From 2becce7a3bc790a109628c1ba19a37979d4c3b23 Mon Sep 17 00:00:00 2001 From: Nayan Ranjan Paul Date: Thu, 22 Sep 2022 15:26:11 +0530 Subject: [PATCH] Upload New File --- .../vikashpedia_health_odia68.txt | 19 +++++++++++++++++++ 1 file changed, 19 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia68.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia68.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia68.txt new file mode 100644 index 0000000..13edb57 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia68.txt @@ -0,0 +1,19 @@ +ବଥ ଓ ବାଳମୂଳିଆ +ଉପକ୍ରମ +ବଥ ଓ ବାଳମୂଳିଆ ଯଦିଓ ଏକ ସାଧାରଣ କଷ୍ଟ, ତଥାପି ଖରାଦିନେ ଏହାର ପ୍ରାବଲ୍ୟ ବେଶି । +ଜଣଜଣଙ୍କଠାରେ ମୁଥମୁଥ ହୋଇ ଛୋଟ ଛୋଟ ବାଳମୂଳିଆ ବାହାରି ବହୁତ ଯନ୍ତ୍ରଣା ଦିଏ । +ଦିହ ମୁଣ୍ଡ ଦରଜ ଯେ ଛୁଇଁ ହେବନାହିଁ । +ସେଥିରୁ କେତେକ ନ ପାଚି କଇଥା ପଡିଯାଏ । +ଏଥିରେ ଆର୍ଣ୍ଣିକା ଏକ ପ୍ରକାର ଆମୋଘ ଔଷଧ । +ଉପଚାର +ଦିନକୁ ୨-୩ ପାନ କରି ୨-୪ ଦିନ ଦିଅନ୍ତୁ ଓ ବାଳମୂଳିଆ ଗୁଡିକ ଶୁଖିଗଲେ ସଲଫର ଏକ ପାନ ଦେଇ ଦେବେ । +କେତେକ ସ୍ଥଳରେ ଦେଖିବେ, ବଥଟି ଲାଲ ଟକଟକ କରି ଖାଲି ଧକଧକ କରି ବ୍ୟଥା କରିବ, ହାତ ହାତ ମାରିଲେ ଜାଗାଟି ଖୁବ ଗରମ, ତେବେ ବେଲାଡୋନା ଦିନକୁ ୩-୪ ଥର କରିଦିଅନ୍ତୁ । +ଦେଖନ୍ତୁ ଏହିପରି ଲାଲ୍ ଦରଜ ଯେ କହିଲେ ନ ସରେ, ମାତ୍ର ରୋଗୀ ବଠଟିକୁ କେବଳ ସାଉଁଳୁଥିବ, ସତେ ଯେପରି ସେଥିରେ ସେ ଆରାମ ପାଉଛି । +କାରଣ, ବଥ ଭିତରଟା ବା ସେ ଜାଗାଟା ଶରଶର କରୁଥିବ ଓ ରାତିହେଲେ ବିନ୍ଧାଛିଟିକା ବଢୁଥିବ, ତାହାଲେ ମର୍କସଲ ହିଁ ବ୍ୟବହାର କରିବେ । +ଯେତେବେଳେ ଦେଖିବେ ବଥ ଜାଗାଟି ଖୁବ୍ ସ୍ପର୍ଶ କାତର, ଏତେ ଦରଜ ଯେ ଛୁଇଂବା ମଧ୍ୟ କଷ୍ଟ, ସାମାନ୍ୟ ଉଷୁମ ଶେକ ଦେଲେ ଉପଶମ, ତାହାହେଲେ ହିପାରସଲଫ ହିଁ ଦେବାକୁ ହେବ । +ମାତ୍ର ଦେଖିବେ, ଯଦି ପୂଜ ହେଇଗଲାଣି, ଜାଗାଟି ବା ବଥଟି ଏତେ ସ୍ପର୍ଶକାତର ନୁହେଁ, ଗରମ ଶେକ ଦେବାକୁ ଭଲ ଲାଗୁଛି, ତାହା ହେଲେ ସାଇଲିସିଆ ପ୍ରୟୋଗରେ ବଥ ଫାଟି ପୂଜ ବାହାରି ଶୁଖିଯିବ । +ବେଳେବେଳେ ଦେଖିବେ ଗୋଟାକ ପରେ ଗୋଟାଏ ବଥ ବାହାରିବାରେ ଲାଗିଛି, ଯେପରି ତାହାର ଶେଷ ନାହିଁ, ତାହାହେଲେ ସଲଫର ଉଚ୍ଚଶକ୍ତିର ଗୋଟିଏ ଦୁଇଟି ପାନ ଦେବେ । +ମାତ୍ର, ରୋଗୀ ଯଦି ଖୁବ୍ ଶର୍ଦ୍ଦିପ୍ରବଣ ହୋଇଥାଏ ତାହାହେଲେ ଟ୍ୟୁବରକୁଲିନମ ଦେବାଟା ନିତାନ୍ତ ଜରୁରୀ । +କେତେବେଳେ ଅବା ଦେଖିବେ, ବଥ ବା ବାଳମୂଳିଆଟି କଇଥିଆ ପଡିଯାଇଛି । +ଯେତେ ଯାହାଦେଲେ ମଧ୍ୟ ପାଚୁନାହିଁକି ବସୁ ନାହିଁ ଆର୍ଣ୍ଣିକା ମଧ୍ୟ ଫେଲ୍, ଯନ୍ତ୍ରଣା ବଢି ବଢି ଚାଲିଛି, ସେତେବେଳେ ମାଇରିଷ୍ଟିକା ଦିନକୁ ୩-୪ ଥର ଦେବାକୁ ହେବ, ଆଉ ଦେଖିବେ ୩-୪ ଦିନ ମଧ୍ୟରେ ସୁଫଳ ମିଳିବହିଁ ମିଳିବ । +ବଥ ପାଚି ଆସୁଛି, ବା ପାଚିବା ଡେରି ହେଉଛି, ଅଥବା ଭଲଭାବରେ ପୂଜ ବାହାରୁ ନାହିଁ, ତାହାହେଲେ କାଲେଣ୍ଡୁରା Q ୨୦-୩୦ ଟୋପା ଏକକପ୍ ଉଷୁମ ପାଣିରେ ପକାଇ, ତୁଳା ଭିଜାଇ ବଥ ଉପରେ ପକାଇ ରଖିଲେ ପୂଜସବୁ ଟାଣିହୋଇ ଗୋଟିଏ ଜାଗାରେ ରହି ମୁଁ କରିଦେବ ଓ ବଥଟି ଫାଟିଯିବ ବା ପୂଜସବୁ ଟାଣି ହୋଇ ବାହାରି ଯିବ । -- GitLab