From 55511b8c1294ff31ab94f66173bf18dd67d16f7c Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:31:01 +0530 Subject: [PATCH] Upload New File --- .../odiasahitya.com/sent_odiasahitya_galpa_22 | 53 +++++++++++++++++++ 1 file changed, 53 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_22 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_22 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_22 new file mode 100644 index 0000000..fa30a49 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_22 @@ -0,0 +1,53 @@ +ଅଭିଶାପ + ମିତା ମହାନ୍ତି, ଭୁବନେଶ୍ବର +ତା: ମେ ୫, ୨୦୧୧ +ମୂଳ ପୃଷ୍ଠା → ଗଳ୍ପ → ଅଣୁ ଗଳ୍ପ → +ସକାଳୁ ଝୁମ୍ପୁଡ଼ି ଭିତରୁ ଅଖାଟାକୁ ଆଡ଼େଇ ବାହାରକୁ ଆସି ମୁଣ୍ଡଉପର ଆକାଶକୁ ଚାହିଁଲା ଝିଅଟି । +ମେଘର ଚିହ୍ନ ବର୍ଣ୍ଣ ନାହିଁ । +ଏକଦମ୍‌ ସଫା ଆକାଶ । +ଭିତରେ ଛିଣ୍ଡା କତରାରେ ପଡ଼ି ରୋଗୀଣା ମା’ ତା’ର ମନା କରୁଥିଲା ଏକା ଯିବାକୁ, ମାନିଲାନି ତା’ କଥା, ବାହାରି ଆସିଲା । +ଦଶ ପାଞ୍ଚ ଯାହା ତ ହେଲେ ମିଳିଯିବ । + ଘରେ ବସି କରିବ କ’ଣ ? +ବର୍ଷାଟା ଏମିତି ହଠାତ୍‌ ବର୍ଷିଯିବ ବୋଲି ତ ଆଦୌ ଜାଣି ନଥିଲା ଝିଅଟି । +କ’ଣ କରିବ ଭାବୁ ଭାବୁ ବ୍ୟସ୍ତହୋଇ ସାମ୍‌ନା ଘର ଗେଟ୍‌ଖୋଲି ପୋର୍ଟିକୋକୁ ପଶିଗଲା । +ବଡ଼ ଗାଡ଼ି, ଗାଡ଼ି କଡ଼ରେ ଛୋଟ ସୁନ୍ଦର ଧଳା ଭାଲୁଆ ଗୁଲୁଗୁଲିଆ କୁକୁରଟେ ବନ୍ଧା । +ଜାକିଜୁକି, ଡରିମରି ଠିଆ ହୋଇଥାଏ ଝିଅଟି ସାଙ୍କୁଡ଼ି ହୋଇ ଗୋଟିଏ କଣକୁ । +ପୁରୁଣା ପତଳା ଲୁଗାଟା ଭିତରୁ ସ୍ପଷ୍ଟ ଫୁଟି ଉଠୁଛି ତା’ ଦେହର ଉଚ୍ଚା ନୀଚା, ଅଙ୍କାବଙ୍କା ଭୂଗୋଳ । +ଓଦା ଲୁଗାକୁ ଚିପୁଡ଼ି ଦେହରେ ଭଲ କରି ଗୋଡ଼େଇବାର ଅସଫଳ ପ୍ରୟାସ କରୁଥାଏ ସେ । +ମୁହଁରେ ବର୍ଷାର ଟୋପା ଟୋପା ପାଣି ସଜଫୁଟା ଫୁଲ ଉପରେ ସକାଳ କାକରର ଭ୍ରମ ସୃଷ୍ଟି କରୁଥିଲା । +ଆଲୁରା ଅସଜଡ଼ା ମୁହଁ ଉପରକୁ ଝୁଲି ପଡ଼ିଥିବା ଚୂର୍ଣ୍ଣ କୁନ୍ତଳରେ ଲାଗିଥିବା ବିନ୍ଦୁ ବିନ୍ଦୁ ବର୍ଷା ରୂପା ଚୁମ୍‌କି ପରି ଦିଶୁଥିଲା । +ଭିକାରୁଣୀ ଦେହରେ ବି ଏତେ ସୌନ୍ଦର୍ଯ୍ୟ । +ସେ ସୌନ୍ଦର୍ଯ୍ୟ ଗରିବ ପାଇଁ ତ ଅଭିଶାପ । +ଦୋ’ ମହଲା ଘରର ତଳୁ ପକୁଡ଼ି ଆଉ ଚା’ ବାସ୍ନା ରହି ରହି ଆସୁଥିଲା । +ଉପର ମହଲାରୁ କିଛି କାଚ ବୋତଲ, ଗିଲାସର ଟୁଂ ଟାଂ ଶବ୍ଦ ସାଙ୍ଗେ ବେଳେବେଳେ ହୋ ହୋ ତ ବେଳେବେଳେ ଖିଲ୍‌ଖିଲ୍‌ ହସର ଆୱାଜ୍‌ ବର୍ଷାର ଝୁମ୍‌ଝୁମ୍‌ ସ୍ବର ସହିତ କାନରେ ବାଜୁଥିଲା ଝିଅଟିର । +ମଝିରେ ମଝିରେ କଷା ମାଂସର ବାସ୍ନା ତା’ର ପେଟର ଭୋକକୁ ଜିଭ ପର୍ଯ୍ୟନ୍ତ ଓଟାରି ଆଣୁଥିଲା । +ଘରର ଚାକର ଗୋଟେ ପ୍ଲେଟ୍‌ରେ ପାଞ୍ଚ/ସାତ ଖଣ୍ଡ ମାଂସ ଆଣି କୁକୁର ମୁହଁ ପାଖରେ ଥୋଇଦେଇଗଲା । +ଗଲାବେଳେ ତା’ ଆଖିର ନିରବ ପ୍ରଶ୍ନ ଉତ୍ତରେରେ ଝିଅଟି କହିଲା, “ବାବୁ ବର୍ଷା ଟିକେ କମିଗଲେ ଚାଲିଯିବି ।” +କୁକୁର ପ୍ଲେଟ୍‌ରେ ତଥାପି ରହିଯାଇଛି ଖଣ୍ଡେ ମାଂସ । +ଆଉ ପେଟରେ ଜାଗା ନାହିଁ ନା ତା’ ଭୋକ ବୁଝିପାରି ଛାଡ଼ି ଦେଇଛି ? ପେଟର ଭୋକ ଦାଉ ସାଙ୍ଗକୁ ପାଟିର ଲୋଭକୁ ଲଗାମ୍‌ ଦେଇ ପାରିଲାନି ସେ । +ହାତଟା ଥାଳି ପାଖକୁ ନଉ ନଉ କୁକୁର ଛୁଆଟା ଭାଉ ଭାଉ କମ୍ପେଇଲା । +ପାଟି ଶୁଣି ବାହାରକୁ ଆସିଲେ ଘର ମାଲିକ, ମାଲିକାଣୀ, ମାଲିକଙ୍କ ଯୁବା ପୁଅ, ତା’ରି ବୟସର ଝିଅଟେ ଆଉ ଚାକର । +କୁକୁର ପ୍ଲେଟ୍‌ରେ ତଥାପି ରହିଯାଇଛି ଖଣ୍ଡେ ମାଂସ । +ଆଉ ପେଟରେ ଜାଗା ନାହିଁ ନା ତା’ ଭୋକ ବୁଝିପାରି ଛାଡ଼ି ଦେଇଛି ? ପେଟର ଭୋକ ଦାଉ ସାଙ୍ଗକୁ ପାଟିର ଲୋଭକୁ ଲଗାମ୍‌ ଦେଇ ପାରିଲାନି ସେ । +ହାତଟା ଥାଳି ପାଖକୁ ନଉ ନଉ କୁକୁର ଛୁଆଟା ଭାଉ ଭାଉ କମ୍ପେଇଲା । +ପାଟି ଶୁଣି ବାହାରକୁ ଆସିଲେ ଘର ମାଲିକ, ମାଲିକାଣୀ, ମାଲିକଙ୍କ ଯୁବା ପୁଅ, ତା’ରି ବୟସର ଝିଅଟେ ଆଉ ଚାକର । +ମାଲିକଙ୍କ ହାତରେ ନାଲିପାଣିର ସୁନ୍ଦର ଗିଲାସ । +ରଙ୍ଗୀନ ପାଣିରୁ ଢୋକେ ପିଇଦେଇ ଝିଅଟି ଉପରେ ନଜର ପକେଇ ଓଠରେ ଜିଭ ବୁଲେଇ ଆଣି କହିଲେ, “ଡେଟଲ୍‌ ସାବୁନ୍‌ରେ ଗାଧୋଇ ସଫାଲୁଗା ଖଣ୍ଡେ ପିନ୍ଧେଇ ଦେଲେ ଘର କାମକୁ ଚଳିଯିବ ।” +ଯୁବା ପୁଅଟି ତା’ ହାତରେ ଥିବା ପ୍ଲେଟ୍‌ରୁ ପକୁଡ଼ି ଗଣ୍ଡାକ ଝିଅଟି ଆଞ୍ଜୁଳିରେ ଟେକି ଦଉ ଦଉ ଆଖି ପହଁରେଇ ଆଣୁଥିଲା ତା ଓଠ, ଓଠରୁ ଛାତି, ଛାତିରୁ ନାଭି ପୁଣି ତା’ ତଳକୁ…. । +ଚୁପ୍‌ ଚୁପ୍‌ କହୁଥିଲା ଖାଲି ଝିଅଟିକୁ ଶୁଭିବା ପରି, “ଯେତେବେଳେ ବର୍ଷା ହବ ସିଧା ଚାଲି ଆସିବୁ । +ମୋ ଭାଗ ପକୁଡ଼ିତକ ଦେଇଦେବି ତତେ ।” +ଘରର ଝିଅଟି କେତେଟା ପୁରୁଣା ଜାମାପଟା, ଗୋଟେ ପୁରୁଣା ରେନ୍‌‌କୋଟ୍‌ ଆଉ ଗୋଟେ ଛତା ପଲିଥିନ୍‌ ବ୍ୟାଗ୍‌ଟିରେ ଭର୍ତ୍ତିକରି ବଢେଇ ଦେଇଥିଲା ଝିଅଟି ହାତକୁ । +କହିଲା, “ଏଇଟା ନେଇଯାଆ । +ଏଣିକି ବର୍ଷାରେ ଆଉ ୟା’ ତା’ ଘର ଭିତରେ ପଶିବା ଦରକାର ପଡ଼ିବନି ।” +ମାଲିକାଣୀ ଅସନ୍ତୁଷ୍ଟ ଆଖିରେ ବିରକ୍ତି ମିଶା ସ୍ବରରେ କହିଲେ, “ଏଗୁଡ଼ାକ ଖାଲି ଏମାନଙ୍କର ବାହାନା । +ଅସଲରେ ଓର ଉଣ୍ଡି ଏମିତି ବେଳରେ ବଡ଼ଲୋକଙ୍କ ଘର ଦେଖି ପଶିଯାଆନ୍ତି ମଣିଷଟେ କି ଜିନିଷଟେ ଚୋରେଇ ନବାକୁ । +ଏଟାକୁ ଏଠୁ ଶୀଘ୍ର ବିଦା କର ଟଙ୍କେ ଦି’ଟଙ୍କା ଧରେଇ ଦେଇ ।” +ସବା ଶେଷକୁ ଚାକରଟା କହିଲା, “ଆ ମୋ ସଙ୍ଗେ ଏଇ ପଛପଟକୁ । +ବଖରାଏ ଅଛି । +ଯଦି ଚାହିଁବୁ, ଏଇଠି ସବୁଦିନ ରହିପାରିବୁ ନିର୍ଭୟରେ । +ତାଲା ପକେଇ ରଖିବି ସମସ୍ତଙ୍କଠୁ ଲୁଚେଇ । +ଆଉ ବାହାରକୁ ଯିବା ଦରକାର ପଡ଼ିବନି କି ଛିଣ୍ଡା ପୁରୁଣା ପିନ୍ଧି ଭିକ ମାଗିବୁନି ।” +ଝିଅଟା ଯେମିତି ପଶି ଆସିଥିଲା ଗେଟ୍‌ଖୋଲି, ସେମିତି ବାହାରିଗଲା ନିରବରେ । +ହାତରେ ଧରିଥିଲା ଖାଲି ଘରର ଝିଅଟି ଦେଇଥିବା ପଲିଥିନ୍‌ଟି । +ବର୍ଷାର ଗତି ଆହୁରି ବଢ଼ି ଚାଲିଥିଲା, କିନ୍ତୁ ତା’ର ଖାତିର୍‌ ନଥିଲା ଆଉ ସେଥିକି । +ଏ ଘରର ଛାତ ତଳ, ହତା ଭିତର ଅପେକ୍ଷା ରାସ୍ତା ଉପରର ବର୍ଷା ତା’ ପାଇଁ ବେଶି ନିରାପଦ ସ୍ଥାନ ସେ ଭାବୁଥିଲା ଚାଲୁ ଚାଲୁ । -- GitLab