From 68e915847a4740f81743679457a4eff564188971 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:47:37 +0530 Subject: [PATCH] Upload New File --- .../vikashpedia_health_odia147.txt | 25 +++++++++++++++++++ 1 file changed, 25 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia147.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia147.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia147.txt new file mode 100644 index 0000000..100d097 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia147.txt @@ -0,0 +1,25 @@ +ଜିକା ଜ୍ୱର +ଜିକା ଜ୍ୱର, ଅନ୍ୟ ନାମ ଜିକା ଭୁତାଣୁ ରୋଗ, ଏକ ରୋଗ ଯାହା ଜିକା ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ । +ଏହାର ଲକ୍ଷଣ ଡେଙ୍ଗୁ ଜ୍ୱର ସ‌ହିତ ସଦୃଶ । +ଅଧିକାଂଶ ସମୟରେ (୬୦–୮୦%) କୌଣସି ଲକ୍ଷଣ ନ ଥାଏ । +ସାଧାରଣତଃ ଏହାର ଲକ୍ଷଣରେ ଜ୍ୱର, ଲାଲ ଆଖି, ଗଣ୍ଠି ଯନ୍ତ୍ରଣା, ମୁଣ୍ଡବଥା ଓ ମାକୁଲୋପାପୁଲାର ରାସ୍ ଦେଖାଯାଏ । +ସାଧାରଣତଃ ଏହାର ଲକ୍ଷଣ ସାମାନ୍ୟ ଧରଣର ହୁଏ ଓ ୭ ଦିନରୁ କମ ସମୟ ରହେ । +ସନ ୨୦୧୫ ସୁଦ୍ଧା କୌଣସି ମୃତ୍ୟୁ ହୋଇନାହିଁ । +ଏହି ସଂକ୍ରମଣର ଗୁଲେନ-ବାରି ସିଣ୍ଡ୍ରୋମ ସ‌ହ ସଂଯୋଗ ଅଛି । +ସନ ୧୯୪୭ ରେ ଏହି ରୋଗର ଭୁତାଣୁ ପୃଥକୀକୃତ କରାଯାଇଥିଲା । +ଫେଡେରେଟେଡ ଷ୍ଟେଟ ଅଫ ମାଇକ୍ରୋନେସିଆରେ ସନ ୨୦୦୭ରେ ପ୍ରଥମ ରୋଗ ଆବିର୍ଭାବ ହେବା ଲିଖିତ ଅଛି । +ଆମେରିକୀୟ ସ୍ଥାନମାନଙ୍କର ୨୦ଟି ସ୍ଥାନରେ ଏହି ରୋଗ ହେବା ସନ ୨୦୧୬ରେ ଜଣାଯାଇଛି । +ଏସିଆ, ଆଫ୍ରିକା ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ମାନଙ୍କରେ ମଧ୍ୟ ଏହି ରୋଗ ହେଉଛି । +ସନ ୨୦୧୫ରେ ବ୍ରାଜିଲରେ ଏହି ରୋଗ ଆରମ୍ଭ ହେବାରୁ ଫେବୃଆରି ୨୦୧୬ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ.ଏଚ.ଓ) ଏହାକୁ ଆନ୍ତର୍ଜାତୀୟ ଚିନ୍ତାଜନ‌କ ଜନସ୍ୱାସ୍ଥ୍ୟ ଏମର୍ଜେନ୍‌ସି ଘୋଷଣା କଲେ । +କାରଣ ଓ ନିର୍ଣ୍ଣୟ +ଜିକା ଜ୍ୱର ମୁଖ୍ୟତଃ ଏଡିସ ଧରଣର ମଶା କାମୁଡ଼ିବା ଯୋଗୁ ବ୍ୟାପେ । +ଯୌନ ସଙ୍ଗମ ଓ ରକ୍ତ ଅନ୍ତର୍ଭରଣ ସମୟରେ ମଧ୍ୟ ଏହାର ସଞ୍ଚାର ସମ୍ଭାବନା ଅଛି । +ଏହା ଗର୍ଭରେ ମାଆଠାରୁ ଶିଶୁକୁସଂକ୍ରମିତ ହୋଇ ଶିଶୁର କ୍ଷୁଦ୍ର ଶିର (microcephaly) ହୋଇପାରେ । +ରୋଗାକ୍ରାନ୍ତ ଲୋକର ରକ୍ତ, ପରିସ୍ରା ବା ଲାଳ ସଂଗ୍ରହ କରି ସେଥିରେ ଭୁତାଣୁର ଆରଏନଏ ଉପସ୍ଥିତି ଦେଖି ରୋଗ ନିର୍ଣ୍ଣୟ କରାଯାଏ । +ପ୍ରତିଷେଧ ଓ ଚିକିତ୍ସା +ରୋଗ ପ୍ରବଣ ଇଲାକାମାନଙ୍କରେ ମଶା କାମୁଡ଼ା ପ୍ରତିରୋଧ କରିବା ଆବଶ୍ୟକ । +ଏଥି ନିମନ୍ତେ କୀଟ ବିଡ଼କ (insect repelent), ମଶାରୀ ବ୍ୟବ‌ହାର, ସମ୍ପୁର୍ଣ୍ଣ ଦେହ ଆବୃତ ଇତ୍ୟାଦି କରିବା ସ‌ହ ମଶା ପ୍ରଜନନ କରୁଥିବା ସ୍ଥିର ଜଳ ନିଷ୍କାସନ ବ୍ୟବସ୍ଥା ଦରକାର । +ଏହା ନିମନ୍ତେ କୌଣସି ଟିକା ବାହାରି ନାହିଁ । +ବ୍ରାଜିଲର ସ୍ୱାସ୍ଥ୍ୟ କର୍ମଚାରୀମାନେ ସନ ୨୦୧୫ରେ ଗର୍ଭାଧାନ ନ କରିବା ନିମନ୍ତେ ଉପଦେଶ ଦେଉଥିଲେ ଓ ଜିକା ପ୍ରବଣ ଇଲାକାକୁ ଅନ୍ୟ ସ୍ଥାନରୁ ଗର୍ଭାଧାନ କରିଥିବା ମହିଳାଙ୍କୁ ଯିବାକୁ ବାରଣ କରୁଥିଲେ । +ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ଓ କେବଳ ପାରାସେଟାମୋଲ (ଆସେଟାମିନୋଫେନ) ଦେଇ ଏହାର ଲକ୍ଷଣ ନିୟନ୍ତ୍ରଣ କରାଯାଏ । +ଡାକ୍ତରଖାନାରେ ଆଡମିସନ କ୍ୱଚିତ ଆବଶ୍ୟକ ହୁଏ । -- GitLab