diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia35.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia35.txt new file mode 100644 index 0000000000000000000000000000000000000000..7d30b2ec19cbcf57a7ab00810acd10add357d66e --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia35.txt @@ -0,0 +1,38 @@ +ଓଜନ ହ୍ରାସ ଏବଂ ଓଜନ ବୃଦ୍ଧି ପାଇଁ ଘରୋଇ ଉପଚାର +ଓଜନ ହ୍ରାସ ଏବଂ ଓଜନ ବୃଦ୍ଧି +ଯେପରି " ଦିନକୁ ଗୋଟିଏ ସେଓ ଡାକ୍ତର ଟୋ ଦୂର ରଖି ଥାଏ" ସେପରି " ଗୋଟିଏ ନାସପାତି ମୋଟାପା ଟୋ ଦୂର ରଖି ଥାଏ" +ଓଜନ ହ୍ରାସ ପାଇଁ ବହୁତ ଲୋକ ସର୍ଜରୀ କରନ୍ତି ଏବଂ କିଛି ଲୋକ ଏଲୋପାଥିକ ମେଡ଼ିସିନ ଖାନ୍ତି । +ଏଥିରେ ପାର୍ଶ୍ୱ ପ୍ରତିକ୍ରିୟା ଦେବାର ସମ୍ଭାବନା ଥାଏ ଏବଂ ପଇସା ବି ଖର୍ଚ ହୁଏ |ତେଣୁ କିଛି ଘରୋଇ ଉପଚାର କରିବା ଭଲ ରହିବ । +ଯଦି ଆପଣ ବ୍ୟାୟାମ କରୁଛନ୍ତି ତାହେଲେ ଉପବାସ କିମ୍ବା କମ ଖାଦ୍ୟ ଖାଇବା ଦେହ ପାଇଁ ଭଲ ନୁହଁ ,କାରଣ ଏହା ଆପଣଙ୍କ ଦେହକୁ କମଜୋର କରିଦେବ । +ତେଣୁ ବ୍ୟୟାମ କରିବା ସହ କ୍ୟାଲରିକ ଥିବା ଖାଦ୍ୟ ଖାଇବା ଦରକାର । +ଦୈନିକ ପୁରୁଷମାନଙ୍କ ପାଇଁ ୨୫୦୦ କ୍ୟାଲୋରୀ ଏବଂ ସ୍ତ୍ରୀ ମାନଙ୍କ ପାଇଁ ୨୦୦୦ କ୍ୟାଲୋରୀ ଖାଦ୍ୟ ଖାଇବା ଦରକାର । +ଦେହର ଚର୍ବିରେ ଭିଟାମିନ ଇ ଥାଏ । +ତେଣୁ ଯେତେବେଳେ ଜଣେ ଲୋକ ମୋଟାପା କମେଇବା ପାଇଁ ଚେଷ୍ଟା କରେ ଦେହରୁ ଭିଟାମିନ ଇ କମ ହୋଇ ଯାଏ ଯା ଫଳରେ କ୍ୟାନ୍ସସର, ହୃଦରୋଗ ଏବଂ ଆଲ୍ଜ଼ହିମର ରୋଗ ହେବାର ଆଶଙ୍କା ଥାଏ |ତେଣୁ ସେମାନେ ଭିଟାମିନ ଇ ଥିବା ଖାଦ୍ୟ ଖାଇବା ଦରକାର ଯେମିତି କି ବାଦାମ ,ବ୍ରୋକୋଲି ,ଅମୃତଭଣ୍ଡା ଏବଂ ଧନିଆ ଇତ୍ୟାଦି । +ଓଜନ ହ୍ରାସ ପାଇଁ ଘରୋଇ ଉପଚାର +ସକାଳୁ ଉଠି ଗୋଟିଏ ଗ୍ଲାସ ପାଣିରେ ଗୋଟିଏ ଚାମଚ ଲେମ୍ବୁ ରସ ଆଉ ଅଧା ଚାମଚ ମହୁମିଶାଇ ପିଅନ୍ତୁ. +ଗୋଟିଏ କପ ପାଣି ଏବଂ ୨-୩ ଖଣ୍ଡ ଅଦାକୁ ୧୦ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ |ପାଣିକୁ ଛାଣି ଚା ଭଳିଆ ପିଅନ୍ତୁ । + ଦିନକୁ ଏମିତି ୨-୩ ଥର ପିଇଲେ ଓଜନ ହ୍ରାସ ପାଇଁ ଭଲ କାମ ଦିଏ| +କିଛି ଧନିଆ ପତ୍ର ତାସହ କିଛି ପୁଦିନା ପତ୍ର ବାଟି ଚଟଣି ବନାନ୍ତୁ| ସେଥିରେ କିଛି ଲେମ୍ବୁ ରସ ଏବଂ ଲୁଣ ମିଶାଇ ଖାଇବା ସହ ଖାଆନ୍ତୁ । +୨ ଚାମଚ ଘିକୁଆଁରି ରସ ସହିତ ୧ ଚାମଚ ଜିରା ଗୁଣ୍ଡକୁ ଗୋଟିଏ ଗ୍ଲାସ ପାଣିରେ ମିଶାନ୍ତୁ । +ସକାଳୁ ଏହି ମିଶ୍ରଣକୁ ଖାଲି ପେଟରେ ପିଅନ୍ତୁ । +ଏକ ଘଣ୍ଟା ପରେ କିଛି ଖାଇ ନିଅନ୍ତୁ । +୧୦-୧୫ଟି ଚୀନ ବାଦାମକୁ ରାତିରେ ଭିଜାଇ ରଖନ୍ତୁ ଏବଂ ସକାଳେ ଖାଆନ୍ତୁ । +ପ୍ରତିଥର ଖାଇ ସାରିବା ପରେ ଖଣ୍ଡେ ବରଫ କୁ ଚୋବାଇ ଖାଆନ୍ତୁ । +ଗୋଟିଏ ପାନ ପତ୍ରରେ ୫-୬ଟି ଗୋଲମରିଚ ରଖନ୍ତୁ । +ଏହାକୁ ପାଟିରେ ରଖି ତାର ରସ କୁ ପିଅନ୍ତୁ । +ଧ୍ୟାନ ଦେବଦରକାର ଜେ ପାନ ପତ୍ରଟି ସବୁଜ ଏବଂ ତାଜା ହୋଇ ଥିବା ଦରକାର ନହେଲେ ଏହା ପେଟ ରୋଗ ବାହାର କରି ଥାଏ । +୮-୧୦ ସପ୍ତାହ ଏମିତି କଲେ ଏହା ବହୁତ ଭଲ ଫଳ ଦେଇଥଏ । +କ୍ୟାପସିକମରେ ଥିବା କ୍ୟାପସିନ ଓଜନ ହ୍ରାସ କରିବାରେ ସାହାଯ୍ୟ କରି ଥାଏ | ତେଣୁ ଯେତେ ସମ୍ଭବ କ୍ୟାପସିକମ ଖାଆନ୍ତୁ | +ଦିନକୁ ଗୋଟିଏ ନାସପାତି ଖାଆନ୍ତୁ ଏହା ଓଜନ ହ୍ରାସ କରି ଥାଏ । +ସକାଳ ସୂର୍ଯ୍ୟ କିରଣ ଓଜନ ହ୍ରାସ କରି ଥାଏ | ସବୁଦିନ ସକାଳୁ ଅଧା ଘଣ୍ଟା ସୂର୍ଯ୍ୟ କିରଣରେ ବୁଲିଲେ ଓଜନ ହ୍ରାସ ହୋଇଥାଏ |କିନ୍ତୁ ୮ଟା ପରେ ସୂର୍ଯ୍ୟ କିରଣ ଓଜନ ବୃଦ୍ଧି କରିଥାଏ । +ଗଧ କ୍ଷୀର ଓଜନ ହ୍ରାସ ପାଇଁ ସବୁଠୋ ଅଧିକ ଉପକାରୀ | ଗଧ କ୍ଷୀର ପିଇଲେ ଥଣ୍ଡା, କାଶ ହେବନି ଏବଂ ଏଥିରେ ବହୁତ ଭିଟାମିନ ଥାଏ | +ଯଦି ଆପଣ ବାହାରେ କାମ କରୁଛନ୍ତି, ତାହେଲେ ଦିନକୁ ୫-୬ ଘଣ୍ଟା ଛିଡା ହୋଇ ରହିଲେ ଓଜନ ଜଲଦି କମ ହୁଏ | +ପ୍ରତିଦିନ ଏକ ଗ୍ଲାସ ଆଲୋଭେର ଜୁସ ପିଇଲେ ଏହା ଓଜନ କମେଇବାରେ ଭଲ କାମ ଦିଏ । +କିଛି ଅଦା ଖଣ୍ଦ କୁ ପାଣିରେ ଫୁଟାଇ ଥଣ୍ଡା କରି ସବୁଦିନ ପେଇଲେ, ଓଜନ ହ୍ରାସ ହୁଏ । +ସବୁଦିନ ତରଭୁଜ ଖାଇଲେ ଓଜନ ହ୍ରାସ ହୁଏ । +ସବୁଦିନ କାଳର ରସ ଏବଂ ଲେମ୍ବୁ ରସ ମିଶାଇ ପିଇଲେ ଓଜନ ହ୍ରାସ ହୁଏ । +ମାଛ ତେଲ ଖାଇଲେ ଓଜନ ହ୍ରାସ ପାଇଁ ଭଲ ଫଳ ଦିଏ | +ଓଜନ ବୃଦ୍ଧି ପାଇଁ ଘରୋଇ ଉପଚାର +ଓଜନ ବୃଦ୍ଧି କରିବା ବହୁତ ସହଜ କିନ୍ତୁ ଓଜନ କମାଇବା ବହୁତ କଷ୍ଟ | ଓଜନ ବୃଦ୍ଧି ପାଇଁ ପ୍ରତିଦିନ କ୍ୟାଲୋରୀ ଖାଦ୍ୟ ଖାଆନ୍ତୁ ;ଏହା ଆପଣଙ୍କ ଓଜନ ବୃଦ୍ଧି କରିବ । +ଦିନକୁ ୨୦-୨୫ ଗ୍ରାମ ଭଜା ଚଣା ଖାଆନ୍ତୁ ଏହା ଆପଣଙ୍କ ଓଜନ ବୃଦ୍ଧି କରାଇବ । +ଦିନକୁ ୩-୪ ଟି କଦଳୀ ଖାଆନ୍ତୁ ଏବଂ ସକାଳ ଟିଫିନରେ ଗୋଟିଏ କଦଳୀ ଖାଆନ୍ତୁ ; ଏହା ମଧ୍ୟ ଆପଣଙ୍କ ଓଜନ ବୃଦ୍ଧି କରାଇବ ।