନେ । +ସେମାନେ କୁଆଡ଼େ ବର୍ଷସାରା ମୋତେ ସର୍ଭିସ୍‌ ଦେଇଛନ୍ତି । +ବର୍ଷସାରା ଏତେ ଲୋକ ମୋ ସେବାରେ ଥାଆନ୍ତି ତାହା ମୁଁ ପୂଜା ବେଳେ ହିଁ ଅନୁଭବ କରେ । +ବଖ୍‌ସିସ-ଲୋକ ନିଜ ମର୍ଜିରେ ଯାହା ଖୁସି ଦେବା କଥା । +କିନ୍ତୁ ଆଜିକାଲି ସେମିତି ଆଉ ହେଉନି । +ବିଜୁଳିବାଲା ଆସି କହନ୍ତି- ବର୍ଷସାରା ଆଜ୍ଞା ଆପଣଙ୍କ ଘରେ ଲାଇନ୍‌ ଦେଲୁ, ବଖ୍‌ସିସ୍ ଦେଲାବେଳକୁ କୋଡ଼ିଏ ଟଙ୍କା ଦେଉଛନ୍ତି । +ଅନ୍ତତଃ ପଚାଶ ଟଙ୍କା ନ ଦେଲେ ଆପଣଙ୍କ ଇଜ୍ଜତ୍‌ ରହୁଛି ନା ଆମ ଇଜ୍ଜତ୍ ରହୁଛି ! ଆପଣଙ୍କ ଇଜ୍ଜତ୍ ଆପଣ ନ ଜଗିଲେ ନାଇଁ, ଆମ ଇଜ୍ଜତ୍‌ ଆମେ ନିଶ୍ଚୟ ରକ୍ଷା କରିବୁ । +ପଚାଶ ତଳକୁ ଆମେ ବଖ୍‌ସିସ୍‌ ନବୁନି । +ବର୍ଷସାରା ଯେତେବେଳେ ଟେଲିଫୋନ୍‌ ଖରାପ ହେଲେ, ଟେଲିଫୋନ୍‌ ବାଲାଙ୍କୁ କମ୍‌ପ୍ଲାନ୍‌ ଦେଇ ଦେଇ ଥକିଯାଉ, ସେମାନଙ୍କ ଦେଖା ମିଳେନି, ପୂଜା ବେଳକୁ ସେମାନେ ଆସିଯାଆନ୍ତି ଆଉ କହନ୍ତି ମୋବାଇଲ୍‌ ହେଲା ପରେ ଆଉ ଆପଣ ଆମକୁ ଖୋଜୁନାହାନ୍ତି ଆଜ୍ଞା । +ହେଲେ ଆମ ସମ୍ପର୍କ କଣ ଏତେ ଶୀଘ୍ର ତୁଟିଯିବ ! ବଖ୍‌ସିସ୍‌ଟା ଦିଅନ୍ତୁ । + ତାପରେ ସେଲୁନବାଲା, ଧୋବା ଏପରିକି ଭୁସାମାଲ ଯେଉଁଠୁ ଆସେ ସେ ଦୋକାନର ପିଲାଟି ମଧ୍ୟ କହିଲା, ସାର୍‌ ମୋ ବଖ୍‌ସିସଟା ? +– ତୋର କି ବଖ୍‌ସିସ୍ ? +– ବାଃ ! ଆପଣଙ୍କୁ ଜିନିଷପତ୍ର ଓଜନ କରି ଦେଉଛି କିଏ ? +– ତୁ । +– ତାହେଲେ ? +– ମାନେ ? ବୁଝିପାରିଲିନି । +– ମୁଁ ଯଦି ଜିନିଷର ଓଜନ କମ ଦେଇଦେବି, ଆପଣ କଣ ବୁଝି ପାରିବେ ? ମୁଁ କହିଲି ନା । + ହେଲେ ତା ସହିତ ବଖ୍‌ସିସ୍‌ର କଣ ସମ୍ପର୍କ ? +– ସମ୍ପର୍କ ଅଛି ନା ଆଜ୍ଞା । +ଆପଣ ବଖ୍‌ସିସ୍‌ ନ ଦେଲେ ମୁଁ ସବୁବେଳେ ଆପଣଙ୍କ ଜିନିଷର ଓଜନ କମ କରି ଦେବି । +ଚିନ୍ତା କରି ଦେଖନ୍ତୁ ମୋତେ ବଖ୍‌ସିସ୍‌ ଦେଲେ ଆପଣଙ୍କ ଲାଭ । +– ତାହା କେମିତି ? +– ମୋତେ ବଖ୍‌ସିସ୍‌ ଦେଲେ ମୁଁ ଆଉ ଆପଣଙ୍କ ଜିନିଷପତ୍ରର ଓଜନ କମ୍‌ କରିବିନି । +ବରଂ ଟିକେ ଅଧିକା କରି ଦେଇଦେବି । +ବଖ୍‌ସିସ୍‌ ପର୍ବ ଅନ୍ତହୀନ ଭାବେ ଚାଲିଲା । +ତା ଭିତରେ ପୂଜା ଆସିଗଲା । +ପୂଜା ଆସିଲା ଯେ ମାଇକ୍‌ ନିର୍ଘୋସରେ ମୋର ନିଦର ସତ୍ୟାନାଶ ହୋଇଗଲା । +ଦିବାରାତ୍ର କେତେ ଗୀତ ଶୁଣିବ ମଣିଷ ! ଗୋରୀ ତୋ ଗଛର କୋଳି ଭାରି ଖଟା, ଓଢ଼ଣୀ ହଲେଇ ଦେଲି ଲୋ ଓଡ଼ିଶା ଦୋହଲି ଗଲା- ଜାତୀୟ ଗୀତ ଶୁଣି ଶୁଣି ମୋ କାନ ତାବ୍‌ଦା ହୋଇଗଲା । +ମଝିରେ ମଝିରେ କାନ ଅଇଁଠା କଲାପରି ଗୀତ ବି ବାଜୁଥିଲା । +ତାକୁ ଶୁଣି ନ-ଶୁଣିଲା ହେଲି । +ବଜାରକୁ ବାହାରିଲି ଯେ ଭିଡ଼ରେ ଅବସ୍ଥା ଖରାପ । +ଇଆଡ଼େ ସବୁ ଜିନିଷର ଦାମ ଅଧିକ । +କଣ- ନା ଆଜ୍ଞା ପୂଜା ବଜାର । +– ପୂଜା ବଜାରରେ ଭେଣ୍ଡି ଦର କାହିଁକି ବଢ଼ିବ ? +– ପୂଜା ବଜାରରେ ସମସ୍ତଙ୍କ ଭାଉ ବଢୁଛି ଆଜ୍ଞା । +ଭେଣ୍ଡିର ବଢ଼ିବନି ! ସମସ୍ତେ ଖୁସି ମେଜାଜରେ ଅଛନ୍ତି । +ଆପଣ ଆଉ ଭେଣ୍ଡି ଦର ନେଇ ଝିକ୍ଝିକ୍‌ କରନ୍ତୁନି । +ବଜାରରୁ ଘରକୁ ଫେରିଲି ଯେ, ଦେଖିଲା ବେଳକୁ ଘରେ ଅନେକ କୁଣିଆମଇତ୍ର ଆସି ପହଞ୍ଚିଯାଇଛନ୍ତି । +କଣ- ନା ପୂଜାରେ ବୁଲି ଆସିଲୁ । +ନିଅ ଏବେ ଏମାନଙ୍କ ପାଇଁ ଜଳଖିଆ ଆଣ । +ଏମାନଙ୍କ ଦିପହର ଖାଇବା ବ୍ୟବସ୍ଥା କର । +କୁଣିଆମାନେ ସବୁବେଳେ ସ୍ପେଶାଲ୍‌ କିଛି ଖାଆନ୍ତି । +ସେଥିପାଇଁ ମୋତେ ପୁଣି ବଜାର ଧାଇଁବାକୁ ପଡ଼ିଲା । +ପୂଜା ଅବସରରେ ମୋ ଘରଣୀ ଟିଭିରୁ ଯେଉଁ ରୋଷେଇ ଶିଖିଥିଲେ ତାକୁ କଲେ । +କହିଲେ, ପୂଜା ବେଳେ ନୂଆ କିଛି ଖାଇବା । +ସେ କଣ ରୋଷେଇ କରିଥିଲେ କହି ପାରିବିନି, ହେଲେ ତାକୁ ଖାଇ ମୋ ପେଟ ଗୋଳମାଳ ହୋଇଛି । +ଏବେ ମୁଁ ଘରେ ଶୋଇଛି । +ମୋ ଘର ଲୋକ ସମସ୍ତେ ପୂଜା ଦେଖିବାକୁ ଯାଇଛନ୍ତି । + ଏବେ କୁହନ୍ତୁ ପୂଜା ମଜା ନା ସଜା ? -- GitLab