diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia83.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia83.txt new file mode 100644 index 0000000000000000000000000000000000000000..a165c0dd5b9ad95d019cb0275d44c27f28c6cea9 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia83.txt @@ -0,0 +1,30 @@ +ମା’ କ୍ଷୀର ଅଭାବର ଆୟୁର୍ବେଦୀୟ ଉପଚାର +ମା’ର କ୍ଷୀର +ମା’ର କ୍ଷୀର ଶିଶୁ ପାଇଁ ଏକମାତ୍ର ଜୀବନ ଜିଇଁବାର ଆହାର । +ଆୟୁର୍ବେଦରେ ବର୍ଣ୍ଣନା ଅଛି ‘ସ୍ତନ୍ୟ” ତୁ ଜୀବନଂ ମରଣ ତଦାଭାବେ ଚ’ । +ଅର୍ଥାତ୍ ଶିଶୁ ପାଇଁ ମା’ କ୍ଷୀରଠାରୁ ବଳି ଅମୃତ ସଂସାରରେ ଆଉ କିଛି ନାହିଁ । +ତେବେ ମା’ କ୍ଷୀର ଶିଶୁ ପାଇଁ କାହିଁକି ଓ କିପରି ମୂଲ୍ୟବାନ୍ ତାହା ଆଜିକାଲି ଅନେକ ମା' ଭୁଲିଯାଉଛନ୍ତି । +କେତେକ ନିଜର ଯୌବନକୁ ଦୀର୍ଘକାଳୀନ କରିବା ଲାଗି ସ୍ତନ୍ୟପାନ କରାଇବାକୁ ଅବହେଳା କରିଥାନ୍ତି । +ଯଦିଓ ପ୍ରକୃତି ମା’ ସ୍ତନରେ ତା’ ଶିଶୁ ପାଇଁ ଯଥେଷ୍ଟ ସ୍ତନ୍ୟ ଯୋଗାଇଦେଇଥାଏ । +ହେଲେ ବେଳେବେଳେ ମା’ ନିଜ ଶିଶୁକୁ ଯଥେଷ୍ଟ ପରିମାଣରେ ସ୍ତନ୍ୟପାନ କରାଇ ପାରି ନ ଥାଏ । +ହୁଏତ ଏଥିପାଇଁ ମା’ ଶରୀର ଭିତରେ ହରମୋନ୍‌ର ପ୍ରଭାବ, ମା’ କୁ ଆବଶ୍ୟକ ପୋଷକ ତତ୍ତ୍ୱର ଅଭାବ, ଗର୍ଭ ନିରୋଧ ବଟିକା ସେବନ ତଥା ମାନସିକ ଚିନ୍ତା, କାର୍ଯ୍ୟର ଚାପ, ଶାରୀରିକ ରୋଗ ଭଳି ବିଭିନ୍ନ କାରଣ ଦାୟୀ । +ଆୟୁର୍ବେଦ ଉପଚାର +ଆୟୁର୍ବେଦରେ ଏପରି ଶିଶୁ ପାଇଁ ପ୍ରଚୁର ଦୁଗ୍ଧ ମା’ ସ୍ତନରେ ସୃଷ୍ଟି କରିବା ଲାଗି ଅନେକ ବିଧି ଓ ଔଷଧର ବ୍ୟବସ୍ଥା ରହିଛି । +ମହର୍ଷି ଚରକ ତାଙ୍କ ପୁସ୍ତକର ସୂତ୍ର ସ୍ଥାନରେ କେତୋଟି ଔଷଧୀୟ ଦ୍ରବ୍ୟର ଉଲ୍ଲେଖ କରି କରିଛନ୍ତି ଯାହା ମା’ ସ୍ତନରେ ପ୍ରଚୁର ପରିମାଣରେ କ୍ଷୀର ଉତ୍ପନ୍ନ କରିଥାଏ । +ଯଥାଶାଳୀଚାଉଳ, ଷଷ୍ଠିକଚାଉଳ, ଗୁଡ଼ୁଚୀ ଏବଂ କେତେକ ଜାତିର ତୃଣ ଭେଦ ଯଥା-ଆଖୁ, କାଶତଣ୍ଡୀ, କୁଶ, ରୋହିସତୃଣ ଇତ୍ୟାଦି ଯାହା ଉପରେ ଅନେକ ଗବେଷଣା କରାଯାଇ ପ୍ରତ୍ୟକ୍ଷ ମଧ ହୋଇସାରିଛି । +ଏହାବ୍ୟତୀତ ମହର୍ଷି ସୁଶ୍ରୁତ ସ୍ତନ୍ୟକ୍ଷୟରେ ଶ୍ଲେଷ୍ମବର୍ଦ୍ଧକ(କଫ ବର୍ଦ୍ଧକ) ଦ୍ରବ୍ୟର ପ୍ରୟୋଗ କରିବା ପାଇଁ ସୁତ୍ର ସ୍ଥାନରେ କହିଛନ୍ତି ଯେପରି- ମାଷପୁର୍ଣ୍ଣୀ ମୁଦ୍ ଗପୁର୍ଣ୍ଣୀ କକଡାଶୃଙ୍ଗୀ, ଯଷ୍ଠିମଧୁ, ଦ୍ରାକ୍ଷା(କିସ୍ ମିସ୍), ଗୁଡ଼ୁଚୀ, ପଦ୍ମକ କିମ୍ବା କଇଁ ନାଡ ଆଦି ଅନେକ ପ୍ରକାର ଚୂର୍ଣ୍ଣ, କ୍ଵାଥ(ସିଝେଇ) ରୂପରେ ନେବାକୁ ଉପଦେଶ ଦେଇଛନ୍ତି । +ତେବେ ଏ ସମ୍ପର୍କରେ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । +ମା’ ସ୍ତନରେ ସୃଷ୍ଟି ଲାଗି ଅନ୍ୟ କେତେକ ମସଲା ଓ ପରିବା ଜାତୀୟ ଦ୍ରବ୍ୟ ରହିଛି, ସେଗୁଡିକୁ ମଧ୍ୟ ପ୍ରୟୋଗ କରାଯାଇପାରେ । +ଯେପରି- ମେଥି ଏକ ପ୍ରଭାବଶାଳୀ କ୍ଷୀର ଉତ୍ପାଦକ ଦ୍ରବ୍ୟ । +ଏହାକୁ ଅଳ୍ପମାତ୍ରାରେ ପାଣିରେ ବତୁରାଇ ଖାଲି ବା କ୍ଷୀର ସହ ଦୈନନ୍ଦିନ ସେବନକଲେ ଉତ୍ତମ ଫଳ ମିଳେ । +ମେଥି ମୋଦକ ମଧ୍ୟ ନେଲେ ଭଲ । +ସଜନା ଛୁଇଁ ମଧ୍ୟ ଏକ ଉତ୍କୃଷ୍ଟ ଦ୍ରବ୍ୟ ଯାହାକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରାଯାଇପାରେ । +ସେହିପରି ଶତାବରୀ ବା ଛତୁଆରୀର କୋମଳ ଶୃଙ୍ଗ ବା ମୂଳକୁ ଭଲ ଭାବେ ଧୋଇ କ୍ଷୀର ତଥା ମିଶ୍ରି ସହିତ ପ୍ରତିଦିନ ଖାଇଲେ ମା’ର କ୍ଷୀର ବୃଦ୍ଧି ହୋଇଥାଏ । +ସେହିପରି ପାନମଧୁରୀର ଚୂର୍ଣ୍ଣ ବା ଭିଜା ପାଣି ଦୈନନ୍ଦିନ ନେଲେ କ୍ଷୀର ବୃଦ୍ଧି ହୁଏ । +ନିର୍ଗୁଣ୍ଡୀ ପତ୍ର(ବେଗୁନିଆ ପତ୍ର) ରସ, ଏରଣ୍ଡ ପତ୍ର (ଜଡ଼ାଗଛ ପତ୍ର) ରସ ମଧ୍ୟ ମା’ର କ୍ଷୀର ବୃଦ୍ଧି ରେ ସାହାଯ୍ୟ କରେ । +ସ୍ତନ୍ୟଦାତ୍ରୀର କ୍ଷୀର ଅଭାବ ବା କ୍ଷୟରେ ଏହାକୁ ବୃଦ୍ଧି କେଉଁ କାଳରୁ ଆୟୁର୍ବେଦୀୟ ବର୍ଣ୍ଣିତ ଦ୍ରବ୍ୟର ପ୍ରୟୋଗ ହୋଇଆସୁଛି । + ହେଲେ ଯୁଗ ବଦଳିବା ସହିତ ମନୁଷ୍ୟର ଜୀବନଶୈଳୀ ବଦଳିବା ଯୋଗୁଁ ମନୁଷ୍ୟ ଏହି ଚିରାଚରିତ ପ୍ରଥାକୁ ଭୁଲିଯାଇ କେମିକାଲ ଯୁକ୍ତ +ଦ୍ରବ୍ୟ ପ୍ରୟୋଗକରି ଅନେକ ରୋଗର ଶିକାର ହେଉଛି । +ଏହିପରି ସମସ୍ତ ବର୍ଣ୍ଣିତ ଦ୍ରବ୍ୟ ମଧ୍ୟରୁ କେତେକାଂଶରେ ଗର୍ଭାବସ୍ଥାରେ ମନା କରାଯାଇଥିବା ବେଳେ ପ୍ରସବ ପରେ କ୍ଷୀର ବୃଦ୍ଧି ପାଇଁ ପରାମର୍ଶ ଦିଆଯାଇଛି । +ତେବେ ଏହାର ପ୍ରୟୋଗ ଅତ୍ୟନ୍ତ ସତର୍କ ଓ ଯତ୍ନ ସହିତ କରାଯିବା ଆବଶ୍ୟକ । +କାରଣ ସମୟ ଓ ପ୍ରକୃତି ଅନୁସାରେ ଶରୀରରେ ଏହାର ପ୍ରଭାବ ବେଳେ ବେଳେ ବେଳେ ନକାରାତ୍ମକ ପ୍ରଭାବ ପକାଇପାରେ ।