diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia89.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia89.txt new file mode 100644 index 0000000000000000000000000000000000000000..505526e27cef1a5629536c674c65c87941b6ceed --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia89.txt @@ -0,0 +1,62 @@ +ରକ୍ତହୀନତା +ଶରୀରରେ ରକ୍ତର ପରିମାଣ ହ୍ରାସ ହେଲେ କୌଣସି କାରଣରୁ ତାକୁ ରକ୍ତହୀନତା ବାବ ରକ୍ତାଳ୍ପତା କୁହାଯାଏ । +ଲକ୍ଷଣ +କୌଣସି ବାହ୍ୟ ବା ଅନ୍ତଃ କ୍ଷତ ଜନିତ ଅତ୍ୟଧିକ ରକ୍ତସ୍ରାବ ହେଲେ । +ଶରୀରରୁ ଲୌହସାର କମିଗଲେ ବା ଲୌହହାତୀୟ ଖାଦ୍ୟ ନ ଖାଇଲେ ହୁଏ । +ଶରୀରର VIT-B ବା Folic acid କମିଲେ ରକଠିନତା ହୁଏ । +ଶରୀରରୁ ପୁଷ୍ଟିକର ସାର କମିଲେ ହୋଇଥାଏ । +ବୃକ୍କ ବା ଯକୃତ ବା ପ୍ଳୀହା ରେ କୌଣସି କାରଣରୁ ସଂକ୍ରମଣ ବା ଶୋଥ ହେଲେ ସେଗୁଡିକର କାର୍ଯ୍ୟରେ ବାଧା ସୃଷ୍ଟି ହୋଇ ରକ୍ତାଳ୍ପତା ହୋଇଥାଏ । +କର୍କଟ ରୋଗ ହେଲେ ରକ୍ତହୀନତା ହୁଏ । +କୌଣସି କାରଣରୁ ଲୋହିତ ରକ୍ତକଣିକା କ୍ଷୟ ବା ଭାଙ୍ଗିଗଲେ ରକ୍ତହୀନତା ହୁଏ । +ଯଦି ବିଷାକ୍ତ କେମିକାଲ୍ ସଂସ୍ପର୍ଶରେ ସବୁଦିନ ଆସୁଥିବେ ଅର୍ଥାତ୍ ରାସାୟନିକ କାରଖାନାରେ କରୁଥିଲେ ହୋଇଇଥାଏ । +ଖାଇବାକୁ ଠିକ୍ ଭାବେ ମିଳୁ ନ ଥିବା ଖାଉ ନ ଥିବ । +ଯଦି ରକ୍ତବାନ୍ତି କଳା ଝାଡା ରକ୍ତ ଅର୍ଶ ରକ୍ତପ୍ରଦର ଆଦି ରୋଗ ଥାଏ ତେବେ ରକ୍ତହୀନତା ମଧ୍ୟ ହୁଏ । +ଯଦି ପେଟ ଅର୍ଥାତ୍ ଆମାଶୟ ( stomach) ରେ କ୍ଷତ ହୋଇଥାଏ ରକ୍ତଯୁକ୍ତ ହୋଇଥାଏ +ସ୍ତ୍ରୀଲୋକ ବେସୀ ପିଲା ଲାଗ୍ ଲାଗ ଜନ୍ମ କଲେ ରକ୍ତହୀନତା ରୋଗ ହୋଇଥାଏ । +ଶିଶୁ ଯେତିକି ଦିନରେ ( ୨୮୦ ଦିନ ବା ନଅ ମାସ ଦଶଦିନ) ଜନ୍ମ ହେବା କଥା ଯଦି ଶୀଘ୍ର ଜନ୍ମ ହୋଇଥାଏ ତେବେ ଶିଶୁର ରକଠିନତା ଦେଖାଯାଏ । +ସ୍ତ୍ରୀଲୋକମାନଙ୍କର ପ୍ରାୟତଃ ଶିଶୁ ଗର୍ଭାଶୟରେ ରହିଲେ ବା ଗର୍ଭ ସମୟରେ ରକ୍ତହୀନତା ଦେଖାଯାଏ । +ଲକ୍ଷଣ +ଶରୀର ଶ୍ଵେତାଭ ଦେଖାଯାଏ । +ଚକ୍ଷୁର ତଳ ପତା ଟେକିଲେ ଶ୍ଵେତ ଦେଖାଯାଏ, କଥା ଶ୍ଵେତପଟଳ ଧଳା ଦେଖାଯାଏ ଓ ସମୟସମୟରେ କୁଣ୍ଡାଇ ହୁଏ । +ମୁଣ୍ଡ ଘୂରାଏ ଓ ଶରୀର ଦୁର୍ବଳ ଲାଗେ । +ରକ୍ତପରୀକ୍ଷା କଲେ ରକ୍ତରେ Hemoglobin ଶତକଡା କମିଯାଏ । +ନଖ ବା ଆଙ୍ଗୁଳିର ଅଗ୍ରଭାଗ ଚିପିଲେ ଧଳା ଦେଖାଯାଏ । +ପାଟ ମଧ୍ୟରେ ତାଳୁ ଏବଂ ଓଠ ସେଟା ଦେଖାଯାଏ । +ଜିଭ ଧଳା ଓ ସମତଳ ଦେଖାଯାଏ । +ଦାନ୍ତର ମାଢି ସମୟ ସମୟରେ ଫୁଲିଥାଏ । +ରକ୍ତାଳ୍ପତା ଥାଇ ମଧ୍ୟ ଯଦି ରକ୍ତଚାପ ଥାଏ ତେବେ ପରିସ୍ରା ଠିକ୍ ଭାବେ ଯାଏ ନାହିଁ ବା ବୃକ୍କରେ କୌଣସି ରୋଗର ଲକ୍ଷଣ ଅଟେ । +ବିସ୍ମୁତ ଆୟୁର୍ବେଦ ଚିକିତ୍ସା +ଉପରୋକ୍ତ ଜାରଣଗୁଡିକ ତ୍ୟାଗ କରିବ । +ପୁଷ୍ଟିକର ଖାଦ୍ୟ ଓ ଖାଦ୍ୟସାର ଯୁକ୍ତ ଖାଦ୍ୟ ଖାଇବେ । +ଅତି ରକଠିନତା ହୋଇଥିଲେ ଶୀଘ୍ର ଯଦି ରକ୍ତ ଶରୀର ମଧ୍ୟରେ ପ୍ରବେଶ କରାଯାଏ ତେବେ ଭଲ । +ରକ୍ତ, କ୍ଷତଜନିତ ହୋଇ କ୍ଷୟ ହୋଇଥିଲେ ଔଷଧ ଦେଇ ବନ୍ଦ କରିବେ । +ଅନ୍ତଃ କ୍ଷତ ହୋଇଥିଲେ ( internal injury) ରୋଗୀ ଚଳାବୁଲା ନ କରି ଶୋଇରହିବ । +/ ତଥ୍ୟ ରକ୍ତ ଜମାଟ କରୁଥିବା ଔଷଧ ପାନ କରିବ । +ତୁଟୁକା ଚିକିତ୍ସା +ଅନ୍ତଃ କ୍ଷତଜନିତ ବା ବାହ୍ୟକ୍ଷତଜନିତ ରକ୍ତକ୍ଷୟ ହେଉଥିଲେ ଦୁର୍ବ ଘାସ ରସ ୨ ଚାମଚ ସହ ମୁଥା ରସ ୨ ଚାମଚ ମିଶାଇ ପ୍ରତି ଘଟାରେ ଏକ ର୍ହର ଲେଖାଏଁ ପିଆଇବ । +ଅନ୍ତଃକ୍ଷତରେ କ୍ଷୀର ୨୫୦ ମି.ଲି. ରେ ବରଫ ୩/୪ ଖଣ୍ଡ ପକାଇ ସମ୍ପୁର୍ଣ୍ଣ ଥଣ୍ଡା ହେଲେ ରୋଗୀକୁ ପାନ କରାଇବ । +୩ ଘଣ୍ଟାକୁ ୧ ଥର ଲେଖାଏଁ । +ବାହ୍ୟ କ୍ଷତରେ ଦୂବଘାସ ଛେଚି ଖଜୁର ୫ ଗ୍ରାମ ସହ କ୍ଷତ ସ୍ଥାନରେ ଜୋର କରି ବାନ୍ଧିବେ ଓ ବରଫ ଏକ କାନାରେ ରାଖୀ ସେ ଔଷଧ ବନ୍ଧା ପଟି ଉପରେ ବାଧିବେ । +ଫଳରେ ରକ୍ତସ୍ରାବ ବନ୍ଦ ହୁଏ । +ବାହ୍ୟକ୍ଷତରେ ଅତି ରକ୍ତସ୍ରାବରେ ବାସଙ୍ଗପତ୍ର ରସ ୨ ଚାମଚ ରକ୍ତଚନ୍ଦନ ଚୂର୍ଣ୍ଣ ୫ ଗ୍ରାମ୍ ଘୃତ – ୧ ଚାମଚ ଦୂବ ଘାସ ବାଟି ତା ସହ ମିଶାଇ କ୍ଷତସ୍ଥାନରେ ବାନ୍ଧିଦେଲେ ରକ୍ତସ୍ରାବ ଅତିଶୀଘ୍ର ବନ୍ଦ ହୁଏ । +ବିଶଲ୍ୟକରଣୀପତ୍ରର ରସ ୩/୪ ଚାମଚ କରି ଦିନରେ ୪/୫ ଥର ଖାଇଲେ ରକ୍ତ ବନ୍ଦ ହୁଏ । +୧ ଟି ପଦ୍ମପତ୍ରକୁ ବାଟି ମିଶ୍ରି ସହ ଖାଇଲେ ଦିନକୁ ଦୁଇଥର ଅର୍ଶରେ ରକ୍ତ ପଡିବା ବନ୍ଦ ହୁଏ , ବାହ୍ୟ କ୍ଷତଜ ରକ୍ତସ୍ରାବ କିଛି ଦୂରଘାସ ବାଟି ସେଥିରେ ୧ ଚାମଚ ଗୋ-ଘୃତ ନିମ୍ବପତ୍ର କିଛି ବାଟି ମିଶାଇବ । +ଶେଷରେ ଚିନୀ ୨୦ ଗ୍ରାମ ମିଶାଇ ବାନ୍ଧିଦେଲେ କ୍ଷତରୁ ରକ୍ତ ପଡିବା ବନ୍ଦ ସହ କ୍ଷତ ଶୁଖିଥାଏ ମଧ୍ୟ । +ଅନ୍ତଃକ୍ଷତଜ ରକ୍ତସ୍ରାବ ପାଇଁ ଦୂରରସ – ୨ ଚାମଚ, ଘୃତ – ୧/୨ ଚାମଚ, ମିଶ୍ରି ୫ ଗ୍ରାମ୍ ମିଶାଇ ଦିନକୁ ୫ ଥର ପାନ କରିବ । +ଫଳରେ ରକ୍ତ ଝିରିବା ବଂଷ୍ଦ ହୋଇ କ୍ଷତ ମଧ୍ୟ ପୂରଣ ହୋଇଥାଏ । +ବାସଙ୍ଗପତ୍ର ରସ- ୨ ଚାମଚ ରକ୍ତଚନ୍ଦନ ଘୋରି – ୨ ଚାମଚ ମିଶାଇ ଦିନକୁ ୮ ଥର ପିଇଲେ ରକ୍ତସ୍ରାବ ବନ୍ଦ ହୁଏ । +ଅଗ୍ନ୍ୟାଶୟାଦିରେ କ୍ଷତ ହୋଇଥିଲେ ଅର୍ଥାତ୍ ରକ୍ତବାନ୍ତି ( Haemoptysis) କଳାଝାଡା ରେ ନିମ୍ନୋକ୍ତ ଔଷଧ ଅତି ଉପାଦେୟ, ଯଥା ଦୂବଘାସ ରସ – ୨ ଚାମଚ ଘୃତ – ୧ ଚାମଚ ଅଭ୍ର ଭସ୍ମ – ୨୫୦ ମି.ଗ୍ରା. ନେଇ ଦିନକୁ ୪ ଥର ଲେଖାଏଁ ଦେଲେ ୪/୫ ଦିନରେ ରକ୍ତ ବନ୍ଦ ହୋଇ କ୍ଷତ ଶୁଖିଯାଏ । +ରକ୍ତ କମ୍ ଥିଲେ ରକ୍ତ ହେବା ଔଷଧ +ଲୌହଭସ୍ମ – ୨୫୦ ମି. ଗ୍ରା, ସ୍ଵର୍ଣ୍ଣପତ୍ର ୧ ଗ୍ରାମ୍ ତ୍ରିଫଳା – ୪ ଗ୍ରାମ୍ ନେଇ ମଧୁ ସହ ଖାଲି ପେଟରେ ଦିନକୁ ୨ ଥର ସେବନ କରିବ । +ନିମ୍ବ ଛାଲି, ସ୍ଵର୍ଣ୍ଣପତ୍ରି, ପୁରୁଣି – ପ୍ରତ୍ୟେକ ୨ ଗ୍ରାମ ଲେଖାଏଁ ଲୌହଭସ୍ମ ୨୫୦ ମି.ଗ୍ରା ମିଶାଇ ତ୍ରିଫଳା ଜଳ ସହ ଦିନକୁ ୨ ଥର ପାନ କରିବା । +ନିମ୍ବ ଛାଲି, ଚିରେଇତା, ବିଡଙ୍ଗ ପୁରୁଣି ପ୍ରତ୍ୟେକ – ୨ ଗ୍ରାମ୍ ଲେଖାଏଁ । +ଦିନକୁ ଏକଥର ତ୍ରିଫଳା ଜଳ ସହ ପାନ କରିବ ( ସକାଳୁ) । +କୋଇଲେଖା ପତ୍ରର ରସ ୪ ଚାମଚ ଲେଖାଏଁ ଦିନକୁ ୩ ଥର ମଧୁ ସହ ପାନ କାଲେ ରକ୍ତାଳ୍ପତା ରୋଗ ନାସ ହୋଇଥାଏ । +ଶାସ୍ତ୍ରୋକ୍ତ ଔଷଧ +ଏଲାଦି ଗୁଟିକା, ପର୍ପଟାଦ୍ୟାରିଷ୍ଟ, ଅଭ୍ରରସାୟନ, ମୁର୍ବାଦୀ ଘୃତ, ଲୌହାସବ, ରୋହିତକାରିଷ୍ଟ ଇତ୍ୟାଦି । +ପଥ୍ୟ: ଶୀତଳ ଦ୍ରବ୍ୟସେବନ ଓ ଶୀତଳ ଚିକିତ୍ସା +ଅପଥ୍ୟ: ଖାତା ପଖାଳ, ରାଗ, ଶୁଖୁଆ ଅତି ଗରମ ଖାଦ୍ୟ, ପିତ୍ତ ବୃଦ୍ଧିକାରକ ଖାଦ୍ୟ ଅତି ପରିଶ୍ରମ, ଧୂମପାନ ମଦ୍ୟସେବନ, ରାତ୍ରି ଜାଗରଣ ମୈଥୁନ ଅର୍ଜୀର୍ଣ୍ଣକାରକ ଖାଦ୍ୟ ନିଷେଧ । +ରକ୍ତବାନ୍ତି ଓ ରକ୍ତଝାଡାପାଇଁ +ଏଲାଦି ଗୁଟିକା – ୧ଟି ଲେଖାଏଁ ବଟିକା ଦିନକୁ ୩ ଥର ପୂର୍ବୋକ୍ତ ( ୭ନୁମ୍ବର) ତୁଟୁକା ଚିକିତ୍ସା ସହ ପାନ କରିବ । +ଅଭ୍ର ରସାୟନ – ୧ଟି ବଟିକା ଦିନକୁ ୨ ଥର ଦୁବରସ ୧ ଚାମଚ ସହ । +ଲୌହାସବ – ୩ ଚାମଚ ଲେଖାଏଁ ଦିନକୁ ୨ ଥର ।