From 2e573a9a84cbab8db39d93e6e7d50236540a41f6 Mon Sep 17 00:00:00 2001 From: Nayan Ranjan Paul Date: Thu, 22 Sep 2022 15:16:45 +0530 Subject: [PATCH] Upload New File --- .../vikashpedia_health_odia51.txt | 43 +++++++++++++++++++ 1 file changed, 43 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia51.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia51.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia51.txt new file mode 100644 index 0000000..80363a3 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia51.txt @@ -0,0 +1,43 @@ +ଧଇଁ +ଉପକ୍ରମ +ଧଇଁ, ଦମା ବା ଶ୍ଵାସର କାରଣ ଶ୍ଵାସନଳୀର ପ୍ରଦାହଠାରୁ ଆରମ୍ଭକରି ଏଲାର୍ଜି ପର୍ଯ୍ୟନ୍ତ ଯାହା ବା ହେଉ; ଶିଶୁ ହେଉ , ତରୁଣ ହେଉ ବା ବୃଦ୍ଧ କୁହନ୍ତୁ – କେତେକ ଲୋକଙ୍କଠାରେ ଏହା ନିର୍ଦ୍ଧିଷ୍ଟଭାବରେ ବର୍ଷାଦିନରେ ଏକ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଥାଏ । +ଅବେଳରେ ହଠାତ୍ ଏହା ଆରମ୍ଭ ହୋଇ ରୋଗୀ ତଥା ତାଙ୍କ ପରିବାରକୁ ଏକ ବିବ୍ରତ ଅବସ୍ଥାରେ ପକାଇଥାଏ । +ସଙ୍ଗେ ସଙ୍ଗେ ଏ କଷ୍ଟ ଦୂରପାଇଁ ବ୍ୟବସ୍ଥା ନ କଲେ ଖୁବ୍ ଶୀଘ୍ର ଏହା ଏକ ସାଂଘାତିକ ଅବସ୍ଥାରେ ପକାଇ ମରଣାନ୍ତକ ଯନ୍ତ୍ରଣା ଆଣିଥାଏ ଓ ଯଥାଶୀଘ୍ର ହାସପାତାଳରେ ଭର୍ତ୍ତିକରିବାର ଆବଶ୍ୟକତା ପଡେ । +ଔଷଧ ସୂଚନା +ତେଣୁ ନିମ୍ନଲିଖିତ ଔଷଧମାନଙ୍କରୁ ଗୋଟିଏ ଲେଖାଏଁ ଶିଶି ଗୁଳି ଆକାରରେ ପାଖରେ ରଖି, ରୋଗୀର ଅବସ୍ଥାନୁସାରେ, ପ୍ରଦତ୍ତ ଲକ୍ଷଣ ଗୁଡିକର ନିର୍ଦ୍ଦେଶାନୁଯାୟୀ ଯଦି ସେଥିରୁ ଥରକେ ୪/୫ଟି ଗୁଳି ବା ମୂଳଅର୍କ (Q) ହୋଇଥିଲେ ୫/୧୦ ଟୋପା ସାମାନ୍ୟପାଣିରେ ମିଶାଇ, ଚାମୁଚିଏକରି ଘଣ୍ଟାଏ ଦୁଇଘଣ୍ଟା ଅନ୍ତରରେ ବ୍ୟବହାର କରାଯାଏ ତାହାହେଲେ ଯଥାଶୀଘ୍ର ଏକ ସଙ୍କଟଜନକ ମୂହୁର୍ତ୍ତକୁ ଏଡାଇ ଦିଆଯାଇ ପାରିବ । +ଏଣ୍ଟିମଟାର୍ଟ : ୩୦ – ୨୦୦ +ଭୀଷଣ ଶ୍ଵାସକଷ୍ଟ, ଛାତିରେ ତରଳ କଫ ଯେପରି ଭର୍ତ୍ତିହୋଇ ରହିଛି ଅଥଚ ବାହାର କରିବାକୁ ରୋଗୀର ଶକ୍ତି ନାହିଁ , ରୋଗୀ ଭୀଷଣ ଅବସନ୍ନ, କପାଳରେ ଥଣ୍ଡା ବିନ୍ଦୁ ବିନ୍ଦୁ ଝାଳ, ଜିଭରେ ମଇଳାର ଆବରଣ ଅଥଚ ତା ଭିତରୁ ଯେପରି ନାଲିଗଜା ବାହାରିଛି – ଏପରି ଦେଖାଯାଉଥିବ । +ଇପିକାକ : ୬ – ୨୦୦ +ଜ୍ଵର ଛାତିରେ କଫ ଜମା ହେଲାଭଳି ଜଣା ଯାଉଥିଲେ ମଧ୍ୟ ଯେତେ କାଶିଲେ ତାହା ବାହାରୁ ନ ଥିବ, ପ୍ରତି କାଶ ସହିତ ଅଇ ଉଠାଉଥିବ ଅଥଚ ବାନ୍ତି ହେଉ ନ ଥିବ, ଜିଭ ପରିଷ୍କାର । +ଶୋଷ ଜମାରୁ ନ ଥିବ । +ଡଲକାମେରା : ୬ – ୨୦୦ +ହଠାତ୍ ଗରମ ଓ ହଠାତ୍ ବର୍ଷାହୋଇ ଥଣ୍ଡା – ଏଭଳି ପରିବର୍ତ୍ତିତ ପାଗରେ ପ୍ରଥମେ ନାକରୁ ସାମାନ୍ୟ ପାଣି ବୋହି, ବାଉଁଶୀ ବାଜିଲା ଭଳି ନିଶ୍ଵାସ ଚାଲିବା ପରେ , ଜ୍ଵର ହୋଇ ଛାତିରେ କଫ ଭର୍ତ୍ତି ହୋଇଯାଏ, ରାତିରେ ଝାଳ ବହେ ଓ ତାହା ଦୁର୍ଗନ୍ଧଯୁକ୍ତ, ବହୁତ କାଶିଲେ ସାମାନ୍ୟ କଫ ବାହାରେ, ବେଳେବେଳେ ପେଟ କାଟିହୋଇ ନାଳ ଝାଡା ହୁଏ । +ନେଟ୍ରାମ ସଲଫ: ୬-୨୦୦ +ଧାତୁଗତ ପ୍ରବଣତାରୁ ପ୍ରତି ବର୍ଷାଋତୁରେ ଏହି କଷ୍ଟ ଦେଖାଦିଏ ଓ ରୋଗର କସ ଭୋର ୪/୫ ଘଣ୍ଟାରେ ବଢେ । +ଖୁବ୍ କଷ୍ଟଦାୟକ କାଶ, ରୋଗୀ କାଶିଲାବେଳେ ନିଜ ଛାତିକୁ ବିକଳରେ ଜାବୁଡି ଧରେ । +ସବୁଜ ରଙ୍ଗର ଅଠାଳିଆ କଫ, ଏହା ସହିତ ଅଧିକାଂଶ ସମୟରେ ସକାଳୁଆ ଅଜୀର୍ଣ୍ଣ ଝାଡା । +ଆର୍ସେନିକ ଏଲବ : ୬-୨୦୦ +ଅତ୍ୟନ୍ତ ବ୍ୟସ୍ତତା, ମହୁର୍ମୁହୁ ପାଣି ପିଇବା ସହିତ ମୃତ୍ୟୁଭୟ । +ଦିନ ଦ୍ଵିପ୍ରହର ବା ଅଧାରାତି ବେଳକୁ ରୋଗର ଚରମ ସମୟ । +ରୋଗୀ ହାତକୁ ଢିରାଦେଇ ଆଗକୁ ଝୁଙ୍କି ବସିଥିବ । +ମେଡୋରିନାମ: ୨୦୦ +ରୋଗୀ ସର୍ବଦା ହାମୁଡେଇ ମୁଣ୍ଡକୁ ତକିଆରେ ମାଡି ପଡି ରହିଥିବେ । +କାର୍ବୋଭେଜ : ୬-୨୦୦ +ଶ୍ଵାସକଷ୍ଟ ସହିତ ଛାତିପୋଡା; ପେଟରେ ବାୟୁ ଭର୍ତ୍ତି ହୋଇ ଶ୍ଵାସ କଷ୍ଟ ସହିତ ସ୍ଵର ଭଙ୍ଗ, ସନ୍ଧ୍ୟା ସମୟରେ ବୃଦ୍ଧି, ଦମକିଲା କାଶ ସହିତ ଦୁର୍ଗନ୍ଧଯୁକ୍ତ କଫ, ଖାଲି ପଙ୍ଖା ପବନ ଚାହିଁବ । +ଏହା ଦୁର୍ବଳ ଶରୀର ବୃଦ୍ଧମାନଙ୍କ ପାଇଁ ଏକ ମହୌଷଧି । +ବ୍ଲାଟା (Q) : +ମୋଟାସୋଟା ଲୋକ ବାରମ୍ବାର ଏ କଷ୍ଟ ଭୋଗୁଥିବେ, କାଶରେ ପୂଜ ଭଳି କଫ ପଡୁଥିବ, ଯେତେ କାଶିଲେ ଓ କଫ ପଡୁଥିଲେ ମଧ୍ୟ ଶ୍ଵାସକଷ୍ଟ ସେତେ ବଢୁଥିବ ବା ଜମା କମୁ ନ ଥିବ । +ଏହି ଔଷଧର ମୂଳଅର୍କ (Q) ରୁ ୫ ଟୋପା ସାମାନ୍ୟ ଫୁଟା ପାଣିରେ ମିଳାଇ ୨/୩ ଘଣ୍ଟା ଅନ୍ତରରେ ଖାଇଲେ ଆଶୁଫଳ ମିଳିଥାଏ । +ୟୁକାଲିପଟାସ (Q) : +ଜ୍ଵର ସହିତ ଶ୍ଵାସକଷ୍ଟ ଓ ଛାତି ଧଡ ଧଡ ହେଉଥିବ, ଧଳା ବହଳିଆ ଦୁର୍ଗନ୍ଧ କଫ ବାହାରୁଥିବ । +ବିଶେଷତଃ ବୃଦ୍ଧ ଓ ବୟସ୍କମାନଙ୍କ କ୍ଷେତ୍ରରେ ଏହି କଷ୍ଟ ଆରମ୍ଭ ହେବାମାତ୍ରେ, ଏହାର ମୂଳ ଅର୍କ (Q) ରୁ ୫/୧୦ ଟୋପା ଦିନକୁ ୩/୪ ଥର ସାମାନ୍ୟ ଫୁଟା ପାଣିରେ ମିଳାଇ ବ୍ୟବହାର କରିବାରେ ଯଥାଶୀଘ୍ର ଫଳ ମିଳିଥାଏ । +ଲୋବିଲିଆ +ଛାତି ଯେପରି ଚାପି ହୋଇ ଯାଇଛି ବା ଛାତି ଉପରେ କିଛି ଓଜନିଆ ଜିନିଷ ଲଦା ହୋଇ ରହିଛି – ଏ ଭାବ ସହିତ ମନେ ହେଉଥିବ ଯେପରି ହୃତପିଣ୍ଡ ବନ୍ଦ ହୋଇଯାଇପାରେ । +ଏହାଛଡା, ଶ୍ଵାସକଷ୍ଟ ସହିତ ସାରା ଶରୀରରେ ଛୁଞ୍ଚି ଫୋଡିଲା ଭଳି ଅନୁଭବ ହୋଇ ପେଟଟା ଖାଲି ଖାଲି ଲାଗି ଦୁର୍ବଳ ଲାଗିବା ଏହି ଔଷଧର ପରିଚାୟକ ଲକ୍ଷଣ । +କୌଣସି ଚିଡିଚିଡା ଲୋକର ସାମାନ୍ୟ ପେଟ ଗଣ୍ଡଗୋଳ ହେଲେ ଯଦି ଧଇଁ ବାହାରୁଥିବ ଓ ବହୁତ ବାୟୁ ଅପସାରଣ ହେଉଥିବ ତାହାହେଲେ ନକ୍ସଭୋମିକା – ୩୦୦୦ ଦ୍ଵାରା ବେଶ୍ ଉପକାର ମିଳେ । +ରୋଗୀ ଚିତ୍ କାତ୍ ହୋଇ ହାତ ଦୁଇଟିକୁ ଫରଚେଇ ଶୋଇ ରହିଲେ ଯଦି ଆରାମ ପାଉଥିବେ ତାହାହେଲେ ସୋରିଣାମ । +ଶୁଖିଲା କାଶ, ଯେପରି ଛାତିରୁ ବାହାରୁଛି ଓ ଦମ୍ ବନ୍ଦ ହୋଇଯାଉଛି । +ଛାତି ଚିପିହୋଇ ଗଲାଭଳି ମନେ ହେଉଥିବ । +ନାକରୁ ସରସର ପାଣି ଗଳି କାଶ ସାଙ୍ଗରେ ନିବୁଜ ଛିଙ୍କ ହେଉଥିବ; ଘର ଭିତରେ କଷ୍ଟ ବେଶି ହେଉଥିବ ତାହାହେଲେ ଜଷ୍ଟିସିଆ Q ୫ ଟୋପାକରି ପ୍ରତି ଅଧଘଣ୍ଟାରେ ଦିଅନ୍ତୁ । +ଧଇଁ ଏକ ଧାତୁଗତ ରୋଗ ହୋଇଥିବା ଦୃଷ୍ଟିରୁ ସାମୟିକ ଉପଶମକାରୀ ଔଷଧ ବ୍ୟବହାର ସାଙ୍ଗକୁ ହୋମିଓପାଥି ମତରେ ଧାତୁଗତ ଚିକିତ୍ସା କଲେ ଅନେକ ସମୟରେ ଦୀର୍ଘସ୍ଥାୟୀ ସୁଫଳ ମିଳିଥାଏ । +ଅନ୍ୟଥା ଗତି ନାହିଁ । -- GitLab