diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia125.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia125.txt new file mode 100644 index 0000000000000000000000000000000000000000..d6e328c42a13559d67952a1f1368a83d235e129f --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia125.txt @@ -0,0 +1,139 @@ +ଆଘାତ ଓ ନିବାରଣ +ମୁଖ୍ୟ ସନ୍ଦେଶ +ବିଭିନ୍ନ ଆଘାତ କାରଣରୁ ପ୍ରତି ବର୍ଷ ୭୫୦,୦୦୦ ପିଲାଙ୍କର ମୃତ୍ୟୁ ଘଟେ । +ଆଉ ୪୦ କୋଟି ପିଲା ଗୁରୁତର ଅବସ୍ଥାରେ ପଡନ୍ତି । +ଅନେକ ଆଘାତ ସ୍ଥାୟୀ ଅକ୍ଷମତା ଓ ମସ୍ତିସ୍କ କ୍ଷତର କାରଣ ହୁଏ । +ଛୋଟ ପିଲାଙ୍କର ମୃତ୍ୟୁ ଓ ଅକ୍ଷମତା ପାଇଁ ଆଘାତ ହିଁ ଏକ ମୁଖ୍ୟ କାରଣ ହୋଇଥାଏ । +ପଡିଯିବା , ପୋଡିଯିବା , ବୁଡିଯିବା ଏବଂ ସଡକ ଦୁର୍ଘଟଣା ଆଘାତ ଆଣିବାର ମୁଖ୍ୟ କିଛି କାରଣ । +ଏହି ଧରଣର ଆଘାତ ଆନୁଥିବା ଘଟନା ସବୁ ଘରେ ବା ଘର ପାଖରେ ଘଟିଥାଏ । +ଏଥିରୁ ପ୍ରାୟ ସବୁ ରୋକାଯାଇ ପାରିବ । +କ’ଣ କରିବାକୁ ହେବ ବାପାମା’ଙ୍କୁ ତାହା ଜଣାଥିଲେ ଅନେକ ଆଘାତର ତୀବ୍ରତା କମାଇହେବ । +ଯାହା ଜାଣିବା ହେଉଛି ପ୍ରତ୍ୟକ ପରିବାର ଓ ଗୋଷ୍ଠୀର ଅଧିକାର +୧. ବାପାମା’ ଓ ଯତ୍ନକାରୀମାନେ ଛୋଟ ପିଲାଙ୍କ ପ୍ରତି ଯଥେଷ୍ଟ ଧ୍ୟାନ ଦେଲେ ଏବଂ ପିଲାଙ୍କ ପରିବେଶକୁ ନିରାପଦ ରଖିଲେ ଅନେକ ଗୁରୁତର ଆଘାତ ଏଡାଯାଇ ପାରିବ । +୨. ନିଆଁ , ଚୂଲି , ବତୀ , ଦିଆସିଲି ଏବଂ ବିଦ୍ୟୁତ ସରଞ୍ଜାମ ଆଦୀରୁ ପିଲାଙ୍କୁ ଦୂରେଇ ରଖିବା ଉଚିତ । +୩. ପିଲାମାନେ ଚଢିବାକୁ ଭଲପା’ନ୍ତି । +ତେଣୁ ଶିଡି , ଛାତ , ଝରକା ଏବଂ ଖେଳ ପରିସର ଆଦିରେ ପିଲାମାନେ ପଡିନଯିବା ଭଳି ସୁରକ୍ଷା ବ୍ୟବସ୍ଥା କରିବା ଦରକାର । +୪. ଛୁରୀ , କଇଁଚି , ଧାରୁଆ ବା ମୁନିଆ ଜିନିଷ , ଭଙ୍ଗା କାଚ ଆଦିରୁ ଗୁରୁତର ଆଘାତ ଆସିପାରେ । +ଏହି ସବୁ ଜିନିଷ ପିଲାଙ୍କ ହାଟପା’ନ୍ତାରୁ ଦୂରରେ ରଖିବା ଦରକାର । +୫. ଛୋଟ ପିଲା ବିଭିନ୍ନ ଜିନିଷ ପାଟିରେ ପୂରାଇବାକୁ ଭଲପାଏ ଛୋଟ ଜିନିଷ ସବୁ ତା’ ପାଖରେ ଣ ରଖିବା ଉଚିତ । +ନହେଲେ ପାଟିରେ ପୂରାଇଲେ ଏହା ତଣ୍ଟିରେ ଲାଗି ଯାଇପାରେ । +୬. ବିଷ , ଔଷଧ , ଅମ୍ଳ ଓ କିରାସିନି ଭଳି ହାନିକାରୀ ତରଳ ପାଣି ବୋତଲରେ ରଖିବା ଅନୁଚିତ । +ଏସବୁ ଜିନିଷ ରହିଥିବା ପାତ୍ରରେ ସେସବୁର ନାଁ ସ୍ପଷ୍ଟ କରି ଲେଖିବା ଜରୁରୀ । +ଏଗୁଡ଼ିକୁ ବି ପିଲାମାନେ ଦେଖିପାରୁ ନଥିବା ଏବଂ ତାଙ୍କ ହାତ ପାଉନଥିବା ଜାଗାରେ ରଖିବା ଭଲ । +୭. ଦୁଇ ମିନିଟରୁ କମ୍ ସମୟରେ ପିଲାମାନେ ବୁଡିଯାଇ ପାରନ୍ତି । +ଏଥିପାଇଁ ବେଶୀ ପାଣି ମଧ୍ୟ ଦରକାର ହୁଏ ନାହିଁ । +ତେଣୁ ପାଣିରେ ବା ପାଣି ପାଖରେ ପିଲାମାନଙ୍କୁ ଏକେଲା ଛାଡିବା ଆଦୌ ଉଚିତ ନୁହେଁ । +୮. ପାଞ୍ଚ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ରାସ୍ତାରେ ଚାଲିବା ବିଶେଷ ଭାବରେ ବିପଦର କଥା ହୁଏ । +ସେମାନଙ୍କ ସାଙ୍ଗରେ ସବୁବେଳେ କେହି ଜଣେ ରହିବା ଦରକାର । +ଚାଲି ଶିଖିବା ବେଳରୁ ହିଁ ସେମାନଙ୍କୁ ରାସ୍ତାରେ ଚାଲିବାର ନିୟମ ବିଷୟରେ କହିବା ଉଚିତ । +ଛୋଟ ପିଲାଙ୍କ ପ୍ରତି ଯଥେଷ୍ଟ ଧ୍ୟାନ +ବାପାମା’ ଓ ଯତ୍ନକାରୀମାନେ ଛୋଟ ପିଲାଙ୍କ ପ୍ରତି ଯଥେଷ୍ଟ ଧ୍ୟାନ ଦେଲେ ଏବଂ ପିଲାଙ୍କ ପରିବେଶକୁ ନିରାପଦ ରଖିଲେ ଅନେକ ଗୁରୁତର ଆଘାତ ଏଡାଯାଇ ପାରିବ । +ଦେଢ ବର୍ଷରୁ ଚାରି ବର୍ଷ ବୟସର ପିଲାମାନଙ୍କ କ୍ଷେତ୍ରରେ ଗୁରୁତର ଆଘାତ ପାଇବା ବା ଜୀବନ ହରାଇବାର ଆଶଙ୍କା ଅଧିକ । +ଏଭଳି ଅଧିକାଂଶ ଆଘାତ ସେମାନେ ଘରେ ହିଁ ପାଇଥା’ନ୍ତି । +ପ୍ରାୟ ସବୁ ଆଘାତ ରୋକାଯାଇ ପାରିବ । +ଘରେ ଆସୁଥିବା ଆଘାତ ସବୁର ମୁଖ୍ୟ କାରଣ +ନିଆଁ , ଚୂଲି , ରନ୍ଧନ ପାତ୍ର , ଗରମ ଖାଦ୍ୟ , ଫୁଟନ୍ତା ପାଣି , ବାମ୍ଫ , ଗରମ ତେଲ , କିରାସିନି ବତୀ , ଇସ୍ତ୍ରୀ ଏବଂ ବିଦ୍ୟୁତ ସରଞ୍ଜାମ ଛୁଇଁବା ଯୋଗୁଁ ପୋଡି ହେବା । +ଭଙ୍ଗା କାଚ, ଛୁରୀ , କଇଁଚି , କୁରାଢି ଆଦିରେ କାଟି ହୋଇଯିବା +ଖଟ , ଝରକା , ଟେବୁଲ , ବା ଶିଡିରୁ ଖସି ପଡିବା +ମୁଦ୍ରା , ବୋତାମ ବା ମଞ୍ଜି ଭଳି ଛୋଟ ଜିନିଷ ତଣ୍ଟିରେ ଲାଗିବା +କିରାସିନି , କୀଟନାଶକ ବା ପରିଷ୍କାରକ ଆଦି ଖାଇବାର ବିଷାକ୍ତ ପ୍ରଭାବ +ଭଙ୍ଗା ବିଦ୍ୟୁତ ଉପକରଣ ବା ତାର ଛୁଇଁବାରୁ କିମ୍ବା ପ୍ଲଗ ଦେହରେ କାଠି ବା କଣ୍ଟା ଆଦି କେଞ୍ଚିବାରୁ ସକ୍ ଲାଗିବା +ଚଳଚଞ୍ଚଳ ଛୋଟ ପିଲାଙ୍କ ପାଇଁ ବିପଦ ଆଣୁଥିବା ଜିନିଷ ସବୁକୁ ତାଙ୍କଠାରୁ ଦୂରରେ ଓ ଅପହଞ୍ଚ ଜାଗାରେ ରଖିବା ଉଚିତ । +ପିଲାଙ୍କୁ ଲମ୍ବା ସମୟ ପାଇଁ ଖଟାଇବା ଏବଂ ବିପଦ ଥିବା ବା ପାଠପଢାରେ ବାଧା ଦେଉଥିବା କାମରେ ଲଗାଇବା ପୂରା ଅନୁଚିତ । +କଷ୍ଟ କାମ , ବିପଦଜନକ ହତିଆର ଏବଂ ବିଷାକ୍ତ ରାସାୟନିକ ଆଦିରୁ ପିଲାଙ୍କୁ ସୁରକ୍ଷା ଦେବା ଜରୁରୀ । +ନିଆଁ , ଚୂଲି , ବତୀ , ଦିଆସିଲି ଏବଂ ବିଦ୍ୟୁତ ସରଞ୍ଜାମ ଆଦୀରୁ ପିଲାଙ୍କୁ ଦୂରେଇ ରଖିବା ଉଚିତ । +ଛୋଟ ପିଲାଙ୍କର ଗୁରୁତର ଆଘାତର ସବୁଠାରୁ ସାଧାରଣ କାରଣ ହେଉଛି ନିଆଁ , ଗରମ ଜିନିଷ ବା ବାମ୍ଫରେ ପୋଡିଯିବା । +ପିଲାମାନେ ଜଳନ୍ତା ଚୂଲି , ଗରମ ଖାଦ୍ୟ , ଫୁଟନ୍ତା ପାଣି , ଗରମ ଇସ୍ତ୍ରୀ ଆଦିକୁ ଛୁଇଁ ନପାରିବା ବ୍ୟବସ୍ଥା କରିବା ଦରକାର । +ପୋଡିହେବାର କ୍ଷତ ଅନେକ ସମୟରେ ଗୁରୁତର ହୋଇଥାଏ ଏବଂ ଦେହରେ ସବୁଦିନ ପାଇଁ ଦାଗ ଛାଡିଦିଏ । +କେତେକ କ୍ଷେତ୍ରରେ ଏହା ମୃତ୍ୟୁର କାରଣ ମଧ୍ୟ ହୁଏ । +ଅଧିକାଂଶ ସମୟରେ ଏହିଭଳି ଆଘାତଗୁଡିକୁ ଏଡାଇ ଦିଆଯାଇ ପାରିବ । +ପୋଡିହେବାରୁ ବଞ୍ଚାଇବାର କିଛି ବାଟ : +ଛୋଟ ପିଲାଙ୍କୁ ନିଆଁ , ଦିଆସିଲି ଓ ଜଳନ୍ତା ସିଗାରେଟ ଆଦିଠାରୁ ଦୂରେଇ ରଖିବା । +ଚୂଳିକୁ ପିଲାଙ୍କ ହାତ ନପାଇଲା ଭଳି ଉଚ୍ଚା ଜାଗାରେ ରଖିବା । +ଖୋଲା ଚୂଲି ସିଧା ମାଟି ଉପରେ ଉଚ୍ଚ ମାଟି କୁଦ ଉପରେ କରିବା । +ରନ୍ଧା ବାସନର ହାଣ୍ଡଲ ସବୁ ପିଲାଙ୍କ ହାତ ନପାଇଲା ଭଳି ବୁଲାଇ ରଖିବା । +ପେଟ୍ରୋଲ , କିରାସିନି , ବତୀ , ଦିଆସିଲି , ମହମବତୀ, ଗରମ ଇସ୍ତ୍ରୀ , ବିଦ୍ୟୁତ ତାର ଆଦିକୁ ପିଲାଙ୍କ ଅପହଞ୍ଚ ଜାଗାରେ ରଖିବା । +ବିଦ୍ୟୁତ ପ୍ଲଗ ଭିତରେ ଆଙ୍ଗୁଠି ବା ଅନ୍ୟ ଜିନିଷ ପୂରାଇବା ଫଳରେ ପିଲାମାନେ ଶକ୍ତ ଆଘାତ ପାଇ ପାରନ୍ତି । +କାମରେ ଲାଗୁନଥିବା ପ୍ଲଗ ଗୁଡିକରେ ଖୋଳ ଲଗାଇ ବନ୍ଦକରି ରଖିବା ଉଚିତ । +ପିଲାଙ୍କ ହାତପା’ନ୍ତାରେ ବିଦ୍ୟୁତ ତାର ରଖିବା ଉଚିତ ନୁହେଁ । +ଖୋଲା ତାର ବିଶେଷ ଭାବରେ ବିପଦର କାରଣ ହୁଏ । +ପିଲାମାନେ ପଡିନଯିବା ଭଳି ସୁରକ୍ଷା ବ୍ୟବସ୍ଥା କରିବା ଦରକାର +ପିଲାମାନେ ଚଢିବାକୁ ଭଲପା’ନ୍ତି । +ତେଣୁ ଶିଡି , ଛାତ , ଝରକା ଏବଂ ଖେଳ ପରିସର ଆଦିରେ ପିଲାମାନେ ପଡିନଯିବା ଭଳି ସୁରକ୍ଷା ବ୍ୟବସ୍ଥା କରିବା ଦରକାର । +ଛେଚିହେବା , ହାଡ ଭାଙ୍ଗିବା ବା ମୁଣ୍ଡରେ ଗୁରୁତର ଆଘାତ ଲାଗିବାର ସାଧାରଣ କାରଣ ହେଉଛି ପଡିଯିବା । + ବିପଦଜନକ ଭାବରେ ପଡିବାରୁ ରକ୍ଷା କରିବାର କିଛି ବାଟ ହେଉଛି : +ବିପଦଜନକ ଜାଗାରେ ଚଢିବାରୁ ପିଲାଙ୍କୁ ନିରୁତ୍ସାହିତ କରିବା । +ଶିଡି , ଝରକା ଓ ଛାତ ଆଦିରେ ବାଡ ଲଗାଇବା । +ଘରକୁ ପରିଷ୍କାର ଓ ଆଲୋକିତ ରଖିବା । +ଛୁରୀ , କଇଁଚି , ଧାରୁଆ ବା ମୁନିଆ ଜିନିଷ , ଭଙ୍ଗା କାଚ ଆଦିରୁ ଗୁରୁତର ଆଘାତ ଆସିପାରେ । +ଏହି ସବୁ ଜିନିଷ ପିଲାଙ୍କ ହାଟପା’ନ୍ତାରୁ ଦୂରରେ ରଖିବା ଦରକାର । +ଭଙ୍ଗା କାଚ ଗଭୀର କଟା କ୍ଷତ କରିପାରେ ଏବଂ ରକ୍ତ ହାନି ଓ ସଂକ୍ରମିତ ଘା ସୃଷ୍ଟି କରିପାରେ । +କାଚ ଜିନିଷ ପିଲାଙ୍କ ହାତ ନପାଉଥିବା ଜାଗାରେ ରଖିବା ଉଚିତ । +ଘର ଓ ଆଖପାଖରେ ଖେଳିବା ଜାଗାରେ ଯେପରି ଭଙ୍ଗା କାଚ ନରହେ ସେଥିପ୍ରତି ଦୃଷ୍ଟିଦେବା ଦରକାର । +ଏସବୁକୁ ନଛୁଇଁବା ପାଇଁ ଛୋଟ ପିଲାଙ୍କୁ ସାବଧାନ କରିଦେବା ଉଚିତ । +ଏଗୁଡ଼ିକୁ ନେଇ ନିରାପଦ ଜାଗାରେ ରଖିବା କଥା ବଡ ପିଲାଙ୍କୁ ଶିଖାଇବା ଦରକାର । +ଛୁରୀ , କଇଁଚି ଆଦି ଛୋଟ ପିଲାଙ୍କ ହାଟପା’ନ୍ତାରେ ରଖିବା ଉଚିତ ନୁହେଁ । +ଏସବୁକୁ ନିରାପଦ ଭାବରେ ବ୍ୟବହାର କରିବାର ବାଟ ବଡ ପିଲାଙ୍କୁ ଶିଖାଇବା ଦରକାର । +ମୁନିଆ ଧାତବ ଜିନିଷ , ଯନ୍ତ୍ରପାତି ଓ କଳଙ୍କି ଲଗା ଟିଣ ଡବା ଆଦିରୁ କଟା କ୍ଷତ ଓ ଗୁରୁତର ଭାବରେ ସଂକ୍ରମିତ ଘା ଆସିବାର ଡର ଥାଏ । +ପିଲାଙ୍କ ଖେଳିବା ଜାଗାରୁ ଏସବୁ ସଫା କରିଦେବା ଉଚିତ । +ଘରୁ ବାହାରୁଥିବା ଅଦରକାରୀ ଓ ଭଙ୍ଗା କାଚ ଓ ଟିଣ ଡବା ଆଦିକୁ ବିପଦ ନଆଣିବା ଭଳି ଖଲାସ କରିବା ଦରକାର । +ଟେକା ବା ଅନ୍ୟ ଧାରୁଆ ଜିନିଷ ଫୋପାଡିବା ଏବଂ ଛୁରୀ କଇଁଚି ଆଦିରେ ଖେଳିବାର ବିପଦ ବିଷୟରେ ପିଲାଙ୍କୁ ସଚେତନ କରିଦେଲେ ଘରେ ଆସୁଥିବା ଅନେକ ଆଘାତ ଏଡାଇ ହୋଇପାରିବ । +ଛୋଟ ଜିନିଷ ସବୁ ପିଲା ପାଖରେ ନ ରଖିବା ଉଚିତ +ଛୋଟ ପିଲା ବିଭିନ୍ନ ଜିନିଷ ପାଟିରେ ପୂରାଇବାକୁ ଭଲପାଏ ଛୋଟ ଜିନିଷ ସବୁ ତା’ ପାଖରେ ନ ରଖିବା ଉଚିତ । +ନହେଲେ ପାଟିରେ ପୂରାଇଲେ ଏହା ତଣ୍ଟିରେ ଲାଗି ଯାଇପାରେ । +ପିଲାଙ୍କ ଖେଳିବା ଓ ଶୋଇବା ଅଞ୍ଚଳରୁ ବୋତାମ , ମାଳି , ମୁଦ୍ରା , ମଞ୍ଜି ଭଳି ଛୋଟ ଜିନିଷ ସବୁ ବାହାର କରିଦେବା ଉଚିତ । +ଅତି ଛୋଟ ପିଲାଙ୍କୁ ଚୋପା ଥିବା ଚିନାବାଦାମ , ଟାଣ ମିଠେଇ କିମ୍ବା ଛୋଟ ହାଡ ବା ମଞ୍ଜି ଥିବା ଖାଦ୍ୟ ଦେବା ଉଚିତ ନୁହେଁ । +ଖାଇବା ସମୟରେ ଛୋଟ ପିଲାଙ୍କ ଉପରେ ଧ୍ୟାନ ରଖିବା ଜରୁରୀ । +ଖାଦ୍ୟକୁ ଛୋଟ ଛୋଟ ଖଣ୍ଡରେ ଭାଙ୍ଗି ଛୋଟ ପିଲାଙ୍କୁ ଦେବା ଉଚିତ । +କାଶିବା , ଗଂ ଗଂ ଶବ୍ଦ କରିବା , ନିଶ୍ଵାସ ନେଲାବେଳେ ଜୋର ବା ହୁଇସିଲ ଭଳି ଶବ୍ଦ ବାହାରିବା କିମ୍ବା ପାଟିରୁ କିଛି ସ୍ଵର ନବାହାରିବା ହେଉଛି ନିଶ୍ଵାସ ନେବାରେ ଅସୁବିଧା ବା ତଣ୍ଟିରେ କିଛି ଲାଖିଥିବାର ସୂଚନା । +ତଣ୍ଟିରେ ଲାଖିବା ଏକ ଜରୁରୀକାଳୀନ ପରିସ୍ଥିତି । +ଛୋଟ ପିଲାଟିଏ ହଠାତ ଯଦି ନିଶ୍ଵାସ ନେବାରେ କଷ୍ଟ ହେଉଥିବାର ସୂଚନା ଦେଖାଏ , ତେବେ ତଣ୍ଟିରେ କିଛି ଲାଗିଥିବା କଥା ସନ୍ଦେହ କରିବାକୁ ହେବ । +ସେ ପାଟିରେ କିଛି ପୂରାଇବା କଥା କେହି ଦେଖି ନଥିଲେ ବି ତାହା ଘଟିଥିବା କଥା ସନ୍ଦେହ କରିବାକୁ ହେବ । +ବିଷ , ଔଷଧ , ଅମ୍ଳ ଓ କିରାସିନି ଭଳି ହାନିକାରୀ ତରଳ ପାଣି ବୋତଲରେ ରଖିବା ଅନୁଚିତ । +ଏସବୁ ଜିନିଷ ରହିଥିବା ପାତ୍ରରେ ସେସବୁର ନାଁ ସ୍ପଷ୍ଟ କରି ଲେଖିବା ଜରୁରୀ । +ଏଗୁଡ଼ିକୁ ବି ପିଲାମାନେ ଦେଖିପାରୁ ନଥିବା ଏବଂ ତାଙ୍କ ହାତ ପାଉନଥିବା ଜାଗାରେ ରଖିବା ଭଲ । +ବିସର ପ୍ରଭାବ ଛୋଟ ପିଲାଙ୍କ ପାଇଁ ଅତି ଗୁରୁତର ହୁଏ । +ପରିଷ୍କାରକ , ମୂଷାବିଷ , କୀଟନାଶକ ଓ କିରାସିନି ଆଦି ପିଲାଙ୍କର ମୃତ୍ୟୁର ବା ଚିରସ୍ଥାୟୀ ଆଘାତର କାରଣ ହୋଇପାରେ । +କେବଳ ଯେ ବିଷ କ୍ଷତି କରେ ତାହା ନୁହେଁ । +ଅନ୍ୟ ବାଟରେ ମଧ୍ୟ ବିଷ ଯୋଗୁ ମୃତ୍ୟୁ , ମସ୍ତିସ୍କ କ୍ଷତ , ଦୃଷ୍ଟିହୀନତା ବା ଅନ୍ୟ ସ୍ଥାୟୀ ଆଘାତ ଆସିପାରେ । + ଏହା ଘଟିପାରେ ଯଦି କିଛି ବିଷ - +ନିଶ୍ଵାସରେ ଦେହ ଭିତରକୁ ଯାଏ +ପିଲାର ଆଖିରେ ପଶେ ବା ଚମରେ ବୋଳିହୁଏ +ପିଲାର ଲୁଗାପଟାରେ ଲାଗେ +ସାଧାରଣ ଭାବରେ ଯେଉଁ ବୋତଲ ବା ପାତ୍ରରେ ପିଇବା ଜିନିଷ ରହେ ସେଥିରେ ବିଷାକ୍ତ ଜିନିଷ ରଖିବା କଥା ନୁହେଁ । +କାରଣ ପିଲାମାନେ ତାହା ଭୁଲରେ ପିଇଦେଇ ପାରନ୍ତି । +ସବୁ ପ୍ରକାରର ଔଷଧ , ରାସାୟନିକ ଓ ବିଷ ସେସବୁର ମୂଳ ବୋତଲରେ ଭଲ ଭାବରେ ବନ୍ଦକରି ରଖିବା ଉଚିତ । +ପିଲା ପହଞ୍ଚି ପାରୁଥିବା ଜାଗାରେ ପରିଷ୍କାରକ , ବିରଞ୍ଜକ ,ରାସାୟନିକ ଓ ଔଷଧ ଆଦି ରଖିବା ଉଚିତ ନୁହେଁ । +ସେସବୁ ଭଲ ଭାବରେ ବନ୍ଦ କରାଯିବା ଓ ବୋତଲ ଉପରେ ସେସବୁର ନାଁ ଲେଖାଯିବା ଦରକାର । +ଏଗୁଡିକୁ ଟ୍ରଙ୍କ ବା ଆଲମାରୀରେ ତାଲା ପକାଇ ପିଲା ଦେଖିପାରୁନଥିବା ଓ ପହଞ୍ଚିପାରୁନଥିବା ଜାଗାରେ ରଖିବା ଆହୁରି ଭଲ । +ବଡଙ୍କ ଔଷଧ ପିଲାଙ୍କୁ ମାରିଦେଇ ପାରେ । +ପିଲା ପାଇଁ ସ୍ଵତନ୍ତ୍ର ଭାବରେ ଲେଖା ଯାଇଥିବା ଔଷଧ ହିଁ ତାକୁ ଦେବା ଉଚିତ । +ବଡଙ୍କ ପାଇଁ ବା ଅନ୍ୟ ପିଲା ପାଇଁ ଦିଆଯାଇଥିବା ଔଷଧ ଖୁଆଇବା ଉଚିତ ନୁହେଁ । +ଆଣ୍ଟିବାୟୋଟିକ୍ ର ଅତ୍ୟଧିକ ବ୍ୟବହାର ବା ଅପବ୍ୟବହାର ଛୋଟ ପିଲାକୁ କାଲ କରିଦେଇ ପାରେ ସ୍ୱାସ୍ଥ୍ୟକର୍ମୀ ଦେଇଥିବା ଔଷଧ କେବଳ ପିଲାକୁ ଖୁଆଇବା ଉଚିତ । +ଦୁଇ ମିନିଟରୁ କମ୍ ସମୟରେ ପିଲାମାନେ ବୁଡିଯାଇ ପାରନ୍ତି । +ଏଥିପାଇଁ ବେଶୀ ପାଣି ମଧ୍ୟ ଦରକାର ହୁଏ ନାହିଁ । +ତେଣୁ ପାଣିରେ ବା ପାଣି ପାଖରେ ପିଲାମାନଙ୍କୁ ଏକେଲା ଛାଡିବା ଆଦୌ ଉଚିତ ନୁହେଁ । +କୂଅ , ପାଣିଭରା କୁଣ୍ଡ ବା ବାଲ୍ ଟି ଆଡିକୁ ଘୋଡାଇ ରଖିବା ଉଚିତ । +ସାନ ବେଲାରୁ ପିଲାଙ୍କୁ ପହଁରା ଶିଖାଇବା ଭଲ । +ତାହେଲେ ସେମାନେ ବୁଡିଯିବାର ଡର ରହିବ ନାହିଁ । +ଖର ସୁଅରେ ବା ଏକେଲା ପହଁରିବାରୁ ପିଲାଙ୍କୁ ଅଟକାଇବା ଉଚିତ । +ରାସ୍ତା ପାରିହେବା ବେଳେ କିଛି କଥା ପିଲାଙ୍କୁ ଶିଖାଇବା ଉଚିତ +ପାଞ୍ଚ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ରାସ୍ତାରେ ଚାଲିବା ବିଶେଷ ଭାବରେ ବିପଦର କଥା ହୁଏ । +ସେମାନଙ୍କ ସାଙ୍ଗରେ ସବୁବେଳେ କେହି ଜଣେ ରହିବା ଦରକାର । +ଚାଲି ଶିଖିବା ବେଳରୁ ହିଁ ସେମାନଙ୍କୁ ରାସ୍ତାରେ ଚାଲିବାର ନିୟମ ବିଷୟରେ କହିବା ଉଚିତ । +ରାସ୍ତାକୁ ଦୌଡିଯିବା ଆଗରୁ ଛୋଟ ପିଲାମାନେ କିଛି ଭାବନ୍ତି ନାହିଁ । +ତେଣୁ ବଡମାନେ ପିଲାଙ୍କ ପ୍ରତି ଧ୍ୟାନଦେବା ଦରକାର । +ପିଲାମାନେ ରାସ୍ତା ପାଖରେ ଖେଳିବା ଉଚିତ ନୁହେଁ । +ସେଠାରେ ବଲ୍ ଖେଳିବା ବିଶେଷ ବିପଦର କଥା । +ଚଳନ୍ତା ଗାଡିମଟରକୁ ସାମନା କରି ରାସ୍ତାର କଡରେ ଚାଲିବା ପାଇଁ ପିଲାଙ୍କୁ ଶିଖାଇବା ଦରକାର । +ରାସ୍ତା ପାରିହେବା ବେଳେ ତଳର କଥାଗୁଡ଼ିକ କରିବା ପାଇଁ ପିଲାଙ୍କୁ ଶିଖାଇବା ଉଚିତ : +ରାସ୍ତାର ଧାରରେ ଅଟକିବା +ଦୁଇ କଡକୁ ଚାହିଁବା , +ଗାଡିମଟର ଆସୁଥିବାର ଶବ୍ଦ ପ୍ରତି କାନ ଡେରିବା , +ବଡମାନଙ୍କର ହାତ ଧରିବା , +ଚାଲିକରି ପାରିହେବା , ଦୌଡିବା ନାହିଁ । +ନିଜେ ରାସ୍ତାଚଲାର ନିୟମ ମାନି ସାନ ପିଲାଙ୍କୁ ସାହାଯ୍ୟ କରିବା ଦିଗରେ ବଡ ପିଲାଙ୍କୁ ଉତ୍ସାହିତ କରିବା ଉଚିତ । +ବଡ ପିଲାଙ୍କ ପାଇଁ ସାଇକେଲ ଦୁର୍ଘଟଣା ଅନେକ ସମୟରେ ଆଘାତ ବା ମୃତ୍ୟୁର କାରଣ ହୁଏ । +ସାଇକେଲ ଚଲାଉଥିବା ପିଲାଙ୍କୁ ରାସ୍ତାରେ ନିରାପଦ ଭାବରେ ଗାଡି ଚଳାଇବାର ନିୟମ ଶିଖାଇଲେ ଏଭଳି ଦୁର୍ଘଟଣା ଏଡାଯାଇ ପାରିବ । +ଅଧିକ ବିପଦ ଥିବା ଜାଗାରେ ସାଇକେଲ ଚଳାଇଲା ବେଳେ ମୁଣ୍ଡରେ ସୁରକ୍ଷା ଟୋପି ପିନ୍ଧିବା ଭଲ । +କାରରେ ଆଗ ସିଟ୍ ରେ ବା ଟ୍ରକର ଡାଲାରେ ଏକେଲା ବସିଥିବା ପିଲା ପ୍ରତି ଗୁରୁତର ଆଘାତର ବିପଦ ବେଶୀ ହୁଏ ।