From 67514b00f09d1314ec024aca922c7c898dc4ff5b Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:48:30 +0530 Subject: [PATCH] Upload New File --- .../sent_odiasahitya_prabandha_3 | 213 ++++++++++++++++++ 1 file changed, 213 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prabandha_3 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prabandha_3 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prabandha_3 new file mode 100644 index 0000000..a2cf01a --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prabandha_3 @@ -0,0 +1,213 @@ +ଗାଁ-ବିଷୟରେ ରଚନା + ପ୍ରଫୁଲ୍ଲ କୁମାର ତ୍ରିପାଠୀ +ତା: ନଭେମ୍ବର୍ ୮, ୨୦୧୧ +ମୂଳ ପୃଷ୍ଠା → ପ୍ରବନ୍ଧ → +ଗାଁ ବୋଇଲେ ସେଇ ଆମ୍ବତୋଟା, ସେଇ ଭଙ୍ଗାଫଟା ପୁଆଳ ଛାଦନକରା ଘର, ଗଦା ଗଦା ମାଟି, ଅନେକ ଢିପ, ଆହୁରି ଅନେକ ଖାଲ, ଶାଗୁଆ ପାଣିର ଗୋଟିଏ ପୋଖରୀ ଆଉ ଧୂଳି ରାସ୍ତା । +ଆବର୍ଜନା, ଗୋବର-କୁଟା, କାଦୁଅ । +ଧେତ୍‌ ! ଚମପିନ୍ଧା କଙ୍କାଳର ଦଳ । +କିଏ ପିଣ୍ଡାରେ ବସି କାଶୁଛି ତ କିଏ ପର୍ଚ୍ଛିରେ ଗୋଟିଏ ଛିଣ୍ଡା ବୁନ୍ଧୁଆ ଗୁନ୍ଥା ଖଟରେ ଶୋଇ କୁନ୍ଥଉଚି, କୁହୁରୁଚି । +କେହି କହିପାରିବେ ନାଇଁ ଆଜି କି ବାର, ଆଜି କେତେ ତାରିଖ । +ଖାଇବା ପାଇଁ ଯାହାର ଲଙ୍କା ଲୁଣ ତେନ୍ତୁଳି ଟିକିଏ ବି ଅଭାବ, ପିନ୍ଧିବା ପାଇଁ ଲେଙ୍କଡ଼ା ଖଣ୍ଡେ ବି ନାହିଁ, ଯାହାକୁ ଘୋଡ଼ାଇହେଲେ ଦୃଶ୍ୟ ହୁଏ ସେମାନଙ୍କର ସବୁ ଗୋପନୀୟ ଅଙ୍ଗ ଓ ଅବୟବ…ସୃଜନର ଯନ୍ତ୍ରମାନ…ଖଣ୍ଡ ଖଣ୍ଡ ମେଞ୍ଚା ମେଞ୍ଚା ମାଂସ, ତାରି ଭିତରର ଶିରା ପ୍ରଶିରାରେ ରକ୍ତର ଲଗାମହୀନ ଦୌଡ଼ ନାହିଁ । +କେହି କହିପାରିବେ ନାହିଁ, ଭାରତବର୍ଷ କେବେ ସ୍ବାଧୀନ ହେଲା । +ସେମାନଙ୍କର ଜୀବନ ସରଳ, ନିରାଡ଼ମ୍ବର । +ହେ ବ୍ୟବସ୍ଥାପକମାନେ ! ତୁମର ଚଶମା-କାଚରେ ସେ ବଳ କାହିଁ ଯେ ତୁମେ ସେମାନଙ୍କର ଅସଲ ଚେହେରା ଦେଖିପାରିବ ? ତୁମେ ତାଙ୍କର ଭାଗବତ ଟୁଙ୍ଗୀ, ପଦ୍ମପୋଖରୀ ଓ ମନ୍ଦମଳୟ ପ୍ରବାହିତ ଆମ୍ବ ବୁରେଇ କଥା କହି କହି ବାହାର ଲୋକଙ୍କୁ ଭଣ୍ଡାଇଛ । +ଯାହା ବାସ୍ତବ ତାକୁ ଲଙ୍ଗଳା କରି ପ୍ରକାଶ କରିବାକୁ ଡର । + ତେଣୁ ନିଜ କାନ୍ଧରୁ ଦାୟିତ୍ବର ବୋଝ ନେଇ ଅନ୍ୟର କାନ୍ଧ ଉପରେ ଲଦି ଦେଇ, ଗୋଟିଏ ରୋମାଣ୍ଟିକ୍‌ ଭାଷା ବିନ୍ୟାସରେ ନୁଖୁରା କଥାକୁ ସାଳଙ୍କୃତ କରି ତୁମେମାନେ କହୁଚ ଯେ ସେମାନେ ନିଷ୍କପଟ, ସରଳ, ସାଧୁ, ନିରାଡ଼ମ୍ବର, ଧର୍ମପରାୟଣ ! +କେହି କହିପାରିବେ ନାହିଁ ରାଜଧାନୀ କେଉଁଠି ଓ ସେଠି ଯାଇ ପହଁଞ୍ଚିବାକୁ କେତେ ସମୟ ଦରକାର । +ଲାଜ ନାହିଁ ତୁମ ମୁହଁରେ ? ଦିନ ଦିନ ଧରି ଯୁକ୍ତି କରୁଛ ଯେ ସେମାନେ ମରୁଛନ୍ତି କିପରି… ଅନାହାର ନା ଅଳ୍ପାହାର ? +ତୁମଦ୍ବାରା ନିଯୁକ୍ତ, ପ୍ରତିପାଳିତ ଓ ପ୍ରମୋଶନ-ପ୍ରତ୍ୟାଶୀ ଡାକ୍ତର କ’ଣ ଏଇ ସାମାନ୍ୟ ଟିକିଏ କଥା ବି ଜାଣିନାହିଁ ଯେ, ଭୋକ ମଧ୍ୟ ଗୋଟିଏ ରୋଗ ଓ ଦାରିଦ୍ର୍ଯ ମଧ୍ୟ ଏକ ବ୍ୟାଧି ? +ସେମାନେ ମରନ୍ତି-ଝାଡ଼ାବାନ୍ତି/ଖଇଫୁଟା ତାତି/ଜର/କାଶ/ବାତ । +ଚିକିତ୍ସା ଶାସ୍ତ୍ର ବୋଇଲେ ଯେ ଜମାରୁ କିଛି ବୁଝେନା, ସେ ଏଇ ସବୁ କାରଣ ଦିଏ, ନହେଲେ ଉପରକୁ ହାତ ଦେଖାଇଦିଏ । +ହେଲେ ମୁଁ ଜାଣେ ଓ ତୁମେମାନେ ବି ଜାଣ ଯେ, ସେମାନେ ଟ୍ୟୁବରକ୍ୟୁଲୋସିସ୍‌, ପେପ୍‌ଟିକ୍‌ ଅଲ୍‌ସର୍‌, ପାରାଲିସିସ୍‌, ସେରିବ୍ରାଲ୍‌ ଇନ୍‌ଫେକ୍‌ସନ୍‌, କ୍ୟାନସର୍‌ ଓ ଟ୍ୟୁମର… ଏ ସବୁ ସହ ଲଢ଼ି ଲଢ଼ି ମରନ୍ତି । +କେହି କହିପାରିବେ ନାହିଁ, ଭାରତକୁ କିଏ ମନେରଖିଚି ବନ୍ଧୁଗଣ ! ବ୍ୟବସ୍ଥାପକମାନେ ସରକାରୀ କର୍ମଚାରୀମାନଙ୍କର ଗୋଲାମ ହୋଇ ଓ ସରକାରୀ କର୍ମଚାରୀମାନେ ବ୍ୟବସ୍ଥାପକ, ମନ୍ତ୍ରୀ ଓ ବ୍ୟବସାୟୀମାନଙ୍କର ଗୋଲାମ ହୋଇ ସବୁ ପାଶୋରି ଦେଇଛନ୍ତି, ଭୁଲିଯାଇଛନ୍ତି । +ମୋ ଗାଁର ଲୋକମାନେ ଆପତ୍ତି, ଅଭିଯୋଗ ଓ ପ୍ରତିବାଦ କିପରି କରିବାକୁ ହୁଏ ଜାଣନ୍ତି ନାହିଁ । +ଚରମପତ୍ର ଓ ଧର୍ମଘଟ ନୋଟିସ କେଉଁ ଭାଷାରେ ଲେଖିବାକୁ ହୁଏ ଜାଣନ୍ତି ନାହିଁ । +ମୋ ଗାଁରେ ଗତ ପଚାଶ କି ଶହେ ଦୁଇଶହ ବର୍ଷ ମଧ୍ୟରେ ଗୋଟିଏ ବି ଶୋଭାଯାତ୍ରା ବାହାରିନାହିଁ । +କେହି କେବେ ଦିନେ ପ୍ଳାକାର୍ଡ଼ ଧରି ସ୍ଳୋଗାନ୍‌ ଦେଇନାହିଁ, କି କାନ୍ଥବାଡ଼ରେ ପୋଷ୍ଟର ମାରିନାହିଁ, ବିକ୍ଷୋଭ ପ୍ରଦର୍ଶନ କରିନାହିଁ, ଧାରଣା ଦେଇନାହିଁ । +ହଁ, ମାସକୁ ଦୁଇ ଚାରିଟା କିମ୍ବା ସମୟ ପଡ଼ିଲେ ଆଠ ଦଶଟା ଶବଯାତ୍ରା ବାହାରେ । +ତାଙ୍କ ପାଖରେ କୋକେଇ ସଜାଇବାକୁ ଫୁଲ ନାହିଁ କି କଦଳୀଗଛ ନାହିଁ । +ରାସ୍ତାରେ ବିଞ୍ଛିବାକୁ ଖଇ ନାହିଁ କି ତମ୍ବା ପଇସା ନାହିଁ । +ବେଳେବେଳେ ଜାଳିବାକୁ କାଠ ବି ନାହିଁ । +ମୁଁ ଶବଯାତ୍ରାରେ ବାରମ୍ବାର ସାମିଲ ହେଉଛି । +ଖଟ ବୋହି ବୋହି ମୋର କାନ୍ଧରେ ବିଣ୍ଡି, ଚାଲି ଚାଲି ପାଦରେ ଫୋଟକା । +ତଥାପି ମୋର କ୍ଳାନ୍ତି ନାହିଁ । +ମୁଁ ତୁମକୁ କିଛି ମାଗୁ ନାହିଁ । +ଅଳି ଅର୍ଦ୍ଦଳି କରୁନାହିଁ । +ଧମକ ଦେଉନାହିଁ କି ଘେରାଉ କରୁନାହିଁ । +କ୍ଷୁଧାହିଁ ମୋର ପ୍ରସାଦ । +ଶରୀରରେ ଘା’ ଓ ଗୋଦର ମୋର ଆଭୂଷଣ । +ଡର ନାହିଁ । +ଏମିତି ଶଙ୍କି ଯାଅ ନାହିଁ । +ମୁଁ କେବଳ ମୋ ଗାଁ ବିଷୟରେ ଗୋଟିଏ ରଚନା ଲେଖୁଚି । +ନୂଆକରି ଥରେ ପରୀକ୍ଷା ଦେଉଛି । +ସ୍କୁଲରେ ପଢ଼ିଲାବେଳେ ଏଭଳି ଏକ ରଚନା ଲେଖିବାକୁ କହିଥିଲେ ଆମର ସାହିତ୍ୟ-ମାଷ୍ଟ୍ରେ । +ମୁଁ ଲେଖିଥିଲି-ଭାରତ ଏକ ଗ୍ରାମବହୁଳ ଦେଶ । +ଭାରତର ଅସଂଖ୍ୟ ଗ୍ରାମ ମଧ୍ୟରୁ ଆମର ଗ୍ରାମ ଅନ୍ୟତମ । +ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସି । +ମୋର ଗାଁ ମୋର ମା’ ତୁଲ୍ୟ । +ଆମ୍ଭ ଗ୍ରାମର ପାଞ୍ଚଶହ ଆବାଳବୃଦ୍ଧ-ବନିତା ବାସ କରନ୍ତି । +ଆମ୍ଭ ଗ୍ରାମର ଚତୁର୍ଦ୍ଦିଗରେ ଶସ୍ୟଶ୍ୟାମଳା କୃଷିକ୍ଷେତ୍ର ବିରାଜିତ । +ଆମ୍ଭ ଗ୍ରାମ ପାର୍ଶ୍ବରେ କୁଳୁକୁଳୁ ନାଦ କରି ଏକ ତଟନୀ (ମିଛ କଥା, ସେଇଟା ଗୋଟେ ନାଳ, ସବୁଦିନେ ଶୁଖିଲା) ପ୍ରବାହିତା । +ଆମ ଗ୍ରାମର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ ହୋଇ ଜୀବନଯାପନ କରନ୍ତି । + ଆମ୍ଭ ଗ୍ରାମରେ ଗୋଟିଏ ବିଦ୍ୟାଳୟ ଗୃହ, ଗୋଟିଏ ଡାକଘର, ଗୋଟିଏ ଅବସର ବିନୋଦନ କେନ୍ଦ୍ର… +ଏଭଳି ଏକ ତିନିପୃଷ୍ଠିଆ ରଚନା ଲେଖି ସେଥର ମୁଁ ପାଇଥିଲି ଦଶରୁ ସାତ ମାର୍କ-ଶ୍ରେଣୀରେ ପ୍ରଥମ । +ସେଥର ମୋତେ ନିଜ ଟେବୁଲ କଡ଼ରେ ଠିଆକରାଇ ମୋର ପିଠି ଥାପୁଡ଼ାଇ ସାହିତ୍ୟ-ମାଷ୍ଟ୍ରେ ସମଗ୍ର ଶ୍ରେଣୀ ସମ୍ମୁଖରେ ଘୋଷଣା କରିଥିଲେ-ବାଃ, କି ଚମତ୍କାର ଭାଷା ! ଦେଖିବ, ଭବିଷ୍ୟତରେ ଇଏ ଜଣେ ବଡ଼ ସାହିତ୍ୟିକ ହେବ । +ମାଷ୍ଟ୍ରେ ଆଜ୍ଞା ! +ଆପଣ ଏଇନେ କେଉଁଠି ମୁଁ ଜାଣେନା; କିମ୍ବା ହୁଏତ ଆପଣ ଅବସର ନେଇସାରି ଏଣିକି ପ୍ରତିଦିନ ଖବରକାଗଜ-ରାଜନୀତି ଚର୍ଚ୍ଚା କରୁଥିବେ, ନହେଲେ, ତାସ୍‌ ଖେଳୁଥିବେ । +ଆଜି ଏତେ ବର୍ଷ ପରେ ଆପଣଙ୍କୁ ମୋର ଗୋଟିଏ କଥା ପଚାରିବାର ଅଛି । +କ’ଣ କେବଳ ଚମତ୍କାର ଭାଷା ବଳରେ କେହି ସାହିତ୍ୟିକ ହୋଇପାରେ ? ମିଛ କଥା । +ଆପଣ ହେଲେ ମୋତେ ଦଶରୁ ସାତ ନ ଦେଇ ଶୂନ୍‌ ଦେଇଥାନ୍ତେ ! ମୋର କାନମୋଡ଼ି ମୋତେ ଦୁଇ ଚାପୁଡ଼ା ମାରିଥାଆନ୍ତେ । +ପିରିଅଡ଼ ଶେଷ ହେବାଯାଏ ଆଣ୍ଠୁଭରା ଦେଇ ଠିଆହୋଇ ରହିବାକୁ କହିଥାନ୍ତେ । +ତା’ ହୋଇଥିଲେ ହୁଏତ ମୁଁ ଭାଷାକୁ ପୁଞ୍ଜି ନ କରି ଅନୁଭୂତିକୁ ପୁଞ୍ଜି କରି ମୋର ସାହିତ୍ୟ-ସାଧନା ଆରମ୍ଭ କରିଥାନ୍ତି । + କ’ଣ ଥିଲା ସେ ରଚନାରେ ? +ପୁଣି କଲେଜରେ ପ୍ରଥମବର୍ଷ ଇଂଲିଶ ସାର୍‌ କହିଲେ-‘ରାଇଟ୍‌ ଆନ୍‌ ଏସେ ଅନ୍‌ ୟୋର୍‌ ଭିଲେଜ୍‌ । + ଲେଖିଥିଲି, ସେ ସବୁର ଇଂଲିଶ ଅନୁବାଦ କରି ବସିଲି- +ସେଥର ପାଇଲି ଦଶରୁ ଦେଢ଼ମାର୍କ । +ମୋ ଆଡ଼କୁ ଖାତାଖଣ୍ଡିକ ଫିଙ୍ଗିଦେଇ ଇଂଲିଶ ସାର୍‌ କହିଥିଲେ- ୟୋର ଲେଙ୍ଗୁଏଜ୍‌ ଇଜ୍‌ ଡିପ୍ଳୋରେବ୍‌ଲି ପୁଅର୍‌ । +ଏବେ ହୋଇଥିଲେ ମୁଁ କହିଥାଆନ୍ତି-ଦେଟ୍‌ ଇଜ୍‌ ନଟ୍‌ ମାଇଁ ଲେଙ୍ଗୁଏଜ୍‌, ସାର୍‌; ଦେଟ୍‌ ଇଜ୍‌ ଇଂଲିଶ୍‌, ଲେଙ୍ଗୁଏଜ୍‌ ଅଫ୍‌ ଦି ପିପଲ୍‌ ଅଫ୍‌ ଇଂଲଣ୍ଡ । +ମାତ୍ର ସେଥିର କିଛି ନକହି ମୁଁ କାନମୁଣ୍ଡା ଆଉଁଷି ଆଉଁଷି ଚୁପ୍‌ ରହିଥିଲି । +ଉଭୟ ଥର ଗୋଟିଏ କଥାହିଁ କହିଥିଲି । +ଗୋଟିଏ ସେଇ ଏକା ବିଷୟରେ ହିଁ ରଚନା ଲେଖିଥିଲି । +ଉଭୟ ରଚନା ଥିଲା ମିଛ । +ତେଣୁ ଆଜି ପୁଣି ଥରେ ନୂଆ କରି ଏ ରଚନା ଲେଖିବାକୁ ପଡୁଛି । +ସେଦିନର ଇଂଲିଶ ସାର୍‌ ଆଜି ମୋର ସହକର୍ମୀ । +ପ୍ରକୃତ ଅର୍ଥରେ ମୁଁ ଜଣେ ସାହିତ୍ୟିକ ହୋଇପାରିଛି ନାହ ନାହିଁ ଜାଣେନା । +କିନ୍ତୁ ଯଦି ହୋଇଛି, ତାହେଲେ ଇଂଲିଶ୍‌ ସାରଙ୍କ ଯୋଗୁଁ । +ସେ ହିଁ ମୋତେ ବୁଝାଇଦେଇଥିଲେ ଯେ ସାହିତ୍ୟ ପାଇଁ ସୁନ୍ଦର ଭାଷା ଅନାବଶ୍ୟକ । +ଯାହାସବୁ ଆଗରୁ ଦେଖି ଏକପ୍ରକାର ଧାରଣା କରିଥିଲେ, ସେସବୁ ଏବେ ଦେଖିଲେ ମୋର ସେଇ ପୂର୍ବ ଧାରଣାମାନ ବଦଳିଯାଉଛି । +ପିଲାବେଳେ ଗାଁରେ ଥିଲି । +ଭଲ ଲାଗୁଥିଲା । +କୌଣସି ଆପତ୍ତି ଅଭିଯୋଗ ନଥିଲା । +ମାତ୍ର ଏବେ ? ଏବେ ନୂଆ କରି ଗାଁ’କୁ ଦେଖି ମୋର ସବୁ ପୂର୍ବଧାରଣା ଖିନ୍‌ଭିନ୍‌ ହୋଇଯାଉଛି । +ଗାଁ ବଦଳିଯାଇଛି ନା ମୁଁ ନିଜେ- ଠିକ୍‌କରି ବୁଝିପାରୁନାହିଁ । +ଗାଁ । +ଦିନବେଳେ ମାଛି । +ରାତିବେଳେ ମଶା । +ସବୁବେଳେ ମୁଷାଙ୍କ ଉତ୍ପାତ । +କିନ୍ତୁ ଆଉ କ’ଣ ଅବଶିଷ୍ଟ ଅଛି ଯେ ଖାଇବେ ମୁଷାମାନେ ? ସେଠାକୁ ଯିବାକୁ ଇଚ୍ଛାହୁଏ ନାହିଁ, ମାତ୍ର ଯିବାକୁ ପଡ଼େ । +ଏଥର ମୁଁ ସେଠି ପହଞ୍ଚିବାର ଦୁଇଟି ଘଣ୍ଟା ବି ବିତିନାହିଁ, ଦଳେ ସମବୟସୀ ଆସି ମାଗିଲେ ଚାନ୍ଦା । +ମୁଁ ପଚାରିଲି-କେଉଁଥିପାଇଁ ? +ଛିଟକନାର ଲୁଙ୍ଗି ପିନ୍ଧିଥିବା ଓ କାନ୍ଧ ଉପରେ ଗୋଟେ ଟର୍କିସ ଟାୱାଲ ଘୋଡ଼ାଇ ହୋଇଥିବା ଯୁବକ ଜଣକ କହିଲା- ଆପଣ ତ ବାହାରେ ରହିଲେ, ଏଠିକା ଦୁଃଖ କ’ଣ ବୁଝିବେ ? ଏଠି ଆଉତ ଆଉ, ବସାଉଠା କରିବାକୁ, ତାସ୍‌ ଖେଳିବାକୁ ସୁବିଧା ଜାଗାଟିଏ ବି ନାହିଁ । +ସେଥିପାଇଁ ଗୋଟେ ମନ୍ଦିର ଗଢୁଛୁ । +ମୁଁ ହସିଲି । + ପଚାରିଲି-ଆଉ ତୁମର ଦିଅଁ ? +-କେଉଁଠୁ ଗୋଟେ ନେଇଆସିବୁ । +ମୁଁ ସେମାନଙ୍କୁ ଦଶଟି ଟଙ୍କା ଦେଲି । +ସେମାନେ ମାନିଲେ ନାହିଁ । +ପଚିଶ ନେବାକୁ ଜିଦ୍‌ କଲେ । +ମୁଁ ସେମାନଙ୍କୁ ଦଶ ଉପରେ ଆହୁରି ପାଞ୍ଚଟି ଟଙ୍କା ଦେଲି । +ସେମାନେ ଫେରିଗଲେ । +ପରେ ଶୁଣିଲି ଯେ, ସେଇ ଯେଉଁ ଛିଟକାନାର ଲୁଙ୍ଗି ପିନ୍ଧିଥିବା ଯୁବକଟି ପାଞ୍ଚଥର ପରୀକ୍ଷା ଦେଇ ବି.ଏ. ପାଶ୍‌ କଲାପରେ, ସହରରେ କଣ ଗୋଟେ ଚାକିରି କରୁଥିଲା । +ଜାଲ୍‌ ଟ୍ରେଜେରୀ ଚାଲାନ୍‌ କାରବାରରେ ଧରାପଡ଼ି ସସ୍‌ପେଣ୍ଡ ହୋଇ ଏବେ ଗାଁରେ ବସିଛି । +ମଦନ ପଣ୍ଡାଙ୍କ ପୁଅ । +ଯେଉଁ ସ୍ଥାନରେ ଆମର ଘର ଥିଲା, ଯେଉଁଠି ମୁଁ ଜନ୍ମ ହୋଇଥିଲି, ଗତଥର ଆସିଥିଲି ଯେ ତା’ର ଢାଞ୍ଚାଟା ବାରିହେଉଥିଲା; ମାତ୍ର ଏଥର ଦେଖିଲାବେଳକୁ ସେଠି ଏକ ବିରାଟ ଅମରୀ ବଣ । +ଯେଉଁ ପୋଖରୀରେ ମୁଁ ପ୍ରତିଦିନ ଗାଧୋଉଥିଲି, ତା’ର ଆଡ଼ିରେ ଥିଲା ଏକ ବିରାଟ ବରଗଛ । +ସେଠି ଆମେ ଦିପହର ସାରା ଛୁରର୍‌ ଧରି ଦୋଳି ଖେଳୁଥିଲୁ, ଡାହିମାଙ୍କୁଡ଼ି ଖେଳୁଥିଲୁ । +କଚଡ଼ା ଖାଉଥିଲୁ । +ଏଥର ଦେଖିଲାବେଳକୁ ତାହା ଏକ ସର୍ବସାଧାରଣ ପାଇଖାନା । +ପୋଖରୀ ଆଡ଼ିରେ ଠିଆ ହେଲେ ପଙ୍କଗନ୍ଧ, ଡିମିରି ଗନ୍ଧ, ମଣିଷ ମଳଗନ୍ଧ, ମଲା ବେଙ୍ଗ ଗନ୍ଧ, ଭିଜା କାଉଁରିଆ ପଟ ଗନ୍ଧ-ନାନାଦି ଗନ୍ଧ ଭିତରେ ମାଟିର ଗନ୍ଧ, ଫୁଲର ଗନ୍ଧ, କଇଁନାଡ଼ର ଗନ୍ଧ, ଧୂପ, ଚନ୍ଦନ ଓ ଝାଳର ଗନ୍ଧ କୁଆଡ଼େ ହଜିଗଲାଣି । +କେହି କହିପାବେ ନାହିଁ, ଉଡ଼ିଯାଇଥିବା ପକ୍ଷୀମାନଙ୍କର ଠିକଣା । +ସ୍କୁଲର ପାଚେରି କାନ୍ଥଟା ଲୋକଙ୍କର ପରିଶ୍ରାଧାରରେ ଚିତ୍ରିତ । +ସେ ପାଖରେ ବସ୍‌ ଅଟକେ । +ସ୍କୁଲର ମାଷ୍ଟ୍ର ଗୋଟେ ଶାଇଲକ୍‌ । +ଟଙ୍କାକୁ ମାସୱାରୀ ଦୁଇଅଣା ସୁଧ ନେଇ ତା’ର ଶ୍ବାସରୋଗିଣୀ ସ୍ତ୍ରୀ ପାଇଁ ସୁନା ଅଳଙ୍କାର ଗଢ଼ିବାରୁ ଫୁରସତ୍‌ ମିଳୁନାହିଁ । +ଯେଉଁ ଶୁକ୍ରୀ କେଉଟୁଣୀଠାରୁ ମୁଁ ମୁଢ଼ିମୁଆଁ, ଉଖୁଡ଼ା, ରାଶିଲଡୁ ଓ ଚାରମଞ୍ଜି ଖଜା କିଣୁଥିଲି, ସେ ଆଜିକାଲି ବିକୁଛି କେବଳ କନ୍ଦମୂଳ ସିଝା । +ଗାଁ ବାହାରେ ସ୍କୁଲ ପାଖରେ ଅବଶ୍ୟ ଗୋଟେ ନୂଆ ଦୋକାନ ଖୋଲିଛି । +ସେଠି ପାନ ମିଳେ, ବିଡ଼ି, ଗୁଡ଼ାଖୁ, ଲଜେନ୍‌ସ ମିଳେ । +ଜାଣିଲା ଚିହ୍ନିଲା ଲୋକଙ୍କୁ ଗଞ୍ଜେଇ ମିଳେ । +ନାଳ ପାଖରେ ଗୋଟେ ଛୋଟ କୁଡ଼ିଆ ଘରେ ମଦ ମଧ୍ୟ ମିଳେ । +ଏ ମଧ୍ୟରେ ଗାଁରେ କିଛିଟା ପରିବର୍ତ୍ତନ ହୋଇଛି । +ନର୍ମଦାନାନ୍ମୀ ଜଣେ ଏକାକିନୀ ବିଧବା ବ୍ରାହ୍ମଣୀର ଘରେ ପ୍ରତି ରାତିରେ ‘କୃଷ୍ଣ ଗୁରୁ’ କୀର୍ତ୍ତନ ହେଉଛି । +ସେଠି ଗାଁର ସବୁ ବିଧବା, ଛାର୍‌ରୀ ଓ ଡିଣ୍ଡା ଟୋକାଙ୍କ ଭିଡ଼ । +ସହରରେ ଯେତେବେଳେ ସେକେଣ୍ଡ ଶୋ’ ସିନେମା ଭାଙ୍ଗେ ସେତେବେଳେ ଏଠି ଏମାନଙ୍କର କୀର୍ତ୍ତନ ମଧ୍ୟ ଭାଙ୍ଗେ । +କୁଷ୍ଠରୋଗ ନିବାରଣ ବିଭାଗର ଜଣେ ମହାପାତ୍ର ଅଛି, ମାତ୍ର ସେ ପ୍ରକୃତରେ ଗୋଟେ ମାରୁ । +ଏକ୍‌ଜିମା ଆଉ କୁଷ୍ଠ ମଧ୍ୟରେ ଫରକ୍‌ କ’ଣ ଜାଣେ ନାହିଁ । +ଅଥଚ ମେଜିକ୍‌ ଲଣ୍ଠନ ପାଇଁ ଥିବା ପେଟ୍ରୋମାକ୍‌ସ ଲାଇଟ୍‌ ବିବାହ-ବ୍ରତାଦି କର୍ମରେ ଭଡ଼ାଦେଇ ପଇସା ଅସୁଲ କରେ । +କହେ-ଏ ଅନ୍ଧକାରମୟ ଗାଁକୁ ଆଲୋକିତ କରୁଛି ମୁଁ । +ଦୁଇବର୍ଷ ଖଣ୍ଡେ ହେବ କିଏ ଗୋଟେ ସାମଲ କି ସାସମଲ କି ବିଶ୍ବାଳ ବୋଲି ଜଣେ ନୂଆ ଲୋକ ଆସିଛି । +ପାଖ ଗାଁରେ ସେ ଶିକ୍ଷକ ଓ ବହୁ ଭାଷା କହେ । +ଆମ ଗାଁରେ ରହୁଚି ଓ ବେଲନାମ୍ନୀ ଗୋଟିଏ ଗଉଡୁଣୀ ଟୋକୀକୁ ‘ରଖିଚି’ । +ଚେରହୀନ ମଣିଷଟାଏ । +ଖରାଛୁଟିରେ ମଧ୍ୟ କୁଆଡ଼େ ବାହାରକୁ ଯାଏନାହିଁ । +ଶମ୍ଭୁପ୍ରସାଦ ଶର୍ମା ବୋଲି ଆଉ ଜଣେ ନୂଆ ଲୋକ ମଧ୍ୟ ଆସିଛି । +ଏଇ ଦୁଇବର୍ଷ ମଧ୍ୟରେ ଗାଁମୁଣ୍ଡରେ ଖଣ୍ଡେ ପକ୍‌କା ଘର ବି କଲାଣି । +ସେ ବ୍ୟବସାୟ କରେ । +ତା’ ଘର ସାମ୍ନାରେ ସବୁବେଳେ ଗୋଟେ ଦି’ଟା ସହର-ମୁହାଁ ଟ୍ରକ୍‌ ଓ ଗାଁ-ମୁହାଁ ବଳଦଗାଡ଼ି ଠିଆହୋଇଥାନ୍ତି । +ଧାନ, ଚାଉଳ, କାଉଁରିଆ ପଟ କିଣେ ଓ ତେଲ, ସାବୁନ, ଚିନି, ଚା, ନିରୋଧ ଆଦି ବିକେ । +ଗାଁର ଅଧିକାଂଶ ଘରୁ ଗହଣା ଓ ବାସନସବୁ ତା’ ପାଖରେ ବନ୍ଧା ପଡ଼ିଛି । +ମୁଁ ଯୁବକମାନଙ୍କୁ ପଚାରିଲି- ଏ ଶର୍ମା କେତେ ଚାନ୍ଦା ଦେଲା ? ସେମାନଙ୍କ ମଧ୍ୟରୁ ଜଣେ କହିଲା- ଏବେ କିଛି ଦେଇନାହିଁ, ମନ୍ଦିର ତୋଳା ହେଲା ପରେ ଗୋଟେ ଦିଅଁ ଆଣିଦେବ ବୋଲି କହୁଚି । +ଆଉଜଣେ କହିଲା-ବସ୍‌ଷ୍ଟାଣ୍ଡରୁ ଗାଁ ପର୍ଯ୍ୟନ୍ତ ରାସ୍ତାଟି କିନ୍ତୁ ସେ କରାଇଛି । +ପୁଣି ଜଣେ କହିଲା-ତହିଁରେ ଆମର ଲାଭ କ’ଣ ? ସେ ରାସ୍ତା ତ ତା’ ଟ୍ରକ୍‌ ପାଇଁ କରିଛି । +ମୋତେ ପୁଣି ଥରେ ହସମାଡ଼ିଲା । +ସବୁ ଇଲ୍ଲିସିଟ୍‌ । +ସବୁ ଅବୈଧ । +ସବୁ ଗର୍ହିତ । +ଗୋଟିଏ ଜାରଜ ଜୀବନ ଶୈଳୀରେ ମୋ ଗାଁର ଦିନ ଓ ରାତିମାନ ବିତିଯାଉଛି । +ପ୍ରତି ରବିବାର ଦିନ ତ୍ରିନାଥ ମେଳା । +ପ୍ରତି ବର୍ଷ ଭାଇଜିଉଁତିଆ, ପୋ-ଜିଉଁତିଆ, ନୂଆଁଖାଇ ଓ ପୁଷ୍‌ପୁନି । +ଗୋଟିଏ ବିରାଟ ଅବକ୍ଷୟର ଗଳିତ ଅଙ୍ଗ ମୋର ଗାଁ । +ସବୁ ରୁକ୍ଷ, ଶୁଖିଲା, କଣ୍ଟକିତ । +ତଥାପି ସେମାନେ ସରଳ ନିରାଡମ୍ବର । +ଠକ ନୁହଁନ୍ତି, ଚାଲାକ ଚତୁର ନୁହଁନ୍ତି, ଧୂର୍ତ୍ତ ନୁହଁନ୍ତି । +ମାତ୍ର ଖାଇବା ଲାଗି ଯଥେଷ୍ଟ ଥାଇ ମଧ୍ୟ ସ୍ବେଚ୍ଛାରେ ଯେ ଅଖିଆ ରହେ ସେ ସିନା ଉପବାସ କରେ ବୋଲି କହିବା; ଖାଇବାକୁ ନ ପାଇ ଯିଏ ଭୋକରେ ରହେ ସେ କ’ଣ କରେ ? +ଯେଉଁଠି ଭିକାରୀ ସଂଖ୍ୟାହୀନ, ସେଠି ଚୋର ମିଳିବେ କାହୁଁ ? କିଏ ନେବ ଓ କାହାଠାରୁ ନେବ ? କ’ଣ ନେବ ? କାହାର ଟେଲିଫୋନ୍‌ ନମ୍ବର ହୋଇଥିଲେ କିମ୍ବା କୌଣସି କଠିନ ଶବ୍ଦର ଅର୍ଥ ହୋଇଥିଲେ ଟେଲିଫୋନ୍‌ ଡାଇରେକ୍ଟରି କିମ୍ବା ଅଭିଧାନର ପୃଷ୍ଠା ଖେଳାଇ ମୋ ପ୍ରଶ୍ନର ଉତ୍ତର ଖୋଜି ବାହାର କରିଥାନ୍ତି । +ମାତ୍ର ନା, ଏ ଯେଉଁ ସବୁ ପ୍ରଶ୍ନ ମୋ ଭିତରେ ବାରମ୍ବାର ଢେଉପରି, ହାତୁଡ଼ି ମାଡ଼ ପରି ପିଟିହେଉଛି, ତହିଁର ଉତ୍ତର ନାହିଁ-କୌଣସିଠାରେ ନାହିଁ । +ରାତିହେଲା । +ଆଗ ରାତି ହେଲେ ଅନେକ କୁକୁର ଭୁକୁଥିଲେ । +ଏବେ ସବୁ ନିଃଶବ୍ଦ । +ଗାଁରୁ କୁକୁରମାନେ ବି ଚାଲିଗଲେଣି; କାରଣ ସେମାନଙ୍କୁ ଖାଇବା ଲାଗି ଆଉ କିଛି ମିଳୁନାହିଁ । +ମଣିଷମାନେ ହିଁ ଚାଟିଚୁଟି ସବୁ ସଫାକରି ଦେଉଛନ୍ତି । +ସମସ୍ତେ ଚାଲି ଯାଉଛନ୍ତି । +ପିଲାମାନେ : ପାଠ ପ‍ଢ଼ିବା ପାଇଁ, ମୂଲ ଖଟିବା ପାଇଁ । +ବୟସ୍କମାନେ : ଚାକିରି ପାଇଁ, ମୂଲ ଖଟିବା ପାଇଁ । +ଯୁବତୀମାନେ : ବେଶ୍ୟା ହେବା ପାଇଁ, ମୂଲ ଖଟିବା ପାଇଁ । +ବୁଢ଼ାମାନେ : ଚିକିତ୍ସିତ ହେବା ପାଇଁ, ମୂଲ ଖଟିବା ପାଇଁ । +ସମସ୍ତେ ଚାଲିଯାଉଛନ୍ତି । +ଯେଉଁମାନେ ମାୟାମମତାର ବନ୍ଧନ ଟିକକ ଛିଡ଼ାଇ ପାରୁନାହିଁନ୍ତି, ସେମାନେ ଜଣେ ଜଣେ ବୁଢ଼ା ଚୌକିଦାର । +ପୈତୃକ ଆବାସମାନଙ୍କର ଧ୍ବଂସାବିଶେଷକୁ ନିର୍ଲଜ୍ଜ ଭାବରେ ଜଗିରହିଛନ୍ତି । +ରାତିହେଲା । +ବସ୍ତୁତଃ ଆମ ଗାଁରେ ରାତି ହେଲା ବୋଲି ଅଧିକାଂଶ ଲୋକ ଜାଣିପାରନ୍ତି ନାହିଁ । +ସନ୍ଧ୍ୟା ସୁଦ୍ଧା ସମସ୍ତଙ୍କର ଖିଆପିଆ ଶେଷ । +ରାତି ଆରମ୍ଭ ହୋଇଚି କି ନ ହୋଇଚି ସମସ୍ତେ ଶୋଇପଡ଼ନ୍ତି । +ଅନ୍ଧାର ଓ ଅନ୍ଧାରକୁ ହଟାଇବା ପାଇଁ ମୋ ଗାଁରେ ବିଜୁଳିବତି ନାହିଁ । +କିରୋସିନି ମଧ୍ୟ ନାହିଁ । +ଏଇ ଅନ୍ଧାର ନ ହଟିଲେ କେହି ପାଠ ପଢ଼ିବେ ନାହିଁ । +ସ୍ତ୍ରୀମାନେ ବର୍ଷକୁ ବର୍ଷ ଛୁଆଟିଏ ଲେଖେଁ ପ୍ରସବ କରି ଚାଲିଥିବେ । +ଲୋକମାନେ ବଳଦ ପରି ଖଟୁଥିବେ । + ବିଧବାମାନେ ‘କୃଷ୍ଣଗୁରୁ’ ଭଜନ କରୁ କରୁ ଅବୈଧ ରତିରେ ଲିପ୍ତହେଉଥିବେ ଓ…. +ହଟାଅ ଏ ଅନ୍ଧାର : +ଶୁଣୁଚ ? ଶୁଭୁଚି ? +ହେ ପଙ୍ଖା ତଳେ ବସି ତୁଳାଉଥିବା ବାବୁମାନେ ! +ହେ ସାଇବମାନେ ! ହେ ଲୋକମାନେ ! +ଶୁଣୁଚ ? +ଏଇ ଲାଞ୍ଚୁଆ, ରିସ୍‌ପତ୍‌ଖୋର ଲୋକମାନେ ନିଜନିଜର ନେକ୍‌ ଟାଇର ଗଣ୍ଠି ସଜାଡ଼ିବାରେ ବ୍ୟସ୍ତ-ବଧିର ଓ ଅନ୍ଧ ଓ ମୂକ । +ମୁଁ ବରଂ ଚୁପ୍‌ ରହିବା ଭଲ । +ଚୁପ୍‌ ରହି ଏଇ ସର୍ବଗ୍ରାସୀ ଅନ୍ଧାର ଭିତରେ ଛଟପଟ ହେବା ଭଲ । +ଅନ୍ଧାର ଭିତରେ ହାତରେ ଗୋଟିଏ ଧାରୁଆ ଦା’ ଧରି ମୁଁ ଶମ୍ଭୁପ୍ରସାଦ ଶର୍ମା ସାମ୍ନାରେ ଠିଆ । +ତା’ର ବିପୁଳ ଉଦରକୁ ସ୍ପର୍ଶ କରୁଚି ମୋ ଦା’ର ମୁନ । +ସେ ଥରୁଛି । +ଥରୁଛି ଓ କହୁଛି-କ୍ୟା ? ୟହ କ୍ୟା ? +ମୋର ଚିତ୍କାର- ନିକାଲୋ ପୈସା ! +-କାହେକା ପୈସା ? +-ଚାନ୍ଦା । +-କାହେକା ଚାନ୍ଦା ? ତୁମ ଲୋଗ୍‌ କ୍ୟା ହମ୍‌କୋ ଜୀନେ ଖାନେ ନହିଁ ଦେଗା ? +ମୋର ରଡ଼ି-ଶାଲା କୁତା ହାରାମି । +ପ୍ରତିଦିନ ଟିକିଏ ଟିକିଏ ଅଧିକା ନେଇ ଯାହା ସବୁ ଜମେଇ କରି ରଖିଚୁ, ନିକାଲ୍‌ ସବୁ । +କାଢ୍‌ । +ଦେ ଜଲ୍‌ଦି । +ଶର୍ମାର ଚିତ୍କାର-ଚୋର୍‌….ଚୋର୍‌….ପକ୍‌ଡ଼ୋ । +ଓ ମୁଁ ଭୀରୁ ପରି ଧାଇଁ-ଧାଇଁ ଧାଇଁ…. +ଅନେକ ପାଦଶବ୍ଦ-ପ୍ରଚୁର ଆଲୋକ-ଅନେକ ଛାଇ-ଘନ ଘନ ଚିତ୍କାର । +ମୋର ନିଦ ଭାଙ୍ଗିଗଲା । +କେବଳ ଅନ୍ଧାର ଓ ତା’ ଭିତରେ ଅନେକ ମଶା । +କେଉଁ କୋଣରେ ମୂଷାଟିଏ କୁଟୁରୁ କୁଟୁରୁ କ’ଣ ଗୋଟେ ଖାଉଥିଲା-ଛିଣ୍ଡାଉଥିଲା, ଚିରୁଥିଲା । +ମୋର ସତ୍ତା ଶୀତେଇଗଲା । +କଣ କରିଥାନ୍ତି ମୁଁ ଏତେଗୁଡ଼େ ଟଙ୍କା ? +କାହିଁକି ? +କାହିଁକି ମୁଁ ତା’ଠୁଁ ସେସବୁ ଦାବି କରୁଥିଲି ? +ହଁ, ଟଙ୍କା ଦରକାର । +ପାଣ୍ଡବର ପୁଅ ପାଇଁ ପେଣ୍ଟ କିଣାହେବ । +ବୈକୁଣ୍ଠର ଝିଅ ବାହାହେବ । +ଖଲିର ସ୍ତ୍ରୀ ପାଇଁ ଔଷଧ ଆସିବ । +ଯାହାକୁ ସେମାନେ ବଥ ବୋଲି କହୁଛନ୍ତି ତାହା ପ୍ରକୃତରେ ଗୋଟେ ଟ୍ୟୁମର । +ଏବେଠୁଁ ଚେଷ୍ଟାକଲେ ଅନ୍ତତଃ ବିଶାଖାର ସ୍ବାମୀ ବଞ୍ଚିଯିବ ଏବଂ କିଛି ନ ହେଲେ, ଆସନ୍ତାକାଲି ଯେଉଁମାନେ ମରିବେ ସେମାନଙ୍କର ଶବ ଦଗ୍‌ଧ କରିବା ପାଇଁ କାଠ କିଣା ହେବ/ହୋଇଥାନ୍ତା । -- GitLab