From 28b3e14da92f8fb0d1a288a17dc77f74bac95a64 Mon Sep 17 00:00:00 2001 From: Nayan Ranjan Paul Date: Thu, 22 Sep 2022 15:07:35 +0530 Subject: [PATCH] Upload New File --- .../sent_odia_pmindia_jul_31_2022_mankibat | 193 ++++++++++++++++++ 1 file changed, 193 insertions(+) create mode 100644 Data Collected/Odia/IIIT-BH/Parallel_corpora/Odia_files/sent_odia_pmindia_jul_31_2022_mankibat diff --git a/Data Collected/Odia/IIIT-BH/Parallel_corpora/Odia_files/sent_odia_pmindia_jul_31_2022_mankibat b/Data Collected/Odia/IIIT-BH/Parallel_corpora/Odia_files/sent_odia_pmindia_jul_31_2022_mankibat new file mode 100644 index 0000000..4dae6a2 --- /dev/null +++ b/Data Collected/Odia/IIIT-BH/Parallel_corpora/Odia_files/sent_odia_pmindia_jul_31_2022_mankibat @@ -0,0 +1,193 @@ +ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । +ଏହା ‘ମନ୍ କି ବାତ୍’ର ୯୧ତମ ଅଧ୍ୟାୟ । +ଆମେ ଆଗରୁ ବହୁତ କଥା ହୋଇଛୁ, ଭିନ୍ନ ଭିନ୍ନ ବିଷୟରେ ନିଜର ଭାବ ବିନିମୟ କରିଛୁ, କିନ୍ତୁ ‘ମନ୍ କି ବାତ୍’ର ଏଥରର ଅଧ୍ୟାୟ ହେଉଛି ବହୁତ ସ୍ୱତନ୍ତ୍ର । +ଏହାର କାରଣ ହେଉଛି ଏଥରର ସ୍ୱାଧୀନତା ଦିବସ, ଭାରତ ନିଜର ସ୍ୱାଧୀନତାର ୭୫ ବର୍ଷ ପୂରଣ କରୁଛି । +ଆମେ ସମସ୍ତେ ଏକ ଅତି ଚମତ୍କାର ଏବଂ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛୁ । +ଈଶ୍ୱର ଆମକୁ ଗୋଟିଏ ବହୁତ ବଡ଼ ସୌଭାଗ୍ୟ ପ୍ରଦାନ କରିଛନ୍ତି । +ଆପଣ ମଧ୍ୟ ଚିନ୍ତା କରନ୍ତୁ, ଯଦି ଆମେ ପରାଧୀନତାର ସେହି ଯୁଗରେ ଜନ୍ମ ହୋଇଥାଆନ୍ତେ, ତେବେ, ଏହି ଦିନର କଳ୍ପନା ଆମ ପାଇଁ କିଭଳି ହୋଇଥାଆନ୍ତା? +ପରାଧୀନତାରୁ ମୁକ୍ତି ପାଇବାର ସେହି ବ୍ୟାକୁଳତା, ପରାଧୀନତାର ଶୃଙ୍ଖଳରୁ ବାହାରି, ସ୍ୱାଧୀନତା ପ୍ରାପ୍ତିର ସେହି ଅଦମ୍ୟ ଇଚ୍ଛା – କେତେ ବିଶାଳ ହୋଇଥିବ । +ସେହି ସମୟ, ଯେତେବେଳେ ପ୍ରତିଦିନ ଆମେ ଲକ୍ଷ ଲକ୍ଷ ଦେଶବାସୀଙ୍କୁ ସ୍ୱାଧୀନତା ପାଇଁ ସଂଗ୍ରାମ କରୁଥିବା, ସଂଘର୍ଷ କରୁଥିବା ଓ ବଳିଦାନ ଦେଉଥିବା ଦେଖୁଥାଆନ୍ତେ । +ପ୍ରତ୍ୟେକ ଦିନ ସକାଳୁ ଏହି ସ୍ୱପ୍ନର ସହ ଆମ ନିଦ୍ରା ଭଙ୍ଗ ହେଉଥାଆନ୍ତା ଯେ, କେବେ ସ୍ୱାଧୀନ ହେବ ମୋ ଦେଶ! ହୁଏତ ଆମ ଜୀବନରେ ବି ଏପରି ଗୋଟିଏ ମୁହୂର୍ତ୍ତ ଆସିଥାଆନ୍ତା, ଯେତେବେଳେ ବନ୍ଦେ ମାତରମ୍ ଓ ଭାରତମାତାଙ୍କର ଜୟ ଧ୍ୱନି ସହ ଆମେ ଆମର ଆଗାମୀ ପିଢ଼ିଙ୍କ ପାଇଁ ନିଜ ଜୀବନକୁ ସମର୍ପିତ କରିଦେଇଥାଆନ୍ତୁ, ନିଜ ଯୌବନକୁ ସମର୍ପି ଦେଇଥାଆନ୍ତୁ । +ବନ୍ଧୁଗଣ, ଜୁଲାଇ ୩୧ ତାରିଖ, ଅର୍ଥାତ୍ ଆଜିର ହିଁ ଦିନରେ ଆମେ ସମସ୍ତ ଦେଶବାସୀ ଶହୀଦ ଉଧମ୍ ସିଂହଙ୍କ ବଳିଦାନକୁ ପ୍ରଣାମ କରିଥାଉଁ । +ମୁଁ ଏଭଳି ଅନ୍ୟ ସମସ୍ତ ମହାନ ବିପ୍ଳବୀମାନଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯେଉଁମାନେ ଦେଶ ପାଇଁ ନିଜର ସର୍ବସ୍ୱ ଉତ୍ସର୍ଗ କରିଦେଲେ । +ବନ୍ଧୁଗଣ, ମୋତେ ଏହା ଦେଖି ବହୁତ ଖୁସି ଲାଗୁଛି ଯେ, ଆଜାଦୀ କା ଅମୃତ ମହୋତ୍ସବ ଗୋଟିଏ ଜନ-ଆନ୍ଦୋଳନର ରୂପ ନେଉଛି । +ସବୁ କ୍ଷେତ୍ର ଏବଂ ସମାଜର ସବୁ ଶ୍ରେଣୀର ଲୋକ ଏହା ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । +ଏଭଳି ଗୋଟିଏ କାର୍ଯ୍ୟକ୍ରମ ଏହି ମାସ ଆରମ୍ଭରେ ମେଘାଳୟରେ ଅନୁଷ୍ଠିତ ହୋଇଥିଲା । +ମେଘାଳୟର ବୀର ଯୋଦ୍ଧା, ୟୂ. ଟିରୋତ୍ ସିଂହ ଜୀଙ୍କ ପୂଣ୍ୟତିଥିରେ ଲୋକେ ତାଙ୍କୁ ସ୍ମରଣ କରିଥିଲେ । +ଟିରୋତ୍ ସିଂ ଜୀ ଖାସି ହିଲ୍ସ ଅଧିକାର କରିବା ଏବଂ ସେଠାକାର ସଂସ୍କୃତି ଉପରେ ପ୍ରହାର କରିବାର ଇଂରେଜମାନଙ୍କର ଷଡ଼ଯନ୍ତ୍ରର ଘୋର ବିରୋଧ କରିଥିଲେ । +ଏହି କାର୍ଯ୍ୟକ୍ରମରେ ଅନେକ କଳାକାର ସୁନ୍ଦର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । +ସେମାନେ ଇତିହାସକୁ ଜୀବନ୍ତ କରିଦେଲେ । +ଏଥିରେ ଗୋଟିଏ କାର୍ନିଭାଲ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଥିରେ ମେଘାଳୟର ମହାନ ସଂସ୍କୃତିକୁ ସୁନ୍ଦର ଭାବେ ଦର୍ଶାଯାଇଥିଲା । +ଆଜିଠୁ କିଛି ସପ୍ତାହ ପୂର୍ବେ, କର୍ଣ୍ଣାଟକରେ ଅମୃତା ଭାରତୀ କନ୍ନଡ଼ାର୍ଥୀ ନାମକ ଏକ ନିଆରା ଅଭିଯାନ ଆରମ୍ଭ କରାଗଲା । +ଏଥିରେ ରାଜ୍ୟର ୭୫ଟି ସ୍ଥାନରେ ସ୍ୱାଧୀନତାର ଅମୃତ ମହୋତ୍ସବ ସହ ସମ୍ପର୍କିତ ଭବ୍ୟ କାର୍ଯ୍ୟକ୍ରମମାନ ଆୟୋଜନ କରାଗଲା । +ଏଥିରେ କର୍ଣ୍ଣାଟକର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହ ସ୍ଥାନୀୟ ସାହିତ୍ୟିକ ଉପଲବ୍ଧିଗୁଡ଼ିକୁ ମଧ୍ୟ ଲୋକଲୋଚନକୁ ଆଣିବାର ପ୍ରଚେଷ୍ଟା କରାଗଲା । +ବନ୍ଧୁଗଣ, ଏହି ଜୁଲାଇ ମାସରେ ହିଁ ଗୋଟିଏ ବହୁତ କୌତୂହଳପ୍ରଦ ପ୍ରୟାସ ହେଲା, ଯାହାର ନାମ ହେଉଛି – ସ୍ୱାଧୀନତାର ରେଳଗାଡ଼ି ଓ ରେଳଷ୍ଟେସନ । +ଏହି ପ୍ରଚେଷ୍ଟାର ଲକ୍ଷ୍ୟ ହେଲା, ଲୋକେ ସ୍ୱାଧୀନତା ସଂଗ୍ରାମରେ ଭାରତୀୟ ରେଳର ଭୂମିକା ବିଷୟରେ ଜାଣନ୍ତୁ । +ଦେଶରେ ଏଭଳି ଅନେକ ରେଳ ଷ୍ଟେସନ ରହିଛି, ଯେଉଁଗୁଡ଼ିକର ସମ୍ପର୍କ ସ୍ୱାଧୀନତା ସଂଗ୍ରାମର ଇତିହାସ ସହ ରହିଛି । +ଆପଣମାନେ ମଧ୍ୟ ଏହି ରେଳ ଷ୍ଟେସନଗୁଡ଼ିକ ସମ୍ପର୍କରେ ଜାଣି ଆଶ୍ଚର୍ଯ୍ୟାନ୍ୱିତ ହେବେ । +ଝାଡ଼ଖଣ୍ଡର ଗୋମୋ ଜଙ୍କସନ୍ ଏବେ ସରକାରୀ ଭାବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜଙ୍କସନ୍ ଗୋମୋ ନାମରେ ନାମିତ କରାଯାଇଛି । +କାହିଁକି, ଜାଣିଛନ୍ତି ? ପ୍ରକୃତରେ ଏହି ଷ୍ଟେସନରୁ କାଲ୍କା ମେଲରେ ଚଢ଼ି ନେତାଜୀ ସୁଭାଷ, ଇଂରେଜ ଅଧିକାରୀମାନଙ୍କ ଆଖିରେ ଧୂଳି ଦେବାରେ ସଫଳ ହୋଇଥିଲେ । +ଆପଣମାନେ ଲକ୍ଷ୍ନୌ ନିକଟବର୍ତ୍ତୀ କାକୋରୀ ରେଳ ଷ୍ଟେସନର ନାଁ ନିଶ୍ଚୟ ଶୁଣିଥିବେ । +ଏହି ଷ୍ଟେସନ ସହ ରାମ ପ୍ରସାଦ ବିସ୍ମିଲ୍ ଓ ଅଶ୍ଫାକ୍ ଉଲ୍ଲାହ୍ ଖାନଙ୍କ ଭଳି ବୀରମାନଙ୍କ ନାମ ଜଡ଼ିତ । +ଏଠାରେ ଟ୍ରେନରେ ଯାଉଥିବା ଇଂରେଜମାନଙ୍କ ଧନକୁ ଲୁଟି ବୀର ବିପ୍ଳବୀମାନେ ଇଂରେଜମାନଙ୍କୁ ସେମାନଙ୍କ ଶକ୍ତି ସହ ପରିଚିତ କରାଇ ଦେଇଥିଲେ । +ଯଦି ଆପଣ କେବେ ତାମିଲନାଡ଼ୁର ଲୋକଙ୍କ ସହ କଥା ହେବେ, ତାହେଲେ ଆପଣଙ୍କୁ ଥୁଥୁକୁଡ଼ି ଜିଲ୍ଲାର ବାଂଚି ମଣିୟାଚ୍ଚି ଜଙ୍କସନ ବିଷୟରେ ଜାଣିବାକୁ ମିଳିବ । +ଏହି ଷ୍ଟେସନ ତାମିଲ ସ୍ୱାଧୀନତା ସଂଗ୍ରାମୀ ବାଂଚିନାଥନଙ୍କ ନାମରେ ନାମିତ । +ଏହା ସେହି ସ୍ଥାନ ଯେଉଁଠି ୨୫ ବର୍ଷର ଯୁବକ ବାଂଚି, ବ୍ରିଟିଶ କଲେକ୍ଟରଙ୍କୁ ତାଙ୍କ କର୍ମ ପାଇଁ ଦଣ୍ଡିତ କରିଥିଲେ । +ବନ୍ଧୁଗଣ, ଏହି ତାଲିକା ବହୁତ ଲମ୍ବା । +ସାରା ଦେଶର ୨୪ଟି ରାଜ୍ୟରେ ରହିଥିବା ଏହି ରେଳ ଷ୍ଟେସନଗୁଡ଼ିକୁ ଚିହ୍ନଟ କରାଯାଇଛି । +ଏହି ୭୫ ଷ୍ଟେସନକୁ ଖୁବ ସୁନ୍ଦର ଭାବେ ସଜ୍ଜିତ କରାଯାଉଛି । +ସେଠାରେ ଅନେକ ପ୍ରକାର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଛି । +ଆପଣମାନେ ମଧ୍ୟ ସମୟ ବାହାର କରି ନିକଟସ୍ଥ ଏଭଳି କୌଣସି ରେଳ ଷ୍ଟେସନକୁ ଯିବା ଉଚିତ । +ଆପଣ ସ୍ୱାଧୀନତା ଆନ୍ଦୋଳନର ଏଭଳି ଇତିହାସ ବିଷୟରେ ବିସ୍ତୃତ ଭାବେ ଜାଣିପାରିବେ, ଯାହା ଆପଣ ହୁଏତ ଆଗରୁ ଜାଣି ନ ଥିବେ । +ମୁଁ ଆଖପାଖର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ଅନୁରୋଧ କରିବି ଯେ, ସେମାନେ ନିଜ ସ୍କୁଲର ଛୋଟ ଛୋଟ ପିଲାମାନଙ୍କୁ ନେଇ ରେଳ ଷ୍ଟେସନକୁ ଯାଆନ୍ତୁ ଓ ସମ୍ପୂର୍ଣ୍ଣ ଘଟଣା ସହ ସେମାନଙ୍କୁ ଅବଗତ କରାନ୍ତୁ, ବୁଝାନ୍ତୁ । +ମୋର ପ୍ରିୟ ଦେଶବାସୀଗଣ, ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ୧୩ ରୁ ୧୫ ଅଗଷ୍ଟ ଯାଏଁ ଗୋଟିଏ ସ୍ପେଶାଲ୍ ମୁଭମେଣ୍ଟ (ବିଶେଷ ଆନ୍ଦୋଳନ) – ହର୍ ଘର୍ ତ୍ରିରଙ୍ଗାର ଆୟୋଜନ କରାଯାଉଛି । +ଏହି ମୁଭମେଣ୍ଟ (ଆନ୍ଦୋଳନ) ର ଅଂଶ ହୋଇ ୧୩ ରୁ ୧୫ ଅଗଷ୍ଟ ଯାଏଁ ଆପଣ ନିଜ ଘର ଉପରେ ତ୍ରିରଙ୍ଗା ପତାକା ନିଶ୍ଚୟ ଉଡ଼ାନ୍ତୁ, କିମ୍ବା ଏହାକୁ ନିଜ ଘରେ ଲଗାନ୍ତୁ । +ତ୍ରିରଙ୍ଗା ଆମକୁ ଯୋଡ଼ିଥାଏ, ଆମକୁ ଦେଶ ପାଇଁ କିଛି କରିବାକୁ ପ୍ରେରଣା ଯୋଗାଏ । +ମୋର ଆଉ ଗୋଟିଏ ପ୍ରସ୍ତାବ ହେଲା, ଯେ ଅଗଷ୍ଟ ୨ ରୁ ଅଗଷ୍ଟ ୧୫ ଯାଏଁ ଆମେ ସମସ୍ତେ ନିଜ ସାମାଜିକ ଗଣମାଧ୍ୟମର ପ୍ରୋଫାଇଲ ପିକ୍ଚରରେ ତ୍ରିରଙ୍ଗା ଲଗାଇପାରିବା । +ଏ କଥା ଆପଣ ଜାଣନ୍ତି କି, ଯେ ଅଗଷ୍ଟ ୨ ତାରିଖର ଆମ ତ୍ରରଙ୍ଗା ସହ ଗୋଟିଏ ବିଶେଷ ସମ୍ପର୍କ ରହିଛି । +ଏହି ଦିନ ପିଙ୍ଗଳୀ ଭେଙ୍କୈୟାଜୀଙ୍କ ଜୟନ୍ତୀ ପାଳନ କରାଯାଇଥାଏ, ଯିଏ ଆମ ଜାତୀୟ ପତାକାକୁ ଡିଜାଇନ୍ କରିଥିଲେ । +ମୁଁ ତାଙ୍କୁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । +ଆମ ଜାତୀୟ ପତାକା ସମ୍ପର୍କରେ କହିଲା ବେଳେ, ମୁଁ ମହାନ ବିପ୍ଳବୀ ମାଡାମ୍ କାମାଙ୍କୁ ମଧ୍ୟ ସ୍ମରଣ କରୁଛି । +ତ୍ରିରଙ୍ଗାକୁ ଆକାର ପ୍ରଦାନ କରିବାରେ ତାଙ୍କର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା । +ବନ୍ଧୁଗଣ, ଆଜାଦୀ କା ଅମୃତ ମହୋତ୍ସବ ସମୟରେ ହେଉଥିବା ଏ ସମସ୍ତ ଆୟୋଜନର ସବୁଠାରୁ ବଡ଼ ବାର୍ତ୍ତା ହେଲା – ଆମେ ସମସ୍ତ ଦେଶବାସୀ ନିଜ କର୍ତ୍ତବ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ ନିଷ୍ଠା ସହ ପାଳନ କରିବା । +ତେବେ ଯାଇଁ ଆମେ ସେହି ଅଗଣିତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନକୁ ସାକାର କରିପାରିବା । +ତାଙ୍କ ସ୍ୱପ୍ନର ଭାରତ ଗଢ଼ିପାରିବା । +ତେଣୁ ଆମ ଆଗାମୀ ୨୫ ବର୍ଷର ଏହି ଅମୃତକାଳ ପ୍ରତ୍ୟେକ ଦେଶବାସୀ ପାଇଁ କର୍ତବ୍ୟକାଳ ସଦୃଶ । +ଦେଶକୁ ସ୍ୱାଧୀନ କରିବାରେ ଆମ ବୀର ସଂଗ୍ରାମୀମାନେ ଆମକୁ ଏହି ଦାୟିତ୍ୱ ଦେଇ ଯାଇଛନ୍ତି ଏବଂ ଆମକୁ ଏହା ସମ୍ପୂର୍ଣ୍ଣ ରୂପେ ପାଳନ କରିବାକୁ ହେବ । +ମୋର ପ୍ରିୟ ଦେଶବାସୀଗଣ, କରୋନା ବିରୋଧରେ ଆମେ ଦେଶବାସୀ ଏବେ ମଧ୍ୟ ଲଢ଼େଇ ଜାରି ରଖିଛୁ । +ସମଗ୍ର ବିଶ୍ୱ ଆଜି ମଧ୍ୟ ଏହା ସହ ସଂଘର୍ଷ କରୁଛି । +ସାମଗ୍ରିକ ସ୍ୱାସ୍ଥ୍ୟସେବାରେ ଲୋକଙ୍କର ବଢ଼ୁଥିବା ରୁଚି ଏଥିରେ ସମସ୍ତଙ୍କୁ ବହୁତ ସାହାଯ୍ୟ କରିଛି । +ଆମେ ସମସ୍ତେ ଜାଣୁ ଯେ ଏଥିରେ ଭାରତୀୟ ପାରମ୍ପରିକ ପଦ୍ଧତି ବହୁତ ଉପଯୋଗୀ । +କରୋନା ବିରୋଧୀ ଲଢ଼େଇରେ ଆୟୁଷ ତ ବିଶ୍ୱସ୍ତରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି । +ସାରା ବିଶ୍ୱରେ ଆୟୁର୍ବେଦ ଓ ଭାରତୀୟ ଔଷଧ ପ୍ରତି ଆକର୍ଷଣ ବଢ଼ୁଛି । +ଏହାର ଏକ ବଡ଼ କାରଣ ହେଉଛି ଆୟୁଷ ରପ୍ତାନିରେ ରେକର୍ଡ ପରିମାଣର ବୃଦ୍ଧି ଘଟିଛି ଏବଂ ଏହା ମଧ୍ୟ ବହୁତ ସୁଖଦ ଯେ ଏ କ୍ଷେତ୍ରରେ ଅନେକ ନୂଆ ଷ୍ଟାର୍ଟ ଅପ୍ସ ମଧ୍ୟ ଖୋଲୁଛି । +ନିକଟରେ ଏକ ବିଶ୍ୱସ୍ତରୀୟ ଆୟୁଷ ନିବେଶ ଏବଂ ସୃଜନ ସମ୍ମିଳନୀ ଆୟୋଜିତ ହୋଇଥିଲା । +ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଥିରେ ପ୍ରାୟ ଦଶ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି । +ଆଉ ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଲା କରୋନା କାଳରେ ଔଷଧୀୟ ଗଛ ଉପରେ ଗବେଷଣାରେ ମଧ୍ୟ ବହୁତ ବୃଦ୍ଧି ହୋଇଛି । +ଏ ସମ୍ପର୍କରେ ବହୁତ ଗବେଷଣାତ୍ମକ ଅନୁଧ୍ୟାନ ପ୍ରକାଶିତ ହେଉଛି । +ଏହା ନିଶ୍ଚିତ ଭାବେ ଏକ ଭଲ ଆରମ୍ଭ । +ବନ୍ଧୁଗଣ, ଦେଶରେ ବିଭିନ୍ନ ପ୍ରକାର ଔଷଧୀୟ ଗଛ ଓ ଜଡ଼ିବୁଟିକୁ ନେଇ ଆଉ ଏକ ସୁନ୍ଦର ପ୍ରୟାସ ହୋଇଛି । +ଏବେ ଏବେ ଜୁଲାଇ ମାସରେ ଇଣ୍ଡିଆନ ଭର୍ଚୁଆଲ୍ ହର୍ବାରିଅମ୍ ଉନ୍ମୋଚିତ ହେଇଛି । +ଏହା ଏ କଥାର ମଧ୍ୟ ଦୃଷ୍ଟାନ୍ତ ଯେ ଆମେ କିପରି ନିଜର ମୂଳ ସହିତ ଯୋଡ଼ିହେବା ପାଇଁ ଡିଜିଟାଲ୍ ୱାର୍ଲଡର ବ୍ୟବହାର କରିପାରିବା । +ଇଣ୍ଡିଆନ ଭର୍ଚୁଆଲ୍ ହରବାରିଅମ୍ ହେଉଛି ସଂରକ୍ଷିତ ଗଛ ବା ଗଛର ଅଂଶକୁ ନେଇ ଡିଜିଟାଲ୍ ଚିତ୍ରର ଏକ ସୁନ୍ଦର ସଂଗ୍ରହ, ଯାହା ୱେବରେ ମାଗଣାରେ ଉପଲବ୍ଧ । +ଏହି ଭର୍ଚୁଆଲ୍ ହର୍ବାରିଅମରେ ବର୍ତ୍ତମାନ ଲକ୍ଷାଧିକ ନମୁନା ଏବଂ ସେଥିସହ ସଂପୃକ୍ତ ବୈଜ୍ଞାନିକ ସୂଚନା ଉପଲବ୍ଧ । +ଭର୍ଚୁଆଲ୍ ହର୍ବାରିଅମରେ ଭାରତର ଉଦ୍ଭିଦ ବିବିଧତାର ସମୃଦ୍ଧ ଚିତ୍ର ମଧ୍ୟ ଦେଖିବାକୁ ମିଳେ । +ମୋର ବିଶ୍ୱାସ ଯେ ଇଣ୍ଡିଆନ ଭର୍ଚୁଆଲ ହର୍ବାରିଅମ୍ ଭାରତୀୟ ଉଦ୍ଭିଦଗୁଡ଼ିକ ଉପରେ ଗବେଷଣା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିବ । +ମୋର ପ୍ରିୟ ଦେଶବାସୀଗଣ, "ମନ୍ କୀ ବାତ୍'ରେ ଆମେ ସବୁଥର ଦେଶବାସୀଙ୍କର ଏଭଳି ସଫଳତାଗୁଡ଼ିକ ବିଷୟରେ ଚର୍ଚ୍ଚା କରୁ ଯାହା ଆମ ମୁହଁରେ ମିଠା ହସ ଫୁଟାଇଦିଏ । +ଯଦି କୌଣସି ସଫଳତାର କାହାଣୀ ମିଠା ହସ ଫୁଟାଇପାରେ, ଏବଂ ମିଠା ସ୍ୱାଦ ଭରିପାରେ, ତେବେ ଆପଣ ଏହାକୁ "ସୋନେ ପର୍ ସୁହାଗା' ବୋଲି ନିଶ୍ଚୟ କହିବେ । +ଆମର କୃଷକ ଆଜିକାଲି ମହୁ ଉତ୍ପାଦନରେ ଏପରି ହିଁ ଚମତ୍କାରିତା ଦେଖାଉଛନ୍ତି । +ମହୁର ମିଠା ଆମର ଚାଷୀମାନଙ୍କର ଜୀବନକୁ ମଧ୍ୟ ବଦଳାଇଦେଉଛି, ସେମାନଙ୍କର ଆୟ ମଧ୍ୟ ବଢ଼ୁଛି । +ହରିୟାଣାର ଯମୁନାନଗରରେ, ଜଣେ ମହୁମାଛି ପାଳକ ବନ୍ଧୁ ରହନ୍ତି- ସୁଭାଷ କମ୍ବୋଜ ଜୀ । +ସୁଭାଷ ଜୀ ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନର ପ୍ରଶିକ୍ଷଣ ନେଲେ । +ଏହାପରେ ସେ କେବଳ ଛଅଟି ବାକ୍ସରୁ ନିଜର କାମ ଆରମ୍ଭ କରିଥିଲେ । +ଆଜି ସେ ପ୍ରାୟ ଦୁଇ ହଜାର ବାକ୍ସରେ ମହୁମାଛି ପାଳନ କରୁଛନ୍ତି । +ତାଙ୍କର ମହୁ ଅନେକ ରାଜ୍ୟକୁ ଯୋଗାଣ ହୋଇଥାଏ । +ଜାମ୍ମୁର ପଲ୍ଲୀ ଗାଁରେ ବିନୋଦ କୁମାର ଜୀ ମଧ୍ୟ ଦେଢ଼ ହଜାରରୁ ଅଧିକ କଲୋନିରେ ମହୁମାଛି ପାଳନ କରୁଛନ୍ତି । +ସେ ଗତବର୍ଷ ରାଣୀ ମହୁମାଛି ପାଳନର ପ୍ରଶିକ୍ଷଣ ନେଇଛନ୍ତି । +ଏହି କାମରେ ସେ ପ୍ରତିବର୍ଷ ୧୫ରୁ ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । +କର୍ଣ୍ଣାଟକରେ ଆଉ ଜଣେ ଚାଷୀ ଅଛନ୍ତି- ମଧୁକେଶ୍ୱର ହେଗଡେ ଜୀ । +ମଧୁକେଶ୍ୱର ଜୀ କହନ୍ତି ଯେ ସେ ଭାରତ ସରକାରଙ୍କଠାରୁ ୫୦ ମହୁମାଛି କଲୋନି ପାଇଁ ରିଆତି ଟଙ୍କା ନେଇଥିଲେ । +ଆଜି ତାଙ୍କ ପାଖରେ ୮୦୦ରୁ ଅଧିକ କଲୋନୀ ଅଛି ଏବଂ ସେ ଅନେକ ଟନ୍ ମହୁ ବିକ୍ରି କରନ୍ତି । +ସେ ନିଜ କାମରେ ନୂତନତା ଆଣିଛନ୍ତି ଏବଂ ସେ ଜାମୁକୋଳି ପ୍ରସ୍ତୁତ ମହୁ, ତୁଳସୀ ମହୁ, ଅଁଳା ମହୁ ଭଳି ଉଦ୍ଭିଦଯୁକ୍ତ ମହୁ ଉତ୍ପାଦନ କରୁଛନ୍ତି । +ମଧୁକେଶ୍ୱର ଜୀ ମହୁ ଉତ୍ପାଦନରେ ଆପଣଙ୍କ ସୃଜନଶୀଳତା ଏବଂ ସଫଳତା, ଆପଣଙ୍କ ନାମକୁ ମଧ୍ୟ ସାର୍ଥକ କରୁଛି । +ବନ୍ଧୁଗଣ, ଆପଣ ସମସ୍ତେ ଜାଣନ୍ତି ଯେ ଆମର ପାରମ୍ପରିକ ସ୍ୱାସ୍ଥ୍ୟ ବିଜ୍ଞାନରେ ମହୁକୁ କେତେ ଗୁରୁତ୍ୱ ଦିଆଯାଇଛି । +ଆୟୁର୍ବେଦ ଗ୍ରନ୍ଥରେ ତ ମହୁକୁ ଅମୃତ ବୋଲି କୁହାଯାଇଛି । +ମହୁ, କେବଳ ଆମକୁ ସୁସ୍ୱାଦ ଦିଏ ନାହିଁ, ବରଂ ଆରୋଗ୍ୟ ମଧ୍ୟ କରିଥାଏ । +ମହୁ ଉତ୍ପାଦନରେ ଆଜି ଏତେ ଅଧିକ ସମ୍ଭାବନା ରହିଛି ଯେ ପେସାଦାର ଶିକ୍ଷା ଗ୍ରହଣକାରୀ ଯୁବଗୋଷ୍ଠୀ ମଧ୍ୟ ଏହାକୁ ସ୍ୱରୋଜଗାର ପନ୍ଥା କରୁଛନ୍ତି । +ଏପରି ଜଣେ ଯୁବକ ହେଲେ ୟୁପିର ଗୋରଖପୁର ନିମିତ ସିଂହ । +ନିମିତ ଜୀ ବି.ଟେକ୍ କରିଛନ୍ତି । +ତାଙ୍କ ପିତା ମଧ୍ୟ ଜଣେ ଡାକ୍ତର, କିନ୍ତୁ ପାଠପଢ଼ା ପରେ ଚାକିରି ପରିବର୍ତ୍ତେ ନିମିତ୍ ଜୀ ସ୍ୱରୋଜଗାରର ନିଷ୍ପତି ନେଲେ । +ସେ ମହୁ ଉତ୍ପାଦନ କାମ ଆରମ୍ଭ କଲେ । +ମାନ ପରୀକ୍ଷା ପାଇଁ ଲକ୍ଷ୍ନୌରେ ନିଜର ଏକ ପରୀକ୍ଷାଗାର ମଧ୍ୟ ପ୍ରତିଷ୍ଠା କଲେ । +ନିମିତ ଜୀ ଏବେ ମହୁ ଓ ମହୁମାଛି ମହମରୁ ବହୁତ ଭଲ ରୋଜଗାର କରୁଛନ୍ତି ଏବଂ ବିଭିନ୍ନ ରାଜ୍ୟକୁ ଯାଇ ଚାଷୀମାନଙ୍କୁ ତାଲିମ ମଧ୍ୟ ଦେଉଛନ୍ତି । +ଏପରି ଯୁବକମାନଙ୍କ ପରିଶ୍ରମ ଦ୍ୱାରା ହିଁ ଆଜି ଦେଶ ଏତେ ବଡ଼ ମହୁ ଉତ୍ପାଦକ ହୋଇପାରୁଛି । +ଆପଣଙ୍କୁ ଜାଣି ଖୁସି ଲାଗିବ ଯେ ଦେଶରେ ମହୁର ରପ୍ତାନି ମଧ୍ୟ ବଢ଼ିଯାଇଛି । +ଦେଶ ନେସନାଲ୍ ବୀ କିପିଂ ଆଣ୍ଡ୍ ହନି ମିସନ ଭଳି ଅଭିଯାନ ଚଳାଇଲା, ଚାଷୀମାନେ ବହୁତ ପରିଶ୍ରମ କଲେ ଏବଂ ଆମ ମହୁର ମିଠା ସାରା ଦୁନିଆରେ ପହଂଚିବାରେ ଲାଗିଲା । +ବର୍ତ୍ତମାନ ଏ କ୍ଷେତ୍ରରେ ଆହୁରି ବଡ଼ ସମ୍ଭାବନା ରହିଛି । +ମୁଁ ଚାହିଁବି ଯେ ଆମର ଯୁବଗୋଷ୍ଠୀ ଏହି ସୁଯୋଗ ସହିତ ଯୋଡ଼ିହୋଇ ତା'ର ଲାଭ ଉଠାନ୍ତୁ ଏବଂ ନୂଆ ସମ୍ଭାବନାକୁ ସାକାର କରନ୍ତୁ । +ମୋର ପ୍ରିୟ ଦେଶବାସୀଗଣ, ମୋତେ ହିମାଚଳ ପ୍ରଦେଶରୁ "ମନ୍ କୀ ବାତ୍'ର ଜଣେ ଶ୍ରୋତା ଶ୍ରୀମାନ ଆଶିଷ ବହଲ୍ ଜୀଙ୍କର ଏକ ଚିଠି ମିଳିଛି । +ସେ ନିଜ ଚିଠିରେ ଚମ୍ବା ର "ମିଞ୍ଜର୍ ମେଳା' କଥା ଲେଖିଛନ୍ତି । +ପ୍ରକୃତରେ ମକାର ଫୁଲକୁ ମିଞ୍ଜର୍ କୁହାଯାଏ । +ଯେତେବେଳେ ମକାରେ ଫୁଲ ଆସେ, ସେତେବେଳେ ମିଞ୍ଜର୍ ମେଳା ପାଳନ କରାଯାଏ ଏବଂ ଏହି ମିଞ୍ଜର ମେଳାରେ ଭାଗ ନେବାକୁ ଦେଶର କୋଣଅନୁକୋଣରୁ ପର୍ଯ୍ୟଟକ ଆସିଥାନ୍ତି । +ସଂଯୋଗବଶତଃ ଏହି ମେଳା ଏବେ ଚାଲିଛି । +ଆପଣ ଯଦି ହିମାଚଳ ବୁଲିବାକୁ ଯାଇଛନ୍ତି ତେବେ ଏହି ମେଳା ଦେଖିବାକୁ ଚମ୍ବା ଯାଇପାରିବେ । +ଚମ୍ବା ଏତେ ସୁନ୍ଦର ଯେ ଏଠାକାର ଲୋକଗୀତରେ ବାରମ୍ବାର କୁହାଯାଏ – ""ଚମ୍ବା ଇକ୍ ଦିନ ଓଣା କନେ ମହିନା ରୈଣା'' । +ଅର୍ଥାତ ଯେଉଁ ଲୋକେ ଦିନକ ପାଇଁ ଚମ୍ବା ଆସନ୍ତି, ସେମାନେ ଏହାର ସୌନ୍ଦର୍ଯ୍ୟ ଦେଖି ମାସସାରା ଏଇଠି ରହିଯାଆନ୍ତି । +ବନ୍ଧୁଗଣ, ଆମ ଦେଶରେ ମେଳା ସବୁର ମଧ୍ୟ ବଡ଼ ସାଂସ୍କୃତିକ ଗୁରୁତ୍ୱ ରହିଛି । +ମେଳା ଜନ-ମନ ଦୁଇଟିକୁ ଯୋଡ଼ିଥାଏ । +ହିମାଚଳରେ ବର୍ଷା ପରେ ଯେତେବେଳେ ଖରିଫ ଫସଲ ପାଚେ, ସେତେବେଳେ ସେପ୍ଟେମ୍ବରରେ ଶିମଳା, ମଣ୍ଡି, କୁଲ୍ଲୁ ଓ ସୋଲନରେ ସୈରି ବା ସୈର ମଧ୍ୟ ପାଳନ କରାଯାଏ । +ସେପ୍ଟେମ୍ବରରେ ଜାଗରା ମଧ୍ୟ ଆସିବାର ଅଛି । +ଜାଗରା ମେଳାରେ ମହାସୁ ଦେବତାଙ୍କୁ ଆହ୍ୱାନ କରି ବିସୁ ଗୀତ ଗାନ କରାଯାଏ । +ମହାସୁ ଦେବତାଙ୍କର ଏହି ଜାଗର ହିମାଚଳର ଶିମଳା, କିନ୍ନୌର ଏବଂ ସିରମୌର ସମେତ ଉତ୍ତରାଖଣ୍ଡରେ ମଧ୍ୟ ଅନୁଷ୍ଠିତ ହୁଏ । +ବନ୍ଧୁଗଣ, ଆମ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଆଦିବାସୀ ସମାଜରେ ମଧ୍ୟ ଅନେକ ପାରମ୍ପରିକ ମେଳା ଆୟୋଜିତ ହୋଇଥାଏ । +ଏଥିମଧ୍ୟରୁ କେତେକ ମେଳା ଆଦିବାସୀ ସଂସ୍କୃତି ସହିତ ସଂପୃକ୍ତ ତ ଆଉ କିଛିର ଆୟୋଜନ ଆଦିବାସୀ ଇତିହାସ ଓ ଐତିହ୍ୟ ସହିତ ସଂପୃକ୍ତ, ଯେପରିକି ଆପଣଙ୍କୁ ଯଦି ସୁଯୋଗ ମିଳେ ତ ତେଲଙ୍ଗାନାର ମେଡାରମର ଚାରିଦିନିଆ ସମକ୍କା-ସରଲମ୍ମା ଯାତ୍ରାମେଳା ନିଶ୍ଚୟ ଦେଖିବାକୁ ଯାଆନ୍ତୁ । +ଏହି ମେଳାକୁ ତେଲଙ୍ଗାନାର ମହାକୁମ୍ଭ କୁହାଯାଏ । +ସରଲମ୍ମା ଯାତ୍ରାମେଳା ଦୁଇ ଆଦିବାସୀ ମହିଳା ନାୟିକା ସମକ୍କା ଓ ସରଲମ୍ମାଙ୍କ ସମ୍ମାନରେ ଅନୁଷ୍ଠିତ ହୁଏ । +ଏହା କେବଳ ତେଲଙ୍ଗାନା ନୁହେଁ, ବରଂ ଛତିଶଗଡ଼, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶର କୋୟା ଆଦିବାସୀ ସମ୍ପ୍ରଦାୟ ପାଇଁ ଆସ୍ଥାର ବଡ଼ କେନ୍ଦ୍ର । +ଆନ୍ଧ୍ରପ୍ରଦେଶରେ ମାରିଦମ୍ମା ମେଳା ମଧ୍ୟ ଆଦିବାସୀ ସମାଜର ପ୍ରଥା ସହିତ ସଂପୃକ୍ତ ଏକ ବଡ଼ ମେଳା । +ମାରିଦମ୍ମା ମେଳା ଜ୍ୟେଷ୍ଠ ଅମାବାସ୍ୟାରୁ ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ ଚାଲେ ଏବଂ ଏଠାକାର ଆଦିବାସୀ ସମାଜ ଏହାକୁ ଶକ୍ତି ଉପାସନା ସହିତ ଯୋଡ଼ିଥାନ୍ତି । +ଏଠାକାର ପୂର୍ବ ଗୋଦାବରୀର ପେଦ୍ଧାପୁରମରେ ମରିଦମ୍ମା ମନ୍ଦିର ମଧ୍ୟ ରହିଛି । +ସେହିଭଳି ରାଜସ୍ଥାନରେ ଗରାସିୟା ଜନଜାତିର ଲୋକେ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀରେ "ସିୟାୱା କା ମେଲା' ବା "ମନଖାଁ ରୋ ମେଲା'ର ଆୟୋଜନ କରନ୍ତି । +ଛତିଶଗଡ଼ ବସ୍ତର ଅଂଚଳର ନାରାୟଣପୁରରେ ହେଉଥିବା ମାୱଲି ମେଳା ମଧ୍ୟ ବହୁତ ପ୍ରସିଦ୍ଧ । +ସେଇ ପାଖାପାଖି ମଧ୍ୟପ୍ରଦେଶର ଭଗୋରିୟା ମେଳା ମଧ୍ୟ ଖୁବ୍ ଜଣାଶୁଣା । +କୁହାଯାଏ ଯେ ଏହି ଭଗୋରିୟା ମେଳା ରାଜା ଭୋଜଙ୍କ ସମୟରେ ଆରମ୍ଭ ହୋଇଥିଲା । +ସେତେବେଳକାର ଭୀଲ୍ ରାଜା କାସୁମରା ଓ ବାଲୁନ୍ ପ୍ରଥମ ଥର ପାଇଁ ନିଜ ନିଜ ରାଜ୍ୟର ରାଜଧାନୀରେ ଏହି ମେଳାର ଆୟୋଜନ କରିଥିଲେ । +ସେତେବେଳଠାରୁ ଆଜିଯାଏ ଏହି ମେଳାଗୁଡ଼ିକ ଖୁବ୍ ଉତ୍ସାହର ସହିତ ପାଳିତ ହୋଇଆସୁଛି । +ସେଇଭଳି ଗୁଜରାଟର ତରଣେତର୍ ଏବଂ ମାଧୋପୁର ଆଦି ସ୍ଥାନରେ ହେଉଥିବା ମେଳାଗୁଡ଼ିକ ମଧ୍ୟ ଖୁବ୍ ପ୍ରସିଦ୍ଧ । +ଏହି ମେଳାଗୁଡ଼ିକ ଆମମାନଙ୍କର ସାମାଜିକ ଜୀବନ ପାଇଁ ଶକ୍ତିର ବହୁତ ବଡ଼ ଉତ୍ସ । +ଆପଣଙ୍କ ଆଖପାଖରେ ମଧ୍ୟ ଏହିଭଳି ଅନେକ ମେଳା ଆୟୋଜିତ ହେଉଥିବ । +ଆଜିର ସମୟରେ ସମାଜର ଏହି ପ୍ରାଚୀନ ପରମ୍ପରାଗୁଡ଼ିକ “ଏକ୍ ଭାରତ ଶ୍ରେଷ୍ଠ ଭାରତ” ଭଳି ଭାବନାକୁ ମଜଭୁତ କରିବାରେ ଉଲ୍ଲେଖନୀୟ ଭୂମିକା ନେଇପାରିବେ । +ଆମର ଯୁବବର୍ଗ ଏହି ମେଳାଗୁଡ଼ିକ ପ୍ରତି ଆକର୍ଷିତ ହେବା ଉଚିତ ଏବଂ ଆପଣମାନେ ଯେବେବି ଏହିଭଳି ମେଳାଗୁଡ଼ିକୁ ଯାଉଛନ୍ତି ତା’ର ଫଟୋଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ସେୟାର କରନ୍ତୁ । +ଯଦି ଆପଣ ଚାହାଁନ୍ତି ତେବେ ଗୋଟିଏ ନିର୍ଦ୍ଦିଷ୍ଟ ହ୍ୟାସ୍ଟ୍ୟାଗ୍ ମଧ୍ୟ ବ୍ୟବହାର କରିପାରନ୍ତି । +ୟାଦ୍ୱାରା ଅନ୍ୟ ଲୋକମାନେ ମଧ୍ୟ ସେହି ମେଳାଗୁଡ଼ିକ ବିଷୟରେ ଜାଣିପାରିବେ । +ଏହି ଫଟୋଗୁଡ଼ିକୁ ଆପଣ ସଂସ୍କୃତି ବିଭାଗର ୱେବସାଇଟରେ ମଧ୍ୟ ଅପଲୋଡ଼ କରିପାରିବେ । +ଆମ ସଂସ୍କୃତି ମନ୍ତ୍ରଣାଳୟ ଆଗାମୀ କିଛିଦିନ ଭିତରେ ଗୋଟିଏ ପ୍ରତିଯୋଗିତା ମଧ୍ୟ ଆରମ୍ଭ କରିବାକୁ ଯାଉଛି ଯେଉଁଥିରେ ମେଳାଗୁଡ଼ିକର ସବୁଠାରୁ ଭଲ ଫଟୋ ପଠେଇଥିବା ବ୍ୟକ୍ତିକୁ ପୁରସ୍କାର ମଧ୍ୟ ଦିଆଯିବ ,ଅତଏବ ଆଉ ଡେରି କରନ୍ତୁନି , ମେଳାରେ ବୁଲନ୍ତୁ ତା’ର ଫଟୋ ସେୟାର କରନ୍ତୁ, ହୁଏତ ଆପଣଙ୍କୁ ବି ପୁରସ୍କାର ମିଳିଯାଇପାରେ । +ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କର ମନେଥିବ ‘ମନ୍ କୀ ବାତ୍’ର ଗୋଟିଏ ଅଧ୍ୟାୟରେ ମୁଁ କହିଥିଲି ଯେ ଖେଳନା ରପ୍ତାନୀ କ୍ଷେତ୍ରରେ ଭାରତ ଅଗ୍ରଣୀ ହେବାର ଯୋଗ୍ୟତା ବହନ କରେ । +ସେଥିରେ ମୁଁ ବିଶେଷକରି ଖେଳକୁଦ ବିଭାଗରେ ଭାରତର ସମୃଦ୍ଧ ଐତିହ୍ୟ ବିଷୟରେ ଚର୍ଚ୍ଚା କରିଥିଲି । +ଭାରତର ସ୍ଥାନୀୟ ଖେଳନାଗୁଡ଼ିକ ପରମ୍ପରା ଓ ପ୍ରକୃତିର ଅନୁରୂପ ହୋଇଥାନ୍ତି, ତା’ଛଡ଼ା Eco-friendly ମଧ୍ୟ ହୋଇଥାନ୍ତି । +ମୁଁ ଆଜି ଆପଣଙ୍କ ସହିତ ଭାରତୀୟ ଖେଳନାର ସଫଳତା ସମ୍ବନ୍ଧରେ ଆଲୋଚନା କରିବାକୁ ଚାହେଁ । +ଆମର ଯୁବବର୍ଗମାନେ ଷ୍ଟାର୍ଟଅପ ଏବଂ ଉଦ୍ୟମିତା ଦ୍ୱାରା ଖେଳନା ଶିଳ୍ପ କ୍ଷେତ୍ରରେ ଯେଉଁଭଳି ସଫଳତା ହାସଲ କରିଛନ୍ତି କେହି ତା’ର କଳ୍ପନା ମଧ୍ୟ କରିନଥିବେ । +ଆଜି ଯେତେବେଳେ ଭାରତୀୟ ଖେଳନାଗୁଡ଼ିକର ଚର୍ଚ୍ଚା ହେଉଛି ସେତେବେଳେ ଚାରିଆଡ଼େ ଭୋକାଲ ଫର ଲୋକାଲ ର ଧ୍ୱନି ଗୁଞ୍ଜରିତ ହେଉଛି । +ଆପଣମାନେ ଜାଣି ଖୁସିହେବେ ଯେ ଭାରତରେ ଏବେ ବିଦେଶରୁ ଆମଦାନୀ କରାଯାଉଥିବା ଖେଳନାଗୁଡ଼ିକର ସଂଖ୍ୟା କ୍ରମଶଃ କମ୍ ହେବାରେ ଲାଗିଲାଣି । +ଆଗରୁ ପ୍ରାୟ ତିନିହଜାର କୋଟି ଟଙ୍କାର ଖେଳନା ବାହାରୁ ଆମଦାନୀ କରାଯାଉଥିବାବେଳେ ଏବେ ଏହି ଆମଦାନୀ ସତୁରୀ ପ୍ରତିଶତ କମ୍ ହୋଇଗଲାଣି । +ଆଉ ଖୁସିର କଥା ହେଲା ଇତିମଧ୍ୟରେ ଭାରତରୁ ଦୁଇହଜାର ଛଅଶହ କୋଟିରୁ ଅଧିକ ଟଙ୍କାର ଖେଳନା ବିଦେଶକୁ ରପ୍ତାନୀ କରାଯାଇଛି । +ପ୍ରଥମେ ମାତ୍ର ତିନିଶହ-ଚାରିଶହ କୋଟି ଟଙ୍କାର ଖେଳନା ବିଦେଶକୁ ରପ୍ତାନୀ କରାଯାଇପାରୁଥିଲା ଆଉ ଆପଣମାନେ ଜାଣନ୍ତି ଯେ ଏସବୁ କରୋନା କାଳରେ ହିଁ ହୋଇପାରିଲା । +ଭାରତର ଖେଳନା ଉଦ୍ୟୋଗ ନିଜକୁ ପରିବର୍ତ୍ତିତ କରି ଦେଖେଇଦେଲା । +ଭାରତୀୟ ଉଦ୍ୟୋଗୀମାନେ ଏବେ ଭାରତୀୟ ପୁରାଣ, ଇତିହାସ ଏବଂ ସଂସ୍କୃତି ଉପରେ ଆଧାରିତ ଖେଳନା ତିଆରି କରୁଛନ୍ତି । +ଦେଶର ବିଭିନ୍ନ ସ୍ଥାନରେ ଖେଳନାର ଯେଉଁ କ୍ଲଷ୍ଟର ରହିଛି ତାଦ୍ୱାରା ଛୋଟ ଛୋଟ ଖେଳନା ତିଆରି କରୁଥିବା ଉଦ୍ୟୋଗୀମାନେ ବିଶେଷ ଭାବେ ଉପକୃତ ହେଉଛନ୍ତି । +ଏଇ ଛୋଟ ଉଦ୍ୟୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ ଖେଳନା ଏବେ ଦେଶବିଦେଶକୁ ରପ୍ତାନୀ ହେଉଛି । +ଭାରତର ଖେଳନା ନିର୍ମାତାମାନେ ବିଶ୍ୱର ପ୍ରମୁଖ Global Toy Brandsଗୁଡ଼ିକ ସାଥୀରେ ହାତ ମିଳାଇ କାମ କରୁଛନ୍ତି । +ମୁଁ ବହୁତ ଖୁସି ଯେ ଆମର ଷ୍ଟାର୍ଟଅପ ସେକ୍ଟର ମଧ୍ୟ ଖେଳନା ବଜାର ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । +ଏ କ୍ଷେତ୍ରରେ ସେମାନେ ଅନେକ ମଜାଦାର ଜିନିଷ ମଧ୍ୟ କରୁଛନ୍ତି । +ବାଙ୍ଗାଲୋରର Shumme Toys (ସୁମି ଟୟଜ୍) ନାମକ ଷ୍ଟାର୍ଟଅପ, Eco friendly ଖେଳନା ତିଆରି କରିବା ଉପରେ ବିଶେଷ ଧ୍ୟାନ ଦେଉଛି । +ସେହିଭଳି ଗୁଜରାଟର ଆର୍କିଡଜୁ କମ୍ପାନୀ AR based flash cards ଏବଂ AR based Story books ତିଆରି କରୁଛି । +ପୁନାର ଫନଭେନସନ ନାମକ କମ୍ପାନୀ Learning ଖେଳନା ଏବଂ Activity Puzzles ମାଧ୍ୟମରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଗଣିତ କ୍ଷେତ୍ରରେ ପିଲାମାନଙ୍କର ଆଗ୍ରହ ବଢ଼ାଇବାର ଚେଷ୍ଟା କରୁଛି । +ଖେଳନାର ଦୁନିଆରେ ଏଭଳି ଉଚ୍ଚକୋଟୀର କାମ କରୁଥିବା ସେଇ ଉଦ୍ୟୋଗୀ ତଥା ଷ୍ଟାର୍ଟଅପ ମାନଙ୍କୁ ମୁଁ ଅନେକ ଅନେକ ଶୁଭକାମନା ଜଣାଉଛି । +ଆସନ୍ତୁ ଆମେ ସମସ୍ତେ ମିଳିମିଶି ଭାରତୀୟ ଖେଳନାଗୁଡ଼ିକୁ ବିଶ୍ୱ ଦରବାରରେ ଆହୁରି ଅଧିକ ଲୋକପ୍ରିୟ କରିବା । +ତାଛଡ଼ା ଅଭିଭାବକମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ଅଧିକରୁ ଅଧିକ ଭାରତୀୟ ଖେଳନା, Puzzles ଏବଂ ଗେମ ଆଦି କିଣନ୍ତୁ । +ସାଥିଗଣ, କ୍ଲାସରୁମ୍ଠାରୁ ଆରମ୍ଭ କରି ଖେଳପଡ଼ିଆ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମର ଯୁବବର୍ଗ ଦେଶକୁ ଗୌରବାନ୍ୱିତ କରୁଛନ୍ତି । +ଏଇ ମାସରେ ପିଭି ସିନ୍ଧୁ ସିଙ୍ଗାପୁର ଓପନ୍ ଖେଳି ନିଜର ପ୍ରଥମ ଟ୍ରଫି ଜିତିଛନ୍ତି । +ନୀରଜ ଚୋପ୍ରା ମଧ୍ୟ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିଶ୍ୱ ଆଥଲେଟିକ୍ ଚାମ୍ପିଅନସିପରେ ଦେଶ ପାଇଁ ରୌପ୍ୟପଦକ ଜିତିଛନ୍ତି । +ଆୟାରଲାଣ୍ଡ ପାରା ବ୍ୟାଡମିଣ୍ଟନ ଖେଳରେ ୧୧ଟି ପଦକ ହାସଲ କରି ଆମର ଖେଳାଳିମାନେ ଦେଶର ଗୌରବ ବଢ଼ାଇଛନ୍ତି । +ରୋମରେ ଆୟୋଜିତ ହୋଇଥିବା World Cadet Wrestling Championshipରେ ମଧ୍ୟ ଭାରତୀୟ ଖେଳାଳିମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । +ଆମ ଆଥଲେଟ୍ ସୁରଜ ମଧ୍ୟ Greco-Roman Eventରେ କମାଲ୍ କରି ଦେଖେଇଛନ୍ତି । +ସେ ଦୀର୍ଘ ବତିଶ ବର୍ଷର ବ୍ୟବଧାନ ପରେ ଏହି ପ୍ରତିଯୋଗିତାର Wrestlingରେ ସ୍ୱର୍ଣ୍ଣପଦକ ଜିତିପାରିଛନ୍ତି । +ଏଇ ସାରା ମାସଟି ତ ଖେଳାଳିମାନଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ରହିଲା । +ଚେନ୍ନାଇରେ ୪୪ତମ ଚେସ୍ ଅଲମ୍ପିଆଡର ଆୟୋଜନ ମଧ୍ୟ ଭାରତ ପାଇଁ ଅତ୍ୟନ୍ତ ସମ୍ମାନର କଥା । +ଏଇ ଜୁଲାଇ ୨୮ ତାରିଖରେ ହିଁ ଏହି ପ୍ରତିଯୋଗିତାର ଶୁଭାରମ୍ଭ ହେଲା ଏବଂ ମୋତେ ଏହାର ଉଦ୍ଘାଟନ ଉତ୍ସବରେ ଯୋଗଦେବାର ସୌଭାଗ୍ୟ ମିଳିଥିଲା । +ସେଇଦିନ ଟକରେ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶୁଭାରମ୍ଭ ହେଲା । +ଅତ୍ୟନ୍ତ ଉତ୍ସାହର ସହିତ ଆମର ଯୁବବର୍ଗ ସେଠାରେ ଆମର ପ୍ରତିନିଧିତ୍ୱ କରୁଛନ୍ତି । +ମୁଁ ସମସ୍ତ ଖେଳାଳି ଓ ଆଥଲେଟମାନଙ୍କୁ ଦେଶବାସୀଙ୍କ ତରଫରୁ ଶୁଭକାମନା ଜଣାଉଛି । +ମୋ ପାଇଁ ଆଉ ଗୋଟିଏ ଗୌରବର କଥା ହେଲା ଭାରତ ୧୭ ବର୍ଷରୁ କମ୍ ବର୍ଗ ପାଇଁ FIFA Women’s World Cup ଫୁଟବଲ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି । +ଏହି ପ୍ରତିଯୋଗିତା ପାଖାପାଖି ଅକ୍ଟୋବର ବେଳକୁ ଆୟୋଜିତ ହେବ ଯାହା ଦେଶର ଝିଅମାନଙ୍କର ଖେଳ ପ୍ରତି ଉତ୍ସାହ ବୃଦ୍ଧି କରିବ । +ସାଥିଗଣ, କିଛିଦିନ ତଳେ ଦେଶରେ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶିତ ହୋଇଛି । +ଯେଉଁ ପିଲାମାନେ ନିଜର କଠିନ ପରିଶ୍ରମ ତଥା ମନୋନିବେଶ ଦ୍ୱାରା ସଫଳତା ଅର୍ଜନ କରିଛନ୍ତି ସେମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । +ମହାମାରୀ ଯୋଗୁଁ ଗତ ଦୁଇବର୍ଷ ଆମମାନଙ୍କ ପାଇଁ ଆହ୍ୱାନ ଥିଲା । +ଏ ପରିସ୍ଥିତିରେ ମଧ୍ୟ ଆମର ଯୁବବର୍ଗ ଯେଉଁଭଳି ସାହସ ଏବଂ ସଂଯମର ପରିଚୟ ଦେଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ । +ମୁଁ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି । +ମୋର ପ୍ରିୟ ଦେଶବାସୀଗଣ, ଆଜି ଆମେମାନେ ସ୍ୱାଧୀନତାର ୭୫ତମ ବର୍ଷରେ ଦେଶର ଯାତ୍ରା ସହିତ ଚର୍ଚ୍ଚା ଆରମ୍ଭ କରିଥିଲେ । +ଆସନ୍ତା ଥର ଯେତେବେଳେ ଆମେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସେତେବେଳକୁ ଆମର ଆଗାମୀ ୨୫ ବର୍ଷର ଯାତ୍ରା ଆରମ୍ଭ ହୋଇସାରିଥିବ । +ନିଜ ଘର ତଥା ଆମ ନିଜ ଲୋକଙ୍କ ଘର ଉପରେ ଆମର ପ୍ରିୟ ତ୍ରିରଙ୍ଗା ଉଡୁ ସେଥିପାଇଁ ଆମକୁ ଏକତ୍ର ହେବାକୁ ପଡ଼ିବ । +ଆପଣମାନେ ଏ ବର୍ଷର ସ୍ୱାଧୀନତା ଦିବସକୁ କେମିତି ପାଳନ କଲେ, କ’ଣ କିଛି ସ୍ୱତନ୍ତ୍ର କଲେ ସେ କଥା ମତେ ନିଶ୍ଚୟ ଜଣେଇବେ । +ଆରଥରକୁ ଆମେ ଆମର ଏହି ଅମୃତ ମହୋତ୍ସବର ଭିନ୍ନ ଭିନ୍ନ ରଙ୍ଗକୁ ନେଇ ପୁଣି ଚର୍ଚ୍ଚା କରିବା, ସେପର୍ଯ୍ୟନ୍ତ ମତେ ଅନୁମତି ଦିଅନ୍ତୁ । +ବହୁତ ବହୁତ ଧନ୍ୟବାଦ । -- GitLab