diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia213.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia213.txt new file mode 100644 index 0000000000000000000000000000000000000000..69420531864baa82204be59b84f07681bb876b25 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia213.txt @@ -0,0 +1,29 @@ +ଭାରତ ନବଜାତକ ଆକ୍ସନ ପ୍ଲାନ +ଲକ୍ଷ୍ୟ +ଭାରତ ନବଜାତକ ଆକ୍ସନ ପ୍ଲାନର ନିର୍ଦ୍ଧିଷ୍ଟ ଯୋଜନା +ପ୍ୟାକେଜ ୧ - ଗର୍ଭାବସ୍ଥା ପୂର୍ବରୁ ଏବଂ ଗର୍ଭାବସ୍ଥା ସମୟର ଯତ୍ନ +ପ୍ୟାକେଜ ୨ – ପ୍ରସବ ସମୟରେ ଏବଂ ଶିଶୁ ଜନ୍ମ ପରର ଯତ୍ନ +ପ୍ୟାକେଜ ୩ – ନବଜାତକର ତୁରନ୍ତ ଯତ୍ନ +ପ୍ୟାକେଜ ୪ – ନବଜାତକ ସ୍ୱାସ୍ଥ୍ୟର ଯତ୍ନ +ପ୍ୟାକେଜ ୫ – ଛୋଟ ଏବଂ ରୋଗିଣା ଶିଶୁଙ୍କର ଯତ୍ନ +ପ୍ୟାକେଜ ୬ – ଜୀବିତ ନବଜାତକର ଯତ୍ନ +ସେପ୍ଟେମ୍ବର ୨୦୧୪ ମସିହାରେ ଭାରତ ନବଜାତକ ଆକ୍ସନ ପ୍ଲାନକୁ ସାର୍ବଜନୀନ କରାଯାଇଥିଲା । +ନବଜାତକ, ମୃତ ଶିଶୁ ଜନ୍ମକୁ କମ କରିବା ପାଇଁ ଏହି ଆକ୍ସନ ପ୍ଲାନର ଉଦ୍ଦେଶ୍ୟ । +ଏହି ଯୋଜନା ଅନ୍ତର୍ଗତରେ ୨୦୩୦ ସୁଦ୍ଧା ନବଜାତକ ମୃତ୍ୟୁର ହାର ଏକକ ସଂଖ୍ୟା ବିଶିଷ୍ଟଏବଂ ୨୦୩୦ ସୁଦ୍ଧା ମୃତ ଜାତର ହାର ଏକକ ସଂଖ୍ୟାରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । +ବର୍ତ୍ତମାନ ବର୍ଷକୁ ୭.୪୭ ନବଜାତ ଶିଶୁଙ୍କର ମୃତ୍ୟୁ ହେଉଛି । +ଏହାକୁ କମାଇ ୨.୨୮ ଲକ୍ଷରେ ପହଞ୍ଚାଇବାକୁ ସ୍ଥିର କରାଯାଇଛି । +୬୭ ୱାର୍ଲ୍ଡ ହେଲଥ ଆସେମ୍ଲିରେ ଜୁନ ୨୦୧୪ରେ ENAP ( Every Newborn Actionplan)ର ଶୁଭାରମ୍ଭ ହୋଇଥିଲା । +ଲକ୍ଷ୍ୟ +୨୦୩୦ ସୁଦ୍ଧା ନବଜାତକ ମୃତ୍ୟୁ ସଂଖ୍ୟାକୁ ଏକକ ନମ୍ବରରେ ପହଞ୍ଚାଇବା । +୨୦୩୫ ସୁଦ୍ଧା ଭାରତରେ ଏହା ପ୍ରତ୍ୟେକ ରାଜ୍ୟରେ କରାଯିବ । +୨୦୩୦ ସୁଦ୍ଧା ମୃତଜାତ ଶିଶୁ ସଂଖ୍ୟାକୁ ଏକକ ନମ୍ବରରେ ପହଞ୍ଚାଇବା ଏବଂ ୨୦୩୫ ସୁଦ୍ଧା ଭାରତର ପ୍ରତ୍ୟେକ ରାଜ୍ୟରେ ଏହି ଲକ୍ଷ୍ୟ ସମ୍ପୂର୍ଣ୍ଣ କରାଯିବ । +ଭାରତ ନବଜାତକ ଆକ୍ସନ ପ୍ଲାନର ନିର୍ଦ୍ଧିଷ୍ଟ ଯୋଜନା +ଜାତୀୟ ସ୍ୱାସ୍ଥ୍ୟ ମିସନ ଅଧିନରେ ଶିଶୁ ବଞ୍ଚାଇବା ଏବଂ ବିକାଶ କରିବା ଚୁକ୍ତିକୁ ପାଳନ କରିବା । +ଆନ୍ତର୍ଜାତୀୟ ନବଜାତ ଆକ୍ସନପ୍ଲାନରେ ଥିବା ଚୁକ୍ତି ଗୁଡିକ ଦେଶ ମାନେ ତାଙ୍କର ଆବଶ୍ୟକ ଅନୁଯାୟୀ ଗ୍ରହଣ କରିବେ । +ଆନ୍ତର୍ଜାତୀୟ ଯୋଜନାରେ ନବଜାତକ ମୃତ୍ୟୁକୁ ଏକକ ସଂଖ୍ୟାକୁ ୨୦୩୦ ଆଣିବା । +ମୃତଜାତକକୁ ସର୍ଭେ ପାଇଁ ଥିବା ତଦାରଖ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା । +ନବଜାତକ ମୃତ୍ୟୁକୁ ରୋକିବା ଏବଂ ଯତ୍ନର ଗୁଣବର୍ତ୍ତାର ଉନ୍ନତି । +ଯେଉଁ ଶିଶୁ ମାନେ ସମୟ ପୂର୍ବରୁ ଜନ୍ମ ନେଇଥିବେ । +ଓଜନ କମ ଥିବ କିମ୍ବା ରୋଗିଣା ଥିବେ ସେମାନଙ୍କର ଅଗ୍ରାଧିକାର ଭିତ୍ତିରେ ଯତ୍ନ ନିଆଯିବା ଆବଶ୍ୟକ, କାରଣ ନବଜାତକ ମୃତ୍ୟୁ ପାଇଁ ଏହି ସବୁ କାରଣ ମୁଖ୍ୟତଃ ଦାୟୀ । +ଝିଅ କିମ୍ବା ପୁଅ, ଗାଁ କିମ୍ବା ସହର, ଧନୀ କିମ୍ବା ଗରିବ ଜିଲ୍ଲା କିମ୍ବା ରାଜ୍ୟ ଯାହାବି ହେଉ ସମସ୍ତଙ୍କୁ ନିରପେକ୍ଷ ଭାବରେ ସମସ୍ତ ସୁବିଧା ମିଳିବା । +ବ୍ୟାଘାତର ଥିବା ୬ଟି ସ୍ତମ୍ଭ – ଗର୍ଭବସ୍ଥା ପୂର୍ବ ଯତ୍ନ ଓ ଗର୍ଭସମୟ ରେ ଯତ୍ନ, ପ୍ରସବ ସମୟର ଯତ୍ନ, ଜନ୍ମ ସାଙ୍ଗେ ସାଙ୍ଗେ ନବଜାତକ ଯତ୍ନ, ନବଜାତକର ସ୍ୱାସ୍ଥ୍ୟର ଯତ୍ନ, ଛୋଟ ଏବଂ ରୋଗୀଣା ନବଜାତକ ଯତ୍ନ ।