From 71ca7ca29aad0ef20c4bcc412fe8900d35f8bde8 Mon Sep 17 00:00:00 2001 From: Nayan Ranjan Paul Date: Thu, 22 Sep 2022 15:13:38 +0530 Subject: [PATCH] Upload New File --- .../vikashpedia_health_odia39.txt | 43 +++++++++++++++++++ 1 file changed, 43 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia39.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia39.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia39.txt new file mode 100644 index 0000000..9571f72 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia39.txt @@ -0,0 +1,43 @@ +ଗଙ୍ଗଶିଉଳିର ଚମତ୍କାରୀ ଔଷଧୀୟ ଗୁଣ +ଗଙ୍ଗଶିଉଳୀ +ଗଙ୍ଗଶିଉଳୀ ବା ଶେଫାଳିକୁ ଇଂରାଜୀରେ ‘କୁଇନ୍‌ ଅଫ ନାଇଟ୍‌’ ବା କୋରାଲ ଜାସ୍‌ନିମ୍‌ ବା ସରୋପୁଲ୍‌ଟ୍ରି କହାଯାଏ;ଏବଂ ଉଦ୍ଭିଦ ବିଜ୍ଞାନ ପରିଭାଷାରେ ନିକ୍ଟାନ୍‌ଥେସ୍‌ ଆରବୋରଟ୍ରିସ୍‌ଟିସ୍‌ ‌ । +ନିକ୍ଟାନ୍‌ଥେସ୍‌’ର ଅର୍ଥ ରାତିର ଫୁଲ ଓ ଆର୍‌ବୋରଟ୍ରିସ୍‌ଟିସ୍‌’ର ଅର୍ଥ ‘ଦୁଃଖ ଗଛ’ । +ଓଡ଼ିଆରେ ଶୃଙ୍ଗାରହାର ବା ଶେଫାଳୀ କହୁଥିବାବେଳେ ସଂସ୍କୃତରେ ଏହାକୁ ଶେଫାଳିକା, ରଜନୀହାର, ଶୀତ ମଞ୍ଜରୀ କୁହାଯାଏ । +ଗଙ୍ଗଶିଉଳୀର ପତ୍ର ଗୁଡ଼ିକ ଖୁବ ପିତା l ଏଥିରେ ଏକ ପ୍ରକାର ଜୈବିକ ରସ ବା ଆଲାକାଲଏଡ୍ ରହିଛି । +ଏହାର ଫୁଲର ପାଖୁଡ଼ା ଧଳା ନାଲି ମିଶା ହଳଦିଆ । +ଔଷଧିରେ କେବଳ ପତ୍ର ଫୁଲ ନୁହେଁ ମୂଳ ସମେତ ପଞ୍ଚାଙ୍ଗ ବ୍ୟବହୃତ ହୁଏ । +ଏହା କଟୁ, ରୁକ୍ଷ, ଉଷ୍ଣବୀର୍ଯ, କ୍ଷୟ ରୋଗ ନାଶକ ଏବଂ ବାୟୁ ନାଶକ । +ଗଙ୍ଗଶିଉଳି ଫୁଲ ଶାଢ଼ୀରେ ରଙ୍ଗ ଦେବା ପାଇଁ ବ୍ୟବହୃତ ହୁଏ । +ପ୍ରାଚୀନ କାଳରେ ବୌଦ୍ଧ ସନ୍ନ୍ୟାସୀମାନେ ବସ୍ତ୍ରକୁ ଗୈରିକ କରିବା ପାଇଁ ଏହିଫୁଲର ରଙ୍ଗ ବ୍ୟବହାର କରୁଥିଲେ । +ହିନ୍ଦୁ ବିଶ୍ଵାସ ଅନୁଯାୟୀ ସ୍ଵର୍ଗର ପାଞ୍ଚଟି ମନୋବାଞ୍ଛା ପୂରଣକାରୀ ଫୁଲ ମଧ୍ୟରୁ ଗଙ୍ଗଶିଉଳି ଗୋଟିଏ । +କିମ୍ବଦନ୍ତୀ +‘ବିଷ୍ଣୁ ପୁରାଣ’ ବର୍ଣ୍ଣିତ କିମ୍ବଦନ୍ତୀ ଅନୁଯାୟୀ ଜଣେ ଅପୂର୍ବ ସୁନ୍ଦରୀ ରାଜ-କନ୍ୟା ସୂର୍ଯ୍ୟଦେବଙ୍କୁ ପ୍ରେମ ନିବେଦନ କଲେ । +ସୂର୍ଯ୍ୟଦେବ ଦିନେ ତାଙ୍କୁ ଆଦର ସହକାରେ କହିଲେ ‘ତୁମେ ପ୍ରାସାଦ ଛାଡ଼ି ମୋପାଖକୁ ଚାଲିଆସ । +’ ରାଜକନ୍ୟା ସୂର୍ଯ୍ୟଙ୍କ କଥା ମାନିଲେ । +କିଛିଦିନ ପରେ ସୂର୍ଯ୍ୟଦେବ, ତାଙ୍କୁ ଛାଡ଼ିଦେଇ ନିଜଲୋକକୁ ଚାଲିଗଲେ । +ରାଜକନ୍ୟା ଦୁଃଖରେ ମୃତ୍ୟୁବରଣ କଲେ । +ତାଙ୍କୁ ଦାହକଲା ପରେ ତାଙ୍କ ଭସ୍ମରେ ଗୋଟିଏ ଗଛ ବଢ଼ିଲା । +ତା’ଶାଖାପ୍ରଶାଖାରେ ସୁନ୍ଦର କମଳା ରଙ୍ଗର ଫୁଲ ଫୁଟିଲା । +କିନ୍ତୁ ଏହି ଫୁଲ ସୂର୍ଯ୍ୟଙ୍କ ଉତ୍ତାପ ସହ୍ୟ କରିପାରେନାହିଁ । +ସେଥି ପାଇଁ ସୂର୍ଯ୍ୟ ଆକାଶରୁ ଅପସରିଯିବା ପରେ ଏହି ଫୁଲ ଫୁଟେ ଓ ସକାଳୁ ସୂର୍ଯ୍ୟଙ୍କ କିରଣ ପଡ଼ିବା ପୂର୍ବରୁ ଝଡ଼ିଯାଏ । +ଅନ୍ୟଏକ ଜନଶ୍ରୁତି ଅନୁଯାୟୀ ଗଙ୍ଗଶିଉଳି ଫୁଲର ସମ୍ଭାର ନେଇ ସୂର୍ଯ୍ୟଙ୍କ ସହିତ ଅଭିସାର ରଚିବାକୁ ପ୍ରତିରାତିରେ ପ୍ରତୀକ୍ଷା କରେ, ପରିଶେଷରେ ଧୈର୍ଯ୍ୟଚ୍ୟୁତି ଘଟେ । +ସୂର୍ଯ୍ୟୋଦୟ ପୂର୍ବରୁ ଫୁଲଗୁଡ଼ିକ ଝରିପଡ଼େ ଏବଂ ପ୍ରତିଦିନ ଏହାର ପୁନରାବୃତ୍ତି ଘଟେ । +ଔଷଧୀୟ ଗୁଣ +ମୁଣ୍ଡବିନ୍ଧା - ଯେ କୌଣସି ମୁଣ୍ଡବିନ୍ଧା ପାଇଁ ଗଙ୍ଗଶିଉଳୀର ୫/୬ଟି ଫୁଲ ଆଣି ହାତରେ ମକଚି ଶୁଙ୍ଘିଲେ ତତକ୍ଷଣାତ୍ ଉପସମ ମିଳେ l +ମ୍ୟାଲେରିଆ ଜ୍ଵର- ଗଙ୍ଗଶିଉଳୀପତ୍ରକୁ ସାତଟି ଗୋଲ ମରିଚସହ ବାଟି ମିଶ୍ରି ସର୍ବତ ସହିତ ସକାଳେ ଓ ସଂନ୍ଧ୍ୟାରେ ଖାଲି ପେଟରେ ପିଇଲେ ଭଲ ହୋଇଥାଏ l +ତା ବ୍ୟତୀତ ଟନସିଲ ବା ଗଳାରୋଗ, କାନରୋଗ, ସମସ୍ତପ୍ରକାର କୃମି, ଅଣ୍ଟା ଆଣ୍ଠୁ ବିନ୍ଧା ପାଇଁ, ଆମବାତ୍ତ,ଏସିଡିଟି ବା ଅମ୍ଳପିତ୍ତ, ତୁଣ୍ଡ ଘା ଓ ଅଜିର୍ଣ୍ଣ ରୋଗପାଇଁ ଗଙ୍ଗ ଶିଉଳୀ ବହୁତ ଉପଯୋଗୀ l +ଗଙ୍ଗଶିଉଳିକୁ ବନସ୍ପତି ଶାସ୍ତ୍ରରେ ନିକ୍ଟେନ୍ଥିସ୍ ଆର୍ଥିର୍ଟିସ ନାଁରେ ଜଣାଯାଏ । +ସାଧାରଣ ଲୋକମାନଙ୍କ ମଧ୍ୟରେ ରାତିରରାଣୀ, ପାରିଜାତ, ନାଇଟ ଜସମିନ୍ ନାଁରେ ଜଣାଯାଉଥିବା ଗଙ୍ଗଶିଉଳି ଦେଖିବାକୁ ଯେତିକି ସୁନ୍ଦର ସେତିକି ଔଷଧୀୟ ମଧ୍ୟ । +ଏହାର ପତ୍ର, ଫୁଲଠୁ ଆରମ୍ଭ କରି ଛାଲ ପର୍ଯ୍ୟନ୍ତ ସବୁକିଛି ଚିକିତ୍ସକୀୟ ଗୁଣରେ ଭରପୂର । +ଆସନ୍ତୁ ଜାଣିବା ଗଙ୍ଗଶିଉଳିର ଔଷଧୀୟ ଗୁଣ ବିଷୟରେ । +ଜର ପାଇଁ ରାମବାଣ: ଜରକୁ ପ୍ରାକୃତିକ ଉପାୟରେ ଭଲ କରିବା ପାଇଁ ଗଙ୍ଗଶିଉଳି ରାମବାଣ ସଦୃଶ୍ୟ । +ଗଙ୍ଗଶିଉଳି ପତ୍ରକୁ ବାଟି ଗରମ ପାଣିରେ ମିଶାଇ ପିଇଲେ ଚିକେନଗୁନିଆ, ଡେଙ୍ଗୁ, ମ୍ୟାଲେରିଆ ପରି ରୋଗ ଦୂର ହୋଇଥାଏ । +ଘାଆ ଭଲ କରେ: ଗଙ୍ଗଶିଉଳିରେ ଘାଆକୁ ଭଲ କରିବାର କ୍ଷମତା ରହିଛି । +ଏହାର ପତ୍ରକୁ ବାଟି ଘାଆ ଉପରେ ଲଗାଇଲେ ଏହା ଶୀଘ୍ର ସୁଖି ଯାଇଥାଏ । +ପାଇଲ୍ସ ଉପଚାର: ପାଇଲ୍ସର ଉପଚାର ପାଇଁ ଗଙ୍ଗଶିଉଳି ରାମବାଣ ସଦୃଶ୍ୟ କାମକରେ । +ପ୍ରତିଦିନ ଏହାର ମଞ୍ଜି ଖାଇବା ଦ୍ୱାରା ପାଇଲ୍ସ ରୋଗ ଠିକ୍ ହୋଇଥାଏ । +କାଶ ଉପଚାର: ଗଙ୍ଗଶିଉଳି ପତ୍ର ବାଟି ସେଥିରେ ଟିକେ ମହୁ ମିଶାଇ ପିଇବା ଦ୍ୱାରା କାଶ ଭଲ ହୋଇଥାଏ । +ଏହାକୁ ଆପଣ ଚା’ରେ ମଧ୍ୟ ପକାଇ ପିଇ ପାରିବେ । +କୁଣ୍ଡାଇ ହେବାରୁ ମୁକ୍ତି: ଗଙ୍ଗଶିଉଳିରେ ଆଣ୍ଟି-ଇନଫ୍ଲେମେଷ୍ଟ୍ରି ଗୁଣ ରହିଛି । +ଯାହା କୁଣ୍ଡାଇ ହେବାରୁ ମୁକ୍ତିଦିଏ । +ଆୟୁର୍ବେଦିକ ଦୋକାନରେ ମିଳୁଥିବା ଗଙ୍ଗଶିଉଳି ଏସେନସିଆଲ ଅଏଲକୁ ଆଣି ଲଗାଇ ପାରିବେ । -- GitLab