diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia99.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia99.txt new file mode 100644 index 0000000000000000000000000000000000000000..7d762ce3257c8a1d1786102e7a2804d87d74e461 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia99.txt @@ -0,0 +1,37 @@ +ସୂତିକା ଜ୍ଵର +ସୂତିକା ଜ୍ଵର +ସୂତିକା ପରେ ଅର୍ଥାତ ଶିଶୁ ଜନ୍ମ ହେବାପରେ ଯେଉଁ ଜ୍ଵର ହୁଏ ତାକୁ ସୂତିକା ଜ୍ଵର କୁହାଯାଏ । +ଲକ୍ଷଣ +ପେଟ ମଧ୍ୟରେ କର୍ତ୍ତନବତ୍ ବେଦନାନୁଭବ । +ସାରା ଶରୀରରେ ଅତି ପୀଡା ଅନୁଭବ । +ପତଳାଝାଡା ମଧ୍ୟ ହୁଏ । +ଜ୍ଵର ହୁଏ ଅର୍ଥାତ୍ ଶରୀରର ତାପମାତ୍ରା ବଢିଯାଏ । +ଦେହ ଦରଜ ସହ ଫୁଲିଥାଇପାରେ । +ଦେହ ଭାରି ଭାରୀ ଲାଗେ । +ତୁଷା ହୁଏ । +ଦେହ ଥରିଲା ପରେ ଅନୁଭବ ହୁଏ । +ରକ୍ତ ଲକ୍ଷଣଗୁଡିକ ସାଧାରଣତଃ ଶିଶୁଜନ୍ମର ୨ୟ ବା ତୃତୀୟ ଦିନ ଦେଖାଯାଏ । +ତଳିପେଟ ଓ ଅଣ୍ଟା ଦରଜ ହୁଏ । +କାରଣ +ଠିକ୍ ସମୟରେ ଶିଶୁ ଜନ୍ମ ନ ହେଲେ । +ଶିଶୁ ଜନ୍ମ ସମୟରେ ଅତି ଭୟ କରିଗଲେ । +ସୂତିକାବସ୍ଥାରେ ସଫାସୁତୁରା ନ ରହିଲେ ସଂକ୍ରମଣ ଦ୍ଵାରା ସୂତିକା ଜ୍ଵର ହୋଇଥାଏ । +ଚିକିତ୍ସା +ଉପରୋକ୍ତ କାରଣଗୁଡିକ ବର୍ଜନୀୟ ଓ ଚିକିତ୍ସ୍ୟ । +ମୁଖ୍ୟତଃ ଉପବାସ ବା ଯେତେ ପାର କମ୍ ଓଜନର ଗରିଷ୍ଠ ଖାଦ୍ୟ ଖାଇବ । +ମୁଖ୍ୟତଃ ପୁଷ୍ଟିକର ଖାଦ୍ୟ ଖାଇବ ଯାହା କି ଶୀଘ୍ର ହଜମ ହୋଇପାରିବ । +ଯଥା – ପରିବାସିଝା , ରୁଟି ଗୋଘୃତ, ଅଣ୍ଡା , ମାଂସ ଇତ୍ୟାଦି । +ସମ୍ପର୍କ ଶୋଇ ରହିବେ ଓ ଥଣ୍ଡାଠାରୁ ଦୂରରେ ରହିବେ ୧ ମାସ ପର୍ଯ୍ୟନ୍ତ । +ତଳିପେଟ ଓ ଯୌନାଙ୍ଗକୁ ଗୋଘୃତ ବା ଉଷୁମ ସୋରିଷତେଲରେ ମାଲିସ୍ଵ କରି କନାବିଣ୍ଡାକୁ ନିଆଁରେ ଦେଖାଇ ଉଷୁମ କରି ସେକ ଦେବ । +କଷା, ପିତା ଓ ଉତ୍ତେଜକ ଖାଦ୍ୟ ଖାଇବା ଉଚିତ । +ତୁଟୁକା ଔଷଧ +ଶୁଦ୍ଧ ହିଙ୍ଗୁଳ, ଗନ୍ଧକ ଟାଙ୍ଗଣାଖାଇ, ଜାଫ୍ରାନ କେଶର ଅଙ୍କରାନ୍ତି ସମଭାଗ ନେଇ ଆଡ ବା ପାନ ରସରେ ମିଶାଇ କରି ସକାଳ ସନ୍ଧ୍ୟାରେ ୧ ଗ୍ରାମ ଲେଖାଏଁ ସେବନୀୟ । +କଳାଜୀରା ବସ ଗ୍ରାମକୁ ୧୦୦ ମି.ଲି. ଜଳରେ ସିଝାଇ ଅଧା ରହିଲେ ତାକୁ ପାନ କରିବ । +ସପ୍ତାହକୁ ୩ ଥର । +ଏହା ଦ୍ଵାରା ସମସ୍ତ ସୂତିକା ରୋଗ ଭଲ ହୁଏ । +ଶାସ୍ତ୍ରୀୟ ଔଷଧ +୧. ସର୍ବଜ୍ଵର ହର ଲୌହ, ମୃତ୍ୟୁଞ୍ଜୟ ରସ, ମେଥିମୋଦକ ଦଶମୁଲାରିଷ୍ଟ ଜିରକାଦି ମୋଦକ ମୃତସଞ୍ଜୀବନୀ ସୁରା, ପ୍ରତାପ ଲଙ୍କାଶ୍ଵର ରସ ବୃହତ୍ ଗର୍ଭ ଚିନ୍ତାମଣି ରସ ଇତ୍ୟାଦି । +ସୂତିକା ଜ୍ଵର ପାଇଁ +ସର୍ବଜ୍ଵରହର ଲୌହ – ୧ଟି ବଟିକା ଦିନକୁ ୨ ଥର ଗଙ୍ଗଶିଉଳି ପତ୍ର ରସ ସହ । +ଦଶମୁଲାରିଷ୍ଟ – ୩ ଚାମଚ ଲେଖାଏଁ ଦିନକୁ ୨ ଥର । +ମୃତସଂଜୀବନୀ ସୁରା – ୩ ଚାମଚ ଲେଖାଏଁ ଦିନକୁ ୨ ଥର ।