diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia66.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia66.txt new file mode 100644 index 0000000000000000000000000000000000000000..a01b8c13ecdd50ff1159313f00da6a20736782a7 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia66.txt @@ -0,0 +1,60 @@ +ପୌରୁଷହାନି +ଉପକ୍ରମ +ସାଧାରଣତଃ ପୁରୁଷମାନଙ୍କ କ୍ଷେତ୍ରରେ ଏଭଳି କିଛି ଯୋଗ ଅଛି ଯାହା ସଂକ୍ରମିତ ହେଲେ ରୋଗୀର ମାନସିକ ଅଶାନ୍ତି ବଢିଯାଇଥାଏ । +ସେଥିମଧ୍ୟରୁ ଶୁକ୍ର ତାରଲ୍ୟ ତଥା ଧ୍ଵଜଭଙ୍ଗ ଭଳି ଯୌନରୋଗ ଦେଖାଦେଇ ସଂପୂର୍ଣ୍ଣ ରୂପେ ପୁରୁଷତ୍ତ୍ଵହାନି ଘଟାଇଥାଏ । +କାରଣ +ଏହି ରୋଗ ପାଇଁ ରୋଗୀ ନିଜେ ଦାୟୀ ହୋଇଥିଲେ ହେଁ ନିଜର ସଚେତନତା ଗୁଣର ଅଭାବ ଓ କେତେକ ଉତ୍ତେଜକ ପଦାର୍ଥ ସେବନ ହେତୁ ଏହି ରୋଗରେ ଆକ୍ରାନ୍ତ ହୋଇଥାଏ । +ଭାରତରେ ଏହି ରୋଗ ସଂପର୍କରେ ହୋଇଥିବା ଏକ ପରି ସଂଖ୍ୟାନରୁ ଜଣାଯାଇଛି ଯେ ପ୍ରାୟ ନବେ ପ୍ରତିଶତ ପୁରୁଷ ଏହି ଉୟାନକ ଯୌନରୋଗରେ ଆକ୍ରାନ୍ତ ହେଉଛନ୍ତି । +ଏହି ରୋଗରେ ପୁରୁଷ ତା’ର ସ୍ତ୍ରୀ ସହିତ ସହବାସ ବେଳେ ବ୍ୟତିକ୍ରମ ଅନୁଭବ କରେ ଓ ନିଜେ ଲଜ୍ଜିତ ହୋଇ ଭୟରେ ଏହାକୁ କାହା ଆଗରେ ପ୍ରକାଶ କରିପାରେ ନାହିଁ । +ଲକ୍ଷଣ +ଏହି ରୋଗର ମୁଖ୍ୟ ଲକ୍ଷଣ ହେଲା – ପୁରୁଷର ବୋଲି ପ୍ରମାଣିତ ହୁଏ । +ଇଂରାଜୀରେ ଏହାକୁ Impotency କୁହାଯାଏ । +ଏହି ରୋଗରେ ମୁଖ୍ୟ କାରଣଗୁଡିକ ହେଲା – ଅପ୍ରାପ୍ତ ବୟସରୁ ହସ୍ତମୈଥୁନ ଆଚରଣ କିମ୍ବା କୃତ୍ରିମ ଯୌନ ସମ୍ଭୋଗ କିମ୍ବା ବୈବାହିକ ଜୀବନରେ ମାତ୍ରାଧିକ ମୈଥୁନ ଦ୍ଵାରା ଏହି ଯୌନ ରୋଗର ସୃଷ୍ଟି ହୋଇଥାଏ । +ନିରାକରଣ +ଏପରିକି ଶାରୀରିକ ଗଠନ ସହିତ ଆଚାର ବ୍ୟବହାରରେ ମଧ୍ୟ ଯଥେଷ୍ଟ ପରିବର୍ତ୍ତନ ଘଟିଥାଏ । +କୈଶୋର ଅବସ୍ଥାରେ ଏହି ବିକାଶ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ବୀର୍ଯ୍ୟଧାତୁର ବୃଦ୍ଧି ହେବା ସହିତ ଅଗ୍ନିର ବଳ ବୃଦ୍ଧି ହୋଇଥାଏ । +ଫଳରେ ଯେଉଁ ପ୍ରକାର ଖାଦ୍ୟଖାଇଲେ ମଧ୍ୟ ତାହା ସହଜରେ ହଜମ ହୋଇ ସେଥିରୁ ପର୍ଯ୍ୟାଯକ୍ରମେ ରସ - ରକ୍ତ ମାଂସ – ମେଦ - ଅସ୍ଥି - ମଜ୍ଜା ଓ ଶୁକ୍ର ଉତ୍ପନ୍ନ ହୋଇଥାଏ । +ଆମେ ନିୟମିତ ଖାଉଥିବା ଆହାର ଏକମାସ ପରେ ଶୁକ୍ରରେ ପରିଣତ ହୋଇଥାଏ । +ଏହିପରି କିଶୋରଗଣ ଯୌବନପ୍ରାପ୍ତ ହୋଇଥାନ୍ତି । +ଏହି ସମୟରେ ଶରୀରର ଉଗ୍ରତା, ମାଂସପେଶୀ ବୃଦ୍ଧି ହୋଇ ସର୍ବାଙ୍ଗରେ ଦ୍ରୁତ ଅଭିବୃଦ୍ଧି ଘଟିଥାଏ । +ପୁରୁଷର ଷୋଳବର୍ଷଠାରୁ ନାରୀ ସମ୍ଭାନ୍ଧୀୟ ବିଭିନ୍ନ ପରିକଳ୍ପନା ମନରେ ଜାଗ୍ରତ ହୋଇଥାଏ । +ଏହି ସମୟରେ ପୁରୁଷ ନିଜକୁ ସଂଞ୍ଜମ ଆଚରଣ କରିବା ସର୍ବାଦୌ କର୍ତ୍ତବ୍ୟ । +ଗଭୀର ଅଧ୍ୟୟନରେ ହେଉ କିମ୍ବା ଯେକୌଣସି କର୍ମକ୍ଷେତ୍ରରେ ହେଉ ନିଜକୁ ସଂପୂର୍ଣ୍ଣ ନିୟୋଜନ କରିବା ଉଚିତ୍ । +ଏହି କିଶୋର ଅବସ୍ଥାରୁ ଯଦି କେହି ଦାୟିତ୍ଵମୁକ୍ତ ବା ଚିନ୍ତାମୁକ୍ତ ହୋଇ ମନରେ ସର୍ବଦା ନାରୀପ୍ରେମର ପରିକଳ୍ପନା କରି ଟିଭି, ଅଶ୍ଳୀଳ ଚଳଚ୍ଚିତ୍ର, ଉପନ୍ୟାସ ଓ ପ୍ରତିକାର ନଗ୍ନଚିତ୍ରର ଦର୍ଶନ, ପଠନ ଓ ଶ୍ରବଣ କାର୍ଯ୍ୟରେ ଲାଗିରହେ ତେବେ ତା'ର ଯୌବନର ଅପଚୟ ହୋଇ ସ୍ମୃତିଭ୍ରଂଶ ଓ ବୁଦ୍ଧିନାଶ ହୋଇଥାଏ । +ଯଥା – ନିଦ୍ରାବସ୍ଥାରେ ସ୍ଵପ୍ନଦୋଷ ହୋଇଥାଏ ଏବଂ ହସ୍ତମୈଥୁନ ପ୍ରତି ଇଚ୍ଛା ପ୍ରକଟ କରେ । +ଏହିସବୁ କୁଅଭ୍ୟାସ ଦ୍ଵାରା ଶରୀର ବୃଦ୍ଧିପ୍ରାପ୍ତ ହେବା ପରିବର୍ତ୍ତେ କ୍ଷୟପ୍ରାପ୍ତ ହୋଇଥାଏ । +ଯାହାଦ୍ୱାରା ବ୍ୟକ୍ତି ଶରୀର ଦୁର୍ବଳ, ନିସ୍ତେଜ ଓ କ୍ଷୀଣ ଦେଖାଯାଏ । +ଖାଦ୍ୟ ପରିପାକରେ ବାଧା ସୃଷ୍ଟିହୋଇ, ନିଦ୍ରାହୀନତା, କୋଷ୍ଠବଦ୍ଧତା, ମସ୍ତିଷ୍କ ବୁର୍ବଳତା ଦେଖାଦେଇ ଚକ୍ଷୁ କୋଟାରାଗତ ହୋଇ ଅକାଳ ବାର୍ଦ୍ଧକ୍ୟ ଗ୍ରାସ କରିଥାଏ । +ଏହାଦ୍ଵାରା ପୁରୁଷର ବୈବାହିକ ଜୀବନ ହା ହତାସମୟ ହୋଇଉଠେ । +ଶୁକ୍ର ତାରଲ୍ୟ ହୋଇ ଧ୍ଵଜଭଙ୍ଗ ରୋଗର ଶିକାର ହୁଏ । +ଏହାଦ୍ଵାରା ରୋଗୀଠାରେ ଆହୁରି ଅନେକ ଲକ୍ଷଣ ପ୍ରକାଶ ପାଏ । +ଏହିପରି ଯୌନରୋଗରେ ପୀଡିତ ହୋଇଥିବା ବ୍ୟକ୍ତିର ଲିଙ୍ଗମୂଳ ପତଳା ହୋଇଥାଏ । +ଏଥିପାଇଁ ସମ୍ଭୋଗ ସମୟରେ ପୂର୍ଣ୍ଣ ଉତ୍ତେଜନା ଆସେନାହିଁ ଓ ଶୀଥିଲତା ପ୍ରକାଶ ପାଏ । +ଲିଙ୍ଗ ଉପରେ ଥିବା ନାଡିଗୁଡିକ ସ୍ପଷ୍ଟ ରୂପେ ଦୃଶ୍ୟ ହୁଅନ୍ତି ଓ ସେଗୁଡିକ ନୀଳବର୍ଣ୍ଣ ଧାରଣ କରିଥାଏ ଏବଂ ଲିଙ୍ଗା କ୍ରମଶଃ ଦୁର୍ବଳ ହୋଇ ବାମ କିମ୍ବା ଦକ୍ଷିଣକୁ ବକ୍ର ହୋଇଯାଏ । +ଲିଙ୍ଗେଦ୍ରିୟକୁ ରକ୍ତ ପ୍ରବାଦ କମ୍ ମାତ୍ରାରେ ହୁଏ । +ଫଳରେ ଲିଙ୍ଗର ପୂର୍ଣ୍ଣ ଉତ୍ଥାନ ଣ ହୋଇ ଶୀଘ୍ରପତନ ଘଟିଥାଏ । +ସୁକରା କୋଷରେ ଶୁକ୍ରଧାତୁର ଅଭାବ ହୋଇ ଶୀଘ୍ରପତନ ଘଟେ, ଫଳରେ ବେଶୀ ସହବାସ କରିବାକୁ ଇଚ୍ଛା ହୁଏ । +ସ୍ତ୍ରୀ ଦର୍ଶନ ଓ ସ୍ପର୍ଶ ମାତ୍ରକେ ଶୁକ୍ରପତନ ହୁଏ ଓ ପରିସ୍ରାଦ୍ଵାରା ଧାତୁ କ୍ଷୟ ହୋଇ ପ୍ରମେହ ରୋଗ ଆକ୍ରମଣ କରେ । +ଏହାଦ୍ଵାରା ଲିଙ୍ଗ ଆକୃତି କ୍ରମଶଃ କ୍ଷୁଦ୍ର ହୋଇ ମୋଟା କମିଆସେ ଓ ଲିଙ୍ଗା ଦୁର୍ବଳ ହୋଇଯାଏ । +ପୁଷଶ୍ଚ ଲିଙ୍ଗରେ ଓ ବାହ୍ୟ ନଳୀର ଶିହରଣ ବଢିଯାଏ । +ଏହାଦ୍ଵାରା ପ୍ରଥମେ ସ୍ଵପ୍ନଦୋଷ ଆରମ୍ଭ ହୁଏ ଓ ପରେ ଧାତୁ କ୍ଷୀଣ ହୋଇ ପରିସ୍ରା ଓ ଝାଡାରେ ଧାତୁ କ୍ଷୟ ହୁଏ । +ଏହାପରି ଶୁକ୍ର ତାରଲ୍ୟରୁ ଧ୍ଵଜଭଙ୍ଗ ଭଳି ଭୟାନକ ଯୌନରୋଗ ସୃଷ୍ଟି ହୋଇଥାଏ ଏବଂ ହୋଇ ପରିସ୍ରା ଓ ଝାଡାରେ ଧାତୁ କ୍ଷୟ ହୁଏ । +ଏହିପରି ଶୁକ୍ର ତାରଲ୍ୟରୁ ଧ୍ଵଜଭଙ୍ଗଭଳି ଭୟାନକ ଯୌନରୋଗ ସୃଷ୍ଟି ହୋଇଥାଏ ଏବଂ ଜୀର୍ଣ୍ଣଶକ୍ତି କ୍ଷୀଣ ହୋଇ ପେଟରେ ଗ୍ୟାସ ସୃଷ୍ଟି ହୁଏ, ଅଣ୍ଡକୋଷ ଓହଳିପଡେ । +ଏହାଦ୍ଵାରା ବାର୍ଯ୍ୟ ଉତ୍ପାଦନ ବନ୍ଦ ହୋଇଥାଏ, ଫଳରେ ଧୀରେ ଧୀରେ ପୁରୁଷ ନପୁଂସକ ପାଲଟିଯାଏ । +ଏହାକୁ ହିଁ ପୁରୁଷତ୍ଵହାନି ରୋଗ କୁହାଯାଏ । +ଚିକିତ୍ସକଙ୍କ ସହ ପରାମର୍ଶ +ଏହିପରି ରୋଗୀ ଏହିସବୁ ଲକ୍ଷଣ ଜାଣିପାରିଲେ ତୁରନ୍ତ ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକଙ୍କ ସହ ପରାମର୍ଶ କରି ଔଷଧ ସେବନ କରିବା ଆବଶ୍ୟକ । +ଏତଦ୍ ବ୍ୟତୀତ, ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି କେତୋଟି ନୀତି – ଉପଦେଶ ମାନି ଚାଲିବା ଉଚିତ୍ । +ଯଥା - ସହବାସ ବା ମୈଥୁନ ଚିନ୍ତାରୁ ସର୍ବଦା ଦୂରେଇ ରହିବା ଉଚିତ୍ । +ବିବାହିତା ହୋଇଥିଲେ ସପ୍ତାହରେ ଥରେ ସହବାସ କରିବା ଉଚିତ୍ । +ସହବାସ ଶକ୍ତି ଫେରାଇ ଆଣିବା ପାଇଁ ସଂଞ୍ଜମ ଓ ବ୍ରହ୍ମଚର୍ଯ୍ୟ ପାଳନ କରିବା ଏକାନ୍ତ ଆବଶ୍ୟକ । +ପଞ୍ଚାଜ୍ଞାନନ୍ଦ୍ରିୟ, ପଞ୍ଚକର୍ମେନ୍ଦ୍ରିୟ ଓ ମନକୁ ସର୍ବଦା ଭଗବତ୍ ପଦାରବିନ୍ଦ୍ରରେ ସମର୍ପଣ କରି ଈଶ୍ଵରଙ୍କୁ ପ୍ରାର୍ଥନା କରିବା ଉଚିତ୍ । +ଭୋଜନ ପରେ ଓ ଋତୁକାଳରେ ସମ୍ଭୋଗ କରିବା ବେଶ୍ୟା ତଥା ବହୁପୁରୁଷ ଭାଗ୍ୟ ନାରୀ ମାଙ୍କଠାରୁ ସର୍ବଦା ଦୂରେଇ ରହିବା ଆବଶ୍ୟକ । +ଏହାଦ୍ଵାରା ଟନ- ମନ -ଧାନ ତିନୋଟି ବିଷୟ କ୍ଷୟ ହୋଇଥାଏ । +ସର୍ବଦା କୁସଙ୍ଗ ବର୍ଜନ କରି ମନକୁ ପ୍ରଫୁଲ୍ଲ ଓ ସାନ୍ତ ରଖିବା ଉଚିତ୍ । +ଇନ୍ଦ୍ରିୟକୁ ଧୋଇ ପରିଷ୍କାର କରି ଶୟନ କକ୍ଷକୁ ଯିବା ଉଚିତ୍ । +ମଳମୂତ୍ରର ବେଗ ରୋଧ କରିବା ଉଚିତ୍ ନୁହେଁ । +ଅଶ୍ଳୀଳତା ଓ ଅଷ୍ଟାଙ୍ଗ ମୈଥନ ଠାରୁ ସର୍ବଦା ଦୂରେଇ ରହିବା ଉଚିତ୍ । +ଶୁକ୍ର ତରଲ୍ୟୁର ସୃଷ୍ଟି ହେଉଥିବା ଧ୍ଵଜଭଙ୍ଗ ଏକ ମାରାତ୍ମକ ପୁରୁଷତ୍ଵହାନି ଯୌନରୋଗ । +ଏହା ପ୍ରତି ପ୍ରତ୍ୟେକ ପୁରୁଷ ସତର୍କ ରହିବା ସହିତ ଆୟୁର୍ବେଦ ଚିକିତ୍ସାରେ ବର୍ଣ୍ଣିତ ନିୟମ ଆଚରଣ ମାନି ଚାଲିଲେ ଶୁକ୍ର ଅପବ୍ୟୟାରୁ ମୁକ୍ତ ହୋଇ ଶୁକ୍ର ସଞ୍ଚୟ ହୁଏ ଓ ଶୁକ୍ର ଗାଢ ହୋଇ ଶୁକ୍ରକୀଟ ବଳବାନ ହୁଏ । +ଫଳରେ କ୍ଷୁଧା ବୃଦ୍ଧିହୋଇ ଖାଦ୍ୟା ଯଥାରୀତି ହଜମ ହୁଏ ଏବଂ ସପ୍ତଧାତୁର ପରିପୁଷ୍ଟି ହୋଇ ଶରୀରରେ ବଳବୀର୍ଯ୍ୟ ତେଜକାନ୍ତି ପ୍ରସ୍ଫୁଟିତ ହୋଇଥାଏ ।