From 2236bb1b5913aecf402e430dba75553b46be3c2b Mon Sep 17 00:00:00 2001 From: Nayan Ranjan Paul Date: Thu, 22 Sep 2022 15:26:30 +0530 Subject: [PATCH] Upload New File --- .../vikashpedia_health_odia70.txt | 35 +++++++++++++++++++ 1 file changed, 35 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia70.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia70.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia70.txt new file mode 100644 index 0000000..e2f8172 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia70.txt @@ -0,0 +1,35 @@ +ବହୁ ଉପକାରୀ ଲବଙ୍ଗ +ଲବଙ୍ଗ +ଲବଙ୍ଗକୁ ଅଧିକାଂଶ ଭାବେ ମସଲା ରୂପେ ବ୍ୟବହାର କରାଯାଇଥାଏ । +ପ୍ରତିଦିନ ସକାଳେ-ସଂନ୍ଧ୍ୟାରେଗୋଟିଏ ଲେଖାଏଁ ଲବଙ୍ଗ ଖାଇବାଦ୍ୱାରା ବିଭିନ୍ନ ପ୍ରକାରର ଶାରିରୀକ ସମସ୍ୟା ଦୂର ହୋଇଥାଏ । +ଏଥିରେ କ୍ୟାଲସିୟମ, ଫସଫରସ, ଆଇରନ, ସୋଡିୟମ, ପୋଟାସିୟମ ଏବଂ ଭିଟାମିନ-ସି ବହୁମାତ୍ରାରେ ଭରିରହିଥାଏ । +ଏଠାରେ ପ୍ରତିଦିନ ଲବଙ୍ଗ ଖାଇବାଦ୍ୱାରା ହେଉଥିବା ୮ଟି ଫାଇଦା ସମ୍ପର୍କରେ ଆର୍ୟୁବେଦ ବିଶେଷଜ୍ଞ ଡା. ମଧୁସୂଦନ ଦେଶପାଣ୍ଡେ ମତ ଦେଇଛନ୍ତି । +ଲବଙ୍ଗ ଗଛର ଶୁଖିଲା କଢ଼କୁ ସାଧାରଣତଃ ଲବଙ୍ଗ କୁହାଯାଏ । +ଲବଙ୍ଗ ମୂଳତଃ ଇଣ୍ଡୋନେସିଆରୁ ଆସିଛି । +ଲବଙ୍ଗ ଗୋଟିଏ ଚିରହରିତ୍‌ ଗଛ ଅଟେ ଓ ୮-୧୨ ମି. ପର୍ଯ୍ୟନ୍ତ ବଢ଼ିଥାଏ । +ଖିଆଯାଉଥିବା ଅଂଶଟି ହେଉଛି ଶୁଖିଲା କଢ଼ । +ଇଣ୍ଡୋନେସିଆ, ଜାଞ୍ଜିବର, ମାଡାଗାସ୍କାର୍‌, ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କାରେ ଲବଙ୍ଗ ଚାଷ କରାଯାଏ । +ଓରାଲ ହେଲଥ : +ଲବଙ୍ଗରେ ଆଣ୍ଟିଇମ୍ଫେ୍ଲମେଟରୀ ଗୁଣ ରହିଥାଏ । +ପ୍ରତିଦିନ ଗୋଟିଏ ଲବଙ୍ଗ ଖାଇବାଦ୍ୱାରା ମୁହଁରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ । +ଏହାଦ୍ୱାରା ଦାନ୍ତ ମାଢିରେ ହେଉଥିବା ସମସ୍ୟା ଏବଂ ଦାନ୍ତ ବ୍ୟଥା ଭଳି ସମସ୍ୟାରୁ ଉପଶମ ମିଳିଥାଏ । +ସାଇନସ: +ଲବଙ୍ଗରେ ଇଜେନାଲ ନାମକ ତତ୍ତ୍ୱ ମିଳିଥାଏ । +ଏହି ତତ୍ତ ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ । +ଏହା ସାଇନସ ସମସ୍ୟାକୁ ନିୟନ୍ତ୍ରଣ ରଖେ । +ପାଚନକ୍ରିୟା: +ପ୍ରତିଦିନ ସକାଳେ-ସଂନ୍ଧ୍ୟାରେ ଖାଇବାପୂର୍ବରୁ ଗୋଟିଏ ଲବଙ୍ଗ ଖା’ନ୍ତୁ । +ଏହାଦ୍ୱାରା ପାଚନକ୍ରିୟା ସକ୍ରିୟ ହୋଇଥାଏ । +ପେଟ ବ୍ୟଥା: +ଲବଙ୍ଗରେ ଆଣ୍ଟିଇମ୍ଫେ୍ଲମେଟରୀ ଭାଗ ରହିିଥାଏ । +ଏହାଦ୍ୱାରା ପେଟଜନିତ ରୋଗ ସଂକ୍ରମଣ ଦୂର ହୋଇଥାଏ ଏବଂ ପେଟ ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ । +ସୁସ୍ଥ ତ୍ୱଚା: ଏହା ତ୍ୱଚା ପାଇଂ ଖୁବ୍ ଲାଭଦାୟୀ ଅଟେ । +ପ୍ରତିଦିନ ଗୋଟିଏ ଲବଙ୍ଗ ଖାଇବାଦ୍ୱାରା ଶରୀରରେ ମହଜୁଦ ଥିବା ଟକ୍ସିନ ନିର୍ଗତ ହୁଏ । + ଏହାଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ ଏବଂ ଏହାସହିତ ତ୍ୱଚା ମଧ୍ୟ ସୁସ୍ଥ ରହୋ +ମାଂସପେଶୀ ବ୍ୟଥା: ପ୍ରତିଦିନ ଲବଙ୍ଗ ଖାଇବାଦ୍ୱାରା ମାଂସପେଶୀ ଶିଥିଳ ହୋଇଥାଏ । +ଏହାଦ୍ୱାରା ମାଂସପେଶୀରେ ହେଉଥିବା ବ୍ୟଥା ଦୂର ହୋଇଥାଏ । +ରୋଗରୁ ମୁକ୍ତି: ଲବଙ୍ଗରେ ଭିଟାମିନ-ଇ, ଭିଟାମିନ-କେ ଏବଂ ମ୍ୟାଗ୍ନେସିୟମ ପର୍ଯ୍ୟାପ୍ତ ପରିମାଣରେ ଭରି ରହିଥାଏ । +ଏହାକୁ ସବୁବେଳେ ଖାଇବାଦ୍ୱାରା ରୋଗ ପ୍ରତିରୋଧ କ୍ଷମତା ବଢିଥାଏ । +ଏହାଦ୍ୱାରା ଥଣ୍ଡା-ଜ୍ୱର ଭଳି ରୋଗରୁ ଲଢିବାପାଇଁ ଶକ୍ତି ମିଳିଥାଏ । +ଏସିଡିଟି: ପ୍ରତିଦିନ ଗୋଟିଏ ଲବଙ୍ଗ ଖାଇବାଦ୍ୱାରା ପାଚନକ୍ରିୟା ଉତ୍ତମରୂପେ ହୋଇଥାଏ । +ଏଥିରୁ ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ । -- GitLab