diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia98.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia98.txt new file mode 100644 index 0000000000000000000000000000000000000000..ada14926ce950a1ffdc096474b352400048eefd7 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia98.txt @@ -0,0 +1,39 @@ +ସୁସ୍ଥ ରହିବାକୁ ଚାହୁଁଛନ୍ତି କି ତେବେ ଆପଣାନ୍ତୁ କିଛି ଘରୋଇ ଉପାୟ +ସୁସ୍ଥ ରହିବ +ଆପଣଙ୍କର ଯଦି ଡାଇବେଟିସ୍ ଅଛି, ତା’ହେଲେ ଆପଣଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡିବ । +ବେଶି ମିଠା ଖାଇବା ଦ୍ୱାରା ବ୍ଲଡ୍ ସୁଗାର ଅଧିକ ହୋଇଯାଏ । +ଫଳରେ ଏହା ଶରୀରର ଅଙ୍ଗକୁ ନଷ୍ଟ କରିବାରେ ପ୍ରଭାବ ପକାଇଥାଏ । +ସେଥିପାଇଁ ମିଠା ବଦଳରେ ଆମେ ଡ୍ରାଇ ଫ୍ରୁଟ୍ସ ମଧ୍ୟ ଖାଇପାରିବା । +ଯେତେ ପର୍ବ ପାଳନ କଲେ ମଧ୍ୟ ଠିକ୍ ସମୟରେ ଠିକ୍ ପରିମାଣର ଖାଦ୍ୟ ଖାଇବା ଉଚିତ୍ । +ଏହା ଆମ ପାଇଁ ଭଲ । +ଏହି ପର୍ବରେ ବହୁତ ସଂପର୍କୀୟମାନଙ୍କୁ ମଧ୍ୟ ମିଠା ଦେବାକୁ ପଡିଥାଏ । +ସେଥିପାଇଁ ଆମେ କମ୍ ବଜେଟ୍ରେ ସବୁ କରିବା ସେହି କଥା ଭାବିଥାଉ । +ସେଥିପାଇଁ ଆମେ ଦୂର ସଂର୍ପକୀୟଙ୍କପାଇଁ କମ୍ ଦାମରେ ମିଠା କିଣିଥାଉ । +କିନ୍ତୁ ଧ୍ୟାନ ରଖନ୍ତୁ ଶସ୍ତାରୁ ହିନସ୍ତା ହୋଇଥାଏ । +ଯେମିତି କମ୍ ଦାମ୍ରେ ମିଠା ଦେବେ ସେମିତି ଆପଣଙ୍କ ପକେଟ୍ରୁ ହସ୍ପିଟାଲ ପାଇଁ ବିଲ୍ ଯିବ । +ସେଥିପାଇଁ ସବୁ ଜିନିଷ ହାଇଜେନିକ୍ ହେବା ଦରକାର । +ଘରୋଇ ଉପାୟ +ଆମେ କାମବ୍ୟସ୍ତରେ ପାଣି ପିଇବା ପାଇଁ ଭୁଲି ଯାଇଥାଉ । +ସେଥିପାଇଁ ମନେ ରଖନ୍ତୁ ଯେତେ କାମ ଥିଲେ ମଧ୍ୟ ପାଣି ପ୍ରଚୁର ପରିମାଣରେ ପିଇବା ଉଚିତ୍ । +ଆମେ ଭାବୁକି ହଁ ଦୀପାବଳି ଆସିଛି, ଆଜି ଦିନକ ମିଠା ଖାଇଦେବା । +କିନ୍ତୁ ଏହି ଅଧିକ କ୍ୟାଲୋରୀ ପରେ ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । +ଆମେ ଘରେ ବିଭିନ୍ନ ପ୍ରକାରର ମିଠା, ପିଠା ବନେଇଥାଉ । +ତେଣୁ ଧ୍ୟାନ ରଖିବା ଉଚିତ୍ କି ଆମେ ଏସବୁ ପ୍ରସ୍ତୁତ କରିବା ସମୟରେ କମ୍ ତେଲ ବ୍ୟବହାର କରିବା । +ନହେଲେ ଆମ କୋଲେଷ୍ଟ୍ରଲ୍ ବଢିଯିବାର ସମ୍ଭାବନା ରହିଛି । +ରାତ୍ରିରେ ଅଧିକ ଭୋଜନ କରିବା ଫଳରେ ହଜମ ପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି ହୋଇପାରେ । +ତେଣୁ ଯାହା ବି ଖାଇବେ, ହଜମ ଯେମିତି ହୋଇପାରିବ ସେଥିପ୍ରତି ଧ୍ୟାନ ରହିବା ଦରକାର । +ଖାଦ୍ୟ ଗ୍ରହଣ କରିସାରିଲା ପରେ ଶୋଇବା ନିହାତି ଦରକାର । +ଅନହେଲଦି ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ । +ଯେମିତ ଡ୍ରିଙ୍କିଙ୍ଗ୍ , ସ୍ମୋକିଙ୍ଗ୍ ଓ ଡ୍ରଗ୍ସ ଆଦି । +ଏସବୁ ନେଳେ ଖରାପ ପ୍ରଭାବ ପକେଇଥାଏ । +ଆୟୁର୍ବେଦରେ ଉଲ୍ଲେଖ ଅଛି ଯେ ଶୀଘ୍ର ଶୋଇ କି ଶୀଘ୍ର ଉଠିବା ଠିକ୍ । +ସେଥିପାଇଁ ରାତିରେ ୧୦.୩୦ ପରେ ଶୋଇବା ଉଚିତ୍ । +ଫଳରେ ଭୋରୁ ଉଠିହେବ । +ସକାଳେ ଓଜନ ସ୍ତର ଅଧିକ ଥାଏ, ଯାହା ଶରୀର ଉପରେ ଭଲ ପ୍ରଭାବ ପକେଇଥାଏ । +ଯଦି ଆପଣଙ୍କର ହଜମ କରିବାର କ୍ଷମତା ନଥାଏ, ତା’ହେଲେ ଆପଣ ବିଭିନ୍ନ ପ୍ରକାର ମିଠା ଖାଇବା ଉଚିତ୍ ନୁହେଁ । +ଏହା ଫଳରେ ଲୁଜ୍ ମୋସନ୍ ମଧ୍ୟ ହୋଇପାରେ । +ସବୁବେଳେ ଯେମିତି ବ୍ୟାୟାମ କରୁଛନ୍ତି, ସେମିତି ମଧ୍ୟ ଦୀପାବଳି ଦିନ କରିବେ । +ଦୀପାବଳି ଅଛି କହି ଅଳସୁଆ ହୋଇଯିବା ଉଚିତ୍ ନୁହେଁ । +ନିଜ ଡାଏଟ୍ରେ ଫାଇବର୍ ପରିମାଣ ବଢାନ୍ତୁ । +ଲୁଣ କମ୍ ଖାଆନ୍ତୁ । +ଯଦି ଘରେ ପାର୍ଟି ରଖିବାକୁ ଚାହୁଁଛନ୍ତି , ତା’ହେଲେ ଘରେ ମହୁ , ଗୁଡ ଓ ସ୍କିମ୍ଡ ମିଲକ୍ ଆଦି ବ୍ୟବହାର କରି ଡେଜର୍ଟ ବନାନ୍ତୁ ।