diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_3 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_3 new file mode 100644 index 0000000000000000000000000000000000000000..45670bb75088ad027708b5aabc60c09ca088bede --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_3 @@ -0,0 +1,66 @@ +ଅଚି଼ହ୍ନା ପ୍ରେମିକା +- ଜୀବର୍ଦ୍ଧନ ରଣା +ତା: ମାର୍ଚ୍ଚ୍ ୫, ୨୦୧୧ +ମୂଳ ପୃଷ୍ଠା → ନବ ପ୍ରତିଭା → ଗଳ୍ପ → +“ହୋଇ ଅତି ଚିହ୍ନା-ତଥାପି ଅଚି଼ହ୍ନା +ନୁହେଁ ପରିଚିତ-ନୁହେଁ ସେ ଅଜଣା ।” +ଏଭଳି ବ୍ୟକ୍ତିଟି କିଏ ଜାଣିବାକୁ ଯାଇ ମୋ ଅଜାଣତରେ ପାଦ ଦୁଇଟି ଚଢ଼ିଗଲା ଯାତ୍ରୀବାହୀ ବସ୍‌ ଉପରକୁ । +ବସ୍‌ଟି ଚାଲିଲା ତା ଗନ୍ତବ୍ୟ ପଥରେ । +ବସ୍‌ର ଗତି ପଥ ସହ ତାଳଦେଇ ମୋ ମନର ଗତିପଥର ବେଗ ବଢ଼ିଚାଲିଲା ବସ୍‌ଠାରୁ ଆହୁରି ବେଗରେ । +ନୂତନ ବର୍ଷର ନବୀନ ପ୍ରଭାତରେ ବସ୍‌ଟି ଯେମିତି ଚାଲିଛି, ଠିକ୍‌ ସେମିତି ନବ ଉଲ୍ଲାସରେ ନୂତନ ଆବେଗରେ ମୋ ମନ ଭିତରେ ଭାବନାର ସୁଅ ଛୁଟିଛି । +ସତେ କ’ଣ ସେଇ ଅଚି଼ହ୍ନା ଅଜଣା ବ୍ୟକ୍ତି ସହ ମୋର ଚିହ୍ନା ପରିଚୟ ହୋଇପାରିବ । +ତଥାପି କେତେ ଆଶା କେତେ ଆକାଙ୍କ୍ଷା ନେଇ ମୁଁ ଭାବୁଛି ବସ୍‌ଟି କେତେବେଳେ ସମ୍ବଲପୁର ପହଞ୍ଚିବ । +ମନର ଉଦ୍‌ବେଗକୁ ଦମନ କରି ନ ପାରି ପକେଟରୁ କାଢ଼ି ପୁଣି ଥରେ ପଢ଼ିବସିଲି “ମମତାର ସପ୍ତମ ପତ୍ର” । +ଆଶା ଓ ହତାଶାରେ କେଇପଦ ଲେଖାଥିଲା । +“ପତ୍ର ପାଇବାର ପାଞ୍ଚଦିନ ମଧ୍ୟରେ ଯଦି ମୋ ପାଖରେ ପହଞ୍ଚି ନପାର ତା’ହେଲେ ହୁଏତ ତୁମଠାରୁ ଦୂରେଇ ଯିବି ।” + ସତେ କ’ଣ ମମତାର ସେଇ ଅଚି଼ହ୍ନା ଚେହେରା ତମ ପାଇଁ ଚୀରଦିନ ଅଦେଖା ରହିଯିବ ?? ହେଲେ ଆଜି ତ ପତ୍ର ପାଇବାର ସପ୍ତମ ଦିନ । +ସେ ଯାହା ହେଉନା କାହିଁକି ମୁଁ ଆଜି ମମତାକୁ ଦେଖିବି । +ଯିଏ ମୋତେ ବିଗତ ଦୁଇ ବର୍ଷ ହେଲା ଭଲପାଇ ଆସୁଛି । +ଅଥଚ ତା’ସହିତ ମୋର ଚିହ୍ନା ପରିଚୟ ହୋଇନି । +ହଁ…… କେବଳ ଏତିକି ମନେ ପଡ଼େ ଯେ, ଦୁଇବର୍ଷ ଆଗରୁ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଭିଡ଼ ମଧ୍ୟରୁ ତିନୋଟି ଅଦେଖା ଚେହେରା ମୋ ଆଖିର ପରଦାରେ କିଛିକ୍ଷଣ ପାଇଁ ଭାସି ଆସିଥିଲା । +ନାନୀର କଥାରୁ ଜାଣିଲି ସେମାନେ ତାର ପଡ଼ୋଶୀ । +ସେହି କିଛି ସମୟ ମାତ୍ର ତାଙ୍କ ସହ ଆଳାପ କରି ନାନୀ ପାଖରୁ ବିଦାୟ ନେଇ ମୁଁ ଫେରି ଆସିଥିଲି ମୋ ଗାଁ ଭୁଇଁକୁ । +କିଛିଦିନ ପରେ ଆସିଲା ଗୋଟିଏ ଚିଠି । +ଚିଠିର ପ୍ରେରକ ସ୍ଥାନରେ ଲେଖାଥିଲା “ମମତା” । +ହେଲେ କିଏ ସେ “ମମତା” ? ତିନୋଟି ଚେହେରା । +ଭିତରୁ ମୋ ଆଖି ଖୋଜି ବସିଲା ମମତାର ଚେହେରାକୁ । +କିନ୍ତୁ ପାରିଲା ନାହିଁ । +ସେମାନେ ତ ମୋ ଠାରୁ ବୟସରେ ବଡ଼ ଥିଲେ । +ତଥାପି ଯେ, ମୋତେ ଭଲପାଇ ବସିଲେ । + ଏଭଳି ପତ୍ରରୁ ଏ ଯାଏ ମୁଁ ବୁଝି ପାରୁନି ଯେ, ଏ ଭଲ ପାଇବାର ମାନେ ପ୍ରେମ ନା ଆଉ କ’ଣ ? +ମୁଁ ତାକୁ ମନେ ମନେ ଭଲ ପାଇଥିଲି । + ତା ସହିତ ନିତିଦିନ ଦେଖା ନିତିଦିନ କଥାବର୍ତ୍ତା ହେଉଥିଲା କିନ୍ତୁ ଗୋଟିଏ ବର୍ଷର ବ୍ୟବଧାନରେ ଯେତେବେଳେ ପୁନର୍ବାର ତା’ସହ ଦେଖାହେଲା ସେ ଉତ୍ତର ଦେଲା ଦାଦା ତୁମେ କିଏ ? ମୋତେ କେମିତି ଜାଣିଲ ? +ଆଜି କିନ୍ତୁ ସେଇ ପ୍ରେମ ମାନେଟା କ’ଣ ନିଶ୍ଚୟ ଜାଣିପାରିବି । +ପ୍ରେମ….. ଏହାକୁ ସ୍ମରଣ କଲାମାତ୍ରେ ଆଖି ଆଗରେ ଝଲସି ଯାଏ ମୋ ପ୍ରେମ ଇତିହାସର ପ୍ରଥମ ପୃଷ୍ଠା । +ସୀମା….. ଯାହାକୁ ପ୍ରଥମ ଦେଖାରୁ ପାଇଥିଲି ଅସୀମ ଭଲ, କରିବସିଥିଲି ସୀମାହୀନ ପ୍ରେମ । +କିନ୍ତୁ ଗତକାଲି ଯେତେବେଳେ ତା ଗ୍ରିଟିଂସ୍‌ଟି ପାଇଲି ସେ ମୋତେ ସମ୍ପର୍କ ଯୋଡ଼ି ଲେଖିଥିଲା । +ତା’ପରେ ଓଲଟାଇ ବସିଲି ଦ୍ବିତୀୟ ପୃଷ୍ଠା ‘ଦିପ୍ତି….. ଯେଉଁ ଦିପ୍ତିର ଦିପ୍ତି (ଆଭାସ)ରେ ମୋର ଦରଦି ମନର କ୍ଳାନ୍ତିର ଅବସାନ ଘଟିଥିଲା । +ମୁଁ ତାକୁ ମନେ ମନେ ଭଲ ପାଇଥିଲି । +ତା ସହିତ ନିତିଦିନ ଦେଖା ନିତିଦିନ କଥାବର୍ତ୍ତା ହେଉଥିଲା କିନ୍ତୁ ଗୋଟିଏ ବର୍ଷର ବ୍ୟବଧାନରେ ଯେତେବେଳେ ପୁନର୍ବାର ତା’ସହ ଦେଖାହେଲା ସେ ଉତ୍ତର ଦେଲା ଦାଦା ତୁମେ କିଏ ? ମୋତେ କେମିତି ଜାଣିଲ ? ତା’ର ଏଇ ପଦିଏ ଉତ୍ତର ଶୁଣି ଉଲ୍ଲାସର ଶିଉଳି ଲତାରେ ଦୋଳି ଖେଳୁଥିବା ଅବୁଝା ମନଟା ଠକ୍‌କିନା ଛିଣ୍ଡିଗଲା । +ହୃଦୟର ଗନ୍ତାଘରେ ଜଳୁଥିବା ଖୁସିର ଦୀପାଳୀଟା ଧପ୍‌କିନା ଲିଭିଗଲା । + ଏଇଟା କ’ଣ ପ୍ରେମ….. ନା….. ସମ୍ପର୍କ….. ଯଦି ସମ୍ପର୍କ ତେବେ କେଉଁ ସମ୍ପର୍କ….. ବନ୍ଧୁ- ଭଉଣୀ ନା ପ୍ରେମିକା……… +ହଠାତ୍‌ ବସ୍‌ଟା ଅଟକିଗଲା । +ବସ୍‌ ଅଟକିବା ଶବ୍ଦରେ ଭାଙ୍ଗିଗଲା ମୋ ଭାବନାଟି । +ଦେଖିଲି ସମ୍ବଲପୁର ଆସିଗଲା । +ତରତର ହୋଇ ବସ୍‌ରୁ ଓହ୍ଲାଇପଡ଼ି ମୋ ପଦ୍ମ ଚରଣ ବସ୍‌ଟି ଚାଲିଲା ନାନୀଘର ଆଡ଼କୁ । +କିଛିବାଟ ଗଲାପରେ ଦେଖିଲି ମୋ ଆଗରେ ଆସୁଛି ଏକ ଶବ । +ଗାଁରୁ ବାହାରି ଦେଖିଥିଲି ଗୋଟିଏ ଶବ ସେଇଟା ଥିଲା ମୋ ଡାହାଣ ପଟରେ କିନ୍ତୁ ଏହାତ ବାମ ପାଖରେ, କେଉଁଟା ଶୁଭର ଲକ୍ଷଣ କେଉଁଟା ଅଶୁଭ । +ହଠାତ୍‌ ମନଭିତରେ ଭାବିବସିଲି ଅନେକ ଅଶୁଭ କଥା ହେଲେ ମୁଁ ମନକୁ ନିଜେ ସାନ୍ତ୍ବନା ଦେଲି ମୁଁ ତ ଭଗବାନଙ୍କୁ ବିଶ୍ବାସ କରେ ନାହିଁ, ଆଉ ଏଇଟା କେମିତି ବିଶ୍ବାସ କରିବି । +ତଥାପି କାହିଁକି ଯେ, ଏ ଶବଟା ଦେଖିଲାକ୍ଷଣି ମୋ ମନଭିତରେ ଖେଳିଗଲା ଏକ ଭୀଷଣ ଶିହରଣ । +ସେଇ ଶିହରଣକୁ ଆତଙ୍କିତ କରି ଦୂରରୁ ଭାସି ଆସିଛି “ରାମ ନାମ ସତ୍ୟ ହେ” ଆଉ ଏଇ ସ୍ବରର ଲହରିକୁ ଦମନ କରି ଛୁଟି ଆସୁଛି ମହିଳାମାନଙ୍କ କ୍ରନ୍ଦନ ରୋଳ । +ଏହାକୁ ଅତିକ୍ରମ କରି ମନରେ ସାହସ ଓ ଦମ୍ଭ ଦେଇ ପହଞ୍ଚିଲି ନାନୀଘରେ । +ନାନୀ କାଳେ ରାଗିଯିବ ବୋଲି ହଠାତ୍‌ ମମତା ବିଷୟରେ କିଛି ପଚାରି ପାରିଲି ନାହିଁ । +ଲୋହିତ ଗୋଧୂଳିରେ ଅନ୍ଧକାର ବୋଳି ଦେଇ ଦିନମଣି ଲୁଚିଗଲେ ନିଶାବତୀ କୋଳରେ । +ତଥାପି ନାନୀକୁ ପଚାରିପାରିଲିନି । +ପଚାରିବି ପଚାରିବି ବୋଲି ରାତିସାରା ସୁଯୋଗ ଖୋଜିଲି ହେଲେ ପାରିଲିନି । +ନିଦ୍ରାବତୀ ମୋ ସହିତ ଛଳନା କରି ଏମିତି ଭାବନାର ନାଆରେ ଭସାଇ ଦେଇ ନିଶାବତୀ ବିଦାୟ ନେଲେ ତଥାପି କହିପାରିଲିନି । +ପୂର୍ବ ଆକାଶରେ ଲୋହିତ ବର୍ଣ୍ଣ ବିଛାଇଦେଲେ ଦିନମଣି, ମନରେ ଭରିଦେଲେ ନୂତନ ଦମ୍ଭ । +ଅଚିହ୍ନା ପ୍ରେମିକାକୁ ଦେଖିବାର ଲିପ୍‌ସାଟାକୁ ସମ୍ଭାଳି ନପାରି ନାନୀକୁ ପଚାରିଦେଲି, ନାନୀ ମମତାକୁ ଟିକେ ଚିହ୍ନେଇ ଦେବୁ । +ନାନୀ ଚୁପ୍‌ ରହିଗଲା । +ଭାବିଲି ବୋଧହୁଏ ନାନୀ ରାଗିଗଲା । +କିନ୍ତୁ ଅଶ୍ରୁଭରା ନୟନରେ ନାନୀ ଉତ୍ତର ଦେଲା- ଭାଇ, ମୁଁ ଜାଣେ ତୁ ମମତାକୁ ଦେଖିବାକୁ ଆସିଛୁ । +ହେଲେ ଟିକେ ବିଳମ୍ବ କରିଦେଲୁ । +ତୋ ଆସିବା ଆଗରୁ ମମତାର ପୁରୁଣା ପ୍ରେମିକ ବ୍ଲଡ କ୍ୟାନ୍‌ସର ତା’କୁ ମୃତ୍ୟୁର ସିନ୍ଦୁର ଲଗାଇ ବଧୁବେଶରେ ତୋ ଆଖି ଆଗରେ ନେଇଗଲା । + ତୁ କ’ଣ କାଲି ଦେଖିନୁ କେମିତ ମୃତ୍ୟୁ ସବାରୀରେ ବସି ସମସ୍ତଙ୍କୁ ଶୋକ ସାଗରରେ ଭସାଇ ସେ ଯାଉଥିଲା….. +ସତରେ ନବବର୍ଷର ଅପୂର୍ବ ଦିପ୍ତି (ଶୋଭା) ଉପଭୋଗ କରି ମଧ୍ୟ ମୋ ଦରଦି-ମନର ଦିପ୍ତି (କ୍ଲାନ୍ତି) ଦୂର ହେଲା ନାହିଁ । +ହରାଇଦେଲି ନବବର୍ଷର ସେ ଖୁସିର ସୀମା ! ଚୀରଦିନ ପାଇଁ ଅପରିଚି଼ତ ରହିଗଲା ସେ ଅଚି଼ହ୍ନା ପ୍ରେମିକା ।