From 671dbd9db0162c85e9960e8936a95352093a5e23 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:37:20 +0530 Subject: [PATCH] Upload New File --- .../vikashpedia_health_odia122.txt | 41 +++++++++++++++++++ 1 file changed, 41 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia122.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia122.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia122.txt new file mode 100644 index 0000000..846bc48 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia122.txt @@ -0,0 +1,41 @@ +ଲକ୍ଷଣରୁ ଜାଣନ୍ତୁ ଆବଶ୍ୟକୀୟ ଚିକିତ୍ସା ସହ ଖାଦ୍ୟ +ଉପକ୍ରମ +ଅନେକ ସମୟରେ ଆମ ଶରୀରର ଭିତରୁ ଖରାପ ରହିଥାଏ ହେଲେ ଏହା ବାହାରକୁ ସ୍ପଷ୍ଟ ଭାବରେ ଜଣା ପଡିନଥାଏ । +କିନ୍ତୁ କିଛି ଲକ୍ଷଣ ଦେଖାଯାଇଥାଏ ଯାହା ଶରୀର ଅସୁସ୍ଥ ବୋଲି ସୂଚନା ଦେଇଥାଏ । +ଏହି ସବୁ ଲକ୍ଷଣ ଦର୍ଶାଇଥାଏ ଶରୀରକୁ ସାହାଯ୍ୟ ଦରକାର ଉପେକ୍ଷା ନୁହେଁ । +ଅଧିକ ଦିନ ଏହାକୁ ଉପେକ୍ଷା କରାଗଲେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜେ । +ତେଣୁ, ଶରୀରର କେତେକ ଲକ୍ଷଣ ଉପରେ ସର୍ବଦା ଧ୍ୟାନ ଦେବା ଆବଶ୍ୟକ । +ଚିକିତ୍ସା +ନିଦ୍ରା ହୀନତା ଏବଂ ବିନ୍ଧାବିନ୍ଧି: +ସଭିଏଁ କେବେ ନା କେବେ ନିଦ୍ରା ହୀନତା ଏବଂ ବିନ୍ଧାବିନ୍ଧିର ଶିକାର ହୁଅନ୍ତି । +କିନ୍ତୁ, ଯଦି ଏହା ଲାଗି ରହେ, ତେବେ ଜାଣନ୍ତୁ ଶରୀରରେ ମ୍ୟାଗ୍ନେସିୟମ୍ ଜନିତ ସମସ୍ୟା ଅଛି । +ମସ୍ତିଷ୍କ, ମାଂସପେଶୀ ଏବଂ ହୃତପିଣ୍ଡ ପାଇଁ ମ୍ୟାଗ୍ନେସିୟମ୍ ଗୁରୁତ୍ୱପୂର୍ଣ୍ଣ । +ଏମିତି ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ବାଦାମ, ଶାଗ, କଦଳୀ ଏବଂ ଫଳ ଆଦି ଖାଆନ୍ତୁ । +ଚର୍ମ ଶୁଷ୍କ ପଡିବା : +ଶରୀରରେ ଭିଟାମିନ୍‌ ‘ଇ’ର ଅଭାବ ହେଲେ ତାହା ଚର୍ମରୁ ଜଣାପଡ଼େ । +ଭିଟାମିନ୍‌ ‘ଇ’ ଚର୍ମକୁ ସୁସ୍ଥ ରଖେ । +ଶରୀରରୁ ଭିଟାମିନ୍‌ ‘ଇ’ କମିଗଲେ, ଚର୍ମ ଫାଟିବା, ଶୁଖିଲିଆ ଲାଗିବା, କାତି କାତିଆ ଦିଶିବା ସହ କୁଣ୍ଡେଇ ହୋଇଥାଏ । +ତେଣୁ, ମାଛତେଲ, ବାଦାମ ଏବଂ ଅନ୍ୟାନ୍ୟ ତୈଳ ଖାଆନ୍ତୁ । +ମିଠା ଖାଇବାର ଇଚ୍ଛା: +ଯଦି ଆପଣଙ୍କର ହଠାତ୍‌ ମିଠା ଖାଇବାକୁ ପ୍ରବଳ ଆଗ୍ରହ ହେଉଛି, ଜାଣନ୍ତୁ ଚାପ, ବିଷାଦ ବା କ୍ଳାନ୍ତି ଏହାର କାରଣ ହୋଇପାରେ । +ଆପଣଙ୍କ ଶରୀର ଗ୍ଲୁକୋଜ୍‌ ପାଇଁ କହୁଛି । +ଏଥିପାଇଁ କଳା ଚକଲେଟ୍ କିମ୍ବା ମହୁ ଖାଆନ୍ତୁ । +ଖଟା ଖାଇବାର ଇଚ୍ଛା: +ଶରୀରରେ ହର୍‌ମୋନ୍‌ ଜନିତ ପରିବର୍ତ୍ତନ ହେଲେ ଖଟା ଖାଇବାକୁ ମନ ବଳିଥାଏ । +ଉଦାହରଣ ସ୍ୱରୂପ: ଅନ୍ତଃସତ୍ତ୍ୱା ଅବସ୍ଥାରେ । +କିନ୍ତୁ, ଏହା ଲିଭର୍ ଏବଂ ପିତ୍ତକୋଷ ସମସ୍ୟାର ଲକ୍ଷଣ ମଧ୍ୟ ହୋଇପାରେ । +ଏ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । +ବରଫ/ ଥଣ୍ଡା ଜିନିଷ ଖାଇବାର ଇଚ୍ଛା : +ଯଦି ଆପଣଙ୍କର ବରଫ/ ଥଣ୍ଡା ଜିନିଷ ଖାଇବାକୁ ମନ ହେଉଛି, ଆପଣ ରକ୍ତହୀନତା ଶିକାର ହୋଇଛନ୍ତି । +ଶରୀରରେ ଆଇରନର ଅଭାବ ଦେଖା ଦେଇଛି । +କଂଚା କଦଳୀ, ଅଣ୍ଡା ଆଦିରେ ପ୍ରଚୁର ଲୌହସାର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ସବୁ ଖାଆନ୍ତୁ । +ମାଢ଼ିରୁ ରକ୍ତ ବାହାରିଲେ : +ଦାନ୍ତ ଘଷିବାବେଳେ ହଠାତ୍‌ କିମ୍ବା ସବୁବେଳେ ମାଢ଼ିରୁ ରକ୍ତ ବୋହିବା ଭିଟାମିନ୍‌ ‘ସି’ ଅଭାବର ଲକ୍ଷଣ ବୋଲି ଜାଣନ୍ତୁ । +ଲେମ୍ବୁଜାତୀୟ ଫଳ, ପାଳଙ୍ଗ, ସବୁଜ ଓ ଲାଲ୍‌ ଶିମଳା ଲଙ୍କା, ବିଲାତୀ ବାଇଗଣ, ବନ୍ଧାକୋବି, ଫୁଲକୋବି ଏବଂ ବ୍ରୋକୋଲି ଖାଆନ୍ତୁ । +ଚୁଟି ଛିଡ଼ିଲେ କି, ନଖ ଭାଙ୍ଗିଲେ: +ଯଦି ଆପଣଙ୍କର ଚୁଟି ଛିଡ଼ି ଯାଉଥାଏ କି, ନଖ ଭାଙ୍ଗି ଯାଉଥାଏ ଜାଣନ୍ତୁ, ଶରୀର ଭିଟାମିନ୍‌ ‘ବି’ ଲୋଡୁଛି । +ପ୍ରତିକାର ପାଇଁ ଦୁଗ୍ଧ ପାନ କରନ୍ତୁ ଏବଂ ଛତୁ ଖାଆନ୍ତୁ । +ଆଖି ପିତୁଳା ଚାରିପଟେ ବଳୟ ଦିଶିଲେ : +ସାଧାରଣତଃ ପଚାଶ ବର୍ଷ ଟପିଲେ ଆଖି ପିତୁଳା ଚାରିପଟେ ବଳୟ ଦିଶିବା ସ୍ୱାଭାବିକ କଥା । +ଯଦି, ଏହା ତା’ଠାରୁ କମ୍‌ ବୟସ୍କ ବ୍ୟକ୍ତିଙ୍କ ଆଖିରେ ଦେଖାଗଲା, ତାହା ଶରୀରରେ କୋଲେଷ୍ଟ୍ରଲ୍‌ ବୃଦ୍ଧିର ସୂଚନା ବୋଲି ଜାଣନ୍ତୁ । +ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଜରୁରୀ । -- GitLab