diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_67 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_67 new file mode 100644 index 0000000000000000000000000000000000000000..6a0967abc1e28659a83c6867f23c0388a3589d7a --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_67 @@ -0,0 +1,230 @@ +ସପନ +- ଅଖିଳମୋହନ ପଟ୍ଟନାୟକ +ତା: ଫେବୃଆରୀ ୨୦, ୨୦୧୧ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ସେ ରିକ୍‌ସା ଟାଣେ । +ଲୋକଟା ଦେଖିବାକୁ ବେଶ୍‌ମଜବୁତିଆ । +ଦିହଟି ଗୋଲଗାଲ । +ଦାଢିଗୁଡାକ ଟିକିଏ ବେଶୀ ବଢିଯାଇଥିଲା ପରି ମନେ ହୁଏ । +କେଉଁ କାଳର ଖଣ୍ଡେ ମସିଆ ଲୁଗା ଦିହରେ ଗୁଡାଇ ହୋଇ ପଡିଥାଏ । +ଗୋଡରେ ହଳେ ଛିଣ୍ଡା ତାଳିପକା ଚପଲ । +ଖଣ୍ଡେ ଚିରା କନା ମୁଣ୍ଡରେ ଗୁଡାଇ ଦେଇଥାଏ । +ତା ଭିତରୁ ତାର କୁଞ୍ଚୁକୁଞ୍ଚିଆ ନୁଖୁରା ବାଳ ଗୁଡାକ ବେଶ୍‌ଦେଖାଯାଏ । +ସପନ ହେଉଛି ଲବ୍ଧପ୍ରତିଷ୍ଠ କଥାଶିଳ୍ପୀ ଅଖିଳମୋହନ ପଟ୍ଟନାୟକଙ୍କ ପ୍ରଥମ ଗଳ୍ପ । +ଏହା ୧୯୪୬ ମସିହାରେ ‘ଶଙ୍ଖ’ ପତ୍ରିକାରେ ପ୍ରକାଶ ପାଇଥିଲା । +କେବେ ଯଦି କେହି କଲେଜ ପିଲା ସିନେମା ଯିବାକୁ ରିକ୍‌ସା, ଖୋଜେ ବନ୍ଧୁଆ ରିକ୍‌ସାଟାକୁ ଧରି ଆଗ ଠିଆ ହୋଇପଡେ, ବାବୁମାନେ ଦର ବୁଝିବାକୁ ଅଟକି ଯାନ୍ତି । +ବନ୍ଧୁଆ ହସି କହେ, ”ଠାକୁର ଆପଣମାନଙ୍କୁ ବଡଲୋକ କରିଛନ୍ତି-କଅଣ ଗରିବ ପେଟ ବୁଝିବେ ନାହିଁ ଯେ !” ବାବୁ ବସିପଡନ୍ତି । +ବନ୍ଧୁଆ ଆଗକୁ ଚାଲେ ଲୋକ ପରେ ଲୋକ କଟେଇ ନେଇ । +ରାଣୀହାଟ ଛକ ପାଖେ ବନ୍ଧୁଆ ବାଙ୍କିଯାଏ । +ବାବୁ ପଚାରନ୍ତି, ”କିରେ-ଏପଟେ ଯେ ।” +ବନ୍ଧୁଆ ଧଇଁସଇଁ ହୋଇ କହେ, ”ବାବୁ, ସେପଟେ ସଇନ ମଟରର ସବୁବେଳେ ଯିବା ଆସିବା, ଏପଟଟା ଟିକିଏ ନିରୋଳା । +ବନ୍ଧୁଆର ସଇନ ମଟରକୁ ଭାରି ଡର । +ସିନେମା ପାଖେ ଯାଇ ପଇସା ନିଏ । +ମୁଣ୍ଡ ଆଉଁସି ଥରେ ଦି ପଇସା ମାଗେ । +ଦେଲେ ଖୁସି ନଦେଲେ ଖୁସି । +ବନ୍ଧୁଆ ଦିନଯାକ ଦିହ ଲଗେଇ ଗାଡି ଟାଣେ । +ସଞ୍ଜ ହେଲେ ମୁନିସିପାଲଟି ଆଲୁଅ ଲାଗିଲେ ତା ଭଙ୍ଗା କୁଡିଆ କାନ୍ଥରେ ଆଉଜି ପଡେ । +ଦିନଯାକ ଗଳିଗଳି ପିଚୁରାସ୍ତା ଉପରେ ବୁଲିବୁଲି ତାର ଗୋଡ ଥକି ଯାଇଥାଏ । +ଟିକିଏ ରାତି ବଳି ପଡିଲେ ସେ ପଶିଯାଏ ପାଖ ଗୋଟାଏ ଗୁଲି ଖଟିକୁ, ସେ ଗୁଲି ଖାଏ, ମନଇଚ୍ଛା ଗୁଲି ଖାଏ । +ସାରାଦିନର ଝାଳବୁହା ପଇସାକୁ ସେ ଗୁଲି ଖାଇବାରେ ଉଡାଇଦେଇ ଫତୁଆ ହୋଇ ଘରକୁ ଫେରେ । +ସେହି ଫତୁର ହେବାରେ ସେ ଗୋଟାଏ ଆନନ୍ଦ ପାଏ । +ବନ୍ଧୁଆର କେହି ନାହିଁ । +ବାପ ମା’ଙ୍କର ମୁହଁ ତାର ମନେ ନାହିଁ । +ସେ ନିହାତି ଏକା । +ଯେତେବେଳେ ସେ ଦଶ ବାର ବରଷର ପିଲା, ଗଳି ଗଳି ସେ ମାଗି ବୁଲୁଥିଲା; ଏବେ ଛଅ ବରଷ ହେବ ରିକ୍‌ସା ଟାଣୁଛି । +ତାର ପାଶୋରା ଦିନର କଥାଗୁଡା ମନେ ପକାଇଲେ ସେ କାହାକୁ ମନେ କରି ପାରେନା ଯେ କି ତା ପାଇଁ ଜୀବନରେ କେବେ ”ଆହା” କରିଚି । +ତେବେ ତା’ର ମନେପଡେ ତା ସାଙ୍ଗ କଥା, ତାର ଗୁଲିଖିଆ ସାଙ୍ଗ । +ସେ ତିନି ଚାରି ବରଷ ତଳର କଥା । +ପ୍ରଭାତ ସିନେମା ତଳକୁ ଗଡି ପଡିଲେ ଛୋଟ କୁଡିଆଟିଏ । +ବନ୍ଧୁଆ ସେଇଠିକି ବରାବର ଯିବା ଆସିବା କରେ, ସେ କୁଡିଆର ଲୋକ ଭିତରେ ରାମାବୋଉ, ରାମା ଓ ତାର ଭଉଣୀ-ଚମ୍ପା । +ସେଇ ଛୋଟ ସଂସାରଟି ଏଇ ତିନିଟି ପ୍ରାଣୀଙ୍କୁ ନେଇ ଚଳେ । +ରାମା, ବନ୍ଧୁଆ ସାଙ୍ଗର କୋଡିଏ ବର୍ଷର ଭେଣ୍ଡା । +ବେକାର ବସିରହିଚି । +ରାମାବୋଉ ଚକୁଳି କରେ । +ବେଳ ରତରତ ହେଲାବେଳକୁ ଚମ୍ପା ପିଠଉ ବାଟି ଦେଇଥାଏ । +ରାତିରେ ବୁଢୀ ଚୁଲି ଜାଳିଦେଇ ଚକୁଳି ତିଆରି କରିବସେ । +ବୁଢୀ ହୋଇ ଗଲାଣି, ଆଖିକି ଭଲ ଦିଶୁନି-ତେବେ ବି ଘୁସୁରି ଘୁସୁରି କାମ କରେ ପେଟ ଚାଖଣ୍ଡକ ପାଇଁ । +ଆଉ ଚମ୍ପା; ଏଇ ମଗୁଶିରକୁ ଷୋହଳ ଯାଇ ସତର ପଶିବ । +ଗୋରା ଦିହଟି-ଧୀର ଶାନ୍ତ ଆଖି ଦୁଇଟି । +ଗରିବ ହେଲେବି ନାରୀ ସୁଲଭ ସୌନ୍ଦର୍ଯ୍ୟ ଫୁଟିଉଠିଚି । +ପାଇଟିପତ୍ରରେ ବୁଢୀ ମା’କୁ କେତେବେଳେ କିମିତି ଟିକିଏ ଅଣ୍ଟେଇ ଦିଏ । +ଛୋଟକୁଡିଆର ସଂସାର ଏୟା । +ବେଳ ରତରତ ହେଲେ ବନ୍ଧୁଆ ନୁଆଁଣିଆ ଚାଳିଟି ଭିତରକୁ ପଶିଆସି କହେ ”ମାଉସୀ, କଅଣ ହୋଇଚି ଦବୁଟି ।” +ତେଣେ ପୁଣି ଗାଡିବାଲା ଜରିମାନା କରିବ । +ବୁଢୀ ଦିଖଣ୍ଡ ଚକୁଳି କରି ବନ୍ଧୁକୁ ଥୋଇଦିଏ । +ବନ୍ଧୁଆ ତାର କଳା ମଚ୍‌ମଚ୍‌ ହାତଟାକୁ ଗୁଡବଣା ଭିତରକୁ ପୂରାଇ ଦେଇ ବିଶି ଆଙ୍ଗୁଳିରେ ଟିକିଏ ଗୁଡ କାଢି ଆଣେ । +ବନ୍ଧୁଆ ଧଇଁସଇଁ ହୋଇ ଖାଉ ଖାଉ କହେ, ”ମାଉସୀ ଗୁଡ ତ ଆସି ସରିଲାଣି ।” +ବୁଢୀ ଚୁଲ୍ଲୀରେ କାଠ ଦଉ ଦଉ ଥଙ୍ଗେଇ ଥଙ୍ଗେଇ କହେ, ”ଆଜିକି ହେଲା ସଂକ୍ରାନ୍ତିକୁ ସଂକ୍ରାନ୍ତି ମାସେ-ଗରାଖ ତ ଆଜିକାଲି ଟିକିଏ ବେଶି ହେଲେଣି, ଆଉ ଆସନ୍ତା କୁଆଡୁ । +ଗୁଡ ଦର ତ ଆଜିକାଲି ଯାହା ହେଲାଣି । +ରାମାକୁ କାନେ କାନେ କହିଲି ଯେ ସେ ଟିକିଏ କାନେଇଲାନି । +ତୁମେ ଏତେ ଆଡେ ବୁଲୁଚ, ଟିକିଏ ସୁବିଧା ଦର ଦେଖି କୋ’ଠୁ ବଣାଟାଏ ଆଣି ଦିଅନ୍ତନି ?” ବନ୍ଧୁଆ କିଛି କହେନି । +ଦି ଦଫାରେ ସାରି ଦେଇ ହାତ ଧୋଇବାକୁ ଦଉଡିଯାଏ । +ବୁଢୀ ବି ଚୁପ୍‌ରହେ । +ସେ ଜାଣେ ସେଇତକ ଯଥେଷ୍ଟ, କେତେବେଳେ ହେଲେ ବି ବନ୍ଧୁ ଗୁଡବଣାଟାଏ ଦେଇଯିବ । +ବନ୍ଧୁଆ ହାତ ଧୋଇବାକୁ ଚମ୍ପା ପାଣି ଢାଳେ ଥୋଇଦିଏ । +ବନ୍ଧୁଆ ଚମ୍ପାର ଲଙ୍ଗଳା ହାତକୁ ଅନାଇ କହେ ”କିଲୋ ଅଥରପି, କାଚ ଦି’ପଟ ଭାଙ୍ଗିସାରିଲୁଣି ।” +-”ହୁଁ, ପିଠଉ ବାଟୁବାଟୁ ଭାଙ୍ଗିଗଲା, ମୁଁ କଅଣ କରିବି ?” ଚମ୍ପା ଅନ୍ୟମନସ୍କ ଭାବରେ ଉତ୍ତର ଦିଏ । +ବନ୍ଧୁଆ ଦଦରା କୁଡିଆ ଖଣ୍ଡକରୁ ବାହାରିଯାଏ । +ବୁଢୀକୁ ବନ୍ଧୁଆ ପୁଅ ପରି ଦିଶେ । +ନିଜ ପୁଅ ହେଲେ କଣ ହେବ, ରାମାଟା ନିହାତି ବୋକା । +ସେ ବନ୍ଧୁଆକୁ ରାମା ଅପେକ୍ଷା ବେଶୀ ପସନ୍ଦ କରେ । +ବେଳ ଅବେଳ ପଡିଲେ ସେ ବନ୍ଧୁଆକୁ ପଚାରେ । +ବୁଝେ । +ରାମାକୁ କିଛି କହେନି, ସେ ଜାଣେ ରାମାଟା ନିକର୍ମା । +– ଲାଗି ଖାଇବନି । +ଆଉ କେତେ ବଜର ବଜର ହେବ ସେଇ କଥାକୁ । +ଏମିତି ଦିନ କଟିଯାଏ । +ରାମା ଦିନସାରା ଫୁଙ୍ଗୁଳା ହୋଇ ବଜାରୀଙ୍କ ସାଙ୍ଗେ ବୁଲୁଥାଏ । +ରାତି ହେଲେ ଗୁଲି ଖଟିକୁ ପଶିଯାଏ ଗୁଲି ଖାଇବାକୁ । +କିଛି ଦିନ ତଳ କଥା । +ରାମା ଯେତେବେଳେ ନୁଆ ନୁଆ ଗୁଲି ଖାଏ । +ବନ୍ଧୁଆ ତାକୁ ବହୁତ ବୁଝେଇଚି । +ତା କାନେ କାନେ କହିଛି, ”ରାମା, ଗୁଲି ଖାଇଲେ ଅଣ୍ଟାରେ ପଇସା ରହେନି-ପାଣିପରି କୁଆଡେ ଉଭେଇଯାଏ । +”ତାର ଛୋଟ ମୁଣ୍ଡରେ ସେ ତା’ ଭିତରେ ଆଉ ରାମା ଭିତରେ ଗୋଟାଏ ତଫାତ୍‌କୁ ସ୍ପଷ୍ଟ କରିଦିଏ । +ତାର କେହି ନାହିଁ । +ରିକ୍‌ସା ଟାଣୁଟାଣୁ ଦିନେ ସେ ରାସ୍ତା କରରେ କେଉଁଠି ଟଳିପଡିବ । +ରାମାର ମା’ ଅଛି, ଭଉଣୀ ଅଛି । +ମା’କୁ ପୋଷିବ, ଭଉଣୀ ହାତକୁ ଦି’ହାତ କରିବ । +ରାମାକୁ ଏ କଥାଗୁଡା ପସନ୍ଦ ଆସେନି-ଏ କାନରେ ପଶି ସେକାନରେ ବାହାରିଯାଏ, ତେବେ ତାର ସାହାସ ହୁଏନି ଏତେଗୁଡାଏ ନିରାଟ ସତ କଥାକୁ ଫୁତ୍‌କାରରେ ଉଡେଇ ଦବାକୁ । +ସେ ବୋକାଙ୍କ ପରି ଗୋଟାଏ ଜାଗାକୁ ଅନେଇରହି କହେ ”ହୁଁ” । +ବନ୍ଧୁଆ ଖୁସି ହୁଏ । +ଭଗବାନଙ୍କ ପାଖେ ରାମାପାଇଁ ମୁଣ୍ଡିଆ ମାରେ । +କିନ୍ତୁ କାଇଁ ତା’ ପରଦିନ ରାମାର ତ ପରିବର୍ତ୍ତନ ହୁଏନି । +ସେ ହତାଶ ହୁଏ । +ଦିନ ପରେ ଦିନ ବିତିଚାଲେ । +ବନ୍ଧୁଆ ନିତି ବୁଝାଏ । +ହତାଶ ହୁଏ । +ଦିନେ ବୁଝିଲା, ସେ ଯାହା ଆଶା କରିଚି ଖାଲି ସପନ ସିଏ । + ଥରେ ଗୁଲି ଖାଇଲେ ଆଉ କି ଛାଡି ହୁଏ ? +ଦିନକର କଥା ମନେ ପକାଇ ଏବେ ବି ବନ୍ଧୁଆ ଆଖିରେ ଲୁହ ଆସେ । +ସେ ହେଉଛି ଫଗୁଣର ଗୋଟାଏ ରାତି । +ରାମା ଆଉ ବନ୍ଧୁଆ ଦୁହେଁ ଖଟିରୁ ଫେରୁଥିଲେ । +ରାତି ପ୍ରାୟ ଏଗାରଟା ହେବ । +ସଡକଟା ଶୂନ୍‌ଶାନ୍‌ପ୍ରାୟ । +ଦୂରରୁ ସଇନ ମଟରର ଆଲୁଅ ଆଖିକୁ ଜଳକା କରି ଦଉଚି । +ମଟର, ପାଖକୁ ଆସୁଚି, ଖୁବ୍‌ପାଖକୁ । +ରାମା ଗୁଲି ନିଶାରେ ଟେର୍‌ହୋଇ ଗୋଟାଏ ଟେକା ଝୁଣ୍ଟି ସଡକ ଉପରକୁ ଫୋପାଡି ହୋଇ ପଡିଲା । +ବନ୍ଧୁଆ ଚମକି ଅନାଇଲା । +ତା’ ଆଖି ଆଗରେ ବିରାଟଯନ୍ତ୍ର ଦାନବଟା ରାମା ଦିହକୁ ମାଡି ଦେଇ ଆଗେଇ ଚାଲିଗଲା । +ବନ୍ଧୁଆ ବହୁ ସମୟ ପରେ ସେ ଅନ୍ଧାରରେ ରାମାକୁ ପାଇଲା । +‘ରାମା, ରାମା’ ବୋଲି ସେ ଦୁଇଥର ଚିତ୍କାର କଲା ସେ ନିଶୁନ ରାତିରେ । +ତାର ମନେ ହେଲା ଯେପରି ରାମାର ପ୍ରେତ ତାର ପ୍ରତ୍ୟୁତ୍ତର ଦେଉଚି । +ତା ମୁଣ୍ଡର ସବୁ ଭାବନା ଗୁଡାକ ଗୋଳମାଳ ହୋଇଯାଉଥାଏ । +ସେ ରାମାକୁ କାନ୍ଧେଇ ଆଗକୁ ଚାଲିଲା ଧୀରେ ଧୀରେ । +ଶବଟାକୁ ରିକ୍‌ସାରେ ଥୋଇ, ଥରେ ଆଲୁଅରେ ତା ମୁହଁ ଦେଖିନେଲା ମୁହଁଟା ଚେପ୍‌ଟା ହୋଇଯାଇଛି । +ଚିହ୍ନି ହେଉନାହିଁ । +ସେଇ ଅନ୍ଧାର ରାତିରେ ବନ୍ଧୁଆ ରିକ୍‌ସା ଟାଣି ଟାଣି ଖାନନଗର ପାଖେ ପହଞ୍ଚିଲା । +ବାତାହତ ଚିତାଟିଏ ଦୁକୁଦୁକୁ ହୋଇ ଲିଭି ଆସୁଥିଲା । +ବନ୍ଧୁଆ ତା ଉଦ୍ଦେଶ୍ୟରେ ପ୍ରଣାମ କରି ମଠେଇ ଫେରିଲା ଘରକୁ । +ଆଜିକାଲି ବନ୍ଧୁଆ ସେ ଛୋଟ ପରିବାରର ଜଣେ ନିଜ ମଣିଷ ହୋଇଯାଇଚି । +କେତେ ରିକ୍‌ସାବାଲା ଆସନ୍ତି ଯାଆନ୍ତି ଖାଇସାରି, ତେବେ ବନ୍ଧୁଆର ମମତା କାହିଁକି ସେ ଦୁସ୍ଥପରିବାର ପ୍ରତି ଟିକିଏ ବେଶୀ । +ରାମା ମରିଯିବାପରେ ତାହା ଟିକିଏ ଘନେଇ ଉଠିଛି ଯାହା । +ଦିନ କାହାକୁ ଅନେଇ ବସେନି । +ଚମ୍ପାର ବୟସ ହୋଇଗଲାଣି । +ହାତକୁ ଦି’ହାତ ହେବ । +ଚମ୍ପାର ଅଳସ ଅଙ୍ଗଭଙ୍ଗୀରେ , ଘୂମନ୍ତ ଭୃଳତାର ଗମ୍ଭୀର ଚଳନରେ ବନ୍ଧୁଆ ମୁଗ୍‌ଧ ହୁଏ । +ସେ ଅନାଇ ରହେ ଲୋଲୁପ ରୂପପିପାସୁ ପରି କେତେବେଳେକେ, ଆଖି ଫେରେଇ ଆଣେ କଅଣ ଭାବି । +ବୁଢୀ କେତେଥର କହିଲାଣି, ”ବନ୍ଧୁ, ଝିଅ ଘିଅ, ଘରେ ରହିଲେ ଗନ୍ଧେଇଯାଏ । +” ଚମ୍ପା କପାଳରେ କ’ଣ ଶାଶୁଘର ନାହିଁ ?” ଚମ୍ପା ପାଖରେ ଥିଲେ ଦୂରକୁ ଉଠି ପଳାଏ ଲାଜରା ହୋଇ । +ବନ୍ଧୁଆ ସପନ ଦେଖିଲା ପରି ଅନେଇ ରହେ । +ଦିନ ଚାଲିଗଲାଣି, କେତେଦିନ ତଳେ ଯେ ଖାନନଗରର କେଉଁ କଣରେ ଦୁକୁଦୁକୁ ଚିତାଟିଏ ନିଭି ଯାଇଥିଲା, ତାର ହିସାବ ରଖିଛି କିଏ ? ଖାଲି ବନ୍ଧୁଆ ଛାତିରେ କେବେ କେବେ କିପରି ଝଟ୍‌କା ଲାଗେ । +ତା ଆଖିପତା ଓଦା ହୋଇଆସେ । +ସେ ମସିଆ ଗାମୁଚ୍ଛାରେ ସେଗୁଡାକ ପୋଛିପକାଏ । +ଆଜିକାଲି ସେ ବଡ ଗମ୍ଭୀର । +ସାଥୀ ଲୋକଙ୍କ ସାଙ୍ଗେ ବେଶୀ କଥାବାର୍ତ୍ତା କରେନି । +କେବେ କେହି କିଛି ପଚାରିଲେ ଛୋଟ ‘ହଁ’ଟିଏ ମାରି ନୀରବ ରହେ । +ସାଙ୍ଗ ମେଳରେ କେହି କେବେ ତାକୁ ଇଙ୍ଗିତ କରି କହିଥିଲା, ”ବନ୍ଧୁଆ ଭାଇକୁ କଅଣ ସେମତି କରି ପାଇଚକି ? ସେ ବୁଡିବୁଡି ପାଣି ପିଏ । +ମୂଳରୁ ପରା ଚମ୍ପାକୁ ସାଇତିଛି । +” ବନ୍ଧୁଆ ରାଗିଯାଇ ନାଲି ଆଖି ଦେଖେଇ ଥିଲା । +ସେହି ଦିନଠାରୁ କେହି କେବେ ତା’ ସଙ୍ଗେ ଥଟ୍ଟା କରେନି । +ବୁଢୀମା’ ଏବେ ଆଉ ପାରୁନି । +ଚମ୍ପା ସବୁ ନିଜ ହାତରେ କରୁଚି । +ବୁଢୀ କଣରେ ପଡିରହି ଏଇଟା କର ସେଇଟା କର ପାଟି କରି ବତେଇ ଦେଉଚି । +ଆଜିକାଲି ପାଖ ହମିଦ ମିଆଁ ଦୋକାନରେ ଯେଉଁମାନେ ପକୋଡି ମାଉଁସ ଖାଉଥିଲେ ସେମାନେ ଏଠି ଆସି ଜୁଟିଲେଣି । + କିଏ ନଚାହେଁ କଅଁଳ ହାତର ପରଶା ମିଠା କଥା, ବଅସ ଥିଲା ଟୋକାଗୁଡାକ ନା ଆଉ କଣ ? +ବନ୍ଧୁଆ ଆଜିକାଲି ବେଶୀ ସମୟ ସେମାନଙ୍କ ପାଖେ କଟାଏ, ତାଙ୍କରି ଘରେ ଶୋଇପଡେ । +ତାର ଭୟହୁଏ, କାଳେ ଚମ୍ପା କାନ୍ଦିବ । +ବୁଢୀ ମା’ ସେ କଣରୁ ସକେଇ ସକେଇ କହେ, ”ବନ୍ଧୁ, ପୋଡିଗଲା ତିଅଣରେ କଣ ସୁଆଦ ଥାଏ । +ମୋର ସବୁ ଯାଇଚି, ଖାଲି ଏଇଟା ଯୋଗୁ ସିନା ପଡିରହିଚି ।” +ବୁଢୀ ଆଉ କହି ପାରେନି । +ବନ୍ଧୁଆ ତା’ କୋହ ଚାପିରଖି କହେ,” ହଁ ମାଉସୀ, ସେଗୁଡାକ ଭାବି ଆଉ କଅଣ ହବ ? ଯେ ଯାଇଚି ଆଉ କଅଣ ଫେରିବ ?” ତାପରେ ସବୁ ନୀରବ । +ଚୁଲିଟା ସେଁ ସେଁ ହୋଇ ଜଳୁଥାଏ । +ଡିବିରୀର ଥରିଲା ଆଲୁଅରେ ବନ୍ଧୁଆ ଅନେଇ ରହେ ଚମ୍ପା ମୁହଁକୁ । +ତା ମନରେ କେତେ କଣ ଆସେ, ଚମ୍ପା ତା ଭଉଣୀ, ସେ ତାକୂ ହାତକୁ ଦି’ହାତ କରିବ । +ସେଥିପାଇଁ କିଛି ପଇସା ବି ଜମେଇଛି । +ଭଗବାନଙ୍କ ଉଦ୍ଦେଶ୍ୟରେ ତାର ହାତ ଦୁଇଟା ଉପରକୁ ଉଠିଯାଏ । +ଡିବିରୀଟାକୁ ସାଙ୍ଗରେ ନେଇ ସେ ଘର କଣର ଖଣ୍ଡେ ମାଙ୍କଡା ପଥର ଟେକିଦିଏ । +ତା’ତଳେ ଅଣି , ଦୋ’ଣି , ସୁକି ଟଙ୍କା କେତେ କଣ ସେ ସାଇତି ଥାଏ । +ସେ ଏତେ ଟଙ୍କା ଜୀବନରେ ଦେଖିବା ପ୍ରଥମ । +ସିଏ ଚମ୍ପା ବାହାଘର କରିବ । +ଚମ୍ପା ଦଉଡି ଆସି କହେ, ”ଏଁ, ସତେ କେତେ ପଇସା ବନ୍ଧୁଭାଇ ଜମେଇଲେଣି ଲୋ ମା’ ।” +ବନ୍ଧୁଆ ହସି ଦେଇ କହେ ତୋ’ ବାହାଘର ହବ କିମିତି ।” +ଚମ୍ପା ଲାଜରା ହୋଇ କହେ, ”ହେ”, ଝଳକାଏ ଥଣ୍ଡା ପବନ ମୁମୂର୍ଷ ଡିବିରୀଟାକୁ ଲିଭେଇ ଦେଇ ଯାଏ । +ବୁଢୀ ହେଂସଟାକୁ ଉପରକୁ ଟାଣି ନେଇ କହେ, ”ଜଳାକବାଟିଟା ଆଉଜାଇ ଆଣିବୁଟି ଲୋ ଝିଅ” । +ସେଇ ଅନ୍ଧାର ଭିତରେ ଦୁଇଟା ରାତି ସପନ ଦେଖେ-ଜଣେ ବାହା ହେବ, ଆଉ ଜଣେ ତା’ ଭଉଣୀକୁ ବାହା ଦେବ । +ସଂଜ ହେଲେ ରିକ୍‌ସାବାଲା ସବୁ ଆସି ଗୋଟି ଗୋଟି କରି ଜୁଟନ୍ତି । +ସେମାନେ ବନ୍ଧୁଆର ଚମ୍ପା ସାଙ୍ଗରେ ମିଳାମିଶାଟାକୁ ସହି ପାରନ୍ତିନି । +ମଣିଷ ଛାତି ତ’ କେତେ ସହିବ ? ବନ୍ଧୁଆ ଫେରେ ବଢିଲା ଝିଅଟାକୁ ଗେଲ କରିବ । +ତାଙ୍କ ଘରେ ଶୋଇବ । +ଏ ଦୁହିଁଙ୍କର ଚରିତ୍ର ବିଷୟରେ ଧୀରେ ଧୀରେ ଟୁପ୍‌ଟାପ୍‌ଚାଲିଲା । +ଚମ୍ପା ବାସନା ପାଇ ବନ୍ଧୁଆକୁ ନାହିଁ କରେ ଆସିବାକୁ । +ବନ୍ଧୁଆ କହେ, ”ଲୋକେ କହିଲେ ବୋଲି କଣ ଭାଇ ତା ଭଉଣୀକୁ ଛାଡି ପଳେଇବ । +” ବନ୍ଧୁଆର ନୈତିକ ସାହାସ ଦେଖି ତା ଆଗରେ ମୁହଁକୁ ମୁହଁ କେହି କଥାବାର୍ତ୍ତା କରିପାରନ୍ତି ନାହିଁ, –ଯାହା କହନ୍ତି ପଛରେ । +ଆଜିକାଲି ବେଳ ଦେଖି କିଏ କେମିତି ଚମ୍ପାକୁ ଟାହୁଲି ଟାପରା କଲେଣି । + କିଏ କହେ, ”ହଁ ଲୋ ଚମ୍ପା, ତୋ’ ହାତ ଚକୁଳି କାହିଁକି ମିଠା ନାଗୁଛି ମ ?” ଆଉ କିଏ କହେ, ହଇଲୋ, ବୁଢୀ ଏତେ ଦିନକେ ତୋ ହାତକୁ ରସ ବଟଫଳ ଦିଖଣ୍ଡ କରେଇ ଦେଇଚି-ସେ ତ ବନ୍ଧୁଆ ବନ୍ଧୂଆ ହୋଇ ମଲା, ବନ୍ଧୁଆ କଣ କମ ତରକା କି ?” +ଚମ୍ପା ବନ୍ଧୁଆର ନିନ୍ଦା ସହିପାରେ ନି । + ମୁହଁ ଛିଞ୍ଚାଡି କହେ, କାହିଁକି ମ ବନ୍ଧୁଆ କଅଣ ଆମର ଖାଇଗଲା କି ? +ଜୋକ ମୁହଁରେ ଲୁଣ ଦେଲାପରି ଏଇ କଥା ପଦକରେ ସମସ୍ତେ ତଳକୁ ମୁହଁ ପୋତି ଖାଇବାରେ ଲାଗିଯାଆନ୍ତି । +ଥରେ ସନିଆ ରିକ୍‌ସାବାଲା ଚାରିଅଣାର ଖାଇ ଚମ୍ପାହାତରେ ଟଙ୍କାଟିଏ ଗୁଞ୍ଜି ଦେଇ କହିଲା, ”ଚମ୍ପା ଲୋ, ରଖିଥା, ବାଲିଯାତରେ ଖରଚ କରିବୁ ।” +ଚମ୍ପାକୁ ଏଗୁଡା ପସନ୍ଦ ଆସିଲାନି । +ସେ ଜୋର ଦେଇ କହିଲା, ”ନାଇଁ, ମୁଁ କାହିଁକି ତୁମର ଧାରୁଆ ହୋଇ ରହିବି ।” +ସନିଆ ଚାଲିଯାଇଛି, ଚମ୍ପା ଦୁଆର ମୁହଁରେ ଡାକୁଛି । +ବନ୍ଧୁଆ ଫେରୁଚି ଆସାନ୍‌ସୋଲ ଗାଡି ସବାର ନେଇ, ଯନ୍ତ୍ର ଚାଳିତ ପରି ସେ ଅଟକି ଗଲା । +ସନିଆକୁ ଧରି ପକେଇ କହିଲା, ”କିରେ, ମଗରା ହେଲୁଣିକି, ଅଣ୍ଟାରେ ତ ବଡ ପଇସା ଜୋର ହେଲାଣି, ” ସନିଆ ଦବି ଯାଇଥିଲା, ବନ୍ଧୁଆ କହି ଚାଲିଲା ”କିରେ , ଏ ହାତରେ କେତେ ରୋଜଗାର କରିଚି । +ତୁ କ’ଣ ଆଜି ବାରଅଣା ପଇସାରେ ମୋ ଭଉଣୀ ଆଗରେ ନାଗର ହଉଚୁ । +ଆଉ ଥରେ ସେମିତି କଲେ ଦେଖିଥା ।” +ସନିଆ ଚାଲିଗଲା । +ମନେମନେ ଗୁଣି ହେଲା, ”ଓହୋରେ ଭାଇ , ଏକା ମା’ ପେଟର ହୋଇତ ଏତେ ସିନିହ ଦେଖା ନାହିଁ ।” +କେତେକ ଅହନ୍ତା ରଖିଲେ, ”ହଁ, ଦେଖିଲା କାମ କରି ଦବାନି”- ବେଳ ଗଡିଯିବା ସାଥିରେ ସେଇ ଅହନ୍ତା ରୂପନେଲା । +ଦିନକର କଥା, ରାତି ପ୍ରାୟ ଏଗାରଟା ହେବ, ମେଲ୍‌ରୁ ସବାର ନେଇ ରିକ୍‌ସାବାଲା ସବୁ ଫେରି ନାହାନ୍ତି । +ଚମ୍ପା ଦୋକାନ ଖୋଲା ରଖି ବସିଚି । +ଗରାଖ ଫେରିଲେ ଖାଇବେ । +ଡିବିରିଟା ମିଞ୍ଜିମିଞ୍ଜି ହୋଇ ଜଳୁଛି । +ଚମ୍ପା, ଆଉଜି ପଡିଚି ଛିଣ୍ଡା ହେଂସ ଖଣ୍ଡକ ଉପରେ-ଅନେଇ ସପନ ଦେଖୁଚି । +ଚୋରଙ୍କ ପରି ଦୁଇଟା ଲୋକ ଭିତରକୁ ପଶିଆସିଲେ । +ଚମ୍ପା ନୀରବରେ ସେମାନଙ୍କ ପାଇଁ ଖାଇବାକୁ ଥୋଇଦେଲା । +ସନିଆ କହିଲା, ”ଆମେ ଖାଇବାକୁ ଆସିନୁ ଲୋ ଚମ୍ପା, ଖାଇବାକୁ ଆସିନୁ । +” ଚମ୍ପା ଜଳ ଜଳ କରି ଅନାଇ ରହିଲା । +ତା ମନରେ ପାପ ଛୁଇଁଲା । + ପାଖରେ ତ କେହି ନାହିଁ, ଡାକିବ କାହାକୁ ? +ସନିଆର ପିଶାଚର ଆଖି ଦୁଇଟା ତାକୁ ଭୟ ଦେଲା । + ସେ ଅନାଇ ପାରିଲା ନାହିଁ, ରହି ରହି କହିଲା, ”ଆଉ ମୋଠିଁ କଅଣ କାମ ?” +ବହୁତ ଅଛିଲୋ ଟୋକି-ବହୁତ ଅଛି, ଆଜିଯାଏ ଠକି ଠକି ଆସିଚୁ, ଆଉ କେତେଦିନ ଠକିବୁ । +ସବୁ ଦିନ ତ ବନ୍ଧୁଆ ପାଖରେ ନଥିବ ।” +ସନିଆ ଗୁଲି ନିଶାରେ କହିଲା । +ବାହାର କବାଟରେ ଠକ୍‌ଠକ୍‌ଶୁଣାଗଲା-ଏମାନେ ଟିକିଏ ସଂଯତ ହେଲେ, ଚମ୍ପା ଯାଇ କବାଟ ଖୋଲିଲା । +ବନ୍ଧୁଆ । +ଚମ୍ପା ପିଣ୍ଡରେ ପ୍ରାଣ ପଶିଲା, ବନ୍ଧୁଆ ଆସିବାରୁ ଚମ୍ପା ବନ୍ଧୁଆ ଆଡକୁ ଆଡ ହୋଇଗଲା, ”କିବେ ସନିଆ, ଫେର୍‌ତୁ ଏଠି” ବନ୍ଧୁଆ ଆରମ୍ଭ କଲା ।” +ମୁଁ କାହାର ବୋପା ପଇସାରେ ଖାଇବାକୁ ଆସିନି” ସନିଆ ଜବାବ ଦେଲା । +ପଛପଟୁ ବନ୍ଧୁଆ ମୁଣ୍ଡ ଉପରେ ଏକ ଶକ୍ତ ପାହାର ବସିଲା । +ବନ୍ଧୁଆ ମାଟି ଉପରେ ଢଳି ପଡିଲା । +ତା ସାଙ୍ଗେ ସାଙ୍ଗେ ନଇଁ ଆସିଲା ଚମ୍ପାର ବିରସ ମୁର୍ତ୍ତିଟି ବନ୍ଧୁଆ ମୁଣ୍ଡ ଉପରକୁ । +ଚମ୍ପାର ସେତେବେଳକୁ ଆଉ ଜ୍ଞାନ ନଥିଲା । +କେବଳ ଯାହା ସେ ଦୁଇଟା ଶକ୍ତ ହାତର ସ୍ପର୍ଶ ଅନୁଭବ କଲା ତାକୁ ଯେପରି କିଏ ବଳ ପ୍ରୟୋଗକରି ନେଇଯାଉଚି । +ତାର ଶେଷ ଅସ୍ଫୁଟ ଚିତ୍କାର ‘ବନ୍ଧୁ ଭାଇ’ ବାୟୁମଣ୍ଡଳରେ ଯାହା ଟିକିଏ ସ୍ପନ୍ଦନ ଆଣିଲା । +ବନ୍ଧୁଆ ସ୍ବପ୍ନରୁ ଉଠିଲା ପରି ଦେଖିଲା, ସେ ରହିଚି ଗୋଟାଏ ହାସପାତାଳରେ । +ନାଲିପଗଡିଆ ତାଠୁ ଜମାନବନ୍ଦୀ ନବାକୁ ଚେଷ୍ଟା କରିଥିଲେ । +ସେ ଦେଲା ନାହିଁ, ଖାଲି ବଲବଲ କରି ଅନାଇ ରହିଲା । +ତା କାନ ପାଖକୁ ଝୁଙ୍କିପଡି ନାଲିଆ ପଗଡିଆ ଟିକେ ଜୋରରେ କହିଲା ”ତୋ ମୁଣ୍ଡ ଫାଟି ଯାଇଥିଲା । +ଆସିଥିଲୁ ଭଲ ହେବାକୁ ।” +ଗୋଧୂଳିର ଅନ୍ଧାରେ ଗୋଟିଏ ଲୋକ ପହଞ୍ଚିଲା ଚମ୍ପା କୁଡିଆ ପାଖରେ । +ଦାଢି ଗୁଡାକ ବଢି ଯାଇଚି । +ମନେ ହୁଏ କ୍ଳାନ୍ତ ଅବସନ୍ନ ଶରୀର, ଫୁଙ୍କି ଦେଲେ ପଡିଯିବ । +ସେ ଘର ଭିତରେ କାହାକୁ ଖୋଜୁଥିଲା । +ଚମ୍ପା ନାହିଁ । +ତାର ବୁଢୀ ମା’ ନାହିଁ, ଘର ଦେଖିଲେ ମନେ ହେଉଚି ଯେପରି କିଛି ଦିନ ହେଲା କେହି ଏଠାରେ ନାହିଁ । +ଠାଏ ଠାଏ ଚାଳ କଣା ହୋଇ ଯାଇଛି ହନୁ ଡେଇଁ । +ସଞ୍ଜ ପବନରେ ଦଦରା ବାଉଁଶଗୁଡାକ ବଇଁଶୀ ବଜାଉଛନ୍ତି । +ଦୂରରୁ ଘର୍‌ଘର୍‌କରି ସଇନ ମଟରଟାଏ ଆସୁଥିଲା । +ସେ, ପାଖ ଲାଇଟ ଖୁଣ୍ଟଟାକୁ ଧରି ସଂଧ୍ୟାର ଶିଉଳିରେ ମିଶିଗଲା । + ତାର ବୋଧେ ମନେ ପଡୁଥିଲା, ”ରାମା ଏଇ ମଟର ତଳେ ଚାପା ପଡି ମରିଥିଲା-ଆଉ ଚମ୍ପା…