From 3ccf5a69d56e424d5dda7b829f639b0ee858e386 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:46:15 +0530 Subject: [PATCH] Upload New File --- .../vikashpedia_health_odia141.txt | 29 +++++++++++++++++++ 1 file changed, 29 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia141.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia141.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia141.txt new file mode 100644 index 0000000..780b337 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia141.txt @@ -0,0 +1,29 @@ +କ୍ଷତରୁ ରକ୍ଷା ପାଇଁ ସାବଧାନତା +ଉପକ୍ରମ +ପ୍ରତି ବର୍ଷ ଶହ ଶହ ଶିଶୁ କ୍ଷତାକ୍ତ ହୋଇ ମୃତ୍ୟୁ ମୁଖରେ ପଡିଥାନ୍ତି । +ଏହାଛଡା ହଜାର ହଜାର ଶିଶୁ ସାଂଘାତିକ ଭାବରେ କ୍ଷତାକ୍ତ ହୋଇଯାଆନ୍ତି । +ବିଭିନ୍ନ ପ୍ରକାର କ୍ଷତର କାରଣରୁ ଶିଶୁ ସବୁଦିନ ପାଇଁ ଅକ୍ଷମ ହୋଇଯାଆନ୍ତି ଏବଂ ଏଥି ପାଇଁ ସେମାନଙ୍କ ମସ୍ତିଷ୍କକୁ କ୍ଷତି ପହଞ୍ଚିଥାଏ । +କ୍ଷତାକ୍ତ ହେବା ହେଉଛି କମ୍ ବୟସର ଶିଶୁଙ୍କର ମୃତ୍ୟୁ ଓ ଅକ୍ଷମତାର ଏକ ମୁଖ୍ୟ କାରଣ । +ପଡିଯିବା, ଜଳିଯିବା, ବୁଡିଯିବା କିମ୍ବା ଦୁର୍ଘଟଣାରୁ ଅଧିକାଂଶ କ୍ଷତ ହୋଇଥାଏ । +ଏ ଭିତରୁ ଅଧିକାଂଶ କ୍ଷତ ଘର ଭିତରେ କିମ୍ବା ପାଖାପାଖି ସ୍ଥାନରେ ହୋଇଥାଏ । +ପ୍ରାୟତଃ ଏ ସବୁଠାରୁ ଶିଶୁକୁ ସୁରକ୍ଷା ଦିଆଯାଇପାରିବ । +ଯଦି ବାପା ମାଆଙ୍କୁ ଜଣାଥିବା, ଯେ କ୍ଷତ ହେଲେ କଣ କରାଯିବା ଉଚିତ୍ ତେବେ ଏଥିରୁ କ୍ଷତର ପ୍ରଭାବ କମ୍ କରାଯାଇପାରିବ । +ମୁଖ୍ୟ ସୂଚନା +ଯଦି ପିତାମାତା ବା ଯତ୍ନ ନେଉଥିବା ବ୍ୟକ୍ତି ଛୋଟ ପିଲା ଉପରେ ଅତି ସାବଧାନତାର ସହ ନଜର ରଖିବେ ଏବଂ ତାଙ୍କର ଚତୁଃପାର୍ଶ୍ଵର ଅବସ୍ଥାକୁ ସୁରକ୍ଷିତ ରଖିବେ, ତେବେ ଶିଶୁକୁ ସାଂଘାତିକ କ୍ଷତରୁ ବଞ୍ଚାଯାଇପାରିବା । +ଶିଶୁଙ୍କୁ ନିଆଁ, ଖାଦ୍ୟ ରନ୍ଧା ଯାଉଥିବା ଷ୍ଟୋଭ, ଲଣ୍ଠଣ, ଡିଆସିଲି କିମ୍ବା ବିଦ୍ୟୁତ ଉପକରଣ ଠାରୁ ଦୂରେଇ ରଖିବା ଉଚିତ୍ । +ଛୋଟ ଶିଶୁକୁ ଉଚ୍ଚ ସ୍ଥାନ ଉପରେ ଚଢିବାକୁ ଭଲ ଲାଗେ । + ତେଣୁ ସିଡି ଛାତ, ଝରକା ଏବଂ ପିଲାଙ୍କ ଖେଳିବା ସ୍ଥାନକୁ ସୁରକ୍ଷିତ ରଖିବା ଉଚିତ୍, ଯେମିତି କି ସେ ପଡି ନଯିବ +ଛୁରୀ, କଇଁଚି ବା ଧାର ଥିବା ଜିନିଷ କିମ୍ବା ଭଙ୍ଗା କାଚ ଗଭୀର କ୍ଷତ ପହଞ୍ଚାଇ ଥାଏ । +ଏସବୁ ଜିନିଷକୁ ଶିଶୁ ଠାରୁ ଦୂରରେ ରଖିବା ଦରକାର, ଯାହାଫଳରେ କି ସେମାନେ ଏଗୁଡ଼ିକୁ ଗିଳି ପାରିବେ ନାହିଁ । +ବିଷ ଔଷଧ, ଏସିଡ୍ ଏବଂ କିରୋସିନୀ ଯେମିତିକି ତରଳ ଇନ୍ଧନ, କେବେ ବି ପିଉଥିବା ପାଣି ବୋତଲରେ ରଖିବା ନାହିଁ । +ଏହିସବୁ ତରଳପଦାର୍ଥକୁ ଡବାରେ ଚିହ୍ନ ଦେଇ ଶିଶୁଙ୍କ ନଜର ଠାରୁ ଦୂରରେ ରଖିବା ଦରକାର । +ପିଲାମାନେ ଅଳ୍ପ ପାଣିରେ ଅଳ୍ପ ସମୟ ମଧ୍ୟରେ ବୁଡିଯାଇପାରନ୍ତି । +ସେମାନଙ୍କୁ ପାଣି ଭିତରେ କିମ୍ବା ପାଣି ପାଖରେ ଏକୁଟିଆ ଛାଡିବା ଉଚିତ୍ ନୁହେଁ । +ସାଧାରଣତଃ ପାଞ୍ଚ ବର୍ଷରୁ ଛୋଟ ପିଲାଙ୍କୁ ରାସ୍ତାରେ କ୍ଷତ ହେବାରେ ଅଧିକ ସମ୍ଭାବନା ଥାଏ । +ତାଙ୍କ ସହିତ ସର୍ବଦା ବଡ ଲୋକ ରହିବା ଦରକାର । +ସେମାନେ ଯେତେବେଳେ ଚାଲିବା ଶିଖିବା ଆରମ୍ଭ କରିବେ, ସେମାନଙ୍କୁ ରାସ୍ତାରେ ସାବଧାନରେ ଚାଲିବା ଶିଖାଇବା ଦରକାର । +ସମସ୍ତେ ଜାଣିବା ଦରକାର +ଯଦି ପିଲାମାନେ ବିଷ ପିଇ ଦେଇଥାନ୍ତି ତେବେ ତାଙ୍କୁ ବାନ୍ତି କରାଇବା ନାହିଁ । +ଏଥି ଯୋଗୁଁ ଶିଶୁ ଆହୁରି ଅସୁସ୍ଥା ହୋଇଥାଏ । +ଶିଶୁକୁ ଶୀଘ୍ର ସ୍ୱାସ୍ଥ୍ୟ କେନ୍ଦ୍ର ବା ଡାକ୍ତରଖାନା ନେଇଯିବ, ଯଦି ସମ୍ଭବ ହୁଏ ତା ହେଲେ ନିଜ ସହିତ ବିଷ ବା ଔଷଧ ନମୁନା କିମ୍ବା ତାର ଡବା ମଧ୍ୟ ନେଇଯିବ । +ଶିଶୁକୁ ସ୍ଥିର ରଖିବା ଯେତେଦୂର ସମ୍ଭବ ତାକୁ ଦୋହଲାଇବେ ନାହିଁ । -- GitLab