From 3acaef75c390c9826655164ca89cbbb6888671f4 Mon Sep 17 00:00:00 2001 From: Nayan Ranjan Paul Date: Mon, 19 Sep 2022 23:09:31 +0530 Subject: [PATCH] Upload New File --- .../vikashpedia_health_odia19.txt | 107 ++++++++++++++++++ 1 file changed, 107 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia19.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia19.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia19.txt new file mode 100644 index 0000000..b9b734c --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia19.txt @@ -0,0 +1,107 @@ +ଆଘାତଜନିତ ପୀଡା +ଉପକ୍ରମ +ଯେଉଁପରିପ୍ରେକ୍ଷୀରେ ଏହାର ଅବତାରଣା, ତାହାହେଉଛି କୌଣସି ବସ୍ତୁଦ୍ଵାରା ବାହାରୁ ଶରୀରର କୌଣସି ଅଙ୍ଗରେ ମାଡ ହେବାର ଅବସ୍ଥା । +ତେଣୁ ଏହାର ପରିଣାମ ନିର୍ଭର କରୁଛି ଆଘାତପ୍ରାପ୍ତ ନିର୍ଦ୍ଧିଷ୍ଟ ଅଙ୍ଗ ବା ଅଂଶ ଓ ଆଘାତର ଶକ୍ତି ଉପରେ । +‘ପ୍ରତ୍ୟକ୍ଷ – ଶରୀର ବିଜ୍ଞାନ’ ଦୃଷ୍ଟିରୁ, ଶରୀର ବାହାରୁ ଭିତର ପର୍ଯ୍ୟନ୍ତ ଯେ ସବୁ ତନ୍ତୁରେ ଅଙ୍ଗପ୍ରତ୍ୟଙ୍ଗାଦି ସୃଷ୍ଟି ହୋଇଛି ତାହା କୋମଳ, ଜଟାକାର, କଠିନ ଓ ଅତିକୋମଳ ତନ୍ତୁମାନଙ୍କୁ ନେଇ । +ଯଥା : ଚର୍ମ, ମାଂସପେଶୀ, ମାଂସରଜ୍ଜୁ, ସ୍ନାୟୁ, ଅସ୍ଥି ଆବରଣ, ଗ୍ରନ୍ଥି, ଅସ୍ଥି ଓ ଅତି କୋମଳ ପ୍ରାଣଧାରକ ଅଙ୍ଗପ୍ରତ୍ୟଙ୍ଗ । +ପୁନଶ୍ଚ ଧାରୁଆ, ମୁନିଆ, ଦନ୍ଥରା ଓ ମୁଣ୍ଡା ଇତ୍ୟାଦି ଜିନିଷ ଦ୍ଵାରା ବିଭିନ୍ନ ପ୍ରକାରର ଆଘାତ ସୃଷ୍ଟି ହୋଇଥାଏ । +ଏହିସବୁ ବିଭିନ୍ନ ଧରଣର ଅସ୍ତ୍ରଦ୍ଵାରା ଭିନ୍ନଭିନ୍ନ କିସମର ତନ୍ତୁଦ୍ଵାରା ଗଠିତ ଶରୀରାଂଶ ଉପରେ ଆଘାତଜନିତ ଫଳ ଭିନ୍ନ ଭିନ୍ନ ପ୍ରକାରର ଓ ତାହା ଉପରେ ଜୀବନ୍ତ ଶରୀରର ପ୍ରତିକ୍ରିୟା ଆନୁପାତିକଭାବରେ ମଧ୍ୟ ନାନାପ୍ରକାରର । +ହୋମିଓପାଥି ଔଷଧର ବ୍ୟବହା +ଏହିସବୁ ଦିଗକୁ ଲକ୍ଷ୍ୟରଖି ହୋମିଓପାଥି ଔଷଧର ବ୍ୟବହାର ନିର୍ଦ୍ଧିଷ୍ଟ ହୁଏ । +ଯଥା : ମୁଣ୍ଡା ଜିନିଷଦ୍ଵାରା ଆଘାତ ପାଇଁ ଏକୋନାଇଟ, ଆର୍ଣ୍ଣିକା, ବୋଭିଷ୍ଟା, ଏସିଡସଲଫ, ସିମ୍ଫାଇଟମ୍ , ନ୍ୟାଟ୍ରମସଲଫ ଓ ରୁଟା ବ୍ୟବହାର ହେଲେ, ଧାରୁଆ ଅସ୍ତ୍ରଦ୍ଵାରା ଆଘାତପାଇଁ ଷ୍ଟାଫିସାଗ୍ରିୟା, ହାଇଫେରିକାମ୍, ଏଲିୟାମ ସିପା ଆଦି ପ୍ରୟୋଜନ । +ମୁନିଆ ଜିନିଷଦ୍ଵାରା ଆଘାତ ହୋଇଥିଲେ ଲିଡମ, ହାଇପେରିକମ୍, ସାଇଲିସିଆ ଓ ଆନାଗାଲିସ କଥା ଚିନ୍ତା କରିବା ବିଧେୟ । +ଦନ୍ଥରା ଜିନିଷ ହୋଇଥିଲେ ଆର୍ଣ୍ଣିକା, କାଲେଣ୍ଡୁରା, ହାଇପେରିକମ୍ କଥା ସବୁବେଳେ ମନେ ରଖିବା କଥା । +ପୁନଶ୍ଚ ଆଘାତ ଦ୍ଵାରା ବାହ୍ୟଚର୍ମ ଅକ୍ଷତ ଥିଲେ ଏକୋନାଇଟ, ଆର୍ଣ୍ଣିକା, ବୋଭିଷ୍ଟା, ଏସିଡସଲଫ, ନ୍ୟାଟ୍ରମସଲଫ, ସିମ୍ଫାଇଟମ୍ ଓ ରୁଟା କଥା ଯେପରି ମନରେ ଆଣିବାକୁ ହେବ, କ୍ଷତ ହୋଇଥିଲେ ଏକୋନାଇଟ, ଆର୍ଣ୍ଣିକା, କାଲେଣ୍ଡୁରା, ହାଇପେରିକମ୍ ଓ ଲିଡମ ଆଦି କଥା ମଧ୍ୟ ସେହିଭଳି ଚିନ୍ତା କରିବାକୁ ପଡିବ । +ମାଂସପେଶୀରେ ଆଘାତ ହୋଇଥିଲେ ଆର୍ଣ୍ଣିକା, ବୋଭିଷ୍ଟା, ଏସିଡସଲଫ କଥା ଯେପରି ଆମେ ଚିନ୍ତାକରୁ, ଜଟାକାର ତନ୍ତୁ ପାଇଁ ସେହିପରି ରସଟକ୍ସ ଓ ରୁଟା ଆଦି ଆଗ୍ରାଧିକାର ଭିତ୍ତିରେ ବ୍ୟବହାରର ପ୍ରୟୋଜନ ଆସିଥାଏ । +ସ୍ନାୟୁଗତ ଆଘାତ ପାଇଁ ଏକୋନାଇଟ, ଏଲିୟାମସିପା, ଲିଡମ୍ ଓ ହାଇପରକାମ୍ ର ଯେପରି ତୁଳନା ନାହିଁ ସେହିପରି ଅସ୍ଥି ଆବରଣ ପାଇଁ ରୁଟା ଓ ଅସ୍ଥି ପାଇଁ ସିମ୍ପାଇଟମ ଭଳି ଔଷଧର ସ୍ଥାନାଧିକାର କରିବା ଭଳି ଔଷଧ କାହିଁ ? +ଗ୍ରନ୍ଥି ର ଆଘାତ ପର ଅବସ୍ଥା ପାଇଁ କୋନିୟମ ଯେପରି ଅମୋଘ ମୁଣ୍ଡ ପାଇଁ ସେହିପରି ନେଟ୍ରାମସଲଫର ପଟ୍ଟାନ୍ତର ନାହିଁ । +ହେଲେ ମଧ୍ୟ, ଆଘାତ ଯେତେବେଳେ ଶରୀର ଉପରେ ଏକ ବାହ୍ୟ ବସ୍ତୁର ସଙ୍ଘାତ, ତେଣୁ ଉପଯୁକ୍ତ ଆଲୋଚନା ପରିପ୍ରେକ୍ଷୀରେ ଆର୍ଣ୍ଣିକା ଓ ହାଇପରିକମ୍ ର ବ୍ୟବହାର ସବୁଠାରୁ ଅଧିକ ଓ ସ୍ଵତନ୍ତ୍ର । +ସତେ ଯେପରି ଏହି ଦୁଇଟି ଔଷଧକୁ ଛାଡିଦେଲେ ହୋମିଓପାଥିକ ମତରେ ଆଘାତର ଚିକିତ୍ସା ହୋଇପାରେନା । +କାରଣ, ଯେ କୌଣସି ଆଘାତ ପ୍ରଥମେ ଉପରିସ୍ଥ କୋମଳ ତନ୍ତୁ ଓ ସ୍ନାୟୁ ତନ୍ତୁକୁ କ୍ଷତିଗ୍ରସ୍ତ କରେ । +କିନ୍ତୁ ବଡକଥା ହେଉଛି, ଆଘାତ ପରେ ଅନେକ ସମୟରେ ଶରୀରର ପ୍ରଥମ ପ୍ରତିକ୍ରିୟା ହେଉଛି Shock ବା ଆଘାତର ଅବସନ୍ନତା । +ତେଣୁ, ଯାହାବା ଅବସ୍ଥା ଥାଉନା କାହିଁକି ଏକୋନାଇଟ – ୨୦୦ ରୁ ୨/୪ ପାନ ୧୫ ମିନିଟ୍ ଅନ୍ତରରେ ଦେବା ଉଚିତ । +ଏକୋନାଇଟ ଠାରୁ Shock ବା ଆଘାତପର ଅବସନ୍ନତା ପାଇଁ ଆଉ ଶକ୍ତିଶାଳୀ ଔଷଧ କିଛି ହୋଇପାରେନା ପ୍ରାଥମିକ ଅବସ୍ଥାରେ । +ତାହାଛଡା ଆଖିଉପରେ ମାଡ ହେଲେ ଏହା ଯଦି ପ୍ରଥମରୁ ପ୍ରୟୋଗ କରନ୍ତି, ତାହାହେଲେ କୌଣସି ପ୍ରକାରର ଆଘାତଜନିତ ଚକ୍ଷୁ ପୀଡା ହେବାର ସମ୍ଭାବନାକୁ ସୁରୁଖୁରୁରେ ଏଡାଇ ଦେଇହେବ । +ଏହାପରେ ଯଦି ଆକ୍ଷିପତା ବା ତାହାରି ଭିତର ଅଂଶରେ ମଲା ରକ୍ତ ଜମିଥିବ ବା ନେଳି ପଡିଥିବ ତାହାହେଲେ ଆର୍ଣ୍ଣିକା ହିଁ ଔଷଧ । +ଏହା ସହିତ ମୁଣ୍ଡବିନ୍ଧା ରହି ଆଖି ବିନ୍ଧୁଥିଲେ ରୁଟା । +ତଥାପି ଦରଜ ରହିଗଲେ ସିମ୍ପାଇଟମ ଦେଇ ଦେଖନ୍ତୁ ଆଖି ଡାକ୍ତରଙ୍କ ପାଖକୁ ଯିବାର ଆବଶ୍ୟକତା ରହିଛି କି ନାହିଁ । +ଯେ କୌଣସି ଆଘାତ ପରେ ଯଦି ମଲା ରକ୍ତ ଜମି ଚର୍ମ ନେଳି ପଡି ଯାଇଥିବ ପ୍ରଥମେ ଆର୍ଣ୍ଣିକା ହିଁ ଦିଅନ୍ତୁ । +ଦେଖିବେ ପ୍ରଥମେ ଦରଜ କମିଯାଇ ଧୀରେ ଧୀରେ ଚର୍ମ ପରିଷ୍କାର ହୋଇଯିବ । +ଯଦି ଆଘାତ ବହୁତ ଜୋରଦାର ଧରଣର ହୋଇ ଭିତର ତନ୍ତୁଗୁଡିକର ମଧ୍ୟ କ୍ଷୟକ୍ଷତି ଘଟି ଦରଜଟା ଭିତରେ ମାଲୁମ ହେଉଥିବ ଓ ମଲା ରକ୍ତ ତଥାପି ରହିଥିବ ତାହାହେଲେ ସଲଫ୍ୟୁରିକ ଏସିଡ୍ ଦେବେ । +ଏଥିସହିତ ଗୋଟିଏ କଥା କହି ରଖିବା ଉଚିତ ହେବ ଯେ, କେତେକ ଲୋକଙ୍କର ଧାତୁ ଏପତି ଯେ ସାମାନ୍ୟତମ ଆଘାତ ଲାଗିଲେ ମଧ୍ୟ ଦେହ ଉପରେ ଦାଗ ରହିଯାଏ, ଆଘାତର ଛାପ ରହିଯାଏ ଏବଂ ତାହା ଯିବାକୁ ଢେର ସମୟ ଲାଗେ । +ଏ କ୍ଷେତ୍ରରେ ବୋଭିଷ୍ଟା (ଯାହାର ପ୍ରୟୋଗ ସାଧାରଣତଃ କେହି କରି ନ ଥାନ୍ତେ) ଦେଇ ଦେଖନ୍ତୁନା, ତାହାହେଲେ ହୋମିଓପାଥି କ’ଣ ତାହା ଅଙ୍ଗେ ଲିଭେଇବେ । +ପୁନଶ୍ଚ କୌଣସି ଆଘାତରେ କ୍ଷତ ହେଲେ, ପ୍ରଥମେ ତାହାକୁ ହାଇପେରିକମ୍ Q ରେ ସଫାକରି ପଟ୍ଟି ବାନ୍ଧି ଦେବେ । +ହାଇପେରିକମ୍ ର କ୍ରିୟା ବିଶେଷଭାବରେ ସ୍ନାୟୁ ତନ୍ତୁ ଉପରେ ହୋଇଥିବାରୁ ଏହାର ପ୍ରୟୋଗରେ ଆଘାତଜନିତ ବ୍ୟଥା ଅତିଶୀଘ୍ର ଦୂର ହେବା ସଙ୍ଗେ ସଙ୍ଗେ କ୍ଷତ ମଧ୍ୟ ଶୁଖିଯାଏ । +ଅନେକ କାଲେଣ୍ଡୁରା Q ବ୍ୟବହାର କରିବାକୁ ଉପଦେଶ ଦିଅନ୍ତି । +ଏହା କିନ୍ତୁ କୌଣସି କ୍ଷତରେ ପୂଜ ହେଲା ପରେ ହିଁ ବ୍ୟବହାର କରିବାର କଥା । +ନଚେତ୍ ସଦ୍ୟ କ୍ଷତରେ ବ୍ୟବହାର କଲେ ପୂଜ ହେବାର ସମ୍ଭାବନା ଥାଏ । +ପରୀକ୍ଷା କରି ଦେଖନ୍ତୁନା । +ନିଜର ଅଭିଜ୍ଞତା ଠାରୁ ବଡ କଥା କିଛି ନାହିଁ । +ଯଦି ଅଧିକ ରକ୍ତ କ୍ଷରଣ ହେଉଥାଏ କୌଣସି କ୍ଷତରୁ, ତାହାହେଲେ ଆମଲିକା Q ରେ କ୍ଷତ ଧୋଇ ଫେରମଫସ୍ – 3X ଚୂର୍ଣ୍ଣକୁ ତା ଉପରେ ଦେଇ ପଟ୍ଟି ବାନ୍ଧି ଦିଅନ୍ତୁ । +ଦେଖିବେ ସବୁ ଠିକ୍ ଠାକ୍ । +ଆଘାତ ବିଷୟରେ ଭାବିଲାବେଳେ ସାଧାରଣତଃ ମକଚି ଯିବା ବା ହଠାତ୍ ମୋଡି ହୋଇଯିବା କଥା ପ୍ରଥମେ ଆମ ଦୃଷ୍ଟିକୁ ଆସେ । +ଏହାର ଚିକିତ୍ସା ମଧ୍ୟ ଠିକ୍ ସେହିଭଳି । +ପ୍ରଥମେ ଆର୍ଣ୍ଣିକା ଖାଇବାକୁ ଦେବେ ସେଠାରେ ମଲା ରକ୍ତ ଜମିଯାଇ ନେଳି ପଡି ଯାଇଥିବ ଓ ଅଧକପ୍ ଶୀତଳ ଜଳରେ ୩୦ ଟୋପା ଆର୍ଣ୍ଣିକା Q ମିଶାଇ କନା ଭିଜାଇ ପଟ୍ଟି ବାନ୍ଧିଦେବେ । +ବିଶେଷ ଭାବରେ କଟି ଓ ବଳାଗଣ୍ଠି ପାଇଁ ଲିଡିମପାଲର ଅନୁରୂପ ବ୍ୟବହାର ଶୀଘ୍ର ଉପଶମ ଦେବ । +ଯଦି ଆଘାତ ସ୍ଥାନ ଫୁଲି ଯାଇଥାଏ ଓ ଉପଯୁକ୍ତ ଚିକିତ୍ସା ବିଶେଷ ଫଳଦାୟକ ନ ହୁଏ, ୨୪ ରୁ ୪୮ ଘଣ୍ଟା ପରେ ବ୍ରାୟୋନିଆ ଖାଇବାକୁ ଦିଅନ୍ତୁ । +ଏହିସବୁ ଔଷଧ ୬-୨୦୦ ଶକ୍ତି ପର୍ଯ୍ୟନ୍ତ ୩-୪ ଘଣ୍ଟାରୁ ଆରମ୍ଭ କରି ୮ ଘଣ୍ଟା ଅନ୍ତରରେ ଅବସ୍ଥାଭେଦରେ ଦିଆଯିବା ଉଚିତ । +ଏସବୁ ସତ୍ତ୍ୱେ ୧୦-୧୨ ଘଣ୍ଟା ମଧ୍ୟରେ ଯଦି ବ୍ୟଥା ଓ ଫୁଲା ନକମେ ବା ବଢେ, ତାହାହେଲେ X – Ray କରିନେବେ ଏବଂ ଯଦି ଦେଖନ୍ତି କୌଣସି ହାଡ ତଦ୍ଦ୍ଵାରା କ୍ଷତିଗ୍ରସ୍ତ ହୋଇଥାଏ (ସାମାନ୍ୟଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣଭାବରେ ) ତାହାହେଲେ ସ୍ଥାନଟିକୁ ସଞ୍ଚାଳନରୁ ବନ୍ଦ ରଖିବା ପାଇଁ ପ୍ଲାଷ୍ଟର ପଟ୍ଟି ଦେବେ ଓ ସିମ୍ପାଇଟମ – ୬ ଦିନକୁ ୪ ଥର କରି ଖାଇବେ ଓ ମଝିରେ ମଝିରେ ହାଇପେରିକମ୍ – ୨୦୦ ରୁ ପାନେ ପାନେ ଦେବେ, ଦିନକୁ ଥରେ ବ ଦୁଇଥର । +ଶେଷରେ ଗୋଟିଏ କଥା କହିବା ଜରୁରୀ ମନେକରେ । +ଆଜିକାଲି ଯାନବାହନର ଯେଭଳି ଗତି ଓ ଆରୋହୀମାନଙ୍କର ମତୁଆଲା ଚାଳନା, ସେଥିରେ ତତଜନିତ ଆଘାତର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । +ତେଣୁକରି ସର୍ବଦା ନିକଟରେ ଏକୋନାଇଟ – ୨୦୦ ଓ ଆର୍ଣ୍ଣିକା – ୨୦୦ର ଦୁଇଟି ଶିଶି ଡ୍ରାଇଭିଂ ଲାଇସେନସ ଭଳି ପାଖରେ ରଖିଥିବେ । +କୌଣସି ଦୁର୍ଘଟଣା ଘଟିବା ସଙ୍ଗେସଙ୍ଗେ ପ୍ରତି ପନ୍ଦର ମିନିଟରେ ଏକୋନାଇଟ – ୨୦୦ ରୁ ୪/୫ଟି ଗୁଳି ୪ ଥର ଖାଇନେବେ ଓ ତାହାପରେ ପ୍ରତି ପନ୍ଦର ମିନିଟରେ ଆର୍ଣ୍ଣିକା – ୩୦ ରୁ ୪ ଥର ଖାଇ କୌଣସି ବିଶେଷଜ୍ଞଙ୍କର ପରାମର୍ଶ ଲୋଡିବେ । +କାରଣ ଏଭଳି ଦୁର୍ଘଟଣାରେ ମସ୍ତିସ୍କ ଆଘାତର ସମ୍ଭାବନା ହିଁ ଅଧିକ । +ଔଷଧର ଆଘାତ କ୍ଷେତ୍ରରେ ଉପଯୋଗୀ ବିଶିଷ୍ଟ ଲକ୍ଷଣ +ଏଥିସହିତ ସାଧାରଣ ଜ୍ଞାତବ୍ୟପାଇଁ କେତେକ ଔଷଧର ଆଘାତ କ୍ଷେତ୍ରରେ ଉପଯୋଗୀ ବିଶିଷ୍ଟ ଲକ୍ଷଣ ପ୍ରଦାନ କରାଗଲା : +ଏକୋନାଇଟ : ଆଘାତ ପାଇବା ପରେ ପରେ ଏହାକୁ ବ୍ୟବହାର କଲେ କ୍ଷତଜନିତ ମାନସିକ ଧକ୍କାକୁ ପ୍ରତିରୋଧ କରାଯାଇପାରେ । +ଅତ୍ୟଧିକ ଯନ୍ତ୍ରଣା ଓ ତୃଷାଥାଇ ପ୍ରବଳ ଜ୍ଵର ହୋଇ ରୋଗୀ ଅତ୍ୟନ୍ତ ଅସ୍ଥିର, ଆତଙ୍କିତ ଓ ଭୟାର୍ତ୍ତ ହୋଇପଡିଲେ ଓ ସମସ୍ତ ଲକ୍ଷଣ ସନ୍ଧ୍ୟା ଓ ରାତ୍ରି କାଳରେ ବୃଦ୍ଧି ପାଉଥିଲେ ଏହା ବିଶେଷ ଫଳପ୍ରଦ । +ବିଭିନ୍ନ ପ୍ରକାର ଅସ୍ତ୍ରୋପ୍ରଚାର ପରେ ଏହାକୁ ସେବନ କଲେ ଅସ୍ତ୍ରୋପ୍ରଚାରଜନିତ କମ୍ପ ନ ହେବାର ସମ୍ଭାବନା ଥାଏ । +ଆର୍ଣ୍ଣିକାମଣ୍ଟ : ପଡିଯିବା କିମ୍ବା ଧାର ନ ଥିବା କୌଣସି ଅସ୍ତ୍ରଦ୍ଵାରା ଶରୀରରେ ଆଘାତ ହେବାଦ୍ଵାରା ଯେ କୌଣସି ପ୍ରକାରର କ୍ଷତପାଇଁ ଏହା ବ୍ୟବହାର୍ଯ୍ୟ । +ବିଶେଷତଃ କୋମଳ ଅଂଶରେ ଆଘାତଜନିତ ରକ୍ତ ଜମିଥିଲେ ଏହା ବିଶେଷ ଫଳପ୍ରଦ । +ସମଗ୍ର ଶରୀର ଦରଜ ରହିବାଦ୍ଵାରା ଶୋଇଥିବା ସ୍ଥାନ କଠିନ ବୋଧହୁଏ ଓ ଯନ୍ତ୍ରଣା ଯୋଗୁଁ ରୋଗୀ ବାରମ୍ବାର ସ୍ଥାନ ପରିବର୍ତ୍ତନ କରେ । +ଏହାକୁ ସେବନ କଲେ କ୍ଷତ ସ୍ଥାନରୁ ରକ୍ତସ୍ରାବ ବନ୍ଦ ହୋଇଯାଏ । +ଆଘାତଜନିତ ପୁରାତନ ଶାରୀରିକ ବିଲକ୍ଷଣ ପାଇଁ ଏହା ଏକ ପ୍ରମୁଖ ଔଷଧ । +କ୍ୟାଲେଣ୍ଡୁରା : ଯେ କୌଣସି ପ୍ରକାରର ଅସ୍ତ୍ର (ଧାରୁଆ, ମୁନିଆ ବା ଧାର ନ ଥିବା) ଦ୍ଵାରା ଶରୀରର ମାଂସପେଶୀ ବହୁଳ ସ୍ଥାନ ଆଘାତ ଫଳରେ ବିଦୀର୍ଣ୍ଣ ହୋଇ ଯାଇଥିଲେ , ଏହା ନୂତନ ତନ୍ତୁ ସୃଷ୍ଟି କରିବାରେ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ କ୍ଷତ ସ୍ଥାନରେ ପୂଜ ସୃଷ୍ଟିକୁ ପ୍ରତିରୋଧ କରେ । +କ୍ଷତ ସ୍ଥାନ ଦରଜ ରହି ଚତୁଃପାର୍ଶ୍ଵ ଲାଲ୍ ପଡିଯାଏ ଓ ଅତ୍ୟଧିକ ଜ୍ଵର ସହିତ ପ୍ରବଳ ଯନ୍ତ୍ରଣା ହୁଏ । +ଏହାର ମୂଳଅର୍କ କିମ୍ବା ଲୋସନକୁ କ୍ଷତସ୍ଥାନ ପୂଜ ହୋଇଥିଲେ ସଫା କରିବାପାଇଁ ବ୍ୟବହାର କରାଯାଏ ଓ ଶକ୍ତିକୃତ ଔଷଧକୁ ସେବନ କରାଯାଏ । +ରସଟକ୍ସ : ଅତ୍ୟଧିକ ଓଜନିଆ ପଦାର୍ଥ ଉଠାଇବା ଦ୍ଵାରା ଶରୀରର କୌଣସି ଅଙ୍ଗ ଆଘାତପ୍ରାପ୍ତ ହେଲେ କିମ୍ବା କୌଣସି କାରଣରୁ ରକା ପଶି ଯାଇଥିଲେ, ବିଶେଷତଃ ମାଂସପେଶୀ ଓ ଅସ୍ଥି ସଂଯୋଜକ ରଜ୍ଜୁ ଆଘାତପ୍ରାପ୍ତ ହୋଇଥିଲେ ଏହା ବ୍ୟବହାର୍ଯ୍ୟ । +କ୍ଷତ ଓ ଯନ୍ତ୍ରଣା ଯୋଗୁଁ ରୋଗୀଠାରେ ଅତ୍ୟନ୍ତ ଶାରୀରିକ ଅସ୍ଥିରତା ପ୍ରକାଶ ପାଏ । +କ୍ଷତସ୍ଥାନ ସମେତ ସମଗ୍ର ଶରୀର ଦରଜ ହେଉଥିଲେ ଓ ବିଶ୍ରାମ ସମୟରେ ଏବଂ ଥଣ୍ଡା ଉପଚାରରେ ଯନ୍ତ୍ରଣା ବୃଦ୍ଧିପାଇ କିଛି ସମୟ ଚଲାବୁଲା ପରେ ଓ ଗରମ ପ୍ରୟୋଗରେ ହ୍ରାସ ପାଉଥିଲେ ଏହା ବିଶେଷ ଫଳପ୍ରଦ । +ହାଇପେରିକମ୍ : ଶରୀରର ସ୍ନାୟୁବହୁଳ ସ୍ଥାନ , ଯଥା : ଗୋଡ ଓ ହାତର ଆଙ୍ଗୁଳି, ହାତ ପାପୁଲି ଓ ପାଦ ନଖମୂଳ ଇତ୍ୟାଦି ସ୍ଥାନରେ ଆଘାତ ହୋଇଥିଲେ ଅଥବା କୌଣସି ମୁନିଆଁ ପଦାର୍ଥ, କଣ୍ଟା କିମ୍ବା ଜନ୍ତୁ କାମୁଡିବା ଦ୍ଵାରା କ୍ଷତ ହୋଇ ପ୍ରବଳ ଯନ୍ତ୍ରଣା ହେଉଥିଲେ ଏହା ବିଶେଷଭାବେ ବ୍ୟବହୃତ ହୁଏ । +ଏହାର ମୂଳଅର୍କ ବା ଲୋସନକୁ କ୍ଷତସ୍ଥାନ ପରିଷ୍କାର କରିବାପାଇଁ ବ୍ୟବହାର କରାଯାଏ । +ଲିଡମପାଲ : ତୀକ୍ଷ୍ନ ମୁନଯୁକ୍ତ ଅସ୍ତ୍ର ଯଥା : କଣ୍ଟା, କାଚ ମୁନ ଅଥବା ଜନ୍ତୁ କାମୁଡିବାଦ୍ଵାରା କ୍ଷତ ହୋଇ ଆଘାତ ସ୍ଥାନ ଥଣ୍ଡା ରହିବା ସତ୍ତ୍ୱେ ଥଣ୍ଡା ଉପଚାରରେ ଯନ୍ତ୍ରଣା ଉପଶମ ହେଉଥିଲେ ଏହା ଫଳପ୍ରଦ । +ଆଘାତ ଫଳରେ ଆଖିପତା ବା ଡୋଳାରେ ରକ୍ତ ଜମାଟ ବାନ୍ଧିଥିଲେ ଏହାକୁ ବ୍ୟବହାର କରାଯାଏ । +ବଳାଗଣ୍ଠି ମକଚି ହୋଇ କଷ୍ଟ ହେଉଥିଲେ ଏଥିରେ ଉପଶମ ମିଳେ । +ହାମାମେଲିସ୍ : ପଡିଯିବାଦ୍ଵାରା କିମ୍ବା ଅନ୍ୟ କୌଣସି କାରଣରୁ କ୍ଷତ ହୋଇ ପ୍ରଚୁର କାଳିଚିଆ ରକ୍ତସ୍ରାବ ହେଉଥିଲେ ଓ ଆକ୍ରାନ୍ତ ସ୍ଥାନ ଅତ୍ୟଧିକ ଦରଜ ହୋଇଥିଲେ ଏହାର ବ୍ୟବହାର ଦ୍ଵାରା ରକ୍ତସ୍ରାବ ବନ୍ଦହୋଇ ବ୍ୟଥା ଦୂର ହୁଏ । +ଆଘାତ ଦ୍ଵାରା ଆଖି ଡୋଳାରେ ରକ୍ତ ଜମାଟ ବାନ୍ଧିଥିଲେ ଏହା ଦୂର କରେ । +ଷ୍ଟାଫିସାଗ୍ରିୟା : କାଚ କିମ୍ବା ତୀକ୍ଷ୍ନ ଧାରା ଥିବା ଅସ୍ତ୍ରଦ୍ଵାରା କ୍ଷତ ହୋଇ ଅତିଶୟ ଯନ୍ତ୍ରଣା ହେଉଥିଲେ ଏହା ଫଳପ୍ରଦ । +ବିଭିନ୍ନ ପ୍ରକାର ଅସ୍ତ୍ରୋପ୍ରଚାର ପରବର୍ତ୍ତୀ କୌଣସି କୁପ୍ରଭାବ ପାଇଁ ଏହାକୁ ସାଧାରଣତଃ ବ୍ୟବହାର କରାଯାଏ । +ରୁଟା : ଶରୀରର କୌନୀ ଗଣ୍ଠି ବା ହାତରେ ଆଘାତଜନିତ ଅତ୍ୟନ୍ତ ଦରଜ ଓ ଯନ୍ତ୍ରଣା ହେବାଦ୍ଵାରା ରୋଗୀ ଅସ୍ଥିର ହୋଇ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିଲେ ଏହାର ବ୍ୟବହାର ଫଳରେ ଦରଜ ଓ ପୀଡାରୁ ଉପଶମ ମିଳେ । +ଏହା ବିଶେଷଭାବରେ ଅସ୍ଥି ଆବରଣ ଉପରେ କାର୍ଯ୍ୟ କରିଥାଏ । +ସିମ୍ପାଇଟମ୍ : ଦୁର୍ଘଟଣା ଯୋଗୁଁ ହାଡ ଭାଙ୍ଗି ଯାଇଥିଲେ ଭଙ୍ଗା ଅଙ୍ଗକୁ ଠିକ୍ ଭାବେ ସ୍ଥିର ରଖିବାପରେ ଏହି ଔଷଧ ବ୍ୟବହାର କଲେ ଭଗ୍ନହାଡ ଶୀଘ୍ର ଯୋଡି ହୋଇଯାଏ ଓ କ୍ଷତଜନିତ ଯନ୍ତ୍ରଣା ଦୂର ହୁଏ । +ଆଖିଡୋଳାରେ ମାଡ ବସି ଯନ୍ତ୍ରଣା ହେଲେ ଓ ଅଙ୍ଗର କଟା ହୋଇଥିବା ସ୍ଥାନରେ ଦୀର୍ଘଦିନ ଧରି ଯନ୍ତ୍ରଣା ହେଉଥିଲେ ଏହାଦ୍ଵାରା ଉପଶମ ମିଳେ । +ଇତିନାସିଆ : ବିଷାକ୍ତ କୀଟଦଂଶନ ଦ୍ଵାରା କ୍ଷତପାଇଁ ଏହା ଅବ୍ୟର୍ଥ ଔଷଧ । +ପୁରାତନ କ୍ଷତ ସ୍ଥାନରୁ ଦୁର୍ଗନ୍ଧଯୁକ୍ତ ପୂଜ ବାହାରି ରୋଗୀ ବହୁତ ଦୁର୍ବଳ ହୋଇ ପଡିଥିଲେ ଓ ସର୍ବଦା ଶୀତଭାବ ରହି ବାନ୍ତି ଲାଗୁଥିଲେ ଏହା ବ୍ୟବହାର୍ଯ୍ୟ । +ଏହାର ମୂଳଅର୍କ ବା ଲୋସନ୍ ଦ୍ଵାରା ମଧ୍ୟ ଘା ସଫା କରାଯାଏ । +. ଏପିସ୍ ମେଲ୍ : ବିଷାକ୍ତ କୀଟଦଂଶନ ଫଳରେ କ୍ଷତ ସ୍ଥାନ ଫୁଲି ଦରଜ ହୋଇ ବିନ୍ଧୁଥିଲେ ଏହା ପ୍ରୟୋଗ କରାଯାଏ । +ଅତ୍ୟଧିକ ଜ୍ଵାଳାଯନ୍ତ୍ରଣା ସତ୍ତ୍ୱେ ତୃଷାହୀନତା ଏହାର ନିର୍ଦ୍ଦେଶକ ଲକ୍ଷଣ । +ଆଲିୟମ ସେପା : ଚକ୍ଷୁରେ ଆଘାତ ଲାଗିଲେ ତଥା କଟା ହୋଇଥିବା ଅଙ୍ଗର ଥୁଣ୍ଟା ଅଂଶରେ ଦୀର୍ଘ ଦିନଧରି ସ୍ନାୟବିକ ଯନ୍ତ୍ରଣା ଲାଗିରହିଲେ ଏହା ବ୍ୟବହାଆର୍ଯ୍ୟ +ନାଟ୍ରମ୍ ସଲଫ : ମୁଣ୍ଡରେ ଆଘାତ ହୋଇଥିଲେ ‘ଆର୍ଣ୍ଣିକା’ ପରେ ଏହା ବ୍ୟବହାର୍ଯ୍ୟ । +ବିଶେଷକରି ଆଘାତ ପରେ ମୁଣ୍ଡ ଓଜନିଆ ରହୁଥିଲେ, ଭ୍ରମ ହେଉଥିଲେ ବା ବେଳେବେଳେ ମୂର୍ଚ୍ଛା ଯାଉଥିଲେ ଏହା ମହାର୍ଘ । +କାନ୍ଥାରିସ୍ : ପୋଡିହୋଇ କିମ୍ବା ଗରମ ପାଣି ପଡି ଫୋଟକା ହୋଇ ଅତ୍ୟଧିକ ଜ୍ଵାଳା ହେଉଥିଲେ ଏହା ଏକ ଅବ୍ୟର୍ଥ ଔଷଧ । +କ୍ଷତସ୍ଥାନ ଲାଲ୍ ପଡି କୁଣ୍ଡାଇ ହୁଏ ଓ ଥଣ୍ଡା ପ୍ରୟୋଗରେ ଉପଶମ ମିଳେ । +ପୋଡିଯିବା ସଙ୍ଗେ ସଙ୍ଗେ ଏହାର ଲୋସନକୁ ବ୍ୟବହାର କଲେ ଅଧିକ ଫୋଟକା ଓ ପୂଜ ହେବାର ସମ୍ଭାବନା କମ୍ ହୁଏ । +ସାଘାଂତିକ ପୋଡି ହୋଇଥିବା ରୋଗୀର ଚିକିତ୍ସା କାଳରେ ଯଦି ମୂତ୍ରଯନ୍ତ୍ରଣା ଆରମ୍ଭ ହୁଏ, ଏହାର ପ୍ରୟୋଗ ଆବଶ୍ୟକ । +ଆରସେନିକ ଆଲବମ୍ : ପୋଡା ଘା’ ଦୀର୍ଘ ଦିନ ରହି ପାଚିବାକୁ ଆରମ୍ଭ କଲେ ଓ କ୍ଷତ ସ୍ଥାନରେ ହେଉଥିବା ଜ୍ଵାରା ଗରମ ଉପଚାରରେ ହ୍ରାସ ପାଉଥିଲେ ଏହାକୁ ସେବନ କରିବା ବିଧେୟ । +ଆଭ୍ୟନ୍ତରୀଣ ଜ୍ଵାଳାଭାବ ସହ ଅତ୍ୟଧିକ ତୃଷା ହୁଏ, କିନ୍ତୁ ରୋଗୀ କମ୍ ବ୍ୟବଧାନରେ ଅଳ୍ପପାଣି ପିଇବାକୁ ଇଚ୍ଛା କରେ । +ରୋଗୀ ଅତ୍ୟନ୍ତ ଅବସ, ଆତଙ୍କିତ, ଅସ୍ଥିର ଓ ଭୟାର୍ତ୍ତ ହୋଇପଡେ । +କଷ୍ଟିକମ୍ : ଦୀର୍ଘଦିନର ପୋଡା ଘା’ ସ୍ଥାନରେ କୌଣସି ଅସୁବିଧା ହୋଇ ଆକ୍ରାନ୍ତ ସ୍ଥାନ ଦରଜ ରହିଲେ ବା ପୁନର୍ବାର ପାଚିଲେ ; ବହୁଦିନ ଧରି ପୋଡା ଘା’ ନ ଶୁଖିଲେ ଏହା ଆବଶ୍ୟକ ହୁଏ । +ପୋଡା ଘା’ ଚିକିତ୍ସା ସମୟରେ ଏହାକୁ ସେବନ କଲେ ଅତ୍ୟଧିକ ଘା’ ଦାଗ ତଥା ମାଂସପେଶୀର ବିକୃତି ହ୍ରାସ ପାଇଥାଏ ଏବଂ ଅଙ୍ଗପ୍ରତ୍ୟଙ୍ଗ ବଙ୍କା ହୁଏ ନାହିଁ । +ଆର୍ଟିକାୟୁରେନସ୍ : କ୍ଷତସ୍ଥାନ ଅତ୍ୟଧିକ କୁଣ୍ଡେଇ ହୋଇ ଜଳାପୋଡା ହେବା ଏହାର ମୁଖ୍ୟ ଲକ୍ଷଣ । +ଘା’ ହୋଇଥିବା ସ୍ଥାନରେ ଏହାର ଲୋସନ୍ ବା ଲିନିମେଣ୍ଟକୁ ବ୍ୟବହାର କଲେ ଭଲ ଫଳ ମିଳେ । +ହିପାରସଲଫ : ଆକ୍ରାନ୍ତ ସ୍ଥାନ ଅତ୍ୟଧିକ ଦରଜ ହୋଇ ସେଥିରେ ପୂଜ ହେବା ଲକ୍ଷଣ ଦେଖାଗଲେ ଓ ରୋଗୀଠାରେ ଶୀତଭାବସହ ବିରକ୍ତି ଜନ୍ମିଲେ ଏହା ବ୍ୟବହାର୍ଯ୍ୟ । +ସିକେଲିକର୍ : କ୍ଷତସ୍ଥାନ ଥଣ୍ଡା ଓ ବଧିରା ହୋଇ ନୀଳବର୍ଣ୍ଣ ଧାରଣ କଲେ ଓ ପଚି ଯାଇଥିଲେ ଏହା ବ୍ୟବହୃତ ହୁଏ । +ଏଥିସହ ଦେହ ଭିତରେ ପ୍ରବଳ ଜ୍ଵାଳା ଭାବ ଅନୁଭୂତ ହୁଏ । +ସାଇଲିସିଆ : ଆକ୍ରାନ୍ତ ସ୍ଥାନରୁ ପତଳା ଓ ଗନ୍ଧଯୁକ୍ତ ପୂଜସ୍ରାବ ହେଉଥିଲେ ଓ କ୍ଷତ ନୀଳ ଘା’ରେ ପରିଣତ ପୂଜ ବା ପାଣି ନିର୍ଗତ ହେଉଥିଲେ ଏହା ଉତ୍ତମ ଫଳ ଦିଏ । +ଶରୀରରେ କୌଣସି କଣ୍ଟା ରହି ଯାଇଥିଲେ ଏହାର ଉଚ୍ଚଶକ୍ତି ତାହାକୁ ବାହାର କରିଦିଏ । +ଏନାଗାଲିସର ମଧ୍ୟ ଏହି ଶକ୍ତି ଅଛି । -- GitLab