From 585073c12bbcf50a0f6909eb740be57aeeb4565c Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:38:27 +0530 Subject: [PATCH] Upload New File --- .../vikashpedia_health_odia128.txt | 27 +++++++++++++++++++ 1 file changed, 27 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia128.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia128.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia128.txt new file mode 100644 index 0000000..63f74b3 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia128.txt @@ -0,0 +1,27 @@ +ଏଚ୍ଆଇଭି ନିୟନ୍ତ୍ରଣର ଫଳପ୍ରଦ ଚିକିତ୍ସା ବ୍ୟବସ୍ଥା +ଉପକ୍ରମ +ଏଚ.ଆଇ.ଭି. ଏକ ମାରାତ୍ମକ ଭୂତାଣୁ ଯାହା ଶରୀରର ପ୍ରତିରକ୍ଷା ବ୍ୟବସ୍ଥାକୁ ଆକ୍ରମଣ କରି ରୋଗ ପ୍ରତିରୋଧକଶୀଳ ଜୀବକୋଷଙ୍କୁ ଅକାମୀ କିମ୍ବା ନିଷ୍ଟ କରିଦିଏ । +ଏବେ ବୈଜ୍ଞାନିକମାନେ ଏହି ଭୂତାଣୁର ମୁଖ୍ୟ ଖାଦ୍ୟ ଜୀବକୋଷରେ ଉପଲବ୍ଧ କିଛି ଶର୍କରା ଓ ଅନ୍ୟ ପୋଷକତତ୍ତ୍ଵ ଯୋଗାଣ ଉତ୍ସକୁ ପ୍ରତିହତ କରି ଭୂତାଣୁକୁ ଅନାହାରରେ ମାରିଦେବା ପାଇଁ ଏକ ଅଭିନବ ବ୍ୟବସ୍ଥା ବିକଶିତ କରିଛନ୍ତି । +ଏଚ.ଆଇ.ଭି. ଭୂତାଣୁ +ଏଚ.ଆଇ.ଭି. ଏକ ମାରାତ୍ମକ ଭୂତାଣୁ ଯାହା ଶରୀରର ପ୍ରତିରକ୍ଷା ବ୍ୟବସ୍ଥାକୁ ଆକ୍ରମଣ କରି ଶରୀରର ପ୍ରତିରକ୍ଷା ବ୍ୟବସ୍ଥାକୁ ଆକ୍ରମଣ କରି ରୋଗ ପ୍ରତିରୋଧକଶୀଳ ଜୀବକୋଷଙ୍କୁ ଅକାମୀ କିମ୍ବା ନିଷ୍ଟ କରିଦିଏ । +ଏବେ ବୈଜ୍ଞାନିକମାନେ ଏହି ଭୂତାଣୁର ମୁଖ୍ୟ ଖାଦ୍ୟ ଜୀବକୋଷରେ ଉପଲବ୍ଧ କିଛି ଶର୍କରା ଓ ଅନ୍ୟ ପୋଷାକତତ୍ତ୍ଵ ଯୋଗାଣ ଉତ୍ସକୁ ପ୍ରତିହତ କରି ଭୂତାଣୁକୁ ଅନାହାରରେ ମାରିଦେବା ପାଇଁ ଏକ ଅଭିନବ ବ୍ୟବସ୍ଥା ବିକଶିତ କରିଛନ୍ତି । +ଏଚ.ଆଇ.ଭି. ପାଇଁ ଗବେଷଣା +ଇଂଲଣ୍ଡର ନର୍ଥ ୱେଷ୍ଟର୍ନ ମେଡିସିନ୍ ଆଣ୍ଡ୍ ଭ୍ୟାଣ୍ଡରବୋଲ୍ଟ ୟୁନିଭର୍ସିଟିର କେତେକ ବୈଜ୍ଞାନିକ ଏ ଦିଗରେ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ଏହି ଭୂତାଣୁରୁ ଜୀବକୋଷରେ ଉପଲବ୍ଧ ଶର୍କରା ଉପାଦାନ ପ୍ରତି ପ୍ରବଳ ଆକର୍ଷଣ ରହିଛି । +ଏହି ଭୂତାଣୁ ବ୍ୟକ୍ତି ଶରୀରର ଏକ ସକ୍ରିୟ ରୋଗ ପ୍ରତିରୋଧକଶୀଳ ଜୀବକୋଷକୁ ଆକ୍ରମଣ କଲେ ଏହା ଜୀବକୋଷର ମୁଖ୍ୟତଃ ଶର୍କରା ଓ ଅନ୍ୟ ପୋଷାକତତ୍ତ୍ଵକୁ ଆହରଣ କରି ନିଜର ପ୍ରତିଲିପିକରଣ ଓ ବଂଶବୃଦ୍ଧି କରିଥାଏ । +ଗବେଷକମାନେ ଏବେ ଜୀବକୋଷର ଶର୍କରା ଓ ଅନ୍ୟ ପୋଷକତତ୍ତ୍ଵ ଯୋଗାଣର ମୂଳ ଉତ୍ସ କ’ଣ ଜାଣି ପାରିଛନ୍ତି । +ସେମାନେ ଏକ ନୂତନ ପଦାର୍ଥ ପ୍ରୟୋଗ କରି ଜୀବକୋଷର ଏହି ଶର୍କରା ଓ ପୋଷକତତ୍ତ୍ଵ ଯୋଗାଣ ମୂଳ ଉତ୍ସକୁ ନିଷ୍କ୍ରିୟ କରିବାକୁ ସକ୍ଷମ ହୋଇଛନ୍ତି । +ଏହାଦ୍ୱାରା ଭୂତାଣୁର ଖାଦ୍ୟ ଆହରଣ ପ୍ରକ୍ରିୟା ଗୁରୁତର ବାଧାପ୍ରାପ୍ତ ହୋଇ ସେମାନଙ୍କ ମୃତ୍ୟୁ ଘଟୁଥିବାର ଲକ୍ଷ୍ୟ କରାଯାଇଛି । +ଏଭଳି ପରିସ୍ଥିତିରେ ରୋଗୀ ଶରୀରରେ ଭୂତାଣୁର ପ୍ରତିଲିପିକରଣ ଦ୍ଵାରା ବଂଶବୃଦ୍ଧି ସମ୍ଭବ ହେଉ ନ ଥିବାରୁ ରୋଗ ଅଭିବୃଦ୍ଧିର ଆଶଙ୍କା ଯଥେଷ୍ଟ ହ୍ରାସ ପାଇଛି । +ଏଚ.ଆଇ.ଭି. ଭୂତାଣୁ ସାଧାରଣତଃ ମଣିଷ ଶରୀରର ସକ୍ରିୟ CD4+T’କୋଷ ଭଳି ରୋଗ ପ୍ରତିରୋଧକଶୀଳ ଜୀବକୋଷକୁ ଆକ୍ରମଣ କରି ବଂଶବିସ୍ତାର କରିଥାଏ । +ଏହି ଜୀବକୋଷ ସବୁ ସକ୍ରିୟ ଥିବାରୁ ଅନୁପ୍ରବେଶକାରୀ ଭୂତାଣୁର ଉପସ୍ଥିତି ପ୍ରତି ପ୍ରତିକ୍ରିୟା ପ୍ରଦର୍ଶନ କରିଥାନ୍ତି । +ଫଳରେ ଜୀବକୋଷର ଶର୍କରା ଓ ଅନ୍ୟ ମହର୍ତ୍ତ୍ଵ ପୂର୍ଣ୍ଣ ପୋଷାକତତ୍ତ୍ଵର ଯୋଗାଣର ମାତ୍ରା ଆଶାତୀତ ବୃଦ୍ଧିପାଏ ଯାହା ଉଭୟ ଜୀବକୋଷ ଓ ଭୂତାଣୁର ଅଭିବୃଦ୍ଧି ପାଇଁ ବ୍ୟବହୃତ ହୋଇଥାଏ । +ଏହି ରୋଗ ପ୍ରତିରୋଧକଶୀଳ ଜୀବକୋଷଗୁଡିକରେ ଅଚାନକ ଶର୍କରା ଓ ମହତ୍ତ୍ଵପୂର୍ଣ୍ଣ ପୋଷାକତତ୍ତ୍ଵର ମାତ୍ର କାହିଁକି ବୃଦ୍ଧିପାଏ ଏପର୍ଯ୍ୟନ୍ତ ବୈଜ୍ଞାନିକଙ୍କ ନିକଟରେ ରହସ୍ୟମୟ ହୋଇ ରହିଥିଲା । +ଏବେ ନର୍ଥ ୱେଷ୍ଟର୍ନ ମେଡ଼ିସିନ୍ ଆଣ୍ଡ୍ ଭ୍ୟାଣ୍ଡରବୋଲ୍ଟ ୟୁନିଭର୍ସିଟିର ବୈଜ୍ଞାନିକମାନେ ଜାଣି ପାରିଛନ୍ତି ଯେ ଏଭଳି ପୋଷାକତତ୍ତ୍ଵର ମାତ୍ରାଧିକ ଉପସ୍ଥିତି ପାଇଁ ଜୀବକୋଷରେ ଥିବା ଏକ ଉପାଦାନ ଫସ୍ଫୋଲାଇଫେଜ୍(Phospholipase D1:PLD1) ଦାୟୀ । +ସେମାନେ ପରୀକ୍ଷାମୂଳକ ଭାବେ ଏକ ଔଷଧ ପ୍ରୟୋଗ କରି ଏହି ପଦାର୍ଥର ଉତ୍ସକୁ ବନ୍ଦ କରିଦେବାକୁ ସକ୍ଷମ ହୋଇଛନ୍ତି । +ଏହାଦ୍ୱାରା ଭୂତାଣୁର ଖାଦ୍ୟ ଯୋଗାଣ ପ୍ରକ୍ରିୟା ପ୍ରତିହତ ହୋଇ ସେମାନଙ୍କ ଅଭିବୃଦ୍ଧି ଓ ବଂଶ ବିସ୍ତାର ବାଧାପ୍ରାପ୍ତ ହେଉଥିବାର ଲକ୍ଷ୍ୟ କରାଯାଇଛି । +ଏହି ପଦ୍ଧତି ମଧ୍ୟ ଶରୀରରେ ଭୂତାଣୁର ପ୍ରବେଶ ଦ୍ଵାରା ରୋଗପ୍ରତିରୋଧକଶୀଳ ଜୀବକୋଷଗୁଡିକର ଅସ୍ଵାଭାବିକ ଅଭିବୃଦ୍ଧିକୁ ପ୍ରତିହତ କରିବାକୁ ସକ୍ଷମ ହେଉଥିବା ଜଣାପଡିଛି । +ଏବେ ବ୍ୟବହୃତ ଔଷଧସବୁ ଶରୀରରେ ରୋଗ ଅଭିବୃଦ୍ଧିକୁ ପ୍ରତିହତ କରିବାରେ ସକ୍ଷମ ହେଉଥିଲାବେଳେ ଭୂତାଣୁର ଅନୁପ୍ରଦେଶ ଦ୍ଵାରା ମାତ୍ରାଧିକ ସକ୍ରିୟତା ପ୍ରଦର୍ଶନ କରୁଥିବା ପ୍ରତିରୋଧକଶୀଳ କୋଷଗୁଡ଼ିକର ଅସ୍ଵାଭାବିକ ଅଭିବୃଦ୍ଧିକୁ ନିୟନ୍ତ୍ରଣାଧୀନ କରିବାକୁ ସକ୍ଷମ ହୋଇ ନ ଥାଏ । +ଜୀବକୋଷର ଏଭଳି ଅନିୟନ୍ତ୍ରିତ ଅଭିବୃଦ୍ଧି ଦ୍ଵାରା ଏଚ.ଆଇ.ଭି. ଭୂତାଣୁ ସମ୍ପୂର୍ଣ୍ଣ ବିଲୁପ୍ତ ନ ହୋଇ ଶରୀର ମଧ୍ୟରେ ଜୀବନସାରା ରହିଯାଏ । +ସୁତରାଂ ପାରମ୍ପରିକ ଔଷଧ ସେବନ ଫଳରେ ଶରୀରରେ ଏଚ.ଆଇ.ଭି. ଭୂତାଣୁର ନିୟନ୍ତ୍ରଣ ସତ୍ତ୍ୱେ ରୋଗୀ ଶରୀରର କିଛି ଅଙ୍ଗପ୍ରତ୍ୟଙ୍ଗ ଫୁଲି ନଷ୍ଟ ହୋଇଯାଏ । +ବୈଜ୍ଞାନିକଙ୍କ ଦ୍ଵାରା ବିକଶିତ ନୂତନ ଜ୍ଞାନକୌଶଳ ଶରୀରର ରୋଗ ପ୍ରତିରୋଧକଶୀଳ ଜୀବକୋଷର ଅଭିବୃଦ୍ଧି ହାରକୁ ନିୟନ୍ତ୍ରଣାଧୀନ କରୁଥିବାରୁ ଅଙ୍ଗପ୍ରତ୍ୟଙ୍ଗ ଅସ୍ଵାଭାବିକ ଫୁଲା ତଥା ତଜ୍ଜନିତ ଶରୀର ମଧ୍ୟରେ ଭୂତାଣୁର ଦୀର୍ଘଦିନ ସଂକ୍ରମଣ ପ୍ରକ୍ରିୟାକୁ ପ୍ରତିହତ କରିବ ବୋଲି ଆଶା କରାଯାଏ । +ଏହି ବ୍ୟବସ୍ଥା ମଧ୍ୟ ଆଗାମୀ ଦିନରେ ପାରମ୍ପରିକ ଔଷଧସବୁ ସହ ମିଶି ଶରୀରରେ ପ୍ରତିରୋଧକଶୀଳହୀନତା ଜନିତ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ଏକ ଫଳପ୍ରଦ ଚିକିତ୍ସା ବ୍ୟବସ୍ଥା ରୂପେ ସାବ୍ୟସ୍ତ ହେବ ବୋଲି ବୈଜ୍ଞାନିକମାନେ ଆଶା ବାନ୍ଧିଛନ୍ତି । -- GitLab