diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia217.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia217.txt new file mode 100644 index 0000000000000000000000000000000000000000..c3b787a61c700fd0990d65235c0d4652a3ec09f4 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia217.txt @@ -0,0 +1,65 @@ +ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ +ଉପକ୍ରମ +ଯେହେତୁ ଭାରତ ସତତ ବିକାଶ ଲକ୍ଷ ଦିଗରେ ଅଗ୍ରସର ହେଉଛି ଏବଂ ପଶ୍ଚାତ ୨୦୧୫ ଉପରେ ଦୃଷ୍ଟି ନିବଦ୍ଧ କରିଛି, ମାତୃ ମୃତ୍ୟୁ ହାର କମ କରିବା ଏହାର ଏକ ବିଶେଷ ଅଙ୍ଗ ଭାବେ ଉଭା ହୋଇଛି । +ପ୍ରତ୍ୟେକ ଗର୍ଭ ବିଶିଷ୍ଟ ଏବଂ ପ୍ରତ୍ୟେକ ଗର୍ଭବତୀ ବିଶେଷ ସେବା ପାଇବା ଉଚିତ । +କୌଣସି ପୂର୍ବାନୁମାନ/ ପୂର୍ବ ସୂଚନା ନ ଥାଇ ଯେକୌଣସି ଗର୍ଭବତୀ ମହିଳା କୌଣସି ଜୀବନ ପ୍ରତି ବିପଦ ଥିବା ଭଳି ଜଟିଳ ପରିସ୍ଥିତିରେ ପଡି ପାରନ୍ତି, ତେଣୁ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ ପ୍ରସବ କାଳରେ ଯେପରି ଜୀବନ ପ୍ରତି ବିପଦ ଥିବା ଭଳି ଜଟିଳ ପରିସ୍ଥିତିରେ ନ ପଡନ୍ତି, ସେଥିପାଇଁ ଉତ୍ତମ ପ୍ରସୂତି-ପୂର୍ବ ସେବା ପାଇବା ନିଶ୍ଚିତ କରିବା ଉଚିତ । +ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟ । +ନ୍ଵିତ ହେବା ସହ ମାତୃ-ସ୍ୱାସ୍ଥ୍ୟ ସେବା ସହ ଜଡିତ ଅନେକ ମହତ୍ଵପୂର୍ଣ୍ଣ ସୂଚକ ଯଥା ସଂସ୍ଥାଗତ ପ୍ରସବ, ପ୍ରସବ-ପୂର୍ବ ସେବା ଇତ୍ୟାଦି ନିରୀକ୍ଷଣ କରାଯାଇଥିଲା । +ଶିଶୁଙ୍କ ଉପରେ କରାଯାଇଥିବା କ୍ଷିପ୍ର ସର୍ବେକ୍ଷଣ (୨୦୧୩-୧୪) ରୁ ମିଳିଥିବା ତଥ୍ୟ ଅନୁଯାୟୀ ଭାରତରେ ସଂସ୍ଥାଗତ ପ୍ରସବ ହାର ୭୮.୭% । +ଏହି ସଂଖ୍ୟାରେ ଏତେମାତ୍ରାରେ ଉନ୍ନତି ସତ୍ଵେଆଜି ପର୍ଯ୍ୟନ୍ତ ସମୁଦାୟ ୬୧.୮% ଗର୍ଭବତୀ ମହିଳା ଗର୍ଭଧାରଣର ପ୍ରଥମ ତିନି ମାସ ମଧ୍ୟରେ ପ୍ରଥମ ପ୍ରସବ-ପୂର୍ବ ସେବା ପାଉଛନ୍ତି ଓ ସମସ୍ତ ପ୍ରସବ-ପୂର୍ବ ସେବା ଯଥା ୧୦୦ ଫଲିଫର ବଟିକା, ୨ ଟିଟାନସ୍ ଟକ୍ସାଇଡ୍ ଇଂଜେକସନ୍ ଏବଂ ଅତିକମ୍ ରେ ୩ ଥର ପ୍ରସବ-ପୂର୍ବ ପରିଦର୍ଶନ ପାଇବା ହାର ୧୯.୭% ଅଟେ । +ଚିକିତ୍ସା ଦିଶାନିର୍ଦ୍ଦେଶାବଳି ଥାଇ, ନିୟନ୍ତ୍ରଣ ଓ ସହାୟିକି ପର୍ଯ୍ୟବେକ୍ଷଣ କ୍ରିୟାବିଧି ଉପସ୍ଥିତ ଥାଇ, ଦେଶ ବ୍ୟାପି ବିଭିନ୍ନ ସ୍ତରର ସ୍ୱାସ୍ଥ୍ୟ ସେବା ପ୍ରଦାନ କାରୀଙ୍କୁ ନିୟମିତ ତାଲିମ ପ୍ରଦାନ କରି ଓ ଗ୍ରାମ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସ ପରି ଆଉଟରିଚ କାର୍ଯ୍ୟକ୍ରମ କରି ମଧ୍ୟ ମାତୃ-ସ୍ୱାସ୍ଥ୍ୟ ସେବା ର ପରିବ୍ୟାପ୍ତି ଓ ଗୁଣବତ୍ତାରେ ବାଞ୍ଛିତ ଫଳାଫଳ ବର୍ତ୍ତମାନ ମଧ୍ୟ ଚିନ୍ତାର ବିଷୟ । +ମାତୃ-ସ୍ୱାସ୍ଥ୍ୟ ସେବାକୁ ଉନ୍ନତ ଅଭିଗମ୍ୟତା ଥାଇ ମଧ୍ୟ ମାତୃ-ମୃତ୍ୟୁ ହାର ବର୍ତ୍ତମାନ ମଧ୍ୟ ୧୦୦୦୦୦ ଜୀବିତ – ଜନ୍ମିତ ଶିଶୁ ରେ ୧୬୭ ପରି ଉଚ୍ଚ ସଂଖ୍ୟାରେ ଅଛି । +ଯଥାସମୟରେ ଆଶଙ୍କାଯୁକ୍ତ ତତ୍ତ୍ଵ ଚିହ୍ନଟ କରାଯାଇ ପାରିଲେ ୫ଟି ନିବାରଣ ଯୋଗ୍ୟ କାରଣକୁ ପ୍ରତିବନ୍ଧିତ କରାଯାଇପାରିବ । +ଯଦି ଗର୍ଭବତୀ ମହିଳା ଜଣଙ୍କ ସମସ୍ତ ଦରକାରୀ ସେବା ଉପଲବ୍ଧ କରୁଥାନ୍ତି, ତେବେ ହିଁ ଏହା ସମ୍ଭବ । +ଉତ୍ତମ ପ୍ରସବ-ପୂର୍ବ ସେବା ଯୋଗାଇଦେବା ଲକ୍ଷ ନେଇ ଭାରତ ସରକାର ‘ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ’ ଆରମ୍ଭ କରିଛନ୍ତି, ଯେଉଥିରେ ଦେଶ ବ୍ୟାପୀ ପ୍ରତି ମାସର ଏକ ନିର୍ଦିଷ୍ଟ ଦିନ ପ୍ରସବ-ପୂର୍ବ ସେବା ପ୍ରଦାନ କରାଯାଏ । +ଏହା ନିୟମିତ ପ୍ରଦାନ କରାଯାଉଥିବା ସେବା ବ୍ୟତୀତ କରାଯାଏ । +ଅଭିଯାନ ବିଷୟରେ +‘ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ’ ଏକ ନିର୍ଦିଷ୍ଟ-ଦିବସ କାର୍ଯ୍ୟଶୈଳୀ, ଯାହା ମାଧ୍ୟମରେ ପ୍ରତିମାସ ଦେଶବ୍ୟାପି ବିଭିନ୍ନ ମାତୃ-ସ୍ୱାସ୍ଥ୍ୟ ସମ୍ପର୍କିତ ସେବା ପ୍ରଦାନ କରାଯାଇଥାଏ । +ପ୍ରତ୍ୟେକ ମାସର ୯ ତାରିଖ ଦିନ ଏହି ସେବା ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ କ୍ଲିନିକରେ ପ୍ରଦାନ କରାଯାଇ ଏହା ନିଶ୍ଚିତ କରାଯାଏ ଯେ ଯେପରି ପ୍ରତ୍ୟେକ ଗର୍ଭବତୀ ମହିଳା ଗର୍ଭ ଧାରଣର ଦ୍ଵିତୀୟ/ ତୃତୀୟ ତ୍ରୟମାସିକି ମଧ୍ୟରେ ଅନ୍ତତଃ ଥରେ ପ୍ରସବ-ପୂର୍ବ ସେବା ପାଆନ୍ତୁ । +ଯଦି ମାସର ୯ ତାରିଖ ରବିବାର କିମ୍ବା ଛୁଟି ଦିନ ପଡେ, ତେବେ ତା’ପର କାର୍ଯ୍ୟ ଦିବସ ଏହା ଅନୁଷ୍ଠିତ ହେବ । +ଲକ୍ଷ୍ୟ +ଦ୍ଵିତୀୟ ଓ ତୃତୀୟ ଥର ଗର୍ଭଧାରଣ କରିଥିବା ମହିଳାଙ୍କ ପାଖରେ ପହଞ୍ଚାଇବା ଏହି ଯୋଜନାର ଲକ୍ଷ୍ୟ ହିତାଧିକାରୀ । +ସାଧାରଣ ସ୍ୱାସ୍ଥ୍ୟ ସୁବିଧା ମାଧ୍ୟମରେ PMSMA ଅନ୍ତର୍ଗତ ପ୍ରଦତ୍ତ ସେବା ଅଭିଗମ୍ୟତା +ଗ୍ରାମ୍ୟାଞ୍ଚଳ: ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଗ୍ରାମୀଣ ଡାକ୍ତରଖାନା, ଉପ-ଜିଲ୍ଲା ଡାକ୍ତରଖାନା, ଜିଲ୍ଲା ଡାକ୍ତରଖାନା, ଭେଷଜ ମହାବିଦ୍ୟାଳୟ ଡାକ୍ତରଖାନା +ସହରାଞ୍ଚଳ: ସହରାଞ୍ଚଳ ଔଷଧାଳୟ, ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ମାତୃ-ଗୃହ +PMSMA ଅନ୍ତର୍ଗତ ସେବା +ପ୍ରତ୍ୟେକ ହିତାଧିକାରୀଙ୍କୁ ‘ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ’ ପଞ୍ଜିକାରେ ନିଜ ନାମ ପଞ୍ଜୀକରଣ କରିବାକୁ ପଡେ । +ପଞ୍ଜୀକରଣ ପରେ ANM ଏବଂ SN ନିଶ୍ଚିତ କରନ୍ତିଯେ OBGY/ ଡାକ୍ତରଙ୍କ ଦ୍ଵାରା ପ୍ରୋକ୍ଷିତ ହେବ ଆଗରୁ ଯେପରି ଗର୍ଭବତୀଙ୍କ ସମସ୍ତ ନିଦାନ ଇତ୍ୟାଦି ପରୀକ୍ଷା/ ନିରୀକ୍ଷା ସରିଥିବ । +ଆଦର୍ଶଗତ ଭାବେ ଏହି ବିବରଣୀ ଗର୍ଭବତୀ ମହିଳାଙ୍କୁ ଏକ ଘଣ୍ଟା ପୂର୍ବରୁ ଓ ଡାକ୍ତରଙ୍କୁ ଦେଖା କରିବା ପୂର୍ବରୁ ଦିଆଯିବ । +ଏହାଦ୍ୱାରା ସ୍ୱାସ୍ଥ୍ୟ ପରୋକ୍ଷା ସମୟରେ ଜୀବନ ପ୍ରତି ଆଶଙ୍କା ସ୍ଥିତି, ଯଥା ରକ୍ତହୀନତା, ଗର୍ଭାବସ୍ଥା ମଧୁମେହ, ଉଚ୍ଚ ରକ୍ତ ଚାପ, ସଂକ୍ରମଣ ଇତ୍ୟାଦି ବିଷୟରେ ଜାଣିହେବ । +ବିଶେଷ ସ୍ଥଳେ ଅନ୍ୟ ପରୀକ୍ଷା ଦରକାର ଥିଲେ, ମହିଳାଙ୍କୁ ସେସବୁ ପରୀକ୍ଷା କରାଇବା ପାଇଁ ଉପଦେଶ ଦିଆଯାଇଥାଏ, ଏବଂ ସେହି ବିବରଣୀ ଗୁଡିକୁ ପରବର୍ତ୍ତୀ ପରୀକ୍ଷା ସମୟରେ କିମ୍ବା ନିୟମିତ ପ୍ରସବ-ପୂର୍ବ ପରୀକ୍ଷଣ ସମୟରେ ଉପସ୍ଥାପନ କରିବାକୁ ପରାମର୍ଶ ଦିଆଯାଏ । +ରୋଗ ନିଦାନ ପରୀକ୍ଷଣ - USG ଏବଂ ଅନ୍ୟ ମୂଳଭୂତ ପରୀକ୍ଷଣ, ଲୋହିତ ରକ୍ତକଣିକା, ମୁତ୍ର ଆଲ୍ବୁମିନ, RBS (Dip Stick ) କ୍ଷିପ୍ର ମ୍ୟାଲେରିଆ ପରୀକ୍ଷା କ୍ଷିପ୍ର VDRL ପରୀକ୍ଷା, ରକ୍ତ ଗୃପିଙ୍ଗ, CBC ESR USG +ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନରେ ନିମ୍ନଲିଖିତ ବିଶିଷ୍ଟ ସେବାଗୁଡିକ ଯୋଗାଇଦିଆଯାଏ । +ହିତାଧିକାରୀଙ୍କ ବିସ୍ତୃତ ଇତିବୃତ୍ତି ନିଆଯାଏ ଓ ତା'ପରେ ପରୀକ୍ଷା କରାଯାଇ କୌଣସି ବିପଦ ସଂକେତ, ଜଟିଳତା କିମ୍ବା ଉଚ୍ଚ ଆଶଙ୍କା ଥିବା ଆକଳନ କରାଯାଏ । +କେନ୍ଦ୍ରକୁ ଆସୁଥିବା ସମସ୍ତ ହିତାଧିକାରୀଙ୍କ ରକ୍ତ ଚାପ, ଉଦର ପରୀକ୍ଷା, ଭୃଣର ହୃତସ୍ପନ୍ଦନ ଇତ୍ୟାଦି ପରୀକ୍ଷା ପରୀକ୍ଷା କରାଯାଏ । +ଯଦି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା କୌଣସି ମହିଳାଙ୍କପାଇଁ କୌଣସି ବିଶିଷ୍ଟ କିମ୍ବା ଅସାମାନ୍ୟ ପରୀକ୍ଷା ଦରକାର ପଡେ, ସେଥି ପାଇଁ ନମୁନା ସେହି କେନ୍ଦ୍ରରେ ହିଁ ସଂଗ୍ରହ କରାଯିବା ଉଚିତ । +ନମୁନାର ପରିବହନ, ପରୀକ୍ଷାର ପରିଣାମ ବିଷୟରେ ଗର୍ଭବତୀଙ୍କୁ ଜଣାଇବା ଓ ଉଚିତ ସହାୟତା ଇତ୍ୟାଦି କାର୍ଯ୍ୟ ANM/ MPW ମାନଙ୍କ ଦ୍ଵାରା କରାଯିବା ଉଚିତ । +ANM ଏବଂ ସ୍ୱାସ୍ଥ୍ୟ ସେବିକାଙ୍କ ଦ୍ଵାରା ପରୀକ୍ଷଣ ପରେ ଡାକ୍ତର ମଧ୍ୟ ପ୍ରତ୍ୟେକ ହିତାଧିକାରୀଙ୍କୁ ପରୀକ୍ଷା କରିବା ଉଚିତ । +ପ୍ରତ୍ୟେକ ଉଚ୍ଚ- ଆଶଙ୍କା ଥିବା ଗର୍ଭବତୀ ଉଚ୍ଚତର ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ପଠାଇବା ଦରକାର । +ଏହି କେନ୍ଦ୍ରରେ ଥିବା JSSK ର ସାହାଯ୍ୟ desk ପ୍ରତ୍ୟେକ ହିତାଧିକାରୀଙ୍କୁ ସେଠାରେ ପହଞ୍ଚିଲାପରେ ଉଚିତ ପରାମର୍ଶ ଦେବା ଦାୟୀତ୍ଵ ନେବା ଦରକାର । +ପ୍ରତ୍ୟେକ ହିତାଧିକାରୀଙ୍କୁ MCP କାର୍ଡ ଦିଆଯିବା ଦରକାର । +ପ୍ରତ୍ୟେକ ଚିହ୍ନିତ ଉଚ୍ଚ ସଂକଟାପନ୍ନ ଗର୍ଭ ଏବଂ ଜଟିଳତା ଥିବା ଗର୍ଭବତୀ ମାନଙ୍କୁ OBGY/CEmOC/ BEmOC ବିଶେଷଜ୍ଞ ଚିକିତ୍ସା କରିବା ଉଚିତ । +ସ୍ଥଳ ବିଶେଷରେ ଏପରି ମହିଳାଙ୍କୁ ଉଚ୍ଚତର ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ତାଙ୍କର ଚିହ୍ନଟ ହୋଇଥିବା ସମ୍ଭାବିତ ରୋଗ ଓ ଅନ୍ୟାନ୍ୟ ବିବରଣୀ ରେଫେରାଲ ସ୍ଲିପ ସହ ପଠାଇବା ଉଚିତ । +ଦ୍ଵିତୀୟ/ ତୃତୀୟ ତ୍ରୟମାସିକି ମଧ୍ୟରେ ଥିବା ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କ ପାଇଁ ଠାରେ ପାରଜମ୍ବୁ ରଶ୍ମି (ଅଲ୍ଟ୍ରାସାଉଣ୍ଡ) ପରୀକ୍ଷା କରିବା ପାଇଁ ପରାମର୍ଶ ଦେବା ଉଚିତ । +ସ୍ଥଳ ବିଶେଷରେ ଏହି ପରୀକ୍ଷା PPP (ସରକାରୀ ଓ ବେସରକାରୀ ମିଳିତ ଉଦ୍ୟମ) ଅନ୍ତର୍ଗତ ସେବାରୁ ଉପଲବ୍ଧ କରାଇ ବ୍ୟୟକୁ ଜନନୀ ଓ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମରେ (JSSK) ଦର୍ଶା ଯାଇପାରେ । +କେନ୍ଦ୍ର ଛାଡିବା ଆଗରୁ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ ବ୍ୟକ୍ତିଗତ ଭାବେ କିମ୍ବା ସମୂହରେ ପୁଷ୍ଟି, ବିଶ୍ରାମ, ନିରାପଦ ଯୌନକ୍ରିୟା, ନିରାପତ୍ତା, ପ୍ରସବ ପାଇଁ ପ୍ରସ୍ତୁତି, ସମ୍ଭାବ୍ୟ ବିପଦ, ସଂସ୍ଥାଗତ ପ୍ରସବ ଏବଂ ପ୍ରସବ ପରେ ପରିବାର ନିୟନ୍ତ୍ରଣ ଉପରେ ପରାମର୍ଶ ଦିଆଯିବା ଜରୁରୀ । +ଏହି କେନ୍ଦ୍ର ଗୁଡିକରେ MCP କାର୍ଡ ପୂରଣ କରିବା ବାଧ୍ୟତାମୂଳକ ହେବା ଉଚିତ ଓ ଏହି କାର୍ଡରେ ଗର୍ଭବତୀ ମହିଳାଙ୍କ ସ୍ଥିତି ଓ ସମ୍ଭାବ୍ୟ ସଙ୍କଟ ବିଷୟରେ ଉଲ୍ଲେଖ ଥାଇ ନିମ୍ନ ମତେ ଏକ ଷ୍ଟିକର ଲଗାଇବା ଉଚିତ । +ସବୁଜ ଷ୍ଟିକର - କୌଣସି ଜଟିଳତା ନଥିବା ଗର୍ଭବତୀ ମହିଳାଙ୍କ ପାଇଁ +ଲାଲ ଷ୍ଟିକର - ଉଚ୍ଚ ସଂକଟାପନ୍ନ ଗର୍ଭବତୀ ମହିଳାଙ୍କ ପାଇଁ +ନୀଳ ଷ୍ଟିକର- ଗର୍ଭ ଜନିତ ଉଚ୍ଚ ରକ୍ତଚାପଯୁକ୍ତ ଗର୍ଭବତୀ ମହିଳାଙ୍କ ପାଇଁ +ହଳଦିଆ ଷ୍ଟିକର - ଅମଧୁମେହ, ହାଇପୋଥାଇରଏଡିଜ୍ମ, ଯୌନରୋଗ ସଂକ୍ରମିତ ଗର୍ଭବତୀ ମହିଳାଙ୍କ ପାଇଁ +ପରାମର୍ଶ ଅଧିବେଶନରେ ନିମ୍ନୋକ୍ତ ବିଷୟଗୁଡିକ ଆଲୋଚନା ହେବା ଉଚିତ । +ଗର୍ଭାବସ୍ଥାରେ ଯତ୍ନ +ଗର୍ଭାବସ୍ଥାରେ ସଙ୍କଟ ସଂକେତ +ପ୍ରସବ ପ୍ରସ୍ତୁତି ଓ ଜଟିଳତା ପ୍ରସ୍ତୁତି, ଜରୁରୁକାଳୀନ ସହାୟତା ପାଇଁ ସମ୍ପର୍କ ମାଧ୍ୟମ +ପରିବାର ନିୟନ୍ତ୍ରଣ +ଲୌହ ବଟିକା ତଥା କ୍ୟାଲସିୟମ ନ୍ୟୁନତା ପୂର୍ଣ୍ଣ କରିବା +ବିଶ୍ରାମ +ସଂସ୍ଥାଗତ ପ୍ରସବ +ନିରାପଦ ଯୌନକ୍ରିୟା +ପରିବହନ ଚିହ୍ନଟ +ଜନନୀ ସୁରକ୍ଷା ଯୋଜନାରେ ଅନ୍ତର୍ଭୂକ୍ତି +ଜନନୀ ଓ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମରେ ଅନ୍ତର୍ଭୂକ୍ତି +ପ୍ରସବ ପରର ଯତ୍ନ +ସ୍ତନ୍ୟପାନ ଏବଂ ଅନୁପୂରକ/ ଅତିରିକ୍ତ ଖାଦ୍ୟ +ଅବାଞ୍ଛିତ ଗର୍ଭଧାରିଣୀ ମହିଳାଙ୍କୁ ସମୁଚିତ ପରାମର୍ଶ ପରେ ଗର୍ଭପାତ ପାଇଁ ନିରାପଦ ସେବା ଯୋଗାଇଦେବା ଉଚିତ ।