From 46bcff33a46310e1ddfe7a267aa508cf79dc9bb2 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:42:54 +0530 Subject: [PATCH] Upload New File --- .../odiasahitya.com/sent_odiasahitya_pustak_5 | 30 +++++++++++++++++++ 1 file changed, 30 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_pustak_5 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_pustak_5 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_pustak_5 new file mode 100644 index 0000000..98de150 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_pustak_5 @@ -0,0 +1,30 @@ +ଏକ ଅସୁନ୍ଦର କାହାଣୀର ‘କଭର ଷ୍ଟୋରି’ - ପୁସ୍ତକ ସମୀକ୍ଷା +- ଓଡ଼ିଆସାହିତ୍ୟ ପ୍ରବନ୍ଧକ +ତା: ଜାନୁଆରୀ ୨୮, ୨୦୧୧ +ମୂଳ ପୃଷ୍ଠା → ପୁସ୍ତକ ସମୀକ୍ଷା → +ଲେଖକ : ସତ୍ୟପ୍ରିୟ ମହାଳିକଙ୍କ +ପ୍ରକାଶକ : ଟାଇମ୍ ପାସ୍‌ , କଟକ +ସମୀକ୍ଷକ : ଉମାକାନ୍ତ ମିଶ୍ର ( ଓଡିଆସାହିତ୍ୟ ଡଟ୍ କମ୍ ) +ସତ୍ୟପ୍ରିୟ ମହାଳିକଙ୍କ ଦ୍ବାରା ଲିଖିତ ଓ ଟାଇମ୍ ପାସ୍‌ ଦ୍ବାରା ପ୍ରକାଶିତ ମାତ୍ର ଛୟାନବେ ପୃଷ୍ଠାର ଛୋଟ ଉପନ୍ୟାସ ‘କଭର ଷ୍ଟୋରି’ । +ଆମ ସାମାଜିକ ଅସଙ୍ଗତି ଓ ଅବଜ୍ଞାର ଏକ ଶକ୍ତିଶାଳୀ କାରୁଣ୍ୟ । + ଚାରିବର୍ଷର କୁନିଝିଅଟିଏ ଯିଏ ଜୀବନ କ’ଣ ବୁଝି ନାହିଁ, ଯିଏ ଯୌବନ କ’ଣ ଜାଣେ ନାହିଁ ତାକୁ ଧର୍ଷଣ କରାଯାଏ ଅତି ଭୀଷଣ ଭାବେ – ତା’ପରେ କ’ଣ ହୁଏ ? +ଦଳିତ ଜାତିର ଏକ ଧର୍ଷିତା କୁନି ଝିଅ ଓ ତା’ର ପରିବାର ନ୍ୟାୟ ପାଇଁ ଦଉଡନ୍ତି ଶାସନ ଓ ନ୍ୟାୟତନ୍ତ୍ରକୁ ଓ ପଶି ଯାଆନ୍ତି ଅନ୍ଧାରୀ ଗୁମ୍ଫା ଭିତରେ । +ନ୍ୟାୟ ତା ପାଇଁ ଅପହଞ୍ଚ ପଦ୍ମଫୁଲ । +ଅଣ୍ଟେ ପାଣିରେ ପଶି ତୋଳି ଆଣିବାର ଅଭିଶାପରେ ନୟାନ୍ତ ହୁଏ ଏ ପରିବାର । +କୁନି ଝିଅର ମାନସିକ ପୀଡା, ସାମାଜିକ ପ୍ରତାରଣା ଓ ସର୍ବୋପରି ପୁରୁଷତାନ୍ତ୍ରିକ ବିଧିବ୍ୟବସ୍ଥାର କ୍ରୁର ଉପହାସ ଏ ସମଗ୍ର ଉପନ୍ୟାସକୁ ଯେତିକି କରୁଣ କରିଛି ସେତିକି କରିଛି କ୍ରାନ୍ତିକାରୀ । +ସତ୍ୟପ୍ରିୟ ମହାଳିକ ନିଜ ସାହିତ୍ୟରେ ଜୀବନ ଓ ବାସ୍ତବତା ପ୍ରତି ବେଶି ଯତ୍ନଶୀଳ । +ତଥାକଥିତ କଳ୍ପନାର କାନଭାସ୍‌ରେ ମିଛ ଆଦର୍ଶ ଓ ଶସ୍ତା ସ୍ବପ୍ନ ଆଙ୍କିବା ତାଙ୍କର ସଉକ ନୁହେଁ । +ବରଂ ଜୀବନର ଧୂଷର ବାସ୍ତବତା ଓ କାରୁଣ୍ୟ ଆଡେ ସେ ସଚେତନ ଦୃଷ୍ଟି ଚାହିଁ ରହିବାକୁ ଭଲ ପାଆନ୍ତି । +ସେଇଥିପାଇଁ ‘କଭର ଷ୍ଟୋରି’ ଉପନ୍ୟାସ ସମ୍ବେଦନଶୀଳ ଓ ସଂକ୍ରାମକ । +ଲେଖକଙ୍କ ଭାଷାରେ ଏହା ଏକ ସୁନ୍ଦର କାହାଣୀ ନୁହେଁ । +ଏହା ଏକ ପରିକଳ୍ପନା ନୁହେଁ ବା ଏଥିରେ କେଉଁଠି ହେଲେ ବି ଏକ ଧାରାବାହିକ ଗଳ୍ପ ପ୍ରବଣତା ନାହିଁ । +ଏହା ସତ୍ୟ ଓ କଳ୍ପନାର ଏକ ମଧ୍ୟମ ଅବସ୍ଥା । +ଉପନ୍ୟାସର ଚରିତ୍ର, ତଥ୍ୟ, କାହାଣୀର ଉପସ୍ଥାପନା ଓ ନାମକରଣ ଆଦିରେ ଯେଉଁ ଅଭିନବତାର ସ୍ପର୍ଶ ରହିଛି ତାହା ଉପନ୍ୟାସକୁ ଏକ ସ୍ବତନ୍ତ୍ରତା ଆଣିଦିଏ । +ଏହାର କଳାତ୍ମକ ଦିଗ ମଧ୍ୟ ଅଣ ପାରମ୍ପରିକ । +ଲୋକକଥା, ମିଥ୍‌ ଓ ଅତିକଳ୍ପନାର ଏକ ମିଶ୍ରିତ ଉପସ୍ଥାପନରେ ଉପନ୍ୟାସଟି ସମୃଦ୍ଧ । +ସତ୍ୟପ୍ରିୟଙ୍କ ଅନ୍ୟାନ୍ୟ ଉପନ୍ୟାସ (ଶୂନ୍ୟକାଳ, ଅର୍ଦ୍ଧକଥା, ଅଣପୁରୁଷ ଓ ଅପ୍ରାପ୍ତ ବୟସ୍କ) ଓ କାହାଣୀମାନଙ୍କରେ (ଅଳ୍ପଗଛ, ସେହିସବୁଦିନ, ଗଳ୍ପପୁରୁଷ, କଥାତନ୍ତ୍ର ଓ କୁହୁକଦର୍ପଣ) ସ୍ବତନ୍ତ୍ରତା ବ୍ୟବହୃତ ହୋଇଥାଏ ଓ ପ୍ରତ୍ୟେକ ଉପନ୍ୟାସ ପରସ୍ପରଠାରୁ ଭିନ୍ନ ହୋଇଥାଏ । +ଏଥିରେ ମଧ୍ୟ ତାହା ପ୍ରତିପାଦିତ ହୋଇଛି । +ସର୍ବୋପରି ଛୋଟ ଛୋଟ ପାରାଗ୍ରାଫ ଓ ଗୋଟିଏ ଗୋଟିଏ ପାରାଗ୍ରାଫକୁ ନେଇ ଗୋଟିଏ ଅଧ୍ୟାୟର ପରିକଳ୍ପନା ଅପୂର୍ବ ଓ ଅଭିନବ । +ଭାଷା ସଂରଚନା ଓ କାହାଣୀ କଥନରେ ସତ୍ୟପ୍ରିୟ ଅଦ୍ବିତୀୟ । +ସମକାଳୀନ କଥା ସାହିତ୍ୟରେ ଅନାଲୋଚିତ, ଅଭିନବ ଓ ଅସ୍ପୃଶ୍ୟ ଘଟଣାକୁ କଳାତ୍ମକ ଢଙ୍ଗରେ ପ୍ରକାଶ କରିବାରେ ସତ୍ୟପ୍ରିୟଙ୍କ ଦକ୍ଷତା ଅତୁଳନୀୟ । +କଭର ଷ୍ଟୋରି ଏକ ଚମତ୍କାର ଉପନ୍ୟାସ । -- GitLab