diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia221.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia221.txt new file mode 100644 index 0000000000000000000000000000000000000000..89e648a387f42a1e54704f5e7c69cc10f81b6671 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia221.txt @@ -0,0 +1,20 @@ +ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା (RSBY) +ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟତା +ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ସରକାରଙ୍କର ଦାରିଦ୍ର ସୀମାରେଖା ତଳେ ଥିବା (BPL) ଏବଂ ଅଣସଂଗଠିତ ଶ୍ରମିକ ମାନଙ୍କର ପରିବାର ପାଇଁ ଏକ ସ୍ୱାସ୍ଥ୍ୟ ବୀମା ଯୋଜନା । +୨୦୧୩ -୧୪ ମସିହାରେ BPL ପରିବାର ସମେତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (MGNREGA) ଶ୍ରମିକ ଓ ପଞ୍ଜୀକୃତ କୋଠାବାଡି ନିର୍ମାଣ ଶ୍ରମିକ (OB&OCW) ମାନଙ୍କୁ ଏହି ଯୋଜନାରେ ୬୪ KBRSBY Smart Card ଦିଆଯାଉଛି । +ଏହି ଯୋଜନାରେ ପଞ୍ଜୀକୃତ ପରିବାରର ୫ଜଣ ସଦସ୍ୟଙ୍କୁ ବାର୍ଷିକ ୩୦,୦୦୦ ଟଙ୍କାର ଚିକିସ୍ଛା ସୁବିଧା ପାନେଲଭୁକ୍ତ ୪୨୩ ଗୋଟି ସରକାରୀ ଓ ୧୫୮ ଗୋଟି ବେସରକାରୀ ଚିକିସ୍ଛାଳୟରେ ମିଳୁଅଛି । +ଏହାଛଡା RSBY ଯୋଜନାରେ ପଞ୍ଜୀକୃତ ପରିବାରଙ୍କୁ ବିଜୁ କୃଷକ କଲ୍ୟାଣ ଯୋଜନା (BKKY Stream – II) ମାଧ୍ୟମରେ ଦୂରାରୋଗ୍ୟ ବ୍ୟାଧି (critical care disease) ପାଇଁ ମଧ୍ୟ ବାର୍ଷିକ ଆଉ ୭୦,୦୦୦ ଟଙ୍କା ଏହିଭଳି ମୋଟ ୧,୦୦,୦୦୦ ଟଙ୍କାର ଚିକିସ୍ଛା ସୁବିଧା ମିଳିବାର ବ୍ୟବସ୍ଥା ରହିଛି । +ରାଜ୍ୟର ସମସ୍ତ ୩୦ଗୋଟି ଜିଲ୍ଲାରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ମଢ ରେ RSBY ହିତାଧିକାରୀ ପରିବାର ଆଉ ୩୦,୦୦୦ ଟଙ୍କା ର ଚିକିସ୍ଛାଳୟ ସୁବିଧା ପାଇପାରିବେ । +ପ୍ୟାନେଲଭୁକ୍ତ ଚିକିସ୍ଛାଳୟ ଏହି ଯୋଜନାର ହିତାଧିକାରୀଙ୍କୁ କୌଣସି ଖଚ କରିବାକୁ ପଡେନାହଁ । +ଚିକିସ୍ଛାଳୟ ହିତାଧିକାରୀଙ୍କର ଚିକିସ୍ଛା ବାବଦକୁ ସମସ୍ତ ଦେୟ ତାଙ୍କର RSBY Smart Card ରୁ କାଟି ରଖିଥାନ୍ତି ଓ ଯାତାୟତ ଖଚ ବାବଦକୁ ଥରକୁ ୧୦୦ ଟଙ୍କା ପ୍ରଦାନ କରିଥାନ୍ତି । +ପଞିକୃତ ପରିବାର RSBY Smart Card କୁ ବ୍ୟବହାର କରି ନିମ୍ନ ଲିଖିତ ପ୍ୟାନେଲଭୁକ୍ତ ଚିକିସ୍ଛାଳୟରେ ମାଗଣାରେ ଚିକିସ୍ଛା ସୁବିଧା ହାସଲ କରନ୍ତୁ । +ସ୍ମାର୍ଟ କାର୍ଡ +ଏହା ହେଉଛି ଏକ ବାୟୋମେଟ୍ରିକ କାର୍ଡ, ଯାହା ବିମଧାରୀଙ୍କୁ ଦିଆଯିବ । +ଏଥିରେ ବିମଧାରୀଙ୍କ ସମସ୍ତ ବିବରଣୀ ତଥା ତାଙ୍କର ଆଙ୍ଗୁଠିଚିହ୍ନର ଛାପ ମଧ୍ୟ ସଂରକ୍ଷିତ ହୋଇରହିଥାଏ । +ବିମଧାରୀଙ୍କୁ ଏହି ଯୋଜନା ମାଧ୍ୟମରେ ପାଇବା ପାଇଁ କାର୍ଡଟିକୁ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖାଇବାକୁ ପଡିବ । +କାର୍ଡ କୌଣସି କାରଣରୁ ଖରାପ ହୋଇଯାଇଥିଲେ, ଆପଣ ଜିଲ୍ଲା କାର୍ଯାଳୟ ପାଖରେ ଟ.୬୦/- ପଇଠ କରାଇ ନୂଆ କାର୍ଡ ପାଇପାରିବେ । +ଯଦି କାର୍ଡରେ ସଂରକ୍ଷିତ ବିବରଣୀ ଯଥା-ନାମ ଓ ବୟସ ଇତ୍ୟାଦିରେ କୌଣସି ପରିବର୍ତନ କିମ୍ବା ପରିବାରର ସଦସ୍ୟଙ୍କ ନାମ କାର୍ଡରେ ଦେବା ଆବଶ୍ୟକ ହୋଇଥାଏ, ତେବେ ସେହି କ୍ଷେତ୍ରରେ ବିମଧାରୀ ଜିଲ୍ଲା କିଓସ୍କଙ୍କ ସହ ସମ୍ପର୍କ କରି ଏହି ସୁବିଧା ସହଜରେ ପାଇପାରିବେ । +ଯୋଜନରୁ ଫାଇଦା ପାଇବା ପାଇଁ ଉପାୟମାନ +ଏହି ଯୋଜନାରେ ଫାଇଦା ପାଇବା ପାଇଁ ବିମଧାରୀଙ୍କୁ ନିମ୍ନଲିଖିତ କାର୍ଯ୍ୟଗୁଡିକ କରିବାକୁ ପଡିଥାଏ । +ଯୋଜନା ଅନ୍ତର୍ଗତ କାର୍ଡକୁ ପଞ୍ଜୀକୃତ ସରକାରୀ ଏବଂ ବେସରକାରୀ ସ୍ଵାସ୍ଥକେନ୍ଦ୍ରରେ ଦେଖାଇବା । +ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ଦ୍ଵାରା ଦାବି କରାଯାଉଥିବା ଧନରାଶି ପାଇଁ କାର୍ଡକୁ ସ୍ବାଇପ୍ କରାଯିବ (କାର୍ଡରେ ଖର୍ଚ୍ଚ ପରିମାଣ ଧନରାଶି ସମ୍ବନ୍ଧିତ ଅଙ୍କମାନ ରହିଥାଏ ), ଏହି ଧାନରାଶିକୁ କାର୍ଡରେ ସଂରକ୍ଷିତ ସର୍ବମୋଟ / ଧନରାଶି ପରିମାନରୁ କଟା ଯାଇଥାଏ ।