From 6e1f660d8bb56144f9c3595cd36c9b594c4aad5a Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:50:02 +0530 Subject: [PATCH] Upload New File --- .../vikashpedia_health_odia159.txt | 48 +++++++++++++++++++ 1 file changed, 48 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia159.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia159.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia159.txt new file mode 100644 index 0000000..7087e2a --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia159.txt @@ -0,0 +1,48 @@ +ପୃଥୁଳତା ଓ ଓଜନବୃଦ୍ଧି +ପୃଥୁଳତା ଓ ଓଜନବୃଦ୍ଧି ରୋଗର କାରଣ +ପୃଥୁଳତାକୁ ଡ଼ାକ୍ତରୀ ଭାଷାରେ ବେସିଟି କୁହାଯାଏ । +ଉଚ୍ଚତା ଓ ବୟସ ଅନୁସାରେ ଠିକ୍ ଓଜନ ରହିବା ଉଚିତ । +ଏହି ଓଜନ ବଢ଼ିଗଲେ ଏହାକୁ ଲୋକ ମୋଟା ହୋଇଛି ବୋଲି କୁହାଯାଏ । +ବିଶ୍ଵ ସ୍ଵାସ୍ଥ୍ୟ ସଂସ୍ଥା ଗଣନା ଅନୁସାରେ ଏବେ ସାରା ପୃଥିବୀରେ ପ୍ରାୟ ଦୁଇ ବିଲିୟନ ଲୋକ ପୃଥୁଳ ଅଛନ୍ତି । +ପୃଥିବୀର ଲୋକସଂଖ୍ୟା ସାତ ବିଲିୟନ ବା ୭ ଶହ କୋଟି । +ପୃଥୁଳତା ମାପିବାକୁ ଏକ ସୂତ୍ର ଅଛି । +ଏହାକୁ ବଡ଼ିମାସ ଇଣ୍ଡେକ୍ ବୋଲି କୁହାଯାଏ । +ଓଜନକୁ କେଜିରେ ମପାଯାଏ । +ଉଚ୍ଚତାକୁ ମିଟରରେମପାଯାଏ । +ଓଜନକୁ ଉଚ୍ଚତାର ବର୍ଗରେ ହରିଦେଲେ ବଡିମାସ ଇଣ୍ଡେକ୍ ନିର୍ଣ୍ଣୟ ହୋଇଥାଏ । +୨୦ ରୁ ୨୫ ମଧ୍ୟରେ ଏହି ସଂଖ୍ୟା ରହିଲେ ଠିକ ଓଜନ ବୋଲି କୁହାଯାଏ । +ଭାରତରେ ଏହି ସଂଖ୍ୟାକୁ ଏବେ ୨୨.୯ ବୋଲି ଧରାଯାଇଛି । +ଏହା ହେଲେ ଆହୁରି ଅଧିକ ସଂଖ୍ୟକ ଲୋକ ମୋଟାରହିବେ । +ବଡ଼ିମାସ ଇଣ୍ଡେକ୍ସ (ବି.ଏମ.ଆଇ.) - ୩୦ରୁ ଅଧିକ ହେଲେ ୧୧ଟି ପ୍ରମୁଖ ରୋଗ ହୋଇଥାଏ । +ରୋଗର ଆଶଙ୍କା +ଉଚ୍ଚ ରକ୍ତଚାପ +ମଧୁମେହ, +ହୃଦରୋଗ +ରକ୍ତରେ ଅଧିକ କୋଲେଷ୍ଟେରଲ, +କର୍କଟ +ବନ୍ଧ୍ୟାନ୍ଦୋଷ +ଅଣ୍ଟାରେଯନ୍ତ୍ରଣା ଓ ଆଶ୍ଚରେ ଯନ୍ତ୍ରଣା +ଚର୍ମରେ ଜୀବାଣୁ ଜନିତ ସଂକ୍ରମଣ +ପାକସ୍ଥଳୀରେ ଘା' +ପିତ୍ତକୋଷରେ ପଥର +ଶୋଇବା ବେଳେ ଘୁଙ୍ଗୁଡ଼ି +ମୋଟାପଣିଆ ରୋଗର ଗନ୍ତାଘର । +ମୋଟା ହେଲେ ଶରୀରରେ ପ୍ରଦାହ ଅବସ୍ଥା ସୃଷ୍ଟି ହୋଇଥାଏ । +ଚର୍ବିକୋଷ (ଫ୍ୟାଟସେଲ୍) ବହୁ ପ୍ରକାରର ବିଷ ହରମୋନ ବାହାର କରନ୍ତି । +ସେମାନେ ଶରୀରରୁ ସବୁ କୋଷକୁ ସନ୍ତୁଳିତ କରି ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରନ୍ତି । +ସେଗୁଡ଼ିକ ହେଲା ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ, ହୃଦରୋଗ ଓ କ୍ରନିକ କିଡ୍ନୀ ରୋଗ । +ମୋଟାପଣିଆ ଏସବୁ ରୋଗର ମୁଖ୍ୟକାରଣ । +କ'ଣ କଲେ ଓ କେଉଁ ଖାଦ୍ୟ ଖାଇଲେ ମୋଟାପଣିଆ ଦୂର ହୁଏ? +ଭାରତୀୟଙ୍କ ମୋଟାପଣିଆ ଟିକେ ଅଲଗା ପ୍ରକାରର । +ଅନ୍ୟ କୌଣସିଅଙ୍ଗ ମୋଟା ନହୋଇ ପେଟରେ ଚର୍ବି ଜମିଯାଏ । +ଏହାକୁ କୁହାଯାଏ ‘ଥିନ ଫ୍ୟାଟ ଇଣ୍ଡିଆନ୍ ପେଟରେ ଚର୍ବି ବଢ଼ିନାହିଁ, ଉପରେ ପେଟର ମାପ ୧୦୦ ସେଣ୍ଟିମିଟରରୁ ବେଶି ହେଲେ ତାଙ୍କୁ ମୋଟାପଣିଆର ମୁଖ୍ୟରୋଗଗୁଡ଼ିକ ଭୋଗିବାକୁ ପଡ଼େ । +ଅତି ମୋଟା ଲୋକମାନେ ଦୈନିକ ୧୨ଶହ କନ୍ୟାଲୋରି ଖାଦ୍ୟ ଖାଇବା ଭଲ । + । +କମ୍ ଖାଦ୍ୟ ସହିତ ପ୍ରତିଦିନ ଅତିକମରେ ଘଣ୍ଟାଏ ବ୍ୟାୟାମକରିବା ଆବଶ୍ୟକ । +ପ୍ରାତଃ ଭ୍ରମଣ, ସନ୍ତରଣ, ଦୈଡକୁଦ, ଜିମ୍ନାସିୟମ ଯାଇ ଓଜନ ଉଠାଇବା ଆଦି ଦ୍ଵାରା ମଧ୍ୟ ଓଜନ ହ୍ରାସ ପାଇଥାଏ । +ସରଳ ଭାବରେ ମୋଟାପଟ ଜାଣିବାକୁ ହେଲେ, ଖାଲି ଦେହରେ ତଳକୁ ଚାହିଁଲେ ଗୋଡ଼ନଖ, ଯୌନାଙ୍ଗ ଆଦି ଦେଖାଯିବା ଦରକାର । +ଏହା ଦେଖା ନଗଲେ ମୋଟାପଣ ହୋଇଛି ବୋଲି କୁହାଯାଏ । +ସବୁବେଳେ ମୋଟା ନ ହେବା ପାଇଁ ଚେଷ୍ଟା କରିବା ଉଚିତ । +ଆଜିକାଲି ପୃଥୁଳତା କମାଇବା ପାଇଁ ବହୁପ୍ରକାର ଔଷଧ ମିଳୁଛି । +ଖାଦ୍ୟରେ ପୁଷ୍ଟିସାର ଅଧିକ ଏବଂ ଶ୍ଵେତସାର, ସ୍ନେହସାର ଆଦି କମ ରହିଲେ ଓଜନ କମିଥାଏ । +ଫଳ, ସବୁଜ ପନିପରିବା, ମାଛ, ଅଣ୍ଡା ଆଦି ଖାଇ ଭାତ, ରୁଟି, ଫାଷ୍ଟଫୁଡ଼ ବରା ପିଆଜି ଆଦି ଛାଡ଼ିଦେଲେ ଓଜନ କମିଥାଏ । -- GitLab