From 4665d0da80c6481fe610c8732d04dd4e5f13935f Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:52:53 +0530 Subject: [PATCH] Upload New File --- .../vikashpedia_health_odia172.txt | 25 +++++++++++++++++++ 1 file changed, 25 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia172.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia172.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia172.txt new file mode 100644 index 0000000..2cfac83 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia172.txt @@ -0,0 +1,25 @@ +ମଧୁମେହ ରୋଗୀଙ୍କ ପାଇଁ ଜରୁରୀ ଆଖିର ଦେଖାଶୁଣା +ମଧୁମେହରେ ପୀଡ଼ିତ +ମଧୁମେହରେ ପୀଡ଼ିତ ବ୍ୟକ୍ତିଙ୍କ ମଧ୍ୟରେ ପାଖାପାଖି ୪୦ ପ୍ରତିଶତ ଲୋକ ଆଖି ରୋଗରେ ପୀଡ଼ିତ ଥାଆନ୍ତି । +ଆଖିର ଯତ୍ନ ପାଇଁ ମଧୁମେହ ଜନିତ ରିଟିନୋପାଥି ରୋଗର ଯାଂଚ ଜରୁରୀ । +ମଧୁମେହ ଜନିତ ରେଟିନୋପାଥି ଛୋଟ ଛୋଟ ରକ୍ତନଳୀକୁ କ୍ଷତି ପହଞ୍ଚାଇ ଥାଆନ୍ତି । +ଏହି ରକ୍ତନଳୀ ହିଁ ରେଟିନା ବା ଦୃଷ୍ଟିପଟଳକୁ ନ୍ୟୁଟ୍ରିସନ ପହଞ୍ଚାଇଥାଏ । +ରକ୍ତ ନଳୀ କ୍ଷତିଗ୍ରସ୍ତ ହେବା ଦ୍ୱାରା ରକ୍ତ ଓ ଅନ୍ୟ ତରଳ ପଦାର୍ଥ ଲିକ୍ ହେବାରେ ଲାଗେ । +ଯାହାଦ୍ୱାରା ଦୃଷ୍ଟିପଟଳର କୋଷିକା ଗୁଡ଼ିକ କ୍ଷତିଗ୍ରସ୍ତ ହେବା ସହ ଏହା ଆଖି ଉପରେ ଖରାପ ପ୍ରଭାବ ପକାଏ । +ଏହାଦ୍ୱାରା ଦୁଇ ଆଖି ପ୍ରଭାବିତ ହୁଏ । +ଭାରତୀୟ ଚିକିତ୍ସା +ଭାରତୀୟ ଚିକିତ୍ସା ସଂଘ ମୁତାବକ, ମଧୁମେହ ଜନିତ ରେଟିନୋପାଥି ସବୁବେଳେ ହିଁ ମଧୁମେହ ସହ ଜଡ଼ିତ ରୋଗ ପାଇଁ ବଡ଼ ଚିନ୍ତାର କାରଣ ହୋଇଥାଏ । +କିନ୍ତୁ ନିକଟରେ ଏକ ସର୍ଭେରୁ ଜଣାପଡ଼ିଛି ଏପରି ରୋଗୀଙ୍କ ସଂଖ୍ୟା ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଛି । +ଯଦି ଠିକ ସମୟରେ ସଠିକ ପଦକ୍ଷେପ ନେଉ ନାହାନ୍ତି, ତେବେ ସ୍ଥିତି ଅଧିକ ଖରାପ ହୋଇପାରେ । +ପ୍ରାୟତଃ ଏହି ରୋଗ ପ୍ରଥମରୁ ଜଣାପଡ଼େ ନାହିଁ । +ଏଏଥିଯୋଗୁଁ ମଧୁମେହ ପୀଡ଼ିତ ଲୋକେ, ସେତେବେଳ ପର୍ଯ୍ୟନ୍ତ ଜାଣିପାରନ୍ତି ନାହିଁ, ଯେପର୍ଯ୍ୟନ୍ତ ରୋଗ ବଢ଼ିନଯାଏ । +ବିଶେଷଜ୍ଞଙ୍କ ମତ ଅନୁସାରେ ହରାଇଥିବା ଦୃଷ୍ଟିଶକ୍ତି ଆଉ ଫେରିବା ଅସମ୍ଭବ । +ଏଥିରୁ ବଞ୍ଚିବା ପାଇଁ ନିୟମିତ ରୂପେ ଯାଞ୍ଚ କରିବା ଜରୁରୀ । +ଆରମ୍ଭରୁ ହିଁ ଏଥିପାଇଁ ସଚେତନ ରହିବା ଜରୁରୀ । +ମଧୁମେହ ଜନିତ ରେଟିନୋପାଥି ଯୋଗୁଁ ହେଉଥିବା କ୍ଷତିରୁ ବଞ୍ଚିବାର ଉପାୟ – +ରକ୍ତ ସର୍କରା ସ୍ତରକୁ ନିୟନ୍ତ୍ରଣ କରି ଏଥିରୁ ମୁକ୍ତି ମିଳିପାରିବ । +ଏଥିପାଇଁ ରକ୍ତ ସର୍କରାର ସ୍ତର ଉପରେ ଲଗାତାର ନଜର ରଖିବା ଜରରୀ । +ଏହାସହ ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରିତ କରନ୍ତୁ । +ନିୟମିତି ରୂପରେ ଆଖିର ଯାଂଚ କରନ୍ତୁ । +ମଧୁମେହ ଜନିତ ରେଟିନୋପାଥି ଓ ଅନ୍ୟ ଏପରି ସମସ୍ୟା ପାଇଁ ସ୍କାନିଂ ଯଥେଷ୍ଟ ନୁହଁ । +ତଥାପି ଠିକ୍ ସମୟରେ ଚିକିତ୍ସା ଜରୁରୀ । -- GitLab