diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prabandha_8 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prabandha_8 new file mode 100644 index 0000000000000000000000000000000000000000..c2a991127a46a50a016a7811ba977efbdfca18f4 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prabandha_8 @@ -0,0 +1,100 @@ +ସମର୍ପଣ + ଡ. ଶରତ ଚନ୍ଦ୍ର ରଥ, ଭୁବନେଶ୍ବର +ତା: ଫେବୃଆରୀ ୨୩, ୨୦୧୧ +ମୂଳ ପୃଷ୍ଠା → ପ୍ରବନ୍ଧ → +ସେହି ମନୁଷ୍ୟର ଜୀବନ ଧନ୍ୟ ଯିଏ ଭଗବାନଙ୍କ ସେବାରେ ନିଜକୁ ନିୟୋଜିତ କରିପାରେ । +ଯିଏ ଅକୁଣ୍ଠିତ ଚିତ୍ତରେ ନିଜର ଧନ, ମାନ, ଯଶ ଓ ପ୍ରତିଷ୍ଠାକୁ ଭଗବାନଙ୍କ ପାଦତଳେ ସମର୍ପି ଦେଇପାରେ । +ତାହା ହିଁ ଯଥାର୍ଥ ପ୍ରେମ ଯାହା ଭଗବତ ପ୍ରୀତିକୁ କେନ୍ଦ୍ର କରି ସଙ୍ଗଠିତ । +ସିଏ ହିଁ ଏକମାତ୍ର ସୁଖୀ ଯିଏ ଭଗବାନଙ୍କର ଅନୁସନ୍ଧାନ କରେ । +ସେହି ଜ୍ଞାନ ହିଁ ପ୍ରକୃତ ଜ୍ଞାନ ଯହିଁରେ ଅହଂକାର ନଥାଏ । +ତାକୁ ହିଁ ବୁଦ୍ଧିମାନ ବୋଲି କୁହାଯିବ ଯିଏ ଭଗବାନଙ୍କୁ ମୁଖ୍ୟ ଆଉ ସବୁକୁ ଗୌଣ ବୋଲି ବିବେଚନ କରିଥାଏ ଏବଂ ତାଙ୍କରି ନିମିତ୍ତ ଜୀବନ ଧାରଣ କରିଥାଏ । +ଯେଉଁଠାରେ ଆନ୍ତରିକତା ଥାଏ ସେଠାରେ ଅକୁଣ୍ଠ ଚିତ୍ତରେ କିଛି ଦେବାକୁ ଇଚ୍ଛା ହୁଏ । +ତହିଁରୁ ଅକଳ୍ପନୀୟ ଆନନ୍ଦ ମିଳେ । +ଏ ତ ମନୁଷ୍ୟ ସ୍ତରର ଆଦାନ ପ୍ରଦାନ କଥା । +ଯଦି ଭଗବାନଙ୍କୁ କିଛି ଦେଇ ହୁଏ ତେବେ ତହିଁରୁ ଅସୀମ ଓ ଅନିର୍ବଚନୀୟ ଆନନ୍ଦ ମିଳିଥାଏ । +ମଣିଷ ଜୀବନର ଅସଲ ଲକ୍ଷ୍ୟ ହେଉଛି ଭଗବତ ପ୍ରାପ୍ତି । +ପ୍ରତ୍ୟେକ ମନୁଷ୍ୟର ଆତ୍ମାର ଏହାହିଁ ଏକାନ୍ତ କାମନା । +ଆତ୍ମା ଯେତେବେଳେ ପରମାତ୍ମାଙ୍କ ଠାରୁ ବିଚ୍ଛିନ୍ନ ହୋଇ ଭୌତିକ ଜଗତକୁ ପ୍ରବେଶ କରେ, ସେ ପ୍ରତିଜ୍ଞା କରିଥାଏ ପରମାତ୍ମାଙ୍କ ସଙ୍ଗେ ମିଳିତ ହେବ ବୋଲି, କିନ୍ତୁ ସେ ଏ ମାଟିର ସ୍ପର୍ଶ ପାଇଲା ମାତ୍ରେ ସବୁ ପ୍ରତିଜ୍ଞା ଭୁଲିଯାଏ । +ସାଂସାରିକ ମୋହ ମାୟାରେ ସେ ଆଚ୍ଛନ୍ନ ହୋଇପଡ଼େ । +ଆତ୍ମା ଆଚ୍ଛାଦିତ ହୋଇଯାଏ ପରଦାର ଆବରଣରେ ମନ, ପ୍ରାଣ ଓ ଦେହର ଅଜ୍ଞତା ଅବିଦ୍ୟା ତାକୁ ଉଦ୍‌ଭ୍ରାନ୍ତ କରେ । +ଫଳତଃ ସେ ଭୁଲ୍ବାଟରେ ଅଶାନ୍ତିର ଶିକାର ହୁଏ ଓ ଜୀବନର ସବୁ ସରସତା ତାର ନଷ୍ଟ ହୋଇଯାଏ । +ଅବିଦ୍ୟାରୁ ମୁକ୍ତହୋଇ ବିଦ୍ୟାର ଆଲୋକରେ ଆଲୋକିତ ହେବା ପାଇଁ ବ୍ୟକ୍ତିକୁ କିଛି ପ୍ରୟାସ ଓ ପ୍ରଚେଷ୍ଟା କରିବାକୁ ପଡ଼େ । +ତନ୍ମଧ୍ୟରୁ ସମର୍ପଣ ଗୋଟିଏ ଦିଗ ଯାହା ସମ୍ପର୍କରେ ଏହି କ୍ଷୁଦ୍ର ପ୍ରବନ୍ଧରେ ଆଲୋଚନା କରାଯାଇଛି । +ସମର୍ପଣ ଭାବଟି ପ୍ରୀତି ପ୍ରବଣ ଭାବଧାରାର ଏକ ବ୍ୟାବହାରିକ ଅଭିବ୍ୟକ୍ତ ରୂପ । +ଆନ୍ତରିକତା ଥିବାର ଏହା ଏକ ବଳିଷ୍ଠ ଚିହ୍ନ । +ଯେଉଁଠାରେ ଆନ୍ତରିକତା ଥାଏ ସେଠାରେ ଅକୁଣ୍ଠ ଚିତ୍ତରେ କିଛି ଦେବାକୁ ଇଚ୍ଛା ହୁଏ । +ତହିଁରୁ ଅକଳ୍ପନୀୟ ଆନନ୍ଦ ମିଳେ । +ଏ ତ ମନୁଷ୍ୟ ସ୍ତରର ଆଦାନ ପ୍ରଦାନ କଥା । +ଯଦି ଭଗବାନଙ୍କୁ କିଛି ଦେଇ ହୁଏ ତେବେ ତହିଁରୁ ଅସୀମ ଓ ଅନିର୍ବଚନୀୟ ଆନନ୍ଦ ମିଳିଥାଏ । +କିଛି କିଛି ଦେବାର ଅଭ୍ୟାସ ଦିନେ ସବୁକୁ ଦେଇ ଦେବାପାଇଁ ସୁଯୋଗ ସୃଷ୍ଟି କରେ । +ମନରେ ସ୍ବତ ଆନନ୍ଦର ମନ୍ଦାକିନୀ ଧାରା ଝରିଯାଏ । +ହଜିଯାଏ କେତେ କୁତ୍ସିତ ନୀଚ ବାସନା, ହୀନ, ମଳିନ ଚିନ୍ତାଧାରା କିଏ ଯେମିତି ଆଣି ଦେଇଯାଏ ସ୍ବର୍ଗର ସୁଧାସିକ୍ତ ଚେତନାର ସୁଲଳିତ ସ୍ପର୍ଶ । +ହୃଦୟରେ ନାଚିଉଠେ ଆହ୍ଲାଦର ତରଙ୍ଗମାଳା । +ପ୍ରକୃତ ପକ୍ଷେ ଭଲ ପାଇବାର ମାନଦଣ୍ଡ ସମର୍ପଣ ଉପରେ ପ୍ରତିଷ୍ଠିତ । +ଅନ୍ୟକୁ କରାୟତ କରିବା ଭଲପାଇବା ନୁହେଁ, ବରଂ ଅନ୍ୟକୁ ନିଜକୁ ଦେଇଦେବାହିଁ ଭଲପାଇବା । +ଶ୍ରୀମାଙ୍କ ଭାଷାରେ “ସବୁଠାରୁ ବେଶି ଭଲପାଇବାର ଲକ୍ଷଣ ହେଉଛି ସବୁଠାରୁ ବେଶିକରି ନିଜକୁ ଦେଇଦେବା । +” ଦେବାହିଁ ପାଇବାର ଯଥାର୍ଥ ମାର୍ଗ । +କିଛି ନଦେଇ ଯିଏ କେବଳ ପାଇବା ପାଇଁ ଚାହାନ୍ତି ସେ କିଛି ପାଆନ୍ତି ନାହିଁ । +କେବଳ କାମନା ବାସନାରେ ଜର୍ଜରିତ ହୋଇ ରହିଥାନ୍ତି । +ଭଗବାନଙ୍କୁ ଭଲପାଇ ତାଙ୍କ ପାଖରେ ନିଜକୁ ସମର୍ପି ଦେଲେ ମନୁଷ୍ୟ ଜୀବନ ହୁଏ ସାର୍ଥକ ଓ ମହତ୍ତ୍ବପୂର୍ଣ୍ଣ । +କିଛି ପାଇବାର ଆଶା ନରଖି କେବଳ ଅର୍ପଣ କରିବାକୁ ହେବ ପ୍ରଭୁଙ୍କ ପାଖରେ, ଯାହା ତାଙ୍କର ଇଚ୍ଛା ତାହା ପୂରଣ ହେବ ବୋଲି କହିବାକୁ ହେବ । +ପ୍ରଭୁଙ୍କ ପାଖରେ ନିର୍ଭରତା ରଖିଲେ ଅଶାନ୍ତିର ବିଷାକ୍ତ ବାଷ୍ପ ଅପସରି ଯିବ । +ଅତଏବ ଆତ୍ମସମର୍ପଣ ପର୍ଯ୍ୟନ୍ତ ସମର୍ପଣର ବିସ୍ତୃତି । +ସମର୍ପଣ ଭିତ୍ତିରେ ଶ୍ରୀଅରବିନ୍ଦଙ୍କର ପୂର୍ଣ୍ଣଯୋଗର ସାଧନା ସମ୍ଭବ ହୋଇପାରେ । +ସେଥିରେ ମନର କଳ୍ପନା ଗୌରବବୋଧ, ନିଜସ୍ବ ମତାମତ ରହିବ ନାହିଁ, ପ୍ରଭୁଙ୍କ ପାଖକୁ ଯାହାଆସିବ ତାକୁ ମାନି ନେବାକୁ ପଡ଼ିବ । +ତହିଁରେ ନିଜସ୍ବ ଯୁକ୍ତିବାଦିତା, ପ୍ରୟୋଗ କରିବାକୁ ଦେବନାହିଁ । +ଶ୍ରୀମା କହନ୍ତି “ଯାହାକିଛି ଭଗବାନଙ୍କଠାରୁ ଆସେ ପ୍ରୀତିକର ହେଉ ବା ଅପ୍ରୀତିକର ହେଉ ଲୋକମାନେ ବୁଝିବା ଉଚିତ୍‌ ଯେ ତାଙ୍କ ସଂକଳ୍ପ ଓ କର୍ମ ପଶ୍ଚାତରେ କିଛି ଉଦ୍ଦେଶ୍ୟ ରହିଛି । +ସେମାନେ ବିକ୍ଷୁବ୍ଧ ନହୋଇ ଏହାକୁ ପୂର୍ଣ୍ଣ ରୂପେ ଗ୍ରହଣ କରିବା ଉଚିତ୍‌ । +” ଯଦି ଏହା କରାଯାଇପାରେ ତେବେ ସେମାନେ ନିଶ୍ଚୟ ଅଗ୍ରଗତି କରିବେ । +ଆତ୍ମ ସମର୍ପଣ ପ୍ରସଙ୍ଗରେ ଶ୍ରୀରାମକୃଷ୍ଣଙ୍କର କଥା ସ୍ମରଣକୁ ଆସେ । +ସେ ବିଲେଇ ଛୁଆର ଉଦାହରଣ ଦେଇ ପ୍ରସଙ୍ଗଟିକୁ ବୁଝାଇ ଦେଇଛନ୍ତି । +ବିଲେଇ ଛୁଆର ପସନ୍ଦ, ଅପସନ୍ଦ, ଦାବି ନିଜର ଇଚ୍ଛା କିଛି ନଥାଏ । +ସେ ତା ମାଆ ନିକଟରେ ନିଜକୁ ପୂର୍ଣ୍ଣରୂପେ ଅର୍ପଣ କରିଥାଏ । +ତା ମାଆ ତାକୁ ଯେଉଁଠାକୁ ନିଏ ସେ ପ୍ରତିବାଦ କରେ ନାହିଁ । +ଏହାହିଁ ପ୍ରକୃତରେ ସମର୍ପଣର ଏକ ସାର୍ଥକ ନମୁନା । +ଭଗବାନଙ୍କ ନିକଟରେ ବିଲେଇ ଛୁଆପରି ନିଜକୁ ଅର୍ପଣ କରିଦେବା ହିଁ ଜୀବନ ପଥରେ ନିବିଘ୍ନରେ ଚାଲିବାର ମୂଳମନ୍ତ୍ର । +ପ୍ରଗତି ଦ୍ବାର ଏଥିରେ ଉନ୍ମୁକ୍ତ ହୁଏ । +ଚେତନାର ଅଗ୍ରଗତି ହୁଏ । +ଜୀବନ ଯେତେ ମହନୀୟ ଓ ମହତ୍ବପୂର୍ଣ୍ଣ ହୋଇଉଠେ । +ଭଗବାନଙ୍କ ଉପରେ ନିର୍ଭରତା ରଖିଲେ ଯାହା ବ୍ୟକ୍ତି ପାଇଁ ସର୍ବୋତ୍ତମ ସେ ତାହାହିଁ ଘଟାନ୍ତି ଓ ସବୁ ଅପୂର୍ଣ୍ଣତାକୁ କ୍ରମେ କ୍ରମେ ସୁଧାରି ନିଅନ୍ତି । +ଅବଶ୍ୟ ଏହି ସମର୍ପଣ ଭାବଟିରେ ସଦାସର୍ବଦା ଅଟଳ ରହିବା ଅତ୍ୟନ୍ତ କଷ୍ଟକର କଥା । +ପ୍ରଥମେ ଭାବ ଆସେ ମନରେ । +ମନରେ ଏହି ପବିତ୍ର ଭାବଟି ଆସିଲେ ବିରୋଧୀ ଶକ୍ତିମାନେ ଆକ୍ରମଣ କରି ଭାବଟିକୁ ନଷ୍ଟ କରିଦେବାକୁ ଚେଷ୍ଟା କରନ୍ତି । +କାରଣ ବିରୋଧୀ ଶକ୍ତି ଚାହାନ୍ତି ନାହିଁ ଯେ ବ୍ୟକ୍ତି ଭଗବତ୍ ଚେତନା ଆଡ଼କୁ ଅଗ୍ରସର ହେଉ । +ସେମାନେ ଚାହାନ୍ତି ମଣିଷ ତାର କର୍ଦ୍ଦମାକ୍ତ ବଳୟ ଭିତରେ ବନ୍ଦୀ ରହୁ । +ସଂକଳ୍ପକୁ ବାରମ୍ବାର ଅଟଳ ରଖିବାକୁ ଚେଷ୍ଟାକଲେ, କିଛିଦିନ ପରେ ବିରୋଧୀ ଶକ୍ତି କିଛି କରିପାରିବେ ନାହିଁ । +ନିରାଶ ହୋଇ ଶେଷରେ ନିଷ୍କ୍ରିୟ ହୋଇଯିବେ, ଅବଶ୍ୟ ଏହି କଥାଟି ଅତ୍ୟନ୍ତ କଷ୍ଟସାଧ୍ୟ । +ଏଥିପାଇଁ ଯଥେଷ୍ଟ ସମୟ ମଧ୍ୟ ଆବଶ୍ୟକ । +ଅବଶ୍ୟ ବ୍ୟକ୍ତିଭେଦରେ ସମୟର ସୀମା ଭିନ୍ନ ଭିନ୍ନ ହୋଇଥାଏ । +ମନରେ ଏହି ପବିତ୍ର ଭାବଟି ଆସିଲେ ବିରୋଧୀ ଶକ୍ତିମାନେ ଆକ୍ରମଣ କରି ଭାବଟିକୁ ନଷ୍ଟ କରିଦେବାକୁ ଚେଷ୍ଟା କରନ୍ତି । +କାରଣ ବିରୋଧୀ ଶକ୍ତି ଚାହାନ୍ତି ନାହିଁ ଯେ ବ୍ୟକ୍ତି ଭଗବତ୍ ଚେତନା ଆଡ଼କୁ ଅଗ୍ରସର ହେଉ । +ସେମାନେ ଚାହାନ୍ତି ମଣିଷ ତାର କର୍ଦ୍ଦମାକ୍ତ ବଳୟ ଭିତରେ ବନ୍ଦୀ ରହୁ । +ସଂକଳ୍ପକୁ ବାରମ୍ବାର ଅଟଳ ରଖିବାକୁ ଚେଷ୍ଟାକଲେ, କିଛିଦିନ ପରେ ବିରୋଧୀ ଶକ୍ତି କିଛି କରିପାରିବେ ନାହିଁ । +ନିରାଶ ହୋଇ ଶେଷରେ ନିଷ୍କ୍ରିୟ ହୋଇଯିବେ, ଅବଶ୍ୟ ଏହି କଥାଟି ଅତ୍ୟନ୍ତ କଷ୍ଟସାଧ୍ୟ । +ସମର୍ପଣ ଦୁଇ ପ୍ରକାରରେ ବିଭାଜନ କରାଯାଇପାରେ । +ଯଥା- ନିଷ୍କ୍ରିୟ ସମର୍ପଣ ଓ ସକ୍ରିୟ ସମର୍ପଣ । +ନିଷ୍କ୍ରିୟ ସମର୍ପଣ ହେଲା, କିଛି ଚେଷ୍ଟା ନକରି କେବଳ ଭଗବାନଙ୍କୁ ସମର୍ପଣ କରିବା । +ଅସ୍ପୃହା ଓ ପ୍ରତ୍ୟାଖ୍ୟାନ ଉପରେ ଗୁରୁତ୍ବ ନଦେଇ କେବଳ ସମର୍ପଣ ଭାବ ନେଇ ରହିଲେ ଯେଉଁ ସମର୍ପଣ ହୁଏ, ତାହାହେଲା ତାମସିକ ସମର୍ପଣ ବା ନିଷ୍କ୍ରିୟ ସମର୍ପଣ । +ଅନ୍ୟପ୍ରକାରର ସମର୍ପଣ ଅର୍ଥାତ୍‌ ସକ୍ରିୟ ସମର୍ପଣ ହେଉଛି ପୂର୍ଣ୍ଣ ସମର୍ପଣ । +ସେଥିରେ ଅସ୍ପୃହା ଓ ପ୍ରତ୍ୟାଖ୍ୟାନର ଭାବ ଓ ଚେତନା ସ୍ପଷ୍ଟରୂପେ ପରିସ୍ପୁଟ ହୋଇଥାଏ । +ସକ୍ରିୟ ସମର୍ପଣର ପ୍ରଭାବ ବହୁତ ବେଶି । +ଏହା ଦ୍ବାରା କଠିନ ସମସ୍ୟା ସହଜ ଓ ସରଳ ହୋଇଥାଏ । +ଶ୍ରୀଅରବିନ୍ଦ ଏ ପ୍ରସଙ୍ଗରେ କହିଛନ୍ତି ଯେ ଯେଉଁମାନେ ନିର୍ବିଚାର ଓ ନିଃଶେଷରେ ଭଗବାନଙ୍କ ପାଖରେ ନିଜକୁ ସମର୍ପଣ କରିଥାନ୍ତି ସେମାନଙ୍କ ପାଖରେ ଭଗବାନ ଧରାଦିଅନ୍ତି । +ସେମାନଙ୍କ ଜୀବନର ଦାୟିତ୍ବ ଭଗବାନ ନିଅନ୍ତି । +ଯାହାକିଛି ଅସମ୍ଭବ ପରି ଜଣାଯାଏ ତାହା ଭଗବତ କରୁଣା ଦ୍ବାରା ସମ୍ଭବ ହୋଇପାରେ । +ମୂକକୁ ବାଚାଳ କରିବାର ଓ ପଙ୍ଗୁକୁ ଗିରି ଲଂଘନ କରିବାର ସାମର୍ଥ୍ୟ ସେହି ହିଁ ଦେଇପାରନ୍ତି । +ସମର୍ପଣ ସକ୍ରିୟ ହେଲେ ଭଗବାନ ନିଅନ୍ତି ବ୍ୟକ୍ତି ଜୀବନର ଦାୟିତ୍ବ । +ତା ଭିତରେ ଭରି ଦିଅନ୍ତି ଆଶା, ବିଶ୍ବାସ, ଧୈର୍ଯ୍ୟ, ସହିଷ୍ଣୁତା, ଆନନ୍ଦ ପବିତ୍ରତା ଇତ୍ୟାଦି ଇତ୍ୟାଦି ଅନେକ । +ସଦ୍‌ଗୁଣ ଯାହା ଫଳରେ ବ୍ୟକ୍ତିପାଏ ଆତ୍ମଶାନ୍ତି । +ଅନ୍ତରାଳରେ ରହି ଭଗବତ ଶକ୍ତି ବ୍ୟକ୍ତିର ଦେହ, ମନ ପ୍ରାଣର ଆଧାରରେ କାର୍ଯ୍ୟ କରନ୍ତି । +ଏହି ସକ୍ରିୟ ସମର୍ପଣ ଆଦୌ ସାମୟିକ ସମର୍ପଣ ନୁହେଁ । +ଜୀବନର ଭଲ ଦିଗକୁ ଦେଖି ଦେଖି ସେ ଦିଗରେ ଅଗ୍ରଗତି ପାଇଁ ସମର୍ପଣ ଯଥେଷ୍ଟ ପ୍ରେରଣା ଦେଇଥାଏ । +ଏଥିପାଇଁ ପ୍ରଥମେ ଦରକାର ହେଲା ବିଶ୍ବାସ ଓ ନିର୍ଭରତା । +ଶ୍ରୀଅରବିନ୍ଦଙ୍କ ମତରେ ଦିବ୍ୟ ଜୀବନ ପାଇଁ ଯେଉଁ ତିନିଗୋଟି କଥା ଦରକାର, ତାହାହେଲା ପ୍ରତ୍ୟାଖ୍ୟାନ, ଅସ୍ପୃହା ଓ ସମର୍ପଣ । +ଏ ତିନୋଟି ଯାକ ପରସ୍ପର ପରିପୂରକ । +କାହାର ପ୍ରଥମେ ଆସେ ଅସ୍ପୃହା ପରେ ଆସେ ସମର୍ପଣ । +କାହା କାହାର ଆଗ ଆସେ ସମର୍ପଣ ପରେ ପ୍ରତ୍ୟାଖ୍ୟାନ ତେବେ ଗୋଟିଏ ଆସିଲେ ଅନ୍ୟଟି ଏବଂ କ୍ରମଶଃ ଅନ୍ୟ ଦୁଇଟି ଆସନ୍ତି । +ତ୍ରିବେଶୀ ସଙ୍ଗମରେ ଜୀବନ ସ୍ନିଗ୍‌ଧ ସୁନ୍ଦର ପବିତ୍ର ତୀର୍ଥରେ ପରିଣତ ହୁଏ । +ପାର୍ଥିବ ପରିବେଶ ହୁଏ ଅପାର୍ଥିବ ଆନନ୍ଦର ଏକ ସୁଲଳିତ କାବ୍ୟ । +ବିଶ୍ବ ଜୀବନରେ ଭରିଯାଏ ଅପୂର୍ବ ଛନ୍ଦର ମନମୋହିନୀ ମାଧୁରିମା । +ନବଉଷାର ସୁକୁମାର ସ୍ପର୍ଶରେ ଦିଗଦିଗନ୍ତ ସମୁଜ୍ଜ୍ବଳ ଓ ଶୁଚିସ୍ମିତ ହୋଇଉଠନ୍ତି ।