diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_41 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_41 new file mode 100644 index 0000000000000000000000000000000000000000..aa14b81537de126a38084d9a9f9f654ea250bf5c --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_41 @@ -0,0 +1,69 @@ +ଗୋଟେ ସମୟ ଥିଲା +ତା: ଫେବୃଆରୀ ୧୬, ୨୦୧୧ +ମୂଳ ପୃଷ୍ଠା → ଗଳ୍ପ → ବ୍ୟଙ୍ଗ → +ସମୟ କେତେ ଜିନିଷ ବଦଳେଇ ଦିଏ । +ଗୋଟିଏ ସମୟରେ ଯାହା ଅତି ମୂଲ୍ୟବାନ୍‌ ମନେ ହେଉଥିଲା, ଆଜି ତାହା ସାଧାରଣ ହୋଇଗଲାଣି । +ପୁଣି ଗୋଟେ ସମୟରେ ଯାହା ନିହାତି ସାଧାରଣ ମନେ ହେଉଥିଲା, ଆଜି ତାହାହିଁ ମନେ ହୁଏ ଅତି ମୂଲ୍ୟବାନ୍ । +ସତୁରୀ ଦଶକର ମଝାମଝିରେ ମୁଁ ସ୍କୁଲ ଡେଇଁ କଲେଜ ଗଲି । +ଆମ ଭିତରୁ ଅଧିକାଂଶଙ୍କର ସେତେବେଳେ ହାତଘଣ୍ଟା ନଥିଲା । +ପରୀକ୍ଷା ଦିନମାନଙ୍କରେ ବାପାଙ୍କ ଘଣ୍ଟା ମାଗି ପିନ୍ଧୁଥିଲୁ । +ଆମର ଜଣେ ସାଙ୍ଗ ଗେଲୁ ଦିନେ ଗୋଟିଏ ହାତବନ୍ଧା ଘଣ୍ଟା ଆଣି ଦେଖେଇଲା । +ସେମିତି ଘଣ୍ଟା ଆମେ ଆଗରୁ ଦେଖି ନଥିଲୁ । +ସେଥିରେ ଟିକ୍‌ ଟିକ୍ କରି ଚାଲୁଥିବା ମିନିଟ୍‌ କଣ୍ଟା, ସେକେଣ୍ଡ କଣ୍ଟା ନଥିଲା । +ସମୟ ପୁରା ଜଳ ଜଳ ହୋଇ ଦିଶୁଥିଲା ଅକ୍ଷରରେ । +ସୁଇଚ୍‌ ଟିପିଦେଲେ ପୁଣି ଲାଇଟ୍‌ ଜଳୁଥିଲା ସେ ଘଣ୍ଟା ଭିତରେ । +ଆମେ ଘଣ୍ଟା ଦେଖି ଟେରା । +ଗେଲୁ କହିଲା, ଜାଣିଛୁ ଏଥିରେ ଆଲାର୍ମ ବି ଅଛି । +ଆମେ ଆହୁରି ଟେରା । +ଗେଲୁ କହିଲା, ଏ ଘଣ୍ଟାଟା ମୋ ଭାଇ ପଠେଇଛି ଆମେରିକାରୁ । +ଗେଲୁର ଭାଇ ଆମେରିକାରେ ରହୁଥିଲେ । +ସେଠି ସେ କେଉଁ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ । +ଆମ ସହରର ଗର୍ବ ଓ ଗୌରବ । +ଆମ ସହରରେ ତାଙ୍କ ପୂର୍ବରୁ କେହି ବିଦେଶ ଯାଇ ନ ଥିଲେ । +ସେତେବେଳେ ବିଦେଶ ଯାଉଥିବା ଲୋକ ଥିଲେ ହାତଗଣତି । +-ଜାଣିଛୁ ୟାର ଦାମ୍‌ କେତେ ? ଗେଲୁ ଆମକୁ ପଚାରିଲା । +-କେତେ ? +-୫୦ ଡଲାର । +ଗୋଟିଏ ଡଲାର ସେତେବେଳେ ୧୫ ଟଙ୍କା । +ଆମେ ଘଡି ଦାମ୍‌ ଶୁଣି ଥମ୍‌ ମାରି ରହିଗଲୁ । +ଗେଲୁ ସେ ଘଡିରେ ଆମକୁ ହାତ ମରେଇ ଦେଉ ନଥିଲା । +ଆମେ ଏ ଘଡି ପାଇଁ ତାକୁ ଇର୍ଷା କରୁଥିଲୁ । +ଆମ କଲେଜରେ ସବୁ ଝିଅମାନେ ସେ ଘଣ୍ଟା ଦେଖିବାକୁ, ସମ୍ଭବ ହେଲେ ଛୁଇଁ ଦେଖିବାକୁ ବ୍ୟାକୁଳ ଥିଲେ । +ଘଣ୍ଟା ପାଇଁ ଗେଲୁ ଭାରି ହିରୋ ହୋଇଗଲା । +ଏବେ ମୋ ଛ’ ବର୍ଷର ପୁଅ ସେମିତି ଘଡି ପିନ୍ଧି ଚାରିଟାବେଳେ କ୍ରିକେଟ ଖେଳିବାକୁ ଯାଏ । +ଢେଙ୍କାନାଳର ଲକ୍ଷ୍ମୀପୂଜାମେଳାରେ କୋଡିଏ ଟଙ୍କାରେ ମୁଁ ତାକୁ ସେ ଘଣ୍ଟାଟା କିଣି ଦେଇଛି । +ଶୁଣିଛି ଦିଲ୍ଲୀର ସଦରବଜାରରେ କୁଆଡେ ଓଜନ ଦରରେ ଏମିତି ଘଡି ମିଳୁଛି । +ଆମ ସମୟରେ (ସେତେ ପୁରୁଣାବି ନୁହେଁ, ମୁଁ ୭୦-୮୦ ଦଶକ କଥା କହୁଛି) ଟେଲିଫୋନ ଗୋଟେ କରିବାକୁ ଗଲେ ନାନା ଝାମେଲା । +ଟ୍ରଙ୍କକଲ୍‌ଟିଏ ବୁକ୍‌ କରିଥିବ ତ ବସିଥା । +ଦି ଘଣ୍ଟା ତିନି ଘଣ୍ଟା । +ଭଦ୍ରକରୁ କଟକ କଥା ହେବାକୁ ଗଲେ ଚାତକ ଭଳି ଚାହିଁ ବସିଥା । +ଟେଲିଫୋନ୍‌ ଯାହା ଘରେ ଥିଲା ସେ ଭାରି ବଡଲୋକରେ ଗଣା ହେଉଥିଲା । +ଏବେ ଆମ ଧୋବା କହୁଛି ମୋ ଟେଲିଫୋନ୍‌ ନମ୍ବରଟା ରଖନ୍ତୁ । +ଘରେ ମଇଳା କପଡା ଅଧିକ ହୋଇଗଲେ ମୋତେ ଖବର ଦେଇଦେବେ । +ଆସିଯିବି । +ତୁଛାରେ କାହିଁକି ପ୍ରତି ଦି’ ଦିନ ଛାଡି ଆସୁଥିବି । +ଆମ ଛକମୁଣ୍ଡରେ ଯେତେଟି ଅଟୋବାଲା ବସିଥାନ୍ତି, ସେମାନେ ସମସ୍ତଙ୍କ ପକେଟରେ ମୋବାଇଲ ଫୋନ୍‌ । +ଗୋଟିଏ ସମୟ ଥିଲା ବଜାଜ ସ୍କୁଟରଟିଏ କିଣିବାକୁ ଗଲେ ପାଞ୍ଚବର୍ଷ ଅପେକ୍ଷା କରିବାକୁ ପଡୁଥିଲା । +ଭେସ୍‌ପା ସ୍କୁଟର କିଣିବାର ଫର୍ମ ବ୍ଲାକରେ ବିକ୍ରି ହେଉଥିଲା । +ଆଜି ଆପଣ ସ୍କୁଟର ମୋଟର ସାଇକେଲ କିଣିବେ ବୋଲି କହିଲେ କମ୍ପାନିବାଲା ଆପଣଙ୍କ ଘରେ ଆସି ଦେଇଯିବେ । +ଟଙ୍କା ନଥିଲେ ଋଣ ଦେଇ, ଜ୍ବାଇଁ ଆଦରରେ ଗାଡି ଆଣି ଘରେ ଦେଇଯିବେ । +ଗୋଟିଏ ସମୟଥିଲା ମାଗୁର ମାଛର ଦାମ୍‌ ରୋହି, ମିରିକାଳିଠୁଁ କମ୍‌ ଥିଲା । +କୁକୁଡା ମାଂସର ଦାମ୍‌ ଖାସି ମାଂସର ଡବଲ ଥିଲା । +ଆତ ଥିଲା ଶସ୍ତା ଆଉ ଆପେଲ ମହଙ୍ଗା । +ଏବେ ଅବସ୍ଥା ଠିକ୍ ଓଲଟା । +ଗୋଟିଏ ସମୟ ଥିଲା, ଶିକ୍ଷକମାନେ କ୍ଲାସରେ ଆସିଲେ ଛାତ୍ରମାନେ ଠିଆ ହେଉଥିଲେ । +ବାଟରେ ଶିକ୍ଷକଙ୍କୁ ଦେଖିଲେ ସିଗାରେଟ୍‌ ଲୁଚାଉଥିଲେ । +ଏବେ ସେ ସବୁ ଆଉ ପ୍ରାୟ ନାହିଁ । +ଛାତ୍ର ଶିକ୍ଷକ ଦୋସ୍ତ ହେଲେଣି । +ସାଙ୍ଗରେ ସିଗାରେଟ୍ ଆଉ କ’ଣ କ’ଣ ଖାଉଛନ୍ତି । +ଗୋଟିଏ ସମୟ ଥିଲା ଯେତେବେଳେ ପ୍ରେମ କରିବାଟା ଭାରି ସାହାସର କାମ ବୋଲି ଗଣ୍ୟ ହେଉଥିଲା । +ପ୍ରେମିକ ପ୍ରେମିକା ପରସ୍ପରକୁ ଲମ୍ବା ଲମ୍ବା ଚିଠିସବୁ ଲେଖୁଥିଲେ । +ପ୍ରେମ ଚିଠି ଲେଖିବାଟା ଗୋଟିଏ କଳା ଥିଲା । +ସେ ଚିଠିକୁ ପୁଣି ସେମାନେ ଡାକ ଜରିଆରେ ପରସ୍ପର ପାଖକୁ ପଠାଉଥିଲେ । +ପ୍ରତିଦିନ ଡାକବାଲାକୁ ଚାତକ ଭଳି ଚାହିଁ ରହୁଥିଲେ । +ଏବର ଇ-ମେଲ, ଏସ୍‌ଏମ୍‌ଏସ୍‌, ଏମ୍‌ଏମ୍‌ଏସ୍‌ ଯୁଗରେ ଏସବୁ ଗଳ୍ପଭଳି ଲାଗିବ । +ଗୋଟିଏ ସମୟ ଥିଲା ଯେତେବେଳେ ବାହାଘର ଆଗରୁ ଡିଭୋର୍ସର କଥା ହେଉ ନଥିଲା । +ଦୁର୍ନୀତି କରି ଧରା ପଡିଲେ ସମାଜରେ ଭାରି ବଦନାମ ହେଉଥିଲା । +ଗୋଟିଏ ସମୟ ଥିଲା ଯେତେବେଳେ ପୃଥିବୀଟା ଆଉ ଟିକେ ବେଶୀ ସବୁଜ ଓ କୋଳାହଳମୟ ଥିଲା । +ସେ ସମୟଟା ଭଲ ଥିଲା କି ଆଜିର ସମୟଟା ଭଲ କହି ପାରିବିନି । +ତେବେ ଏମିତି ଗୋଟେ ସମୟ ଥିଲା ।