From 47fe4f373b62f3e9bab1906c5becb6d748449440 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:17:57 +0530 Subject: [PATCH] Upload New File --- .../sent_odiasahitya_anubada_4 | 430 ++++++++++++++++++ 1 file changed, 430 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_anubada_4 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_anubada_4 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_anubada_4 new file mode 100644 index 0000000..27bba5c --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_anubada_4 @@ -0,0 +1,430 @@ +ମାଂସ-ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ +ତା: ମାର୍ଚ୍ଚ୍ ୧, ୨୦୧୧ +ମୂଳ ପୃଷ୍ଠା → ପ୍ରତିବେଶୀ ସାହିତ୍ୟ (ଅନୁବାଦ) → +ସକାଳ ବେଳା । +ମେଘୁଆ ପାଗ । +ଯେଉଁଥିଲାଗି ପିଲମାନଙ୍କ ମନ ଖରାପ । +ଆଜି ବର୍ଷା ନହେଉ । +ତଥାପି ସେଇ କଳାମେଘ ଯେମିତି ଝୁଙ୍କି ଆସିଲା ଶ୍ମଶାନ ପାଖ ବଡ ବରଗଛ ମୁଣ୍ଡ ଉପରକୁ । +ଗାଁ ନାଁ ଛୋଟସାତୁଡି । +ବିଭୂପଦ ଘଡେଇର ଦି’ଟା ଚାଳଘର । +ସାମନାରେ ସରୁ ଅଗଣା । +ସେଇ ଅଗଣାରେ ଠିଆ ହୋଇ ଆକାଶ ଆଡକୁ ଚାହିଁ ମେଘକୁ ଘଉଡେଇବାକୁ ଚାହୁଁଛନ୍ତି ପିଲା ତିନୋଟି । +“ଲେମ୍ବୁ ପକାଇ କର ଚା’, ଦୂର ମେଘ ଦୂରକୁ ଯାଆ” +“ଲେମ୍ବୁ ପକାଇ କର ଚା’, ଦୂର ମେଘ ଦୂରକୁ ଯାଆ” +ମେଘ ସେଇ ଶିଶୁମାନଙ୍କ କଥା ଶୁଣେ । +ତେବେ ଏତେ ପାଖକୁ ଆସି କିଛିଟା ବର୍ଷା ନକଲେ ବି ମେଘର ମର୍ଯ୍ୟାଦା ହାନି ହେବ । +ପ୍ରଥମେ ଗୁମ୍‌ସୁମ୍‌ ଥିଲା । +ହଠାତ୍‌ ଉଠିଲା ସଁ ସଁ କରି । +ବଡ ବଡ ଗଛଗୁଡାକର ଡାଳପତ୍ର ଭୀଷଣଭାବରେ ଏପଟସେପଟ ହେବାରେ ଲାଗିଥିଲେ । +ତାପରେ ଘୁଁ ଘୁଁ ଗର୍ଜନ କରି କହିଲା ଆସୁଛି ଆସୁଛି । +ଆସିଲା ଝମ୍‌ଝମ୍‌ କରି ଏକବାରେ ବଡ ବଡ ଠୋପା । +ଭୀଷଣ ଜୋର୍‌ରେ ବର୍ଷିଗଲା ଦଶମିନିଟ୍‌ ଧରି । +ପୁଣି ଆକାଶ ପୁରାପୁରି ସଫା । +ଝଲ୍‌ଝଲ୍‌ ହୋଇ ଦେଖାଦେଲା ସୁର୍ଯ୍ୟ । +ଠିକ୍‌ ଯେମିତି ହସୁଛି.. ହସିବତ ! ମାତ୍ର ମାସ ଦୁଇଟା ପୂର୍ବରୁ ବର୍ଷା ପାଇଁ କେତେ ହାହାକାର । +କେତେ ପ୍ରାର୍ଥନା, କେତେ ବେଙ୍ଗମାରି ଓଲଟାଇ ଦେବା ଘଟଣା । +ଆଉ ୟାଭିତରେ ପୁଣି କହୁଚ କ’ଣ ନା ବର୍ଷା ଲୋଡା ନାହିଁ ! ବଡ ବିଚିତ୍ର ଏଇ ମଣିଷ । +ସେ ମେଘ ପୁଣି ଫେରି ଆସିବ । +ଏବେ ଖାଲି ଏଇ ପିଲାମାନଙ୍କ ଆବେଦନରେ ଘୁଞ୍ଚିଗଲା କିଛି ଦୂରକୁ । +ଆଜି ସେମାନେ ବୁଲିଯିବେ । +ରାସ୍ତାଘାଟ ଏମିତି ବି ପଙ୍କରେ ଲତପତ । +ବର୍ଷା ଚାଲୁ ରହିଲେ ଏବେ ବାହାରିବାର ପ୍ରଶ୍ନ ନଥିଲା । +ପିଲାମାନେ ଆଉ ଧୈର୍ଯ୍ୟ ଧରି ରହିପାରୁ ନାହାନ୍ତି । +ବିଭୂପଦ ଠିଆ ହୋଇଛି ବାହାରେ । +ସୁରବାଳାର ଟିକେ ଡେରି ହଉଚି । +ବିଭୂପଦ ଥରେ ଡାକ ଛାଡିଲା, କାଇଁ ଆଉ ଡେରି କରୁଛ ? ବେଳାବେଳି ପହଞ୍ଚିବାକୁ ହେବ । +ଝିଅଟା ବି ରଡିଛାଡି କହିଲା, ବୋଉ, ଆ ବୋଉ… । +ଝିଅଟା ବୟସ ସାତ । +ଭାଇ ଦୁଇଟାଙ୍କ ଭିତରୁ ଗୋଟାକର ନଅ, ଗୋଟାକର ଛଅ । +ଏକଦମ ସାନକୁ ଲଣ୍ଡା କରାଯାଇଛି କିଛିଦିନ ଆଗେ । +ବହୁତ ଉକୁଣି ହୋଇଥିଲା । +ହାତରେ ଗୋଟେ ପୁଟୁଳି ଧରି ବାହାରି ଆସିଲା ସୁରବାଳା । +ଦୁଆର ଶିକୁଳି ଦେଇ ଗୋଟେ ଛୋଟ ତାଲା ଝୁଲାଇ ଦେଲା । +ସୁରବାଳାର ବୟସ ତିରିଶ ପାଖାପାଖି ହେବ । +ଧେଡେଙ୍ଗା ଚେହେରା, ଅଦ୍‌ଭୂତ ନିଥର ପରି ମୁହଁ । +ସେ ମୁହଁରେ ରାଗ, ଦୁଃଖ, ଆନନ୍ଦ, ଅଭିମାନ କିଛି ବି ଯେମିତି ଫୁଟେନା । +ଚାବିଟା ବିଭୂପଦକୁ ଦେଇ ସେ କହିଲା, ଚାଲ । +ଟିକେ ପୂର୍ବରୁ ପତ୍ନୀକୁ ସେ ପାଟି କରୁଥିଲା । + ଏଥର କିନ୍ତୁ ଚାବିଟା ହାତରେ ଧରି କିଛିକ୍ଷଣ ଚୁପ୍‌ ରହି ପ୍ରଶ୍ନ କଲା ସତରେ ଯିବୁ ? +ସୁରବାଳା କହିଲା, ହଁ ଯିବି ବୋଲି ଠିକ୍‌ କରିଛି ତ ! +ବିଭୂପଦ ପ୍ରଶ୍ନ କଲା, ପିଲାମାନଙ୍କୁ ନେଇଯିବା ? +ସୁରବାଳା କହିଲା, ହଁ ଚାଲନ୍ତୁ ସେମାନେ । +ତିନୋଟିଯାକ ପିଲା ଏକାସ୍ବରରେ ରଡିକଲେ, ଆମେ ଯିବୁ, ଆମେ ଯିବୁ । +ଠିକ୍‌ ପାଖାପାଖି ଆଉ କୌଣସି ଘରଦ୍ବାରା ନାହିଁ । +ଗାଁ ମୁଣ୍ଡ ଖାଲୁଆ ପଡିଆରେ ଏଣେତେଣେ ଗୋଟେ ଦିଇଟା ହାତଗଣତି ଘର । +ରାସ୍ତାଟା ସିଧା ମଶାଣିପଦା ଆଡକୁ ଲମ୍ବିଛି । +ପିଲା ତିନିଟା ଦିନବେଳା ବି ଏପଟ ଦେଇ ଯିବାକୁ ଭୟ କରନ୍ତି । +ପଇସା ଅଭାବରେ କାଠ କିଣି ନପାରି ଲାଶ୍‌କୁ ପୁରାପୋଡି ପାରୁନଥିବା ଲୋକମାନେ ଖାଲି ମୁହଁରେ ନିଆଁ ଦେଇ ଛାଡିଯାଆନ୍ତି । +ତାପରେ ତାହା ଭୋଜି ହୁଏ ଶାଗୁଣା ବିଲୁଆଙ୍କର । +ଆଜି ବାପାବୋଉ ସାଙ୍ଗରେ ଯାଉଛନ୍ତି । +ଆଜି ପୁଣି ଭୟ କ’ଣ ? ବାପାବୋଉ ଆଉ ତିନି ପିଲା, ଏଇ ପୁରା ପରିବାର । +ୟାଆଗରୁ କେବେ ବି ଏକା ସାଙ୍ଗରେ କୁଆଡେ ବୁଲିବାକୁ ଯାଇ ନାହାନ୍ତି । +ବାପାଙ୍କ ସାଙ୍ଗେ ଥରେ ଦି’ଥର ହାଟକୁ ଯାଇଛନ୍ତି ଅବଶ୍ୟ । +ତା’ ବି ଝିଅଟାକୁ ଛାଡି । +ବୋଉ ବି ଯାଏନି । +ବରଗଛମୂଳେ କୁଆଡେ ଜଣେ ସାଧୁ ଆସି ତ୍ରିଶୁଳ ପୋତି ବସିଛନ୍ତି । +ସମସ୍ତେ ସେଠି ଠିଆହେଲେ । +ସୁରବାଳା ଆଗେଇଯାଇ ଆଣ୍ଠୁମାଡି ପ୍ରଣାମକଲା ସାଧୁବାବାଙ୍କୁ । +ସେ ହାତ ଉଠାଇ ଗୁଣୁଗୁଣୁ ହୋଇ କ’ଣ ଆଶୀର୍ବାଦ କଲେ । +କିନ୍ତୁ ଦକ୍ଷିଣା ଦବା ପାଇଁ କିଛି ନାହିଁ ସୁରବାଳା ପାଖରେ । +ସେ ଫେରି ଆସିବା ପରେ ଝିଅଟା ପଚାରିଲା, ବୋଉ, ସନ୍ୟାସୀମାନେ ଦେହରେ ପାଉଁଶ ବୋଳନ୍ତି କାହିଁକି ? +ସୁରବାଳା ଚାହିଁଲା ତା ସ୍ବାମୀ ଆଡକୁ । +ଏସବୁ ପ୍ରଶ୍ନର ଉତ୍ତର ପୁରୁଷମାନେ ଦେବା କଥା । +ବିଭୂପଦ କହିଲା – ହୁଁ… ସନ୍ୟାସୀମାନେ ସବୁ ଶିବ ଠାକୁରଙ୍କ ଚେଲା । +ଶିବଠାକୁର କହିଦେଇଛନ୍ତି ଦେହରେ ପାଉଁଶ ନବୋଳିଲେ ମୋର ଚେଲା ହୋ ପାରିବନି । +ସାନଟା ପଚାରିଲା, ବାପା, ଠାକୁରଙ୍କ ମୁଣ୍ଡରେ ସାପ କାହିଁକି ଥାଏ ? +ବିଭୂ କହିଲା- ହୁଁ… ସାପ ଥାଏ । +ମାନେ ଏମିତି ସାପ ଥାଏ । +ଏବେ ଚାଲିଲ ଶିଘ୍ର । +ପିଲାଗୁଡାକ ଦୌଡିଦୌଡି ଅନେକବାଟ ଆଗେଇ ଯାଆନ୍ତି । +ପୁଣି ତାଙ୍କୁ ଡାକି ଅଟକେବାକୁ ପଡେ । +ଏ ଅଞ୍ଚଳରେ ପ୍ରାୟତଃ ଥିଲାବାଲା ଲୋକଙ୍କ ବାସ । +ଦୋଳ ଉତ୍ସବ ଆଉ ଦୁର୍ଗା ପୂଜା ବି ହୁଏ ଏଠି । +ଗୋଟେ ପାଖେ ଅଛି କେତେଟା ଟ୍ରଲି । +ବହୁଦୂର ବାଟ ଯିବାକୁ ହେବ । +ଅବଶ୍ୟ ଚାଲିକରି ଯାଇ ହେବ । +ତାଛଡା ଦିନ ଥାଇ ଗନ୍ତବ୍ୟସ୍ଥଳରେ ପହଞ୍ଚିବା କଥା । +ଟ୍ରଲିବାଲାଟିଏ ନିଜ ଟ୍ରଲିପାଖେ ଠିଆ ହୋଇ ଚା’ ପିଉଛି । + ତା ପାଖକୁ ଯାଇ ବିଭୂପଦ ଭିଡିମୋଡି ହୋଇ କହିଲା, ଭଲ ଅଛ ଗୋବିନ୍ଦ ଭାଇ ? ତୁମ ଗାଡି ଏବେ ଛାଡିବ ? +ଗୋବିନ୍ଦ ସାଙ୍ଗରେ ଆଗରୁ କଥାବାର୍ତ୍ତା କରିଯାଇଥିଲା ବିଭୂପଦ । +ଏ ଗାଡି ଭଡାରେ ନବାର ସାମର୍ଥ୍ୟ ତାର ନାହିଁ । +ସନାତନପୁର ହାଟରୁ ଦଶଟା ଗୁଡ ହାଣ୍ଡି ଆଣିବାର ଅର୍ଡର ଅଛି ଗୋବିନ୍ଦର । +ଏଠୁ ଯିବାବାଟରେ ଯଦି ପାସେଞ୍ଜର ନପାଏ , ଖାଲି ଗାଡି ଯାଏ, ତାହେଲେ ସେ ବିଭୂପଦର ପରିବାରକୁ କିଛିବାଟ ନେଇଯିବ । +ଗୋବିନ୍ଦ ଯେମିତି ସେକଥା ଭୂଲି ଯାଇଛି । +ସେ କହିଲା, ପାସେଞ୍ଜର ତ ଦେଖୁନି । +ଗାଡି ଛାଡିବାକୁ ପଡିବ । +କିନ୍ତୁ ତୁମର ଏତେଗୁଡାଙ୍କୁ ତ ବିନା ଭଡାରେ ନେଇ ପାରିବିନି । + ଏତେ ଲୋଡ ନେଲେ ଗାଡିଟାଣିବାକୁ ପରିଶ୍ରମ ପଡିବନି ? +ବିଭୂପଦ କିଛି ନକହି ଚୁପ୍‌ କରହିଲା । +ଗୋବିନ୍ଦ କହିଲା ଯାହା ଉଚିତ୍‌ ଭଡା ତାର ଅଧାତ ଦେବ ! ପର୍‌ହେଡ ପାଞ୍ଚ ଟଙ୍କା । +ବିଭୂପଦ କହିଲା ଠିକ୍‌ ଅଛି ଦେବି । +ଏକେବାର ଛୁଆଟା ବି କ’ଣ… । +ଗୋବିନ୍ଦ କହିଲା, ହଉ ପନ୍ଦର ଟଙ୍କା ଦେ । +ସେ ହାତ ବଢାଇଲା ବିଭୂ ଆଡକୁ । +ବିଭୂ ଖୁବ୍‌ ସଙ୍କୁଚିତ ଭାବେ କହିଲା, ଏବେ ତ ଦେଇ ପାରିବିନି । +ପରେ ନିଶ୍ଚୟ ଶୁଝିଦେବି । +ମା’ କାଳୀଙ୍କ ରାଣ । +ଗୋବିନ୍ଦ ତାତ୍ସଲ୍ୟ ସ୍ବରରେ କହିଲା- ବାକି । +ଆଜି ନଗଦ କାଲି ବାକି । +ଥରେ କେବେ ବାକି ଦେଲେ ଏ ବାଟେ ସେ ଆଉ ନଚାଲେ ! ହୁଁ କେତେ ଦେଖିଛି । +ବିଭୂ କହିଲା ମୋ କଥାରେ ଖିଲାପ ହେବନି । +ମା କାଳୀଙ୍କ ରାଣ ଖାଇଲି ତ । +ଗୋବିନ୍ଦ ହେୟଜ୍ଞାନ କରି କହିଲା – ଯା ଦିନ କାଳ ପଡିଛି ଲୋକେ ଦିଅଁ ଦେବତାଙ୍କ ରାଣ ମାନୁ ନାହାନ୍ତି । +ଛାଡ୍‌ ଉଠ । +ପିଲାଗୁଡାକ ଜଳ ଜଳ କରି ଚାହିଁ ସବୁ ଶୁଣୁଥିଲେ । +ଏଥରେ ସେମାନ କୁଦାମାରି ଉଠିପଡିଲେ ଟ୍ରଲି ଉପରକୁ । +ସୁଶୀଲ ବୟସରେ ବଡ, ସୁତରାଂ ସ୍ଥାନ ନିର୍ବାଚନରେ ତାର ହିଁ ଅଗ୍ରାଧିକାର ଅଛି । +ସେ ଥରେ ଆଗକୁ ଥରେ କଡକୁ ଦେଖିବାକୁ ଲାଗିଲା, କେଉଁଟା ସୁବିଧାଜନକ । +ସୁଧା ଆଉ ଛୋଟୁଙ୍କୁ ଗୋଡ ଝୁଲେଇ ବସିବାକୁ ଦିଆଗଲାନି । +ସେମାନେ ଚକାମାରି ଭିତରେ ବସିଲେ । +ସୁଶୀଲ ତଥାପି ୟାଆଗରୁ କେତେଥର ଚଳନ୍ତା ଟ୍ରଲି ସାଙ୍ଗେ ଦୌଡି ଦୌଡି ବସିଛି, ପୁଣି ଚାଳକର ଗାଳି ଶୁଣି ଓହ୍ଲେଇ ବି ଯାଇଛି । +ସୁଧା ଆଉ ଛୋଟୁଙ୍କର ଏମିତି ସୌଭାଗ୍ୟ ଏଇ ପ୍ରଥମ । +ଚାଲିବାକୁ ପଡିବନି ଅଥଚ ରାସ୍ତା ସରିଯିବ । +ବାଃ କି ମଜା ! ରାସ୍ତାଦେଇ ଅନ୍ୟ ଲୋକମାନେ ଯାଉଛନ୍ତି । +ତାପରେ ଆଉ ସେମାନେ ଦେଖା ବି ଯାଉ ନାହାନ୍ତି । +ତିନିଜଣଙ୍କର ନିଜ ଗାଁ ବାହାରକୁ ଯିବା ଏଇ ପ୍ରଥମ । +ତାଙ୍କ ପାଖେ ଉନ୍ମୋଚିତ ହେଉଛି ନୂଆଜଗତ । +ଏପଟର ସବୁ ଗାଁର ଚେହେରା ପ୍ରାୟ ଏକା । +ତାଙ୍କ ଆଖିରେ ଯେମିତି ବୈଚିତ୍ର୍ୟର ଶେଷନାହିଁ । +ଏ ବୋଉ, ଦେଖିଲୁ ଗୋଟେ ତାଳଗଛ ଦେହରେ ଆଉଗୋଟେ କୋଉ ଗଛ ଉଠିଛି ! ଏକାଠି ଦି’ଟା ଗଛ । +ଗୋଟେ କୁକୁରକୁ ସେଇ ବଡ ବଡ ପକ୍ଷୀମାନେ ତଡୁଛନ୍ତି । + ସେଗୁଡାକ କି ପକ୍ଷୀ ? +ଶାଗୁଣା । +ଶାଗୁଣା ପରା ମାଟିକୁ ଓହ୍ଲାଏ ! +ବାପା, କାନ୍ଧରେ ଦି’ଟା ବାଉଁଶ ନେଇ ସେ ଲୋକଟା କୁଆଡେ ଯାଉଛି ? +ଯାଉଚି, ନିଜ ଘରକୁ । +ବାପା ସେ ମନ୍ଦିରଟା ଭଙ୍ଗା କାହିଁକି ? +କାହିଁକି ପୁଣି କ’ଣ ? ଭାଙ୍ଗି ଯାଇଛି ବୋଲି ଭଙ୍ଗା । +ଏଥରକ ଟିକେ ଚୁପ୍‌ କରି ବସିବ । +ସାନଟାର ହିଁ ବେଶୀ ପ୍ରଶ୍ନ । +ସେ ଚୁପ୍‌ ରହିପାରେନି । +ଟିକେ ପରେ ହିଁ ସେ ପୁଣି କିଛି ଜାଣିବାକୁ ଚାହେଁ । +ତାକୁ ଧମକ ବି ଖାଇବାକୁ ହୁଏ ସେଇ କାରଣରୁ । +କିଛିଦୂର ଗଲା ପରେ ଗୋବିନ୍ଦ ପଚାରିଲା, ପିଲାଛୁଆଙ୍କୁ ନେଇ କୁଆଡେ ବାହାରିଲୁ ବିଭୂ ? +ବିଭୂ କହିଲା, ରଣକାଳୀପୁର ଯିବି । +ଇୟେ ମାନେ ସ୍ତ୍ରୀର ବାପଘର । +କେଇଟା ଦିନ ରହିବ । +ଗୋବିନ୍ଦ କହିଲା, ବୋହୂର ବାପଘର, ତୋର ଶ୍ବଶୁରଘର । +ପିଲାମାନଙ୍କର ମାମୁଁଘର । +ବାଃ ଭଲ କଟିବ । +ମାମୁଁଘରେ ଭାରିମଜା । +ମାଡଗାଳି ନାହିଁରେ, ମାମୁଁଘର ଦୁଧଭାତ ଦୁଆରେ ବସି ଖାଏରେ । +ବିଭୂଠାରୁ ଟ୍ରଲି ଚାଳକ ଗୋବିନ୍ଦର ସାମାଜିକ ଅବସ୍ଥା କିଛିଟା ଭଲ । +ତା କଥାରେ ସେଇ ସ୍ବର ଫୁଟି ଉଠେ । +ସୁଧା ଅଣ୍ଟିରେ ବାନ୍ଧିଥିଲା ମୁଢି । +ଏଇଲେ ତିନିଭାଇ ଭଉଣୀ ଖାଉଛନ୍ତି । + ସୁଶୀଲ୍‌ ଫୁସ୍‌ଫୁସ୍‌ କରି ବୋଉକୁ ପଚାରିଲା, ବୋଉ ଆମେ ମାମୁଁଘର ଯାଉଛେ? କେତଦିନ ରହିବା ? +ସୁରବାଳା ଚାହିଁଲା ବିଭୂଆଡକୁ । +ବିଭୂ କହିଲା, ସେ ଦେଖାଯିବ । +ଗାଡିଟା ଧଡ ଧଡ ହୋଇ ଡେଉଁଛି । +ମୁଢି ବୁଣି ନ ଯାଏ । +ସୁଧା ପଚାରିଲା, ବାପା ତମେ ଖାଇବ ? +ବିଭୂ କହିଲା, ନା ତମେମାନେ ଖାଇନିଅ । +ସାନ ପୁଣି ଆରମ୍ଭକଲା ପ୍ରଶ୍ନମାଳା । +ଚିଲ ଆଉ ଶାଗୁଣା ଭିତରେ କିଏ ବେଶି ଉଚ୍ଚା ଉଡେ ? ସେଇ ଝିଅଟା କାନ୍ଦୁଛି କାହିଁକି ? ମଇଁଷି କ’ଣ ଗୋରୁଙ୍କର ବାପା ? +ଭାଇଭଉଣୀ ସମସ୍ତେ ହସନ୍ତି । +କିନ୍ତୁ ବାପା ମାଆ କେହି ହସନ୍ତିନି । +ବିଭୂ ଧମକେଇ କହିଲା, ତୁ ଚୁପ୍‌ କରତ । +ପୁଣି କଥା କହିଲେ କାନ ଛିଡେଇଦେବି । +ରାସ୍ତା ଭଲ ନାହିଁ । +ତା ଭିତରେ ପୁଣି ଗୋଟେ ଟ୍ରକ୍‌ ଆସିଲାଣି । +ଟ୍ରଲି ଯିବାକୁ ବାଟ ନାହିଁ । +ଗୋବିନ୍ଦ ଓହ୍ଲାଇ ପଡି ହଲ୍ଲା କରିବା ଆରମ୍ଭ କଲା । +ପିଲାମାନଙ୍କ ପାଇଁ ଏଇଟା ବି ବେଶ୍‌ ରୋମାଞ୍ଚକର ବ୍ୟାପାର । +ଟ୍ରକ୍‌ଟା କେତେ ବଡ ! ସେମିତି ବଡ ଚେହେରାର ଡ୍ରାଇଭର । +ତା ସାଙ୍ଗେ ଟକ୍କର ଦେଉଛି ଗୋବିନ୍ଦ । + କିଏ ଜିତିବ ? +ଗୋବିନ୍ଦ ଫେରିଆସି ଟ୍ରଲିଟାକୁ ଧାନବିଲକୁ ଗଡେଇ ଉଠିଲା ଯାଇ ଟ୍ରକ ଛାଡି ରାସ୍ତାର ଅନ୍ୟପାର୍ଶ୍ବରେ । +ତା ହେଲେ ଗୋବିନ୍ଦ ଜିତିଗଲା । +ଗୋବିନ୍ଦ ଜିତିଗଲାରେ କହି ତିନିଜଣଯାକ ତାଳିମାରିବାକୁ ଲାଗିଲେ । +ସୁରବାଳା ତା ସ୍ବାମୀର ଏକବାର କାନ୍ଧ ପାଖକୁ ମୁହଁନେଇ ନୀଚାସ୍ବରରେ ପଚାରିଲା, ‘ତୁମେ ପିଲାଙ୍କୁ ରାନ୍ଧି ଖାଇବାକୁ ଦେଇ ପାରିବ ?’ +ବିଭୂ କହିଲା, ପେଜ-ଭାତ ଫୁଟେଇଦେବି । +ଏଇଟା ଏମିତି କୋଉ ବଡ କଥା । +ସୁରବାଳା କହିଲା, ଏଇଲେ ଆଳୁ ଶସ୍ତା ଥିବ । +ସୁଧା ବି ଟିକେ ସାହାଯ୍ୟ କରିଦେବ । +ହଁ ତାକୁ ଚୁଲି ଲଗେଇବାକୁ ଦବନି । +ବିଭୂ କହିଲା, ସେଥିପାଇଁ ଚିନ୍ତା କରନି । +ବଡଟାକୁ ଏଥର ସ୍କୁଲ ପଠେଇବି । +ସୁଧା ପଚାରିଲା, ମା’ ତୋ ପୁଟୁଳିରେ କ’ଣ ? +ସୁର କହିଲା – ଦି’ଟା ଶାଢୀ । +ଗାଳିଖାଇ ଚୁପ୍‌ ରହିଥିବା ଛୋଟୁ ପୁଣି ଫସ୍‌ କିନା କହି ଉଠିଲା – ମାମୁଁଘରେ ଆମର କେତେଟା ମାମୁଁ ? +ସୁଶିଲ ବି ଏଥର କହି ଉଠିଲା – ଗଲେ ତ ଦେଖିପାରିବୁ । +ବୋକା । +ଏମାନେ କେହି ଆଗରୁ ମାମୁଁଘର ଯାଇ ନାହାନ୍ତି । +ମାମୁଁଘର ନାମକ ରହସ୍ୟମୟ ଜାଗା ସଂପର୍କରେ କିଛି ଶୁଣି ବି ନାହାନ୍ତି । +ଅଦୂରରେ ସନାତନପୁର ହାଟ । +ଟ୍ରଲି ଅଟକାଇ ଗୋବିନ୍ଦ ପଚାରିଲା, ତୁମେ ରଣକାଳୀପୁର ଯିବ ପରା ? ଏଇଠି ଓହ୍ଲେଇ ଯାଆ । +ବାଁ ପଟେ ରାସ୍ତା । +ବେଶି ଦୂର ନୁହେଁ । +ବିଭୂ ମନେ ରହେ ଯେମିତି । +ଏଇ ରାସ୍ତାଟା ଅପେକ୍ଷାକୃତ ଭଲ । +ଏତେ ଖାଲ ଖମା ନାହିଁ । +ପାଖଦେଇ ବୋହିଯାଇଛି କେଲେଘାଇ ନଦୀ । +ସେଥିରେ ପ୍ରଚୁର ଫୁଲଫୁଟା ବିଲାତିଦଳ । +ଗ୍ରାମର ମୂଳବସତି ଠାରୁ ବେଶ୍‌ କିଛିଦୂରରେ ନଈକୂଳକୁ ଲାଗିଥାଏ ଦଶଖଣ୍ଡ ଟାଇଲିଛପର ଘର । +ଗୋଟେ ଦିଇଟା ମନୋହରୀ ଦୋକାନ । +ସାମନାରେ ବାଉଁଶ ତିଆରି ବେଞ୍ଚ ଉପରେ ବସି ଗୁଲିଖଟି କରୁଛନ୍ତି କେତେଜଣ ପୁରୁଷ । +କିଛିଦୂର ଯାଇ ସେମାନେ ଆଚମ୍ବିତ ହୋଇ ଠିଆହେଲେ । +ଚାହିଁ ରହିଲେ ସେଇ ଘରଗୁଡିକ ଆଡକୁ । + ବିଭୂ ତା ପତ୍ନୀର ଗୋଟେ ହାତ ଧରି କିଛିଟା ଆବେଗର ସହ କହିଲା – +ସୁର , ସତରେ ଯିବ ? +ସୁରବାଳାର ଶୁଖିଲା ମୁହଁରେ କୌଣସି ରେଖା ନାହିଁ । +କଣ୍ଠ ଥରୁନି । +ସେ କହିଲା, ହଁ ଯିବିତ । +ବିଭୂ କହିଲା, ଏବେ ବି ଫେରିଯାଇ ହେବ । +ସୁରବାଳା କହିଲା, ମୁଁ ଯିବି ଠିକ୍‌ କରିଛି । +ବିଭୂ କହିଲା, ମୁଁ କିନ୍ତୁ ତୋତେ ଜୋର କରିନି । +ସୁର କହିଲା, ନାଁ ତୁମେ ଜୋର କରିନ । +ମୁଁ ହିଁ ଠିକ୍‌ କରିଛି । +ଉଛୁଳି ଉଠୁଛନ୍ତି ପିଲାମାନେ । +ଏଇତ ଦେଖାଯାଉଛି ମାମୁଁଙ୍କର ଘର । + ତଥାପି ଡେରି କାହିଁକି ? +ସୁଶିଲ କହିଲା- ବାପା ଚାଲ । +ବିଭୂ ଥରେ ଖଁ ଖଁ ତଣ୍ଟି ସଫା କରି କହିଲା, ଶୁଣ ପିଲେ, ମାମୁଁଘରକୁ ବର୍ତ୍ତମାନ ତୁମ ବୋଉ ଏକା ଯିବ । +ଆମେ ଘରକୁ ଫେରିଯିବା । +ତିନିଜଣଙ୍କର ଏକା ପ୍ରଶ୍ନ – କାହିଁକି ? ଆମେ ଯିବୁନି କାହିଁକି ? +ବିଭୂ କହିଲା, ସେଠିକି ପିଲାମାନେ ଯାଆନ୍ତିନି । +ବୋଉ ପୁଣି ଫେରି ଆସିବ । +ସେତେଦିନ ପର୍ଯ୍ୟନ୍ତ ତମେମାନେ ମୋ ପାଖରେ ରହିବ । +ଝିଅମାନଙ୍କ ବୁଦ୍ଧି ଜୋର । +ପିଲାମାନେ ମାମୁଁଘର ଯାଆନ୍ତିନି, ଏଇଟା ସୁଧାକୁ ବିଶ୍ବାସ ହେଲାନି । + ସେ ପଚାରିଲା କେବଳ ମାମୁଁଘରକୁ ଯାଆନ୍ତି କେବଳ ବଡମାନେ ? +ତା ପ୍ରଶ୍ନର ଉତ୍ତରରେ ବିଭୂ କହିଲା – ହଁ.. ମାମୁଁଘରେ ଜଣକର ଦେହ ଭୀଷଣ ଖରାପ । +ସେଥିଲାଗି ପିଲାମାନେ ଯିବାକଥା ନୁହେଁ । +ସୁର, ତୁ ତାହେଲେ ଯାଆ । +ବେଳ ଗଡି ଯାଉଛି । +ଛୋଟୁ ସେସବୁ ବୁଝେନା । +ସେ ବୋଉକୁ ଜାକିଧରି ତା ଶାଢୀରେ ମୁହଁ ଗୁଞ୍ଜି ଖୁବ୍‌ କାତର ଭାବେ ଆବେଦନ କଲା, ବୋଉ ମୁଁ ତୋ ସାଙ୍ଗେ ଯିବି ଲୋ ! ଟିକେ ବି ପାଟି କରିବିନି । +ସ୍ବାମୀ ଓ ଅନ୍ୟ ଦୁଇସନ୍ତାନଙ୍କ ଆଡକୁ କ୍ରମାନ୍ବୟରେ ଚାହିଁଲା ସୁର । +ତାପରେ ଛୋଟୁକୁ ସେ ଧୀରେ ଧୀରେ ଛଡେଇ ନେଇ କହିଲା – ଯିବୁ । +ତତେ ପରେ ନେଇଯିବି । +ଆଜି ଘରକୁ ଯାଆ । +ଘରେ ସୁନା ପିଲା ହୋଇ ରହିବୁ । +ସୁଧାକୁ କହିଲା, ଭାଇକୁ ଧର୍‌, ତୁ ଛୋଟୁକୁ ସମ୍ଭାଳିବୁ । +ନଇଁପଡି ସେ ସ୍ବାମୀଙ୍କ ପାଦଛୁଇଁ ପ୍ରଣତି କରିବା ପରେ ତିନିଟିଯାକ ଛୁଆଙ୍କୁ ଜାବୁଡି ଧରିଲା ଏକାଠି । +ଆଉ କିଛି କଥା ନାହିଁ । +ତାପରେ ହଠାତ୍‌ ସେ ସେମାନଙ୍କୁ ଛାଡିଦେଇ ଦୁମ୍‌ ଦୁମ୍‌ କରି ଆଗେଇଗଲା ସେ ଘରଗୁଡା ଆଡକୁ । +ଟିକେ ପରେ ଅଟକି ପଛକୁ ଚାହିଁ କହିଲା, ତୁମେମାନେ ଟିକେ ଅପକ୍ଷା କର । +ଗୁଲିଖଟି କରୁଥିବା ଲୋକଗୁଡାଙ୍କ ପାଖଦେଇ ଗଲାବେଳେ ଜଣେ ଅଙ୍ଗୁଠି ଦେଖାଇ କହିଲା, ଏଇ ପାଖଦେଇ ଯାଅ ଦେଖିବ ଗୋଟେ ବଡ କୋଠାଘର । +ଗଳିଟା ପଙ୍କ ପଚ୍‌ପଚ୍‌ । +ଘର ଗୁଡାକ ପାଖଦେଇ ଯାଉ ଯାଉ ସୁର ଦେଖିଲା, ସବୁ ଝରକା ଦେଇ ଉଙ୍କି ମାରୁଛନ୍ତି ବିଭିନ୍ନ ବୟସର ଝିଅମାନେ । +ଗୋଟେ ଜାଗାରେ ଗଳିଟା ତିନିଭାଗ ହୋଇଯାଇଛି । + କୋଉ ଆଡକୁ ଯିବ ବୁଝି ନପାରି ସୁର ଠିଆ ହେଉ ହେଉ ଜଣେ କିଏ କହିଲା, ଏଇ ଡାହାଣପଟେ, ରଣକାଳୀପୁରର ରଣଚଣ୍ଡୀକୁ ଦେଖିପାରୁନ ? +ବଡ ଆଦବକାଇଦାରେ ଗୋଟେ ପାନବଟୁଆ ନେଇ ପାଦ ଲମ୍ବେଇ ବସିଛନ୍ତି ଏକ ବିଶାଳକାୟ ରମଣୀ । +ପାଖରେ ଏକଦମ୍‌ ପାତଳୀ ଝିଅଟିଏ । +ପାତଳୀ ଝିଅଟି କହିଲା, ମାଉସୀ ୟାରି ତ ଆସିବାର ଥିଲା ବୋଧେ ?ମୁହଁ ଭର୍ତ୍ତିପାନ । +ପିକ ଫିଙ୍ଗି, ରସିକିଆ ଠାଣିରେ ମାଉସୀ କହିଲା, ଆସଲୋ ଆସ ଝିଅ । +ବଅ.. +ସର୍ବାଙ୍ଗରେ କେଇଥର ଦୃଷ୍ଟି ବୁଲେଇ ନରମଗଳାରେ ମାଉସୀ କହିଲା – ପୋଡା କପାଳ … ଏଇଟା ବିଧବା ନା କ’ଣ ? +ସୁରର ଉତ୍ତର ନା’ ଶୁଣି ସେ ପୁଣି କହିଲା – ଓଃ.. ସିନ୍ଦୁର ଅଛିତ ! ଆଲୋ ଦେଖନି ମୋ ଆଖି କ’ଣ ଖରାପ ହୋଇଗଲାଣି ନା କ’ଣ ? ତେବେ ସେ ଲୋକଟା କ’ଣ ଛାଡି ପଳେଇଛି ? +ସୁର କହିଲା – ନା’ ଘରେ ରହନ୍ତି । +ମାଉସୀ କହିଲା, ବୁଝିଛି । +ଅଣ୍ଟା ଟାଣ ନାହିଁ । +ରୋଜଗାର କରି ଖାଇବାକୁ ଦେଇ ପାରେନି । + ଖାଇବାକୁ ପେଟ ଆଉ କେଇଟା ? +ସୁର କହିଲା, ମୋର ତିନିଟା ପିଲା । +ଭ୍ରୁକୁଞ୍ଚନ କରି ମାଉସୀ କହିଲା ଆ.. କ’ଣ କହିଲୁ ତିନିଟା ? +ପୁଣି ସୁରର ସର୍ବାଙ୍ଗରେ ଆଖିବୁଲେଇ ମାଉସୀ କହିଲା, ଝିଅ ବୟସ କେତେ ? +ଛଅ-ସାତ ହେବ । +ମାଉସୀ ଦୀର୍ଘଶ୍ବାସ ଛାଡି କହିଲା, ଆହାଃ… ତାର ତ ବାହା ବୟସ ହେବାକୁ ଢେର ଡେରି । +ଏତେଦିନ ପାଳିବାକୁ ହେବ । +ଗର୍ଭରେ ପିଲାଛୁଆ ଆସନ୍ତି ଆମକୁ ଖାଇବା ପାଇଁ । +ଏଇଟା ଦିଅ, ସେଇଟା ଦିଅ । +ତାପରେ ଡେଣା ଲାଗିଗଲେ ଫୁର କିନା ଉଡିଯିବେ । +ମୋରବି ତ ଦିଇଟା ପିଲାଛୁଆ, ଆଜି କୋଉଠି ସେମାନେ । + ବୋଉ ଖବର ଅଛି ତାଙ୍କ ପାଖରେ ? +ପାତଳୀ ଝିଟା କହିଲା, ମୋ ପୁଅଟା ବି… +ନିଜେ ଗୋଟେ ଖିଲିପାନ ପାଟିରେ ପୁରାଇ ଗୋଟେ ସୁର ଆଡକୁ ବଢେଇ ଦେଇ କହିଲା – ନେ ଖା । +କଣ କରିବୁ କହ । +ସବୁ ନିୟତି । +ବାପାମାଆ ଖର୍ଚ୍ଚ କରି ବାହା ଦିଅନ୍ତି । +ତା ପରେ ବି ଗେରସ୍ତ ଯଦି ଦି’ଓଳି ଦିଇଟା ଖାଇବାକୁ ଦେଇ ନପାରେ … ତା ପରେ ସବୁବେଳେ ପିଲାଛୁଆଙ୍କର ହାଁ ହାଁ । + ତେବେ ସେ ଲୋକଟା କ’ଣ ଜୋର କରି ଏଠିକି ପଠାଇଲା ? +ସୁର କହିଲା, ନାଁ ମୁଁ ନିଜେ ହିଁ ଆସିଛି । +ମାଉସୀ କହିଲା, ଠିକ୍‌ କରିଛୁ । +ବଞ୍ଚିବାକୁ ତ ପଡିବ । +କଥାରେ କହନ୍ତି, ଆପେ ବଞ୍ଚିଲେ ବାପର ନାଆଁ । +ଏମିତି ଜଳିପୋଡି ପାଉଁଶ ହୋଇଗଲେ ବି କେହି ଆଖିରୁ ଲୁହ ଝରେଇବାକୁ ଆସିବେନି ଲୋ । +ସେ ଲୋକଟା ଯଦି କେବେ ବି ଏ ଆଡକୁ ଆସେ, ତାକୁ ଦି’ ଗୋଇଠା ଦେବୁ । +ମୋ ଲୋକବି ତାକୁ ଧୂଲେଇ କରି ଛାଡିବେନି । +ସୁର କହିଲା, ତାଙ୍କର କାଶ ଜ୍ବର । +ମାଉସୀ ତା’ର ମସ୍ତ ହାତଟାକୁ ହଲେଇ କହିଲା, ଥାଉ ଥାଉ ସବୁ କଥା ଢେର ଶୁଣିଛି । +ଆଉ ଶୁଣିବାକୁ ଇଚ୍ଛା ନାହିଁ । + ପୁଟୁଳିଟାରେ କ’ଣ ? +ଶାଢୀ ଦିଇଟା ଦେଖି ମୁହଁ ଲେଫେଡି ମାଉସୀ କହିଲା, ସେ ଚଳିବନି । +କାମବେଳେ ତ ନିହାତି ଖଣ୍ଡେ ଜରିଦିଆ ଧଡିବାଲା ଶାଢୀ ଦରକାର । +ଏ ଠେଇ ଦୋକାନ ଅଛି । + ଆଜି କିଣି ପାରିବୁ ? +ସୁର ଦୁଇଆଡକୁ ମୁଣ୍ଡ ହଲାଇଲା । +ମାଉସୀ ସେଥିରେ ବିରକ୍ତ ନହୋଇ କହିଲା, ଠିକ୍‌ ଅଛି । +ମୋ ପାଖରେ ପୁରୁଣା ଖଣ୍ଡେ ଅଧେ ଅଛି । +ସେଥିରେ କିଛି ଦିନ ଚଳିଯିବ । +ଏଠି କିନ୍ତୁ ନିଜ ଖାଇବା ବ୍ୟବସ୍ଥା ନିଜର । +ମୁଁ ସେଥିରେ ଦାୟୀ ନୁହେଁ । +ଏଇ ଶେଫାଳି ତତେ ବୁଝାଇ ଦେବ । +କିନ୍ତୁ ଆଜି ତତେ ଘର ଦେଇ ପାରିବିନି । +ମୋକ୍ଷଦା ସାଥିରେ ରହିବୁ । +ମୋକ୍ଷଦାର ଜଳଉଦରି ଅଛି । +କିଛି ଖାଇ ପାରୁନି । +ସେ ଭାରି ଚିଡିଚିଡା । +ହସରେ ଟିକିଏ ବି ରସ ନାହିଁ । +ଗରାଖଙ୍କ ସଙ୍ଗେ ବି ଏମିତି । +ତିନିଚାରିଜଣ ଅଭିଯୋଗ କଲେଣି ମୋପାଖେ । +ଠିକ୍‌ଭାବେ କାମ କରିବନି । +ତା ଉପରେ ଚିଡଚିଡା ଭାବ । +ଛି- ଛି- ଛି । +ଗରାଖଙ୍କର କୁଆଡେ ସବୁ ଦୋଷ । +ଗରାଖ ହେଲେ ଲକ୍ଷ୍ମୀ । +ତାଙ୍କର କ’ଣ କିଛି ଦୋଷ ଧରିବା କଥା । +ମୋକ୍ଷଦା କାନରେ ଯଦି ଏକଥା ପଡେ, ପଡୁ । +ତାକୁ ମୁଁ ଏଥର ତଡିଦେବି । +ଦି’ତିନି ଦିନ ଭିତରେ । +ଦୁଷ୍ଟ ଗୋରୁଠୁଁ ଶୂନ୍ୟ ଗୁହାଳ ଅନେକ ଭଲ । +ସେ ଯଦି ତୋ ଉପରେ ବି କିଛି ଖରାପ ବ୍ୟବହାର କରେ ତୁ କିଛି କହିବୁନି । +ମୁହଁ ବନ୍ଦ କରି ରହିବୁ । +ଯାହା କରିବା କଥା ମୁଁ କରିବି । +ଯା’ ଏବେ ଶେଫାଳି ସାଙ୍ଗେ ଯା । +ସେ ଘର ଦେଖେଇଦେବ । +ସୁରବାଳା ତଥାପି ଚାହିଁ ରହିଲା ମାଉସୀ ମୁହଁକୁ ଚାହିଁ । +ମାଉସୀ କହିଲା, କ’ଣ ହଲା ଊଠୁନୁ । +ହାଇ ଭାଙ୍ଗିବା ବେଳ ହେଲାଣି । +ଏଥର ଗରାଖ ଆସିବେ । +ମୁଣ୍ଡ ତଳକୁ କରି ସୁର କହିଲା, ମତେ ଦୁଇଶ ଟଙ୍କା ଦେବ ? +ଏଥର ମାଉସୀ ମୁହଁର ଭାବ ସଂପୂର୍ଣ୍ଣ ବଦଳି ଗଲା । +କର୍କଶ ସ୍ବରରେ ସେ କହିଲା, ଟଙ୍କା, କେଉଁ ଟଙ୍କା ? ମୁଁ ତ ତୋ ଗୋଡ ଧରି ଆଣିନି । +ନିଜେ ଆସିଛୁ । +କାମ କରିବାକୁ ଚାହୁଁଚୁ ତ କର । +ଏଠି କିଛି ପଡିନି । +ଖଟିବୁ ଖାଇବୁ । + ଏଯାଏଁ ଯାହାର ରୋଜଗାର ଆରମ୍ଭ ହେଇନି ସେ ଟଙ୍କା ମାଗୁଚି କୋଉ ମୁହଁରେ ? +ସୁର କହିଲା, ମୋର ଆଜିହିଁ ଟଙ୍କା ଦରକାର । +ନିହାତି । +ମୁହଁ ଖିଙ୍କାରି ମାଉସୀ କହିଲା, ଟଙ୍କା କାହାର ଦରକାର ନାହିଁ ?କହିଲୁ କିଏ ବିଶ୍ବରେ ଟଙ୍କା ପାଇଁ ନଦଉଡୁଛି? ମୁଁ କ’ଣ ଏଠି ଦାନଛତ୍ର ଖୋଲି ବସିଛି ? ତତେ ଯଦି ଏଠି ପୋଷଉନି ତୁ ଚାଲିଯାଇପାରୁ । +ମୁଁ କାହାକୁ ଧରି ରଖିନି । +ସୁର କହିଲା, ପିଲାଛୁଆ ଗୁଡାକ ବାହାରେ ଠିଆ ହୋଇଛନ୍ତି । +ତାଙ୍କ ହାତରେ କିଛି ନଦେଇ ପାରିଲେ କାଲି ଖାଇବେ କ’ଣ ? ଘରେ ତ କିଛି ନାହିଁ । +ଆହୁରି କିଛି ଧମକ ଦେବାକୁ ଯାଇ ଅଟକି ଗଲା ମାଉସୀ । +ଏଥର ତା ଆଖିରେ ଫୁଟିଉଠିଲା ବିସ୍ମୟ । +ଏସବୁ ହେଲା ପାପୀଙ୍କ ଜାଗା । +ଗୁଣ୍ଡାବଦ୍‌ମାସ୍‌ ମାନେ ବୁଲାବୁଲି କରନ୍ତି । +ଛୋଟଛୁଆଙ୍କୁ ଏଠୁ ଦୂରେଇ ରଖିବା ଭଲ । +ଏଇ ଟିକକ ଅନ୍ତତଃ ଧର୍ମଜ୍ଞାନ ରହିବା କଥା । +ଆରେ ଏଠିକା ରାକ୍ଷସଗୁଡାକ ସାତବର୍ଷର ଝିଅଟାକୁ ବି ଖାଇବାକୁ ପଛାନ୍ତିନି । +ସୁର ପୁଣି କହିଲା – ଦୟାକର, କିଛି ଟଙ୍କା ନପାଇଲେ… +ମାଉସୀ କହିଲା, ଦୟା ? ଦୟାଫୟା କଲେ ଏ କାରବାର ଚାଲିବନି । +ଏ ଶେଫାଳି ମତେ ଟିକେ ଧରିବୁଟି । +ଶେଫାଳି ଗୋଟେ ହାତ ଧରି ଉଠାଇଲା ମାଉସୀକୁ । +ତା ପରେ ଦୁମ୍‌ଦୁମ୍‌ କରି ଚାଲିଗଲା ଘର ଭିତରକୁ । +ମୁହଁ ତଳକୁ କରି ବସି ରହିଲା ସୁର । +ତା ସ୍ବାମୀ ତାକୁ ଜୋର କରି ପଠେଇ ନାହାନ୍ତି । +ସେ ନିଜ ଇଚ୍ଛାରେ ଆସିଛି । +ଏଟା ଠିକ୍‌ କଥା । +ବିଭୂର କାଶ ରୋଗ । +ତା ଶରୀର ଦୁର୍ବଳ ହୋଇ ଯାଇଛି । +ମଝିରେ ମଝିରେ କାଶିଲାବେଳେ ରକ୍ତର ଛିଟା ଦେଖିବାକୁ ମିଳେ । +ସରକାରୀ ହସ୍‌ପିଟାଲର ଔଷଧରେ ବି ଭଲ ହେଉନି । +ସେମାନେ ପୁଷ୍ଟିକର ଖାଦ୍ୟ ଖାଇବାକୁ କହନ୍ତି । +ସୁରବାଳା ନିଜ ଉପାର୍ଜନ କରିବାକୁ ଚେଷ୍ଟା କରିଛି । +ମୁଢି ଭାଜିବା, ଲୋକଙ୍କ ଘରେ ବାସନ ମାଜିବା, ଘର ସଫା କରିବା । +ସେଥିଲାଗି ବାବୁଭାୟାଙ୍କ ଘରକୁ ଯିବାକୁ ପଡେ । +ସେମାନେ କେହି ଠିକା ଲୋକ ଚାହାନ୍ତିନି । +ଘରେ ରହି ସବୁ କାମ କରିବ । +ଛୁଆଙ୍କ ଘୁଅମୂତ ଠାରୁ ରୋଷେଇବାସ ଯାଏଁ ସବୁ । +ତଥାପି ଖୋରାକି ସାଙ୍ଗେ ମାତ୍ର କେଇଟା ଟଙ୍କା । +ସେଥିରେ କ’ଣ ପୋଷେଇବ ?ଦିନ ପରେ ଦିନ ଏମିତି ଚାଲିଛି । +ସ୍ବାମୀ ସ୍ତ୍ରୀ ଦି’ଟା ଅଧାପେଟ ଖାଇ ଚଳେଇନେବେ କିନ୍ତୁ ପିଲାଛୁଆ ତିନିଟା । +ତାଙ୍କ ଭୋକିଲା କାନ୍ଦ ସହିହେଉନି । +ତାଙ୍କୁ ଏଇ ପୃଥିବୀକୁ ଅଣା ହୋଇଛି । +ସେମାନେ ନିଜ ଇଚ୍ଛାରେ ଆସି ନାହାନ୍ତି । + ତାଙ୍କର ଦୋଷ କ’ଣ ? +ପିଲାମାନେ ଶୋଇପଡିଲେ ଗାଲରେ ହାତ ଦେଇ ଭବିଷ୍ୟତର କଥା ଭାବି ଭାବି ସୁରବାଳା ଆଉ ବିଭୂଙ୍କର କଟି ଯାଇଛି କେତେ ରାତି । +କିନ୍ତୁ କୌଣସି କୂଳକିନାରା ପାଇ ନାହାନ୍ତି । +ଘରେ କଂସା, ଢାଳ ଯାହାଥିଲା ସବୁ ବିକ୍ରି ହୋଇଯାଇଛି । +ବିକ୍ରି ହେଲା ଭଳି ଆଉ କିଛି ନାହିଁ । +ଖାଲି ସୁର ଦେହର ମାଂସ ଛଡା । +ଏତେ ଅନାହାରରେ ବି ସୁରବାଳାର ଦେହ ଏକେବାର ସୁକୁଟି ଯାଇନି । + ମାଆ ହୋଇ ସେ ସନ୍ତାନମାନଙ୍କ ପାଇଁ କ’ଣ ଏଇତକ କରି ପାରିବନି ? +ଦି ଟଙ୍କିଆ ପାଞ୍ଚ ଟଙ୍କିଆ ନୋଟ ମିଶି ପ୍ରାୟ ଶହେ ଟଙ୍କା ଆଉ ଜରିଧଡିବାଲା ଝଲମଲ କରୁଥିବା ଶାଢୀ ଖଣ୍ଡେ ନେଇ ଫେରି ଆସିଲା ମାଉସୀ । +ଟଙ୍କା ବଢେଇ ଦେଇ ମାଉସୀ କହିଲା, ଯା ଦେଇ ଆ । +ୟା ଆଗରୁ ମୁଁ କାହାକୁ ଅଗ୍ରୀମ ଦେଇନି । +ଏଇ ଶେଫାଳି ହେରିକା ଜାଣନ୍ତି । +ଯା ଏଗୁଡାକ ଦେଇଆସି କାମରେ ଲାଗି ଯା । +ଆଉ ଯେମିତି କେବେ ବି ସେ ଲୋକଟା କି ଛୁଆପିଲା ଏ ଆଡକୁ ନଆସନ୍ତି । +କହିଦେଲି । +ସୁରବାଳା ପୁଣି ବାହାରକୁ ଆସି ଦେଖିଲା ଗୋଟେ ଓସ୍ତଗଛମୂଳେ ଠିଆ ହୋଇଛି ବିଭୂ । +ପାଖକୁ ଆସି ବିଭୂର ହାତକୁ ଜଡାଇ ଧରିଲା ସୁଧା । +ପୁଅ ଦିଇଟା ମନୋହରୀ ଦୋକାନ ସାମ୍ନାରେ ଏପଟ ସେପଟ ହେଉଥିଲେ । +ବୋଉକୁ ଦେଖି ଦୌଡି ଆସିଲେ ପାଖକୁ । +ଟଙ୍କାତକ ବିଭୂହାତରେ ଦେଇ ସୁର କହିଲା, ବେଶିକରି ଚାଉଳ କିଣିନେବ । +ବିଭୂ କହିଲା ଏଠିକା ହାଟରେ ଶସ୍ତା ହେବ । +ସୁର କହିଲା, ନୂଆ ଚାଉଳରେ ପେଜଭାତ ଭଲ ହେବ । +ପେଟ ବି ପୁରିବ । +ଆଳୁ ଆଉ ଅଦା ଏଇଲେ ଶସ୍ତା । +ଲୁଣ ନେବ ମନେ କରି । +ଆଜି ଦିନଟା ପିଲାମାନେ ଅନ୍ତତଃ ଯେମିତି ଭଲକରି ଖାଆନ୍ତି । +ସୁଧା କହିଲା, ବୋଉ ମାମୁଁ ଘରଭିତରଟା ଥରେ ଦେଖି ଆସିପାରିବୁନି । +ଆମେ ଗୋଟେ କଥା ବି କହିବୁନି । +ସୁର କହିଲା, ଆଜି ନୁହେଁ । +ଆଉ ଦିନେ । +ବିଭୂ କହିଲା, ବୋଉ ତ ଫେରି ଆସିବ । +କେଇଟା ଦିନ କି । +ସୁର କହିଲା, ହଁ ଫେରି ଆସିବି । +ଛୋଟୁ ହଠାତ୍‌ ମୁହଁ ଫୁଲେଇ କାନ୍ଦି ଉଠିଲା । +ସୁର କହିଲା – ୟାଙ୍କୁ କେତେଟା ଚକୋଲେଟ୍ କିଣିଦେବ । +ସୁଧା ଭାଇର ହାତ ଧର । +ଚକୋଲେଟ୍ କଥା ଉଚ୍ଚାରଣ ହେଉ ହେଉ ସୁଶିଲ ସଙ୍ଗେ ସଙ୍ଗେ ଗଲା ଦୋକାନ ଆଡକୁ । +ତା ପଛେ ପଛେ ସୁଧା ଆଉ ଛୋଟୁ । +ବିଭୂ ସାମ୍ନାରେ କେଇମୁହୂର୍ତ୍ତ ଚୁପ୍‌ କରି ଠିଆ ହୋଇଗଲା ସୁର । +ତା ଶୁଖିଲା ମୁହଁରେ କୌଣସି ଭାବର ଚିହ୍ନବର୍ଣ୍ଣ ନାହିଁ । +ଟିକେ ପରେ ସେ କହିଲା ଯାଉଚି । +ସାବଧାନ ରହିବ । +ରକ୍ତ ପଡିଲେ ଲୁଣପାଣି କୁଳୁକୁଞ୍ଚା କରିବ । +ସୁର ବଦଳରେ ବିଭୂ ଆଖି ହିଁ ଛଳ ଛଳ କରୁଛି । +ଏମିତି ବେଳାରେ କ’ଣ କହିବାକୁ ହୁଏ ତା ସେ ଜାଣିନି । +ସେ ସାର୍ଟରେ ଆଖି ପୋଛିଲା । +ତା ପରେ ପୁଣି ମୁହଁ ଟେକିଲା ବେଳକୁ ଦେଖିଲା ସୁରବାଳା ଫେରିଯାଇଛି ଅନେକ ବାଟ । +ଗୋଟେ ଲେଖାଁ ଚକୋଲେଟ୍‌ ପାଟିରେ, ଗୋଟେ ହାତରେ । +ଅମୃତର ସ୍ବାଦ ନେଉ ନେଉ ଡେଇଁ ଡେଇଁ ଆଗେଇ ଚାଲିଲେ ପିଲାଛୁଆ ତିନୋଟି । +ଗୋଟେ ପାଦ ଟେକି ଟେକି ନାଚି ନାଚି ଦଉଡୁଥାନ୍ତି । +ଏମିତି ଦଉଡା କେବଳ ପିଲମାନେ ହିଁ ଦଉଡି ପାରିବେ । -- GitLab