From 710a1afee40f20ffb109aaf23759233bc00356c8 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:38:39 +0530 Subject: [PATCH] Upload New File --- .../vikashpedia_health_odia129.txt | 23 +++++++++++++++++++ 1 file changed, 23 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia129.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia129.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia129.txt new file mode 100644 index 0000000..ce48ccf --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia129.txt @@ -0,0 +1,23 @@ +ଏହି ପରିବା ଚୋପାମାନଙ୍କରେ ଅଛି ଭରପୁର ଭିଟାମିନ, ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ +ପରିବା ଚୋପା +ଦେହ ପାଇଁ ଉପକାରୀ ସବୁଜ ପରିବା । +ପ୍ରାୟ ସମୟରେ ପରିବା ଚୋପାକୁ ଅଦରକାରୀ ଭାବି ଲୋକ ଫୋପାଡି ଦିଅନ୍ତି । +କିନ୍ତୁ କଣ ଆପଣ ଜାଣିଛନ୍ତି ଏପରି କିଛି ପରିବା ଅଛି ଯାହାର ଚୋପା ମଧ୍ୟରେ ପ୍ରଚୁର ମାତ୍ରାରେ ଭିଟାମିନ ଥାଏ । +ଯାହା ଆମର ଶରୀରକୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । +ଚୋପା ଆପଣଙ୍କୁ ରଖିବ ନିରୋଗ : +ଗାଜର ଚୋପା : ଗାଜର ଚୋପା ଖାଇବା ଦ୍ୱାରା ଆଖିର ଶକ୍ତି ବଢ଼ିଥାଏ । +ଏହାସହ ଗାଜରଚୋପାରେ କ୍ୟାନସର ପ୍ରଭାବ ମଧ୍ୟ କମ୍‌ ହୋଇଥାଏ । +ଏହି ଚୋପାରେ ଭିଟାମିନ ବି ୬, ସି ଓ ଏ, ମ୍ୟାଗ୍ନେଶିୟମ, ପୋଟାସିୟମ ସହ ଫାଇଟ୍ରୋ ନ୍ୟୁଟ୍ରିଏଣ୍ଟସ୍‌ ଥାଏ । +ଗାଜର ଚୋପା କ୍ୟାନସର କୋଷିକାକୁ ବଢ଼ିବାକୁ ଦିଏନି । +ସେଉ ଚୋପା : ସେଉରେ ଭରପୁର ମାତ୍ରାରେ ମିନେରାଲ ଓ ଭିଟାମିନ ରହିଥାଏ । +ଏହା ସହ ସେଉ ଚୋପାରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି । +ସେଉରେ ଥିବା ଫାଇବାର ଶରୀରର ଖରାପ କୋଲେଷ୍ଟ୍ରୋଲ୍‌ ଓ ବ୍ଲଡ ସୁଗାର କମ୍‌ କରେ । +ଚୋପା ସହତ ସେଉ ଖାଇବା ବେଳେ ଭଲ ଭାବରେ ଧୋଇ ଦିଅନ୍ତୁ । +ଆଳୁ ଚୋପା : ଆଳୁ ଠାରୁ ଅଧିକ ରୋଗପ୍ରତିରୋଧକ ଶକ୍ତି ରହିଛି ଆଳୁ ଚୋପାରେ । +ଆଳୁ ଚୋପାରେ କ୍ୟାଲ୍‌ସିୟମ, ଭିଟାମିନ ବି, ସି, ଆଇରନ ଆଦି ରହିଛି । +ଦେହରେ ଭିଟାମିନ ଏ ଅଭାବ ହୋଇଥିଲେ ଆଳୁ ଚୋପା ଖାଇ ପାରିବେ । +ଆଳୁ ଚୋପା ଖାଇଲେ ଆଖି ଶକ୍ତି ଓ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । +ବାଇଗଣ ଚୋପା : ବାଇଗଣ ଚୋପାରେ ପୌଷ୍ଟିକ ତତ୍ତ୍ୱ ଭରପୁର ରହିଛି । +ଏହା ବି ମସ୍ତିଷ୍କ କ୍ୟାନ୍‌ସର ପ୍ରଭାବ କମାଇଥାଏ । + ବୟସ ମଧ୍ୟ କମ୍‌ ଜଣାପଡେ ବାଇଗଣ ଚୋପା ଖାଇଲେ +କାକୁଡି ଚୋପା :କାକୁଡି ଚୋପା ସହ ଖାଇଲେ ଶରୀରକୁ କ୍ୟାଲସିୟମ, ଫସ୍‌ଫରସ, ମାଗ୍ନେସିୟମ, ପୋଟାସିୟମ, ଭିଟାମିନ ଏ ଓ ଭିଟାମିନ କେ ର ଅଭାବ ପୂରଣ ହୁଏ । -- GitLab